Odisha State Board BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର Textbook Exercise Questions and Answers.
BSE Odisha Class 9 Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଡେଙ୍ଗା, କୃତକାର୍ଯ୍ୟ, ଅଭିଶାପ, ଖର୍ଚ୍ଚ, ଆଦେଶ,
Answer:
ଡେଙ୍ଗା – ଗେଡ଼।
କୃତକାର୍ଯ୍ୟ – ଅକୃତକାର୍ଯ୍ୟ
ଅଭିଶାପ – ଆଶୀର୍ବ।ଦ
ଖର୍ଚ୍ଚ – ସଞ୍ଚୟ
ଆଦେଶ – ଅନୁରୋଧ
ଅକ୍ଷମ – କ୍ଷମ
Question ୨।
ସନ୍ଧିବିଚ୍ଛେଦ କର ।
ଅଚ୍ଛାଧ୍ଵକ, ଉନ୍ନତି, ଉଜ୍ଜ୍ବଳ, ସନ୍ତୁଷ୍ଟ, ସଂଯୋଗ
Answer:
ଅଚ୍ଛାଧ୍ଵକ = ଅଚ୍ସ + ଅଧ୍ଵକ
ଉନ୍ନତି = ଉତ୍ + ନତ୍
ଉଜ୍ଜ୍ବଳ = ଉତ୍ + ଜ୍ୱଳ
ସନ୍ତୁଷ୍ଟ = ସମ୍ + ତୁଷ୍ନ
ସଂଯୋଗ = ସମ୍ + ଯୋଗ
Question ୩।
‘କ’ ସ୍ତମ୍ଭ ସହ ସମ୍ପର୍କ ଥିବା ‘ଖ’ ସ୍ତମ୍ଭର ଶବ୍ଦକୁ ଯୋଗକର ।
Answer:
Question ୪।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ପୃଥିବୀ ବିଖ୍ୟାତ _______________ ଇଟାଭାଟିରେ କାମ କରି ପିଲାଦିନେ ପେଟ୍ ପୋଷୁଥିଲେ ।
(ଷ୍ଟାଲିନ୍, ମୁସୋଲିନ୍, ହିଟ୍ଲର, ଈଶ୍ଵରଚନ୍ଦ୍ର)
Answer:
ହିଟ୍ର
(ଖ) ବେଶି ଝିଅ ଜନ୍ମହେଲେ କେହି କେହି ତାକୁ ____________ ମଣନ୍ତି ।
(ଆଶୀର୍ବାଦ, ପୁରସ୍କାର, ସମସ୍ୟା, ଅଭିଶାପ)
Answer:
ଅଭିଶାପ
(ଗ) ________________ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ।
(ଭାରତ, ବର୍ମା, ଗ୍ରୀନ୍ଲାଣ୍ଡ, ସୁଇଜରଲାଣ୍ଡ)
Answer:
ବର୍ମା
(ଘ) ଶିଶୁଗୀତ ଏକ ________________ କହିଲେ ଚଳେ ।
(ମୃଗତୃଷ୍ଣା, ମନୋରଞ୍ଜନ, ଖ୍ଆଲ, ମଜାଗୀତ)
Answer:
ମୃଗତୃଷ୍ଣା
Question ୫।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକରେ ଉପସର୍ଗ ବ୍ୟବହାର କରି ନୂଆ ନୂଆ ଶବ୍ଦମାନ ଗଢ଼ ।
ନିଧ୍ର, ବଳ, ବାସ, ଘାତ, ବାଦ
Answer:
କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର
Question ୬।
ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । କେତେକ ଲୋକ ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ରକାୟ ହୋଇଥା’ନ୍ତି । ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେ ହାସ୍ୟାସ୍ପଦ ହୁଏ ।
Question ୭ ।
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ସାମାନ୍ୟ ଜଣେ ପୂଜାରୀ ଘରେ ହୋଇଥିଲା ।
Question ୮।
ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ । ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।
Question ୯।
କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।
Question ୧୦ ।
ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବେ ?– ଏକଥା କାହିଁକି ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଲେ ?
Answer:
ଲେଖକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏଣ୍ଟ୍ରାନ୍ସ ପଢ଼ିବା ନିମନ୍ତେ ପ୍ରବାସରେ ଯାଇ ରହିବା, ଆହାର ଯୋଗାଡ଼ କରିବା ତଥା ବହିପତ୍ର କିଣିବାପାଇଁ ବହୁ ଅର୍ଥ ଆବଶ୍ୟକ, ଯେଉଁ ଅର୍ଥ ଦାରିଦ୍ର୍ୟ ପ୍ରପୀଡ଼ିତ ଲେଖକଙ୍କ ପାଇଁ ଥିଲା ଷାଠିଏ ପଉଟି ଘିଅ ସଦୃଶ । ତେଣୁ ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ ଏପରି କହିଥିଲେ ।
Question ୧୧ ।
ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥିଲେ ସେ ଯୁଗର କଟକର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ ‘ଶଶିନିକେତନ’ରେ ରହୁଥିଲେ ।
Question ୧୨ ।
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧ୍ଵ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି ।
Question ୧୩ ।
ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।
Question ୧୪ ।
କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘରଧନ୍ଦୀ ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ।
Question ୧୫ ।
ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ । ସେ ବି. ଏ. ପାସ୍ କରି ମଧ୍ୟ ଅର୍ଥୋପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମରେ ରହୁଥିଲେ । ସେ ଥିଲେ ଅତ୍ୟନ୍ତ ସଂଯମୀ ତଥା ନିରାମିଷାଶୀ । ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି ସେ କୀର୍ତ୍ତନରେ କାଳଯାପନ କରୁଥିଲେ ।
Question ୧୬ ।
ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା କୋଡ଼ିଏ ଟଙ୍କା ବୃଦ୍ଧି ମଧ୍ୟରୁ ମାସିକ ୧୫ ଟଙ୍କା ଖର୍ଚ୍ଚ ଯିବା ପରେ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହି ଚିନ୍ତା ନ କରିବାକୁ ସାଣ୍ଟୋନା ଦେଇଥିଲେ ।
Question ୧୭ ।
ବିବାହିତ ପୁଅ ଓ ବିବାହିତା ଝିଅଙ୍କୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ଭା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।
Question ୧୮ ।
ରାମକୃଷ୍ଣ ବୋଷଙ୍କ ଘରେ ଲେଖକଙ୍କୁ କାହିଁକି ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।
Question ୧୯ ।
ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକଙ୍କ ପାଇଁ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳକୁ ଯାଇ ପବନ ଖାଇ ଉପାସ ରହିଯାଆନ୍ତି ।
Question ୨୦ ।
ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖିଲେ ଲେଖକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ସେହି ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ । ତେଣୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।
Question ୨୧ ।
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ ଗାଇଆ’ ନ୍ତି –
‘ଆ ଜହ୍ନମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।
Question ୨୨ ।
ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।
Question ୨୩ ।
ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣାହେବା ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।
ସପ୍ରସଙ୍ଗ ସରଳାର୍ଥ ଲେଖ
Question ୨୪ ।
କୋଟି କୋଟି ବାମନ ଆକାଶରେ ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ସମ୍ବରଣ କରିନପାରି ହାତ ବଢ଼ାଉଛନ୍ତି, ମାତ୍ର ଧରି ନ ପାରି ହାସ୍ୟାସ୍ପଦ ହେଉଛନ୍ତି ।
Answer:
କୋଟି କୋଟି……………………………………ହାସ୍ୟାସ୍ପଦ ହେଉଛନ୍ତି ।
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧର ସଂଗୃହୀତ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀରୁ ସମାନୀତ ଉକ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ଅନେକ ବାମନ କିପରି ହାସ୍ୟାସ୍ପଦ ହେଉଛନ୍ତି, ତାହା ଉପସ୍ଥାପନ କରିଛନ୍ତି ।
ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି ଯେଉଁମାନେ କ୍ଷୁଦ୍ରକାୟ ହୋଇଥା’ନ୍ତି, ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ କେହି ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ହାସ୍ୟାସ୍ପଦ ହୁଏ ।
କେବଳ ବାମନ ନୁହେଁ, କୌଣସି ଲୋକର ହାତ ଚନ୍ଦ୍ରକୁ ପାଇବ ନାହିଁ । ଏହାର ଉପଲକ୍ଷ୍ୟ ଚନ୍ଦ୍ର ବା ବାମନ ନୁହେଁ । ଏଠାରେ ଚନ୍ଦ୍ର ଉଚ୍ଚାଭିଳାଷର ପ୍ରତୀକ ଓ ବାମନ କ୍ଷୁଦ୍ରଶକ୍ତିର ପ୍ରତୀକ । ଶକ୍ତି ବା ସାମର୍ଥ୍ୟ ନ ଥାଇ ବୃହତ୍ କର୍ମ କରିବାକୁ ଆଗେଇ ଆସି କେତେକ ବ୍ୟକ୍ତି ଅସଫଳ ହେବା ସହ ଲୋକହସା ହୁଅନ୍ତି । ତଥାପି ଏ ସଂସାରରେ କେତେକ ବାମନ ନିଷ୍ଠା ଓ ସାଧନା ବଳରେ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ଆକାଶର ଚନ୍ଦ୍ରକୁ ଧରିବାରେ କୃତକାର୍ଯ୍ୟ ହୋଇଥିବାର ପ୍ରମାଣ ଇତିହାସ ପ୍ରଦାନ କରେ ।
ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ବାମନରୂପୀ ମୁସୋଲିନ୍ ଦିନେ ହୋଇଥିଲେ ଇତାଲୀର ଭାଗ୍ୟବିଧାତା । ମୋଚିପିଲା ଷ୍ଟାଲିନ୍ ହୋଇଥଲେ ରୁଷିଆର କର୍ଣ୍ଣଧାର । ଇଟାଭାଟିରେ କାମ କରି ପେଟ ପୋଷୁଥିବା ହିଟ୍ଲର୍ ହୋଇଥିଲେ ବିଶ୍ୱବିଖ୍ୟାତ । କୋଟି କୋଟି ବାମନ ପୃଥିବୀରେ ଜନ୍ମ ନେଇ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଥିଲେ ମଧ୍ୟ ଗଭୀର ଅଧ୍ୟବସାୟ ଓ ଦୃଢ଼ ଆତ୍ମପ୍ରତ୍ୟୟ ବଳରେ କେତେକ ବାମନ ଆକାଶର ଚନ୍ଦ୍ରକୁ ଧରି ସମାଜର ଶ୍ରେଷ୍ଠସ୍ଥାନ ଅଧିକାର କରୁଛନ୍ତି । କିନ୍ତୁ କୋଟି କୋଟି ବାମନ ଆକାଶର ସେହି ସମୁଜ୍ଜ୍ବଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ତ୍ୟାଗ କରି ନପାରି ଧରିବାକୁ ହାତ ବଢ଼ାଉଛନ୍ତି କିନ୍ତୁ ଧରି ନପାରି ହାସ୍ୟାସ୍ପଦ ହେଉଛନ୍ତି ।
ମଧ୍ଯ ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଦରିଦ୍ର ଲେଖକ ଥିଲେ ବାମନ ସଦୃଶ । ତାଙ୍କ ପାଇଁ ବ୍ୟୟବହୁଳ ଏଣ୍ଟ୍ରାନ୍ସ ପାସ୍ କରିବା ଥିଲା ଆକାଶର ଚନ୍ଦ୍ର ସଦୃଶ । ବାମନ ହୋଇ ଚନ୍ଦ୍ରକୁ ଧରିବା ତାଙ୍କ ପାଇଁ ସହଜ ନଥିଲା । ଲୋକହସା ହେବା ହିଁ ସାର ଥିଲା ।
Question ୨୫ ।
ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ।
Answer:
ସେହି କାରଣରୁ …………………………..ପୁଅର ନାମ ଭତ୍ତା ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କଦ୍ଵାରା ପ୍ରଣୀତ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀର ଅଂଶବିଶେଷ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ‘ଭତ୍ତା’ ଶବ୍ଦର ତାତ୍ତ୍ଵିକ ଅର୍ଥ ଉପରେ ଆଲୋକପାତ କରିଛନ୍ତି ।
ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ଯ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ଆଦର ଲାଭ କରିଥା’ନ୍ତି । କାରଣ ହିନ୍ଦୁ ସମାଜରେ ପୁଅ ହିଁ ପିଣ୍ଡ ଦେବାପାଇଁ ଯୋଗ୍ୟ । ପୁନଶ୍ଚ ପରିବାର ମଧ୍ୟରେ ଜୀବିକାର୍ଜନର ଭାର ରହିଛି ପୁରୁଷ କାନ୍ଧରେ । ନାରୀ ଉପରେ ବିଧାତା ନ୍ୟସ୍ତ କରିଛନ୍ତି କଠୋର କର୍ତ୍ତବ୍ୟ । ସେହି କର୍ତ୍ତବ୍ୟ ପରିପାଳନ ହିଁ ନାରୀର ଗର୍ବ ଓ ମହତ୍ତ୍ଵର ପ୍ରତିଫଳନ ।
ଯଦ୍ୟପି ଗ୍ରୀନ୍ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ୟ କରିଥା’ନ୍ତି, ପୁରୁଷମାନେ ଘରେ ରହି ଘରଧନ୍ଦା ବୁଝି ସନ୍ତାନମାନଙ୍କ ଲାଳନପାଳନ କରିଥା’ନ୍ତି, ବର୍ମାଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ, ତଥାପି ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ଯଥାର୍ଥରେ ବିବାହିତ ପୁଅର ନାମ ଭର୍ତ୍ତା ତଥା ବିବାହିତା ନାରୀର ନାମ ଭାର୍ଯ୍ୟା ।
Question ୨୬ ।
ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟା ।
Answer:
ପୁରୁଷ ସହିତ…………………………………ସାମାଜିକ ସମସ୍ୟା ।
ଶଂସିତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ପଣ୍ଡିତ ଗୋଦାବରୀଶ ମିଶ୍ର ସମାଜରେ ପୁରୁଷ ସହିତ ନାରୀର ସମ୍ପର୍କ କିପରି ଏକ ସମସ୍ୟାରେ ପରିଣତ ହୋଇଛି, ତାହା ଉପସ୍ଥାପନ କରିଛନ୍ତି ।
ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ରହିଛି । ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହେତୁ ଝିଅ ଅପେକ୍ଷା ତା’ର ଆଦର ଅଧୂକ । କିନ୍ତୁ ପ୍ରାୟ ପ୍ରତ୍ୟେକ ସମାଜରେ ଝିଅ ଅପେକ୍ଷା ପୁଅ ଅଧ୍ଵ ଆଦର ପାଉଥିବା ବେଳେ ଝିଅ ଏକ ସମସ୍ୟାରୂପେ ପରିଗଣିତ ହେଉଅଛି । କେତେକ ଝିଅ ଜନ୍ମକୁ ଅଭିଶାପ ବୋଲି ମନେକରୁଛନ୍ତି । କାରଣ, ପୁଅକୁ ଯେତେ ବୟସ ପର୍ଯ୍ୟନ୍ତ ଅବିବାହିତ ରଖୁହୁଏ, ଝିଅକୁ ରଖୁହୁଏ ନାହିଁ । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ ।
ନାରୀର ସତୀତ୍ଵ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ଝିଅର ଆଚରଣ ସମାଜରେ ବାପା ମାଆଙ୍କୁ ଲାଞ୍ଛିତ ଓ ଅପମାନିତ କରେ । ତେଣୁ ଝିଅକୁ ଘରେ ନ ରଖ୍ ଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତା-ମାତା ବ୍ୟାକୁଳ ହୋଇପଡ଼ନ୍ତି । ସେହି ବ୍ୟାକୁଳତାରୁ କନ୍ୟା-ଶୁଳ୍କର ସୃଷ୍ଟି । ଏହି କନ୍ୟା-ଶୁଳ୍କ ଦେବାପାଇଁ ଦରିଦ୍ର ପିତାମାତା ଅକ୍ଷମ୍ ହୋଇଥିବାରୁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ଅବିବାହିତା ରହିବାକୁ ପ୍ରୟାସୀ ହେଉଅଛନ୍ତି । ଏହି ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା ତାହା କ୍ରମେ ସନ୍ଦେହ ପଦବାଚ୍ୟ ହୋଇପଡ଼ୁଛି । ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି ।
Question ୨୭ ।
ଚନ୍ଦ୍ର ଆଖୁ ଦାଉ ଦାଉ ଦିଶୁଥିଲା; କିନ୍ତୁ ତାହା ଯେ କେତେ ଦୂରରେ ଥିଲା, ମୁଁ ବୁଝିବି କିପରି ?
