Odisha State Board BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ Important Questions and Answers.
BSE Odisha Class 6 Science Important Questions Chapter 1 ଖାଦ୍ୟର ଉତ୍ସ
Question 1.
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଦୁଇଟି ଖାଦ୍ୟ ଉପାଦାନର ନାମ ଲେଖ ।
ଉ-
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଖାଦ୍ୟ ଉପାଦାନ ଦୁଇଟି ହେଲା- ଲୁଣ ଓ ପାଣି ।
Question 2.
ଡାଲମାରେ ବ୍ୟବହୃତ ହେଉଥିବା ଖାଦ୍ୟ ଉପାଦାନଗୁଡ଼ିକର ନାମ ଲେଖ ।
ଊ –
ଡାଲମାର ବ୍ୟବହୃତ ଉପାଦାନଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପିଆଜ, ଲଙ୍କା, ହଳଦି, ପାଣି ।
Question 3.
ଆମେ କାହିଁକି ଖାଦ୍ୟ ଖାଉ ? ଆମେ କେଉଁଠାରୁ ଖାଦ୍ୟ ପାଉ ?
ଉ –
- ଜୀବନ ଧାରଣ, ଶରୀର ବୃଦ୍ଧି ଓ କାର୍ଯ୍ୟ କରିବା ପାଇଁ ଶକ୍ତି ନିମିତ୍ତ ଆମେ ଖାଦ୍ୟ ଖାଉ ।
- ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିଥାଏ ।
Question 4.
ଉଭିଦର କେଉଁ କେଉଁ ଅଂଶ ଖାଦ୍ୟ ରୂପେ ଗ୍ରହଣ କରାଯାଏ ?
ଉ –
ଉଭିଦର ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଓ ମଞ୍ଜି ଆଦି ଖାଦ୍ୟ ରୂପେ ଖୁଯାଏ ।
Question 5.
କେଉଁ କେଉଁ ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ମୂଳା, ଓଲୁଓ, ଗାଜର, କନ୍ଦମୂଳ, ବିଟ୍ ଆଦି ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।
Question 6.
କେଉଁ କେଉଁ ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ଆଳୁ, ପିଆଜ, ଅଦା, ରସୁଣ ଆଦି ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।
Question 7.
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ କରିବା ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ ଓ ପାଣି ।
ଦୀର୍ଘ ପ୍ରଶୋଉର
Question 1.
ଖାଦ୍ୟଖାଇବାକୁ ଆଧାର କରି ପ୍ରାଣୀମାନଙ୍କର ଶ୍ରେଣୀବିଭାଗ କରି ପ୍ରତ୍ୟେକଙ୍କର ଉଦାହରଣ ସହ ଲେଖ ।
ଉ –
ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା (a) ଶାକାହାରୀ, (b) ମାଂସାଶୀ ଓ (c) ସର୍ବାହାରୀ ।
(a) ଶାକାହାରୀ – ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ଠେକୁଆ, ହାତୀ, ହରିଣ, ସମ୍ବର ଆଦି ଶାକାହାରୀ ଅଟନ୍ତି ।
(b) ମାଂସାଶୀ – ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
ସିଂହ, ବାଘ, ବିଲୁଆ, ଗଧ୍ଵ ଆଦି ମାଂସାଶୀ ଅଟନ୍ତି ।
(c) ସର୍ବାହାରୀ – ଯେଉଁ ପ୍ରାଣୀମାନେ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ବିରାଡ଼ି, କାଉ ଆଦି ସର୍ବାହାରୀ ଅଟନ୍ତି ।
Question 2.
ପ୍ରାଣୀ ଓ ଉଦ୍ଭଦଠାରୁ କେଉଁ କେଉଁ ଖାଦ୍ୟ ମିଳେ ଏକ ଉଦାହରଣ ଦେଇ ଲେଖ ।
ଉ –
- ଖାଦ୍ୟପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ଓ କେତେକ ଉପଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ଯ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିନଥାଏ ।
- ଉଦାହରଣ ସ୍ଵରୂପ, ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନଗୁଡ଼ିକ ହେଲା ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦି । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ।
- ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
- କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।
Question 3.
ଉଭିଦମାନଙ୍କର କେଉଁ କେଉଁ ଅଂଶ ଆମେ ଖାଦ୍ୟରୂପେ ବ୍ୟବହାର କରୁ ଉଲ୍ଲେଖ କର।
- ଅମେ ଦୈନନ୍ଦିନ ଜୀବନରେ କେତେକ ଉଭିଦକୁ ଖାଦ୍ୟରୂପେ ବ୍ୟବହାର କରିଥାଉ । ସେଗୁଡ଼ିକ ହେଲା – ଟମାଟୋ, କଦଳୀ, ଆମ୍ବ, ନଡ଼ିଆ, ପିଆଜ, ଆଖୁ, ଅଦା, ପୋଇ, ଶିମ୍ବ ଓ ଖଡ଼ା ଇତ୍ୟାଦି।
- କେତେକ ଉଭିଦର ଫଳ, କାଣ୍ଡ, ଫୁଲ, ପତ୍ର ଓ ମଞ୍ଜିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
- ଉଭିଦର ଫଳ ରୂପେ ଆମେ କଦଳୀ, ଶିମ୍ବ, ଟମାଟୋ, ଆମ୍ବ, ନଡ଼ିଆ, ଆଦି ଫଳକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
- ଉଭିଦର କାଣ୍ଡ ରୂପେ ଆମେ କଦଳୀ, ପିଆଜ, ଆଖୁ, ଅଦା, ପୋଇ ଓ ଖଡ଼ା ଆଦି ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
- ପିଆଜକୁ ଆମେ ଉଭୟ କାଣ୍ଡ ଓ ପତ୍ର (ଶଣ୍ଢା) ରୂପେ ବ୍ୟବହାର କରିଥାଉ ।
- କଦଳୀର କାଣ୍ଡ (ମଞ୍ଜା), ଫଳ ଓ ଫୁଲ (ଭଣ୍ଡା)କୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାବେଳେ ପୋଇର କାଣ୍ଡ, ପତ୍ର ଓ ଫଳକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
- ସେହିପରି ଶିମ୍ବର ଫଳ, ମଞ୍ଜି ଓ ଖଡ଼ାର କାଣ୍ଡ, ପତ୍ର ଓ ମୂଳକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
Question 4.
ଶାକାହାରୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
- ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
- ହରିଣ, ଠେକୁଆ, ହାତୀ, ମାଙ୍କଡ଼, ଗାଈ ଆଦି ଶାକାହାରୀ ପ୍ରାଣୀ ଅଟନ୍ତି ।
ମାଂସାଶୀ ପ୍ରାଣୀ : - ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
- ବାଘ, ସିଂହ, ଗ, ବିଲୁଆ ଆଦି ମାଂସାଶୀ ପ୍ରାଣୀ ଅଟନ୍ତି ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ଖାଦ୍ୟ ମୁଖ୍ୟତଃ ……… ଓ ……… ରୁ ମିଳେ ।
(b) ଆମେ ଖାଉଥିବା ଖାଦ୍ୟର ଅଧିକାଂଶ ଉପାଦାନ ମୁଖ୍ୟତଃ …………. ଠାରୁ ମିଳିଥାଏ ।
(c) ………. ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ।
(d) ମଣିଷ ……… ଶ୍ରେଣୀର ଅଟେ ।
(e) ଗାଜର ଗଛର ………… ଆମର ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(f) ଓଲକୋବି ଗଛର ………… ଆମର ଖାଦ୍ୟରୂପେ ବ୍ୟବହୃତ ହୁଏ ।
(g) ହାତୀ …………. ଶ୍ରେଣୀର ଅଟେ ।
ଉ –
(a) ପ୍ରାଣୀ, ଉଭିଦ
(b) ଉଦ୍ଭଦ
(c) କଖାରୁ
(d) ସର୍ବାହାରୀ
(e) ମୂଳ
(f) କାଣ୍ଡ
(g) ଶାକାହାରୀ
Question 2.
ଦ୍ଵିତୀୟ ପ୍ରଶ୍ନର ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(a) ପ୍ରାଣୀଠାରୁ ମିଳୁଥିବା ଉପାଦାନ : ଗୁଆଘିଅ :: ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଉପାଦାନ : (?) ।
(b) ଡାଲି : ଉଭିଦଠାରୁ ମିଳୁଥିବା ଉପାଦାନ :: କ୍ଷୀର : (?) ।
(c) କାକୁଡ଼ି : ଫଳ :: ବିଟ୍ : (?) ।
(d) ବନ୍ଧାକୋବି : ପତ୍ର :: ବିଲାତିଆଳୁ : (?) ।
(e) ମଇଁଷି : ଶାକାହାରୀ :: ବିଲୁଆ : (?) ।
(f) ସାପ : ମାଂସାଶୀ :: ବିରାଡ଼ି : (?) ।
(g) ଗଧୂ : ମାଂସାଶୀ :: ମାଙ୍କଡ଼ : (?) ।
ଉ –
(a) ଲୁଣ
(b)ପ୍ରାଣୀଠାରୁ ମିଳୁଥିବା
(c) ମୂଳ
(d) କାଣ୍ଡ
(e) ମାଂସାଶୀ
(f) ସର୍ବାହାରୀ
(g) ଶାକାହାରୀ
Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଲବଙ୍ଗର କେଉଁ ଅଂଶ ଝାଯାଏ ?
(i) ଫୁଲ
(ii) ଫଳ
(iii) କଢ଼
(iv) ଫୁଲ ଓ କଢ଼
ଉ –
(iii) କଢ଼
(ଖ) କାହାର କାଣ୍ଡକୁ ଆମେ ଖାଦ୍ୟରୂପେ ବ୍ୟବହାର କରୁ ?
(i) ନଡ଼ିଆ
(ii) ଅଦା
(ii) ଆମ୍ବ
(iv) ଶିମ୍ବ
ଉ –
(ii) ଅଦା
(ଗ) କେଉଁଟି ଉଦ୍ଭଦରୁ ମିଳେ ନାହିଁ ?
(i) ଚାଉଳ
(ii) ଡାଲି
(iii) ଲୁଣ
(iv) ମସଲା
ଉ –
(iii) ଲୁଣ
(ଘ) ସର୍ବାହାରୀ ଶ୍ରେଣୀର ପ୍ରାଣୀଟି କିଏ ?
(i) ହାତୀ
(ii) ସିଂହ
(ii) ହରିଣ
(iv) କୁକୁର
ଉ –
(iv) କୁକୁର
(ଙ) ଖାଦ୍ୟ କେଉଁଥ୍ପାଇଁ ଆବଶ୍ୟକ ?
(i) ଶକ୍ତି
(ii) ବୃଦ୍ଧି
(iii) ରୋଗ କବଳରୁ ସୁରକ୍ଷା
(iv) ଏ ସମସ୍ତ
ଉ –
(iv) ଏ ସମସ୍ତ
Question 4.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳନ କର ।
(କ)
ଉ –
(ଖ)
ଉ –
Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଭାତ ଓ ରୁଟି ।
(ଖ) ଖାଦ୍ୟ ଶରୀରକୁ ରକ୍ଷା କରେ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
(ଘ) ମହୁ ଏକ ପ୍ରଣୀଜ ଖାଦ୍ୟ ।
(ଙ) ପେଚା ଏକ ତୃଣଭୋଜୀ ପ୍ରାଣୀ ।
ଉ –
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଉଭିଦ ଓ ପ୍ରାଣୀ ।
(ଖ) ଖାଦ୍ୟ ଶରୀରକୁ ଉଷ୍ଣତା ଯୋଗାଏ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
(ଘ) ମହୁ ଏକ ଉଭିଦଜାତ ଖାଦ୍ୟ ।
(ଙ) ପେଚା ଏକ ମାଂସାଶୀ ପ୍ରାଣୀ ।
Question 6.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଖାଦ୍ୟର ସମସ୍ତ ଉପାଦାନ ପ୍ରାଣୀଠାରୁ ମିଳିଥାଏ । (✗)
(ଖ) ଖାଦ୍ୟକୁ ଜୀବନଧାରଣର ଉତ୍ସ କୁହାଯାଏ। (✓)
(ଗ) ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉ । (✗)
(ଘ) କଖାରୁ ଗଛର କେବଳ ଫୁଲ ଖାଦ୍ୟରୂପେ ବ୍ୟବହାର କରାଯାଏ । (✗)
(ଙ) ବିରାଡ଼ି ଏକ ମାଂସାସୀ ପ୍ରାଣୀ । (✗)
(ଚ) ଠେକୁଆ ଏକ ସର୍ବହାରୀ ପ୍ରାଣୀ । (✗)
(ଛ) ଗାଈ ଏକ ଶାକାହାରୀ ପ୍ରାଣୀ । (✓)