CHSE Odisha Class 12 Political Science Chapter 2 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 2 ଭାରତରେ ରାଜନୈତିକ ଦଳୀୟ ବ୍ୟବସ୍ଥା Long Answer Questions.

CHSE Odisha 12th Class Political Science Chapter 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଭାରତୀୟ ଦଳୀୟ ବ୍ୟବସ୍ଥାର ପ୍ରକୃତି ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଆଲୋଚନା କର ।
Answer:
ଜନସଂଖ୍ୟାର ଅପ୍ରାକୃତିକ ବୃଦ୍ଧି ଓ ରାଷ୍ଟ୍ରର କାର୍ଯ୍ୟ ପରିସର ଅସୀମିତ ହେବା ଫଳରେ ବର୍ତ୍ତମାନ ଗୋଟିଏ ଦେଶର ପ୍ରତ୍ୟେକ ଲୋକ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ସମ୍ଭବ ନୁହେଁ । ଏତଦ୍‌ବ୍ୟତୀତ ଉପଯୁକ୍ତ ବୈଷୟିକ ଜ୍ଞାନର ଅଭାବ ତଥା ସମୟର ସ୍ଵଳ୍ପତା ମଧ୍ୟ ଏହି ଅଂଶଗ୍ରହଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଏଣୁ ପ୍ରତ୍ୟକ୍ଷ ଗଣତନ୍ତ୍ରର ବିକଳ୍ପ ଭାବେ ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାର ରୂପ ବର୍ଣ୍ଣନା କରାଯାଇଛି । ସୀମିତ ସମୟ ପାଇଁ ନିର୍ବାଚିତ ଏହି ପ୍ରତିନିଧୁମାନେ ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି । ଏହି ନିର୍ବାଚନ ପାଇଁ ସୁସଙ୍ଗଠିତ ଦଳ ବା ଗୋଷ୍ଠୀର ଆବଶ୍ୟକତା ରହିଛି । ଏହି ଗୋଷ୍ଠୀ ବା ଦଳର ମୁଖ୍ୟ ଉଦ୍ଦେଶ୍ୟ ରାଜନୈତିକ କ୍ଷମତା ଭୋଗ ହୋଇଥିବାରୁ ଏମାନଙ୍କୁ ରାଜନୈତିକ ଦଳ କୁହାଯାଏ ।

ରାଜନୈତିକ ଦଳମାନେ ଜନମତର ସୃଷ୍ଟି ପାଇଁ ଅନେକାଂଶରେ ଦାୟୀ କାରଣ ସଂଖ୍ୟାଧ‌ିକ ଜନମତ ବଳରେ ସେମାନେ ରାଜନୈତିକ କ୍ଷମତା ଉପଭୋଗ କରିବାକୁ ସକ୍ଷମ ହୋଇପାରନ୍ତି । ଜନସାଧାରଣ ଓ ସରକାରଙ୍କ ପ୍ରତିନିଧ୍ ଦଳ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ରାଜନୈତିକ ଦଳ ହିଁ ଏକ ଅପରିହାର୍ଯ୍ୟ ବ୍ୟବସ୍ଥା । ରାଜନୈତିକ ଆଧୁନିକୀକରଣ ପ୍ରକ୍ରିୟାରେ ରାଜନୈତିକ ଦଳର ଗୁରୁତ୍ଵ ବୃଦ୍ଧି ପାଇଛି । ଉପରୋକ୍ତ ଆବଶ୍ୟକତା ଦୃଷ୍ଟିରୁ ଭାରତ ପରି ପୃଥ‌ିବୀର ବୃହତ୍ତମ ପ୍ରତିନିଧୁମୂଳକ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳର ପ୍ରକୃତି ଓ ଗୁରୁତ୍ଵକୁ ଆଲୋଚନା କରିବାର ଯଥାର୍ଥତା ଯଥେଷ୍ଟ ଅଧ‌ିକ । ୧୮୮୩ ମସିହାରେ ‘ଭାରତୀୟ ସଂଘ’ (Indian Association) ଦ୍ଵାରା ଆହୂତ ଜାତୀୟ କଂଗ୍ରେସର ଅଧ୍ଵବେଶନରେ ଏକ ‘ଜାତୀୟ ସଂଗଠନ’ର ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ଏହାର ଫଳସ୍ଵରୂପ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ସେହିଦିନଠାରୁ ବିଭିନ୍ନ ସ୍ତର ଦେଇ ଗତି କରୁଥିବା ଭାରତୀୟ ଦଳୀୟ ବ୍ୟବସ୍ଥାରେ ନିମ୍ନଲିଖୂତ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ପ୍ରଥମତଃ, କେତେକ ସଂକୀର୍ଣ୍ଣମନା ସ୍ଵାର୍ଥାନ୍ଵେଷୀ ଲୋକଙ୍କର ଅସଂଯୋଜିତ ଚିନ୍ତାଧାରାରୁ ରାଜନୈତିକ ଦଳଟିଏ ସୃଷ୍ଟି ହୁଏ ନାହିଁ; ବରଂ ପ୍ରତ୍ୟେକ ଦଳର ସୃଷ୍ଟି ମୂଳରେ କିଛି ନିର୍ଦ୍ଦିଷ୍ଟ ଦର୍ଶନ, ଆଦର୍ଶ, ନୀତି ବା କାର୍ଯ୍ୟକ୍ରମ ରହିଥାଏ; ଯାହା ପ୍ରତ୍ୟେକ ଦଳକୁ ପରସ୍ପରଠାରୁ ପୃଥକ୍ କରିଥାଏ । ଭାରତୀୟ ଜାତୀୟ କଂଗ୍ରେସଠାରୁ ଆରମ୍ଭ କରି ଭାରତୀୟ ଜନତା ଦଳ ବା ଶିବସେନା ପର୍ଯ୍ୟନ୍ତ ପ୍ରତ୍ୟେକ ରାଜନୈତିକ ଦଳ କ୍ଷେତ୍ରରେ ଏହା ଏକ ପ୍ରତିଷ୍ଠିତ ସତ୍ୟ ଅଟେ । ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥୁବା ଓ ଏକ ଦୁର୍ବଳ ଦର୍ଶନର ଭିତ୍ତିଭୂମି ଉପରେ ମୁଣ୍ଡ ଟେକିଥିବା ରାଜନୈତିକ ଦଳର ମୃତ୍ୟୁ ଅବଶ୍ୟମ୍ଭାବୀ । ଓଡ଼ିଶା ଜନତା ଦଳ, ଜାଗ୍ରତ ଓଡ଼ିଶା ଇତ୍ୟାଦିର ଉଦାହରଣ ଗ୍ରହଣ କରାଯାଇପାରେ ।

ଦ୍ଵିତୀୟତଃ, ଦଳୀୟ ସଂଗଠନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ଉପରେ ନିର୍ଭର କରିଥାଏ । ଦୃଢ଼ ଦଳୀୟ ଶୃଙ୍ଖଳା ନୀତି ବ୍ୟତୀତ ଦଳର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । କିନ୍ତୁ ବର୍ତ୍ତମାନ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ନାମରେ ଆନ୍ତର୍ଦଳୀୟ ରାଜନୀତିର ସୂତ୍ରପାତ ହୋଇଛି ଓ ସଂକୀର୍ଣ୍ଣ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ଦଳ ମଧ୍ୟରେ ବିଭେଦତା ଓ ଅସ୍ଥିରତା ସୃଷ୍ଟି କରି ଦଳଗତ ପ୍ରଚେଷ୍ଟା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏହା ଦଳକୁ ଦୁର୍ବଳ କରିଦେଉଛି । ‘ଅସନ୍ତୁଷ୍ଟ ବିଧାୟକ’ ଶବ୍ଦଟି ସଂସଦ ମଧ୍ଯରେ ଦଳୀୟ ରାଜନୀତିକୁ ଅନେକ ମାତ୍ରାରେ କଳୁଷିତ କରୁଛି । ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଏହି ପ୍ରକୃତିର ଅସମ୍ଭବ ବୃଦ୍ଧି ଘଟି ବର୍ତ୍ତମାନ ପ୍ରତ୍ୟେକ ରାଜନୈତିକ ଦଳ ଏହି ରୋଗରେ ପୀଡ଼ିତ । ଦୁର୍ବଳ ନେତୃତ୍ଵ ଓ ବ୍ୟକ୍ତିଗତ ରାଜନୈତିକ ଆକାଂକ୍ଷା ଏଥ‌ିପାଇଁ ଖୋରାକ୍ ଯୋଗାଇଥାଏ ।

ଏଥ୍ ନିମନ୍ତେ ଦଳ-ବିଭାଜନ ଘଟିଥାଏ । ୧୯୬୯ ଓ ୧୯୭୮ ମସିହାରେ କଂଗ୍ରେସ ଦଳ ଏବଂ ୧୯୯୦ ମସିହାରେ ଜନତା ଦଳର ବିଭାଜନ ଏହି କାରଣରୁ ହୋଇଥିଲା । ତୃତୀୟତଃ, ଭାରତୀୟ ରାଜନୈତିକ ଦଳଗୁଡ଼ିକ ଦଳର ନେତାଙ୍କର ବ୍ୟକ୍ତିତ୍ଵକୁ ନିଜର ଭିତ୍ତିଭୂମିରୂପେ ଗ୍ରହଣ କରିଆସୁଛନ୍ତି । ଦଳର ନେତାଙ୍କର ବ୍ୟକ୍ତିତ୍ଵ ଓ ଆଦର୍ଶରେ ଦଳ ପରିଚାଳିତ ହେବା ଉଚିତ । ମାତ୍ର ତାଙ୍କର ବ୍ୟକ୍ତିତ୍ଵ ଉପରେ ଦଳର ସ୍ଥିତି ନିର୍ଭର କରିବା ସମୀଚୀନ ନୁହେଁ । ଦଳର ନେତାଙ୍କ ନାମରେ ରାଜନୈତିକ ଦଳମାନ ପ୍ରତିଷ୍ଠା କରାଯାଉଛି । ୧୯୭୭-୭୮ ମସିହାରେ କଂଗ୍ରେସ (ଇନ୍ଦିରା) ପ୍ରତିଷ୍ଠିତ ହେବା ପରଠାରୁ ଅନେକ ରାଜନୈତିକ ଦଳ ବ୍ୟକ୍ତିବିଶେଷଙ୍କ ନାମରେ ପ୍ରତିଷ୍ଠା କରାଯାଉଛି ।

କଂଗ୍ରେସ ଦଳରେ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କର ଭୂମିକା ଓ ଆନ୍ନା ଡି.ଏମ୍.କେ ଦଳରେ ଏମ୍.ଜି. ରାମଚନ୍ଦ୍ରନଙ୍କ ଭୂମିକା ଓ ସେମାନଙ୍କର ମୃତ୍ୟୁପରେ ଦଳରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ବିଚାରକୁ ନିଆଯାଇପାରେ । ପୁନଶ୍ଚ ତେଲଗୁଦେଶମ୍ ଦଳରେ ଏନ୍.ଟି. ରାମାରାଓ, ମାର୍କସବାଦୀ କମ୍ୟୁନିଷ୍ଟ ଦଳରେ ଜ୍ୟୋତି ବସୁ, ଆନ୍ନା.ଡି.ଏମ୍.କେ. ଦଳରେ ଜୟଲଳିତାଙ୍କ ଭୂମିକା ଏହାର ନିଚ୍ଛକ ପ୍ରମାଣ ଅଟେ । ଚତୁର୍ଥତଃ, ୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଲୋକମାନେ କେନ୍ଦ୍ର ପାଇଁ ଗୋଟିଏ ରାଜ୍ୟମାନଙ୍କ ପାଇଁ ଅନ୍ୟ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଛନ୍ତି; ଏଣୁ ଜାତୀୟ ଦଳ ସହ ଅନେକ ଆଞ୍ଚଳିକ ଦଳ ମଧ୍ୟ ମୁଣ୍ଡ ଟେକିଛନ୍ତି ।

ଆସାମରେ ଆସାମ ଗଣ ପରିଷଦ, ତାମିଲନାଡୁରେ ଆନ୍ନା.ଡି.ଏମ୍.କେ., ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନ୍‌ଫରେନ୍ସ ଦଳର ଗୁରୁତ୍ଵ ଯଥେଷ୍ଟ ଅଧିକ ଅଟେ । ଲୋକମାନେ ଜାତୀୟ ଐକ୍ୟ ଓ ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖୁ ସେମାନଙ୍କର ଜନମତକୁ ବିଭାଜିତ କରୁଛନ୍ତି | ପଞ୍ଚମତଃ, ରାଜନୈତିକ ଦଳମାନେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ଲକ୍ଷ୍ୟ ପୂରଣ ପାଇଁ ଉଦ୍ୟମ କରିବା ଆବଶ୍ୟକ; କିନ୍ତୁ ବର୍ତ୍ତମାନ ଭାରତରେ ନିଜର ସ୍ବାର୍ଥ ହାସଲ ପାଇଁ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି କରି, ନିର୍ବାଚନରେ ଅର୍ଥ, କ୍ଷମତା, ବାହୁବଳ ଇତ୍ୟାଦିର ପ୍ରୟୋଗ କରୁଛନ୍ତି । ବର୍ତ୍ତମାନର ରାଜନୈତିକ ଦଳ ଧନିକ ଶ୍ରେଣୀ ବା ପୁଞ୍ଜିପତି ଓ ଶିଳ୍ପପତିଙ୍କ ହାତରେ କ୍ରୀଡ଼ାପୁତ୍ତଳିକା ଅଟେ ।

