BSE Odisha 7th Class History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

Odisha State Board BSE Odisha Class 7 History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ will enable students to study smartly.

BSE Odisha Class 7 History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଭକ୍ତି ଆନ୍ଦୋଳନ :

  • ମଧ୍ୟଯୁଗରେ ଇସ୍‌ଲାମ୍ ଓ ହିନ୍ଦୁ ଧର୍ମ ଓ ସଂସ୍କୃତିର ମିଳନ ଏକ ନୂତନ ଆନ୍ଦୋଳନକୁ ଜନ୍ମ ଦେଇଥିଲା । ଏହା ଫଳରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସନ୍ଥମାନଙ୍କ ପ୍ରଚେଷ୍ଟାରେ ଧର୍ମ କ୍ଷେତ୍ରରେ ରହିଥ‌ିବା ଜଟିଳତା ଦୂର ହୋଇପାରିଥିଲା । ଧର୍ମକ୍ଷେତ୍ରରେ ସଙ୍ଗଠିତ ଏହି ଆନ୍ଦୋଳନ ଭକ୍ତି ଓ ସୁଫି ଅନ୍ଦୋଳନ ନାମରେ ପରିଚିତ ।
  • ଭକ୍ତି ଆନ୍ଦୋଳନର ସନ୍ଥମାନେ ସରଳ ଓ ନିରାଡ଼ମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ମାଧ୍ୟମରେ ଈଶ୍ବର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ ।
  • ଭକ୍ତ ଧର୍ମର ସନ୍ଥମାନଙ୍କ ମଧ୍ୟରେ କବୀର, ଗୁରୁ ନାନକ, ଶ୍ରୀଚୈତନ୍ୟ, ଜ୍ଞାନେଶ୍ଵର, ନାମଦେବ ଓ ତୁକାରାମ ପ୍ରଧାନ ଥିଲେ ।

→ ଦୋହା – ଦୁଇ ଧାଡ଼ିରେ ରଚିତ ଭଜନ ଯାହା ଗୋଟିଏ କଥା ବା ଭାବକୁ ବର୍ଣ୍ଣନା କରିଥାଏ । କବୀର ତାଙ୍କ ଦୋହା ମାଧ୍ୟମରେ ଭକ୍ତି ଆଦୋଳନକୁ ଲୋକସ୍ରିକ କରାଇଥିଲେ ।

ସୁଫି ଧର୍ମ ଆନ୍ଦୋଳନ :

  • ଏକାଦଶ ଶତାବ୍ଦୀରେ ବହୁ ମୁସଲମାନ ସନ୍ଥ ଧର୍ମ କ୍ଷେତ୍ରରେ ରହିଥ‌ିବା ଜଟିଳତାକୁ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
  • ସୁଫି ଧର୍ମର ସନ୍ଥମାନଙ୍କ ମଧ୍ୟରେ ନିଜାମୁଦ୍ଦିନ୍ ଅଭଲୟା, ଖୁଜା ମୋଇନୁଦ୍ଦିନ୍ ଚିସ୍ତି, ବାହାଉଦ୍ଦିନ୍ କାଜାରିଆ, ବାବା ଫରିଦ୍, ଶାହା ଆଲାମ୍ ବୁଖାରୀ, ଶେଖ ସିଆଉଦ୍ଦିନ୍ ଇତ୍ୟାଦି ପ୍ରଧାନ ଥିଲେ ।

→ ସୁଫି-ସୁଫ୍ ବା ଉଲ୍‌ର ପୋଷାକ ପିନ୍ଧିଥିବା ମୁସଲମାନ ସନ୍ଥ ବା ଫକୀରଙ୍କୁ ‘ସୁଫି’ କୁହାଯାଏ ।

BSE Odisha 7th Class History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନର ଫଳାଫଳ :

  • ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନର ଫଳାଫଳ ଉଲ୍ଲେଖଯୋଗ୍ୟ ଥିଲା । ଏହି ଧର୍ମ ଆନ୍ଦୋଳନ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପରସ୍ପର ନିକଟବର୍ତ୍ତୀ କରାଇଥିଲା ଓ ଏକ ନୂତନ ଭାରତୀୟ ସଂସ୍କୃତିର ବିକାଶ ଦିଗରେ ସହାୟକ ହୋଇଥିଲା ।
  • ହିନ୍ଦୁ ମାନଙ୍କର ପୀରମାନଙ୍କୁ ଉପାସନା ଓ ମୁସଲମାନମାନଙ୍କ ନାରାୟଣଙ୍କ ପ୍ରତି ଭକ୍ତିଭାବ ପ୍ରଦର୍ଶନ ଫଳରେ ଉଭୟ ସଂପ୍ରଦାୟ ମଧ୍ୟରେ ସତ୍ୟପୀର ଉପାସନାର ପ୍ରସାର କରିଥିଲା ।

ଆଞ୍ଚଳିକ ଭାଷା, ସାହିତ୍ୟ, ସଙ୍ଗୀତ ଓ ଚିତ୍ରକଳାର ବିକାଶ :

  • ଏହି ସାଂସ୍କୃତିକ ମିଳନ ଫଳରେ ଭାରତରେ ଏକତା ପ୍ରତିଷ୍ଠା ହେବାର ମାର୍ଗ ସୁଗମ ହୋଇଥିଲା ।
  • ସୁଫି ଓ ଭକ୍ତି ଧର୍ମର ସାରତତ୍ତ୍ଵଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରଚାର ଫଳରେ ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ମରାଠୀ ଆଦି ଭାଷାର ବିକାଶ ହେବା ସଙ୍ଗେ ସଙ୍ଗେ ଅନେକଗୁଡ଼ିଏ ଉତ୍କୃଷ୍ଟ ସାହିତ୍ୟ ରଚିତ ହୋଇଥିଲା ।

→ ଅମୀର ଖୁସ୍ତଙ୍କ ପ୍ରକୃତ ନାମ ମହମ୍ମଦ ହାସନ ଥିଲା ।
→ ସେ ଜଣେ କବି, ଐତିହାସିକ ଓ ସଂଗୀତଜ୍ଞ ଥିଲେ ।
→ ଅମୀର ଖୁସ୍ରୁ ପାର ସି କ ବିକାଶ କରିଥିଲେ । ଏହି ଶୈଳୀକୁ ‘ସାବକ-ଇ- ହିନ୍ଦୀ’ କୁହାଯାଏ ।

କେତେକ ଗ୍ରନ୍ଥ ଓ ରଚୟିତା

ଗ୍ରନ୍ଥ ରଚୟିତା
ପଦ୍ମାବତୀ (ହିନ୍ଦୀ) ମାଲିକ ମହମ୍ମଦ ଜୟସୀ
ରାମଚରିତ ମାନସ (ହିନ୍ଦୀ) ତୁଳସୀ ଦାସ
ଆମୁକ୍ତ ମାଲ୍ୟଦା (ତେଲୁଗୁ ) କୃଷ୍ଣଦେବ ରାୟ
ମହାଭାରତ (ଓଡ଼ିଆ) ସାରଳା ଦାସ
ଭାଗବତ (ଓଡ଼ିଆ) ଜଗନ୍ନାଥ ଦାସ
ଦାଣ୍ଡୀ ରାମାୟଣ (ଓଡ଼ିଆ) ବଳରାମ ଦାସ
ସୁର ସାଗର (ହିନ୍ଦୀ) ସୁରଦାସ
ବେଦାନ୍ତ ସଂଗ୍ରହ ରାମାନୁଜ
ତାରିଖ-ଇ-ଆଲାହୀ (ପାର୍ସୀ) ଅମୀର ଖୁସ୍ରୁ
ତବାକତ୍-ଇ-ନାସିରୀ (ପାର୍ସୀ) ମିନ୍ହାଜ୍-ଉଦ୍ଦିନ୍ -ସିରାଜ୍
ତାରିକ୍ -ଇ-ଫିରୋଜଶାହୀ (ପାର୍ସୀ) ଜିଆଉଦ୍ଦିନ୍ ବରାଣୀ
ପୃଥ୍ୱୀରାଜ ରାସୋ (ହିନ୍ଦୀ) ଚାନ୍ଦ ବରଦାର

BSE Odisha 7th Class History Notes Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

କେତେକ ସୁଫି ସନ୍ଥ ଓ ସେମାନଙ୍କ ନିବାସସ୍ଥଳୀ

ପ୍ରସିଦ୍ଧ ସୁଫି ସନ୍ଥ ନିବାସସ୍ଥଳୀ
ସ୍ଵାଜା ମୋଇନୁଦ୍ଦିନ୍ ଚିସ୍ତି ଆଜମିର
ଶେଖ୍ ନିଜାମୁଦ୍ଦିନ୍ ଅଭଲିୟା ଦିଲ୍ଲୀ ନିକଟସ୍ଥ ଗିୟାସ୍‌ର
ବାବା ଫରିଦ୍ ଆଜୋଧାନ (ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ)
ସାହା ଆଲାମ୍ ବୁଖାରୀ ଗୁଜରାଟ
ବାହାଉଦ୍ଦିନ୍ ଜାକାରିଆ ମୁଲତାନ୍
ଶେଖ୍ ସିଆଉଦ୍ଦିନ୍ ସିଲ୍ ହଟ

ଖ୍ରୀଷ୍ଟାବ୍ଦ ଓ ସମ୍ପର୍କିତ ଘଟଣାବଳୀ

ଖ୍ରୀଷ୍ଟାବ୍ଦ ଘଟଣା
୧୪୦୦ କବୀରଙ୍କ ଜନ୍ମ
୧୪୬୯ ଗୁରୁ ନାନକଙ୍କ ଜନ୍ମ
୧୪୮୬ ଶ୍ରୀଚୈତନ୍ୟଙ୍କ ଜନ୍ମ
୧୫୧୮ କବୀରଙ୍କ ମୃତ୍ୟୁ
୧୫୩୩ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ
୧୫୩୮ ଗୁରୁ ନାନକଙ୍କ ମୃତ୍ୟୁ
୧୮୩୩ ଶ୍ରୀଚୈତନ୍ୟଙ୍କ ମୃତ୍ୟୁ

Leave a Comment