CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 11 ପରିବେଶ ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 11 ପରିବେଶ ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଦିନକୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରାଯାଏ ?
(i) ମେ ୫
(ii) ଜୁନ୍ ୫
(iii) ଜୁଲାଇ ୫
(iv) ଅଗଷ୍ଟ ୫
Answer:
(ii) ଜୁନ୍ ୫

2. ପରିବେଶ ଶିକ୍ଷାକୁ କେଉଁ ଶ୍ରେଣୀରୁ ଆରମ୍ଭ କରାଯିବା ଉଚିତ ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(i) ପ୍ରଥମ

3. କେଉଁ ମସିହାରେ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(i) ୧୯୮୪
(ii) ୧୯୬୨
(iii) ୧୯୬୪
(iv) ୧୯୭୨
Answer:
(iv) ୧୯୭୨

4. ବନ ମହୋତ୍ସବର କାରଣ କ’ଣ ?
(i) ବଣଭୋକି
(ii) ବଣ ବୁଲିଯିବା
(iii) ବୃକ୍ଷରୋପଣ
(iv) ବୃକ୍ଷ କାଟିବା
Answer:
(iii) ବୃକ୍ଷରୋପଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

5. ପରିବେଶ ପ୍ରଦୂଷଣ ରୋକିବାପାଇଁ କେଉଁ ପଦକ୍ଷେପଟି ଜରୁରୀ ?
(i) ପଲିଥନ୍‌ର ବ୍ୟବହାର କମାଇବା
(ii) ପୋଡୁଚାଷକୁ ରୋକିବା
(iii) ବୃକ୍ଷରୋପଣକୁ ପ୍ରୋତ୍ସାହନ କରିବା
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ
Answer:
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ

6. କେଉଁ ଶ୍ରେଣୀରୁ ପରିବେଶ ଶିକ୍ଷା ଦିଆଯିବା ଆବଶ୍ୟକ ?
(i) ମହାବିଦ୍ୟାଳୟ
(ii) ବିଶ୍ୱବିଦ୍ୟାଳୟ
(iii) ମାଧ୍ୟମିକ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ

7. ପରିବେଶ ଶିକ୍ଷାରେ ନିମ୍ନୋକ୍ତ କେଉଁ ବିଷୟଟିକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ?
(i) ଖାଦ୍ୟ ଓ ପୁଷ୍ଟି
(ii) ଏଡ଼ସ ଓ ଏଚ୍.ଆଇ.ଭି.
(iii)ସମ୍ପଦ ଓ ସଂରକ୍ଷଣ
(iv) ଜନସଂଖ୍ୟା
Answer:
(ii) ଏଡ଼ସ ଓ ଏଚ୍.ଆଇ.ଭି.

8. କେଉଁଟି ପରିବେଶ ଶିକ୍ଷାର ଲକ୍ଷ୍ୟ ନୁହେଁ ?
(i) ପରିବେଶ ସଚେତନତା ସୃଷ୍ଟି କରିବା
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା
(iii) ପ୍ରାକୃତିକ ସଂପଦର ସୁରକ୍ଷାର ଉପାୟ ବାହାର କରିବା
(iv) ପରିବେଶ ପ୍ରଦୂଷଣକୁ ରୋକିବାର ଦାୟିତ୍ୱବୋଧ ସୃଷ୍ଟି କରିବା ।
Answer:
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା

9. କେଉଁଟି ପରିବେଶ ପ୍ରଦୂଷିତ ହେବାର ମୁଖ୍ୟ କାରଣ ନୁହେଁ ?
(i) ନିଶାଦ୍ରବ୍ୟ ସେବନ
(ii) ଯାନବାହନ ସଂଖ୍ୟା ବୃଦ୍ଧି
(iii) କୀଟନାଶକ ଔଷଧ ବ୍ୟବହାର
(iv) ଦ୍ରୁତ ଶିଳ୍ପାୟନ
Answer:
(i) ନିଶାଦ୍ରବ୍ୟ ସେବନ

10. ପରିବେଶ ଶିକ୍ଷା ନିମନ୍ତେ ବିଦ୍ୟାଳୟରେ ___________ କ୍ଲବ୍ ଗଠନ କରାଯାଇଛି ।
(i) ଗାଇଡ୍
(ii) ସ୍କାଉଟ୍
(iii) ଇକୋକ୍ଳବ୍
(iv) ବିଜ୍ଞାନ କ୍ଲବ୍
Answer:
(iii) ଇକୋକ୍ଳବ୍

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

B. ଶୂନ୍ୟସ୍ଥାନ ପୂରଣ କର ।

1. ପରିବେଶ କହିଲେ ଆମର ___________ କୁ ବୁଝାଏ ।
Answer:
ପରିବେଷ୍ଟନୀ

2. ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣର ଏକ ___________ ।
Answer:
କାରଣ

3. ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରି ଶିକ୍ଷାଦାନ କରିବା ପରିବେଶ ଶିକ୍ଷାଦାନର ଏକ ___________ ପଦ୍ଧତି ।
Answer:
ଆନୁଷ୍ଠାନିକ

4. ବିଶ୍ବ ପରିବେଶ ଦିବସ, ___________ ତାରିଖରେ ପାଳନ କରାଯାଇଥାଏ ।
Answer:
ଜୁନ୍ ୫

5. ଶାନ୍ତିପୂର୍ଣ୍ଣ ଏବଂ ସୁସ୍ଥ ଜୀବନଯାପନ ନିମନ୍ତେ ___________ ଶିକ୍ଷାର ଆବଶ୍ୟକତା ଅଛି ।
Answer:
ପରିବେଶ

6. ସାମାଜିକ ଶିକ୍ଷାର ପ୍ରକୃତ ପର୍ଯ୍ୟବେକ୍ଷଣ ଓ ସ୍ୱାସ୍ଥ୍ୟଶିକ୍ଷା ପ୍ରାଥମିକ ସ୍ତରରେ ___________ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ଉଚିତ ।
Answer:
ପରିବେଶ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।

2. “ଇକୋ କ୍ଲବ୍’’ ଗଠନ ଜନସଂଖ୍ୟା ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।
Answer:
“ଇକୋ କ୍ଲବ୍” ଗଠନ ପରିବେଶ ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।

3. ନିଶାଦ୍ରବ୍ୟ ସେବନ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।
Answer:
ଯାନବାହନ ସଂଖ୍ୟା ବୃଦ୍ଧି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।

4. ଆମ ଚତୁଃପାର୍ଶ୍ଵକୁ ବାହାର କୁହାଯାଏ ।
Answer:
ଆମ ଚତୁଃପାର୍ଶ୍ୱକୁ ପରିବେଶ କୁହାଯାଏ ।

5. ଦ୍ରୁତ ସହରୀକରଣ ପରିବେଶ ସୁରକ୍ଷା କରିଥାଏ ।
Answer:
ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣ କରିଥାଏ ।

6. ପରିବେଶ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା କରିବା ଜନସଂଖ୍ୟା ଶିକ୍ଷା ଅଟେ ।
Answer:
ପରିବେଶ ପ୍ରଦୂଷଣ ରୋକିବା ଓ ପରିବେଶ ସୁରକ୍ଷା କରିବା ପରିବେଶ ଶିକ୍ଷା ଅଟେ ।

7. ବନ୍ୟଜନ୍ତୁ ସଂରକ୍ଷଣ ଦିବସ ଏଡ୍‌ସ ସଚେତନତା ପାଇଁ ପାଳନ କରାଯାଇଥାଏ ।
Answer:
ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପରିବେଶ ସୁରକ୍ଷା ପାଇଁ ପାଳନ କରାଯାଇଥାଏ ।

8. ମାଧ୍ୟମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।
Answer:
ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷା କ’ଣ ?
Answer:
ଯେଉଁ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନେ ପରିବେଶ ସଂପର୍କରେ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି, ତାହା ପରିବେଶ ଶିକ୍ଷା ଅଟେ ।

2. ପରିବେଶ ଶିକ୍ଷାର ଏକ ସଂଜ୍ଞା ଲେଖ ।
Answer:
‘ପରିବେଶ ଶିକ୍ଷା ପରିବେଶ ସୁରକ୍ଷାର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିଥାଏ’ – UNESCO Conference, 1974 ।

3. ପରିବେଶ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କ ମନରେ ପରିବେଶ ସଚେତନତା ସୃଷ୍ଟି କରିବା ।

4. ପ୍ରାଥମିକ ଶିକ୍ଷାରେ ପରିବେଶ ଶିକ୍ଷା ପାଇଁ ଏକ ପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ସାମାଜିକ ଏବଂ ପରିବେଶ ଶିକ୍ଷା – ଯାହାଦ୍ୱାରା ଆମେ ଆମ ଚାରିପାଖ ସମ୍ପର୍କରେ ଅଧ୍ୟୟନ କରିବା ।

5. ପରିବେଶ ପ୍ରଦୂଷଣର ଏକ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି ସହ ଯାନବାହନର ମାତ୍ରାତ୍ମକ ବୃଦ୍ଧିଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ।

6. ପରିବେଶ ଶିକ୍ଷା ପାଇଁ ଏକ ସହ-ପାଠ୍ୟକ୍ରମ ଦର୍ଶାଅ ।
Answer:
ବିଦ୍ୟାଳୟ ଏବଂ ସମାଜର ପତିତ ଜମିରେ ବୃକ୍ଷରୋପଣ କରିବା ସହ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ଭାଗ ନେବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

7. ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ଏକ ବିଷୟ ଲେଖ ।
Answer:
ବାୟୁ, ଜଳ, ସ୍ଥଳ ଏବଂ ଶବ୍ଦ ଇତ୍ୟାଦି ପ୍ରଦୂଷଣର କାରଣ ଏବଂ ପ୍ରତିକାର ଇତ୍ୟାଦି ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ।

8. ପରିବେଶ ଶିକ୍ଷାର ଏକ ଆବଶ୍ୟକତା ଦର୍ଶାଅ ।
Answer:
ପରିବେଶ ଶିକ୍ଷା ବ୍ୟକ୍ତି ଏବଂ ପ୍ରକୃତି ମଧ୍ଯରେ ସୁସଂପର୍କ ରକ୍ଷା କରିବାପାଇଁ ଆବଶ୍ୟକ ।

9. ପରିବେଶ ଶିକ୍ଷା ପାଇଁ ଶିକ୍ଷକଙ୍କର ଗୋଟିଏ ଭୂମିକା ଲେଖ ।
Answer:
ପରିବେଶ ପ୍ରଦୂଷଣର କାରଣ ଏବଂ ପ୍ରତିକାର ସଂପର୍କରେ ଶିକ୍ଷକ ବିଭିନ୍ନ ପ୍ରକାର ତର୍କ ପ୍ରତିଯୋଗିତା, ଆଲୋଚନା ଚକ୍ର, କଳା ପ୍ରତିଯୋଗିତା, ପ୍ରାଚୀରପତ୍ର ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମମାନ ବିଦ୍ୟାଳୟରେ ଆୟୋଜନ କରିବା ଉଚିତ ।

10. ବିଦ୍ୟାଳୟର କେଉଁ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ?
Answer:
ବିଦ୍ୟାଳୟର ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A . ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷାର ୪ଟି ଉଦ୍ଦେଶ୍ୟ ଲେଖ ।
କିମ୍ବା, ପରିବେଶ ଶିକ୍ଷାର ୪ଟି ଆବଶ୍ୟକତା ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ :
(i) ପରିବେଶ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ।
(ii) ପାରିପାର୍ଶ୍ବକ ଭାରସାମ୍ୟର ଅବକ୍ଷୟ ଏବଂ ତା’ର କାରଣ ସଂପର୍କରେ ବୁଝିବା ।
(iii) ପରିବେଶଜନିତ ସମସ୍ୟାର ସମାଧାନର ଉପାୟ ନିର୍ଦ୍ଧାରଣ କରିବା ।
(iv) ପରିବେଶ ସୁରକ୍ଷା ପାଇଁ ନିଜର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ।

2. ପରିବେଶ ଶିକ୍ଷା ପାଠ୍ୟକ୍ରମର ଯେକୌଣସି ୪ଟି ବିଷୟର ନାମ ଲେଖ ।
Answer:
ନିମ୍ନଲିଖ ବିଷୟଗୁଡ଼ିକ ପରିବେଶ ଶିକ୍ଷା ପାଠ୍ୟକ୍ରମ ସହ ଅନ୍ତର୍ଭୁକ୍ତ ।
(i) ସମାଜ ବିଜ୍ଞାନ ଏବଂ ପରିବେଶ
(ii) ପ୍ରାକୃତିକ ଏବଂ ଶାରୀରିକ ବିଜ୍ଞାନ
(iii) ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣର ପ୍ରତିରୋଧ
(iv) ସ୍ଵାସ୍ଥ୍ୟ ଏବଂ ସ୍ଵାସ୍ଥ୍ୟରକ୍ଷା

3. ପରିବେଶ ପ୍ରଦୂଷଣର କାରଣ କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପରିବେଶ ପ୍ରଦୂଷଣର ଅନେକ କାରଣ ରହିଛି । ତନ୍ମଧ୍ୟରୁ ମୁଖ୍ୟ କାରଣଗୁଡ଼ିକ ହେଉଛି
(i) ଦ୍ରୁତ ଶିଳ୍ପାୟନ
(ii) ଯାନବାହନ ସଂଖ୍ୟାର ମାତ୍ରାଧିକ ବୃଦ୍ଧି
(iii) ଜନସଂଖ୍ୟା ବୃଦ୍ଧି

4. ପରିବେଶ ଶିକ୍ଷାର ସଫଳ ରୂପାୟନ ନିମନ୍ତେ ଶିକ୍ଷକଙ୍କର ଯେକୌଣସି ଦୁଇଗୋଟି ଭୂମିକା ଲେଖ ।
Answer:
ଜଣେ ଶିକ୍ଷକଙ୍କର ପରିବେଶ ଶିକ୍ଷା ନିମନ୍ତେ ଅନେକ ଦାୟିତ୍ଵ ରହିଛି, ତନ୍ମଧ୍ୟରୁ ଦୁଇଗୋଟି ହେଲା –
(i) ଆବଶ୍ୟକସ୍ଥଳେ ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରି ଶିକ୍ଷାର୍ଥୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ବାସ୍ଥ୍ୟ ରକ୍ଷଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ ।
(ii) ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରି ସେଥରେ କିପରି ପିତାମାତା ତଥା ଅଭିଭାବକମାନେ ଯୋଗଦେବେ ସେ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବେ ।

5. ପରିବେଶ ଶିକ୍ଷା ଶିକ୍ଷାଦାନ ପଦ୍ଧତି ମଧ୍ୟରୁ ଯେକୌଣସି ଦୁଇଗୋଟି ସମ୍ବନ୍ଧରେ ଲେଖ ।
Answer:
ପରିବେଶ ଶିକ୍ଷା ପ୍ରଦାନ ସମୟରେ ଶିକ୍ଷକ ନିମ୍ନୋକ୍ତ ପଦ୍ଧତିମାନ ଅବଲମ୍ବନ କର ।
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ଶିକ୍ଷକ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଓ ତଥ୍ୟ ପ୍ରଦାନ କରନ୍ତି, ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ ପଦ୍ଧତି – ପରିଭ୍ରମଣ ମାଧ୍ୟମରେ ଶିକ୍ଷାର୍ଥୀ ବିଭିନ୍ନ ସ୍ଥାନ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତା ଓ ଜ୍ଞାନ ଲାଭ କରିଥାଏ, ଯାହାକି ଭବିଷ୍ୟତରେ ଶିକ୍ଷାର୍ଥୀମାନଙ୍କ ବ୍ୟବହାରରେ ଆସିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।

1. ଦ୍ରୁତ ସହରୀକରଣ କିପରି ପରିବେଶ ପ୍ରଦୂଷଣ ବୃଦ୍ଧିରେ ସାହାଯ୍ୟ କରେ ?
Answer:
(i) କଳକାରଖାନା ସ୍ଥାପନ ଏବଂ ସହର ଓ ନଗରରେ କୋଠାଘରର ବୃଦ୍ଧି ସହ ଯାନବାହନର ସଂଖ୍ୟା ବୃଦ୍ଧି ପରିବେଶକୁ ପ୍ରଦୂଷିତ କରେ ।
(ii) ସହରରେ ଅଧ‌ିକ ସଂଖ୍ୟକ ଲୋକ କମ୍ ସ୍ଥାନରେ ବସବାସ କରୁଥିବାରୁ ସେମାନଙ୍କର ବର୍ଜ୍ୟବସ୍ତୁ ଏଣେତେଣେ ଜମା ହୋଇ ପରିବେଶ ପ୍ରଦୂଷଣ ବୃଦ୍ଧି କରିଥାଏ ।

2. ପରିବେଶ ଶିକ୍ଷାର ଯେକୌଣସି ୪ଟି ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ଲେଖ ।
Answer:
ନିମ୍ନଲିଖ ସହ-ପାଠ୍ୟକ୍ରମମାନଙ୍କ ମାଧ୍ୟମରେ ପରିବେଶ ଶିକ୍ଷା ପ୍ରଦାନ କରାଯାଇଥାଏ; ଯଥା –
(i) ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତାରେ ଛାତ୍ରଛାତ୍ରୀମାନଙ୍କର ଯୋଗଦାନ; ଯଥା – ବିଦ୍ୟାଳୟ ବଗିଚାର ଯତ୍ନ,
ଆଲୋକ ଗମନାଗମନର ସୁବିଧା ପ୍ରଦାନ ଇତ୍ୟାଦି ।
(ii) ସମାଜରେ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ନ କରିବାପାଇଁ ସଚେତନ କରିବା ।
(iii) ମଝିରେ ମଝିରେ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରିବା ।
(iv) ଆଲୋଚନା, କର୍ମଶାଳାଦ୍ୱାରା ପରିବେଶ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିବା ।

3. ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଭୂମିକା ବା ଦାୟିତ୍ଵ କ’ଣ ?
Answer:
ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଦାୟିତ୍ଵ ଅନେକ । ସେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ହାତକୁ ନେଇପାରିବେ ।
(i) ନିଜେ ପରିଷ୍କାର ପରିଚ୍ଛନ୍ନ ରହି ଅନ୍ୟମାନଙ୍କୁ ଏ ବିଷୟରେ ତାଲିମ୍ ପ୍ରଦାନ କରିବେ ।
(ii) ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖ୍ ସହ ଅନ୍ୟମାନଙ୍କର ପରିବେଶକୁ ପରିଷ୍କାର ରଖୁବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବେ ।
(iii) ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନଙ୍କୁ ଡାକି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ସୂଚନା ଦେବେ ।
(iv) ବୃକ୍ଷଲତାର ଉପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ବୃକ୍ଷରୋପଣରେ ସେମାନଙ୍କୁ ନିୟୋଜିତ କରିବେ ।
(v) ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ପିତାମାତାଙ୍କୁ ଭାଗ ନେବାର ସୁଯୋଗ ଦେବେ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

4. ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ହେଉଛି :
(i) ସଚେତନତାର ଅଭାବ ଓ ଅଜ୍ଞତା
(ii) ଦାରିଦ୍ର୍ୟ
(iii) ସ୍ଵଳ୍ପକାଳୀନ ବିକାଶ କାର୍ଯ୍ୟକ୍ରମରେ ପରିବେଶର କ୍ଷତି
(iv) ଦ୍ରୁତ ଶିଳ୍ପାୟନ ଓ ଯାନବାହନ ସଂଖ୍ୟା ବୃଦ୍ଧି
(v) ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ସହରୀକରଣ
(vi) ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥବା ଅତ୍ୟାଧୁନିକ ସୌଖ୍ ଦ୍ରବ୍ୟର ବ୍ୟାପକ ବ୍ୟବହାର
(vii) ଜଙ୍ଗଲ କ୍ଷୟ ଓ ଜଙ୍ଗଲ ପୋଡ଼ି
(viii) ବୃକ୍ଷରୋପଣ ନିମିତ୍ତ ସଚେତନତାର ଅଭାବ ଇତ୍ୟାଦି ।

5. ପରିବେଶ ଶିକ୍ଷାକୁ ସହଜ ଓ ସରଳ କରିବାପାଇଁ କି କି ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଉଚିତ ?
Answer:
ପରିବେଶ ଶିକ୍ଷାକୁ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ତେଣୁ ଶିକ୍ଷାର ସ୍ତର ଅନୁଯାୟୀ ନିମ୍ନଲିଖ୍ ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଆବଶ୍ୟକ ।
(i) ପରିବେଶ ଦିବସ (ଜୁନ୍ ୫) ପାଳନ କରିବା ।
(ii) ବିଦ୍ୟାଳୟ ପରିସର ଭିତରେ ଓ ବାହାରେ ବୃକ୍ଷରୋପଣ କରାଇବା ।
(iii) ପରିବେଶ ଆଧାରିତ ପଥପ୍ରାନ୍ତ ନାଟକ, ଡ୍ରାମା, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରିବା ।
(iv) ଜଙ୍ଗଲକ୍ଷୟକୁ ରୋକିବାପାଇଁ ଯୋଜନା ପ୍ରସ୍ତୁତ କରିବା ।

6. ପରିବେଶ ଶିକ୍ଷାର ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ଲେଖ ।
Answer:
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଏବଂ ତଥ୍ୟ ସଂଗ୍ରହ କରିବା ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ – ଏହି ପଦ୍ଧତିରେ ଶିକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ଫଳରେ ସେହି ସ୍ଥାନର ପରିବେଶ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ତଥା ଅଭିଜ୍ଞତା ଅର୍ଜନ କରିପାରିଥା’ନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷାର୍ଥୀମାନଙ୍କୁ ସହାୟକ ହୋଇଥାଏ ।
(iii) ସ୍ପଷ୍ଟୀକରଣ ପଦ୍ଧତି – ଏହି ପଦ୍ଧତି ଅନୁସାରେ ପରିବେଶ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ ।

7. ପରିବେଶ ପ୍ରଦୂଷଣର ଦୁଇଟି ପ୍ରଧାନ କାରଣ ଲେଖ ।
Answer:
ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖ୍ କାରଣପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାଧ୍ଵ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regenerative) ଓ ଏକୀକରଣ (Assimilative) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।
(ii) ଦ୍ରୁତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।
(iii) ଯାନବାହନର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧୁକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣଦ୍ଵାରା ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । (ଛାତ୍ରଛାତ୍ରୀମାନେ ଯେକୌସି ଦୁଇଟି କାରଣ ଲେଖୁରିବେ)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବେଶ କ’ଣ ? ଏହାର ପ୍ରଦୂଷଣର କେତୋଟି କାରଣ ଦର୍ଶାଅ । ଏହାକୁ ଶିକ୍ଷା ମାଧ୍ୟମରେ ଦୂର କରାଯାଇପାରିବ କି ? ଯଦି ହଁ, କେଉଁ ଶିକ୍ଷାଦ୍ବାରା ଏହା କରାଯାଇପାରିବ – ଦର୍ଶାଅ ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ବା ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି
ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପଞ୍ଚ ମହାଭୂତ; ଯଥା– ପୃଥ‌ିବୀ, ଜଳ,
ବାୟୁ, ଅଗ୍ନି ଓ ଆକାଶ ବ୍ୟତୀତ ମନୁଷ୍ୟ, ଜୀବଜନ୍ତୁ ଏବଂ ବୃକ୍ଷଲତାର ସମାହାରକୁ ପରିବେଶ କୁହାଯାଏ । ନିର୍ଜୀବ (Non-living) ଏବଂ ସଜୀବ (Living) ଉପାଦାନକୁ ନେଇ ପ୍ରାକୃତିକ ପରିବେଶ ଗଠିତ ।

ନିର୍ଜୀବ ଉପାଦାନ (Non-living elements) : ପରିବେଶର ନିର୍ଜୀବ ଉପାଦାନଗୁଡ଼ିକ ହେଲା- ମାଟି, ଜଳ, ବାୟୁ ।

ସଜୀବ ଉପାଦାନ (Living elements) : ପରିବେଶର ସଜୀବ ଉପାଦାନଗୁଡ଼ିକ ହେଲା- ବୃକ୍ଷଲତା ଏବଂ ପ୍ରାଣୀ । ବିରାଟ ହସ୍ତୀ ଏବଂ ବୃକ୍ଷଲତାଠାରୁ ଆରମ୍ଭ କରି କ୍ଷୁଦ୍ର ଜୀବାଣୁ ଏହି ସଜୀବ ଉପାଦାନର ଅନ୍ତର୍ଭୁକ୍ତ ।

ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକ ଆମର ପ୍ରାକୃତିକ ସମ୍ପଦ । ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ଏଗୁଡ଼ିକର ସୁରକ୍ଷା ଆମର କର୍ତ୍ତବ୍ୟ । ଉକ୍ତ ପରିବେଶ ବର୍ତ୍ତମାନ ସୁରକ୍ଷିତ ନାହିଁ । ଏହା ପ୍ରଦୂଷିତ ହୋଇ ଜୀବଜଗତକୁ ପ୍ରଭାବିତ କରୁଛି ।

ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖୁ କାରଣ ପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାତ୍ମକ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regeneration) ଓ ଏକୀକରଣ (Assimilation) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।

(ii) ଦୃତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।

(iii) ଯାନବାହନ ସଂଖ୍ୟାର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧ‌ିକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି ।

(iv) ଦୂଷିତ ଜଳ ନିଷ୍କାସନ – କଳକାରଖାନା ଏବଂ ବଡ଼ ବଡ଼ ସହରରୁ ଦୂଷିତ ଜଳ ନିଷ୍କାସନ ହୋଇ ନଦୀଗର୍ଭରେ ପଡ଼ିଥାଏ । ଏପରି ପାଣିକୁ ପାଟିରେ ଦେବାକୁ ଘୃଣା ଲାଗେ; ମାତ୍ର ଲୋକମାନେ ଏହାକୁ ବ୍ୟବହାର କରି ରୋଗାକ୍ରାନ୍ତ ହୁଅନ୍ତି ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

(v) କୀଟନାଶକ ଔଷଧ ବ୍ୟବହାର – ଲୋକମାନଙ୍କଦ୍ୱାରା କୀଟନାଶକ ଔଷଧ ବ୍ୟବହାରଦ୍ୱାରା କୀଟ, ପତଙ୍ଗ ଏବଂ ବିଭିନ୍ନ ଜୀବଜନ୍ତୁମାନଙ୍କର ମୃତ୍ୟୁ ଘଟିଥାଏ । ମାଟିରେ ଏହା ମିଶିବାଦ୍ଵାରା ମାଟିର ଉର୍ବରତା ନଷ୍ଟ ହୁଏ ।

(vi) ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର – ପ୍ରତ୍ୟେକ ସ୍ତରର ଲୋକମାନେ ସଙ୍ଗୀତ ଶୁଣିବାପାଇଁ ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର କରିଥା’ନ୍ତି । ସେମାନେ ବିବାହ, ପୂଜା ଏବଂ ପର୍ବପର୍ବାଣି ପାଳନ ସମୟରେ ଏହାର ବହୁଳ ବ୍ୟବହାର କରିଥା’ନ୍ତି । ଏହାର ପ୍ରଭାବରେ ସାଇପଡ଼ିଶା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ଏହାଦ୍ଵାରା ଶବ୍ଦ ପ୍ରଦୂଷଣ ହୋଇଥାଏ ।

(vii) ସୌଖୀନ୍ ମନୋବୃତ୍ତ – ଉପଭୋଗବାଦକୁ ବିଚାର କରାଯାଉ । ଅର୍ଥନୀତି ଅନୁସାରେ ଉପଭୋକ୍ତା ହେଉଛନ୍ତି ବିଶେଷକରି ଧନୀଲୋକମାନେ । ଏମାନଙ୍କର କ୍ରୟଶକ୍ତି ଅନେକ । ଏମାନେ ଶାଳ, ଶିଶୁ ଏବଂ ଶାଗୁଆନ କାଠରେ ସୌଖୀନ୍ ଆସବାବପତ୍ର ନିର୍ମାଣ କରିଥା’ନ୍ତି । ଏୟାର୍ କଣ୍ଡିସନର ଏବଂ ରେଫ୍ରିଜେରେଟରରୁ ନିର୍ଗତ କ୍ଲୋରୋଙ୍କ୍ ରୋ କାର୍ବନ୍ ଗ୍ୟାସ୍ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି ।

ପରିବେଶ ପ୍ରଦୂଷଣର ମୁଖ୍ୟତଃ ଦୁଇଟି କାରଣ ରହିଛି; ଯଥା – ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ମନୁଷ୍ୟର ଉପଭୋଗବାଦ । ମାନବ ସମାଜ ଆଗରେ ସଂପ୍ରତି ପରିବେଶ ପ୍ରଦୂଷଣଜନିତ ସମସ୍ୟା ଦେଖାଦେଇଅଛି । ବିଶେଷଭାବେ ଏହା ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଏହାର ସ୍ଥାୟୀ ପ୍ରତିକାର ବା ସମାଧାନ ଏକାନ୍ତ ପ୍ରୟୋଜନୀୟ । ଲୋକମାନଙ୍କର ମାନସିକ ଚିନ୍ତାଧାରାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ପରିବେଶର ସୁରକ୍ଷା ସମ୍ଭବ ନୁହେଁ ।

ଆମେ ପରିବେଶକୁ ସୁରକ୍ଷା କରିପାରିବା କି ? ଏହାର ଉତ୍ତର, ହଁ । ପ୍ରାୟ ପୃଥ‌ିବୀରେ ପାଞ୍ଚ ଲକ୍ଷ ଜାତିର ଉଭିଦ ଏବଂ ଦଶ ଲକ୍ଷ ଜାତିର ପ୍ରାଣୀ ଅଛନ୍ତି । ଉଭିଦମାନେ ପରିବେଶର ସୁରକ୍ଷାରେ ସାହାଯ୍ୟ କରିଥା’ନ୍ତି । ଏମାନଙ୍କର ସୁରକ୍ଷା ନ ହେଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସଂପର୍କ ରକ୍ଷା ଏକାନ୍ତ ପ୍ରୟୋଜନୀୟ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲକ୍ଷୟ ଅନାବୃଷ୍ଟି, ମରୁଡ଼ି ସୃଷ୍ଟି କରିଥାଏ । ଜଳ ସଂପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ ।

ତେଣୁ ଏ ସଂପର୍କରେ ଯଦି ଆମେ ସଚେତନ ହୋଇପାରିବା ତେବେ ପରିବେଶର ସୁରକ୍ଷା ହୋଇପାରିବ । ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଶିକ୍ଷା ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

2. ପରିବେଶ ଶିକ୍ଷା କ’ଣ ? ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଆଲୋଚନା କର ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ଏବଂ ସ୍ଥିତି ଏବଂ ପ୍ରଭାବ ବା ବ୍ୟକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି (Environment means all that surrounds us.) ତାହାକୁ ବୁଝାଏ । ଏହି ପରିପ୍ରେକ୍ଷୀରେ ଆମର ପରିବେଶ ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟ ଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗୁଣ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.) ।

