Odisha State Board CHSE Odisha Class 12 Psychology Solutions Unit 2 ମନୋ-ସାମାଜିକ ଚାପ & ଭୌତିକ ପରିବେଶ ଓ ବ୍ୟବହାର Questions and Answers.
CHSE Odisha 12th Class Psychology Unit 2 Questions and Answers in Odia Medium
ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।
୧। ଯେଉଁ ପରିବେଶରେ ଜଳବାୟୁ, ଉତ୍ତାପ ଏବଂ ବୃଷ୍ଟିପାତ ଅନ୍ତର୍ଭୁକ୍ତ, ସେହିଟି କେଉଁ ପରିବେଶ ଅଟେ ?
(କ) ଭୌତିକ
(ଖ) ଜୈବିକ
(ଗ) ମନୁଷ୍ୟ – କୃତ
(ଘ) ସାଂସ୍କୃତିକ
Answer:
(କ) ଭୌତିକ
୨। ସ୍ଥାନ ଓ କାଳରେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନୁଷ୍ୟକୁ ଘେରି ରହିଥିବା ସାମଗ୍ରିକ ଅବସ୍ଥାକୁ କ’ଣ କୁହାଯାଏ ?
(କ) ପରିବେଶ
(ଖ) ବାୟୁମଣ୍ତଳ
(ଗ) ବାରିମଣ୍ତଳ
(ଘ) ଅଶ୍ଗମଣ୍ତଳ
Answer:
(କ) ପରିବେଶ
୩। ଧାନଚାଷ କେଉଁ ଗ୍ୟାସ ସୃଷ୍ଟିରେ ସହାୟକ ହୋଇଥାଏ ?
(କ) ମିଥେନ୍
(ଖ) କ୍ଲୋରୋଫ୍ଲୋରା କାର୍ବନ
(ଗ) ଯବକ୍ଷ।ରଜାନ
(ଘ) ଅଙ୍ଗ।ରକାମ୍ଳ
Answer:
(କ) ମିଥେନ୍
୪। ଶୀତଳୀକରଣ ନିମନ୍ତେ ରେଫ୍ରିଜରେଟରରେ କେଉଁ ଗ୍ୟାସ ବ୍ୟବହାର କରାଯାଏ ?
(କ) ମିଥେନ୍
(ଖ) ଅମ୍ଳଜାନ
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(ଗ) କ୍ଲୋରୋଫ୍ଲୋରୋ କାର୍ବନ
୫। ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ କେଉଁ ପରିବେଶ ସୃଷ୍ଟି ହୋଇଅଛି ?
(କ) ପ୍ରାକୃତିକ
(ଖ) ମନୁଷ୍ୟକୃତ
(ଗ) ଭୌତିକ
(ଘ) ଜୈବିକ
Answer:
(କ) ପ୍ରାକୃତିକ
୬। ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ, ତାକୁ କ’ଣ କୁହାଯାଏ ?
(କ) ପ୍ରାକୃତିକ ପରିବେଶ
(ଖ) ଭୌତିକ ପରିବେଶ
(ଗ) ମନୁଷ୍ୟ-କୃତ ପରିବେଶ
(ଘ) ଜୈବିକ ପରିବେଶ
Answer:
(ଗ) ମନୁଷ୍ୟ-କୃତ ପରିବେଶ
୭। ସଜୀବ ଉପାଦାନମାନଙ୍କୁ ନେଇ କେଉଁ ପରିବେଶ ଗଠିତ ହୋଇଥାଏ ?
(କ) ଜୈବିକ
(ଖ) ସାଂସ୍କୃତିକ
(ଗ) ସାମାଜିକ
(ଘ) ଭୌତିକ
Answer:
(କ) ଜୈବିକ
୮। କୋଇଲା, ତୈଳ ଦହନ ଓ ସାରର ବ୍ୟବହାରରୁ କେଉଁ ଗ୍ୟାସ ବାହାରିଥାଏ ?
(କ) ମିଥେନ୍
(ଖ) ନାଇଟ୍ରୋସ୍ ଅକ୍ସାଇଡ୍
(ଗ) ଅଙ୍ଗ।ରକାମ୍ଳ
(ଘ) କ୍ଲୋରୋଫ୍ଲୋରୋ କାର୍ବନ
Answer:
(ଖ) ନାଇଟ୍ରୋସ୍ ଅକ୍ସାଇଡ୍
୯। ଆପାତତଃ କେତେ ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ ?
(କ) ୧୦୦ dB
(ଖ) ୮୦ dB
(ଗ) ୧୧୦ dB
(ଘ) ୮୫ dB
Answer:
(କ) ୧୦୦ dB
୧୦। ୧୮୧୦ ଦଶକରେ ସର୍ବପ୍ରଥମେ କିଏ ଉତ୍ତପ୍ତ ଦୀପ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଥିଲେ ?
(ଗ) ଲିୱିନ୍
(ଖ) ଲ୍ୟୁକ୍ ହୋୱାର୍ଡ଼
(ଗ) ଲିୱିନ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲ୍ୟୁକ୍ ହେୱାର୍ଡ଼
ଶୂନ୍ୟସ୍ଥାନ ପୂରଣ କର
ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟର ବ୍ୟବହାର ଓ ତା’ର ପାରିପାର୍ଶ୍ବକ ଅବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ _________________ ମନୋବିଜ୍ଞ।ନ ଅଧ୍ୟୟନ କରେ ।
(କ) ଶିକ୍ଷା
(ଖ) ପରିବେଶ
(ଗ) ପରାମର୍ଶ
(ଘ) ଅସ୍ଵାଭାବିକ
Answer:
(ଖ) ପରିବେଶ
୨। ନିର୍ଜୀବ ଉପାଦାନମାନଙ୍କୁ ନେଇ ___________________ ପରିବେଶ ଗଠିତ ହୋଇଥାଏ ।
(କ) ଜୈବିକ
(ଖ) ଭୌତିକ
(ଗ) ସାମାଜିକ
(ଘ) ସାଂସ୍କୃତିକ
Answer:
(ଖ) ଭୌତିକ
୩। __________________ ପରିବେଶ ଅନ୍ତର୍ଗତ ମାନଦଣ୍ଡ, ରୀତିନୀତି ତଥା ସାମାଜିକୀକରଣ ଇତ୍ୟାଦି ଆସିଥାଏ ।
(କ) ଜୈବିକ
(ଖ) ପ୍ରାକୃତିକ
(ଗ) ସାମାଜିକ-ସାଂସ୍କୃତିକ
(ଘ) ଭୌତିକ
Answer:
(ଗ) ସାମାଜିକ-ସାଂସ୍କୃତିକ
୪। ମନୁଷ୍ୟ ଓ ତା’ର ମାନସିକ ପରିବେଶର ସଂପର୍କକୁ _______________ ‘ଜୀବନ କ୍ଷେତ୍ର’ ଭାବରେ ନାମିତ କରିଛନ୍ତି ।
(କ) ୱାଟସନ୍
(ଖ) ଲିୱିନ୍
(ଗ) ଉଣ୍ଡଟ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲିୱିନ୍
୫। ପ୍ରତିମାନ ଓ ରୀତିନୀତି ______________________ ପରିବେଶର ଅନ୍ତର୍ଗତ ହୋଇଥାଏ ।
(କ) ସାମାଜିକ
(ଖ) ଭୌତିକ
(ଗ) ଜୈବିକ
(ଘ) ପ୍ର।କୃତିକ
Answer:
(କ) ସାମାଜିକ
୬। ଶକ୍ତି ଉତ୍ପାଦନ କେନ୍ଦ୍ରରୁ ___________________ ଗ୍ୟାସ ନିର୍ଗତ ହୋଇଥାଏ ।
(କ) ସଲଫର୍ ଡାଇଅକ୍ସାଇଡ୍
(ଖ) ଅମ୍ଳଜାନ
(ଗ) ଲିକୁଇଡ଼
(ଘ) ମିଥେନ୍
Answer:
(କ) ସଲ୍ଫର୍ ଡାଇଅକ୍ସାଇଡ୍
୭। ________________ ପ୍ରଦୂଷଣ କାରଣରୁ ମନଯୋଗ କମ୍ ହୋଇଥାଏ ।
(କ) ବାୟୁ
(ଖ) ଜଳ
(ଗ) ଶବ୍ଦ
(ଘ) ପ୍ର।କୃତିକ ବିପର୍ଯ୍ୟୟ
Answer:
(ଗ) ଶବ୍ଦ
୮। ଶବ୍ଦ ପରିମାଣ ଏକକୁ __________________ କୁହାଯାଏ ।
(କ) ଡ଼େସିବଲ୍
(ଖ) ଲିଟର
(ଗ) ମିଟର
(ଘ) ଡ଼େସିମିଟର
Answer:
(କ) ଡ଼େସିବଲ୍
୯। ପ୍ର।ୟତଃ ___________________ dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ ।
(କ) ୧୦୦ dB
(ଖ) ୮୫ dB
(ଗ) ୧୪୫ dB
(ଘ) ୯୫ dB
Answer:
(ଖ) ୮୫ dB
୧୦। ଏଆର କଣ୍ଡିସନର୍ରେ ________________ ଗ୍ୟାସ ବ୍ୟବହୃତ ହୋଇଥାଏ ।
(କ) ମିଥେନ
(ଖ) କ୍ଲୋରୋଫ୍ଲୋରୋ
(ଗ) ଅଙ୍ଗାରକାମ୍ଳ
(ଘ) ନାଇଟ୍ରସ ଅକ୍ୱ।ଇଡ଼
Answer:
(ଖ) କ୍ଲୋରୋଫ୍ଲୋରୋ
୧୧। ମୃତ ପ୍ରାଣୀର ଅବଶେଷରୁ ସୃଷ୍ଟ କୋଇଲା, ପ୍ରାକୃତିକ ଗ୍ୟାସ ଓ ତୈଳର ଦହନ ଏବଂ ଜଙ୍ଗଲ ପୋଡ଼ିରୁ __________________ ବାଷ୍ପ ବାହାରିଥାଏ ।
(କ) ଅଙ୍ଗାରକାମ୍ଳ
(ଖ) ମିଥେନ୍
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) ଅଙ୍ଗାରକାମ୍ଳ
୧୨।__________________ମସ୍ତିଷ୍କ ଏବଂ ହୃଦୟକୁ ଅଧିକ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିବାରେ ବାଧା ପହଞ୍ଚାଏ ।
(କ) କାର୍ବନ ମନୋକ୍ସାଇଡ଼
(ଖ) ଶବ୍ଦ
(ଗ) ଜଳ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) କାର୍ବନ ମନୋକ୍ସାଇଡ୍
ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।
Question ୧।
ପରିବେଶ ମନୁଷ୍ୟର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।
Answer:
ଠିକ୍ ।
Question ୨।
ସବୁଜ ଉଭିଦମାନଙ୍କୁ ନେଇ ଭୌତିକ ପରିବେଶ ସୃଷ୍ଟି ହୋଇଥାଏ ।
Answer:
ଭୁଲ୍ ।
Question ୩।
ଜୈବିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଭାବେ ବିଭକ୍ତ କରାଯାଏ ।
Answer:
ଭୁଲ୍ ।
Question ୪।
ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।
Question ୫। ଧନାତ୍ମକ ସ୍କୁଳାଣୁର ବୃଦ୍ଧି ଘଟିଲେ ମନୁଷ୍ୟର କର୍ମକୁଶଳତା ବୃଦ୍ଧିପାଏ ।
Answer:
ଭୁଲ୍ ।
Question ୬।
ଶବ୍ଦ ତୀବ୍ରତା 140 dB ହୋଇଥିଲେ ମନୁଷ୍ୟ ସେ ଶବ୍ଦକୁ ଅତି କ୍ଷୀଣ ଭାବରେ ଶୁଣିପାରେ ।
Answer:
ଭୁଲ୍ ।
Question ୭।
ମିଥେନ୍ ଗ୍ୟାସ୍କୁ ସବୁଜ ଗୃହ ଗ୍ୟାସ ଭାବେ ବିବେଚନା କରାଯାଏ ।
Answer:
ଠିକ୍ ।
Question ୮।
ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷିତ ହୁଏ ।
Answer:
ଭୁଲ୍
Question ୯।
ମନୁଷ୍ୟର ବିନା ହସ୍ତକ୍ଷେପ ବା ବିନା ସାହାଯ୍ୟରେ ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାକୁ ପ୍ରାକୃତିକ ପରିବେଶ କୁହାଯାଏ ।
Answer:
ଠିକ୍ ।
Question ୧୦।
ଇତର ପୋଷାକ ନିଜର ପୃଷ୍ଟି ନିମନ୍ତେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଭିଦ ଓ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରନ୍ତି ।
Answer:
ଠିକ୍
Question ୧୧।
ଭୂମଣ୍ଡଳୀୟ ଉତ୍ତପ୍ତିକରଣ ସୂର୍ଯ୍ୟର ଉତ୍ତାପରେ ବୃଦ୍ଧି ହେତୁ ଘଟିଥାଏ ।
Answer:
ଭୁଲ୍ ।
Question ୧୨।
ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ସକରାତ୍ମକ ପ୍ରଭାବ ଥାଏ ।
Answer:
ଭୁଲ ।
Question ୧୩।
ଶବ୍ଦକୁ ଡେସିମିଟର ମାପକରେ ମପାଯାଏ ।
Answer:
ଭୁଲ ।
Question ୧୪।
100 dB ପରିମାଣର ଶବ୍ଦ ମୃତ୍ୟୁ ଘଟାଇଥାଏ ।
Answer:
ଭୁଲ୍ ।
Question ୧୫।
ମନୁଷ୍ୟର ଆଚରଣରେ ପରବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ।
Answer:
ଠିକ୍ ।
Question ୧୬।
ଜନଗହଳିର ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ ଅସ୍ବସ୍ତି ଓ ଶାରୀରିକ ଉତ୍ତେଜନା ସହିତ ସଂପୃକ୍ତ ।
Answer:
ଠିକ୍ ।
Question ୧୭।
କୋଳାହଳ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିନଥାଏ ।
Answer:
ଭୁଲ୍ ।
Question ୧୮।
ଅବାଞ୍ଛିତ ଓ ଶ୍ରୁତି କଟୁ ଶବ୍ଦକୁ କୋଳାହଳ କୁହାଯାଏ ।
Answer:
ଠିକ୍ ।
Question ୧୯।
ଭୌତିକ ପରିବେଶ ବିଭିନ୍ନ ନିର୍ଜୀବ ତତ୍ତ୍ଵଦ୍ୱାରା ଗଠିତ ହୋଇଥାଏ ।
Answer:
ଠିକ୍ ।
Question ୨୦।
ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।
Answer:
ଠିକ୍ ।
Question ୨୧।
ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିପାରେ ।
Answer:
ଠିକ୍ ।
Question ୨୨।
ପରମ୍ପରା, ପ୍ରଥା, ରାତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।
Question ୨୩।
ଜନଗହଳି ଓ ଅପରାଧ ମଧ୍ୟରେ ସକାରାତ୍ମକ ସମ୍ବନ୍ଧ ରହିଛି ।
Answer:
ଠିକ୍ ।
Question ୨୪।
ଭୂ-ମଣ୍ଡଳୀୟ ତାପବୃଦ୍ଧି ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗର ବିଶେଷ ପରିବର୍ତ୍ତନ ଘଟି ନଥାଏ ।
Answer:
ଭୁଲ୍ ।
ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ଭୌତିକ ପରିବେଶ କହିଲେ ତୁମେ କ’ଣ ବୁଝ ?
Answer:
ସ୍ଥାନ, ଭୂମି, ଜଳବାୟୁ, ପର୍ବତ ଓ ଖଣିଜ ପଦାର୍ଥ ଆଦି ନିର୍ଜୀବ ଉପାଦାନମାନଙ୍କୁ ନେଇ ଭୌତିକ ପରିବେଶ ଗଠିତ ହୋଇଥାଏ । ଏହି ଉପାଦାନଗୁଡ଼ିକ ନିଜେ ନିର୍ଜୀବ ଅଥଚ ସମଗ୍ର ସଜୀବ ଜଗତଙ୍କ ବଞ୍ଚିରହିବାରେ ଏମାନେ ସାହାଯ୍ୟ କରିଥାନ୍ତି । ଏଗୁଡିକ ପରିବେଶର ମୁଖ୍ୟ ଓ ମୂଳ ଉପାଦାନ କାରଣ ଏହି ଉପାଦାନମାନଙ୍କର ସନ୍ତୁଳନର ଅଭାବ ରହିଲେ ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । ଭୌତିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ପରି, ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । ଭୂଖଣ୍ଡର କଠିନ ସ୍ତରକୁ ଅଶ୍ମମଣ୍ଡଳ, ମହାସାଗର, ନଦୀ ଓ ଝରଣା ପ୍ରଭୃତି ଜଳଧାରାକୁ ବାରିମଣ୍ଡଳ ଏବଂ ଗ୍ୟାସ ମିଶ୍ରିତ ବାୟୁକୁ ବାୟୁମଣ୍ଡଳ କୁହାଯାଏ ।
Question ୨।
ପ୍ରାକୃତିକ ପରିବେଶ କାହାକୁ କୁହାଯାଏ ?
Answer:
ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ । ପ୍ରାକୃତିକ ପରିବେଶ ଏକ ସ୍ଵୟଂ ନିୟନ୍ତ୍ରିତ ପ୍ରକ୍ରିୟା । ଏହାର ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା :-
(i) ଭୌତିକ ପରିବେଶ
(ii) ଜୈବିକ ପରିବେଶ
ପ୍ରାକୃତିକ ପରିବେଶ ମନୁଷ୍ୟର ସ୍ଥିତି, ଅବସ୍ଥା ଓ ବିକାଶ ପାଇଁ ଅପରିହାର୍ଯ୍ୟ ।
Question ୩।
ଜୈବିକ ପରିବେଶ କାହାକୁ କୁହାଯାଏ ?
Answer:
ସମସ୍ତ ଉଭିଦ ଓ ପ୍ରାଣୀମାନଙ୍କ ସଦୃଶ ସଜୀବ ଉପାଦାନମାନଙ୍କୁ ନେଇ ଜୈବିକ ପରିବେଶ ଗଠିତ ହୋଇଥାଏ । ତେଣୁ ଜୈବିକ ପରିବେଶକୁ ପ୍ରାଣୀ ପରିବେଶ ଓ ଉଭିଦ ପରିବେଶ ଭାବରେ ବିଭାଜନ କରାଯାଇପାରେ । ଏମାନେ ପରସ୍ପର ଉପରେ ନିର୍ଭର କରି ବଞ୍ଚୁରୁହନ୍ତି । ପରିପୋଷଣ ଦୃଷ୍ଟିରୁ ଏହି ଜୈବିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା:- ସ୍ଵପୋଷକ ଓ ଉତ୍ତରପୋଷ । ଉଭିଦମାନେ ସ୍ଵପୋଷକ ଅଟନ୍ତି । କିନ୍ତୁ ମନୁଷ୍ୟସମେତ ବିଭିନ୍ନ ପ୍ରଣୀମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜୀବନଧାରଣ ନିମନ୍ତେ ଉତ୍ପାଦନକାରୀମାନଙ୍କ ଉପରେ ନିର୍ଭର କରନ୍ତି । ତେଣୁ ସେମାନଙ୍କୁ ଇତରପୋଷକ
Question ୪।
ପରିବେଶ ମନୋବିଜ୍ଞାନ କ’ଣ ?
