BSE Odisha 6th Class Political Science Important Questions Chapter 3 ସରକାର

Odisha State Board BSE Odisha 6th Class Political Science Important Questions Chapter 3 ସରକାର Important Questions and Answers.

BSE Odisha Class 6 Political Science Important Questions Chapter 3 ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

୧। ସରକାର କ’ଣ ? କେତେଗୋଟି ସରକାରୀ କାର୍ଯ୍ୟ ଉଲ୍ଲେଖ କର ।
Answer:

  • ସରକାର ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ ।
  • ସରକାର ସାହାଯ୍ୟରେ ରାଷ୍ଟ୍ରର ଶାସନ କାର୍ଯ୍ୟ କରାଯାଇଥାଏ, ଯଥା— ରାସ୍ତା ନିର୍ମାଣ ଓ ମରାମତି, ସହର ଓ ଗ୍ରାମକୁ ବିଦ୍ୟୁତ୍ ଶକ୍ତି ଯୋଗାଣ, ଲୋକମାନଙ୍କୁ ଚାଷ ଓ ବ୍ୟବସାୟ ପାଇଁ ଋଣ ପ୍ରଦାନ, ବିଦ୍ୟାଳୟର ଗୃହନିର୍ମାଣ କାର୍ଯ୍ୟ ଇତ୍ୟାଦି ।

୨। ରାଷ୍ଟ୍ରପତୀୟ ସରକାରର ମୁଖ୍ୟ କିଏ ? ତାଙ୍କର କ୍ଷମତାଗୁଡ଼ିକ କ’ଣ ?
Answer:

  • ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି । ତାଙ୍କ ନାମରେ ଶାସନ କାର୍ଯ୍ୟ ଚାଲେ ଓ ସେ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
  • ରାଷ୍ଟ୍ର ଶାସନର ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଥାଏ । ଏହି ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଅଲଗା ଅଲଗା ଭାବରେ କାର୍ଯ୍ୟ କରିଥାଆନ୍ତି । ଉଦାହରଣ ସ୍ଵରୂପ– ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଶ୍ରୀଲଙ୍କା ଆଦି ରାଷ୍ଟ୍ରରେ ରାଷ୍ଟ୍ରପତୀୟ ସରକାର ପ୍ରଚଳିତ ।

୩। ଐକିକ ସରକାରରେ ରାଷ୍ଟ୍ର କ୍ଷମତା କାହା ହାତରେ ନ୍ୟସ୍ତଥାଏ ? ଏହି ସରକାର କିପରି ଶାସନ ପରିଚାଳନା କରିଥାଆନ୍ତି ?
Answer:

  • ଐକିକ ସରକାରରେ ରାଷ୍ଟ୍ରରେ ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତଥାଏ । ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରକୁ କେତେକ ଅଞ୍ଚଳରେ ଭାଗ କରାଯାଇଥାଏ ଏବଂ ଏହି ଅଞ୍ଚଳଗୁଡ଼ିକ ପାଇଁ ଆଞ୍ଚଳିକ ସରକାରମାନ ଗଠନ କରାଯାଇଥାଏ ।
  • କେନ୍ଦ୍ର ସରକାର, ଆଞ୍ଚଳିକ ସରକାରମାନଙ୍କୁ ସେମାନଙ୍କ ଅଞ୍ଚଳ ଶାସନପାଇଁ କିଛି କ୍ଷମତା ପ୍ରଦାନ କରିଥାଆନ୍ତି । ଏହି ଶାସନ ବ୍ୟବସ୍ଥାରେ ଆଞ୍ଚଳିକ ସରକାରମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରନ୍ତି । ଉଦାହରଣ ସ୍ଵରୂପ– ଇଟାଲୀ ଓ ବେଲୁଜିୟମ୍ ପ୍ରଭୃତି ରାଷ୍ଟ୍ରରେ ଐକିକ ସରକାର ପ୍ରଚଳିତ ।

