Go through BSE Odisha Class 6 Social Science Notes Odia Medium Chapter 1 ପପୃଥିବୀରେ ସ୍ଥାନ ଚିହ୍ନଟ କରିବା to understand important topics more clearly.
6th Class Social Science Chapter 1 Notes Odia Medium
BSE Odisha Class 6 Social Science Chapter 1 Notes Odia Medium
ଭାଗ ସମ୍ପର୍କରେ
ଏଥରେ ଆମ ଚାରିପାଖରେ ଥିବା ଭୌଗୋଳିକ ଜଗତରେ ମୌଳିକତା ଅନ୍ତର୍ଭୁକ୍ତ ତଥା ଆମ ଗ୍ରହର କେତେକ ମୁଖ୍ୟ ବୈଶିଷ୍ଟ୍ୟ ଏବଂ ମାନଚିତ୍ରରେ ସେମାନଙ୍କୁ ପ୍ରତିନିଧ୍ୟ କରିବାର ଉପାୟ ସମ୍ପର୍କରେ ଆଲୋଚନା କରାଯାଇଛି ।
ସମୁଦ୍ର, ପର୍ବତ, ନଦୀ ଇତ୍ୟାଦି ଭୌଗୋଳିକ ବୈଶିଷ୍ଟ୍ୟ କିପରି ସମଗ୍ର ସଭ୍ୟତାକୁ ସେମାନଙ୍କ ଇତିହାସରେ ଆକାର ଦେଇଛି ତାହା ମଧ୍ୟ ବର୍ଣ୍ଣନା କରାଯାଇଛି ।
ଭାରତ କ୍ଷେତ୍ରରେ ଏହାର ପ୍ରାକୃତିକ ପରିବେଶ କିପରି ପ୍ରାଚୀନ ସଭ୍ୟତାକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାରେ ସହାୟକ ହୋଇଛି ତାହା ଦର୍ଶାଇ ଦିଆଯାଇଛି ।
‘ଜଳ, ଭୂମି, ଅଗ୍ନି ଏବଂ ବାୟୁକୁ ନେଇ ଗଠିତ ଆମ ଗୋଲାକାର ପୃଥିବୀ ମହାକାଶର ଏକ ଅଂଶ । ଏହା ସମସ୍ତ ସ୍ଥଳଚର ଓ ଜଳଚର ଜୀବମାନଙ୍କଦ୍ଵାରା ଘେରି ରହିଛି ।’’
ଆର୍ଯ୍ୟଭଟ୍ଟ (ଆନୁମାନିକ ୫୦୦ ଖ୍ରୀଷ୍ଟାବ୍ଦ)
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ନିମ୍ନରେ ଦିଆଯାଇଥିବା ରେଖାଚିତ୍ର ବା ସ୍କର୍ଟିକୁ ଅନୁଧ୍ୟାନ କର (ଚିତ୍ର ୧.୧) ।
ଏହା ଏକ ଛୋଟ ସହରର ମାନଚିତ୍ର । ଏହି ମାନଚିତ୍ରରେ ବିଭିନ୍ନ ସ୍ଥାନକୁ ଦର୍ଶାଇ ଦିଆଯାଇଛି, ଯଥା – ରେଳଷ୍ଟେସନ, ପୁଷ୍କରିଣୀ, ନଗର ପଞ୍ଚାୟତ, ସର୍ବସାଧାରଣ ବଗିଚା, ବ୍ୟାଙ୍କ, ବିଦ୍ୟାଳୟ, ବଜାର ଏବଂ ସଂଗ୍ରହାଳୟ । ଏହି ସ୍ଥାନଗୁଡ଼ିକୁ ଆମେ ଦୂରତା, ଦିଗ ଓ ସଂକେତଦ୍ଵାରା ଚିହ୍ନଟ କରିପାରିବା ।

ଚିତ୍ରଟି ଏକ ଛୋଟ ଡ୍ରଇଙ୍ଗ୍ ପେପରରେ ଅଙ୍କାଯାଇଛି । ବିଭିନ୍ନ ସ୍ଥାନ ମଧ୍ୟରେ ଦୂରତାକୁ ସେ.ମି. ଏକକରେ ଦର୍ଶାଯାଇଛି; କିନ୍ତୁ ତାହାର ବାସ୍ତବ ଦୂରତା ମିଟର କିମ୍ବା କିଲୋମିଟର ଏକକରେ ପ୍ରକାଶ କରାଯାଏ । ସେହିପରି ସହରର ଚାରୋଟି ଦିଗକୁ ବ୍ୟବହାର କରି ପ୍ରତ୍ୟେକ ସ୍ଥାନର ଦିଗ ନିରୂପଣ କରାଯାଏ ।
ଘଣ୍ଟାଭଳି ଚିତ୍ରକୁ ଦେଖୁ ସେଥିରେ ଥିବା ତୀର ଚିହ୍ନରୁ ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗ ଇତ୍ୟାଦି ବିଭିନ୍ନ ଦିଗ ନିର୍ଣ୍ଣୟ କରି ସ୍ଥାନଗୁଡ଼ିକର ଅବସ୍ଥିତି ନିରୂପଣ କରାଯାଇଥାଏ ।
ଫଳରେ ସମସ୍ତ ସ୍ଥାନ ଓ ଅନୁଷ୍ଠାନଗୁଡ଼ିକର ଦୂରତା ଓ ଦିଗ ସୂଚିତ କରିହୁଏ । ସେହିପରି ବଡ଼ ବଡ଼ ସହର ଓ ନଗରଗୁଡ଼ିକର ମାନଚିତ୍ରରେ ସଙ୍କେତଦ୍ଵାରା ସ୍ଵଳ୍ପସ୍ଥାନରେ ବିଭିନ୍ନ ସ୍ଥାନକୁ ଚିହ୍ନଟ କରିହୁଏ । ବିଭିନ୍ନ ସଙ୍କେତ ଦେଖୁ ରେଳଷ୍ଟେସନ, ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର ଅବସ୍ଥିତି ଅନୁମାନ କରିହୁଏ । ରେଖାଚିତ୍ର ବା ସ୍କେଚ୍ ଏକ ମାର୍ଗଦର୍ଶକ ପରି କାର୍ଯ୍ୟ କରିଥାଏ । ଏହା ଆମକୁ ଯେକୌଣସି ସ୍ଥାନକୁ ଯିବାପାଇଁ ରାସ୍ତା କଢ଼ାଇଥାଏ । ମାନଚିତ୍ର ଉପରେ ଡାହାଣ କୋଣରେ ଥିବା ତୀର ଚିହ୍ନ ଦିଗକୁ ଦର୍ଶାଇଥାଏ ।
ମାନଚିତ୍ର ଏବଂ ଏହାର ଉପାଦାନ :
ମାନଚିତ୍ର ହେଉଛି କୌଣସି ଅଞ୍ଚଳର ଏକ ଚିତ୍ର ବା ଚିତ୍ରିତ ଉପସ୍ଥାପନା ଯାହା ଆମେ ଏକ ଡ୍ରଇଂ କାଗଜ ଉପରେ ଅଙ୍କନ କରିଥାଉ । ସେଇଟା ଏକ ଛୋଟ ଅଞ୍ଚଳ ଯଥା ଏକ ଗାଁ କିମ୍ବା ଏକ ସହର ହୋଇପାରେ କିମ୍ବା ସମଗ୍ର ବିଶ୍ଵ କିମ୍ବା ଏକ ବୃହତ୍ ଅଞ୍ଚଳ ଯଥା ଏକ ରାଜ୍ୟ ବା ଦେଶ ହୋଇପାରେ । ଆମେ ଆମ ରାଜ୍ୟ ଓଡ଼ିଶା କିମ୍ବା ଆମ ଦେଶ ଭାରତର ମାନଚିତ୍ର ଅଙ୍କନ କରିଥାଉ । ସେହିପରି ଅନେକଗୁଡ଼ିଏ ମାନଚିତ୍ରର ଏକ ସମନ୍ବିତ ପୁସ୍ତକକୁ ଭୂଚିତ୍ରାବଳୀ (Atlas) କହିଥାଉ । ମାନଚିତ୍ର ବିଭିନ୍ନ ପ୍ରକାରର, ଯଥା-
- ଭୌତିକ ବା ପ୍ରାକୃତିକ ମାନଚିତ୍ର – ଏହି ମାନଚିତ୍ର ପୃଥବୀର ପ୍ରାକୃତିକ ବୈଶିଷ୍ଟ୍ୟ ଯଥା ପର୍ବତ, ମହାସାଗର, ନଦୀ ଓ ନଙ୍ଗଳ ଇତ୍ୟାଦିକୁ ପ୍ରଦର୍ଶନ କରିଥାଏ ।
- ରାଜନୈତିକ ମାନଚିତ୍ର – ଏହି ମାନଚିତ୍ର’ରୁ . . ି, ରାଜ୍ୟ ଓ ଅସ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ରାଜଧାନୀ ସହିତ ପ୍ରଦର୍ଶିତ କରିଥାଏ ।
- ତଥ୍ୟଭିତ୍ତିକ ମାନଚିତ୍ର – ଏହିମାନଚିତ୍ର ତଥ୍ୟଭିଭିକ ହୋଇଥିବାରୁ ଏକ ନିର୍ଦ୍ଦିଷ୍ଟ ତଥ୍ୟର ସୂଚନା ଦେଇଥାଏ । ଉଦାହରଣ ସ୍ଵରୂପ କୋଇଲା ଖଣିର ମାନଚିତ୍ର ।
ପ୍ରତ୍ୟେକ ମାନଚିତ୍ରର ତିନୋଟି ମୌଳିକ ଉପାଦାନ ରହିଛି । ସେଗୁଡ଼ିକ ହେଉଛି ଦୂରତା, ଦିଗ ଓ ସଙ୍କେତ । ଚିତ୍ର ୧.୧ରେ କେବଳ ଦିଗଟି ଥିବାରୁ, ଏହାକୁ ମାନଚିତ୍ର କୁହାନଯାଇ ରେଖାଚିତ୍ର ବା ସ୍କେଚ୍ ବୋଲି ଦର୍ଶାଯାଇଛି । ଦୂରତା ସାଧାରଣତଃ ମାନ (Scale) ମାଧ୍ୟମରେ ମାନଚିତ୍ରରେ ଦର୍ଶାଯାଇଥାଏ ।
ମାନଚିତ୍ରରେ ଥିବା ପ୍ରତ୍ୟେକ ସେଣ୍ଟିମିଟର, ଭୂମିରେ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଦର୍ଶାଏ । ଆସ ଅନୁମାନ କରିବା ଯେ ଏହା ୫୦୦ ମିଟର । ତେଣୁ ଏଠାରେ ମାନ ବା ସ୍କେଲ୍ ହେଉଛି ୧ ସେ.ମି. = ୫୦୦ ମିଟର ।
ପୃଥିବୀର ମାନଚିତ୍ର :
ପୃଥିବୀର ମାନଚିତ୍ର ଅଙ୍କନ କାହିଁକି କଷ୍ଟକର ? : ପୃଥିବୀ ଯଦିଓ ଗୋଲାକାର ପରି ଦୃଶ୍ୟମାନ ହୁଏ ତା’ ବାସ୍ତବରେ ଗୋଲାକାର ନୁହେଁ କାରଣ ଏହା ମେରୁରେ ସାମାନ୍ୟ ଚେପ୍ଟା ଓ ବିଷୁବ ବୃତ୍ତ ବା ମଧ୍ୟରେ ସ୍ତ୍ରୀତ ହୋଇଥାଏ । ସୁତରାଂ ଏହାକୁ ଏକ ସମତଳ କାଗଜ ଉପରେ ସଠିକ୍ ଭାବରେ ଉପସ୍ଥାପନ କରିବା ସମ୍ଭବ ନୁହେଁ । ମାନଚିତ୍ର ସାଧାରଣତଃ ଏକ ସମତଳ ପୃଷ୍ଠା ଉପରେ ଅଙ୍କନ ହୋଇଥାଏ, ମାତ୍ର ଆମ ପୃଥିବୀ ଏକ ପାଖାପାଖୁ ଗୋଲାକାର ବସ୍ତ ହୋଇଥିବାରୁ ଏହାର ଅଙ୍କନ କଷ୍ଟକର ହୋଇଥାଏ । ଏକ ଗ୍ଲୋବ୍କୁ ଅନୁଧ୍ୟାନ କଲେ ଆମେ ଜାଣୁ ଯେ ଏହା ଆମ ପୃଥିବୀର ଆକୃତି ଅଟେ । ସୌର ମଣ୍ଡଳରେ ଅବସ୍ଥିତ ଆମ ପୃଥିବୀ ଅନ୍ୟ ଗ୍ରହ ନକ୍ଷତ୍ରମାନଙ୍କ ସହ ରହିଅଛି । ତେଣୁ ପୃଥିବୀକୁ ଚିହ୍ନଟ କରି ଏହାର ଚିତ୍ର ଅଙ୍କନ କରିବା କଷ୍ଟକର ହୋଇଥାଏ ।
ଏକ ସମତଳ କାଗଜ ଉପରେ ଏକ ଗୋଲକୁ ସଠିକ୍ ଭାବରେ ଉପସ୍ଥାପନ କରିବା ସମ୍ଭବ ନୁହେଁ । ଏହାର କାରଣ ବୁଝିବା ପାଇଁ ଗୋଟିଏ କମଳାକୁ ଏପରି ଭାବରେ ଛଡ଼ାଇ ଦିଅ ଯେ ତା’ର ଚୋପା ତିନି ଚାରୋଟି ବଡ଼ ଖଣ୍ଡ ଥିବ, ତା’ପରେ ଏହି ଚୋପାକୁ ଟେବୁଲ ଉପରେ ସିଧା (Flat) କରିବାକୁ ଚେଷ୍ଟା କର । ମାତ୍ର ଏହାକୁ ସାମାନ୍ୟ ନଚିରି ବା ଖଣ୍ଡଖଣ୍ଡ ନକରି କମଳାର ଚୋପାକୁ ସମତଳ କରିହେବ ନାହିଁ ।
ବର୍ତ୍ତମାନ ଏକ ଗ୍ଲୋବ୍ ବିଷୟରେ ବିଚାର କର, ଯାହା ଏକ ଗୋଲକ ଏବଂ ଏହା ଉପରେ ଏକ ମାନଚିତ୍ର ଅଙ୍କାଯାଇଛି । ଏହା ପୃଥିବୀ, ଚନ୍ଦ୍ର, ମଙ୍ଗଳ ଗ୍ରହ ଓ ଆକାଶରେ ଥିବା ନକ୍ଷତ୍ର କିମ୍ବା ସୌରମଣ୍ଡଳ ଇତ୍ୟାଦିର ମାନଚିତ୍ର ହୋଇପାରେ ।

ଯେହେତୁ ଗ୍ଲୋବ ଏବଂ ପୃଥିବୀର ଗୋଲାକାର ଆକୃତି ପ୍ରାୟତଃ ସମାନ, ତେଣୁ ସମତଳ ମାନଚିତ୍ର ଅପେକ୍ଷା ଗ୍ଲୋବ୍, ପୃଥିବୀର ଭୂଗୋଲକ କୁ ଭଲ ଭାବରେ ପ୍ରତିନିଧ୍ୟାତ୍ଵ କରିବ ଓ ବୁଝାଇପାରିବ ।
![]()
(କ) ଯୋଡ଼ି ସ୍ଥାନାଙ୍କଙ୍କୁ (Coordinates) ବୁଝିବା :
ପୃଥ୍ବୀ ମାନଚିତ୍ରରେ ଯେକୌଣସି ସ୍ଥାନକୁ ଚିହ୍ନଟ କରିବାପାଇଁ ଯୋଡ଼ିସ୍ଥାନାଙ୍କକୁ ବ୍ୟବହାର କରାଯାଏ । ଏହି ଯୋଡ଼ିସ୍ଥାନାଙ୍କ ହେଉଛି ଅକ୍ଷାଂଶ ଏବଂ ଦ୍ରାଘିମା ଯାହାକୁ ବ୍ୟବହାର କରି ଆମେ ପୃଥିବୀ ମାନଚିତ୍ରରେ ବିଭିନ୍ନ ସ୍ଥାନର ନିରୁପଣ କରିଥାଉ । ଆମ ଗ୍ଲୋବ୍ ଉପରେ ଏହି ଦୁଇଟି ରେଖା ଯଦିଓ କାଳ୍ପନିକ ଅଟେ ତଥାପି ଏହାକୁ ବ୍ୟବହାର କରି ସ୍ଥାନଗୁଡ଼ିକୁ ସ୍ଥିର କରାଯାଏ ।

ଏକ ଚେସ୍ ବୋର୍ଡ଼ ଖେଳରେ ଆଗକୁ ବଢ଼ୁଥିବା ଖେଳାଳିଙ୍କ ଗତିବିଧି ରେକର୍ଡ଼ କରିବା ପାଇଁ, ଦୁଇ ଦଳ ମଧ୍ୟରେ ମୁଖ୍ୟ ଖଣ୍ଡ (‘କ’ରୁ ‘ଜ’) ଏବଂ ସଂଖ୍ୟା (୧ ରୁ ୮ ପର୍ଯ୍ୟନ୍ତ) ସହିତ ଅକ୍ଷର ରଖାଯାଇଥାଏ । ଏହି ପ୍ରଣାଳୀ ଖେଳାଳିମାନଙ୍କୁ ପ୍ରତ୍ୟେକ ଗତିବିଧିକୁ ଲିପିବଦ୍ଧ କରିବାକୁ ସହଜ କରିଦିଏ । ଏଠାରେ ଧଳା ଦଳ, ରାଣାଙ୍କ ସମ୍ମୁଖରେ ଥିବା ସୈନ୍ୟକୁ ଦୁଇପାଦ ଆଗେଇ ନେଇ ଖେଳ ଆରମ୍ଭ କରିଛନ୍ତି । ତେଣୁ ଗୋଟିଏ ଘରୁ ‘ଘ’ ୨ ରୁ ‘ଘ’ ୪କୁ ଚାଲିଯାଇଥିବା କୁହାଯାଉଛି ।
(ଖ) ଅକ୍ଷାଂଶ :
ଅକ୍ଷାଂଶ କ’ଣ – ଆମେ ବ୍ୟବହାର କରୁଥିବା ଗ୍ଲୋବ୍ ହେଉଛି ଆମ ପୃଥିବୀର ଏକ ନମୁନା । ଗ୍ଲୋବ୍ ଉପରେ ଦୁଇଟି ମେରୁ ରହିଛି; ଯଥା- ଉତ୍ତର ମେରୁ ଏବଂ ଦକ୍ଷିଣ ମେରୁ । ଏହାର ମଧ୍ୟବର୍ତ୍ତୀ ଅଞ୍ଚଳରେ ଯେଉଁ ରେଖା ପୃଥିବୀକୁ ସମାନ ଦୁଇଭାଗରେ ବିଭକ୍ତ କରିଛି ତାହା ବିଷୁବ ରେଖା (Equator) ଅଟେ । ଏହା ପୃଥିବୀକୁ ଦୁଇଟି ସମାନ ଅର୍ଦ୍ଧଗୋଲକରେ ବିଭକ୍ତ କରିଅଛି ।
ଅକ୍ଷାଂଶ ଏକ କୌଣିକ ଦୂରତ୍ଵ । ପୃଥିବୀ ପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ତା’ର କେନ୍ଦ୍ରଠାରେ ବିଷୁବ ସମତଳ ସହ ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ସେହି ସ୍ଥାନରେ ଅକ୍ଷାଂଶ କୁହାଯାଏ । ବାସ୍ତବରେ ଅକ୍ଷାଂଶ ଡିଗ୍ରୀରେ ପ୍ରକାଶିତ ହୁଏ । ପାରମ୍ପରିକ ଭାବେ ବିଷୁବ ରେଖା ୦° (ଶୂନ୍ଯ ଡ଼ିଗ୍ରୀ) ଅକ୍ଷାଂଶ ହୋଇଥିବାବେଳେ ଦୁଇ ମେରୁର ଅକ୍ଷାଂଶ ଯଥାକ୍ରମେ ୯୦° ଉତ୍ତର ଏବଂ ୯୦° ଦକ୍ଷିଣ ରୂପେ ଚିହ୍ନିତ ହୋଇଅଛି ।

ସେହିପରି 23% ଉତ୍ତର ଏବଂ 23 1/2° ଦକ୍ଷିଣକୁ ବିଷୁବରେଖା ସହ ଯେଉଁ ଦୁଇଟି ସମାନ୍ତରାଳ ରେଖା ରହିଛି ତାହାକୁ ଯଥାକ୍ରମେ କର୍କଟ କ୍ରାନ୍ତି ଏବଂ ମକର କ୍ରାନ୍ତି କୁହାଯାଏ । ପୁନଶ୍ଚ, ପୃଥିବୀର 66% ଉତ୍ତରକୁ ଆର୍କଟିକ୍ ବୃତ୍ତ ରହିଥିବାବେଳେ 66 ଦକ୍ଷିଣକୁ ଆଣ୍ଟାର୍କଟିକ୍ ବୃତ୍ତ ରହିଅଛି ।
ଅକ୍ଷାଂଶ ଓ ଜଳବାୟୁ ମଧ୍ୟରେ ସମ୍ପର୍କ :
ଉଭୟଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ରହିଅଛି । ବିଷୁବରେଖା ନିକଟରେ ଜଳବାୟୁ ସାଧାରଣତଃ ଗରମ ହୋଇଥାଏ । ଏହାକୁ ଉଷ୍ମମଣ୍ଡଳ (Torrid Zone) କୁହାଯାଏ । ଯେତେବେଳେ, ଜଣେ ବିଷୁବ ରେଖାରୁ ଦୁଇଟି ମେରୁ ମଧ୍ୟରୁ ଗୋଟିଏ ଆଡ଼କୁ ଯାତ୍ରା କରିବ ଅକ୍ଷାଂଶ ବଢ଼ିବା ସହିତ ଜଳବାୟୁର ଉଷ୍ମତା କମି କମି ମଧ୍ୟମ କିମ୍ବା ସମଶୀତୋଷ୍ଣ (Temperate zone) ହୋଇଥାଏ ।
ସେହିପରି ଉଭୟ ଉତ୍ତର ଓ ଦକ୍ଷିଣ ମେରୁ ଅଞ୍ଚଳରେ ଅଧ୍ଵ ଥଣ୍ଡା ହୁଏ । ଏହାକୁ ହିମମଣ୍ଡଳ (Frigid zone) କୁହାଯାଏ । ଅକ୍ଷାଂଶ ବଢ଼ିଲେ ତାପମାତ୍ରା କମେ ।

ଅକ୍ଷାଂଶ ଏକ କୌଣସି ଦୂରତ୍ବ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥିବୀର କେନ୍ଦ୍ରଠାରେ ବିଷୁବ ସମତଳ ସହ, ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଣ ସୃଷ୍ଟି କରେ, ତାହାକୁ ସେହି ସ୍ଥାନର ଅକ୍ଷାଂଶ କୁହାଯାଏ ।
(ଗ) ଦ୍ରାଘିମା :
ଅକ୍ଷାଂଶ ଭଳି ଦ୍ରାଘିକା ମଧ୍ୟ ଏକ କୌଣିକ ଦୂରତ୍ୱ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥିବୀର ମୂଳ ମଧ୍ୟନ୍ଦିନ ରେଖା ବା ଗ୍ରୀନ୍ୱିଚ୍ ରେଖାଠାରୁ କେନ୍ଦ୍ରରେ ପୂର୍ବ ଓ ପଶ୍ଚିମ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ଦ୍ରାଘିମା କୁହାଯାଏ । ଏଗୁଡ଼ିକ ସାଧାରଣତଃ ଅର୍ଥବୃତ୍ତ ।
ଚିତ୍ର ୧.୩ ପ୍ରଦତ୍ତ ଗ୍ଲୋବକୁ ଲକ୍ଷ୍ୟକଲେ ଦେଖୁବ ଯେ ଅନେକଗୁଡ଼ିଏ ଅର୍ଥବୃତ୍ତ ଉତ୍ତର ମେରୁଠାରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ବିଷୁବ ବୃତ୍ତକୁ ଲମ୍ବଭାବରେ ଛେଦ କରିଅଛି । ଏଗୁଡ଼ିକ ମୂଳ ମଧ୍ୟନ୍ଦିନ ରେଖାଠାରୁ ପୂର୍ବ ଓ ପଶ୍ଚିମ ଦିଗରେ ବିସ୍ତୃତ ହୋଇ ରହିଅଛି । ଏସବୁକୁ ଦ୍ରାଘିମା ବା ମଧ୍ଯନ୍ଦିନ ରେଖା କୁହାଯାଏ । ପୂର୍ବରେ ଥବା ଦ୍ରାଘିମାକୁ ପୂର୍ବ ଦ୍ରାଘିମା ଓ ପଶ୍ଚିମରେ ଥବା ଦ୍ରାଘିମାକୁ ପଶ୍ଚିମ ଦ୍ରାଘିମା କୁହାଯାଏ ।
କୌଣସି ସ୍ଥାନରେ ଦ୍ରାଘିମା ଜାଣିବାପାଇଁ ଆମକୁ ମୂଳ ଦ୍ରାଘିମା (Prime Meridian) ନାମକ ଏକ ସୂଚକ ବିନ୍ଦୁ ଜାଣିବା ଆବଶ୍ୟକ । ୧୮୮୪ ମସିହାରେ କିଛି ଦେଶର ନିଷ୍ପତ୍ତି କ୍ରମେ ଲଣ୍ଡନ ନିକଟବର୍ତ୍ତୀ ଏକ ସହର ଗ୍ରୀନ୍ଚ୍ ଦେଇ ଯାଇଥୁବା ରେଖାକୁ ମୂଳଦ୍ରାଘିମା ବା ପ୍ରାଇମ୍ ମେରିଡ଼ିଆନ ଭାବେ ଆନ୍ତର୍ଜାତୀୟ ସୂଚକ ରୂପେ ଗ୍ରହଣ କରାଯାଇଛି । ଏହାକୁ ୦° ଦ୍ରାଘିମା ବା ମୂଳ ଦ୍ରାଘିମା କୁହାଯାଏ ।
ଅକ୍ଷାଂଶ ଭଳି ଦ୍ରାଘିମା ମଧ୍ଯ ଡିଗ୍ରୀରେ ମାପ କରାଯାଏ । ପଶ୍ଚିମ କିମ୍ବା ପୂର୍ବ ଦିଗରେ ଏହାର ମୂଲ୍ୟ ୧୮୦° ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ, ଯେଉଁଥରେ ‘ପ’ କିମ୍ବା ‘ପୂ’ ଅକ୍ଷର ଯୋଡ଼ାଯାଏ ।
ଉଦାହରଣ ସ୍ଵରୂପ ନ୍ୟୁୟର୍କର ଦ୍ରାଘିମା ୭୪° ପଶ୍ଚିମ ହୋଇଥିବାବେଳେ ଦିଲ୍ଲୀର ଦ୍ରାଘିମା ୭୭ ପୂର୍ବ ଏବଂ ଟୋକିଓର ଦ୍ରାଘିମା ୧୪୦° ପୂର୍ବ ଅଟେ ।
୧୮୦ ପୂର୍ବ ଏବଂ ୧୮୦ ପଶ୍ଚିମ ଦ୍ରାଘିମା ଏକ ଓ ଅଭିନ୍ନ ହୋଇଥିବାରୁ ୧୮୦° ଦ୍ରାଘିମା କ୍ଷେତ୍ରରେ ପୂର୍ବ ବା ପଶ୍ଚିମ ଲେଖାଯାଏ ନାହିଁ ।
ଅକ୍ଷାଂଶ ଏବଂ ଦ୍ରାଘିମା ଏକାଠି ହୋଇ ଗୋଟିଏ ସ୍ଥାନର ‘ଯୋଡ଼ିସ୍ଥାନାଙ୍କ’କୁ ସୂଚାଏ । ତୁମେ ଏହା ସାହାଯ୍ୟରେ ପୃଥିବୀର ଯେକୌଣସି ସ୍ଥାନ ଚିହ୍ନଟ କରିବାକୁ ସକ୍ଷମ ହୋଇପାରିବ । ବର୍ତ୍ତମାନ ‘ଦିଲ୍ଲୀ ୨୯ ଉତ୍ତର ଅକ୍ଷାଂଶ ଏବଂ ୭୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ’’ ଏହି ଉକ୍ତିରୁ ଭଲ ଭାବରେ ବୁଝିପାରିବ ।
ଚିତ୍ର ୧.୩ରେ ଗ୍ଲୋବ୍ରେ ଅକ୍ଷାଂଶ ଓ ଦ୍ରାଘିମାକୁ ନୀଳରେଖା ଭାବରେ ଦର୍ଶାଯାଇଛି । ଦ୍ରାଘିମା ଏକ କୌଣିକ ଦୂରତ୍ଵ । ଭୂପୃଷ୍ଠରେ ଅବସ୍ଥିତ ଯେକୌଣସି ସ୍ଥାନ ପୃଥୁବୀର ମୂଳ ମଧ୍ୟନ୍ଦିନ ରେଖା ବା ଗ୍ରୀନ୍ଚ୍ ରେଖାଠାରୁ କେନ୍ଦ୍ରରେ ପୂର୍ବ ଓ ପଶ୍ଚିମ ଦିଗରେ ଯେଉଁ କୋଣ ସୃଷ୍ଟି କରେ ତାହାକୁ ଦ୍ରାଘିମା କୁହାଯାଏ । ଏଗୁଡ଼ିକ ସାଧାରଣତଃ ଅର୍ଦ୍ଧବୃତ୍ତ । ଏହିସବୁ ରେଖା ଏକାଠି ହୋଇ ଗ୍ଲୋବ୍ ପାଇଁ ଏକ ଗ୍ରୀଡ୍ ବା ଜାଲକ ଗଠନ କରନ୍ତି, ସେମାନଙ୍କୁ ଗ୍ରୀଡ୍ ଲାଇନ୍ ବା ଜାଲିକ ରେଖା ମଧ୍ୟ କୁହାଯାଏ ।
ଗ୍ରୀନୱିଚ୍ ମେରିଡ଼ିଆନ୍କୁ ମୂଳ ମଧ୍ୟନ୍ଦିନ ରେଖା ଭାବରେ ଗ୍ରହଣ ପୂର୍ବରୁ ଅତୀତରେ ଭାରତର ନିଜର ଏକ ପ୍ରମୁଖ ମେରିଡିଆନ୍ ଥିଲା । (ଚିତ୍ର ୧.୫) ଏହାକୁ ମଧ୍ଯରେଖା (ମଧ୍ୟମରେଖା) କୁହାଯାଏ ଏବଂ ଉଜ୍ଜୟିନୀ (ବର୍ତ୍ତମାନ ଭଜୈନ) ସହର ଦେଇ ଅତିକ୍ରମ କରିଥିଲା, ଯାହା ଅନେକ ଶତାବ୍ଦୀ ଧରି ଜ୍ୟୋତିର୍ବିଜ୍ଞାନର ଏକ୍ ପ୍ରତିଷ୍ଠିତ କେନ୍ଦ୍ର ଥିଲା । ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ବରାହମିହିର ପ୍ରାୟ ୧୫୦୦ ବର୍ଷ ପୂର୍ବେ ସେଠାରେ ରହୁଥିଲେ ଓ କାମ କରୁଥିଲେ ।

ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ଅକ୍ଷାଂଶ ଓ ଦ୍ରାଘିମାର ଧାରଣା ବିଷୟରେ ଅବଗତ ଥିଲେ, ଯେଉଁଥିରେ ମୂଳ ମଧ୍ୟନ୍ଦିନରେଖାର ଆବଶ୍ୟକତା ମଧ୍ୟ ସାମିଲ ଥିଲା । ମଧ୍ୟନ୍ଦିନ ରେଖା ସମସ୍ତ ଭାରତୀୟ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥରେ ଗଣନା ପାଇଁ ଏକ ସୂଚକ ରୂପେ କାର୍ଯ୍ୟ କରୁଥିଲା ।
ଏହି ମାନଚିତ୍ରରେ ଉଜ୍ଜୟିନୀ ମଧ୍ଯନ୍ଦିନରେଖା ନିକଟରେ ଥିବା କିଛି ପ୍ରାଚୀନ ଭାରତୀୟ ସହରକୁ ଦର୍ଶାଯାଇଛି । କେତେକ ଏହାର ଅତି ନିକଟରେ ଥିବାବେଳେ ଆଉ କେତେକ ଟିକିଏ ଦୂରରେ ଅଛନ୍ତି । କାରଣ ଦ୍ରାଘିମା ମାପିବା ପାଇଁ ସେତେବେଳେ ବର୍ତ୍ତମାନ ପରି ଠିକ୍ ସମୟ ଗଣନା ଓ ଏହାର ପରିଚାଳନା ନଥିଲା ।
ବର୍ତ୍ତମାନ ଉଜ୍ଜୟିନୀ ସହର ଦେ ଇ (୭୫.୮° ପୂ ) ଦ୍ରାଘିମାକୁ ମୂଳ ମଧ୍ୟନ୍ଦିନ ବା ମୂଳ ଦ୍ରାଘି ମା ନେ ଲେ ୧୦୪.୨° ପଶ୍ଚିମ ଦ୍ରାଘି ମା ଅନ୍ତର୍ଜାତୀୟ ତାରି ଖ ସୀମାରେ ଖା ହୋଇ ଯି ବ, ଯାହାଦ୍ଵାରା କାନାଡ଼ା, ଉତ୍ତର ଆମେରିକାର କେତେକ ସହର ଦେଇ ୧୮୦° ଦ୍ରା । ଘି ମା ଯିବାଦ୍ଵାରା ଗୋଟିଏ ଦେଶରେ ଦୁଇଟି ତାରିଖ ପ୍ରଚ ଳ ନ ର ଅସୁବିଧା ହେବ ।

ସମୟ ମଣ୍ଡଳ ବୁଝିବା
ଗ୍ଲୋବକୁ ପଶ୍ଚିମରୁ ପୂର୍ବ ଦିଗକୁ ଘୂରାଇଲେ ପୃଥିବୀ ଏହାର ଅକ୍ଷରେ ବୁଲି ପ୍ରତି ୨୪ ଘଣ୍ଟାରେ ଏକ ପୂର୍ଣ୍ଣ ପରିକ୍ରମା କରେ । ଅର୍ଥାତ୍ ପୃଥିବୀ ୨୪ ଘଣ୍ଟାରେ ୩୬୦° ଘୂର୍ଣ୍ଣ ନ କ ରି ଥାଏ । ତେବେ ୧ ଘଣ୍ଟାରେ ପୃଥିବୀ ୧୫° ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ ।
(୩୬୦ ÷ ୨୪ = ୧୫°) । ଏହି ବ୍ୟବଧାନକୁ ଏକ ସମୟ ମଣ୍ଡଳ (Time zone) କୁହାଯାଏ ।
ଏହିପରି ଭୂପୃଷ୍ଠରେ ୨୪ଟି ସମୟ ମଣ୍ଡଳ ରହିଛି । ପ୍ରତି ୧୫° ଦ୍ରାଘିମା ବ୍ୟବଧାନରେ ମଧ୍ୟନ୍ଦିନ ରେଖା ଚିହ୍ନିତ କରିବା । ମୂଳ ଦ୍ରାଘିମାରୁ ପୂର୍ବ ଦିଗକୁ ଗତି କରି ଆମେ ପ୍ରତି ୧୫ରୁ ୧୮୦° ପୂର୍ବ ପର୍ଯ୍ୟନ୍ତ ୦°, ୧୫° ପୂର୍ବ, ୩୦° ପୂର୍ବ, ୪୫° ପୂର୍ବ ଇତ୍ୟାଦି ପାଇଥାଉ ।
ଏହା ପ୍ରତ୍ୟେକ ମଧ୍ୟନ୍ଦିନ ରେଖା (ମେରିଡ଼ିୟନ୍) ଏକ ଘଣ୍ଟା ସ୍ଥାନୀୟ ସମୟ ଯୋଡ଼ିବା ସହିତ ସମାନ । ଯଦି ଗ୍ରୀନ୍ୱର୍ରେ ରାତି ୧୨ଟା କିମ୍ବା ମଧ୍ୟାହ୍ଣ ହୁଏ, ତେବେ ଏହାର ୧୫ ଡିଗ୍ରୀ ପୂର୍ବରେ ଅପରାହ୍ନ ୧ଟା ୩୦ ଡିଗ୍ରୀ ପୂର୍ବରେ ଅପରାହ୍ନ ୨ଟା ସମୟ ହେବ ଇତ୍ୟାଦି ।
କିନ୍ତୁ ୧୫ ଡିଗ୍ରୀ ପଶ୍ଚିମରେ ସକାଳ ୧୧ଟା, ୩୦° ପଶ୍ଚିମରେ ସକାଳ ୧୦ଟା ଇତ୍ୟାଦି ହେବ । ଅର୍ଥାତ୍ ମୂଳ ଦ୍ରାଘିମାର ପୂର୍ବ ୧° ଦ୍ରାଘିମା ପାଇଁ ୪ ମିନିଟ୍ ଆଗୁଆ (+), ପଶ୍ଚିମର ୧° ଦ୍ରାଘିମା ପାଇଁ ୪ ମିନିଟ୍ ପଛୁଆ (-) ହୋଇଥାଏ ।

ଏହି ସମସ୍ତ ପ୍ରମାଣ ସମୟକୁ ସମୟ ମଣ୍ଡଳ ମଧ୍ୟରେ ସ୍ଥାନିକ କରାଯାଇଛି । ଏହି ସମୟମଣ୍ଡଳଗୁଡ଼ିକୁ ୧୫° ବ୍ୟବଧାନରେ ସ୍ଥିରୀକୃତ କରାଯାଇଅଛି । (ଚିତ୍ର ୧.୭ରେ ଦର୍ଶାଯାଇଛି) ।

ଚିତ୍ର ୧.୮ରେ ଆମେ ଦେଖିପାରିବା ଯେ ସମୟ ମଣ୍ଡଳ ବିଭାଜନ କରୁଥିବା ରେଖାଗୁଡ଼ିକ ସମ୍ପୂର୍ଣ୍ଣ ସିଧା ନୁହେଁ । କାରଣ ଏହାକୁ ପ୍ରତ୍ୟେକ ଦେଶର ପ୍ରମାଣ ସମୟକୁ (Standard Time) ଗୁରୁତ୍ୱ ଦେବାକୁ ପଡ଼ିବ ଏବଂ ସେଥୁପାଇଁ ସମୟ ମଣ୍ଡଳଗୁଡ଼ିକ ଅନ୍ତର୍ଜାତୀୟ ସୀମା ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ।
ପ୍ରତ୍ୟେକ ଦେଶର ଗୋଟିଏ ପ୍ରମାଣ ସମୟ ଅଛି । କିନ୍ତୁ ଏହା ସବୁ ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ । ରୁଷିଆ, କାନାଡ଼ା କିମ୍ବା ଯୁକ୍ତରାଷ୍ଟ୍ର ଆମେରିକା ଭଳି କେତେକ ଦେଶ ଏତେ ବିସ୍ତୃତ ଯେ ଏଗୁଡ଼ିକର ଗୋଟିଏ ସମୟମଣ୍ଡଳ ନାହିଁ ।
![]()
ଯୁକ୍ତରାଷ୍ଟ୍ର ଆମେରିକାରେ ୬ଟି ସମୟମଣ୍ଡଳ ଓ ରୁଷିଆରେ ୧୧ଟି ସମୟ ମଣ୍ଡଳ ରହିଛି- ଅର୍ଥାତ୍ ପୂର୍ବରୁ ପଶ୍ଚିମ ଆଡ଼କୁ ରୁଷିଆରେ ଭ୍ରମଣ କଲେ, ତୁମକୁ ସ୍ଥାନୀୟ ସମହ ସହ ଯୋଡ଼ି ହେବାପାଇଁ ୧୦ଥର ତୁମ ଘଣ୍ଟାର ସମୟକୁ ବଦଳାଇବାକୁ ପଡ଼ିବ ।
ଚିତ୍ର ୧.୯ରେ ଦର୍ଶାଯାଇଥିବା ଗ୍ଲୋବ୍ରେ ଭାରତକୁ କେନ୍ଦ୍ରିତ କରାଯାଇଛି, ଯେଉଁଥିରେ ଦେଶଗୁଡ଼ିକର ପ୍ରମାଣ ସମୟକୁ GMT ଆଧାରରେ ନିର୍ଦ୍ଧାରଣ କରାଯାଇଛି ।

ଗ୍ରୀନ୍ସ୍ରେ ପ୍ରଧାନ ମଧ୍ଯନ୍ଦିନ ରେଖା ସ୍ଥିର ହୋଇଥିବାବେଳେ ଏହାର ବିପରୀତ ପାର୍ଶ୍ଵରେ ୧୮୦° ଦ୍ରାଘିମାରେଖା ରହିଛି । ଏହାକୁ ଆନ୍ତର୍ଜାତୀୟ ତାରିଖ ରେଖା କୁହାଯାଏ ।
ତୁମେ ଯଦି ଆନ୍ତର୍ଜାତୀୟ ତାରିଖ ରେଖାକୁ ଅତିକ୍ରମ କରି ପୂର୍ବ ଦିଗକୁ ଯାତ୍ରା କର, ତେବେ ତୁମକୁ ଗୋଟିଏ ଦିନ ହ୍ରାସ କରିବାକୁ ପଡ଼ିବ (ସୋମବାରରୁ ରବିବାର), ଯଦି ତୁମେ ଏହାକୁ ଅତିକ୍ରମ କରି ପଶ୍ଚିମ ଦିଗକୁ ଯାଅ, ତେବେ ତୁମେ ଅଧ୍ବକ ଗୋଟିଏ ଦିନ ଯୋଡ଼ିବାକୁ ହେବ । (ରବିବାରରୁ ସୋମବାର) । ଅନ୍ତର୍ଜାତୀୟ ତାରିଖ ରେଖା ୧୮୦° ଦ୍ରାଘିମାରେ ‘ପ୍ରାୟ’ ଅଛି ଏବଂ କେତେକ ଦେଶକୁ ଦୁଇଟି ଭିନ୍ନଭିନ୍ନ ଦିନରେ ବିଭକ୍ତ ନ କରିବା ପାଇଁ ଏହା କେତେକ ସ୍ଥାନରେ ସାମାନ୍ୟ ପରିବର୍ତ୍ତିତ ହୋଇଛି ।
ବିଷୟ ସାରାଂଶ
ପୃଥିବୀର ଏକ ଅଞ୍ଚଳକୁ ପ୍ରତିନିଧ୍ଵତ୍ଵ କରିବା ପାଇଁ ବୃହତ୍ ଓ କ୍ଷୁଦ୍ର ମାନବିଶିଷ୍ଟ ମାନଚିତ୍ର ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ । ମାନଚିତ୍ରର ମୁଖ୍ୟ ଉପାଦାନ ହେଉଛି ଦୂରତା, ଦିଗ ଏବଂ ସଙ୍କେତ ।
ପୃଥିବୀର ପ୍ରତ୍ୟେକ ସ୍ଥାନର ଏକ ଅବସ୍ଥିତି ଅଛି ଯାହାକୁ ଅକ୍ଷାଂଶ ଏବଂ ଦ୍ରାଘିମାର ଏକ ଜାଲକ ସାହାଯ୍ୟରେ ଠିକ୍ ଭାବରେ ନିରୂପଣ କରାଯାଇଥାଏ । ପୂର୍ବରୁ ପଶ୍ଚିମକୁ ଯାଇଥିବା କାଳ୍ପନିକ ରେଖା, ଯାହା ବିଷୁବ ରେଖା ସହ ସମାନ୍ତରାଳ ଭାବରେ ଥାଏ, ତାହା ଅକ୍ଷାଂଶ ଏବଂ ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅର୍ଦ୍ଧବୃତ୍ତଗୁଡ଼ିକ ଦ୍ରାଘିମା ଅଟେ ।
ଦ୍ରାଘିମା ସମୟ ଚିହ୍ନିତ କରିବା ସହ ସମୟ ମଣ୍ଡଳ ନିର୍ଦ୍ଧାରଣ କରିଥାଏ ।
ଆନ୍ତର୍ଜାତିକ ତାରିଖ ରେଖା ପ୍ରାୟ ୧୮୦° ଦ୍ରାଘିମାରେ ଅବସ୍ଥିତ, ଯାହା କି ପ୍ରଧାନ ମଧ୍ୟନ୍ଦିନ ରେଖାର ବିପରୀତ । ଅନ୍ତର୍ଜାତୀୟ ତାରିଖ ରେଖା ଅତିକ୍ରମ କରିବାଦ୍ଵାରା ତାରିଖ ଗୋଟିଏ ଦିନ ବଦଳିଯାଏ ।