Odisha State Board CHSE Odisha Class 12 Sociology Solutions Unit 2 ଭାରତୀୟ ସାମାଜିକ ସଂରଚନା Short Answer Questions.
CHSE Odisha 12th Class Sociology Unit 2 Short Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧। ଗ୍ରାମ୍ୟ ସମୁଦାୟର ସଂଜ୍ଞା ପ୍ରଦାନ କର ।
Answer:
ଏମ୍.ଏନ୍. ଶ୍ରୀନିବାସଙ୍କ ମତରେ ‘ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବସବାସ କରୁଥିବା ବ୍ୟକ୍ତିମାନଙ୍କର ସମଷ୍ଟି, ଯାହାର ସଦସ୍ୟମାନେ ସାମୁଦାୟିକ ସଚେତନତା ମାଧ୍ୟମରେ ସେମାନଙ୍କର ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବୃଦ୍ଧି କରିଥାନ୍ତି ଏବଂ ଯାହାଦ୍ୱାରା ସେମାନେ ଅନ୍ୟ ସମୁଦାୟଠାରୁ ପୃଥକ ବୋଲି ପରିଚିତ ହୋଇଥାନ୍ତି, ତାହାକୁ ହିଁ ଗ୍ରାମ୍ୟ ସମୁଦାୟ କୁହାଯାଏ ।’’
୨। ଗ୍ରାମ୍ୟ ସମୁଦାୟ କହିଲେ କ’ଣ ବୁଝ?
Answer:
ପ୍ରକୃତିର ପରିବେଷ୍ଟନୀ ମଧ୍ୟରେ ସ୍ବତଃ ଗଢ଼ିଉଠିଥିବା ସାମୁଦାୟିକ ଭୂଖଣ୍ଡ ମଧ୍ଯରେ ବସବାସ କରୁଥିବା ଓ ପରସ୍ପର ସହିତ ସହଯୋଗ ସ୍ଥାପନା କରୁଥିବା ଦଳେ ବ୍ୟକ୍ତି ଓ ପରିବାରକୁ ହିଁ ଗ୍ରାମ୍ୟ ସମୁଦାୟ କୁହାଯାଏ । ଏହାର ସଦସ୍ୟମାନେ କୃଷି ଓ ପଶୁପାଳନକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥାନ୍ତି ।
୩। ସହର ସମୁଦାୟ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସାଧାରଣତଃ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଓ ଆର୍ଥିକ ଜନସଂଖ୍ୟା ଘନତ୍ଵ ଥିବା ଓ ଶତକଡ଼ା 75ଭାଗରୁ ଅଧିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବା ଅଞ୍ଚଳକୁ ସହର ସମୁଦାୟ କୁହାଯାଏ ।
୪। ଗ୍ରାମ୍ୟ ସମୁଦାୟର ଲକ୍ଷଣ ଦର୍ଶାଅ?
Answer:
କାର୍ଲମାର୍କସଙ୍କ ମତରେ, ଗ୍ରାମ୍ୟ ସମୁଦାୟ ମୁଖ୍ୟତଃ ୪ଟି ଲକ୍ଷଣଦ୍ଵାରା ଚିହ୍ନିତ ହୋଇଥାଏ; ଯଥା- (୧) କ୍ଷୁଦ୍ରତା, (୨) ଆତ୍ମନିର୍ଭରଶୀଳତା, (୩) କୃଷିଭିତ୍ତିକ ଅର୍ଥନୀତି, (୪) ଜାତିପ୍ରଥାଦ୍ଵାରା ନିୟନ୍ତ୍ରିତ ଶ୍ରମ ବିଭାଜନ ।
୫। ସାମୁଦାୟିକ ମନୋଭାବ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ସାମୁଦାୟିକ ମନୋଭାବ ଏକ ପ୍ରକାର ଦୃଢ଼ ‘ଆମ ଭାବନା’କୁ ବୁଝାଏ । ଏହି ଭାବନାର ବଶବର୍ତୀ ହୋଇ ସଦସ୍ୟମାନେ ନିଜକୁ ଅନ୍ୟଠାରୁ ପୃଥକ୍ ମଣିଥାନ୍ତି । ଏହି ପ୍ରକାର ଭାବନା ଏକ ସମୂହ ମଧ୍ଯରେ ଦୃଢ଼ ଏକତା ଭାବ ସୃଷ୍ଟି କରିଥାଏ ।
୬। ଗ୍ରାମ୍ୟ ସମୁଦାୟର ପ୍ରମୁଖ ଲକ୍ଷଣ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
Answer:
ଗ୍ରାମ୍ୟ ସମୁଦାୟ କେତେକ ଜାତିସମୂହକୁ ନେଇ ଗଠିତ, ଯେଉଁଠାରେ କୃଷି ଜୀବିକା ନିର୍ବାହର ଏକ ମୌଳିକ ଉତ୍ସ ଅଟେ । ଗ୍ରାମ୍ୟ ସମୁଦାୟ କେତେକ ସ୍ବତନ୍ତ୍ର ଲକ୍ଷଣଦ୍ୱାରା ନିଜକୁ ଚିହ୍ନିତ କରିଥାଏ; ଯଥା- ଗ୍ରାମ୍ୟ ସମୁଦାୟର ଆକାର କ୍ଷୁଦ୍ର । ଗ୍ରାମ୍ୟ ସମୁଦାୟଗୁଡ଼ିକ ପ୍ରକୃତି ସହ ନିବିଡ଼ ସମ୍ପର୍କ ରହିଛି । ଗ୍ରାମ୍ୟ ସମୁଦାୟରେ ପରିବାର ଓ ପଡ଼ୋଶୀମାନଙ୍କର ପ୍ରଭାବଶାଳୀ ଭୂମିକା ପରିଲକ୍ଷିତ ହୋଇଥାଏ ।
୭। ସହର ସମୁଦାୟ କହିଲେ କ’ଣ ବୁଝ?
Answer:
କେଉଁଠାରୁ ଗ୍ରାମର ଶେଷ ଓ ସହରର ଆରମ୍ଭ ଏହା କହିବା କଷ୍ଟକର । ସହରର ସଠିକ୍ ଅର୍ଥ କରିବା ମଧ୍ୟ ଏକ କଷ୍ଟକର ବ୍ୟାପାର । ତେବେ ସାଧାରଣତଃ 1 ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ଅଞ୍ଚଳକୁ ସହର କୁହାଯାଏ । ଅନ୍ୟ ଅର୍ଥରେ ଯେଉଁ ଅଞ୍ଚଳରେ 400ରୁ ଅଧ୍ଵ ଲୋକ ଏକ ବର୍ଗ କି.ମି.ରେ ବାସ କରୁଥିବେ ଓ ସମୁଦାୟ ଜନସଂଖ୍ୟାର 75 ଶତକଡ଼ାରୁ ଅଧିକ ଲୋକ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବେ, ତାହାକୁ ସହର ସମୁଦାୟ କୁହାଯାଏ ।
୮ । ସହର ସମୁଦାୟର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ?
