Odisha State Board BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର Textbook Exercise Questions and Answers.
BSE Odisha Class 9 Odia Solutions Chapter 17 ଲକ୍ଷ୍ମୀର ଅଭିସାର
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
Question ୧।
ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଡ଼ି ଦେଇଥିଲେ ?
Answer:
ପଣ୍ଡିତଙ୍କ ବିଚାରରେ ସେ ଥିଲେ ଠାକୁରଙ୍କର ନିଜ ଲୋକ । ପିଲାମାନେ ଆସିଲେ କାଳେ କିଛି ଅସୁବିଧା ହେବ, ସେଥିପାଇଁ ନିଜ ଲୋକ ହିସାବରେ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ ହୋଇଥୁବାରୁ, ସେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ି ଦେଉଥିଲେ ।
Question ୨।
ଲକ୍ଷ୍ମୀ ଠାକୁରଙ୍କୁ ଦେଖ୍ କ’ଣ କହିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ନିଜର ପରିଚୟ ଦେଇ ସାରିଲା ପରେ କହିଲା, ସେ ମାସେ ହେଲା ଚେଷ୍ଟା କରୁଛି ତାଙ୍କ ପାଖକୁ ଆସିବାପାଇଁ । ମାତ୍ର ପଣ୍ଡିତ ବାଟ ଓଗାଳି ବସୁଥିବାରୁ ସେ ଆସିପାରୁ ନାହିଁ । ଆଜି ପଣ୍ଡିତ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ସେ ଚାଲି ଆସିଛି । ପଣ୍ଡିତ ଘୁଙ୍ଗୁଡ଼ି ମାରୁଥିବାରୁ ଠାକୁରଙ୍କୁ କିପରି ନିଦ ହୁଏ ବୋଲି ସେ ପଚାରିଛି । ସ୍କୁଲ ପଣ୍ଡିତ ବି ଘୁଙ୍ଗୁଡ଼ି ମାରନ୍ତି । ଛୋଟ ପିଲା ହିସାବରେ ଲକ୍ଷ୍ମୀ ବିଚାରିଛି, ସବୁ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ଲକ୍ଷ୍ମୀ ଦେଖୁଥିବା ସ୍ଵପ୍ନକଥା ପଚାରିବାପାଇଁ ମନ୍ଦିରକୁ ଆସିଥିବା କଥା ସେ ଠାକୁରଙ୍କୁ କହିଛି।
Question ୩ ।
ଅଙ୍କ ବିଷୟକୁ ସମସ୍ତେ ଭୁଲିଯାଆନ୍ତେ ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ କହିଛି ?
Answer:
ଲକ୍ଷ୍ମୀ ପାଚିଲା କଦଳୀକୁ ଗଣି ହିସାବ କଲାବେଳେ, ତାହାର ହିସାବ ଗୋଳମାଳ ହୋଇଯାଉଥିଲା । ତାକୁ ଅଙ୍କ ଆସୁନଥିବା କଥା ସେ ଠାକୁରଙ୍କୁ କହି ଦେଇଛି । ଯେହେତୁ ତାକୁ ଅଙ୍କ ମୋଟେ ଆସୁ ନାହିଁ, ସେଥିପାଇଁ ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ କହିଛି । ଅଙ୍କ ବିଷୟ ପାଇଁ ସେ ଅସୁବିଧାରେ ପଡୁଥିବାରୁ ଏପରି କହିଛି ।
Question ୪।
ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା ?
Answer:
ମନ୍ଦିର ଭିତରୁ ଦୁଇଟି ପାଚିଲା କଦଳୀ ଧରି ଲକ୍ଷ୍ମୀ ବାହାରକୁ ଆସି ଦେଖୁଲା ପଣ୍ଡିତଙ୍କୁ । ପଣ୍ଡିତେ ବଡ଼ ପାଟି କରି, ଲକ୍ଷ୍ମୀ ଆଡ଼କୁ ଦୌଡ଼ି ଆସିବାରୁ, ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ି ପୋଖରୀ ଭିତରକୁ ଛାନିଆରେ ପଶିଗଲା ।
Question ୫।
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍ ଲୋକେ କ’ଣ କହିଲେ ?
