Odisha State Board BSE Odisha 6th Class Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା Textbook Exercise Questions and Answers.
BSE Odisha Class 6 Odia Solutions Chapter 14 ଅଲିମ୍ପିକ୍ କ୍ରୀଡ଼ା
ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର
Question ୧।
ଉତ୍ତର କୁହ ।
(କ) କେଉଁ ଦେଶ ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ରୂପେ ପରିଚିତ ?
Answer:
ପ୍ରାଚୀନ ଗ୍ରୀସ୍ ଦେଶ ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ରୂପେ ପରିଚିତ ।
(ଖ) ଗ୍ରୀସ୍ ଦେଶର କେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ମେଳା ଆୟୋଜିତ ହେଉଥିଲା ?
Answer:
ଗ୍ରୀସ୍ ଦେଶର ଅଲିମ୍ପିଆ ପାହାଡ଼ରେ ପୂଜା ପାଉଥିବା ପ୍ରସିଦ୍ଧ ଦେବତା ‘ଜିଉସ୍’ଙ୍କ ଉଦ୍ଦେଶ୍ୟରେ ମେଳା ଆୟୋଜିତ ହେଉଥିଲା ।
(ଗ) ଗ୍ରୀସ୍ ଦେଶରେ ଅଲିଭ ଡାଳକୁ କାହାର ପ୍ରତୀକ ଭାବରେ ବିବେଚନା କରାଯାଏ ?
Answer:
ଗ୍ରୀସ୍ ଦେଶରେ ଅଲିଭ ଡାଳକୁ ପବିତ୍ର ତଥା ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ ।
(ଘ) ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲ୍ୟାଣ୍ଡର ଲୁସେନ୍ ସହରରେ ଅବସ୍ଥିତ ।
(ଙ) ଭାରତର କେଉଁ ମହିଳା ଖେଳାଳି ସର୍ବପ୍ରଥମେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ?
Answer:
ଭାରତର କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ସର୍ବପ୍ରଥମେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ।
Question ୨।
ଉତ୍ତର ଲେଖ ।
(କ) କ୍ରୀଡ଼ା କେଉଁ କେଉଁ ଦିଗରେ ସହାୟକ ହୋଇଥାଏ ?
Answer:
ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଦ୍ଭାବ ପ୍ରତିଷ୍ଠା କ୍ଷେତ୍ରରେ କ୍ରୀଡ଼ା ସହାୟକ ହୁଏ । ଏହା ଯୁବସମାଜକୁ ଅଗ୍ରଗାମୀ ହେବକୁ ପ୍ରେରଣା ଦେବା ସହିତ ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ସହାୟକ ହୁଏ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ ।
(ଖ) ଅଲିମ୍ପିକ୍ କ୍ରୀଡ଼ାର ଏପରି ନାମକରଣ କାହିଁକି କରାଯାଇଛି ?
Answer:
ପ୍ରାଚୀନ ଗ୍ରୀସ୍ର ଆଲଫିଅସ୍ ନଦୀକୂଳରେ ଥିବା ‘ଅଲିମ୍ପିଆ’ ନାମକ ଏକ ବିରାଟ ପଡ଼ିଆରେ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥିବାରୁ ଏହାର ନାମକରଣ ଅଲିମ୍ପିକ୍ କ୍ରୀଡ଼ା କରାଯାଇଛି ।
(ଗ) ଅଲିମ୍ପିକ୍ କ୍ରୀଡ଼ାରେ ବ୍ୟବହୃତ ପତାକାରେ ଥିବା ବଳୟଗୁଡ଼ିକ କାହାର ପ୍ରତୀକ ଅଟନ୍ତି ?
Answer:
ଅଲିମ୍ପିକ୍ କ୍ରୀଡ଼ାରେ ବ୍ୟବହୃତ ପତାକାରେ ଥିବା ବଳୟଗୁଡ଼ିକୁ ପାଞ୍ଚ ରଙ୍ଗବିଶିଷ୍ଟ । ଲାଲ୍, ନୀଳ, ସବୁଜ, ହଳଦୀ ଓ କଳା ରଙ୍ଗର ଏହି ବଳୟ ପାଞ୍ଚଟି ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ଏହି ପାଞ୍ଚଟି ମହାଦେଶର ପ୍ରତୀକ । ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।
(ଘ) ଅଲିମ୍ପିକ୍ କ୍ରୀଡ଼ାରେ ସ୍ଥାନ ପାଇଥିବା କେତୋଟି ପ୍ରତିଯୋଗିତାର ନାମ ଲେଖ ।
Answer:
ଏବେ ମାରାଥନ ଦୌଡ଼, ମୁଷ୍ଟିଯୁଦ୍ଧ, ଖଡ୍ଗ ଯୁଦ୍ଧ, ଭାରୋତ୍ତୋଳନ, ଲକ୍ଷ୍ୟଭେଦ, ହକି, ଫୁଟ୍ବଲ୍, ଟେନିସ୍, ସାଇକେଲ ଚାଳନା, ସନ୍ତରଣ, ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ ଆଦି ୩୫ ପ୍ରକାର ଖେଳର ପ୍ରାୟ ୪୦୦ ପ୍ରକାର ପ୍ରତିଯୋଗିତା ଅଲିମ୍ପିକ୍ କ୍ରୀଡ଼ାରେ ସ୍ଥାନ ପାଇଛି ।
(ଙ) ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଧାନ ଉଦ୍ଦେଶ୍ୟ କ’ଣ ?
