Go through Class 6 Social Science Solutions Odia Medium and Class 6 Social Science Chapter 13 Question Answer Odia Medium କାର୍ଯ୍ୟର ମୂଲ୍ୟ to understand textbook questions more clearly.
6th Class Social Science Chapter 13 Question Answer Odia Medium
Class 6 Social Science Chapter 13 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ଅଣ-ଅର୍ଥନୈତିକ କାର୍ଯ୍ୟକଳାପଠାରୁ ଅର୍ଥନୈତିକ କାର୍ଯ୍ୟକଳାପ କିପରି ଭିନ୍ନ ?
Answer:
ଅଣ-ଅର୍ଥନୈତିକ କାର୍ଯ୍ୟକଳାପଠାରୁ ଅର୍ଥନୈତିକ କାର୍ଯ୍ୟକଳାପ ଭିନ୍ନ ହୋଇଥାଏ । ଯଥା-
ଅର୍ଥନୈତିକ କାର୍ଯ୍ୟକଳାପ :
- ଏହି କାର୍ଯ୍ୟକଳାପରେ ବଞ୍ଚିବା ପାଇଁ ଅର୍ଥ ରୋଜଗାର ହୋଇଥାଏ ।
- ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅର୍ଥ ରୋଜଗାର କରିବା ।
ଉଦାହରଣ – ଓକିଲ, ବ୍ୟବସାୟୀ, ଡାକ୍ତର ଇତ୍ୟାଦି ।
ଅଣ-ଅର୍ଥନୈତିକ କାର୍ଯ୍ୟକଳାପ :
- ଏହା ଦୟା, ଭଲପାଇବା ଓ ଅନୁଗ୍ରହକୁ ପ୍ରୋତ୍ସାହିତ କରିଥାଏ ।
- ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା – ଆତ୍ମ ସନ୍ତୋଷ ଲାଭ କରିବା ।
ଉଦାହରଣ – ବାପା ପୁଅକୁ ପାଠ ପଢ଼ାଇବା, ମଆ ଘରେ ପିଲାମାନଙ୍କ ରୋଷେଇ କରିବା ।
Question 2.
ଲୋକମାନେ କେଉଁ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି, ଉଦାହରଣ ସହ ବର୍ଣ୍ଣନା କର ।
Answer:
ଲୋକମାନେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ହୋଇଥାନ୍ତି, ଯଥା—
- ଲୋକମାନେ ଟଙ୍କା ରୋଜଗାର କରି ଜୀବିକା ନିର୍ବାହ କରିବା ପାଇଁ ଅର୍ଥନୈତିକ କାର୍ଯ୍ୟ କଳାପର ନିୟୋଜିତ ହୋଇ ଥାଆନ୍ତି ।
- ବିଭିନ୍ନ ଲୋକମାନେ ଅନେକ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରେ ଚାକିରିକରି ଅର୍ଥ ଉପାର୍ଜନ କରିଥାନ୍ତି ।
- ଲୋକମାନେ ଚାଷ କରି, ମାଛଚାଷ କରି, ବେପାର ବାଣିଜ୍ୟ ଅର୍ଥ ଉପାର୍ଜନ କରିଥାନ୍ତି ।
- ନିଜର ଡାକ୍ତର, ଇଂଜିନିୟର ଓ ଓକିଲ ଆଦି ବୃତ୍ତିକରି ଅର୍ଥ ଉପାର୍ଜନ କରିଥାନ୍ତି ।
Question 3.
