BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା will enable students to study smartly.

BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • କୌଣସି ଦେଶର କଳା, ସ୍ଥାପତ୍ୟ, ଶିଳ୍ପ, ସାହିତ୍ୟ ଓ ବୈଷୟିକ ବିଦ୍ୟା ବିଷୟଗୁଡ଼ିକରେ ପ୍ରାଚୀନ କାଳରୁ ଅର୍ଜିତ ପାରଦର୍ଶିତା ସେ ଦେଶର ଐତିହ୍ୟର ପରିଚୟ ପ୍ରଦାନ କରିଥାଏ ।
  • ସମୟକ୍ରମେ ଏହି ବିଷୟଗୁଡ଼ିକରେ ଉନ୍ନତି ଓ ଅଭିବୃଦ୍ଧି ହୋଇ ସଭ୍ୟତା ବା ସଂସ୍କୃତିର ମାନ ଉଚ୍ଚକୋଟିର ହୋଇଥାଏ ।
  • ଅତୀତର ସାଂସ୍କୃତିକ ଉପାଦାନଗୁଡ଼ିକର ମାନ ଓ ଗୁରୁତ୍ଵ ଦେଶର ଐତିହ୍ୟର ସୂଚନା ପ୍ରଦାନ କରିଥାଏ ।

ବିଷୟବସ୍ତୁର ରୂପରେଖ:

  • କଳା
  • ସ୍ଥାପତ୍ୟ
  • ଶିଳ୍ପ କୌଶଳ
  • ସାହିତ୍ୟ
  • ବିଜ୍ଞାନ ଓ ବୈଷୟିକ ବିଦ୍ୟା

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ କଳା:
ମୂର୍ତ୍ତିକଳା:

  • ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା, ମୋହର, ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତର ମୂର୍ତ୍ତିକଳାର ଆରମ୍ଭର ସୂଚନା ପ୍ରଦାନ କରିଥାଏ ।
  • ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ଜାତୀୟ ପ୍ରତୀକ ଭାବେ ଅଶୋକଙ୍କ ସାରନାଥ ସ୍ତମ୍ଭର ଅଗ୍ରଭାଗକୁ ଗ୍ରହଣ କରାଯାଇଛି ।
  • ସାରନାଥର ସ୍ତମ୍ଭ ଓ ଓଡ଼ିଶାର ଧଉଳିପାହାଡ଼ସ୍ଥ ପ୍ରସ୍ତର ଖୋଦିତ ହସ୍ତୀ ଆଦି ଅଶୋକଙ୍କ ସ୍ୱାୟର କଳାକୃତି ।
  • କୁଶାଣ ରାଜତ୍ଵ ସମୟରେ ବିଶେଷ କରି କନିଷ୍କଙ୍କ ସମୟରେ ଗାନ୍ଧାର କଳାର ବିକାଶ ହୋଇଥିଲା ।

ମୂର୍ତ୍ତିକଳା
ମୂର୍ତ୍ତିକଳା 1

  • ଦ୍ରାବିଡ଼ ଶୈଳୀରେ ଧନୁସ୍ପୋଟିଠାରେ ଅବସ୍ଥିତ ରାମେଶ୍ଵର ମନ୍ଦିର ଏବଂ ମଦୁରା ଶିବ ମନ୍ଦିର ଓ ମୀନାକ୍ଷୀ ମନ୍ଦିର ନିର୍ମାଣ କରାଯାଇଥିଲା ।
  • ଉତ୍ତର ଭାରତର ‘‘ନାଗର ଶୈଳୀ’ରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ମନ୍ଦିରମାନ ନିର୍ମାଣ କରାଯାଇଥିଲା, ଯାହାକି ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଅଟେ ।
  • ଅଜନ୍ତାର ନବମ ଗୁମ୍ଫାରେ ରାଣୀଙ୍କ ସହିତ ବସିଥିବା ନଟରାଜ ପ୍ରତିମୂର୍ତ୍ତି ଗୁପ୍ତଯୁଗ ମୂର୍ତ୍ତିକଳାର ଶ୍ରେଷ୍ଠ ନିଦର୍ଶନ ।
  • ରାଜପୁତ ଯୁଗରେ ଉତ୍ତର ଭାରତରେ ନାଗର ଶୈଳୀରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଖଜୁରାହୋ (ମଧ୍ୟପ୍ରଦେଶ ), କାଳି ମାତା ମନ୍ଦିର (ରାଜସ୍ଥାନ), ଏକ-ଲିଙ୍ଗ ମନ୍ଦିର (ଉଦୟପୁର) ଅନ୍ୟତମ ।

