Odisha State Board CHSE Odisha Class 12 Optional Odia Solutions Chapter 2 ସରହ ସୁନ୍ଦରୀ Textbook Exercise Questions and Answers.
+2 2nd Year Odia Optional Chapter 2 ସରହ ସୁନ୍ଦରୀ Question Answer
(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)
Question 1.
ସରହ ସୁନ୍ଦରୀ କିଏ ?
(କ) ସଖୀ
(ଖ) ଦୂତୀ
(ଗ) ଗୋପୀ
(ଘ) ଦାସୀ
ଉ –
(ଖ) ଦୂତୀ
Question 2.
ସରହ ସୁନ୍ଦରୀର ଦେହର ବର୍ଣ୍ଣ କିପରି ?
(କ) ଗୋରା
(ଖ) କଳା
(ଗ) ଶ୍ୟାମଳ
(ଘ) ଗହମ
ଉ –
(ଗ) ଶ୍ୟାମଳ ।
Question 3.
ସରହ ସୁନ୍ଦରୀ କେଉଁ ରସରେ ଗୁଣଗ୍ରାହୀ ଥିଲା ?
(କ) ନବରସ
(ଖ) ଷଡ଼ରସ
(ଗ) ପଞ୍ଚରସ
(ଘ) ଅଷ୍ଟରସ
ଉ –
(କ) ନବରସ ।
Question 4.
ଗୋପପୁରରେ ସରହ ସୁନ୍ଦରୀକୁ କ’ଣ ଡାକନ୍ତି ?
(କ) ଭାଉଜ
(ଖ) ଖୁଡ଼ୀ
(ଗ) ଆଈ
(ଘ) ସଖୀ
ଉ –
(ଗ) ଆଈ
Question 5.
କାନରେ ସରହ ସୁନ୍ଦରୀ କି ଆଭୂଷଣ ପିନ୍ଧିଥାଏ ?
(କ) କାନଫୁଲ
(ଖ) ବର୍ଣ୍ଣବସଣି
(ଗ) କୁଣ୍ଡଳ
(ଘ) ତଡ଼କୀ
ଉ –
(ଘ) ତଡ଼କୀ ।
Question 6.
ସରହ ସୁନ୍ଦରୀ କବରୀ ଭିତରେ କ’ଣ ଥାଏ ?
(କ) ସୁନାର ଫୁଲ
(ଖ) ହୀରାର ଫୁଲ
(ଗ) ଗଜରା ଫୁଲ
(ଘ) କୃଷ୍ଣ ଚଉଁରୀ ବେଣା
ଉ –
(ଘ) କୃଷ୍ଣ ଚଉଁରୀ ବେଣା ।
Question 7.
ସରହ ସୁନ୍ଦରୀ ହୃଦୟରେ ନିରନ୍ତର କ’ଣ ବୋଳି ହୋଇଥାଏ ?
(କ) ଅତର
(ଖ) ସୁବାସିତ ତୈଳ
(ଗ) ଗନ୍ଧ ଚନ୍ଦନ
(ଘ) ଗୋଲାପ ଜଳ
ଉ-
(ଗ) ଗନ୍ଧଚନ୍ଦନ
Question 8.
ସରହ ସୁନ୍ଦରୀ କେଉଁ ରଙ୍ଗର ବସ୍ତ୍ର ନିତ୍ୟ ପରିଧାନ କରିଥାଏ ?
(କ) ନାଲି
(ଖ) କଳା
(ଗ) କମଳା
(ଘ) ଧୋବ (ଧଳା) ।
ଉ –
(ଘ) ଧୋବ (ଧଳା) ।
Question 9.
ସରହ ସୁନ୍ଦରୀର ଠଣା କେଉଁଠାରେ ଥିଲା ?
(କ) ନଗ୍ର ଉପକଣ୍ଠରେ
(ଖ) ଦେଉଳ ମଣ୍ଡପରେ
(ଗ) ନନ୍ଦ ପୁରରେ
(ଘ) ରାଣୀ ପୁରରେ
ଉ –
(ଖ) ଦେଉଳ ମଣ୍ଡପରେ
Question 10.
ସରହ ସୁନ୍ଦରୀ ମତ୍ତଗଜକୁ କେଉଁଥିରେ ବାନ୍ଧିପାରେ ?
(କ) ରଜ୍ଜୁରେ
(ଖ) ଗଛ ଚେରରେ
(ଗ) ଲୁହା ଶିକୁଳିରେ
(ଘ) ମାଙ୍କଡ଼ସା ସୂତାରେ
ଉ –
(ଘ) ମାଙ୍କଡ଼ସା ସୂତାରେ ।
Question
କାହାର ଚିତ୍ତ ସେ କୌତୁକରେ ରଞ୍ଜିପାରେ ?
(କ) ରୋଗୀମାନଙ୍କର
(ଖ) ବାଳକମାନଙ୍କର
(ଗ) ଯୁବକମାନଙ୍କର
(ଘ) ଯୋଗୀଜନଙ୍କର
ଉ –
(ଘ) ଯୋଗୀଜନଙ୍କର ।
Question ୧୨।
ସରହ ସୁନ୍ଦରୀର ଶରୀର କିପରି ଥୁଲା ?
(କ) ବାଳିକା
(ଖ) ଯୁବତୀ
(ଗ) ପ୍ରୌଢ଼ା
(ଘ) ବୃଦ୍ଧା
ଉ –
(ଘ) ବୃଦ୍ଧା ।
Question ୧୩ ।
ରୂପରେ ସରହ ସୁନ୍ଦରୀ କିପରି ଥିଲା ?
(କ) ଅପରୂପା
(ଖ) ଅସୁନ୍ଦରୀ
(ଗ) କୁତ୍ସିତା
(ଘ) ଜଗତଜିଣା
ଉ –
(ଘ) ଜଗତଜିଣା
Question ୧୪।
କାହାର ମଧ୍ୟସ୍ଥ ସାଜି ସେ ଗୋପପୁରରେ ରହିଥିଲା ?
(କ) ଗୋବିନ୍ଦ
(ଖ) ରାଧା
(ଗ) ଗୋପାଇଂନା
(ଘ) ଲଳିତା
ଉ –
(କ) ଗୋବିନ୍ଦ ।
Question ୧୫।
ଗୋପପୁରର ଗୋପାଳୁଣୀମାନେ କ’ଣ ଲଙ୍ଘି ପାରନ୍ତି ନାହିଁ ?
(କ) କୃଷ୍ଣଙ୍କ ବାଣୀ
(ଖ) ରାଧାଙ୍କ ବାଣୀ
(ଗ) ଦୂତିକାର ବାଣୀ
(ଘ) ଯଶୋଦାଙ୍କ ବାଣୀ
ଉ –
(ଗ) ଦୂତିକାର ବାଣୀ ।
Question ୧୬ ।
ନନ୍ଦଘରେ କି ଉତ୍ସବ ଚାଲିଥିଲା ?
(କ) ଚନ୍ଦନ ଯାତ
(ଖ) କୁମାର ପୂର୍ଣ୍ଣମୀ
(ଗ) ଧନୁଯାତ୍ରା
(ଘ) ରାହାସ ପୂର୍ଣ୍ଣମୀ
ଉ –
(ଖ) କୁମାର ପୂର୍ଣ୍ଣମୀ ।
Question ୧୭ ।
ଗୋବିନ୍ଦ କେଉଁଥିରେ ବିଜେ କରିଛନ୍ତି ?
(କ) ଯଶୋଦାଙ୍କ କୋଳରେ
(ଖ) ରତ୍ନ ଦୋଳିରେ
(ଗ) ରତ୍ନ ପୂଲଙ୍କରେ
(ଘ) ଖଟ ଉପରେ
ଉ –
(ଗ) ରତ୍ନ ପୂଲଙ୍କରେ ।
Question ୧୮।
କୃଷ୍ଣ ପାଦପଦ୍ମକୁ କିଏ ଲୟ ରଖା’ନ୍ତି ?
(କ) ଦେବତା
(ଖ) ମାନର
(ଗ) ଯୋଗୀଜନ
(ଘ) ଭକ୍ତ
ଉ –
(ଗ) ଯୋଗୀଜନ ।
Question ୧୯ ।
କେଉଁ ଭାବରେ ଗୋପ ନଗ୍ର ନରନାରୀ ଭଗବାନ କୃଷ୍ଣଙ୍କର ଭେଟ ପାଇଥିଲେ ?
(କ) ପ୍ରେମଭାବରେ
(ଖ) ଭକ୍ତଭାବରେ
(ଗ) ସଦ୍ଭାବରେ
(ଘ) ସମର୍ପଣ ଭାବରେ
ଉ –
(ଗ) ସଦ୍ଭାବରେ ।
Question ୨୦ ।
ସରହ ସୁନ୍ଦରୀ କୃଷ୍ଣଙ୍କୁ ଦେଖ୍ କ’ଣ କହିଛି ?
(କ) ପୁନର୍ଜନ୍ମ ପାଇଲି
(ଖ) ନିସ୍ତରିଲି
(ଗ) ପାପକ୍ଷୟ କଲି
(ଘ) ସ୍ବର୍ଗ ପାଇଲି
ଉ –
(ଖ) ନିସ୍ତରିଲି
(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question ୧।
ସରହ ସୁନ୍ଦରୀ କେଉଁଠାରେ ଆସି ମିଳିଲା ?
ଉ –
ରାତ୍ର ବେନିଘଡ଼ି ସମୟରେ ସରହ ସୁନ୍ଦରୀ ନନ୍ଦରାଜାଙ୍କର ଦରବାରରେ ପଦାର୍ପଣ କରିଥିଲେ ।
Question ୨।
ସରହ ସୁନ୍ଦରୀ ତନୁର ବର୍ଷ କ’ଣ ଥିଲା ?
ଉ –
ସରହ ସୁନ୍ଦରୀଙ୍କ ତନୁର ବର୍ଣ୍ଣ ଶ୍ୟାମଳ ଥିଲା ।
Question ୩ ।
ସରହ ସୁନ୍ଦରୀର ମୁଖ କିପରି ଥିଲା ?
ଉ –
ସରହ ସୁନ୍ଦରୀର ମୁଖ ଦନ୍ତବିହୀନ ଥିଲା ।
Question ୪ ।
ସରହ ସୁନ୍ଦରୀର ବାଳ କିପରି ଥିଲା ?
ଉ –
ସରହ ସୁନ୍ଦରୀର ବାଳ ପାଚି ଯାଇଥିଲେ ମଧ୍ୟ ତାହା ଖୁବ୍ ଲମ୍ବା ଥିଲା ।
Question ୫ ।
ସରହ ସୁନ୍ଦରୀ କାହାର ପ୍ରିୟ ଥିଲା ?
ଉ –
ସରହ ସୁନ୍ଦରୀ ଗୋପପୁରର ପ୍ରତ୍ୟେକ ନାରୀମାନଙ୍କର ଅତି ପ୍ରିୟ ଥିଲା ।
Question ୬ |
ସରହ ସୁନ୍ଦରୀ କି କି ବିଦ୍ୟା କହିପାରେ ?
ଉ –
ସରହ ସୁନ୍ଦରୀ ନବନାଟକର ବିଦ୍ୟମାନଙ୍କୁ ଅତି ସହଜରେ କହିପାରୁଥିଲା ।
Question ୭ |
ସରହ ସୁନ୍ଦରୀ କାହା କାହା ସଙ୍ଗେ ସାଙ୍ଗ ହୋଇଥାଏ ?
ଉ –
ସରହ ସୁନ୍ଦରୀ ବାଳ, ବୃଦ୍ଧ ଓ ତରୁଣ ନିର୍ବିଶେଷରେ ସମସ୍ତଙ୍କ ସହ ସାଙ୍ଗ ହେଉଥିଲା ।
Question ୮ |
ସେ ସମସ୍ତଙ୍କୁ କିପରି ଟାହି କରେ ?
ଉ –
ବିଭିନ୍ନ ଢଗଢ଼ମାଳିର ପ୍ରୟୋଗ କରି ସରହ ସୁନ୍ଦରୀ ସମସ୍ତଙ୍କୁ ଟାହିଟାପରା କରୁଥିଲା ।
Question ୯।
କେଉଁ ରସରେ ସରହ ସୁନ୍ଦରୀ ଜଗଜିଣା ?