Answer:
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍, ପଣ୍ଡିତେ ରଡ଼ି ଛାଡ଼ି ବାହାରି ଆସିବାକୁ କହିଲେ । ପଣ୍ଡିତଙ୍କ କଥାରେ ସ୍ବର ମିଳାଇ ଅନ୍ୟ ଲୋକେ ତାଗିଦ୍ କଲାଭଳି ବାହାରି ଆସିବାକୁ କହିଲେ ।
Question ୬।
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଇକ୍ଷ୍ମୀ କ’ଣ କହିଲା ?
Answer:
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଲକ୍ଷ୍ମୀ ନିଜର ଶିଶୁସୁଲଭ ଭାବ ନେଇ କହିଲା, ‘‘ସାବଧାନ ଠାକୁର, ସବୁ କଦଳୀ ଏକାଥରକେ ଖାଇଦେବ ନାହିଁ । ସବୁ କଦଳୀ ଖାଇଦେଲେ ଦେହ ଖରାପ ହେବ । ଦିନକୁ ଚାରିଟା କରି ଖାଇଲେ ଚଳିବ ।’’
Question ୭ ।
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ’ଣ ଭାବିଲା ?
Answer:
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ଲକ୍ଷ୍ମୀର ପସନ୍ଦ ନଥୁଲା; କାରଣ ସେପରି ବଡ଼ପାଟି ଶୁଣି ସେ ଛାନିଆ ହୋଇଯାଉଥିଲା । ବଡ଼ ପାଟି କରି ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିବା ଅପେକ୍ଷା, ଧୀର ଭାବରେ ଡାକିବା କଥା ଲକ୍ଷ୍ମୀ ଭାବିଲା ।
Question ୮ ।
ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ କାହିଁକି ଟାଣୁଥା’ନ୍ତି ?
Answer:
ଲକ୍ଷ୍ମୀର ବାପାଙ୍କୁ ଜର ହୋଇଥିବା ଦିନ, ପଡ଼ିଶା ଘର କୌଣସି ଏକ ଉତ୍ସବ ପାଇଁ ଯନ୍ତ୍ର ଚୁଙ୍ଗା ଲଗାଇଥିଲେ । ସେହି ଯନ୍ତ୍ର ଚୁଙ୍ଗାର ଶବ୍ଦ ଲକ୍ଷ୍ମୀର ବାପାଙ୍କୁ ଅସହ୍ୟ ହୋଇଥିଲା ଓ ସେ ବିଛଣାରେ ଛଟପଟ ହୋଇଥିଲେ । ସେହି ଚୁଙ୍ଗାର ଭୀଷଣ ଶବ୍ଦରୁ ରକ୍ଷା ପାଇଁ, ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ ଟାଣିଥିଲେ ।
Question ୯ ।
ବାପା ଲକ୍ଷ୍ମୀ ପାଇଁ କ’ଣ କିଣିଦେବେ ବୋଲି କାହାକୁ କହିଥିଲେ ?
Answer:
ଲକ୍ଷ୍ମୀର ବାପା ଲକ୍ଷ୍ମୀ ପାଇଁ ଫ୍ରକ୍ କିଣିଦେବେ ବୋଲି ଲକ୍ଷ୍ମୀର ବୋଉକୁ କହିଥିଲେ ।
Question ୧୦ ।
କଦଳୀ ଧରି ଲକ୍ଷ୍ମୀ କାହିଁକି ଦଉଡ଼ିଲା ?
Answer:
ପଣ୍ଡିତଙ୍କ ବଡ଼ ପାଟି ଶୁଣି ଲକ୍ଷ୍ମୀ ଡରି ଯାଇଥିଲା । ପଣ୍ଡିତଙ୍କ ପାଖରୁ କିପରି ମୁକ୍ତି ପାଇବ, ସେଥୂପାଇଁ କଦଳୀ ଧରି ଲକ୍ଷ୍ମୀ ବାଟଘାଟ ଜ୍ଞାନ ନ କରି ଦଉଡ଼ିଲା ।
Question ୧୧ ।
ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ’ଣ କରୁଥିଲା ?