Answer:
ସହର ସମୁଦାୟର ଆକାର ବୃହତ୍ ଓ ଏଠାରେ ଗ୍ରାମ୍ୟ ସମୁଦାୟ ତୁଳନାରେ ଜନସଂଖ୍ୟାର ଘନତ୍ୱ ଅଧିକ ହୋଇଥାଏ । ସହରର ପରିବେଶ କୃତ୍ରିମ ଓ ଦୂଷିତ ଅଟେ । ସହର ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ଓ ପରୋକ୍ଷ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ସହରର ଲୋକମାନେ ସ୍ବାଧୀନ ବୃଦ୍ଧି ଅବଲମ୍ବନ କରିଛନ୍ତି । ସହର ସମୁଦାୟର ସ୍ତରୀକରଣ ବ୍ୟବସ୍ଥା ଶ୍ରେଣୀ ଉପରେ ପର୍ଯ୍ୟବସିତ । ସହରରେ ସାମାଜିକ ପରିବର୍ତ୍ତନର ମାତ୍ରା ଦ୍ରୁତ ହୋଇଥାଏ ।
୯। ଗ୍ରାମ୍ୟ ଓ ସହର ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ?
Answer:
ଗ୍ରାମ୍ୟ ଓ ସହର ସମୁଦାୟ ମଧ୍ଯରେ ନିମ୍ନଲିଖ୍ ପାର୍ଥକ୍ୟମାନ ଦେଖିବାକୁ ମିଳିଥାଏ । (୧) ଗ୍ରାମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ହୋଇଥିବାବେଳେ ସହର ସମୁଦାୟ ଆକାରରେ ବୃହତ୍ ହୋଇଥାଏ । (୨) ଗ୍ରାମ୍ୟ ସମୁଦାୟର ପରିବେଶ ପ୍ରାକୃତିକ ହୋଇଥିବାବେଳେ ସହର ସମୁଦାୟର ପରିବେଶ କୃତ୍ରିମ । (୩) ଗ୍ରାମ୍ୟ ସମୁଦାୟର ସ୍ତରୀକରଣ ବ୍ୟବସ୍ଥା ଜାତି ଉପରେ ପର୍ଯ୍ୟବସିତ । (୪) ଗ୍ରାମ ତୁଳନାରେ ସହର ସମୁଦାୟରେ ଜନସଂଖ୍ୟାର ଘନତ୍ୱ ଅଧିକ ହୋଇଥାଏ ।
୧୦ । ଇଲମ୍ବର ଅର୍ଥ ବୁଝାଅ ।
Answer:
କେରଳର ନମ୍ବୁଦ୍ରି ବ୍ରାହ୍ମଣଙ୍କ ମଧ୍ୟରେ ଦେଖାଯାଉଥିବା ଏକ ସ୍ବତନ୍ତ୍ର ପ୍ରକାରର ହିନ୍ଦୁ ଯୌଥ ପରିବାରକୁ ଇଲମ୍ କୁହାଯାଏ । ଇଲମ୍ବର ସଂପରି ଅବିଭାଜ୍ୟ ଅଟେ । ଇଲମ୍ବର ସଂପରିରେ ପୁରୁଷମାନଙ୍କ ପରି ନାରୀମାନଙ୍କର ମଧ୍ୟ ସମାନ ଅଧିକାର ରହିଛି ।
୧୧ । ତରୱାଡ୍ର ଅର୍ଥ ବୁଝାଅ ।
Answer:
କେରଳର ନାୟାରମାନଙ୍କ ମଧ୍ୟରେ ଦେଖାଯାଉଥିବା ମାତୃବଂଶୀୟ, ମାତୃସ୍ଥାନୀୟ ଓ ମାତୃକୈନ୍ଦ୍ରିକ ଯୌଥ ପରିବାରକୁ ତରୱାଡୁ କୁହାଯାଇଥାଏ । ତରଓ୍ବାଡ୍ ଜଣେ ସ୍ତ୍ରୀ, ତା’ର ପୁଅ, ଝିଅ, ଝିଅର ଝିଅ ବା ପୁଅ ଓ ସେମାନଙ୍କର ପିଲାମାନଙ୍କୁ ନେଇ ଗଠିତ । ତରୱାଡ଼ର ସଂପତ୍ତି ଉପରେ ଉଭୟ ପୁରୁଷ ଓ ନାରୀଙ୍କର ଅଧିକାର ରହିଛି । ତରୱାଡ୍ର ମୁଖ୍ୟଙ୍କୁ କାର୍ଲାଭାନ୍ କୁହାଯାଏ ।
୧୨ । କାର୍ୟଭାନ୍ କ’ଣ ବୁଝାଅ ।
Answer:
ନାୟାରମାନଙ୍କର ଯୌଥ ପରିବାରକୁ ତରଓ୍ବାତ୍ କୁହାଯାଏ । ତରୱାତ୍ର ମୁଖ୍ୟ ପରିଚାଳକଙ୍କୁ କାର୍ତ୍ତାଭାନ୍ କୁହାଯାଏ । କାର୍ଣ୍ଣାଭାନ୍ଙ୍କର ପରିବାର ସଂପରି ଉପରେ ଅସୀମ ଅଧିକାର ରହିଛି ।
୧୩। ‘କର୍ଣ୍ଣବାଣ’ କାହାକୁ କୁହନ୍ତି?
Answer:
ତରୱାର୍ଡର ବୟୋଜ୍ୟେଷ୍ଠ ପୁରୁଷ ସଦସ୍ୟ ତରୱାର୍ଡର ପରିଚାଳକ ଅଟନ୍ତି,ତାଙ୍କୁ ‘କଣ୍ଠର୍ବାଣ’ କୁହାଯାଏ । ପରିବାରର ସମ୍ପତ୍ତି ଉପର କଣ୍ଠର୍ବାଣଙ୍କର ଅସୀମ କ୍ଷମତା ଥାଏ; କିନ୍ତୁ ତରୱାର୍ଡର ସମସ୍ତ ସଦସ୍ୟଙ୍କର ସ୍ଵୀକୃତି ନ ନେଇ ସେ ସମ୍ପତ୍ତି ବିକ୍ରୟ କିମ୍ବା ଦାନ କରିପାରନ୍ତି ନାହିଁ।
୧୪। ‘ଟାଭାଜି’ କାହାକୁ କୁହାଯାଏ?
Answer:
ନାୟାର ଗୋଷ୍ଠୀରେ ପ୍ରଚଳିତ ତାରୱାର୍ଡ଼ ଯୌଥ ପରିବାରର ବିଭାଜିତ, ସମାନୁପାତିକ ଅଂଶକୁ ଟାଭାଜି କୁହାଯାଏ ।
୧୫ । ପିତୃତାନ୍ତ୍ରିକ ଯୌଥ ପରିବାର କ’ଣ?
