BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Odisha State Board BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ Important Questions and Answers.

BSE Odisha Class 6 Science Important Questions Chapter 1 ଖାଦ୍ୟର ଉତ୍ସ

Question 1.
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଦୁଇଟି ଖାଦ୍ୟ ଉପାଦାନର ନାମ ଲେଖ ।
ଉ-
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଖାଦ୍ୟ ଉପାଦାନ ଦୁଇଟି ହେଲା- ଲୁଣ ଓ ପାଣି ।

Question 2.
ଡାଲମାରେ ବ୍ୟବହୃତ ହେଉଥ‌ିବା ଖାଦ୍ୟ ଉପାଦାନଗୁଡ଼ିକର ନାମ ଲେଖ ।
ଊ –
ଡାଲମାର ବ୍ୟବହୃତ ଉପାଦାନଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପିଆଜ, ଲଙ୍କା, ହଳଦି, ପାଣି ।

Question 3.
ଆମେ କାହିଁକି ଖାଦ୍ୟ ଖାଉ ? ଆମେ କେଉଁଠାରୁ ଖାଦ୍ୟ ପାଉ ?
ଉ –

  • ଜୀବନ ଧାରଣ, ଶରୀର ବୃଦ୍ଧି ଓ କାର୍ଯ୍ୟ କରିବା ପାଇଁ ଶକ୍ତି ନିମିତ୍ତ ଆମେ ଖାଦ୍ୟ ଖାଉ ।
  • ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିଥାଏ ।

Question 4.
ଉଭିଦର କେଉଁ କେଉଁ ଅଂଶ ଖାଦ୍ୟ ରୂପେ ଗ୍ରହଣ କରାଯାଏ ?
ଉ –
ଉଭିଦର ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଓ ମଞ୍ଜି ଆଦି ଖାଦ୍ୟ ରୂପେ ଖୁଯାଏ ।

Question 5.
କେଉଁ କେଉଁ ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ମୂଳା, ଓଲୁଓ, ଗାଜର, କନ୍ଦମୂଳ, ବିଟ୍ ଆଦି ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

Question 6.
କେଉଁ କେଉଁ ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ଆଳୁ, ପିଆଜ, ଅଦା, ରସୁଣ ଆଦି ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 7.
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ କରିବା ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ ଓ ପାଣି ।

ଦୀର୍ଘ ପ୍ରଶୋଉର

Question 1.
ଖାଦ୍ୟଖାଇବାକୁ ଆଧାର କରି ପ୍ରାଣୀମାନଙ୍କର ଶ୍ରେଣୀବିଭାଗ କରି ପ୍ରତ୍ୟେକଙ୍କର ଉଦାହରଣ ସହ ଲେଖ ।
ଉ –
ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା (a) ଶାକାହାରୀ, (b) ମାଂସାଶୀ ଓ (c) ସର୍ବାହାରୀ ।

(a) ଶାକାହାରୀ – ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ଠେକୁଆ, ହାତୀ, ହରିଣ, ସମ୍ବର ଆଦି ଶାକାହାରୀ ଅଟନ୍ତି ।
(b) ମାଂସାଶୀ – ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
ସିଂହ, ବାଘ, ବିଲୁଆ, ଗଧ୍ଵ ଆଦି ମାଂସାଶୀ ଅଟନ୍ତି ।
(c) ସର୍ବାହାରୀ – ଯେଉଁ ପ୍ରାଣୀମାନେ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ବିରାଡ଼ି, କାଉ ଆଦି ସର୍ବାହାରୀ ଅଟନ୍ତି ।

Question 2.
ପ୍ରାଣୀ ଓ ଉଦ୍ଭଦଠାରୁ କେଉଁ କେଉଁ ଖାଦ୍ୟ ମିଳେ ଏକ ଉଦାହରଣ ଦେଇ ଲେଖ ।
ଉ –

  • ଖାଦ୍ୟପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ଓ କେତେକ ଉପଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ଯ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିନଥାଏ ।
  • ଉଦାହରଣ ସ୍ଵରୂପ, ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନଗୁଡ଼ିକ ହେଲା ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦି । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ।
  • ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
  • କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 3.
ଉଭିଦମାନଙ୍କର କେଉଁ କେଉଁ ଅଂଶ ଆମେ ଖାଦ୍ୟରୂପେ ବ୍ୟବହାର କରୁ ଉଲ୍ଲେଖ କର।

