Odisha State Board BSE Odisha Class 7 History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ will enable students to study smartly.
BSE Odisha Class 7 History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଭକ୍ତି ଆନ୍ଦୋଳନ :
- ମଧ୍ୟଯୁଗରେ ଇସ୍ଲାମ୍ ଓ ହିନ୍ଦୁ ଧର୍ମ ଓ ସଂସ୍କୃତିର ମିଳନ ଏକ ନୂତନ ଆନ୍ଦୋଳନକୁ ଜନ୍ମ ଦେଇଥିଲା । ଏହା ଫଳରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସନ୍ଥମାନଙ୍କ ପ୍ରଚେଷ୍ଟାରେ ଧର୍ମ କ୍ଷେତ୍ରରେ ରହିଥିବା ଜଟିଳତା ଦୂର ହୋଇପାରିଥିଲା । ଧର୍ମକ୍ଷେତ୍ରରେ ସଙ୍ଗଠିତ ଏହି ଆନ୍ଦୋଳନ ଭକ୍ତି ଓ ସୁଫି ଅନ୍ଦୋଳନ ନାମରେ ପରିଚିତ ।
- ଭକ୍ତି ଆନ୍ଦୋଳନର ସନ୍ଥମାନେ ସରଳ ଓ ନିରାଡ଼ମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ମାଧ୍ୟମରେ ଈଶ୍ବର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ ।
- ଭକ୍ତ ଧର୍ମର ସନ୍ଥମାନଙ୍କ ମଧ୍ୟରେ କବୀର, ଗୁରୁ ନାନକ, ଶ୍ରୀଚୈତନ୍ୟ, ଜ୍ଞାନେଶ୍ଵର, ନାମଦେବ ଓ ତୁକାରାମ ପ୍ରଧାନ ଥିଲେ ।
→ ଦୋହା – ଦୁଇ ଧାଡ଼ିରେ ରଚିତ ଭଜନ ଯାହା ଗୋଟିଏ କଥା ବା ଭାବକୁ ବର୍ଣ୍ଣନା କରିଥାଏ । କବୀର ତାଙ୍କ ଦୋହା ମାଧ୍ୟମରେ ଭକ୍ତି ଆଦୋଳନକୁ ଲୋକସ୍ରିକ କରାଇଥିଲେ ।
ସୁଫି ଧର୍ମ ଆନ୍ଦୋଳନ :
- ଏକାଦଶ ଶତାବ୍ଦୀରେ ବହୁ ମୁସଲମାନ ସନ୍ଥ ଧର୍ମ କ୍ଷେତ୍ରରେ ରହିଥିବା ଜଟିଳତାକୁ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
- ସୁଫି ଧର୍ମର ସନ୍ଥମାନଙ୍କ ମଧ୍ୟରେ ନିଜାମୁଦ୍ଦିନ୍ ଅଭଲୟା, ଖୁଜା ମୋଇନୁଦ୍ଦିନ୍ ଚିସ୍ତି, ବାହାଉଦ୍ଦିନ୍ କାଜାରିଆ, ବାବା ଫରିଦ୍, ଶାହା ଆଲାମ୍ ବୁଖାରୀ, ଶେଖ ସିଆଉଦ୍ଦିନ୍ ଇତ୍ୟାଦି ପ୍ରଧାନ ଥିଲେ ।
→ ସୁଫି-ସୁଫ୍ ବା ଉଲ୍ର ପୋଷାକ ପିନ୍ଧିଥିବା ମୁସଲମାନ ସନ୍ଥ ବା ଫକୀରଙ୍କୁ ‘ସୁଫି’ କୁହାଯାଏ ।
ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନର ଫଳାଫଳ :
- ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନର ଫଳାଫଳ ଉଲ୍ଲେଖଯୋଗ୍ୟ ଥିଲା । ଏହି ଧର୍ମ ଆନ୍ଦୋଳନ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପରସ୍ପର ନିକଟବର୍ତ୍ତୀ କରାଇଥିଲା ଓ ଏକ ନୂତନ ଭାରତୀୟ ସଂସ୍କୃତିର ବିକାଶ ଦିଗରେ ସହାୟକ ହୋଇଥିଲା ।
- ହିନ୍ଦୁ ମାନଙ୍କର ପୀରମାନଙ୍କୁ ଉପାସନା ଓ ମୁସଲମାନମାନଙ୍କ ନାରାୟଣଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ ଫଳରେ ଉଭୟ ସଂପ୍ରଦାୟ ମଧ୍ୟରେ ସତ୍ୟପୀର ଉପାସନାର ପ୍ରସାର କରିଥିଲା ।