Answer:
ମନୁଷ୍ୟର ସାମାଜିକ ବ୍ୟବହାରରେ ପରିବେଶର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ବ ଦୃଷ୍ଟିରୁ ମନୋବିଜ୍ଞାନର ଏକ ସ୍ଵତନ୍ତ୍ର ଶାଖା ମନୁଷ୍ୟ ପର୍ଯ୍ୟବରଣ ସଂପର୍କ ଉପରେ ସ୍ଵତନ୍ତ୍ର ଅନୁଧ୍ୟାନ ଓ ଗବେଷଣା ଜାରି ରଖୁଛି, ତାହାକୁ ପରିବେଶ ମନୋବିଜ୍ଞାନ କୁହାଯାଏ । ପ୍ରାକୃତିକ ତଥା ମନୁଷ୍ୟକୃତ ପରିବେଶ ଏବଂ ମନୁଷ୍ୟର ଆଚରଣତ ପ୍ରକ୍ରିୟା ମଧ୍ୟରେ ଦ୍ବିପାକ୍ଷିକ ଓ ପାରସ୍ପରିକ ସଂପର୍କ ଅଧ୍ୟୟନ କରିବା ପରିବେଶ ମନୋବିଜ୍ଞାନର ମୂଳ ସାକ୍ଷୀ ।
ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଛଅଗୋଟି ବାକ୍ୟରେ ଲେଖ ।
Question ୧।
ପ୍ରାକୃତିକ ପରିବେଶ ଓ ମନୁଷ୍ୟକୃତ ପରିବେଶ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer: ପ୍ରାକୃତିକ ପରିବେଶ
(i) ମନୁଷ୍ୟର ବିନା ହସ୍ତକ୍ଷେପର ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାହାକୁ ପ୍ରାକୃତିକ ପରିବେଶ କୁହାଯାଏ ।
(ii) ପ୍ରାକୃତିକ ପରିବେଶ ଏକ ସ୍ଵୟଂ- ନିୟନ୍ତ୍ରିତ ପ୍ରକ୍ରିୟା, ଯେଉଁଥିରେ ମୁଖ୍ୟତଃ ଦୁଇଟି ଉପାଦାନ ଥାଏ ଯଥା- ସଜୀବ ଓ ନିର୍ଜୀବ ।
(iii) ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପ୍ରାକୃତିକ ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା- (କ) ଭୌତିକ ପରିବେଶ (ଖ) ଜୈବିକ ପରିବେଶ ।
ମନୁଷ୍ୟକୃତ ପରିବେଶ
(i) ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ ।
(ii) ସାମାଜିକ ପରିବେଶ ମନୁଷ୍ୟକୃତ ପରିବେଶ ବୋଲି ବିଚାର କରାଯାଏ । ପରମ୍ପରା, ପ୍ରଥା, ରୀତିନୀତି,
(iii) ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ହିଁ ଗଠିତ ହୋଇଥାଏ ।
Question ୨।
ସବୁଜଗୃହ ପ୍ରଭାବ କହିଲେ କ’ଣ ବୁଝାଯାଏ ?
Answer:
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚ ଘର ନିର୍ମାଣ କରାଯାଏ । ଏହାକୁ ସବୁଜଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହ ମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୋଇଥାଏ ।
ଆମର ଧରାପୃଷ୍ଠ ସଦୃଶ ଏବଂ ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସ୍ପଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥବୀ ପୃଷ୍ଠରୁ ବିକିରଣ ହେଉଥିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣା କରିଥାନ୍ତି । ଏହାର ଫଳସ୍ଵରୂପ ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ “ସବୁଜ ଗୃହ ପ୍ରଭାବ” କୁହାଯାଏ ।
Question ୩।
ଭୂମଣ୍ଡଳୀୟ ତାପମାତ୍ରାରେ ବୃଦ୍ଧିର ପ୍ରଭାବ ଦର୍ଶାଅ |
Answer:
ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବ :-
(କ) Pittock ମତରେ ଭୂମଣ୍ଡଳର ହାରାହାରି ତାପମାତ୍ରାରେ ଅଳ୍ପ କିଛି ଡିଗ୍ରୀ ସେଲସିଅସ୍ ବୃଦ୍ଧି ଘଟିଲେ ଏହା ମାନବ ସମାଜ, କୃଷିକାର୍ଯ୍ୟ ଓ ଫସଲର ଘୋର କ୍ଷତି ଘଟାଇଥାଏ ।
(ଖ) ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳର ବିଶାଳ ତୁଷାରଖଣ୍ଡମାନ ତରଳି ସମୁଦ୍ରର ଜଳସ୍ତରରେ ବୃଦ୍ଧି ଘଟାଇବେ । ଫଳସ୍ଵରୂପ ଭୂଖଣ୍ଡର ଅନେକ ଉପକୂଳ ଅଞ୍ଚଳ ଓ ଦ୍ଵୀପ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବ ।
(ଗ) ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ । ବୈଜ୍ଞାନିକଙ୍କ ହିସାବରେ ଏହି ସବୁଜଗୃହ ପ୍ରଭାବ ଦ୍ଵାରା ବନ୍ୟା, ବାତ୍ୟା ଓ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟମାନ ବିଭୀଷିକା ସୃଷ୍ଟି କରି ପୃଥିବୀକୁ ଅସ୍ତବ୍ୟସ୍ତ କରିଦେବେ ।
Question ୪।
ମନୁଷ୍ୟ ଓ ପରିବେଶ ସଂପର୍କ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ପରିବେଶ ମନୁଷ୍ୟର ବ୍ୟବହାରକୁ ଏବଂ ମନୁଷ୍ୟର ବ୍ୟବହାର ପରିବେଶକୁ ବହୁଳଭାବରେ ପ୍ରଭାବିତ କରିଥାଏ । ମନସ୍ତତ୍ତ୍ବବିତ୍ରମାନଙ୍କ ମତରେ ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ । ପ୍ରଖ୍ୟାତ ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଅଧୁକ ଗୁରୁତ୍ବାରୋପ କରି ୱାଟସନ କହନ୍ତି ଶିଶୁର ପରିବେଶକୁ ନିୟନ୍ତ୍ରିତ କରି ଯେକୌଣସି ସାଧାରଣ ଶିଶୁକୁ ତାଲିମ୍ ଦେଇ ତାକୁ ଯେକୌଣସି କ୍ଷେତ୍ରରେ ବିଶେଷଜ୍ଞ କରିହେବ ଏବଂ ଶିଶୁଟି ସେହି କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଲାଭ କରିପାରିବ ।
ଅନ୍ୟପକ୍ଷରେ ମନୁଷ୍ୟର ବ୍ୟବହାର ମଧ୍ୟ ପରିବେଶର ଅବକ୍ଷୟରେ ଭାଗୀଦାର ହୋଇଥାଏ । ଜନସଂଖ୍ୟାର ବୃଦ୍ଧି, ଆଧୁନିକ ସଭ୍ୟତାର ଉତ୍କର୍ଷ ପାଇଁ ଔଦ୍ୟୋଗିକ କ୍ଷେତ୍ରର ବହୁଳ ପ୍ରତିଷ୍ଠା, ଯାନବାହନ ଚଳାଚଳାର ବ୍ୟାପକ ବୃଦ୍ଧି କରି ମାନବ ସମାଜ ପ୍ରାକୃତିକ ବିଭବକୁ ପ୍ରଚୁର ଭାବରେ ଲୁଣ୍ଠନ କରିଚାଲିଛି । ଶକ୍ତି ଉତ୍ସର ଦୁରୂପଯୋଗ, ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ବନ୍ୟ ସଂପଦର ଧ୍ୱଂସ, ଜଳ ସଂପଦର ଯଥେଚ୍ଛାଚାର ବ୍ୟବହାର, ଶବ୍ଦ ପ୍ରଦୂଷଣ, ଦୂଷିତ ଓ ବର୍ଜ୍ୟବସ୍ତୁର ଅବ୍ୟବସ୍ଥିତ ନିଷ୍କାସନ ମନୁଷ୍ୟ ଦ୍ଵାରା ହିଁ କରାଯାଇଥାଏ । ମନୁଷ୍ୟର ଏ ପ୍ରକାର ଆଚରଣ ପରିବେଶକୁ ନଷ୍ଟ କରେ ।