  • ଅମେ ଦୈନନ୍ଦିନ ଜୀବନରେ କେତେକ ଉଭିଦକୁ ଖାଦ୍ୟରୂପେ ବ୍ୟବହାର କରିଥାଉ । ସେଗୁଡ଼ିକ ହେଲା – ଟମାଟୋ, କଦଳୀ, ଆମ୍ବ, ନଡ଼ିଆ, ପିଆଜ, ଆଖୁ, ଅଦା, ପୋଇ, ଶିମ୍ବ ଓ ଖଡ଼ା ଇତ୍ୟାଦି।
  • କେତେକ ଉଭିଦର ଫଳ, କାଣ୍ଡ, ଫୁଲ, ପତ୍ର ଓ ମଞ୍ଜିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର ଫଳ ରୂପେ ଆମେ କଦଳୀ, ଶିମ୍ବ, ଟମାଟୋ, ଆମ୍ବ, ନଡ଼ିଆ, ଆଦି ଫଳକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର କାଣ୍ଡ ରୂପେ ଆମେ କଦଳୀ, ପିଆଜ, ଆଖୁ, ଅଦା, ପୋଇ ଓ ଖଡ଼ା ଆଦି ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
  • ପିଆଜକୁ ଆମେ ଉଭୟ କାଣ୍ଡ ଓ ପତ୍ର (ଶଣ୍ଢା) ରୂପେ ବ୍ୟବହାର କରିଥାଉ ।
  • କଦଳୀର କାଣ୍ଡ (ମଞ୍ଜା), ଫଳ ଓ ଫୁଲ (ଭଣ୍ଡା)କୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାବେଳେ ପୋଇର କାଣ୍ଡ, ପତ୍ର ଓ ଫଳକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
  • ସେହିପରି ଶିମ୍ବର ଫଳ, ମଞ୍ଜି ଓ ଖଡ଼ାର କାଣ୍ଡ, ପତ୍ର ଓ ମୂଳକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।

Question 4.
ଶାକାହାରୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

  • ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
  • ହରିଣ, ଠେକୁଆ, ହାତୀ, ମାଙ୍କଡ଼, ଗାଈ ଆଦି ଶାକାହାରୀ ପ୍ରାଣୀ ଅଟନ୍ତି ।
    ମାଂସାଶୀ ପ୍ରାଣୀ :
  • ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
  • ବାଘ, ସିଂହ, ଗ, ବିଲୁଆ ଆଦି ମାଂସାଶୀ ପ୍ରାଣୀ ଅଟନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ଖାଦ୍ୟ ମୁଖ୍ୟତଃ ……… ଓ ……… ରୁ ମିଳେ ।
(b) ଆମେ ଖାଉଥ‌ିବା ଖାଦ୍ୟର ଅଧିକାଂଶ ଉପାଦାନ ମୁଖ୍ୟତଃ …………. ଠାରୁ ମିଳିଥାଏ ।
(c) ………. ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ।
(d) ମଣିଷ ……… ଶ୍ରେଣୀର ଅଟେ ।
(e) ଗାଜର ଗଛର ………… ଆମର ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(f) ଓଲକୋବି ଗଛର ………… ଆମର ଖାଦ୍ୟରୂପେ ବ୍ୟବହୃତ ହୁଏ ।
(g) ହାତୀ …………. ଶ୍ରେଣୀର ଅଟେ ।
ଉ –
(a) ପ୍ରାଣୀ, ଉଭିଦ
(b) ଉଦ୍ଭଦ
(c) କଖାରୁ
(d) ସର୍ବାହାରୀ
(e) ମୂଳ
(f) କାଣ୍ଡ
(g) ଶାକାହାରୀ

