BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Odisha State Board BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ Textbook Exercise Questions and Answers.

BSE Odisha Class 8 Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) …………….. ର ଜଳୀୟ ଦ୍ରବଣ ବିଦ୍ୟୁତ୍‌ କୁପରିବାହୀ ଅଟେ । (ଲୁଣ, ଚିନି, କପରସଲ୍‌ଫେଟ୍)
(b) ତରଳ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ବିଦ୍ୟୁତ୍ ସ୍ରୋତର ………………….. ପ୍ରଭାବ ଅନୁଭୂତ ହୁଏ । (ରାସାୟନିକ, ଚୁମ୍ବକୀୟ, ତାପୀୟ)
(c) କିପର ସଲଫେଟ୍ ଦ୍ରବଣରେ ବିଦ୍ୟୁତ୍ ପ୍ରବାହିତ ହେଲେ କପର୍ ……………….. ଅଗ୍ରଠାରେ ଜମା ହୁଏ । (ଯୁକ୍ତାତ୍ମକ, ବିଯୁକ୍ତାତ୍ମକ, ଉଭୟ)
(d) ବିଦ୍ୟୁତ୍ ସ୍ରୋତ ସାହାଯ୍ୟରେ ଏକ ଧାତୁ ଉପରେ ଅନ୍ୟ ଏକ ଧାତୁର ପ୍ରଲେପ ଦେବାକୁ …………………… କହାଯାଏ । (ବିଦ୍ୟୁତ୍ ବିଶ୍ଳେଷଣ, ବିଦ୍ୟୁତ୍ଵକରଣ, ବିଦ୍ୟୁତ୍ ପ୍ରଲେପନ)
(e) ପାଣି ପାଇପ୍‌ରେ କଳଙ୍କି ନ ଲାଗିବାପାଇଁ ………………………. ଲେପନ କରାଯାଏ । (ଲୁହା, ତମ୍ବା, ଦସ୍ତା)

Answers:
(a) ଚିନି
(b) ରାସାୟନିକ
(c) ବିଯୁକ୍ତାତ୍ମକ
(d) ବିଦ୍ୟୁତ୍ ପ୍ରଲେପନ
(e) ଦସ୍ତ

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 2.
ବିଜ୍ଞାନସମ୍ମତ କାରଣ ଲେଖ ।
(a) ପାତିତ ଜଳ ବିଦ୍ୟୁତ୍ କୁପରିବାହୀ; ମାତ୍ର ସମୁଦ୍ର ଜଳ ବିଦ୍ୟୁତ୍ ସୁପରିବାହୀ ।
ଉ-

  • ପାତିତ ଜଳରେ ଧାତବ ଲବଣ ନଥିବାରୁ ଏହା ବିଦ୍ୟୁତ୍ କୁପରିବାହୀ ।
  • ସମୁଦ୍ର ଜଳରେ ଧାତବଲବଣି ଦ୍ରବୀଭୂତ ଅବସ୍ଥାରେ ଥ‌ିବାରୁ ଏହା ବିଦ୍ୟୁତ୍ ସୁପରିବାହୀ । ବୃଷ୍ଟିଜଳ ମଧ୍ୟ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇପାରେ ।

(b) ବୃଷ୍ଟିଜଳ ମଧ୍ୟ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇପାରେ ।
ଉ-

  • ବୃଷ୍ଟିଜଳ, ପାତିତ ଜଳ ପରି ସମ୍ପୂର୍ଣ୍ଣ ବିଶୁଦ୍ଧ ନୁହେଁ । ଏଥ‌ିରେ ଅନ୍ୟାନ୍ୟ ଧାତବ ପଦାର୍ଥ ମିଶିରହିଥ‌ିବାର ସମ୍ଭାବନା ରହିଥାଏ ।
  • ତେଣୁ ଏଥିରେ ଅଳ୍ପ ପରିମାଣର ବିଦ୍ୟୁତ୍ ପ୍ରବାହ ଘଟିଥାଏ । ଏହାଫଳରେ ଟେଷ୍ଟର୍‌ର ସୂଚୀଚୁମ୍ବକରେ ବିକ୍ଷେପ ଘଟିଥାଏ ।

(c) ଘରେ ବିଦ୍ୟୁତ୍ ପରିପଥ ସଜାଡ଼ିବାବେଳେ ପରିପଥର ବିଦ୍ୟୁତ୍ ପ୍ରବାହ କାଟିଦେବା ନିରାପଦ ।
ଉ-

  • ବିଦ୍ୟୁତ୍ ପରିପଥ ସଜାଡ଼ିବାବେଳେ ଯଦି ପରିପଥରେ ବିଦ୍ୟୁତ୍ ପ୍ରବାହ ଘଟେ; ତେବେ ବିଦ୍ୟୁତ୍ ଆଘାତ ଲାଗିଥାଏ । ଏହାଫଳରେ ଜୀବନ ହାନିର ଆଶଙ୍କା ରହିଥାଏ ।
  • ତେଣୁ ବିଦ୍ୟୁତ୍ ପରିପଥରେ ମରାମତି କାର୍ଯ୍ୟ କଲାବେଳେ ବିଦ୍ୟୁତ୍ ପ୍ରବାହ କାଟିଦେବା ନିରାପଦ ଅଟେ । ସାଇକେଲ୍ ରିମ୍‌ରେ ନିକେଲ୍‌ କିମ୍ବା କ୍ରୋମିୟମ୍ ପ୍ରଲେପନ କରାଯାଇଥାଏ ।

