Odisha State Board BSE Odisha 7th Class Geography Solutions Chapter 3 ବାରିମଣ୍ଡଳ Textbook Exercise Questions and Answers.
BSE Odisha Class 7 Geography Solutions Chapter 3 ବାରିମଣ୍ଡଳ
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।
Question କ.
ପୃଥିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ?
Answer:
ପୃଥିବୀର ଜଳଭାଗର କ୍ଷେତ୍ରଫଳ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ା ୨୯ ଭାଗ ।
Question ଖ.
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ’ଣ ?
Answer:
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ,
ଯଥା-
- ହିମୋଟୋପର
- ଭୂତଳ ଜଳ
- ମଧୁର ଜଳ ହ୍ରଦ
- ବାୟୁମଣ୍ଡଳ ଏବଂ
- ନଦୀ, କୂଅ, ପୋଖରୀ ।
Question ଗ.
ଜଳଚକ୍ର କାହାକୁ କୁହାଯାଏ ?
Answer:
- ବାଷ୍ପୀର୍ଭବନ ପ୍ରକ୍ରିୟାରେ ପୃଥିବୀପୃଷ୍ଠର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ ।
- ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
- ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ଵାରା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।
Question ଘ.
ବାରିମଣ୍ଡଳ କାହାକୁ କୁହାଯାଏ ?
Answer:
- ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ବାରିମଣ୍ଡଳ ଗଠିତ ।
- ଏହି ବାରିମଣ୍ଡଳ ସମଗ୍ର ପୃଥିବୀ କ୍ଷେତ୍ରଫଳର ପ୍ରାୟ ୭୧% ଅଧିକାର କରିଛି ।
Question ଙ.
ପୃଥିବୀର ମହାସାଗରଗୁଡ଼ିକର ନାମ କ’ଣ ?
Answer:
- ପୃଥିବୀରେ ମୁଖ୍ୟ ୪ ଗୋଟି ମହାସାଗର ରହିଛି, ଯଥା- ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଉତ୍ତର ବା ସୁମେରୁ ମହାସାଗର ।
- ଏହାବ୍ୟତୀତ ଦକ୍ଷିଣ ମହାସାଗର ବା କୁ ମେରୁ ମହାସାଗରକୁ ମହାସାଗର ଭାବେ ଉଲ୍ଲେଖ କରାଯାଇଛି ।
Question ଚ.
ମହାସାଗର ତଳ କ’ଣ ?
Answer:
- ମହୀଢାଲୁର ନିମ୍ନ ଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
- ଏଠାରେ ଭୂମିର ଢାଲୁ ଅତି ନଗଣ୍ୟ, ମାତ୍ର ସଂପୂର୍ଣ୍ଣ ସମତଳ ନୁହେଁ ।
- ଏଠାରେ ମହାସାଗର ଖାତ, ନିମଜ୍ଜିତ ପର୍ବତଶ୍ରେଣୀ ଆଦି ଦେଖାଯାଏ ।
- ମହାସାଗର ତଳରେ ସାମୁଦ୍ରିକ ଉଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ଜମାହୋଇ କୋମଳ ପଙ୍କ ବିଶିଷ୍ଟ ସିନ୍ଧୁମଳ ସୃଷ୍ଟି ହୋଇଥାଏ ।
Question ଛ.
ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ?
Answer:
- ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠରେ ଜଳର ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ କୁହାଯାଏ ।
- ସମୁଦ୍ରକୂଳରେ ତରଙ୍ଗର ଗତି ଆଗକୁ ଓ ପଛକୁ ହୋଇଥିବାବେଳେ ସମୁଦ୍ର ବକ୍ଷରେ ଏହାର ଗତି ଉର୍ଷକୁ ଓ ନିମ୍ନକୁ ହୋଇଥାଏ ।
Question ଜ.
ଜୁଆର କ’ଣ ?
Answer:
- ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥିବୀର ଜଳଭାଗ ଅଧିକ ଆକର୍ଷିତ ହୋଇଥାଏ। ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । ଏହାକୁ ଜୁଆର କୁହାଯାଏ।
- ଅର୍ଥାତ୍ ସମୁଦ୍ର ଜଳର ନିୟମିତ ଉତ୍ଥାନକୁ ଜୁଆର କୁହାଯାଏ।
- ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନକୁ ନେଇ ଜୁଆରକୁ ଗୁରୁ ଜୁଆର, ଲଘୁ ଜୁଆର, ପ୍ରତ୍ୟକ୍ଷ ଜୁଆର ଓ ପରୋକ୍ଷ ଜୁଆର ନାମରେ ନାମିତ କରାଯାଇଛି ।
Question ଖ.
ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ବାୟୁ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ। ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ।
୨। କାରଣ ଦର୍ଶାଅ।
Question କ.