Answer:
ଲକ୍ଷ୍ମୀ ପଣ୍ଡିତଙ୍କ ପାଟି ଶୁଣି ଛାନିଆ ହୋଇ ପୋଖରୀକୁ ପଶିଯାଇଥିଲା । ପୋଖରୀ ଭିତରେ ଅଣ୍ଟାଏ ପାଣିରେ ପଶିଥିଲେ ବି ଛାତିରେ କଦଳୀ ଦୁଇଟିକୁ ଭିଡ଼ି ଧରିଥଲା । ପଣ୍ଡିତଙ୍କ ପାଟିରେ ଲୋକମାନେ ଆସିବାରୁ, ଲକ୍ଷ୍ମୀ ବିସ୍ତାରିତ ନୟନରେ ସମସ୍ତଙ୍କୁ କେବଳ ଅନାଇଥିଲା।
Question ୧୨ ।
ପୋଖରୀ ଭିତରୁ ଲକ୍ଷ୍ମୀକୁ ବାପା କାହିଁକି ନେଲେ ?
Answer:
ପଣ୍ଡିତ ଓ ଲୋକମାନଙ୍କୁ ଦେଖ୍ ଲକ୍ଷ୍ମୀ ଛାନିଆଁ ହୋଇ ସମସ୍ତଙ୍କ ଚାହିଁଥିଲା । ଲୋକମାନଙ୍କ ଭିତରୁ ଲକ୍ଷ୍ମୀକୁ ଉଦ୍ଧାର କରିବାପାଇଁ ଲକ୍ଷ୍ମୀର ବାପା, ପୋଖରୀ ଭିତରକୁ ପଶିଯାଇଥିଲେ । ବାପାଙ୍କୁ ଦେଖ୍ ଲକ୍ଷ୍ମୀ କାନ୍ଦି ଉଠିଥିଲା । ସେହି ଅସହ୍ୟ ପରିସ୍ଥିତିରୁ ରକ୍ଷା କରିବାପାଇଁ, ପୋଖରୀ ଭିତରୁ ଲକ୍ଷ୍ମୀର ବାପା ତାକୁ ନେଇ ଯାଇଥିଲେ ।
Question ୧୩ ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ ?
Answer:
ଲୋକମାନେ ସ୍ଥୂଳବୁଦ୍ଧିରେ ବିଚାରିଥିଲେ, ଠାକୁରଙ୍କ ସିଂହାସନ ପାଖରୁ ଲକ୍ଷ୍ମୀ ତାଙ୍କର ଆହାର ଚୋରି କରିଥିବାରୁ, ତାହାକୁ ଠାକୁର ମୃତ୍ୟୁ ଦଣ୍ଡ ଦେଇଥିଲେ । ଏଭଳି କର୍ମ ପାଇଁ ଠାକୁର ତାହାକୁ ନିସ୍ତାର କରି ନଥିଲେ । ଏହି ଘଟଣା ପାଇଁ ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କହିଥିଲେ ।
Question ୧୪ ।
ବିମର୍ଷ ଭାବରେ ପଣ୍ଡିତେ କାହିଁକି ବସି ରହିଥୁଲେ ?
Answer:
ଯେତେବେଳେ ଦିଅଁଙ୍କ ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍ବୁଦ୍ଧ ହୋଇ ଲୋକମାନେ ହରିବୋଲ ଧ୍ଵନି ଦେଉଥିଲେ, ସେତେବେଳେ ପଣ୍ଡିତ ଅନୁଭବ କରିଥିଲେ, ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି ଏବଂ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ । ପଣ୍ଡିତଙ୍କ ସେହି ଅନୁଭବ ପାଇଁ ସେ ବିମର୍ଷ ଭାବରେ ବସି ରହିଥିଲେ ।
Question ୧୫ ।
ପଣ୍ଡିତେ ଠାକୁରଙ୍କୁ କ’ଣ ପ୍ରାର୍ଥନା କଲେ ?
