BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଚିରସ୍ଥାୟୀ ବନ୍ଦୋବସ୍ତ କିଏ କେବେ ପ୍ରଚଳନ କରିଥିଲେ ? ଏହି ବନ୍ଦୋବସ୍ତ ବ୍ୟବସ୍ଥାଟି କ’ଣ ବୁଝାଇ ଲେଖ ।
Answer:
ପ୍ରଚଳନ :
୧୭୯୩ ଖ୍ରୀଷ୍ଟାବ୍ଦରେ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ କର୍ଡୱାଲିସ୍ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଥମେ ପ୍ରଣୟନ କରିଥିଲେ ।

ଖଜଣା ଆଦାୟ :
ଏହି ବନ୍ଦୋବସ୍ତ ଅନୁଯାୟୀ ଜମି ଉପରେ ଖଜଣା ସ୍ଥାୟୀ ରୂପରେ ଧାର୍ଯ୍ୟ ହେଲା ଏବଂ ତାକୁ ସରକାରଙ୍କ ପକ୍ଷରୁ ଜମିଦାର ଆଦାୟ କରିବେ ବୋଲି ସ୍ଥିର ହେଲା ।

ସୂର୍ଯ୍ୟାସ୍ତ ଆଇନ :
ଧାର୍ଯ୍ୟ ମତେ ଏକ ନିର୍ଦ୍ଦିଷ୍ଟ ତିଥ୍ୟରେ ବା ତା’ ପୂର୍ବରୁ ଯଦି ଜମିଦାର ଖଜଣାକୁ ସରକାରୀ ତହବିଲରେ ଜମା ନ କରନ୍ତି, ତେବେ ‘ସୂର୍ଯ୍ୟାସ୍ତ ଆଇନ’ ବଳରେ ତାଙ୍କର ଜମିଦାରୀ ଉଚ୍ଛେଦ ହେବ ବୋଲି ନିୟମ ହୋଇଥିଲା ।

ଖଜଣା ଆଦାୟ :

  • ଏହି ନିୟମ ବଳରେ ଅନେକ ଜମିଦାରୀ ଉଚ୍ଛେଦ ହେଲା ଓ ନୂଆ ଜମିଦାର ନିଯୁକ୍ତ ହେଲେ । ଜମିଦାରମାନେ ଉଚ୍ଛେଦ ଭୟରେ ପ୍ରଜାମାନଙ୍କଠାରୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଖଜଣା ଆଦାୟ କଲେ ।
  • ଖଜଣା ଦେବାପାଇଁ ପ୍ରଜାମାନେ ମହାଜନଠାରୁ ଋଣ ନେଲେ କିମ୍ବା ଖଜଣା ନଦେଇପାରି ଭୂମିହୀନ ହେଲେ । ପୁନଶ୍ଚ ଋଣ ଓ ଅତ୍ୟକ ସୁଧଭାରରେ ସେମାନଙ୍କୁ ଜମି ହରାଇବାକୁ ପଡ଼ୁଥିଲା । ଫଳରେ ପ୍ରକୃତ ପ୍ରଜା ଭୂମିହୀନ ହେଲେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୨ । ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ କିଏ ଥିଲେ ? ଏହି ବନ୍ଦୋବସ୍ତରେ କି କି ବ୍ୟବସ୍ଥା ଥିଲା ?
Answer:
ବନ୍ଦୋବସ୍ତର ପ୍ରବର୍ତ୍ତନ :
ସାର୍ ଟମାସ୍ ମୁନ୍‌ ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ । ମାଡ୍ରାସ୍ ଓ ବମ୍ବେ ସରକାର ପ୍ରଥମେ ଏହି ବନ୍ଦୋବସ୍ତ କାର୍ଯ୍ୟକାରୀ କରିଥିଲେ ।

  • ଏହି ବନ୍ଦୋବସ୍ତ ଅନୁଯାୟୀ ରୟତ ଓ ପ୍ରଜା ପ୍ରତ୍ୟକ୍ଷ ଭାବରେ ସରକାରୀ ତହବିଲ୍ ଖଜଣା ଜମା କଲେ ।
  • ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା । ଜମିଦାର ନଥିଲେ ମଧ୍ୟ ନିଜେ ସରକାର କଡ଼ାକଡ଼ି ଭାବରେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଖଜଣା ଅସୁଲ କଲେ ।
  • ତେଣୁ ବଙ୍ଗ ପରି ଏଠାରେ ମଧ୍ୟ ପ୍ରଜା ଅଧିକ ସୁଧରେ ଋଣ କରି ଖଜଣା ଜମା କରିବାକୁ ବାଧ୍ୟ ହେଉଥିଲେ ।
  • ଫଳରେ ସେମାନେ ମହାଜନର ଋଣ ଜାଲରେ ପଡ଼ି ଜମି ହରାଉଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜ ସରକାର ନୂତନ ଜମି ବନ୍ଦୋବସ୍ତମାନ କାହିଁକି ଆରମ୍ଭ କରିଥିଲେ ?
Answer:

  1. ଇଂରେଜ ଅମଳରେ ସରକାରୀ ଖର୍ଚ୍ଚ ବୃଦ୍ଧିପାଇବା ଯୋଗୁଁ ତାକୁ ଭରଣା କରିବା ସକାଶେ ଜମିରୁ ଆଦାୟ ଖଜଣାକୁ ଅନୁରୂପ ମାତ୍ରାରେ ବୃଦ୍ଧି କରିବା ଆବଶ୍ୟକ ହେଲା ।
  2. ଦ୍ଵିତୀୟତଃ, ଯୋଜନା ପାଇଁ ଅଗ୍ରୀମ ଅଟକଳ ନିମନ୍ତେ ଧାର୍ଯ୍ୟ ମୁତାବକ ଖଜଣା ନିର୍ଦ୍ଦିଷ୍ଟ ସମୟରେ ଆଦାୟ ହେବା ଜରୁରୀ ହେଲା । ଏହି ଔପନିବେଶକ ଆବଶ୍ୟକତାକୁ ନଜରରେ ରଖ୍ ସରକାର ନୂତନ ଜମି ବନ୍ଦୋବସ୍ତମାନ ଆରମ୍ଭ କରିଥିଲେ ।

୨ । ରୟତରୀ ବନ୍ଦୋବସ୍ତ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବନ୍ଦୋବସ୍ତରେ କେତେ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ?
Answer:

  • ରାୟତରୀ ବନ୍ଦୋବସ୍ତ ପ୍ରଥମେ ମାଡ୍ରାସ୍ ଓ ବମ୍ବେରେ ଆରମ୍ଭ ହୋଇଥିଲା ।
  • ଏହି ବନ୍ଦୋବସ୍ତରେ ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୩ । ସାର୍ ଟମାସ୍ ମୁନ୍‌ରୋ କିଏ ? ଜମିଜମା କ୍ଷେତ୍ରରେ ତାଙ୍କର ମନ୍ତବ୍ୟ କ’ଣ ଥିଲା ?
Answer:

  • ୧୮୨୦ ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସିର ଗଭର୍ଣ୍ଣର ଥିବା ସାର୍ ଟମାସ୍ ମୁନ୍‌ରୋ ରୟତଓ୍ବାରୀ ଜମିଜମା ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧିକ ଖଜଣା ବା ଜମିକର ଅସୁଲ କରିପାରିବେ ।

୪ । ମାହାରୀ ବନ୍ଦୋବସ୍ତ କାହାକୁ କୁହାଯାଉଥିଲା ?
Answer:

  • ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ପ୍ରଜାମାନଙ୍କୁ ନିଜ ନିଜ ମାହାଲ୍ ବା ଗ୍ରାମ ଜରିଆରେ ଖଜଣା ଜମା କରିବାକୁ ପଡୁଥିଲା ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧ୍ଵ କୁହାଯାଉଥିଲା ।

୫ | ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ କାହିଁକି ଛାଡ଼ କରିଥିଲେ ?
Answer:

  1. ଇଂଲଣ୍ଡରେ ଶିଳ୍ପ ବିପ୍ଳବ ଆରମ୍ଭ ହେବାପରେ ଭାରତକୁ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ମେସିନ୍ ପ୍ରସ୍ତୁତ ବିଦେଶୀ ସାମଗ୍ରୀ ଆସିଲା ଓ ଶସ୍ତାରେ ବିକ୍ରି ହେଲା ।
  2. ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କରିଥିଲେ ।

୬ । ଭାରତର କେଉଁ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ? ଏହି ଉଦ୍ୟୋଗର ମାଲିକାନା କାହା ହସ୍ତରେ ରହିଥିଲା ?
Answer:

  • ଭାରତରେ ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ।
  • ଏହି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ଚିରସ୍ଥାୟୀ ବନ୍ଦୋବସ୍ତ କେବେ ପ୍ରଚଳନ କରାଯାଇଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ୧୭୯୩ ମସିହାରେ ପ୍ରଚଳନ କରାଯାଇଥିଲା ।

୨ । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହାରେ ପଡ଼ିଥିଲା ।

୩ । ୧୯୧୫ ମସିହାବେଳକୁ ଭାରତରେ କେତେଗୋଟି ଲୁଗାକଳ ବସିଥିଲା ?
Answer:
୧୯୧୫ ମସିହାବେଳକୁ ଭାରତରେ ୨୦୬ଟି ଲୁଗାକଳ ବସି ସାରିଥିଲା ।

୪। କେଉଁଠାରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।

୫ | କଫି ବଗିଚା ଭାରତର କେଉଁ ଅଞ୍ଚଳରେ ଦେଖିବାକୁ ମିଳେ ?
Answer:
ଦକ୍ଷିଣ ଭାରତରେ କଫି ବଗିଚା ଦେଖିବାକୁ ମିଳେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥମେ _________ ରେ ପ୍ରଚଳନ ହୋଇଥିଲା ।
Answer:
ବଙ୍ଗ

୨। ହସ୍ତଶିଳ୍ପର ଅଧୋପତନ ଯୋଗୁଁ କାରିଗରମାନେ _________ ଉପରେ ନିର୍ଭର କରିଥିଲେ ।
Answer:
କୃଷି

୩ । __________ ଶତାବ୍ଦୀରେ ଇଂଲଣ୍ଡରେ ଶିଳ୍ପବିପ୍ଳବ ଆରମ୍ଭ ହୋଇଥିଲା ।
Answer:
ଊନବିଂଶ

୪। ଭାରତର ପ୍ରଥମ ଲୁଗାକଳ __________ ଠାରେ ସ୍ଥାପିତ ହୋଇଥିଲା ।
Answer:
ବମ୍ବେ

୫ | ମାହାଲ୍ ସହିତ ସରକାରଙ୍କ ଜମିଜମା ବନ୍ଦୋବସ୍ତ ଚୁକ୍ତିକୁ _______________ ବନ୍ଦୋବସ୍ତ କୁହାଯାଉଥିଲା ।
Answer:
ମାହାରୀ

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୬ । ଇଂରେଜମାନେ ଭାରତକୁ _________ ର ଉତ୍ସରୂପେ ଦେଖୁଥ୍ଲେ ।
Answer:
କଞ୍ଚାମାଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ପ୍ରଚଳନ କରିଥିଲେ ।
୨। ଓଡ଼ିଶାରେ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
୩ । ଭାରତରେ ପ୍ରଥମେ ଲୁଗାକଳ ଦିଲ୍ଲୀଠାରେ ସ୍ଥାପିତ ହୋଇଥିଲା ?
୪ । ନୀଳଚାଷ ବିହାର ଓ ବଙ୍ଗରେ ଆରମ୍ଭ ହୋଇଥିଲା ।
୫। ରୟତରୀ ବନ୍ଦୋବସ୍ତ ସାର୍ ଟମାସ୍ ମୁନ୍‌ଙ୍କଦ୍ଵାରା ପ୍ରସ୍ତୁତ କରାଯାଇଥିଲା ।

Answer:
୧। (✗)
୨। ( ✓)
୩ । (✗)
୪ । (✓ )
୫ । (✓ )

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ସାମନ୍ତବାଦ ପ୍ରଥା ଲର୍ଡ଼ କର୍ଡୱାଲିସ୍ ପ୍ରଚଳନ କରିଥିଲେ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ କଣ୍ଠୱାଲିସ୍ ପ୍ରଚଳନ କରିଥିଲେ ।

୨ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ଅଧୂକ ପସନ୍ଦ କରିଥିଲେ ।
Answer:
ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ନାପସନ୍ଦ କରିଥିଲେ ।

୩ । ପୁରୀ ରାଜା ମୁକୁନ୍ଦଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।
Answer:
ପୁରୀ ରାଜା ଦିବ୍ୟସିଂହଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।

୪। ଚା’ ଓ କଫି ଉଦ୍ୟୋଗର ମାଲିକାନା ଭାରତୀୟମାନଙ୍କ ହାତରେ ରହିଥିଲା ।
Answer:
ଚା’ ଓ କଫି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

୫ । ୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଝୋଟକଳ ସ୍ଥାପିତ ହୋଇଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

D. ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4
Answer:

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4.1

E. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଭାରତରେ କେଉଁ ଗଭର୍ଣ୍ଣର ଜେନେରାଲ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

୨ । ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
୧୮୬୬ ମସିହା

୩ । ୧୯୧୫ ମସିହାରେ ଭାରତରେ କେତୋଟି ଲୁଗାକଳ ଥିଲା ?
Answer:
୨୦୬ ଟି

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୪ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡ

୫ । ଭାରତରେ କଫିଚାଷ ଅଧ‌ିକ କେଉଁଠି ହୋଇଥାଏ ?
Answer:
ଦକ୍ଷିଣ ଭାରତ

୬ । ପ୍ରଥମ ଲୁଗାକଳ ଭାରତରେ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:
ବମ୍ବେ

୭ । ପ୍ରଥମ ଝୋଟକଳ ଆମ ଦେଶରେ କେଉଁଠି ସ୍ଥାପିତ ହୋଇଥିଲା ?
Answer:
ବଙ୍ଗର ରିଶ୍ରା

୮। ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ମସିହା

୯ । ଭାରତରେ ପ୍ରଥମେ କେଉଁ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ?
Answer:
୧୮୫୩ ମସିହା

୧୦ । ରୟତରୀ ବ୍ୟବସ୍ଥା କିଏ ପ୍ରଚଳନ କରିଥିଲେ ?
Answer:
ସାର ଟମାସ ମୁନ୍‌

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୧୧। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଶେଷ ହୋଇଥିଲା ?
Answer:
୧୯୪୫ ମସିହା

Leave a Comment