BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

Odisha State Board BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ will enable students to study smartly.

BSE Odisha Class 10 Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ବିତ୍ତ୍ୟତ୍‌ ପ୍ରୋତର ଚୁମ୍ବକ1ଯ ପ୍ରଭାବ (Magnetic Effect of Electric Current) :
ଚୁମ୍ବକୀୟକ୍ଷେତ୍ର ଓ କ୍ଷେତ୍ରରେଖା (Magnetic Field and Field Lines) :

  • ଚୁମ୍ବକର ଚତୁଃପାର୍ଶ୍ଵରେ ଥ‌ିବା ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ । ତାହାକୁ ଚୁମ୍ବକୀୟ କ୍ଷେତ୍ର କୁହାଯାଏ ।
  • କମ୍ପାସ ସୂଚୀଟି ମୁକ୍ତ ଅବସ୍ଥାରେ ଉତ୍ତର ଦକ୍ଷିଣ ଦିଗ ନିର୍ଦ୍ଦେଶ କରେ ।
  • ସୂଚୀର ଯେଉଁ ପ୍ରାନ୍ତଟି ଉତ୍ତର ଆଡ଼କୁ ରହେ ତାହାକୁ ଉତ୍ତର ମେରୁ ଓ ଯେଉଁ ପ୍ରାନ୍ତଟି ଦକ୍ଷିଣ ଆଡ଼କୁ ରହେ ତାକୁ ଦକ୍ଷିଣ ମେରୁ କୁହାଯାଏ ।
    BSE Odisha 10th Class Physical Science Notes Chapter 9 img-1
  • ସମମେରୁ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମ ମେରୁ ପରସ୍ପରକୁ ଆକର୍ଷଣ କରନ୍ତି ।

→ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର(Magnetic Field due to a Current carrying Conductor) :

→ ସଳଖ ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to Current through a Straight Conductor):

→ କୁଣ୍ଡଳୀ ବା ବୃତ୍ତାକାର ପରିବାହୀରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current through a Circular Loop):

  • ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ବୃତ୍ତାକାର ପରିବାହୀ କ୍ଷେତ୍ରରେ ତାରଠାରୁ ଦୂରେଇଗଲେ ସମକେନ୍ଦ୍ରିକ ବୃତ୍ତର ଆକାର ବଢ଼େ ।
  • କୁଣ୍ଡଳୀର କେନ୍ଦ୍ର ଆଡ଼କୁ ବୃତ୍ତଗୁଡ଼ିକ ସରଳରେଖାଭଳି ଦେଖାଯିବ ।
  • ତାରର ପ୍ରତିଟି ଅଂଶ କୁଣ୍ଡଳୀ ମଧ୍ଯରେ ଏକାଦିଗରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରୁଛି ।
  • ପରିବାହୀରେ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଲେ ସଂପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିମାଣ ବଢ଼େ ।
  • କୁଣ୍ଡଳୀରେ ଯଦି n ସଂଖ୍ୟକ ଘର ରହେ ତେବେ ଗୋଟିଏ ନିର୍ଦ୍ଦିଷ୍ଟ ବିଦ୍ୟୁତ୍ ସ୍ରୋତ ପାଇଁ ଚୁମ୍ବକୀୟ ପରିମାଣ ଗୋଟିଏ ଘେର ତୁଳନାରେ n ଗୁଣ ହେବ ।

→ ସଲେନଏଡ଼ରେ ବିଦ୍ୟୁତ୍ ସ୍ରୋତ ଜନିତ ଚୁମ୍ବକୀୟ କ୍ଷେତ୍ର (Magnetic Field due to a Current in a Solenoid) :
ବିଦ୍ୟୁତ୍‌ରୋଧୀ ଆବରଣ ଯୁକ୍ତ ତମ୍ବାତାରରୁ ତିଆରି ବହୁ ବୃତ୍ତାକାର ଘେର ବିଶିଷ୍ଟ ଏକ ସିଲିଣ୍ଡର ସଦୃଶ କୁଣ୍ଡଳୀକୁ ସଲେନଏଡ୍ କହନ୍ତି ।

