CHSE Odisha Class 12 Economics Chapter 4 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Short & Long Answer Questions

CHSE Odisha 12th Class Economics Chapter 4 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ସୀମାନ୍ତ ଉପଯୋଗିତା କ’ଣ ?
Answer:
ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ । ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧିକରି ସମୁଦାୟ ଉପଯୋଗିତାରେ ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ, ତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଏକ ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

3. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ଅଧ୍ୟାପକ ମାର୍ଶାଲଙ୍କ ଭାଷାରେ ‘କୌଣସି ବ୍ୟକ୍ତି ନିକଟରେ ଥ‌ିବା ଏକ ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟଟିର ମୋଟ ପରିମାଣରେ ବୃଦ୍ଧି ହେବା ସଙ୍ଗେସଙ୍ଗେ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ ।

4. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ଭ ଲେଖ ।
Answer:
(i) ଗୋଟିଏ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକୁ କୌଣସି ସମୟ ବ୍ୟବଧାନ ନ ରଖ୍ ଉପଭୋଗ କରିବା ଦରକାର ।
(ii) ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଦରକାର ।
(iii) ଉପଭୋଗ ସମୟରେ ଉପଭୋକ୍ତାଙ୍କର ମାନସିକ ସ୍ଥିତି ସ୍ଵାଭାବିକ ରହିବା ଏକାନ୍ତ ଆବଶ୍ୟକ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(୧) ଉପଯୋଗିତା ଏକ ମାନସିକ ଧାରଣା, ତେଣୁ ଏହା କେବେହେଲେ ସଂଖ୍ୟାରେ ପରିମାପ କରିବା ସମ୍ଭବ ନୁହେଁ । (୨) ଯଦି କୌଣସି ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହୋଇନଥାଏ, ସେ କ୍ଷେତ୍ରରେ ଏହି ନିୟମଟି ପ୍ରଯୁଜ୍ୟ ହୁଏ ନାହିଁ । (୩) ଏହି ନିୟମଟି ଅସ୍ଵାଭାବିକ ବ୍ୟକ୍ତି; ଯଥା – ପାଗଳ, ମଦ୍ୟପ, କୃପଣ ଇତ୍ୟାଦିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।

6. ସମସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ପ୍ରଫେସର ମାର୍ଶାଲ୍‌ଙ୍କ ଭାଷାରେ, ‘ଯଦି କୌଣସି ବ୍ୟକ୍ତିଙ୍କର ବିଭିନ୍ନ ଭାବରେ ବ୍ୟବହୃତ ହେଉଥିବା କୌଣସି ପଦାର୍ଥ ଥାଏ, ତେବେ ସେ ବିଭିନ୍ନ ବ୍ୟବହାରରେ ଏହାକୁ ଏପରି ବଣ୍ଟନ କରିବେ ଯଦ୍ବାରା ଏହାର ସୀମାନ୍ତ ଉପଯୋଗିତା ସର୍ବଦା ସମାନ ହେବ ।’’ ତେଣୁ ଜଣେ ଉପଭୋକ୍ତା ତାଙ୍କର ସୀମିତ ଓ ବିକଳ୍ପ ବ୍ୟବହାରଯୋଗ୍ୟ ମୁଦ୍ରା ସମ୍ବଳକୁ ବିଭିନ୍ନ ବ୍ୟବହାର ମଧ୍ୟରେ ଏପରି ଭାବରେ ବଣ୍ଟନ କରେ ଯେ ମୁଦ୍ରାର ସୀମାନ୍ତ ଉପଯୋଗିତା ପ୍ରତ୍ୟେକ କ୍ଷେତ୍ରରେ ସମାନ ହୁଏ । ଅର୍ଥାତ୍ ପ୍ରତ୍ୟେକ ଦ୍ରବ୍ୟରେ ବ୍ୟୟିତ ଶେଷ ମୁଦ୍ରାରୁ ସମପରିମାଣ ଉପଯୋଗିତା ମିଳିଥାଏ ।

7. ଉପଭୋକ୍ତା କେତେବେଳେ ସର୍ବାଧ‌ିକ ପରିତୃପ୍ତି ପାଇଥା’ନ୍ତି ?
Answer:
ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ମୌଦ୍ରିକ ଆୟକୁ ବିଭିନ୍ନ ଦ୍ରବ୍ୟ କିଣିବାରେ ଖର୍ଚ୍ଚ କରନ୍ତି, ତେବେ ସେ ଏପରି ଖର୍ଚ୍ଚ କରିବେ ଯଦ୍ବାରା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଏବଂ ଏହା ମୁଦ୍ରାର ସୀମାନ୍ତ ଉପଯୋଗିତା ସହ ସମାନ ହେବ । ଫଳରେ ଉପଭୋକ୍ତା ସନ୍ତୁଳନ ହାସଲ କରିବେ ଯେଉଁଠାରେ ସେ ସର୍ବାଧ୍ଵ ପରିତୃପ୍ତି ହାସଲ କରିପାରିବେ ।

8. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(୧) ମୁଦ୍ରା ଉପଯୋଗିତାର ମାପକାଠି । (୨) ମୁଦ୍ରାର ସୀମାନ୍ତ ଉପଯୋଗିତା ସ୍ଥିର ରହିବ । (୩) ଦ୍ରବ୍ୟଗୁଡ଼ିକ ସମଜାତୀୟ ହେବା ଦରକାର ।

9. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(i) ସମସୀମାନ୍ତ ନିୟମଟି ଅବିଭାଜ୍ୟ ଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।
(ii) ଯଦି ଉପଭୋକ୍ତା ଅସ୍ଵାଭାବିକ ବ୍ୟକ୍ତି ହୋଇଥା’ନ୍ତି, ଏହି ସୂତ୍ର କାର୍ଯ୍ୟକାରୀ ହେବ ନାହିଁ ।
(iii) ଏହି ସୂତ୍ର ମୁକ୍ତ ପଦାର୍ଥ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

10. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ଗୁରୁତ୍ଵ ଲେଖ ।
Answer:
(୧) ସୀମିତ ଆୟରୁ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାପାଇଁ ସମସୀମାନ୍ତ ଉପଯୋଗିତା ନିୟମ ଉପଭୋକ୍ତାଙ୍କୁ ମାର୍ଗ ଦର୍ଶାଏ । (୨) ଉତ୍ପାଦନକାରୀ ମଧ୍ୟ ସୀମିତ ସମ୍ବଳ ଉପଯୋଗ କରି କିଭଳି ସର୍ବାଧ୍ଵ ଲାଭ ପ୍ରାପ୍ତ ହୋଇପାରିବ, ତାହା ଏହି ସୂତ୍ର ଦର୍ଶାଏ । (୩) ଏହି ସୂତ୍ର ରାଷ୍ଟ୍ରକୁ ବ୍ୟୟ, କର ନିର୍ଦ୍ଧାରଣ ଇତ୍ୟାଦି ନିମନ୍ତେ ଏକ ମାର୍ଗଦର୍ଶକର ଭୂମିକା ଗ୍ରହଣ କରିଥାଏ ।

11. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ତତ୍ତ୍ଵର ଭିତ୍ତିଭୂମି କିପରି ?
Answer:
ଉପଭୋକ୍ତା ଉପଭୋଗ କାଳରେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସହ ଦରକୁ ତୁଳନା କରନ୍ତି । ଯେତେବେଳେ ପ୍ରାନ୍ତୀୟ ଉପଯୋଗିତା ଦର ସହିତ ସମାନ ହୋଇଯାଏ, ସେହିଠାରେ ଉପଭୋକ୍ତା ଦ୍ରବ୍ୟ କ୍ରୟ ବନ୍ଦ କରେ । ପୂର୍ବବର୍ତ୍ତୀ ଏକକଗୁଡ଼ିକ କ୍ଷେତ୍ରରେ ପ୍ରାନ୍ତୀୟ ଉପଯୋଗିତା ଦରଠାରୁ ଅଧିକ ହୋଇଥିବାରୁ ଉପଭୋକ୍ତା ଉଦ୍‌ବୃତ୍ତ ତୃପ୍ତି ଲାଭ କରିଥାଏ ଏବଂ ଏହି ଉଦ୍‌ବୃତ୍ତ ସନ୍ତୋଷ ହିଁ ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ।

12. କିପରି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
ପ୍ରତ୍ୟେକ ଦେଶର ଅର୍ଥମନ୍ତ୍ରୀ କର ବ୍ୟବସ୍ଥାର ସୁପରିଚାଳନା ପାଇଁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ସାହାଯ୍ୟ ନେଇଥା’ନ୍ତି । ଧନୀକମାନଙ୍କ ପାଇଁ ଟଙ୍କାର ପ୍ରାନ୍ତୀୟ ଉପଯୋଗିତା କମ୍ ଓ ଦରିଦ୍ରମାନଙ୍କ ପାଇଁ ଏହା ଅଧିକ ହୋଇଥାଏ । ଏହି ଅନୁଭବ ଭିତ୍ତିରେ ସରକାର ଧନୀକମାନଙ୍କ ଉପରେ ଅଧିକ ଏବଂ ଦରିଦ୍ରମାନଙ୍କ ଉପରେ ସ୍ଵଳ୍ପ କରଭାର ଧାର୍ଯ୍ୟ କରୁଥିବା ଏକ ପ୍ରଗାମୀ କର ବ୍ୟବସ୍ଥା ପ୍ରଚଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥା’ନ୍ତି ।