ପୂର୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
Answer:
- ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି ।
- ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀର ଅବସ୍ଥାନ ହୋଇଥାଏ । ତେଣୁ ପୃଥିବୀର ଉଭୟ ପାର୍ଶ୍ଵରେ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ଯୋଗୁ ଉଚ୍ଚ ଜୁଆର ହୋଇଥାଏ ।
Question ଖ.
ଅଷ୍ଟମୀ ତିଥିରେ ଲଘୁ ଜୁଆର ସଂଗଠିତ ହୋଇଥାଏ ।
Answer:
- ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀକୁ କେନ୍ଦ୍ରକରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି ।
- ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ଫଳରେ ଜୁଆରର ଉଚ୍ଚତା ଅଧିକ ନ ହୋଇ କମ୍ ହୋଇଥାଏ ।
Question ଗ.
ଡଗରବ୍ୟାକ୍ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର।
Answer:
- ଡଶରବ୍ୟାଙ୍କ୍ ନିକଟରେ ଉଷ୍ମ ସାମୁଦ୍ରିକ ସ୍ରୋତ ଓ ଶୀତଳ ସାମୁଦ୍ରିକ ସ୍ରୋତର ମିଳନ ଘଟିଥୁବାରୁ ସେଠାରେ ପ୍ଲାନ ଜାତୀୟ ଉଦ୍ଭିଦ ପ୍ରଚୁର ପରିମାଣରେ ଜମାହୁଏ ।
- ଏହା ମାଛମାନଙ୍କର ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।
Question ଘ.
ପୃଥିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟ୍ଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
Answer:
- ଆଟ୍ଲାଣ୍ଟିକ ମହାସାଗରର ଉଭୟ ପାର୍ଶ୍ଵରେ ଇଉରୋପ ଓ ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ।
- ଏହି ମହାସାଗରର ଉପକୂଳ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । ତେଣୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।
୩ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Question କ.
ସିନ୍ଧୁମଳ :
Answer:
- ମହାସାଗର ସମତଳରେ ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତି ସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ପ୍ରଭୃତି ପଦାର୍ଥ ଭାସିଯାଇ ଜମାହୁଏ।
- ଏହାବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି କରେ। ଏହାକୁ ସିନ୍ଧୁମଳ କୁହାଯାଏ।
Question ଖ.
ମହୀଜାଲୁ :
Answer:
- ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ।
- ସମୁଦ୍ର ତଳର ଏହି ଅଧୁକ ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ।
Question ଗ.
ସୁନାମି :
Answer:
- ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ଜଳରାଶିରେ କମ୍ପନ ସୃଷ୍ଟି ହୁଏ। ଫଳରେ ବିରାଟ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ।
- ଏପରିଭାବେ ସୃଷ୍ଟି ହେଉଥିବା ବିରାଟ ସାମୁଦ୍ରିକ ତରଙ୍ଗକୁ ଜାପାନୀ ଭାଷାରେ ସୁନାମି (Tsunami) କୁହାଯାଏ।
- ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର। ଭୂମିକମ୍ପର ତୀବ୍ରତା ଅଧିକ ହେଲେ ଏହାର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଓ ଘଣ୍ଟାକୁ ୭୦୦ କି.ମି. ବେଗରେ ଉପକୂଳ ଅଞ୍ଚଳ ଆଡ଼କୁ ମାଡ଼ିଆସେ।
Question ଘ.
ପରୋକ୍ଷ ଜୁଆର :
Answer:
(i) ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥିବୀର ମହାସାଗର ଜଳରାଶିରେ ଚନ୍ଦ୍ରର ଆକର୍ଷଣ ଯୋଗୁ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
(ii) ଏହି ସମୟରେ ପ୍ରତ୍ୟକ୍ଷ ଜୁଆର ହେଉଥିବା ମହାସାଗର ଅଂଶର ବିପରୀତ ପାର୍ଶ୍ଵରେ ଚନ୍ଦ୍ରର ଆକର୍ଷଣ ନ ଥାଏ । ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ର ଚନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ ପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳର ଜଳରାଶି ସେ ସ୍ଥାନକୁ ପ୍ରବାହ ହୋଇଥାଏ । ସେଠାରେ ସମୁଦ୍ର ଜଳ ସ୍ତ୍ରୀତ ହୋଇ ପରୋକ୍ଷ ଜୁଆର ସୃଷ୍ଟି ହୁଏ ।
Question ଙ.
ଇଉରୋପର ଉଷ୍ମ କମ୍ବଳ :
Answer:
- ଇଉରୋପର ପଶ୍ଚିମ ଉପକୂଳରେ ଉଷ୍ମ ଆଟ୍ଲାଣ୍ଟିକ୍ ଉପସାଗରୀୟ ଧୀର ସ୍ରୋତ ପ୍ରବାହିତ ।
- ଏହି ସ୍ରୋତର ଉଷ୍ମତା ପ୍ରଭାବରେ ଇଉରୋପର ପଶ୍ଚିମ ଉପକୂଳର ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ଏହି ଉଷ୍ମ ସାମୁଦ୍ରିକ ସ୍ରୋତକୁ ‘ଇଉରୋପର ଉଷ୍ମ କମ୍ବଳ’ କୁହାଯାଏ ।
Question ଚ.
