CHSE Odisha Class 12 Sociology Unit 5 Short Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 5 ଭାରତରେ ପରିବର୍ତ୍ତନ ଓ ବିକାଶ Short Answer Questions.

CHSE Odisha 12th Class Sociology Unit 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ସାମାଜିକ ପରିବର୍ତ୍ତନ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ସମାଜ, ସାମାଜିକ ସମ୍ପର୍କ, ସାମାଜିକ ସଂରଚନା ଓ ସାମାଜିକ ପ୍ରକାର୍ଯ୍ୟ ଆଦିରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଘଟୁଥ‌ିବା ବିଭିନ୍ନତା ବା ପାର୍ଥକ୍ୟକୁ ସାମାଜିକ ପରିବର୍ତ୍ତନ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ସମାଜରେ ଲୋକମାନଙ୍କ କାର୍ଯ୍ୟ, ଚିନ୍ତା କରିବାର ଶୈଳୀ ଓ ବ୍ୟବହାର ଆଦିରେ ଦେଖାଦେଉଥ‌ିବା ସମୟଭିଭିକ ପରିବର୍ତ୍ତନକୁ ସାମାଜିକ ପରିବର୍ତ୍ତନ କୁହାଯାଏ ।

୨। ପ୍ରକ୍ରିୟା ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
କେତେକ ଶକ୍ତିଦ୍ଵାରା ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଘଟୁଥିବା ଧାରାବାହିକ ପରିବର୍ତ୍ତନକୁ ପ୍ରକ୍ରିୟା କୁହାଯାଏ । ପୁନଶ୍ଚ ଏକ ନିର୍ଦ୍ଦିଷ୍ଟ ଦିଗରେ ଗୋଟିଏ ସ୍ତରରୁ ଅନ୍ୟ ଏକ ସ୍ତରକୁ ହେଉଥ‌ିବା ଗତିଶୀଳତାକୁ ମଧ୍ୟ ପ୍ରକ୍ରିୟା କୁହାଯାଏ । ଏହା ବାରମ୍ବାର ଘଟିଥାଏ । ସମାଜ ଓ ସାମାଜିକ ପରିବର୍ତ୍ତନ ଏକ ପ୍ରକ୍ରିୟା ଅଟେ ।

୩ । ସାମାଜିକ ପରିବର୍ତ୍ତନର ପ୍ରକ୍ରିୟା ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ସାମାଜିକ ପରିବର୍ତ୍ତନକୁ ଏକ ପ୍ରକ୍ରିୟା ଭାବେ ମଧ୍ୟ ବୁଝାଯାଇପାରେ । ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସଂଗଠିତ ହୋଇଥାଏ । ଭାରତୀୟ ସମାଜରେ ପରିବର୍ତ୍ତନ ଆଣୁଥ‌ିବା ପ୍ରମୁଖ ପ୍ରକ୍ରିୟାଗୁଡ଼ିକ ହେଲା- ସଂସ୍କୃତୀକରଣ, ପାଶ୍ଚାତ୍ୟକରଣ, ବିଶ୍ୱାୟନ, ସହରୀକରଣ, ଆଧୁନିକୀକରଣ, ଉଦ୍ୟୋଗୀକରଣ ।

୪। ଭାରତରେ ଦେଖାଯାଉଥ‌ିବା ସାମାଜିକ ପରିବର୍ତ୍ତନର ପ୍ରମୁଖ ପ୍ରକ୍ରିୟାଗୁଡ଼ିକ ଉପରେ ଟିପ୍‌ପଣୀ ଦିଅ ।
Answer:
ଭାରତରେ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସାମାଜିକ ପରିବର୍ତ୍ତନ ସଂଘଟିତ ହୋଇଥାଏ । ସେହି ପ୍ରକ୍ରିୟାଗୁଡ଼ିକୁ ଅନ୍ତଃ ଓ ବାହ୍ୟ ସାମାଜିକ ପ୍ରକ୍ରିୟା ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ତେବେ ଯାହାହେଉ ଭାରତୀୟ ସମାଜର ସାମାଜିକ ପରିବର୍ତ୍ତନର ପ୍ରମୁଖ ପ୍ରକ୍ରିୟାଗୁଡ଼ିକ ହେଉଛି ବିଶ୍ୱାୟନ, ସହରୀକରଣ, ଉଦ୍ୟୋଗୀକରଣ, ସଂସ୍କୃତୀକରଣ ।

୫। ଭାରତୀୟ ସମାଜରେ ସାମାଜିକ ପରିବର୍ତ୍ତନର ଅନ୍ତଃପ୍ରକ୍ରିୟା ଉପରେ ଟିପ୍‌ପଣୀ ଦିଅ ।
Answer:
ଭାରତୀୟ ସମାଜରେ ସାମାଜିକ ପରିବର୍ତ୍ତନର ବିଭିନ୍ନ ପ୍ରକ୍ରିୟାଗୁଡ଼ିକୁ ଅନ୍ତଃ ଓ ବହିଃ ଆଦି ଦୁଇ ଭାଗରେ ବିଭକ୍ତ କରାଯାଇଛି । ସାମାଜିକ ପରିବର୍ତ୍ତନର ପ୍ରମୁଖ ଅନ୍ତଃ-ପ୍ରକ୍ରିୟାଗୁଡ଼ିକ ହେଉଛି ସହରୀକରଣ, ଉଦ୍ୟୋଗୀକରଣ ।

୬ | ଭାରତୀୟ ସମାଜର ସାମାଜିକ ପରିବର୍ତ୍ତନ ବାହ୍ୟ ପ୍ରକ୍ରିୟା ଉପରେ ଟିପ୍‌ପଣୀ ଲେଖ ।
Answer:
ଭାରତୀୟ ସମାଜର ସାମାଜିକ ପରିବର୍ତ୍ତନର ବିଭିନ୍ନ ପ୍ରକ୍ରିୟାଗୁଡ଼ିକୁ ଅନ୍ତଃ ଓ ବହିଃ ପ୍ରକ୍ରିୟା ଦୁଇ ଭାଗରେ ବିଭକ୍ତ କରାଯାଇଛି । ଭାରତରେ ପ୍ରତୀୟମାନ ହେଉଥ‌ିବା ସାମାଜିକ ପରିବର୍ତ୍ତନର ପ୍ରମୁଖ ବାହ୍ୟ ପ୍ରକ୍ରିୟାଗୁଡ଼ିକ ହେଉଛି- ବିଶ୍ୱାୟନ, ପାଶ୍ଚାତ୍ୟକରଣ, ଉଦାରୀକରଣ, ଆଧୁନିକୀକରଣ ।

୭ । ବିଶ୍ୱୟନ ପ୍ରକ୍ରିୟା ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ସମୁଦାୟ ବିଶ୍ବ ଦୃଷ୍ଟିରୁ ଚିନ୍ତା କରିବା, କାର୍ଯ୍ୟ କରିବା ଓ ଉତ୍ପାଦନ କରିବାକୁ ବିଶ୍ୱାୟନ କୁହାଯାଏ । ଏହା ମୁଖ୍ୟତଃ ଅର୍ଥନୈତିକ ଅଟେ । ଏହା ଦେଶମାନଙ୍କ ମଧ୍ୟରେ ବଦ୍ଧିତ ଅର୍ଥନୈତିକ ନିର୍ଭରଶୀଳତାକୁ ବୁଝାଇଥାଏ । ବିଶ୍ୱର ଯେକୌଣସି ସ୍ଥାନରେ କମ୍ ଖର୍ଚ୍ଚରେ ଉତ୍ପାଦନ କରିବାକୁ ମଧ୍ୟ ବିଶ୍ୱାୟନ କୁହାଯାଏ । ଶିଳ୍ପ ଓ ବାଣିଜ୍ୟ ବାଧା ଅପସାରଣ ଏହାର ପ୍ରଧାନ ଲକ୍ଷ୍ୟ ଅଟେ ।

CHSE Odisha Class 12 Sociology Unit 5 Short Answer Questions in Odia Medium

୮। ବିଶ୍ୱାୟନର ଲକ୍ଷ୍ୟଗୁଡ଼ିକୁ ସଂକ୍ଷେପରେ ଲେଖ ।
Answer:
ବିଶ୍ୱାୟନର ଲକ୍ଷ୍ୟଗୁଡ଼ିକ ହେଲା – (କ) ମୁକ୍ତ ଆନ୍ତର୍ଜାତିକ ବାଣିଜ୍ୟ, (ଖ) ବିଶ୍ବ ଅର୍ଥନୀତି ସହିତ ସ୍ଥାନୀୟ ଅର୍ଥନୀତିର ସଂହତି, (ଗ) ଏକକ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି, (ଘ) ବାଣିଜ୍ୟ ବାଧା ହ୍ରାସ, (ଡ) ଦ୍ରବ୍ୟର ମୁକ୍ତ ଗତିଶୀଳତା ।

୯ । ବିଶ୍ୱାୟନର ଲକ୍ଷଣଗୁଡ଼ିକ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ବିଶ୍ୱାୟନର ଲକ୍ଷଣଗୁଡ଼ିକ ହେଲା – (କ) ବିଶ୍ୱାୟନ ଏକ ଜଟିଳ ପ୍ରକ୍ରିୟା, (ଖ) ବିଶ୍ଵାୟନ ଏକ ଐତିହାସିକ ପ୍ରକ୍ରିୟା, (ଗ) ବିଶ୍ୱାୟନ ଏକ ପରିସରଭିଭିକ ପ୍ରକ୍ରିୟା, (ଘ) ବିଶ୍ୱାୟନ ଏକ ଗତିଶୀଳ ପ୍ରକ୍ରିୟା ।

୧୦ । ବିଶ୍ଵାୟନର କେତେକ ଉପକାରିତା ଲେଖ ।
Answer:
ବିଶ୍ୱାୟନର ଉପକାରିତାଗୁଡ଼ିକ ହେଲା – (କ) ବିଶ୍ୱାୟନ ଉତ୍ପାଦନର କ୍ଷମତା ବୃଦ୍ଧି କରିଥାଏ, (ଖ) ବିଶ୍ୱାୟନ ବାରିଦ୍ର୍ୟ ହ୍ରାସ କରିଥାଏ, (ଗ) ବିଶ୍ୱାୟନ ସୁସ୍ଥ ପ୍ରତିଯୋଗିତାର ବିକାଶ କରିଥାଏ, (ଘ) ଏହା ସ୍ଥାନାନ୍ତରଣକୁ ଉତ୍ସାହିତ କରେ, (ଙ) ଏହା ଆନ୍ତର୍ଜାତିକ ସହଯୋଗର ବୃଦ୍ଧି ଘଟାଇଥାଏ, (ଚ) ଏହା ଗଣତନ୍ତ୍ରର ବିକାଶ ଘଟାଇଥାଏ ।

୧୧ । ବିଶ୍ୱୟନର ଅସୁବିଧା ବା ଅପକାରିତା ଉପରେ ଟିପ୍‌ପଣୀ ଦିଅ ।
Answer:
ବିଶ୍ୱାୟନର ଅପକାରିତାଗୁଡ଼ିକ ହେଲା – (କ) ବିଶ୍ୱାୟନ ଅସମାନତା ବୃଦ୍ଧି କରିଥାଏ, (ଖ) ବିଶ୍ୱୟନ ପ୍ରକ୍ରିୟା ବିଶ୍ୱକୁ ଧନୀ ଓ ଗରିବ ଆଦି ଦୁଇ ଭାଗରେ ବିଭକ୍ତ କରିଥାଏ, (ଗ) ବିଶ୍ୱାୟନ ଅନିଶ୍ଚିତତା ସୃଷ୍ଟି କରିଥାଏ, (ଘ) ଏଥ୍ଯୋଗୁଁ ମାନବିକ ମୂଲ୍ୟବୋଧର ହ୍ରାସ ଘଟିଥାଏ, (ଙ) ଏଥୁଯୋଗୁଁ ଶୋଷଣର ବ୍ୟାପକ ବୃଦ୍ଧି ଘଟେ ।

୧୨ । ଭାରତରେ ବିଶ୍ୱାୟନ ଉପରେ ଟିପ୍‌ପଣୀ ଦିଅ ।
Answer:
୧୯୯୧ ମସିହାଠାରୁ ଭାରତରେ ବିଶ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ତାଙ୍କର ଅର୍ଥମନ୍ତ୍ରୀ ମନମୋହନ ସିଂହ ଭାରତରେ ବିଶ୍ବୟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେହିଦିନଠାରୁ ଭାରତ ଏହାର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ପାଇଁ ମୁକ୍ତ କରି ରଖୁଛି ।

୧୩ । ସହର ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ଅଧିକ ଜନସଂଖ୍ୟା ଘନତ୍ଵ ଥିବା ଏକ ଅଞ୍ଚଳକୁ ସହର କୁହାଯାଏ, ଯେଉଁଠାରେ କି ପର୍ଯ୍ୟାପ୍ତ ସୁବିଧା ସୁଯୋଗ ମିଳିଥାଏ । ସେଠାରେ ସମୁଦାୟ କାର୍ଯ୍ୟକ୍ଷମ ପୁରୁଷଙ୍କ ମଧ୍ୟରୁ ୭୫ ଭାଗରୁ ଅଧିକ ଅଣକୃଷି କାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ସେଠାରେ ଏକ ମ୍ୟୁନିସିପାଲିଟି, ନିଗମ ବା ବିଜ୍ଞାପିତ ପରିଷଦ ରହିଥାଏ ।

୧୪ । ସହରୀକରଣ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ସହରୀକରଣ ପ୍ରକ୍ରିୟା ମାଧ୍ୟମରେ ଗ୍ରାମାଞ୍ଚଳ ସହରାଞ୍ଚଳରେ ପରିବର୍ତ୍ତନ ହୋଇଥାଏ । ସହରୀକରଣ ମଧ୍ଯ ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ଵାସ, ଚିନ୍ତାଧାରା, ମୂଲ୍ୟବୋଧ ଓ ଚରିତ୍ରର ପରିବର୍ତ୍ତନକୁ ବୁଝାଇଥାଏ । ଏହା ଲୋକମାନଙ୍କ ଜୀବନଶୈଳୀର ଏକ ବ୍ୟାପକ ପରିବର୍ତ୍ତନକୁ ବୁଝାଇଥାଏ । ଏହା ସହରୀ ହେବାର ଏକ ପ୍ରକ୍ରିୟାକୁ ବୁଝାଇଥାଏ ।

୧୫ । ସହରୀକରଣର ପ୍ରମୁଖ ଲକ୍ଷଣ ଉପରେ ଟିପ୍‌ପଣୀ ଦିଅ ।
Answer:
ସହରୀକରଣର ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା – (କ) ଟଙ୍କା ବା ପୁଞ୍ଜି ଅର୍ଥନୀତି, (ଖ) ଲିଖ୍ ତଥ୍ୟ, (ଗ) କୃଷି ଉପରେ ନିର୍ଭରଶୀଳତାର ହ୍ରାସ, (ଘ) ଔପଚାରିକତା, (ଙ) ବ୍ୟକ୍ତିବାଦର ବିକାଶ, (ଚ) ପାରମ୍ପରିକ ବନ୍ଧନର ଦୁର୍ବଳତା ।

୧୬ । ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ କହିଲେ ବିଶ୍ବ ଅର୍ଥନୀତିର ସଂସ୍କାର ଆନ୍ଦୋଳନକୁ ବୁଝାଇଥାଏ । ଏହା ମାଧ୍ୟମରେ ସମଗ୍ର ବିଶ୍ଵର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସମ୍ପର୍କ ପ୍ରତିଷ୍ଠା କରିବା ସମ୍ଭବ ହୋଇଥାଏ ।

୧୭ । ସହରୀକରଣ କହିଲେ କ’ଣ ବୁଝ ?
Answer:
ଗ୍ରାମାଞ୍ଚଳ ସହରାଞ୍ଚଳକୁ ପରିବର୍ତ୍ତିତ ହେବା ପ୍ରକ୍ରିୟାକୁ ସହରୀକରଣ କୁହାଯାଏ । ସହରୀକରଣ ଫଳରେ ଶ୍ରମ ବିଭାଜନ, ପାରସ୍ପରିକ ନିର୍ଭରଶୀଳତା, ସ୍ଥାନାନ୍ତରତା, ବ୍ୟକ୍ତି ମଧ୍ୟରେ ନୈବ୍ୟକ୍ତିକ ମନୋଭାବ ଇତ୍ୟାଦି ଦେଖାଯାଇଥାଏ ।

୧୮ । ସହରୀକରଣର ୩ଟି ଗୁଣ ଉଲ୍ଲେଖ କର ।
Answer:
ସହରୀକରଣର ୩ଟି ଗୁଣ ହେଲା – (କ) କ୍ଷଣସ୍ଥାୟୀ, (ଖ) ଅବୈୟକ୍ତିକ, (ଗ) ବ୍ୟକ୍ତିବାଦ ।

୧୯ । ସହରୀକରଣର ୨ଟି କାରଣ ଲେଖ ।
Answer:
ସହରୀକରଣର ୨ଟି କାରଣ ହେଲା – (କ) ବାଣିଜ୍ୟ ବ୍ୟବସାୟ, (ଖ) କର୍ମସଂସ୍ଥାନ ।

୨୦ । ଜଗତୀକରଣର ତିନୋଟି ପ୍ରଭାବ ଉଲ୍ଲେଖ କର ।
Answer:
ଜଗତୀକରଣର ୩ଟି ପ୍ରଭାବ ହେଲା
(କ) ଶିଳ୍ପକ୍ଷେତ୍ରରେ ଉନ୍ନତି ଉପରେ ପ୍ରଭାବ
(ଗ) ସ୍ଵାସ୍ଥ୍ୟ ଉପରେ ଜଗତୀକରଣର ପ୍ରଭାବ
(ଗ) ସ୍ଵାସ୍ଥ୍ୟ ଉପରେ ଜଗତୀକରଣର ପ୍ରଭାବ

CHSE Odisha Class 12 Sociology Unit 5 Short Answer Questions in Odia Medium

୨୧ । ଜଗତୀକରଣର ତିନୋଟି ସମାଲୋଚନା ଦର୍ଶାଅ
Answer:
(କ) ଏହା ଏକ ଉତ୍ତେଜନାମୂଳକ ବିଷୟବସ୍ତୁ ହୋଇପାରିଛି ।
(ଖ) ବିଶ୍ବ ଉନ୍ନତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିଛି ।
(ଗ) ଅର୍ଥନୈତିକ ସାର୍ବଭୌମତ୍ୱ ଉପରେ ପ୍ରଭାବ ପକାଇଛି ।

୨୨ । ସହରୀବାଦ କହିଲେ କ’ଣ ବୁଝ ?
Answer:
ସହରୀବାଦ ମୁଖ୍ୟତଃ ସହରର ଅର୍ଥନୀତି ସହ ଜଡ଼ିତ । ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ସ୍ଥାୟୀ ଓ ଅସ୍ଥାୟୀ ଭାବରେ ବସବାସ କରୁଥିବା ବହୁ ଲୋକମାନଙ୍କ ସମାହାରକୁ ସହରୀ ସମୁଦାୟ କୁହାଯାଏ । ସହରୀ ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ ଅବୈୟକ୍ତିକ ଔପଚାରିକ ସମ୍ପର୍କ ଥାଏ । ଏହା ଆକାରରେ ବୃହତ୍ ଅଟେ ।

୨୩ । ସହରୀକରଣ କିପରି ଆଧୁନିକୀକରଣକୁ ପ୍ରଭାବିତ କରୁଛି ଲେଖ ।
Answer:
ଉଦ୍ୟୋଗୀକରଣ ଆଧୁନିକୀକରଣ ପ୍ରକ୍ରିୟାର ଅଙ୍ଗ । ଉଦ୍ୟୋଗୀକରଣ ଓ ନଗରୀକରଣ ପ୍ରାୟତଃ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଏଣୁ, ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ ହେବା ଫଳରେ ନଗରୀକରଣ ଓ ଉଦ୍ୟୋଗୀକରଣ ପ୍ରକ୍ରିୟା ତ୍ୱରାନ୍ବିତ ହୋଇଥାଏ । ଫଳରେ ନଗରୀଗୁଡ଼ିକର ବିକାଶ ଘଟେ । ଏଗୁଡ଼ିକ ଶିଳ୍ପ ଉତ୍ପାଦନ ତଥା ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠେ । ଏ କ୍ଷେତ୍ରରେ ଗୌଣସମୂହର ପ୍ରାଧାନ୍ୟ ସାମାଜିକ, ସଂସ୍ଥା, ସାମାଜିକ ସ୍ତରୀକରଣ, ସାମାଜିକ ଅନ୍ତଃକ୍ରିୟା ବୃଦ୍ଧି ପାଇଥାଏ ।

୨୪ । ଶିକ୍ଷାକ୍ଷେତ୍ରରେ ଆଧୁନିକୀକରଣ କିପରି ପରିବର୍ତ୍ତନ ଆଣେ ?
Answer:
ଆଧୁନିକ ସମାଜରେ ଶିକ୍ଷା ଔପଚାରିକ ରୂପରେ ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ ଏବଂ ପ୍ରଦ୍ୟୋଗିକ ସଂସ୍ଥାଗୁଡ଼ିକଦ୍ୱାରା ପ୍ରଦାନ କରାଯାଇଛି । ଆଧୁନିକ ଶିକ୍ଷା କୌଣସି ସୀମିତ ଶ୍ରେଣୀ ମଧ୍ୟରେ ସୀମାବଦ୍ଧ ନ ହୋଇ ଗଣଶିକ୍ଷାର ରୂପ ନେଇଛି । ଏହି ପ୍ରକାର ଶିକ୍ଷା ସ୍ଵାଧୀନତା, ସମତା, ମାନବବାଦ, ବୈଜ୍ଞାନିକ ଜ୍ଞାନକୌଶଳ, ଗଣତାନ୍ତ୍ରିକ ମୂଲ୍ୟବୋଧ ଇତ୍ୟାଦି ଉପରେ ଅଧ୍ଵ ମହତ୍ତ୍ବ ଦେଇଥାଏ ।

୨୫ । ଜଗତୀକରଣ କିପରି ଗଣତନ୍ତ୍ରକୁ ମଜବୁତ କରିଥାଏ ?
Answer:
ଜଗତୀକରଣ ପ୍ରକ୍ରିୟା ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ । ଗଣତନ୍ତ୍ରର ମୁଖ୍ୟ ଉପାଦାନ ହେଉଛି ରାଜନୈତିକ ସ୍ଵାଧୀନତା । ଜଗତୀକରଣ ଆର୍ଥିକ ସ୍ଵାଧୀନତା ଯୋଗାଇଥାଏ ଏବଂ ରାଜନୈତିକ ସ୍ବାଧୀନତା ଆର୍ଥିକ ସ୍ବାଧୀନତାରୁ ଶକ୍ତି ପାଇଥାଏ । ତେଣୁ, ଜଗତୀକରଣ ପ୍ରକ୍ରିୟା ଅର୍ଥନୈତିକ ସ୍ଵାଧୀନତା ଉପଭୋଗ ପାଇଁ ସୁବିଧା ଦେବା ସଙ୍ଗେ ସଙ୍ଗେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାଗ ନେବାପାଇଁ ଲୋକମାନଙ୍କୁ ସଶକ୍ତ କରିଥାଏ ।

୨୬ । ଜଗତୀକରଣ ଫଳରେ ବ୍ୟାପକ ନିଯୁକ୍ତି କିପରି ସୃଷ୍ଟି ହୁଏ ?
Answer:
ଜଗତୀକରଣ ପ୍ରକ୍ରିୟାଦ୍ଵାରା ପୁଞ୍ଜିନିବେଶ ଓ ପୁଞ୍ଜିପ୍ରବାହରେ କୋହଳ ନୀତି ଅନୁସରଣ କରାଯାଇଥାଏ । ଏହାଫଳରେ ଉନ୍ନତ ଦେଶଗୁଡ଼ିକ ବିକାଶଶୀଳ ରାଷ୍ଟ୍ରମାନଙ୍କର ପ୍ରତ୍ୟକ୍ଷ ପୁଞ୍ଜିନିବେଶ କରି ଶିଳ୍ପ, କଳକାରଖାନା ପ୍ରତିଷ୍ଠା କରିଥା’ନ୍ତି । ଶିଳ୍ପ, ବାଣିଜ୍ୟ ପ୍ରତିଷ୍ଠାନ ଓ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବା ସଙ୍ଗେ ସଙ୍ଗେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ । ଏହାଫଳରେ ଦେଶରୁ ବେକାରୀ ଓ ଦାରିଦ୍ର୍ୟ ବିଶେଷଭାବେ ହ୍ରାସ ପାଇବା ସଙ୍ଗେ ଜୀବନଧାରଣର ମାନ ଉନ୍ନତ ହୁଏ ।

୨୭ । ଜଗତୀକରଣର କେତେକ ଉପକାରିତା ଉଲ୍ଲେଖ କର ।
Answer:
(୧) ଜଗତୀକରଣ ଉତ୍ପାଦନ ବୃଦ୍ଧି ଘଟାଇଥାଏ ।
(୨) ଜଗତୀକରଣ ଦାରିଦ୍ର୍ୟତା ହ୍ରାସ କରିଥାଏ ।
(୩) ଜଗତୀକରଣ ସୁସ୍ଥ ପ୍ରତିଯୋଗିତାର ବିକାଶ ଘଟାଇଥାଏ ।

୨୮ । ଜଗତୀକରଣର ଅପକାରିତାମାନ ବୁଝାଅ ।
Answer:
(୧) ଜଗତୀକରଣ ଅସମାନତା ବୃଦ୍ଧି କରିଥାଏ ।
(୨) ଏହା ବିଶ୍ୱକୁ ଧନୀ ଓ ଗରିବ ଆଦି ଦୁଇ ଭାଗରେ ବିଭକ୍ତ କରିଥାଏ ।
(୩) ଏହା ଅନିଶ୍ଚିତତା ସୃଷ୍ଟି କରିଥାଏ ।

୨୯ । ସହରୀକରଣ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଗ୍ରାମାଞ୍ଚଳରୁ ସହରକୁ ଲୋକମାନଙ୍କର ଗତି ଫଳରେ ସହର ଜନସଂଖ୍ୟାର ଆକାର ଓ ଘନତ୍ଵ ବୃଦ୍ଧି ପ୍ରକ୍ରିୟାକୁ ସହରୀକରଣ କୁହାଯାଏ । ସହରୀକରଣ ମଧ୍ୟ ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ଵାସ, ଚିନ୍ତାଧାରା, ମୂଲ୍ୟବୋଧ ଓ ଚରିତ୍ରରେ ପରିବର୍ତ୍ତନକୁ ବୁଝାଇଥାଏ । ଏହା ସହରୀ ହେବାର ଏକ ପ୍ରକ୍ରିୟା ।

CHSE Odisha Class 12 Sociology Unit 5 Short Answer Questions in Odia Medium

୩୦ । ସହରୀକରଣର ପ୍ରମୁଖ ଲକ୍ଷଣମାନ ଉଲ୍ଲେଖ କର ।
Answer:
(୧) କୃଷି ଉପରେ ନିର୍ଭରଶୀଳ ହ୍ରାସ (୨) ବ୍ୟକ୍ତିବାଦର ବିକାଶ (୩) ଔପଚାରିକତା (୪) ପୁଞ୍ଜିଭିଭିକ ଅର୍ଥନୀତି (୫) ଲିଖ୍ତ ତଥ୍ୟ (୬) ପାରମ୍ପରିକ ବନ୍ଧନ ଯାହାକି ପରିବାର, ଜାତି ଓ ଧର୍ମ ଉପରେ ପର୍ଯ୍ୟବସିତ କ୍ରମେ କ୍ରମେ ଦୁର୍ବଳ ହେବା ।

୩୧ । ଜଗତୀକରଣର ଅର୍ଥ କ’ଣ ?
Answer:
ଜଗତୀକରଣ ଏକ ଅର୍ଥନୈତିକ ନୀତି ଓ ପରିବର୍ତ୍ତନ ପ୍ରକ୍ରିୟା ଅଟେ । ଦେଶମାନଙ୍କ ମଧ୍ୟରେ ବଦ୍ଧିତ ଅର୍ଥନୈତିକ ନିର୍ଭରଶୀଳତାକୁ ଜଗତୀକରଣ କୁହାଯାଏ । ବିଶ୍ୱର ଯେକୌଣସି ସ୍ଥାନରେ ବିନା ବାଧାରେ ଓ କମ୍ ଖର୍ଚ୍ଚରେ ଉତ୍ପାଦନ କରିବାକୁ ଜଗତୀକରଣ କୁହାଯାଏ । ଶିଳ୍ପ ଓ ବାଣିଜ୍ୟରେ ସରକାରୀ ବାଧା ଅପସାରଣକୁ ମଧ୍ଯ ଜଗତୀକରଣ କୁହାଯାଇଥାଏ ।

୩୨ । ଜଗତୀକରଣ ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ କ’ଣ ?
Answer:
ଜଗତୀକରଣ ମୁଖ୍ୟତଃ ଏକ ଅର୍ଥନୈତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାର ନିମ୍ନଲିଖତ ଲକ୍ଷ୍ୟମାନ ରହିଛି । ଯଥା- (୧) ମୁକ୍ତ ଆନ୍ତର୍ଜାତିକ ବାଣିଜ୍ୟ, (୨) ଦ୍ରବଣ ମୁକ୍ତ ଗତିଶୀଳତା, (୩) ବିଶ୍ୱ ଅର୍ଥନୀତି ସହିତ ସ୍ଥାନୀୟ ବା ଆଞ୍ଚଳିକ ଅର୍ଥନୀତିର (୪)ଏକକ ଅର୍ଥନୈତିକ ବ୍ୟବସ୍ଥାର ଉନ୍ନତି ।

୩୩ । ଜଗତୀକରଣ ପ୍ରକ୍ରିୟାର ଲକ୍ଷଣ ବା ଗୁଣଗୁଡ଼ିକୁ ସଂକ୍ଷେପରେ ବୁଝାଅ ।
Answer:
(୧) ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ।
(୨) ଏହା ଏକ ଐତିହାସିକ ପ୍ରକ୍ରିୟା ।
(୩) ଜଗତୀକରଣ ଏକ ଗତିଶୀଳ ପ୍ରକ୍ରିୟା ।
(୪) ଜଗତୀକରଣ ଏକ ବହୁ ପରିସରଭୁକ୍ତ ପ୍ରକ୍ରିୟା ।

୩୪ । ଭାରତରେ ଜଗତୀକରଣ ପ୍ରକ୍ରିୟା କେବେ ଆରମ୍ଭ ହୋଇଥିଲା ?
Answer:
ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓ ତାଙ୍କର ଅର୍ଥମନ୍ତ୍ରୀ ମନମୋହନ ସିଂହ 1990 ମସିହାରେ ଭାରତରେ ଜଗତୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେହିଦିନଠାରୁ ଭାରତ ଏହାର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ପାଇଁ ମୁକ୍ତ କରି ରଖୁଛି ।

୩୫ । ଜଗତୀକରଣ ପ୍ରକ୍ରିୟାର ଉପକାରିତାଗୁଡ଼ିକ ବୁଝାଅ ।
Answer:
ଜଗତୀକରଣ ପ୍ରକ୍ରିୟାର ନିମ୍ନଲିଖ୍ ଉପକାରିତାମାନ ରହିଛି । ଯଥା- (୧) ଜଗତୀକରଣ ସୁସ୍ଥ ପ୍ରତିଯୋଗିତାର ବିକାଶ ଘଟାଇଥାଏ । (୨) ଏହା ଆନ୍ତର୍ଜାତିକ ସହଯୋଗ ବୃଦ୍ଧିରେ ସହାୟକ ହୋଇଥାଏ । (୩) ଏହା ସ୍ଥାନାନ୍ତରଣକୁ ଉତ୍ସାହିତ କରିଥାଏ । (୪) ଏହା ଉତ୍ପାଦନର ଦକ୍ଷତା ବୃଦ୍ଧି କରିଥାଏ ଓ (୫) ଜଗତୀକରଣ ଦାରିଦ୍ର୍ୟତା ହ୍ରାସ କରିଥାଏ ।

୩୬ । ସହରୀକରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗ୍ରାମର ପରିବର୍ତ୍ତନ ଘଟି ସହରରେ ପରିଣତ ହୁଏ ବା ଗ୍ରାମରୁ ଲୋକମାନେ ସହରକୁ ସ୍ଥାନାନ୍ତରିତ ହୋଇଥା’ନ୍ତି ଏବଂ ଏହି ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ଵାସ, ଚିନ୍ତାଧାରା, ମୂଲ୍ୟବୋଧ ଓ ଚରିତ୍ର , ଘଟିଥାଏ ତାକୁ ସହରୀକରଣ କୁହାଯାଏ ।

୩୭ । ସହର କ’ଣ ବୁଝାଅ ।
Answer:
ଅଧ‌ିକ ଜନସଂଖ୍ୟା ଘନତ୍ଵ ଥ‌ିବା ଓ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ମିଳୁଥିବା ଏବଂ ସମୁଦାୟ ପୁରୁଷ ସଂଖ୍ୟାର 75 ଭାଗରୁ ଅଧ୍ବକ ଅଣକୃଷି କାର୍ଯ୍ୟରେ ନିୟୋଜିତ ଥ‌ିବା ଏକ ଅଞ୍ଚଳକୁ ସହର କୁହାଯାଏ ।

୩୮ । ପାଶ୍ଚାତ୍ୟକରଣ ଓ ସହରୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ
Answer:
(୧) ପାଶ୍ଚାତ୍ୟକରଣ ଏକ ବାହ୍ୟ ପ୍ରକ୍ରିୟା ହୋଇଥିବାବେଳେ ସହରୀକରଣ ଏକ ଅନ୍ତଃ ପ୍ରକ୍ରିୟା ଅଟେ ।
(୨) ପାଶ୍ଚାତ୍ୟ ଦେଶର ପ୍ରଭାବରେ ଏକ ଅଣପାଶ୍ଚାତ୍ୟ ଦେଶରେ ଦେଖାଯାଉଥ‌ିବା ପରିବର୍ତ୍ତନକୁ ପାଶ୍ଚାତ୍ୟକରଣ କୁହାଯାଏ । କିନ୍ତୁ ସହରୀକରଣ ଗ୍ରାମାଞ୍ଚଳରୁ ସହରକୁ ଲୋକମାନଙ୍କର ସ୍ଥାନାନ୍ତରଣ ଓ ସେମାନଙ୍କ ବିଶ୍ୱାସ ଓ ଚିନ୍ତାଧାରାରେ ପରିବର୍ତ୍ତନକୁ ବୁଝାଇଥାଏ ।

CHSE Odisha Class 12 Sociology Unit 5 Short Answer Questions in Odia Medium

୩୯ । ଜଗତୀକରଣ ଓ ଉଦାରୀକରଣ ମଧ୍ୟରେ ଥ‌ିବା ପାର୍ଥକ୍ୟ ସଂକ୍ଷେପରେ ଆଲୋଚନା କର ।
Answer:
(୧) ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ହୋଇଥିବାବେଳେ ଉଦାରୀକରଣ ଏକ ଅର୍ଥନୈତିକ ପ୍ରକ୍ରିୟା ଅଟେ ।
(୨) ଜଗତୀକରଣ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଦେଉଥ‌ିବାବେଳେ ଉଦାରୀକରଣ ବଜାର ଉପରେ ଗୁରୁତ୍ବ ଦେଇଥାଏ ।
(୩) ଜଗତୀକରଣ ଉତ୍ପାଦନର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦେଉଥ‌ିବାବେଳେ ଉଦାରୀକରଣ ସରକାରୀ ନିୟନ୍ତ୍ରଣ ହ୍ରାସ ଉପରେ ଗୁରୁତ୍ଵ ଦେଇଥାଏ ।

୪୦ । ସଂସ୍କୃତୀକରଣ ଓ ସହରୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(୧) ସଂସ୍କୃତୀକରଣ ହିନ୍ଦୁ ସମାଜର ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ବୁଝାଉଥିବାବେଳେ ସହରୀକରଣ ଗ୍ରାମରୁ ସହରକୁ ଲୋକମାନଙ୍କର ସ୍ଥାନାନ୍ତରଣ ଓ ସେମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନକୁ ବୁଝାଇଥାଏ ।
(୨) ସଂସ୍କୃତୀକରଣ ଏକ ପାରମ୍ପରିକ ପ୍ରକ୍ରିୟା ହୋଇଥିବାବେଳେ ସହରୀକରଣ ଏକ ଆଧୁନିକ ପ୍ରକ୍ରିୟା ।

୪୧ । ଜଗତୀକରଣ ପ୍ରକ୍ରିୟା ।
Answer:
ସମୁଦାୟ ବିଶ୍ୱଦୃଷ୍ଟିରୁ ଚିନ୍ତା କରିବା କାର୍ଯ୍ୟ କରିବା ଓ ଉତ୍ପାଦନ କରିବାକୁ ଜଗତୀକରଣ କୁହାଯାଏ । ଏହା ମୁଖ୍ୟତଃ ଏକ ଅର୍ଥନୈତିକ ନିର୍ଭରଶୀଳତାକୁ ବୁଝାଇଥାଏ । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଥିବା ବିଭିନ୍ନ ବାଧା ବା ପ୍ରତିବନ୍ଧକ ତ୍ଵକୁ ହଟାଇବା ଏହାର ପ୍ରଧାନ ଲକ୍ଷ୍ୟ ଅଟେ ।

୪୨ । ସହରୀକରଣ ପ୍ରମୁଖ ଲକ୍ଷଣ ।
Answer:
ସହରୀକରଣର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି –
(i) ଟଙ୍କା ବା ପୁଞ୍ଜିବାଦୀ ଅର୍ଥନୀତି ।
(ii) ଅଣକୃଷିଭିତ୍ତିକ ବୃତ୍ତି ।
(iii) ଔପଚାରିକ ସମ୍ପର୍କ ।
(iv) ବ୍ୟକ୍ତିଗତ ଚିନ୍ତାଧାରାର ବିକାଶ ।
(v) ପାରମ୍ପରିକ ବନ୍ଧନର ଦୁର୍ବଳତା ଇତ୍ୟାଦି ।

୪୩ । ସହରୀକରଣ
Answer:
ସହରୀକରଣ ଏକ ପ୍ରକ୍ରିୟା, ଯାହାଦ୍ୱାରା ଗ୍ରାମାଞ୍ଚଳ ଏକ ସହରାଞ୍ଚଳରେ ପରିଣତ ହୋଇଥାଏ । ସହରୀକରଣ ମଧ୍ୟ ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ବାସ, ଚିନ୍ତାଧାରା, ମୂଲ୍ୟବୋଧ ଓ ଚରିତ୍ର ଆଦିରେ ପରିବର୍ତ୍ତନକୁ ବୁଝାଇଥାଏ । ଏହା ଲୋକମାନଙ୍କର ଜୀବନଶୈଳୀରେ ଏକ ବ୍ୟାପକ ପରିବର୍ତ୍ତନକୁ ବୁଝାଇଥାଏ ।

(ଖ) ପାଞ୍ଚଟି । ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସାମାଜିକ ପରିବର୍ତ୍ତନ ପ୍ରକ୍ରିୟା କ’ଣ ବୁଝାଅ ।
Answer:
ଯାହା ସମାଜରେ ବାରମ୍ବାର ଘଟୁଥାଏ ତାକୁ ସାମାଜିକ ପ୍ରକ୍ରିୟା କୁହାଯାଏ । ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସମାଜର ପରିବର୍ତ୍ତନ ଆସିଥାଏ । ସାମାଜିକ ପରିବତ୍ତର୍ନକୁ ମଧ୍ୟ ଏକ ପ୍ରକ୍ରିୟା ଭାବେ ବୁଝାଯାଇଥାଏ । ଯେଉଁ କେତେକ ପ୍ରମୁଖ ପ୍ରକ୍ରିୟା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆସିଥାଏ, ସେଗୁଡ଼ିକ ହେଲା- ସଂସ୍କୃତୀକରଣ, ବିଶ୍ୱାୟନ, ସହରୀକରଣ, ଆଧୁନିକୀକରଣ,

୨। ଭାରତୀୟ ସମାଜରେ ସାମାଜିକ ପରିବର୍ତ୍ତନର ଅନ୍ତଃ ପ୍ରକ୍ରିୟାଗୁଡ଼ିକ ବୁଝାଅ ।
Answer:
ଭାରତୀୟ ସମାଜରେ ଦେଖାଯାଉଥ‌ିବା ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଯାହା ଅନ୍ତଃ ପ୍ରକ୍ରିୟା ଓ ବହିଃ ପ୍ରକ୍ରିୟା । ଅନ୍ତଃ ପ୍ରକ୍ରିୟା ସେହି ପ୍ରକ୍ରିୟାକୁ ବୁଝାଏ, ଯାହା ଭାରତୀୟ ସମାଜରେ ହିଁ ସଂଗଠିତ ହୋଇଥାଏ । ପ୍ରମୁଖ ଅନ୍ତଃ ପ୍ରକ୍ରିୟାଗୁଡ଼ିକ ହେଲା- ସହରୀକରଣ, ଆଧୁନିକୀକରଣ, ବିଶ୍ୱାୟନ ।

୩। ବିଶ୍ୱାୟନର ଅର୍ଥ ବୁଝାଅ ।
Answer:
ବିଶ୍ୱାୟନ ଏକ ଅର୍ଥନୈତିକ ନୀତି ଓ ପରିବର୍ତ୍ତନ ପ୍ରକ୍ରିୟା ଅଟେ । ଦେଶମାନଙ୍କ ମଧ୍ୟରେ ବର୍ଦ୍ଧିତ ଅର୍ଥନୈତିକ ନିର୍ଭରଶୀଳତାକୁ ବିଶ୍ୱାୟନ କୁହାଯାଏ । ବିଶ୍ୱର ଯେକୌଣସି ସ୍ଥାନରେ ବିନା ବାଧାରେ ଓ କମ୍ ଖର୍ଚ୍ଚରେ ଉତ୍ପାଦନ କରିବାକୁ ବିଶ୍ୱାୟନ କୁହାଯାଏ । ଶିଳ୍ପ ଓ ବାଣିଜ୍ୟରେ ସରକାରୀ ବାଧା ଅପସାରଣକୁ ମଧ୍ୟ ବିଶ୍ୱାୟନ କୁହାଯାଏ ।

୪। ବିଶ୍ୱୟନ ପ୍ରକ୍ରିୟାର ଲକ୍ଷ୍ୟ ବୁଝାଅ ।
Answer:
ବିଶ୍ୱୟନ ମୁଖ୍ୟତଃ ଏକ ଅର୍ଥନୈତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାର ନିମ୍ନଲିଖ ଲକ୍ଷ୍ୟମାନ ରହିଛି; ଯଥା – (କ) ମୁକ୍ତ ଆନ୍ତର୍ଜାତିକ ବାଣିଜ୍ୟ, (ଖ) ଦ୍ରବ୍ୟର ମୁକ୍ତ ଗତିଶୀଳତା, (ଗ) ବିଶ୍ବ ଅର୍ଥନୀତି ସହିତ ସ୍ଥାନୀୟ ବା ଆଞ୍ଚଳିକ ଅର୍ଥନୀତିର ସଂହତି, (ଘ) ଏକକ ଅର୍ଥନୈତିକ ବ୍ୟବସ୍ଥାର ଉନ୍ନତି ।

CHSE Odisha Class 12 Sociology Unit 5 Short Answer Questions in Odia Medium

୫। ବିଶ୍ୱାୟନର ଲକ୍ଷଣ ବା ଗୁଣଗୁଡ଼ିକ ସଂକ୍ଷେପରେ ବୁଝାଅ ।
Answer:
ବିଶ୍ୱାୟନ ଏକ ଅର୍ଥନୈତିକ ପ୍ରକ୍ରିୟା ଯାହାକି ନିମ୍ନଲିଖ୍ ଲକ୍ଷଣ ମାଧ୍ୟମରେ ନିଜକୁ ପରିଚିତ କରାଇଥାଏ । (କ) ବିଶ୍ୱାୟନ ଏକ ଜଟିଳ ପ୍ରକ୍ରିୟା ଅଟେ । (ଖ) ବିଶ୍ୱାୟନ ଏକ ଐତିହାସିକ ପ୍ରକ୍ରିୟା, (ଗ) ବିଶ୍ବାୟନ ଏକ ଗତିଶୀଳ ପ୍ରକ୍ରିୟା, (ଘ) ବିଶ୍ୱାୟନ ଏକ ବହୁ ପରିସରଭୁକ୍ତ ପ୍ରକ୍ରିୟା ଅଟେ ।

୬। ଭାରତରେ ବିଶ୍ୱୟନ ପ୍ରକ୍ରିୟା କେବେ ଆରମ୍ଭ ହେଲା ବୁଝାଅ ।
Answer:
ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓ ତାଙ୍କର ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧ ମସିହାରେ ଭାରତରେ ବିଶ୍ୱୟନ ପ୍ରକ୍ରିୟା ଆରମ୍ଭ କରିଥିଲେ । ସେହିଦିନଠାରୁ ଭାରତ ଏହାର ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ପାଇଁ ମୁକ୍ତ କରି ରଖୁଛି ।
୭। ବିଶ୍ୱୟନ ପ୍ରକ୍ରିୟାର ଉପକାରିତାଗୁଡ଼ିକ ବୁଝାଅ ।

Answer:
ବିଶ୍ୱାୟନ ଏକ ଅର୍ଥନୈତିକ ପ୍ରକ୍ରିୟା ଓ ଏହାର ନିମ୍ନଲିଖ୍ ଉପକାରିତାମାନ ରହିଛି; ଯଥା – (କ) ବିଶ୍ୱାୟନ ସୁସ୍ଥ ପ୍ରତିଯୋଗିତାରେ ବିକାଶ ଘଟାଇଥାଏ । (ଖ) ଏହା ଆନ୍ତର୍ଜାତିକ ସହଯୋଗ ବୃଦ୍ଧିରେ ସହାୟକ ହୋଇଥାଏ । (ଗ) ଏହା ସ୍ଥାନାନ୍ତରଣକୁ ଉତ୍ସାହିତ କରିଥାଏ । (ଘ) ବିଶ୍ୱୟନ ଉତ୍ପାଦନର ଦକ୍ଷତା ବୃଦ୍ଧି କରିଥାଏ । (ଙ) ବିଶ୍ୱାୟନ ଦାରିଦ୍ର୍ୟ ହ୍ରାସ କରିଥାଏ ।

୮ । ସହର କ’ଣ ବୁଝାଅ ।
Answer:
ଅଧିକ ଜନସଂଖ୍ୟା ଘନତ୍ଵ ଥ‌ିବା, ପର୍ଯ୍ୟାପ୍ତ ସୁବିଧାସୁଯୋଗ ମିଳୁଥିବା ଏବଂ ସମୁଦାୟ ପୁରୁଷ ସଂଖ୍ୟାର ୭୫ ଭାଗରୁ ଅଧିକ ଅଣକୃଷି ନିୟୋଜିତ ଥିବା ଏକ ଅଞ୍ଚଳକୁ ସହର କୁହାଯାଏ । ଏଠାରେ ମ୍ୟୁନିସିପାଲିଟି ବା ବିଜ୍ଞାପିତ ପରିଷଦ ଆଦି ଥାଏ ।

୯୮ ସହରୀକରଣ କ’ଣ ବୁଝାଅ ।
Answer:
ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗ୍ରାମର ପରିବର୍ତ୍ତନ ଘଟି ସହରରେ ପରିଣତ ହୁଏ ବା ଗ୍ରାମରୁ ଲୋକମାନେ ସହରକୁ ସ୍ଥାନାନ୍ତରିତ ହୋଇଥା’ନ୍ତି ଏବଂ ଏହି ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ଵାସ, ଚିନ୍ତାଧାରା, ମୂଲ୍ୟବୋଧ ଓ ଚରିତ୍ରରେ ପରିବର୍ତ୍ତନ ଘଟିଥାଏ ତାକୁ ସହରୀକରଣ କୁହାଯାଏ । ସହରୀକରଣ ମୁଖ୍ୟତଃ ଉଦ୍ୟୋଗୀକରଣ ଯୋଗୁଁ ଦେଖାଯାଇଥାଏ । ଏହା ମଧ୍ୟ ସାମାଜିକ

୧୦ । ଜଗତୀକରଣ କ’ଣ ?
Answer:
ଜଗତୀକରଣ ମୁଖ୍ୟତଃ ନବ ଉଦାରବାଦକୁ ବୁଝାଇଥାଏ । ବିଶ୍ୱର ସମସ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ସଂହତି ଓ ପାରସ୍ପରିକ ନିର୍ଭରଶୀଳତାକୁ ଜଗତୀକରଣ ବା ବିଶ୍ୱାୟନ କୁହାଯାଏ । ଏହି ପ୍ରକ୍ରିୟା ଯୋଗୁଁ ବିଶ୍ଵର ସମସ୍ତ ଦେଶ ପରସ୍ପର ସହ, ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କଦ୍ୱାରା ସମ୍ପର୍କିତ ହୋଇଥା’ନ୍ତି । ବିଶ୍ୱସ୍ତରୀୟ ପ୍ରତିଯୋଗିତା ଓ ପୁଞ୍ଜିନିବେଶ ପାଇଁ ଦେଶୀୟ ବଜାର ଓ ଅର୍ଥନୀତିକୁ ସଂପୂର୍ଣ୍ଣ ମୁକ୍ତ କରିବାକୁ ଜଗତୀକରଣ କୁହାଯାଏ ।

୧୧ । ସହରୀବାଦ ଓ ସହରୀକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସହରୀକରଣ କହିଲେ ସହରାଞ୍ଚଳରେ ରହୁଥ‌ିବା ବ୍ୟକ୍ତିଙ୍କର ଜୀବନ ବଞ୍ଚିବାର ପ୍ରଣାଳୀକୁ ବୁଝାଏ । ସହରୀବାଦ କହିଲେ ସହରୀ ସଂସ୍କୃତି ପ୍ରସାର ଓ ସହର ସମାଜର ବିବର୍ତ୍ତନକୁ ବୁଝାଏ; କିନ୍ତୁ ସହରୀକରଣ କହିଲେ ସହରୀ ସଂସ୍କୃତିକୁ ଅନୁକରଣ କରି ଗ୍ରାମାଞ୍ଚଳକୁ ସହରାଞ୍ଚଳକୁ ଗତିଶୀଳ ହେବାକୁ ବୁଝାଇଥାଏ । ଏହି ସହରୀକରଣ ପ୍ରକ୍ରିୟା ଯୋଗୁଁ ଆଧୁନିକ ସମାଜରେ ଗ୍ରାମାଞ୍ଚଳର ବହୁ ଲୋକେ ସହର ଅଞ୍ଚଳକୁ ଯାଇ ସେଠାରେ ବସବାସ କରୁଛନ୍ତି।

୧୨ । ଆଧୁନିକୀକରଣ କହିଲେ କ’ଣ ବୁଝ ?
Answer:
(କ) ଆଧୁନିକୀକରଣ ସାମାଜିକ ପରିବର୍ତ୍ତନର ଏକ ପ୍ରକ୍ରିୟା ଅଟେ, ଯାହାଦ୍ୱାରା ବିକାଶଶୀଳ ସମାଜଗୁଡ଼ିକ ବିକଶିତ ସମାଜର ରୀତିନୀତି, ଚାଲିଚଳଣିକୁ ଗ୍ରହଣ କରିଥା’ନ୍ତି ।
(ଖ) ଆଧୁନିକୀକରଣ କୌଣସି ଦେଶ, ପ୍ରଜାତି ବା ସାଂସ୍କୃତିକ ସମୂହରୁ ନିଃସୃତ ନ ହୋଇ ସମଗ୍ର ମାନବ ଜାତି ସହିତ ସମ୍ବନ୍ଧିତ ଥାଏ ।
(ଗ) ଆଧୁନିକତା କହିଲେ ନୂତନ କଳା, ନୂତନ ବସ୍ତ୍ର ଓ ନୂତନ ଚିନ୍ତାଧାରାର ବିକାଶକୁ ବୁଝାଏ ।
(ଘ) ଆଧୁନିକୀକରଣ ପ୍ରକ୍ରିୟା ମାଧ୍ୟମରେ କେବଳ ଯେ ଭୌତିକ ସଂସ୍କୃତିର ପରିବର୍ତ୍ତନ ହୁଏ ତା’ ନୁହେଁ, ଅଭୌତିକ ସଂସ୍କୃତିର; ଯଥା- ବିଶ୍ୱାସ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ସାହିତ୍ୟ, ଧର୍ମ, କଳା ଆଦିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

୧୩ । ଜଗତୀକରଣଦ୍ଵାରା ଭାରତୀୟ ସମାଜରେ ପଢୁଥ‌ିବା ଦୁଇଟି ପ୍ରଭାବ ଦର୍ଶାଅ ।
Answer:
ଜଗତୀକରଣ ଏକ ପ୍ରକ୍ରିୟା ଯାହାକି ବିଶ୍ବ ଅର୍ଥନୀତି କ୍ଷେତ୍ରରେ ବିକାଶ ଘଟାଇଥାଏ; ଜଗତୀକରଣଦ୍ୱାରା ଭାରତୀୟ ସମାଜ ଉପରେ ପଡ଼ୁଥ‌ିବା ଦୁଇଟି ପ୍ରଭାବ ହେଲା –
(କ) ମୁକ୍ତ ବଜାର ଅର୍ଥନୀତି
(ଖ) ବିଦେଶୀ ବିନିଯୋଗର ଉତ୍ସାହ

୧୪ । ଆଧୁନିକୀକରଣ ପ୍ରକ୍ରିୟାର ଭାରତୀୟ ସମାଜ ଉପରେ ପ୍ରଭାବଗୁଡ଼ିକ ଲେଖ ।
Answer:
ଆଧୁନିକୀକରଣ ଭାରତୀୟ ସମାଜରେ ନିମ୍ନଲିଖ୍ କ୍ଷେତ୍ରରେ ପ୍ରଭାବ ପକାଇଥାଏ ।
(କ) ନଗରୀକରଣ
(ଖ) ପରିବାର
(ଗ) ଶିକ୍ଷା କ୍ଷେତ୍ରରେ
(ଘ) ବିଞାନ
(ଡ) ରାଜନୀତି
(ଚ) ସାମାଜିକ ସ୍ତରୀକରଣ
(ଛ) ଧର୍ମ
(ଜ) ସାମାଜିକ ସଂଗଠନ
(ଝ) ମୂଲ୍ୟବୋଧ

CHSE Odisha Class 12 Sociology Unit 5 Short Answer Questions in Odia Medium

୧୫ । ଆଧୁନିକୀକରଣର ତିନୋଟି ଗୁଣ ଲେଖ ।
Answer:
(କ) ଆଧୁନିକୀକରଣ ଏକ ଜଟିଳ ପ୍ରକ୍ରିୟା ।
(ଖ) ଏହା ଏକ ସାର୍ବଜନୀନ ପ୍ରକ୍ରିୟା ।
(ଗ) ଏହା ଏକ ସମଜାତୀୟ ପ୍ରକ୍ରିୟା ।

୧୬ । ଜଗତୀକରଣର ୩ ଗୋଟିଏ ଲକ୍ଷଣ ଲେଖ ।
Answer:
(କ) ଜଗତୀକରଣର ଏକ ଗଠନମୂଳକ ପ୍ରକ୍ରିୟା ।
(ଖ) ଏହା ନୂତନ ଜ୍ଞାନକୌଶଳକୁ ବୁଝାଏ ।
(ଗ) ଜଗତୀକରଣ ଐତିହାସିକ ଅଟେ ।

୧୭ । ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ ସମଗ୍ର ବିଶ୍ଵର ଅର୍ଥନୀତିରେ ଏକୀକରଣ ପ୍ରକ୍ରିୟାକୁ ବୁଝାଏ । ଦେଶ ଦେଶ ଭିତରେ ଅବାଧ ବାଣିଜ୍ୟ କାରବାର ଓ ମୁକ୍ତ ବଜାର ବ୍ୟବସ୍ଥା ଏହାର ଅନ୍ତର୍ଭୁକ୍ତ । ଜଗତୀକରଣର ମୁଖ୍ୟ ପ୍ରଭାବ ହେଲା ବିଶ୍ଵର ଅର୍ଥନୀତି ଓ ଆର୍ଥିକ ବ୍ୟବସ୍ଥାର ଏକୀକରଣ, ଏହାଛଡ଼ା ଆମଦାନୀ, ରପ୍ତାନୀ କାରବାରରେ କୋହଳ ତଥା ମୁକ୍ତ ବ୍ୟବସ୍ଥା, ପ୍ରଶାସନିକ କଟକଣା ତଥା କୋଟା ଲାଇସେନ୍ସ ଓ ପରମିଟ୍ ବ୍ୟବସ୍ଥାର ଉଚ୍ଛେଦ ମଧ୍ୟ ଏହି ପ୍ରକ୍ରିୟାଦ୍ଵାରା ସମ୍ଭବପର ହୋଇଥାଏ । ୧୯୯୧ ମସିହାରୁ ଭାରତରେ ଜଗତୀକରଣ ସଂସ୍କାର ବ୍ୟବସ୍ଥା ପ୍ରବର୍ତ୍ତିତ ହେଲାଣି ।

୧୮ । ଆଧୁନିକୀକରଣ ପ୍ରକ୍ରିୟା କହିଲେ କ’ଣ ବୁଝ ?
Answer:
ଆଧୁନିକତା କହିଲେ ନୂତନ କଳା, ନୂତନ ବସ୍ତ୍ର ଓ ନୂତନ ଚିନ୍ତାଧାରାର ବିକାଶ । ଏହାର ଅର୍ଥ ହେଲା ଆଧୁନିକ ଚିନ୍ତାଧାରାର ବିକାଶ ଘଟାଇବା, ଦୈନନ୍ଦିନ ଜୀବନରେ ଆଧୁନିକତାର ଢାଞ୍ଚାରେ ନିଜର ଆଚାର, ବ୍ୟବହାର, ପ୍ରଥା, ପରମ୍ପରାକୁ ପରିବର୍ତ୍ତନ କରାଇବା । ଆଧୁନିକୀକରଣ ପ୍ରକ୍ରିୟା ମାଧ୍ୟମରେ କେବଳ ଯେ ଭୌତିକ ସଂସ୍କୃତିରେ ପରିବର୍ତ୍ତନ ହୁଏ ତା’ନୁହେଁ, ଅଭୌତିକ ସଂସ୍କୃତିର; ଯଥା – ବିଶ୍ଵାସ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ସାହିତ୍ୟ, ଧର୍ମ, କଳା ଆଦିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ସମାଜବିଜ୍ଞାନୀମାନଙ୍କ ମତରେ ଆଧୁନିକୀକରଣ ସାମାଜିକ ପରିବର୍ତ୍ତନର ଏକ ପ୍ରକ୍ରିୟା ଯାହାଦ୍ଵାରା ପୁରାତନ ସଂସ୍ଥାର ରୂପାନ୍ତର ଘଟି ଏକ ବିକଳ୍ପ ନୂତନ ସଂସ୍ଥାର ଆବିର୍ଭାବ ଘଟିଥାଏ ।

୧୯ । ଔଦ୍ୟୋଗୀକରଣର ପ୍ରଭାବକୁ ଲେଖ ।
Answer:
ନିମ୍ନରେ ଔଦ୍ୟୋଗୀକରଣର ମୁଖ୍ୟ ପ୍ରଭାବିତ କ୍ଷେତ୍ର –
(i) ସାମାଜିକ – ପରିବାର, ବିବାହ, ସାମାଜିକ ପରିବେଶ ।
(ii) ସାଂସ୍କୃତିକ – ପ୍ରଥା, ପରମ୍ପରା, ଭାଷା, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା ।
(iii) ଶିକ୍ଷା – ବିଜ୍ଞାନ ଓ କାରିଗରୀ ବିଦ୍ୟା ।
(iv) ମାନସିକ – ବ୍ୟକ୍ତିତ୍ବ ବିଘଟନ, ଅବସାଦ ।
(v) ଅର୍ଥନୈତିକ – ଉଦାରୀକରଣ, ଜଗତୀକରଣ, ଆର୍ଥିକ ଅଭିବୃଦ୍ଧି ।
(vi) ରାଜନୈତିକ – ଗଣତନ୍ତ୍ରର ପ୍ରତିଷ୍ଠା, ଆନ୍ତର୍ଜାତିକ ସମ୍ପର୍କ ।

(ଗ) ପାର୍ଥକ୍ୟ ଦର୍ଶାଅ ।

୧। ସହରୀକରଣ ଓ ଆଧୁନିକୀକରଣ
Answer:
ହରୀକରଣ ଓ ଆଧୁନିକୀକରଣ ଉପୟ ଭିନ୍ନ ଭିନ୍ନ ପ୍ରକ୍ରିୟା ଯାହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଦେଖାଯାଇଥାଏ । ଉଭୟଙ୍କ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

ସହରୀକରଣ:
(୧) ସହରାଞ୍ଚଳରେ ବାସ କରୁଥିବା ଜନସଂଖ୍ୟାର ଅନୁପାତରେ ବୃଦ୍ଧି, ସହରଗୁଡ଼ିକର ସଂଖ୍ୟାରେ ବୃଦ୍ଧି କିମ୍ବା ସେମାନଙ୍କର ଭୌଗୋଳିକ ପରିସର ବୃଦ୍ଧି ଏବଂ ସହରର ପ୍ରତିମାନ ଓ ମୂଲ୍ୟବୋଧର ପ୍ରସାରଣକୁ ସହରୀକରଣ କୁହାଯାଏ ।
(୨) ସହରୀକରଣ ସହରାଞ୍ଚଳ ତଥା ବିଶେଷତଃ ଗ୍ରାମାଞ୍ଚଳର କେତେକ ଲୋକମାନଙ୍କର ପରିବର୍ତ୍ତିତ ଧାରାକୁ ଗୁରୁତ୍ୱ ଦେଇଥାଏ ।
(୧) ଅନ୍ୟ ପକ୍ଷରେ ଆଧୁନିକୀକରଣ ସାମାଜିକ ପରିବର୍ତ୍ତନର ଏକ ପ୍ରକ୍ରିୟା ଅଟେ, ଯାହାଦ୍ୱାରା ବିକାଶଶୀଳ ସମାଜର ସାଧାରଣ ବୈଶିଷ୍ଟ୍ୟଗୁଡ଼ିକୁ ଅପେକ୍ଷାକୃତ କମ୍ ବିକାଶଶୀଳ ସମାଜଗୁଡ଼ିକ ଗ୍ରହଣ କରିଥା’ନ୍ତି ।
(୨) ଆଧୁନିକୀକରଣ କୌଣସି ଦେଶ, ପ୍ରଜାତି ବା ସାଂସ୍କୃତିକ ସମୂହରୁ ନିଃସୃତ ନ ହୋଇ ସମଗ୍ର ମାନବଜାତି ସହିତ ସମ୍ବନ୍ଧିତ ହୋଇଥାଏ ।

CHSE Odisha Class 12 Sociology Unit 5 Short Answer Questions in Odia Medium

୨। ସହରୀବାଦ ଓ ସହରୀକରଣ
Answer:
ହରୀବାଦ ମୁଖ୍ୟତଃ ସହରର ଅର୍ଥ ସହ ଜଡ଼ିତ ଅଟେ । ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ସ୍ଥାୟୀ ଓ ଅସ୍ଥାୟୀ ଭାବରେ ବସବାସ କରୁଥିବା ବହୁ ସଂପର୍କ ଲୋକମାନଙ୍କର ସମାହାରକୁ ସହରୀ ସମୁଦାୟ କୁହାଯାଏ । ସହରୀ ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ, ଅବୈୟକ୍ତିକ ଓ ଔପଚାରିକ ସଂପର୍କ ଥାଏ । ଏହା ଆକାରରେ ବୃହତ୍ ଅଟେ । ଭାରତୀୟ ଜନଗଣନା ସଂସ୍ଥା ଅନୁସାରେ ସାଧାରଣତଃ ୫୦୦୦ରୁ ବେଶି ଜନସଂଖ୍ୟା ବାସ କରୁଥିବା ଅଞ୍ଚଳକୁ ସହର ସମୁଦାୟ କୁହାଯାଏ ।

ଅନ୍ୟ ପକ୍ଷରେ, ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗ୍ରାମଗୁଡ଼ିକ ସହରରେ ପରିଣତ ହୁଅନ୍ତି, ସହରର ସୃଷ୍ଟି ଏବଂ ବୃଦ୍ଧି ଘଟେ, ତାହାକୁ ସହରୀକରଣ କୁହାଯାଏ । ସହରର ଲୋକମାନଙ୍କର ଗ୍ରାମାଞ୍ଚଳ ଓ ତା’ର ଲୋକମାନଙ୍କ ଉପରେ ପ୍ରଭାବ ଏବଂ ଲୋକମାନଙ୍କର ମୂଲ୍ୟବୋଧ ଓ ଜୀବନଶୈଳୀରେ ହେଉଥୁବା ପରିବର୍ତ୍ତନକୁ ସହରୀକରଣ କୁହାଯାଏ ।

୩ । ଜଗତୀକରଣ ଓ ଉଦାରୀକରଣ
Answer:
(i) ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ହୋଇଥିବାବେଳେ ଉଦାରୀକରଣ ଏକ ଅର୍ଥନୈତିକ ପ୍ରକ୍ରିୟା ଅଟେ ।
(ii) ଜଗତୀକରଣ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ବ ଦେଉଥ‌ିବାବେଳେ ଉଦାରୀକରଣ ବଜାର ଉପରେ ଗୁରୁତ୍ଵ ଦେଇଥାଏ ।
(iii) ଜଗତୀକରଣ ଉତ୍ପାଦନ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦେଉଥ‌ିବାବେଳେ ଉଦାରୀକରଣ ସରକାରୀ ନିୟନ୍ତ୍ରଣ .ହ୍ରାସ ଉପରେ ଗୁରୁତ୍ଵ ଦେଇଥାଏ ।

୪। ପାଶ୍ଚାତ୍ୟକରଣ ଓ ଧର୍ମନିରପେକ୍ଷୀକରଣ
Answer:
(i) ପାଶ୍ଚାତ୍ୟକରଣ ଏକ ବାହ୍ୟ ପ୍ରକ୍ରିୟା ହୋଇଥିଲାବେଳେ ଧର୍ମନିରପେକ୍ଷୀକରଣ ଏକ ଆନ୍ତଃ ପ୍ରକ୍ରିୟା ଅଟେ ।
(ii) ପାଶ୍ଚାତ୍ୟ ଦେଶର ପ୍ରଭାବରେ ଏକ ଅଣପାଶ୍ଚାତ୍ୟ ଦେଶରେ ଅଣାଯାଉଥ‌ିବା ପରିବର୍ତ୍ତନକୁ ପାଶ୍ଚାତ୍ୟକରଣ କୁହାଯାଏ; କିନ୍ତୁ ଧାର୍ମିକ ଚିନ୍ତାଧାରାର ପ୍ରଭାବରୁ ମୁକ୍ତ ହେବାକୁ ଧର୍ମନିରପେକ୍ଷୀକରଣ କୁହାଯାଏ।

୫। ପାଶ୍ଚାତ୍ୟକରଣ ଏବଂ ସହରୀକରଣ
Answer:
(i) ପାଶ୍ଚାତ୍ୟକରଣର ଏକ ବାହ୍ୟ ପ୍ରକ୍ରିୟା ହୋଇଥିବାବେଳେ ସହରୀକରଣ ଏକ ଆନ୍ତଃପ୍ରକ୍ରିୟା ଅଟେ ।
(ii) ପାଶ୍ଚାତ୍ୟ ଦେଶର ପ୍ରଭାବରେ ଏକ ଅଣପାଶ୍ଚାତ୍ୟ ଦେଶରେ ପରିଲକ୍ଷିତ ହେଉଥ‌ିବା ପରିବର୍ତ୍ତନକୁ ପାଶ୍ଚାତ୍ୟକରଣ କୁହାଯାଏ; କିନ୍ତୁ ସହରୀକରଣ, ଗ୍ରାମରୁ ସହରକୁ ଲୋକମାନଙ୍କର ସ୍ଥାନାନ୍ତରଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ବିଶ୍ଵାସ ଓ ଚିନ୍ତାଧାରାରେ ପରିବର୍ତ୍ତନଗୁଡ଼ିକୁ ବୁଝାଇଥାଏ ।

Leave a Comment