CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 5 ଜାତି ଗଠନରେ ପ୍ରତିବନ୍ଧକ Objective & Short Answer Questions.

CHSE Odisha 12th Class Political Science Chapter 5 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଇଂରେଜ ଶାସନ ସମୟର ‘ବିଭାଜନ ଓ ଶାସନ’ (Divide and Rule) ନୀତି _______________ ର ପ୍ରସାର ପାଇଁ ସାହାଯ୍ୟ କରୁଛି ।
(i) ଧର୍ମନିରପେକ୍ଷତା
(ii) ସମାଜବାଦ
(iii) ସାମ୍ପ୍ରଦାୟିକତାବାଦ
(iv) ସାମାଜିକ ନ୍ୟାୟ
Answer:
(iii) ସାଂପ୍ରଦାୟିକତାବାଦ

୨ । _______________ ଙ୍କ ମତରେ, ଭାରତରେ ‘ଜାତି’(Caste) ଏକ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଦଳ ଅଟେ ।
(i) ଗାଦି
(ii) ବିନୋବା ଭାବେ
(iii) ଜବାହାରଲାଲ୍ ନେହେରୁ
(iv) ଜୟପ୍ରକାଶ ନାରାୟଣ
Answer:
(iv) ଜୟପ୍ରକାଶ ନାରାୟଣ

୩ । ବିଚ୍ଛିନ୍ନତାବାଦ (Separatism) ________________ ର ଚରମ ରୂପ ଅଟେ ।
(i) ଆଞ୍ଚଳିକତାବାଦ
(ii) ଧର୍ମନିରପେକ୍ଷବାଦ
(iii) ଜାତୀୟ ସଂହତି
(iv) ଜାତୀୟତାବାଦ
Answer:
(i) ଆଞ୍ଚଳିକତାବାଦ

୪ । ଭାରତ ଏକ ବହୁବାଦୀ ସମାଜ (Pluralistic Society) ହୋଇଥିବାରୁ ଏଠାରେ ଆଞ୍ଚଳିକତାବାଦ ଓ ଜାତୀୟତାବାଦ ____________ ହେବା ଉଚିତ ।
(i) ସହଯୋଗୀ ବା ପରିପୂରକ
(ii) ବିରୋଧୀ
(iii) ବୀତସ୍ପୃହ
(iv) ଶତ୍ରୁ
Answer:
(i) ସହଯୋଗୀ ବା ପରିପୂରକ

୫ । ଆଞ୍ଚଳିକତାବାଦ ଓ ସାଂପ୍ରଦାୟିକତା _______________ ଏକତା ପ୍ରତି ଏକ ବିପଦ ଅଟେ ।
(i) ଆର୍ନ୍ତଜାତୀୟ
(ii) ଜାତୀୟ
(iii) ଧାର୍ମିକ
(iv) ସାମାଜିକ
Answer:
(ii) ଜାତୀୟ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୬ । ନାସ୍ତିସୂଚକ ଅର୍ଥରେ ଆଞ୍ଚଳିକତାବାଦର ଅର୍ଥ ହେଉଛି ______________
(i) ନିଜ ଅଞ୍ଚଳ ପ୍ରତି ଅତ୍ୟଧକ ଦୁର୍ବଳତା
(ii) ନିଜ ସଂସ୍କୃତି ପ୍ରତି ପ୍ରେମ
(iii) ନିଜ ଅଞ୍ଚଳରେ ବସତି ସ୍ଥାପନ
(iv) ଜାତୀୟ ସ୍ଵାର୍ଥ ଅପେକ୍ଷା ଆଞ୍ଚଳିକ ସ୍ଵାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଆରୋପ
Answer:
(iv) ଜାତୀୟ ସ୍ଵାର୍ଥ ଅପେକ୍ଷା ଆଞ୍ଚଳିକ ସ୍ଵାର୍ଥ ଉପରେ ଅଧିକ ଗୁରୁତ୍ବ ଆରୋପ

୭ । ଜାତିବାଦ ଏକ ________________ ।
(i) କୁ- ଆବଶ୍ୟକତା
(ii) ସାମାଜିକ ମନ୍ଦ ବ୍ୟବସ୍ଥା
(iii) ପ୍ରାକୃତିକ ବିଷୟ
(iv) ନୈତିକ ମନ୍ଦ ବ୍ୟବସ୍ଥା
Answer:
(ii) ସାମାଜିକ ମନ୍ଦ ବ୍ୟବସ୍ଥା

୮ । ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କ’ଣ ଆବଶ୍ୟକ ?
(i) ଶିକ୍ଷାର ପ୍ରସାର
(ii) ଜାତୀୟ ସଂହତିର ବିକାଶ
(iii) ଦ୍ରୁତ ଅର୍ଥନୈତିକ ଉନ୍ନତି
(iv) ଉପରୋକ୍ତ ସମସ୍ତ ଉପାଦାନ
Answer:
(iv) ଉପରୋକ୍ତ ସମସ୍ତ ଉପାଦାନ

୯ । ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ ?
(i) ଆଇନଗତ ପ୍ରତିବନ୍ଧକ
(ii) ଧାର୍ମିକ ସଂସ୍କାର
(iii) ଉତ୍ତମ ପାରିବାରିକ ସଂପର୍କ
(iv) ଧର୍ମନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର
Answer:
(iv) ଧର୍ମନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର

୧୦ । ସମାଜରେ ସାଂପ୍ରଦାୟିକତାବାଦକୁ କିଏ ଉତ୍ସାହିତ କରେ ?
(i) ଇତିହାସର ସାଂପ୍ରଦାୟୀକରଣ
(ii) ସାଂପ୍ରଦାୟିକ ରାଜନୀତି,
(iii) ସାଂପ୍ରଦାୟିକ ଚିନ୍ତାଧାରା
(iv) ଉପରୋକ୍ତ ସମସ୍ତ ଉପାଦାନ
Answer:
(iv) ଉପରୋକ୍ତ ସମସ୍ତ ଉପାଦାନ

୧୧ । ସାଂପ୍ରଦାୟିକତାବାଦକୁ କିଏ ନିୟନ୍ତ୍ରଣ କରିପାରିବ ?
(i) ସରକାର
(ii) ସାମରିକ ବିଭାଗ
(iii) ଜନସାଧାରଣ
(iv) ପୋଲିସ
Answer:
(iii) ଜନସାଧାରଣ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ‘ଜାତି’ (Nation) ଶବ୍ଦଟି ଲାଟିନ ଶବ୍ଦ _______________ ରୁ ଆସିଛି ।
Answer:
ନେସିଓ (Natio)

୨ । ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ସଂପୃକ୍ତ ଅଧ୍ବବାସୀଙ୍କ ଅହେତୁକ ଅନୁରକ୍ତିକୁ _______________ କୁହାଯାଏ ।
Answer:
ଆଞ୍ଚଳିକତାବାଦ

୩ । ‘ଭୂମିପୁତ୍ର ତତ୍ତ୍ବ’ _______________ ବାଦର ଏକ ପରିପ୍ରକାଶ ।
Answer:
ଆଞ୍ଚଳିକତାବାଦ

୪ । ଗୋଟିଏ ଧାର୍ମିକ ଗୋଷ୍ଠୀ ବା ଧର୍ମ ସଂପ୍ରଦାୟ ଅନ୍ୟ ଧାର୍ମିକ ଗୋଷ୍ଠୀ ପ୍ରତି ଘୃଣାଭାବ ବା ଅସହିଷ୍ଣୁତା ପ୍ରକାଶ କରିବାକୁ ______________ କୁହାଯାଏ ।
Answer:
ସାଂପ୍ରଦାୟିକତାବାଦ

୫ | _________________ ବାଦକୁ ପ୍ରତିହତ କରିବାପାଇଁ ଭାରତକୁ ଏକ ଧର୍ମ ନିପେକ୍ଷ ରାଷ୍ଟ୍ରଭାବେ ଘୋଷଣା କରାଯାଇଛି ।
Answer:
ସାଂପ୍ରଦାୟିକତା

୬ | ___________________ ନ୍ୟାୟ ପ୍ରତିଷ୍ଠାଦ୍ବାରା ଜାତିଆଣାବାଦର ବିଲୋପ ଘଟିଥାଏ ।
Answer:
ସାମାଜିକ

୭ | ସତନ୍ତ୍ର ରାଜ୍ୟ-ପାହ୍ୟା ଦାବି _______________ ର ଏକ ଉଦାହରଣ ।
Answer:
ଆଞ୍ଚଳିକତାବାଦ

୮ । ଭାରତ ସମ୍ବିଧାନର _______________ ଧାରାରେ ଜାତିଆଣଭାବର ବିଲୋପ ପାଇଁ ଅସ୍ପୃଶ୍ୟତାକୁ ବିଲୋପ କରାଯାଇଛି ।
Answer:
୧୭

୯ । ସ୍ଥାନ ସଂରକ୍ଷଣଦ୍ବାରା _________________ ନ୍ୟାୟ ପ୍ରତିଷ୍ଠା ହୋଇଥାଏ ।
Answer:
ସାମାଜିକ ନ୍ୟାୟ

୧୦। ଖଲିସ୍ଥାନ ଆନ୍ଦୋଳନ ଭାରତରେ ________________ ଓ ________________ କୁ ପ୍ରକାଶିତ କରିଥାଏ ।
Answer:
ଆଞ୍ଚଳିକତାବାଦ ; ସାଂପ୍ରଦାୟିକତାବାଦ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

C. ଭ୍ରମ ସଂଶୋଧନ କର ।

୧ | ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସର୍ଜିକାଲ ଅପରେସନ୍ ଆରମ୍ଭ କରିଥିଲେ ।
Answer:
ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ୍ ବ୍ଲାଷ୍ଟାର ଆରମ୍ଭ କରିଥିଲେ ।

୨ । ପଞ୍ଜାବରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।
Answer:
ଆସାମରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।

୩ । ୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ କାଶ୍ମୀରରେ ଆରମ୍ଭ ହେଲା ।
Answer:
୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ ପଶ୍ଚିମବଙ୍ଗରେ ଆରମ୍ଭ ହେଲା ।

୪ | ଭାରତ ସମ୍ବିଧାନର ୪୪ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି ।
Answer:
ଭାରତ ସମ୍ବିଧାନର ୪୨ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି। ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୦ ମସିହାରେ ଗଠିତ ହୋଇଥିଲା ।

୫ | ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୦ ମସିହାରେ ଗଠିତ ହୋଇଥିଲା ।
Answer:
ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୬ ମସିହାରେ ଗଠିତ ହୋଇଥିଲା ।