ପ୍ରବାଳ ବନ୍ଧ :
Answer:
- କ୍ରାନ୍ତୀମଣ୍ଡଳୀୟ ସମୁଦ୍ରରେ ପ୍ରାୟ ୨୧° ସେଲ୍ସିୟସ୍ ଅଧିକ ତାପମାତ୍ରା ଥିବା ଜଳରେ ଅଧିକ ସଂଖ୍ୟକ ପ୍ରବାଳ ବାସ କରନ୍ତି ।
- ସେହି ପ୍ରବାଳମାନଙ୍କ ମୃତ ଶରୀର ଜମିଯାଇ ପ୍ରବାଳ ସ୍ତୂପ ସୃଷ୍ଟି ହୁଏ ।
- ପାଖାପାଖୁ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହେଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
- ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତିଦୂରରେ ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ନାମକ ଏକ ବୃହତ୍ ପ୍ରବାଳ ବନ୍ଧ ରହିଛି ।
Question ଛ.
ଆଟୋଲ :
Answer:
- ସମୁଦ୍ରର କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ସୃଷ୍ଟି ହୋଇଥାଏ ।
- ଏହାକୁ ଆଟୋଲ୍ କୁହାଯାଏ ।
Question କ.
ପ୍ଲାକ୍ଟିନ୍ :
Answer:
- ପ୍ଲାକ୍ଟିନ୍ ଏକ ସାମୁଦ୍ରିକ ଶୈବାଳ ଜାତୀୟ ଉଦ୍ଭିଦ ।
- ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ।
- ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ମ ସ୍ରୋତର ମିଳନସ୍ଥଳୀରେ ପ୍ରଚୁର ପରିମାଣରେ ପ୍ଲାସ୍ଟେଟନ୍ ଜାତୀୟ ଉଦ୍ଭଦ ଜନ୍ମେ । ତେଣୁ ସେଠାରେ ପ୍ରସିଦ୍ଧ ମାଛଧରା କେନ୍ଦ୍ର ଗଢ଼ିଉଠିଛି ।
୪ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ପୃଥିବୀର ସାଗରଗୁଡ଼ିକ ମଧ୍ୟରୁ ______ ସବୁଠାରୁ ବଡ଼। (ଲୋହିତ ସାଗର, ବେରଂ ସାଗର, ଦକ୍ଷିଣ ଚୀନ୍ ସାଗର, ଭୂମଧ୍ୟ ସାଗର)
Answer:
ଦକ୍ଷିଣ ଚୀନ୍ ସାଗର
(ଖ) ପୃଥିବୀର ଗଭୀରତ ମ ସାମୁଦ୍ରିକ ଖାତ ________ ମହାସାଗରରେ ଅବସ୍ଥିତ । (ପ୍ରଶାନ୍ତ, ଆଟ୍ଲାଷ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ
(ଗ) ପୃଥିବୀରେ ଉପଲବ୍ଧ ମଧୁର ଜଳର ସର୍ବାଧିକ ଭାଗ _______ ଠାରେ ରହିଅଛି । (ଭୂତଳ ଜଳ, ନଦୀ, ହିମଟୋପର, ବାୟୁମଣ୍ଡଳ)
Answer:
ହିମଟୋପର
(ଘ) ଜଳ ଦିବସ _______ ତାରିଖରେ ପାଳିତ ହୁଏ । (ସେପ୍ଟେମ୍ବର ୨୩, ମାର୍ଚ୍ଚ ୨୨, ଅକ୍ଟୋବର ୨୪, ନଭେମ୍ବର ୧୫)
Answer:
ମାର୍ଚ୍ଚ ମାସ ୨୨
୫ । ସମୁଦ୍ରରେ ଜୁଆର ଓ ଭଟ୍ଟା କିପରି ସଂଘଟିତ ହୁଏ ଚିତ୍ର ସାହାଯ୍ୟରେ ବୁଝାଇ ଲେଖ ।
Answer:
- ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କର ମହାକର୍ଷଣ ଶକ୍ତି ଜୁଆର ସୃଷ୍ଟି କରିବାର କାରଣ ଅଟେ । ମୁଖ୍ୟତଃ ଚନ୍ଦ୍ରର ଆକର୍ଷଣ ଫଳରେ ଜୁଆର ହୁଏ । ଏହା ସହ ପୃଥିବୀର ଗତି ଏଥରେ ସାହାଯ୍ୟ କରିଥାଏ ।
- ଆବର୍ତ୍ତନ ସମୟରେ ପୃଥିବୀର ଯେଉଁ ଅଂଶ ଚନ୍ଦ୍ରର ସମ୍ମୁଖୀନ ହୁଏ ସେଠାରେ ଥିବା ଜଳରାଶି ଚନ୍ଦ୍ରର ଆକର୍ଷଣ ଯୋଗୁଁ ଫୁଲି ଉଠେ । ଫଳରେ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
