Loading [MathJax]/extensions/tex2jax.js

BSE Odisha 9th Class Odia Solutions Chapter 3 ହେ ମୋର କଲମ

Odisha State Board BSE Odisha 9th Class Odia Solutions Chapter 3 ହେ ମୋର କଲମ Textbook Exercise Questions and Answers.

BSE Odisha Class 9 Odia Solutions Chapter 3 ହେ ମୋର କଲମ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) କଲମ ସଦାବେଳେ ସତ୍ୟ, ଅହିଂସା, ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରିଆସିଛି ।
(ଖ) କଲମ ମଡ଼ା ଦେହରେ ଜୀବନ ସଞ୍ଚାର କରିପାରେ ।
(ଗ)କଲମକୁ ନିଜର ବିଶ୍ବସ୍ତ ବନ୍ଧୁ ବୋଲି କବି କହିଛନ୍ତି ।
(ଘ) କବିଙ୍କ ମତରେ କଲମର ଗାର ଅମର ଅଟେ ।
(ଙ) ଯୁଗ ଯୁଗ ଧରି ଛଳନା, ଗୁଣ୍ଡାମି, ପେଷଣ ଓ ଶୋଷଣ କଲମ ନିକଟରେ ପରାଜୟ ସ୍ବୀକାର କରିଛି ।
(ଚ) ପୃଥ‌ିବୀରେ ସମସ୍ତ ମତବାଦ କ୍ଷୀଣସ୍ଥାୟୀ ହୋଇଥାଏ ।
(ଛ) କଲମର ମୁନ ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ ।
Answer:
(କ), (ଖ), (ଗ), (ଘ), (ଙ), (ଚ), (ଛ) ଉକ୍ତିଗଡ଼ିକ ଠିକ୍ ଅଛି ।

Question ୨।
‘ଅନ୍ଧ ଦେଇଚ ଆଖ୍’ର ଚାରିଗୋଟି ଅର୍ଥ ନିମ୍ନରେ ସୂଚିତ ହୋଇଛି । ଏଥୁମଧ୍ୟରୁ ଠିକ୍ ଅର୍ଥଟିକୁ ବାଛି ଲେଖ ।
(କ) ଅନ୍ଧକୁ ଆଖ୍ ଦାନ କରିଛ ।
(ଖ) ଅନ୍ଧ ଆଖୁ ଦାନ କରିଛି ।
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।
(ଘ) ଆଦାନ କରିବାକୁ ଅନ୍ଧକୁ କହିଛ ।
Answer:
(ଗ) ଅଜ୍ଞାନ ଜନତାକୁ ଜ୍ଞାନ ପ୍ରଦାନ କରିଛ ।

Question ୩।
ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଚୀର-ଚିର, ପୁର-ପୂର, ବିଷ-ବିସ, ଦିନ-ଦୀନ
Answer:
ଚୀର – ଛିନ୍ନ ବସ୍ତୁ/ବଳ୍‌କଳ
ଚିର – ସବୁଦିନପାଇଁ
ପୁର – ଗୃହ/ ପ୍ରାସାଦ/ଦେହ
ପୂର – ଜଳରାଶି/ପ୍ରବାହ/ସମୂହ/ପିଷ୍ଟକ ମଧ୍ୟବର୍ତ୍ତୀ ମିଷ୍ଟଦ୍ରବ୍ୟ ବିଶେଷ
ବିଷ – ଗରଳ/ଜହର
ବିସ – ପଦ୍ମନାଡ଼
ଦିନ – ଦିବସ
ଦୀନ – ଦରିଦ୍ର

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ବଳ, ଜାଗ୍ରତ, ଆପଣା, ବିଶ୍ଵାସୀ, ବନ୍ଧନ
Answer:
ଦୁର୍ବଳ – ସବଳ
ଜାଗ୍ରତ – ସୁପ୍ତ
ଆପଣା – ପର
ବିଶ୍ଵାସୀ – ଅବିଶ୍ଵାସୀ
ବନ୍ଧନ – ମୋଚନ

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ଅହରହ,ତୀକ୍ଷ୍ଣଣ,ଅଳୀକ, ଦୁର୍ବିଷହ, ଶୋଷଣ
Answer:
ଅହରହ – ସଂପ୍ରତି ଦେଶରେ ଅହରହ ଦରବୃଦ୍ଧି ହେତୁ ସାଧାରଣ ଖାଉଟି ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି ।
ତୀକ୍ଷ୍ଣଣ – ସୈନ୍ୟବାହିନୀ ସୀମାନ୍ତରେ ଶତ୍ରୁମାନଙ୍କ ଗତିବିଧ‌ି ଉପରେ ତୀକ୍ଷ୍ଣଣ ଦୃଷ୍ଟି ରଖୁଛି ।
ଅଳୀକ – ଅଳୀକ କଥାରେ ଭାସିଯାଅ ନାହିଁ ।
ଦୁର୍ବିଷହ – ମାଲିକର ଦୁର୍ବିଷହ ଅତ୍ୟାଚାର ସହି ନପାରି କର୍ମଚାରୀ ଜଣକ ଚାକିରି ଛାଡ଼ିଦେଲେ ।
ଶୋଷଣ – ପୂର୍ବେ ଜମିଦାରମାନେ ପ୍ରଜାଙ୍କୁ ଶୋଷଣ କରୁଥିଲେ ।

Question ୬ ।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ତନୁ, ଧରା, ଗିରି, ଜଳ, ଦେବତା
Answer:
ତନୁ – ଦେହ, ଶରୀର
ଧରା – ଧରଣୀ, ପୃଥ‌ିବୀ
ଗିରି – ଶୈଳ, ପର୍ବତ
ଜଳ – ନୀର, ବାରି
ଦେବତା – ଈଶ୍ବର, ଭଗବାନ

Question ୭ ।
ନିମ୍ନଲିଖ ବିଶେଷଣ ଶବ୍ଦକୁ ବିଶେଷ୍ୟ ଶବ୍ଦରେ ପରିଣତ କର ।
ଦୁର୍ବଳ, ଅମର, ଜଡ଼, ସୁନ୍ଦର, ସଭ୍ୟ
Answer:
ଦୁର୍ବଳ – ଦେହ,ଶରୀର
ଅମର – ଧରଶା,ପୄଥ୍ଚୀ
ଜଡ଼ – ଶୈଳ, ପର୍ବତ
ସୁନ୍ଦର – ନୀର, ବାରି
ସଭ୍ୟ – ସଭ୍ୟତା

Question ୮।
ଓଡ଼ିଆ ଅଭିଧାନ ନିୟମ କ୍ରମରେ ନିମ୍ନ ପ୍ରଦତ୍ତ ଶବ୍ଦଗୁଡ଼ିକୁ ସଜାଅ ।
ଅନ୍ତର, ଅମର, ଅବତାର, ଅନ୍ଧ, ଅକ୍ଷର
Answer:
ଅକ୍ଷର, ଅନ୍ତର, ଅନ୍ଧ, ଅବତାର, ଅମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୯।
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।
Answer:
BSE Odisha 9th Class Odia Solutions Chapter 3 ହେ ମୋର କଲମ 1
BSE Odisha 9th Class Odia Solutions Chapter 3 ହେ ମୋର କଲମ 2

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
‘ଚିର ବିପ୍ଳବୀ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

Question ୧୧ ।
କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

Question ୧୨ ।
ଦୁର୍ବଳ ଶରୀର ସତ୍ତ୍ବେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

Question ୧୩ ।
‘କଲମ ବନ୍ଦୀ ହୋଇଯାଇଛି କି ?? କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌କାଳୀନ ସମାଜରେ ସୃଷ୍ଟି ହେଉଥ‌ିବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାରକୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

Question ୧୪।
କଲମକୁ କ’ଣ କରିବାପାଇଁ କବି ଆହ୍ୱାନ କରିଛନ୍ତି ?
Answer:
ସୁପ୍ତଜାତିର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ୱାନ ଜଣାଇଛନ୍ତି ।

Question ୧୫ ।
କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୧୬ ।
କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ରୂପେ ଅଭିହିତ କରିଛନ୍ତି ।

Question ୧୭ ।
କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

Question ୧୮ ।
କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

Question ୧୯ ।
କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

Question ୨୦ ।
ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

Question ୨୧ ।
ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିଷହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

Question ୨୨ ।
ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

Question ୨୩ ।
କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

Question ୨୪ ।
କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୨୫ ।
କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି-ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଳବ ପରିଚାଳିତ ।

Question ୨୬ ।
କାଳବକ୍ଷରେ କଲମ କିପରି ଅମର ହୋଇ ରହିଛି ?
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥ‌ିବାରୁ କଲମ ଅମର ହୋଇ ରହିଛି ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୭ ।
ମୂଲ୍ୟ ତୁମର କେତୋଟି ପଇସା, ତନୁ ତବ ଦୁର୍ବଳ
ଥରାଇଚ କେତେ ହୃଦମନ୍ଦିର, ବନ୍ଧୁର ଧରାତଳ ।
Answer:
ମୂଲ୍ୟ ତୁମର …………………………… ବନ୍ଧୁର ଧରାତଳ ।
ଶଂସିତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି କ୍ଷୀଣ ଶରୀରବିଶିଷ୍ଟ କଲମର ଅପରିସୀମ ଶକ୍ତି, ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି ।

ଏକ ସାଧାରଣ ପଣ୍ୟଦ୍ରବ୍ୟଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ । ଏହାର କଳେବର କ୍ଷୁଦ୍ର ଓ ଦୁର୍ବଳ । ମାତ୍ର ଏହାର ଶକ୍ତି ଅକଳନ । କବି, ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବେ ଶୋଭାପାଏ । କଲମ କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଓ ବିଶ୍ବସ୍ତ ସଖା । କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ । ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ ।

ଜାତିଗତ ବୈଷମ୍ୟ ଓ ଧର୍ମଗତ ବିଭେଦକୁ ଦୃଢ଼ ହସ୍ତରେ ଦମନ କରିପାରେ କ୍ଷୀଣ ତନୁଧାରୀ କଲମ । ଧନୀକର ଧନ କି ଶକ୍ତିଶାଳୀର ବାହୁବଳ ତା’ ପାଖରେ ହାର ମାନେ । ଅତ୍ୟାଚାରୀ ଓ ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗଙ୍କ ହୃଦସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଅନସ୍ବୀକାର୍ଯ୍ୟ । ସର୍ବୋପରି ତୀକ୍ଷଣ ଅସିଠାରୁ ଏହାର ତୀକ୍ଷ୍ଣତା ଯେ ଅଧ୍ବକ ଭୟଙ୍କର କବି ଏଠାରେ ଏହାହିଁ ପ୍ରକାଶ କରିଛନ୍ତି ।

Question ୨୮ ।
ଭାଜେ କରବାଳ, ବଜ୍ର, ମୁଷଳ କେତେ ଏହି ମହୀତଳେ
ବାଡ଼ବ ଉଠଇ, ଗିରି ଓଲଟଇ, ଭାସେ ମରୁ ଧରା ଜଳେ ।
Answer:
ଭାଜେ କରବାଳ ……………………………….ମରୁ ଧରା ଜଳେ ।
ପ୍ରୋକ୍ତ ପଦ୍ୟାଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ପଦ୍ୟ ସଙ୍କଳନ ଅନ୍ତର୍ଗତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ ।
ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ, ଅପ୍ରମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି ।

ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷୀଣ, ଦୁର୍ବଳ ତନୁବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସୀମ, କବି ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି । ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେକରୁଥିବା ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ନିଜ ସୈନ୍ୟବଳ, ଧନବଳ ଓ କୂଟନୀତି ବଳରେ ଧରାକୁ ସରା ଜ୍ଞାନ କରନ୍ତି । ଶୋଷଣ ଓ ଅତ୍ୟାଚାରରେ ଜନଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି । ମାତ୍ର ସାମାନ୍ୟ ଏକ କଲମ ସେମାନଙ୍କର ସମସ୍ତ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟିକରି ତା’ର ସବୁ ଅହଙ୍କାରକୁ ଧୂଳିସାତ୍‌ କରିପାରେ ।

ନିରୀହ ପ୍ରଜାମଣ୍ଡଳଙ୍କ କଣ୍ଠରେ ବିପ୍ଳବର ବାଣୀ ଶୁଣାଇ ଶାସନତନ୍ତ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ । ପର୍ବତ ପ୍ରାୟ ଦୃଢ଼ ପ୍ରତିରକ୍ଷା ବଳ ଅକ୍ଳେଶରେ ପରାହତ ହୁଏ । କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରି ଭାଙ୍ଗି ଚୂରମାର୍ ହୋଇଥାଏ, ବଜ୍ର ଓ ମୁଷଳ ପରି ତା’ର ଶକ୍ତିଶାଳୀ ଅସ୍ତ୍ର ହୁଏ ଚୂର୍ଣ୍ଣବିଚୂର୍ଣ । ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ, ମରୁଭୂମିରେ ସୃଜି ପାରେ ବନ୍ୟାର ପ୍ଲାବନ । ଅପ୍ରତ୍ୟାଶିତ ପରିବର୍ତ୍ତନ ସଂରଚନା କରିପାରେ ଲେଖନୀର ଶକ୍ତି । ଅସିଠାରୁ ମସୀର ଶକ୍ତି ଯେ କେତେ ବିଶାଳ ଲେଖକ ଏଠାରେ ତାହାହିଁ ଉଲ୍ଲେଖ କରିଛନ୍ତି ।

Question ୨୯ ।
କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର
କାଳ ଇଙ୍ଗିତରେ ଲୁଚିଗଲେ ସବୁ ରହିଲା ତୁମରି ଗାର ||
Answer:
କେତେ ଅବତାରେ …………………………………… ତୁମରି ଗାର ।
ଉଦ୍ଧୃତାଂଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି କଲମର କାଳଜୟୀ ଭୂମିକା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଯୁଗ ଯୁଗାନ୍ତରେ ବହୁ ମହାମନୀଷୀ ଏ ଧରଣୀ ବୁକୁରେ ଆବିର୍ଭୂତ ହୋଇ ସେମାନଙ୍କ ମହାମାନବୀୟ କାର୍ଯ୍ୟଧାରା ଓ ଅତିମାନବୀୟ ଦିବ୍ୟବାଣୀ ପ୍ରଦାନରେ ମହିମାବନ୍ତ ହୋଇ ପୟଗମ୍ବର ଭାବେ ପୂଜିତ ହୋଇଛନ୍ତି ।

ସେମାନଙ୍କର ଉଚ୍ଚାଦର୍ଶଯୁକ୍ତ ଜୀବନଶୈଳୀ ଓ ସୁମହାନ୍ ସାଧୁତା ସେମାନଙ୍କୁ ଜନସମାଜରେ ଦେବତାର ଆସନରେ ଉପବିଷ୍ଟ କରିଛି । ସେମାନଙ୍କର ମୁଖନିଃସୃତ ଶାଶ୍ଵତ ବାଣୀକୁ ଅଦ୍ୟାବଧୂ ଜନସମାଜରେ ପରିପ୍ରଚାର ଓ ପରିପ୍ରସାର କରିବାରେ କଲମର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସେମାନେ ଆଜି ଇହଧାମରେ ନାହାନ୍ତି ସତ; ମାତ୍ର ସେମାନଙ୍କୁ ଚିର ଅମର କରିରଖୁଛି ଲେଖକର ଲେଖନୀ । ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ । ମାଟିର ଘଟ ଦିନେ ନା ଦିନେ ମାଟିରେ ମିଶିଯାଏ । ଭାଗବତର ବାଣୀ ଅନୁସାରେ –

‘‘ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
ଦେବତା ହୋଇଲେ ମରଇ ।’’

କିନ୍ତୁ ସେହି ନରଦେବତାର ଅମୃତବାଣୀକୁ ଯୁଗଯୁଗାନ୍ତ ପାଇଁ ଧରିରଖେ କଲମ । କାଳର କରାଳ ବୁକୁରେ ସବୁକିଛି ବିଲୁପ୍ତ ହୋଇଯାଉଥିଲେ ମଧ୍ୟ ଲେଖନୀ ଗାର ଚିର ଅମର ହୋଇଯାଏ । ଏଠାରେ କବି ଲେଖନୀକୃତ ସୃଷ୍ଟିସମ୍ଭାରର ଚିରନ୍ତନତା ଉପରେ ଗୁରୁତ୍ବାରୋପ କରିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

Question ୩୦ ।
ତୁମେ ତ ଚାଲିନ’ ଛଳନାରେ କେବେ ଥକିନ’ ଗୁଣ୍ଡାମିରେ
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।
Answer:
ତୁମେ ତ ……………………………………… ଏକଇ ଗାରେ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ପରିଦୃଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଆଦିର ମୂଳୋତ୍ପାଟନରେ କଲମର ଗୁରୁତ୍ଵପୂର୍ଣ ଭୂମିକା ଅବତାରଣା କରିଛନ୍ତି ।

କରନ୍ତି । ଅସାମାଜିକତାକୁ ଲକ୍ଷ୍ୟକଲେ ତାଙ୍କ ଅନ୍ତର କାନ୍ଦିଉଠେ । ତାଙ୍କ ଲେଖନୀ ହୋଇଉଠେ ଚଳଚଞ୍ଚଳ । ସମାଜରେ ଘଟିଯାଉଥ‌ିବା ଶୋଷଣ, ପେଷଣ ଓ ଅତ୍ୟାଚାର ବିରୋଧରେ ତାଙ୍କ ଲେଖନୀ ଜନସଚେତନତା ସୃଷ୍ଟି କରେ । ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀର ଯଥେଚ୍ଛାଚାର ବିରୋଧରେ ବିଷୋଦ୍‌ଗାର କରେ କଲମ । ଅଗ୍ନିବର୍ଷୀ ଲେଖା ମାଧ୍ୟମରେ ଦଳିତ, ଶୋଷିତ ଓ ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବପନ କରେ । ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ଖାତିର କରେନା କଲମ ।