Answer:
ଲକ୍ଷ୍ମୀ ଭଳି ସରଳ ଶିଶୁକୁ ସମସ୍ତଙ୍କ ନିକଟରେ ଚୋରଣୀ ଭାବରେ ପରିଚିତ କରାଇ ଥିବାରୁ, ପଣ୍ଡିତେ ଅନୁତାପ କରିଥିଲେ । ଲକ୍ଷ୍ମୀର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିଥିଲେ । ତେଣୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପର ଜନ୍ମରେ ତାଙ୍କୁ ଯେପରି ଜିହ୍ବାହୀନ ଭାବରେ ଜନ୍ମଦେବେ ।
ତୁମପାଇଁ କାମ
୧୬ । ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ପଢ଼ି ତୁମ ଭିତରେ ଯେଉଁ ଭାବ ଆସୁଛି ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
୧୭ । ମନୋଜ ଦାସଙ୍କ ଅନ୍ୟାନ୍ୟ ଗଳ୍ପ ଓ ଉପନ୍ୟାସ ପଢ଼ ଓ ତାହାଙ୍କୁ ମନେ ରଖିବାକୁ ଚେଷ୍ଟା କର ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର କରୁଣ ଚିତ୍ର ରହିଛି ?
Answer:
‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର ବାସଲ୍ୟବୋଧର କରୁଣ ଚିତ୍ର ରହିଛି ।
2. ବୁଢ଼ା ପୂଜାରୀ ଦେଖୁବାମାତ୍ରେ କ’ଣ ପଚାରିବେ ?
Answer:
ବୁଢ଼ା ପୂଜାରୀ ଦେଖୁମାତ୍ରେ ମାନସାଙ୍କ ଓ ସାଧୁ ଶବ୍ଦର ଅର୍ଥ ପଚାରିବେ ।
3. ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଗଲା ।
4. ଲକ୍ଷ୍ମୀ ହାତରୁ କ’ଣ ନେଇ ବାପା ପଣ୍ଡିତଙ୍କୁ ଦେଲେ ?
Answer:
ଲକ୍ଷ୍ମୀ ହାତରୁ ଦୁଇଟା କଦଳୀ ନେଇ ବାପା ପଣ୍ଡିତଙ୍କୁ ଦେଲେ ।
5. ଭୟରେ ଲକ୍ଷ୍ମୀ କେଉଁଠି ଛିଡ଼ା ହୋଇଥିଲା ?
Answer:
ଭୟରେ ଲକ୍ଷ୍ମୀ ପୋଖରୀ ମଝିରେ ଛିଡ଼ା ହୋଇଥିଲା ।
6. ସନ୍ଧ୍ୟାରେ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ସନ୍ଧ୍ୟାରେ ଲକ୍ଷ୍ମୀକୁ ଜ୍ଵର ହେଲା ଓ ସେ ତିନି ଦିନ ପରେ ପରପାରିକୁ ଚାଲିଗଲା ।
7. ସାପ୍ତାହିକ ପୁରାଣ ପାଠ କେବେ ହୁଏ ?
Answer:
ସାପ୍ତାହିକ ପୁରାଣ ପାଠ ରବିବାର ଦିନ ସନ୍ଧ୍ୟାରେ ହୋଇଥାଏ ।
8. ଲକ୍ଷ୍ମୀ ଠାକୁରଙ୍କୁ କି ବର ମାଗିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ଏହି ବର ମାଗିଲା ଯେ ଲୋକେ ଯେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ ।
୨. ବୋଉକୁ ଲକ୍ଷ୍ମୀ କ’ଣ ପଚାରିଲା ?
Answer:
ଧ୍ରୁବ, ପ୍ରହଲାଦ କ’ଣ ଚୁଙ୍ଗା ବଜାଇ ଭଗବାନ୍ ଙ୍କୁ ଡାକୁଥିଲେ ବୋଲି ଲକ୍ଷ୍ମୀ ବୋଉକୁ ପଚାରିଲା ।
10. ଲକ୍ଷ୍ମୀ ଠାକୁରଙ୍କୁ କ’ଣ ଅନୁରୋଧ କରି ଜଣାଇଲା ?