BSE Odisha 6th Class Political Science Important Questions Chapter 3 ସରକାର

୪। ସଂସଦୀୟ ସରକାର କ’ଣ ?
Answer:

  • କେତେକ ଦେଶରେ ରାଷ୍ଟ୍ରଶାସନ ପାଇଁ ସଂସଦୀୟ ସରକାର ଅଛି । ଏହି ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମ ବୁଝାମଣା ଭିଭିରେ କାର୍ଯ୍ୟ କରିଥା’ନ୍ତି ।
  • ଏଥୁରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ଏକ ମୁଖ୍ୟ ଅଂଶ । କାର୍ଯ୍ୟପାଳିକା ବ୍ୟବସ୍ଥାପିକା ପାଖରେ ଉତ୍ତରଦାୟୀ ରହିଥାଏ | ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥା’ନ୍ତି ।

୫। ରାଷ୍ଟ୍ରସଂଘୀୟ ସରକାରଙ୍କ ଶାସନ କାର୍ଯ୍ୟ କିପରି ହୋଇଥାଏ ?
Answer:

  • ରାଷ୍ଟ୍ରସଂଘୀୟ ସରକାରରେ ରାଷ୍ଟ୍ରସ୍ତରରେ କେନ୍ଦ୍ର ଓ ରାଜ୍ୟସ୍ତରରେ ରାଜ୍ୟ ସରକାର ରହିଥାଏ ।
  • ଦୁଇସ୍ତରର ସରକାରମାନେ ବ୍ୟବସ୍ଥାପିକା, ପ୍ରଶାସନିକ ଓ ନ୍ୟାୟିକ କ୍ଷମତା ଉପଭୋଗ କରି ଶାସନ କାର୍ଯ୍ୟ କରନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ଯରେ କ୍ଷମତା ବଣ୍ଟନ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ କରାଯାଇଥାଏ ।

୬। ରାଜତାନ୍ତ୍ରିକ ସରକାର ବ୍ୟବସ୍ଥାରେ ଶାସନ କାର୍ଯ୍ୟ କିପରି ହୋଇଥାଏ ?
Answer:

  • ରାଜତାନ୍ତ୍ରିକ ସରକାର ବ୍ୟବସ୍ଥାରେ ରାଜାଙ୍କ ପାଖରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥାଏ ଓ ତାଙ୍କ ନିଷ୍ପତ୍ତି ମାନିବାକୁ ସମସ୍ତେ ବାଧ୍ୟ ହୋଇଥା’ନ୍ତି ।
  • ଏହି ବ୍ୟବସ୍ଥାରେ ବଂଶାନୁକ୍ରମିକ ସୂତ୍ରରେ ରାଜାଙ୍କର ପ୍ରଥମ ସନ୍ତାନକୁ ରାଜା ବା ରାଣୀ କରାଯାଇ ଶାସନ କରିବାକୁ ସୁଯୋଗ ଦିଆଯାଏ ।

୭। ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇପ୍ରକାର ସରକାରର ନାମ ଲେଖ ।
Answer:
ରାଷ୍ଟ୍ରସଂଘୀୟ ସରକାରରେ ଥ‌ିବା ଦୁଇପ୍ରକାର ସରକାର ହେଲେ –

  • ରାଷ୍ଟ୍ର ସ୍ତରରେ ଗଠିତ କେନ୍ଦ୍ର ସରକାର ।
  • ରାଜ୍ୟ ସ୍ତରରେ ଗଠିତ ରାଜ୍ୟ ସରକାରସମୂହ ।

BSE Odisha 6th Class Political Science Important Questions Chapter 3 ସରକାର

୮। ଐକିକ ସରକାର କ’ଣ ?
Answer:

  • ଐକିକ ସରକାର ବ୍ୟବସ୍ଥାରେ ରାଷ୍ଟ୍ରର ସମସ୍ତ କ୍ଷମତା ଗୋଟିଏ ସରକାର ବା କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ଥାଏ ।
  • ଆଞ୍ଚଳିକ ସରକାରମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଶାସନ କରନ୍ତି ।

୯। ରାଷ୍ଟ୍ରପତୀୟ ସରକାର କ’ଣ ?
Answer:

  • ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ।
  • ରାଷ୍ଟ୍ରପତି ବ୍ୟବସ୍ଥାପିକାର ସଭ୍ୟ ହୋଇ ନଥା’ନ୍ତି ଓ ତାଙ୍କଦ୍ୱାରା ନିଯୁକ୍ତ ସଚିବମାନେ ତାଙ୍କ ନିକଟରେ ଦାୟୀ ରହନ୍ତି । ଏହି ବ୍ୟବସ୍ଥାରେ ରାଷ୍ଟ୍ରପତି ଓ ତାଙ୍କ ସଚିବମାନଙ୍କୁ ବ୍ୟବସ୍ଥାପିକା ପଦଚ୍ୟୁତ କରିପାରେ ନାହିଁ ।

୧୦ । ରାଜତାନ୍ତ୍ରିକ ସରକାର କ’ଣ ?
Answer:

  • ରାଜତାନ୍ତ୍ରିକ ସରକାର ବ୍ୟବସ୍ଥାରେ ରାଜାଙ୍କ ପାଖରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥାଏ ଓ ତାଙ୍କ ନିଷ୍ପତ୍ତି ମାନିବାକୁ ସମସ୍ତେ ବାଧ୍ୟ ହୋଇଥା’ନ୍ତି ।
  • ଏହି ବ୍ୟବସ୍ଥାରେ ବଂଶାନୁକ୍ରମିକ ସୂତ୍ରରେ ରାଜାଙ୍କର ପ୍ରଥମ ସନ୍ତାନକୁ ରାଜା/ରାଣୀ କରାଯାଇ ଶାସନ କରିବାକୁ ସୁଯୋଗ ଦିଆଯାଏ ।

୧୧ । ଗଣତାନ୍ତ୍ରିକ ସରକାର କ’ଣ ?
Answer:

  • ଗଣତାନ୍ତ୍ରିକ ସରକାର ଆଧୁନିକ ଯୁଗରେ ସବୁଠାରୁ ଲୋକପ୍ରିୟ ବ୍ୟବସ୍ଥା ।
  • ଏହି ବ୍ୟବସ୍ଥାରେ ଜନସାଧାରଣଙ୍କଦ୍ବାରା ନିର୍ବାଚିତ ପ୍ରତିନିଧିମାନେ ରାଷ୍ଟ୍ରକୁ ଶାସନ କରିଥା’ନ୍ତି ଓ ସେମାନେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହନ୍ତି ।

BSE Odisha 6th Class Political Science Important Questions Chapter 3 ସରକାର

୧୨ । ରାଷ୍ଟ୍ରସଂଘୀୟ ସରକାର କ’ଣ ?
Answer:

  • ରାଷ୍ଟ୍ରସଂଘୀୟ ସରକାର ସମ୍ବିଧାନର ନିର୍ଦ୍ଦେଶାନୁସାରେ ଗଠିତ ହୋଇଥାଏ ।
  • ରାଷ୍ଟ୍ର ସ୍ତରରେ କେନ୍ଦ୍ର ସରକାର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାରମାନ ଥାଏ ଓ ପ୍ରତ୍ୟେକ ସରକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସ୍ଵାଧୀନଭାବେ କ୍ଷମତା ଉପଭୋଗ କରି ଶାସନ କରନ୍ତି ।

୧୩ । ସଂସଦୀୟ ସରକାର କ’ଣ ?
Answer:

  • ସଂସଦୀୟ ସରକାରରେ ରାଷ୍ଟ୍ରମୁଖ୍ୟ ଆଳଙ୍କାରିକ ମୁଖ୍ୟ ଅଟନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଶାସନର ପ୍ରକୃତ ମୁଖ୍ୟ ହୋଇଥାଆନ୍ତି ।
  • ମନ୍ତ୍ରୀମାନେ ବ୍ୟକ୍ତିଗତ ଓ ସମୂହଭାବେ ସଂସଦ ନିକଟରେ ଦାୟୀ ରହନ୍ତି |

୧୪। ଗଣତନ୍ତ୍ର ଶାସନରେ ଲୋକମାନଙ୍କର ଭୂମିକା କ’ଣ ?
Answer:

  • ଗଣତନ୍ତ୍ର ହେଉଛି ଗଣ -ଶାସନ । ଗଣତନ୍ତ୍ର ଶାସନରେ ସରକାର ଠିକ୍ ଶାସନ ନ କଲେ ଲୋକମାନେ ସରକାରଙ୍କୁ ବଦଳାଇ ପାରିବେ ।
  • ଗଣତନ୍ତ୍ର ଶାସନରେ ଜାତି, ବର୍ଣ୍ଣ, ଧର୍ମ, ନିର୍ବିଶେଷରେ ସମସ୍ତେ ସମାନ ସୁବିଧା ସୁଯୋଗ ଓ ଅଧିକାର ଉପଭୋଗ କରନ୍ତି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସବୁଠାରୁ ପୁରୁଣା ଶାସନ କ’ଣ ?
Answer:
ଗଣତନ୍ତ୍ର ହେଉଛି ସବୁଠାରୁ ପୁରୁଣା ଶାସନ !

୨। ସରକାର ବିଭିନ୍ନ କାର୍ଯ୍ୟର ସୁପରିଚାଳନା ପାଇଁ କେଉଁ ଅନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା କରୁଛନ୍ତି ?
Answer:
ସରକାର ବିଭିନ୍ନ କାର୍ଯ୍ୟର ସୁପରିଚାଳନା ପାଇଁ ଡାକଘର, ବିଦ୍ୟାଳୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ହାଇକୋର୍ଟ ଆଦି ଗଠନ କରିଥା’ନ୍ତି ।

BSE Odisha 6th Class Political Science Important Questions Chapter 3 ସରକାର

୩। ପୃଥ‌ିବୀରେ ବିଭିନ୍ନ ଦେଶରେ କେଉଁ ଆଧାରରେ ସରକାର ଗଠିତ ହୋଇଥାଏ ?
Answer:
ପୃଥ‌ିବୀର ବିଭିନ୍ନ ଦେଶର ରାଜନୈତିକ ଓ ଅର୍ଥନୈତିକ ଆଧାରରେ ସରକାର ଗଠିତ ହୋଇଥାଏ ।

୪। ପୃଥ‌ିବୀର ବିଭିନ୍ନ ଦେଶରେ କେଉଁ ପ୍ରକାରର ସରକାର ରହିଛି ?
Answer:
ପୃଥ‌ିବୀର ବିଭିନ୍ନ ଦେଶରେ ସଂସଦୀୟ, ରାଷ୍ଟ୍ରପତୀୟ, ଐକିକ, ରାଷ୍ଟ୍ର ସଂଘୀୟ, ରାଜତନ୍ତ୍ରିକ ଓ ଗଣତାନ୍ତ୍ରିକ ସରକାର ରହିଛି ।

୫। ସଂସଦୀୟ ସରକାରରେ କାହା କାହା ମଧ୍ୟରେ ବୁଝାମଣା ଭିତ୍ତିକ କାର୍ଯ୍ୟ କରିଥା’ନ୍ତି ?
Answer:
ସଂସଦୀୟ ସରକାରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମବୁଝାମଣା ଭିତ୍ତିରେ କାର୍ଯ୍ୟ କରିଥା’ନ୍ତି ।

୬| ସଂସଦୟ ସରକାରରେ କାର୍ଯ୍ୟପାଳିକା କାହା ପାଖରେ ଉତ୍ତର ଦାୟୀ ରହିଥାଏ ?
Answer:
ସଂସଦୀୟ ସରକାରରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ପାଖରେ ଉତ୍ତରଦାୟୀ ରହିଥାଏ ।

୭ | ବ୍ୟବସ୍ଥାପିକାର ସଭ୍ୟମାନେ କିପରି ନିର୍ବାଚିତ ହୋଇଥାନ୍ତି ?
Answer:
ବ୍ୟବସ୍ଥାପିକାର ସଭ୍ୟମାନେ ଜନସାଧାରଣଙ୍କ ଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୋଇଥାନ୍ତି ।

BSE Odisha 6th Class Political Science Important Questions Chapter 3 ସରକାର

୮ | ରାଷ୍ଟ୍ରପତୀୟ ସରକାରର ମୁଖ୍ୟ କିଏ ?
Answer:
ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି ।

୯। ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:
ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ଲୋକମାନଙ୍କ ଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୋଇଥା’ନ୍ତି ।

୧୦ । ଗଣତାନ୍ତ୍ରିକ ସରକାରରେ ସରକାର କିପରି ଗଠନ କରାଯାଏ ?
Answer:
ଗଣତାନ୍ତ୍ରିକ ସରକାରରେ ସାଧାରଣ ନିର୍ବାଚନରେ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧିମାନେ ସରକାର ଗଢ଼ି ଶାସନ କରନ୍ତି ।

୧୧ । ରାଷ୍ଟ୍ରର ଶାସନ କାର୍ଯ୍ୟ କାହା ସାହାଯ୍ୟରେ କରାଯାଇଥାଏ ?
Answer:
ରାଷ୍ଟ୍ରର ଶାସନ କାର୍ଯ୍ୟ ସରକାର ସାହାଯ୍ୟରେ କରାଯାଇଥାଏ ।

୧୨ । ସରକାର କାହିଁକି ଗଠନ କରାଯାଇଛି ?
Answer:
ରାଷ୍ଟ୍ରର ଶାସନ କାର୍ଯ୍ୟର ସୁପରିଚାଳନା ପାଇଁ ସରକାର ଗଠନ କରାଯାଇଛି ।

୧୩। ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ କିଏ ପ୍ରଣୟନ କରିଥାଏ ?
Answer:
ରାଷ୍ଟ୍ରର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ନୀତି ନିୟମ ସରକାର ପ୍ରଣୟନ କରିଥାଏ ।

BSE Odisha 6th Class Political Science Important Questions Chapter 3 ସରକାର

୧୪ । ଐକିକ ସରକାରରେ କାହା ଉପରେ ସମସ୍ତ କ୍ଷମତା ନ୍ୟସ୍ତ କରାଯାଇଥାଏ ?
Answer:
ଐକିକ ସରକାରରେ ଗୋଟିଏ ସରକାର ବା କେନ୍ଦ୍ର ସରକାର ଉପରେ ସମସ୍ତ କ୍ଷମତା ନ୍ୟସ୍ତ କରାଯାଇଥାଏ ।

୧୫ । ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ କିଏ ?
Answer:
ରାଷ୍ଟ୍ରପତି ରାଷ୍ଟ୍ରପତୀୟ ସରକାରରେ କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।

୧୬ । ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ କାହାଦ୍ଵାରା କରାଯାଏ ?
Answer:
ଗଣତାନ୍ତ୍ରିକ ସରକାରରେ ଶାସନକାର୍ଯ୍ୟ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳର ପ୍ରତିନିଧୁମାନଙ୍କଦ୍ୱାରା ଗଠିତ ସରକାରଙ୍କଦ୍ୱାରା କରାଯାଏ ।

୧୭ । ପୃଥ‌ିବୀରେ ସଂସଦୀୟ ସରକାର କେଉଁ କେଉଁ ଦେଶରେ ଦେଖାଯାଏ ?
Answer:
ପୃଥ‌ିବୀରେ ସଂସଦୀୟ ସରକାର ଭାରତ ଓ ଜାପାନ ଦେଶରେ ଦେଖାଯାଏ ।

୧୮ ।ରାଷ୍ଟ୍ରପତୀୟ ସରକାର ପୃଥ‌ିବୀର କେଉଁ କେଉଁ ଦେଶରେ ପ୍ରଚଳିତ ?
Answer:
ରାଷ୍ଟ୍ରପତୀୟ ସରକାର ପୃଥ‌ିବୀର ଯୁକ୍ତରାଷ୍ଟ୍ର ଓ ଫ୍ରାନ୍ସ ଦେଶରେ ପ୍ରଚଳିତ ।

BSE Odisha 6th Class Political Science Important Questions Chapter 3 ସରକାର

୧୯ ।ଐକିକ ସରକାର ପୃଥ‌ିବୀର କେଉଁ କେଉଁ ଦେଶରେ ଦେଖାଯାଏ ?
Answer:
ଐକିକ ସରକାର ପୃଥ‌ିବୀର ଯୁକ୍ତରାଜ୍ୟ ଓ ଫ୍ରାନ୍ସ ଦେଶରେ ଦେଖାଯାଏ ।

୨୦ । ରାଷ୍ଟ୍ରସଂଘୀୟ ସରକାର ପୃଥ‌ିବୀର କେଉଁ କେଉଁ ଦେଶରେ ଦେଖାଯାଏ ?
Answer:
ରାଷ୍ଟ୍ରସଂଘୀୟ ସରକାର ପୃଥ‌ିବୀର ଭାରତ ଓ ରୁଷିଆ ଦେଶରେ ଦେଖାଯାଏ ।

୨୧ । ରାଜତାନ୍ତ୍ରିକ ସରକାର କେଉଁ ଦେଶରେ ପ୍ରଚଳିତ ?
Answer:
ରାଜତାନ୍ତ୍ରିକ ସରକାର ବୃନେଇ ଦେଶରେ ପ୍ରଚଳିତ ।

୨୨। ଗଣତାନ୍ତ୍ରିକ ସରକାର ପୃଥ‌ିବୀର କେଉଁ କେଉଁ ଦେଶରେ ଦେଖାଯାଏ ?
Answer:
ଗଣତାନ୍ତ୍ରିକ ସରକାର ପଥବୀର ଭାରତ ଓ ପାକିସ୍ତାନ ଦେଶରେ ଦେଖାଯାଏ ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
୧। ‘କ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜ ସହ ‘ଖ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜକୁ ମିଳାଅ ।

‘କ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜ ସହ ‘ଖ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜକୁ ମିଳାଅ ।
Answer:
‘କ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜ ସହ ‘ଖ’ ସ୍ତମ୍ଭର ଶବ୍ଦ ବା ଶବ୍ଦପୁଞ୍ଜକୁ ମିଳାଅ । Answer

BSE Odisha 6th Class Political Science Important Questions Chapter 3 ସରକାର

୨। ଶୂନ୍ୟସ୍ଥାନ ପୂରଣ କର ।

(କ) ଗଣତନ୍ତ୍ର ଶାସନରେ ସବୁ କ୍ଷମତା _________________ ମାନଙ୍କ ପାଖରେ ଥାଏ ।
Answer:
ଲୋକ

(ଖ) _____________ ରାଷ୍ଟ୍ରରେ ଐକିକ ସରକାର ଶାସନ ପ୍ରଚଳିତ ।
Answer:
ଇଟାଲୀ

(ଗ) ପୂର୍ବକାଳରେ _______________ ରେ ରାଜତାନ୍ତ୍ରିକ ଶାସନ ପ୍ରଚଳିତ ଥିଲା ।
Answer:
ତୁର୍କୀ/ଫ୍ରାନ୍ସ

(ଘ) ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରପତି ______________ ର ସଭ୍ୟ ନୁହଁନ୍ତି ।
Answer:
ବ୍ୟବସ୍ଥାପିକା

(ଙ) ଦେଶରେ ସରକାର ନ ଥିଲେ ________________ ଦେଖାଦିଏ ।
Answer:
ଅରାଜକତା

(ଚ) ରାଷ୍ଟ୍ର ଗଠନ ପାଇଁ ________________ ର ଆବଶ୍ୟକତା ରହିଛି ।
Answer:
ସରକାର

Leave a Comment