BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 1.
କେବଳ ସ୍କେଲ ବ୍ୟବହାର କରି 4.2 ସେ.ମି. ଓ 6 ସେ.ମି ମାପର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
(i) ସ୍କେଲ, ଖାତା ଉପରେ ପକାଇ ଆରମ୍ଭ ବିନ୍ଦୁ ‘0’ ପାଖରେ ବିନ୍ଦୁଟିଏ ଦିଅ । ବିନ୍ଦୁର ନାମ A ଦିଅ ତା’ପରେ 4.2 ସେ.ମି. ନେଇ ଆଉ ଗୋଟିଏ ବିନ୍ଦୁ B ବିନ୍ଦୁ ଦିଅ ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 1
(ii) AB ବିନ୍ଦୁ ଦୁଇଟି ଯୋଗ କର । ବର୍ତ୍ତମାନ A͞B = 4.2 ସେ.ମି. ହେବ । ସେହିପରି ତୁମେ 6 ସେ.ମି. ମାପର ରେଖାଖଣ୍ଡ ନିଜେ କର ।
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 2

Question 2.
ସ୍କେଲ୍ ଓ କମ୍ପାସ୍ ବ୍ୟବହାର କରି 6.8 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କର।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 3
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କର ତାହାର ନାମ C ଦିଅ ।
(iii) ଗୋଟିଏ ସ୍କେଲ୍ ନିଅ । ସ୍କେଲର ‘0’ ଚିହ୍ନ ଉପରେ କମ୍ପାସର କଣ୍ଟା ମୁନ ରଖ୍ କମ୍ପାସ ଖୋଲି ପେନସିଲ୍‌ର ମୁନକୁ 6.8 ସେ.ମି. ଉପରେ ରଖ ।
(iv) ଏବେ କମ୍ପାସଟିକୁ ସ୍କେଲ ଉପରୁ ଉଠାଇ ଆଣ । ସରଳରେଖା ଉପରିସ୍ଥ ‘C’ ବିନ୍ଦୁ ଉପରେ କମ୍ପାସ କଣ୍ଟା ମୁନକୁ ରଖ । ପେନ୍‌ସିଲ୍‌ର ମୁନଟି ସରଳରେଖାର ଯେଉଁଠାରେ ରହିଲା ତାହାର ନାମ D ଦିଅ, ଏବେ C͞D ରେଖାଖଣ୍ଡର ଦୈର୍ଘ୍ୟ 6.8 ସେ.ମି. ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1

Question 3.
ସ୍କେଲ୍‌ ବ୍ୟବହାର କରି 8 ସେ.ମି. ଦୈର୍ଘ୍ୟର A͞B ରେଖାଖଣ୍ଡ ଅଙ୍କନ କର। ସେହି A͞B ରେଖାଖଣ୍ଡରୁ 4.5 ସେ.ମି ଦୈର୍ଘ୍ୟର A͞C ରେଖାଖଣ୍ଡ କାଟିଦିଅ। B͞C ର ଦୈର୍ଘ୍ୟ କେତେ ହେଉଛି ମାପ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.1 4
(i) ପ୍ରଥମେ ଗୋଟିଏ ସରଳରେଖା ଅଙ୍କନ କର ।
(ii) ଏହି ସରଳରେଖା ଉପରେ ଗୋଟିଏ ବିନ୍ଦୁ ଚିହ୍ନଟ କରି A ନାମ ଦିଅ ।
(iii) କମ୍ପାସର ମୁନକୁ ସ୍କେଲର ‘0’ ଉପରେ ରଖ୍ ପେନ୍ସିଲ୍ ମୁନକୁ କମ୍ପାସରୁ 8 ସେ.ମି. ଦୈର୍ଘ୍ୟର ମାପ ଆଣି ସରଳରେଖା ଚାପ କାଟ । ଯେଉଁ ଚାପ କାଟିଲ ତାହାର ନାମ B ଦିଅ । ବର୍ତ୍ତମାନ A͞B = 8 ସେ.ମି. ।
(iv) ବର୍ତ୍ତମାନ A͞B ରେଖାଖଣ୍ଡରୁ 4.5 ସେ.ମି. ଦୈର୍ଘ୍ୟର AC ରେଖାଖଣ୍ଡର ଚାପ କାଟି ଦିଅ । ଚାପ ଯେଉଁଠି କଟିଲା ତାହାର ନାମ C ଦିଅ ।
(v) B͞C ର ଦୈର୍ଘ୍ୟ କମ୍ପାସରେ ମାପି ଲେଖ । B͞C = 3.5 ସେ.ମି. ।
∴ B͞C = 3.5 ସେ.ମି. ।

Question 4.
କେବଳ ସ୍କେଲ୍ ବ୍ୟବହାର କରି 5 ସେ.ମି. ଦୈର୍ଘ୍ୟର ରେଖାଖଣ୍ଡ ଅଙ୍କନ କରିବା ବେଳେ କେଉଁ କେଉଁ ସୋପାନ ଦେଇ କାର୍ଯ୍ୟ କରିବ ଲେଖ।
ସମାଧାନ:
(i) ଖାତା ଉପରେ ସ୍କେଲ ପକାଇ ସ୍କେଲର ‘0’ ପାଖରେ ବିନ୍ଦୁ ନିଅ । ତା’ପରେ 5 ସେ.ମି. ଚାପର ବିନ୍ଦୁଟିଏ ନିଅ ।
(ii) ବର୍ତ୍ତମାନ ଦୁଇ ବିନ୍ଦୁକୁ ସ୍କେଲଦ୍ଵାରା ଯୋଗ କର ।
(iii) ତାହାର ନାମ AB ଦିଅ । ବର୍ତ୍ତମାନ A͞B = 5 ସେ.ମି. ।

Leave a Comment