BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା Textbook Exercise Questions and Answers.

BSE Odisha Class 9 History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଦକ୍ଷିଣ ଭାରତରେ ନିର୍ମିତ ପଲ୍ଲବ, ଚୋଳ ଓ ପାଣ୍ଡମାନଙ୍କର ମୂର୍ତ୍ତିକଳାର ଏକ ବିବରଣୀ ପ୍ରଦାନ କର ।
Answer:
ଦକ୍ଷିଣ ଭାରତରେ ନିର୍ମିତ ପଲ୍ଲବ, ଚୋଳ ଓ ପାଣ୍ଡମାନଙ୍କର ମୂର୍ତ୍ତିକଳାର ଏକ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

  • ଦକ୍ଷିଣ ଭାରତରେ ପଲ୍ଲବ ରାଜତ୍ଵ ସମୟରେ ଦ୍ରାବିଡ଼ ଶୈଳୀ ନାମକ ଏକ ନୂତନ ମୂର୍ତ୍ତିକଳା ଓ ସ୍ଥାପତ୍ୟ ଶୈଳୀ ପ୍ରବର୍ତ୍ତିତ ହୋଇଥିଲା ।
  • ତାମିଲନାଡୁର ମହାବଳୀପୁରମ୍ ବା ମାମଲାପୁରମ୍ ସହରରେ ପାହାଡ଼ ଉପରେ ଥିବା ମଣ୍ଡପଗୁଡ଼ିକ ସେ ସମୟର କଳାର ଉତ୍କର୍ଷତାର ପ୍ରମାଣ ଦିଏ । ଏଠାରେ ମନ୍ଦିରଗୁଡ଼ିକ ନିକଟରୁ ମିଳିଥିବା ପଥର ଖୋଦିତ ସିଂହ, ହାତୀ ଓ ବୃଷଭର ପ୍ରତିକୃତି ପ୍ରତୀକାତ୍ମକ ଭାବେ ଯଥାକ୍ରମେ ଦୁର୍ଗା, ଇନ୍ଦ୍ର ଓ ଶିବଙ୍କୁ ପ୍ରକାଶ କରୁଥିଲା ।
  • ଚୋଳବଂଶର ରାଜତ୍ଵ ସମୟରେ ତ୍ରିଚିନାପଲ୍ଲୀ ଜିଲ୍ଲାର ଶ୍ରୀନିଭାସାନାଲୁରଠାରେ ନିର୍ମିତ କେରଙ୍ଗନାଥ ମନ୍ଦିର କାନ୍ତରେ ଦେବଦେବୀଙ୍କ ମୂର୍ତ୍ତିସମୂହ, ତାଞ୍ଜାଭୁରଠାରେ ନିର୍ମିତ ବୃହଦୀଶ୍ଵର ମନ୍ଦିରର ମୂର୍ତ୍ତିକଳା, ନଟରାଜ ଶିବ ଓ ଅନ୍ୟ ହିନ୍ଦୁ ଦେବଦେବୀ ଓ ସନ୍ଥମାନଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ।
  • ପାଣ୍ଡବଂଶର ରାଜତ୍ୱ ସମୟରେ ନିର୍ମିତ ମନ୍ଦିରଗୁଡ଼ିକର ଗୋପୁରମରେ ଖୋଦିତ କାରୁକାର୍ଯ୍ୟ, ଦରସୁରମଠାରେ ନିର୍ମିତ କୁମ୍ଭକୋନମ ମନ୍ଦିରର ଗୋପୁରମ୍ରେ ଅତ୍ୟନ୍ତ ଚିତ୍ତାକର୍ଷକ ଚିତ୍ରକଳା ପାଠ୍ୟକଳାର ଉତ୍କୃଷ୍ଟ ନିଦର୍ଶନ ।
  • ସପ୍ତଦଶ ଶତାବ୍ଦୀରେ ରାମେଶ୍ଵରମ୍ ଓ ମଦୁରାଠାରେ ନିର୍ମିତ ଶିବ ଓ ମିନାକ୍ଷୀ ମନ୍ଦିରମାନଙ୍କ ମୂର୍ତ୍ତିକଳାରେ ଦ୍ରାବିଡ଼ ଶୈଳୀର ଚରମ ପର୍ଯ୍ୟାୟ ଦେଖିବାକୁ ମିଳିଥାଏ ।