ଯେଉଁମାନେ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କର ବହୁତ ମୂଲ୍ୟ ଓ ସମ୍ମାନ ରହିଛି । ଏହି ବିବୃତ୍ତି ଉପରେ ମନ୍ତବ୍ୟ ଦିଅ ।
Answer:
ଯେଉଁମାନେ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ, ଯଥା- ମନ୍ଦିର, ମସଜିଦ୍, ଗୁରୁଦ୍ଵାରା, ଚର୍ଜ ଇତ୍ୟାଦିର ସେବା ମନୋଭାବ ନେଇ କାର୍ଯ୍ୟ କରିଥାନ୍ତି । ସେମାନଙ୍କର ବହୁତ ସମ୍ମାନ ରହିଛି । ବିଭିନ୍ନ ମନ୍ଦିରରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ବାଣ୍ଟିଥାନ୍ତି । ଏହି କାର୍ଯ୍ୟ ପାଇଁ ସେମାନେ ଅର୍ଥ ଉପାର୍ଜନ ନକରି ସମାଜରେ ସେବା କରିବା ମନୋବୃତ୍ତି ରହିଥାଏ । ଏଥିପାଇଁ ସେମାନଙ୍କୁ କୌଣସି ଉପାର୍ଜନର ଆଶା ରଖୁ ନଥାନ୍ତି । ୪।
![]()
Question 4.
ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଲୋକଙ୍କୁ ପାରିଶ୍ରମିକ ଦେବାର ବିଭିନ୍ନ ଉପାୟଗୁଡ଼ିକ କ’ଣ ? କିଛି ଉଦାହରଣ ଦିଅ ।
Answer:
ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଲୋକମାନଙ୍କୁ ପାରିଶ୍ରମିକ ଦେବାର ବିଭିନ୍ନ ଉପାୟଗୁଡ଼ିକ ହେଲା-
- ମଜୁରୀ – ଅଳ୍ପ ସମୟ ପାଇଁ କାମ କରୁଥିବା ଲୋକମାନଙ୍କୁ ସିଧାସଳଖ ସେମାନଙ୍କର ପ୍ରାପ୍ୟ ଦେବାକୁ ମଜୁରୀ କହନ୍ତି ।
- ଦରମା – ମାସିକ ବେତନ ଆକାରରେ କାମ କରୁଥିବା ସ୍ଥାୟୀ ଚାକିରିଆମାନଙ୍କ ପ୍ରାପ୍ୟକୁ ଦରମା କହନ୍ତି ।
- ପାଉଣା – ପାଉଣା ଏକ ପ୍ରକାର ପଇଠ, ଯାହା କୌଣସି ଲୋକ ଏକ ଅନୁଷ୍ଠାନ ମଧ୍ୟରେ ଅର୍ଥ ଆଦାୟ କରିଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଲୋକମାନେ କେଉଁ ପ୍ରକାରର କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି ?
Answer:
(i) ଲୋକମାନେ ଦୁଇ ପ୍ରକାରର କାର୍ଯ୍ୟକଳାପ ଉପରେ ନିୟୋଜିତ ହୋଇଥାନ୍ତି । ସେଗୁଡ଼ିକ ହେଲା – ଅର୍ଥନୈତିକ କାର୍ଯ୍ୟକଳାପ ଓ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ।
(ii) ଅର୍ଥନୈତିକ କାର୍ଯ୍ୟକଳାପରେ ଟଙ୍କା କିମ୍ବା ଅର୍ଥ ବିନିମୟରେ କିଛି କାର୍ଯ୍ୟ କରାଯାଇଥାଏ । ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ରୋଜଗାରର ଲକ୍ଷ୍ୟ ହୋଇଥାଏ ।
(iii) ଅଣ – ଅର୍ଥନୈତିକ କାର୍ଯ୍ୟକଳାପରେ ସମ୍ପତ୍ତି ସୃଷ୍ଟି ହୋଇ ନଥାଏ । କୃତଜ୍ଞତା, ପ୍ରେମ, ଯନ୍ ଓ ସମ୍ମାନ ପରି ଭାବନାକୁ ବୁଝି ଲୋକମାନେ କାର୍ଯ୍ୟ କରିଥାନ୍ତି । ଉଦାହରଣ – ପିତାମାତା ଓ ପରିବାର ।
Question 2.
ଆମର ଦୈନନ୍ଦିନ ଜୀବନରେ ସେମାନଙ୍କର ଅବଦାନ କ’ଣ ?