୬ | ଜାତୀୟ ସଂହତି ପରିଷଦ ପ୍ରଥମେ ୧୯୫୦ ମସିହାରେ ଗଠିତ ହୋଇଥିଲା |
Answer:
ଜାତୀୟ ସଂହତି ପରିଷଦ ପ୍ରଥମେ ୧୯୬୧ ମସିହାରେ ଗଠିତ ହୋଇଥିଲା ।

୭ । ହିନ୍ଦୀକୁ ରାଷ୍ଟ୍ରଭାଷାରୂପେ ବିରୋଧ କରି ଭାରତର ଉତ୍ତର ଭାଗରେ ଆନ୍ଦୋଳନ ହୋଇଥିଲା |
Answer:
ହିନ୍ଦୀକୁ ରାଷ୍ଟ୍ର ଭାଷାରୂପେ ବିରୋଧ କରି ଭାରତର ଦକ୍ଷିଣ ଭାଗରେ ଆନ୍ଦୋଳନ ହୋଇଥିଲା ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

D. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। ଆଞ୍ଚଳିକତାବାଦ କ’ଣ ?
Answer:
ମହାଜାତୀୟ ଚିନ୍ତା ଓ ଚେତନାରୁ ଦୂରେଇ ଯାଇ, ତାହାକୁ ବିରୋଧ କରି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅତ୍ୟଧିକ ଭଲ ପାଇବା ଏବଂ ଅନ୍ୟ ଅଞ୍ଚଳ ପ୍ରତି ଅସହିଷ୍ଣୁ ଓ ବିଦ୍ବେଷୀ ହେବାକୁ ଆଞ୍ଚଳିକତାବାଦ କୁହାଯାଏ ।

୨। ଆଞ୍ଚଳିକତାବାଦର ବିଭିନ୍ନ ସ୍ବରୂପ ଦର୍ଶାଅ ।
Answer:
ଆଞ୍ଚଳିକତାବାଦର ବିଭିନ୍ନ ସ୍ଵରୂପ ହେଲା –

  • ବିଚ୍ଛିନ୍ନତା ପାଇଁ ଦାବି
  • ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି
  • ପୂର୍ବ ରାଜ୍ୟପାହ୍ୟା ଦାବି
  • ଆନ୍ତଃ-ରାଜ୍ୟ ବିବାଦ
  • ଭାଷାଗତ ବିବାଦ
  • ଭୂମିପୁତ୍ର ନୀତି ଇତ୍ୟାଦି

୩ । ଜାତିବାଦ କ’ଣ ?
Answer:
ଉଗ୍ର ଜାତିପ୍ରୀତି ଓ ଅନ୍ୟ ଜାତି ପ୍ରତି ତୁଳନାତ୍ମକ ବିଦ୍ବେଷଜନିତ ଚେତନାକୁ ଜାତିଆଣ ଭାବ କୁହାଯାଏ । ମୂଳତଃ ଏହା ଶ୍ରମ ବିଭାଜନ ନୀତିରେ ସୃଷ୍ଟି ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସଂକୀର୍ଣ୍ଣ ଓ ଜଟିଳ ହୋଇପଡ଼ିଲା ।

୪। ସାଂପ୍ରଦାୟିକତାବାଦ କ’ଣ ?
Answer:
ଅନ୍ୟ ସମ୍ପ୍ରଦାୟ ପ୍ରତି ବିଦ୍ବେଷ, ବିରୋଧାଭାସ, ହିଂସା କିମ୍ବା ଶତ୍ରୁତା ପ୍ରକାଶ କରିବା ଅଥବା ତାହାର କ୍ଷତିସାଧନ କରିବାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ । ଭାରତରେ ସାମ୍ପ୍ରଦାୟିକତାବାଦ ମୁଖ୍ୟତଃ ଧର୍ମ-ସାଂପ୍ରଦାୟିକତାବାଦ ଅଟେ |

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକ କ’ଣ ?
Answer:
ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ନିରକ୍ଷରତା, ଆଞ୍ଚଳିକତାବାଦ, ଭାଷାଗତ ବିଭେଦତା, ଜାତିଆଣଭାବ, ଦୁର୍ନୀତି ଆଦି ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକ ଅଟେ ।

୨। ଆଞ୍ଚଳିକତାବାଦ ଜାତୀୟ ସଂହତି କ୍ଷେତ୍ରରେ କିପରି ପ୍ରତିବନ୍ଧକ ସୃଷ୍ଟି କରେ ?
Answer:
ଆଞ୍ଚଳିକତାବାଦ, ସଂକୀର୍ଣ୍ଣ ସ୍ଵାର୍ଥଯୁକ୍ତ ଆଞ୍ଚଳିକ ଦଳ ସୃଷ୍ଟି କରିବା, ଆନ୍ତଃ-ରାଜ୍ୟ ଏବଂ କେନ୍ଦ୍ର-ରାଜ୍ୟ ବିବାଦକୁ ଘନୀଭୂତ କରିବା, ବିଚ୍ଛିନ୍ନତାବାଦୀ ରାଜନୈତିକ ଆନ୍ଦୋଳନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଆଦି କୁପ୍ରଭାବର ଜନ୍ମଦାତା ଅଟେ ଯାହା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ ।

୩ । ଭାରତରେ ସାଂପ୍ରଦାୟିକତାବାଦର ବିଭିନ୍ନ କାରଣଗୁଡ଼ିକ ଦର୍ଶାଅ ।
Answer:
ଭାରତରେ ସାଂପ୍ରଦାୟିକତାବାଦର ବିଭିନ୍ନ କାରଣଗୁଡ଼ିକ ହେଲା –

  • ବିକୃତ ମାନସିକତା
  • ତୁଷ୍ଟୀକରଣ ରାଜନୀତି
  • ଇତିହାସର ସାଂପ୍ରଦାୟୀକରଣ
  • ଅର୍ଥନୈତିକ ଅନଗ୍ରସରତା
  • ଧର୍ମାନ୍ଧତା
  • ସାଂପ୍ରଦାୟିକ ଦଳ ଓ ସଙ୍ଗଠନ
  • ହିନ୍ଦୁ ଉଗ୍ର ରାଷ୍ଟ୍ରବାଦ
  • ପାରସ୍ପରିକ ଅବିଶ୍ବାସ ଓ ଭୟ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୪। ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କେଉଁ କେଉଁ ପଦକ୍ଷେପ ନେବା ଆବଶ୍ୟକ ?
Answer:
ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ ନିମ୍ନଲିଖୁ ପଦକ୍ଷେପ ନେବା ଉଚିତ –

  • ଶିକ୍ଷାର ପ୍ରସାର
  • ଦେଶର ପ୍ରତ୍ୟେକ ଅଞ୍ଚଳର ସନ୍ତୁଳିତ ଅର୍ଥନୈତିକ ବିକାଶ
  • ଧର୍ମନିରପେକ୍ଷତା ନୀତିକୁ ଜୀବନଧାରା ରୂପେ ଗ୍ରହଣ କରିବା
  • ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ସଂଯତ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା
  • ରାଜ୍ୟମାନଙ୍କୁ ଅଧିକ ସ୍ଵାୟତ୍ତତା ପ୍ରଦାନ
  • ଆନ୍ତଃ-ରାଜ୍ୟ ବିବାଦର ସରଳ ଓ ତ୍ଵରିତ ବୁଝାମଣାଭିଭିକ ସମାଧାନ

୫ । ଭାରତୀୟ ରାଜନୀତିରେ ଜାତିର ଭୂମିକା କ’ଣ ?
Answer:
ଜାତି ଭାରତୀୟ ରାଜନୀତିରେ ଏକ ପ୍ରମୁଖ ଉପାଦାନ ଅଟେ । ରାଜନୈତିକ ଦଳମାନେ ନିର୍ବାଚନରେ ପ୍ରାର୍ଥୀ ଚୟନ କଲାବେଳେ, ନିର୍ବାଚନ ପ୍ରଚାର ସମୟରେ ଭୋଟଦାତାଙ୍କର ଭୋଟଦାନର ବ୍ୟବହାରକୁ ପ୍ରଭାବିତ କରିବାପାଇଁ, ରାଜନୈତିକ ନେତ୍ର ସୃଷ୍ଟି ତଥା ନିଷ୍ପଭିଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିବା କ୍ଷେତ୍ରରେ ଏହି ଉପାଦାନର ଉପଯୋଗ କରିଥା’ନ୍ତି ।

୬ । ସାଂପ୍ରଦାୟିକତାବାଦ ଏକ ମାନସିକ ରୋଗ ମନ୍ତବ୍ୟ ଦିଅ ।
Answer:
ସଂକୀର୍ଣ୍ଣ ଓ ଉଗ୍ର ବିଚାରଧାରାରୁ ସାଂପ୍ରଦାୟିକତା ଜନ୍ମ ନେଇଥାଏ । ଏଣୁ ଏହା ଏକ ମାନସିକ ରୋଗ ଯାହାକି ମଣିଷର ବୁଦ୍ଧି, ବିବେକ ଓ ଯୁକ୍ତିଶୀଳତାକୁ ନଷ୍ଟ କରି ଘୃଣା, ହିଂସା ଓ ହତ୍ୟାର ବିଭୀଷିକା ସୃଷ୍ଟି କରେ ।

୭। ସାଂପ୍ରଦାୟିକତାବାଦର ବିଭିନ୍ନ ସ୍ଵରୂପ କ’’ଣ ?
Answer:
ସାଂପ୍ରଦାୟିକତାବାଦର ବିଭିନ୍ନ ସ୍ଵରୂପ ରହିଛି; ଯଥା –

  • ଧାର୍ମିକ ସାଂପ୍ରଦାୟିକତାବାଦ
  • ଭାଷାଗତ ସାଂପ୍ରଦାୟିକତାବାଦ
  • ଆଞ୍ଚଳିକ ସାଂପ୍ରଦାୟିକତାବଦ ଇତ୍ୟାଦି

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଭାରତରେ ଆଞ୍ଚଳିକତାବାଦ ଜାତୀୟ ସଂହତି ଉପରେ କିପରି ପ୍ରଭାବ ସୃଷ୍ଟି କରୁଛି ?
Answer:
ଭାରତରେ ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକରୂପେ ଆଞ୍ଚଳିକତାବାଦର ପ୍ରମୁଖ ଭୂମିକା ରହିଛି । ଏହାର ପ୍ରଭାବକୁ ନିମ୍ନମତେ ଆଲୋଚନା କରାଯାଇପାରେ –

