Go through BSE Odisha Class 6 Social Science Notes Odia Medium Chapter 2 ମହାସାଗର ଏବଂ ମହାଦେଶ to understand important topics more clearly.
6th Class Social Science Chapter 2 Notes Odia Medium
BSE Odisha Class 6 Social Science Chapter 2 Notes Odia Medium
‘‘ମସହାସାଗର ହିଁ ସବୁକିଛି । ଏହା ଭୂପୃଷ୍ଠର ସାତ ଦଶମାଂଶକୁ ଅନ୍ତର୍ଭୁକ୍ତ କରେ । ଏହାର ବାୟୁ ଶୁଦ୍ଧ ଓ ସ୍ଵାସ୍ଥ୍ୟକର ହୋଇଥାଏ । ଏହା ଏକ ବିଶାଳ ଶୂନ୍ୟ ପ୍ରାନ୍ତ ଯେଉଁଠାରେ ମନୁଷ୍ୟ କେବେ ଏକା ନୁହେଁ । କାରଣ ସେ ସବୁଠି ଜୀବନର ସୃଷ୍ଟି ବା ପରିବ୍ୟାପ୍ତିକୁ ଅନୁଭବ କରେ । ସମୁଦ୍ର ହେଉଛି ବିଶାଳ ଗନ୍ତାଘର । ପୃଥିବୀ ସମୁଦ୍ରରୁ ଆରମ୍ଭ ହୋଇଥିଲା, ତେଣୁ କହିବାକୁ ଗଲେ, କିଏ ଜାଣେ ଏହା ସହିତ ଶେଷ ହେବ ନାହିଁ ତ ।…
ଜୁଲ୍ସ ବର୍ନ (୧୮୭୦)
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଚିତ୍ର ୨.୧ରେ ପୃଥିବୀ ପ୍ରଶାନ୍ତ ମହାସାଗର ଉପରେ କେନ୍ଦ୍ରୀଭୂତ ହୋଇଥ୍ ବାବେଳେ ବାମପଟେ ଆଫ୍ରିକା, ଶୀର୍ଷରେ ଭାରତ ଓ ଏସିଆର କିଛି ଅଂଶ, ଡାହାଣରେ ଅଷ୍ଟ୍ରେଲିଆ ଏବଂ ତଳ ଭାଗରେ ଆଣ୍ଟାର୍କଟିକା ରହିଛି ।

ମହାକାଶରୁ ପୃଥିବୀକୁ ଦେଖିଲେ ଏହା ମୁଖ୍ୟତଃ ନୀଳ ଦେଖାଯାଏ । ତେଣୁ ପ୍ରଥମରୁ ମହାକାଶଚାରୀମାନେ ପୃଥିବୀକୁ ‘ନୀଳଗ୍ରହ’ ବୋଲି କହିଥା’ନ୍ତି ।
ପୃଥିବୀରେ ଆମେ ଦେଖୁଥିବା ବୃହତ୍ତ ମ ଜଳାଶୟକୁ ମହାସାଗର କୁହାଯାଏ ।
ଚିତ୍ରରେ ପୃଥିବୀର କିଛି ଅଂଶରେ ବାଦାମୀ ରଙ୍ଗ ଦେଖାଯାଉଛି । ଏହି ରଙ୍ଗ ହେଉଛି ଭୂମିରୂପ, ଯାହା ପୃଥିବୀର ଏକ ଚତୁର୍ଥାଂଶରୁ କିଛି ଅଧ୍ବକ ଅଞ୍ଚଳକୁ ବ୍ୟାପିଛି । ଏକ ବିଶାଳ ଭୂମିକୁ ‘ଭୂଖଣ୍ଡ’ କୁହାଯାଏ ଏବଂ ଏହାର ନିରନ୍ତର ବିସ୍ତାରିତ ଭୂଖଣ୍ଡକୁ ‘ମହାଦେଶ’ କୁହାଯାଏ ।
ପୃଥିବୀର ଜଳବାୟୁ ଗଠନରେ ଉଭୟ ମହାସାଗର ଓ ମହାଦେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ଏହା ସମସ୍ତ ଉଭିଦ ଓ ପ୍ରାଣୀ ଜୀବନର ସମସ୍ତ ଦିଗକୁ ପ୍ରଭାବିତ କରିବା ସହିତ ମନୁଷ୍ୟ ଜୀବନକୁ ମଧ୍ଯ ପ୍ରଭାବିତ କରିଥାଏ । ଆମର ଇତିହାସ, ସଂସ୍କୃତି ସମେତ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ଦେଖିବାକୁ ମିଳେ ।
