CHSE Odisha Class 12 Political Science Chapter 6 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 6 ଭାରତୀୟ ରାଜନୀତିରେ ସାଂପ୍ରତିକ ପ୍ରସଙ୍ଗ-ଜନପ୍ରିୟ ଆନ୍ଦୋଳନ Short Answer Questions.

CHSE Odisha 12th Class Political Science Chapter 6 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ପରିବେଶ କହିଲେ କ’ଣ ବୁଝ ?
Answer:
ଆମ ଚତୁର୍ଦ୍ଦିଗରେ ଥିବା ଜଳ, ବାୟୁ, ମୃତ୍ତିକା, ଉଭିଦ, ପ୍ରାଣୀ ଓ ଅଣୁଜୀବମାନଙ୍କର ସମାହାର ହେଉଛି ପରିବେଶ । ଆଲୋକ, ଉତ୍ତାପ, ପାଣି, ପବନ, ମୃତ୍ତିକା ଇତ୍ୟାଦି ସମସ୍ତ ଉପାଦାନକୁ ନେଇ ପରିବେଶ ଗଠିତ ।

୨ । ମହିଳା ବା ନାରୀ ଆନ୍ଦୋଳନର ଦୁଇଟି ଲକ୍ଷ୍ୟ କ’ଣ ?
Answer:
ମହିଳା ବା ନାରୀ ଆନ୍ଦୋଳନର ଦୁଇଟି ପ୍ରମୁଖ ଲକ୍ଷ୍ୟ ହେଲା :

  • ପୁରୁଷମାନଙ୍କ ପରି ମହିଳାମାନଙ୍କୁ ସମାନ ଅଧିକାର ଓ ମର୍ଯ୍ୟାଦା ପ୍ରଦାନ ।
  • ସମାଜରୁ ନାରୀ ନିର୍ଯାତନାର ବିଲୋପସାଧନ ।

୩ । ଭାରତୀୟ ନାରୀମାନଙ୍କର ଅଧିକାରର ସୁରକ୍ଷା ପାଇଁ ପ୍ରକାଶିତ କେତୋଟି ପତ୍ରିକାର ନାମ କ’ଣ ?
Answer:
ଭାରତୀୟ ନାରୀମାନଙ୍କର ଅଧିକାରର ସୁରକ୍ଷା ପାଇଁ ପ୍ରକାଶିତ ପତ୍ରିକାମାନ ହେଲା, ମାନୁଷୀ (ଇଂରେଜୀ ) ଅହଲ୍ୟା, ନାରୀସର, ସ୍ତ୍ରୀ ସଂଘର୍ଷ ଇତ୍ୟାଦି ।

୪ । ବିଂଶ ଶତାବ୍ଦୀର ଶେଷଭାଗରେ ସଂଗଠିତ ନାରୀ ଆନ୍ଦୋଳନର ଲକ୍ଷ୍ୟ କ’ଣ ଥିଲା ?
Answer:
ବିଂଶ ଶତାବ୍ଦୀର ଶେଷଭାଗରେ ସଂଗଠିତ ନାରୀ ଆନ୍ଦୋଳନର ଲକ୍ଷ୍ୟ ଥିଲା ସମାଜରେ ନାରୀକୁ ସାମାଜିକ ଓ ଆର୍ଥକ ନିରାପତ୍ତା ପ୍ରଦାନ କରିବା । ଏହା ସତୀ, ଧର୍ଷଣ, ଯୌତୁକ ନିର୍ଯାତନା, ବଧୂହତ୍ୟା, କନ୍ୟାଭ୍ରୁ ହତ୍ୟା ବିରୋଧରେ ସଂଗ୍ରାମ କରୁଥିଲା ।

୫ । ପରିବେଶ ସୁରକ୍ଷା ଆନ୍ଦୋଳନର ଲକ୍ଷ୍ୟ କ’ଣ ?
Answer:
ମାନବ ଜାତିର ସ୍ଥିତି ଓ ପରିବେଶ ସଂରକ୍ଷଣ ପରସ୍ପର ସହ ଜଡ଼ିତ ଅଟନ୍ତି । ପ୍ରାକୃତିକ ସମ୍ବଳର ମାନବୋଚିତ ଯୁକ୍ତିଯୁକ୍ତ ଉପଯୋଗ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ପରିବେଶ ସୁରକ୍ଷା ପାଇଁ ଅନେକ ଆନ୍ଦୋଳନ ହୋଇଥାଏ । ଅର୍ଥାତ୍ ଧାରଣୀୟ ବିକାଶ ହେଉଛି ଏହି ଆନ୍ଦୋଳନର ଲକ୍ଷ୍ୟ ।

