BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Odisha State Board BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ Important Questions and Answers.

BSE Odisha Class 6 Science Important Questions Chapter 12 ବିଦ୍ୟୁତ୍

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ମୁଦିତ ବିଦ୍ୟୁତ୍ ପରିପଥ କ’ଣ ?
ଉ –

  • ବିଦ୍ୟୁତ୍ ତାର ମାଧ୍ୟମରେ ସେଲ୍ ଓ ବଲ୍‌ବର ସଂଯୁକ୍ତ ବ୍ୟବସ୍ଥାକୁ ମୁଦିତ ବିଦ୍ୟୁତ୍ ପରିପଥ କୁହାଯାଏ ।
  • ମୁଦିତ ପରିପଥରେ ବିଦ୍ୟୁତ୍ ପ୍ରବାହ ହୋଇପାରେ । ପରିପଥଟି ମୁକ୍ତଥିଲେ ବା ସେଥ‌ିରେ କେଉଁଠି ଫାଙ୍କା ରହିଗଲେ ବିଦ୍ୟୁତ୍ ପ୍ରବାହ ହୋଇପାରେ ନାହିଁ ।

Question 2.
ବିଦ୍ୟୁତ୍ ପରିପଥରେ ସୁଇଚ୍‌ର କାର୍ଯ୍ୟ କ’ଣ ?
ଉ –

  • ସୁଇଚ୍ ଦ୍ଵାରା ପରିପଥକୁ ମୁଦିତ କଲେ ସେଥ‌ିରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
  • ସୁଇଦ୍ୱାରା ପରିପଥକୁ ମୁକ୍ତ କଲେ ସେଥିରେ ବିଦ୍ୟୁତ୍ ପ୍ରବାହିତ ହୁଏନାହିଁ ।

Question 3.
ବିଦ୍ୟୁତ୍ ସୁପରିବାହୀ କହିଲେ କ’ଣ ବୁଝ ? ଚାରୋଟି ବିଦ୍ୟୁତ୍ ସୁପରିବାହୀର ଉଦାହରଣ ଦିଅ ।
ଉ –

  • ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ ।
  • ସମସ୍ତ ଧାତୁ; ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍ ଆଦି ବିଦ୍ୟୁତ୍ ସୁପରିବାହୀ ।

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 4.
ଗୋଟିଏ ବିଦ୍ୟୁତ୍ ପରିପଥରେ ବଲ୍‌ବ ଓ ତାରର ଯୋଡ଼େଇ ସ୍ଥାନଗୁଡ଼ିକ ଠିକ୍ ଅଛି ଓ ସୁଇଚ୍ ମଧ୍ଯ ମୁଦିତ ଅଛି, ମାତ୍ର ବଲ୍‌ବ ଆଲୋକ ଦେଉନାହିଁ – କାରଣ ଦର୍ଶାଅ ।
ଉ –

  • ପରିପଥରେ ସେଲ୍ ସଂଯୁକ୍ତ ହୋଇନଥିବାରୁ ତାହା ସଂପୂର୍ଣ୍ଣ ନୁହେଁ ।
  • ସେଲ୍‌ ବିଦ୍ୟୁତ୍ ଶକ୍ତିର ଉତ୍ସ ଅଟେ । ସେଲ୍‌ନଥିବାରୁ ବିଦ୍ୟୁତ୍ ଶକ୍ତି ପାଇନପାରି ବଲ୍‌କ ଆଲୋକ ହେଉନାହିଁ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ବିଦ୍ୟୁତ୍ ସୁପରିବାହୀ ଓ ବିଦ୍ୟୁତ୍ କୁପରିବାହୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

ବିଦ୍ୟୁତ୍ ସୁପରିବାହୀ ବିଦ୍ୟୁତ୍ କୁପରିବାହୀ
(i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ୍ ସୁପରିବାହୀ କୁହାଯାଏ । (i) ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୋଇପାରେ ନାହିଁ ତାହାକୁ ବିଦ୍ୟୁତ୍ କୁପରିବାହୀ କୁହାଯାଏ ।
(ii) ସମସ୍ତ ଧାତୁ, ଯଥା – ଲୁହା, ସୁନା, ରୁପା, ଆଲୁମିନିୟମ୍, ତମ୍ବା ଇତ୍ୟାଦି ବିଦ୍ୟୁତ୍ ସୁପରିବାହୀ । (ii) ପ୍ଲାଷ୍ଟିକ୍, ରବର, ଶୁଖୁକାଠ, କାଚ ଆଦି ବିଦ୍ୟୁତ୍ କୁପରିବାହୀ ।

 

Question 2.
ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା କାହିଁକି ପିନ୍ଧନ୍ତି ?
ଉ –

  • ମଣିଷ ଶରୀର ବିଦ୍ୟୁତ୍ ସୁପରିବାହୀ ଅଟେ ।
  • ବିଦ୍ୟୁତ୍ ତାର, ସୁଇଚ ଆଦି ସଜାଡ଼ିଲାବେଳେ କୌଣସି ପ୍ରକାରେ ଆମ ଶରୀର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାହା ଭୂମିକୁ ସ୍ପର୍ଶକଲେ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
  • ରବର ଜୋତା ବିଦ୍ୟୁତ୍ କୁପରିବାହୀ । ରବର ଜୋତା ପିନ୍ଧିଥିଲେ ଆମ ଶରୀରରେ ବିଦ୍ୟୁତ୍ ସ୍ରୋତ ପ୍ରବେଶ କଲେ ମଧ୍ୟ ଭୂମିକୁ ପ୍ରବାହିତ ହୋଇପାରୁନଥ‌ିବାରୁ ଶରୀରର କୌଣସି କ୍ଷତି ହୋଇନଥାଏ । ତେଣୁ ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା ପିନ୍ଧାଯାଏ ।

Question 3.
ସେଲ୍‌ର ଗଠନ ଚିତ୍ରସହ ବୁଝାଅ ।
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 1

  1. ସେଲ୍‌ର ଗୋଟିଏ ମୁଣ୍ଡର ବାହାର ପଟେ ଛୋଟ ଧାତବ ଟୋପିଟିଏ ଓ ଅନ୍ୟ ମୁଣ୍ଡରେ ଖଣ୍ଡିଏ ଧାତବ ଫଳକ ଥାଏ । ଏହି ଫଳକଟି ଧାତବପାତ୍ରର ନିମାଂଶ ।
  2. ସେଲ୍‌ର ଘୋଡ଼ଣି ଦେହରେ ଟୋପି ପଟକୁ ଯୁକ୍ତ (+) ଓ ଅନ୍ୟ ପଟକୁ ବିଯୁକ୍ତ (-) ଚିହ୍ନ ଦିଆଯାଇଥାଏ । ଧାତବ ଟୋପିକୁ ଯୁକ୍ତ ବିଦ୍ୟୁତଗ୍ର ଓ ଧାତବ ପାତକୁ ବିଯୁକ୍ତ ବିଦ୍ୟୁତଗ୍ର ବୋଲି କୁହାଯାଏ ।
  3. ସେଲ୍ ଭିତରେ କିଛି ରାସାୟନିକ ପଦାର୍ଥ ରଖାଯାଇଥାଏ । ଯେତେବେଳେ ସେଲ୍‌ରୁ ବିଦ୍ୟୁତ୍ ପ୍ରବାହ ଆବଶ୍ୟକ ହୁଏ, ସେତେବେଳେ ଏହି ରାସାୟନିକ ପଦାର୍ଥ ଅନ୍ୟ ରୂପକୁ ପରିବର୍ତ୍ତନ ହୁଏ ଓ ସେଥୁରେ ଥିବା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଫଳରେ ମୂଳ ରାସାୟନିକ ପଦାର୍ଥର ପରିମାଣ କମିଯାଏ । ଏହା
  4. ଏ ପ୍ରକାର ସେଲ୍‌ରେ ରାସାୟନିକ ପଦାର୍ଥଟି ପ୍ରାୟ ଶୁଖୁଲା ଅବସ୍ଥାରେ ରହୁଥ‌ିବାରୁ ଏହାକୁ ଶୁଷ୍କ ସେଲ୍ କୁହାଯାଏ । ଟର୍ଚ୍ଚ ଲାଇଟ୍‌, ଘଣ୍ଟା, କାଲ୍‌କୁଲେଟର, ସେଲ୍‌ଫୋନ୍‌, କମ୍ପ୍ୟୁଟର ପ୍ରଭୃତି ଉପକରଣରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
  5. ମୋଟର ଗାଡ଼ି, ସ୍କୁଟର, ମୋଟର ସାଇକେଲ୍ ଆଦି ଯାନରେ ଭିନ୍ନ ପ୍ରକାର ବ୍ୟାଟେରୀ ରହିଥାଏ । ଏଥ‌ିରେ ରାସାୟନିକ ପଦାର୍ଥଟି ତରଳ ବା ଜଳୀୟ ଅବସ୍ଥାରେ ଥାଏ ।

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଏକାଧ୍ଵକ ସେଲ୍‌ର ସଂଯୁକ୍ତ ରୂପକୁ ……….. କହନ୍ତି ।
(ଖ) ସେଲ୍ ……….. ର ଉତ୍ସରୂପେ କାର୍ଯ୍ୟ କରେ ।
(ଗ) ପରିପଥରେ ବିଦ୍ୟୁତ୍ ପ୍ରବାହ ପାଇଁ ପରିପଥଟି ………. ହେବା ଆବଶ୍ୟକ ।
(ଘ) …………. ଦ୍ଵାରା ବିଦ୍ୟୁତ୍ ପରିପଥକୁ ମୁକ୍ତ ଓ ମୁଦିତ କରାଯାଏ ।
(ଙ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ନାହିଁ ତାହା ବିଦ୍ୟୁତ୍‌ର ………… ।
(ଚ) ସେଲ୍‌ରେ ରାସାୟନିକ ଶକ୍ତି …………….. ଶକ୍ତିକୁ ରୂପାନ୍ତରିତ ହୁଏ ।
(ଛ) ଯେଉଁ ବସ୍ତୁ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହୁଏ ତାହା ବିଦ୍ୟୁତ୍‌ର …………….. ।
(ଜ) ସମସ୍ତ ଧାତୁ ବିଦ୍ୟୁତ୍‌ର ………….. ।
ଉତ୍ତର
(କ) ବ୍ୟାଟେରୀ
(ଖ) ବିଦ୍ୟୁତ୍
(ଗ) ମୁଦିତ
(ଘ) ସୁଇଚ୍
(ଙ) କୁପରିବାହୀ
(ଚ) ବିଦ୍ୟୁତ୍
(ଛ) ସୁପରିବାହୀ
(ଜ) ସୁପରିବାହୀ

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁ ଉପକରଣରେ ସେଲ୍ ବ୍ୟବହୃତ ହୁଏ ନାହିଁ ?
(i) ରେଡ଼ିଓ
(ii) ପଙ୍ଖା
(iii) ଟର୍ଚ୍ଚ
(iv) କମ୍ପ୍ୟୁଟର
ଉ –
(ii) ପଙ୍ଖା

(ଖ) କେଉଁଟି ବିଦ୍ୟୁତ୍ କୁପରିବାହୀ ଅଟେ ?
(i) ଲୁହା
(ii) ତମ୍ବା
(iii) କାଠ
(iv) ଆଲୁମିନିୟମ୍
ଉ –
(iii) କାଠ

(ଗ) କେଉଁଟି ବିଦ୍ୟୁତ୍ ଶକ୍ତିରେ ଚାଲେ ନାହିଁ ?
(i) ରେଡ଼ିଓ
(ii) କାଲକୁଲେଟର
(iii) କମ୍ପ୍ୟୁଟର
(iv) ମୋବାଇଲ୍
ଉ –
(ii) କାଲକୁଲେଟର

(ଘ) ମୋଟର ଗାଡ଼ି ବ୍ୟାଟେରୀରେ ରାସାୟନିକ ପଦାର୍ଥ କେଉଁ ଅବସ୍ଥାରେ ଥାଏ ?
(i) ତରଳ
(ii) ଅର୍ଷତରଳ
(iii) କଠିନ
(iv) ଅର୍ଥ କଠିନ
ଉ –
(i) ତରଳ

(ଙ) କେଉଁଟି ବିଦ୍ୟୁତ୍ ସୁପରିବାହୀ ?
(i) କାଠ
(ii) କାଚ
(iii) ବିଶୁଦ୍ଧ ଜଳ
(iv) ଗ୍ରାଫାଇଟ୍
ଉ –
(iv) ଗ୍ରାଫାଇଟ୍

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 3.
ଯେଉଁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ସେମାନଙ୍କ ଡାହାଣ ପାଖରେ ଠିକ୍ ଚିହ୍ନ (✓) ଓ ଯେଉଁଗୁଡ଼ିକ ବିଦ୍ୟୁତ୍ କୁପରିବାହୀ ସେମାନଙ୍କ ଡାହାଣ ପାଖରେ (✗) ଚିହ୍ନ ଦିଅ ।
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 2
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 3

Question 4.
ପ୍ରତ୍ୟେକ ପ୍ରଶ୍ନର ଶବ୍ଦ ଯୋଡ଼ାର ସମ୍ପର୍କକୁ ଦେଖୁ ଦ୍ବିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ଧାତୁ : ସୁପରିବାହୀ :: ଅଧାତୁ : (?) ।
(ଖ) ଧାତବ ଟୋପି : ଯୁକ୍ତ ବିଦ୍ୟୁତଗ୍ର :: ଧାତବ ପାତ୍ର : (?) ।
(ଗ) ରେଫ୍ରିଜେରେଟର୍ : ବିଦ୍ୟୁତ୍ :: କାଲ୍‌କୁଲେଟର : (?) ।
(ଘ) ଇବୋନାଇଟ୍ : କୁପରିବାହୀ :: ଓଦାକାଠ : (?) ।
(ଙ) ଘଣ୍ଟା : ରାସାୟନିକ ପଦାର୍ଥ (ଶୁଖୁଲା) :: ମୋଟର ସାଇକେଲ୍ : (?) ।
ଉ –
(କ) କୁପରିବାହୀ
(ଖ) ବିଯୁକ୍ତ ବିଦ୍ୟୁତଗ୍ର
(ଗ) ଶୁଷ୍କସେଲ୍
(ଘ) ସୁପରିବାହୀ
(ଙ) ରାସାୟନିକ ପଦାର୍ଥ (ତରଳ)

BSE Odisha 6th Class Science Important Questions Chapter 12 ବିଦ୍ୟୁତ୍

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଶୁଷ୍କ ସେଲ୍‌ରେ ଗ୍ରାଫାଇଟ୍ ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ନାହିଁ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ କୁପରିବାହୀ ।
(ଙ) ସେଲରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳି ନ ଥାଏ ।
ଉ –
(କ) ଶୁଷ୍କ ସେଲ୍‌ରେ ପିତ୍ତଳଟୋପି ଯୁକ୍ତ ବିଦ୍ୟୁତ୍ଵଗ୍ର ରୂପେ କାର୍ଯ୍ୟ କରେ ।
(ଖ) ମୋଟରଗାଡ଼ିରେ ଶୁଷ୍କ ସେଲ୍ ବ୍ୟବହାର କରାଯାଏ ନାହିଁ ।
(ଗ) ରେଡ଼ିଓରେ ଶୁଷ୍କ ସେଲ୍ ବ୍ୟବହୃତ ହୁଏ ।
(ଘ) ଗ୍ରାଫାଇଟ୍ ଧାତୁ ନ ହେଲେ ମଧ୍ୟ ବିଦ୍ୟୁତ୍ ସୁପରିବାହୀ ।
(ଙ) ସେଲ୍‌ରେ ରାସାୟନିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 4
ଉ –
BSE Odisha 6th Class Science Important Questions Chapter 12 ବିଦ୍ୟୁତ୍ - 5

Leave a Comment