ଭାରତୀୟ ନୌସେନାର ପ୍ରତୀକରେ ‘ସଂ ନୌ ବରୁନଃ’’ ଲେଖାଯାଇଛି, ଯାହାର ଅର୍ଥ ହେଉଛି, ‘ହେ ବରୁଣ, ଆମ ପାଇଁ ଶୁଭ ହୁଅ’’ । ଏହା ସମୁଦ୍ର, ଆକାଶ ଏବଂ ଜଳ ସହିତ ଜଡ଼ିତ ବୈଦିକ ଦେବତା ବରୁଣଙ୍କ ପାଇଁ ଏକ ସ୍ତତି ବା ସମ୍ମାନ ।
ପୃଥିବୀରେ ଜଳଭାଗ ଓ ସ୍ଥଳଭାଗର ବଣ୍ଟନ :
ସାଧାରଣତଃ ମହାସାଗର ଏବଂ ମହାଦେଶଗୁଡ଼ିକର ବଣ୍ଟନ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ସମାନ ନୁହେଁ ।

ଏହି ଦୁଇଟି ମାନଚିତ୍ରରେ ନୀଳରଙ୍ଗରେ ମହାସାଗର ଏବଂ ଛୋଟ ଛୋଟ ବିସ୍ତାରିତ ଜଳରାଶି, ଯେପରି ସାଗର, ଉପସାଗରକୁ ଦର୍ଶାଯାଇଛି ।
ମହାସାଗର :
ଚିତ୍ର ୨.୩ରେ ଦିଆଯାଇଥିବା ପୃଥିବୀ ମାନଚିତ୍ରରେ ଆମେ ପାଞ୍ଚଟି ମହାସାଗର, ଯଥା– ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ଆର୍କଟିକ୍ ମହାସାଗର ଏବଂ ଦକ୍ଷିଣ (କିମ୍ବା ଆଣ୍ଟାର୍କଟିକା) ମହାସାଗରକୁ ଦେଖୁଛେ ।

ମାନଚିତ୍ରରୁ ଏହା ସ୍ପଷ୍ଟ ଯେ, ‘ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ନୁହଁନ୍ତି । ମାନଚିତ୍ରରେ ମହାସାଗରଗୁଡ଼ିକର ବିଭାଜିତ ସୀମା ଏକ ପ୍ରଚଳିତ (convention) ବ୍ୟବସ୍ଥାଠାରୁ ଅଧିକ କିଛି ନୁହେଁ । ପ୍ରାକୃତିକ ଦୁନିଆ ଏପରି ସୀମା ଅନୁସରଣ କରେ ନାହିଁ । ଉଦାହରଣ ସ୍ଵରୂପ, ସମୁଦ୍ର ଜଳ କ୍ରମାଗତ ଭାବରେ ବିଭିନ୍ନ ସମୁଦ୍ରରେ ପ୍ରବାହିତ ହୁଏ, ଯାହା ସାମୁଦ୍ରିକ ଜୀବନର ଏକ ସମୃଦ୍ଧ ବିବିଧତାକୁ ବଜାୟ ରଖୁଥାଏ ।
ମହାସାଗରଗୁଡ଼ିକରେ ଅନେକ ପ୍ରକାର ଉଭିଦ ଓ ପ୍ରାଣୀମାନଙ୍କର ପ୍ରଜାତି ଦେଖୁବାକୁ ମିଳେ। ସାମୁଦ୍ରିକ ଉଦ୍ଭଦ ଜଗତରେ ଛୋଟ ଛୋଟ ଗଛ ଏବଂ ସମସ୍ତ ସାମୁଦ୍ରିକ ଶୈବାଳ (Algae and seaneeds) ଅନ୍ତର୍ଭୁକ୍ତ ।
ସାମୁଦ୍ରିକ ଜୀବଜନ୍ତୁ ମଧ୍ଯରେ ହଜାର ହଜାର ପ୍ରଜାତିର ରଙ୍ଗୀନ ମାଛ, ଡଲ୍ଫିନ୍, ତିମି ଏବଂ ଅଗଣିତ ରହସ୍ୟମୟ ଗଭୀର ସମୁଦ୍ର ଜୀବ ରହିଛନ୍ତି ।
ମାନଚିତ୍ରରେ ଏହା ସ୍ପଷ୍ଟ ଯେ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ଼ ଏବଂ ଏହାପରେ ଆଟ୍ଲାଣ୍ଟିକ୍ ମହାସାଗର ରହିଛି । ଭାରତ ମହାସାଗର ତୃତୀୟ ବୃହତ୍ତମ ହୋଇଥିବାବେଳେ ଦକ୍ଷିଣ ମହାସାଗର ଚତୁର୍ଥ । ସବୁଠାରୁ ଛୋଟ ହେଉଛି ଆର୍କଟିକ୍ ମହାସାଗର ।
- ପୃଥୁବୀ ମାନଚିତ୍ରରୁ ଏହା ସ୍ପଷ୍ଟ ଯେ, ଭାରତ ମହାସାଗର ମୁଖ୍ୟତଃ ଉତ୍ତରରେ ଏସିଆ, ପଶ୍ଚିମରେ ଆଫ୍ରିକା, ପୂର୍ବରେ ଅଷ୍ଟ୍ରେଲିଆ ଓ ଦକ୍ଷିଣରେ ଦକ୍ଷିଣ ମହାସାଗର ପର୍ଯ୍ୟନ୍ତ ବିସ୍ତୃତ ।
- ଭାରତର ଉତ୍ତର ପାର୍ଶ୍ଵରେ ଆମେ ଭାରତ ମହାସାଗରର ଦୁଇଟି ଅଂଶ ଦେଖିବାକୁ ପାଉଛୁ– ପଶ୍ଚିମରେ ଆରବ ସାଗର ଏବଂ ପୂର୍ବରେ ବଙ୍ଗୋପସାଗର ।
ସମୁଦ୍ର ଓ ବିପର୍ଯ୍ୟୟ :
ଭାରତରେ ପ୍ରତି ଗ୍ରୀଷ୍ମଋତୁରେ ଯେଉଁ ମୌସୁମୀ ବର୍ଷା ହୋଇଥାଏ, ତାହା ସମୁଦ୍ରରେ ଉତ୍ପନ୍ନ ହୁଏ । ଏଭଳି ବର୍ଷା ନହେଲେ, ଆମର ଚାଷ ଏବଂ ସମସ୍ତ ଜୀବନ କ୍ଷତିଗ୍ରସ୍ତ ହେବ ।
ସମୁଦ୍ର ମଧ୍ୟରେ ଅନେକ ସମୟରେ ଝଡ଼ ସୃଷ୍ଟି ହୋଇଥାଏ । ଅତ୍ୟଧିକ ବୃଷ୍ଟିପାତ କିମ୍ବା ଅତି ପ୍ରବଳ ପବନ ସହିତ ଉଗ୍ରରୂପ ନେଇ ଉପକୂଳ ଅଞ୍ଚଳରେ ତାଣ୍ଡବ ରଚି ବ୍ୟାପକ କ୍ଷୟକ୍ଷତି କରିଥାଏ ।
ସୁନାମି ହେଉଛି ସମୁଦ୍ରରେ ସୃଷ୍ଟି ହେଉଥିବା ଏକ ପ୍ରାକୃତିକ ବିପର୍ଯ୍ୟୟ । ଏହା ଏକ ବିରାଟ ଏବଂ ଶକ୍ତିଶାଳୀ ତରଙ୍ଗ, ଯାହା ସାଧାରଣତଃ ସମୁଦ୍ରର ତଳ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ କିମ୍ବା ଆଗ୍ନେୟଗିରି ବିସ୍ଫୋରଣ କାରଣରୁ ହୋଇଥାଏ । ସୁନାମି ହଜାର ହଜାର କିଲୋମିଟର ଅତିକ୍ରମ କରି ଉପକୂଳବର୍ତ୍ତୀ ଅଞ୍ଚଳକୁ ଜଳମଗ୍ନ କରି ବ୍ୟାପକ କ୍ଷୟକ୍ଷତି କରିଥାଏ ।
![]()
୨୬ ଡିସେମ୍ବର ୨୦୦୪ ମସିହାରେ ଭାରତ ଓ ଭାରତ ମହାସାଗର ଚାରିପାଖରେ ଥିବା ୧୩ଟି ଦେଶ ଏକ ଶକ୍ତିଶାଳୀ ସୁନାମିଦ୍ଵାରା ପ୍ରଭାବିତ ହୋଇଥିଲା । ଏହା ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ଭୂମିକମ୍ପ କାରଣରୁ ହୋଇଥିଲା । ଏଥିରେ ୨ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଭାରତରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ, ତାମିଲନାଡୁ ଓ କେରଳ ଉପକୂଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଏବଂ ବହୁ କ୍ଷୟକ୍ଷତି ଓ ଧନଜୀବନ ହାନି ହୋଇଥିଲା ।
ଏଭଳି ସୁନାମି ବେଳେବେଳେ ଅତ୍ୟନ୍ତ ବିନାଶକାରୀ ହୋଇଥାଏ । ସୌଭାଗ୍ୟବଶତଃ, ଉପକୂଳ ଛୁଇଁବା ପୂର୍ବରୁ ଏହାକୁ ପ୍ରାୟତଃ ଠାବ କରାଯାଇପାରିଥାଏ । ଏଭଳି ‘ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା’ରେ ଅନେକ ଦେଶ ସହଯୋଗ କରିଥାନ୍ତି । ବିଶେଷକରି ଭାରତ ମହାସାଗରରେ ସୁନାମି ପୂବର୍ବରୀ ସୂଚନା ପ୍ରଣାଳୀ (Pre warning system) ରହିଛି, ଯେଉଁଥିରେ ଭାରତ ସମେତ ଅନେକ ଦେଶର ଯୋଗଦାନ ରହିଛି । ଏହାଦ୍ଵାରା ଧନଜୀବନ ଓ ସମ୍ପତ୍ତିର ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇପାରୁଛି ।
ଧନଜୀବନ ଓ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ଘଟାଉଥବା ଘଟଣାର ନିୟନ୍ତ୍ରଣ କରିବା ବ୍ୟବସ୍ଥାକୁ ବିପର୍ଯ୍ୟୟ ପରିଚାଳନା କୁହାଯାଏ । ସବୁପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ଭାରତର ନିଜସ୍ୱ ‘ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧ୍ୱକରଣ’ (National Disaster Management Authority) ଅଛି ।
ମହାଦେଶ :
ସମଗ୍ର ସ୍ଥଳଭାଗକୁ ୭ଟି ମହାଦେଶରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା । ମହାଦେଶଗୁଡ଼ିକୁ ଆମେ ୪ରୁ ୭ ମଧ୍ୟରେ ତାଲିକାଭୁକ୍ତ କରିପାରିବା (ଚିତ୍ର ୨.୩) । କାରଣ –
ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି ସେ ଦୁଇକୁ ଏକକ ଭୂଖଣ୍ଡ ଭାବରେ ଦେଖାଯାଏ, ତେବେ ଏହାକୁ ମଧ୍ୟ ଗୋଟିଏ ଭାବରେ ବିବେଚନା କରାଯାଇପାରେ ।
ୟୁରୋପ ଓ ଏସିଆକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, ଯଦିଓ ମାନଚିତ୍ରରୁ ଏହା ସ୍ପଷ୍ଟ ଯେ ମହାଦେଶ ଦୁଇଟି ଗୋଟିଏ ଭୂଖଣ୍ଡ ଗଠନ କରନ୍ତି । ଐତିହାସିକ ଏବଂ ସାଂସ୍କୃତିକ କାରଣରୁ ୟୁରୋପର ବିକାଶ ଏସିଆଠାରୁ ବହୁତ ଭିନ୍ନ ଯେଉଁଥିପାଇଁ ଏହାକୁ ଦୁଇଟି ମହାଦେଶ ଭାବରେ ଦେଖାଯାଇପାରେ । ତେବେ ଭୂତତ୍ତ୍ୱବିଜ୍ଞାନୀମାନେ ଏହାକୁ ‘ୟୁରେସିଆ’ ନାମକ ଏକ ମହାଦେଶ ବୋଲି ବେଚନା କରନ୍ତି ।
ଆଫ୍ରିକା ଓ ୟୁରେସିଆକୁ ସାଧାରଣତଃ ଦୁଇଟି ମହାଦେଶ ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ଗୋଟିଏ ଭାବରେ ମଧ୍ଯ ବିଚାର କରାଯାଏ ।
ନିମ୍ନ ସାରଣୀରେ ମହାଦେଶଗୁଡ଼ିକର ଗଣନାକୁ ସଂକ୍ଷିପ୍ତ କରିବା :

ସାତଟି ମହାଦେଶର ଶେଷ ତାଲିକା ସବୁଠାରୁ ଅଧିକ ଗ୍ରହଣୀୟ ଏବଂ ବ୍ୟବହୃତ ।
ଅଲିମ୍ପିକ୍ କ୍ରୀଡ଼ାର ଅନ୍ୟତମ ପ୍ରତୀକ ପାଞ୍ଚଟି ଅଲିମ୍ପିକ୍ ଚକ୍ର ବା ରିଙ୍ଗ୍ ସମଗ୍ର ବିଶ୍ଵର କ୍ରୀଡ଼ାବିତ୍ ସମାବେଶର ପ୍ରତୀକ । ଆଫ୍ରିକା, ଆମେରିକା, ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପ ଭଳି ପାଞ୍ଚଟି ଜନବହୁଳ ମହାଦେଶକୁ ପ୍ରତିନିଧୃତ୍ଵ କରିବା ପାଇଁ ଏହି ଚକ୍ର ବା ରିଙ୍ଗ୍ ଚୟନ କରାଯାଇଥିଲା ।
ଦ୍ବୀପପୁଞ୍ଜ
ଚିତ୍ର ୨.୨ ଏବଂ ୨.୩ର ମାନଚିତ୍ରକୁ ଦେଖିଲେ ଜାଣିବ ଯେ, ମହାଦେଶଗୁଡ଼ିକରେ ସମସ୍ତ ଭୂଖଣ୍ଡ ଅନ୍ତର୍ଭୁକ୍ତ କରାଯାଇନାହିଁ । କିଛି ଛୋଟ ଭୂଭାଗ ବାଦ୍ ପଡ଼ିଛି, ଯାହାକୁ ଜଳଭାଗ ଚାରିପାଖରୁ ଘେରି ରହିଛି ଏବଂ ଏଗୁଡ଼ିକୁ ଦ୍ଵୀପପୁଞ୍ଜ (Islands) କୁହାଯାଏ । ମହାଦେଶଗୁଡ଼ିକ ମଧ୍ୟ ଜଳଦ୍ଵାରା ଘେରି ରହିଛି କିନ୍ତୁ ସେମାନେ ଏତେ ବଡ଼ ହୋଇଥିବାରୁ ସେମାନଙ୍କୁ ଦ୍ଵୀପଭାବରେ ବିବେଚନା କରାଯାଏ ନାହିଁ ।
ପୃଥିବୀରେ ଲକ୍ଷ ଲକ୍ଷ ଦ୍ଵୀପ ରହିଛି, ଯେଉଁମାନଙ୍କର ଆକାର ଭିନ୍ନ ଭିନ୍ନ ।
ଗ୍ରୀନଲ୍ୟାଣ୍ଡ ହେଉଛି ପୃଥିବୀ ସର୍ବବୃହତ୍ ଦ୍ଵୀପ (ଏହାକୁ ଏକ ଗ୍ଲୋବ କିମ୍ବା ମାନଚିତ୍ରରେ ଚିହ୍ନଟ କର ।) ଏହାର ଆକାର ଭାରତର ୧୦ଟି ବୃହତ୍ତମ ରାଜ୍ୟର କ୍ଷେତ୍ରଫଳ ସହ ପ୍ରାୟତଃ ସମାନ ।
ଭାରତରେ ୩୦୦ରୁ ଅଧିକ କ୍ଷୁଦ୍ର ଦ୍ୱୀପ ରହିଛି । ସେଗୁଡ଼ିକ ମଧ୍ୟରେ ଦୁଇଟି ପ୍ରମୁଖ ଦ୍ଵୀପପୁଞ୍ଜ ଅନ୍ତର୍ଭୁକ୍ତ – ବଙ୍ଗୋପସାଗରର ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଏବଂ ଆରବ ସାଗରର ଲାକ୍ଷାଦ୍ଵୀପ ଦ୍ଵୀପପୁଞ୍ଜ ।
୧୯୮୧ ମସିହାରୁ ‘ଭାରତୀୟ ଆଣ୍ଟାର୍କଟିକା କାର୍ଯ୍ୟକ୍ରମ’ ଆଣ୍ଟାର୍କଟିକାରେ ବିଭିନ୍ନ ଅନୁସନ୍ଧାନ ଓ ଗବେଷଣା କରୁଛି, ଯାହା ଅତ୍ୟନ୍ତ ଶୀତଳ ଜଳବାୟୁ ଏବଂ କଠୋର ପରିବେଶ ବିଶିଷ୍ଟ ଏକ ମହାଦେଶ । ୧୯୮୩ ମସିହାରେ ଭାରତ ସେଠାରେ ନିଜର ପ୍ରଥମ ବୈଜ୍ଞାନିକ ଗବେଷଣା କେନ୍ଦ୍ର (ବେସ୍ ଷ୍ଟେସନ) ପ୍ରତିଷ୍ଠା କରିଥିଲା, ଯାହାର ନାମ ଥିଲା ‘ଦକ୍ଷିଣ ଗଙ୍ଗୋତ୍ରୀ’ । ପରବର୍ତୀ ସମୟରେ ଆଉ ଦୁଇଟି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଭାରତୀୟ ବୈଜ୍ଞାନିକଙ୍କ ପ୍ରାୟ ୪୦ ଟିମ୍ ଏହି ଦୁର୍ଗମ ଅଞ୍ଚଳରେ ବିଶେଷ କରି ଜଳବାୟୁ ଓ ପରିବେଶର ବିକାଶ ଉପରେ ଗବେଷଣା କରିଛନ୍ତି । ବୈଜ୍ଞାନିକମାନେ ରହୁଥିବା ସ୍ଥାନରେ ଏକ ପାଠାଗାର ଏବଂ ଡାକଘର ମଧ୍ୟ ଅଛି ।
ମହାସାଗର ଏବଂ ଜୀବନ :
ସମୁଦ୍ର ଯୋଗୁଁ ସ୍ଥଳଭାଗରେ ବର୍ଷା ହୋଇଥାଏ, ଏହା ପୃଥିବୀର ଜଳଚକ୍ରର ଏକ ଅଂଶ ।
ଯଦି ସମୁଦ୍ର ନଥା’ନ୍ତା, ତେବେ ପୃଥିବୀ ଏକ ମରୁଭୂମିରେ ପରିଣତ ହୋଇଥାନ୍ତା । ଏହା ବ୍ୟତୀତ ପୃଥିବୀର ଅଧାରୁ ଅଧିକ ଅମ୍ଳଜାନ ସମୁଦ୍ରର ଉଦ୍ଭଦଦ୍ଵାରା ଉତ୍ପନ୍ନ ହୋଇଥାଏ, ଯେଉଁଥପାଇଁ ସେମାନଙ୍କୁ ‘ଗ୍ରହର ଫୁସଫୁସ୍’ (Planet’s lungs) କୁହାଯାଏ ।
ତେଣୁ ଜଳବାୟୁକୁ ନିୟନ୍ତ୍ରଣ କରିବା ଏବଂ ପୃଥିବୀରେ ଜୀବନକୁ ବଜାୟ ରଖିରେ ମହାସାଗର ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ ।
![]()
ଲୋକମାନେ ଅତୀତ କାଳରୁ ମହାସାଗର ଓ ସାଗରକୁ ବ୍ୟବହାର କରି ଅନ୍ୟ ଅଞ୍ଚଳକୁ ଗସ୍ତ କରିବା, ବାଣିଜ୍ୟ ବ୍ୟବସାୟ କରିବା, ସାମରିକ ଅଭିଯାନ ଚଳାଇବା ଏବଂ ମାଛ ଧରିବା ମାଧ୍ୟମରେ ଖାଦ୍ୟର ଉତ୍ସ ଭାବରେ ବ୍ୟବହାର କରିବା ଆଦି କରିଆସୁଛନ୍ତି ।
ମହାସାଗର ସମଗ୍ର ପୃଥିବୀର ଉପକୂଳବର୍ତ୍ତୀ ଲୋକଙ୍କ ସଂସ୍କୃତି ସହିତ ଜଡ଼ିତ ।
ଦୈନନ୍ଦିନ ଜୀବନରେ ମହାସାଗରର ପ୍ରମୁଖ ଭୂମିକାକୁ ମନେ ପକାଇବା ପାଇଁ ଜାତିସଂଘ ଜୁନ୍ ୮କୁ ‘ବିଶ୍ଵ ମହାସାଗର ଦିବସ’ ଭାବେ ଘୋଷଣା କରିଛି । ଏହା ଆମ ଗ୍ରହର ଫୁସ୍ଫୁସ୍ ଅଟେ । ଖାଦ୍ୟ ଓ ଔଷଧର ଏହା ଏକ ପ୍ରମୁଖ ଉତ୍ସ ଏବଂ ଜୈବମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଭାବରେ କାର୍ଯ୍ୟ କରେ । ମନୁଷ୍ୟର ବହୁମୁଖୀ କାର୍ଯ୍ୟକଳାପଦ୍ଵାରା ସାଗର ଓ ମହାସାଗର ପ୍ରଦୂଷିତ ହୁଏ । ଆମେ ପ୍ରତିବର୍ଷ ଅନେକ ନିୟୁତ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରକୁ ଫିଙ୍ଗିଥାଉ, ଯାହା ସାମୁଦ୍ରିକ ଜୀବନକୁ ଦୂଷିତ କରିବା ସହିତ ବିପଦରେ ପକାଇଥାଏ । ଅତ୍ୟଧିକ ମାଛ ଧରିବା ସାମୁଦ୍ରିକ ଜୀବନ ହ୍ରାସର ଅନ୍ୟ ଏକ କାରଣ । ପୃଥିବୀ ଓ ମାନବ ଜାତିର ଭବିଷ୍ୟତ ପାଇଁ ସମୁଦ୍ରର ସୁରକ୍ଷା କରିବା ଆମର ସାମୂହିକ ଦାୟିତ୍ଵ ।
ବିଷୟ ସାରାଂଶ
ପୃଥିବୀର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଅଂଶ ହେଉଛି ମହାସାଗର ଏବଂ ମହାଦେଶ ଯାହାକୁ ନେଇ ଜୀବଜଗତ, ଉଭିଦ ଜଗତ ଏବଂ ମାନବ ଜଗତ ତିଷ୍ଠି ରହିଛି ।
ପୃଥିବୀର ତିନି ଭାଗ ଅଂଶ ମହାସାଗର ଥିବାରୁ ଏହା ବିଶେଷ ଗୁରୁତ୍ଵ ବହନ କରିଥାଏ ।
ଜୁଲ୍ ବର୍ଡ଼ (୧୮୭୦)ଙ୍କ ଭାଷାରେ, ‘ମସିହାସାଗର ହିଁ ସବୁକିଛି । ଏହା ଭୂପୃଷ୍ଠର ସାତ ଦଶମାଂଶକୁ ଅନ୍ତର୍ଭୁକ୍ତ କରେ । ଏହାର ବାୟୁ ଶୁଦ୍ଧ ଓ ସ୍ଵାସ୍ଥ୍ୟକର ହୋଇଥାଏ । ଏହା ଏକ ବିଶାଳ ଶୂନ୍ୟ ପ୍ରାନ୍ତ ଯେଉଁଠାରେ ମନୁଷ୍ୟ କେବେ ଏକା ନୁହେଁ । କାରଣ ସେ ସବୁଠି ଜୀବନର ସୃଷ୍ଟି ବା ପରିବ୍ୟାପ୍ତିକୁ ଅନୁଭବ କରେ । ସମୁଦ୍ର ହେଉଛି ବିଶାଳ ଗନ୍ତାଘର । ପୃଥିବୀ ସମୁଦ୍ରରୁ ଆରମ୍ଭ ହୋଇଥିଲା, ତେଣୁ କହିବାକୁ ଗଲେ, କିଏ ଜାଣେ ଏହା ସହିତ ଶେଷ ହେବ ନାହିଁ ତ ।
ଚନ୍ଦ୍ରପୃଷ୍ଠରୁ ପୃଥିବୀକୁ ଲକ୍ଷ୍ୟକଲେ ଏକ ବିସ୍ତାରିତ ନୀଳ ରଙ୍ଗ ତା’ ଉପରେ ଦେଖାଯାଏ । ଏହାର କାରଣ ହେଉଛି ପୃଥିବୀ ପୃଷ୍ଠରେ ତିନିଭାଗ ଅଂଶରେ ମହାସାଗର ରହିଥିବାବେଳେ ମାତ୍ର ୧ ଭାଗ ବା ଏକ ଚତୁର୍ଥାଂଶ ସ୍ଥଳଭାଗ ରହିଅଛି ।
ସେଥିପାଇଁ ପୃଥିବୀକୁ ନୀଳଗ୍ରହ କୁହାଯାଏ ।
ବିସ୍ତୀର୍ଣ୍ଣ ଜଳରାଶିର ଅଙ୍ଗକୁ ମହାସାଗର କୁହାଯାଉଥିବାବେଳେ ବିସ୍ତିର୍ଣ୍ଣ ସ୍ଥଳଭାଗକୁ ମହାଦେଶ କୁହାଯାଏ ।
ମହାସାଗର (Oceans) ସମଗ୍ର ପୃଥିବୀରେ ପାଞ୍ଚଟି ମହାସାଗର ରହିଅଛି । ସେଗୁଡ଼ିକ ହେଲା (୧) ପ୍ରଶାନ୍ତ ମହାସାଗର, (୨) ଆଟଲାଣ୍ଟିକ୍ ମହାସାଗର, (୩) ଭାରତ ମହାସାଗର, (୪) ଆର୍କଟିକ ମହାସାଗର, (୫) ଦକ୍ଷିଣ ବା ଆଣ୍ଟାର୍କଟିକ୍ ମହାସାଗର । ଏହି ମହାସାଗରଗୁଡ଼ିକ ମାନଚିତ୍ରରେ ଅଲଗା ଦର୍ଶାଉଥିଲେ ମଧ୍ୟ ଏହା ବାସ୍ତବରେ ପରସ୍ପର ସହ ସଂଶ୍ଳିଷ୍ଟ ।
ମହାଦେଶ (Continents) – ସମଗ୍ର ପୃଥିବୀରେ ସାତଟି ମହାଦେଶ ଅଛି । ସେଗୁଡ଼ିକ ହେଲା ଆଫ୍ରିକା, ଆଣ୍ଟାର୍କଟିକା, ଏସିଆ, ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ।
ମହାଦେଶମାନଙ୍କ ମଧ୍ୟରେ ଏସିଆ ସ ସବୁଠାରୁ ବଡ଼ ଏବଂ ଅଷ୍ଟ୍ରେଲିଆ ସବୁଠାରୁ ସାନ ।
ଦ୍ଵୀପ (Islands) – ଯେଉଁ ଛୋଟ ଛୋଟ ସ୍ଥଳଭାଗ ଚତୁଃପାର୍ଶ୍ଵରେ ଜଳରାଶି ଘେରି ରହିଥାଏ ସେଗୁଡ଼ିକୁ ଦ୍ଵୀପ କୁହାଯାଏ । ଗ୍ରୀନଲ୍ୟାଣ୍ଡ ହେଉଛି ସବୁଠାରୁ ବଡ଼ ଦ୍ଵୀପ ।
ପାଠ୍ୟ ପୁସ୍ତକର ବିଷୟବସ୍ତରେ ଥିବା ମୁଖ୍ୟ ଶବ୍ଦ :
- ମହାସାଗର ବିଶାଳ ଜଳରାଶି
- ମହାଦେଶ – ଏକ ସୀମା ମଧ୍ୟରେ ଥିବା ବିଶାଳ ସ୍ଥଳଭାଗ ଯେଉଁଥରେ ଅନେକ ଦେଶ ଅନ୍ତର୍ଭୁକ୍ତ ।
- ପୃଥିବୀ – ତୀଳଗ୍ରହ
- ବରୁଣ – ଜଣେ ବୈଦିକ ଦେବତା
- ସମୁଦ୍ର – ବିଶାଳ ଜଳରାଶି
- ସୁନାମି – ଏକ ପ୍ରାକୃତିକ ଦୁର୍ବିପାକ, ଯାହା ସମୁଦ୍ରରୁ ସୃଷ୍ଟି ହୋଇଥାଏ ।
- ‘ସଂ ମୋ ବରୁଣ’’ – ଏହି ଶବ୍ଦମାଳା ଭାରତୀୟ ନୌସେନାର ପ୍ରତୀକ ଯାହାର ଅର୍ଥ ହେଉଛି, ‘ହେ ବରୁଣ, ଆମ ପାଇଁ ଶୁଭ ହୁଅ’’ । ଏହା ସମୁଦ୍ର, ଆକାଶ ଏବଂ ଜଳ ସହିତ ଜଚିତ ବୈଦିକ ଦେବତା ବରୁଣଙ୍କ ପାଇଁ ଏକ ସ୍ତତି ବା ସମ୍ମାନ ।
- ସାଗର (Bay) – ଭୂପୃଷ୍ଠରେ ମହାସାଗରଠାରୁ ଅପେକ୍ଷାକୃତ କମ୍ କ୍ଷେତ୍ରଫଳ ଓ ଗଭୀରତା ବିଶିଷ୍ଟ ଲବଣାକ୍ତ ଜଳରାଶିକୁ ସାଗର କୁହାଯାଏ ।
- ଉପସାଗର (Gulf) – ଯେଉଁ ଜଳଭାଗ ତିନିପାର୍ଶ୍ବରେ ବିସ୍ତୀର୍ଣ୍ଣ ସ୍ଥଳଭାଗଦ୍ଵାରା ବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।
- ସାମୁଦ୍ରିକ (Marine) – ସମୁଦ୍ର ଏବଂ ସମୁଦ୍ର ସହିତ ସମ୍ବନ୍ଧିତ ।
- ଉଦ୍ଭିଦ (Flora) – ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ଉଭିଦ ଜୀବନ ।
- ଜୀବଜନ୍ତୁ (Fauna) ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ସମୟର ପ୍ରାଣୀ ଜୀବନ ।