  • ଏହାର ଢାଞ୍ଚାଟି ଗୋଟିଏ ଦଣ୍ଡ ଚୁମ୍ବକ ଜନିତ ଢାଞ୍ଚା ।
  • ବିଦ୍ୟୁତ୍ ପ୍ରବାହ କଲେ ତାହା ଦଣ୍ଡ ଚୁମ୍ବକ ଭଳି ଚାରିପାଖରେ ଚୁମ୍ବକୀୟ କ୍ଷେତ୍ରରେଖା ସୃଷ୍ଟିକରେ ।
    BSE Odisha 10th Class Physical Science Notes Chapter 9 img-2
  • ବିଦ୍ୟୁତ୍ ସ୍ରୋତଧାରୀ ସଲେନଏଡ୍ ଗୋଟିଏ ପ୍ରାନ୍ତ ଚୁମ୍ବକୀୟ ଉତ୍ତର ମେରୁ ଓ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ମେରୁ ଭଳି ଆଚରଣ କରେ ।
  • ସଲେନଏଡ୍ ଭିତର ପଟରେ କ୍ଷେତ୍ରରେଖାଗୁଡ଼ିକ ସରଳରୈଖ୍ୟକ ଓ ପରସ୍ପର ସହ ସମାନ୍ତର ।
  • ସଲେନଏଡ୍‌ର ଭିତର ପଟେ ସବୁଠାରେ ଚୁମ୍ବକୀୟ କ୍ଷେତ୍ରର ପରିମାଣ ଓ ଦିଗ ସମାନ ଅର୍ଥାତ୍ ଏହା ଏକ ସମଚୁମ୍ବକୀୟ କ୍ଷେତ୍ର (Uniform magnetic field) ।
  • ନରମ ଲୁହାଭଳି ଚୁମ୍ବକୀୟ ବସ୍ତୁଟିଏ ସଲେନଏଡ୍ ଭିତରେ ରଖିଲେ ସଲେନଏଡ୍ ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ତାହା ଚୁମ୍ବକରେ ପରିଣତ ହୁଏ । ଏ ପ୍ରକାର ଚୁମ୍ବକକୁ ବିଦ୍ୟୁତଚୁମ୍ବକ କହନ୍ତି |
    BSE Odisha 10th Class Physical Science Notes Chapter 9 img-3

→ ଚୁମ୍ବକୀୟ କ୍ଷେତ୍ରରେ ବିଦ୍ୟୁତ୍ ସ୍ରୋତଧାରୀ ପରିବାହୀ ଉପରେ ବଳ (Force on a Current Carrying Conductor in a Magnetic Field):

  • ପରିବାହୀରେ ବିଦ୍ୟୁତ୍ ପ୍ରବାହ ହେଲେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିହୁଏ ।
  • ଏହି ଚୁମ୍ବକୀୟ କ୍ଷେତ୍ରରେ ଚୁମ୍ବକଟିଏ ରହିଲେ ତା ଉପରେ ଏକ ବଳ କାର୍ଯ୍ୟକାରୀ ହୁଏ ।
  • ଫରାସୀ ବୈଜ୍ଞାନିକ ଆନ୍ଦ୍ର-ମ୍ୟାରୀ ଏମ୍ପିୟର ଦର୍ଶାଇଲେ ଯେ ଚୁମ୍ବକଟି ମଧ୍ୟ ବିଦ୍ୟୁତ୍ ସ୍ରୋତ ଧାରୀ ପରିବାହୀ ଉପରେ ସମପରିମାଣର ବିପରୀତ ବଳପ୍ରୟୋଗ କରେ ।

→ ବିଦ୍ୟୁତ୍‌ଚୁମ୍ବକୀୟ ପ୍ରେରଣ (Electromagnetic induction) :
1831 ମସିହାରେ ଇଂରେଜ ବୈଜ୍ଞାନିକ ମାଇକେଲ୍‌ ଫାରାଡେ ଗତିଶୀଳ ଚୁମ୍ବକଦ୍ୱାରା ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରିଥିଲେ । ଚୁମ୍ବକତ୍ଵରୁ ବିଦ୍ୟୁତ୍ ସୃଷ୍ଟିର ପଦ୍ଧତିକୁ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ କହନ୍ତି ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ବିଦ୍ୟୁତ୍ ଜେନେରେଟର (Electric Generator) :
ବିଦ୍ୟୁତ୍ ଜେନେରେଟର ଦ୍ଵାରା ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ତାର କୁଣ୍ଡଳୀର ଘୁର୍ଣ୍ଣନ ଯୋଗୁ ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ । ଏହି ପଦ୍ଧତି ବ୍ୟବହାର କରି ଘରେ ଓ କଳକାରଖାନାରେ ଆବଶ୍ୟକ ହେଉଥ‌ିବା ଅଧ୍ବକ ପରିମାଣର ବିଦ୍ୟୁତ୍ ପ୍ରବାହ ମଧ୍ଯ ମିଳିଥାଏ ।