Answer:
ଚନ୍ଦ୍ର ଆଖ୍……………..ବୁଝିବି କିପରି ?
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧରୁ ସମାନୀତ । ଏଠାରେ ଲେଖକ ପଣ୍ଡିତ ଗୋଦାବରୀଶ ମିଶ୍ର ବାମନ ହୋଇ ଆକାଶର ଚନ୍ଦ୍ରକୁ ଧରିବାପାଇଁ କିପରି ହାତ ବଢ଼ାଇଛନ୍ତି ତାହା ଉପସ୍ଥାପନ କରିଛନ୍ତି ।
ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଲେଖକ ଥିଲେ ବାମନ ସଦୃଶ । କାରଣ ସେ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ । ମଣିଷରେ ଗଣା ହେବାପାଇଁ ଅର୍ଥ ବ୍ୟୟ କରି ଏଣ୍ଟ୍ରାନ୍ସ ପାସ୍ କରିବା ଥିଲା ତାଙ୍କ ପାଇଁ ଦୂର ଆକାଶର ଚନ୍ଦ୍ର ସଦୃଶ । ଲେଖକ ସେହି ଦୂର ଆକାଶର ସମୁଜ୍ଜ୍ବଳ ଚନ୍ଦ୍ରକୁ ଧରିବାକୁ ଯାଇ ମାସ ମାସ ଧରି ନୈରାଶ୍ୟର ବହ୍ନିରେ ଜଳିଛନ୍ତି । ପରିଶେଷରେ ଖୋରଧାର ତହସିଲଦାରଙ୍କ ସୁପାରିସ କ୍ରମେ ରାମକୃଷ୍ଣ ବୋଷଙ୍କ ସୁଦୟା ପ୍ରଦତ୍ତ ପାଞ୍ଚଟଙ୍କା ପାଇ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଛନ୍ତି ।
ପାଠପଢ଼ା ଖର୍ଚ୍ଚ ନିମନ୍ତେ ପୈତୃକ ସମ୍ପତ୍ତି ବିକ୍ରି ହୋଇଛି । ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ସେ ପଢ଼ାଖର୍ଚ୍ଚ ପାଇଁ ପୂଜାରୀ ଭାବେ କାର୍ଯ୍ୟ କରିଛନ୍ତି । ଛାତ୍ରାବାସକୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଦେଇ ନପାରି ସମୁଦ୍ରକୂଳ ପବନ ଖାଇ ଅନେକ ଦିନ ଉପବାସ ରହିଛନ୍ତି । ବହୁ ଦୁଃଖକଷ୍ଟ ସହି ସେ ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଛନ୍ତି । କାରଣ ସେ ନିଜକୁ ବାମନ ବୋଲି ମନେ କରୁଥିଲେ । ମଣିଷରେ ଗଣାହେବା ରୂପକ ଦୂର ଆକାଶର ଚନ୍ଦ୍ର ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା ।
କିନ୍ତୁ ସେ ଚନ୍ଦ୍ର କେତେ ଦୂରରେ ଥିଲା, ତାହା ସେ ଜାଣି ନଥିଲେ, ତଥାପି ଧରିବା ଚେଷ୍ଟାରୁ ସେ କଦାପି ବିରତ ହୋଇନଥିଲେ । କାରଣ, ତାଙ୍କ କାନରେ ପଡ଼ିଯାଉଥିଲା ‘ଆ, ଜହ୍ନମାମୁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି’ ରୂପକ ଶିଶୁଗୀତ । ତାହା ଏକ ମୃଗତୃଷ୍ଣା ଜାଣି ମଧ୍ୟ ଲେଖକ ସମସ୍ତଙ୍କ ଭିତରେ ଜଣେ ହୋଇ ସେହି ଚନ୍ଦ୍ରକୁ ଧରିବାପାଇଁ ଧାଇଁଛନ୍ତି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୨୮ ।
ପଠିତ ବିଷୟରୁ ଲେଖକଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଉଲ୍ଲେଖ କର ।
କିମ୍ବା, ଲେଖକ ଗୋଦାବରୀଶଙ୍କ ବାଲ୍ୟଜୀବନ କିପରି ସଂଘର୍ଷମୟ ଥିଲା, ପଠିତ ପ୍ରବନ୍ଧ ଅବଲମ୍ବନରେ ତାହା ଉଲ୍ଲେଖ କର ।
କିମ୍ବା, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ଦୁର୍ବାର ପ୍ରବୃତ୍ତି ଲେଖକଙ୍କ ବାଲ୍ୟ ଜୀବନରେ ହିଁ ଉଙ୍କି ମାରିଥିଲା– ଏହାର ସତ୍ୟତା ପଠିତ ପ୍ରବନ୍ଧ ଛାୟାରେ ପ୍ରତିପାଦନ କର ।
କିମ୍ବା, ପଠିତ ବିଷୟକୁ ଅବଲମ୍ବନ କରି ଗୋଦାବରୀଶଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଆଲୋଚନା କର ।
Answer:
ସତ୍ୟବାଦୀ ସାହିତ୍ୟକୁ ସ୍ବୀୟ ସାରସ୍ଵତ ପ୍ରତିଭା ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ତଥା ଉତ୍କଳର ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ । ସେବା, ତ୍ୟାଗ, ସାମ୍ବାଦିକତା, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ବହୁ ସୁଖ୍ୟାତି ଅର୍ଜନ କରିଥିବା ସତ୍ୟବାଦୀ ବନବିଦ୍ୟାଳୟର ସେହି ଆଦର୍ଶ, ଶୃଙ୍ଖଳିତ ତଥା ମେଧାବୀ ଶିକ୍ଷକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’, ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ ଆଦି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଗଳ୍ପ ସଂକଳନ ତାଙ୍କ ପ୍ରଜ୍ଞାମାନସର ପରିଚୟ ପ୍ରଦାନ କରେ ।
ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରାବନ୍ଧିକ ନିଜର ଉଚ୍ଚ ବିଦ୍ୟାଳୟ ଶିକ୍ଷା ତଥା ତତ୍କାଳୀନ ଶିକ୍ଷାପଦ୍ଧତି ସମ୍ପର୍କରେ ଆଲୋକପାତ କରିଛନ୍ତି ।
ଗୋଦାବରୀଶ ଥିଲେ ଜଣେ ମେଧାବୀ ଛାତ୍ର । କିନ୍ତୁ ଶିକ୍ଷାକ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରତିବନ୍ଧକ ଥିଲା ଦାରିଦ୍ର୍ୟ । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ କହିଥିଲେ –
‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ।’’
ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ଥିଲା ସେ କାଳର ଏଣ୍ଟ୍ରାନ୍ସ । ଏହି ଏଣ୍ଟ୍ରାନ୍ସ ପାସ୍କକଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରେ ଜଣେ ଏଣ୍ଟ୍ରାନ୍ସ ପାସ୍ କରି ଖୋରଧା କଚେରିରେ କିରାନି କାମ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ଜଣାପଡ଼େ । ତାଙ୍କ ପଛକୁ ପ୍ରାବନ୍ଧିକ ଆଉ ଜଣେ ହୋଇ ବାହାରିବେ ବୋଲି ଧରିନେଇ ଅନେକ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥିବଟି ।’’
ସେହି ଦୟା ରଖୁବା ଅବସ୍ଥାକୁ ଯିବା ନିମନ୍ତେ ଉଚ୍ଚଶିକ୍ଷା ଆବଶ୍ୟକ । କିନ୍ତୁ ଦାରିଦ୍ର୍ୟପୀଡ଼ିତ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । ଅର୍ଥସାପେକ୍ଷ ଉଚ୍ଚଶିକ୍ଷା ଥିଲା ଦୂର ଆକାଶର ଉଜ୍ଜ୍ବଳ ଚନ୍ଦ୍ରମଣ୍ଡଳ ସଦୃଶ । ତେଣୁ ହାତ ବଢ଼ାଇ ମଧ୍ୟ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ତାଙ୍କୁ ଜଳିବାକୁ ପଡ଼ିଥିଲା । ସେ ନିତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସୁଥିଲେ । ଦିନେ ଖୋରଧାର ତହସିଲଦାର ସ୍କୁଲ ପରିଦର୍ଶନରେ ଆସିଥିଲେ । ପ୍ରାବନ୍ଧିକଙ୍କୁ ସେଠାରେ ଦେଖୁ ତା’ର କାରଣ ଶିକ୍ଷକଙ୍କଠାରୁ ଶୁଣିବା ପରେ ଦୟାପୂର୍ବକ ଖଣ୍ଡେ ଚିଠି ପ୍ରାବନ୍ଧିକଙ୍କ ହାତରେ ଦେଇ ପୁରୀକୁ ରାମକୃଷ୍ଣ ବୋଷଙ୍କ ନିକଟକୁ ପଠାଇଥିଲେ ।
ପ୍ରାବନ୍ଧିକ ପିତାଙ୍କ ସହ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠିଟି ଦେଲେ । ସେ ମହାଶୟ ଚିଠି ପଢ଼ି ସୁଦୟା କରି ପାଞ୍ଚଟଙ୍କା ଦେଇ ପୁନର୍ବାର ନ ଆସିବାକୁ ଶୁଣାଇଦେଲେ । ବର୍ତ୍ତମାନ ବିଦ୍ୟାଳୟର ଶ୍ରେଣୀସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; କିନ୍ତୁ ସେ କାଳରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ଆଜିକାଲି ସପ୍ତମ ଶ୍ରେଣୀର ନାମ ସେକାଳରେ ଥିଲା ପଞ୍ଚମ ଶ୍ରେଣୀ । ତେଣୁ ପ୍ରାବନ୍ଧିକ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ବିଦ୍ୟାଳୟରେ ପ୍ରବେଶ କଲେ । ସେ ବର୍ଷର ଅବଶିଷ୍ଟ କେତେମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟି ତାଙ୍କ ପିତାଙ୍କୁ ଜମି ବିକ୍ରିକରି ପଢ଼ାଖର୍ଜ ଯୋଗାଇବାକୁ ପଡ଼ିଥିଲା ।
ରାମକୃଷ୍ଣ ବାବୁଙ୍କ ନିକଟକୁ ପୁନର୍ବାର ଯିବା ନିମନ୍ତେ ପ୍ରାବନ୍ଧିକଙ୍କର ସାହସ ତଥା ଇଚ୍ଛା ମଧ୍ଯ ନଥିଲା । କାରଣ, ରାମକୃଷ୍ଣ ବାବୁଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକରିଥିଲେ । ଦରିଦ୍ର ହେଲେ ମଧ୍ୟ ସେ ଥିଲେ ପିତାମାତାଙ୍କର ଗେହ୍ଲାପୁଅ । ସୁତରାଂ ଏହି ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ । ଏହି ପୂଜାରୀ ଡାକ ତାଙ୍କ ମନରେ ଦୁଃଖ ଦେଉଥିଲେ ମଧ୍ୟ ତା’ର କାରଣ ଥିଲା । ସେତେବେଳେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ସମସ୍ତେ ପେଣ୍ଡାବାଳ ରଖୁଥିଲେ, ଯାହାର ପ୍ରଚଳନ ସହରରେ ନଥିଲା ।
ପ୍ରାବନ୍ଧିକଙ୍କ ମୁଣ୍ଡରେ ମଧ୍ୟ ପେଣ୍ଡାଏ ବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଝୁଲୁଥିଲା । ତେଣୁ ତାଙ୍କୁ ସମସ୍ତେ ନାଟୁଆ ପିଲା ବୋଲି ଚିଡ଼ାଉଥିଲେ । ତା’ଠାରୁ ପୂଜାରୀ ହେବାଟା ଅଧିକ ସ୍ପୃହଣୀୟ ବୋଲି ପ୍ରାବନ୍ଧିକ ମନେକରୁଥିଲେ । ତେଣୁ ପିତାଙ୍କ ଅନ୍ତେ କଲେଜର ପଢ଼ିବାବେଳେ ପଢ଼ାଖର୍ଚ୍ଚ ଉଠାଇବାପାଇଁ ସେ ଅନେକ କାଳ ପୂଜାରୀଭାବେ କାର୍ଯ୍ୟ କରିଥିଲେ ।
ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ସେ ପାଠ ପଢ଼ିଥିଲେ । କିନ୍ତୁ ସମୁଦାୟ ଅଢ଼େଇ ଏକର ମଧ୍ୟରୁ ପ୍ରାୟ ଏକରକରୁ ବେଶି ଜମି ବିକ୍ରି କରି ପାଇଥିଲେ ଷାଠିଏ ଟଙ୍କା । ତେଣୁ ତାଙ୍କୁ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନ ପାରି ତାଙ୍କୁ ଉପବାସ ରହିବାକୁ ପଡ଼ିଛି । ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ସେ ଅବସ୍ଥା ବୁଝି ଅନ୍ୟତ୍ର ଖାଇବେ ବୋଲି କହି ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଆନ୍ତି । ତାଙ୍କୁ ସ୍କୁଲରେ ବେତନ ଦେବାକୁ ପଡ଼ୁନଥିଲା । ଖାଇବା ଖର୍ଚ୍ଚ ମାସକୁ ପଡୁଥିଲା ହାରାହାରି ତିନିଟଙ୍କା ଚାରିଅଣା । ମାସିକ ଚାରିଟଙ୍କାରେ ତାଙ୍କର ଯାବତୀୟ ଖର୍ଚ୍ଚ ଚଳୁଥିଲା ।
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପ୍ରାବନ୍ଧିକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ଅର୍ଥାଭାବ ଥିଲା ମୁଖ୍ୟ ପ୍ରତିବନ୍ଧକ । ତେଣୁ ସେ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ଏକ ପଇସା ଦେଇ ସିଂହଦ୍ଵାରସ୍ଥ ରାମକୃଷ୍ଣ ଦୋକାନୀକୁ ହାତରେ ଦେଖାଇ ଦେଇ ଗୋଟିଏ ଜିନିଷ ଆଣି ତାକୁ ‘ମିଠା ଲାଗିବ ତ’ ବୋଲି ପଚାରିଥିଲେ । ତାଙ୍କ ପ୍ରଶ୍ନ ଶୁଣି ଦୋକାନୀ ଦୟାରେ ଚାରି ଛ ଟୋପା ଅଠାଳିଆ ପଦାର୍ଥ ପକାଇ ଦେଇଥିଲା । କେତେଦିନ ପରେ ସେ ଜାଣିଲେ ଯେ ତାଙ୍କ କିଣା ଜିନିଷର ନାମ ‘ପୁରି’ ଓ ଦୟାପ୍ରଦତ୍ତ ପଦାର୍ଥଟି ରସଗୋଲାର ରସ । ଏହା ତାଙ୍କ ଦାରିଦ୍ର୍ୟପୀଡ଼ିତ ଛାତ୍ର ଜୀବନର ଏକ ବାସ୍ତବ ପ୍ରତିଛବି ।
ତାଙ୍କ ଦୁଃଖରେ ଦୁଃଖୀ ହୋଇ ପାଖ ଗ୍ରାମର ଦୀନବନ୍ଧୁ ନରେନ୍ଦ୍ର ସିଂହ ପ୍ରବେଶିକା ପରୀକ୍ଷା ପରେ ଲବ୍ଧ କୋଡ଼ିଏ ଟଙ୍କା ବୃତ୍ତିରୁ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ ବୋଲି କହିଥିଲେ । କିନ୍ତୁ ସେ ଆଶା ମଧ୍ୟ ବୃଥା ହୋଇଥିଲା । କାରଣ ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ୧୯୦୬ ମସିହାରେ ପ୍ରାବନ୍ଧିକଙ୍କ ସାଙ୍ଗରେ ପ୍ରବେଶିକା ପାସ୍ କଲେ । ପ୍ରାବନ୍ଧିକ ଦ୍ୱିତୀୟ ଶ୍ରେଣୀରେ ଓ ସେ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ ।
ପ୍ରାବନ୍ଧିକ କିନ୍ତୁ ଦୁଃଖକଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ିରହିଥିଲେ । କାରଣ ସେ ବାମନ ହୋଇ ମଧ୍ଯ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇଥିଲେ । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ନିଜର ସ୍ବାଭିମାନକୁ ବଜାୟ ରଖ୍, ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଦୃଢ଼ତାର ସହ ଶିକ୍ଷାକ୍ଷେତ୍ରରେ ସୋପାନ ପରେ ସୋପାନ ଆରୋହଣ କରିଚାଲିଥିଲେ ।
Question ୨୯ ।
ତତ୍କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋଚନା କର ।
କିମ୍ବା, କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ ଏକ ସମସ୍ୟା– ଏହା ତତ୍କାଳୀନ ସମାଜରେ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର ।
କିମ୍ବା, ଯୁଗେ ଯୁଗେ ନାରୀ କିପରି ସମାଜର କୁ-ସଂସ୍କାର ଭିତରେ ସନ୍ତୁଳିତ ହୋଇ ଆସିଛି ଏବଂ ତାହାର ଏକ ଝଲକ ଲେଖକଙ୍କ ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି ତାହା ଉଲ୍ଲେଖ କର ।
Answer:
ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବଳିଷ୍ଠ ସାରସ୍ଵତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ସ୍ବୀୟ ସ୍ବାଭିମାନକୁ ବଜାୟ ରଖ୍ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ସେ ହୋଇଥିଲେ ଉଚ୍ଚତର ଡିଗ୍ରୀର ଅଧିକାରୀ । ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥିବା ସେହି ଅମର ମଣିଷଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’, ‘ପୁରୁଷୋତ୍ତମଦେବ’, ‘ଅଭାଗିନୀ’, ‘ଘଟାନ୍ତର’, ‘ନିର୍ବାସିତ’ ତଥା ‘ପଞ୍ଚବୀର’ ପ୍ରଭୃତି କାଳଜୟୀ କୃତି ତାଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।
ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ବିଭୂଷିତ କରିଥିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରସଙ୍ଗକ୍ରମେ ପ୍ରାବନ୍ଧିକ ତତ୍କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋକପାତ କରିଛନ୍ତି ।
ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ୟ ପୁଅମାନେ ଝିଅମାନଙ୍କ ଅପେକ୍ଷା ଅଧିକ ଆଦର ଲାଭ କରିଥା’ନ୍ତି । ପରିବାର ମଧ୍ୟରେ ଜୀବିକାର୍ଜନର ଭାର ପୁରୁଷ କାନ୍ଧରେ ନ୍ୟସ୍ତ ଥିଲେ ମଧ୍ୟ ବିଧାତା ନାରୀ ମୁଣ୍ଡରେ ଲଦିଛି କଠୋର କର୍ତ୍ତବ୍ୟ । ସେହି କଠୋର କର୍ତ୍ତବ୍ୟକୁ ବହନ କରି ନାରୀ ସମାଜର ସମୁଚ୍ଚସ୍ତରକୁ ଉଠିପାରିବାର ପଥ ତତ୍କାଳୀନ ସମାଜରେ ପରିଷ୍କାର ହୋଇନଥିଲା । କିନ୍ତୁ ସେହି କର୍ତ୍ତବ୍ୟ ପାଳନଦ୍ୱାରା ନାରୀ ସମାଜରେ ଗୌରବ ଲାଭ କରିବା ସଙ୍ଗେ ସଙ୍ଗେ ନାରୀଜାତିର ମହତ୍ତ୍ବ ପ୍ରତିପାଦନ କରେ । ସେହି ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି । ସ୍ଵୟଂ ଶକ୍ତି ସୃଷ୍ଟି ସର୍ଜନା କରୁଛି ।
ଗ୍ରୀନ୍ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ଦେଶର ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବାହ ସହ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରଧନ୍ଦା ବୁଝିବା ସହିତ ସନ୍ତାନର ଲାଳନପାଳନ ଦାୟିତ୍ଵ ନିଅନ୍ତି । ବର୍ମା ଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।
ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥିବାରୁ ଝିଅଠାରୁ ତା’ର ଆଦର ଅଧ୍ଵ । ତଥାପି ସମାଜରେ ଝିଅ ଅଳ୍ପାଧ୍ଵ ପରିମାଣରେ ଏକ ସମସ୍ୟାରେ ପରିଣତ ହୋଇଛି । କେହି କେହି ମଧ୍ୟ ଝିଅଜନ୍ମକୁ ଏକ ଅଭିଶାପ ବୋଲି ମନେ କରୁଛନ୍ତି । କାରଣ, କନ୍ୟାକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବ ହୁଏ । ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେବର୍ଷ ପର୍ଯ୍ୟନ୍ତ ରଖିହୁଏ, ଝିଅମାନଙ୍କୁ ରଖୁହୁଏ ନାହିଁ । ନାରୀର ସତୀତ୍ୱ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ଝିଅର ଆଚରଣ ଯୋଗୁଁ ଅନେକ ପିତାମାତା ସମାଜରେ ଲାଞ୍ଛିତ ଓ ଅପମାନିତ ହେବାର ଦେଖାଯାଏ ।
ତେଣୁ ପିତାମାତାମାନେ ଝିଅକୁ ଘରେ ନରଖ୍ ଯଥାଶୀଘ୍ର ବିବାହ ଦେବା ନିମନ୍ତେ ବ୍ୟାକୁଳ ହୋଇଉଠନ୍ତି । ସେହି ବ୍ୟାକୁଳତା ମଧ୍ୟରୁ ବରପାତ୍ରମାନେ ଉଠାଇବାକୁ ଚାହୁଁଥିବା ଲାଭରୁ ହିଁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ମଧ୍ଯ ଅବିବାହିତା ରହିବାକୁ ଶ୍ରେୟ ମନେ କରୁଛନ୍ତି । ଆଇନରେ ବିବାହ ବୟସ ବୃଦ୍ଧି କରାଯାଇଥିବାରୁ ତାହା ସମ୍ଭବ ହୋଇପାରୁଛି । ଫଳରେ ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି । ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିଲେ ମଧ୍ୟ ସମାଜରେ ଝିଅ ଅପେକ୍ଷା ପୁଅର ଅଧ୍ଵ ଆଦର ପରିଦୃଷ୍ଟ ହେଉଅଛି । ଯେପର୍ଯ୍ୟନ୍ତ ଏହି ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନ ଆସିଛି, ପୁଅ ସହିତ ଝିଅ ସମାନ ଆଦର ତଥା ଅସ୍କାର ଲାଭ ନ କରିଛି, ସେପର୍ଯ୍ୟନ୍ତ ସମାଜର ଉନ୍ନତି ଅସମ୍ଭବ ।
Question ୩୦ ।
ଲେଖକ ନିଜକୁ କାହିଁକି ବାମନ ବୋଲି କହିଥିଲେ ?