Question ୫।
ମନୁଷ୍ୟକୃତ ପରିବେଶ ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
ମନୁଷ୍ୟ ନିଜ ସୁଖ, ସ୍ଵାର୍ଥ ଓ ସୁବିଧା ପାଉଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ମନୁଷ୍ୟ ନିଜର ଅସ୍ତିତ୍ବ ଓ ନିରାପତ୍ତାକୁ ଅକ୍ଷୁଣ୍ଣ ରଖୁବା ନିମନ୍ତେ ସାମାଜିକ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ କ୍ରିୟାକଳାପରେ ସଂପୃକ୍ତ ହୋଇଥାଏ । ଫଳତଃ ସାମାଜିକ ପରିବେଶ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ ପରିବେଶକୁ ସେ ନିଜେ ସୃଷ୍ଟି କରିଥାଏ । ସାମାଜିକ ପରିବେଶକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ସାମାଜିକ ସଂପର୍କ ସ୍ଥାପନ, ବଂଧୁତ୍ଵ ପ୍ରତିଷ୍ଠା, ପରିବାର ଗଠନ, ସାମାଜିକ ଶୃଙ୍ଖଳା ନିମନ୍ତେ ବିଧ୍ଵବିଧାନ ପ୍ରଣୟନ, ସାମାଜିକ ମାନଦଣ୍ଡ ନିର୍ଦ୍ଧାରଣ ଇତ୍ୟାଦି ମନୁଷ୍ୟର ସାମାଜିକ ପରିବେଶର ଅନ୍ତର୍ଗତ ।
ପରମ୍ପରା, ପ୍ରଥା, ରୀତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ହୋଇଥିବାରୁ ସାମାଜିକ ପରିବେଶକୁ ସାଂସ୍କୃତିକ ପରିବେଶ ମଧ୍ୟ କୁହାଯାଏ । ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ଗଠିତ ହୋଇଥାଏ । ଜୀବନଧାରଣ ନିମନ୍ତେ ମନୁଷ୍ୟ ପ୍ରାକୃତିକ ପରିବେଶରୁ ଯେଉଁ ଉପାଦାନମାନଙ୍କୁ ସଂଗ୍ରହ, ବିନିଯୋଗ, ଉତ୍ପାଦନ, ଉତ୍ତୋଳନ ବିନିମୟ ଏବଂ ରୂପାନ୍ତରିତ କରିବା ନିମନ୍ତେ କାର୍ଯ୍ୟକରେ ତାହା ଅର୍ଥନୈତିକ ପରିବେଶକୁ ଗଠନ କରିଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧।
ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ ସଂପର୍କରେ ବର୍ଣନା କର ।
Answer:
ପରିବେଶ ମନୁଷ୍ୟର ମନ, ଶରୀର ଓ ବ୍ୟବହାର ଉପରେ ଯେପରି ତା’ର ପ୍ରଭାବ ପକାଇଥାଏ ସେହିପରି ମନୁଷ୍ୟର ଜୀବନଶୈଳୀ ଓ ଆଚରଣ ପରିବେଶକୁ ସେହିଭଳି ଭାବରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଗୋଟିଏ ବ୍ୟକ୍ତିର ଆଚରଣର ପ୍ରଭାବ ଅତି ନଗଣ୍ୟ ବୋଲି ମନେ ହେଉଥିଲେ ମଧ୍ୟ, ପୃଥିବୀ ପୃଷ୍ଠରେ ବସବାସ କରୁଥିବା କୋଟି କୋଟି ନରନାରୀଙ୍କର ଆଚରଣ ଏକତ୍ରିତ ହୋଇ ପରିବେଶକୁ କେବଳ ପ୍ରଭାବିତ କରେ ତାହାନୁହେଁ ବରଂ ପରିବର୍ତ୍ତନ କରିପାରିବାରେ ମଧ୍ୟ ସକ୍ଷମ ହୋଇଥାଏ ।
ଅଧୂକନ୍ତୁ ଦୂଷିତ ପରିବେଶ ମନୁଷ୍ୟ ଜୀବନ ଉପରେ ମାରାତ୍ମକ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିଛି । ଠିକ୍ ସେହିଭଳି ପରିବେଶକୁ ଅଧୁକ ଅଧିକ ପ୍ରଦୂଷିତ କରି ଚାଲିଛି ମନୁଷ୍ୟର ବ୍ୟବହାର । ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ :
(କ) ପ୍ରାକୃତିକ ସଂପଦର ଅପଚୟ :-
ବିଶ୍ଵର ବିପୁଳ ଜନ ସମୁଦାୟ ଜୀବନଧାରଣ ନିମନ୍ତେ ଜଳ, ଭୂମି, ବାୟୁ, ଧାତବ ଓ ଖଣିଜ ପଦାର୍ଥ, ଜଙ୍ଗଲ ଇତ୍ୟାଦି ପ୍ରାକୃତିକ ସଂପଦକୁ ବହୁମାତ୍ରାରେ ବ୍ୟବହାର କରିଚାଲିଛି । ଆବଶ୍ୟକୀୟ ଚାହିଦାକୁ ମେଣ୍ଟେଇବା ନିମନ୍ତେ କୋଇଲା, ବାଷ୍ପ, ଜୈବିକ ଇନ୍ଧନ ବା ପେଟ୍ରୋଲିୟମ ଭଳି ପୁନଃ ଉତ୍ପତ୍ତି ହୋଇପାରୁନଥିବା ପ୍ରାକୃତିକ ସଂପଦର ବହୁଳ ବ୍ୟବହାର କରୁଛି । ଶକ୍ତିର ଏହି ଉତ୍ସଗୁଡ଼ିକ ଶହେ ବା ତତୋଽଧିକ ବର୍ଷ ଧରି ପ୍ରାକୃତିକ ସଂଚୟର ଫଳାଫଳ ।
ଏପରିକି ଜଙ୍ଗଲ, ପ୍ରାଣୀ ଓ ଜଳ ପରି ପୁନଃ ଉତ୍ପଭିଯୋଗ୍ୟ ପ୍ରାକୃତିକ ସଂପଦର ବ୍ୟବହାର ମନୁଷ୍ୟ ଏପରି ପରିମାଣରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅପଚୟ କରିଚାଲିଛି ଯେ ଖୁବ୍ ଶୀଘ୍ର ଏଗୁଡ଼ିକର ଅଭାବ ମଧ୍ୟ ଅନୁଭୂତ ହେବ । ପ୍ରକୃତିର ସମତା ରକ୍ଷା କରିବାର ଦକ୍ଷତା ଅଛି ସତ୍ୟ; କିନ୍ତୁ ମନୁଷ୍ୟର ବେପରୁଆ ମନୋବୃତ୍ତି ଓ ବ୍ୟବହାର ଜଳବାୟୁର ଘୋର ଅଭାବ ପରିଲକ୍ଷିତ ହେବ । ସୁତରାଂ ପ୍ରାକୃତିକ ସଂପଦର ମାତ୍ରାଧିକ ଅପଚୟ ପରିଶେଷରେ ମାନବଜାତିର ଅଶେଷ କ୍ଷତିସାଧନ କରିପାରେ । ଏଣୁ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସୁରକ୍ଷା ନିହାତି ଆବଶ୍ୟକ ଅଟେ ।
(ଖ) ଆବର୍ଜନା ସୃଷ୍ଟି :-
ଲାଗିଛି । ବାସଗୃହ ଏବଂ ଶିଳ୍ପାନୁଷ୍ଠାନ ଓ କଳକାରଖାନାରୁ ପ୍ରଚୁର ପରିମାଣର ବିଷାକ୍ତ ଏବଂ ଦୂଷିତ ପଦାର୍ଥ ନିଷ୍କାସିତ ହୋଇ ଜଳଉତ୍ସ ନଦନଦୀ, ଭୂତଳ ଜଳ ଏବଂ ସମୁଦ୍ରକୁ ପ୍ରଦୂଷିତ କରୁଛନ୍ତି । ଗଙ୍ଗା ଓ ଯମୁନା ନଦୀ କୂଳରେ ବଡ଼ ବଡ଼ ସହର ଓ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି । ଫଳରେ ସହର ଓ ଶିଳ୍ପମାନଙ୍କରୁ ନିର୍ଗତ ଦୂଷିତ ପଦାର୍ଥ ଏହି ନଦୀମାନଙ୍କର ଜଳକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି । ବିଭିନ୍ନ ପ୍ରକାରର ଜଳଚର ପ୍ରାଣୀ ପ୍ରଦୂଷିତ ଜଳ ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି ।
ବର୍ଜ୍ୟବସ୍ତୁ ଏବଂ ଆବର୍ଜନା ବାୟୁମଣ୍ଡଳକୁ ଅନେକ ବିଷାକ୍ତ ଉପାଦାନ ନିର୍ଗତ କରି ବାୟୁ ପ୍ରଦୂଷଣ ମଧ୍ୟ ସୃଷ୍ଟି କରୁଛନ୍ତି । ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ପଲିଥୁନ୍ ଓ ପ୍ଲାଷ୍ଟିକ୍ ବ୍ୟାଗରେ ବହୁଳବ୍ୟବହାର ଆମ ପରିବେଶ ନିମନ୍ତେ ବର୍ତ୍ତମାନ ମୁଖ୍ୟ ବିଚାର କାରଣ ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ତାକୁ ପୁନଃବ୍ୟବହାରକ୍ଷମ କରାଯାଇପାରିଲେ ପରିବେଶ କିଛିମାତ୍ରାରେ ପ୍ରଦୂଷିତ ହେବାରୁ ରକ୍ଷା ପାଇପାରିବ ।
(ଗ) ଭୂମଣ୍ଡଳୀୟ ଉତ୍ତପ୍ତିକରଣ (Global Warming):-
ଦୀର୍ଘକାଳ ଧରି ମନୁଷ୍ୟର ବ୍ୟବହାର ପରିବେଶକୁ ପ୍ରଭାବିତ କରିଆସୁଛି । ପେଟ୍ରୋଲ ଓ ଡିଜେଲ ପରି ଜୈବିକ ଇନ୍ଧନର ଦହନ, ଜଙ୍ଗଲ କ୍ଷୟ, କୋଇଲାର ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୁଏ । ଧାନଚାଷ, ବନାଗ୍ନି, କୋଇଲାଖଣି, ଆବର୍ଜନା, ବର୍ଜ୍ୟବସ୍ତୁ ଆଦିରୁ ମିଥେନ୍ ନିର୍ଗତ ହୋଇଥାଏ । ଶୀତଳୀକରଣ ନିମନ୍ତେ ଶୀତଳ ଭଣ୍ଡାର, ରେଫ୍ରିଜରେଟର ଓ ଏୟାରକଣ୍ଡିସନରମାନଙ୍କରେ ବିଷାକ୍ତ କ୍ଲୋରୋଫ୍ଲୋରା କାର୍ବନ ଗ୍ୟାସ ବ୍ୟବହାର କରାଯାଉଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ରାସାୟନିକ ସାରର ବ୍ୟବହାରରୁ ନାଇଟ୍ରସ ଅକ୍ସାଇଡ୍ ଗ୍ୟାସ ବାହାରିଥାଏ ।
ଏହିସବୁ ବାଷ୍ପର ଘନତ୍ଵ ବାୟୁମଣ୍ଡଳର କ୍ଷୋଭମଣ୍ଡଳ (Troposphere)ରେ ବୃଦ୍ଧି ପାଇ ଏହା ପୃଥିବୀ ପୃଷ୍ଠରୁ ବିକିରଣ ହେଉଥିବା ସୂର୍ଯ୍ୟତାପକୁ ବାୟୁମଣ୍ଡଳ ବାହାରକୁ ନିର୍ଗମନ କରାଇ ଦିଏ ନାହିଁ । ଫଳରେ ପୃଥିବୀ ପୃଷ୍ଠର ଉତ୍ତାପ ସ୍ଵାଭାବିକ ମାତ୍ରାଠାରୁ ଅଧିକ ହୋଇଯାଏ । ପୁନଶ୍ଚ ବାୟୁମଣ୍ଡଳର ବହିଃସ୍ତର ଯାହାକୁ ସମତାପମଣ୍ଡଳ(Stratosphere) କୁହାଯାଏ ସେଥିରେ ଓଜୋନ ଗ୍ୟାସର ଏକ ବଳୟ ଥାଏ । ଏହି ବଳୟରେ ଅନେକ ରନ୍ଧ୍ର ମୁଖ୍ୟତଃ କ୍ଲୋରୋଫୋରୋ କାର୍ବନ ଯୋଗୁଁ ସୃଷ୍ଟି ହୋଇଥାଏ । ୧୯୭୦ ଦଶକରେ ଆଶ୍ଚର୍ଟିକା ମହାଦେଶର ସମତାପମଣ୍ଡଳରେ ଏପରି ରନ୍ଧ୍ର ପ୍ରଥମେ ବ୍ରିଟେନ୍ ଦ୍ଵାରା ଆବିଷ୍କୃତ ହୋଇଥିଲା । ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣୀ ରଶ୍ମି (Ultra Violet Ray) ଉକ୍ତ ରନ୍ଧ୍ର ମଧ୍ୟ ଦେଇ ପୃଥିବୀ ପୃଷ୍ଠରେ ପହଞ୍ଚିଥାଏ ।
ଏହା ପୃଥିବୀକୁ ଏକ ଉତ୍ତପ୍ତ ପିଣ୍ଡରେ ପରିଣତ କରିଛି । ଏ ସମସ୍ତ କାରକମାନେ ଭୂମଣ୍ଡଳୀୟ ତାପବୃଦ୍ଧିରେ ସହାୟକ ହୋଇଥାନ୍ତି । ଭୂମଣ୍ଡଳୀୟ ତାପବୃଦ୍ଧି ସହିତ ଅଧିକ ଝଡ଼ବାତ୍ୟା, କାଳବୈଶାଖୀ, ସୁନାମୀ ଏବଂ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି । ଏହା ସହିତ ମେରୁ ଅଞ୍ଚଳର ହିମ ପର୍ବତ ସବୁ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ପ୍ରତି ପାଞ୍ଚ ବର୍ଷରେ ଏକ ଇଞ୍ଚ ପରି ବଢ଼ି ଚାଲିଛି । ଲକ୍ଷ୍ୟ କରାଯାଉଛି ମାଳଦ୍ଵୀପ ପୁଞ୍ଜର ତିନିଗୋଟି ଦ୍ଵୀପ ସମୁଦ୍ରର କରାଳଗର୍ଭରେ ଲୀନ ହୋଇ ସାରିଲେଣି ଏବଂ ସମୁଦ୍ର ନିକଟବର୍ତ୍ତୀ ସ୍ଥଳଭୂମି ଜଳମଗ୍ନ ହେବାରେ ଲାଗିଛନ୍ତି ।
(ଘ) ଉତ୍ତପ୍ତଦ୍ଵୀପ ପ୍ରଭାବ:-
କର୍ମସଂସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅନ୍ଵେଷଣ ନିମନ୍ତେ ଗ୍ରାମାଞ୍ଚଳରୁ ଅଧିକ ଲୋକ ସହରାଭିମୁଖୀ ହେଉଛନ୍ତି । ଫଳରେ ସହରାଞ୍ଚଳ ଜନାକୀର୍ଣ୍ଣ ହେବା ସହିତ ଅଧୂକ ଲୋକମାନଙ୍କର ବସବାସ ନିମନ୍ତେ ବହୁତଳ କଂକ୍ରିଟ୍ ଅଟ୍ଟାଳିକା ଏବଂ ରାସ୍ତାଘାଟର ନିର୍ମାଣ ବଢ଼ିଚାଲିଛି । କଂକ୍ରିଟ ସଦୃଶ ନିର୍ମାଣ ଉପାଦାନ ଉତ୍ତପ୍ତକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣ କରନ୍ତି ।
ଫଳରେ ସହରର ବଳୟ ବାହାରେ ଥିବା ଅଞ୍ଚଳ ତୁଳନାରେ ସହରର ଆଭ୍ୟନ୍ତରୀଣ ଅଞ୍ଚଳର ହାରାହାରି ତାପମାନ ଅଧିକ ହୋଇଥାଏ । ଯେତେବେଳେ ବାୟୁର ବେଗ କମ୍ ଥାଏ ଏହି ପାର୍ଥକ୍ୟ ଦିନ ଅପେକ୍ଷା ରାତ୍ରିରେ ଅଧିକ ହୋଇଥାଏ । ଏହାକୁ ଉତ୍ତପ୍ତ ଦ୍ଵୀପ ପ୍ରଭାବ କୁହାଯାଏ । ଲ୍ୟାକ୍ ହୋୱାର୍ଡ଼ ୧୮୧୦ ଦଶକରେ ଏହି ପ୍ରଭାବ ସଂପର୍କରେ ପ୍ରଥମେ ଅନୁଧ୍ୟାନ କରିଥିଲେ । ନୂଆ ସହର ସୃଷ୍ଟି କରିବା ସହ ପରିବେଶ ପ୍ରତି ଦୃଷ୍ଟି ଦେବା ଉପରେ ମିଳିତ ଜାତିସଂଘ ୨୦୧୪ ମସିହା ଏପ୍ରିଲ୍ ୨୨ତାରିଖରେ ପାଳନ କରୁଛି ବିଶ୍ଵ ଧରିତ୍ରୀ ଦିବସ ଏବଂ ଏହାର ସ୍ଲୋଗାନ ରହିଛି “ ସବୁଜ ସହର” ।
(ଙ) ସବୁଜଗୃହ ପ୍ରଭାବ (Green House Effect):-
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚଘର ନିର୍ମାଣ କରାଯାଏ । ଏହାକୁ ସବୁଜ ଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୁଏ ।
ଆମର ଧରାପୃଷ୍ଠ ଏହି ସବୁଜଗୃହ ସଦୃଶ ଏବଂ ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢ଼ାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସୃଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥିବୀପୃଷ୍ଠରୁ ବିକିରଣ ହେଉଥିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣ କରନ୍ତି | ଏହାର ଫଳସ୍ଵରୂପ ପୃଥିବୀ ପୃଷ୍ଠ ଅଧ୍ବକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ ‘ସବୁଜଗୃହ ପ୍ରଭାବ’ କୁହାଯାଏ । ପ୍ରଥମେ ଦେ, ଫରିଅର୍ ୧୮୨୭ ମସିହାରେ ଏହାର ନାମକରଣ କରିଥିଲେ ।
Question ୨।
ପରିବେଶ ପ୍ରଦୂଷଣ କିପରି ରୋକାଯାଇପାରିବ ବର୍ଣନା କର |
Answer:
ମନୁଷ୍ୟ ଓ ପରିବେଶ ପରସ୍ପର ପରିପୂରକ । ପରିବେଶ ଦ୍ଵାରା ମନୁଷ୍ୟ, ପ୍ରାଣୀଜଗତ ଓ ପରିବେଶ ଉପାଦାନମାନ ପରସ୍ପର ସହିତ ନିବିଡ଼ ଭାବରେ ସଂପୃକ୍ତ ରହିଥାନ୍ତି । ଫଳରେ କୌଣସି ଗୋଟିଏ ଉପାଦାନକୁ ଅନ୍ୟଠାରୁ ପୃଥକ କରିବାକୁ ଚାହିଁଲେ ଅନ୍ୟ ଉପାଦାନମାନେ ଆପେ ଆପେ ଏହାଦ୍ଵାରା ପ୍ରଭାବିତ ହୋଇଥାନ୍ତି । ତେଣୁ ପ୍ରାଣୀଜଗତ ବିଶେଷ କରି ମନୁଷ୍ୟର ଅଭିବୃଦ୍ଧି, ବିକାଶ, ସ୍ଥିତି, ବ୍ୟବହାର, ଜୀବନ ଚକ୍ର ଏବଂ ସମସ୍ତ କାର୍ଯ୍ୟକଳାପକୁ ପରିବେଶ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରତ କରିଥାଏ ।
ପ୍ରଦୂଷିତ ପରିବେଶ ଅଧୁନା ଯୁଗରେ ଏକ ବିପଜନିତ ଅବସ୍ଥା ସୃଷ୍ଟି କରିଛି । ବିଜ୍ଞାନ ଓ କାରିଗରୀ ବିଦ୍ୟାର ଉନ୍ନତି ଓ ପ୍ରସାର ଯୋଗୁଁ ପରିବେଶର ଶୁଦ୍ଧତା ନଷ୍ଟ ହୋଇଛି । ବହୁ ପୁରାତନ ଯୁଗରୁ ବନ୍ୟା, ବାତ୍ୟା, ମରୁଡ଼ି ଓ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମାନବ ସମାଜ ଆକ୍ରାନ୍ତ ହୋଇ ବହୁ ଧନ, ଜୀବନର କ୍ଷତି ସହିଛି । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଅସନ୍ତୁଳିତ ତାପମାନ ଓ ଜନଗହଳି ପରି ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ନୂତନ ବିପଦ ସୃଷ୍ଟି କରିଛି । ଏହି ପ୍ରଦୂଷଣ ଭୂଗୋଳବିତ୍ରମାନଙ୍କ ପାଇଁ ପାରିପାର୍ଶ୍ବକ ସମସ୍ୟା, ସମାଜବିଜ୍ଞାନୀଙ୍କ ପାଇଁ ସମସ୍ୟା, ପରିବେଶ ବିଜ୍ଞାନୀଙ୍କ ପାଇଁ ପରିବେଶୀୟ ସମସ୍ୟା ଓ ଆର୍ଥନୀତିଜ୍ଞଙ୍କ ପାଇଁ ଅର୍ଥନୈତିକ ସମସ୍ୟାମାନ ସୃଷ୍ଟି କରିଛି ।
ପରିବେଶ ପ୍ରଦୂଷିତ ହେଲେ ମନୁଷ୍ୟ ଯେ କେବଳ ଶାରୀରିକ ରୋଗାକ୍ରାନ୍ତ ହୋଇ ଦୁଃସହ ଜୀବନଯାପନ କରେ ତା’ନୁହେଁ; ଏହା ତା’ର ମାନସିକ ସ୍ଥିତିକୁ ଓ ଅବସ୍ଥାକୁ ମଧ୍ୟ ଆଘାତ କରିଥାଏ । ଫଳରେ ସେ ଅସ୍ଵାଭାବିକ ବ୍ୟବହାର ପ୍ରଦର୍ଶନ କରେ । ଠିକ୍ ସେହିଭଳି ମନୁଷ୍ୟକୃତ ଆଚରଣ ଓ ବ୍ୟବହାର ବାୟୁମଣ୍ଡଳ ଓ ପରିବେଶକୁ ବିଶେଷଭାବେ ପ୍ରଭାବିତ କରି କ୍ଷତି ପହଞ୍ଚାଇଥାଏ । ପରିବେଶ ପ୍ରଦୂଷିତ ହେଲେ ଏହା ସମଗ୍ର ପୃଥିବୀ ପାଇଁ ବିପଦ ସୃଷ୍ଟି କରେ । ତେଣୁ ମନୁଷ୍ୟର ଆଚରଣରେ ପରିବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ଏବଂ ସମଗ୍ର ସମାଜ ଓ ଜୀବଜଗତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବେ ।
ପରିବେଶ ସୁରକ୍ଷା ପାଇଁ ନିମ୍ନଲିଖୁତ ପଦକ୍ଷେପ ଗ୍ରହଣ କରାଯିବା ଦରକାର :
(କ) ଜନସଂଖ୍ୟାର ନିୟନ୍ତ୍ରଣ ଦ୍ଵାରା ସ୍ଥାନାଭାବରେ ସମସ୍ୟା ରହିବ ନାହିଁ ଓ ପ୍ରାକୃତିକ ବିଭବର ଅଭାବ ପଡ଼ିବ ନାହିଁ । ଫଳରେ ପରିବେଶକୁ ଯଥେଚ୍ଛାଚାର ଭାବରେ ବ୍ୟବହାର କରିବାରେ ଆବଶ୍ୟକତା କମିଯିବ ଏବଂ ଏହା ପରିବେଶକୁ ସୁରକ୍ଷା ଦେବ ।
(ଖ) ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପ୍ରଦୂଷିତ ପରିବେଶକୁ ଅନେକାଂଶରେ ପରିଷ୍କାର ପରିଚ୍ଛନ୍ନ ଓ ଶୁଦ୍ଧ ରଖୁହେବ । କାଗଜ, ପ୍ଲାଷ୍ଟିକ୍ ଓ କାଚ ପ୍ରଭୃତି ପଦାର୍ଥକୁ ପୁନଃ ବ୍ୟବହାର ଉପଯୋଗୀ କରିହେବ । ଫଳରେ ଏସବୁର ପ୍ରସ୍ତୁତ ପାଇଁ ଦରକାର ପଡ଼ୁଥିବା କଞ୍ଚାମାଲକୁ ନୂତନ ଭାବରେ ସଂଗ୍ରହ କରିବାର ଆବଶ୍ୟକତା ରହିବ ନାହିଁ । ଫଳସ୍ଵରୂପ ଜଳ, ଜଙ୍ଗଲ ଓ ଭୂମି ପରି ପ୍ରାକୃତିକ ବିଭବର କ୍ଷତି ହେବ ନାହିଁ ।
(ଗ) ବନ୍ୟଜଙ୍ଗଲକୁ ନଷ୍ଟ ନ କରି ବରଂ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ବିଶେଷ କରି ଶିଳ୍ପାଞ୍ଚଳମାନଙ୍କର ଚତୁଃପାର୍ଶ୍ବରେ ବହୁଳପରିମାଣରେ ବୃକ୍ଷରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ପରିବେଶ ପ୍ରଦୂଷଣରୁ କିଛି ପରିମାଣରେ ରକ୍ଷା ପାଇପାରିବ ।
(ଘ) ପ୍ରାକୃତିକ ବିଭବର ଉତ୍ସ ଓ ଭଣ୍ଡାର ସୀମିତ । ଏହାର ଯଥେଚ୍ଛାଚାର ବ୍ୟବହାର ହେଲେ ସାଧାରଣ ଚଳଣି ପାଇଁ ମଧ୍ୟ ଏହି ବିଭବର ଅଭାବ ଦେଖାଦେବ । ସୁତରାଂ ସାଧାସିଧା ଜୀବନଶୈଳୀ ଓ ଜୀବନ ନିର୍ବାହ ପାଇଁ ଯେତିକି ଆବଶ୍ୟକ ସେତିକି ପରିମାଣର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରାଗଲେ ପରିବେଶ ପ୍ରଦୂଷଣକୁ କିଛିମାତ୍ରାରେ ରୋକାଯାଇପାରିବ ।
(ଙ) ପରିବେଶକୁ ପ୍ରଦୂଷିତ କରୁଥିବା କଳକାରଖାନାର ପ୍ରତିଷ୍ଠା ଓ ମୋଟରଯାନର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ ।
(ଚ) ଜଳ ହିଁ ଜୀବନ । ଆବଶ୍ୟକତାଠାରୁ ଅଧିକ ଜଳ ବ୍ୟବହାର ନ କରି ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯିବା ଦରକାର । ବର୍ଷା ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ତା’ର ସୁବିନିଯୋଗ କରାଯିବ ଉଚିତ୍ ।
(ଛ) ପଲିଥନ୍ର ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ କାରଣ ପଲିଥୁନର ବହୁଳ ବ୍ୟବହାର ପରିବେଶକୁ ପ୍ରଦୂଷିତ କରିଥାଏ । ପଲିଥୁନ ବଦଳରେ କାଗଜର ବ୍ୟାଗ ବ୍ୟବହାର କରିବା ଉଚିତ୍ ।
କୌଣସି ଜାତି ବା ଦେଶର ସ୍ଥିତି ତା’ର ପ୍ରଗତି ଉପରେ ନିର୍ଭର କରେ । କିନ୍ତୁ ପରିବେଶର ସୁରକ୍ଷା ନ ହେଲେ ପ୍ରଗତି ସମ୍ଭବ ନୁହେଁ । ସୁତରାଂ ଅସୁରକ୍ଷିତ ପରିବେଶରେ ଦେଶ ବା ଜାତି ତିଷ୍ଠି ରହିବା ସମ୍ଭବ ନୁହେଁ । ତେଣୁ ପରିବେଶର ସୁରକ୍ଷା ଅପରିହାର୍ଯ୍ୟ ହୋଇଥିବାରୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଅନେକ ବିଦ୍ଵାନ, ପରିବେଶବିତ୍, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ପରିବେଶ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ଏକ ମୁକ୍ତ, ବିଶୁଦ୍ଧ ଓ ନିର୍ମଳ ପରିବେଶ ସୃଷ୍ଟି ପାଇଁ ନାନା ଉପାୟମାନ ନିର୍ଣ୍ଣୟ କରିଛନ୍ତି ।
ଉପରେ ବର୍ଣ୍ଣିତ ପରିବେଶ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକୁ ଏକ ସୁନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ଷମ କରାଗଲେ ପରିବେଶ ଦୂଷିତ ହୋଇ ମାନବ ସମାଜର କ୍ଷତି କରିବା ପରିବର୍ତ୍ତେ ଜନମଙ୍ଗଳ ନିମନ୍ତେ ସହାୟକ ହେବ । ବିଭିନ୍ନ ସରକାରୀ ଓ ବେସରକାରୀ ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ଦରକାର ।
Question ୩।
ଶବ୍ଦ ପ୍ରଦୂଷଣ କ’ଣ ? ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ଆଲୋଚନା କର ।
Answer:
ବାୟୁ ଦ୍ବାରା ସଂଚରିତ ହେଉଥବା ଏକ ପ୍ରକାର ବିଶିଷ୍ଟ ଚାପ ତରଙ୍ଗକୁ ‘ଶବ୍ଦ’ କୁହାଯାଏ । ଏହି ଶବ୍ଦ ମାଧ୍ଯମରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ଚିନ୍ତା, କାମନା ଓ ଇଚ୍ଛାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥାଆନ୍ତି । ଆମର ଚତୁଃପାର୍ଶ୍ଵ ସର୍ବଦା ସଚଳ ଓ ସକ୍ରିୟ । ପ୍ରାକୃତିକ ଭାବରେ ବିଭିନ୍ନ ପ୍ରକାରର ଶବ୍ଦ ଏଠାରେ ସୃଷ୍ଟି ହୋଇଥାଏ । ମନୁଷ୍ୟ ସହିତ ଜୀବଜଗତ, ବାୟୁ, ବର୍ଷା, ଝରଣା, ନଦୀ, ସମୁଦ୍ର, ଘଡଘଡ଼ି, ଆଗ୍ନେୟଗିରି, ମୃତ୍ତିକା ଓ ପଥର ସ୍ଖଳନ ଇତ୍ୟାଦି ବିଭିନ୍ନ ଶବ୍ଦର ଉତ୍ସ ଅଟନ୍ତି । ବିଭିନ୍ନ କାରଣରୁ କେତେକ ଶବ୍ଦ ଶ୍ରୁତିମଧୁର ହୋଇଥିବା ବେଳେ ଆଉ କେତେକ ଶ୍ରୁତିକଟୁ ହୋଇଥାଏ ।
ପ୍ରଥମତଃ, ଯେତେବେଳେ ଶବ୍ଦରେ ତୀବ୍ରତା କମ୍ଥାଏ ତାହା ମନକୁ ଖୁସି ଓ ଆନନ୍ଦ ପ୍ରଦାନ କରେ । କିନ୍ତୁ ଅଧିକ ତୀବ୍ରତା ଥିବା ବା ଇଚ୍ଛାଶକ୍ତିର ଶବ୍ଦ ମନୁଷ୍ୟ ପାଇଁ ବିରକ୍ତିକର ହୋଇଥାଏ । ଦ୍ଵିତୀୟତଃ, ଅପ୍ରତ୍ୟାଶିତ ଭାବେ ଶବ୍ଦ ସୃଷ୍ଟି ହେଲେ ତାହା ବିରକ୍ତିକର ହୋଇଥାଏ । ମନୋବୈଜ୍ଞାନିକଙ୍କ ମତରେ ଅପ୍ରତ୍ୟାଶିତ ଭାବେ ଅଚାନକ ଶବ୍ଦ ହେଲେ ତାହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରେ ଏବଂ ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୁଏ । ତୃତୀୟତଃ, ଯେତେବେଳେ ଶବ୍ଦକୁ ନିୟନ୍ତ୍ରଣ କରିବାର କ୍ଷମତା ବ୍ୟକ୍ତି ପାଖରେ ନଥାଏ, ସେତେବେଳେ ଶବ୍ଦ ବିରକ୍ତିକର ହୋଇଥାଏ ।
ଯେତେବେଳେ କୌଣସି ଶବ୍ଦ ଅରୁଚିକର, ଅବାଞ୍ଛିତ ଓ ଅଲୋଡ଼ା ହୋଇ ପ୍ରତିକୂଳ ପ୍ରଭାବ ସୃଷ୍ଟି କରେ ତାହାକୁ ‘ଶବ୍ଦ ପ୍ରଦୂଷଣ’ କୁହାଯାଏ । ଅବାଞ୍ଛିତ ଓ ଶ୍ରୁତିକଟୁ ଶବ୍ଦକୁ କୋଳାହଳ ମଧ୍ୟ କୁହାଯାଏ । କୋଳାହଳ ଦ୍ଵାରା ହେଉଥିବା ଶବ୍ଦ ମନୁଷ୍ୟର ଶରୀର, ମନ ଓ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇନ ଦୃଷ୍ଟିରୁ ଶବ୍ଦ ପ୍ରଦୂଷଣ ଏକ ମାତ୍ରାଧୂକ, ଆକ୍ରମଣାଦ୍ୟୋକ ଓ ଚମକପ୍ରଦ ଶବ୍ଦ ଭାବରେ ବର୍ଣ୍ଣନା କରାଯାଇପାରେ ।
ଶବ୍ଦକୁ ଡ଼େସିବଲ୍ (dB) ମାପକରେ ମପାଯାଏ । କ୍ଷୀଣ ଶୁଣାଯାଇଥବା ଶବ୍ଦ ଓ ଶବ୍ଦର ତୀବ୍ରତାର ଅନୁପାତକୁ ଡ଼େସିବଲ୍ କୁହାଯାଏ । ଶୂନରୁ ଅଧିକ 180dB ତୀବ୍ରତାର ଥୁବା ଶବ୍ଦକୁ ଶୁଣିବାର ଓ ସହ୍ୟ କରିବାର ଶକ୍ତି ମନୁଷ୍ୟର ଥାଏ । ପ୍ରାୟତଃ 85 dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ । ଏହାଠାରୁ ଅଧିକ ପରିମାଣ ଶବ୍ଦର କୁପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ 50 ରୁ 55 ତୀବ୍ରତାର ଶବ୍ଦ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ । 90-95 dB ର ଶବ୍ଦ ମନୁଷ୍ୟର କେନ୍ଦ୍ର ସ୍ନାୟୁମଣ୍ଡଳକୁ ଆଘାତ ଓ କ୍ଷତି ପହଞ୍ଚାଇଥାଏ । 140dB ତୀବ୍ରତା ପାର ହୋଇଗଲେ ମନୁଷ୍ୟ ଯନ୍ତ୍ରଣା ସହି ଶବ୍ଦକୁ ଗ୍ରହଣ କରେ ।
ଶବ୍ଦ ପ୍ରଦୂଷଣ ମୁଖ୍ୟତଃ ତିନିଗୋଟି କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା:-
(i) ପ୍ରାକୃତିକ ଉତ୍ସ
(ii) ଜୈବିକ ଉତ୍ସ
(iii) କୃତ୍ରିମ ଉତ୍ସ
(i) ପ୍ରାକୃତିକ ଉତ୍ସ :-
ଏହା ପ୍ରାକୃତିକ ଘଟଣାମାନଙ୍କ ସହିତ ସହବନ୍ଧିତ ହୋଇଥାଏ । ଘଡ଼ଘଡ଼ି, ନାଦ, ଲାଭା ଉଦ୍ଗୀରଣ, ଭୂମିକମ୍ପ, ମହାବାତ୍ୟା, ବାତ୍ୟା, ଝଞ୍ଜା ପବନ, ବଜ୍ରପାତ ଶବ୍ଦ ପ୍ରଭୃତିକୁ ପ୍ରାକୃତିକ ଉତ୍ସର ଉଦାହରଣ ଭାବେ ନିଆଯାଇପାରେ ।
(ii) ଜୈବିକ ଉତ୍ସ:-
ବିଭିନ୍ନ ବନ୍ୟ ହିଂସ୍ରଜନ୍ତୁଙ୍କ ଗର୍ଜନ, କୁକୁର, ବିଲୁଆଙ୍କ ଭୂକିବା ଶବ୍ଦ, କଳି ଅଥବା ଗଣ୍ଡଗୋଳ ବେଳେ ମନୁଷ୍ୟଙ୍କ ଚିତ୍କାର, ଉଚ୍ଚସ୍ଵରରେ ଗର୍ଜନ ଓ କାନ୍ଦଣା ପ୍ରଭୃତି ଜୈବିକ ଉତ୍ସର ଅନ୍ତର୍ଗତ ।
(iii) କୃତ୍ରିମ ଉତ୍ସ :-
କୃତ୍ରିମ ଉତ୍ସ ବା ମନୁଷ୍ୟକୃତ କାର୍ଯ୍ୟ ଶବ୍ଦ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ । ମନୁଷ୍ୟ ସ୍ଥାପନ କରିଥିବା ଶିଳ୍ପଉଦ୍ୟୋଗ, କଳକାରଖାନାରେ ବ୍ୟବହୃତ ବୃହତକାୟ ଯନ୍ତ୍ରପାତିର ଶବ୍ଦ, ବ୍ୟବହାର କରୁଥିବା ଯାନବାହାନରୁ ନିର୍ଗତ ହେଉଥୁବା ଶବ୍ଦ, ଡ଼ାକବାଜି ଯନ୍ତ୍ର ଓ ଡ଼ିଜେ ସଂଗୀତ, ମିକ୍ସର ଗ୍ରାଇଣ୍ଡର, ଟେଲିଭିଜନ ଇତ୍ୟାଦି ଉପକରଣର ବ୍ୟବହାର ଦ୍ଵାରା ସୃଷ୍ଟି ହେଉଥିବା ଶବ୍ଦ , ଖଣିଖାଦାନରେ ବିସ୍ଫୋରକର ବ୍ୟବହାର, ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଇତ୍ୟାଦି ଶବ୍ଦ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
(କ) ଆପାତତଃ 100 dB ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ । କୋଳାହଳ ବା ଉଚ୍ଚଶକ୍ତିର ଶବ୍ଦ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିବା ସହିତ ସ୍ମରଣ ଶକ୍ତି ଓ ଦକ୍ଷତାକୁ ମଧ୍ୟ କମାଇ ଦେଇଥାଏ ।
(ଖ) ଶବ୍ଦ ପ୍ରଦୂଷଣ ଭାବ ବିନିମୟରେ ବାଧା ଉପୁଜାଏ ଓ ଭୁଲ୍ ବୁଝାମଣା ସୃଷ୍ଟି କରେ ।
(ଗ) ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ, ଏକାଗ୍ରତା ନଷ୍ଟ କରେ, ମାନସିକ ଅବସାନ, ଅସ୍ଥିରତା ଓ ଚାପ ବୃଦ୍ଧି କରେ ।
(ଘ) ଶବ୍ଦ ପ୍ରଦୂଷଣ ବିରକ୍ତି, ଉଚ୍ଚ ରକ୍ତଚାପ, ବାନ୍ତି ଲାଗିବା, ହୃଦରୋଗ, ଝାଳ ବୋହିବା, ପାକସ୍ଥଳୀରେ କ୍ଷତ ଜାତ କରିପାରେ ।
(ଙ) ଗର୍ଭସ୍ଥ ଶିଶୁର ମାନସିକ ବିକାଶ ସୃଷ୍ଟି କରିବା ସହିତ ଶବ୍ଦ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ଅସମୟ ଗର୍ଭପାତ ଓ ଗର୍ଭନଷ୍ଟ ହେବାର ସମ୍ଭାବନାକୁ ବୃଦ୍ଧି କରେ ।
(ଚ) ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶାରୀରିକ ପୀଡ଼ା, ମାନସିକ କ୍ଳାନ୍ତି ଓ ଅବସାଦ ସୃଷ୍ଟି କରି ଶାରୀରିକ ଓ ମାନସିକ ରୋଗକୁ ସୃଷ୍ଟି କରୁଥିବାରୁ ଏହା ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କ୍ଷେତ୍ରରେ ତୃଟିକୁ ବହୁଗଣିତ କରିଥାଏ ।
Question ୪।
ଜନଗହଳି (Crowding) କ’ଣ ? ମନୁଷ୍ୟ ଆଚରଣ ଉପରେ ଜନଗହଳିର ପ୍ରଭାବ ବର୍ଣନା କର ।
Answer:
ଗୋଟିଏ ସ୍ଥାନରେ ସମବେତ ହୋଇଥିବା ଲୋକମାନଙ୍କ ସହିତ ଆମର ସଂପର୍କ, ଏହାର ଭୌତିକ ପରିପ୍ରେକ୍ଷୀ ଓ ଅବଧୂ ଏବଂ ଆମ ନିମନ୍ତେ ଏହା କେତେଦୂର ଅର୍ଥପୂର୍ଣ୍ଣ ଏସବୁ ଦିଗଗୁଡ଼ିକୁ ବିଚାର କରି ଆମେ ଯଦି ଅସ୍ଵସ୍ତିକର ଏବଂ ଶାରୀରିକ ଉତ୍ତେଜନାମକ୍ତ ଏକ ମାନସିକ ଚାପ ଅନୁଭବ କରୁ ତେବେ ତାହାକୁ ‘ଜନଗହଳି’ କୁହାଯିବ । ସୁତରାଂ ଅସ୍ୱସ୍ତି ଅନୁଭବ, ସାମାଜିକ ପାରସ୍ପରିକ କ୍ରିୟା ଉପରେ ନିୟନ୍ତ୍ରଣ ହରାଇବା, ବ୍ୟକ୍ତିଗତ ମାମଲାରେ ବାହ୍ୟଦଖଲ ଏବଂ ପରିସ୍ଥିତିର ଏକ ନକରାତ୍ମକ ପ୍ରତ୍ୟକ୍ଷଣ ଜନଗହଳିର ବୈଶିଷ୍ଟ୍ୟ ରୂପେ ବିବେଚନା କରାଯାଏ ।
ବସ୍ ଭିତରେ, ଟିକେଟ ସଂରକ୍ଷଣ କାଉଣ୍ଟରରେ, ବଜାର ଭିତରେ, ମେଳାରେ, ବିଭିନ୍ନ ଉତ୍ସବରେ ଆମେ ପ୍ରାୟତଃ ଜନଗହଳିର ସମ୍ମୁଖୀନ ହୋଇଥାଉ । ଜନଗହଳି ପ୍ରାୟତଃ ବ୍ୟକ୍ତି ମନରେ କ୍ରୋଧ ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଅନ୍ୟପକ୍ଷରେ ବିବାହ ଉତ୍ସବ, ଗୃହ, ବିଦ୍ୟାଳୟ, ବନ୍ଧୁମିଳନ, କ୍ରୀଡ଼ା ପ୍ରତିଯୋଗିତା, ସଙ୍ଗୀତ କାର୍ଯ୍ୟକ୍ରମ, ପୂଜା ପାର୍ବଣ ଆଦି ପରିସ୍ଥିତିମାନଙ୍କରେ ଜନଗହଳି ଅଶେଷ ଆନନ୍ଦ ଏବଂ ସୁଖଦ ଅନୁଭୂତି ପ୍ରଦାନ କରେ । ଜନଗହଳି ବୃଦ୍ଧି ହେତୁ ନାନା ପ୍ରକାର ସାମାଜିକ ଓ ପରିବେଶଗତ ସମସ୍ୟାମାନ ସୃଷ୍ଟି ହୋଇଥାଏ ।
ଜନଗହଳିର ପ୍ରଭାବ :-
(କ) ଅପରାଧ:-
ଜନଗହଳି ଓ ଅପରାଧ ମଧ୍ୟରେ ସକରାତ୍ମକ ସହ ସମ୍ବନ୍ଧ ରହିଛି । ଜନାକୀର୍ଣ୍ଣ ପରିସ୍ଥିତିର ସୁଯୋଗ ନେଇ ପକେଟମାର, ଲୁଟ୍ ଆଦି କେତେ ପ୍ରକାର ଅପରାଧମୂଳକ ବ୍ୟବହାର ପରିଦୃଷ୍ଟ ହୋଇଥାଏ ।
(ଖ) ଜେଲଖାନା ଓ ମାନସିକ ଚିକିତ୍ସାଳୟରେ ଜନଗହଳି :-
ଭାରତ ତଥା ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ ଜେଲଖାନାରେ ଜନଗହଳି ଏକ ପ୍ରମୁଖ ସମସ୍ୟା । ଉଗ୍ର ଅପରାଧୀମାନେ କମ୍ ଉଗ୍ର ଅପରାଧୀମାନଙ୍କ ତୁଳନାରେ ଅଧ୍ଵକ ବ୍ୟକ୍ତିଗତ ସ୍ଥାନ ବ୍ୟବହାର ନିମନ୍ତେ ଅକ୍ତିଆର କରିବାକୁ ଉଦ୍ୟମ କରିଥାନ୍ତି | ଫଳରେ ଅନ୍ତେବାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଉଥାଏ । ଚିତ୍ତଭ୍ରଂଶୀ ବାତୁଳତା ଏବଂ ସ୍ନାୟବିକ ବିକାର ସଦୃଶ ଜନଗହଳିପୂର୍ଣ୍ଣ ସ୍ଥାନ ପ୍ରତି ଅଧିକ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି । ଫଳତଃ ସେମାନେ ଅନ୍ୟ ରୋଗୀ ଏବଂ ଚିକିତ୍ସାଳୟର କର୍ମଚାରୀମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି ।
(ଗ) ପ୍ରକ୍ଷୋଭ ଓ ଆଚରଣ ଉପରେ ପ୍ରଭାବ :-
ଜନଗହଳିରେ କ୍ରୋଧ ଓ ଆକ୍ରମଣାତ୍ମକ ମନୋଭାବ ସର୍ବାଧିକ ସମ୍ଭାବ୍ୟ ପ୍ରକ୍ଷୋଭ ଜନିତ ଆଚରଣ ଭାବେ ପ୍ରତୀୟମାନ ହୋଇଥାଏ । ଏହା ସମୟେ ସମୟେ ଭାବଶୂନ୍ୟତା, ଅସହାୟବୋଧ ଏବଂ ସାମାଜିକ ଉଦାସୀନତା ମଧ୍ୟ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, ଦୃତ ହୃଦସ୍ପନ୍ଦନ ଏବଂ ଅଧିକ ମାତ୍ରାର ଶାରୀରିକ ଅସୁସ୍ଥତା ମଧ୍ଯ ଏହାର ପରିଣାମ ହୋଇପାରେ ।
(ଘ) କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ:-
ଜନଗହଳିର ନକରାତ୍ମକ ଅନୁଭୂତି କର୍ମସ୍ଥଳରେ କର୍ମଚାରୀର ମାନସିକ, ଅସ୍ଵସ୍ତି ଏବଂ ଶାରୀରିକ ଉତ୍ତେଜନାକୁ ବୃଦ୍ଧି କରି ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିଥାଏ ।