Go through Class 6 Social Science Solutions Odia Medium and Class 6 Social Science Chapter 10 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୧: ଶାସନବିଧି to understand textbook questions more clearly.
6th Class Social Science Chapter 10 Question Answer Odia Medium
Class 6 Social Science Chapter 10 Odia Medium
ପ୍ରଶ୍ନ, ଅଭ୍ୟାସ କାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ନିଜକୁ ନିଜେ ପରୀକ୍ଷା କର– ଗଣତନ୍ତ୍ରର ଅର୍ଥ କ’ଣ ? ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
ଗଣତନ୍ତ୍ର କହିଲେ ଆମେ ଲୋକମାନଙ୍କର ଶାସନ ବୋଲି ବୁଝିଥାଉ । ଏହା ଏକ ପଦ୍ଧତି ଯେଉଁଥରେ ଲୋକମାନେ ସେମାନଙ୍କର ପ୍ରତିନିଧିମାନଙ୍କୁ ବାଛନ୍ତି ଏବଂ ସେମାନଙ୍କ ମାଧ୍ୟମରେ ଦେଶ ଚଳାଇଥାନ୍ତି । ଗଣତନ୍ତ୍ର ଏବଂ ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ପ୍ରତ୍ୟକ୍ଷ ନିମ୍ନ ପ୍ରକାରର –
ପ୍ରତ୍ୟକ୍ଷ ଗଣତନ୍ତ୍ର :
- ଏହି ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କର ମତାମତ ସିଧାସଳଖ ଭାବରେ ଶୁଣାଯାଏ ଏବଂ ନିଷ୍ପଭି ନେବାରେ ଗଣାଯାଏ ।
- ଉଦାହରଣ – ବିଦ୍ୟାଳୟରେ ଏକ ବଣଭୋଜି ସ୍ଥାନକୁ ଯିବା ନିଷ୍ପତ୍ତିରେ ଛାତ୍ରଛାତ୍ରୀଙ୍କର ସିଧାସଳଖ ମତାମତ ନେବା ।
ପ୍ରତିନିଧୁମୂଳକ ଗଣତନ୍ତ୍ର :
- ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକମାନେ ଭୋଟ ମାଧ୍ୟମରେ ମତଦାନ କରି ନିଜର ନିଷ୍ପତ୍ତିକୁ ଜଣାଇଥାନ୍ତି ।
- ଉଦାହରଣ – ଭୋଟ ମାଧ୍ଯମରେ ବିଧାୟକ ଏବଂ ସାଂସଦକୁ ବାଛିବା ।
Question 2.
ସରକାରଙ୍କ ତିନୋଟି ଅଙ୍ଗକୁ ମନେପକାଅ । ସେମାନଙ୍କର ଭିନ୍ନ ଭୂମିକାମାନ କ’ଣ ?
Answer:
ସରକାରଙ୍କର ତିନୋଟି ଅଙ୍ଗ ଅଛି । ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ।
ବ୍ୟବସ୍ଥାପିକା :
- ବ୍ୟବସ୍ଥାପିକା ହେଉଛି ଏକ ଅଙ୍ଗ, ଯାହା ନୂତନ ନିୟମ ବା ଆଇନ ତିଆରି କରେ ।
- ବେଳେବେଳେ ଏହା ପ୍ରଚଳିତ ଆଇନର ସଂଶୋଧନ, ଉନ୍ନତିକରଣ କିମ୍ବା ଅପସାରଣ ମଧ୍ୟ କରିଥାଏ ।
- ଏହା ଜନସାଧାରଣଙ୍କ ପ୍ରତିନିଧ୍ଵ କରୁଥିବା ଏକ ସଭାଦ୍ୱାରାରା କରାଯାଏ ।
କାର୍ଯ୍ୟପାଳିକା :
- ବ୍ୟବସ୍ଥାପିକାଦ୍ୱାରା ସୃଷ୍ଟି ହୋଇଥିବା ଆଇନଗୁଡ଼ିକୁ କାର୍ଯ୍ୟପାଳିକା କାର୍ଯ୍ୟକାରୀ କରିଥାଏ ।
- ରାଷ୍ଟ୍ରମୁଖ୍ୟ (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ମନ୍ତ୍ରିମଣ୍ଡଳ ଏବଂ ଆଇନ ଶୃଙ୍ଖଳା ରକ୍ଷା ବା କାର୍ଯ୍ୟକାରୀ କରିବାପାଇଁ ଉଦ୍ଦିଷ୍ଟ କୌଣସି ସଂସ୍ଥା ଏଥୁରେ ଅନ୍ତର୍ଭୁକ୍ତ ।
ନ୍ୟାୟପାଳିକା :
- ନ୍ୟାୟପାଳିକା ହେଉଛି ଏକ ଅଦାଲତ ବ୍ୟବସ୍ଥା ଯାହା ଆଇନ୍କୁ ତର୍ଜମା କରେ, ଏହାର ସୁରକ୍ଷା କରେ ଓ ଆବଶ୍ୟକ ପଡ଼ିଲେ ଆଇନ ଭଙ୍ଗ କରିଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରେ ।
ବେଳେବେଳେ ଏହା କାର୍ଯ୍ୟପାଳିକା ନେଇଥିବା ନିଷ୍ପତ୍ତି ଠିକ୍ କି ନୁହେଁ, ବ୍ୟବସ୍ଥାପିକାଦ୍ଵାରା ପାରିତ ଆଇନ ସମସ୍ତଙ୍କ ପାଇଁ ସୁନିଶ୍ଚିତ ଏବଂ ନିରପେକ୍ଷ କି ନୁହେଁ, ତାହାକୁ ଯାଞ୍ଚ କରି ସମ୍ବିଧାନର ସୁରକ୍ଷା ପାଇଁ ପଦକ୍ଷେପ ନେଇଥାଏ ।
Question 3.
ତ୍ରିସ୍ତରୀୟ ସରକାରରର ଆବଶ୍ୟକତା କ’ଣ ?
Answer:
ଭାରତରେ ତ୍ରିସ୍ତରୀୟ ସରକାର ବ୍ୟବସ୍ଥା ଅଛି । ଯଥା- ସ୍ଥାନୀୟ ସରକାର, ରାଜ୍ୟ ସରକାର ଓ କେନ୍ଦ୍ର ସରକାର । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ଥାନୀୟ ସରକାର ଭାବେ ଯଥାକ୍ରମେ ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲିଟି କାର୍ଯ୍ୟକରେ । ଏମାନେ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରନ୍ତି । ରାଜ୍ୟ ସରକାର ରାଜ୍ୟ ସ୍ତରରେ ସମସ୍ୟା ସାମାଧାନ କରନ୍ତି । ଜାତୀୟ ସ୍ତରରେ ବା ସମଗ୍ର ଦେଶର ସୁବିଧା ଅସୁବିଧା ବୁଝିବା କାମ କେନ୍ଦ୍ର ସରକାରଙ୍କର । ଭାରତ ଏକ ବିଶାଳ ଦେଶ ହୋଇଥିବାରୁ ଦିଲ୍ଲୀରେ ଥିବା କେନ୍ଦ୍ର ସରକାର ଦେଶର କୋଣ ଅନୁକୋଣ ଏପରିକି ପ୍ରତି ରାଜ୍ୟର ସମସ୍ୟା କଥା ବୁଝିବା ଅସମ୍ଭବ ବ୍ୟାପାର । ତେଣୁ ତ୍ରିସ୍ତରୀୟ ସରକାର ବ୍ୟବସ୍ଥା ଏ ସମସ୍ୟାର ସମାଧାନ କରିଥାଏ । ପୁନଶ୍ଚ ଏହି ବ୍ୟବସ୍ଥାଦ୍ଵାରା ଆମ ଦେଶରେ ତୃଣମୂଳ ସ୍ତରରୁ ଗଣତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଫଳରେ ଲୋକମାନେ ଗଣତନ୍ତ୍ର ଶାସନର ମହତ୍ତ୍ଵ ବୁଝିବାରେ ସକ୍ଷମ ହୁଅନ୍ତି ।
Question 4.
ପ୍ରକଳ୍ପ : ତୁମମାନଙ୍କ ମଧ୍ୟରୁ ଅନେକଙ୍କ କୋଭିଡ୍-୧୯ ମହାମାରୀ ସମୟରେ ହୋଇଥିବା ଲକ୍ଡାଉନ୍ ମନେଥିବ । ସେହି ସମୟରେ କ’ଣସବୁ ପଦକ୍ଷେପ ନିଆଯାଇଥିଲା ତାହାର ଏକ ତାଲିକା ପ୍ରସ୍ତୁତ କର । ପରିସ୍ଥିତିକୁ ପରିଚାଳନା କରିବାରେ କେଉଁ ସ୍ତରର ସରକାର ସଂପୃକ୍ତ ଥିଲେ ? ସରକାରଙ୍କ ପ୍ରତ୍ୟେକ ଅଙ୍ଗର ଭୂମିକା କ’ଣ ଥିଲା ?
Answer:
ମହାମାରୀ କୋଭିଡ଼-୧୯ ସମୟରେ ଦେଶରେ ଲକ୍ଡାଉନ୍ ବ୍ୟବସ୍ଥା କରାଯାଇଥିଲା । ସେ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନମାନ ନିମ୍ନରେ ପ୍ରଦତ୍ତ କରାଗଲା ।
(i) ପ୍ରତ୍ୟେକଙ୍କୁ ଘରେ ରହିବାପାଇଁ ପଡୁଥିଲା ।
(ii) ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଏବଂ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରାଯାଇଥିଲା ।
(iii) ଜରୁରୀ ଆବଶ୍ୟକତା ବ୍ୟତୀତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ବସ୍, ରେଳ କିମ୍ବା ଅଟୋରେ ଯାତାୟାତ କରିବା ବାରଣ କରାଯାଇଥିଲା ।
(iv) କୌଣସି ଉତ୍ସବ କିମ୍ବା ଜନସମାଗମ ପାଇଁ ଅନୁମତି ନଥିଲା ।
(v) କେବଳ ଆବଶ୍ୟକୀୟ ସଉଦା ଏବଂ ପରିବା ଦୋକାନମାନ ଖୋଲା ଥିଲା ।
(vi) ରୋଗୀଙ୍କୁ ସେବା କରିବାପାଇଁ ଡାକ୍ତର ନର୍ସମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଥିଲା ।
(vii) ସମସ୍ତଙ୍କୁ ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବାକୁ ପଡୁଥିଲା ।
(viii) ଲୋକମାନଙ୍କୁ ସୁରକ୍ଷା ପାଇଁ ଭ୍ୟାକ୍ସିନ୍ ଦିଆଯାଉଥିଲା ।
ଉପରୋକ୍ତ କାର୍ଯ୍ୟମାନ କରିବାପାଇଁ ଆମ ଦେଶରେ ତ୍ରିସ୍ତରୀୟ ପ୍ରଶାସନ ସଜାଗ ଥିଲା । କେନ୍ଦ୍ର ସରକାରରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳ ନିୟମିତ କାର୍ଯ୍ୟାନୁଷ୍ଠାନ କରୁଥିଲେ ।
(ix) ସେହିପରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଦଳ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ସରକାରରେ ମେୟର ତାଙ୍କ ଦଳ ଏବଂ ଗ୍ରାମ ପଞ୍ଚାୟତରେ ଚେୟାରମ୍ୟାନ୍ ଏବଂ ତାଙ୍କ ଦଳ ଅନବରତ କାର୍ଯ୍ୟରତ ଥିଲେ ।
(x) ସରକାରଙ୍କର ତିନୋଟି ଅଙ୍ଗ କାର୍ଯ୍ୟରତ ଥିଲା । ବ୍ଯବସ୍ଥାପକ ସଭାଦ୍ଵାରା କୋଭିଡ଼-୧୯ ପାଇଁ ନୂତନ ଆଇନମାନ ତିଆରି କରାଯାଇଥିଲା । ଚାକିରି ହରାଇଥିବା ଲୋକମାନଙ୍କୁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଥିଲା ।
(xi) କାର୍ଯ୍ୟପାଳିକା – କେନ୍ଦ୍ର କାର୍ଯ୍ୟପାଳିକାଦ୍ଵାରା ସମସ୍ତଙ୍କୁ ଘରେ ରହିବାପାଇଁ କୁହାଯାଇଥିଲା । ରାଜ୍ୟ ସରକାରଙ୍କୁ ସମସ୍ତ ଡାକ୍ତରଖାନାମାନଙ୍କରେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ରାଜ୍ୟ ସରକାରଙ୍କଦ୍ଵାରା ସମସ୍ତ କୋଭିଡ୍ ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା । ପୋଲିସ୍ ବାହିନୀ ୨୪ ଘଣ୍ଟା କାର୍ଯ୍ୟରେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଉତ୍ସବ ଏବଂ ଜନସମାଗମକୁ କାରଣ କରାଯାଇଥିଲା, ସ୍ଥାନୀୟ ସରକାରମାନେ ଜନତାଙ୍କ ସେବାପାଇଁ ଜାଗ୍ରତ ପ୍ରହରୀ ଭାବରେ ଚିକିତ୍ସାଳୟ ଏବଂ କ୍ଵାରେନ୍ଇମ୍ ସେଣ୍ଟରରେ କାର୍ଯ୍ୟରତ ଥିଲେ ।
ନ୍ୟାୟପାଳିକା – ଦେଶରେ କୋର୍ଟଗୁଡ଼ିକ ଲକ୍ଡାଉନ୍ ସମୟରେ ସରକାରଙ୍କର ନୀତିକୁ ତର୍ଜମା କରୁଥିଲେ ଏବଂ ସମସ୍ୟା ସମାଧାନରେ ସହାୟତା କରୁଥିଲେ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଶାସନର ଅର୍ଥ କ’ଣ ?
Answer:
- ଶାସନ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସମାଜର ବିଭିନ୍ନ ଘଟଣାବଳୀକୁ ପରିଚାଳନା କରାଯାଏ ।
- ଏକ ରାଷ୍ଟ୍ରରେ ଜନହିତ ପାଇଁ ନିର୍ବାଚିତ ପ୍ରତିନିଧୁମାନେ ଅମଲାତନ୍ତ୍ର ଆରକ୍ଷୀ ବାହିନୀ, ସାମରିକ, ବାହିନୀ ଇତ୍ୟାଦିଙ୍କଦ୍ଵାରା କାର୍ଯ୍ୟ କରାଇ ଥାଆନ୍ତି ।
- ଏଥିପାଇଁ ଅନେକଗୁଡ଼ିଏ ନିୟମ ଏବଂ ଆଇନ ସରକାରଙ୍କଦ୍ଵାରା ତିଆରି କରାଯାଇଥାଏ ।
- ଗଣତନ୍ତ୍ରର ମୂଳନୀତି ହେଉଛି ଜନମଙ୍ଗଳପାଇଁ ଏକ ଉନ୍ନତ ଏବଂ ସନ୍ତୋଟ ଶାସନ ବ୍ୟବସ୍ତା ତିଆରି କରିବା ।
![]()
Question 2.
ଆମକୁ କାହିଁକି ସରକାର ଦରକାର ?
Answer:
ସରକାର ହେଉଛି ସର୍ବଶ୍ରେଷ୍ଠ ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ, ଯାହା ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ସହିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରିଥାଏ । ସେଗୁଡ଼ିକ ହେଲା, –
(i) ଆଇନ ଶୃଙ୍ଖଳା ରକ୍ଷା କରିବା – ଦେଶ ବା ରାଜ୍ୟରେ ଏକ ଶୃଙ୍ଖଳିତ ସମାଜ ପ୍ରତିଷ୍ଠା କରିବା ହେଉଛି ସରକାରଙ୍କର ପ୍ରାରମ୍ଭିକ କାର୍ଯ୍ୟ ।
(ii) ଜନସେବା ଯୋଗାଇଦେବା – ସରକାରଙ୍କର ଅନ୍ୟତମ ଆବଶ୍ୟକୀୟ କର୍ତ୍ତବ୍ୟ ହେଉଛି ଜନସାଧାରଣତଙ୍କୁ ଜରୁରୀ ସେବା ଯୋଗାଇଦେବା, ଯଥା – ଡାକ୍ତରଖାନା, ଶିକ୍ଷା, ଉଚ୍ଚତର ଶିକ୍ଷା, ପରିମଳ ବ୍ୟବସ୍ଥା ଇତ୍ୟାଦି ।
(iii) ଯେଉଁ ଲୋକମାନେ ଉଚିତ ମୂଲ୍ୟରେ ଶସ୍ୟ, ସ୍ଵାସ୍ଥ୍ୟସେବା ଏବଂ ଶିକ୍ଷା ଯୋଗାଇ ଦେଉଛନ୍ତି ସେମାନଙ୍କର ଯନେବା ।
(iv) ପରିବେଶ ଜଙ୍ଗଲ, ପଶୁ, ପକ୍ଷୀ ଏବଂ ଅନ୍ୟାନ୍ୟ ଜୀବମାନଙ୍କର ସୁରକ୍ଷା କରିବା ।
(v) ଦେଶକୁ ବୈଦେଶିକ ଆକ୍ରମଣ ଏବଂ ସନ୍ତ୍ରାସବାଦରୁ ସୁରକ୍ଷା ପ୍ରଦାନ କରିବା । ଏହିସବୁ କାର୍ଯ୍ୟପାଇଁ ଆମକୁ ଏକ ସରକାର ଦରକାର ପଡ଼ିଥାଏ ।
Question 3.
ଗଣତନ୍ତ୍ରର ଅର୍ଥ କ’ଣ ? ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ଗଣତନ୍ତ୍ର ଏପରି ଏକ ବ୍ୟବସ୍ଥା, ଯେଉଁଥିରେ ଲୋକମାନେ ସେମାନଙ୍କର ଶାସକଙ୍କୁ ବାଛିଥା’ନ୍ତି ।
(ii) ଗଣତନ୍ତ୍ର ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଡେମୋସ୍ ଏବଂ କ୍ରାଟୋସରୁ ଆସିଅଛି ଯାହାର ଅର୍ଥ ହେଉଛି ଲୋକମାନଙ୍କର ଶାସନ ।
(iii) ଗଣତନ୍ତ୍ର ନିଶ୍ଚିତ କରେ ଯେ ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରାଯିବ ଏବଂ କାହା ପ୍ରତି ପକ୍ଷପାତିତା କରାଯାଉ ନାହିଁ ।
(iv) ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେକୌଣସି ଉଚ୍ଚ ପଦପଦବୀପାଇଁ ସମାନ ସୁଯୋଗ ପ୍ରଦାନ କରାଯାଏ । ଏପରିକି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଭାରତର ମୁଖ୍ୟ ବିଚାରପତି ପର୍ଯ୍ୟନ୍ତ ପଦବୀ ଯେକୌଣସି ସ୍ତରର ଯୋଗ୍ୟ ବ୍ୟକ୍ତି ଅଧ୍ୟଷ୍ଠିତ ହୋଇପାରନ୍ତି ।
(v) ପ୍ରତ୍ୟେକଙ୍କୁ ସ୍ଵାଧୀନତା ଦିଆଯାଏ ଯେ ସେମାନେ ମୁକ୍ତ ଭାବରେ ନିଜର ମତାମତ ପ୍ରକାଶ କରିପାରିବେ, ନିଜର ଧର୍ମ ବାଛିପାରିବେ ଇତ୍ୟାଦି ।
(vi) ଗଣତନ୍ତ୍ର ଲୋକଙ୍କୁ ଅଧିକାର ଦେଇଛି ଯେ ସେମାନେ ନିଜ ସରକାରଙ୍କୁ ବାଛିପାରିବେ, ପରିବର୍ତ୍ତନ କରିପାରିବେ ଏବଂ ସମାଲୋଚନା ମଧ୍ୟ କରିପାରିବେ ।
Question 4.
କ୍ଷମତା ପୃଥକୀକରଣର ଗୁରୁତ୍ଵକୁ ବିଶ୍ଳେଷଣ କର ।
Answer:
(i) ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏବଂ ସମ୍ବିଧାନ ଅନୁସାରେ ସରକାରଙ୍କର ତିନୋଟି ଅଙ୍ଗ ଯଥା— ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ପୃଥକ୍ କରାଯାଇଛି ।
(ii) ଏଗୁଡ଼ିକ ପରସ୍ପର ସହିତ ସଂଯୋଗ ରଖୁ ଏକତ୍ର କାର୍ଯ୍ୟ କରନ୍ତି । କ୍ଷମତାର ପୃଥକୀକରଣର ନିୟମାନୁସାରେ ଜଣେ ଅନ୍ୟଜଣଙ୍କୁ ତଦାରଖ କରିବା ସହିତ ସେମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିଥା’ନ୍ତି, ଅର୍ଥାତ୍ ଗୋଟିଏ ଅଙ୍ଗ ଆଶାନୁରୂପ କାର୍ଯ୍ୟ ଅଙ୍ଗ କ’ଣ କରୁଛି ତାହା ଯାଞ୍ଚ କରିପାରିବ ଏବଂ
କଲେ ସରକାରଙ୍କର ପ୍ରତ୍ୟେକ ଅଙ୍ଗ, ଅନ୍ୟ ସନ୍ତୁଳନ ରକ୍ଷା କରିପାରିବ ।
Question 5.
ନ୍ୟାୟପାଳିକା କିପରି ଦେଶରେ ଗଣତାନ୍ତ୍ରିକ ଗଠନକୁ ଦୃଢ଼ କରିଛି ?
Answer:
(i) ଆମ ଦେଶରେ ନ୍ୟାୟପାଳିକା ବିଭିନ୍ନ ସ୍ତରରେ କାର୍ଯ୍ୟ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ରହିଛି ।
(ii) ଏମାନେ ନିଷ୍ପତ୍ତି ନିଅନ୍ତି ଯେ ଅପରାଧୀ ନିୟମକୁ ଭାଙ୍ଗିଛି ନା ନାହିଁ, ତଦନୁଯାୟୀ ଆବଶ୍ୟକ ପଡ଼ିଲେ ଆଇନ ଭଙ୍ଗକାରୀଙ୍କ ପ୍ରତି ଦଣ୍ଡବିଧାନ କରିଥା’ନ୍ତି ।
(iii) ସମୟ ସମୟରେ କାର୍ଯ୍ୟପାଳିକାଦ୍ଵାରା ନିଆଯାଇଥିବା ନିଷ୍ପଭିକୁ ମଧ୍ଯ ତର୍ଜମା କରନ୍ତି (iv) ଯେଉଁଠାରେ ଭୁଲ୍ ପରିଲକ୍ଷିତ ହୁଏ ଏବଂ ତାହା ନ୍ୟାୟାଳୟର ପରିସରକୁ ଆସିଲେ ସମ୍ମାଧାନର ବିଧ୍ ବ୍ୟବସ୍ଥା ଅନୁସାରେ ନ୍ୟାୟାଳୟ ତା’ ଉପରେ ନିଷ୍ପତ୍ତି ନିଅନ୍ତି ଏବଂ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦିଅନ୍ତି ।
(v) ସେହିପରି ବ୍ୟବସ୍ଥାପକ ସଭାଦ୍ୱାରା ବେଳେବେଳେ ନିଆଯାଇଥିବା ନିଷ୍ପତ୍ତି ଯଦି ସମ୍ବିଧାନ ପରିସରଭୁକ୍ତ ହୋଇନଥାଏ ତେବେ ତାକୁ କାର୍ଯ୍ୟକାରୀ ନ କରିବାପାଇଁ ନ୍ୟାୟାଳୟରୁ ନିର୍ଦ୍ଦେଶ ଆସିଥାଏ । ଏହାଦ୍ଵାରା ଦେଶର ଗଣତନ୍ତ୍ର ଦୃଢ଼ୀଭୂତ ହୋଇଥାଏ ।
Question 6.
ସରକାରଙ୍କର ତ୍ରିସ୍ତରୀୟ ବ୍ୟବସ୍ଥାକୁ ଉଲ୍ଲେଖ କର । ଏହାର ପ୍ରତ୍ୟେକ ସ୍ତରର ଯେକୌଣସି ଦୁଇଟି କାର୍ଯ୍ୟ ବର୍ଣ୍ଣନା କର ।
Answer:
ଆମ ଦେଶ ଭାରତରେ ତ୍ରିସ୍ତରୀୟ ସରକାର ଅଛି ଯଥା କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ସରକାର । ପ୍ରତ୍ୟେକ ସ୍ତରର ଦୁଇଟି କାର୍ଯ୍ୟ ନିମ୍ନରେ ପ୍ରଦତ୍ତ କରାଗଲା ।
(i) କେନ୍ଦ୍ର ସରକାର – କେନ୍ଦ୍ର ସରକାରଙ୍କର ମୁଖ୍ୟ କାର୍ଯ୍ୟ ଦୁଇଟି ହେଲା ସମଗ୍ର ଦେଶକୁ ସୁରକ୍ଷା ଦେବା ଏବଂ ଦେଶର ଆର୍ଥିକ ଉନ୍ନତି ପାଇଁ କାର୍ଯ୍ୟ କରିବା ।
(ii) ରାଜ୍ୟ ସରକାର – ଆମ ଦେଶର ରାଜ୍ୟମାନଙ୍କରେ ଜନସାଧାରଣଙ୍କର ଉନ୍ନତି କଳ୍ପେ ଏବଂ ବିଭିନ୍ନ କାର୍ଯ୍ୟକୁ କରିବାପାଇଁ ଯଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଆଉନ ଶୃଙ୍ଖଳା ଇତ୍ୟାଦି ପାଇଁ ଏକ ରାଜ୍ୟ ସରକାର ପ୍ରତି ରାଜ୍ୟରେ ରହିଛି ।
(iii) ସ୍ଥାନୀୟ ସରକାର ଆମ ଦେଶରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉନ୍ନତି ପାଇଁ ଗ୍ରାମପଞ୍ଚାୟତ ଏବଂ ମ୍ୟୁନିସ୍ପାଲିଟି ରହିଅଛି । ଏଗୁଡ଼ିକୁ ସ୍ଥାନୀୟ ସରକାର କୁହାଯାଏ ।
![]()
Question 7.
ଭାରତର କାହିଁକି ପ୍ରତିନିଧ୍ଵ ମୂଳକ ଗଣତନ୍ତ୍ର ରହିଅଛି ? ତୁମ ଉତ୍ତରର କାରଣ ଦର୍ଶାଅ ।
Answer:
(i) ଭାରତର ଜନସଂଖ୍ୟା ୧୪୦ କୋଟିରୁ ପ୍ରାୟ ୯୭ କୋଟି ଲୋକ ଭୋଟ ଦେବାର ଅଧିକାର ପାଇଛନ୍ତି । ଏହିଭଳି ବହୁଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବପର ନୁହେଁ । ତେଣୁ ଜନସାଧାରଣ ସେମାନଙ୍କ ପ୍ରତିନିଧୂଙ୍କଦ୍ଵାରା ଦେଶର ଶାସନ, କାର୍ଯ୍ୟ ଚଳାଇଥାନ୍ତି ।
(ii) ଭାରତ ଭଳି ବିଶାଳ ଦେଶରେ ଅନେକ ସମସ୍ୟା ଆର୍ଥିକ ସ୍ଥିତିଠାରୁ ଆରମ୍ଭ କରି ରାଜନୀତିକ ଏବଂ ଅନେକ ଘଟଣା ଘଟିଥାଏ । ଦେଶର ସାମାଜିକ ସ୍ତରରେ ଅନେକ ସମସ୍ୟା ଲାଗି ରହିଛି । ଏହିସବୁ ସମସ୍ୟା ଓ ଘଟଣାବଳୀକୁ ସମାଧାନ କରିବାପାଇଁ ସମଗ୍ର ପ୍ରଦେଶରୁ ବିଭିନ୍ନ ରାଜ୍ୟରୁ ନିର୍ବାଚିତ ପ୍ରତିନିଧୁମାନେ ସଂସଦ ଗୃହକୁ ଆସିଥା’ନ୍ତି ।
(iii) ଏହି ନିର୍ବାଚିତ ପ୍ରତିନିଧୁମାନେ ଦଳବିଶେଷରେ ସରକାର ଗଠନ କରି ଦେଶ ଶାସନ କରିଥାନ୍ତି । ସଦସ୍ୟ ସଂଖ୍ୟା କମ୍ ଥିବା ରାଜନୈତିକ ଦଳର ପ୍ରତିନିଧୁମାନେ ବିରୋଧୀ ଆସନରେ ବସି ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ସେଥୁରେ ସୁଧାର ଆଣିବାରେ ପ୍ରୟାସ କରିଥା’ନି । ସୁତରାଂ, ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ପ୍ରତିନିଧୂମୂଳକ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଛି ।
Question 8.
ଗଣତାନ୍ତ୍ରିକ ସରକାରର କେତେକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟକୁ ଉଲ୍ଲେଖ କର ।
Answer:
- ଏକ ଗଣତାନ୍ତ୍ରିକ ସରକାରର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା- ଏହା ଏକ ସରକାର ଯାହା ନିର୍ବାଚିତ ପ୍ରତିନିଥଙ୍କଦ୍ଵାରା ଗଠିତ ହୋଇଥାଏ ।
- ଏକ ପ୍ରତିନିଧୂମୂଳକ ଗଣତନ୍ତ୍ରରେ ପ୍ରତି ପାଞ୍ଚବର୍ଷରେ ନିୟମିତ, ମୁକ୍ତ ଏବଂ ଅବାଧ ନିର୍ବାଚନ ହୋଇଥାଏ ।
- ଦେଶରେ ସମ୍ବିଧାନ ହେଉଛି ସର୍ବୋଚ୍ଚ ଆଇନ । ସମ୍ବିଧାନରେ ଉଲ୍ଲିଖତ ଧାରା ଅନୁସାରେ ଆଇନ ପ୍ରଣୀତ ହୁଏ । ଏହି ଆଇନରେ ସମସ୍ତେ ସମାନ ।
- ନାଗରିକମାନଙ୍କର ମୌଳିକ ଅଧିକାର ଲାଭ କରିଥା’ନ୍ତି ।
- ଦେଶରେ ଏକ ସ୍ଵାଧୀନ ନିରପେକ୍ଷ ନ୍ୟାୟାଳୟ ଅଛି ଯାହା ନ୍ୟାୟଦାନ କ୍ଷେତ୍ରରେ ସୁନିଶ୍ଚିତ ନ୍ୟାୟ ପ୍ରଦାନ କରିଥାଏ ।
Question 9.
କୌଣସି ଦେଶ ବିନା ଶାସନ ଏବଂ ସରକାରରେ ଚାଲିପାରିବ ନାହିଁ ? ତୁମେ ଏଥରେ ସହମତ କି ?
Answer:
ହଁ ମୁଁ ଏଥିରେ ସହମତ ଯେ ବିନା ଶାସନ ଏବଂ ସରକାରରେ କୌଣସି ଦେଶ ଚାଲିପାରିବ ନାହିଁ ।
- ଜନମଙ୍ଗଳ ପାଇଁ ଶାସନ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା । ଲୋକମାନଙ୍କ ମନରେ ଶାନ୍ତି, ସେମାନଙ୍କ ସୁରକ୍ଷା, ଏବଂ ପ୍ରଗତି ପାଇଁ ଏକ ସରକାର ଆବଶ୍ୟକ ହୋଇଥାଏ ।
- ସରକାର ଆଇନ ଶୃଙ୍ଖଳାକୁ ଏକ ମୁଖ୍ୟ କାର୍ଯ୍ୟ ଭାବରେ ଗ୍ରହଣ କରିଥା’ନ୍ତି । ଲୋକମାନଙ୍କ ପାଇଁ ଚାକିରି ଓ ସୁଯୋଗ ସୃଷ୍ଟି କରିଥା’ନ୍ତି ।
- ସରକାର ଦେୟମୁକ୍ତ ଶିକ୍ଷା ଏବଂ ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେଇଥା’ନ୍ତି ।
- ଦେଶକୁ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ମୁକ୍ତ ରଖୁ’ନ୍ତି ।
ସୁତରାଂ ଏହା ପ୍ରମାଣିତ କରେ ଯେ ବିନା ଶାସନ ଓ ସରକାରରେ ଦେଶ ଚାଲିବା ସମ୍ଭବପର ନୁହେଁ ।
ଆସ ଅନୁସନ୍ଧାନ କରିବା :
Question 1.
ଚିତ୍ର ୧୦.୧ରେ ଦିଆଯାଇଥବା ଦୁଇଟି ଚିତ୍ରକୁ ବର୍ଣ୍ଣନା କର– ତୁମେ ସେମାନଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖୁଛ ?


Answer:
ଚିତ୍ର ୧୦.୧କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦୁଇଟି ଚିତ୍ର ଏକ ସହରର ଟ୍ରାଫିକ୍ ଦୃଶ୍ୟପଟ୍ଟ । କିନ୍ତୁ ଦୁଇଟି ଚିତ୍ର ପରସ୍ପରର ବିପରୀତ ଅଟେ । ଚିତ୍ର-୧ରେ ଯାନଗୁଡ଼ିକର ଶୃଙ୍ଖଳିତ ଯିବା ଆସିବା ଦେଖିବାକୁ ମିଳିଥିଲାବେଳେ ଦ୍ଵିତୀୟ ଚିତ୍ରରେ ଟ୍ରାଫିକ୍ ନିୟମ କେହି ମାନୁନଥିବାର ଦୃଶ୍ୟ ଦେଖାଯାଉଛି । ଉଭୟ ଚିତ୍ରରେ ଦେଖିବାକୁ ମିଳୁଥିବା ପାର୍ଥକ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।
| ପ୍ରଥମ ଚିତ୍ | ଦ୍ଵିତୀୟ ଚିତ୍ର | |
| (i) ଯାନ | କାର୍, ସାଇକେଲ୍ ଏବଂ ମଟରସାଇକେଲ୍ (କମ୍ ସଂଖ୍ୟକ) | କାର୍, ସାଇକେଲ୍ ମଟରସାଇକେଲ୍ (ଅଧ୍ବକ ସଂଖ୍ୟକ) |
| (ii) ନିୟମ | ସଠିକ୍ ନିୟମକୁ ଅନୁସରଣ କରାଯାଇଛି | ଟ୍ରାଫିକ୍ ନିୟମ ପୂର୍ଣ୍ଣମାତ୍ରାରେ ଉଲଂଘନ |
| (iii) ଗାଡ଼ି | ଉତ୍ତମ ଗାଡ଼ି ଚାଳନା ଅଭିଜ୍ଞତା ଚଳାଇବାରେ ଆରାମ | ଗାଡ଼ି ଚାଳନାରେ ଅଧିକ ଚାପ ଏବଂ ବାରମ୍ବାର ଦୁର୍ଘଟଣାର ସମ୍ଭାବନା |
![]()
Question 2.
ନିୟମ ଉପରେ ହେଉଥୁବା ଆମର ଆଲୋଚନା ସହିତ ତୁମେ ଏହାକୁ କିପରି ସଂଯୋଗ କରିବ ।
Answer:
ସାମାଜିକ ଶୃଙ୍ଖଳା ଏବଂ ଉତ୍ତମ ଜୀବନଯାପନ ପାଇଁ ନିୟମଗୁଡ଼ିକ ଅତ୍ୟାବଶ୍ୟକ । ସମୟକ୍ରମେ ଅଧିକ ଉନ୍ନତି ପାଇଁ ତିଆରି ହୋଇଥିବା ଆଇନ ବଦଳାଯାଇପାରେ । ବିଦ୍ୟାଳୟ ଏବଂ ଘରେ ମଧ୍ୟ ଆମର ନିୟମ ରହିଛି । ପ୍ରଥମ ଚିତ୍ରରେ ନିୟମ ପଳନ କରାଯାଉଥିବାରୁ ଯିବା ଆସିବା ନିରାପଦ ମନେ ହେଉଛି । ମାତ୍ର ଦ୍ଵିତୀୟ ଚିତ୍ରରେ ନିୟମ ଉଲଂଘନ ହେଉଥିବାରୁ ଯିବା ଆସିବା ବିପଦପୂର୍ଣ୍ଣ ଜଣାପଡ଼ୁଛି ।
Question 3.
ତୁମ ବିଦ୍ୟାଳୟର ନିୟମଗୁଡ଼ିକ କ’ଣ ? ସେଗୁଡ଼ିକ କିଏ ତିଆରି କରିଛନ୍ତି ?
Answer:
ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ନିୟମମାନ ରହିଥାଏ । ଏଗୁଡ଼ିକ ଏକ ନିରାପଦ, ଉତ୍ତମ ଏବଂ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ପାଇଁ କରାଯାଇଥାଏ ।
ସାଧାରଣ ସ୍କୁଲ୍ ନିୟମ –
- ଉପସ୍ଥାନ – ନିୟମିତ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବା ବାଧ୍ୟତାମୂଳକ ।
- ଶୃଙ୍ଖଳା – ଶ୍ରେଣୀଗୃହରେ ଉତ୍ତମ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଜରୁରୀ ।
- ୟୁନିଫର୍ମ – ଛାତ୍ରଛାତ୍ରୀମାନେ ୟୁନିଫର୍ମ ପରିଧାନ କରିବା ଆବଶ୍ୟକ । ଏହା ତାଙ୍କର ଏକତ୍ଵର ପରିଚୟ ।
ଶ୍ରେଣୀଗୃହର ବ୍ୟବହାର – ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବ୍ୟବହାର ସୌଜନ୍ୟମୂଳକ ହେବା ଆବଶ୍ୟକ ।
କେତେକ କାର୍ଯ୍ୟକୁ ବାରଣ କରିବା ପାଇଁ ମଧ୍ଯ ନିୟମ ରହିଛି । ଯଥା-
- ମୋବାଇଲ୍, ଲାପ୍ଟପ୍ର ବ୍ୟବହାର ନିଷିଦ୍ଧ ।
- ଶ୍ରେଣୀଗୃହରେ ଥଟ୍ଟାମଜା ଏବଂ ପକ୍ଷପାତିତା କରିବା ଅନୁଚିତ ।
ସ୍କୁଲର ପ୍ରଶାସନ ଯଥା ଅଧ୍ୟକ୍ଷ, ସେକ୍ରେଟାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀମାନେ ସ୍କୁଲର ନିୟମଗୁଡ଼ିକ ତିଆରି କରିଥା’ନ୍ତି ।
Question 4.
ତୁମେ ଚିତ୍ର ୧୦.୨ରେ ଦଶଟି ଚିତ୍ରରେ ଦର୍ଶାଯାଇଥିବା ଜନସେବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପଗୁଡ଼ିକ ଚିହ୍ନଟ କରିପାରିବ କି ?


Answer:
ଚିତ୍ର – ୧ : ରାସ୍ତା ନିର୍ମାଣ
ଚିତ୍ର – ୨ : ରେଳ ଚଳାଚଳ
ଚିତ୍ର – ୩ : କର୍ତ୍ତବ୍ୟରତ ସାମରିକ ବାହିନୀ
ଚିତ୍ର – ୪ : ସ୍ଵାସ୍ଥ୍ୟସେବା
ଚିତ୍ର – ୫ : ଅଗ୍ନିଶମ ବାହିନୀଙ୍କଦ୍ଵାରା ଉଦ୍ଧାର କାର୍ଯ୍ୟ
ଚିତ୍ର – ୬ : ଟ୍ରାଫିକ୍ ନିରାପତ୍ତା
ଚିତ୍ର – ୭ : ସୁପ୍ରିମକୋର୍ଟ (ନ୍ୟାୟିକ ସେବା)
ଚିତ୍ର – ୮ : ଶିକ୍ଷାଦାନ ସେବା
ଚିତ୍ର – ୯ : ଡାକସେବା
ଚିତ୍ର – ୧୦ : ବ୍ୟାଙ୍କ ସେବା
Question 5.
ଏସବୁ କାର୍ଯ୍ୟରେ ସରକାର କେଉଁ ଭୂମିକା ଗ୍ରହଣ କରନ୍ତି ବୋଲି ତୁମେ ଭାବୁଛ ?
Answer:
ସରକାର ଏସବୁ କାର୍ଯ୍ୟରେ ସେବାଦେବା ପାଇଁ ସିଧା ସଳଖ ସମ୍ପୃକ୍ତ ଥାଆନ୍ତି ଏବଂ ଏହି ସେବାଗୁଡ଼ିକ ଠିକ୍ ସମୟରେ ଏବଂ ବିନା ବାଧାରେ ଦିଆଯାଇଥାଏ । ଏଥିପାଇଁ ବହୁମାତ୍ରାରେ ସରଞ୍ଜାମ ଏବଂ ପ୍ରଶିକ୍ଷିତ କର୍ମଚାରୀଙ୍କୁ ରଖାଯାଇଥାଏ ।
Question 6.
ତୁମେ ତୁମ ଦୈନନ୍ଦିନ ଜୀବନର ଅନ୍ୟାନ୍ୟ ଦିଗ ବିଷୟରେ ଚିନ୍ତା କରିପାରିବ କି ? ଯେଉଁଠାରେ ସରକାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ?
Answer:
ଆମେ ଆମ ଦୈନନ୍ଦିନ ଜୀବନର କିଛି ଅନ୍ୟାନ୍ୟ ଦିଗ ରହିଛି ଯାହାକୁ ସରକାର ଗୁରୁତ୍ଵ ଦେଇଥା’ନ୍ତି । ସେଗୁଡ଼ିକ ହେଲା (କ) ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ଏପରିକି ଦୁଗ୍ଧର ମାନ ଏବଂ ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବା, (ଖ) ପରିବେଶ ଏବଂ ପ୍ରଦୂଷଣରୁ ଜନତାଙ୍କୁ ସୁରକ୍ଷା ଦେବା ଏବଂ ଜଙ୍ଗଲକୁ ସୁରକ୍ଷିତ ରଖୁବା, (ଗ) ବିଦ୍ୟୁତ୍ ଏବଂ ଜଳଯୋଗାଣକୁ ନିୟମିତ ଭାବରେ ନିଶ୍ଚିତ କରିବା, (ଘ) ଯାତାୟାତ ପାଇଁ ସରକାରୀ ବସ୍ର ସୁବିଧା ଦେବା, (ଙ) ସ୍ଵଚ୍ଛତା ଉପରେ ନଜର ଦେବା, ଶେଷରେ ପାର୍କ ଏବଂ ରାସ୍ତାର ମରାମତି କରିବା ।
Question 7.
ଉପରୋକ୍ତ ବର୍ଣ୍ଣିତ ସାଇବର ଅପରାଧୀଙ୍କ କ୍ଷେତ୍ରରେ ତିନୋଟି ସରକାରୀ ଅଙ୍ଗ କିପରି କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କର । ସେମାନେ କିପରି ଏଥରେ ହସ୍ତକ୍ଷେପ କରିବେ ?
Answer:
ସରକାରଙ୍କର ତିନୋଟି ଅଙ୍ଗ ସାଇବର ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ନିମ୍ନଲିଖ୍ତ ପଦକ୍ଷେପ ନେଇଥାନ୍ତି ।
(୧) ବ୍ୟବସ୍ଥାପକ – ସାଇବର ଅପରାଧକୁ ନିୟନ୍ତ୍ରଣ କରିବାପାଇଁ ବ୍ୟବସ୍ଥାପକ ସଭା ନୂତନ ଆଇନ ପ୍ରଣୟନ କରେ ।
(୨) କାର୍ଯ୍ୟପାଳିକା – ଉକ୍ତ ଆଇନ ବଳରେ କାର୍ଯ୍ୟପାଳିକା ସାଇବର ପୋଲିସ୍ ମୁତୟନ କରି ଅପରାଧୀକୁ ଧରିବା ସହିତ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥାଏ ।
(୩) ନ୍ୟାୟପାଳିକା – ନ୍ୟାୟପାଳିକା ଏହି ଅପରାଧ ଘଟଣାକୁ ତର୍ଜମା କରି ଅପରାଧୀମାନଙ୍କୁ ଦୋଷୀ କରିବା ସହିତ ଦଣ୍ଡବିଧାନ କରିଥାଏ ।
![]()
Question 8.
ଏକ ଶ୍ରେଣୀ ଶିକ୍ଷକତା ଅଭ୍ୟାସ ଭାବରେ, ତୁମେ କଳ୍ପନା କରିପାରିବ କି ଯଦି ତିନୋଟି ଅଙ୍ଗ ସମାନ ଗୋଷ୍ଟୀର ନିୟନ୍ତ୍ରଣରେ ରହିଥାନ୍ତା ତେବେ ଆମେ କେଉଁ ପ୍ରକାରର ବିଶୃଙ୍ଖଳା ଦେଖୁଥା’ନ୍ତେ ? ତୁମେ ଶୁଣିଥିବା ଏଭଳି କୌଣସି ବାସ୍ତବ ପରିସ୍ଥିତି ବିଷୟରେ ବର୍ଣ୍ଣନା କର ।
Answer:
ଏକ ଶ୍ରେଣୀ ଶିକ୍ଷଣ ଭାବରେ ଆମେ ସରକାରଙ୍କର ତିନୋଟି ଅଙ୍ଗ ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ଟେକିଦେବା ଫଳରେ କ’ଣସବୁ ଘଟିବ ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା ।
- ବ୍ୟବସ୍ଥାପିକାଦ୍ଵାରା ପ୍ରଣୟନ ହୋଇଥିବା ଆଇନରେ ପକ୍ଷପାତିତା ଥିବାରୁ ଏହା କେବଳ ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କ ଉପକାରରେ ଆସେ ।
- ଉକ୍ତ ଆଇନକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିବିଶେଷ ସେହି ଗୋଷ୍ଠୀର ହୋଇଥିବାରୁ ସେମାନେ କରୁଥିବା ବେନିୟମକୁ କେହି ଅଟକାଇ ପାରିବେ ନାହିଁ ।
- ନ୍ୟାୟପାଳିକାର ଦାୟିତ୍ଵରେ ଥିବା ବ୍ୟକ୍ତିବିଶେଷ ଏପରିକି ବିଚାରପତିମାନେ ସେହି ଗୋଷ୍ଠୀର ହୋଇଥିବାରୁ ନ୍ୟାୟ ମିଳିବା ସମ୍ଭବପର ହୋଇନଥାଏ ।
ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଉଛି ଉତ୍ତର କୋରିଆର ନେତା ‘କିଙ୍ଗ ଜଙ୍ଗ୍ ଅନ୍’ । ତାଙ୍କ ହସ୍ତରେ ସରକାରଙ୍କର ଏହି ତିନୋଟି ଅଙ୍ଗର କ୍ଷମତା ପୂର୍ଣ୍ଣ ମାତ୍ରାରେ ରହିଛି ସେ ନିଜେ ଆଇନ ତିଆରି କରନ୍ତି ଓ ତାକୁ କାର୍ଯ୍ୟକାରୀ କରନ୍ତି ଓ ସେ ନିଜେ ମଧ୍ୟ ବିଚାରପତି ହୋଇ ବିଚାର କରନ୍ତି । ତେଣୁ ଆଉନ ଭଙ୍ଗର ସମ୍ଭାବନା ଓ ଆଶଙ୍କା ଅନେକ । ତେଣୁ ଜନସାଧାରଣଙ୍କର ଇଚ୍ଛା ବା କହିବାର ସ୍ୱାଧୀନତା ବା ନ୍ୟାୟପାଇବାର ଆଶା କିଛି ନଥାଏ । ସୁତରାଂ ଏଭଳି ସ୍ଥିତିରେ କେବଳ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା ହୋଇଥାଏ ।
Question 9.
ସାରଣୀକୁ ନିରୀକ୍ଷଣ କର (ଚିତ୍ର ୧୦.୫) । ତୁମ ଜୀବନକୁ ସର୍ବାଧିକ ପ୍ରଭାବିତ କରୁଥିବା କାର୍ଯ୍ୟ ଏବଂ ଦାୟିତ୍ଵ ଉପରେ ଆଲୋକପାତ କର ।
Answer:
ଆମ ଜୀବନକୁ ସର୍ବାଧିକ ପ୍ରଭାବିତ କରୁଥିବା କାର୍ଯ୍ୟ ଏବଂ ଦାୟିତ୍ଵ ନିମ୍ନରେ ପ୍ରଦତ୍ତ କରାଗଲା ।
(i) ସୁରକ୍ଷା – ଆମ ଦେଶର ସୁରକ୍ଷା ବାହିନୀ ଆମକୁ ନିରାପଦରେ ରହିବା ସହିତ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ସୁଯୋଗ ଦେଇଛନ୍ତି ।
(ii) ଯୋଗାଯୋଗ – ଯୋଗାଯୋଗ କ୍ଷେତ୍ରରେ ଆମ୍ଭେମାନେ ଦୂରଦର୍ଶନ, ଟେଲିଫୋନ୍, ଇଣ୍ଟରନେଟ୍ ମାଧ୍ୟମରେ ସମଗ୍ର ବିଶ୍ଵର ଦୂରାନ୍ତ ଅଞ୍ଚଳ ସହିତ ଯୋଗାଯୋଗ ରଖୁବା ସହିତ ବିଭିନ୍ନ ସ୍ଥାନରେ ଘଟୁଥିବା ଘଟଣାମାନ ଜାଣିପାରୁଛୁ ।
(iii) ମୁଦ୍ରା ସରକାରଙ୍କଦ୍ଵାରା ଛପାଯାଇଥିବା ମୁଦ୍ରା ବିନିମୟର ଏକ ମାଧ୍ୟମ ହୋଇଥିବାରୁ ଆମେ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କରି ବଜାରରୁ ବିଭିନ୍ନ ଦ୍ରବ୍ୟ ପାଇପାରିଥାଉ ।
(iv) ଶିକ୍ଷା – ଶିକ୍ଷା ହେଉଛି ମାନବ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ସରକାର ପୁରଣ କରିବାପାଇଁ ପ୍ରୟାସ କରିଥାଏ । ବିନା ଶିକ୍ଷାରେ ଜୀବନ କଷ୍ଟସାଧ୍ୟ ହେବାସହିତ ଦିଗହରା ହୋଇଯାଏ ।
(v) ପୋଲିସ୍ ଏବଂ ଆଇନ ଶୃଙ୍ଖଳା – ଏକ ଶାନ୍ତ ସ୍ଵାଭାବିକ ଜୀବନଯାପନ କରିବାପାଇଁ ସମାଜରେ ଆଇନ ଶୃଙ୍ଖଳା ରହିବା ନିହାତି ଆବଶ୍ୟକ । ଏହି କାର୍ଯ୍ୟ ସରକାର ପୋଲିସ ମାଧ୍ୟମରେ କରିଥାଏ ।
(vi) ସାଧାରଣ ସ୍ଵାସ୍ଥ୍ୟସେବା – ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସରକାରଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ, ଯାହା ସେମାନେ କରିଥା’ନ୍ତି ।
Question 10.
ଦୁଇ ତିନିଜଣ ବୟସ୍କ ବ୍ୟକ୍ତିଙ୍କୁ ସରକାରଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ଅନୁଭବ ବିଷୟରେ ପଚାର । ଏହା କେଉଁ ସ୍ତରରେ ଏବଂ କେଉଁ ଉଦ୍ଦେଶ୍ୟରେ ହେଉଛି ?
Answer:
ମୁଁ ତିନିଜଣ ବୟସ୍କ ବ୍ୟକ୍ତିଙ୍କୁ ସରକାରଙ୍କ ସହ ସେମାନଙ୍କର ସମ୍ପର୍କ ବା ଅନୁଭବ ସମ୍ପର୍କରେ ପଚାରିଲି । ସେମାନଙ୍କ କଥା ନିମ୍ନରେ ପ୍ରଦତ୍ତ କରାଗଲା –
(i) ଜଗବନ୍ଧୁ ନାମକ ଜଣେ ବ୍ୟବସାୟୀଙ୍କୁ ପଚାରିବାରୁ ସେ କହିଲେ ମୁଁ ମୋ ବ୍ୟବସାୟ ପାଇଁ ସରକାରଙ୍କୁ କର ଦେଉଛି ଏବଂ ବ୍ୟବସାୟ ଚଳାଇବାପାଇଁ ତାଙ୍କଠାରୁ ଅନୁମତି ପାଇଛି ।
(ii) ଗାୟତ୍ରୀ ନାମକ ଏକ ବୟସ୍କ ମହିଳାଙ୍କୁ ପଚାରିବାରୁ ସେ କହିଲେ ମୁଁ ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛି ଏବଂ ମୁଁ ସରକାରଙ୍କୁ କର ଦେଉଛି ।
(iii) ମୁଁ ରଘୁନାଥ ନାମକ ଜଣେ ବୟସ୍କ କୃଷକଙ୍କୁ ପଚାରିବାରୁ ସେ କହିଲେ ମୁଁ ମୋ କୃଷିକାର୍ଯ୍ୟ ପାଇଁ ସରକାରଙ୍କଠାରୁ ସାର ଓ ମଞ୍ଜିର ସହାୟତା ଯାଉଛି ଏବଂ କୃଷିକରି ପରିବାର ପ୍ରତିପୋଷଣ କରିବା ସହିତ ମୁଁ ଅନ୍ୟମାନଙ୍କୁ ଖାଦ୍ୟଶସ୍ୟ ବିକ୍ରୟକରି ମୋ ପାଉଣା ପାଉଛି ଏବଂ ସେ ତା’ର ଶସ୍ୟ ଦ୍ରବ୍ୟର ଏକ ବୀମା କରିଛି ।
ଏହା ବିଭିନ୍ନ ସ୍ତରରେ ଓ ବିଭିନ୍ନ ଉଦ୍ଦେଶ୍ୟରେ ହେଉଥିବାର ସେମାନେ କହିଲେ ।
- ସରକାରଙ୍କଠାରୁ ରାସ୍ତା ଏବଂ ଜଳ ଉପଲବ୍ଧର ସୁବିଧା ।
- ଶିକ୍ଷା ଏବଂ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧାପ୍ରାୟ ହେବା ।
- ଦେଶର ନିୟମ ମାନିବା ଏବଂ ନିଜ ଦ୍ରବ୍ୟର ନିରାପତ୍ତାପାଇଁ ବୀମା କରିବା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକ ସଭା କାହିଁକି ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ? ଏହା କିପରି ନିଶ୍ଚିତ କରେ ଯେ ଆଇନଗୁଡ଼ିକ ଜନସାଧାରଣ ମଙ୍ଗଳ ହିଁ କରିଥାଏ ?
Answer:
ବ୍ୟବସ୍ଥାପିକା ସଭା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଦେଶକୁ ଶାସନ କରିବାପାଇଁ ଏହା ଆଇନ ତିଆରି କରେ । ଜନସାଧାରଣଙ୍କ ମଙ୍ଗଳ ପାଇଁ ଆଇନଗୁଡ଼ିକ କାର୍ଯ୍ୟ କରିଥାଏ । ବ୍ୟବସ୍ଥାପିକାର କେତେଗୁଡ଼ିଏ କାର୍ଯ୍ୟ ନିମ୍ନରେ ଉଲ୍ଲେଖ କରାଗଲା ।
- ଏହା କୌଣସି ଆଇନକୁ ସ୍ୱୀକୃତି ଦେବା ପୂର୍ବରୁ ସଂସଦରେ ଆଲୋଚନା କରାଯାଇଥାଏ ।
- ଜନସାଧାରଣଙ୍କ ପ୍ରତିନିଧ୍ଵ କରୁଥିବା ନାଗରିକମାନେ ବ୍ୟବସ୍ଥାପକ ସଭାକୁ ସେମାନଙ୍କଦ୍ୱାରା ନିର୍ବାଚିତ ହୋଇ ଆସିଥା’ନ୍ତି । ତେଣୁ ସେମାନଙ୍କ ନିଷ୍ପତ୍ତି ସମଗ୍ର ଦେଶର ନିଷ୍ପତ୍ତି ବୋଲି ଧରାଯାଏ ।
- ବ୍ୟବସ୍ଥାପିକା ସଭା ସରକାରଙ୍କ କାର୍ଯ୍ୟକୁ ତର୍ଜମା କରି ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଦାୟୀ କରିଥା’ନ୍ତି ।
Question 2.
ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କାର୍ଯ୍ୟପାଳିକାର ଭୂମିକା କ’ଣ ? ଏହାର ଦୁଇଟି ଉଦାହରଣ କିପରି ଲୋକଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ?
Answer:
ବ୍ୟବସ୍ଥାପକ ସଭାଦ୍ଵାରା ପ୍ରଣୀତ ହୋଇଥିବା ଆଇନକୁ ସରକାର କାର୍ଯ୍ୟପାଳିକା ଭାବରେ ପ୍ରୟୋଗ କରିଥାଏ । ଏହାର ମୁଖ୍ୟ ଦୁଇଟି ଭୂମିକା ହେଲା –
- ପୋଲିସ ମାଧ୍ୟମରେ ଦେଶରେ ଆଇନଶୃଙ୍ଖଳା ରକ୍ଷା କରିବା ।
- ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ ସେବା ଯୋଗାଇଦେବା ।
![]()
Question 3.
ନ୍ୟାୟପାଳିକା କିପରି ନାଗରିକର ଅଧୁକାର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ? ଏକ ସ୍ଵାଧୀନ ନ୍ୟାୟପାଳିଢ଼ା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ଆମ ଦେଶରେ ନ୍ୟାୟାଳୟଗୁଡ଼ିକ ନିରପେକ୍ଷ ବିଚାରକରି ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷା ଦେଇଥାନ୍ତି ।
ଏକ ସ୍ଵାଧୀନ, ନିରପେକ୍ଷ, ନ୍ୟାୟପାଳିକା ଆବଶ୍ୟକ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ –
- ଏହା ସରକାରଙ୍କଦ୍ଵାରା କ୍ଷମତାର ଅପପ୍ରୟୋଗକୁ ପ୍ରତିରୋଧ କରେ ।
- ଆଇନ ଆଗରେ ସମସ୍ତେ ସମାନ ବୋଲି ନ୍ୟାୟାଳୟ ନିଶ୍ଚିତ କରେ ।
- ଯଦି କୌଣସି ଆଇନ ତ୍ରୁଟିପୂର୍ଣ୍ଣ ବା ସମ୍ବିଧାନ ବିରୋଧୀ ହୋଇନଥାଏ ତେବେ, ସୁପ୍ରିମ୍ କୋର୍ଟ ତାକୁ ଅଣସାମ୍ବିଧାନିକ ବୋଲି ଘୋଷଣା କରନ୍ତି ।
ନିମ୍ନଲିଖତ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
Question 1.
ଏକ ଦଳ ବ୍ୟକ୍ତି ବିଶେଷ କିମ୍ବା ପଦ୍ଧତି ଯାହା, ଆଇନ ତିଆରି କରେ
(କ) ବ୍ୟବସ୍ଥାପିକା
(ଖ) କାର୍ଯ୍ୟପାଳିକା
(ଗ), ନ୍ୟାୟପାଳିକା
(ଘ) ପୋଲିସ୍
Answer:
(କ) ବ୍ୟବସ୍ଥାପିକା
Question 2.
ଡଃ ଅବ୍ଦୁଲ୍ କାଲାମ୍ ଭାରତର ରାଷ୍ଟ୍ରପତି ଭାବରେ ନିମ୍ନୋକ୍ତ କେଉଁ ସମୟରେ ଥିଲେ ?
(କ) ୨୦୦୨ ରୁ ୨୦୦୭
(ଖ) ୨୦୦୪ ରୁ ୨୦୦୯
(ଗ) ୨୦୦୯ ରୁ ୨୦୧୪
(ଘ) ୨୦୧୪ ରୁ ୨୦୧୯
Answer:
(କ) ୨୦୦୨ ରୁ ୨୦୦୭
Question 3.
କେଉଁ ସରକାର ଦେଶର ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ବୈଦେଶିକ ସମ୍ପର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବାର ଅଧିକାର ପାଇଥାଏ ?
(କ) ଗ୍ରାମ ପଞ୍ଚାୟତ
(ଖ) ରାଜ୍ୟସରକାର
(ଗ) ମ୍ୟୁନିସ୍ପାଲ ନିଗମ
(ଘ) କେନ୍ଦ୍ର ସରକାର
Answer:
(ଘ) କେନ୍ଦ୍ର ସରକାର
Question 4.
ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
(କ) ମୁମ୍ବାଇ
(ଖ) ନୁଆଦିଲ୍ଲୀ
(ଗ) କଲିକତା
(ଘ) ଚେନ୍ନାଇ
Answer:
(ଖ) ନୁଆଦିଲ୍ଲୀ
Question 5.
ସଂସଦର ସଭ୍ୟମାନେ କେଉଁ ଗୃହକୁ ନିର୍ବାଚିତ ହୋଇଥା’ନ୍ତି ?
(କ) କେବଳ ଲୋକସଭାକୁ
(ଖ) କେବଳ ରାଜ୍ୟସଭାକୁ
(ଗ୍) ଲୋକସଭା ଓ ରାଜ୍ୟସଭାକୁ
(ଘ) ରାଜ୍ୟ ବ୍ୟବସ୍ଥାପିକା ସଭାକୁ
Answer:
(ଗ୍) ଲୋକସଭା ଓ ରାଜ୍ୟସଭାକୁ
![]()
Question 6.
___________ ଏବଂ________ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
(କ) ରାଜ୍ୟପାଳ ଏବଂ ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ
(ଗ) ରାଜ୍ୟପାଳ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି
(ଘ) ରାଜ୍ୟପାଳ ଏବଂ ରାଷ୍ଟ୍ରପତି
Answer:
(ଖ) ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ
Question 7.
‘ସତ୍ୟମେବ ଜୟତେ’ର ନିମ୍ନୋକ୍ତ କାହାର ଆଦର୍ଶ ବାକ୍ୟ (motto) ଅଟେ ?
(କ) ସର୍ବୋଚ୍ଚ ନ୍ୟାୟାଳୟ
(ଖ) ଭାରତୀୟ ସାମରିକ ବାହିନୀ
(ଗ) ଭାରତ ସରକାର
(ଘ) ରାଜ୍ୟ ସଚିବାଳୟ
Answer:
(ଗ) ଭାରତ ସରକାର
Question 8.
ପ୍ରତିନିଧୂମୂଳକ ଗଣତନ୍ତ୍ରର ସମ୍ବନ୍ଧରେ ନିମ୍ନୋକ୍ତ କେଉଁ ବାକ୍ୟଟି ସତ୍ୟ ଅଟେ ?
(କ) ଏଥିରେ ଲୋକମାନଙ୍କୁ ସିଧାସଳଖ ଶାସନ କରିବାକୁ ଅନୁମତି ଦିଏ ।
(ଖ) ଏଥିରେ ଜନସାଧାରଣଙ୍କ ତରଫରୁ ନିଷ୍ପତ୍ତି ନେବାପାଇଁ ପ୍ରତିନିଧିମାନେ ନିର୍ବାଚିତ ହୋଇଥା’ନ୍ତି ।
(ଗ) ଏଥରେ ଏକ ମୁଷ୍ଟିମେୟ ଲୋକଙ୍କୁ କ୍ଷମତା
(ଘ) ଏଥରେ ଆଇନର ଆବଶ୍ୟକତାକୁ ଗ୍ରହଣ କରିନଥାଏ ।
Answer:
(ଖ) ଏଥିରେ ଜନସାଧାରଣଙ୍କ ତରଫରୁ ନିଷ୍ପତ୍ତି ନେବାପାଇଁ ପ୍ରତିନିଧିମାନେ ନିର୍ବାଚିତ ହୋଇଥା’ନ୍ତି ।
ଶୂନ୍ୟସ୍ଥାନ ପୂରଣ କର ।
Question 1.
ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନଗୁଡ଼ିକୁ _________ କାର୍ଯ୍ୟକାରୀ କରିଥାଏ ।
Answer:
କାର୍ଯ୍ୟପାଳିକା
Question 2.
ଯେକୌଣସି ସରକାର ଦୁଇଟି ସ୍ତରରେ କାର୍ଯ୍ୟ କରନ୍ତି, ଯଥା ସ୍ଥାନୀୟ ସ୍ତର ଏବଂ __________ |
Answer:
ଜାତୀୟ ସ୍ତର
![]()
Question 3.
ଗଣତନ୍ତ୍ରର ଅର୍ଥ ହେଉଛି _____________ |
Answer:
ଲୋକମାନଙ୍କର ଶାସନ
Question 4.
___________ ବିଶ୍ଵର ସର୍ବବୃହତ୍ ଗଣତନ୍ତ୍ର ଅଟେ ।
Answer:
ଭାରତ
Question 5.
ନିର୍ବାଚନରେ ଭୋଟ ଦେବାକୁ ହେଲେ ପ୍ରତ୍ୟେକ ନାଗରିକକୁ __________ ବର୍ଷ ହୋଇଥିବା ଦରକାର ।
Answer:
୧୮
Question 6.
_____________ ଙ୍କୁ ମିଶାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ନାମରେ ନାମିତ କରାଯାଇଛି ।
Answer:
ଡକ୍ଟର ଏପିଜି -ଅବଦୁଲ୍ କାଲାମ୍
Question 7.
ଆମ ଦେଶର ପ୍ରଧାନମନ୍ତ୍ରୀ ___________ ଙ୍କ ଦ୍ଵାରା ନିଯୁକ୍ତ ହୋଇଥା’ନ୍ତି ।
Answer:
ରାଷ୍ଟ୍ରପତି
Question 8.
ସୁପ୍ରିମ୍ କୋର୍ଟର ଆଦର୍ଶ ବାକ୍ୟ ହେଉଛି _______________ |
Answer:
ଯତୋଧର୍ମସ୍ତତୋ
Question 9.
________ ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥୁଲେ, ଯେକି ଭାରତର ଏଗାରତମ ରାଷ୍ଟ୍ରପତି ହେଲେ ।
Answer:
ଡକ୍ଟର ଏପିଜେ ଅବଦୁଲ୍ କାଲାମ୍
Question 10.
ମିଶାଇଲ୍ ବୈଜ୍ଞାନିକ _______________ ଭାରତର ଏଗାରତମ ରାଷ୍ଟ୍ରପତି ଥିଲେ ।
Answer:
ଡକ୍ଟର ଏପିଜେ ଅବଦୁଲ୍ କାଲାମ୍
ଭୁଲ୍ ଠିକ୍ ଲେଖ ।
Question 1.
ଜନସେବାଗୁଡ଼ିକୁ ଘରୋଇ ସଂସ୍ଥାମାନେ ବିନାମୂଲ୍ୟରେ ଯୋଗାଇଦେଇଥାନ୍ତି ।
Answer:
ଭୁଲ ଭୁଲ
Question 2.
ସବୁ ରାଜ୍ୟରେ ଗୋଟିଏ ବିଧାନସଭା ଅଛି ।
Answer:
ଭୁଲ ଭୁଲ
Question 3.
ନିର୍ବାଚନରେ ଭୋଟ ଦେବାକୁ ହେଲେ ଜଣେ ବ୍ୟକ୍ତି ୨୫ ବର୍ଷ ହୋଇଥିବା ଆବଶ୍ୟକ ।
Answer:
ଭୁଲ
![]()
Question 4.
ରାଜ୍ୟ ବ୍ୟବସ୍ଥାପକ ସଭାର ସଦସ୍ୟମାନେ ଜାତୀୟ ସ୍ତରରେ କାର୍ଯ୍ୟ କରନ୍ତି ।
Answer:
ଭୁଲ
Question 5.
ଆଇନ ଏବଂ ନିୟମମାନ ଥରେ ପ୍ରଣୟନ ହେଲେ ତାହା ସବୁଦିନପାଇଁ ଅପରିବର୍ତ୍ତିତ ରହେ ।
Answer:
ଭୁଲ
Question 6.
ଭାରତର ରାଷ୍ଟ୍ରପତିଙ୍କର ଦେଶ ଚଳାଇବାର ପ୍ରକୃତ କ୍ଷମତା ରହିଛି ।
Answer:
ଭୁଲ
Question 7.
ଡଃ ଏପିଜେ ଅବ୍ଦୁଲ୍ କାଲାମ୍ ଭାରତର ଏକାଦଶତମ ରାଷ୍ଟ୍ରପତି ଥିଲେ ।
Answer:
ଠିକ୍
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କେନ୍ଦ୍ର ସରକାର | ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ |
| ରାଜ୍ୟ ସରକାର | ଜାତୀୟ ସ୍ତର |
| ସ୍ଥାନୀୟ ସରକାର | ରାଜ୍ୟ ସ୍ତର |
| ଉଚ୍ଚ ନ୍ୟାୟାଳୟ | ରାଜ୍ୟରେ ଆଇନପ୍ରଣୟନ କରେ |
| ପ୍ରଧାନମନ୍ତ୍ରୀ | ଜାତୀୟ ଆଇନ ପ୍ରଣୟନ କରେ |
| ଲୋକସଭା | ନ୍ୟାୟପାଳିକା |
| ବିଧାନସଭା | କାର୍ଯ୍ୟପାଳିକା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| କେନ୍ଦ୍ର ସରକାର | ଜାତୀୟ ସ୍ତର |
| ରାଜ୍ୟ ସରକାର | ରାଜ୍ୟସ୍ତର |
| ସ୍ଥାନୀୟ ସରକାର | ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ |
| ଉଚ୍ଚ ନ୍ୟାୟାଳୟ | ନ୍ୟାୟପାଳିକା |
| ପ୍ରଧାନମନ୍ତ୍ରୀ | କାର୍ଯ୍ୟପାଳିକା |
| ଲୋକସଭା | ଜାତୀୟ ଆଇନପ୍ରଣୟନ କରେ |
| ବିଧାନସଭା | ରାଜ୍ୟରେ ଆଇନ ପ୍ରଣୟନ କରେ |