  • ଏହା ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ସୃଷ୍ଟି କରୁଛି । ଭାରତର ଐକ୍ୟ ଓ ସଂହତି ପ୍ରତି ବିପଦ ସୃଷ୍ଟିକରି ହିଂସାତ୍ମକ ଆନ୍ଦୋଳନ ମାଧ୍ୟମରେ କେତେକ ଅଞ୍ଚଳ ଭାରତଠାରୁ ପୃଥକ୍ ହୋଇ ସ୍ଵାଧୀନ ରାଷ୍ଟ୍ରରୂପେ ନିଜର ପରିଚୟ ଜାହିର କରିବାକୁ ପ୍ରଚେଷ୍ଟା କରୁଛନ୍ତି ।
  • ଜାତୀୟ ସ୍ଵାର୍ଥକୁ ଗୁରୁତ୍ଵ ନଦେଇ ରାଜ୍ୟମାନେ ଅଧିକ ସ୍ଵତନ୍ତ୍ରତା ବା ଅଧିକାର (Autonomy) ଦାବି କରିଥା’ନ୍ତି ।
  • ଞ୍ଚଳିକ ସ୍ଵାର୍ଥ ଉପରେ ଗୁରୁତ୍ଵ ଦେଇ ଜାତୀୟ ସ୍ଵାର୍ଥସହ ମୂଲଚାଲ କରୁଥିବା ଆଞ୍ଚଳିକ ରାଜନୈତିକ ଦଳର ଜନ୍ମ ଓ ସ୍ଥିତି ଦୃଢ଼ ହେଉଛି ।
  • ଆସାମ ଆନ୍ଦୋଳନ, ଗୁର୍ଖାଲ୍ୟାଣ୍ଡ ଆନ୍ଦୋଳନ, ଅକାଳୀଦଳର ଖଲିସ୍ଥାନ ଆନ୍ଦୋଳନ, ଝାଡ଼ଖଣ୍ଡ ଆନ୍ଦୋଳନ ଆଦି ରାଜନୈତିକ ଆନ୍ଦୋଳନ ମାଧ୍ୟମରେ ଆଞ୍ଚଳିକ ସ୍ଵାର୍ଥସାଧନ ଉପରେ ଗୁରୁତ୍ଵ ଦିଆଯାଇ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରାଯାଉଛି ।
  • ଆଞ୍ଚଳିକ ତାରତମ୍ୟ ଯୋଗୁଁ ଆନ୍ତଃ-ରାଜ୍ୟ ବିବାଦ ଘନୀଭୂତ ହୋଇ ଜାତୀୟ ଐକ୍ୟ ପ୍ରତି ପ୍ରତିବନ୍ଧକରୂପେ କରାଯାଉଛି ।

୨ । ଭାରତରେ ଜାତୀୟ ସଂହତି ପ୍ରତି ସାଂପ୍ରଦାୟିକତାବାଦ କିପରି ପ୍ରତିବନ୍ଧକ ସୃଷ୍ଟି କରିଛି ?
Answer:
ଡି.ଇ. ସ୍ମିଥ୍ଙ୍କ ମତରେ, ‘ଏକ ଧାର୍ମିକ ଗୋଷ୍ଠୀ କ୍ଷେତ୍ରରେ ସଂକୀର୍ଣ୍ଣ, ସ୍ବାର୍ଥପର, ବିଭାଜନକାରୀ, ଉଗ୍ରବାଦୀ ଦୃଷ୍ଟିଭଙ୍ଗୀ ସୃଷ୍ଟିହେଲେ ତାହାକୁ ସାଂପ୍ରଦାୟିକତା (Communalism) କୁହାଯାଏ । ଭାରତରେ ବିଭିନ୍ନ ଧର୍ମାବଲମ୍ବୀ ଧାର୍ମିକ ସ୍ଵାଧୀନତା ସହ ବସବାସ କରୁଥିବାରୁ ଏବଂ ବ୍ରିଟିଶ୍ ସରକାର ଧର୍ମ ଭିଭିରେ ‘ବିଭାଜନ ଓ ଶାସନ’ (Divide and Rule) ନୀତିକୁ କାର୍ଯ୍ୟକାରୀ କରିଥିବାରୁ ସାଂପ୍ରଦାୟିକତାର ପ୍ରବାହ ଭାରତରେ ଦ୍ରୁତ ହୋଇଛି । ଧାର୍ମିକ ମୌଳିକତାବାଦ (Religious Fundamentalism) ଜାତୀୟ ଐକ୍ୟ ଓ ସଂହତି ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି । ସାଂପ୍ରଦାୟିକତାବାଦ ଜାତୀୟ ସଂହତି କ୍ଷେତ୍ରରେ ନିମ୍ନଲିଖୂତଭାବେ ପ୍ରତିବନ୍ଧକ ସୃଷ୍ଟି କରୁଛି –

  • ନିଜ ସ୍ବାର୍ଥର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ସାଂପ୍ରଦାୟିକ ରାଜନୈତିକ ଦଳ ସୃଷ୍ଟି ହୋଇ ଜାତୀୟ ସଂହତି ଉପରେ ଗୁରୁତ୍ଵ ଦେଉନାହାନ୍ତି ।
  • ଖ୍ରୀଷ୍ଟିଆନ୍ ଜନକଲ୍ୟାଣ ସଂଘ, ଜାମାତ-ଇ-ଇସ୍‌ଲାମି, ଶିଖ୍ ଫୋରମ୍, ଶିବସେନା, ବିଶ୍ବ ହିନ୍ଦୁ ପରିଷଦ ଆଦି ସାମ୍ପ୍ରଦାୟିକ ଚାପଗୋଷ୍ଠୀ ସୃଷ୍ଟି ହୋଇ ଜାତୀୟ ଐକ୍ୟ ହାସଲ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ।
  • ଏହା ବିଭିନ୍ନ ସଂପ୍ରଦାୟ ମଧ୍ୟରେ ପୃଥକୀକରଣ (Alienation) ମନୋଭାବ ଜାଗ୍ରତ କରି ଏବଂ ଗୋଟିଏ ସଂପ୍ରଦାୟର ଲୋକମାନେ ଅନ୍ୟାୟ ଓ ଅସାମ୍ୟର ଶିକାର ହେଉଥ‌ିବାର ଚିନ୍ତାଧାରା ପ୍ରସାର କରି ଜାତୀୟ ମହାସ୍ରୋତରେ ସେମାନଙ୍କୁ ସାମିଲ ହେବାରୁ ବାରଣ କରିଥାଏ । ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଓ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହିଭଳି ଚିନ୍ତାଧାରାର ଦ୍ରୁତ ପ୍ରସାର ଦେଖୁବାକୁ ମିଳୁଛି ।
  • ସାଂପ୍ରଦାୟିକ ବିଦ୍ବେଷ ଓ ଅସହନଶୀଳତା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରି ଭାରତରେ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ୧୯୯୦ ଓ ୧୯୯୨ ମସିହାକୁ ଭାରତରେ ସାଂପ୍ରଦାୟିକ ସଂଘର୍ଷର ବର୍ଷ ବୋଲି
  • ନିର୍ବାଚନରେ ଧାର୍ମିକ ସଂପ୍ରଦାୟର ପ୍ରଭାବ ବୃଦ୍ଧି ପାଉଛି । ବିଭିନ୍ନ ରାଜନୈତିକ ଦଳ ନିଜର ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ଜାତୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଧର୍ମକୁ ଭୋଟ ରାଜନୀତିର ଅନ୍ୟତମ ଅସ୍ତ୍ରରୂପେ ପ୍ରୟୋଗ କରୁଛନ୍ତି ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୩ । ଭାରତରେ ଜାତୀୟ ସଂହତି ଉପରେ ଜାତିଭେଦ (Casteism) ର ପ୍ରଭାବ କ’ଣ ?
Answer:
ଭାରତରେ ଜାତିପ୍ରଥାର ସ୍ଥିତି ଓ ପ୍ରଭାବ ଅତ୍ୟନ୍ତ ପ୍ରାଚୀନ । ଜାତିପ୍ରଥାର ବିଲୋପ ସାଧନ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଗଭୀର ଏବଂ ଗଣତନ୍ତ୍ର ଓ ଜାତୀୟ ଐକ୍ୟ ପ୍ରତି ମାରାତ୍ମକ । ଡ. ଆମ୍ବେଦକରଙ୍କ ମତରେ, ଭାରତରେ ଜାତି ବ୍ୟବସ୍ଥା କେବଳ ଶ୍ରମ ବିଭାଜନ ନୁହେଁ ଶ୍ରମିକର ବିଭାଜନ ନୀତି ଉପରେ ଆଧାରିତ ଅଟେ ।” ଭାରତରେ ଅନୁନ୍ନତ ଶ୍ରେଣୀ ଅମାନବିକ ବ୍ୟବହାରର ଶିକାର ହେବା ଏବଂ ଅସ୍ପୃଶ୍ୟତାର କୁପରିଣାମର ବିକାଶ ଏହି ଜାତିପ୍ରଥାର ଅବଦାନ ଅଟେ, ଯାହା ଜାତିଗତ ବିଭାଜନ ସୃଷ୍ଟି କରି ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି ।

ଜୟପ୍ରକାଶ ନାରାୟଣଙ୍କ ଭାଷାରେ, “ ଭାରତରେ ଜାତି ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଦଳ ।” ଡି.ଏମ୍.କେ, ଆନ୍ନା. ଡି.ଏମ୍.କେ. ଆଦି ରାଜନୈତିକ ଦଳ ଜାତିଭିଭିକ ଅଟେ । ଏହି ଦଳଗୁଡ଼ିକ ନିଜ ଭୋଟ ରାଜନୀତି ଦୃଷ୍ଟିରୁ ଗୋଟିଏ ଜାତିର ସ୍ଵାର୍ଥ ଉପରେ ପ୍ରାଧାନ୍ୟ ଦେଉଥ‌ିବାରୁ ସେମାନେ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ହରିୟାନାରେ ଅହିର୍ ଓ ଜାଠ୍, ମହାରାଷ୍ଟ୍ରରେ ବ୍ରାହ୍ମଣ ଓ ମରହଟ୍ଟା, ତାମିଲନାଡୁରେ ବ୍ରାହ୍ମଣ ଓ ଅଣ-ବ୍ରାହ୍ମଣ, ଆନ୍ଧ୍ରପ୍ରଦେଶରେ କାମା ଓ ରେଡ୍ଡୀ, କର୍ଣ୍ଣାଟକରେ ଲିଙ୍ଗାୟତ ଓ ଓକ୍‌ଲିଙ୍ଗାୟତ୍, ରାଜସ୍ଥାନରେ ରାଜପୁତ୍ ଓ ଜାଠ୍ ଆଦିଙ୍କ ମଧ୍ୟରେ ରାଜନୈତିକ କ୍ଷମତା ପାଇଁ ଜାତିଭିତ୍ତିକ ସଂଘର୍ଷ ଲାଗିଥିବାରୁ ଏହା ଜାତୀୟ ସଂହତି ପାଇଁ ଶୁଭଙ୍କର ନୁହେଁ |

ଭାରତ ସମ୍ବିଧାନରେ ଜାତିଭିଭିକ ସଂରକ୍ଷଣ ନୀତିକୁ ସ୍ବୀକୃତି ଦିଆଯାଇଥିବାରୁ ଭାରତୀୟ ରାଜନୀତିରେ ଜାତିବାଦର କୁ-ପ୍ରଭାବ ପ୍ରସାର ଲାଭ କରୁଛି । ୧୯୯୦, ୧୯୯୧ ଓ ୧୯୯୪ ମସିହାରେ ମଣ୍ଡଳ କମିଶନର ସୁପାରିସ ବିରୋଧରେ ଛାତ୍ର ଆନ୍ଦୋଳନ ତୀବ୍ରତର ହୋଇ ଜାତୀୟ ଐକ୍ୟ ପ୍ରତି ଜାତିବାଦର ବିପଦକୁ ସୂଚିତ କରିଥିଲା । ତଫସିଲଭୁକ୍ତ ଜାତି ଫେଡେରେସନ୍, ଜାଠ୍ ସଭା, ରାମଗର୍‌ହିଆ ସଭା ଆଦି ଜାତିଭିତ୍ତିକ ଚାପଗୋଷ୍ଠୀ ଜାତିବାଦକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଜାତୀୟ ଐକ୍ୟକୁ ବିପନ୍ନ କରୁଛନ୍ତି । ସରକାରଙ୍କ ବିଭିନ୍ନ ନୀତି ପ୍ରଣୟନ ସମୟରେ ବିଭିନ୍ନ ଜାତିକୁ ତୁଷ୍ଟୀକରଣ ନୀତିକୁ ଗ୍ରହଣ କରାଯାଉଛି । ନିର୍ବାଚନ ଓ ଭୋଟଦାନ ପ୍ରକ୍ରିୟାରେ ଜାତିର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଜାତୀୟ ସଂହତି ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ |

୪। ସାଂପ୍ରଦାୟିକତାବାଦ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ସଂକୀର୍ଣ୍ଣ ଓ ଅଯୌକ୍ତିକ ଦୃଷ୍ଟିକୋଣରୁ ଭାରତର ସାମାଜିକ ବହୁବାଦ (Social Pluralism) କୁ ସ୍ବାର୍ଥପର ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରାଗଲେ ତାହାକୁ ସାଂପ୍ରଦାୟିକତାବାଦ କୁହାଯାଏ । ଧାର୍ମିକ ମୌଳବାଦ ଓ ଧର୍ମାନ୍ଧତା ନୀତି, ଦାରିଦ୍ର୍ୟ, ଅଶିକ୍ଷତା, ଅଜ୍ଞତା, ନିରକ୍ଷରତା ଆଦିର କୁପ୍ରଭାବ, ସାଂପ୍ରଦାୟିକ ରାଜନୈତିକ ଦଳ ଓ ଗୋଷ୍ଠୀର ଉପସ୍ଥିତି ଆଦି କାରଣରୁ ଭାରତରେ ସାଂପ୍ରଦାୟିକତାବାଦର ପ୍ରସାର ଘଟୁଛି । ଏହା ଏକ ମାନସିକ ରୋଗ ହୋଇଥିବାରୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସମସ୍ତଙ୍କର ଅର୍ଥନୈତିକ ଉନ୍ନତି, ପ୍ରଶାସନିକ ଦାୟିତ୍ବବୋଧ ସୃଷ୍ଟି ଆଦି ମାଧ୍ୟମରେ ଏହାକୁ ପ୍ରତିରୋଧ କରାଯାଇ ପାରିବ ।

୫ । ଜାତିବାଦ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ଭାରତରେ ଜାତିବାଦ ଜାତୀୟ ସଂହତିର ପ୍ରତିବନ୍ଧକ ରୂପେ ନିମ୍ନଲିଖତ କାରଣରୁ ଉଭା ହୋଇଛି –

  • ଜାତିଆଣଭାବ ଜାତିଗତ ସ୍ଵାର୍ଥ ଓ ଏକତା ସୃଷ୍ଟି କରେ ଯାହା ଗୋଟିଏ ଜାତିର ଅନ୍ୟଜାତି ପ୍ରତି ବିଦ୍ବେଷଭାବ ସୃଷ୍ଟି କରିବା ଫଳରେ ଜାତୀୟ ଏକତା ବାଧାପ୍ରାପ୍ତ ହୁଏ ।
  • ଜାତିଆଣ ରାଜନୀତି ଜାତୀୟ ସ୍ଵାର୍ଥକୁ ବଳି ଦେଉଥ‌ିବାରୁ ଜାତୀୟ ସଂହତିର ପରିପନ୍ଥୀ ଅଟେ ।
  • ଜାତିଆଣଭାବ ଜାତି-ଜାତି ମଧ୍ୟରେ ହିଂସା ଓ ସଂଘର୍ଷ ସୃଷ୍ଟି କରି ସାମାଜିକ ଓ ରାଜନୈତିକ ସଂହତିର ଭିଭିକୁ ଦୁର୍ବଳ କରିଦିଏ ।
  • ଅନେକ ରାଜନୈତିକ ଦଳ ପାଇଁ ନିର୍ଦ୍ଦିଷ୍ଟ ଜାତି ଭୋଟ ବ୍ୟାଙ୍କ ଗଠନ କରନ୍ତି ଓ ସରକାର ଗଠନରେ ମଧ୍ୟ ଜାତିର ପ୍ରଭାବ ରହିଥାଏ ଯାହା ଜାତୀୟ ସଂହତି ଦୃଷ୍ଟିରୁ ଅନୁକୂଳ ପରିବେଶ ସୃଷ୍ଟି କରେ ନାହିଁ ।
  • ଜାତି ଭିଭିରେ ନେତୃତ୍ବ ସୃଷ୍ଟି ହେଉଥ‌ିବାରୁ ଏହି ସଂକୀର୍ଣ୍ଣମନା ନେତାଗଣ ଜାତୀୟ ନେତୃତ୍ବ ଗ୍ରହଣ କରିପାରନ୍ତି ନାହିଁ ଯାହାଫଳରେ ଜାତୀୟ ସଂହତି ରକ୍ଷା ହୋଇପାରେ ନାହିଁ ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

C. ପାର୍ଥକ୍ୟ ଦର୍ଶାଅ ।

୧। ଧର୍ମନିରପେକ୍ଷତାବାଦ ଓ ସାଂପ୍ରଦାୟିକତାବାଦ
Answer:
ଧର୍ମନିରପେକ୍ଷତାର ଅର୍ଥ ରାଷ୍ଟ୍ରୀୟ ଧର୍ମର ଅନୁପସ୍ଥିତି, ସମସ୍ତ ଧର୍ମର ସମାନତା ଓ କୌଣସି ବିଭେଦତାଶୂନ୍ୟ ପରିବେଶରେ ସମସ୍ତଙ୍କ ପାଇଁ ସମାନ ଧାର୍ମିକ ସ୍ଵାଧୀନତାର ଉପସ୍ଥିତି । ଭାରତରେ ଧାର୍ମିକ ଓ ସାଂସ୍କୃତିକ ବହୁବାଦ ଜାତୀୟ ସଂହତିର ଲକ୍ଷ୍ୟ ହାସଲ ପାଇଁ ଧର୍ମନିରପେକ୍ଷତାବାଦକୁ ନୀତି ହିସାବରେ ଗ୍ରହଣ କରିବାପାଇଁ ବାଧ୍ୟ କରିଛି ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଧର୍ମ ନିରପେକ୍ଷତାବାଦକୁ ପ୍ରାଧାନ୍ୟ ଦିଆଯିବାର ଅନ୍ୟତମ ମୁଖ୍ୟ କାରଣ ଅଟେ ।

ଅନ୍ୟ ପକ୍ଷରେ, ସାଂପ୍ରଦାୟିକତବାଦ ସଂକୀର୍ଣ୍ଣ ତଥା ଉଗ୍ର ଚିନ୍ତାଧାରାରୁ ଜନ୍ମ ନେଇଥାଏ । ଏହା ଏପରି ଏକ ମାନସିକ ବ୍ୟାଧ ଯାହା ବ୍ୟକ୍ତିର ଯୁକ୍ତିଶୀଳତା, ବୁଦ୍ଧି ଓ ବିବେକର ହତ୍ୟା କରି ପରସ୍ପର ପ୍ରତି ଘୃଣା, ହିଂସା ଓ ବିଦ୍ବେଷଭାବ ଜାଗ୍ରତ କରିଥାଏ । ଭାରତୀୟ ସାମାଜିକ ବହୁବାଦକୁ ସଂକୀର୍ଣ୍ଣ ଓ ସ୍ବାର୍ଥପର ଲକ୍ଷ୍ୟରେ ବ୍ୟାଖ୍ୟା କରି ଏହି ପ୍ରକାର ବିଭାଜନ ସୃଷ୍ଟିକାରୀ ଉପାଦାନ ସୃଷ୍ଟି କରାଯାଇଛି । ଏହା ଭାରତରେ ମୁଖ୍ୟତଃ ଧାର୍ମିକ ଓ ଭାଷାଗତ ସାଂପ୍ରଦାୟିକତାରୂପରେ ପ୍ରକାଶିତ ହେଉଛି । ସାଂପ୍ରଦାୟିକ ଦଙ୍ଗା, ହିଂସାଭାବ ବା ଆତଙ୍କବାଦ ଭାରତୀୟ ରାଜନୈତିକ ପରିବେଶକୁ କଳୁଷିତ କରୁଛି । ସାଂପ୍ରଦାୟିକତାବାଦ ଜାତୀୟ ସଂହତି ପଥରେ ଏକ ବୃହତ୍ ପ୍ରତିବନ୍ଧକ ଅଟେ ।

Leave a Comment