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ଵାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ସମସ୍ତ ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶ ଶିକ୍ଷାର ଲକ୍ଷ୍ୟ (Aims of Environmental Education) – ପରିବେଶ ଶିକ୍ଷାର ଲକ୍ଷ୍ୟଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇପାରେ –
(1) ଜ୍ଞାନାତ୍ମକ (Cognitive),
(2) ଭାବାତ୍ମକ (Affective) ଏବଂ
(3) କୌଶଳାତ୍ମକ (Psychomotor) ।

1. ଜ୍ଞାନାତ୍ମକ (Cognitive) : ଜ୍ଞାନାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ପରିବେଶର ମୌଳିକ ଉପାଦାନ- ସଜୀବ ଏବଂ ନିର୍ଜୀବମାନଙ୍କ ସମ୍ପର୍କରେ ଜାଣିବା ।
  • ଉଦ୍ଭିଦ ଏବଂ ଜୀବମାନଙ୍କ ସମ୍ପର୍କ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ଜନସଂଖ୍ୟା ବୃଦ୍ଧି ଏବଂ ପରିବେଶ ଅବକ୍ଷୟର କାରଣ ଜାଣିବା ।
  • ପ୍ରାକୃତିକ ସମ୍ପଦର ସୁରକ୍ଷାର ଉପାୟ ସମ୍ପର୍କରେ ସୂଚନା ପାଇବା ।
  • ପରିବେଶ ପ୍ରତି ଦାୟିତ୍ବବୋଧ ସମ୍ପର୍କରେ ସଚେତନ ହେବା ।
  • ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ କରିବାର ଜ୍ଞାନକୌଶଳ ଜାଣିବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

2. ଭାବାତ୍ମକ (Affective) – ଭାବାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସୁରକ୍ଷା ପ୍ରତି ସୁସ୍ଥ ମନୋଭାବ ସୃଷ୍ଟି କରିବା ।
  • ପରିବେଶ ସମ୍ପର୍କରେ ଅଧିକ ଜାଣିବାପାଇଁ ଆଗ୍ରହ ସୃଷ୍ଟି କରିବା ।
  • ପରିବେଶର ସୁନ୍ଦରତାକୁ ଅନୁଭବ କରିବା ।
  • ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ ହଜାଇଦେବା ।

3. କୌଶଳାତ୍ମକ (Psychomotor) – କୌଶଳାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ନିଜକୁ ପରିଷ୍କାର ରଖୁବା ସହ ନିଜର ପରିବେଶର ସୁସ୍ଥ ପରମ୍ପରା ସୃଷ୍ଟି କରିବା ।
  • ବିଭିନ୍ନ କାର୍ଯ୍ୟକ୍ରମ; ଯଥା – ସମାଜସେବା, ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ।

U. N. E. P. (United Nations Environmental Programme) ଅନୁସାରେ ପରିବେଶ ଶିକ୍ଷାର ଲକ୍ଷ୍ୟ :

  1. ଆନ୍ତର୍ଜାତିକ ସ୍ତରରେ ପରିବେଶ ସୁରକ୍ଷା ପାଇଁ ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
  2. ଆନ୍ତର୍ଜାତିକ ସ୍ତରରେ ଶିକ୍ଷା ମାଧ୍ୟମରେ ପରିବେଶ ଜ୍ଞାନକୌଶଳରେ ଆଦାନପ୍ରଦାନ କରିବା ।
  3. ପାଠ୍ୟକ୍ରମ ଏବଂ ଅଣ-ପାଠ୍ୟକ୍ରମରେ ପରିବେଶ ଶିକ୍ଷାର ବିଷୟବସ୍ତୁ ସଂଯୁକ୍ତ କରିବା ଏବଂ ଶିକ୍ଷାଦାନ ପ୍ରଣାଳୀ ନିରୂପଣ କରିବା ।
  4. ପରିବେଶ ଜ୍ଞାନ ଆଲୋଚନା, ସେମିନାର ଏବଂ କର୍ମଶାଳା ମଧ୍ଯରେ ପ୍ରଦାନ କରିବା ।
    ପରିବେଶ ସୁରକ୍ଷା ପାଇଁ ଜନସଚେତନତାର ଆବଶ୍ୟକତା ରହିଛି । ତେଣୁ ପରିବେଶ ସୁରକ୍ଷା ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବପର ହୋଇପାରିବ ।

3. ପରିବେଶ ଶିକ୍ଷା ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ଏବଂ ଶିକ୍ଷଣକୁ ଫଳପ୍ରଦ ଏବଂ ଅର୍ଥପୂର୍ଣ୍ଣ କରିଥା’ନ୍ତି । ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ପାଇଁ ନିମ୍ନଲିଖ ଭୂମିକା ଅବଲମ୍ବନ କରିଥା’ନ୍ତି :

  1. ପରିବେଶ ଶିକ୍ଷାର ଫଳପ୍ରଦ ଶିକ୍ଷଣ ପାଇଁ ଶିକ୍ଷକ ଫଳପ୍ରଦ ଶିକ୍ଷାଦାନ କୌଶଳ ଅବଲମ୍ବନ କରିଥା’ନ୍ତି; ଯଥା – ସମସ୍ୟା ସମାଧାନ ପ୍ରଣାଳୀ, ପରିଭ୍ରମଣ, ଅଭିନୟ ଏବଂ ଘଟଣା ଅନୁଧ୍ୟାନ ।
  2. ବିଭିନ୍ନ ଶିକ୍ଷକ ସହାୟକ ସାମଗ୍ରୀ; ଯଥା – ପାଠ୍ୟପୁସ୍ତକ, ଶିକ୍ଷକ ସହାୟକ ପୁସ୍ତକ, ଚାର୍ଟ, ମଡ଼େଲ୍ ,ସମ୍ବାଦପତ୍ରର ଛବି, NCERT ର ବିଜ୍ଞାନ ପେଟିକା ଶିକ୍ଷକ ଶିକ୍ଷାଦାନ ସମୟରେ ବ୍ୟବହାର କରିଥା’ନ୍ତି ।
  3. ପରିବେଶ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା (ତର୍କ, ବକ୍ତୃତା, ଚିତ୍ରାଙ୍କନ, କବିତା) ସେ ସୁଚାରୁରୂପେ ପରିଚାଳନା କରିଥା’ନ୍ତି ।
  4. ଜଙ୍ଗଲ ମଧ୍ୟରେ ବଣଭୋଜି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପରିଭ୍ରମଣ (Visit) ର ସୁଯୋଗ ସୃଷ୍ଟି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  5. ସେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ପରିବେଶ ସଂକ୍ରାନ୍ତୀୟ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥା’ନ୍ତି ।
  6. ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ବିଦ୍ୟାଳୟରେ କରିଥା’ନ୍ତି ।
  7. ସେ ପରିବେଶ ଦିବସ ପାଳନ କରିବା ଅବସରରେ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥା’ନ୍ତି ।
  8. ସେ ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କୁ ସାମିଲ କରିବାପାଇଁ ଚେଷ୍ଟା କରିଥା’ନ୍ତି ।
  9. ବୃକ୍ଷରୋପଣ ଭଳି ମହାନ୍ ଦାୟିତ୍ଵକୁ ଛାତ୍ରଛାତ୍ରୀମାନଙ୍କ ଉପରେ ନ୍ୟସ୍ତ କରି ତା’ର ସୁଫଳ ସମ୍ପର୍କରେ ଆଲୋଚନା କରିଥା’ନ୍ତି ।
  10. ବିଦ୍ୟାଳୟର ପାଠାଗାରରେ ପରିବେଶ ଶିକ୍ଷା ସଂକ୍ରାନ୍ତୀୟ ପୁସ୍ତକସଂଖ୍ୟା ବୃଦ୍ଧି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  11. TV ଏବଂ Radio ର ପରିବେଶ ଶିକ୍ଷା ସଂପର୍କୀୟ କାର୍ଯ୍ୟକ୍ରମଗୁଡ଼ିକୁ ଜାଣିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିବାର ଗୁରୁଦାୟିତ୍ବ ସେ ନେଇଥା’ନ୍ତି ।
  12. SCERT ଏବଂ NCERT ର ସହଯୋଗରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ନିଜେ ଭାଗ ନେଇ ଅଧିକ ଜ୍ଞାନ ଏବଂ କୌଶଳ ଅବଲମ୍ବନ କରିଥା’ନ୍ତି ।

ଶିକ୍ଷକ ଉପରୋକ୍ତ ଦାୟିତ୍ଵକୁ ସୁଚାରୁରୂପେ ନିର୍ବାହ କରିପାରିଲେ ପରିବେଶ ଶିକ୍ଷା ଶିକ୍ଷାଦାନ ଫଳପ୍ରଦ ହୋଇପାରିବ । ଶିକ୍ଷକ ମାନବ ସମ୍ବଳକୁ ଉପଯୁକ୍ତଭାବରେ ବିନିଯୋଗ କରିବାପାଇଁ ସୁଯୋଗ ସୃଷ୍ଟି କରିପାରିବେ । ଶିଶୁର ବିବେକ ଏବଂ ସୃଜନଶୀଳ ଚିନ୍ତାଧାରାକୁ ବିକାଶ କରିବାପାଇଁ ଶିକ୍ଷକର ଦାୟିତ୍ବବୋଧ ଅନେକ । ଏହାର ସଦୁପଯୋଗ ଏକାନ୍ତ ପ୍ରୟୋଜନୀୟ ।

4. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା କିପରି ସୃଷ୍ଟି କରାଯାଇ ପାରିବ ?
Answer:
ପରିବେଶ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥାଏ । ମନୁଷ୍ୟର ପରିବେଶ ସହ ସମ୍ପର୍କ ଅତି ନିଗୂଢ଼ । ଉଭୟ ପରସ୍ପରର ପରିପୂରକ । ପରିବେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ବ୍ୟକ୍ତିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ସଂପ୍ରତି ସମାଜ ଆଗରେ ଦେଖାଯାଇଥିବା ପରିବେଶ ପ୍ରଦୂଷଣଜନିତ ସମସ୍ୟା ବିଶେଷ କରି ତା’ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କେବଳ ପରିବେଶ ଅଧ୍ୟୟନ ବା ଶିକ୍ଷାଦ୍ବାରା ସମ୍ଭବପର । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଏକ ମାନସିକ ପ୍ରସ୍ତୁତି ସୃଷ୍ଟି କରିଥାଏ ।

ପରିବେଶ ଶିକ୍ଷାର ପାଠ୍ୟକ୍ରମ (Curriculum of Environmental Education) – ୧୯୮୬ ଜାତୀୟ ଶିକ୍ଷାନୀତି ଏବଂ ୧୯୯୨ ଶିକ୍ଷାନୀତି ପରିବେଶ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଛି । NCERT ର ଅନୁମୋଦନ କ୍ରମେ ପରିବେଶ ଶିକ୍ଷାର ବିଷୟବସ୍ତୁଗୁଡ଼ିକ ନିମ୍ନରେ ଦିଆଗଲା :
(i) ଜନସଂଖ୍ୟା (Population)
(ii) ଭୂମି ଏବଂ ଏହାର ବ୍ୟବହାର (Land and its uses)
(iii) ବିଭିନ୍ନ ସମ୍ପଦ ଏବଂ ତା’ର ବ୍ୟବହାର (Different types of resources and their uses)
(iv) ଖାଦ୍ୟ (Food)
(v) ପ୍ରଦୂଷଣ (Pollution)
(vi) ମଣିଷ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ (Relation between man and nature)

ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

5. ପରିବେଶ ଶିକ୍ଷା କ’ଣ ? ବିଦ୍ୟାଳୟ ସ୍ତରରେ ଏହି ଶିକ୍ଷାର ଗୁରୁତ୍ଵ ଏବଂ କାର୍ଯ୍ୟକ୍ରମ ଆଲୋଚନା କର ।
Answer:
ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ । ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର ଗୁରୁତ୍ଵ
ବିଭିନ୍ନ ପାଠ୍ୟକ୍ରମ ଓ ବିଷୟବସ୍ତୁକୁ ପରିବେଶ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଛି; ଯଥା –
(i) ଜନସଂଖ୍ୟା
(ii) ଭୂମି ଓ ଏହାର ବ୍ୟବହାର
(iii) ସମ୍ପଦ ଓ ଏହାର ବ୍ୟବହାର
(iv) ଖାଦ୍ୟ
(v) ପ୍ରଦୂଷଣ
(vi) ପରିବେଶ ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ
(vii) ପରିବେଶ ପ୍ରଦୂଷଣର ବିଭିନ୍ନ ପ୍ରଭାବ

ଏହି ଶିକ୍ଷାକୁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରାଯାଇ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଏହାର ପରିସରକୁ ବୃଦ୍ଧି କରାଯାଇପାରିବ । ଏହା ସହିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ପରିବେଶ ଶିକ୍ଷା ପରି ଏକ ସମ୍ବେଦନଶୀଳ ଶିକ୍ଷାକୁ ସହଜରେ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇପାରିବ; ଯଥା –
(1) ପରିବେଶ ଦିବସ ପାଳନ (ଜୁନ୍-୫)
(2) ବୃକ୍ଷରୋପଣ
(3) ଖେଳ, ନାଚ ଓ ଗୀତ ପ୍ରତିଯୋଗିତା ଆୟୋଜନ
(4) ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ
(5) ବୃକ୍ଷ କାଟିବା, ଜଙ୍ଗଲପୋଡ଼ିକୁ ରୋକିବା ନିମନ୍ତେ ପ୍ରୟାସ

ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଏହାକୁ ସଫଳ କରାଯାଇପାରିବ । ଏଥିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ବିଶେଷକରି ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତଙ୍କର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପରିବେଶକୁ ସୁନ୍ଦର ଓ ସତେଜ ରଖିବାପାଇଁ ପରିବେଶ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର କାର୍ଯ୍ୟକ୍ରମ
ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ
ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ମନୁଷ୍ୟ ଏକ ସଜୀବ । ନିଜର ଆବଶ୍ୟକତା ମେଣ୍ଟାଇବାପାଇଁ ସେ ସର୍ବଦା ପରିବେଶ ଉପରେ ନିର୍ଭରଶୀଳ । ପରିବେଶଦ୍ୱାରା ସଜୀବ ବହୁମାତ୍ରାରେ ପରିଚାଳିତ ହୋଇଥାଏ । ବିଭିନ୍ନ ସମୟରେ ପରିବେଶର ପ୍ରତିକୂଳତା ହେତୁ, ବିଭିନ୍ନ ଜୀବର ଲୋପ ବା ବିବର୍ତ୍ତନ ହୋଇଯାଇଛି । ବିଶେଷକରି ବର୍ତ୍ତମାନ ଆମେ ଦେଖୁଛୁ ଯେ ମନୁଷ୍ୟ ବହୁମାତ୍ରାରେ ପ୍ରାକୃତିକ ପରିବେଶର କ୍ଷତି ଘଟାଉଛି । ତେଣୁ ପରିବେଶ ବର୍ତ୍ତମାନ ଅବକ୍ଷୟ ଅବସ୍ଥାରେ ରହିଛି ।

ଏହା ବର୍ତ୍ତମାନର ମନୁଷ୍ୟ, ପ୍ରାଣୀଜଗତ, ଉଭିଦ ତଥା ଭବିଷ୍ୟତର ବଂଶଧରମାନଙ୍କ ଉପରେ ବହୁ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଏହି ପରିବେଶକୁ ସୁନ୍ଦର ଓ ନିର୍ମଳ କରିବାପାଇଁ ପରିବେଶ ପ୍ରଦୂଷଣକୁ ରୋକିବାକୁ ପଡ଼ିବ । ବିଭିନ୍ନ ମାଧ୍ଯମ, ସାଧନ ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର ହେଉଥିଲେ ମଧ୍ୟ ବିଶେଷକରି ଶିକ୍ଷା ଏକ ମୁଖ୍ୟ ଅସ୍ତ୍ର ଯାହା ପରିବେଶକୁ ରକ୍ଷା କରିପାରିବ ।

ପରିବେଶ ଶିକ୍ଷା (Environmental Education) :
ପରିବେଶ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା, ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି ତାହାକୁ ବୁଝାଏ (Environment means all that surrounds us.) ।

ଏହି ପରିପ୍ରେକ୍ଷୀରେ ଆମର ପରିବେଶ – ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ । ବର୍ତ୍ତମାନ ଏହି ଦୁଇ ଶବ୍ଦର ଅର୍ଥକୁ ବିଶ୍ଳେଷଣ କରାଗଲା ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ, ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗତ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.)

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ବାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ପରିବେଶର ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ହେବା ବିଧେୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶ ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

କେବଳ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇ ପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ମଧ୍ୟ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି କରିବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସମ୍ପର୍କର ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମନୁଷ୍ୟର ସମ୍ପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ରକ୍ଷା ହେବା ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସମ୍ପର୍କ ରକ୍ଷା ଏକାନ୍ତ ପ୍ରୟୋଜନ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲ କ୍ଷୟ ଅନାବୃଷ୍ଟି ଓ ମରୁଡ଼ି ସୃଷ୍ଟି କରିଥାଏ । ଜଳସମ୍ପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ । ତେଣୁ ଏ ସମ୍ପର୍କରେ ଯଦି ଆମେ ସଚେତନ ହୋଇପାରିବା, ତେବେ ପରିବେଶର ସୁରକ୍ଷା ହୋଇପାରିବ ।

ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ’ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଏହି ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

ପରିବେଶ ସୁରକ୍ଷା ପାଇଁ ଶିକ୍ଷା କାର୍ଯ୍ୟକ୍ରମ :

  1. ପରିବେଶ ଶିକ୍ଷାର ପାଠ୍ୟକ୍ରମକୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରିବା ।
  2. ପରିବେଶ ଶିକ୍ଷା ଗବେଷଣା ଉପରେ ଗୁରୁତ୍ବ ଦେବା ।
  3. ବିଭିନ୍ନ ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ କାର୍ଯ୍ୟ ମାଧ୍ୟମରେ ପରିବେଶ ସଚେତନତା ସୃଷ୍ଟି କରିବା ।
  4. ବିଦ୍ୟାଳୟରେ ପରିବେଶ ଅନୁକୂଳ ବାତାବରଣ ଉପରେ ଗୁରୁତ୍ଵ ଦେବା ।
  5. ଉତ୍ତମ ସ୍ଵାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ।
  6. ପରିବେଶକୁ ନଷ୍ଟ କରୁଥିବା କାରକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ।
  7. ବିଭିନ୍ନ ବିଦ୍ୟାଳୟରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଓ କାର୍ଯ୍ୟକ୍ରମ ଆୟୋଜନ କରିବା ।
  8. ବିଦ୍ୟାଳୟରେ ‘ଇକୋ କ୍ଲବ୍’ ଗଠନ ଉପରେ ଗୁରୁତ୍ଵ ଦେବା ।
  9. ଗଛ ଲଗାଇବା, ବନମହୋତ୍ସବ ଆଦି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର କରିବା ଇତ୍ୟାଦି ।

Leave a Comment