ତା’ର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ଵାସ ହାର ମାନେ । ଲେଖନୀ ମୁନର ଗୋଟିଏ ଗାର, ସମାଜରେ ଦୁର୍ନୀତିରୂପକ କର୍କଟ ବ୍ୟାଧ ପାଇଁ ମହୌଷଧର କାର୍ଯ୍ୟ କରେ । କଲମ ମୁନରୁ ଝରିପଡ଼ୁଥ‌ିବା ଶାଣିତ ବାକ୍ୟବାଣ କ୍ଷମତାଶାଳୀ, ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟିକରେ । ଏଠାରେ ସମାଜର କଳଙ୍କିତ, ମନ୍ଦବୁଦ୍ଧିସମ୍ପନ୍ନ, ସ୍ଵାର୍ଥାନ୍ଵେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନର ସ୍ବତଃସ୍ଫୁର୍ଭ ବିଦ୍ରୋହ ପ୍ରକାଶ ପାଇଛି ।

Question ୩୧ ।
ବିପ୍ଳବ ତବ ସତ୍ୟ, ଶାନ୍ତି, ଶିବ ସୁନ୍ଦର ରସେ
ଯୁଗଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ ।
Answer:
ବିପ୍ଳବ ତବ……………………………. ପ୍ରଦୀପ ହସେ ।
ପ୍ରଦତ୍ତ ପଦ୍ୟାଶଟି ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ‘ହେ ମୋର କଲମ ଶୀର୍ଷକ କବିତାରୁ ଉଦ୍ଧୃତ ।
ଏଠାରେ କବି ସମାଜରେ ସତ୍ୟ, ଶାନ୍ତି ଓ ଅହିଂସାର ମହାନତା ପ୍ରତିଷ୍ଠାରେ କଲମର ନୀରବ ବିପ୍ଳବ ଓ କାଳଜୟୀ ଭୂମିକାର ଜୟଗାନ କରିଛନ୍ତି ।

ଦୁନିଆର ସମସ୍ତ ମହାଶକ୍ତିର ଊର୍ଦ୍ଧ୍ବରେ ଯେ କଲମର ଶକ୍ତି ଏହା ସର୍ବଜନସ୍ବୀକୃତ । ମନୁଷ୍ୟ ହୃଦୟରେ ଶାଶ୍ୱତ ଚେତନା ଭରିଦେଇ ଦେବଗୁଣରେ ଭୂଷିତ କରିପାରେ କଲମ । ଅଜ୍ଞାନାନ୍ଧକାରରେ ପଥହରା ମନୁଷ୍ୟକୁ ସତ୍ୟର ପଥ ପ୍ରଦର୍ଶନ କରେ ସେ । ମାନବ ପ୍ରାଣରେ ସୃଷ୍ଟିକରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । କଲମକୃତ ବିପ୍ଳବ ଧ୍ୱଂସକାରୀ ନ ହୋଇ ମାନବ ଜାତିକୁ କରେ ସତ୍ମାର୍ଗ ପ୍ରଦର୍ଶନ । ମହାପୁରୁଷମାନଙ୍କ ମୁଖନିଃସୃତ ଶାଶ୍ୱତ ବାଣୀକୁ ଲିପିବଦ୍ଧ କରାଇ ଯୁଗଯୁଗାନ୍ତକୁ ସାଇତି ରଖେ ଉପଦେଶାମୃତ ।

ଶାନ୍ତି ଓ ଅହିଂସାର ଆଦର୍ଶକୁ ଅନୁସରଣ କରି ଦିବ୍ୟଜୀବନର ଅଧିକାରୀ ହେବାକୁ ପ୍ରେରଣା ପ୍ରଦାନ କରେ କଲମ । ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନର ପାଥେୟ କରିବାକୁ ଏହା ପ୍ରେରଣା ପ୍ରଦାନ କରେ । କାଳର ବିବର୍ତ୍ତନରେ ସବୁକିଛିର ପରିବର୍ତ୍ତନ ଘଟୁଥିଲେ ମଧ୍ୟ କଲମର ସ୍ଥାନ ଚିରନ୍ତନ ଓ ତା’ର କୃତି ଚିର ଅମର । ପ୍ରଦୀପର ଆଲୋକ ଶିଖା ଅନ୍ଧକାର ଦୂର କଲାପରି କଲମ ସୃଷ୍ଟ ଅକ୍ଷରମାଳା ମାନବର ଅଜ୍ଞାନ ରୂପକ ତିମିର ନାଶ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
‘ହେ ମୋର କଲମ’ କବିତା ଅବଲମ୍ବନରେ କବିଙ୍କର ବିପ୍ଳବାତ୍ମକ ମନୋବୃତ୍ତିର ପରିଚୟ ପ୍ରଦାନ କର ।
କିମ୍ବା, ‘ହେ ମୋର କଲମ’ କବିତାରେ କବି ଗୋଦାବରୀଶଙ୍କର ବିପ୍ଳବାତ୍ମକ ଚେତନାର ଯେଉଁ ସ୍ଫୁରଣ ଘଟିଛି, ତାହାର ଆଲୋଚନା କର ।
କିମ୍ବା, ‘କଲମ’ ହିଁ କବିର ବିପ୍ଳବର ସନ୍ତକ – ଏହା ପଠିତ କବିତା ଅନୁସରଣରେ ପ୍ରତିପାଦନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକମାନଙ୍କ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ଜାତୀୟତାବାଦୀ ବ୍ୟକ୍ତିତ୍ବ, ନିଭୀକ ସାମ୍ବାଦିକ ଓ ମାନବବାଦୀ ସାରସ୍ବତ ସ୍ରଷ୍ଟା । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନାଦର୍ଶ ତାଙ୍କ କବିତାର ବୈଶିଷ୍ଟ୍ୟ । କବି ଥିଲେ ସ୍ପଷ୍ଟବାଦୀ । ନିଜଦ୍ବାରା ପ୍ରତିଷ୍ଠିତ ତଥା ସମ୍ପାଦିତ ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ବିଶେଷଭାବେ ପରିଚିତ ଥିଲେ ।

ତାଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳଟ ପରି କବିତା ପୁସ୍ତକ; ‘ଏବେ ମଧ୍ୟ ବଞ୍ଚିଛି’, ‘ନୀଳ ମାଷ୍ଟ୍ରାଣୀ, ‘ଶ୍ରୁତି ସଞ୍ଚୟନ, ‘ ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ ମଦଦୋକାନର ଇତିହାସ’, ‘ଗରିବର ଭଗବାନ’, ‘ମାଟିର ମାୟା’ ପରି ଗଳ୍ପ ସଙ୍କଳନ ତଥା ‘ ବିଦ୍ରୋହ’, ‘ରକ୍ତପାତ ଓ ‘ରାଜଦ୍ରୋହୀ’ ପରି ଉପନ୍ୟାସ କବିଙ୍କ ଅମଳିନ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ହେ ମୋର କଲମ’ କବିଙ୍କ ‘ହେ ମୋର କଲମ’ ଶୀର୍ଷକ କବିତା ସଙ୍କଳନରୁ ଉଦ୍ଧୃତ । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବାସ୍ତବ ଆଲେଖ୍ୟ ପରିଦୃଷ୍ଟ । ଅବକ୍ଷୟୀ ସମାଜରେ ଦଳିତ, ଶୋଷିତ ଜନତାଙ୍କ ହୃଦୟରେ ବିପ୍ଳବର ବୀଜ ବପନ କରିଆସିଥିବା କଲମର ମୌନ ଭାବ କବିଙ୍କୁ ବିବ୍ରତ କରିଛି । ଓଡ଼ିଶାର ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଉତ୍କଳୀୟମାନଙ୍କ ଜଡ଼ପ୍ରାଣରେ ଜାତିପ୍ରେମର ଚେତନା ଓ ଜାଗୃତି ସୃଷ୍ଟି କରିବାରେ ତାଙ୍କ ଲେଖନୀ ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ କବି ବ୍ୟଗ୍ରତା ପ୍ରକାଶ କରିଛନ୍ତି ।

ସ୍ୱାଧୀନତା ପରେ ରାଜନୈତିକ ନେତୃବୃନ୍ଦ ଓ କ୍ଷମତାଧ୍ୟାକାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ସେ ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ଯେଉଁ କଲମ ଅତୀତରେ ତାଙ୍କର ଅତି ଆପଣାର ବିଶ୍ୱସ୍ତ ସଖା ଭାବେ ତାଙ୍କ ମନର ସବୁ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷରମାଳାରେ ସୁସଜ୍ଜିତ କରି କାବ୍ୟକବିତାର କୋଣାର୍କ ନିର୍ମାଣ କରିଥିଲା, ସେହି କଲମ ଉଦାସୀନ ଭାବେ ପଡ଼ିରହିଥ‌ିବା ଓଡ଼ିଆ ଜାତିପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ସୃଷ୍ଟି କରିବାରେ ସଫଳତା ଲାଭ କରୁ ବୋଲି କବିତାରେ କବି ମନର ବୈକଲ୍ୟ ପ୍ରକାଶ ପାଇଛି । କବିଙ୍କ ଭାଷାରେ –

ଅତି ଆପଣାର ବନ୍ଧୁ ହେ ମମ, ଅତି ବିଶ୍ଵାସୀ ସଖା
ତୁମର ତୀକ୍ଷ୍ଣଣ ମୁନରେ ଫୁଟିଛି, କେତେ ମୋର ମନଲେଖା ।
ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।

କବି ହେଉଛନ୍ତି ସମାଜର ଚିତ୍ରକାର, ସମାଜର ଜାଗ୍ରତ ପ୍ରହରୀ । ହାତରେ ତାଙ୍କର କଲମ ପରି ମହାଶକ୍ତିଶାଳୀ ଅସ୍ତ୍ର, ଯାହାର ସୁତୀକ୍ଷ୍ଣ ଧାର ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ ଶାସକର ସମସ୍ତ ମାରଣାସ୍ତ୍ରଠାରୁ ଭୟଙ୍କର । ସେହି କଲମ କେତେ କେତେ ମହାବଳଶାଳୀର ବାହୁବଳ, ଧନବଳ ଓ କୂଟନୈତିକ ବଳକୁ ସହଜରେ ପ୍ରତିହତ କରି ତା’ ହୃଦୟରେ କମ୍ପନ ସୃଷ୍ଟି କରିପାରେ । ବଜ୍ର, ମୁଷଳ ଓ ତରବାରିର ଶକ୍ତି ସାମର୍ଥ୍ୟ କଲମ ନିକଟରେ ପରାଜୟ ସ୍ବୀକାର କରେ । ସାଗର ବକ୍ଷର ଶୀତଳ ଜଳପୃଷ୍ଠରେ ବାଡ଼ବାଗ୍ନି ସୃଷ୍ଟି କରିପାରେ ଲେଖନୀ, ପର୍ବତ ତୁଲ୍ୟ ଦୃଢ଼ ରାଜଶକ୍ତିକୁ ଦୋହଲାଇ ଦେଇପାରେ ସେ, ମରୁଭୂମିରେ ସୃଷ୍ଟି କରିପାରେ ଜଳର ପ୍ଲାବନ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଅପରିମିତ ଶକ୍ତିର ଅଧିକାରୀ ସେହି କଲମର ପୁନର୍ଜାଗରଣ ଶାନ୍ତ, ସରଳ, ନିରୀହ ଉତ୍କଳୀୟଙ୍କ କଣ୍ଠରେ ବିପ୍ଳବର ମହାମନ୍ତ୍ର ଶୁଣାଇ ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାର ସାହସ ଓ ଶକ୍ତି ହୃଦୟରେ ଭରି ଦେଇପାରିବ ବୋଲି କବି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ପ୍ରବଳ ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ରଣାଙ୍ଗନରେ ସମରକଳା ପ୍ରଦର୍ଶନ କରି ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିପାରିଥିଲା, ସେହି ଜାତିର ଶିକୂଳତା ଓ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବାପାଇଁ ମନରେ ନୈତିକ ସାହସର ଅଭାବ ଲକ୍ଷ୍ୟକରି କବି ମ୍ରିୟମାଣ ହୋଇପଡ଼ିଛନ୍ତି ।

ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ସାବଲୀଳ ଜୀବନର ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ନିଥର ପ୍ରାଣର ଜଡ଼ ଚେତନାରେ ଜାଗୃତିର ବାରି ସିଞ୍ଚନ କରିବାପାଇଁ କବି ବ୍ୟଗ୍ରତା ପ୍ରକାଶ କରି ମୌନୀ କଲମକୁ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ବାନ ଦେଇଛନ୍ତି । କବିଙ୍କ ଭାଷାରେ –

‘‘ ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାରେ ପରିପୂର୍ଣ୍ଣ ହୋଇ ଉଠିଥିବା ଅବକ୍ଷୟମୁଖୀ ପତନୋନୁ ଖୀ ସମାଜରେ ଦ୍ରୁତ ସଂସ୍କାର ଆଣିବା ଜରୁରି ବୋଲି ଅନୁଭବ କରି କବି ଜନତାଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ ବାର୍ତ୍ତା ରଚନା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି । ଧର୍ମ ନାମରେ ରାଜନୀତି, ସତ୍ୟ ନାମରେ ଶୋଷଣ ଓ ଶୃଙ୍ଖଳା ନାମରେ ପେଷଣ ଲକ୍ଷ୍ୟକରି କବିପ୍ରାଣ ବିଷାଦିତ ହୋଇଛି । ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିବାରେ କଲମର ଜାଗରଣ ଅବଶ୍ୟମ୍ଭାବୀ ବୋଲି ଅନୁଭବ କରିଛନ୍ତି କବି । ତେଣୁ ଆବେଗ – ଭରା କଣ୍ଠରେ କହିଛନ୍ତି –

‘ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ
ଦେଖୁଚ କି ଏତେ ସତ୍ୟ ନାମରେ ଛଳନା ଦୁର୍ବିଷହ !’’

ଲେଖନୀ ମୁନର ଅଗ୍ନିବର୍ଷୀ ଶବ୍ଦପୁଞ୍ଜ ସମାଜରୁ ସମସ୍ତ ଶୋଷଣ, ପେଷଣ, ଦୁଃଖ, ଯନ୍ତ୍ରଣାକୁ ଅଚିରେ ଦୂର କରିପାରେ । ଜନତାର ସବୁ ବନ୍ଧନ ମୋଚନରେ କଲମର ଅତୁଳନୀୟ ଅବଦାନ ଅନସ୍ବୀକାର୍ଯ୍ୟ । ଜନମାନସରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ କବିଙ୍କ ବିପ୍ଳବୀ ମନର ଅଗ୍ନିବର୍ଷୀ ଆହ୍ବାନ କବିତାରେ ପ୍ରାଣପ୍ରାଚୁର୍ଯ୍ୟ ଭରିଦେଇଛି ।

Question ୩୩ ।
କଲମ ମାଧ୍ୟମରେ କବି ବର୍ତ୍ତମାନ ସମାଜକୁ ଯେଉଁ ବାର୍ତ୍ତା ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଆଲୋଚନା କର ।
କିମ୍ବା, କବି ଗୋଦାବରୀଶ ‘ହେ ମୋର କଲମ’ କବିତା ମାଧ୍ୟମରେ ବର୍ତ୍ତମାନ ସମାଜକୁ ଦେଇଥ‌ିବା ବାର୍ତ୍ତାରେ ଉତ୍କଳୀୟମାନଙ୍କର ନବଜାଗରଣ ପାଇଁ କି କି ଉପାଦାନ ରହିଛି, ଉଲ୍ଲେଖ କର ।
କିମ୍ବା, ଓଡ଼ିଶାର ଜନଜୀବନରେ ପରିଦୃଷ୍ଟ ଜୀବତା ଓ ଉଦାସୀନତାର ଅପସାରଣ ପାଇଁ କବି ଗୋଦାବରୀଶ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ପଠିତ କବିତାର ଅନୁସରଣରେ ବର୍ଣ୍ଣନା କର ।
Answer:
ସତ୍ୟବାଦୀର ଜାତୀୟ ଚେତନାରେ ଉଦ୍‌ବୁଦ୍ଧ କବି ଗୋଦାବରୀଶ ମହାପାତ୍ର ଏକାଧାରରେ ଥିଲେ ଜଣେ ମାନବବାଦୀ କବି, ଦରଦୀ ଗାଳ୍ପିକ, ସଫଳ ଔପନ୍ୟାସିକ, ସ୍ପଷ୍ଟବାଦୀ ସାମ୍ବାଦିକ ତଥା ସଂସ୍କାରଧର୍ମୀ ସମାଲୋଚକ । ସତ୍ୟବାଦୀ ଗୁରୁକୁଳର ଆଦର୍ଶରେ ଅନୁପ୍ରାଣିତ କବି ନୈତିକ ମୂଲ୍ୟବୋଧକୁ ଅଗ୍ରାଧ‌ିକାର ଦେଇ ଦେଶ ଓ ଜାତିର ସେବାରେ ଲେଖନୀ ଚାଳନା କରିଥିଲେ । ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟା’ ପାଇଁ ସେ ଓଡ଼ିଶାର ଅଗଣିତ ଶିକ୍ଷାବିତ୍, ବୁଦ୍ଧିଜୀବୀ ଓ ସଚେତନ ଜନଗଣଙ୍କଠାରେ ସୁପରିଚିତ ହୋଇପାରିଥିଲେ ।

ତାଙ୍କ ସାରସ୍ବତ ସୃଷ୍ଟିନିଚୟ ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ବଙ୍କା ଓ ସିଧା, ‘ପାହାଚ ତଳର ଘାସ’, ‘ ହାଣ୍ଡିଶାଳର ବିପ୍ଳବ ଆଦି କବିତା ପୁସ୍ତକ ; ‘ ଏବେ ମଧ୍ୟ ବଞ୍ଚୁଛି, ‘ନୀଳମାଷ୍ଟ୍ରାଣୀ’, ‘ଶ୍ରୁତି ସଞ୍ଚୟନ, ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଆଦି ଗଳ୍ପ ସଙ୍କଳନ ତଥା ‘ ରକ୍ତପାତି, ‘ବନ୍ଦୀର ମାୟା’, ‘ବୀର ଯୁବକ ପରି ଉପନ୍ୟାସ କବିଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ । ଏତଦ୍‌ଭିନ୍ନ କବି ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଆଶା’ର ସମ୍ପାଦକ ଭାବେ ତାଙ୍କ ସ୍ପଷ୍ଟବାଦିତାର ପରିଚୟ ପ୍ରଦାନ କରିଛନ୍ତି ।

କବିତା ‘ ହେ ମୋର କଲମ’ କବିଙ୍କର ‘ହେ ମୋର କଲମ ଶୀର୍ଷକ କବିତା ସଙ୍କଳନରୁ ଗୃହୀତ । କବିତାଟିରେ ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ରହିଛି ଜାଗୃତିର ବାର୍ତ୍ତା । ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲକ୍ଷ୍ୟ କବି ନୀରବ ରହିପାରି ନାହାନ୍ତି । ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଦୂର କରି ସେମାନଙ୍କ ହୃଦୟରେ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜଡ଼ ଜାତିର ନିଥର ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ ସେ ତାଙ୍କ କଲମକୁ ମୌନ ଭଙ୍ଗ ପାଇଁ ନିବେଦନ କରିଛନ୍ତି ।

ଯୁଗେ ଯୁଗେ ଲେଖକର ଲେଖନୀ ମୂକ ଜନତାକୁ ବାଚାଳ କରିଛି । ପଙ୍ଗୁର ଶରୀରରେ ଭରିଦେଇଛି ଅସାଧାରଣ ବଳ ବିକ୍ରମ, ସାଧାରଣ ନିରୀହ ପ୍ରଜା ମନରେ ଭରିଦେଇଛି ଗଭୀର ଆଶା ଓ ଆତ୍ମବିଶ୍ଵାସ । ଓଡ଼ିଶାର ଦୁର୍ଦ୍ଦିନରେ ସ୍ୱେଚ୍ଛାଚାରୀ ଶାସକର ଯଥେଚ୍ଛାଚାର, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ସମାଜରେ ସ୍ଵାର୍ଥାନ୍ଵେଷୀ ଅସାଧୁ ବଡ଼ପଣ୍ଡାମାନଙ୍କର ଛଳନାପୂର୍ଣ୍ଣ କାର୍ଯ୍ୟକଳାପ ବିରୋଧରେ ବିଷୋଦ୍‌ଗାର କରି ସେମାନଙ୍କ ଛଦ୍ମବେଶ ଖୋଲିଦେବାପାଇଁ କବି ତାଙ୍କ କଲମକୁ ନିବେଦନ କରିଛନ୍ତି । କବିତାର ପ୍ରାରମ୍ଭରେ କବି ଗାଇଛନ୍ତି –

”ହେ ମୋର କଲମ ! ଚିର ବିପ୍ଳବୀ, ହେ ଚିର ମୌନୀ କହ
ସାଥ୍‌ ଥିଲ ଅବା ଜୀବନେ ଜୀବନେ ଯୁଗେ ଯୁଗେ ଅହରହ ।”
ଆଜି ଏତେବେଳେ ବନ୍ଦୀ କି ତୁମେ ପ୍ରାକ୍ତନ ଉତ୍କଳେ ?
ଜାଗ୍ରତ କର, ଉଦ୍ୟତ କର ଏ ମଡ଼ା ଜାତିକି ଥରେ ।’’

ସ୍ଵାଧୀନତା ଲାଭପରେ ଆଦୃଶିଆ ପରିବର୍ତ୍ତନ ଆଶା କରୁଥିବା ଜନତା ପୂର୍ବବତ୍ ଶୋଷଣ, ପେଷଣ, ଅତ୍ୟାଚାରରେ ଜର୍ଜରିତ ହେଉଥିଲାବେଳେ ସ୍ଵାର୍ଥାନ୍ଵେଷୀ ରାଜନୈତିକ ନେତା ଓ ସରକାରୀ କର୍ମଚାରୀ ସଂକୀର୍ଣ୍ଣ ସ୍ବାର୍ଥସାଧନରେ ବ୍ୟସ୍ତରହି ନିରୀହ ଜନସାଧାରଣଙ୍କୁ ଦୁଃଖ ଓ ଅଶାନ୍ତ ଭିତରକୁ ଠେଲିଦେବାକୁ ପଶ୍ଚାତ୍‌ପଦ ହେଉ ନ ଥ‌ିବା ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି । ଜାତୀୟତାବାଦୀ କବି ଓଡ଼ିଆ ଜାତିର ଏ ଦୁର୍ଦ୍ଦିନରେ ଚୁପ୍ ହୋଇ କିପରି ବା ରହିପାରନ୍ତେ ? ନିଷ୍ପେଷିତ ଜନତାର ପ୍ରତିନିଧୂ କରି ସେମାନଙ୍କ ହୃଦୟରେ ବିପ୍ଳବର ବହ୍ନି ପ୍ରଜ୍ବଳିତ କରିବାକୁ ସେ ନିଜ କଲମକୁ ଆହ୍ଵାନ କରିଛନ୍ତି । କ୍ଷୀଣ କଳେବରଧାରୀ କଲମଟିଏ ଯେ ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ ଏଥରେ ଦ୍ବିମତ ନାହିଁ । ଦଳିତ ଜାତି ପ୍ରାଣରେ ଶକ୍ତି ସଞ୍ଚାର କରିପାରେ କଲମ ମୁନର କେଇଥାଡ଼ି ବାକ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ଏହା ଅନୁଭବ କରି ଅନ୍ୟାୟ, ଅତ୍ୟାଚାର ଓ ଅବିଚାର ବିରୋଧରେ ସ୍ବର ଉତ୍ତୋଳନ କରି ସୁପ୍ତ ଓଡ଼ିଆ ଜାତିର ଶିଥୁଳ ପ୍ରାଣରେ ଉନ୍ମାଦନା ଭରିଦେବାକୁ ନିଜ କଲମକୁ କବି ନିବେଦନ କରିଛନ୍ତି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦ୍ରୁତ ପତନୋନ୍ମୁଖୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ମାଧ୍ୟମରେ ଶିମୂଳ ଜାତିକୁ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାପାଇଁ ମନରେ ସାହସ ଓ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ କବି ପ୍ରେରଣା ଦେଇଛନ୍ତି । କଲମ ଉଦ୍ଦେଶ୍ୟରେ କବି ମନର ଆବେଗ ତାଙ୍କ ଜାତିପ୍ରୀତିର ଉଜ୍ଜ୍ବଳ ନମୁନା ପ୍ରଦର୍ଶନ କରେ-

‘ସବୁରି ଉପରେ ତୁମେ ଅଛ ଥରେ, ଦେବାକୁ ଅମର ଗାର
ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !”’

ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିଥିଲା, ରଣାଙ୍ଗନରେ ଅପୂର୍ବ ସମରକଳା କୌଶଳ ପ୍ରଦର୍ଶନ କରି ଦେଶରେ ଏକ ସ୍ବତନ୍ତ୍ର ପରିଚୟର ଅଧ୍ୟାକାରୀ ହୋଇଥିଲା, ସେହି ଜାତି ନୀରବରେ ସବୁ ଦୁର୍ନୀତି ଓ ଅତ୍ୟାଚାରକୁ ମଥାପାତି ସହିଯାଉଥ‌ିବା ଲକ୍ଷ୍ୟ କରି କବି ବ୍ୟଥ୍‌ତ ହୋଇଛନ୍ତି । ଓଡ଼ିଆ ଜାତିର ଶାନ୍ତ, ସରଳ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଜନସାଧାରଣ ମୂକ ଭଳି ଆଚରଣ ପ୍ରଦର୍ଶନ କରୁଥ‌ିବାରୁ କବି ବ୍ୟସ୍ତ ହୋଇ ପଡ଼ିଛନ୍ତି । ଜନତାର ଶୀତଳ ପ୍ରାଣରେ ଉଷ୍ଣତା ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି ।

କବି ଅନୁଭବ କରିଛନ୍ତି ଯେ ତାଙ୍କ କଲମର କେତୋଟି ଗାର ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଧ୍ବଂସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ । ଦୁନିଆର ସମସ୍ତ ଶକ୍ତିର ଊର୍ଦ୍ଧ୍ବରେ ଲେଖନୀର ଶକ୍ତି । କଲମ ମାନବର ସବୁ ବନ୍ଧନ ମୋଚନ କରିପାରେ, ତାକୁ ଶୃଙ୍ଖଳମୁକ୍ତ କରିପାରେ । ଅଜ୍ଞ ଓ ଅଜ୍ଞାନ ଜନକୁ ମାର୍ଗଦର୍ଶନ କରାଇପାରେ । ସଦା ସତ୍ୟପକ୍ଷର ସମର୍ଥନ କରି ଛଳନା ଓ ପ୍ରତାରଣା କରୁଥିବା ବ୍ୟକ୍ତିଙ୍କ ଛଦ୍ମରୂପ ଖୋଲି ଦେଇପାରେ । ଉତ୍କଳୀୟମାନଙ୍କୁ ସେମାନଙ୍କ ସ୍ବାଭିମାନ ସ୍ମରଣ କରାଇ ଅନ୍ୟାୟ ବିରୋଧରେ ବିପ୍ଳବ କରିବାକୁ ଆଗେଇ ଆସିବାପାଇଁ କବି କଲମ ମାଧ୍ୟମରେ ଆହ୍ବାନ ଦେଇଛନ୍ତି ।

Question ୩୪ ।
କଲମକୁ ‘ଚିର ବିପ୍ଳବୀ’ ଓ ‘ଚିର ମୌନୀ’ କହିବାର ତାତ୍ପର୍ଯ୍ୟ ବୁଝାଇ ଦିଅ ।
କିମ୍ବା, ସମାଜର ଅନ୍ୟାୟ, ଅତ୍ୟାଚାରକୁ ଲକ୍ଷ୍ୟ କରି ନୀରବଦ୍ରଷ୍ଟା ସାଜିଥ‌ିବା କବିର ବିପ୍ଲବ ଲେଖନୀରେ ହିଁ ଆତ୍ମପ୍ରକାଶ – ଏହା ପଠିତ କବିତା ‘ହେ ମୋର କଲମ’ ମାଧ୍ୟମରେ ସାବ୍ୟସ୍ତ କର ।
କିମ୍ବା, ମୌନତାର ଲକ୍ଷଣ କେବଳ ସହନଶୀଳତା ନୁହେଁ, ଏହା ସମୟ ସମୟରେ ଅଗ୍ନିମୟ ବିପ୍ଳବ ମଧ୍ୟ ସୃଷ୍ଟି କରିପାରେ । ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ହିଁ କବିର ‘ଲେଖନୀ’ – ପଠିତ କବିତା ମାଧ୍ୟମରେ ଏହାର ସମୀକ୍ଷା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତି ପର୍ବର ସନ୍ଧିସ୍ଥଳରେ ମାନବବାଦ, ଜାତିପ୍ରୀତି ଓ ସମାଜ ସଂସ୍କାରକୁ ଆଧାର କରି ସ୍ଵକୀୟ ଲେଖନୀ ଚାଳନା କରିଥିଲେ ସତ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ କବି ଗୋଦାବରୀଶ ମହାପାତ୍ର । ସହଜ ଓ ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ସ୍ଵାତନ୍ତ୍ର୍ୟ । ଇତିହାସ ସଚେତନତା, ସ୍ୱଦେଶପ୍ରୀତି, ମାନବିକ ସମ୍ବେଦନା ତଥା ବୈପ୍ଳବିକ ଜୀବନଦର୍ଶନ ତାଙ୍କ ରଚନାର ବୈଶିଷ୍ଟ୍ୟ ।

ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ’ ପାଇଁ ସେ ଓଡ଼ିଶାର ଜନଗଣଙ୍କ ନିକଟରେ ସୁପରିଚିତ ଥିଲେ । ତାଙ୍କ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ, ‘ ବଙ୍କା ଓ ସିଧା, ‘ପାହାଚ ତଳର ଘାସ, ‘ହାଣ୍ଡିଶାଳର ବିପ୍ଳଟ ପରି କବିତା ସଙ୍କଳନ, ‘ ଏବେ ମଧ୍ୟ ବଞ୍ଚିଛି’, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମାଟିର ମାୟା ପରି ଗଳ୍ପ ସଙ୍କଳନ ଓ ‘ରକ୍ତପାତ ଓ ‘ ବିଦ୍ରୋହ ପରି ଉପନ୍ୟାସ କବିଙ୍କ ବହୁମୁଖୀ ପ୍ରତିଭାର ପରିଚୟ ବହନ କରେ । ତାଙ୍କ କବିତା ପୁସ୍ତକ ‘ କଣ୍ଟା ଓ ଫୁଲ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଛି ।

ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ ଏକ ସମ୍ଭୋଧୀ କବିତା । ସ୍ଵାଧୀନତୋତ୍ତର ସମାଜରେ ପରିଦୃଷ୍ଟ ରାଜନେତା ଓ କ୍ଷମତାଧ୍ୟାକାରୀଙ୍କ ଛଳନା, ଭଣ୍ଡାମି, ପ୍ରତାରଣା, ଦୁର୍ନୀତି, ଭ୍ରଷ୍ଟାଚାର ଆଦିର ଶିକାର ହୋଇଥବା ନିରୀହ, ଶୋଷିତ, ନିଷ୍ପେଷିତ ଓ ପଦଦଳିତ ସାଧାରଣ ଜନତାର ଜଡ଼ ପ୍ରାଣରେ ସାହସ ଓ ଆତ୍ମବିଶ୍ଵାସ ଭରିଦେଇ ଦୁର୍ନୀତିଗ୍ରସ୍ତ ସ୍ଵାର୍ଥାନ୍ଵେଷୀ ଶାସକ ବିରୋଧରେ ବିପ୍ଳବ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ତାଙ୍କ କଲମ ସମାଜକୁ ଅବକ୍ଷୟରୁ ଉଦ୍ଧାର କରିବାପାଇଁ ଚଳଚଞ୍ଚଳ ହୋଇଉଠୁ ବୋଲି କବି ମନରେ ଦୃଢ଼ କାମନା ପୋଷଣ କରିଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କଲମ କ୍ଷୀଣ ତନୁବିଶିଷ୍ଟ ହୋଇଥିଲେ ମଧ୍ୟ ଦୁସ୍ଥ ଓ ନିର୍ଯାତିତ ଜନତାର ହୃଦୟରେ ବିଦ୍ରୋହର ବୀଜ ବପନ କରିପାରେ । ସ୍ପଷ୍ଟବାଦୀ ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ଣତା ଭରିଦେବାପାଇଁ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିବ ଓ ମୁକ୍ତିକାମୀ ଜାତିକୁ ଶୃଙ୍ଖଳମୁକ୍ତ କରି ପୁନଶ୍ଚ ଶାନ୍ତି, ସହାବସ୍ଥାନର ବାତାବରଣ ସୃଷ୍ଟି କରିପାରିବ, ଏହି ବିଶ୍ଵାସ କବିଙ୍କ ମନରେ ଦୃଢ଼ୀଭୂତ ହୋଇଛି ।

ଅତୀତରେ କଲମର ଅପରିସୀମ ଶକ୍ତି ଓ ବହୁ ପ୍ରଭାବଶାଳୀ ଭୂମିକାକୁ କବି ସ୍ମରଣ କରିଛନ୍ତି । ଯେଉଁ ଲେଖନୀ ସୁଧା ବର୍ଷଣ କରି ବହୁ ବିଦଗ୍ଧ ପ୍ରାଣରେ ଦିବ୍ୟଚେତନା ସୃଷ୍ଟି କରିପାରେ ସେହି ଲେଖନୀର ବିଷୋଦ୍‌ର ସ୍ୱେଚ୍ଛାଚାରୀ, ଦୁର୍ନୀତିଗ୍ରସ୍ତ ଶାସକର ଯଥେଚ୍ଛାଚାରକୁ ଅଚିରେ ବିଲୋପ କରିପାରେ । କବିଙ୍କ ଭାଷାରେ-

‘‘ କରି ମୁଖରିତ କେବେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।”

ଶାସକର ସ୍ୱେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିମାନଙ୍କ ବ୍ୟଭିଚାର ତଥା ସମାଜରେ ଧର୍ମ ନାମରେ କୁସଂସ୍କାର ତଥା ସଂକୀର୍ଣ ରାଜନୀତି କରୁଥିବା ସୁବିଧାବାଦୀ ସ୍ଵାର୍ଥାନ୍ଵେଷୀ ଛଦ୍ମବେଶୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲିଦେବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ । ଯୁଗ ଯୁଗ ଧରି ସାଧାରଣ ନିରୀହ ଜନସାଧାରଣଙ୍କ ଉପରେ ହେଉଥିବା ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି କଲମ ନିକଟରେ ପରାଜୟ ସ୍ବୀକାର କରେ । ଦୃଢ଼କଣ୍ଠରେ ବିଦ୍ରୋହ ଘୋଷଣା କରି ସ୍ଵେଚ୍ଚାଚାରୀ ଶାସକର ସିଂହାସନ ଦୋହଲାଇ ଦେଇପାରେ କଲମ । ସେହି କଲମ ପୁନଶ୍ଚ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇ ଏକ ନୀରବ ବିପ୍ଳବର କର୍ଣ୍ଣଧାର ସାଜେ । ତେଣୁ କବି ଯଥାର୍ଥରେ କଲମକୁ ଚିର ବିପ୍ଳବୀର ଆଖ୍ୟା ଦେଇଛନ୍ତି । କବିଙ୍କ ଭାଷାରେ –

‘ତୁମେ ତ ଚାଲିନ’ ଛଳନାରେ କେବେ, ଥକିନ’ ଗୁଣ୍ଡାମିରେ,
ପେଷଣ, ଶୋଷଣ, ଦୂଷଣ ଦେଇଚ ଆଡ଼େଇ ଏକଇ ଗାରେ ।’’

କବି, ଲେଖକମାନେ ହିଁ ସମାଜର ଚିତ୍ରର, ସମାଜର ଜାଗ୍ରତ ପ୍ରହରୀ ସଦୃଶ । ସାମାଜିକ ମଣିଷଠାରେ ଯାବତୀୟ ଅସାମାଜିକତାକୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ତାଙ୍କ ଅନ୍ତର ବ୍ୟଥାତୁର ହୋଇଉଠେ । ସମାଜର ପ୍ରତିଟି ଅଘଟଣ ତାଙ୍କ ଦୃଷ୍ଟିପଥରୁ ବିଚ୍ୟୁତ ହୋଇପାରେ ନାହିଁ । ତାଙ୍କ ମନ ବିଦ୍ରୋହୀ ହୋଇଉଠେ, ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାରକୁ ମୁଣ୍ଡପାତି ସହିଯାଉଥ‌ିବା ନିରୀହ ଜନତାର ପ୍ରତିନିଧୂତ୍ବ କରିବାକୁ ସେମାନଙ୍କ ଲେଖନୀ ତତ୍ପର ହୋଇଉଠେ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ପ୍ରାକ୍ତନ ଉତ୍କଳର ରାଜନୈତିକ ଅସ୍ଥିରତା ଯେତେବେଳେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ପ୍ରତି ବିପଦ ସୃଷ୍ଟି କରିଥିଲା, ସେତେବେଳେ କବି ଗୋଦାବରୀଶଙ୍କ ଜାତୀୟତାବାଦୀ ମନ ବିକଳ ହୋଇଉଠିଥିଲା । ମାତୃଭୂମିର ମୁକ୍ତି ପାଇଁ ତାଙ୍କ ହୃଦୟ ବିଳପି ଉଠିଥିଲା । ତେଣୁ କବି ଅସତ୍ୟ, ଅନୀତି, ଗୁଣ୍ଡାମି ଓ ଦାଦାଗିରି ବିରୋଧରେ ଅଗ୍ନି ଉଦ୍‌ଗୀରଣ କରି ଜଡ଼ ଜାତିପ୍ରାଣରେ ଉଷ୍ଣତା ଭରି ଦେଇଥିଲେ । ସ୍ଵାଧୀନତା ପରେ ତାଙ୍କ କଲମ ଦୀର୍ଘଦିନ ଧରି ମୌନତା ଅବଲମ୍ବନ କରିଥିଲା ।

ମାତ୍ର ସ୍ଵାଧୀନତା ପ୍ରାପ୍ତି ପରେ ଲୋକଙ୍କ ଆଶା ଓ ବିଶ୍ୱାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ଵ ତଥା ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଲକ୍ଷ୍ୟ କରି କବି ଆଉ ନୀରବରେ ରହିପାରି ନାହାନ୍ତି । ଜନଗଣଙ୍କୁ କ୍ଷମତାଧୀକାରୀମାନଙ୍କ ଦୁର୍ନୀତି ବିଷୟରେ ଅବଗତ କରାଇବାପାଇଁ ପୁନଶ୍ଚ ଲେଖନୀ ଚାଳନା ପାଇଁ କବି ଉଦ୍ୟତ ହୋଇଛନ୍ତି । ଜନତାଙ୍କ ସମ୍ମୁଖରେ ସୌମ୍ୟବନ୍ତ ରାଜନୀତିଜ୍ଞ ତଥା ଛଦ୍ମବେଶୀ ସ୍ଵାର୍ଥନ୍ୱେଷୀ ବ୍ୟକ୍ତିବିଶେଷଙ୍କ ମୁଖା ଖୋଲି ଦେବାପାଇଁ କବି ତାଙ୍କ ଚିର ମୌନୀ କଲମକୁ ଆହ୍ଵାନ କରିଛନ୍ତି । ତାଙ୍କ ଭାଷାରେ-

‘‘ଆଜି ଏତେବେଳେ ହେ କଲମ ! ବାରେ ଚର୍ ଚର୍ ଚର୍ ଚାଲ
ଜାଗ୍ରତ କର, ଉଦ୍ୟତ କର, ମୁକ୍ତି ଦୁଆର ଖୋଲ ।’’
‘ଛେଦନ କରିଚ ବନ୍ଧନ ଯେତେ, ଅଛେ ଦେଇଚ ଆଖ୍
କାଳ ବକ୍ଷରେ ମହା ଅକ୍ଷରେ ପଦେ ପଦେ ଲେଖୁ ଲେଖୁ ।’

ଯୁଗ ଯୁଗ ଧରି ମାନବର ଅଜ୍ଞାନ-ତିମିରିତ ହୃଦୟରେ ଜ୍ଞାନର ଆଲୋକବର୍ତ୍ତିକା ତୋଳି ଧରିବାପାଇଁ ଓ ସଦା ସତ୍ୟର ପକ୍ଷ ସମର୍ଥନ ପୂର୍ବକ ମାଟିର ମଣିଷ ହୃଦୟରେ ଜାଗୃତି ଭରିଦେବାପାଇଁ କଲମ ପ୍ରତି କବିଙ୍କର ଆବେଗଭରା ଆହ୍ୱାନ କବିତାରେ ଭାବୋଚ୍ଛାସ ସୃଷ୍ଟି କରିଛି ।

Question ୩୫ ।
ନିଜକୁ କଲମ ମନେକରି ତୁମ ମନରେ ଆସୁଥ‌ିବା ଉନ୍ନତ ଭାବନାଗୁଡ଼ିକୁ ଲେଖ ।
କିମ୍ବା, ବିପ୍ଳବର ଅନ୍ତର୍ଦାହରେ ଜର୍ଜରିତ କଲମର ଜୀବନୀ ପଠିତ କବିତା ଅନୁସରଣରେ ଆଲୋଚନା କର ।
କିମ୍ବା, ପଠିତ କବିତାରେ ‘ବିପ୍ଳବୀ’, ‘ମୌନୀ’ କଲମର ଆତ୍ମଜୀବନୀ ନିଜ ଭାଷାରେ ଉଲ୍ଲେଖ କର ।
କିମ୍ବା, ‘କଲମ’ର ସମାଜ ପ୍ରତି ଥିବା କର୍ତ୍ତବ୍ୟ ଓ ଦାୟିତ୍ବବୋଧକୁ ସମ୍ବଳ କରି ତା’ର ଏକ ଆତ୍ମଜୀବନୀ ଲେଖ ।
Answer:
ଏ ସଂସାରରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହା ପାଖରେ ମୋର ପରିଚୟ ଅଜଣା ରହିଯାଇଛି । ଉଚ୍ଚଶିକ୍ଷିତ, ଅର୍ଥଶିକ୍ଷିତ, ଅଶିକ୍ଷିତ ଏପରିକି ନିରକ୍ଷର ବ୍ୟକ୍ତି ମଧ୍ୟ ମୋତେ ଚିହ୍ନିପାରେ । ମାତ୍ର ବିଦ୍ବାନ୍ ଓ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ପାଇଁ ମୁଁ ଅମୂଲ୍ୟ ବସ୍ତୁ ଭାବେ ମର୍ଯ୍ୟାଦା ଲାଭ କରେ । ମୂଲ୍ୟ ଅନୁସାରେ ମୋର ତନୁର ସୌନ୍ଦର୍ଯ୍ୟ ଓ କାର୍ଯ୍ୟଦକ୍ଷତାର ପରିମାପ କରାଯାଏ; ମାତ୍ର ଅଳ୍ପ କିଛି ମୁଦ୍ରା ବିନିମୟରେ ମୁଁ ପ୍ରାପ୍ତ ହୋଇପାରେ । ରୂପ ଓ ରଙ୍ଗରେ ନୁହେଁ, ମୋର କାର୍ଯ୍ୟକାରିତା ହିଁ ବ୍ୟକ୍ତିକୁ ସମାଜରେ ପରିଚିତ କରାଏ ।

କଳେବର କ୍ଷୁଦ୍ର ହେଲେ ମଧ୍ୟ ମୋର ଶକ୍ତି ଅପରିମିତ । କବି, ଭାବୁକ ଓ ଲେଖକଙ୍କ ହାତ ସ୍ପର୍ଶରେ ମୁଁ ସୃଷ୍ଟି କରିପାରେ ସାହିତ୍ୟର ଅନୁପମ କୋଣାର୍କ । ଚିହ୍ନରା ପାଠକମାନଙ୍କ ସମ୍ମୁଖରେ ବାଢ଼ିଦିଏ କାବ୍ୟ, କବିତା, ଗଳ୍ପ, ଉପନ୍ୟାସର ଛବିଳ ପସରା । ସାରସ୍ଵତ ସ୍ରଷ୍ଟାକୁ ଯଶସ୍ବୀ କରି ବିଶ୍ଵବନ୍ଦିତ କରିପାରେ ମୁଁ ।

ସାମ୍ବାଦିକ ହାତରେ ମୁଁ ସାଜେ ସମ୍ବାଦଦାତା । ଦେଶ ବିଦେଶର ଟିକିନିଖ୍ ଖବର ବାଢ଼ିଦିଏ ପ୍ରତିଟି ସକାଳେ । ଛାତ୍ରଛାତ୍ରୀମାନଙ୍କର ମୁଁ ଚିର ନମସ୍ୟ । ଦେବଦେବୀଙ୍କୁ ସ୍ପର୍ଶ କରାଇ ମୋ ଦେହରେ ଶକ୍ତି ସଞ୍ଚାର କରିବାକୁ ସେମାନେ ବ୍ୟଗ୍ର ହୋଇଉଠନ୍ତି । ବିଦ୍ୟାଶିକ୍ଷା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମୋ ଯୋଗୁ ହିଁ ପ୍ରମାଣିତ ହୋଇଥାଏ । ମୋତେ ଅସ୍ତ୍ର କରି ଲେଖକ ସମାଜର ଚିତ୍ର ବାଢ଼ିଦିଏ ଜନତାର ସମ୍ମୁଖରେ ।

କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ମୁଁ ହୃତ୍‌କମ୍ପନ ସୃଷ୍ଟି କରିପାରେ । ତା’ର ସ୍ୱେଚ୍ଛାଚାର ବିରୋଧରେ ମୁଁ ଜନଗଣଙ୍କ ହୃଦୟରେ ବିପ୍ଳବର ବୀଜବପନ କରିପାରେ । ଦଳିତ ଜାତିପ୍ରାଣରେ ଶକ୍ତିର ସଞ୍ଚାର କରିପାରେ ମୁଁ । ମୁଁ ସ୍ପଷ୍ଟବାଦୀ । ଅନ୍ୟାୟ, ଅତ୍ୟାଚାର, ଶୋଷଣ ଓ ଅବିଚାର ବିରୋଧରେ ସଂଗ୍ରାମ କରିବାପାଇଁ ଦଳିତ, ନିଷ୍ପେଷିତ ଜନଗଣଙ୍କ ପ୍ରାଣରେ ଉତ୍ତେଜନା ଭରିଦେଇପାରେ ।

ନିଷ୍ଠୁର, ଅତ୍ୟାଚାରୀ ବ୍ୟକ୍ତିବିଶେଷଙ୍କ ଛଳନା, କପଟତାକୁ ସର୍ବସାଧାରଣରେ ପରିପ୍ରକାଶ କରିବାକୁ ମୁଁ ତିଳେମାତ୍ର ପଶ୍ଚାତ୍‌ପଦ ହୁଏନାହିଁ । ଅତୀତରେ ବହୁ କୁର ଶାସକଙ୍କୁ ଗାଦିଚ୍ୟୁତ କରାଇବାରେ ମୋର ଭୂମିକା ବିଶ୍ବବାସୀ ଜାଣନ୍ତି । ଋଷୋ, ଭଲ୍‌ଟାୟାର, ମଣ୍ଡେସ୍କୁଙ୍କ ପରି ଦାର୍ଶନିକଙ୍କ ହାତରେ ରହି ମୁଁ ଫରାସୀବାସୀଙ୍କୁ ବିଦ୍ରୋହ କରିବାପାଇଁ ସାହସ ଓ ଶକ୍ତି ଦେଇଥୁଲି । ମୋ ପାଇଁ ଫ୍ରାନ୍ସରେ ରାଜତନ୍ତ୍ରର ପତନ ହୋଇଥିଲା । ଏହିପରି ମୋ ଅମାପ ଶକ୍ତିର ବହୁ ଉଦାହରଣ ରହିଛି ବିଶ୍ଵ ଇତିହାସରେ ।

ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ବିଶ୍ୱବୁକୁରେ ବହୁ ସଭ୍ୟତା, ବହୁ ମତବାଦ ସୃଷ୍ଟି ହୋଇ କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି । ସେସବୁକୁ ଇତିହାସ ପୃଷ୍ଠାରୁ ଯେ ଆପଣମାନେ ଜାଣିପାରୁଛନ୍ତି, ତା’ମୂଳରେ ଥବା ମୋର ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ । ବିବର୍ତ୍ତନର ସୋପାନ ଅତିକ୍ରମ କରି ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସବୁରି ଉର୍କରେ ମୋର ସ୍ଥିତି । ଲିପି ସୃଷ୍ଟି ହେଲା ଦିନଠାରୁ ଅଦ୍ୟାବଧୂ ମୁଁ ସୃଷ୍ଟି କରିଚାଲିଛି ଅଜସ୍ର ପାଠକୀୟ କୃତି ।

ମୋ ପାଇଁ ଶିକ୍ଷା ଓ ସଂସ୍କୃତି ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରିଚାଲିଛି । ସମୟାନୁକ୍ରମେ ମୋର ରୂପରେ ପରିବର୍ତ୍ତନ ଆସିଥୁଲେ ମଧ୍ଯ ମୋର କାର୍ଯ୍ୟଧାରା ପୂର୍ବବତ୍ ସାରସ୍ଵତ ସୃଷ୍ଟିସମ୍ଭାରର ପ୍ରାଚୁର୍ଯ୍ୟରେ ଭାଷାଭାରତୀଙ୍କୁ ଅଳଙ୍କୃତ କରିଚାଲିଛି । ବହୁ ଉପାଦେୟ କାଳଜୟୀ ରଚନାକୁ ଜୀବନ୍ୟାସ ଦେଇ ସ୍ରଷ୍ଟାକୁ ଯଶସ୍ବୀ କରିଛି ।

ବହୁ ମହାମନୀଷୀଙ୍କ ପବିତ୍ର କରସ୍ପର୍ଶରେ ମୁଁ ସତ୍ୟ, ଶାନ୍ତି ଓ ଅହିଂସାର ପବିତ୍ର ଗ୍ରନ୍ଥ ସୃଷ୍ଟି କରିଛି । ମାନବ ପ୍ରାଣରେ ଦିବ୍ୟଚେତନା ଭରିଦେବାପାଇଁ ସେସବୁର ଭୂମିକା କେବଳ ବିଦଗ୍ଧ ପାଠକ ହିଁ ଅନୁଭବ କରିପାରେ । ଅଜ୍ଞଜନକୁ ସତ୍ୟର ପଥ ପ୍ରଦର୍ଶନ କରି ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରିବାରେ ମୋର ଭୂମିକାକୁ ଆପଣମାନେ କଦାପି ଅସ୍ବୀକାର କରିପାରିବେ ନାହିଁ । ଜ୍ଞାନୀ, ଗୁଣୀ ଲୋକଙ୍କର ମୁଁ ସବୁଠାରୁ ପ୍ରିୟ ବସ୍ତୁ । ମୁଁ ସାଥୀରେ ଥିଲେ ଆପଣମାନେ ନିର୍ଭୟରେ ମନର ଆବେଗ, ଚିନ୍ତା, କଳ୍ପନାରୁ ରୂପ ଦେଇପାରିବେ, ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତୁମପାଇଁ କାମ

୩୬ । ଗୋଦାବରୀଶ ମହାପାତ୍ରଙ୍କର ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୭ । ସତ୍ୟବାଦୀ ବନବିଦ୍ୟାଳୟ ସହ ସଂପୃକ୍ତ କବିମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
୩୮ । କଲମର ମହନୀୟତା ପ୍ରତିପାଦନ କରୁଥିବା ପଦଗୁଡ଼ିକ ଟିପା ଖାତାରେ ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ
1. କଲମକୁ ମୌନୀ ବୋଲି କବି କାହିଁକି କହିଛନ୍ତି ?
Answer:
କଲମ ନୀରବରେ କବିଙ୍କ ମନୋଭାବକୁ ପ୍ରକାଶ କରୁଥିବାରୁ କବି ତାକୁ ମୌନୀ ବୋଲି କହିଛନ୍ତି ।

2. ଦୁର୍ବଳ ଶରୀର ସତ୍ତ୍ଵେ କଲମର ଦକ୍ଷତା ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
ଦୁର୍ବଳ ଶରୀର ସତ୍ତ୍ଵେ କଲମ ଜନତାର ହୃଦ-ମନ୍ଦିର ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି ଓ ଧରାତଳକୁ ଥରାଇ ଦେଇପାରେ ବୋଲି କବି କହିଛନ୍ତି ।

3. ‘କଲମ ବନ୍ଦୀ ହୋଇଯାଇଛି କି ?’ କବି ଏପରି କହିବାର କାରଣ କ’ଣ ?
Answer:
ତତ୍‌ କାଳୀନ ସମାଜରେ ସୃଷ୍ଟି ହେଉଥ୍ବା ଅସାମାଜିକତା ତଥା ଶୋଷଣ ଅତ୍ୟାଚାର କୁ ଅବଲୋକନ କରି ମଧ୍ୟ ଚିର ବିପ୍ଳବୀ କଲମ ମୌନ ରହୁଥ‌ିବାରୁ କବି ‘କଲମ ବନ୍ଦୀ ହୋଇଯାଇଛି କି’ ବୋଲି କହିଛନ୍ତି ।

4. କଲମକୁ କ’ଣ କରିବାପାଇଁ କବି ଆହ୍ବାନ କରିଛନ୍ତି ?
Answer:
ସୁପ୍ତଜାତି ର ଜଡ଼ତାକୁ ଭାଙ୍ଗି ଜାତିକୁ ଜାଗ୍ରତ କରିବାପାଇଁ କବି କଲମକୁ ଆହ୍ଵାନ ଜଣାଇଛନ୍ତି ।

5. କବିଙ୍କର ବିଶ୍ବସ୍ତ ସଖା କିଏ ?
Answer:
କଲମ ହିଁ କବିଙ୍କର ବିଶ୍ବସ୍ତ ସଖା ।

6. କଲମଟି କିଭଳି ବନ୍ଧୁ ବୋଲି କବି କହିଛନ୍ତି ?
Answer:
କବି କଲମକୁ ଅତି ଆପଣାର ବନ୍ଧୁ ବୋଲି ଅଭିହିତ କରିଛନ୍ତି।

7. କଲମ କ’ଣ କରି ଅମର ଯଶ ବରଣ କରିଛି ?
Answer:
କଲମ ତା’ର ତୀକ୍ଷ୍ଣଣ ମୁନରେ କବିଙ୍କ ମନଲେଖାକୁ ପ୍ରକାଶ କରି କୋଟି ଜନମନକୁ ପୁଲକିତ କରି ଅମର ଯଶ ବରଣ କରିଛି ।

8.କଲମଦ୍ଵାରା କେଉଁ ଦୁଆର ଖୋଲିବାପାଇଁ କବି କହିଛନ୍ତି ?
Answer:
କଲମଦ୍ୱାରା ମୁକ୍ତିର ଦ୍ଵାର ଖୋଲିବାପାଇଁ କବି କହିଛନ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

9. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
Answer:
କରବାଳ, ବଜ୍ର ଓ ମୁଷଳ କଲମ ନିକଟରେ ପରାସ୍ତ ହୁଅନ୍ତି ।

10. ଧରଣୀ ଦୁଇଦିନର ବୋଲି କବି କାହିଁକି କହିଛନ୍ତି ?
Answer:
ପରିବର୍ତ୍ତନଶୀଳ ଏହି ଧରଣୀରେ ସବୁକିଛି କ୍ଷଣସ୍ଥାୟୀ ହୋଇଥିବାରୁ କବି ଧରଣୀକୁ ଦୁଇଦିନର ବୋଲି କହିଛନ୍ତି ।

11. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ବୋଲି କବି କହିଛନ୍ତି ?
Answer:
ସତ୍ୟ ନାମରେ ଏ ସଂସାରରେ ଦୁର୍ବିସହ ଛଳନା ତଥା ପ୍ରତାରଣାମାନ ଘଟୁଛି ବୋଲି କବି କହିଛନ୍ତି ।

12. ନର ଦେବତାରୂପେ ପ୍ରତିଷ୍ଠା ଲାଭ କରେ କିପରି ?
Answer:
ଜଗତଜନର କଲ୍ୟାଣ ସାଧନ ନିମନ୍ତେ ଆତ୍ମନିୟୋଗ କରିଥିବା ମଣିଷ ହିଁ ସଂସାରରେ ଦେବତାରୂପେ ପ୍ରତିଷ୍ଠା ଲାଭକରେ ।

13. କେଉଁମାନଙ୍କର ବଚନକୁ କଲମ ଧରି ରଖୁଛି ?
Answer:
ଗୌତମବୁଦ୍ଧ, ଶଙ୍କରାଚାର୍ଯ୍ୟ ତଥା ଯୀଶୁଖ୍ରୀଷ୍ଟଙ୍କ ମହାନ୍ ବାଣୀକୁ କଲମ ଧରି ରଖୁଛି ।

14. କଲମ କେଉଁ କଥାକୁ ଖାତିର ନ କରି ଆଗେଇ ଚାଲିଛି ?
Answer:
କାହାର ଗୁଣ୍ଡାମିକୁ ଖାତିର ନ କରି କଲମ ଆଗେଇ ଚାଲିଛି ।

15. କଲମର ବିପ୍ଳବ କେଉଁ ଆଦର୍ଶରେ ପରିଚାଳିତ ?
Answer:
ସତ୍ୟ-ଶାନ୍ତି -ଶିବ-ସୁନ୍ଦରର ପବିତ୍ର ଆଦର୍ଶରେ କଲମର ବିପ୍ଲବ ପରିଚାଳିତ ।

16. କାଳବକ୍ଷରେ କଲମ କିପରି ଅମର ହୋଇ
Answer:
କାଳବକ୍ଷରେ ଘଟୁଥିବା ପ୍ରତିଟି ଘଟଣାକୁ କଲମ ତା’ର ମୁନରେ ରୂପଦେଇ ବାନ୍ଧି ରଖୁଥିବାରୁ କଲମ ଅମର ହୋଇ ରହିଛି ।

17. ‘ଚିର ବିପ୍ଳବୀ’ ବୋଲି କବି କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଚିର ବିପ୍ଳବୀ’ ବୋଲି କବି କଲମକୁ ସମ୍ବୋଧନ କରିଛନ୍ତି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କବିଙ୍କ ମତରେ କଲମର ଗାର କ’ଣ ଅଟେ ?
Answer:
ଅମର

2. ସକଳ ଛଳନା ଗୁଣ୍ଡାମି କାହା ନିକଟରେ ପରାଜୟ ସ୍ଵୀକାର କରିଛି ?
Answer:
କଲମ ନିକଟରେ

3. କବିର ପ୍ରଧାନ ଅସ୍ତ୍ର କ’ଣ ?
Answer:
କଲମ

4. ହିଟ୍‌ଲରଙ୍କ ପୂର୍ଣ୍ଣ ନାମ କ’ଣ ?
Answer:
ଆଡ଼ଲଫ୍ ହିଟ୍‌ର

5. ବାଡ଼ବ କହିଲେ କାହାକୁ ବୁଝାଏ ?
Answer:
ସମୁଦ୍ରର ଅଗ୍ନି

BSE Odisha 9th Class Odia Solutions Chapter 3 ହେ ମୋର କଲମ

6. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
Answer:
ଗୌତମ, ଶଙ୍କର, ଯୀଶୁଙ୍କର

7. ପୃଥ‌ିବୀରେ ସମସ୍ତ ମତବାଦ କ’ଣ ହୋଇଥାଏ ?
Answer:
କ୍ଷଣସ୍ଥାୟୀ

8. ‘କରବାଳ’ କହିଲେ କାହାକୁ ବୁଝାଏ ?
Answer:
ଖଡ଼ଗ

9. ସତ୍ୟ ନାମରେ କ’ଣ ଦୁର୍ବିସହ ବୋଲି କବି କହିଛନ୍ତି ?
Answer:
ଅନ୍ୟାୟ

10. ଗୋଦାବରୀଶ ମହାପାତ୍ରଙ୍କଦ୍ବାରା ପ୍ରକାଶିତ ବ୍ୟଙ୍ଗାତ୍ମକ ପତ୍ରିକାର ନାମ କ’ଣ ଥିଲା ?
Answer:
ନିଆଁଖୁଣ୍ଟା

11. କଲମର ତନୁ କିପରି ବୋଲି କବି କହିଛନ୍ତି ?
Answer:
ଦୁର୍ବଳ

12. ‘ ଜାଗ୍ରତ କର – ଏ ମଡ଼ା ଜାତିକି ଥରେ’ – ଏଠାରେ ‘ମଡ଼ା ଜାତି’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
Answer:
ଉତ୍କଳୀୟମାନଙ୍କୁ

13. ଦୁର୍ବଳ ଜାତିକୁ କ’ଣ କରିବାକୁ କବି କଲମକୁ ଆହ୍ଵାନ ଦେଇଛନ୍ତି ?
Answer:
କର୍ମତତ୍ପର

14. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କିଏ ଚିର ଅମର ହୋଇରହିଛି ?
Answer:
କଲମର ଗାର

15. କଲମ ତା’ର ଗୋଟିଏ ଗାରରେ କ’ଣ ଆଡ଼େଇଦେବାକୁ ସକ୍ଷମ ହୋଇଛି ?
Answer:
ପେଷଣ, ଶୋଷଣ ଓ ଦୂଷଣ

16. କଲମ କ’ଣ ଛେଦନ କରିଛି ବୋଲି କବି କହିଛନ୍ତି ?
Answer:
ସକଳ ବନ୍ଧନ

17. ‘ହେ ମୋର କଲମ’ କବିତାର କବି କିଏ ?
Answer:
ଗୋଦାବରୀଶ ମହାପାତ୍ର

18. କିଏ ସର୍ବଦା ସତ୍ୟ, ଅହିଂସା ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ନୀରବରେ ବିପ୍ଳବ କରି ଆସିଛି ?
Answer:
କଲମ

BSE Odisha 9th Class Odia Solutions Chapter 3 ହେ ମୋର କଲମ

19. କବି କଲମକୁ ନିଜର କ’ଣ ବୋଲି କହିଛନ୍ତି ?
Answer:
ବିଶ୍ବସ୍ତ ବନ୍ଧୁ

20. ସମସ୍ତ ଅସ୍ତ୍ରଠାରୁ ଶକ୍ତିଶାଳୀ କିଏ ?
Answer:
କଲମ

C ଶୂନ୍ୟସ୍ଥାନ ପୂରଣ କର ।
1. କବି _______________ କୁ ନିଜର ଅତି ଆପଣାର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ।
Answer:
କଲମ

2. __________________ କବିଙ୍କର ବିଶ୍ଵାସୀ ସଖା ଅଟେ ।
Answer:
କଲମ

3. କଲମର ତୀକ୍ଷ୍ଣଣ ମୁନରେ _______________ ଫୁଟି ଉଠିଛି ।
Answer:
କବିଙ୍କ ମନଲେଖା

4. କେତେ ପୁରତଳକୁ ମୁଖରିତ କରି କଲମ ________________ ବରଣ କରିଛି ।
Answer:
ଅମର ଯଶ

5. କବି _____________________ କୁ ଅଳୀକ ବୋଲି କହିଛନ୍ତି ।
Answer:
ପୃଥ‌ିବୀ

6. ପୃଥ‌ିବୀ ବୁକୁରେ କଲମ ____________________ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ସୁଧା ଓ ବିଷ

7. କବି କଲମକୁ ________________ ଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ମୁକ୍ତି

8. ସବୁରି ଉପରେ ଅମର ଗାର ଦେବାପାଇଁ ________________ ଅଛି ବୋଲି କବି କହିଛନ୍ତି ।
Answer:
କଲମ

୨. ଆଜି କଲମ ____________________ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ।
Answer:
ଜଡ଼

10. ଆଜି କଲମର ଧାର _________________ ହୋଇଯାଇଛି ବୋଲି କବି ଭାବିଛନ୍ତି ।
Answer:
ମୁଣ୍ଡା

11. ଅସିଠାରୁ __________________ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା କରିଛନ୍ତି ।
Answer:
ମସୀ

BSE Odisha 9th Class Odia Solutions Chapter 3 ହେ ମୋର କଲମ

12. କବି ଏହି ଧରଣୀକୁ _______________ ଦିନର ବୋଲି କହିଛନ୍ତି ।
Answer:
ଦୁଇ

13. କବିତାରେ ବ୍ୟବହୃତ ‘ବୁଦ୍‌ବୁଦ’ ଶବ୍ଦର ଅର୍ଥ _______________।
Answer:
ପାଣିଫୋଟକା

14. କବି ____________________ କୁ ଚିର ବିପ୍ଳବୀ ବୋଲି କହିଛନ୍ତି ।
Answer:
କଲମ

15. କବିଙ୍କ ମତରେ _________________ ଚିରମୌନୀ ଅଟେ ।
Answer:
କଲମ

16. ଯୁଗେ ଯୁଗେ କବିଙ୍କର ______________ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
କଲମ

17. _______________ ର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ।
Answer:
କଲମ

18. ଦୁର୍ବଳ ଶରୀର ସତ୍ତ୍ବେ କଲମ _______________ କୁ ଥରାଇ ଦେଇଛି ।
Answer:
ଧରାତଳ

19. ପ୍ରାକ୍ତନ ଉତ୍କଳରେ କବି ______________ କୁ ବନ୍ଦୀ ହୋଇଯାଇଛ କି ବୋଲି ପ୍ରଶ୍ନ କରିଛନ୍ତି ।
Answer:
କଲମ

20. ଏ ମଡ଼ା ଜାତିକୁ _____________ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ଜାଗ୍ରତ

21. କବି କଲମକୁ ______________ ବୋଲି ସମ୍ବୋଧନ କରିଛନ୍ତି ।
Answer:
ଚିର ବିପ୍ଳବୀ

22. __________________ ର ତନୁ ଦୁର୍ବଳ ବୋଲି କବି କହିଛନ୍ତି ।
Answer:
କଲମ

23. କବି _______________ କୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ।
Answer:
ଏ ମଡ଼ା ଜାତି

24. ____________ ର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
କଲମ

25. _________________ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ।
Answer:
ମୁକ୍ତି

BSE Odisha 9th Class Odia Solutions Chapter 3 ହେ ମୋର କଲମ

26. ଚେଙ୍ଗିସ୍ ଖାଁ ________________ ର ଅଧିନାୟକ ଥିଲେ ।
Answer:
ମଙ୍ଗୋଲମାନଙ୍କର

27. କବି ତାଙ୍କ କଲମକୁ _______________ କଥା କହିବାକୁ ନିବେଦନ କରିଛନ୍ତି ।
Answer:
ଅନ୍ତର

28. ଏଠାରେ ସତ୍ୟ ନାମରେ ____________________ ଚାଲିଛି ।
Answer:
ଛଳନା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର _______________ ହୋଇଛି ।
Answer:
ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚି ଗଲା ପରେ କେବଳ ______________ ରହିଛି ।
Answer:
କଲମର ଗାର

31. କଲମ କଦାପି _______________ ମାର୍ଗରେ ଚାଲିନାହିଁ ।
Answer:
ଛଳନା

32. କଲମ ________________ ରେ କେବେ ଥକି ପଡ଼ିନାହିଁ ।
Answer:
ଗୁଣ୍ଡାମିରେ

33. କଲମ _________________ କୁ ଗୋଟିଏ ଗାରରେ ଆଡ଼େଇ ଦେଇଛି ।
Answer:
ଶୋଷଣ ଦୂଷଣ

34. କଲମ ସକଳ ବନ୍ଧନକୁ _______________ କରିଛି ।
Answer:
ଛେଦନ

35. କଲମ ________________ କୁ ଆଖ୍ ଦେଇଛି ।
Answer:
ଅନ୍ଧ

36. __________________ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଯୁଗଯୁଗାନ୍ତର

D ଠିକ୍ କିମ୍ବା ଭୁଲ୍ ଲେଖ ।
1. କବିଙ୍କ ମତରେ କଲମର ଗାର ମରଣ ଅଟେ ।
Answer:
ଭୁଲ୍

2. ବାଡ଼ବ କହିଲେ ସମୁଦ୍ରର ଅଗ୍ନି ବୁଝାଏ ।
Answer:
ଠିକ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

3. ପୃଥ‌ିବୀରେ ସମସ୍ତ ମତବାଦ ଦୀର୍ଘସ୍ଥାୟୀ ହୋଇଥାଏ ।
Answer:
ଭୁଲ୍

4. ‘କରବାଳ’ କହିଲେ ହାତକୁ ବୁଝାଏ ।
Answer:
ଭୁଲ୍

5. କାଳର ଇଙ୍ଗିତରେ ସବୁ ଲୁଚିଗଲେ ସୁଦ୍ଧା କଲମର ଗାର ଚିର ଅମର ହୋଇରହିଛି ।
Answer:
ଠିକ୍

6. କଲମ ସକଳ ବନ୍ଧନ ଛେଦନ କରିଛି ବୋଲି କବି କହିଛନ୍ତି ।
Answer:
ଠିକ୍

7. ‘ହେ ମୋର କଲମ’ କବିତାର କବି ଗୋଦାବରୀଶ ମହାପାତ୍ର ।
Answer:
ଠିକ୍

8. ସମସ୍ତ ଅସ୍ତ୍ରଠାରୁ କଲମ ଶକ୍ତିଶାଳୀ ଅସ୍ତ୍ର ଅଟେ ।
Answer:
ଠିକ୍

୨. କବିଙ୍କର ବିଶ୍ଵାସୀ ସଖା କଲମ ଅଟେ ।
Answer:
ଠିକ୍

10. ପୃଥ‌ିବୀ ବୁକୁରେ କଲମ ସୁଧା ଓ ବିଷ ଧରି ରଖୁଛି ବୋଲି କବି କହିଛନ୍ତି ।
Answer:
ଠିକ୍

11. କବି କଲମକୁ ରୁଦ୍ଧଦ୍ଵାର ଖୋଲିବାକୁ ନିବେଦନ କରିଥିଲେ ।
Answer:
ଭୁଲ୍

12. ଅସିଠାରୁ ମସୀ ଶକ୍ତିଶାଳୀ ବୋଲି କବି ବର୍ଣ୍ଣନା
Answer:
ଠିକ୍

13. ଯୁଗେ ଯୁଗେ କବିଙ୍କର କଲମ ସାଥୀ ଥିଲା ବୋଲି କବି କହିଛନ୍ତି ।
Answer:
ଠିକ୍

14. ପ୍ରାକ୍ତନ ଉତ୍କଳରେ କବି ମଣିଷକୁ ବନ୍ଦୀ ହୋଇଯାଇଛକି ବୋଲି ପ୍ରଶ୍ନ କରିଛନ୍ତି ।
Answer:
ଭୁଲ୍

15. ଅସୀର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 3 ହେ ମୋର କଲମ

16. ଏଠାରେ ସତ୍ୟ ନାମରେ ଛଳନା ଚାଲିଛି ।
Answer:
ଠିକ୍

17. କଲମ କଦାପି ସତ୍ୟ ମାର୍ଗରେ ଚାଲିନାହିଁ ।
Answer:
ଭୁଲ୍

18. କଲମ ସକଳ ବନ୍ଧନକୁ ଛେଦନ କରିଛି ।
Answer:
ଠିକ୍

19. ଯୁଗଯୁଗାନ୍ତର ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ନିମ୍ନଲିଖ କୃତି ମଧ୍ୟରୁ କେଉଁଟି ଏକ କବିତା ପୁସ୍ତକ ?
(A) ନୀଳ ମାଷ୍ଟ୍ରାଣୀ
(B) ଏବେ ମଧ୍ୟ ବଞ୍ଚିଛି
(C) କଣ୍ଟା ଓ ଫୁଲ
(D) ଶ୍ରୁତି ସଞ୍ଚୟନ
Answer:
(C) କଣ୍ଟା ଓ ଫୁଲ

2. ଗୋଦାବରୀଶଙ୍କର ପ୍ରଥମ କବିତାର ନାମ କ’ଣ ?
(A) ଚିଲିକା
(B) ବାଣପୁର
(C) ଉଠାକଙ୍କାଳ
(D) ବରୁଣେଇ
Answer:
(D) ବରୁଣେଇ

3. କବି ଚିରବିପ୍ଳବୀ ଓ ଚିରମୌନୀ ବୋଲି କାହାକୁ କହିଛନ୍ତି ?
(A) ନିଜକୁ
(B) ସମାଜକୁ
(C) କଲମକୁ
(D) ମଣିଷକୁ
Answer:
(C) କଲମକୁ

4. ‘ବନ୍ଧୁର ଧରାତଳ’ କହିଲେ କ’ଣ ବୁଝୁଛ ?
(A) ଅସମତଳ ଧରାପୃଷ୍ଠ
(B) ଅସମତଳ ମାଟି
(C) ଅସମତଳ କ୍ଷେତ
(D) ଅସମତଳ ଜମିବାଡ଼ି
Answer:
(A) ଅସମତଳ ଧରାପୃଷ୍ଠ

BSE Odisha 9th Class Odia Solutions Chapter 3 ହେ ମୋର କଲମ

5. କରବାଳ, ବଜ୍ର ଓ ମୁଷଳ କାହା ନିକଟରେ ପରାସ୍ତ ହୁଅନ୍ତି ?
(A) ମଣିଷ
(B) ପଶୁ
(C) ଭୋକ
(D) କଲମର ଅମରଗାର
Answer:
(D) କଲମର ଅମରଗାର

6. ଏଇ ଧରଣୀ କେତେଦିନର ବୋଲି କବି କହିଛନ୍ତି ?
(A) ପାଞ୍ଚଦିନର
(B) ଦି’ଦିନର
(C) ତିନିଦିନର
(D) ଚାରିଦିନର
Answer:
(B) ଦି’ଦିନର

7. ସତ୍ୟ ନାମରେ ଏଠାରେ କ’ଣ ଘଟୁଛି ?
(A) ପ୍ରତାରଣା
(C) ଛଳନା
(B) ବଞ୍ଚନା
(D) ଠକାମି
Answer:
(C) ଛଳନା

8. ସମସ୍ତେ କାହାର ଇଙ୍ଗିତରେ ଲୁଚିଗଲେ ?
(A) ସମୟ
(B) କଲମ
(C) କାଳ
(D) କବି
Answer:
(C) କାଳ

9. କଲମ କେଉଁଥରେ ଚାଲି ନାହିଁ ?
(A) ଗୀତିରେ
(B) ଛଳନାରେ
(C) ପ୍ରତାରଣାରେ
(D) ବିଶ୍ଵାସରେ
Answer:
(B) ଛଳନାରେ

10. କଲମ କେଉଁଥିରେ ଥକିଯାଇ ନାହିଁ ?
(A) ଭଣ୍ଡାମି
(B) ଛଳନା
(C) ଗୁଣ୍ଡାମି
(D) ଆଦେଶ
Answer:
(C) ଗୁଣ୍ଡାମି

11. କବି କଲମକୁ କ’ଣ ବୋଲି ସମ୍ବୋଧନ କରିଛନ୍ତି ?
(A) ଚିର ବିପ୍ଳବୀ
(B) ଚିର ବିଦ୍ରୋହୀ
(C) ଦେଶଦ୍ରୋହୀ
(D) ମହାନ୍ ବିପ୍ଳବୀ
Answer:
(A) ଚିର ବିପ୍ଳବୀ

12. କାହାର ତନୁ ଦୁର୍ବଳ ବୋଲି କବି କହିଛନ୍ତି ?
(A) କବିଙ୍କର
(B) ଜନତାର
(C) କଲମର
(D) ସମସ୍ତଙ୍କର
Answer:
(C) କଲମର

BSE Odisha 9th Class Odia Solutions Chapter 3 ହେ ମୋର କଲମ

13. କବି କାହାକୁ ଜାଗ୍ରତ କରିବାପାଇଁ କଲମକୁ ନିବେଦନ କରିଛନ୍ତି ?
(A) ଏ ବୀର ଜାତିକୁ
(B) ମାନବ ଜାତିକୁ
(C) ଭାରତବାସୀଙ୍କୁ
(D) ଏ ମଡ଼ା ଜାତିକୁ
Answer:
(D) ଏ ମଡ଼ା ଜାତିକୁ

14. କାହାର ତୀକ୍ଷ୍ଣଣ ମୁନରେ କବିଙ୍କର ମନଲେଖା ଫୁଟି ଉଠିଛି ?
(A) ଖଡ୍‌ଗର
(B) ତୀରର
(C) କଲମର
(D) ବର୍ଚ୍ଛାର
Answer:
(C) କଲମର

15. କେଉଁ ଦୁଆର ଖୋଲିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ରୁଦ୍ଧଦ୍ବାର
(B) ଧନଦ୍ବାର
(C) ଭକ୍ତିଦ୍ଵାର
(D) ମୁକ୍ତିଦ୍ଵାର
Answer:
(D) ମୁକ୍ତିଦ୍ଵାର

16. ଚେଙ୍ଗିସ୍ ଖାଁ କାହାର ଅଧିନାୟକ ଥିଲେ ?
(A) ମୋଗଲମାନଙ୍କର
(B) ମଙ୍ଗୋଲମାନଙ୍କର
(C) ମୁସଲମାନମାନଙ୍କର
(D) ପଠାଣମାନଙ୍କର
Answer:
(B) ମଙ୍ଗୋଲମାନଙ୍କର

17. ହିଟ୍‌ରଙ୍କ ପୂର୍ଣ୍ଣ ନାମ କ’ଣ ?
(A) ଉଡ଼ଲଫ୍ ହିଟ୍‌ର
(B) ଆଡ଼ଲଫ୍ ହିଟ୍‌ର
(C) ଏଡ଼ଲଫ୍ ହିଟ୍‌ର
(D) ଓଡ଼ଲଫ୍ ହିଟ୍‌ର
Answer:
(B) ଆଡ଼ଲଫ୍ ହିଟ୍‌ର

18. ବାଡ଼ବ କହିଲେ କାହାକୁ ବୁଝାଏ ?
(A) ବନର ଅଗ୍ନି
(B) ସମୁଦ୍ରର ଅଗ୍ନି
(C) ଉଦରର ଅଗ୍ନି
(D) ଯଜ୍ଞକୁଣ୍ଡର ଅଗ୍ନି
Answer:
(B) ସମୁଦ୍ରର ଅଗ୍ନି

19. କଲମ କେଉଁମାନଙ୍କର ବଚନକୁ ଧରି ରଖୁଛି ?
(A) ଶିଶୁମାନଙ୍କର
(B) ନାରୀମାନଙ୍କର
(C) ବୃଦ୍ଧମାନଙ୍କର
(D) ଗୌତମ, ଶଙ୍କର, ଯିଶୁଙ୍କର
Answer:
(D) ଗୌତମ, ଶଙ୍କର, ଯିଶୁଙ୍କର

BSE Odisha 9th Class Odia Solutions Chapter 3 ହେ ମୋର କଲମ

20. ପୃଥ‌ିବୀରେ ସମସ୍ତ ମତବାଦ କିପରି ହୋଇଥାଏ ?
(A) ଚିରସ୍ଥାୟୀ
(B) ଦୀର୍ଘସ୍ଥାୟୀ
(C) କ୍ଷଣସ୍ଥାୟୀ
(D) ସ୍ଥାୟୀ
Answer:
(C) କ୍ଷଣସ୍ଥାୟୀ

21. କାହାର ମୂଲ୍ୟ ମାତ୍ର କେତୋଟି ପଇସା ଅଟେ ?
(A) ଖଡ୍‌ଗର
(B) ଗ୍ରନ୍ଥର
(C) ବଜ୍ରର
(D) କଲମର
Answer:
(D) କଲମର

22. ଦୁର୍ବଳ ଶରୀର ସତ୍ତ୍ଵେ କଲମ କାହାକୁ ଥରାଇ ଦେଇଛି ?
(A) ଗ୍ରନ୍ଥକୁ
(B) ଖଡ଼କୁ
(C) ଧରାତଳକୁ
(D) କାହାକୁ ନୁହେଁ
Answer:
(C) ଧରାତଳକୁ

23. ପ୍ରାକ୍ତନ ଉତ୍କଳରେ କବି କାହାକୁ ବନ୍ଦୀ ହୋଇଯାଇଛ ବୋଲି ପ୍ରଶ୍ନ କରିଛନ୍ତି ?
(A) ଉତ୍କଳୀୟମାନଙ୍କୁ
(B) ନିଜକୁ
(C) ଖଡ୍‌ଗକୁ
(D) କଲମକୁ
Answer:
(D) କଲମକୁ

24. ଏ ମଡ଼ାଜାତିକୁ କ’ଣ କରିବାପାଇଁ କବି କଲମକୁ ନିବେଦନ କରିଛନ୍ତି ?
(A) ସୁପ୍ତ କରିବାକୁ
(B) ଜାଗ୍ରତ କରିବାକୁ
(C) ନୀରବ କରିବାକୁ
(D) ରକ୍ଷା କରିବାକୁ
Answer:
(B) ଜାଗ୍ରତ କରିବାକୁ

25. କବିଙ୍କର ବିଶ୍ଵାସୀ ସଖା କିଏ ?
(A) ଖଡ୍‌ଗ
(B) ପୁସ୍ତକ
(C) କଲମ
(D) ସମ୍ବାଦପତ୍ର
Answer:
(C) କଲମ

26. କବି କାହାକୁ ଅଳୀକ ବୋଲି କହିଛନ୍ତି ?
(A) ପୃଥ‌ିବୀକୁ
(B) ସାହିତ୍ୟକୁ
(C) ଜ୍ଞାନକୁ
(D) ବିଦ୍ଯାକୁ
Answer:
(A) ପୃଥ‌ିବୀକୁ

BSE Odisha 9th Class Odia Solutions Chapter 3 ହେ ମୋର କଲମ

27. ଆଜି କଲମ କ’ଣ ହୋଇଯାଇଛି ବୋଲି କବି କଳ୍ପନା କରିଛନ୍ତି ?
(A) ଚତୁର
(B) ଜଡ଼
(C) ଶକ୍ତିହୀନ
(D) ଅଶାନ୍ତ
Answer:
(B) ଜଡ଼

28. ଆଜି କଲମର ଧାର କିପରି ହୋଇଯାଇଛି ବୋଲି କବି ଭାବିଛନ୍ତି ?
(A) ତୀକ୍ଷ୍ଣ
(B) ମୁଣ୍ଡା
(C) ଶାଣିତ
(D) ପ୍ରଶାନ୍ତ
Answer:
(B) ମୁଣ୍ଡା

29. ପୃଥ‌ିବୀ ପୃଷ୍ଠରେ କେତେ ଅବତାରରେ ନର କ’ଣ ହୋଇଛି ?
(A) ପୁରୁଷ
(B) ମହାପୁରୁଷ
(C) ଉଦାର ପୁରୁଷ
(D) ଦେବତା
Answer:
(D) ଦେବତା

30. କାଳ ଇଙ୍ଗିତରେ ସବୁ ଲୁଚିଗଲା ପରେ କେବଳ କ’ଣ ରହିଛି ?
(A) ସତ୍ୟ
(B) ଧର୍ମ
(C) କୀର୍ତି
(D) କଲମର ଗାର
Answer:
(D) କଲମର ଗାର

31. କେଉଁ ଅନ୍ଧାର ଭେଦ କରି କଲମର ପ୍ରଦୀପ ହସେ ?
(A) ଅମାବାସ୍ୟାର
(B) ମେଘଅନ୍ଧାରର
(C) ଯୁଗଯୁଗାନ୍ତର
(D) ସଂସାରର
Answer:
(C) ଯୁଗଯୁଗାନ୍ତର

କବିଙ୍କ ସମ୍ବନ୍ଧରେ :
ସତ୍ୟବାଦୀ ବକୁଳ ବନର ଛୁରୀଅନା କୁଞ୍ଜତଳେ ଯେଉଁ ବନବିଦ୍ୟାଳୟ ଗଢ଼ିଉଠିଥିଲା, ତାହା ଥିଲା ବାସ୍ତବରେ ମଣିଷ ତିଆରି କାରଖାନା । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ କୃପାସିନ୍ଧୁ ଓ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍ସର୍ଗୀକୃତ ଶିକ୍ଷକ, ମହାନ୍ ଜନନେତା ଓ ପ୍ରବୀଣ ସାରସ୍ଵତ ସାଧକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହି ଓ ସେମାନଙ୍କଦ୍ୱାରା ଅନୁପ୍ରାଣିତ ହୋଇ କବି ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନା ସହିତ ଦେଶମାତୃକାର ସେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଏହି ଜାତୀୟତାବାଦୀ ଓ ମାନବବାଦୀ କବି ୧୮୯୮ ମସିହାରେ ପୁରୀ ଜିଲ୍ଲାର ବାଣପୁର ଅନ୍ତର୍ଗତ କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ ।

୧୯୧୪ ମସିହାରେ ତାଙ୍କର ପ୍ରଥମ କବିତା ‘ ବାଣପୁର ପ୍ରକାଶ ପାଇ ଗୁଣୀଜନମାନଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସେ ବହୁ କବିତା, ଗଳ୍ପ, ଉପନ୍ୟାସ ଓ ବ୍ୟଙ୍ଗାତ୍ମକ ରଚନାର ଭେଟି ପ୍ରଦାନ କରିଯାଇଛନ୍ତି । ବହୁଜନପ୍ରିୟ ଦୈନିକ ସମ୍ବାଦପତ୍ର ‘ ସମାଜ ଓ ‘ ଦୈନିକ ଆଶାର ସମ୍ପାଦନା ସହିତ ସେ ସମ୍ପୃକ୍ତ ଥିଲେ । ତାଙ୍କଦ୍ବାରା ବ୍ୟଙ୍ଗାତ୍ମକ ସମାଲୋଚନାଧର୍ମୀ ପତ୍ରିକା ‘ ନିଆଁଖୁଣ୍ଟ ୧୯୩୮ ମସିହାରେ ପ୍ରକାଶ ପାଇଥିଲା ।

ଏହି ପତ୍ରିକାରେ ସେ ସମାଜ, ରାଜ୍ୟ ତଥା ଦେଶ ପ୍ରତି ଅଙ୍ଗୀକାରବଦ୍ଧତା ପରିବର୍ତ୍ତେ ବ୍ୟକ୍ତିଗତ ସ୍ଵାର୍ଥ ସାଧନରେ ପ୍ରୟାସୀ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ ବ୍ୟକ୍ତିମାନଙ୍କ ଛଦ୍ମରୂପକୁ ପ୍ରକାଶ କରି ଜନଚେତନା ସୃଷ୍ଟି କରୁଥିଲେ । କବି ଥିଲେ ସ୍ପଷ୍ଟବାଦୀ । ଶାଣିତ ଶ୍ଳେଷ, ତୀକ୍ଷ୍ଣ ବ୍ୟଙ୍ଗ ବିଦୁପାତ୍ମକ ପ୍ରକାଶଭଙ୍ଗୀ ସହିତ ସ୍ବାଧୀନ ସ୍ଵଚ୍ଛନ୍ଦ ବିଚାରଧାରା ତାଙ୍କ ରଚନାର ବୈଶିଷ୍ଟ୍ୟ । ସହଜ, ସରଳ ଭାଷାରେ ହୃଦୟସ୍ପର୍ଶୀ କଥା କହିବା ତାଙ୍କ ଲେଖନୀର ମୁଖ୍ୟ ଆଭିମୁଖ୍ୟ । ଇତିହାସ ସଚେତନତା, ସ୍ଵଦେଶପ୍ରୀତି, ମାନବିକ ସମ୍ବେଦନଶୀଳତା ଓ ବୈପ୍ଳବିକ ଜୀବନ ଦର୍ଶନ ତାଙ୍କ କବିତାମାନଙ୍କର ବୈଶିଷ୍ଟ୍ୟ ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

ତାଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ୟରେ ‘ଉଠ କଙ୍କାଳ, ‘କଣ୍ଟା ଓ ଫୁଲ’, ‘ବଙ୍କା ଓ ସିଧା’, ‘ପାହାଚ ତଳର ଘାସ’, ‘ହାଣ୍ଡିଶାଳର ବିପ୍ଳର୍ବ, ‘ ବାଣପୁର’ ଖଣ୍ଡକାବ୍ୟ ଆଦି କବିତା ସଙ୍କଳନ; ‘ନୀଳ ମାଷ୍ଟ୍ରାଣୀ, ‘ ଏବେ ମଧ୍ୟ ବଞ୍ଚୁଛି, ‘ମୁଁ ଦିନେ ମନ୍ତ୍ରୀ ଥୁଲି’, ‘ମଦ ଦୋକାନର ଇତିହାସ’, ‘ମାଟିର ମାୟା’, ‘ ଗରିବର ଭଗବାନ, ‘ହଠାତ୍ ଭାର୍ଯ୍ୟାଲାଭ ପରି ଗଳ୍ପ ସଙ୍କଳନ; ‘ରକ୍ତପାତ’, ‘ ବିଦ୍ରୋହ, ‘ବନ୍ଦୀର ମାୟା’, ‘ବୀର ଯୁବକ, ‘ରାଜଦ୍ରୋହୀ, ‘ ପ୍ରେମପଥେ’ ଆଦି ଉପନ୍ୟାସ ଓ ‘ମୋ ଖେଳସାଥୀ ପରି ଉଚ୍ଚକୋଟୀର ଶିଶୁ ସାହିତ୍ୟ ତାଙ୍କ ଅସାମାନ୍ୟ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ତାଙ୍କ ‘କଣ୍ଟା ଓ ଫୁଲ’ କବିତା ସଙ୍କଳନ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଛି । ସର୍ବୋପରି ‘ ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଭାବରେ ସେ ଓଡ଼ିଶାର ବୁଦ୍ଧିଜୀବୀ ତଥା ସଚେତନ ନାଗରିକଙ୍କ ନିକଟରେ ଅତି ପରିଚିତ ।

ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ଵୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘‘ ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

ସ୍ଵାଧୀନତା ପୂର୍ବରୁ ଲେଖକଙ୍କ କଲମରୁ କେବଳ ଜାତୀୟ ଚେତନା ଓ ଦେଶାତ୍ମବୋଧ ଭାବନାମୂଳକ ରଚନା ତଥା ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡ଼ୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର ମୋହଭଙ୍ଗ ହୋଇଛି ।

କବିତାର ପୃଷ୍ଠଭୂମି :
ଶଂସିତ କବିତା ‘ହେ ମୋର କଲମ କବିଙ୍କ ‘ ହେ ମୋର କଲମ ଶୀର୍ଷକ କବିତା ସଂକଳନରୁ ଆନୀତ । କବି, ଭାବୁକ ଓ ସମାଲୋଚକ ଆଦି ସାରସ୍ଵତ ସାଧକମାନଙ୍କ ହସ୍ତରେ କଲମ ହିଁ ବିଶ୍ବସ୍ତ ସଖା ଓ ଏକମାତ୍ର ଅସ୍ତ୍ର ଯାହାକି ପୁଞ୍ଜିପତିର ଧନ, ବଳବାନ୍‌ର ବଳ ବିକ୍ରମଠାରୁ ଅଧିକ ଶକ୍ତିଶାଳୀ । ରାଜାର ସ୍ଵେଚ୍ଛାଚାରିତା, ଦୁର୍ନୀତିଗ୍ରସ୍ତ ରାଜନେତାର ଭ୍ରଷ୍ଟାଚାର, ଅସାଧୁ ବ୍ୟବସାୟୀର ଅପମିଶ୍ରଣ, ଅସାମାଜିକ ବ୍ୟକ୍ତିର ବ୍ୟଭିଚାର, ସମାଜରେ ମତଲବୀ, ସୁବିଧାବାଦୀ ଓ ସ୍ଵାର୍ଥାନ୍ଵେଷୀମାନଙ୍କ ଧର୍ମ ନାମରେ ଅନ୍ଧବିଶ୍ଵାସ ଓ କୁସଂସ୍କାରକୁ ପ୍ରୋତ୍ସାହନ ଆଦି ସମାଜର କର୍କଟ ବ୍ୟାଧର ମୂଳୋତ୍ପାଟନ କରିବାରେ କଲମର ଯେଉଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ତାହା ଅନସ୍ବୀକାର୍ଯ୍ୟ ।

ଧର୍ମ, ସତ୍ୟ, ଶାନ୍ତି, ଅହିଂସା ଆଦି ଶାଶ୍ୱତ ଶକ୍ତିର ପ୍ରତିଷ୍ଠା ପାଇଁ ଲେଖନୀ ସୃଷ୍ଟି କରିପାରେ ଏକ ନୀରବ ବିପ୍ଳବ । ଯୁଗ ଯୁଗ ଧରି ଶୋଷଣ, ପେଷଣ, ଛଳନା ଓ ଗୁଣ୍ଡାମି ସାଧାରଣ ଏକ କଲମ ନିକଟରେ ପରାଜୟ ସ୍ବୀକାର କରେ । ଏହି ଲେଖନୀ ପୁଣି ଲେଖକକୁ କାଳବକ୍ଷରେ କରେ ଚିର ଅମର ଓ ତା’ର ସୃଷ୍ଟିସମ୍ପଦକୁ କରେ କାଳଜୟୀ । ଯୁଗେ ଯୁଗେ ‘ଅସିଠାରୁ ମସୀ ଯେ ଶକ୍ତିଶାଳୀ ’’ ତାହା ଏହି କବିତାରେ ପ୍ରତିପାଦିତ ହୋଇଛି । କବିତାଟିରେ କବିଙ୍କର ବୈପ୍ଳବିକ ଆଦର୍ଶର ବହୁଳ ନିଦର୍ଶନ କବିତାକୁ କରିଛି ସୁଖପାଠ୍ୟ ।

କବିତାଟି ସମସାମୟିକ ରାଜନୈତିକ ବ୍ୟକ୍ତିତ୍ଵ, ବିବୃତି ଓ ଦୋଷତ୍ରୁଟିକୁ ନେଇ ରଚିତ । କବିଙ୍କ ଦୃଷ୍ଟିରେ ସତ୍ୟବାଦୀରେ ସେବାଦର୍ଶର ଯେଉଁ ଉନ୍ନତ ରୂପ କବି ପ୍ରତ୍ୟକ୍ଷ କରିଥିଲେ, ତା’ରି ମାପକାଠିରେ ସମସାମୟିକ ରାଜନୀତିର ଅନାଦର୍ଶ ଓ ଅର୍ଥଲୋଲୁପ ଚିତ୍ର କଳନା କଲାବେଳେ ତାଙ୍କ ଅନ୍ତର ବିଷାଦରେ ଭରିଉଠିଛି । ସମାଜର ଅବମୂଲ୍ୟାୟନ ସହିତ ମାନସିକ ସାଲିସ୍ କରିବାକୁ କବି ଅକ୍ଷମ ହୋଇଛନ୍ତି । ଲୋକଙ୍କ ଦୁର୍ଗତି ଓ ଦୁଃସ୍ଥିତି ମଧ୍ୟରୁ ସ୍ଵାଧୀନତା ପରବର୍ତ୍ତୀ ରାଜନୈତିକ ନେତାମାନେ ଯେଉଁ ଫାଇଦା ଉଠାଇବାକୁ ତତ୍‌ପର ହୋଇଛନ୍ତି, ତାହା କବିଦୃଷ୍ଟିରୁ ବାଦ୍ ଯାଇନାହିଁ ।

କବିଙ୍କ ମନରେ ଗଭୀର କ୍ଷୋଭ ଜାତ୍ର ହୋଇଛି ଯେ; ଏ ଜାତିଟା ବୁଡ଼ି ବୁଡ଼ି ଯାଉଛି । ତାକୁ ତା’ର ଅଧୋଗତିକୁ ଉଦ୍ଧାର କରିବାପାଇଁ ଗୋପବନ୍ଧୁ, ମଧୁବାବୁଙ୍କ ପରି ବ୍ୟକ୍ତିତ୍ବର ଅଭାବ କବି ଲକ୍ଷ୍ୟ କରିଛନ୍ତି । ଦେଶସେବା ନାମରେ ଛଳନା ଓ ମିଥ୍ୟାଚାର ସମାଜରେ ଯେଉଁ ଉତ୍କଟ ବ୍ୟବଧାନ ସୃଷ୍ଟି କରିଛି, ସେ ବିଷୟରେ ଜନତାଙ୍କୁ ଅବଗତ କରାଇବାପାଇଁ କବି ନିଜ ଲେଖନୀକୁ ଆହ୍ଵାନ କରିଛନ୍ତି ।

ସ୍ଵାଧୀନତାଲାଭ ପାଇଁ ଜନତାଙ୍କୁ ସଂଗ୍ରାମରେ ଝାସ ଦେବାପାଇଁ ଆହ୍ବାନଧର୍ମୀ ଲେଖା ଝରିପଡୁଥିଲା । ଆଲୋଚ୍ୟ କବିତାଟି ୧୯୫୦ ମସିହାରେ ରଚିତ ହୋଇଥିଲା । ସେତେବେଳକୁ ଭାରତ ତା’ର ଚିର ଈପ୍‌ସିତ ସ୍ଵାଧୀନତା ହାସଲ କରିସାରିଲାଣି । ସ୍ଵାଧୀନତା ଲାଭର ଅବ୍ୟବହିତ ପୂର୍ବରୁ ଯେଉଁ କଲମ ଏ ଜାତିକୁ ଉଦ୍‌ବୋଧନ ଦେଇ ଅତୀତର ଗରିମାଦୀପ୍ତ, ଗୌରବଗାଥା ଶୁଣାଇ ଜନଗଣଙ୍କ ମନରେ ଆଶାର ଦୃଢ଼ତା ଜାଗ୍ରତ କରିଥିଲା, ସେହି କଲମ ସ୍ଵାଧୀନତା ପ୍ରାପ୍ତିପରେ ଲୋକଙ୍କ ଆଶା ଓ ବିଶ୍ଵାସରେ କୁଠାରାଘାତ କରିଥିବା ସ୍ଵେଚ୍ଛାଚାରୀ ଜନପ୍ରତିନିଧ୍ ଓ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବାପାଇଁ ଆହ୍ଵାନ ନ ଦେଇ ରହିପାରିଲା ନାହିଁ ।

ଓଡ଼ିଶାର ଗଣଜୀବନରେ ପରିଦୃଷ୍ଟ କ୍ଲବତା ଓ ଉଦାସୀନତାକୁ ଭାଙ୍ଗି, ସେମାନଙ୍କ ହୃଦୟରେ ଏକ ନୂତନ ସ୍ପନ୍ଦନ ଭରିଦେବାକୁ କବି ପ୍ରୟାସୀ ହୋଇଛନ୍ତି । ଜାତିର ପତନ ଓ ଅଭ୍ୟୁତ୍‌ଥାନ ମଧ୍ୟରେ ରହିଥ‌ିବା ପାର୍ଥକ୍ୟର ସମୀକ୍ଷା କରିବାକୁ ଯାଇ କବି ଲକ୍ଷ୍ୟ କରିଛନ୍ତି ଯେ ସ୍ଵାଧୀନତା ପୂର୍ବରୁ ବିଦେଶୀ ଶାସକର ଅତ୍ୟାଚାରରେ ଜନଜୀବନ ଧ୍ୱସ୍ତ ହୋଇଥିଲାବେଳେ ସ୍ଵାଧୀନତା ପରେ ସମାଜର ତଥାକଥ୍ତ ସୌମ୍ୟବନ୍ତ ରାଜନୀତିକ ବ୍ୟକ୍ତିବିଶେଷ ଓ କ୍ଷମତାଧିକାରୀମାନଙ୍କ ଶଠତା ଓ ପ୍ରତାରଣାରେ ଜନସାଧାରଣଙ୍କ ଆଶା ମଉଳିଯାଇଛି ।

ସାମାଜିକ ଗ୍ଳାନି, ଦୁଷ୍କୃତି ଓ ଅସଙ୍ଗତି କବିପ୍ରାଣକୁ ବ୍ୟଥ୍‌ତ କରିଛି । ୧୯୪୭ ପରବର୍ତ୍ତୀ ସମାଜ ଜୀବନ ଓ ଜାତୀୟ ଜୀବନର ବହୁ ଘଟଣା ଓ ଦୁର୍ଘଟଣାରେ କବିପ୍ରାଣ ବିପ୍ଳବୀ ହୋଇଉଠିଛି । ସମାଜରେ ପରିଦୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତି ତଥା ଅନ୍ତଃସାରଶୂନ୍ୟତା ଲକ୍ଷ୍ୟ କରି, ଏ ସମାଜ ଯେ ସୁଧୁରି ନାହିଁ, କାଳିମାଗ୍ରସ୍ତ ରାଜନୀତିର ସଙ୍କଟ ସମାଜକୁ ବରଂ ଆହୁରି ଭୟଙ୍କର ଅପନ୍ତରା ଭିତରକୁ ଠେଲି ଦେଇଛି ବୋଲି ଅନୁଭବ କରି କବିପ୍ରାଣ ବିଷାଦିତ ହୋଇଉଠିଛି । ସମାଜର ଏତାଦୃଶ ସ୍ଖଳନ ଦୃଶ୍ୟରେ ସ୍ବାଧୀନତା ଲାଭର

BSE Odisha 9th Class Odia Solutions Chapter 3 ହେ ମୋର କଲମ

କବିତାର ସାରମର୍ମ :
ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ‘ହେ ମୋର କଲମ’ ଏକ ସମ୍ଭୋଧୀ କବିତା । ଯୁଗ ଯୁଗ ଧରି ଦଳିତ ଓ ଶୋଷିତ ଜନତାର ହୃଦୟରେ ବିପ୍ଳବର ବୀଜ ବପନ କରି ଆସିଥିବା କବିଙ୍କର ପ୍ରିୟ ସାଥୀ କଲମଠାରେ ମୌନଭାବ ଲକ୍ଷ୍ୟକରି କବି ବ୍ୟଥ୍‌ତ ହୋଇଛନ୍ତି ଓ ତତ୍‌କାଳୀନ ଗମ୍ଭୀର ପରିସ୍ଥିତିରେ ଜଡ଼ ଜନତାର ପ୍ରାଣରେ ଜାତିପ୍ରେମର ଚେତନା ସୃଷ୍ଟି କରିବାକୁ ତାହା ପୂର୍ବବତ୍ ଚଳଚଞ୍ଚଳ ହୋଇ ଉଠିବାକୁ ଆହ୍ଵାନ କରିଛନ୍ତି ।

ସମାଜରେ ପରିଦୃଷ୍ଟ ମିଥ୍ୟା, ଛଳନା, ପ୍ରତାରଣା, ପ୍ରବଞ୍ଚନା ଓ ଭଣ୍ଡାମିର ପ୍ରାଦୁର୍ଭାବ କବିଙ୍କୁ ଅସହ୍ୟ ବୋଧ ହୋଇଛି । ଶୋଷିତ, ନିଷ୍ପେଷିତ ଓ ପଦଦଳିତ ଅଜ୍ଞ ଜନତାର ଜଡ଼ ପ୍ରାଣରେ ଜାଗରଣ ସୃଷ୍ଟି କରିବାପାଇଁ କବି ତାଙ୍କ କଲମକୁ ଆକୁଳ ଆହ୍ବାନ ଦେଇଛନ୍ତି । ସାମାନ୍ୟ କେତୋଟି ପଇସା ବିନିମୟରେ ଲବ୍ଧ କ୍ଷୀଣ କଳେବରଧାରୀ ଯେଉଁ କଲମଟି ଧରାପୃଷ୍ଠରେ ଏକଚ୍ଛତ୍ରବାଦୀ, ସ୍ଵେଚ୍ଛାଚାରୀ, ପ୍ରଜାପୀଡ଼କ, କ୍ଷମତାଲିପ୍‌ସୁ ଶାସକ ପ୍ରାଣରେ ହୃତ୍‌କମ୍ପନ ସୃଷ୍ଟି କରିପାରେ, ଦଳିତ ଜାତିପ୍ରାଣରେ ଶକ୍ତି ସଞ୍ଚାର କରିପାରେ, ସେହି ଲେଖନୀ ଉତ୍କଳର ଦୁର୍ଦ୍ଦିନରେ କାହିଁକି ନୀରବତା ଅବଲମ୍ବନ କରିଛି ବୋଲି କବି କଲମକୁ ପ୍ରଶ୍ନ କରିଛନ୍ତି । ଶବତୁଲ୍ୟ ପଡ଼ିରହିଥିବା ସୁପ୍ତ ଓଡ଼ିଆ ପ୍ରାଣରେ ଜାଗରଣର ବାରି ସିଞ୍ଚନ କରି ତା’ ମନରେ ପୂର୍ବବତ୍ ଆଶା ଓ ଆତ୍ମବିଶ୍ଵାସ ଜାଗ୍ରତ କରାଇବାକୁ ସେ କଲମକୁ ଆହ୍ଵାନ ଦେଇଛନ୍ତି ।

କବି ହେଉଛନ୍ତି ସମାଜର ଚିତ୍ରକର, ସମାଜର ଜାଗ୍ରତ ପ୍ରହରୀ । କଲମ ହେଉଛି ତାଙ୍କ ଅସ୍ତ୍ର । ଅତି ଆପଣାର ବନ୍ଧୁ, ବିଶ୍ୱସ୍ତ ସାଥୀ ଭାବେ ଜୀବନର ସବୁ ଦୁଃଖ-ସୁଖରେ ଏହା ତାଙ୍କୁ ସହାୟତା ଦେଇ ଆସିଛି । ତାଙ୍କ ମନର ସମସ୍ତ ଚିନ୍ତା, କଳ୍ପନା ଓ ଆବେଗକୁ ଅକ୍ଷର ରୂପ ଦେଇଥାଏ କଲମ । ସେହି କଲମ ଅତୀତରେ ବହୁ ଉପାଦେୟ, କାଳଜୟୀ ସୃଷ୍ଟିକୁ ଜୀବନ୍ୟାସ ବେଇ ତାଙ୍କୁ ବହୁ ଯଶଖ୍ୟାତିର ଅଧିକାରୀ କରିଛି, ଯାହା ତାଙ୍କୁ ଗଭୀର ଆତ୍ମତୃପ୍ତି ପ୍ରଦାନ କରିଆସିଛି ।

ସେହି ଯଶ ଓ ଗୌରବର ଶ୍ରେୟ ସେ ସାଥୀ କଲମକୁ ଦେଇଛନ୍ତି । ସମାଜରେ ଘଟିଯାଉଥବା ଘଟଣ-ଅଘଟଣକୁ କବି ପ୍ରତ୍ୟକ୍ଷ କରନ୍ତି । ସାମାଜିକ ମଣିଷଠାରେ ଅସାମାଜିକତା ଲକ୍ଷ୍ୟ କଲେ ତାଙ୍କ ଅନ୍ତର କେତେବେଳେ ବ୍ୟଥାତୁର ହୋଇଉଠେ; ପୁଣି କେତେବେଳେ ପ୍ରତିକ୍ରିୟା ସୃଷ୍ଟିକରି ବିପ୍ଳବୀ ହୋଇଉଠେ । ସେତେବେଳେ ଲେଖନୀ ହୋଇଉଠେ ଚଳଚଞ୍ଚଳ । ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରେ । ସେତେବେଳେ ସମାଜର ବିଷବୃକ୍ଷ ଉତ୍ପାଟନରେ ତୀକ୍ଷ୍ଣ କୁଠାର ତୁଲ୍ୟ ଲେଖନୀ ଜନଜାଗରଣ ପାଇଁ ଉଗ୍ରରୂପ ଧାରଣ କରେ । ପୁଣି କେତେବେଳେ ସ୍ନିଗ୍‌ଧ କମନୀୟ ରୂପ ଧାରଣ କରି ବିଦଗ୍ଧ ପ୍ରାଣରେ ଦିବ୍ୟଚେତନାର ସୁଧା ବର୍ଷଣ କରେ । କବିଙ୍କ ଭାଷାରେ –

‘‘ କରି ମୁଖରିତ କେତେ ପୁରତଳ, ବରିଚ ଅମର ଯଶ
ଧରିଚ ଅଳୀକ ଧରଣୀ ବୁକୁରେ କେତେ ସୁଧା, କେତେ ବିଷ ।’’

ଅତି ଆପଣାର କଲମଟି ଯେ ଅପରିସୀମ ଶକ୍ତିର ଅଧିକାରୀ ଏହା ଉପଲବ୍ଧି କରି ବୀର ଓଡ଼ିଆ ଜାତିର ଶିଥୁଳ ଧମନୀରେ ଉଷ୍ମତା ଭରିଦେବାପାଇଁ ସେହି ଲେଖନୀ ପୁନଶ୍ଚ ଜାଗିଉଠୁ ବୋଲି କବି ଆକୁଳ ଆହ୍ଵାନ କରିଛନ୍ତି । ଯେଉଁ ଓଡ଼ିଆ ଜାତି ଏକଦା ବୀର ବିକ୍ରମରେ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରିପାରିଥିଲା, ଚାରୁକଳା, କାରୁକଳା, ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଓ ସମର କଳାକୌଶଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା, ସେହି ଜାତିର ସ୍ଥାଣୁତା ଓ ମନରେ ନୈତିକ ସାହସର ଅଭାବ କବିଙ୍କୁ ମ୍ରିୟମାଣ କରିଛି । ସ୍ଵାଧୀନଚେତା ଓଡ଼ିଆ ଜାତିର ସ୍ବଚ୍ଛନ୍ଦ ପ୍ରବହମାନତାରେ ଭଟ୍ଟା ଲକ୍ଷ୍ୟ କରି କବିପ୍ରାଣ ବ୍ୟର୍ଥାତ ହୋଇଛି । ନିଥର ଜଡ଼ ପ୍ରାଣରେ ଜାଗୃତି ଭରିଦେବାପାଇଁ କବି ମନର ବୈକଲ୍ୟ ପ୍ରକାଶ ପାଇଛି । ଛଳନା, ମିଥ୍ୟା, ପ୍ରବଞ୍ଚନା ଓ ଶଠତାକୁ ଘୃଣା କରୁଥିବା କବି ଅବକ୍ଷୟୀ ସମାଜର ଦୁଃସ୍ଥିତିରେ ମ୍ରିୟମାଣ ହୋଇପଡ଼ିଛନ୍ତି । କଲମ ଯେ ନିଷ୍ଠୁର, ଅତ୍ୟାଚାରୀ, ନରହନ୍ତାର ଗର୍ବୋନ୍ମତ୍ତ ତରବାରୀକୁ ଚୂର୍ଣ ବିଚୂର୍ଣ୍ଣ କରିପାରେ, ପର୍ବତ ପ୍ରାୟ ମହାଶକ୍ତିକୁ ପ୍ରତିହତ କରିପାରେ ଏବଂ ଯେଉଁ ଲେଖନୀ ଜନତାର ଶୀତଳ ପ୍ରାଣରେ ଅଗ୍ନି ସଂଯୋଗ କରିପାରେ, ସେହି କଲିମର ନୀରବତା ଲକ୍ଷ୍ୟ କରି କବି ମନ ବିଷାଦିତ ହୋଇଛି । ରାଜନୀତିକ ଭ୍ରଷ୍ଟାଚାର ଓ କ୍ଷମତାଧିକାରୀଙ୍କ ଦୁର୍ନୀତି ବିରୋଧରେ ବିଷୋଦ୍‌ଗାର କରିବାକୁ ଆହ୍ଵାନ ଦେଇ କବି

“ ଆଜି ଏତେବେଳେ ଜଡ଼ କି କଲମ, ମୁଣ୍ଡା କି ହେଲା ଧାର !
ହେ କଲମ ମୋର, ଅତି ଆପଣାର ଅନ୍ତର କଥା କହ ।’’

ଇତିହାସକୁ ଲକ୍ଷ୍ୟକଲେ ଜଣାଯାଏ, ଏହି ବିଶ୍ଵରେ ବହୁ ନରହନ୍ତା, କ୍ଷମତାଲିପ୍‌ସୁ ବ୍ୟକ୍ତି ହତ୍ୟା, ରକ୍ତପାତ ତଥା ବହୁ ଲୋମହର୍ଷଣକାରୀ ଘଟଣାର ନାୟକ ସାଜି ଅମାନୁଷିକତାର ପରିଚୟ ଦେଇଯାଇଛନ୍ତି । ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲ- ମାନଙ୍କ ଅଧୂନାୟକ ଚେଙ୍ଗିଜ୍ ଖାଁ ମଧ୍ୟ-ଏସିଆର ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ରକ୍ତପିପାସୁ,.. ରାଜ୍ୟଲିପ୍‌ସୁ ଭାବେ ସେ ଇତିହାସରେ ପରିଚିତ । ସେହିପରି ଜର୍ମାନୀର ନାଜି ଶାସକ ହିଟ୍‌ର ଏକ ସାଧାରଣ ପରିବାରରୁ ଆସି ଉଚ୍ଚାଭିଳାଷ ଓ ଦୃଢ଼ ମନୋବଳକୁ ପାଥେୟ କରି ସମଗ୍ର ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇପାରିଥିଲେ । କାଳବକ୍ଷରେ ଏହି ବିଶ୍ୱରେ ବହୁ ସଭ୍ୟତା, ବହୁ ମତବାଦ ଗଢ଼ିଉଠି, ଉନ୍ନତିର ଚରମଶୀର୍ଷ ସ୍ପର୍ଶକରି ପୁନଶ୍ଚ କରାଳ ଗର୍ଭରେ ଲୀନ ହୋଇଯାଇଛି ଏହିପରି ସବୁକିଛିର ଉତ୍‌ଥାନ, ପତନ ଗୋଟିଏ ସତ୍ୟ କହିଯାଏ ଯେ ଏ କାଳବକ୍ଷରେ କିଛିହେଲେ ଚିରସ୍ଥାୟୀ ନୁହେଁ ପରିବର୍ତ୍ତନଶୀଳ ଦୁନିଆରେ ସବୁରି ଊର୍ଦ୍ଧ୍ବରେ କିନ୍ତୁ ରହିଛି ଏକମାତ୍ର କଲମ । ତା’ର ସ୍ଥିତି ଥୁଲା, ଅଛି ଓ ଚିରକାଳ ସେ ହିଁ ରାଜୁତି କରୁଥ୍ ।

ବିବର୍ତ୍ତନର କରାଳ ଗର୍ଭରେ ସବୁକିଛିର ରୂପାନ୍ତର ଘଟୁଥିଲେ ମଧ୍ୟ ସେସବୁର ମୂକସାକ୍ଷୀ ରହିଯାଏ କଲମର ଗାର । ଏଇ ବିଶ୍ୱବକ୍ଷରେ ବହୁ ମହାମନୀଷୀ ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ତଥା ମାନବଧର୍ମର ସୁରକ୍ଷା ପାଇଁ ମହାବାଣୀ ଦେଇଯାଇଛନ୍ତି । ଗୌତମ ବୁଦ୍ଧ, ଶଙ୍କରାଚାର୍ଯ୍ୟ, ଯୀଶୁଖ୍ରୀଷ୍ଟଙ୍କ ପରି ପୟଗମ୍ବରମାନଙ୍କ ମୁଖନିଃସୃତ ଶାଶ୍ୱତବାଣୀ ଅଦ୍ୟାବଧୂ ମାନବଜାତିକୁ ସତ୍ୟର ପଥ ନିର୍ଦ୍ଦେଶ କରିଚାଲିଛି । କାଳବକ୍ଷରେ ସେମାନେ ଲୁଚିଯାଇଥିଲେ ମଧ୍ୟ ସେମାନଙ୍କର ଅମୃତ ଉପଦେଶକୁ ଚିରକାଳ ପାଇଁ ସାଇତି ରଖୁଛି ଲେଖନୀ । ମିଥ୍ୟା, ଛଳନାପୂର୍ଣ୍ଣ ଆଜିର ଦୁନିଆରେ ଧର୍ମ ଓ ସତ୍ୟର ପୁନଃ ପ୍ରତିଷ୍ଠା ପାଇଁ ଜାଗିଉଠି ମାନବ ଜାତିକୁ ଉଚିତ ମାର୍ଗ ଦର୍ଶନ କରାଇବାର ସମୟ ଉପଗତ ।

ତେଣୁ ଜନଜାଗରଣ ପାଇଁ ସେହି ଲେଖନୀ ପୁନଶ୍ଚ ସକ୍ରିୟ ହୋଇଉଠୁ… ବୋଲି କବି କାମନା କରିଛନ୍ତି । କାରଣ ଲେଖନୀ ହିଁ ଛଳନା କି ପ୍ରତାରଣା କରିପାରେନା କି ଗୁଣ୍ଡାମି ଆଗରେ ମଥାନତ .. କରେନା । ଲେଖନୀ ହିଁ ସମାଜରେ କୁର ଖଳନାୟକର ଛଦ୍ମବେଶ ଖୋଲିଦେଇ ତା’ର ଅସଲ ଚେହେରାକୁ ଲୋକଲୋଚନକୁ,. ଆଣେ । ଭ୍ରଷ୍ଟାଚାର, ବ୍ୟଭିଚାର, ସ୍ଵେଚ୍ଛାଚାର ଓ ଯଥେଚ୍ଛାଚାର ବିରୋଧରେ ଜନତାର ଅଜ୍ଞାନାନ୍ଧକାର ପୂର୍ଣ୍ଣ ହୃଦୟରେ ଜାଳିଦିଏ.. ‘ ବିଦ୍ରୋହର ଅଗ୍ନିଶିଖା । ସମସ୍ତ ଶୋଷଣ, ପେଷଣ, ଅତ୍ୟାଚାରକୁ କଲମର କେତୋଟି ଗାର ମୂଳୋତ୍ପାଟନ କରିପାରେ । , ଦୁନିଆର ସମସ୍ତ ଦୈହିକ, ଯାନ୍ତ୍ରିକ ତଥା କୂଟକପଟ ଶକ୍ତି ଊର୍କରେ କଲମର ଶକ୍ତି ।

BSE Odisha 9th Class Odia Solutions Chapter 3 ହେ ମୋର କଲମ

କଲମ ମୁନର ମହାଶକ୍ତି ମାନବର ଦୃଢ… ଶୃଙ୍ଖଳକୁ ଛିନ୍ନ ବିଚ୍ଛିନ୍ନ କରେ, ସବୁ ବନ୍ଧନ ମୋଚନ କରିପାରେ । ଅଜ୍ଞ ଓ ଅନ୍ଧ ଜନର ଚକ୍ଷୁ ଉନ୍ନୀଳନ କରେ ଓ ସଦା ସତ୍ୟର ପକ୍ଷ ସମର୍ଥନ କରେ । ମାନବ ପ୍ରାଣରେ ସୃଷ୍ଟି କରେ ସତ୍ୟ-ଶିବ-ସୁନ୍ଦରର ଦିବ୍ୟଚେତନା । ଯୁଗ ଯୁଗ ଧରି ମାନବର ଅଜ୍ଞାନ ତିମିରିତ ହୃଦୟରେ ତୋଳିଧରେ ଜ୍ଞାନର ଆଲୋକବର୍ତ୍ତିକା । ସେହି କଲମର ପୁନର୍ଜାଗରଣପାଇଁ କବି ମନର ଆବେଗପୂର୍ଣ୍ଣ ବ୍ୟଗ୍ରତା କବିତାରେ ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଚିର – ସବୁଦିନ ପାଇଁ ।
  • ମୌନୀ – ଯେ ନୀରବ ରହନ୍ତି। ଚୁପ୍ ରହିଥା’ନ୍ତି ।
  • ତନୁ – ପୃଥ‌ିବୀପୃଷ୍ଠ ।
  • ଜାଗ୍ରତ – ପ୍ରେରଣା ଦେବା, ଉଠାଇଦେବା ।
  • ମମ – ମୋର ।
  • ସଖା – ସହଚର, ବନ୍ଧୁ ।
  • ମନଲେଖା – ମନକଥା ।
  • ମନଳେଖା – ନଗର/ ଗୃହ ।
  • ପୁର – ଭୂମି ଉପର/ ଅଧୋଭାଗ ।
  • ତଳ – କ୍ରାନ୍ତିକାରୀ, ଆଲୋଡ଼ନ ସୃଷ୍ଟିକାରୀ ।
  • ବିପ୍ଳ- ସବୁବେଳେ ।
  • ଅହରହ – ଅସମତଳ ।
  • ବଷୁର – ପୂର୍ବକାଳୀନ ।
  • ଉଦ୍ୟତ କର – ଚେଷ୍ଟା, ନିରତ, ଉଦ୍ୟମରତ ।
  • ବିଶ୍ୱ।ସ- ଅନ୍ତରଙ୍ଗ, ଆପଣାର ।
  • ତୀଷଶ – ଧାରୁଆ ।
  • ମୁଖରିତ – ଧ୍ଵନିତ। ଶବ୍ଦାୟମାନ ।
  • ବରିଚ – ବରଣ କରିଚ(ଛ) ।
  • ଅମର ଯଶ – ଶାଶ୍ଵତ କୀର୍ତ୍ତି ।
  • ଧାରଣା ବୁକୁ – ପୃଥ‌ିବୀ ବକ୍ଷ ।
  • ଜାଗ୍ରତ କର – ଜଗାଇଦେବା, ଉଠାଇଦେବା ।
  • ମୁଳ୍ତି – ସ୍ବାଧୀନ ।
  • କରବାଳ – ଖଣ୍ଡା ।
  • ମୁଷଳ – ଗଦା ।
  • ବାଡ଼ବ – ସମୁଦ୍ର ଅଗ୍ନି ।
  • ମରୁ – ମରୁଭୂମି, ଶୁଦ୍ଧଭୂମି ।
  • ଚେଙ୍ଗିସ୍ – ତ୍ରୟୋଦଶ ଶତାବ୍ଦୀରେ ମଙ୍ଗୋଲମାନଙ୍କ ଅଧ୍ୟାନାୟକ ଚେଙ୍ଗିସ୍ ଖାଁ ମଧ୍ୟ-ଏସିଆରେ ମୁସଲମାନ ସାମ୍ରାଜ୍ୟ ଧ୍ବଂସ କରିଥିଲେ । ଜଣେ ନିଷ୍ଠୁର, ନରହନ୍ତାକାରୀ ଓ ରାଜ୍ୟଲିପ୍‌ସୁ ଭାବରେ ସେ ଇତିହାସରେ ପରିଚିତ ।
  • ହିଟ୍‌ଲର୍ – ଆଡ଼ଲଫ୍ ହିଟଲର (୧୮୮୯-୧୯୪୫) ଅଷ୍ଟ୍ରିଆରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜଣେ ଦୃଢ଼ମନା, ଉଚ୍ଚାଭିଳାଷୀ ଓ ନିଷ୍ଠୁର ପ୍ରକୃତି ସମ୍ପନ୍ନ ବ୍ୟକ୍ତିଭାବରେ ସେ ପରିଚିତ । ନାଜି ପାର୍ଟି ଗଠନ କରି ସେ ଜର୍ମାନୀର ସର୍ବୋଚ୍ଚ ଅଧିକାରୀ ହୋଇଥଲେ ।
  • ଧରଣୀ ଦୁଆରେ – ପୃଥ‌ିବୀ ଉପରେ ।
  • ଅମର ଗାର – ଅଲିଭା ରେଖା ।
  • ମୁଶ୍ତ। – ତୀକ୍ଷ୍ଣଣହୀନତା ଗୋଡ଼ି ।
  • ଅନ୍ତର – ହୃଦୟ ।
  • ଦୁବିହ – ମଣିଷ ।
  • ଇଙ୍ଗିତରେ – ନିର୍ଦ୍ଦେଶରେ ।
  • ବଚନ – କଥା, ବାକ୍ୟ ।
  • ଉଦ୍ୟତ – ପ୍ରଚେଷ୍ଟା କରିବା ।
  • ଗୁଣ୍ଡ।ମି – ବଳପ୍ରୟୋଗ
  • ଦୂଷଣ – ନିନ୍ଦା, ଅପବାଦ ।
  • ବଷରେ- ଛାତିରେ ।
  • ଶିବ – ମଙ୍ଗଳମୟ ।
  • ପ୍ରଦୀପ ହସେ – ଦୀପର ଉଜ୍ଜ୍ୱଳ ଆଲୋକ
  • ଅଳୀକ – ମିଥ୍ୟା, କ୍ଷଣିକ ।
  • ସୁଧା – ଅମୃତ ।
  • ଉଦ୍ୟତ – ପ୍ରସ୍ତୁତ ।
  • ଭାଜେ – ଭାଙ୍ଗିଯାଏ ।
  • ବଜ୍ର – ଶକ୍ତ ସମରାସ୍ତ ।
  • ଧରାଜଳେ – ପୃଥ‌ିବୀରେ ।
  • ଗିରି – ପର୍ବତ ।
  • ଧରାଜଳେ – ପୃଥ‌ିବୀର ପାଣିରେ ।
  • ବୁଦ୍ବୁଦ୍- ଫୋଟକା ।
  • ଜଡ଼ – ଚଳତୃଶକ୍ତିବିହୀନ ।
  • ଧାର – ମୁନ ।
  • ଧରଣୀ ବୁକୁ – ପୃଥ‌ିବୀପୃଷ୍ଠ ।
  • କାଳ – ମୃତ୍ୟୁ ।
  • ଗାର – ରେଖା ।
  • ଜାଗ୍ରତ – ସଚେତନ
  • ଥକିବା – ହାଲିଆ ହେବା ।
  • ପେଷିଣ – ପେଷି ହୋଇଯିବା ।
  • ଛେଦନ – ଛିଣ୍ଡାଇଦେବା ।
  • ବିପ୍ଳବ – ଆନ୍ଦୋଳନ ।
  • ଯୁଗଯୁଗାନ୍ତ – କାଳ କାଳାନ୍ତର ।

Leave a Comment