Odisha State Board BSE Odisha 6th Class Science Solutions Chapter 16 ଜଳ Textbook Exercise Questions and Answers.
BSE Odisha Class 6 Science Solutions Chapter 16 ଜଳ
Question 1.
ପୃଥିବୀପୃଷ୍ଠର ଦୁଇ ତୃତୀୟାଂଶରେ ଜଳ ରହିଥିଲେ ମଧ୍ୟ ଜଳ ସଂରକ୍ଷଣର ଆବଶ୍ୟକତା ଅଛି । କାରଣ ଦର୍ଶାଅ ।
ଉ –
- ଜଳ ବ୍ୟବହାରକରୁଛି ତାହାର ପରିମାଣ ଅତିକମ୍ ହୋଇଥିଲେ ମଧ୍ୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଅଧୂକ ଜଳର ଜଳ ବ୍ୟବହାରକରୁଛି ତାହାର ପରିମାଣ ଅତିକମ୍ ହୋଇଥିଲେ ମଧ୍ୟ କୃଷି ଓ ଶିଳ୍ପ କ୍ଷେତ୍ରରେ ଅଧିକ ଜଳର ଆବଶ୍ୟକତା ରହିଛି ।
- କୃଷି, ଶିଳ୍ପ ଓ ମନୁଷ୍ୟର ଦୈନନ୍ଦିନ ଜୀବନପାଇଁ ସମୁଦ୍ରଜଳ ଅନୁପଯୁକ୍ତ ହୋଇଥିବାରୁ ଜଳ ସଂରକ୍ଷଣର ଆବଶ୍ୟକତା ଅଛି ।
- ଭବିଷ୍ୟତରେ ଜଳର ଆବଶ୍ୟକତା ଆହୁରି ଅଧିକ ହେବ, କାରଣ ଆମ ଜନସଂଖ୍ୟା ବଢ଼ିଚାଲିଛି ଓ ଆମର ଆବଶ୍ୟକତା ମେଣ୍ଟାଇବାପାଇଁ ଅଧିକ କଳକାରଖାନା ସ୍ଥାପନ କରିବାକୁ ହେବ । ତେଣୁ ଜଳାଭାବ ଦୂରକରିବାପାଇଁ ଆମେ ଜଳ ସଂରକ୍ଷଣ କରିବା ଉଚିତ ।
Question 2.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ ।
ଉ –
Question 3.
ଜଙ୍ଗଲ କାଟିଦେବାଦ୍ଵାରା ବୃଷ୍ଟି ପରିମାଣ କମିଯାଉଛି ବୋଲି କାହିଁକି କୁହାଯାଉଛି ?
ଉ –
- ଜଙ୍ଗଲରେ ବୃକ୍ଷଲତା ପରିପୂର୍ଣ ଥାଏ । ଉଭିଦ ସବୁବେଳେ ଉମ୍ବେଦନ କ୍ରିୟା କରେ । ଏହି ଉଦ୍ବେଦନ କ୍ରିୟାରେ
- ୫୦ଟି ପତ୍ରଥିବା ଗୋଟିଏ ଉଭିଦ ଦିନକୁ ୨ ଲିଟର ଜଳ ଜଳୀୟବାଷ୍ପରୂପେ ବାୟୁମଣ୍ଡଳକୁ ଛାଡ଼ିଥାଏ । ଏଥିରୁ ଅନୁମାନ କରାଯାଇପାରେ ଯେ କିଲୋମିଟର କିଲୋମିଟର ବ୍ୟାପି ଘନ ଜଙ୍ଗଲର ବୃକ୍ଷଲତାମାନ ଦିନକୁ ବାୟୁମଣ୍ଡଳକୁ କେତେ ପରିମାଣରେ ଜଳୀୟବାଷ୍ପ ଛାଡୁଥିବେ । ଏହି ଜଳୀୟବାଷ୍ପ ମେଘ ସୃଷ୍ଟିକରେ ଓ ବର୍ଷା କରାଇବାରେ ସାହାଯ୍ୟ କରେ ।
- ଜଙ୍ଗଲ କାଟିଦେବାଦ୍ଵାରା ଉଭିଦ ବାୟୁମଣ୍ଡଳକୁ ଜଳୀୟବାଷ୍ପ ଛାଡ଼ିପାରେ ନାହିଁ । ତେଣୁ ବୃଷ୍ଟି ପରିମାଣ କମିଯାଉଛି ।
Question 4.
