Odisha State Board BSE Odisha 10th Class Life Science Notes Chapter 9 ଆମ ପରିବେଶ will enable students to study smartly.
BSE Odisha Class 10 Life Science Notes Chapter 9 ଆମ ପରିବେଶ
→ଉପକ୍ରମ :
- ପରିବେଶ କହିଲେ ପାଣି ପବନ ଓ ମାଟିର କେବଳ ସମନ୍ୱୟ ତା’ ନୁହେଁ ବରଂ ଜୀବଜଗତ (ପ୍ରାଣୀ, ଉଭିଦ, ଅଣୁଜୀବ)ର ଉଦ୍ଭବ ଓ ବିଲୟର ଏକ ସୂକ୍ଷ୍ମଚିତ୍ର ପରିବେଶରେ ପରିଦୃଷ୍ଟ ହୋଇଥାଏ ।
- ପରିବେଶରେ ସନ୍ତୁଳନ ଯୋଗୁଁ ଜୀବଗତର ଉତ୍ସବ ଓ ସେମାନଙ୍କ ମଧ୍ୟରେ ସମନ୍ଵୟ ଠିକ୍ ଭାବରେ ରହିଥାଏ ।
- ପ୍ରକୃତି ଓ ପ୍ରାକୃତିକ ବିପର୍ଯ୍ୟୟ ପୃଥିବୀତ ପରିବେଶୀୟ ସନ୍ତୁଳନ ଉପରେ ପ୍ରଭାବ ବିସ୍ତାର କରିଥାଏ ।
→(Biosphere):
- ପୃଥିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ ।
- ଏହି ମଣ୍ଡଳରେ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିର ଜଳସହ ଭୂତଳ ଜଳ ରହିଅଛି ।
- ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥ୍ୟା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ ।
- ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03 ଭାଗ ଅଙ୍ଗାରକାମ୍ଳ, ଅବଶିଷ୍ଟ ନଳୀୟ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍କୁ ନେଇ ଗଠିତ ।
- ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ ।
ଜଳମଣ୍ଡଳ, ବାୟୁମଣ୍ଡଳ ଓ ଅଶ୍ମମଣ୍ଡଳର ସମଷ୍ଟି ସ୍ଥଳରେ ପରସ୍ପର ମଧ୍ୟରେ ସମନ୍ଵୟ ଯୋଗୁଁ ଜୀବସୃଷ୍ଟି ତଥା ବିକାଶ ଓ ଜୀବନଧାରଣ ସମ୍ଭବ ହୋଇଛି । ଜୀବନଧାରଣ ପାଇଁ ଅନୁକୂଳ ବାତାବରଣ ଥିବା ଏହି ଅଞ୍ଚଳକୁ ଜୀବମଣ୍ଡଳ କୁହାଯାଏ ।
→ଜୀବମଣ୍ଡଳର ମୁଖ୍ୟ ଉପାଦାନ (Components of Biosphere) :
- ଶ୍ରୀତମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥିସହିତ ସଂଶ୍ଳିଷ୍ଟ ପରିବେଶକୁ ବୁଝାଇଥାଏ । ପୃଥିବୀର ସମସ୍ତ ପରିସଂସ୍ଥାକୁ ନେଇ ଏହା ଗଠିତ ହୋଇଥାଏ ।
- ଏହା ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆତ୍ମନିୟନ୍ତ୍ରଣକ୍ଷମ ଏକ ପ୍ରାକୃତିକ ସଂସ୍ଥା । ଏହାକୁ ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥାଭାବେ ଗ୍ରହଣ କରାଯାଇପାରିବ ।
- ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ଅଟେ । ଏହାର ମୁଖ୍ୟ ଉପାଦାନ ଗୁଡ଼ିକ ହେଉଛି ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ ।
- ଫେରନ୍ତାସଙ୍କେତ ବ୍ୟବସ୍ଥାଦ୍ୱାରା ଏହା ସମସ୍ଥିତି ବଜାୟ ରଖୁଥାଏ ।
→ପରିସଂସ୍ଥା (Ecosystem) :
- ଗୋଟିଏ ଅଞ୍ଚଳରେ ବାସକରୁଥିବା ସମସ୍ତ ସଜୀବ (ପ୍ରାଣୀ, ଉଭିଦ, ଅଣୁଜୀବ) ଓ ନିର୍ଜୀବ (ପାଣି, ପବନ, ମାଟି) ବସ୍ତୁକୁ ନେଇ ପରିସଂସ୍ଥା ଗଠିତ ।
- ଏହା ପ୍ରକୃତିର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ, ଯେଉଁଥରେ ପାରସ୍ପରିକ କ୍ରିୟା ମାଧ୍ୟମରେ ଜୀବସମୂହ ପରସ୍ପର ଉପରେ ଏବଂ ପରିବେଶ ଉପରେ ନିର୍ଭରଶୀଳ ଅଟନ୍ତି ।
