Odisha State Board CHSE Odisha Class 12 Foundation of Education Solutions Chapter 3 ଶ୍ରୀ ଅରବିନ୍ଦ Questions and Answers.
CHSE Odisha 12th Class Education Solutions Chapter 3 ଶ୍ରୀ ଅରବିନ୍ଦ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ପୂର୍ଣ୍ଣାଙ୍ଗ ଶିକ୍ଷା ବିଷୟରେ କେଉଁ ଦାର୍ଶନିକ ମତ ଦେଇଥିଲେ ?
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ
(iii) ରବୀନ୍ଦ୍ରନାଥ
(iv) ଶ୍ରୀ ଅରବିନ୍ଦ
Answer:
(iv) ଶ୍ରୀ ଅରବିନ୍ଦ
2. ନିମ୍ନୋକ୍ତ କେଉଁ ବିଷୟଟି ପୂର୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ନୁହେଁ ?
(i) ଗୋପବନ୍ଧୁ
(ii) ମାନସିକ
(iii) ବୈଷୟିକ
(iv) ଆଧ୍ୟାମିକ
Answer:
(iii) ବୈଷୟିକ
3. କେଉଁ ମସିହାରେ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଗଲା ?
(i) ୧୯୪୫
(ii) ୧୯୪୩
(iii) ୧୯୫୬
(iv)୧୯୪୭
Answer:
(ii) ୧୯୪୩
4. ଉଷାନଗରୀ କାହାକୁ କୁହାଯାଏ ?
(i) ପଣିୁଚେରା
(ii) ସତ୍ୟବାଦୀ
(iii) ଅରୋଭିଲ୍
(iv) ଶାନ୍ତିନିକେତନ
Answer:
(iii) ଅରୋଭିଲ୍
5. କିଏ କହିଥିଲେ, ‘‘କୌଣସି ବିଷୟ ଶିକ୍ଷା ଦିଆଯାଇ ପାରିବ ନାହିଁ?? ?
(i) ଗୋପବନ୍ଧୁ
(ii) ରାଜେନ୍ଦ୍ର ପ୍ରସାଦ
(iii) ରାଧାକ୍ରିଷ୍ଣନ୍
(iv) ଶ୍ରୀଅରବିନ୍ଦ
Answer:
(iv) ଶ୍ରୀଅରବିନ୍ଦ
6. କେଉଁଟି ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଶିକ୍ଷାର ଏକ ଅଙ୍ଗ ଅଟେ ?
(i) ବୈଷୟିକ ଶିକ୍ଷା
(ii) ଧନ୍ଦାମୂଳକ ଶିକ୍ଷା
(iii) ଚୈଭିକ ଶିକ୍ଷା
(iv) ଆର୍ଥିକ ଶିକ୍ଷା
Answer:
(iii) ଚୈଭିକ ଶିକ୍ଷା
7. କେଉଁଟି ସତ୍ୟର ଅନୁସନ୍ଧାନ ପାଇଁ ମାର୍ଗ ନୁହେଁ ବୋଲି ଶ୍ରୀଅରବିନ୍ଦ ଦର୍ଶାଇଛନ୍ତି ?
(i) ପ୍ରେମ
(ii) ଜ୍ଞାନ
(iii) ଅର୍ଥ
(iv)ଶକ୍ତି
Answer:
(iii) ଅର୍ଥ
8. ‘ଶିକ୍ଷା ବିକାଶୋନ୍ମୁଖୀ ଆତ୍ମାର ବିକାଶରେ ସାହାଯ୍ୟ କରେ – ଏହା କିଏ କହିଛନ୍ତି ?
(i) ଗୋପବନ୍ଧୁ
(ii) ଶ୍ରୀଅରବିନ୍ଦ
(iii) ପ୍ରୋବେଲ
(iv)ଶଙ୍କରାଚାର୍ଯ୍ୟ
Answer:
(ii) ଶ୍ରୀଅରବିନ୍ଦ
B. ଶୂନ୍ୟସ୍ଥାନ ପୂରଣ କର ।
1. ଶ୍ରୀଅରବିନ୍ଦ ______________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୭୨
2. _____________ ବୟସରେ ସେ ୧୮୭୯ ମସିହାରେ ସେ ପରିବାର ସହ ଇଂଲଣ୍ଡ ଯାତ୍ରା କରିଥିଲେ ।
Answer:
୭ ବର୍ଷ
3. ୧୯୦୮ ମସିହାରେ ଶ୍ରୀଅରବିନ୍ଦ _____________ ଜେଲ୍ରେ ପ୍ରାୟ ଏକ ବର୍ଷ କରାବରଣ କରିଥିଲେ ।
Answer:
ଆଲିପୁର
4. _____________ ମସିହାରେ ଶ୍ରୀଅରବିନ୍ଦ ଆଶ୍ରମ ପ୍ରତିଷ୍ଠା ହେଲା ।
Answer:
୧୯୨୨
5. ____________ ଙ୍କ ମତରେ, ‘ଶିକ୍ଷାର ଅର୍ଥ ହେଉଛି ମନୁଷ୍ୟର ବିକଶିତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣାଙ୍ଗ ପରିସ୍ରାପ୍ତି ପାଇଁ ଊର୍ଦ୍ଧ୍ୱଗାମୀ କରାଇବା ।’’
Answer:
ଶ୍ରୀଅରବିନ୍ଦ
6. ______________ ମସିହାରେ ‘ଅରୋଭିଲ୍’ ବା ଉଷାନଗରୀ ଉଦ୍ଘାଟିତ ହେଲା ।
Answer:
୧୯୬୮
7. ଅରୋଭିଲ୍ର ସନଦପତ୍ରରେ_____________ ଟି ଦେଶର ଶିକ୍ଷାର୍ଥୀମାନେ ଦସ୍ତଖତ କରିଥିଲେ ।
Answer:
୧୨୦
8. ___________ ମସିହାରେ ଶ୍ରୀଅରବିନ୍ଦଙ୍କର ଦେହାନ୍ତ ଘଟିଲା ।
Answer:
୧୯୫୦
9. ___________ ‘ପୂର୍ଣାଙ୍ଗ ଶିକ୍ଷା’ ପ୍ରଚଳନ କରିଥିଲେ ।
Answer:
ଶ୍ରୀଅରବିନ୍ଦ
10. ପଣିୃଚେରାରେ ପ୍ରତିଷିମ ଆଣ୍ରମ ____________ ମସିହାରେ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟରେ ପରିଣତ ହେଲା ।
Answer:
୧୯୫୨
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ୧୯୦୫ ମସିହାରେ ଶ୍ରୀଅରବିନ୍ଦ ଚାକିରି ଛାଡ଼ି ସନ୍ନ୍ୟାସୀ ହେଲେ ।
Answer:
୧୯୦୫ ମସିହାରେ ଶ୍ରୀଅରବିନ୍ଦ ଚାକିରି ଛାଡ଼ି ରାଜନୀତି କଲେ ।
2. ଶ୍ରୀଅରବିନ୍ଦଙ୍କ ମତରେ ପାଠ୍ୟକ୍ରମ ସମାଜକୈନ୍ଦ୍ରିକ ହେବା ଉଚିତ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ପାଠ୍ୟକ୍ରମ ଶିଶୁଭିଭିକ ହେବା ଉଚିତ ।
3. ଶିକ୍ଷାଦାନ ପଦ୍ଧତିରେ ଶ୍ରୀଅରବିନ୍ଦ ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନତା ଦେବାର ବିରୋଧୀ ଥିଲେ ।
Answer:
ଶିକ୍ଷାଦାନ ପଦ୍ଧତିରେ ସେ ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନତା ଦେବାର ସପକ୍ଷରେ ଥିଲେ ।
4. ଇଂରାଜୀ ଭାଷା ମାଧ୍ୟମରେ ଶ୍ରୀଅରବିନ୍ଦ ଶିକ୍ଷା ଦେବାପାଇଁ ଗୁରୁତ୍ବ ଦେଉଥିଲେ ।
Answer:
ମାତୃଭାଷା ଭାଷା ମାଧ୍ୟମରେ ଶ୍ରୀଅରବିନ୍ଦ ଶିକ୍ଷା ଦେବାପାଇଁ ଗୁରୁତ୍ୱ ଦେଉଥିଲେ ।
5.ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷକ ଶିକ୍ଷାଦାତା ନୁହଁନ୍ତି; ସେ କେବଳ ଜଣେ ସହାୟକ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷକ ଶିକ୍ଷାଦାତା ନୁହଁନ୍ତି; ସେ ଜଣେ ସହାୟକ ଓ ପଥପ୍ରଦର୍ଶକ ।
6. ଶ୍ରୀଅରବିନ୍ଦ ଶାନ୍ତିନିକେତନର ପ୍ରତିଷ୍ଠାତା ।
Answer:
ଶ୍ରୀଅରବିନ୍ଦ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ।
7. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରାଯିବା ଉଚିତ ।
Answer:
ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ପ୍ରଦାନ କରାଯିବା ଉଚିତ ।
8. ‘ମୌଳିକ ଶିକ୍ଷା’ ଶ୍ରୀଅରବିନ୍ଦଙ୍କର ଅବଦାନ ଅଟେ ।
Answer:
‘ପୂର୍ଣ୍ଣାଙ୍ଗ ଶିକ୍ଷା’ ଶ୍ରୀଅରବିନ୍ଦଙ୍କର ଅବଦାନ ଅଟେ ।
9. ‘ଆମ୍ବୋନ୍ନତି ହିଁ ଶିକ୍ଷା’’ ଏହା ରବୀନ୍ଦ୍ରନାଥ କହିଥିଲେ ।
Answer:
‘ଆମ୍ବୋନ୍ନତି ହିଁ ଶିକ୍ଷା’’ ଏହା ଶ୍ରୀଅରବିନ୍ଦ କହିଥିଲେ ।
10. ଶ୍ରୀଅରବିନ୍ଦ ‘ଧନ୍ଦାମୂଳକ ଶିକ୍ଷା’ର ପ୍ରବର୍ତ୍ତକ ।
Answer:
ଶ୍ରୀ ଅରବିନ୍ଦ ‘ପୂର୍ଣ୍ଣାଙ୍ଗ ଶିକ୍ଷା’ର ପ୍ରବର୍ତ୍ତକ ।
D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।
1. ଶ୍ରୀଅରବିନ୍ଦଙ୍କ ଆଶ୍ରମ କେଉଁଠାରେ ଅବସ୍ଥିତ ?
Answer:
ଶ୍ରୀଅରବିନ୍ଦଙ୍କ ଆଶ୍ରମ ପଣ୍ଡିଚେରୀଠାରେ ଅବସ୍ଥିତ ।
2. ଶିକ୍ଷା ଆତ୍ମବିକାଶରେ ସାହାଯ୍ୟ କରେ ବୋଲି କିଏ କହିଥିଲେ ?
Answer:
ଶିକ୍ଷା ଆତ୍ମବିକାଶରେ ସାହାଯ୍ୟ କରେ ବୋଲି ଶ୍ରୀଅରବିନ୍ଦ କହିଥିଲେ ।
3. କିଏ ଶ୍ରୀଅରବିନ୍ଦଙ୍କୁ ଶିକ୍ଷାକ୍ଷେତ୍ରରେ ସାହାଯ୍ୟ କରିଥିଲେ ?
Answer:
‘ଶ୍ରୀମା’ ଶ୍ରୀଅରବିନ୍ଦଙ୍କୁ ଶିକ୍ଷାକ୍ଷେତ୍ରରେ ସାହାଯ୍ୟ କରିଥିଲେ ।
4. ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ କେଉଁଠାରେ ଅବସ୍ଥିତ ?
Answer:
ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ପଣ୍ଡିଚେରୀରେ ଅବସ୍ଥିତ ।
5. ଉଷାନଗରୀ କାହାକୁ କୁହାଯାଏ ?
Answer:
ପଣ୍ଡିଚେରୀଠାରୁ ପାଞ୍ଚ ମାଇଲ୍ ଦୂରରେ ପ୍ରତିଷ୍ଠିତ ଅରୋଭିଲ୍ର ଅନ୍ୟ ନାମ ଉଷାନଗରୀ ।
6. ସମନ୍ଵୟ ଶିକ୍ଷା କିଏ ପ୍ରଣୟନ କରିଥିଲେ ?
Answer:
ଶ୍ରୀଅରବିନ୍ଦ ସମନ୍ଵୟ ଶିକ୍ଷା ପ୍ରଣୟନ କରିଥିଲେ ।
7. ପୂର୍ଣ୍ଣାଙ୍ଗ ଶିକ୍ଷା କିଏ ପ୍ରବର୍ତ୍ତନ କରିଥିଲେ ?
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ।
8. ଶ୍ରୀଅରବିନ୍ଦଙ୍କର ଶିକ୍ଷାଦର୍ଶନର ଗୋଟିଏ ମୌଳିକ ନୀତି ଲେଖ ।
Answer:
ମଣିଷର ମନକୁ ଅନୁଧ୍ୟାନ କରିବା ଶିକ୍ଷାର ପୃଷ୍ଠଭୂମି ଅଟେ ।
9. ପୂର୍ଣ୍ଣାଙ୍ଗ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ଲେଖ ।
Answer:
ପୂର୍ଣ୍ଣାଙ୍ଗ ଶିକ୍ଷାର ଗୋଟିଏ ଉଦ୍ଦେଶ୍ୟ ହେଉଛି– ‘ପ୍ରାଚୀନ ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର’ ।
10. ଶିକ୍ଷା ପ୍ରକ୍ରିୟାରେ ଶିଶୁ କିଭଳି ସ୍ଥାନ ପାଇବା ଉଚିତ ବୋଲି ଶ୍ରୀଅରବିନ୍ଦ ମତ ଦେଇଥିଲେ ?
Answer:
ଶ୍ରୀଅରବିନ୍ଦ ଶିକ୍ଷାର୍ଥୀର ସମ୍ପୂର୍ଣ୍ଣ ସ୍ଵାଧୀନତା ଉପରେ ଜୋର ଦେଇଥିଲେ ।
11. ଶିକ୍ଷା ମନୁଷ୍ୟ ମଧ୍ୟରେ ଥିବା ଭଗବତ୍ ସତ୍ତାର ପୂଣ୍ଡିତାର ପରିପ୍ରକାଶ– ଏହା କିଏ କହିଥିଲେ ?
Answer:
ଶିକ୍ଷା ‘ମନୁଷ୍ୟ ମଧ୍ୟରେ ଥିବା ଭଗବତ୍ ସତ୍ତାର ପୂର୍ବତର ପରିପ୍ରକାଶ’ ବୋଲି ଶ୍ରୀଅରବିନ୍ଦ କହିଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷା କହିଲେ କ’ଣ ବୁଝ ?
Answer:
‘ଶିକ୍ଷା ଏକ ମାଧ୍ୟମ, ଯାହା ସହାୟତାରେ ମାନବ ଜୀବନ ଈଶ୍ୱର, ଦେଶ ଓ ମାନବଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୁଏ ଏବଂ ଜାତୀୟଧର୍ମୀ ବୋଲାଉଥିବା ପ୍ରତ୍ୟେକ ବିଦ୍ୟାଳୟ ଏହାକୁ ଆଦର୍ଶ ରୂପେ ଗ୍ରହଣ କରିବା ଉଚିତ ।’’ ଶ୍ରୀଅରବିନ୍ଦ ଶିକ୍ଷା ସମ୍ପର୍କରେ ଏହି ମନ୍ତବ୍ୟ ଦେଇଥିଲେ ।
2. ଶ୍ରୀଅରବିନ୍ଦ କେଉଁ ଶିକ୍ଷା ପ୍ରବର୍ତ୍ତନ କରିଥିଲେ ? ତାଙ୍କ ଶିକ୍ଷା ଦର୍ଶନ ଅନୁସାରେ ପଣ୍ଡିଚେରୀଠାରେ ଚାଲୁଥିବା ଶିକ୍ଷାନୁଷ୍ଠାନର ନାମ କ’ଣ ?
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ପ୍ରବର୍ତ୍ତନ କରିଥିଲେ । ତାଙ୍କ ଶିକ୍ଷା ଦର୍ଶନ ଅନୁସାରେ ପଣ୍ଡିଚେରୀଠାରେ ଚାଲୁଥିବା ଶିକ୍ଷାନୁଷ୍ଠାନର ନାମ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ।
3. ସତ୍ୟର ଅନୁସନ୍ଧାନ ପାଇଁ କି ମାର୍ଗ ରହିଛି ବୋଲି ଶ୍ରୀଅରବିନ୍ଦ କହିଛନ୍ତି ?
Answer:
ସତ୍ୟର ଅନୁସନ୍ଧାନ ପାଇଁ ୪ଟି ମାର୍ଗ ରହିଛି । ସେଗୁଡ଼ିକ ହେଲା – ପ୍ରେମ, ଜ୍ଞାନ, ଶକ୍ତି ଓ ସୌନ୍ଦର୍ଯ୍ୟ; ଯାହାକି ପୂର୍ଣ୍ଣାଙ୍ଗ ଶିକ୍ଷାପ୍ରାପ୍ତିର ପ୍ରଥମ ସୋପାନ ଅଟେ ।
4. ପୂର୍ଣ୍ଣାଙ୍ଗ ଶିକ୍ଷାର ଦୁଇଟି ଉଦ୍ଦେଶ୍ୟ ଲେଖ ।
Answer:
(i) ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
(ii) ବ୍ୟକ୍ତିକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରିବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।
5. ଅରୋଭିଲ୍ ସମ୍ପର୍କରେ ଲେଖ ।
Answer:
(i) ପଣ୍ଡିଚେରୀଠାରୁ ପାଞ୍ଚମାଇଲ୍ ଦୂରରେ ଅବସ୍ଥିତ ଅରୋଭିଲ୍ ବା ଉଷାନଗରୀ ୧୯୬୮ ମସିହାରେ ଶ୍ରୀମା’ଙ୍କର ଆପ୍ରାଣ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିଲା ।
(ii) ଅରୋଭିଲ୍ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଶାଳା ଅଟେ ।
6. ‘ଚାର୍ଟର ଅଫ୍ ଅରୋଭିଲ୍’ରେ କ’ଣ ଘୋଷଣା କରାଯାଇଛି ?
Answer:
(i) ‘ଚାର୍ଟର ଅଫ୍ ଅରୋଭିଲ୍’ରେ ଘୋଷଣା କରାଯାଇଥିଲା ଯେ, ଏହା କୌଣସି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ଗଠନ କରାଯାଇ ନାହିଁ । ଏହା ସମସ୍ତ ମାନବ ସମାଜକୁ ନେଇ ଗଠିତ ।
(ii) କିନ୍ତୁ ଅରୋଭିଲ୍ରେ ଯୋଗଦେବାକୁ ହେଲେ ଜଣେ ନିଜର ସ୍ଵଇଚ୍ଛାରେ ଆସିବା ଆବଶ୍ୟକ । ଅରୋଭିଲ୍ର ମୁଖ୍ୟ ଲକ୍ଷ୍ୟ ଥିଲା ଶିକ୍ଷା ମାଧ୍ୟମରେ ଅତୀତ ଏବଂ ବର୍ତ୍ତମାନ ଥିବା ବ୍ୟବଧାନକୁ ପୂରଣ କରିବା ।
7. ଶ୍ରୀଅରବିନ୍ଦଙ୍କ ଶିକ୍ଷାଦାନ ପ୍ରଣାଳୀର ନୀତିଗୁଡ଼ିକ ଲେଖ ।
Answer:
ଶ୍ରୀଅରବିନ୍ଦଙ୍କର ଶିକ୍ଷାଦାନ ପ୍ରଣାଳୀର କେତେକ ନୀତି ଉପରେ ପର୍ଯ୍ୟବସିତ ଥ୍ । ସେଗୁଡ଼ିକ ହେଲା –
(i) କୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ ।
(ii) ମନର ବିକାଶ ନିମିତ୍ତ ମନକୁ କ୍ରମାଗତ ଭାବରେ ପରାମର୍ଶ ଦେବା ଆବଶ୍ୟକ ।
(iii) ଜ୍ଞାତ ବସ୍ତୁରୁ ଅଜ୍ଞାତ ଆଡ଼କୁ ଅଗ୍ରସର ହେବା ଆବଶ୍ୟକ ।
8. ପୂର୍ଣ୍ଣାଙ୍ଗ ଶିକ୍ଷାର ପାଠ୍ୟକ୍ରମ କିପରି ଥୁଲା
Answer:
(i) ପୂର୍ଣ୍ଣାଙ୍ଗ ଶିକ୍ଷାର ପାଠ୍ୟକ୍ରମ ମୁଖ୍ୟତଃ ଚାରୋଟି ଉପାଦାନ; ଯଥା- ଶାରୀରିକ, ପ୍ରାଣିକ, ମାନସିକ ଓ ଚୈତନ୍ୟ ଉପରେ ଆଧାରିତ ।
(ii) ଏହି ଚାରୋଟି ଉପାଦାନ ଉପଯୁକ୍ତ ପାଠ୍ୟକ୍ରମଦ୍ୱାରା ବିକଶିତ ହେବା ଉଚିତ ଓ ଏହାର ବିକାଶଦ୍ୱାରା ମନୁଷ୍ୟ ନିଜର ସମସ୍ତ ଶକ୍ତିକୁ ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ସମାଜକୁ ଆଶାତୀତ ଭାବରେ ନିଜର ପ୍ରତିଭାଗୁଡ଼ିକ ଦାନ କରିଦେଇ ପାରିବ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।
1. ଅରୋଭିଲ୍ (Auroville) ସମ୍ପର୍କରେ କ’ଣ ଜାଣ ଲେଖ ।
Answer:
(i) ଏହି ଶିକ୍ଷାକେନ୍ଦ୍ରର ମୂଳ ଲକ୍ଷ୍ୟ ଥିଲା ମାନବିକ ଐକ୍ୟବୋଧ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ସୁସ୍ଥ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ପରସ୍ପର ମଧ୍ୟରେ ମୈତ୍ରୀ ସ୍ଥାପନ କରିବା ।
(ii) ତେଣୁ ସେହି ସ୍ଥାନରେ ପ୍ରତ୍ୟେକ ଦେଶର କଳା, ସ୍ଥାପତ୍ୟ, ନୃତ୍ୟ, ଗୀତ ଇତ୍ୟାଦି ବିଷୟ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।
(iii) ବିଭିନ୍ନ ଦେଶର ଖେଳ, ପୋଷାକ, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ବ୍ୟବହୃତ ହେଉଥିଲା ।
(iv) ଶ୍ରୀମା’ଙ୍କ ଭାଷାରେ, ଏହି ଶିକ୍ଷାକୁ Auroville ଶିକ୍ଷା ବୋଲି କୁହାଯାଉଥିଲା ।
2. ସମନ୍ୱୟ (ପୂର୍ଣ୍ଣାଙ୍ଗ) ଶିକ୍ଷା କ’ଣ ।
Answer:
ଶ୍ରୀଅରବିନ୍ଦ ସମନ୍ଵୟ (ପୂର୍ଣ୍ଣାଙ୍ଗ) ଶିକ୍ଷାର ପ୍ରବର୍ତ୍ତକ ଥିଲେ । ଶ୍ରୀଅରବିନ୍ଦ କହିଛନ୍ତି, ଶିକ୍ଷା ଏପରି ହେବା ଉଚିତ ଯହିଁରେ ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଶ୍ରୀଅରବିନ୍ଦଙ୍କ ମତରେ, ଶିକ୍ଷାର ଅର୍ଥ ହେଉଛି ମନୁଷ୍ୟର ଉନ୍ନତି, ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଊର୍ଦ୍ଧ୍ୱଗାମୀ କରାଇବା ।
3. ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନ ବିଷୟରେ ଦୁଇଟି ତଥ୍ୟ ପ୍ରଦାନ କର ।
Answer:
ଶ୍ରୀଅରବିନ୍ଦଙ୍କ ଶିକ୍ଷା ଦର୍ଶନର ମୁଖ୍ୟ ଦିଗଗୁଡ଼ିକ ହେଉଛି-
⇒ ଦେହ, ମନ, ପ୍ରାଣ ଓ ଆତ୍ମାର ସର୍ବୋତ୍ତମ ବିକାଶ
⇒ ଶିକ୍ଷା ମାଧ୍ୟମରେ ଆଧ୍ୟାତ୍ମିକ ଚେତନା ଓ ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିକାଶ
⇒ ଶିକ୍ଷାଦ୍ଵାରା ଚେତନାର ଅଭିବୃଦ୍ଧି ଓ ପରିପ୍ରକାଶ
⇒ ଜୀବନର ପୂର୍ଣ୍ଣତା ପ୍ରାପ୍ତି ।
4. ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ?
Answer:
ପୂର୍ଣାଙ୍ଗ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି –
⇒ ଦୈହିକ ମନର ବିକାଶ, ଯାହାକି ଇନ୍ଦ୍ରିୟ ସଂଯମ ଓ ଶାରୀରିକ ବିକାଶଦ୍ବାରା ସମ୍ଭବ ହୋଇପାରିବ ।
⇒ ମାନସ ମନର ବିକାଶ, ଯାହାକି ସ୍ନାୟୁକୁ ବିଶୋଧ କରି ମାନସିକ ଏକାଗ୍ରତା ବୃଦ୍ଧି କରିଥାଏ ।
⇒ ଚେତନାର ବିକାଶ, ଯାହାକି ବିଚାରଶକ୍ତିର ଉଦ୍ରେକ କରାଇଥାଏ ।
⇒ ଆଧ୍ୟାତ୍ମିକ ବିକାଶ, ଯାହାଦ୍ୱାରା ଐଶ୍ଵରିକ ଶକ୍ତି ଜାଗ୍ରତ କରି ସତ୍ୟାନୁସନ୍ଧାନରେ ବ୍ରତୀ କରାଇଥାଏ ।
5. ଶ୍ରୀଅରବିନ୍ଦଙ୍କ ଶିକ୍ଷାଦାନ ପଦ୍ଧତି କିପରି ଜଟିଳ, ତାହା ମଧ୍ୟରୁ ଗୋଟିକର ଉଦାହରଣ ଦିଅ ।
Answer:
ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାର ସଫଳତା ନିମିତ୍ତ ନୂତନ ପାଠଦାନ ପ୍ରଣାଳୀ ଉପରେ ଆଲୋକପାତ କରିଛନ୍ତି । ତାଙ୍କ ମତରେ କୌଣସି ବିଷୟ ଶିକ୍ଷା ଦିଆଯାଇପାରିବ ନାହିଁ । ଶିକ୍ଷକ କେବଳ ପରାମର୍ଶ ଦେଇ ଶିକ୍ଷାର୍ଥୀର ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶ କରିବାପାଇଁ ପଥ ପ୍ରଦର୍ଶନ କରି କାର୍ଯ୍ୟ କରିବା ଉଚିତ । ଶିକ୍ଷାର୍ଥୀ ଉପରେ କୌଣସି ବିଷୟ ଲଦିଦେବା ଉଚିତ ନୁହେଁ ।
6. ଶ୍ରୀଅରବିନ୍ଦଙ୍କ ମତରେ ଶିକ୍ଷାର ଲକ୍ଷ୍ୟ କ’ଣ ?
Answer:
ଶ୍ରୀଅରବିନ୍ଦ ଶିକ୍ଷାର ଲକ୍ଷ୍ୟ ସମ୍ବନ୍ଧରେ ବର୍ଣ୍ଣନା କରି କହିଛନ୍ତି ଯେ, ଶିକ୍ଷା ଏପରି ହେବା ବିଧେୟ ଯେପରି ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା, ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା ଓ ପରିପୁଷ୍ଟ କରିବା ଏବଂ ଉଭୟଙ୍କୁ ମାନବିକତାର ପ୍ରାଣଶକ୍ତି ଓ ଊର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧ୍ୟାତ୍ମ ସଭାର ଜାଗରଣ ଓ ବିକାଶ ରୂପକ ମହାନ୍ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନଯାଏ ।
7. ଶ୍ରୀଅରବିନ୍ଦଙ୍କ ମତରେ ଈଶ୍ଵରଙ୍କ ଅବତରଣର ଚତୁର୍ବିଧ ସୋପାନ କ’ଣ ?
Answer:
ଶ୍ରୀଅରବିନ୍ଦଙ୍କ ମତରେ ଈଶ୍ଵରଙ୍କ ଅବତରଣର ଚତୁର୍ବିଧ ସୋପାନ ହେଲା- (୧) ସତ୍ – ଯାହା ପୂର୍ଣ୍ଣ ଭାବରେ ଥୁଲା, ଅଛି ଓ ରହିଥିବ ମଧ୍ୟ, (୨) ଚିତ୍ର ଶକ୍ତି – ଯାହା ପୂର୍ଣ୍ଣ ଚେତନଶୀଳ ଭାବରେ ଥିଲା, ଅଛି ଓ ରହିଥ୍ ମଧ୍ୟ, (୩) ଆନନ୍ଦ – ଯାହା ପୂର୍ଣ୍ଣ ଆନନ୍ଦ ଥୁଲା, ଅଛି ଓ ରହିଥ୍, (୪) ଅତିମାନସ – ପରଂବ୍ରହ୍ମ ଏହିଠାରେ ବିଶ୍ବାତୀତରୁ ବିଶ୍ବଗତ ହେଲେ ବୋଲି ବୁଝିବାକୁ ହେବ । ଅନନ୍ତରୁ ସାନ୍ତ, ଅବ୍ୟୟରୁ ବ୍ୟୟ, ଅଖଣ୍ଡରୁ ଖଣ୍ଡ, ଅଭିନରୁ ଭିନ୍ନ ହେଲେ ମାତ୍ର ପୂର୍ବରୁ ଅପୂର୍ଣ୍ଣ, ଆନନ୍ଦରୁ ନିରାନନ୍ଦ ହୋଇନାହାନ୍ତି ।
8. ଅରୋଭିଲ୍ ସ୍ଥାପନର ମୂଳ ଲକ୍ଷ୍ୟ କ’ଣ ?