କି କି ପଦକ୍ଷେପ ନେଲେ ମରୁଡ଼ିର ସମ୍ଭାବନା କମିଯିବ ?
ଉ –
- ଜଙ୍ଗଲରୁ ଅଧିକ ସଂଖ୍ୟକ ବୃକ୍ଷ କାଟିବା ନାହିଁ ।
- ଆବଶ୍ୟକ ପରିମାଣର ବୃକ୍ଷ କାଟିଲେ ସେହି ପରିମାଣରେ ବୃକ୍ଷରୋପଣ କରିବା ଓ ସେଗୁଡ଼ିକର ବୃଦ୍ଧିପାଇଁ
- ଖାଲିପଡ଼ିଥିବା ନେବା । ଜଙ୍ଗଲ କ୍ଷୟ ହେଲେ ବାୟୁମଣ୍ଡଳର ଉଷ୍ଣତା ବୃଦ୍ଧିପାଇବ, ବର୍ଷା ହେବ ନାହିଁ ଓ ପୃଥିବୀ ମରୁଭୂମିରେ ପରିଣତ ହେବ ।
Question 5.
ଜଳର ଅପବ୍ୟୟ କମାଇବା ପାଇଁ ତିନୋଟି ଉପାୟ ଲେଖ ।
ଉ –
ଜଳର ଅପବ୍ୟୟ କମାଇବାପାଇଁ ନିମ୍ନଲିଖ୍ତ ପଦକ୍ଷେପମାନ ନେବା –
- ଜଳକୁ ଅଯଥା ଅଧିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ ।
- ବ୍ୟବହାର ନ କରିବା ବେଳେ ପାଣି ଟ୍ୟାପ୍କୁ ସର୍ବଦା ବନ୍ଦ ରଖୁବା ।
- ବର୍ଷା ଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାରରେ ସାଇତିରଖୁବା ।
ଜଳ Notes :
→ ଉପକ୍ରମ :
- ଜୀବନ ଓ ଜଳର ସମ୍ପର୍କ ଅତି ନିବିଡ଼ । ଜଳକୁ ହିଁ ଜୀବନ କୁହାଯାଏ ।
- ବିଭିନ୍ନ ଖାଦ୍ୟପଦାର୍ଥରେ ଜଳ ଥାଏ । କ୍ଷୀର, ପଇଡ଼ପାଣି, କାକୁଡ଼ି, ତରଭୁଜ ଓ ବିଭିନ୍ନ
- ପ୍ରତ୍ୟେକ ଜୀବକୋଷରେ ଅଧାରୁ ଅଧିକ ଜଳ ରହିବା ଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହନ୍ତି ।
- ଅନେକ ଅଦରକାରୀ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ଓ ଝାଳ ଆକାରରେ ଆମ ଶରୀରରୁ ବାହାରିଯାଏ ।
→ ଜଳକ ଆବଶ୍ୟକତା :
- ଜଳକୁ ଆମେ ବିଭିନ୍ନ କାର୍ଯ୍ୟରେ ଲଗାଇଥାଉ । ପିଇବା, ମୁହଁ ଧୋଇବା, ଦାନ୍ତ ଘଷିବା, ଶୌଚ ହେବା, ଗାଧୋଇବା, ରୋଷେଇ କରିବା, ବାସନ ଧୋଇବା, ଲୁଗା ସଫାକରିବା, ଘର ଆବଶ୍ୟକ ହୁଏ ।
- ଜଳ ପରିପାକ କ୍ରିୟାରେ ସାହାଯ୍ୟ କରେ । ଦେହକୁ ସତେଜ ରଖେ । ଶରୀରର ବିଭିନ୍ନ କାର୍ଯ୍ୟପାଇଁ ଜଳ ନିତାନ୍ତ ପ୍ରୟୋଜନ ହୁଏ ।
Question 1.
ଜଳକୁ ତୁମେମାନେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାରକରୁଛ ତାହାର ଗୋଟିଏ ତାଲିକା କର ।
ଉ –
ଜଳକୁ ଆମେ ପିଇବା, ମୁହଁ ଧୋଇବା, ଦାନ୍ତ ଘଷିବା, ଶୌଚହେବା, ଗାଧୋଇବା, ରୋଷେଇ କରିବା, ବାସନ ଧୋଇବା, ଲୁଗା ସଫା କରିବା, ଘର ସଫା କରିବା, ଗଛରେ ପାଣି ଦେବା ଆଦି କାର୍ଯ୍ୟରେ ବ୍ୟବହାର କରୁଛୁ ।
Question 2.