Answer:
ପିତୃତାନ୍ତ୍ରିକ ଯୌଥ ପରିବାରରେ ପିତା ମୁଖ୍ୟ କର୍ତ୍ତା । ସେ ସମସ୍ତ କ୍ଷମତାର ଉତ୍ସ ଓ ଅଧିକାରୀ ଅଟନ୍ତି । ଏହି ଶ୍ରେଣୀୟ ଯୌଥ ପରିବରାରର ସମସ୍ତ ସଦସ୍ୟ ପିତାଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ ରହିଥା’ନ୍ତି ।
୧୬ । ମାତୃତାନ୍ତ୍ରିକ ଯୌଥ ପରିବାର କ’ଣ?
Answer:
ମାତୃତାନ୍ତ୍ରିକ ଯୌଥ ପରିବାରରେ ସ୍ତ୍ରୀ ବା ମାଆ ପରିବାରର ମୁଖ୍ୟ ଅଟନ୍ତି । ପରିବାରର ସମସ୍ତ ସମ୍ପତ୍ତି ତାଙ୍କ ନାମରେ ଥାଏ । ସେ ସବୁଠାରୁ କ୍ଷମତାଶାଳୀ ହୋଇଥା’ନ୍ତି । ତାଙ୍କ ନାମରେ ବଂଶାନୁକ୍ରମ ଗଣାଯାଇଥାଏ ।
୧୭ । ହିନ୍ଦୁ ଉତ୍ତରାଧ୍ୟାକାରୀ ଆଇନ କ’ଣ?
Answer:
୧୯୫୬ ମସିହାରେ ହିନ୍ଦୁ ଉତ୍ତରାଧିକାରୀ ଆଇନ ପ୍ରଣୟନ ଯୌଥ ପରିବାର ସଂହତି କ୍ଷୁଣ୍ଣ କରିଛି ଏବଂ ସଦସ୍ୟମାନଙ୍କ ମଧ୍ୟରେ ଓ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଥିବା ସଂପର୍କକୁ ନଷ୍ଟ କରିଛି । ଏହି ଆଇନ ଅନୁସାରେ ପୁରୁଷ ପରି ନାରୀର ମଧ୍ଯ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି । ଫଳରେ କନ୍ୟା ପୈତୃକ ସମ୍ପତ୍ତି ଉପରେ ଅଧ୍ବକାର ଦାବି କରିପାରିଛି ।
(ଖ ) ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
୧ । ଗ୍ରାମ୍ୟ ସମୁଦାୟ
Answer:
ଯେତେବେଳେ କେତେଗୁଡ଼ିଏ ପରିବାର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀ ଭାବରେ ବସବାସ କରି ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରି କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥରେ ଭାଗ ନେଇ ଏକ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥାନ୍ତି, ସେତେବେଳେ ତାହାକୁ ଗ୍ରାମ୍ୟ ସମୁଦାୟ କୁହାଯାଏ । ଭାରତରେ ଶତକଡ଼ା ୮୦ ଭାଗ ଲୋକ ଗ୍ରାମରେ ବସବାସ କରନ୍ତି । କୃଷି ସେମାନଙ୍କର ମୁଖ୍ୟ ଜୀବିକା ।
୨ । ସହରୀ ସମୁଦାୟ କ’ଣ?
Answer:
ସାଧାରଣତଃ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ଓ ଅଧିକ ଜନସଂଖ୍ୟା ଘନତ୍ବ ଥିବା ଏବଂ ଶତକଡ଼ା ୭୫ ଭାଗରୁ ଅଧ୍ଵ ଲୋକ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥିବା ଅଞ୍ଚଳକୁ ସହର ବା ପୌର ସମୁଦାୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ସ୍ଥାୟୀ ଓ ଅସ୍ଥାୟୀ ଭାବରେ ବସବାସ କରୁଥିବା ଲୋକମାନଙ୍କର ସମାହାରକୁ ସହରୀ ସମୁଦାୟ କୁହାଯାଏ ।
୩ । ସାମୁଦାୟିକ ମନୋଭାବ
Answer:
ସାମୁଦାୟିକ ମନୋଭାବ ଏକ ପ୍ରକାର ଦୃଢ଼ ଆମୈକ ଭାବନା ବା ଆମ ଭାବନାକୁ ବୁଝାଯାଇଥାଏ । ଏହି ଭାବନାର ବଶବର୍ତୀ ହୋଇ ମନୁଷ୍ୟମାନେ ନିଜକୁ ଅନ୍ୟଠାରୁ ପୃଥକ୍ ମନେକରନ୍ତି । ଏହି ପ୍ରକାର ଭାବନା ଏକ ସମୂହ ମଧ୍ୟରେ ଦୃଢ଼ ଏକତାର ଭାବ ସୃଷ୍ଟି କରିଥାଏ ।
୪ । ଗ୍ରାମ୍ୟ ସମୁଦାୟର ତିନିଟି ଲକ୍ଷଣ
Answer:
ଗ୍ରାମ୍ୟ ସମୁଦାୟର ତିନିଟି ଲକ୍ଷଣ:
(i) ପ୍ରାକୃତିକ ପରିବେଶ
(ii) କୃଷି ହିଁ ମୁଖ୍ୟ ଜୀବିକା
(iii) ଅନୌପଚାରିକ ସାମାଜିକ ସଙ୍ଗଠନ
୫ । ସହରୀ ସମୁଦାୟର ତିନିଟି ଲକ୍ଷଣ
Answer:
ସହରୀ ସମୁଦାୟର ତିନିଟି ଲକ୍ଷଣ ହେଲା ·
(i) ଆକାରରେ ବୃହତ୍ତ
(ii) ଅଣକୃଷିଭିଭିକ ଜୀବିକା
(iii) ଅସ୍ଥାୟୀ ଔପଚାରିକ ସମ୍ପର୍କ
୬ । ଗ୍ରାମ୍ୟ ଓ ସହରୀ ସମୁଦାୟର ମଧ୍ଯରେ ଦୁଇଟି ପାର୍ଥକ୍ୟ
Answer:
(i) ଗ୍ରମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ଅଟେ ଏବଂ ସହରୀ ସମୁଦାୟ ଆକାରର ବୃହତ୍ ଅଟେ ।
(ii) ଗ୍ରାମ୍ୟ ସମୁଦାୟର ଲୋକମାନଙ୍କ ମୁଖ୍ୟବୃତ୍ତି କୃଷି ଅଟେ, ମାତ୍ର ସହରୀ ସମୁଦାୟର ଲୋକମାନେ ବିଭିନ୍ନ ବୃଦ୍ଧି; ଯଥା- ଚାକିରି, ବ୍ୟବସାୟ ତଥା ଅନ୍ୟାନ୍ୟ ବୃତ୍ତିରେ ନିୟୋଜିତ ହୋଇଥା’ନ୍ତି ।
(ଗ) ପାର୍ଥକ୍ୟ ଦର୍ଶାଅ ।
୧ । ଐକିକ ଗ୍ରାମ ଓ ରୈଖିକ ଗ୍ରାମ :
Answer:
ଐକିକ ଗ୍ରାମରେ ଗୃହଗୁଡ଼ିକ ଗୋଟିଏ ସ୍ଥାନରେ ପରସ୍ପର ସହ ଲଗାଲଗି ହୋଇ ରହିଥାଏ । ଗ୍ରାମର ମଧ୍ୟଭାଗରେ ଏକ ପ୍ରଶସ୍ତ ରାସ୍ତା ସମସ୍ତ ଗୃହଗୁଡ଼ିକୁ ସଂଯୋଗ କରିଥାଏ ।
ବୈଖ୍ୟକ ଗ୍ରାମରେ ଗୃହଗୁଡ଼ିକ ଧାଡ଼ି ହୋଇ ଗୋଟିଏ ସରଳରେଖାର ଅବସ୍ଥିତ ହୋଇଥାନ୍ତି । ଏହି ଘରଗୁଡ଼ିକ ରାସ୍ତାକଡ଼ରେ କିମ୍ବା ନଦୀ କୂଳରେ ଏକ ବୈଖକ ଭାବରେ ଅବସ୍ଥିତ ହୋଇଥା’ନ୍ତି ।
୨ । ମିଶ୍ରିତ ଗ୍ରାମ୍ୟ ଓ ପରିବ୍ୟାପ୍ତ ଗ୍ରାମ :
Answer:
ଉଭୟ ଐକିକ ଓ ପରିବ୍ୟାପ୍ତ ଗ୍ରାମ୍ୟ ସମୁଦାୟର ସମ୍ମିଶ୍ରଣକୁ ମିଶ୍ରିତ ଗ୍ରାମ୍ୟ ସମୁଦାୟ କୁହାଯାଏ । ଏହି ପ୍ରକାର ଗ୍ରାମଗୁଡ଼ିକ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ସୃଷ୍ଟି ହୋଇଥାଏ ।
ପରିବ୍ୟାପ୍ତ ଗ୍ରାମ ସମୁଦାୟରେ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ରହିଥାଏ । ନିକଟରେ ବିଲବାଡ଼ି ଓ ତୋଟା ରହିଥାଏ
୩ । ନଦୀକୂଳିଆ ଗ୍ରାମ ଓ ସମୁଦ୍ରକୂଳିଆ ଗ୍ରାମ :
Answer:
ନଦୀକୂଳିଆ ଗ୍ରାମ୍ୟ ସମୁଦାୟ ନଦୀକୂଳରେ ଅବସ୍ଥିତ ହୋଇଥାଏ । ଗୃହଗୁଡ଼ିକ ନଦୀର ଦୁଇ କୂଳରେ ଗୋଟିଏ କିମ୍ବା ଦୁଇଟି ଧାଡ଼ିରେ ପାଖାପାଖ୍ ହୋଇ ରହିଥା’ନ୍ତି ।
ସମୁଦ୍ରକୂଳିଆ ଗ୍ରାମ୍ୟ ସମୁଦାୟ ସାଧାରଣତଃ ସମୁଦ୍ରକୂଳରେ ଗଢ଼ି ଉଠିଥାଏ । ଏହି ଗ୍ରାମଗୁଡ଼ିକ ସାଧାରଣତଃ ଛୋଟ । ଏହାରି ଅଧ୍ବବାସୀମାନଙ୍କୁ ନୋଳିଆ ବା ଧୀବର କୁହାଯାଏ ।
୪ । ପାହାଡ଼ିଆ ଗ୍ରାମ ଓ ଜଙ୍ଗଲିଆ ଗ୍ରାମ :
Answer:
ପାହାଡ଼ିଆ ଗ୍ରାମ ବିଶେଷତଃ ପାହାଡ଼ ପର୍ବତ ଅଞ୍ଚଳରେ ଅବସ୍ଥିତ । ଏହି ପ୍ରକାର ଗ୍ରାମଗୁଡ଼ିକରେ ଗମନାଗମନ ସୁବିଧା ନଥାଏ । ଜଙ୍ଗଲ ବା ସମତଳଭୂମି ପରି ଉର୍ବର ମାଟି ନଥୁବାରୁ କୃଷିଜନିତ ସମସ୍ୟା ଥାଏ ।
ବଣଜଙ୍ଗଲ ନିକଟସ୍ଥ ଗ୍ରାମ୍ୟ ସମୁଦାୟକୁ ଜଙ୍ଗଲିଆ ଗ୍ରାମ କୁହାଯାଏ । ଏହି ଗ୍ରାମ୍ୟ ସମୁଦାୟର ଲୋକମାନେ ସାଧାରଣତଃ ସରଳ, ସହଯୋଗୀ ଓ ପରିଶ୍ରମୀ ଅଟନ୍ତି ।
୫ । ମରୁଭୂମି ଗ୍ରାମ ଓ ସହରତଳି ଗ୍ରାମ
Answer:
ମରୁଭୂମିର ବାଲୁକାରାଶି ଉପରେ ଗଢ଼ିଉଠିଥୁବା ଜନବସତିକୁ ମରୁଭୂମି ଗ୍ରାମ କୁହାଯାଏ । ଏହା ଆକାରରେ ଅତ୍ୟନ୍ତ କ୍ଷୁଦ୍ର ଓ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ଚତୁର୍ଦିଗରେ ରହିଥାଏ ।
ସହର ଉପକଣ୍ଠରେ ଗଢ଼ିଉଠିଥୁବା ଗ୍ରାମକୁ ସହରତଳି ଗ୍ରାମ କୁହାଯାଏ । ସହରୀ ସଭ୍ୟତାଦ୍ୱାରା ଏମାନେ ପ୍ରଭାବିତ ଓ ବ୍ୟକ୍ତିତ୍ଵରେ ସେମାନେ ଚତୁର ଓ ଚାଲାକ୍ ଅଟନ୍ତି ।
୬ । ଜମିଦାରୀ ଗ୍ରାମ ଓ ରୟତଓ୍ବାରୀ ଗ୍ରାମ
Answer:
ଜମିଦାରୀ ଗ୍ରାମରେ ଜମିର ମାଲିକାନା ସାଧାରଣତଃ ଗୋଟିଏ ପରିବାର ବା କେତେକ ପରିବାର ଉପରେ ନ୍ୟସ୍ତ ଥାଏ । ଏମାନେ ଜମିଦାର ଓ ଜମି ଉପରେ ଏମାନଙ୍କ ପୂର୍ବ ଅଧିକାର ଥାଏ ।
ରୟତ୍ରୀ ଗ୍ରାମରେ କୃଷକମାନେ ଜମିଚାଷ କରନ୍ତି ଓ ନିଜର ମାଲିକାନା ସତ୍ଵ ରହିଥାଏ । କୌଣସି ମଧ୍ଯସ୍ଥିର ଭୂମିକା ନଥାଏ ।
୭ | ଇଲମ୍ ଓ ତରୱାଡ଼୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଇଲମ୍ କେରଳର ନମ୍ବୁଦ୍ବିମାନଙ୍କ ମଧ୍ୟରେ ଦେଖାଯାଇଥାଏ; କିନ୍ତୁ ତରୱାତ୍ କେରଳର ନାୟାରମାନଙ୍କ ମଧ୍ୟରେ ଦେଖାଯାଇଥାଏ ।
(୨) ଇଲମ୍ ପିତୃବଂଶୀୟ ଯୌଥ ପରିବାର ହୋଇଥିବାବେଳେ ତରଓ୍ବାତ୍ ମାତୃବଂଶୀୟ ଯୌଥ ପରିବାର କୁହାଯାଏ ।
(୩) ଇଲମ୍ବର ସଂପରି ଅବିଭାଜ୍ୟ ଅଟେ । କିନ୍ତୁ ତରୱାତ୍ର ସଂପରି ବିଭାଜିତ ହୋଇଥାଏ ଏହାର ଏକକଗୁଡ଼ିକ ମଧ୍ୟରେ ।
୮। ଏକକ ପରିବାର ଓ ଯୌଥ ପରିବାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ଏକକ ପରିବାର ଏକ କ୍ଷୁଦ୍ର ପରିବାର ହୋଇଥିବାବେଳେ ଯୌଥ ପରିବାର ଏକ ବୃହତ୍ ପରିବାର ଅଟେ ।
(୨) ଏକକ ପରିବାର ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ନେଇ ଗଠିତ; କିନ୍ତୁ ଯୌଥ ପରିବାରରେ ତିନିରୁ ଚାରି ପୁରୁଷ ଗଭୀରତା ଦେଖା ଯାଇଥାଏ ।
(୩) ଏକକ ପରିବାର ମୁଖ୍ୟତଃ ସହର ଓ ଶିଳ୍ପାଞ୍ଚଳରେ ପରିଲକ୍ଷିତ ହେଉଥିବାବେଳେ ଯୌଥ ପରିବାର ମୁଖ୍ୟତଃ କୃଷିଭିତ୍ତିକ ଅର୍ଥନୀତିରେ ଦେଖାଯାଇଥାଏ ।
୯ । ସମଜାତୀୟତା ବନାମ ବିଷମ ଜାତୀୟତା
Answer:
ଗ୍ରାମ ସମୁଦାୟ ସମଜାତୀୟ ଜନସଂଖ୍ୟାକୁ ନେଇ ଗଠିତ । ଗ୍ରାମ ଅଧିବାସୀମାନଙ୍କ ମଧ୍ୟରେ ସାମାଜିକ ଏବଂ ମନୋବୈଜ୍ଞାନିକ ଗୁଣରେ ଅଳ୍ପେ ବହୁତେ ସମାନତା ପରିଲକ୍ଷିତ ହୋଇଥାଏ । ସେମାନଙ୍କ ଭାଷା, ବିଶ୍ୱାସ, ଲୋକ ନିୟମ ଏବଂ ବ୍ୟବହାର ସ୍ୱରୂପରେ ସାଦୃଶ୍ୟ ଥାଏ । ଏକ କ୍ଷୁଦ୍ର ସମ୍ପ୍ରଦାୟ ହୋଇଥିବା ଗ୍ରାମ ସମୁଦାୟର ସଦସ୍ୟଗଣ ସାଧାରଣ ସ୍ଵାର୍ଥ ଓ ବ୍ୟବସାୟରେ ଭାଗୀଦାର ହୋଇଥା’ନ୍ତି; ମାତ୍ର ସହର ସମୁଦାୟ ବିଷମଜାତୀୟ ବ୍ୟକ୍ତିମାନଙ୍କୁ ନେଇ ଗଢ଼ି ଉଠିଥାଏ । ବିଭିନ୍ନ ପ୍ରଜାତି, ଜାତି ଏବଂ ସଂସ୍କୃତିର ଲୋକମାନେ ସହରରେ ଏକତ୍ରିତ ହୋଇଥା’ନ୍ତି । ସୋମନଙ୍କର ଜୀବିକା ଅର୍ଜନର ଉପାୟ ମଧ୍ଯ ବିବିଧ । ସେମାନଙ୍କର ଉଦ୍ଦେଶ୍ୟ, ଲକ୍ଷ୍ୟ, ବ୍ୟବହାର ଓ ଆଦର୍ଶରେ ବିଭିନ୍ନତା ବିଶେଷ ଭାବରେ ପରିସ୍ଫୁଟ ହୋଇଥାଏ ।
୧୦ । ଅକୈନ୍ଦ୍ରିକ ଗ୍ରାମ ଏବଂ ବିକ୍ଷିପ୍ତ ଗ୍ରାମ
Answer:
ଅକୈନ୍ଦ୍ରିକ ଗ୍ରାମଗୁଡ଼ିକର ବସତିଗୁଡ଼ିକ ଗୋଟିଏ ଜାଗାରେ ଘନ ହୋଇ ଗଢ଼ି ଉଠିଥାଏ । ଗାଁର ସବୁ ପରିବାରର ଘରଗୁଡ଼ିକ ପରସ୍ପର ଲଗାଲଗି ହୋଇ ରହିଥା’ନ୍ତି । ଏ ପ୍ରକାର ଗ୍ରାମ ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥାଏ । ବିକ୍ଷିପ୍ତ ଗ୍ରାମ ସମୁଦାୟରେ ଗୃହଗୁଡ଼ିକ ବିକ୍ଷିପ୍ତ ଭାବରେ ରହିଥାଏ । ଫଳତଃ ଗ୍ରାମର କୌଣସି ନିର୍ଦ୍ଦିଷ୍ଟ ଆକାର ନ ଥାଏ । ଗୋଟିଏ ଗୃହ ଅନ୍ୟ ଗୋଟିଏ ଗୃହଠାରୁ ବହୁ ଦୂରରେ ରହିଥାଏ । ଏହି ଦୃଷ୍ଟିରୁ ଗ୍ରାମର ଅଧିକାଂଶ ସଦସ୍ୟ ପରସ୍ପରକୁ ଜାଣି ନ’ଥାନ୍ତି । ଗ୍ରାମରେ ରାସ୍ତା ନ ଥାଏ ।
ପାଦଚଲା ରାସ୍ତାଦ୍ୱାରା ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ଗୃହଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇଥାଏ । ବିକ୍ଷିପ୍ତ ଭାବେ ବସବାସ କରୁଥିବାରୁ ଲୋକମାନଙ୍କର ସାମାଜିକ, ଅର୍ଥନୈତିକ, ଧାର୍ମିକ ତଥା ସାଂସ୍କୃତିକ ଜୀବନ ସମାନ ନଥାଏ ।
୧୧ । ନଈକୂଳିଆ ଗାଁ ଓ ସମୁଦ୍ରକୂଳିଆ ଗାଁ
Answer:
ନଈକୂଳିଆ ଗାଆଁଗୁଡ଼ିକ ନଈ କୂଳରେ ଅବସ୍ଥିତ । ଗାଆଁର ଘରଗୁଡ଼ିକ ନଈକୂଳରେ ଗୋଟିଏ ଧାଡ଼ି ବା ଦୁଇଟି ଧାଡ଼ିରେ ନିର୍ମିତ ହୋଇଥାଏ । ନଈବଢ଼ିରୁ ରକ୍ଷା ପାଇବାପାଇଁ ବେଳେବେଳେ ନଈକୂଳରୁ ଅଳ୍ପଦୂରରେ ଘରଗୁଡ଼ିକ ପୁଳିପୁଳି ହୋଇ ଗଢ଼ିଉଠିଥାଏ ଓ ଉଚ୍ଚସ୍ଥାନରେ ବା ଉଚ୍ଚ ନିଅଁ ଉପରେ ଘର ତିଆରି ହୋଇଥାଏ । ସମୁଦ୍ରକୂଳିଆ ଗାଁ ଆକାରରେ ଖୁବ୍ ଛୋଟ । ସମୁଦ୍ରରୁ ମାଛ, କଙ୍କଡ଼ା, ଶାମୁକା ଓ ନାନାପ୍ରକାର ପ୍ରବାଳ ବିକ୍ରିକରି ଏଠାକାର ଅଧ୍ବବାସୀମାନେ ନିଜର ଖର୍ଚ୍ଚ ତୁଲାଇ ଥାଆନ୍ତି ।
୧୨ । ମରୁଭୂମି ଗାଆଁ ଓ ସହରତଳି ଗାଆଁ
Answer:
ମରୁଭୂମି ଗାଁଗୁଡ଼ିକ ମରୁଭୂମି ଅଞ୍ଚଳରେ ଦେଖାଯାଏ । ଏଗୁଡ଼ିକ ଆକାରରେ ଖୁବ୍ ଛୋଟ । ଏ ପ୍ରକାରର ଗାଆଁରେ ଘରଗୁଡ଼ିକ ସାଧାରଣତଃ ମରୂଦ୍ୟାନ ଚାରିପଟେ ଅବସ୍ଥିତ । ସହରର ଉପକଣ୍ଠରେ ଅବସ୍ଥିତ ଗାଁଗୁଡ଼ିକୁ ସହରତଳି ଗାଆଁ କୁହାଯାଏ । ଏ ଗାଆଁଗୁଡ଼ିକ ସହରୀ ସଭ୍ୟତାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥା’ନ୍ତି । ଗାଆଁର ଅର୍ଥନୀତି ସହରଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।
୧୩ । ଜମିଦାରୀ ଗାଆଁ ଓ ରୟତି ଗାଆଁ
Answer:
ଜମିଦାରୀ ଗାଆଁରେ ଜମିର ମାଲିକାନା ଗୋଟିଏ ପରିବାର ବା କେତେକ ପରିବାର ଉପରେ ନ୍ୟସ୍ତ ଥାଏ । ଏମାନଙ୍କୁ ଜମିଦାର ବୋଲି କୁହାଯାଏ ଜମି ଉପରେ ଜମିଦାରଙ୍କର ସମ୍ପୂର୍ଣ୍ଣ ଅଧିକାର ଥାଏ; ମାତ୍ର ସେ ଚାଷ ନ କରି ଅନ୍ୟକୁ ଚାଷ କରିବାପାଇଁ ଜମି ଦେଇଥା’ଛି ଓ ତାହାଠାରୁ ଖଜଣା ଆଦାୟ କରିଥାଆନ୍ତି । ଏହି ଖଜଣାକୁ ଜମିଦାର ସରକାରଙ୍କୁ ଦେଇଥା’ନ୍ତି । ରୟତି ଗାଆଁଗୁଡ଼ିକରେ ଜମିର ମାଲିକ ହେଉଛନ୍ତି କୃଷକ । ସେମାନେ ସିଧାସଳଖ କୌଣସି ମଧ୍ଯସ୍ଥିର ବିନା ସହାୟତାରେ ସରକାରଙ୍କୁ ଖଜଣା ଦେଇଥା’ନ୍ତି ।
୧୪ । ଏକରେଖକ ଗ୍ରାମ ଓ ମିଶ୍ରିତ ଗ୍ରାମ
Answer:
ଏକରୈଖ୍ୟକ ଗ୍ରାମ କହିଲେ ସେହି ଗ୍ରାମକୁ ବୁଝାଏ ଯେଉଁଠି ଘରଗୁଡ଼ିକ ଧାଡ଼ି ହୋଇ ଗୋଟିଏ ସରଳରେଖାରେ ରହିଥାଏ । ଘରଗୁଡ଼ିକ ରାସ୍ତାକଡ଼ରେ କିମ୍ବା ନଦୀକୂଳରେ ତିଆରି ହୋଇଥାଏ । ସମସ୍ତ ଗୃହର ମୁହଁ ଗୋଟିଏ ପାର୍ଶ୍ଵକୁ ଅର୍ଥାତ୍ ରାସ୍ତା ଅଡ଼କୁ ରହିଥାଏ । ନଦୀ କିମ୍ବା ପାହାଡ଼ ଗୋଟିଏ ଗ୍ରାମକୁ ଅନ୍ୟ ଗ୍ରାମଠାରୁ ପୃଥକ୍ କରି ପ୍ରାକୃତିକ ସୀମାରେଖା ଭାବେ କାର୍ଯ୍ୟ କରେ । ମିଶ୍ରିତ ଗ୍ରାମ କହିଲେ ଉଭୟ ଅକୈନ୍ଦ୍ରିକ ଓ ବିକ୍ଷିପ୍ତ ଗ୍ରାମର ସମ୍ମିଶ୍ରଣକୁ ବୁଝାଏ ।
ଏପ୍ରକାର ଗ୍ରାମଗୁଡ଼ିକ ବିଶେଷ ଭାବରେ ସମତଳ ଓ ପାହାଡ଼ିଆ ଅଞ୍ଚଳରେ ଦେଖାଯାଇଥାଏ । ଘରଗୁଡ଼ିକ କେତେକ ସ୍ଥାନରେ ପାଖାପାଖ୍ ହୋଇ ରହିଥାଏ ଓ ଅନ୍ୟ କେତେକ ସ୍ଥାନରେ ବହୁ ଦୂରରେ ରହିଥାଏ।
୧୫ । ସାମାଜିକ ସଞ୍ଚଳନ କ୍ଷେତ୍ରରେ ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ
Answer:
ଗ୍ରାମ୍ୟ ସମୁଦାୟର ସାମାଜିକ ସଞ୍ଚଳନ ନଗର ସମୁଦାୟ ତୁଳନାରେ ଅପେକ୍ଷାକୃତ କମ୍ । ଗ୍ରାମ୍ୟ ସମୁଦାୟରେ ସଞ୍ଚଳନର ବିଶେଷ ସୁବିଧା ସୁଯୋଗ ନ ଥିବାରୁ ସାମାଜିକ, ବ୍ୟାବସାୟିକ ଓ ସାଂସ୍କୃତିକ ସଞ୍ଚଳନ ଖୁବ୍ କମ୍ ପରିମାଣରେ ଦେଖାଯାଏ; କିନ୍ତୁ ନଗର ସମୁଦାୟର ଆନୁଷ୍ଠାନିକ କେନ୍ଦ୍ରୀକରଣ ଓ ସାଙ୍ଗଠନିକ ପ୍ରଭେଦୀକରଣ ସାମାଜିକ ତଥା ବ୍ୟାବସାୟିକ ସଞ୍ଚଳନକୁ ତ୍ୱରାନ୍ବିତ କରିଥାଏ ।
(ଘ) ପାଞ୍ଚଟି । ଛଅଟି ବାକ୍ୟରେ ଉତ୍ତର ଦିଅ ।
୧। ଗ୍ରାମ୍ୟ ସମୁଦାୟର ଲକ୍ଷଣ
Answer:
ଗ୍ରାମ୍ୟ ସମୁଦାୟ ଦଳେ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ, ଯେଉଁମାନଙ୍କ ମଧ୍ୟରେ ଦୃଢ଼ ଆମେକ ଭାବନା ପରିଲକ୍ଷିତ ହୋଇଥାଏ ଓ ସଦସ୍ୟମାନେ କୃଷି ତଥା ପଶୁପାଳନକୁ ମୁଖ୍ୟ ଜୀବିକାଭାବେ ଗ୍ରହଣ କରିଥା’ନ୍ତି । ଏହାର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନରେ ପ୍ରଦତ୍ତ କରାଗଲା।
ଆକାରରେ କ୍ଷୁଦ୍ର, କୃଷିଭିତ୍ତିକ ଅର୍ଥନୀତି, ପ୍ରାଥମିକ ସମ୍ପର୍କ, ଜନସ୍ୟାରେ କମ୍ ଘନତ୍ବ, ସମଜାତୀୟତା, ଧର୍ମ ଉପରେ ବିଶ୍ଵାସ, ଯୌଥ ପରିବାର ବ୍ୟବସ୍ଥା ଇତ୍ୟାଦି । ଏହା ବ୍ୟତୀତ ଗ୍ରାମ ସମୁଦାୟର ଅନ୍ୟାନ୍ୟ ଗୁଣକୁଡ଼ିକ ହେଲା ସରଳ ଜୀବନଯାପନ, ଦାରିଦ୍ର୍ୟ, ଶାନ୍ତିପୂର୍ଣ୍ଣ ପରିବେଶ, ସାମୁଦାୟିକ ମନୋଭାବ, ନିରକ୍ଷରତା, ରକ୍ଷଣଶୀଳତା, ସାମାଜିକ ନିୟନ୍ତ୍ରଣ ଓ ଧୀର ପରିବର୍ତ୍ତନ ଇତ୍ୟାଦି । କାର୍ଲ ମାର୍କଙ୍କ ମତରେ, ଭାରତୀୟ ଗ୍ରାମ ସମୁଦାୟର ଗୁଣ ବା ଲକ୍ଷଣ କହିଲେ କ୍ଷୁଦ୍ରତା ଆତ୍ମନିର୍ଭରଶୀଳତା, କୃଷି ଓ ଜାତିପ୍ରଥାଦ୍ବାରା ଗ୍ରାମ ବିଭାଜନକୁ ବୁଝାଯାଏ ।
୨ । ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ ମଧ୍ଯରେ ପାର୍ଥକ୍ୟ
Answer:
ଗ୍ରାମ୍ୟ ସମୁଦାୟ ଓ ସହର ସମୁଦାୟ ମଧ୍ଯରେ ଅନେକ କ୍ଷେତ୍ରରେ ପାର୍ଥକ୍ୟମାନ ପରିଲକ୍ଷିତ ହୋଇଥାଏ, ଯଥା
(୧) ଗ୍ରାମ୍ୟ ସମୁଦାୟ ଆକାରରେ କ୍ଷୁଦ୍ର ହୋଇଥିବାବେଳେ, ସହର ସମୁଦାୟର ଆକାର ବୃହତ୍ ଅଟେ ।
(୨) ଗ୍ରାମ୍ୟ ସମୁଦାୟର ପରିବେଶ ପ୍ରାକୃତିକ ହୋଇଥିବାବେଳେ ସହର ସମୁଦାୟର ପରିବେଶ କୃତ୍ରିମ ଅଟେ ।
(୩) ଗ୍ରାମ୍ୟ ସମୁଦାୟର ତୁଳନାରେ ସହର ସମୁଦାୟର ଜନସଂଖ୍ୟା ଘନତ୍ଵ ଅଧିକ ଅଟେ ।
(୪) ଗ୍ରାମରେ ସମଜାତୀୟ ଜୀବନଯାପନ ଶୈଳୀ ରହିଥାଏ କିନ୍ତୁ ସହରୀ ଜୀବନ ବିଷମଜାତୀୟ ହୋଇଥାଏ ।
(୫) ଗ୍ରାମରେ ଧୀର ସାମାଜିକ ପରିବର୍ତ୍ତନ ରହିଥାଏ; କିନ୍ତୁ ସହରରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ ।
୩ । ଗ୍ରାମ ଓ ସହର ମଧ୍ୟରେ ସମ୍ପର୍କ
Answer:
ଗ୍ରାମ ଓ ସହରୀ ସମୁଦାୟ ପରସ୍ପର ନିର୍ଭରଶୀଳ ।
(୧) ଗ୍ରାମୀଣ ଓ ସହରୀ ପରିବେଶ ପାଇଁ ସ୍ଥାନାନ୍ତର ତଥା ଉଚ୍ଚଶିକ୍ଷା ଓ ସୁବିଧାସୁଯୋଗ ପାଇଁ ସହରୀ ସମୁଦାୟ ପ୍ରତି ଗ୍ରାମବାସୀ ଅକୃଷ୍ଟ ହୁଅନ୍ତି ।
(୨) ଗ୍ରାମର ପର୍ବପର୍ବାଣି ପରମ୍ପରା ସହରବାସୀଙ୍କୁ ଆକୃଷ୍ଟ କରିଥାଏ । ସହରର ଚାକଚକ୍ୟ ସଭ୍ୟତା ଗ୍ରାମବାସୀକୁ ଆକର୍ଷଣ କରେ ।
(୩) ଶ୍ରମ ନିୟୋଜନ ପାଇଁ ସହର ଗ୍ରାମର ଶ୍ରମିକମାନଙ୍କ ଉପରେ ନିର୍ଭର କରିଥାଏ । ସେହିପରି ଗ୍ରାମ୍ୟ ଶ୍ରମିକ ପେଟପୋଷିବା ପାଇଁ ସହରକୁ ସ୍ଥାନାନ୍ତରିତ ହୁଏ ।
(୪) ଗ୍ରାମ୍ୟ କୃଷିଜାତଦ୍ରବ୍ୟ ସହରକୁ ସ୍ଥାନାନ୍ତରିତ ହୋଇଥାଏ, ସେହିପରି ସହରରେ ଉପଲବ୍ଧ ଔଷଧ, ବୈଦ୍ୟୁତିକ ସରଞ୍ଜମ ଓ ଯାନ୍ତ୍ରିକ ଉପକରଣ ଗ୍ରାମବାସୀମାନଙ୍କର ଚାହିଦା ରହିଥାଏ ।