13. ଜଳ-ହୀରା ବିରୋଧାଭାସ ପ୍ରାନ୍ତୀୟ ଉପଯୋଗିତାଦ୍ୱାରା କିପରି ନିର୍ଦ୍ଧାରିତ ହୁଏ ?
Answer:
ଜଳ-ହୀରାର ବିରୋଧାଭାସ ସମସ୍ୟା ପ୍ରାନ୍ତୀୟ ଉପଯୋଗିତାଦ୍ବାରା ସମାଧାନ ହୋଇଥାଏ । ହୀରାର ଦୁର୍ଲଭତା ହେତୁ ତାହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ ଅଧ୍ଵ ହୋଇଥାଏ । ଅନ୍ୟପକ୍ଷରେ ଜଳ ପ୍ରଚୁର ପରିମାଣରେ ଉପଲବ୍‌ଧ ହେଉଥ‌ିବାରୁ ଏହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ କମ୍ ହୋଇଥାଏ ଏବଂ ଏହି କାରଣରୁ ଜଳର ପ୍ରାନ୍ତୀୟ ଉପଯୋଗିତାଠାରୁ ଅଧ୍ବକ ପ୍ରାନ୍ତୀୟ ଉପଯୋଗିତାଯୁକ୍ତ ହୀରାର ବଜାର ଦର ଅଧିକ ହୋଇଥାଏ ।

14. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରଟି କାହିଁକି ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ?
Answer:
ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାରୁ ପ୍ରାପ୍ତ ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ କିମ୍ବା ରଣାତ୍ମକ ହେବନାହିଁ, ଅର୍ଥାତ୍ ଏହି ସୂତ୍ର ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

15. କାହିଁକି ସନ୍ତୁଳନକୁ ପରିବର୍ତ୍ତନ ଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା କୁହାଯାଏ ?
Answer:
ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ‌ିକ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ । ତେଣୁ ଏହି ନିୟମକୁ ସର୍ବାଧ‌ିକ ପରିତୃପ୍ତି ନିୟମ କୁହାଯାଏ । ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା । ଉପଭୋକ୍ତା ସେତିକିବେଳେ ସନ୍ତୁଳନରେ ରହିବେ, ଯେତେବେଳେ ସେ ସର୍ବାଧ‌ିକ ପରିତୃପ୍ତି ପାଇବେ । ଫଳରେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଏହାର ବିକଳ୍ପ ପନ୍ଥାରେ ବ୍ୟବହାର କରିବେ ନାହିଁ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

16. ପ୍ରାନ୍ତୀୟ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ପ୍ରାନ୍ତୀୟ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦର ବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ପ୍ରାନ୍ତୀୟ ଉପଯୋଗିତାର ସୂଚନା ପ୍ରଦାନକାର।

17. ଉପଯୋଗିତାର କାହିଁକି ହ୍ରାସ ଘଟେ ?
Answer:
ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତୀ ଏକକରୁ ମିଳୁଥିବା ଉପଯୋଗିତା ହ୍ରାସ ପାଇଥାଏ । ଅର୍ଥାତ୍ ଦ୍ରବ୍ୟଟିର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ । ତେଣୁ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଫଳରେ ଉପଯୋଗିତାର ହ୍ରାସ ଘଟେ ।

18. ସୀମାନ୍ତ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ସୀମାନ୍ତ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦରବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ସୀମାନ୍ତ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ସୀମାନ୍ତ ଉପଯୋଗିତାର ସୂଚନା ପ୍ରଦାନକାର।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କହିଲେ କ’ଣ ବୁଝ ?
Answer:
କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗର ପ୍ରଥମ ସୂତ୍ର । ଜଣେ ଉପଭୋକ୍ତାର ସାଧାରଣ ଅନୁଭୂତିକୁ ଆଧାରକରି ପ୍ରଫେସର ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏହି ସୂତ୍ର ପ୍ରଣୟନ କରିଛନ୍ତି । ଏହି ନିୟମ ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଯଥା ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ ଉପରେ ଆଧାରିତ । ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥ‌ିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ । ତେଣୁ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ପାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତା ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ମୋଟ ଉପଯୋଗିତାରେ ସର୍ବଦା ବୃଦ୍ଧି ପାଏ, ଯେତେବେଳ ପର୍ଯ୍ୟନ୍ତ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଅଧିକରୁ ଅଧିକ ଏକକ ଉପଭୋଗ କରନ୍ତି । କିନ୍ତୁ ମୋଟ ଉପଯୋଗିତା ହ୍ରାସମାନ ଭାବେ ବୃଦ୍ଧି ପାଇଥାଏ ।

3. ସୀମାନ୍ତ ଉପଯୋଗିତା କ’ଣ ?
Answer:
ଯେତେବେଳେ କୌଣସି ଦ୍ରବ୍ୟକୁ ଉପଭୋଗ କରାଯାଏ, ଉପଭୋଗର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଉପଭୋଗରୁ ଉପଲବ୍ଧ ଉପଯୋଗିତାର ପ୍ରକାଶକୁ ଆମେ ସୀମାନ୍ତ ଉପଯୋଗିତା ପାଇଥାଉ । ଏହି ଅବସ୍ଥା ଉପଭୋଗର ଶେଷ ଅବସ୍ଥାକୁ ବୁଝାଏ ଓ ଉପଭୋଗର ଶେଷ ଏକକରୁ ଉପଲବ୍ଧ ଉପଯୋଗିତାକୁ ଦର୍ଶାଏ । ତେଣୁ ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ ।

ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧି କରି ସମୁଦାୟ ଉପଯୋଗିତା ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ ତାହାକୁ ସୀମାନ୍ତ ଉପଯୋଗିତା କୁହାଯାଏ । ଅର୍ଥାତ୍ ସାଙ୍କେତିକ ଭାବରେ MUn = TUn – TUn-1 । ସୀମାନ୍ତର ଉପଯୋଗିତାର ଅନ୍ୟ ଏକ ଗୁଣ ହେଲା ଏକା କ୍ରମଶଃ ହ୍ରାସପାଏ । ତେଣୁ ଦ୍ରବ୍ୟ କ୍ଷେତ୍ରରେ ଏହା ଧନାତ୍ମକ ଶୂନ୍ୟ ବା ଋଣାତ୍ମକ ହୋଇପାରେ । ମାତ୍ର ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଧନାତ୍ମକ, ଏହା ଶୂନ ବା ଋଣାତ୍ମକ ହୁଏ ନାହିଁ ।

4. ସମସୀମାନ୍ତ ଉପଯୋଗିତା ସୂତ୍ର କ’ଣ ?
Answer:
ଉପଭୋଗ ତତ୍ତ୍ୱରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ୍ଵ ପରିତୃପ୍ତି ଲାଭ କରିପାରିବ, ତାହା ଏହି ସୂତ୍ର ବିଶ୍ଳେଷଣ କରିଥାଏ । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ‌ିକ ପରିତୃପ୍ତି ସୂତ୍ର ନାମରେ ମଧ୍ୟ ପରିଚିତ । ପ୍ରଫେସର ଆଲଫ୍ରେଡ୍ ମାର୍ଶାଲ୍ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି, ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାରଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ଵାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥ‌ିବା ସୀମାନ୍ତ ଉପଯୋଗିତା ସମାନ ହୋଇପାରିବ । ତେଣୁ
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\)

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. ରାଷ୍ଟ୍ରବ୍ୟୟ କ୍ଷେତ୍ରରେ କିପରି ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିଥାଏ ?
Answer:
ସରକାରଙ୍କ ଆୟ, ବ୍ୟୟ ଏବଂ ଋଣର ଅଧ୍ୟୟନ କରୁଥିବା ବିଷୟକୁ ରାଷ୍ଟ୍ରବିତ୍ତ କୁହାଯାଏ । ସମାଜର ସର୍ବାଧିକ କଲ୍ୟାଣ ସାଧନ ରାଷ୍ଟ୍ରବିତ୍ତର ଲକ୍ଷ୍ୟ । ସରକାରୀ ବ୍ୟୟକୁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର; ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟରେ ଏଭଳି ବଣ୍ଟନ କରାଯାଏ, ଯାହାଫଳରେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟୟ ହେଉଥ‌ିବା ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେବ । ଏହାଦ୍ୱାରା ରାଷ୍ଟ୍ରବ୍ୟୟରୁ କଲ୍ୟାଣ ସର୍ବାଧ‌ିକ ହୋଇଥାଏ । ସରକାର ସମସୀମାନ୍ତ ଉପଯୋଗିତା ସୂତ୍ର ସାହାଯ୍ୟରେ କମ୍ ଉପଯୋଗିତା ମିଳୁଥୁବା କ୍ଷେତ୍ରରୁ ସମ୍ବଳ ପ୍ରତ୍ୟାହାର କରି ଅଧ‌ିକ ଉପଯୋଗିତା ମିଳୁଥିବା କ୍ଷେତ୍ରରେ ବ୍ୟୟ କରିଥା’ନ୍ତି । ତେଣୁ ସରକାର ବ୍ୟୟ କଲାବେଳେ ସାମାଜିକ କଲ୍ୟାଣ ସାଧନକୁ ପ୍ରଧାନ ଲକ୍ଷ୍ୟରୂପେ ଗ୍ରହଣ କରିଥା’ନ୍ତି ।

6. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧୃତ୍ଵ କରୁଥବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତି କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହାପ୍ରତି କେହି ଅନିଚ୍ଛାଭାବ ପ୍ରକଟ କରିନଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏନାହିଁ । ତେଣୁ ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବନାହିଁ ।

7. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମଟି ଉପଯୁକ୍ତ ଏକକ ଉପରେ କିପରି ପର୍ଯ୍ୟବସିତ ?
Answer:
ଦ୍ରବ୍ୟର ଏକକ ସମୂହ ଉପଯୁକ୍ତ ହେବା ଆବଶ୍ୟକ । ଉପଭୋଗ କରାଯାଉଥିବା ଦ୍ରବ୍ୟର ପରିମାଣ ଉପଯୁକ୍ତ ନହେଲେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମ କାର୍ଯ୍ୟକାରୀ ହେବନାହିଁ । ଜଳପାନ କଲାବେଳେ ଗୋଟିଏ ପୂର୍ଣ ଗ୍ଲାସ୍ ଜଳକୁ ଏକ ଏକକ ବୋଲି ବିଚାର କରଯାଏ । ସୁତରାଂ, ଦ୍ରବ୍ୟର ଏକକ ଉପଯୁକ୍ତ ହେବା ଆବଶ୍ୟକ । ଜଣେ ତୃଷାର୍ତ୍ତ ବ୍ୟକ୍ତିକୁ ଯଦି ଚାମଚ ଚାମଚ କରି ଜଳପାନ କରିବାକୁ ଦିଆଯାଏ, ତେବେ ପ୍ରଥମ ଚାମଚରୁ ମିଳୁଥିବା ଉପଯୋଗିତା ଅପେକ୍ଷା ଦ୍ଵିତୀୟ କିମ୍ବା ତୃତୀୟ ଚାମଚରୁ ମିଳୁଥିବା ଉପଯୋଗିତା ଅଧ୍ବକ ହେବ । ସୁତରାଂ, ଉପଭୋକ୍ତା

ପୂର୍ଣ ଗ୍ଲାସ୍ ଜଳପାନ ନକଲେ ସୀମାନ୍ତ ଉପଯୋଗିତା ହ୍ରାସ ହେବ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଯଦି ଗ୍ଲାସ୍‌ରେ ଜଳପାନ କରିବାକୁ ଦିଆଯାଏ, ତେବେ ଦ୍ଵିତୀୟ ବା ତୃତୀୟ ଗ୍ଲାସ୍ ଜଳରୁ ମିଳୁଥିବା ଉପଯୋଗିତା ନିଶ୍ଚିତଭାବେ ପ୍ରଥମ ଗ୍ଲାସ୍‌ରୁ ମିଳୁଥ‌ିବା ଉପଯୋଗିତାଠାରୁ କମ୍ ହେବ ।

8. ସମସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତାର କିପରି ସର୍ବାଧ୍ଵରଣ ଘଟାଏ ?
Answer:
ଜଣେ ବିଚାରବନ୍ତ ଉପଭୋକ୍ତା ଅଭାବର ବହୁଳତା ଓ ସୀମିତ ସମ୍ବଳ ସମସ୍ୟାର ସମ୍ମୁଖୀନ ହୋଇ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାକୁ ନୂନ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଉପଭୋଗ କରିଥା’ନ୍ତି । ସେ ଆବଶ୍ୟକ କରୁଥିବା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବା ପର୍ଯ୍ୟନ୍ତ ଏହି ପ୍ରତିବଦଳ କ୍ରିୟା ଚାଲୁରହେ । ସୀମିତ ସମ୍ବଳକୁ ବ୍ୟବହାର କରି କୌଣସି ଗୋଟିଏ ଦ୍ରବ୍ୟକୁ ଅଧିକ ଉପଭୋଗ କଲେ ସ୍ଵଳ୍ପ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ତେଣୁ ସମାନ ସମ୍ବଳର ବ୍ୟବହାର କରି ସ୍ଵଳ୍ପ ଉପଯୋଗିତା ଲାଭ ପରିବର୍ତ୍ତେ ଯଦି ସେହି ସମ୍ବଳ ସହାୟତାରେ ଅନ୍ୟ ଏକ ଦ୍ରବ୍ୟ ଏକକକୁ ଲାଭ କରାଯାଇପାରେ, ତେବେ ତାହା ନିଶ୍ଚିତ ମୋଟ ଉପଯୋଗିତାର ବୃଦ୍ଧି ଘଟାଇବ । ଏହି ଅବସ୍ଥାରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ବ୍ୟୟିତ ହେଉଥ‌ିବା ଶେଷମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ସମାନ ହୋଇଥାଏ ।

9. ମୁଦ୍ରାର ସୀମାନ୍ତ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧ୍ୟ କରୁଥିବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧ‌ିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତ କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହା ପ୍ରତି କେହି ଅନିଚ୍ଛା ଭାବ ପ୍ରକଟ କରିଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବ ନାହିଁ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା :
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ଵାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ଅର୍ଥାତ୍ ଉପଭୋଗର ଶେଷ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଉବାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଏ । ସୀମାନ୍ତ ଉପଯୋଗିତା କ୍ରମାଗତ ହ୍ରାସ ପାଉଥିବାବେଳେ ମୋଟ ଉପଯୋଗିତା ହ୍ରାସମାନ ହାରରେ ବୃଦ୍ଧି ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ଏବଂ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଆରମ୍ଭ କରେ ।

2. ମୁଦ୍ରା ଓ ସୀମାନ୍ତ ଉପଯୋଗିତା :
Answer:
ମୁଦ୍ର କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରେ ନାହିଁ ବୋଲି କୁହାଯାଏ । ତେଣୁ ଅଧିକ ମୁଦ୍ରା ହେଲେ ଲୋକ ଅଧିକ ଖୁସି ହୁଅନ୍ତି । ତେଣୁ ଅଧ୍ଵ ମୁଦ୍ରା କେବେ ପରିତୃପ୍ତି ବା ସୀମାନ୍ତ ଉପଯୋଗିତାକୁ ହ୍ରାସ କରେ ନାହିଁ । କିନ୍ତୁ ଅର୍ଥଶାସ୍ତ୍ରୀଙ୍କ ମତରେ ମୁଦ୍ରା କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ଅଧୀନ । ଆମ ଆୟରେ ଯେତେ ଅଧିକ ଆୟ ଯୋଗ ହୁଏ, ଆମ ପାଇଁ ମୁଦ୍ରାର ଉପଯୋଗିତା ସେତେ କମି କମି ଯାଏ । ଧନୀଲୋକମାନେ ସାଧାରଣତଃ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ ନୁହଁନ୍ତି ।

କିନ୍ତୁ ଜଣେ ଗରିବ ଲୋକ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ । ତେଣୁ ମୁଦ୍ରାର ବୃଦ୍ଧି ସହିତ ସୀମାନ୍ତ ଉପଯୋଗିତା ହ୍ରାସ ପାଏ । ତଥାପି ଏହି ସୂତ୍ରର ପ୍ରୟୋଗ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସମାନ ନୁହେଁ । ମୁଦ୍ରା କ୍ଷେତ୍ରରେ ଏହି ନିୟମ ମନ୍ଥର ଗତିରେ ପ୍ରୟୋଗ ହେଉଥିଲାବେଳେ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ଏହା କ୍ଷିପ୍ର ଗତିରେ ପ୍ରଯୁଜ୍ୟ ହୁଏ ଏବଂ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସୀମାନ୍ତ ଉପଯୋଗିତା ଶୂନ୍ୟରେ ପରିଣତ ହେଉଥିଲା ବେଳେ ମୁଦ୍ରା କ୍ଷେତ୍ରରେ ଏହା କେବେ ହେଲେ ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ।