Answer:
ପଣ୍ଡିତେ ଘୁଙ୍ଗୁଡ଼ି ମାରି ଶୋଇଯିବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଅନୁରୋଧ କଲା ।
B ଶୂନ୍ୟସ୍ଥାନ ପୂରଣ କର ।
1. ଲେଖକ ମନୋଜ ଦାସ __________________ ଗ୍ରାମରେ ଜନ୍ମ ହୋଇଥିଲେ ।
Answer:
ଭୋଗରାଇ
2. ___________________ ସମୟ ପରେ ପୂଜାରୀ ଶୋଇ ପଡ଼ିଥିଲେ ।
Answer:
ଦ୍ବିପ୍ରହର
3. _________________ ସମୟ ଧରି ସବୁଦିନ ଆସିବାକୁ ଚେଷ୍ଟା କରୁଛି ।
Answer:
ମାସଟିଏ
4. _________________ ବାଟ ଓଗାଳି ବସୁଛି ।
Answer:
ପଣ୍ଡିତ
5. ଆମର __________________ ଏମିତି ଘୁଙ୍ଗୁଡ଼ି ମାରନ୍ତି ।
Answer:
ସ୍କୁଲ ପଣ୍ଡିତ
6. ମୁଁ ଯଦି ଘୁଙ୍ଗୁଡ଼ି ମାରିବି ତେବେ __________________ ହୋଇଯିବି ।
Answer:
ପଣ୍ଡିତ
7. ସକାଳେ ଉଠି ଲାବେଳକୁ ସମସ୍ତେ ________________ ଭୁଲିଯା’ନ୍ତେ ।
Answer:
ଅଙ୍କ
8. ଲୋକେ ଯେମିତି ଧୀର ଭାବରେ ତୁମକୁ ___________________ କରିବେ ।
Answer:
ଭକ୍ତି
9. _________________ ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି ।
Answer:
ଚୁଙ୍ଗା
10. ପଡ଼ିଶା ଘରେ ସାରାଦିନ ____________________ ରେ ଗୀତ ବାଜିଲା ।
Answer:
ଯନ୍ତ୍ରଚୁଙ୍ଗା
C ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ ?
(A) ବାଲେଶ୍ବର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ
Answer:
(A) ବାଲେଶ୍ବର
2. ଝିଅଟି ବାପା ପାଇଁ ଭଗବାନ୍ଙ୍କୁ କ’ଣ ମାଗିଲା ?
(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା
Answer:
(D) ଟଙ୍କା
3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା ?
(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍
Answer:
(D) ଫ୍ରକ୍
4. ଲକ୍ଷ୍ମୀ ଭଗବାନ୍ଙ୍କୁ କ’ଣ ଖାଇବାକୁ ବାରଣ କଲା ?
(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ
Answer:
(B) କଦଳୀ
5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖୁ କୁଆଡ଼କୁ ଗଲା ?
