BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ will enable students to study smartly.

BSE Odisha Class 9 History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଭୌଗୋଳିକ ଆବିଷ୍କାର ଫଳରେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଇଉରୋପୀୟ ରାଷ୍ଟ୍ରମାନେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିଥିଲେ ।
  • ଉଦ୍ଦେଶ୍ୟ – ବାଣିଜ୍ୟ ତଥା ଆର୍ଥିକ ଉନ୍ନତି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ବିଷୟବସ୍ତୁ ରୂପରେଖ

  1. ଏସିଆରେ ମୁକ୍ତି ଆନ୍ଦୋଳନ
  2. ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ
  3. ଭିଏତ୍‌ନାମ୍ ଓ ଲା ଓସ୍‌ରେ ମୁକ୍ତି ଆଦୋଳନ
  4. ଆଫ୍ରିକାରେ ମୁକ୍ତି ଆନ୍ଦୋଳନ
  5. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦ ବିରୋଧୀ ଆଦୋଳନ

→ ଏସିଆରେ ମୁକ୍ତି ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7

  • ଇରାନ୍ ୧୯୨୧ ମସିହାରେ ରେଜା ଖାଁ ଙ୍କ ନେତୃତ୍ୱରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହୋଇଥିଲା ।
  • ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହେଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।
  • ୧୯୪୯ ନଭେମ୍ବର ୨ ତାରିଖ ଦିନ ଇଣ୍ଡୋନେସିଆ ଡଚ୍ ଶାସନରୁ ମୁକ୍ତ ହେଲା ।
  • ମାଳୟ ୧୯୫୭ ଅଗଷ୍ଟ ୩୧ ତାରିଖ ଦିନ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିଲା ।
  • ମୁସ୍ତାଫା କେମାଲଙ୍କ ନେତୃତ୍ୱରେ ତୁର୍କୀ ସ୍ଵାଧୀନ ହୋଇଥିଲା ।

→ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.1

  • ସନୟାତ୍ ସେନ୍‌ଙ୍କ କୋମିଙ୍ଗଟାଙ୍ଗ୍ ଦଳ ଚୀନ୍‌ରେ ଜାତୀୟ ସରକାର ଗଠନ କଲା ଓ ତାଙ୍କ ମୃତ୍ୟୁ ପରେ ଚିଆଙ୍ଗ୍ କାଇଶେକ୍ ଜାତୀୟ ସରକାରର ନେତୃତ୍ବ ନେଇଥିଲେ ।
  • ଫର୍ମୋଜା ଦ୍ଵୀପରେ ଆମେରିକାର ସହାୟତାରେ ଚିଆଙ୍ଗ କାଇଶେକ୍ ସ୍ବାଧୀନ ତାଇୱାନ୍ ରାଷ୍ଟ୍ର ଗଠନ କରିଥିଲେ ।
  • ଚୀନ୍‌ର ଗୃହଯୁଦ୍ଧରେ ବିଜୟୀ ହୋଇ ମାଓ ସେତୁଙ୍ଗ ୧୯୪୯ ମସିହା ଅକ୍ଟୋବର ୧ତାରିଖରେ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କଲେ ।

→ ଭିଏତନାମ୍ ଓ ଲାଓସ୍‌ରେ ମୁକ୍ତି ଆନ୍ଦୋଳନ :

ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.2

  1. ସାମ୍ୟବାଦୀ ଆଦର୍ଶର ଅନୁଗାମୀ ହୋ-ଚି-ମିନ୍ (Ho Chi Minh) ‘ଭିଏତ୍‌ମିନ୍’ ନାମକ ଏକ ଗଣବାହିନୀ ମାଧ୍ୟମରେ ଭିଏତ୍‌ନାମ୍‌ର ଫରାସୀ ଶାସନ ବିରୋଧରେ ଆନ୍ଦୋଳନ କରି ଜୟଯୁକ୍ତ ହେଲେ ।
  2. ୧୯୫୪ ମସିହାରେ ପାଥେଟ୍ ଲାଓ ଫରାସୀମାନଙ୍କୁ ତଡ଼ି ଲାଓସ୍‌କୁ ସ୍ବାଧୀନ କରିଥିଲେ ।
  3. ନାରୋଦମ୍ ସିହାନୋକଙ୍କ ନେତୃତ୍ୱରେ କାମ୍ବୋଡ଼ିଆ ସ୍ଵାଧୀନ ହୋଇଥିଲା ।

→ ଆଫ୍ରିକାରେ ମୁକ୍ତି ଆନ୍ଦୋଳନ :

  • ୧୯୫୨ ମସିହାରେ ରାଜା ଫାରୁକ୍‌ଙ୍କୁ ଗାଦିଚ୍ୟୁତ କରି ଜେନେରାଲ ନାଗୁଇବ୍ ଇଜିପ୍ଟର ଶାସନ କ୍ଷମତା ହାତକୁ ନେଇଥିଲେ ।
  • ୧୯୫୪ରେ କର୍ଟେଲ୍ ଗାମାଲ୍ ଅବଦୁଲ୍ ନାସେର୍ ଇଜିପ୍ଟରେ ନୂତନ ସରକାର ଗଠନ କଲେ ।
  • ୧୯୬୨ ମସିହା ଜୁଲାଇ ମାସରେ ଆଲଜେରିଆ ଫରାସୀ ଶାସନରୁ ମୁକ୍ତ ହେଲା ।
  • ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ୍ ଶାସନରୁ ଘାନା ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହେଲା ।
  • ୧୯୮୦ରେ ଦକ୍ଷିଣ ରୋଡ଼େସିଆ ସ୍ବାଧୀନ ହୋଇ ‘ଜିମ୍ବାୱେ’’ ନାମରେ ପରିଚିତ ହେଲା ।
  • ୧୯୬୦ ମସିହାରେ ଆଫ୍ରିକାର ୧୭ଟି ଦେଶ ସ୍ଵାଧୀନତା ଲାଭ କରିଥିବାରୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।

→ ଦକ୍ଷିଣ ଆଫ୍ରିକାରେ ବର୍ଣବୈଷମ୍ୟବାଦ ବିରୋଧୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.3

  1. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦ ନୀତିଦ୍ଵାରା କୃଷ୍ଣକାୟମାନେ ଶୋଷିତ ଓ ନିର୍ଯାତିତ ହେଉଥିଲେ ।
  2. ଆଫ୍ରିକୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ମହାତ୍ମା ଗାନ୍ଧିଙ୍କର ନୀତି ଓ ଆଦର୍ଶରେ ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟବାଦ ବିରୋଧରେ ତୀବ୍ର ଆନ୍ଦୋଳନ କରିଥିଲେ ।
  3. ଆନ୍ତର୍ଜାତିକ ଚାପ ଓ ସମାଲୋଚନା ଫଳରେ କୃଷ୍ଣକାୟ ନେତା ନେଲ୍‌ସନ୍ ମାଣ୍ଡେଲା କାରାମୁକ୍ତ ହୋଇ ୧୯୯୪ ମସିହା ମେ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୧୯ ଖ୍ରୀ.ଅ. – ଆଫଗାନିସ୍ତାନର ସ୍ଵାଧୀନତା ଲାଭ ।
୧୯୨୧ ଖ୍ରୀ.ଅ. – ଇରାନ୍‌ର ସ୍ବାଧୀନତା ଲାଭ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତର ସ୍ବାଧୀନତା ଲାଭ ।
୧୯୪୮ ଖ୍ରୀ.ଅ. – (ଜାନୁୟାରୀ ୪) ବ୍ରହ୍ମଦେଶର ସ୍ବାଧୀନତା ଲାଭ; (ଫେବୃୟାରୀ ୪) ଶ୍ରୀଲଙ୍କାର ସ୍ଵାଧୀନତା ଲାଭ ।
୧୯୪୯ ଖ୍ରୀ.ଅ. – (ଅକ୍ଟୋବର ୧) ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ; (ନଭେମ୍ବର ୨) ଇଣ୍ଡୋନେସିଆର ସ୍ଵାଧୀନତା ଲାଭ ।
୧୯୫୦ ଖ୍ରୀ.ଅ. – କୋରିଆ ଯୁଦ୍ଧ ସଂଘଟିତ ।
୧୯୫୪ ଖ୍ରୀ.ଅ. – ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଟି ରାଷ୍ଟ୍ର ଏବଂ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ନାମରେ ଦୁଇଟି ରାଷ୍ଟ୍ର ଗଠିତ; ସ୍ଵାଧୀନ ଲାଓସ୍ ରାଜ୍ୟ ଗଠିତ; ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ।
୧୯୫୬ ଖ୍ରୀ.ଅ. – ମରକ୍କୋ ଓ ଟ୍ୟୁନିସିଆର ସ୍ଵାଧୀନତା ଲାଭ ।
୧୯୫୭ ଖ୍ରୀ.ଅ. – (ମାର୍ଚ୍ଚ ୬) ଗୋଲ୍ଡକୋଷ୍ଟ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ; (ଅଗଷ୍ଟ ୩୧) ମାଳୟର ସ୍ଵାଧୀନତା ଲାଭ ।
୧୯୫୮ ଖ୍ରୀ.ଅ. – ଗିନି ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଗଠିତ ।
୧୯୫୯ ଖ୍ରୀ.ଅ. – ସିଙ୍ଗାପୁରର ସ୍ଵାଧୀନତା ଲାଭ ।
୧୯୬୦ ଖ୍ରୀ.ଅ. – ଆଫ୍ରିକାର ୧୭ଟି ଦେଶର ସ୍ଵାଧୀନତା ଲାଭ ।
୧୯୬୧-୧୯୬୬ ଖ୍ରୀ.ଅ. – ଗାମ୍ବିଆ, ରୁୱାଣ୍ଡା, ଉଗାଣ୍ଡା, ଜାମ୍ବିଆ ଆଦି ରାଷ୍ଟ୍ରଗୁଡ଼ିକର ସ୍ବାଧୀନତା ଲାଭ ।
୧୯୬୨ ଖ୍ରୀ.ଅ. – (ଜୁଲାଇ ମାସ) ଆଲଜେରିଆର ସ୍ଵାଧୀନତା ଲାଭ ।
୧୯୭୫ ଖ୍ରୀ.ଅ. – ମୋଜାମ୍ବିକ୍ ଓ ଆଙ୍ଗୋଲା ନାମରେ ଦୁଇଟି ପର୍ତ୍ତୁଗୀଜ୍ ଉପନିବେଶର ସ୍ବାଧୀନତା ଲାଭ ।
୧୯୮୦ ଖ୍ରୀ.ଅ. – ଦକ୍ଷିଣ ରୋଡ଼େସିଆର ସ୍ଵାଧୀନତା ଲାଭ ଓ ଜିମ୍ବାୱେ ନାମରେ ପରିଚିତ ।
୧୯୯୦ ଖ୍ରୀ.ଅ. – (ମାର୍ଚ୍ଚ ୨୧) ନାମିବିଆର ସ୍ଵାଧୀନତା ଲାଭ ।
୧୯୯୪ ଖ୍ରୀ.ଅ. – (ମେ ମାସ ୧୦) ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ରୂପେ ଅଧିଷ୍ଠିତ ।

Leave a Comment