CHSE Odisha Class 12 Political Science Chapter 6 Short Answer Questions in Odia Medium

୬ । ଧରିତ୍ରୀ ଶିଖର ସମ୍ମିଳନୀ’ (Earth Summit) ର ଗୁରୁତ୍ବ କ’ଣ ?
Answer:
ପରିବେଶ ଓ ଉନ୍ନୟନ ସମ୍ପର୍କୀୟ ଜାତିସଂଘର ସମ୍ମିଳନୀ ‘ଧରିତ୍ରୀ ଶିଖର ସମ୍ମିଳନୀ’ ନାମରେ ପରିଚିତ । ଏହି ସମ୍ମିଳନୀ ୧୯୯୨ ମହିହା ଜୁନ୍ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ରିଓ ଡ଼ି ଜେନେରିଓଠାରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ପରିବେଶ ସୁରକ୍ଷା ସମ୍ପର୍କିତ ୨୧ଟି କାର୍ଯ୍ୟସୂଚୀ ଗୃହୀତ ହୋଇଥିଲା ।

୭ । ବିସ୍ତାପନ ବିରୋଧୀ ଆନ୍ଦୋଳନର କାରଣମାନ କ’ଣ ?
Answer:
ବିସ୍ଥାପନ ବିରୋଧୀ ଆନ୍ଦୋଳନର ମୁଖ୍ୟ କାରଣମାନ ହେଲା :

  • ବିସ୍ଥାପିତ ହେବାକୁ ଥିବା ଜନସାଧାରଣଙ୍କ ଜୀବିକା ବାସସ୍ଥାନ ହରାଇବା ଆଶଙ୍କା ।
  • ସଂସ୍କୃତି ଅବକ୍ଷୟର ସମ୍ଭାବନା ।
  • ଉପଯୁକ୍ତ ଥଇଥାନ ବ୍ୟବସ୍ଥାର ଅଭାବ ।

୮। ବିସ୍ଥାପନ ବିରୋଧୀ ଆନ୍ଦୋଳନକୁ କାହିଁକି ସମାଲୋଚନା କରାଯାଇଥାଏ ?
Answer:

  • ବିକାଶ ପାଇଁ ବିସ୍ଥାପନ ଏକ ସାଧାରଣ ଘଟଣା, ଏହାକୁ ବିରୋଧ କରାଯିବା ଅନୁଚିତ ।
  • ଶିଳ୍ପାୟନ ଓ ନଦୀବନ୍ଧ ଯୋଜନା ନ ହେଲେ ବିକାଶ ହେବନାହିଁ । ଏଥ‌ିପାଇଁ ବିସ୍ଥାପନ ଅପରିହାର୍ଯ୍ୟ ।
  • ଶିଳ୍ପର ପ୍ରସାର ନହେଲେ ଆର୍ଥିକ ବିକାଶ ସମ୍ଭବ ନୁହେଁ ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ |

୧। ନାରୀ ଆନ୍ଦୋଳନର ଲକ୍ଷ୍ୟ କ’ଣ ?
Answer:
ନାରୀ ଆନ୍ଦୋଳନର ଲକ୍ଷ୍ୟଗୁଡ଼ିକ ହେଲା :

  • ପୁରୁଷ ସହିତ ମହିଳାମାନଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ ।
  • ନାରୀମାନଙ୍କୁ ଶୋଷଣ ଓ ନିର୍ଯାତନାରୁ ମୁକ୍ତି ।
  • ପୁରୁଷପ୍ରଧାନ ସମାଜ ଓ ଲିଙ୍ଗଗତ ବୈଷମ୍ୟର ବିଲୋପ ସାଧନ ।
  • ନାରୀ ମର୍ଯ୍ୟାଦା ବିରୋଧୀ ସାମାଜିକ କୁସଂସ୍କାରର ବିଲୋପ ସାଧନ।
  • ନାରୀ ଶିକ୍ଷାର ପ୍ରସାର ଇତ୍ୟାଦି ।

