BSE Odisha 9th Class Odia Solutions Chapter 18 ଦଳବେହେରା

Odisha State Board BSE Odisha 9th Class Odia Solutions Chapter 18 ଦଳବେହେରା Textbook Exercise Questions and Answers.

BSE Odisha Class 9 Odia Solutions Chapter 18 ଦଳବେହେରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୫୦ଟି ଶବ୍ଦ ମଧ୍ଯରେ ଲେଖ ।)

Question ୧।
ବନମାଳୀ କିଏ ? ସେ ଦଳବେହେରାଙ୍କୁ କେଉଁ କଥା କହିଥିଲା ?
Answer:
ସଂଗ୍ରାମୀ ମଣିଷର ଜୀବନ କାହାଣୀ ଉପରେ ଆଧାରିତ ‘ଦଳବେହେରା’ନାମକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସାରସ୍ଵତ କୃତି ।
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ । ସେହି ଗ୍ରାମଟି ଥୁଲା ପାଇକାଳି ଗାଆଁ । ସେମାନେ ବୋପା ଅଜା ତେପନ ପୁରୁଷରୁ ନିଷ୍କର ଜମି ଭୋଗ କରିଆସିଥିଲେ । ଆଜି କମ୍ପାନୀ ବାହାଦୁର ତାଙ୍କୁ କରିଦେବାକୁ ବାଧ୍ୟ କରୁଛି । ତାହା ପୁଣି କଉଡ଼ିରେ ନୁହେଁ; ଟଙ୍କାରେ । ସେଥ‌ିପାଇଁ ବନମାଳୀ କିଆରୀରୁ ଫେରିବାବେଳେ ତାକୁ ବାଟରେ ଅଟକାଇ କର୍ମଚାରୀମାନେ କରଦେବାପାଇଁ ତା’ଉପରେ ଜୁଲମ କରିଛନ୍ତି । ସେହି ଜୁଲମ ବିଷୟରେ ବନମାଳୀ ଦଳବେହେରାଙ୍କୁ ଜଣାଇବା ସହିତ ପ୍ରମାଣ ସ୍ଵରୂପ ସେ ତା’ର ଚିରି ଫଡ଼ା ଫଡ଼ା ହୋଇଥବା ନୂଆ ଗାମୁଛାକୁ ମଧ୍ୟ ତାଙ୍କୁ ଦେଖାଇଛି ।

Question ୨।
ଦଳବେହେରା ‘ଆପଣା ସୁନା ତ ଭେଣ୍ଡି’ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦଳବେହେରା’ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି । ବନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

ଅର୍ଥାତ୍ ଖଣ୍ଡେ କାଠ ଲୁହା ପେଟରେ ପଶିବାରୁ ଲୁହା ଯେପରି କାଠକୁ କାଟେ, ସେହିପରି ସ୍ବାର୍ଥସର୍ବସ୍ଵ ଆପଣାର ଲୋକମାନେ କମ୍ପାନୀ ବାହାଦୁରଙ୍କୁ ଭେଦ ବତାଉଥ‌ିବାରୁ ଦେଶର ଏ ଅବସ୍ଥା ହୋଇଛି । ସୁନା ତା’ର ମୂଲ୍ୟ ହରାଇ ନିରର୍ଥକ ଭେଣ୍ଡିରେ ପରିଣତ ହେବା ପରି ପାଇକ ସିଂହର ଭାଇ ତା’ର ସ୍ଵାଭିମାନ ହରାଇ କମ୍ପାନୀର ଚାଟୁକାର ସାଜିଛି । ଆପଣା ଲୋକେ ଶତ୍ରୁତା ଆଚରଣ କଲେ ତା’ର ଚିତ୍କାର କେବଳ ଅରଣ୍ୟ ରୋଦନରେ ପରିଣତ ହେବ । ଦେଶର ଏ ଅବସ୍ଥା ପାଇଁ ଦଳବେହେରା ସେହି ଗୃହଭେଦୀ ବିଭୀଷଣମାନଙ୍କୁ ହିଁ ଦାୟୀ କରିଛନ୍ତି।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୩ ।
ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହିଁକି କହିଛି ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନନ୍ୟ ସୃଷ୍ଟି । ରକ୍ତମାଂସ ଶରୀର କେତେ ସହିବ ? – ଏହି ଉକ୍ତିଟି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି । ଆପଣାର ଲୋକ ଭେଦ ବିତାଉଥ‌ିବାରୁ ଫିରିଙ୍ଗୀମାନଙ୍କର ଅତ୍ୟାଚାର ବଢ଼ିଚାଲିଛି । କାଲିର ବାବନାଭୂତ ଚକରା ଫିରିଙ୍ଗୀ ଘର ଦାନ ଖାଇବାରୁ ତା’ ଆଖୁ ଓଲଟି ଯାଇଛି । ମୁଣ୍ଡରେ ନାଲିକନା ଭିଡ଼ିଦେଲା ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ପଶ୍ଚିମରାଏ ଘରେ ନଥ‌ି ବେଳେ ତାଙ୍କ ଘରେ ପଶି ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା, ମାଗୁଛି । ତା’ପାଟିରୁ କୁଭାଷା ଓ ଅଭାଷା ବାହାରୁଛି । ସେହି ଅସହ୍ୟ ଭାଷାକୁ ରକ୍ତମାଂସ ଶରୀରଧାରୀ ଜଣେ ମଣିଷ କେବେ ସହିପାରିବ ନାହିଁ ବୋଲି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି ।

Question ୪।
ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
‘ଦଳବେହେର’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ଥିଲେ ଗଡ଼ମାଣିତ୍ରୀ ଗାଁର ମୁଖୁଆ । ସେହି ପାଇକାଳି ଗାଁର ପ୍ରତ୍ୟେକ ଲୋକ ନିଜ ନିଜର ସୁଖ, ଦୁଃଖ, ଆପତ୍ତି ଅଭିଯୋଗ ସବୁ ତାଙ୍କୁ ହିଁ ଜଣାଇଥା’ନ୍ତି । ତେଣୁ ସେଦିନ ସେହି ଗାଁର ବୁଢ଼ୀଟିଏ ତା’ନାତୁଣୀ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଆସି ଦଳବେହେରାଙ୍କୁ ଜଣାଇଥଲା । ଯୁଗଯୁଗ ଧରି ପୁରୁଷାନୁକ୍ରମେ ସେମାନେ ଲୁଣ ମାରି ଆସୁଥିଲେ ।

ସେଦିନ ଲୁଣ ମାରିବାକୁ ଯାଇଥିବା ତା’ର ନଅବର୍ଷର ନାତୁଣୀର ପିଠି ଫିରିଙ୍ଗୀ ସିପାହୀଙ୍କ ଘୋଡ଼ା କୋରଡ଼ା ମାଡ଼ରେ ଗରଗର ହୋଇ ଫାଟି ନହୁନୁହାଣ ହୋଇ ଯାଇଥିଲା । ସେ ଚେତାବୁଡ଼ା ହୋଇ ପଡ଼ିଥିବା ବେଳେ ରତନୀ, କେତକୀ ପ୍ରଭୃତି ତାକୁ ଟେକି ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୫।
ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ଗ୍ରାମବାସୀଙ୍କୁ ଦଳବେହେରାଙ୍କର ପ୍ରସ୍ତାବ ଥିଲା ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ । ଯେପରି ନିଷ୍କର ଜମି ଚାଷ କରି ଖାଉଥିଲେ, ସେପରି ଚଷି ଖାଆନ୍ତୁ, ସେପରି ଲୁଣ ମାରନ୍ତୁ ଓ w କାଠ କାଟନ୍ତୁ । ଗଡ଼ମୁଣ୍ଡ ବାଟରେ ବଡ଼ ବଡ଼ ପଥର ଖଣ୍ଡ ଓ ପର୍ବତ ପ୍ରମାଣ ଗଛଗଣ୍ଡି ହାଣି ଗଦାକରି ବାଟ ବନ୍ଦ କରିଦିଅନ୍ତୁ । ସମସ୍ତ ଯୁବକ ବାହୁତୀ ବରଗଛମୂଳେ ପହଞ୍ଚୁ ସିନ୍ଦୂର ଲଗାନ୍ତୁ । ଆଖପାଖ ଗାଁକୁ ଖବର ପଠାଇ ମେଣ୍ଡ ବାନ୍ଧନ୍ତୁ । ଦଳବେହେରା ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୬ ।
‘ଦେଶ ତାତି ରହିଛି? ଏକଥା କାହିଁକି କୁହାଯାଇଛି ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି ସଂଗ୍ରାମୀ ମଣିଷର ଜୀବନ କାହାଣୀରେ ହୋଇଉଠିଛି ଉଦ୍‌ଭାସିତ ।
‘ଦେଶ ତାତି ରହିଛି’ – ଏକଥା ଦ୍ୱିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ ଶୁଣାଇଛି । ତାତି ରହିଥ‌ିବା ବସ୍ତୁରେ ନିଆଁ ଲଗାଇଦେବା ମାତ୍ରେ ସେ ଯେପରି ସଙ୍ଗେ ସଙ୍ଗେ ହୁ ହୁ ହୋଇ ଜଳିଉଠେ, ସେହିପରି ଇଂରେଜମାନଙ୍କ ଅତ୍ୟାଚାରରେ ଦେଶବାସୀ ତାତି ରହିଛନ୍ତି । ଟଙ୍କା ଆକାରରେ କରଦେବାକୁ ବାଧ୍ୟ କରିବା, ଲୁଣ ନ ମାରିବାପାଇଁ ଓ କାଠ ନ କାଟିବା ନିମନ୍ତେ ଫିରିଙ୍ଗୀମାନଙ୍କ ଆଇନ ସମସ୍ତଙ୍କୁ ତତେଇ ଦେଇଛି । ଏହି ସମୟରେ ଦଳବେହେରାଙ୍କ ଘୋଷଣା ସେଥ‌ିରେ ନିଆଁ ଲଗେଇଦେବା ପରି ପ୍ରତୀୟମାନ ହୋଇଛି ବୋଲି ଗ୍ରାମର ଲୋକମାନେ ଅନୁଭବ କରିଛନ୍ତି ।

Question ୭।
‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି? – କାହାକୁ ଏବଂ କାହିଁକି ମାନନ୍ତି ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସୃଷ୍ଟି । ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି । କାରଣ ସେ ଖୁବ୍ ଦୟାଳୁ ବ୍ୟକ୍ତି । ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ସେହି ଦାନୀପୁରୁଷଙ୍କ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ । ଲୋକମାନଙ୍କର ଅଭାବ ଅସୁବିଧାରେ ସେ ସହାୟତା କରିଥା’ନ୍ତି । ତେଣୁ ମାଣିତ୍ରୀ ଗଡ଼ରେ ସମସ୍ତେ ତାଙ୍କୁ ଦେବତା ପରି ମାନିଥା’ନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୮।
ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ । ଭଲରେ ହେଉ କିମ୍ବା ମନ୍ଦରେ ହେଉ ଦଳବେହେରାଙ୍କୁ ଧରି ଆଣିବାକୁ କହିଲେ । ସେହିପରି କର ନିମନ୍ତେ ମାଣିତ୍ରୀ ଗଡ଼ର ପ୍ରଜାଙ୍କୁ କମ୍ପାନୀ ଆଉ ସମୟ ଦେଇପାରିବ ନାହିଁ ବୋଲି ସୁବେଦାରଙ୍କୁ ଜଣାଇ ଦେଇ କର ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଲେ । କର ଆଦାୟ ନହେଲେ ଚାବୁକ୍ ମାରି, ଗୁଳି ଚଳେଇବା ସହିତ ଘର ଜଳାଇ ଦେବାକୁ ମଧ୍ୟ ଆଦେଶ ଦେଲେ । କର ନିମନ୍ତେ ଯେତେପ୍ରକାର ଅତ୍ୟାଚାର ଅଛି ତାହା କରିବାକୁ ଶାସକ ସୁବେଦାରଙ୍କୁ ହୁକୁମ ଦେଇଥିଲେ ।

Question ୯।
ଚକରା କିଏ ? ସେ ରଘୁକୁ କ’ଣ କହିଥିଲା ?
Answer:
‘ଦଳବେହେରା’ ଏକାଙ୍କିକାର ପ୍ରଣେତା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ।
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା । କରଦେବାପାଇଁ ସେ ରଘୁକୁ ବହୁତ ଫୁସୁଲା ଫୁସୁଲି କଲା । ସେମାନଙ୍କ କର ନଦେବା କଥା ଆଖପାଖ ଗାଁଲୋକ ଜାଣି ମେଣ୍ଟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧା କମ୍ପାନୀ କଚେରୀକୁ ଗଲାଣି । ତେଣୁ କମ୍ପାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

Question ୧୦ ।
ବରକନ୍ଦାଜ ଦୁହେଁ କେଉଁଠି ଓ କାହିଁକି ଲୁଚି ବସିଥିଲେ ?
Answer:
‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ । କାରଣ ମାଣିତ୍ରୀ ଗାଁ ମୁଖ୍ ଦଳବେହେରାଙ୍କୁ ଧରିବାପାଇଁ କମ୍ପାନୀ ବାହାଦୁର ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ତାଙ୍କ ସମ୍ପର୍କରେ ତଥ୍ୟ ଆଦାୟ କରିବାକୁ ଗୁପ୍ତଚର ନିଯୁକ୍ତ କରିଥିଲେ । ତେଣୁ ବରକନ୍ଦାଜ ଦୁହେଁ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାପାଇଁ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

Question ୧୧ ।
ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣଙ୍କ ଏକ ଅମ୍ଳାନ ସୃଷ୍ଟି ।
ବୁଢ଼ୀ ଥିଲା ମାଣିତ୍ରୀ ଗଡ଼ ଗାଆଁର ଏକ ପାଇକମାତା । ସେ ଗାଁ ପାଖରେ ଥ‌ିବା ଆମ୍ବତୋଟାକୁ ପତ୍ର ଗୋଟାଇବାକୁ ପଚାରିଥିଲେ । ବୁଢ଼ୀ ତାଙ୍କ ସମ୍ପର୍କରେ ସେ କିଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ନାଲିଆଖ୍ ଦେଖାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ବରାକନ୍ଦାଜ ଦୁହିଁଙ୍କୁ ଗାଳି ଦେଇଥିଲା ।

Question ୧୨ ।
ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
କମ୍ପାନୀର ସୁବେଦାର ବାବାଜୀଙ୍କୁ କହିଲେ ଯେ ସେ ବର୍ଷ ବର୍ଷ ଧରି ଦଳବେହେରାଙ୍କୁ ଖୋଜି ଚାଲିଛନ୍ତି । ଘରଦ୍ଵାର ପିଲାକୁଟୁମ୍ବକୁ ଛାଡ଼ି ବଣପାହାଡ଼ ତାଙ୍କର ଘର ହୋଇଗଲାଣି । ବାଘ ଭାଲୁ ହେଲେଣି ବନ୍ଧୁକୁଟୁମ୍ବ । ନିରାଶା ତାଙ୍କ ମନରେ ବସା ବାନ୍ଧିଲାଣି । ତଥାପି ଦଳବେହେରାଙ୍କର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ତେଣୁ ସେ ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

Question ୧୩।
‘ପାଇକ ପୁଅର କାମ ସେ ନୁହଁ’– ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ଅନବଦ୍ୟ ରୂପାୟନ । ‘ପାଇକ ପୁଅର କାମ ସେ ନୁହେଁ – ଏକଥା ଦଳବେହେରା ରଘୁନାଥକୁ କହିଛନ୍ତି । ଦଳବେହେରାଙ୍କୁ ଧରାଇ ଦେଇ ପାଞ୍ଚଶହ ଟଙ୍କା ପୁରସ୍କାର ପାଇବା ଆଶାରେ ଖୋଜି ବୁଲୁଥ‌ିବା ସୁବେଦାରଙ୍କୁ ଦଳବେହେରାଙ୍କ ପାଖରୁ ଯାଉଥ‌ିବା ଶୁଣି ରଘୁନାଥ ସୁବେଦାରର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ କହିଥିଲା । ଦଳବେହେରା ତାକୁ ତାହା ପାଇକ ପୁଅର କାମ ନୁହେଁ ବୋଲି କହିଥିଲେ । କାରଣ ସେମାନେ ଫିରିଙ୍ଗୀମାନଙ୍କ କର୍ମଚାରୀ, ଆଦେଶ ପାଳନ କରିବା ସେମାନଙ୍କର କାର୍ଯ୍ୟ । ପେଟ ପାଇଁ ସେମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ପାଇକ ସମ୍ମୁଖ ସଂଗ୍ରାମରେ ବିଶ୍ଵାସ କରେ । ଏପରି ବ୍ୟକ୍ତିକୁ ମାରିଲେ ପାଇକ ଜାତି ନିନ୍ଦିତ ହେବ । ଏହା ଥିଲା ଦଳବେହେରାଙ୍କର ସ୍ବାଭିମାନଭରା ବୀରବାଣୀ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୪ ।
ନାଉରୀର ଦୁଃଖମୟ ଜୀବନର ପରିଚୟ ପ୍ରଦାନ କର ।
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସୃଷ୍ଟି ।
ନାଉରୀଟି ଥିଲା ଅତ୍ୟନ୍ତ ଦରିଦ୍ର । ଖାଇବାପାଇଁ ଖାଦ୍ୟ, ପିନ୍ଧିବାପାଇଁ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ମଧ୍ୟ ତା’ର ନଥିଲା । ନଈକୂଳେ କୁଡ଼ିଆଟିଏ କରି ସ୍ଵାମୀ-ସ୍ତ୍ରୀ ଦୁଇପ୍ରାଣୀ ଚଳୁଥିଲେ । ଅର୍ଥାଭାବରୁ ଛପର କରିନଥିବାରୁ ବର୍ଷାପାଣି ଚାଳକଣା ଦେଇ ଘର ଭିତରେ ପଡୁଥିଲା । ୫/୭ ଜଣିଆ ଛୋଟ ଡଙ୍ଗାରେ ଯାତ୍ରୀଙ୍କୁ ପାରି କରି ଯାହା ପାଉଥିଲା ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା ।

କିନ୍ତୁ ସେଦିନର ଭୟଙ୍କର ଝଡ଼ବର୍ଷା ତଥା ବଢ଼ିପାଣିର ସୁଅ ତା’ର ପରିବାର ପ୍ରତିପୋଷଣର ଏକମାତ୍ର ଅବଲମ୍ବନ ଡଙ୍ଗାଟିକୁ ଭସାଇ ନେଇ ତାକୁ ନିରାଶ୍ରୟ କରିଦେଲା । ସାତଦିନ ଧରି ନଈ କୂଳେ କୂଳେ ଖୋଜି ଖୋଜି ଶେଷରେ ସେ ହତାଶ ତଥା ନିରୁପାୟ ହୋଇପଡ଼ିଲା । ଏହା ଥିଲା ଦରିଦ୍ର ନାଉରୀର ଦୁଃଖମୟ ଜୀବନର ଚିତ୍ର ।

Question ୧୫ ।
ନାଉରୀ ଦଳବେହେରାଙ୍କୁ କାହିଁକି ଖୋଜୁଥୁଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ସେ ଅଞ୍ଚଳରେ ଥିଲେ ଜଣେ ଦେବତୁଲ୍ୟ ବ୍ୟକ୍ତି । କେହି ତାଙ୍କ ଦ୍ବାରରୁ ରିକ୍ତ ହସ୍ତରେ ଫେରିନାହିଁ । ସେ ଦୁଃଖୀରଙ୍କାଙ୍କ ପେଟ ଚିହ୍ନନ୍ତି । ଅସହାୟକୁ ସହାୟ ହୁଅନ୍ତି । ଜଣେ ଦୟାଶୀଳ ତଥା ଉଦାର ହୃଦୟ ବ୍ୟକ୍ତି ଭାବରେ ସେ ମୂଲକରେ ତାଙ୍କର ରହିଛି ଅନେକ ସୁଖ୍ୟାତି । ତେଣୁ ତାଙ୍କଠାରୁ କିଛି କଉଡ଼ି ମାଗିନେଇ ପୁଣି ଖଣ୍ଡେ ଡଙ୍ଗା ଗଢ଼ିବା ଉଦ୍ଦେଶ୍ୟରେ ନିରାଶ୍ରୟ ନାଉରୀଟି ମନରେ ଅନେକ ଆଶାନେଇ ତାଙ୍କୁ ଖୋଜି ଚାଲିଥିଲା ।

