CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।

Leave a Comment