- ସେହି ସମୟରେ ଏହାର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଜଳରାଶି ଉପରେ ଚନ୍ଦ୍ରର ଆକର୍ଷଣ ନ ଥାଏ, ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ରାରେ ଚନ୍ଦ୍ରଦ୍ୱାରା ଆକର୍ଷିତ ହେବା ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ।
- ଏହି ଶୂନ୍ୟସ୍ଥାନକୁ ପୂରଣ କରିବାପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳରୁ ଜଳରାଶି ସେଠାକୁ ପ୍ରବାହିତ ହୁଏ । ଫଳରେ ସମୁଦ୍ରଜଳ ଫୁଲିଉଠି ପରୋକ୍ଷ ଜୁଆର ହୁଏ ।
- ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆର ମଧ୍ୟବର୍ତ୍ତୀ ଅଂଶରେ ଥିବା ” ସାଗର ଓ ମହାସାଗରର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ସୃଷ୍ଟି ହୁଏ ।
୬ । ସାଗର ଓ ମହାସାଗରର ଗୁରୁତ୍ବ ଉଦାହରଣ ସହ ବୁଝାଅ ।
Answer:
- ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର । ତେଣୁ ଏହାକୁ ‘ରନ୍ଧାକର’ କୁହାଯାଏ । ସମୁଦ୍ରରୁ ଆମର ଖାଇବାଲୁଣ (ସୋଡ଼ିୟମ୍ କ୍ଲୋରାଇଡ୍) ସଂଗ୍ରହ କରାଯାଏ ।
- ସାମୁଦ୍ରିକ’ ମାଛ କୋଟି କୋଟି ଲୋକଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରେ । ସମୁଦ୍ରରୁ ମୂଲ୍ୟବାନ ଶଙ୍ଖ, ପୋହଳା, ମୋତି ଆଦି ପଦାର୍ଥ ମିଳିଥାଏ ।
- ଅଲିଭ୍ ରିଡ଼ଲେ କଇଁଛ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀବ ନାନାଦି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।
- ସାମୁଦ୍ରିକ ଜୀବ ଗୁଡ଼ିକର ସଂଗ୍ରହ, ସେଗୁଡ଼ିକ ର ପ୍ରକ୍ରିୟାକରଣ ଓ ଉପଯୁକ୍ତ ବିନି ଯୋଗ ଆଦି କାର୍ଯ୍ୟ କରି ବହୁତ ଲୋକ ଜୀବିକା ନିର୍ବାହ କରିଥାନ୍ତି ।
- ବୈଜ୍ଞାନିକ ପଦ୍ଧତିରେ ସମୁଦ୍ର ଗର୍ଭସ୍ଥ ଅନେକ ମୂଲ୍ୟବାନ ଧାତବ ଖଣିଜ ଓ ଖଣିଜତୈଳ ଆହରଣ କରାଯାଏ ।
BSE Odisha 7th Class Geography Notes Chapter 3 ବାରିମଣ୍ଡଳ
ଉପକ୍ରମ :
- ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ। ନେଇ ପୃଥିବୀର ବାରିମଣ୍ଡଳ ଗଠିତ ।
- ଏହା ପ୍ରାୟ ୩୬ କୋଟି ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ।
- ପୃଥିବୀର ଜଳଭାଗ ଲବଣାକ୍ତ ଜଳ ଓ ମଧୁର ଜଳ ଭାବରେ ବିଭକ୍ତ ।
- ମହାସାଗର, ସାଗର, ହ୍ରଦ ଆଦି ଲବଣାକ୍ତ ଜଳର ଉତ୍ସ ହୋଇଥିବାବେଳେ ପର୍ବତ ଶିଖରରେ ଥିବା ତୁଷାର ରାଶି, ନଦୀ, କୂଅ, ପୋଖରୀ, ଜଳୀୟବାଷ୍ପ, ଭୂତଳ ଜଳ ଇତ୍ୟାଦି ମଧୁରଜଳର ଉତ୍ସ ଅଟେ ।
- ପୃଥିବୀପୃଷ୍ଠର ସମୁଦାୟ କ୍ଷେତ୍ରଫଳର ଶତକଡ଼ା ୭୧ ଭାଗ ଜଳଭାଗ।
ପୃଥିବୀ ପୃଷ୍ଠରେ ଜଳର ଆବଣ୍ଟନ :
ପୃଥିବୀପୃଷ୍ଠରେ ମିଳୁଥିବା ମଧୁରଜଳ ଭୂତଳରେ ୦.୬୮%, ହ୍ରଦରେ ୦.୦୦୯%, ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ୦.୦୦୧୯%, ନଦୀମାନଙ୍କରେ ୦,୦୦୦୧% ଏବଂ ତୁଷାର ରାଶିରେ ୨% ଭାଗ ମିଳିଥାଏ ।
