Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Short Answer Questions.
CHSE Odisha 12th Class Political Science Chapter 10 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।
୧ । ପ୍ରାକୃତିକ ସମ୍ପଦ କାହାକୁ କୁହନ୍ତି ?
Answer:
ପ୍ରାକୃତିକ ସମ୍ପଦ କହିଲେ ପ୍ରକୃତିରେ ଦେଖାଯାଉଥିବା ବିଭିନ୍ନ ଜିନିଷକୁ ବୁଝାଏ, ଯାହା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ବାୟୁ, ବଣ, ଜଙ୍ଗଲ, ଜଳ, ମୃତ୍ତିକା, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦିଙ୍କୁ ପ୍ରାକୃତିକ ସମ୍ପଦର ଆଖ୍ୟା ଦିଆଯାଇଅଛି । ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ; ଜୀବନ୍ତ ସମ୍ପଦ (Living Resource), ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ, ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ (Non- living resource); ଯାହା ଜଳ, ବାୟୁ, ମୃରିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ । ପ୍ରାକୃତିକ ସମ୍ପଦକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
୨ । ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ କ’ଣ ?
Answer:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ । ଜଳ, ବାୟୁ, ମୃରିକା ଆଦି ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବ ସ୍ଥିତିକୁ ଫେରିଆସିଥାଏ । ସେହିପରି ସୌର ଶକ୍ତି, ତାପଜ ଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ ।
୩ । ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କ’ଣ ?
Answer:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ଵାରା ଏହାର ବିଲୟ ସମ୍ପୂର୍ଣ ରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ । ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟାଦ୍ଵାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ । ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ୍, ଲୁହା, ଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀର ସମ୍ପଦ ।
୪ । ସରନ୍ତି ପ୍ରାକୃତିକ ସମ୍ପଦ କ’ଣ ?
Answer:
ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ଵାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ । ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରିବାଯୋଗୁଁ ଏହାର ବିଲୟ ଘଟୁଛି । ଯାନବାହନ ଓ କଳକାରଖାନା ଆଦିର ଦୃଢ଼ ବିକାଶଦ୍ବାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।
୫ । ଅସରନ୍ତି ପ୍ରାକୃତିକ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦଗୁଡ଼ିକ ମନୁଷ୍ୟ ସମାଜଦ୍ବାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକ ବିଲୟ ହୋଇ ନଥାଏ ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ । ଏହି ଅସରନ୍ତି ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ । ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇ ନଥାଏ । ସମୁଦ୍ର ଲହଡ଼ି ମଧ୍ୟ ଏହି ଶ୍ରେଣୀର ସମ୍ପଦ ।
୬ । ପାଣିପାଗ (Weather) କାହାକୁ କହନ୍ତି ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଵଳ୍ପ ସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ କୁହାଯାଏ । ଉତ୍ତାପ, ବୃଷ୍ଟିପାତ ଓ ଆର୍ଦ୍ରତା’ ଆଦି ପାଣିପାଗର ପରିମାପ ଅଟନ୍ତି ।
୭। ଜଳବାୟୁ (Climate) କାହାକୁ କହନ୍ତି ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ । ପ୍ରାୟତଃ ୨୦ ବର୍ଷ ବ୍ୟବଧାନରେ ଜଳବାୟୁ ନିଦ୍ଧାରଣ କରାଯାଇଥାଏ ।
୮ । ସବୁଜ ଗୃହ କ’ଣ ?
Answer:
ସବୁଜ ଗୃହ ବା ଗ୍ରୀନ ହାଉସ୍ ହେଉଛି ଏକ କାଚନିର୍ମିତ ଘର, ଯେଉଁଠାରେ ସାଧାରଣତଃ ଉଭିଦମାନ ଲଗାଯାଇ ପରୀକ୍ଷା କରାଯାଇଥାଏ । ପୃଥିବୀକୁ ଏକ ପ୍ରାକୃତିକ ସବୁଜ ଗୃହ କୁହାଯାଏ ।
୯ । ‘ସବୁଜ ଗୃହ’ ପ୍ରଭାବ ସୃଷ୍ଟିକାରୀ ବାଷ୍ପଗୁଡ଼ିକ କ’ଣ ?
Answer:
ମୁଖ୍ୟତଃ ପାଞ୍ଚଟି ବାଷ୍ପର ସବୁଜ ଗୃହ ପ୍ରଭାବ ସୃଷ୍ଟିକାରୀ ଶକ୍ତି ରହିଛି । ସେଗୁଡ଼ିକ ହେଲା- ଅଙ୍ଗାରକାମ୍ଳ, ମିଥେନ୍, କ୍ଲୋରୋଫ୍ଲୋରୋ କାର୍ବନ, ଭୂସ୍ତରୀୟ ଓଜୋନ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ।
୧୦ । ବିଶ୍ବ ତାପାୟନର ଦୁଇଟି ମୁଖ୍ୟ ପ୍ରଭାବ ଲେଖ ।
Answer:
ବିଶ୍ବ ତାପାୟନର ଦୁଇଟି ମୁଖ୍ୟ ପ୍ରଭାବ ହେଲା-
- ଜଳବାୟୁର ପରିବର୍ତ୍ତନ
- ମେରୁ ଅଞ୍ଚଳରେ ବରଫ ତରଳିବା
୧୧ । ଜଳବାୟୁର ପରିବର୍ତ୍ତନର ମୁଖ୍ୟ କାରଣମାନ କ’ଣ ?
Answer:
ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣମାନ ହେଲା
- ବିଶ୍ଵ ତାପମାତ୍ରା ବୃଦ୍ଧି
- ଯାନବାହାନ ଚଳାଚଳଯୋଗୁଁ ବାୟୁମଣ୍ଡଳରେ ଯବକ୍ଷାରଜାନ ବୃଦ୍ଧି ।
୧୨ । ଜଳବାୟୁର ପରିବର୍ତ୍ତନର ଦୁଇଟି ମୁଖ୍ୟ ପ୍ରଭାବ କ’ଣ ?
Answer:
ଜଳବାୟୁ ପରିବର୍ତ୍ତନର ଦୁଇଟି ମୁଖ୍ୟ ପ୍ରଭାବ ହେଲା –
- ଜୈବ ବିବିଧତାର ଅବକ୍ଷୟ
- ସମୁଦ୍ର ପତ୍ତନ ବୃଦ୍ଧି
B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚୋଟି / ଛଅଟି ବାକ୍ୟରେ ଦିଅ ।
୧ । ପ୍ରାକୃତିକ ସମ୍ପଦ ।
Answer:
ପ୍ରାକୃତିକ ସମ୍ପଦ କହିଲେ ପ୍ରକୃତିରେ ଦେଖାଯାଉଥିବା ବିଭିନ୍ନ ଜିନିଷକୁ ବୁଝାଏ, ଯାହା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ବାୟୁ, ବଣ, ଜଙ୍ଗଲ, ଜଳ, ମୃତ୍ତିକା, ବନ୍ୟଜନ୍ତୁ, ପଶୁପକ୍ଷୀ ଆଦିଙ୍କୁ ପ୍ରାକୃତିକ ସମ୍ପଦର ଆଖ୍ୟା ଦିଆଯାଇଅଛି । ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦର ସମାହାରରେ ପରିବେଶର ସନ୍ତୁଳନ ଅବସ୍ଥା ସମ୍ଭବ ହୋଇଥାଏ । କାଳକ୍ରମେ ମନୁଷ୍ୟର ଉପଯୋଗରେ ଏହି ପ୍ରାକୃତିକ ସମ୍ପଦ ଆସୁଥିବାରୁ ଏହାର କାଳକ୍ରମେ ବିଲୟ ଘଟୁଛି, ଯାହା ପରିବେଶକୁ ଅସନ୍ତୁଳିତ କରୁଅଛି । ପ୍ରାକୃତିକ ସମ୍ପଦକୁ ସାଧାରଣତଃ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରେ; ଜୀବନ୍ତ ସମ୍ପଦ (Living Resource); ଯାହା ବଣ, ଜଙ୍ଗଲ, ବନ୍ୟଜନ୍ତୁ ଇତ୍ୟାଦିକୁ ବୁଝାଇଥାଏ, ସେହିପରି ଅନ୍ୟଟି ହେଲା ଅଜୈବ ସମ୍ପଦ (Non living resource’ ଯାହା ଜଳ, ବାୟୁ, ମୃରିକା, ଖଣିଜ ଲବଣ ଇତ୍ୟାଦିକୁ ବୁଝାଇଥାଏ । ପ୍ରାକୃତିକ ସମ୍ପଦକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି ।
- ନବୀକରଣଯୋଗ୍ୟ ସମ୍ପଦ (Renewable Resource)
- ନବୀକରଣ ଅଯୋଗ୍ୟ ସମ୍ପଦ (Non-Renewable Resource)
୨। ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ ।
Answer:
ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାରକଲେ ମଧ୍ୟ ତାହାର ସମ୍ପୂର୍ଣ୍ଣ ବିଲୟ ହୋଇ ନଥାଏ, ତାହାକୁ ନବୀକରଣଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ । ଏହାର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହା ବିଭିନ୍ନ ଚକ୍ର ପ୍ରକ୍ରିୟାରେ ଏହା ପୂର୍ବାବସ୍ଥାକୁ ଫେରିଆସିଥାଏ । ଜଳ, ବାୟୁ, ମୃରିକା ଆଦି ପ୍ରାକୃତିକ ଉପାୟରେ କ୍ଷୟ ହେଉଥିଲେ ମଧ୍ୟ ଏହା ପ୍ରାକୃତିକ ଉପାୟରେ ଏହାର ପୂର୍ବ ସ୍ଥିତିକୁ ଫେରିଆସିଥାଏ । ସେହିପରି ସୌରଶକ୍ତି, ତାପଜଶକ୍ତି, ବିଦ୍ୟୁତ୍ ଶକ୍ତି ଆଦି ନବୀକରଣଯୋଗ୍ୟ ସମ୍ପଦ ।
୩ । ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ ।
Answer:
ଯେଉଁ ପ୍ରାକୃତିକ ସମ୍ପଦର ବାରମ୍ବାର ବ୍ୟବହାରଦ୍ଵାରା ଏହାର ବିଲୟ ସମ୍ପୂର୍ଣ୍ଣ ରୂପେ ହୋଇଥାଏ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ପଦ କୁହାଯାଏ । ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଭିନ୍ନ ଚକ୍ର ପ୍ରକ୍ରିୟାଦ୍ଵାରା ପ୍ରକୃତିରେ ପୁନର୍ବାର ଭରଣା ହୋଇପାରେ ନାହିଁ । ବିଭିନ୍ନ ଖଣିଜ ପଦାର୍ଥ, କୋଇଲା, ପେଟ୍ରୋଲିୟମ୍, ଲୁହା, ଦସ୍ତା, ସୁନା, ସୀସା, ତମ୍ବା ଆଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବ୍ୟବହାର ହେଲେ ଏହାର ପରିମାଣ କ୍ରମାଗତଭାବେ ହ୍ରାସପାଏ । ପୁନର୍ବାର ଏହାର ଭରଣା ସମ୍ଭବପର ହୋଇ ନଥାଏ ।
୪ । ସରନ୍ତି ପ୍ରାକୃତିକ ସମ୍ପଦ ।
Answer:
ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାରଦ୍ଵାରା ଏହାର ବିଲୟ ଘଟିଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ । ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହାଫଳରେ ଏହି ସରନ୍ତି ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଉଛି । ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରିବା ଯୋଗୁଁ ଏହାର ବିଲୟ ଘଟୁଛି । ଯାନବାହାନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ଵାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି । ମନୁଷ୍ୟକୃତ କାରଣରୁ ପରିବେଶ ଦୂଷିତ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ ।
୫ । ଅସରନ୍ତି ପ୍ରାକୃତିକ ସମ୍ପଦ ।
Answer:
ଯେଉଁ ସମ୍ପଦଗୁଡ଼ିକର ମନୁଷ୍ୟ ସମାଜଦ୍ବାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକ ବିଲୟ ହୋଇ ନଥାଏ, ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ । ଏହି ଅସରନ୍ତି ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ । ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶ୍ରେଣୀର ସମ୍ପଦ । ଏଗୁଡ଼ିକର ବାରମ୍ବାର ବ୍ୟବହାର ହେଲେ ମଧ୍ୟ ଏହାର ବିଲୟ ହୋଇ ନଥାଏ । ସମୁଦ୍ର ଲହଡ଼ି ମଧ୍ଯ ଏହି ଶ୍ରେଣୀର ସମ୍ପଦ ।
୬ । ପାଣିପାଗ ଓ ଜଳବାୟୁ ମଧ୍ୟରେ ପ୍ରଭେଦ ।
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଵଳ୍ପସମୟ ମଧ୍ୟରେ ବାୟୁମଣ୍ଡଳର ପରିବର୍ତ୍ତିତ ଅବସ୍ଥାକୁ ପାଣିପାଗ ବୋଲି ଧରାଯାଏ । ଉତ୍ତାପ ହ୍ରାସ ଓ ବୃଦ୍ଧି, ବୃଷ୍ଟିପାତ, ଆର୍ଦ୍ରତା ଇତ୍ୟାଦି ପାଣିପାଗ ସମ୍ବନ୍ଧୀୟ ଗୋଟିଏ ଗୋଟିଏ ପରିମାପକ ହୋଇଥିବାବେଳେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନର ପାଣିପାଗର ହାରାହାରି ଅବସ୍ଥାକୁ ୨୦ ବର୍ଷ ବ୍ୟବଧାନରେ ପ୍ରକାଶକରିବାକୁ ସେହି ସ୍ଥାନର ଜଳବାୟୁ ବୋଲି କୁହାଯାଏ ।
୭ । ବିଶ୍ବ ତାପାୟନର (Global Warming) ସାମାଜିକ ପ୍ରଭାବ ।
Answer:
ବିଶ୍ବ ଉତ୍ତପ୍ତିକରଣ ଦ୍ବାରା ସମାଜ ଉପରେ ପଡ଼ୁଥିବା ପ୍ରଭାବଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଉଛି ।
- ବିଶ୍ଵ ତାପମାତ୍ରାର ଦ୍ରୁତ ବେଗରେ ପରିବର୍ତ୍ତନ
- ପାଗର ଅବସ୍ଥାରେ ଉତ୍କଟତା
- ଜୈବ ପରିବେଶରେ ପ୍ରଭାବ
- ସମୁଦ୍ର ପତନର ବୃଦ୍ଧି
- ମହାସାଗରଗୁଡ଼ିକର ଅମୃଦ୍ଧ ବୃଦ୍ଧି
- କୃଷିଭିତ୍ତିକ ଉତ୍ପାଦନ ହ୍ରାସ
୮ । ବିଶ୍ବ ତାପାୟନର ପ୍ରଭାବ ।
Answer:
ବିଶ୍ବ ତାପାୟନର ପ୍ରଭାବମାନ ହେଲା –
- ଜଳବାୟୁର ପରିବର୍ତ୍ତନ
- ମେରୁ ଅଞ୍ଚଳରେ ବରଫ ତରଳିବା
- ସମୁଦ୍ର ପତ୍ତନ ବୃଦ୍ଧି
- ଜୈବିକ ବିବିଧତା ସଂରକ୍ଷଣକୁ ନେଇ ପ୍ରଶ୍ନବାଚୀ
- ଫସଲହାନୀ ଓ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ
୯ । ଜଳବାୟୁ ପରିବର୍ତ୍ତନର କାରଣ ।
Answer:
ଜଳବାୟୁ ପରିବର୍ତ୍ତନର କାରଣମାନ ହେଲା –
- ବିଶ୍ୱ ତାପମାତ୍ରା ବୃଦ୍ଧି
- ଦ୍ରୁତ ଜନସଂଖ୍ୟାର ବୃଦ୍ଧି
- ଯାନବାହାନ ସଂଖ୍ୟା ବୃଦ୍ଧି
- ଜଙ୍ଗଲ କ୍ଷୟ
- ଓଜୋନ ସ୍ତରରେ ଛିଦ୍ର
- ସବୁଜ ଗୃହର ପ୍ରଭାବ
୧୦। ଜଳବାୟୁ ପରିବର୍ତ୍ତନର ପ୍ରଭାବ ।
Answer:
ଜଳବାୟୁ ପରିବର୍ତ୍ତନର ପ୍ରଭାବଗୁଡ଼ିକ ହେଲା –
- ସମୁଦ୍ର ପତ୍ତନର ବୃଦ୍ଧି
- ଜୈବ ବିବିଧତା ସଂରକ୍ଷଣ ପ୍ରତି ବିପଦ
- ମେରୁ ଅଞ୍ଚଳରେ ବରଫ ତରଳିବା
- କୃଷି ଉତ୍ପାଦନ ହ୍ରାସ
- ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ
୧୧। ସବୁଜ ଗୃହ (Green House) ପ୍ରଭାବ ।
Answer:
ଅଙ୍ଗାରକାମ୍ଳ ବାଷ୍ପକୁ ସବୁଜ ଗୃହ ବାଷ୍ପ ରୂପେ ମୁଖ୍ୟତଃ କୁହାଯାଇଥାଏ । ଏହାର ମାତ୍ରା ବର୍ତ୍ତମାନ ବାୟୁମଣ୍ଡଳରେ ଅଧିକ ହୋଇଥିବାରୁ ଏହା ସବୁଜ ଗୃହ ଉପରେ ବିପଦ ସୃଷ୍ଟି କରୁଛି । ଏହାର ପ୍ରଥମ ପ୍ରଭାବ ହେଲା ପୃଥିବୀର ଉତ୍ତାପ ବୃଦ୍ଧି ପାଇବା । ପୃଥିବୀରେ ଯଦି ଉତ୍ତାପ ବୃଦ୍ଧିପାଏ; ତେବେ ମେରୁ ଅଞ୍ଚଳର ବରଫ ତରଳିଯିବ, ଯାହାଦ୍ଵାରା ସମୁଦ୍ରର ଜଳ ପତ୍ତନର ବୃଦ୍ଧି ଘଟି ଉପକୂଳ ଅଞ୍ଚଳ ଜଳମଗ୍ନ ହେବ ଓ ତା’ଦ୍ବାରା ସେଠି ବସତିସ୍ଥାପନ କରିଥିବା ଜୀବଜନ୍ତୁଙ୍କର ବିନାଶର କାରଣ ହେବା ଫଳରେ ସମୁଦ୍ର ପତ୍ତନଠାରୁ ନିମ୍ନରେ ଥିବା ଦେଶଗୁଡ଼ିକ ସମୁଦ୍ରଗର୍ଭରେ ଲୀନହୋଇଯିବ, ଜଳରେ ଅଙ୍ଗାରକାମ୍ଳ ବୃଦ୍ଧି ଘଟିଲେ ଏହା ଜଳଚର ଜୀବମାନଙ୍କର ମୃତ୍ୟୁର କାରଣ ହୋଇଯିବ ।
ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟିଲେ ଏହା ଉନ୍ମୋଦନ (Transpiration) ପ୍ରକ୍ରିୟା ଓ ଜଳ ବାଷ୍ପୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବ, ଯାହାଫଳରେ ଭୂତଳ ଜଳ ସ୍ତରର ହ୍ରାସ ଘଟିବ । ଅଙ୍ଗାରକାମ୍ଳର ଅତ୍ୟଧିକ ବୃଦ୍ଧି ଘଟିଲେ ଏହା ଓଜୋନ ସ୍ତରକୁ କ୍ଷୟ କରିବ, ଯାହାଦ୍ବାରା ଓଜୋନ ଗର୍ଭ ସୃଷ୍ଟି ହୋଇ ଅତିବାଇଗଣି ରଶ୍ମି ଭୂପୃଷ୍ଠକୁ ପ୍ରବେଶକରିବ । ଏହାଦ୍ଵାରା ଜୀବଜନ୍ତୁମାନେ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବେ । ତେଣୁ ଦିନ ଆସିବ, ଯାହାଫଳରେ ପୃଥିବୀପୃଷ୍ଠରୁ ଜୀବଜନ୍ତୁମାନେ ଚିରଦିନ ଲାଗି ନିଶ୍ଚିହ୍ନ ହୋଇଯିବେ ।
୧୨ । ବାୟୁ ପ୍ରଦୂଷକଗୁଡ଼ିକର ଉତ୍ସ ଓ ସେମାନଙ୍କର ନିୟତି (Sources and Fate of Air Pollutants)
Answer:
ନିମ୍ନଲିଖୂତ ଉତ୍ସଗୁଡ଼ିକ ବାୟୁ ପ୍ରଦୂଷକର ମୁଖ୍ୟ ଉତ୍ସ ଅଟନ୍ତି ~
(୧) ଅଙ୍ଗାରକ ପ୍ରଦୂଷକ:
ଅଙ୍ଗାରକାମ୍ଳ ଗ୍ୟାସ୍, ପେଟ୍ରୋଲ, ଡିଜେଲ, କିରୋସିନି, କୋଇଲା, ଜୈବିକ ପଦାର୍ଥଗୁଡ଼ିକର ଦହନ ସମୟରେ ବାହାରିଥାଏ । କାର୍ବନ ମନୋଅକ୍ସାଇଡ୍ ବିଭିନ୍ନ ଯାନବାହାନ, ରୁଦ୍ଧ କୋଠରି ଆଦିରୁ ମଧ୍ୟ ନିର୍ଗତ ହୋଇଥାଏ । ଏହିଗୁଡ଼ିକ ବାୟୁ ପ୍ରଦୂଷଣ କରିଥାଆନ୍ତି ।
(୨) ଯବକ୍ଷାରଜାନଜାତୀୟ ପ୍ରଦୂଷକ:
ନାଇଟ୍ରସ୍ ଅକ୍ସାଇଡ୍, ନାଇଟ୍ରିକ୍ ଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଇତ୍ୟାଦି ଯବକ୍ଷାରଜାନଜାତୀୟ ପ୍ରଦୂଷକଗୁଡ଼ିକ ବିଭିନ୍ନ କଳକାରଖାନା, ପାୱାର ଜେନେରେସନ ପ୍ଳାଣ୍ଟ, ଯାନବାହାନରୁ ବାହାରି ବାୟୁ ପ୍ରଦୂଷଣ ଘଟାଇଥାଆନ୍ତି ।
(୩) ଗନ୍ଧକଯୁକ୍ତ ପ୍ରଦୂଷକ:
ସଲ୍ଫର୍ ଡାଇଅକ୍ସାଇଡ଼, ହାଇଡ୍ରୋଜେନ୍ ସଲ୍ଫାଇଡ୍, ଗନ୍ଧକାମ୍ଳ ଆଦି ଏହି ଶ୍ରେଣୀୟ ପ୍ରଦୂଷକ ବିଭିନ୍ନ କଳାକାରଖାନାର ଚିମିନିରୁ ବାହାରି ବାୟୁମଣ୍ଡଳରେ ଅପମିଶ୍ରଣଦ୍ଵାରା ବାୟୁ ପ୍ରଦୂଷଣର କାରଣ ହୋଇଥା’ନ୍ତି ।
(୪) ହାଇଡ୍ରୋକାର୍ବନ:
ବିଭିନ୍ନ କଳକାରଖାନା, ବେଞ୍ଜିନ୍, ବେଞ୍ଜୋପାଇରିନ୍ ଆଦି ହାଇଡ୍ରୋକାର୍ବନ ପ୍ରଦୂଷକଗୁଡ଼ିକର ଉତ୍ସ ଅଟନ୍ତି । ଏହି ଅପମିଶ୍ରକଗୁଡ଼ିକ ବାୟୁ ସହିତ ଅପମିଶ୍ରଣ ଘଟାଇ ପ୍ରଦୂଷଣ କରିଥାଆନ୍ତି ।
(୫) ଧାତୁ ପ୍ରଦୂଷକ:
ଆରସେନିକ୍, ପାରଦ, ଲୌହ, ନିକେଲ, ସୀସା, କାଡ଼ମିୟମ୍ ଇତ୍ୟାଦି ଧାତୁ କଳକାରଖାନା, ଖଣି ଆଦିରୁ ନିର୍ଗତ ହୋଇ ପରିବେଶ ପ୍ରଦୂଷଣ କରନ୍ତି । ଏହିଗୁଡ଼ିକ ବିଘଟିତ ହୋଇ ନପାରି ପରିସଂସ୍ଥା ମଧ୍ୟରେ ଜମାହୋଇ ରହନ୍ତି ।
(୬) ରାସାୟନିକ ପ୍ରଦୂଷକ:
କୃଷିକ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର, କୀଟନାଶକ ଔଷଧ, କଳକାରଖାନାରୁ ନିଷ୍କାସିତ ବିଭିନ୍ନ ରାସାୟନିକ ଅପଦ୍ରବ ଏହି ଧରଣର ପ୍ରଦୂଷକ ଅଟନ୍ତି । ଜଳ, ବାୟୁ ଓ ସ୍ଥଳ ପ୍ରଦୂଷଣ ଏହି ପ୍ରଦୂଷକମାନଙ୍କ ଅପମିଶ୍ରଣ ଯୋଗୁଁ ହୋଇଥାଏ ।
(୭) ଅଣୁ ପ୍ରଦୂଷକ (Particle Pollutants):
ଲୁଗାକଳ, କାଗଜ କଳ, ଚିନି କାରଖାନା, ଖାଦ୍ୟ ପ୍ରକଳ୍ପ, ଝୋଟ କଳ, ଧାତୁଶିଳ୍ପ ଇତ୍ୟାଦି ଅଣୁ ପ୍ରଦୂଷକଗୁଡ଼ିକର ଉତ୍ସ ଅଟନ୍ତି । ଅଣୁ ପ୍ରଦୂଷକଗୁଡ଼ିକ ବାୟୁ ପ୍ରଦୂଷଣର କାରଣ ହୋଇଥାଏ ।
୧୩ । ଜଳ ପ୍ରଦୂଷକଗୁଡ଼ିକର ଉତ୍ସ ଓ ସେମାନଙ୍କର ନିୟତି (Sources and Fate of Water Pollutants)
Answer:
ନିମ୍ନଲିଖ୍ ଉତ୍ସଗୁଡ଼ିକ ଜଳ ପ୍ରଦୂଷକର ମୁଖ୍ୟ ଉତ୍ସ ଅଟନ୍ତି –
(୧) ନାଳ ନର୍ଦ୍ଦମା:
ଘରୋଇ ବ୍ୟବହୃତ ଅପରିଷ୍କାର ଜଳ ନାଳନର୍ଦ୍ଦମା ସୃଷ୍ଟି କରିଥାଏ । ଛିଣ୍ଡା କାଗଜ, କନା, ପଚାସଢ଼ା ପନିପରିବା, ମଳ, ମୂଦ୍ର, ଘାସ, ପାଳ, କୁଟା, ଛିଣ୍ଡା ଜୋତା, ଛିଣ୍ଡା ଲୁଗା, ଅଳିଆ ଆବର୍ଜନା ଆଦି ନାଳରେ ଯାଇ ନର୍ଦ୍ଦମା ସୃଷ୍ଟିକରେ । ଦୁର୍ଗନ୍ଧ ବାଷ୍ପ ଏବଂ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ ଏହାଦ୍ଵାରା ଜାତ ହୋଇଥାଆନ୍ତି । ଜଳ ପ୍ରଦୂଷଣର ଏହା ଏକ ମୁଖ୍ୟ କାରଣ ଅଟେ ।
(୨) କଳକାରଖାନାର ପ୍ରବହମାନ ଦ୍ରବ୍ୟ (Industrial Effluents):
କଳକାରଖାନାରୁ ନିର୍ଗତ ତରଳ ଅପପଦାର୍ଥ ଅନ୍ୟ ଏକ ଜଳ ପ୍ରଦୂଷଣର ଉତ୍ସ ଅଟେ । ଏଥିରେ ବହୁ ରାସାୟନିକ ଅଜୈବିକ ଓ ଜୈବିକ ପଦାର୍ଥ ଥାଏ । କଳକାରଖାନାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଅନୁଯାୟୀ ଅପପଦାର୍ଥ ଏବଂ ବିଭିନ୍ନ ଉପପଦାର୍ଥଗୁଡ଼ିକ ପ୍ରବହମାନ ଦ୍ରବ୍ୟଭାବେ ନିଷ୍କାସିତ ହୋଇ ବିଭିନ୍ନ ଜଳାଧାରଗୁଡ଼ିକରେ ପଡ଼ିଥାଆନ୍ତି ।
(୩) ପେଟ୍ରୋଲିୟମ୍ ପ୍ରଦୂଷକ:
ପେଟ୍ରୋଲ ଓ ପେଟ୍ରୋଲଜାତ ବିଭିନ୍ନ ସାମଗ୍ରୀଦ୍ଵାରା ଜଳ ବିଶେଷକରି ସମୁଦ୍ର ଜଳ ପ୍ରଦୂଷଣ ଘଟିଥାଏ । ପେଟ୍ରୋଲିୟମ୍ ପଦାର୍ଥଗୁଡ଼ିକର ଉତ୍ତୋଳନ ଓ ପରିବହନ ସମୟରେ ସେଥୁରୁ କିଛି ନଦୀ ଏବଂ ସମୁଦ୍ର ଜଳରେ ମିଶି ଜଳ ପ୍ରଦୂଷଣ ଘଟାଇଥାଏ ।
(୪) କୃଷି ରାସାୟନିକ ପ୍ରଦୂଷକ:
ଅବ୍ୟବହୃତ ଭାବରେ ମୁଭିକା ମଧ୍ୟରେ ସଞ୍ଚିତ ହୋଇ ରହିଥିବା ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ଆଦି କୃଷି ରାସାୟନିକ ପଦାର୍ଥ ବର୍ଷା ଜଳ କିମ୍ବା ଜଳସ୍ରୋତଦ୍ଵାରା ପ୍ରବାହିତ ହୋଇ ପୁଷ୍କରିଣୀ, ନଦୀ, ହ୍ରଦ, ସମୁଦ୍ର ଆଦି ସହ ମିଶି ଜଳ ପ୍ରଦୂଷଣ ଘଟାଇଥାଆନ୍ତି ।
(୫) ଭୌତିକ ପ୍ରଦୂଷକ (Physical Pollutants):
ତାପମାତ୍ରାରେ ବୃଦ୍ଧି ଓ ହ୍ରାସ, ବିଭିନ୍ନ ଅଜୈବିକ ପଦାର୍ଥ, ତେଜସ୍କ୍ରିୟ ବସ୍ତୁ ଇତ୍ୟାଦି ଭୌତିକ ପ୍ରଦୂଷକଗୁଡ଼ିକଦ୍ୱାରା ଜଳାଶୟଗୁଡ଼ିକ ପ୍ରଦୂଷିତ ହୋଇ ପରିସଂସ୍ଥାର ଅସନ୍ତୁଳନ ଘଟାଇ ଥାଆନ୍ତି ।
୧୪ । ସ୍ଥଳ ବା ମୃତ୍ତିକା ପ୍ରଦୂଷକଗୁଡ଼ିକର ଉତ୍ସ ଓ ସେମାନଙ୍କ ନିୟତି (Sources and Fate of Terrestrial or Soil Pollutants)
Answer:
ନିମ୍ନଲିଖୂତ ଉତ୍ସଗୁଡ଼ିକ ସ୍ଥଳ ପ୍ରଦୂଷକର ମୁଖ୍ୟ ଉତ୍ସ ଅଟନ୍ତି –
(୧) କଳକାରଖାନାରୁ ବହିର୍ଗତ ଦ୍ରବ୍ୟ:
କଳକାରଖାନାରୁ ବହିର୍ଗତ ଅପଜାତ ପଦାର୍ଥ ଓ ଅପଦ୍ରବଗୁଡ଼ିକଦ୍ୱାରା ମୁଭିକା ପ୍ରଦୂଷିତ ହୋଇଥାଏ । ପାଉଁଶ, ଅବ୍ୟବହୃତ କଞ୍ଚାମାଲ, ରାସାୟନିକ ପଦାର୍ଥ ଆଦି ସ୍ଥଳଭାଗର ବହୁ ଅଂଶ ଦଖଲ କରି ରହିଥାଆନ୍ତି । ଏହିଗୁଡ଼ିକର ପ୍ରଭାବରେ ମୃତ୍ତିକାର ଉତ୍ପାଦିକା ଶକ୍ତି ଲୋପପାଇଥାଏ ।
(୨) ଘରୋଇ ଅଦରକାରୀ ଦ୍ରବ୍ୟ:
ପ୍ଲାଷ୍ଟିକର ଉପକରଣ, ପଲିଥୁନ ବ୍ୟାଗ୍, ଭଙ୍ଗା ଟିଣଡବା, କାଚ, ଅବ୍ୟବହୃତ ଯାନବାହାନର ଅଂଶବିଶେଷ, ଅଳିଆ ଆବର୍ଜନା ଆଦି ବିଭିନ୍ନ ଘରୋଇ ଅଦରକାରୀ ଦ୍ରବ୍ୟଦ୍ଵାରା ସ୍ଥଳ ପ୍ରଦୂଷଣ ଘଟିଥାଏ । କଠିନ ପଦାର୍ଥଗୁଡ଼ିକର ବିଘଟନ ସହଜରେ ହୋଇପାରେ ନାହିଁ; ଫଳରେ ସେଗୁଡ଼ିକ ଗଦାଗଦା ହୋଇ ପଡ଼ି ମୃରିକା ପ୍ରଦୂଷଣ ଘଟାନ୍ତି ।
(୩) ଧାତୁଜାତୀୟ ଦ୍ରବ୍ୟ:
ଲୁହା, ତମ୍ବା, ଜିଙ୍କ୍, ଆଲୁମିନିୟମ୍ ଇତ୍ୟାଦି ଅଦରକାରୀ ଧାତୁଜାତ ଦ୍ରବ୍ୟଗୁଡ଼ିକଦ୍ୱାରା ମୃତ୍ତିକା ଅବରୋଧ ହୋଇ ପ୍ରଦୂଷଣ ଘଟାଇଥାଏ । ସହରାଞ୍ଚଳରେ ଏହି ଧାତୁଜନିତ ମୃଭିକା ପ୍ରଦୂଷଣ ବିଶେଷ ଦେଖାଯାଏ । ଏହିଗୁଡ଼ିକ ଜୈବ ଅବକ୍ରମିତ ଅଯୋଗ୍ୟ ଶ୍ରେଣୀୟ ପ୍ରଦୂଷକ ହୋଇଥିବା ଯୋଗୁଁ ସମସ୍ୟା ଉତ୍କଟତର ହୋଇଥାଏ ।
(୪) କୃଷି ସଂକ୍ରାନ୍ତୀୟ ରାସାୟନିକ ଦ୍ରବ୍ୟ:
ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାରଯୋଗୁଁ ମୃରିକାରେ ସେଗୁଡ଼ିକ ସଞ୍ଚତ ହୋଇ ସ୍ଥଳ ପ୍ରଦୂଷଣ ଘଟାଇଥାଆନ୍ତି । ଏହି ରାସାୟନିକ ଦ୍ରବ୍ୟଗୁଡ଼ିକର ପ୍ରଭାବରେ ମୃତ୍ତିକା ବିଷାକ୍ତ ହୋଇଥାଏ ।
(୫) ଅମ୍ଳ ଓ କ୍ଷାର ପ୍ରଦୂଷକ:
ବିଭିନ୍ନ ଅମ୍ଳ ଏବଂ କ୍ଷାର ମୃତ୍ତିକା ସହ ମିଶ୍ରିତ ହୋଇ ଏହାକୁ ପ୍ରଦୂଷିତ କରିଥାଆନ୍ତି । କାରଖାନାରୁ ନିର୍ଗତ ଅଦରକାରୀ ଦ୍ରବ୍ୟ ଏହିଧରଣର ପ୍ରଦୂଷକମାନଙ୍କ ଉତ୍ସ ଅଟେ ।
୧୫ । ଧ୍ଵନି ପ୍ରଦୂଷକଗୁଡ଼ିକର ଉତ୍ସ ଓ ସେମାନଙ୍କ ନିୟତି (Sources and Fate of Sound Pollutants)
Answer:
ନିମ୍ନଲିଖ୍ ଉତ୍ସଗୁଡ଼ିକ ଧ୍ୱନି ପ୍ରଦୂଷକର ମୁଖ୍ୟ ଉତ୍ସ ଅଟନ୍ତି –
(୧) ଯାନବାହାନ:
କାର୍, ମଟର, ବସ୍, ଟ୍ରକ୍, ଟ୍ରାକ୍ଟର, ରେଳଗାଡ଼ି, ଟ୍ରାମ୍ ଗାଡ଼ି, ରକେଟ୍, ଉଡ଼ାଜାହାଜ, ବୁଡ଼ାଜାହାଜ ଇତ୍ୟାଦି ଯାନବାହାନ ଧ୍ଵନି ପ୍ରଦୂଷଣର ମୁଖ୍ୟ ଉତ୍ସ ଅଟନ୍ତି । ଏହି ଯାନବାହାନଗୁଡ଼ିକର ଇଞ୍ଜିନ୍ ଏବଂ ହର୍ଣ୍ଣଜନିତ ବିକଟ ଶବ୍ଦଦ୍ବାରା ଧ୍ୱନି ପ୍ରଦୂଷଣ ଘଟି ପରିବେଶ ଅସନ୍ତୁଳନ ହୋଇଥାଏ ।
(୨) କଳକାରଖାନା:
କଳକାରଖାନା ଧ୍ୱନି ପ୍ରଦୂଷଣର ଅନ୍ୟ ଏକ ମାଧ୍ୟମ ଅଟେ । ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳର ଶବ୍ଦଦ୍ଵାରା ପରିବେଶ ଧ୍ଵନିଜନିତ ପ୍ରଦୂଷଣର ଶିକାର ହୋଇଥାଏ । କର୍ମରତ ଶ୍ରମିକ ଏବଂ ଉକ୍ତ ଅଞ୍ଚଳର ବାସିନ୍ଦା ଏହାଦ୍ଵାରା ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
(୩) ବିସ୍ଫୋରଣ ଓ ଘରୋଇ ଶବ୍ଦ ପ୍ରଦୂଷଣ:
ବାଣ, ଯୁଦ୍ଧାସ୍ତ୍ର ଆଦିର ବିସ୍ଫୋରଣ ଏବଂ ଲାଉଡ଼ ସ୍ପିକର୍, ଟେଲିଭିଜନ, ରେଡ଼ିଓ ଆଦିର ଅହେତୁକ ଶବ୍ଦ ଧ୍ୱନି ପ୍ରଦୂଷଣର ଉତ୍ସ ହୋଇ ପରିବେଶର କ୍ଷତି ସାଧନ ଘଟାଇଥାଆନ୍ତି ।
୧୬ । ଓଜୋନ୍ ସ୍ତରର ଅବକ୍ଷୟ ଓ ଜୀବଜଗତ ଉପରେ ଏହାର ପ୍ରଭାବ ଦର୍ଶାଅ ।
Answer:
ପୃଥିବୀପୃଷ୍ଠରେ ଥିବା ବାୟୁମଣ୍ଡଳର ବିଭିନ୍ନ ସ୍ତର ମଣ୍ଡଳ ମଧ୍ୟରୁ ଶାନ୍ତମଣ୍ଡଳ ଅନ୍ୟତମ । ଏଥରେ ଏକ ଛୋଟିଆ ସ୍ତର ଥାଏ । ଏହାକୁ ଓଜୋନ୍ ସ୍ତର କୁହାଯାଏ । ଏହି ସ୍ତର ଅମ୍ଳଜାନର ଏକ କଠିନ ବା ଘନୀଭୂତ ଅବସ୍ଥା ଏବଂ ଏହା ସମସ୍ତ ଜୀବଜଗତ ଉପକାରରେ ଆସିଥାଏ । କାରଣ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅନେକ (୯୯ ପ୍ରତିଶତ) କ୍ଷତିକାରକ ରଶ୍ମି; ଯଥା ଅତିବାଇଗଣି ରଶ୍ମି (Ultraviolet rays) ପ୍ରାଣୀର ଖୁବ୍ କ୍ଷତି ଘଟାଇଥାଏ । ଏହି କ୍ଷତିକାରକ ରଶ୍ମିସମୂହକୁ ଓଜୋନ୍ମଣ୍ଡଳ ଅଟକାଇ ଦିଏ । ଓଜୋନ୍ ସ୍ତରଟି ପୃଥିବୀ ଉପରେ ଏକ ଛତାଭଳି ଚାରିଆଡ଼କୁ ଘେରିରହି କ୍ଷତିକାରକ ରଶ୍ମି ପ୍ରଭାବରୁ ଜୀବଜଗତକୁ କବଚଭଳି ରକ୍ଷାକରେ । ଓଜୋନ୍ ଏକ ନୀଳବର୍ଣ୍ଣବିଶିଷ୍ଟ ଓ ତୀବ୍ର ଗନ୍ଧଯୁକ୍ତ ଗ୍ୟାସ୍ । ଛଅଟି ଅମ୍ଳଜାନ ପରମାଣୁର ରାସାୟନିକ ସଂଶ୍ଳେଷଣରୁ ଦୁଇଟି ଓଜୋନ୍ ଅଣୁ ସୃଷ୍ଟି ହୋଇଥାଏ ।
ବର୍ତ୍ତମାନ ପରିବେଶ ବିଜ୍ଞାନୀଗଣ ପୃଥିବୀକୁ ସତର୍କ କରି ଦେଇଛନ୍ତି ଯେ କ୍ଲୋରୋଫ୍ଲୋରୋ କାର୍ବନଦ୍ୱାରା ଶାନ୍ତମଣ୍ଡଳରେ ଥିବା ଓଜୋନ୍ର ସାନ୍ଦ୍ରତା ଦିନକୁଦିନ କମିବାରରେ ଲାଗିଛି । କ୍ଲୋରୋଫ୍ଲୋରେ କାର୍ବନର ଅନ୍ୟନାମ ଫ୍ରେୟନ୍ (Freon) । ଫ୍ରେଯନ୍ କେତେକ ବିଷାକ୍ତ ନ ହୋଇଥିବା କିମ୍ବା ଉଦ୍ବାୟୀ ହୋଇ ନଥିବା ତଥା ଅତି ଶସ୍ତାରେ ପ୍ରଚୁର ପରିମାଣରେ ମିଳୁଥିବା ଏକ ରାସାୟନିକ ଦ୍ରବ୍ୟ । ଏହା ଶୀତତାପ ନିୟନ୍ତ୍ରକ ବା ଶୀତଳକାରୀ ଯନ୍ତ୍ରରେ ବ୍ୟବହାର କରାଯାଇଥାଏ । ଏହି ବାଷ୍ପ ବାୟୁମଣ୍ଡଳରେ ନଷ୍ଟ ନ ହୋଇ ଶହେବର୍ଷରୁ ଊର୍ଦ୍ଧ୍ବଯାଏ ରହିପାରେ ।
ଏଥସହ କ୍ଲୋରୋଫ୍ଲୋରୋ କାର୍ବନ (CHC) ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ମୁଖ୍ୟତଃ ଓଜୋନ୍ ସ୍ତରର କ୍ଷୟପାଇଁ ମୁଖ୍ୟତଃ ଦାୟୀ ରହନ୍ତି ।
ଜୀବଜଗତ ଉପରେ ଏହାର ପ୍ରଭାବ :
- ଓଜୋନ୍ ସ୍ତର କ୍ଷୟ ହେବାଦ୍ୱାରା ଅଧିକ ପରିମାଣର ଅତିବାଇଗଣି ରଶ୍ମିର ବିକିରଣ ପୃଥିବୀ ଉପରେ ପଡ଼ିବାଦ୍ୱାରା ବିଭିନ୍ନ ଚର୍ମରୋଗ, ଚର୍ମ କର୍କଟ ଆଦି ରୋଗମାନ ଦେଖାଯିବ । ଏପରିକି ଆଖୁରେ ମଧ୍ଯ ମୋତିଆବିନ୍ଦୁ ବଢ଼ିବ ଓ ଆଖୁର ପ୍ରତିରୋଧକ ଶକ୍ତି ହ୍ରାସପାଇବ ।
- ଅତିବାଇଗଣି ରଶ୍ମିର ପ୍ରଭାବରେ ଓଜୋନୀୟ ଅବ୍ୟବସ୍ଥା ସୃଷ୍ଟି ହେବ ।
- ଅତିବାଇଗଣି ରଶ୍ମିର ବିକିରଣଯୋଗୁଁ ସମୁଦ୍ର ଜଳରୁ ଅମ୍ଳଜାନ ହ୍ରାସପାଇବ ।
- ଓଜୋନ୍ ସ୍ତରର କ୍ଷୟଯୋଗୁଁ ବିଭିନ୍ନ ଉତ୍ପାଦନର ହ୍ରାସ ଘଟିବ ।
- ଅତିବାଇଗଣି ରଶ୍ମି ସବୁଜ ଗୃହର ବୃଦ୍ଧିରେ ସହାୟକ ହେବ ।
୧୭ । ଅମ୍ଳ ବର୍ଷା (Acid Rain) କ’ଣ ?
Answer:
ଅମ୍ଳ ବର୍ଷା ହେଉଛି ବର୍ଷାଜଳଯୁକ୍ତ ବିଭିନ୍ନ ପ୍ରକାରର ପରିବେଶରେ ତିଆରି ଅମ୍ଳର ସମାହାର । ସମ୍ପ୍ରତି ଅମ୍ଳ ବର୍ଷା ଏକ ପରିବେଶ ସମ୍ବନ୍ଧୀୟ ସମସ୍ୟା ରୂପେ ଦେଖାଦେଇଛି । ଏହି ସମସ୍ୟା ଉପରେ ପରିବେଶବିତ୍ରମାନଙ୍କର ନଜର ରହିଛି । ଏହି ସମସ୍ୟା ବର୍ତ୍ତମାନ ଜଳଜ ପରିସଂସ୍ଥା ଏବଂ ଜଳ ପରିସଂସ୍ଥା ଉପରେ ଏକ ବିପଦଭଳି ଦେଖାଦେଇଛି । ଏହି ଅମ୍ଳ ବର୍ଷା ବିଶ୍ୱସାରା ଏକ ସମସ୍ୟାରୂପେ ଦେଖାଦେଇଛି । ଏପରିକି ଆମ ଦେଶରେ ଆଗ୍ରାରେ ଥିବା ଐତିହାସିକ ତାଜମହଲ୍ ଅମ୍ଳ ବର୍ଷାର ପ୍ରଭାବରେ ନଷ୍ଟ ହେବାକୁ ବସିଲାଣି । ଆଗ୍ରା ନିକଟସ୍ଥ ମଥୁରା ତୈଳ ବିଶୋଧନାଗାର କେତେକ ବିଷାକ୍ତ ବାଷ୍ପ ଛାଡ଼ିବାଦ୍ୱାରା, ଏହି ବିଷାକ୍ତ ବାଷ୍ପ ଜଳାଶ ବା ବର୍ଷାସହ ମିଶି ବିଭିନ୍ନ ପ୍ରକାରର ଅମ୍ଳ ତିଆରି କରେ । ଏହା ବର୍ଷା ଆକାରରେ ଭୂପୃଷ୍ଠକୁ ଆସେ । ଏହି ଅମ୍ଳ ବର୍ଷାରେ ସଲ୍ଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ୍ ଏବଂ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଥିବା ଜଣାଯାଇଛି । ଏହି ଏସିଡ୍ଗୁଡ଼ିକ ପ୍ରକୃ ତିରେ ମିଳୁଥିବା କାର୍ବୋନିକ୍ ଏସିଡ୍ଠାରୁ ଅଧିକ ଟାଣୁଆ ଅମ୍ଳ, ଅମ୍ଳ ବର୍ଷାଦ୍ଵାରା ଜଳର pH କମିଯାଇଥାଏ ।
କୋଲକତା, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ଅନ୍ୟ କେତେକ କଳକାରଖାନା ଥିବା ସହରମାନଙ୍କର ଅମ୍ଳ ସାଧାରଣତଃ ବର୍ଷାଦିନର ପ୍ରଥମ ପ୍ରଥମ ବର୍ଷାଜଳରେ କିଛି କିଛି ପରିମାଣରେ ଦେଖାଯାଏ । ପରେ ପରେ ବର୍ଷା ଜଳରେ ଥିବା ଅମ୍ଳ ପରିମାଣ କମିଯାଏ । ଏହି ବର୍ଷାଜଳରେ ସଲ୍ଫ୍ୟୁରିକ୍ ଏସିଡ୍ ଏବଂ ନାଇଟ୍ରିକ୍ ଏସିଡ଼ର ପରିମାଣ ଅଧିକ ଥାଏ । ହାଇଡ୍ରୋକ୍ଲୋରିକ୍ ଏବଂ କାର୍ବୋନିକ୍ ଏସିଡ୍ର ପରିମାଣ କମ୍ ଥାଏ I ପ୍ରାକୃତିକ ଉପାୟରେ; ଯଥା— ଆଗ୍ନେୟଗିରି ଉଦ୍ଗୀରଣ, ଜଙ୍ଗଲର ନିଆଁ, ବିଜୁଳି ମାରିବା, ଜୀବାଶ୍ମ ଇନ୍ଧନର ଜାଳେଣି, ଜୈବିକ ପଦାର୍ଥର ଅପଘଟନଦ୍ୱାରା ଅନେକଗୁଡ଼ିଏ ଅକ୍ସାଇଡ୍ ବାୟୁମଣ୍ଡଳରେ ମିଶିଥାଏ । ବାୟୁମଣ୍ଡଳରେ ଥିବା ଅନେକ ଏସିଡ୍ ଆସେ, ମନୁଷ୍ୟ କୃତକର୍ମରୁ; ଯଥା— ଘରୋଇ ଇନ୍ଧନ, ଯାନବାହାନରୁ ନିର୍ଗତ ଗ୍ୟାସ୍, କଳକାରଖାନାରୁ ନିର୍ଗତ ଗ୍ୟାସ୍, ଶକ୍ତିକେନ୍ଦ୍ରମାନଙ୍କରୁ ନିର୍ଗତ ଗ୍ୟାସ୍ରେ ବହୁ ଅକ୍ସାଇଡ଼, ନାଇଟ୍ରୋଜେନ୍ ଓ ସଲ୍ଫର୍ ଥାଏ ।
ଏଗୁଡ଼ିକ ବର୍ଷାଜଳରେ ମିଶି ବିଭିନ୍ନ ପ୍ରକାରର ଏସିଡ୍ ତିଆରି କରିଥାଏ ଏବଂ ଏହି ଅମ୍ଳମିଶ୍ରିତ ବର୍ଷାଜଳ ଭୂପୃଷ୍ଠରେ ପଡ଼େ । ସାଧାରଣତଃ କଳକାରଖାନା ଏବଂ ସହରରେ ବା ଏହାର ପାଖାପାଖୁ ଅଞ୍ଚଳରେ ଅମ୍ଳ ବର୍ଷା ଦେଖାଦେଇଥାଏ । ସଲଫ୍ୟୁରିକ୍ ଏସିଡ୍, ନାଇଟ୍ରିକ୍ ଏସିଡ଼୍ ଓ ହାଇଡ୍ରୋକ୍ଲୋରିକ୍ ଏସିଡ୍, କାର୍ବୋନିକ୍ ଏସିଡ୍ ସହ ମିଶି ଅମ୍ଳ ବର୍ଷା କରିଥା’ନ୍ତି । ଏହି ଅମ୍ଳ ବର୍ଷା ପରିସଂସ୍ଥା ଉପରେ ପ୍ରଭାବ ପକାଇଥାଏ । ଏହି ଅମ୍ଳ ବର୍ଷା ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ବଡ଼ ବଡ଼ କୋଠାବାଡ଼ି ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସର୍ବଶେଷରେ ଏହା ମାନବ ସମାଜର ମଧ୍ଯ କ୍ଷତିସାଧନ କରିଥାଏ ।
୧୮। ଅମ୍ଳ ବର୍ଷାର ପ୍ରଭାବ ଓ ପ୍ରତିକାର ଦର୍ଶାଅ ।
Answer:
ଅମ୍ଳ ବର୍ଷାର କୁପ୍ରଭାବଗୁଡ଼ିକୁ ନିମ୍ନମତେ ଆଲୋଚନା କରାଯାଇପାରେ –
- ଅମ୍ଳ ବର୍ଷା କୀର୍ତ୍ତିସ୍ତମ୍ଭ, କୋଠାବାଡ଼ି, ମାର୍ବଲ ତିଆରି କୀର୍ତ୍ତିଗୁଡ଼ିକୁ ନଷ୍ଟ କରିଥାଏ । ଆଗ୍ରାର ତାଜମହଲ, କୋଲ୍କତାର ଭିକ୍ଟୋରିଆ ମେମୋରିଆଲ୍ ଏହି ଅମ୍ଳ ବର୍ଷା ଯୋଗୁଁ ବିଶେଷ କ୍ଷତି ହେବାକୁ ବସିଲାଣି ।
- ଏହି ଅମ୍ଳ ବର୍ଷା ଜୀବମଣ୍ଡଳର ବିନାଶ କରିଥାଏ । ଏହି ଅମ୍ଳ ଏବଂ ଏହାର ଅଧିକ ପରିମାଣ ଯୋଗୁଁ ଜଳଜ ଉଭିଦ ଏବଂ ପ୍ରାଣୀ ମୃତ୍ୟୁମୁଖରେ ପଡ଼ନ୍ତି ।
- ଅମ୍ଳ ବର୍ଷା ମଣିଷର ସ୍ନାୟୁତନ୍ତ୍ର, ଶ୍ଵାସକ୍ରିୟା ଏବଂ ହଜମକ୍ରିୟାରେ ଅସୁବିଧା କରିଥାଏ ।
- ଏହି ଅମ୍ଳ ବର୍ଷା ଯୋଗୁଁ ମାଛମାନେ ମରିଯାଆନ୍ତି ।
- ଉତ୍ପାଦକମାନେ ମୃତ୍ୟୁମୁଖରେ ପଡ଼ନ୍ତି । ତେଣୁ ଉତ୍ପାଦନ ହ୍ରାସ ପାଇଥାଏ ।
- ଏହି ଅମ୍ଳ ବର୍ଷା ଅନ୍ୟ ରାସାୟନିକ ପଦାର୍ଥ ସହ ମିଶି ବିଭିନ୍ନ ବିଷାକ୍ତ ପଦାର୍ଥ ତିଆରି କରିଥା’ନ୍ତି । ଯାହାଦ୍ୱାରା ପରିସଂସ୍ଥା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ ।
- ଅନେକଗୁଡ଼ିଏ ପୋଷକ ଏହି ଅମ୍ଳ ବର୍ଷା ଯୋଗୁଁ ନଷ୍ଟ ହୋଇଥା’ନ୍ତି l
- ଏହି ଅମ୍ଳର କୁପରିମାଣ ଯୋଗୁଁ ଅନେକଗୁଡ଼ିଏ ଉଭିଦ ବିଭିନ୍ନ ଅଦରକାରୀ ବସ୍ତୁକୁ ଶୋଷଣ କରି ମୃତ୍ୟୁମୁଖରେ ପଡ଼ିଥା’ନ୍ତି ।
ଅମ୍ଳ ବର୍ଷାର ପ୍ରତିକାର :
- ଏହି ଅମ୍ଳ ବର୍ଷାକୁ ରୋକିବାକୁ ହେଲେ ପ୍ରଥମେ ଏହି ଅମ୍ଳ ଯେଉଁଠାରୁ ବାହାରୁଛି ଓ ଗ୍ୟାସ୍ ପ୍ରଦୂଷଣ ହେଉଛି, ସେହି ପ୍ରଦୂଷଣକୁ ରୋକିବାକୁ ଦରକାର ।
- ଏହି ଅମ୍ଳକୁ କିଛି ରାସାୟନିକ କ୍ରିୟାଦ୍ଵାରା ରୋକାଯାଇପାରିବ ।
- ସମସ୍ତ ପ୍ରକାର ଗ୍ୟାସ୍ ଲିକ୍କୁ ରୋକାଯିବା ଦରକାର ।
- ପ୍ରତ୍ୟେକ ଯାନବାହାନର ମୂଳ ଯନ୍ତ୍ରପ୍ରତି ଅଧିକ ଧ୍ୟାନଦେବା ଦରକାର । ଏହାଦ୍ଵାରା ବିଷାକ୍ତ ଗ୍ୟାସ୍ ଆଉ ନିର୍ଗତ ହେବ ନାହିଁ ।
- କେଉଁ କଳକାରଖାନାଗୁଡ଼ିକ ବିଷାକ୍ତ ଗ୍ୟାସଦ୍ୱାରା ପରିବେଶକୁ ପ୍ରଦୂଷିତ କରୁଛନ୍ତି, ସେଗୁଡ଼ିକ ତୁରନ୍ତ ବନ୍ଦକରିବା ଦରକାର ।
- ରାସାୟନିକ ପ୍ରଣାଳୀରେ ଏହି ବିଷାକ୍ତ ବାଷ୍ପକୁ ପୁନଃବ୍ୟବହାର କରି ବିଷମୁକ୍ତ କରିବା ଦରକାର ।
୧୯ । ପୋଷକ ବୃଦ୍ଧି (Eutrophication) କ’ଣ ?
Answer:
ନାଇଟ୍ରେଟ୍, ଫସ୍ଫେଟ୍ ଏବଂ କ୍ଳେଶରାଇଡ୍ ଇତ୍ୟାଦି ଅଧ୍ବକ ପରିମାଣରେ ଜଳାଶୟରେ ମିଶିବା ଫଳରେ ପୋଷକ ବୃଦ୍ଧି ଘଟି ଜଳଜ ଉଭିଦମାନଙ୍କର ଦ୍ରୁତ ବୃଦ୍ଧି ଘଟେ । ଏହି ପ୍ରକ୍ରିୟାକୁ ପୋଷକ ବୃଦ୍ଧି (Eutrophication) କୁହାଯାଏ । ପ୍ରାକୃତିକ ଉପାୟରେ ଏହା ଏକ ଧୀର ପ୍ରକ୍ରିୟା ହୋଇଥିବାବେଳେ କୃତ୍ରିମ ଉପାୟରେ ଏହା ନାଳ ନର୍ଦ୍ଦମାର ଦୂଷିତ ଜଳ, ଶିଳ୍ପକ୍ଷେତ୍ରରୁ ନିର୍ଗତ ଜଳ, କୃଷିକ୍ଷେତ୍ରରେ ବ୍ୟବହୃତ ରାସାୟନିକ ସାର ଆଦିର ମିଶ୍ରଣ ଫଳରେ ଘଟିଥାଏ । ଏହାଯୋଗୁଁ ଶୈବାଳ ବୃଦ୍ଧି ଘଟେ । ଅଧିକ ଶୈବାଳ ବୃଦ୍ଧି ହେଲେ ମାଛ ଓ ଅନ୍ୟାନ୍ୟ ଜଳଜୀବ ମୃତ୍ୟୁମୁଖରେ ପଡ଼ନ୍ତି ଓ ବିଭିନ୍ନ ବିଷାକ୍ତ ପଦାର୍ଥ ସେମାନଙ୍କ ଦେହରୁ ଆସି ଜଳରେ ମିଶେ । ଏହାର ଫଳସ୍ବରୂପ ଜଳ ଅଧିକ ପ୍ରଦୂଷିତ ହୁଏ ।
ଦ୍ରବୀଭୂତ ଅମ୍ଳଜାନର ପରିମାଣ ଯବକ୍ଷାରଜାନ ଓ ଫସ୍ଫରସ୍ପର ଅନୁପାତ ଓ ସର୍ବୋପରି ଜୈବ ଉତ୍ପାଦନ (Biological Productivity)କୁ ପାଥେୟ କରି ୟୁଟ୍ରୋଫିକେସନ୍ର ପରିମାଣ ନିର୍ଦ୍ଧାରଣ କରାଯାଏ । ଏଣୁ ଏହାକୁ ନିୟନ୍ତ୍ରଣ କରିବାପାଇଁ ଜଳାଶୟ ମଧ୍ୟକୁ ଆସୁଥିବା ଦୂଷିତ ପଦାର୍ଥଗୁଡ଼ିକୁ ପ୍ରଥମେ ପ୍ରକ୍ରିୟାକରଣ କରି ନିୟନ୍ତ୍ରଣ କରାଯିବା ଉଚିତ । ଶୈବାଳ ବୃଦ୍ଧିକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଭୌତିକ, ରାସାୟନିକ ଓ ଜୈବିକ ଉପାୟରେ ଦୂଷିତ ଜଳରୁ ଦ୍ରବୀଭୁତ ପୋଷକଗୁଡ଼ିକ ବାହାରକରିଦେବା ଉଚିତ । ଏଥିପାଇଁ ପ୍ରୟୋଗ କରାଯାଉଥିବା ପଦ୍ଧତିଗୁଡ଼ିକ ହେଲା– ଅଧଃକ୍ଷେପଣ, ଜୈବିକ ଯବକ୍ଷାରଜାନ ବିବନ୍ଧନ, ଯବକ୍ଷାରଜାନମୁକ୍ତ ଆୟନ ବିନିମୟ, ବିଦ୍ୟୁତ୍ ବିଶ୍ଳେଷଣ ଓ ବିପରୀତ ପାରସ୍ତୁତ ପଦ୍ଧତି ଇତ୍ୟାଦି ।
୨୦ । ଜୈବ ବିବର୍ଦ୍ଧନ (Biological Magnification) କ’ଣ ?
Answer:
ଖାଦ୍ୟଶୃଙ୍ଖଳରେ ଅନେକ ଖାଦ୍ୟ ସ୍ତର ଥାଏ । ଖାଦ୍ୟଶକ୍ତି ଗୋଟିଏ ଖାଦ୍ୟ ସ୍ତରକୁ ଅନ୍ୟ ଖାଦ୍ୟ ସ୍ତରକୁ ପ୍ରବାହିତ ହେଲାବେଳେ ଶତକଡ଼ା ୧୦ ଭାଗ ଶକ୍ତି ତାପ ଓ ଶ୍ଵାସକ୍ରିୟାରେ ହ୍ରାସ ଘଟେ । ପରୀକ୍ଷାରୁ ଏହା ପ୍ରମାଣିତ ହେଉଛି ଯେ ଖାଦ୍ୟଶୃଙ୍ଖଳାରେ କେତେକ ପଦାର୍ଥ ଗୋଟିଏ ଖାଦ୍ୟ ସ୍ତରରୁ ଅନ୍ୟ ଏକ ଖାଦ୍ୟ ସ୍ତରକୁ ପ୍ରବାହିତ ହେଲାବେଳେ ପ୍ରତ୍ୟେକଟି ଖାଦ୍ୟ ସ୍ତରରେ ତା’ର ସାନ୍ଦ୍ରତା ବୃଦ୍ଧିପାଇଥାଏ । ଏହି ପ୍ରକ୍ରିୟାକୁ ଜୈବ ବିବର୍ଣନ କୁହାଯାଏ ।
୨୧ । ‘ସବୁଜ ଗୃହ ପ୍ରଭାବ’ (Green house Effect) କହିଲେ କ’ଣ ବୁଝ ?
Answer:
ଶୀତପ୍ରଧାନ ଦେଶମାନଙ୍କରେ ଥଣ୍ଡାର ପ୍ରଭାବରୁ ଉଭିଦଗୁଡ଼ିକୁ ରକ୍ଷାକରିବାପାଇଁ କାଚର ସବୁଜ ଗୃହ ଗଠନ କରି ତା’ ମଧ୍ୟରେ ବିଭିନ୍ନ ଗଛ ଲଗାଯାଇଥାଏ । କାଚ ମଧ୍ଯରେ କ୍ଷୁଦ୍ର ତରଙ୍ଗବିଶିଷ୍ଟ ସୌରରଶ୍ମି କୋଠରି ମଧ୍ୟକୁ ପ୍ରବେଶ କରେ । ଏହି ରଶ୍ମି କୋଠରିମଧ୍ଯସ୍ଥ ଉଭିଦ ଓ ମୃତ୍ତିକା ଉପରେ ପଡ଼ି ଦୀର୍ଘ ତରଙ୍ଗ ବିଶିଷ୍ଟ ଅବଲୋହିତ (Infrared) ରଶ୍ମିରେ ପରିଣତ ହୁଏ; ଯାହାକି କାଚଦେଇ ବାହାରକୁ ଆସିପାରେ ନାହିଁ ଫଳରେ ଉକ୍ତ କାଚନିର୍ମିତ ସବୁଜ କୋଠରିର ତାପମାତ୍ରା ବୃଦ୍ଧି ପାଇଥାଏ । ଏହାଫଳରେ ସେଥିରେ ଥିବା ଉଭିଦର ବୃଦ୍ଧି ସମ୍ଭବ ହୁଏ । ୧୯୨୭ ମସିହାରେ ବୈଜ୍ଞାନିକ ଫରୟର ସବୁଜ ଗୃହର ନାମକରଣ କରିଥିଲେ । ପୃଥିବୀକୁ ମଧ୍ୟ ଏକ ସବୁଜ କୋଠରି ସହ ତୁଳନା କରାଯାଇଥାଏ ।
କ୍ଷୁଦ୍ର ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ସୌରରଶ୍ମି ବାୟୁମଣ୍ଡଳ ଭେଦକରି ପୃଥିବୀପୃଷ୍ଠରେ ପଡ଼ିବା ପରେ ଦୀର୍ଘ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଅବଲୋହିତ ରଶ୍ମିରେ ପରିଣତ ହୁଏ; ମାତ୍ର ଏହି ରଶ୍ମି ବାୟୁମଣ୍ଡଳ ମଧ୍ୟଦେଇ ବାହାରକୁ ଯାଇ ନପାରି ପୁନଶ୍ଚ ପୃଥିବୀପୃଷ୍ଠକୁ ପ୍ରତିଫଳିତ ହୁଏ; ଫଳରେ ପୃଥିବୀର ଉତ୍ତାପ ବୃଦ୍ଧିପାଏ । ବିଶେଷକରି ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳ ଗ୍ୟାସ୍, ମିଥେନ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, ଓଜୋନ୍ ଇତ୍ୟାଦି ଗ୍ୟାସ୍ ସବୁଜ ଗୃହ ରୂପେ କାର୍ଯ୍ୟ କରନ୍ତି । ଏହାଫଳରେ ଜଳଚକ୍ରରେ ଅସନ୍ତୁଳନ ଦେଖାଦିଏ ଓ ଓଜୋନ୍ ସ୍ତରର କ୍ଷୟକ୍ଷତି ଘଟି ଅତିବାଇଗଣୀ ରଶ୍ମି ଭୂପୃଷ୍ଠରେ ବିଚ୍ଛୁରିତ ହେବ । ପୃଥିବୀପୃଷ୍ଠ ଉତ୍ତପ୍ତ ହେବ ଏବଂ ମେରୁ ଅଞ୍ଚଳରେ ବରଫ ତରଳି ସମୁଦ୍ରର ଜଳପତ୍ତନ ବୃଦ୍ଧି କରିବ । ଏହି କୁପ୍ରଭାବର ନିରାକରଣପାଇଁ ବୃକ୍ଷରୋପଣ, ଧୂମବିହୀନ ଜାଳେଣିର ବ୍ୟବହାର ଓ କାରଖାନାର ବିଷାକ୍ତ ବାଷ୍ପର ନିୟନ୍ତ୍ରଣ ଆଦି ସହ ଜନସଚେତନତା ସୃଷ୍ଟି ହେବା ଦରକାର ।
୨୨ । ପୃଥିବୀର ଉତ୍ତାପ ବୃଦ୍ଧି (Global Warming) କ’ଣ ?
Answer:
ପରିମାଣ ବୃଦ୍ଧି, ସବୁଜ କୋଠରି ପ୍ରଭାବ, ଜୀବାଶ୍ମ ଇନ୍ଧନର ଦହନ ଆଦି ଯୋଗୁଁ ହୋଇଥାଏ । ଏହାକୁ ‘ଉତ୍ତପ୍ତ ପୃଥିବୀ’ (Global Warming) କୁହାଯାଏ । ବିଶ୍ବର ଉତ୍ତାପ ବୃଦ୍ଧି ସମ୍ଭବତଃ ଏକବିଂଶ ଶତାବ୍ଦୀର ମାନବ ସମାଜ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ଅଟେ I ତାପମାତ୍ରା ବୃଦ୍ଧିଯୋଗୁଁ ମେରୁ ଅଞ୍ଚଳର ବରଫ ତରଳେ ଓ ଏହାଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ହେବାଯୋଗୁଁ ବନ୍ୟାର ପ୍ରକୋପ ବଢ଼ିବ ଓ କୃଷି ଉତ୍ପାଦନ କମିଯିବ। ବିଶ୍ବର ପାଣିପାଗରେ ପରିବର୍ତ୍ତନ ଘଟି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ; ଯଥା— ବନ୍ୟା, ବାତ୍ୟା, ଅନାବୃଷ୍ଟି ଓ ମରୁଡ଼ି ଆଦି ନିୟମିତ ଭାବରେ ଦେଖାଯିବ । ପରିବେଶ ପ୍ରଦୂଷଣର ଏକ ସକାରାତ୍ମକ ଦିଗ ହେଉଛି ଗ୍ଲୋବାଲ୍ ଡିମିଂ ବା ବିଶ୍ଵ ଅନ୍ଧାରୀକରଣ ।
୧୯୮୫ ମସିହାରେ ସର୍ବପ୍ରଥମେ ଠାବ କରାଯାଇଥିବା ଏହି ପ୍ରକ୍ରିୟାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇ ପୃଥିବୀପୃଷ୍ଠକୁ ସୂର୍ଯ୍ୟାଲୋକର ପ୍ରବେଶ କମିଯିବ ଓ ବିଶ୍ୱ କ୍ରମଶଃ ଅନ୍ଧାରୁଆ ହୋଇଯିବ । ଏହାଦ୍ଵାରା ବିଶ୍ଵ ଜଳବାୟୁରେ ପରିବର୍ତ୍ତନ, ସୌରରଶ୍ମି ଓ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଭିନ୍ନ ସବୁଜ କୋଠରି ଗ୍ୟାସ୍, କ୍ଲୋରୋଫ୍ଲୋରୋ କାର୍ବନର ପରିମାଣ ହ୍ରାସ, ବନୀକରଣ, ଜୀବାଶ୍ମ ଇନ୍ଧନର କମ୍ ବ୍ୟବହାର ଆଦି ଦ୍ଵାରା ଏହାର ପ୍ରତିକାର କରାଯାଇପାରିବ ।
୨୩ । ଉତ୍ପରି ଅନୁସାରେ ବିପର୍ଯ୍ୟୟ କେତେ ଭାଗରେ ବିଭକ୍ତ ବୁଝାଅ ।
Answer:
ବିପର୍ଯ୍ୟୟର ପ୍ରକାରଭେଦ :
ବିପର୍ଯ୍ୟୟର ଉତ୍ପତ୍ତି ଅନୁସାରେ ଏହାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି ।
- ପ୍ରାକୃତିକ ବିପର୍ଯ୍ୟୟ (Natural Disasters)
- ମନୁଷ୍ୟକୃତ ବିପର୍ଯ୍ୟୟ (Anthropological or Man-made Disasters)
- ପରିବେଶ ବିପର୍ଯ୍ୟୟ (Environmental Disasters)
(୧) ପ୍ରାକୃତିକ ବିପର୍ଯ୍ୟୟ (Natural Disasters):
ଏହି ବିପର୍ଯ୍ୟୟଗୁଡ଼ିକ ପ୍ରାକୃତିକ କାରଣଗୁଡ଼ିକରୁ ଉତ୍ପତ୍ତି ହୋଇଥାଏ ।
ଏଗୁଡ଼ିକ ନିମ୍ନ ପ୍ରକାରର ହୋଇଥା’ନ୍ତି; ଯଥା –
- ଭୂମିସମ୍ପର୍କିତ – ଭୂମିକମ୍ପ, ଭୂମିସ୍ଖଳନ, ଆଗ୍ନେୟ ଉଦ୍ଗୀରଣ ଇତ୍ୟାଦି ।
- ପାଣିପାଗସମ୍ପର୍କିତ – ବନ୍ୟା, ମରୁଡ଼ି, ବାତ୍ୟା, ଅତ୍ୟଧ୍ବକ ବର୍ଷା, କରକାପାତ, ସୁନାମି ଆଦି ।
(୨) ମନୁଷ୍ୟକୃତ ବିପର୍ଯ୍ୟୟ (Anthropological or Man-made Disasters):
ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟରେ ଘରପୋଡ଼ି, କଳକାରଖାନାରେ ନିଆଁ ଲାଗିବା, ଜଙ୍ଗଲ ନିଆଁ, ଅନ୍ତର୍ଦ୍ଦରୁ ଘରପୋଡ଼ିବା, ହଣାକଟା, ମଟରଯାନ ଦୁର୍ଘଟଣା, ଯାନବାହାନଗୁଡ଼ିକର ପରସ୍ପର ମଧ୍ୟରେ ଧକ୍କା, ଉଡ଼ାଜାହାଜ ଦୁର୍ଘଟଣା, କଳକାରଖାନାରେ ବାଷ୍ପଯନ୍ତ୍ରଗୁଡ଼ିକର ବିସ୍ଫୋରଣ, ଗ୍ୟାସ୍ଟାଙ୍କିରେ ଛିଦ୍ରହେବା, ଆମୋନିଆ, ମିଥେନ ଗ୍ୟାସ୍ ଲିକ୍, ଆଣବିକ ବିସ୍ଫୋରଣ ତଥା ତେଜସ୍କ୍ରିୟ ବସ୍ତୁ ଥିବା ପାତ୍ରଗୁଡ଼ିକରେ ଛିଦ୍ର ଆଦି ଅନ୍ତର୍ଭୁକ୍ତ ।
(୩) ପରିବେଶ ବିପର୍ଯ୍ୟୟ (Environmental Disasters):
ପରିବେଶ ଦୁର୍ବିପାକ ମଧ୍ୟରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା କ୍ଷୟ, ଜଙ୍ଗଲ କ୍ଷୟ ଆଦି ମୁଖ୍ୟ ଅଟନ୍ତି ।