3. ଦର ଓ ସୀମାନ୍ତ ଉପଯୋଗିତା :
Answer:
ଦର ବା ବିନିମୟ ମୂଲ୍ୟ ସର୍ବଦା ସୀମାନ୍ତ ଉପଯୋଗିତା ସହ ସମାନ ହୁଏ । ଯେଉଁଠାରେ ଦର ସୀମାନ୍ତ ଉପଯୋଗିତା ସହ ସମାନ ହୁଏ, ସେଠାରେ ଉପଭୋକ୍ତା ଉପଭୋଗ ବନ୍ଦ କରିଥା’ନ୍ତି । ଉପଭୋକ୍ତା ଯଦି ଏହା ପୂର୍ବରୁ ଉପଭୋଗ ବନ୍ଦ କରିଦିଅନ୍ତି ତେବେ ସେ କ୍ଷତିଗ୍ରସ୍ତ ହେବେ । କାରଣ ଦର ଓ ସୀମାନ୍ତ ଉପଯୋଗିତାର ସମତା ବିନ୍ଦୁ ପୂର୍ବରୁ ସେ ଉପଭୁକ୍ତ ଦ୍ରବ୍ୟର ଦର ତୁଳନାରେ ଅଧିକ ଉପଯୋଗିତା ଲାଭ କରନ୍ତି । ଏହି ସମତା ବିନ୍ଦୁ ପରେ ସେ ଅଧିକ ଉପଭୋଗ କଲେ କ୍ଷତିଗ୍ରସ୍ତ ହେବେ । କାରଣ ତାଙ୍କର ସୀମାନ୍ତ ଉପଯୋଗିତା ଦର ତୁଳନାରେ କମ୍ ହେବ । ତେଣୁ ସର୍ବଦା ଦର ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ । ଦର ହ୍ରାସ ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଇବ ଓ ଦର ବୃଦ୍ଧି ହେଲେ ସୀମାନ୍ତ ଉପଗତା ବୃଦ୍ଧି ପାଇବ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

4. କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଓ ମୂଲ୍ୟର ବିରୋଧାଭାସ :
Answer:
ଜଳର ବ୍ୟାବହାରିକ ମୂଲ୍ୟ ହୀରାର ବ୍ୟାବହାରିକ ମୂଲ୍ୟଠାରୁ ଯଥେଷ୍ଟ ବେଶି । ଜଳ ବିନା ମଣିଷର ଜୀବନଧାରଣ ଅସମ୍ଭବ ହେବ । ହୀରା ଆତ୍ମବଡ଼ିମା ପ୍ରବୃତ୍ତିକୁ ସନ୍ତୁଷ୍ଟ କରିଥାଏ । କିନ୍ତୁ ବଜାରରେ ହୀରାର ବିନିମୟ ମୂଲ୍ୟ ଖୁବ୍ ବେଶି ହେଉଥ‌ିବାବେଳେ ଜଳର ଆଦୌ ବିନିମୟ ମୂଲ୍ୟ ନଥାଏ । ଏଭଳି ପରିସ୍ଥିତିକୁ ଜଳ-ହୀରାର ବିରୋଧାଭାସ କୁହାଯାଏ । ଅଧ୍ୟାପକ ମାର୍ଶାଲ୍ ସୀମାନ୍ତ ଉପଯୋଗିତା ସାହାଯ୍ୟରେ ଏହି ବିରୋଧାଭାସକୁ ସାମାଧନ କରିଛନ୍ତି । ମାର୍ଶାଲ୍‌ଙ୍କ ମତରେ ମୋଟ ଉପଯୋଗିତା ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରେ ନାହିଁ ।

ଜଳର ମୋଟ ଉପଯୋଗିତା ହୀରାଠାରୁ ଅଧ‌ିକ । କିନ୍ତୁ ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାଦ୍ୱାରା ନିର୍ଦ୍ଧାରଣ ହୁଏ । କ୍ରମହ୍ରାସମାନ ଉପଯୋଗିତା ସୂତ୍ରରୁ ଆମେ ଜାଣୁ ଯେ କୌଣସି ଦ୍ରବ୍ୟର ପରିମାଣ ବେଶି ହୋଇଥିଲେ ପ୍ରତ୍ୟେକ ଅତିରିକ୍ତ ଏକକର ଗୁରୁତ୍ଵ ବା ଉପଯୋଗିତା କମ୍ ଏବଂ ଉପଭୋକ୍ତା ସେହି ଦ୍ରବ୍ୟ ପାଇଁ କମ୍ ଦାମ୍ ଦେଇଥାଏ । ଜଳର ପରିମାଣ ବିପୁଳ । ଏହାର ସୀମାନ୍ତ ଉପଯୋଗିତା ସ୍ଵଚ୍ଛ, ତେଣୁ ଦର ମଧ୍ୟ ସ୍ଵଳ୍ପ । ବଜାରରେ ହୀରାର ଯୋଗାଣ ସୀମିତ । ତେଣୁ ଏହାର ସୀମାନ୍ତ ଉପଯୋଗିତା ଅଧ୍ବକ ଓ ଦାମ୍ ଅଧିକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତାର ସଂଜ୍ଞା ଦିଅ ଏବଂ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ମଧ୍ୟରେ ଥ‌ିବା ପ୍ରଭେଦ ଦର୍ଶାଅ ।
Answer:
ଉପଭୋକ୍ତା ଉପଭୋଗରୁ ଉପଯୋଗିତା ଲାଭ କରେ । ଉପଭୋଗ ତତ୍ତ୍ଵର ବିଶ୍ଳେଷଣ ନିମନ୍ତେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ଜାଣିବା ଆବଶ୍ୟକ । କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ପ୍ରକାରାନ୍ତରେ, ଉପଭୋଗର ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ । କୌଣସି ଏକ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ମୋଟ ଉପଯୋଗିତାର ପାର୍ଥକ୍ୟଦ୍ୱାରା ପରିମାପ କରାଯାଏ । ଯଦି କୌଣସି ଉପଭୋକ୍ତା n ସଂଖ୍ୟକ ଦ୍ରବ୍ୟ ଉପଭୋଗ କରନ୍ତି, ତେବେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା n ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତା ବିଯୁକ୍ତ (n-1) ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତାକୁ ବୁଝାଏ । MUn = TUn – TUn-1 ।

କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥ‌ିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ଏବଂ ମୋଟ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ :
ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ ସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତା
1 20 20
2 16 36
3 12 48
4 8 56
5 4 60
6 0 60
7 -4 56

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ ଉପଭୋକ୍ତା ଅଧ୍ଵରୁ ଅଧିକ ଦ୍ରବ୍ୟ ଉପଭୋଗ କଲାବେଳେ ପ୍ରତ୍ୟେକ ଏକକର ସୀମାନ୍ତ ଉପଯୋଗିତା ହ୍ରାସ ପାଉଅଛି । ପ୍ରଥମ ଏକକରୁ ସେ 20 ସୀମାନ୍ତ ଉପଯୋଗିତା ପାଇଥିଲାବେଳେ ଷଷ୍ଠ ଏକକରୁ ସେ ଶୂନ୍ୟ ସୀମାନ୍ତ ଉପଯୋଗିତା ଲାଭ କରିଛନ୍ତି ଏବଂ ସପ୍ତମ ଏକକରୁ ସେ ଋଣାତ୍ମକ ଉପଯୋଗିତା ପାଇଛନ୍ତି । ଉପରୋକ୍ତ ସାରଣୀରୁ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକୁ ଲକ୍ଷ୍ୟ କରାଯାଇପାରେ । ଯଥା –

(୧) କୌଣସି ଦ୍ରବ୍ୟର ପ୍ରଥମ ଏକକ ଉପଭୋଗ ସମୟରେ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ସମାନ ରହିଥାଏ ।
(୨) ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଏ ।
(୩) ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସେତେବେଳେ ସର୍ବାଧ‌ିକ ହୁଏ ।
(୪) ଯେତେବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୁଏ, ସେତେବେଳେ ମୋଟ ଉପଯୋଗିତା ହ୍ରାସ ପାଏ ।
(୫) ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।
(୬) ଯେତେବେଳେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ, ସେତେବେଳେ ମୋଟ ଉପଯୋଗିତା କ୍ରମ ବର୍ଦ୍ଧମାନ ହାରରେ ବୃଦ୍ଧି ପାଏ ।

ଚିତ୍ରରେ ମୋଟ ଉପଯୋଗିତା ଏବଂ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କର ପ୍ରଦର୍ଶନ କରାଯାଇପାରେ । OX ଅକ୍ଷରେ ଦ୍ରବ୍ୟର ଏକକ ଏବଂ OY ଅକ୍ଷରେ ଉଭୟ ସୀମାନ୍ତ ଏବଂ ମୋଟ ଉପଯୋଗିତାକୁ ପ୍ରତିନିଧ୍ୟ କରୁଛି । OX ଅକ୍ଷକୁ ଆନୁଭୂମିକ ଏବଂ OY ଅକ୍ଷକୁ ଉଲ୍ଲମ୍ବ ଅକ୍ଷ କୁହାଯାଏ । ଉପଭୋକ୍ତା ଅଧିରୁ ଅଧ‌ିକ ଦ୍ରବ୍ୟ ଉପଭୋଗ କଲାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଇଲେ ମଧ୍ୟ ବୃଦ୍ଧିର ହାର କ୍ରମଶଃ କମିଯାଏ ।