→ ଚିତ୍ରକଳା:

  • ଖ୍ରୀଷ୍ଟପୂର୍ବ ୫୫୦୦ରେ ଅଙ୍କିତ ସର୍ବପୁରାତନ ଚିତ୍ରକଳାର ନିଦର୍ଶନ ଆମ ଦେଶରେ ଦେଖାଯାଏ ।
  • ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ଯୋଗୀମଠଠାରେ ଆବିଷ୍କୃତ ପ୍ରାଗ୍-ଐତିହାସିକ ଗୁମ୍ଫାଚିତ୍ରରୁ ଭାରତୀୟ ଚିତ୍ରକଳାର ପ୍ରାଚୀନତା ଜଣାପଡ଼ିଥାଏ ।
  • ହୁମାୟୁନଙ୍କଦ୍ୱାରା ନିଯୁକ୍ତ ସୟଦ ଅଲ୍ଲୀ ତାବରେଜୀ ଓ ଖୁଜା ଅବଦୁସ୍ ସମଦ ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ମୋଗଲ ସମ୍ରାଟ ବାବର, ହୁମାୟୁନ୍, ଆକବର, ଜାହାଙ୍ଗୀର ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ରାଜପୁତ ଶୈଳୀର ଉପଶାଖା ଭାବେ କାଙ୍ଗ୍ରା ବା ପାହାଡ଼ୀ ଶୈଳୀ ଚିତ୍ରକଳା ହିମାଳୟ ରାଜ୍ୟମାନଙ୍କରେ ବିକଶିତ ହୋଇଥିଲା ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ସଙ୍ଗୀତ କଳା:

  • ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ନର୍ତ୍ତକୀ ମୂର୍ତ୍ତିରୁ ଓ ନୃତ୍ୟରତା ମହିଳାଙ୍କ ବ୍ରୋଞ୍ଜ ମୂର୍ତ୍ତିରୁ ଭାରତୀୟ ନୃତ୍ୟକଳାର ଆବିର୍ଭାବ ହୋଇଥିବାର ସୂଚନା ମିଳିଥାଏ ।
  • ମୌର୍ଯ୍ୟ ଶାସନକାଳରେ ୬୪ କଳା ମଧ୍ୟରୁ ନୃତ୍ୟ ଓ ସଂଗୀତକୁ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।
  • କାଳିଦାସଙ୍କ ରଚିତ ନାଟକଗୁଡ଼ିକ ଗୁପ୍ତଯୁଗର ସଂଗୀତ କଳାର ଉତ୍କର୍ଷତା ପ୍ରମାଣ କରିଥାଏ ।
  • ସୁଲତାନୀ ଶାସନକାଳରେ ଅମୀର ଖୁସ୍‌ରୋଙ୍କଦ୍ଵାରା ପ୍ରବର୍ତ୍ତିତ କୱାଲି ଓ ଖେୟାଲ ଭାରତୀୟ ସଂଗୀତ କଳାର ବିକାଶ ଘଟାଇଥିଲା ।
  • ଆଧୁନିକ ଯୁଗର ଦୁଇ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଥିଲା ଉତ୍ତର ଭାରତର ହିନ୍ଦୁସ୍ଥାନୀ ସଂଗୀତ ଓ ଦକ୍ଷିଣ ଭାରତର କଣ୍ଠାଟିକ୍ ସଂଗୀତ ।
  • ଭାରତରେ ମୃଦଙ୍ଗ, ତବଲା, ବଂଶୀ, ସନ୍ତୁର, ସାରଙ୍ଗୀ, ସୀତାର, ବୀଣା ଇତ୍ୟାଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଏ ।
  • ଭାରତରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଲୋକନୃତ୍ୟମାନ ଦେଖିବାକୁ ମିଳିଥାଏ ।
  • ଭରତ ମୁନିଙ୍କ “‘ ଭ ର ତ ନାଟ୍ୟଶାସ୍ତ୍ର’’ରୁ ଭାରତୀୟ ନାଟ୍ୟକଳାର ଉତ୍ପତ୍ତି ହୋଇଥିଲା ।
  • ଭାରତନାଟ୍ୟମ୍ – ତାମିଲନାଡୁ
    କଥାକଲି – କେରଳ
    ମୋହିନିୟାତ୍ତମ – କେରଳ
    କଥକ – ଉତ୍ତରପ୍ରଦେଶ
    କୁଚିପୁଡ଼ି – ଆନ୍ଧ୍ରପ୍ରଦେଶ
    ମଣିପୁରୀ – ମଣିପୁର
    ଓଡ଼ିଶୀ – ଓଡ଼ିଶା
  • ସାମରିକ ନୃତ୍ୟ
    ସତ୍ରିଆ – ଆସାମ
    ସତେବ୍‌ଜୀ – ପଞ୍ଜାବ
    ପାଇକ – ଓଡ଼ଶା
    କଲ୍ଲାରି ପାୟଟୁ – କେରଳ