Answer:
ନୂତନ ସମାଜରେ ନୂତନ ଶିକ୍ଷାର ଅନୁସନ୍ଧାନ ଲକ୍ଷ୍ୟ ନେଇ ପଣ୍ଡିଚେରୀର ସାଧ୍ଵ ଶ୍ରୀମା ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ କି.ମି. ଦୂରରେ ଅରୋଭିଲ୍ ବା ଉଷା ନଗରୀ ସ୍ଥାପନ କରିଥିଲେ । ଅତୀତ ଓ ବର୍ତ୍ତମାନ ମଧ୍ୟରେ ଯେଉଁ ବ୍ୟବଧାନ ତାହାର ପୂରଣ କରିବା ଥିଲା ଏହି ଉଷା ନଗରୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ପ୍ରଧାନ ଉଦ୍ଦେଶ୍ୟ । ବିବର୍ତ୍ତନ ଧାରାରେ ମାନବ ଜାତିର ଆଶା ଆକାଙ୍କ୍ଷା ଓ ସମାଜର ସମସ୍ୟାମାନ ସମାଧାନରେ ଉଷା ନଗରୀ ସମର୍ଥ ହେବ । ମାନବିକ ଐକ୍ୟ ପ୍ରତିଷ୍ଠା ଏହାର ଅନ୍ୟ ଏକ ଚରମ ଉଦ୍ଦେଶ୍ୟ ରୂପେ ବିଦ୍ୟମାନ । ବିଶ୍ବବାସୀଙ୍କ ଅନ୍ତରରେ ଐକ୍ୟ, ବିଶ୍ଵମୈତ୍ରୀ, ବିଶ୍ୱଶାନ୍ତର ଭାବଧାରାର ଅବାରିତ ସ୍ରୋତ ପ୍ରବାହିତ କରାଇବା ଅରୋଭିଲ୍ ସ୍ଥାପନର ଲକ୍ଷ୍ୟ ଥିଲା ଓ ରହିଥିବ ମଧ୍ୟ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଶ୍ରୀଅରବିନ୍ଦଙ୍କର ଶିକ୍ଷା ଦର୍ଶନ ବିଷୟରେ ଆଲୋଚନା କର ।
Answer:
ଯେଉଁ କେତେକ ଯୁଗଜୟୀ ମହାପୁରୁଷ ନିଜ ଜୀବନାନୁଭୂତିର ଗବେଷଣାଲବ୍ଧ ଶିକ୍ଷା ଦର୍ଶନର ଅତୁଳନୀୟ ଅବଦାନ ପ୍ରଦାନ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ଅନ୍ୟତମ । ତାଙ୍କ ମତରେ, ‘ଶିକ୍ଷା ଏପରି ହେବା ଉଚିତ, ଯହିଁରେ ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା, ପରିପୁଷ୍ଟ କରିବା ।’’
ଉଭୟକୁ ମାନବିକତାର ପ୍ରାଣଶକ୍ତି ଓ ଊର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧ୍ୟାତ୍ମ ସତ୍ତାର ଜାଗରଣ ଓ ବିକାଶରୂପକ ମହାନ୍ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନ ଯାଏ । ପୁନର୍ବାର ଶିକ୍ଷାର ଅର୍ଥ ସମ୍ପର୍କରେ ମତ ପ୍ରଦାନ କରି ଶ୍ରୀଅରବିନ୍ଦ କହିଛନ୍ତି, ‘ମନୁଷ୍ୟର ଉନ୍ନତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣ୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଉର୍ଦ୍ଧ୍ୱଗାମୀ କରାଇବା ।’’
ସଂସ୍କୃତି ଓ ଗୁରୁକୁଳ ଆଶ୍ରମ ଶିକ୍ଷାର ମହନୀୟତାକୁ ଅନୁଭବ କରି ଶ୍ରୀଅରବିନ୍ଦ ବର୍ତ୍ତମାନର ସମୟୋପଯୋଗୀ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଜନ୍ମ ଦେଇଥିଲେ ।
ଶ୍ରୀଅରବିନ୍ଦଙ୍କର ପୂର୍ଣାଙ୍ଗ ଶିକ୍ଷା ଦର୍ଶନକୁ ମୁଖ୍ୟତଃ ପାଞ୍ଚୋଟି ବିଭାଗରେ ବିଭକ୍ତ କରାଯାଇଅଛି – (1) ଶାରୀରିକ, (2) ପ୍ରାଣିଜ, (3) ମାନସିକ, (4) ଚୈତ୍ୟ, (5) ଆଧ୍ୟାତ୍ମିକ ।
(1) ଶାରୀରିକ ଶିକ୍ଷା (Physical Education) – ସ୍ବାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ସୁସ୍ଥ ଚିନ୍ତାଧାରାର ପରିଚାୟକ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ସଂଯମତା, ଶୃଙ୍ଖଳା ଓ ସ୍ବାସ୍ଥ୍ୟରକ୍ଷା ସମ୍ପର୍କରେ ପ୍ରାଚୀନ ଋଷି, ପାଶ୍ଚାତ୍ୟ ମନୀଷୀମାନଙ୍କ ମତାମତ ସହିତ ଶ୍ରୀଅରବିନ୍ଦ ଓ ତାଙ୍କର ଆଧ୍ୟାତ୍ମିକ ସହକର୍ମିଣୀ ଶ୍ରୀମା ଏକମତ ହୋଇଛନ୍ତି । ଶ୍ରୀମା ଶାରୀରିକ ଶିକ୍ଷାକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରିଛନ୍ତି; ଯଥା-
(1) ଶୃଙ୍ଖଳା ଓ ସଂଯମ ଆଚରଣ ।
(2) ସର୍ବୋପରି ସାମଗ୍ରିକ, ଶାରୀରିକ ବିକାଶର କ୍ରମୋନ୍ନତି ।
(3) ବିକୃତ ଓ ଦୋଷମୁକ୍ତ ଅବୟବମାନଙ୍କର ସୁଷମ ବଣ୍ଟନ ।
ଏହି ପ୍ରକାର ଶିକ୍ଷା ଶିଶୁକୁ ଏକ ସୁସ୍ଥ ସବଳ ଶରୀରରେ ଉନ୍ନତ ଚିନ୍ତାଧାରା, ପ୍ରସନ୍ନତା ଓ ସୌନ୍ଦର୍ଯ୍ୟ ଉପଭୋଗ ନିମିତ୍ତ ସକ୍ଷମ ହୋଇଥାଏ । ଶିଶୁଠାରେ ସୁସ୍ଥ ମାନସିକତା, ଆବେଗିକତାର ଗଠନ ପାଇଁ କ୍ରୀଡ଼ାର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସଚେତନ ବାୟୁମଣ୍ଡଳ ଗଠନ କରିବାପାଇଁ କ୍ରୀଡ଼ା ଓ କ୍ରୀଡ଼ା ଉପକରଣଗୁଡ଼ିକର ଯଥେଷ୍ଟ ଆବଶ୍ୟକତା ରହିଛି ।
(2) ପ୍ରାଣିକ ଶିକ୍ଷା (Vital Education) – ସାମ୍ପ୍ରତିକ ପରିପ୍ରେକ୍ଷୀରେ ବସ୍ତୁବାଦୀ ଦୁନିଆ ପ୍ରତି ମନୁଷ୍ୟର ଅହେତୁକ ଆକର୍ଷଣ, ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ଆଜି ମାନବୀୟ ମୂଲ୍ୟବୋଧର ଦୃଷ୍ଟିକୋଣ ପ୍ରତି ଏକ ନୂତନ ଅନୁଭବର ଉଦ୍ରେକ କରାଇଛି । ମନୁଷ୍ୟ ଜୀବନ ଆଜି ଜଟିଳତାର କାରାଗୃହରେ ଆବଦ୍ଧ । ଜୀବନର ଅର୍ଥ ବହୁବିଧ ସମସ୍ୟାର କ୍ରିୟା, ପ୍ରତିକ୍ରିୟା । ମନୁଷ୍ୟ ନିଜକୁ ଦିବ୍ୟତ୍ୱର ପରିପ୍ରକାଶଭାବେ ଚିନ୍ତା କରିବା ପରିହାର କରି ନିଜର ଆତ୍ମସଂଯମତା ଓ ଶୃଙ୍ଖଳା ରକ୍ଷା ପ୍ରତି ବାଧା ସୃଷ୍ଟି କରୁଛି ।
ତା’ର ଜୀବନ ଆଜି ହିଂସା, ବିଦ୍ବେଷ, ପରଶ୍ରୀକାତରତା, ହୀନମନ୍ୟତା, ସ୍ୱାର୍ଥପରତା, ବ୍ୟଭିଚାର ଭାବ, ଅଶ୍ରଦ୍ଧା, ସନ୍ଦେହ, ଅବିଶ୍ଵାସ, ପ୍ରତିବାଦ ଓ ପ୍ରତିକ୍ରିୟା ମଧ୍ଯରେ ଜର୍ଜରିତ କରୁଅଛି । କେତେଗୁଡ଼ିଏ ସଞ୍ଚ କାମନାର ପରିବେଷ୍ଟନୀ ମଧ୍ୟରେ ନିଜ ଜୀବନର ମୂଲ୍ୟାୟନ କରି ନିଜର ଆତ୍ମପ୍ରତ୍ୟୟକୁ ନଷ୍ଟକରୁଛି । ଏହି ପ୍ରକାର ଅବକ୍ଷୟ, ଆତ୍ମବିଧ୍ବଂସ ମଧ୍ୟରେ ନିଜକୁ ରକ୍ଷା କରିବାପାଇଁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଶ୍ରୀଅରବିନ୍ଦ ପ୍ରାଣିଜ ଶିକ୍ଷାର ଅବଦାନ ଦେଇ ଯାଇଛନ୍ତି । ଏ ସମ୍ପର୍କରେ ଶ୍ରୀମା କହିଛନ୍ତି ଯେ ଜୀବନର ପୂର୍ବତାପ୍ରାପ୍ତି ପାଇଁ ଏହା ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ସ୍ତର । ଜୀବନର ସମ୍ଭାବନା ଆଣିଦେବା ହେଉଛି ପ୍ରାଣିକ ଶିକ୍ଷାର ଲକ୍ଷ୍ୟ ।
(3) ମାନସିକ ଶିକ୍ଷା (Mental Education) – ଶ୍ରୀଅରବିନ୍ଦ ମାନସିକ ଜଗତକୁ ଆଧ୍ୟାତ୍ମିକ ଚେତନା ଓ ଦିବ୍ୟଜ୍ଞାନର ପ୍ରକୃଷ୍ଟ ପୃଷ୍ଠଭୂମି ବୋଲି ସ୍ବୀକାର କରିଛନ୍ତି । ଏହି ମାନସିକ ସ୍ତରରୁ ଅତି ମାନସିକ ସ୍ତରକୁ ଉନ୍ନୀତ କରିପାରିଲେ ପୂର୍ଣ୍ଣାଙ୍ଗ ଯୋଗସାଧନା ସମ୍ଭବ ହୋଇଥାଏ । ସେହିଠାରେ ଈଶ୍ଵରଙ୍କ ସହିତ ଜଡ଼ ଜଗତର ମିଳନ ହୋଇଥାଏ । ଅଭୂତପୂର୍ବ ମିଳନ ମାଧ୍ୟମରେ ଅତିମାନସ ସ୍ତରରେ ଦେହ, ମନ, ପ୍ରାଣକୁ ଏକୀଭୂତ କରିପାରିଲେ ଦିବ୍ୟଜ୍ଞାନ ଲାଭ ହୋଇଥାଏ ।
ମନୁଷ୍ୟ ତା’ର ମାନସଚକ୍ଷୁ ବଳରେ ଜ୍ଞାନ ଓ ଅଜ୍ଞାନ ଭିତରେ ପାର୍ଥକ୍ୟ ପ୍ରଦର୍ଶନ କରିବାକୁ କ୍ଷମ ହୋଇଥାଏ । ଶ୍ରୀଅରବିନ୍ଦଙ୍କ ମତରେ, ମନର ବହୁ ଊର୍ଦ୍ଧ୍ବରେ ଜ୍ଞାନର ଗୁରୁତ୍ଵ ରହିଛି । ତାଙ୍କ ମତରେ, ଦିବ୍ୟଜ୍ଞାନର ସ୍ଥାନ ମନୁଷ୍ୟର ମାନସିକ ସ୍ତରର ଢେର ଉଚ୍ଚରେ ଏପରିକି ଆମର ପବିତ୍ର ଧାରଣା ପରିସରଠାରୁ ବହୁ ଊର୍ଦ୍ଧ୍ବରେ । ଏହି ସଦ୍ଜ୍ଞାନପ୍ରାପ୍ତି ହିଁ ଆମ ଜୀବନର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟ ହାସଲପାଇଁ ଉପଯୁକ୍ତ ପ୍ରସ୍ତୁତି ହିଁ ଜୀବନର ଅନ୍ୟନାମ ଅଟେ ।
ଏହି ଉଦ୍ଦେଶ୍ୟରେ ମାନସିକ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଖାଇବା, ଶୋଇବା, ନିଦ୍ରା, ଭୟ ଓ କାମ ଲାଳସା ମଧ୍ୟରୁ ମୁକ୍ତ ହୋଇ ଗଭୀର ଆତ୍ମପ୍ରତ୍ୟୟ ସୃଷ୍ଟି କରି ଦିବ୍ୟଜ୍ଞାନର ଉତ୍କର୍ଷତା ମଧ୍ୟରେ ପରିପୂର୍ଣ୍ଣ ଜୀବନର ଅନୁଭବ ହିଁ ଶିକ୍ଷାର ଲକ୍ଷ୍ୟ ଅଟେ ବୋଲି ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ଗୁରୁତ୍ୱ ପ୍ରଦାନ କରେ ।
ଶ୍ରୀଅରବିନ୍ଦଙ୍କ ମତରେ, ମନ ୬ଟି ସ୍ତର ଦେଇ ଅତିମାନସ ସ୍ତରକୁ ଉନ୍ନୀତ ହୋଇଥାଏ । ସେଗୁଡ଼ିକ ଯଥାକ୍ରମେ – ସାଧାରଣ ମନ, ଉଚ୍ଚତର ମନ, ଆଲୋକିତ ମନ, ବୋଥ୍ ମନ, ଅଧୂମାନସ ଏବଂ ଅତିମାନସ ।
(4) ଚୈତ୍ୟ ଶିକ୍ଷା (Psychic Education) – ଏହି ଶିକ୍ଷା ପାର୍ଥିବ ଜଗତର ଊର୍ଦ୍ଧ୍ବରେ ଉପଲବ୍ଧ କରାଯାଇପାରେ । ମନୁଷ୍ୟର ବିଭିନ୍ନ ଜାଗତିକ ଅନୁଭୂତିରୁ ଏହା ଜୀବନର ପରିପୂର୍ଣ୍ଣତା ଆଡ଼କୁ ଉନ୍ନୀତ କରେ । ସାଂସାରିକ ମୋହ, ମାୟା, ଈର୍ଷା, ଅସୂୟା ଓ ସ୍ୱାର୍ଥପରତା ଇତ୍ୟାଦିରୁ ନିବୃତ୍ତ କରି ଏହି ଶିକ୍ଷା ଶିଶୁର ମନକୁ ନିର୍ମଳ ଓ ସ୍ବର୍ଗୀୟ ଚିନ୍ତାଧାରାରେ ସୁଦୃଢ଼ କରେ । ମନୁଷ୍ୟର ଚୈତ୍ୟ ସତ୍ତା ଦେହ ଚେତନା ପ୍ରକାଶର ଊର୍ଦ୍ଧଗତିରେ ପ୍ରାପ୍ତି ହୋଇଥାଏ ।
ଶ୍ରୀଅରବିନ୍ଦଙ୍କ ଭାଷାରେ, ଶିଶୁ ବା ବ୍ୟକ୍ତି ମଧ୍ୟରେ ଥିବା ଲୁପ୍ତ ସତ୍ୟକୁ ଉଦ୍ଘାଟନ କରିବା ଅର୍ଥ ଆତ୍ମା ଓ ଚୈତ୍ୟ ସଭା ସମ୍ବନ୍ଧରେ ସଚେତନ କରାଇବା । ଏହି ପରିପ୍ରେକ୍ଷୀରେ ବିଚାରକଲେ ମନେହୁଏ ଏହା ହିଁ ସମସ୍ତ ମାନସିକ ଶିକ୍ଷାର ଏକମାତ୍ର ଭିତ୍ତିଭୂମି । ଏହା ମନସ୍ତାତ୍ତ୍ଵିକ ସୁପ୍ତ ଚେତନାକୁ ଜାଗ୍ରତ କରି ମନୁଷ୍ୟର ସାଧାରଣ ପରିସରଭୁକ୍ତ ଶିକ୍ଷାକୁ ବହୁ ଉନ୍ନତ ସ୍ତରକୁ ନେଇଯାଏ । ଏହା ଚୈତ୍ୟ ସତ୍ତାର ପ୍ରାପ୍ତି ଏବଂ ମହାନୁଭବତାର ଅନୁଭବ ପରିପୂର୍ଣ୍ଣ ଶିକ୍ଷାର ପୋଷକରୂପେ କାର୍ଯ୍ୟ କରିଥାଏ ।
ଏହା ମନୁଷ୍ୟ ଅନ୍ତରର ମହାଚେତନାକୁ ଉନ୍ମେଷ କରିବା ସଙ୍ଗେ ସଙ୍ଗେ ଏହାର ଅନୁଶୀଳନ ଓ ଅଭିବୃଦ୍ଧି ସାଧନ କରିଥାଏ । ଏହାକୁ ଶ୍ରୀଅରବିନ୍ଦ ଦୁଇଟି ଦିଗ ମଧ୍ଯରେ ପର୍ଯ୍ୟାୟଭୁକ୍ତ କରିଛନ୍ତି । ପ୍ରଥମତଃ, ମନୁଷ୍ୟର ଅହଂ ବହିର୍ଭୂତ ପ୍ରତ୍ୟେକଟିରେ ଆତ୍ମସମର୍ପଣ; ଦ୍ଵିତୀୟରେ ଚୈତ୍ୟ ସତ୍ତା ସହ ଆତ୍ମାର ମିଳନ । ଯୋଗ ଓ ତପସ୍ୟା ମଧ୍ୟରେ ମନୁଷ୍ୟର ଏହି ପରମ ଶିକ୍ଷାପ୍ରାପ୍ତି ହୋଇଥାଏ । ଏହା ଫଳରେ ସେ ଯାବତୀୟ ଜାଗତିକ ଜଞ୍ଜାଳରୁ ମୁକ୍ତିଲାଭ କରି ଜୀବନର ପୂର୍ଣ୍ଣତା ଅନୁଭବ କରାଯାଇପାରିବ ।
ମନୁଷ୍ୟର କାମନା, ବାସନା, ଅଭୀପ୍ସା, ଉଦ୍ଦେଶ୍ୟ ଓ ଇଚ୍ଛାଶକ୍ତିର ବିନିଯୋଗରେ ଏହି ଚୈତ୍ୟ ଶିକ୍ଷା ସମ୍ଭବ ହୋଇଥାଏ । ଚୈତ୍ୟ ସଭା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗବିଶେଷ, ଯାହାର ଅଲୌକିକ ଶକ୍ତି ସାମର୍ଥ୍ୟ ମନୁଷ୍ୟକୁ ଏକ ମହାନ୍ ଚେତନା ଜଗତ ପ୍ରତି ଆକର୍ଷିତ କରିନିଏ । ଏହା ମନୁଷ୍ୟକୁ ଏକ ମନସ୍ତତ୍ତ୍ଵ ଜଗତ ସମ୍ବନ୍ଧରେ ଅବଗତ କରାଇବା ସହିତ ଶାରୀରିକ ଏବଂ ପାରିପାର୍ଶ୍ବକ ପରିସ୍ଥିତିକୁ ନେଇ ମନୁଷ୍ୟର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵର ପରିପ୍ରକାଶ ଦିଗରେ ବିଶେଷ ସହାୟକ ହୋଇଥାଏ ।
(5) ଆଧ୍ୟାତ୍ମିକ ଶିକ୍ଷା (Spiritual Education) – ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ମତରେ, ମନୁଷ୍ୟ ଆଧାତ୍ମିକତାର ଅଂଶବିଶେଷ ଅଟେ । ଐଶ୍ଵରିକ ଶକ୍ତିର ଉନ୍ମେଷ ଓ ବିକାଶ ପାଇଁ ପୃଥିବୀପୃଷ୍ଠରେ ତା’ର ଜନ୍ମ । ଆଧ୍ୟାତ୍ମିକ ଶିକ୍ଷା ବ୍ୟକ୍ତିକୁ ସାଂସାରିକ ବନ୍ଧନରୁ ମୁକ୍ତ କରି ଏକ ଶାଶ୍ବତ ଜୀବନର ସନ୍ଧାନ ଦେଇଥାଏ ଯେଉଁଠାରେ ତା’ର ଜୀବନର ପରିପୂର୍ଣତା ଆସେ । ପାର୍ଥିବ ଜଗତର ମୋହ ଓ ଆକର୍ଷଣ ଭିତରେ ମନୁଷ୍ୟ ମଧ୍ୟ ଅନେକ କଥା ଶିକ୍ଷାଲାଭ କରିଥାଏ ।
ଶ୍ରୀଅରବିନ୍ଦଙ୍କ ଚତୁଃମୁଖୀ ଶିକ୍ଷା ପଦ୍ଧତିରେ ପ୍ରାଣିକ, ଶାରୀରିକ, ମାନସିକ ଓ ଚୈତ୍ୟ ଶିକ୍ଷା ଇତ୍ୟାଦି ଶିଶୁର ପ୍ରେମଭାବ, ସୌନ୍ଦର୍ଯ୍ୟପ୍ରୀତି ଜ୍ଞାନ ପରିସର ବୃଦ୍ଧି କରିଥା’ନ୍ତି । ସାଧାରଣ ମଧ୍ଯରୁ ଶିଶୁ ଅସାଧାରଣ ଶକ୍ତିର ଅଧିକାରୀ ହୋଇଉଠେ । ତେଣୁ ତା’ର ଜାଗତିକ ଅଳୀକ ବାସନା, କାମନା, ଅଜ୍ଞାନତା ଓ ଜଡ଼ତାର ମୋହ କ୍ରମେ ଅନ୍ତରରୁ ଦୂରୀଭୂତ ହୁଏ । ଶିଶୁ ହୃଦୟରେ ପବିତ୍ର, ନିର୍ମଳ ଚିନ୍ତାଧାରା ଏବଂ ପରିପୂର୍ଣ୍ଣ ଜୀବନର ଆତ୍ମତୃପ୍ତି ପ୍ରଦାନ କରେ । ଶ୍ରୀଅରବିନ୍ଦଙ୍କ ଭାଷାରେ, ଧର୍ମକୁ ଜୀବନରେ ଅଙ୍ଗୀଭୂତ କରିବାକୁ ହୁଏ, ଅଭ୍ୟାସ କରିବାକୁ ହୁଏ; ତାହାକୁ ମତବାଦରୂପେ ଅଧ୍ୟୟନ କରାଯାଏ ନାହିଁ ।
ସର୍ବୋପରି ଆଧ୍ୟାତ୍ମିକ ଶିକ୍ଷାର ଭିତ୍ତିଭୂମି ଉପରେ ଶିଶୁକୁ ଦିବ୍ୟତ୍ୱର ପରିପ୍ରକାଶ ଓ ଅସାଧାରଣ ଶକ୍ତିର ଉତ୍ସରୂପେ ପ୍ରତିଭାତ କରିବା ଉଦ୍ଦେଶ୍ୟସାଧନ ସମଗ୍ର ଶିକ୍ଷାକ୍ଷେତ୍ର ପ୍ରତି ଶ୍ରୀଅରବିନ୍ଦଙ୍କ ଅତୁଳନୀୟ ଅବଦାନ ଅଟେ ।
2. ପୂର୍ଣ୍ଣାଙ୍ଗ ଶିକ୍ଷା କ’ଣ ? ଉକ୍ତ ଶିକ୍ଷାର ଲକ୍ଷ୍ୟ, ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଯେଉଁ କେତେକ ଯୁଗଜୟୀ ମହାପୁରୁଷ ନିଜ ଜୀବନାନୁଭୂତିର ଗବେଷଣାଲବ୍ଧ ଶିକ୍ଷା ଦର୍ଶନର ଅତୁଳନୀୟ ଅବଦାନ ପ୍ରଦାନ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ଶ୍ରୀଅରବିନ୍ଦ ଅନ୍ୟତମ । ତାଙ୍କ ମତରେ, ‘ଶିକ୍ଷା ଏପରି ହେବା ଉଚିତ, ବ୍ୟକ୍ତିର ଏକମାତ୍ର ଲକ୍ଷ୍ୟ ହେବ ଆତ୍ମା ଓ ତାହାର ଶକ୍ତି ଓ ସମ୍ଭାବନାରାଜିର ବିକାଶ । ଜାତିର ଲକ୍ଷ୍ୟ ହେବ ଜାତିର ଆତ୍ମା ଓ ତାହାର ଧର୍ମକୁ ସଂରକ୍ଷଣ କରିବା, ଶକ୍ତିଶାଳୀ କରିବା । ଉଭୟକୁ ମାନବିକତାର ପ୍ରାଣଶକ୍ତି ଓ ଉର୍ଦ୍ଧ୍ୱଗାମୀ ମନ ଓ ଆତ୍ମାର ଉତ୍ତୋଳନ କରିବା ଏବଂ ତାହା ମନୁଷ୍ୟର ଆଧାମ୍ ସଭାରେ ଜାଗରଣ ଓ ବିକାଶ ରୂପକ ମହାନ୍ ଲକ୍ଷ୍ୟକୁ କେବେହେଲେ ଯେପରି ଭୁଲି ନ ଯାଏ ।’
ପୁନର୍ବାର ଶିକ୍ଷାର ଅର୍ଥ ସମ୍ପର୍କରେ ମତ ପ୍ରଦାନ କରି ସେ କହିଛନ୍ତି, ‘ମନୁଷ୍ୟର ଉନ୍ନତ ଆତ୍ମାର ପ୍ରଚ୍ଛନ୍ନ ସଭାକୁ ଉନ୍ମୋଚନ କରି ପୂର୍ଣ୍ଣାଙ୍ଗ ପରିପ୍ରାପ୍ତିରେ ଏହାକୁ ଉର୍ଦ୍ଧ୍ୱଗାମୀ କରାଇବା ।”’
ପୂର୍ଣ୍ଣାଙ୍ଗ ଶିକ୍ଷା- ଶ୍ରୀଅରବିନ୍ଦଙ୍କ ର ପୂର୍ଣ୍ଣାଙ୍ଗ ଶିକ୍ଷା-ଦର୍ଶନକୁ ମୁଖ୍ୟତଃ ପାଞ୍ଚୋଟି ବିଭାଗରେ ବିଭକ୍ତ କରାଯାଇଅଛି; ଯଥା- (i) ଶାରୀରିକ, (ii) ପ୍ରାଣିକ, (iii)ମାନସିକ, (iv) ଚୈତ୍ୟ, (v) ଆଧ୍ୟାତ୍ମିକ । ସତ୍ୟର ଅନୁସନ୍ଧାନ ପାଇଁ ପୂର୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ରହିଛି ।
ପୂର୍ଣ୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ- ପୂର୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ ନିମ୍ନରେ ବର୍ଣ୍ଣନା କରାଗଲା ।
- ଆଧ୍ୟାତ୍ମିକ ଜ୍ଞାନର ପୁନରୁଦ୍ଧାର- ପ୍ରତ୍ୟେକ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ଅଛି । ଏହାର ବିକାଶ ବିନା ମନୁଷ୍ୟ ଦୁଃଖ ପାଇଥାଏ । ତେଣୁ ଏହାର ବିକାଶ ଏକାନ୍ତ ପ୍ରୟୋଜନୀୟ ।
- ସବୁକ୍ଷେତ୍ରରେ ଆଧ୍ୟାତ୍ମିକ ଚେତନାର ପ୍ରଭାବ ସୃଷ୍ଟି କରିବା- ଶିକ୍ଷା, ଦର୍ଶନ, ସାହିତ୍ୟ, କଳା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନା ନ ଥିଲେ ତାହା ଅସମ୍ପୂର୍ଣ୍ଣ ହୋଇଥାଏ ।
- ଆଧ୍ୟାମିକ ମାର୍ଗରେ ପରିଚାଳିତ କରିବା- ଆମ ସମାଜର ନୀତି, ଆଦର୍ଶ ଅନ୍ୟ ସମାଜଠାରୁ ଭିନ୍ନ । ଆଗାମୀ ବଂଶଧରମାନଙ୍କ ପାଖରେ ନୀତି ଆଦର୍ଶକୁ ପହଞ୍ଚାଇବା ଶିକ୍ଷାର କାର୍ଯ୍ୟ । ଏହା ଆଧାର୍ମିକ
ଚେତନାରୂପକ ଏକ ଶକ୍ତି, ଯାହା ଶିକ୍ଷାଦ୍ବାରା ନିର୍ଦ୍ଧାରିତ ହୋଇଥାଏ ।
ପାଠ୍ୟକ୍ରମ- ଶିକ୍ଷାର ମାନସିକ ବିକାଶ ପାଇଁ ଭାଷା, ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।
ଶିକ୍ଷାଦାନ ପ୍ରଣାଳୀ :
ଶ୍ରୀଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନ ନିମ୍ନଲିଖୁ ତିନୋଟି ନୀତି ଉପରେ ଆଧାରିତ ହେବା ଉଚିତ ।
(i) ପ୍ରଥମ ନୀତି ହେଉଛି ଯେ, କୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ (Nothing can be taught.) ।
(ii) ଦ୍ଵିତୀୟ ନୀତି ହେଉଛି, ମନର ବିକାଶପାଇଁ କ୍ରମାଗତ ଭାବରେ ପରାମର୍ଶ ଦେବା ଉଚିତ । (The mind has to be continuously consulted.) ।
(iii) ତୃତୀୟ ନୀତିଟି ହେଉଛି, ନିକଟରୁ ଦୂରକୁ ଅଗ୍ରସର ହେବା । (Proceed from near to far.) ।
ଶିକ୍ଷାଦାନ ପଦ୍ଧତି- ଶିକ୍ଷାଦାନ ପଦ୍ଧତିରେ କୌଣସି ଶିକ୍ଷାର୍ଥୀକୁ କିଛି ପଢ଼ାଯିବ ନାହିଁ । କେବଳ ଶିକ୍ଷାର ଉତ୍ସଗୁଡ଼ିକ ବାବଦରେ ସମ୍ୟକ୍ ସୂଚନା ଦିଆଯିବ । ଜ୍ଞାତରୁ ଅଜ୍ଞାତକୁ, ନିକଟରୁ ଦୂରକୁ ଅଗ୍ରସର ହେବା ଶିକ୍ଷାଦାନର ନୀତି ଅଟେ । ଶିକ୍ଷାର୍ଥୀ ନିଜେ ପ୍ରତ୍ୟେକ ଜିନିଷକୁ ନିଜର ଇଚ୍ଛାମୁତାବକ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା ମାଧ୍ୟମରେ ତନଖି କରି ସନ୍ତୁଷ୍ଟ ହେବା ଉଚିତ ।
ଶିକ୍ଷକଙ୍କର ଭୂମିକା- ଶିକ୍ଷକମାନଙ୍କଠାରେ ତିନୋଟି ପ୍ରଧାନ ଗୁଣାବଳୀର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା- ଉଚ୍ଚ ମାନର ଅଧ୍ୟାପନା ଶକ୍ତି, ଉପଯୁକ୍ତ ଉଦାହରଣ ଦେବାର ଶକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ । ଆତ୍ମବଡ଼ିମା ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟକୁ ନଷ୍ଟ କରିଦିଏ ।
ଶୃଙ୍ଖଳା- ଶୃଙ୍ଖଳା ଶିକ୍ଷା ଦେବାର ଆଦୌ ଆବଶ୍ୟକତା ନାହିଁ । ଶିକ୍ଷକ ଓ ପିତାମାତା ଏପରି ପରିବେଷ୍ଟନୀ ସୃଷ୍ଟି କରିବେ, ଯଦ୍ବାରା ଶିକ୍ଷାର୍ଥୀ ଆପେ ଆପେ ଶୃଙ୍ଖଳିତ ହୋଇଯିବ ।
ଶ୍ରୀଅରବିନ୍ଦଙ୍କର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଓ ଅରୋଭିଲ୍ – ୧୯୫୨ ମସିହାରେ ଏହାକୁ Sri Aurobindo International University Centre ଓ ୧୯୫୯ରେ Sri Aurobindo International Centre of Education ନାମରେ ନୂତନ ଭାବେ ନାମିତ କରାଯାଇଥିଲା । ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ ମାଇଲ୍ ଦୂରରେ ଅରୋଭିଲ୍ ପ୍ରତିଷ୍ଠା କରାଯାଇଥିଲା ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
ଶ୍ରୀଅରବିନ୍ଦଙ୍କ ଜୀବନୀ : ଶ୍ରୀଅରବିନ୍ଦ କଲିକତାର ହୁଗୁଳି ଜିଲ୍ଲାର କୋନ୍ନାଗରଠାରେ ୧୮୭୨ ମସିହା ୧୫ ଅଗଷ୍ଟରେ ଜନ୍ମଲାଭ କରିଥିଲେ । ତାଙ୍କର ପିତା ଶ୍ରୀ କୃଷ୍ଣଚନ୍ଦ୍ର ଘୋଷ ଥିଲେ ଜଣେ ଚିକିତ୍ସକ । ଅରବିନ୍ଦ ଇଂଲଣ୍ଡର ସେଣ୍ଟ ପଲ୍ ସ୍କୁଲରୁ ମାଟ୍ରିକ୍ୟୁଲେସନ୍ ପାଶ୍ କରିଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନା ସମୟରେ ସେ ବୈପ୍ଳବିକ ସଙ୍ଗଠନ ‘Indian Majlis’ର ଜଣେ ସକ୍ରିୟ ସଭ୍ୟ ଥିଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ସେ I.C.S. ପରୀକ୍ଷା ଦେଇଥିଲେ ଓ କୃତିତ୍ବର ସହ କୃତକାର୍ଯ୍ୟ ହୋଇଥିଲେ ।
ଅରବିନ୍ଦ କଲିକତା ଯାଇ ନ୍ୟାସନାଲ୍ କଲେଜର ଅଧ୍ୟକ୍ଷ ହେଲେ । ଏହି ସମୟରେ ସେ ପ୍ରାଚୀନ ଭାରତୀୟ ସାହିତ୍ୟ ପଠନରେ ମନୋନିବେଶ କରିଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜାତୀୟତାର ବହ୍ନି ପ୍ରଜ୍ଵଳିତ ହୋଇଥିଲା । ତାହା ପରଠାରୁ ସେ ଦେଶମାତୃକାର ସେବା ନିମନ୍ତେ ଶପଥ ନେଇଥିଲେ । ସେ ସ୍ବଦେଶୀ ଦ୍ରବ୍ୟର ପ୍ରସାର, ବ୍ରିଟିଶ୍ ଦ୍ରବ୍ୟର ବର୍ଜନ, ସ୍କୁଲ ଓ ଶାସନର ପରିତ୍ୟାଗପୂର୍ବକ ‘ସ୍ୱରାଜ’ ପ୍ରତିଷ୍ଠା ନିମନ୍ତେ ଦୃଢ଼ ମତ ଉପସ୍ଥାପନ କରିଥିଲେ, ଯାହାଦ୍ୱାରା ସେ ବ୍ରିଟିଶ୍ ସାମ୍ରାଜ୍ୟର ସାଜିଥିଲେ ପ୍ରଧାନ ଶତ୍ରୁ ।
ଜୀବନର ଉତ୍ତରାର୍ଦ୍ଧରେ ଶ୍ରୀଅରବିନ୍ଦ ମ୍ୟାଡ଼ାମ୍ ମୀରା ଆଲଫସା ନାମକ ଜଣେ ଫରାସୀ ମହିଳାଙ୍କ (୧୮୭୮-୧୯୭୩) ସଂସ୍ପର୍ଶରେ ଆସିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେହି ମହିଳା ଜଣକ ‘ଶ୍ରୀମା’’ ନାମରେ ପରିଚିତ ହୋଇଥିଲେ । ଶ୍ରୀମାଙ୍କର ଉଦାର ଓ ମହାନୁଭବତା ସହିତ ତପସ୍ବିନୀ ଜୀବନ ଶ୍ରୀଅରବିନ୍ଦଙ୍କ ଜୀବନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥିଲା । ଶ୍ରୀମାଙ୍କର ଜନ୍ମସ୍ଥାନ ଥିଲା ଫ୍ରାନ୍ସ ଦେଶ । ଏକ ପରିପୂର୍ଣ୍ଣ ‘ଯୋଗୀ’ ସାଧନା ଓ ଶୃଙ୍ଖଳା ମଧ୍ୟରେ ଆବଦ୍ଧ ରହି ୧୯୫୦ ମସିହା ଡିସେମ୍ବର ୫ ତାରିଖରେ ଶ୍ରୀଅରବିନ୍ଦ ଇହଜଗତ ତ୍ୟାଗ କରିଥିଲେ ।
ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରବତ୍ତର୍କ ଶ୍ରୀଅରବିନ୍ଦ ଥିଲେ ଏକାଧାରରେ ଜଣେ କବି, ଦାର୍ଶନିକ, ରାଜନୀତିଜ୍ଞ ଓ ଯୋଗୀ । ବାସ୍ତବିକ ଶ୍ରୀଅରବିନ୍ଦଙ୍କ ମହାନତା, ଆଦର୍ଶ ଓ ଦାନକୁ ଯେ କେହି ପ୍ରଶଂସା ନ କରି ରହିପାରିବ ନାହିଁ । ଧର୍ମନୈତିକ, ରାଜନୈତିକ ପ୍ରବୃତ୍ତି ଅପେକ୍ଷା ଶ୍ରୀଅରବିନ୍ଦ ଶିକ୍ଷାକ୍ଷେତ୍ରକୁ ଅନେକ କିଛି ଦେଇଯାଇଛନ୍ତି ଯାହା ଲାଗି ଶିକ୍ଷା ଜଗତରେ ଏବେ ମଧ୍ୟ ଜଣେ ଖ୍ୟାତନାମା ଶିକ୍ଷାବିତ୍ ଭାବରେ ବିଶ୍ବ ପରିଚିତ ।
ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ : ପୁଣ୍ୟଶ୍ଳୋକ ବେଦଭୂମି ଭାରତବର୍ଷରେ ମହନୀୟ ଆଧ୍ୟାତ୍ମିକ ଆଦର୍ଶ ଓ ପରମ୍ପରା ଉପରେ ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ଆଧାରିତ । ମହାଯୋଗୀ ଓ ଶ୍ରେଷ୍ଠ ସାଧକ ଶ୍ରୀଅରବିନ୍ଦଙ୍କ ଜୀବନଦର୍ଶନରେ ବେଦ, ଉପନିଷଦ ଓ ସାହିତ୍ୟର ଅପୂର୍ବ ସମନ୍ବୟ ଘଟିଛି । ତାଙ୍କ ଜୀବନ ଦର୍ଶନ ତାଙ୍କର ଜୀବନର ଅଭିଜ୍ଞତା ଓ ଚେତନାର ପ୍ରତିଫଳନ ବୋଲି ଶ୍ରୀଅରବିନ୍ଦ ଯୁକ୍ତି ବାଢ଼ିଛନ୍ତି । ସେ ଶଙ୍କରଙ୍କର ‘ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା’ ପରି ପ୍ରତିଷ୍ଠିତ ମତକୁ ନିଜର ଅକାଟ୍ୟ ଯୁକ୍ତି ବଳରେ ଖଣ୍ଡନ କରି କହିଛନ୍ତି ଯେ, ‘ବ୍ରହ୍ମ ସତ୍ୟ, ଜଗତ୍ ମଧ୍ୟ ସତ୍ୟ ।’
ଶ୍ରୀଅରବିନ୍ଦଙ୍କ ସମାଜ ଉପରେ ମତ : ଶ୍ରୀଅରବିନ୍ଦ ଏକ ଦିବ୍ୟ ସମାଜର ସ୍ବପ୍ନ ଦେଖିବାରେ ବିଭୋର ହୋଇ ପଡ଼ିଥିଲା । ସେ ଦିବ୍ୟମାନବଦ୍ୱାରା ହିଁ ଦିବ୍ୟ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ । ତେବେ ଦିବ୍ୟମାନବ କହିଲେ ସେହିମାନଙ୍କୁ ବୁଝାଏ ଯେଉଁମାନେ ନିଜସ୍ବ ଆଧ୍ୟାତ୍ମିକ, ନୈତିକ ଓ ଆର୍ଥିକ ସାଧନାଦ୍ୱାରା ଅତିମାନବ ସ୍ତରକୁ ଉନ୍ନୀତ ହୋଇଥାଆନ୍ତି ।
ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଶିକ୍ଷା :
(i) ଶାରୀରିକ ଶିକ୍ଷା : ମାନବ ଜୀବନର ଶ୍ରେଷ୍ଠ ସାର୍ଥକତା ହେଉଛି ପୂର୍ବତାପ୍ରାପ୍ତି, ଯାହାକି ଶାରୀରିକ ଶିକ୍ଷାଦ୍ବାରା ସମ୍ଭବ ହୋଇପାରିବ ବୋଲି ଶ୍ରୀଅରବିନ୍ଦ ବିଶ୍ଵାସ କରିଛନ୍ତି । ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ପରି ଏକ ସାର୍ବଜନୀନ ସତ୍ୟ ହିଁ ଶାରୀରିକ ଶିକ୍ଷାଦ୍ବାରା ସମ୍ଭବ ହୋଇଥାଏ । ପୂର୍ଣ୍ଣାଙ୍ଗ ଶିକ୍ଷାରେ ବିଭିନ୍ନ ପ୍ରକାରର କ୍ରୀଡ଼ା କସରତ, ଆସନ, ପ୍ରାଣାୟାମ ଏବଂ ଶାରୀରିକ ଏକାଗ୍ରତା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀଅରବିନ୍ଦ ମତ ଦେଇଛନ୍ତି ।
(ii) ପ୍ରାଣିକ ଶିକ୍ଷା : ଆଧୁନିକ ସମାଜ ଦିନକୁ ଦିନ ସମସ୍ୟାବହୁଳ, ଯଥା- ଜଟିଳତା ଆଡ଼କୁ ଗତି କରିବା ସହିତ ବ୍ୟକ୍ତିବିଶେଷର ନୈତିକ ଅବକ୍ଷୟ ଘଟୁଛି । ମନୁଷ୍ୟ ଏହି ଅବକ୍ଷୟିଷ୍ଣୁ ସମାଜ ଭିତରେ ହିଂସା, ଦ୍ବେଷ, କାମନା ଓ ପରଶ୍ରୀକାତରତା ପ୍ରଭୃତି କୁକର୍ମରେ ଲିପ୍ତ ରହି ନିଜର ଆତ୍ମସଂଯମ ଓ ଶୃଙ୍ଖଳାକୁ ସମୟକ୍ରମେ ବିପର୍ଯ୍ୟସ୍ତ କରିପକାଉଛି । ତେଣୁ ଏହି ଦୁଃଖ, ଯନ୍ତ୍ରଣା ଓ ବିଷମୟ ମୁହୂର୍ତ୍ତରୁ ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ପାଇଁ ପ୍ରାଣିକ ଶିକ୍ଷା ଏକାନ୍ତ ପ୍ରୟୋଜନ, କାରଣ ଏହି ପ୍ରାଣିକ ଶିକ୍ଷା ପ୍ରାଣକୁ ସୁସଂଯତ ଓ ସୁଶୃଙ୍ଖଳ କରି ଜୀବନକୁ ଶାନ୍ତ, ସରଳ ଓ ସୁନ୍ଦର କରି ଗଢ଼ିବାରେ ସହାୟକ ହୋଇଥାଏ ।
ଶ୍ରୀମାଙ୍କ ଭାଷାରେ, ‘ପ୍ରାଣ ହେଉଛି, ମନୁଷ୍ୟ ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ସ୍ତର ।’’ ତେଣୁ ଏହାର ଉନ୍ନୟନ ଏକାନ୍ତ କାମ୍ୟ ।
(iii) ମାନସିକ ଶିକ୍ଷା : ବାସ୍ତବରେ ଜ୍ଞାନ ଅସୀମ, ବ୍ୟାପକ ଓ ସର୍ବଯୁଗ ନିମିତ୍ତ ବ୍ୟାପ୍ତ ଅଟେ । ସୁତରାଂ ପୁରାତନ ଜ୍ଞାନର ଏକତ୍ରୀକରଣ ଦ୍ବାରା ନୂତନ ଜ୍ଞାନର ଆବିଷ୍କାର ହେଉଛି, ମାନସିକ ଶିକ୍ଷାର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ବୋଲି ଶ୍ରୀଅରବିନ୍ଦ ସୂଚନା ଦେଇଛନ୍ତି । ସାଧାରଣ ମଣିଷ ମାନସିକ ସ୍ତରରୁ ଅତିମାନସ ସ୍ତରରୁ ଉନ୍ନୀତ ହୋଇପାରିଲେ ପୂର୍ଣ୍ଣାଙ୍ଗ ଯୋଗ ସାଧନ ସମ୍ଭବ ହେଲା ବୋଲି କୁହାଯାଏ । ଏହାଦ୍ଵାରା ଭଗବତ୍ ସତ୍ତା ପ୍ରାପ୍ତି ସମ୍ଭବ ହୋଇଥାଏ ।
ଏହି ଦୃଷ୍ଟିକୋଣରୁ ଶ୍ରୀଅରବିନ୍ଦ ଶିଶୁର ମାନସିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମାନସିକ ମଣିଷ ଅତିମାନସ ସ୍ତରରେ ପହଞ୍ଚିବାକୁ ହେଲେ ଛଅଗୋଟି ସ୍ତରଦେଇ ଗତି କରିବାକୁ ହୋଇଥାଏ ବୋଲି ଶ୍ରୀଅରବିନ୍ଦ ମତ ଦେଇଛନ୍ତି । ମଣିଷ ମନର ଏହି ସ୍ତରଗୁଡ଼ିକ ହେଉଛି; ଯଥା- ୧. ସାଧାରଣ ମନ, ୨. ଉଚ୍ଚତର ମନ, ୩. ଆଲୋକିତ ମନ, ୪. ବୋଧନ, ୫. ଅଧୂମାନସ, ୬. ଅତିମାନସ ।
(iv) ଚୈଭିକ ଶିକ୍ଷା : ପ୍ରକୃତରେ ପରମବ୍ରହ୍ମ ହେଉଛନ୍ତି ମହାଚେତନାର ଅଂଶବିଶେଷ, ତେଣୁ ସେହି ପରମସତ୍ତା ସହିତ ମିଶିବା ନିମନ୍ତେ ବ୍ୟକ୍ତିର ଅଲୌକିକ ପ୍ରଭାବ ଓ ଶକ୍ତି ସାମର୍ଥ୍ୟର ଏକାନ୍ତ ପ୍ରୟୋଜନ, ଯାହାକି ଚୈଭିକ ସତ୍ତାଦ୍ୱାରା ମିଶିବା ନିମନ୍ତେ ବ୍ୟକ୍ତିର ଅଲୌକିକ ପ୍ରଭାବ ଓ ଶକ୍ତି ସାମର୍ଥ୍ୟର ଏକାନ୍ତ ପ୍ରୟୋଜନ, ଯାହାକି ଚୈତ୍ତିକ ସତ୍ତାଦ୍ୱାରା ସମ୍ଭବ ହୋଇଥାଏ । ବାସ୍ତବରେ ଚୈତ୍ତସଭା ବ୍ୟକ୍ତି ଜୀବନର ଏକ ଅଂଶବିଶେଷ, ଯାହାକି ମହାଚେତନାର ଅଂଶବିଶେଷ ଆଡ଼କୁ ଟାଣିନେବାରେ ସହାୟକ ହୋଇଥାଏ ।
ପୂର୍ଣ୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ – ପୂର୍ଣାଙ୍ଗ ଶିକ୍ଷାର ଉଦ୍ଦେଶ୍ୟ ନିମ୍ନରେ ବର୍ଣ୍ଣନା କରାଗଲା ।
- ଧ୍ୟାୟିକ ଜ୍ଞାନର ପୁନରୁଦ୍ଧାର – ପ୍ରତ୍ୟେକ ବ୍ୟକ୍ତିର ଆଧ୍ୟାତ୍ମିକ ଚେତନା ଅଛି । ଏହାର ବିକାଶ ବିନା ମନୁଷ୍ୟ ଦୁଃଖ ପାଇଥାଏ । ତେଣୁ ଏହାର ବିକାଶ ଏକାନ୍ତ ପ୍ରୟୋଜନୀୟ ।
- ସବୁ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନାର ପ୍ରଭାବ ସୃଷ୍ଟି କରିବା – ଶିକ୍ଷା, ଦର୍ଶନ, ସାହିତ୍ୟ, କଳା, ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ଆଧ୍ୟାତ୍ମିକ ଚେତନା ନ ଥିଲେ ତାହା ଅସମ୍ପୂର୍ଣ୍ଣ ହୋଇଥାଏ ।
- ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରିବା – ପ୍ରତ୍ୟେକ ସମାଜର ନୀତି, ଆଦର୍ଶ ଅନ୍ୟ ସମାଜଠାରୁ ଭିନ୍ନ । ଆଗାମୀ ବଂଶଧରମାନଙ୍କ ପାଖରେ ନୀତି ଆଦର୍ଶକୁ ପହଞ୍ଚାଇବା ଶିକ୍ଷାର କାର୍ଯ୍ୟ । ଏହା ଆଧ୍ୟାତ୍ମିକ
ଚେତନାରୂପକ ଏକ ଶକ୍ତି ଯାହା ଶିକ୍ଷାଦ୍ବାରା ନିର୍ଦ୍ଧାରିତ ହୋଇଥାଏ ।
ପାଠ୍ୟକ୍ରମ – ଶିକ୍ଷାର୍ଥୀର ମାନସିକ ବିକାଶ ପାଇଁ ଭାଷା, ଗଣିତ, ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।
ଶିକ୍ଷାଦାନ ପ୍ରଣାଳୀ – ଶ୍ରୀଅରବିନ୍ଦଙ୍କ ଅନୁସାରେ ଶିକ୍ଷାଦାନ ନିମ୍ନଲିଖ ତିନୋଟି ନୀତି ଉପରେ ଆଧାରିତ ହେବା ଉଚିତ ।
(i) ପ୍ରଥମ ନୀତି ହେଉଛି, ଯେକୌଣସି ବିଷୟ ଶିକ୍ଷା ଦିଆଯାଇପାରେ ନାହିଁ (Nothing can be taught.) ।
(ii) ଦ୍ଵିତୀୟ ନୀତି ହେଉଛି, ମନର ବିକାଶ ପାଇଁ ମନକୁ କ୍ରମାଗତ ଭାବରେ ପରାମର୍ଶ ଦେବା ଉଚିତ (The mind has to be continuously consulted.) |
(iii) ତୃତୀୟ ନୀତିଟି ହେଉଛି, ଦୂରକୁ ଅଗ୍ରସର ହେବ (Proceed from near to far.) |
ଶିକ୍ଷାଦାନ ପଦ୍ଧତି – ଶିକ୍ଷାଦାନ ପଦ୍ଧତିରେ କୌଣସି ଶିକ୍ଷାର୍ଥୀକୁ କିଛି ପଢ଼ାଯିବ ନାହିଁ । କେବଳ ଶିକ୍ଷାର ଉତ୍ସଗୁଡ଼ିକ ବାବଦରେ ସମ୍ୟକ୍ ସୂଚନା ଦିଆଯିବ । ଜ୍ଞାତରୁ ଅଜ୍ଞାତକୁ, ନିକଟରୁ ଦୂରକୁ ଅଗ୍ରସର ହେବା ଶିକ୍ଷାଦାନର ନୀତି ଅଟେ । ଶିକ୍ଷାର୍ଥୀ ନିଜେ ପ୍ରତ୍ୟେକ ଜିନିଷକୁ ନିଜର ଇଚ୍ଛାମୁତାବକ ପର୍ଯ୍ୟବେକ୍ଷଣ ଓ ପରୀକ୍ଷା ମାଧ୍ୟମରେ ତନଖ୍ କରି ସନ୍ତୁଷ୍ଟ ହେବା ଉଚିତ ।
ଶିକ୍ଷକଙ୍କର ଭୂମିକା – ଶିକ୍ଷକମାନଙ୍କଠାରେ ତିନୋଟି ପ୍ରଧାନ ଗୁଣାବଳୀର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା – ଉଚ୍ଚ ମାନର ଅଧ୍ୟାପନା ଶକ୍ତି, ଉପଯୁକ୍ତ ଉଦାହରଣ ଦେବାର ଶକ୍ତି ଓ ପ୍ରଭାବଶାଳୀ ବ୍ୟକ୍ତିତ୍ଵ । ଆତ୍ମବଡ଼ିମା ଶିକ୍ଷାଦାନ ଭଳି ପବିତ୍ର କାର୍ଯ୍ୟକୁ ନଷ୍ଟ କରିଦିଏ ।
ଶୃଙ୍ଖଳା – ଶୃଙ୍ଖଳା ଶିକ୍ଷା ଦେବାର ଆଦୌ ଆବଶ୍ୟକତା ନାହିଁ । ଶିକ୍ଷକ ଓ ପିତାମାତା ଏପରି ପରିବେଷ୍ଟନୀ ସୃଷ୍ଟି କରିବେ, ଯଦ୍ବାରା ଶିକ୍ଷାର୍ଥୀ ଆପେ ଆପେ ଶୃଙ୍ଖଳିତ ହୋଇଯିବ ।
ଅରବିନ୍ଦଙ୍କର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ର ଓ ଅରୋଭିଲ୍ – ୧୯୫୧ ମସିହାରେ ଏହାକୁ Sri Aurobindo International University Centre ଓ ୧୯୫୯ରେ Sri Aurobindo International Centre of Education ନାମରେ ନାମିତ କରାଯାଇଥିଲା । ୧୯୬୮ ମସିହାରେ ପଣ୍ଡିଚେରୀଠାରୁ ୫ ମାଇଲ୍ ଦୂରରେ ଅରୋଭିଲ୍ ପ୍ରତିଷ୍ଠା କରାଯାଇଥିଲା ।