ତୁମ ପରିବାରରେ ଦୈନନ୍ଦିନ କେତେ ପରିମାଣରେ ଜଳ ବ୍ୟବହୃତ ହୁଏ ତାହାର ଆନୁମାନିକ ହିସାବ କରି ନିମ୍ନ ସାରଣୀରେ ଲେଖ । ତୁମେ ଏହି ପରିମାଣକୁ ଆନୁମାନିକ କେତେ ଗ୍ଲାସ, ମଗ୍ କିମ୍ବା ବାଲ୍ଟିରେ ପ୍ରକାଶ
କର ।
ଦୈନନ୍ଦିନ କାମରେ ବ୍ୟବହାର ପାଇଁ ଆବଶ୍ୟକ ଜଳର ଆନୁମାନିକ ହିସାବ – (ନିଜେ ପୂରଣ କର)
ମନୁଷ୍ୟଭଳି ଅନ୍ୟ ପ୍ରାଣୀମାନେ ମଧ୍ୟ ଜଳ ଆବଶ୍ୟକ କରନ୍ତି । କୁକୁର, ଗାଈ, କୁକୁଡ଼ା, ଛେଳି ଆଦି ପ୍ରାଣୀମାନଙ୍କର ମଧ୍ୟ ଜଳ ଏକ ପାନୀୟ ପଦାର୍ଥ । ଜଳରେ ମାଛ, କଇଁଚ ଆଦି ପ୍ରାଣୀ ଓ ପଦ୍ମଭଳି ଉଭିଦ ମଧ୍ଯ ଥାଆନ୍ତି । ସେପରି ବଗିଚାରେ ଫୁଲ ଗଛରେ ଆମେ ପାଣି ଦେଉ ।
→ ଉଭିଦପାଇଁ ଜଳର ଆବଶ୍ୟକତା :
(i) ଉଭିଦ ଜଳ ଓ ଅଙ୍ଗାରକାମ୍ଳ ସାହାଯ୍ୟରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।
(ii) ଯବକ୍ଷାରଜାନକୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ଯ ଜଳ ଆବଶ୍ୟକ କରିଥା’ନ୍ତି ।
ଜଳ ଏକ ଦ୍ରାବକ ।
ଖାଦ୍ୟ ପ୍ରସ୍ତୁତି ପାଇଁ ଉଭିଦର ଜଳ ନିହାତି ଆବଶ୍ୟକ । ଅଙ୍ଗାରକାମ୍ଳ ଓ ଜଳର ସଂଯୋଗରେ ହିଁ ଶର୍କରା ସୃଷ୍ଟି ହୁଏ ।
ଜଳ ଏକ ଦ୍ରାବକ । ତେଣୁ ମାଟିର ଲବଣକୁ ଏହା ଦ୍ରବୀଭୂତ କରିଥାଏ । ଭିନ୍ନ ଭିନ୍ନ ମାଟିର ଜଳ ଧାରଣ କରିବା କ୍ଷମତାରେ ପାର୍ଥକ୍ୟ ଥାଏ । ତେଣୁ ମାଟିର କିସମକୁ ନେଇ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଏ ।
(କ) ମାଟିର ଜଳଧାରଣ :
ତୁମପାଇଁ କାମ – ୧
କେଉଁ ମାଟିରେ ଜଳ ଧାରଣ କ୍ଷମତା କେତେ ତାହା ଜାଣିବା ଆବଶ୍ୟକ । ବାଲିଆ, ଦୋରସା, ଚିକିଟା ଏହିଭଳି ତିନିପ୍ରକାର ମାଟିର ନମୁନା ସଂଗ୍ରହ କର । ତିନୋଟି ପ୍ଲାଷ୍ଟିକ୍ ଅଂଶଟିକୁ କାଟିଦିଅ । ତାହା ଏକ ଫନେଲ୍ ଭଳି କାର୍ଯ୍ୟ କରିବ ।
