BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ Important Questions and Answers.

BSE Odisha Class 6 History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବିନ୍ଦୁସାର କିଏ ? ତାଙ୍କ ରାଜତ୍ଵ କିପରି ଥିଲା ?
Answer:

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପରେ ତାଙ୍କ ପୁତ୍ର ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ।
  • ସେ ମୌର୍ଯ୍ୟ ବଂଶର ଜଣେ ପରାକ୍ରମଶାଳୀ ସମ୍ରାଟ ଥିଲେ । ପିତାଙ୍କ ବିଶାଳ ସାମ୍ରାଜ୍ୟକୁ ସେ ଦକ୍ଷତାର ସହିତ ଶାସନ କରିଥିଲେ ।
  • ସେ ତାଙ୍କର ରାଜତ୍ଵ କାଳରେ ୧୬ ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ମୌର୍ଯ୍ୟ ସାମ୍ରାଜ୍ୟରେ ହୋଇଥିଲେ ।
  • ଗ୍ରୀକ୍‌ମାନେ ତାଙ୍କୁ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।

୨। ଅଶୋକ କିପରି ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ ବର୍ଣ୍ଣନା କର ।
Answer:

  • ଖ୍ରୀ.ପୂ. ୨୭୩ରେ ବିନ୍ଦୁସାରଙ୍କ ପରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ ।
  • ବିନ୍ଦୁ ସାରଙ୍କ ଶାସନକାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା । ସେହି ବିଦ୍ରୋହକୁ ଦମନ କରିବା ପାଇଁ ରାଜକମାର ଅଶୋକଙ୍କ ପଠାଯାଇଥିଲା ।
  • ଅଶୋକ ବିଦ୍ରୋହକୁ ଦମନ କରିବାରୁ ତକ୍ଷଶିଳା ଓ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତାରୂପେ ନିଯୁକ୍ତ ହୋଇଥିଲେ ।
  • ଅଶୋକ ବିନ୍ଦୁସାରଙ୍କ ମୃତ୍ୟୁପରେ ମଗଧ ସିଂହାସନ ଆରୋହଣ କରିଥିଲେ । କିନ୍ତୁ ତାଙ୍କର ଅଭିଷେକ ଚାରିବର୍ଷପରେ ହୋଇଥିଲା ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୩ । ଅଶୋକ କିପରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ?
Answer:

  • ଅଶୋକ ନିଜ ସାମ୍ରାଜ୍ୟର ଅତି ନିକଟରେ ଥିବା କଳିଙ୍ଗପରି ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିନପାରି ଏବଂ ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ଖ୍ରୀ.ପୂ. ୨୬୧ ମସିହାରେ କଳିଙ୍ଗ ଆକ୍ରମଣ କରିଥିଲେ । ଏହି ଯୁଦ୍ଧରେ ଶକ୍ତିଶାଳୀ କଳିଙ୍ଗ ସେନା ପରାଜୟ ବରଣ କରିଥିଲେ ।
  • ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନିହତ ହୋଇଥିଲେ ଏବଂ ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା ।
  • ଫଳରେ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ହୃଦୟରେ ବିରାଟ ପରିବର୍ତ୍ତନ ଆଣିଥିଲା । ଯୁଦ୍ଧର ବିଭୀଷିକା, କ୍ଷୟକ୍ଷତିରେ ବ୍ୟର୍ଥିତ ହୋଇ ସେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ।
  • କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଏହି ଯୁଦ୍ଧ ଯୋଗୁଁ ହୋଇଥିବା ରକ୍ତପାତ ହିଁ ଅଶୋକଙ୍କ ‘ଚଣ୍ଡାଶୋକ’ରୁ ଧର୍ମାଶୋକରେ ପରିଣତ କରାଇଥିଲା ।

୪। ଅଶୋକ କି କି ଲୋକ ହିତକର କାର୍ଯ୍ୟ କରିଥିଲେ ?
Answer:

  • ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ । ସେ ଲୋକଙ୍କ ସୁବିଧାପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତାକଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।
  • ପାଣିପିଇବା ପାଇଁ କୁଅମାନ ଖୋଳାଇଥିଲେ ।
  • ମନୁଷ୍ୟ ଓ ପଶୁମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାମାନ ବସାଇଥିଲେ ।
  • ତାଙ୍କ ଶାସନରେ ଦଣ୍ଡନୀତି କୋହଳ ଥିଲା । ପରସ୍ପର ମିଳିମିଶି ଶାନ୍ତିରେ ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