- ଜୀବ ଜୀବ ଭିତରେ ତଥା ଜୀବ ଓ ପରିବେଶ ଭିତରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ, ସମନ୍ବିତ ସନ୍ତୁଳନ ସମ୍ଭବ ହୋଇଛି । ଏହି ସମନ୍ବିତ ଅବସ୍ଥାକୁ ପରିବେଶ ସନ୍ତୁଳନ ବା ପ୍ରାକୃତିକ ଭାରସାମ୍ୟ କୁହାଯାଏ ।
- ଜୀବମଣ୍ଡଳରେ ଅନେକ ପ୍ରକାର ପରିସଂସ୍ଥା ରହିଛି, ଯଥା- ଜଙ୍ଗଲ ପରିସଂସ୍ଥା, ତୃଣଭୂମି ପରିସଂସ୍ଥା, ମରୁଭୂମି ପରିସଂସ୍ଥା, ପୁଷ୍କରିଣୀ ପରିସଂସ୍ଥା, ନଦୀ ପରିସଂସ୍ଥା, ସମୁଦ୍ର ପରିସଂସ୍ଥା ।
’‘ଇକୋସିଷ୍ଟମ’ ଶବ୍ଦର ବ୍ୟବହାର ପ୍ରଥମେ 1935 ମସିହାରେ ଏ.ଜି.ଟାନ୍ସ୍ (A.G. Tansley, 1971- 1955) କରିଥିଲେ ।
→ପରିସଂସ୍ଥାର ଗଠନିକ ଉପାଦାନ (Components of Ecosystem) :
ଗୋଟିଏ ପରିସଂସ୍ଥା ଅନ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ । କିନ୍ତୁ ଗଭୀର ଭାବେ ଅନୁଧ୍ୟାନ କଲେ ଆମେ ଦେଖୁବା ଏହି ଭିନ୍ନତା ଭିତରେ ଅନେକ ସମାନତା ମଧ୍ୟ ରହିଛି । କାରଣ ପ୍ରତ୍ୟେକ ପରିସଂସ୍ଥା ନିମ୍ନଲିଖ୍ 4 ଗୋଟି ଉପାଦାନକୁ ନେଇ ଗଠିତ, ଯଥା-
- ଅଜୈବିକ ଉପାଦାନ (Abiotic components)
- ଭକ୍ଷକ (Consumer)
- ଉତ୍ପାଦକ (Producer)
- ଅପଘଟକ (Decomposer)
1. ଅଜୈବିକ ଉପାଦାନ (Abiotic components) :
- ପରିବେଶରେ ଥିବା ମାଟି, ପାଣି, ପବନ, ଅନ୍ୟ ମୌଳିକ ପଦାର୍ଥ ଓ ଯୌଗିକ ପଦାର୍ଥ ପରି ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରିସଂସ୍ଥାର ଅଜୈବିକ ଉପାଦାନ ଗଠିତ ହୋଇଥାଏ ।
- ଏମାନଙ୍କୁ ଆମେ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରିପାରିବା, ଯଥା
- ଜଳବାୟୁ ଓ ଏହାକୁ ନିୟନ୍ତ୍ରଣ କରୁଥିବା କାରକ
- ଜୀବ-ଭୂତତ୍ତ୍ଵ-ରସାୟନ ଚକ୍ର
- ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାର ପରି ଜୈବିକ ପଦାର୍ଥ
2. ଉତ୍ପାଦକ (Producers) :
- ପରିବେଶରେ ଥିବା ଘାସ, ଗଛ, ପ୍ଲବ ଉଦ୍ଭଦ ଆଦି ସମସ୍ତ ପ୍ରକାର ସବୁଜ ଉଦ୍ଭିଦ ଉତ୍ପାଦକ ଅଟନ୍ତି ।
- ଏମାନଙ୍କଠାରେ କ୍ଲୋରୋଫିଲ୍ ନାମକ ଏକ ପ୍ରକାର ସବୁଜକଣା ସୂର୍ଯ୍ୟର ଆଲୋକ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିଥାଏ ।
- ନିଜ ଖାଦ୍ୟ ନିଜେ ତିଆରି କରୁଥିବାରୁ ଏମାନଙ୍କୁ ସ୍ଵପୋଷୀ ବା ସ୍ଵଭୋଜୀ କୁହାଯାଏ ।
3. ଉକ୍ଷକ (Consumers) :
- ଉକ୍ଷକମାନଙ୍କଠାରେ ଅନୈଦିକ ଉପାଦାନରୁ ନିଜ ପାଇଁ ଖାଦ୍ୟ ତିଆରି କରିବାର କ୍ଷମତା ନାହିଁ । ସେମାନେ ପ୍ରତ୍ୟକ୍ଷ ବା ପଞ୍ଚୋଳାବେ ଖାଦ୍ୟ ପାଇଁ ଉତ୍ପାଦକଙ୍କ ଉପରେ ନିର୍ଭର କରନ୍ତି । ସେଥିପାଇଁ ସେମାନଙ୍କୁ ପରଭୋଳୀ କୁହାଯାଏ ।
- ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଖାଦ୍ୟ ପାଇଁ ଉତ୍ପାଦକଙ୍କ ଉପରେ ନିର୍ଭର କରନ୍ତି । ସେଥିପାଇଁ ସେମାନଙ୍କୁ ପରଭୋଜୀ କୁହାଯାଏ ।
- ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନେ ପ୍ରାଥମିକ ଭକ୍ଷକ, ଦ୍ବିତୀୟକ ଭକ୍ଷକ, ତୃତୀୟ ଭକ୍ଷକ ଏବଂ ଶୀର୍ଷ ନର୍ଭର କରନ୍ତ ।
- ସବୁପ୍ରକାର ଦ୍ବିତୀୟକ ଭକ୍ଷକ ମାଂସାଶୀ ଅଟନ୍ତି । ନିଜର ଖାଦ୍ୟପାଇଁ ସେମାନେ ତୃଣଭୋଜୀଙ୍କ ଉପରେ ନିର୍ଭର ଗୋଟିଏ ଘାସ ପଡ଼ିଆ ପରିସଂସ୍ଥାରେ କରନ୍ତି ।