ପୃଥିବୀପୃଷ୍ଠରେ ମିଳୁଥିବା ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ଶତକଡ଼ା ୦,୦୧୧ ଭାଗ । ମହାସାଗର ତଥା ସାଗର ଜଳର ଲବଣତା ଏକ କିଲୋଗ୍ରାମ୍ ପ୍ରତି ୩୫ ଗ୍ରାମ୍ ।
୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମ୍ ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।
ଜଳ ସଂରକ୍ଷଣ :
- ଜଳ ହିଁ ଜୀବନ । ପୃଥିବୀରେ ବ୍ୟବହାର ଉପଯୋଗୀ ଜଳ କମ୍ ପରିମାଣରେ ମିଳୁଥିବାରୁ ଏହାର ସଂରକ୍ଷଣ ପାଇଁ ଉଦ୍ୟମ ଆବଶ୍ୟକ ।
- ଜଳ ସଂରକ୍ଷଣର ପ୍ରଚାର ଓ ପ୍ରସାର ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ ।
ଜଳଚକ୍ର :
- ପୃଥିବୀପୃଷ୍ଠସ୍ଥ ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଯାଏ । ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
- ବୃଷ୍ଟିପାତ, କରକାପାତ ଓ ତୁଷାରପାତ ଆଦି ବର୍ଷଣ ପ୍ରକ୍ରିୟା ଦ୍ବାରା ଏହି ଜଳ ପୃଥୁବୀପୃଷ୍ଠକୁ ଫେରିଆସେ । ଏହାକୁ ଜଳଚକ୍ର କୁହାଯାଏ ।
ପୃଥିବୀର ମହାସାଗର ଓ ସାଗର :
ପୃଥ୍ବୀର ମହାସାଗର ଗୁଡ଼ିକ ହେଲେ- ପ୍ରଶାନ୍ତ ମହାସାଗର, ଆଙ୍ଗ୍ଲାଷ୍ଟିକ୍ ମହାସାଗର, ଭାର ତ ମହାସାଗର, ଉତ୍ତର ମହାସାଗର ଏବଂ ଦକ୍ଷିଣ ମହାସାଗର ।
ପୃଥିବୀର ମୁଖ୍ୟ ମହାସାଗର ଓ ଏହାର ବିଶେଷତ୍ଵ :
ସାଗର :
ପୃଥିବୀରେ ଥିବା ସାଗରଗୁଡ଼ିକ ମହାସାଗରର କ୍ଷେତ୍ରଫଳ ଓ ଗଭୀରତାଠାରୁ ବହୁତ କମ୍ ।
ମୁଖ୍ୟ ସାଗର :
- ଦକ୍ଷିଣ ଚୀନ ସାଗର (ସର୍ବବୃହତ୍ ସାଗର)
- ଜାପାନ ସାଗର
- ଉତ୍ତର ସାଗର
- ଭୂମଧ୍ୟ ସାଗର
- ଲୋହିତ ସାଗର
- ପୀତ ସାଗର
- କାରିବିୟାନ୍ ସାଗର
- ଆରବ ସାଗର
ଦକ୍ଷିଣ ମହାସାଗର ବା କୁମେରୁ ମହାସାଗରଟି ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର ଓ ଭାରତ ମହାସାଗର ଦକ୍ଷିତାଂଶକୁ ନେଇ ଗଠିତ ।
ମହାସାଗର ଓ ସାଗରତଳ :
- ସାଗର ତଳରେ ଗଭୀର ଖାତ, ସମତଳ ଅଞ୍ଚଳ, ଉଚ୍ଚଭୂମି, ପାହାଡ଼ ବା ପର୍ବତଶ୍ରେଣୀ ଆଦି ଭୂମିରୂପ ରହିଛି ।
- ସାଗରକୂଳଠାରୁ ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ନିମଜ୍ଜିତ ଗଡ଼ାଣିଆ ଭୂଭାଗକୁ ମହୀସୋପାନ କୁହାଯାଏ ।
- ମହୀସୋପାନର ଶେଷଭାଗରୁ ସମୁଦ୍ର ଆଡ଼କୁ ଅଧିକ ଢାଳୁ ବିଶିଷ୍ଟ ଗଡ଼ାଣିଆ ସମୁଦ୍ରତଳକୁ ମହୀଢାଲୁ କୁହାଯାଏ ।
- ମହୀଢାଲୁର ନିଗ୍ନାଂଶରୁ ସମୁଦ୍ରତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
- ମହାସାଗର ଲବଣାକ୍ତ ଜଳରେ ସୋଡ଼ିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ଓ କ୍ୟାଲସିୟମ୍ ସଲ୍ଫେଟ୍ ଆଦି ରାସାୟନିକ ପଦାର୍ଥ ଓ ନଦୀମାନଙ୍କରୁ ଜଳପ୍ରବାହରେ ଆନୀତ ବିଭିନ୍ନ ରାସାୟନିକ ପଦାର୍ଥ ମିଶିବା ଫଳରେ ସମୁଦ୍ର ଜଳର ଲବଣତା ବୃଦ୍ଧି ପାଇଛି ।