୫। କୌଟିଲ୍ୟ କିଏ ? ସେ କିପରି ନନ୍ଦବଂଶ ଶାସନ ଲୋପ କରିଥିଲେ ?
Answer:

  • ତକ୍ଷଶିଳାର ବ୍ରାହ୍ମଣ ପଣ୍ଡିତ ଚାଣକ୍ୟଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
  • ସେତେବେଳେ ମଗଧରେ ନନ୍ଦବଂଶ ଶାସନ କରୁଥିଲେ ଏବଂ ନନ୍ଦବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ । ସେମାନଙ୍କ କୁଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଲେ । ତେଣୁ ଚାଣକ୍ୟ ମଗଧରୁ ନନ୍ଦବଂଶ ଲୋପ କରିବାକୁ ଶପଥ ନେଇଥିଲେ ।
  • ସେ ମୌର୍ଯ୍ୟବଂଶର ଯୁବକ ଚନ୍ଦ୍ରଗସ୍ତଙ୍କୁ ମଗଧ ଆକ୍ରମଣ କରିବାକୁ ପ୍ରବର୍ତ୍ତାଇଲେ ।
  • କୌଟିଲ୍ୟଙ୍କ ପରାମର୍ଶ ଅନୁସାରେ ଚନ୍ଦ୍ରଗୁପ୍ତ ନିଜର ଶକ୍ତିଶାଳୀ ସୈନ୍ୟବାହିନୀ ସାହାଯ୍ୟରେ ନନ୍ଦରାଜାଙ୍କୁ ପରାସ୍ତକରି ମଗଧ ଅଧ୍ୟାର କଲେ । ଫଳରେ ସେଠାରେ ନନ୍ଦବଂଶର ଶାସନ ଲୋପ ପାଇଥିଲା ।

୬। ‘ଅର୍ଥଶାସ୍ତ୍ର’ କିଏ ରଚନା କରିଥିଲେ ? ସେଥ‌ିରେ କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି ?
Answer:

  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ରଚନା କରିଥିଲେ । ତାଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
  • ଚାଣକ୍ୟଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ମୁଖ୍ୟ ଉପଦେଷ୍ଟା ରୂପେ ନିଯୁକ୍ତି କରିଥିଲେ ।
  • ତାଙ୍କ ଦ୍ବାରା ରଚିତ ଅର୍ଥଶାସ୍ତ୍ରରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ବର୍ଣ୍ଣନା କରାଯାଇଛି ।
  • ଏହା ବ୍ୟତୀତ ଏଥରେ ମୌର୍ଯ୍ୟ ସାମ୍ରାଜ୍ୟର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରାଚୀନ କାଳରେ ଉତ୍ତର ଭାରତରେ କେଉଁ ସାମ୍ରାଜ୍ୟ ଶକ୍ତିଶାଳୀ ଥିଲା ଓ ଏହା କେତେ ବର୍ଷକାଳ ତିଷ୍ଠି ରହିଥିଲା ?
Answer:

  • ପ୍ରାଚୀନ କାଳରେ ଉତ୍ତର ଭାରତରେ ମଗଧନାମକ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ରହିଥିଲା ।
  • ଏହି ସାମ୍ରାଜ୍ୟ ଦୁଇଶହ ବର୍ଷକାଳ ତିଷ୍ଠି ରହିଥିଲା ।

୨। ନନ୍ଦବଂଶର ଶାସକମାନେ ଲୋକପ୍ରିୟତା ହରାଇଥିଲେ କାହିଁକି ?
Answer:

  • ନନ୍ଦବଂଶର ରାଜାମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ ।
  • ସେମାନଙ୍କ ଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିଲେ ଯାହା ଫଳରେ ସେମାନେ ଲୋକପ୍ରିୟତା ହରାଇଥିଲେ ।

୩ । ଚନ୍ଦ୍ରଗୁପ୍ତ କେତେବର୍ଷ ରାଜତ୍ଵ କରିଥିଲେ ଓ କେବେ ମୃତ୍ୟୁବରଣ କଲେ ?
Answer:

  • ଚନ୍ଦ୍ରଗୁପ୍ତ ୨୫ ବର୍ଷକାଳ ରାଜତ୍ଵ କରିଥିଲେ ।
  • ସେ ଖ୍ରୀ.ପୂ. ୨୯୮ରେ ମୃତ୍ୟୁବରଣ କରିଥିଲେ ।