- ଗୋଟିଏ ଘାସ ପଡ଼ିଆ ପରିସଂସ୍ଥାରେ ଝିଣ୍ଟିକାକୁ ଖାଉଥିବା ବେଙ୍ଗ ହେଉଛି ଦ୍ବିତୀୟକ ଭକ୍ଷକ । ବେଙ୍ଗକୁ ଖାଉଥିବା ସାପ ହେଉଛି ତୃତୀୟକ ଭକ୍ଷକ ।
4. ଅପଘଟକ (Decomposers) :
- ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
- ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାହା ଅପଘଟକମାନଙ୍କ ଦ୍ବାରା ବିଭିନ୍ନ ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
- ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀବାଣୁ, କବକ, କେତେକ ଆଦିପ୍ରାଣୀ ଇତ୍ୟାଦି ।
→ଇକୋସିଷ୍ଟମର କାର୍ଯ୍ୟକ୍ଷମ ଦିଗଗୁଡିକ (Functional Aspects of Ecosystem) :
1. ପ୍ରତ୍ୟେକ ପରିସଂସ୍ଥାରେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକାରୀ ପ୍ରଣାଳୀ ରହିଛି । ସେଥୁମଧ୍ୟରୁ 4ଟି ମୁଖ୍ୟ କାର୍ଯ୍ୟକାରୀ ପ୍ରଣାଳୀ ହେଉଛି –
- ଖାଦ୍ୟ ଶୃଙ୍ଖଳ (Food chain),
- ଶକ୍ତି ପ୍ରବାହ (Energy flow),
- ପୋଷକ ଚକ୍ର (Nutrient cycle)
- ହୋମିଓଷ୍ଟାସିସ୍ (Homeostasis)
ଖାଦ୍ୟ ଶୃଙ୍ଖଳ (Food Chain) :
- ପରିସଂସ୍ଥାରେ ସମସ୍ତ ସବୁଜ ଉଦ୍ଭଦ ଉତ୍ପାଦକ ଅଟନ୍ତି ।
- ତୃଣଭୋଜୀମାନେ ସବୁଜ ଉଭିଦ ଖାଇ ବଞ୍ଚନ୍ତି ଓ ତୃଣଭୋଜୀମାନଙ୍କୁ ମାଂସାଶୀ ପ୍ରାଣୀମାନେ ଖାଇ ବଞ୍ଚନ୍ତି ।
- ଗୋଟିଏ ପରିସଂସ୍ଥାରେ ସବୁଜ ଉଦ୍ଭଦ ଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରଭାବକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।
- ଖାଦ୍ୟଶୃଙ୍ଖଳ ସବୁସମୟରେ ଗୋଟିଏ ସରଳ ରେଖାରେ ଗତିକରେ ।
- ଏଥୁରୁ ପରିସଂସ୍ଥାର ବିଭିନ୍ନ ଜୀବଙ୍କ ଭିତରେ ଥିବା ସମ୍ପର୍କର ସୂଚନା ମିଳେ ।
- ଖାଦ୍ୟଶୃଙ୍ଖଳ ସାଧାରଣତଃ ନିମ୍ନୋକ୍ତ ଖାଦ୍ୟସ୍ତରକୁ ନେଇ ଗଠିତ, ଯଥା- ଉତ୍ପାଦକଭାବେ ସବୁଜ ଉଦ୍ଭିଦ ପ୍ରଥମ ଖାଦ୍ୟସ୍ତରଦଖଲ କରିଛନ୍ରି ।
- ଉଦ୍ଭିଦରୁ ସିଧାସଳଖ ଖାଦ୍ୟ ଗ୍ରହଣ କରୁଥିବା ତୃଣଭୋଜୀ ପ୍ରାଣୀମାନେ ରହିଛନ୍ତି ଦ୍ଵିତୀୟ ଖାଦ୍ୟ ସ୍ତରରେ ।
- ଏହି ପ୍ରାଣୀଙ୍କୁ ଖାଉଥିବା ମାଂସାଶୀ କ୍ରମ-1 ପ୍ରାଣୀଙ୍କ ସ୍ଥାନ ହେଉଛି ତୃତୀୟ ଖାଦ୍ୟ ସ୍ତର ।
- ଚତୁର୍ଥ ଖାଦ୍ୟ ସ୍ତର ଦଖଲ କରିଛନ୍ତି ମାଂସାଶୀ କ୍ରମ-2 ପ୍ରାଣୀମାନେ ଏବଂ ଏମାନଙ୍କ ଖାଦ୍ୟ ହେଉଛି ମାଂସାଶୀ କ୍ରମ-1 ପ୍ରାଣୀ ।
- ଖାଦ୍ୟ ଶୃଙ୍ଖଳର ଶେଷସ୍ତରରେ ଥିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ ।
- ମାତ୍ର ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ ।
ଚାରର୍ଲସ ଏଲଟନ୍ ନାମକ ଜଣେ ଇଂରେଜ ପରିବେଶବିତ୍ ବିଭିନ୍ନ ପରିସଂସ୍ଥାରେ ଦେଖାଯାଉଥିବା ଖାଦ୍ୟଶୃଙ୍ଖଳକୁ ଅନୁଧ୍ୟାନ କରି ଏହି ଉପସଂହାରରେ ପହଞ୍ଚିଛନ୍ତି ଯେ ଯେକୌଣସି ଖାଦ୍ୟଶଙ୍ଖଳରେ ଖୁବ ବେଶୀରେ 5ଟି ଖାଦ୍ୟସ୍ତର ଥାଏ । କାରଣ ଗୋଟିଏ ଖାଦ୍ୟସ୍ତରରୁ ଅନ୍ୟଗୋଟିଏ ଖାଦ୍ୟସ୍ତରକୁ ଶକ୍ତିର ପ୍ରବାହ ସମୟରେ କିଛି ପରିମାଣର ଶକ୍ତି ଉତ୍ତାପ ରୂପରେ ବାତାବରଣକୁ ଚାଲିଯାଏ । ତେଣୁ ପ୍ରତ୍ୟେକ ଖାଦ୍ୟସ୍ତର ତାର ପୂର୍ବ ଖାଦ୍ୟସ୍ତରଠାରୁ କ୍ରମ ଅନୁସାରେ କମ୍ ଶକ୍ତି ପାଏ । ପଞ୍ଚମ ଖାଦ୍ୟସ୍ତର ବା ଶେଷସ୍ତରରେ ଖାଦ୍ୟଶକ୍ତିର ପରିମାଣ ନଗଣ୍ୟ ହୋଇଥିବାରୁ ଏହା ଉପରେ ନିର୍ଭରକରି ଅନ୍ୟ କୌଣସି ଜୀବ ବଞ୍ଚିବା ଅସମ୍ଭବ ।