Answer:
କେବଳ ପଦକ ଲାଭ ନୁହେଁ, କ୍ରୀଡ଼ାରେ ଅଂଶଗ୍ରହଣ କରି ଉତ୍ତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବା ହେଉଛି ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାର ପ୍ରଧାନ ଉଦ୍ଦେଶ୍ୟ ।
Question ୩।
ସରଳ ଭାଷାରେ ବୁଝାଇ ଲେଖ :
(କ) ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ଦେଇଥାଏ ।
Answer:
ଏହା ସମସ୍ତଙ୍କୁ ………………………… ବାନ୍ଧି ଦେଇଥାଏ ।
ଶଂସିତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ‘ଅଲିମ୍ପିକ୍ କ୍ରୀଡ଼ା’ ବିଷୟରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ବୀରେନ୍ଦ୍ର କୁମାର ସାମନ୍ତରାୟ କ୍ରୀଡ଼ା କିପରି ଏକତାର ରଜ୍ଜୁରେ ସମସ୍ତଙ୍କୁ ଆବଦ୍ଧ କରି ରଖେ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆମର ଦୈନନ୍ଦିନ ଜୀବନରେ କ୍ରୀଡ଼ାର ସ୍ଥାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ । କ୍ରୀଡ଼ା ଯୁବସମାଜକୁ ଆଗକୁ ଅଗ୍ରସର ହେବା ନିମିତ୍ତ ପ୍ରେରଣା ଯୋଗାଇଥାଏ । ଏହା ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ମଧ୍ୟ ସହାୟକ ହୋଇଥାଏ । କ୍ରୀଡ଼ା ଯୋଗୁଁ ଦେଶ ଦେଶ ମଧ୍ୟରେ ମୈତ୍ରୀ ତଥା ସଦ୍ଭାବ ପ୍ରତିଷ୍ଠା ସମ୍ଭବ ହୁଏ । କ୍ରୀଡ଼ାରେ ଜାତି ଧର୍ମର ପ୍ରଭେଦ ନଥାଏ ।
ବରଂ ଏହା ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧିରଖେ । ଯାହାଫଳରେ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ଭବିଷ୍ୟତରେ ଏହା ଦୃଢ଼ୀଭୂତ ହୁଏ । ତେଣୁ କ୍ରୀଡ଼ା ଏକ ଏପରି ମାଧମ, ଯାହା ସମଗ୍ର ପୃଥିବୀର ମଣିଷଙ୍କୁ ଏକ କରି ରଖୁବାକୁ ଚେଷ୍ଟା କରିଥାଏ । ତେଣୁ କ୍ରୀଡ଼ାଦ୍ୱାରାହିଁ ସମସ୍ତ ବିଭେଦର ପ୍ରାଚୀର ହଟିଯାଇ ଏକତାର ଶୂନ୍ୟ ମନ୍ଦିର ଗଢ଼ିଉଠେ । ବାସ୍ତବରେ ଲେଖକଙ୍କର ଏହି ବକ୍ତବ୍ୟ ଯଥାର୍ଥ ଅଟେ ।
(ଖ) ଦେଶ ଦେଶ ମଧ୍ୟରେ ଭ୍ରାତୃଭାବ ଓ ସୁସମ୍ପର୍କ ବୃଦ୍ଧିରେ ଏହା ସହାୟକ ହୋଇଥାଏ ।
Answer:
ଦେଶ ଦେଶ ………………………… ସହାୟକ ହୋଇଥାଏ ।
ଶଂସିତ ଗଦ୍ୟାଶଟି ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ରଚିତ ‘ଅଲିମ୍ପିକ୍ କ୍ରୀଡ଼ା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ଅଲିମ୍ପିକ୍ ଗ୍ରାମର ପ୍ରତିଷ୍ଠା କିପରି ସୁସମ୍ପର୍କ ତଥା ଭ୍ରାତୃଭାବ ବଢ଼ାଇଥାଏ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ପ୍ରତି ଚାରିବର୍ଷରେ ଥରେ ପୃଥିବୀର ଯେକୌଣସି ଏକ ଦେଶରେ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଯେଉଁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ସେହି ଦେଶର ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଜାତୀୟ ପତାକା ଓ ଅଲିମ୍ପିକ୍ ପତାକା ଉତ୍ତୋଳନ କରି ଉତ୍ସବକୁ ସେହି ଦେଶର ଶାସନମୁଖ୍ୟ ହିଁ ଉଦ୍ଘାଟନ କରନ୍ତି । ଖେଳାଳିମାନେ ରହିବାପାଇଁ ଏକ ଶିବିରର ଆୟୋଜନ କରାଯାଇଥାଏ । ତାହାକୁ ‘ଅଲିମ୍ପିକ୍ ଗ୍ରାମ’ କୁହାଯାଏ ।ଏହି ଅଲିମ୍ପିକ୍ ଗ୍ରାମରେ ହିଁ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ରହିଥା’ନ୍ତି । ଏକାଠି ରହିବା ଫଳରେ ସେମାନଙ୍କ ମନରୁ ସମସ୍ତ ବିଭେଦର ପାଚେରୀ ଦୂରେଇ ଯାଏ । ପ୍ରତିବଦଳରେ ଦେଶ ଦେଶ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠା
ହୁଏ । ଏହି ଭ୍ରାତୃଭାବ ସୁସମ୍ପର୍କ ରକ୍ଷା କରିବାରେ ବେଶ୍ ସହାୟକ ହୁଏ । ଏହି ଅଲିମ୍ପିକ୍ ଗ୍ରାମରେ ଥିଲାବେଳେ ସେମାନଙ୍କ ମନରେ କୌଣସି ସଂକୀର୍ଣ୍ଣତା ସ୍ଥାନ ପାଇନଥାଏ । ବରଂ ସେମାନେ ନିଜକୁ ଗୋଟିଏ ପୃଥିବୀର ତଥା ଏକ ପରିବାରର ବାସ୍ତବରେ ଅଲିମ୍ପିକ୍ ଗ୍ରାମରେ ରହଣି ହିଁ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ବଢ଼ାଇଥାଏ ।
Question ୪।
ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ ଅବଶିଷ୍ଟ ଅଂଶ ‘ଖ’ ସ୍ତମ୍ଭରେ ରହିଛି । ଦୁଇ ସ୍ତମ୍ଭରେ ଥିବା ବାକ୍ୟାଶଗୁଡ଼ିକୁ ଏକାଠି ସଜାଡ଼ି ଲେଖ।
‘କ’ ସ୍ତ୍ରମ୍ଭ | ‘ଖ’ ସ୍ତ୍ରମ୍ଭ |
ପ୍ରାଚୀନ ଗ୍ରାସ୍ ର ଅଧିବାସୀମାନେ | ଏହାକୁ ବନ୍ଦ ଚ୍ଚରିଦେଇଥିଲୋ |
ସୁଇଜରଲ୍ୟାଣ୍ଡର ଲୁସେନ ସହରରେ | ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଉଛି। |
ଗ୍ରାସ୍ ଦେଶ ହେଉଛି | ଅତ୍ୟନ୍ତ କ୍ରାଡ଼ାପ୍ରିୟ ଥ୍ଲୋ |
ସବୁଗୁଡ଼ିକ ମଧ୍ୟରେ ଅଲିମ୍ପିକୁ କ୍ରାଡ଼ାକୁ | ଏହାର ମୁଖ୍ୟ କାର୍ ର୍ଯ୍ୟାଳୟ ଅବସ୍ଥିତା |
ସମ୍ରାଟ୍ ଥିଓଡ଼ର୍ସ୍ | ଅଲିମ୍ପିକ୍ କ୍ରାଡ଼ାର ଜନ୍ମତିସ୍ଥଲା |
Answer:
- ପ୍ରାଚୀନ ଗ୍ରୀସ୍ର ଅଧିବାସୀମାନେ ଅତ୍ୟନ୍ତ କ୍ରୀଡ଼ାପ୍ରିୟ ଥିଲେ ।
- ସୁଇଜରଲ୍ୟାଣ୍ଡର ଲୁସେନ ସହରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।
- ଗ୍ରୀସ୍ ଦେଶ ହେଉଛି ଅଲିମ୍ପିକ୍ କ୍ରୀଡ଼ାର ଜନ୍ମସ୍ଥଳୀ ।
- ସବୁଗୁଡ଼ିକ ମଧ୍ୟରେ ଅଲିମ୍ପିକ୍ କ୍ରୀଡ଼ାକୁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଉଛି ।
- ସମ୍ରାଟ ଥଓଡ଼ର୍ସ୍ ଏହାକୁ ବନ୍ଦ କରିଦେଇଥିଲେ ।
Question ୫।
‘ଖେଳ୍’ ସହିତ ‘ଆଳି’ ଲାଗିଲେ ‘ଖେଳାଳି’ ଶବ୍ଦ ହୁଏ । ସେହିପରି ‘ଆଳି’ ଯୋଗକରି ଆଉ ପାଞ୍ଚଟି ନୂଆ ଶବ୍ଦ ଲେଖ ।
Answer:
ପଢୁ + ଆଳି = ପଢ଼ାଳି,
ରନ୍ଧ୍ର + ଆଳି = ରନ୍ଧାଳି
ଧର୍ + ଆଳି = ଧରାଳି,
କଟ୍ + ଆଳି = କଟାଳି,
ଦେଖ୍ + ଆଳି = ଦେଖାଳି ।
Question ୬।
ନିମ୍ନ ଅନୁଚ୍ଛେଦଟିରେ ଅଶୁଦ୍ଧି ଥିଲେ ଶୁଦ୍ଧ କରି ଲେଖ ।
ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏଥିରେ ଯେଉଁମାନେ ବିଜୟୀ ହୁଅନ୍ତି, ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳୀ · ଭାବରେ ସମ୍ମାନ ଦିଆଯାଏ ।
Answer:
ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏଥିରେ ଯେଉଁମାନେ ବିଜୟୀ ହୁଅନ୍ତି, ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନ ଦିଆଯାଏ ।
Question ୭।
‘କ୍ରୀଡ଼ା କସରତ’ ପରି ଆଉ ପାଞ୍ଚଯୋଡ଼ା ଶବ୍ଦ ଭାବି ଲେଖ ।
Answer:
ଥଟ୍ଟାତାମସା, ବନ୍ଧୁବାନ୍ଧବ, ଚାଲିଚଳଣି, ଆମୋଦପ୍ରମୋଦ, ଧନଦୌଲତ ।
Question ୮।
ଏମାନେ ଯେଉଁ କ୍ରୀଡ଼ା ପ୍ରତିଯୋଗିତା ସହିତ ସମ୍ପୃକ୍ତ, ସେହି କ୍ରୀଡ଼ାର ନାମ ଲେଖ।
ମାଲେଶ୍ଵରୀ, ଅଭିନବ ବିନ୍ଦ୍ରା, ସୁଶୀଲ କୁମାର, ବିଜେନ୍ଦ୍ର ସିଂ
Answer:
କ୍ରାଡ଼ାବିତ୍ | କ୍ରାଡାର ନାମ |
ମାଲେଶ୍ଵରା | ଭାରୋତ୍ତୋଳନ |
ଅଭିନବ ବିହ୍ରା | ଚକ୍ଷୁକ ଚାଳନା |
ସୁଶାଳ କୁମାର | କୁସ୍ତି |
ଚିକେନ୍ଦ୍ର ସିଂ | ଚକ୍ସିଂ |
Question ୯।
ଅଗ୍ରଗାମୀ, ସହାୟକ, ଏକତା ରଜ୍ଜୁ, ପ୍ରତିଯୋଗିତା, ଆନ୍ତର୍ଜାତିକ, ସର୍ବଶ୍ରେଷ୍ଠ, ନିର୍ବିଶେଷ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରି ଅଲିମ୍ପିକ୍ କ୍ରୀଡ଼ା ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
କ୍ରୀଡ଼ା ଯୁବସମାଜକୁ କେବଳ ଅଗ୍ରଗାମୀ ହେବାପାଇଁ ପ୍ରେରଣା ଯୋଗାଇ ନଥାଏ, ଏହା ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ମଧ୍ୟ ସହାୟକ ହୋଇଥାଏ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ଦେଇଥାଏ । ପୃଥିବୀର ବିଭିନ୍ନ ଦେଶରେ ଅନୁଷ୍ଠିତ କ୍ରୀଡ଼ାଉତ୍ସବ ମଧ୍ଯରେ ଅଲିମ୍ପିକ୍ କ୍ରୀଡ଼ାକୁ ସର୍ବଶ୍ରେଷ୍ଠ ବୋଲି ଗ୍ରହଣ କରାଯାଇଛି । ଏହା ହେଉଛି ଏକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ।
Question ୧୦।
ଫୁଟ୍ବଲ୍ ପରି ପଡ଼ିଆରେ ଖେଳା ଯାଇଥିବା ଆଉ ପାଞ୍ଚଟି ଖେଳର ନାମ ଲେଖ । ସେହି ଖେଳରେ ଆମ ଓଡ଼ିଶାରୁ ଯଦି କିଏ ଦେଶ ବିଦେଶରେ ସୁନାମ ଅର୍ଜନ କରିଥା’ନ୍ତି, ତେବେ ତାଙ୍କ ନାମ ଲେଖ ।
Answer:
ଭଲିବଲ୍, କ୍ରିକେଟ୍, ହକି, ବାସ୍କେଟ୍ବଲ, ବ୍ୟାଡ୍ମିଣ୍ଟନ ।
ଆମ ଓଡ଼ିଶାରୁ ହକିରେ ଦିଲୀପ ତିର୍କୀ ଓ ପ୍ରବୋଧ ତିର୍କୀ ଏବଂ କ୍ରିକେଟ୍ରେ ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ।
Question ୧୧।
ନିମ୍ନରେ ଥିବା କୋଠରିରେ କେତେଗୁଡ଼ିଏ ଅକ୍ଷର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ କେଉଁଟି ସ୍ଵରବର୍ଣ, କେଉଁଟି ବ୍ୟଞ୍ଜନ ବର୍ଣ୍ଣ ଓ କେଉଁଟି ଯୁକ୍ତବର୍ଷ ତାକୁ ଅଲଗା କରି ଲେଖ ।
Answer:
ସ୍ଵରବର୍ଣ୍ଣ | ବ୍ୟଞ୍ଜନ ବର୍ଣ୍ଣ | ଯୁକ୍ତବର୍ଣ୍ଣ |
ଏ,ଇ, ଉ, ଔ | ତ, ର, ନ, କ,ଡ, ଟ, ସ, ମ, ଯ | ଷ୍ଣ, ମ୍ମ,ମ୍ପ, ସ୍ନ, ନ୍ତ, ଙ୍ଗ, ନ୍ନି, କ୍ଷ, ସ୍ତ୍ର, ଜ୍ଜ |
Question ୧୨।
ଅଲିମ୍ପିକ୍ କ୍ରୀଡ଼ା ଯେପରି ପ୍ରତି ଚାରିବର୍ଷରେ ଥରେ ଅନୁଷ୍ଠିତ ହୁଏ, ସେହିପରି ଆଉ କେଉଁ କ୍ରୀଡ଼ା ପ୍ରତିଯୋଗିତା ପ୍ରତି ଚାରିବର୍ଷରେ ଅନୁଷ୍ଠିତ ହୋଇଥାଏ, ତାହାର ନାମ ଲେଖ ।
Answer:
ଏସିଆଡ୍ କ୍ରୀଡ଼ା, ବିଶ୍ଵକପ୍ ଫୁଟ୍ବଲ୍, ବିଶ୍ଵକପ୍ କ୍ରିକେଟ୍ ।
ତୁମ ପାଇଁ କାମ
୧। ଦେଶ ବିଦେଶର ବିଖ୍ୟାତ ଖେଳାଳିମାନଙ୍କର ଫଟୋ ଖବରକାଗଜ ଓ ପତ୍ରପତ୍ରିକାରୁ ସଂଗ୍ରହ କର । ଗୋଟିଏ ଖାତାରେ ସଜାଇ ରଖ।
ପରାକ୍ଷା ଉପରଯାଗା ଅତିରିକ୍ତ ପ୍ରଶ୍ନୋତ୍ତର
Question ୧।
ବାକ୍ୟଗଠନ କର ।
ପ୍ରଦର୍ଶନ – ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ଉତ୍ସବରେ ଆମ ବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଥିଲା ।
ପ୍ରତିରୋଧ – ଗାନ୍ଧିଜୀ ସର୍ବଦା ହିଂସା ଓ ଅନ୍ୟାୟର ପ୍ରତିରୋଧ କରୁଥିଲେ ।
ବିବେଚନା – ଦୁର୍ବଳକୁ ହେୟ ବିବେଚନା କରିବା ଅନୁଚିତ୍ ।
Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଗ୍ରୀସ୍ ଦେଶର ଲୋକେ କିପରି ଅଲିମ୍ପିକ୍ କ୍ରୀଡ଼ାକୁ ପାଳନ କରୁଥିଲେ ?