ସଙ୍ଗୀତ କଳା

→ ସ୍ଥାପତ୍ୟ:

  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତୀୟ ସ୍ଥାପତ୍ୟକଳାର କ୍ରମବିକାଶ ଘଟିଥିଲା ।
  • ରାଜପୁତ ଯୁଗରେ ଆଞ୍ଚଳିକ ଶାସକମାନ ଦ୍ବାରା ଅନେକ ମନ୍ଦିର ନିର୍ମିତ ହୋଇଥିଲା । ସେ ସମୟରେ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ସୋମନାଥ ମନ୍ଦିର (ଗୁଜରାଟ), ଜଗନ୍ନାଥ ମନ୍ଦିର (ଓଡ଼ିଶା), ଖଜୁରାହୋ (ମଧ୍ୟପ୍ରଦେଶ), ଏକଲିଙ୍ଗ ମନ୍ଦିର (ରାଜସ୍ଥାନ) ଇତ୍ୟାଦି ପ୍ରସିଦ୍ଧ ଥିଲା ।

ସ୍ଥାପତ୍ୟ
ସ୍ଥାପତ୍ୟ 1

  • ମୋଗଲ ଶାସନ କାଳରେ କୁତବ୍‌ମିନାର (ଦିଲ୍ଲୀ) ଓ ଇଲତୁସ୍‌ଙ୍କ ମକବରା ଦିଲ୍ଲୀରେ ନିର୍ମାଣ କରାଯାଇଥିଲା ।
  • ଆମ ଦେଶରେ ଥ‌ିବା ଶିଖ୍ ଧର୍ମୀୟ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଥିଲା; ଯଥା— ଅମୃତସରର ସ୍ବର୍ଣ୍ଣମନ୍ଦିର, ଦିଲ୍ଲୀର ଶିଖ୍ଗଞ୍ଜ ଓ ବଙ୍ଗଳାସାହିବ ଗୁରୁଦ୍ୱାର, ବିହାରର ପାଟନାସାହିବ ଗୁରୁଦ୍ୱାର, ମହାରାଷ୍ଟ୍ରର ନାନ୍ଦେନ୍ଦ୍ ଗୁରୁଦ୍ୱାର ଇତ୍ୟାଦି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଶିଳ୍ପ କୌଶଳ:

  • ହସ୍ତଶିଳ୍ପ : ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ବ୍ରୋଞ୍ଜ ତଥା ତମ୍ବା ନିର୍ମିତ ବିଭିନ୍ନ ସାମଗ୍ରୀ, ବୈଦିକ ଯୁଗର ଧାତୁ ନିର୍ମିତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ କାଠ ଓ ଚମଡ଼ା ନିର୍ମିତ ସାମଗ୍ରୀ ଭାରତୀୟ କାରିଗରୀ ବିଦ୍ୟାର ନୈପୁଣ୍ୟ ଦେଖିବାକୁ ମିଳେ ।
  • କର୍ଣ୍ଣାଟକ – ଚନ୍ଦନ କାଠ, ମହାରାଷ୍ଟ୍ର – ତମ୍ବାପାତ୍ର, ଓଡ଼ିଶାର – ପଥରକାମ, ରାଜସ୍ଥାନର ଉତ୍ତରପ୍ରଦେଶର – ମାର୍ବଲ କାମ, ପଶ୍ଚିମବଙ୍ଗର – ଝୋଟଜାତ ଦ୍ରବ୍ୟ ଅନ୍ୟତମ ।
    ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାରୁ କର୍ପାସ ଓ ପଶମ ବସ୍ତ୍ର ବୟନର ବିକାଶ ଆରମ୍ଭ ହୋଇଥିଲା ।

ଶିଳ୍ପ କୌଶଳ

→ ସାହିତ୍ୟ:

  • ଧର୍ମ ସାହିତ୍ୟ : ହିନ୍ଦୁ ସାହିତ୍ୟ ମଧ୍ଯରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ପ୍ରଥମ ସାହିତ୍ୟ ‘ବେଦ’ ଏବଂ ପରବର୍ତ୍ତୀ କାଳରେ ସଂହିତା’, ‘ବ୍ରାହ୍ମଣ’, ‘ଆରଣ୍ୟକ’, ‘ଉପନିଷଦ’, ‘ରାମାୟଣ’, ‘ମହାଭାରତ’, ପୁରାଣ ଓ ‘ଗୀତା’ ରଚନା କରାଯାଇଥିଲା ।
  • ଜୈନ୍ୟ ସାହିତ୍ୟରେ ‘ଅଙ୍ଗ’, ‘ଉପାଙ୍ଗ’, ‘ମୂଳ’ ଓ ‘ସୂତ୍ର’ ଏବଂ ଭଦ୍ରବାହୁଙ୍କ ରଚିତ ‘କଳ୍ପସୂତ୍ର’ ଅନ୍ୟତମ ।
  • ବୌଦ୍ଧ ସାହିତ୍ୟରେ ‘ତ୍ରିପିଟକ’, ଅଶ୍ଵଘୋଷଙ୍କ ‘ବୁଦ୍ଧ ଚରିତ’, ନାଗାର୍ଜୁନଙ୍କ ‘ପ୍ରଜ୍ଞା ପାରମିତା ସୂତ୍ରଶାସ୍ତ୍ର’, ବସୁମିତ୍ରଙ୍କ ‘ମହାବିଭାଷା’ ଅନ୍ୟତମ ଅଟେ ।
  • ଅଭିଞାନ ଶାକୁନ୍ତଳମ୍ , ମାଳବିକାଗ୍ନିମିତ୍ରମ୍, ବିକ୍ରମୋବିର୍ବଶୀୟମ, ରଘୁବଂଶମ୍, ଋତୁସଂହାର ଓ ମେଘଦୂତମ୍ – କାଳିଦାସଙ୍କର ଅମର କୃତି ।
  • ଆବୁଲ ଫାଜଲ – ଆଇନ ଆକବରୀ ଓ ଆକବରନାମା ।
  • ନିରପେକ୍ଷ ସାହିତ୍ୟ – ପ୍ରାଚୀନ ଯୁଗର ସୃଷ୍ଟି ହୋଇଥିବା ସାହିତ୍ୟ କୃତି ।

ସାହିତ୍ୟ

→ ବିଜ୍ଞାନ ଓ ବୈଷୟିକ ବିଦ୍ୟା:
ଗଣିତ :

  • ସିନ୍ଧୁ ସଭ୍ୟତାର ଲୋକମାନେ ଗଣିତର ବ୍ୟବହାର ଜାଣିଥିଲେ ବୋଲି ଅନୁମାନ କରାଯାଏ । ବୈଦିକ ଯୁଗରେ ସୁଲ୍ସସୂତ୍ରରୁ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଆଦି ଜ୍ୟାମିତିକ ଜ୍ଞାନର ପ୍ରଚଳନ ହୋଇଥିଲା । ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ବିଭିନ୍ନ ଜ୍ୟାମିତିକ କ୍ଷେତ୍ରର କ୍ଷେତ୍ରଫଳ ଓ ଘନବସ୍ତୁର ଘନଫଳ, ବୃତ୍ତ ମଧ୍ଯରେ ଚତୁର୍ଭୁଜ ଅଙ୍କନ କରିବାର ପଦ୍ଧତି ନିର୍ଦ୍ଧାରଣ କରିଥିଲେ ।
  • ଆର୍ଯ୍ୟଭଟ୍ଟ ‘ଶୂନ’ର ବ୍ୟବହାର ଓ ବ୍ରହ୍ମଗୁପ୍ତ ‘ଶୂନ’ର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ ।
  • ଦଶମିକ ସଂଖ୍ୟା ଲିଖନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ହେଉଛି ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅମୂଲ୍ୟ ଅବଦାନ ।

ଜ୍ୟୋତିର୍ବିଜ୍ଞାନ:

  • ଜ୍ୟୋତିଷଶାସ୍ତ୍ରବିତ୍ ଲଗ୍ଧଙ୍କ ‘ଜ୍ୟୋତିଷ ବେଦାଙ୍ଗ’’ରେ ଭାରତର ପ୍ରଥମ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସେଥ‌ିରେ ୨୭ଟି ନକ୍ଷତ୍ର, ନୂତନ ଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରର ସ୍ଥାନ ଓ ପ୍ରତି ପାଞ୍ଚବର୍ଷରେ ଥରେ ପଡୁଥ‌ିବା ଅୟନର ସ୍ଥାନ ନିରୂପଣ କରାଯାଇଥିଲା ।
  • ‘ସୂର୍ଯ୍ୟ ସିଦ୍ଧାନ୍ତ’ ରେ ଆର୍ଯ୍ୟଭଟ୍ଟ ପୃଥ‌ିବୀ ଗୋଲ ବୋଲି ପ୍ରମାଣ କରିଥିଲେ । ଏହା ନିଜ ଅକ୍ଷ ଚାରିପାଖରେ ଘୂରିବା କଥା କହିଥିଲେ ।
  • ‘ବୃହତ୍ ସଂହିତା’ରେ ବରାହମିହିର ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଉପରେ ସୂଚନା ପ୍ରଦାନ କରିଥିଲେ ।
  • ସିଦ୍ଧାନ୍ତ ଦର୍ପଣରେ ପଠାଣି ସାମନ୍ତ ଅନେକ ମୂଲ୍ୟବାନ୍ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଚିକିତ୍ସା ବିଜ୍ଞାନ:

  • ଅଥର୍ବ ବେଦରେ ଭାରତର ଚିକିତ୍ସା ବିଜ୍ଞାନ ବିଷୟରେ ଅନେକ ତଥ୍ୟ ମିଳିଥାଏ । ‘ବୌଦ୍ଧ ଜାତକ’ ଅନୁଯାୟୀ ବୁଦ୍ଧଙ୍କ ସମୟରେ ‘ଆତ୍ରେୟ’’ ତାଙ୍କ ଶିଷ୍ୟ ‘ଭେଲା’’ ଓ ‘ଅଗ୍ନିଭେଷ’ ବିଶିଷ୍ଟ ଚିକିତ୍ସକ ଥିଲେ । ‘ଚରକ ସଂହିତା’ ଚରକ ରଚନା କରିଥିଲେ । ସେଥ‌ିରେ କାମଳ ରୋଗର ନିଦାନ ସମ୍ପର୍କରେ ସୂଚନା ମିଳେ । ଶୁଶ୍ରୁତଙ୍କ ‘ସୁଶ୍ରୁତ ସଂହିତା’ରେ ‘ଶଲ୍ୟ ଚିକିତ୍ସା’ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଗୁପ୍ତଯୁଗରେ ଭଗବତଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’, ପାଳକମ୍ୟଙ୍କ ‘ହସ୍ତୟୁର୍ବେଦ’ ଓ ପତଞ୍ଜଳିଙ୍କ ‘ଯୋଗସୂତ୍ର’ ଇତ୍ୟାଦି ଗୋଟିଏ ଲେଖାଏଁ ଉପାଦେୟ ଗ୍ରନ୍ଥ ରଚନା କରାଯାଇଥିଲା ।

ପଦାର୍ଥ ବିଜ୍ଞାନ:
ଋଷି କଣାଦ ଓ ଗୁପ୍ତଯୁଗୀୟ ବୈଜ୍ଞାନିକମାନେ ‘ପରମାଣୁ ତତ୍ତ୍ବ’’ ପ୍ରତିପାଦନ କରିଥିଲେ । ରସାୟନ ବିଜ୍ଞାନ କ୍ଷେତ୍ରରେ ବରାହମିହିର ପାରଦ ଓ ଲୁହାର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ନାଗାର୍ଜୁନ ବିଶୋଧନ ଓ ଜୀବାଣୁମୁକ୍ତ କରିବା ପଦ୍ଧତି ଆବିଷ୍କାର କରିଥିଲେ ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ବିଜ୍ଞାନ:

  • ସିନ୍ଧୁ ସଭ୍ୟତାର କାରିଗରମାନଙ୍କର ତମ୍ବା, ବ୍ରୋଞ୍ଜ, ସୁନା ଓ ରୁପା ଧାତୁର ଭିନ୍ନ ଭିନ୍ନ ସାମଗ୍ରୀ ନିର୍ମାଣରୁ ସେମାନଙ୍କ ଧାତୁ ସମ୍ବନ୍ଧୀୟ ଜ୍ଞାନ ଥିବାର ସୂଚନା ମିଳିଥାଏ ।
  • ବୈଦିକ ଯୁଗରେ ପ୍ରଥମେ ଲୌହ ଧାତୁର ବ୍ୟବହାର କରାଯାଇଥିଲା । ୪୧୫ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ମେହେରୌଲି ଲୌହ ସ୍ତମ୍ଭ ଆମର ଧାତବ ଜ୍ଞାନର ପରିଚୟ ପ୍ରଦାନ କରେ ।

Leave a Comment