→ଖାଦ୍ୟଶୃଙ୍ଖଳର ମହତ୍ତ୍ବ :
- ଖାଦ୍ୟଶୃଙ୍ଖଳକୁ ଅନୁଧ୍ୟାନ କଲେ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକର ସମ୍ପର୍କ ବିଷୟରେ ଜାଣିହୁଏ । ଏହା ଖାଦ୍ୟ ଉତ୍ପାଦନ ଓ ପ୍ରବାହ ଉପରେ ନିର୍ଭର କରି ପରିସଂସ୍ଥାର ବିଭିନ୍ନ ଜୀବ ଭିତରେ ସମକରେ ସୂଚନା ମିଳିଥାଏ ।
- ଏହାଦ୍ଵାରା ଗୋଟିଏ ପରିସଂସ୍ଥାରେ ଘଟୁଥିବା ଘଟୁଥିବା ଶକ୍ତି ପ୍ରବାହ ବିଷୟରେ ଜାଣିହୁଏ ।
- ଗୋଟିଏ ପରିସଂସ୍ଥାରେ ବିଷାକ୍ତ ପଦାର୍ଥଗୁଡ଼ିକର ଚଳନ ବିଷୟରେ ଜାଣିହୁଏ ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ଦ୍ଧନ ଜନିତ ସମସ୍ୟାର ସମାଧାନ କରିହୁଏ ।
2. ଖାଦ୍ୟଜାଲି (Food Web) :
- ପରିବେଶରେ ଗୋଟିଏ ପ୍ରକାର ଖାଦ୍ୟକୁ ଅନେକ ପ୍ରକାର ପ୍ରାଣୀ ଖାଆନ୍ତି, ଯଥା – ଘାସକୁ ଝିଣ୍ଟିକା, ଠେକୁଆ, ହରିଣ ଇତ୍ୟାଦି ଖାଇ ବଞ୍ଚନ୍ତି ।
- ଅନ୍ୟପକ୍ଷରେ ଗୋଟିଏ ଖାଦନ କେବଳ ଗୋଟିଏ ପ୍ରକାର ଖାଦ୍ୟ ଉପରେ ନିର୍ଭର ନକରି ଅନେକ ପ୍ରକାର ଖାଦ୍ୟ ଖାଇ ବମ୍ବେ, ଯଥା – ମଣିଷ ତୃଣଭୋଜୀ ହୋଇପାରେ, ମାଂସାଶୀ ( C1) ହୋଇପାରେ ବା ସର୍ବଭୋଜୀ ମଧ୍ୟ ହେ।ଇପାରେ ।
ପରିବେଶରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବଞ୍ଚେ ଏବଂ ସେହି ପ୍ରାଣୀକୁ ଅନ୍ୟ ପ୍ରାଣୀମାନେ ଖାଦ୍ୟଭାବେ ବ୍ୟବହାର କରନ୍ତି । ତେଣୁ ପରିବେଶରେ ପ୍ରାଣୀମାନଙ୍କ ମଧ୍ୟରେ ଖାଦ୍ୟସମ୍ପର୍କ ଗୋଟିଏ ସରଳରେଖା ପରି ନହୋଇ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଥାଏ ।
→ପରିସଂସ୍ଥାରେ ଶକ୍ତିର ପ୍ରବାହ (Energy flow in the ecosystem) :
- ପରିସଂସ୍ଥାରେ ଶକ୍ତିର ପ୍ରବାହ ସୂର୍ଯ୍ୟଙ୍କଠାରୁ ଆରମ୍ଭ ହୋଇ ଉତ୍ପାଦକ, ତୃଣଭୋଜୀ, ମାଂସାଶୀ କ୍ରମ-1 ଓ 2 ତଥା ଶୀର୍ଷ ଭକ୍ଷକ ଠାରେ ଖାଦ୍ୟ ଜରିଆରେ ପହଞ୍ଚିଥାଏ ।
- ଯେକୌଣସି ପରି ସଂସ୍ଥାରେ ଶର ପୂର୍ବାହ୍ନ ସୂର୍ଯ୍ୟଙ୍କଠାରୁ ରୂପୋଷୀ ଏବଂ ତା’ପରେ ସମସ୍ତ ଇଞ୍ଚଳ ଓ ଅପଘଟକମାନଙ୍କ ଭିତରେ ସିଧାସଳଖ ଏକ ଦିଗରେ ହୋଇଥାଏ । ତେଣୁ ପରିସଂସ୍ଥାରେ ଶକ୍ତିର ପ୍ରବାହ ଅଣଚକ୍ରାକାର ବା ଏକତରଫା ।
ପରିସଂସ୍ଥାରେ ଶକ୍ତିର ପ୍ରବାହ ତାପଗତିବିଜ୍ଞାନ (Thermodynamics)ର ଦୁଇଟି ନିୟମ ଅନୁଯାୟୀ ହୋଇଥାଏ । ପ୍ରଥମ ନିୟମ ଅନୁଯାୟୀ ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ । କିନ୍ତୁ ଏହାର ବିଲୟ ଘଟେ ନାହିଁ କି ଏହା ସୃଷ୍ଟି ହୋଇପାରେ ନାହିଁ । ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ଜରିଆରେ ସୌରଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରିବା ଏହାର ଉଦାହରଣ । ଦ୍ୱିତୀୟ ନିୟମ ଅନୁଯାୟୀ ଯେକୌଣସି କ୍ଷେତ୍ରରେ ଶକ୍ତିର ରୂପାନ୍ତରଣ ବା ସ୍ଥାନାନ୍ତରଣ ସମ୍ପୂର୍ଣ୍ଣ ଭାବେ ହୋଇନଥାଏ, କିଛି ଶକ୍ତି ତାପ ରୂପେ ଅପସାରିତ ହୋଇଯାଇଥାଏ ।
- ଆର୍.ଏଲ୍.ଲିଣ୍ଡେମାନ୍ ନାମକ ଜଣେ ପରିବେଶବିତ୍ 1942 ମସିହାରେ ବିଭିନ୍ନ ପୋଷକସ୍ତରରେ ମିଳୁଥିବା ଶକ୍ତିର ପରିମାଣକୁ ଅଧ୍ୟୟନ କରି ‘10% ନିୟମ’ (Ten per cent Rule) ପ୍ରଣୟନ କଲେ ।