ଆଞ୍ଚଳିକ ଭାଷା, ସାହିତ୍ୟ, ସଙ୍ଗୀତ ଓ ଚିତ୍ରକଳାର ବିକାଶ :
- ଏହି ସାଂସ୍କୃତିକ ମିଳନ ଫଳରେ ଭାରତରେ ଏକତା ପ୍ରତିଷ୍ଠା ହେବାର ମାର୍ଗ ସୁଗମ ହୋଇଥିଲା ।
- ସୁଫି ଓ ଭକ୍ତି ଧର୍ମର ସାରତତ୍ତ୍ଵଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରଚାର ଫଳରେ ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ମରାଠୀ ଆଦି ଭାଷାର ବିକାଶ ହେବା ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ଉତ୍କୃଷ୍ଟ ସାହିତ୍ୟ ରଚିତ ହୋଇଥିଲା ।
→ ଅମୀର ଖୁସ୍ତଙ୍କ ପ୍ରକୃତ ନାମ ମହମ୍ମଦ ହାସନ ଥିଲା ।
→ ସେ ଜଣେ କବି, ଐତିହାସିକ ଓ ସଂଗୀତଜ୍ଞ ଥିଲେ ।
→ ଅମୀର ଖୁସ୍ରୁ ପାର ସି କ ବିକାଶ କରିଥିଲେ । ଏହି ଶୈଳୀକୁ ‘ସାବକ-ଇ- ହିନ୍ଦୀ’ କୁହାଯାଏ ।
କେତେକ ଗ୍ରନ୍ଥ ଓ ରଚୟିତା
ଗ୍ରନ୍ଥ | ରଚୟିତା |
ପଦ୍ମାବତୀ (ହିନ୍ଦୀ) | ମାଲିକ ମହମ୍ମଦ ଜୟସୀ |
ରାମଚରିତ ମାନସ (ହିନ୍ଦୀ) | ତୁଳସୀ ଦାସ |
ଆମୁକ୍ତ ମାଲ୍ୟଦା (ତେଲୁଗୁ ) | କୃଷ୍ଣଦେବ ରାୟ |
ମହାଭାରତ (ଓଡ଼ିଆ) | ସାରଳା ଦାସ |
ଭାଗବତ (ଓଡ଼ିଆ) | ଜଗନ୍ନାଥ ଦାସ |
ଦାଣ୍ଡୀ ରାମାୟଣ (ଓଡ଼ିଆ) | ବଳରାମ ଦାସ |
ସୁର ସାଗର (ହିନ୍ଦୀ) | ସୁରଦାସ |
ବେଦାନ୍ତ ସଂଗ୍ରହ | ରାମାନୁଜ |
ତାରିଖ-ଇ-ଆଲାହୀ (ପାର୍ସୀ) | ଅମୀର ଖୁସ୍ରୁ |
ତବାକତ୍-ଇ-ନାସିରୀ (ପାର୍ସୀ) | ମିନ୍ହାଜ୍-ଉଦ୍ଦିନ୍ -ସିରାଜ୍ |
ତାରିକ୍ -ଇ-ଫିରୋଜଶାହୀ (ପାର୍ସୀ) | ଜିଆଉଦ୍ଦିନ୍ ବରାଣୀ |
ପୃଥ୍ୱୀରାଜ ରାସୋ (ହିନ୍ଦୀ) | ଚାନ୍ଦ ବରଦାର |
କେତେକ ସୁଫି ସନ୍ଥ ଓ ସେମାନଙ୍କ ନିବାସସ୍ଥଳୀ
ପ୍ରସିଦ୍ଧ ସୁଫି ସନ୍ଥ | ନିବାସସ୍ଥଳୀ |
ସ୍ଵାଜା ମୋଇନୁଦ୍ଦିନ୍ ଚିସ୍ତି | ଆଜମିର |
ଶେଖ୍ ନିଜାମୁଦ୍ଦିନ୍ ଅଭଲିୟା | ଦିଲ୍ଲୀ ନିକଟସ୍ଥ ଗିୟାସ୍ର |
ବାବା ଫରିଦ୍ | ଆଜୋଧାନ (ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ) |
ସାହା ଆଲାମ୍ ବୁଖାରୀ | ଗୁଜରାଟ |
ବାହାଉଦ୍ଦିନ୍ ଜାକାରିଆ | ମୁଲତାନ୍ |
ଶେଖ୍ ସିଆଉଦ୍ଦିନ୍ | ସିଲ୍ ହଟ |
ଖ୍ରୀଷ୍ଟାବ୍ଦ ଓ ସମ୍ପର୍କିତ ଘଟଣାବଳୀ
ଖ୍ରୀଷ୍ଟାବ୍ଦ | ଘଟଣା |
୧୪୦୦ | କବୀରଙ୍କ ଜନ୍ମ |
୧୪୬୯ | ଗୁରୁ ନାନକଙ୍କ ଜନ୍ମ |
୧୪୮୬ | ଶ୍ରୀଚୈତନ୍ୟଙ୍କ ଜନ୍ମ |
୧୫୧୮ | କବୀରଙ୍କ ମୃତ୍ୟୁ |
୧୫୩୩ | ଶ୍ରୀଚୈତନ୍ୟଙ୍କ ମୃତ୍ୟୁ |
୧୫୩୮ | ଗୁରୁ ନାନକଙ୍କ ମୃତ୍ୟୁ |
୧୮୩୩ | ଶ୍ରୀଚୈତନ୍ୟଙ୍କ ମୃତ୍ୟୁ |