କିମ୍ବା, ଲକ୍ଷ୍ୟ ଏବଂ ବାସ୍ତବତା ଭିତରେ ଥିବା ବ୍ୟବଧାନ ସମୟ ସମୟରେ ମଣିଷ ଭିତରେ ନୈରାଶ୍ୟବାଦ ସୃଷ୍ଟି କରିଥାଏ– ଏହା ଲେଖକଙ୍କ ଆତ୍ମଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସମୀକ୍ଷା କର ।
କିମ୍ବା, ଆର୍ଥିକ ଦୁଃସ୍ଥିତି, ଉଚ୍ଚ ଆଶାପୋଷଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଅଭିଶାପ ଏହା ଲେଖକଙ୍କ ଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ସତ୍ୟବାଦୀ ଗୋଷ୍ଠୀର ସେହି ବଳିଷ୍ଠ ସାରସ୍ଵତ ସାଧକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’ ଓ ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ପ୍ରଭୃତି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଆଦି ଗଳ୍ପ ସଂକଳନ ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।
ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ବିଭୂଷିତ କରାଇଥିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସମାନୀତ । ଏଠାରେ ପ୍ରାବନ୍ଧିକ ନିଜକୁ କିପରି ବାମନ ବୋଲି ମନେ କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ଲୋକମାନଙ୍କର ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ର ଶରୀର ଧାରଣ କରିଥିବା ବ୍ୟକ୍ତିକୁ ଏ ସଂସାର ବାମନ ଆଖ୍ୟା ଦେଇଛି । ବେଶି ଉଚ୍ଚକୁ ପାଉନଥିବା କ୍ଷୁଦ୍ର ହାତରେ ସେହି ବାମନ ଆକାଶର ଚନ୍ଦ୍ରକୁ ଧରିବାକୁ ଇଚ୍ଛାକରି ହାତ ବଢ଼ାଇ ଲୋକହସା ହୁଏ । କେବଳ ବାମନ ନୁହେଁ, ସଂସାରରେ କୌଣସି ଲୋକର ହାତ ଚନ୍ଦ୍ରକୁ ପାଏ ନାହିଁ । ଏହା ହେଉଛି ଏକ ଉପଲକ୍ଷ୍ୟ । ଚନ୍ଦ୍ର ହେଉଛି ଉଚ୍ଚାଭିଳାଷର ପ୍ରତୀକ, ବାମନ ହେଉଛି ଅତ୍ୟନ୍ତ କ୍ଷୁଦ୍ରଶକ୍ତିର ପ୍ରତୀକ । ସ୍ଵଳ୍ପ ଧନ ବା ଶକ୍ତିକୁ ଆଧାର କରି ବୃହତ୍ ଅଭିଳାଷକୁ ଚରିତାର୍ଥ କରିବାକୁ ଆଗେଇ ଆସି ବ୍ୟକ୍ତି ନିରାଶ ଓ ଲୋକହସା ହୋଇଥାଏ । ତେଣୁ ଅଯୋଗ୍ୟ ଲୋକର ଉଚ୍ଚତର ଅଭିଳାଷକୁ ବ୍ୟଙ୍ଗ କରାଯାଇ ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା’ବୋଲି କୁହାଯାଏ ।
ପ୍ରାବନ୍ଧିକ ଜଣେ ମେଧାବୀ ଛାତ୍ର ଥିଲେ ମଧ୍ୟ ତାଙ୍କ ବାଲ୍ୟକାଳ ଥିଲା ଦାରିଦ୍ର୍ୟପୀଡ଼ିତ । ଶିକ୍ଷାଲାଭ ନିମନ୍ତେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବାର ସାମର୍ଥ୍ୟ ତାଙ୍କ ପରିବାରର ନଥିଲା । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ ଥରେ କହିଥିଲେ–
‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ?’’
ଶିକ୍ଷକ ମାଧବ ମିଶ୍ରଙ୍କର ଏହି ଉକ୍ତି ପ୍ରାବନ୍ଧିକଙ୍କ ଦରିଦ୍ରତାକୁ ସୂଚିତ କରିବା ସହିତ ତାଙ୍କୁ ବାମନରେ ପରିଣତ କରିଦେଇଥିଲା । ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ ସମୟରେ ଥିଲା ଏଣ୍ଟ୍ରାନ୍ସ । ପ୍ରାବନ୍ଧିକ ଏଣ୍ଟ୍ରାନ୍ସ ପାସ୍ କରି ମଣିଷରେ ଗଣା ହେବେ ବୋଲି ବିଶ୍ଵାସ କରି ସେତେବେଳେ ଲୋକମାନେ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥବଟି ।’’
ସେହି ଦୟା ରଖୁବା ଅବସ୍ଥାକୁ ଯିବାପୂର୍ବରୁ ଏଣ୍ଟ୍ରାନ୍ସ ପଢ଼ିବା ରୂପକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ପ୍ରାବନ୍ଧିକ ବିଫଳ ହେଲେ । ଦରିଦ୍ର ରାକ୍ଷସ ତାଙ୍କୁ ମାସ ମାସ ଧରି ଜଳାଇବା ସହିତ ବାମନ ବୋଲି ବିବେଚନା କରିବାକୁ ବାଧ୍ୟ କରିଥିଲା । ଆକାଶ କର୍ମା ଚିଲିକା ମାଛର ଆକସ୍ମିକ ସଂଯୋଗ ହେବା ପରି ସେ ଖୋରଧା ତହସିଲଦାରଙ୍କ ସୁଦୟା ଲାଭକଲେ । ତାଙ୍କଠାରୁ ଚିଠି ନେଇ ପ୍ରାବନ୍ଧିକ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ ପୁରୀ ଗଲେ ।
ତାଙ୍କ ଦୟାଦତ୍ତ ପାଞ୍ଚଟଙ୍କା ଲାଭକରି ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ସେ ବର୍ଷର କେତେ ମାସ ତଥା ଚତୁର୍ଥ ବର୍ଷର ପଢ଼ାଖର୍ଚ୍ଚ ନିମନ୍ତେ ତାଙ୍କ ପିତାଙ୍କୁ ଜମି ବିକ୍ରି କରିବାକୁ ପଡ଼ିଥିଲା । ବାପା ମାଆଙ୍କର ଗେହ୍ଲାପୁଅ ହେତୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନ ଥିଲେ ମଧ୍ୟ ରାମକୃଷ୍ଣ ବାବୁଙ୍କ ଘରେ ପୂଜାରୀ ଆଖ୍ୟା ତଥା ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ଅନେକ କାଳ ପୂଜାରୀ ଭାବେ କାର୍ଯ୍ୟ କରି ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ପଡ଼ିଥିଲା । ମୁଣ୍ଡରେ ପେଣ୍ଡାବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଥିବାରୁ ସେ ‘ନାଟୁଆ ପିଲା’ର ଆଖ୍ୟା ପାଇବା ସହ ଥଟ୍ଟାର ପାତ୍ର ମଧ୍ୟ ହୋଇଛନ୍ତି । ପୈତୃକ ସମ୍ପତ୍ତିରୁ ଏକରକରୁ ଅଧ୍ଵ ବିକ୍ରିକରି ସେ ପାଇଥିଲେ ମାତ୍ର ଷାଠିଏ ଟଙ୍କା ।
ସ୍କୁଲରେ ବେତନ ଦେବାକୁ ପଡୁନଥୁଲେ ମଧ୍ଯ ଖାଇବା ଖର୍ଚ୍ଚ ହାରାହାରି ତିନିଟଙ୍କା ଚାରିଅଣା ସହ ଯାବତୀୟ ଖର୍ଚ୍ଚମାନ ପାଇଁ ମାସକୁ ଆବଶ୍ୟକ ହେଉଥିଲା ଚାରିଟଙ୍କା । ତେଣୁ ଅର୍ଥାଭାବରୁ ଖର୍ଚ୍ଚ କମାଇବାକୁ ଯାଇ ପ୍ରାବନ୍ଧିକଙ୍କୁ ଅନେକଦିନ ଉପବାସରେ ରହିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନପାରି ଅନ୍ୟତ୍ର ଖାଇବା କଥା କହି ସେ ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଉଥିଲେ । ଅର୍ଥାଭାବରୁ ଜିହ୍ବାଲାଳସାକୁ ଚରିତାର୍ଥ କରିପାରିବେ ନାହିଁ ବୋଲି ସେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଥିବା ବଡ଼ଦାଣ୍ଡ ବା ବଡ଼ଦେଉଳକୁ ମଧ୍ୟ ଯାଉନଥିଲେ ।
କାରଣ ସେ ଭଲଭାବରେ ଉପଲବ୍ଧି କରିଥିଲେ ଯେ, ଦାରିଦ୍ର୍ୟ ତାଙ୍କୁ ବାମନ କରିଦେଇଛି । ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦେଖାଯାଉଥିବା ଉଚ୍ଚଶିକ୍ଷା ରୂପକ ଚନ୍ଦ୍ରକୁ ଧରିବାକୁ ସେ ହାତ ବଢ଼ାଇଥିଲେ । ହେଲେ ସେ ଚନ୍ଦ୍ର କେତେ ଦୂରରେ ଥିଲା ତାହା ତାଙ୍କୁ ଥୁଲା ଅଜଣା । ତଥାପି ‘ପିଲାଙ୍କୁ ସାନ୍ତନା ଦେଉଥିବା ଶିଶୁଗୀତ ରୂପକ ମୃଗତୃଷ୍ଣା ତାଙ୍କ କାନ ପାଖରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ତେଣୁ ସେ ତାକୁ ଛୁଇଁବାକୁ ସମସ୍ତଙ୍କ ମଧ୍ୟରେ ଜଣେ ହୋଇ ଧାଇଁବାରେ ଲାଗିଥିଲେ । କାରଣ ସେ ମଧ୍ୟ ନିଜକୁ ବାମନ ବୋଲି ଭାବୁଥୁଲେ ।
ତୁମପାଇଁ କାମ
୩୧ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅନ୍ୟାନ୍ୟ ରଚନାବଳୀ ସଂଗ୍ରହ କରି ପଢ଼ ।
୩୨ । ବାମନ ଓ ଚନ୍ଦ୍ର ସମ୍ପର୍କରେ ତୁମେ ମନରୁ ଗୋଟିଏ ଅନୁଚ୍ଛେଦ ଲେଖ ।
ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା ବୃତ୍ତି ମଧ୍ୟରୁ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହିଥିଲେ ।
2. ବିବାହିତ ପୁଅ ଭର୍ତ୍ତା ଓ ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ତ୍ତା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।
3. ରାମକୃଷ୍ଣ ବୋଷଙ୍କ ଘରେ ଲେଖତାଙ୍କୁ ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।
4. ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳରେ ପବନ ଖାଇ ଉପାସ ରହିଯାଉଥିଲେ ।
5. ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖିଲେ ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଅର୍ଥ ନଥିବାରୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।
6. ମା’ ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାମାନଙ୍କୁ ସାନ୍ତନା ଦେବାପାଇଁ ଗାଇଆ ନ୍ତି –
‘ଆ ଜହ୍ନମାମୁ ସରଗଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।
7. ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।
8. ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣା ହେବାପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।
9. ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ବାମନମାନଙ୍କର ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ; ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେମାନେ ହାସ୍ୟାସ୍ପଦ ହୁଅନ୍ତି ।
10. ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ଜଣେ ସାମାନ୍ୟ ପୂଜାରୀ ଘରେ ହୋଇଥିଲା ।
11. ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ ଏବଂ ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।
12. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।
13. ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥ୍ଲେ ସେ ଯୁଗର କ ଟକ ର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା ଓ ସେ
14. ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ ପୂଜା ପାଉଛନ୍ତି ।
15. ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।
16. କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍ଲାଣ୍ଡ ଓ ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘର ଧନ୍ଦା ବୁଝିବା ସହ ସନ୍ତାନ ମାନଙ୍କ ର ଲାଳନପାଳନ କରିଥା’ନ୍ତି ।
17. ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ ।
18. ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ କ’ଣ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ ଅର୍ଥୋପାର୍ଜନ ପନ୍ଥା ଛାଡି ଜଗନ୍ନାଥଧାମ ପୁରୀରେ ରହୁଥିଲେ ।
19. ରାମକୃଷ୍ଣ ବୋଷ କିପରି କାଳଯାପନ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି କୀର୍ତ୍ତନରେ କାଳଯାପନ କରୁଥିଲେ ।
B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କାହାର କାହାକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
Answer:
ବାମନର ଚନ୍ଦ୍ରକୁ
2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
Answer:
କଚୁଆନର
3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ କେଉଁ ପରିବାରରେ ଜନ୍ମ ହୋଇଥିଲେ ?
Answer:
ଦରିଦ୍ର କମାର
4. ଜଣେ ମୋଚି ପିଲା ହୋଇ ମଧ୍ୟ କିଏ ରୁଷିଆର କର୍ଣ୍ଣଧାର ସାଜିଥିଲେ ?
Answer:
ଷ୍ଟାଲିନ୍
5. ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କେଉଁ ପରିବାରରେ ହୋଇଥିଲା ?
Answer:
ପୂଜାରୀ
6. ପ୍ରାବନ୍ଧିକ ପଢୁଥିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ବିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
Answer:
ମାଧବ ମିଶ୍ର
7. _______________ ଘିଅ ହେବ ନା ରାଧା ନାଚିବ ?