ତଳଅଂଶଟି ଏକ ପାତ୍ର ଭଳି କାର୍ଯ୍ୟ କରିବ । ବୋତଲର ଉପର ଅଂଶକୁ ତଳ ଅଂଶ ଉପରେ ଓଲଟାଇ ରଖ । ଫନେଲ୍ ତିନୋଟି ଭିତରେ ତିନିଖଣ୍ଡ କନା ବିଛାଇ ଦିଅ । ପ୍ରତ୍ୟେକରେ ସମାନ ସମାନ ପରିମାଣର ଭିନ୍ନ ଭିନ୍ନ ମାଟି ନିଅ ଓ ଏଥିରେ ସମାନ ସମାନ ପରିମାଣର ଜଳ ଢାଳ । ଦଶ ପନ୍ଦର ମିନିଟ୍ ପରେ ଦେଖ । କେଉଁ ପାତ୍ରରେ ଅଧ୍ଵ ଜଳ ସଂଗୃହୀତ ହୋଇଛି ।
(i) ବାଲିଆ ମାଟିର ଜଳ ଧରିରଖୁବାର କ୍ଷମତା ସବୁଠାରୁ କମ୍ ।
(ii) ଦୋରସା ମାଟିର ଜଳ ଧରିରଖୁବାର କ୍ଷମତା ବାଲିଆ ମାଟିଠାରୁ ଅଧିକ ।
(ii) ଚିକିଟା ମାଟିର ଜଳ ଧରିରଖୁବାର କ୍ଷମତା ସବୁଠାରୁ ଅଧିକ ।
(ଖ) ଚେରଦ୍ବାରା ଜଳଶୋଷଣ :
ମାଟିରେ ଥିବା ଲବଣ ଜଳରେ ଦ୍ରବୀଭୂତ ହେବାଦ୍ଵାରା ଯେଉଁ ଦ୍ରବଣ ତିଆରି ହୁଏ ସେହି ଦ୍ରବଣକୁ ଚେର ଶୋଷଣ କରିଥାଏ ।
ତୁମପାଇଁ କାମ – ୨
ଚେରଥିବା ଗୋଟିଏ ହରଗୌରା ଗଛ ସଂଗ୍ରହ କର । ଚେରରେ ଲାଗିଥିବା ମାଟିକୁ ଧୋଇ ସଫାକର । ଗୋଟିଏ କାଚଗିଲାସ ନେଇ ସେଥିରେ ଜଳ ନିଅଁ । ଏହି ଜଳରେ ରଖ । ଲକ୍ଷ୍ୟକର କ’ଣ ପରିବର୍ତ୍ତନ ହୋଇଛି । କିଛି ସମୟ ବ୍ୟବଜ୍ଞାନ ପରେ ଲାଲ ଜଳ ଚେରରୁ କାଣ୍ଡ ଦେଇ ପତ୍ରକୁ ଉଠିବ । କାରଣ ଗଛର ଚେର ଏହି ଜଳ ଶୋଷଣ କରୁଛି ।
ତୁମପାଇଁ କାମ – ୩
ଦୁଇଟି ପଲିଥୁନ୍ ମୁଣି ନିଅ । ବଗିଚାରେ ଥିବା ଗଛର ଡାଳକୁ (ପତ୍ରସହ) ଏହି ପଲିଥନ୍ ମୁଣି ଭିତରେ ପୁରାଇ ସୂତା ସାହାଯ୍ୟରେ ବାନ୍ଧି ଦିଅ । ୧୫ ମିନିଟ୍ପରେ ପର୍ଯ୍ୟବେକ୍ଷଣ କର । କ’ଣ ଦେଖିବାକୁ ମିଳିବ ? ଉଭିଦର ଜଳ ମୋଚନ ପଲିଥନ୍ ଖୋଳର ଭିତର ପଟରେ କିଛି ଜଳବିନ୍ଦୁ ଲାଗିଛି । ଏହି ଜଳ ଗଛର ପତ୍ର ଦେଇ ବାଷ୍ପ ଆକାରରେ ବାହାରୁଛି ଓ ପଲିଥ୍ରେ ଜମାହୋଇଛି । ଏହାକୁ ପତ୍ରର ଜଳମୋଚନ ବା ଉସ୍ବେଦନ କୁହାଯାଏ । ଉପରୋକ୍ତ ପରୀକ୍ଷା ଗୁଡ଼ିକରୁ ଆମେ ଜାଣିଲୁ ଯେ, ଥିବା ଜଳକୁ ଗଛ ଚେର ସାହାଯ୍ୟରେ ଶୋଷଣ କରିଥାଏ । ଏହି ଜଳକୁ ବ୍ୟବହାର କରି ଶ୍ଵେତସାର ପ୍ରସ୍ତୁତ କରେ । ଶେଷରେ ଜଳର କିଛି ଅଂଶକୁ ବାଷ୍ପ ଆକାରରେ ବାୟୁମଣ୍ଡଳକ ଛାଡ଼ିଥାଏ ।
ମାଟିରେ ଥିବା ଲବଣକୁ ଗଛ ଜଳ ସାହାଯ୍ୟରେ ଶୋଷଣ କରି ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ । ଶେଷରେ ଜଳର କିଛି ଅଂଶକୁ ଜଳମୋଚନ ବା ଉତ୍ସୁଦନ ପ୍ରକ୍ରିୟାରେ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼ିଥାଏ ।
→ ବନ୍ୟା :
(i) ଜଳର ଉତ୍ସ; ଯଥା – ନଦୀ, ପୋଖରୀ, ପରିମାଣ ଅଧ୍ଵ ହୁଏ । କ୍ରମାଗତଭାବେ ଅଧୂକ ବର୍ଷା ଲାଗିରହିଲେ ନଦୀରେ ଅଧ୍ଵ ଜଳ ଆସିଥାଏ ଓ ନଦୀଜଳ କୂଳ ଲଙ୍ଘନ କରି ଦୁଇପଟେ ମାଡ଼ିଯାଏ । ଗ୍ରାମ, କୃଷିକ୍ଷେତ୍ରରେ ଜଳ ପଶିଯାଏ । ଏହାକୁ ବନ୍ୟା କୁହାଯାଏ ।
(ii) ନଦୀ ବନ୍ଧର ଅଧିକ ପରିମାଣର ଜଳ ହଠାତ୍ ଏକକାଳୀନ ଛାଡ଼ିଲେ, ତଳମୁଣ୍ଡରେ ବନ୍ୟା ହୁଏ ।
→ ମରୁଡ଼ି :
ଆବଶ୍ୟକ ପରିମାଣର ଜଳର ଅଭାବ ହୋଇଥାଏ । ଗଛଗୁଡ଼ିକ ଆବଶ୍ୟକ ପରିମାଣର ଜଳ ପାଆନ୍ତି ନାହିଁ । ଜଳର ଅଭାବ ଯଦି ଅଧ୍ଵଦିନଯାଏ ଲାଗିରହେ । ତେବେ ଜଳର ଘୋର ଅଭାବ ଦେଖାଯାଏ । ପଶୁ, ପକ୍ଷୀ ମଧ୍ୟ ଜଳବିନା ମରିଯାଆନ୍ତି । ଏହାକୁ ମରୁଡ଼ି କୁହାଯାଏ ।
→ ଜଳ ସଂରକ୍ଷଣ :
ଜଳଭାବ ଦୂର କରିବାପାଇଁ ଜଳ ସଂରକ୍ଷଣ କରିବା ଉଚିତ । ଜଳ ସଂରକ୍ଷଣ କରିବାପାଇଁ ନିମ୍ନ ବିଷୟପ୍ରତି ଧ୍ୟାନଦେବା ଆବଶ୍ୟକ ।
- ଜଳକୁ ଅଯଥା ବ୍ୟବହାର କରିବା ଓ ନଷ୍ଟକରିବା ନାହିଁ ।
- ବ୍ୟବହାର ନକରିବାବେଳେ ପାଣି ଟ୍ୟାପ୍କୁ ସର୍ବଦା ବନ୍ଦ ରଖୁବା ।
- ଜଳ ଉତ୍ସଗୁଡ଼ିକର ପ୍ରଦୂଷଣ କରାଇବାପାଇଁ ଯତ୍ନନେବା ।
- ବର୍ଷାଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାରରେ ସାଇତିରଖୁବା ଆବଶ୍ୟକ ।
- ସହରାଞ୍ଚଳରେ ଛୋଟ ଛାତରେ ପଡୁଥିବା ବର୍ଷାଜଳ ଅମଳ କରିବା; ଅର୍ଥାତ୍ ଏହାକୁ ବୋହିଯିବାକୁ ନଦେଇ ଗର୍ଭ ଖନନ କରି ସେଥିରେ ସଂଗ୍ରହକରିବା ।
- ଜଳ ବହୁଳେ ସୃଷ୍ଟିନାଶ, ଜଳ ବିହୁନେ ସୃଷ୍ଟି ନାଶ