CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Odisha State Board CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ Textbook Exercise Questions and Answers.

+2 2nd Year Odia Optional Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵ ଶବ୍ଦ ତିନୋଟି କେଉଁ ଘଟଣାରୁ ସୃଷ୍ଟି ହୋଇଥିଲା ?
(କ) ଫରାସୀ ବିପ୍ଳବ
(ଖ) ରୁଷ୍ ବିପ୍ଳବ
(ଗ) ଜର୍ମାନୀ ବିପ୍ଳବ
(ଘ) ପ୍ରଥମ ବିଶ୍ଵଯୁଦ୍ଧ
ଉ –
(କ) ଫରାସୀ ବିପ୍ଳବ

Question ୨ ।
କେଉଁମାନେ ଏବେ ସଂଗ୍ରହାଳୟର ସ୍ମାରକ ଭାବରେ ରହିଛନ୍ତି ?
(କ) ରାଜନ୍ୟମାନେ
(ଖ) ପ୍ରଜାମାନେ
(ଗ) ମନ୍ତ୍ରୀମାନେ
(ଘ) ରାଜାମାନେ
ଉ –
(ଘ) ରାଜାମାନେ

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question ୩ ।
ଭାଗ୍ୟବାଦୀ ଜର୍ଜରତାଗୁଡ଼ିକର ମୁକୁଳିବାର ସାମୂହିକ ଇଚ୍ଛାରୁ କ’ଣ ପାଇଁ ବଳ ଆସିଲା ?
(କ) ଭ୍ରାତୃତ୍ଵ
(ଖ) ସମାନତା
(ଗ) ସ୍ଵାଧୀନତା
(ଘ) ଏକତା
ଉ –
(ଖ) ସମାନତା

Question ୪ ।
ପୃଥ୍ବୀ ନାମକ ଆମର ଏହି ମନୁଷ୍ୟ ମହାଖଣ୍ଡକୁ ଅତ୍ୟନ୍ତ ନିର୍ମମ ଭାବରେ କ’ଣ କରି ରଖାଯାଇଛି ?
(କ) ଦରିଦ୍ର
(ଖ) ଅତ୍ଯାଚାରିତ
(ଗ) ବିବେକହାନ
(ଘ) ବିଚାରଶୂନ୍ୟ
ଉ –
(ଖ) ବିବେକହୀନ

Question ୫ ।
କିଏ ଅଳପ ବର୍ଗଟିର ଗେହ୍ଲା ହୋଇ ଏକ ରମଣ ସାମଗ୍ରୀରେ ପରିଣତ ହୋଇଛି ?
(କ) ରାଜନୀତି
(ଖ) ବାଣିଜ୍ୟ
(ଗ) ଇତିହାସ
(ଘ) ବିଜ୍ଞାନ
ଉ –
(ଘ) ବିଜ୍ଞାନ

Question ୬ ।
ରୁଷିଆର କମ୍ୟୁନିଷ୍ଟମାନେ କ’ଣ ପାଇଁ ଆନ୍ଦୋଳନ କରିଥିଲେ ?
(କ) ସର୍ବହରାର ସାର୍ବଭୌମତ୍ଵ ପ୍ରତିଷ୍ଠା
(ଖ) ଦେଶର ସ୍ଵାଧୀନତା
(ଗ) ଆର୍ଥିକ ପ୍ରଗତି
(ଘ) ଗଣତନ୍ତ୍ର ପ୍ରତିଷ୍ଠା
ଉ –
(କ) ସର୍ବହରାର ସାର୍ବଭୌମତ୍ଵ ପ୍ରତିଷ୍ଠା

Question ୭ ।
ବାହାର ସଖୀନାଟ ପ୍ରଦର୍ଶନ କରି ରୁଷ ପୃଥ‌ିବୀଯାକର ବାମପନ୍ଥୀ ଆସ୍ପୃହାକୁ ଭୂତାଇ ରଖୁଥୁଲା ?
(କ) ସତ୍ୟର
(ଖ) ଗଣତନ୍ତ୍ରର
(ଗ) ସମାନତାର
(ଘ) ସମାଜବାଦର
ଉ –
(ଗ) ସାର୍ବଜନୀନ ନ୍ୟାୟ

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question ୮ |
ଭାରତରେ ଏବେ କେଉଁ ବିଷୟରେ ପ୍ରାୟ କିଛି ହେଲେ ଶୁଣାଯାଉନାହିଁ ?
(କ) ସାର୍ବଜନୀନ ସଂଗ୍ରାମ
(ଖ) ସାର୍ବଜନୀନ ସ୍ଵାଧୀନତା
(ଗ) ସାର୍ବଜନୀନ ନ୍ୟାୟ
(ଘ) ସାର୍ବଜନୀନ ପ୍ରଗତି
ଉ –
(ଗ) ସାର୍ବଜନୀନ ନ୍ୟାୟ

Question ୯ ।
କେଉଁମାନଙ୍କର ରାତି କେବେ ପାହିବ ବୋଲି କେହି ସିଧା ହୋଇ କହୁନାହାନ୍ତି ?
(କ) ରାଜାମାନଙ୍କର
(ଖ) ନିର୍ବୋଧମାନଙ୍କର
(ଗ) ଅସହାୟ ମଣିଷମାନଙ୍କର
(ଘ) ପରାଧୀନମାନଙ୍କର
ଉ –
(ଗ) ଅସହାୟ ମଣିଷମାନଙ୍କର

Question ୧୦ ।
ରାଜନୀତିକୁ କ୍ୟାରିୟର ବନାଇଥିବାର ଏକ ବୃତ୍ତି ରୂପେ ଗ୍ରହଣ କରିଥିବା ଲୋକେ କ’ଣ କରିପାରିବେ ନାହିଁ ?
(କ) ଶାସନରେ ନେତୃତ୍ଵ
(ଖ) ସାମାଜିକ ବିପ୍ଳବରେ ନେତୃତ୍ଵ
(ଗ) ସ୍ଵାଧୀନତାର ନେତୃତ୍ଵ
(ଘ) ବିକାଶରେ ନେତୃତ୍ଵ
ଉ –
(ଖ) ସାମାଜିକ ବିପ୍ଳବରେ ନେତୃତ୍ଵ

Question ୧୧ ।
ଜାତୀୟତାବାଦର ବହୁମଣ୍ଡନଯୁକ୍ତ ସ୍ଲୋଗାନଟା କ’ଣ ଯୋଗାଇ ଦେଇଥ‌ିବ ?
(କ) ଗୋଳିଆ ପାଣି
(ଖ) ଉପଯୁକ୍ତ ପଥ
(ଗ) ମହାନତା
(ଘ) ଭ୍ରାତୃତ୍ଵ
ଉ –
(କ) ଗୋଳିଆ ପାଣି

Question ୧୨ ।
ଫରାସୀ ବିପ୍ଳବରେ ସ୍ଵାଧୀନତା ଓ ସମାନତା ସହିତ ଅନ୍ୟ କେଉଁ କଥାଟି ଯୋଡ଼ାଯାଇଥିଲା ?
(କ) ସତ୍ୟତା
(ଖ) ଦାରିଦ୍ର୍ୟ ଦୂରୀକରଣ
(ଗ) ସହନଶୀଳତା
(ଘ) ଭ୍ରାତୃତ୍ଵ
ଉ –
(ଘ) ଭ୍ରାତୃତ୍ଵ

Question ୧୩ ।
ଏବେ ଅଧିକାଂଶ ଦେଶରେ ବାସ କରୁଥିବା ମନୁଷ୍ୟମାନେ କ’ଣ ଲାଭ କଲେଣି ?
(କ) ଧାର୍ମିକ ସ୍ଵାଧୀନତା
(ଖ) ରାଜନୀତିକ ସ୍ଵାଧୀନତା
(ଗ) ସ୍ଵାଧୀନତା
(ଘ) ଆର୍ଥିକ ସ୍ଵଚ୍ଛଳତା
ଉ –
(ଖ) ରାଜନୀତିକ ସ୍ଵାଧୀନତା

Question ୧୪।
ଏକ ସଚେତନ ସଦିଚ୍ଛାର ବିଷୟ କ’ଣ ?
(କ) ଜାତୀୟତା
(ଖ) ନିଶାମୁକ୍ତି
(ଗ) ଭ୍ରାତୃତ୍ଵ
(ଘ) ସଚେତନତା
ଉ –
(ଗ) ଭ୍ରାତୃତ୍ଵ

Question ୧୫ ।
ଯେତେ କ’ଣ ହେଲେ ମଧ୍ୟ କୌଣସି ରାଷ୍ଟ୍ର ଯୋଜନା କରି ଭ୍ରାତୃତ୍ଵ ପ୍ରତିଷ୍ଠା କରିପାରିବ ନାହିଁ ।
(କ) ଉଦାର
(ଖ) ସ୍ଵଚ୍ଛଳ
(ଗ) ବୃହତ
(ଘ) ପୁରାତନ
ଉ –
(କ) ଉଦାର

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

ଅତିରିକ୍ତ ପ୍ରଶ୍ନ ଓ ଉତ୍ତର

Question ୧ ।
କ’ଣ କେବେ ସରିବ ନାହିଁ ବୋଲି ପ୍ରବନ୍ଧରେ କୁହାଯାଇଛି ?
(କ) ଯୁଦ୍ଧ
(ଖ) ଶାନ୍ତି
(ଗ) କ୍ରୋଧ
(ଘ) ମୈତ୍ରୀ
ଉ –
(କ) ଯୁଦ୍ଧ

Question ୨ ।
ମୂଳ ଫରାସୀ ସ୍ଲୋଗାନାନୁସାରେ ସେଥିରେ ସବା ପ୍ରଥମେ କ’ଣ ରହିଥିଲା ?
(କ) ସମୂାନତା
(ଖ) ସ୍ଵାଧୀନତା
(ଗ) ସରସତା
(ଘ) ଭ୍ରାତୃତ୍ଵ
ଉ –
(ଖ) ସ୍ଵାଧୀନତା

Question ୩ ।
ପରମେଶ୍ଵରଙ୍କ ବରାଦ ଅନୁସାରେ ହିଁ ପ୍ରଜାପାଳନର ପ୍ରୟୋଜନ ହେତୁ ପୃଥିବୀରେ କିଏ ରହଛନ୍ତି ?
(କ) ପଶୁମାନେ
(ଖ) ପକ୍ଷୀମାନେ
(ଗ) ରାଜାମାନେ
(ଘ) ମନ୍ତ୍ରୀମାନେ
ଉ –
(ଗ) ରାଜାମାନେ

Question ୪ ।
ତଥାପି ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ ପୃଥିବୀରେ କିଏ ରହିଛନ୍ତି ?
(କ) ଦେବତା
(ଖ) ପଶୁ
(ଗ) ଭୃତ୍ୟ
(ଘ) ରାଜା
ଉ –
(ଘ) ରାଜା

Question ୫ ।
ରାଜନୀତି କେବଳ କ’ଣ ହୋଇ କେଉଁ କାଳେ ନଥିଲା ?
(କ) ସେବା
(ଖ) ରାଜନୀତି
(ଗ) ସଂଘର୍ଷ
(ଘ) ସମନତା
ଉ –
(ଖ) ରାଜନୀତି

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ପୃଥିବୀ ସାରା ଲୋକଙ୍କଦ୍ୱାରା ବ୍ୟବହୃତ ହେଉଥିବା ତିନୋଟି ଶବ୍ଦ କ’ଣ ?
ଉ –
ପୃଥିବୀ ସାରା ଲୋକଙ୍କଦ୍ଵାରା ବ୍ୟବହୃତ ହେଉଥିବା ତିନୋଟି ଶବ୍ଦ ହେଉଛି- ‘ସମାନତା:ସ୍ଵାଧୀନତା: ଭ୍ରାତୃତା’ ।

Question ୨ ।
ମୂଳ ଫରାସୀ ସ୍ଲୋଗାନର ପ୍ରଥମ ଶବ୍ଦଟି କ’ଣ ?
ଉ –
ମୂଳ ଫରାସୀ ସ୍ଲୋଗାନର ପ୍ରଥମ ଶବ୍ଦଟି ହେଉଛି ସ୍ଵାଧୀନତା।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question ୩ ।
ସାଧାରଣ ମଣିଷମାନେ ଦିନେ ଆପେ ନିଜର ଶାସନ କରିବେ ବୋଲି କେଉଁମାନେ କଳ୍ପନା କରିନଥିବେ ?
ଉ –
ସାଧାରଣ ମଣିଷମାନେ ଦିନେ ଆପେ ନିଜର ଶାସନ କରିବେ ବୋଲି ବିଭିନ୍ନ ଶାସନ ମାର୍ଗର ବ୍ୟାଖ୍ୟାକାରୀମାନେ କଳ୍ପନା କରି ନଥିବେ ।

Question ୪ ।
ରାଜତନ୍ତ୍ରରେ କାହର ସ୍ବାର୍ଥ ଅନୁସାରେ ଶାସନ ଚଳୁଥିଲା ?
ଉ –
ରାଜତନ୍ତ୍ରରେ ରାଜାଙ୍କର ସ୍ଵାର୍ଥ ଅନୁସାରେ ଶାସନ ଚଳୁଥିଲା।

Question ୫ ।
ନୀତି କ୍ଷେତ୍ରର କେଉଁଗୁଡିକୁ ମସ୍ତ ମସ୍ତ ଫାଙ୍କି ଦିଆଯାଇଛି ?
ଉ –
ନୀତି କ୍ଷେତ୍ରର ମାନବ ସଂହତିଗୁଡ଼ିକୁ ମସ୍ତ ମସ୍ତ ଫାଙ୍କି ଦିଆଯାଇଛି।

Question ୬ ।
ପ୍ରାଥମିକ ସଫଳତା ପରେ ଫରାସୀ ବିପ୍ଳବର ସଂଗ୍ରାମୀମାନେ ବିଭାଜିତ ହେଲେ କାହିଁକି ?
ଉ –
ପ୍ରାଥମିକ ସଫଳତା ପରେ ଫରାସୀ ବିପ୍ଳବର ସଂଗ୍ରାମୀମାନେ ବିଭାଜିତ ହେବାର କାରଣ ହେଲା ବିପ୍ଳବୀ ବୃହତ୍ ନେତାମାନେ ବହୁ ଖାସ୍ ସ୍ଵାର୍ଥବାସନାରେ ଜଡ଼ିତ ହୋଇପଡ଼ିଥିଲେ ।

Question ୭ ।
କେଉଁ ଲକ୍ଷ୍ୟଟିକୁ ଗୌଣ କରିଦେଇ ରୁଷିଆ ଏକ ଶକ୍ତିଶାଳୀ ମହାନ ଦେଶ ଗଢ଼ିବା ଲାଗି ମନ ଦେଲା ?
ଉ –
ସମଗ୍ର ଜଗତରୁ ଶୋଷଣ ତଥା ଆନୁଷଙ୍ଗିକ ଯାବତୀୟ ଅସମାନତାକୁ ଦୂର କରିବାର ନିଜର ସେଇ ପ୍ରଥମ ଲକ୍ଷ୍ୟଟିକୁ ଗୌଣ କରିଦେଇ ରୁଷିଆ ଏକ ଶକ୍ତିଶାଳୀ ମହାନ ଦେଶ ଗଢ଼ିବା ଲାଗି ମନ ଦେଲା।

Question ୮ ।
କେଉଁ ମଞ୍ଜ ସତ୍ୟକୁ ସ୍ବୀକାର କରିନେବା ଏକ ବିରାଟ କଥା ?
ଉ –
ପ୍ରତ୍ୟେକ ମନୁଷ୍ୟର ଠିକ୍ ମୋ’ରି ଭଳି ସମାନ ଅଧିକାରମାନ ରହିଛି – ସାଧୁତା ସହିତ ଏତିକିମାତ୍ର ମଞ୍ଜ ସତ୍ୟକୁ ସ୍ଵୀକାର କରିନେବା ଏକ ବିରାଟ କଥା।

Question ୯ ।
କୌଣସି ଅର୍ଥରେ କାହାକୁ ଆମେ କେବଳ ଏକ ରାଜନୀତିକ କାର୍ଯ୍ୟକ୍ରମର ଅଙ୍ଗ ବୋଲି କହିପାରିବା ନାହିଁ ?
ଉ –
କୌଣସି ଅର୍ଥରେ ଭ୍ରାତୃତ୍ବକୁ ଆମେ କେବଳ ଏକ ରାଜନୀତିକ କାର୍ଯ୍ୟକ୍ରମର ଅଙ୍ଗ ବୋଲି କହିପାରିବା ନାହିଁ ।

Question ୧୦ ।
ବିଶ୍ଵସ୍ତରୀୟ କୌଣସି ମାହାଦରବାରରେ କ’ଣ ପାସ୍ ହୋଇଗଲେ ମଧ୍ୟ ଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ଆଦୌ ବିଶେଷ ଫଳ ମିଳିବ ନାହିଁ ?
ଉ –
ବିଶ୍ଵସ୍ତରୀୟ କୌଣସି ମାହାଦରବାରରେ ପ୍ରସ୍ତାବଟିଏ ପାସ୍ ହୋଇଗଲେ ମଧ୍ୟ ଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ଆଦୌ ବିଶେଷ ଫଳ ମିଳିବ ନାହିଁ ।

(ଗ) କ୍ଷୁଦ୍ର ଉତ୍ତର ମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧ ।
ରାଜାମାନଙ୍କ ସଂପର୍କରେ ଏକଦା କ’ଣ ବିଶ୍ଵାସ କରାଯାଉଥିଲା ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ରାଜାମାନଙ୍କ ସଂପର୍କରେ ଏକଦା ବିଶ୍ଵାସ କରାଯାଉଥିଲା ଯେ ସ୍ଵୟଂ ପରମେଶ୍ବରଙ୍କ ବରାଦ ଅନୁସାରେ ହିଁ ପ୍ରଜାପାଳନର ପ୍ରୟୋଜନ ହେତୁ ପୃଥିବୀରେ ରାଜାମାନେ ରହିଛନ୍ତି।

Question ୨ ।
ପୃଥିବୀ ନାମକ ବାସ୍ତବାନୁଭବର କ୍ଷେତ୍ରଗୁଡ଼ିକ କିପରି ପୋଖତ ହେଲେ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ପୃଥିବୀ ନାମକ ବାସ୍ତବାନୁଭବର କ୍ଷେତ୍ରଗୁଡ଼ିକ ହିଁ ସତେ ଅବା କେତେ କେତେ ସଂଘାତର ମାଧ୍ୟମରେ ବହୁ ପରୀକ୍ଷା ତଥା ପ୍ରତ୍ୟାଖ୍ୟାନଦ୍ଵାରା କ୍ରମେ ପୋଖତ ହେଲେ।

Question ୩ ।
ଏଇ ପୃଥିବୀର ଗୋଟିଏ ଅତ୍ୟନ୍ତ ନିନ୍ଦନୀୟ ବ୍ୟାଧି କ’ଣ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ଏଇ ପୃଥିବୀର ଗୋଟିଏ ଅତ୍ୟନ୍ତ ନିନ୍ଦନୀୟ ବ୍ୟାଧି ହେଉଛି ଅସମାନମାନଙ୍କର ପ୍ରତିଦ୍ବନ୍ଦିତା ।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question
ଶାସନ ସ୍ତରୀୟ ଗଢ଼ଣଗୁଡ଼ିକ ରାଜତନ୍ତ୍ରରୁ ଏକ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଇଥିଲେ ମଧ୍ୟ ତଥାପି କ’ଣ ସବୁ ପୂର୍ବପରି ଜାରି ରହୁଛନ୍ତି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ- ଚିତ୍ତରଞ୍ଜନ ଦାସ

ଶାସନ ସ୍ତରୀୟ ଗଢ଼ଣଗୁଡ଼ିକ ରାଜତନ୍ତ୍ରରୁ ଏକ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଇଥିଲେ ମଧ୍ୟ ତଥାପି ପୁରୁଣା ସ୍ଵାର୍ଥମାନେ ସବୁ ପୂର୍ବପରି ଜାରି ରହୁଛନ୍ତି ।

Question ୫ ।
କୋଟି କୋଟି ମନୁଷ୍ୟଙ୍କର ଭାଗ୍ୟକୁ କିଏ କାମୁଡ଼ି ଧରିଛି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ- ଚିତ୍ତରଞ୍ଜନ ଦାସ

କୋଟି କୋଟି ମନୁଷ୍ୟଙ୍କର ଭାଗ୍ୟକୁ ଅଶିକ୍ଷା, ଦାରିଦ୍ର୍ୟ, ରୋଗ, ନିତିଦିନର ସ୍ଵାଭାବିକ ଶୈଳୀ ପ୍ରାୟ ହୋଇ କାମୁଡି ଧରିଛି ।

Question ୬ ।
ଫରାସୀ ବିପ୍ଳବର ପ୍ରଥମ କାଳରେ ସଂଗ୍ରାମୀମାନଙ୍କର ସମ୍ମୁଖରେ କାହାର ବିଶ୍ବଚିତ୍ରଟିଏ ରହିଥିଲା ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ- ଚିତ୍ତରଞ୍ଜନ ଦାସ

ଫରାସୀ ବିପ୍ଳବର ପ୍ରଥମ କାଳରେ ସଂଗ୍ରାମୀମାନଙ୍କର ସମ୍ମୁଖରେ ଏକ ସର୍ବମାନବିକ ସାହସୀ ବିଶ୍ବଚିତ୍ରଟିଏ ରହିଥିଲା ।

Question ୭ ।
ସମାନତା ପାଇଁ ଭାରତବର୍ଷର ସମ୍ବିଧାନରେ କାହାକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥିଲା ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ- ଚିତ୍ତରଞ୍ଜନ ଦାସ

ସମାନତା ପାଇଁ ଭାରତବର୍ଷର ସମ୍ବିଧାନରେ ସମାଜବାଦକୁ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଥିଲା ।

Question ୮ ।
କେଉଁ ସ୍ତରରୁ ଭ୍ରାତୃତ୍ଵ ବଞ୍ଚିବାର ପ୍ରୟୋଗମାନ ଆରମ୍ଭ ହେବା ଦରକାର ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ନିତ୍ୟାନ୍ତ କ୍ଷୁଦ୍ରଗୋଷ୍ଠୀ ସ୍ତରରୁ ଭ୍ରାତୃତ୍ଵ ବଞ୍ଚିବାର ପ୍ରୟୋଗମାନ ଆରମ୍ଭ ହେବା ଦରକାର ।

(ଘ) ଅଳ୍ପ ଦୀର୍ଘଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧ ।
ଫରାସୀ ବିପ୍ଳବ ସମଗ୍ର ବିଶ୍ଵ ଚିତ୍ତକୁ ଆତ୍ମବଳ ଆଣିଥିଲା କିପରି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ଫରାସୀ ବିପ୍ଳବର ପତାକାରେ ଏକ ବିଶେଷ ସ୍ଵପ୍ନର ତାତ୍ପର୍ଯ୍ୟଗୁଡ଼ିକ ପ୍ରତିଫଳିତ ହୋଇ ସମଗ୍ର ବିଶ୍ବ ଚିତ୍ତକୁ ଆତ୍ମବଳ ଆଣିଦେଇଥିଲା ଏବଂ ସଂଘଶକ୍ତିଦ୍ଵାରା ସେ ନିୟତିଗୁଡ଼ିକୁ ଭବିଷ୍ୟ ନିମନ୍ତେ ଏକ ଅନ୍ୟ ମୋଡ଼ ଦେଇଦେବ, ଏଇ ତାହାର ଆନୁଷଙ୍ଗିକ ଆଉ ଯାବତୀୟ କ୍ରିୟାଶୀଳତା – ତାହା ଏବେ ମଧ୍ୟ ସରିନାହିଁ – ଯାହା ପୃଥିବୀଯାକ ମଣିଷଙ୍କର ଆଲୋକ ପିପାସାକୁ ନୂଆ ନୂଆ ସଞ୍ଚାର ପଥ ଯୋଗେଇ ଦେଉଥିବ।

Question ୨ ।
ଏକବିଂଶ ଶତାବ୍ଦୀରେ ରାଜାମାନେ କିପରି ରହିଛନ୍ତି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ପୃଥିବୀ ଏକବିଂଶ ଶତାବ୍ଦୀରେ ପହଞ୍ଚିସାରିଛି, ଗଣତନ୍ତ୍ରର ପ୍ରତିଷ୍ଠା ହୋଇସାରିଥିଲେ ମଧ୍ୟ ରାଜାମାନେ ରହିଛନ୍ତି। ଅବଶ୍ୟ ଯେଉଁସବୁ ଦେଶରେ ସେମାନେ ରହିଛନ୍ତି ଅଧିକତାର ଦୃଷ୍ଟାନ୍ତରେ ସେମାନେ ଲୋକ ସମ୍ବିଧାନର ସେହି ସଦୃଶ ଏକ ବରାଦ ଅନୁସାରେ ରହିଛନ୍ତି। ପ୍ରଜାମାନଙ୍କର ପ୍ରୀତ୍ୟର୍ଥେ ରହିଛନ୍ତି। ପ୍ରଜାମାନେ ହିଁ ନିଷ୍ପଭି କରୁଛନ୍ତି, ରାଜା କେବଳ ସେଇଥିରେ ସ୍ଵାକ୍ଷର କରିବାର ଭୂମିକା ନିର୍ବାହ କରୁଛନ୍ତି।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question ୩ ।
ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ କିପରି ସଂଗଠିତ ହୋଇପାରିଲେ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ବିରୋଧରେ ବହୁଜନ-ପକ୍ଷର ଉଦୟବାସନାମାନ ଜମାଟ ବାନ୍ଧି ସମାନତା ପାଇଁ ପ୍ରୟାସ ଆରମ୍ଭ କରିଦେଲା । ଆଗ ଭାଗ୍ୟବାଦୀ ଜର୍ଜରତାଗୁଡ଼ିକରୁ ମୁକୁଳି ଆସିବାର ସାମୂହିକ ଇଚ୍ଛାମାନେ ହିମ୍ମତ ପାଇବାରୁ ହିଁ ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ ସଂଗଠିତ ହୋଇପାରିଲେ।

Question ୪ ।
ସମାନତା ନାମକ ଦ୍ବିତୀୟ ଆସ୍ପୃହା ଅବିର୍ଭାବର କାରଣ କ’ଣ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ମନୁଷ୍ୟ ମନୁଷ୍ୟ ମଧ୍ୟରେ ଯେମିତି ରହିଛି ସମାନତା ସେମିତି ରହିଛି ଭିନ୍ନତା। ଗୁଣୀ ମଣିଷ ଗୁଣର ଆଦର ହେବ, ପ୍ରତିଭାର ଆଦର ହେବ, ଏହାର ପରିପ୍ରକାଶ ପଥରେ କୌଣସି ବାଧା ମନୁଷ୍ୟମାନଙ୍କୁ ତୁଚ୍ଛା ଅନ୍ୟ ସମସ୍ତଙ୍କ ପରି ନକଲଟାଏ ହୋଇ ରହିବା ଲାଗି ଆଦୌ ବାଧ୍ୟ କରିବ ନାହିଁ । କିନ୍ତୁ ସ୍ଵକୀୟ ବିଶେଷ ଉତ୍ତମତାଗୁଡିକୁ ସାକାର ହୋଇ ଆସିବା ନିମନ୍ତେ ଅପରିହାର୍ଯ୍ୟ ସର୍ବମୂଳ ଭିତ୍ତିଭୂମି ରୂପେ ପ୍ରତ୍ୟେକ ମନୁଷ୍ୟ ଅନ୍ତତଃ ସର୍ବନିମ୍ନ ସୁଯୋଗମାନେ ଅବଶ୍ୟ ଥିବେ। ଅଳପକୁ ଅଧିକ ସମର୍ଥ କରାଇବା ସକାଶେ ବାକି ମନୁଷ୍ୟମାନଙ୍କୁ ବହୁ ଦୁର୍ବୁଦ୍ଧିର ଫିସାଦ କରି ବଞ୍ଚିତ କରି କଦାପି ରଖାଯିବ ନାହିଁ । ସେଇଥିପାଇଁ ସମାନତା ନାମକ ଏହି ଦ୍ଵିତୀୟ ଆସ୍ପୃହାର ଆବିର୍ଭାବ ।

Question ୫ ।
ରାଜନୀତି ପଛରେ ଅର୍ଥନୀତି ଓ ଅର୍ଥନୀତି ପଛରେ ରାଜନୀତି ଯୋଡ଼ା ହୋଇ ରହିବାର ମାନେ କ’ଣ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ଏମିତିରେ ଦେଖିବାକୁ ଗଲେ ଖାଲି ରାଜନୀତି ବୋଲି ପ୍ରକୃତରେ କିଛି ନାହିଁ ଏବଂ ଖାଲି ଅର୍ଥନୀତି ବୋଲି କିଛି ନାହିଁ । ରାଜନୀତି ପଛରେ ଅର୍ଥନୀତି ଓ ଅର୍ଥନୀତି ପଛରେ ରାଜନୀତି ଯୋଡ଼ା ହୋଇଛି। ଏହାର କାରଣ ପଛରେ ରହିଛି ବହୁବିଧ ଅସମାନତା ତଥା ଉପେକ୍ଷାକୁ ସାମୂହିକ ଜୀବନ କାରବାରମାନଙ୍କରେ ମୁଖ୍ୟ ମୀମାଂସକ ରୂପେ ଯୋଡ଼ି ରଖିଥିବା ସ୍ଵାର୍ଥୀ ପକ୍ଷଟି ସର୍ବଦା କ୍ଷମତାଗୁଡ଼ିକୁ ଦଖଲ କରି ରହି ଏହି ଉଭୟଙ୍କୁ ହିଁ ମୁଖ୍ୟତଃ ଆପଣାର ବିଶେଷ ସ୍ୱାର୍ଥଗୁଡ଼ିକର ସାଧନାରେ ବ୍ୟବହାର କରିଛନ୍ତି ।

Question ୬ ।
ଉପଲବ୍‌ଧ ସୁଯୋଗଗୁଡ଼ିକ ଅଧିକସଂଖ୍ୟକ ମନୁଷ୍ୟଙ୍କ ନିମିତ୍ତ ସପନ ହୋଇ ରହିଛି କାହିଁକି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ରାଜତନ୍ତ୍ରରୁ ଏକ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଉଥିଲେ ମଧ୍ୟ ତଥାପି ପୁରୁଣା ସ୍ଵାର୍ଥମାନେ ପୂର୍ବପରି ଜାରି ହୋଇ ରୋକି କରି ଛିଡ଼ା ହୋଇଛି। ଏହି କୌଶଳଟି ଏବେ ବି ରହିଛି। ଅଶିକ୍ଷା, ଦାରିଦ୍ର୍ୟ ଓ ରୋଗ ନିତିଦିନର ଜୀବନରେ ପ୍ରବେଶ କରି ଭାଗ୍ୟକୁ କାମୁଡ଼ି ଧରୁଚି। ଫଳତଃ ଉପଲବ୍‌ଧ ସୁଯୋଗଗୁଡ଼ିକ ଅଧିକସଂଖ୍ୟକ ମନୁଷ୍ୟମାନଙ୍କ ନିମିତ୍ତ ସପନ ହୋଇ ରହିଛି ।

Question ୭ ।
ରାଜନୀତିକ ସ୍ଵାଧୀନତା ମିଳିଲେ ଛାଏଁ ଛାଏଁ ସମାନତା ଆସିନଥାଏ ବୋଲି କହିବାର ଅର୍ଥ କ’ଣ ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ସେଠାରେ ମଧ୍ୟ ଜତୀୟତାବାଦକୁ ଆଶ୍ରୟ କରାଗଲା। ସମଗ୍ର ଜଗତରୁ ଶୋଷଣ ଦୂର କରିବାକୁ ଚେଷ୍ଟା କରାଗଲା । ସମାଜବାଦର ସଖୀ ନାଚଟାର ଖୁବ୍ ପ୍ରଦର୍ଶନ କରି ପୃଥିବୀଯାକର ବାମପନ୍ଥୀ ଆସ୍ପୃହାଚୟକୁ ଖୁବ୍ ଭୂତାଇ ରଖିଥିଲା, ତାହା ଶେଷରେ ଭୁଶୁଡି ପଡିଲା। ଅର୍ଥାତ୍ ସେଇ ଅସଲ ନିଷ୍କର୍ଷଟି ହେଉଛି ଯେ, ସମାନତା ରାଜନୀତିକ ସ୍ଵାଧୀନତା

Question ୮ ।
କୃପାଶୀଳ ଭଗବାନ ମଧ୍ୟ ମନୁଷ୍ୟମାନଙ୍କୁ ଭ୍ରାତୃତ୍ବ ଫାଶରେ ଆବଦ୍ଧ କରିପାରିବେନି ବୋଲି କାହିଁକି କୁହାଯାଇଛି ?
ଉ –
ପ୍ରବନ୍ଧ – ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ
ପ୍ରାବନ୍ଧିକ – ଚିତ୍ତରଞ୍ଜନ ଦାସ

ଭ୍ରାତୃତ୍ଵ ହେଉଛି ଏକ ସ୍ଵତନ୍ତ୍ର ସୋପାନର କଥା, -ଏକ ସଚେତନ ସଦିଚ୍ଛାର ବିଷୟ । ଯେତେ ଉଦାର ହେଲେ ମଧ୍ୟ କୌଣସି ରାଷ୍ଟ୍ର ଆପେ ଯୋଜନାମାନ ତିଆରି କରି ଭ୍ରାତୃତ୍ଵ ଲାଗି ମୋଟେ ନେତୃତ୍ଵ ଦେଇପାରିବ ନାହିଁ। କୃପାଶୀଳ ଭଗବାନ ମଧ୍ୟ ମନୁଷ୍ୟମାନଙ୍କୁ ଭ୍ରାତୃତ୍ଵ ଫାଶରେ ଆବଦ୍ଧ କରିପାରିବେ ନାହିଁ, କାରଣ ଏହା ଏକ ସ୍ଵତନ୍ତ୍ର ସୋପାନର ପ୍ରସଙ୍ଗ। ମନୁଷ୍ୟମାନେ ମନକଲେ ଯାଇ ଭ୍ରାତୃତ୍ଵର ପଥଟିକୁ ଗ୍ରହଣ କରିପାରିବେ । ସେମାନେ ସ୍ଵତନ୍ତ୍ରତା ହାସଲ କରିସାରିଥିବେ, ସମାନତା ପଥରେ ମଧ୍ୟ ଉଲ୍ଲେଖେଯାଗ୍ୟ ଭାବରେ ଅଗ୍ରସର ହୋଇପାରିଥିବେ, କେହି ନିଜକୁ ବଞ୍ଚିତ ବା ପ୍ରତାରିତ ବୋଲି ଭାବୁନଥିବେ, -ଏକ ପାରସ୍କାରିକତାର ନିତ୍ୟନୈମିତ୍ତିକ ନାନା ବ୍ୟବସ୍ଥା ସେମାନଙ୍କୁ ସତକୁ ସତ ଯଥେଷ୍ଟ ବିଶ୍ଵାସର ସହିତ ବାନ୍ଧି ରଖିଥିବ, ତେବେ ଯାଇ ଭ୍ରାତୃତ୍ଵ ପ୍ରତିଷ୍ଠା ହୋଇପାରିବ।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ଫରାସୀ ବିପ୍ଳବରୁ ସୃଷ୍ଟି ହୋଇଥିବା ତିନୋଟି ସ୍ଲୋଗାନ ଯଥା- ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵର ମହତ୍ତ୍ଵ ବୁଝାଇଦିଅ ।
କିମ୍ବା, ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵ ସଂପର୍କରେ ପ୍ରାବନ୍ଧିକଙ୍କ ମତାମତ ଆଲୋଚନା କର ।
ଉ –
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଯେଉଁ କେତେଜଣ ବଳିଷ୍ଠ ପ୍ରତିଭା ସେମାନଙ୍କ ସ୍ୱତନ୍ତ୍ରତାକୁ ନେଇ ପାଠକ ପାଖରେ ସର୍ବାଧିକ ପରିଚିତ ଓ ଆଦୃତ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଅନ୍ୟତମ ସାର୍ଥକ ସାରସ୍ଵତ ସାଧକ। ସାହିତ୍ୟ, ଧର୍ମ, ବିଜ୍ଞାନ, ଜୀବନୀ, ଶିକ୍ଷା, ସଭ୍ୟତା ଓ ସଂସ୍କୃତି ପ୍ରଭୃତି ବିଭିନ୍ନ ବିଷୟାଧାରିତ ତାଙ୍କ ପ୍ରବନ୍ଧନିଚୟର ଅଧ୍ୟୟନ କାଳରେ ଏହି ବିଚକ୍ଷଣ ପ୍ରତିଭାର ମୌଳିକ ଚିନ୍ତାଧାରା ପାଠକର ଚିନ୍ତା ଚେତନାକୁ ବିପୁଳ ଭାବରେ ପ୍ରଭାବିତ କରିଥାଏ। ଜଟିଳ, ତତ୍ତ୍ଵପୂର୍ଣ୍ଣ ଓ ତଥ୍ୟଧାରୀ ପ୍ରସଙ୍ଗକୁ ଖୁବ୍ ସହଜ ସରଳ ଭାବରେ ପାଠକର ଚେତନା ମଧ୍ୟକୁ ପ୍ରବେଶ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକ ମଧ୍ୟରୁ‘ଜୀବନ ବିଦ୍ୟାଳୟ’, ‘ଶିଳା ଓ ଶାଳଗ୍ରାମ’, ‘ଏକଲବ୍ୟ କାହାଣୀ ଓ ଅନ୍ୟାନ୍ୟ ପ୍ରବନ୍ଧ’, ‘ଜାତିରେ ମୁଁ ଯବନ’, ‘ସଂସ୍କୃତି ଓ ଓଡ଼ିଶା’, ‘ବିଶ୍ଵକୁ ଗବାକ୍ଷ’, ‘କାଳକୁ କଜ୍ଵଳ’, ‘ଗାନ୍ଧୀ ଓ ଗୋପବନ୍ଧୁ’, ‘ତରଙ୍ଗ ଓ ତଡ଼ିତ୍’, ‘ଶିକ୍ଷାରୁ ସଂକ୍ରମଣ’, ‘ନଖ ଦର୍ପଣେନ’, ‘ଓଡ଼ିଆ ଓ ଓଡ଼ିଶା’ ଆଦି ପ୍ରବନ୍ଧ ଗ୍ରନ୍ଥ ଅନ୍ୟତମ।

ଆଲୋଚ୍ୟ ‘ ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ’ ପ୍ରବନ୍ଧଟି ତାଙ୍କର ବହୁଚର୍ଚ୍ଚିତ ଗ୍ରନ୍ଥ ‘କ୍ଷ ରୁ ଅ’ ରୁ ଗୃହୀତ। ଏହା ସେହି ସଂକଳନର ଷୋଡ଼ଶ ପ୍ରବନ୍ଧ । ଏଥିରେ ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ ପ୍ରସଙ୍ଗରେ ପ୍ରାବନ୍ଧିକ ବିଭିନ୍ନ ଆଲୋଚନା କରିଛନ୍ତି ।

ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵ ଏଇ ତିନୋଟି ଖାଲି ଶବ୍ଦ ନୁହେଁ, ସାର । ପୃଥିବୀର ଲୋକମାନଙ୍କ ପାଇଁ ବିଶେଷ ଅର୍ଥ ବହନ କରୁଥିବା ସ୍ଵତନ୍ତ୍ର ଶବ୍ଦ। ଦୁଇଶହ ବର୍ଷତଳେ ମନୁଷ୍ୟର ଭାଗ୍ୟ ଇତିହାସକୁ ଏକ ବିଶେଷ ବେଗ ତଥା ଉଦ୍‌ବେଳନ ଆଣି ଦେଇଥିଲା ଏଇ ତିନୋଟି ଶବ୍ଦ। ଏଇ ତିନୋଟିଯାକ ଶବ୍ଦ ଫରାସୀ ବିପ୍ଳବ ପରେ ସମଗ୍ର ବିଶ୍ଵକୁ କେତେ ପରିମାଣରେ ଆତ୍ମବଳ ଦେଇଥିଲା ତାହା ଆଜି ଆଲୋଚନାର ବିଷୟ । ତେବେ ସଂଘଶକ୍ତିଦ୍ଵାରା ନିୟତିଗୁଡ଼ିକୁ ଭବିଷ୍ୟ ନିମନ୍ତେ ଅନ୍ୟ ମୋଡ଼

ମୂଳ ଫରାସୀ ସ୍ଲୋଗାନଟି ଅନୁସାରେ ସେଥିରେ ସବା ପ୍ରଥମେ ଥିବା ଶବ୍ଦଟି ହେଉଛି- ସ୍ଵାଧୀନତା । ଯେଉଁ ସ୍ଵାଧୀନତା ସମଗ୍ର ବିଶ୍ଵକୁ ଆଣି ଦେଖାଇଦେଲା ଯେ ରାଜା ବା ରାଜତନ୍ତ୍ର ଈଶ୍ବରଦତ୍ତ ଆଶୀର୍ବାଦ ନୁହେଁ । ଏଇ ବିପ୍ଳବକାଳୀନ ଅର୍ଥସନ୍ଦର୍ଭରେ ସ୍ଵାର୍ଥାନୁସାରେ ଯେଉଁ ଶାସନ ଚାଲିଥିଲା, ୟା ପରଠାରୁ ଆସିଲା ପରିବର୍ତ୍ତନ । ରାଜାଙ୍କୁ ହଟାଇ ନିଜ ଅଧୀନକୁ ଶାସନ ଆସିଲା। ଏଇ ରାଜାଙ୍କ ସ୍ଵାର୍ଥ ଆଧାରିତ ଶାସନ ବିରୋଧରେ ବହୁଜନ – ପକ୍ଷର ଉଦୟବାସନାମାନ ଜମାଟ ବାନ୍ଧି ସମାନତାର ସ୍ଥାନ ତିଆରି କରିବାକୁ ଆରମ୍ଭ କଲା। ଆଗ ଭାଗ୍ୟବାଦୀ ଜର୍ଜରତାଗୁଡ଼ିକରୁ ମୁକୁଳି ଆସିବାର ସାମୂହିକ ଇଚ୍ଛାମାନେ ହିମ୍ମତ ପାଇବାରୁ ହିଁ ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ ସଂଗଠିତ ହେଲା ।

ମନୁଷ୍ୟ ମନୁଷ୍ୟ ଭିତରେ ଅନେକ ପାର୍ଥକ୍ୟ ଥିଲେ ବି ସାଦୃଶ୍ୟ ମଧ୍ୟ ପରିଲକ୍ଷିତ । ତେବେ ପାର୍ଥକଗୁଡ଼ିକୁ ସ୍ବୀକୃତି ଦେଇ ମନୁଷ୍ୟମାନଙ୍କର ସମୂହ ନାମକ ସଂସ୍ଥାନଟିକୁ ଗଢ଼ିଆଣିବା, ତାହା ହିଁ ସୁସ୍ଥତା ଓ ସର୍ବୋତ୍ତମ। ଗୁଣୀଜନଙ୍କ ଗୁଣର ଆଦର ହେବ, ପ୍ରତିଭାର ଆଦର ହେବ, ଗୁଣ ବିକାଶ ତଥା ପ୍ରତିଭାର ପରିପ୍ରକାଶ-ପଥରେ କୌଣସି ବାଧା ମନୁଷ୍ୟମାନଙ୍କୁ ଅଟକେଇ ପାରିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିର ସ୍ଵକୀୟ ବିଶେଷ ଉତ୍ତମତାଗୁଡ଼ିକୁ ସାକାର କରିବା ନିମନ୍ତେ ଅପରିହାର୍ଯ୍ୟ ସର୍ବମୂଳ ଭିତ୍ତିଭୂମି ରୂପେ ପ୍ରତ୍ୟେକ ମନୁଷ୍ୟ ପାଇଁ ଅନ୍ତତଃ ସର୍ବନିମ୍ନ ସୁଯୋଗମାନ ରଖାଯିବ। ଅଳପକୁ ଅଧିକ ସମର୍ଥ କରାଇବା ନିମନ୍ତେ ବାକି

ଏଇ ଅସମାନତା ଦୂରୀକରଣ, ଦେଶର ସବୁ ଲୋକଙ୍କୁ ଏକାଠି ରଖିବାର ମାନସିକତା ରାଜନୀତି କ୍ଷେତ୍ରରେ ଆଦର୍ଶ ହେବା ଆବଶ୍ୟକ। ସଂପ୍ରତି ଏଇ ବିଶ୍ଵରେ ପ୍ରାୟ ପ୍ରତ୍ୟେକ ଦେଶ ରାଜନୀତିକ ସ୍ଵାଧୀନତା ହାସଲ କରିସାରିଲେଣି, ତଥାପି ଇଚ୍ଛାଶକ୍ତି ।

ପୁରୋଧାମାନେ ସ୍ଵାଧୀନତା ଓ ସମାନତା ସହିତ ଭ୍ରାତୃତ୍ଵକୁ ନେଇ ଯୋଡ଼ିଥିଲେ, ସେମାନଙ୍କର ବିବେକଟି ଭିତରେ ପ୍ରକୃତରେ ବହୁତ ଅନ୍ତଦୃଷ୍ଟି ପୂର୍ଣ୍ଣ ହୋଇରହିଥିଲା। ଯେମିତି ସ୍ଵାଧୀନତା ଆସିଗଲେ ଆପେ ଆପେ ସମାନତା ଆସି ନଥାଏ ଠିକ୍ ସେମିତି ସମାନତାଟି ଆଖି ଦୃଶିଆ ଭାବରେ ସମ୍ଭବ ହୋଇଗଲେ ଭ୍ରାତୃତ୍ଵର ଯଥାର୍ଥ ବୋଧଟି ବଳେ ବଳେ ଆସିନଥାଏ। ଏହା ଏକ ସଚେତନ ସଦିଚ୍ଛାର ବିଷୟ। ଏଥିପାଇଁ ଯଦିଓ ସ୍ଵାଧୀନତା ଓ ସମାନତା ଲୋଡ଼ା, ତଥାପି ଏହା ଘୃଣାହୀନ, ବିଶ୍ଵାସଯୁକ୍ତ ସ୍ଵତନ୍ତ୍ର ସୋପାନର କଥା ।

ବାସ୍ତବିକ ପ୍ରାବନ୍ଧିକଙ୍କ ଆଲୋଚନା ଯେମିତି ସାରଗର୍ଭକ ସେମିତି ଶିକ୍ଷାଧର୍ମୀ ।

Question ୨ ।
ସମାନତାର ଅଭାବ ହେତୁ କି କି ଅସୁବିଧା ସୃଷ୍ଟି ହେଉଛି ବୋଲି ଲେଖକ ପ୍ରମାଣ କରିଛନ୍ତି ?
ଉ –
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶଧାରାରେ ଗୋଟିଏ ବହୁଚର୍ଚ୍ଚିତ, ପ୍ରଶଂସିତ, ପ୍ରତିଷ୍ଠିତ ନାମ ହେଉଛି ଚିତ୍ତରଞ୍ଜନ ଦାସ। ଯାହାଙ୍କର ନାମ ହିଁ ଯଥେଷ୍ଟ ତାଙ୍କ ପରିଚୟ ନିମନ୍ତେ । ସେ ଏକାଧାରରେ ଥିଲେ ଜଣେ ପ୍ରାବନ୍ଧିକ, ଗବେଷକ, ଅନୁବାଦକ, ଜୀବନୀକାର ଓ ଭ୍ରମଣକାହାଣୀକାର । ସେ ଉଭୟ ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନାରେ ଧୂରୀଣ ଥିଲେ। ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ସେ ଅପ୍ରତିଦ୍ଵନ୍ଦୀ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିକ୍ଷା, ସମାଜ ଓ ଜୀବନଯାତ୍ରାରେ ନୂତନ ଜୀବନ-ଉତ୍ତାପ ପାଇଁ ସେ ତାଙ୍କର ବିଭିନ୍ନ ପ୍ରବନ୍ଧରେ ବଳିଷ୍ଠ ଯୁକ୍ତି ବାଢିଛନ୍ତି।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ଜୀବନ ବିଦ୍ୟାଳୟ’, ‘ଶିଳା ଓ ଶାଳଗ୍ରାମ’, ‘ଏକଲବ୍ୟ କାହାଣୀ ଓ ଅନ୍ୟାନ୍ୟ ପ୍ରବନ୍ଧ’ , ‘ଜାତିରେ ମୁଁ ଯବନ’, ‘ସଂସ୍କୃତି ଓ ଓଡ଼ିଶା’, ‘ବିଶ୍ଵକୁ ଗବାକ୍ଷ’, ‘କାଳକୁ କଜ୍ଵଳ’, ‘ଗାନ୍ଧୀ ଓ ଗୋପବନ୍ଧୁ’, ‘ତରଙ୍ଗ ଓ ତଡ଼ିତ୍’, ‘ଶିକ୍ଷାରୁ ସଂକ୍ରମଣ’, ‘ନଖ ଦର୍ପଣେନ’, ‘ଓଡ଼ିଆ ଓ ଓଡ଼ିଶା’ ଆଦି ପ୍ରବନ୍ଧ ଗ୍ରନ୍ଥ ଅନ୍ୟତମ।

ଆଲୋଚ୍ୟ ‘ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ’ ପ୍ରବନ୍ଧଟି ତାଙ୍କର ବହୁଚର୍ଚ୍ଚିତ ଗ୍ରନ୍ଥ ‘କ୍ଷ ରୁ ଅ’ ରୁ ଗୃହୀତ । ଏହା ସେଇ ସଂକଳନର ଷୋଡ଼ଶ ପ୍ରବନ୍ଧ । ଏଥିରେ ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ ପ୍ରସଙ୍ଗରେ ପ୍ରାବନ୍ଧିକ ବିଭିନ୍ନ ଆଲୋଚନା କରିଛନ୍ତି ।

ରାଜନୀତି ଖାଲି ରାଜନୀତି ହୋଇ କେଉଁ କାଳରେ ନଥିଲା ବୋଲି ପ୍ରାବନ୍ଧିକ ଘୋଷଣା କରିଛନ୍ତି । ରାଜତନ୍ତ୍ର ଥିଲା, କାରଣ ରାଜାର ସ୍ଵାର୍ଥ ଅନୁସାରେ ହିଁ ଶାସନ ଚଳୁଥିଲା। ଏହି ନ୍ୟସ୍ତ ସ୍ଵାର୍ଥଗୁଡ଼ିକ ବିରୋଧରେ ବହୁଜନ-ପକ୍ଷର ଉଦୟବାସନାମାନ ଜମାଟବାନ୍ଧି ସମାନତା ନାମକ ଦ୍ଵିତୀୟ ସତ୍ୟଟି ନିମନ୍ତେ ସ୍ଥାନ ତିଆରି କରି ଆଣିଥିଲେ। ଆଗ ଭାଗ୍ୟବାଦୀ ଜର୍ଜରତାଗୁଡ଼ିକରୁ ମୁକୁଳି ଅସିବାର ସାମୂହିକ ଇଚ୍ଛାମାନେ ହିମ୍ମତ ପାଇବାରୁ ହିଁ ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ ସଂଗଠିତ ହୋଇ ରଖିଥିବା ସ୍ଵାର୍ଥୀ ପକ୍ଷଟି ସର୍ବଦା କ୍ଷମତାଗୁଡ଼ିକ ଦଖଲ କରି ରହି ଏହି ଉଭୟଙ୍କୁ ହିଁ ମୁଖ୍ୟତଃ ଆପଣାର ବିଶେଷ ସ୍ଵାର୍ଥଗୁଡ଼ିକର

ତେବେ ସମାନତାର ଅଭାବ ଯୋଗୁ ଅଶିକ୍ଷା, ଦାରିଦ୍ର୍ୟ, ରୋଗ ନିତିଦିନର ସ୍ଵାଭାବିକ ଶୈଳୀ ପ୍ରାୟ ଲାଗି ରହିଛି। ସେମାନଙ୍କର ଯେଉଁପରି ଉପକାର କରିବା କଥା ତାହା କରିପାରି ନାହିଁ । ନିର୍ବାଚନ ହୁଏତ ଖୁବ୍ ଜାକଜମକରେ ହେଉଛି, ମାତ୍ର ଗଣତନ୍ତ୍ରର ଛାଞ୍ଚରେ ଏକନାୟକତ୍ୱଟା ମଧ୍ୟ ପ୍ରଶୟ ପାଇପାରୁଛି ।

ବାସ୍ତବିକ ପ୍ରାବନ୍ଧିକଙ୍କ ଆଲୋଚନା ଯେମିତି ସାରଗର୍ଭକ ସେମିତି ଶିକ୍ଷାଧର୍ମୀ ।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

Question ୩ ।
ଗଣତନ୍ତ୍ର ଛାଞ୍ଚରେ ଏକନାୟକତ୍ଵର ପ୍ରଶ୍ରୟ କହିବାର ତାତ୍ପର୍ଯ୍ୟ ବୁଝାଇ ଦିଅ ।
କିମ୍ବା, ସମାନତାକୁ ନେଇ ପ୍ରାବନ୍ଧିକଙ୍କ ଆଲୋଚନାର ସାରମର୍ମ ବିଚାର କର ।
ଊ –
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶ ପର୍ଯ୍ୟାୟରେ ଯେଉଁ କେତେଜଣ ପ୍ରାବନ୍ଧିକ ଓଡ଼ିଆ ପ୍ରବନ୍ଧକୁ ଗୋଟେ ଭିନ୍ନ ପର୍ଯ୍ୟାୟରେ ସର୍ବୋଚ୍ଚ ଶିଖରରେ ନେଇ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ ଅନ୍ୟତମ ସାର୍ଥକ ଶିଳ୍ପୀ । ସମସ୍ୟାର ଅନୁଧ୍ୟାନ, ସମାଧାନର ଅନ୍ଵେଷଣ ଓ ଅଜସ୍ର ଅଧ୍ୟୟନର ଅଭିଜ୍ଞତା ତାଙ୍କ ପ୍ରବନ୍ଧ ସମୂହରେ ଝଲସି ଉଠେ । ତାଙ୍କ ପ୍ରବନ୍ଧ ଓଡ଼ିଶାର ମାଟି ପାଣି ପବନର କଥା ଯେମିତି କହିଛି ବିଶ୍ବକୁ ଅନୁଧ୍ୟାନ କରି ତାର କଳେବରରେ ବିଶ୍ଵାନୁଭୂତିକୁ ସେମିତି

ତାଙ୍କ ସ୍ମରଣୀୟ ପ୍ରବନ୍ଧଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ଶିଳା ଓ ଶାଳଗ୍ରାମ’, ‘ଜୀବନ ବିଦ୍ୟାଳୟ’, ‘ନଖଦର୍ପଣେନ’, ‘ତରଙ୍ଗ ଓ ତଡ଼ିତ’, ‘ବିଶ୍ୱକୁ ପବନ’, ‘ଜାତିରେ ମୁଁ ଯବନ’, ‘ଶିକ୍ଷାରୁ ସଂକ୍ରମଣ’, ‘ଓଡ଼ିଆ ଓ ଓଡ଼ିଶା’ ଆଦି ଅନ୍ୟତମ । ଆଲୋଚ୍ୟ ‘ସମାନତା ; ସ୍ଵାଧୀନତା : ଭ୍ରାତୃତ୍ଵ’ ଏକ ଅନନ୍ୟ ପ୍ରବନ୍ଧ । ଏହି ପ୍ରବନ୍ଧଟି ତାଙ୍କର ବହୁ ଚର୍ଚ୍ଚିତ ଗ୍ରନ୍ଥ ‘କ୍ଷ ରୁ ଅ’ ରୁ ଗୃହୀତ ।

ପ୍ରାଚୀନ ସମୟର ପୃଥ‌ିବୀରେ ଶାସନସ୍ତରୀୟ ଗଢ଼ଣଗୁଡ଼ିକ ରାଜତନ୍ତ୍ରରେ ଥିଲା । କ୍ରମେ ଏକ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଇଥିଲା । ତେବେ ଏଇ ଗଣତନ୍ତ୍ରୀୟ ଚେହେରାକୁ ବଦଳି ଯାଉଥିଲେ ମଧ୍ୟ ତଥାପି ପୁରୁଣାସ୍ୱାର୍ଥମାନେ ପୂର୍ବପରି ଜାରି

କରି ବା ଅଟକାଇ କରି ଛିଡ଼ା ହୋଇଛି । ଏହି କୌଶଳଟି ଯେ ବର୍ତ୍ତମାନ ସମୟରେ ନାହିଁ, ସେମିତି ହୋଇନାହିଁ । ଉପଲବ୍‌ଧ ସୁଯୋଗମାନେ ଅଧିକ ସଂଖ୍ୟକ ମନୁଷ୍ୟଙ୍କ ନିମିତ୍ତ ସପନ ହୋଇ ରହିଛି । ଏବେ ମଧ୍ୟ କୋଟି ମଣିଷ ଅଶିକ୍ଷା ଦରିଦ୍ରତା ଆଉ ରୋଗକଷ୍ଟରେ ବନ୍ଧନ ଯୁକ୍ତ । ଅନଟନ ଅବିଚ୍ଛନ୍ନ ରହିଛି ଏଯାବତ୍ । ଶାସନଟା ନିତାନ୍ତ ଉଦାସୀନ ସାମନ୍ତମାନଙ୍କ ଦ୍ୱାରା ପ୍ରଧାନତଃ ଏକ ସାମନ୍ତବାଦୀ ସ୍ଵାର୍ଥସାଧନରେ ପରିଚାରକ ହୋଇ ରହିଛି । ନିର୍ବାଚନମାନ ହୁଏତ ଖୁବ୍ ଜାକଜମକରେ ହେଉଛି; ମାତ୍ର ସର୍ବନିୟନ୍ତା ହୋଇ ରହିଛି ।

ଯଥାର୍ଥରେ ପ୍ରାବନ୍ଧିକଙ୍କ ବିଶ୍ଳେଷଣ ଖୁବ୍ ତାତ୍ତ୍ଵିକ ଓ ପ୍ରସଙ୍ଗୋଚିତ ।

Question ୪ ।
ମନୁଷ୍ୟମାନେ ମନକଲେ ଯାଇ ଭ୍ରାତୃତ୍ଵ ପଥଟିକୁ ଗ୍ରହଣ କରିପାରିବେ – ଏହା ପ୍ରମାଣ କର।
ଉ –
ଓଡ଼ିଆ ସାହିତ୍ୟ ବିଭାଗର ପ୍ରବନ୍ଧ ପର୍ବରେ ଜଣେ ଅନନ୍ୟ ଗଦ୍ୟଶିଳ୍ପୀ ଚିତ୍ତରଞ୍ଜନ ଦାସ । ବିଷୟବସ୍ତୁଚୟନ ଠାରୁ ଉପସ୍ଥାପନା ଶୈଳୀ ପର୍ଯ୍ୟନ୍ତ ସବୁଠାରେ ବାରି ହୋଇପଡ଼େ ତାଙ୍କ ସ୍ଵତନ୍ତ୍ରତା । ସାହିତ୍ୟ, ଧର୍ମ, ବିଜ୍ଞାନ, ଜୀବନୀ, ଶିକ୍ଷା, ସଭ୍ୟତା ଓ ସଂସ୍କୃତି ପ୍ରଭୃତି ବିଭିନ୍ନ ବିଷୟାଧାରିତ ତାଙ୍କ ପ୍ରବନ୍ଧନିଚୟର ଅଧ୍ୟୟନ କାଳରେ ଏହି ବିଚକ୍ଷଣ ପ୍ରତିଭାର ମୌଳିକ ଚିନ୍ତାଧାରା ପାଠକର ଚିନ୍ତା ଚେତନାକୁ ବିପୁଳ ଭାବରେ ପ୍ରଭାବିତ କରିଥାଏ। ଜଟିଳ, ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଧାରୀ ପ୍ରସଙ୍ଗକୁ ଖୁବ୍ ସହଜ ସରଳ ଭାବରେ ପାଠକର ଚେତନା ମଧ୍ୟକୁ ପ୍ରବେଶ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ। । ସେ ଉଭୟ ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନାରେ ପ୍ରବୀଣ ଥିଲେ। ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ସେ ଅପ୍ରତିଦ୍ବନ୍ଦୀ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିକ୍ଷା, ସମାଜ ଓ ଜୀବନଯାତ୍ରାରେ ନୂତନ ଜୀବନ-ଉତ୍ତାପ ପାଇଁ ସେ ତାଙ୍କର ବିଭିନ୍ନ ପ୍ରବନ୍ଧରେ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ଜୀବନ ବିଦ୍ୟାଳୟ’, ‘ଶିଳା ଓ ଶାଳଗ୍ରାମ’, ‘ଏକଲବ୍ୟ କାହାଣୀ ଓ ଅନ୍ୟାନ୍ୟ ପ୍ରବନ୍ଧ’, ‘ଜାତିରେ ମୁଁ ଯବନ’, ‘ସଂସ୍କୃତି ଓ ଓଡିଶା’, ‘ବିଶ୍ଵକୁ ଗବାକ୍ଷ’, ‘କାଳକୁ କଜ୍ଵଳ’, ‘ଗାନ୍ଧୀ ଓ ଗୋପବନ୍ଧୁ’, ‘ତରଙ୍ଗ ଓ ତଡ଼ିତ୍’, ‘ଶିକ୍ଷାରୁ ସଂକ୍ରମଣ’, ‘ନଖ ଦର୍ପଣେନ’, ‘ଓଡ଼ିଆ ଓ ଓଡ଼ିଶା’ ଆଦି ପ୍ରବନ୍ଧ ଗ୍ରନ୍ଥ ଅନ୍ୟତମ।

ଆଲୋଚ୍ୟ ‘ ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ’ ପ୍ରବନ୍ଧଟି ତାଙ୍କର ବହୁଚର୍ଚ୍ଚିତ ଗ୍ରନ୍ଥ ‘କ୍ଷ ରୁ ଅ’ ରୁ ଗୃହୀତ। ଭ୍ରାତୃତ୍ଵ ଗଠନ ଓ ଏହାର ଆବଶ୍ୟକତା ସଂପର୍କରେ ପ୍ରାବନ୍ଧିକଙ୍କ ଯୁକ୍ତି ଯେମିତି ପ୍ରାସଙ୍ଗିକ ସେମିତି ଯୁକ୍ତିନିଷ୍ଠ।

ପ୍ରାବନ୍ଧିକଙ୍କ ଆଲୋଚନାନୁସାରେ ଭ୍ରାତୃତ୍ଵ ହେଉଛି ଏକ ସ୍ଵତନ୍ତ୍ର ସୋପାନର କଥା,- ଏକ ସଚେତନ ସଦିଚ୍ଛାର ବିଷୟ । ଯେତେ ଉଦାର ହେଲେ ମଧ୍ୟ କୌଣସି ରାଷ୍ଟ୍ର ପୂର୍ଣ୍ଣତଃ ଆପେ ଯୋଜନାମାନ ତିଆରି କରି ଭ୍ରାତୃତ୍ଵ ଲାଗି ମୋଟେ ନେତୃତ୍ଵ ଦେଇପାରିବ ନାହିଁ । କୃପାଶୀଳ କୌଣସି ଭଗବାନ୍ ମଧ୍ୟ କୃପା ପ୍ରଦର୍ଶନ କରି ମନୁଷ୍ୟମାନଙ୍କୁ ଭ୍ରାତୃତ୍ଵର ପାଶରେ ଆବଦ୍ଧ ହୋଇ ରହିବାର ବରାଦମାନ କରିଦେଇ ପାରିବେ ନାହିଁ କିମ୍ବା ବିଶ୍ବସ୍ତରୀୟ କୌଣସି ମହାଦରବାରରେ ପ୍ରସ୍ତାବଟିଏ ପାସ୍ ହୋଇଗଲେ ମଧ୍ୟ ଏହି ଦିଗରେ ଆଦୌ ବିଶେଷ ଫଳ ମିଳିବ ନାହିଁ । ତେବେ କେମିତି ସମ୍ଭବ ହେବ ଏଇ ଭ୍ରାତୃତ୍ଵ ?

ହୋଇ ପାରିଥିବେ । କେହି ନିଜକୁ ବଞ୍ଚିତ ବା ପ୍ରତାରିତ ବୋଲି ଭାବୁନଥିବେ – ଏକ ପାରସ୍କାରିକତାର ନିତ୍ୟନୈମିଭିକ ନାନା ବ୍ୟବସ୍ଥା ସେମାନଙ୍କୁ ସତକୁ ସତ ଯଥେଷ୍ଟ ବିଶ୍ଵାସର ସହିତ ବାନ୍ଧି ରଖିଥିବ। ଯେଉଁଠାରେ ଘୃଣା ନଥିବ, ନିଜ ନିଜ ପ୍ରତିମା ତଥା ପ୍ରତୀକଗୁଡ଼ିକ ସମ୍ବନ୍ଧରେ କୌଣସି ମୋହ ମଧ୍ୟ ନଥିବ। ତେବେ ଯାଇ ଭ୍ରାତୃତ୍ଵ ନିମନ୍ତେ ଏକ ପ୍ରକୃତ ଭିତ୍ତିଭୂମି ବିକଶିତ ହୋଇଆସିବ ଏବଂ ନିତାନ୍ତ କ୍ଷୁଦ୍ରଗୋଷ୍ଠୀ ସ୍ତରରୁ ହିଁ ଯାବତୀୟ ଭ୍ରାତୃତ୍ଵ ବଞ୍ଚିବାର ପ୍ରୟୋଗମାନ ଆରମ୍ଭ ହେବ। ସେଇଥିରୁ ହିଁ ପ୍ରତ୍ୟୟ ଆସିବ ଏବଂ ସେଇ ପ୍ରତ୍ୟୟ ବୃଦ୍ଧିଲାଭ କରିପାରିବ । ସାନ ସାନ ମେଳମାନେ ହିଁ ଏକୁ ଆରେକ ଆବିଷ୍କାର କରିବେ

Question ୫ ।
ପୂରା ପୃଥିବୀଟା ବୃହତ୍ ଘରରୂପେ କିପରି ନିକଟବର୍ତ୍ତୀ ହୋଇପାରିବ, ବର୍ଣ୍ଣନା କର ।
ଉ –
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଜଣେ ଅନନ୍ୟ ପ୍ରାବନ୍ଧିକ ଭାବେ ସର୍ବାଗ୍ରେ ସ୍ମରଣୀୟ ହେଉଛନ୍ତି ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ । ସାହିତ୍ୟ ଏଇ ବିଭାଗରେ ଅର୍ଥାତ୍ ପ୍ରବନ୍ଧ କ୍ଷେତ୍ରରେ ତାଙ୍କ କଳାଚାତୁରୀ ଅନ୍ୟ ପ୍ରାବନ୍ଧିକମାନଙ୍କ ମଧ୍ୟରୁ ତାଙ୍କୁ ଭିନ୍ନ କରି ଉପସ୍ଥାପିତ କରାଇଛନ୍ତି । ସାହିତ୍ୟ, ଧର୍ମ, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ଦଖଲ ଓ ତତ୍ଵଜନିତ ଅଭିଜ୍ଞତାର ଶବ୍ଦରୂପ ପାଠକ ନିକଟରେ ଯେମିତି ବିସ୍ମୟକର ସେମିତି ପ୍ରଜ୍ଞାପ୍ରଦାୟକ ।

ତାଙ୍କ ସ୍ମରଣୀୟ ପ୍ରବନ୍ଧଗ୍ରନ୍ଥଗୁଡ଼ିକ ମଧ୍ୟରୁ ‘ଶିଳା ଓ ଶାଳଗ୍ରାମ’, ‘ଜୀବନ ବିଦ୍ୟାଳୟ’, ‘ନଖଦର୍ପଣେନ’, ‘ତରଙ୍ଗ ଓ ତଡ଼ିତ’, ‘ବିଶ୍ୱକୁ ପବନ’, ‘ଜାତିରେ ମୁଁ ଯବନ’, ‘ଶିକ୍ଷାରୁ ସଂକ୍ରମଣ’, ‘ଓଡ଼ିଆ ଓ ଓଡ଼ିଶା’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ସମାନତା : ସ୍ୱାଧୀନତା : ଭ୍ରାତୃତ୍ବ’ ଏକ ଅନନ୍ୟ ପ୍ରବନ୍ଧ । ଏହି ପ୍ରବନ୍ଧଟି ତାଙ୍କର ବହୁ ଚର୍ଚ୍ଚିତ ଗ୍ରନ୍ଥ ‘କ୍ଷ ରୁ ଅ’ ରୁ ଗୃହୀତ ।

ପ୍ରାବନ୍ଧିକ ପରିଣତ ପର୍ଯ୍ୟାୟ ବେଳକୁ ଭ୍ରାତୃତ୍ୱର ଗୁରୁତ୍ଵ ଓ ମହନୀୟତାକୁ ପ୍ରକାଶ କରିଛନ୍ତି । ଭ୍ରାତୃତ୍ଵ ଏକ ସ୍ବତନ୍ତ୍ର ସୋପାନର କଥା । ଏକ ସଚେତନ ସଦଚ୍ଛାର ବିଷୟ । ଯେତେ ଉଦାର ହେଲେ ମଧ୍ୟ କୌଣସି ରାଷ୍ଟ୍ର ପୂର୍ଣ୍ଣତଃ ବିଭିନ୍ନ ଯୋଜନା ମାଧ୍ୟମରେ ଭ୍ରାତୃତ୍ଵ ଲାଗି ନେତୃତ୍ୱ ଦେଇପାରିବ ନାହିଁ । ଆବଶ୍ୟକ ଅନୁକୂଳତା ସୃଷ୍ଟି ହେବାର ଗୁରୁତ୍ଵପୂର୍ଣ୍ଣ ବହୁ ଭୂମିକା ଅବଶ୍ୟ ଗ୍ରହଣ କରିପାରିବ । ଏହି ଭ୍ରାତୃତ୍ୱ ପାଇଁ ଈଶ୍ୱର ଚାହିଁଲେ ମଧ୍ୟ କୌଣସି ବର ବା ଆଶୀର୍ବାଦ ମାଧ୍ୟମରେ ଏହା ଉଦ୍ରେକ କରିପାରିବେ ନାହିଁ । କେବଳ ଏଇ ମନୁଷ୍ୟମାନେ ମନକଲେ ହିଁ ଭ୍ରାତୃତ୍ଵର ପଥଟିକୁ ଗ୍ରହଣ କରିପାରିବେ ଯଦି ନିଜକୁ ବଞ୍ଚିତ ପ୍ରତାରିତ ବୋଲି ଭାବୁ ନଥ‌ିବେ, ଘୃଣା କରୁନଥିବେ ପରସ୍ପରକୁ ତେବେ ଯାଇ ଏଇ ଭ୍ରାତୃତ୍ଵ ଲାଗି ଏକ ଯୋଗ୍ୟ ଭିତ୍ତିଭୂମି ବିକଶିତ ହୋଇପାରିବ । ଏହି ପ୍ରୟାସ ନିତାନ୍ତ କ୍ଷୁଦ୍ରଗୋଷ୍ଠୀ ସ୍ତରରୁ ହିଁ ଯାବତୀୟ ଭ୍ରାତୃତ୍ୱକୁ ବଞ୍ଚିବାର ପ୍ରୟୋଗମାନ ଆରମ୍ଭ କରିବ । ସେଇଥୁରୁ ହିଁ ପ୍ରତ୍ୟୟ ସୃଷ୍ଟି ହୋଇ କ୍ରମେ ବୃହତ୍ତର ପ୍ରତିଶ୍ରୁତିଗୁଡ଼ିକୁ ଆସ୍ଥାବାନ କରାଇବ । ତାହାରି ଦ୍ଵାରା ହିଁ ସାନ ଘରଗୁଡ଼ିକ ପରି ପୂରା ପୃଥ‌ିବୀଟା ଏକ ବୃହତ ଘର ରୂପେ ନିକଟବର୍ତ୍ତୀ ହୋଇଆସିବ ।

ବାସ୍ତବିକ ପ୍ରାବନ୍ଧିକଙ୍କ ଆକଳନ ଯଥାସ୍ଵାଗତ ଓ ପ୍ରଶଂସନୀୟ ।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

ପ୍ରାବନ୍ଧିକ ପରିଚିତି :

ସ୍ଵାଧୀନତା ପରବର୍ତୀ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଜଣେ ବହୁଚର୍ଚ୍ଚିତ ଓ ବହୁପଠିତ ପ୍ରାବନ୍ଧିକ ଭାବରେ ସର୍ବାଗ୍ରେ ସ୍ମରଣୀୟ ଚିତ୍ତରଞ୍ଜନ ଦାସ। ବ୍ୟାପକ ଅଧ୍ୟୟନର ପରିସର, ଗଭୀର ମନନଶୀଳତା, ଭିନ୍ନ ଭାବେ ଦେଖିବାର ଦୃଷ୍ଟିଭଙ୍ଗୀ ଓ ବିଷୟ-ବୈଚିତ୍ରର ବିସ୍ତାର ତାଙ୍କୁ ସମଗ୍ର ଓଡ଼ିଆ ସାହିତ୍ୟ ଦରବାରରେ ସ୍ଵତନ୍ତ୍ରାସନରେ ଅଧିଷ୍ଠିତ କରାଇପାରିଛି । ସାହିତ୍ୟ, ଧର୍ମ,ବିଚକ୍ଷଣ ପ୍ରତିଭାର ମୌଳିକ ଚିନ୍ତାଧାରା ପାଠକର ଚିନ୍ତା ଚେତନାକୁ ବିପୁଳ ଭାବରେ ପ୍ରଭାବିତ କରିଥାଏ। ସେ ଏକାଧାରରେ ଥିଲେ ଜଣେ ପ୍ରାବନ୍ଧିକ, ଗବେଷକ, ଅନୁବାଦକ, ଜୀବନୀକାର ଓ ଭ୍ରମଣକାହାଣୀକାର । ସେ ଉଭୟ ବସ୍ତୁନିଷ୍ଠ ଓ ବ୍ୟକ୍ତିନିଷ୍ଠ ପ୍ରାବନ୍ଧ ଚରନାରେ ଧୁରୀଣ ଥିଲେ ।

ଚିତ୍ତରଞ୍ଜନଙ୍କ ପ୍ରବନ୍ଧଗୁଡିକୁ ପାଠ କଲେ ଜଣେ ତତ୍ତ୍ଵଜ୍ଞଙ୍କ ବଳିଷ୍ଠ ସ୍ଵାକ୍ଷର ଅନୁଭବ କରିହେବ। ବହୁ ଗ୍ରନ୍ଥ ଅଧ୍ୟୟନ ଶିକ୍ଷା, ସମାଜ ଓ ଜୀବନ ଯାତ୍ରାରେ ନୂତନ ଜୀବନ-ଉତ୍ତାପ ପାଇଁ ସେ ତାଙ୍କର ବିଭିନ୍ନ ପ୍ରବନ୍ଧରେ ବଳିଷ୍ଠ ଯୁକ୍ତି ବାଢ଼ିଛନ୍ତି।

‘ ଜୀବନ ବିଦ୍ୟାଳୟ’, ‘ଶିଳା ଓ ଶାଳଗ୍ରାମ’, ‘ଏକଲବ୍ୟ କାହାଣୀ ଓ ଅନ୍ୟାନ୍ୟ ପ୍ରବନ୍ଧ’, ‘ଜାତିରେ ମୁଁ ଯବନ’, ‘ସଂସ୍କୃତି ଓ ଓଡ଼ିଶା’, ‘ବିଶ୍ଵକୁ ଗବାକ୍ଷ’, ‘କାଳକୁ କଜ୍ଵଳ’, ‘ଗାନ୍ଧୀ ଓ ଗୋପବନ୍ଧୁ’, ‘ତରଙ୍ଗ ଓ ତଡ଼ିତ୍’, ‘ଶିକ୍ଷାରୁ ସଂକ୍ରମଣ’, ‘ନଖ ଦର୍ପଣେନ’, ‘ଓଡ଼ିଆ ଓ ଓଡ଼ିଶା’, ‘ଶିଷ୍ୟ ଓ ଚେତନା’, ‘ଚେତନା ବଡ଼ ଅଡୁଆ’, ‘ଚେତନାର ଉନ୍ନୀଳନ’, ‘କେତେ ଦିଗନ୍ତ’ ଆଦି ପ୍ରବନ୍ଧଗ୍ରନ୍ଥ ଅନ୍ୟତମ।

‘ବିଶ୍ଵକୁ ଗବାକ୍ଷ’ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ।
ଓଲଟ ଚଉତିଶା ଅକ୍ଷର ନିୟମ ଆଧାରରେ ଚିତ୍ତରଞ୍ଜନଙ୍କଦ୍ଵାରା ରଚିତ ପ୍ରବନ୍ଧ ସଂକଳନ ‘କ୍ଷ ରୁ ଅ’ଏକ ଭିନ୍ନ ଶୈଳୀର ସୃଷ୍ଟି । ଏହି ଗ୍ରନ୍ଥର ଷୋଡ଼ଶ ପ୍ରବନ୍ଧ ହେଉଛି ‘ସମାନତା : ସ୍ଵାଧୀନତା : ଭ୍ରାତୃତ୍ଵ’।

ବିଷୟ ପ୍ରବେଶ :

ଫରାସୀ ରାଷ୍ଟ୍ର ବିପ୍ଲବରୁ ସୃଷ୍ଟି ହୋଇଥିବା ଏଇ ତିନୋଟି ଶବ୍ଦର ମହତ୍ତ୍ଵ ସମଗ୍ର ବିଶ୍ଵରେ ଉପଲବ୍‌ଧ ହୋଇଥାଏ। ରାଜତନ୍ତ୍ରର ସ୍ଵେଚ୍ଛାଚାର ଏବଂ ଏକଚାଟିଆ ଶାସନର ଅନ୍ତ ଘଟାଇ ଅଧିକାଂଶ ଦେଶରେ ଗଣତନ୍ତ୍ର ବା ଲୋକତନ୍ତ୍ର ପ୍ରତିଷ୍ଠିତ ହେବା ମୂଳରେ ଫରାସୀ ବିପ୍ଳବର ଅବଦାନକୁ ଏଡ଼ାଇ ଦିଆଯାଇ ନପାରେ। ଋଷ୍ ବିପ୍ଲବ ମଧ୍ୟ ବିଶ୍ଵଶାସନ ପ୍ରଣାଳୀକୁ ଗଭୀର ଭାବରେ ପ୍ରଭାବିତ କରିଛି। ତେବେ ତିନି ମହାନ୍ ସ୍ଲୋଗାନ ଯଥା ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵର ବାସ୍ତବ ପ୍ରତିଫଳନ ସମଗ୍ର ବିଶ୍ଵରେ ଏଯାବତ୍ ସମ୍ଭବ ହୋଇନାହିଁ । ସମାଜବାଦ, ଜାତୀୟତାବାଦ ଭଳି ରୋଚକ ଶବ୍ଦକୁ ଢାଲକରି ତଥାପି ମୁଷ୍ଟିମେୟ ଲୋକ ଶାସନ ତନ୍ତ୍ରରେ ରହି ରାଜକୀୟ ସୁଖସୌଭାଗ୍ୟ ଉପଭୋଗ କରିଚାଲିଛନ୍ତି, ଅଥଚ ଏପଟେ କୋଟି କୋଟି ଲୋକ ଅଶିକ୍ଷା, ଦାରିଦ୍ର୍ୟ, ଦୁର୍ଦ୍ଦଶାର ଶିକାର ହୋଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି।

ସମାନତା ଏକ ପ୍ରହେଳିକା; ଭ୍ରାତୃତ୍ଵ ଏକ ମରୀଚିକା ମାତ୍ର । ଆଇନକାନୁନରେ ଭ୍ରାତୃତ୍ଵ ପ୍ରତିଷ୍ଠିତ ହୋଇନପାରେ । ନିର୍ବିଶେଷରେ ସକଳ ମଣିଷ ଭ୍ରାତୃତ୍ଵର ଉଦାର ଭାବନାରେ ଅଭିମନ୍ତ୍ରିତ ହେଲେ ହିଁ ବିଶ୍ଵ ଏକ ବୃହତ୍ ଘର ରୂପେ ଆପଣାର ଲାଗିବ ବୋଲି ଲେଖକ ଯେଉଁ ଆଶାପ୍ରକଟ କରିଛନ୍ତି, ତାହା ଖୁବ୍ ଆନନ୍ଦର ବିଷୟ।

ବିଷୟର ସାରକଥା :

ସମାନତା, ସ୍ଵାଧୀନତା ଓ ଭ୍ରାତୃତ୍ଵ ଏଇ ତିନୋଟି ଖାଲି ଶବ୍ଦ ନୁହେଁ, ସାର । ପୃଥିବୀର ଲୋକମାନଙ୍କ ପାଇଁ ବିଶେଷ

ଆଣି ଦେଇଥିଲା ଏଇ ତିନୋଟି ଶବ୍ଦ । ଏଇ ତିନୋଟିଯାକ ଶବ୍ଦ ଫରାସୀ ବିପ୍ଳବ ପରେ ସମଗ୍ର ବିଶ୍ଵକୁ କେତେ ପରିମାଣରେ ଆତ୍ମବଳ ଦେଇଥିଲା ତାହା ଆଜି ଆଲୋଚନାର ବିଷୟ। ତେବେ ସଂଘଶକ୍ତିଦ୍ଵାରା ନିୟତିଗୁଡ଼ିକୁ ଭବିଷ୍ୟ ନିମନ୍ତେ ଅନ୍ୟ ମୋଡ଼ ଦେଇ ହେବାର ଏକ ବିଶ୍ଵାସ ଜନ୍ମେଇ ଦେଇଥିଲା ଏଇ ଶବ୍ଦସମୂହ।

ମୂଳ ଫରାସୀ ସ୍ଲୋଗାନଟି ଅନୁସାରେ ସେଥିରେ ସବା ପ୍ରଥମେ ଥିବା ଶବ୍ଦଟି ହେଉଛି- ସ୍ଵାଧୀନତା । ଯେଉଁ ସ୍ଵାଧୀନତା ସମଗ୍ର ବିଶ୍ଵକୁ ଆଣି ଦେଖାଇଦେଲା ଯେ ରାଜା ବା ରାଜତନ୍ତ୍ର ଈଶ୍ଵରଦତ୍ତ ଆଶୀର୍ବାଦ ନୁହେଁ । ଏଇ ବିପ୍ଳବକାଳୀନ ଅର୍ଥସନ୍ଦର୍ଭରେ ଶାସନତନ୍ତ୍ରରେ ପରିବର୍ତ୍ତନ ଆସିଲା, ରାଜତନ୍ତ୍ର ସ୍ଥାନରେ ଗଣତନ୍ତ୍ର ତଥା ଲୋକତନ୍ତ୍ର ଅଭ୍ୟୁଦୟ ହେଲା। ରାଜତନ୍ତ୍ରରେ ରାଜାଙ୍କ ସ୍ଵାର୍ଥାନୁସାରେ ଯେଉଁ ଶାସନ ଚାଲିଥିଲା, ୟା ପରଠାରୁ ଆସିଲା ପରିବର୍ତ୍ତନ। ରାଜାଙ୍କୁ ହଟାଇ ନିଜ ଅଧୀନକୁ ଶାସନ ଆସିଲା। ଏଇ ରାଜାଙ୍କ ସ୍ଵାର୍ଥ ଆଧାରିତ ଶାସନ ବିରୋଧରେ ବହୁଜନ – ପକ୍ଷର ଉଦୟବାସନାମାନ ଜମାଟ ବାନ୍ଧି ସମାନତାର ସ୍ଥାନ ତିଆରି କରିବାକୁ ଆରମ୍ଭ କଲା । ଆଗ ଭାଗ୍ୟବାଦୀ ଜର୍ଜରତାଗୁଡ଼ିକରୁ ମୁକୁଳି ଆସିବାର ସାମୂହିକ ଇଚ୍ଛାମାନେ ହିମ୍ମତ ପାଇବାରୁ ହିଁ ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ ସଂଗଠିତ ହେଲା ।

ରାଜନୀତି ଖାଲି ରାଜନୀତି ହୋଇ କେଉଁ କାଳରେ ନଥିଲା ବୋଲି ପ୍ରାବନ୍ଧିକ ଘୋଷଣା କରିଛନ୍ତି। ରାଜତନ୍ତ୍ର ଥିଲା, କାରଣ ରାଜାର ସ୍ଵାର୍ଥ ଅନୁସାରେ ହିଁ ଶାସନ ଚଳୁଥିଲା। ଏହି ନ୍ୟସ୍ତ ସ୍ଵାର୍ଥଗୁଡ଼ିକ ବିରୋଧରେ ବହୁଜନ-ପକ୍ଷର ଉଦୟ ବାସନାମାନ ଜମାଟବାନ୍ଧି ସମାନତା ନାମକ ଦ୍ଵିତୀୟ ସତ୍ୟଟି ନିମନ୍ତେ ସ୍ଥାନ ତିଆରି କରି ଆଣିଥିଲେ। ଆଗ ଭାଗ୍ୟବାଦୀ ଜର୍ଜରତାଗୁଡ଼ିକରୁ ମୁକୁଳି ଅସିବାର ସାମୂହିକ ଇଚ୍ଛାମାନେ ହିମ୍ମତ ପାଇବାରୁ ହିଁ ସମାନତା ଲାଗି ବଳ ଏବଂ ସାହସଗୁଡ଼ିକ ସଂଗଠିତ ହୋଇ ଆସିପାରିଲେ । ବହୁବିଧି ଅସମାନତା ତଥା ଉପେକ୍ଷାକୁ ସାମୂହିକ ଜୀବନ କାରବାରମାନଙ୍କରେ ମୁଖ୍ୟ ମୀମାଂସକ ରୂପେ ଯୋଡ଼ି ରଖିଥିବା ସ୍ଵାର୍ଥୀ ପକ୍ଷଟି ସର୍ବଦା କ୍ଷମତାଗୁଡ଼ିକ ଦଖଲ କରି ରହି ଏହି ଉଭୟଙ୍କୁ ହିଁ ମୁଖ୍ୟତଃ ଆପଣାର ବିଶେଷ ସ୍ଵାର୍ଥଗୁଡ଼ିକର ତେବେ ସମାନତାର ଅଭାବ ଯୋଗୁ ଅଶିକ୍ଷା, ଦାରିଦ୍ର୍ୟ, ରୋଗ ନିତିଦିନର ସ୍ଵାଭାବିକ ଶୈଳୀ ପ୍ରାୟ ଲାଗି ରହିଛି।

ତେବେ ସମାନତାର ଅଭାବ ଯୋଗୁ ଅଶିକ୍ଷା, ଦାରିଦ୍ର୍ୟ, ରୋଗ ନିତିଦିନର ସ୍ଵାଭାବିକ ଶୈଳୀ ପ୍ରାୟ ଲାଗି ରହିଛି। ଅଭାବ ଅନଟନ ଅବିଚ୍ଛିନ୍ନ ରହିଛି। ପ୍ରକୃତିର ପ୍ରକୋପଗୁଡ଼ିକ ପାଖରେ ସେମାନେ ନିତାନ୍ତ ଅସହାୟ ହୋଇ ରହିଛନ୍ତି । ବିଜ୍ଞାନ ସେମାନଙ୍କର ଯେଉଁପରି ଉପକାର କରିବା କଥା ତାହା କରିପାରି ନାହିଁ । ନିର୍ବାଚନ ହୁଏତ ଖୁବ୍ ଜାକଜମକରେ ହେଉଛି, ମାତ୍ର ଏଇ ସମାନତା ଅଭାବରୁ ସାଧାରଣ ଲୋକମାନେ କାର୍ଯ୍ୟତଃ କୌଣସି ଭରସା ରଖିପାରୁ ନାହାନ୍ତି। କେତେଟା ତଥାକଥିତ ଗଣତନ୍ତ୍ରର ଛାଞ୍ଚରେ ଏକନାୟକତ୍ଵଟା ମଧ୍ୟ ପ୍ରଶୟ ପାଇପାରୁଛି।

ପ୍ରାବନ୍ଧିକଙ୍କ ଆଲୋଚନାନୁସାରେ ଭ୍ରାତୃତ୍ଵ ହେଉଛି ଏକ ସ୍ଵତନ୍ତ୍ର ସୋପାନର୍‌ କଥା,- ଏକ ସଚେତନ ସଦିଚ୍ଛାର ବିଷୟ। ଯେତେ ଉଦାର ହେଲେ ମଧ୍ୟ କୌଣସି ରାଷ୍ଟ୍ର ପୂର୍ଣ୍ଣତଃ ଆପେ ଯୋଜନାମାନ ତିଆରି କରି ଭ୍ରାତୃତ୍ଵ ଲାଗି ମୋଟେ ନେତୃତ୍ଵ ଦେଇପାରିବ ନାହିଁ । କୃପାଶୀଳ କୌଣସି ଭଗବାନ୍ ମଧ୍ୟ କୃପା ପ୍ରଦର୍ଶନ କରି ମନୁଷ୍ୟମାନଙ୍କୁ ଭ୍ରାତୃତ୍ଵର ପାଶରେ ଆବଦ୍ଧ ହୋଇ ରହିବାର ବରାଦମାନ କରିଦେଇ ପାରିବେ ନାହିଁ କିମ୍ବା ବିଶ୍ବସ୍ତରୀୟ କୌଣସି ମହାଦରବାରରେ ପ୍ରସ୍ତାବଟିଏ ପାସ୍ ହୋଇଗଲେ ମଧ୍ୟ ଏହି ଦିଗରେ ଆଦୌ ବିଶେଷ ଫଳ ମିଳିବ ନାହିଁ । ତେବେ କେମିତି ସମ୍ଭବ ହେବ ଏଇ ଭ୍ରାତୃତ୍ଵ ? ସେଥିଲାଗି ମଣିଷମାନଙ୍କ ଆନ୍ତରିକ ଇଚ୍ଛା ଦରକାର । ମଣିଷମାନେ ଚାହିଁଲେ ମନକଲେ ଯାଇ ଭ୍ରାତୃତ୍ଵର ପଥକୁ ଗ୍ରହଣ କରିପାରିବେ । ସେମାନେ ସ୍ଵତନ୍ତ୍ରତା ହାସଲ କରିସାରିଥିବେ, ସମାନତାର ପଥରେ ମଧ୍ୟ ଉଲ୍ଲେଖେଯାଗ୍ୟ ଭାବରେ ଅଗ୍ରସର ହୋଇ ପାରିଥିବେ । କେହି ନିଜକୁ ବଞ୍ଚିତ ବା ପ୍ରତାରିତ ବୋଲି ଭାବୁନଥିବେ – ଏକ ପାରସ୍କାରିକତାର ନିତ୍ୟନୈମିତ୍ତିକ ନାନା ବ୍ୟବସ୍ଥା ସେମାନଙ୍କୁ ସତକୁ ସତ ଯଥେଷ୍ଟ ବିଶ୍ଵାସର ସହିତ ବାନ୍ଧି ରଖିଥିବ। ଯେଉଁଠାରେ ଘୃଣା ନଥିବ, ନିଜ ନିଜ ପ୍ରତିମା ତଥା ହିଁ ପ୍ରତ୍ୟୟ ଆସିବ ଏବଂ ସେଇ ପ୍ରତ୍ୟୟ ବୃଦ୍ଧିଲାଭ କରିପାରିବ । ସାନ ସାନ ମେଳମାନେ ହିଁ ଏକୁ ଆରେକ ଆବିଷ୍କାର କରିବେ ଏବଂ ସେଇଥିରୁ ବୃହତ୍ତର ପ୍ରତିଶ୍ରୁତିଗୁଡ଼ିକ ବିଷୟରେ ଆସ୍ଥାବାନ୍ ହେବେ । ତାହାରିଦ୍ଵାରା ହିଁ ଆମ ପ୍ରତ୍ୟେକଙ୍କର ଏହି ସାନ ଘରଗୁଡ଼ିକ ପରି ପୂରା ପୃଥିବୀଟା ମଧ୍ୟ ଆମ ସମସ୍ତଙ୍କର ଏକ ବୃହତ୍ ଘର ରୂପେ ନିକଟବର୍ତ୍ତୀ ହୋଇଆସିବ।

CHSE Odisha Class 12 Optional Odia Solutions Chapter 13 ସମାନତା: ସ୍ଵାଧୀନତା: ଭ୍ରାତୃତ୍ଵ

କଠିନ ଶବ୍ଦ ଓ ଅର୍ଥ :

ଆଲୋକ ପିପାସା – ଆଲୋକ ପ୍ରାପ୍ତି (ପିଇବା) ଆଶା
କ୍ରମ ପୋଖତ – କ୍ରମଶଃ ଦୃଢ଼
ଆବଡ଼ା ଖାବଡ଼ା – ଖାଲଢ଼ିପ, ଉତ୍‌ଥାନ ପତନ
ପ୍ରୀତ୍ୟର୍ଥେ – ଖୁସି ପାଇଁ
ଜର୍ଜରତା – କାତରତା, ପୀଡ଼ିତାବସ୍ଥା
ଫିସାଦ – ଛଳନାପୂର୍ଣ୍ଣ କୌଶଳ
ଆସ୍ପୃହା – ଇଚ୍ଛା
ଆବିର୍ଭାବ – ବିଦ୍ୟମାନ, ଜନ୍ମ
ପ୍ରଶ୍ରୟ – ଆଦର, ସ୍ନେହ, ଆଶ୍ରୟ
ମସ୍ତ ମସ୍ତ – ବଡ଼ ବଡ଼
ମୀମାଂସକ – ନିର୍ଦ୍ଧାରକ, ଫଇସଲାକାରୀ
ରମଣ ସାମଗ୍ରୀ – ଖୁସିର ଜିନିଷ ଇଚ୍ଛା, କାମନା
ଦୋରସ୍ତ – ନିର୍ଭୁଲ, ସୁଶୃଙ୍ଖଳ
ତ୍ରାସ – ଭୟ
ଖଡ଼ – ଖଣ୍ଡା
ମଞ୍ଜସତ୍ୟ – ନିରୋଳା ସତ୍ୟ
ଯୋଗ୍ୟ ମଥାମାନେ – ଯୋଗ୍ୟ ଚିନ୍ତାଶୀଳ ଲୋକେ

Leave a Comment