Answer:
ଗ୍ରୀସ୍ବାସୀ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଯେଉଁ ବର୍ଷ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥିଲା, ସେ ବର୍ଷକୁ ଲୋକେ ଶାନ୍ତର ବର୍ଷ ରୂପେ ପାଳନ କରୁଥିଲେ । ଏପରିକି ଗ୍ରୀସ୍ ରାଜାମାନେ ନିଜ ନିଜ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ବନ୍ଦ କରି ଦେଉଥିଲେ । କେହି ଜଣେ ଅଲିମ୍ପିକ୍ ଉତ୍ସବକୁ ଯାଉଥିଲେ, ବାଟରେ କେହି ତା’ର ପ୍ରତିରୋଧ କରୁ ନ ଥିଲେ । ଅଲିମ୍ପିକ୍ କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀଙ୍କ ମୁଣ୍ଡରେ ସେମାନେ ପବିତ୍ର ଓ ଶାନ୍ତିର ପ୍ରତୀକ ଅଲିଭ୍ ଡାଳର ମୁକୁଟ ପିନ୍ଧାଉଥିଲେ।
(ଖ) ଆଧୁନିକ ଅଲିମ୍ପିକ୍ କେବେ ଓ କାହାଦ୍ଵାରା ଆରମ୍ଭ ହୋଇଥିଲା ?
Answer:
ଫ୍ରାନ୍ସର ବାରେନ୍ ପିଏଦା କୋବର୍ଷା ନାମକ ଜଣେ କ୍ରୀଡ଼ାପ୍ରେମୀ ୧୮୯୬ ମସିହା ଏପ୍ରିଲ ଛ’ ତାରିଖ ଦିନ ଗ୍ରୀସ୍ର ଏଥେନ୍ସ୍ ନଗରୀରେ ଏହି କ୍ରୀଡ଼ାର ଆୟୋଜନ କଲେ । ଏଥିରେ ଚଉଦଟି ଦେଶର ୨୪୧ ଜଣ ଖେଳାଳି ଭାଗ ନେଇଥିଲେ । ଏହିଠାରୁ ଆଧୁନିକ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଲା ।
(ଗ) ଅଲିମ୍ପିକ୍ କ୍ରୀଡ଼ା ଉତ୍ସବର ପରିସମାପ୍ତି କିପରି ଘୋଷଣା କରାଯାଏ ?
Answer:
ପ୍ରଥମ ଦିନ ପରି ଶେଷଦିନ ମଧ୍ୟ ନୃତ୍ୟ, ଗୀତ, ବାଦ୍ୟ ପରିବେଷଣ କରାଯାଏ । ଖେଳର ଶେଷଦିନ ସବୁ ଦେଶର ଖେଳାଳି ନିଜ ନିଜ ଦେଶର ଜାତୀୟ ପତାକା ଧରି ଗୋଟିଏ ଧାଡ଼ିରେ ଶୋଭାଯାତ୍ରା କରି ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ଏହାପରେ ପ୍ରଥମ ଦିନରୁ ଜଳୁଥିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଦେଇ ଏହି କ୍ରୀଡ଼ା ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ ।
(ଘ) ଭାରତ କେଉଁ କ୍ଷେତ୍ରରେ ଅଲିମ୍ପିକ୍ରେ ପଦକ ହାସଲ କରିଛି ?
Answer:
ହକି, ଭାରୋତ୍ତୋଳନ, ବନ୍ଧୁକ ଚାଳନା, କୁସ୍ତି ଓ ବକ୍ସିଂ ଆଦି କ୍ରୀଡ଼ାରେ ଭାରତ ଅଲିମ୍ପିକ୍ରେ ପଦକ ହାସଲ କରିଛି ।
(ଙ) କାହାକୁ ଅଲିମ୍ପିକ୍ ଜ୍ୟୋତି କୁହାଯାଏ ?
Answer:
ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଗ୍ରୀକ୍ ଦେବତା ଜିଉସ୍ଙ୍କ ମନ୍ଦିରରୁ ଅଗ୍ନିଆଣି ପ୍ରଧାନ ଷ୍ଟାଡ଼ିୟମ୍ ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ ବୋଲି କୁହାଯାଏ ।
Question ୩।
ସରଳାର୍ଥ ଲେଖ ।
‘‘ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।”’
Answer:
“ବଳୟ ……………………………………… ରକ୍ଷାକରିବା ।”
ଶଂସିତ ଗଦ୍ୟାଶଟି ‘ଅଲିମ୍ପିକ୍ କ୍ରୀଡ଼ା’ ପ୍ରବନ୍ଧରୁ ଆନୀତ । ଉକ୍ତ ପ୍ରସଙ୍ଗରେ ପ୍ରାବନ୍ଧିକ ବୀରେନ୍ଦ୍ର କୁମାର ସାମନ୍ତରାୟ ଅଲିମ୍ପିକ୍ ପତାକାରେ ଥିବା ବଳୟର ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଲମ୍ପିକ୍ ପତାକାର ରଙ୍ଗ ଧଳା ଏବଂ ଏଥିରେ ଛନ୍ଦାଛନ୍ଦି ହୋଇ ବିଭିନ୍ନ ରଙ୍ଗର ପାଞ୍ଚଟି ବଳୟ ବା ବୃତ୍ତ ଅଙ୍କିତ ହୋଇଛି । ବଳୟଗୁଡ଼ିକର ରଙ୍ଗ ଲାଲ୍, ନୀଳ, ସବୁଜ, ହଳଦୀ ଏବଂ କଳା । ଏଗୁଡ଼ିକ ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ମହାଦେଶର ପ୍ରତୀକ । ଏହି ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା । ବାସ୍ତବରେ ପ୍ରସଙ୍ଗଟି ଯଥାର୍ଥ ଅଟେ ।
Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) କେଉଁ ଭାରତୀୟ କ୍ରୀଡ଼ାବିତ୍ମାନେ ଅଲିମ୍ପିକ୍ କ୍ରୀଡ଼ାରେ ସୁନାମ ଅର୍ଜନ କରିଛନ୍ତି ?
Answer:
୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍ନୀଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ମହିଳା କ୍ରୀଡ଼ାବିତ୍ କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ରେ ଭାରତୀୟ କ୍ରୀଡ଼ାବିତ୍ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ସ୍ଵର୍ଣ୍ଣ ପଦକ ପାଇଥିଲେ । ବ୍ୟକ୍ତିଗତ ସ୍ବର୍ଣ୍ଣପଦକ ପାଇବାରେ ସେ ପ୍ରଥମ ଭାରତୀୟ । ଏହା ବ୍ୟତୀତ କୁସ୍ତିରେ ସୁଶୀଲ କୁମାର ଓ ବଙ୍ଗିରେ ବିଜେନ୍ଦ୍ର ସିଂ ପ୍ରତ୍ୟେକ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ଦଳଗତ କ୍ରୀଡ଼ା ହକିରେ ଭାରତ ଆଠଥର ସ୍ଵର୍ଣ୍ଣ, ଦୁଇଥର ରୌପ୍ୟ ଓ ଥରେ ବ୍ରୋଞ୍ଜ ପଦକ ଲାଭ କରିଛି ।
(ଖ) ଅଲିମ୍ପିକ୍ କ୍ରୀଡ଼ା ଉତ୍ସବର ପରିସମାପ୍ତି କିପରି ଘୋଷଣା କରାଯାଏ ?