(ଖ) ସୁଲତାନୀୟ ଓ ମୋଗଲ ଶାସନ ସମୟରେ ସଙ୍ଗୀତ କଳାର କିପରି ବିକାଶ ହୋଇଥିଲା ?
Answer:

  • ସୁଲତାନୀୟ ଶାସନ କାଳରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମୀର ଖୁସ୍‌ଙ୍କର ଆବିର୍ଭାବ ହୋଇଥିଲା । ସେ ଭାରତୀୟ ସ୍ବରରେ ତାଙ୍କ କବିତାଗୁଡ଼ିକ ଆବୃତ୍ତି କରିବା ସହିତ ଦୁଇଟି ନୂତନ ସଙ୍ଗୀତ ଶୈଳୀ କୱାଲୀ ଓ ଖେୟାଲ୍ ସୃଷ୍ଟି କରିଥିଲେ ।
  • ମୁସଲମାନମାନେ ହିନ୍ଦୁମାନଙ୍କ ବାଦ୍ୟଯନ୍ତ୍ର ଓ ‘ଧୁପଦ୍’ ରାଗକୁ ଗ୍ରହଣ କରିଥିଲେ ଓ ଦୁଇ ବାଦ୍ୟଯନ୍ତ୍ର ସୀତାର ଓ ତବଲା ପ୍ରଚଳନ କରିଥିଲେ ।
  • ମୋଗଲ ଶାସକମାନେ ଭାରତୀୟ ସଙ୍ଗୀତ କଳାର ଅନେକ ବିକାଶ ଘଟାଇଥିଲେ । ଆକବର ତାଙ୍କ ଦରବାରକୁ ଗ୍ବାଲିୟରର ସଙ୍ଗୀତଜ୍ଞ ମିଆଁ ତାନ୍‌ସେନ୍ ଓ ମାଓ୍ବାର ବାଜ୍ ବାହାଦୂରଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ସମୟରେ ତରାନା, ଠୁମ୍‌ରୀ, ଗଜଲ ଭଳି ସଙ୍ଗୀତର ନୂତନ ରାଗର ସୃଷ୍ଟି ହୋଇଥିଲା ।
  • ମୋଗଲ ସମ୍ରାଟ ଶାହାଜାହାନ୍ ନିଜେ କେତେକ ଗୀତ ରଚନା କରିବା ସହିତ ବିକାନିର୍‌ର ଜଗନ୍ନାଥ ଭଟ୍ଟ ଏବଂ ଜନାର୍ଦ୍ଦନ ଭଟ୍ଟଙ୍କ ଭଳି ପ୍ରସିଦ୍ଧ ହିନ୍ଦୁ ସଙ୍ଗୀତଜ୍ଞଙ୍କର ପୃଷ୍ଠପୋଷକତା କରିଥିଲେ ।
  • ସୁଲତାନ ମହମ୍ମଦ ଶାହାଙ୍କ ଦରବାରରେ ଅଦରଙ୍ଗ ଓ ସଦରଙ୍ଗ ନାମକ ଦୁଇଜଣ ସଙ୍ଗୀତଜ୍ଞ ଖେୟାଲ୍ ପରିବେଷଣ କରୁଥିଲେ । ଏହିପରିଭାବେ ସୁଲତାନୀୟ ଓ ମୋଗଲ ଶାସନ କାଳରେ ସଙ୍ଗୀତ କଳାର ପ୍ରଭୂତ ବିକାଶ ଘଟିଥିଲା ।

(ଗ) ମୌର୍ଯ୍ୟ ଓ ଗୁପ୍ତଯୁଗରେ ଭାରତୀୟ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ଏକ ପ୍ରବନ୍ଧ ଲେଖ ।
Answer:

  • ମୌର୍ଯ୍ୟ ଯୁଗରେ କୌଟିଲ୍ୟଙ୍କ ରଚିତ ଶାସନ ପଦ୍ଧତି ସମ୍ବନ୍ଧୀୟ ରାଜନୈତିକ ଦର୍ଶନର ବିଶିଷ୍ଟ ଗ୍ରନ୍ଥ ‘ଅର୍ଥଶାସ୍ତ୍ର ’ ଭାରତୀୟ ସାହିତ୍ୟର ଅମୂଲ୍ୟ ସମ୍ପଦ ।
  • ଗୁପ୍ତଯୁଗରେ ପ୍ରସିଦ୍ଧ ନାଟ୍ୟକାର ଓ କବି କାଳିଦାସଙ୍କଦ୍ୱାରା ରଚିତ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକ, ‘ମାଳାବିକାଗ୍ନିମିତ୍ରମ୍’, ‘ବିକ୍ରମୋର୍ବଶୀୟମ୍’, ‘ରଘୁବଂଶମ୍’, ‘ଋତୁ ସଂହାର’ ଓ ‘ମେଘଦୂତମ୍’ ପ୍ରଭୃତି କାବ୍ୟ ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛି ।
  • ସେ ସମୟରେ ରଚିତ ଅନ୍ୟାନ୍ୟ ନାଟ୍ୟକୃତି ମଧ୍ୟରେ ଶୂଦ୍ରକଙ୍କ ‘ମୂଚ୍ଛକଟିକମ୍, ବିଶାଖାଦତ୍ତଙ୍କ ‘ମୁଦ୍ରାରାକ୍ଷସ’ . ଓ ଐତିହାସିକ ନାଟକ ‘ଦେବୀ ଚନ୍ଦ୍ରଗୁପ୍ତମ୍’ ଭାରତୀୟ ସାହିତ୍ୟକୁ ବିଶେଷ ଅବଦାନ ଅଟେ ।
  • ଦଣ୍ଡିନ୍‌ଙ୍କ ରଚିତ କବିତା କଳା ସମ୍ବନ୍ଧିତ ‘କାବ୍ୟାଦର୍ଶ’ ଓ ରୋମାଞ୍ଚ କର ଗଳ୍ପ ‘ଦଶକୁମାର ଚରିତମ୍’, ଭାରବିଙ୍କ କବିତା ‘କିରାତାର୍ଜୁନୀୟମ୍’, ଅମରସିଂହଙ୍କ ଅଭିଧାନ ‘ଅମର କୋଷ’ ଏବଂ ବିଷ୍ଣୁଶର୍ମାଙ୍କ ରଚିତ ଗଳ୍ପଗୁଚ୍ଛ ‘ପଞ୍ଚତନ୍ତ୍ରମ୍’ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ।
  • କହୁଣଙ୍କଦ୍ଵାରା ଲିଖ୍ ‘ରାଜତରଙ୍ଗିଣୀ’, ବାଣଭଟ୍ଟଙ୍କଦ୍ୱାରା ରଚିତ ‘ହର୍ଷ ଚରିତ’ ଓ ‘କାଦମ୍ବରୀ’, ଜୟଦେବଙ୍କଦ୍ବାରା ରଚିତ ‘ଗୀତଗୋବିନ୍ଦ’ ଭାରତୀୟ ସାହିତ୍ୟରେ ମାଇଲଖୁଣ୍ଟ ସଦୃଶ । ଉପରୋକ୍ତ ଆଲୋଚନାରୁ ମୌର୍ଯ୍ୟ ଓ ଗୁପ୍ତଯୁଗରେ ଭାରତୀୟ ସାହିତ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ମିଳିଥାଏ ।

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଘ)ଗଣିତ ବିଜ୍ଞାନରେ ଭାରତୀୟମାନଙ୍କ ଅବଦାନଗୁଡ଼ିକ ବର୍ତ୍ତନ କର ।
Answer:

  • ଆବିଷ୍କୃତ ହୋଇଥ‌ିବା ସିନ୍ଧୁ ସଭ୍ୟତା ସମୟର କେତେକ ବଟକରାରୁ ସେ ସମୟର ବ୍ୟବସାୟୀମାନଙ୍କର ଗଣିତ ଜ୍ଞାନ ଥ‌ିବା ସୂଚନା ମିଳିଥାଏ ।
  • ବୈଦିକ ଯୁଗରେ ଗାଣିତିକ ଜ୍ଞାନ ସହିତ ଜ୍ୟାମିତିକ ଜ୍ଞାନ ପ୍ରଚଳନ ଥିବାର ସୁଲ୍ସସୂତ୍ରରୁ ଜଣାଯାଏ ।
  • ଗୁପ୍ତଯୁଗରେ ବିଶିଷ୍ଟ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ଓ ବ୍ରହ୍ମଗୁପ୍ତଙ୍କଦ୍ୱାରା ବିଭିନ୍ନ ପ୍ରକାର କ୍ଷେତ୍ରର କ୍ଷେତ୍ରଫଳ ବା ଘନଫଳ ନିର୍ଣ୍ଣୟ କରିବା ଏବଂ ଏକ ବୃତ୍ତର ପରିସ୍ ଉପରେ ଚାରୋଟି କୋଣକୁ ରଖ୍ ଏକ ଚତୁର୍ଭୁଜାକାର କ୍ଷେ କରିବା ପଦ୍ଧତି ନିର୍ଦ୍ଧାରଣ କରାଯାଇଥିଲା ।
  • ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ପାଣିନୀଙ୍କଦ୍ଵାରା ଓ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ପିଙ୍ଗଳାଙ୍କ ‘ଚନ୍ଦ୍ରଶାସ୍ତ୍ର’ରେ ଶୂନ୍ୟ ବିଷୟରେ ଧାରଣା ଦିଆଯାଇଥିଲେ ସୁଦ୍ଧା ଆର୍ଯ୍ୟଭଟ୍ଟ ଶୂନ୍ୟର ବ୍ୟବହାର ସମ୍ପର୍କରେ ଏବଂ ବ୍ରହ୍ମଗୁପ୍ତ ଶୂନ୍ୟଟ କାର୍ଯ୍ୟକାରିତାର ନିୟମ ସମ୍ପର୍କରେ ଅଧ‌ିକ ସ୍ପଷ୍ଟ ଭାବରେ ବୁଝାଇଛନ୍ତି ।
  • ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅନନ୍ୟ ଅବଦାନ ହେଉଛି ଦଶମିକ ସଂଖ୍ୟାଙ୍କନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ଅଶୋକଙ୍କ ସମୟରେ ଉତ୍ତର ପ୍ରଦେଶ ଓ ଓଡ଼ିଶାରେ ନିର୍ମିତ ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳା କ’ଣ ?
Answer:
ଅଶୋକଙ୍କ ସମୟରେ ଉତ୍ତର ପ୍ରଦେଶର ସାରନାଥ ସ୍ତମ୍ଭର ଅଗ୍ରଭାଗରେ ଥ‌ିବା ସିଂହର ପ୍ରତିକୃତି ଓ ଓଡ଼ିଶାର ଧଉଳି ପାହାଡ଼ ନିକଟରେ ଥ‌ିବା ପ୍ରସ୍ତର ଖୋଦିତ ହସ୍ତୀର ବାହ୍ୟରୂପର ଚିତ୍ର ସେ ସମୟର ଦୁଇଟି ପ୍ରସିଦ୍ଧ ମୂର୍ତ୍ତିକଳାର ପରିଚୟ ଦେଇଥାଏ ।

(ଖ) କଳା ଓ ସ୍ଥାପତ୍ୟରେ ଉତ୍ତର-ଭାରତ ଓ ଦକ୍ଷିଣ ଭାରତରେ ଅନୁସୃତ ଶୈଳୀ କ’ଣ ଭାବରେ ପରିଚିତ ଲେଖ ।
Answer:
କଳା ଓ ସ୍ଥାପତ୍ୟରେ ଉତ୍ତର ଭାରତରେ ଅନୁସୃତ ଶୈଳୀ ଇଣ୍ଡୋ-ଆରିଆନ୍ ବା ‘ନାଗର ଶୈଳୀ’ ଏବଂ ଦକ୍ଷିଣ ଭାରତରେ ଅନୁସୃତ ଶୈଳୀ ‘ଦ୍ରାବିଡ଼ୀୟ ଶୈଳୀ’ ଭାବରେ ପରିଚିତ ।

(ଗ) କେଉଁ ସ୍ଥାନଗୁଡ଼ିକର ଚିତ୍ରକଳା ଗୁପ୍ତଯୁଗର କଳାନୈପୁଣ୍ୟ ଦର୍ଶାଏ ?
Answer:
ମହାରାଷ୍ଟ୍ରର ଅଉରଙ୍ଗାବାଦ ନିକଟରେ ଅଜନ୍ତା ଗୁମ୍ଫାରେ, ମଧ୍ୟପ୍ରଦେଶର ଗ୍ବାଲିଅରଠାରେ ବାଘ ଗୁମ୍ଫାରେ, ତାମିଲନାଡୁରେ ପୁଦ୍ଧକୋଟାଇଠାରେ ସିଭାନାଭାସାଲ୍ ମନ୍ଦିରରେ ଓ ଶ୍ରୀଲଙ୍କାର ସିଗିରିଆଠାରେ ପଥରକଟା କୋଠରିଗୁଡ଼ିକରେ ଜଳରଙ୍ଗର ଚିତ୍ରକଳା ଗୁପ୍ତଯୁଗର କଳାନୈପୁଣ୍ୟର ନିଦର୍ଶନ ବହନ କରେ ।

(ଘ) କେଉଁ ଦୁଇଟି ଆବିଷ୍କାର ସିନ୍ଧୁ ସଭ୍ୟତାର ନୃତ୍ୟକଳାର ସୂଚନା ଦିଏ ?
Answer:
ମହେଞ୍ଜୋଦାରୋରୁ ଆବିଷ୍କୃତ ଏକ ନର୍ତ୍ତକୀର ପଥର ମୂର୍ତ୍ତି ଓ ହରପ୍‌ପାରୁ ଆବିଷ୍କୃତ ଏକ ନୃତ୍ୟରତା ମହିଳାର ବ୍ରୋଞ୍ଜ ମୂର୍ତ୍ତିର ଆବିଷ୍କାର ସିନ୍ଧୁ ସଭ୍ୟତାର ନୃତ୍ୟକଳାର ସୂଚନା ଦିଏ ।

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଙ) ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତର ନାମ କ’ଣ ଓ ସେଗୁଡ଼ିକ ଯଥାକ୍ରମେ କେଉଁ ଅଞ୍ଚଳରୁ ସୃଷ୍ଟି ହୋଇଛି ?
Answer:

  • ଭାରତର ଦୁଇଟି ମୁଖ୍ୟ ଶାସ୍ତ୍ରୀୟ ସଙ୍ଗୀତର ନାମ ହେଲା – ହିନ୍ଦୁସ୍ଥାନୀ ସଙ୍ଗୀତ ଏବଂ କର୍ଣାଟିକ୍ ସଙ୍ଗୀତ ।
  • ଏହା ଯଥାକ୍ରମେ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଅଞ୍ଚଳରୁ ସୃଷ୍ଟି ହୋଇଛି ।

(ଚ) ଆସାମ, କେରଳ, ଓଡ଼ିଶା ଓ ପଞ୍ଜାବର ସାମରିକ ନୃତ୍ୟଗୁଡ଼ିକର ନାମ କ୍ରମାନ୍ୱୟରେ ଲେଖ ।
Answer:
ସାମରିକ ନୃତ୍ୟଗୁଡ଼ିକ ମଧ୍ୟରେ ଆସାମର ସତ୍‌ରିଆ, କେରଳର କଲ୍ଲାରିପାୟଟୁ, ଓଡ଼ିଶାର ପାଇକ ଏବଂ ପଞ୍ଜାବର ସତେବ୍‌ଜୀ ନୃତ୍ୟ ଜନପ୍ରିୟ ଅଟେ ।

(ଛ) ଅଶୋକଙ୍କ ସମୟର ସ୍ଥାପତ୍ୟକୁ କେଉଁ ଚାରିଟି ଭାଗରେ ବିଭକ୍ତ କରାଯାଏ ?
Answer:

  • ଅଶୋକଙ୍କ ସମୟର ସ୍ଥାପତ୍ୟକୁ ଚାରୋଟି ଭାଗରେ ବିଭକ୍ତ କରାଯାଏ ।
  • ସେଗୁଡ଼ିକ ହେଲା – ସ୍ତୁପ, ସ୍ତମ୍ଭ, ପ୍ରାସାଦ ଓ ଗୁମ୍ଫା ।

(ଜ) ଗୁପ୍ତଯୁଗର ସ୍ଥାପତ୍ୟ ବହନ କରୁଥିବା ଚାରିଟି ପ୍ରଧାନ ମନ୍ଦିରଗୁଡ଼ିକର ଅବସ୍ଥିତି ଉଲ୍ଲେଖ କର ।
Answer:
ଗୁପ୍ତଯୁଗର ସ୍ଥାପତ୍ୟ ବହନ କରୁଥିବା ଚାରୋଟି ପ୍ରଧାନ ମନ୍ଦିରର ନାମ ହେଲା – ଉତ୍ତର ପ୍ରଦେଶର ଦେଓଗଡ଼ଠାରେ ଥ‌ିବା ଦଶାବତାର ମନ୍ଦିର, ଭିତରଗାଁଓଠାରେ ଥ‌ିବା ଇଟାରେ ନିର୍ମିତ ମନ୍ଦିର, ମଧ୍ୟପ୍ରଦେଶର ତିଠାରେ ଥ‌ିବା ବିଷ୍ଣୁ ମନ୍ଦିର, ଭୁମରାଠାରେ ଥ‌ିବା ଶିବ ମନ୍ଦିର ।

(ଝ) ବରାହମିହିରଙ୍କ ରଚିତ ଦୁଇଟି ପୁସ୍ତକର ନାମ କ’ଣ ?
Answer:
ବରାହମିହିରଙ୍କର ରଚିତ ଦୁଇଟି ପୁସ୍ତକର ନାମ ହେଲା, ବୃହତ୍ ସଂହିତା ଏବଂ ପଞ୍ଚ ସିଦ୍ଧାନ୍ତିକା ।

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଞ) ପ୍ରାଚୀନ ଯୁଗରେ ଚରକ ଓ ଶୁଶ୍ରୁତ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ କେଉଁ କେଉଁ ବିଷୟରେ ସୂଚନା ଦେଇଥିଲେ ?
Answer:

  • ପ୍ରାଚୀନ ଯୁଗରେ ଚରକ କାମଳ ରୋଗର ନିଦାନ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦେଇଥିଲେ ।
  • ଶରୀର ଗଠନ ବିଦ୍ୟା ପାଇଁ ଶୁଶ୍ରୁତ ଶଲ୍ୟ ଚିକିତ୍ସାକୁ ଗୁରୁତ୍ୱ ଦେଇଥିଲେ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ତାଞ୍ଜାଭୁରଠାରେ ବୃହଦୀଶ୍ଵର ମନ୍ଦିର କେଉଁ ସମ୍ରାଟ ନିର୍ମାଣ କରିଥିଲେ ?
Answer:
ତାଞ୍ଜାଭୁରଠାରେ ବୃହଦୀଶ୍ଵର ମନ୍ଦିର ରାଜରାଜ ଚୋଳ ନିର୍ମାଣ କରିଥିଲେ ।

(ଖ) ଏଲୋରାର କେଉଁ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳାର ନିଦର୍ଶନ ?
Answer:
ଏଲୋରାର କୈଳାସ ମନ୍ଦିର ରାଷ୍ଟ୍ରକୂଟ ସମୟର ବିସ୍ମୟକର କଳାର ନିଦର୍ଶନ ଅଟେ ।

(ଗ) କେଉଁ ଦୁଇଜଣ ପାରସିକ ଚିତ୍ରଶିଳ୍ପୀଙ୍କ ସହାୟତାରେ ହୁମାୟୁନ୍ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ ?
Answer:
ହୁମାୟୁନ୍ ପାରସ୍ୟର ଦୁଇଜଣ ଦକ୍ଷ ଚିତ୍ରଶିଳ୍ପୀ ସୟଦ୍ ଅଲ୍ଲୀ ତାବରେଜୀ ଓ ବ୍ଲାଜା ଅବଦୁସ୍ ସମଦ୍‌ଙ୍କ ସହାୟତାରେ ଭାରତରେ ଚିତ୍ରକଳାର ବିକାଶ ଘଟାଇଥିଲେ ।

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଘ) ପଞ୍ଜାବ-ହିମାଳୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ରାଜପୁତ୍ ଚିତ୍ରକଳା ଶୈଳୀର ଉପଶାଖା କେଉଁ ନାମରେ ପରିଚିତ ?
Answer:
ପଞ୍ଜାବ-ହିମାଳୟ ଅଞ୍ଚଳରେ ସୃଷ୍ଟି ହୋଇଥ‌ିବା ରାଜପୁତ୍ ଚିତ୍ରକଳା ଶୈଳୀର ଉପଶାଖା କାଙ୍ଗ୍ରା ଶୈଳୀ ଭାବେ ଏବଂ ଉକ୍ତ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ଏହା ‘ପାହାଡ଼ୀ ଶୈଳୀ’ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା ।

(ଙ) ‘ଲକ୍ଷ୍ମଣୀ’ କେଉଁ ରାଜ୍ୟର ଲୋକନୃତ୍ୟ ?
Answer:
‘ଲୱଣୀ’ ମହାରାଷ୍ଟ୍ର ରାଜ୍ୟର ଲୋକନୃତ୍ୟ ଅଟେ ।

(ଚ) ସମଗ୍ର ଏସିଆରେ ପ୍ରସିଦ୍ଧି ଲାଭ କରିଥିବା କନିଷ୍କଙ୍କଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ କେଉଁଠାରେ ଅବସ୍ଥିତ ?
Answer:
ସମଗ୍ର ଏସିଆରେ ପ୍ରସିଦ୍ଧି ଲାଭ କରିଥିବା କନିଷ୍କଙ୍କଦ୍ୱାରା ନିର୍ମିତ ଉଚ୍ଚ ଗମ୍ବୁଜ ପୁରୁଷପୁରଠାରେ ଅବସ୍ଥିତ ।

(ଛ) କେଉଁ ଶାସକ କୁତବ୍‌ମିନାରର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ ?
Answer:
ସାମ୍‌ସୁଦ୍ଦିନ୍ ଇଲ୍‌ଡ୍‌ମିସ୍ କୁତବ୍‌ମିନାରର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିଲେ ।

(ଜି) ଦିଲ୍ଲୀର ଲାଲ୍‌କିଲ୍ଲା କିଏ ନିର୍ମାଣ କରିଥିଲେ ?
Answer:
ଦିଲ୍ଲୀର ଲାଲକିଲ୍ଲା ମୋଗଲ ସମ୍ରାଟ ଶାହାଜାହାନ୍ ନିର୍ମାଣ କରିଥିଲେ ।

(ଝ) କାବୁଲ୍ ବାଗ୍ ବା କାବୁଲ୍ ଉଦ୍ୟାନ କେଉଁଠାରେ ଅବସ୍ଥିତ ?
Answer:
କାବୁଲ୍ ବାଗ୍ ବା କାବୁଲ୍ ଉଦ୍ୟାନ ପାନିପଥଠାରେ ଅବସ୍ଥିତ ।

(ଞ) ଶିଖ୍ମାନଙ୍କ ସ୍ୱର୍ଣ୍ଣ ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
ପଞ୍ଜାବର ଅମୃତସର ଅଞ୍ଚଳରେ ଶିଖ୍ମାନଙ୍କ ସ୍ଵର୍ଣ୍ଣମନ୍ଦିର ଅବସ୍ଥିତ ।

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

୪। ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) ଗୁପ୍ତଯୁଗରେ କେଉଁ କଳା ମୌର୍ଯ୍ୟ କଳା ଲୋପ ପାଇ ସମ୍ପୂର୍ଣ ଭାରତୀୟ ଶୈଳୀରେ ମୂର୍ତ୍ତିକଳା ନିର୍ମିତ ହୋଇଥିଲା ?
(i) ମୌର୍ଯ୍ୟ କଳା
(ii) ମଥୁରା କଳା
(iii) ଗାନ୍ଧାର କଳା
(iv) ଦ୍ରାବିଡ଼ ଶୈଳୀ
Answer:
(iii) ଗାନ୍ଧାର କଳା

(ଖ) ରାଜପୁତ୍ରମାନଙ୍କ ସମୟରେ ରାଜସ୍ଥାନର କେଉଁ ସ୍ଥାନରେ ଏକ-ଲିଙ୍ଗ ମନ୍ଦିର ନିର୍ମିତ ହୋଇଥିଲା ?
(i) ଓସିଆ
(ii) ଚିତୋରଗଡ଼
(iii) ମାଉଣ୍ଟ ଆବୁ
(iv) ଉଦୟପୁର
Answer:
(iv) ଉଦୟପୁର

(ଗ) କେଉଁ ରାଜ୍ୟରୁ ‘କଥାକଲି’ ଶସ୍ତ୍ରୀୟ ନୃତ୍ୟ ସୃଷ୍ଟି ହୋଇଛି ?
(i) କୋରଳ
(ii) ତାମିଲନାଡୁ
(iii) ଆନ୍ଧ୍ରପ୍ରଦେଶ
(iv) ଉତ୍ତରପ୍ରଦେଶ
Answer:
(i) କୋରଳ

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଘ) କାଶ୍ମୀର ମନ୍ଦିର ସ୍ଥାପତ୍ୟ ଶୈଳୀରେ କେଉଁଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମିତ ହୋଇଥିଲା ?
(i) ଗ୍ବାଲିୟର
(ii) ମଉଁଳ
(iii) କୋଣାର୍କ
(iv) ଅବନ୍ତୀପୁର
Answer:
(ii) ମଉଁଳ

(ଙ) ଦକ୍ଷିଣରେ ଭିଥଲ ମନ୍ଦିର କାହାଦ୍ଵାରା ନିର୍ମିତ ହୋଇଥିଲା ?
(i) ରାଜରାଜ ଚୋଳ
(ii) ଖାରବେଳ
(iii) କୃଷ୍ଣଦେବ ରାୟ
(iv) ରାଣାକୁମ୍ଭ
Answer:
(iii) କୃଷ୍ଣଦେବ ରାୟ

(ଚ) ଜାହଙ୍ଗୀରଙ୍କଦ୍ଵାରା କେଉଁଠାରେ ଆକବର ମକବରା ନିର୍ମାଣ କରାଯାଇଥିଲା ?
(i) ଫତେବାଦ
(ii) ଫତେପୁର ସିକ୍ରି
(iii) ସିକନ୍ଦରା
(iv) ସାହାଦାରା
Answer:
(iii) ସିକନ୍ଦରା

(ଛ) ଦିଲ୍ଲୀର ପୁରୁଣା ଜିଲ୍ଲା କେଉଁ ସମ୍ରାଟଙ୍କ ସମୟର କୀର୍ତ୍ତି ?
(i) ବାବର
(ii) ଶେରଶାହ
(iii) ଆଲ୍ଲାଉଦ୍ଦିନ୍ ଖ୍ଜୀ
(iv) ଶାହାଜାହାନ୍
Answer:
(ii) ଶେରଶାହ

BSE Odisha 9th Class History Solutions Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

(ଜ) କେଉଁ ରାଜ୍ୟ ‘ଜମ୍ପାନୀ’ ଶାଢ଼ି ପାଇଁ ପ୍ରସିଦ୍ଧ ?
(i) ଆସାମ
(ii) ରାଜସ୍ଥାନ
(iii) ତ୍ରିପୁରା
(iv) ପଶ୍ଚିମବଙ୍ଗ
Answer:
(iv) ପଶ୍ଚିମବଙ୍ଗ

(ଝ) ‘ଆଇନ୍-ଇ-ଆକ୍‌ବରୀ’ର ରଚୟିତା କିଏ ?
(i) ଅମୀର ଖୁସ୍‌
(ii) ଜିଆଉଦ୍ଦିନ୍ ବରାନୀ
(iii) ଆବୁଲ ଫାଜଲ
(iv) ଆକବର
Answer:
(iii) ଆବୁଲ ଫାଜଲ

(ଞ) ଗୁପ୍ତଯୁଗର କେଉଁ ବୈଜ୍ଞାନିକ ବିଶୋଧନ କରିବା ଆକବର ପଦ୍ଧତି ଆବିଷ୍କାର କରିଥିଲେ ?
(i) ଭଗଚତ
(ii) ପାଳକପ୍ଯ
(iii) ବରାହ ମିହିର
(iv) ନାଗାର୍ଜୁନ
Answer:
(iv) ନାଗାର୍ଜୁନ

Leave a Comment