  • ABCD ଏକ ପୂର୍ଣ୍ଣ ।ପ୍ମାନ ଆୟତାକାର କୁଣ୍ଡଳୀ ।
  • ସ୍ଥାୟ1 ରୁମ୍ବକ ମଧ୍ୟରେ ଏକ ଅଖ ଯୋଡ଼ାଯାଇଥାଏ, ଯାହାକୁ ଏକ ବାହ୍ୟ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ଏକ ଅକ୍ଷ ଚାରି ପଟେ ଘୂରେ ।
  • କୁଣ୍ଡଳୀରେ ଯେତେ ସଂଖ୍ୟକ ଘେର ରହିବ ପ୍ରେରିତ ବିଦ୍ୟୁତ୍ ପ୍ରବାହ ତଦନୁ ସାରେ ଅଧ୍ଵ ହେବ ଏବଂ ଅଧ‌ିକ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରାଯାଇ ପାରିବ।
  • ପ୍ରତି ଅର୍ଥ ଘୂର୍ଣ୍ଣନ ପରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ଦିଗରେ ପରିବର୍ତ୍ତନ ଘଟେ । ଏ ପ୍ରକାର ସ୍ରୋତକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ (AC) କହନ୍ତି ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ବଦଳାଏ । ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ଉତ୍ପନ୍ନ କରୁଥିବା ଜେନେରେଟରକୁ AC ଜେନେରେଟର୍‌ କହନ୍ତି ।
  • ଆଦୌ ଦିଗ ବଦଳାଉ ନଥ‌ିବା ବିଦ୍ୟୁତ୍ ପ୍ରବାହକୁ ସଳଖ ବିଦ୍ୟୁତ୍ ପ୍ରବାହ (DC) କହନ୍ତି ।
  • ଏ.ସି. ଜେନେରେଟର୍‌ ବଳୟ ପରିବର୍ତ୍ତେ ବିଖଣ୍ଡିତ ବଳୟ ବା କମ୍ୟୁଟେଟ୍‌ର ବ୍ୟବହାର କଲେ ତାକୁ D.C.

BSE Odisha 10th Class Physical Science Notes Chapter 9 img-4

→ ସଳଖ ବିଦ୍ୟୁତ୍ ପ୍ରବାହ ଓ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ପ୍ରବାହ (Direct Current and Alternating Current) :

  • ସଳଖ ବିଦ୍ୟୁତ୍ ପ୍ରବାହ ସର୍ବଦା ଗୋଟିଏ ଦିଗରେ ପ୍ରବାହିତ ହେଉଥ‌ିବାବେଳେ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଦିଗ ପରିବର୍ତ୍ତନ କରେ ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ପ୍ରତି ସେକେଣ୍ଡରେ ଯେତେ ଥର ଦିଗ ବଦଳାଇ ପୂର୍ବାବସ୍ଥାକୁ ଫେରିଆସେ, ତାହାକୁ ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତର ଆବୃତ୍ତି କହନ୍ତି ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍‌ରୁ ଉତ୍ପନ୍ନ ହୁଏ।
  • ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ବାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧିକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ । ଭାରତରେ ମିଳୁଥିବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ ପ୍ରତି \(\frac { 1 }{ 100 }\) ସେକେଣ୍ଡରେ ଦିଗ ପରିବର୍ତ୍ତନ କରେ ଅର୍ଥାତ୍ ଏହାର ଆବୃତ୍ତି 50 ହର୍ସ ।
  • ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ୍ ସ୍ରୋତ୍ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରୁ ଉତ୍ପାଦିତ ହୁଏ । ସଳଖ ବିଦ୍ୟୁତ୍ ସ୍ରୋତ ବ୍ୟାଟେରୀ ଏବଂ ବିଭିନ୍ନ ପ୍ରକାର ବିଦ୍ୟୁତ୍ ସେଲ୍‌ରୁ ଉତ୍ପନ୍ନ ହୁଏ।
  • ଦୂର ସ୍ଥାନକୁ ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ବିଦ୍ୟୁତ୍ ଶକ୍ତି ପଠାଇଲେ ଶକ୍ତି ଅପଚୟ ଅଧୂକ ହୁଏ । କିନ୍ତୁ ପ୍ରତ୍ୟାବର୍ତୀ ବିଦ୍ୟୁତ୍ ଶକ୍ତି ପଠାଇବାଦ୍ୱାରା ଶକ୍ତି ଅପଚୟ କମ୍ ହୁଏ ।
  • ଟର୍ଚ୍ଚ, କାଲ୍‌କୁଲେଟର, ଘଣ୍ଟା ଇତ୍ୟାଦି ସଳଖ ବିଦ୍ୟୁତ୍ ପ୍ରବାହଦ୍ଵାରା ଚାଲେ କିନ୍ତୁ ପଙ୍ଖା, ବଲ୍‌ବ, ମୋଟର୍ ଇତ୍ୟାଦି ପ୍ରତ୍ୟାବର୍ତ୍ତୀ ବିଦ୍ୟୁଦ୍ଵାରା ପରିଚାଳିତ ହୁଏ।

BSE Odisha 10th Class Physical Science Notes Chapter BSE Odisha 10th Class Physical Science Notes Chapter 9 ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ

→ ଖୃହ ବିହ୍ୟବ ପରିପଥ (Domestic Electric Circuits) :

  • ବିଦ୍ୟୁତ୍ ଖୁଣ୍ଟିରୁ ଝୁଲନ୍ତା ତାର ବା ମାଟିତଳ କେବଲ୍ (Cable) ଦ୍ବାରା ଦୁଇଟି ତାର ଘରକୁ ଆସିଥାଏ । ଏହାକୁ ମୁଖ୍ୟ ବିଦ୍ୟୁତ୍ ଯୋଗାଣ (Mains) ତାର କହନ୍ତି ।
  • ସେଥୁରୁ ଗୋଟିଏ ଲାଲ୍ ରଙ୍ଗର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆବୃତ୍ତ ହୋଇଥାଏ । ଏହାକୁ ଲାଇଭ୍ (Live) ଲାଇନ୍ (Positive) ବାଫେଜ୍ (Phase) ଲାଇନ୍‌ କହନ୍ତି |
  • ଅନ୍ୟ ତାରଟିର ବିଦ୍ୟୁତ୍‌ରୋଧୀ ଆବରଣ କଳାରଙ୍ଗର ଏବଂ ଏହାକୁ ନିଉଟ୍ରାଲ୍ (Negative) ଲାଇନ୍ କହନ୍ତି । ଆମ ଦେଶରେ ଫେଜ୍ ଲାଇନ୍ ଓ ନିଉଟ୍ରାଲ୍ ଲାଇନ୍ ମଧ୍ଯରେ ବିଭବାନ୍ତର 220 V ।
  • ଏହି ତାରଦ୍ଵୟର ମୁଖ୍ୟ ଫ୍ୟୁଜ୍ (Fuse) ଜରିଆରେ ଘରର କାନ୍ଥରେ ଲାଗିଥିବା ମିଟର ବୋର୍ଡ଼କୁ ଆସେ ।
  • ୱାଟ୍ ମିଟରରୁ ଦୁଇଟି ତାର ଲାଇଭ୍ ଓ ନିଉଟ୍ରାଲ୍ ତାର ରୂପରେ ବଣ୍ଟନ ବାକ୍‌ସକୁ ଯାଇଥାଏ ।
  • ବଣ୍ଟନ ବାକ୍‌ସରେ ଲାଇଭ୍ ତାରରେ ଫ୍ୟୁଜ୍ ଲାଗିଥାଏ ।
    BSE Odisha 10th Class Physical Science Notes Chapter 9 img-5
  • ଘର ମଧ୍ୟରେ ଦୁଇ ପ୍ରକାରର ବିଦ୍ୟୁତ୍ ପରିପଥ ଥାଏ ।
    • ଅଧିକ ପାୱାର ଆବଶ୍ୟକ କରୁଥିବା ଜଳ ତାପକ ବା ଗିଜର (Geyser) ଓ ବାୟୁ ଶୀତଳକ (Aircooler) ପାଇଁ 15 A ରେଟିଂର ପରିପଥ।
    • ବିଦ୍ୟୁତ୍ ବଲ୍‌ବ, ପଙ୍ଖା ଆଦି ଉପକରଣ ପାଇଁ 5A ରେଟିଂର ପରିପଥ ବ୍ୟବହାର କରାଯାଏ ।
  • ଘରେ ଫେଜ୍ ତାର ଓ ନିଉଟ୍ରାଲ୍ ତାର ସହିତ ଏକ ତୃତୀୟ ତାର ମଧ୍ୟ ବ୍ୟବହାର ହୁଏ । ଏହାକୁ ଭୂ-ତାର (Earthwire) କହନ୍ତି । ଏହା ସବୁଜ ବର୍ଣ୍ଣର ବିଦ୍ୟୁତ୍‌ରୋଧୀ ଦ୍ଵାରା ଆଚ୍ଛାଦିତ । ଏହାର ଗୋଟିଏ ପ୍ରାନ୍ତ ଧାତବ ଫଳକ ସହିତ ସଂଯୁକ୍ତ ହୋଇଥାଏ ଓ ଅନ୍ୟପ୍ରାନ୍ତ ଘରର ବାହାରେ ମାଟିରେ ବହୁ ଗଭୀରକୁ ପୋତା ଯାଇଥାଏ ।
  • ବୈଦ୍ୟୁତିକ ଇସ୍ତ୍ରୀ, ଟୋଷ୍ଟର, ରେଫ୍ରେଜରେଟର ଆଦି ଉପକରଣର ଧାତବ ଖୋଳକୁ ଭୂ-ତାର ସଂଲଗ୍ନ କରାଯାଇଥାଏ ।
    ଯଦି କେତେବେଳେ ବିଦ୍ୟୁତ୍ ସ୍ରୋତ ଲିକ୍ କରି ଧାତବ ଖୋଳକୁ ଚାଲିଆସେ ତାହା ଭୂ-ତାର ଯୋଗେ ମାଟିକୁ ଚାଲିଯାଏ ଓ ଧାତବ ଉପକରଣକୁ ଛୁଇଁଲେ ଆଘାତ ଲାଗେ ନାହିଁ ।
  • ସମସ୍ତ ଉପକରଣ ପାଇଁ ସମାନ ବିଦ୍ୟୁତ୍ ବିଭବାନ୍ତର ରଖୁବା ସକାଶେ ସେଗୁଡ଼ିକର ସମାନ୍ତରାଳ ସଂଯୋଗ କରାଯାଏ ।
  • ଫ୍ୟୁଜ୍ ଉପକରଣ ଓ ପରିପଥକୁ ଅତ୍ୟଧ‌ିକ ବିଦ୍ୟୁତ୍ ପ୍ରବାହ ଜନିତ କ୍ଷତିରୁ ଫ୍ୟୁଜ୍ ରକ୍ଷାକରେ ।
  • ବିଦ୍ୟୁତ୍‌ରୋଧୀ ଆବରଣ ନଷ୍ଟ ହୋଇଯିବା ଯୋଗୁଁ ବା ଉପକରଣରେ ତ୍ରୁଟି ଥିଲେ ଲାଇଭ୍ ତାର ଓ ନିଉଟ୍ରାଲ୍ ତାର ସିଧାସଳଖ ପରସ୍ପରକୁ ସ୍ପର୍ଶ କରିବାର ଆଶଙ୍କା ଥାଏ । ଏପରି ହେଲେ ବିଦ୍ୟୁତ୍ ପ୍ରବାହର ପରିମାଣ ହଠାତ୍ ବଢ଼ିଯାଏ। ଏହାକୁ ଲଘୁପଥନ (Short-circuiting) କହନ୍ତି ।
  • ଯଦି କୌଣସି କାରଣରୁ ଘରକୁ ଆସିଥିବା ଯୋଗାଣ ତାରର ବିଭବାନ୍ତର ବଢ଼ିଯାଏ ବା ଗୋଟିଏ ପ୍ଲଗ୍ ସକେଟ୍‌ରେ ଏକାଧ୍ଵକ ଉପକରଣ ସଂଯୋଗ କରାଯାଏ ତାହେଲେ ମଧ୍ୟ ବିଦ୍ୟୁତ୍ ସ୍ରୋତର ପରିମାଣ ବଢ଼ିଯାଇପାରେ । ଏହାକୁ ଓଭରଲୋଡିଂ (Overloading) କହନ୍ତି । ଏଭଳି କ୍ଷେତ୍ରରେ ଅଧିକ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଫ୍ୟୁଜ୍ ତାର ତରଳି ଯାଇ ପରିପଥକୁ ବିଚ୍ଛିନ୍ନ କରିଦିଏ ଓ ଉପକରଣକୁ ସୁରକ୍ଷିତ ରଖେ ।

Leave a Comment