୨| ପରିବେଶ ସୁରକ୍ଷା ଆନ୍ଦୋଳନର ଆଭିମୁଖ୍ୟମାନ କ’ଣ ?
Answer:
ପରିବେଶ ସୁରକ୍ଷା ଆନ୍ଦୋଳନର ଆଭିମୁଖ୍ୟ ହେଲା :

  • ପରିବେଶକୁ ପ୍ରଦୂଷଣମୁକ୍ତ କରିବା ।
  • ପରିବେଶକୁ ପ୍ରଦୂଷଣ କରୁଥିବା ନଦୀବନ୍ଧ ଯୋଜନା ଓ ଶିଳ୍ପ କାରଖାନା ପ୍ରତିଷ୍ଠାକୁ ବିରୋଧ ।
  • ସହନୀୟ ବିକାଶକୁ ଗୁରୁତ୍ଵ ପ୍ରଦାନ ।
  • ପ୍ରାକୃତିକ ସମ୍ପଦର ସୁରକ୍ଷା ଇତ୍ୟାଦି ।

CHSE Odisha Class 12 Political Science Chapter 6 Short Answer Questions in Odia Medium

୩। ନର୍ମଦା ବଚାଓ ଆନ୍ଦୋଳନ ସମ୍ବନ୍ଧରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଭାରତର ପଞ୍ଚମ ବୃହତ୍ ନଦୀ ନର୍ମଦା ତିନୋଟି ରାଜ୍ୟ; ଯଥା – ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ପ୍ରବାହିତ ହେଉଛି । ଏହି ନଦୀ ଉପରେ ନର୍ମଦା ନଦୀ ଉପତ୍ୟକା ଯୋଜନା ଆନୁକୂଲ୍ୟରେ ଦୁଇଟି ବୃହତ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଉଛି; ଯଥା— ସର୍ଦ୍ଦାର ସାଗର ପ୍ରୋଜେକ୍ଟ ଓ ନର୍ମଦା ସାଗର ପ୍ରୋଜେକ୍ଟ । ଏହି ଦୁଇଟି ଯୋଜନାଦ୍ଵାରା ୩ଟି ରାଜ୍ୟର ଅନେକ ଚାଷଜମି ଓ ଜଙ୍ଗଲ, ଗ୍ରାମ ଜଳପ୍ଲାବିତ ହେବା ସହ ୨୪୮ ଗ୍ରାମର ଏକ ଲକ୍ଷ ଲୋକ ବିସ୍ତାପିତ ହେବାର ଆକଳନ କରାଯାଇଛି । ନର୍ମଦାର ଜଳକୁ ଗଚ୍ଛିତ ରଖ୍ ପିଇବା ପାଣି, କୃଷିକ୍ଷେତ୍ର, ଶିଳ୍ପ ଓ ବ୍ୟବସାୟିକ ଭାବେ ବ୍ୟବହାର କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ୧୯୮୧ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୧୯୮୫ ମସିହାରେ ବିଶ୍ବବ୍ୟାଙ୍କ୍ ୪୫୦ ନିୟୁତ ଆମେରିକୀୟ ଡଲାର ଲୋନ୍ ଆକାରରେ ପାଇବା ପରେ କାର୍ଯ୍ୟକୁ ତ୍ବରାନ୍ବିତ କରାଗଲା । ମାତ୍ର ପୁନର୍ବସତି ଓ ଥଇଥାନକୁ ନେଇ ଅନେକ ଛୋଟବଡ଼ ସଂଗଠନ ପ୍ରକଳ୍ପ ଅଞ୍ଚଳରେ ମୁଣ୍ଡ ଟେକିଲା । ସମୟକ୍ରମେ ସମସ୍ତ ସଂଗଠନ ଏକତ୍ରଭାବେ ସାମାଜିକ କର୍ମୀ ମେଧା ପାଟେକର୍‌ଙ୍କ ନେତୃତ୍ଵରେ ନର୍ମଦା ବଚାଓ ଆନ୍ଦୋଳନ (NBA) ନାମରେ ଏକ ସଂଗଠନ ଗଢ଼ିଲେ । ମେଧା ପାଟେକର୍‌ଙ୍କ ନେତୃତ୍ବରେ ନର୍ମଦା ବଚାଓ ଆନ୍ଦୋଳନ ହୋଇଥିଲା ।

୪। ଚିପ୍‌ କୋ ଆନ୍ଦୋଳନ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
ପ୍ରସିଦ୍ଧ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କଦ୍ଵାରା ଚିପ୍‌ ଆନ୍ଦୋଳନର ଡାକରା ୧୯୭୦ରେ ଦିଆଯାଇଥିଲା । ଏହି ଆନ୍ଦୋଳନ ପଶ୍ଚିମ ହିମାଳୟ ଅଞ୍ଚଳର ସୁରକ୍ଷା ପାଇଁ ଅଭିପ୍ରେତ ଥିଲା । ଏହି ଆନ୍ଦୋଳନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା । ବୃକ୍ଷଛେଦନକୁ ରୋକିବା ନିମନ୍ତେ ହଜାର, ହଜାର ନରନାରୀ ପୁଲିସ୍‌ର ଧମକକୁ ନ ଡରି ଗଛମାନଙ୍କୁ କୁଣ୍ଢେଇ ଠିଆହୋଇ ରହିଥିଲେ ।
ବ୍ୟାପକ ବୃକ୍ଷଛେଦନ ଫଳରେ ଅଳକାନନ୍ଦା ନଦୀରେ ବାରମ୍ବାର ବନ୍ୟା ଆସୁଥିଲା । ରାସ୍ତା ଓ ବନ୍ଧବାଡ଼ ନିର୍ମାଣ ପାଇଁ ଏହି ଅଞ୍ଚଳରେ ବ୍ୟାପକ ଗଛ କଟା ଚାଲିଥିଲା । ଗୋପେଶ୍ବର ଗ୍ରାମର ଜନସାଧାରଣ Dasholi Gram Swarajya Mandal ନାମକ ଏକ ସଂଘ ୧୯୭୦ରେ ଗଠନ କରିଥିଲେ । ପ୍ରାରମ୍ଭରେ ଏହି ସଂଘ ବନ୍ୟା ପ୍ରପୀଡ଼ିତମାନଙ୍କୁ ରିଲିଫ ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ ଥିଲା । ପରେ ସେମାନେ ବନ୍ୟା ନିରାକରଣରେ ଜଙ୍ଗଲ ସଂରକ୍ଷଣର ଗୁରୁତ୍ଵ ଅନୁଭବ କରି ସେ ଦିଗରେ ଏକ ଐତିହାସିକ ଆନ୍ଦୋଳନ ଥିଲା । ଏହି ଆନ୍ଦୋଳନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । ବର୍ତ୍ତମାନ ଏହି ଆନ୍ଦୋଳନକୁ ଭାରତ ସରକାର ଓ ବିଶ୍ବବ୍ୟାଙ୍କ ପ୍ରୋତ୍ସାହନ ଯୋଗାଉଛନ୍ତି |

୫। ବିସ୍ଥାପନ ବିରୋଧୀ ଆନ୍ଦୋଳନର ଆଭିମୁଖ୍ୟ କ’ଣ ?
Answer:
ଆମ ଦେଶରେ ତଥା ରାଜ୍ୟରେ ବିକାଶର ଧାରା ଅବିଚ୍ଛିନ୍ନ ଭାବରେ ଲାଗି ରହିଛି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ବିକାଶର ପ୍ରଥମ ସୋପାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭାରତ ଭଳି ଏକ ବିକାଶଶୀଳ ଦେଶରେ ଅନେକ ଜନସାଧାରଣ ଏବେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରିଥା’ନ୍ତି । ଏମାନଙ୍କର ପାଖରେ ନିଜର ଘରଟିଏ ନଥାଏ । ଏମାନେ ସେମାନଙ୍କର କର୍ମସଂସ୍ଥାନ ସନ୍ଧାନରେ ଘୂରି ବୁଲନ୍ତି ଓ ଯେଉଁଠି ଯେତେବେଳେ ରୋଜଗାରର ସନ୍ଧାନ ମିଳିଯାଏ ସେଠାରେ ସେମାନେ ଅସ୍ଥାୟୀ କୁଡ଼ିଆଟିଏ କରି ରହିଯାନ୍ତି । ଠିକ୍ ସେହି ସ୍ଥାନରେ ଯେତେବେଳେ ସରକାରଙ୍କର କୌଣସି ବିକାଶୋନ୍ମୁଖୀ କାର୍ଯ୍ୟ ଆରମ୍ଭ ହୁଏ ସେଠାରୁ ସେମାନଙ୍କୁ ହଟାଇ ଦିଆଯାଏ ।

ଏହି ବିସ୍ଥାପିତମାନଙ୍କର ଦୁଃଖ ଦୁର୍ଦ୍ଦଶା କମ୍ କରିବାକୁ ହେଲେ ପ୍ରଥମେ ଶିଳ୍ପକାରଖାନା ପ୍ରତିଷ୍ଠା ହେଲେ ବ୍ୟକ୍ତିଗତ ପୁଞ୍ଜିପତିମାନଙ୍କର ବା ସରକାରଙ୍କର କେତେ ଲାଭ ହେବ ବା ସରକାର କେତେ ରାଜସ ପାଇବେ କେବଳ ସେତିକି ହିସାବକୁ ନ ନେଇ ପ୍ରକଳ୍ପଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଜନସାଧାରଣ ଓ ପରିବେଶର କ୍ଷତିର ମଧ୍ଯ ଉଚିତ୍ ଆକଳନ କରାଯିବା ନିହାତି ଜରୁରୀ । ବିସ୍ଥାପିତମାନଙ୍କୁ ଯଥୋଚିତ ନିଯୁକ୍ତି ପ୍ରଦାନ କରାଯିବା ଆବଶ୍ୟକ । ପ୍ରତ୍ୟେକ ପରିବାରକୁ ଉଚିତ କ୍ଷତିପୁରଣ ଦିଆଯିବା ମଧ୍ୟ ଆବଶ୍ୟକ । ଆବଶ୍ୟକସ୍ଥଳେ ସରକାରୀ ଆଇନ୍‌ର ମଧ୍ୟ ପରିବର୍ତ୍ତନ କରାଯିବା ନିତାନ୍ତ ପ୍ରୟୋଜନ । ପ୍ରତ୍ୟେକ ବିସ୍ଥାପିତ ପୁନଃ ଥଇଥାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରାଯିବା ଉଚିତ୍ । ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରି ବିସ୍ଥାପିତମାନଙ୍କର ଚଳଣି ଓ ଜୀବନଚର୍ଯ୍ୟାକୁ ଦୃଷ୍ଟିରେ ରଖୁ ସେମାନଙ୍କ ପାଇଁ ପୁନର୍ବାସ କଲୋନୀ ନିର୍ମାଣ କରାଗଲେ ସେମାନେ ସେଠାରେ ରହିବାର ଆଗ୍ରହ ପ୍ରକାଶ କରିବେ ।

୬ । ବିସ୍ଥାପନ ବିରୋଧୀ ଆନ୍ଦୋଳନ ବିପକ୍ଷରେ ଥ‌ିବା ଯୁକ୍ତିମାନ ଦର୍ଶାଅ ।
Answer:

  • ବିକାଶ ଓ ବିସ୍ଥାପନ ଦୁଇଟି ପରସ୍ପର ଘନିଷ୍ଠ ବିଷୟ । ବିକାଶ ଯୋଗୁଁ ବିସ୍ଥାପନ ସାଧାରଣ କଥା ।
  • କ୍ରମବର୍ଦ୍ଧମାନ ଜନସଂଖ୍ୟା ଓ ଲୋକଙ୍କର ଜୀବନଧାରଣ ମାନର ଉନ୍ନତି ପାଇଁ ଶିଳ୍ପାୟନ ଅବସାମ୍ଭାବୀ । ଶିଳ୍ପାୟନକୁ ବିରୋଧ କରିବା ଆତ୍ମହତ୍ୟା ସହ ସମାନ ।
  • ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ବାଦ୍ ଦେଇ ଦେଶ ଉନ୍ନତି କରିପାରିବ ନାହିଁ ।
  • ଶିଳ୍ପାୟନ ନ ହେଲେ ପ୍ରାକୃତିକ ସମ୍ପଦର ବିନିଯୋଗ ସମ୍ଭବ ନୁହେଁ ।
  • ଶିଳ୍ପାୟନ ଯୋଗୁଁ ବେକାରୀ ଦୂର ହୁଏ ଓ ଦେଶର ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସେ ।
  • ନଦୀବନ୍ଧ ଯୋଜନାରୁ ଉତ୍ପନ୍ନ ବିଦ୍ୟୁତ୍ ଯୋଗୁଁ ପରିବେଶର କ୍ଷତି ହୁଏ ନାହିଁ ବରଂ କୃଷି ପାଇଁ ଜଳସେଚନ ବ୍ୟବସ୍ଥା ସମ୍ଭବ ହୁଏ ।
  • ଶିଳ୍ପ ପ୍ରତିଷ୍ଠା ବା ନଦୀବନ୍ଧ ଯୋଜନାରେ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ସମୟ ଉପଯୋଗୀ କ୍ଷତିପୂରଣ ଓ ଥଇଥାନ ଯୋଜନା ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଉଛି ।

୭ | ପୋସ୍କୋ ବିରୋଧୀ ଆନ୍ଦୋଳନ ସମ୍ବନ୍ଧର ଟିପ୍‌ପଣୀ ଲେଖ ।
Answer:
ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି (PPSS) ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ନିକଟରେ ପ୍ରସ୍ତାବିତ ପୋସ୍କୋ ଇସ୍ପାତ କାରଖାନାର ଜମି ଅଧୁଗ୍ରହଣକୁ ବିରୋଧ କରି ୨୦୦୫ ମସିହାରୁ ଆନ୍ଦୋଳନ କରି ଆସୁଛି । ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଇସ୍ପାତ କ୍ଷେତ୍ରରେ ସବୁଠାରୁ ବୃହତ୍ ୫୨, ୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଇଚ୍ଛାପ୍ରକାଶ କରି ପାରାଦ୍ଵୀପ ନିକଟରେ ପ୍ରସ୍ତାବିତ କାରଖାନା ପାଇଁ ଜମି ଅଧୁଗ୍ରହଣ କରିବାକୁ ସରକାରଙ୍କ ସାହାଯ୍ୟଭିକ୍ଷା କରିଥିଲା । ମାତ୍ର ପ୍ରସ୍ତାବିତ ଅଞ୍ଚଳ ଧାନ, ପାନ ଓ ମୀନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଲାଭ କରିଥିବାରୁ ସ୍ଥାନୀୟ ଅଧ୍ଵବାସୀମାନେ ନିଜ ଘରଦ୍ବାର ଓ ଜମିବାଡ଼ି ଛାଡ଼ିବାକୁ ରାଜି ନୁହଁନ୍ତି । ସରକାର ସ୍ଥାନୀୟ ପୋଲିସ୍ ଓ ସୁରକ୍ଷାକର୍ମୀଙ୍କ ସାହାଯ୍ୟରେ ଜମି ଅଧଗ୍ରହଣକୁ ତ୍ବରାନ୍ବିତ କରିବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି ।

ଆଦିବସୀ ସଂପ୍ରଦାୟର ଲୋକଙ୍କ ଭିଟାମାଟି ଓ ଜଙ୍ଗଲ ଜମି ପୋସ୍କୋ ଅଞ୍ଚଳରେ ଥିବାରୁ ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି । ପିପିଏସ୍ଏସ୍‌ର ସଭାପତି ଅଭୟ କୁମାର ସାହୁଙ୍କୁ ଗିରଫ କରାଯାଇ ଆନ୍ଦୋଳନକୁ ପ୍ରତିହତ କରିବାପାଇଁ ସରକାରଙ୍କ ଚେଷ୍ଟା ବିଫଳ ହୋଇଛି । ସରକାରଙ୍କ ପ୍ରରୋଚନାରେ ପୋସ୍କୋ ସପକ୍ଷବାଦୀ ସଂଗଠନ ମଧ୍ୟ ଗଠିତ ହୋଇଛି । ପୋସ୍କୋର ପ୍ରସ୍ତାବିତ ଅଞ୍ଚଳ ଜନାକୀର୍ଣ୍ଣ ଓ ପରିବେଶ ଦୃଷ୍ଟିରୁ ସମୁଦ୍ର କୂଳବର୍ତ୍ତୀ ଏକ ସ୍ପର୍ଶକାତର ଅଞ୍ଚଳ । ବର୍ତ୍ତମାନଯାଏ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରିଲା ନାହିଁ । ୨୦୧୭ ମସିହାରେ ପେସ୍କୋ ଏହି ପ୍ରକଳ୍ପରୁ ଓହରିଯାଇଛି ।

CHSE Odisha Class 12 Political Science Chapter 6 Short Answer Questions in Odia Medium

୮। ସିଙ୍ଗୁର ଜମି ଅଧୁଗ୍ରହଣ ବିରୋଧୀ ଆନ୍ଦୋଳନ ସ ମୂହରେ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
ଟାଟା ନାନୋ ସିଙ୍ଗୁର ବିବାଦ (Tata, Nanoo Singur Controversy) ପଶ୍ଚିମବଙ୍ଗର ହୁଗୁଳୀ ଜିଲ୍ଲାରେ ଟାଟା ମୋଟର କମ୍ପାନୀର ନାନୋ କାର୍ ଫାକ୍ତି ପ୍ରତିଷ୍ଠାକୁ ନେଇ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗର ତତ୍‌କାଳୀନ ସରକାର ୯୯୭ ଏକର ଉର୍ବର ଚାଷଜମି ଲୋକଙ୍କଠାରୁ ଅଧୁଗ୍ରହଣ କରି ଟାଟା କମ୍ପାନୀକୁ ଦେବାକୁ ୨୦୦୬ ମସିହାରେ କାର୍ଯ୍ୟାରମ୍ଭ କରିଥିଲେ । ଏହି ଜମି ଅଧଗ୍ରହଣକୁ ସ୍ଥାନୀୟ ଅଧିବାସୀ ଓ ବିରୋଧୀ ଦଳର ନେତାମାନେ ପ୍ରବଳଭାବେ ବିରୋଧ କଲେ । ପଶ୍ଚିମବଙ୍ଗର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ଵରେ ସେତେବେଳେ ସଂଗଠିତ “Save Farmland” ଆନ୍ଦୋଳନ ସ୍ଥାନୀୟ କୃଷକମାନଙ୍କ ସମର୍ଥନରେ ବିରୋଧକୁ ତୀବ୍ର କଲା ।

ତାଙ୍କ ଆନ୍ଦୋଳନକୁ ପରିବେଶବିତ୍ ମେଧା ପାଟେକର୍‌, ଲେଖୁ ଅରୁନ୍ଧତି ରାୟ, ବୁଦ୍ଧିଜୀବୀ ଅପଣ୍ଡା ସେନ୍, ସାଲୋନୀ ମିତ୍ର, ଆଦି ଅନେକ ଜଣାଶୁଣା ବ୍ୟକ୍ତିତ୍ଵ ସମର୍ଥନ କଲେ । ଫଳରେ ଟାଟା କମ୍ପାନୀ ବାଧ୍ୟହୋଇ ପ୍ରସ୍ତାବିତ କାରଖାନାକୁ ୨୦୦୮ ମସିହାରେ ଗୁଜରାଟକୁ ସ୍ଥାନାନ୍ତର କଲା । ନିକଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଅଧୁଗୃହୀତ ଜମି ଲୋକମାନଙ୍କୁ ଫେରସ୍ତ ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

୯। ଓଡ଼ିଶାରେ ପରିବେଶ ଆନ୍ଦୋଳନଗୁଡ଼ିକର ନାମ ଲେଖ ।
Answer:

  • ବାଲ୍‌କୋ ହଟାଓ ଗନ୍ଧମାର୍ଦ୍ଦନ ବଚାଓ ଆନ୍ଦୋଳନ
  • ଚିଲିକା ବଚାଓ ଆନ୍ଦୋଳନ
  • ବାଲିଆପାଳରେ କ୍ଷେପଣାସ୍ତ୍ର ଘାଟି ନିର୍ମାଣ ବିରୋଧୀ ଆନ୍ଦୋଳନ
  • ନିୟମଗିରି ସୁରକ୍ଷା ଆନ୍ଦୋଳନ ଇତ୍ୟାଦି।

୧୦। ସ୍ବାଧୀନ ଭାରତରେ ପ୍ରଣୀତ ମହିଳା ବା ନାରୀ ଅଧିକାର ସୁରକ୍ଷା ଆଇନମାନ କ’ଣ କ’ଣ ?
Answer:
ସାଧୀନ ଭାରତରେ ନାରୀ ଅଧିକାର ସୁରକ୍ଷା ପାଇଁ ନିମ୍ନଲିଖତ ଆଇନ ପ୍ରଣୀତ ହୋଇଅଛି ।

  • ହିନ୍ଦୁ ବିବାହ ଆଇନ – ୧୯୫୫
  • ହିନ୍ଦୁ ଉତ୍ତରାଧିକାର ଆଇନ – ୧୯୫୭
  • ଯୌତୁକ ନିରୋଧ ଆଇନ – ୧୯୬୧ ଓ ୧୯୭୮
  • ବାଲ୍ୟ ବିବାହ ନିରୋଧ (ସଂଶୋଧନ) ଆଇନ – ୧୯୭୮
  • ଅଶୋଭନୀୟ ନାରୀ ପ୍ରତିନିଧୁତ୍ଵ (ନିଷେଧ ଆଇନ) – ୧୯୮୬
  • ସତୀକରଣ (ନିବାରଣ) ଆଇନ – ୧୯୮୭

CHSE Odisha Class 12 Political Science Chapter 6 Short Answer Questions in Odia Medium

୧୧। ଯୌତୁକ ବିରୋଧୀ ନାରୀ ଆନ୍ଦୋଳନ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
୧୯୯୭୦ ମସିହା ପରେ ଭାରତର ବିଭିନ୍ନ କୋଣରେ ଯୌତୁକଜନିତ ହତ୍ୟା ବିଶେଷ ଭାବରେ ବୃଦ୍ଧି ପାଇଥିଲା । ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ଯୌତୁକ ନିର୍ଯାତନା ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରକାଶିତ ହେବାଦ୍ଵାରା ଏହାକୁ ପ୍ରତିରୋଧ କରିବାପାଇଁ ଭାରତର ମହିଳା ସଂଗଠନଗୁଡ଼ିକ ଆଗେଇ ଆସିଥିଲେ । ଅଶୀ ଶତାବ୍ଦୀରେ କେତେକ ମହିଳା ସଂଗଠନ ଓ ଅନ୍ୟ କେତେକ ଅଗ୍ରଣୀ ସଂସ୍ଥା ଦିଲ୍ଲୀରେ ଯୌତୁକ ନିର୍ଯାତନା ବିରୋଧରେ ମିଳିତ ମଞ୍ଚ ଗଠନ କରିଥିଲେ । ଏହି ମଞ୍ଚ ‘ଦହେଜ୍ ବିରୋଧୀ ଚେତନା ମଞ୍ଚ’’ ନାମରେ ପରିଚିତ । ଦିଲ୍ଲୀ ସହରରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯୌତୁକ ନିର୍ଯାତନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ପଥପ୍ରାନ୍ତ ନାଟକ, ଆଲୋଚନା ଓ ସଭା, ସମିତି ଇତ୍ୟାଦି କରାଯାଇଥିଲା । ଏହାଦ୍ଵାରା ପ୍ରଭାବିତ ହୋଇ ଆଇନ କମିଶନ ଓ ସଂସଦୀୟ କମିଟି ଯୌତୁକ ସମସ୍ୟାର ସମୀକ୍ଷା ପାଇଁ ଆଗେଇ ଆସିଥିଲେ । ଶେଷରେ ୧୯୬୧ ମସିହା ସଂସଦରେ ପ୍ରଣୀତ ହୋଇଥିବା ଯୌତୁକ ନିରୋଧ ଆଇନକୁ ୧୯୮୪ ମସିହାରେ କେତେକାଂଶରେ ସଂଶୋଧନ କରାଯାଉଛି ।

Leave a Comment