Question ୧୬ ।
ଦଳବେହେରା ଶେଷରେ ନାଉରୀକୁ କ’ଣ କହିଥିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ନାଉରୀର ଦୁଃଖ ଶୁଣି ଦଳବେହେରାଙ୍କ ଉଦାର ହୃଦୟ ଦୁଃଖରେ ତରଳି ଯାଇଥିଲା । ତେଣୁ ତାକୁ ସାହାଯ୍ୟ କରିବା ନିମନ୍ତେ ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଥିଲେ । ସେ ନାଉରୀକୁ କହିଲେ ଯେ ତାଙ୍କ ଦଳବେହେରାଙ୍କୁ କମ୍ପାନୀ ସାହେବ ଧରି ନେଇଗଲାଣି । ତଥାପି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସେ ତାକୁ ଆଉ ଗୋଟିଏ ସ୍ଥାନକୁ ନେଇଯିବେ, ଯେଉଁଠାରୁ ସେ ନିଶ୍ଚିତଭାବେ କିଛି ଧନ ପାଇବେ ଓ ସେଥ‌ିରେ ଡଙ୍ଗାଟିଏ ଗଢ଼େଇ ନେବେ । ପରିଶେଷରେ ଦଳବେହେରା ନାଉରୀକୁ ଏତିକି କହି ସାଙ୍ଗରେ ନେଇଯାଇଥିଲେ ।

Question ୧୭ ।
ଦଳବେହେରା ନାଉରୀ ସମ୍ବନ୍ଧରେ ଶାସକଙ୍କୁ କ’ଣ କହିଲେ ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଏକାଙ୍କିକାଟି ଯୁଗ ଯୁଗ ଧରି ପାଠକ ତଥା ଦର୍ଶକ ମହଲରେ ଆଦୃତ ହୋଇ ରହିଥ‌ିବ, ଏହା ନିଃସନ୍ଦେହ ।
ନାଉରୀ ସମ୍ବନ୍ଧରେ ବାବାଜୀରୂପୀ ଦଳବେହେରା ଶାସକଙ୍କୁ କହିଲେ ଯେ ନାଉରୀଟି ଅତ୍ୟନ୍ତ ଦରିଦ୍ର । ତା’ର ଘରଦ୍ବାର ନାହିଁ । ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ ଥିଲା ଖଣ୍ଡିଏ ଛୋଟ ନାଆ । ବଢ଼ିପାଣିରେ ସେହି ନାଆଟି ଭାସିଯାଇ ତାକୁ ଅସହାୟ କରିଦେଇଛି । ଦଳବେହେରା ଦୁଃଖୀ ଦରିଦ୍ରମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଶୁଣି ସେ ତାଙ୍କ ପାଖକୁ ଯାଇ ପାଞ୍ଚଶହ ପୁରସ୍କାର ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି । ଏଣୁ ନାଉରୀକୁ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯାଉ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୮ ।
ଶାସକ ଦଳବେହେରାଙ୍କୁ ‘ତୁମେ ଏଡ଼େ ମହତ’ ବୋଲି କାହିଁକି କହିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି।
ଦଳବେହେରା ଜଣେ ଦାନୀ, ଦୟାଶୀଳ, ଉଦାର ତଥା ଦେବତୁଲ୍ୟ ବ୍ୟକ୍ତି ଥିଲେ ବୋଲି ଶାସକ ଶୁଣିଥିଲେ । ସେହି ଦଳବେହେରା ନୋଳିଆଙ୍କର ସର୍ଦାର ବୋଲି ଶୁଣି ତାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବା ସହ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସୁବେଦାର, ନାଏବ କିମ୍ବା କର୍ମଚାରୀମାନେ ତାଙ୍କୁ ଧରିବା ଦୂରେ ଥାଉ ତାଙ୍କ ଦର୍ଶନ ମଧ୍ଯ ପାଇପାରି ନଥିଲେ । ହେଲେ ସେହି ଦଳବେହେରା ଜଣେ ଦରିଦ୍ର ନାଉରୀର ଦୁଃଖ ଦୂର କରିବାପାଇଁ ସ୍ଵୟଂ ଉପସ୍ଥିତ ହୋଇ ଆତ୍ମସମର୍ପଣ କରିବା ଶାସକଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ଦଳବେହେରାଙ୍କ ଉଦାରତା ଶାସକଙ୍କୁ ଆସନରୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଥିଲା ଏବଂ ସାହେବ ଦଳବେହେରାଙ୍କ ହାତ ଧରିପକାଇ କହିଥିଲେ, ‘ତୁମେ ଏଡ଼େ ମହତ୍’ ।

ତୁମପାଇଁ କାମ

୧୯ । ଏହି ଏକାଙ୍କିକାଟିକୁ ତୁମ ସାଙ୍ଗମାନଙ୍କ ସହିତ ମିଶି ଶିକ୍ଷକଙ୍କ ନିର୍ଦ୍ଦେଶନାରେ ଶ୍ରେଣୀଗୃହରେ ଅଭିନୟ କର ।
୨୦ । ଦଳବେହେରାଙ୍କ ପରି ଆଉ କେତେ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବନମାଳୀ କିଏ ?
Answer:
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ ।

2. ବନମାଳୀ ଦଳବେହେରାଙ୍କୁ କେଉଁ କଥା । କହିଥିଲା ?
Answer:
କମ୍ପାନୀ ବାହାଦୂର କର ଦେବା ପାଇଁ ତା’ ଉପରେ କରିଥିବା ଜୁଲମ ବିଷୟରେ ସେ ଦଳବେହେରାଙ୍କୁ ଜଣାଇଥିଲା ।

3. ଦଳବେହେରା ବନମାଳୀଙ୍କୁ ‘ଆପଣା ସୁନା ତ ଭେଣ୍ଡି’ ବୋଲି କେତେବେଳେ କହିଛନ୍ତି ?
Answer:
ନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

4. ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହା ଆଗରେ କହିଛି ?
Answer:
ରକ୍ତମାଂସ ଶରୀର କେତେ ସହିବ ?- ଏକଥା ରଘୁନାଥ ଦଳବେହେରାଙ୍କ ଆଗରେ କହିଛି ।

5. ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
ଫିରିଙ୍ଗୀମାନେ ଲୁଣ ମାରିବାର ଅଧିକାର ତାଙ୍କଠାରୁ ଛଡ଼ାଇ ନେଇଥିବାରୁ ତା’ର ପ୍ରତିକାର ପାଇଁ ବୁଢ଼ୀ ଦଳବେହେରାଙ୍କ ପାଖରେ ଫେରାଦ ହୋଇଥିଲା ।

6. ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
ଦଳବେହେରା ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଲେ ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ ।

7. ‘ଦେଶ ତାତି ରହିଛି’ – ଏକଥା କିଏ କହିଛି ?
Answer:
‘ଦେଶ ତାତି ରହିଛି’ – ଏକଥା ଦ୍ବିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ କହିଛି ।

8. ‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି’ – କାହାକୁ ଏବଂ କାହିଁକି ମାନନ୍ତି ?
Answer:
ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି, କାରଣ ସେ ଖୁବ୍‌ ଦୟାଳୁ ବ୍ୟକ୍ତି ଓ ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି ।

9. ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ।

10. ଚକରା କିଏ ?
Answer:
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା ।

11. ଚକରା ରଘୁକୁ କ’ଣ କହିଥିଲା ?
Answer:
କମାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 18 ଦଳବେହେରା

12. ବରକନ୍ଦାଜ ଦୁହେଁ କେଉଁଠି ଲୁଚି ବସିଥିଲେ ?
Answer:
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ ।

13. ବରକନ୍ଦାଜ ଦୁହେଁ କାହିଁକି ଲୁଚି ବସିଥିଲେ ?
Answer:
ମାଣିତ୍ରୀ ଗାଁର ମୁଖ୍ୟ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରର ମୁଖ୍ଆ ଦଳବେହେରାଙ୍କୁ ସମର୍କରେ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

14. ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
ବୁଢ଼ୀ ଦଳବେହେରାଙ୍କ ସମ୍ପର୍କରେ ସେ କି ଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେବାରୁ ବୁଢ଼ୀ ରାଗିଯାଇ ସେମାନଙ୍କୁ ଗାଳି ଦେଇଥିଲା ।

15. ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
କମ୍ପାନୀର ସୁବେଦାର ବର୍ଷ ବର୍ଷ ଧରି ଖୋଜୁଥ‌ିବା ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. “ ଧରି ଲେ, ଦଳବେହେରା ମଡ଼ାକୁ ଧରି ବେ– ଜୀଅନ୍ତାରେ ନୁହେଁ ।’– ଏକଥା କିଏ କହିଥିଲେ ?
Answer:
ଦଳବେହେରା

2. ଧ୍ଵନି ଜାଳୁଥ‌ିବା ବାବାଜୀଙ୍କ ଆଗରେ କିଏ ହାତଯୋଡ଼ି ବସିଥିଲେ ?
Answer:
ସୁବେଦାର

3. ଦୂରରୁ ପକ୍ଷୀ ଡାକିଲା ପରି ଶବ୍ଦ ଶୁଣି ଦଳବେହେରା କ’ଣ କଲେ ?
Answer:
ସେହିପରି ପ୍ରତିଶବ୍ଦ କଲେ

BSE Odisha 9th Class Odia Solutions Chapter 18 ଦଳବେହେରା

4. ଗାଁ ଲୋକଙ୍କୁ ଦଳବେହେରାଙ୍କ କଥା ପଚାରିଲେ ସେମାନେ ତୁଣ୍ଡରେ ନୁହେଁ କେଉଁଥ‌ିରେ କଥା କହିବେ ?
Answer:
ଖଣ୍ଡାରେ

5. ଗାଆଁକୁ ଗାଆଁ ଦିନକୁ ଦିନ କ’ଣ ବଢ଼ୁଛି ?
Answer:
ମେଳି

6. କାହାର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ ରଘୁ କହିଲା ?
Answer:
ସୁବେଦାରର

7. ଗାଁ ମୁଣ୍ଡରେ କେଉଁମାନେ ଘେରାଉ କରି ବସିଛନ୍ତି ?
Answer:
ଫୌଜ

8. ନାଉରୀର କେତେ ଜଣିଆ ଡଙ୍ଗାଟିଏ ଥୁଲା ?
Answer:
୫/୭ ଜଣିଆ

୨. ନାଉରୀର ଛୋଟ ଡଙ୍ଗାଟି କିପରି ଭାସିଗଲା ?
Answer:
ପାଣି ସୁଅରେ

10. ନାଉରୀ ଦଳବେହେରାଙ୍କ ପାଖକୁ କାହିଁକି ଯାଇଥିଲା ?
Answer:
କିଛି କଉଡ଼ି ପାଇବା ପାଇଁ

11. କିଏ ଥାନପତି ହୋଇ ବସିଲାଣି ବୋଲି ଗ୍ରାମବାସୀ କଥାବାର୍ତ୍ତା ହୋଇଥିଲେ ।
Answer:
ଫିରିଙ୍ଗୀ

12. ‘ଗାଁ ଭୂଇଁ, ମା’ ଭଉଣୀ, ଜାତି ମହତ ପାଇଁ ଲଢ଼ି ଦିନେ ମରିବା’’– ଏକଥା କିଏ କହିଥିଲେ ?
Answer:
୧ମ ଗ୍ରାମବାସୀ

BSE Odisha 9th Class Odia Solutions Chapter 18 ଦଳବେହେରା

13. ଭୂଇଁରେ ପଡ଼ିଲାବେଳୁ ଓଡ଼ିଶା ଖଣ୍ଡର ପାଇକପିଲା କାନରେ କ’ଣ ବାଜୁଛି ?
Answer:
ଲଢ଼େଇ

14. ‘ଦେଶ ତାତି ରହିଛି– ଖାଲି ଟିକିଏ ନିଆଁ ଲଗାଇଦେବା କଥା’’– ଏକଥା କିଏ କହିଥିଲେ ?
Answer:
୨ୟ ଗ୍ରାମବାସୀ

15. କିଏ ଅଇଁଠା ଚାଟେ ?
Answer:
କୁକୁର

C ଶୂନ୍ୟସ୍ଥାନ ପୂରଣ କର ।
1. କାଠକୁ ଲୁହା କାଟେ । କାରଣ, ___________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
Answer:
କାଠ

2. ପଶ୍ଚି ମରା ଏ ନଥିବାବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ __________________ ଆସି ଖଜଣା ମାଗୁଥିଲା ।
Answer:
ଚକରା

3. ___________________ ଙ୍କୁ ଦି’ଫଡ଼ା କରି ଚିରି ଦେଇଥିଲେ ।
Answer:
ଜୟୀ ରାଜଗୁରୁ

4. ଭେଣ୍ଡମାନେ ________________ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାକୁ ଦଳବେହେରା ନିର୍ଦ୍ଦେଶ ଦେଇଥିଲେ ।
Answer:
ବାହୂତୀ ବରଗଛ

5. ଏକା ________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
Answer:
ଭେଳା

6. _________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
Answer:
ଜଗନ୍ନାଥଙ୍କ ପା’ତଳ

BSE Odisha 9th Class Odia Solutions Chapter 18 ଦଳବେହେରା

7. ପାଣି ଭିତରେ ଘର କରି _____________________ ସଙ୍ଗେ କି ବାଦ ?
Answer:
କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ _________________ ଙ୍କୁ ସମସ୍ତେ ଦେବତା ପରି ମାନନ୍ତି ।
Answer:
ଦଳବେହେରା

9. ___________________ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ।
Answer:
୬୦

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା _________________ ପାଠ ।
Answer:
କାଠିକର

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କାଠକୁ ଲୁହା କାଟେ । କାରଣ, _________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
(A) କାଠ
(B) ଲୁହା
(C) ଷ୍ଟିଲ୍
(D) ପ୍ଲାଷ୍ଟିକ୍
Answer:
(A) କାଠ

2. ପଶ୍ଚି ମରାଏ ନଥୁବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ କିଏ ଆସି ଖଜଣା ମାଗୁଥିଲା ?
(A) ଫିରିଙ୍ଗୀମାନେ
(B) ପିଆଦା
(C) ଚପରାଶି
(D) ଚକରା
Answer:
(D) ଚକରା

3. ଇଂରେ ଜମାନେ କାହାକୁ ଦି’ଫଡ଼ା କରି ଚିରି ଦେଇଥିଲେ ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ପଶ୍ଚିମରାଏଙ୍କୁ
(D) ଜୟୀ ରାଜଗୁରୁଙ୍କୁ
Answer:
(D) ଜୟୀ ରାଜଗୁରୁଙ୍କୁ

4. ଭେଣ୍ଡାମାନେ କେଉଁ ଗଛମୂଳେ ପହଞ୍ଚୁ ସିନ୍ଦୂ ର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ?
(A) ଅଶ୍ଵତ୍‌ଥ ଗଛ
(B) ଆମ୍ବଗଛ
(C) କେନ୍ଦୁଗଛ
(D) ବାହୁତୀ ବରଗଛ
Answer:
(D) ବାହୁତୀ ବରଗଛ

BSE Odisha 9th Class Odia Solutions Chapter 18 ଦଳବେହେରା

5. ଏକା ____________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
(A) ବୋଇତ
(B) ଜାହାଜ
(C) ଭେଳା
(D) ଗାଡ଼ି
Answer:
(C) ଭେଳା

6. __________________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
(A) ଫିରିଙ୍ଗୀ ପା’ତଳ
(B) ଜଗନ୍ନାଥଙ୍କ ପା’ତଳ
(C) ବେପାରୀଙ୍କ ପା’ତଳ
(D) ପରଦେଶୀଙ୍କ ପା’ତଳ
Answer:
(B) ଜଗନ୍ନାଥଙ୍କ ପା’ତଳ

7. ପାଣି ଭିତରେ ଘର କରି _______________ ସଙ୍ଗେ କି ବାଦ ?
(A) କୁମ୍ଭୀର
(B) ମଗର
(C) ତିମି
(D) ଜଳହସ୍ତୀ
Answer:
(A) କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ରାଜଗୁରୁଙ୍କୁ
(D) ପାଇକରାଏଙ୍କୁ
Answer:
(B) ଦଳବେହେରାଙ୍କୁ

BSE Odisha 9th Class Odia Solutions Chapter 18 ଦଳବେହେରା

9. କେତେ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ?
(A) ୪୦ ଖଣ୍ଡ
(B) ୫୦ ଖଣ୍ଡ
(C) ୬୦ ଖଣ୍ଡ
(D) ୭୦ ଖଣ୍ଡ
Answer:
(C) ୬୦ ଖଣ୍ଡ

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା ________________ ପାଠ।
(A) କଠିନ
(B) କଷ୍ଟକର
(C) ଅଛିଣ୍ଡା
(D) କାଠିକର
Answer:
(D) କାଠିକର

11. ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ – ଏକଥା କିଏ କହିଥିଲେ ?
(A) ନାଉରୀ
(B) ବନମାଳୀ
(C) ରଘୁ
(D) ଚକରା
Answer:
(A) ନାଉରୀ

12. କାଳୀଚରଣ ପଟ୍ଟନାୟକଙ୍କଦ୍ବାରା ପ୍ରତିଷ୍ଠିତ ରଙ୍ଗମଞ୍ଚର ନାମ କ’ଣ ?
(A) ଓଡ଼ିଶା ଥୁଟର୍ସ
(B) କଳାକୁଞ୍ଜ
(C) ଓଡ଼ିଶା ଅପେରା
(D) ନାଟ୍ୟମଞ୍ଚ
Answer:
(A) ଓଡ଼ିଶା ଥୁଟର୍ସ

13. ଭାଗବତ ଘରେ କିଏ ବସି ପୁରାଣ ପଢୁଥିଲେ ?
(A) ପୁରୋହିତ
(B) ପୁରାଣପଣ୍ଡା
(C) ଜନୈକ ସନ୍ନ୍ୟାସୀ
(D) ଦଳବେହେରା
Answer:
(A) ପୁରୋହିତ

14. ସାତସମୁଦ୍ର ତେରନଈ ପାରହୋଇ କେଉଁମାନେ ଆସି ଆମ ମୁଲକରେ କଂସାସୁର ସାଜିଛନ୍ତି ?
(A) ମୋଗଲମାନେ
(B) ଆଫଗାନମାନେ
(C) ଇଂରେଜମାନେ
(D) ମୁସଲମାନେ
Answer:
(C) ଇଂରେଜମାନେ

BSE Odisha 9th Class Odia Solutions Chapter 18 ଦଳବେହେରା

15. ‘ଆମର ମୁଣ୍ଡ ତ ଆପଣ’– ଏକଥା ବନମାଳୀ କାହା ଉଦ୍ଦେଶ୍ୟରେ କହିଥିଲା ?
(A) ସାହେବଙ୍କ ଉଦ୍ଦେଶ୍ୟରେ
(B) ପୁରାଣପଣ୍ଡାଙ୍କ ଉଦ୍ଦେଶ୍ୟରେ
(C) ସୁବେଦାରଙ୍କ ଉଦ୍ଦେଶ୍ୟରେ
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ
Answer:
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ

16. କେଉଁମାନେ ଦାନ୍ତରେ ତିରଣ ଧରି ଶରଣ ପଶିଲେ ?
(A) ସାଆନ୍ତ ରାଜାମାନେ
(B) ସୈନ୍ୟମାନେ
(C) ପାଇକମାନେ
(D) ବଡ଼ମାନେ
Answer:
(A) ସାଆନ୍ତ ରାଜାମାନେ

17. ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ କିଏ ବାଟ ଛାଡ଼ି ଦେଉଥିଲା ?
(A) ଷଣ୍ଢ
(B) ଗର୍ଭିଣୀ ଗାଈ
(C) ବାଘ
(D) ସିଂହ
Answer:
(B) ଗର୍ଭିଣୀ ଗାଈ

18. ଆମେ ରାଣ୍ଡ ଛେଉଣ୍ଡ ଗାଁ ମାଇପେ ମହତ ଘେନି ରହିବୁ ନା କୂଅପୋଖରୀ ଖୋଜିବୁ ?
(A) ସ୍ତ୍ରୀଲୋକମାନେ
(B) ରତନୀ
(C) ଜଣେ ବୁଢ଼ୀ
(D) କେତକୀ
Answer:
(C) ଜଣେ ବୁଢ଼ୀ

19. ଫିରିଙ୍ଗୀମାନେ କାହାକୁ ଘୋଡ଼ା କୋରଡ଼ାରେ ବାଡ଼େଇଥିଲେ ?
(A) ବୁଢ଼ୀକୁ
(B) କେତକୀକୁ
(C) ରତନୀକୁ
(D) ବୁଢ଼ୀର ନାତୁଣୀକୁ
Answer:
(D) ବୁଢ଼ୀର ନାତୁଣୀକୁ

20. ଏ ମୁଣ୍ଡକୁ ପାଣି ଛଡ଼େଇଲି- ଏକଥା କିଏ କରିଥିଲେ ?
(A) ଦଳବେହେରା
(B) ବନମାଳୀ
(C) ରଘୁନାଥ
(D) ସମସ୍ତେ
Answer:
(A) ଦଳବେହେରା

BSE Odisha 9th Class Odia Solutions Chapter 18 ଦଳବେହେରା

ଲେଖକ ପରିଚୟ :
ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ଆବିର୍ଭାବଦ୍ଵାରା ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ କ୍ଷେତ୍ରରେ ଆଧୁନିକତାର ଯଥାର୍ଥ ପ୍ରଗତି ଆରମ୍ଭ ହୋଇଥିଲା । କବିତା ରଚନା ଓ ଅଭିନୟ କଳା ପ୍ରତି ସେ ବାଲ୍ୟକାଳରୁ ଆଗ୍ରହୀ ଥିଲେ । ଓଡ଼ିଶୀ ସଂଗୀତର ପ୍ରସାର ଓ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଶୀ ନୃତ୍ୟକୁ ସର୍ବଭାରତୀୟ ମାନ୍ୟତା ଦେବାରେ ମଧ୍ୟ ତାଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ । ସେ ପଚାଶରୁ ଊର୍ଦ୍ଧ୍ବ ରାସନାଟକ, ମଞ୍ଚନାଟକ ଏବଂ ଗୀତିନାଟ୍ୟ ରଚନା କରିଥିଲେ । ‘ଭାତ’, ‘ଗାର୍ଲସ୍କୁଲ, ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମନ୍ଦାର’ ପ୍ରଭୃତି ନାଟକ, ‘ପଞ୍ଚରଙ୍ଗ’, ‘ଷଡ଼ରସ’, ‘ସପ୍ତପର୍ଶୀ’, ‘ଜୀବିତ-ତର୍ପଣ’ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ ରଚନା । ତାଙ୍କର ଆତ୍ମଜୀବନୀ, ‘କୁମ୍ଭାର ଚକ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ଥାଏଟର୍ସ’ ଓଡ଼ିଶାର ମଞ୍ଚ ଇତିହାସରେ ଏକ ଉଜ୍ଜ୍ଵଳ ନାମ । ଜାତୀୟ ସଂଗ୍ରାମର ଆଦ୍ୟ ପର୍ଯ୍ୟାୟରେ ତ୍ୟାଗ ଓ ତିତିକ୍ଷାର ପ୍ରତୀକାତ୍ମକ ରୂପ ସଂଗ୍ରାମୀ ମଣିଷର ଜୀବନ କାହାଣୀ ହିଁ ସଂଶିତ ଏକାଙ୍କିକାର ଭିତ୍ତିଭୂମି ।

ଏକାଙ୍କିକାର ମର୍ମବାଣୀ:

ଗଡ଼ମାଣିତ୍ରୀ ଗାଁ ମଝିରେ ଥିବା ଭାଗବତ ଘରେ ପୁରାଣ ପଣ୍ଡା ବସି ପୁରାଣ ପଢୁଥିଲେ । ଦଳବେହେରାଙ୍କ ସମେତ କେତେକ ଗ୍ରାମବାସୀ ବସି ପୁରାଣ ଶୁଣୁଥିଲେ । ଏହି ସମୟରେ ଧୂଳି ଧୂସରିତ ଅବସ୍ଥାରେ କାନ୍ଦି କାନ୍ଦି ସେଠାରେ ଉପସ୍ଥିତ ହୋଇଛି ବନମାଳୀ । ସେ ନିଜର ଚିରି ଫଡ଼ା ଫଡ଼ା ହୋଇଥିବା ନୂଆ ଗାମୁଛାକୁ ଦଳବେହେରାଙ୍କୁ ଦେଖାଇଛନ୍ତି । କିଆରୀରୁ ଫେରିବା ବାଟରେ ତାକୁ ଅଟକାଇ କର ପାଇଁ ସାତ ସମୁଦ୍ର ତେରନଈ ପାର ହୋଇ ଆସିଥିବା କଂସାସୁର ଦଳ ତା’ଉପରେ କିପରି ଜୁଲମ କରିଛନ୍ତି ତାହା ନିବେଦନ କରିଛି । ତାହା ପୁଣି କଉଡ଼ିରେ ନୁହେଁ, ଟଙ୍କାରେ । ହେଲେ ଟଙ୍କା କେଉଁଠୁ ସେମାନେ ପାଇବେ ବୋଲି ବନମାଳୀ ଦଳବେହେରାଙ୍କୁ କହିଛି ।

ରଘୁନାଥ ମଧ୍ୟ ଦଳବେହେରାଙ୍କୁ ଚକରା କଥା କହିଛି, ଯିଏ କି ବାବନାଭୂତ ହୋଇ ବୁଲୁଥିଲା । ଫିରିଙ୍ଗୀ ଘରେ ପିଆଦା ଚାକିରି କରିଛି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ସମସ୍ତ ଭେଦ ସେ ଫିରିଙ୍ଗୀକୁ ବତାଉଛି । ପଶ୍ଚିମରାଏ ଘରେ ନଥ‌ିବାବେଳେ ତାଙ୍କ ଘରକୁ ଯାଇ ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା ମାଗୁଛି । ତା’ତୁଣ୍ଡରୁ ପୁଣି ଅଭାଷା ଓ କୁଭାଷା ବାହାରୁଛି । ତା’ପରେ ଦଳବେହେରାଙ୍କ ପାଖରେ ଆସି ପହଞ୍ଚିଛି ସଉରୀ ବୋଉ (ବୁଢ଼ୀ) । ତା’ର ନଅବର୍ଷର ନାତୁଣୀ ଉପରେ ଫିରିଙ୍ଗୀର ଘୋଡ଼ା କରଡ଼ା ବସିଛି । ଲୁଣ ମୁଠାଏ ମାଗିବାକୁ ଯାଇଥିଲା ବୋଲି ତା’ର ପିଠି ଗରଗର ହୋଇ ଫାଟି ହୋଇଛି ଲହୁଲୁହାଣ । ଚେତାବୁଡ଼ା ହୋଇ ପଡ଼ିଥିଲା । କେତକୀ, ରତନୀ ପ୍ରଭୃତି ତାକୁ ଟେକି ଆଣିଛନ୍ତି ।

ସମସ୍ତଙ୍କ ଅଭିଯୋଗ ଶୁଣିସାରିବା ପରେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଦଳବେହେରା ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ବାପ ଅଜା ଅମଳରୁ ଯେପରି ନିଷ୍କର ଭୂଇଁ ଚଷି ଖାଉଥଲେ ସେପରି ଖାଇବେ, ଲୁଣ ମାରିବେ, ବଣରୁ କାଠ ହାଣିବେ । ସେଥ‌ିପାଇଁ ଗଡ଼ମୁଣ୍ଡ ବାଟକୁ ପର୍ବତପ୍ରମାଣ ଗଛ ଗଣ୍ଡି ହାଣି ଗଦାକରି ବଡ଼ ବଡ଼ ପଥର ପକାଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ଖଣ୍ଡାରେ ସାଆଣ ଦେବା ସହିତ ବେଳ ଦି ଘଡ଼ିକି ବାହୁତୀ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କର ଖାଇବାପାଇଁ ନିଜ ଅମାର ଖୋଲିଦେବା ସହିତ ମେଣ୍ଟ ବାନ୍ଧିବା ନିମନ୍ତେ ଆଖପାଖ ଗାଁକୁ ରାତାରାତି ଖବର ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ନିଜ ମୁଣ୍ଡକୁ ପାଣି ଛଡ଼େଇଛନ୍ତି ।

ଦଳବେହେରାଙ୍କ ନିର୍ଦେଶାନୁସାରେ ପାଇକମାନେ ଗାଁ ମୁଣ୍ଡରେ ପର୍ବତ ପ୍ରମାଣ କାଠଗଣ୍ଠି ଜମାକରି ଦେଇଛନ୍ତି । ମୁଣ୍ଡିଆରୁ ଦୁଇଶହ ଲୋକ ପଥର ଗଡ଼େଇ ଗଡ଼େଇ ଆଣି ସନ୍ଧ୍ୟା ସୁଦ୍ଧା ଗାଁ ମୁଣ୍ଡ ବାଟରେ ପାହାଡ଼ ଠିଆ କରିଦେଇଛନ୍ତି । ଗଡ଼ମାଣିତ୍ରୀର ପାଇକମାନେ କର ନଦେବା ଖବର ପାଇ ଆଖପାଖ ଗାଁ ଲୋକେ କର ନଦେବା ପାଇଁ ଅଡ଼ି ବସିବା ସହିତ ମେଣ୍ଟ ମଧ୍ୟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧାର କମ୍ପାନୀ କଚେରୀକି ଗଲାଣି ଏବଂ କମ୍ପାନୀ ବାହାଦୁର ମଧ୍ୟ ଦଳବେହେରାଙ୍କୁ ଧରିନେବା ପାଇଁ ଫୌଜ ପଠାଇଛନ୍ତି ଏବଂ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଫଳରେ ନାଏବ, ସୁବେଦାର ଓ ବରକନ୍ଦାଜ ସମସ୍ତେ ଦଳବେହେରାଙ୍କୁ ଖୋଜିବାରେ ଲାଗିଛନ୍ତି ।

ଦଳବେହେରା ମହାଶୟ ବେଶ ବଦଳାଇ ବଣକୁ ବଣ ଘୂରି ବୁଲୁଛନ୍ତି । ତାଙ୍କୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଧରିପାରୁ ନାହାନ୍ତି । ଦିନେ ଦଳବେହେରା ବାବାଜୀ ବେଶରେ ଧୂନି ଜାଳି ବସିଥ‌ିବା ବେଳେ ନିଜେ ସୁବେଦାର ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କୁ ତ୍ରିକାଳଜ୍ଞ ମନେକରି ଦଳବେହେରାଙ୍କ ସମ୍ପର୍କରେ ପଚାରିଛନ୍ତି । ଶେଷରେ ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଦଳବେହେରାଙ୍କୁ ଖୋଜିବାକୁ ଚାଲିଯାଇଛନ୍ତି ।
ଏହି ସମୟରେ ଜଣେ ଦରିଦ୍ର ବୁଢ଼ା ନାଉରୀ ବାବାଜୀ ରୂପୀ ଦଳବେହେରାଙ୍କ ପାଖରେ ଉପସ୍ଥିତ ହୋଇଛି । ଦିନେ ପ୍ରବଳ ଝଡ଼ବର୍ଷାରେ ତା’ର କୁଟୁମ୍ବ ପ୍ରତିପୋଷଣ କରିବାର ଏକମାତ୍ର ସହାୟକ ଡଙ୍ଗାଟି କୁଆଡ଼େ ଭାସିଯାଇଛି ।

BSE Odisha 9th Class Odia Solutions Chapter 18 ଦଳବେହେରା

ସାତଦିନ କାଳ ଖୋଜି ଖୋଜି ନପାଇ ଶେଷରେ ଅସହାୟ ଅବସ୍ଥାରେ ଧାଇଁ ଆସିଛି ସହାୟବନ୍ତ ପୁରୁଷ ଦଳବେହେରାଙ୍କ ପାଖକୁ । ସେହି ଦେବତାତୁଲ୍ୟ ଧର୍ମବନ୍ତ ଦୟାଶୀଳ ବ୍ୟକ୍ତିଙ୍କ ନିକଟରୁ କିଛି ସାହାଯ୍ୟ ନେଇ ଆଉ ଏକ ଡଙ୍ଗା ଗଢ଼ିବା ଆଶାରେ ସେ ମାଣିତ୍ରୀଗଡ଼ ଅଭିମୁଖେ ଧାଇଁଛି । ନାଉରୀର ଦୁଃଖଭରା କାହାଣୀ ଶୁଣି ବାବାଜୀରୂପୀ ଦଳବେହେରାଙ୍କ ହୃଦୟ ଦ୍ରବୀଭୂତ ହୋଇଗଲା । ସେ ନାଉରୀକୁ ସଙ୍ଗରେ ଧରି ଚାଲିଲେ ଖୋରଧାର କଚେରୀକୁ ।

ପାଖକୁ ଯାଇଥବା ସେହି ନାଉରୀ ପୁରସ୍କାର ଟଙ୍କା ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି ବୋଲି ପ୍ରକାଶ କରିଛନ୍ତି । ଦଳବେହେରାଙ୍କ ମୁଣ୍ଡ ବଦଳରେ କମ୍ପାନୀ ବାହାଦୁର ଯେଉଁ ପାଞ୍ଚଶହ ଟଙ୍କା ଘୋଷଣା କରିଛି, ସେହି ଟଙ୍କାକୁ ନାଉରୀକୁ ଦେବା ଅଭିଭୂତ କମ୍ପାନୀ ସାହେବ ଆସନରୁ ଉଠି ଆସି ତାଙ୍କ ହାତ ଧରି ପକାଇ କହିଛନ୍ତି – ‘ ଏଡ଼େ ମହତ୍ ତୁମେ !!’

ଦଳବେହେରାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି ନାଉରୀ କହିଛି – “‘ସାଆନ୍ତ ! ଦେବତା ! ମୋର ଟଙ୍କା ଦରକାର ନାହିଁ । ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ, ସାଆନ୍ତେ ।’’
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ପୁରାଣ ପଣ୍ଡା – ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପୁରାଣ ପଢ଼ି ଶୁଣାଉଥ‌ିବା ବ୍ୟକ୍ତିକୁ ପୁରାଣ ପଣ୍ଡା କୁହାଯାଏ ।
ପରବେଶ – ପ୍ରବେଶ
ପୁଚ୍ଛଇ – ପଚାରନ୍ତି
ସ୍ୱରଗ – ସ୍ୱର୍ଗ ।
ପରିଯନ୍ତେ- ପର୍ଯ୍ୟନ୍ତ ।
ତ୍ରିକାଳଞ- ବର୍ଷ ମାନ, ଅତୀତ ଓ ଭବିଷ୍ୟତ ବଷୟରେ ଜାଣିପାରୁଥିବା ବ୍ୟକ୍ତି ।
ନିଷର – ଯହିଁରେ କର ଦେବାକୁ ହୁଏ ନାହିଁ ।
କ୍ଷତ୍ରୀ – ଶକ୍ତିଶାଳୀ ବୀର ପୁରୁଷ ।
ମୋଡ଼ିମାଡ଼ି ହୋଇ – ନିରୁପାୟ ହୋଇ ।
BSE Odisha 9th Class Odia Solutions Chapter 18 ଦଳବେହେରା 1
BSE Odisha 9th Class Odia Solutions Chapter 18 ଦଳବେହେରା 2

Leave a Comment