(d) ସାଇକେଲ୍ ରିମ୍‌ରେ ନିକେଲ୍ କିମ୍ବା କ୍ରୋମିୟମ୍ ପ୍ରଲେପନ କରାଯାଇଥାଏ ।
ଉ-

  • ନିକେଲ କିମ୍ବା କ୍ରୋମିୟମ୍ ଧାତୁ ସହଜରେ କଳଙ୍କି ଧରେ ନାହିଁ ଏବଂ ଏହା ମଧ୍ୟ ଦାଗ ପ୍ରତିରୋଧକ ଅଟେ ।
  • ଲୁହାରେ ତିଆରି ସାଇକେଲ୍ ରିମ୍ ଉପରେ ବିଦ୍ୟୁତ୍ ବିଶ୍ଳେଷଣ ପଦ୍ଧତିରେ ନିକେଲ କିମ୍ବା କ୍ରୋମିୟମର ଏକ ପତଳା ପ୍ରଲେପ ଦେଇ ରିମ୍‌କୁ ଚକ୍ ଚକ୍ କରାଯାଇଥାଏ ।
  • ଏହାଫଳରେ ସାଇକେଲ୍‌ ରିମ୍ବର ସ୍ଥାୟିତ୍ଵ ଏବଂ ଆକର୍ଷଣୀୟତା ବୃଦ୍ଧି ପାଇଥାଏ ।

Question 3.
ସୂଚୀଚୁମ୍ବକରେ ବିକ୍ଷେପ ଦେଖାଇ ପାରୁଥ ତିନୋଟି ଦ୍ରବଣ ହେଲା –
ଉ-

  • ଲୁଣପାଣି
  • ସୋଡ଼ାପାଣି ଓ
  • ଭିନେଗାର ।

Question 4.
A ଓ B ଦ୍ରବଣରେ ଏକ ଟେଷ୍ଟର୍ ଦ୍ବାରା ପରିବାହିତା ପରୀକ୍ଷା କରାଗଲା । A ଦ୍ରବଣରେ ବଲ୍‌ବଟି ଜୋର୍‌ରେ ଜଳିଲା । ନିମ୍ନଲିଖ ମଧ୍ୟରୁ କେଉଁଟି ଅଧୂକ ଠିକ୍ ?
(a) A, B ଅପେକ୍ଷା ଉତ୍ତମ ପରିବାହୀ
(b) B, A ଅପେକ୍ଷା ଉତ୍ତମ ପରିବାହୀ
(c) ଉଭୟ ସମାନ ଧରଣର ପରିବାହୀ
(d) ତରଳର ପରିବାହିତା ଏହିପରି ଭାବରେ ମାପି ହେବ ନାହିଁ ।
ଉ-
A, B ଅପେକ୍ଷା ଉତ୍ତମ ପରିବାହୀ

Question 5.
ଉପରୋକ୍ତ ପରିପଥରେ ବଲବ୍ ଜଳୁ ନାହିଁ । ଏଥ‌ିନିମନ୍ତେ କି କି କାରଣ ହୋଇପାରେ ଲେଖ ।
BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 1
ଉ-

  • ପାତ୍ରରେ ଥ‌ିବା ଦ୍ରବଣ ବିଦ୍ୟୁତ୍ କୁପରିବାହୀ ହୋଇଥିଲେ ପରିପଥରେ ଥିବା ବଲ୍‌ ଜଳିବ ନାହିଁ ।
  • ପାତ୍ରରେ ଥିବା ତରଳ ପଦାର୍ଥରେ ଅଳ୍ପ ବିଦ୍ୟୁତ୍ ପ୍ରବାହ ହେଉଥିଲେ, ପରିପଥରେ ବଲବ୍ ଜଳିବ ନାହିଁ ।
  • ବ୍ୟାଟେରୀ ଓ ବଲ୍‌ବ ସହ ଲାଗିଥିବା ତାର ବିଦ୍ୟୁତ୍ କୁପରିବାହୀ ହୋଇଥିଲେ, ପରିପଥରେ ବଲ୍‌ବ ଜଳିବ ନାହିଁ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 6.
ଝଡ଼ବର୍ଷାବେଳେ ଓଦାହୋଇ ଇଲେକ୍‌ଟ୍ରିସିଆନ୍ ବିଦ୍ୟୁତ୍ ପରିପଥ ମରାମତି କରିବା ନିରାପଦ କି ? ତୁମ ଉତ୍ତର ସପକ୍ଷରେ କାରଣ ଲେଖ ।
ଉ-
ଝଡ଼ବର୍ଷାବେଳେ ଓଦାହୋଇ ଇଲେକ୍‌ଟ୍ରିସିଆନ୍ ବିଦ୍ୟୁତ୍ ପରିପଥ ମରାମତି କରିବା ନିରାପଦ ନୁହେଁ ।
କାରଣ – ବର୍ଷାପାଣି ବିଦ୍ୟୁତ୍ ସୁପରିବାହୀ ଅଟେ । ଏହି ସମୟରେ ବିଦ୍ୟୁତ୍ ପରିପଥର ମରାମତି କାର୍ଯ୍ୟ କଲେ ଇଲେକ୍‌ଟ୍ରିସିଆକୁ ବିଦ୍ୟୁତ୍ ଆଘାତ ଲାଗିବାର ଆଶଙ୍କା ରହିଥାଏ ।

Question 7.
ତୁମେ ଦେଖୁଥ‌ିବା ତିନୋଟି ବିଦ୍ୟୁତ୍ ପ୍ରଲେପିତ ଜିନିଷର ଏକ ତାଲିକା କର । ସେଥ‌ିରେ କାହା ଉପରେ କେଉଁ ଧାତୁର ପ୍ରଲେପ ଦିଆଯାଇଛି ଲେଖ ।
ଉ-

  • ସୁନାଚୁଡ଼ି – ଏଥରେ ବ୍ରୋଞ୍ଜ ଉପରେ ସୁନାର ପ୍ରଲେପ ଦିଆଯାଇଥାଏ ।
  • ଜି.ଆଇ. (G.I.) ପାଇପ୍ – ଲୁହା ପାଇପ୍ ଉପରେ ଦସ୍ତା ଧାତୁର ପ୍ରଲେପ ଦିଆଯାଇଥାଏ ।
  • ଟିଣ ଡବା – ଲୁହା ଉପରେ ଟିଣ ଧାତୁର ପ୍ରଲେପନ ଦିଆଯାଇଥାଏ ।

Question 8.
ବିଦ୍ୟୁତ୍ ପ୍ରଲେପନ କହିଲେ କ’ଣ ବୁଝ, ଗୋଟିଏ ଉଦାହରଣ ସହ ବର୍ଣ୍ଣନା କର ।
ଉ-

  • ବିଦ୍ୟୁତ୍ ବିଶ୍ଳେଷଣ ପଦ୍ଧତିରେ ଏକ ଧାତବ ପଦାର୍ଥ ଉପରେ ଅନ୍ୟ ଏକ ଧାତୁର ପ୍ରଲେପ ଦେବା ପଦ୍ଧତିକୁ ବିଦ୍ୟୁତ୍ ପ୍ରଲେପନ କୁହାଯାଏ ।
  • ଧାତବ ଲବଣର ଦ୍ରବଣରେ ବିଦ୍ୟୁତ୍ ପ୍ରବାହ ଦ୍ବାରା ଉକ୍ତ ଧାତୁକୁ ପୃଥକ୍ କରି ଅନ୍ୟ ଏକ ଧାତୁ ଉପରେ ଜମା କରିବା ପ୍ରକ୍ରିୟାକୁ ବିଦ୍ୟୁତ୍ ପ୍ରଲେପନ କୁହାଯାଏ ।
  • ଏହା ବିଦ୍ୟୁତ୍ ସ୍ରୋତର ଏକ ରାସାୟନିକ ପ୍ରଭାବ ଅଟେ ।
  • ବିଦ୍ୟୁତ୍ ପ୍ରଲେପନ ପଦ୍ଧତିରେ ସବୁବେଳେ ବିଯୁକ୍ତାତ୍ମକ ବିଦ୍ୟୁତ୍ ଅଗ୍ର ଉପରେ ସେହି ଧାତୁର ଲବଣର ଦ୍ରବଣକୁ ମାଧ୍ୟମରୂପେ ଦେବାକୁ ପଡ଼ିଥାଏ ।
  • ଉତ୍କୃଷ୍ଟ ଧାତୁକୁ ବ୍ୟାଟେରୀର ଯୁକ୍ତ ଅଗ୍ର ସହ (ଏନୋଡ୍) ଓ ନିକୃଷ୍ଟ ଧାତୁକୁ ବ୍ୟାଟେରୀର ବିଯୁକ୍ତ ଅଗ୍ର ସହ ( କ୍ୟାଥୋଡ୍) ସଂଯୋଗ କରାଯାଇଥାଏ ।

ଉଦାହରଣ –

  • ଲୁହାରେ ତିଆରି ଏକ ଚାବି ରିଂ ଉପରେ ତମ୍ବାର ପ୍ରଲେପ ଦେବା – କ ପ ରସଲ୍ ଫେଟ୍ ଦ୍ରବଣ ନିଆଯାଉ ।
  • ଏହି ଦ୍ରବଣର ପରିବାହିତା ବୃଦ୍ଧିପାଇଁ ସେଥ୍ରେ 2 ମି.ଲି. ଲଘୁ ଗନ୍ଧକାମ୍ଳ ମିଶାଯାଉ । ଚିତ୍ରରେ କରାଯାଉ ।
  • ପ୍ରଲେପିତ ହେବାକୁ ଥିବା ଚାବିରିଙ୍ଗକୁ ବ୍ୟାଟେରୀର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୋଗ କରି ଏହି ଦ୍ରବଣରେ ରଖାଯାଉ । ଏହା କ୍ୟାଥୋଡ୍ ରୂପେ କାର୍ଯ୍ୟ କରିବ ।
  • ତମ୍ବା ପାତଟିକୁ ଚାବିରିଙ୍ଗୁଠାରୁ ପ୍ରାୟ l ସେ.ମି. ବ୍ୟବଧାନରେ ଦ୍ରବଣ ମଧ୍ଯରେ ରଖାଯାଉ ଏବଂ ବ୍ୟାଟେରୀର ଯୁକ୍ତାତ୍ମକ ଅଗ୍ର ସହିତ ସଂଯୋଗ କରାଯାଉ । ଏହା ଏନୋଡ୍ ରୂପେ କାର୍ଯ୍ୟ କରିବ ।
  • ଆବଶ୍ୟକ ପରିପଥ ସଂପୂର୍ଣ୍ଣ ହେଲାପରେ ପ୍ରାୟ 10 ମିନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହକଲେ ଚାବିରିଙ୍ଗ୍ ଉପରେ ତମ୍ବାର ଏକ ପ୍ରଲେପ ହୋଇଯିବ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 2

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 9.
ବିଦ୍ୟୁତ୍ ପ୍ରଲେପନର ଆବଶ୍ୟକତା ଲେଖ
ଉ-
ବିଦ୍ୟୁତ୍ ପ୍ରଲେପନର ଆବଶ୍ୟକତା –

  • ଶିଳ୍ପକ୍ଷେତ୍ରରେ ଅନେକ ନିକୃଷ୍ଟ ଧାତୁ ଉପରେ ଉତ୍କୃଷ୍ଟ ଧାତୁର ପ୍ରଲେପ ଦେବାପାଇଁ ଏହା ବ୍ୟବହୃତ ହୋଇଥାଏ ।
  • କଳଙ୍କି ଲାଗୁଥିବା ଧାତୁ ଉପରେ କଳଙ୍କି ଲାଗୁ ନଥ‌ିବା ଧାତୁର ପ୍ରଲେପ ଦିଆଯାଇଥାଏ । ଏହାଦ୍ଵାରା ଧାତୁର ସୌନ୍ଦର୍ଯ୍ୟ, ଔଜଲ୍ୟ ଓ ସ୍ଥାୟିତ୍ଵ ବୃଦ୍ଧି ପାଇଥାଏ ।
  • ଅନେକ କ୍ଷେତ୍ରରେ ମୂଲ୍ୟବାନ ଧାତୁର ବ୍ୟବହାରଜନିତ ଖର୍ଚ୍ଚକାଟ ପାଇଁ ଏହି ପଦ୍ଧତି ଫଳପ୍ରଦ ହୋଇଥାଏ ।
  • ଏହି ପଦ୍ଧତିରେ ରୁପା କିମ୍ବା ସୁନାର ଲବଣରେ ଦ୍ରବଣ ତିଆରି କରି ବିଦ୍ୟୁତ୍ ବିଶ୍ଳେଷଣ ଦ୍ଵାରା ବ୍ରୋଞ୍ଜ ଚୁଡ଼ି ବୃଦ୍ଧିପାଇଥାଏ ।
  • ଟିଡ଼ବା ତିଆରି ପାଇଁ ଲୁହା ଉପରେ ଟିଣ ଧାତୁର ପ୍ରଲେପନ ଦିଆଯାଇଥାଏ । ଟିଣ ଲୁହା ଅପେକ୍ଷା ମୂଲ୍ୟବାନ ଓ ଅଧ‌ିକ କଳଙ୍କି ପ୍ରତିରୋଧୀ । ତେଣୁ ପ୍ରଲେପିତ ଡବାରେ ଖାଦ୍ୟ ପଦାର୍ଥ ସୁରକ୍ଷିତ ରହିଥାଏ ।
  • ପାଣି ପାଇପ୍‌ରେ ବ୍ୟବହୃତ ହେଉଥିବା ଲୁହାକୁ କଳଙ୍କିମୁକ୍ତ ରଖିବାପାଇଁ ଲୁହାପାଇପ୍ ଉପରେ ଦସ୍ତା ଧାତୁର ଲେପନ କରାଯାଇଥାଏ । ଏହି ପଦ୍ଧତିରେ ତିଆରି ପାଇପ୍‌ଗୁଡ଼ିକୁ ଜି.ଆଇ. (G.I.) ପାଇପ୍ କୁହାଯାଏ ।

Question 10.
ସୁନା ବୁଡ଼ି ତିଆରି ପାଇଁ ବ୍ରୋଞ୍ଜ୍ ଉପରେ ସୁନା ପ୍ରଲେପ ଦିଆଯାଇଥାଏ । କିପରି ପ୍ରଲେପନ ହୁଏ ତା’ର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଉ-
ବିଦ୍ୟୁତ୍ ପ୍ରଲେପନ –
BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 3

ଆଉ କ’ଣ କରିହେବ ?

Question 1.
ବିଭିନ୍ନ ଫଳ ଓ ପରିବା ନେଇ ତୁମ ତିଆରି ଟେଷ୍ଟର୍‌ରେ ପରିବାହିତା ପରୀକ୍ଷା କର ।
ଉ-
ପ୍ରାୟ ସମସ୍ତ ପ୍ରକାର ଫଳ ଓ ପରିବା ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହ କରିପାରିବ । କାରଣ ସେସବୁରେ ଜଳୀୟ ଅଂଶ ଥାଏ । ଯେହେତୁ ଜଳ ବିଦ୍ୟୁତ୍‌ର ସୁପରିବାହୀ, ତେଣୁ ଟେଷ୍ଟର୍‌ରେ ପରୀକ୍ଷାକଲେ ବିଭିନ୍ନ ଫଳ ଓ ପରିବା ମଧ୍ୟଦେଇ ବିଦ୍ୟୁତ୍ ପରିବହନ କରି ପାରିବ ବୋଲି ଆମେ ଜାଣିପାରିବା ।

Question 2.
ପ୍ରଶ୍ନ ନଂ-୮ର ଚିତ୍ରରେ ଦର୍ଶାଯାଇଥ‌ିବା ପରୀକ୍ଷାରେ ବିଯୁକ୍ତାତ୍ମକ ଅଗ୍ରକୁ ପରିବର୍ତ୍ତନ କରି ସେଠାରେ ଗୋଟିଏ ଦସ୍ତାପାତ ଲଗାଅ । ପରୀକ୍ଷାଟି ଆଉଥରେ କର । କ’ଣ ହେଉଛି ଦେଖ ।
ଉ-
ଚିତ୍ରରେ ଦର୍ଶାଯାଇଥିବା ପରୀକ୍ଷାରେ ବିଯୁକ୍ତାତ୍ମକ ଅଗ୍ରକୁ ପରିବର୍ତ୍ତନ କରି ସେଠାରେ ଯଦି ଗୋଟିଏ ଦସ୍ତାପାତ ଲଗାଇବା; ତେବେ ଦସ୍ତା ଉପରେ ତମ୍ବାର ଏକ ପ୍ରଲେପ ହୋଇଯିବ । ଏହି ପ୍ରକ୍ରିୟାର ନାମ ବିଦ୍ୟୁତ୍ ପ୍ରଲେପନ ପ୍ରକ୍ରିୟା ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Question 3.
ତୁମ ଅଞ୍ଚଳରେ ବିଦ୍ୟୁତ୍ ପ୍ରଲେପନ କାରଖାନା ଥିଲେ ସେଠାକୁ ଯାଇ କି ଧାତୁ ଉପରେ କି ଧାତୁ ପ୍ରଲେପନ ହେଉଛି ପଚାରି ବୁଝ । କିପରି ପ୍ରଲେପନ ହେଉଛି ଅନୁଧ୍ୟାନ କର । ଆମେ ଏଠାରେ ପଢ଼ିଥ‌ିବା ପଦ୍ଧତି ଅପେକ୍ଷା ବାସ୍ତବ କ୍ଷେତ୍ରରେ କ’ଣ ଅଲଗା ଅଛି, ଦେଖ ।
ଉ-
ବିଦ୍ୟୁତ୍ ପ୍ରଲେପନ କାରଖାନାରେ ବିଭିନ୍ନ ଧାତୁ ଉପରେ ଅନ୍ୟ ଧାତୁମାନଙ୍କର ପ୍ରଲେପ ଦିଆଯାଇଥାଏ । ଇସ୍ପାତ୍ କାରଖାନାରେ ଲୁହା ଉପରେ ଟିଣର ପ୍ରଲେପ ଦିଆଯାଇଥାଏ । ଅଳଙ୍କାର ଗଢ଼ାହେଉଥ‌ିବା ଦୋକାନମାନଙ୍କରେ
ରୁପା ଅଳଙ୍କାର ଉପରେ ସୁନାର ପ୍ରଲେପ ଦିଆଯାଇଥାଏ ।

Question 4.
କ୍ରୋମିୟମ୍ ପ୍ରଲେପନଜନିତ ପ୍ରଦୂଷଣ ଖୋଜି ବାହାର କର । ଏଥ‌ିପାଇଁ କୌଣସି ବହି, ତୁମ ବିଜ୍ଞାନ ଶିକ୍ଷକ, କୌଣସି ପରିବେଶବିତ୍ କିମ୍ବା ଇଣ୍ଟରନେଟ୍‌ର ସାହାଯ୍ୟ ନେଇପାର ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟାକରିବ /

Question 5.
ଗୋଟିଏ ମ୍ୟାଜିକ୍ ପେନ୍ (magic pen) ତିଆରି କର । ଏଥ୍‌ପାଇଁ ଗୋଟିଏ ଧାତବ ପାତ ନିଅ । ତା’ ଉପରେ ପୋଟାସିୟମ୍ ଆୟୋଡ଼ାଇଡ୍ ଓ ମଣ୍ଡଦ (starch) ର ଏକ ଘନ ମିଶ୍ରଣ ଲଗାଇ ଦିଅ । ଚିତ୍ରରେ ଦେଖାଯିବା ପରି ପ୍ଲେଟ୍ ବା ପାତକୁ ବ୍ୟାଟେରୀ ସହ ସଂଯୁକ୍ତ କର । ତାରର ମୁକ୍ତ ଅଗ୍ରକୁ ବ୍ୟବହାର କରି ପ୍ଲେଟ୍ ଉପରେ ଲେଖ । ଦେଖ କିପରି ଦିଶୁଛି ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟାକରିବ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ 4

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i)………………………. ବଲ୍‌ବ ସାଧାରଣ ବଲ୍‌ବ ଅପେକ୍ଷା କମ୍ ବିଦ୍ୟୁତ୍ ସ୍ରୋତରେ କାର୍ଯ୍ୟ କରେ ।
(ii) ଯେଉଁ ତରଳରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ତାହା ବିଦ୍ୟୁତ୍ ……………………….. ।
(iii) ଯେଉଁ ତରଳରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ନାହିଁ, ତାହା ………………………… ।
(iv) ସେଲ୍‌ର ଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ………………….. କୁହାଯାଏ ।
(v) ସେଲ୍‌ର ବିଯୁକ୍ତ ଅଗ୍ରସହ ସଂଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ……………………. କୁହାଯାଏ ।
(vi) ………………. ଜଳ ବିଦ୍ୟୁତ୍ ପରିବହନ କରିପାରେ ନାହିଁ ।
(vii) ଯେଉଁ ଦ୍ରବଣ ବିଦ୍ୟୁତ୍ ସୁପରିବାହୀ ତାହାକୁ …………………. କୁହାଯାଏ ।
(viii) ଅମ୍ଳୀକୃତ ଜଳର ବିଦ୍ୟୁତ୍ ବିଶ୍ଳେଷଣ ବେଳେ ଏନୋଡ଼ଠାରେ ……………………. ଗ୍ୟାସ୍ ବାହାରେ ।
(ix) ଅମ୍ଳୀକୃତ ଜଳର ବିଦ୍ୟୁତ୍ ବିଶ୍ଳେଷଣବେଳେ କ୍ୟାଥୋଡ଼ଠାରେ …………………. ଗ୍ୟାସ୍ ବାହାରେ ।
(x) ଦ୍ରବଣ ମଧ୍ଯରେ ଅଣୁମାନଙ୍କର ବିଭାଜନକୁ ………………… କୁହାଯାଏ ।
(xi) ଲୁହା ଉପରେ ଦସ୍ତାର ପ୍ରଲେପନକୁ ……………………… କୁହାଯାଏ ।
(xii) ଧାତବ ଆୟନ …………………. ଚାର୍ଜ ବିଶିଷ୍ଟ ।
(xiii) ବିଦ୍ୟୁତ୍ ପ୍ରବାହଦ୍ଵାରା ଧାତୁର ଶୋଧନକୁ ………………… କୁହାଯାଏ ।
(xiv) ପାତିତ ଜଳ ବିଦ୍ୟୁତ୍ ……………………… ।
(xv) ………………….. ସାହାଯ୍ୟରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ମପାଯାଏ ।
(xvi) ବିଯୁକ୍ତାତ୍ମକ ଅଗ୍ରସହ ସଂଯୁକ୍ତ ବିଦ୍ୟୁଦଗ୍ରକୁ ……………………. କହନ୍ତି ।
(xvii) LED ବଲ୍‌ବର ତାରକୁ ……………………… କୁହାଯାଏ ।
(xviii) ପ୍ରତ୍ୟେକ ଅଣୁର ଯୁକ୍ତାତ୍ମକ ଚାର୍ଜର୍ଚ୍ଚା ଅଂଶକୁ ………………….. କୁହାଯାଏ ।
(xix) ଘରର ଗାଧୁଆଘର ପାଇପ୍‌ରେ ବ୍ୟବହୃତ ହେଉଥ‌ିବା ଲୁହାକୁ କଳଙ୍କିମୁକ୍ତ ରଖିବାପାଇଁ ଲୁହା ପାଇପ୍ ଉପରେ …………………………. ଧାତୁ ଲେପନ କରାଯାଏ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

Answers:
(i) LED
(ii) ବିଦ୍ୟୁତ୍ ସୁପରିବାହୀ
(iii) ବିଦ୍ୟୁତ୍ କୁପରିବାହୀ
(iv) ଏନୋଡ଼
(v) କ୍ୟାଥୋଡ଼
(vi) ବିଶୁଦ୍ଧ
(vii) ବିଦ୍ୟୁତ୍ ବିଶ୍ଳେଷ
(viii) O2
(ix) H2
(x) ବିୟେ।ଜନ
(xi) ବିୟୋଜନ
(xii) ଗାଲଭାନାଇଜେସନ୍
(xiii) ବିଦ୍ୟୁତ୍ ଶୋଧକ
(xiv) ସୁପରିବାହୀ
(xv) ଗାଲ୍‌ ଭାନୋମିଟର
(xvi) କ୍ୟାଥୋଡ୍
(xvii) ଲିଡ୍‌ସ
(xviii) ଯୁକ୍ତାତ୍ମକ ଆୟନ
(xix) ଦସ୍ତ୍ରା

2. ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ………………….. ସାହାଯ୍ୟରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ମପାଯାଏ । (ଗାଲଭାନୋମିଟର, ଏମିଟର, ଭୋଲ୍ସମିଟର, ରିଓଷ୍ଟାଟ୍)
(ii) ପାଶି ପାଇପ୍ରେ ……………. ଧାତୁର ଲେପ ଦିଆଯାଏ । (Fe, Cu, Zn, Ag)
(iii) ……………….. ଧାତୁ ଚକ୍‌କ୍ କରେ । କଳଙ୍କି ଧରେ ନାହିଁ ଓ ଦାଗ ପ୍ରତିରୋଧକ । (Cr, Fe, Cu, Still)
(iv) ………………… ବିଦ୍ୟୁତ୍ କୁପରିବାହୀ । (ଲୁଣପାଣି, ଲେମ୍ବୁପାଣି, ସୋଡ଼ାପାଣି, ଚିନିପାଣି)
(v) ……………………. ର ଜଳୀୟ ଦ୍ରବଣ ବିଦ୍ୟୁତ୍ କୁପରିବାହୀ ଅଟେ ।
(vi) ………………… ପ୍ରଭାବ ଅନୁଭୂତ ହୁଏ । ( ରାସାୟନିକ, ଭୌତିକ, ଚୁମ୍ବକୀୟ, ତାପୀୟ)
(vii) CuSO4 ……………… ଅଗ୍ରଠାରେ ଜମା ହୁଏ । (+ve,- ve, ଉପରିଭାଗରେ, ନିମ୍ନଭାଗରେ)
(viii) ………………….. ର ଜଳୀୟ ଦ୍ରବଣ ବିଦ୍ୟୁତ୍ କୁପରିବାହୀ । ଲୁଣ, ଚିନି, CuSO4, କୌଣସିଟି ନୁହେଁ)
(ix) …………………… ରେ ବିଦ୍ୟୁତ୍ ପ୍ରବାହ ଘଟେ ନାହିଁ । (ଅମ୍ଳ, ଲବଣ, ପାତିତଜଳ, କ୍ଷାରର ଜଳୀୟ ଦ୍ରବଣ )
(x) ବିଜୁଳି ମାରିବାବେଳେ ଚାର୍ଜ …………………. ମାଧ୍ୟମରେ ଗତିକରେ । (ଜଳ, ବାୟୁ, ଶୂନ୍ୟ, ପବନ)

Answers:
(i) ଗାଲ୍‌ଭାନୋମିଟର,
(ii) Zn,
(iii) Cr,
(iv) ଚିନିପାଣି,
(v) Zn,
(vi) ରାସାୟନିକ,
(vii) –ve,
(viii) ଚିନି,
(ix) ପାତିତଜଳ,
(x) ବାୟୁ ।

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

3. ବାମ ପାର୍ଶ୍ୱସ୍ଥ ସଂପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) ଧାତୁ : ବିଦ୍ୟୁତ୍ ସୁପରିବାହୀ :: ଗ୍ରାଫାଇଟ୍ : ……………………… ।
(ii) ଲୁଣପାଣି : ବିଦ୍ୟୁତ୍ ପରିବହନ କରେ :: ଚିନିପାଣି : ……………………… ।
(iii) ଅମ୍ଳ : ଶର୍କରା :: ବିଦ୍ୟୁତ୍ ସୁପରିବାହୀ ……………………… ।
(iv) ସାଇକେଲ ରିମ୍ : କ୍ରୋମିୟମ୍ :: ବ୍ରୋଞ୍ଜବୁଡ଼ି : ……………………… ।
(v) ଅଧାତୁ : ବିଦ୍ୟୁତ୍ କୁପରିବାହୀ :: ଧାତୁ : ……………………… ।
(vi) ଯୁକ୍ତ ବିଦ୍ୟୁଦଗ୍ର : ଏନୋଡ୍ :: ବିଯୁକ୍ତ ବିଦ୍ୟୁଦ୍‌ : ……………………… ।
(vii) ତମ୍ବା : ବିଦ୍ୟୁତ୍ ସୁପରିବାହୀ :: ଗ୍ରାଫାଇଟ୍‌ : ……………………… ।
(viii) ବ୍ରୋଞ୍ଜ ଚୁଡ଼ି : ସୁନା :: ସାଇକେଲ୍ ରିମ୍ : ……………………… ।
(ix) ଟିଏଡ଼ବା : ଟିଣ ଧାତୁ :: GI ପାଇପ୍ : ……………………… ।
(x) ଆୟନ : ଚାର୍ଜ :: ପରମାଣୁ : ……………………… ।

Answers:
(i) ବିଦ୍ୟୁତ୍ ସୁପରିବାହୀ
(ii) ବିଦ୍ୟୁତ୍ ପରିବହନ କରେ ନାହିଁ
(iii) ବିଦ୍ୟୁତ୍ କୁପରିବାହୀ
(iv) ସୁନା
(v) ବିଦ୍ୟୁତ୍ ସୁପରିବାହୀ
(vi) କ୍ୟାଥୋଡ୍
(vii) ବିଦ୍ୟୁତ୍ ସୁପରିବାହୀ
(viii) କ୍ରୋମିୟମ୍
(ix) ଦସ୍ତାଧାର
(x) ଚାର୍ଜବିହୀନ

BSE Odisha 8th Class Science Solutions Chapter 14 ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ରୁପା ଇବୋନାଇଟ୍ (i) ସୁନାର ପ୍ରଲେପ
(ii) ଇବାନାରଟ୍ (ii) Ni କିମ୍ବା Cr ପ୍ରଲେପ
(iii) ଟିଣଡ଼ବା (iii) ଦ୍ରବଣରେ ଅଣୁମାନଙ୍କ ବିଭାଜନ
(iv) GI ପାଇପ୍ (iv) ବିଦ୍ୟୁତ୍ ସୁପରିବାହୀ
(v) ସୁନାଚୁଡ଼ି (v) ସର୍ବୋତ୍କୃଷ୍ଣ ବିଦ୍ୟୁତ୍ ପରିବାହୀ
(vi) ବର୍ଷାପାଣି (vi) ଦସ୍ତାଧାତୁର ପ୍ରଲେପ
(vii) ଭିନେଗାର (vii) ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ
(viii) ସାଇକେଲ ରିମ (viii) ବିଦ୍ୟୁତ୍ କୁପରିବାହୀ
(ix) ବିଯୋଜନ (ix) ଟିଣଧାତୁର ପ୍ରଲେପନ
(x) ବିଦ୍ୟୁତ୍ ପ୍ରଲେପନ (x) ସୂଚୀଚୁସ୍କରେ ବିଷେପ


Answer:

କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ରୁପା ଇବୋନାଇଟ୍ (v) ସର୍ବୋତ୍କୃଷ୍ଣ ବିଦ୍ୟୁତ୍ ପରିବାହୀ
(ii) ଇବାନାରଟ୍ (viii) ବିଦ୍ୟୁତ୍ କୁପରିବାହୀ
(iii) ଟିଣଡ଼ବା (ix) ଟିଣଧାତୁର ପ୍ରଲେପନ
(iv) GI ପାଇପ୍ (vi) ଦସ୍ତାଧାତୁର ପ୍ରଲେପ
(v) ସୁନାଚୁଡ଼ି (i) ସୁନାର ପ୍ରଲେପ
(vi) ବର୍ଷାପାଣି (iv) ବିଦ୍ୟୁତ୍ ସୁପରିବାହୀ
(vii) ଭିନେଗାର (x) ସୂଚୀଚୁସ୍କରେ ବିଷେପ
(viii) ସାଇକେଲ ରିମ (ii) Ni କିମ୍ବା Cr ପ୍ରଲେପ
(ix) ବିଯୋଜନ (iii) ଦ୍ରବଣରେ ଅଣୁମାନଙ୍କ ବିଭାଜନ
(x) ବିଦ୍ୟୁତ୍ ପ୍ରଲେପନ (vii) ବିଦ୍ୟୁତ୍ ସ୍ରୋତର ରାସାୟନିକ ପ୍ରଭାବ

 

Leave a Comment