Odisha State Board CHSE Odisha Class 12 Optional Odia Solutions Chapter 9 କମଳ ପ୍ରତି Textbook Exercise Questions and Answers.
+2 2nd Year Odia Optional Chapter 9 କମଳ ପ୍ରତି Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question ୧ ।
ଶତଦଳ କହିଲେ କ’ଣ ବୁଝାଯାଏ ?
(କ) ପଦ୍ମ
(ଖ) କଦମ୍ବ
(ଗ) କଇଁ
(ଘ) ଗୋଲାପ
ଉ –
(କ) ପଦ୍ମ ।
Question ୨ ।
ସୁନ୍ଦର ପଣରେ କାହାର ପଟାନ୍ତର ନାହିଁ ?
(କ) ପୁଷ୍କରିଣୀର
(ଖ) ପଦ୍ମର
(ଗ) କବିଙ୍କ ବଗିଚାର
(ଘ) ବର୍ଣ୍ଣନାର
ଉ –
(ଖ) ପଦ୍ମର ।
Question ୩ ।
ପଦ୍ମକୁ ବର୍ଣ୍ଣନା କରିବାରେ କିଏ ଲଜ୍ଜିତ ହୋଇପଡ଼େ ?
(କ) ଶିକ୍ଷକ
(ଖ) କବିଙ୍କ ଲେଖନୀ
(ଗ) ଛାତ୍ର
(ଘ) ସମାଲୋଚକ
ଉ –
(ଖ) କବିଙ୍କ ଲେଖନୀ ।
Question ୪ ।
ପଦ୍ମ ପାଖୁଡ଼ାରୁ କ’ଣ ଝରି ପଡୁଥିଲା ?
(କ) ପୁଣ୍ଯ ଅମୃତ
(ଖ) ବର୍ଷାଜଳ
(ଗ) ଆନନ୍ଦାଶ୍ରୁ
(ଘ) ପ୍ରୋମାଶ୍ରୁ
ଉ –
(କ) ପୁଣ୍ୟ ଅମୃତ ।
Question ୫।
ପଦ୍ମ ଦଳରୁ ଅମୃତ ଝରିପଡ଼ିବା ଦେଖୁ କିଏ ପୂତ ହୋଇଯାଉଥିଲା ?
(କ) ମସ୍ତକ
(ଖ) ମନ
(ଗ) କବିଙ୍କ ନେତ୍ର
(ଘ) ଶରୀର
ଉ –
(ଗ) କବିଙ୍କ ନେତ୍ର ।
Question ୬ ।
କବି ପଦ୍ମଫୁଲକୁ ତୋଳି ଆଣି କ’ଣ ଦେଇ ଆଦର କରିବେ ବୋଲି ଭାବୁଛନ୍ତି ?
(କ) ମଧୁର ଚୁମ୍ବନ
(ଖ) ଘନ ଆଲିଙ୍ଗନ
(ଗ) ଆଘ୍ରାଣ
(ଘ) ପ୍ରେମ ସମ୍ଭାଷଣ
ଉ –
(କ) ମଧୁର ଚୁମ୍ବନ ।
Question ୭ ।
ପଦ୍ମ ଦର୍ଶନରେ କବିଙ୍କର କ’ଣ ଦୂରୀଭୂତ ହେବ ?
(କ) ପୁଣ୍ଯ
(ଖ) ଦୂରିତ
(ଗ) ଅଜ୍ଞତା
(ଘ) ସାର୍ଥକତା
ଉ –
(ଖ) ଦୂରିତ ।
Question ୮ ।
ମୃଣାଳରେ କ’ଣ ଥାଏ ?
(କ) ସ୍ନିଗ୍ଧତା
(ଖ) କୋମଳତା
(ଗ) ମଧୁରତା
(ଘ) କଣ୍ଟକ
ଉ –
(ଘ) କଣ୍ଟକ ।
Question ୯ ।
ପଦ୍ମ ନିକଟରେ କେଉଁମାନେ ସମାକୁଳ ହୋଇପଡୁଥିଲେ ?
(କ) ମଧୁକରମାନେ
(ଖ) ଦର୍ଶକମାନେ
(ଗ) ଭାବୁକମାନେ
(ଘ) ଗ୍ରହନକ୍ଷତ୍ରମାନେ
ଉ –
(କ) ମଧୁକରମାନେ ।
Question ୧୦ ।
ପୁଣ୍ଡରୀକ କିଏ ?
(କ) କଇଁ
(ଖ) ପଦ୍ମ
(ଗ) କଦମ୍ବ
(ଘ) ଗୋଲାପ
ଉ –
(ଖ) ପଦ୍ମ ।
Question ୧୧ ।
ପାପ-କାଳ-ବ୍ୟାଳ କାହାର ମୂଳରେ ଥାଏ ?
(କ) ସଂସାର
(ଖ) ସ୍ଵର୍ଗ
(ଗ) ମର୍ତ୍ତ୍ୟ
(ଘ) ପାତାଳ
ଉ –
(କ) ସଂସାର ।
Question ୧୨ ।
କେଉଁଟି ପଦ୍ମର ପ୍ରତିଶବ୍ଦ ନୁହେଁ ?
(କ) ଶତଦଳ
(ଖ) ନଳିନ
(ଗ) ପୁଣ୍ଡରୀକ
(ଘ) କୁମୁଦ
ଉ –
(ଘ) କୁମୁଦ ।
Question ୧୩ ।
କମଳ ପ୍ରତି କେଉଁ ଧରଣର କବିତା ?
(କ) ସନେଟ୍
(ଖ) ସମ୍ବୋଧନଗୀତି
(ଗ) ଶୋକଗୀତିକା
(ଘ) ଗାଥା କବିତା
ଉ –
(ଖ) ସମ୍ବୋଧନଗୀତି ।
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧ ।
ସତତ ମଧୁର ଉଜ୍ଜଳ କିଏ ?
ଉ –
ସତତ ମଧୁର ଉଜ୍ଜଳ ହେଉଛି ଶତଦଳ ।
Question ୨ ।
କବିଙ୍କ ଲେଖନୀ କାହିଁକି ଲଜିତ ହୋଇପଡ଼େ ?
ଉ –
ଶତଦଳର ପଟାନ୍ତରହୀନ ଶୋଭା ବର୍ଣନାରେ ଅସମର୍ଥ ହେତୁ କବିଙ୍କ ଲେଖନୀ ଲଜ୍ଜିତ ହୋଇପଡ଼େ ।
Question ୩ ।
ପଦ୍ମ ଦଳରୁ କ’ଣ ଝରି ପଡୁଥିଲା ?
ଉ –
ପଦ୍ମ ଦଳରୁ ପୁଣ୍ୟ ଅମୃତ ଝରି ପଡୁଥିଲା ।
Question ୪।
କବିଙ୍କ ନେତ୍ର କାହିଁକି ପୂତ ହେବ ?
ଉ –
ଶତଦଳର ପୁଣ୍ୟ ଅମୃତ ଭାବକୁ ନିରୀକ୍ଷଣ କରି କବିଙ୍କ ନେତ୍ର ସୂତ ହେବ ।
Question ୫।
କବିଙ୍କ ଚିତ୍ତ କେଉଁଥିରେ ଉଲ୍ଲସିତ ହେଉଥିଲା ?
ଉ –
କବିଙ୍କ ଚିତ୍ତ ପ୍ରେମାବେଶ ପୁଲକରେ ଉଲ୍ଲସିତ ହେଉଥିଲା ।
Question ୬।
କବିଙ୍କ ନେତ୍ର କିପରି ପବିତ୍ର ହେବ ?
ଉ –
ପଦ୍ମର ଶୋଭା ଦେଖ୍ କବିଙ୍କ ନେତ୍ର ପବିତ୍ର ହେବ ।
Question ୭ ।
ତାଙ୍କର ଦୂରିତ କିପରି ଦୂରୀଭୂତ ହେବ ?
ଉ –
ପଦ୍ମର ପୁଣ୍ୟ ଦର୍ଶନରେ କବିଙ୍କ ଦୂରିତ ଦୂରୀଭୂତ ହେବ ।
Question ୮ ।
କୁସୁମରାଣୀ ବୋଲି କାହାକୁ କୁହାଯାଇଛି ?
ଉ –
ପଦ୍ମକୁ କୁସୁମରାଣୀ ବୋଲି କୁହାଯାଇଛି ।
Question ୯।
ପଙ୍କ ବିନା କିଏ ଫୁଟି ପାରିବ ନାହିଁ ?
ଉ –
ପଙ୍କ ବିନା ପଙ୍କଜ ଫୁଟି ପାରିବ ନାହିଁ ।
Question ୧୦ ।
କଣ୍ଟକ ମୃଣାଳ କାହା ସହିତ ସଂଶ୍ଳିଷ୍ଟ ।
ଉ –
କଣ୍ଟକ ମୃଣାଳ ପଦ୍ମ ସହିତ ସଂଶ୍ଳିଷ୍ଟ ।
Question ୧୧ ।
ପୁଣ୍ୟ କେଉଁଠାରେ ଜନମ ହୋଇଥାଏ ?
ଉ –
ପୁଣ୍ୟ ପାପମହୀରେ ଜନମ ହୋଇଥାଏ ।
Question ୧୨ ।
ମହତର ଜନମ କେଉଁଠାରେ ହୋଇଥାଏ ?
ଉ –
ମହତର ଜନମ ଦରିଦ୍ର କୁଟୀରରେ ହୋଇଥାଏ ।
Question ୧୩ ।
ପଦ୍ମ ନାମରେ ବିଧାତା କ’ଣ ଲିହିଛି ?
ଉ –
ପଦ୍ମ ନାମରେ ବିଧାତା ସର୍ବଶୋଭା ଲିହିଛି ।
Question ୧୪ ।
ପଦ୍ମର ଉପମା କିଏ ହୋଇପାରେ ?
ଉ –
ପଦ୍ମର ଉପମା କେବଳ ପଦ୍ମ ହୋଇପାରେ ।
Question ୧୫ ।
ପଦ୍ମଠାରୁ ବଳି ମହତ କିଏ ?
ଉ –
ପଦ୍ମଠାରୁ ବଳି ମହତ କବି ଅନ୍ତରର ଜୀବ ।
Question ୧୬ ।
ଏ ତନୁ-ସରସୀରେ କିଏ ହସୁଅଛି ?
ଉ –
ଏ ତନୁ ଆତ୍ମା-ସାରସ ସରସୀରେ ହସୁଅଛି ।
Question ୧୭ ।
ଚାରୁ ଆତ୍ମାଫୁଲ କେଉଁଠାରେ ନିତି କାନ୍ଦେ ?
ଉ –
ଚାରୁ ଆତ୍ମାଫୁଲ ପଙ୍କିଳ ଆବିଳ ପାପ ଓ ତାପରେ ନିତି କାନ୍ଦେ ।
Question ୧୮ ।
ମରଦେହେ କିଏ ବସତି ସ୍ଥାପନ କରେ ?
ଉ –
ମରଦେହେ ଅମରାତ୍ମା ବସତି ସ୍ଥାପନ କରେ ।
Question ୧୯ ।
ଭୀଷଣ କାନନ ସ୍ଥଳୀ କାହାକୁ କୁହାଯାଇଛି ?
ଉ –
ଭୀଷଣ କାନନସ୍ଥଳୀ ସଂସାରକୁ କୁହାଯାଇଛି ।
Question ୨୦ ।
କାହା ବିନା ରାଜୀବର ଗତ୍ୟନ୍ତର ନାହିଁ ?
ଉ –
ରବି ବିନା ରାଜୀବର ଗତ୍ୟନ୍ତର ନାହିଁ ।
(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧।
‘ଲେଖନୀ ଲଜ୍ଜିତ ମୋର’ କହିବାର ତାତ୍ପର୍ଯ୍ୟ କ’ଣ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଦ୍ମ ସେ ଅସମର୍ଥ ବା ଲଜ୍ଜିତ ବୋଲି ସ୍ଵୀକାର କରିଛନ୍ତି ।
Question ୨।
କାହାର ଢଳ ଢଳ ରୁପାରାଶି ଜଳରେ ଭାସୁଥୁଲା ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ଶତଦଳ ବା ପଦ୍ମର ଢଳ ଢଳ ରୂପରାଶି ଜଳରେ ଭାସୁଥିଲା ।
Question ୩ ।
କବିଙ୍କ ନୟନ ଜଳଆଡ଼କୁ କାହିଁକି ଚାଲିଯାଉଥିଲା ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଦ୍ମର ଦିବ୍ୟ ଶୋଭାରାଶିକୁ ନିରୀକ୍ଷଣ କରି ଦେଖୁବାପାଇଁ, କବିଙ୍କ ନୟନ ଜଳ ଆଡ଼କୁ ଚାଲିଯାଉଥିଲା ।
Question ୪।
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି କୁନ୍ତଳାକୁମାରୀଙ୍କ ତନୁ, ପଦ୍ମର ଦିବ୍ୟ ରୂପଶୋଭା ଦେଖ୍ ବିମୁଗ୍ଧ ହୋଇ ରୋମାଞ୍ଚିତ ହେଉଥିଲା ।
Question ୫।
କବି ପଦ୍ମଫୁଲକୁ କାହିଁକି ତୋଳିଆଣିବାକୁ ଚାହୁଁଥିଲେ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ପଦ୍ମଫୁଲକୁ ଆଦରକରି ମଧୁର ଚୁମ୍ବନ ଦେବାପାଇଁ ତୋଳିଆଣିବାକୁ ଚାହୁଁଥିଲେ ।
Question ୬ ।
କିଏ କିପରି ହତଶିରୀ ହୋଇଯିବାର ସମ୍ଭାବନା ଅଛି ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କୋମଳ, ସ୍ଵଚ୍ଛ ଓ ସୁବିମଳ ପଦ୍ମକୁ କବି ତୋଳି ଆଣିଲେ, ପଦ୍ମର ହତଶିରୀ ହୋଇଯିବାର ସମ୍ଭାବନା ଅଛି ।
Question ୭।
କେଉଁଠାରୁ ମନୋହର ମକରନ୍ଦ ସବୁବେଳେ ଝରୁଥାଏ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କ୍ଷୀଣ ମୃଣାଳ ଉପରେ ପ୍ରସ୍ଫୁଟିତ କୁସୁମରାଣୀ ପଦ୍ମଠାରୁ ମନୋହର ମକରନ୍ଦ ସବୁବେଳେ ଝରୁଥାଏ ।
Question ୮।
ପଙ୍କଜ କାହା ବିନା ଫୁଟିପାରିବ ନାହିଁ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଙ୍କଜ ପଙ୍କ ବିନା ଫୁଟିପାରିବ ନାହିଁ ।
Question ୯ ।
କାହା ବିନା ପଙ୍କଜ ଉଠିପାରେ ନାହିଁ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଙ୍କ ବିନା ପଙ୍କଜ ଉଠିପାରେ ନାହିଁ ।
Question ୧୦ ।
ବିଧାତାଙ୍କ ଅପୂର୍ବ କୀରତି କ’ଣ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ବିଧାତାଙ୍କ ଅପୂର୍ବ କୀରତି ହେଉଛି, ମରଦେହରେ ଅମରାତ୍ମାର ବସତିସ୍ଥାପନ ।
Question ୧୧ ।
ପାପ-କାଳ-ବ୍ୟାଳ କହିବାର ଉଦ୍ଦେଶ୍ୟ କ’ଣ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କଣ୍ଟକିତ ପଦ୍ମନାଡ଼ରେ ସର୍ପ ରହିଲା ପରି ଏ ସଂସାରରୂପକ ସୃଷ୍ଟିରେ ପାପ ଓ କାଳରୂପକ ସର୍ପ ସଦାସର୍ବଦା ରହିଥାଏ ।
Question ୧୨ ।
ପ୍ରେମ ଅରୁଣ ପ୍ରିୟ କିଏ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପ୍ରେମ ଅରୁଣ ପ୍ରିୟ କବିଙ୍କର ଆତ୍ମସଭା ।
Question ୧୩ ।
ଆତ୍ମା-ରାଜୀବ-ଲପନରେ ସୁବାସ କିଏ ସୃଜି ପାରିବ ?
ଊ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ଆତ୍ମା- ରାଜୀବ-ଲପନରେ ‘ସୁବାସ ପରମାତ୍ମାରୂପୀ ରବି ସୃଜି ପାରିବ ।
Question ୧୪ ।
ଆତ୍ମା-ରାଜୀବ ପ୍ରସଙ୍ଗରେ ପରମାତ୍ମା କିଏ ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ଆତ୍ମା ରାଜୀବ ପ୍ରସଙ୍ଗରେ ପରମାତ୍ମା ରବି ।
Question ୧୫ ।
ରବି ଓ ପଦ୍ମର ସମ୍ପର୍କକୁ କାହା ସହିତ ତୁଳନା କରାଯାଇଛି ?
ଉ –
‘କମଳ ପ୍ରତି’ କବିତାରେ ଉତ୍କଳଭାରତୀ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ରବି ଓ ପଦ୍ମର ସମ୍ପର୍କକୁ ପରମାତ୍ମା ଓ ଆତ୍ମା ସହିତ ତୁଳନା କରାଯାଇଛି ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧।
‘ନିରେଖୁ ମୋ ନେତ୍ର ହୁଏ ପୂତ’ – ପ୍ରସଙ୍ଗ ନିର୍ଦ୍ଦେଶ କର ।
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି ଉଜ୍ଜଳ ରୂପ ଦେଖୁ ବିମୋହିତ ହୋଇଛନ୍ତି । କବି ଶତଦଳର ମଧୁର ଉଜ୍ଜ୍ବଳ ରୂପ ଦେଖୁ ବିମୋହିତ ହୋଇଛନ୍ତି । କବିଙ୍କ ଦୃଷ୍ଟିରେ ପଦ୍ମର ସୌନ୍ଦର୍ଯ୍ୟର ତୁଳନା ନାହିଁ । ଏପରିକି କବିଙ୍କ ଲେଖନୀ ତାହାର ରୂପବର୍ଣନାରେ ଅସମର୍ଥ ହୋଇଛି । ତାହାର ଢଳ ଢଳ ରୂପରାଶି ଝରିପଡ଼ିଲା ଭଳି ମନେହୋଇଥାଏ । ସେହି ରୂପକୁ ନିରେଖ୍ ଦେଖ୍, କବିଙ୍କ ନେତ୍ର ପବିତ୍ର ହୋଇଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
Question ୨।
କାହାର ପ୍ରାଣ ଚଞ୍ଚଳ ବିମୁଗ୍ଧ ଓ କାହିଁକି ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ଶତଦଳର ଦିବ୍ୟରୂପ ଓ ସେଥୁରୁ ଝରିପଡ଼ୁଥିବା ପୁଣ୍ୟ ଅମୃତକୁ ଦେଖ୍ ନିଜର ନୟନ ମନକୁ ପବିତ୍ର କରିଛନ୍ତି । ସେହି ରୂପକୁ ସଦାସର୍ବଦା ନିରୀକ୍ଷଣ କରିବାପାଇଁ ତାଙ୍କର ଦୃଷ୍ଟି ଜଳ ଉପରେ ଭାସିଯାଇଛି । ଫଳରେ ପଦ୍ମର ଦିବ୍ୟରୂପକୁ ଦେଖୁ ପରେ କବିଙ୍କର ପ୍ରାଣ ଚଞ୍ଚଳ ବିମୁଗ୍ଧ ହୋଇଉଠିଛି ।
Question ୩ ।
କାହାର ପୁଣ୍ୟ ମାଧୁରୀ କାହିଁକି ମଳିନ ହୋଇପଡ଼ିବ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କମଳର ଦିବ୍ୟ ସୌନ୍ଦର୍ଯ୍ୟ ଦେଖ୍ କବି ଭାବବିଭୋର ହୋଇପଡ଼ିଛନ୍ତି । ତାହାକୁ ତୋଳିଆଣି ଆଦରରେ ମଧୁର ଚୁମ୍ବନ ଦେବାକୁ ଚାହିଁଛନ୍ତି । କବି ବିଚାର କରିଛନ୍ତି, ପଦ୍ମକୁ ତୋଳିଆଣିଲେ ତାହାର କୋମଳ, ସ୍ଵଚ୍ଛ, ସୁବିମଳ ଶ୍ରୀ ହୁଏତ ନଷ୍ଟ ହୋଇଯିବ । ସେ ହତଶ୍ରୀ ହୋଇଯିବ । ସେହି ପଦ୍ମର ପୁଣ୍ୟ ମାଧୁରୀ କବିଙ୍କ ସ୍ପର୍ଶପାଇ ମଳିନ ପଡ଼ିଯିବ।
Question ୪।
କିଏ ଓ କାହିଁକି ବୃନ୍ତବ୍ଲ୍ୟୁତ କରିବେ ନାହିଁ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ପଦ୍ମର ଦିବ୍ୟ ସୌନ୍ଦର୍ଯ୍ୟ ଦେଖୁ ତାହାକୁ ତୋଳି ଆଣିବାପାଇଁ ଚିନ୍ତା କରିଥିଲେ ବି ପରବର୍ତ୍ତୀ ସମୟରେ ସେପରି କରିବାକୁ ଚାହିଁ ନାହାଁନ୍ତି । କାରଣ ତାଙ୍କର ସ୍ପର୍ଶରେ ହୁଏତ ପଦ୍ମଶ୍ରୀ ହୀନ ହୋଇପଡ଼ିବ ଏବଂ ତାହାର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ତେଣୁ କବି ପଦ୍ମକୁ କହିଛନ୍ତି, ତୁ ସେହିପରି ପ୍ରସ୍ଫୁଟିତ ହୋଇ ହସୁଥା । ତୋତେ ଅକାଳରେ ବୃନ୍ତଚ୍ୟୁତ କରିବାରେ ମୋର ପ୍ରୟୋଜନ ନାହିଁ ।
Question ୫।
କବିଙ୍କ ସୁଷମାପିପାସୁ ଚିତ୍ତ କିପରି ଶମିତ ହେବ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ପ୍ରଥମେ ପଦ୍ମକୁ ବୃନ୍ତଚ୍ୟୁତ କରିବାକୁ ଇଚ୍ଛା କରିଥିଲେ ବି ପରବର୍ତୀ ସମୟରେ ସେପରି କରିବାକୁ ଚାହିଁ ନାହାଁନ୍ତି । ବରଂ ସେ ପଦ୍ମକୁ ସେହିପରି ସଦାସର୍ବଦା ହସୁଥାଆ ବୋଲି କହିଛନ୍ତି । କାରଣ ତାହାର ପବିତ୍ର ଶୋଭା ଦେଖୁ ମୋହର ନେତ୍ର ସାର୍ଥକ ହେବ । କବିଙ୍କ ସୁଷମାପିପାସୁ ଚିତ୍ତ ପଦ୍ମର ପବିତ୍ର ସୌନ୍ଦର୍ଯ୍ୟ ଦେଖ୍ ଶର୍ମିତ ହେବ ବୋଲି ସେ ସ୍ଵୀକାର କରିଛନ୍ତି ।
Question ୬ ।
କ’ଣ ଦେଖିଲେ କାହାର ଦୂରିତ ଦୂରୀଭୂତ ହେବ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଦ୍ମର ପବିତ୍ର ଶୋଭା ଦେଖିଲେ, ସୁଷମାପିପାସୁ କବିଙ୍କ ମନ ପ୍ରଶମିତ ହେବ । ତାଙ୍କର ନୟନ ମନ ଯେପରି ସାର୍ଥକ ହେଲା ପରି ମନେହେବ । ତେଣୁ କବି ପଦ୍ମକୁ ସମ୍ବୋଧନ କରି କହିଛନ୍ତି, ତୋତେ ଦେଖିଲେ ମୋ ମନରେ ଆଉ କୌଣସି ଅବସାଦ ରହିବ ନାହିଁ । ସବୁକିଛି ଦୂରିତ ଦୂରୀଭୂତ ହୋଇଯିବ ।
Question ୭ ।
ପାପୀ ଓ ତାପୀଙ୍କ ପାଇଁ କିଏ ଓ କିପରି ପୁଣ୍ୟତୀର୍ଥ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି କଣ୍ଟକିତ ମୃଣାଳ ଉପରେ ଦିବ୍ୟ ଶୋଭା ପ୍ରକାଶ କରୁଥିବା ଏବଂ ମକରନ୍ଦ ଝରାଉଥିବା ପଦ୍ମକୁ ଦେଖ୍ କେବଳ ବିମୋହିତ ହୋଇନାହାଁନ୍ତି, ବରଂ ସେ ତାହାକୁ ପାପୀ ଓ ତାପୀଙ୍କ ପାଇଁ ପୁଣ୍ୟତୀର୍ଥ ବୋଲି କହିଛନ୍ତି । କାରଣ ପଦ୍ମ ନିତ୍ୟ ପୁଣ୍ୟମୟ । ତାହାକୁ ଦର୍ଶନ କଲେ ଭଗବତ୍ ଦର୍ଶନର ଆନନ୍ଦ ମିଳେ । ସେ ମଧ୍ୟ ଅମୃତ ହୃଦୟ, ଯାହାକୁ ଦେଖିବାଦ୍ୱାରା ମନରେ ସେହି ଭାବ ଅପାସୋରା ରହିଯାଏ ଏବଂ ମନରୁ ଦୁଃଖ ଦୂର ହୋଇଯାଏ ।
Question ୮ ।
ବିଧାତାର ବିଚିତ୍ର ଲୀଳା କ’ଣ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ପଦ୍ମର ନିତ୍ୟ ପୁଣ୍ୟମୟ ଓ ଅମୃତ ହୃଦୟ ଶୋଭାକୁ ଦେଖ୍ କେବଳ ଭାବବିଭୋର ହୋଇନାହାଁନ୍ତି, ତାହାକୁ ପାପୀ ତାପୀଙ୍କ ପାଇଁ ପୁଣ୍ୟତୀର୍ଥ ବୋଲି କହିଛନ୍ତି । ପଦ୍ମ ଜନ୍ମ ନେଇଥାଏ କଳୁଷିତ କାଳିମାମୟ ଘୃଣ୍ୟ ପଙ୍କରୁ । ମାତ୍ର ତା’ଦେହରେ ପଙ୍କର କାଳିମା ଲେଶମାତ୍ର ଲାଗିନଥାଏ। କବି ଏହାକୁ ସୃଷ୍ଟିକର୍ତ୍ତା ବିଧାତାଙ୍କର ବିଚିତ୍ରଲୀଳା ବୋଲି କହିଛନ୍ତି ।
Question ୯ ।
ପଙ୍କ ସରୋବରର ତାତ୍ପର୍ଯ୍ୟ କ’ଣ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପବିତ୍ର, ସର୍ବଶୋଭାଯୁକ୍ତ, ପାପତାପ ହରଣକାରୀ ପଦ୍ମ ଜନ୍ମ ନେଇଥାଏ କଳୁଷିତ ପଙ୍କରୁ । ପଙ୍କରୁ ଜନ୍ମନେଇଥିଲେ ମଧ୍ୟ ତା’ ଦେହରେ ପଙ୍କର ଲେଶମାତ୍ର ଛିଟା ଲାଗିନଥାଏ । ଏଭଳି ସୃଷ୍ଟିକୁ କବି ବିଧାତାଙ୍କର ବିଚିତ୍ର ଲୀଳା ବୋଲି କହିଛନ୍ତି । କବି ଭାବିଛନ୍ତି, ପଙ୍କଜ ପ୍ରସ୍ଫୁଟିତ ହେବାପାଇଁ କେବଳ ପଙ୍କ ସରୋବରର ଆବଶ୍ୟକତା ରହିଛି । ପଙ୍କ ସରୋବର ବିନା ପଙ୍କଜର ସୃଷ୍ଟି ଅସମ୍ଭବ ।
Question ୧୦ ।
‘ମହତଜନମ ସତେ ଦରିଦ୍ର କୁଟୀରେ’ ପ୍ରସଙ୍ଗ ନିର୍ଣ୍ଣୟ କର ।
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ସର୍ବଶୋଭାଯୁକ୍ତ ପଦ୍ମ ଜନ୍ମ ନେଇଥାଏ କଳୁଷିତ ପଙ୍କରୁ । ପଙ୍କ ସରୋବର ବିନା ଯେପରି ପଙ୍କଜର ସୃଷ୍ଟି ଅସମ୍ଭବ ବୋଲି କବି ସ୍ଵୀକାର କରିଛନ୍ତି । ତାହାକୁ ତୁଳନା କରିବାକୁ ଯାଇ କବି କହଛନ୍ତି, ଅନେକ ମହତ୍ଵ ବ୍ୟକ୍ତିବିଶେଷ ନିହାତି ଦରିଦ୍ର ପରିବାରରେ ଜନ୍ମ ନେଇଥା’ନ୍ତି । ପଙ୍କରୁ ପଦ୍ମ ଜନ୍ମ ନେଇ ସମସ୍ତଙ୍କ ନିକଟରେ ଆକର୍ଷଣୀୟ ହେଲାପରି, ଦରିଦ୍ର କୁଟୀରରେ ଜନ୍ମନେଇ ମଧ୍ୟ ମହତ ବ୍ୟକ୍ତିମାନେ ଜଗତରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥା’ନ୍ତି ।
Question ୧୧ ।
ପଦ୍ମର ରମ୍ୟ ବଦନ ସହିତ କ’ଣ ସବୁ ଚିର ଉପମିତ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । ପଦ୍ମ ସର୍ବଶେ।ଭାର ଆଶ୍ରୟସ୍ଥଳ । ତେଣୁ ପଦ୍ମକୁ ଭକ୍ତମାନେ ଭଗବାନ୍ଙ୍କର ହସ୍ତ, ପାଦ, ମୁଖ ଓ ନେତ୍ରସହ ତୁଳନା କରିଥା’ନ୍ତି । କବିମାନେ ମଧ୍ୟ ନାୟକ ନାୟିକାଙ୍କର ମୁଖ, ହସ୍ତ, ପାଦକୁ କମଳ ସହିତ ତୁଳନା କରି ନିଜର ପ୍ରତିଷ୍ଠା ଦେଖାଇଥାନ୍ତି । ଅର୍ଥାତ୍
Question ୧୨ ।
ପଦ୍ମଠାରୁ କିଏ ଅଧିକ ସୁନ୍ଦର ଓ ମହତ୍ ବୋଲି କୁହାଯାଇଛି ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ଏହା ଉଲ୍ଲେଖ କରିଛନ୍ତି । କବି ପଦ୍ମର ଦିବ୍ୟରୂପ ଓ ଅତୁଳନୀୟ ଶୋଭାକୁ ଦେଖ୍ ଭାବବିଭୋର ହୋଇଥିଲେ ବି ସେଥୁରୁ ତାଙ୍କର ଦାର୍ଶନିକ ଭାବଧାରା ପରିପ୍ରକାଶ ହୋଇଛି । ପଦ୍ମଠାରୁ ତାଙ୍କ ଅନ୍ତର ଭିତରେ ରହିଥିବା ଜୀବ ବା ଆତ୍ମାକୁ ଅଧିକ ସୁନ୍ଦର ଓ ମହତ ବୋଲି କବି କହିଛନ୍ତି ।
Question ୧୩ ।
ତନୁ-ସରସୀ ଓ ଆତ୍ମା-ସାରସ କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ନିଜର ଦାର୍ଶନିକ ଅନୁଚିନ୍ତା ପରିପ୍ରକାଶ କରିବାକୁ ଯାଇ ଏପରି କହିଛନ୍ତି । ପଙ୍କ ପ୍ରସ୍ଫୁଟିତ ହୋଇଥାଏ ସରୋବରରେ ଏବଂ ସେ ସୂର୍ଯ୍ୟଙ୍କ ପାଇଁ ନିଜର ଶୋଭାପ୍ରକାଶ କରିଥାଏ । କବି ଏଠାରେ ନିଜ ଶରୀରକୁ ସରସୀ ବା ସରୋବର ସହିତ ଏବଂ ସେଠାରେ ଜାଗ୍ରତ ଥିବା ଆତ୍ମାକୁ ପ୍ରସ୍ଫୁଟିତ ପଦ୍ମ ସହିତ ତୁଳନା କରିଛନ୍ତି । କବି ଏଠାରେ ନିଜର ଆତ୍ମାକୁ ମର୍ଯ୍ୟାଦାବନ୍ତ କରିଛନ୍ତି ।
Question ୧୪ ।
ସଂସାରକୁ ଭୀଷଣ କାନନସ୍ଥଳୀ କହିବାର ତାତ୍ପର୍ଯ୍ୟ କ’ଣ ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ନିଜର ମନୋଜ୍ଞ ଚିନ୍ତାଧାରା ପ୍ରକାଶ କରି ଏପରି କହିଛନ୍ତି । ପଙ୍କ ପରିବେଶରୁ, କଣ୍ଟକିତ ନାଡ଼ରୁ ମୂଳରେ ସର୍ପ ବାସ କରିଥିଲେ ମଧ୍ୟ ପଦ୍ମ ପ୍ରସ୍ଫୁଟିତ ହୋଇ ସମସ୍ତଙ୍କର ମନୋହାରୀ ହୋଇଥାଏ । ସେହି ପ୍ରସଙ୍ଗରେ କବି କହିଛନ୍ତି, ଏ ସଂସାର ହେଉଛି ଭୟଙ୍କର ଜଙ୍ଗଲ ଭଳି, ଯେଉଁଠାରେ ପ୍ରତି ପଦକ୍ଷେପରେ ପାପ ଓ ମୃତ୍ୟୁର ସମ୍ଭାବନା ରହିଥାଏ । ତଥାପି ସେହି ଭୟଙ୍କର ପରିବେଶରେ ମଧ୍ୟ ଆତ୍ମାଫୁଲ ପ୍ରସ୍ଫୁଟିତ ହୋଇ ପରମାତ୍ମାଙ୍କୁ ଧ୍ୟାନ କରିଥାଏ ।
Question ୧୫ ।
ରବି ଓ ରାଜୀବର ସମ୍ପର୍କ କିପରି ନିର୍ଣ୍ଣୀତ ହୋଇଛି ?
ଉ –
‘କମଳ ପ୍ରତି’ କବିତାରେ କବି କୁନ୍ତଳାକୁମାରୀ ସାବତ ନିଜର ଆଧ୍ୟାତ୍ମିକ ଉତ୍ତରଣକୁ ପଦ୍ମ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ରବି ଓ ରାଜୀବର ସମ୍ପର୍କ ହେଉଛି ପ୍ରେମିକ ପ୍ରେମିକାର, ପ୍ରିୟ ପରମର ଓ ଆତ୍ମା ପରମାତ୍ମାର ସମ୍ପର୍କ । ରବି ବିନା ରାଜୀବର ଅନ୍ୟ ଗତି ନାହିଁ । ରାଜୀବ ପ୍ରସ୍ଫୁଟିତ ହୋଇଥାଏ କେବଳ ରବିଙ୍କ ପାଇଁ । କବିଙ୍କ ମତରେ ପରମାତ୍ମାରୂପୀ ରବିଙ୍କର ଆତ୍ମାରୂପୀ ରାଜୀବଙ୍କର ସମ୍ପର୍କ ଧ୍ୟାନ ଅଭେଦ୍ୟ ।
(ଟ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧।
‘କମଳ ପ୍ରତି’ କବିତାର ସାରମର୍ମ ବିଶ୍ଳେଷଣ କର ।
ଉ –
କବିବର ରାଧାନାଥଙ୍କ ପରେ ପ୍ରକୃତିକୁ ଦେଖୁ ଯେଉଁ କବିମାନେ ବିଭିନ୍ନ ପ୍ରକାର ମାନସିକ ପ୍ରତିକ୍ରିୟା ହୋଇଛନ୍ତି ବିମୁଗ୍ଧା । ନିଜର ଚେତନାକୁ କରିଛନ୍ତି ଊର୍ଦ୍ଧ୍ବସ୍ତରର । ସାଧାରଣ ବିଚାରବୋଧ ହୋଇଛି ଅସାଧାରଣ । ଶତଦଳର କମନୀୟ ତନୁଶ୍ରୀ, ମନୋମୁଗ୍ଧକର ଶୋଭାଶ୍ରୀ କବିଙ୍କ ପ୍ରାଣରେ ଦେଇଛି ଅଫୁରନ୍ତ ଆନନ୍ଦ । ତାଙ୍କ ହୃଦୟରେ ଦେଖାଦେଇଛି ସମ୍ଭାବନାର ସରହଦ । ମନରାଜ୍ୟରେ ପ୍ରତିଫଳିତ ହୋଇଛି ଆଶାର ଇନ୍ଦ୍ରଧନୁ । ପଦ୍ମ ସହିତ ନିଜ ଆତ୍ମା ବା ଜୀବକୁ ତୁଳନା କରି ଭଗବତ୍ ସତ୍ତାରେ ତଲ୍ଲୀନ ହେବାପାଇଁ ସେ ଆଶାୟୀ ହୋଇଛନ୍ତି । ଉକ୍ତ ସମ୍ବୋଧଗୀତିକା ‘କମଳ ପ୍ରତି’ରେ କବିଙ୍କର ମହନୀୟ ଦାର୍ଶନିକ ଭାବଧାରା ଅତି ମନୋଜ୍ଞ ଭାବରେ ପ୍ରକାଶିତ ।
କବି ପଦ୍ମର କମନୀୟ ରୂପଶୋଭା ଦେଖ୍ ଭାବବିଭୋର ହୋଇଛନ୍ତି । ସେହି ଅତୁଳନୀୟ ଶୋଭାକୁ ବର୍ଣନା କରିବାପାଇଁ କବିଙ୍କ ଲେଖନୀ ଯେପରି ଲଜିତ ହୋଇଛି । ତଥାପି ପଦ୍ମର ଢଳ ଢଳ ରୂପଶୋଭା ଦେଖୁ ସେ ନିଜର ନେତ୍ରକୁ ପବିତ୍ର କରିଛନ୍ତି । ପ୍ରେମାବେଶେ ପୁଲକରେ ନିଜର ଚିତ୍ତକୁ ଉଲ୍ଲସିତ କରିଛନ୍ତି । ସେ ପଦ୍ମକୁ ନେଇ ସ୍ପର୍ଶ କରିବାକୁ ଚାହିଁଛନ୍ତି, ମାତ୍ର ମନେକରିଛନ୍ତି, ହୁଏତ ଏହାଦ୍ଵାରା ପଦ୍ମ ଶ୍ରୀହୀନ ହୋଇଯିବ ଏବଂ ତାହାର ପୁଣ୍ୟ ମାଧୁରୀ ମଳିନ ପଡ଼ିଯିବ । ତେଣୁ ସେପରି କରିବାକୁ ସେ ଚାହିଁନାହାଁନ୍ତି । ପଦ୍ମ ହେଉଛି ପୁଣ୍ୟମୟ ଓ ଅମୃତ ହୃଦୟର । ପାପୀ ତାପୀଙ୍କ ପାଇଁ ସେ ହେଉଛି ପୁଣ୍ୟକ୍ଷେତ୍ର ।
ପଙ୍କରୁ ପଙ୍କଜ ଜନ୍ମନେଲେ ମଧ୍ୟ ସେଥିରେ କୌଣସି ପ୍ରକାର କାଳିମା ନଥାଏ । କବି ମନେକରିଛନ୍ତି ପଙ୍କଜ ଜନ୍ମ ପାଇଁ ସତେଯେପରି ପଙ୍କ ସରୋବରର ଆବଶ୍ୟକତା ରହିଛି । ପଙ୍କଜ ଭଳି ପୁଣ୍ୟବାନ୍ମାନେ ଜନ୍ମ ନେଇଥା’ନ୍ତି ଏହି କଳୁଷିତ ଧରାପୃଷ୍ଠରେ । କବିଙ୍କ ଭାଷାରେ – ‘ମହତ ଜନମ ସତେ ଦରିଦ୍ର କୁଟୀରେ’।
ପଦ୍ମ ଅତୁଳନୀୟା । ସେ ହିଁ କେବଳ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ନିଜର ଉପମା ହୋଇପାରେ । ଏହି ପରିପ୍ରେକ୍ଷୀରେ ଭଳି କହିଛନ୍ତି, ତାଙ୍କର ଆତ୍ମା ପଦ୍ମଠାରୁ ଅଧିକ ମହତ୍ ଓ ସୁନ୍ଦର । କାରଣ ସେହି ଜୀବ ସଦାସର୍ବଦା ଅତୁଳିତ ପ୍ରେମରାଶିରେ ଚମକି ଉଠୁଥାଏ । ତାଙ୍କର ତନୁରୂପକ ସରୋବରରେ ଆତ୍ମାରୂପକ ସାରସ ପ୍ରସ୍ଫୁଟିତ ହୋଇ ପ୍ରିୟତମ ପରମାତ୍ମାଙ୍କ ସାନ୍ନିଧ୍ୟ ପାଇଁ ଅପେକ୍ଷା କରିରହିଥାଏ । ସେ ମର୍ତ୍ତ୍ୟରେ ରହି ପାପ ତାପରେ ଦଗ୍ଧଭୂତ ହେଲେ ବି, ପ୍ରିୟତମଙ୍କୁ ସଦା ଅପେକ୍ଷା କରି ରହିଥାଏ ।
କବିତାର ଶେଷ ପର୍ଯ୍ୟାୟରେ, କବି ନିଜର ଆତ୍ମସତ୍ତାକୁ କମଳ ସହିତ ତୁଳନା କରିଛନ୍ତି । ରବି ବିନା ରାଜୀବର ଅନ୍ୟଗତି ନଥିଲା ପରି, ପରମାତ୍ମା ରୂପୀ ରବିଙ୍କ ବିନା ଆତ୍ମା-ରାଜୀବ-ଲପନରେ ସୁହାସ ଆଉ କେହି ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି ।
କବିତାଟିରେ କବିଙ୍କର ସୌନ୍ଦର୍ଯ୍ୟପ୍ରାଣତା ଓ ବିଭୁବୋଧ ପ୍ରକାଶ ପାଇଛି ।
Question ୨ ।
‘କାମଳ ପ୍ରତି’ କବିତା ଅବଲମ୍ବନରେ ‘ପଦ୍ମ’ର ମହତ୍ତ୍ବ ନିରୂପଣ କର ।
ଉ –
‘କମଳ ପ୍ରତି’ କବିତାଟି ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତଙ୍କ ଏକ ବିଶିଷ୍ଟ କବିତାକୃତି । କବିତାରେ କବି ପଦ୍ମକୁ ଦେଖୁ ନିଜର ଅସାଧାରଣ ଦୃଷ୍ଟିଭଙ୍ଗୀ ଓ ନିଜର ସୌନ୍ଦର୍ଯ୍ୟପିପାସୁ ମାନସିକତାର ପରିଚୟ ଦେଇଛନ୍ତି ।
ସରୋବରରେ ଫୁଟିଥ୍ୟା ପଦ୍ମର ଦିବ୍ୟଶୋଭାକୁ ଦେଖ୍ କବିଙ୍କ ନୟନ ମନ ବିମୁଗ୍ଧ ହୋଇଯାଇଛି । ପଦ୍ମର ମଧୁର ଉଜ୍ଜଳ ରୂପ କବିଙ୍କ ଦୃଷ୍ଟିରେ ହୋଇଛି ଅତୁଳନୀୟ, ଯାହାକୁ ସେ ତାଙ୍କର ଲେଖନୀରେ ପରିପ୍ରକାଶ କରିପାରିବେ ନାହିଁ ବୋଲି କହିଛନ୍ତି । ସରସୀ ଜଳରେ ପଦ୍ମର ଢଳ ଢଳ ରୂପରାଶିକୁ ଦେଖ୍ କବି ଅନୁମାନ କରିଛନ୍ତି, ସତେଯେପରି ପ୍ରତ୍ୟେକଟି ପାଖୁଡ଼ାରୁ ଝରିପଡ଼ୁଛି ପୁଣ୍ୟର ଅମୃତ । ସେହି ଅମୃତମୟ ଭାବକୁ ନିରେଖି ଦେଖିଲେ କବିଙ୍କ ନେତ୍ର ପବିତ୍ର ହୋଇଯାଇଛି । ପଦ୍ମର ରୂପକୁ ଦେଖିଲା ପରେ କବିଙ୍କ ପ୍ରାଣ ଚଳଚଞ୍ଚଳ ଓ ବିମୁଗ୍ଧ ହୋଇପଡ଼ିଛି । ତାଙ୍କର ହୃଦତନ୍ତ୍ରୀରେ ବାଜି ଉଠିଛି ସୁମଧୁର ସ୍ଵନ । ତାଙ୍କର ତନୁ ରୋମାଞ୍ଚ ହୋଇଉଠିଛି ଓ ପ୍ରେମାବେଶେ ଚିତ୍ତ ଉଲ୍ଲସିତ ହୋଇଉଠିଛି ।
ପଦ୍ମକୁ ତୋଳିବାକୁ ଇଚ୍ଛାକଲେ ମଧ୍ୟ ପରବର୍ତ୍ତୀ ସମୟରେ ସେପରି କରିବାକୁ ସେ ଚାହିଁ ନାହାଁନ୍ତି । କବି ପଦ୍ମକୁ ଦେଖ୍ ବିଚାର କରିଛନ୍ତି, ସ୍ଵର୍ଗୀୟ ସୁଷମାଯୁକ୍ତ ପଦ୍ମ କ୍ଷୀଣକୋମଳ କଣ୍ଟକଯୁକ୍ତ ମୃଣାଳ ସହିତ ଜଡ଼ିତ । ସ୍ନିଗ୍ଧ ପୁଲକିତ ଭାବନେଇ ସେ ସଦାସର୍ବଦା ହସୁଥାଏ ଏବଂ ମନୋହର ମକରନ୍ଦ ତା’ ଦେହରୁ ସଦାସର୍ବଦା କ୍ଷରଣ ହେଉଥାଏ । ଫଳରେ ତାହାକୁ ସଦାସର୍ବଦା ମଧୁଲୋଭୀ ଭ୍ରମରମାନେ ବେଢ଼ି ରହିଥା’ଛି । ପଦ୍ମ ସଦାସର୍ବଦା ତାହାର ଉଜ୍ଜ୍ବଳ ମଞ୍ଜୁଳ ରୂପନେଇ ସୂର୍ଯ୍ୟଙ୍କୁ ଚାହିଁ ରହିଥାଏ ।
ପଦ୍ମ ନିତ୍ୟ ପୁଣ୍ୟମୟ ଓ ଅମୃତ ହୃଦୟ ବିଶିଷ୍ଟ । ତାହାକୁ ଦର୍ଶନ କଲେ ପାପୀ ତାପୀଙ୍କ ମନରୁ ସନ୍ତାପ ଦୂତ ହୋଇଥାଏ । ପଦ୍ମ ପଙ୍କରୁ ଜନ୍ମନେଲେ ମଧ୍ୟ ତା’ ଦେହରେ ସାମାନ୍ୟମାତ୍ର କାଳିମା ଲାଗିନଥାଏ । ପଦ୍ମକୁ ଦେଖ୍ କବି ଭାବିଛନ୍ତି, ସତେ ଯେପରି ପଙ୍କ ସରୋବର ବିନା ପଦ୍ମର ସୃଷ୍ଟି ଅସମ୍ଭବ ।
ପଦ୍ମର ସୁମହତ୍ ଗୁଣକୁ କବି ବର୍ଣ୍ଣନା କରିପାରି ନାହାଁନ୍ତି, କାରଣ ପଦ୍ମ ହେଉଛି ସୁନ୍ଦର, ମଧୁର, ପ୍ରିୟ, କୋମଳ ଏବଂ ଲଳିତ । ତାହାକୁ ନେଇ ସମସ୍ତେ ପ୍ରିୟଜନଙ୍କର ହସ୍ତ, ପାଦ, ମୁଖ, ନୟନସହ ତୁଳନା କରିଥା’ନ୍ତି । ପଦ୍ମର ମହତ୍ତ୍ବ ଦେଖାଇ କବି କହିଛନ୍ତି –
“ସର୍ବପଟାନ୍ତର ସାର ତୁଳନା ନାହିଁ ଯାହାର,
ଏପରି କି ଜନ୍ମିଅଛୁ ତୁ ଭବଧାମେ
ଲିହିଛି କି ସର୍ବଶୋଭା ବିହି ପଦ୍ମନାମେ ।”
ସର୍ବ ସୌନ୍ଦର୍ଯ୍ୟଯୁକ୍ତ ପଦ୍ମକୁ ଦେଖ୍ କବିଙ୍କ ସୁଷମାପିପାସୁମନ ବିମୁଗ୍ଧ ହୋଇଛି ଏବଂ ତାହାକୁ ସେ ମନୋଜ୍ଞ ଭାବରେ ପରିପ୍ରକାଶ କରିଛନ୍ତି ।
Question ୩ ।
କମଳକୁ ଦେଖ୍ କବିଙ୍କ ମନରେ ଯେଉଁ ଭାବନା ଆସିଥିଲା ତା’ର ସ୍ଵରୂପ ଆକଳନ କର ।
ଉ –
ପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ ନାରୀକବି କୁନ୍ତଳାକୁମାରୀ ଅନ୍ୟତମ । ସେ ପ୍ରକୃତିର ରୂପସୌନ୍ଦର୍ଯ୍ୟ ଦେଖ୍ ହୋଇଛନ୍ତି ବିମୁଗ୍ଧା । ନିଜର ଚେତନାକୁ କରିଛନ୍ତି ଊର୍ଦ୍ଧ୍ବସ୍ତରର । ସାଧାରଣ ବିଚାରବୋଧ ହୋଇଛି ଅସାଧାରଣ । ଶତଦଳର କମନୀୟ ତନୁଶ୍ରୀ, ମନୋମୁଗ୍ଧକର ଶୋଭାଶ୍ରୀ କବିଙ୍କ ପ୍ରାଣରେ ଦେଇଛି ଅଫୁରନ୍ତ ଆନନ୍ଦ । ତାଙ୍କ ହୃଦୟରେ ଦେଖାଦେଇଛି ସମ୍ଭାବନାର ସରହଦ । ମନରାଜ୍ୟରେ ପ୍ରତିଫଳିତ ହୋଇଛି ଆଶାର ଇନ୍ଦ୍ରଧନୁ । ପଦ୍ମ ସହିତ ନିଜ ଆତ୍ମା ବା ଜୀବକୁ ତୁଳନା କରି ଭଗବତ୍ ସତ୍ତାରେ ତଲ୍ଲୀନ ହେବାପାଇଁ ସେ ଆଶାୟୀ ହୋଇଛନ୍ତି । ଉକ୍ତ ସମ୍ଭୋଧଗୀତିକା ‘କମଳ ପ୍ରତି’ର କବିଙ୍କର ମହନୀୟ ଦାର୍ଶନିକ ଭାବଧାରା ଅତି ମନୋଜ୍ଞ ଭାବରେ ପ୍ରକାଶିତ ।
କରିବାପାଇଁ କବିଙ୍କ ଲେଖନୀ ଯେପରି ଲଜିତ ହୋଇଛି । ତଥାପି ପଦ୍ମର ଢଳ ଢଳ ରୂପଶୋଭା ଦେଖୁ ସେ ନିଜର ନେତ୍ରକୁ ପବିତ୍ର କରିଛନ୍ତି । ପ୍ରେମାବେଶେ ପୁଲକରେ ନିଜର ଚିତ୍ତକୁ ଉଲ୍ଲସିତ କରିଛନ୍ତି । ସେ ପଦ୍ମକୁ ନେଇ ସ୍ପର୍ଶ କରିବାକୁ ଚାହିଁଛନ୍ତି, ମାତ୍ର ମନେକରିଛନ୍ତି, ହୁଏତ ଏହାଦ୍ଵାରା ପଦ୍ମ ଶ୍ରୀହୀନ ହୋଇଯିବ ଏବଂ ତାହାର ପୁଣ୍ୟ ମାଧୁରୀ ମଳିନ ପଡ଼ିଯିବ । ତେଣୁ ସେପରି କରିବାକୁ ସେ ଚାହିଁନାହାଁନ୍ତି । ପଦ୍ମ ହେଉଛି ପୁଣ୍ୟମୟ ଓ ଅମୃତ ହୃଦୟର । ପାପୀ ତାପୀଙ୍କ ପାଇଁ ସେ ହେଉଛି ପୁଣ୍ୟକ୍ଷେତ୍ର ।
ପଙ୍କରୁ ପଙ୍କଜ ଜନ୍ମନେଲେ ମଧ୍ୟ ସେଥିରେ କୌଣସି ପ୍ରକାର କାଳିମା ନଥାଏ । କବି ମନେକରିଛନ୍ତି ପଙ୍କଜ ଜନ୍ମ ପାଇଁ ସତେଯେପରି ପଙ୍କ ସରୋବରର ଆବଶ୍ୟକତା ରହିଛି । ପଙ୍କଜ ଭଳି ପୁଣ୍ୟବାନ୍ମାନେ ଜନ୍ମ ନେଇଥା’ନ୍ତି ଏହି କଳୁଷିତ ଧରାପୃଷ୍ଠରେ । କବିଙ୍କ ଭାଷାରେ – ‘ମହତ ଜନମ ସତେ ଦରିଦ୍ର କୁଟୀରେ’ ।
ପଦ୍ମ ଅତୁଳନୀୟ । ସେ ହିଁ କେବଳ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ନିଜର ଉପମା ହୋଇପାରେ । ଏହି ପରିପ୍ରେକ୍ଷୀରେ କବି କହିଛନ୍ତି, ତାଙ୍କର ଆତ୍ମା ପଦ୍ମଠାରୁ ଅଧିକ ମହତ୍ ଓ ସୁନ୍ଦର । କାରଣ ସେହି ଜୀବ ସଦାସର୍ବଦା ଅତୁଳିତ ପ୍ରେମରାଶିରେ ଚମକି ଉଠୁଥାଏ । ତାଙ୍କର ତନୁରୂପକ ସରୋବରରେ ଆତ୍ମାରୂପକ ସାରସ ପ୍ରସ୍ଫୁଟିତ ହୋଇ ପ୍ରିୟତମ ପରମାତ୍ମାଙ୍କ ସାନ୍ନିଧ୍ୟ ପାଇଁ ଅପେକ୍ଷା କରିରହିଥାଏ । ସେ ମର୍ତ୍ତ୍ୟରେ ରହି ପାପ ତାପରେ ଦଗ୍ଧଭୂତ ହେଲେ ବି, ପ୍ରିୟତମଙ୍କୁ ସଦା ଅପେକ୍ଷା କରି ରହିଥାଏ ।
କବିତାର ଶେଷ ପର୍ଯ୍ୟାୟରେ, କବି ନିଜର ଆତ୍ମସଭାକୁ କମଳ ସହିତ ତୁଳନା କରିଛନ୍ତି । ରବି ବିନା ରାଜୀବର ଅନ୍ୟଗତି ନଥିଲା ପରି, ପରମାତ୍ମା ରୂପୀ ରବିଙ୍କ ବିନା ଆତ୍ମା-ରାଜୀବ-ଲପନରେ ସୁହାସ ଆଉ କେହି ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି ।
କବିତାଟିରେ କବିଙ୍କର ସୌନ୍ଦର୍ଯ୍ୟପ୍ରାଣତା ଓ ବିଭୁବୋଧ ପ୍ରକାଶ ପାଇଛି ।
Question ୪।
‘କମଳ ପ୍ରତି’ କବିତା ମାଧ୍ୟମରେ ଆଶାବାଦର ସ୍ଵର କିପରି ପ୍ରସ୍ଫୁଟିତ ହୋଇଛି ଦର୍ଶାଅ ।
ଉ –
ଆସିଛି ଅତୀନ୍ଦ୍ରିୟ ବିଚାରବୋଧ । ସେ ସତେଯେପରି ମୁଗ୍ଧ ମନରେ ନିଜର ଦେହ ଓ ଆତ୍ମାକୁ ପଦ୍ମ ସହିତ ତୁଳନା କରିବସିଛନ୍ତି । ଜୀବନର ସମସ୍ତ ଦୁଃଖ, ଶୋକ ଓ କ୍ଳେଶକୁ ଭୁଲିଯିବାକୁ ଚେଷ୍ଟା କରିଛନ୍ତି । ଜୀବନର ବାସ୍ତବ ମୂଲ୍ୟବୋଧକୁ ସେ ମୂଲ୍ୟାୟନ କରିବାକୁ ଯାଇ, ପଦ୍ମଠାରୁ ତାଙ୍କର ଆତ୍ମା ଆହୁରି ସୁନ୍ଦର ଓ ପବିତ୍ର ବୋଲି ସ୍ଵୀକାର କରିଛନ୍ତି । ଜୀବନ ଯନ୍ତ୍ରଣା ଜର୍ଜରିତ ଓ କଳୁଷ ପରିବେଶରେ ରହି ମଧ୍ୟ ପରମାତ୍ମା ଆଶାୟୀ ହେବାକୁ ସେ କହିଛନ୍ତି, ଯାହାକି କବିଙ୍କ ଆଶାବାଦର ସୂଚନା ଦେଇଥାଏ ।
ପଦ୍ମ ସର୍ବ ସୁଷମାଯୁକ୍ତ, ସଦା ମକରନ୍ଦଯୁକ୍ତ ହେଲେ ବି ସେ ଜନ୍ମ ନେଇଥାଏ ପଙ୍କ ସରୋବରରୁ । ପଙ୍କ ବିନା ପଙ୍କଜର ସୃଷ୍ଟି ଯେପରି ଅସମ୍ଭବ ବୋଲି କବି ଲକ୍ଷ୍ୟ କରିଛନ୍ତି । ପଦ୍ମ ପଙ୍କରୁ ଜନ୍ମ ନେଲେ ବି, ତା’ଦେହରେ ସାମାନ୍ୟଭାବେ କଳୁଷ ପଙ୍କର ଚିହ୍ନ ନଥାଏ, ବରଂ ସେ ସମଗ୍ର ପରିବେଶକୁ ସୁବାସିତ ଓ ମନୋମୁଗ୍ଧକର କରିଦେଇଥାଏ । ପୁନଶ୍ଚ ସେ ତା’ର ଲକ୍ଷ୍ୟରେ ରହିଥାଏ ସ୍ଥିର । ପ୍ରସ୍ଫୁଟିତ ହୋଇ ସେ ପ୍ରିୟତମ ସୂର୍ଯ୍ୟଙ୍କ ଆଡ଼କୁ ଅନାଇ ରହି ଦିବ୍ୟ ପ୍ରେମଭାବକୁ ପରିପ୍ରକାଶ କରିଥାଏ । କବି କୁନ୍ତଳାକୁମାରୀ ପଦ୍ମକୁ ଦେଖ୍ ତାଙ୍କର ସୁଷମାପିପାସୁ ମନକୁ କେବଳ ଚରିତାର୍ଥ କରିନାହାଁନ୍ତି, ବରଂ ନିଜକୁ ସେ ପଦ୍ମ ସହିତ ତୁଳନା କରିଛନ୍ତି ।
ପଦ୍ମର ରୂପରାଶି ଅତୁଳନୀୟ ହେଲେ ବି, କବି ନିଜର ଆତ୍ମାକୁ ବା ଜୀବକୁ ପଦ୍ମଠାରୁ ଆହୁରି ସୁନ୍ଦର ବୋଲି କହିଛନ୍ତି । ପଦ୍ମ ପଙ୍କରୁ ଜନ୍ମନେଲା ଭଳି ସେ କଳୁଷ ପୃଥିବୀରେ ଜନ୍ମ ନେଇଛନ୍ତି ସତ, ମାତ୍ର ତାଙ୍କର ଆତ୍ମାଫୁଲ ଆହୁରି ଦିବ୍ୟସୁଷମାରେ ପରିପୂର୍ଣ୍ଣ ବୋଲି ସ୍ୱୀକାର କରିଛନ୍ତି । କରି କହିଛନ୍ତି –
“ତୋ’ଠାରୁ ମହତ ତୋ’ଠାରୁ ସୁନ୍ଦର
ଅତୁଳିତ ରୂପରାଶି ପ୍ରେମେ ସେ ଭାସ୍ବର ।”
କବିଙ୍କ ତନୁରୂପକ ସରୋବରରେ ଆତ୍ମାରୂପକ ପଦ୍ମ ପ୍ରସ୍ଫୁଟିତ ହୋଇଛି । ଜଡ଼ତ୍ଵ ମଧ୍ଯରେ ଦେବତ୍ଵ ଓ ମର୍ତ୍ତ୍ୟରେ ଅମରତ୍ଵ ବିରାଜମାନ କରିଛି । ବିଜନରେ ସେ ଆତ୍ମାଫୁଲ ପ୍ରସ୍ଫୁଟିତ ହୋଇ, ପ୍ରିୟପରମଙ୍କୁ ଅପେକ୍ଷାକରି ରହିଛି ।
“ତେସନେ ସେ ରବି ବିନା ଏ ଆତ୍ମା-ରାଜୀବ
ଲପନେ ସୁହାସ ସତେ ଆନ କେ ସୃଜିବ ।”
ବାସ୍ତବରେ କବି ପଦ୍ମକୁ ଦେଖୁ ମନରେ, ବିଭୁପ୍ରେମରେ ବଞ୍ଚିବା ପାଇଁ ଇଚ୍ଛାପ୍ରକାଶ କରିଛନ୍ତି ।
Question ୫ ।
କମଳ ମାଧ୍ୟମରେ କବି ନିଜ ଜୀବନ ପ୍ରତି ଯେଉଁ ସନ୍ଦେଶ ଗ୍ରହଣ କରିଛନ୍ତି, ତାହାର ରୂପରେଖ ନିଶ୍ଚୟ କର ।
ଉ –
କବି କୁନ୍ତଳାକୁମାରୀ ସାବତ କେବଳ ଜଣେ କବି ନୁହଁନ୍ତି, ସେ ମଧ୍ୟ ଜଣେ ଦାର୍ଶନିକ । ଶତଦଳର ମନୋମୁଗ୍ଧକାରୀ ସୁଷମାରେ କବି ହୋଇଛନ୍ତି ବିମୋହିତ । ପୁନଶ୍ଚ ତାହାର ଦିବ୍ୟରୂପରାଶିକୁ ଦେଖ୍ ତାଙ୍କ ମନରେ ଆସିଛି ଅତୀନ୍ଦ୍ରିୟ ବିଚାରବୋଧ । ସେ ସତେଯେପରି ମୁଗ୍ଧ ମନରେ ନିଜର ଦେହ ଓ ଆତ୍ମାକୁ ପଦ୍ମ ସହିତ ତୁଳନା କରିବସିଛନ୍ତି । ଜୀବନର ସମସ୍ତ ଦୁଃଖ, ଶୋକ ଓ କ୍ଳେଶକୁ ଭୁଲିଯିବାକୁ ଚେଷ୍ଟା କରିଛନ୍ତି । ଜୀବନର ବାସ୍ତବ ମୂଲ୍ୟବୋଧକୁ ସେ ମୂଲ୍ୟାୟନ କରିବାକୁ ଯାଇ, ପଦ୍ମଠାରୁ ତାଙ୍କର ଆତ୍ମା ଆହୁରି ସୁନ୍ଦର ଓ ପବିତ୍ର ବୋଲି ସ୍ବୀକାର କରିଛନ୍ତି । ଜୀବନ ଯନ୍ତ୍ରଣା ଜର୍ଜରିତ ଓ କଳୁଷ ପରିବେଶରେ ରହି ମଧ୍ୟ ପରମାତ୍ମା ଆଶାୟୀ ହେବାକୁ ସେ କହିଛନ୍ତି, ଯାହାକି କବିଙ୍କ ଆଶାବାଦର ସୂଚନା ଦେଇଥାଏ ।
ପଦ୍ମ ସର୍ବ ସୁଷମାଯୁକ୍ତ, ସଦା ମକରନ୍ଦଯୁକ୍ତ ହେଲେ ବି ସେ ଜନ୍ମ ନେଇଥାଏ ପଙ୍କ ସରୋବରରୁ । ପଙ୍କ ବିନା ପଙ୍କଜର ସୃଷ୍ଟି ଯେପରି ଅସମ୍ଭବ ବୋଲି କବି ଲକ୍ଷ୍ୟ କରିଛନ୍ତି । ପଦ୍ମ ପଙ୍କରୁ ଜନ୍ମ ନେଲେ ବି, ତା’ଦେହରେ ସାମାନ୍ୟଭାବେ କଳୁଷ ପଙ୍କର ଚିହ୍ନ ନଥାଏ; ବରଂ ସେ ସମଗ୍ର ପରିବେଶକୁ ସୁବାସିତ ଓ ମନୋମୁଗ୍ଧକର କରିଦେଇଥାଏ । ପୁନଶ୍ଚ ସେ ତା’ର ଲକ୍ଷ୍ୟରେ ରହିଥାଏ ସ୍ଥିର । ପ୍ରସ୍ଫୁଟିତ ହୋଇ ସେ ପ୍ରିୟତମ ସୂର୍ଯ୍ୟଙ୍କ ଆଡ଼କୁ ଅନାଇ ରହି ଦିବ୍ୟ ପ୍ରେମଭାବକୁ ପରିପ୍ରକାଶ କରିଥାଏ । କବି କୁନ୍ତଳାକୁମାରୀ ପଦ୍ମକୁ ଦେଖ୍ ତାଙ୍କର ସୁଷମାପିପାସୁ ମନକୁ କେବଳ ଚରିତାର୍ଥ କରିନାହାଁନ୍ତି, ବରଂ ନିଜକୁ ସେ ପଦ୍ମ ସହିତ ତୁଳନା କରିଛନ୍ତି ।
ପଦ୍ମର ରୂପରାଶି ଅତୁଳନୀୟ ହେଲେ ବି, କବି ନିଜର ଆତ୍ମାକୁ ବା ଜୀବକୁ ପଦ୍ମଠାରୁ ଆହୁରି ସୁନ୍ଦର ବୋଲି କହିଛନ୍ତି । ପଦ୍ମ ପଙ୍କରୁ ଜନ୍ମନେଲା ଭଳି ସେ କଳୁଷ ପୃଥିବୀରେ ଜନ୍ମ ନେଇଛନ୍ତି ସତ, ମାତ୍ର ତାଙ୍କର ଆତ୍ମାଫୁଲ ଆହୁରି ଦିବ୍ୟସୁଷମାରେ ପରିପୂର୍ଣ୍ଣ ବୋଲି ସ୍ଵୀକାର କରିଛନ୍ତି । କବି କହିଛନ୍ତି –
“ତୋ’ଠାରୁ ମହତ ତୋ’ଠାରୁ ସୁନ୍ଦର
ଅତୁଳିତ ରୂପରାଶି ପ୍ରେମେ ସେ ଭାସ୍କର ।”
କବିଙ୍କ ତନୁରୂପକ ସରୋବରରେ ଆତ୍ମାରୂପକ ପଦ୍ମ ପ୍ରସ୍ଫୁଟିତ ହୋଇଛି । ଜଡ଼ତ୍ଵ ମଧ୍ୟରେ ଦେବତ୍ଵ ଓ ମର୍ତ୍ତ୍ୟରେ ଅମରତ୍ଵ ବିରାଜମାନ କରିଛନ୍ତି । ବିଜନରେ ସେ ଆତ୍ମାଫୁଲ ପ୍ରସ୍ଫୁଟିତ ହୋଇ, ପ୍ରିୟପରମଙ୍କୁ ଅପେକ୍ଷାକରି ରହିଛି। କବିତାର ଶେଷରେ କବି ସ୍ଵୀକାର କରିଛନ୍ତି –
“ତେସନେ ସେ ରବି ବିନା ଏ ଆତ୍ମା-ରାଜୀବ
ଲପନେ ସୁହାସ ସତେ ଆନ କେ ସୃଜିବ ।”
ବାସ୍ତବରେ କବି ପଦ୍ମକୁ ଦେଖୁ ମନରେ, ବିଭୁପ୍ରେମରେ ବଞ୍ଚିବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି ।
Question ୬ ।
ଏକ ‘ସମ୍ବୋଧନ ଗୀତି’ ଭାବରେ ‘କମଳ ପ୍ରତି’ କବିତାର ସାର୍ଥକତା ପ୍ରତିପାଦନ କର ।
ଉ –
ଉତ୍କଳଭାରତୀ କରି କୁନ୍ତଳାକୁମାରୀ ସାବତଙ୍କର ‘କମଳ ପ୍ରତି’ ଏକ ଯଥାର୍ଥ ସମ୍ବୋଧନ ଗୀତିକା । ଏଥୁରେ କବି ସମ୍ବୋଧନ ଗୀତିକାର ସମସ୍ତ ଗୁଣକୁ ସାର୍ଥକ ଭାବରେ ପ୍ରୟୋଗ କରିଛନ୍ତି । ଏଥିରେ କବିଙ୍କର ପ୍ରକୃତି ପ୍ରାଣତା, ସୌନ୍ଦର୍ଯ୍ୟବୋଧ ଓ ଦାର୍ଶନିକ ଚିନ୍ତାଧାରା ପରିପ୍ରକାଶିତ ହେଲେ ବି ଶବ୍ଦ ସଂଯୋଜନାର ଅପୂର୍ବ କଳାକୌଶଳ ପରିଲକ୍ଷିତ ହୋଇଛି ।
କବିତାର ଆରମ୍ଭରୁ ଶେଷପର୍ଯ୍ୟନ୍ତ ପ୍ରତ୍ୟେକ ଅଂଶ ପ୍ରଭାବଶାଳୀ ଓ ଉପଭୋଗ୍ୟ । ଏଥିରେ ସୁଚିନ୍ତିତ ଓ ଲୋକପ୍ରିୟ ଛନ୍ଦ ଯୋଜନା କରାଯାଇଛି । କେତେକ ସ୍ଥଳରେ ସହଜ ସରଳ ଭାଷା ବ୍ୟବହାର କରାଯାଇଥିଲାବେଳେ, ଅନ୍ୟ କେତେକ ସ୍ଥାନରେ ଆଡ଼ମ୍ବର ପୂର୍ଣ୍ଣ ଶବ୍ଦ ପ୍ରୟୋଗ କରାଯାଇଛି । ଯମକ ଅଳଙ୍କାର ପରି ଗୋଟିଏ ଶବ୍ଦକୁ ଦୁଇ ଦୁଇଥର ବ୍ୟବହାର କରି ଶ୍ରୁତିମଧୁର କରାଯାଇଛି । ଅନୁପ୍ରାସିକ ବିନ୍ୟାସର ମଧୁର ସମନ୍ୱୟ କରାଯାଇଛି । ସମ୍ବୋଧ ଚାତୁରୀକୁ ଅନେକାଂଶରେ ସଫଳ କରିବାକୁ କବି ଚେଷ୍ଟା କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି । କବିତାର ପ୍ରଥମ ପଦରୁ କବିଙ୍କର ଛନ୍ଦ’ ସାବଲୀଳତାକୁ ଦେଖିବାକୁ ମିଳିଥାଏ ।
‘‘ଆରେ ଶତଦଳ !
ସତେ କି ସତତ ତୁହି ମଧୁର ଉଜ୍ଜ୍ଵଳ ?
ଏତେ ତୁ ସୁନ୍ଦର ତୋର ପଟାନ୍ତର କାହିଁ,
ଲେଖନୀ ଲଜ୍ଜିତ ମୋର ବର୍ତିପାରେ ନାହିଁ,
ଢଳ ଢଳ ରୂପରାଶି ଝଳୁଅଛି ଜଳେ ଭାସି,
ଦଳେ ଦଳେ ଝରିପଡ଼େ କି ପୁଣ୍ୟ ଅମୃତ
ନିରେଖ୍ ନିରେଖ୍ ମୋ ନେତ୍ର ହୁଏ ପୂତ ।”
କବି ଏଥିରେ ‘ଢଳ ଢଳ’, ‘ଦଳେ ଦଳେ’, ‘ନିରେଖ୍ ନିରେଖ୍’, ‘ଛନ ଛନ’, ‘ଘନ ଘନ’, ‘ହସୁଥା ହସୁଥା’, ‘ହସି ହସି’, ‘ଅଛି ଅଛି’, ଭଳି ଶବ୍ଦ ପ୍ରୟୋଗକରି କବିତାଟିକୁ ଶ୍ରୁତିମଧୁର କରିଛନ୍ତି । ପ୍ରତ୍ୟେକ ପଦରେ କବି ଆଡ଼ମ୍ବରପୂର୍ଣ୍ଣ ଶବ୍ଦର ବ୍ୟବହାର କରିଛନ୍ତି । ସେହି ଶବ୍ଦଗୁଡ଼ିକ ଯଥାର୍ଥ ପ୍ରୟୋଗ ହୋଇ କବିତାଟିକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଛି । ଉଦାହରଣ ସ୍ଵରୂପ – ‘ଶତଦଳ’, ‘ଲେଖନୀ’, ‘ପୁଣ୍ୟଅମୃତ’, ‘ପୂତ’, ‘ଦିବ୍ୟ ଶୋଭାରାଶି’, ‘ବିମୁଗ୍ଧ ପ୍ରାଣ’, ‘ହୃଦତନ୍ତ୍ରୀ ତାନ’, ‘ପ୍ରେମାବେଶେ’, ‘ଉଲ୍ଲସିତ’, ‘ପୁଣ୍ୟମାଧୁରୀ’, ‘ସୁଷମାପିପାସୁ’, ‘ସମାକୁଳ’, ‘ଉଜ୍ଜ୍ଵଳ ମଞ୍ଜୁଳ’, ‘ସରୋବର’, ‘ଭାସ୍କର’ ଆଦି ଶବ୍ଦ ପ୍ରୟୋଗ କରାଯାଇଛି । କବି ପଦ୍ମର ପ୍ରତିଶବ୍ଦ ନେଇ ବିଭିନ୍ନ ସମୟରେ ସମ୍ବୋଧନ କରିଛନ୍ତି ।
ଏହିପରି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଭାଷାର ସୁକୁମାରତା ଓ ଛନ୍ଦର ସାବଲୀଳତା କବିତାଟିକୁ ରସାଳ ତଥା ହୃଦୟସ୍ପର୍ଶୀ କରିପାରିଛି ।
Question ୭ |
‘କମଳ ପ୍ରତି’ କବିତାରେ ବିଭୁବୋଧ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର ।
ଉ –
ଏକ ଉଲ୍ଲେଖଯୋଗ୍ୟ ସୃଷ୍ଟି । ଏଥିରେ କବି କବିତାର ପ୍ରଥମ ପର୍ଯ୍ୟାୟରେ ପଦ୍ମର ଅପୂର୍ବ ସୁଷମାରାଶି ଓ ଦିବ୍ୟ କରିଛନ୍ତି । କବି ଖ୍ରୀଷ୍ଟିୟାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ପରବର୍ତ୍ତୀ ସମୟରେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ସେ ପରମାତ୍ମାଙ୍କ ନିକଟରେ ଉତ୍ସର୍ଗ କରି ନିଜକୁ ବୁଝାଇ ଦେଇଥିଲେ ଓ ମାନସିକ ଶାନ୍ତି ଲାଭ କରିଥିଲେ ।
ପଦ୍ମଫୁଲ ଦିବ୍ଯ ସୌନ୍ଦର୍ଯ୍ୟରେ ମହିମାନ୍ବିତ । ସେ ପୁଣ୍ୟମୟ ଓ ଅନ୍ୟତମୟ ପାପୀ ତାପୀଙ୍କ ପାଇଁ ସେ ଯେପରି ପୁଣ୍ୟତୀର୍ଥ । ଅର୍ଥାତ୍ ପଦ୍ମଫୁଲକୁ ଦେଖ୍, ପାପୀ ଓ ତାପୀମାନେ ପରମାତ୍ମା ଦର୍ଶନ କରିବାର ସୁଖଲାଭ କରିଥା’ନ୍ତି । ପଙ୍କରୁ ପଙ୍କଜ ଜନ୍ମନେଲେ ମଧ୍ୟ ତା’ଦେହରେ ସାମାନ୍ୟଭାବ କଳୁଷତା ରହିନଥାଏ । ସେଥିପାଇଁ କବି ଚିନ୍ତାକରିଛନ୍ତି, ପଦ୍ମ ଭଳି ଏ ପାପଭରା ମହୀରେ ସତେଯେପରି ପୁଣ୍ୟାତ୍ମା ନେଇଥାଏ । ଆଉ ମଧ୍ୟ ଅନେକ ମହତ୍ ବ୍ୟକ୍ତି ଦରିଦ୍ର କୁଟୀରରେ ଜନ୍ମ ନେଇଥା’ନ୍ତି ।
କବି ପଦ୍ମର ଶୋଭା ଦେଖ୍ ଭାବିବିଭୋର ହୋଇ କହିଛନ୍ତି, ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପଦ୍ମ ସହିତ ଆଉ କେହି ତୁଳନୀୟ ନୁହଁନ୍ତି । ସେ ହିଁ କେବଳ ନିଜ ସହିତ ତୁଳନୀୟା ମାତ୍ର ପରେ ପରେ କବି କହିଛନ୍ତି, ତାଙ୍କ ଅନ୍ତର ଭିତରେ ଯେଉଁ ଜୀବାତ୍ମା ରହିଛି, ସେ ପଦ୍ମଠାରୁ ଆହୁରି ସୁନ୍ଦର ଓ ଆହୁରି ମହତ । କାରଣ ସେ ଅତୁଳନୀୟ ପ୍ରେମସାଗର ପରମାତ୍ମାଙ୍କ ଭାବରେ ସଦାସର୍ବଦା ବିଭୋର ହୋଇଥାଏ । ସେ ପରମାତ୍ମାଙ୍କ ପାଇଁ ସଦା ଆଶାୟୀ ହୋଇ ରହିଥାଏ ଓ ଅତୁଳିତ ରୂପରାଶିର ପ୍ରେମରେ ସଦାସର୍ବଦା ନିଜକୁ ନିମିଜିତ କରି ରଖିଥାଏ ।
କବି ଜୀବାତ୍ମାକୁ ପଦ୍ମ ସହିତ ତୁଳନା କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି, ଏ ଶରୀର ରୂପକ ସରୋବରରେ ଆତ୍ମାରୂପକ ପଦ୍ମ ପ୍ରସ୍ଫୁଟିତ ହୋଇଛି । ଜଡ଼ତ୍ଵ ଭିତରେ ଦେବତ୍ଵ, ମର୍ତ୍ତ୍ୟରେ ଅମରତ୍ବ ବିରାଜମାନ କଲାପରି, କବିଙ୍କ ଦେହରେ ଦୈବୀ ଆତ୍ମା ବିରାଜମାନ କରୁଛନ୍ତି ବୋଲି ସେ ସ୍ଵୀକାର କରିଛନ୍ତି । ବିଧାତା, ଏହି ମରଶରୀର ମଧ୍ୟରେ ଅମର ଆତ୍ମାକୁ ସ୍ଥାପନ କରାଇବା ତାଙ୍କର ହେଉଛି ବିଶେଷତ୍ଵ’ । ସୁତରାଂ ଆତ୍ମାଫୁଲଟି ନିର୍ଜନରେ, ନିରୋଳାରେ ପ୍ରସ୍ଫୁଟିତ ହୋଇ ବିକଶିତ ହୋଇଥାଏ, କେବଳ ନିଜର ପ୍ରିୟତମ ପରମାତ୍ମାରୂପୀ ଅରୁଣୀଙ୍କ କିରଣ ପାଇ ଉଲ୍ଲସିତ ହେବାପାଇଁ । କାରଣ ପରମାତ୍ମାରୂପୀ ରବି ବିନା, ଆତ୍ମାରୂପୀ ରାଜୀବ ମୁଖରେ କେହି ଆଉ ଆନନ୍ଦ ଦେଇପାରିବେ ନାହିଁ । ଅନ୍ୟ ଭାବରେ ପ୍ରକାଶ କଲେ ଆତ୍ମାରୂପକ ଫୁଲରେ ପରମାତ୍ମା ରୂପକ ସୂର୍ଯ୍ୟ ହିଁ ସୁହାସ ସୃଷ୍ଟି କରିପାରିବେ ।
କବିତାଟିରେ କବିଙ୍କର ପରମାତ୍ମାଙ୍କ ପ୍ରତି ନିଷ୍ଠା ଓ ଐକାନ୍ତିକ ପ୍ରେମଭାବ ସୁନ୍ଦର ଭାବରେ ପ୍ରକାଶିତ ।
କବି ପରିଚିତି :
ଓଡ଼ିଆ ସାହିତ୍ୟର ପ୍ରାଚୀନ କାଳରୁ ଆରମ୍ଭକରି ଆଧୁନିକ ଯୁଗପର୍ଯ୍ୟନ୍ତ ବହୁ ପ୍ରତିଭାମୟୀ ଲେଖକାଙ୍କ ବଳିଷ୍ଠ ସ୍ବାକ୍ଷର ଦେଖିବାକୁ ମିଳେ । ସେହି ନାରୀମାନେ ଲେଖନୀ ଚାଳନାକରି ପ୍ରମାଣ କରିଦେଇ ଯାଇଛନ୍ତି, ସେମାନେ ପୁରୁଷ ଭଳି ଲେଖନୀ ଚାଳନାକରି ସାହିତ୍ୟ ଭଣ୍ଡାରର ଶ୍ରୀବୃଦ୍ଧିସାଧନ କରିବାରେ ଅସମର୍ଥ ନୁହଁନ୍ତି । ଆଧୁନିକ କାଳର ସର୍ବପ୍ରଥମ ପ୍ରତିଭାମୟୀ ଓଡ଼ିଆ ନାରୀକବି ହେଉଛନ୍ତି, କୁନ୍ତଳାକୁମାରୀ ସାବତ । ଜୀବନର ସ୍ବଳ୍ପ ସମୟସୀମା ଭିତରେ ସେ ସେବା, ସଙ୍ଗଠନ, ସମ୍ପାଦନା ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ।
କୁନ୍ତଳାକୁମାରୀ ୧୯୦୦ ମସିହା ଫେବୃୟାରୀ ମାସରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାନିଏଲ୍ ସାବତ । ପିତା ଦାନିଏଲ ସାବତ ବର୍ମାରେ ରହି ଡାକ୍ତରୀ ବ୍ୟବସାୟ କରୁଥିଲେ ଓ ମାତା ମଧ୍ୟ ସେଠାରେ ଶିକ୍ଷକତା କରୁଥିଲେ । ତେଣୁ କୁନ୍ତଳାକୁମାରୀଙ୍କ ବାଲ୍ୟଜୀବନ ସୁଦୂର ବ୍ରହ୍ମଦେଶରେ ହିଁ ଅତିବାହିତହୋଇଥିଲା । ତେରବର୍ଷ ବୟସରେ ସେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରି ରେଭେନ୍ସା ବାଳିକା ବିଦ୍ୟାଳୟରେ ନାମ ଲେଖାଇଲେ । ପରେ କଟକ ମେଡ଼ିକାଲ୍ ସ୍କୁଲରେ ଭର୍ତ୍ତିହୋଇ ୧୯୨୧ ମସିହାରେ ଏଲ୍.ଏମ୍.ପି.ଡିଗ୍ରୀ ହାସଲ କରିଥିଲେ । ଡାକ୍ତରୀପାଠ ପଢ଼ିଲାବେଳେ ସେ କୃତୀ ଛାତ୍ରଭାବରେ ଚଉଦଟି ରୂପା ମେଡ଼ାଲ୍ ଓ ଦୁଇଟି ସୁନା ମେଡ଼ାଲ୍ ପାଇଥିଲେ । ୧୯୨୨ ମସିହାରେ କଟକର ରେଡ଼କ୍ରସ୍ ସଂସ୍ଥାରେ ଯୋଗଦେଇ ତାଙ୍କର ସେବିକା ଜୀବନ ଆରମ୍ଭ କରିଥିଲେ । ସେ ଥିଲେ ଯଥାର୍ଥରେ ସେବିକା । ଦୁଃଖୀ ଦରିଦ୍ରଙ୍କ ପାଇଁ ତାଙ୍କ ମନରେ ଅଶେଷ ସହାନୁଭୂତି ଥିଲା । କଟକରୁ ସେ ଦିଲ୍ଲୀ ଓ ପରେ ସେ କଲିକତାରେ ରହି ନିଜର କର୍ମମୟ ଜୀବନର ବହୁମୁଖୀ ବିଭାଗରେ ସିଦ୍ଧି ଅର୍ଜନ କରିଥିଲେ ।
କୁନ୍ତଳାକୁମାରୀ ତେରବର୍ଷ ବୟସ ପର୍ଯ୍ୟନ୍ତ ବର୍ମାରେ ରହିଥିବାରୁ ଓଡ଼ିଆ ଭାଷା ଜାଣିନଥୁଲେ । ତଥାପି ସେହି ଓଡ଼ିଆ ଭାଷାରେ ନିଜର ସାରସ୍ବତ ସାଧନାର ପରିଚୟ ଦେଇଥିଲେ । କେବଳ ଓଡ଼ିଆ ଭାଷା ନୁହେଁ, ହିନ୍ଦୀ, ଇଂରେଜୀ ଭାଷାରେ ମଧ୍ୟ ତାଙ୍କର ବିଚକ୍ଷଣ ଦକ୍ଷତା ଥିଲା । ସଙ୍ଗୀତ ଓ ଜ୍ୟୋତିଷଶାସ୍ତ୍ରରେ ବି ତାଙ୍କର ଯଥେଷ୍ଟ ଦଖଲ ଥିଲା । ସମ୍ପାଦିକା ଭାବରେ ସେ ‘ମହାବୀର’, ‘ଜୀବନ’, ‘ନାରୀ’, ‘ଭାରତୀ’ ପ୍ରଭୃତି ପତ୍ରିକାର ସମ୍ପାଦନା କରି ଯଶମଣ୍ଡିତ ହୋଇଥିଲେ ।
କୁନ୍ତଳାକୁମାରୀଙ୍କ ଭାବନା ତାଙ୍କର ପ୍ରାରମ୍ଭିକ ଉଚ୍ଛାସଧର୍ମୀ କବିତା ରଚନା ‘ଅଞ୍ଜଳି’ରୁ ଅତି ସ୍ପଷ୍ଟଭାବେ ପ୍ରତିପନ୍ନ ହୁଏ ।
“ହରି ହରି କେହି ଡାକୁଚି ସତତ ପ୍ରଭୁ ପ୍ରଭୁ କେହି କହେ,
ତୁମ୍ଭ ନାମ ମୁଖେ ନନେଇ କେହିବା ତୁମ ପାଇଁ ଦୁଃଖ ସହେ ।
କାଷ୍ଠ ପାଷାଣରେ କେ ଦେଖେ ମୂରତି
ମାନବ ରୂପେ ବା କେ କରଇ ପ୍ରୀତି
ଜନନୀ ଭାବରେ କେ କରୁଚି ନିତି, ପିତୃଭାବ କେହି ବହେ ।”
‘ଅଞ୍ଜଳି’ର ଏହି ଶିଶୁସୁଲଭ ବିଶ୍ଵାସ ଓ ଅସହାୟ ଆତ୍ମସମର୍ପଣର ବିଭୁଚେତନା ତାଙ୍କର ପରବର୍ତ୍ତୀ କବିତା ସଙ୍କଳନ ‘ଉଚ୍ଛାସ’ (୧୯୨୪)ର ଚମତ୍କାର କଳାସୃଷ୍ଟିରେ ସ୍ବାକ୍ଷର ବହନ କରିପାରିଛି । କୁନ୍ତଳାକୁମାରୀ ଅନ୍ୟକୌଣସି କବିତା ରଚନା ନକରି ‘ଉଚ୍ଛାସ’ର ଏହି ଛ’ଟି ସମ୍ବୋଧଗୀତିକା ବା ‘ଓଡ଼’ ପାଇଁ ଓଡ଼ିଆ ସାହିତ୍ୟର ଚିର ପ୍ରଶସ୍ତି ପାଇଥା’ନ୍ତେ । କବି ନନ୍ଦକିଶୋର ବଳ ଯଥାର୍ଥ ମନ୍ତବ୍ୟ ଦେଇ ଲେଖୁଛନ୍ତି – ‘ଏତେ ଅଳ୍ପବୟସରେ ଓ ସାହିତ୍ୟ ଚର୍ଚ୍ଚାର ପ୍ରତିକୂଳ ଡାକ୍ତରୀ ବିଦ୍ୟାନୁଶୀଳନ ମଧ୍ୟରେ, ନାରୀ କାହିଁକି ପୁରୁଷ ଲେଖକ ଓ କବି ମଧ୍ଯରେ ସୁଦ୍ଧା କୁନ୍ତଳାଙ୍କ ପ୍ରତିଦ୍ଵନ୍ଦୀ ଉତ୍କଳରେ ବିରଳ । କବି ପ୍ରକୃତରେ ପରମେଶ୍ଵର ଓ ମାନବାତ୍ମାରେ ଈଶ୍ବରସଭା ଉପଲବ୍ଧି କରିଛନ୍ତି । ଧୂପଧୂଆଁ ସୌରଭ, ପୂଜା ପୁଷ୍ପ ଚନ୍ଦନର ପରିମଳ ଏଥିରେ ସୁଲଭ ।’ (କୁନ୍ତଳା କୁମାରୀ ଗ୍ରନ୍ଥାବଳୀ -ଉଲ୍ଲାସ-ଭୂମିକା) ମାତ୍ର ଛ’ଟି ଓଡ଼ ରଚନା କରି କବି କୀଟ୍ସ ଯେପରି ଇଂରାଜୀ ସାହିତ୍ୟରେ ଅପ୍ରତିଦ୍ବନ୍ଦୀ ଆସନର ଅଧିକାରୀ, କୁନ୍ତଳାକୁମାରୀଙ୍କ ‘ଉଲ୍ଲାସ’ର ଏହି ଛ’ଟି ଓଡ଼୍ ସେହି ସମ୍ମାନ ଦାବି କରେ । ଏ କବିତାଗୁଡ଼ିକର କାରୁଣ୍ୟ, କମନୀୟତା, ହୃଦୟବତ୍ତା ଏବଂ ସର୍ବୋପରି ସମ୍ମୋହିତ ଆତ୍ମଜିଜ୍ଞାସା ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଓଡ଼ଶିଳ୍ପୀ ମଧୁସୂଦନଙ୍କ ପରେ କୁନ୍ତଳାକୁମାରୀଙ୍କୁହିଁ ଚରମ ପ୍ରତିଷ୍ଠା ଦେଇପାରିଛି । କୁନ୍ତଳାକୁ ମାରୀଙ୍କ ଓଡ଼ଗୁଡ଼ିକ ସହିତ ପାଠକ ନିଜ ବ୍ୟକ୍ତି ଜୀବନର ସଖ୍ୟ ସ୍ଥାପନ କରିପାରେ । ତାଙ୍କର ଓଡ଼ଗୁଡ଼ିକ ଖୁବ୍ ହୃଦୟନିଷ୍ଠ ।
ମନରେ ଆତ୍ମଚୈତନ୍ୟ, ପ୍ରାଣପ୍ରାଚୁର୍ଯ୍ୟ ଓ କର୍ମଜୀବନରେ ଉନ୍ମାଦନା ସୃଷ୍ଟି କରିବାପାଇଁ ସେ ସମୟରେ ଏହି କବିତାଗୁଡ଼ିକର ଉପଯୋଗିତାକୁ ଅସ୍ବୀକାର କରି ହେବ ନାହିଁ । ଏହିଭଳି କବିତାଗୁଡ଼ିକ ପାଇଁ କବି ଗୋଦାବରୀଶ ମହାପାତ୍ର ତା ୨୬ । ୬ । ୧୯୨୬ ତାରିଖରେ କୁନ୍ତଳା କୁମାରୀଙ୍କୁ ଏକ ଚିଠି ଦେଇ ଜଣାଇଥିଲେ – “ଉତ୍କଳ ସାହିତ୍ୟାକାଶରେ ଆପଣ କେବଳ ତାରାରୂପେ ନରହି ଲଜ୍ଞାତାରାରୂପେ ତୁମୁଳ ପରିବର୍ତ୍ତନ ଘଟାଇବେ ବୋଲି ମୁଁ ଆଶାକରେ । ସେହି ଭୀଷଣ ପରିବର୍ତ୍ତନର ମୁହୂର୍ତ୍ତରେ ଆମ୍ଭେମାନେ ଯେତେଦୂର ପାରୁ ବିଜୟ ଢକ୍କା ବଜାଇବାକୁ ପଛାଇବୁ ନାହିଁ । ଉତ୍କଳର କବିତା ।” (କୁନ୍ତଳାକୁମାରୀ ଜୀବନଚରିତ) ପଣ୍ଡିତ ନୀଳକଣ୍ଠ ମଧ୍ୟ ଏହିପରି ଉତ୍ସାହଦୀପ୍ତ ବାକ୍ୟରେ ତାଙ୍କୁ ଜାତୀୟତାବାଦୀ କବିତା ଲେଖୁବାକୁ ପରାମର୍ଶ ଦେଇଥିଲେ । ‘ସ୍ଫୁଲିଙ୍ଗ’ ଓ ‘ଆହ୍ବାନ’କବିତାଗୁଡ଼ିକ ପ୍ରାୟ ଏହି ଜାତୀୟତାବାଦୀ ଚେତନାର । କୁନ୍ତଳାକୁମାରୀ ଯେଭଳି କବି ଭାବେ ସୁପରିଚିତ, ସେହିଭଳି ଜଣେ କଥାଶିଳ୍ପୀ ଭାବେ ସମ୍ମାନିତା । ‘ରଘୁଅରକ୍ଷିତ’, ‘ଭ୍ରାନ୍ତି’, ‘ନଅତୁଣ୍ଡି’, ‘ପରଶମଣି’, ‘କାଳୀବୋହୂ’ଆଦି ଉପନ୍ୟାସମାନ ରଚନା କରି ଓଡ଼ିଆ ସାହିତ୍ୟର ଗଦ୍ୟବିଭାଗକୁ ସମୃଦ୍ଧ କରି ଯାଇଛନ୍ତି ।
ଏହି ଖ୍ୟାତିସମ୍ପନ୍ନା କବିଙ୍କର ଦେହାବସାନ ଘଟିଲା ୧୯୩୯ ମସିହାରେ । ନିଷ୍ଠୁର ମୃତ୍ୟୁର କରାଳ କରି ତାଙ୍କୁ ଅତି କମ୍ ବୟସରୁ ଏହି ଧରାଧାମରୁ ନେଇଗଲା ସତ, ତାଙ୍କର ଅମର ସ୍ଵାକ୍ଷରକୁ କିନ୍ତୁ ଧୋଇଦେଇ ପାରିଲା ନାହିଁ । ଜୀବନର ଶତଦୁଃଖ, ଲାଞ୍ଛନା ଓ ଯାତନା ସତ୍ତ୍ଵେ ସେ ଯେଉଁ ସାଧନା କରିଗଲେ, ଓଡ଼ିଆ ସାହିତ୍ୟରେ ତାହା ତାଙ୍କୁ ଚିରଦିନ ପାଇଁ ଅମର କରି ରଖୁବ । କବି ସଚ୍ଚିଦାନନ୍ଦଙ୍କ ଭାଷାରେ ତାହାହିଁ ପ୍ରତିଫଳିତ ।
“ନୁହେଁ ସେ ତ ଖାଲି ନାରୀ, ଖାଲି ମାତା ଅବା ଖାଲି କବି,
ଜାତୀୟ ସମରେ ସେ ଯେ ସଇନିକ ତୋଳିଛି ଭୈରବୀ,
ଆଗେ ସେ ଧରିଛି ଅସି ପଛେ ସିନା ଧରିଛି ଲେଖନୀ
ତେଣୁ ତା’ର ପ୍ରତିଗାନେ ଥରିଉଠେ ଦେଶର ଧମନୀ ।”
ସ୍ଵର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ କଳ୍ପନାରେ, ଏହାର ପ୍ରତିଲିପି ନିମ୍ନମତେ ପ୍ରକାଶିତ – ଗାଁ ପାଇବା ଯେପରି ପକ୍ଷୀମାନଙ୍କର ନୈସର୍ଗିକ ପ୍ରକୃତି, କବିତା ସେହିପରି କୁନ୍ତଳାକୁମାରୀଙ୍କର ପକ୍ଷରେ ପ୍ରାକୃତିକ ଥିଲା । ଓଡ଼ିଆ ଭାଷାରେ ସେ ଯେଉଁ ଜୀବନୀଶକ୍ତି ସଞ୍ଚାରିତ କରିଯାଇଛନ୍ତି, ଓଡ଼ିଆଜାତି ଆଜି ତାହା ହୃଦୟଙ୍ଗମ କରିନାହିଁ, ଦିନେ କରିବ ।
କବିତାର ସାରକଥା :
‘କମଳ ପ୍ରତି’ କବିତାଟି ନାରୀକବି କୁନ୍ତଳାକୁମାରୀ ସାବତଙ୍କର ଏକ ସମ୍ବୋଧନମୂଳକ ଗୀତିକବିତା । କବିତାଟି କବିଙ୍କର ‘ଉଚ୍ଛାସ’ କବିତା ସଂକଳନର ଅନ୍ୟତମ କବିତା । କବି ଦେଖୁଛନ୍ତି, ଜଳାଶୟରେ ପ୍ରସ୍ଫୁଟିତ ହୋଇଥିବା ପଦ୍ମ ଫୁଲକୁ । ସେହି ଫୁଲକୁ ଦେଖ୍ କବିଙ୍କ ନୟନମନ ବିମୁଗ୍ଧ ହୋଇଯାଇଛି । ସେ ଭାବରେ ବିଭୋର ହୋଇଉଠିଛନ୍ତି । ଫଳରେ କବିଙ୍କ ଦୃଷ୍ଟିରେ କମଳ ଆଉ ସାଧାରଣ ଫୁଲ ହୋଇ ରହିନାହିଁ । ବରଂ କମଳ ଦେହରେ ଜୀବନୀ ଶକ୍ତି ଥିଲା ଭଳି ସେ ମନେକରିଛନ୍ତି । ତେଣୁ ପ୍ରାଣର ଆବେଗରେ ସେ ନିଜର ଚିନ୍ତାଧାରାକୁ ବଖାଣି ବସିଛନ୍ତି । ମନର କଥାକୁ ଖୋଲି କହିବାପାଇଁ ସେ ପଦ୍ମକୁ କହିଛନ୍ତି, ‘ଆରେ ଶତଦଳ’ । ସେଭଳି ସମ୍ବୋଧନରୁ କବିଙ୍କର ପଦ୍ମ ପ୍ରତି ଆତ୍ମୀୟତାକୁ ଆକଳନ କରିହୁଏ । କବି ମନର ଭାବକୁ ଉଲ୍ଲେଖ କରିଛନ୍ତି, ‘ରେ ପଦ୍ମ, ତୁ ନିରନ୍ତର ମଧୁର ଓ ଉଜ୍ଜ୍ଵଳ’ । କାରଣ ତୋ ରୂପରେ ରହିଛି ମଧୁର ଭାବ ଓ ଉଜ୍ଜ୍ବଳକାନ୍ତି । ତୁ ଏତେ ସୁନ୍ଦର ଯେ, ସେହି ସୌନ୍ଦର୍ଯ୍ୟର ତୁଳନା ନାହିଁ । ଫଳରେତୋର ଏହି ରୂପକୁ ଲେଖନୀ ମୁନରେ ଧରିବା ଅସମ୍ଭବ ହୋଇପଡ଼ୁଛି । ଲେଖନୀ ତୋ’ ରୂପକୁ ବର୍ଣ୍ଣନା କରିବାପାଇଁ ଲଜ୍ଜିତ ହୋଇଛି । ତୋ’ର ରୂପର ପସରା ସଦାସର୍ବଦା ଢଳଢଳ ହେଲାଭଳି ମନେହୋଇଛି । ସେ ସୌନ୍ଦର୍ଯ୍ୟ ଯେପରି ତରଙ୍ଗାୟିତ ଜଳରେ ଢଳଢଳ ହୋଇ ଆହୁରି ମନୋଜ୍ଞ ଓ ଜୀବନ୍ତ ମନୋହୋଇଛି । ତୋର ପାଖୁଡ଼ାରେ ପାଖୁଡ଼ାରେ ବା ପ୍ରତ୍ୟେକ ପାଖୁଡ଼ାରେ ଝରିପଡ଼ୁଛି ପୁଣ୍ୟର ଅମୃତ । ତୋତେ ନିରେଖୁ ଦେଖୁଲାପରେ ମୋର ନେତ୍ର ପବିତ୍ର ହୋଇଯାଉଛି ।
ପଦ୍ମକୁ ଲକ୍ଷ୍ୟକରି କବି କହିଛନ୍ତି, ରେ ପଦ୍ମ ତୋର ସ୍ଵର୍ଗୀୟ, ଅପାର୍ଥିବ ରୂପକୁ ସଦାସର୍ବଦା ଦେଖିଲାପରେ, ମୋ ମନରେ ମଧ୍ୟ ଭିନ୍ନ ଏକ ଭାବନା ସୃଷ୍ଟି ହେଉଛି, ଯାହାଫଳରେ ମୋ ଚକ୍ଷୁ ଲୋତକାପ୍ଲତ ହୋଇଯାଉଛି । ଚଳଚଞ୍ଚଳ ପ୍ରାଣ ବିମୁଗ୍ଧ ଭାବରେ ମୋହିତ ହେଉଛି ଓ ହୃଦତନ୍ତ୍ରୀରେ ସେହି ତାନ ନିନାଦିତ ହେଉଛି । ମନ ହେଉଛି ଛନଛନ । ବାରମ୍ବାର ତନୁ ରୋମାଞ୍ଚି ହେଉଛି । ପ୍ରେମ ପରିପୂର୍ଣ୍ଣ ଭାବରେ, ଚିତ୍ତ ଉଲ୍ଲସିତ ହେଉଛି ।
କବି କହିଛନ୍ତି, ମୋ ମନରେ ଉଚ୍ଚାଟିତ ଭାବ ସୃଷ୍ଟି ହେଉଛି । ମନେହେଉଛି, ସତେଯେପରି ପଦ୍ମଫୁଲକୁ ତୋଳିଆଣି ସ୍ନେହସରାଗରେ ନିଜର କରିନିଅନ୍ତି । ମଧୁର ଚୁମ୍ବନରେ ବା ସ୍ପର୍ଶରେ ମୋ ମନକୁ ବିମୋହିତ କରନ୍ତି । କାରଣ ତୋର ପ୍ରତ୍ୟେକଟି ପାଖୁଡ଼ା କେବଳ କୋମଳ ନୁହେଁ, ତାହା ଅତ୍ୟନ୍ତ ସ୍ଵଚ୍ଛ ଓ ସୁନିର୍ମଳତାରେ ମୋ ମନକୁ ନିଜର କରିନେଇଛି । ଆହୁରି ମଧ୍ୟ ବିମୁଗ୍ଧ ଭାବରେ ସେ କହିଛନ୍ତି, ତୋତେ କ’ଣ ମୁଁ ସ୍ପର୍ଶ କଲେ, ତୋ’ର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ, ତୁ ହତଶ୍ରୀ ହୋଇଯିବୁ, ତୋର ପୁଣ୍ୟ ମାଧୁର୍ଯ୍ୟ ବିମଣ୍ଡିତ ଦେହ ମଳିନ ପଡ଼ିଯିବ ।
ନିଜକୁ ନିଜେ କବି ସଙ୍କୁଚିତ କରିଦେଇଛନ୍ତି । ପଦ୍ମକୁ ଆଉ ତୋଳିବାର ମାନସିକତା ରଖୁନାହାଁନ୍ତି । ବରଂ କହିଛନ୍ତି, ରେ ପଦ୍ମ ତୁ ସେହିପରି ହସୁଥା ଏବଂ ସମସ୍ତଙ୍କ ମନରେ ଆନନ୍ଦ ବିତରଣ କରୁଥା । ତୋତେ ତୋଳି ଆଣିବାରେ ମୋର କୌଣସି ପ୍ରକାର ଅଭିଳାଷ ନାହିଁ । ତୋତେ ଅସମୟରେ ବୃନ୍ତଚ୍ୟୁତ କରିବାରେ ମୋର ଇଚ୍ଛାନାହିଁ । ବରଂ ତୋର ପବିତ୍ର ଶୋଭାରାଶିକୁ ଦେଖୁ ମୋର ନେତ୍ର ସାର୍ଥକ ହୋଇଯାଉ । ମୋର ଚିତ୍ତ ହେଉଛି ସୌନ୍ଦର୍ଯ୍ୟପିପାସୁ । ଯାହାଫଳରେ ତୋତେ ଦେଖୁ ମୋର ରୂପତୃଷ୍ଣା ପ୍ରଶମିତ ହେଉ । ତୋର ପୁଣ୍ୟ ଦେହକୁ ଦର୍ଶନ କରିବାଦ୍ଵାରା, ମୋ ମନର ସବୁକିଛି କଳୁଷ କାଳିମା ଦୂର ହୋଇଯାଉ ।
ପଦ୍ମଫୁଲଟି ଅପେକ୍ଷାକୃତ ବଡ଼ । କ୍ଷୀଣ କୋମଳ ନାଡ଼ରେ ସେ ଦୋଳାୟମାନ କରୁଥାଏ । ତେଣୁ କବି କହିଛନ୍ତି, ମନରେ ପୁଲକଭାବ ସୃଷ୍ଟି ହୋଇଥାଏ । ତା’ଦେହରୁ ସଦାସର୍ବଦା ପଦ୍ମମଧୁ କ୍ଷରଣ ହେଉଥାଏ ଏବଂ ସୁରଭିରେ ପରିବେଶକୁ ସୁରଭିତ କରୁଥାଏ । ପଦ୍ମଗନ୍ଧରେ ଆକୃଷ୍ଟ ହୋଇ, ମଧୁପଦଳ ସେଠାରେ ଗୁଞ୍ଜରଣ ସୃଷ୍ଟି କରୁଥା’ନ୍ତି । ମାତ୍ର ପଦ୍ମ, ତାହାର ଉଜ୍ଜଳମଞ୍ଜୁଳ ଶରୀର ନେଇ ପ୍ରିୟତମ ସୂର୍ଯ୍ୟଙ୍କୁ ଚାହିଁ ରହିଥାଏ ।
କବି ପଦ୍ମକୁ ଭିନ୍ନ ଭାବରେ କୁଶେଶୟ ବୋଲି ସମ୍ବୋଧନ କରିଛନ୍ତି । କାରଣ ପଦ୍ମହିଁ ନିତ୍ୟ ପୁଣ୍ୟମୟ ଏବଂ ଅମୃତ ହୃଦୟସମ୍ପନ୍ନ । ପଦ୍ମ ହେଉଛି ପାପୀମାନଙ୍କ ପାଇଁ ପୁଣ୍ୟ ତୀର୍ଥ । କାରଣ ତାହାକୁ ଦର୍ଶନକଲେ ପାପୀ ମନରେ ଓ ପୀଡ଼ିତ ମନରେ ପୁଣ୍ୟଭାବ ସୃଷ୍ଟି ହୋଇଥାଏ । କାରଣ ପଦ୍ମରେ ହିଁ ପୁଣ୍ୟମୟଙ୍କ ଦର୍ଶନ କରିବାର ଅବସର ମିଳିଥାଏ । ପଦ୍ମ ପଙ୍କରୁ ଜାତ ହୋଇଥାଏ, ମାତ୍ର ତା’ ଦେହରେ ଲେଶମାତ୍ର ପଙ୍କର ଛିଟା ବା ଚିହ୍ନ ଦେଖିବାକୁ ମିଳେ ନାହିଁ । ପାପୀ ତାପୀ, ପଙ୍କିଳ ପରିବେଶରେ ରହିଥିଲେ ମଧ୍ୟ ସେମାନେ କଳୁଷରହିତ ମାନସିକତା ପ୍ରତିପୋଷଣ କରିଥା’ନ୍ତି । ବିଧାତାଙ୍କର ଏ ହେଉଛି ବିଚିତ୍ର ଲୀଳା । କଳୁଷ ପଙ୍କିଳ ପରିବେଶରୁ ସେ ସୃଷ୍ଟି କରିଥା’ନ୍ତି ଦିବ୍ୟ ପଙ୍କଜକୁ । ତେଣୁ କବି ଭାବପ୍ରବଣ ହୋଇ ଭାବିଛନ୍ତି, ‘ସତରେ କ’ଣ ପଙ୍କଜ ସୃଷ୍ଟି ପାଇଁ, ପଙ୍କ ସରୋବରର ଆବଶ୍ୟକତା ରହିଛି । ପଙ୍କକୁ ଛାଡ଼ି କ’ଣ କରିପାରିବ ନାହିଁ ! ଜଳ ଉପରେ ପଦ୍ମ ହସି ହସି ନିଜର ଅପୂର୍ବ ରୂପରାଶିକୁ ଦେଖାଇବାର ସୁଯୋଗ ପାଏ । କବି ନିଜର ଦାର୍ଶନିକ ଭାବରେ ବିଭୋର ହୋଇ କହିଛନ୍ତି, ଏ ପାପତାପମୟ ପୃଥିବୀରେ ହିଁ ପୁଣ୍ୟ ଜନ୍ମ ନେଇଥାଏ । ମହତ୍ ବ୍ୟକ୍ତିଙ୍କ ଜନ୍ମ ପାଇଁ କେବଳ, ଉନ୍ନତ ପରିବେଶର ଆବଶ୍ୟକତା ନାହିଁ । ମହତ୍ଵ ମଣିଷଟିଏ ମଧ୍ୟ ଦାରିଦ୍ର୍ୟ ଭିତରେ, ଭଙ୍ଗାକୁଡ଼ିଆରେ ପୃଥିବୀର ଆଲୋକ ଦେଖୁଥାଏ। ଅର୍ଥାତ୍ ପଙ୍କରୁ ପଦ୍ମଜନ୍ମ ନେଲାଭଳି ଅଭାବୀ ପରିବେଶରୁ ମଧ୍ୟ କୃଷ୍ଣ ଜନ୍ମନେଇଥିଲେ ବନ୍ଦୀଶାଳରୁ ।
କବି ପଦ୍ମକୁ ବିସପ୍ରସୂନ ବୋଲି ସମ୍ବୋଧନ କରିଛନ୍ତି । କାବ୍ୟକତା ନେଇ ବିଚାରକଲେ ବିସ ହେଉଛି ନାଡ଼ ଏବଂ ସେଥରେ ଫୁଟିଥୁବା ପ୍ରସୂନ ବା ଫୁଲ ପାଇଁ କବି ଏଭଳି କହିଛନ୍ତି । କବି ପଦ୍ମର ଅପରୂପ ଶୋଭାରାଶିକୁ ଦେଖୁଲା ପରେ, ତାହାର ବିଶେଷତାକୁ ବର୍ଣନା କରିବାପାଇଁ ତାଙ୍କ ନିକଟରେ ଭାଷାର ଅଭାବ ହୋଇଛି । ଅର୍ଥାତ୍ ପଦ୍ମର ସୁଷମା ବାଢ଼ି ବସିବାରେ କବି ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । କବିଙ୍କ ଦୃଷ୍ଟିରେ ପଦ୍ମ ସୁନ୍ଦର, ମଧୁର, ପ୍ରିୟ, କୋମଳ ଓ ଲଳିତ । ତା’ର ସୌନ୍ଦର୍ଯ୍ୟଯୁକ୍ତ ବଦନକୁ ନେଇ ସମସ୍ତେ ବିଭିନ୍ନ ଉପମା ପ୍ରଦାନ କରିଥା’ନ୍ତି । ଯେପରି ପାଦପଦ୍ମ, ମୁଖପଦ୍ମ, ନୟନପଦ୍ମ, ହସ୍ତପଦ୍ମ ଇତ୍ୟାଦି । ପଦ୍ମକୁ ନେଇ ସମସ୍ତେ ଉପମା ପ୍ରକାଶ କଲେ ବି ପଦ୍ମ ଆଉ କାହା ସହିତ ତୁଳନୀୟ ନୁହେଁ । ଏ ସମଗ୍ର ସୃଷ୍ଟି ରାଜ୍ୟରେ, ପଦ୍ମ ଏପରି ଜନ୍ମ ନେଇଛି, ଯାହାଠାରେ ସବୁକିଛି ଶୋଭା ସୃଷ୍ଟିକର୍ତ୍ତା ଖଞ୍ଜି ଦେଇଛନ୍ତି ।
ସମଗ୍ର ଜଗତରେ ପଦ୍ମଫୁଲ ପରି ଆଉ କେହି ନାହିଁନ୍ତି ବୋଲି କବି କହିଛନ୍ତି । କାରଣ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପଦ୍ମଫୁଲ କେବଳ ତାହାର ହିଁ ଉପମା ହୋଇଥାଏ । ଏ ସୃଷ୍ଟିରେ ଆଉ କେହି ନାହାଁନ୍ତି, ଯେକି ଦିବ୍ୟସୁଷମାରେ ପଦ୍ମଫୁଲଠାରୁ ଅଧିକ ସୌନ୍ଦର୍ଯ୍ୟଯୁକ୍ତ ହୋଇପାରିବ । କବି ପଦ୍ମକୁ ଦେଖ୍ ନିଜର ଦାର୍ଶନିକ ଭାବକୁ ପୁନର୍ବାର ପରିପ୍ରକାଶ କରି କହିଛନ୍ତି, ‘ରେ ରାଜୀବ ବା ପଦ୍ମ’, ମୋ ଅନ୍ତର ଭିତରେ ଯେଭଳି ଭାବେ ଜୀବାତ୍ମା ରହିଛି, ତୋ’ଠାରୁ ସେ ଆହୁରି ମହତ୍ । ତୋ’ଠାରୁ ସେ ଆହୁରି ସୁନ୍ଦର । କାରଣ ସେ ଅତୁଳନୀୟ ପ୍ରେମସାଗର ପରମାତ୍ମାଙ୍କ ଭାବରେ ସଦାସର୍ବଦା ବିଭୋର ହୋଇଛି । କବି ହୃଦୟେଶ୍ଵର ଭାବରେ ପରମାତ୍ମାଙ୍କ ଆଶାୟୀ ହୃଦୟର ସୂଚନା ଦେଇଛନ୍ତି । କାରଣ ପରମାତ୍ମାଙ୍କ ଆଶାୟୀ ଆତ୍ମାର ଆନନ୍ଦ ଭାବକୁ, ପ୍ରେମର ଭାବକୁ ଆଉ କାହା ସହିତ ତୁଳନା କରାଯାଇ ପାରିବ ନାହିଁ । ସେ ଯେପରି ଅତୁଳିତ ରୂପରାଶିର ପ୍ରେମରେ ସଦାସର୍ବଦା ନିଜକୁ ନିମଜ୍ଜିତ କରିରଖୁଥାଏ ।
ଆତ୍ମାକୁ ପଦ୍ମ ସହିତ ତୁଳନା କରି କହିଛନ୍ତି, ଏ ଶରୀର ରୂପକ ସରୋବରରେ ମୋ ଆତ୍ମାରୂପକ ପଦ୍ମ ପ୍ରସ୍ଫୁଟିତ ହୋଇଛି । ଜଡ଼ତ୍ଵଭିତରେ ଦେବତ୍ଵ, ମର୍ତ୍ତ୍ୟରେ ଅମରତ୍ଵ ବିରାଜମାନ କଲାପରି, ମୋ ଜଡ଼ଦେହରେ ଦୈବୀଆତ୍ମା ବିରାଜମାନ କରିଛି । ଅନ୍ଧକାର ମଧ୍ୟରେ ଆଲୋକ ମିଶି ରହିଲାଭଳି, ଏସବୁ କୁହୁକର ଖେଳ ଭଳି ମନେହୋଇଛି । କବି କହିଛନ୍ତି, ମୋ ଜୀବନ ସଦାସର୍ବଦା ପାପପଙ୍କରେ ଜର୍ଜରିତ, ବିଭିନ୍ନ ଦୁଃଖତାପରେ ଦଗ୍ଧଭୂତ । ନିତି ଦୁଃଖରେ କ୍ରନ୍ଦନ କଲେ ମଧ୍ୟ ମୋର ଆତ୍ମାଫୁଲ ସଦାସୁଷମା ବିମଣ୍ଡିତ ହୋଇରହିଛି । ସୁତରାଂ ଏହି ଆତ୍ମାଫୁଲ ସହିତ ଜଗତରେ ଆଉ କେହି ତୁଳନୀୟ ନୁହଁନ୍ତି ।
କରୁଛି । ବିଧାତା ପଞ୍ଚଭୂତର ଶରୀର, ଯାହାକି ଦିନେ ନଷ୍ଟ ହୋଇଯିବ, ସେହି ଶରୀର ମଧ୍ୟରେ ଅମରାତ୍ମାଙ୍କର ବସତି ସ୍ଥାପନ ହେଉଛି ଅପୂର୍ବ କୀର୍ତ୍ତି । ଦୁଃଖର ଶରୀର, ଜଡ଼ର ଶରୀର, ପଞ୍ଚଭୂତର ନଷ୍ଟ ଶରୀରରେ ଆତ୍ମାଫୁଲ ଫୁଟି ରହିଲାପରି ଦୁଃଖରୂପକ କଣ୍ଟାରେ ଜଡ଼ିତ ପଦ୍ମନାଡ଼ରେ ସୁଷମାବିମଣ୍ଡିତ ପଦ୍ମଫୁଲ ଫୁଟିଅଛି । ପଦ୍ମଫୁଲକୁ ଦେଖ୍ କବି ମନେକରିଛନ୍ତି, ପଦ୍ମମୂଳରେ ସାପ ରହିଲା ଭଳି ପାପ କାଳରୂପକ ସର୍ପ ଏହି ଶରୀର ମୂଳରେ ରହିଥାଏ । ଏ ସଂସାର ମଧ୍ୟ ଭୀଷଣ କାନନସ୍ଥଳୀ, ଯେଉଁଠାରେ କି ସଦାସର୍ବଦା ବିପଦର ସମ୍ଭାବନା ଥାଏ ।
ସରୋବରରେ ପଦ୍ମ ଫୁଟିଥାଏ । ସେ ସଦାସର୍ବଦା ପ୍ରିୟତମ ସୂର୍ଯ୍ୟଙ୍କୁ ଚାହିଁ ଆମୋଦିତ ହେଉଥାଏ । କାରଣ ରବି ବିନା ରାଜୀବର ଅନ୍ୟକିଛି ଗତି ନାହିଁ, ସେ କେବଳ ରବିଙ୍କ ପାଇଁ ହିଁ ନିଜର ସତ୍ତାକୁ ସୌନ୍ଦର୍ଯ୍ୟ ବିମଣ୍ଡିତ କରିଥାଏ । କବି ପଦ୍ମ ସହିତ ନିଜର ଆତ୍ମାଫୁଲକୁ ତୁଳନା କରି କହିଛନ୍ତି, ଆତ୍ମାଫୁଲଟି ନିର୍ଜନରେ, ନିରୋଳାରେ ପ୍ରସ୍ଫୁଟିତ ହୋଇ ବିକଶିତ ହୋଇଥାଏ କେବଳ ନିଜର୍ ପ୍ରିୟତମ ପରମାତ୍ମା ରୂପୀ ଅରୁଣଙ୍କ କିରଣ ପାଇ ଉଲ୍ଲସିତ ହେବାପାଇଁ । କାରଣ ପରମାତ୍ମାରୂପୀ ରବିଙ୍କ ବିନା, ଆତ୍ମାରୂପୀ ରାଜୀବ ମୁଖରେ କେହି ଆଉ ଆନନ୍ଦ ଦେଇପାରିବେ ନାହିଁ । ଅନ୍ୟଭାବରେ ପ୍ରକାଶ କଲେ ଆତ୍ମାରୂପକ ଫୁଲରେ ପରମାତ୍ମାରୂପକ ସୂର୍ଯ୍ୟ ହିଁ ସୁହାସ ସୃଷ୍ଟି କରିପାରିବେ ।
ସଂସାରର ବୈଶିଷ୍ଟ୍ୟକୁ ସୂଚିତ କରିନାହାଁନ୍ତି, ଏଥରେ ନିଜର ଦାର୍ଶନିକ ଭାବକୁ ମନୋଜ୍ଞ ଭାବରେ ପରିପ୍ରକାଶ କରିଛନ୍ତି ।
କଠିନ ଶବ୍ଦାର୍ଥ ଓ ସୂଚନା :