ଉ –
ସରହ ସୁନ୍ଦରୀ ଖେଳ କୌତୁକ ରସରେ ଜଗଢିଣା ଥିଲା ।
Question ୧୦ ।
ସେ କ’ଣ ବୋଲି ବାରି ହୁଏ ନାହିଁ ?
ଉ –
ସରହ ସୁନ୍ଦରୀ ସଧବା କିମ୍ବା ବିଧବା ଏହା ବାରି ହୁଏ ନାହିଁ ।
Question ୧୧ ।
କାହାର ଲୟ ସେ ଅବହେଳେ ଭାଞ୍ଜିପାରେ ?
ଉ –
ଭଗବତ୍ ପରାୟଣ ବ୍ରହ୍ମଚାରୀଙ୍କର ଲୟ ସେ ଅନାୟାସରେ ଭାଞ୍ଜି ପାରୁଥିଲା ।
Question ୧୨ ।
ଦୂତୀ କାହା କାହା ସଙ୍ଗେ ମେଳ କରିଥାଏ ?
ଉ –
ସାନ ବଡ଼ ନିର୍ବିଶେଷରେ ଦୂତୀର ସମସ୍ତଙ୍କ ସହିତ ମେଳା ରହିଥାଏ ।
Question ୧୩ ।
କେତେ ଘରେ ଦୂତୀର ଠଣା ଥିଲା ?
ଉ –
ଗୋପନଗରୀର ଥିବା ନବଲକ୍ଷ ଘରର ସବୁଠାରେ ଦୂତୀର ଠଣା ଥିଲା ।
Question ୧୪ ।
ସବୁଘରେ ଦଇବ ବିଧାତା କିଏ ?
ଉ –
ଗୋପପୁରର ସବୁଘରେ ସରହ ସୁନ୍ଦରୀ ଦୂତୀ ଦଇବ ବିଧାତା ଥିଲା ।
Question ୧୫ ।
କେଉଁଠାରୁ କେଉଁଠାକୁ ଚହଳ ବାଜୁଥିଲା ?
ଉ –
ନନ୍ଦରାଜାଙ୍କର କୁମାର ଉତ୍ସବ ପାଳନ ଅବସରରେ ପୁରସ୍କାର ପ୍ରଦାନ ସମ୍ବାଦ ମଧୁବନ ପର୍ବତରୁ ଗୋମତ ପର୍ବତ ପର୍ଯ୍ୟନ୍ତ ଚହଳ ବାଜି ଯାଉଥିଲା ।
Question ୧୬ ।
କୃଷ୍ଣଙ୍କ ଚାରିପାର୍ଶ୍ଵରେ କେଉଁମାନେ ବେଢ଼ିଛନ୍ତି ?
ଉ –
କୃଷ୍ଣଙ୍କ ଚାରିପାର୍ଶ୍ବରେ ଗୋପୀମାନେ ଓ ପରିଚାରୀମାନେ ବେଢ଼ି ରହିଥିଲେ ।
Question ୧୭ ।
ଯଶୋବନ୍ତୀ ଧାତ୍ରୀମାନଙ୍କ ସହ କିପରି ଉଭା ହୋଇଛନ୍ତି ?
ଉ –
ଯଶୋବନ୍ତୀ ଧାତ୍ରୀମାନଙ୍କ ସହ ଶ୍ରୀକୃଷ୍ଣଙ୍କ ଖଟଦୋଳି ଧରି ଚନ୍ଦ୍ରଙ୍କୁ ତାରା ବେଢ଼ିଲା ଭଳି ଉଭା ହୋଇଥିଲେ ।
Question ୧୮ ।
କୃଷ୍ଣଙ୍କ ଜାଜୁଲ୍ୟମାନ ତେଜକୁ କେଉଁଠାରେ ପଟାନ୍ତର ନାହିଁ ?
ଉ –
ଶ୍ରୀକୃଷ୍ଣଙ୍କ ଜାଜୁଲ୍ୟମାନ ତେଜକୁ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳ ତ୍ରିଭୁବନରେ ମଧ୍ୟ ପଟାନ୍ତର ନାହିଁ ।
Question ୧୯ ।
କୃଷ୍ଣଙ୍କ ରୂପକୁ କିଏ ସରି ନୁହେଁ ?
ଉ –
ଅଶେଷ କୋଟି କନ୍ଦର୍ପ ମଧ୍ୟ ସମାନ ହେବେନାହିଁ ।
Question ୨୦ ।
ଛଦ୍ରମେ କେଉଁରୂପ ଦେବସ୍ଵାମୀ ଧରିଛନ୍ତି ?
ଉ –
ଛଦ୍ରରେ ବାଳୁତ ରୂପରେ ଦେବସ୍ଵାମୀ ଦେହଧାରଣ କରିଥିଲେ ।
Question ୨୧ ।
କୃଷ୍ଣଙ୍କ ପାଦପୂଜା କିଏ କିଏ କରନ୍ତି ?
ଉ –
ବ୍ରହ୍ମା, ଇନ୍ଦ୍ର ଓ ଶିବ ଶ୍ରୀକୃଷ୍ଣଙ୍କ ପାଦପୂଜା କରିଥା’ନ୍ତି ?
Question ୨୨ ।
କାହାର ମୁକ୍ତି ନିମନ୍ତେ ଜ୍ୟୋତିର୍ମୟ ଉଦୟ ହୋଇଛନ୍ତି ?
ଉ –
ପ୍ଲେଛ-ଆଦି ଅତ୍ୟାଚାରୀ ଜନମାନଙ୍କର ମୁକ୍ତି ନିମନ୍ତେ ଜ୍ୟୋତିର୍ମୟ ଉଦୟ ହୋଇଛନ୍ତି ।
(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)
Question ୧ ।
ସରହ ସୁନ୍ଦରୀ କେତେବେଳେ ଓ କେଉଁଠାରେ ଆସି ମିଳିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ରାତ୍ର ବେନିଘଡ଼ି ସମୟରେ ସରହ ସୁନ୍ଦରୀ ରାତ୍ରି ଦୁଇଘଡ଼ି ସମୟରେ ନନ୍ଦରାଜାଙ୍କ ପ୍ରାସାଦରେ ପଦାର୍ପଣ କରିଥିଲା ।
Question ୧ ।
ସରହ ସୁନ୍ଦରୀ ଦେଖ୍କୁ କପରି ଥିଲା ?
ଉ –
ସରହ ସୁନ୍ଦରୀ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । କବିଙ୍କ ବର୍ଣ୍ଣନାନୁସାରେ ‘ସରହ ସୁନ୍ଦରୀ’’ ଶ୍ୟାମଳବର୍ଣ୍ଣା ଶୁକ୍ଳକେଶ ଓ ଦନ୍ତବିହୁନା ଥିଲା ।
Question ୩ ।
ସରହ ସୁନ୍ଦରୀ କି କି ଅଳଙ୍କାର ପରିଧାନ କରିଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁସାରେ ‘ସରହ ସୁନ୍ଦରୀ’’ ବାହୁରେ କଙ୍କଣ ଓ ସ୍ଵର୍ଣ୍ଣଚୂଡ଼ି ଅଙ୍ଗୁଷ୍ଠିରେ ମୁଦ୍ରିକା, କଣ୍ଠରେ ତାଡ଼କୀ, ନାକରେ ନାକଚଣା ଓ ଗୋଡ଼ରେ ନୁପୂର ପ୍ରଭୃତି ଅଳଙ୍କାରମାନ ପରିଧାନ କରିଥିଲା ।
Question ୪ ।
ସରହ ସୁନ୍ଦରୀ କେଉଁ ରସରେ ଗୁଣଗ୍ରାହୀ ଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ନବରସର ଗୁଣଗ୍ରାହୀ ଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ।
Question ୫।
ସରହ ସୁନ୍ଦରୀ କି କି ବିଦ୍ୟା ଜାଣିଥିଲା ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ବ୍ୟାଘ୍ର, ଭଲ୍ କ ଓ ମତ୍ତଗଜର ବଶୀକରଣ ସହିତ ନବନାଟକ ବିଦ୍ୟା ନୃତ୍ୟଗୀତ ବିଦ୍ୟାରେ ପାରଙ୍ଗମ ଥିଲା ।
Question ୬।
ସରହ ସୁନ୍ଦରୀ କାହାର ପ୍ରିୟ ଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ଗୋପପୁରର ସମସ୍ତ ନାରୀମାନଙ୍କର ଅତ୍ୟନ୍ତ ପ୍ରିୟ ଥିଲା ବୋଲି କବି
Question ୭ ।
ସରହ ସୁନ୍ଦରୀ କର୍ଣ୍ଣ ଓ ନାସାରେ କି କି ଅଳଙ୍କାର ଗ୍ରହଣ କରିଥିଲା ?
ଉ –
‘ସରହ ସୁନ୍ଦରୀ’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ ।
Question ୮ |
ସରହ ସୁନ୍ଦରୀ ପାଦରେ କ’ଣ ପିନ୍ଧିଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ପାଦରେ ଅଳତା ସହିତ ରୁଣୁଝୁଣୁ ଶବ୍ଦାୟିତ ନୂପୁର ପିନ୍ଧିଥିଲା ବୋଲି କବି
Question ୯ |
ସରହ ସୁନ୍ଦରୀ କଣ୍ଠରେ କ’ଣ ଆଭରଣ ଥିଲା ?
ଉ –
ଆରେଲାଗ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ସରହ ସୁନ୍ଦରୀ କଣ୍ଠରେ ଅନେକ ରତ୍ନହାର ଧାରଣ କରିଥିଲା
ବୋଲି କବି ବର୍ଣ୍ଣନା କରିଛନ୍ତି ।
Question ୧୦ ।
ସରହ ସୁନ୍ଦରୀ ଗୋପନଗ୍ରରେ କେମିତି ରହିଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କୃତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ତା’ ନିଜ ଇଚ୍ଛାସୁଖରେ ବିରାଜମାନ କରିଥାଏ ।
Question ୧୧ ।
ସରହ ସୁନ୍ଦରୀ କ’ଣ ବୋଲି ଜାଣିହୁଏ ନାହିଁ ?
ଉ –
“ସରହ ସୁନ୍ଦରୀ” କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ‘ସରହ ସୁନ୍ଦରୀ’’ ସଧବା କିମ୍ବା ବିଧବା ଏକଥା ସହଜରେ ଜାଣିହୁଏ ନାହିଁ ।
Question ୧୨ ।
ସରହ ସୁନ୍ଦରୀ କାହାର ଚିତ୍ତ ଅବହେଳେ ରଞ୍ଜି ଦେଇପାରେ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ ‘ହରିବଂଶ’’ କାବ୍ୟ ପୁରାଣର ତୃତୀୟ
Question ୧୩ ।
ସରହ ସୁନ୍ଦରୀ କ’ଣ ନିଗାଡ଼ିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ସରହ ସୁନ୍ଦରୀ ରତିଶାସ୍ତ୍ରରେ ସମ୍ପୂର୍ଣ ଷୋଳକଳା ନିଗାଡ଼ି ଥିଲା ।
Question ୧୪ ।
ସବୁରି ସଙ୍ଗରେ ସରହ ସୁନ୍ଦରୀ କ’ଣ ହୋଇଥାଏ ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁଯାୟୀ ସରହ ସୁନ୍ଦରୀ ସାନଠାରୁ ବଡ଼ ପର୍ଯ୍ୟନ୍ତ ସବୁରି ସାଙ୍ଗରେ ସଦ୍ଭାବ ବା ମେଳକ ରହିଥାଏ ।
Question ୧୫ ।
କେତେ ଘରେ “ସରହ ସୁନ୍ଦରୀ’’ର ଠଣା ଥାଏ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ସ୍ଵରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ କବି ସରହ ସୁନ୍ଦରୀ ଗୋପପୁରରେ ଥିବା ନବଲକ୍ଷ ଘରର ସବୁଠାରେ ଠଣା ଥିବା କଥା ବର୍ଣ୍ଣନା କରିଛନ୍ତି ।
Question ୧୬ ।
ସବୁଘରେ ଦୂତିକାକୁ କ’ଣ ମନେକରନ୍ତି ?
ଉ –
ଆଲୋଚ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପନଗରର ସବୁଠାରେ ଦୂତିକା ଦଇବ ବିଧାତା ରୂପରେ ପରିଚୟ ପାଇଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି ।
Question ୧୭ ।
ଏକା ଦୂତିକା କ’ଣ କରିପାରେ ?
ଉ –
ଆଲୋଚ୍ୟ ‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପପୁରର ଏକା ଦୂତିକା ଦଶଦିଗକୁ ଆୟତ୍ତ ଓ ବିମୋହିତ କରିପାରୁଥିଲା ବୋଲି କବି ବର୍ଣ୍ଣନା କରିଛନ୍ତି ।
Question ୧୮ ।
ଦୂତୀକାର ବାଣୀ କିଏ ସବୁ ଲଙ୍ଘିପାରନ୍ତି ନାହିଁ ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ କବି ସରହ ସୁନ୍ଦରୀର ବାଣୀ କିପରି ଗୋପର ଗୋପାଳୁଣୀମାନଙ୍କ ପାଇଁ ଅଲଙ୍ଘନୀୟ ଥିଲା ତାହା ବର୍ଣ୍ଣନା କରାଯାଇଛି ।
Question ୧୯ ।
ଦେବହରି କିପରି ପହୁଡ଼ି ଥିଲେ ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ ।
Question ୨୦ ।
କୃଷ୍ଣ କାହାର ମୁଖ୍ୟପାନ ବୋଲି କୁହାଯାଇଛି ?
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଭଗବାନ ଶ୍ରୀକୃଷ୍ଣ ଦେବଦେବଙ୍କର ମୁଖ୍ୟପାନ ଅଟନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ।
Question ୨୧ ।
କିଏ କିପରି ଭଗବାନଙ୍କର ଭେଟ ପାଇଲେ ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଗୋପପୁରର ନରନାରୀମାରେ ପଦ୍ଭାବରେ ନିର୍ଗୁଣ, ନିରଜ୍ଞନ ଭଗବାନଙ୍କର ଭେଟ ପାଇଲେ ବୋଲି କବି ବର୍ଣ୍ଣନା କରିଛନ୍ତି ।
Question ୨୨ ।
ଶ୍ରୀକୃଷ୍ଣ କିପରି ତୋଷ ହେଲେ ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସମ୍ମୁଖରେ ଯୋଡ଼ହସ୍ତରେ ଦଣ୍ଡାୟମାନ ହୋଇଥ୍ ସହଚରୀ “ସରହ ସୁନ୍ଦରୀ’’କୁ ଦେଖ୍ ଶ୍ରୀକୃଷ୍ଣ ଆତ୍ମସନ୍ତୋଷ ଲାଭ କରିଛନ୍ତି ।
Question ୨୩ ।
ଶ୍ରୀକୃଷ୍ଣଙ୍କୁ ଚାହିଁ ଦୂତୀ ଆନନ୍ଦ ହୋଇ କ’ଣ କହିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଦୂତୀ ନିଜକୁ ଧନ୍ୟ ମନେକରି ତା’ର ସମସ୍ତ ପାପରୁ ମୁକ୍ତିଲାଭ କରିଛି ବୋଲି ସ୍ଵମତ ବ୍ୟକ୍ତ କରିଥିଲା ।
Question ୨୪ ।
କୃଷ୍ଣଙ୍କୁ କି ପୁରୁଷ ବୋଲି ଦୂତୀ କହିଛି ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଦୂତୀ ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ଇନ୍ଦ୍ର ଓ ଗଙ୍ଗାଧରଙ୍କଦ୍ଵାରା ପୂଜିତ କଳପାଧ୍ ପୁରୁଷ ବୋଲି ବର୍ଣ୍ଣନା କରିଅଛି ।
(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)
Question ୧ ।
ସରହ ସୁନ୍ଦରୀର ରୂପ ଶୋଭା କିପରି ଥିଲା ?
ଉ –
‘‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ “ହରିବଂଶ” ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ସରହ ସୁନ୍ଦରୀ ଦୂତୀ ଶ୍ୟାମବର୍ଣ୍ଣା, ଦନ୍ତବିହୀନା ହୋଇଥିଲେ ମଧ୍ୟ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତା ଥିଲା । ସେ କଣ୍ଠରେ ତାଡ଼କୀ, ନାକରେ ନାକଚଣା, ହସ୍ତରେ କଙ୍କଣ, ଅଙ୍ଗୁଷିରେ ମୁଦ୍ରିକା ସହ ପାଦରେ ଅଳତା ଲଗାଇ ନୂପୁର ପରିଧାନ କରିଥିଲା । ବୟସରେ ସେ ବୃଦ୍ଧ ଥିଲେ ମଧ୍ୟ ରୂପରେ ଜଗଜିଣା ଥିଲା ବୋଲି କବି ‘ସରହ ସୁନ୍ଦରୀ’’ର ରୂପଶୋଭାକୁ ବର୍ଣନା କରିଛନ୍ତି ।
Question ୨।
‘‘ସରହ ସୁନ୍ଦରୀ’’ କି କି ବିଦ୍ୟା ଜାଣିଥିଲା ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ” ମହାକାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ‘‘ସରହ ସୁନ୍ଦରୀ’’ ଦୂତୀ ନବନାଟକ ବିଦ୍ୟା ସହିତ ନୃତ୍ୟଗୀତ ବିଦ୍ୟାରେ ପାରଙ୍ଗମ ଥିଲା । ଏଥିସହିତ ସେ ସ୍ତମ୍ଭନ ମୋହନ ବିଶ୍ୟ ଓ ଉଚ୍ଚାଟନ ବିଦ୍ୟମାନ ଆୟତ୍ତ କରି ବ୍ୟାଘ୍ର, ଭଲ୍ କ ଓ ମତ୍ତଗଜମାନଙ୍କୁ ମଧ୍ୟ ଆୟତ୍ତାଧୀନ କରିପାରୁଥିଲା ବୋଲି କବି ବର୍ଣନା କରିଛନ୍ତି ।
Question ୩।
ସରହ ସୁନ୍ଦରୀ ଜୀବନର କେଉଁ କେଉଁ କଥାମାନ କାହାରିକୁ ଜଣା ନାହିଁ ?
ଉ –
‘ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ ‘ହରିବଂଶ’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । କବିଙ୍କ ବର୍ଣ୍ଣନା ଅନୁସାରେ “ସରହ ସୁନ୍ଦରୀ’’ ଅନେକଦିନରୁ ଗୋପପୁରରେ ଅବସ୍ଥାନ କରିଆସୁଛି । ତା’ର ପିତାମାତା ଓ ଭ୍ରାତାଙ୍କ ପରିଚୟ ସମସ୍ତଙ୍କ ପାଇଁ ଅଜ୍ଞେୟ । ସେ ଅତ୍ୟନ୍ତ ସିହାଣୀ ଓ ଚାତୁର୍ଯ୍ୟରେ ପରିପୂର୍ଣ୍ଣ ଥିବାରୁ ସଧବା କିମ୍ବା ବିଧବା ଏକଥା କାହାରିକୁ ଜଣାପଡ଼େ ନାହିଁ ।
Question ୪ ।
ମାଙ୍କଡ଼ସା ସୂତାରେ ସେ ବାନ୍ଧିପାରଇ ମତ୍ତଗଜ – ଏହାର ଅର୍ଥ ବୁଝାଇ ଦିଅ ।
ଉ –
ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ମାଙ୍କଡ଼ସା ସୂତା କହିଲେ ବୁଢ଼ିଆଣୀ ଜାତୀୟ ଏକ କୀଟର ସୂକ୍ଷ୍ମ ରଜ୍ଜୁ ଅଟେ, ଯାହା ସ୍ପର୍ଶ ମାତ୍ରକେ ମିଳାଇଯାଏ । ମତ୍ତଗଜ ହେଉଛି ପାଗଳା ହାତୀ ଯାହାର ପ୍ରବଳ ଗତିକୁ ଅବରୋଧ କରିବାପାଇଁ ମହାଶକ୍ତିର ପ୍ରୟୋଜନ ହୁଏ । ମାତ୍ର ସରହ ସୁନ୍ଦରୀ ଏତେ ସିହାଣୀ ଓ ଚତୁରୀ ଥୁଲା ଯେ ସେ ତା’ର ପରାକାଷ୍ଠା ବର୍ଣ୍ଣନା କରିବାକୁ ଯାଇ କବି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି ।
Question ୫ ।
ସେ କାହାକୁ କିପରି ରଞ୍ଜିପାରେ ଓ କାହାକୁ କିପରି ଭାଞ୍ଜିପାରେ – ସୂଚେଇ ଦିଅ ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ” କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ଏଠାରେ କବି “ସରହ ସୁନ୍ଦରୀ’’ର ସିଂହାଣପଣ ବିଷୟରେ ସୂଚାଇ ଦେଇଛନ୍ତି । ସଂସାର ବିରାଗୀ ଯୋଗୀଜନମାନଙ୍କର ଚିତ୍ତକୁ ମଧ୍ୟ ‘ସରହ ସୁନ୍ଦରୀ’’ ଅନାୟାସରେ ବିମୋହିତ କରିଦେଉଥିଲା । ସେହିପରି ଭଗବତ ପରାୟଣ ବ୍ରହ୍ମଚାରୀ ପୁରୁଷଙ୍କର ଲୟ ବା ଧାନକୁ ସେ ତା’ର ଚାତୁର୍ଯ୍ୟ ବଳରେ ବିଚଳିତ କରିଦେଉଥ୍ଲା ।
Question ୬।
ଗୋବିନ୍ଦର ମଧ୍ୟସ୍ଥକୁ ସେ ଗୋପପୁରରେ ରହି ଏହାର ଅର୍ଥ ପ୍ରକାଶ କର ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଅଛି । ଭଗବାନ ଶ୍ରୀକୃଷ୍ଣ ବ୍ରଜଧାମରେ ଲୀଳା ପୁରୁଷ ରୂପେ ଅବତୀର୍ଣ୍ଣ ହୋଇଥିଲେ । ମହାଭାବମୟୀ ଶ୍ରୀରାଧା ମଧ୍ୟ ତାଙ୍କର ଲୀଳା ସହଚରୀ ଥିଲେ । ରାଧାକୃଷ୍ଣଙ୍କର ଏହି ଅପ୍ରାକୃତ ପ୍ରେମଲୀଳାର ସହଚରୀ ବା ମଧ୍ୟସ୍ଥ ପରିଚାରିକା ରୂପେ “ସରହ ସୁନ୍ଦରୀ’’ ଦୂତୀ ରୂପରେ ଗୋପପୁରରେ ଅବସ୍ଥାନ କରୁଥିଲା ବୋଲି କବି ଉଲ୍ଲେଖ କରିଛନ୍ତି ।
Question ୭।
କୃଷ୍ଣଙ୍କୁ ଗୋପୀମାନେ ବେଢ଼ି ରହିଥିବା ଦୃଶ୍ୟକୁ କବି କିପରି ବର୍ଣ୍ଣନା କରିଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଅନ୍ତର୍ଭୁକ୍ତ ଅଟେ । କୁମାର ପୂର୍ଣ୍ଣିମାର ଉତ୍ସବ ପାଳନ ଅବସରରେ ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କୁ ରତ୍ନପଲଙ୍କ ଉପରେ ଉତ୍ତାନଶାୟୀ ହୋଇ ଶୋଇଥିର ଓ ଚତୁଃପାର୍ଶ୍ଵରେ ଗୋପୀମାନଙ୍କର ଘେରି ରହିଥିବା ଦୃଶ୍ୟକୁ ଅବଲୋକନ କରିଛି । ଶ୍ରୀକୃଷ୍ଣଙ୍କ ଚାରିପାଖରେ ଗୋପୀମାନଙ୍କୁ ଦେଖୁଥିବା ଦୃଶ୍ୟକୁ କବି ଚନ୍ଦ୍ରକୁ ନକ୍ଷତ୍ରମାନେ ବେଢ଼ିଥିବା ସହ ଓ ପଦ୍ମବନ ମଧ୍ୟରେ ରାଜହଂସର ଅବସ୍ଥାନ ସହ ତୁଳନା କରିଛନ୍ତି ।
Question ୮ |
ନିଦ୍ରାଗତ କୁଷ୍ଠ କିପରି ଶୋଭା ପାଉଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ ହରିବଂଶ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଅନ୍ତର୍ଭୁକ୍ତ ଅଟେ । ଏଠାରେ କବିଙ୍କ ବର୍ଣ୍ଣନା ଅନ୍ତଯାୟୀ ଶ୍ରୀକୃଷ୍ଣ ଖଟଦୋଳି ଉପରେ ଉଦ୍ଭାନଶୀୟ ହୋଇ ଶୟନ କରିଥିଲେ । ଏହି ଦୃଶ୍ୟକୁ କବି ଅନ୍ଧାର ରାତିରେ ଉଜ୍ଜ୍ଵଳ ଚନ୍ଦ୍ରମା ସହ ତୁଳନା କରିଛନ୍ତି ।
Question ୯।
“ବିକଚ ପଦ୍ମବନ ଭିତରେ ଯେସନେ ରାଜହଂସ ଖେଳା” – କବି କେଉଁ ଉପଲକ୍ଷ୍ୟରେ ଏହି ଉପମା ପ୍ରଦାନ କରିଛନ୍ତି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଏଠାରେ ଭଗବାନ ଶ୍ରୀକୃଷ୍ଣ ଗୋପୀମାନଙ୍କଦ୍ୱାରା ପରିବେଷ୍ଟିତ ଶୟନରତ ଥିଲେ । ଏଠାରେ କବି ଗୋପୀମାନଙ୍କୁ ପଦ୍ମବନ ଓ ଶ୍ରୀକୃଷ୍ଣଙ୍କୁ ରାଜହଂସ ସହ ତୁଳନା କରିଛନ୍ତି ।
Question ୧୦ ।
‘‘ମେଚ୍ଛାଦି ମୁକତି ନିମନ୍ତେ ହୋଇଛି ଉଦୟେ’’ – କିଏ କାହାକୁ କେଉଁ ପ୍ରସଙ୍ଗରେ କହିଛି ?
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ କାବ୍ୟର ତୃତୀୟ ଖଣ୍ଡର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଛି । ଶ୍ରୀକୃଷ୍ଣ ଲୀଳାମୟ ପୁରୁଷ । ସେ ଓ ପତିତମାନଙ୍କ ବିନାଶ ତଥା ସେମାନଙ୍କ ମୁକ୍ତି ନିମନ୍ତେ ଦେହଧାରଣ କରିଛନ୍ତି । ସରହ ସୁନ୍ଦରୀ ଦୂତୀ ସ୍ତୁତି ଛଳରେ ଶ୍ରୀକୃଷ୍ଣଙ୍କୁ ଏକଥା କହିଛନ୍ତି ।
(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
Question ୧ ।
ସରହ ସୁନ୍ଦରୀ କବିତାରୁ ଦୂତୀକାର ଚରିତ୍ର ଚିତ୍ରଣ କର ।
କିମ୍ବା, ଆଲୋଚ୍ୟ କବିତାକୁ ଭିଭିକରି ‘‘ସରହ ସୁନ୍ଦରୀ’’ ଦୂତୀର ବୈଶିଷ୍ଟ୍ୟ ପ୍ରତିପାଦନ କର ।
ଉ –
ମହାପୁରୁଷ ଅଚ୍ୟୁତାନନ୍ଦଙ୍କର “ହରିବଂଶ” ଏକ ଜନପ୍ରିୟ ପୌରାଣିକ ଗ୍ରନ୍ଥଅଟେ । ଉତ୍କଳର ପୁରପଲ୍ଲୀରେ ଏହାର ପଠନ, ଶ୍ରବଣ ଓ ପାରାୟଣକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପାଳନ କରାଯାଇଥାଏ । ‘ହରିବଂଶ’ର ତୃତୀୟଖଣ୍ଡର ପ୍ରଥମ ଅଧ୍ୟାୟରୁ ‘‘ସରହ ସୁନ୍ଦରୀ’’ ଶୀର୍ଷକ କବିତାଟି ଉଦ୍ଧାର କରାଯାଇ ଅଛି । ଲୀଳାମୟ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳାରେ ପ୍ରାରମ୍ଭରେ ନାଟକୀୟ ଢଙ୍ଗରେ ସରହ ସୁନ୍ଦରୀକୁ ନନ୍ଦରାଜାଙ୍କ ଉଆସରେ ଆବିର୍ଭାବ କରାଇ ବର୍ଣ୍ଣନା କରିଛନ୍ତି ।
“ୟେସନକ ସମୟେ ବେନିଘଡ଼ି ରାତି
ନନ୍ଦର ମନ୍ଦିରେ ଆସି ମିଳିଲା ସରହ ସୁନ୍ଦରୀ ଦୂତୀ ।’’
“ସରହ ସୁନ୍ଦରୀ’’ର ଚରିତ୍ର ଅତ୍ୟନ୍ତ ରହସ୍ୟମୟ । ଶ୍ୟାମବର୍ଣ୍ଣା ଦନ୍ତହୀନା ସରହ ସୁନ୍ଦରୀ ପକ୍ଵକେଶ ଅଟେ । ପକ୍ଵକେଶ ବାର୍ଦ୍ଧକ୍ୟର ସୂଚନା ଦିଏ । ମାତ୍ର କବି ‘ବୟସେ ମତୁଆଳ’ ବୋଲି ଉଲ୍ଲେଖ କରିଛନ୍ତି । ଅର୍ଥାତ୍ ତାହାର ବୟସରେ ମାଦକତା ପୂରି ରହିଛି । ବୟସର ଛାପ ତା’ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ତେଣୁ କବି ସ୍ପଷ୍ଟ ଭାବରେ ଏହା ବର୍ଣ୍ଣନା କରିଛନ୍ତି ଯେ –
‘‘ ବୟସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’
“ସରହ ସୁନ୍ଦରୀ’’ର ଚରିତ୍ର ଅତ୍ୟନ୍ତ ରହସ୍ୟମୟ । ଶ୍ୟାମବର୍ଣ୍ଣା ଦନ୍ତହୀନା ସରହ ସୁନ୍ଦରୀ ପକ୍ଵକେଶ ଅଟେ । ଗୋପପୁରର ନବୃଲକ୍ଷ ଗୃହରେ ତା’ର ଗମନାଗମନ ରହିଛି । ନିଜ ଶରୀରର ଶୋଭାବର୍ତ୍ତନ ପାଇଁ ସେ ବିଦ, ମୁଦି, କବରୀ, ତାଡ଼କୀ, ନାକଚଣା ଓ ନୂପୁର ପ୍ରଭୃତି ଅଳଙ୍କାରମାନ ପରିଧାନ କରିଥାଏ । କାବ୍ଯସୌନ୍ଦର୍ଯ୍ୟ ସହିତ ତା’ର ଆନ୍ତରିକ ଗୁଣମାନ ମଧ୍ୟ ଚମକପ୍ରଦ। ସ୍ତମ୍ଭନ, ମୋହ, ବଶ୍ୟ ଉଚ୍ଚାଟନ ପ୍ରଭୃତି ଗୁଣରେ ସେ ପାରଙ୍ଗମ ଅଟେ । ଏତଦ୍ବ୍ୟତୀତ ନବନାଟକ, ନୂଆଗୀତରେ ସେ ପ୍ରବୀଣା । ସରହ ସୁନ୍ଦରୀ ଅହ୍ୟ ବି ବିଧବା ଏହା ସମସ୍ତଙ୍କୁ ଅଜ୍ଞେୟ । ତା’ର ପିତା, ମାତା ଓ ଭ୍ରାତାଙ୍କ ପରିଚୟ ମଧ୍ଯ ଅନାମଧେୟ । ଗୋପପୁରରେ ସେ ସମସ୍ତଙ୍କ ପାଖରେ ‘ଆଈ’’ର ପରିଚୟ ଦେଇ ପ୍ରିୟପାତ୍ର ହୋଇଛି ।
ଅନ୍ୟପକ୍ଷରେ ସରହ ସୁନ୍ଦରୀ ଅତ୍ୟନ୍ତ ସିହାଣୀ ଓ ଚତୁରୀ । ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସାଧ କରିପାରେ । କବିଙ୍କ ମତରେ – ‘‘ଧୃତିଙ୍କର ଧୃତି ସେ ସିହାଣୀଙ୍କର ଅଗ୍ରଜ । ମାଙ୍କଡ଼ସା ସୂତାରେ ସେ ବାନ୍ଧିପାରଇ ମତ୍ତଗଜ ।’’ କରିଦେଇପାରେ ।
ଗୋପପୁରରେ ସରହ ସୁନ୍ଦରୀ ସମସ୍ତଙ୍କର ବିଶ୍ଵାସର ପାତ୍ରୀ । ବିଶେଷକରି ରାଧା ଗୋବିନ୍ଦଙ୍କର ମିଳନ ପର୍ବରେ ସେ ମଧ୍ୟସ୍ଥ ବା ସହଚରୀର ଭୂମିକା ନିର୍ବାହ କରେ । କୁମାରପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ନନ୍ଦରାଜାଙ୍କ ଗୃହରେ ପଦାର୍ପଣ କରି ବିଭିନ୍ନ ସ୍ତୁତିଗାନ ଛଳରେ ସେ ଶ୍ରୀକୃଷ୍ଣଙ୍କୁ ଅଭିବାଦନ ଜଣାଇଛି । ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କର ରହସ୍ୟମୟ ଲୀଳର ମୁଖ୍ୟ ସମ୍ପାଦିକା ଓ ଭଗବାନ ଶ୍ରୀକୃଷ୍ଣଙ୍କର ଅନନ୍ତ ସ୍ଵରୂପକୁ ସେ ଅବଗତ ଥିଲା। ତେଣୁ ସରହ ସୁନ୍ଦରୀ ଚରିତ୍ରର ବୈଶିଷ୍ଟ ପଠିତ କବିତାରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।
Question ୨।
ସରହ ସୁନ୍ଦରୀ କବିତାରୁ କବିଙ୍କ କବିତ୍ଵ ଓ ରସ ଚେତନାର ପରିଚୟ ଦିଅ ।
କିମ୍ବା, ‘‘ସରହ ସୁନ୍ଦରୀ’’ କବିତାକୁ ଭିଭିକରି କବିଙ୍କର ବର୍ଣନାଶୈଳୀ ଓ ରସବୋଧର ବିଶ୍ଳେଷଣ କର ।
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କର ବିରଚିତ “ହରିବଂଶ’’ ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ପ୍ରଧାନତଃ ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କ ସ୍ପର୍ଶରେ ଆସି ବୈଷ୍ଣବଧର୍ମରେ ଦୀକ୍ଷିତ ହେଲାପରେ ଭକ୍ତିପଥର ଅନୁଗାମୀ ହୋଇଥିଲେ । ତେଣୁ ସେ ପ୍ରଥମେ ଭକ୍ତ ଓ ପରେ କବି । ପ୍ରାୟତଃ ତାଙ୍କର ସାରସ୍ଵତ ସୃଷ୍ଟିଗୁଡ଼ିକ ବିଭିନ୍ନ ରସରେ ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସବୁଠାରେ ଭକ୍ତିରସରେ ପ୍ରାଧାନ୍ୟ ଅନୁଭବ କରିହୁଏ । ଆଲୋଚ୍ୟ କବିତାଟି ମଧ୍ୟ ଭକ୍ତିରସ ପ୍ରଧାନ ଅଟେ । କବିତାଟିର ଆଦ୍ୟରେ କବି ସରହ ସୁନ୍ଦରୀ ଦୂତୀର ରହସ୍ୟମୟ ପରିଚୟ ଦେଇଛନ୍ତି । ଶ୍ୟାମବର୍ଣ୍ଣ ଦନ୍ତହୀନ ପକ୍ବକେଶୋ ଦୂତୀ ନିଜର ବାର୍ଦ୍ଧକ୍ୟ ସତ୍ତ୍ଵେ ବୟସର ମାଦିକତାକୁ ଅତୁଟ ରଖୁଛି । କବି ଏହାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –
“ତନୁ ଶ୍ୟାମଳ ବର୍ଣ୍ଣ ବୟସେ ମତୁଆଳ
ଦନ୍ତ ବିହୁନେ ମୁଖ ପାକଲା ଲମ୍ବା ବାଳ ।’’
ବାର୍ଦ୍ଧକ୍ୟ ସରହ ସୁନ୍ଦରୀର ସୌନ୍ଦର୍ଯ୍ୟ ପାଖରେ ପରାଜୟ ସ୍ୱୀକାର କରିଛି । ଗୋପପୁରର ନବଲକ୍ଷ ଗୃହକୁ ଅନାୟାସରେ ତା’ର ଗମନାଗମନ । ତେଣୁ କବି ଅତି ଚମତ୍କାର ଭାବରେ ଏହା ବର୍ଣ୍ଣନା କରିଛନ୍ତି –
‘‘ ବୟେସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’
ସେହିପରି ଦୂତିକା ଭାବରେ ସରହ ସୁନ୍ଦରୀର ଯୋଗ୍ୟତାକୁ କବି ଅତି ଚମତ୍କାର ଭାବରେ ପରିସ୍ଫୁଟନ କରିଛନ୍ତି – ‘‘ତାହାର ମହିମା ଅବା କହିବଇଁ କିସ | ଏକା ଦୂତିକା ମୋହି ପାରଇ ଦଶଦିଶ । ସରହ ସୁନ୍ଦରୀ ଜଣେ ମାତ୍ର ବ୍ୟକ୍ତି ଯେ ଦଶଦିଗକୁ ମଧ୍ୟ ଆୟତ୍ତ କରିଦେଇପାରେ । ରାଧାଗୋବିନ୍ଦଙ୍କର ମିଳନ ପର୍ବରେ ସେ ମୁଖ୍ୟ ସଂଯୋଜିକା । ବିଧାତା
ବ୍ୟତୀତ ଯୋଗୀ ବ୍ରହ୍ମଚାରୀମାନଙ୍କୁ ମଧ୍ୟ ସରହ ସୁନ୍ଦରୀ ଚାତୁର୍ଯ୍ୟରେ ବଶୀଭୂତ କରିପାରେ । କବି ଏ ସରହ ସୁନ୍ଦରୀର ମଧ୍ୟସ୍ଥ ପଣର ପରାକାଷ୍ଠାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି – “ମାଙ୍କଡ଼ସା ସୂତାରେ ସେ ବାନ୍ଧି ପାରଇ ମତ୍ତଗଜ ।” ଅର୍ଥାତ୍ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସହଜସିଦ୍ଧ କରିଦେଇପାରେ ।
ଅଙ୍ଗଲାବଣ୍ୟକୁ ସେ କୋଟି କନ୍ଦର୍ପର ଲାବଣ୍ୟଠାରୁ ଆହୁରି ଚିତ୍ତାକର୍ଷକ ବୋଲି ବର୍ଣ୍ଣନା କରିଛନ୍ତି । ନକ୍ଷତ୍ରବେଷ୍ଟିତ ଚନ୍ଦ୍ରମା, ପଦ୍ମବନ ମଧ୍ୟରେ ରାଜହଂସ ପରି ଶ୍ରୀକୃଷ୍ଣଙ୍କ ଜାଜୁଲ୍ୟମାନ ରୂପକାନ୍ତିର ବର୍ଣ୍ଣନା କବିଙ୍କର ସୌନ୍ଦର୍ଯ୍ୟବୋଧର ତିମିରି ’’ ଓ ‘ ଜାଜୁଲ୍ୟମାନ ତେଜ ଦିଶଇ ଅତି ସଞ୍ଚ ’’ ପ୍ରଭୃତି ପଦମାନଙ୍କରେ ପ୍ରତିପାଦିତ କରି ନିଦ କବିତ୍ଵ ଶୈଳୀରେ ସୁନ୍ଦର ପରିଚୟ ଦେଇଛନ୍ତି । କବିତାଟିର ଶେଷଭାଗରେ ଭକ୍ତିରସର ବର୍ଣନା ରହିଛି । ଶ୍ରୀକୃଷ୍ଣଙ୍କୁ ସେ ‘‘ ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ’’ କରିଛନ୍ତି –
“ଧନ୍ୟ ସେ ଗୋପନଗ୍ରେ ନରନାରୀଙ୍କର ଜୀବନ
ସଦ୍ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।’’
ଅନ୍ୟ ପକ୍ଷରେ ସରହ ସୁନ୍ଦରୀ ମୁଖରେ କବି ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କଦ୍ଵାରା ପୂଜିତ ଦେବାଧୂରାଜ ରୂପେ ବନ୍ଦନା କରିଛନ୍ତି । ସ୍ନେଛମାନଙ୍କୁ ମୁକ୍ତି ଦେବାପାଇଁ ନିରାକାର ପୁରୁଷ ସାକାର ଭାବରେ ଆବିର୍ଭୂତ । ତେଣୁ କବି ନିଜ ଭକ୍ତିଭାବର ସମ୍ପୂର୍ଣ୍ଣ ପରିଚୟ ଦେଇ କବିତାଟିକୁ ଉପସଂହାର କରିଛନ୍ତି । ଅଚ୍ୟୁତାନନ୍ଦ ଭକ୍ତକବି ହେଲେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟଚେତନା, ଶବ୍ଦ ସଂଯୋଜନା, କବିତ୍ଵର ଚାତୁରୀ ଅତ୍ୟନ୍ତ ରସବୋଧ ଅଟେ; ରୋଚକ ଓ ଚିତ୍ତାକର୍ଷକ
ଅଟେ ।
Question ୩ ।
‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର ଭକ୍ତିମତ୍ତାର ପରିଚୟ ପ୍ରଦାନ କର ।
କିମ୍ବା, ପଠିତ କବିତାକୁ ଭିଭିକରି କବିଙ୍କର ବିଭୁବୋଧର ବିଶ୍ଳେଷଣ କର ।
ଉ –
ମହାପୁରୁଷ ଅଚ୍ୟୁତାନନ୍ଦ ବୈଷ୍ଣବ ପଞ୍ଚସଖା ଗୋଷ୍ଠୀର ଭକ୍ତ ଶିରୋମଣି । ଜଣେ ତତ୍ତ୍ଵଦର୍ଶୀ ସିଦ୍ଧପୁରୁଷ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ସେ ଉତ୍କଳୀୟ ବୈଷ୍ଣବଧର୍ମ ଆନ୍ଦୋଳନରେ ନିଜକୁ ଜଣେ ବଳିଷ୍ଠ ବ୍ୟକ୍ତିତ୍ଵ ଭାବରେ ପ୍ରମାଣିତ କରିଛନ୍ତି । କବିଙ୍କର ରଚନାଗୁଡ଼ିକ ମଧ୍ୟରେ ‘ଗୁରୁଭକ୍ତି ଗୀତା’, ‘ଶୂନ୍ୟସଂହିତା’, ‘କ୍ଷେତ୍ର ମାହାତ୍ମ୍ୟ’ ଓ ହରିବଂଶ ପ୍ରଭୃତି ତାଙ୍କର ଭକ୍ତମତ୍ତା, ଆଧ୍ୟାତ୍ମିକତା ଓ ବିଭୁବୋଧର ପ୍ରକୃଷ୍ଟ ପରିଚୟ ଅଟେ । ଆଲୋଚ୍ୟ ସରହ ସୁନ୍ଦରୀ କବି ଲୀଳାମୟ ପୁରୁଷ ଶ୍ରୀକୃଷ୍ଣଙ୍କ ବ୍ରଜଲୀଳାର ଚରିତାର୍ଥ ନିମନ୍ତେ ସରହ ସୁନ୍ଦରୀ ଚରିତ୍ରଟିକୁ ସୃଷ୍ଟି କରିଛନ୍ତି ।
ବିଶେଷକରି ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳାରେ ସରହ ସୁନ୍ଦରୀ ସହଚରୀ ବା ଦୂତିକାର ଭୂମିକା ନିର୍ବାହ କରିଛି । ମଧ୍ୟସ୍ଥକୁ ସେ ଗୋପପୁରେ ରହି ’’ । ସେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ସହଚରୀ । ରାଧାକୃଷ୍ଣଙ୍କର ମିଳନ ପର୍ବର ମୁଖ୍ୟ ନାୟିକା । କବି ଶ୍ରୀକୃଷ୍ଣଙ୍କୁ ଯୋଗୀଜନ ବନ୍ଦୀ ନିର୍ଗୁଣ ନିରାକାର ରୂପେ ବର୍ଣ୍ଣନା କରି ନିଜର ଭକ୍ତିମତ୍ତାର ପରିଚୟ ପ୍ରଦାନ କରିଛନ୍ତି । କବି ହୃଦୟର ଏହି ନିର୍ମଳ ଭକ୍ତିଭାବକୁ ସେ କବିତାରେ ପରିସ୍ଫୁଟନ କରିଛନ୍ତି –
“ଯୋଗୀଜନମାନେ ଯେବଣ ପଦ୍ମପାଦକୁ କରନ୍ତି ଲୟେ,
ସେ ସ୍ଵାମୀ ଦେହ ବହି ଯେ ହୋଇଛନ୍ତି ଉଦୟେ ।’’
ଦୁଷ୍ଟଦଳନ ଓ ସାଧୁମାନଙ୍କ ପରିତ୍ରାଣ ପାଇଁ ଭଗବାନ ନିର୍ଗୁଣ, ନିରାକାର ହେଲେ ମଧ୍ୟ ସାକାର ମାନବ ରୂପରେ ଦେହଧାରଣ କରିଛନ୍ତି । ଭକ୍ତିମାର୍ଗର ଏହି ତତ୍ତ୍ଵ କବିଙ୍କ ପଠିତ କବିତାରେ ଉନ୍ମୋଚିତ । ଅନ୍ୟପକ୍ଷରେ ସେ କୃଷ୍ଣଙ୍କୁ ଗୋପୀମାନେ ଭାବଡ଼ୋରିରେ ବାନ୍ଧି ରଖୁଛନ୍ତି । କବି ଭକ୍ତିମାର୍ଗର ଭାବଧାରାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି –
“ଧନ୍ୟ ସେ ଗୋପନଗ୍ର ନରନାରୀଙ୍କ ଜୀବନ
ସଦ୍ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।”
ଭଗବାନ ଭାବଗ୍ରାହୀ । ଭକ୍ତର ଭାବରେ ସେ ବନ୍ଧା। ସେ ଚିର ଭାବ ବିନୋଦିଆ । କବି ଅଚ୍ୟୁତାନନ୍ଦ ମଧ୍ଯ ତାଙ୍କର ଅନ୍ୟ ଏକ ଭଜନରେ ଏକଥା ଉଲ୍ଲେଖ କରିଛନ୍ତି –
“ଭାବବିନୋଦିଆ ଠାକୁର
ଭକ୍ତବସଳ ହରି
ଭକ୍ତଙ୍କ ପାଇଁ ଅବତାର
ଦଶମୂରତି ଧରି ।’’
ଭକ୍ତ ରକ୍ଷା ପାଇଁ ସେ ଦଶ ଅବତାର ଧାରଣ କରିଛନ୍ତି । ଦୁଷ୍ଟର ବିନାଶ ଓ ସନ୍ଥର ପରିତ୍ରାଣପାଇଁ ବ୍ରହ୍ମା, ଇନ୍ଦ୍ର ଓ ଶିବଙ୍କର ଆରାଧ୍ୟ ନିର୍ଗୁଣ ବ୍ରହ୍ମ ଦେହଧାରୀ ହୋଇଛନ୍ତି । କବିଙ୍କ ମତରେ ସେ ଦେବାଦେବଙ୍କର ଅଟନ୍ତି ମୁଖ୍ୟପାନ । ଅଶେଷ କୋଟି କନ୍ଦର୍ପର ରୂପଲାବଣ୍ୟକୁ ଶ୍ରୀକୃଷ୍ଣଙ୍କ ଅଙ୍ଗକାନ୍ତି ଉପହାସ କରୁଛି ।
କବି ନିଜର ଗଭୀର ବିଭୁବୋଧ ନେଇ ଶ୍ରୀକୃଷ୍ଣଙ୍କୁ ଭଗବାନଙ୍କ ରୂପରେ ଆରାଧନା କରିଛନ୍ତି । ତାଙ୍କର ଭକ୍ତି-ରସାଣିତ ଲେଖନୀରେ ପରିସ୍ଫୁଟିତ ହୋଇ ଉଠିଛି – ‘‘ ନିରାକାର ପୁରୁଷ ନିର୍ମଳ ଜ୍ୟୋତିର୍ମୟେ | ସ୍ନେଛାଦି ମୁକତି ନିମନ୍ତେ ହୋଇଛି ଉଦୟେ ।’’ କବିତାଟିର ଉପସଂହାରରେ କବି ନିଜ ଇଷ୍ଟଙ୍କର ସ୍ତୁତିଗାନ କରି ନିଜର ଆନ୍ତରିକ ଭକ୍ତିମତ୍ତାର ପରିଚୟ ପ୍ରଦାନ କରିଛନ୍ତି ।
Question ୪।
ସରହ ସୁନ୍ଦରୀର କୃଷ୍ଣ ଭକ୍ତିର ପରିଚୟ ଦିଅ ।
କିମ୍ବା, ପଠିତ କବିତା ଅବଲମ୍ବନରେ ସରହ ସୁନ୍ଦରୀ ଦୂତୀର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ଭାବଭକ୍ତିର ଆକଳନ କର ।
ଉ –
ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦଙ୍କର “ହରିବଂଶ’’ ପୁରାଣର ତୃତୀୟଖଣ୍ଡର ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଲୀଳାମୟ ଶ୍ରୀକୃଷ୍ଣ ଗୋପପୁରରେ ଦେହଧାରଣ ଓ ବ୍ରଜଲୀଳାକୁ ନେଇ ବୈଷ୍ଣବ ସାହିତ୍ୟ ମୁଖରିତ । ବହୁ କବି ବ୍ରଜଧାମରେ ଶ୍ରୀକୃଷ୍ଣଙ୍କ ଲୀଳା କାହାଣୀକୁ ନେଇ ସେମାନଙ୍କର ସାରସ୍ବତ ସୃଷ୍ଟିକୁ ସମୃଦ୍ଧିସମ୍ପନ୍ନ କରିଯାଇଛନ୍ତି । କବି ଅଚ୍ୟୁତାନନ୍ଦ ମଧ୍ଯ ତାଙ୍କର ଅନନ୍ୟ କୃଷ୍ଣ ଭକ୍ତିର ନିଦର୍ଶନ ସ୍ୱରୂପ ‘ହରିବଂଶ’ ପୁରାଣ ରଚନା କରିଛନ୍ତି । ବ୍ରଜଧାମରେ ଶ୍ରୀକୃଷ୍ଣଙ୍କର ମିଳନ ପର୍ବରେ ସହଚରୀ ରୂପେ କବି ସରହ ସୁନ୍ଦରୀ ଚରିତ୍ରଟିକୁ ସୃଷ୍ଟି କରିଛନ୍ତି । କବି ସରହ ସୁନ୍ଦରୀର ବୈଶିଷ୍ଟ୍ୟ ପ୍ରତିପାଦନ କରି ଲେଖୁଛନ୍ତି –
“ଗୋବିନ୍ଦର ମଧ୍ୟସ୍ଥକୁ ଯେ ଗୋପପୁରରେ ରହି
ଯତନେ ବିଧାତା ତାକୁ ଅଛି ନିରିଭାଇ ।’’
ରାଧାକୃଷ୍ଣଙ୍କର ବ୍ରଜଧାମର ପ୍ରେମଲୀଳାରେ ସେ ମୁଖ୍ୟ ସହଚରୀ । ବିଧାତା ତାକୁ ସ୍ଵତନ୍ତ୍ର ଭାବରେ ସେଥ୍ପାଇଁ ସୃଷ୍ଟି କରିଛନ୍ତି । ସେ ରାଧାକୃଷ୍ଣଙ୍କ ଚିରଅନୁଗତା ଓ ବିଶ୍ଵାସନୀୟା ସହଚରୀ । ନନ୍ଦଘରେ କୁମାର ଉତ୍ସବ ପରିପାଳନ ଅବସରରେ ସେ ଆସି ତାର ଆରାଧ ଶ୍ରୀକୃଷ୍ଣଙ୍କ ଦର୍ଶନ କରିଛି । ଦୋଳି ଉପରେ ନିର୍ଗୁଣ ନିରଞ୍ଜନ ନିରାକାର ନର ବାଳୁତ ରୂପରେ ବିଦ୍ୟମାନ । ତାଙ୍କର ଶ୍ରୀଅଙ୍ଗର ଲାବଣ୍ୟତାକୁ କୋଟୀ କନ୍ଦର୍ପର ରୂପଶୋଭା ମଧ୍ୟ ତୁଳନୀୟ ନୁହେଁ ।
‘‘ସରହ ସୁନ୍ଦରୀ’’ର ଭାବଭକ୍ତିରେ ଚରମ ଅତ୍ମତୃପ୍ତି ଲାଭ କରିଛନ୍ତି । କବି ଉଭୟଙ୍କର ସାକ୍ଷାତକାରକୁ ନେଇ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି –
“କରପତ୍ର ଯୋଡ଼ି ଦୂତୀ ଛାମୁରେ ଉଭାଯାଇଁ,
ଶ୍ରୀକୃଷ୍ଣ ତୋଷ ହୋଇଲେ ସହଚରୀ ମୁଖ ଚାହିଁ ।”
ଅନ୍ୟ ପକ୍ଷରେ ଚନ୍ଦ୍ରଙ୍କ ଦର୍ଶନରେ କୁମୁଦପନ୍ତର ବିକଶିତ ହେଲାପରି କୃଷ୍ଣଚନ୍ଦ୍ରଙ୍କ ଦର୍ଶନରେ ଦୂତୀ ମଧ୍ୟ ଅନୁରୂପ ଭାବରେ ଉଲ୍ଲସିତା ହୋଇଉଠିଛି । ଭକ୍ତ ଓ ଭଗବାନଙ୍କର ଏ ଅପୂର୍ବ ସମନ୍ବୟ । ଉଭୟେ ଉଭୟଙ୍କ ପାଇଁ ଧନ୍ୟ ହୋଇଛନ୍ତି । ସରହ ସୁନ୍ଦରୀ ଶ୍ରୀକୃଷ୍ଣଙ୍କର ସ୍ତୁତିଗାନ କରିଛି । ଦୂତୀର ଭକ୍ତିମତ୍ତାକୁ କବି କବିତାରେ ପରିସ୍ଫୁଟିତ କରିଛନ୍ତି –
“ ଭୋଦେବ କୃଷ୍ଣ ଆଜ ତୋତେ ଦେଖ୍ ନିସ୍ତରିଲି,
ଏ ମୋହର ପାତକ ସଂପୋଡ଼େ ନାଶ କଲି ।’’
ସରହ ସୁନ୍ଦରୀର ଭାବାବେଗ ଅତୁଳନୀୟ । କୃଷ୍ଣଙ୍କ ଦର୍ଶନରେ ସେ ସମସ୍ତ ପାପରୁ ମୁକ୍ତ ହୋଇଛି । ଜୀବନ ତା’ର ଧନ୍ୟ ହୋଇଛି ବୋଲି ସେ ମନ୍ତବ୍ୟ ଦେଇଛି । ସର୍ବଶେଷରେ ଦୂତୀ ଶତମୁଖରେ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ତୁତିଗାନ କରିଛି । ଶ୍ରୀକୃଷ୍ଣ କଳପାଧ୍ ପୁରୁଷ ଓ ଦେବତାମାନଙ୍କର ଆରାଧ୍ୟ । ବ୍ରହ୍ମା, ଇନ୍ଦ୍ର ଓ ରୁଦ୍ରାଦି ଦେବତାଙ୍କର ସେ ସେବ୍ୟ ଓ ସମସ୍ତେ ତାଙ୍କର ସେବକ । ସେ ନିରାକାର ପୁରୁଷ ଓ ଜ୍ୟୋତିର୍ମୟ । ସାଧୁମାନଙ୍କ ପରିତ୍ରାଣ ଓ ଦୁଷ୍ଟଦଳନ ପାଇଁ ଭକ୍ତିରସରେ ରସୋତ୍ତୀର୍ଣ୍ଣ କରିଦେଇଅଛି ।
Question ୫।
‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର ବର୍ଣ୍ଣନାଶୈଳୀ ନିର୍ଣ୍ଣୟ କର ।
କିମ୍ବା, ‘‘ସରହ ସୁନ୍ଦରୀ’’ କବିତାରୁ କବିଙ୍କର କବିତ୍ଵ ଓ ରସଚେତନାର ପରିଚୟ ଦିଅ ।
ଉ –
“ସରହ ସୁନ୍ଦରୀ’’ କବିତାଟି କବି ଅଚ୍ୟୁତାନନ୍ଦ ଦାସଙ୍କ ବିରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ପ୍ରଧାନତଃ ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କ ସ୍ପର୍ଶରେ ଆସି ବୈଷ୍ଣବଧର୍ମରେ ଦୀକ୍ଷିତ ହେଲାପରେ ଭକ୍ତିପଥର ଅନୁଗାମୀ ହୋଇଥିଲେ । ତେଣୁ ସେ ପ୍ରଥମେ ଭକ୍ତ ଓ ପରେ କବି । ପ୍ରାୟତଃ ତାଙ୍କର ସାରସ୍ବତ ସୃଷ୍ଟିଗୁଡ଼ିକ ବିଭିନ୍ନ ରସରେ ରସୋତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ସବୁଠାରେ ଭକ୍ତିରସରେ ପ୍ରାଧାନ୍ୟ ଅନୁଭବ କରିହୁଏ । ଆଲୋଚ୍ୟ କବିତାଟି ମଧ୍ୟ ଭକ୍ତିରସ ପ୍ରଧାନ ଅଟେ । କବିତାଟିର ଆଦ୍ୟରେ କବି ସରହ ସୁନ୍ଦରୀ ଦୂତୀର ଅତୁଟ ରଖୁଛି । କବି ଏହାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –
“ତନୁ ଶ୍ୟାମଳ ବର୍ଣ୍ଣ ବୟସ ମତୁଆଳ
ଦନ୍ତ ବିହୁନେ ମୁଖ ପାକଲା ଲମ୍ବା ବାଳ ।’’
ବାର୍ଦ୍ଧକ୍ୟ ସରହ ସୁନ୍ଦରୀର ସୌନ୍ଦର୍ଯ୍ୟ ପାଖରେ ପରାଜୟ ସ୍ବୀକାର କରିଛି । ଗୋପପୁରର ନବଲକ୍ଷ ଗୃହକୁ –
‘ବୟେସେଣ ବୃଦ୍ଧା ଶରୀର ରୂପେ ଜଗତଜିଣା,
ନବଲକ୍ଷ ଘରଯାକେ ସବୁଠାରେ ତା’ର ଠଣା ।’’
‘‘ ତାହାର ମହିମା ଅବା କହିବଇଁ କିସ | ଏକା ଦୂତିକା ମୋହି ପାରଇ ଦଶଦିଶ । ସରହ ସୁନ୍ଦରୀ ଜଣେ ମାତ୍ର ବ୍ୟକ୍ତି ଯେ ଦଶଦିଗକୁ ମଧ୍ୟ ଆୟତ୍ତ କରିଦେଇପାରେ । ରାଧାଗୋବିନ୍ଦଙ୍କର ମିଳନ ପର୍ବରେ ସେ ମୁଖ୍ୟ ସଂଯୋଜିକା । ବିଧାତା
ବ୍ୟତୀତ ଯୋଗୀ ବ୍ରହ୍ମଚାରୀମାନଙ୍କୁ ମଧ୍ୟ ସରହ ସୁନ୍ଦରୀ ଚାତୁର୍ଯ୍ୟରେ ବଶୀଭୂତ କରିପାରେ । କବି ଏ ସରହ ସୁନ୍ଦରୀର ମଧ୍ୟସ୍ଥ ପଣର ପରାକାଷ୍ଠାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି – ‘ ମାଙ୍କଡ଼ସା ସୁତାରେ ସେ ବାନ୍ଧି ପାରଇ ମତ୍ତଗଜ ।’ ଅର୍ଥାତ୍ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ସେ ସହଜସିଦ୍ଧ କରିଦେଇପାରେ ।
ଅଙ୍ଗଲାବଣ୍ୟକୁ ସେ କୋଟି କନ୍ଦର୍ପର ଲାବଣ୍ୟଠାରୁ ଆହୁରି ଚିତ୍ତାକର୍ଷକ ବୋଲି ବର୍ଣ୍ଣନା କରିଛନ୍ତି । ନକ୍ଷତ୍ରବେଷ୍ଟିତ ଚମତ୍କାରିତାକୁ ପ୍ରମାଣିତ କରେ । ଶ୍ରୀକୃଷ୍ଣଙ୍କର କମନୀୟ ରୂପକାନ୍ତିକୁ ସେ ‘ସମ୍ପୂର୍ଣ୍ଣ ଚନ୍ଦ୍ରମା ଉଇଁଛିକି ମହାଘୋର ତିମିରି” ଓ “ଜାଜୁଲ୍ୟମାନ ତେଜ ଦିଶଇ ଅତି ସଞ୍ଚ ’’ ପ୍ରଭୃତି ପଦମାନଙ୍କରେ ପ୍ରତିପାଦିତ କରି ନିଦ କବିତ୍ର ଶୈଳୀରେ ସୁନ୍ଦର ପରିଚୟ ଦେଇଛନ୍ତି ।
କବିତାଟିର ଶେଷଭାଗରେ ଭକ୍ତିରସର ବର୍ଣ୍ଣନା ରହିଛି । ଶ୍ରୀକୃଷ୍ଣଙ୍କୁ ସେ ‘‘ ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ’ ଭାବରେ ବର୍ଣ୍ଣନା କରିଛନ୍ତି । ଗୋପୀମାନେ ଭାବଋଜୁରେ ଭାବଗ୍ରାହୀକୁ ବାନ୍ଧିଛନ୍ତି । କବି ସୁନ୍ଦର ଭା୮ରେ ଏହା ବର୍ଣ୍ଣନା କରିଛନ୍ତି –
“ଧନ୍ୟ ସେ ଗୋପନଗ୍ରେ ନରନାରୀଙ୍କର ଜୀବନ
ସଦ୍ଭାବେ ଭେଟ ପାଇଲେ ପ୍ରଭୁ ଭଗବାନ ।’’
ଅନ୍ୟ ପକ୍ଷରେ ସରହ ସୁନ୍ଦରୀ ମୁଖରେ କବି ଶ୍ରୀକୃଷ୍ଣଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କଦ୍ଵାରା ପୂଜିତ ଦେବାଧୂରାଜ ରୂପେ ବନ୍ଦନା କରିଛନ୍ତି । ମ୍ଲଛମାନଙ୍କୁ ମୁକ୍ତି ଦେବାପାଇଁ ନିରାକାର ପୁରୁଷ ସାକାର ଭାବରେ ଆବିର୍ଭୂତ । ତେଣୁ କବି ତାଙ୍କର ସୌନ୍ଦର୍ଯ୍ୟଚେତନା, ଶବ୍ଦ ସଂଯୋଜନା, କବିତ୍ଵର ଚାତୁରୀ ଅତ୍ୟନ୍ତ ରସବୋଧ ଅଟେ; ରୋଚକ ଓ ଚିତ୍ତାକର୍ଷକ ଅଟେ ।
କବି ପରିଚିତି :
ଓଡ଼ିଆ ସାହିତ୍ୟରେ କବି ଅଚ୍ୟୁତାନନ୍ଦ ଦାସ ଜଣେ ଅନନ୍ୟ ପ୍ରତିଭାଧର କବି ଭାବରେ ଅଗଣିତ ଜନତାର ଶ୍ରଦ୍ଧାଭାଜନ ହୋଇଆସିଛନ୍ତି । ବିଶେଷକରି ମାଳିକାକାର କବି ଭାବରେ ଅଚ୍ୟୁଦାନନ୍ଦଙ୍କର ‘ଭବିଷ୍ୟମାଳିକା’ ଉତ୍କଳୀୟ ଜନଜୀବନରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଆସିଛି । ଉତ୍କଳୀୟ ପଞ୍ଚସଖା ଗୋଷ୍ଠୀର ଏହି ସାରସ୍ଵତସାଧକ ତାଙ୍କ ସାଧନା ଓ ସୃଷ୍ଟିଦ୍ୱାରା ଉତ୍କଳ-ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ଷୋଡ଼ଶ ଓ ୧୭ଶ ଶତାବ୍ଦୀ ପ୍ରାରମ୍ଭରେ ପଞ୍ଚସଖା ଗୋଷ୍ଠୀର ଅଭ୍ୟୁଦୟ ଓ ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଅବଦାନ ଏକ ଉଲ୍ଲେଖନୀୟ ଅଧ୍ୟାୟ ଥିଲା । କବି ଅଚ୍ୟୁତାନନ୍ଦ ମଧ୍ୟ ଶ୍ରୀଚୈତନ୍ୟଙ୍କର ଅନୁଗାମୀ ତଥା ପଞ୍ଚସଖା ଗୋଷ୍ଠୀର ଅନ୍ତର୍ଭୁକ୍ତ ଅଟନ୍ତି ।
ଏହି ଯୋଗଜନ୍ମା ଓ ଯଶସ୍ବୀ ସାଧକ ଅଚ୍ୟୁତାନନ୍ଦଙ୍କର ଜନ୍ମସ୍ଥଳୀ ରୂପେ କଟକ ଜିଲ୍ଲା ଅନ୍ତର୍ଗତ ନେମାଳପୀଠ ଅଚ୍ୟୁତ ସମ୍ପ୍ରଦାୟର ଶ୍ରଦ୍ଧାଭାଜନ ହୋଇଛି । ନେମାଳପୀଠ ଅନ୍ତର୍ଭୁକ୍ତ ତିଳକଣା ଗ୍ରାମରେ ମାତା ପଦ୍ମାବତୀ ଦେବୀ ଓ ପିତା ଦୀନବନ୍ଧୁ ଖୁଣ୍ଟିଆଙ୍କ ଯୋଗ୍ୟ ଦାୟାଦ ଭାବରେ ସନ୍ଥ ଅଚ୍ୟୁତାନନ୍ଦଙ୍କର ଆବିର୍ଭାବ ହୋଇଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଚଞ୍ଚଳ ଓ ସାଧାରଣ ବାଳକର କୈଶୋରସୁଲଭ ଚପଳତାରେ ପାରଙ୍ଗମ ଥିଲେ । ବିଦ୍ୟାର୍ଜନରେ ପ୍ରାରମ୍ଭରୁ ତାଙ୍କର ବିଶେଷ ଅନ୍ୟମନସ୍କତାର ଲକ୍ଷଣ ଦେଖ୍ ଶିକ୍ଷକ ଓ ପିତାମାତା ତାଙ୍କ ପ୍ରତି ଅତ୍ୟନ୍ତ କଠୋର ପ୍ରଥାର ଅବଲମ୍ବନ କରୁଥିଲେ ।
ମାତ୍ର ବିଧିର ବିଚିତ୍ର ବିଧାନ ଅନୁସାରେ ଅଚ୍ୟୁତାନନ୍ଦଙ୍କର ସହ ଶ୍ରୀଚୈତନ୍ୟଙ୍କ ସାକ୍ଷାତ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ନିଜ ପିତାଙ୍କ ସହ ପୁରୀଗ୍ରସ୍ତ ସମୟରେ ସେ ମହାପ୍ରଭୁ ଶ୍ରୀଚୈତନ୍ୟଙ୍କ ସଂସ୍ପର୍ଶରେ ଆସି ସନାତନ ଗୋସ୍ଵାମୀଙ୍କ ମାଧ୍ୟମରେ ବୈଷ୍ଣବଧର୍ମରେ ଦୀକ୍ଷିତ ହୋଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍କଳୀୟ ବୈଷ୍ଣବଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜର ସାରସ୍ଵତ ପ୍ରତିଭାକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରିଥିଲେ । କବି ଅଚ୍ୟୁତଙ୍କର ସେହି ସାରସ୍ଵତ ସାଧନାର ଅମୃତମୟ ଫଳରୂପେ ଅସଂଖ୍ୟ ଜଣାଣ, ଭଜନ, ମାଳିକା ଓ ଚଉତିଶାର ପଂକ୍ତିମାନ ଆଜି ସୁଦ୍ଧା ଉତ୍କଳର ଆବାଳ-ବୃଦ୍ଧ-ବନିତାଙ୍କର କଣ୍ଠରେ ଗୁଞ୍ଜରିତ ହୋଇଉଠେ । ହରିବଂଶ ଅଚ୍ୟୁତାନନ୍ଦଙ୍କର ଶ୍ରେଷ୍ଠ କୃତି ଅଟେ । ଏତଦ୍ବ୍ୟତୀତ ସେ ‘ଗୁରୁଭକ୍ତି ଗୀତା’, ‘ଶୂନ୍ୟ ସଂହିତା’ ‘ଆଗତ ଭବିଷ୍ଯମାଳିକା’, ‘ଅଷ୍ଟ ଗୁଜରୀ’, ‘କ୍ଷେତ୍ରମାହାତ୍ମ୍ୟ’, ‘ଗୋପାଳଙ୍କ ଓଗାଳ’ ଓ ‘ଲଉଡ଼ି ଖେଳ’ ପ୍ରଭୃତି ରଚନା କରିଛନ୍ତି ।
ଉତ୍କଳୀୟ ଜନ-ଜୀବନରେ ଅତ୍ୟୁତାନନଙ୍କର “ଭବିଷ୍ୟ ମାଳିକା” ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆଲୋଚ୍ୟ “ସରହ ସୁନ୍ଦରୀ’’ କବିତାଟି କବିଙ୍କର ସ୍ଵରଚିତ “ହରିବଂଶ’’ ପୁରାଣର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରାଯାଇଅଛି ।
ବିଷୟ ପ୍ରବେଶ :
ପୁରାଣ, ମାଳିକା, ଗୀତା ଓ ସଂହିତା ରଚନା କ୍ଷେତ୍ରରେ ମହାପୁରୁଷ ଅଚ୍ୟୁତାନନ୍ଦ ଉତ୍କଳୀୟ ଜନ-ଜୀବନରେ କାବ୍ୟ ଗ୍ରନ୍ଥ । ଏହା ସାତଖଣ୍ଡରେ ବିଭକ୍ତ କରାଯାଇଛି । ଉତ୍କଳର ପୁରପଲ୍ଲୀରେ ଏହି ଗ୍ରନ୍ଥର ପଠନ, ଶ୍ରବଣ ଓ ଖଣ୍ଡ ପ୍ରଥମ ଅଧ୍ୟାୟର ଅନ୍ତର୍ଭୁକ୍ତ ଅଟେ । ଲୀଳାମୟ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳାରେ ସହାୟତା କରୁଥିବା ଦୂତୀରୂପେ କବି ‘‘ସରହ ସୁନ୍ଦରୀ’’ ଚରିତ୍ରକୁ ବର୍ଣ୍ଣନା କରିଛନ୍ତି । ବିଶେଷକରି ରାଧା-କୃଷ୍ଣଙ୍କର ମିଳନପର୍ବରେ ‘ସରହ ସୁନ୍ଦରୀ’’ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଗୋପନଗରୀର ଆବାଳ-ବୃଦ୍ଧ-ବନିତାଙ୍କ ନିକଟରେ “ସରହ ସୁନ୍ଦରୀ’’ ସମସ୍ତଙ୍କର ପରିପୂର୍ଣ୍ଣ ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସର ଆଦରଣୀୟା ଚରିତ୍ର ଅଟେ । ଶ୍ୟାମବର୍ଣ୍ଣା, ଶୁକ୍ଳବସ୍ତ୍ର-ପରିହିତା, ଶୁକ୍ଳକେଶା ‘ସରହ- ସୁନ୍ଦରୀ’’ ସ୍ତମ୍ଭନ, ମୋହନ ବିଦ୍ୟାରେ ସୁନିପୁଣା ଥିଲା । ଗୋପାଧୂପତି ନନ୍ଦରାଜାଙ୍କର କୁମାରଉତ୍ସବ ପାଳନ ଅବସରରେ ସେ ବ୍ରଜଧାମରେ ପ୍ରବେଶ କରିଛି । ନନ୍ଦରାଜା ଓ ଯଶୋମତୀ ରାଣୀଙ୍କଠାରୁ ବଧାଇ ମାଗିବାର ଅବସରରେ ସେ ଦୋଳି ଉପରେ ଶୟନ କରିଥିବା ଶ୍ରୀକୃଷ୍ଣଙ୍କୁ ଅଭିବାଦନ କରିଛି । ଶ୍ରୀକୃଷ୍ଣ ଓ ସରହ ସୁନ୍ଦରୀ ପରସ୍ପର ବ୍ରଜଲୀଳାର ସାର୍ଥକତା ଦେହଧାରଣ କରିଛିନ୍ତି । ଉଭୟଙ୍କର ସାକ୍ଷାତକାରରେ କରିତାଟିର ଉପସଂହାର ହୋଇଛି ।
ସାରକଥା :
ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ‘ହରିବଂଶ’ ଏକ ଜନପ୍ରିୟ ପୌରାଣିକ କାବ୍ୟଗ୍ରନ୍ଥ ଅଟେ । ଉତ୍କଳର ପୁରପଲ୍ଲୀରେ ଏହାର ପଠନ, ଶ୍ରବଣ ଓ ପାରାୟଣର ପରମ୍ପରା ରହିଅଛି । ଆଲୋଚ୍ୟ ‘ସହର ସୁନ୍ଦରୀ’ କବିତାଟି ହରିବଂଶ କାବ୍ୟର ତୃତୀୟ ଖଣ୍ଡ ପ୍ରଥମ ଅଧ୍ୟାୟର ଅଂଶବିଶେଷ ଅଟେ ।
କରିବା ପାଇଁ ବହୁତ ଦେବତା ଓ ସିଦ୍ଧି ସାଧକମାନେ ଛଦ୍ମ ରୂପରେ ଗୋପପୁରରେ ଦେହଧାରଣ କରିଥିଲେ । ଆଲୋଚ୍ୟ ‘ସରହ ସୁନ୍ଦରୀ’ ଚରିତ୍ରଟି ସେହିପରି ଏକ ବିଶେଷ ବିଶ୍ଵାସନୀୟ ଆଧାର ରୂପେ ରାଧାକୃଷ୍ଣଙ୍କର ମିଳନ ପର୍ବରେ
ମହାରାଜା ନନ୍ଦଙ୍କର କୁମାର-ଉତ୍ସବପାଳନ ଅବସରରେ ରାତ୍ର ଦୁଇଘଡ଼ି ସମୟରେ ‘ସରହ ସୁନ୍ଦରୀ’ ରାଜନବରରେ ପ୍ରବଶେ କରିଛି ବୋଲି କବି ବର୍ଣ୍ଣନା କରିଛନ୍ତି ।
“ୟେସନକ ସମୟେ ବେନି ଘଡ଼ିରାତି,
ନନ୍ଦର ମନ୍ଦିରେ ଆସି ମିଳିଲା ସରହସୁନ୍ଦରୀ ଦୂତୀ’’ ।
କବିତାର ପ୍ରାରମ୍ଭ ନାଟକୀୟ ଶୈଳୀରେ ପରିବେଷଣ ହୋଇଛି । ଦୁଇଘଡ଼ି ରାତ୍ରି ସମୟରେ ‘ସରହ ସୁନ୍ଦରୀ’ର ଆକସ୍ମିକ ଆଗମନ । କବିତାଟିକୁ ଅତ୍ୟନ୍ତ ସରସ ସୁନ୍ଦର କରି କବି ସରହ ସୁନ୍ଦରୀର ପରିଚୟ, ବେଶଭୁଷା ପ୍ରଭୃତି ବର୍ଣ୍ଣନା କରିଛନ୍ତି । ତାର ବିଶେଷତ୍ଵ ଦୂତି ଭାବରେ ପ୍ରତିପାଦିତା ଶ୍ୟାମବର୍ଣ୍ଣା ଦନ୍ତଶୂନ୍ୟା ଶୁକରୂପେ ସରହ ସୁନ୍ଦରୀ ମୁଦି, କଙ୍କଣ, ପ୍ରଭୃତି ସ୍ଵାର୍ଣ୍ଣାଳଙ୍କାରରେ ବିଭୁଷିତ । କଣ୍ଠରେ ତାଡ଼କୀ, ନାକରେ ସ୍ଵର୍ଣ୍ଣ ନାକଚଣା ଗଳାରେ ସ୍ଵର୍ୟହାର ଓ ପାଦରେ ପାଉଁଜି ଲଗାଇ ସେ ତା’ର ଅଳଙ୍କାର ପ୍ରିୟତାର ପ୍ରମାଣ ଦେଉଛି । ବୟସରେ ପ୍ରବୀଣ ହେଲେ ମଧ୍ୟ ମନରେ ସେ ତାରୁଣ୍ୟତାରେ ପରିପୂର୍ଣ୍ଣା । କସ୍ତୁରୀ, ଚନ୍ଦନ ଓ ଅଳତା ପ୍ରଭୃତି ଅଙ୍ଗରାଗରେ ସେ ତା’ର ଶରୀରକୁ ଆକର୍ଷଣୀୟ କରିଛି । କାବ୍ୟରେ ଏହି ବେଶଭୂଷା ସହିତ କବି ‘ସରହ ସୁନ୍ଦରୀ’’ର ବିଭିନ୍ନ ବିଦ୍ୟାର ପାରଦର୍ଶିତା ବିଷୟରେ ବର୍ଣ୍ଣନା କରିଛନ୍ତି –
“ନଗରୀ ନାରୀ ସିଂହାଣୀ ସେ ଗୋଟିକା ଅଞ୍ଜନ ।
X X X X X
ନବ ନୀଟକ ବିଦ୍ୟମାନ ପାରଇ ସେ କହି
ବ୍ୟାଘ୍ରଉଲ୍ କ, ମତ୍ତଗଜ, ଯେବଣଅଉଷଧେ ପାରଇ ମୋହି ।”
‘‘ସରହ ସୁନ୍ଦରୀ’’ ନୃତ୍ୟଗୀତରେ ପ୍ରବୀଣା, ସ୍ତମ୍ଭନ, ମୋହଙ୍କ ଓ ଉଚ୍ଚାଟନ ବିଦ୍ୟାରେ ପାରଙ୍ଗମ । ଗୋପପୁରରେ ବାଳ, ବୃଦ୍ଧ, ତରୁଣ ସମସ୍ତ ବର୍ଗର ନାରୀ ପୁରୁଷ ପାଇଁ ଅତ୍ୟନ୍ତ ପ୍ରିୟ ଓ ଆପଣାର ଥିଲା । ସେ କେଉଁ ଆବାହମାନ କାଳରୁ ଗୋପନଗରରେ ଅବସ୍ଥାନ କରୁଛି ତାହା ସମସ୍ତଙ୍କୁ ଅଜ୍ଞାତ । ଏଥ୍ ସହିତ ତା’ ପିତା ମାତା ବା ଭ୍ରାତାର ପରିଚୟ ମଧ୍ୟ ସମସ୍ତଙ୍କ ପାଇଁ ଅଜ୍ଞେୟ ଅଟେ । ସରହ ସୁନ୍ଦରୀ ସଧବା କିମ୍ବା ବିଧବା ତାହା କାହାରିକୁ ଜ୍ଞାତ ନୁହେଁ । ବୟସରେ ବୃଦ୍ଧା ହେଲେହେଁ ତା’ର ରୂପ ଅତୁଳନୀୟା । କବିଙ୍କ ମତରେ – ‘ବୟସରେ ବୃଦ୍ଧା ଶରୀର ରୂପେ ଜଗତଜିତା ।’’ ଏହି ‘ସରହ ସୁନ୍ଦରୀ’’ ବ୍ରଜଧାମରେ ସମସ୍ତଙ୍କର ବିଶ୍ଵାସର ପାତ୍ରୀ । ଗୋପପୁରର ସମସ୍ତ ନାରୀ ତା’ କଥାରେ ବଶୀଭୂତା ଅଟନ୍ତି । କବିଙ୍କ ବର୍ଣ୍ଣନାରେ –
“ଗୋପ ନଗରେ ଅଛନ୍ତି ଯେତେକ ଗୋପାଳୁଣୀ
କେହି ଲଙ୍ଘି ନପାରନ୍ତି ‘ୟେକା ଦୂତିକାର ବାଣୀ ।”
ଏହିପରି ରୂପଗୁଣରେ ପରିପୂର୍ଣ୍ଣା ‘ସରହ ସୁନ୍ଦରୀ’’ କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ଅବସରରେ ନନ୍ଦରାଜାଙ୍କ ଘରେ ଉପସ୍ଥିତ ହୋଇଛି । ନନ୍ଦରାଜାଙ୍କୁ ଅଭିବାଦନ କରି ସେ ରାଣୀ ଯଶୋଦାଙ୍କୁ ବଧାଇ ଛଳରେ ରତ୍ନପଲଙ୍କରେ ଶୟନ କରିଥିବା ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛି । ଶ୍ରୀକୃଷ୍ଣଙ୍କ ଅନିନ୍ଦ୍ୟ ରୂପମାଧୁରୀ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରରେ ଅତୁଳନୀୟ ଥିଲା ।
କବିଙ୍କ ବର୍ଣ୍ଣନାରେ –
“ଅଶେଷ କୋଟି କନ୍ଦର୍ପ ଯାହାର ରୂପକୁ ନୁହଇ ସରି
ନିରଞ୍ଜନ ନିରାକାର ନିର୍ଗୁଣ ଦେହଧାରୀ ।’’
ଶ୍ରୀକୃଷ୍ଣଙ୍କର ଶ୍ୟାମକାନ୍ତି କୋଟିଏ କନ୍ଦର୍ପର ସୌନ୍ଦର୍ଯ୍ୟଠାରୁ ମଧ୍ୟ ଆହୁରି ରମଣୀୟ । ସେ ନିର୍ଗୁଣ, ନିରାକାର, ନିରଞ୍ଜନ । ମର୍ତ୍ତ୍ୟଲୀଳା କରି ଦୁଷ୍ଟର ବିନାଶ ନିମନ୍ତେ ଅବତୀର୍ଣ୍ଣ । ‘ସରହ ସୁନ୍ଦରୀ’’ ସେହି ଦେବାଧାଜଙ୍କୁ ଦର୍ଶନ କରି ତାଙ୍କର ସ୍ତୁତିଗାନ କରିଛି । ପରସ୍ପର ପରସ୍ପରକୁ ସାକ୍ଷାତ କରିଛନ୍ତି । ‘‘ସରହ ସୁନ୍ଦରୀ’’ ଶ୍ରୀକୃଷ୍ଣଙ୍କର ବ୍ରଜଲୀଳା ପାଇଁ ଶ୍ରେଷ୍ଠ ସହଚରୀ ବା ଦୂତୀ ଥିଲା ଶ୍ରୀକୃଷ୍ଣଙ୍କ ସହିତ ତା’ର ସାକ୍ଷାତକାରକୁ ନେଇ କବିତାଟିର ଉପସଂହାର ହୋଇଅଛି ।
କଠିନ ଶବ୍ଦାର୍ଥ ଓ ସୂଚନା: