Go through 6th Class Science Book Odia Medium Question Answer and Class 6 Science Chapter 6 Question Answer Odia Medium ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ to understand textbook questions more clearly.
6th Class Science Chapter 6 Question Answer Odia Medium
Class 6 Science Chapter 6 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ତୁମ ରୋଷେଇ ଘରକୁ ଯାଅ ଏବଂ ଦେଖ କିପରି ତୁମ ପିତାମାତା ବିଭିନ୍ନ ଖାଦ୍ୟ ପଦାର୍ଥଗୁଡ଼ିକ ସଜାଇ ରଖୁଛନ୍ତି । ତୁମେ ଏକ ଉତ୍ତମ ପଦ୍ଧତିରେ କିପରି ସଜାଇ ପାରିବ, କହିପାରିବ କି ? ଏହାକୁ ତୁମ ଖାତାରେ ଲେଖ ।
Answer:
- ରୋଷେଇ ଘରେ ଆମ ପିତାମାତା ବିଭିନ୍ନ ଖାଦ୍ୟପଦାର୍ଥଗୁଡ଼ିକ ବଭିନ୍ନ ଗ୍ରୁପ୍ରେ ସଜାଇ ରଖୁଛନ୍ତି ।
- ଆମେ ଏ କ ଉ ତ୍ତ ମ ପଦ୍ଧତି ରେ ଖାଦ୍ୟପଦାର୍ଥ ଗୁଡ଼ିକୁ ସଜାଇ ରଖ୍ ପାରିବା, ଯେପରିକି ମୁଗ ଡାଲି, ଚଣାଡାଲି, ହରଡ଼ ଡାଲି, ମସୁର ଡାଲି ଇତ୍ୟାଦିକୁ ଗୋଟିଏ ଜାଗାରେ ଏକାଠି ରଖୁପାରିବା ।
- ଚାଉଳ, ଦଲିଆ, ଅଟା, ସୁଜି, ମଇଦା ପ୍ରଭୃତି ଖାଦ୍ୟଶସ୍ୟଗୁଡ଼ିକୁ ଅନ୍ୟ ଏକ ସ୍ଥାନରେ ଏକାଠି ରଖିପାରିବା ।
- ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜୀରା, ଜୀରାଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ, ମସଲା ଗୁଣ୍ଡ, ଗରମ ମସଲା, ଅଳେଇଚ, ଗୁଜୁରାତି ଇତ୍ୟାଦି ଅନ୍ୟ ଏକ ସ୍ଥାନରେ ଏକାଠି ରଖୁପାରିବା ।
- ରୋଷେଇ ପାଇଁ ବ୍ୟବହୃତ ଘିଅ, ସୋରିଷ ତେଲ, ସୋୟାବିନ୍ ତେଲ, ଅଲିଭ ତେଲ, ରିଫାଇନ ତେଲ ଇତ୍ୟାଦି ଗୋଟିଏ ଜାଗାରେ ଏକତ୍ର ରଖୁପାରିବା ।
![]()
Question 2.
‘କ’ ସ୍ତମ୍ଭରେ ଥିବା ଶବ୍ଦକୁ ‘ଖ’ ସ୍ତମ୍ଭରେ ସମ୍ପର୍କିତ ତଥ୍ୟ ସହିତ ଗାର ଟାଣି ଯୋଡ଼ ।

Answer:
| ସ୍ତମ୍ଭ I | ସ୍ତମ୍ଭ II |
| (1) ପଦାର୍ଥ | (ଖ) ସ୍ଥାନ ଅଧିକାର କରେ ଓ ଏହାର ବସ୍ତୁତ୍ଵ ରହିଛି |
| (2) ଦ୍ରବଣୀୟ | (ଘ) ପାଣିରେ ସମ୍ପୂର୍ଣ୍ଣ ମିଶିଯାଏ |
| (3) ସ୍ଵଚ୍ଛ | (କ) ଏହ ମାଧ୍ୟମ ରେ ବସ୍ତୁଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯାଇପାରେ |
| (4) ଉଜ୍ଜ୍ଵଳ | (ଗ) ଚକ୍କ୍ କରୁଥୁବା ପୃଷ୍ଠ |
Question 3.
ଦୋକାନରେ ଏବଂ ଘରେ ବସ୍ତ ରଖୁବା ପାଇଁ ବ୍ୟବହୃତ ହେଉଥିବା ବାକ୍ସଗୁଡ଼ିକ ସାଧାରଣତଃ ସ୍ଵଚ୍ଛ ଅଟେ । ଏହାର କାରଣ କୁହ ।
Answer:
ଦୋକାନରେ ଏବଂ ଘରେ ବସ୍ତୁ ରଖୁବା ପାଇଁ ବ୍ୟବହୃତ ହେଉଥିବା ବାକ୍ସଗୁଡ଼ିକ ସାଧାରଣତଃ ସ୍ଵଚ୍ଛ ଅଟେ କାରଣ ଏହା ଭିତରେ ଥିବା ବସ୍ତୁଗୁଡ଼ିକ ବାହାରକୁ ସ୍ପଷ୍ଟ ଭାବରେ ଦେଖାଯିବ ଏବଂ ସହଜରେ ମିଳିପାରିବ ।
![]()
Question 4.
ନିମ୍ନରେ ଦିଆଯାଇଥିବା ଉକ୍ତିଗୁଡ଼ିକ ଠିକ୍ (✗) କିମ୍ବା ଭୁଲ (✓) ଚିହ୍ନ ଦିଅ । ଭୁଲ ଉକ୍ତିଗୁଡ଼ିକୁ ସଂଶୋଧନ କର ।
(କ) କାଠ ସ୍ଵଚ୍ଛ ପଦାର୍ଥ ହୋଇଥିବା ବେଳେ କାଚ ଅସ୍ୱଚ୍ଛ ।
Answer:
ଭୁଲ (✗) ଠିକ୍ ଉକ୍ତି-
କାଠ ଅସ୍ଵଚ୍ଛ ହୋଇଥିବାବେଳେ କାଠ ସ୍ଵଚ୍ଛ ।
(ଖ) ଆଲୁମିନିୟମ ଫଏଲ ଚମକୁ ଥିବାବେଳେ ରବର ଚମକୁ ନଥାଏ ।
Answer:
ଠିକ୍ (✓)
(ଗ) ଚିନି ପାଣିରେ ଦ୍ରବୀଭୂତ ହେଉଥିବା ବେଳେ କାଠଗୁଣ୍ଡ ଦ୍ରବୀଭୂତ ହୁଏ ନାହିଁ ।
Answer:
ଠିକ୍ (✓)
(ଘ) ସେଓ କୌଣସି ସ୍ଥାନ ଅଧିକାର କରେ ନାହିଁ ଏବଂ ଏହାର ବସ୍ତୁତ୍ଵ ଥାଏ ।
Answer:
ଭୁଲ (✗)
ଠିକ୍ ଉକ୍ତି ସେଓ ସ୍ଥାନ ଅଧିକାର କରେ ଏବଂ ଏହାର ବସ୍ତତ୍ଵ ଥାଏ ।
![]()
Question 5.
କାଠ, ଲୁହା, ପ୍ଲାଷ୍ଟିକ, ବାଉଁଶ, ସିମେଣ୍ଟ ଓ ପଥର ଭଳି ବିଭିନ୍ନ ସାମଗ୍ରୀରେ ନିର୍ମିତ ଚେୟାର ଦେଖିବାକୁ ମିଳୁଛି । ନିମ୍ନଲିଖତ ପଦାର୍ଥର କିଛି ଗୁଣ ଅଛି ଯାହା ଚେୟାର ତିଆରି କରବା ପାଇଁ ବ୍ୟବହାର କରାଯାଇପାରେ । ଚେୟାର ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ପଦାର୍ଥ ମଧ୍ୟରୁ କେଉଁ ପଦାର୍ଥଗୁଡ଼ିକ ସମସ୍ତ ଗୁଣକୁ ଦର୍ଶାଇଥାଏ ।
(କ) କଠିନତା (ଦୀର୍ଘ ସମୟ ବସିବା ପରେ ହଲି ନଥଏ କିମ୍ବା ବଙ୍କା ହୋଇ ନଥାଏ ।)
Answer:
ଲୁହା, ସିମେଣ୍ଟ ଏବଂ ପଥରରୁ ନିର୍ମିତ ଚେୟାରରେ ଦୀର୍ଘ ସମୟ ବସିବା ପରେ ମଧ୍ଯ ହରି ନଥାଏ କିମ୍ବା ବଙ୍କା ହୋଇ ନଥାଏ । (କଠିନତା)
(ଖ) ହାଲୁକା ପଦାର୍ଥ (ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇବା କିମ୍ବା ନେବା ସହଜ ।)
Answer:
ପ୍ଲାଷ୍ଟିକ ଏବଂ ବାଉଁଶରୁ ନିର୍ମିତ ଚେୟାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇବା କିମ୍ବା ନେବା ସହଜ ହୋଇଥାଏ । (ହାଲୁକା)
(ଗ) ଶୀତଦିନେ ବସିବ ସମୟରେ ଅଧିକ ଥଣ୍ଡା ଅନୁଭବ ହୁଏ ନାହିଁ ।
Answer:
କାଠ ଏବଂ ବାଉଁଶରୁ ନିର୍ମିତ ଚେୟାରରେ ଶୀତଦିନେ ବସିବା ସମୟରେ ଅଧିକ ଥଣ୍ଡା ଅନୁଭବ ହୁଏନାହିଁ ।
(ଘ) ନିୟମିତ ଭାବେ ସଫା କରାଯାଇପାରିବ ଏବଂ ଦୀର୍ଘ ସମୟ ବ୍ୟବଧାନ ପରେ ମଧ୍ୟ ନୂତନ ଦେଖାଯାଇପାରିବ ।
Answer:
ପ୍ଲାଷ୍ଟିକ, ଲୁହା, ସିମେଣ୍ଟ ଏବଂ ପଥରରୁ ନିର୍ମିତ ଚେୟାର ନିୟମିତ ଭାବେ ସଫା କରାଯାଇପାରିବ ଏବଂ ଦୀର୍ଘ ସମୟ ବ୍ୟବହାର ପରେ ମଧ୍ୟ ନୂତନ ଦେଖାଯାଇପାରିବ ।
Question 6.
(କ) ନଷ୍ଟ ହୋଇଥିବା ଖାଦ୍ୟ, (ଖ) ଭଙ୍ଗା କାଚ ଏବଂ (ଗ) ବର୍ଜ୍ୟ କାଗଜ ସଂଗ୍ରହ ପାଇଁ ବାକ୍ସ ରହିବା ଆବଶ୍ୟକ । ଏହି ପ୍ରକାର ବର୍ଜ୍ୟବସ୍ତୁ ରଖୁବା ପାଇଁ ତୁମେ କେଉଁ ପ୍ରକାର ବାକ୍ସ ଚୟନ କରିବ ? ପଦାର୍ଥର କେଉଁ ଗୁଣ ବିଷୟରେ ତୁମେ ଚିନ୍ତା କରିବା ଆବଶ୍ୟକ ?
Answer:
(କ) ନଷ୍ଟ ହେଉଥିବା ଖାଦ୍ୟ, (ଖ) ଭଙ୍ଗା କାଚ, (ଗ) ବର୍ଜ୍ୟ କାଗଜ ସଂଗ୍ରହ ପାଇଁ ପ୍ଲାଷ୍ଟିକ ବାକ୍ସ ଚୟନ କରିବାକୁ ହେବ । ଏହିସବୁ ପ୍ଲାଷ୍ଟିକ ବାକ୍ସ ବିଭିନ୍ନ ରଂଗରେ ମିଳିଥାଏ ।
(କ) ନଷ୍ଟ ହୋଇଥିବା ଖାଦ୍ୟ ଜୈବ ନିସ୍ଵୀକରଣ ଯୋଗ୍ୟ ପଦାର୍ଥ ଏବଂ ପ୍ଲାଷ୍ଟିକ ବାକ୍ସର ଖାଦ୍ୟ ସହିତ କୌଣସି ପ୍ରତିକ୍ରିୟା ହୁଏ ନାହିଁ ।
(ଖ) ଭଙ୍ଗାକାଚ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ । ପ୍ଲାଷ୍ଟିକ ବାକ୍ସ କଠିନ ହେତୁ କାଚକୁ ଏହି ବାକ୍ସରେ ରଖିଲେ ବାକ୍ସର କୌଣସି କ୍ଷତି ହେବ ନାହିଁ ।
(ଗ) ବର୍ଜ୍ୟ କାଗଜ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ । ପ୍ଲାଷ୍ଟିକ ବାକ୍ସ ହାଲୁକା ଓ ଶକ୍ତ ହେତୁ ଏଥିରେ କାଗଜ ରଖୁବାରେ ଅସୁବିଧା ହୁଏ ନାହିଁ ।
![]()
Question 7.
ବାୟୁ ଆମ ଚାରିପାଖରେ ଅଛି କିନ୍ତୁ ଆମକୁ ପରସ୍ପରକୁ ଦେଖିବାରେ ବାଧା ସୃଷ୍ଟି କରେ ନାହିଁ । ତେବେ ମଝିରେ କାଠ କବାଟ ଆସିଲେ ଆମେ ପରସ୍ପରକୁ ଦେଖୁପାରିବା ନାହିଁ । କାରଣ ବାୟୁ ହେଉଛି …….. ଏବଂ କାଠ କବାଟ ହେଉଛି ………. ସବୁଠାରୁ ଉପଯୁକ୍ତ ବିକଳ୍ପ ଚୟନ କର :
(କ) ସ୍ଵଚ୍ଛ, ଅସ୍ଵଚ୍ଛ
(ଖ) ଆଂଶିକ ସ୍ଵଚ୍ଛ, ସ୍ଵଚ୍ଛ
(ଗ) ଅସ୍ଵଚ୍ଛ, ଆଂଶିକ ସ୍ୱଚ୍ଛ
(ଘ) ସ୍ଵଚ୍ଛ, ଆଂଶିକ ସ୍ୱଚ୍ଛ
Answer:
(କ) ସ୍ଵଚ୍ଛ, ଅସ୍ୱଚ୍ଛ : ବାୟୁ ହେଉଛି ସ୍ଵଚ୍ଛ ଏବଂ କାଠ କବାଟ ହେଉଛି ଅସ୍ୱଚ୍ଛ ।
Question 8.
କଳ୍ପନା କର ତୁମ ପାଖରେ X ଏବଂ Y ଦୁଇଟି ରହସ୍ୟମୟ ପଦାର୍ଥ ଅଛି । ଯେତେବେଳେ ତୁମେ ପଦାର୍ଥ Xକୁ ଦବାଇବାକୁ ଚେଷ୍ଟା କର, ଏହା କଠିନ ଅନୁଭବ ହୁଏ ଏବଂ ସହଜରେ ଏହାର ଆକୃତି ପରିବର୍ତ୍ତନ ହୁଏ ନାହିଁ । ଅପରପକ୍ଷରେ, ପଦାର୍ଥ Yକୁ ଦବାଇଲେ ସହଜରେ ଏହାର ଆକୃତି ପରିବର୍ତ୍ତନ ହୋଇଥାଏ । ବର୍ତ୍ତମାନ, ଯେତେବଳେ ତୁମେ ଉଭୟ ପଦାର୍ଥକୁ ଜଳରେ ମିଶ୍ରଣ କର, କେବଳ ପଦାର୍ଥ X ସମ୍ପୂର୍ଣ୍ଣ ଭାବରେ ଦ୍ରବୀଭୂତ ହୁଏ, ଏବଂ ପଦାର୍ଥ Y ଅପରିବର୍ତ୍ତିତ ରହିଥାଏ । ପଦାର୍ଥ ‘X? ଏବଂ ‘Y’ କ’ଣ ହୋଇପାରେ ? ତୁମେ ଚିହ୍ନଟ କରିପାରିବ କି ପଦାର୍ଥ ‘X’ କଠିନ ବା ନରମ ? ପଦାର୍ଥ ‘Y’ କ’ଣ ହୋଇଥବ ? ତୁମ ଉତ୍ତରକୁ ଯୁକ୍ତିଯୁକ୍ତ ଭାବେ ଉପସ୍ଥାପନ କର ।
Answer:
ପଦାର୍ଥ ‘X’ – କଠିନ (ଚିନିଦାନା ଯାହା ଜଳରେ ଦ୍ରବଣୀୟ)
ପଦାର୍ଥ ‘Y’ – ନରମ (ରବର ଖଣ୍ଡକୁ ଚାପ ପ୍ରୟୋଗ ଦ୍ଵାରା ଆକୃତି ପରିବର୍ତ୍ତନ ହୋଇଥାଏ କିନ୍ତୁ ଜଳରେ ଅଦ୍ରବଣୀୟ ।)
Question 9.
(i) ମୁଁ କିଏ ? ଦିଆଯାଇଥିବା ଗୁଣ ଆଧାର ରେ ମୋତେ ଚିହ୍ନଟ କର ।
(କ) ମୋର ଚମକ ଅଛି ।
Answer:
ଷ୍ଟିଲ୍
(ଖ) ମୁଁ ସହଜରେ ସଂକୁଚିତ ହୋଇପାରିବି ।
Answer:
ରବର
(ଗ) ମୁଁ କଠିନ ଏବଂ ଜଳରେ ଦ୍ରବଣୀୟ ।
Answer:
ଚିନି
(ଘ) ତୁମେ ମୋ ମାଧ୍ୟମରେ ସ୍ପଷ୍ଟ ଭାବ ରେ ଦେଖୁପାରିବ ନାହିଁ ।
Answer:
କାର୍ଡ଼ବୋର୍ଡ଼ ବା କାଠପଟା
(ଙ) ମୋର ବସ୍ତୁତ୍ଵ ଏବଂ ଆୟତନ ଅଛି କିନ୍ତୁ ତୁମେ ମୋତେ ଦେଖୁପାରିବ ନାହିଁ ।
Answer:
ବାୟୁ
![]()
(ii) ତୁମେ ଏହିଭଳି ଅଧିକ ପ୍ରଶ୍ନ ପ୍ରସ୍ତୁତ କର ।
(କ) ମୁଁ କଠିନ ।
(ଖ) ମୋର ଚମକ ନାହିଁ ।
(ଗ) ମୁଁ କଠିନ କିନ୍ତୁ ଜଳରେ ଅଦ୍ରବଣୀୟ ।
(ଘ) ମୁଁ ସହଜରେ ସଙ୍କୁଚିତ ହୋଇପାରିବି ନାହିଁ । ମୋ ମାଧ୍ୟମରେ ସ୍ପଷ୍ଟ ଭାବରେ
(ଙ) ତୁମେ ଦେଖୁପାରିବ ।
Question 10.
ତୁମକୁ ନିମ୍ନଲିଖୁତ ବସ୍ତୁ ପ୍ରଦାନ କରାଗଲା ଭିନେଗାର, ମହୁ, ସୋରିଷ ତେଲ, ପାଣି, ଗ୍ଲୁକୋଜ ଏବଂ ଗହମ ଅଟା ଦିଆଗଲା । ଯେକୌଣସି ଦୁଇ ଯୋଡ଼ା ପଦାର୍ଥ ତିଆରି କରି ଯେଉଁଠାରେ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥରେ ଦ୍ରବଣୀୟ ଅଟେ । ବର୍ତ୍ତମାନ, ଦୁଇଟି ଯୋଡ଼ା ପଦାର୍ଥ ତିଆରି କର ଯେଉଁଠାରେ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥରେ ଅଦ୍ରବଣୀୟ ରହିଥାଏ ।
Answer:
ଦୁଇଯୋଡ଼ା ପଦାର୍ଥ ଯେଉଁଠାରେ ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥରେ ଦ୍ରବଣୀୟ :
(କ) ପାଣି ଓ ଗ୍ଲୁକୋଜ
(ଖ) ପାଣି ଓ ଭିନେଗାର ।
ଦୁଇ ଯୋଡ଼ା ପଦାର୍ଥ ଯେଉଁଠାରେ ଗୋଟିଏ ପଦାର୍ଥ
ଅନ୍ୟ ପଦାର୍ଥରେ ଅଦ୍ରବଣୀୟ :
(କ) ଜଳ ଓ ସୋରିଷ ତେଲ
(ଖ) ଜଳ ଓ ଗହମ ଅଟା
ଶୂନ୍ୟସ୍ଥାନ ପୂରଣ କର ।
(କ) କୌଣସି ବସ୍ତୁ ତିଆରି ପାଇଁ ବ୍ୟବହୃତ ହେଉଥ୍ବ। ଉପାଦାନ ଗୁଡ଼ିକୁ ______ କୁହାଯାଏ ।
Answer:
ପଦାର୍ଥ
(ଖ) ଚକ ବୁଲାଇ ମାଟିପାତ୍ର ପ୍ରସ୍ତୁତ କରିବା ପ୍ରଣାଳୀ ଖ୍ରୀଷ୍ଟପୂର୍ବ ୪୦୦୦ ଠାରୁ _____ ସଭ୍ୟତାର ଆରମ୍ଭ ହୋଇଥିଲା ।
Answer:
ସିନ୍ଧୁ
(ଗ) ବସ୍ତଗୁଡ଼ିକୁ ଭିନ୍ନ ଭିନ୍ନ ଶ୍ରେଣୀରେ ବିଭକ୍ତ କରିବାର ପ୍ରଣାଳୀକୁ ______ କୁହାଯାଏ ।
Answer:
ବର୍ଗୀକରଣ
(ଘ) ଯେଉଁ ପଦାର୍ଥମାଧ୍ୟମରେ ଜିନିଷଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖ୍ ହୁଏ ତାହାକୁ ________ କୁହାଯାଏ ।
Answer:
ସ୍ଵଚ୍ଛ
(ଙ) ଯେଉଁ ପଦାର୍ଥ ମାଧ୍ୟମରେ ଜିନିଷଗୁଡ଼ିକୁ ଆଦୌ ଦେଖୁହୁଏ ନାହିଁ ତାହାକୁ ______ କୁହାଯାଏ ।
Answer:
ଅସ୍ଵଚ୍ଛ
![]()
(ଚ) କୌଣସି ବସ୍ତୁକୁ ଜଳରେ ପକାଇଲେ ତାହା ଜଳରେ ଦ୍ରବୀଭୂତ ହୋଇଥାଏ । ସେହି ବସ୍ତୁଗୁଡ଼ିକ ଜଳରେ ______ ଅଟନ୍ତି ।
Answer:
ଦ୍ରବଣୀୟ
(ଛ) _____ ହେଉଛି ଆନ୍ତର୍ଜାତିକ ଏକକ ପଦ୍ଧତି (SI) ର ଏକକ ।
Answer:
କିଲୋଗ୍ରାମ୍
(ଜି) ବସ୍ତ ରେ ଥିବ। ______ ପଦ। ର୍ଥ ର ପରିମାଣକୁ ସୂଚାଇଥାଏ ।
Answer:
ବସ୍ତୁତ୍ଵ
(ଖ) ପଦାର୍ଥ ଦ୍ଵାରା ଅଧୂକୃତ ହୋଇଥିବା ସ୍ଥାନ ହେଉଛି ତାହାର ______ ।
Answer:
ଆୟତନ
(ଞ) ଯେଉଁ ଜିନିଷ ସ୍ଥାନ ଅଧିକାର କରେ ଏବଂ ତା’ର କିଛି ବସ୍ତୁତ୍ଵ ଥାଏ, ତାହାକୁ ______ କୁହାଯାଏ ।
Answer:
ପଦାର୍ଥ
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(କ) କାଠ ଏକ ସ୍ଵଚ୍ଛ ପଦାର୍ଥ ।
Answer:
(✗)
(ଖ) କାଚ ଏକ ଅସ୍ଵଚ୍ଛ ପଦାର୍ଥ ।
Answer:
(✗)
(ଗ) ଆଲୁମିନିୟମ ଫଏଲ ଚମକୁ ଥାଏ ।
Answer:
(✓)
(ଘ) କାଠ ଗୁଣ୍ଡ ଜଳ ରେ ଦ୍ର ବୀଭୂ ତ ହୋଇନଥାଏ ।
Answer:
(✓)
![]()
(ଙ) ସେଓ ସ୍ଥାନ ଅଧିକାର କରିଥାଏ ଏବଂଔ ଏହାର ବସ୍ତତ୍ଵ ଥାଏ ।
Answer:
(✓)
(ଚ) ବାଲି ପାଣିରେ ଅଦୃଶ୍ୟ ହୁଏ ।
Answer:
(✗)
(ଛ) କାଚ ଗ୍ଲାସ୍ ଅସ୍ୱଚ୍ଛ ପଦାର୍ଥ ।
Answer:
(✗)
(ଜ) ଚିନି ଜଳରେ ଦ୍ରବଣୀୟ ।
Answer:
(✓)
(ଝ) ଇଟା ପୋଡ଼ା ମାଟିରେ ତିଆରି ।
Answer:
(✓)
(ଞ) ଚାମଚ ଷ୍ଟିଲ ଓ ଆଲୁମିନିୟମ୍ରୁ ତିଆରି ।
Answer:
(✓)
![]()
ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବହି | ପ୍ଲାଷ୍ଟିକ୍ ଲୁହା |
| ଗ୍ଲାସ୍ | କପଡ଼ା ଓ ପ୍ଲାଷ୍ଟିକ୍ |
| ପେନ୍ | କାଗଜ |
| ସ୍କେଲ୍ | କାଚ, ଷ୍ଟିଲ, ପ୍ଲାଷ୍ଟିକ |
| ସାର୍ଟ | ପ୍ଲାଷ୍ଟିକ ଧାତୁ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବହି | କାଗଜ |
| ଗ୍ଲାସ୍ | କାଚ, ଷ୍ଟିଲ, ପ୍ଲାଷ୍ଟିକ |
| ପେନ୍ | ପ୍ଲାଷ୍ଟିକ ଧାତୁ |
| ସ୍କେଲ୍ | ପ୍ଲାଷ୍ଟିକ୍ ଲୁହା |
| ସାର୍ଟ | କପଡ଼ା ଓ ପ୍ଲାଷ୍ଟିକ୍ |