- ଉଦାହରଣ : ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରୀ ହୁଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ 10 କ୍ୟାଲୋରୀ ହେବ ।
- ମାଂସାଶୀକ୍ରମ ସ୍ତର- 1 ଠାରେ 1 କ୍ୟାଲୋରୀ ଶକ୍ତି ମିଳିବ ଓ ମାଂସାଶୀ ସ୍ତର-2ଠାରେ ମାତ୍ର 0.1 କ୍ୟାଲୋରୀ ଶକ୍ତି ମିଳିବ ।
- ସୁତରାଂ ପରିବେଶରେ ତୃଣଭୋଜୀ ସ୍ତରରେ ସବୁଠାରୁ ଅଧିକ ଶକ୍ତି ମିଳିଥାଏ ଏବଂ ଶେଷସ୍ତରଠାରେ ସବୁଠାରୁ କମ୍ ଶକ୍ତି ମିଳିଥାଏ ।
→ଇକୋଲୋଜିକାଲ ପିରାମିଡ୍ (Ecological pyramids) :
- ଚାରଲସ୍ ଏଲ୍ଟନ୍ 1927 ମସିହାରେ ବିଭିନ୍ନ ପ୍ରକାର ପରିସଂସ୍ଥା ବିଷୟରେ ଅନୁଧ୍ୟାନ କରି ଦେଖିଲେ, ପରିସଂସ୍ଥାରେ ଉତ୍ପାଦକମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ତୃତୀୟକ ଭକ୍ଷକ ତଥା ଶୀର୍ଷ ଭକ୍ଷକଙ୍କ ସଂଖ୍ୟା ସବୁଠାରୁ କମ୍ ।
- ଉତ୍ପାଦକ ସ୍ତରଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବମାନଙ୍କସଂଖ୍ୟା କ୍ରମାଗତଭାବେ କମିକମି ଯାଏ ।
- ସଂଖ୍ୟା ଅନୁସାରେ ଏମାନଙ୍କୁ ସଜାଇ ରଖିଲେ ଏହା ଏକ ପିରାମିଡ଼ ପରି ଦେଖାଯିବ । ଏହାକୁ ସଂଖ୍ୟା ପିରାମିଡ୍ କୁହାଯାଏ ।
- ଜୀବମାନଙ୍କ ଜୈବିକ ବସ୍ତୁତ୍ୱ ଉତ୍ପାଦକ ସ୍ତରଠାରୁ କ୍ରମାଗତ ଭାବେ କମିଯାଏ ।
- ଶକ୍ତିର ପ୍ରବାହରେ ମଧ୍ୟ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ।
- ଏହି ଦୁଇ ଅବସ୍ଥାକୁ ବିଚାରକୁ ନେଇ ଗଠନ କରାଯାଉଥିବା ପିରାମିଡ଼କୁ ଯଥାକ୍ରମେ ଜୈବିକ ବସ୍ତୁତ୍ବ ପିରାମିଡ୍ ଶକ୍ତି ପିରାମିଡ଼୍ କୁହାଯାଏ ।
→ପୁଷ୍ଟିକର ଚକ୍ର (Nutrient cycle) :
- ପ୍ରତ୍ୟେକ ଜୀବର ଶରୀର କେତେକ ମୌଳିକ ଉପାଦାନରୁ ତିଆରି ହୋଇଥାଏ ।
- ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ମୌଳିକ ଉପାଦାନ ମଧ୍ୟ ଆବଶ୍ୟକ ହୋଇଥାଏ ।
- ଜୀବ ଶରୀରପାଇଁ ଅଧିକ ପରିମାଣରେ ଆବଶ୍ୟକ ହେଉଥିବା କାର୍ବନ, ନାଇଟ୍ରୋଜେନ୍, ଅକସିଜେନ, ହାଇଡ୍ରୋଜେନ୍, ପଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ସଲଫର, ଫସଫରସ୍ ପରି ମୌଳିକ ଉପାଦାନକୁ ସ୍ଥୂଳ ପୋଷକ କୁହାଯାଏ ।
- ଜୀବ ଶରୀର ପାଇଁ ଖୁବ୍ କମ୍ ପରିମାଣରେ ଆବଶ୍ୟକ ହେଉଥିବା କପର, ମାଙ୍ଗାନିଜ, ଜିଙ୍କ, ବୋରନ୍, କୋବାଲ୍ଟ, ସୋଡ଼ିୟମ, ଲୌହ ଇତ୍ୟାଦିକୁ ସୂକ୍ଷ୍ମ ପୋଷକ କୁହାଯାଏ ।
- ଉତ୍ପାଦକଙ୍କଠାରୁ ପୋଷକ ପଦାର୍ଥ ତୃଣଭୋଜୀ ଏବଂ ପରେ ଭକ୍ଷକ ପ୍ରାଣୀଙ୍କ ଶରୀରକୁ ଯାଇଥାଏ । ଉତ୍ପାଦକ ଓ ଭକ୍ଷକଙ୍କର ମୃତ୍ୟୁପରେ ତାଙ୍କ ଶରୀର ମାଟିରେ ମିଶିଯାଏ ।
- ଉତ୍ପାଦକଙ୍କଠାରୁ ପୋଷକ ପଦାର୍ଥ ତୃଣଭୋଜୀ ଏବଂ ପରେ ଭକ୍ଷକ ପ୍ରାଣୀଙ୍କ ଶରୀରକୁ ଯାଇଥାଏ
- ଉତ୍ପାଦକ ଓ ଭକ୍ଷକଙ୍କର ମୃତ୍ୟୁପରେ ତାଙ୍କ ଶରୀର ମାଟିରେ ମିଶିଯାଏ
- ପୋଷକ ପଦାର୍ଥମାନ ଉଭିଦ ଦ୍ବାରା ଏବଂ ସେମାନଙ୍କ ଜରିଆରେ ଅନ୍ୟ ଜୀବଙ୍କ ଦ୍ବାରା ବ୍ୟବହୃତ ହୋଇଥାଏ ।
ପରିସଂସ୍ଥାରେ ପୋଷକର ପ୍ରବାହ ଚକ୍ରାକାର (Cyclic) । ଜୀବ ଶରୀର ଏବଂ ପରିବେଶ ମଧ୍ୟ ଦେଇ ପୋଷକର ଏହି ଚକ୍ରାକାର ଗତିକୁ ‘ପୋଷକ ଚକ୍ର’ (Nutrient cycle) କୁହାଯାଏ । ଅପଘଟକଙ୍କ ଯୋଗୁଁ ପରିସଂସ୍ଥାର ପୋଷକ କୁଣ୍ଡ (Nutrient pool) ପରିପୂର୍ଣ୍ଣ ରହେ ।
→ଅମ୍ଳଜାନ ଚକ୍ର (Oxygen Cycle) :
- ବାୟୁମଣ୍ଡଳରେ ଶତକଡ଼ା 21 ଭାଗ ଅମ୍ଳଜାନ ରହିଛି । ଜଳରେ ମଧ୍ଯ ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଥାଏ । ଏହାଛଡ଼ା ବିଭିନ୍ନ ପଦାର୍ଥମାନଙ୍କ ସହିତ ମିଶି ଅମ୍ଳଜାନ ବାୟୁମଣ୍ଡଳରେ ରହିଥିବା ଦେଖାଯାଏ ।
- ଅମ୍ଳଜାନ କୈବିକ ପଦାର୍ଥଗୁଡ଼ିକରେ ଏକ ମୁଖ୍ୟ ଅଣୁ । ଏହା ଶ୍ଵେତ ସାର, ପୁଷ୍ଟସ।ର, ସ୍ନେହସ।ର DNA, RNA ଇତ୍ୟାଦିରେ ରିଭିନ୍ନ ପରିମାଶରେ ରହିଥାଏ ।
- ଶ୍ବସନ ପ୍ରକ୍ରିୟାରେ ଅମ୍ଳଜାନ ଜୀବ ଜଗତ୍ କୁ ବାଷ୍ପ ଆକାର ରେ ଯାଲ ଅଙ୍ଗାର କାମ୍ଳ ଭାବରେ ବାୟୁମଣ୍ଡଳକୁ ଫେରିଥାଏ ।
- ଜୀବଜଗତର ସମସ୍ତ ଉଭିଦ, ପ୍ରାଣୀ ଓ ଅଣୁଜୀବ ଶ୍ଵାସକ୍ରିୟାଦ୍ଵାରା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥା’ନ୍ତି ।
- ଅନେକ ଜଳଜଜୀବ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ଶ୍ଵାସକ୍ରିୟାଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରିଥା’ନ୍ତି ।
- ଜୀବମାନଙ୍କର ବର୍ଜ୍ୟବସ୍ତୁ ଓ ମୃତ ଶରୀରକୁ ଅଣୁଜୀବମାନେ ଅପଘଟନ କରିବା ସମୟରେ ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷଣ କରି ଅଙ୍ଗାରକାମ୍ଳ ନିର୍ଗତ କରିଥା’ନ୍ତି ।
- ଏହି ଅଙ୍ଗାରକାମ୍ଳ ଉଭିଦମାନଙ୍କ ଦ୍ବାରା ଶୋଷିତ ହୋଇ ଆଲୋକଶ୍ଳେଷଣ ଦ୍ଵାରା ଶ୍ଵେତସାରରେ ପରିଣତ ହୁଏ ।
- ଏହାଦ୍ଵାରା ଜଳ ଅଣୁ ଢାଙ୍ଗି ଅମୂଳାଳ ଗ୍ୟାସ ଆକାରରେ ବାୟୁମଣ୍ଡଳରୁ ନିର୍ଗତ ହୋଇଥାଏ ଓ ଅମ୍ଳଜାନ ବିକ୍ର ସମ୍ପୁର୍ଣ ହୋଇଥାଏ ।
→ଯବକ୍ଷାରଜାନ ଚକ୍ର (Carbon Cycle) :
1. ଯବକ୍ଷାରଜାନ ବାୟୁମଣ୍ଡଳରେ ସବୁଠାରୁ ଅଧିକ ମାତ୍ରାରେ ରହିଥାଏ । ଏହା ଆମ ଶରୀରର ବିଭିନ୍ନ ଜୈବ ଅଣୁ ଯଥା : ପ୍ରୋଟିନ୍, DNA ଓ RNA ଇତ୍ୟାଦିରେ ଏକ ମୁଖ୍ୟ ଉପାଦାନ ଭାବରେ ରହିଥାଏ ।
2. କେତେକ ବ୍ୟାକ୍ଟେରିଆ ବାୟୁମଣ୍ଡଳର ଯବକ୍ଷାରଜାନ ଅଣୁକୁ ବିବନ୍ଧନ ପ୍ରକ୍ରିୟାରେ ଆମୋନିୟମ୍ (NH4+) ରେ ପରିଣତ କରିଥା’ନ୍ତି । କିଛି ବ୍ୟାକ୍ଟେରିଆ ଯଥା : ଆଜୋଟୋବାକ୍ଟର (Azotobactor) ଓ ନୀଳହରିତ ଶୈବାଳ ଯଥା ଆନାବିନା (Anabaena) ସ୍ଵାଧୀନଭାବରେ ଯବକ୍ଷାରଜାନକୁ ଆମୋନିୟମ୍ରେ ପରିଣତ କରିଥା’ନ୍ତି ।
3. ଏହି ଆମୋନିୟମକୁ ସିଧାସଳଖ ଗ୍ରହଣ କରିବା ଉଭିଦମାନଙ୍କ ପକ୍ଷରେ ସହଜ ହୋଇ ନଥିବାରୁ ମାଟିରେ ଥିବା ଅନ୍ୟ କେତେକ ବ୍ୟାକ୍ଟେରିଆ ଏହାକୁ ଉଭିଦ ଗ୍ରହଣ କରିପାରିବାଭଳି ରସାୟନ (ନାଇଟ୍ରାଇଟ୍ ଓ ନାଇଟ୍ରେଟ୍)ରେ
4. ଏହି ପ୍ରକ୍ରିୟାକୁ ନାଇଟ୍ରିଫିକେସନ୍ (Nitrification) କୁହାଯାଏ ।
6. ଉଭିଦ ଓ ପ୍ରାଣୀମାନଙ୍କ ମୃତ ଶରୀର ଓ ଉତ୍ସୁଦିତ ବର୍ଜ୍ୟ ପଦାର୍ଥଗୁଡ଼ିକ ମାପିରେ ମିଶିଲେ ସେଗୁଡ଼ିକର ଅପଘଟନଦ୍ୱାରା ଯବକ୍ଷାରଜାନର ବିଭିନ୍ନ ଯୌଗିକ ସୃଷ୍ଟି ହୋଇଥାଏ । ଆମୋନିକରଣ ବ୍ୟାକ୍ଟେରିଆ ପ୍ରୋଟିନ୍ ଓ ଆମିନୋ ଏସିଡ଼ ଆଦି ପଦାର୍ଥରୁ ଆମୋନିଆକୁ ବାହାର କରିବା ପରେ ଏହି ଅମୋନିଆ ନାଇଟ୍ରିଫାଇଙ୍ଗ୍ ବ୍ୟାକ୍ଟେରିଆ ଦ୍ଵାରା ନାଇଟ୍ରେଟ୍ରେ ପରିଣତ ହୁଏ । କିଛି ପରିମାଣରେ ଆମୋନିଅମ୍, ଆମୋନିଆ ବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳକୁ ବାହାରିଯାଏ । ଅମ୍ଳଜାନର ଅଭାବ ଘଟିଲେ ଅପଯବକ୍ଷାର ବ୍ୟାକ୍ଟେରିଆ ଡିନାଇଟ୍ରିଫିକେଶନ୍ ଗ୍ୟାସୀୟ ଅଣୁଭାବରେ ବାୟୁମଣ୍ଡଳକୁ ନିର୍ଗତ କରନ୍ତି । ଏହାଦ୍ଵାରା ମାଟିରେ ଯବକ୍ଷାରଜାନ ପୋଷକର ପରିମାଣ ହ୍ରାସ ପାଇଥାଏ ।
→ଜୈବପରିବର୍ତ୍ତନ (Biomagnification) :
- କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀର ମଧ୍ୟରେ ସହଜରେ କ୍ଷୟ ହୁଏନାହିଁ । ତେଣୁ ଏହିସବୁ ବିଷାକ୍ତ ପଦାର୍ଥ ରେଚନ କ୍ରିୟାଦ୍ଵାରା ପ୍ରାଣୀ ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ ।
- ଅପର ପକ୍ଷରେ ଶରୀରର କୋଷମାନଙ୍କ ଭିତରେ ଏହା ଜମା ହୋଇ ରହେ । ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲିର ବିଭିନ୍ନ ସ୍ତର ଦେଇ ଏହା ଶୀର୍ଷ ଭକ୍ଷକଠାରେ ପହଞ୍ଚିଲା ବେଳକୁ ଏହାର ପରିମାଣ ବହୁଗୁଣିତ ହୋଇଯାଇଥାଏ ।
- ଏହି ବିଷାକ୍ତ ପଦାର୍ଥର ପରିମାଣ ପ୍ରାଣୀର ସହନଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହୁଏ । ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବପରିବର୍ତ୍ତନ କୁହାଯାଏ ।
- କୀଟନାଶକ ଔଷଧର ଜୈବପରିବର୍ଦ୍ଧନ ହେତୁ ଚଢ଼େଇମାନଙ୍କର ଅଣ୍ଡା ଏବଂ ଅନ୍ୟ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଇଲାଣି ।
- ମଣିଷ ଜୈବପରିବର୍ଦ୍ଧନଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି । କାରଣ ମଣିଷ ଗୋଟିଏ ସର୍ବଭୋଜୀ ପ୍ରାଣୀ ଅଟେ । ଆମେ ଖାଉଥିବା ଭାତ, ରୁଟି, ଶାଗ, ପନିପରିବା, ଫଳ, ଗଛ, ମାଂସ ପରି ଖାଦ୍ୟ ଏବଂ ଥଣ୍ଡାପାନୀୟ ଓ କ୍ଷୀର ପରି ପାନୀୟରେ କୀଟନାଶକର ପରିମାଣ ବୃଦ୍ଧି ପାଉଛି ।
- ଜୈବପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ହେଉଛି ଓ ଏହା ଫଳରେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ।
→ସମସ୍ଥିତି (Homeostasis) :
- ଋତୁ ପରିବର୍ତ୍ତନ, ଦିବାରାତ୍ର ଓ ପରିବେଶର ବିଭିନ୍ନ କାରକର ପ୍ରଭାବ ଯୋଗୁଁ ଜୀବ ବାସକରୁଥିବା ପରିବେଶର ଅବସ୍ଥା ସବୁ ସମୟରେ ସ୍ଥିର ନଥାଏ । ପରିବର୍ତ୍ତନଶୀଳ ବାହ୍ୟ ପରିବେଶରେ ସଫଳଭାବେ ବଞ୍ଚିରହିବାପାଇଁ ଜୀବମାନେ ନିଜ ଶରୀରର ଅନ୍ତଃପରିବେଶକୁ ସ୍ଥିର ରଖୁବାକୁ ଚେଷ୍ଟା କରନ୍ତି ।
- ଅଧିକ ଗରମ ହେଲେ ଆମ ଦେହରୁ ଝାଳ ବାହାରି ଆମ ଶରୀରକୁ ଥଣ୍ଡାକରେ । ଅତ୍ୟ ଶୀତ ପ୍ରକୋପରୁ ରକ୍ଷାପାଇବାପାଇଁ ଲୋମଟାଙ୍କୁରି ଉଠେ ବା ଶରୀର ଥରିବାକୁ ଆରମ୍ଭ କରେ । ଜୀବ ନିଜ ଶରୀର ମଧ୍ୟରେ ଥିବା ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ପ୍ରକ୍ରିୟା ଦ୍ବାରା ଦେହ ଭିତର ପରିବେଶରେ ସମସ୍ଥିତି ରକ୍ଷା କରିପାରେ ।
- ଗୋଟିଏ ପରିସଂସ୍ଥାରେ ସମସ୍ଥିତି ଜଣାପାଇଁ ଦତର ଥିବା ଉପାଦାନମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷା କରି କାର୍ଯ୍ୟକରନ୍ତି । ଯଦି କୌଣସି କାରଣରୁ ସମସ୍ଥିତି ଦୁର୍ବଳ ହୁଏ ବା ଏଥିରେ ବ୍ୟାଘାତ ସୃଷ୍ଟିହୁଏ, ତେବେ ପରିସଂସ୍ଥାର ଭାରସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ।
- ପରିସଂସ୍ଥାର ସଫଳ କାର୍ଯ୍ୟକାରିତାପାଇଁ ସମସ୍ଥିତି ଏକାନ୍ତ ଆବଶ୍ୟକ ।
ପରିବେଶ ସମସ୍ୟା :
- ସମ୍ପଦ ହ୍ରାସ ପାଇବା ସହିତ ଜୈବବିବିଧତା ଉପରେ ଏହାର ପ୍ରଭାବ ପଡୁଛି । ଜଙ୍ଗଲ ଓ ମୃତ୍ତିକା କ୍ଷୟଦ୍ବାରା ପତିତ ଜମି ସୃଷ୍ଟି ହେବା ସହିତ ମରୁପ୍ରସାର ଘଟୁଛି ।
- ନଗଳ ଓ ମୃରିକା କ୍ଷୟଦ୍ବାରା ପତିତ ଜମି ସୃଷ୍ଟି ହେବା ସହିତ ମରୁପ୍ରସାର ଘଟୁଛି ।
- ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କ୍ଲୋରୋଫ୍ଲୋରୋକାର୍ବନ (CFC) ଗ୍ୟାସ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କଲାଣି । ଫଳରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ଗଣ୍ଡି ଏବେ ପୃଥିବୀ ପୃଷ୍ଠରେ ସିଧାସଳଖ ପହଞ୍ଚିଲାଣି । ଏହାର ପ୍ରଭାବରେ ମନୁଷ୍ୟଙ୍କ ଦେହରେ ଚର୍ମ କର୍କଟ ରୋଗ ଓ ଆଗ୍ରେ ପରଳ ରୋଗ ଦେଖା ଦେଉଛି ।
- ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଏବଂ ଅନ୍ୟ ସବୁକ କୋଠରି ଗ୍ୟାସକ ପରିମାଣ ବୃଦ୍ଧି ଯୋଗୁଁ ପୃଥିବୀରେ ସବୁଜ କୋଠରି ପ୍ରଭାବ ପରିଲକ୍ଷିତ ହେଉଛି । ଏଥ୍ ଯୋଗୁଁ ଧୀରେ ଧୀରେ ବାୟୁମଣ୍ଡଳର ତାପମାତ୍ରା ବଢ଼ି ଏହା ବିଶ୍ଵତାପନ ବା ଗ୍ଲୋବାଲ୍ ୱାରମିଂ (Global warming) ର କାରଣ ହେଲାଣି । ବିଶ୍ୱତାପନ ଯୋଗୁଁ ସମୁଦ୍ର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ବିଶ୍ଵ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।
- କଳକାରଖାନା ଓ ମୋଟରଯାନରୁ ନିର୍ଗତ ସଲ୍ଫର୍ ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇସ୍ ବାୟୁମଣ୍ଡଳକୁ ଯାଇ ଜଳୀୟବାଷ୍ପ ସହିତ ମିଶି ସଲଫ୍ୟୁରିକ୍ ଅମ୍ଳ ଓ ନାଇଟ୍ରିକ୍ ଅମ୍ଳରେ ପରିଣତ ହେବା ଫଳରେ ଅମ୍ଳବର୍ଷା ହେଉଛି । ଏହାର ପ୍ରଭାବରେ ଜଙ୍ଗଲ, ଘାସପଡ଼ିଆ ଏବଂ ଶସ୍ୟକ୍ଷେତ୍ରର ଉତ୍ପାଦନ କ୍ଷମତା ହ୍ରାସ ପାଇଲାଣି ।
- ପ୍ରତିଦିନ ସହଳାଞ୍ଚଳରେ ସୃଷ୍ଟି ହେଉଥିବା ଉଦାନନ୍ଦା କଠିନ ଦଳାର ପରିଚାଳନା ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି । କାରଣ ସବୁପ୍ରକାର ବର୍ଜ୍ୟବସ୍ତୁକୁ କ୍ଷୟ କରିବାର କ୍ଷମତା ପରିବେଶର ନାହିଁ । ପନିପରିବା, ଫଳମୂଳ, ପତ୍ର, କାଗଜ, କାଠ ଇତ୍ୟାଦି ଜୈବ ପଦାର୍ଥ ଜୈବ ଅବକମତକ୍ଷମ । ଏହି ସବୁ କୈବ ପଦାର୍ଥ ପରିବେଶରେ ଅପଘଟିତ ହୋଇ ମାଟିରେ ମିଶେ । କିନ୍ତୁ ଦର୍ଯ୍ୟର ସୁପରିଚାଳନା ନହେବା ଦ୍ଵାରା ଏହା ଦହୁଳ ପଢିମାଣରେ ପରିବେଶରେ ଜମା ହୋଇ ରହୁଛି । ଦର୍ଷାଦିନେ ଏହା ପଟି ବାୟୁ ଓ କୁସୃଜଳ ପ୍ରଦୂଷଣ ସହିତ ଭୂତଳ ଜଳ ପ୍ରଦୂଷଣର ମଧ କାରଣ ହୋଇପଡ଼ିଛି ।
- ଅନ୍ୟପକ୍ଷରେ ବଡ଼ ବଡ଼ ସହରମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ, ପାରଦ ଓ ଅନ୍ୟ ରାସାୟନିକ ପଦାର୍ଥ, ଧାତୁ ନିର୍ମିତ ପଦାର୍ଥ ଆଦି ଜୈବ-ଅବନମିତଅକ୍ଷମ । ପରିବେଶରେ ଅଣୁଜୀବଙ୍କଦ୍ବାରା ଏହାର ଅପଘଟନ ହୁଏ ନାହିଁ । ଏଗୁଡ଼ିକ ପରିବେଶରେ ଜମାହୋଇ ରହନ୍ତି । ଏ ଭିତରୁ କିଛି ଖାଦ୍ୟଶୃଙ୍ଖଳ ମାଧ୍ୟମରେ ଜୀବମାନଙ୍କ ଶରୀରରେ ପ୍ରବେଶ କରି ଜୈବ ପରିର୍ବନ କରାନ୍ତି । ଏହାର ପ୍ରଭାବରେ ମଣିଷ ଓ ଗୃହପାଳିତ ପଶୁ ବହୁ ରୋଗରେ ଆକ୍ରାନ୍ତ ହେଲେଣି । ଆକ୍ରାନ୍ତ ହେଲେଣି ।