Answer:
(i) ଅର୍ଥନୈତିକ କାର୍ଯ୍ୟକଳାପ ଲୋକମାନଙ୍କୁ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଏହି କାର୍ଯ୍ୟ କଳାପରେ ଲୋକମାନେ ବିଭିନ୍ନ ବୃଷ୍ଟିକରି ଅର୍ଥ ରୋଜଗାର କରି ପରିବାରକୁ ଭରଣ ପୋଷଣ କରିଥାନ୍ତି । ଏଥୁରେ ଲୋକମାନେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାନ୍ତି ।
(ii) ଅଣ – ଅର୍ଥନୈତିକ କାର୍ଯ୍ୟକଳାପ ଲୋକମାନଙ୍କୁ ସନ୍ତୋଷ ଦେଇଥାଏ । ସମାଜରେ ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବିନା ପାରିଶ୍ରମିକରେ ସେବା ଯୋଗାଇ ଦେଇଥାନ୍ତି ।
ଆସ ଅନୁସନ୍ଧାନ କରିବା :
Question 1.
ଅନୁ ଓ କବୀରଙ୍କ କାହାଣୀରେ ଲୋକମାନେ କେଉଁ କାର୍ଯ୍ୟକଳାପରେ ନିୟୋଜିତ ଥିଲେ ? ନିମ୍ନରେ ଦିଆଯାଇଥବା ସାରଣୀରେ ସେଗୁଡ଼ିକ ଉଲ୍ଲେଖ କର । (ପ୍ରଶ୍ନ ସହିତ ଉତ୍ତର)

Answer:
| କାହାଣୀର ଚରିତ୍ର | ନିୟୋଜିତ ହୋଇଥିବା କାର୍ଯ୍ୟ |
| ଅନୁ ଓ କବୀର | ଭାଇ ଭଉଣୀ ପାର୍କରେ ଖେଳୁଥିଲେ ଓ ଏକ ବିଦ୍ୟାଳୟର ପାଠ ପଢୁଥିଲେ । |
| ଗୀତା ମାଉସୀ | ବାୟୁସେନାର ଜଣେ ଜଣାଶୁଣା ପାଇଲଟ |
| ଅନୁର ଜେଜେବାପା | ସୀମା ସୁରକ୍ଷା ବଳରୁ ଅବସରପ୍ରାପ୍ତ କର୍ମଚାରୀ |
| ଅନୁର ବାପା | ଡ୍ରେସ୍ ଦୋକାନୀ, ବିଭିନ୍ନ ପୋଷାକ ବିକ୍ରି କରନ୍ତି । |
| ଅନୁର ମାଆର | ସ୍ଵେଚ୍ଛାସେବୀ ସଂଗଠନରେ ଯୋଗଦାନ କରି ଗୋଷ୍ଠୀର ମହିଳାମାନଙ୍କୁ ସିଲେଇ ଓ ହାତବୁଣା କାମ ଶିଖାନ୍ତି । |
| ଅନୁର ଭାଇ ରୋହନ | ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ କମ୍ପ୍ୟୁଟର ଆପ୍ଲିକେଶନ୍ ତିଆରି କରୁଥିବା ଏକ କମ୍ପାନୀରେ କାମ କରନ୍ତି । |
Question 2.
ପୃଷ୍ଠା ୧୯୩ରେ ଦିଆଯାଇଥିବା ସାରଣୀରେ, ତୁମେ ତୃତୀୟ ସ୍ତମ୍ଭଟିକୁ ଖାଲି ରହିଥିବା ଦେଖୁଥୁବ ? ଏହି ସମ୍ଭକୁ ଅର୍ଥନୈତିକ କାର୍ଯ୍ୟକଳାପ | ଅଣ-ଅର୍ଥନୈତିକ କାର୍ଯ୍ୟକଳାପ ଭାବେ ନାମକରଣ କର । ବର୍ତ୍ତମାନ ସେମାନଙ୍କୁ କାର୍ଯ୍ୟକଳାପର ପ୍ରକୃତି ଅନୁଯାୟୀ ବର୍ଗୀକରଣ କର ।
Answer:
| କାହାଣୀର ଚରିତ୍ର | ନିୟୋଜିତ ହୋଇଥିବା କାର୍ଯ୍ୟ | କାର୍ଯ୍ୟକଳାପ |
| ଅନୁ ଓ କବୀର | ଭାଇ ଭଉଣୀ ପାର୍କରେ ଖେଳୁଥିଲେ | ଅଣ – ଅର୍ଥନୈତିକ |
| ଗୀତା ମାଉସୀ | ବାୟୁସେନାର ଜଣେ ପାଇଲଟ | ଅର୍ଥନୈତିକ |
| ଅନୁର ଜେଜେବାପା | ସୀମା ସୁରକ୍ଷା ବଳରୁ ଅବସରପ୍ରାପ୍ତ କର୍ମଚାରୀ | ଅର୍ଥନୈତିକ |
| ଅନୁର ବାପା | ଡ୍ରେସ୍ ଦୋକାନୀ | ଅର୍ଥନୈତିକ |
| ଅନୁର ମାଆ | ସ୍ଵେଚ୍ଛାସେବୀ ସଂଗଠନରେ ଯୋଗଦାନ କରି ଗୋଷ୍ଠୀର ମହିଳାମାନଙ୍କୁ ସିଲେଇ ଓ ହାତବୁଣା ଶିଖାନ୍ତି । | ଅଣ – ଅର୍ଥନୈତିକ |
| ରେଶନ | ସଫ୍ଟୱେର ଇଞ୍ଜିନିୟର ଏବଂ କମ୍ପ୍ୟୁଟର ଆପ୍ଲିକେଶନ୍ ତିଆରି କରୁଥିବା ଏକ କମ୍ପାନୀରେ କାମ କରନ୍ତି । | ଅର୍ଥନୈତିକ |
Question 3.
ସେହି କାର୍ଯ୍ୟକଳାପ ବା ବୃତ୍ତି ଯାହାକୁ ତୁମେ ଭାବୁଛ ଯେ, ଏହା ଆର୍ଥିକ ମୂଲ୍ୟ ସୃଷ୍ଟି କରେ ସେଠାରେ ଏକ ଠିକ୍ (✓)ଚିହ୍ନ ଦିଅ । ଶେଷରେ ଦୁଇଟି ଖାଲି ଧାଡ଼ିରେ ତୁମେ ଦୁଇଟି କାର୍ଯ୍ୟକଳାପ ଏବଂ ଅର୍ଥ ସମ୍ବନ୍ଧୀୟ ମୂଲ୍ୟ ସୃଷ୍ଟିର ଉଦାହରଣ ଦିଅ ।

Answer:
| କାର୍ଯ୍ୟକଳାପ / ବୃତ୍ତି | ଅର୍ଥ ସମ୍ବନ୍ଧୀୟ ମୂଲ୍ୟ ସୃଷ୍ଟିର ଉଦାହରଣ |
| ୧। ବେକର (Baker), ପାଉରୁଟି, କେକ୍ ତିଆରି | ଅଟାକୁ ବ୍ୟବହାର କରି ସେଥୁରୁ ରୁଟି, ପାଉରୁଟି ଓ କେକ୍ ତିଆରି କରି ଏହାକୁ ମେଳା ଓ ପର୍ବପର୍ବାଣିରେ ବିକିଥାନ୍ତି । |
| ୨ । ଦର୍ଜି | କନାକୁ କାଟି ସେଥୁରୁ ବିଭିନ୍ନ ଆକୃତିର ପୋଷାକ ତିଆରି କରିଥାନ୍ତି । |
| ୩ । ଜଣେ ଚାଷୀ ତାଙ୍କର ଟ୍ରାକ୍ଟର ମରାମତି କରୁଛନ୍ତି | ଅଣ – ଅର୍ଥନୈତିକ |
| ୪ । ଡାକ୍ତର | ରୋଗୀକୁ ଦେଖ୍ ତାଙ୍କୁ ଔଷଧ ଦେଇ ଉପସମ କରିଥାନ୍ତି । |
| ୫ । ପିତାମାତାମାନେ ନିଜ ପରିବାର ପାଇଁ ରାତ୍ରିଭୋଜନ ରୋଷେଇ କରନ୍ତି | ଅଣ – ଅର୍ଥନୈତିକ |
| ୬ । ବୈଜ୍ଞାନିକ | ପରୀକ୍ଷଣ କରି ନୂତନ ତଥ୍ୟ ଉଦ୍ଭାବନ କରିଥାନ୍ତି । |
| ୭। ଅସୁସ୍ଥ ଜେଜେମା’ଙ୍କ ଯନ୍ ନେଉଥିବା ବ୍ୟକ୍ତି | ଅଣ – ଅର୍ଥନୈତିକ |
| ୮ । ଡ୍ରାଇଭର (ଗାଡ଼ି ଚାଳକ) | କାର ଓ ବସକୁ ଚଳାଇଥାନ୍ତି । |
| ୯ । ମାଳି | ବଗିଚାରେ ଗଛଗୁଡ଼ିକର ଯନ୍ ନେଇଥାନ୍ତି । |
![]()
ଏହା ବିଷୟରେ ଚିନ୍ତା କର :
Question 1.
କବୀରଙ୍କ ଜେଜେବାପା ସ୍ଵେଚ୍ଛାକୃତ ଭାବରେ ପଡ଼ୋଶୀ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଅନ୍ତି । ଏହା ଏକ ଅର୍ଥନୈତିକ କାର୍ଯ୍ୟକଳାପ ନା ଅଣ–ଅର୍ଥନୈତିକ କାର୍ଯ୍ୟକଳାପ ? ତୁମର ବିଦ୍ୟାଳୟରେ ଶିକ୍ଷା ଦେଉଥୁବା ତୁମ ଶିକ୍ଷକଙ୍କଠାରୁ ଏହା କିପରି ଭିନ୍ନ ? ସହପାଠୀଙ୍କ ସହ ଆଲୋଚନା କର ।
Answer:
(i) ଯେତେବେଳେ କବୀରଙ୍କ ଜେଜେବାପା ସ୍ଵେଚ୍ଛାକୃତ ଭାବରେ ପଡ଼ୋଶୀ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରନ୍ତି, ତାହା ଏକ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ । କାରଣ ଏହି କାର୍ଯ୍ୟକଳାପ ଟଙ୍କା ସହିତ ସିଧାସଳଖ ଅନ୍ତର୍ଭୁକ୍ତ ନୁହେଁ । ଜେଜେବାପା ତାଙ୍କର ଅବସର ସମୟରେ ସ୍ୱେଚ୍ଛାକୃତ ଭାବରେ ପିଲାମାନଙ୍କୁ ପଢ଼ାନ୍ତି । ଏହି କାର୍ଯ୍ୟକଳାପ ପାଇଁ କୌଣସି ଅର୍ଥ ରୋଜଗାର କରନ୍ତି ନାହିଁ ।
(ii) ଯେତେବେଳେ ଶିକ୍ଷକ ଶ୍ରେଣୀରେ ପଢ଼ାନ୍ତି, ସେତେବେଳେ ସେ ମାସିକ ଦରମା ଆକାରରେ ରୋଜଗାର କରନ୍ତି । ବିଦ୍ୟାଳୟ ଶିକ୍ଷାଦାନ ଟଙ୍କା ବଦଳରେ ହୋଇଥାଏ । ତେଣୁ ଏହା ଏକ ଅର୍ଥନୈତିକ କାର୍ଯ୍ୟକଳାପ ଅଟେ ।
Question 2.
କିଛି ଅଣ-ଅର୍ଥନୈତିକ କାର୍ଯ୍ୟକଳାପର ନାମ କୁହ ଯାହା ତୁମ ଏବଂ ତୁମ ପରିବାର ପାଇଁ ଗୁରୁତ୍ଵପୂର୍ଣ୍ଣ ? ସେଗୁଡ଼ିକ କାହିଁକି ମୂଲ୍ୟବାନ ?
Answer:
(i) ଅନେକ ଅଣ – ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ ପରିବାର ପାଇଁ ଗୁରୁତ୍ଵପୂର୍ଣ୍ଣ । ପରିବାର ସଦସ୍ୟମାନଙ୍କ ମଧ୍ୟରୁ ବାପା ଓ ମାଆ ଘରେ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତତ, ଲୁଗା ସଫା କରିବା, ସେମାନଙ୍କର ଶାରୀରିକ ଦାୟିତ୍ଵ ଘର ସଫା ସୁତୁରା କରିବା ସହିତ ପିଲାମାନଙ୍କ ଯନ୍ତ୍ର ନେବା ତଥା ବହନ କରିଥାନ୍ତି ।
(ii) ଏହି କାର୍ଯ୍ୟକଳାପଗୁଡ଼ିକ ପରିବାର ପାଇଁ ଯଥେଷ୍ଟ ତଥା ସମାଜ ପାଇଁ ମୂଲ୍ୟବାନ ହୋଇଥାଏ । ଏହା ସାମାଜିକ, ସାଂସ୍କୃତିକ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।
Question 3.
ଆଜି ତୁମ ଘରୁ ସ୍କୁଲ ଯିବା ବାଟରେ ଲୋକମାନେ କେଉଁ ସବୁ ଅର୍ଥନୈତିକ କାର୍ଯ୍ୟରେ ନିୟୋଜିତ ଅଛିନ୍ତି, ତାହା ମନେ ପକାଇପାରିବ କି ? ସେହି ଲୋକମାନଙ୍କୁ କେଉଁ ଉପାୟରେ ତାଙ୍କର ପ୍ରାପ୍ୟ ଦିଆଯାଏ ବୋଲି ତୁମେ ଭାବୁଛ ?
Answer:
ଆମ ଘରୁ ସ୍କୁଲକୁ ଯିବା ବାଟରେ ଅର୍ଥନୈତିକ ଓ ଅଣ-ଅର୍ଥନୈତିକ କାର୍ଯ୍ୟକଳାପଗୁଡ଼ିକ ଦେଖୁଥାଉ । ଅର୍ଥନୈତିକ କାର୍ଯ୍ୟ :
(୧) ସରକାରଙ୍କଠାରୁ ଦରମା ପାଇ ଟ୍ରାଫିକ୍ ପୋଲିସ୍ ନିୟନ୍ତ୍ରଣ କରୁଥିବାର ଦେଖିଲୁ ।
(୨) ଦୈନିକ ମଜୁରିଆ କୋଠାବାଡ଼ି ଓ ରାସ୍ତା କାମ କରୁଥିଲେ । ସେ ଏଥିପାଇଁ ତାଙ୍କର ପ୍ରାପ୍ୟ ନେଉଥିଲେ ।
(୩) ପରିବା ବିକାଳି ଲୋକମାନଙ୍କଠାରୁ ପଇସା ନେଇ ରାସ୍ତାରେ ପରିବା ବିକ୍ରି କରୁଥିଲେ ।
(୪) ଆଇସକ୍ରିମ୍ ବିକାଳି ନିଜର ପ୍ରାପ୍ୟ ନେଇ ଆଇସ୍କ୍ରିମ୍ ବିକୁଥିଲେ ।
Question 4.
ଭାରତରେ ଅନେକ ଗୋଷ୍ଠୀ ମଧ୍ୟରେ ସହଭାଗିତାର ପରମ୍ପରା ସମାନ ଅଟେ । ତୁମେ ତୁମ ଅଞ୍ଚଳରୁ ଏହି ପ୍ରକାର ପରମ୍ପରା ବିଷୟରେ କିଛି କହିପାରିବ କି ?
Answer:
ଗୋଷ୍ଠୀ ସହଭାଗିତା କାର୍ଯ୍ୟକଳାପ ଯଥା- ପଡ଼ିଆରେ ଯୋଗ ଓ ପ୍ରାଣାୟମ କରିବା, ଜନ୍ମଦିନ ପାଳନ କରିବା, ବିବାହ ବ୍ରତ ଆଦି ଉତ୍ସବ ପାଳନ କରିବା, ଧାର୍ମିକ ଅନୁଷ୍ଠାନରେ ବିଭିନ୍ନ ଉତ୍ସବ ପାଳନ କରିବା, ଆଞ୍ଚଳିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ଅର୍ଥ ଦାନ କରି ବା ଇତ୍ୟାଦି ପରମ୍ପରା ଅଟେ ।
Question 5.
ଆମ ଭାରତରେ ଓ ଆମ ରାଜ୍ୟ ଓଡ଼ିଶାରେ ଅନେକ ପର୍ବପର୍ବାଣୀ ପାଳନ କରିଥାଉ । ଏହି ପର୍ବପର୍ବାଣୀ ସମୟରେ, ଲୋକମାନେ ଏକାଠି ହୋଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ସେମାନେ ଉତ୍ସବ ସ୍ଥାନକୁ ସଜାଇଥାନ୍ତି ଏବଂ ରୋଷେଇ ହୋଇଥବା ଖାଦ୍ୟକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟିଥାନ୍ତି । ଏହା ଅଣ- ଅର୍ଥନୈତିକ କାର୍ଯ୍ୟକଳାପ କି ? ତୁମେ ଭାବୁନାହିଁ କି ଏହାର ମଧ୍ୟ ମୂଲ୍ୟ ରହିଛି ?
Answer:
ବିଭିନ୍ନ ପର୍ବପର୍ବାଣି ପାଳନ କରିବା ଏକ ଅଣ-ଅର୍ଥନୈତିକ କାର୍ଯ୍ୟକଳାପ । କାରଣ ଏଥିରେ କୌଣସି ଟଙ୍କା ରୋଜଗାର ହୋଇ ନଥାଏ । ପର୍ବପର୍ବାଣି ସମୟରେ ଆମେ ଘରଦ୍ଵାର ସଫା କରି ବିଭିନ୍ନ ଆଲୋକରେ ସଜାଇ ଥାଉ । ଏଥିରେ ଲୋକମାନେ ଏକାଠି ହୋଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା- ଗୀତ, ନାଚ ଆଦି କରିଥାନ୍ତି । ଏହା ଆମ ଦେଶ ଓ ଆମ ରାଜ୍ୟର ଏକତା, ଭକ୍ତି, ସମ୍ମାନର ପ୍ରତୀକ ହୋଇଥାଏ ।
![]()
Question 6.
ତୁମ ବିଦ୍ୟାଳୟ କିମ୍ବା ତୁମ ଅଞ୍ଚଳରେ ଆୟୋଜିତ ହୋଇଥିବା ସାମୂହିକ କାର୍ଯକ୍ରମଗୁଡ଼ିକ ତୁମେ ଚିହ୍ନଟ କରିପାରିବ କି ? ଏହି କାର୍ଯ୍ୟକ୍ରମଗୁଡ଼ିକରେ ତୁମେ କ’ଣ ଦେଖିବାକୁ ପାଇଲ ?
Answer:
ଆମ ବିଦ୍ୟାଳୟରେ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ କରାଯାଇଥାଏ । ଯଥା- ପରିବେଶ କ୍ଲବ୍ : ଏହି କ୍ଲବ୍ ମାଧ୍ୟମରେ ପିଲାମାନେ ପରିବେଶକୁ ସଫା କରିଥାନ୍ତି । ଏହା ସହିତ ପାଖ ଗାଁ, ରାସ୍ତା, ନଦୀ ଓ ନାଳ ଇତ୍ୟାଦି ସଫା କରି ପରିବେଶକୁ ବିପଦମୁକ୍ତ କରିଥାନ୍ତି ।