Answer:
ପ୍ରଥମ ଦିନ ପରି ଶେଷଦିନ ମଧ୍ୟ ନୃତ୍ୟ, ଗୀତ, ବାଦ୍ୟ ପରିବେଷଣ କରାଯାଏ । ଖେଳର ଶେଷଦିନ ସବୁ ଦେଶର ଖେଳାଳି ନିଜ ନିଜ ଦେଶର ଜାତୀୟ ପତାକା ଧରି ଗୋଟିଏ ଧାଡ଼ିରେ ଶୋଭାଯାତ୍ରା କରି ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ଏହାପରେ ପ୍ରଥମ ଦିନରୁ ଜଳୁଥିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଦେଇ ଏହି କ୍ରୀଡ଼ା ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ ।
(ଗ) ଗ୍ରୀସ୍ ଦେଶର ଲୋକେ ଅଲିମ୍ପିକ୍ କ୍ରୀଡ଼ାକୁ କିପରି ପାଳନ କରୁଥିଲେ ?
Answer:
ଗ୍ରୀସ୍ବାସୀ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଯେଉଁ ବର୍ଷ ଏହି କ୍ରୀଡ଼ା ଅନୁଷ୍ଠିତ ହେଉଥିଲା, ସେ ବର୍ଷକୁ ଲୋକେ ଶାନ୍ତିର ବର୍ଷ ରୂପେ ପାଳନ କରୁଥିଲେ । ଏପରିକି ଗ୍ରୀସ୍ର ରାଜାମାନେ ନିଜ ନିଜ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ବନ୍ଦ କରି ଦେଉଥିଲେ । କେହି ଜଣେ ଅଲିମ୍ପିକ୍ ଉତ୍ସବକୁ ଯାଉଥିଲେ, ବାଟରେ କେହି ତା’ର ପ୍ରତିରୋଧ କରୁ ନ ଥିଲେ । ଅଲିମ୍ପିକ୍ କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀଙ୍କ ମୁଣ୍ଡରେ ସେମାନେ ପବିତ୍ର ତଥା ଶାନ୍ତିର ପ୍ରତୀକ ଅଲିଭ୍ ଡାଳର ମୁକୁଟ ପିନ୍ଧାଉଥିଲେ ।
(ଘ) ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା କିପରି ଆରମ୍ଭ ହୁଏ ?
Answer:
ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଗ୍ରୀକ୍ ଦେବତା ଜିଉସ୍ଙ୍କ ମନ୍ଦିରରୁ ଅଗ୍ନି ଆଣି ପ୍ରଧାନ ଷ୍ଟାଡ଼ିୟମ୍ର ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ ବୋଲି କୁହାଯାଏ । ଏହି ଅଗ୍ନିକୁ ମଶାଲରେ ଧରି ବିଭିନ୍ନ ଦେଶରେ ଶୋଭାଯାତ୍ରା କରାଯାଏ । ଶୋଭାଯାତ୍ରାବେଳେ ବିଭିନ୍ନ ଦେଶରେ ମଶାଲକୁ ସ୍ଵାଗତ କରାଯାଏ । ଏହି ପ୍ରତିଯୋଗିତା ନୃତ୍ୟ, ଗୀତ, ବାଦ୍ୟ ଓ ନାନା ପ୍ରକାର ଆତସବାଜି କାର୍ଯ୍ୟକ୍ରମ ମଧ୍ୟରେ ଖୁବ୍ ଆଡ଼ମ୍ବରରେ ଆରମ୍ଭ ହୁଏ । ଯେଉଁ ଦେଶରେ ଏହା ହୁଏ, ସେ ଦେଶର ଶାସନମୁଖ୍ୟ ଏହାକୁ ଉଦ୍ଘାଟନ କରନ୍ତି । ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିର ସଭାପତି ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନିଅନ୍ତି । ମଞ୍ଚ ସମ୍ମୁଖରେ ସର୍ବପ୍ରଥମେ ଗ୍ରୀସ୍ ଦେଶର, ତା’ପରେ ବର୍ଣ୍ଣମାଳା କ୍ରମାନୁସାରେ ଅନ୍ୟାନ୍ୟ ଦେଶର ଓ ସର୍ବଶେଷରେ ଆୟୋଜକ ଦେଶର ପ୍ରତିନିଧୁମାନେ ନିଜ ନିଜ ଦେଶର ଜାତୀୟ ପତାକାକୁ ଭୂମି ସହିତ ସମାନ୍ତରାଳଭାବେ ଧରି ଶୋଭାଯାତ୍ରାରେ ଯାଆନ୍ତି ।
(ଙ) କେଉଁ ମସିହାକୁ ଆଧୁନିକ ଅଲିମ୍ପିକ୍ର ଜନ୍ମଦିନ କୁହାଯାଏ ଓ କାହିଁକି ?
Answer:
ଅଲିମ୍ପିକ୍ କ୍ରୀଡ଼ା ଖ୍ରୀ.ପୂ. ୭୭୬ରୁ ଆରମ୍ଭ ହୋଇ ୩୯୩ ଖ୍ରୀ.ଅ ପର୍ଯ୍ୟନ୍ତ ପ୍ରତି ଚାରିବର୍ଷରେ ଥରେ ଅନୁଷ୍ଠିତ ହେଉଥିଲା । ମାତ୍ର ଏହି ପ୍ରତିଯୋଗିତାରେ ବହୁ ଲୋକ ଏକତ୍ର ହେଉଥିବାରୁ ନିଜ ଶାସନ ପ୍ରତି ବିପଦ ଆଶଙ୍କା କରି ତତ୍କାଳୀନ ସମ୍ରାଟ୍ ଥ୍ଓଡରସ୍ ଏହାକୁ ୩୯୪ ଖ୍ରୀ.ଅ.ରୁ ବନ୍ଦ କରିଦେଇଥିଲେ। ଏହାର ୧୫୦୦ ବର୍ଷପରେ ବାରେନ୍ ପିଏଦା କୋବର୍ଷା ନାମକ ଜଣେ ଫରାସୀ କ୍ରୀଡ଼ାପ୍ରେମୀ ୧୪ଟି ଦେଶର ୨୪୧ ଜଣ ଖେଳାଳିଙ୍କୁ ନେଇ ୧୮୯୬ ମସିହା ଏପ୍ରିଲ ୬ ତାରିଖରେ ଗ୍ରୀସ୍ ଦେଶର ଏଥେନ୍ସ୍ ନଗରୀରେ ଏହି କ୍ରୀଡ଼ାର ପୁନଃ ଆୟୋଜନ କରିଥିଲେ । ଏହିଦିନଟି ହେଉଛି ଆଧୁନିକ ଅଲିମ୍ପିକ୍ର ଜନ୍ମଦିନ । ଏହି ଦିନଠାରୁ ପ୍ରତି ୪ବର୍ଷରେ ଥରେ ପୃଥିବୀର ବିଭିନ୍ନ ଦେଶରେ ଏହି କ୍ରୀଡ଼ା ଅନୁଷ୍ଠିତ ହୋଇଆସୁଛି ।
(ଚ) କ୍ରୀଡ଼ା କେଉଁ କେଉଁ ଦିଗରେ ସହାୟକ ହୋଇଥାଏ ?
Answer:
କ୍ରୀଡ଼ା ଏକ ବ୍ୟାୟାମ । ଏହା ସୁସ୍ଥ ଶରୀର ଗଠନ କରିବାରେ ସହାୟକ ହୋଇଥାଏ । ଏହା ଯୁବ ସମାଜକୁ ଅଗ୍ରଗାମୀ ହେବାପାଇଁ ପ୍ରେରଣା ଦେଇଥାଏ । ଏହା ମାନସିକ ଆନନ୍ଦ ଦେବା ସହିତ ଶୃଙ୍ଖଳା ଶିକ୍ଷା ଦିଗରେ ସହାୟକ ହୋଇଥାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ । ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଦ୍ଭାବ ପ୍ରତିଷ୍ଠା ପାଇଁ କ୍ରୀଡ଼ା ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ସେଥିପାଇଁ ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନାନା ପ୍ରକାର କ୍ରୀଡ଼ା ଉତ୍ସବମାନ ଆୟୋଜିତ ହୋଇଥାଏ ।
(ଛ) ଅଲିମ୍ପିକ୍ କ୍ରୀଡ଼ାର ଏପରି ନାମକରଣ କାହିଁକି କରାଯାଇଛି ?
Answer:
ଖ୍ରୀ.ପୂ. ୭୭୬ରେ ଗ୍ରୀସ୍ ଦେଶରେ ପ୍ରଥମ କରି ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । କେତେକଙ୍କ ମତରେ ଗ୍ରୀକ୍ମାନେ ଗ୍ରୀସ୍ର ଅଲିମ୍ପିଆ ନାମକ ପାହାଡ଼ ଉପରେ ଥିବା ପ୍ରସିଦ୍ଧ ଦେବତା ‘ଜିଉସ୍’ଙ୍କୁ ପୂଜା କରୁଥିଲେ । ତାଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ଚାରିବର୍ଷରେ ଥରେ ସେଠାରେ ଏକ ବିରାଟ ମେଳାର ଆୟୋଜନ ହେଉଥିଲା । ଏଥିରେ ଯୋଗଦେଉଥିବା ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏହା ଅଲିମ୍ପିକ୍ କ୍ରୀଡ଼ା ନାମରେ ପରିଚିତ । ଆଉ କେହି କେହି କହନ୍ତି, ପ୍ରାଚୀନ ଗ୍ରୀସ୍ର ଆଲଫିଅସ୍ ନଦୀକୂଳରେ ଥିବା ‘ଅଲିମ୍ପିଆ’ ନାମକ ଏକ ବିରାଟ ପଡ଼ିଆରେ ଏହି କ୍ରୀଡ଼ାର ଆୟୋଜନ ହେଉଥିଲା । ଏହା ପାଞ୍ଚଦିନ ଯାଏ ଚାଲୁଥିଲା । ଏହା ମଧ୍ୟ ଗ୍ରୀକ୍ ଦେବତା ଜିଉସ୍ଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ହେଉଥିଲା । ଅଲିମ୍ପିଆ ପଡ଼ିଆରେ ଅନୁଷ୍ଠିତ ହେଉଥିବାରୁ ଏହାର ନାମ ଥିଲା ଅଲିମ୍ପିକ୍ କ୍ରୀଡ଼ା ।
(ଜ) ଗ୍ରୀସ୍ ଦେଶର ଲୋକେ ଅଲିମ୍ପିକ୍ କ୍ରୀଡ଼ା ଉତ୍ସବ ପାଳନ କରୁଥିଲେ କାହିଁକି ?
Answer:
ପ୍ରାଚୀନ ଗ୍ରୀସ୍ ଅଧ୍ବବାସୀମାନେ ଅତ୍ୟନ୍ତ କ୍ରୀଡ଼ାପ୍ରିୟ ଥିଲେ । ସେମାନେ ଉତ୍ତମ ସ୍ଵାସ୍ଥ୍ୟ ଓ ଶରୀର ଗଠନ ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ସେମାନଙ୍କର ବିଶ୍ଵାସ ଥିଲା ଯେ କ୍ରୀଡ଼ା କସରତ ସମୟରେ ଶରୀରରୁ ଯେଉଁ ଝାଳ ନିର୍ଗତ ହୁଏ ସେଥୁରେ ଶରୀରର ସବୁ ମଇଳା ବାହାରିଯାଏ । ଫଳରେ ଦେହ ନିର୍ମଳ ରହେ । ଏହାଛଡ଼ା ସେମାନେ ଅଲିମ୍ପିକ୍ କ୍ରୀଡ଼ାକୁ ଏକ ପବିତ୍ର ଉତ୍ସବ ଭାବେ ଗଣନା କରୁଥିଲେ । କ୍ରୀଡ଼ା ଅନୁଷ୍ଠିତ ହେଉଥିବା ବର୍ଷ ଶାନ୍ତର ବର୍ଷ ଭାବେ ପାଳିତ ହେଉଥିଲା । ଗ୍ରୀସ୍ର ରାଜାମାନେ ଏହି ବର୍ଷ ନିଜ ନିଜ ଭିତରେ ଚାଲିଥିବା ଯୁଦ୍ଧ ବନ୍ଦ କରି ଦେଉଥିଲେ । ଏହି କ୍ରୀଡ଼ାକୁ ସେମାନେ ଶାନ୍ତି, ପବିତ୍ରତାର ପ୍ରତୀକ ବୋଲି ଭାବୁଥିଲେ । ତେଣୁ ସେମାନେ ଏହି କ୍ରୀଡ଼ା ଉତ୍ସବ ପାଳନ କରୁଥିଲେ ।
ଲେଖକ ପରିଚୟ:
ବୀରେନ୍ଦ୍ର କୁମାର ସାମନ୍ତରାୟ (୧୯୪୬) ଖୋର୍ଦ୍ଧା ଜିଲ୍ଲାର ପାଳସାହିରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପ୍ରତିଷ୍ଠିତ ଶିଶୁସାହିତ୍ୟ ଲେଖକ ଭାବରେ ପରିଚିତ । ଶିଶୁ ସାହିତ୍ୟ ପତ୍ରିକା ‘ଟୁଉକୁମୂଷି’ ତାଙ୍କ ସମ୍ପାଦନାରେ ଦୀର୍ଘ ୨୫ ବର୍ଷ କାଳ ଧରି ପ୍ରକାଶ ପାଉଥିଲା । ‘ରାଜାର ସ୍ବପ୍ନ’ ପୁସ୍ତକ ପାଇଁ ସେ ଜାତୀୟ ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ତାଙ୍କ ରଚିତ ଶତାଧ୍ଵ ପୁସ୍ତକ ମଧ୍ୟରୁ ‘ପିଲାଙ୍କ ବିଶ୍ବକୋଷ’ ଓ ‘ଉତ୍କଳ ପ୍ରଦୀପ’ ପୁସ୍ତକ ଦୁଇଟି ଅତ୍ୟନ୍ତ ଉପାଦେୟ ।
ବିଷୟ ସୂଚନା:
ଦେଶ ଦେଶ ମଧ୍ୟରେ ମୈତ୍ରୀ ଓ ସଭାବ ପ୍ରତିଷ୍ଠା ନିମିତ୍ତ କ୍ରୀଡ଼ାର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ । ରାଜ୍ୟ, ସର୍ବଭାରତୀୟ, ଏସିଆ ମହାଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ଯେଉଁସବୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ, ତନ୍ମଧ୍ୟରୁ ଅଲିମ୍ପିକ୍ କ୍ରୀଡ଼ା ଖୁବ୍ ପାଇଁ ଏକ ସ୍ଵପ୍ନ । ଖ୍ରୀ.ପୂ. ୭୭୬ରୁ ୨୦୦୮ ମସିହା ମଧ୍ୟରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାର ଇତିହାସ ଖୁବ୍ ମହତ୍ତ୍ବପୂର୍ଣ୍ଣ । ପ୍ରତି ଚାରିବର୍ଷରେ ଥରେ ପୃଥିବୀର ବିଭିନ୍ନ ଦେଶରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପୃଥବୀର କ୍ରୀଡ଼ାବିତମାନଙ୍କ କ୍ଷେପରେ ପିଲାମାନଙ୍କ ପାଇଁ ଏହି ବିଷୟରେ ସନ୍ନିବେଶିତ କରାଯାଇଛି ।
ସାରକଥା:
ଜାତି, ଧର୍ମ ତଥା ବର୍ଣ୍ଣ ନିର୍ବିଶେଷରେ କ୍ରୀଡ଼ା ସମସ୍ତଙ୍କୁ ଏକତା ରଜ୍ଜୁରେ ବାନ୍ଧି ରଖୁଥାଏ। କ୍ରୀଡ଼ା ଯୁବସମାଜକୁ ଦିଗରେ ସହାୟକ ହୋଇଥାଏ । ତେଣୁ ଅଗ୍ରଗାମୀ ହେବା ପାଇଁ ପ୍ରେରଣା ଦେବା ସହ ଶରୀର ଗଠନ ଓ ଶୃଙ୍ଖଳା ଶିକ୍ଷା ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନାନାପ୍ରକାର କ୍ରୀଡ଼ା ଉତ୍ସବମାନ ଆୟୋଜିତ ହୋଇଥାଏ । ତନ୍ମଧ୍ୟରେ ଅଲିମ୍ପିକ୍ କ୍ରୀଡ଼ା ସର୍ବଶ୍ରେଷ୍ଠ । ପ୍ରାଚୀନ ଗ୍ରୀସ୍ରେ ସର୍ବପ୍ରଥମେ ଖ୍ରୀ.ପୂ. ୭୭୬ରେ ଏହି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଗ୍ରୀସ୍ ଦେଶର ଅଲିମ୍ପିଆ ପାହାଡ଼ ଉପରେ ଗ୍ରୀକ୍ ଦେବତା ଜିଉସ୍ଙ୍କୁ ଭକ୍ତି ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତି ଚାରିବର୍ଷରେ ଥରେ ଏକ ବିରାଟ ମେଳା ଆୟୋଜିତ ହେଉଥିଲା ଏବଂ ସେହି ମେଳାରେ ଯୋଗ ଦେଉଥିବା ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏହା ପାଞ୍ଚଦିନ ଧରି ଚାଲୁଥଲା । ଅଲିମ୍ପିଆ ପଡ଼ିଆରେ ହେଉଥିବାରୁ ଏହାର ନାମ ଥିଲା ଅଲିମ୍ପିକ୍ କ୍ରୀଡ଼ା ।
ପ୍ରାଚୀନ ଗ୍ରୀସ୍ର ଅଧିବାସୀମାନେ ଉତ୍ତମ ସ୍ଵାସ୍ଥ୍ୟ ଓ ଶରୀର ଗଠନ ନିମିତ୍ତ କ୍ରୀଡ଼ା ଉପରେ ଗୁରୁତ୍ଵ ଦେଉଥିଲେ । ଅଲିମ୍ପିକ୍ କ୍ରୀଡ଼ାକୁ ସେମାନେ ଏକ ପବିତ୍ର ଉତ୍ସବ ରୂପେ ଗଣନା କରୁଥିଲେ । ଏହି କ୍ରୀଡ଼ାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପବିତ୍ର ତଥା ଶାନ୍ତିର ପ୍ରତୀକ ଅଲିଭ ଡାଳର ଏକ ମୁକୁଟ ପିନ୍ଧାଇ ଦିଆଯାଉଥିଲା । ପ୍ରତିଯୋଗିତାରେ ବହୁ ଲୋକଙ୍କ ଉପସ୍ଥିତି ଯୋଗୁଁ ନିଜ ଶାସନ ପ୍ରତି ବିପଦ ଆଶଙ୍କା କରି ସମ୍ରାଟ ଥୁଓଡରସ୍ ୩୯୪ ଖ୍ରୀ.ଅ.ରୁ ଏହାକୁ ବନ୍ଦ କରି ଦେଇଥିଲେ । ପ୍ରାୟ ଦେଢ଼ହଜାର ବର୍ଷ ପରେ ଫ୍ରାନ୍ସର ଜଣେ କ୍ରୀଡ଼ାପ୍ରେମୀ ବାରେନ୍ ପିଏଦା
କୋବର୍ଷା ଚଉଦଟି ଦେଶର ୨୪୧ ଜଣ ଖେଳାଳିଙ୍କୁ ନେଇ ୧୮୯୬ ମସିହା ଏପ୍ରିଲ୍ ୬ ତାରିଖ ଦିନ ଗ୍ରୀସ୍ର ଏଥେନ୍ସ ନଗରୀରେ ପୁନଶ୍ଚ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ କରିଥିଲେ । ତା’ପରଠାରୁ ପ୍ରତି ଚାରିବର୍ଷରେ ଥରେ ଲେଖାଏଁ ଏହା ଅନୁଷ୍ଠିତ ହେଉଛି । ଗତ ୨୦୦୮ ମସିହାରେ ଚୀନ୍ର ବେଜିଙ୍ଗଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୦୫ଟି ଦେଶର ୧୦,୫୦୦ ଜଣ ଖେଳାଳି ଭାଗ ନେଇଥିଲେ ।
ଅଲିମ୍ପିକ୍ କ୍ରୀଡ଼ାର ପରିଚାଳନା ପାଇଁ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ ନାମରେ ଏକ ଅନୁଷ୍ଠାନ ଅଛି । ଏହାର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲ୍ୟାଣ୍ଡର ଲୁସେନ୍ ସହରରେ ଅବସ୍ଥିତ। ବିଭିନ୍ନ ଦେଶର ପ୍ରତିନିଧୂମାନେ ଏହି କମିଟିରେ ସଭ୍ୟ ଅଛନ୍ତି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଭଳି ବିଭିନ୍ନ ଦେଶରେ ମଧ୍ୟ ଗୋଟିଏ ଲେଖାଏଁ ଅଲିମ୍ପିକ କମିଟି ଅଛି । ଏହି କମିଟି ନିଜ ଦେଶରୁ ଖେଳାଳି ନିର୍ବାଚନ କରନ୍ତି । କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭରୁ ଗ୍ରୀକ୍ ଦେବତା ଜିଉସ୍ଙ୍କ ମନ୍ଦିରରୁ ଅଗ୍ନି ଆଣି ପ୍ରଧାନ ଷ୍ଟାଡ଼ିୟମ୍ ସମ୍ମୁଖରେ ଜଳାଇ ରଖାଯାଏ । ତାହାକୁ ‘ଅଲିମ୍ପିକ୍ ଜ୍ୟୋତି’ କହନ୍ତି । ଏହି ଅଗ୍ନିକୁ ମଶାଲରେ ଧରି ବିଭିନ୍ନ ଦେଶରେ ଶୋଭାଯାତ୍ରା କରାଯାଏ ।