Answer:
ଷାଠିଏ ପଉଟି
8. ବର୍ତ୍ତମାନର ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ କାଳରେ କ’ଣ ଥିଲା ?
Answer:
ଏଣ୍ଟ୍ରାନ୍ସ
9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ
10. କଟକର ଖ୍ୟାତନାମା ଓକିଲ ସେ ସମୟର କିଏ ଥିଲେ ?
Answer:
ହରିବଲ୍ଲଭ ବୋଷ
11. ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା କାହା ନିମନ୍ତେ ଏକ ହାସ୍ୟାସ୍ପଦ ବ୍ୟାପାର ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ବାମନ
12. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି କେଉଁ ଲେଖକଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ?
Answer:
ଗୋଦାବରୀଶ ମିଶ୍ର
13. ବାଣପୁରର କେତେ ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ?
Answer:
ଷାଠିଏ ହଜାର
14. ଲେଖକ ନାମ ଲେଖାଇବାକୁ କେଉଁସ୍ଥାନକୁ ଗଲେ ?
Answer:
ପୁରୀ
15. ରାମକୃ ଷ୍ଣ ବୋଷ ଲେଖକଙ୍କୁ କେତେ ଟଙ୍କା ଦେଇଥିଲେ ?
Answer:
ପାଞ୍ଚ
16. କେଉଁ ପୃଥିବୀ ପ୍ରସିଦ୍ଧ ବ୍ୟକ୍ତି ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ?
Answer:
ହିଟ୍ର୍
17. ବେଶି ଝିଅ ଜନ୍ମ ହେଲେ କେହି କେହି ତାକୁ କ’ଣ ମଣନ୍ତି ?
Answer:
ଅଭିଶାପ
18. କେଉଁ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ?
Answer:
ବର୍ମା
19. ଶିଶୁଗୀତ ଏକ କ’ଣ କହିଲେ ଚଳେ ?
Answer:
ମୃଗତୃଷ୍ଣା
20. ପ୍ରଖର ସୂର୍ଯ୍ୟ କିରଣରେ ସୃଷ୍ଟି ହେଉଥିବା ଜଳର ଭ୍ରମକୁ କ’ଣ କୁହାଯାଏ ?
Answer:
ମୃଗତୃଷ୍ଣା
21. ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ଭାର୍ଯ୍ୟା
22. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
Answer:
ପୁତ୍ର
23. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ କ’ଣ ଭାବେ ବିବେଚନା କରାଯାଏ ?
Answer:
ଏକ ସମସ୍ୟା
24. କାହାର ସତୀତ୍ଵ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ?
Answer:
ନାରୀର
25. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା କ’ଣ ?
Answer:
ମାରତ୍ମକ ସ୍ଖଳନ
C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରାବନ୍ଧିକ ________________ ଶ୍ରେଣୀରେ ପ୍ରବେଶିକା ପାସ୍ କଲେ ।
Answer:
ଦ୍ଵିତୀୟ
2. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟ।ଗକରି ___________________ ସତ୍ୟବାଦୀ ବନ ବିଦ୍ୟାଳୟଠାରେ ଯୋଗ ଦେଇଥିଲେ ।
Answer:
ଗୋଦାବରୀଶ ମିଶ୍ର
3. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ _____________________ ଗ୍ରନ୍ଥର ଅଂଶବିଶେଷ ।
Answer:
ଆତ୍ମଜୀବନୀ
4. ଅର୍ଥାଭାବ ଯୋଗୁଁ ଚା’ ନ ପାଇ ଗରମପାଣି ପିଇ ଶୀତ ନିବାରଣ କରୁଥିବା ପିଲାଟି ପରେ ବିଲାତର _____________ ହୋଇଥିଲା ।
Answer:
ପ୍ରଧାନମନ୍ତ୍ରୀ
5. ଘରେ ଆଲୁଅ ଜାଳିବାକୁ ପଇସା ନ ପାଇ ସଡ଼କ ଆଲୁଅରେ ବସି ପାଠ ପଢୁଥିବା ଗରିବ ପିଲାଟି ପରେ ଯୁକ୍ତରାଜ୍ୟର _________________ ଆସନରେ ବସିଥିଲା ।
Answer:
ସଭାପତି
6. ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି _______________________ କୁ ରାଜପ୍ରାସାଦକୁ ହୋଇଥିଲେ ।
Answer:
ପତ୍ରକୁଡ଼ିଆ
7. ବଙ୍ଗ ପ୍ରଦେଶକୁ ଆସିଥିବା ଜଣେ ଗୋରା ଲାଟ୍ ଦିନେ ଜଣେ _______________________ ଭାବରେ ଜୀବିକାର୍ଜନ କରୁଥିଲେ ।
Answer:
କୁଲି
8. ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ଯରୁ ___________________ ରାଜ୍ୟ ପ୍ରତିଷ୍ଠା ହୋଇଥିଲା ।
Answer:
ଚେକୋସ୍ଲୋଭାକିଆ
9. କୋଟି କୋଟି ବାମନ ପୃଥିବୀକୁ ଆସି _______________ ପରି ବନରେ ଫୁଟି ଝଡ଼ୁଅଛନ୍ତି ।
Answer:
ବନର ମାଳତୀ
10. କୋଟି କୋଟି ବାମନଙ୍କ ମଧ୍ୟରୁ ଯିଏ ହାତ ବଢ଼ାଇ _________________ କୁ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ବଡ଼ ହେଉଛି ।
Answer:
ଚନ୍ଦ୍ର
11. ‘‘ଏତିକି ନିଅ, ଆଉ ଆସିବ ନାହିଁ?’ – ଏକଥା ପ୍ର।ବନ୍ଧିକଙ୍କୁ ________________________ କହିଥିଲେ ।
Answer:
ରାମକୃଷ୍ଣ ବୋଷ
12. ରାମକୃଷ୍ଣ ବୋଷ ଜଣେ ___________________ ପ୍ରକୃତିର ଲୋକ ।
Answer:
ଧର୍ମ ଭୀରୁ
13. ରାମକୃଷ୍ଣ ବୋଷ ଉପାର୍ଜନ ପନ୍ଥା ଛାଡ଼ି _____________________ ଧାମକୁ ଆଶ୍ରୟ କରିଥିଲେ ।
Answer:
ଜଗନ୍ନାଥ
14. ରାମକୃଷ୍ଣ ବୋଷ ବେକରେ _____________________ ମାଳ ପିନ୍ଧିଥିଲେ ।
Answer:
ତୁଳସୀକଣ୍ଠି
15. ସେ ସମୟରେ ପଲ୍ଲୀର ଆବାଳବୃଦ୍ଧ ପ୍ରାୟ ସମସ୍ତେ ____________________ ରଖୁଥିଲେ ।
Answer:
ପେଣ୍ଡାବାଳ
16. ପ୍ରବନ୍ଧର ପ୍ରାବନ୍ଧିକଙ୍କୁ ସମସ୍ତେ ________________________ ବୋଲି ଚିଡ଼ାଉଥିଲେ ।
Answer:
ନାଟୁଆ ପିଲା
17. ପ୍ରବନ୍ଧର ପ୍ରାବନ୍ଧିକ ______________________ ପରିଷଦର ସଦସ୍ୟ ଥିଲେ ।
Answer:
ବିହାର-ଓଡ଼ିଶା ବ୍ୟବସ୍ଥାପକ
18. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ______________________ ସେର ।
Answer:
୧୬-୧୭
19. ପ୍ରାବନ୍ଧିକ __________________________ ମସିହାରେ ପ୍ରବେଶିକା ପାସ୍ କଲେ ।
Answer:
୧୯୦୬
20. ପ୍ରାବନ୍ଧିକ ବଡ଼ଦେଉଳ ବା ବଡ଼ଦାଣ୍ଡକୁ ________________ ପାଇଁ ବେଶି ଯାଉନଥିଲେ ।
Answer:
ପଇସା ଅଭାବ
21. _______________ ଶକ୍ତି ସୃଷ୍ଟି ସର୍ଜନା କରୁଛି ।
Answer:
ନାରୀଶକ୍ତି
22. ଗ୍ରୀନ୍ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ _____________________ ମାନେ ଘରଧନ୍ଦା ବୁଝନ୍ତି ଓ ସନ୍ତାନର ଲାଳନପାଳନର ଭାର ମୁଣ୍ଡାନ୍ତି ।
Answer:
ପୁରୁଷ
23. ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ___________________ ମାନଙ୍କର ।
Answer:
ପୁରୁଷ
24. ସମାଜରେ _____________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ବେଶି ବୟସ ପର୍ଯ୍ୟନ୍ତ ରହୁଏ ।
Answer:
ପୁଅ
25. ସମାଜରେ _________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ଅଧିକ ବୟସ ପର୍ଯ୍ୟନ୍ତ ରଖୁହୁଏ ନାହିଁ ।
Answer:
ଝିଅ
D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପ୍ରାବନ୍ଧିକ ପଢୁଥିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକଙ୍କ ନାମ ସାଧବ ମିଶ୍ର ଥିଲା ।
Answer:
ଭୁଲ୍
2. ‘‘ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବ ?’’ ଏକଥା ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଥିଲେ ।
Answer:
ଠିକ୍
3. କଟକର ସେ ସମୟର ଖ୍ୟାତନାମା ଓକିଲ ରାମକୃଷ୍ଣ ବୋଷ ଥିଲେ ।
Answer:
ଭୁଲ୍
4. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ।
Answer:
ଠିକ୍
5. ବାଣପୁରର ତିରିଶ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ।
Answer:
ଭୁଲ୍
6. ରାମକୃଷ୍ଣ ବୋଷ ଲେଖକଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ ।
Answer:
ଠିକ୍
7. ପୃଥିବୀ ପ୍ରସିଦ୍ଧ ବ୍ୟକ୍ତି ହିଟ୍ଲର୍ ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ।
Answer:
ଠିକ୍
8. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ ଝିଅ ଯୋଗ୍ୟ ବିବେଚିତ ହୋଇଥାଏ ।
Answer:
ଭୁଲ୍
9. ବିଧାତା ନାରୀ ମୁଣ୍ଡରେ କଠୋର କର୍ଭବ୍ୟ ଲଦିଛି ।
Answer:
ଠିକ୍
10. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟାଗକରି ଗୋଦାବରୀଶ ମିଶ୍ର ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ ।
Answer:
ଠିକ୍
11. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୨୦୨୫ ସେର ।
Answer:
ଭୁଲ୍
12. ପ୍ରାବନ୍ଧିକ ୧୯୦୮ ମସିହାରେ ପ୍ରବେଶିକା ପାସ୍ କଲେ ।
Answer:
ଭୁଲ୍
13. ପ୍ରାବନ୍ଧିକଙ୍କ ଭଉଣୀ ପ୍ରାବନ୍ଧିକଙ୍କଠାରୁ ଆଠ ବର୍ଷ ସାନ ଥିଲେ ।
Answer:
ଠିକ୍
14. ଛାତ୍ରାବାସରେ ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ପ୍ରାବନ୍ଧିକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଉଥ୍ଲେ ।
Answer:
ଠିକ୍
15. ପ୍ରାବନ୍ଧିକ ମାତାଙ୍କ ସହିତ ପୁରୀ ଯିବାପାଇଁ ଘରୁ ଗୋଡ଼ କାଢ଼ିଲେ ।
Answer:
ଭୁଲ୍
16. ରାମକୃଷ୍ଣ ବୋଷ ମାଟ୍ରିକ୍ ପାସ୍ କରିଥିଲେ ।
Answer:
ଭୁଲ୍
17. ଦିନେ ପୁରୀର ରାଜା ମୁକୁନ୍ଦଦେବ ଉଆରେଣ୍ଟରେ ଧରାହୋଇ ସୁଆରିରେ ବସି କଚେରିକୁ ଯାଉଥିଲେ ।
Answer:
ଠିକ୍
18. ପୁରୀ ରାଜା ‘ଶଶିନିକେତନ’ ଆଗରେ ଯିବାବେଳେ ରାମକୃଷ୍ଣ ବୋଷ ସଡ଼କର ନାଲିଧୂଳି ଉପରେ ଶୋଇ ଦଣ୍ଡପ୍ରଣାମ କରିଥିଲେ ।
Answer:
ଠିକ୍
19. ପ୍ରାବନ୍ଧିକ ଜିଲ୍ଲା ସ୍କୁଲରେ ଲେଖାଇଥିବା ପଞ୍ଚମ ଶ୍ରେଣୀର ନାମ ଆଜିକାଲି ସପ୍ତମ ଶ୍ରେଣୀ ହୋଇଛି ।
Answer:
ଠିକ୍
20. ଦୀନବନ୍ଧୁ ନରେନ୍ଦ୍ର ସିଂହ ମାସିକ ଚାଳିଶ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ ବୋଲି ପ୍ରାବନ୍ଧିକଙ୍କୁ କହିଥିଲେ ।
Answer:
ଭୁଲ୍
E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1.କାହାର ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
(A) ମାନବର
(B) ବାମନର
(C) ଡେଙ୍ଗାଲୋକର
(D) ସମସ୍ତଙ୍କର
Answer:
(B) ବାମନର
2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
(A) କଟୁଆଳର
(B) ଲାଟ୍ ସାହେବଙ୍କର
(C) କଚୁଆନର
(D) ସେନାପତିଙ୍କର
Answer:
(C) କଚୁଆନର
3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ ଦରିଦ୍ର __________________ ଘରେ ଜନ୍ମ ହୋଇଥିଲେ ?