୪। କଳିଙ୍ଗ ଯୁଦ୍ଧପରେ ଅଶୋକ ଯୁଦ୍ଧ କରିବେ ନାହିଁ ବୋଲି କାହିଁକି ସ୍ଥିର କଲେ ?
Answer:

  • କଳିଙ୍ଗ ସେନାର ପ୍ରବଳ ପରାକ୍ରମ ଅଶୋକଙ୍କ ସୈନ୍ୟ ବାହିନୀ ସମ୍ମୁଖରେ ପରାଜୟ ବରଣ କରିଥିଲେ । ଏହି ଯୁଦ୍ଧରେ ଏକ ଲକ୍ଷ ଲୋକ ନିହତ ହୋଇଥିଲେ ।
  • ଯୁଦ୍ଧ ଜନିତ ମୃତ୍ୟୁ, ରକ୍ତପାତ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ବ୍ୟଥ କରିଥିଲା । ତେଣୁ ସେ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୫। ବିନ୍ଦୁସାର ଗ୍ରୀକମାନଙ୍କ ଦ୍ବାରା କେଉଁ ଉପାଧ୍ ପାଇଥିଲେ ? ସେ ତାଙ୍କର ରାଜତ୍ଵକାଳରେ କେତେ ଜଣ ରାଜାଙ୍କୁ ପରାସ୍ତ କରିଥିଲେ ?
Answer:

  • ବିନ୍ଦୁସାରଙ୍କୁ ଗ୍ରୀକ୍‌ମାନେ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।
  • ସେ ତାଙ୍କ ରାଜତ୍ଵ କାଳରେ ୧୬ ଜଣ ରାଜାଙ୍କୁ ପରାସ୍ତ କରିଥିଲେ ଓ ସେମାନଙ୍କର ରାଜ୍ୟକୁ ମୌର୍ଯ୍ୟ ସାମ୍ରାଜ୍ୟରେ ମିଶାଇଥିଲେ ।

୬। ଚାଣକ୍ୟ କାହିଁକି ମଗଧ ଆକ୍ରମଣ କରିବାକୁ ଚନ୍ଦ୍ରଗୁପ୍ତଙ୍କୁ ପ୍ରବର୍ତ୍ତାଇଲେ ?
Answer:

  • ଚାଣକ୍ୟ ମଗଧରେ ନନ୍ଦବଂଶର ଶାସକଙ୍କ ନିଷ୍ଠୁରତା ଓ ଅତ୍ୟାଚାରକୁ ସହ୍ୟ କରିନପାରି ସେଠାରୁ ନନ୍ଦବଂଶ ଲୋପ କରିବାପାଇଁ ଶପଥ ନେଇଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ବୁଦ୍ଧି, ସାହସ ଓ ଚତୁରତାରେ ଚାଣକ୍ୟ ସନ୍ତୁଷ୍ଟ ହୋଇ ମଗଧରୁ ନନ୍ଦବଂଶ ଲୋପ କରିବାପାଇଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ସାହାଯ୍ୟ ନେଲେ । ତେଣୁ ସେ ମଗଧ ଆକ୍ରମଣ କରିବାକୁ ଚନ୍ଦ୍ରଗୁପ୍ତଙ୍କୁ ପ୍ରବର୍ତ୍ତାଇଲେ ।

୭। ‘ଇଣ୍ଡିକା’ କ’ଣ ? ଏଥରେ କ’ଣ ବର୍ଣ୍ଣନା କରାଯାଇଛି ?
Answer:

  • ଗ୍ରୀକ୍ ରାଜଦୂତ ମୋଗସ୍ଥିନିସ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରରେ ରହଣି ସମୟରେ ଭାରତ ସମ୍ବନ୍ଧରେ ଯେଉଁ ବିବରଣୀ ପ୍ରସ୍ତକ ଲେଖୁଥିଲେ ତା’ର ନାମ ‘ଇଣ୍ଡିକା’ ।
  • ଏଥ‌ିରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ବିଶେଷକରି ପୌରଶାସନ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି ।

୮| ଚାଣକ୍ୟ କିଏ ଓ ଚନ୍ଦ୍ରଗୁପ୍ତ ତାଙ୍କୁ କ’ଣ ରୂପେ ନିଯୁକ୍ତି ଦେଇଥିଲେ ?
Answer:

  • ଚାଣକ୍ୟ ଜଣେ ଜ୍ଞାନୀ ପଣ୍ଡିତ ଥିଲେ ।
  • ଚନ୍ଦ୍ରଗୁପ୍ତ ତାଙ୍କୁ ନିଜର ମୁଖ୍ୟ ଉପଦେଷ୍ଟା ରୂପେ ନିଯୁକ୍ତି ଦେଇଥିଲେ ।

୯। ବିନ୍ଦୁସାରଙ୍କ ଶାସନକାଳରେ କେଉଁଠାରେ ବିଦ୍ରୋହ ଦେଖା ଦେଇଥିଲା ଓ ସେହି ବିଦ୍ରୋହକୁ ଦମନ କରିବାପାଇଁ କାହାକୁ ପଠାଇଥିଲେ ?
Answer:

  • ବିନ୍ଦୁସାରଙ୍କ ଶାସନକାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା ।
  • ସେହି ବିଦ୍ରୋହକୁ ଦମନ କରିବାକୁ ବିନ୍ଦୁସାର ତାଙ୍କ ପୁତ୍ର ଅଶୋକଙ୍କୁ ପଠାଇଥିଲେ ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୧୦। ଅର୍ଥଶାସ୍ତ୍ର କିଏ ରଚନା କରିଥିଲେ ଓ ଏଥରେ କ’ଣ ବର୍ଣ୍ଣନା କରାଯାଇଛି ?
Answer:

  • ଅର୍ଥଶାସ୍ତ୍ର ଚାଣକ୍ୟ ରଚନା କରିଥିଲେ ।
  • ଏଥ‌ିରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

୧୧। ମେଗାସ୍ଥିନିସ୍ କିଏ ? ସେ ଭାରତ ସମ୍ବନ୍ଧରେ କେଉଁ ପୁସ୍ତକ ରଚନା କରିଥିଲେ ?
Answer:

  • ମେଗାସ୍ଥିନିସ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜ ଦରବାରରେ ଗ୍ରୀକ୍ ରାଜଦୂତ ଥିଲେ ।
  • ସେ ଭାରତ ସମ୍ବନ୍ଧରେ ‘ଇଣ୍ଡିକା’ ନାମକ ଏକ ବିବରଣୀ ପୁସ୍ତକ ରଚନା କରିଥିଲେ ।

୧୨। ଅଶୋକଙ୍କୁ କାହିଁକି ‘ଚଣ୍ଡାଶୋକ’ ବୋଲି କୁହା-ଯାଉଥିଲା ?
Answer:

  • ଅଶୋକ ବାଲ୍ୟାବସ୍ଥାରୁ ନିଭୀକ, ସାହସୀ ଓ ନିଷ୍ଠୁର ଥିଲେ ।
  • ତାଙ୍କର ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ଚଣ୍ଡାଶୋକ ବୋଲି କୁହାଯାଉଥିଲା ।

୧୩। ଅଶୋକ କେବେ ମଗଧ ସିଂହାସନ ଅଧ୍ୟାର କରିଥିଲେ ? କେତେବର୍ଷ ପରେ ତାଙ୍କର ଅଭିଷେକ ହୋଇଥିଲା ?
Answer:

  • ଅଶୋକ ଖ୍ରୀ.ପୂ. ୨୭୩ ମସିହାରେ ମଗଧ ସିଂହାସନ ଅଧିକାର କରିଥିଲେ ।
  • ଏହାର ୪ ବର୍ଷ ପରେ ତାଙ୍କର ଅଭିଷେକ ହୋଇଥିଲା ।

୧୪। ଧର୍ମଯାତ୍ରା କାହାକୁ କୁହାଯାଏ ?
Answer:

  • ଅଶୋକ ବୌଦ୍ଧଧର୍ମ ପ୍ରଚାର ପାଇଁ ନିଜେ ଲୁମ୍ବିନୀ, ସାରନାଥ, କୁଶୀନଗର ଇତ୍ୟାଦି ସ୍ଥାନକୁ ଯାତ୍ରା କରିଥିଲେ ।
  • ତାଙ୍କର ଏହି ଯାତ୍ରାକୁ ଧର୍ମଯାତ୍ରା କୁହାଯାଏ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ କେଉଁଠାକୁ ପଠାଇଥିଲେ ?
Answer:
ଅଶୋକ ବୌଦ୍ଧଧର୍ମ ପ୍ରଚାର ଓ ପ୍ରସାର ପାଇଁ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୨। ଅଶୋକ ସ୍ତମ୍ଭ ମଧ୍ୟରେ ଥ‌ିବା ଧର୍ମଚକ୍ରଟି କାହାର ପ୍ରତୀକ ?
Answer:
ଅଶୋକ ସ୍ତମ୍ଭ ମଧ୍ଯରେ ଥ‌ିବା ଧର୍ମଚକ୍ରଟି ସତ୍ୟର ପ୍ରତୀକ ।