ଯେଉଁ ଦେଶରେ ଏହା ଅନୁଷ୍ଠିତ ହୁଏ, ସେ ଦେଶର ଶାସନମୁଖ୍ୟ ଏହାକୁ ଉଦ୍ଘାଟନ କରନ୍ତି । ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିର ସଭାପତି ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନିଅନ୍ତି । ମଞ୍ଚ ସମ୍ମୁଖରେ ପ୍ରତିଯୋଗୀମାନେ ଶୋଭାଯାତ୍ରାରେ ନିଜ ନିଜ ଦେଶର ଜାତୀୟ ପତାକା ଧରି ଚାଲନ୍ତି । ଅଲିମ୍ପିକ୍ ପତାକାର ରଙ୍ଗ ଧଳା ଓ ସେଥିରେ ଛନ୍ଦାଛନ୍ଦି ହୋଇ ବିଭିନ୍ନ ରଙ୍ଗର ପାଞ୍ଚଟି ବଳୟ ବା ବୃତ୍ତ ଅଙ୍କିତ ହୋଇଛି । ଏହି ବଳୟ ଏସିଆ, ଇଉରୋପ, ଆମେରିକା, ଆଫ୍ରିକା ଓ ଅଷ୍ଟ୍ରେଲିଆ ଆଦି ପାଞ୍ଚଟି ମହାଦେଶର ପ୍ରତୀକ । ବଳୟଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିବାର ଅର୍ଥ ପରସ୍ପର ମଧ୍ୟରେ ଏକତା ଓ ବନ୍ଧୁତ୍ଵ ରକ୍ଷା କରିବା ।
ବିଭିନ୍ନ ଦେଶରୁ ଆସିଥିବା ଖେଳାଳିମାନେ ‘ଅଲିମ୍ପିକ୍ ଗ୍ରାମ’ରେ ରହନ୍ତି । ୧୮୯୬ ମସିହାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ମୋଟ ନଅଟି ବିଷୟରେ ପ୍ରତିଯୋଗିତା ହୋଇଥିବାବେଳେ ଏବେ ୩୫ ପ୍ରକାରର ଖେଳରେ ୪୦୦ ପ୍ରକାର ପ୍ରତିଯୋଗିତା ହେଉଛି । ପ୍ରଥମେ ମହିଳାମାନଙ୍କୁ ଖେଳିବାପାଇଁ ସୁଯୋଗ ମିଳୁନଥୁଲେ ମଧ୍ଯ ଏବେ ମହିଳାମାନେ ଯୋଗଦେଇ ନିଜର କୃତିତ୍ଵ ଦେଖାଉଛନ୍ତି । ୨୦୦୦ ମସିହାରେ ଅଷ୍ଟ୍ରେଲିଆର ସିଡ୍ନୀଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ଭାଗନେଇ ଭାରତର କରନାମ ମାଲେଶ୍ଵରୀ ଭାରୋତ୍ତୋଳନରେ ବ୍ରୋଞ୍ଜ୍ ପଦକ ଲାଭ କରିଥିଲେ ।
ବିଜୟୀ ଖେଳାଳୀମାନଙ୍କୁ ପ୍ରଥମ ସ୍ଥାନ ପାଇଁ ସ୍ବର୍ଣ୍ଣପଦକ, ଦ୍ୱିତୀୟ ସ୍ଥାନ ପାଇଁ ରୌପ୍ୟ ପଦକ ଓ ତୃତୀୟ ସ୍ଥାନ ପାଇଁ ବ୍ରୋଞ୍ଜ ପଦକ ଦିଆଯାଏ । ଖେଳର ଶେଷଦିନ ଖେଳାଳିମାନେ ଶୋଭାଯାତ୍ରାରେ ପଡ଼ିଆ ମଧ୍ୟକୁ ଆସନ୍ତି । ଅଲିମ୍ପିକ୍ ସଙ୍ଗୀତ ଗାନ କରାଯାଇ ଅଲିମ୍ପିକ୍ ପତାକାକୁ ଅବତରଣ କରାଯାଏ । ପରେ ପ୍ରଥମ ଦିନରୁ ଜଳୁଥିବା ଅଲିମ୍ପିକ୍ ଜ୍ୟୋତିକୁ ଲିଭାଇ ଉତ୍ସବର ପରିସମାପ୍ତି ଘୋଷଣା କରାଯାଏ। ହକି ଖେଳରେ ଆମ ଭାରତ ଆଠଥର ସ୍ବର୍ଣ୍ଣପଦକ, ଦୁଇଥର ରୌପ୍ୟ ପଦକ ଓ ଥରେ ବ୍ରୋଞ୍ଜ ପଦକ ଲାଭ କରିଛି। ୨୦୦୮ ମସିହା ବେଜିଙ୍ଗ୍ରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର କ୍ରୀଡ଼ାବିତ୍ ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ପ୍ରଥମ ହୋଇ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି । ବ୍ୟକ୍ତିଗତ ସ୍ଵର୍ଣ୍ଣପଦକ ଲାଭ କରିବାରେ ସେ ହେଉଛନ୍ତି ଭାରତରେ ପ୍ରଥମ । ଏହାଛଡ଼ା କୁସ୍ତିରେ ସୁଶୀଳ କୁମାର ଓ ବକ୍ସିଂରେ ବିଜେନ୍ଦ୍ର ସିଂହ ପ୍ରତ୍ୟେକେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। କେବଳ ପଦକ ଲାଭ ନୁହେଁ କ୍ରୀଡ଼ାରେ ଭାଗ ନେଇ ଉତ୍ତମ କ୍ରୀଡ଼ାନୈପୁଣ୍ୟ।
କଠିନ ଶବ୍ଦାର୍ଥ:
- ମୈତ୍ରୀ – ମିତ୍ରତା ।
- ଅଗ୍ରଗାମୀ – ଆଗକୁ ଯିବା ।
- ରଜ୍ଜୁ – ଦଉଡ଼ି ।
- କ୍ରୀଡ଼ା – ଖେଳ ।
- ଆନ୍ତର୍ଜାତିକ – ପୃଥିବୀ ସ୍ତରରେ ।
- ସମ୍ମାନାର୍ଥେ – ସମ୍ମାନ ପାଇଁ ।
- ନିର୍ଗତ – ବାହାରିବା ।
- ଆବର୍ଜନା – ଦୂଷିତ ପଦାର୍ଥ ।
- ପ୍ରତିରୋଧ – ବିରୋଧ ।
- ଅଲିଭ୍ – ଏକ ପ୍ରକାର ଗଛ ।
- ପୁନଃ – ପୁଣିଥରେ ।
- ଷ୍ଟାଡ଼ିଅମ୍ – ଖେଳ ନିମିତ୍ତ ନିର୍ମିତ ଆବଦ୍ଧ ପଡ଼ିଆ ।
- ବାଦ୍ୟ – ବାଜା ।
- ଆୟୋଜକ – ଆୟୋଜନକାରୀ ।
- ଭ୍ରାତୃଭାବ – ଭାଇଚାରାଭାବ ।
- ମୁଷ୍ଟିଯୁଦ୍ଧ – ମୁଥ ଲଢ଼େଇ ।
- ଖଡ୍ଗ ଯୁଦ୍ଧ – ଖଣ୍ଡାଯୁଦ୍ଧ ।
- ସନ୍ତରଣ – ପହଁରିବା ।
- ସ୍ଵର୍ଣ୍ଣ – ସୁନା ।
- ରୌପ୍ୟ – ରୁପା ।
- ପରିସମାପ୍ତି – ଶେଷ ।
- ନୈପୁଣ୍ୟ – ନିପୁଣତା ।
- ପ୍ରଦର୍ଶନ – ଦେଖାଇବା ।
- ପ୍ରଧାନ – ମୁଖ୍ୟ ।