(୫) ସହରୀକରଣର ପ୍ରଭାବ ଫଳରେ ଗ୍ରାମ ସମୁଦାୟରେ ଚିତ୍ତ ବିନୋଦନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ସେହିପରି ଗ୍ରାମର ସଂସ୍କୃତି ସହରୀ ଜୀବନକୁ ଗ୍ରାମ ପ୍ରତି ଆକୃଷ୍ଟ କରେ ।
୪। ଯୌଥ ପରିବାରର ଅପକାର୍ଯ୍ଯ ବା ଅପକାରିତାଗୁଡ଼ିକ ବୁଝାଅ ।
Answer:
ଯୌଥ ପରିବାରରେ ନିମ୍ନଲିଖ୍ ଅପକାରିତାଗୁଡ଼ିକ ଦେଖାଯାଇଥାଏ ।
(୧) ଯୌଥ ପରିବାର ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ଅନ୍ତରାୟ ସୃଷ୍ଟି କରିଥାଏ ।
(୨) ଯୌଥ ପରିବାର କଳହ ଓ ଦ୍ବନ୍ଦ୍ବର ଗନ୍ତାଘର ଭାବେ କାର୍ଯ୍ୟ କରିଥାଏ ।
(୩) ଯୌଥ ପରିବାରରେ ନାରୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।
(୪) ଯୌଥ ପରିବାର ଅଳସୁଆଙ୍କର ବାସସ୍ଥଳୀ ଅଟେ ।
(୫) ଯୌଥ ପରିବାର ଦାରିଦ୍ର୍ୟତାକୁ ପ୍ରୋତ୍ସାହିତ କରିଥାଏ ।
(୬) ଯୌଥ ପରିବାର ଗୋପନୀୟତାର ଅଭାବ ଓ ମାନସିକ ଅଶାନ୍ତି ସୃଷ୍ଟି କରିଥାଏ ।
୫। ଯୌଥ ପରିବାରର ଗୁଣ ବା ଲକ୍ଷଣକୁ ବୁଝାଅ ।
Answer:
ଯୌଥ ପରିବାରରେ ନିମ୍ନଲିଖ ଗୁଣ ବା ଲକ୍ଷଣ ଦେଖାଯାଏ ।
(୧) ଯୌଥ ପରିବାର ଏକ ବୃହତ୍ ସମୂହ ।
(୨) ଏହାର ସଦସ୍ୟମାନେ ଏକ ସାଧାରଣ ଚୁଲାରେ ପ୍ରସ୍ତୁତ ଖାଦ୍ୟ ଖାଇଥା’ନ୍ତି ।
(୩) ସଦସ୍ୟମାନେ ଏକ ସାଧାରଣ ଗୃହରେ ବାସ କରିଥା’ନ୍ତି ।
(୪) ଯୌଥ ପରିବାରରେ ସମସ୍ତେ ସାଧାରଣ ସଂପରି ଉପଭୋଗ କରିଥା’ନ୍ତି ।
(୫) ଏଥରେ କର୍ତ୍ତା ପରିବାରରର ମୁଖ୍ୟ ଅଟନ୍ତି ।
(୬) ଏହାର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ କର୍ତ୍ତବ୍ୟବୋଧ ରହିଥାଏ ।
(୭) ଏହା ଏକ ସାମ୍ୟବାଦୀ ସଂଗଠନ ।
୬। ଯୌଥ ପରିବାରରେ ଦେଖାଯାଇଥିବା ପରିବର୍ତ୍ତନଗୁଡ଼ିକ ବୁଝାଅ ।
Answer:
ସମୟ ସହ ତାଳ ଦେଇ ଯୌଥ ପରିବାରରେ ଅନେକଗୁଡ଼ିଏ ପରିବର୍ତ୍ତନ ଉଭୟ ସାଙ୍ଗଠନିକ ଓ ପ୍ରକାର୍ଯ୍ୟାତ୍ମକ କ୍ଷେତ୍ରରେ ଦେଖାଦେଇଛି; ଯଥା-
(୧) ସଂପ୍ରତି ଯୌଥ ପରିବାରର ସଂଖ୍ୟା ହ୍ରାସ ପାଇବା ସହିତ ଏହାର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ।
(୨) ଯୌଥ ପରିବାର ଆଉ ପୂର୍ବପରି ଚାରି କିମ୍ବା ତହିଁରୁ ଅଧିକ ପୁରୁଷର ଲୋକମାନଙ୍କୁ ନେଇ ଗଠିତ ହେଉନାହିଁ ।
(୩) ଯୌଥ ପରିବାର ଆଉ ପୂର୍ବପରି ଏକ ମିତବ୍ୟୟୀ ଅନୁଷ୍ଠାନ ହୋଇ ରହିନାହିଁ ।
(୪) ଯୌଥ ପରିବାରର ମୁଖ୍ୟଙ୍କ କ୍ଷମତାରେ ଅନେକ ହ୍ରାସ ଘଟିଛି ।
୭ । ହିନ୍ଦୁ ଯୌଥ ପରିବାର କ’ଣ ବୁଝାଅ ।
Answer:
ହିନ୍ଦୁ ଯୌଥ ପରିବାର ଭାରତୀୟ ସମାଜର ଏକ ଗୁରୁତ୍ଵପୂର୍ଣ୍ଣ ସାମାଜିକ ଅନୁଷ୍ଠାନ । ଭାରତୀୟ ପରିବାର ବ୍ୟବସ୍ଥା ଏହି ଯୌଥ ପରିବାରକୁ ବୁଝାଇଥାଏ । ହିନ୍ଦୁ ସମାଜରେ ସାଧାରଣତଃ ଦୁଇ ପ୍ରକାରର ଯୌଥ ପରିବାର ଦେଖାଯାଇଥାଏ । ଯଥା –
(୧) ମାତୃସ୍ଥାନୀୟ ଯୌଥ ପରିବାର ଓ (୨) ପିତୃସ୍ଥାନୀୟ ଯୌଥ ପରିବାର । ଏକତ୍ର ବସବାସ କରୁଥିବା ଦୁଇ ବା ତିନି ପୁରୁଷର ଲୋକମାନଙ୍କର ଏକ ବୃହତ୍ ସମୂହକୁ ଯୌଥ ପରିବାର କୁହାଯାଏ । ଆର୍. ପି. ଦେଶାଇଙ୍କ ମତରେ, ‘ଯୌଥ ପରିବାରରେ ତିନିରୁ ଚାରି ପୁରୁଷ ଲୋକ ଏକତ୍ର ବାସ କରନ୍ତି ଏବଂ ଯାହାର ସଦସ୍ୟମାନେ ପରସ୍ପର ସହ ସଂପରି, ଆୟ ଓ ପାରସ୍ପରିକ ଅଧିକାର ଓ କର୍ତ୍ତବ୍ୟ ଦୃଷ୍ଟିରୁ ସଂପର୍କିତ ହୋଇଥାନ୍ତି ।’’