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 2.
ଦ୍ଵିତୀୟ ପ୍ରଶ୍ନର ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(a) ପ୍ରାଣୀଠାରୁ ମିଳୁଥିବା ଉପାଦାନ : ଗୁଆଘିଅ :: ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଉପାଦାନ : (?)
(b) ଡାଲି : ଉଭିଦଠାରୁ ମିଳୁଥିବା ଉପାଦାନ :: କ୍ଷୀର : (?)
(c) କାକୁଡ଼ି : ଫଳ :: ବିଟ୍ : (?)
(d) ବନ୍ଧାକୋବି : ପତ୍ର :: ବିଲାତିଆଳୁ : (?)
(e) ମଇଁଷି : ଶାକାହାରୀ :: ବିଲୁଆ : (?)
(f) ସାପ : ମାଂସାଶୀ :: ବିରାଡ଼ି : (?)
(g) ଗଧୂ : ମାଂସାଶୀ :: ମାଙ୍କଡ଼ : (?)
ଉ –
(a) ଲୁଣ
(b)ପ୍ରାଣୀଠାରୁ ମିଳୁଥିବା
(c) ମୂଳ
(d) କାଣ୍ଡ
(e) ମାଂସାଶୀ
(f) ସର୍ବାହାରୀ
(g) ଶାକାହାରୀ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଲବଙ୍ଗର କେଉଁ ଅଂଶ ଝାଯାଏ ?
(i) ଫୁଲ
(ii) ଫଳ
(iii) କଢ଼
(iv) ଫୁଲ ଓ କଢ଼
ଉ –
(iii) କଢ଼

(ଖ) କାହାର କାଣ୍ଡକୁ ଆମେ ଖାଦ୍ୟରୂପେ ବ୍ୟବହାର କରୁ ?
(i) ନଡ଼ିଆ
(ii) ଅଦା
(ii) ଆମ୍ବ
(iv) ଶିମ୍ବ
ଉ –
(ii) ଅଦା

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

(ଗ) କେଉଁଟି ଉଦ୍ଭଦରୁ ମିଳେ ନାହିଁ ?
(i) ଚାଉଳ
(ii) ଡାଲି
(iii) ଲୁଣ
(iv) ମସଲା
ଉ –
(iii) ଲୁଣ

(ଘ) ସର୍ବାହାରୀ ଶ୍ରେଣୀର ପ୍ରାଣୀଟି କିଏ ?
(i) ହାତୀ
(ii) ସିଂହ
(ii) ହରିଣ
(iv) କୁକୁର
ଉ –
(iv) କୁକୁର

(ଙ) ଖାଦ୍ୟ କେଉଁଥ୍ପାଇଁ ଆବଶ୍ୟକ ?
(i) ଶକ୍ତି
(ii) ବୃଦ୍ଧି
(iii) ରୋଗ କବଳରୁ ସୁରକ୍ଷା
(iv) ଏ ସମସ୍ତ
ଉ –
(iv) ଏ ସମସ୍ତ

Question 4.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳନ କର ।
(କ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 8
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 9
(ଖ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 10
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 11

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଭାତ ଓ ରୁଟି ।
(ଖ) ଖାଦ୍ୟ ଶରୀରକୁ ରକ୍ଷା କରେ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
(ଘ) ମହୁ ଏକ ପ୍ରଣୀଜ ଖାଦ୍ୟ ।
(ଙ) ପେଚା ଏକ ତୃଣଭୋଜୀ ପ୍ରାଣୀ ।
ଉ –
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଉଭିଦ ଓ ପ୍ରାଣୀ ।
(ଖ) ଖାଦ୍ୟ ଶରୀରକୁ ଉଷ୍ଣତା ଯୋଗାଏ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
(ଘ) ମହୁ ଏକ ଉଭିଦଜାତ ଖାଦ୍ୟ ।
(ଙ) ପେଚା ଏକ ମାଂସାଶୀ ପ୍ରାଣୀ ।

Question 6.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଖାଦ୍ୟର ସମସ୍ତ ଉପାଦାନ ପ୍ରାଣୀଠାରୁ ମିଳିଥାଏ । (✗)
(ଖ) ଖାଦ୍ୟକୁ ଜୀବନଧାରଣର ଉତ୍ସ କୁହାଯାଏ। (✓)
(ଗ) ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉ । (✗)
(ଘ) କଖାରୁ ଗଛର କେବଳ ଫୁଲ ଖାଦ୍ୟରୂପେ ବ୍ୟବହାର କରାଯାଏ । (✗)
(ଙ) ବିରାଡ଼ି ଏକ ମାଂସାସୀ ପ୍ରାଣୀ । (✗)
(ଚ) ଠେକୁଆ ଏକ ସର୍ବହାରୀ ପ୍ରାଣୀ । (✗)
(ଛ) ଗାଈ ଏକ ଶାକାହାରୀ ପ୍ରାଣୀ । (✓)

Leave a Comment