ଦ୍ରବ୍ୟଟିର ମୋଟ ଉପଯୋଗିତା 20 ବୃଦ୍ଧି ପାଇ 60 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦ୍ୱିତୀୟରେ ଦ୍ରବ୍ୟ ଏକକର ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଛି । ଏଠାରେ ସୀମାନ୍ତ ଉପଯୋଗିତା 20 ରୁ ହ୍ରାସ ପାଇ –4 (ଋଣାତ୍ମକ 4) ହୋଇଅଛି ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium
ତୃତୀୟରେ ସୀମାନ୍ତ ଉପଯୋଗିତା ଯେତେବେଳେ ଶୂନ୍ୟ ହୁଏ, ସେତେବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ । ଏଠାରେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇଥିଲାବେଳେ ମୋଟ ଉପଯୋଗିତା 60 ହୋଇଛି । ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲାବେଳେ ମୋଟ ଉପଯୋଗିତା ହ୍ରାସ ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା –4 ହୋଇଛି, ସେତେବେଳେ ମୋଟ ଉପଯୋଗିତା 60 ରୁ ହ୍ରାସ ପାଇ 56 ହୋଇଅଛି ।

OX – ଅକ୍ଷରେ ଦ୍ରବ୍ୟର ଏକକ ଓ OY ଅକ୍ଷରେ ଉଭୟ ସୀମାନ୍ତ ଓ ମୋଟ ଉପଯୋଗିତା ଦର୍ଶାଯାଇଅଛି । ଷଷ୍ଠ ଏକକ ଉପଭୋଗ ହେଲେ MU ରେଖା X- ଅକ୍ଷକୁ ସ୍ପର୍ଶ କରେ, ଅର୍ଥାତ୍ MU = 0 ହୁଏ । ଯେତେବେଳେ ଉପଭୋକ୍ତା ସପ୍ତମ ଏକକ ଉପଭୋଗ କରନ୍ତି, ସେତେବେଳେ MU ରେଖା X ଅକ୍ଷର ନିମ୍ନକୁ ଯାଇ ଋଣାତ୍ମକ ହୋଇଥାଏ ଏବଂ ମୋଟ ଉପଯୋଗିତା ରେଖା ନିମ୍ନଗାମୀ ହୁଏ ।

2. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ବ୍ୟତିକ୍ରମସମୂହ ଦର୍ଶାଅ ।
Answer:
ମନୁଷ୍ୟ ବା ଉପଭୋକ୍ତା ନିଜର ଅଭାବର ପରିତୃପ୍ତି ନିମନ୍ତେ ଦ୍ରବ୍ୟ ଓ ସେବା ଉପଭୋଗ କରିଥାଏ । ଉପଭୋଗ ସମୟରେ ଉପଭୋକ୍ତା ସଦାସର୍ବଦା ଆବଶ୍ୟକ ହେଉଥ‌ିବା ଦ୍ରବ୍ୟର ଭଣ୍ଡାର ପ୍ରତି ସଚେତନ ଥାଏ । ଉପଭୋକ୍ତାଙ୍କ ପାଖରେ ଗଚ୍ଛିତ ଥ‌ିବା କୌଣସି ଏକ ଦ୍ରବ୍ୟଭଣ୍ଡାର ପର୍ଯ୍ୟାପ୍ତ ରହିଥିଲେ ସେ ଦ୍ରବ୍ୟର ଅଭାବ ଉପଭୋକ୍ତା ଅନୁଭବ କରିନଥାଏ ବା ସେ ଦ୍ରବ୍ୟ ଲାଭ କରିବାପାଇଁ ଅଧୂକ ଆଗ୍ରହ ପ୍ରକାଶ କରେ ନାହିଁ । ଏ କ୍ଷେତ୍ରରେ ଅଭାବର ତୀବ୍ରତା ନଗଣ୍ୟ, କାରଣ ଅଧ୍ଵ ଗଚ୍ଛିତ ଥ‌ିବା ଦ୍ରବ୍ୟଭଣ୍ଡାର ଅଭାବ ପୂରଣକାରୀ ଶକ୍ତି (ଉପଯୋଗିତା) ସ୍ଵଳ୍ପ ହୋଇଥାଏ ।

ମାତ୍ର ଦ୍ରବ୍ୟର ଭଣ୍ଡାର ସ୍ଵଳ୍ପ ଥିଲେ, ଉପଭୋକ୍ତା ସେ ଦ୍ରବ୍ୟର ଅଭାବର ତୀବ୍ରତା ଉପଲବ୍‌ କରିଥାଏ । କାରଣ ସେ ଦ୍ରବ୍ୟର ଉପଭୋକ୍ତା ପାଇଁ ଉପଯୋଗିତା ଅଧ୍ଵ ରହିଥାଏ । ସେଥ‌ିପାଇଁ ସେପ୍ରକାର ଦ୍ରବ୍ୟର ଅତିରିକ୍ତ ଏକକ ଲାଭ କରିବାପାଇଁ ବ୍ୟଗ୍ରତା ପ୍ରକାଶ କରିଥାଏ । ଏଥୁରୁ ପ୍ରତୀୟମାନ ହୁଏ ଯେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତ୍ତୀ ଏକକରୁ ମିଳୁଥ‌ିବା ଉପଯୋଗିତା ହ୍ରାସ ପାଇଥାଏ ବା ଏହି ଦ୍ରବ୍ୟର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ ।

ଉପଭୋଗ ପ୍ରକ୍ରିୟାରେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର କ୍ରମାଗତ ଉପଭୋଗ କଲେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେହି ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଅର୍ଥାତ୍ ସେ ଦ୍ରବ୍ୟର ଉପଭୋଗରୁ ଉପଭୋକ୍ତା ବିରତ ରହିଥାଏ । ସଂକ୍ଷେପରେ ଉପଭୋଗ ସୀମାନ୍ତ ଉପଯୋଗିତା ହ୍ରାସ ହୋଇଚାଲିଥାଏ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଦ୍ରବ୍ୟର ଅତିରିକ୍ତ ଏକକ ଓ ଏଥୁରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରତିପାଦନ କରେ । ଉପଭୋଗ ପ୍ରକ୍ରିୟାରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ଏହି ଅତିରିକ୍ତ ଏକକରୁ ଲବ୍‌ଧ ଉପଯୋଗିତାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ମୋଟ ଉପଯୋଗିତା ଯେଉଁ ହାରରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ତେଣୁ ଉପଭୋଗ ପ୍ରକ୍ରିୟାରେ ମୋଟ ଉପଯୋଗିତାର ପରିବର୍ତ୍ତନ ହାରକୁ ପ୍ରାନ୍ତୀୟ ଉପଯୋଗିତାର ଆଖ୍ୟା ଦିଆଯାଏ ।

କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରଟି ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଉପରେ ଆଧାରିତ । ଏହି ମୌଳିକ ତଥା ଗୁରୁତ୍ଵପୂର୍ଣ୍ଣ ସୂତ୍ର ମନୁଷ୍ୟର ଅଧିକାରଭୁକ୍ତ ଦ୍ରବ୍ୟର ପରିମାଣ ଓ ତା’ର ପ୍ରତ୍ୟେକ ଅତିରିକ୍ତ ଏକକର ପ୍ରାନ୍ତୀୟ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପରିପ୍ରକାଶ କରେ । ମନୁଷ୍ୟର ଦୈନନ୍ଦିନ ଜୀବନର ଅଭିଜ୍ଞତା ଉପରେ ପ୍ରତିଷ୍ଠିତ ଏହି ସତ୍ୟକୁ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏକ ସୂତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଯାହାକୁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ନାମରେ ନାମିତ ମାର୍ଶାଲ୍‌ଙ୍କ ଭାଷାରେ, ‘ଜଣେ ବ୍ୟକ୍ତିଙ୍କ ନିକଟରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି ତାହା ଦ୍ରବ୍ୟଭଣ୍ଡାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସମାନ ହୋଇଥାଏ ।

’’ Boulding ଙ୍କ ମତରେ, ‘ଅନ୍ୟାନ୍ୟ ସମସ୍ତ ଦ୍ରବ୍ୟର ଉପଭୋଗକୁ ଅପରିବର୍ତିତ ରଖ୍ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ, ପରିବର୍ତ୍ତନୀୟ ଦ୍ରବ୍ୟଟିର ପ୍ରାନ୍ତୀୟ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ହୋଇଥାଏ ।’’ଏହି ଦୁଇ ମତବାଦରୁ ଜଣାଯାଏ ଯେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ସେ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଇଚାଲେ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଇବାର ମୂଳରେ ଦୁଇଟି କାରଣ ରହିଛି । ପ୍ରଥମତଃ, ଏକ ନିର୍ଦ୍ଦିଷ୍ଟ ମାନବିକ ଅଭାବ ପରିତୃପ୍ତକ୍ଷମ । ମାନବିକ ଅଭାବର ଏହି ବୈଶିଷ୍ଟ୍ୟ ପ୍ରତିଫଳିତ କରେ ଯେ ଉପଭୋକ୍ତା ଏକ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରିଚାଲିଲେ ସେହି ଦ୍ରବ୍ୟରୁ ମିଳୁଥିବା ତୃପ୍ତି ହ୍ରାସ ପାଏ । ଅର୍ଥାତ୍ ଅଧ‌ିକରୁ ଅଧିକ ଉପଭୋଗ ଯୋଗୁଁ ସେହି ଦ୍ରବ୍ୟର ଅଭାବର ତୀବ୍ରତା ନିର୍ଦ୍ଦିଷ୍ଟ ଉପଭୋକ୍ତା ନିମନ୍ତେ ହ୍ରାସ ପାଏ । ଦ୍ବିତୀୟତଃ, ନିର୍ଦ୍ଦିଷ୍ଟ ଅଭାବର ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟ ସମ୍ପୂର୍ଣ୍ଣରୂପେ ପରସ୍ପରର ପ୍ରତିସ୍ଥାପକ ନୁହଁନ୍ତି । ଏହି ଦ୍ବିବିଧ କାରଣରୁ ଉପଭୋଗ ପ୍ରକ୍ରିୟାରେ ଅଧିକରୁ ଅଧିକ କୌଣସି ଦ୍ରବ୍ୟ ଉପଭୋଗ କଲେ ସେଥୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

ଉପସ୍ଥାପନା – ସୂତ୍ରଟିର ଉପସ୍ଥାପନା ଏକ ଗାଣିତିକ ସାରଣୀ ମାଧ୍ୟମରେ ପ୍ରକାଶ କରାଯାଇପାରେ ।

କମଳାର ସଂଖ୍ୟା ପ୍ରାନ୍ତୀୟ ଉପଯୋଗିତା ମୋଟ ଉପଯୋଗିତା
1 15 15
2 12 27
3 10 37
4 8 45
5 3 48
6 0 48
7 -3 45

ଏହି ସାରଣୀରୁ ପ୍ରତୀୟମାନ ହୁଏ ଯେ ଜଣେ ଉପଭୋକ୍ତା ପ୍ରଥମ କମଳା ଉପଭୋଗ କଲେ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା ଓ ମୋଟ ଉପଯୋଗିତା 15 ଏକକ । ମାତ୍ର ପରବର୍ତ୍ତୀ ଦ୍ୱିତୀୟ କମଳାଟି ଉପଭୋଗ କଲେ ପ୍ରାନ୍ତୀୟ ଉପଯୋଗିତା 12 ଏକକ ହେଲାବେଳେ ମୋଟ ଉପଯୋଗିତା 27 ଏକକ ହୁଏ (15+12) । ଏହିପରି ଭାବରେ ଉପଭୋକ୍ତା କ୍ରମାନ୍ୱୟରେ କମଳାର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରି ଚାଲିଲେ ପ୍ରାନ୍ତୀୟ ଉପଯୋଗିତା କ୍ରମାଗତ ଭାବରେ ହ୍ରାସ ପାଏ ।

ମାତ୍ର ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଇ ଚାଲେ । ଉପଭୋକ୍ତା 6 ଟି କମଳା ଉପଭୋଗ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରେ । ଏହି ସମୟରେ ଦ୍ରବ୍ୟର ଷଷ୍ଠ ଏକକରୁ ମିଳୁଥିବା ସୀମାନ୍ତ ଉପଯୋଗିତା ‘0’ ହୁଏ ଓ ଏ କ୍ଷେତ୍ରରେ ମୋଟ ଉପଯୋଗିତା ସର୍ବାଧ‌ିକ ଅଟେ । ଉପଭୋକ୍ତା ସପ୍ତମ କମଳା ଉପଭୋଗ କଲେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୋଇଥାଏ (–3) ଓ ମୋଟ ଉପଯୋଗିତା ହ୍ରାସ ପାଇଥାଏ ।

ଏହି ସାରଣୀରୁ ପ୍ରତିପାଦିତ ହୁଏ ଯେ ପ୍ରାଥମିକ ଅବସ୍ଥାରେ ଉପଭୋକ୍ତାଙ୍କ ଅଭାବର ତୀବ୍ରତା ଅତ୍ୟଧିକ ରହିଥାଏ । ତେଣୁ ଏ ଅବସ୍ଥାରେ ପ୍ରଥମ କମଳାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସର୍ବାଧ‌ିକ ଅଟେ । ପରବର୍ତ୍ତୀ ପର୍ଯ୍ୟାୟରେ ତୀବ୍ରତା ହ୍ରାସ ପାଏ, ତେଣୁ ପ୍ରାନ୍ତୀୟ ଉପଯୋଗିତା ହ୍ରାସ ପାଇଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତିରିକ୍ତ ଏକକର ଉପଭୋଗ ଫଳରେ କେବଳ ପ୍ରାନ୍ତୀୟ ଉପଯୋଗିତା ହିଁ ହ୍ରାସ ପାଇଥାଏ, ମୋଟ ଉପଯୋଗିତା ନୁହେଁ । ପୂର୍ଣ୍ଣ ପରିତୃପ୍ତି ପର୍ଯ୍ୟନ୍ତ (ଷଷ୍ଠ ଏକକ ପର୍ଯ୍ୟନ୍ତ) ମୋଟ ଉପଯୋଗିତା କ୍ରମ ହ୍ରାସମାନ ହାରରେ ବୃଦ୍ଧି ପାଏ ।

ବୈଖ୍ୟକ ଉପସ୍ଥାପନା – ଏହି ସୂତ୍ରକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ OX – ଅକ୍ଷରେ କମଳାର ଏକକ ଓ ଠY – ଅକ୍ଷରେ ସୀମାନ୍ତ ଉପଯୋଗିତା ପରିମାପ କରାଯାଇଛି । ଏଥ‌ିରେ ଦର୍ଶାଯାଇଛି ଯେ କମଳା ଏକକର ବୃଦ୍ଧି ସଙ୍ଗେ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଉଛି । MN ରେଖାଟି ସୀମାନ୍ତ ଉପଯୋଗିତା ବକ୍ର ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଅଛି । ଏହା ଷଷ୍ଠ ଏକକ ଉପଭୋଗ ସମୟରେ OX ଅକ୍ଷକୁ ସ୍ପର୍ଶ କରୁଛି ଯେଉଁଠି ପ୍ରାନ୍ତୀୟ ଉପଯୋଗିତା ‘ଶୂନ୍ୟ’ ହୋଇଛି ଏବଂ ସପ୍ତମ ଏକକରେ ଏହା ଋଣାତ୍ମକ ଉପଯୋଗିତା ଦର୍ଶାଇଛି ।

ସର୍ଭାବଳୀ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନେକ ସର୍ଭ ଉପରେ ପର୍ଯ୍ୟବସିତ । ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣଭାବେ ନିମ୍ନଲିଖୂତ ସର୍ଭ ଉପରେ ନିର୍ଭରଶୀଳ ।

  • ଅପରିବର୍ତ୍ତିତ ରୁଚି, ରୀତି, ଆୟ, ଅଭ୍ୟାସ – କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର କାର୍ଯ୍ୟ କଲାବେଳେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଅନ୍ୟଥା ସୂତ୍ରର କାର୍ଯ୍ୟକାରିତାରେ ବ୍ୟତିକ୍ରମ ସୃଷ୍ଟି ହେବ ।
  • ସମଜାତୀୟ ଏକକ ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଆବଶ୍ୟକ । ଏକକଗୁଡ଼ିକର ଆକାର, ଗଠନ ଓ ଉତ୍କର୍ଷତା ସମାନ ହେବା ଉଚିତ । ଏଥିରେ ବ୍ୟତିକ୍ରମ ହେଲେ ସୂତ୍ରଟି କାର୍ଯ୍ୟକାରୀ ହୁଏ ନାହିଁ । ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା
  • ଉପଯୁକ୍ତ ଏକକ – ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା ଆବଶ୍ୟକ ।
  • ସମୟର ବ୍ୟବଧାନ କ୍ରମହ୍ରାସମାନ ସୂତ୍ରର କାର୍ଯ୍ୟକାରିତା ପାଇଁ ଉପଭୋଗ ଧାରାବାହିକ ହେବା ଉଚିତ । ଅର୍ଥାତ୍ ଏକାଧ୍ଵକବାର ଉପଭୋଗ ସମୟରେ ସମୟର ବ୍ୟବଧାନ ରହିବା ଉଚିତ ନୁହେଁ ।
  • ମାନସିକ ଅବସ୍ଥା – ଉପଭୋକ୍ତାଙ୍କ ମାନସିକ ଅବସ୍ଥା ଅପରିବର୍ତ୍ତନୀୟ ରହିବା ଉଚିତ, ଅର୍ଥାତ୍ ଉପଭୋକ୍ତାଙ୍କ ଆଚରଣ ଯୁକ୍ତିସଙ୍ଗତ ହେବା ଉଚିତ ।

ସୂତ୍ରର ସୀମାବଦ୍ଧତା :

  • କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅନୁଧ୍ୟାନ କଲେ ଜଣାଯାଏ ଯେ ଉପଯୋଗିତାକୁ ବସ୍ତୁନିଷ୍ଠଭାବେ ପରିମାପ କରାଯାଏ । ମାତ୍ର ଉପଯୋଗିତା ବ୍ୟକ୍ତିପୂରକ ହୋଇଥିବାରୁ ଏହାକୁ ପରିମାଣାତ୍ମକ ପରିମାପରେ ପ୍ରକାଶ କରିବା ସମ୍ଭବପର ନୁହେଁ ।
  • ସୂତ୍ରଟିର ପ୍ରୟୋଗାତ୍ମକ ଭାବଧାରାରେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସ ଅପରିବର୍ତ୍ତନୀୟ ବୋଲି ଗ୍ରହଣ କରାଯାଇଥାଏ ଯାହା ବାସ୍ତବରେ ଦୃତ ପରିବର୍ତ୍ତନଶୀଳ ।
  • କୌଣସି ଦ୍ରବ୍ୟର ଉପଯୋଗିତା କେବଳ ତାହାର ଯୋଗାଣ ଉପରେ ନିର୍ଭରଶୀଳ ନୁହେଁ ବରଂ ତାହାର ପରିପୂରକ ଦ୍ରବ୍ୟ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ ମଧ୍ୟ ନିର୍ଭରଶୀଳ । ମାତ୍ର ସୂତ୍ରର ଆଲୋଚନାରେ ପରିପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ କୌଣସି ଗୁରୁତ୍ଵ ଦିଆଯାଇନାହିଁ ।
  • ଅନେକ ସମୟରେ ଗୋଟିଏ ଦ୍ରବ୍ୟ ପାଇଁ ଆଗ୍ରହ ଉପଭୋକ୍ତାଙ୍କ ଭାବପ୍ରବଣତା ଓ ବାହ୍ୟପ୍ରଭାବଦ୍ଵାରା ପ୍ରଭାବିତ ହୋଇଥାଏ । ଏ କ୍ଷେତ୍ରର ସୂତ୍ରଟି କାର୍ଯ୍ୟକାରୀ ହୁଏନାହିଁ ।
  • ଉପଭୋକ୍ତା ଅସ୍ଵାଭାବିକ ଓ ଅବିବେକୀ ହୋଇଥିଲେ ସୂତ୍ରଟି ନିଜର ଗୁରୁତ୍ଵ ହରାଇଥାଏ; ଯଥା – କୃପଣ, ମଦ୍ୟପ, ପାଗଳଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ ।
  • ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ; ଯଥା – ବିରଳ ମୁଦ୍ରା, ଷ୍ଟାମ୍ପ, ବିରଳ ଛବି ସଂଗ୍ରହ କ୍ଷେତ୍ରରେ ଏହି ସୂତ୍ର କାର୍ଯ୍ୟ କରେନାହିଁ । ଉପରୋକ୍ତ ସୀମାବଦ୍ଧତା ସତ୍ତ୍ବେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଏକ ତଥା ସର୍ବଜନାଦୃତ ସୂତ୍ର । ଏହାର ଅର୍ଥନୀତିରେ ବ୍ୟାପକ ବ୍ୟାବହାରିକ ପ୍ରୟୋଗ ରହିଛି ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

3. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତା ଉଲ୍ଲେଖ କର ।
Answer:
ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ତାହା ଏହି ସୂତ୍ର ବିଶ୍ଳେଷଣ କରିଛି । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ୍ଵ ପରିତୃପ୍ତି ନାମରେ ମଧ୍ୟ ପରିଚିତ । ମନୋନୀତ ଅଭାବଗୁଡ଼ିକର ପରିପୂରଣ ନିମନ୍ତେ ସେ ନିଜର ସୀମିତ ଆୟକୁ ଯେଉଁ ନିୟମ ଅନୁସାରେ ଆବଣ୍ଟନ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରନ୍ତି ତାହାକୁ ସମସୀମାନ୍ତ ଉପଯୋଗିତା ସୂତ୍ର କୁହାଯାଏ ।

ବିଶିଷ୍ଟ ନବ୍ୟ-ସଂସ୍ଥାପକ ଅର୍ଥଶାସ୍ତ୍ରୀ ପ୍ରଫେସର ଆଲଫ୍ରେଡ୍‌ ମାର୍ଶାଲ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି- ‘ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାର ଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।’’ ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ବାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ସୂତ୍ରର ବ୍ୟାଖ୍ୟା :

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ଗୋଟିଏ ଉଦାହରଣ ମାଧ୍ୟମରେ ଉପସ୍ଥାପନ କଲେ ତାହା ଅଧ୍ଵ ସରଳ ଓ ବୋଧଗମ୍ୟ ହେବ । ଆମେ ଜାଣିଛୁ ଯେ, ଦର ସୀମାନ୍ତ ଉପଯୋଗିତାର ପ୍ରତିଫଳନ କରିଥାଏ । ଅତଏବ ଗୋଟିଏ ଦ୍ରବ୍ୟରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତାକୁ ଉକ୍ତ ଦ୍ରବ୍ୟର ଦରରେ ବିଭକ୍ତ କଲେ ଆମକୁ ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ଠିକ୍ ସେହିଭଳି ଅନ୍ୟ ଦ୍ରବ୍ୟର ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ଜାଣିବା ସହଜ ହୋଇଥାଏ । ବିଭିନ୍ନ ଦ୍ରବ୍ୟରେ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେଲେ ଉପଭୋକ୍ତାଙ୍କୁ ସର୍ବାଧ‌ିକ ପରିତୃପ୍ତି ମିଳିଥାଏ । ଏହି ସୂତ୍ରଟିକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium 2
ମନେକର ଜଣେ ଉପଭୋକ୍ତା ବଜାରରୁ ଆଳୁ ଓ ପିଆଜ, ଏହିଭଳି ଦୁଇଟି ଦ୍ରବ୍ୟ କିଣିବା ପାଇଁ ଆଗ୍ରହୀ । ବଜାରରେ ଆଳୁର ଦର Kg ପ୍ରତି 5 ଟଙ୍କା ହୋଇଥିବାବେଳେ ପିଆଜର ଦର କି.ଗ୍ରା. ପ୍ରତି 10 ଟଙ୍କା ଅଟେ । ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାକୁ ପ୍ରତିଫଳନ କରୁଥିବାରୁ ଏଠାରେ ଏକ Kg ପିଆଜର ସୀମାନ୍ତ ଉପଯୋଗିତା ଏକ Kg ଆଳୁର ସୀମାନ୍ତ ଉପଯୋଗିତାର ଦୁଇଗୁଣ ହେବ ।

ପିଆଜର ଦର ଆଳୁ ଦରର ଦୁଇଗୁଣ ହୋଇଥିବାରୁ ଉଭୟଙ୍କଠାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ଯଥାକ୍ରମେ ସେମାନଙ୍କ Kg ପ୍ରତି ଦରରେ ଭାଗକଲେ ଉଭୟରେ ବ୍ୟୟିତ ଏକ ଟଙ୍କାର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହେବ ଏବଂ ଉଭୟେ ପରସ୍ପର ସମାନ ହେବେ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ନିମ୍ନ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ (Kg ରେ) ପିଆଜରେ ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତା
1 12 10
2 10 8
3 8 6
4 6 4
5 4 2
6 2 0
7 0 -2
8 -2 -4

ଆଲୋଚନାକୁ ସରଳ କରିବା ପାଇଁ ଆମେ ପିଆଜର ଦର Kg ପ୍ରତି ଏକ ଟଙ୍କା ଓ ଆଳୁର ଦର Kg ପ୍ରତି ଏକ ଟଙ୍କା ଧରିନେବା । ମନେକରାଯାଉ ଜଣେ ଉପଭୋକ୍ତାଙ୍କ ପାଖରେ 9 ଟଙ୍କା ଅଛି ଏବଂ ସେ ଉକ୍ତ ଅର୍ଥକୁ ଉଭୟ ଦ୍ରବ୍ୟ କ୍ରୟ କରିବା ପାଇଁ ଆବଣ୍ଟନ କରିବେ । ଧରାଯାଉ ଯଦି ଖାଉଟି ପିଆଜରୁ 4 Kg ଆଳୁରୁ 6 Kg କ୍ରୟ କରିବାକୁ ମନସ୍ଥ କରନ୍ତି ତେବେ ପିଆଜର ଚତୁର୍ଥ Kgରୁ ସେ ସୀମାନ୍ତ ଉପଯୋଗିତା 6 ଏକକ ପାଇଲା କେବଳ ଆଳୁର ପଞ୍ଚମ Kgରୁ ସୀମାନ୍ତ ଉପଯୋଗିତା 2 ଏକକ ପାଇବେ ।

ଯେହେତୁ ପିଆଜର ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତାଠାରୁ ଅଧିକ ଉପଭୋକ୍ତା ପିଆଜରୁ ଅଧୂକ ଓ ଆଳୁରୁ କମ୍ ପରିମାଣ କ୍ରୟ କରିବେ । ଯଦି ସେ ଏକ Kg ଆଳୁ ବଦଳରେ ଏକ Kg ପିଆଜ କିଣନ୍ତି ତେବେ ପିଆଜର ପଞ୍ଚମ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଏବଂ ଆଳୁର ଚତୁର୍ଥ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଲାଭ କରିବେ । ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଫଳରେ ସେ ତାଙ୍କର ସୀମିତ ଆୟ ₹9 ଟଙ୍କାରୁ ସର୍ବାଧ‌ିକ ଉପଯୋଗିତା ପାଇପାରିବେ ।

ପାଞ୍ଚ Kg ପିଆଜରୁ ମୋଟ ଉପଯୋଗିତା 12 + 10 + 8 + 6 + 4 = 40 ଏବଂ ଚାରି Kg ଆଳୁରୁ ମୋଟ ଉପଯୋଗିତା 10 + 8 + 6 + 4 = 28 ଏହିଭଳି ଭାବରେ ଖାଉଟିଙ୍କୁ ସର୍ବମୋଟ ଉପଯୋଗିତା 40 + 28 = 68 ଏକକ ମିଳିବ ଏବଂ ଏହା ହିଁ ସର୍ବାଧ୍ଵ । ଅନ୍ୟ କୌଣସି ସଂଯୋଗରୁ ଉପରୋକ୍ତ ସଂଯୋଗ (ପାଞ୍ଚ Kg ପିଆଜ ଓ ଚାରି
CHSE Odisha Class 12 Economics Chapter 4 Short & Long Answer Questions in Odia Medium 3
Kg ଆଳୁ) ଅପେକ୍ଷା କମ୍ ଉପଯୋଗିତା ମିଳିବ । ପ୍ରତିସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ସର୍ବାଧ‌ିକ ଉପଯୋଗିତା ଲାଭ କରାଯାଇଥିବାରୁ ଏହି ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟି ନିମ୍ନ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।

ଚିତ୍ର ‘କ’ରେ ପିଆଜର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଥିବାବେଳେ ଚିତ୍ର ‘ଖ’ରେ ଆଳୁର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଛି । ଆଲୋଚନାକୁ ସରଳ କରିବା ପାଇଁ ପ୍ରତ୍ୟେକ ଦ୍ରବ୍ୟର କେଜି ପ୍ରତି ଦର ଏକ ଟଙ୍କା ଧରି ନିଆଯାଉ । ପ୍ରତ୍ୟେକ ଦ୍ରବ୍ୟର ଉପଭୋଗ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତାର ବଶବର୍ତ୍ତୀ ହୋଇଥିବା କଥା ଚିତ୍ରରେ ପ୍ରଦର୍ଶିତ ହୋଇଅଛି । ଫଳସ୍ଵରୂପ ପିଆଜର ସୀମାନ୍ତ ଉପଯୋଗିତା ରେଖା MU ଏବଂ ଆଳୁର ସୀମାନ୍ତ ଉପଯୋଗିତା ରେଖା M1 U1 ଡାହାଣକୁ ନିମ୍ନାଭିମୁଖୀ ହୋଇଅଛି ।

ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ KE = J1D1 । ଅର୍ଥାତ୍ ପିଆଜରେ ପଞ୍ଚମ ଏକକ ଓ ଆଳୁରେ ଚତୁର୍ଥ ଏକକ ମୁଦ୍ରା ବ୍ୟୟକରି ଉପଭୋକ୍ତା ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ସମାନ କରୁଛନ୍ତି ଯଦ୍ବାରା ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରୁଛନ୍ତି । ଅନ୍ୟ କୌଣସି ସଂଯୋଗରେ ଖାଉଟିଙ୍କ ଆୟକୁ ଆବଣ୍ଟନ କଲେ ତାହା ସର୍ବାଧ‌ିକ ପରିତୃପ୍ତି ଆଣିପାରିବ ନାହିଁ ।

ମନେରଖ ଖାଉଟି ପିଆଜରେ ₹4 ଟଙ୍କା ଓ ଆଳୁରେ ₹5 ଟଙ୍କା ବ୍ୟୟ କଲେ ସେ କ୍ଷେତ୍ରରେ ପିଆଜରେ JKED ଉପଯୋଗିତା ହ୍ରାସ ହେବ ଏବଂ ଆଳୁରେ J, K, E, D ଉପଯୋଗିତା ଲାଭ ହେବ । ଯେହେତୁ ଛାୟା ଚିହ୍ନିତ JKEDର କ୍ଷେତ୍ରଫଳ JKED ଠାରୁ ଅଧିକ । ଏହି ନୂତନ ଦ୍ରବ୍ୟର ପରିମାଣ ସଂଯୋଗ ସର୍ବାଧ‌ିକ ପରିତୃପ୍ତି ଦେଇପାରିବ ନାହିଁ ।

ସର୍ଭାବଳୀ :

  • ଖାଉଟି ସାଧାରଣଭାବେ ବିଚାରବନ୍ତ, ବିବେକୀ ହେବା ଉଚିତ୍ ।
  • ଉପଭୋଗ ପ୍ରକ୍ରିୟାରେ ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଅପରିବର୍ତ୍ତନୀୟ ହେବା ଉଚିତ୍‌ । 
  • ଉପଯୋଗିତା ବ୍ୟକ୍ତିପୂରକ ହେଲେ ହେଁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ।
  • ଖାଉଟିଙ୍କ ଆୟ, ରୁଚି ଓ ଅଭ୍ୟାସ ଅପରିବର୍ତ୍ତନୀୟ ହେବା ଉଚିତ୍ ।
  • ଅନ୍ୟାନ୍ୟ ଦ୍ରବ୍ୟ; ଯଥା- ପ୍ରତିସ୍ଥାପକ ଓ ପରିପୂରକ ଦ୍ରବ୍ୟର ଦାମ ସ୍ଥିର ହେବା ଉଚିତ୍ ।

ସୀମାବଦ୍ଧତା:

  • ଏହି ସୂତ୍ର ଖାଉଟିଙ୍କୁ ସଚେତନଶୀଳ ବିଚାରବନ୍ତ ବୋଲି ବିବେଚନା କରିଥାଏ । ଖାଉଟି ସର୍ବଦା ଦ୍ରବ୍ୟଗୁଡ଼ିକରୁ ମିଳୁଥିବା ସୀମାନ୍ତ ଉପଯୋଗିତାକୁ ତୁଳନା କରିବାକୁ ସକ୍ଷମ ହୋଇଥାଏ । ମାତ୍ର ଖାଉଟି ଆଚରଣ ନିଜର ଭାବପ୍ରବଣତା ସାମାଜିକ ପରମ୍ପରା, ପ୍ରବୃତ୍ତି, ଅଭ୍ୟାସ, ରୁଚିଦ୍ୱାରା ବିଶେଷଭାବେ ପ୍ରଭାବିତ ହେଉଥ‌ିବାରୁ ଦ୍ରବ୍ୟଗୁଡ଼ିକର ନିର୍ଦ୍ଦିଷ୍ଟ ଉପଯୋଗିତା କଳନା କରିବା ଅସମ୍ଭବ ମନେହୁଏ । ତେଣୁ ଖାଉଟି ଦ୍ରବ୍ୟ କ୍ରୟ ସମୟରେ ଦ୍ରବ୍ୟଗୁଡ଼ିକର ଉପଯୋଗିତାର ତୁଳନାତ୍ମକ ବିବରଣୀ ପ୍ରଦାନ କରିବା ବାସ୍ତବ କ୍ଷେତ୍ରରେ ଅସମ୍ଭବ ମନେହୁଏ । 
  • ଦ୍ରବ୍ୟଗୁଡ଼ିକ ଅବିଭାଜ୍ୟ ହେଲେ ସୀମାନ୍ତ ଉପଯୋଗିତାର ସମୀକରଣ ପ୍ରକ୍ରିୟା ସମ୍ଭବ ହୁଏନାହିଁ । 
  • ଉପଯୋଗିତା ବ୍ୟକ୍ତିପୂରକ ତଥା ମାନସିକ ଅଭିଧାରଣ ହୋଇଥିବାରୁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ନୁହେଁ ।
  • ଅବାଧଲବ୍‌ଧ ଦ୍ରବ୍ୟ କ୍ଷେତ୍ରରେ ଏହି ସୂତ୍ରର ବ୍ୟାବହାରିକ ଗୁରୁତ୍ୱ ଉପଲବ୍‌ଧ ହୁଏନାହିଁ । ସମସୀମାନ୍ତ ସହ ଉପଯୋଗିତା ସୂତ୍ରର ସୀମାବଦ୍ଧତା ସତ୍ତ୍ଵେ ଏହି ସୂତ୍ରର ବ୍ୟାପକ ପ୍ରୟୋଗ ଉପଲବ୍‌ଧ ହୋଇଥାଏ । ଉପଭୋଗ ବ୍ୟତୀତ ଉତ୍ପାଦନ, ବଣ୍ଟନ, ରାଷ୍ଟ୍ରବିତ୍ତ କ୍ଷେତ୍ରରେ ସୂତ୍ରଟି ବହୁଳଭାବେ ପ୍ରଯୁଜ୍ୟ ।

Leave a Comment