ଷଷ୍ଠତଃ, ଭାରତୀୟ ରାଜନୈତିକ ପରିବେଶରେ ସି.ପି.ଆଇ., ସି.ପି.ଆଇ (ଏମ୍), ଫରୱାର୍ଡ଼ ବ୍ଲକ୍ ଆଦି ପରି ବାମପନ୍ଥୀ ଦଳ ରହିଛନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ହିନ୍ଦୁ ମହାସଭା, ଅକାଳୀ ଦଳ, ମୁସ୍‌ଲିମ୍ ଲିଗ୍ ଇତ୍ୟାଦି ଧର୍ମଭିଭିକ ରାଜନୈତିକ ଦଳ ଅଟନ୍ତି । ଭାରତରେ ଏକ ବହୁଦଳୀୟ ରାଜନୈତିକ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବରେ ତର୍ଜମା କଲେ ଜଣାଯାଏ ଯେ, ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଧୁକ ପ୍ରଭାବ ରହିଥାଏ । କେନ୍ଦ୍ରରେ ୧୯୭୭ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର, ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ଦଳର, ୧୯୮୦ ଠାରୁ ୧୯୮୯ ମସିହା ପର୍ଯ୍ୟନ୍ତ କଂଗ୍ରେସ (ଇନ୍ଦିରା) ର ପ୍ରତିଷ୍ଠିତ ଭୂମିକା ଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପଶ୍ଚିମବଙ୍ଗରେ ବାମପନ୍ଥୀ ସାମ୍ମୁଖ୍ୟ, ତାମିଲନାଡୁରେ ୧୯୯୧ ମସିହାରୁ ଆନ୍ନା.ଡି.ଏମ୍.କେ. ଦଳର, ବିହାର ଓ ଓଡ଼ିଶାରେ ଜନତା ଦଳର ଦୃଢ଼ ସ୍ଥିତି ପ୍ରତିଷ୍ଠିତ ହୋଇଛି ଏବଂ ଏହା ଏକ ଏକଦଳୀୟ ଏକଚ୍ଛତ୍ରବାଦକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ । ଦୁଇ ଦଶନ୍ଧି ପୂର୍ବରୁ ଭାରତୀୟ ରାଜନୈତିକ ଦଳମାନଙ୍କୁ ଅନୁଧ୍ୟାନ କରି ପାମର୍ ମତ ଦେଇଥିଲେ ଯେ, ଭାରତକୁ ଏକଦଳୀୟ ରାଷ୍ଟ୍ରରୂପେ ବର୍ଣ୍ଣନା କରିବା ଅଯୌକ୍ତିକ ହୋଇଥିଲେ ମଧ୍ୟ ଜାତୀୟ ରାଜନୈତିକ ପରିବେଶକୁ ବିଶ୍ଳେଷଣ କଲେ ଏଥୁଁରେ କିଛି ସତ୍ୟତା ରହିଛି ବୋଲି ସହଜରେ ଅନୁମାନ କରିହେବ । ରାଜନୈତିକ ଦଳବଦଳ ରାଜନୈତିକ ଦଳମାନଙ୍କର ପ୍ରକୃତିକୁ ବିକୃତ କରିଛି ଓ ଶାସନ ବ୍ୟବସ୍ଥାରେ ଦକ୍ଷତା ହ୍ରାସ, ଅସ୍ଥିରତା ଇତ୍ୟାଦି ପ୍ରକାଶିତ ହୋଇଛି; ଏଣୁ ଏକ ବଳିଷ୍ଠ ଆଦର୍ଶ, ରାଜନୈତିକ ଦର୍ଶନ, ଦୃଢ଼ ସଂଗଠନ, ଦୃଢ଼ ଶୃଙ୍ଖଳା ନୀତି ଇତ୍ୟାଦି ଫଳରେ ରାଜନୈତିକ ଦଳ ସୁସଂଗଠିତ ହେବ ଓ ରାଜନୈତିକ ବ୍ୟବସ୍ଥା ମଧ୍ୟ ବଳିଷ୍ଠ ଓ ଦକ୍ଷ ହେବ ।

୨ | ଭାରତୀୟ ଦଳୀୟ ବ୍ୟବସ୍ଥାର ସମସ୍ୟାଗୁଡ଼ିକ କ’ଣ ଆଲୋଚନା କର ।
Answer:
ଭାରତୀୟ ଦଳୀୟ ବ୍ୟବସ୍ଥା ବହୁ ସମସ୍ୟାର ସମ୍ମୁଖୀନ । ଏହି ସମସ୍ୟାଗୁଡ଼ିକର ସମାଧାନ ନ ହେଲେ ଭାରତୀୟ ରାଜନୀତି ବିଶୃଙ୍ଖଳିତ ହୋଇ ରହିବ ।

  • ଦୃଢ଼ ବିରୋଧୀ ଦଳର ଆବଶ୍ୟକତା – ଭାରତରେ ବହୁଦଳୀୟ ବ୍ୟବସ୍ଥା ପ୍ରଚଳିତ । ନିର୍ବାଚନରେ ଭୋଟଗୁଡ଼ିକ ଭାଗ ଭାଗ ହୋଇଯାଉଛି । ଏହା ଫଳରେ ବିରୋଧୀ ଦଳ ସଂଗଠିତ ହୋଇପାରୁନାହାନ୍ତି । ବିଭିନ୍ନ କାରଣରୁ କେତେକ ବିରୋଧୀ ଦଳ ସରକାରୀ ଦଳର ଗୋଡ଼ାଣିଆ ସାଜୁଛନ୍ତି । ବିରୋଧୀ ଦଳ ଦୃଢ଼ ନ ହେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ ।
  • ଦଳବଦଳ – ଦଳବଦଳ ଭାରତୀୟ ରାଜନୀତିରେ ଏକ ମାରାତ୍ମକ ବ୍ୟାଧ୍ଵ । କୌଣସି ନୀତି ଆଦର୍ଶରେ ବିଶ୍ବାସ ନ ରଖ୍ କେତେକ ରାଜନୀତିକ ଦଳର ସଭ୍ୟ ନିଜର ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଗୋଟିଏ ଦଳ ତ୍ୟାଗକରି ଅନ୍ୟ ଦଳ ସହ ମିଶି ଯାଉଛନ୍ତି । ଯାହା ଫଳରେ ଶାସନରେ ଅସ୍ଥିରତା ଦିନକୁ ଦିନ ବଢ଼ି ବଢ଼ି ଯାଉଛି । ଭାରତରେ ଦଳବଦଳ ଆଇନ ୧୯୮୫ ଠାରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ଦଳବଦଳକୁ ରୋକି ପାରିନାହିଁ ।
  • ବ୍ୟକ୍ତିପ୍ତଜା – ଭାରତରେ ରାଜନୀତିକ ଦଳଗୁଡ଼ିକ ବ୍ୟକ୍ତିକୈନ୍ଦ୍ରିକ ନୀତି-ଆଦର୍ଶ ଅପେକ୍ଷା ବ୍ୟକ୍ତିର ପ୍ରାଧାନ୍ୟକୁ ଆମେ ଅନେକ ଗୁରୁତ୍ଵ ଦେଇଛୁ । କୌଣସି ବ୍ୟକ୍ତିର ଆକର୍ଷଣୀୟ ବ୍ୟକ୍ତିତ୍ବ ଅନେକ ସଂଖ୍ୟକ ଅନୁଗାମୀ ସୃଷ୍ଟି କରେ; ପଣ୍ଡିତ ଜବାହାରଲାଲ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧି, ବିଜୁ ପଟ୍ଟନାୟକ ଇତ୍ୟାଦି ।
  • କଳାଧନର ପ୍ରଭାବ – ମିଥ୍ୟା ପ୍ରତିଶ୍ରୁତି ଦେଇ ବଡ଼ ବଡ଼ କମ୍ପାନୀରୁ ବା ବିଦେଶୀ ରାଷ୍ଟ୍ରରୁ ଚାନ୍ଦା ଆଦାୟ କରିବାରେ ଭାରତୀୟ ରାଜନୀତିକ ଦଳମାନେ ସମ୍ପୃକ୍ତ । ଏହାକୁ କଳାଧନ କୁହାଯାଏ । ଭାରତ ରାଜନୀତିରେ ଏହାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ବିଦେଶୀ ରାଷ୍ଟ୍ରମାନେ ବିଭିନ୍ନ ଦଳକୁ ନିର୍ବାଚନ ସମୟରେ କଳାଧନ ଦେଇ ସାହାଯ୍ୟ କରନ୍ତି । ଏହା ଦେଶ ପାଇଁ କ୍ଷତିକାରକ ।
  • ଆର୍ଥିକ ଦୁରବସ୍ଥା – ନିର୍ବାଚନ କମିଶନ୍ ଯେତେ ଅଙ୍କୁଶ ଲଗାଇଲେ ମଧ୍ୟ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି । ଯାତାୟାତ, ଯୋଗାଯୋଗ ଓ ପ୍ରଚାର କାର୍ଯ୍ୟ ବିନା ଅର୍ଥରେ କରାଯାଇପାରୁ ନାହିଁ । ଗୋଟିଏ ନିର୍ବାଚନ ମଣ୍ଡଳୀର ଲୋକସଂଖ୍ୟା ଓ ଆୟତନ ଏତେ ବ୍ୟାପକ ଯେ ଜଣେ ପ୍ରାର୍ଥୀ ତା’ର ସମସ୍ତ ଭୋଟରଙ୍କୁ ଭେଟିବା ସମ୍ଭବପର ହେଉନାହିଁ । ସ୍ଵଳ୍ପ ସମୟ ମଧ୍ୟରେ ପ୍ରାର୍ଥୀଙ୍କୁ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ପଡ଼ୁଥିବାରୁ ପ୍ରାର୍ଥୀଙ୍କ ନିକଟରେ ଯଥେଷ୍ଟ ସଂଖ୍ୟକ ଗାଡ଼ି, ହ୍ୟାଣ୍ଡବିଲ୍, ପ୍ରଚାରପତ୍ର ଆଦି ଆବଶ୍ୟକ । ଏଣୁ ଆର୍ଥିକ ଦୁରବସ୍ଥା ଯୋଗୁଁ ଅନେକ ଦଳ ତିଷ୍ଠି ପାରୁନାହିଁ । ଭାରତୀୟ ରାଜନୀତିରେ ଯେତେ ଯେତେ ସମସ୍ୟା ସୃଷ୍ଟି ହୋଇଛି ସେଗୁଡ଼ିକର ସମାଧାନ ପାଇଁ ବିଭିନ୍ନ ଦଳ ମୁକ୍ତ ହୃଦୟରେ ଆଗେଇ ଆସିବା ଆବଶ୍ୟକ । ଏ ଦିଗରେ ସବୁଠାରୁ ବଳିଷ୍ଠ ପଦକ୍ଷେପ ହେବ ଦ୍ଵିଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ । ସମାନ ଆଦର୍ଶରେ ବିଶ୍ଵାସ କରୁଥିବା ଦଳମାନେ ଏକଜୁଟ ହେଲେ ଭାରତୀୟ ଦଳୀୟ ବ୍ୟବସ୍ଥାର ଉନ୍ନତି ହେବ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୩ । ଭାରତରେ ବିରୋଧୀ ଦଳର ଭୂମିକା ସମ୍ପର୍କରେ ସଂକ୍ଷେପରେ ବୁଝାଇ ଲେଖ ।
Answer:
ରାଷ୍ଟ୍ରରେ ନାଗରିକମାନଙ୍କର ଆର୍ଥିକ ଓ ରାଜନୈତିକ ଜୀବନର ବିକାଶ ଲକ୍ଷ୍ୟ ନେଇ ରାଜନୈତିକ କ୍ଷମତାକୁ ଗଣତାନ୍ତ୍ରିକ ନିର୍ବାଚନ ମାଧ୍ୟମରେ ସାମ୍ବିଧାନିକ ଉପାୟରେ ଗ୍ରହଣ କରିବାପାଇଁ ରାଜନୈତିକ ଦଳର ସୃଷ୍ଟି । ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ମାତ୍ରାଧ‌ିକ୍ୟ ବୃଦ୍ଧି ଯୋଗୁଁ ପ୍ରତ୍ୟକ୍ଷ ଗଣତନ୍ତ୍ର ପରୋକ୍ଷ ବା ପ୍ରତିନିଧୂମୂଳକ ଗଣତନ୍ତ୍ରରେ ରୂପାନ୍ତରିତ ହୋଇଯାଇଛି । ଏହି ନୂତନ ବ୍ୟବସ୍ଥାରେ ଲୋକମାନଙ୍କଦ୍ୱାରା ନିର୍ବାଚିତ ବ୍ୟକ୍ତି ଓ ସଂଖ୍ୟାତ୍ମକ ଜନମତ ପାଉଥବା ରାଜନୈତିକ ଦଳର ଭୂମିକା ବୃଦ୍ଧି ପାଇଛି । ନିର୍ବାଚନରେ ସଂଖ୍ୟାଧ୍ଵକ ଜନମତ ପାଇଥିବା ଦଳ ଶାସକଦଳ ଓ ସଂଖ୍ୟାନ୍‌ନ ଜନମତ ପାଇଥବା ଦଳ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରନ୍ତି । ଭାରତରେ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠିତ ହୋଇ ରାଜନୈତିକ ଦଳର ଇତିହାସ ସ୍ଥାପନା କଲା ।

ଆଲାନ୍ ଅନ୍ଧାଭିଆନ୍ ହ୍ୟୁମ୍‌ଙ୍କଦ୍ବାରା ପ୍ରତିଷ୍ଠିତ ଏହି ଦଳ ପ୍ରାଥମିକ ଅବସ୍ଥାରେ ଏକ ସମାଜସେବୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରୁଥିଲା । ବ୍ରିଟିଶ୍ ସରକାର ଓ ଭାରତୀୟମାନଙ୍କ ମଧ୍ୟରେ ସହଯୋଗର ସୂତ୍ର ପ୍ରତିଷ୍ଠା ଏହାର ଲକ୍ଷ୍ୟ ଥିଲା । ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସରେ ଏହାର ନେତୃତ୍ଵ ଓ ଭୂମିକା ଅନସ୍ବୀକାର୍ଯ୍ୟ । ପ୍ରାଦେଶିକ ସରକାର ଓ ମଧ୍ୟବର୍ତ୍ତୀ ସରକାରରେ ପ୍ରାୟତଃ ଏହାର ନେତୃତ୍ୱ ପ୍ରତିଷ୍ଠିତ ଥିଲା । ସେତେବେଳେ ଶାସକ ଦଳର ମଧ୍ୟ ବିଶେଷ ଗୁରୁତ୍ଵ ଓ ସ୍ଵାଧୀନତା ନଥିବାରୁ ବିରୋଧୀ ଦଳ ମଧ୍ଯ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁନଥିଲା । କିନ୍ତୁ କଂଗ୍ରେସ ଭିନ୍ନ ମୁସଲିମ ଲିଗ୍, କମ୍ୟୁନିଷ୍ଟ, ପ୍ରଜା ସୋସାଲିଷ୍ଟ, ସ୍ଵରାଜ, ଫରୱାର୍ଡ଼ ବ୍ଲକ୍ ଆଦି ଅନ୍ୟାନ୍ୟ ଦଳ ମଧ୍ଯ ରହିଥିଲା । ମୂଳରୁ ଭାରତ ଏକ ବହୁଦଳୀୟ ରାଜନୀତିକ କ୍ଷେତ୍ର ରୂପେ ନିଜର ସ୍ଥିତି ପ୍ରକାଶ କରିଛି ।

ଭାରତରେ ଗଣତନ୍ତ୍ର ଶାସନକୁ ସୁଦୃଢ଼ ଓ ଦକ୍ଷ କରିବାପାଇଁ ଏକ ଶାସକ ଦଳ ସହ ଏକ ସୁସଂଗଠିତ ଦକ୍ଷ ବିରୋଧୀ ଦଳର ମଧ୍ୟ ଆବଶ୍ୟକତା ଅଛି । ଦେଶରେ ହୋଇଥିବା ନିର୍ବାଚନଗୁଡ଼ିକରେ ଯେ ପ୍ରାୟ କଂଗ୍ରେସ ଦଳ ୧୯୫୨ ମସିହାଠାରୁ ୧୯୭୬-୭୭ ମସିହା ପର୍ଯ୍ୟନ୍ତ ନିରବଚ୍ଛିନ୍ନଭାବେ ଶାସକ ଦଳ ଆସନରେ ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ବିରୋଧୀ ଦଳ ଆସନରେ ବସିଥିଲେ । ଚତୁର୍ଥ ସାଧାରଣ ନିର୍ବାଚନରେ କେରଳ ସମେତ କେତେକ ରାଜ୍ୟରେ ଅଣକଂଗ୍ରେସ ସରକାର ଗଠିତ ହେବା ଫଳରେ ସେହି ରାଜ୍ୟମାନଙ୍କରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହିସାବରେ କାର୍ଯ୍ୟ କରିଥିଲା । ୧୯୭୭ ମସିହାରେ ପ୍ରଥମ ଥରପାଇଁ ଜୟପ୍ରକାଶ ନାରାୟଣ ଇତ୍ୟାଦିଙ୍କ ଆହ୍ଵାନରେ ସାତଟି ରାଜନୈତିକ ଦଳର ସହଯୋଗରେ ଗଠିତ ଜନତା ଦଳ ମୋରାରଜୀ ଦେଶାଇଙ୍କ ନେତୃତ୍ଵରେ କେନ୍ଦ୍ରରେ ଏକ ଅଣ-କଂଗ୍ରେସ ସରକାର ପ୍ରତିଷ୍ଠା କଲା ।

କଂଗ୍ରେସ ବିରୋଧୀ ଦଳ ଆସନରେ ବସିଲା ଓ ବିଭାଜିତ ହୋଇ ମୁଖ୍ୟ ଅଂଶ କଂଗ୍ରେସ (ଇନ୍ଦିରା) ନାମରେ ପରିଚିତ ହେଲା । ଶାସକଦଳ ମଧ୍ୟରେ ଗୋଷ୍ଠୀବିବାଦ ଓ ବୁଝାମଣାର ଅଭାବରୁ ଜନତା ଦଳ ସରକାରର ପତନ ହେଲା ଓ ୧୯୮୦ ମସିହାରେ ଅନୁଷ୍ଠିତ ନିର୍ବାଚନରେ ଇନ୍ଦିରା କଂଗ୍ରେସ ଦଳ ସରକାର ଗଠନ କରି ୧୯୮୯ ମସିହା ପର୍ଯ୍ୟନ୍ତ କ୍ଷମତାରେ ରହିଲା । ୧୯୮୯ ମସିହାରେ ଏକ ମିଳିତ ସରକାର ବିରୋଧୀ ଦଳମାନଙ୍କର ସହଯୋଗରେ ସମ୍ଭବ ହେବା ଫଳରେ କଂଗ୍ରେସ ବିରୋଧୀ ଦଳର ଦାୟିତ୍ଵ ନେଲା । ପୁନଶ୍ଚ ୧୯୯୧ ମସିହା ନିର୍ବାଚନରେ କଂଗ୍ରେସ (ଇ) ଶାସକ ଦଳ ଓ ଅନ୍ୟ ସମସ୍ତ ଦଳ ବିରୋଧୀ ଦଳର ଭୂମିକା ଗ୍ରହଣ କଲେ । ୧୯୯୬ ନିର୍ବାଚନରେ ବି.ଜେ.ପି. ଏକକ ସଂଖ୍ୟାଗରିଷ୍ଠ ଦଳ ହେଲେ ମଧ୍ୟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ଅଭାବରୁ ସରକାର ଗଠନ କରିପାରିଲା ନାହିଁ । ରାଜନୈତିକ ଅସ୍ଥିରତା ଲାଗିରହିଲା । ଦୃଢ଼ ସରକାରର ଅଭାବ ପରିଲକ୍ଷିତ ହେଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ପରେ କଂଗ୍ରେସର ସମର୍ଥନରେ ରାଷ୍ଟ୍ରୀୟ ମୋର୍ଚ୍ଚା ସରକାର ପ୍ରତିଷ୍ଠିତ ହେବା ଫଳରେ ବି.ଜେ.ପି. ପ୍ରମୁଖ ବିରୋଧୀ ଦଳ ହେଲା । ୧୯୯୮ ମସିହାରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସାମିଲ ହୋଇଥବା ଅନେକ ଆଞ୍ଚଳିକ ଦଳର ନେତୃତ୍ୱ ବି.ଜେ.ପି. ନେଇ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରିଥିଲା । କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହୋଇଥିବାବେଳେ ରାଷ୍ଟ୍ରୀୟ ଜନତାଦଳ, ସମାଜବାଦୀ ଦଳ, ବହୁଜନ ସମାଜପାର୍ଟି, ସି.ପି.ଆଇ ଓ ସି.ପି.ଏମ୍. ନେତୃତ୍ଵରେ ବାମ ସାମ୍ମୁଖ୍ୟ, ଆନ୍ନା.ଡି.ଏମ୍.କେ. ଆଦି ବିରୋଧୀଦଳ ହିସାବରେ କେନ୍ଦ୍ରରେ କାର୍ଯ୍ୟ ସମ୍ପାଦନ କରିଥିଲେ । ବର୍ତ୍ତମାନ ମିଳିତ ସରକାର ବ୍ୟବସ୍ଥାର ବିକାଶ ଫଳରେ ଆଞ୍ଚଳିକ ଦଳର ପ୍ରାଧାନ୍ୟ ବୃଦ୍ଧିପାଉଛି, ଶାସନଗତ ରାଜନୈତିକ ଅସ୍ଥିରତା ଦେଖାଯାଇ ଶାସନର ଦକ୍ଷତା ହ୍ରାସ ପାଉଛି । ଏହିଭଳି ପରିସ୍ଥିତିରେ ବିରୋଧୀ ଦଳମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ବିରୋଧୀ ଦଳର ମୁଖ୍ୟ କାର୍ଯ୍ୟାବଳୀ :

  • ସରକାରଙ୍କ ଅଗଣତାନ୍ତ୍ରିକ, ଅଣସାମ୍ବିଧାନିକ, ଲୋକସ୍ଵାର୍ଥବିରୋଧୀ ନୀତି ଓ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନା ।
  • ସରକାରଙ୍କ ଦୋଷତ୍ରୁଟିକୁ ଲୋକଲୋଚନକୁ ଆଣିବା ଓ ଏକକ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଥ‌ିବା ଦଳକୁ ପଦଚ୍ୟୁତ କରି ଶାସନ କ୍ଷମତା ନିଜ ହାତକୁ ନେଇ ବିକଳ୍ପ ସରକାର ପ୍ରତିଷ୍ଠା କରିବା ।
  • ଜନମତକୁ ଜାଗ୍ରତ ଓ ସଚେତନ ରଖୁବା ।
  • ରାଜନୈତିକ ସଭାସମିତି, ଆଲୋଚନା, ପ୍ରଚାରପତ୍ର ଆଦି ମାଧ୍ୟମରେ ଲୋକମାନଙ୍କୁ ରାଜନୈତିକ ଶିକ୍ଷା ପ୍ରଦାନ ।
  • ଶାସକ ଦଳର ସଂହତି ରକ୍ଷାକାରୀ, ଜନସ୍ଵାର୍ଥ ଉପଯୋଗୀ, ରାଷ୍ଟ୍ରୀୟ ସ୍ଵାର୍ଥ ଓ ସମ୍ମାନ ଜଡ଼ିତ ନୀତିକୁ ସମର୍ଥନ ଓ ସହଯୋଗ ପ୍ରଦାନ ଏବଂ ସରକାରଙ୍କ ପରାମର୍ଶଦାତା ରୂପେ କାର୍ଯ୍ୟ ସମ୍ପାଦନ ।

ଭାରତୀୟ ରାଜନୀତିରେ ଶାସକ ଦଳ ଓ ବିରୋଧୀ ଦଳଗୁଡ଼ିକ ପ୍ରାୟ ରୁଗ୍ଣ ଅବସ୍ଥାକୁ ଆସିଯାଇଛନ୍ତି | ଏହା ଗଣତନ୍ତ୍ରର ସଫଳତା ପାଇଁ ଶୁଭ ସଙ୍କେତ ନୁହେଁ । କଳାଧନର ଆକର୍ଷଣ, ଦୁର୍ନୀତି, ବ୍ୟାପକ ଦଳବଦଳ, ନିର୍ଦ୍ଦିଷ୍ଟ ଦାର୍ଶନିକ ଲକ୍ଷ୍ୟ ଓ ଆଦର୍ଶର ଅନୁପସ୍ଥିତି, ଆଞ୍ଚଳିକତାବାଦ, ବାହୁବଳ ଓ ହିଂସାର ବ୍ୟାପକ କୁପ୍ରଭାବ ଉଭୟ ଶାସକ ଦଳ ଓ ବିରୋଧୀ ଦଳକୁ ଦୁର୍ବଳ କରିଦେଇଛି । ଏଣୁ ପ୍ରାୟ ପ୍ରତ୍ୟେକ ଦଳ ନିର୍ବାଚନର ଫଳାଫଳକୁ ଯେକୌଣସି ଉପାୟରେ ନିଜ ସପକ୍ଷରେ ନେବାପାଇଁ ଅନେକ ମିଥ୍ୟା ପ୍ରତିଶ୍ରୁତି, ଅସାଧୁ ମେଣ୍ଟ, ଅର୍ଥ ଓ ବାହୁବଳର ପ୍ରୟୋଗ ଆଦିର ଉପଯୋଗ କରି ରାଜନୀତିକୁ କଳୁଷିତ ଓ ଶାସନକୁ ଦକ୍ଷତାଶୂନ୍ୟ କରୁଛନ୍ତି । ଏଣୁ ଅନେକ ବୁଦ୍ଧିଜୀବୀ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦ୍ଵିଦଳୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦିଅନ୍ତି । ଏହାଫଳରେ ଏକ ଦୃଢ଼ ଶାସନ ଓ ଦୃଢ଼ ବିରୋଧୀ ଦଳ ଗଠିତ ଦିଗରେ ବିରୋଧୀ ଦଳ ତା’ର ଗୁରୁଦାୟିତ୍ଵ ସମ୍ଭାଳି ପାରିଲେ ଗଣତନ୍ତ୍ର ସୁଦୃଢ଼ ଓ ଦକ୍ଷ ହୋଇପାରିବ ।

୪ । ଭାରତରେ ରାଜନୈତିକ ଦଳ ଅଛି କିନ୍ତୁ ଦଳୀୟ ବ୍ୟବସ୍ଥା ନାହିଁ – ଆଲୋଚନା କର ।
Answer:
ଲାସ୍ଟିଙ୍କ ଭାଷାରେ ‘ଏକ ଆଧୁନିକ ରାଷ୍ଟ୍ରରେ ଏକଚ୍ଛତ୍ରବାଦ ଭିନ୍ନ ଅନ୍ୟ କୌଣସି ବ୍ୟବସ୍ଥାରେ ଦଳୀୟ ସରକାରର ବିକଳ୍ପ ନାହିଁ ।’’ ଏହାର ସ୍ପଷ୍ଟୀକରଣ ଦେଇ ବେଜହଟ୍ ମତ ଦେଇଛନ୍ତି ଯେ ପ୍ରତିନିଧୂମୂଳକ ସରକାର ଦଳୀୟ ସରକାରର ନୀତି ଉପରେ ହିଁ ଆଧାରିତ । ଅଗ୍ ଓ ଜିଙ୍କ୍‌ଙ୍କ ମତାନୁଯାୟୀ ‘ଯେକୌଣସି ପ୍ରତିନିଧୁମୂଳକ ସରକାରର କାର୍ଯ୍ୟଧାରା ବହୁ ପରିମାଣରେ ଏହାକୁ କାର୍ଯ୍ୟକାରୀ କରାଉଥିବା ରାଜନୈତିକ ଦଳମାନଙ୍କର ପ୍ରକୃତିଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ।’’ ରାଜନୈତିକ ଦଳର ସଂଖ୍ୟା ଦୃଷ୍ଟିରୁ ଏହାକୁ ଏକଦଳୀୟ, ଦ୍ଵିଦଳୀୟ ଓ ବହୁଦଳୀୟ ବ୍ୟବସ୍ଥାରେ ବିଭାଜନ କରାଯାଇଥାଏ । ଏହି ଦୃଷ୍ଟିରୁ ଭାରତରେ ଦୁଇରୁ ଅଧ୍ଵକ ରାଜନୈତିକ ଦଳ କାର୍ଯ୍ୟ କରୁଥିବାରୁ ଏହା ଏକ ବହୁଦଳୀୟ ବ୍ୟବସ୍ଥା ଅଟେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଏଠାରେ ଜାତୀୟ ଓ ଆଞ୍ଚଳିକ ବା ରାଜ୍ୟଭିଭିକ ଦଳ ନାମରେ ଦୁଇ ଶ୍ରେଣୀୟ ରାଜନୈତିକ ଦଳ ରହିଛି । ଭାରତରେ ଏକ ବିବିଧତାଭରା ସଂସ୍କୃତି ରହିଥିବାରୁ ଏଠାରେ ଜାତି, ଆଞ୍ଚଳିକ ଉପାଦାନ, ଧର୍ମ, ବ୍ୟକ୍ତିତ୍ଵବାଦ ଆଦି ବିବିଧ ଉପାଦାନଦ୍ଵାରା ରାଜନୈତିକ ଦଳମାନେ ପ୍ରଭାବିତ ହେଉଛନ୍ତି । ରାଜନୈତିକ ଦଳ ସୃଷ୍ଟି ପାଇଁ ନିର୍ବାଚନ ଆୟୋଗର ସ୍ବୀକୃତି ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ଏଠାରେ ‘କାର୍ଡ-ବୋର୍ଡ’ ରାଜନୈତିକ ଦଳର ସ୍ଥିତି ଦେଖ‌ିବାକୁ ମିଳେ । ରାଜନୈତିକ ଦଳର ଜନ୍ମ ଓ ମୃତ୍ୟୁ ଅଚାନକ ହୋଇଥାଏ ଯେଉଁଥରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଗୋଷ୍ଠୀ ବା ଅଞ୍ଚଳର ସଂକୀର୍ଣ୍ଣ ସ୍ବାର୍ଥ ନିହିତ ଥାଏ । ସ୍ଵାର୍ଥାନ୍ଧ କ୍ଷମତାଲିପ୍‌ସୁ ରାଜନୈତିକ ନେତାମାନେ ନିଜ ସ୍ଵାର୍ଥସାଧନ ପାଇଁ ରାଜନୈତିକ ଦଳ ସୃଷ୍ଟି କରନ୍ତି ଓ କ୍ଷମତା ସଂଘର୍ଷରେ ଅବତୀର୍ଣ୍ଣ ହୋଇଥା’ନ୍ତି ।

କେତେକ ନିର୍ଦ୍ଦିଷ୍ଟ ଦଳକୁ ଛାଡ଼ିଦେଲେ ଅନେକ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶବାଦ, ଦର୍ଶନ, କାର୍ଯ୍ୟକ୍ରମ, ସଂଗଠନ ବ୍ୟତିରେକ ରାଜନୈତିକ ଦଳମାନେ ଜନ୍ମ ନେଉଛନ୍ତି ଯେଉଁମାନଙ୍କର ଅକାଳ ମୃତ୍ୟୁ ମଧ୍ୟ ସମ୍ଭବ ହେଉଛି । ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟ ଏଠାରେ ଏକ ପ୍ରକାରର ଏକ-ଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏଠାରେ କଂଗ୍ରେସଦଳ ଏକାକୀ ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ନିଜର ଆଧ୍ଵପତ୍ୟକୁ ୧୯୭୭ ମସିହା ପର୍ଯ୍ୟନ୍ତ ପ୍ରତିଷ୍ଠା କରିଥିଲା । ଏହା ନିଜ ମଧ୍ୟରେ ବିରୋଧୀ ଗୋଷ୍ଠୀକୁ ସାମିଲ କରି ଦଳୀୟ ବ୍ୟବସ୍ଥାକୁ ପ୍ରାୟତଃ ଏକଦଳୀୟ ସ୍ଵରୂପ ପ୍ରଦାନ କରିଥିଲା । ସେହିପରି ୧୯୯୦ର ପରବର୍ତ୍ତୀ ସମୟରେ ମିଳିତ ସରକାର ସମୟରେ ମଧ୍ୟ ଏନ୍.ଡି.ଏ ଅର୍ଥାତ୍ ଜାତୀୟ ଗଣତାନ୍ତ୍ରିକ ମେଣ୍ଟରେ ଭାରତୀୟ ଜନତା ପାର୍ଟିର ପ୍ରାଧାନ୍ୟ ଓ ପରବର୍ତ୍ତୀକାଳର ‘ଉପା’ ଅର୍ଥାତ୍ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରରେ କଂଗ୍ରେସ(ଇ)ର ପ୍ରାଧାନ୍ୟ ବା ବିଭିନ୍ନ ରାଜ୍ୟରେ ଚାଲିଥିବା ମେଣ୍ଟ ସରକାରରେ ମୁଖ୍ୟ ଭାଗିଦାରୀ ରାଜନୈତିକ ଦଳର ପ୍ରାଧାନ୍ୟକୁ ‘ଏକ-ଦଳ-ପ୍ରଧାନ୍ୟ ବ୍ୟବସ୍ଥା’ ରୂପରେ ଗ୍ରହଣ କରାଯାଉଛି ।

ସଂଖ୍ୟାଗରିଷ୍ଠତା ଆଳରେ ଏହି ଏକକ ରାଜନୈତିକ ଦଳ ବା ମେଣ୍ଟଭୁକ୍ତ ଦଳଗୁଡିକ ବିରୋଧୀ ଦଳର ଗୁରୁତ୍ଵ ହ୍ରାସ କରୁଛନ୍ତି । ମେଣ୍ଟଭୁକ୍ତ ଦଳ ମଧ୍ୟରେ ଆନ୍ତଃ-ବିରୋଧୀ ଗୋଷ୍ଠୀ ଓ ସନ୍ତୁଳନ ବ୍ୟବସ୍ଥା କାର୍ଯ୍ୟ କରୁଥିବାର ପ୍ରମାଣ ଉପା ସରକାରରେ ବାମପନ୍ଥୀମାନଙ୍କ ଭୂମିକାରୁ ମିଳୁଛି । ପୁନଶ୍ଚ ବହୁଦଳୀୟ ବ୍ୟବସ୍ଥା ସତ୍ତ୍ବେ, ନବେ ଦଶକର ପରବର୍ତ୍ତୀ ସମୟରେ ‘ମେଣ୍ଟ ସରକାର’ର ଆବିର୍ଭାବ ହେତୁ ବର୍ତ୍ତମାନ ଏକ ଶାସକ ଗୋଷ୍ଠୀ ଓ ସୁସଂଗଠିତ ବିରୋଧୀ ଗୋଷ୍ଠୀର ସ୍ବରୂପ ଦେଖ‌ିବାକୁ ମିଳୁଛି । ଏହା ଦ୍ବିଦଳୀୟ ବ୍ୟବସ୍ଥାର ବାହ୍ୟ ସ୍ୱରୂପକୁ ପ୍ରଦାନ କରୁଛି । ଏକଦଳୀୟ ପ୍ରାଧାନ୍ୟ ବ୍ୟବସ୍ଥାରୁ ବର୍ତ୍ତମାନ ଦ୍ବିଦଳୀୟ ବ୍ୟବସ୍ଥା ମଧ୍ୟରେ ଭାରତୀୟ ରାଜନୈତିକ ବ୍ୟବସ୍ଥା ଚାଲିଛି ।

ଅତୀତରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବରେ ଥିବା ’ଉପା’ ସରକାର ଓ ଭାରତୀୟ ଜନତା ପାର୍ଟି ନେତୃତ୍ବରେ ଥିବା ବିରୋଧୀ ମେଣ୍ଟ, ଓଡିଶାରେ ବିଜେଡ଼ି-ବିଜେପିର ମେଣ୍ଟ ସରକାର ଏବଂ କଂଗ୍ରେସ ନେତୃତ୍ୱରେ ଥ‌ିବା ବିରୋଧୀ ମେଣ୍ଟକୁ ଏହାର ନମୁନା ରୂପେ ଗ୍ରହଣ କରାଯାଇପାରେ । ରାଜନୈତିକ ଦଳଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ ହେବା ଉଚିତ । କିନ୍ତୁ ଭାରତରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଦେଖାଯାଏ ନାହିଁ । ପ୍ରାୟ ପ୍ରତ୍ୟେକ ରାଜନୈତିକ ଦଳର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ସମାନ ଅଟେ । ଭୋଟ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳ ଊଣା ଅଧିକେ ଏକ ପ୍ରକାରର କାର୍ଯ୍ୟକ୍ରମ ଗ୍ରହଣ କରିଥା’ନ୍ତି ।

ରାଜନୈତିକ ଦଳଗୁଡ଼ିକରେ ପୁଞ୍ଜିପତି, ଶିଳ୍ପପତି, ଧନିକଗୋଷ୍ଠୀ, ମଧ୍ୟବିତ୍ତ ଶ୍ରେଣୀର ପ୍ରାଧାନ୍ୟ ପରିଦୃଷ୍ଟ ହେବା ଫଳରେ ଦଳୀୟ ସଂଗଠନ ତୃଣମୂଳ ସ୍ତରରେ ସୁପ୍ରତିଷ୍ଠିତ ହୋଇପାରୁନାହିଁ । ଏହାକୁ ‘ହାଇ-କମାଣ୍ଡ’ ସଂସ୍କୃତି ନୀତିରେ ଉପରୁ ତୃଣମୂଳ ସଂଗଠନ ଉପରେ ବିଭିନ୍ନ ନିଷ୍ପଭି ପ୍ରାୟତଃ ଲଦି ଦିଆଯାଉଛି । ରାଜନୈତିକ ଦଳମାନଙ୍କର ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରାୟତଃ ନାହିଁ । ଏହି ସମସ୍ତ ଦୃଷ୍ଟିକୋଣରୁ ଭାରତରେ ରାଜନୈତିକ ଦଳମାନେ ରହିଛନ୍ତି; କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଦଳୀୟ ବ୍ୟବସ୍ଥା ନାହିଁ ବୋଲି କୁହାଯାଇଥାଏ । ଏନ୍.ଡି.ପାମର ଯଥାର୍ଥରେ ମତ ଦେଇଛନ୍ତି ଯେ ‘ଭାରତକୁ ଗଣତାନ୍ତ୍ରିକ ଧାରାରେ ଗତି କରିବାକୁ ହେଲେ, ଏକ ସୁସ୍ଥ ଦଳୀୟ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡିବ ।’’

CHSE Odisha Class 12 Political Science Chapter 2 Long Answer Questions in Odia Medium

୫ | ଭାରତରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଆବିର୍ଭାବର କାରଣ ଓ ସେମାନଙ୍କର କ୍ରମବର୍ତ୍ତମାନ ଭୂମିକା ସମ୍ପର୍କରେ ଆଲୋଚନା କର ।
Answer:
ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି । ଏକଦଳୀୟ ଆଧ୍ଵପତ୍ୟର ଅବସାନ ଘଟିଛି । ଜନପ୍ରିୟ କ୍ଷମତାର କେନ୍ଦ୍ରୀକରଣ ପରିବର୍ତ୍ତେ ତାହାର ବିକେନ୍ଦ୍ରୀକରଣ ହୋଇଛି । ସଂଘୀୟୀ ବ୍ୟବସ୍ଥାରେ ‘ରାଜନୈତିକ ମୂଲଚାଲ’ (Political bargaining) ବୃଦ୍ଧି ପାଇଛି । କେନ୍ଦ୍ର-ରାଜ୍ୟ ସଂପର୍କର ପୁନର୍ବିନ୍ୟାସ ଘଟିଛି । ଆଞ୍ଚଳିକ ବିକାଶ କ୍ଷେତ୍ରରେ ପ୍ରତିଯୋଗିତା ଓ ସଚେତନତା ବୃଦ୍ଧି ପାଉଛି । ଏହା ଜାତୀୟ ରାଜନୈତିକ ଦଳଙ୍କ ସହ ସମାନ ଗୁରୁତ୍ଵପୂର୍ଣ୍ଣ ସ୍ଥିତିରେ ଥ‌ିବା ଆଞ୍ଚଳିକ ରାଜନୈତିକ ଦଳମାନ ସୃଷ୍ଟି ହେବାରେ ସହାୟକ ହୋଇଛି । ଭାରତରେ ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ୍ ପାର୍ଟି, ପଞ୍ଜାବରେ ଅକାଳୀ ଦଳ, ଓଡ଼ିଶାରେ ବିଜୁ ଜନତା ଦଳ, ଜାମ୍ମୁ ଓ କାଶ୍ମୀରରେ ନେସ୍‌ନାଲ କନ୍‌ଫରେନସ୍, ତାମିଲନାଡୁରେ ଡି.ଏମ୍.କେ.,ଆନ୍ନା.ଡି.ଏମ୍.କେ. ଆଦି ପ୍ରମୁଖ ଆଞ୍ଚଳିକ ଦଳର ମର୍ଯ୍ୟାଦା ବହନ କରୁଛନ୍ତି ।

ଆଞ୍ଚଳିକ ରାଜନୈତିକ ଦଳର ଉତ୍ଥାନରେ ସହାୟକ କାରଣ :

  • ସାଂସ୍କୃତିକ ବହୁଳତାବାଦ (Cultural Pluralism)- ଭାରତୀୟ ସମାଜରେ ବିବିଧ ସାଂସ୍କୃତିକ-ଧାର୍ମିକ- ଭାଷାଗତ-ଜାତିଗତ ଗୋଷ୍ଠୀ ରହିଥିବାରୁ ଡି.ଏମ୍.କେ., ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମିଜୋ ନ୍ୟାସନାଲ ଫ୍ରଣ୍ଟ ଆଦି ଆଞ୍ଚଳିକ ଦଳର ସୃଷ୍ଟି ସମ୍ଭବ ହୋଇଛି ।
  • ଧାର୍ମିକ ଉପାଦାନ – ଭାରତରେ ବିଭିନ୍ନ ଧାର୍ମିକ ସଂପ୍ରଦାୟ ଥିବାରୁ ବିଭିନ୍ନ ଆଞ୍ଚଳିକ ଦଳ ଯଥା – ମୁସଲିମ୍ ଲିଗ୍, ହିନ୍ଦୁ ମହାସଭା, ଅକାଳୀ ଦଳ ଆଦିର ଜନ୍ମ ହୋଇଛି ।
  • ଆଞ୍ଚଳିକ ବୈଷମ୍ୟ – ଭାରତୀୟ ସଂଘୀୟ ବ୍ୟବସ୍ଥାରେ ବିଭିନ୍ନ ଅଞ୍ଚଳର ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ନୀତି, ବ୍ୟାପକ ତାରତମ୍ୟ ଦେଖାଯାଉଥ‌ିବାରୁ ଏହିସବୁର ପ୍ରତିଫଳନ ତଥା ସୁରକ୍ଷା ପାଇଁ ଆସାମ ଗଣପରିଷଦ, ନେସ୍‌ନାଲ୍ କନ୍‌ଫରେନସ୍ ଆଦି ଆଞ୍ଚଳିକ ଦଳର ସ୍ଥିତି ସମ୍ଭବ ହୋଇଛି ।
  • ରାଜନୈତିକ ବିଭାଜନ (Political Splits)- ଜାତୀୟ ଦଳର ଆଞ୍ଚଳିକ ସଙ୍ଗଠନରେ ଅସନ୍ତୁଷ୍ଟମାନେ ଦଳ ବିଭାଜନ କରି ଆଞ୍ଚଳିକ ସ୍ତରରେ ସ୍ଵତନ୍ତ୍ର ପରିଚୟ ସହ ଆଞ୍ଚଳିକ ସ୍ଵାର୍ଥରକ୍ଷା ପାଇଁ କାର୍ଯ୍ୟକରିବା ଫଳରେ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । କେରଳ କଂଗ୍ରେସ, ତୃଣମୂଳ କଂଗ୍ରେସ, ସଂଯୁକ୍ତ ଜନତା ଦଳ, ବିଜୁ ଜନତା ଦଳ ଆଦି ଏହାର ଉଦାହରଣ ଅଟେ ।
  • ବ୍ୟକ୍ତିତ୍ଵ କନ୍ଦଳ (Personality Cult)- ବିଭିନ୍ନ ଜାତୀୟ ଦଳରେ ନେତୃତ୍ୱ କନ୍ଦଳ ଦେଖାଯିବା ଫଳରେ କେତେକ ନେତା ନିଜସ୍ବ ପରିଚୟ ପାଇଁ ଆଞ୍ଚଳିକ ଦଳ ଗଠନ କରୁଛନ୍ତି । ଶରଦ ପାୱାରଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ, ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବିଭିନ୍ନ ଆଞ୍ଚଳିକ ଦଳ ସୃଷ୍ଟି ହୋଇଛି ।
  • ଜାତିଗତ ଉପାଦାନ- ଭାରତୀୟ ରାଜନୀତିରେ ଜାତିର ପ୍ରଭାବ ତୀବ୍ର ଅଟେ । ‘ଜାତି’ ଏକ ପ୍ରମୁଖ ରାଜନୈତିକ ଦଳ ହିସାବରେ ଗୃହୀତ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ଜାତିର ପ୍ରାଧାନ୍ୟକୁ ବିଚାରକୁ ନେଇ ଆଞ୍ଚଳିକ ଦଳ ସୃଷ୍ଟି ହେଉଛି । ବହୁଜନ ସମାଜ ପାର୍ଟି ରିପବ୍ଲିକାନ୍ ପାର୍ଟି, ଆଦି ଏହାର ଉଦାହରଣ ଅଟେ ।
  • କ୍ଷମତା ବିକେନ୍ଦ୍ରୀକରଣ ନୀତି – ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ପ୍ରାଧାନ୍ୟ ଯୋଗୁଁ କେନ୍ଦ୍ରୀକରଣ ନୀତି ବିରୁଦ୍ଧରେ କ୍ଷମତାର ବିକେନ୍ଦ୍ରୀକରଣ ଲକ୍ଷ୍ୟରେ ଆଞ୍ଚଳିକ ଦଳମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଉଛି । ଏହି ଦଳଗୁଡ଼ିକ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କରୁଛନ୍ତି । ଡି.ଏମ୍.କେ., ତେଲୁଗୁ ଦେଶମ୍ ପାର୍ଟି, ଆକାଳୀ ଦଳ, ଆସାମ ଗଣ ପରିଷଦ ଆଦି ଏହାର ଉଦାହରଣ ଅଟନ୍ତି ଓ ସେମାନେ ନିଜ ନିଜ ରାଜ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟନ୍ତି ।
  • ବଳିଷ୍ଠ ଆଦର୍ଶଗତ ପାର୍ଥକ୍ୟହୀନତା- ଉଭୟ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ପ୍ରାୟତଃ ଦେଖାଯାଏ ନାହିଁ । କେତେକ ଜାତୀୟ ଦଳ ଆଞ୍ଚଳିକ ସ୍ତରରେ ନିଜର ଦୃଢ଼ ଭିଭି ପାଇଁ ଆଞ୍ଚଳିକ ଦଳ ପରି ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଆଞ୍ଚଳିକ ଦଳର ଭୂମିକା :
ଡ.କେ.ଆର୍. ବମ୍ବୁଆଲାଙ୍କ ମତରେ ଆଞ୍ଚଳିକ ଦଳଗୁଡ଼ିକ ଭାରତରେ ରାଜନୀତିର ନୂତନ ସମୀକରଣ କରାଇଛନ୍ତି ଓ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଏହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି । ପ୍ରଥମତଃ, ଭାରତରେ ଥିବା ଏକ ଦଳ ପ୍ରାଧାନ୍ୟ ବ୍ୟବସ୍ଥାର ଅନ୍ତଃ ଘଟି ମେଣ୍ଟ-ରାଜନୀତି ସହ ଆଞ୍ଚଳିକ ଦଳଗୁଡ଼ିକର ନିର୍ଣ୍ଣୟକାରୀ ଭୂମିକା ବୃଦ୍ଧି ପାଇଛି । ଦ୍ଵିତୀୟତଃ, ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବରୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ରାଜ୍ୟମାନେ ମଧ୍ୟ ବିଶେଷ କ୍ଷମତା ଉପଭୋଗ କରି ସଂଘୀୟ ବ୍ୟବସ୍ଥାକୁ ମଡ୍‌ବୁତ କରିପାରିଛନ୍ତି । ଏହା ଫଳରେ କେନ୍ଦ୍ର-ରାଜ୍ୟ ସଂପର୍କ ଅଧିକ ଉନ୍ନତ ହୋଇପାରିଛି । ତୃତୀୟତଃ, ଉଦାରବାଦୀ-ଗଣତନ୍ତ୍ରିକ ବ୍ୟବସ୍ଥାରେ ତୃଣମୂଳ ସ୍ତରରେ ରାଜନୈତିକ ପ୍ରକ୍ରିୟାରେ ଜନପ୍ରିୟ ଅଂଶଗ୍ରହଣର ଅଧିକ ସୁଯୋଗ ସୃଷ୍ଟି ପାଇଁ ଆଞ୍ଚଳିକ ଦଳଗୁଡ଼ିକ ସକ୍ଷମ ହୋଇଛନ୍ତି । ଆଞ୍ଚଳିକ ଦଳମାନଙ୍କର ସଂଖ୍ୟା ଓ ନିର୍ବାଚନ ରାଜନୀତିରେ ସେମାନଙ୍କର ପ୍ରଭାବକୁ ବିଚାରକୁ ନେଇ ଜାତି-ଗଠନ ପ୍ରକ୍ରିୟାରେ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠାର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ଵପୂର୍ଣ ଭୂମିକାକୁ ସ୍ବତଃ ସ୍ଵୀକାର କରାଯାଉଛି । ଅଧିକାଂଶ ରାଜ୍ୟ-ନିର୍ବାଚନରେ ଆଞ୍ଚଳିକ ଦଳମାନେ ସେମାନଙ୍କର ନେତୃତ୍ବ ପ୍ରତିପାଦନ କରିଥିବାବେଳେ କେନ୍ଦ୍ରର ମେଣ୍ଟ-ରାଜନୀତିରେ ମଧ୍ୟ ସେମାନଙ୍କର ଭୂମିକା ବୃଦ୍ଧି ପାଉଛି ।

୬ | ଭାରତରେ ଜାତୀୟ ରାଜନୈତିକ ଦଳଗୁଡ଼ିକର କ୍ରମହ୍ରାସମାନ ଲୋକସମ୍ପର୍କର କାରଣ ବର୍ଣ୍ଣନା କର ।
Answer:
ରାଜନୈତିକ ଦଳ ଓ ଦଳୀୟ ବ୍ୟବସ୍ଥା ବ୍ୟତିରେକ ଗଣତନ୍ତ୍ର ଶାସନ ବିଷୟ ପରିକଳ୍ପନା କରିବା ବୃଥା । ଏହି ଦଳଗୁଡ଼ିକ ଆଦର୍ଶ ଭିତ୍ତିରେ ସଙ୍ଗଠିତ ହୋଇଥା’ନ୍ତି ଏବଂ ନିଜର ନିଜର ନୀତି ଓ ଆଦର୍ଶ ଭିରିରେ ଜନମତକୁ ଆକର୍ଷିତ କରିଥା’ନ୍ତି । ଭାରତୀୟ ରାଜନୀତିରେ ବହୁଦଳୀୟ ବ୍ୟବସ୍ଥା ପ୍ରବର୍ତ୍ତନ ହେଉଥ‌ିବାରୁ ଏଠାରେ ଅନେକଗୁଡ଼ିଏ ଜାତୀୟ ଓ ଆଞ୍ଚଳିକ ଦଳ ରାଜନୀତି ଓ ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିଥା’ନ୍ତି । ମାତ୍ର, ଆଞ୍ଚଳିକ ଦଳଗୁଡ଼ିକ ଗୋଟିଏ ବା ଦୁଇଟି ରାଜ୍ୟରେ ପ୍ରଭାବ ବିସ୍ତାର କରିଥା’ନ୍ତି ଏବଂ ଆଞ୍ଚଳିକ ବିକାଶ ନାମରେ ଲୋକମାନଙ୍କର ସମର୍ଥନ ହାସଲ କରିଥା’ନ୍ତି । ବିଗତ ୧୫ ବର୍ଷର ଜାତୀୟ ରାଜନୈତିକ ଇତିହାସକୁ ଅନୁଧ୍ୟାନ କଲେ ଆମେ ଜାତୀୟ ରାଜନୈତିକ ଦଳଗୁଡ଼ିକର ପ୍ରାଧାନ୍ୟ ଓ ଜନ ସମର୍ଥନ ହ୍ରାସ ପାଉଥିବାର ଲକ୍ଷ୍ୟ କରିବା ଏବଂ ଆଞ୍ଚଳିକ ଦଳଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧି ପାଉଥିବାର ଅନୁଭବ କରିବା ।

ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ (ଇ), ବି.ଜେ.ପି., ଭାରତୀୟ କମ୍ୟୁନିଷ୍ଟ ଦଳ, ମାର୍କସପନ୍ଥୀ କମ୍ୟୁନିଷ୍ଟ ଦଳକୁ ବାଦ୍ ଦେଲେ ଅନ୍ୟ କୌଣସି ଜାତୀୟ ଦଳ ଅଛି ବୋଲି ଅନୁଭବ କରିପାରିବ ନାହିଁ । ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁପରେ କଂଗ୍ରେସ କିଛିଦିନ ରାଜୀବ ଗାନ୍ଧିଙ୍କୁ ଭରସା କରି ତିଷ୍ଠି ରହିଲା । ତାଙ୍କ ପରେ କଂଗ୍ରେସ ବିଭାଜିତ ହୋଇଛି ଏବଂ ଲୋକ ସମର୍ଥନ ହରାଇ ବସିଛି । ମାତ୍ର, ଆଶ୍ଚର୍ଯ୍ୟଜନକ ଭାବେ ବି.ଜେ.ପି. ବା ଅନ୍ୟ କୌଣସି ଅଣ-କଂଗ୍ରେସ ଜାତୀୟ ଦଳ ଏଥୁରୁ ଫାଇଦା ନେଇ ପାରିନାହାନ୍ତି ବରଂ କଂଗ୍ରେସ୍ ଭୋଗୁଡ଼ିକ ଆଞ୍ଚଳିକ ଦଳମାନେ ହାସଲ କରିଛନ୍ତି । ୧୯୮୯ ପରେ କୌଣସି ଗୋଟିଏ ଦଳ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିନି କି ଏକାକୀ ମନ୍ତ୍ରିମଣ୍ଡଳ ଗଠନ କରିନାହିଁ । ଏଣୁ ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟର ସୀମା ଅତିକ୍ରମ କରି ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି । ଭାରତୀୟ ରାଜନୀତିରେ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସ ଓ ଆଞ୍ଚଳିକ ଦଳଗୁଡ଼ିକ ପ୍ରାଧାନ୍ୟ ବୃଦ୍ଧିର କାରଣ ସବୁ ନିମ୍ନମତେ ବ୍ୟାଖ୍ୟା କରାଯାଇପାରେ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

  • ଭାରତର ସ୍ଵାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଦଳୀୟ ସାର୍ଥ ଦୃଷ୍ଟିରୁ କାଶ୍ମୀର, ପଞ୍ଜାବ ଓ ତାମିଲନାଡୁ ପ୍ରଭୃତି ରାଜ୍ୟରେ ଆଞ୍ଚଳିକ ଦଳ ସୃଷ୍ଟି କରିଥିଲେ ଯାହାର ପରିଣତି ସରୂପ ଜାତୀୟ ଦଳଗୁଡ଼ିକର ପତନ ହୋଇଛି ଏବଂ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଆଞ୍ଚଳିକ ଦଳ ଗଠିତ ହୋଇ ବେଶ୍ ସଫଳ ହୋଇଛନ୍ତି ।
  • ଭାରତର ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସାମ୍ପ୍ରଦାୟିକ ଭେଦଭାବ ହେତୁ ଆଞ୍ଚଳିକତା ମନୋଭାବର ବିକାଶ ଘଟିଛି ଏବଂ ଜାତୀୟ ଦଳ ପ୍ରତି ଲୋକମାନଙ୍କର ଅସ୍ଥା ହ୍ରାସ ପାଇଛି । ପଞ୍ଜାବର ଅକାଳୀ ଦଳ, ତାମିଲନାଡୁରେ ଡି.ଏମ୍.କେ., ମହାରାଷ୍ଟ୍ରରେ ଶିବସେନା, ଝାଡ଼ଖଣ୍ଡ ଓ ତେଲଗୁଦେଶମ୍ ପ୍ରଭୃତିରେ ଆଞ୍ଚଳିକ ଦଳ ପ୍ରାଧାନ୍ୟ ବିସ୍ତାର କରିବା ଫଳରେ ଜାତୀୟ ଦଳଗୁଡ଼ିକର ସ୍ଥିତି ଦୁର୍ବଳ ହୋଇପଡ଼ିଛି ।
  • ଜାତୀୟ ଦଳଗୁଡ଼ିକରେ ନେତୃତ୍ବ ପାଇଁ କନ୍ଦଳ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ପୂର୍ବେ ଦକ୍ଷ ନେତୃତ୍ଵ ହେତୁ ଲୋକମାନେ ନେତାଙ୍କୁ ଲକ୍ଷ୍ୟ କରି ନିର୍ବାଚନରେ ଭୋଟ୍ ଦେଉଥିଲେ । ନେହେରୁ ଇନ୍ଦିରା ଗାନ୍ଧି ପ୍ରଭୃତିଙ୍କ ନେତୃତ୍ବଙ୍କୁ ଆଗରେ ରଖୁ ଦଳ ନିର୍ବାଚନରେ ସମର୍ଥନ ପାଇଥିଲା । ଏବେ ସେପରି ବ୍ୟକ୍ତିତ୍ଵର ଅଭାବ ରହିଛି ଏବଂ ପ୍ରତି ଦଳ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ହେବା ଫଳରେ ଜନ ସମର୍ଥନ ହରାଇ ବସିଛି । ଏଣୁ ଲୋକମାନେ ଜାତୀୟ ସମସ୍ୟାକୁ ବିଚାରକୁ ନେଇ ଭୋଟ୍ ଦେବା ପରିବର୍ତ୍ତେ ଆଞ୍ଚଳିକ ଦୃଷ୍ଟିକୋଣରୁ ଭୋଟ୍ ଦେଉଛନ୍ତି । ଏହା ମଧ୍ୟ ଜାତୀୟ ଦଳଗୁଡ଼ିକର ପ୍ରଭାବ ହ୍ରାସର ମୁଖ୍ୟ କାରଣ ।
  • ଅନେକଗୁଡ଼ିଏ ରାଜ୍ୟର ଆର୍ଥିକ ଦୁର୍ବଳ ସ୍ଥିତି ହେତୁ ସେଠାକାର ଜନସାଧାରଣ ଆଞ୍ଚଳିକ ମନୋଭାବାପନ୍ନ ହେଉଛି ଏବଂ ଆଞ୍ଚଳିକ ଦଳକୁ ବିଜୟୀ କରୁଛନ୍ତି, ଯଦ୍ବାରା ଜାତୀୟ ଦଳର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଛି ।

ମୋଟ ଉପରେ କହିବାକୁ ଗଲେ, ଯୋଗ୍ୟ ଓ ଦକ୍ଷ ନେତୃତ୍ବରେ ଅଭାବ, ଦଳୀୟ ନେତାଙ୍କର ମନମୁଖୀ ଆଚରଣ, ଦଳବଦଳ, ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ସହଯୋଗ ଓ ସମନ୍ଵୟ ଅଭାବରୁ ଜାତୀୟ ରାଜନୈତିକ ଦଳଗୁଡ଼ିକର ସମର୍ଥନ ହ୍ରାସ ପାଇ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଲୋକ ସମର୍ଥନ ବୃଦ୍ଧି ପାଇଛି । ଏହା ଭାରତୀୟ ରାଜନୀତିର ଭବିଷ୍ୟତ ପାଇଁ ଶୁଭଙ୍କର ନୁହେଁ ।

୭ । ଭାରତରେ ମିଳିତ ବା ମେଣ୍ଟ ରାଜନୀତିର ଭରି ଓ କାର୍ଯ୍ୟକାରିତା
Answer:
ଭାରତୀୟ ରାଜନୀତିରେ ୧୯୪୬ ଠାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କଂଗ୍ରେସ ଦଳର ପ୍ରାଧାନ୍ୟ ଥିବା ସତ୍ତ୍ବେ ଏହା ମଧ୍ୟ ଏକ ବୃହତ୍ ମେଣ୍ଟର ଚରିତ୍ର ଗ୍ରହଣ କରିଥିଲା । କଂଗ୍ରେସର ଆଦର୍ଶକୁ ବାମପନ୍ଥୀ ତଥା ଅନ୍ୟାନ୍ୟ ଗୋଷ୍ଠୀ ଓ ରାଜନୈତିକ ଦଳମାନେ ମଧ୍ୟ ସମ୍ମାନ ଦେଇଥିଲେ । କଂଗ୍ରେସ ସଙ୍ଗଠନର ମେଣ୍ଟ ପ୍ରକୃତି ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତଃଦଳୀୟ ପ୍ରତିଯୋଗିତାମୂଳକ ମେଣ୍ଟ ଢାଞ୍ଚାର ରୂପାୟନ କରିଥିଲା । ଅଣ-କଂଗ୍ରେସ ଦଳମାନେ କଂଗ୍ରେସ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀ ସହ କରିଥିବା ମେଣ୍ଟର ପ୍ରମାଣ ୧୯୬୯ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କର ପରାଜୟରୁ ମିଳିଥାଏ । କିନ୍ତୁ ଭାରତରେ ଏହି ମେଣ୍ଟ ରାଜନୀତିର ପ୍ରଭାବରୁ ଗଠିତ ସରକାରର ମୂଳଭିଭି ପ୍ରାକ୍-ସାଧୀନତା ସମୟରେ ମଧ୍ୟ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୪୬ ମସିହା ଅକ୍ଟୋବର ୨୫ ତାରିଖରେ କଂଗ୍ରେସ ଓ ମୁସଲିମ୍ ଲିଗ୍‌ର ୧୪ ଜଣିଆ ମେଣ୍ଟ ସରକାର ମଧ୍ୟବର୍ତ୍ତିକାଳୀନ ସରକାର ହିସାବରେ କାର୍ଯ୍ୟ ସମ୍ପାଦନ କରିଥିଲା । ସାଧୀନତା ପରେ ୧୯୬୯ ମସିହାରେ କଂଗ୍ରେସ ଦଳରେ ବିଭାଜନ ପରେ କେନ୍ଦ୍ର ସ୍ତରରେ ଶାସକ କଂଗ୍ରେସ, ସି.ପି.ଆଇ. ଓ ଡି.ଏମ୍.କେ. ମଧ୍ଯରେ ଏକ ସ୍ଥିର ମେଣ୍ଟ ପ୍ରତିଷ୍ଠିତ ହୋଇଥିଲା । କିନ୍ତୁ ବିଧ୍ଵବଦ୍ଧଭାବେ କେନ୍ଦ୍ରରେ ପ୍ରଥମ ମେଣ୍ଟ ସରକାର ମାର୍ଚ୍ଚ ୨୪, ୧୯୭୭ରୁ ମାର୍ଚ୍ଚ ୨୮,୧୯୭୯ ପର୍ଯ୍ୟନ୍ତ ମୋରାର୍‌ଜୀ ଦେଶାଇଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ତାତ୍ତ୍ୱିକ ଦୃଷ୍ଟିରୁ ବିବେଚନା କଲେ ଏହା ଏକ ମେଣ୍ଟ ସରକାର ନଥୁଲା, କାରଣ ଜନତାଦଳର ଚାରିଗୋଟି ଅଂଶୀଦାର ଦଳ ନିର୍ବାଚନ ପୂର୍ବରୁ ଏକାଠି ମିଶି ଜନତାଦଳର ନାମରେ ଗୋଟିଏ ନିର୍ବାଚନ ସଙ୍କେତ ଓ ଇସ୍ତାହାରରେ ନିର୍ବାଚନ ଲଢ଼ି କ୍ଷମତାକୁ ଆସିଥିଲେ ।

ଦ୍ଵିତୀୟ ମେଣ୍ଟ ସରକାର ଚରଣ ସିଂହଙ୍କ ନେତୃତ୍ୱରେ ଜୁଲାଇ ୨୮, ୧୯୭୯ ଜାନୁୟାରୀ ୧୪, ୧୯୮୦ ମଧ୍ୟରେ କାର୍ଯ୍ୟ କରିଥିବାବେଳେ ତୃତୀୟ ମେଣ୍ଟ ସରକାର ଡିସେମ୍ବର ୨,୧୯୮୯ ନଭେମ୍ବର ୧୦, ୧୯୯୦୮ ମଧ୍ୟରେ ଭି.ପି. ସିଂହଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଭି.ପି. ସିଂହଙ୍କ ସରକାର ଆସ୍ଥା ଭୋଟରେ ପରାଜିତ ହେବାପରେ ଚତୁର୍ଥ ମେଣ୍ଟ ସରକାର ଚନ୍ଦ୍ର ଶେଖରଙ୍କ ନେତୃତ୍ୱରେ ଗଠିତ ହୋଇ ୧୯୯୦ ନଭେମ୍ବର ୧୧ ରୁ ୧୯୯୧ ଜୁଲାଇ ୨୧ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲା । ପଞ୍ଚମ ମେଣ୍ଟ ସରକାର ଏଚ୍.ଡି.ଦେବେଗୌଡ଼ାଙ୍କ ନେତୃତ୍ବରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ନାମରେ ୧୯୯୬ ଜୁନ୍ ୧ ରୁ ୧୯୯୭ ଏପ୍ରିଲ ୨୦ ପର୍ଯ୍ୟନ୍ତ କେନ୍ଦ୍ରରେ କାର୍ଯ୍ୟରତ ଥିଲା । ବି.ଜେ.ପି. କ୍ଷମତାକୁ ବଳୟ ମଧ୍ୟରୁ ବାହାରେ ରଖୁବାର ଲକ୍ଷ୍ୟନେଇ ୧୩ ଗୋଟି ଦଳର ମିଶ୍ରଣରେ ସଂଯୁକ୍ତ ସାମ୍ମୁଖ୍ୟ ଗଠିତ ହୋଇଥିଲା ।

କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର ବିଷୟ ସୀତାରାମ କେଶରୀ ଘୋଷଣା କରିବା ଏବଂ ନିଜ ଦଳର ଅନ୍ତଃ-ବିବାଦ ଫଳରେ ଦେବେଗୌଡ଼ା ସରକାରର ପତନ ଘଟିଲା । ଷଷ୍ଠ ମେଣ୍ଟ ସରକାର ଇନ୍ଦର୍ କୁମାର ଗୁଜୁରାଲଙ୍କ ନେତୃତ୍ବରେ ୧୯୯୭ ଏପ୍ରିଲ୍ ୨୧ ଠାରୁ ୧୯୮୮ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ଦ୍ବିତୀୟ ତଥା ଏକ ନୂତନ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ରୂପରେ କଂଗ୍ରେସର ସମର୍ଥନ ପ୍ରତ୍ୟାହାର, ଷ୍ଟିଅରିଂ କମିଟିର ମାତ୍ରାଧ୍ୟକ ହସ୍ତକ୍ଷେପ ଆଦି ଗୁଜୁରାଲ ସରକାରର ପତନ ପାଇଁ ପଥ ଉନ୍ମୁକ୍ତ କରିଦେଲା । ସପ୍ତମ ମେଣ୍ଟ ସରକାର ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଦ୍ଵାଦଶ ଲୋକସଭା ପରିପ୍ରେକ୍ଷୀରେ ୧୯୮୮ ମାର୍ଚ୍ଚ ୧୯ରେ ଗଠିତ ମେଣ୍ଟ ଭାରତରେ ମେଣ୍ଟ ରାଜନୀତିରେ କେତେକ ପରିବର୍ତ୍ତନ ଓ ନୂତନତ୍ବ ଆଣିଥିଲା । ନିର୍ବାଚନ ପୂର୍ବବର୍ତୀ ମେଣ୍ଟ ଓ ଏକ ବୃହତ୍ ଦଳର ନେତୃତ୍ବରେ ଗଠିତ ମେଣ୍ଟର ସ୍ଥାୟିତ୍ଵ ଅଧୁକ ବୋଲି ପ୍ରମାଣ ହେଲା ।

କିନ୍ତୁ ୧୯୯୯ ଫେବୃୟାରୀ ମାସରେ ଓମ୍ ପ୍ରକାଶ ଚୌତାଲଙ୍କ ନେତୃତ୍ବାଧୀନ ଭାରତୀୟ ଜାତୀୟ ଲୋକଦଳ ଓ ସେହି ବର୍ଷ ଏପ୍ରିଲ ୧୪ ତାରିଖରେ ଜୟଲଳିତାଙ୍କ ନେତୃତ୍ବାଧୀନ ଆନ୍ନା ଡି.ଏମ୍.କେ.ର ସମର୍ଥନ ପ୍ରତ୍ୟାହାର ଫଳରେ ବାଜପେୟୀ ସରକାର ଆସ୍ଥା ଭୋଟରେ ୨୬୯-୨୭୦ ଭୋଟରେ ପରାଜିତ ହୋଇ କ୍ଷମତାଚ୍ୟୁତ ହେଲା । ଅଷ୍ଟମ ମେଣ୍ଟ ସରକାର ତ୍ରୟୋଦଶ ଲୋକସଭା ପରିପ୍ରେକ୍ଷୀରେ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୯୯୯ ଅକ୍ଟୋବର ୧୧ ତାରିଖଠାରୁ କାର୍ଯ୍ୟ ଆରମ୍ଭ କଲା । ଏହା ବିଜେପି ନେତୃତ୍ୱରେ ପରିଚାଳିତ ଏକ ୨୪ ଦଳିଆ ମେଣ୍ଟ ସରକାର ଅଟେ । ସପ୍ତମ ମେଣ୍ଟ ସରକାରରେ ଏକ ବିକଳ୍ପ ଆଶାରେ ଜୟଲଳିତାଙ୍କ ସମର୍ଥନ ପ୍ରତ୍ୟାହାର କରିଥିବାବେଳେ ଅଷ୍ଟମ ମେଣ୍ଟ ସରକାରରେ ସମର୍ଥନ ପ୍ରତ୍ୟାହାର କେବଳ ବାଜପେୟୀ ସରକାରର ପତନ ଓ ନୂତନ ନିର୍ବାଚନପାଇଁ ପଥ ଉନ୍ମୁକ୍ତ କରିବା ଭୟରେ ଏହା ପ୍ରାୟତଃ ସ୍ଥିର ଓ ଦୃଢ଼ ରହିଥିଲା ।

ଭାରତର ପ୍ରମୁଖ ରାଜ୍ୟମାନଙ୍କରେ ମେଣ୍ଟ ରାଜନୀତିର ସ୍ଵରୂପ :
‘ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଯୋଗେଶ ବାଜପେୟୀଙ୍କ ପ୍ରକାଶିତ ଏକ ପ୍ରବନ୍ଧରୁ ଏହା ସୂଚିତ ହୁଏ ଯେ ୧୯୭୭ ମାର୍ଚ୍ଚ ମାସରୁ ୧୯୯୬ ମାର୍ଚ୍ଚ ମାସ ମଧ୍ୟରେ ଗଠିତ ୧୩୮ଟି ରାଜ୍ୟ ସରକାରଙ୍କ ମଧ୍ୟରୁ ୮୪ ଗୋଟି ଏକଦଳୀୟ ସରକାର ହାରାହାରି ୪୧ ମାସ କାର୍ଯ୍ୟରତ ରହିଥିବାବେଳେ ୪୦ ଗୋଟି ମେଣ୍ଟ ସରକାରର ହାରାହାରି କାର୍ଯ୍ୟକାଳ ୨୬ ମାସ କାର୍ଯ୍ୟରତ ଥିଲା । ଏହା ମେଣ୍ଟ ସରକାରର ଦୁର୍ବଳ ସ୍ଥିତିକୁ ସୂଚିତ କରିଥାଏ । କିନ୍ତୁ ପଶ୍ଚିମବଙ୍ଗ, କେରଳ ଓ ତ୍ରିପୁରାରେ ଗଠିତ ପ୍ରାକ୍-ନିର୍ବାଚନୀ ମେଣ୍ଟ ସେଠାରେ ମେଣ୍ଟ ସରକାର ଦୀର୍ଘ ସ୍ଥାୟିତ୍ଵ ଓ ସ୍ଥିରତାକୁ ପ୍ରମାଣିତ କରିଥାଏ । ହରିୟାନାରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ମେଣ୍ଟ ସରକାର ରାଓ ବୀରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ୧୯୬୬ରେ ଗଠିତ ହୋଇ ଅନେକ ରାଜନୈତିକ ଦଳବଦଳ ସତ୍ତ୍ବେ ୧୯୬୭ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କ୍ଷମତା ଆସନରେ ରହିଥିଲା ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଦଳବଦଳର ଶିକାର ହୋଇ ବିଧାନସଭା ଭଙ୍ଗ ହୋଇ ସାନି ନିର୍ବାଚନ ହେବା ଫଳରେ ୧୯୭୨ ଜାନୁୟାରୀ ମାସରେ କଂଗ୍ରେସ ସଂଖ୍ୟାଧ‌ିକ ସମର୍ଥନ ପାଇ ବଂଶୀଲାଲଙ୍କ ନେତୃତ୍ଵରେ ମନ୍ତ୍ରୀମଣ୍ଡଳ ଗଠନ କଲା ଓ ମେଣ୍ଟ ରାଜନୀତିର ପରିସମାପ୍ତି ଘଟିଲା । ହରିୟାନାରେ ମେଣ୍ଟ ମନ୍ତ୍ରୀମଣ୍ଡଳ ରାଜନୈତିକ ଅସ୍ଥିରତା, ପ୍ରଶାସନିକ ବିଶୃଙ୍ଖଳା, ଅନିର୍ଦ୍ଦିଷ୍ଟତା, ଦୁର୍ନୀତି ଆଦିର ପରିଚାୟକ ଅଟେ । ୧୯୬୭ରେ ମେହାନଲାଲ ସୁଖାଡ଼ିଆଙ୍କ ନେତୃତ୍ଵରେ ଗଠିତ ମନ୍ତ୍ରୀମଣ୍ଡଳ ଏକ ଅସ୍ଥିର ମେଣ୍ଟ ସରକାରର କୁପ୍ରଭାବରୁ ରାଜସ୍ତାନକୁ ମୁକ୍ତ କରିପାରିଥିଲେ ମଧ୍ୟ ୧୯୭୭ରେ ବି.ଏସ୍.ଶେଖାଓ୍ବାତ୍‌ଙ୍କ ନେତୃତ୍ବରେ ଓ ୧୯୯୦ରେ ପୁନଶ୍ଚ ତାଙ୍କ ନେତୃତ୍ଵରେ ଏକ ନୂତନ ମେଣ୍ଟ ସରକାର କ୍ଷମତାସୀନ ହୋଇଥିଲା ।

ମଧ୍ୟପ୍ରଦେଶରେ ୧୯୬୭ ମସିହାରେ ଏକ ୨୫ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିତ୍ତିରେ ଗଠିତ ମେଣ୍ଟ ଜି.ଏନ୍.ସିଂହଙ୍କ ନେତୃତ୍ଵରେ ମନ୍ତ୍ରିମଣ୍ଡଳ ଗଠନ କରିଥିଲା । ୧୯୭୭ରେ ସେଠାରେ ଗଠିତ ଜନତାଦଳର ସରକାର ଜନସଂଘ ଓ ସମାଜବାଦୀ ଦଳର ମେଣ୍ଟ ସରକାର ଥିଲା । ଓଡ଼ିଶାରେ ଚତୁର୍ଥ ସାଧାରଣ ନିର୍ବାଚନ ପରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ଏକ ଦ୍ବି-ଦଳୀୟ ମେଣ୍ଟ ସରକାର କାର୍ଯ୍ୟ କରିଥିଲା । ଏହା ଓଡ଼ିଶାରେ ମେଣ୍ଟ ରାଜନୀତିର ଇତିହାସରେ ସ୍ଥିରତା ପ୍ରଦାନକାରୀ ମେଣ୍ଟ ହିସାବରେ ପରିଚିତ । କିନ୍ତୁ ୧୯୭୧ରେ ସ୍ୱତନ୍ତ୍ର ଦଳ, ଝାଡ଼ଖଣ୍ଡ ଓ ଉତ୍କଳ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ବିଶ୍ଵନାଥ ଦାସ ମନ୍ତ୍ରିମଣ୍ଡଳ), ୧୯୭୩ରେ ଉତ୍କଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥ ମନ୍ତ୍ରୀମଣ୍ଡଳ), ୧୯୭୪ରେ କଂଗ୍ରେସ ଓ ସି.ପି.ଆଇ. ମଧ୍ଯରେ ଗଠିତ ମେଣ୍ଟ (ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ) ଆଦି ସମ୍ପୂର୍ଣ୍ଣ ଅସ୍ଥିରତାର ପ୍ରତୀକ ଅଟନ୍ତି ।

ଚତୁର୍ଥ ସାଧାରଣ ନିର୍ବାଚନ ପରେ ଭାରତର ସାତଗୋଟି ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ମଧ୍ୟରେ ଓଡ଼ିଶାର ସିଂହଦେଓ ମନ୍ତ୍ରୀମଣ୍ଡଳୀ ଓ ସ୍ୱତନ୍ତ୍ର ଦଳ-ଜନକଂଗ୍ରେସ ମେଣ୍ଟ ଅଧିକ ସଫଳତା ପ୍ରାପ୍ତ ହୋଇଥିଲା । ଏହା ୨୧ ଦଫା ପ୍ରାକ୍ ନିର୍ବାଚନୀ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳତାର ସହ ପ୍ରଶାସନରେ ବିନା ରାଜନୈତିକ ହସ୍ତକ୍ଷେପ ମାଧ୍ୟମରେ ରୂପାୟନ କରୁଥିଲା । ଏହି ମେଣ୍ଟ ସରକାର ଓଡ଼ିଶାରେ ଅମଲାତନ୍ତ୍ରର ଗୁରୁତ୍ଵ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଭୂ-ରାଜସ ଉଚ୍ଛେଦ କରିଥିଲା । ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମଧ୍ଯରେ ଗଠିତ ମେଣ୍ଟ ସରକାର ଅତ୍ୟନ୍ତ ସଫଳତା ଓ ଦୃଢ଼ତାର ସହ କାର୍ଯ୍ୟ ସମ୍ବାଦନ କରିଥିଲା ।

ଏହା ମଧ୍ୟ ଏକ ପ୍ରାକ୍-ନିର୍ବାଚନୀ ମେଣ୍ଟ ଥିଲା ଓ କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟକୁ ଚରିତାର୍ଥ କରିପାରିଥିଲା । ପଶ୍ଚିମବଙ୍ଗରେ ଅଜୟ ମୁଖାର୍ଜୀଙ୍କ ନେତୃତ୍ଵରେ ସଂଯୁକ୍ତ ସାମ୍ମୁଖ୍ୟ ସରକାର ଏକ ୧୪ ଦଫା ସର୍ବନିମ୍ନ କାର୍ଯ୍ୟକ୍ରମ ଭିଭିରେ ୧୯୬୭ ମସିହା ଫେବୃୟାରୀ ମାସରେ ମେଣ୍ଟ ସରକାରର ଭିଭି ସ୍ଥାପନ କରିଥିଲା । ୧୯୭୧ରେ ସଂଯୁକ୍ତ ବାମ ସାମ୍ମୁଖ୍ୟ (ULF) ଓ ସଂଯୁକ୍ତ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ULDF) ରୂପରେ ଦୁଇଟି ମେଣ୍ଟ ଗୋଷ୍ଠୀ ରାଜନୈତିକ ଶକ୍ତି ଆହରଣ ପାଇଁ କରିଥିବା ପ୍ରଚେଷ୍ଟା ବଙ୍ଗଳାଦେଶ ସ୍ଵାଧୀନତା ଆନ୍ଦୋଳନ ପ୍ରଭାବରୁ ବିଶେଷ ସଫଳତା ପାଇପାରି ନଥୁଲା ଓ ରାଜନୈତିକ ଅସ୍ଥିରତା ଲାଗିରହିବା ଫଳରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ୧୯୭୭ ନିର୍ବାଚନରେ ଏକ ବହୁଦଳୀୟ ବାମ ସାମ୍ମୁଖ୍ୟ ବିଜୟୀ ହୋଇ ଜ୍ୟୋତି ବସୁଙ୍କ ନେତୃତ୍ୱରେ ଏକ ଦୃଢ଼, ସ୍ଥିର ଓ ଦକ୍ଷ ମେଣ୍ଟ ସରକାରର ଭିଭି ପ୍ରତିଷ୍ଠା କଲା ।

ଭାରତର ମେଣ୍ଟ ରାଜନୈତିକ ଇତିହାସରେ ପଶ୍ଚିମବଙ୍ଗ ଏକ ସ୍ଵତନ୍ତ୍ର ସ୍ଥିତି ଦାବି କରେ, କାରଣ ଏଠାରେ ମେଣ୍ଟ ସରକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ସଫଳତା ପାଇପାରିଛି । ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା, ମେଣ୍ଟ ସରକାରରେ ସି.ପି.ଆଇ (ଏମ୍)ର ଏକକ ପ୍ରାଧାନ୍ୟ ଓ ଶୃଙ୍ଖଳିତ ନେତୃତ୍ଵ, କଂଗ୍ରେସକୁ କ୍ଷମତା ବଳୟରୁ ବାହାରେ ରଖୁବାର ପ୍ରଗାଢ଼ ଇଚ୍ଛା ଆଦି କାରଣରୁ ପଶ୍ଚିମବଙ୍ଗରେ ମେଣ୍ଟ ସରକାର ସଫଳତାର କାରଣ ରୂପେ ଗ୍ରହଣ କରାଯାଇପାରେ । ଉତ୍ତରପ୍ରଦେଶରେ ୧୯୬୭ ନିର୍ବାଚନ ପରେ କୌଣସି ଦଳ ଏକକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତ ଜ ପାଇବା ଫଳରେ ମେଣ୍ଟ ସରକାର ପାଇଁ ପଥ ଉନ୍ମୁକ୍ତ ହୋଇଯାଇଥିଲେ ମଧ୍ୟ ସି.ବି.ଗୁପ୍ତା, ଚରଣ ସିଂହ ଆଦିଙ୍କ ନେତୃତ୍ବରେ ଗଠିତ ବିଭିନ୍ନ ମେଣ୍ଟ ସରକାର ରାଜନୈତିକ ଦଳବଦଳ ରୋଗରେ ଆକ୍ରାନ୍ତ ହୋଇ ଅସ୍ଥିରତାର ପ୍ରତୀକ ହିସାବରେ ସଫଳତା ପାଇପାରିଲା ନାହିଁ ।

CHSE Odisha Class 12 Political Science Chapter 2 Long Answer Questions in Odia Medium

୧୯୯୩ ନଭେମ୍ବର ମାସରେ ସମାଜବାଦୀ ପାର୍ଟି (SP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଗଠିତ ମେଣ୍ଟ କଂଗ୍ରେସ (ଇ) ଓ ଜନତାଦଳର ସମର୍ଥନରେ ମୁଲାୟମ ସିଂହ ଯାଦବଙ୍କ ନତୃତ୍ଵରେ ମେଣ୍ଟ ସରକାର ପ୍ରତିଷ୍ଠା କରିଥିଲା, ଯାହା ବହୁଜନ ସମାଜ ପାର୍ଟିର ସମର୍ଥନ ପ୍ରତ୍ୟାହାର ପରେ ୧୯୯୫ ଜୁନ୍ ମାସରେ ଭୁଶୁଡ଼ି ପଡ଼ିଲା । ୧୯୯୭ ମସିହା ମାର୍ଚ୍ଚ ୨୧ ତାରିଖରେ ଭାରତୀୟ ଜନତା ପାର୍ଟି (BJP) ଓ ବହୁଜନ ସମାଜ ପାର୍ଟି (BSP) ମଧ୍ୟରେ ଛଅ ମାସିଆ ମୁଖ୍ୟମନ୍ତ୍ରୀତ୍ଵ ଭିତ୍ତିରେ ଗଠିତ ମେଣ୍ଟ ମାୟାବତୀଙ୍କ ନେତୃତ୍ବରେ ମେଣ୍ଟ ସରକାର ଗଠନ କରିଥିଲା । କିନ୍ତୁ ବହୁଜନ ସମାଜ ପାର୍ଟିର ଛଅମାସିଆ କାର୍ଯ୍ୟକାଳ ପରେ ଭାରତୀୟ ଜନତା ପାର୍ଟିର କଲ୍ୟାଣ ସିଂହଙ୍କ ନେତୃତ୍ଵରେ ଗଠିତ ମେଣ୍ଟ ସରକାରଠାରୁ ବହୁଜନ ସମାଜ ପାର୍ଟି ସମର୍ଥନ ପ୍ରତ୍ୟାହାର କରିଥିଲେ ମଧ୍ୟ ଦଳବଦଳ ନୀତିର ଆଶ୍ରୟ ନେଇ ନୂତନ ମେଣ୍ଟ ଗଠନ କରି କଲ୍ୟାଣ ସିଂହ ନିଜ ସରକାରର ସ୍ଥାୟିତ୍ଵ ବଜାୟ ରଖୁଲେ । ପରବର୍ତ୍ତୀ କାଳରେ ପୁନଶ୍ଚ ଭାରତୀୟ ଜନତା ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ସରକାର ଉତ୍ତରପ୍ରଦେଶରେ ବିଫଳ ହୋଇଥିଲା ।

୮ । ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର ।
Answer:
ମେଣ୍ଟ ସାଧାରଣତଃ ଚାରିପ୍ରକାରର ଅଟେ । ପ୍ରଥମତଃ, ଗୋଟିଏ ମୁଖ୍ୟ ରାଜନୈତିକ ଦଳକୁ ଆଧାରକରି ଏକାଧ୍ଵକ କ୍ଷୁଦ୍ର ରାଜନୈତିକ ଦଳଦ୍ଵାରା ଗଠିତ ମେଣ୍ଟ ଯାହା ପଶ୍ଚିମବଙ୍ଗର ବାମପନ୍ଥୀ ସାମ୍ମୁଖ୍ୟରୁ ପ୍ରମାଣ ମିଳିଥାଏ । ଦ୍ବିତୀୟତଃ, ପରସ୍ପର ସହଯୋଗୀ, ସମାନ ପ୍ରଭାବଶାଳୀ ରାଜନୈତିକ ଦଳମାନଙ୍କରଦ୍ଵାରା ଗଠିତ ମେଣ୍ଟ ଯାହା କେରଳରେ କଂଗ୍ରେସ ନେତୃତ୍ବାଧୀନ ଓ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବାଧୀନ ମେଣ୍ଟରୁ ସ୍ପଷ୍ଟ ହୋଇଥାଏ । ତୃତୀୟତଃ, ସମସାର୍ଥ ବିଶିଷ୍ଟ ରାଜନୈତିକ ଶତ୍ରୁ ଦଳକୁ କ୍ଷମତା ବଳୟରୁ ବାହାରେ ରଖୁବାର ଅଭିପ୍ରାୟ ନେଇ ଗଠନ କରିଥିବା ମେଣ୍ଟ ଯାହା ବିଭିନ୍ନ ରାଜ୍ୟରେ ଗଠିତ ଅଣ-କଂଗ୍ରେସ ମେଣ୍ଟ ସରକାରରୁ ପ୍ରମାଣ ମିଳିଥାଏ ।

ଚତୁର୍ଥତଃ, ଜାତୀୟ ସରକାର ଗଠନ ଯାହା ଜାତୀୟ ସମସ୍ୟାକୁ ସମାଧାନ କରି ଜାତୀୟ ଐକ୍ୟ, ସଂହତି ଆଦି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖୁଥାଏ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ବ୍ରିଟେନ୍‌ରେ ଏକ ଜାତୀୟ ସରକାର ଗଠିତ ହୋଇଥିଲା ଯାହାର ପ୍ରଧାନମନ୍ତ୍ରୀ ରୂପେ ଚର୍ଚ୍ଚିଲ୍ ଓ ଉପପ୍ରଧାନମନ୍ତ୍ରୀ ରୂପେ ଆଟ୍‌ଲି କାର୍ଯ୍ୟ କରିଥିଲେ । ୧୯୮୯ରେ ଭାରତରେ ‘ଝୁଲା ସଂସଦ’ (Hung Parliament)ର କୁପରିଣାମରୁ ମୁକ୍ତ ହେବାପାଇଁ ଅଟଳବିହାରୀ ବାଜପେୟୀ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳକୁ ନେଇ ଏକ ଜାତୀୟ ସରକାର ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଇକ୍‌ବଲ୍‌ ନାରାୟଣ ତାଙ୍କ “Twilight or Dawn Political Change in India” ପୁସ୍ତକରେ ମେଣ୍ଟର ନିମ୍ନଲିଖୁତ ଶ୍ରେଣୀବିଭାଗ ଦର୍ଶାଇଛନ୍ତି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8
ଭାରତରେ ମେଣ୍ଟର ପ୍ରକାରଭେଦ ଆଲୋଚନା କର । Question 8.1

୯ । ଭାରତରେ ମେଣ୍ଟ ସରକାରର ଚାରିତ୍ରିକ ଲକ୍ଷଣଗୁଡ଼ିକ ଆଲୋଚନା କର ?
Answer:
ଅସ୍ଥାୟୀ ଓ ଅସ୍ଥିର ମେଣ୍ଟ :
ସହଯୋଗୀ ଦଳମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ପାର୍ଥକ୍ୟ ଓ ବିଭେଦତା ଥିବାରୁ ଭାରତରେ ପ୍ରତ୍ୟେକ ମେଣ୍ଟ ସରକାର ସଚ୍ଛସ୍ଥାୟୀ ଓ ଅସ୍ଥିର ପ୍ରକୃତିସମ୍ପନ୍ନ ହେଉଛନ୍ତି ।

କଂଗ୍ରେସ ବିରୋଧୀ :
ଭାରତର ଦଳୀୟ ଶାସନ ବ୍ୟବସ୍ଥାରେ କଂଗ୍ରେସ ଦଳର ଆଧୁପତ୍ୟ ଓ ପ୍ରଧାନ୍ୟକୁ ପ୍ରତିହତ କରିବାପାଇଁ ଅଣ-କଂଗ୍ରେସୀ ମେଣ୍ଟ ସୃଷ୍ଟି ହେଉଛି । ରାମମନେହାର ଲୋହିଆଙ୍କଠାରୁ ଏହି ମେଣ୍ଟର ପ୍ରସାର ଆରମ୍ଭ ହୋଇଛି । କଂଗ୍ରେସକୁ କ୍ଷମତା ବଳୟରୁ ଯେନତେନ ଭାବରେ ବାହାରେ ରଖୁବା ଏହାର ଉଦ୍ଦେଶ୍ୟ ଅଟେ ।

ସୁବିଧାବାଦୀ ମେଣ୍ଟ :
ରାଜନୈତିକ ଶକ୍ତିର ଉକ୍ତ ମେରୁ ବିଭାଜନ (Polarisation) ନହୋଇ କେବଳ ସୁବିଧା ଓ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ମେଣ୍ଟ ଗଠନ କରାଯାଉଥିବାରୁ ଏହାର ସ୍ଥାୟିତ୍ଵ ଅତ୍ୟନ୍ତ ସୀମିତ ଅଟେ | କ୍ଷମତା ଗ୍ରହଣ ଲୋଭରେ ଆଦର୍ଶଗତ ପାର୍ଥକ୍ୟରୁ ଦୂରେଇ ଦିଆଯାଉଛି କିମ୍ବା ସାଲିସର ମାଧ୍ୟମ ଗ୍ରହଣ କରାଯାଉଛି । ଏଣୁ ଅନେକ ଅସାଦୃଶ୍ୟ ଏବଂ ଏପରିକି ପରସ୍ପର ବିରୋଧୀ ରାଜନୈତିକ ଶକ୍ତି ମେଣ୍ଟର ଅଂଶୀଦାର ରୂପେ କାର୍ଯ୍ୟ କରୁଛନ୍ତି । ଏଣୁ ମେଣ୍ଟ ସରକାର ରାଜନୈତିକ ସୁବିଧାବାଦ, ସାର୍ଥପରତା, ଅସାଧୁତା, କ୍ଷମତାଲିପ୍‌ସୁ ମନୋଭାବର ପରିଚାୟକ ଅଟେ ।

ରାଜନୈତିକ ଦଳବଦଳକୁ ପ୍ରୋତ୍ସାହନ ପ୍ରଦାନ :
ରାଜନୈତିକ ଦଳବଦଳ ଫଳରେ ମେଣ୍ଟର ସ୍ଥାପନା ହେଉଛି ଓ ଏହି ‘ଆୟାରାମ ଓ ଗୟାରାମ’ ମାନଙ୍କ ଭୂମିକା ଫଳରେ ମେଣ୍ଟ ସରକାର ଅସ୍ଥିରତା ରୋଗରେ ଆକ୍ରାନ୍ତ ହୋଇ ବିଫଳତାର ସ୍ବାଦ ଚାଖୁଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ମେଣ୍ଟ ରାଜନୀତିର ରାଜନୈତିକ ଓ ସାମ୍ବିଧାନିକ ପ୍ରଭାବ :

  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦର ଗୁରୁତ୍ଵ ହ୍ରାସ ଘଟିଛି ଏବଂ ଏହି ପଦାଧିକାରୀମାନେ ମେଣ୍ଟର ସ୍ଥିତି ଦୃଷ୍ଟିରୁ ସାଲିସ ଗ୍ରହଣ କରୁଛନ୍ତି । ସେମାନଙ୍କର ନେତୃତ୍ଵ ‘ସମନ୍ୱୟ କମିଟି’ ବା ଷ୍ଟିଅରିଂ କମିଟିଦ୍ଵାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ ହେଉଛି ।
  • ରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କର ସାମ୍ବିଧାନିକ ଦାୟିତ୍ଵ ଓ ଭୂମିକାରେ ଯଥେଷ୍ଟ ବୃଦ୍ଧି ଘଟିଛି । ସେମାନେ ନିଜର ସେଚ୍ଛାଧୀନ କ୍ଷମତାର ପ୍ରୟୋଗ ପାଇଁ ଅଧିକ ଯତ୍ନବାନ୍, ସତର୍କ ଓ ନିରପେକ୍ଷ ନ ହେଲେ ସାମ୍ବିଧାନିକ ଅଚଳ ଅବସ୍ଥା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଥାଏ ।
  • ରାଜନୈତିକ ଅସାଦୃଶ୍ୟତାର ଭିତ୍ତିଭୂମି ସବଳ ହେବା ଫଳରେ ଆନ୍ତଃ-ମେଣ୍ଟ କନ୍ଦଳ ସୃଷ୍ଟି ହୋଇ ସରକାରରେ ଅସ୍ଥିରତା ସୃଷ୍ଟି କରେ ଓ ଶାସନର ଦକ୍ଷତା ହ୍ରାସ କରିଥାଏ । ସର୍ବନିମ୍ନ କାର୍ଯ୍ୟକ୍ରମ ଏକ କୁ-ଆବଶ୍ୟକତାରେ ପରିଣତ ହୋଇଛି ।
  • ସଂସଦୀୟ ବ୍ୟବସ୍ଥାର ମନ୍ତ୍ରୀମଣ୍ଡଳୀୟ ଦାୟିତ୍ଵ ନୀତି ମେଣ୍ଟ ସରକାରରେ ପ୍ରାୟତଃ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହା ସାମୂହିକ ନ ହୋଇ ବ୍ୟକ୍ତିଗତ ପ୍ରକୃତି ଧାରଣ କରୁଛି । ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଅଜୟ ମୁଖାର୍ଜୀ ନିଜ କ୍ୟାବିନେଟ୍‌ରେ ଜ୍ୟୋତି ବସୁଙ୍କ ବିରୁଦ୍ଧରେ କରିଥିବା ଅନଶନ ଓ ସତ୍ୟାଗ୍ରହ ଏହାର ଉଦାହରଣ ଅଟେ ।
  • ମେଣ୍ଟ ସରକାର ଫଳରେ ଅମଲାତନ୍ତ୍ରର କ୍ଷମତା ଓ ଭୂମିକାରେ ପରିବର୍ତ୍ତନ ଓ ପରିସର ବୃଦ୍ଧି ସମ୍ଭବ ହୋଇଛି ।
  • ମେଣ୍ଟ ସରକାର ଫଳରେ କେନ୍ଦ୍ର-ରାଜ୍ୟ ବିବାଦ ଅଧିକ ଘନୀଭୂତ ହୋଇଛି । ପଶ୍ଚିମବଙ୍ଗର ମେଣ୍ଟ ରାଜନୀତି ପ୍ରାୟତଃ କେନ୍ଦ୍ରବିରୋଧୀ ଅଟେ । କେନ୍ଦ୍ରୀୟ ମେଣ୍ଟର ଅଂଶୀଦାର ଆଞ୍ଚଳିକ ଦଳମାନେ ନିଜ ରାଜ୍ୟ ପାଇଁ ମୂଲଚାଲ କରି ଅଧିକ ଲାଭବାନ୍ ହୋଇ ନ ପାରିଲେ ସମର୍ଥନ ପ୍ରତ୍ୟାହାରର ଧମକ ଦେଇ ସରକାରରେ ଅସ୍ଥିରତା ସୃଷ୍ଟି କରିବା ଏକ ସାଧାରଣ ବ୍ୟାପାର ହୋଇଗଲାଣି ।

ମେଣ୍ଟ ରାଜନୀତି ଅସ୍ଥିରତାର ପ୍ରତୀକ ହେଲେ ମଧ୍ୟ ବର୍ତ୍ତମାନ ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧ୍ୟକରୁ ଅଧ‌ିକ ପରିମାଣରେ ଏହା ଉପରେ ନିର୍ଭରଶୀଳ ହେଲେଣି । ଏହା କ୍ଷମତାଲିପ୍‌ସା ଓ ବ୍ୟକ୍ତିତ୍ବବାଦ ଉପରେ ଆଧାରିତ ହେଉଥ‌ିବାରୁ ଅନେକାଂଶରେ ବିଫଳତାର ସ୍ବାଦ ଚାଖୁଛି । ରାଜନୈତିକ ଆନୁଗତ୍ୟରେ ପରିବର୍ତ୍ତନ ଓ ଦଳବଦଳକୁ ଏହା ପ୍ରୋତ୍ସାହନ ହେଉଥିବାରୁ ଭାରତରେ ସଂସଦୀୟ ଗଣତନ୍ତ୍ରରେ ଏହାର କୁପ୍ରଭାବ ସହଜରେ ଅନୁମେୟ । ଏହା ସରକାରରେ ଅସ୍ଥିରତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ପ୍ରଶସନିକ କ୍ଷମତା ଓ ସାଧୁତା ମଧ୍ୟ ହ୍ରାସ କରୁଛି । ଲର୍ଡ଼ ଷ୍ଟାନ୍‌ (Lord Stanley)ଙ୍କ ମତରେ ମେଣ୍ଟ ସରକାର ଫଳରେ ରାଜନୈତିକ ବ୍ୟକ୍ତିମାନଙ୍କ ଉପରେ ଲୋକମାନଙ୍କର ବିଶ୍ଵସନୀୟତାର ଦ୍ରୁତ ଅବନତି ପରିଲକ୍ଷିତ ହେଉଛି ।

CHSE Odisha Class 12 Political Science Chapter 2 Long Answer Questions in Odia Medium

ଅନେକ ଦୋଷତ୍ରୁଟିର ଶିକାର ହେଉଥିଲେ ମଧ୍ୟ ଏହା ବିଭିନ୍ନ ବିରୋଧୀ ସାର୍ଥକୁ ଏକତ୍ର ସଂଯୋଜନା କରିବା ଓ ସହମତି ଭିତ୍ତିରେ ସାଧାରଣ ବାର୍ଥ ଚରିତାର୍ଥ କରିବାର ଉପଯୁକ୍ତ ମାଧ୍ୟମ ରୂପେ ବିବେଚିତ ହେଉଛି । ଏହା ଗଣତନ୍ତ୍ରରେ ଅଂଶଗ୍ରହଣ ମାତ୍ରାକୁ ଅଧିକ ବ୍ୟାପକ କରିଛି । ଏକ ମେଣ୍ଟ ସରକାର ଉପରେ ଆଭ୍ୟନ୍ତରୀଣ ଚାପର ମାତ୍ରା ଅଧିକ, ଯାହାଫଳରେ ସରକାର ଅଧ‌ିକ କାର୍ଯ୍ୟକ୍ଷମ ହୋଇଥାଏ । ଏହା ଆଞ୍ଚଳିକ ସାର୍ଥପ୍ରତି ଅଧ‌ିକ ସମ୍ବେଦନଶୀଳ ରହିଥାଏ । ଏଣୁ ମେଣ୍ଟ ସରକାରର ଉଭୟ ଉପକାରିତା ଓ ଦୁର୍ବଳତା ରହିଛି ଏବଂ ଭାରତର ପରିବର୍ତ୍ତିତ ରାଜନୈତିକ ପରିବେଶରେ ମେଣ୍ଟ ସରକାର ଏକ ଅପରିହାର୍ଯ୍ୟ ବିକଳ୍ପହୀନ ବାସ୍ତବ ଆବଶ୍ୟକତା ଅଟେ ।

Leave a Comment