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ
6. ବାପା ବିଚରା କେଡ଼େ __________________ ନ ହେଲା ।
(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ବସ୍ତି
Answer:
(C) ଛଟପଟ
7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ ।
(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ
Answer:
(A) ସାହସୀ
8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି ।
(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍
Answer:
(D) ଫ୍ରକ୍
୨. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା ।
(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ବସ୍ତ
Answer:
(A) ହତଚକିତ
10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି ।
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ
କଥାକାରଙ୍କ ସମ୍ୱକ୍ଷରେ :
ଓଡ଼ିଆ କଥା ସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ବତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଲେ ମଧ୍ୟ, ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ୟ ସମ୍ମାନିତ । ପୁନଶ୍ଚ ସେ ମଧ୍ୟ ବିଦ୍ୟାଭାରତୀ ସମ୍ମାନ ଓ ସରସ୍ବତୀ ସମ୍ମାନ ଲାଭ କରିଛନ୍ତି ।
ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖୁ’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍ଧଚକିତ କରିଥାଏ । ସେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ହାସ ପରିହାସ ମାଧ୍ୟମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥା’ନ୍ତି । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାକୁ ମନୋମୁଗ୍ଧକର ଭାବେ ଗଳ୍ପରେ ପ୍ରକାଶ କରିଥା’ନ୍ତି ।
ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍.ଏ.ପାସ୍ କରିବା ପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛି ବର୍ଷ ପାଇଁ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମା’ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।
ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ସଫଳ ହୋଇଛନ୍ତି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି- ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା’, ‘ନନ୍ଦାବତୀର ମାଝି’, ‘ପଦଧ୍ଵନି, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’।
ଗଛର ଅନ୍ତଃସ୍ଵର :
ଗଳ୍ପଟିର ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି । ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହିଁ । ଫଳରେ ତା’ର ବିଚାରହୀନ ସ୍ବଭାବ ପାଇଁ, ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି । ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହୋଇଛି ।
ଗଛର ସାରମର୍ମ :
ସହରତଳି ବସ୍ତିର ଛୋଟ ଝିଅଟିଏ । ନାଁ ତା’ର ଲକ୍ଷ୍ମୀ । ଦିନେ ଦୁଇ ପ୍ରହର ନିରୋଳାବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତା’ର ମନ କଥା କହିବାପାଇଁ । ତା’ ହୃଦୟର ସବୁକିଛି ଭଲମନ୍ଦ ତାଙ୍କ ନିକଟରେ ପ୍ରକାଶ କରିବାପାଇଁ । ତାକୁ ସବୁ ଦିନ ଏହି ସୁଯୋଗ ମିଳେ ନାହିଁ । କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ରହିଥାଏ । ଲକ୍ଷ୍ମୀର ପୂଜାରୀକୁ ଭାରି ଡର । ସେ ଅନୁମାନ କରେ ପୂଜାରୀ ଗୋଟିଏ ପଣ୍ଡିତ । ତା’କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବ କିମ୍ବା ତାକୁ ପିଲା ମନେକରି ସେଠାରୁ ତଡ଼ିଦେବ ।
ତେଣୁ ଲକ୍ଷ୍ମୀ ସବୁଦିନ ଦ୍ବିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖ୍ ଫେରିଯାଏ । ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ଲକ୍ଷ୍ମୀକୁ ବେଶ୍ ସୁଯୋଗ ମିଳିଛି ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବାପାଇଁ । ଲକ୍ଷ୍ମୀର ପିଲା ମନ । ମା’ ଠାରୁ ଶୁଣିଛି ଶିଶୁଭକ୍ତ ଧ୍ରୁବ, ପ୍ରହ୍ଲାଦଙ୍କ କଥା । ସେମାନେ ଠାକୁରଙ୍କୁ ଦେଖା କରି, ସେମାନଙ୍କର ମନକଥା କହିଥିଲେ । ସେହି ବିଚାରଧାରା ଲକ୍ଷ୍ମୀ ମନରେ ରହିଛି । ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି । ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ।
ଖୁସି ମନରେ ପ୍ରାୟ ଦୁଇ ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁଛି । ତା’ପରେ ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି । କହିଛି, ମୁଁ ହେଉଛି ଲକ୍ଷ୍ମୀ । ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ମାତ୍ର ଆସିପାରୁ ନାହିଁ । ପୂଜାରୀ ବୁଢ଼ା ବାଟ ଓଗାଳି ବସେ । ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି । ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରିଛି । ତାଙ୍କ ସ୍କୁଲର ପଣ୍ଡିତ ମଧ୍ଯ ଘୁଙ୍ଗୁଡ଼ି ମାରନ୍ତି । ତେଣୁ ସେ ଭାବିଛି, କେବଳ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖୁଯିବ, ତା’ହେଲେ ସେ ବି ପଣ୍ଡିତ ହୋଇଯିବ । ହେଲେ ସେପରି ଘୁଙ୍ଗୁଡ଼ିମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି।
ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ଵପ୍ନକଥା କହିଛି । ସେ ପଚାରିଛି ମାସକ ତଳେ ଠାକୁର ତାଙ୍କୁ ପଚାରୁଥିଲେ, ସେ କାହିଁକି ତାଙ୍କ ସହିତ ଖେଳୁ ନାହିଁ । ଠାକୁରଙ୍କ ସେହି ସ୍ବପ୍ନ ପରେ, ସେ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି । ଠାକୁରଙ୍କ ସହିତ କଥା ହେଲାବେଳେ, ଲକ୍ଷ୍ମୀର ଆଖ୍ ପଡ଼ିଯାଇଛି ମନ୍ଦିରରେ ରହିଥିବା କଦଳୀ ଉପରେ । ଭୋଗ ପାଇଁ ଥୁଆ ହୋଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବା ସେ ଦେଖୁଛି । ପାଚିଲା କଦଳୀକୁ ସେ ଗଣି ନେଇଛି । ଚବିଶଟା କଦଳୀକୁ ଦୈନିକ ଚାରିଟା ଲେଖା ଖାଇଲେ କେତେ ଦିନ ଯିବ ଲକ୍ଷ୍ମୀ ତାକୁ ହିସାବ କରିଛି । ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହୋଇଯାଇଛି । ତା’ର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନିଯାଇଛି ।
ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି । ସମସ୍ତେ କେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ, ସେ କଥା କହିଛି । କାରଣ, ତାଙ୍କ ମନ୍ଦିରରେ ଲାଗିଥିବା କଳ ଗାଉଣା ଓ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରିନାହିଁ । ମସ୍ଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବାଦ୍ଵାରା ସେ ଚମକି ପଡ଼େ ବୋଲି କହିଛି । ତେଣୁ ସେ ତା’ ମା’ଙ୍କୁ ପଚାରିଛି, ‘‘ଯନ୍ତ୍ରଚୁଙ୍ଗା ଲଗାଇ କ’ଣ ଧ୍ରୁବ, ପ୍ରହ୍ଲାଦ ଭଗବାନଙ୍କ ସ୍ତବ ଗାଉଥିଲେ ।’ ବୋଉ ତା’ର ଭାବିଚିନ୍ତି ମନା କରିଛି । ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିଛି ।
ଲକ୍ଷ୍ମୀ କହିଛି, ସେ ଭାରି ଡରକୁଳୀ । ଯନ୍ତ୍ରବୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହୋଇଯାଏ । ତା’ ବାପା ମଧ୍ୟ ଡରକୁଳା । କାରଣ ଦିନେ ବାପାଙ୍କୁ ଜ୍ଵର ହୋଇଥିଲା । ପଡ଼ିଶା ଘର ସାରାଦିନ ଯନ୍ତ୍ରଚୁଙ୍ଗା ବଜାଉ ଥିବାରୁ ବାପା ତା’ର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକିଏ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରିଛି। ବାପାଙ୍କ କଥା ମନେପଡ଼ିବାରୁ, ତା’ ବାପାଙ୍କୁ କିଛି ଟଙ୍କା କରାଇ ଦେବାପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି । ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା’ ଫ୍ରକ୍ କିଣିବା ପାଇଁ ଯାଉଥିବାବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସାଯାକ ନେଇଗଲା ସେ କଥା କହିଛି । ଠେଙ୍ଗା, ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥିବା ସେହି କରଜ ଦେବା ଲୋକଟିକୁ ଦେଖିଲେ ଲକ୍ଷ୍ମୀ ଡରିଯାଏ ।
ତା’ର ବାପା କହୁଥିଲେ, ସେ କରଜ କରିଥିବା ପଇସାର ଦେଢ଼ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି, ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହୋଇପାରିଲା ନାହିଁ। କାଳେ ତା’ର ବାପା ବୋଉ ମନ ଦୁଃଖ କରିବେ, ସେଥୂପାଇଁ ମା’ର ପୁରୁଣା ଶାଢ଼ି କାଟି ଫ୍ରକ୍ କରିଦେବାକୁ ମା’କୁ କହିଛି। ମା’ ତା’ର ସେହି ଫ୍ରକ୍ କରୁଥିବାବେଳେ କାନ୍ଦୁଥିବାର ଦେଖୁଛି । ପୁଣି ଥରେ ମା’ କିପରି ତା’ ଆଗରେ କରଜ ଦେଇଥିବା ଲୋକଙ୍କୁ ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି । ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଭାବ ଦୂରେଇ ଯାଆନ୍ତା, ଠାକୁର ତା’ ବାପାଙ୍କୁ କିଛି ପଇସା ଦେଇଦିଅନ୍ତେ ।
ଲକ୍ଷ୍ମୀ ଠାକୁରଙ୍କୁ କହିଛି, ସେ ବହୁତ କଥା ତାଙ୍କୁ କହିଲାଣି । ମାତ୍ର ଅସଲ କଥା କହିବାକୁ ସେ ଭୁଲିଯାଇଛି । ଠାକୁର ସ୍ଵପ୍ନରେ ତା’ ପାଖକୁ ଯାଇଥୁବା ଦିନ ଯାହାସବୁ କହିଥିଲେ, ସେ କିଛି ବୁଝିପାରି ନାହିଁ । ତେଣୁ ସ୍ୱପ୍ନରେ ଆଉଥରେ ଯିବାପାଇଁ କହିଛି । ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କ ଘୁଙ୍ଗୁଡ଼ି ଶୁଭୁ ନାହିଁ । କାଳେ ସେ ଉଠି ପଡ଼ିବେ, ସେଥିପାଇଁ ସେ ତର ତର ହୋଇଛି, ତା’ର ଅଭିସାରକୁ ସାରି ଦେବାପାଇଁ । ଫେରିବାକୁ ଯିବାବେଳେ ତା’ର ଆଖ୍ ପଡ଼ିଛି କଦଳୀ ଉପରେ । ସେ ଜାଣିଛି, ଠାକୁର ଯେପରି କଦଳୀ ଦୁଇଟି ନେଇଯିବା ପାଇଁ କହିଛନ୍ତି । ତେଣୁ ସେ କଦଳୀ ଦୁଇଟି ଆଣିଛି ।
ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖୁଛି ପୂଜକ ବୁଢ଼ା-। ଦିନ ଦ୍ବିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି । ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଯାଇଛି । ପରେ ନିଜକୁ ରକ୍ଷା କରିବାପାଇଁ ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ିଛି । ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ପଶିଯାଇଛି । ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ । ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି । ପାଣିରୁ ବାହାରି ଆସିବାକୁ ତାହାକୁ ତାଗିଦ୍ କରିଛନ୍ତି । ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇ ଯାଇଛନ୍ତି । ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥା’ନ୍ତି । ଲକ୍ଷ୍ମୀର ବାପା, ଲକ୍ଷ୍ମୀ ହାତରୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଇ ତା’କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି ।
ଲକ୍ଷ୍ମୀ ଆଉ କଥା କହି ନାହିଁ । ସନ୍ଧ୍ୟାକୁ ତାକୁ ଆସିଛି ଜର । ତିନି ଦିନ ଜର ପରେ ସେ ପରପାରିକୁ ବାଟ କାଟିଛି । ସେହି ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହୋଇଛି । ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି । ତାଙ୍କ ଖାଇବା ଆହାର ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛି, ମନ୍ଦିର ପୁନଃନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ୍ କରିଥିବା କଥା ଠାକୁର ଜାଣିନାହାଁନ୍ତି ।
ସେହିପରି ମନ୍ଦିର ସେବାରେ ନିଯୁକ୍ତ ଦୁଇଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ଦଣ୍ଡ ଦେଇ ନାହାଁନ୍ତି, ସେଥ୍ପାଇଁ ଦୁଃଶ୍ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି, ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି । ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ ।