Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Go through 7th Class Social Science Book Odia Medium Question Answer and Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ to understand textbook questions more clearly.

7th Class Social Science Chapter 10 Question Answer Odia Medium

Class 7 Social Science Chapter 10 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
“ଭାରତର ସମ୍ବିଧାନ ପ୍ରଣୟନ ସଭାରେ ବିଭିନ୍ନ ପୃଷ୍ଠଭୂମିରୁ ପ୍ରତିନିଧୁମାନେ ଥିଲେ ।’’ ସମଗ୍ର ଭାରତରୁ ବିଭିନ୍ନ ପ୍ରତିନିଧ୍ବ ରଖୁବା କାହିଁକି ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ତୁମେ ଭାବୁଛ ?
Answer:
ସମ୍ବିଧାନ ପ୍ରଣୟନ ସଭାରେ ଭାରତର କୋଣ ଅନୁକୋଣରୁ ଏବଂ ବିଭିନ୍ନ ଗୋଷ୍ଠୀ ଅଞ୍ଚଳ ସମ୍ପ୍ରଦାୟରୁ ବିଶିଷ୍ଟ ନେତା ଏବଂ ପାରଦର୍ଶିତା ଥ‌ିବା ବ୍ୟକ୍ତିମାନଙ୍କୁ ଏହାର ସଭ୍ୟ କରାଯାଇଥିଲା ସମ୍ବିଧାନକୁ ନିରପେକ୍ଷ ଏବଂ ଶ୍ରେଷ୍ଠ କରିବାପାଇଁ ସବୁବର୍ଗର ପ୍ରତିନିଧୁଙ୍କୁ ସ୍ଥାନ ଦିଆଯାଇ ସେମାନଙ୍କ ପରାମର୍ଶ ନିଆଯାଇଥିଲା । ପୁନଶ୍ଚ ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ ଯେଉଁଠାରେ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ବୃଦ୍ଧିର ଲୋକମାନେ ବାସ କରନ୍ତି । ସମସ୍ତଙ୍କ ସାଂସ୍କୃତିକ ବିବିଧତାକୁ ଗ୍ରହଣ କରିବାର ଆବଶ୍ୟକତା ଥିବାରୁ ସବୁ ଅଞ୍ଚଳର ଓ ସବୁ ବର୍ଗର ପ୍ରତିନିଧ‌ିଙ୍କୁ ସାମ୍ବିଧାନିକ ସଭାରେ ସ୍ଥାନ ଦିଆଯାଇଥିଲା । ଡଃ ଭୀମରାଓ ଆମ୍ବେଦକର ଏକ ଦଳିତବର୍ଗର ବ୍ୟକ୍ତି ଥିଲେ ମଧ୍ୟ ତାଙ୍କ ଜ୍ଞାନ ଓ ଗୁଣ ପାଇଁ ତାଙ୍କୁ ସମ୍ବିଧାନ ଡ୍ରାଫ୍‌ଟିଂ କମିଟିର ଚେୟାରମ୍ୟାନ୍ କରାଯାଇଥିଲା ଏବଂ ଏହା ପ୍ରଣିଧାନଯୋଗ୍ୟ ଯେ ୧୫ ଜଣ ମହିଳା ସଭ୍ୟ ଏଥୁରେ ବିଭିନ୍ନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଥିଲେ । ବେଗମ୍ ରସୁଲ୍ ଏକମାତ୍ର ମୁସଲମାନ ମହିଳା ସଦସ୍ୟ ଥିଲେ ଯେକି ଭାରତ ସମ୍ବିଧାନର ଡ୍ରାଫ୍‌ଟିଂ କମିଟିର ସଭ୍ୟ ଥିଲେ । ସାମ୍ବିଧାନିକ ସଭା ଡଃ ରାଜେନ୍ଦ୍ର ପ୍ରସାଦଙ୍କ ପୌରୋହିତ୍ୟରେ ପରିଚାଳିତ ହେଉଥିଲା । ଏହିଭଳି ବିଭିନ୍ନ ପ୍ରାନ୍ତରୁ ଜ୍ଞାନୀଗୁଣୀ ପ୍ରତିନିଧୁମାନଙ୍କୁ ନେଇ ସାମ୍ବିଧାନିକ ସଭା ତା’ର ସମ୍ବିଧାନ ପ୍ରଣୟନ କାର୍ଯ୍ୟ ସମ୍ପାଦନ କରିଥିଲା ।

Question 2.
ନିମ୍ନଲିଖତ ଉତ୍ତିଗୁଡ଼ିକୁ ଭଲ ଭାବେ ପଢ଼ ଏବଂ ଭାରତର ସମ୍ବିଧାନରେ କେଉଁ କେଉଁ ମୁଖ୍ୟ ବୈଶିଷ୍ଟ୍ୟ | ମୂଲ୍ୟବୋଧ ପ୍ରତିଫଳିତ ହେଉଛି ତାହାକୁ ଚିହ୍ନଟ କର ।
(କ) ରାମ, ଲକ୍ଷ୍ମଣ ଓ ରାଧା ଏକ ଧାଡ଼ିରେ ଛିଡ଼ା ହୋଇଛନ୍ତି । ସେମାନେ ସାଧାରଣ ନିର୍ବାଚନରେ ପ୍ରଥଥର ନିମନ୍ତେ ଭୋଟ୍ ଦେବାକୁ ଉତ୍ସାହିତ ଅଛନ୍ତି ।
(ଖ) ରାଧା, ସୀତା ଓ ଜଟିଆ ସମାନ ବିଦ୍ୟାଳୟରେ ସମାନ ଶ୍ରେଣୀରେ ପଢ଼ନ୍ତି ।
(ଗ) ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଶିକ୍ଷାଲାଭ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା ଉଚିତ ।
(ଘ) ସମସ୍ତ ଜାତି, ଲଙ୍ଗ ଓ ଧର୍ମର ଲୋକମାନେ ଗାଁ କୂଅ ବ୍ୟବହାର କରିପାରିବେ ।
Answer:
(କ) ସାର୍ବଜନୀନ ସାବାଳକ ଭୋଟ ପ୍ରଥା
(ଖ) ଶିକ୍ଷାଗତ ଅଧିକାର ଏବଂ ବିବିଧତା ପ୍ରତି ସମ୍ମାନ
(ଗ) ଶିକ୍ଷାଗତ ଅଧିକାର ଏକ ମୌଳିକ ଅଧିକାର ଧାରା ୨୧ ।
(ଘ) ସମାନତାର ଅଧିକାର – ଧାରା ୧୪, ଅସ୍ପୃଶ୍ୟତା ଉଚ୍ଛେଦ – ଧାରା ୧୭
ସମସ୍ତଙ୍କର ସାର୍ବଜନୀନ ସୁବିଧାପାଇଁ ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବ, ଏଥ‌ିରେ କୌଣସି ପକ୍ଷପାତିତା ହେବନାହିଁ । ସମସ୍ତେ ଏକ ଭ୍ରାତୃତ୍ୱ ଡୋରିରେ ବନ୍ଧା ।

Question 3.
କୁହାଯାଏ ଯେ, ଭାରତରେ ସମସ୍ତ ନାଗରିକ ଆଇନ ଆଗରେ ସମାନ । ତୁମେ ଭାବୁଛ କି ଏହା ଏକ ବାସ୍ତବତା ? ଯଦି ହଁ, କାହିଁକି ? ଯଦି ନୁହେଁ, କାହିଁକି ନୁହେଁ ? ତୁମ ଯୁକ୍ତିଗୁଡ଼ିକୁ ପ୍ରସ୍ତୁତ କର ।
Answer:
(i) ଭାରତର ସମସ୍ତ ନାଗରିକ ଆଇନ ସମ୍ମୁଖରେ ସମାନ । ଏହା ଏକ ବାସ୍ତବତା, କାରଣ ଏସବୁକୁ ଭାରତ ସମ୍ବିଧାନର ଧାରା ୧୪ରେ ଏକ ମୌଳିକ ଅଧିକାର ରୂପେ ସ୍ଥାନ ଦିଆଯାଇଛି । ଭାରତର ନାଗରିକମାନଙ୍କୁ ଦିଆଯାଇଥିବା ଛଅଟି ଅଧ୍ବକାର ମଧ୍ୟରୁ ଏହା ଅନ୍ୟତମ ।

(ii) ତଦନୁଯାୟୀ ଭାରତର ପ୍ରତ୍ୟେକ ବ୍ୟକ୍ତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏପରିକି ପଦପଦବୀ ସତ୍ତ୍ଵେ ଆଇନ ସମ୍ମୁଖରେ ସମାନ ବିବେଚିତ ହେବେ ।

(iii) ଅଧୂକନ୍ତୁ, ବାସ୍ତବ କ୍ଷେତ୍ରରେ ସମାନତା ମିଳିବା କଷ୍ଟକର ହୋଇଥାଏ । ଅନେକ ସାମାଜିକ ବିଧ୍ ବ୍ୟବସ୍ଥା ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏହା କେବଳ ଏକ ଆଇନ ରୂପେ ମାନ୍ୟତା ପାଇଥାଏ ।

Question 4.
ତୁମେ ଜାଣିଛ ଯେ, ‘ଭାରତ ଏକମାତ୍ର ଦେଶ, ଯିଏ ଆରମ୍ଭରୁ ହିଁ ନିଜ ନାଗରିକମାନଙ୍କୁ ସାର୍ବଜନୀନ ସାବାଳକ ଭୋଟ ଅଧିକାର ପ୍ରଦାନ କରିଥିଲା । ଭାରତ ଏହା କାହିଁକି କଲା, ବୁଝାଇ ପାରିବ କି ?
Answer:
ଭାରତ ଅଦ୍ୟାବଧୂ ବିଶ୍ଵରେ ଏକ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରୂପେ ଦଣ୍ଡାୟମାନ ହୋଇଛି । ଭାରତୀୟମାନଙ୍କ ଗଣତାନ୍ତ୍ରିକ ଚିନ୍ତାଧାରା ସେମାନଙ୍କ ସଭ୍ୟତା, ସଂସ୍କୃତି ଏବଂ ଐତିହ୍ୟରେ ରହିଛି । ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ପ୍ରାଚୀନ କାଳରେ ରାଜା ମହାରାଜାମାନେ ଜନତାଙ୍କଦ୍ଵାରା ପ୍ରତିଷ୍ଠା ହୋଇଥିବା ସଭା ଓ ସମିତିର ପରାମର୍ଶ ଅନୁସାରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ରାଜାମାନେ ସେମାନଙ୍କ ପ୍ରଜାବତ୍ସଳତା ପାଇଁ ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରୁଥିଲେ, ସୁତରାଂ ଭାରତରେ ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ କାଳରୁ ସୁଦୃଢ଼ ଥିଲା । ପରବର୍ତ୍ତୀ ସମୟରେ ସ୍ଵାଧୀନତା ପରେ ଯେତେବେଳେ ସାମ୍ବିଧାନିକ ପ୍ରଣୟନ ସଭା ବସିଲା ସେତେବେଳେ ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ନିର୍ବାଚିତ ପ୍ରତିନିଧୁମାନଙ୍କ ଦ୍ଵାରା ପରିଚାଳିତ କରିବାର ସମ୍ଭାବନା ସୃଷ୍ଟି ହେଲା । ଭାରତର ପ୍ରତ୍ୟେକ ରାଜ୍ୟରେ ଏବଂ କେନ୍ଦ୍ରରେ ପ୍ରତିନିଧୁ ନିର୍ବାଚନ ପାଇଁ ବ୍ୟବସ୍ଥା କରାଗଲା ଏବଂ ସମସ୍ତ ସାବାଳନ ନାଗରିକମାନଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ କରାଗଲା । ଏତଦ୍‌ବ୍ୟତୀତ ଭାରତ ସ୍ଵାଧୀନତା ପୂର୍ବରୁ ବ୍ରିଟିଶ୍ ଶାସନାଧୀନ ଥିଲା । ଇଂଲଣ୍ଡ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଭାରତ ମଧ୍ୟ ଗଣତାନ୍ତ୍ରିକ ପରମ୍ପରାଦ୍ଵାରା ପ୍ରଭାବିତ ହୋଇଥିଲା । ସୁତରାଂ ଦେଶରେ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା କରିବା ଓ ସମାଜରେ ଥ‌ିବା ବିଭିନ୍ନ ଭେଦଭାବ ଅନ୍ତ ଘଟାଇବା ନିମନ୍ତେ ଏହା ନାଗରିକମାନଙ୍କୁ ସାର୍ବଜନୀନ ଭୋଟ ଅଧିକାର ପ୍ରଦାନ କରାଗଲା ।

Question 5.
ଭାରତର ସମ୍ବିଧାନ ପ୍ରସ୍ତୁତ କରିବାରେ ସ୍ଵାଧୀନତା ସଂଗ୍ରାମ କିପରି ପ୍ରେରଣା ଦେଇଥିଲା ? ଭାରତରେ ସଭ୍ୟତାର ଐତିହ୍ୟ ଭାରତର ସମ୍ବିଧାନର କେତେକ ମୁଖ୍ୟ ବୈଶିଷ୍ୟଚ୍ଛ କିପରି ପ୍ରେରଣା ଦେଇଥୁଲା, ବ୍ୟାଖ୍ୟାକର ।
Answer:
ଭାରତୀୟ ସମ୍ବିଧାନ ଉଭୟ ସ୍ଵାଧୀନତା ସଂଗ୍ରାମର ମୂଲ୍ୟବୋଧ ଏବଂ ଭାରତୀୟ ସଭ୍ୟତାର ଐତିହ୍ୟଦ୍ଵାର ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ସ୍ଵାଧୀନତା ଆନ୍ଦୋଳନର ଅଭିଜ୍ଞତା ସମ୍ବିଧାନର ମୁଖ୍ୟ ଆଦର୍ଶକୁ ପ୍ରଣୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସମସ୍ତଙ୍କୁ ସମାନତା, ନ୍ୟାୟ, ସ୍ଵାଧୀନତା ଏବଂ ଭ୍ରାତୃତ୍ଵ ପ୍ରଦାନ ନିମନ୍ତେ ସମ୍ବିଧାନରେ ନୀତିମାନ ପ୍ରଣୟନ କରାଯାଇଥିଲା । ଭାରତୀୟ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣପାଇଁ ସମ୍ବିଧାନରେ ସାମିଲ କରାଯାଇଥିଲା ଯାହା ଅତ୍ୟନ୍ତ ମୂଲ୍ୟବୋଧକ ଥିଲା ।

ଏତଦ୍‌ବ୍ୟତୀତ ଭାରତୀୟ ପ୍ରାଚୀନ ସଭ୍ୟତାର କେତେକ ମୌଳିକ ନୀତି ଓ ଆଦର୍ଶବୋଧକୁ ମଧ୍ଯ ସମ୍ବିଧାନରେ ସ୍ଥାନ ଦିଆଯାଇଥିଲା । ଏଗୁଡ଼ିକ ହେଲା, ପ୍ରକୃତି ପ୍ରତି ସମ୍ମାନ, ଜ୍ଞାନ ଆହରଣ ପାଇଁ ଅନ୍ଵେଷଣ, ନାରୀ ପ୍ରତି ସମ୍ମାନ ଏବଂ କାଳଜୟୀ ଦାରଣା ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ସର୍ବେ ଭବନ୍ତୁ ସୁଖୀନଃ’’ ଇତ୍ୟାଦି । ଏସବୁ ସମ୍ବିଧାନରେ ସ୍ଥାନ ଦିଆଯାଇଥିଲା ।

Question 6.
ତୁମେ ଭାବୁଛ କି ଆମେ ଏକ ସମାଜ ଭାବରେ ସମ୍ବିଧାନର ସମସ୍ତ ଆଦର୍ଶ ହାସଲ କରିଛୁ ? ଯଦି ନୁହେଁ, ତେବେ ନାଗରିକ ଭାବରେ ଆମ ଦେଶକୁ ଏହି ଆଦର୍ଶଆଡ଼କୁ ନେଇଯିବା ପାଇଁ ଆମେ ପ୍ରତ୍ୟେକ କ’ଣ କରିପାରିବା ?
Answer:
ଦେଶ ଏବଂ ନାଗରିକମାନଙ୍କର ବିକାଶ ଓ ମଙ୍ଗଳ ପାଇଁ ସମ୍ବିଧାନରେ ଅନେକ ଆଦର୍ଶ ନୀତି ପ୍ରଣୟନ କରାଯାଇଛି ।
ଅନେକ ଲକ୍ଷ୍ୟ ଯଥା— ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ, ନିର୍ବାଚନ ଲଢ଼ିବାର ଅଧିକାର, ସ୍ଵାଧୀନତା ଅଧିକାର, ଧର୍ମଗତ ସ୍ଵାଧୀନତା ଅଧିକାର ଇତ୍ୟାଦି ଲକ୍ଷ୍ୟକୁ ଆମେ ହାସଲ କରିପାରିଛୁ । ଅଧୂକନ୍ତୁ ଆମପାଇଁ ଆହୁରି ଆହ୍ଵାନମାନ ରହିଛି । ଏବେ ବି ଆମେ ଅର୍ଥନୀତିକ ଏବଂ ସାମାଜିକ ଅସମାନତା ସହିତ ଲଢ଼େଇ କରୁଛୁ ଏହା ସାଙ୍ଗକୁ ଦାରିଦ୍ର୍ୟ, ଲିଙ୍ଗ ଭେଦଭାବ ନୀତି, ନିମ୍ନ ସାକ୍ଷରତାହାର ଏବଂ ଜାତି ଭେଦଭାବ ସମ୍ପୂର୍ଣ୍ଣ ଭାବେ ବିଲୋପ ହୋଇପାରି ନାହିଁ ।

ନାଗରିକଭାବେ ଆମ୍ଭେମାନେ ଏକ ଜନଜାଗରଣ ସୃଷ୍ଟି କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିପାରିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା, ସଂଖ୍ୟାଲକ୍ଷୁ ଗୋଷ୍ଠୀକୁ ଆଗକୁ ଆଣିବା ଏବଂ ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟର ଯନ୍ ମାଧ୍ୟମରେ ସଶକ୍ତ କରିପାରିବା ଏବଂ ଆମେ ନିଶ୍ଚିତ କରିବା ଯେ ସମାଜର କୌଣସି ବର୍ଗ ବିରୁଦ୍ଧରେ ଏବଂ କୌଣସି ସ୍ଥାନରେ ଯେପରି ପକ୍ଷପାତିତା ନହୁଏ ।

Question 7.
ଭାରତରେ ସମ୍ବିଧାନର ଗୁରୁତ୍ଵପୂର୍ଣ୍ଣ ଧାରଣାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଚିତ୍ର ସୂଚନାଗୁଡ଼ିକୁ ଧାନର ସହିତ ପଢ଼ । ନିମ୍ନ ସୂଚନା ଅନୁସାରେ ବନ୍ଧନୀ ମଧ୍ଯରେ ଦିଆଯାଇଥବା ଗ୍ରୀଜ୍ଝଟିକୁ ଇଂରାଜୀରେ ପରିଣ କରି ଏହାର ଓଡ଼ିଆ ଅର୍ଥକୁ ଲେଖ ।
Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ ଏକ ପରିଚୟ-3
Answer:
Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ ଏକ ପରିଚୟ-2
ବାମରୁ ଡାହାଣକୁ –
2. ଆଇନ ପ୍ରଣୟନ କରୁଥିବା ସଂସ୍ଥା । (LEGISLATURE)
7. ନାଗରିକମାନଙ୍କର ଦେଶ ପ୍ରତି କର୍ତ୍ତବ୍ୟ ବର୍ଣ୍ଣନା କରୁଥିବା ସମ୍ବିଧାନର ଅଂଶ । (FUNDAMENTAL DUTIES)
8. ସମ୍ବିଧାନକୁ ସୁରକ୍ଷା ଦେଉଥ‌ିବା ଭାରତର ସର୍ବୋଚ୍ଚ ଅଦାଲତ । (SUPREME COURT)
9. ଏକ ବ୍ୟବସ୍ଥା, ଯେଉଁଠାରେ ରାଷ୍ଟ୍ରର ମୁଖ୍ୟ ନିର୍ବାଚିତ, ବଂଶାନୁକ୍ରମିକ ନୁହଁନ୍ତି । (REPUBLIC)
10. ସମୟ କ୍ରମେ ସମ୍ବିଧାନଙ୍କୁ ପରିବର୍ତ୍ତନ କରାଯାଇପାରିବା ପ୍ରକ୍ରିୟା । (AMENDMENT)

ଉପରୁ ତଳକୁ –
1. ଭାରତର ସମ୍ବିଧାନ ଲେଖୁଥ‌ିବା ଲୋକଙ୍କ ଗୋଷ୍ଠୀ । (CONSTITUENT ASSEBLY)
3. ସମ୍ବିଧାନର ଆରମ୍ଭରେ ଥ‌ିବା ବିବୃତ୍ତି ଯାହା ଆମକୁ ଏହାର ମୂଲ୍ୟବୋଧ ବିଷୟରେ କହିଥାଏ । (PREAMBLE)
4. ଏକ ଦଲିଲ୍ ଯାହା ଦେଶର ନିୟମ ଏବଂ ଆଇନ ଧାର୍ଯ୍ୟ କରିଥାଏ । (CONSTITUTION)
5. ମୂଳ ସମ୍ବିଧାନକୁ ସୁରକ୍ଷିତ ଭାବରେ ସଂରକ୍ଷିତ କରିବା ପାଇଁ ବ୍ୟବହୃତ ହୋଇଥିବା ଗ୍ୟାସ୍ । HELIUM
6. ପ୍ରତ୍ୟେକ ନାଗରିକମାନଙ୍କୁ ଦିଆଯାଇଥିବା ମୌଳିକ ଅଧିକାର, ଯେପରିକି ସ୍ଵାଧୀନତା ଓ ସମାନତା । (FUNDAMENTAL RIGHTS)

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୩୧) :

Question 1.
ସମ୍ବିଧାନ କ’ଣ ଏବଂ ଆମେ କାହିଁକି ଏହା ଆବଶ୍ୟକ କରୁଛେ ?
Answer:
ସମ୍ବିଧାନ ହେଉଛି ଏକ ଦସ୍ତାବିଜ, ଯାହା ଏକ ଦେଶର ମୌଳିକ ନୀତି ଓ ଆଇନକୁ ବର୍ଣ୍ଣନା କରିଥାଏ । ଏହା ଉଲ୍ଲେଖ କରିଥାଏ ଯେ,

  1. ସରକାରଙ୍କ ତିନୋଟି ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ଓ ସେମାନଙ୍କର ଭୂମିକା ଏବଂ ଦାୟିତ୍ଵ ।
  2. ସରକାରଙ୍କ ତିନୋଟି ଅଙ୍ଗ ମଧ୍ଯରେ ନିୟନ୍ତ୍ରଣ ରକ୍ଷାକରି ନିରପେକ୍ଷତା, ଦାୟିତ୍ଵ ଏବଂ ଉତ୍ତର ଦାୟିତ୍ଵ ।
  3. ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ।
  4. ଦେଶର ଦୀର୍ଘସୂତ୍ରୀ ଲକ୍ଷ୍ୟ ଏବଂ ଆକାଂକ୍ଷାର ଏକ ରୂପରେଖ ।

ଆବଶ୍ୟକତା –
(i) ସମ୍ବିଧାନର ମୌଳିକ ନିୟମ ଏବଂ ନୀତିଗୁଡ଼ିକ ସ୍ଥିର କରେ ଯେ ସରକାର କି ପ୍ରକାରର ହେବ, ଏହାର ଗଠନ ପ୍ରକ୍ରିୟା କିପରି ହେବ ଏବଂ ଏହା କିପରି କାର୍ଯ୍ୟ କରିବ ।

(ii) ଉଦାହରଣ ସ୍ଵରୂପ, ଏକ ସମ୍ବିଧାନ ଉଲ୍ଲେଖ କରେ ଆଇନ କିପରି ପ୍ରଣୟନ ଓ କାର୍ଯ୍ୟକାରୀ କରାଯିବ, କିଏ କାର୍ଯ୍ୟପାଳିକାକୁ ନିର୍ବାଚିତ କରୁଛି ଏବଂ ନ୍ୟାୟପାଳିକା କିପରି ଗଠିତ ହୁଏ ଏବଂ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସବୁ କ’ଣ ଅଟେ ।

(iii) ଭାରତୀୟ ସମ୍ବିଧାନ ସହିତ ଅନେକ ଦେଶର ସମ୍ବିଧାନ ସେମାନେ କେଉଁ ମୂଲ୍ୟବୋଧ ଓ ଆଦର୍ଶ ପ୍ରତି ପ୍ରତିବଦ୍ଧ ହେବେ ତାହା ମଧ୍ୟ ବର୍ଣ୍ଣନା କରିଥାଏ । ସଂକ୍ଷେପରେ କହିଲେ, ଏହା ରାଷ୍ଟ୍ରର ମୂଲ୍ୟବୋଧକୁ ଦର୍ଶାଇଥାଏ ଯେପରିକି ନ୍ୟାୟ, ସମାନତା, ବନ୍ଧୁତ୍ଵ, ବହୁବିଧତା ଏବଂ ସ୍ଵାଧୀନତା ।

Question 2.
ଭାରତର ସମ୍ବିଧାନ କିପରି ପ୍ରସ୍ତୁତ ହୋଇଥିଲା ?
Answer:
୧୯୪୬ ମସିହା ଡିସେମ୍ବର ୯ ତାରିଖ ଦିନ ଗଠିତ ସମ୍ବିଧାନ ପ୍ରଣୟନ ସଭାଦ୍ଵାରା ସମ୍ବିଧାନ ଲିଖୁତ ଓ ବିକଶିତ ଗଠନ କରାଯାଇଥିଲା । ସମ୍ବିଧାନ ପ୍ରଣୟନ ସଭାର ସଭ୍ୟମାନେ ପ୍ରତି ପ୍ରଦେଶର ବିଧାନସଭା ମାଧ୍ଯମରେ ନିର୍ବାଚିତ ହୋଇଥିଲେ । ଆରମ୍ଭରେ ଏଥ‌ିରେ ୩୮୯ ଜଣ ସଦସ୍ୟ ଥିଲେ କିନ୍ତୁ ଭାରତ ବିଭାଜନ ପରେ ସଭ୍ୟସଂଖ୍ୟା ୨୯୯କୁ ହ୍ରାସ ପାଇଥିଲା । ଆରମ୍ଭରେ ଏଥିରେ ୧୫ ଜଣ ମହିଳା ସଦସ୍ୟ ଥିଲେ । ଡଃ ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ଅଧ୍ୟକ୍ଷ ଥିଲେ । ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିବାକୁ ୧୯୪୬ ଡିସେମ୍ବର ୯ ତାରିଖରୁ ୧୯୪୯ ନଭେମ୍ବର ୨୬ ତାରିଖ ଅର୍ଥାତ୍ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଫଳସ୍ଵରୂପ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ଆମେ ପ୍ରତିବର୍ଷ ଗଣତନ୍ତ୍ର ଦିବସ ରୂପେ ପାଳନ କରିଥାଉ ।

Question 3.
ଆମର ସ୍ଵାଧୀନତା ସଂଗ୍ରାମ ଏବଂ ସଭ୍ୟତାର ଐତିହ୍ୟ ସମ୍ବିଧାନକୁ କିପରି ପ୍ରଭାବିତ କରିଥିଲା ?
Answer:
ଆମର ସ୍ଵାଧୀନତା ସଂଗ୍ରାମ ଏବଂ ସଭ୍ୟତାର ଐତିହ୍ୟ ସମ୍ବିଧାନକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଥିଲା । ଏଥିରେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଅଭିଜ୍ଞତା, ଚିନ୍ତାଧାରା ଏବଂ ଆଦର୍ଶର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ଥିଲା । ଏଥୁ ସହିତ ଭାରତର ସଭ୍ୟତା ଐତିହ୍ୟ ଏବଂ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ଭାରତର ସ୍ଵାଧୀନତା ସଂଗ୍ରାମର ଅଭିଜ୍ଞତା ସମ୍ବିଧାନର ମୁଖ୍ୟ ଆଦର୍ଶକୁ ରୂପ ଦେବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲା । ସମାନତା, ନ୍ୟାୟ, ସ୍ଵାଧୀନତା, ଭ୍ରାତୃଭାବ ଭଳି ନୀତି ସମ୍ବିଧାନରେ ସ୍ଥାନ ପାଇଥିଲା । ଭାରତର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ସମ୍ବିଧାନରେ ଏକ ମାନବିକ ମୂଲ୍ୟବୋଧ ଭାବରେ ସ୍ଥାନ ଦିଆଯାଇଛି । ଏତଦ୍‌ବ୍ୟତୀତ ଅନେକ ପ୍ରାଚୀନ ଭାରତୀୟ ସଭ୍ୟତାର ଅନେକ ଆଦର୍ଶ ଓ ମୂଲ୍ୟବୋଧ ସମ୍ବିଧାନରେ ସ୍ଥାନିତ ହୋଇଛି । ଉଦାହରଣ ସ୍ଵରୂପ, ପ୍ରବୃତ୍ତି ପ୍ରତି ସମ୍ମାନ, ଜ୍ଞାନ ଓ ଶିକ୍ଷା ଆହରଣ, ନାରୀପ୍ରତି ସମ୍ମାନ, ସର୍ବୋପରି କାଳଜୟୀ ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍’’ ଏବଂ ‘ସର୍ବେ ଭବନ୍ତୁ ସୁଖୀନଃ’’ ସମ୍ବିଧାନରେ ସ୍ଥାନ ପାଇଛି । ସମ୍ବିଧାନ ମଧ୍ୟ ଅନେକ ବିବିଧ ଚିନ୍ତାଧାରାକୁ ଭାରତର ବହୁଳତାବାଦୀ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି ।

Question 4.
ଭାରତର ସମ୍ବିଧାନର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ ? ଏହା କାହିଁକି ଏବେ ବି ପ୍ରାସଙ୍ଗିକ ଯଦିଓ ଏହା ସତୁରୀ ବର୍ଷରୁ ଅଧ‌ିକ ପୂର୍ବେ ଲିପିବଦ୍ଧ ହୋଇଥିଲା ?
Answer:
(i) ପୃଥ‌ିବୀର ବୃହତ୍ତମ ଲିଖ୍ ସମ୍ବିଧାନ ହେଉଛି ଭାରତୀୟ ସମ୍ବିଧାନ । ଆରମ୍ଭରେ ଏଥ‌ିରେ ୩୯୫ଟି ଧାରା, ୨୨ଟି ବିଭାଗ ଏବଂ ୮ଟି ଅନୁସୂଚୀ ଥିଲା । ବର୍ତ୍ତମାନ ଏଥ‌ିରେ ୪୭୦ଟି ଧାରା, ୨୫ଟି ବିଭାଗ ଏବଂ ୧୨ଟି ଅନୁସୂଚୀ ରହିଅଛି ।

(ii) ଭାରତରେ ସଂସଦୀୟ ଗଣତନ୍ତ୍ର ଶାସନ ପ୍ରଚଳିତ । ଯେଉଁଥିରେ ଲୋକସଭା ଏବଂ ରାଜ୍ୟସଭା ମିଳିତ ଭାବରେ ଆଇନ ପ୍ରଣୟନ କରିଥାନ୍ତି ।

(iii) ସମ୍ବିଧାନ ଭାରତକୁ ଏ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଘୋଷଣା କରିଛି ଏବଂ ୧୮ ବର୍ଷରୁ ଉର୍ଦ୍ଧ ନାଗରିକଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରିଛି ।

(iv) ଏକ ସ୍ଵତନ୍ତ୍ର, ଏକକ ଏବଂ ଶକ୍ତିଶାଳୀ ନ୍ୟାୟପାଳିକା ନିରପେକ୍ଷ ଭାବରେ ଏଠାରେ ସାମ୍ବିଧାନିକ ନୀତିରେ କାର୍ଯ୍ୟ କରୁଛି ।

(v) ସରକାରଙ୍କର ତିନୋଟି ଅଙ୍ଗ ଅଛି, ଯଥା– ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା । ଏଗୁଡ଼ିକର ଯଥାର୍ଥ କାର୍ଯ୍ୟକାରୀତା ନିମନ୍ତେ କ୍ଷମତାର ପୃଥକୀକରଣ ନୀତି ଗ୍ରହଣ କରାଯାଇଛି ।

(vi) ଭାରତରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଯଥା କେନ୍ଦ୍ରୀୟ ଶାସନ, ରାଜ୍ୟ ଶାସନ ଓ ସ୍ଥାନୀୟ ଶାସନ ବ୍ୟବସ୍ଥା ରହିଛି ।

(vii) ସମ୍ବିଧାନର ଅନ୍ୟ ମୂଖ୍ୟ ଦିଗଗୁଡ଼ିକ ହେଉଛି, ମୌଳିକ କର୍ତ୍ତବ୍ୟ, ମୌଳିକ ଅଧୂକାର ଓ ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ।

ଭାରତୀୟ ସମ୍ବିଧାନ ବର୍ତ୍ତମାନ ସୁଦ୍ଧା ପ୍ରାସଙ୍ଗିକ । ଏହାର ମୁଖ୍ୟ କାରଣ ହେଉଛି ସମୟ ଅନୁସାରେ ସମ୍ବିଧାନକୁ ସଂଶୋଧନ କରାଯାଇ ବର୍ତ୍ତମାନର ଆବଶ୍ୟକତାକୁ ପୁରଣ କରାଯାଇପାରୁଛି ।

ଆସ ଅନୁସନ୍ଧାନ କରିବା :

Question 1.
ମନେପକାଅ ଯେ ଷଷ୍ଠ ଶ୍ରେଣୀରେ ଆମେ ‘ସମ୍ବିଧାନ’ ଶବ୍ଦର ଅର୍ଥ ପଢ଼ିଥିଲେ – ଏହା ଏକ ଦଲିଲ୍ ଯାହା ଭିତ୍ତିରେ ଏକ ଦେଶର ମୌଳିକ ନୀତି ଏବଂ ନିୟମ ଧାର୍ଯ୍ୟ ହୋଇଥାଏ । ତିନିଜଣିଆ ଛୋଟ ଗୋଷ୍ଠୀରେ ବିଭାଜିତ ହୋଇ ଏକ ଦେଶର ସମ୍ବିଧାନ ବିଷୟରେ ତୁମ ମନକୁ ଆସୁଥିବା ସମସ୍ତ ପ୍ରଶ୍ନର ଏକ ତାଲିକା କର ।
Answer:
ଆମମାନଙ୍କ ମନକୁ ଆସୁଥିବା ସମ୍ବିଧାନ ଉପରେ ପ୍ରଶ୍ନଗୁଡ଼ିକ ନିମ୍ନ ପ୍ରକାରର ଅଟେ । ଯଥା-

  1. ସମ୍ବିଧାନର ଭୂମିକା କ’ଣ ?
  2. ଆମ ବିଦ୍ୟାଳୟପା ଇଁ ଆମେ ଏକ ସମ୍ବିଧାନ ପ୍ରସ୍ତୁତ କରିପାରିବା କି ?
  3. ସମ୍ବିଧାନ ବିଷୟରେ ଆମେ ଛାତ୍ରମାନେ କ’ଣ ଶିକ୍ଷା କରିବା ଉଚିତ ?
  4. ସମ୍ବିଧାନ ଦିବସକୁ ଆମେ କିପରି ବିଦ୍ୟାଳୟରେ ପାଳନ କରିବା ।
  5. ମୂଳ ସମ୍ବିଧାନର ଏକକିତା ନକଲ ଆମେ ପାଇପାରିବା କି ?
  6. ସମ୍ବିଧାନ କିପରି ସରକାରଙ୍କ କ୍ଷମତାକୁ ସୀମିତ କରିପାରିବ ?
  7. ସମ୍ବିଧାନ ଆମର ଦୈନନ୍ଦିନ ଜୀବନକୁ କିପରି ପ୍ରଭାବିତ କରିଥାଏ ।
  8. ଯଦି ସମ୍ବିଧାନ ନଥା’ନ୍ତା ତାହାହେଲେ କ’ଣ ହୋଇଥା’ନ୍ତା ?
  9. ସମ୍ବିଧାନକୁ ଭାରତରେ ଅନୁସରଣ କରାଯାଉଛି କିଏ ନିଶ୍ଚିତ କରିଥା’ନ୍ତି ?
  10. ସମ୍ବିଧାନକୁ ପରିବର୍ତ୍ତନ କରାଯାଇପାରିବ କି ? ଯଦି ହଁ, ତେବେ କିପରି ?
  11. ଆମର ସମ୍ବିଧାନ କାହିଁକି ସ୍ଵତନ୍ତ୍ର ?
  12. ଭାରତର ସମ୍ବିଧାନ ଅନ୍ୟ ଦେଶର ସମ୍ବିଧାନଠାରୁ କିପରି ଭିନ୍ନ ?
  13. ଆମର ସମ୍ବିଧାନ କାହିଁକି ପୃଥ‌ିବୀର ସବୁଠାରୁ ଦୀର୍ଘତମ ।
    ଆମେ ସମ୍ବିଧାନରୁ କ’ଣ ଶିକ୍ଷାଲାଭ କରିଥାଉ ?

ଭାରତର ସମ୍ବିଧାନ ଏକ ମହତ୍ତ୍ଵପୂର୍ଣ୍ଣ ଦଲିଲ ଅଟେ ଯାହାକୁ କାଏମ୍ ରଖୁବା ନିମନ୍ତେ ଆମ ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ଅଧିକାରୀ ଶପଥ ନେଇଥାନ୍ତି । ରାଷ୍ଟ୍ରପତି ଏହାର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରତିହତ କରିବାକୁ ଶପଥ ନେଇଥା’ନ୍ତି । ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦ ଏବଂ ବିଚାରପତିମାନେ ଏହାର ସମସ୍ତ ବ୍ୟବସ୍ଥା (ନୀତିନିୟମ )କୁ ଅନୁସରଣ କରିବାକୁ ପ୍ରତିଜ୍ଞା କରିଥା’ନ୍ତି ।

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Question 2.
କଳ୍ପନା କର ଯେ, ତୁମ ବିଦ୍ୟାଳୟ ରାଜ୍ୟସ୍ତରରେ କବାଡ଼ିରେ ଫାଇନାଲ ତଥା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତୁମ ବିରୋଧୀ ଦଳ ଏକ ଶକ୍ତିଶାଳୀ ଦଳ ଯିଏ ଲଗାତର ଦୁଇବର୍ଷ ଧରି ଟୁର୍ଣ୍ଣାମେଣ୍ଟ ଜିତିଛି । ଯିଏକି ତୃତୀୟ ଥର ପାଇଁ ଜିତିବାକୁ ଲକ୍ଷ୍ୟ ରଖୁଛି, ଯାହା ଏକ ହ୍ୟାଟ୍ରିକ । ମ୍ୟାଚ ଚାଲିଛି ଏବଂ ତୁମ ଦଳର ଜଣେ ଖେଳାଳି ଅନ୍ୟ ଦଳର ଜଣେ ଖେଳାଳିଙ୍କୁ ଆଉଟ କରି ଦେଇଛି, ତା’ପରେ ଏ ସମୟରେ ବିବାଦ ଦେଖାଦେଇଛି, ଆଉଟ ହୋଇଥୁବା ଖେଳାଳି ଜଣକ ଜିଦ୍ ଧରିଛନ୍ତି ଯେ ତୁମ ଦଳର ଖୋଳୀ ତାଙ୍କୁ ଆଉଟ କରିବା ପୂର୍ବରୁ ସେ ନିଜ ଦଳ ଅଞ୍ଚଳରେ ପ୍ରବେଶ କରି ସାରିଥିଲେ । ରେଫରୀ ଦେଖୁଛନ୍ତି ଯେ ଅନ୍ୟ ଦଳର ଖୋଳୀ ପ୍ରକୃତରେ ଆଉଟ ହୋଇ ଯାଇଛନ୍ତି । ବିବାଦର ସମାଧାନ ପାଇଁ ସେ ଏକ ଛୋଟ ସରକାରୀ ନିୟମ ପୁସ୍ତକ ବାହାର କରନ୍ତି । ଦଳର ଅଧୂନାୟକମାନେ ରେଫରୀଙ୍କ ସହ ଆଲୋଚନା କରନ୍ତି ଏବଂ ନିୟମ ଦେଖନ୍ତି । ତା’ପରେ ସେମାନେ ସହମତ ହୁଅନ୍ତି ଯେ ଖେଳାଳି ଜଣକ ପ୍ରକୃତରେ ଆଉଟ ହୋଇଛନ୍ତି ଏବଂ ତୁମ ଦଳ ରାଜ୍ୟସ୍ତରୀୟ ଟ୍ରଫି ଜିତିଛି ।

ତୁମ ଗୋଷ୍ଠୀରେ ଆଲୋଚନା କର ଯଦି କୌଣସି ଆନୁଷ୍ଠାନିକ ନିୟମ ପୁସ୍ତିକା ନଥା’ନ୍ତା, ତେବେ କ’ଣ ଘଟିଥା’ନ୍ତା ଏବଂ ଦଳର ରେଫରୀ ଏବଂ ଅଧୁନାୟକମାନେ କାହାକୁ ଅନୁସରଣ କରିପାରିଥା’ନ୍ତେ ? ସମସ୍ତେ ନିୟମ ପୁସ୍ତକ ମାନିବାକୁ କିପରି ସୁନିଶ୍ଚିତ କରାଯିବ ଯଦି ଦଳର ଅଧୁନାୟକମାନେ ନିୟମ ପୁସ୍ତିକା ଅନୁସରଣ କରିବାକୁ ରାଜି ନ ହୁଅନ୍ତି, ତେବେ କ’ଣ ହୋଇପାରେ ?
Answer:
ଯେକୌଣସି ମାନବ ସମାଜରେ ବିଭିନ୍ନ ଅନୁଷ୍ଠାନରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ନିୟମର ପାଳନ କରାଯାଇଥାଏ । ବିନା ନିୟମରେ କୌଣସି କାର୍ଯ୍ୟକ୍ରମ ସଫଳ ହୁଏନାହିଁ । ପୁସ୍ତକରେ ଥ‌ିବା ଏକ ଖେଳକୁ ନେଇ ଛାତ୍ରଛାତ୍ରୀମାନେ ଆଲୋଚନା କରୁଛନ୍ତି ଯେ ଯଦି କୌଣସି ଆନୁଷ୍ଠାନିକ ନିୟମ ପୁସ୍ତକ ନଥା’ନ୍ତା ତେବେ କ’ଣ ଘଟିଥାନ୍ତା । ଏହାର ଉତ୍ତରରେ କୁହାଯାଇପାରେ ଯେ ବିନା ନିୟମ ପୁସ୍ତିକା ଅନୁସରଣରେ କୌଣସି ଖେଳ ଶୃଙ୍ଖଳାରେ ହେବା ସମ୍ଭବପର ନୁହେଁ । ରେଫରୀ ଏବଂ ଅଧୁନାୟକମାନେ ଖେଳକୁ ପରିଚାଳନା କଲାବେଳେ ଏକ ନିର୍ଦ୍ଦିଷ୍ଟ ନିୟମକୁ ଅନୁସରଣ କରିଥା’ନ୍ତି । ଯଦି ସେମାନେ ନିୟମକୁ ଅନୁସରଣ ନ କରନ୍ତି ତେବେ ବିଶୃଙ୍ଖଳା ଉପୁଜିବା ସ୍ଵଭାବିକ ହୋଇଥାଏ, ଯାହା ଶେଷରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥାଏ ।

Question 3.
ତୁମେ ସାଧାରଣତଃ ଖେଳୁଥିବା ଏକ ଖେଳ ବିଷୟରେ ଚିନ୍ତା କର ଏବଂ ତୁମେ ଅନୁସରଣ କରୁଥିବା ନିୟମଗୁଡ଼ିକର ତାଲିକା ପ୍ରସ୍ତୁତ କର । ପ୍ରତ୍ୟେକ ଦଳର ପିଲାମାନେ ତାଲିକାଭୁକ୍ତ କରିଥିବା ନିୟମଗୁଡ଼ିକୁ ଶ୍ରେଣୀରେ ଉପସ୍ଥାପନା କରିବେ । ପ୍ରତ୍ୟେକ ଉପସ୍ଥାପନାଗୁଡ଼ିକୁ ଶୁଣ, ନିୟମଗୁଡ଼ିକୁ ଆଲୋଚନା କର ଏବଂ ଏକତ୍ରିତ ହୋଇ ଖେଳର ସାଧାରଣ ନିୟମ ସ୍ଥିର କର । ସମସ୍ତେ ସହମତି ହେଉଥୁବା ନିୟମରେ ପହଞ୍ଚିବା ପାଇଁ ତୁମେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛ ?
Answer:
ଆମେ ସାଧାରଣତଃ ଖେଳୁଥିବା ଖେଳ ହେଉଛି କ୍ରିକେଟ୍ । ଏହାର ଆଜି ଏକ ସ୍ଵତନ୍ତ୍ର ନିୟମ ଅଛି, ଯାହାକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଅନୁସରଣ କରିଥା’ନ୍ତି । କିନ୍ତୁ ଆମେ ଛାତ୍ରଛାତ୍ରୀମାନେ ଆମର ଅନଭିଜ୍ଞତା କିମ୍ବା ଅଜ୍ଞତା ଦୃଷ୍ଟିରୁ କିଛିଗୁଡ଼ିଏ ନିୟମ ମନକୁ ମନ ଯୋଡ଼ିଥାଉ । ନିଜକୁ ସୁହାଇଲା ଭଳି କିଛି ନିୟମ ପ୍ରତ୍ୟେକ ଗ୍ରୁପ୍‌ର ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ତାଲିକାଭୁକ୍ତ କରି ଉପସ୍ଥାପନା କରିଥା’ନ୍ତି । ସେଗୁଡ଼ିକୁ ଖେଳ ଶିକ୍ଷକ ଶୁଣନ୍ତି ଏବଂ ଯଥାକୃତ ନିୟମକୁ ଗ୍ରହଣ କରି ବାକିକୁ ବାଦ୍ ଦେଇଥାନ୍ତି ଯାହାଫଳରେ ଖେଳପାଇଁ ଏକ ସହମତିରେ ନିୟମ ବନାଯାଇଥାଏ । ଏହି ସହମତିରେ ଅନେକ ଯୁକ୍ତିତର୍କ ଓ ବାଦବିବାଦ ମଧ୍ୟ ଉପୁଜିଥାଏ । ସର୍ବଶେଷରେ ଖେଳଶିକ୍ଷକ ଏବଂ ଅନ୍ୟକିଛି ବରିଷ୍ଠ ଶିକ୍ଷକଙ୍କ ସହାୟତାରେ ଏକ ନିୟମ ତିଆରି ହୋଇଥାଏ, ଯାହାକୁ ଆମେ ଅନୁସରଣ କରିବାକୁ ବାଧ୍ୟ ହୋଇଥାଉ ।

Question 4.
ଭାରତର ସମ୍ବିଧାନ ପୁସ୍ତିକାରେ ୨୫ଟି ବିଭାଗ ଓ ୧୨ଟି ଅନୁସୂଚୀ ରହିଛି । ପ୍ରତ୍ୟେକ ବିଭାଗର ଉପବିଭାଗ ମଧ୍ୟ ରହିଛି । ଏହା ପୃଥ‌ିବୀର ସର୍ବବୃହତ୍ ଲିଖ୍ ସମ୍ବିଧାନ ଅଟେ । ପ୍ରାଥମିକ ଭାବରେ କାର୍ଯ୍ୟକାରୀ ହେଲାବେଳକୁ ଏଥରେ ୨୨ଟି ବିଭାଗ ଓ ୮ଟି ଅନୁସୂଚୀ ଥିଲା । ଏହି ସଂଖ୍ୟା ତୁମେମାନେ ମନେ ରଖୁବା ନିହାତି ଜରୁରୀ ନୁହେଁ କିନ୍ତୁ ତୁମେମାନେ ଅନୁମାନ କରିପାରୁଛ କି ୧୯୫୦ ମସିହା ପରଠାରୁ ଏହା କାହିଁକି ବୃଦ୍ଧି ପାଇଲା ?
Answer:
ଯଦିଓ ଭାରତୀୟ ସମ୍ବିଧାନ ପୃଥ‌ିବୀର ଏକ ବୃହତ୍ ଲିଖ୍ତ ସମ୍ବିଧାନ ଭାବରେ କାର୍ଯ୍ୟ କରୁଛି, କିନ୍ତୁ ଏଥିରେ ସମୟକ୍ରମେ ୧୯୫୦ ମସିହାରୁ ଆଜିପର୍ଯ୍ୟନ୍ତ ଅନେକ ନିୟମର ସଂଶୋଧନ କରାଯାଇଛି । ଆରମ୍ଭରେ ଏଥିରେ ୨୨ଟି ବିଭାଗ ଏବଂ ୮ଟି ଅନୁସୂଚୀ ଥୁଲା, ବର୍ତ୍ତମାନ ୨୫ଟି ବିଭାଗ ଓ ୧୨ ଅନୁସୂଚୀ ରହିଅଛି । ଏହା ମଧ୍ୟରେ ୭୫ ବର୍ଷ ସମୟ ବିତିଗଲାଣି । ତେଣୁ ସାମାଜିକ ଆବଶ୍ୟକତା ଏବଂ ପ୍ରଶାସନିକ ବ୍ୟବସ୍ଥାର ଗୁରୁତ୍ୱକୁ ନେଇ ଏଥୁରେ ନୂଆ ନିୟମ ଯୋଗ କରାଯାଇଛି ।

ଏବେ ସଦ୍ୟ ଦଶନ୍ଧିଗୁଡ଼ିକରେ ପ୍ରଯୁକ୍ତି ବିଦ୍ୟା, ଜଗତୀକରଣ, ପରିବେଶ ପରିବର୍ତ୍ତନ ଇତ୍ୟାଦି ନୂତନ କ୍ଷେତ୍ରରେ ଅନେକ ଆବଶ୍ୟକତା ଦେଖାଦେଇଛି । ଜନସାଧାରଣଙ୍କର ଦାବି ଏବଂ ନିଷ୍ପଭି ପ୍ରକ୍ରିୟାରେ ଜରୁରୀ ଆବଶ୍ୟକତାକୁ ସରକାରଙ୍କର ତ୍ରିସ୍ତରୀୟ ବ୍ୟବସ୍ଥାରେ ଉପଲବ୍ଧ କରାଯାଇଛି । ସୁତରାଂ ଏସବୁକୁ ଦୃଷ୍ଟିରେ ରଖ୍ ସମ୍ବିଧାନର କଳେବରକୁ ବୃଦ୍ଧି କରାଯାଇଛି ।

Question 5.
ଛୋଟ ଛୋଟ ଦଳରେ ବିଭକ୍ତ ହୋଇ, ତୁମ ଅଞ୍ଚଳରେ ଥିବା ଲୋକମାନଙ୍କର ନାମ ଅନୁସନ୍ଧାନ କର । ଯେଉଁମାନେ କି ସମ୍ବିଧାନ ନିର୍ମାଣ କରିବାରେ ସାହାଯ୍ୟ କରିଥାଇପାରନ୍ତି । ଏହି କାର୍ଯ୍ୟକୁ ସଂଗ୍ରହ କରିବା ପାଇଁ, ତୁମେ କେଉଁ କେଉଁ ପଦ୍ଧତି ଅବଲମ୍ବନ କରିପାରିବ ? (ପଦ୍ଧତି – ତୁମ ବିଦ୍ୟାଳୟ କିମ୍ବା ସ୍ଥାନୀୟ ପାଠାଗାରର ପୁସ୍ତକଗୁଡ଼ିକୁ ଅନୁସନ୍ଧାନ କର । ତୁମେ ତୁମ ଶିକ୍ଷକ, ପିତାମାତା ଏବଂ ପାଖ ପଡ଼ିଶାରେ ଥ‌ିବା ଅନ୍ୟ ବୟୋଜ୍ୟେଷ୍ଠ ଲୋକଙ୍କୁ ମଧ୍ୟ ପଚାରିପାର । (ଇଣ୍ଟରନେଟ୍ ସାହାଯ୍ୟରେ ସମ୍ବିଧାନର ସଭା ବିଷୟରେ ଅନୁସନ୍ଧାନ କର ।)
Answer:
ଓଡ଼ିଶାରୁ ସମ୍ବିଧାନ ପ୍ରଣୟନ ସଭାରେ ମୋଟ ୧୪ ଜଣ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ କିଛି ପ୍ରମୁଖ ନାମ ହେଲା – ବିଶ୍ଵନାଥ ଦାସ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ହରେକୃଷ୍ଣ ମହତାବ, ଲକ୍ଷ୍ମୀନାରାୟଣ ସାହୁ, ମାଳତୀ ଚୌଧୁରୀ (ଏକମାତ୍ର ମହିଳା ସଦସ୍ୟା) ।

Question 6.
ନିମ୍ନରେ ଦିଆଯାଇଥୁବା ଉଦ୍ଧୃତିଟି ପଢ଼, ସମ୍ବିଧାନର କେଉଁ ଧାରା ବିଷୟରେ ସେ କହୁଥିଲେ ବୋଲି ତୁମେ ଭାବୁଛ ? ସେ କାହିଁକି କହିଥିଲେ ଯେ, ମହିଳାମାନଙ୍କର ସମାନତା ଭାରତରେ କୌଣସି ନୂଆ ଧାରଣା ନୁହେଁ ? ଶ୍ରେଣୀଗୃହରେ ଆଲୋଚନା କର ।

‘ଭାରତର ମହିଳାମାନେ ଜୀବନ ଓ କାର୍ଯ୍ୟକଳାପର ସମସ୍ତ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମ୍ପୂର୍ଣ୍ଣ ସମାନତାର ନିଜର ଯଥାର୍ଥ ଐତିହ୍ୟର ପାଦ ଦେଇ ଖୁସି ଅଛନ୍ତି । ଏହା ଏକ ନୂଆ ଧାରଣା ନୁହେଁ, ଯାହା ସମ୍ବିଧାନ ଉଦ୍ଦେଶ୍ୟ ପାଇଁ ପ୍ରସ୍ତୁତ କରାଯାଇଛି ବରଂ ଏହା ଏକ ଆଦର୍ଶ ଯାହା ଭାରତରେ ଦୀର୍ଘ ଦିନ ଧରି ଚାଲି ଆସିଛି । ଯଦିଓ କିଛିଦିନ ପାଇଁ ସାମାଜିକ ଅବସ୍ଥା ନିମନ୍ତେ ଏହା ବନ୍ଦ ଥିଲା । ଏହି ସମ୍ବିଧାନ ସେହି ଆଦର୍ଶକୁ ସୁନିଶ୍ଚିତ କରେ ଯାହା ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଧୁକାର ନିମନ୍ତେ ଆଇନ ପ୍ରଣୟନ ବ୍ୟବସ୍ଥା ରଖେ ।
ବେଗମ୍ ଏଜାଜ ରସୁଲ, ୨୨ ନଭେମ୍ବର ୧୯୪୯
ସମ୍ବିଧାନ ପ୍ରଣୟନ ସଭାର ବିତର୍କ ସମୟରେ ।
Answer:
ସମ୍ବିଧାନର ଧାରା ୧୫ ଏବଂ ଧାରା ୩୯ ବିଷୟରେ ସେ କହୁଥିଲେ ବୋଲି ଆମେ ଭାବୁଛୁ । ଧାରା ୧୫ ଅନୁସାରେ ଲିଙ୍ଗ ଦୃଷ୍ଟିରୁ କୌଣସି ପ୍ରକାର ପୁରୁଷ ଓ ନାରୀ ମଧ୍ଯରେ ପକ୍ଷପାତିତାକୁ ସମ୍ବିଧାନରେ ରଦ୍ଦ କରାଯାଇଛି । ଅର୍ଥାତ୍ ଉଭୟ ନାରୀ ଓ ପୁରୁଷ ମଧ୍ୟରେ ସମାନତାକୁ ନିଶ୍ଚିତ କରାଯାଇଛି । ସେହିପରି ଧାର ୩୯ ରାଷ୍ଟ୍ରକୁ ନିର୍ଦେଶ ଦେଇଛି ଯେ ନାରୀମାନଙ୍କ ପାଇଁ ସମାନ ସୁବିଧା ସୁଯୋଗ ଏବଂ ମଙ୍ଗଳକାରୀ କାର୍ଯ୍ୟ କରିବାପାଇଁ ନିଶ୍ଚିତ କରିବା ବିଶେଷ କରି ନିଯୁକ୍ତି ଏବଂ ସ୍ଵାସ୍ଥ୍ୟକ୍ଷେତ୍ରରେ । ସେ ମଧ୍ୟ କହିଥିଲେ ନାରୀ ସମାନତା ଏହା ଏକ ନୂଆ ବିଷୟ ନୁହେଁ, ଭାରତୀୟ ସଂସ୍କୃତି ଏବଂ ଐତିହ୍ୟରେ ଲିଙ୍ଗ ସମାନତାର ଧାରଣା ରହିଅଛି । ଯଦିଓ ସାମାଜିକ ପରିସ୍ଥିତି ନେଇ ଏକ ପିତୃକୈନ୍ଦ୍ରିକ ଧାରାରେ ବାସ୍ତବତାକୁ କିଛି ସମୟ ପାଇଁ ପ୍ରତିରୋଧ କରାଯାଇଛି । ନାରୀମାନଙ୍କ ଭାରତୀୟ ସାମାଜିକ ପରମ୍ପରାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ସୂଦୁର ଅତୀତରୁ ରହିଆସିଛି । ସେମାନଙ୍କର ଭୂମିକା ନେତ୍ରୀ ଭାବରେ ସ୍ଵାଧୀନତା ସଂଗ୍ରାମୀ ରୂପେ ଏବଂ ଭାରତର କିଛି ମାତୃକୈନ୍ଦ୍ରିକ ପ୍ରଥା ଅନୁସାରେ ଅନୁଭୂତ ହୋଇଛି । ସୁତରାଂ ସମ୍ବିଧାନ କୌଣସି ଏକ ନୂତନ ଧାରଣାକୁ ପ୍ରଚଳନ କରୁନାହିଁ । କେବଳ ସୁଦୂର ଅତୀତର ଏହି ଲିଙ୍ଗଗତ ସମାନତା ବିଶ୍ୱାସକୁ ପୁନଶ୍ଚ ସ୍ୱୀକୃତି ଦେଇଛି ।

Question 7.
ଏକ ସମୟରେ ଜାତୀୟ ପତାକା ନିଜଘରେ ଉଡ଼ାଇବାର ଅନୁମତି ନଥିଲା । ୨୦୦୪ ମସିହାରେ ନିୟମ ବଦଳିଗଲା । ଯେତେବେଳେ ଜଣେ ନାଗରିକ ଅନୁଭବକଲେ ଯେ ଏହା ତାଙ୍କର ଦେଶ ପ୍ରତି ଗର୍ବ କରିବାର ଏକ ନିଦର୍ଶନ ଏବଂ ସେ ଏହି ନିୟମକୁ ବିଚାରାଳୟରେ ଉପସ୍ଥାପନ କରିଥିଲେ । ସୁପ୍ରିମକୋର୍ଟ ସହମତି ପ୍ରକାଶ କଲେ ଜଣଙ୍କର ସ୍ଵାଧୀନତାର ପରିପ୍ରକାଶ ନିମନ୍ତେ ପତାକା ଉତ୍ତୋଳନ ମୌଳିକ ଅସ୍ଵୀକାରର ଏକ ଅଂଶ । ଏବେ ଆମେ ପତାକା ଉଡ଼ାଇ ପାରିବା । କିନ୍ତୁ ଏହାକୁ କେବେ ବି ଅସମ୍ମାନ କରାଯିବା ଉଚିତ ନୁହେଁ ।

ପଞ୍ଚାୟତିରାଜ ବ୍ୟବସ୍ଥା ମୂଳ ସମ୍ବିଧାନର ଅଂଶ ନଥିଲା । ୧୯୯୨ ମସିହାରେ ୭୩ ତମ ସମ୍ବିଧାନ ସଂଶୋଧନ ଅଧୁନିୟମ ମାଧ୍ୟମରେ ଏହା ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଥିଲା ।

Question 8.
ବିଗତ ଦଶ ବର୍ଷ ମଧ୍ୟରେ ସମ୍ବିଧାନରେ କ’ଣ ସବୁ ସଂଶୋଧନ କରାଯାଇଛି ତାହା ତୁମେ ଖୋଜି ପାରିବ କି ?
Answer:
ବିଗତ ଦଶବର୍ଷ ମଧ୍ୟରେ ସମ୍ବିଧାନରେ ଯେଉଁସବୁ ସଂଶୋଧନ କରାଯାଇଛି ତାହା ନିମ୍ନ ସାରଣୀରେ ଉପସ୍ଥାପନ କରାଯାଇଛି ।

ସଂଶୋଧନ । ବର୍ଷ ବିଷୟ
୧୦୧ ତମ ୨୦୧୬ ଜି.ଏସ୍.ଟି କର ପ୍ରଚଳନ ।
୧୦୩ ତମ ୨୦୧୯ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀଙ୍କ ପାଇଁ ଶତକଡ଼ା ୧୦ ଭାଗ ସ୍ଥାନ ସଂରକ୍ଷଣ ।
୧୦୪ ତମ ୨୦୨୦ ଅନୁସୂଚିତ ଜାତି-ଉପଜାତିଙ୍କର ସଂରକ୍ଷଣ ସମୟ ବୃଦ୍ଧି ଏବଂ ଲୋକସଭାରେ ଆଙ୍ଗୋଇଣ୍ଡିଆନ୍ ସଂରକ୍ଷଣ ରଦ୍ଦ ।
୧୦୬ ତମ ୨୦୨୩ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ଶତକଡ଼ା ୩୩ ଆସନ ସଂରକ୍ଷଣ, ନାରୀଶକ୍ତି ବନ୍ଦନା ଅଭିଯାନ ଆଇନ ସ୍ଵିକୃତୀ ।

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Question 9.
ପ୍ରସ୍ତାବନାରେ ଦିଆଯାଇଥବା ବୈଶିଷ୍ଟ୍ୟଗୁଡ଼ିକର ତାଲିକା ତଳେ ଦିଆଯାଇଛି । ସେଗୁଡ଼ିକୁ ଭଲ ଭାବରେ ପଢ଼ ଏବଂ ତୁମ ଚାରିପାଖରେ ଦୈନନ୍ଦିନ ଜୀବନରେ ଏହି ମୂଲ୍ୟବୋଧଗୁଡ଼ିକର ପ୍ରୟୋଗର ଉଦାହରଣ ଲେଖ ।
Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ ଏକ ପରିଚୟ-1
Answer:

ସାର୍ବଭୌମ ଭାରତବର୍ଷ ତା’ର ଆଭ୍ୟନ୍ତରୀଣ ଏବଂ ବୈଦେଶିକ ନୀତି ପ୍ରସ୍ତୁତ କରିବାପାଇଁ ସମ୍ପୂର୍ଣ ସ୍ଵାଧୀନ ।
ଧର୍ମନିରପେକ୍ଷ ଜଣେ ବ୍ୟକ୍ତି ନିଜର ଧର୍ମ ପାଳନରେ ରାଷ୍ଟ୍ରଠାରୁ ଅନୁମତି ନେବାକୁ ପଡ଼େ ନାହିଁ ଯଦି ତାହା କାହାର ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି କରିନଥାଏ ।
ସାଧାରଣତନ୍ତ୍ର ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର । ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଭାବରେ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥାନ୍ତି ଏବଂ ଏଠାରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କଦ୍ଵାରା ପ୍ରତ୍ୟକ୍ଷ ଭାବରେ ହୋଇଥାନ୍ତି । ଏଠାରେ କୌଣସି ରାଜା ବା ବଂଶାନୁକ୍ରମିକ ଶାସକ ନଥା’ନ୍ତି ।
ନ୍ୟାୟ ଜାତି, ଧର୍ମ, ଲିଙ୍ଗ ଇତ୍ୟାଦି ନିର୍ବିଶେଷରେ ରାଷ୍ଟ୍ର ସମସ୍ତଙ୍କୁ ଚାକିରି କ୍ଷେତ୍ରରେ ସମାନ ସୁଯୋଗ ଦେଇଥାଏ ।
ସ୍ୱତନ୍ତ୍ରତା ସ୍ୱତନ୍ତ୍ରତା ବା ସ୍ଵାଧୀନତାଦ୍ୱାରା ବ୍ୟକ୍ତି ତା’ର ବ୍ୟକ୍ତିତ୍ଵର ବିକାଶ ଘଟାଇଥାଏ । ପ୍ରତ୍ୟେକ ନାଗରିକର ସ୍ଵାଧୀନ ମତପ୍ରକାଶ, ବିଶ୍ବାସ,ପ୍ରତ୍ୟୟ ଏବଂ ପୂଜା କରିବାର ଅଧିକାର ରହିଛି ।
ସମାନତା ସମାନତା ବିନା ସ୍ଵାଧୀନତା ମୂଲ୍ୟହୀନ ବୋଲି ବିବେଚନା କରାଯାଏ । ଏଣୁ ନାଗରିକମାନଙ୍କ ମଧ୍ୟରେ ସମାନତା ପ୍ରତିଷ୍ଠା କରିବା ହେଉଛି ସମ୍ବିଧାନର ମୂଳ ଉଦ୍ଦେଶ୍ୟ । ଏହାର ଅର୍ଥ ଆଇନ ଦୃଷ୍ଟିରେ ସମସ୍ତେ ସମାନ । ସମତା ଆଦର୍ଶ ଉପରେ ଏହି ନିରପେକ୍ଷ ଶାସନ ବ୍ୟବସ୍ଥା ପର୍ଯ୍ୟବସିତ ।
ଭ୍ରାତୃଭାବ ବିଭିନ୍ନତା ମଧ୍ଯରେ ଏକତା ପ୍ରତିଷ୍ଠା ହେଉଛି ଆମ ସଂସ୍କୃତିର ଭିତ୍ତିଭୂମି । ଆମ୍ଭେମାନେ ପରସ୍ପର ମଧ୍ୟରେ ଥିବା ସମସ୍ତ ଭେଦଭାବକୁ ଭୁଲି ଭ୍ରାତୃତ୍ୱ ରୂପକ ପ୍ରେମର ରଜ୍ଜୁରେ ବାନ୍ଧିହୋଇ ଜାତୀୟ ଏକତା ଏବଂ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖୁବାପାଇଁ ଚେଷ୍ଟିତ ରହିବା ବିଧେୟ ।

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ସମ୍ବିଧାନ ପ୍ରଣୟନସଭା ନିମ୍ନୋକ୍ତ କେଉଁ ମସିହାରେ ଗଠନ କରାଯାଇଥିଲା ?
(କ) ୧୯୪୩ ଅକ୍ଟୋବର ୫
(ଖ) ୧୯୪୬ ଡିସେମ୍ବର ୯
(ଗ) ୧୯୪୭ ଜୁଲାଇ ୪
(ଘ) ୧୯୫୦ ଜାନୁୟାରୀ ୨୬
Answer:
(ଖ) ୧୯୪୬ ଡିସେମ୍ବର ୯

Question 2.
ଭାରତୀୟ ସମ୍ବିଧାନର ଆଭିମୁଖ୍ୟ କ’ଣ ଥିଲା ?
(କ) ସାଧାରଣତନ୍ତ୍ର ପ୍ରତିଷ୍ଠା
(ଖ) ଫାଶୀବାଦର ପ୍ରତିଷ୍ଠା
(ଗ) ରାଜତନ୍ତ୍ର ଶାସନ ପ୍ରତିଷ୍ଠା
(ଘ) ନାଜୀବାଦର ପ୍ରତିଷ୍ଠା
Answer:
(କ) ସାଧାରଣତନ୍ତ୍ର ପ୍ରତିଷ୍ଠା

Question 3.
ପୃଥ‌ିବୀର ବୃହତ୍ତମ ଲିଖ୍ ସମ୍ବିଧାନ କେଉଁ ଦେଶରେ ରହିଅଛି ?
(କ) ଆମେରିକା
(ଖ) ଇଂଲଣ୍ଡ
(ଗ) ଜାପାନ
(ଘ) ଭାରତ
Answer:
(ଘ) ଭାରତ

Question 4.
ଭାରତର ସମ୍ବିଧାନ କେଉଁ ପ୍ରକାରର ସମ୍ବିଧାନ ?
(କ) ଅଲିଖ
(ଖ) ଲିଖ୍
(ଗ) ଐକିକ
(ଘ) ଅନମନୀୟ
Answer:
(ଖ) ଲିଖ୍

Question 5.
ସମ୍ବିଧାନ ପ୍ରଣୟନ ସଭାର ଚିଠା କମିଟିର ଅଧ୍ୟକ୍ଷ କିଏ ଥିଲେ ?
(କ) ରାଜେନ୍ଦ୍ର ପ୍ରସାଦ
(ଖ) ବି.ଆର୍.ଆମ୍ବେଦକର
(ଗ) ଜବାହରଲାଲ ନେହେରୁ
(ଘ) ସଚ୍ଚିଦାନନ୍ଦ ସିହ୍ନା
Answer:
(ଖ) ବି.ଆର୍.ଆମ୍ବେଦକର

Question 6.
ସମ୍ବିଧାନରେ ଥ‌ିବା ‘ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତ’’ ନିମ୍ନୋକ୍ତ କେଉଁ ଦେଶର ସମ୍ବିଧାନରୁ ଉଦ୍ଧୃତ ହୋଇଛି ?
(କ) କାନାଡ଼ା
(ଖ) ଆୟାଲ୍ୟାଣ୍ଡ
(ଗ) ଯୁକ୍ତରାଷ୍ଟ୍ର ଆମେରିକା
(ଘ) ଇଂଲଣ୍ଡ
Answer:
(ଖ) ଆୟାଲ୍ୟାଣ୍ଡ

Question 7.
ଭାରତରେ ସର୍ବନିମ୍ନ କେତେ ବର୍ଷ ବୟସ୍କ ବ୍ୟକ୍ତି ଭୋଟ ଦେଇପାରିବେ ?
(କ) ୨୧ ବର୍ଷ
(ଖ) ୨୨ ବର୍ଷ
(ଗ) ୨୦ ବର୍ଷ
(ଘ) ୧୮ ବର୍ଷ
Answer:
(ଘ) ୧୮ ବର୍ଷ

Question 8.
ଦେଶର ସର୍ବୋଚ୍ଚ ଅଦାଲତ କିଏ ?
(କ) ହାଇକୋର୍ଟ
(ଖ) ସୁପ୍ରିମ୍ କୋର୍ଟ
(ଗ) ଲୋକ ଅଦାଲତ
(ଘ) ଜିଲ୍ଲାବୋର୍ଡ଼
Answer:
(ଖ) ସୁପ୍ରିମ୍ କୋର୍ଟ

Question 9.
ଭାରତର ସମ୍ବିଧାନ ପ୍ରଣୟନ ସଭା ସମ୍ବିଧାନ ପ୍ରଣୟନ ପାଇଁ କେତେ ସମୟ ନେଇଥିଲେ ?
(କ) ୧ ବର୍ଷ ୫ ମାସ ୧୮ ଦିନ
(ଖ) ୨ ବର୍ଷ ୫ ମାସ ୨୨ ଦିନ
(ଗ) ୨ ବର୍ଷ ୧୧ ମାସ ୧୮ ଦିନ
(ଘ) ୩ ବର୍ଷ ୪ ମାସ ୫ ଦିନ
Answer:
(ଗ) ୨ ବର୍ଷ ୧୧ ମାସ ୧୮ ଦିନ

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Question 10.
୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲାବେଳକୁ ସେଥୁରେ କେତୋଟି ଧାରା ଥିଲା ?
(କ) ୨୧୦
(ଖ) ୨୯୫
(ଗ) ୩୪୯
(ଘ) ୩୯୫
Answer:
(ଘ) ୩୯୫

Question 11.
ଆମ ଭାରତବର୍ଷର ସଂସଦର ନିମ୍ନ ସଦନକୁ କ’ଣ କୁହାଯାଏ ?
(କ) ସଂସଦ ଭବନ
(ଖ) ରାଜ୍ୟସଭା
(ଗ) ଲୋକସଭା
(ଘ) ବିଧାନସଭା
Answer:
(ଗ) ଲୋକସଭା

ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତ ସମ୍ବିଧାନ କାର୍ଯ୍ୟକାରୀ ହେବା ସମୟରେ ଏଥରେ ____________ ଟି ଭାଗ ଏବଂ __________ ଟି ଅନୁସୂଚୀ ଥିଲା ।
Answer:
୨୨, ୮

Question 2.
ଭାରତର ସମ୍ବିଧାନ ___________ ଦ୍ଵାରା ଲେଖାଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ହେବାକୁ ______________ ବର୍ଷ ଲାଗିଥିଲା ।
Answer:
ସମ୍ବିଧାନ ସଭା, ୩

Question 3.
____________ ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ଥିଲେ ।
Answer:
ଡ.ରାଜେନ୍ଦ୍ର ପ୍ରସାଦ

Question 4.
ସମ୍ବିଧାନର ମୁଖବନ୍ଧରେ ଥିବା _______________ ପଦଟି ସାମ୍ବିଧାନିକ କ୍ଷମତାର ଉତ୍ସ ସମ୍ପର୍କରେ ସୂଚନା ଦିଏ ।
Answer:
ଆମ୍ଭେ ଭାରତୀୟମାନେ

Question 5.
ସମ୍ବିଧାନର ଲକ୍ଷ୍ୟ, ଆଦର୍ଶ ଓ ରାଜନୈତିକ ବ୍ୟବସ୍ଥାର ପ୍ରକୃତି ସମ୍ପର୍କରେ _________ ସୂଚନା ଦିଏ ।
Answer:
ମୁଖବନ୍ଧ

Question 6.
ଭାରତୀୟ ସମ୍ବିଧାନ ଲୋକମାନଙ୍କୁ __________ , ________ ଓ _______ ନ୍ୟାୟ ପ୍ରଦାନ କରିଛି ।
Answer:
ସାମାଜିକ, ରାଜନୈତିକ, ଅର୍ଥନୈତିକ

Question 7.
____________ ସମ୍ବିଧାନ ପ୍ରଣୟନ ସଭାର ଚିଠି କମିଟିର ଅଧ୍ୟକ୍ଷ ଥିଲେ, ଯାହାଙ୍କୁ ଭାରତ ସମ୍ବିଧାନର ଜନକରୂପେ ଅଭିହିତ କରାଯାଏ ।
Answer:
ଡଃ ଭୀମରାଓ ଆମ୍ବେଦକର

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Question 8.
ସମ୍ବିଧାନରେ ____________ ଟି ମୌଳିକ କର୍ତ୍ତବ୍ୟ ରହିଅଛି ।
Answer:
୧୧

Question 9.
ଆମ ସମ୍ବିଧାନର ___________ ଧାରାରେ ସମାନତାର ଅଧିକାର ଏବଂ ___________ ଧାରାରେ ଶିକ୍ଷାଗତ ଅଧିକାର ରହିଛି ।
Answer:
୧୪, ୨୧ (କ)

Question 10.
ଭାରତ ସମ୍ବିଧାନର ___________ ଭାଗରେ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଲିପିବଦ୍ଧ ହୋଇଅଛି ।
Answer:
୪

Question 11.
୧୯୯୨ ମସିହାରେ ୭୩ ତମ ସମ୍ବିଧାନ ସଂଶୋଧନ ଅଧିନିୟମ ମାଧ୍ୟମରେ __________ ସମ୍ବିଧାନର ଅନ୍ତର୍ଭୁକ୍ତ ହୋଇଥିଲା ।
Answer:
ପଞ୍ଚାୟତିରାଜ

Question 12.
ସମ୍ବିଧାନର _______________ ଧାରାରେ ଜନମଙ୍ଗଳ ସରକାର ଗଠନ ପାଇଁ ଲେଖାଯାଇଛି ।
Answer:
୪୧

Question 13.
୧୯୪୬ ମସିହାରେ ଗଠନ କରାଯାଇଥିବା ସମ୍ବିଧାନ ପ୍ରଣୟନ ସଭାରେ _____________ ଜଣ ସଦସ୍ୟ ଥିଲେ ।
Answer:
୩୮୯

Question 14.
_____ ସ୍ଵାଧୀନ ଭାରତରେ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଥିଲେ ।
Answer:
ଡଃ ଭୀମରାଓ ଆମ୍ବେଦକର

Question 15.
__________ ସମ୍ବିଧାନକୁ ନିଜ ହାତରେ ଲେଖୁଥିଲେ ।
Answer:
ପ୍ରେମ ବିହାରୀ ନାରାୟଣ ରାଇଜାଦା ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ ବସିଥିଲା ? ଏହି ସଭାର ଅଧ୍ୟକ୍ଷ କିଏ ଥିଲେ ?
Answer:

  1. ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ବସିଥିଲା ।
  2. ଏହି ସଭାର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ପ୍ରସାଦ ଥିଲେ ।

Question 2.
ଭାରତ ସମ୍ବିଧାନରେ କେତୋଟି ଧାରା, ଅନୁସୂଚୀ ଓ ଭାଗ ରହିଛି ?
Answer:

  1. ଭାରତ ସମ୍ବିଧାନରେ ୪୭୦ଟି ଧାରା ଅଛି ।
  2. ଏଥ‌ିରେ ୧୨ଟି ଅନୂସୂଚୀ ଓ ୨୫ଟି ବିଭାଗ ରହିଛି ।

Question 3.
ଆମ ଭାରତରେ ସଂସଦରେ କେତୋଟି ସଦନ ଅଛି ? ସେହି ସଦନଗୁଡ଼ିକର ନାମ କ’ଣ ?
Answer:

  1. ଆମ ଭାରତର ସଂସଦରେ ଦୁଇଟି ସଦନ ଅଛି ।
  2. ଏହି ଦୁଇଟି ସଦନ ହେଉଛି ଲୋକସଭା ଏବଂ ରାଜ୍ୟସଭା ।

Question 4.
ସମ୍ବିଧାନ କହିଲେ କ’ଣ ବୁଝ ? ଏହା କେଉଁଦିନ କାର୍ଯ୍ୟକାରୀ ହୋଇଥିଲା ?
Answer:

  1. ସମ୍ବିଧାନ ଏକ ଦଲିଲ ଯାହା ଭିଭିରେ ଏକ ଦେଶର ମୌଳିକ ନୀତି ଏବଂ ନିୟମ ଧାର୍ଯ୍ୟ ହୋଇଥାଏ ।
  2. ଏହା ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା ।

Question 5.
ସରକାରଙ୍କର କେତୋଟି ଅଙ୍ଗ ଅଛି ଓ କ’ଣ କ’ଣ ?
Answer:

  1. ସରକାରଙ୍କର ତିନୋଟି ଅଙ୍ଗ ଅଛି ।
  2. ସେଗୁଡ଼ିକ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ନ୍ୟାୟପାଳିକା

Question 6.
ସମ୍ବିଧାନ କହିଲେ କ’ଣ ବୁଝ ? ଏଥିରେ କ’ଣ ଉଲ୍ଲେଖ ଅଛି ?
Answer:
ସମ୍ବିଧାନ ଏକ ଦସ୍ତାବିଜ୍, ଯାହା ଏକ ଦେଶର ମୌଳିକ ନୀତି ଓ ଅଇନକୁ ବର୍ଣ୍ଣନା କରିଥାଏ । ଏହା ଉଲ୍ଲେଖ କରିଥାଏ ଯେ :
(କ) ସରକାରଙ୍କ ତିନୋଟି ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଏବଂ ସେମାନଙ୍କର ଭୂମିକା ଓ ଦାୟିତ୍ଵ ।
(ଖ) ସରକାରଙ୍କ ତିନୋଟି ଅଙ୍ଗ ମଧ୍ଯରେ ନିୟନ୍ତ୍ରଣ ରକ୍ଷାକରି ନିରପେକ୍ଷତା, ଦାୟିତ୍ଵ ଏବଂ ଉତ୍ତର ଦାୟିତ୍ଵ । (ଗ) ନାଗରିକମାନଙ୍କ ଅଧିକାର ଓ କର୍ତ୍ତବ୍ୟ ।
(ଘ) ଦେଶର ଦୀର୍ଘସୂତ୍ରୀ ଲକ୍ଷ୍ୟ ଏବଂ ଆକାଂକ୍ଷାର ଏକ ରୂପରେଖ

Question 7.
ସମ୍ବିଧାନର ଜନକ ଭାବେ କିଏ ପରିଚିତ ? ସେ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
Answer:

  1. ଡଃ ଭୀମରାଓ ରାମଜୀ ଆମ୍ବେଦକର ସମ୍ବିଧାନର ଜନକ ଭାବେ ପରିଚିତ ।
  2. ସେ ସ୍ଵାଧୀନ ଭାରତର ପ୍ରଥମ ଆଇନ ଓ ନ୍ୟାୟ ମନ୍ତ୍ରୀ ଥିଲେ ।

Question 8.
ଆଧୁନିକ ଭାରତର ସମ୍ବିଧାନ ନିର୍ମାତାମାନେ କେଉଁ ଦେଶର ସମ୍ବିଧାନରୁ ସ୍ଵତନ୍ତ୍ରତା, ସମାନତା, ଭ୍ରାତୃତ୍ଵର ଆଦର୍ଶ ଆଣିଛନ୍ତି ଏବଂ ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି’’ କେଉଁ ଦେଶର ସମ୍ବିଧାନରୁ ଆସିଛି ?
Answer:

  1. ଆଧୁନିକ ଭାରତର ସମ୍ବିଧାନର ନିର୍ମାତାମାନେ ଫ୍ରାନ୍ସ ସମ୍ବିଧାନରୁ ସ୍ଵତନ୍ତ୍ରତା, ସମାନତା, ‘ଭ୍ରାତୃତ୍ଵ’ର ଆଦର୍ଶ ଆଣିଛନ୍ତି ।
  2. ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ଆଇରିସ୍ ସମ୍ବିଧାନରୁ ଅଣାଯାଇଛି ।

Question 9.
ସରକାରଙ୍କର କେଉଁ ଅଙ୍ଗ ଆଇନ ପ୍ରଣୟନ କରିଥାଏ ଏବଂ କେଉଁ ଅଙ୍ଗଦ୍ବାରା ଆଇନ କାର୍ଯ୍ୟକାରୀ ହୋଇଥାଏ ? ଏହାର ନେତୃତ୍ୱ କିଏ ନିଅନ୍ତି ?
Answer:

  1. ସରକାରଙ୍କର ବ୍ୟବସ୍ଥାପିକା ସଭା ଆଇନ ପ୍ରଣୟନ କରେ ଏବଂ କାର୍ଯ୍ୟପାଳିକା ଦ୍ୱାରା ଆଇନ କାର୍ଯ୍ୟକାରୀ ହୁଏ ।
  2. ପ୍ରଧାନମନ୍ତ୍ରୀ ଏହା ନେତୃତ୍ଵ ନେଇଥା’ନ୍ତି ।

Class 7 Social Science Chapter 10 Question Answer Odia Medium ଭାରତର ସମ୍ବିଧାନ : ଏକ ପରିଚୟ

Question 10.
ଭାରତରେ କେତେ ସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଅଛି ଓ କ’ଣ କ’ଣ ?
Answer:

  1. ଭାରତରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଅଛି ।
  2. ଯଥା— କେନ୍ଦ୍ରୀୟ ଶାସନ, ରାଜ୍ୟ ଶାସନ ଏବଂ ସ୍ଥାନୀୟ ଶାସନ (ପଞ୍ଚାୟତିରାଜ ବ୍ୟବସ୍ଥା) ।

Question 11.
ସମ୍ବିଧାନର ମୁଖ୍ୟ ଦିଗଗୁଡ଼ିକ କ’ଣ ? କିଏ ଭାରତ ପାଇଁ ସମ୍ବିଧାନର ପ୍ରଣେତାମାନଙ୍କର ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣର ସାରାଂଶକୁ ପ୍ରତିନିଧୃତ୍ଵ କରିଥାଏ ।
Answer:

  1. ସମ୍ବିଧାନର ମୁଖ୍ୟ ଦିଗଗୁଡ଼ିକ ହେଉଛି ମୌଳିକ କର୍ତ୍ତବ୍ୟ, ମୌଳିକ ଅଧିକାର ଓ ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ।
  2. ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ଭାରତପାଇଁ ସମ୍ବିଧାନର ପ୍ରଣେତାମାନଙ୍କର ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣର ସାରାଂଶକୁ ପ୍ରତିନିଧ୍ୟ କରିଥାଏ ।