(A) କମାର
(B) କୁମ୍ଭାର
(C) ତେଲି
(D) ଗୋପାଳ
Answer:
(A) କମାର
4. ରୁଷିଆର କର୍ଣ୍ଣଧାର – ଥିଲେ ଜଣେ ମୋଚି ପିଲା ?
(A) ଈଶ୍ଵରଚନ୍ଦ୍ର
(B) ଷ୍ଟାଲିନ
(C) ମୁସୋଲିନ୍
(D) ହିଟ୍ର
Answer:
(B) ଷ୍ଟାଲିନ
5. ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କାହା ଘରେ ହୋଇଥିଲା ?
(A) ପୂଜାରୀ
(B) ଶଙ୍ଖାରି
(C) ପାନରା
(D) ପାଟରା
Answer:
(A) ପୂଜାରୀ
6. ପ୍ରାବନ୍ଧିକ ପଢୁଥିବା ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
(A) ବିକ୍ରମ ମିଶ୍ର
(B) ରମାନାଥ ମିଶ୍ର
(C) ମାଧବ ମିଶ୍ର
(D) ନିରଞ୍ଜନ ମିଶ୍ର
Answer:
(C) ମାଧବ ମିଶ୍ର
7. _______________ ଘିଅ ହେବ ନା ରାଧା ନାଚିବ ?
(A) ପଉଟିଏ
(B) ଛଅ ପଉଟି
(C) ଚାଳିଶ ପଉଟି
(D) ଷାଠିଏ ପଉଟି
Answer:
(D) ଷାଠିଏ ପଉଟି
8. ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେକାଳରେ କ’ଣ ଥିଲା ?
(A) ମାଇନର୍
(B) ମାଟ୍ରିକ୍
(C) ସ୍ନାତକ
(D) ଏଣ୍ଟ୍ରାନ୍ସ
Answer:
(D) ଏଣ୍ଟ୍ରାନ୍ସ
9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ିପଡୁଛନ୍ତି ?
(A) କୋଟି କୋଟି ମଣିଷ
(B) କୋଟି କୋଟି ବାମନ
(C) ଶହ ଶହ ସାଧୁ
(D) ହଜାର ହଜାର ଜ୍ଞାନୀ
Answer:
(B) କୋଟି କୋଟି ବାମନ
10. କଟକର ସେ ସମୟର ଖ୍ୟାତନାମା ଓକିଲ କିଏ ଥିଲେ ଥିଲେ ?
(A) ରାମକୃଷ୍ଣ ବୋଷ
(B) ହରିବଲ୍ଲଭ ବୋଷ
(C) ଦୁର୍ଗାବଲ୍ଲଭ ବୋଷ
(D) ଶଶିବଲ୍ଲଭ ବୋଷ
Answer:
(B) ହରିବଲ୍ଲଭ ବୋଷ
11. ବିବାହିତା ଝିଅକୁ କ’ଣ କୁହାଯାଏ ?
(A) ଭାର୍ଯ୍ୟା
(B) ବିବାହିତା
(C) ଅନୂଢ଼ା
(D) ବାଗ୍ଦତ୍ତା
Answer:
(A) ଭାର୍ଯ୍ୟା
12. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
(A) ପୁତ୍ର
(B) କନ୍ଯା
(C) ବଧୂ
(D) ଜାମାତା
Answer:
(A) ପୁତ୍ର
13. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାତ୍ମକ ପରିମାଣରେ ଏକ ____________________ ।
(A) ଅଭିଶାପ
(B) ସମସ୍ଯା
(C) ବିପଦ
(D) ଆଶୀର୍ବାଦ
Answer:
(B) ସମସ୍ଯା
14. ନାରୀର ______________ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ।
(A) ସୌନ୍ଦର୍ଯ୍ୟ
(B) ସତୀତ୍ଵ
(C) ଆଚରଣ
(D) କର୍ମ
Answer:
(B) ସତୀତ୍ଵ
15. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ______________ ।
(A) ଏକ ସୁଗୁଣ
(B) ବଦ୍ଗୁଣ
(C) କୁକର୍ମ
(D) ମାରାତ୍ମକ ସ୍ଖଳନ
Answer:
(A) ଏକ ସୁଗୁଣ
16. ଝିଅକୁ ଯଥାଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତାମାତାଙ୍କ ବ୍ୟାକୁଳତାରୁ କାହାର ଉତ୍ପତ୍ତି ହେଉଛି ?
(A) କନ୍ୟାରତ୍ନର
(B) କନ୍ୟା – ଶୁଳ୍କର
(C) କନ୍ୟାସୁନାର
(D) କନ୍ଯାଧନର
Answer:
(B) କନ୍ୟା – ଶୁଳ୍କର
17. ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ________________ ।
(A) ସମାସ୍ୟା
(B) ସମସ୍ଯା
(C) ସାମାସ୍ୟା
(D) ସମାଷ୍ୟା
Answer:
(B) ସମସ୍ଯା
18. ପ୍ରାବନ୍ଧିକଙ୍କ ଅନ୍ଧୁଣୀ ବୁଢ଼ୀମା’ଙ୍କ ପାଇଁ ଅନ୍ଧର ଲଉଡ଼ି କିଏ ଥୁଲା ?
(A) ନିଜେ ପ୍ରାବନ୍ଧିକ
(B) ନାତୁଣୀ
(C) ପୁଅ
(D) ଝିଅ
Answer:
(B) ନାତୁଣୀ
ପ୍ରାବନ୍ଧିକଙ୍କ ପରିଚୟ :
ପ୍ରାବନ୍ଧିକଙ୍କ ନାମ – ଗୋଦାବଶ ମିଶ୍ର
ପିତାଙ୍କ ନାମ – ଶ୍ରୀ ଲିଙ୍ଗରାଜ ମିଶ୍ର
ମାତାଙ୍କ ନାମ- ଶ୍ରୀମତୀ ଅପ୍ସରା ଦେବୀ
ଜନ୍ନସ୍ଥ।ନ – ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଶାଳିଆ ନଦୀ ତଟଦେଶରେ ଅବସ୍ଥିତ ଶ୍ରୀନିବାସପୁର ଶାସନ
ସୃଷ୍ଟି ସମ୍ପଦ :
କବିତାଗ୍ରନ୍ଥ – ଆଲେଖ୍କା, କିଶଳୟ, କୁସୁମ କଳିକା, କବିତା ଚୟନ, ଗୀତିଗୁଚ୍ଛ, ଗୀତାୟନ
ନାଟକ – ପୁରୁଷୋତ୍ତମଦେବ, ମୁକୁନ୍ଦଦେବ
ଉପନ୍ୟ।ସ – ଅଭାଗିନୀ, ୧୮୧୭, ଘଟାନ୍ତର,
ଗଚ୍ପ ସଂକଳନ – ପଞ୍ଚବୀର, ପୁଆଣିଘର
ଆମଜୀବନୀ – ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’
(ତାଙ୍କ ଆତ୍ମଜୀବନୀ ପାଇଁ ସେ ୧୯୬୨ ମସିହାରେ ମରଣୋତ୍ତର କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ଲାଭ
ସତ୍ୟବାଦୀ ସାହିତ୍ୟର ଅନ୍ୟତମ ବଳିଷ୍ଠ ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ବିଶିଷ୍ଟ ଦାର୍ଶନିକ, ଦାୟିକ ବ୍ୟବସ୍ଥାପକ, ନିଃସ୍ୱାର୍ଥପର ଜନସେବକ, ବଳିଷ୍ଠ ସମାଜ ସଂସ୍କାରକ, ନିର୍ଭିକ ସମାଲୋଚକ ସର୍ବୋପରି ଜଣେ ମହାନ୍ ଜନନାୟକ । ଜନସାଧାରଣଙ୍କ ପାଖରେ ‘ପଣ୍ଡିତ ଆପଣେ’ ନାମରେ ଖ୍ୟାତ ସେହି ଯୋଗଜନ୍ମା ବରପୁତ୍ର କେବଳ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ନ ଥିଲେ, ଥୁଲେ ଉତ୍କଳର ଏକ ସ୍ବୟଂସମ୍ପୂର୍ଣ ଅନୁଷ୍ଠାନ । ସେବା, ସାମ୍ବାଦିକତା, ସାହିତ୍ୟ ଓ ମନ୍ତ୍ରୀତ୍ଵ ଆଦି କ୍ଷେତ୍ରରେ ସ୍ୱୀୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ସେ ଉତ୍କଳ ଜନନୀର ମୁଖକୁ କରିଥିଲେ ସମୁଜ୍ଜ୍ବଳ । ମାତୃଭୂମି ପାଇଁ ତାଙ୍କର ସାଧନା, ତ୍ୟାଗ ଓ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ଉତ୍କଳର ଜନମାନସରେ ଉଜ୍ଜୀବିତ କରି ରଖୁ– ଏହା ନିଃସନ୍ଦେହ ।
ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କଦ୍ବାରା ପ୍ରଣୀତ ‘ଅର୍ବଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀର ଏକ ଅଂଶବିଶେଷ । ଏଠାରେ ପ୍ରାବନ୍ଧିକ ତତ୍କାଳୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ କେତେକ ରୋମାଞ୍ଚକର ଘଟଣାର ସୂଚନା ଦେଇଛନ୍ତି ।
ପ୍ରବନ୍ଧର ସାରମର୍ମ :
ଆକୃତିରେ ଅତି କ୍ଷୁଦ୍ର ମାନବକୁ ଏ ସଂସାର ବାମନର ଆଖ୍ୟା ଦେଇଛି । ସେ ଯଦି ପୃଥିବୀଠାରୁ ବହୁ ଦୂରରେ ଆକାଶ ବକ୍ଷରେ ଲୋଭନୀୟ ଦିଶୁଥିବା ଚନ୍ଦ୍ରମଣ୍ଡଳକୁ ଧରିବାପାଇଁ ହସ୍ତ ପ୍ରସାରଣ କରେ, ତେବେ ତା’ର ସେପରି ଚେଷ୍ଟା ଯୋଗୁଁ ସେ ଲୋକହସା ହେବ; ଏହା ନିଃସନ୍ଦେହ । କେବଳ ସେ ନୁହେଁ, ପୃଥିବୀର ସବୁଠାରୁ ଡେଙ୍ଗା ଲୋକ ଯଦି ଚନ୍ଦ୍ରକୁ ଧରିବାକୁ ଚେଷ୍ଟାକରେ; ସେ ମଧ୍ୟ ଲୋକହସା ହେବ । ତଥାପି ଇତିହାସ କହେ, କେତେକ ବାମନ ଅସଂଖ୍ୟ ଡେଙ୍ଗାଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାଭାବ ଯୋଗୁ ଚା’ ନ ପାଇ ଗରମପାଣି ପାନ କରି ଶୀତ ନିବାରଣ କରୁଥିବା ବିଲାତର ଅନାମଧେୟ ପିଲାଟି ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇଥିଲା ।
ପଇସା ଅଭାବରୁ ଘରେ ଆଲୁଅ ଜାଳି ନ ପାରି ସଡ଼କ ଆଲୁଅରେ ପାଠ ପଢୁଥିବା ଆମେରିକା ଯୁକ୍ତରାଜ୍ୟର ଗରିବ ପିଲାଟି ଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଥିଲା । ସେହି ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି ହୋଇଥିଲା ପତ୍ରକୁଡ଼ିଆରୁ ରାଜାପ୍ରସାଦ ମଧ୍ୟକୁ । ବଙ୍ଗ ପ୍ରଦେଶକୁ ଆସିଥିବା ଜଣେ ଗୋରା ଲାସାହେବ ଦିନେ କୁଲିଭାବରେ ଜୀବିକା ଉପାର୍ଜନ କରୁଥିଲେ । ଜଣେ ସାମାନ୍ୟ କଚୁଆନର ପୁଅ ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ଭଳି ରାଜ୍ୟ ପ୍ରତିଷ୍ଠା କରିଥିଲେ । ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ମୁସୋଲିନ୍ ଦିନେ ହେଲେ ଇତାଲୀର ଭାଗ୍ୟବିଧାତା ।
ଇଟାଭାଟିରେ କାମ କରି ପେଟ ପୋଷୁଥିବା ପିଲାଟି ଦିନେ ହିଟ୍ଲର୍ ରୂପେ ହୋଇଥିଲେ ପୃଥିବୀ ବିଖ୍ୟାତ । ମୋଚିପିଲା ହୋଇ ମଧ୍ୟ ଷ୍ଟାଲିନ୍ ହେଲେ ରୁଷିଆର କର୍ଣ୍ଣଧାର । ଭାରତର ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ ମଧ୍ୟ ହୋଇଥିଲା ସାମାନ୍ୟ ପୂଜାରୀ ଘରେ । ଏମାନେ ବାମନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଆକାଶର ଚନ୍ଦ୍ର ଧରିବାକୁ ସମର୍ଥ ହୋଇଥିଲେ । କିନ୍ତୁ ଏହିପରି କୋଟି କୋଟି ବାମନ ପୃଥିବୀକୁ ଆସି ବଣର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି । ଆକାଶ ବକ୍ଷରେ ଥିବା ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭସମ୍ବରଣ କରିନପାରି ଯିଏ ଚନ୍ଦ୍ରକୁ ହାତ ବଢ଼ାଇ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି, ଯିଏ ଧରି ନପାରୁଛି ସେ ହାସ୍ୟାସ୍ପଦ ହେଉଅଛି ।
ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । କାରଣ ସେ ଥିଲେ ଅତ୍ୟନ୍ତ ଦରିଦ୍ର ଘରର ସନ୍ତାନ । ଉଚ୍ଚ ଶିକ୍ଷା ନିମନ୍ତେ ପ୍ରବାସକୁ ଯାଇ ସେଠାରେ ରହିବା, ଖାଇବା ଓ ବହିପତ୍ର କିଣିବାପାଇଁ ସମ୍ବଳ ତାଙ୍କ ପାଖରେ ନଥିଲା । ମଣିଷରେ ଗଣା ହେବାପାଇଁ ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିବା ଦରକାର । ପ୍ରାବନ୍ଧିକଙ୍କ ପାଇଁ ଏଣ୍ଟ୍ରାନ୍ସ ଥୁଲା ଆକାଶର ଚନ୍ଦ୍ର ସଦୃଶ । ତେଣୁ ମାଧବ ମିଶ୍ର ପ୍ରାବନ୍ଧିକଙ୍କୁ କହିଥିଲେ– ‘ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ?’’
ବର୍ତ୍ତମାନର ମାଟ୍ରିକ୍ୟୁଲେସନ୍ ହିଁ ଥିଲା ସେ ସମୟର ଏଣ୍ଟ୍ରାନ୍ସ । ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ ପ୍ରାବନ୍ଧିକଙ୍କ ପୂର୍ବରୁ ଜଣେ ଏଣ୍ଟ୍ରାନ୍ସ ପାସ୍କରି ଖୋରଧା କଚେରିରେ କିରାନି କାମରେ ରହିଥିଲେ । ତାଙ୍କ ମୁହଁରୁ ପଦେ କଥା ଶୁଣିବାପାଇଁ ଶହ ଶହ ଲୋକ, ଦଶପଚାଶ ସରବରକାର ଯାଇ ତାଙ୍କ ଦ୍ବାରରେ ଚାହିଁ ବସିଥା’ନ୍ତି । ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ତାଙ୍କୁ ଦେଖିଲେ ସ୍ପଷ୍ଟ ଜଣାପଡୁଥିଲା । ତାଙ୍କ ପଛକୁ ପୁରୀରେ ପଢୁଥିବା ପ୍ରାବନ୍ଧିକ ଆଉଜଣେ ହୋଇ ବାହାରିବେ ବୋଲି ବିବେଚନା କରି ସେ ଛୁଟିରେ ଘରକୁ ଆସିଲେ ତାଙ୍କୁ ସମସ୍ତେ କହୁଥିଲେ, ‘ ଟିକିଏ ଦୟା ରଖୁଥିବଟି ।’’
ଦୟା କରିବା ଅବସ୍ଥାରେ ଉପନୀତ ହେବାପାଇଁ ଏଣ୍ଟ୍ରାନ୍ସ ପାସ୍ କରିବା ଆବଶ୍ୟକ ।
ଏଣ୍ଟ୍ରାନ୍ସ ପାସ୍ କରିବାପାଇଁ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ପ୍ରାବନ୍ଧିକଙ୍କ ପାଇଁ ଥୁଲା ଆକାଶର ଚନ୍ଦ୍ର ସଦୃଶ, ଯାହାକୁ ଧରିବାପାଇଁ ହାତ ବଢ଼ାଇ ଧରି ନପାରି ନୈରାଶ୍ୟ ବହ୍ନିରେ ତାଙ୍କୁ ମାସ ମାସ ଧରି ଜଳିବାକୁ ହୋଇଛି । ପରିଶେଷରେ ଆକସ୍ମିକ ଭାବେ ଆକାଶ କର୍ମା ଚିଲିକା ମାଛର ସଂଯୋଗ ଘଟିଛି । ପ୍ରାବନ୍ଧିକ ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସନ୍ତି । ଦିନେ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଖୋରଧାର ତହସିଲଦାର ତାଙ୍କ ବିଷୟରେ ଶୁଣିବା ପରେ ଖଣ୍ଡେ ଚିଠି ଲେଖୁ ପ୍ରାବନ୍ଧିକଙ୍କ ହାତରେ ଦେଲେ ଏବଂ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ କହିଲେ । ସମାଜରେ ପୁଅ ଓ ଝିଅ ଉଭୟଙ୍କର ଆବଶ୍ୟକତା ସମାନ ହେଲେ ମଧ୍ୟ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧ୍ଵ ଆଦର ପାଆନ୍ତି । ବିଧାତା ନାରୀମୁଣ୍ଡରେ ଲଦିଥିବା କର୍ତ୍ତବ୍ୟର ଯଥୋଚିତ ପରିପାଳନ ହିଁ ନାରୀର ଗର୍ବ ତଥା ମହତ୍ତ୍ବର ପ୍ରତିଫଳନ ।
ଶକ୍ତି ସୃଷ୍ଟି ସର୍ଜନା କରିବା ସହିତ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପ୍ରଭୃତି ନାରୀ ଜାତିର ମହୀୟସୀ ପ୍ରତିନିଧୂରୂପେ ସଂସାରରେ ପୂଜା. ପାଉଛନ୍ତି । ଆମ ସମାଜରେ ଜୀବିକାର୍ଜନ ଦାୟିତ୍ଵ ପୁରୁଷ କାନ୍ଧରେ ନ୍ୟସ୍ତ । କିନ୍ତୁ ଗ୍ରୀନ୍ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରେ ରହି ଘରଧନ୍ଦା କରିବା ସଙ୍ଗେ ସଙ୍ଗେ ସନ୍ତାନର ଲାଳନପାଳନ କରନ୍ତି । ସେହିପରି ବର୍ମା ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।
ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥିବା ଯୋଗୁଁ ଝିଅଠାରୁ ତା’ର ଆଦର ଅଧ୍ଵ । ସାମ୍ପ୍ରତିକ ସମାଜରେ ଝିଅଜନ୍ମକୁ ଏକ ସମସ୍ୟା ତଥା ଅଭିଶାପରୂପେ ବିବେଚନା କରାଯାଉଛି । କାରଣ, ଝିଅକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବପର ହୋଇଥାଏ । ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ । ଝିଅର ଆଚରଣ ଯୋଗୁଁ ଅନେକ ବାପା ମା’ ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ । ଯେଉଁ ଦୋଷ ପୁଅ ପାଇଁ ପୌରୁଷର ପରିଚୟ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ତେଣୁ ଝିଅକୁ ଘରେ ନରଖ୍ ବିବାହ ଦେବା ନିମନ୍ତେ ପିତାମାତାଙ୍କ ହୃଦୟରେ ସୃଷ୍ଟି ହେଉଥିବା ବ୍ୟାକୁଳ ଭାବରୁ ବରପାତ୍ରମାନେ ଲାଭ ଉଠାଇବାକୁ ଚାହାନ୍ତି । ସେହି ଲାଭରୁ ହିଁ ଉତ୍ପତ୍ତି ହୋଇଛି କନ୍ୟା ଶୁଳ୍କ ।
ସେହି କନ୍ୟା ଶୁଳ୍କ ଦେଇପାରୁ ନଥିବା ପିତା-ମାତାଙ୍କର କେତେକ କନ୍ୟା ଆତ୍ମହତ୍ୟା କରିବା ସହ ଆଉ କେତେକ ଅବିବାହିତା ରହିବାକୁ ଶ୍ରେୟ ମନେକରୁଛନ୍ତି । ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦେଖାଦେଇଛି । ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ସମାଜରେ, ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେ ମଧ୍ୟ ଆଜି ଝିଅ ଅପେକ୍ଷା ପୁଅର ଆଦର ବେଶି ରହିଅଛି ।
ଦରିଦ୍ର ଘରର ବଡ଼ ସମ୍ପଦ ହେଉଛି ତା’ର ସନ୍ତାନ । ଘରେ ପ୍ରାବନ୍ଧିକଙ୍କଠାରୁ ଦଶବର୍ଷ ସାନ ଭଉଣୀ ରହୁଥିଲେ ମଧ୍ୟ ପ୍ରାବନ୍ଧିକ ପାଠ ପଢ଼ିବାପାଇଁ ପୁରୀ ଯିବା ଦିନ ତାଙ୍କ ବୋଉ ତାଙ୍କୁ ଧରି ବହୁତ କାନ୍ଦିଥିଲେ । ତାଙ୍କ ଭଉଣୀ ତାଙ୍କ ଅନ୍ଧୁଣୀ ବୁଢ଼ୀ ମା’ଙ୍କ ପାଇଁ ଥିଲା ଅନ୍ଧର ଲଉଡ଼ି । ତଥାପି ସେ ସେଦିନ ପ୍ରାବନ୍ଧିକଙ୍କୁ କୁଣ୍ଢାଇ ଧରି ବହୁତ କାନ୍ଦିଥିଲେ । ତାଙ୍କ ଆଖୁ ଲୁହ ଝରଝର ଗଡ଼ିଯାଇଥିଲା । ତଥାପି ସେ ପରିବାରର ବହୁ ବନ୍ଧନକୁ ଗୋଟି ଗୋଟି କରି ଛିଣ୍ଡାଇ, ଲେଉଟ ଚକୁଳି ଖାଇ ବାପାଙ୍କ ସଙ୍ଗେ ରେଳରେ ପୁରୀ ଗଲେ । ସେଠାରେ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠି ଦେଲେ । ଚିଠି ପଢ଼ି ବୋଷ ମହାଶୟ ପ୍ରାବନ୍ଧିକଙ୍କ ହାତରେ ପାଞ୍ଚଟି ଟଙ୍କା ଦେଇ ଆଉ ନ ଆସିବାକୁ କହିଲେ ।
ରାମକୃଷ୍ଣ ବୋଷ ଥିଲେ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ପୁରୀସ୍ଥ ‘ଶଶିନିକେତନ’ରେ ରହୁଥିବା ସେହି ମହାଶୟ ଥିଲେ ଜଣେ ଧର୍ମଭୀରୁ ଲୋକ । ବି.ଏ. ପାଶ୍ କରି ମଧ୍ୟ ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମ ଆଶ୍ରୟ କରିଥା’ନ୍ତି । ବେକରେ ତୁଳସୀମାଳ ପିନ୍ଧି ଆମିଷ ତ୍ୟାଗକରି କୀର୍ତ୍ତନରେ ଜୀବନଯାପନ କରୁଥିଲେ । ଯୌବନର ମଧ୍ୟାହ୍ନ ୩୨/୩୩ ବର୍ଷ ବୟସରେ ତାଙ୍କ ପରି ସଂଯମରେ ରହିବା ଲୋକ ବିରଳ । ଦିନେ ଉଆରେଣ୍ଟରେ ପୁରୀ ରାଜା ମୁକୁନ୍ଦଦେବ, ସୁଆରିରେ ବସି କଚେରିକୁ ଯାଉଥିବାବେଳେ ସେହି ଦୃଶ୍ୟ ଦେଖିବାକୁ ବାଟଯାକ ଲୋକାରଣ୍ୟ ହୋଇଥିଲା । ସୁଆର ‘ଶଶିନିକେତନ’ ଆଗରେ ଗଲାବେଳେ ରାମକୃଷ୍ଣବାବୁ ଧାଇଁ ଆସି ସଡ଼କର ଲାଲଧୂଳି ଉପରେ ଲମ୍ବହୋଇ ଦଣ୍ଡ ପ୍ରଣାମ କରିଥିଲେ ।
ବର୍ତ୍ତମାନ ବିଦ୍ୟାଳୟର କ୍ରମସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣା ହେଉଅଛି । କିନ୍ତୁ ପ୍ରାବନ୍ଧିକଙ୍କ ସମୟରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ସୁତରାଂ ଆଜିର ସପ୍ତମ ଶ୍ରେଣୀ ଥିଲା ସେ କାଳର ପଞ୍ଚମ ଶ୍ରେଣୀ । ପ୍ରାବନ୍ଧିକ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ବର୍ଷର ବାକି କେତେ ମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟିର ପଢ଼ାଖର୍ଜ ତାଙ୍କ ପିତା ଜମି ବିକ୍ରିକରି ଚଳାଇଥିଲେ । କାରଣ ପୁନର୍ବାର ରାମକୃଷ୍ଣ ବୋଷଙ୍କ ନିକଟକୁ ଯିବାପାଇଁ ପ୍ରାବନ୍ଧିକଙ୍କର ସାହସ କିମ୍ବା ଇଚ୍ଛା ମଧ୍ଯ ନ ଥିଲା । କାରଣ ରାମକୃଷ୍ଣବାବୁଙ୍କ ପାଖକୁ ପ୍ରଥମେ ଯିବା ଦିନ ତାଙ୍କ ଘରୁ ଜଣେ ବାବୁ ବାହାରି ଆସି ପ୍ରାବନ୍ଧିକଙ୍କୁ ରୋଷେଇବାସ କର କି ବୋଲି ପଚାରିବା ସହିତ ତାଙ୍କର ପୂଜାରୀ ଅଛି ବୋଲି ଟିପ୍ପଣୀ ଦେଇଥିଲେ । ଦରିଦ୍ର ହେଲେ ବି ପ୍ରାବନ୍ଧିକ ଥିଲେ ପିତାମାତାଙ୍କର ଗେହ୍ଲା ପୁଅ । ତେଣୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ ।
ମାତ୍ର ପିତାମାତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ପୂଜାରୀଭାବେ ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ହୋଇଥିଲା । ସେ ସମୟରେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ପ୍ରାୟ ସମସ୍ତେ ପେଣ୍ଡାବାଳ ରଖୁଥିଲେ । ଯାହାର ପ୍ରଚଳନ ସହର ପିଲାମାନଙ୍କ ମଧ୍ୟରେ ନ ଥିଲା । ତେଣୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ପେଣ୍ଡାଏ ବାଳ ଓ କାନରେ ଝୁଲୁଥିବା ଦୁଇପଟ ପେଟୁଆ ନୋଳି ଦେଖୁ ସମସ୍ତେ ତାଙ୍କୁ ‘ନାଟୁଆ ପିଲା’ ବୋଲି ଚିଡ଼ାଉଥିଲେ । ତା’ ଅପେକ୍ଷା ପୂଜାରୀ ହେବା ସ୍ପୃହଣୀୟ, ତେଣୁ ପୂଜାରୀ ଡାକରେ ପ୍ରାବନ୍ଧିକ ବିଚଳିତ ହେଉ ନଥିଲେ ।
ଅନେକ ବର୍ଷ ପରେ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦର ସଦସ୍ୟ ଥିବାବେଳେ ପ୍ରାବନ୍ଧିକ କଲିକତାର ଜଣେ ବାରିଷ୍ଟର ବନ୍ଧୁଙ୍କ ଘରେ ଅତିଥୁ ହୋଇଥିଲେ । ପ୍ରାବନ୍ଧିକ ଗାଧୋଇସାରି ଫେରିବାବେଳେ ବନ୍ଧୁଙ୍କ ପାଞ୍ଚବର୍ଷର ପୁଅ ତାଙ୍କୁ ଦେଖୁ ପଚାରିଲା, ‘ତୁମେ କ’ଣ ରୋଷେୟା ପୂଜାରୀ ?’’ ଏହି ପ୍ରଶ୍ନଟି ପ୍ରାବନ୍ଧିକଙ୍କ ହୃଦୟରେ ବାଇଶବର୍ଷ ତଳର ବିସ୍ତୃତ ଅନୁଭୂତିକୁ ଜାଗ୍ରତ କରିଦେଇଥିଲା । ପିଲାଟିକୁ ନାସ୍ତି ଉତ୍ତର ନଦେଇ ‘ହଁ’, କହିବା ମାତ୍ରେ ସେ ସନ୍ତୁଷ୍ଟ ନହୋଇ ‘ପୂଜାରୀ ତ, ତେବେ ଏତେ ଗୋରା କାହିଁକି ?’’ ବୋଲି ପୁନଃ ପ୍ରଶ୍ନ କରିଥିଲା । ସେହି ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରାବନ୍ଧିକଙ୍କ ବୁଦ୍ଧି ହାର ମାନିଥିଲା ।
ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ପ୍ରାବନ୍ଧିକ ପାଠ ପଢ଼ିଲେ ।
କିନ୍ତୁ ତାଙ୍କର ସମୁଦାୟ ଜମି ଥିଲା ଅଢ଼େଇ ଏକର । ଏକରକ ଉପରେ ବିକ୍ରି ସରିବା ପରେ ରହିଥିଲା ପ୍ରାୟ ଦେଢ଼ ଏକର । ସେହି ଏକରକ ଜମି ବିକ୍ରିରୁ ମିଳିଥିଲା ଷାଠିଏ ଟଙ୍କା । ତେଣୁ ଖର୍ଚ୍ଚ କମାଇ ଅନେକ ଦିନ ଉପବାସ ରହି ପ୍ରାବନ୍ଧିକଙ୍କୁ ଚଳିବାକୁ ପଡ଼ିଛି । ଛାତ୍ରାବାସର ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । କିନ୍ତୁ ପ୍ରାବନ୍ଧିକ ବନ୍ଦ ଆଦେଶ ମିଳିବା ପୂର୍ବରୁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଆନ୍ତି ।
ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପାଟି ଟାକୁ-ଟାକୁ ହୁଏ ବୋଲି ପ୍ରାବନ୍ଧିକ ପଇସା ଅଭାବରୁ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ସେ ଗୋଟିଏ ପଇସା ନେଇ ସିଂହଦ୍ଵାର ପାଖରେ ଥିବା ଗୁଡ଼ିଆ ଦୋକାନୀକୁ ପଇସାଟିଏ ଦେଇ ଗୋଟିଏ ଜିନିଷ ଦେଖାଇଦେଲେ । ଦୋକାନୀ ଜିନିଷରୁ ଗୋଟିଏ ଦେବାବେଳେ ପ୍ରାବନ୍ଧିକ ତାକୁ ମିଠା ଲାଗିବ କି ନାହିଁ ବୋଲି ପଚାରିଲେ । ତହୁଁ ଦୋକାନୀ ରାମକୃଷ୍ଣ କଟମଟ କରି ଚାହିଁ କରଚୁଲିରେ ମହୁ ପରି ଅଠାଳିଆ ପଦାର୍ଥ ଆଣି ଚାରି ଛ’ଟୋପା ସେହି ଜିନିଷ ଉପରେ ପକାଇଦେଲା । ଅନେକଦିନ ପରେ ପ୍ରାବନ୍ଧିକ ବୁଝିଲେ ସେହି ଜିନିଷର ନାମ ‘ପୁରି’ ଓ ଦୋକାନୀ ରାମକୃଷ୍ଣ ଅନୁଗ୍ରହ କରି ଦେଇଥିବା ପଦାର୍ଥର ନାମ ‘ରସ’, ଯେଉଁଥରେ ରସଗୋଲାର ଗୋଲାଶ ଭାସିଥାଏ ।
ସେ ଦୟାପରବଶ ହୋଇ ପ୍ରାବନ୍ଧିକଙ୍କୁ କହିଲେ ଯେ ସେ ମାସିକ କୋଡ଼ିଏ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ । ମାସିକ ପନ୍ଦର ଟଙ୍କା ଖର୍ଚ୍ଚ ଗଲେ, ଅବଶିଷ୍ଟ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ, ତେଣୁ ତାଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ । ସେତେବେଳେ ପ୍ରବେଶିକା ପରୀକ୍ଷା ଫଳ ଉପରେ ସମଗ୍ର ବଙ୍ଗ, ବିହାର ଓ ଓଡ଼ିଶାରେ ପ୍ରଥମ ଦଶଜଣ ପରୀକ୍ଷାର୍ଥୀ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ । ତେଣୁ ସେଥିରୁ ପାଞ୍ଚଟଙ୍କା ପାଇବାର ଆଶା ପ୍ରାବନ୍ଧିକଙ୍କର ବୃଥା ହୋଇଗଲା । ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ପ୍ରାବନ୍ଧିକଙ୍କ ସହିତ ୧୯୦୬ ମସିହାରେ ପାସ୍ କଲେ ତୃତୀୟ ଶ୍ରେଣୀରେ, ପ୍ରାବନ୍ଧିକ ପାସ୍କକଲେ ଦ୍ଵିତୀୟ ଶ୍ରେଣୀରେ ।
ପ୍ରାବନ୍ଧିକ ସମସ୍ତ ଦୁଃଖକଷ୍ଟ ସହି ମାଟି କାମୁଡ଼ି ପଡ଼ିରହିଲେ । କାରଣ ସେ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଥିଲେ । ଚନ୍ଦ୍ର ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା । କିନ୍ତୁ କେତେ ଦୂରରେ ଥିଲା, ତାହା ସେ ବୁଝିପାରୁ ନ ଥିଲେ । ଶିଶୁ ମା’ କାଖରେ ବସି ଚନ୍ଦ୍ରକୁ ହାତ ବଢ଼ାଇବାବେଳେ ମାଆ ତାକୁ ସାନା ଦେବାକୁ ଯାଇ କହନ୍ତି –
‘ଆ, ଜହ୍ନ ମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।’
ସେହି ଗୀତପଦକ ପ୍ରାବନ୍ଧିକଙ୍କ କାନରେ ବରାବର ପଡୁଥାଏ । ସେହି ମୃଗତୃଷ୍ଣା ରୂପକ ଶିଶୁଗୀତ ପଛରେ ଧାଇଁ ଧାଇଁ ହଜାରକେ ନଅଶହ ଅନେଶତ ନିରାଶ ହୁଅନ୍ତି, କେହି ଜଣେ ଅବା ତାକୁ ଛୁଇଁପାରେ । ସେହି ଦୌଡ଼ ପ୍ରତିଯୋଗିତାରେ ନଅଶହ ଅନେଶତଙ୍କ ଭିତରେ ଜଣେ ହୋଇ ପ୍ରାବନ୍ଧିକ ମଧ୍ଯ ଧାଇଁବାରେ ଲାଗିଲେ ।
ବିଷୟଗତ ଶବ୍ଦ ଓ ଅର୍ଥ :
- ବାମନ – ଖର୍ବକାୟ ବ୍ୟକ୍ତି ।
- ଖୋରାକ – ଆହାର ଖାଦ୍ୟଦ୍ରବ୍ୟ ।
- ପ୍ରବାସ – ବିଦେଶରେ ଥିବା ବାସସ୍ଥାନ ।
- ପଉଟି – କୋଡ଼ିଏ ଗୌଣୀ ପରିମାଣ ।
- ସରବରାକାର – ଖଜଣା ଅସୁଲକାରୀ ଜମିଦାର ବା ସରକାରଙ୍କଠାରେ ଦାଖଲକାରୀ କର୍ମଚାରୀ ।
- ବହ୍ନି – ନିଅଁ।
- ବରାବର – ସବୁ ସମୟରେ ।
- ଆକସ୍ନି – ହଠାତ୍ ।
- ପ୍ରତିଷିତ – ସ୍ଥାପିତ ।
- ସଚରାଚର- ସର୍ବତ୍ର ।
- କ୍ୱଚିତ୍ – କେବେକେବେ ।
- ଆଚରଣ – କାର୍ଯ୍ୟକଳାପ ।
- ସ୍ମଳନ – ପତନ ।
- ପ୍ର।ଞ୍ଜଳ – ପରିଷ୍କାର / ଜଟିଳତାଶୂନ୍ୟ ।
- ଧର୍ମଭୀରୁ – ଧର୍ମକୁ ଭୟକରୁଥ୍ବା ବ୍ର।ହ୍ମଣ
- ପୂଜାରୀ – ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରାହ୍ମଣ ।
- ପୈତୃକ ଜମି – ବାପ ଅମଳର ଜମି ।
- ମୄଗତୄଷା – ମରୀଚିକ। / ପ୍ରଖର କିରଣରେ ଜଳର ଭ୍ରମ ।
- କଚୁଆନ – ଘୋଡ଼ାଗାଡ଼ିର ଚାଳକ ।
- ହେତୁ – କାରଣ ।
- ନୈରାଶ୍ୟ – ଆଶାଶୂନ୍ୟ ।
- ଦରିଦ୍ର କୁଟୀର – ଗରିବ ଘର ।
- ସର୍ଜନା – ତିଆରି ।
- ଲେଉଟ ଚକୁଳି – ବିଶ୍ଵାସ ଅଛି, ଘରର କୌଣସି ବ୍ୟକ୍ତି ବିଦେଶ ଗମନ କରୁଥିବାବେଳେ ତାକୁ ଲେଉଟ ଚକୁଳି ପିଠା ଖାଇବାକୁ ଦେଲେ, ସେ ଘରକୁ ଶୀଘ୍ର ଫେରି ଆସିଥାଏ ।
- ତୀବ୍ର ଦୃଷ୍ଟି – ଶାଣିତ ଦୃଷ୍ଟି ।
- ଲାଞ୍ଛନା – ମନସ୍ତାପ, ଅପମାନ ।
- ମାରାମକ – ଭୟଙ୍କର, ଗୁରୁତ୍ଵପୂର୍ଣ୍ଣ ।
- ବ୍ୟ।କୁଳ – ବିକଳ ।
- କନ୍ୟ।ଶୁଳ୍କ – ବିବାହର ପଣ, ଯୌତୁକ ।
- ବିସ୍ନତ – ବିସ୍ମରଣ ହୋଇଥିବା ।
- କୋଠ ରୋଷେଇ – ସମ୍ମିଳିତ ରୋଷେଇ ।
- ଶୁଳ୍କ – ମାସୁଲ / ବିବାହରେ ପଣ / ଯୌତୁକ ।
- ବିସୁଖ – ଦୁଃଖ ।
- ଏକର – ପଚିଶ ଗୁଣ ପରିମାଣର ଜମି।
- ଏକଗୁଣ – ଚାରି ଡିସିମିଲ ପରିମାଣର ଜମି ।