Odisha State Board BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ will enable students to study smartly.
BSE Odisha Class 10 Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ
→ ବିତ୍ତ୍ୟତ୍ ପ୍ରୋତର ଚୁମ୍ବକ1ଯ ପ୍ରଭାବ (Magnetic Effect of Electric Current) :
ଚୁମ୍ବକୀୟକ୍ଷେତ୍ର ଓ କ୍ଷେତ୍ରରେଖା (Magnetic Field and Field Lines) :
- ଚୁମ୍ବକର ଚତୁଃପାର୍ଶ୍ଵରେ ଥିବା ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ । ତାହାକୁ ଚୁମ୍ବକୀୟ କ୍ଷେତ୍ର କୁହାଯାଏ ।
- କମ୍ପାସ ସୂଚୀଟି ମୁକ୍ତ ଅବସ୍ଥାରେ ଉତ୍ତର ଦକ୍ଷିଣ ଦିଗ ନିର୍ଦ୍ଦେଶ କରେ ।
- ସୂଚୀର ଯେଉଁ ପ୍ରାନ୍ତଟି ଉତ୍ତର ଆଡ଼କୁ ରହେ ତାହାକୁ ଉତ୍ତର ମେରୁ ଓ ଯେଉଁ ପ୍ରାନ୍ତଟି ଦକ୍ଷିଣ ଆଡ଼କୁ ରହେ ତାକୁ ଦକ୍ଷିଣ ମେରୁ କୁହାଯାଏ ।
- ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।
→ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର(Magnetic Field due to a Current carrying Conductor) :
→ ସଳଖ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to Current through a Straight Conductor):
→ କୁଣ୍ଡଳୀ ବା ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current through a Circular Loop):
- ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ବୃତ୍ତାକାର ପରିବାହୀ କ୍ଷେତ୍ରରେ ତାରଠାରୁ ଦୂରେଇଗଲେ ସମକେନ୍ଦ୍ରିକ ବୃତ୍ତର ଆକାର ବଢ଼େ ।
- କୁଣ୍ଡଳୀର କେନ୍ଦ୍ର ଆଡ଼କୁ ବୃତ୍ତଗୁଡ଼ିକ ସରଳରେଖାଭଳି ଦେଖାଯିବ ।
- ତାରର ପ୍ରତିଟି ଅଂଶ କୁଣ୍ଡଳୀ ମଧ୍ଯରେ ଏକାଦିଗରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରୁଛି ।
- ପରିବାହୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଲେ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିମାଣ ବଢ଼େ ।
- କୁଣ୍ଡଳୀରେ ଯଦି n ସଂଖ୍ୟକ ଘର ରହେ ତେବେ ଗୋଟିଏ ନିର୍ଦ୍ଦିଷ୍ଟ ବିଦ୍ୟୁତ୍ ସ୍ରୋତ ପାଇଁ ଚୁମ୍ବକୀୟ ପରିମାଣ ଗୋଟିଏ ଘେର ତୁଳନାରେ n ଗୁଣ ହେବ ।
→ ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current in a Solenoid) :
ବିଦ୍ୟୁତ୍ରୋଧୀ ଆବରଣ ଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କହନ୍ତି ।
- ଏହାର ଢାଞ୍ଚାଟି ଗୋଟିଏ ଦଣ୍ଡ ଚୁମ୍ବକ ଜନିତ ଢାଞ୍ଚା ।
- ବିଦ୍ୟୁତ୍ ପ୍ରବାହ କଲେ ତାହା ଦଣ୍ଡ ଚୁମ୍ବକ ଭଳି ଚାରିପାଖରେ ଚୁମ୍ବକୀୟ କ୍ଷେତ୍ରରେଖା ସୃଷ୍ଟିକରେ ।
- ବିଦ୍ୟୁତ୍ ସ୍ରୋତଧାରୀ ସଲେନଏଡ୍ ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ମେରୁ ଭଳି ଆଚରଣ କରେ ।
- ସଲେନଏଡ୍ ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈଖ୍ୟକ ଓ ପରସ୍ପର ସହ ସମାନ୍ତର ।
- ସଲେନଏଡ୍ର ଭିତର ପଟେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ଅର୍ଥାତ୍ ଏହା ଏକ ସମଚୁମ୍ବକୀୟ କ୍ଷେତ୍ର (Uniform magnetic field) ।
- ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକକୁ ବିଦ୍ୟୁତଚୁମ୍ବକ କହନ୍ତି |
→ ଚୁମ୍ବକୀୟ କ୍ଷେତ୍ରରେ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ବଳ (Force on a Current Carrying Conductor in a Magnetic Field):
- ପରିବାହୀରେ ବିଦ୍ୟୁତ୍ ପ୍ରବାହ ହେଲେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହୁଏ ।
- ଏହି ଚୁମ୍ବକୀୟ କ୍ଷେତ୍ରରେ ଚୁମ୍ବକଟିଏ ରହିଲେ ତା ଉପରେ ଏକ ବଳ କାର୍ଯ୍ୟକାରୀ ହୁଏ ।
- ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟର ଦର୍ଶାଇଲେ ଯେ ଚୁମ୍ବକଟି ମଧ୍ୟ ବିଦ୍ୟୁତ୍ ସ୍ରୋତ ଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳପ୍ରୟୋଗ କରେ ।
→ ବିଦ୍ୟୁତ୍ଚୁମ୍ବକୀୟ ପ୍ରେରଣ (Electromagnetic induction) :
1831 ମସିହାରେ ଇଂରେଜ ବୈଜ୍ଞାନିକ ମାଇକେଲ୍ ଫାରାଡେ ଗତିଶୀଳ ଚୁମ୍ବକଦ୍ୱାରା ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରିଥିଲେ । ଚୁମ୍ବକତ୍ଵରୁ ବିଦ୍ୟୁତ୍ ସୃଷ୍ଟିର ପଦ୍ଧତିକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କହନ୍ତି ।
→ ବିଦ୍ୟୁତ୍ ଜେନେରେଟର (Electric Generator) :
ବିଦ୍ୟୁତ୍ ଜେନେରେଟର ଦ୍ଵାରା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ତାର କୁଣ୍ଡଳୀର ଘୁର୍ଣ୍ଣନ ଯୋଗୁ ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହି ପଦ୍ଧତି ବ୍ୟବହାର କରି ଘରେ ଓ କଳକାରଖାନାରେ ଆବଶ୍ୟକ ହେଉଥିବା ଅଧ୍ବକ ପରିମାଣର ବିଦ୍ୟୁତ୍ ପ୍ରବାହ ମଧ୍ଯ ମିଳିଥାଏ ।
- ABCD ଏକ ପୂର୍ଣ୍ଣ ।ପ୍ମାନ ଆୟତାକାର କୁଣ୍ଡଳୀ ।
- ସ୍ଥାୟ1 ରୁମ୍ବକ ମଧ୍ୟରେ ଏକ ଅଖ ଯୋଡ଼ାଯାଇଥାଏ, ଯାହାକୁ ଏକ ବାହ୍ୟ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ଏକ ଅକ୍ଷ ଚାରି ପଟେ ଘୂରେ ।
- କୁଣ୍ଡଳୀରେ ଯେତେ ସଂଖ୍ୟକ ଘେର ରହିବ ପ୍ରେରିତ ବିଦ୍ୟୁତ୍ ପ୍ରବାହ ତଦନୁ ସାରେ ଅଧ୍ଵ ହେବ ଏବଂ ଅଧିକ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରାଯାଇ ପାରିବ।
- ପ୍ରତି ଅର୍ଥ ଘୂର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ଦିଗରେ ପରିବର୍ତ୍ତନ ଘଟେ । ଏ ପ୍ରକାର ସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ (AC) କହନ୍ତି ।
- ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ବଦଳାଏ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ଉତ୍ପନ୍ନ କରୁଥିବା ଜେନେରେଟରକୁ AC ଜେନେରେଟର୍ କହନ୍ତି ।
- ଆଦୌ ଦିଗ ବଦଳାଉ ନଥିବା ବିଦ୍ୟୁତ୍ ପ୍ରବାହକୁ ସଳଖ ବିଦ୍ୟୁତ୍ ପ୍ରବାହ (DC) କହନ୍ତି ।
- ଏ.ସି. ଜେନେରେଟର୍ ବଳୟ ପରିବର୍ତ୍ତେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍ର ବ୍ୟବହାର କଲେ ତାକୁ D.C.
→ ସଳଖ ବିଦ୍ୟୁତ୍ ପ୍ରବାହ ଓ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ପ୍ରବାହ (Direct Current and Alternating Current) :
- ସଳଖ ବିଦ୍ୟୁତ୍ ପ୍ରବାହ ସର୍ବଦା ଗୋଟିଏ ଦିଗରେ ପ୍ରବାହିତ ହେଉଥିବାବେଳେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରେ ।
- ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ପ୍ରତି ସେକେଣ୍ଡରେ ଯେତେ ଥର ଦିଗ ବଦଳାଇ ପୂର୍ବାବସ୍ଥାକୁ ଫେରିଆସେ, ତାହାକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କହନ୍ତି ।
- ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍ରୁ ଉତ୍ପନ୍ନ ହୁଏ।
- ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ବାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧିକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ । ଭାରତରେ ମିଳୁଥିବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ପ୍ରତି \(\frac { 1 }{ 100 }\) ସେକେଣ୍ଡରେ ଦିଗ ପରିବର୍ତ୍ତନ କରେ ଅର୍ଥାତ୍ ଏହାର ଆବୃତ୍ତି 50 ହର୍ସ ।
- ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍ରୁ ଉତ୍ପନ୍ନ ହୁଏ।
- ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧୂକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ ।
- ଟର୍ଚ୍ଚ, କାଲ୍କୁଲେଟର, ଘଣ୍ଟା ଇତ୍ୟାଦି ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ଚାଲେ କିନ୍ତୁ ପଙ୍ଖା, ବଲ୍ବ, ମୋଟର୍ ଇତ୍ୟାଦି ପ୍ରତ୍ୟାବର୍ତ୍ତୀ ବିଦ୍ୟୁଦ୍ଵାରା ପରିଚାଳିତ ହୁଏ।
→ ଖୃହ ବିହ୍ୟବ ପରିପଥ (Domestic Electric Circuits) :
- ବିଦ୍ୟୁତ୍ ଖୁଣ୍ଟିରୁ ଝୁଲନ୍ତା ତାର ବା ମାଟିତଳ କେବଲ୍ (Cable) ଦ୍ବାରା ଦୁଇଟି ତାର ଘରକୁ ଆସିଥାଏ । ଏହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ (Mains) ତାର କହନ୍ତି ।
- ସେଥୁରୁ ଗୋଟିଏ ଲାଲ୍ ରଙ୍ଗର ବିଦ୍ୟୁତ୍ରୋଧୀ ଦ୍ଵାରା ଆବୃତ୍ତ ହୋଇଥାଏ । ଏହାକୁ ଲାଇଭ୍ (Live) ଲାଇନ୍ (Positive) ବାଫେଜ୍ (Phase) ଲାଇନ୍ କହନ୍ତି |
- ଅନ୍ୟ ତାରଟିର ବିଦ୍ୟୁତ୍ରୋଧୀ ଆବରଣ କଳାରଙ୍ଗର ଏବଂ ଏହାକୁ ନିଉଟ୍ରାଲ୍ (Negative) ଲାଇନ୍ କହନ୍ତି । ଆମ ଦେଶରେ ଫେଜ୍ ଲାଇନ୍ ଓ ନିଉଟ୍ରାଲ୍ ଲାଇନ୍ ମଧ୍ଯରେ ବିଭବାନ୍ତର 220 V ।
- ଏହି ତାରଦ୍ଵୟର ମୁଖ୍ୟ ଫ୍ୟୁଜ୍ (Fuse) ଜରିଆରେ ଘରର କାନ୍ଥରେ ଲାଗିଥିବା ମିଟର ବୋର୍ଡ଼କୁ ଆସେ ।
- ୱାଟ୍ ମିଟରରୁ ଦୁଇଟି ତାର ଲାଇଭ୍ ଓ ନିଉଟ୍ରାଲ୍ ତାର ରୂପରେ ବଣ୍ଟନ ବାକ୍ସକୁ ଯାଇଥାଏ ।
- ବଣ୍ଟନ ବାକ୍ସରେ ଲାଇଭ୍ ତାରରେ ଫ୍ୟୁଜ୍ ଲାଗିଥାଏ ।
- ଘର ମଧ୍ୟରେ ଦୁଇ ପ୍ରକାରର ବିଦ୍ୟୁତ୍ ପରିପଥ ଥାଏ ।
- ଅଧିକ ପାୱାର ଆବଶ୍ୟକ କରୁଥିବା ଜଳ ତାପକ ବା ଗିଜର (Geyser) ଓ ବାୟୁ ଶୀତଳକ (Aircooler) ପାଇଁ 15 A ରେଟିଂର ପରିପଥ।
- ବିଦ୍ୟୁତ୍ ବଲ୍ବ, ପଙ୍ଖା ଆଦି ଉପକରଣ ପାଇଁ 5A ରେଟିଂର ପରିପଥ ବ୍ୟବହାର କରାଯାଏ ।
- ଘରେ ଫେଜ୍ ତାର ଓ ନିଉଟ୍ରାଲ୍ ତାର ସହିତ ଏକ ତୃତୀୟ ତାର ମଧ୍ୟ ବ୍ୟବହାର ହୁଏ । ଏହାକୁ ଭୂ-ତାର (Earthwire) କହନ୍ତି । ଏହା ସବୁଜ ବର୍ଣ୍ଣର ବିଦ୍ୟୁତ୍ରୋଧୀ ଦ୍ଵାରା ଆଚ୍ଛାଦିତ । ଏହାର ଗୋଟିଏ ପ୍ରାନ୍ତ ଧାତବ ଫଳକ ସହିତ ସଂଯୁକ୍ତ ହୋଇଥାଏ ଓ ଅନ୍ୟପ୍ରାନ୍ତ ଘରର ବାହାରେ ମାଟିରେ ବହୁ ଗଭୀରକୁ ପୋତା ଯାଇଥାଏ ।
- ବୈଦ୍ୟୁତିକ ଇସ୍ତ୍ରୀ, ଟୋଷ୍ଟର, ରେଫ୍ରେଜରେଟର ଆଦି ଉପକରଣର ଧାତବ ଖୋଳକୁ ଭୂ-ତାର ସଂଲଗ୍ନ କରାଯାଇଥାଏ ।
ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂ-ତାର ଯୋଗେ ମାଟିକୁ ଚାଲିଯାଏ ଓ ଧାତବ ଉପକରଣକୁ ଛୁଇଁଲେ ଆଘାତ ଲାଗେ ନାହିଁ । - ସମସ୍ତ ଉପକରଣ ପାଇଁ ସମାନ ବିଦ୍ୟୁତ୍ ବିଭବାନ୍ତର ରଖୁବା ସକାଶେ ସେଗୁଡ଼ିକର ସମାନ୍ତରାଳ ସଂଯୋଗ କରାଯାଏ ।
- ଫ୍ୟୁଜ୍ ଉପକରଣ ଓ ପରିପଥକୁ ଅତ୍ୟଧିକ ବିଦ୍ୟୁତ୍ ପ୍ରବାହ ଜନିତ କ୍ଷତିରୁ ଫ୍ୟୁଜ୍ ରକ୍ଷାକରେ ।
- ବିଦ୍ୟୁତ୍ରୋଧୀ ଆବରଣ ନଷ୍ଟ ହୋଇଯିବା ଯୋଗୁଁ ବା ଉପକରଣରେ ତ୍ରୁଟି ଥିଲେ ଲାଇଭ୍ ତାର ଓ ନିଉଟ୍ରାଲ୍ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କରିବାର ଆଶଙ୍କା ଥାଏ । ଏପରି ହେଲେ ବିଦ୍ୟୁତ୍ ପ୍ରବାହର ପରିମାଣ ହଠାତ୍ ବଢ଼ିଯାଏ। ଏହାକୁ ଲଘୁପଥନ (Short-circuiting) କହନ୍ତି ।
- ଯଦି କୌଣସି କାରଣରୁ ଘରକୁ ଆସିଥିବା ଯୋଗାଣ ତାରର ବିଭବାନ୍ତର ବଢ଼ିଯାଏ ବା ଗୋଟିଏ ପ୍ଲଗ୍ ସକେଟ୍ରେ ଏକାଧ୍ଵକ ଉପକରଣ ସଂଯୋଗ କରାଯାଏ ତାହେଲେ ମଧ୍ୟ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଯାଇପାରେ । ଏହାକୁ ଓଭରଲୋଡିଂ (Overloading) କହନ୍ତି । ଏଭଳି କ୍ଷେତ୍ରରେ ଅଧିକ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଫ୍ୟୁଜ୍ ତାର ତରଳି ଯାଇ ପରିପଥକୁ ବିଚ୍ଛିନ୍ନ କରିଦିଏ ଓ ଉପକରଣକୁ ସୁରକ୍ଷିତ ରଖେ ।