Odisha State Board CHSE Odisha Class 11 Logic Solutions Unit 1 ତର୍କଶାସ୍ତ୍ରର ପ୍ରକୃତି, ତର୍କଶାସ୍ତ୍ର ଏବଂ ଭାଷା Short & Long Answer Questions
CHSE Odisha Class 11 Logic Unit 1 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍ପଣୀ ଲେଖ
୧. ଯଥାର୍ଥ ଯୁକ୍ତି
Answer:
ଯୁକ୍ତିଟି ବୈଧ ଏବଂ ଏହାର ସମସ୍ତ ତର୍କବାକ୍ୟ ଗୁଡ଼ିକ ସତ୍ୟ ହୋଇଥିଲେ, ତାହାକୁ ଯଥାର୍ଥ ଯୁକ୍ତି କୁହାଯାଏ । ଅର୍ଥାତ୍ ସମସ୍ତ ତର୍କବାକ୍ୟ ସତ୍ୟ ଥିବା ସ୍ଥଳେ ଯୁକ୍ତିଟି ବୈଧ ହୋଇଥିଲେ ତାହାକୁ ଯଥାର୍ଥ ଯୁକ୍ତି କୁହାଯାଏ ।
ସମସ୍ତ ପକ୍ଷୀ ଦ୍ବିପଦ ।
ସମସ୍ତ ବଗ ପକ୍ଷୀ ଅଟନ୍ତି ।
∴ ସମସ୍ତ ବଗ ଦ୍ବିପଦ
୨. ଅଯଥାର୍ଥ ଯୁକ୍ତି
Answer:
ଯୁକ୍ତିଟି ଅବୈଧ କିମ୍ବା ଏହାର ଯେକୌଣସି ହେତୁ ବାକ୍ୟ ମିଥ୍ୟା ହୋଇଥିଲେ, ତାହାକୁ ଅଯଥାର୍ଥ ଯୁକ୍ତି କୁହାଯାଏ । ଯେଉଁ କ୍ଷେତ୍ରରେ ଯୁକ୍ତିଟି ବୈଧ ଥାଇ ହେତୁବାକ୍ୟ ଗୁଡ଼ିକ ମିଥ୍ୟା ହୋଇଥାଏ କିମ୍ବା ଯୁକ୍ତିଟି ଅବୈଧ ଥାଇ ହେତୁ ବାକ୍ୟଗୁଡ଼ିକ ସତ୍ୟ ହୋଇଥାଏ, ତାକୁ ଅଯଥାର୍ଥ ଯୁକ୍ତି କୁହାଯାଏ ।
ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ପଶୁ ମରଣଶୀଳ ।
∴ ସମସ୍ତ ପଶୁ ମନୁଷ୍ୟ
୩. ଆରୋହାନୁମାନ
Answer:
ଯେଉଁ ଅନୁମାନରେ କେତେକ ବିଶେଷ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ କରି ଏକ ସାମାନ୍ୟ ତର୍କ ବାକ୍ୟ ପ୍ରତିଷ୍ଠା କରାଯାଏ, ତାହାକୁ ଆରୋହାନୁମାନ କହନ୍ତି ।
ରାମ ମରଣଶୀଳ ଅଟେ ।
ଯଦୁ ମରଣଶୀଳ ଅଟେ ।
ଆଣ୍ଟନ ମରଣଶୀଳ ଅଟେ ।
………………………
………………………
∴ ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।
୪. ତର୍କଶାସ୍ତ୍ରର ସଂଞା
Answer:
ତର୍କଶାସ୍ତ୍ରକୁ ଇଂରାଜୀରେ ‘ଲଜକ୍’ କୁହାଯାଏ । ‘ଲଜିକ୍’ ଗ୍ରୀକ୍ ଶବ୍ଦ ‘ଲୋଗସ୍’ରୁ ଆସିଅଛି । ‘ଲୋଗସ୍’ ଶବ୍ଦର ଅର୍ଥ ହେଉଛି ଚିନ୍ତା ବା ଯୁକ୍ତି ଏବଂ ଭାଷା ବା ଅଭିବ୍ୟକ୍ତି । ତେଣୁ ତର୍କଶାସ୍ତ୍ରକୁ ଚିନ୍ତା ବିଷୟକ ବିଜ୍ଞାନ କୁହାଯାଏ।
୫. ଅନୁମାନ
Answer:
ଅନୁମାନ ଏକ ମାନସିକ ପ୍ରକ୍ରିୟା । ଯେକୌଣସି ବିଷୟକୁ ଦେଖ୍ ଯେତେବେଳେ ତତ୍ ସମ୍ପର୍କୀୟ ଅନ୍ୟ କୌଣସି ବିଷୟରେ ଚିନ୍ତା କରାଯାଏ ତାହାକୁ ଅନୁମାନ କୁହାଯାଏ । ତେଣୁ ପର୍ବତରେ ଧୂଆଁ ଦେଖୁ ଯେତେବେଳେ ସେଠାରେ ନିଆଁ କଥା ଚିନ୍ତା କରାଯାଏ । ତାହାକୁ ଅନୁମାନ କୁହାଯାଏ ।
୬. ଯୁକ୍ତି
Answer:
ଅନୁମାନକୁ ଭାଷାରେ ପ୍ରୟୋଗ କଲେ ତାହାକୁ ଯୁକ୍ତି କୁହାଯାଏ । ଭାଷାରେ ଅଭିବ୍ୟକ୍ତ ହେତୁ -ଧାରଣାକୁ ହେତୁବାକ୍ୟ କୁହାଯାଏ ଏବଂ ଭାଷାରେ ଅଭିବ୍ୟକ୍ତି ନିଗମନ– ଧାରଣାକୁ ସିଦ୍ଧାନ୍ତ କୁହାଯାଏ । ଗୋଟିଏ ଯୁକ୍ତିରେ ଗୋଟିଏ ହେତୁବଚନ କିମ୍ବା ଏକାତ୍ମକ ହେତୁବଚନ ଥାଇପାରେ ।
ଯଥା- ସମସ୍ତ ମନୁଷ୍ୟ ମରଣଶୀଳ । – ସେତୁବାକ୍ୟ
କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ – ସିଦ୍ଧାନ୍ତ
ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ପ୍ରାଣୀ ମନୁଷ୍ୟ । – ସେତୁବାକ୍ୟ
_________________________
∴ ସମସ୍ତ ପ୍ରାଣୀ ମରଣଶୀଳ ।
୭. ତର୍କଶାସ୍ତ୍ରରେ ପରିସର
Answer:
ତର୍କଶାସ୍ତ୍ରରେ ବିଭିନ୍ନ ପ୍ରକାର ଅନୁମାନ ପଦ୍ଧତିର ସମ୍ୟକ୍ ବିଶ୍ଳେଷଣ ପୁଙ୍ଖାନୁପୁଙ୍ଖ ବିବରଣୀମାନର ସବିଶେଷ ଆଲୋଚନା ଓ ବିଭିନ୍ନ ଦୃଷ୍ଟିକୋଣୁ ସମାଲୋଚନା କରାଯାଏ । ଭାଷା ହିଁ ଅନୁମାନକୁ ରୂପଦିଏ । ଏଥିରେ ଅନୁମାନ ପ୍ରକ୍ରିୟାର ଭାଷା ବିଷୟକ ଉପାଦାନଗୁଡ଼ିକର ଆବଶ୍ୟକ ହୋଇଥାଏ । ପୁଣି ସେହି ଉପାଦାନଗୁଡ଼ିକ ଧାରଣା ଗଠନ, ସଂଜ୍ଞା ନିରୂପଣ ବିଭଜନ, ତର୍କବାକ୍ୟମାନଙ୍କର ଶ୍ରେଣୀ ବିଭାଗ, ବ୍ୟାଖ୍ୟା ପ୍ରଭୃତିର ସମ୍ୟକ୍ ଆଲୋଚନା କରିଥାଏ ।
୮. ବୈଧ ଯୁକ୍ତି
Answer:
କୌଣସି ଏକ ଅବରୋହାନୁମାନ ଯୁକ୍ତିରେ ଯଦି ସିଦ୍ଧାନ୍ତଟି ହେତୁବାକ୍ୟ କିମ୍ବା ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ପ୍ରତିପାଦିତ ହେଉଥବ, ତାହାକୁ ବୈଧ ଯୁକ୍ତି କୁହାଯାଏ ।
ଉଦାହରଣ – ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ରାଜା ମନୁଷ୍ୟ ।
___________________
∴ ସମସ୍ତ ରାଜା ମରଣଶୀଳ ।
ଏହି ଯୁକ୍ତିରେ ସିଦ୍ଧାନ୍ତଟି ସତ୍ୟ ଅଟେ । କାରଣ ଏହା ଯେଉଁ ହେତୁବାକ୍ୟମାନଙ୍କରୁ ନିଷ୍ପନ୍ନ ହୋଇଛି ସେଗୁଡ଼ିକ ସତ୍ୟ ଅଟେ । ଯୁକ୍ତିଟି ବୈଧ ଅଟେ । କାରଣ ଦତ୍ତ ହେତୁବଚନର ସିଦ୍ଧାନ୍ତଟି ହେତୁ ବାକ୍ୟମାନଙ୍କଠାରୁ ଯଥାର୍ଥରେ ନିଷ୍ପନ୍ନ ହେଉଅଛି ।
୯. ଅବୈଧ ଯୁକ୍ତି
Answer:
କୌଣସି ଏକ ଅବରୋହାନୁମାନ ଯୁକ୍ତିରେ ଯଦି ସିଦ୍ଧାନ୍ତଟି ହେତୁବାକ୍ୟ କିମ୍ବା ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ବା ବୈଧାନୁକୃତଭାବରେ ପ୍ରତିପାଦିତ ହେଲାନାହିଁ ତାହାକୁ ଅବୈଧ ଯୁକ୍ତି କୁହାଯାଏ ।
ଯଥା – ଗାନ୍ଧୀ ଜଣେ ନେତା ।
ଭାରତ ଗୋଟିଏ ଦେଶ ।
______________
∴ ଗାନ୍ଧୀ ଭାରତର ନେତା ।
ଯୁକ୍ତିରେ କୌଣସି ହେତୁବାକ୍ୟ ସହିତ ଅନ୍ୟ ହେତୁବାକ୍ୟମାନଙ୍କର ସମ୍ପର୍କ ନଥିବା ଦୃଷ୍ଟିରୁ ଯୁକ୍ତିର ବୈଧତା ନାହିଁ । ତେଣୁ ଏହା ଅବୈଧ ଯୁକ୍ତି ଅଟେ ।
୧୦. ଅବରୋହାନୁମାନ
Answer:
ଏକ ବା ଏକାଧ୍ଵକ ତର୍କବାକ୍ୟର ତାତ୍ପର୍ଯ୍ୟ ବିଶ୍ଳେଷଣ କରି ଅନୁମାନ ପ୍ରଣାଳୀର ନିୟମମାନ ସାହାଯ୍ୟରେ ସେମାନଙ୍କ ସହିତ ସମସ୍ୟାପ୍ୟ ବା ସେମାନଙ୍କଠାରୁ ଅଳ୍ପ ବ୍ୟାପକ ତର୍କବାକ୍ୟର ଆକାରଗତ ସତ୍ୟତା ପ୍ରତିପାଦନ କରିବାର ମାନସିକ ପ୍ରକ୍ରିୟାକୁ ଅବରୋହାନୁମାନ କୁହାଯାଏ ।
ଉଦାହରଣ – ସମସ୍ତ ମନୁଷ୍ୟ ମରଣଶୀଳ ।
ରାମ ଜଣେ ମନୁଷ୍ୟ ।
______________
∴ ରାମ ମରଣଶୀଳ ।
୧୧. ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
Answer:
ଯେଉଁ ଶବ୍ଦ ଅନ୍ୟ କୌଣସି ଶବ୍ଦର ବିନା ସାହାଯ୍ୟରେ ତର୍କବାକ୍ୟର ଉଦ୍ଦେଶ୍ୟ ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ, ତାହାକୁ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ କୁହାଯାଏ; ଯଥା – ମନୁଷ୍ୟ, ଗାଈ, ବୃକ୍ଷ, ଲତା ଇତ୍ୟାଦି । ମନୁଷ୍ୟ ମରଣଶୀଳ ଅଟେ । ଏଠାରେ ‘ମନୁଷ୍ୟ’ ପଦ ହେଉଛି ଉଦ୍ଦେଶ୍ୟ ଓ ‘ମରଣଶୀଳ’ ହେଉଛି ବିଧେୟ । ବିଶେଷ୍ୟ, ବିଶେଷଣ, ସର୍ବନାମ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଗତ । ତର୍କଶାସ୍ତ୍ରୀୟ ଭାଷାରେ ସମସ୍ତ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ ପଦ ଅଟେ ।
୧୨. ପଦ
Answer:
ଯେଉଁ ଶବ୍ଦ ବା ଶବ୍ଦ ସମଷ୍ଟି କୌଣସି ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇଥାଏ ତାହାକୁ ପଦ କୁହାଯାଏ । ପାରମ୍ପରିକ ତାର୍କିକମାନେ ଶବ୍ଦଗୁଡ଼ିକୁ ‘ପଦ’ ଦୃଷ୍ଟିରୁ ତିନି ଶ୍ରେଣୀରେ ବିଭକ୍ତ କରିଅଛନ୍ତି; ଯଥା-
(କ) ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଖ) ପରତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଗ) ଅପଦ ଶବ୍ଦ
ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦକୁ ପଦ କହନ୍ତି
୧୩. ଆରିଷ୍ଟୋଟଲଙ୍କ ବିଚାରର ମୌଳିକ ନିୟମାବଳୀ ।
Answer:
ଆରିଷ୍ଟୋଟଲ୍ଙ୍କ ମତରେ ବିଚାରର ତିନୋଟି ମୌଳିକ ନିୟମ ରହିଅଛି ।
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
୧୪. ତାଦାତ୍ମ୍ୟ ନିୟମ
Answer:
ଏହାକୁ ସରଳଭାବରେ ବ୍ୟାଖ୍ୟା କଲେ ଜଣାଯାଏ କୌଣସି ଏକ ବସ୍ତୁ ବା ବ୍ୟକ୍ତି ସର୍ବଦା ତା’ର ସ୍ବରୂପ ବା ସତ୍ତାକୁ ବଜାୟ ରଖେ । ଶ୍ଵାନକୁ ସର୍ବଦା ଶ୍ବାନ । ବୋଲି କୁହାଯିବ ଯଦିଓ ଶ୍ଵାନର କେତେକ ଲକ୍ଷଣ ପରିବର୍ତ୍ତନ ହୋଇପାରେ । ସେହିପରି ରଜ୍ଜୁ ସର୍ବଦା ରଜ୍ଜୁ ହୋଇ ରହିବ । ଯଦିଓ ଅନ୍ଧାର ରାତିରେ ରଜ୍ଜୁକୁ କେହି କେହି ସର୍ପ ବୋଲି ଭ୍ରମ କରିପାରେ । ଆକାର ଦୃଷ୍ଟିରୁ ବିଚାର କଲେ ‘କ’ ସର୍ବଦା ‘କ’ ଅଟେ । ଯେଉଁ ବସ୍ତୁ ଯାହା, ତାହା ସର୍ବଦା ସେଇଆ । ପ୍ରତ୍ୟେକ ବସ୍ତୁ ନିଜଠାରୁ ଅଭିନ୍ନ ।
୧୫. ବିରୋଧ ନିୟମ
Answer:
ଏହି ନିୟମ ଅନୁସାରେ ଗୋଟିଏ ବସ୍ତୁରେ ଦୁଇଟି ପରସ୍ପର ବିରୋଧୀ ଗୁଣ ଏକତ୍ର ଓ ଏକ ସମୟରେ ରହିବା ସମ୍ଭବପର ବୋଲି ଗ୍ରହଣ କରାଯାଇ ନପାରେ । ଗୋଟିଏ ବସ୍ତୁ ଏକ ସ୍ଥାନରେ ଓ ଏକ ସମୟରେ ଉଭୟ ଉପସ୍ଥିତ ଓ ଅନୁପସ୍ଥିତ ହେବା ସମ୍ଭବପର ନୁହେଁ । ପରସ୍ପରବିରୋଧୀ ଗୁଣଦ୍ଵୟ ମଧ୍ୟରୁ କୌଣସି ବସ୍ତୁରେ ଗୋଟିକୁ ସତ୍ୟ ବୋଲି ଗ୍ରହଣ କଲେ, ଅନ୍ୟଟିକୁ ସେହି ମୁହୂର୍ଭରେ ମିଥ୍ୟା ବୋଲି ଗ୍ରହଣ କରିବା ଅନିବାର୍ଯ୍ୟ ଅଟେ । କୌଣସି ବସ୍ତୁ ଏକ ସମୟରେ ଓ ଏକ ସ୍ଥାନରେ ଉଭୟ ଶ୍ଵେତ ଓ ଅଶ୍ଵେତ ହୋଇ ନପାରେ ।
୧୬ ନିର୍ମଧ୍ଯମ ନିୟମ
Answer:
ନିର୍ମଧ୍ଯମ ନିୟମର ବକ୍ତବ୍ୟ ଅନୁସାରେ ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ, ସୁତରାଂ ଦୁଇଟି ବିରୁଦ୍ଧ ଗୁଣଦ୍ୱାରା ପରିବେଷିତ ବସ୍ତୁ ସକଳ ବ୍ୟତୀତ ବିଶ୍ଵରେ ଅନ୍ୟ ବସ୍ତୁ ଥିବା ଅକଳ୍ପନୀୟ । ତେଣୁ ଦୁଇଟି ବିରୁଦ୍ଧ ଗୁଣର ମଧ୍ୟବର୍ତ୍ତୀ ଗୁଣ ବୋଲି କିଛି ନାହିଁ । ବର୍ଷ ଜଗତରେ ଯାହା ଶ୍ଵେତ ନୁହେଁ ତାହା ଅଶ୍ଵେତ, ଯାହା ଅଶ୍ଵେତ ନୁହେଁ ତାହାହିଁ ଶ୍ଵେତ । ତେଣୁ ଶ୍ଵେତ ଓ ଅଶ୍ଵେତ ଭିନ୍ନ ଅନ୍ୟ କୌଣସି ବର୍ଣ୍ଣ ଥିବାର କଳ୍ପନା କରାଯାଇପାରେ ନାହିଁ ।
୧୭. ପରତନ୍ତ୍ର ପଦଯୋଗ୍ୟ ଶବ୍ଦ କ’ଣ ଉଦାହରଣ ସହ ଉଲ୍ଲେଖ କର ।
Answer:
ଯେଉଁ ଶବ୍ଦ ସ୍ଵାଧୀନ ଭାବରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ନାହିଁ; କିନ୍ତୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦର ସାହାଯ୍ୟରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ ତାହାକୁ ପରତନ୍ତ୍ର ପଦଯୋଗ୍ୟ ଶବ୍ଦ କୁହାଯାଏ; ଯଥା- ଓ, କିମ୍ବା, ଧୀର ଗତିରେ, ଯାହାର ଥିଲା, ଯିବ ଇତ୍ୟାଦି । କ୍ରିୟା, କ୍ରିୟା ବିଶେଷଣ ଓ କେତେକ ଅବ୍ୟୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
୧୮. ଅପଦ ଶବ୍ଦ କାହାକୁ କହନ୍ତି ? ଉଦାହରଣ ସହ ବୁଝାଅ ।
Answer:
ଯେଉଁ ଶବ୍ଦ ଅନ୍ୟ ଶବ୍ଦର ସହାୟତାରେ ବା ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ ନାହିଁ ତାହାକୁ ଅପଦ ଶବ୍ଦ କୁହାଯାଏ; ଯଥା- ଓ ! ଆହା ! ଆରେ ! ବା ଇତ୍ୟାଦି । କେତେକ ଅବ୍ୟୟ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ବିସ୍ମୟ ସୂଚକ ଶବ୍ଦଗୁଡ଼ିକ ଅପଦ ଅଟନ୍ତି ।
୧୯. ପଦର ବାତ୍ୟାର୍ଥ
Answer:
କୌଣସି ଗୋଟିଏ ପଦଦ୍ୱାରା ଯେଉଁ ଯେଉଁ ବସ୍ତୁ, ବ୍ୟକ୍ତି ବା କର୍ମ ଇତ୍ୟାଦି ସୂଚିତ ହୁଏ ସେଗୁଡ଼ିକ ସେହି ଶବ୍ଦର ବାଚ୍ୟାର୍ଥ । ସୂଚାଉଥିବା ବସ୍ତୁଗୁଡ଼ିକ ବାସ୍ତବ ବା କାଳ୍ପନିକ ହୋଇପାରନ୍ତି । ଯେପରି ‘ନଦୀ’ ଗୋଟିଏ ପଦ । ଏହା ଗଙ୍ଗା, ସିନ୍ଧୁ, କାବେରୀ, ମହାନଦୀ ଇତ୍ୟାଦି ନଦୀମାନଙ୍କୁ ସୂଚାଉଅଛି । ସେହିଭଳି ‘ମନୁଷ୍ୟ’ ପଦଟି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରତ୍ୟେକ ମଣିଷ ପ୍ରତି ପ୍ରଯୁଜ୍ୟ । ତେଣୁ ଗୋଟିଏ ପଦର ନାମଦ୍ୱାରା ନାମିତ ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ଗୁଣ ଅଥବା କର୍ମ ସେହି ପଦର ବାଚ୍ଯାର୍ଥ ଅଟନ୍ତି ।
୨୦. ଲକ୍ଷଣାର୍ଥ
Answer:
‘ଲକ୍ଷଣ’ ଶବ୍ଦରୁ ଲକ୍ଷଣାର୍ଥ ଶବ୍ଦର ଉତ୍ପତ୍ତି ହୋଇଅଛି । ତେଣୁ ଲକ୍ଷଣାର୍ଥ କହିଲେ ସାଧାରଣତଃ ଗୁଣ ବା ଗୁଣ ସମଷ୍ଟିକୁ ବୁଝାଯାଏ । ଲକ୍ଷଣ ବିନା କୌଣସି ପଦକୁ ବୁଝିବା ସମ୍ଭବପର ନୁହେଁ; ଯଥା – ପ୍ରାଣିତ୍ବ ଓ ବିଚାରଶକ୍ତି ମନୁଷ୍ୟର ଅପରିହାର୍ଯ୍ୟ ଏବଂ ସାଧାରଣ ଲକ୍ଷଣ । ଏହି ଗୁଣଗୁଡ଼ିକ ବିନା ମନୁଷ୍ୟ ପଦକୁ ବୁଝିବା ଅସମ୍ଭବ ଅଟେ । ତେଣୁ ଏଗୁଡ଼ିକ ହେଲେ ‘ମନୁଷ୍ୟ’ ପଦର ଲକ୍ଷଣାର୍ଥ ।
୨୧. ବ୍ୟକ୍ତିସାପେକ୍ଷ ବା ମନସ୍ତତ୍ରୀୟ ଲକ୍ଷଣାର୍ଥ
Answer:
ପଦର ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ ଯେକୌଣସି ବିଷୟ, ବ୍ୟକ୍ତି, ବସ୍ତୁ ଇତ୍ୟାଦିର ଲକ୍ଷଣାର୍ଥକୁ ବିଚାର କରେ । ତେଣୁ ଗୋଟିଏ ପଦର ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ ଭିନ୍ନ ଭିନ୍ନ ବ୍ୟକ୍ତି ନିମିତ୍ତ ଭିନ୍ନ ଭିନ୍ନ ହୋଇପାରେ । ଯେପରି ଗୋଲାପ ଫୁଲଟି ଜଣେ କବି, ଚିତ୍ରକର, ବୈଜ୍ଞାନିକ ଓ ମାଳୀକୁ ଭିନ୍ନ ଭିନ୍ନ ଗୁଣଦ୍ଵାରା ପ୍ରଭାବିତ କରେ । ତେଣୁ ସେମାନଙ୍କପାଇଁ ଗୋଲାପ ଫୁଲର ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ ଭିନ୍ନ ଭିନ୍ନ । ଏ ପ୍ରକାର ଲକ୍ଷଣାର୍ଥର ଆଲୋଚନା ମନସ୍ତତ୍ତ୍ଵରେ କରାଯାଏ ।
୨୨. ବସ୍ତୁନିଷ୍ଠ ଲକ୍ଷଣାର୍ଥ
Answer:
ଗୋଟିଏ ପଦଦ୍ୱାରା ଚିହ୍ନିତ ଗୋଟିଏ ବ୍ୟକ୍ତି ବା ବସ୍ତୁଠାରେ ଯେତେସବୁ ଗୁଣର ଅବତାରଣା କରାଯାଇଥାଏ ବା କରାଯାଇପାରେ, ସେସବୁ ବସ୍ତୁନିଷ୍ଠ ବା ତାତ୍ତ୍ଵିକ ଲକ୍ଷଣାର୍ଥ ମଧ୍ଯରେ ଅନ୍ତର୍ଭୁକ୍ତ; ଯଥା – ‘ଶିକ୍ଷକ’ ଶବ୍ଦଟିର ଲକ୍ଷଣାର୍ଥ ନିର୍ଣ୍ଣୟ କରିବାକୁ ଯାଇ ଆମେ ଯଦି ‘ଶିକ୍ଷକ’ର ବିଶିଷ୍ଟ ଲକ୍ଷଣ ସାଙ୍ଗକୁ ତାଙ୍କର ବିଭିନ୍ନ ପ୍ରକାରର ପୋଷାକ ପରିଚ୍ଛଦ, ଅଭ୍ୟାସ ଇତ୍ୟାଦି ବର୍ଣ୍ଣନା କରୁ ସେଗୁଡ଼ିକ ବସ୍ତୁନିଷ୍ଠ ଲକ୍ଷଣାର୍ଥର ପର୍ଯ୍ୟାୟଭୁକ୍ତ ହେବ ।
୨୩. ତର୍କନିଷ୍ଠ ବିଜ୍ଞାନଭିରିକ ଲକ୍ଷଣାର୍ଥ
Answer:
ତର୍କନିଷ୍ଠ ବା ବିଜ୍ଞାନଭିଭିକ ଲକ୍ଷଣଗୁଡ଼ିକ ବୈଜ୍ଞାନିକ ଗବେଷଣା ତଥା ତାର୍କିକ ବିଚାରଦ୍ଵାରା ସମର୍ଥିତ । ଏଥିରେ କୌଣସି ଅବାନ୍ତର ବା ଆକସ୍ମିକ ଗୁଣକୁ ଲକ୍ଷଣାର୍ଥରୂପେ ଗ୍ରହଣ କରାଯାଏ ନାହିଁ । ଏହା ସର୍ବବାଦୀସମ୍ମତ । କୌଣସି ଗୋଟିଏ ସମୟରେ ସ୍ଥିରୀକୃତ ହୋଇଥିବା ଲକ୍ଷଣଗୁଡ଼ିକ ସେହି ନିର୍ଦ୍ଦିଷ୍ଟ ସମୟର ପରିପ୍ରେକ୍ଷୀରେ ଅପରିବର୍ତ୍ତିତ ହେଲେ ସୁଦ୍ଧା ଏହା ପରବର୍ତ୍ତୀ ଗବେଷଣାଦ୍ୱାରା ପରିବର୍ତ୍ତନ ସମ୍ଭବ ହୋଇପାରେ । ଏଣୁ ଏହି ଆବଶ୍ୟକୀୟ ଏବଂ ସାମାନ୍ୟ ଗୁଣଗୁଡ଼ିକୁ ତର୍କନିଷ୍ଠ ବିଜ୍ଞାନଭିତ୍ତିକ ଲକ୍ଷଣାର୍ଥ କୁହାଯାଏ ।
୨୪. ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ସମ୍ବନ୍ଧ
Answer:
ବାତ୍ୟାର୍ଥ କହିଲେ ଗୋଟିଏ ପଦଦ୍ଵାରା ଚିହ୍ନିତ ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ବୁଝାଯାଏ ଏବଂ ଲକ୍ଷଣାର୍ଥ କହିଲେ ମଧ୍ୟରେ ଗୋଟିଏ କ୍ଷୟ-ବୃଦ୍ଧି ସମ୍ବନ୍ଧ ଥାଏ । ବାତ୍ୟାର୍ଥର କ୍ରମଶଃ ବୃଦ୍ଧି ଘଟିଲେ, ଲକ୍ଷଣାର୍ଥ କ୍ରମଶଃ ହ୍ରାସ ପାଇପାରେ । ସେହିପରି ଲକ୍ଷଣାର୍ଥର କ୍ରମଶଃ ବୃଦ୍ଧିହେଲେ ବାତ୍ୟାର୍ଥ କ୍ରମଶଃ ହ୍ରାସପାଏ । ଏହାକୁ ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ସମ୍ବନ୍ଧ କହନ୍ତି । ଏହାକୁ ଚାରିଭାଗରେ ବିଭକ୍ତ କରାଯାଇଛି।
୨୫. ବ୍ୟାହତାର୍ଥକ ପଦ
Answer:
ଯେଉଁ ପଦ କୌଣସି ବ୍ୟକ୍ତି ବା ବସ୍ତୁଠାରେ କୌଣସି ଗୁଣର ତାତ୍କାଳିକ ଅଭାବକୁ ସୂଚାଇ ଦେବା ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ସେ ଗୁଣକୁ ଅବଧାରଣ କରିବାର ଶକ୍ତି ବା ସାମର୍ଥ୍ୟକୁ ପ୍ରକାଶ କରେ ତାହାକୁ ବ୍ୟାହତାର୍ଥକ ପଦ କୁହାଯାଏ; ଯଥା – ଅନ୍ଧ, ମୂକ, ବଧୂର, ବନ୍ଧ୍ୟାନାରୀ ଇତ୍ୟାଦି । ଯେପରି ଜଣେ ବ୍ୟକ୍ତି ଚକ୍ଷୁଷ୍ଠାନ ହେବା ସମ୍ଭବ ହୋଇଥିଲେ ସୁଦ୍ଧା ଚକ୍ଷୁଷ୍ମାନତାର ତାତ୍କାଳିକ ଅଭାବ ଥିବା ଦୃଷ୍ଟିରୁ ଜଣକୁ ଅନ୍ଧ କୁହାଯାଏ ।
୨୬. ପଦମାନଙ୍କ ମଧ୍ୟରେ ବିରୁଦ୍ଧ ପ୍ରତିଯୋଗ ସମ୍ବନ୍ଧ ।
Answer:
ଦୁଇଟି ପଦ ମଧ୍ୟରେ ଥିବା ସମ୍ପର୍କ ଯଦି ଏପରି ହୁଏ ଯେ, ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୋଟିଏ ସମ୍ଭବ ହେଲେ ଅନ୍ୟଟି ସମ୍ଭବ ହୁଏ ନାହିଁ ଏବଂ ଗୋଟିଏ ସମ୍ଭବ ନ ହେଲେ ଅନ୍ୟଟି ନିଶ୍ଚିତଭାବେ ସମ୍ଭବ ହୁଏ, ତାହେଲେ ସେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବିରୁଦ୍ଧ ପ୍ରତିଯୋଗ ସମ୍ବନ୍ଧ ବୋଲି କୁହାଯାଏ; ଯଥା – ଶ୍ଵେତ ଓ ଅ-ଶ୍ଵେତ, ସାଧୁ ଓ ଅ-ସାଧୁ ଇତ୍ୟାଦି ।
୨୭. ପଦମାନଙ୍କ ମଧ୍ୟରେ ବିପରୀତ ପ୍ରତିଯୋଗ ସମ୍ବନ୍ଧ ।
Answer:
ଦୁଇଟି ପଦ ଯଦି ଏପରି ସମ୍ପର୍କିତ ହୋଇଥାଆନ୍ତି ଯେ, ଯେଉଁଠି ଗୋଟିଏ ପଦ ବ୍ୟବହୃତ ହେଲେ ଅନ୍ୟଟି ଏକାସାଙ୍ଗରେ ବ୍ୟବହୃତ ହେବା ସମ୍ଭବ ହୁଏ ନାହିଁ ଏବଂ ଗୋଟିଏ ପଦ ପ୍ରଯୁଜ୍ୟ ନହେଲେ ଅନ୍ୟଟି ପ୍ରଯୁଜ୍ୟ ହେବାର ନିଶ୍ଚିତତା ନଥାଏ, ସେହି ଦୁଇଟି ପଦ ମଧ୍ୟରେ ଥିବା ସମ୍ବନ୍ଧକୁ ବିପରୀତ ପ୍ରତିଯୋଗ ସମ୍ବନ୍ଧ କୁହାଯାଏ; ଯଥା –
ଶ୍ଵେତ – କୃଷ୍ଣ
ଧନୀ – ଗରିବ
ଭଲ – ମନ୍ଦ, ଇତ୍ୟାଦି
୨୮. ଭାବ ପଦ ।
Answer:
ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅସ୍ଥିତ୍ଵକୁ ବୁଝାଉଥିଲେ ତାହାକୁ ଭାବ ପଦ କୁହାଯାଏ; ଯଥା – ଆହାର, ନିଦ୍ରା, ମରଣଶୀଳ ଇତ୍ୟାଦି ।
୨୯. ଅଭାବ ପଦ ।
Answer:
ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅଭାବ ବୁଝାଉଥିଲେ, ତାହାକୁ ଅଭାବ ପଦ କୁହାଯାଏ; ଯଥା- ଅନାହାର, ଅ – ମାନବ, ଅନିଦ୍ରା, ଅସାଧୁ, ଅନଭିଜ୍ଞ ଇତ୍ୟାଦି ।
୩୦. ଲକ୍ଷଣାର୍ଥକ ପଦ ।
Answer:
ଗୋଟିଏ ପଦର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥିଲେ ତାହାକୁ ଲକ୍ଷଣାର୍ଥକ ବା ସଲକ୍ଷଣପଦ କୁହାଯାଏ; ଯଥା – ମନୁଷ୍ୟ, ତ୍ରିଭୁଜ, ବର୍ଣ୍ଣ ଇତ୍ୟାଦି । ଯେପରି ମନୁଷ୍ୟ ପଦର ବାତ୍ୟାର୍ଥ ରାମ, ଯଦୁ, ମଧୁ ଇତ୍ୟାଦି ଅର୍ଥାତ୍ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ର ସମସ୍ତ ମନୁଷ୍ୟକୁ ବୁଝାଏ ଏବଂ ତାହାର ଲକ୍ଷଣାର୍ଥ ପ୍ରାଣିତ୍ବ ଓ ବିଚାରବୁଦ୍ଧିସମ୍ପନ୍ନତାକୁ ବୁଝାଏ । ତେଣୁ ଏହା ହେଉଛି ଲକ୍ଷଣାର୍ଥକ ପଦ ।
୩୧. ଅଲକ୍ଷଣାର୍ଥକ ପଦ ।
Answer:
ଗୋଟିଏ ପଦ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ନିର୍ଦ୍ଦିଷ୍ଟ ଗୁଣକୁ ବୁଝାଉଥିଲେ ତାହାକୁ ଅଲକ୍ଷଣାର୍ଥକ ବା ଅଲକ୍ଷଣ ପଦ କୁହାଯାଏ; ଯଥା – ରାମ, ଗୋବିନ୍ଦ, ବୃତ୍ତତ୍ଵ, ଶ୍ଵେତତ୍ଵ ଇତ୍ୟାଦି । ଏଠାରେ ରାମ ଓ ଗୋବିନ୍ଦ କହିଲେ ସେମାନଙ୍କର ନାମକୁ ପ୍ରକାଶ କରୁଅଛି, ମାତ୍ର ଗୁଣ ବିଷୟରେ କୌଣସି ସୂଚନା ଦେଉନାହିଁ ।
୩୨. ସମଷ୍ଟିବାଚୀ ପଦ ।
Answer:
ଯେତେବେଳେ ଗୋଟିଏ ପଦ କେତେକ ବସ୍ତୁ ଓ ବ୍ୟକ୍ତିର ସମଷ୍ଟିକୁ ବୁଝାଏ ତାହାକୁ ସମଷ୍ଟିବାଚୀ ପଦ କୁହାଯାଏ; ଯଥା – ପୁସ୍ତକାଗାର, ନୌସେନା, ଗୁଚ୍ଛ ଇତ୍ୟାଦି ଗୋଟିଏ ଗୋଟିଏ ସମଷ୍ଟିବାଚୀ ପଦ । ଯେପରି ପୁସ୍ତକାଗାର କହିଲେ ପୁସ୍ତକମାନଙ୍କର ସମଷ୍ଟିକୁ ବୁଝାଇଥାଏ । ପୁଷ୍ପଗୁଚ୍ଛ କହିଲେ ପୁଷ୍ପର ସମାହାରକୁ ବୁଝାଇଥାଏ ।
୩୩. ବ୍ୟଷ୍ଟିବାଚୀ ପଦ ।
Answer:
ବ୍ୟଷ୍ଟିବାଚୀ ପଦ କହିଲେ ଗୋଟିଏ ସମଷ୍ଟିକୁ ବୁଝାଏ ନାହିଁ । ଯେତେବେଳେ ଗୋଟିଏ ପଦର ନାମ, ତାହାଦ୍ଵାରା ସୂଚିତ ପ୍ରତ୍ୟେକ ବସ୍ତୁ ବା ବ୍ୟକ୍ତିକୁ ବୁଝାଏ ସେତେବେଳେ ତାହାକୁ ବ୍ୟଷ୍ଟିବାଚୀ ପଦ ବୋଲି କୁହାଯାଏ; ଯଥା – ମନୁଷ୍ୟ, ପୁସ୍ତକ, ପୁଷ୍ପ ଇତ୍ୟାଦି ଗୋଟିଏ ଗୋଟିଏ ବ୍ୟଷ୍ଟିବାଚୀ ପଦର ଉଦାହରଣ ।
୩୪. ଶବ୍ଦ
Answer:
ବ୍ୟାକରଣ ଅନୁଯାୟୀ, ଏକ ବା ଏକାଧ୍ଵ ଅକ୍ଷର ମିଳିତ ହୋଇ ଗୋଟିଏ ଅର୍ଥ ବହନ ବା ପ୍ରକାଶ କରୁଥିଲେ, ତାହାକୁ ଶବ୍ଦ କୁହାଯାଏ । ଯଥା – ଗଛ, ମନୁଷ୍ୟ ଇତ୍ୟାଦି ।
୩୫. ବାତ୍ୟାର୍ଥ ଓ ଲକ୍ଷଣାର୍ଥର ହ୍ରାସ ଓ ବୃଦ୍ଧି
Answer:
ଏହି ହ୍ରାସ ଓ ବୁଦ୍ଧିକୁ ଚାରି ଭାଗରେ ବିଭକ୍ତ କରାଯାଇଛି ।
(୧) ଲକ୍ଷଣାର୍ଥ ବୃଦ୍ଧି ହେଲେ, ବାତ୍ୟାର୍ଥ ହ୍ରାସ ହୁଏ ।
(୨) ଲକ୍ଷଣାର୍ଥ ହ୍ରାସ ହେଲେ, ବାତ୍ୟାର୍ଥ ବୃଦ୍ଧି ହୁଏ ।
(୩) ବାତ୍ୟାର୍ଥର ବୃଦ୍ଧି ହେଲେ, ଲକ୍ଷଣାର୍ଥର ହ୍ରାସ ହୁଏ ।
(୪) ବାତ୍ୟାର୍ଥର ହ୍ରାସ ହେଲେ ଲକ୍ଷଣାର୍ଥର ବୃଦ୍ଧି ହୁଏ ।
୩୬. ଏକ ଶାବ୍ଦିକ ପଦ
Answer:
ଯେଉଁ ପଦ ଗୋଟିଏ ଶବ୍ଦରେ ଗଠିତ ହୋଇଥାଏ, ତାହାକୁ ଏକ ଶବ୍ଦିକ ପଦ କୁହାଯାଏ । ଉ: ରାମ, ବୃକ୍ଷ, ପୁରୁଷ ଇତ୍ୟାଦି ।
୩୭. ବହୁ ଶାବ୍ଦିକ ପଦ
Answer:
ଯେଉଁ ପଦ ଏକାଧିକ ଶବ୍ଦରେ ଗଠିତ ହୋଇଥାଏ, ତାହାକୁ ବହୁ ଶାବ୍ଦିକ ପଦ କୁହାଯାଏ । ଯଥା – ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭଲ ଛାତ୍ର ।
୩୮. ଏକାର୍ଥ ପଦ
Answer:
ଯେଉଁ ପଦର ମାତ୍ର ଗୋଟିଏ ଅର୍ଥ ଥାଏ, ତାହାକୁ ଏକାର୍ଥକ ପଦ କୁହାଯାଏ । ଯଥା – ମନୁଷ୍ୟ, ନଦୀ, ଛାତ୍ର ଇତ୍ୟାଦି ।
୩୯. ଆନେ କାର୍ଥକ ପଦ
Answer:
ଯେଉଁ ପଦର ଅନେକ ଅର୍ଥ ଥାଏ, ତାହାକୁ ଅନେକାର୍ଥକ ପଦ କୁହାଯାଏ । ଯଥା – ପାଣିର ଅର୍ଥ ଜଳ, ପାଣିର ଅର୍ଥ ହସ୍ତ ।
୪୦. ବିଶେଷ ପଦ
Answer:
ଯେତେବେଳେ ଗୋଟିଏ ପଦ ଏକ ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ଗୁଣ ବା ସମଷ୍ଟିକୁ ବୁଝାଉଥାଏ, ତାହାକୁ ବିଶେଷ ପଦ କୁହାଯାଏ । ଯଥା – ଭାରତର ପ୍ରଥମ ରାଷ୍ଟ୍ରପତି, ପରିଜା ଗ୍ରନ୍ଥାଗାର ।
୪୧. ସାମାନ୍ୟ ପଦ
Answer:
ଯେଉଁ ପଦ କୌଣସି ବସ୍ତୁ ବା ବ୍ୟକ୍ତିର ଶ୍ରେଣୀକୁ ବୁଝାଉଥାଏ, ତାହାକୁ ସାମାନ୍ୟ ପଦ କୁହାଯାଏ । ଯଥା – ଲେଖକ, କବି, ଦାର୍ଶନିକ ଇତ୍ୟାଦି ।
୪୨. ଦ୍ରବ୍ୟବାଚକ ପଦ
Answer:
ଯେଉଁ ପଦ ଗୁଣ ବିଶିଷ୍ଟ ବସ୍ତୁ ବା ବ୍ୟକ୍ତିଙ୍କୁ ବୁଝାଏ, ତାହାକୁ ମୂର୍ଖପଦ ବା ଦ୍ରବ୍ୟବାଚକ ପଦ କୁହାଯାଏ । ଯଥା – ମନୁଷ୍ୟ, ଅଶ୍ଵ, ବୃକ୍ଷ ଇତ୍ୟାଦି ।
୪୩. ଗୁଣବାଚକ ପଦ
Answer:
ଯେଉଁ ପଦ କୌଣସି ବସ୍ତୁ ବା ବ୍ୟକ୍ତିକୁ ନ ବୁଝାଇ କେବଳ ଗୁଣକୁ ବୁଝାଏ, ତାହାକୁ ବିଭକ୍ତ ପଦ ବା ଗୁଣବାଚକ ପଦ କୁହାଯାଏ । ଯଥା – ନମ୍ରତା, ସାଧୁତା, ସରଳତା ଇତ୍ୟାଦି ।
୪୪. ନିର୍ଦ୍ଦିଷ୍ଟାର୍ଥକ ପଦ
Answer:
ଯେଉଁ ପଦ ଦ୍ବାରା ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି, ବସ୍ତୁ, ଶ୍ରେଣୀ ଅଥବା ଗୁଣ ସୂଚିତ ହୁଏ, ତାହାକୁ ନିର୍ଦ୍ଦିଷ୍ଟାର୍ଥକ ପଦ କୁହାଯାଏ । ଯଥା- ମହାନଦୀ, ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଇତ୍ୟାଦି ।
୪୫. ଅନିଦ୍ଧିଷ୍ଟାର୍ଥକ ପଦ
Answer:
ଯେଉଁ ପଦ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବସ୍ତୁ ବା ଗୁଣକୁ ସୂଚିତ କରେ ନାହିଁ, ତାହାକୁ ଅନିର୍ଦ୍ଦିଷ୍ଟାର୍ଥକ ପଦ କୁହାଯାଏ । କୌଣସି ରାଜ୍ୟ, ଜଣେ ପ୍ରଧାନମନ୍ତ୍ରୀ ଇତ୍ୟାଦି ।
୪୬. ନିରପେକ୍ଷ ପଦ
Answer:
ଯେଉଁ ପଦର ଅର୍ଥ ବୁଝିବା ପାଇଁ ଅନ୍ୟ ପଦର ସାହାଯ୍ୟ ଆବଶ୍ୟକ ହୁଏ ନାହିଁ, ତାହାକୁ ନିରପେକ୍ଷ ପଦ କୁହାଯାଏ । ଯଥା- ବାଳକ, ଟେବୁଲ, ଛାତ୍ର ଇତ୍ୟାଦି ।
୪୭. ସାପେକ୍ଷ ପଦ
Answer:
ଯେଉଁ ପଦ ଗୁଡ଼ିକର ଅର୍ଥ ତାହାର ଅନ୍ୟ ଏକ ପଦ ସହିତ ସମ୍ବନ୍ଧ ଉପରେ ନିର୍ଭରଶୀଳ ତାହାକୁ ସାପେକ୍ଷ ପଦ କୁହାଯାଏ । ଯଥା- ଶିକ୍ଷକ-ଛାତ୍ର, ପିତା-ମାତା, ଭାଇ-ଭଉଣୀ ଇତ୍ୟାଦି ।
୪୮. ଭାଷା
Answer:
ଭାଷା ଭାବ ପ୍ରକାଶର ଏକ ମାଧ୍ୟମ । ମନର ଭାବକୁ ଭାଷା ମାଧ୍ୟମରେ ପ୍ରକାଶ କରାଯାଇଥାଏ । ଭାଷା ହେଉଛି ମନୁଷ୍ୟର ଭାବ ଓ ଅନୁଭୂତି ପ୍ରକାଶ କରିବା ଦିଗରେ ସହାୟକ ହୋଇଥାଏ । ଭାଷା ବ୍ୟବହାର କରିବାର ଶକ୍ତି କେବଳ ମନୁଷ୍ୟ ମାନଙ୍କର ଅଛି । ତର୍କଶାସ୍ତ୍ରବିଦ୍ମାନେ ଏହି ଭାଷାକୁ ଚାରିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । (୧) ବର୍ଣ୍ଣନାମୂଳକ (୨) ଭାବାବେଗ, (୩) ନିର୍ଦ୍ଦେଶ ବା ଆଦେଶ ମୂଳକ (୪) ସହାନୁଭୂତି ମୂଳକ ପ୍ରୟୋଗ ।
୪୯. ବର୍ଣ୍ଣନାମୂଳକ ଭାଷା
Answer:
ଯେଉଁ ଭାଷା ତଥ୍ୟର ଉପସ୍ଥାପନା କରେ, ତାହାକୁ ବର୍ଣ୍ଣନାମୂଳକ ଭାଷା କୁହାଯାଏ । ଏହା ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ଯଥା – ଗୋଲାପ ଫୁଲଟି ସୁନ୍ଦର ଅଟେ ।
୫୦. ଭାବାବେଗମୂଳକ ଭାଷା
Answer:
ବକ୍ତା ନିଜର ଭାବ ପ୍ରକାଶ କରିବା ପାଇଁ କିମ୍ବା ଶ୍ରୋତା ମନରେ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ ଯେଉଁ ଭାବରେ ଭାଷାର ବ୍ୟବହାର କରେ, ତାହାକୁ ଭାବାବେଗ ମୂଳକ ଭାଷା କହନ୍ତି । ଉ: କି ସୁନ୍ଦର ଦୃଶ୍ୟ।
୫୧. ନିର୍ଦ୍ଦେଶ ବା ଆଦେଶମୂଳକ
Answer:
ଶ୍ରୋତାକୁ କୌଣସି ନିର୍ଦ୍ଦିଷ୍ଟ ଏକ କର୍ମରେ ପ୍ରବୃତ୍ତ କରିବା ପାଇଁ ବା କୌଣସି ଏକ କର୍ମରୁ ନିବୃତ୍ତ କରିବା ପାଇଁ ଯେଉଁ ଭାବରେ ଭାଷାର ବ୍ୟବହାର କରାଯାଏ, ତାହାକୁ ନିର୍ଦ୍ଦେଶ ବା ଆଦେଶମୂଳକ ଭାଷା କହନ୍ତି । ଯଥା- ସକାଳୁ ଉଠି ଭ୍ରମଣ କର ।
୫୨. ସହାନୁଭୂତିମୂଳକ ଭାଷା
Answer:
ଆମେ ଦୈନନ୍ଦିନ ଜୀବନରେ ସହାନୁଭୂତିମୂଳକ ଭାଷାର ବ୍ୟବହାର କରିଥାଉ । ଅଭିନନ୍ଦନ ଜଣାଇବା, ସ୍ଵାଗତ କରିବା, ଇତ୍ୟାଦି । ଯଥା – ସୁପ୍ରଭାତ, ହାଏ, ସବୁ ଭଲ ତ ?
B. ବୁଝାଅ ଓ ପାର୍ଥକ୍ୟ ଦର୍ଶାଅ
୧. ସତ୍ୟତା ଓ ପ୍ରାମାଣିକତା
Answer:
ତାର୍କିକମାନଙ୍କ ମତରେ ଯେକୌଣସି ଗୋଟିଏ ଯୁକ୍ତି ସତ୍ୟ କିମ୍ବା ଅସତ୍ୟ ହୋଇପାରେ । ଏହାର ସତ୍ୟାସତ୍ୟ ଯୁକ୍ତିରେ ଦିଆଯାଇଥିବା ତର୍କବଚନମାନଙ୍କର ସତ୍ୟାସତ୍ୟ ଉପରେ ନିର୍ଭର କରେ । ସିଦ୍ଧତା ବା ପ୍ରାମାଣ୍ୟ ସତ୍ୟଠାରୁ ସଂପୂର୍ଣ୍ଣ ଭିନ୍ନ । ଯେଉଁ ଯୁକ୍ତିରେ ସିଦ୍ଧାନ୍ତ ବଚନ ପ୍ରତି ହେତୁବାକ୍ୟର ସମର୍ଥନ ଅଛି, ସେହି ଯୁକ୍ତିରେ ସିଦ୍ଧତା ବିଦ୍ୟମାନ । ଯୁକ୍ତି ଶୁଦ୍ଧ ବା ପ୍ରାମାଣିକ କି ନା ଏହା ବିଚାର କଲାବେଳେ ଆମକୁ ଦେଖିବାକୁ ହୁଏ ହେତୁବାକ୍ୟର ସିଦ୍ଧାନ୍ତ ପ୍ରତି ସମର୍ଥନ ରହିଅଛି କି ନାହିଁ । ସିଦ୍ଧାନ୍ତର ଅଭାବ ସମର୍ଥନର ଅଭାବରୁ ଘଟିଥାଏ, ସତ୍ୟତାର ଅଭାବରୁ ନୁହେଁ । ତେଣୁ ତର୍କଶାସ୍ତ୍ରର ବିଚାର୍ଯ୍ୟକ ବିଷୟ ହେଲା ହେତୁବାକ୍ୟମାନଙ୍କର ସମର୍ଥନଯୋଗ୍ୟତା, ସେମାନଙ୍କର ସତ୍ୟତା ନୁହେଁ । ପ୍ରତ୍ୟେକ ତର୍କବାକ୍ୟର ସତ୍ୟତା ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣଦ୍ୱାରା ଜଣାପଡ଼େ; କିନ୍ତୁ ଯୁକ୍ତିର ସିଦ୍ଧତା ବା ପ୍ରାମାଣିକତା ଯୁକ୍ତିଗତ ବାକ୍ୟାବଳୀର ସତ୍ୟାସତ୍ୟ ଉପରେ ନିର୍ଭର କରେ ନାହିଁ । ଏହା ବାକ୍ୟମାନଙ୍କର ତାତ୍ପର୍ଯ୍ୟ ଉପରେ ନିର୍ଭର କରେ ।
୨. ବାଚ୍ୟାର୍ଥ ଓ ବିସ୍ତୃତି
Answer:
ପୁରାତନ ତାର୍କିକମାନେ ପଦର ବାତ୍ୟାର୍ଥ ଓ ବିସ୍ତୃତି ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶନ କରିନଥିଲେ । କିନ୍ତୁ ଆଧୁନିକ ତାର୍କିକମାନେ ପଦର ବାତ୍ୟାର୍ଥ ଓ ବିସ୍ତୃତି ମଧ୍ୟରେ ପାର୍ଥକ୍ୟ ପ୍ରତିପାଦନ କରିଛନ୍ତି । ଗୋଟିଏ ଜାତିକୁ ବୁଝାଉଥିବା ପଦର ବାତ୍ୟାର୍ଥ ହେଉଛି ଜାତି ଅନ୍ତର୍ଗତ ବସ୍ତୁ ବା ବ୍ୟକ୍ତି ବିଶେଷ । କିନ୍ତୁ ତା’ର ବିସ୍ତୃତି ହେଉଛି ତଦନ୍ତର୍ଗତ ଉପଜାତିଗୁଡ଼ିକ । ରାମ, ହରି, ଆକବର ପ୍ରଭୃତି ବ୍ୟକ୍ତିବୃନ୍ଦ ପଦର ବାତ୍ୟାର୍ଥ, ଶ୍ଵେତ ମନୁଷ୍ୟ, କୃଷ୍ଣ ମନୁଷ୍ୟ, ଲୋହିତ ମନୁଷ୍ୟ, ଧୂସର ମନୁଷ୍ୟ ଇତ୍ୟାଦି ଉପଜାତିଗୁଡ଼ିକ ମନୁଷ୍ୟ ପଦର ବିସ୍ତୃତିର ଅନ୍ତର୍ଗତ ।
୩. ଏକଶାବ୍ଦିକ ଓ ବହୁଶାବ୍ଦିକ ପଦ ।
Answer:
ତାର୍କିକମାନଙ୍କ ମତରେ ଯେତେବେଳେ ଗୋଟିଏ ପଦ ଗୋଟିଏ ଶବ୍ଦକୁ ନେଇ ଗଠିତ ହୋଇଥାଏ ତାହାକୁ ଏକଶାବ୍ଦିକ ପଦ କୁହାଯାଏ ।
ଉଦାହରଣ – ମନୁଷ୍ୟ, ଛାତ୍ର, ନିବ୍, ପୁସ୍ତକ ଇତ୍ୟାଦି । ମନୁଷ୍ୟ ପଦଟି ଗୋଟିଏ ଶବ୍ଦରେ ଗଠିତ । ସେହିପରି ଛାତ୍ର, ପୁସ୍ତକ ଓ ନିବ୍ ଗୋଟିଏ ଗୋଟିଏ ଶବ୍ଦରେ ଗଠିତ । ତେଣୁ ଏଗୁଡ଼ିକ ଏକଶାବ୍ଦିକ ଅଟନ୍ତି ।
ଯେଉଁ ପଦର ଏକାଧିକ ଶବ୍ଦମାନଙ୍କୁ ନେଇ ଗଠିତ ତାହାକୁ ବହୁଶାବ୍ଦିକ ପଦବୋଲି କୁହାଯାଏ ।
ଉଦାହରଣ – ଭାରତର ରାଷ୍ଟ୍ରପତି, ଓଡ଼ିଶାର ଶିକ୍ଷାନିର୍ଦ୍ଦେଶକ, ନବବାବୁଙ୍କ ବହି ବ୍ୟବସାୟ ଇତ୍ୟାଦି । ଭାରତର ରାଷ୍ଟ୍ରପତି ଦୁଇଟି ଶବ୍ଦକୁ ନେଇ ଗଠିତ । ସେହିପରି ଓଡ଼ିଶାର ଶିକ୍ଷାନିର୍ଦ୍ଦେଶକ, ନବବାବୁଙ୍କ ବହିବ୍ୟବସାୟ ଇତ୍ୟାଦି ଦୁଇଟି ଲେଖାଏଁ ଶବ୍ଦକୁ ନେଇ ଗଠିତ । ତେଣୁ ଏଗୁଡ଼ିକ ବହୁଶାବ୍ଦିକ ପଦ ଅଟନ୍ତି ।
୪. ଏକାର୍ଥକ ଓ ଅନେକାର୍ଥକ ପଦ
Answer:
ଯେଉଁ ପଦର ଗୋଟିଏ ମାତ୍ର ଅର୍ଥ ଥାଏ, ତାହାକୁ ଏକାର୍ଥକ ପଦ କୁହାଯାଏ ।
ଉଦାହରଣ – ମନୁଷ୍ୟ, ଗାଈ, ବୃକ୍ଷ ଇତ୍ୟାଦି, ମନୁଷ୍ୟ ପଦର ଗୋଟିଏ ଅର୍ଥ ଅଛି । ଏହା ମନୁଷ୍ୟମାନଙ୍କୁ ବୁଝାଏ । ସେହିପରି ଗାଈ, ବୃକ୍ଷ ଏମାନଙ୍କର ଗୋଟିଏ ଅର୍ଥ ଅଛି । ତେଣୁ ଏଗୁଡ଼ିକ ଏକାର୍ଥକ ପଦ ଅଟନ୍ତି ।
ଯେଉଁ ପଦର ଏକାଧ୍ଯକ ଅର୍ଥ ଥାଏ, ତାହାକୁ ଅନେକାର୍ଥକ ପଦ କୁହାଯାଏ ।
ଉଦାହରଣ – କର, ପାଣି, ଗୁରୁ ଇତ୍ୟାଦି । କର ଅର୍ଥ – କରିବା, ରାଜସ୍ବ ଓ ହସ୍ତ । ପାଣି ଅର୍ଥ ହସ୍ତ ଏବଂ ଜଳ । ଗୋଟିଏ ଅନେକାର୍ଥ ପଦର ଯେତେଗୁଡ଼ିଏ ଅର୍ଥ ଥାଏ, ସେହି ବାକ୍ୟରେ ବ୍ୟବହାର ତାରତମ୍ୟରେ ସେତିକିଟି ପଦ ସହିତ ସମାନ ।
୫. ବିଶେଷ ଓ ସାମାନ୍ୟ ପଦ
Answer:
ଯେତେବେଳେ ଗୋଟିଏ ପଦ ଏକ ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ଗୁଣ ବା ସମଷ୍ଟିକୁ ବୁଝାଏ ତାହାକୁ ବିଶେଷ ପଦ କୁହାଯାଏ; ଯଥା – ଭାରତର ପ୍ରଥମ ରାଷ୍ଟ୍ରପତି, କନିକା ଗ୍ରନ୍ଥାଗାର, ସମ୍ମୁଖସ୍ଥ ବୃକ୍ଷ ଇତ୍ୟାଦି । ବ୍ୟକ୍ତିବାଚକ ନାମ ବା ନିର୍ଦ୍ଦେଶାତ୍ମକ ଶବ୍ଦ ବିଶିଷ୍ଟ ନାମ ଏହି ଶ୍ରେଣୀଭୁକ୍ତ ।
ଯେତେବେଳେ ଗୋଟିଏ ପଦ ଗୋଟିଏ ଶ୍ରେଣୀକୁ ବୁଝାଏ ତାହାକୁ ସାମାନ୍ୟ ପଦ କୁହାଯାଏ; ଯଥା – କବି, ଭାରତୀୟ, ଦାର୍ଶନିକ, ରଙ୍ଗ, ମନୁଷ୍ୟ ଇତ୍ୟାଦି । କବି ଶବ୍ଦଦ୍ୱାରା, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଝାଯାଇ ନପାରି ଯେତେ କବି ପଦବାଚ୍ୟ ସେ ସମସ୍ତଙ୍କୁ ବୁଝାଏ ।
ଗୋଟିଏ ପଦ ବ୍ୟବହାର ଦୃଷ୍ଟିରୁ କେତେବେଳେ ବିଶେଷ, କେତେବେଳେ ସାମାନ୍ୟ ରୂପେ ଗୃହୀତ ହୋଇପାରେ; ଯଥା – ଲୌହ ଗୋଟିଏ ଧାତୁବିଶେଷ । ଏଠାରେ ଲୌହ ବିଶେଷ ପଦ ଅଟେ । କୁଠାର ଲୌହ ଅଟେ । ଏଠାରେ ଲୌହ ଏକ ସାମାନ୍ୟ ପଦ ଅଟେ ।
୬. ସମଷ୍ଟିବାଚୀ ଓ ବ୍ୟଷ୍ଟିବାଚୀ ପଦ
Answer:
ଯେତେବେଳେ ଗୋଟିଏ ପଦ କେତେକ ବସ୍ତୁ ଓ ବ୍ୟକ୍ତିର ସମଷ୍ଟିକୁ ବୁଝାଏ ତାହାକୁ ସମଷ୍ଟିବାଚୀ ପଦ କୁହାଯାଏ; ଯଥା – ପୁସ୍ତକାଗାର, ପୁଷ୍ପହାର, ଶ୍ରେଣୀ, ନୌସେନା, ଗୁଚ୍ଛ ଇତ୍ୟାଦି । ପୁସ୍ତକାଗାର କହିଲେ, କୌଣସି ନିର୍ଦ୍ଦିଷ୍ଟ ପୁସ୍ତକକୁ ବୁଝାଏ ନାହିଁ । କୌଣସି ଗୃହରେ କେତେକ ସଂଖ୍ୟକ ବହି ଏକତ୍ର ରହିଲେ ପୁସ୍ତକାଗାର କୁହାଯାଏ । ସେହିପରି ଗୁଚ୍ଛ କହିଲେ କେତେକ ପୁଷ୍ପର ଗୁଚ୍ଛକୁ ବା ସେହିଭଳି ଅନ୍ୟ କେତେକ ବସ୍ତୁର ଗୁଚ୍ଛକୁ ବୁଝାଏ ।
ଯେତେବେଳେ ଗୋଟିଏ ପଦର ନାମ, ତାହାଦ୍ଵାରା ସୂଚିତ ପ୍ରତ୍ୟେକ ବସ୍ତୁ ବା ବ୍ୟକ୍ତିକୁ ବୁଝାଏ ସେତେବେଳେ ତାହାକୁ ବ୍ୟଷ୍ଟିବାଚୀ ପଦ ବୋଲି କୁହାଯାଏ ।
ଉଦାହରଣ – ମନୁଷ୍ୟ, ରାମ, ମହାନଦୀ ଇତ୍ୟାଦି । ବ୍ୟଷ୍ଟିବାଚୀ ପଦ ଗୋଟିଏ ଗୋଷ୍ଠୀର ଯେକୌଣସି ଗୋଟିଏ ପଦାର୍ଥକୁ ବୁଝାଇପାରେ, କିନ୍ତୁ ସମଷ୍ଟିବାଚୀ ପଦ ସମଗ୍ର ଗୋଷ୍ଠୀକୁ ଗୋଟିଏ ପଦାର୍ଥ ବୋଲି ଗ୍ରହଣ କରେ ।
୭. ନିରପେକ୍ଷ ଓ ସାପେକ୍ଷ ପଦ
Answer:
ଯେଉଁ ପଦର ଅର୍ଥ ଅନ୍ୟ ପଦର ସାହାଯ୍ୟ ବିନା ବୃକ୍ଷ, ପୁସ୍ତକ ଇତ୍ୟାଦି । ମନୁଷ୍ୟ ପଦର ଅର୍ଥ ବୁଝିବାକୁ ଅନ୍ୟ ବୁଝିହୁଏ, ତାହାକୁ ନିରପେକ୍ଷ ପଦ କୁହାଯାଏ; ଯଥା – ମନୁଷ୍ୟ, ପଦର ଆବଶ୍ୟକତା ହୁଏ ନାହିଁ ।
ଯେଉଁ ପଦ ବୋଧଗମ୍ୟ ହେବାପାଇଁ ଅନ୍ୟ ଗୋଟିଏ ପଦର ଅପେକ୍ଷା ରଖେ ତାହାକୁ ସାପେକ୍ଷ ପଦ କୁହାଯାଏ; ଯଥା – ଛାତ୍ର, ପତି, ପିତା, ଭାଇ ଇତ୍ୟାଦି । ଛାତ୍ର ପଦ ସାପେକ୍ଷ କାରଣ ଏହାର ଅର୍ଥ ବୁଝିବାପାଇଁ ଆମକୁ ଅନ୍ୟ ଗୋଟିଏ ଶବ୍ଦ (ଶିକ୍ଷକ)ର ଆବଶ୍ୟକ ହୁଏ । ଛାତ୍ରର ସ୍ଥିତି ଶିକ୍ଷକର ସ୍ଥିତି ଉପରେ ନିର୍ଭର କରେ । ଜଣେ ଛାତ୍ର ହେଲେ ସେ ନିଶ୍ଚୟ କୌଣସି ଶିକ୍ଷକଙ୍କର ଛାତ୍ର ହୋଇଥବ ।
୮. ଗୁଣବାଚକ ଓ ଦ୍ରବ୍ୟବାଚକ ପଦ
Answer:
ଯେଉଁ ପଦ କୌଣସି ଗୁଣ ବା କ୍ରିୟାର ନାମ ହୋଇଥାଏ, ତାହାକୁ ଗୁଣବାଚକ ପଦ କୁହାଯାଏ; ଯଥା – ସାଧୁତା, ନମ୍ରତା, ସହନଶୀଳତା, ମନୁଷ୍ୟତା ଇତ୍ୟାଦି । କାରଣ ଏହି ପଦଗୁଡ଼ିକ ପ୍ରତ୍ୟେକ କେବଳ ଗୋଟିଏ ଗୋଟିଏ ଗୁଣର ସୂଚନା ଦିଏ ।
ଯେଉଁ ପଦ କୌଣସି ଗୁଣଯୁକ୍ତ ଦ୍ରବ୍ୟ ଅର୍ଥାତ୍, ବସ୍ତୁ, ବ୍ୟକ୍ତି ବା ସେମାନଙ୍କର ଶ୍ରେଣୀ ସମଷ୍ଟିକୁ ବୁଝାଉଥାଏ, ତାହାକୁ ଦ୍ରବ୍ୟବାଚକ ପଦ ବୋଲି କୁହାଯାଏ; ଯଥା – ଚନ୍ଦ୍ରମା, ମନୁଷ୍ୟ, ରାମ, ପୁଷ୍ପଗୁଚ୍ଛ, ପୁସ୍ତକ, ଛାତ୍ର ଇତ୍ୟାଦି । ସମସ୍ତ ଦ୍ରବ୍ୟବାଚକ ପଦକୁ ମୂର୍ତ୍ତି ପଦ ଏବଂ ଗୁଣବାଚକ ପଦକୁ ବିବିକ୍ତ ପଦ ବୋଲି ମଧ୍ୟ କୁହାଯାଏ ।
୯. ଲକ୍ଷଣାର୍ଥକ ଓ ଅଲକ୍ଷଣାର୍ଥକ ପଦ
Answer:
ଯେଉଁ ପଦର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥାଏ, ତାହାକୁ ଲକ୍ଷଣାର୍ଥକ ପଦ ବା ସଲକ୍ଷଣ ପଦ କୁହାଯାଏ ।
ଉଦାହରଣ – ମନୁଷ୍ୟ, ବୃକ୍ଷ, ଗାଈ ଇତ୍ୟାଦି । ମନୁଷ୍ୟ ପଦ ସଲକ୍ଷଣ, କାରଣ ଏହାର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥକ ଅଛି । ମନୁଷ୍ୟ ପଦର ବାତ୍ୟାର୍ଥ ପୃଥିବୀର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ମନୁଷ୍ୟକୁ ସୂଚିତ କରେ । ଏହାର ଲକ୍ଷଣାର୍ଥ ପ୍ରାଣିତ୍ଵ ଓ ବିଚାରଶୀଳତାକୁ ବୁଝାଏ ।
ମିଲ୍କଙ୍କ ମତରେ ଯେଉଁ ପଦର କେବଳ ବାତ୍ୟାର୍ଥ ବା କେବଳ ଲକ୍ଷଣାର୍ଥ ଥାଏ, ତାହାକୁ ଅଲକ୍ଷଣାର୍ଥକ ପଦ ବୋଲି କୁହାଯାଏ ; ଯଥା – ଶୁଭ୍ରତା, ସାଧୁତା, ରାମ, ଇସ୍ମାଇଲ୍ ଇତ୍ୟାଦି । ଶୁଭ୍ରତା ଗୋଟିଏ ଗୁଣକୁ ବୁଝାଏ । ତେଣୁ ଏହାର ଲକ୍ଷଣାର୍ଥ ଅଛି କିନ୍ତୁ ଏହାର ବାତ୍ୟାର୍ଥ ନାହିଁ । ଯେହେତୁ ଏହା କୌଣସି ବସ୍ତୁର ସୂଚନା ଦିଏ ନାହିଁ । ରାମ ପଦର ବାତ୍ୟାର୍ଥ ଅଛି । ଏହା କୌଣସି ବସ୍ତୁ ବା ବ୍ୟକ୍ତିକୁ ସୂଚାଉଥାଏ । କିନ୍ତୁ ଏହାର ଲକ୍ଷଣାର୍ଥ ନାହିଁ । କାରଣ ‘ରାମ’ ନାମଧାରୀ ବ୍ୟକ୍ତିଠାରେ କି ଲକ୍ଷଣ ଅଛି, ତାହା ‘ରାମ’ ପଦରୁ ସୂଚିତ ହେଉନାହିଁ । ତେଣୁ ଏହା ଅଲକ୍ଷଣାର୍ଥକ ପଦ ।
୧୦. ବିପରୀତ ଓ ବିରୁଦ୍ଧ ପଦ
Answer:
ତାର୍କିକମାନଙ୍କ ମତରେ ଦୁଇଟି ବିରୁଦ୍ଧ ପଦ ମଧ୍ୟରୁ ପ୍ରୟୋଗ କ୍ଷେତ୍ରରେ କୌଣସି ବସ୍ତୁରେ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ଏବଂ ଗୋଟିଏ ମିଥ୍ୟା ହେଲେ ଅପରଟି ସତ୍ୟ ହୁଏ । ଦୁଇଟି ବିପରୀତ ପଦ ମଧ୍ୟରୁ ପ୍ରୟୋଗ କ୍ଷେତ୍ରରେ କୌଣସି ବସ୍ତୁରେ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ହୁଏ । କିନ୍ତୁ ଗୋଟିଏ ମିଥ୍ୟା ହେଲେ ଅପରଟି ସତ୍ୟ କି ମିଥ୍ୟା ତାହା କହିହୁଏ ନାହିଁ ।
ଉଦାହରଣ – ଯାହା ଶ୍ୱେତ ତାହା ଅଶ୍ଵେତ ନୁହେଁ ଏବଂ ଯାହା ଶ୍ଵେତ ନୁହେଁ ତାହା ନିଶ୍ଚୟ ଅଶ୍ଵେତ । କାରଣ ଶ୍ୱେତାତିରିକ୍ତ ଅନ୍ୟ ସମସ୍ତ ବର୍ଣ୍ଣ ଅଶ୍ଵେତର ଅନ୍ତର୍ଗତ । ପକ୍ଷାନ୍ତର ଗୋଟିଏ ବସ୍ତୁ ଶ୍ଵେତ ହେଲେ ତାହା ଅବଶ୍ୟ କୃଷ୍ଣ ହୋଇନପାରେ, କିନ୍ତୁ ଶ୍ଵେତ ନହେଲେ ତାହା ନିଶ୍ଚୟ କୃଷ୍ଣ ବର୍ଷର ହେବ ବୋଲି କହିବା ସମ୍ଭବପର ନୁହେଁ । କାରଣ ତାହା କୃଷ୍ଣ, ପୀତ, ନୀଳ, ଲୋହିତ ଇତ୍ୟାଦି ଯେକୌଣସି ବର୍ଣ୍ଣର ହୋଇଥାଇପାରେ ।
୧୧. ନଞ୍ଜର୍ଥକ ଓ ବ୍ୟହତାର୍ଥକ ପଦ
Answer:
ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅନସ୍ତିତ୍ୱ ବା ଅଭାବକୁ ବୁଝାଉଥିଲେ, ତାହାକୁ ଅଭାବ ପଦ ବା ନିଞର୍ଥକ ପଦ କୁହାଯାଏ; ଯଥା – ଅନାହାର, ଅମାନବ, ଅନାଡ଼ମ୍ବର, ଅନିଦ୍ରା ଇତ୍ୟାଦି ।
ଗୋଟିଏ ପଦ କୌଣସି ବସ୍ତୁ ବା ଶ୍ରେଣୀରେ ସ୍ଵାଭାବିକ ଭାବେ ଥିବା କୌଣସି ତାତ୍କାଳିକ ଅଭାବକୁ ବୁଝାଉଥିଲେ ତାହାକୁ ବ୍ୟହତାର୍ଥକ ପଦ ବୋଲି କୁହାଯାଏ; ଯଥା – ଅନ୍ଧ, ବଧୂ, ମୂକ ଇତ୍ୟାଦି । ଏହି ପଦଗୁଡ଼ିକ କାଷ୍ଠ ବା ପ୍ରସ୍ତରଠାରେ ପ୍ରଯୁଜ୍ୟ ନୁହେଁ, କାରଣ ସେଗୁଡ଼ିକ ସ୍ୱଭାବତଃ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି, ବାକ୍ଶକ୍ତି ନଥାଏ । ବ୍ୟହତାର୍ଥକ ପଦଦ୍ୱାରା ବର୍ତ୍ତମାନକାଳୀନ ଅଭାବ ସୂଚିତ ହୁଏ; କିନ୍ତୁ ଅଭାବ ପଦକ୍ଷେତ୍ରରେ କୌଣସି କାଳର ସୂଚନା ନଥାଏ ।
୧୨. ପଦ ଓ ଶବ୍ଦ
Answer:
ଗୋଟିଏ ଅକ୍ଷର କିମ୍ବା ତତୋଽଧ୍ଵ ଅକ୍ଷର ସମଷ୍ଟିକୁ ଶବ୍ଦ କୁହାଯାଏ ଶବ୍ଦ ଦୁଇପ୍ରକାର ହୋଇପାରେ; ଯଥା – (୧) ସାର୍ଥକ ବା ଅର୍ଥଯୁକ୍ତ; ଉଦାହରଣସ୍ୱରୂପ – ଗୋବିନ୍ଦ, ବୃକ୍ଷ, ସବୁଜ, ମୁଁ, ମାନସ, ରମେଶ ଇତ୍ୟାଦି; ଏବଂ (୨) ନିରର୍ଥକ ବା ଅର୍ଥହୀନ; ଯଥା – ଟପ୍ତ, ଉମ୍ର, ଧୂପକ, ଫପକ ଇତ୍ୟାଦି ।
ଗୋଟିଏ ଶବ୍ଦ କିମ୍ବା ତତୋଽଧୂକ ଶବ୍ଦ ସମଷ୍ଟିଦ୍ୱାରା ପଦ ଗଠିତ ହୁଏ । ପଦ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୁଏ । ଗୋଟିଏ ବାକ୍ୟର ଅନେକ ଶବ୍ଦ ଥାଇପାରେ । କିନ୍ତୁ ତର୍କବାକ୍ୟରେ କେବଳ ଦୁଇଟି ପଦ ଥାଏ; ଯଥା – ଉଦ୍ଦେଶ୍ୟ ଏବଂ ବିଧେୟ ।
୧୩. ମୂର୍ଖ ଓ ବିବିକ୍ତ ପଦ
Answer:
କୌଣସି ପଦ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବସ୍ତୁର ନାମକୁ ବୁଝାଏ ତାହାକୁ ମୂର୍ଖପଦ ବୋଲି କୁହାଯାଏ । ଯେପରି ‘ମଣିଷ’, ‘ଟେବୁଲ’, ‘ବୃକ୍ଷ’ ଇତ୍ୟାଦି । ପ୍ରକାରାନ୍ତରେ ଯେଉଁ ପଦ ବସ୍ତୁର ଗୁଣ ବା ଗୁଣସମୂହକୁ ବୁଝାଏ ତାହାକୁ ବିବିକ୍ତ ପଦ ବୋଲି କୁହାଯାଏ । ଯେପରି ସଦ୍ଗୁଣାବଳୀ, ରଙ୍ଗ, ମିଷ୍ଟତ୍ଵ, ବିଚାରଶୀଳତା ଇତ୍ୟାଦି । ବିବିକ୍ତ ପଦ ଦୁଇଭାଗରେ ବିଭକ୍ତ; ଯଥା – (i) ସାମାନ୍ୟ ବିବିକ୍ତ ପଦ (ii) ଏକକ ବିବିକ୍ତ ପଦ ।
ସଦ୍ଗୁଣାବଳୀ, ରଙ୍ଗ ଇତ୍ୟାଦି ସାମାନ୍ୟ ବିବିକ୍ତ ପଦ । କାରଣ ଏହା ଏକାଧ୍ଵ ଗୁଣ ପ୍ରକାଶ କରେ । ରଙ୍ଗ କହିଲେ ଧଳା ରଙ୍ଗ, କଳା ରଙ୍ଗ, ଏପରି ବହୁ ପ୍ରକାର ରଙ୍ଗକୁ ବୁଝାଇଥାଏ । ସଦ୍ଗୁଣାବଳୀ କହିଲେ ସାଧୁତା, ସତ୍ୟବାଦିତା ଇତ୍ୟାଦିର ସମାହାରକୁ ସଦ୍ଗୁଣାବଳୀ କୁହାଯାଏ । ମାତ୍ର ଗୋଟିଏ ଗୁଣକୁ ପ୍ରକାଶ କରୁଥିବା ପଦକୁ ଏକକ ବିବିକ୍ତ ପଦ ବୋଲି କୁହାଯାଏ; ଯଥା – ମିଷ୍ଟତ୍ଵ, ସାଧୁତା, ସତ୍ୟବାଦିତା, କଳା ରଙ୍ଗ, ଧଳା ରଙ୍ଗ ଇତ୍ୟାଦି ।
୧୪. ଅବରୋହ ଓ ଆରୋହ ଯୁକ୍ତି
Answer:
(କ) ଏକ ପ୍ରାମାଣିକ ଅବରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତ କେବେହେଲେ ତା’ର ହେତୁବାକ୍ୟମାନଙ୍କଠାରୁ ବ୍ୟାପକତର ହୋଇପାରେ ନାହିଁ।
(ଖ) ଏହାର ସିଦ୍ଧାନ୍ତ ଏକ ନିଶ୍ଚିତ ସତ୍ୟତା ଉପରେ ପର୍ଯ୍ୟବସିତ ହୋଇଥାଏ ।
(ଗ) ଅବରୋହନୁମାନ ଯୁକ୍ତିଟି ଏକ ଆକାରଗତ ସତ୍ୟତା ଉପରେ ପର୍ଯ୍ୟବସିତ ହୋଇଥାଏ;
ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ।
ରାମ ଜଣେ ମନୁଷ୍ୟ ।
_______________
∴ ରାମ ମରଣଶୀଳ ।
ଆରୋହାନୁମାନ ଯୁକ୍ତି :
(କ) ଏକ ପ୍ରାମାଣିକ ଆରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତଟି ହେତୁମାନଙ୍କଠାରୁ ଅତି ବ୍ୟାପକତର ଅଟେ ।
(ଖ) ଏହାର ସିଦ୍ଧାନ୍ତ ନିଶ୍ଚିନ୍ତ ସତ୍ୟତା ଉପରେ ପର୍ଯ୍ୟବସିତ ନୁହେଁ । ଏହା ସମ୍ଭାବନାମୂଳକ ଅଟେ ।
(ଗ) ଆରୋହାନୁମାନ ଯୁକ୍ତିଟି ଉଭୟ ବାସ୍ତବ ସତ୍ୟତା ଓ ଆକାରଗତ ସତ୍ୟତା ହୋଇଥାଏ ।
ଯଥା – ରାମ ମରଣଶୀଳ ।
ହରି ମରଣଶୀଳ ।
ଆକବର ମରଣଶୀଳ ।
………………….
…………………
∴ ସମସ୍ତ ମନୁଷ୍ୟ ମରଣଶୀଳ ।
୧୫. ବାକ୍ୟ ଓ ତର୍କବାକ୍ୟ
Answer:
କେତେଗୁଡ଼ିଏ ଶବ୍ଦ ମିଳିତ ହୋଇ ଗୋଟିଏ ସଂପୂର୍ଣ ଭାବ ପ୍ରକାଶ କରୁଥିଲେ ତାହାକୁ ବାକ୍ୟ କହନ୍ତି । ବାକ୍ୟ ବ୍ୟାକରଣର ବିଷୟବସ୍ତୁ । ଏଥିରେ ଦୁଇଟି ଅଙ୍ଗ ଥାଏ; ଯଥା – ଉଦ୍ଦେଶ୍ୟ ଓ ବିଧେୟ । ତର୍କବାକ୍ୟ ତର୍କଶାସ୍ତ୍ରର ଆଲୋଚ୍ୟ ବିଷୟବସ୍ତୁ । ଏଥୁରେ ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକ ବୋଲି ତିନିଗୋଟି ଅବୟବ ଥାଏ । ପ୍ରତ୍ୟେକ ବାକ୍ୟ ବ୍ୟାକରଣଗତ ଦୃଷ୍ଟିରୁ ଶୁଦ୍ଧ କିମ୍ବା ଅଶୁଦ୍ଧ ବିବେଚିତ ହୁଏ । କିନ୍ତୁ ତର୍କବାକ୍ୟ ତର୍କପଦ୍ଧତିର ସୁବିଧା ଦୃଷ୍ଟିରୁ ସତ୍ୟ କିମ୍ବା ଅସତ୍ୟ ବିବେଚିତ ହୁଏ । ପ୍ରତ୍ୟେକ ତର୍କବାକ୍ୟ ଗୋଟିଏ ଗୋଟିଏ ବାକ୍ୟ; ମାତ୍ର ପ୍ରତ୍ୟେକ ବାକ୍ୟ ଗୋଟିଏ ଗୋଟିଏ ତର୍କବାକ୍ୟ ନୁହେଁ ।
୧୬. ଅବଧାରଣ ଓ ତର୍କବାକ୍ୟ
Answer:
ଅବଧାରଣ ହେଉଛି ଗୋଟିଏ ମାନସିକ ପ୍ରକ୍ରିୟା ଯାହାଦ୍ୱାରା ଆମେ ଦୁଇଟି ଧାରଣାକୁ ମନେ ମନେ ପରସ୍ପର ସହିତ ତୁଳନା କରୁ ଏବଂ ଉଭୟଙ୍କ ମଧ୍ୟରେ ଗୋଟିଏ ସମ୍ବନ୍ଧ ସ୍ଥାପନ କରୁ । ଏହି ସମ୍ବନ୍ଧ କୌଣସି ବିଷୟ ବା ବସ୍ତୁ ସମ୍ପର୍କରେ ସ୍ବୀକୃତି ମଧ୍ଯ ହୋଇପାରେ, ପୁଣି ଅସ୍ବୀକୃତି ମଧ୍ଯ ହୋଇପାରେ । ଯେପରି ମଣିଷ ଏବଂ ମରଣଶୀଳ – ଏହି ଦୁଇଟି ଧାରଣା ଆମ ମନ ମଧ୍ୟରେ ରହିଛି । ଅବଧାରଣ ଗୋଟିଏ ସଂପୂର୍ଣ୍ଣ ମାନସିକ ବ୍ୟାପାର । ଅବଧାରଣ ଭାଷାରେ ବ୍ୟକ୍ତ ହୋଇପାରେ ପୁଣି ନ ହୋଇପାରେ ମଧ୍ୟ । ଭାଷାରେ ବ୍ୟକ୍ତ ଅବଧାରଣର ରୂପକୁ ତର୍କବାକ୍ୟ କୁହାଯାଏ ।
୧୭. ବୈଧ ଯୁକ୍ତି ଓ ଅବୈଧ ଯୁକ୍ତି
Answer:
କୌଣସି ଏକ ଅବରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତଟି ଯଦି ହେତୁବାକ୍ୟ କିମ୍ବା ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ପ୍ରତିପାଦିତ ହେଉଥବ, ତେବେ ତାହାକୁ ବୈଧଯୁକ୍ତି କୁହାଯାଏ ।
ଉଦାହରଣ – ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ରାଜା ମନୁଷ୍ୟ ।
____________________
∴ ସମସ୍ତ ରାଜା ମରଣଶୀଳ ।
କୌଣସି ଏକ ଅବରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତଟି ଯଦି ହେତୁବାକ୍ୟ କିମ୍ବା ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ବା ବୈଧାନୁକୃତ ଭାବରେ ପ୍ରତିପାଦିତ ହେଲାନାହିଁ, ତେବେ ତାହାକୁ ଅବୈଧ ଯୁକ୍ତି କୁହାଯାଏ ।
ଯଥା – ଗାନ୍ଧୀ ଜଣେ ନେତା ।
ଭାରତ ଗୋଟିଏ ଦେଶ ।
_________________
∴ ଗାନ୍ଧୀ ଭାରତର ନେତା ।
୧୮. ଅନୁମାନ ଓ ଯୁକ୍ତି
Answer:
ନ୍ୟାୟଦର୍ଶନରେ କୁହାଯାଇଛି ଯେ କୌଣସି ବିଷୟକୁ ଦେଖୁ ଯେତେବେଳେ ସେ ସମ୍ପର୍କୀୟ ଅନ୍ୟ କୌଣସି ବିଷୟରେ ଚିନ୍ତା କରାଯାଏ, ତାହାକୁ ଅନୁମାନ କୁହାଯାଏ । ‘ଅନୁ’ ଅର୍ଥାତ୍ ପଛରେ, ‘ମନ୍ୟସେ’ ଅର୍ଥାତ୍ ଚିନ୍ତା କରିବା । ତେଣୁ ଅନୁମାନ କେବଳ ମାନସିକ ସ୍ତରରେ ଘଟିଥାଏ; ଯଥା – ପର୍ବତରେ ଧୂଆଁ ଦେଖୁ ସେଠାରେ ନିଆଁ ଅଛି ବୋଲି ଅନୁମାନ କରାଯାଏ ।
ଅନୁମାନକୁ ଭାଷାରେ ପ୍ରୟୋଗ କଲେ ଯୁକ୍ତି କୁହାଯାଏ । ଏହା ହେତୁବଚନ ଓ ସିଦ୍ଧାନ୍ତଦ୍ୱାରା ଗଠିତ ହୋଇଥାଏ । ଏହାର ହେତୁକୁ ଆଶ୍ରୟ କରି ସିଦ୍ଧାନ୍ତ ଗ୍ରହଣ କରାଯାଇଥାଏ ।
ଯଥା – ସମସ୍ତ ମନୁଷ୍ୟ ମରଣଶୀଳ । – ହେତୁ
∴ କେତେକ ମରଣଶୀଳ ପ୍ରାଣୀ ମନୁଷ୍ୟ । – ସିଦ୍ଧାନ୍ତ
ସମସ୍ତ ଧର୍ମପ୍ରାଣ ବ୍ୟକ୍ତି ଶାନ୍ତିପ୍ରିୟ । – ହେତୁ
ବୁଦ୍ଧଦେବ ଜଣେ ଧର୍ମପ୍ରାଣ ବ୍ୟକ୍ତି । – ହେତୁ
___________________________
∴ ବୁଦ୍ଧଦେବ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି । – ସିଦ୍ଧାନ୍ତ
୧୯. ଆକାର ଓ ବିଷୟଗତ ଭେଦ
Answer:
ଗୋଟିଏ ଗୋଲାପ ଫୁଲକୁ ଦେଖିଲେ କେତେଗୁଡ଼ାଏ କଥା ବିଚାରକୁ ଆସେ; ଯଥା – ଫୁଲର ରଙ୍ଗ, ବାସ୍ନା, ପାଖୁଡ଼ା ଇତ୍ୟାଦି । ଏଗୁଡ଼ିକ ସବୁ ବିଷୟର ପର୍ଯ୍ୟାୟଭୁକ୍ତ । ଏସବୁ ବ୍ୟତିରେକେ ଗୋଲାପ ଫୁଲଟି ଗୋଟିଏ ଆକାରର । ସେହିଭଳି ଖଣ୍ଡେ ଇଟା ଭିତରେ କେତେ ପଦାର୍ଥ ଥାଏ; ମାତ୍ର ଅନେକ ଇଟାଖଣ୍ଡ ଆକାରରେ ସମାନ । ଠିକ୍ ସେହିପରି ଅନେକ ଯୁକ୍ତି ଗୋଟିଏ ଆକାରର ହୋଇଥାନ୍ତି ଯଦିଓ ପ୍ରତ୍ୟେକ ଯୁକ୍ତର ବିଷୟବସ୍ତୁ ଅନ୍ୟ ଯୁକ୍ତିର ବିଷୟବସ୍ତୁଠାରୁ ପୃଥକ୍ ।
ଯଥା – (କ) ସମସ୍ତ ଦାର୍ଶନିକ ଚିନ୍ତାଶୀଳ
ଲକ୍ ଜଣେ ଦାର୍ଶନିକ
_____________
∴ ଲକ୍ ଚିନ୍ତାଶୀଳ ।
(ଖ) କୌଣସି ଚିନ୍ତାନାୟକ ଦୋଷମୁକ୍ତ ନୁହନ୍ତି ।
ମହାତ୍ମାଗାନ୍ଧୀ ଜଣେ ଚିନ୍ତାନାୟକ ।
____________________
∴ ମହାତ୍ମାଗାନ୍ଧୀ ଦୋଷମୁକ୍ତ ନୁହନ୍ତି ।
୨୦. ଯଥାର୍ଥ ଯୁକ୍ତି ଓ ଅଯଥା ଯୁକ୍ତି
Answer:
ଯେଉଁ ଯୁକ୍ତିରେ ସମସ୍ତ ହେତୁବାକ୍ୟଗୁଡ଼ିକ ସତ୍ୟ ହୋଇଥାଏ ଏବଂ ଯୁକ୍ତିଟି ଗୋଟିଏ ବୈଧଯୁକ୍ତି ହୋଇଥାଏ ତାହାକୁ ଯଥାର୍ଥ ଯୁକ୍ତି କୁହାଯାଏ ।
ସମସ୍ତ ପକ୍ଷୀ ଦ୍ବିପଦ ।
ସମସ୍ତ କାକ ପକ୍ଷୀ ଅଟନ୍ତି । – ସତ୍ୟ
_______________________
∴ ସମସ୍ତ କାକ ଦ୍ବିପଦ ଅଟନ୍ତି । – ସତ୍ୟ
ଯେଉଁ ଯୁକ୍ତିରେ ଗୋଟିଏ ହେତୁବାକ୍ୟ ମିଥ୍ୟାହୋଇଥାଏ କିମ୍ବା ଯୁକ୍ତିଟି ଅବୈଧ ହୋଇଥାଏ ତାହାକୁ ଅଯଥାର୍ଥଯୁକ୍ତି କହନ୍ତି ।
ସମସ୍ତ ପରିବା ମିଠା ଅଟେ । – ମିଥ୍ୟା
କଲରା ଏକ ପରିବା ଅଟେ । – ସତ୍ୟ
__________________
∴ କଲରା ମିଠା ଅଟେ । – ମିଥ୍ୟା
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧. ତର୍କଶାସ୍ତ୍ରର ସଂଜ୍ଞା କାହାକୁ କହନ୍ତି ?
Answer:
ଦୈନନ୍ଦିନ ଜୀବନରେ ଆମେସବୁ ଅନେକ ବିଷୟରେ ଆଲୋଚନା କରିଥାଉ । ଏହି ଆଲୋଚନାର ପରିସର ମଧ୍ୟରେ ଆମେ ଆମର ସ୍ଥିତି ଓ ଦୁଃସ୍ଥିତି ସମ୍ପର୍କରେ ଅନ୍ୟମାନଙ୍କୁ ପରିଚିତ କରାଇଥାଉ । ଖାଲି ସେତିକି ନୁହେଁ, ଅନେକ ସମୟରେ ଆମର ଦୁଃଖ – ସୁଖ, ଜୟ-ପରାଜୟ, ନିନ୍ଦା – ପ୍ରଶଂସା ସମ୍ପର୍କରେ ହେତୁ ବା କାରଣ ଦର୍ଶାଇଥାଉ । ଉଦାହରଣସ୍ୱରୂପ, କେହି ଯଦି ତୁମକୁ ପ୍ରଶ୍ନକରେ ତୁମେ ବାଣିଜ୍ୟ ଶ୍ରେଣୀରେ ନାମ ଲେଖାଇବା ପରିବର୍ତ୍ତେ କଳା ଶ୍ରେଣୀରେ କାହିଁକି ନାମ ଲେଖେଇଲ ? ତୁମେ ନିଶ୍ଚିତ ଭାବରେ ଏହାର କାରଣ ବା ହେତୁ ଦର୍ଶାଇବ । ଏଭଳି ଜୀବନର ବିଭିନ୍ନ କ୍ଷେତ୍ରରେ ଆମେ ହେତୁ ବା କାରଣର ଆଶ୍ରୟ ନେଇ ଆମର ଯୁକ୍ତି ଉପସ୍ଥାପନ କରିଥାଉ ।
କିନ୍ତୁ ଏଠାରେ ଲକ୍ଷ୍ୟ କରାଯାଏ ଯେ ଆମେ କୌଣସି ବିଷୟକୁ ପ୍ରତ୍ୟକ୍ଷ ଭାବରେ ଦେଖିବାବେଳେ ବା ଶୁଣିବାବେଳେ କୌଣସି ହେତୁର ଆଶ୍ରୟ ନେବାକୁ ପଡ଼େ ନାହିଁ । ମାତ୍ର ଯେଉଁ ବିଷୟରେ ଆମର ପ୍ରତ୍ୟକ୍ଷ ଜ୍ଞାନ ନଥାଏ, ଆମେ ଯେତେବେଳେ ସେସବୁକୁ ଜାଣିବାକୁ ଚେଷ୍ଟାକରୁ ସେତେବେଳେ ଆମେ ହେତୁର ଆଶ୍ରୟ ନେଇଥାଉ ; ଯଥା – ପର୍ବତରେ ଧୂଆଁକୁ ପ୍ରତ୍ୟକ୍ଷ ଭାବରେ ଦେଖୁଥାଉ ସତ; ମାତ୍ର ପରୋକ୍ଷ ଜ୍ଞାନ ବା ଅନୁମାନ ସାହାଯ୍ୟରେ ଆମେ ପର୍ବତରେ ଅଗ୍ନିର ସ୍ଥିତିକୁ ସ୍ବୀକାର କରିଥାଉ । ଏଠାରେ ପ୍ରତ୍ୟକ୍ଷ ଜ୍ଞାନଲାଭ କରୁଥିବା ଧୂଆଁ ହେଉଛି ହେତୁ ଯାହା ସାହାଯ୍ୟରେ ଆମେ ଅଗ୍ନି ଅଛି ବୋଲି ଅନୁମାନ କରୁ ।
ତର୍କଶାସ୍ତ୍ରହିଁ କେଉଁ ଅନୁମାନ ପ୍ରଣାଳୀ ସିଦ୍ଧ ଓ କେଉଁ ଅନୁମାନ ପ୍ରଣାଳୀ ଅସିଦ୍ଧ ତାହା ସ୍ଥିର କରିଥାଏ । ସାଧାରଣ ଜୀବନରେ ସିଦ୍ଧ ଅନୁମାନ ପ୍ରଣାଳୀର ପ୍ରୟୋଗଦ୍ଵାରା ଯଥାର୍ଥ ପରୋକ୍ଷ ଜ୍ଞାନ ଲାଭ କରାଯାଇପାରେ । ତର୍କଶାସ୍ତ୍ରକୁ ଇଂରାଜୀରେ ‘ଲଜିକ୍’ କୁହାଯାଏ । ‘ଲଜିକ୍’ ଶବ୍ଦ ଗ୍ରୀକ୍ ଶବ୍ଦ ‘ଲୋଗସ୍’ରୁ ଆସିଅଛି । ‘ଲୋଗସ୍’ର ଅର୍ଥ ହେଉଛି ଚିନ୍ତା ବା ଯୁକ୍ତି ଏବଂ ଭାଷା ବା ଅଭିବ୍ୟକ୍ତି । ଏହା କି ପ୍ରକାର ଚିନ୍ତନ ବା ଯୁକ୍ତିଦ୍ଵାରା ଅନୁମାନସିଦ୍ଧ ହୁଏ, ତାହାର ବିଚାର କରେ । ପୁଣି ଅନୁମାନକୁ ଅନ୍ୟମାନଙ୍କ ସମକ୍ଷରେ କିପରିଭାବେ ଉପସ୍ଥାପିତ କଲେ, ତାହାର ସିଦ୍ଧତା ପରିଷ୍କାର ହୋଇପାରେ ଏବଂ ତାହାର ଦୋଷକୁ ଅତି ସହଜ ଭାବରେ ବାହାର କରାଯାଇପାରେ, ତାହାର ବିଚାର କରିବା ମଧ୍ୟ ତର୍କଶାସ୍ତ୍ରର ଲକ୍ଷ୍ୟ ।
କେହି କେହି ତର୍କଶାସ୍ତ୍ରକୁ ଚିନ୍ତାର ମୂଳ – ସୂତ୍ରାବଳୀ ସମ୍ପର୍କୀୟ ବିଜ୍ଞାନ ବୋଲି କହିଥାନ୍ତି । ଅର୍ଥାତ୍ ତର୍କଶାସ୍ତ୍ର ହେଉଛି ଚିନ୍ତା ସମ୍ପର୍କୀୟ ବିଜ୍ଞାନ । ‘ଚିନ୍ତା’ ଶବ୍ଦଟି ଅତୀବ ବ୍ୟାପକ । ପ୍ରତ୍ୟକ୍ଷ, ସ୍ମୃତି, କଳ୍ପନା, ଧାରଣା, ଅବଧାରଣା ଏବଂ ଅନୁମାନ ପଦ୍ଧତି – ଏ ସମସ୍ତ ଚିନ୍ତାର ଅନ୍ତର୍ଭୁକ୍ତ । ଏହି ଶବ୍ଦଗୁଡ଼ିକ ମନୋବିଜ୍ଞାନର ଆଲୋଚ୍ୟ ବିଷୟ । ମନୋବିଜ୍ଞାନ ଅନ୍ୟାନ୍ୟ ବିଷୟର ଆଲୋଚନା
କରିବାକୁ ହେବ । ମାତ୍ର ତର୍କଶାସ୍ତ୍ର ମନୋବିଜ୍ଞାନର ଅଙ୍ଗ ନୁହେଁ, ତର୍କଶାସ୍ତ୍ର ଏକ ସ୍ବତନ୍ତ୍ର ଧରଣର ଶାସ୍ତ୍ର । ପୁଣି ଚିନ୍ତା ଶବ୍ଦଟି ବୈଧ ଓ ଅବୈଧ ଉଭୟ ପ୍ରକାର ଚିନ୍ତାକୁହିଁ ବୁଝାଇଥାଏ । ତର୍କଶାସ୍ତ୍ର କେବଳ ଚିନ୍ତାର ବିଷୟାବଳୀ ଓ ନିୟମ ସମ୍ବନ୍ଧରେ ଆଲୋଚନା କରିଥାଏ ।
ଆରିଷ୍ଟୋଟଲ୍ (Aristotle)ଙ୍କ ପ୍ରବର୍ତ୍ତିତ ତର୍କଶାସ୍ତ୍ରର ଅନୁସରଣ କରୁଥିବା ତର୍କଶାସ୍ତ୍ରବିଦ୍ମାନେ ଯେଉଁ ସମସ୍ତ ସଂଜ୍ଞା ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ ମିଲ୍ (Mill) ପ୍ରଦତ୍ତ ସଂଜ୍ଞାଟି ସାଧାରଣଭାବେ ଗ୍ରହଣଯୋଗ୍ୟ ବୋଲି ଅନେକ ମନେକରନ୍ତି । ମିଲ୍ଙ୍କ ମତରେ, ‘ଯେଉଁ ଜ୍ଞାନବୃତ୍ତି ସାକ୍ଷ୍ୟ ପ୍ରମାଣ ଭିଭିରେ ଜ୍ଞାନ ସତ୍ୟରୁ ଅଜ୍ଞାତ ସତ୍ୟରେ ଉପନୀତ ହେବା ନିମନ୍ତେ ସାହାଯ୍ୟ କରିଥାଏ, ସେହି ଜ୍ଞାନ ବୃତ୍ତର କ୍ରିୟାସମୂହ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବୁଦ୍ଧି-ପ୍ରକ୍ରିୟାର ବିଜ୍ଞାନସମ୍ମତ ଆଲୋଚନାକୁ ତର୍କଶାସ୍ତ୍ର ବୋଲି କୁହାଯାଏ ।
ଅନେକ ତର୍କଶାସ୍ତ୍ରକୁ ଯୁକ୍ତି ପଦ୍ଧତିର ବିଜ୍ଞାନ ବୋଲି କହିଥାନ୍ତି । ଆଧୁନିକ ତର୍କଶାସ୍ତ୍ରବିଦ୍ କୋପି (Copi)ଙ୍କ ମତରେ ମିଲ୍ଙ୍କ ପ୍ରଦତ୍ତ ସଂଜ୍ଞାଟି କିଛିଟା ତ୍ରୁଟିମୁକ୍ତ ସଂଜ୍ଞା ହେଲେ ମଧ୍ୟ ସମ୍ପୂର୍ଣ୍ଣଭାବରେ ତ୍ରୁଟିବିହୀନ ନୁହେଁ । କାରଣ ଯୁକ୍ତିକ୍ରିୟାକୁ ମଧ୍ଯ ଏକପ୍ରକାର ଚିନ୍ତା ହିସାବରେ ମନୋବିଜ୍ଞାନର ଅନ୍ତର୍ଗତ । କୋପିଙ୍କ ମତରେ ‘ବୈଧ’ ଓ ‘ଅବୈଧ’ ଯୁକ୍ତିର ପାର୍ଥକ୍ୟ ନିର୍ଣ୍ଣୟ କରିବାହିଁ ତର୍କଶାସ୍ତ୍ର । ବିଚାରକ୍ରିୟା ମଧ୍ୟରେ ଜଟିଳ ମାନସିକ କ୍ରିୟା ସଂଶ୍ଳିଷ୍ଟ ହୋଇଥାଏ । ବିଚାରକର୍ତ୍ତାର ବିଭିନ୍ନ ଆବେଗ ଏହା ସହିତ ସଂଯୁକ୍ତ ହୋଇ ରହିଥାଇପାରେ । ସେହି ବିଚାରକ୍ରିୟାର ଧାରା ତର୍କଶାସ୍ତ୍ରର ଆଲୋଚନାର ବିଷୟ ନୁହେଁ ।
୨. ଅନୁମାନ ଓ ଯୁକ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ତର୍କଶାସ୍ତ୍ର ଏମାନଙ୍କ ସହିତ କିଭଳି ଭାବରେ ସମ୍ପୃକ୍ତ ବୁଝାଇ ଦିଅ ।
Answer:
ଦର୍ଶନରେ କୁହାଯାଇଛି ଯେକୌଣସି ବିଷୟକୁ ଦେଖ୍ ଯେତେବେଳେ ତତ୍ସମ୍ପର୍କୀୟ ଅନ୍ୟ କୌଣସି ବିଷୟରେ ଚିନ୍ତା କରାଯାଏ ତାହାକୁ ଅନୁମାନ କୁହାଯାଏ । ‘ଅନୁ’ ଅର୍ଥାତ୍ ପଛରେ, ‘ମନ୍ୟସେ’ ଅର୍ଥାତ୍ ଚିନ୍ତା କରିବା । ତେଣୁ ଅନୁମାନ କେବଳ ମାନସିକ ସ୍ତରରେ ଘଟିଥାଏ । ପର୍ବତରେ ଧୂଆଁ ଦେଖୁ ଯେତେବେଳେ ସେଠାରେ ନିଆଁ କଥା ଚିନ୍ତା କରାଯାଏ ସେତେବେଳେ ଏହାକୁ ଅନୁମାନ କୁହାଯାଏ । ମାନସିକ ସ୍ତରରେ ଘଟୁଥିବା ଏହି ଅନୁମାନ ପ୍ରକ୍ରିୟାକୁ ଭାଷାରେ ପ୍ରକାଶ କଲେ ତାହାକୁ ଯୁକ୍ତି ବୋଲି କୁହାଯାଏ । ‘ ଅନୁମାନ’ ଶବ୍ଦ କେବଳ ନିଗମନ-ଧାରଣାକୁ ଅଥବା ହେତୁ-ଧାରଣା ଓ ନିଗମନ-ଧାରଣା ଉଭୟକୁ ବୁଝାଇବାରେ ବ୍ୟବହୃତ ହୋଇଥାଏ ।
ଯୁକ୍ତି – ଅନୁମାନକୁ ଭାଷାରେ ପ୍ରକାଶ କରାଗଲେ ଏହାକୁ ଯୁକ୍ତି କୁହାଯାଏ । ମାତ୍ର ଯେକୌଣସି ଯୁକ୍ତି ଗୋଟିଏ ହେତୁକୁ ଆଶ୍ରୟ କରିଥାଏ ହେତୁକୁ ଯେଉଁ ବଚନରେ ପ୍ରକାଶ କରାଯାଏ ତାହାକୁ ହେତୁବଚନ (Premise) ବୋଲି କୁହାଯାଏ । ଏହି ହେତୁବଚନକୁ ଆଶ୍ରୟ କରି ସିଦ୍ଧାନ୍ତ ନିଷ୍ପନ୍ନ ହୁଏ । ତେଣୁ ପ୍ରତ୍ୟେକ ଯୁକ୍ତିରେ ସର୍ବନିମ୍ନ ଦୁଇଟି ଅଙ୍ଗ ବା ଅବୟବ ଥାଏ । ସେଗୁଡ଼ିକ ହେଉଛି ହେତୁବଚନ ଓ ସିଦ୍ଧାନ୍ତ । କେତେକ ଯୁକ୍ତିରେ ମାତ୍ର ଗୋଟିଏ ହେତୁବଚନ ଥାଇପାରେ ଏବଂ ଅନ୍ୟ କେତେକ ଯୁକ୍ତିରେ ଏକାତ୍ମକ ହେତୁବଚନ ଥାଏ, ଉଦାହରଣସ୍ୱରୂପ –
(କ) କେତେକ ଆମ୍ବ ମିଠା ଅଟେ । (ହେତୁବଚନ)
∴ କେତେକ ମିଠାଫଳ ଆମ୍ବ ଅଟେ । (ସିଦ୍ଧାନ୍ତ)
(ଖ) ସମସ୍ତ ମନୁଷ୍ୟ ମରଣଶୀଳ । ( ହେତୁବଚନ)
ରାମ ଗୋଟିଏ ମନୁଷ୍ୟ । (ହେତୁବଚନ)
___________________
∴ ରାମ ମରଣଶୀଳ । (ସିଦ୍ଧାନ୍ତ)
ଏଠାରେ (କ)ରେ ଥିବା ଉଦାହରଣଟି ଅବ୍ୟବହିତ ଓ (ଖ)ରେ ଥିବା ଉଦାହରଣଟି ବ୍ୟହିତ ଅଟେ ।
ମାନସିକ ପ୍ରଣାଳୀ ହିସାବରେ ଅନୁମାନ ହେଉଛି ମନୋବିଜ୍ଞାନର ଆଲୋଚ୍ୟ ବିଷୟ । ଏହା ଅନ୍ୟାନ୍ୟ ମାନସିକ ପ୍ରକ୍ରିୟା ଅର୍ଥାତ୍ ସ୍ମରଣ, ଚିନ୍ତନ, କଳ୍ପନା ଇତ୍ୟାଦି ସହିତ ସମକକ୍ଷ । ଏଠାରେ ଆମ୍ଭେମାନେ କିପରି ଭାବରେ ଚିନ୍ତା, ଭାବନା, କଳ୍ପନା ବା ଅନୁମାନ କରୁ, ତାହାହିଁ ବିଚାର କରାଯାଏ । କିନ୍ତୁ ଅନୁମାନ ପ୍ରଣାଳୀଦ୍ଵାରା ଲବ୍ଧ ପରୋକ୍ଷ ଜ୍ଞାନକୁ ଯଥାର୍ଥ ବୋଲି ଦାବି କରାଗଲେ ତାହା ନିଗମନ ଓ ଧାରଣା ସହିତ ସମ୍ପର୍କ ନିହିତ ହୋଇଥାଏ । ଏହାହିଁ ହେଉଛି ତର୍କଶାସ୍ତ୍ରର ଆଲୋଚ୍ୟ ବିଷୟ ।
ଏଠାରେ ଅନୁମାନ ଲବ୍ଧଜ୍ଞାନ ସିଦ୍ଧ ବା ପ୍ରାମାଣିକ ବୋଲି ଗୃହୀତ ହେବା ନିମିତ୍ତ ଅନୁମାନ କିପରି ହେବା ଉଚିତ ତାହାହିଁ ତର୍କଶାସ୍ତ୍ରରେ ଆଲୋଚନା ଯେଉଁଠାରେ ହେତୁବାକ୍ୟଗୁଡ଼ିକ ସତ୍ୟ ବୋଲି ଜଣାପଡ଼େ ସେଠାରେ ସିଦ୍ଧାନ୍ତ ମଧ୍ୟ ସତ୍ୟ ହେବା ନିଶ୍ଚିତ ଅଟେ । ସେଠାରେ ଯୁକ୍ତିଟି ପ୍ରାମାଣିକ ବୋଲି ସ୍ଵୀକାର କରାଯାଏ । ଅନ୍ୟପକ୍ଷରେ ହେତୁବାକ୍ୟ ସତ୍ୟ ହୋଇଥିଲେ ଓ ସିଦ୍ଧାନ୍ତର ସତ୍ୟତା ଅନିବାର୍ଯ୍ୟ ହୋଇନଥିଲେ, ଯୁକ୍ତିଟି ଅପ୍ରାମାଣିକ ବୋଲି ଗ୍ରହଣ କରାଯାଏ । ଅସିଦ୍ଧ ବା ଅପ୍ରାମାଣିକ ଯୁକ୍ତିର ସିଦ୍ଧାନ୍ତ ହେତୁବାକ୍ୟ ବା ହେତୁବାକ୍ୟମାନଙ୍କଦ୍ୱାରା ସମର୍ଥିତ ନୁହେଁ ।
ସମସ୍ତ ପଶୁ କୃଷ୍ଣକାୟ ।
ଶୁଆ ଗୋଟିଏ ପଶୁ ।
______________
∴ ଶୁଆ କୃଷ୍ଣକାୟ ।
ଏହି ଯୁକ୍ତିର ସମସ୍ତ ବାକ୍ୟ ମିଥ୍ୟା ହୋଇଥିଲେ ମଧ୍ୟ ଯୁକ୍ତିଟି ପ୍ରାମାଣିକ, କାରଣ ସିଦ୍ଧାନ୍ତଟି ହେତୁବାକ୍ୟ ଦ୍ଵୟର ତାତ୍ପର୍ଯ୍ୟରେ ନିହିତ । ଏଠାରେ ହେତୁବାକ୍ୟ ଦ୍ଵୟକୁ ସ୍ୱୀକାର କରି ସିଦ୍ଧାନ୍ତକୁ ଅସ୍ବୀକାର କରିବା ସମ୍ଭବପର ନୁହେଁ ।
ସମସ୍ତ ଭାରତୀୟ ମରଣଶୀଳ ।
ସମସ୍ତ ଓଡ଼ିଆ ମରଣଶୀଳ ।
_________________
∴ ସମସ୍ତ ଓଡ଼ିଆ ଭାରତୀୟ ।
ଏହି ଯୁକ୍ତର ବାକ୍ୟଗୁଡ଼ିକ ସତ୍ୟ ହୋଇଥିଲେ ମଧ୍ୟ ଯୁକ୍ତିଟି ଅପ୍ରାମାଣିକ, କାରଣ ସିଦ୍ଧାନ୍ତ ହେତୁବାକ୍ୟ ଦ୍ଵୟର ତାତ୍ପର୍ଯ୍ୟରେ ନିହିତ ନୁହେଁ । ଓଡ଼ିଆମାନେ ଭାରତୀୟ; କିନ୍ତୁ ଏହା ଓଡ଼ିଆମାନେ ଓ ଭାରତୀୟମାନେ ମରଣଶୀଳ ହୋଇଥିବା ହେତୁ ନୁହେଁ । ଓଡ଼ିଆ ଭାରତର ଅନ୍ତର୍ଗତ ହୋଇଥିବାରୁ ହିଁ ଏହି ସିଦ୍ଧାନ୍ତ ସତ୍ୟ । ଯୁକ୍ତିରେ ସିଦ୍ଧାନ୍ତକୁ ହେତୁବାକ୍ୟଦ୍ୱୟଦ୍ୱାରା କୌଣସି ସମର୍ଥନ ମିଳୁନାହିଁ । ତେଣୁ ଯୁକ୍ତିଟି ଅପ୍ରାମାଣିକ ବା ଅସିଦ୍ଧ।
ଏଣୁ ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଅନୁମେୟ ଯେ ତର୍କଶାସ୍ତ୍ର ପ୍ରତ୍ୟକ୍ଷଭାବରେ ଯୁକ୍ତି ସହିତ ସଂପୃକ୍ତ କିନ୍ତୁ ପରୋକ୍ଷଭାବରେ ଏହା ଅନୁମାନ ସହିତ ସଂପୃକ୍ତ ଅଟେ ।
୩. ସତ୍ୟତା ଓ ପ୍ରାମାଣ୍ୟ ବା ବୈଧତା ମଧ୍ୟରେ ପାର୍ଥକ୍ୟ ଉଦାହରଣସହ ବୁଝାଇଦିଅ । ତର୍କଶାସ୍ତ୍ର କାହାକୁ ଅନୁସରଣ କରେ ?
Answer:
ଯୁକ୍ତି ବାକ୍ୟମାନଙ୍କଦ୍ୱାରା ଗଠିତ । ଏହି ବାକ୍ୟଗୁଡ଼ିକ ସାଧାରଣ ବାକ୍ୟ ନୁହେଁ । ଏଗୁଡ଼ିକ ହେତୁବାକ୍ୟ । ତେଣୁ ଯୁକ୍ତିଟି ହେତୁବାକ୍ୟଦ୍ଵାରାହିଁ ଗଠିତ ହୋଇଥାଏ । ପ୍ରତ୍ୟେକ ତର୍କବାକ୍ୟ ସତ୍ୟ କିମ୍ବା ମିଥ୍ୟା ହୋଇପାରେ । କିନ୍ତୁ ଭିନ୍ନ ଭିନ୍ନ ପ୍ରକାରର ତର୍କବାକ୍ୟର ସତ୍ୟାସତ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଉଦାହରଣ – ‘ବାରାଣସୀ ଗଙ୍ଗାନଦୀ କୂଳରେ ଅବସ୍ଥିତ’ । ଏହି ବାକ୍ୟର ସତ୍ୟତା ପରୀକ୍ଷା କରିବା ନିମିତ୍ତ ଅନୁଭୂତିର ଆବଶ୍ୟକତା ରହିଛି । ଅନ୍ୟ କେତେଗୁଡ଼ିଏ ତର୍କବାକ୍ୟ ନେଲେ ଜଣାଯାଏ ଯେ ବନ୍ଧ୍ୟାନାରୀଟି ତା’ର ପୁତ୍ରର ମୃତ୍ୟୁରେ ଶୋକାଭିଭୂତା।
ଏହା ହେଉଛି ଏକ ମିଥ୍ୟା ତର୍କବାକ୍ୟ । ଏହି ମିଥ୍ୟା ତର୍କବାକ୍ୟ ସମ୍ବନ୍ଧରେ ଜାଣିବାପାଇଁ କୌଣସି ଅନୁଭୂତିର ଆବଶ୍ୟକତା ଦେବାକୁ ପଡ଼େନାହିଁ । ଧରାଯାଉ ଅନ୍ୟ ଏକ ତର୍କବାକ୍ୟ ‘ଗୋପବନ୍ଧୁ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ।’’ ଏହି ତର୍କବାକ୍ୟ ସମ୍ବନ୍ଧରେ ଜାଣିବାପାଇଁ ଅନୁଭୂତି ନିହାତି ଆବଶ୍ୟକ ହୋଇଥାଏ । କାରଣ ତଥା ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ସାହାଯ୍ୟ ନେବାପାଇଁ ପଡ଼େ । ଏହାଦ୍ବାରା ଏପ୍ରକାର ବାକ୍ୟମାନଙ୍କର ସତ୍ୟାସତ୍ୟ ନିର୍ଣ୍ଣୟ କରାଯାଇଥାଏ । ଏଣୁ ତର୍କବାକ୍ୟଟି ସତ୍ୟ କିମ୍ବା ମିଥ୍ୟା ହୋଇପାରେ ।
ଯୁକ୍ତିର ସିଦ୍ଧତା ବା ପ୍ରାମାଣ୍ୟ ଯୁକ୍ତିଗତ ବାକ୍ୟାବଳୀର ସତ୍ୟାସତ୍ୟ ଉପରେ ନିର୍ଭର କରେ ନାହିଁ । ଏହା ତର୍କବାକ୍ୟମାନଙ୍କର ତାତ୍ପର୍ଯ୍ୟ ଉପରେ ନିର୍ଭର କରେ । ଉଦାହରଣ – ରାମ ସୀତାକୁ ବିବାହ କଲେ ସୀତା ରାମକୁ ବିବାହ କରିବା ଅନୁମେୟ; କିନ୍ତୁ ରାମ ସୀତାକୁ ଭଲ ପାଇଲେ ସୀତା ରାମକୁ ଭଲପାଇବା ଅନୁମେୟ ନୁହେଁ । ବିବାହ ସମ୍ପର୍କ ସର୍ବଦା ଉଭୟମୁଖୀ । କିନ୍ତୁ ଭଲପାଇବା ସମ୍ପର୍କ ସର୍ବଦା ଉଭୟମୁଖୀ ନୁହେଁ । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ବାକ୍ୟର ତାତ୍ପର୍ଯ୍ୟ ବିଶ୍ଳେଷଣ କରି ଯୁକ୍ତିର ପ୍ରାମାଣିକତା ନିର୍ଣ୍ଣୟ କରାଯାଏ ।
ମାତ୍ର ଯୁକ୍ତିର ପ୍ରାମାଣିକତା ବା ସିଦ୍ଧତା ବିଚାର କରିବାକୁ ହେଲେ ଦେଖାଯିବ ଯେ ସିଦ୍ଧାନ୍ତଟି ସେହି ହେତୁବାକ୍ୟମାନଙ୍କଦ୍ୱାରା ଯଥାର୍ଥରେ ପ୍ରତିପାଦିତ ହେଉଛି କି ନାହିଁ । ଯଦି ସିଦ୍ଧାନ୍ତଟି ହେତୁବଚନମାନଙ୍କଦ୍ଵାରା ପ୍ରତିପାଦିତ ନହେଲା ତେବେ ସେ ଯୁକ୍ତିଟି ଅସିଦ୍ଧ ବା ଅବୈଧ; ଯଥା –
ସମସ୍ତ କବି ଭାବପ୍ରବଣ ।
କାଳିଦାସ ଜଣେ କବି ।
________________
∴ କାଳିଦାସ ଭାବପ୍ରବଣ ।
ଏହି ଯୁକ୍ତିରେ ହେତୁବାକ୍ୟ ଦୁଇଟିରୁ ସିଦ୍ଧାନ୍ତ ଯଥାର୍ଥଭାବେ ନିଷ୍ପନ୍ନ ହୋଇଅଛି । ମାତ୍ର ଆମେ ଯଦି ଯୁକ୍ତିକରୁ – ଯଥା – ସମସ୍ତ କବି ଭାବପ୍ରବଣ ।
ସମସ୍ତ ସଙ୍ଗୀତଜ୍ଞ ଭାବପ୍ରବଣ ।
________________
∴ ସମସ୍ତ ସଙ୍ଗୀତଜ୍ଞ କବି ।
ତେବେ ଏଠାରେ ଯୁକ୍ତିଟି ବୈଧ ହେଲା ବୋଲି କୁହାଯିବ ନାହିଁ । କାରଣ ଭାବପ୍ରବଣତା ବିଭିନ୍ନ ଶ୍ରେଣୀର ମନୁଷ୍ୟମାନଙ୍କ ମଧ୍ୟରେ ବିଦ୍ୟମାନ ଥିଲେ ମଧ୍ୟ ଗୋଟିଏ ଶ୍ରେଣୀ ଆଉ ଗୋଟିଏ ଶ୍ରେଣୀ ସହିତ ସମାନ ହୋଇପାରିବ ନାହିଁ । କାରଣ ସେମାନେ ଅନ୍ୟକେତେକ ଗୁଣରେ ପରସ୍ପରଠାରୁ ପୃଥକ ହୋଇପାରନ୍ତି ।ଏଠାରେ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ ଗୋଟିଏ ଯୁକ୍ତି ଆଦୌ ସତ୍ୟ ନ ହୋଇ ମଧ୍ୟ ବୈଧ ହୋଇପାରେ; ଯଥା –
ସମସ୍ତ ମନୁଷ୍ୟ ଅମର ।
ସମସ୍ତ ବୈଜ୍ଞାନିକ ମନୁଷ୍ୟ ।
___________________
∴ ସମସ୍ତ ବୈଜ୍ଞାନିକ ଅମର ।
ଏହି ଯୁକ୍ତିରେ ସିଦ୍ଧାନ୍ତ ସତ୍ୟ ନୁହେଁ କାରଣ ଏହା ଯେଉଁ ହେତୁବଚନମାନଙ୍କରୁ ନିଷ୍ପନ୍ନ ହୋଇଛି ସେମାନଙ୍କ ମଧ୍ୟରୁ ପ୍ରଥମ ହେତୁବଚନଟି ସତ୍ୟ ନୁହେଁ କିନ୍ତୁ ଯୁକ୍ତିଟି ବୈଧ ଅଟେ, କାରଣ ଦୁଇ ହେତୁବଚନରୁ ଏହି ସିଦ୍ଧାନ୍ତଟି ଯଥାର୍ଥରେ ନିଷ୍ପନ୍ନ ହେଉଅଛି ।
ସେହିଭଳି ସମସ୍ତ ହେତୁବଚନ ସତ୍ୟ ହେଲେ ମଧ୍ୟ ଯୁକ୍ତିଟି ବୈଧ ବା ସିଦ୍ଧ ନ ହୋଇପାରେ;
ଯଥା – ଗାନ୍ଧୀ ଜଣେ ନେତା ।
ଭାରତ ଗୋଟିଏ ଦେଶ ।
__________________
∴ ଗାନ୍ଧୀ ଭାରତର ନେତା ।
ଏପରିକି ଗୋଟିଏ ହେତୁବଚନ ସହିତ ଅନ୍ୟ ହେତୁବଚନଟି ସମ୍ପର୍କିତ ହୋଇଥିଲେ ଏବଂ ପ୍ରତ୍ୟେକ ହେତୁବଚନ ଓ ସିଦ୍ଧାନ୍ତ ସତ୍ୟ ହୋଇଥିଲେ ମଧ୍ୟ ଯୁକ୍ତିଟି ବୈଧ ହୋଇନପାରେ ।
ଯଥା – ସମସ୍ତ ଭାରତୀୟ ବିଶ୍ବବାସୀ ।
ସମସ୍ତ ଓଡ଼ିଆ ବିଶ୍ବବାସୀ ।
____________
∴ ସମସ୍ତ ଓଡ଼ିଆ ଭାରତୀୟ ।
ଏଠାରେ ଲକ୍ଷ୍ୟ କରିବାକୁ ହେବ ଯେ ଏହି ଯୁକ୍ତିରେ ପ୍ରତ୍ୟେକ ବଚନ ସତ୍ୟ ହେଲେ ମଧ୍ୟ ଯୁକ୍ତିଟି ଅବୈଧ, କାରଣ ଓଡ଼ିଆମାନେ ବିଶ୍ବବାସୀ ନିଶ୍ଚୟ, ମାତ୍ର ବିଶ୍ବବାସୀ ହେବା ନ୍ୟାୟରେ ସେମାନେ ଭାରତୀୟ ହେବେ ବୋଲି କହିବାର ଯଥାର୍ଥତା ନାହିଁ ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହେଉଅଛି ଯେ ଯୁକ୍ତିର ପ୍ରାମାଣିକତା ଓ ସତ୍ୟତା ପରସ୍ପରଠାରୁ ସ୍ଵତନ୍ତ୍ର ଯଦିଓ ଗୋଟିଏ ଯୁକ୍ତି ଏକ ସମୟରେ ସତ୍ୟ ଓ ସିଦ୍ଧ ହୋଇପାରେ । ତର୍କଶାସ୍ତ୍ର ଯୁକ୍ତିର ପ୍ରାମାଣିକତା ବା ବୈଧତା ବିଷୟରେ ବିଚାର କରେ; ମାତ୍ର ଏହାର ସତ୍ୟତା ଉପରେ ବିଚାର କରେନାହିଁ ।
୪. ଯୁକ୍ତିର ଆକାରିକତା ଓ ଅବୟବ ମଧ୍ୟରେ ଏକ ଯଥାର୍ଥ ଯୁକ୍ତି ଉପସ୍ଥାପନ କର ।
Answer:
ଗୋଟିଏ ଗୋଲାପ ଫୁଲକୁ ଦେଖିଲେ କେତେଗୁଡ଼ିଏ କଥା ବିଚାରକୁ ଆସେ । ଫୁଲର ବାସ୍ନା, ରଙ୍ଗ, ପାଖୁଡ଼ା, ବୃନ୍ତ ଏହିଭଳି କେତେ କ’ଣ । ଏଗୁଡ଼ିକ ସବୁ ବିଷୟର ପର୍ଯ୍ୟାୟଭୁକ୍ତ । ଏସବୁ ବ୍ୟତିରେକେ ଗୋଲାପ ଫୁଲଟି ଗୋଟିଏ ଆକାରର । ଏହି ଆକାରର ଅନେକ ଫୁଲ ଥାଇପାରନ୍ତି ।
ସେହିପରି ଗୋଟିଏ ପଦାର୍ଥର ଏକ ଆକାର ଥାଏ ଏବଂ ତାହା କୌଣସି ଉପାଦାନ ବା ବସ୍ତୁରୁ ଗଠିତ ହୋଇଥାଏ । ଗୋଟିଏ ପେଣ୍ଡୁର ଆକାର ଗୋଲ; କିନ୍ତୁ ତାହାର ଉପାଦାନ ରବର କିମ୍ବା ପ୍ଲାଷ୍ଟିକ୍ କିମ୍ବା ମୃତ୍ତିକା ଇତ୍ୟାଦି ହୋଇପାରେ । ଏଠାରେ ଆକାର ସମାନ; କିନ୍ତୁ ଉପାଦାନ ବା ବସ୍ତୁ ଭିନ୍ନ ଭିନ୍ନ । ପୁଣି କେତେକ ପଦାର୍ଥର ଉପାଦାନ ବା ବସ୍ତୁ ସମାନ; କିନ୍ତୁ ସେଗୁଡ଼ିକର ଆକାର ଭିନ୍ନ ଭିନ୍ନ ହୋଇପାରେ । ମୃତ୍ତିକା ନିର୍ମିତ ପେଣ୍ଡୁ, ପାତ୍ର ଓ ମୂର୍ତ୍ତିର ବସ୍ତୁ ସମାନ । କିନ୍ତୁ ସେଗୁଡ଼ିକର ଆକାର ଭିନ୍ନ ଭିନ୍ନ ।
ଆକାରର ଏହି ସାଧାରଣ ଧାରଣାରୁ ଲବ୍ଧ ଏକ ପରିବର୍ଦ୍ଧିତ ସମ୍ପ୍ରତ୍ୟୟ ହେଉଛି ତାର୍କିକ ଆକାର । ଯୁକ୍ତିର ବୈଧତାର ନିର୍ଦ୍ଧାରକ ହେଉଛି ତାହାର ତାର୍କିକ ଆକାର ଏବଂ ତର୍କଶାସ୍ତ୍ର ହେଉଛି ମୁଖ୍ୟତଃ ବୈଧ ଯୁକ୍ତି ସିଦ୍ଧାନ୍ତ ।
ଯୁକ୍ତିର ଅଙ୍ଗାବଳୀ ବା ଅବୟବଗୁଡ଼ିକ ତର୍କବାକ୍ୟମାନଙ୍କର ସମଷ୍ଟି ଅଟେ । ତେଣୁ ଏକ ତର୍କବାକ୍ୟ ସମଷ୍ଟି ହେତୁବାକ୍ୟ ଏବଂ ସିଦ୍ଧାନ୍ତରୂପେ ସ୍ବୀକୃତ ହୋଇନଥିଲେ ତାହା ଯୁକ୍ତ ପଦବାଚ୍ୟ ନୁହେଁ ।
ଦୁଇଟି ଉଦାହରଣ ନିଆଯାଉ –
(୧) କୌଣସି କାକ ଶୁକ ନୁହେଁ ଏବଂ କୌଣସି ଶୁକ କାକ ନୁହେଁ ।
(୨) କୌଣସି କାକ ଶୁକ ନୁହେଁ ସୁତରାଂ କୌଣସି ଶୁକ କାକ ନୁହେଁ ।
ଉଭୟ (୧) ଏବଂ (୨) ହେଉଛି ଗୋଟିଏ ଗୋଟିଏ ତର୍କବାକ୍ୟ ସମଷ୍ଟି । କିନ୍ତୁ (୧) ଏକ ଯୁକ୍ତି ନୁହେଁ । ଏହା ହେଉଛି କେବଳ ଏକ ଯୌଗିକ ତର୍କବାକ୍ୟ ।
ଯୁକ୍ତି ଭିନ୍ନ ଭିନ୍ନ ବିଷୟବସ୍ତୁ ସମ୍ବନ୍ଧୀୟ ଏବଂ ଭିନ୍ନ ଭିନ୍ନ ଆକାରବିଶିଷ୍ଟ ହୋଇପାରେ । କିନ୍ତୁ ଯୁକ୍ତିର ଆକାର ତାହାର ବିଷୟବସ୍ତୁ ଉପରେ ନିର୍ଭରଶୀଳ ନୁହେଁ ।
ତଳେ ଗୋଟିଏ ଆକାରର ଦୁଇଟି ଯୁକ୍ତି ଦିଆଗଲା ଯାହାର ବିଷୟବସ୍ତୁ ପରସ୍ପରଠାରୁ ପୃଥକ୍ ।
(୧) ସମସ୍ତ ଦାର୍ଶନିକ ଚିନ୍ତାଶୀଳ ।
ସକ୍ରେଟିସ୍ ଜଣେ ଦାର୍ଶନିକ ।
______________
∴ ସକ୍ରେଟିସ୍ ଚିନ୍ତାଶୀଳ ।
(୨) କୌଣସି ଚିନ୍ତାନାୟକ ଦୋଷମୁକ୍ତ ନୁହଁନ୍ତି ।
ମହାତ୍ମାଗାନ୍ଧୀ ଜଣେ ଚିନ୍ତାନାୟକ ।
____________________
∴ ମହାତ୍ମାଗାନ୍ଧୀ ଦୋଷମୁକ୍ତ ନୁହଁନ୍ତି ।
ଉପରେ ଦୁଇଟି ଭିନ୍ନ ଆକାରର ଯୁକ୍ତି ଦିଆଯାଇଛି । ପ୍ରଥମ ଆକାରର ଯୁକ୍ତିରେ ଯେଉଁ ବିଷୟ କୁହାଯାଇଛି ସେହିଭଳି ଅନ୍ୟ ଆକାରର ଯୁକ୍ତି ଭିତରେ ଅନ୍ୟ ବସ୍ତୁ ରହିପାରେ ।
ଆରିଷ୍ଟୋଟଲ୍ ଯୁକ୍ତିର ଆକାର ସୂଚିତ କରିବାକୁ ଯାଇ ଏ ନିମ୍ନ ପ୍ରକାର ପ୍ରତୀକର ବ୍ୟବହାର କରିଥିଲେ;
ଯଥା – ସମସ୍ତ ମ ପ ଅଟେ ।
ସମସ୍ତ ଅ ମ ଅଟେ ।
______________
∴ ସମସ୍ତ ଅ ପ ଅଟେ ।
ଯୁକ୍ତିର ଅବୟବ ଅର୍ଥାତ୍ ହେତୁବାକ୍ୟ ଓ ସିଦ୍ଧାନ୍ତ ଉଭୟ ହେଉଛି ତର୍କବାକ୍ୟ । ପ୍ରତ୍ୟେକ ତର୍କବାକ୍ୟ ହୁଏତ ସତ୍ୟ କିମ୍ବା ମିଥ୍ୟା ହେବା ସୁନିଶ୍ଚିତ । ସେଗୁଡ଼ିକର ସତ୍ୟ-ମିଥ୍ୟା ମୂଲ୍ୟ ବିଚାରକୁ ନେଲେ କେବଳ ଚାରିଗୋଟି ସମନ୍ବୟ ସମ୍ଭବପର । ସେଗୁଡ଼ିକ –
(୧) ହେତୁବାକ୍ୟ ଓ ସିଦ୍ଧାନ୍ତ ଉଭୟ ସତ୍ୟ ।
(୨) ହେତୁବାକ୍ୟ ଓ ସିଦ୍ଧାନ୍ତ ଉଭୟ ମିଥ୍ୟା ।
(୩) ହେତୁବାକ୍ୟ ମିଥ୍ୟା, କିନ୍ତୁ ସିଦ୍ଧାନ୍ତ ସତ୍ୟ ।
(୪) ହେତୁବାକ୍ୟ ସତ୍ୟ, କିନ୍ତୁ ସିଦ୍ଧାନ୍ତ ମିଥ୍ୟା
ବୈଧ ଯୁକ୍ତିର ନିମ୍ନଲିଖ୍ତ ଉଦାହରଣଗୁଡ଼ିକରେ ପ୍ରଥମ ତିନୋଟି ସମନ୍ୱୟ ଉପସ୍ଥାପିତ ।
(୧) ସମସ୍ତ ପକ୍ଷୀ ଦ୍ବିପଦ । – ସତ୍ୟ
ସମସ୍ତ କାକ ଦ୍ବିପଦ । – ସତ୍ୟ
__________________
∴ ସମସ୍ତ କାକ ପକ୍ଷୀ ।
(୨) ସମସ୍ତ ପକ୍ଷୀ ଚତୁଷ୍ପଦ । – ମିଥ୍ୟା
ସମସ୍ତ ମନୁଷ୍ୟ ପକ୍ଷୀ । – ମିଥ୍ୟା
___________________
∴ ସମସ୍ତ ମନୁଷ୍ୟ ଚତୁଷ୍ପଦ ।
(୩) ସମସ୍ତ ପକ୍ଷୀ ଚତୁଷ୍ପଦ । – ମିଥ୍ୟା
ସମସ୍ତ ପଶୁ ପକ୍ଷୀ । – ମିଥ୍ୟା
___________________
∴ ସମସ୍ତ ପଶୁ ଚତୁଷ୍ପଦ । } ସତ୍ୟ
ଏହି ସମସ୍ତ ଯୁକ୍ତି ଆକାର ଦୃଷ୍ଟିରୁ ବୈଧ ।
ସାଙ୍କେତିକ ଉଦାହରଣଗୁଡ଼ିକର ଆକାର ହେଉଛି –
ସମସ୍ତ ମ ପ ଅଟେ ।
ସମସ୍ତ ଅ ମ ଅଟେ ।
_________________
∴ ସମସ୍ତ ଅ ପ ଅଟେ
ବୈଧ ଯୁକ୍ତିର ଯେଉଁ କ୍ଷେତ୍ରରେ ହେତୁବାକ୍ୟ ମିଥ୍ୟା ସେଠାରେ ସିଦ୍ଧାନ୍ତଟି କେତେବେଳେ ସତ୍ୟ ଏବଂ କେତେବେଳେ ମିଥ୍ୟା ହୋଇଥାଏ । ଅବୈଧ ଯୁକ୍ତିରେ ହେତୁବାକ୍ୟର ସତ୍ୟ କିମ୍ବା ମିଥ୍ୟାହେବା ସହିତ ସିଦ୍ଧାନ୍ତର ସତ୍ୟ କିମ୍ବା ମିଥ୍ୟା ହେବାର କୌଣସି ଆବଶ୍ୟକ ସମ୍ବନ୍ଧ ନଥାଏ । ତେଣୁ ସତ୍ୟଜ୍ଞାନ ଆହରଣ ପରିସରରେ ଅବୈଧ ଯୁକ୍ତିର କୌଣସି ଉପଯୋଗିତା ନାହିଁ ।
ସିଦ୍ଧତାକୁ ବିଚାର କଲାବେଳେ ତା’ର ଆକାରକୁ ଏକାନ୍ତଭାବେ ବିଚାରକୁ ନିଆଯାଏ । ଏହି ଆକାରକୁ ଠିକଣାବାଟରେ ପକାଇବାପାଇଁ ପ୍ରତୀକାତ୍ମକ ତର୍କଶାସ୍ତ୍ରବିଦ୍ (Symbolic Logicians) ପ୍ରତୀକ (Symbol) ମାନଙ୍କର ପ୍ରୟୋଗ କରିଥାଆନ୍ତି । ପ୍ରତୀକଗୁଡ଼ିକର ପ୍ରୟୋଗ କରିବାପାଇଁ ଗଣିତ ଶାସ୍ତ୍ର ଓ ଗାଣିତିକ ପ୍ରତୀକମାନଙ୍କର ଆବଶ୍ୟକତା ପଡ଼ିଥାଏ । ତେଣୁ ପ୍ରତୀକ ଭିତ୍ତିକ ତର୍କଶାସ୍ତ୍ର ମୁଖ୍ୟତଃ ଗାଣିତିକ ବା ସାଙ୍କେତିକ । ଉପରେ ଯୁକ୍ତିର ଆକାର ଓ ବିଷୟଗତ ସତ୍ୟ ସମ୍ପର୍କରେ ଆଲୋଚନା କରାଗଲା ।
୫. ଆରୋହୀ ଓ ଅବରୋହୀ ତର୍କର ପାର୍ଥକ୍ୟ ଉଦାହରଣସହ ବୁଝାଇଦିଅ ।
Answer:
ଆରୋହ ଅନୁମାନର ଲକ୍ଷଣ :
(କ) ଗୋଟିଏ ପ୍ରାମାଣିକ ଆରୋହାନୁମାନରେ ହେତୁବଚନମାନଙ୍କରୁ ସିଦ୍ଧାନ୍ତ ନିଶ୍ଚିନ୍ତ ଭାବରେ ନିଷ୍ପନ୍ନ ହୋଇଥାଏ । ଅର୍ଥାତ୍ ଯଦି ହେତୁବାକ୍ୟଗୁଡ଼ିକ ସତ୍ୟ, ତେବେ ସଦ୍ଧାନ୍ତଟି ସତ୍ୟ ଏବଂ ଯଦି ହେତୁବାକ୍ୟଗୁଡ଼ିକ ଅସତ୍ୟ, ତେବେ ସିଦ୍ଧାନ୍ତ ମଧ୍ୟ ଅସତ୍ୟ । ଏପରିକି ଯଦି ହେତୁବାକ୍ୟମାନଙ୍କ ମଧ୍ୟରୁ କୌଣସିଟି ଅସତ୍ୟ, ତେବେ ସିଦ୍ଧାନ୍ତ ମଧ୍ୟ ଅସତ୍ୟ ଅଟେ ।
(ଖ) ଏକ ପ୍ରାମାଣିକ ଆରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତଟି ହେତୁମାନଙ୍କଠାରୁ ଅତି ବ୍ୟାପକତର ଅଟେ ।
(ଗ) ଏହାର ସିଦ୍ଧାନ୍ତ ନିଶ୍ଚିନ୍ତ ସତ୍ୟତା ଉପରେ ପର୍ଯ୍ୟବସିତ ନୁହେଁ । ଏହା ସମ୍ଭାବନାମୂଳକ ଅଟେ ।
(ଘ) ଆରୋହାନୁମାନ ଯୁକ୍ତିଟି ଉଭୟ ବାସ୍ତବ ସତ୍ୟତା ଓ ଆକାରଗତ ସତ୍ୟତା ହୋଇଥାଏ ।
(ଙ) ଆରୋହାନୁମାନ ଯୁକ୍ତିଟି କେତେକରୁ ସମସ୍ତ, ଆଂଶିକରୁ ସାବିକ, ପର୍ଯ୍ୟବେକ୍ଷିତରୁ ଅ-ପର୍ଯ୍ୟବେକ୍ଷିତକୁ ଅଗ୍ରସର ହୋଇଥାଏ ।
ଯଥା – ରାମ ମରଣଶୀଳ ।
ହରି ମରଣଶୀଳ ।
ଆକବର ମରଣଶୀଳ ।
…………………
…………………
___________________
∴ ସମସ୍ତ ମନୁଷ୍ୟ ମରଣଶୀଳ ।
(କ) ଏକ ପ୍ରାମାଣିକ ଅବରୋହାନୁମାନ ଯୁକ୍ତିରେ ସିଦ୍ଧାନ୍ତ କେବେ ହେଲେ ତା’ର ହେତୁବାକ୍ୟମାନଙ୍କଠାରୁ ବ୍ୟାପକତର ହୋଇପାରେ ନାହିଁ ।
(ଖ) ଏହାର ସିଦ୍ଧାନ୍ତ ଏକ ନିଶ୍ଚିତ ସତ୍ୟତା ଉପରେ ପର୍ଯ୍ୟବସିତ ହୋଇଥାଏ ।
(ଗ) ଏକ ପ୍ରାମାଣିକ ଅବରୋହାନୁମାନ ଯୁକ୍ତିରେ ସଦ୍ଧାନ୍ତଟି ହେତୁମାନଙ୍କଠାରୁ ବୈଧାନୁକୃତଭାବେ ଅନୁସୃତ ହୋଇଥାଏ ।
(ଘ) ଅବରୋହାନୁମାନ ଯୁକ୍ତିଟି ଏକ ଆକାରଗତ ସତ୍ୟତା ଉପରେ ପର୍ଯ୍ୟବସିତ ହୋଇଥାଏ ।
(ଙ) ଅବରୋହନୁମାନ ଯୁକ୍ତିରେ ସାବିକରୁ ଆଂଶିକ, ସମସ୍ତରୁ କେତେକକୁ ଅଗ୍ରସର ହୋଇଥାଏ ।
ଯଥା – ସମସ୍ତ ଓକିଲ ମିଥ୍ୟାବାଦୀ ଅଟନ୍ତି
ରାଧାକାନ୍ତ ଜଣେ ଓକିଲ
_________________
∴ ରାଧାକାନ୍ତ ଜଣେ ମିଥ୍ୟାବାଦୀ ଅଟନ୍ତି ।
୬. ଉଦାହରଣ ସହ ବିଚାରର ମୌଳିକ ନିୟମମାନ କ’ଣ ବୁଝାଅ ଓ ସେମାନଙ୍କ ପାରସ୍ପରିକ ସମ୍ପର୍କ ନିରୂପଣ କର ।
Answer:
ତର୍କଶାସ୍ତ୍ରରେ ଯୁକ୍ତିର ପ୍ରାମାଣ୍ୟ ବା ସିଦ୍ଧତା ଅଥବା ଅସିଦ୍ଧତା ବିଚାର କରିବା ତର୍କଶାସ୍ତ୍ରର ବିଷୟବସ୍ତୁ । ଯୁକ୍ତି କରିବାବେଳେ କେତେଗୁଡ଼ିଏ ନିୟମର ଅନୁସରଣ କରାଯିବା ଆବଶ୍ୟକ । ମାତ୍ର ସମସ୍ତ ପ୍ରକାର ଯୁକ୍ତି ତଥା ସମସ୍ତ ପ୍ରକାରର ବିଚାରଧାରା କେତେଗୁଡ଼ିଏ ମୌଳିକ ସୂତ୍ର ଉପରେ ପର୍ଯ୍ୟବସିତ । ଯାହା ନହେଲେ ବିଚାର ବିଭ୍ରାଟ ଘଟିବା ନିଶ୍ଚିତ ଅଟେ । ଯେଉଁଠି ଏଭଳି ବିଚାର ବିଭ୍ରାଟ ଘଟେ ସେଠାରେ ଯୁକ୍ତି କରିବା ସମ୍ଭବ ନୁହେଁ । ଏହି ମୌଳିକ ନିୟମଗୁଡ଼ିକୁ ତର୍କର ମୌଳିକ ସୂତ୍ର (Fundamental Principles of Logic) ବୋଲି କୁହାଯାଇଛି । ୟବର ଭଏମ୍ ଏଗୁଡ଼ିକୁ ‘ଅନୁମାନର ସ୍ବତଃସିଦ୍ଧ ସତ୍ୟ’’ ଏବଂ ମିଲ୍ ଏଗୁଡ଼ିକୁ ‘ସମସ୍ତ ପ୍ରକାରର ଅନୁମାନ ପଦ୍ଧତିର ସାଧାରଣ ସ୍ବୀକାର୍ଯ୍ୟ ସତ୍ୟ’’ ବୋଲି ଆଖ୍ୟା ଦେଇଛନ୍ତି ।
ମାତ୍ର ଦାର୍ଶନିକ ଆରିଷ୍ଟୋଟଲ୍ ଏହି ନିୟମଗୁଡ଼ିକୁ ଚିନ୍ତନର ମୌଳିକ ନିୟମ ବୋଲି କହିଛନ୍ତି । ପ୍ରକୃତରେ ଚିନ୍ତନ ଶବ୍ଦଟି ମନୋବିଜ୍ଞାନର ପର୍ଯ୍ୟାୟଭୁକ୍ତ ହେଲେହେଁ ଏହା ତର୍କଶାସ୍ତ୍ରର ମୂଳ ବିଷୟବସ୍ତୁ । ସେହିଦୃଷ୍ଟିରୁ ଏଗୁଡ଼ିକୁ ତର୍କଶାସ୍ତ୍ରର ମୌଳିକ ନିୟମ କହିବା ଯଥାର୍ଥ ଅଟେ ।
ଏହି ମୌଳିକ ନିୟମଗୁଡ଼ିକ ସମସ୍ତ ଯୁକ୍ତି ତଥା ବିଚାରର ଆଧାର ହୋଇଥିବା ଦୃଷ୍ଟିରୁ ସ୍ବତଃସିଦ୍ଧ ଅଟେ । ଏଗୁଡ଼ିକ କୌଣସି ପ୍ରମାଣଦ୍ଵାରା ପ୍ରମାଣିତ ହୋଇନଥାଏ । ସେହିଭଳି କୌଣସି ଅବରୋହୀ ଯୁକ୍ତିରୁ ଏହି ନିୟମଗୁଡ଼ିକୁ ସିଦ୍ଧାନ୍ତଭାବେ ନିଷ୍ପନ୍ନ କରିହୁଏ ନାହିଁ । କାରଣ ଏହିଗୁଡ଼ିକ ଯଦି ଅନ୍ୟ ନିୟମଠାରୁ ନିଷ୍ପନ୍ନ କରାଯାଏ ତେବେ ଏଗୁଡ଼ିକୁ କେବେହେଲେ ନିୟମ କହିହେବ ନାହିଁ । ନିୟମଗୁଡ଼ିକର ଅନ୍ୟ ଏକ ସ୍ବରୂପ ହେଲା ଯେ ସ୍ବତଃସିଦ୍ଧ ଓ ମୌଳିକ ହୋଇଥିବା ଦୃଷ୍ଟିରୁ ଏ ନିୟମଗୁଡ଼ିକୁ ଲଙ୍ଘନ କରିହୁଏ ନାହିଁ । ଅନ୍ୟ ଏକ ପକ୍ଷରେ ଏହି ନିୟମଗୁଡ଼ିକୁ ବିରୋଧ କରାଯାଇପାରେ ନାହିଁ । ଏଗୁଡ଼ିକ ସ୍ବତଃସିଦ୍ଧ ଅଟେ । ଆରିଷ୍ଟୋଟଲ୍ ଏହିଭଳି ତିନୋଟି ନିୟମର ଆଲୋଚନା କରିଛନ୍ତି ।
(୧) ତାଦାତ୍ମ୍ୟ ନିୟମ
(୨) ବିରୋଧ ନିୟମ
(୩) ନିର୍ମଧ୍ଯମ ନିୟମ
(୧) ତାଦାତ୍ମ୍ୟ ନିୟମ – ଜଗତ ପରିବର୍ତ୍ତନଶୀଳ ହେଲେ ମଧ୍ୟ ଅପରିବର୍ତ୍ତନଶୀଳତାହିଁ ବସ୍ତୁର ସତ୍ତା ଓ ସ୍ବଭାବର ଧର୍ମ ବୋଲି ମନ ସଦାସର୍ବଦା ଗ୍ରହଣ କରିଥାଏ । ଯଥା ଗୋଟିଏ ପଥରକୁ ପଥର ବୋଲି ଗ୍ରହଣ କଲା ପରେ ପରମୁହୂର୍ତ୍ତରେ ତାହାର ସଭା ଓ ସ୍ବଭାବର ପରିବର୍ତ୍ତନ ଘଟିଛି ଓ ତାହା ଗୋଟିଏ ପ୍ରାଣୀ ବୋଲି କହିବା ସମୀଚୀନ ନୁହେଁ । ଏହା ମନ କେବେ ଗ୍ରହଣ କରେ ନାହିଁ । ପଥର ସର୍ବଦା ପଥର, ‘କ’ ସର୍ବଦା ‘କ’ ଅଟେ । ଅର୍ଥାତ୍ ଯେଉଁ ବସ୍ତୁ ଯାହା, ତାହା ସର୍ବଦା ସେଇଆ । ପ୍ରତ୍ୟେକ ବସ୍ତୁ ନିଜଠାରୁ ଅଭିନ୍ନ । ସେହିପରି ରଜ୍ଜୁ ସର୍ବଦା ରଜ୍ଜୁ ହୋଇ ରହିବ ଯଦିଓ ଅନ୍ଧାର ରାତିରେ ରଜ୍ଜୁକୁ କେହି କେହି ସର୍ପ ବୋଲି ଭ୍ରମ କରିପାରେ ।
ଆକାର ଦୃଷ୍ଟିରୁ ବିଚାର କଲେ ଜଣାଯାଏ ‘କ ସର୍ବଦା କ’ ଏବଂ ଏ ସର୍ବଦା ଏ (A is A), ତେବେ ଅନ୍ୟଏକ ଉଦାହରଣ ନିଆଯାଉ – ଗୋଟିଏ ବାଳକର ନାମ ଯଦୁ । ତା’ର ନାମ ପରିବର୍ତ୍ତନ କରି ତାକୁ ମଧୁ ବୋଲି ଡକାଯାଇପାରେ; କିନ୍ତୁ ଏହାଦ୍ଵାରା ତାହାର ସତ୍ତା ଓ ସ୍ବଭାବର ପରିବର୍ତ୍ତନ ହୁଏ ନାହିଁ । ଜଳ ସର୍ବଦା ଜଳ, ଅଗ୍ନି ସର୍ବଦା ଅଗ୍ନି ବୋଲି ଆମେ ଗ୍ରହଣ କରିଥାଉ । ଯଦି ଏଗୁଡ଼ିକ କେବେ ପରିବର୍ତ୍ତନ ହୁଏ ତେବେ ଆମ ମନରେ ଚିନ୍ତାର ବିଭ୍ରାଟ ଦେଖାଯାଏ । ଏହାର ଅନ୍ୟ ନାମ ହେଲା ବ୍ୟଭିଚାର ବା ବିପର୍ଯ୍ୟୟ ।
ପ୍ରତ୍ୟେକ ଆଲୋଚନାରେ ଏହି ନିୟମର ଆବଶ୍ୟକତା ରହିଛି । ଏହି ନିୟମ ଉପରେ ସମସ୍ତ ଚିନ୍ତାଧାରା ପର୍ଯ୍ୟବସିତ । ଯଦି କୌଣସି ଏକ ବସ୍ତୁକୁ ସେହି ବସ୍ତୁ ବୋଲି କୁହାଯାଏ ତେବେ ମନରେ ଚିନ୍ତା ବିଭ୍ରାଟ ଘଟିବା ସ୍ଵାଭାବିକ । ଯାହାକି କଥନ ଓ ଶ୍ରୋତା ମଧ୍ୟରେ ସମ୍ପର୍କ ରହିନଥାଏ । ତେଣୁ ପ୍ରତ୍ୟେକ ପଦ ଓ ପଦାର୍ଥ ତା’ର ତାଦାତ୍ମ୍ୟ ରକ୍ଷା କରେ । ଆମ୍ଭେମାନେ ଯୁକ୍ତି କଲାବେଳେ ଯେଉଁ ପଦକୁ ଯେଉଁ ଅର୍ଥରେ ନେଉଁ ତାର ପରିବର୍ତ୍ତନ କରିବା ସେହି ଯୁକ୍ତର ପରିସର ଭିତରେ ସମ୍ଭବ ନୁହେଁ । ଏପରି ହୁଏ ଯେ ଗୋଟିଏ ଅଞ୍ଚଳର ଲୋକେ ଯାହାକୁ ରଜ୍ଜୁ ବୋଲି କହନ୍ତି ଅନ୍ୟ ଅଞ୍ଚଳର ଲୋକେ ତାକୁ ଅନ୍ୟ କିଛି କହିପାରନ୍ତି । ମାତ୍ର ଏହାଦ୍ଵାରା ବସ୍ତୁର ନିଜସ୍ଵ ସତ୍ତା ବା ସ୍ବରୂପ ପରିବର୍ତ୍ତନ ସମ୍ଭବ ନୁହେଁ ।
(୨) ବିରୋଧ ନିୟମ – ଗୋଟିଏ ବସ୍ତୁରେ ଦୁଇଟି ପରସ୍ପର ବିରୋଧୀ ଗୁଣ ଏକତ୍ର ଓ ଏକ ସମୟରେ ରହିବା ସମ୍ଭବପର ବୋଲି ମନ ଗ୍ରହଣ କରିପାରେ ନାହିଁ । ଗୋଟିଏ ବସ୍ତୁ ଏକ ସ୍ଥାନରେ ଓ ଏକ ସମୟରେ ଉଭୟ ଶ୍ଵେତ ଓ ଅଶ୍ଵେତ ହୋଇନପାରେ ! ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ଏକ ସମୟରେ ଉଭୟ ଉପସ୍ଥିତ ଓ ଅନୁପସ୍ଥିତ ହେବା ସମ୍ଭବପର ନୁହେଁ । ଗୋଟିଏ ବାକ୍ୟ ଏକ ସମୟରେ ଉଭୟ ସତ୍ୟ ଓ ଅସତ୍ୟ ହୋଇପାରେ ନାହିଁ । ‘କ’ ‘ଖ’ ଅଟେ ଓ ‘ଖ’ ନୁହେଁ ବୋଲି କହିବା ନିରର୍ଥକ ଅଟେ । ପରସ୍ପର ବିରୋଧୀ ଗୁଣଦ୍ଵୟ ମଧ୍ୟରୁ କୌଣସି ବସ୍ତୁରେ ଗୋଟିକୁ ସତ୍ୟ ବୋଲି ଗ୍ରହଣ କଲେ, ସେହି ସମୟରେ ଅନ୍ୟଟିକୁ ମିଥ୍ୟା କହିବା ଅନିବାର୍ଯ୍ୟ ଅଟେ ।
କୌଣସି ବସ୍ତୁ ଏକାସାଙ୍ଗରେ କୃଷ୍ଣ ଓ ଅ-କୃଷ୍ଣ ହୋଇ ପାରିବ ନାହିଁ । ହୁଏତ ଏପରି ହୋଇପାରେ ଯେ, ଜଣେ ଭାରତୀୟ, ତାଙ୍କର ଜାତୀୟତା ପରିବର୍ତ୍ତନ କରି ପରବର୍ତ୍ତୀକାଳରେ ଅଣଭାରତୀୟ ହୋଇପାରନ୍ତି । ମାତ୍ର ଏକାଧାରରେ ଜଣେ ଉଭୟ ପରସ୍ପର ବିରୋଧୀ ଗୁଣକୁ ଧାରଣ କରିପାରିବେନାହିଁ । ଏପରି ଚିନ୍ତା ମଧ୍ଯ ତାର୍କିକ ନିୟମ ଅନୁସାରେ ଅସମ୍ଭବ (Logical impossible) ବୋଲି ଧରାଯାଏ । ହ୍ୟାମିଲଟନ୍ ଏହି ନିୟମକୁ ଅବିରୋଧ ନିୟମ ବୋଲି କହିଛନ୍ତି ।
(୩) ନିର୍ମଧ୍ଯମ ନିୟମ – ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ । ସୁତରାଂ ଦୁଇଟି ବିରୁଦ୍ଧ ଗୁଣଦ୍ବାରା ବିଶେଷିତ ବସ୍ତୁ ସକଳ ବ୍ୟତୀତ ବିଶ୍ବରେ ଅନ୍ୟ ବସ୍ତୁ ଥିବା ଅକଳ୍ପନୀୟ । ତେଣୁ ଏହି ନିର୍ମମ ନିୟମ ଅନୁସାରେ ଦୁଇଟି ପରସ୍ପର ଦୃଷ୍ଟିଭଙ୍ଗୀ ମଧ୍ଯରେ କୌଣସି ମଧ୍ୟମ ପନ୍ଥା ସମ୍ଭବ ନୁହେଁ । ଏହି ନିୟମ ଅନୁଯାୟୀ ଗୋଟିଏ ବସ୍ତୁ ଦୁଇ ପରସ୍ପର ଗୁଣ ଭିତରୁ ଯେକୌଣସିଟିକୁ ଗ୍ରହଣ କରିବାକୁ ବାଧ୍ୟ । ଜଣେ ବ୍ୟକ୍ତି ଓଡ଼ିଆ ହେବ ନଚେତ୍ ଅଣ-ଓଡ଼ିଆ ହେବ ।
ଯେହେତୁ ଏ ଦୁଇଟି ମଧ୍ୟରେ ମଧ୍ୟମ ପନ୍ଥା ଅସମ୍ଭବ । ତେଣୁ ସୂତ୍ରଟି ହେଲା ବସ୍ତୁଟିଏ ହୁଏତ କ ହେବ ନଚେତ୍ ଅ- କ ହେବ । ଜଣେ ବ୍ୟକ୍ତି ଓଡ଼ିଆ ନହେଲେ ସେ ଯେ ପଞ୍ଜାବୀ କିମ୍ବା ବଙ୍ଗାଳୀ କିମ୍ବା ପାକିସ୍ତାନୀ ହେବ ଏପରି କୌଣସି ଯୁକ୍ତି ନାହିଁ; କିନ୍ତୁ ଜଣେ ଓଡ଼ିଆ ନହେଲେ ସେ ଅଣଓଡ଼ିଆ ନିଶ୍ଚୟ ହେବ । ଠିକ୍ ସେହିପରି ଜଣେ ଅଣ-ଓଡ଼ିଆ ହେଲେ ଓଡ଼ିଆ ହେବାକୁ ବାଧ୍ୟ । ଏ ଦୁଇଟି ଭିତରେ ତୃତୀୟ ପନ୍ଥା ଅସମ୍ଭବ ।
ସମୟ ସମୟରେ ଯୁକ୍ତି କରାଯାଇପାରେ ଯେ, କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ କୌଣସି ଶ୍ରେଣୀଭୁକ୍ତ କରିବା ଅସମ୍ଭବ; ଯଥା – ସଞ୍ଜକୁ ଜୀବ କିମ୍ବା ଅଜୀବ ବୋଲି କହିହେବ ନାହିଁ । ଏହାଦ୍ବାରା ନିର୍ମଧ୍ଯମ ନିୟମ ଖଣ୍ଡିତ ହେଉଅଛି । ଏହା ହେଉଛି ଏକ ଅବାନ୍ତର ଯୁକ୍ତି । କୌଣସି ବସ୍ତୁ ହୁଏତ ଗୁଣଯୁକ୍ତ କିମ୍ବା ଗୁଣ ବିରୁଦ୍ଧ ହୋଇପାରିବ ଅନ୍ୟଥା କୌଣସି ଉପାୟ ଆଲୋଚନା କରାଯାଇ ନପାରେ ।
୭. ଲକ୍ଷଣାର୍ଥ ଏବଂ ବାତ୍ୟାର୍ଥ ମଧ୍ଯରେ ବିପରୀତମୁଖୀ ପରିବର୍ତ୍ତନ ସମ୍ବନ୍ଧ ବୁଝାଇ ଲେଖ ।
Answer:
ବାତ୍ୟାର୍ଥ – ବାତ୍ୟାର୍ଥ କହିଲେ ଗୋଟିଏ ପଦଦ୍ୱାରା ଚିହ୍ନିତ ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ବୁଝାଯାଏ । ସୂଚିତ ହେଉଥିବା ଏହି ବସ୍ତୁଗୁଡ଼ିକ ବାସ୍ତବ ବା କାଳ୍ପନିକ ହୋଇପାରନ୍ତି; ଯଥା – ନଦୀ କହିଲେ ବିଭିନ୍ନ ନଦୀ ଅର୍ଥାତ୍ ମହାନଦୀ, ଗଙ୍ଗା, ସିନ୍ଧୁ, କାବେରୀ ଇତ୍ୟାଦିକୁ ବୁଝାଇଥାଏ । ସେହିଭଳି ‘ମନୁଷ୍ୟ’ ପଦଟି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ର ପ୍ରତ୍ୟେକ ମଣିଷ ପ୍ରତି ପ୍ରଯୁଜ୍ୟ । ତେଣୁ ଗୋଟିଏ ପଦର ନାମଦ୍ୱାରା ନାମିତ ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ଗୁଣ ଅଥବା କର୍ମ ସେହି ପଦର ବାତ୍ୟାର୍ଥ ଅଟନ୍ତି ।
ଲକ୍ଷଣାର୍ଥ – ଲକ୍ଷଣ ଶବ୍ଦରୁ ଲକ୍ଷଣାର୍ଥ ଶବ୍ଦର ଉତ୍ପତ୍ତି ହୋଇଅଛି । ତେଣୁ ଲକ୍ଷଣାର୍ଥ କହିଲେ ସାଧାରଣତଃ ଗୁଣ ବା ଗୁଣ ସମଷ୍ଟିକୁ ବୁଝାଯାଏ; ଯଥା – ମନୁଷ୍ୟ କହିଲେ ପ୍ରାଣିତ୍ଵ ଓ ବିଚାରଶକ୍ତି ହେଉଛି ଅପରିହାର୍ଯ୍ୟ ଓ ସାଧାରଣ ଲକ୍ଷଣକୁ ପ୍ରକାଶ କରିଥାଏ । ତେଣୁ ମନୁଷ୍ୟ ପାଖରେ ଏହି ଦୁଇଟି ଗୁଣର ପରିପ୍ରକାଶକୁ ତାହାର ଲକ୍ଷଣାର୍ଥ କହନ୍ତି ।
ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ସମ୍ବନ୍ଧ – ମଧ୍ୟରେ କ୍ଷୟ ଓ ବୃଦ୍ଧି ସମ୍ବନ୍ଧ ବିଦ୍ୟମାନ ଅଟେ । ବାତ୍ୟାର୍ଥର କ୍ରମଶଃ ବୃଦ୍ଧି ଘଟିଲେ, ଲକ୍ଷଣାର୍ଥ କ୍ରମଶଃ ହ୍ରାସପାଏ । ଲକ୍ଷଣାର୍ଥର କ୍ରମଶଃ ବୃଦ୍ଧି ଘଟିଲେ ବାତ୍ୟାର୍ଥ କ୍ରମଶଃ ହ୍ରାସପାଏ । ସେହିପରି ବାତ୍ୟାର୍ଥର ହ୍ରାସହେଲେ ଲକ୍ଷଣାର୍ଥର ବୃଦ୍ଧି ଓ ଲକ୍ଷଣାର୍ଥର ହ୍ରାସ ହେଲେ ବାତ୍ୟାର୍ଥର ବୃଦ୍ଧି ହୁଏ । ଏହାକୁ ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ପରିବର୍ତ୍ତନ କୁହାଯାଏ । ଆଲୋଚନା ମାଧ୍ୟମରେ ଏହିପ୍ରକାର ବିପରୀତମୁଖୀ ପରିବର୍ତ୍ତନ ୪ ପ୍ରକାରର ଅଟେ ।
(କ) ଯଦି ବାଚ୍ୟାର୍ଥର ବୃଦ୍ଧି ଘଟେ ତେବେ ଲକ୍ଷଣାର୍ଥ ହ୍ରାସପାଏ ।
(ଖ) ଯଦି ବାତ୍ୟାର୍ଥ ହ୍ରାସ ଘଟେ ତେବେ ଲକ୍ଷଣାର୍ଥ ବୃଦ୍ଧିହୁଏ ।
(ଗ) ଯଦି ଲକ୍ଷଣାର୍ଥ ବୃଦ୍ଧି ହୁଏ ତେବେ ବାତ୍ୟାର୍ଥ ହ୍ରାସପାଏ ।
(ଘ) ଯଦି ଲକ୍ଷଣାର୍ଥ ହ୍ରାସପାଏ ତେବେ ବାତ୍ୟାର୍ଥ ବୃଦ୍ଧିହୁଏ ।
କହିଲେ ତା’ର ପ୍ରାଣିତ୍ବ ଓ ବିଚାରଶକ୍ତିକୁ ବୁଝାଇଥାଏ । ତେଣୁ ମନୁଷ୍ୟ ପଦଟି ଅନ୍ୟାନ୍ୟ ପ୍ରାଣୀମାନଙ୍କ କ୍ଷେତ୍ରରେ ଯୋଗଦେବା ଫଳରେ ମନୁଷ୍ୟ ପଦର ବାତ୍ୟାର୍ଥ ବୃଦ୍ଧି ଘଟିପାରେ । ଏଣୁ ମନୁଷ୍ୟ ଅନ୍ୟାନ୍ୟ ପ୍ରାଣୀମାନଙ୍କକ୍ଷେତ୍ରରେ ଯୋଗଦେବା ଫଳରେ ମନୁଷ୍ୟ ନକହି ସେମାନଙ୍କୁ ପ୍ରାଣୀ ବୋଲି କୁହାଯିବ । ଯାହାଫଳରେ ଲକ୍ଷଣାର୍ଥ କେବଳ ପ୍ରାଣିତ୍ଵରେ ସୀମିତ ରହିବ । ତେଣୁ ଏଠାରେ ଲକ୍ଷ୍ୟ କରାଯାଇପାରେ ଯେ ମନୁଷ୍ୟର ଯେଉଁ ଲକ୍ଷଣାର୍ଥ ଥୁଲା ତାହାର କ୍ଷୟ ଘଟିଲା ।
ସେହିପରି ମନୁଷ୍ୟ ପଦ ବିଷୟରେ ଆଲୋଚନା ନକରି କେବଳ ଗୌରବର୍ଣ୍ଣ ମନୁଷ୍ୟଙ୍କର ବାତ୍ୟାର୍ଥ ଓ ଲକ୍ଷଣାର୍ଥକୁ ବିଚାର କଲେ ଜଣାଯିବ ଯେ, ଏଠାରେ ମନୁଷ୍ୟର ବାତ୍ୟାର୍ଥର କ୍ଷୟ ଘଟି କେବଳ ଗୌରବର୍ଣ୍ଣ ବ୍ୟକ୍ତିଙ୍କର ବାତ୍ୟାର୍ଥରେ ସୀମିତ ହୋଇଛି । ମାତ୍ର ଏହି ପଦର ଲକ୍ଷଣାର୍ଥ ପ୍ରାଣିତ୍ଵ ଓ ବିଚାରଶୀଳତାରୁ ବୃଦ୍ଧି ହୋଇ ପ୍ରାଣିତ୍ୱ, ବିଚାରଶୀଳତା ଓ ଗୌରବର୍ଣ୍ଣରେ ପରିଣତ ହୋଇଛି ଅର୍ଥାତ୍ ବାତ୍ୟାର୍ଥର କ୍ଷୟ ହେବା ଫଳରେ ଲକ୍ଷଣାର୍ଥର ଅଭିବୃଦ୍ଧି ଘଟିଛି ।
ଅନ୍ୟପକ୍ଷରେ କହିବାକୁ ଗଲେ ଲକ୍ଷଣାର୍ଥର ବୃଦ୍ଧି ଘଟିଲେ ବାତ୍ୟାର୍ଥର କ୍ଷୟ ଘଟିବା ସମ୍ଭବ ହୁଏ । ପ୍ରାଣିତ୍ଵ ଓ ବିଚାରଶୀଳତା ସହ ବୁଦ୍ଧିମତ୍ତାକୁ ମିଶାଇଦେଲେ ଏହି ଲକ୍ଷଣ ବିଶିଷ୍ଟ ମନୁଷ୍ୟଙ୍କୁ ପ୍ରଜ୍ଞାବାନ୍ ମନୁଷ୍ୟ ବୋଲି କୁହାଯିବ ଯେଉଁମାନଙ୍କର ବାତ୍ୟାର୍ଥ ଖୁବ୍ ସୀମିତ । ଅପରପକ୍ଷରେ ଯେତେବେଳେ କୌଣସି ଗୋଟିଏ ପଦଦ୍ୱାରା ଚିହ୍ନିତ ବ୍ୟକ୍ତିମାନଙ୍କ ସହିତ ଅନ୍ୟ କେତେକ ମନୁଷ୍ୟଭଳି ପ୍ରାଣୀମାନଙ୍କର ଏକତ୍ରୀକରଣ ହେବ ସେତେବେଳେ ବାତ୍ୟାର୍ଥର ବୃଦ୍ଧିଘଟିବ, ମାତ୍ର ଲକ୍ଷଣାର୍ଥ ହ୍ରାସ ହେବ ।
ଏହାଫଳରେ ଯେଉଁ ଶ୍ରେଣୀଟି ସୃଷ୍ଟି ହେବ ସେମାନଙ୍କର କେବଳ ପ୍ରାଣିତ୍ଵ ରହିବ ସିନା, ବିଚାରଶୀଳତା ରହିବ ନାହିଁ । ଏଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆରିଷ୍ଟୋଟଲଙ୍କ ମତ ଅନୁସାରେ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ମଧ୍ଯରେ ଯେଉଁ ସମ୍ପର୍କ ରହିଛି ତାହା ହେଲା ବିପରୀତମୁଖୀ ସମ୍ପର୍କ ।
ସମାଲୋଚନା – (୧) ସାଧାରଣତଃ ଗୋଟିଏ ପଦର ବାତ୍ୟାର୍ଥର କୌଣସି ପରିବର୍ତ୍ତନ ହୁଏନାହିଁ; ଯଥା – ଦ୍ଵୀପ କହିଲେ ଜଳ ପରିବେଷ୍ଟିତ ଗୋଟିଏ ଭୂଖଣ୍ଡକୁ ବୁଝାଏ ଏବଂ ଏହାର ବାସ୍ୟାର୍ଥରେ ଭୂତ, ଭବିଷ୍ୟତ୍ ଓ ବର୍ତ୍ତମାନର ଲକ୍ଷଣଯୁକ୍ତ ସମସ୍ତ ଭୂଖଣ୍ଡ ଅନ୍ତର୍ଭୁକ୍ତ । ସେହିପରି ମନୁଷ୍ୟ ପଦର ବାତ୍ୟାର୍ଥ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ର ସମସ୍ତ ମନୁଷ୍ୟକୁ ବୁଝାଇଥାଏ । କିନ୍ତୁ କେତେକ ମନୁଷ୍ୟଙ୍କର ମୃତ୍ୟୁ ଅଥବା କେତେକ ଶିଶୁଙ୍କର ଜନ୍ମହେବାଦ୍ୱାରା ମନୁଷ୍ୟ ପଦର ବାତ୍ୟାର୍ଥର କୌଣସି ପରିବର୍ତ୍ତନ ହୁଏ ନାହିଁ । ଠିକ୍ ସେହିପରି କୌଣସି କାରଣରୁ କେତେକ ଦ୍ବୀପ ଜଳମଗ୍ନ ହେଲେ ଅଥବା କେତେକ ନୂତନ ଦ୍ବୀପର ସୃଷ୍ଟି ହେଲେ ଦ୍ବୀପ ପଦର ବାତ୍ୟାର୍ଥର କୌଣସି କ୍ଷୟ ବୃଦ୍ଧି ହୁଏ ନାହିଁ ।
(୨) ଗୋଟିଏ ପଦର ବାତ୍ୟାର୍ଥରୁ କେତେକ ବସ୍ତୁ ବା ବ୍ୟକ୍ତିଙ୍କୁ ବାଦେଲେ କିମ୍ବା ବାତ୍ୟାର୍ଥ ଭିନ୍ନ କେତେକ ବସ୍ତୁ ବା ବ୍ୟକ୍ତିଙ୍କୁ ବାଦେଲେ କିମ୍ବା ବାତ୍ୟାର୍ଥ ଭିନ୍ନ କେତେକ ବସ୍ତୁ ବା ବ୍ୟକ୍ତିଙ୍କୁ ତହିଁରେ ଯୋଗକଲେ, ସେହି ପଦର ବାତ୍ୟାର୍ଥର କ୍ଷୟ -ବୃଦ୍ଧି ଘଟେନାହିଁ । ଏହିପରି କରିବାଦ୍ଵାରା ପଦର ମଧ୍ୟ ପରିବର୍ତ୍ତନ ଘଟିଥାଏ । ମନୁଷ୍ୟ ପଦର ବାତ୍ୟାର୍ଥରୁ ଅସାଧୁ ବ୍ୟକ୍ତିଙ୍କୁ ବାଦଦେଲେ ଅବଶିଷ୍ଟ୍ୟଶ ମନୁଷ୍ୟ ପଦର ବାତ୍ୟାର୍ଥ ନୁହେଁ । ତାହା ସାଧୁ ମନୁଷ୍ୟର ବାତ୍ୟାର୍ଥ । ସେହିପରି ମନୁଷ୍ୟ ପଦର ବାତ୍ୟାର୍ଥରେ ପଶୁ- ପକ୍ଷୀ-କୀଟ-ପତଙ୍ଗ ଜୀବମାନଙ୍କୁ ଯୋଗକଲେ ତାହା ପ୍ରାଣୀପଦର ବାତ୍ୟାର୍ଥ ହୁଏ ।
(୩) ପଦର ବାତ୍ୟାର୍ଥ ଓ ଲକ୍ଷଣାର୍ଥ ସାଧାରଣତଃ ଅପରିବର୍ତ୍ତନୀୟ ହୋଇଥିବାରୁ ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ପରିବର୍ତ୍ତନର ଯାଥାର୍ଥ ପ୍ରତିପାଦନ କରିବା ନିମିତ୍ତ କେବଳ ଗୋଟିଏ ପଦର ବାତ୍ୟାର୍ଥ ଓ ଲକ୍ଷଣାର୍ଥକୁ ପରୀକ୍ଷା କରି ଦେଖୁ ଯଥେଷ୍ଟ ନୁହେଁ । ଏଥନିମିତ୍ତ ଏକାଧ୍ଵ ପଦର ବାତ୍ୟାର୍ଥ ଓ ଲକ୍ଷଣାର୍ଥର ତାରତମ୍ୟ ଲକ୍ଷ୍ୟ କରିବା ଆବଶ୍ୟକ ହୁଏ।
(୪) ଗୋଟିଏ ପଦର ଲକ୍ଷଣାର୍ଥରେ ଯେକୌଣସି ଗୋଟିଏ ଗୁଣ ସଂଯୋଗ କଲେ ଲକ୍ଷଣାର୍ଥର ବୃଦ୍ଧିହୋଇ ବାତ୍ୟାର୍ଥର କ୍ଷୟହୁଏ ବୋଲି ବିଚାରିବା ଠିକ୍ ନୁହେଁ । ମନୁଷ୍ୟ ପଦର ଲକ୍ଷଣାର୍ଥ ଅର୍ଥାତ୍ ପ୍ରାଣିତ୍ବ ଓ ବିଚାରବୁଦ୍ଧି ସହିତ ଦ୍ବିପଦତା ଯୋଗକଲେ ଲକ୍ଷଣାର୍ଥର ବୃଦ୍ଧି ହୋଇ ଅନ୍ୟ ଏକ ପଦର ଲକ୍ଷଣାର୍ଥ ହୁଏନାହିଁ । କାରଣ ଏହି ଗୁଣ ତିନୋଟି ମନୁଷ୍ୟ ଭିନ୍ନ ଅନ୍ୟ କୌଣସି ପଦର ଗୁଣ ନୁହେଁ । ସମସ୍ତ ମନୁଷ୍ୟ ଦ୍ବିପଦ ହୋଇଥିବାରୁ ଏତଦ୍ବାରା ବାତ୍ୟାର୍ଥର କୌଣସି ପରିବର୍ତ୍ତନ ହୁଏନାହିଁ । କିନ୍ତୁ ମନୁଷ୍ୟ ପଦର ଲକ୍ଷଣାର୍ଥରେ ବାଙ୍ଗରାକୃତି ଗୁଣ ଯୋଗକଲେ ଲକ୍ଷଣାର୍ଥ ବୃଦ୍ଧିହୁଏ ।
(୫) କ୍ଷୟ – ବୃଦ୍ଧି ନିୟମ ଯେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ହେଉନା କାହିଁକି ତା’ର ଗାଣିତିକ କଳନା ବା ବିଚାର ସମ୍ଭବ ନୁହେଁ । ଅର୍ଥାତ୍ ଗାଣିତିକ କଳନାଦ୍ୱାରା ବିସ୍ତୃତି କେତେ ବଢ଼ିଲେ ଲକ୍ଷଣାର୍ଥ କେତେ କମିବ ବା ଲକ୍ଷଣାର୍ଥ କେତେ ବଢ଼ିଲେ ବିସ୍ତୃତିର ବ୍ୟାପକତା କେତେ କମିବ ଏହା କୁହାଯାଇପାରିବ ନାହିଁ । ହୁଏତ ଗୋଟିଏ ନୂଆ ଲକ୍ଷଣର ସଂଯୋଗଦ୍ବାରା ଅଗଣିତ ଅନେକ ବ୍ୟକ୍ତି ଉପସ୍ଥିତ ସମଗ୍ର ବାତ୍ୟାର୍ଥରୁ ବାଦ୍ ଯାଇପାରନ୍ତି । ଠିକ୍ ସେହିପରି ନୂଆ ବାଚ୍ୟାର୍ଥ ଯୋଗ କରିବାଦ୍ଵାରା ଗୋଟିଏ ବିଶିଷ୍ଟ ଲକ୍ଷଣ ବାଦ୍ ପଡ଼ିପାରେ । ମାତ୍ର ଏଥ୍ ସହିତ କ୍ଷୟ-ବୃଦ୍ଧିର ନିୟମ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ମଧ୍ୟରେ ପ୍ରତିଷ୍ଠିତ ନହୋଇ ବିସ୍ତୃତି ଓ ଲକ୍ଷଣାର୍ଥ ମଧ୍ଯରେ ବିଶେଷ ଭାବରେ ପ୍ରଯୁଜ୍ୟ ହୋଇଥାଏ ।
୮. ଦ୍ରବ୍ୟବାଚକ ଏବଂ ଗୁଣବାଚକ ପଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ଏବଂ ଗୁଣବାଚକ ପଦ ବିଶେଷ କିମ୍ବା ସାମାନ୍ୟ ପଦ ବୁଝାଅ ।
Answer:
ଗୋଟିଏ ପଦ କୌଣସି ଦ୍ରବ୍ୟ ଅର୍ଥାତ୍ ବସ୍ତୁ, ବ୍ୟକ୍ତି ବା ସେମାନଙ୍କର ଶ୍ରେଣୀ, ସମଷ୍ଟି ଇତ୍ୟାଦିକୁ ବୁଝାଉଥିଲେ ତାହାକୁ ଦ୍ରବ୍ୟବାଚକ ପଦ କୁହାଯାଏ; ଯଥା – ମନୁଷ୍ୟ, ଅଶ୍ବ, ବୃକ୍ଷ ପୁଷ୍ପଗୁଚ୍ଛ ଇତ୍ୟାଦି । ଏଗୁଡ଼ିକୁ ମଧ୍ୟ ମୂଇଁପଦ କୁହାଯାଏ । ଠିକ୍ ସେହିପରି ଗୋଟିଏ ପଦ କୌଣସି ଗୁଣ ବା କ୍ରିୟାର ନାମ ହୋଇଥିଲେ ତାହାକୁ ଗୁଣବାଚକ ପଦ କୁହାଯାଏ; ଯଥା – ଶୀତଳତା, ନମ୍ରତା, ମନୁଷ୍ୟତା, ଉଚ୍ଚତା ଇତ୍ୟାଦି । ଏଗୁଡ଼ିକ ଗୋଟିଏ ଗୋଟିଏ ବିବିକ୍ତ ପଦ । ଏହିସବୁ ପଦମାନଙ୍କରେ କୌଣସି ବସ୍ତୁ ବା ବ୍ୟକ୍ତିର ପରିଚୟ ନାହିଁ ।
ଗୋଟିଏ ଗୋଟିଏ ବସ୍ତୁ ବା ବ୍ୟକ୍ତିର ସୂଚନା ଦେଉଥିବାରୁ ସେଗୁଡ଼ିକୁ ମୂଇଁପଦଭାବେ ଗ୍ରହଣ କରାଯାଇପାରେ । ମାତ୍ର ଶୁଭ୍ରତା, କୃଷ୍ଣତା ଇତ୍ୟାଦି ଗୋଟିଏ ଗୋଟିଏ ବିବିକ୍ତ ପଦ ଅଟନ୍ତି । ଆଉ କେତେକ ତାର୍କିକଙ୍କ ମତରେ ବିଶେଷଣଗୁଡ଼ିକ ମୂର୍ଖପଦ କିମ୍ବା ବିବିକ୍ତ ପଦ ହୋଇପାରନ୍ତି । ଉଦାହରଣସ୍ୱରୂପ – ଉତ୍ତମ ସ୍ବାସ୍ଥ୍ୟ । ଏହି କ୍ଷେତ୍ରରେ ସ୍ଵାସ୍ଥ୍ୟର ଏକ ବୈଶିଷ୍ଟ୍ୟକୁ ବୁଝାଉଥିବାରୁ ଉତ୍ତମ ସ୍ଵାସ୍ଥ୍ୟ ଗୋଟିଏ ମୂର୍ଖପଦ ଭାବେ ବ୍ୟବହୃତ ହୋଇଥାଏ । ଏହି କ୍ଷେତ୍ରରେ ‘ଉତ୍ତମ’ ଶବ୍ଦଟି ଗୁଣର ବିଶେଷଣ ହୋଇଥିବାରୁ ଏହା ମୂଇଁପଦଭାବେ ବ୍ୟବହୃତ ନ ହୋଇ ବିବିକ୍ତ ପଦଭାବେ ବ୍ୟବହୃତ ହୋଇପାରିବ । ଦ୍ରବ୍ୟବାଚକ ପଦ ସାମାନ୍ୟ ବା ବିଶେଷ ପଦ ହୋଇପାରେ ।
ମନୁଷ୍ୟ, ପୁସ୍ତକ ଇତ୍ୟାଦି ପଦ ଦ୍ରବ୍ୟବାଚକ ସାମାନ୍ୟ ପଦ । କିନ୍ତୁ ଏହି ମନୁଷ୍ୟ, ରାମ, ସେହି ପୁସ୍ତକ, ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଇତ୍ୟାଦି ପଦ ଦ୍ରବ୍ୟବାଚକ ବିଶେଷପଦ । ସେହିପରି ଗୁଣବାଚକ ବା ବିବିକ୍ତ ପଦ ମଧ୍ୟ ସାମାନ୍ୟ ବା ବିଶେଷ ପଦ ହୋଇପାରେ । ବର୍ଷ, ସଦ୍ଗୁଣ ଇତ୍ୟାଦି ପଦ ସାଧାରଣତଃ ଗୁଣବାଚକ ସାମାନ୍ୟ ପଦରୂପେ ଗୃହୀତ ହୁଅନ୍ତି କାରଣ ବର୍ତ୍ତ କହିଲେ ଧଳା, ନୀଳ, ନାଲି ଗୁଣର ସାଧାରଣ ନାମ ଓ ସଦ୍ଗୁଣ କହିଲେ ସନିଷ୍ଠା, ବଦାନ୍ୟତା, କର୍ମଠତା, ଧର୍ମପରାୟଣତା, ସହନଶୀଳତା ଇତ୍ୟାଦି ସାଧୁଗୁଣର ସାଧାରଣ ନାମକୁ ବୁଝାଇଥାଏ ।
ବର୍ତ୍ତମାନ ପ୍ରଶ୍ନଉଠେ ଯେ, ଗୋଟିଏ ଅମୂର୍ଖ ବା ବିବିକ୍ତ ପଦକୁ ସାମାନ୍ୟ ପଦ ଅଥବା ବିଶେଷ ପଦଭାବେ ଗ୍ରହଣ କରାଯିବ କି ? ଏ ସମ୍ପର୍କରେ ବହୁ ବାଦାନୁବାଦ ଘଟେ । କେତେକଙ୍କ ମତରେ ପ୍ରତ୍ୟେକ ଗୁଣବାଚକ ପଦ ଗୋଟିଏ ଗୋଟିଏ ସାମାନ୍ୟ ପଦ । ଦ୍ଵିତୀୟ ମତଟି ହେଲା ଯେ, ଗୁଣବାଚକ ବା ବିବିକ୍ତ ପଦ ଗୋଟିଏ ସାମାନ୍ୟ ପଦ । ତୃତୀୟ ମତାନୁଯାୟୀ ଅମୂର୍ଖ ପଦ ସାମାନ୍ୟ ନୁହେଁ ବା ବିଶେଷ ନୁହେଁ । ଚତୁର୍ଥ ମତ ହେଲା ଯେ, କେତେକ ଗୁଣବାଚକ ପଦ ସାମାନ୍ୟ ଓ ଅନ୍ୟ କେତେକ ବିଶେଷ ।
ଏହି ମତଗୁଡ଼ିକର ଆଲୋଚନା ନିମ୍ନରେ ଦିଆଯାଇଅଛି –
(୧) ଯେଉଁମାନେ ଗୁଣବାଚକ ପଦକୁ ସାମାନ୍ୟ ପଦ ବୋଲି ଯୁକ୍ତି କରନ୍ତି ସେମାନଙ୍କ ମତରେ ଗୋଟିଏ ଗୁଣବାଚକ ପଦ ଗୋଟିଏ ନିର୍ଦ୍ଦିଷ୍ଟ ଗୁଣର ନାମ ହେଲେ ମଧ୍ୟ ଏହା ସେହି ଗୁଣର ବିଭିନ୍ନ ପ୍ରକାରକୁ ମଧ୍ୟ ସୂଚିତ କରାଏ । ମାନବିକତା ଗୁଣର ନାମ ହେଲେ ମଧ୍ୟ ତାହା ବିଭିନ୍ନ ବ୍ୟକ୍ତିଙ୍କଠାରେ ବିଭିନ୍ନ ଭାବରେ ପରିଲକ୍ଷିତ ହୁଏ । ତେଣୁ ଏହା ଏକ ସାମାନ୍ୟ ପଦ ଅଟେ ।
(୨) ଜେଭନ୍ସଙ୍କ ମତରେ ଗୁଣବାଚକ ପଦଗୁଡ଼ିକ ବିଶେଷ ପଦ । କାରଣ ଯେକୌଣସି ବସ୍ତୁରେ ଥିଲେ ମଧ୍ୟ ଗୁଣ ସର୍ବଦା ଏକପ୍ରକାରର ହେବା ସ୍ଵାଭାବିକ । ବିଭିନ୍ନ ବସ୍ତୁରେ ଗୋଟିଏ ଗୁଣ ଶ୍ୱେତତ୍ଵ ଥିବାରୁ ସେଗୁଡ଼ିକୁ ଶ୍ୱେତ ବସ୍ତୁ ଆଖ୍ୟା ଦିଆଯାଏ । ସାଧୁତା ବିଭିନ୍ନ ବ୍ୟକ୍ତିଙ୍କଠାରେ ଥିଲେ ମଧ୍ୟ ଗୁଣ ହିସାବରେ ତାହା ସର୍ବଦା ଏକ । ତେଣୁ ଗୁଣବାଚକ ପଦଗୁଡ଼ିକ ବିଶେଷପଦ ।
(୩) କେଇସଙ୍କ ମତରେ ଗୁଣବାଚକ ପଦଗୁଡ଼ିକୁ ଶ୍ରେଣୀକରଣ କରାଯାଇପାରିବ ନାହିଁ । ଶ୍ରେଣୀକରଣର ପ୍ରଶ୍ନ କେବଳ ବସ୍ତୁବାଚକ ପଦ କ୍ଷେତ୍ରରେ ଉଠିପାରେ, ଅନ୍ୟ କେଉଁଠି ଏହା ସମ୍ଭବ ନୁହେଁ ।
(୪) ଅନ୍ୟ କେତେକ ତାର୍କିକଙ୍କ ମତରେ କେତେକ ଗୁଣବାଚକ ପଦ ବିଶେଷ ପଦ ଏବଂ କେତେକ ଗୁଣବାଚକ ପଦ ସାମାନ୍ୟ ପଦ । ଯେଉଁ ଗୁଣବାଚକ ପଦ କେବଳ ଗୋଟିଏମାତ୍ର ଗୁଣକୁ ବୁଝାଇଥାଏ, ତାହା ବିଶେଷ ପଦ । ଏହା ବିଭିନ୍ନ ବସ୍ତୁରେ ଥିଲେ ମଧ୍ୟ ସର୍ବତ୍ର, ସବୁଆଡ଼େ କେବଳ ଗୋଟିଏ ଗୁଣକୁହିଁ ବୁଝାଏ; ଯଥା – ସମତ୍ୱ, ତ୍ରିକୋଣତ୍ଵ, ଚତୁଷ୍କୋଣତ୍ୱ ଇତ୍ୟାଦି । ମାତ୍ର ଯେଉଁ ଗୁଣବାଚକ ପଦ ଅନ୍ୟାନ୍ୟ କେତେକ ଗୁଣର ସାଧାରଣ ନାମ, ତାହା ସାମାନ୍ୟ ପଦ । ବର୍ଣ୍ଣପଦ ଶ୍ଵେତତ୍ଵ, ଲୋହିତତ୍ୱ, କୃଷ୍ଣତ୍ଵ ଇତ୍ୟାଦି ଭିନ୍ନ ଭିନ୍ନ ଗୁଣର ସାଧାରଣ ନାମ, ତେଣୁ ଏହା ସାମାନ୍ୟ ପଦ । ସାଧୁତା ପଦ ସତ୍ୟ-ନିଷ୍ଠା, ଦାନଶୀଳତା, ସଚ୍ଚରିତ୍ରତା ପ୍ରଭୃତି ଗୁଣମାନଙ୍କର ସାଧାରଣ ନାମ । ତେଣୁ ଏହା ସାମାନ୍ୟ ପଦ ।
ଏହି ମତବାଦୀମାନଙ୍କ ମଧ୍ୟରେ କେଉଁପ୍ରକାର ଗୁଣବାଚକ ପଦ ସାମାନ୍ୟ ଓ କେଉଁପ୍ରକାର ଗୁଣବାଚକ ପଦବିଶେଷ ଏହି ବିଷୟରେ ମତ ପାର୍ଥକ୍ୟ ଦେଖାଦେଇଥାଏ ।
(କ) ମତରେ ଯେଉଁ ଗୁଣବାଚକ ପଦଗୁଡ଼ିକ ଭିନ୍ନ ଭିନ୍ନ ପ୍ରକାରର ଅଥବା ଭିନ୍ନ ଭିନ୍ନ ପରିମାଣର ଗୁଣମାନଙ୍କର ସାଧାରଣ ନାମ, ସେଗୁଡ଼ିକ ସାମାନ୍ୟ ପଦ । ତେଣୁ ବର୍ଣ୍ଣ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ; ଯଥା – ଶ୍ଵେତତ୍ଵ, ଲୋହିତତ୍ଵ, ନୀଳତ୍ୱ, କୃଷ୍ଣତ୍ବ ଇତ୍ୟାଦି । ତେଣୁ ବର୍ଣ୍ଣ ସାମାନ୍ୟ ପଦ । ସେହିପରି ଶ୍ୱେତତ୍ଵ, କୃଷ୍ଣତ୍ଵ ଇତ୍ୟାଦି ମଧ୍ୟ ଭିନ୍ନ ଭିନ୍ନ ପରିମାଣର ହୋଇପାରେ ତେଣୁ ଏଗୁଡ଼ିକ ସାମାନ୍ୟ ପଦ ।
(ଖ) ଭାରତୀୟ ତର୍କବିତ୍ ଅମ୍ବିକା ଚରଣ ମିତ୍ରଙ୍କ ମତରେ ଯେଉଁ ଗୁଣବାଚକ ପଦ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ, ତାହାହିଁ କେବଳ ସାମାନ୍ୟପଦ । ଯେଉଁ ଗୁଣବାଚକ ପଦ ପ୍ରକାରତଃ ଭିନ୍ନ ନହୋଇ ପରିମାଣତଃ ଭିନ୍ନ ଭିନ୍ନ ହୋଇପାରେ, ତାହା ସାମାନ୍ୟ ପଦ ନୁହେଁ । ତେଣୁ ତାଙ୍କ ମତରେ ବର୍ଣ୍ଣରେ ପ୍ରକାରଭେଦ ଥିବାରୁ ଏହା ସାମାନ୍ୟ ପଦ, କିନ୍ତୁ ଶ୍ଵେତତ୍ଵ, କୃଷ୍ଣତ୍ବ ଇତ୍ୟାଦିରେ ପ୍ରକାରଭେଦ ନଥିବାରୁ ଏଗୁଡ଼ିକ ବିଶେଷ ପଦ । ଉଭୟଙ୍କ ମତରେ ସମତ୍ଵ, ତ୍ରିକୋଣତ୍ଵ, ବୃହତ୍ଵ ଇତ୍ୟାଦି ବିଶେଷ ପଦ କାରଣ ।
୯. ଲାକ୍ଷଣିକ ଏବଂ ଅଲାକ୍ଷଣିକ ପଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ । ନାମଗୁଡ଼ିକ ଲାକ୍ଷଣିକ କି ? ଆଲୋଚନା କର ।
Answer:
ଗୋଟିଏ ପଦର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥିଲେ ତାହାକୁ ଲକ୍ଷଣାର୍ଥକ ପଦ ବା ସଲକ୍ଷଣ ପଦ ବା ଲାକ୍ଷଣିକ ପଦ କୁହାଯାଏ; ଯଥା – ତ୍ରିଭୁଜ, ମନୁଷ୍ୟ, ବର୍ଣ୍ଣ ଇତ୍ୟାଦି । ଯେପରି ମନୁଷ୍ୟ ପଦର ବାତ୍ୟାର୍ଥ ରାମ, ଯଦୁ ଓ ମଧୁ ଇତ୍ୟାଦି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍ର ସମସ୍ତ ମନୁଷ୍ୟକୁ ବୁଝାଏ ଏବଂ ତାହାର ଲକ୍ଷଣାର୍ଥ ପ୍ରାଣିତ୍ଵ ଓ ବିଚାରବୁଦ୍ଧି ସମ୍ପନ୍ନତାକୁ ବୁଝାଏ । ତେଣୁ ଏହା ଲକ୍ଷଣାର୍ଥକ ବା ଲାକ୍ଷଣିକ ପଦ ବୋଲି ଅଭିହିତ ହୋଇଥାଏ ।
ମାତ୍ର ଯେଉଁ ପଦଦ୍ୱାରା କେବଳ ଲକ୍ଷଣାର୍ଥ କିମ୍ବା ବାତ୍ୟାର୍ଥ ସୂଚିତ ହୁଏ, ମାତ୍ର ଉଭୟ ସୂଚିତ ହୁଏ ନାହିଁ; ତାହାକୁ ଅଲାକ୍ଷଣ ବା ଅଲକ୍ଷଣିକ ପଦ କୁହାଯାଏ; ଯଥା – ରାମ, ମଧୁ, ବୃତ୍ତତ୍ଵ, ଶ୍ଵେତତ୍ଵ ଇତ୍ୟାଦି । ରାମ, ମଧୁ ଇତ୍ୟାଦି ଏହି ନାମଧାରୀ ବ୍ୟକ୍ତିବିଶେଷକୁ ବୁଝାନ୍ତି; କିନ୍ତୁ ସେମାନଙ୍କର କୌଣସି ଗୁଣର ସୂଚନା ଦିଅନ୍ତି ନାହିଁ । ତେଣୁ ଏଗୁଡ଼ିକ ଅଲକ୍ଷଣାର୍ଥକ ପଦ ବା ଅଲାକ୍ଷଣିକ ପଦ ବୋଲି ବିବେଚିତ ହୋଇଥାଏ ।
ଉପରୋକ୍ତ ଆଲୋଚନାକୁ ଦୃଷ୍ଟିରେ ରଖ୍ ଲାକ୍ଷଣିକ ଓ ଅଲାକ୍ଷଣିକ ପଦର ଶ୍ରେଣୀକରଣ କରାଯାଇପାରେ ।
ଲାକ୍ଷଣିକ ବା ସଲକ୍ଷଣ ବା ଲକ୍ଷଣାର୍ଥକ ପଦ :
(କ) ସମସ୍ତ ପ୍ରକାର ଜାତିବାଚକ ପଦ; ଯଥା – ମନୁଷ୍ୟ, ଗ୍ରହ, ଅଧ୍ୟାପକ ଇତ୍ୟାଦି । ଏ କ୍ଷେତ୍ରରେ ପ୍ରତ୍ୟେକର ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଅଛି।
ବିଶେଷ ପଦ – ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ,ମେଘଦୂତର ରଚୟିତା ଇତ୍ୟାଦି ପ୍ରତ୍ୟେକ ପଦ ଏଠାରେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷକୁ ସୂଚିତ କରାଉଥିଲେ ମଧ୍ୟ କେତେକ ବିଶିଷ୍ଟ ଗୁଣକୁ ମଧ୍ୟ ବୁଝାଉଅଛି ।
(ଗ) ସମସ୍ତ ବିଶେଷଣ ପଦ – ସାଧୁ ବ୍ୟକ୍ତି, ବୁଦ୍ଧିମାନ ଇତ୍ୟାଦି ପଦଗୁଡ଼ିକ ବ୍ୟକ୍ତି ସହିତ ଗୁଣକୁ ଚିହ୍ନାଇ ଦେଉଥିବାରୁ ଲାକ୍ଷଣିକ ପଦ ଅଟନ୍ତି ।
ଅଲକ୍ଷଣ ପଦ ବା ଅଲାକ୍ଷଣିକ ପଦ:
(କ) ବ୍ୟକ୍ତିବାଚକ ପଦ; ଯଥା – କଟକ, ମହାନଦୀ, କାଳିଦାସ ଇତ୍ୟାଦି ପଦର ନାମକୁ ପ୍ରତିପାଦନ କରୁଅଛି ମାତ୍ର ସେମାନଙ୍କର ସାମାନ୍ୟ ଗୁଣକୁ ସୂଚିତ କରୁନାହିଁ ।
(ଖ) ଗୁଣବାଚକ ବିଶେଷ ପଦ – ସମତା, ତ୍ରିଭୁଜତ୍ୱ, ବୃତ୍ତତ୍ବ, ସାଧୁତା ଇତ୍ୟାଦି କେବଳ ଗୋଟିଏ ଗୋଟିଏ ଅନନ୍ୟ ଗୁଣର ନାମ । ଏମାନଙ୍କର ପ୍ରକାରଭେଦ ନଥିବାରୁ ବାତ୍ୟାର୍ଥ ନାହିଁ । ତେଣୁ ଏଗୁଡ଼ିକ ଅଲକ୍ଷଣ ବା ଅଲାକ୍ଷଣିକ ପଦ ଭାବେ ବିବେଚିତ ହୋଇଥାଏ ।
ବର୍ତ୍ତମାନ ପ୍ରଶ୍ନଉଠେ ନାମବାଚକ ପଦଗୁଡ଼ିକ ଲାକ୍ଷଣିକ ନା ଅଲାକ୍ଷଣିକ – ଏହି ପ୍ରଶ୍ନକୁ ନେଇ ବିଭିନ୍ନ ତାର୍କିକଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥାଏ ।
ବ୍ୟକ୍ତିବାଚକ ପଦଗୁଡ଼ିକ ଲାକ୍ଷଣିକ ନା ଅଲାକ୍ଷଣିକ – ବ୍ୟକ୍ତିବାଚକ ପଦ କହିଲେ ସ୍ବକୀୟ ନାମ; ଯଥା – ରାମ, ଯଦୁ, କଟକ, ମହାନଦୀ ଇତ୍ୟାଦି କୌଣସି ଜାତି ବା ଶ୍ରେଣୀକୁ ନ ବୁଝାଇ କୌଣସି ଏକ ବସ୍ତୁ ବା ବ୍ୟକ୍ତି ନିମିତ୍ତ ବ୍ୟବହୃତ ନାମକୁ ବୁଝାଇଥାଏ ।
(୧) ମିଲ୍ଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତିବାଚକ ବା ନାମବାଚକ ପଦ ଅଲାକ୍ଷଣିକ ବା ଅଲକ୍ଷଣ ପଦ ।
ଏମାନଙ୍କର ବାତ୍ୟାର୍ଥ ଅଛି ମାତ୍ର ଲକ୍ଷଣାର୍ଥ ନାହିଁ । ଏହି ନାମଗୁଡ଼ିକ ବ୍ୟକ୍ତିତ୍ଵ ଚିହ୍ନେଇ ଦେବାରେ ସାହାଯ୍ୟ କରନ୍ତି । ଏହି ପଦଗୁଡ଼ିକ ସେହି ବ୍ୟକ୍ତିଙ୍କୁ ସ୍ମରଣ କରିବାପାଇଁ, ତାଙ୍କର ଅନୁପସ୍ଥିତିରେ ତାଙ୍କ ବିଷୟରେ ଆଲୋଚନା କରିବାରେ ସାହାଯ୍ୟ କରିଥାଏ । ପୁଣି ଏହି ନାମଗୁଡ଼ିକ ସାଧାରଣତଃ ଆକସ୍ମିକ ଭାବରେ ଦିଆଯାଇଥାଏ । ନାମବାଚକ ପଦ ପାଖରେ ସେପରି କିଛି ଲକ୍ଷଣମାନ ଦେଖିବାକୁ ମିଳେନାହିଁ । ତେଣୁ ନାମ ବ୍ୟକ୍ତିବିଶେଷ ନିମିତ୍ତ ପ୍ରଯୋଜ୍ୟ ଅର୍ଥହୀନ ଚିହ୍ନମାତ୍ର ।
ଅବଶ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ କାରଣରୁ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ କୌଣସି ଏକ ନିର୍ଦ୍ଦିଷ୍ଟ ନାମ ଦିଆଯାଇପାରେ । ଗୋଟିଏ ସ୍ଵାସ୍ଥ୍ୟବାନ୍ ବାଳକକୁ ଭୀମ, ଗୋଟିଏ ବାଳିକା ସୌନ୍ଦର୍ଯ୍ୟବତୀ ହୋଇଥିବାରୁ ତାକୁ ସୁନ୍ଦରୀ ନାମ ଦିଆଯାଇପାରେ । ଠିକ୍ ସେହିପରି ଜଣେ ଗୋରା ବାଳକକୁ ଗୋରାଚାନ୍ଦ ବୋଲି ମଧ୍ୟ ଡକାଯାଇପାରେ । ଜଣେ ମୂର୍ଖର ନାମ ଗଣେଶ, ଜଣେ ଦରିଦ୍ରର ନାମ କୁବେର, ଜଣେ ଅନ୍ଧୁଣୀର ନାମ ସୁଲୋଚନା କିମ୍ବା ଜଣେ ନୃଶଂସ ପ୍ରକୃତିର ଝିଅର ନାମ ସରଳା ଦିଆଯାଇପାରେ ।
ସେହିପରି କେବଳ କୋଠାଘର ଥିବା ଗାଁର ନାମ ଛଣଘର ଦିଆଯାଇପାରେ । ଏଥୁରୁ ସ୍ପଷ୍ଟ ଅନୁମେୟ ଯେ କୌଣସି ନାମ ସହିତ କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ବା ଗୁଣ ସଂପୃକ୍ତ ହୋଇପାରିବ ନାହିଁ । ଏଥିପାଇଁ ମିଲ୍ ବ୍ୟକ୍ତିବାଚକ ପଦର କେବଳ ବାତ୍ୟାର୍ଥ ଥାଏ ବୋଲି ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ମତରେ ଏହି ପଦଗୁଡ଼ିକ ଅଲାକ୍ଷଣିକ ବା ଅଲକ୍ଷଣାର୍ଥକ ।
(୨) ଜେଭସଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ଲକ୍ଷଣାର୍ଥକ ବା ଲାକ୍ଷଣିକ ।
ତାଙ୍କ ମତରେ ବ୍ୟକ୍ତିବାଚକ ପଦ ବା ନାମବାଚକ ପଦଗୁଡ଼ିକର ଉଭୟ ଲକ୍ଷଣାର୍ଥ ଓ ବାତ୍ୟାର୍ଥ ଅଛି । ସେ ମିଲ୍ଙ୍କ ମତକୁ ଗ୍ରହଣ କରନ୍ତି ନାହିଁ । ‘ଭାରତବର୍ଷ’ ଗୋଟିଏ ଦେଶର ନାମ ହୋଇଥିବାରୁ ଏହାର ବାଚ୍ୟର୍ଥ ଅଛି ଏବଂ ଭାରତର ସ୍ବତନ୍ତ୍ର ଭୌଗୋଳିକ ସ୍ଥିତି, ଜଳବାୟୁ, ଭାଷା, ଅଧିବାସୀମାନଙ୍କର ଆଚାର, ବ୍ୟବହାର, ରୀତି-ନୀତି, ଶାସନ ପଦ୍ଧତି ଗୁଣ ବା ଲକ୍ଷଣଗୁଡ଼ିକ ପ୍ରକାଶ ପାଉଥିବାରୁ ଏହି ପଦର ଲକ୍ଷଣାର୍ଥ ଅଛି ।
ତେଣୁ ଭାରତବର୍ଷ ପଦଟିର ଉଭୟ ଲକ୍ଷଣାର୍ଥ ଓ ବାତ୍ୟାର୍ଥ ଥିବାରୁ ଏହା ଲାକ୍ଷଣିକ ବା ସଲକ୍ଷଣଯୁକ୍ତ ଅଟେ ।
ସର୍ବନିମ୍ନ ହୋଇଥିବାହେତୁ ତାହାର ଲକ୍ଷଣାର୍ଥ ଅନ୍ୟପଦ ତୁଳନାରେ ସର୍ବାଧିକ ହେବା ଯୁକ୍ତିଯୁକ୍ତ । ମନୁଷ୍ୟ, ଭାରତୀୟ ଓ ମହାତ୍ମାଗାନ୍ଧୀ ପଦମାନଙ୍କର ଲକ୍ଷଣାର୍ଥ କ୍ରମବର୍ଦ୍ଧମାନ ହେବା ସ୍ୱାଭାବିକ । ତେଣୁ ମହାତ୍ମାଗାନ୍ଧୀ ପଦର ଲକ୍ଷଣାର୍ଥ ନାହିଁ କହିବା ଅଯୌକ୍ତିକ ଅଟେ ।
(୩) ଡକ୍ଟର ପ୍ରଫୁଲ୍ଲ କୁମାର ରାୟଙ୍କ ମତରେ ବ୍ୟକ୍ତିବାଚକ ବା ନାମବାଚକ ପଦଗୁଡ଼ିକ ପ୍ରଥମେ ଅଲକ୍ଷଣାର୍ଥକ କିନ୍ତୁ ପରେ ଲକ୍ଷଣାର୍ଥକ ହୁଏ ।
ଗୋଟିଏ ମହାବିଦ୍ୟାଳୟର ନୂତନ ଛାତ୍ରମାନଙ୍କର ନାମ ଅଧ୍ୟାପକମାନଙ୍କ ନିମିତ୍ତ ପ୍ରଥମତଃ ଅଲକ୍ଷଣାର୍ଥକ; କିନ୍ତୁ ପରେ ଯେତେବେଳେ ଅଧ୍ୟାପକମାନେ ସେହି ପିଲାମାନଙ୍କ ସମ୍ପର୍କରେ ଆସନ୍ତି ସେତେବେଳେ ଧୀରେ ଧୀରେ ପ୍ରତ୍ୟେକ ନାମ ସେମାନଙ୍କପାଇଁ ଲକ୍ଷଣାର୍ଥକ ହୋଇଥାଏ । ଧରାଯାଉ ଜଣେ ଛାତ୍ରର ନାମ ରସାନନ୍ଦ ଅଟେ ।
ଯେତେବେଳେ ସେ ମହାବିଦ୍ୟାଳୟରେ ନୂତନଭାବରେ ଆସେ ତା’ନାମ ଅଲକ୍ଷଣାର୍ଥକ ଥାଏ । କିନ୍ତୁ ପରେ ସେ ଯେତେବେଳେ ସାଙ୍ଗ, ସାଥୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବିଭିନ୍ନ କୌତୁକ ବା ମଜାକଥା କହି ହସେଇ ପାରିଲା ସମସ୍ତେ ତା’ର ନାମକୁ ପ୍ରତିପାଦନ କରିବାକୁ ଚେଷ୍ଟାକଲେ ଓ ତାହା ଲକ୍ଷଣାର୍ଥକ ହେଲା । ତେଣୁ ଯେକୌଣସି ନାମ ବା ବ୍ୟକ୍ତିବାଚକ ପଦ ପରିଚୟ ପୂର୍ବରୁ ଅଲକ୍ଷଣାର୍ଥକ, କିନ୍ତୁ ପରେ ଲକ୍ଷଣାର୍ଥକ ହେବା ସ୍ଵାଭାବିକ ।
(୪) ବୋସାକେଙ୍କ ମତରେ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଅବିଚ୍ଛେଦ୍ୟ ଭାବରେ ସଂପୃକ୍ତ ।
ତେଣୁ କୌଣସି ନାମର କେବଳ ବାତ୍ୟାର୍ଥ ଅଛି ଓ ଲକ୍ଷଣାର୍ଥ ନାହିଁ କହିବା ଅମୂଳକ ଅଟେ । କିନ୍ତୁ ବ୍ୟକ୍ତିବାଚକ ବା ନାମବାଚକ ବିଶେଷପଦ ଲକ୍ଷଣସୂଚକ ବିଶେଷ ପଦଠାରୁ ଭିନ୍ନ । ଜେଭନ୍ସ ଏହି ଦୁଇପ୍ରକାର ପଦର ପାର୍ଥକ୍ୟ ଲକ୍ଷ୍ୟ ନ କରି ବ୍ୟକ୍ତିବାଚକ ବିଶେଷପଦର ଲକ୍ଷଣାର୍ଥ ସର୍ବାଧୁକ ବୋଲି ଯୁକ୍ତି କରିଛନ୍ତି । ତାଙ୍କର ଯୁକ୍ତି ଲକ୍ଷଣସୂଚକ ବିଶେଷ ପଦ କ୍ଷେତ୍ରରେ ପ୍ରଯୁଜ୍ୟ । ବ୍ୟକ୍ତିବାଚକ ବା ନାମବାଚକ ବିଶେଷ ପଦର ଲକ୍ଷଣାର୍ଥ ନାମରୁ ସୂଚିତ ହୁଏନାହିଁ ।
(୫) କାର୍ପେଥ୍ ରୀଙ୍କ ମତରେ, ‘ବ୍ୟକ୍ତିବାଚକ ପଦ ଦୁଇଟି କାରଣରୁ ଅଲକ୍ଷଣ ଅଟେ । ପ୍ରଥମତଃ ବ୍ୟକ୍ତିବାଚକ ପଦ ସଂପୂର୍ଣ୍ଣଭାବରେ ଅପ୍ରତ୍ୟାଶିତ ଏବଂ ସ୍ଥାନୀୟ ଅଟେ । ପିତାମାତା ପୁତ୍ର, କନ୍ୟାଙ୍କର ନାମ ଦେଲାବେଳେ ଅତି ପ୍ରତ୍ୟାଶିତ ଭାବରେ ଖୁସିହୋଇ ଯାହା ମନକୁ ଆସିଲା ଦେଇଥାନ୍ତି । ସେଥ୍ରେ କୌଣସି ଅଭିପ୍ରେତ ଅର୍ଥ ନଥାଏ । ଦ୍ଵିତୀୟତଃ ଯେଉଁସବୁ ଅପ୍ରତ୍ୟାଶିତ ଗୁଣକୁ ଜେଭନ୍ସ ଲକ୍ଷଣାର୍ଥ ବୋଲି ଗ୍ରହଣ କରିଛନ୍ତି ତାହା ତର୍କସମ୍ମତ ନୁହେଁ ।
ସମାଲୋଚନା – ଉପରୋକ୍ତ ମତଗୁଡ଼ିକ ମଧ୍ୟରୁ ସାଧାରଣତଃ ମିଲ୍କଙ୍କ ମତଟି ଗ୍ରହଣଯୋଗ୍ୟ କାରଣ ଯଥାର୍ଥରେ କୁହାଯାଇପାରେ ଯେ ବ୍ୟକ୍ତିବାଚକ ପଦ ଅଲକ୍ଷଣ ପଦ ଅଟେ । ମିଲ୍ ବ୍ୟକ୍ତିବାଚକ ପଦମାନଙ୍କ ସହ ସମ୍ପୃକ୍ତ ଆକସ୍ମିକ ତଥା ପରିବର୍ତ୍ତନଶୀଳ ଗୁଣଗୁଡ଼ିକୁ ଜାତିଗତ ସାମାନ୍ୟ ତଥା ମୁଖ୍ୟ ଲକ୍ଷଣମାନଙ୍କଠାରୁ ପୃଥକ୍ କରି ବିଚାର କରିଥିଲେ । ଜେଭସ୍ ଓ ଏ ସମ୍ପର୍କୀୟ ଆଲୋଚନାରେ ମିଲ୍ଙ୍କ ନିଷ୍ପତ୍ତିକୁ ଗ୍ରହଣୀୟ ବୋଲି ମାନିନେବାକୁ ହେବ । ତାଙ୍କର ଏହି ମତକୁ କାର୍ପେଥ୍ ରୀଡ଼, ବୋସାକେ ଆଦି ତର୍କଶାସ୍ତ୍ରବିଦ୍ମାନେ ମଧ୍ୟ ଗ୍ରହଣ କରିଥିଲେ ।
୧୦. ଭାଷା କାହାକୁ କହନ୍ତି ? ଏହାର ବିଭିନ୍ନ ପ୍ରକାର ବ୍ୟବହାର ଉଦାହରଣ ସହ ବୁଝାଅ ?
Answer:
ଭାଷା ହେଉଛି ମାନବ ସମାଜ ପାଇଁ ଭଗବାନଙ୍କର ଏକ ଅତୁଳନୀୟ ଦାନ ଅଟେ । ଏହା ମନୁଷ୍ୟର ଭାବ ପ୍ରକାଶ କରିଥାଏ । ମନୁଷ୍ୟ ମନର ଭାବନାକୁ ଭାଷା ଦ୍ବାରା ପରିପ୍ରକାଶ କରିଥାଏ ।
ସାପିର୍ଙ୍କ ମତରେ – ‘‘ଭାଷା ମାନବୀୟ ଏବଂ ଅସ୍ବାଭାବିକ ଭାବେ ଜାତ ହେଉଥିବା ସଙ୍କେତମାନଙ୍କର ଏକ ସୁବ୍ୟବସ୍ଥା ଦ୍ଵାରା ଭାବ, ଅନୁଭବ ଓ ଆବେଗ ଆଦିକୁ ପ୍ରେରଣ କରିବାର ଏକ ପ୍ରଣାଳୀ ।’’
ହେନେରୀ ସୁଇଙ୍କ ମତରେ – ‘‘ଭାଷା ବାକ୍-ଧ୍ବନିକୁ ବୁଝାଏ, ଯାହାଦ୍ୱାରା ଚିନ୍ତା ବା ଭାବରାଜି ପ୍ରକାଶିତ ହୋଇଥାଏ ।’’ ଭାଷା ବ୍ୟବହାର କରି ଆମେ ଯୁକ୍ତି କରିଥାଉ । ଭାଷାକୁ ଠିକ୍ ଭାବରେ ବ୍ୟବହାର କରିବା ଉଚିତ୍ । ଯଦି ଭାଷା ଠିକ୍ ଭାବରେ ବ୍ୟବହାର କରା ନଯାଏ, ତେବେ ତାହା ନିରର୍ଥକ ହୋଇଯାଏ ।
ତର୍କଶାସ୍ତ୍ରବିଦ୍ମାନେ ଭାଷାର ବ୍ୟବହାରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । (୧) ବର୍ଣ୍ଣନାମୂଳକ ବା ଜ୍ଞାପନାମୂଳକ, (୨) ଭାବାବେଗମୂଳକ, (୩) ନିର୍ଦ୍ଦେଶ ଅନୁଜ୍ଞାନମୂଳକ ।
ବର୍ଣ୍ଣନାମୂଳକ ବ୍ୟବହାର – ଏହାକୁ ସୂଚନାତ୍ମକ ପ୍ରୟୋଗ ମଧ୍ୟ କହନ୍ତି । ସୂଚନା ପ୍ରଦାନରେ ଭାଷାର ବ୍ୟବହାର ବହୁଳ ଭାବରେ ହୋଇଥାଏ । ଏହି ପ୍ରକାର ଭାଷା ତଥ୍ୟର ଉପସ୍ଥାପନା କରେ । ତେଣୁ ଏହା ସତ୍ୟ କିମ୍ବା ମିଥ୍ୟା ବର୍ଣ୍ଣନାତ୍ମକ ବା ବିବରଣୀ ପ୍ରଦାନ ବାକ୍ୟ ସୂଚନାତ୍ମକ ବା ତଥ୍ୟ ସତ୍ୟ କିମ୍ବା ମିଥ୍ୟା ହୋଇଥାଏ । ଯୁକ୍ତିଦ୍ଵାରା ଏହାର ତାତ୍ପର୍ଯ୍ୟ ଓଡ଼ିଶାର ବଡ଼ ନଦୀ । ହୋଇପାରେ । ସମସ୍ତ ସମ୍ବଳିତ ବାକ୍ୟ ଅଟନ୍ତି । ସେଥପାଇଁ ତଥ୍ୟ ସମ୍ବଳିତ ବାକ୍ୟଗୁଡ଼ିକ ସ୍ପଷ୍ଟ ହୋଇଥାଏ । ଯଥା- ମନୁଷ୍ୟ ମରଣଶୀଳ ଅଟେ, ମହାନଦୀ ଓଡ଼ିଶାର ବଡ଼ ନଦୀ ।
ଭାବାବେଗର ବ୍ୟବହାର – ବ୍ୟକ୍ତିର ଭାବ, ଆବେଗ ଓ ଅନୁଭବ ଆଦିରେ ଭାଷା ମାଧ୍ୟମରେ ପ୍ରକାଶ କରାଯାଇଥାଏ । ଏହା ଶ୍ରୋତା ମନରେ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ ଯେଉଁ ଭାବରେ ଭାଷାର ବ୍ୟବହାର କରେ, ତାହାକୁ ଭାବାବେଗ ବ୍ୟବହାର କୁହାଯାଏ । ଭାଷଣ ମାଧ୍ୟମରେ ଜଣେ ଅନ୍ୟ ଜଣକୁ ଉତ୍ତେଜିତ କରିପାରେ । ପଦ୍ୟର ଲାଳିତ୍ୟ ଓ ମନୋରମ ଶବ୍ଦ ଯୋଜନା କବି ମନରେ ରୋମାଞ୍ଚ ସୃଷ୍ଟି କରେ । ଯଥା- କି ସୁନ୍ଦର ଦୃଶ୍ୟ ଅଟେ ।
ଭୀମଭୋଇଙ୍କ ଭାଷାରେ – ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’’ ।
ନିର୍ଦ୍ଦେଶାତ୍ମକର ବ୍ୟବହାର – ଶ୍ରୋତାକୁ କୌଣସି ନିର୍ଦ୍ଦିଷ୍ଟ ଏକ କର୍ମରେ ପ୍ରବୃତ୍ତ କରିବା ପାଇଁ ବା କୌଣସି ଏକ କର୍ମରୁ ନିବୃତ୍ତ କରିବା ପାଇଁ ଯେଉଁ ଭାବରେ ଭାଷାର ବ୍ୟବହାର କରାଯାଏ, ତାହାକୁ ନିର୍ଦ୍ଦେଶାତ୍ମକର ବ୍ୟବହାର କୁହାଯାଏ । ଏହା ଦ୍ବାରା ଜଣେ ଅନ୍ୟ ଜଣକୁ କୌଣସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ । ଯଥା – ଦୟାକରି ବାହାରେ ଅପେକ୍ଷା କରନ୍ତୁ । ଧୂମପାନ କର ନାହିଁ । ସକାଳୁ ଭ୍ରମଣ କର ।
ସମାନୁଭୂତିମୂଳକର ବ୍ୟବହାର – ଆମର ଦୈନନ୍ଦିନ ଜୀବନରେ ଆମେ ସମାନୁଭୂତିମୂଳକ ଭାଷାର ବ୍ୟବହାର କରିଥାଉ । ଅଭିନନ୍ଦନ ଜଣାଇବା, ସ୍ବାଗତ କରିବା, ଇତ୍ୟାଦି ଭାଷା ପ୍ରୟୋଗ କରାଯାଇଥାଏ । ଯଥା – ସୁପ୍ରଭାତ, ହାଏ, ହ୍ୟାଲୋ ! ଇତ୍ୟାଦି ।