୩ । ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ କ’ଣ କୁହାଯାଉଥିଲା ?
Answer:
ଅଶୋକଙ୍କ ନିଷ୍ଠୁର ପ୍ରକୃତି ପାଇଁ ତାଙ୍କୁ ଚଣ୍ଡାଶୋକ କୁହାଯାଉଥିଲା ।

୪ । କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
Answer:
କଳିଙ୍ଗ ଯୁଦ୍ଧ ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ହୋଇଥିଲା ।

୫। ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାକୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନନ୍ଦରାଜାଙ୍କୁ ପରାସ୍ତ କରି ମଗଧର ଶାସକ ହୋଇଥିଲେ ।

୬। ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି କିଏ ଥିଲେ ?
Answer:
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଉକସ୍ ନିକ୍‌ତାର ଥିଲେ ।

୭ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କାହାକୁ ନିଜର ମୁଖ୍ୟ ଉ – ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କୁ ତାଙ୍କର ମୁଖ୍ୟ
Answer:
ଉପଦେଷ୍ଟାରୂପେ ନିଯୁକ୍ତ କରିଥିଲେ ? ଉପଦେଷ୍ଟା ରୂପେ ନିଯୁକ୍ତ କରିଥିଲେ ।

୮। ଅଶୋକ ଧର୍ମ ମହାମାତ୍ରମାନଙ୍କୁ କେଉଁ କାର୍ଯ୍ୟରେ ନିୟୋଜିତ କରିଥିଲେ ?
Answer:
ଅଶୋକ ଧର୍ମ ମହାମାତ୍ରମାନଙ୍କୁ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ନିୟୋଜିତ କରିଥିଲେ ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୯। ଅଶୋକ ସ୍ତମ୍ଭରେ କେତେଗୋଟି ସିଂହର ଚିତ୍ର ରହିଛି ?
Answer:
ଅଶୋକ ସ୍ତମ୍ଭରେ ଚାରିଗୋଟି ସିଂହର ଚିତ୍ର ରହିଛି ।

୧୦। ମଗଧର ନନ୍ଦବଂଶକୁ ଲୋପ କରିବାପାଇଁ କିଏ ଶପଥ ନେଇଥିଲେ ?
Answer:
ମଗଧର ନନ୍ଦବଂଶକୁ ଲୋପ କରିବାପାଇଁ ଚାଣକ୍ୟ ଶପଥ ନେଇଥିଲେ ।

୧୧। ଅଶୋକ କଳିଙ୍ଗ ଯୁଦ୍ଧରେ କେତେ ଲୋକଙ୍କୁ ବନ୍ଦୀ କରିଥିଲେ ?
Answer:
ଅଶୋକ କଳିଙ୍ଗ ଯୁଦ୍ଧରେ ଦେଢ଼ଲକ୍ଷ ଲୋକଙ୍କୁ ବନ୍ଦୀ କରିଥିଲେ ।

୧୨ । ସତ୍ୟର ପ୍ରତୀକ ଧର୍ମଚକ୍ରରେ କେତୋଟି ଅର ଅଛି ?
Answer:
ସତ୍ୟର ପ୍ରତୀକ ଧର୍ମଚକ୍ରରେ ୨୪ଟି ଅର ଅଛି ।

୧୩ । ଜଉଗଡ଼ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?
Answer:
ଜଉଗଡ଼ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ।

୧୪ । ବିନ୍ଦୁସାରଙ୍କ ଶାସନ କାଳରେ କେଉଁଠାରେ ବିଦ୍ରୋହ ଦେଖାଦେଇଥିଲା ?
Answer:
ବିନ୍ଦୁସାରଙ୍କ ଶାସନ କାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖାଦେଇଥିଲା ।

୧୫ । ଅଶୋକଙ୍କ ଅଭିଷେକ ସିଂହାସନ ଆରୋହଣର କେତେ ବର୍ଷ ପରେ ହୋଇଥିଲା ?
Answer:
ଅଶୋକଙ୍କ ଅଭିଷେକ ସିଂହାସନ ଆରୋହଣର ୪ ବର୍ଷ ପରେ ହୋଇଥିଲା ।

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୧୬ । ଗ୍ରୀକ୍‌ମାନେ ବିନ୍ଦୁସାରଙ୍କୁ କେଉଁ ଉପାଧ୍ ଦେଇଥିଲେ ?
Answer:
ଗ୍ରୀକ୍ରମାନେ ବିସାରଙ୍କୁ ଅମିତ୍ରଘାତ ଉପାଧ୍ ଦେଇଥିଲେ ।

୧୭ । ମଗଧ ସାମ୍ରାଜ୍ୟ ପ୍ରାୟ କେତେବର୍ଷ କାଳ ତିଷ୍ଠି ରହିଥିଲା ?
Answer:
ମଗଧ ସାମ୍ରାଜ୍ୟ ପ୍ରାୟ ୨୦୦ ବର୍ଷ କାଳ ତିଷ୍ଠି ରହିଥିଲା ।

୧୮ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କେତେବର୍ଷ ରାଜତ୍ଵ କରିଥିଲେ ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ୨୫ ବର୍ଷ କାଳ ରାଜତ୍ଵ କରିଥିଲେ ।

୧୯ । ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ମଗଧରେ କେଉଁ ରାଜବଂଶ ଶାସନ କରୁଥିଲେ ?
Answer:
ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ମଗଧରେ ନନ୍ଦ ରାଜବଂଶ ଶାସନ କରୁଥିଲେ ।

୨୦ । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀର ନାମ କ’ଣ ଥିଲା ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀର ନାମ ପାଟଳିପୁତ୍ର ଥିଲା ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର।

୧ । ମଗଧର ନନ୍ଦ ବଂଶକୁ ଲୋପ କରିବାପାଇଁ __________________ ଶପଥ ନେଇଥିଲେ ।
Answer:
ଚାଣକ୍ୟ

୨। ମେଗାସ୍ଥିନିସ୍ ଗ୍ରୀକ୍‌ର _______________ ଥିଲେ ।
Answer:
ରାଜଦୂତ

୩। ଅଶୋକ କଳିଙ୍ଗ ଯୁଦ୍ଧରେ _____________ ଲୋକଙ୍କୁ ବନ୍ଦୀ କରିଥିଲେ ।
Answer:
ଦେଢ଼ଲକ୍ଷ

୪ । ସତ୍ୟର ପ୍ରତୀକ ଧର୍ମଚକ୍ରରେ ________________ ଟି ଅର ଅଛି ।
Answer:
୨୪

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୫। ମଗଧ ସାମ୍ରାଜ୍ୟ ________________ ବର୍ଷକାଳ ତିଷ୍ଠି ରହିଥିଲା ।
Answer:
୨୦୦

୬। ମଗଧରେ ________________ ବଂଶର ରାଜାମାନେ ରାଜତ୍ଵ କରୁଥିଲେ ।
Answer:
ମୌର୍ଯ୍ୟ

୭। ______________ ବଂଶର ଶାସକମାନେ ନିଷ୍ଠୁର ଓ ଅତ୍ୟାଚାରୀ ଥିଲେ ।
Answer:
ନନ୍ଦ

୮ | _______________ ନନ୍ଦରାଜାଙ୍କୁ ପରାସ୍ତ କରି ମଗଧ ଅଧ‌ିକାର କରିଥିଲେ ।
Answer:
ଚନ୍ଦ୍ରଗୁପ୍ତ

୯ । ମେଗାସ୍ଥିନିସ୍‌ଙ୍କଦ୍ଵାରା ଲିଖ୍ ଗ୍ରନ୍ଥଟି _____________ ଅଟେ ।
Answer:
ଇଣ୍ଡିକା

୧୦ । ଚାଣକ୍ୟଙ୍କ ଲିଖ୍ ଗ୍ରନ୍ଥଟିର ନାମ _____________ ଅଟେ ।
Answer:
ଅର୍ଥଶାସ୍ତ୍ର

୧୧। _____________ ଆଲେକ୍‌ଜାଣ୍ଡାରଙ୍କ ସେନାପତି ଥିଲେ ।
Answer:
ସେଲିଉକସ୍ ନି କ୍‌ର

୧୨ । ନନ୍ଦ ବଂଶର ଶେଷ ରାଜା _______________ ଥିଲେ ।
Answer:
ଧନନନ୍ଦ

୧୩ । ମଗଧର ରାଜଧାନୀ ________________ ଥିଲା ।
Answer:
ପାଟଳୀପୁତ୍ର

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୧୪ । ‘ପାଟଲୀପୁତ୍ର’ ବର୍ତ୍ତମାନ ବିହାରର ______________ ଅଟେ ।
Answer:
ପାଟଣା

୧୫ । ଚନ୍ଦ୍ରଗୁପ୍ତ ______________ ବର୍ଷ କାଳ ରାଜତ୍ଵ କରିଥିଲେ ।
Answer:
୨୫

୧୬ । ଚନ୍ଦ୍ରଗୁପ୍ତଙ୍କର ଖ୍ରୀ.ପୂ. ________________ ମସିହାରେ ମୃତ୍ୟୁ ହୋଇଥିଲା ।
Answer:
୨୯୮

୧୭ । ଚାଣକ୍ୟଙ୍କ ଅନ୍ୟ ନାମ _______________ ଥିଲା ।
Answer:
କୌଟିଲ୍ୟ

୧୮ । ଚନ୍ଦ୍ରଗୁପ୍ତ ______________ ଙ୍କୁ ନିଜର ମୁଖ୍ୟ ଉପଦେଷ୍ଟାରୂପେ ନିଯୁକ୍ତ କରିଥିଲେ ।
Answer:
ଚାଣକ୍ୟ

୧୯ । ମେଗାସ୍ଥିନିମ୍ ମୌର୍ଯ୍ୟ ଦରବାରରେ _____________ ବର୍ଷ କାଳ ରହିଥିଲେ
Answer:

୨୦ । ଚନ୍ଦ୍ରଗୁପ୍ତଙ୍କ ପୁତ୍ର _________________ ଥିଲେ ।
Answer:
ବିନ୍ଦୁସାର

୨୧। _______________ ଙ୍କୁ ଅମିତ୍ରଘାତ ଉପାଧ୍ ମିଳିଥିଲା ।
Answer:
ବିନ୍ଦୁସାର

୨୨ । ବିନ୍ଦୁସାରଙ୍କୁ ______________ ଉପାଧ୍ ମିଳିଥିଲା
Answer:
ଅମିତ୍ରଘାତ

୨୩ । ବିନ୍ଦୁସାର ତାଙ୍କ ରାଜତ୍ଵ କାଳରେ _______________ ଜଣ ରାଜାଙ୍କୁ ପରାସ୍ତ କରିଥିଲେ ।
Answer:
୧୬

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୨୪। ______________ ମସିହାରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ ।
Answer:
ଖ୍ରୀ.ପୂ. ୨୭୩

୨୫ । ଅଶୋକଙ୍କୁ ତାଙ୍କର ନିଷ୍ଠୁର ପ୍ରକୃତି ପାଇଁ _____________ କୁହାଯାଉଥିଲା ।
Answer:
ଚଣ୍ଡାଶୋକ

୨୬ । ଅଶୋକ ସିଂହାସନ ଆରୋହଣର ______________ ବର୍ଷ ପରେ ତାଙ୍କର ଅଭିଷେକ ହୋଇଥିଲା ।
Answer:
୪ ।

B. ଠିକ୍ ଉତ୍ତର ବାଛି ଲେଖ ।

ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ମଗଧରେ କେଉଁ ରାଜବଂଶ ଶାସନ କରୁଥିଲେ ?
(୧) ଶାକ୍ୟ
(୨) କୁରୁ
(୩) ନନ୍ଦ
(୪) ପାଞ୍ଚାଳ
Answer:
(୩) ନନ୍ଦ

୨। ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀର ନାମ କ’ଣ ଥିଲା
(୧) ତକ୍ଷଶିଳା
(୨) ପାଟଳୀପୁତ୍ର
(୩) ରାଜଗୃହ
(୪) ଚମ୍ପା
Answer:
(୨) ପାଟଳୀପୁତ୍ର

୩ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୃତ୍ୟୁ କେବେ ହୋଇଥିଲା ?
(୧) ଖ୍ରୀ.ପୂ. ୨୯୮ ମସିହା
(୨) ଖ୍ରୀ.ପୂ. ୩୦୦ ମସିହା
(୩) ଖ୍ରୀ.ପୂ. ୩୨୬ ମସିହା
(୪) ଖ୍ରୀ.ପୂ. ୨୩୦ ମସିହା
Answer:
(୧) ଖ୍ରୀ.ପୂ. ୨୯୮ ମସିହା

୪। ନିମ୍ନୋକ୍ତ ଶାସକମାନଙ୍କ ମଧ୍ୟରୁ କାହାକୁ ଗ୍ରୀକ୍‌ମାନେ ‘ଅମିତ୍ରଘାତ’’ ଉପାଧ୍ ଦେଇଥିଲେ ?
(୧) ଚନ୍ଦ୍ରଗୁପ୍ତ
(୨) ଅଶୋକ
(୩) ବିନ୍ଦୁସାର
(୪) ଧନନନ୍ଦ
Answer:
(୩) ବିନ୍ଦୁସାର

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

୫। ନିମ୍ନଲିଖ କେଉଁ ସ୍ଥାନକୁ ଅଶୋକ ନିଜେ ଧର୍ମ ପ୍ରଚାର କରିବାକୁ ଯାଇନଥିଲେ ?
(୧) ସାରନାଥ
(୨) ଲୁମ୍ବିନୀ
(୩) କୁଶୀନଗର
(୪) ସିଂହଳ
Answer:
(୪) ସିଂହଳ

୬ । ସାରନାଥ ସ୍ତମ୍ଭର ଉଚ୍ଚତା କେତେ ?
(୧) ୧ ମିଟର
(୨) ୨.୧୫ ମିଟର
(୩) ୨ ମିଟର
(୪) ୩.୧୫ ମିଟର
Answer:
(୨) ୨.୧୫ ମିଟର

୭ । ନିମ୍ନୋକ୍ତ କେଉଁ ପଶୁର ଛବି ଅଶୋକ ସ୍ତମ୍ଭରେ ନାହିଁ ?
(୧) ସିଂହ
(୨) ହାତୀ
(୩) ଘୋଡ଼ା
(୪) ଓଟ
Answer:
(୪) ଓଟ

୮ | ‘ଧମ୍ମ’ କହିଲେ କାହାକୁ ବୁଝାଯାଏ ?
(୧) ନିର୍ଦ୍ଦିଷ୍ଟ ଧର୍ମ
(୨) ଖରୋଷ୍ଟି
(୩) ନିର୍ଦ୍ଦିଷ୍ଟ ନୀତି
(୪) ରାଜକର୍ମଚାରୀ
Answer:
(୩) ନିର୍ଦ୍ଦିଷ୍ଟ ନୀତି

ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପଶ୍ଚିମରେ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
(୧) ବିହାର
(୨) ସୌରାଷ୍ଟ୍ର
(୩) କର୍ଣାଟକ
(୪) ପାରସ୍ପ
Answer:
(୨) ସୌରାଷ୍ଟ୍ର

୧୦ । ନିମ୍ନୋକ୍ତ କେଉଁ ଶାସକଙ୍କ ରାଜତ୍ଵ କାଳରେ ମେଗାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ?
(୧) ଅଶୋକ
(୨) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ
(୩) ବିନ୍ଦୁସାର
(୪) ଧନନନ୍ଦ
Answer:
(୨) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

C. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

୧। ମେଘାସ୍ଥିନିସ୍ ଗ୍ରୀକ୍‌ର ରାଜା ଥିଲେ ।
Answer:
ରାଜଦୂତ

୨। ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀର ତକ୍ଷଶିଳା ଥିଲା ।
Answer:
ପାଟଳିପୁତ୍ର

୩ । ଖ୍ରୀଷ୍ଟପୂର୍ବ ୨୭୪ ମସିହାରେ ଅଶୋକ ସିଂହାସନ ଆରୋହଣ କରିଥିଲେ ।
Answer:
ଖ୍ରୀଷ୍ଟପୂର୍ବ ୨୭୩ ମସିହାରେ

୪ । ଗ୍ରୀକ୍ତମାନେ ବିନ୍ଦୁସାରଙ୍କୁ ଅମିତ୍ରମାତ ଉପାଧି ଦେଇଥିଲେ ।
Answer:
ଅମିତ୍ରଘାତ

୫। ଚାଣକ୍ୟ ଗୁପ୍ତବଂଶ ଧ୍ଵଂସ କରିବାକୁ ଶପଥ ନେଇଥିଲେ ।
Answer:
ନନ୍ଦବଂଶ

୬ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୃତ୍ୟୁ ଖ୍ରୀଷ୍ଟପୂର୍ବ ୩୨୬ ମସିହାରେ ହୋଇଥିଲା ।
Answer:
ଖ୍ରୀ.ପୂ. ୨୯୮ ମସିହା

BSE Odisha 6th Class History Important Questions Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

D. ସ୍ତମ୍ଭ ମିଳନ

ସ୍ତମ୍ଭ ମିଳନ Question and answer

Leave a Comment