- ସମୁଦ୍ର ଜଳର ତାପମାତ୍ରା ବିଷୁବ ଅଞ୍ଚଳରେ ୨୫° ସେଲ୍ସିୟସ୍ ଓ ମେରୁ ଅଞ୍ଚଳରେ ପ୍ରାୟ ୦° ସେଲ୍ସିୟସ୍ ହୋଇଥାଏ ।
- ସମୁଦ୍ର ଜଳ ସର୍ବଦା ଅସ୍ଥିର ଓ ଚଳନଶୀଳ ।
- ଉପସାଗରଗୁଡ଼ିକ ସାଗର ତୁଳନାରେ କମ୍ କ୍ଷେତ୍ରଫଳ ବିଶିଷ୍ଟ, ଅଗଭୀର ଓ ସ୍ଥଳଭାଗ ଦ୍ଵାରା ସୀମିତ । ଉଦାହରଣ : ପାରସ୍ୟ ଉପସାଗର, ବଙ୍ଗୋପସାଗର, କାମ୍ବେ ଉପସାଗର ।
- ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ସୃଷ୍ଟି ହୋଇଥିବା କୋମଳ ପଙ୍କକୁ ସିନ୍ଧୁମଳ କୁହାଯାଏ ।
- କ୍ରାନ୍ତୀୟ ଉଷ୍ମମଣ୍ଡଳରେ ସାଗର ଜଳର ଲବଣତା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଥାଏ, ମାତ୍ର ମେରୁ ଅଞ୍ଚଳରେ ଲବଣତା ହାର କମ୍ ।
ସାଗର ଜଳର ସଞ୍ଚାଳନ :
ବିଭିନ୍ନ କାରଣରୁ ସମୁଦ୍ର ଜଳର ସଞ୍ଚାଳନ ହୋଇଥାଏ ।
ସମୁଦ୍ର ଜଳ ନିମ୍ନୋକ୍ତ ପ୍ରକାରରେ ସଞ୍ଚାଳିତ ହୋଇଥାଏ; ଯଥା- ତରଙ୍ଗ, ଜୁଆର ଓ ସାମୁଦ୍ରିକ ସ୍ରୋତ ।
ତରଙ୍ଗ :
- ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ ବା ଢେଉ କୁହାଯାଏ । ତରଙ୍ଗର ଗତି ଊର୍ଷକୁ ଓ ନିମ୍ନକୁ ହୋଇଥାଏ ।
- ତରଙ୍ଗର ଉଚ୍ଚତମ ଅଂଶକୁ ତରଙ୍ଗ ଶୀର୍ଷ ଓ ନିମ୍ନତମ ଅଂଶକୁ ତରଙ୍ଗ ପାଦ କୁହାଯାଏ । ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ ବା ତରଙ୍ଗ ପାଦ ମଧ୍ୟରେ ଥିବା ବ୍ୟବଧାନକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ପାଦଠାରୁ ତରଙ୍ଗ ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତାକୁ ତରଙ୍ଗର ଉଚ୍ଚତା କୁହାଯାଏ ।
- ସମୁଦ୍ର ପୃଷ୍ଠ ଉପରେ ଝଡ଼ କିମ୍ବା ସମୁଦ୍ର ଅଭ୍ୟନ୍ତରରେ ଭୂମିକମ୍ପ ଯୋଗୁ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ ।
- ଭୂକମ୍ପ ଜନିତ ବିରାଟ ବିରାଟ ସାମୁଦ୍ରିକ ତରଙ୍ଗ ବା ସୁନାମି ପ୍ରାୟ ଘଣ୍ଟାପ୍ରତି ୭୦୦ କି.ମି. ବେଗରେ ଗତି କରି ଉପକୂଳ ଅଞ୍ଚଳରେ ପ୍ରବଳ କ୍ଷତି ଘଟାଏ ।
- ୨୦୦୪ ମସିହା ନଭେମ୍ବର ମାସ ୨୬ ତାରିଖରେ ସୁନାମି ଯୋଗୁ ଭାରତର ଉପକୂଳ ତଥା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ପ୍ରାୟ ୧୦, ୦୦୦ରୁ ଅଧିକ ଲୋକ ମୃତ ହେବା ସହ ଅନେକ କ୍ଷୟକ୍ଷତି ଘଟିଥିଲା ।
ଜୁଆର :
ସୂର୍ଯ୍ୟ ଓ ଚନ୍ଦ୍ରର ଆକର୍ଷଣ ଯୋଗୁଁ ପୃଥିବୀପୃଷ୍ଠସ୍ଥ ସମୁଦ୍ର ଜଳପତ୍ତନରେ ନିୟମିତ ଉତ୍ଥାନ ଓ ପତନ ହୋଇଥାଏ । ଏପ୍ରକାର ଉତ୍ଥାନକୁ ଜୁଆର ଓ ପତନକୁ ଭଟ୍ଟା କୁହାଯାଏ ।
ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥିବୀର ଜଳରାଶିରେ ପ୍ରତ୍ୟକ୍ଷ ଜୁଆର ଓ ବିପରୀତ ପାର୍ଶ୍ବରେ ପରୋକ୍ଷ ଜୁଆର ହୋଇଥାଏ ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆରର ମଧ୍ୟବର୍ତ୍ତୀ ମହାସାଗର ଓ ସାଗର ଜଳରାଶିର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ହୋଇଥାଏ ।
ପୂର୍ଣିମା ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ଯରେ ପୃଥିବୀର ଅବସ୍ଥାନ ଏବଂ ଅମାବାସ୍ୟା ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀର ଏକପାର୍ଶ୍ଵ ରେ ଅବସ୍ଥାନ ଯୋଗୁ ଉଭୟର ମିଳିତ ଆକର୍ଷଣରେ ଗୁରୁ ଜୁଆର ସୃଷ୍ଟି ହୁଏ ।
ସେହିପରି କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀକୁ କେନ୍ଦ୍ରକରି ସମକୋଣରେ ଅବସ୍ଥାନ ଯୋଗୁ ଲଘୁ ଜୁଆର ସୃଷ୍ଟି ହୁଏ ।
ଜୁଆର ଦ୍ବାରା ଅନେକ ଉପକାର ମିଳିଥାଏ :
ସାମୁଦ୍ରିକ ସ୍ରୋତ :
ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥୁବା ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ ।
- ବିଭିନ୍ନ କାରଣରୁ ସାମୁଦ୍ରିକ ସ୍ରୋତର ସୃଷ୍ଟି ହୋଇଥାଏ ।
- ସାମୁଦ୍ରିକ ସ୍ରୋତ ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତ ଭାବରେ ପ୍ରବାହିତ ।
- ସାମୁଦ୍ରିକ ସ୍ରୋତ ପ୍ରବାହିତ ଅଞ୍ଚଳଗୁଡ଼ିକ ଜଳବାୟୁ ବିଶେଷଭାବେ ପ୍ରବାହିତ ହୋଇଥାଏ ।
- ଇଉରୋପର ଜଗର ବ୍ୟାଙ୍କ୍ ଓ ଗ୍ରାଣ୍ଡ ବ୍ୟାକ୍ ଏବଂ ଉତ୍ତର ଆମେରିକାର ନିଉଫାଉଣ୍ଡଲ୍ୟାଣ୍ଡ ପ୍ରସିଦ୍ଧ ମାଛଧରା କେନ୍ଦ୍ର ।
ପ୍ରବାଳ ସ୍ତୂପ :
- ଶଙ୍ଖ ଜାତୀୟ କ୍ଷୁଦ୍ର ସାମୁଦ୍ରିକ ଜୀବ ପ୍ରବାଳର ମୁତାବଶେଷ ଜମିରହି ହୁଙ୍କା ଆକାରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଭୂମିରୂପକୁ ପ୍ରବାଳ ସ୍ତୂପ କୁହାଯାଏ । ପ୍ରବାଳ ସ୍ତୂପଗୁଡ଼ିକ ପାଖାପାଖୁ ରହିଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
- ସେହିପରି ବୃତ୍ତାକାର ଭାବରେ ଖଣ୍ଡିତ ପ୍ରବାଳ ଘେରିବନ୍ଧ ‘ଆଟୋଲ୍’ ଭାବେ ପ୍ରସିଦ୍ଧ ।
- ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଥିବା ଗ୍ରେଟ୍ ବ୍ୟାରିଅର୍ ରିଫ୍ ଏକ ବୃହତ୍ ପ୍ରବାଳ ବନ୍ଧ ଅଟେ ।
ସାଗର ଓ ମହାସାଗରୀୟ ସମ୍ପଦ :
ସମୁଦ୍ର ଅମାପ ସମ୍ପଦର ଗନ୍ତାଘର । ମହାସାଗରୀୟ ସମ୍ପଦଗୁଡ଼ିକ ମାନବ ଜଗତର ଅଶେଷ କଲ୍ୟାଣ କରେ ।
କେତେକ ଭୌଗୋଳିକ ଶବ୍ଦାବଳୀ
- ଲବଣତା : ୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।
- ଜଳଚକ୍ର : ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ଜଳୀୟବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳକୁ ଯାଏ, ଘନୀଭବନ ପ୍ରକ୍ରିୟାରେ ଜଳୀୟବାଷ୍ପ ମେଘରେ ପରିଣତ ହୁଏ ଏବଂ ବର୍ଷଣ ପ୍ରକ୍ରିୟା ଦ୍ଵାରା ଏହା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।
- ଉପଦ୍ୱୀପ : ଯେଉଁ ସ୍ଥଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ଜଳଭାଗ ଦ୍ଵାରା ବେଷ୍ଟିତ ତାହାକୁ ଉପଦ୍ଵୀପ କୁହାଯାଏ ।
- ଉପସାଗର : ଯେଉଁ ଜଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ସ୍ଥଳଭାଗ ଦ୍ଵାରା ପରିବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।
- ମହୀସୋପାନ : ସମୁଦ୍ର ଜଳ ଭିତରେ ବୁଡ଼ି ରହିଥିବା ସମୁଦ୍ରକୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ।
- ମହୀଢାଲୁ : ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଥୁବା ଅଞ୍ଚଳ ।
- ମହାସାଗର ସମତଳ : ମହୀଢାଲୁର ନିଗ୍ନାଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟା ।
- ସିନ୍ଧୁମଳ : ମହାସାଗର ତଳ ଅଂଶରେ ଜମା ହେଉଥିବା ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ୱଂସାବଶେଷରୁ ସୃଷ୍ଟ କୋମଳ ପଙ୍କ ।
- ତରଙ୍ଗ : ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ପଢ଼ୁଥିବା ଭାଙ୍ଗ ।
- ତରଙ୍ଗ ଶୀର୍ଷ : ତରଙ୍ଗର ଉଚ୍ଚତମ ଅଂଶ ।
- ତରଙ୍ଗ ପାଦ : ତରଙ୍ଗର ନିମ୍ନତମ ଅଂଶ ।
- ତରଙ୍ଗ ଦୈର୍ଘ୍ୟ : ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନ ।
- ତରଙ୍ଗ ଉଚ୍ଚତା : ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ।
- ସୁନାମି : ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତର ରେ ଭୂମିକମ୍ପ ଦ୍ବାରା ସୃଷ୍ଟି ବିରାଟ ସାମୁଦ୍ରିକ ତରଙ୍ଗ ।
- ଜୁଆର : ସାମୁଦ୍ରିକ ଜଳର ଉତ୍ଥାନକୁ ଜୁଆର କୁହାଯାଏ ।
- ଭଟ୍ଟା : ସାମୁଦ୍ରିକ ଜଳର ପତନକୁ ଭଟ୍ଟା କୁହାଯାଏ ।
- ଗୁରୁ ଜୁଆର : ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଜୁଆର । ଉଚ୍ଚ ହେଉଥିବା
- ଲଘୁ ଜୁଆର : କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ହେଉଥୁବା କମ୍ ଉଚ୍ଚତା ବିଶିଷ୍ଟ ଜୁଆର ।
- ସାମୁଦ୍ରିକ ସ୍ରୋତ : ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଜଳପ୍ରବାହ ।
- ଉଷ୍ଠ ସ୍ରୋତ : ବିଷୁବ ତଥା କ୍ରାନ୍ତି ଅଞ୍ଚଳରୁ ମେରୁ ଆଡ଼କୁ ପ୍ରବାହିତ ଉଷ୍ଣ ଜଳରାଶି ।
- ଶୀତଳ ସ୍ରୋତ : ମେରୁ ତଥା ନିକଟବର୍ତ୍ତୀ ଅଞ୍ଚଳରୁ ସମୁଦ୍ର ଅଭ୍ୟନ୍ତରରେ ବିଷୁବ ଅଞ୍ଚଳକୁ ପ୍ରବାହିତ ଶୀତଳ ଜଳରାଶି ।
- ପ୍ଲାଲ୍ଟଟନ୍ : ଶୀତଳ ସ୍ରୋତ ଓ ଉଷ୍ଠ ସ୍ରୋତର ମିଳନ ସ୍ଥଳରେ ଜମା ହେଉଥିବା ମାଛ ଖାଦ୍ୟ ଜାତୀୟ ଉଦ୍ଭିଦ ।
- ପ୍ରବାଳ ସ୍ତୂପ : ପ୍ରବାଳମାନଙ୍କ ମୃତାବଶେଷରୁ ସୃଷ୍ଟ ହୁଙ୍କା ଆକାର ଭୂମିରୂପ ।
- ପ୍ରବାଳ ବନ୍ଧ : ପାଖାପାଖୁ କେତେକ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହୋଇ ସୃଷ୍ଟି ହେଉଥିବା ପ୍ରାକୃତିକ ବନ୍ଧ ।
- ଆଟୋଲ : ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧକୁ ଆଟୋଲ୍ କୁହାଯାଏ ।