Go through Class 6 Social Science Solutions Odia Medium and Class 6 Social Science Chapter 11 Question Answer Odia Medium ତୃଣମୂଳ ଗଣତନ୍ତ୍ର ଭାଗ ୨: ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାର to understand textbook questions more clearly.
6th Class Social Science Chapter 11 Question Answer Odia Medium
Class 6 Social Science Chapter 11 Odia Medium
ପ୍ରଶ୍ନ, ଅଭ୍ୟାସକାର୍ଯ୍ୟ ଏବଂ ପ୍ରକଳ୍ପ :
Question 1.
ନିଜକୁ ନିଜେ ପରୀକ୍ଷା କର୍ ଉପରୋକ୍ତ ଲେଖାକୁ ନ ଦେଖ୍, ତୁମେ ପଞ୍ଚାୟତିରାଜ ବ୍ୟବସ୍ଥାର ତିନୋଟି ସ୍ତରର ନାମ କହିପାରିବ କି ? ତିନୋଟି ସ୍ତରର ପ୍ରତ୍ୟେକର ମୁଖ୍ୟକାର୍ଯ୍ୟଗୁଡ଼ିକ କ’ଣ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ତିନୋଟି ସ୍ତରର ନାମ ହେଲା
- ଗ୍ରାମପଞ୍ଚାୟତ ଗ୍ରାମ ସ୍ତରରେ
- ବ୍ଲକ୍ ସମିତି / ପଞ୍ଚାୟତ କମିଟି / ମଣ୍ଡଳ ପରିଷଦ – ବ୍ଲକ୍ ସ୍ତରରେ
- ଜିଲ୍ଲା ପରିଷଦ – ଜିଲ୍ଲା ସ୍ତରରେ
ଗ୍ରାମ ପଞ୍ଚାୟତର କାର୍ଯ୍ୟ :
- ରାସ୍ତାଘାଟ ନିର୍ମାଣ ଓ ମରାମ୍ତି
- ଶୁଦ୍ଧ ପାନୀୟ ଜଳ ଯୋଗାଣ
- ନଳକୂପ, କୂପ ଓ ପୋଖରୀ ଖନନ
- ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା
- କୃଷି ଏବଂ ଶିକ୍ଷା ବ୍ୟବସ୍ଥା ।
ପଞ୍ଚାୟତ ସମିତିର କାର୍ଯ୍ୟ :
- ସରକାରଙ୍କ ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ।
- ପଞ୍ଚାୟତ ସମିତି ବୈଠକରେ ଗୃହୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ।
- ଗ୍ରାମପଞ୍ଚାୟତଗୁଡ଼ିକର ଆୟବ୍ୟୟ ଅଟକଳ ପ୍ରସ୍ତୁତ କରିବା ।
ଜିଲ୍ଲା ପରିଷଦର କାର୍ଯ୍ୟ :
- ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଇତ୍ୟାଦିକୁ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବା ।
- କୃଷି, ଶିଳ୍ପ, ପଶୁପାଳନ, ଗ୍ରାମ୍ୟ ବିଦ୍ୟୁତ୍ରଣ, ସାମାଜିକ ବନୀକରଣ ଓ ବିଭିନ୍ନ ସ୍ତରୀୟ ଶିକ୍ଷାପାଇଁ ପଦକ୍ଷେପ ଗ୍ରହଣ କରିବା ।
![]()
Question 2.
ଗାଁରେ ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ପ୍ରସଙ୍ଗରେ ସରପଞ୍ଚଙ୍କୁ ଚିଠି ଲେଖ ।
Answer:
ପ୍ରାପ୍ତେଷୁ,
ଶ୍ରୀଯୁକ୍ତ ନରହରି ବେହେରା
ସରପଞ୍ଚ, ନାଗପୁର, ଗ୍ରାମପଞ୍ଚାୟତ
ଜିଲ୍ଲା – ପୁରୀ, ଓଡ଼ିଶା
ବିଷୟ – ଗାଁ ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ସମ୍ପର୍କରେ ଦୃଷ୍ଟିଦୋବକୁ ଅନୁରୋଧ ମହାଶୟ,
ଉକ୍ତ ପତ୍ର ଲେଖୁ ଆପଣଙ୍କ ଗୋଚରାର୍ଥେ ଜଣାଇବାକୁ ଚାହୁଁଛୁ କି ଆମ୍ଭ ଗ୍ରାମ ନାଗପୁରର ରାସ୍ତା କଡ଼ରେ ବହୁ ପରିମାଣରେ ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଜରି ଇତ୍ୟାଦି ପଡ଼ି ରହିଅଛି । ଏହାଦ୍ଵାରା ଉଭୟ ଜନସାଧାରଣ ଏବଂ ପଶୁଙ୍କର ସ୍ଵାସ୍ଥ୍ୟ ପ୍ରତି ବିପଦ ରହିଅଛି । ଦୀର୍ଘଦିନ ଧରି ଏହି ଆବର୍ଜନା ପଡ଼ି ରହିବାଦ୍ଵାରା ପ୍ରଦୁଷିତ ହେଉଅଛି । ପ୍ଲାଷ୍ଟିକ୍ ଜରିଗୁଡ଼ିକ ନର୍ଦମାରେ ପଡ଼ି ଜଳ ନିଷ୍କାସନ ପ୍ରକ୍ରିୟାକୁ ଅବରୋଧ କରିବାସହ ମଶା ସଂଖ୍ୟା କଡ଼ାଉଛି ।
ଏଣୁ ବୀନିତ ଅନୁରୋଧ କରୁ କି ଆପଣଙ୍କ ନେତୃତ୍ୱରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପ୍ଲାଷ୍ଟିକ୍ ବ୍ୟାଗ୍ ଏବଂ ଦ୍ରବ୍ୟଗୁଡ଼ିକୁ ସ୍ତାନାନ୍ତକରଣ କରାଗଲେ ରାସ୍ତାକଡ଼ ପ୍ରଦୁଷଣମୁକ୍ତ ହେବା ସଙ୍ଗେ ସଙ୍ଗେ ପରିବେଶ ସ୍ଵାସ୍ଥ୍ୟକର ହେବ । ଏତଦ୍ବ୍ୟତୀତ, ପ୍ଲାଷ୍ଟିକ୍ ବ୍ୟାଗ୍ ପରିବର୍ତ୍ତେ କର୍ଟନ ବ୍ୟାଗ୍ ବ୍ୟବହାରପାଇଁ ସଚେତନତା କରାଯିବା ଆବଶ୍ୟକ । ଆଶା କରୁକି ଏହି କାର୍ଯ୍ୟ ତୁରନ୍ତ କରାଗଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରୋପକୃତ ରହିବୁ ।
ଇତି ଆପଣଙ୍କର ବିଶ୍ୱସ୍ତ
ବିଶ୍ଵମ୍ବର ଦାସ
ଏବଂ ଅନ୍ୟାନ୍ୟ ଗ୍ରାମବାସୀ
Question 3.
ତୁମ ମତରେ କେଉଁ ପ୍ରକାରର ବ୍ୟକ୍ତି ଗ୍ରାମ ପଞ୍ଚାୟତ ସଭ୍ୟ ହେବା ଉଚିତ ?
Answer:
- ମୋ ମତରେ ଗ୍ରାମ ପଞ୍ଚାୟତର ସଭ୍ୟହେବାକୁ ହେଲେ ସାଧୁ, କଠିନ ପରିଶ୍ରମୀ, ଭଲ ଶ୍ରୋତା, ସମସ୍ୟା ସମାଧାନକାରୀ ଦୂରଦୃଷ୍ଟି ସମ୍ପନ୍ନ ଏବଂ ନେତୃତ୍ଵ ନେବାର ସମସ୍ତ ଯୋଗ୍ୟତା ଥିବା ଆବଶ୍ୟକ ।
- ତାକୁ ୨୧ ବର୍ଷରୁ ଅଧିକ ହୋଇଥିବ ଏବଂ ଭାରରେ ନାଗରିକ ହୋଇଥବ ।
Question 4.
ଧରିନିଅ ଯେ ତୁମେ ଏକ ଗାଁ ବିଦ୍ୟାଳୟରେ ପଢୁଛ । ଏହି ବିଦ୍ୟାଳୟ ଏକ ରାଜପଥ କଡ଼ରେ ଅବସ୍ଥିତ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିବା ଓ ସ୍କୁଲକୁ ଫେରିବା ବେଳେ ରାସ୍ତା ଅତିକ୍ରମ କରିବାରେ ଅସୁବିଧା ସମ୍ମୁଖୀନ ହୁଅନ୍ତି । ଏହି ସମସ୍ୟାର ସମାଧାନ ପାଇଁ କ’ଣ ବିକଳ୍ପ ଅଛି ? ଏ ପରିସ୍ଥିତିରେ ପଞ୍ଚାୟତିରାଜରେ କେଉଁ ଅନୁଷ୍ଠାନ ତୁମକୁ ସାହାଯ୍ୟ କରିପାରିବ ? ଛାତ୍ରଛାତ୍ରୀମାନେ ଏଥ ନିମନ୍ତେ କ’ଣ କରିପାରିବେ ?
Answer:
ଜାତୀୟ ରାଜପଥ ଅତିକ୍ରମ କରିବା ଜନିତ ସମସ୍ୟାକୁ ବିଭିନ୍ନ ବାଟରେ ସମାଧାନ କରାଯାଇପାରେ ।
- ରାସ୍ତା ଉପରେ ବେଗ ପ୍ରତିରୋଧକ (ହମ୍ସ) ଏବଂ ଜେବ୍ରା କ୍ରସିଂ କରାଯିବା ଉଚିତ୍ ।
- ପିଲାମାନଙ୍କୁ ରାସ୍ତା ଅତିକ୍ରମ କରିବା ସମୟରେ ସହାୟତା କରିବାପାଇଁ ଗାର୍ଡ଼ ନିଯୁକ୍ତି ହେବା ଦରକାର ।
- ପିଲାମାନେ ରାସ୍ତା ଅତିକ୍ରମ କରିବା ସମୟରେ ଟ୍ରାଫିକ୍କୁ ଦଶମିନିଟ୍ ରୋକାଯିବା ଦରକାର ।
- ଭୂତଳ ସଡ଼କ କିମ୍ବା ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବା ଆବଶ୍ୟକ ।
- ଯେହେତୁ ଏହା ଏକ ଜାତୀୟ ରାଜପଥର ପ୍ରସଙ୍ଗ ତେଣୁ ଗ୍ରାମପଞ୍ଚାୟତର ସରପଞ୍ଚ ସ୍କୁଲର ପ୍ରିନ୍ସପାଲଙ୍କ ସହିତ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କଦ୍ଵାରା ଜାତୀୟ ରାଜପଥ ଅଧିକାରୀଙ୍କୁ ଜଣାଇ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ ।
- ଏହି କାର୍ଯ୍ୟରେ ଜିଲ୍ଲା ପରିଷଦ ସହିତ ସଂଯୋଗ କରାଯାଇ ଜିଲ୍ଲାପାଳଙ୍କ ସହାୟତା ନେବା ଆବଶ୍ୟକ ।
- ଏହି ଘଟଣାକୁ ଲୋକଲୋଚନକୁ ଆଣିବାପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଅଧିକାରୀମାନଙ୍କ ମାଧ୍ୟମରେ ପୋଷ୍ଟର ମାରି ଚିଠି ଲେଖୁ ଜାଗରଣ ସୃଷ୍ଟି କରିବା ମଧ୍ୟ ଆବଶ୍ୟକ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ କ’ଣ ?
Answer:
ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ସ୍ତାନୀୟ ସରକାର ଭାବେ କାର୍ଯ୍ୟ କରୁଅଛି । ଏହି ବ୍ୟବସ୍ଥା ଅନୁଯାୟୀ ତିନୋଟି ସ୍ତରରେ ଶାସନ ସୁବିଧା କରାଯାଇଅଛି, ଯଥା- ଗ୍ରାମ ପଞ୍ଚରାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ । ଏହାକୁ ତ୍ରିସ୍ତରୀୟ ବ୍ୟବସ୍ଥା କୁହାଯାଏ । ଗ୍ରାମ ପଞ୍ଚାୟତ ଗ୍ରାମ୍ୟ ସ୍ତରରେ, ପଞ୍ଚାୟତ ସମିତି ବ୍ଲକ୍ ସ୍ତରରେ ଏବଂ ଜିଲ୍ଲା ପରିଷଦ ଜିଲ୍ଲା ସ୍ତରରେ କାର୍ଯ୍ୟ କରିଥାଏ । ଏହି ତ୍ରିସ୍ତରୀୟ ବ୍ୟବସ୍ଥାରେ ଲୋକପ୍ରତିନିଧୂମାନେ ନିର୍ବାଚିତ ହୋଇ ଜନମଙ୍ଗଳକାରୀ କାର୍ଯ୍ୟ କରିଥା’ନ୍ତି ।
Question 2.
ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର କାର୍ଯ୍ୟକ’ଣ ?
Answer:
ପଞ୍ଚାୟତରାଜ ବ୍ୟବସ୍ଥାରେ ଥିବା ତ୍ରିସ୍ତରୀୟ ସରକାର ଅନେକ କାର୍ଯ୍ୟ କରିଥା’ନ୍ତି । ଏହି ଅନୁଷ୍ଠାନଗୁଡ଼ିକର ଦାୟିତ୍ଵ ମଧ୍ଯରେ କୃଷି, ବାସଗୃହ, ରାସ୍ତାର ରକ୍ଷଣାବେକ୍ଷଣ, ଜଳ ସମ୍ପଦ ପରିଚାଳନା, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସାମାଜିକ କଲ୍ୟାଣଠାରୁ ଆରମ୍ଭ କରି ସାଂସ୍କୃତିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅନ୍ତର୍ଭୁକ୍ତ ।
![]()
Question 3.
ଶାସନ ଓ ଗଣତନ୍ତ୍ରରେ ପଞ୍ଚାୟତିରାଜ ବ୍ୟବସ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
ପଞ୍ଚାୟତରାଜ ବ୍ୟବସ୍ଥା ଶାସନ ଏବଂ ଗଣତନ୍ତ୍ର ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାର କାରଣ ହେଲା ଯେ ସ୍ଥାନୀୟ ସମସ୍ୟାକୁ ସମାଧାନ କଲାବେଳେ ଲୋକମାନଙ୍କ ସମର୍ଥନ ଓ ସାହାଯ୍ୟ ଆବଶ୍ୟକ । ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ମାଧ୍ୟମରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାର ପ୍ରତିନିଧୂମାନେ ନିର୍ବାଚିତ ହୁଅନ୍ତି । ପଞ୍ଚାୟତରାଜର ତ୍ରିସ୍ତରୀୟ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧୂମାନେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦରେ ପ୍ରତିନିଧୃତ୍ଵ କରି ସ୍ଥାନୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ସହିତ ଅନେକ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ଵିତ କରିଥା’ନ୍ତି । ବର୍ତ୍ତମାନ ଏହି ବ୍ୟବସ୍ଥାରେ ଅଧିକ ମାତ୍ରାରେ ମହିଳାମାନଙ୍କ ପ୍ରତିନିଧୁତ୍ଵ ସଂରକ୍ଷଣ ମାଧ୍ୟମରେ କରାଯାଉଥିବାରୁ ସେମାନଙ୍କର ଯୋଗଦାନ ପ୍ରତ୍ୟେକ ସ୍ତରରେ ଦେଖିବାକୁ ମିଳିଛି । ଏହାଦ୍ଵାରା ତୃଣମୂଳ ସ୍ତରରେ ଗଣତନ୍ତ୍ର ମଜ୍ବୁତ୍ ହେବାସହ ଶାସନ ବ୍ୟବସ୍ଥା ସକ୍ରିୟ ହୋଇଅଛି ।
Question 4.
ଶିଶୁ ଅନୁକୁଳ ପଞ୍ଚାୟତ ଉପରେ ସଂକ୍ଷେପରେ ଲେଖ ।
Answer:
ଆଜିର ଶିଶୁ କାଲି ଦେଶର ଭବିଷ୍ୟତ ବୋଲି କୁହାଯାଇଥାଏ । ତେଣୁ ଶିଶୁମାନେ ସେମାନଙ୍କ ପଞ୍ଚାୟତରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ଆବଶ୍ୟକ ।
(i) ପଞ୍ଚାୟତଗୁଡ଼ିକ ସମସ୍ତଙ୍କ କଥା ସହିତ ଶିଶୁମାନଙ୍କରର ନିଜସ୍ଵ କଥାକୁ ମଧ୍ୟ ଶୁଣିବା ଉଚିତ ।
(ii) ପ୍ରତି ଗ୍ରାମରେ ଶିଶୁ ଅନୁକୁଳ ପଞ୍ଚାୟତ କାର୍ଯ୍ୟକ୍ରମ ପିଲାମାନଙ୍କ କଲ୍ୟାଣ ନିମନ୍ତେ କରାଯିବା ଆବଶ୍ୟକ ।
(iii) ଗ୍ରାମରେ ନିୟମିତ ଶିଶୁ ସଭା ଓ ଶିଶୁ ପଞ୍ଚାୟତରେ ପିଲାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାପାଇଁ ପଦକ୍ଷେପ ନେବା ସହିତ, ଗ୍ରାମର ବୟସ୍କମାନେ ସେମାନଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ।
(iv) ପିଲାମାନେ ସେମାନଙ୍କର କାର୍ଯ୍ୟକ୍ରମକରି ପଢ଼ା ଛାଡ଼ିଥିବା ପିଲାମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ଏବଂ ବିଶେଷ କରି ଝିଅମାନଙ୍କୁ ଅଳ୍ପ ବୟସରେ ବାହାଘର ନ କରିବାପାଇଁ ପିତାମାତାଙ୍କୁ ବୁଝାଇଛନ୍ତି ।
(v) ସେମାନେ ଅନେକ ଶିଶୁ ଅନୁକୁଳ କାର୍ଯ୍ୟକ୍ରମ କରି ପୁରସ୍କାରମାନ ଜିତିଛନ୍ତି ।
(vi) ପଶ୍ଚିମ ସିକ୍କିମ୍ ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମ ପଞ୍ଚାୟତରେ ପିଲାଙ୍କ ଆବଶ୍ୟକତା ଏବଂ ଅଧିକାରକୁ ଗୁରୁତ୍ଵ ଦେଇଛି ।
(vii) ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚାୟତ ପକ୍ଷରୁ ବିଦ୍ୟାଳୟର ଚାରିପାଖରେ ପାଚେରି ନିର୍ମାଣ କରାଯାଇଛି । ପିଲାଙ୍କର ମଧ୍ୟାହ୍ନ ଭୋଜନପାଇଁ ବିଦ୍ୟାଳୟଗୁଡ଼ିକରେ ରୋଷେଇ ଘର ନିର୍ମାଣ କରାଯାଇଛି ।
(viii) ସେହିପରି ରାଜସ୍ଥାନରେ ବେୟାରଫୁଟ କଲେଜ କାର୍ଯ୍ୟକ୍ରମ ଶିଶୁସଂସଦ ରାଜସ୍ତାନର ବିଭିନ୍ନ ସୁବିଧାରୁ ବଞ୍ଚତ ଗରିବ ପିଲାମାନଙ୍କୁ ଶିକ୍ଷା ଏବଂ ଗଣତାନ୍ତ୍ରିକ ଭାଗିଦାରୀ ମାଧ୍ୟମରେ ଶକ୍ତ କରିଥିଲା । ଫଳସ୍ଵରୂପ ପିଲାଙ୍କର ନେତୃତ୍ୱ ନେବାର ଦକ୍ଷତା ଏବଂ ସାମାଜିକ ସଚେତନତାକୁ ପ୍ରୋତ୍ସାହିତ କରିବାର ଦକ୍ଷିତା ବୃଦ୍ଧି ପାଇଥିଲେ ।
ଆସ ଅନୁସନ୍ଧାନ କରିବା :
Question 1.
ଶିକ୍ଷଣ କାର୍ଯ୍ୟଭାବରେ, ଚାରି କିମ୍ବା ପାଞ୍ଚଜଣ ଛାତ୍ରଛାତ୍ରୀ ଏକ ଶିଶୁ ପଞ୍ଚାୟତ ଗଠନ କରନ୍ତୁ ଏବଂ ବାକି ଶ୍ରେଣୀର ପିଲାମାନେ ଭାବନ୍ତୁ ଯେ ସେମାନେ ଗ୍ରାମବାସୀ ଅଟନ୍ତି । ଗ୍ରାମ ସଭାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ? ଏହା କେଉଁ ଆହ୍ଵାନର ସମ୍ମୁଖୀନ ହୋଇପାରେ ? ଏହା କି ପ୍ରକାର ସମାଧାନ ପ୍ରସ୍ତାବ ଦେବ ?
Answer:
ଶ୍ରେଣୀଗୃହରେ ଚାରି ପାଞ୍ଚଜଣ ପିଲାଙ୍କୁ ନେଇ ଶିଶୁ ପଞ୍ଚାୟତ ଗଠନ କରିବା ଏବଂ ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଗ୍ରାମବାସୀ କରି ପ୍ରଦତ୍ତ ତିନୋଟି ସମସ୍ୟାର ସମାଧାନ କରିବାର କାର୍ଯ୍ୟ ନିଶ୍ଚିତ ଭାବରେ ଚିତ୍ତାକର୍ଷକ ତେବେ ପ୍ରଥମେ ଗ୍ରାମସଭାରେ ପ୍ରସଙ୍ଗ ବା ଘଟଣା ଉପରେ ଆଲୋକପାତ କରାଯାଉ ।
(କ) ବିଦ୍ୟାଳୟରୁ ବିଶେଷ କରି ବାଳିକାମାନଙ୍କର ପାଠ ଛାଡ଼ିବା ଘଟଣା ।
(ଖ) ଗ୍ରାମର ସନ୍ଧ୍ୟାରେ ପ୍ରୌଢ଼ଶିକ୍ଷାର ବ୍ୟବସ୍ଥା
(ଗ) ଗ୍ରାମରେ ସ୍ଵଚ୍ଛତା ଏବଂ ଅଳିଆ ଆବର୍ଜନାର ସଠିକ୍ ନିଷ୍କାସନ
(ଘ) ପଶୁମାନଙ୍କପାଇଁ ଗୋଚାରଣ ଭୂମିର କ୍ଷୟ
(ଙ) ମରୁଡ଼ି ଏବଂ ବନ୍ୟାର ମୁକାବିଲା
କାରଣ :
(କ) ଦାରିଦ୍ର୍ୟ ଓ ଅନ୍ଧବିଶ୍ଵାସ କାରଣରୁ ଗ୍ରାମରେ ନାରୀଶିକ୍ଷାକୁ ସମର୍ଥନ ନ ମିଳିବା ।
(ଖ) ପ୍ରୌଢ଼ ଶିକ୍ଷାପାଇଁ ବରିଷ୍ଠ ନାଗରିକଙ୍କ ମନରେ ଦ୍ଵିଧା ଏବଂ ପ୍ରେରଣାର ଅଭାବ ।
(ଗ) ସୀମିତ ସମ୍ବଳ ଏବଂ ଲୋକଶକ୍ତିର ଅଭାବ
(ଘ) ଲୋକମାନଙ୍କ ଅଜ୍ଞତା
(ଙ) ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସମର୍ଥନର ଅଭାବ
ସମ୍ଭାବ୍ୟ ସମାଧାନ :
(କ) ଗ୍ରାମବାସୀମାନଙ୍କର ସମ୍ବଳର ବୃଦ୍ଧି ଏବଂ ସଚେତନତା କରାଯିବା ।
(ଖ) ଗ୍ରାମବାସୀମାନଙ୍କୁ ଶିକ୍ଷାର ଉପକାର ବିଷୟରେ ଜଣାଇବା ।
(ଗ) ଗ୍ରାମରେ ବୟସ୍କ ଲୋକମାନଙ୍କର ନିୟମିତ ସଭା କରିବା ।
(ଘ) ଗ୍ରାମରେ ଯୁବ, ମହିଳା ଏବଂ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ତଦାରଖ କମିଟି ଗଠନ କରିବା ।
(ଙ) ସ୍ଥାନୀୟ ଅଧିବାସୀଙ୍କୁ ନିଯୁକ୍ତ କରିବା ସହିତ ସେମାନଙ୍କୁ ସମର୍ଥନ ଯୋଗାଇଦେବା ।
![]()
Question 2.
କେନ୍ଦ୍ର ସରକାର ଏବଂ ପଞ୍ଚାୟତ ସ୍ତରରେ ଶାସନ ବ୍ୟବସ୍ଥା ମଧ୍ୟରେ କେଉଁ ସମାନତା ଏବଂ ପାର୍ଥକ୍ୟ ତୁମେ ଲକ୍ଷ୍ୟ କରୁଛ ?
Answer:
କେନ୍ଦ୍ର ସରକାର ଏବଂ ପଞ୍ଚାୟତ ସ୍ତରରେ ଶାସନ ବ୍ୟବସ୍ଥା ମଧ୍ୟରେ ସମାନତା –
(କ) ଉଭୟ ସ୍ତରୀୟ ଶାସନ ବ୍ୟବସ୍ଥାରେ ପ୍ରତିନିଧୂମାନେ ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଥା’ନ୍ତି । ପ୍ରତ୍ୟେକ ନିର୍ବାଚନରେ ଲଢ଼ିବାର ସୁଯୋଗ ପାଇଥା’ନ୍ତି ।
(ଖ) ଉଭୟ ସରକାର ଜନମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି । ସେମାନେ ଉଭୟ ଜନସାଧାରଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି ଯୋଗାଣ କ୍ଷେତ୍ରରେ ସେବା ଦେଇଥାନ୍ତି ।
(ଗ) ଉଭୟ ସରକାର ସମାଜର ଗରୀବ ଅବହେଳିତ ଲୋକଙ୍କପାଇଁ ଉତ୍ତମ ନୀତି ନିର୍ଦ୍ଧାରଣ କରିଥାନ୍ତି ।
ପାର୍ଥକ୍ୟ :
(କ) କେନ୍ଦ୍ରସରକାର ସମଗ୍ର ଦେଶପାଇଁ ନୀତି ନିର୍ଦ୍ଧାରଣ କରୁଥିଲାବେଳେ ପଞ୍ଚାୟତ ଗ୍ରାମାଞ୍ଚଳପାଇଁ ନୀତି ନିର୍ଦ୍ଧାରଣ କରେ ।
(ଖ) କେନ୍ଦ୍ର ସରକାରଙ୍କ ପାଖରେ ଅମାପ ସମ୍ବଳ ଥିଲାବେଳେ ପଞ୍ଚାୟତ ସରକାରଙ୍କର ସୀମିତ ସମ୍ବଳ ଥାଏ ।
(ଗ) କେନ୍ଦ୍ର ସରକାର ସମଗ୍ର ଦେଶର ନିରାପତ୍ତା ଓ ବୈଦେଶିକ ସମ୍ପର୍କ ପ୍ରତିଷ୍ଠା ଦାୟିତ୍ଵରେ ଥିଲାବେଳେ ପଞ୍ଚାୟତ କେବଳ ଅଧୀନସ୍ଥ ଗ୍ରାମଗୁଡ଼ିକ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରିଥାଏ ।
Question 3.
ଯଦି ତୁମକୁ କିଛି ପଞ୍ଚାୟତ ସଭ୍ୟଙ୍କୁ ଭେଟିବାର ସୁଯୋଗ ମିଳେ, ତେବେ ତୁମେ ସେମାନଙ୍କୁ କ’ଣ ପ୍ରଶ୍ନ ପଚାରିବାକୁ ଚାହୁଁଛ ? ଛୋଟ ଛୋଟ ଦଳରେ ଆଲୋଚନା କରି ଏକ ପ୍ରଶ୍ନବଳୀ ତିଆରି କର । କିଛି ଗ୍ରାମପଞ୍ଚାୟତ ସଭ୍ୟଙ୍କୁ ଭେଟି କିମ୍ବା ସେମାନଙ୍କୁ ତୁମ ବିଦ୍ୟାଳୟକୁ ନିମନ୍ତ୍ରଣ କର, ତୁମ ପ୍ରଶ୍ଵାବଳୀ ଅନୁସାରେ ସେମାନଙ୍କୁ ପ୍ରଶ୍ନ ପଚାର ଏବଂ ଏକ ସଂକ୍ଷିପ୍ତ ବିବରଣୀ ପ୍ରସ୍ତୁତ କର ।
Answer:
ପଞ୍ଚାୟତ ସଭ୍ୟଙ୍କୁ ପ୍ରଶ୍ନବଳୀ –
- ଗ୍ରାମପଞ୍ଚାୟତରେ କେଉଁମାନେ ସଭ୍ୟ ଥାଆନ୍ତି ।
- ପଞ୍ଚାୟତ ସଭ୍ୟମାନଙ୍କର ଭୂମିକା ଏବଂ କାର୍ଯ୍ୟଗୁଡ଼ିକ କ’ଣ ?
- ଉନ୍ନତି ପ୍ରକ୍ରିୟାପାଇଁ ସମ୍ବଳ କିପରି ସଂଗ୍ରହ କରାଯାଏ ?
- ପଞ୍ଚାୟତଦ୍ଵାରା ଅଦ୍ୟାବଧୂ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସବୁ କ’ଣ ?
- ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କେଉଁ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥିଲା ?
- ନାରୀ ସଦସ୍ୟମାନଙ୍କ ଭୂମିକା କ’ଣ ? ପଞ୍ଚାୟତର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀତି କ’ଣ ଅଟେ ?
- ପଞ୍ଚୟତ ସହିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ କିପରି ଯୋଡ଼ି ହୋଇଥା’ନ୍ତି ?
- ସରକାରୀ କର୍ମଚାରୀଙ୍କ ସହିତ କିଏ ସଂଯୋଗ ରକ୍ଷାକରେ ?
- ଆମ୍ଭେମାନେ କିପରି ପଞ୍ଚାୟତର ଏକ ଅଂଶ ହୋଇପାରିବୁ ?
ପଞ୍ଚାୟତିରାଜ ଅନୁଷ୍ଠାନର ଢାଞ୍ଚା ଏବଂ କାର୍ଯ୍ୟ, ସବୁ ରାଜ୍ୟରେ ଟିକେ ଅଲଗା ଅଲଗା । କାରଣ ସେହି ଅନୁଷ୍ଠାନଗୁଡ଼ିକ ଉପରେ ରାଜ୍ୟଗୁଡ଼ିକର ଅଧୁକାର ରହିଛି । କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ସମାନ – ଏହା ଗ୍ରାମବାସୀଙ୍କୁ ସେମାନଙ୍କ ଗାଁ ଏବଂ ସ୍ଥାନୀୟ ଅଞ୍ଚଳର ପରିଚାଳନା ଏବଂ ବିକାଶରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସମର୍ଥ କରିଥାଏ ।
ଏହା ବିଷୟରେ ଚିନ୍ତା କର :
Question 1.
ସମାଜର ଅବହେଳିତ ବର୍ଗଙ୍କ ଆବଶ୍ୟକତା ଓ ସମସ୍ୟା ପ୍ରତି ସରକାର ଅଧ୍ବକ ଧ୍ୟାନଦେବା ଆବଶ୍ୟକ ବୋଲି ତୁମେ କାହିଁକି ଭାବୁଛ ?
Answer:
ସମାଜର ଅବହେଳିତ ବର୍ଗଙ୍କ ଆବଶ୍ୟକତା ଓ ସମସ୍ୟା ପ୍ରତି ସରକାର ଅଧିକ ଧ୍ୟାନଦେବା ଆବଶ୍ୟକ । ଏହାର କାରଣ ଯେ ପ୍ରତ୍ୟେକଙ୍କୁ ଏକ ସୁନ୍ଦର ଜୀବନ ବଞ୍ଚିବାର ଅଧିକାର ରହିଛି । ଅବହେଳିତ ବର୍ଗଙ୍କର ସୀମିତ ସମ୍ବଳ, ନିରକ୍ଷରତା, କମ୍ ଦକ୍ଷତା ଏବଂ ସମାନ ସୂଯୋଗରୁ ବଞ୍ଚିତ ହୋଇ ରହିଥିବାରୁ ସେମାନେ ଜୀବନରେ ଉନ୍ନତି କରିପାରୁ ନାହାଁନ୍ତି । ସରକାର ଏସବୁକୁ ଦୃଷ୍ଟିରେ ରଖୁ ସେମାନଙ୍କୁ ଶିକ୍ଷା ଓ ସମ୍ବଳ ଏବଂ ଦକ୍ଷତା ଦେବା ସହିତ ସମାନ ସୁଯୋଗ ମଧ୍ୟ ଦେବା ଦରକାର । ସେମାନଙ୍କର ଦାରିଦ୍ର୍ୟ ଦୂରୀକରଣ ପାଇଁ ମଧ୍ୟ ଯଥେଷ୍ଟ ସମୂଳ ସରକାର ଯୋଗାଇଦେବା ଉଚିତ୍ । ଏହାଦ୍ଵାରା ସେମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ଏବଂ ସ୍ଵଭାବିକ ଜୀବନଯାପନ କରିପାରିବେ ।
![]()
Question 2.
ଏହି ପୁରୁଣା ମାନଚିତ୍ର ଓ ନକ୍ଗୁଡ଼ିକ ଆମ ପାଇଁ କିପରି ସହାୟକ ହୋଇପାରିବ ବୋଲି ତୁମେ ଭାବିଛ କି ? ଏଗୁଡ଼ିକ ଆମକୁ ଅତୀତ ଏବଂ ବର୍ତ୍ତମାନ ବିଷୟରେ ସୂଚନା ପ୍ରଦାନ କରିପାରିବ କି ?
Answer:
ପୁରୁଣା ମାନଚିତ୍ର କିମ୍ବା ନକ୍ସାରୁ ଆମେ ଜାଣିବାକୁ ପାଉ ଯେ କିପରି ସ୍ଥାନଗୁଡ଼ିକ ସମୟ କ୍ରମେ ବଦଳିଯାଉଛି । ସେଗୁଡ଼ିକ କେତେଗୁଡ଼ିଏ ଗୁରୁତ୍ଵପୂର୍ଣ ଐତିହାସିକ ଘଟଣା ଏବଂ ଲେଖକମାନଙ୍କର ସ୍ଥାନାନ୍ତକରଣକୁ ମୃଭିକା, ନଦୀ, ଜନସଂଖ୍ୟାର ଆକାର ଏବଂ ଘନତ୍ଵ ସହ ତୁଳନା କରିବାରେ ଆବଶ୍ୟକ ହୋଇଥାଏ । ଅଧିକନ୍ତୁ ଯେତେବେଳେ ଗ୍ରାମମାନଙ୍କରେ କୌଣସି ଏକ ଜମିର ମାଲିକାନା ସ୍ୱତ୍ତ୍ଵକୁ ନେଇ ବିବାଦ ଉପୁଜିଥାଏ, ସେତେବେଳେ ଏହି ପୁରୁଣା ନକ୍ କିମ୍ବା ମାନଚିତ୍ର ବିବାଦର ଅନ୍ତ ଘଟାଇବାପାଇଁ ବ୍ୟବହାର ହୋଇଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଲକ୍ଷ୍ମଣପୁର ଗ୍ରାମ ସମ୍ପର୍କରେ ଏକ ସଂକ୍ଷୀପ୍ତ ବିବରଣୀ ଦିଅ ।
Answer:
ଲକ୍ଷ୍ମଣପୁର ଗ୍ରାମଟି ହିମାଳୟର ପାଦଦେଶରେ ଅବସ୍ଥିତ ।
- ଏହାର ଜନସଂଖ୍ୟା ପ୍ରାୟ ୭୦୦ ଏବଂ ଅଧିକାଂଶ କୃଷକ ଅଟନ୍ତି ।
- ସେମାନେ ମଧ୍ୟ ଗୋରୁଗୋଈ ଏବଂ ଛେଳିପାଳନ କରନ୍ତି । ସେମାନଙ୍କର କିଛି ସମ୍ପର୍କୀୟ ସଶସ୍ତ୍ର ବାହିନୀରେ କାମ କରନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ କେତେକ ସହରକୁ ଚାକିରି ଉଦ୍ଦେଶ୍ୟରେ ସ୍ଥାନାନ୍ତରିତ ହୋଇଛନ୍ତି ।
Question 2.
ମହାରାଷ୍ଟ୍ରରେ ଶିଶୁ ପଞ୍ଚାୟତର ଉଦ୍ୟମକୁ ବୁଝାଇ ଲେଖ ।
Answer:
ମହାରାଷ୍ଟ୍ରର ଶିଶୁ ପଞ୍ଚାୟତର କିଛି ଉଦ୍ୟମ ନିମ୍ନରେ ପ୍ରଦାନ କରାଗଲା ।
- ମହାରାଷ୍ଟ୍ରର କିଛି ଶିଶୁ ପଞ୍ଚାୟତ ଗ୍ରାମରୁ ଶିଶୁ ଶ୍ରମିକ ଏବଂ ବାଲ୍ୟବିବାହ ଇତ୍ୟାଦି ଦୂର କରିବାପାଇଁ ଏକତ୍ର କାର୍ଯ୍ୟ କରିଛନ୍ତି ।
- ସେମାନେ ପାଠ ଛାଡ଼ିଥିବା ବହୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ।
- ସେମାନେ ମଧ୍ୟ ବାଲ୍ୟବିବାହ ନ କରିବାପାଇଁ କନ୍ୟାମାନଙ୍କ ପିତାମାତାଙ୍କୁ ବୁଝାଇ ପୁନଶ୍ଚ ସେମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିଛନ୍ତି ।
Question 3.
ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମପଞ୍ଚାୟତ ପିଲାମାନଙ୍କୁ କିପରି ସହାୟତା କରିଥିଲା ?
Answer:
- ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମ ପଞ୍ଚାୟତ ବିଦ୍ୟାଳୟଗୁଡ଼ିକର ଚାରିପଟେ ପାଚେରି ନିର୍ମାଣ କରି ପିଲାମାନଙ୍କୁ ନିରାପତ୍ତା ଯୋଗାଇ ଦେଇଥିଲେ ।
- ଏହି ପଞ୍ଚାୟତ ଛାତ୍ରଛାତ୍ରୀଙ୍କୁ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାପାଇଁ ବିଦ୍ୟାଳୟରେ
ରୋଷେଇଘର ନିର୍ମାଣ କରିଥିଲା ।
![]()
Question 4.
ରାଜସ୍ଥାନର ‘ବେୟାର ଫୁଟ କଲେଜ’ କାର୍ଯ୍ୟକ୍ରମ ‘ଶିଶୁ ସଂସଦ’ କ’ଣ ?
Answer:
(i) ବଙ୍କର ରାୟଙ୍କଦ୍ଵାରା ଆରମ୍ଭ କରାଯାଇଥିବା ‘ବେୟାର୍ ଫୁଟ କଲେଜ’ କାର୍ଯ୍ୟକ୍ରମ ଶିଶୁ ସଂସଦ ରାଜସ୍ଥାନର ଗ୍ରାମାଞ୍ଚଳର ବିଭିନ୍ନ ସୁବିଧାରୁ ବଞ୍ଚତ ଗରିବ ପିଲାମାନଙ୍କୁ ଶିକ୍ଷା ଏବଂ ଗଣତାନ୍ତ୍ରିକ ଭାଗିଦାରୀ ମାଧ୍ୟମରେ ସଶକ୍ତ କରିଥିଲା ।
(ii) ଏହି ସଂସଦ ୮ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ନାଇଟ୍ ସ୍କୁଲ୍ ଓ ସଂସଦ ଭଳି ନିର୍ବାରବ ମାଧ୍ୟମରେ ଶାସନ ପ୍ରକ୍ରିୟା, ଗଣତନ୍ତ୍ର ଓ ସାମାଜିକ ଦାୟିତ୍ୱବୋଧ ବିଷୟରେ ସଚେତନ କରି ପାରିଥିଲା ।
Question 5.
ପଞ୍ଚାୟତିରାଜ ବ୍ୟବସ୍ଥା କାହାକୁ କୁହନ୍ତି ?
Answer:
(i) ବଳବନ୍ତରାୟ ମେହେଟ୍ଟା କମିଟି ସୁପାରିଶ ଅନୁସାରେ ଗଣତନ୍ତ୍ରର ବିକେନ୍ଦ୍ରୀକରଣ ଜରିଆରେ ଗ୍ରାମ ସ୍ତରରେ ଗ୍ରାମ ପଞ୍ଚାୟତ, ବ୍ଲକ୍ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ଗଠନ କରାଯାଇ ପ୍ରତ୍ୟେକଙ୍କୁ ସ୍ଵାଧୀନ ଭାବରେ କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ଦିଆଯାଇଛି ।
(ii) ଆମ ଦେଶରେ ଏହି ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।
Question 6.
ଗ୍ରାମ ପଞ୍ଚାୟତର ଗଠନ କିପରି ହୁଏ ଲେଖ ।
Answer:
(i) ଦୁଇ ହଜାରରୁ ଦଶହଜାର ଲୋକସଂଖ୍ୟା ବିଶିଷ୍ଟ ଏକ ବା ପାଖାପାଖୁ ଏକାଧିକ ଗ୍ରାମକୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ ।
(ii) ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ କରାଯାଇଥାଏ । ଏହି ୱାର୍ଡମାନଙ୍କରେ ବାସ କରୁଥିବା ସାବାଳକ ଭୋଟରମାନେ ଭୋଟ ଦେଇ ସେମାନଙ୍କ ୱାର୍ଡ଼ରୁ ଜଣେ ଲେଖାଏଁ (ୱାର୍ଡମେମ୍ବର) ଜଣେ ପ୍ରତିନିଧ୍ବ ବାଛନ୍ତି ।
(iii) ପଞ୍ଚାୟତର ସାବାଳକ ଭୋଟରମାନଙ୍କର ସଂଖ୍ୟାଧ୍ଵ ଭୋଟରେ ସରପଞ୍ଚ ନିର୍ବାଚିତ ହୁଅନ୍ତି । ସେ ଗ୍ରାମ ପଞ୍ଚାୟତର ମୁଖ୍ୟ ଅଟନ୍ତି ।
(iv) ସମସ୍ତ ୱାର୍ଡମେମ୍ବର ଓ ସରପଞ୍ଚକୁ ନେଇ ଗ୍ରାମପଞ୍ଚାୟତରେ ସଭାବସେ ଓ ସେହି ସଭାରେ ୱାର୍ଡ଼ମ୍ବେରମାନଙ୍କ ମଧ୍ୟରୁ ଜଣକୁ ନାଏବ ସରପଞ୍ଚଭାବରେ ନିର୍ବାଚିତ କରାଯାଏ ।
(v) ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କୁ ନେଇ ଗ୍ରାମପଞ୍ଚାୟତ ଗଠିତ ହୁଏ ।
![]()
Question 7.
ପଞ୍ଚାୟତ ସମିତି ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:
- ସାବାଳକ ଭୋଟପ୍ରଥାଦ୍ଵାରା ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚାୟତସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ ସଭ୍ୟ ନିର୍ବାଚିତ ହୋଇଥାନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ ।
- ଏହି ସଭ୍ୟମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ/ ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ରହିଥା’ନ୍ତି ।
- ଏହି ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ଭାବରେ ନିର୍ବାଚିତ କରିଥାନ୍ତି ।
Question 8.
ଜିଲ୍ଲା ପରିଷଦ କିପରି ଗଠିତ ହୁଏ ?
Answer:
- ପ୍ରତି ଜିଲ୍ଲାକୁ କେତେଗୁଡ଼ିଏ ଜିଲ୍ଲା ପରିଷଦ ଜୋନ୍ରେ ବିଭକ୍ତ କରାଯାଇଥାଏ ।
- ପ୍ରତ୍ୟେକ ଜୋନ୍ରୁ ସାବାଳକ ଭୋଟ ପ୍ରଥା ଜରିଆରେ ଜଣେ ଜଣେ ସଭ୍ୟ ନିର୍ବାଚିତ ହୋଇଥା’ନ୍ତି, ତାଙ୍କୁ ଜିଲ୍ଲା ପରିଷଦ ସଭ୍ୟ କୁହାଯାଏ ।
- ଏହି ଜିଲ୍ଲା ପରିଷଦ ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷ ଏବଂ ଆଉ ଜଣଙ୍କୁ ଉପାଧ୍ଯକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
- ପଞ୍ଚାୟତ ସମିତି ପରି ଜିଲ୍ଲା ପରିଷଦକୁ ଆଦିବାସୀ, ହରିଜନ ଓ ମହିଳା ସଭ୍ୟ ନିର୍ବାଚିତ ହୋଇଥା’ନ୍ତି ।
- ଏହିସବୁ ସଭ୍ୟମାନଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୁଏ ।
Question 9.
ଜିଲ୍ଲା ପରିଷଦ କି କି କାର୍ଯ୍ୟ କରିଥାନ୍ତି ?
Answer:
- ଜିଲ୍ଲା ପରିଷଦ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତ କରନ୍ତି ।
- ପଞ୍ଚାୟତ ସମିତି ଓ ଗ୍ରମ ପଞ୍ଚାୟତଗୁଡ଼ିକୁ ଅନୁଦାନ ପ୍ରଦାନ କରନ୍ତି ।
- ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ଜନମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରନ୍ତି ।
- କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍ଵରଣ, କ୍ଷୁଦ୍ର ଜଳସେଚନ ଯୋଜନା, ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷାର ଉନ୍ନତି ପାଇଁ ପଦକ୍ଷେପ ନିଅନ୍ତି ।
![]()
Question 10.
ଗ୍ରାମପଞ୍ଚାୟତର କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର । ଗ୍ରାମପଞ୍ଚାୟତକୁ ଆସୁଥିବା ଅର୍ଥର ମାଧ୍ୟମ କ’ଣ ?
Answer:
- ଗ୍ରାମପଞ୍ଚାୟତର କାର୍ଯ୍ୟଗୁଡ଼ିକ ହେଲା, ରାସ୍ତା ନିର୍ମାଣ ଓ ମରାମତି, ଜଳଯୋଗାଣ ଓ ନିଷ୍କାସନ, ବିଦ୍ୟାଳୟର ଗୃହନିର୍ମାଣ ଇତ୍ୟାଦି ।
- ସ୍ଥାନୀୟ କର ଆଦାୟ ।
- ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ଗ୍ରାମରେ ନିଯୁକ୍ତି ସୃଷ୍ଟି କରିବା ।
ପଞ୍ଚାୟତକୁ ଅର୍ଥ ଉତ୍ସ :
- ଗୃହ, ବନାରରୁ କର ସଂଗ୍ରହ, ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାରୁ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ମାଧ୍ୟମରେ ଅର୍ଥ ଆଣିବା ।
- ଗୋଷ୍ଠୀ କାର୍ଯ୍ୟପାଇଁ ଦାନ ସଂଗ୍ରହ ।
Question 11.
ସ୍ୱାୟତ୍ତ ଶାସନ କ’ଣ ?
Answer:
- ଗ୍ରାମ ବା ସହରଗୁଡ଼ିକର ଲୋକମାନେ ନିଜର ପ୍ରତିନିଧ୍ବ ବାଛି ଏକ ଜନଗୋଷ୍ଠୀ ତିଆରି କରିଥା’ନ୍ତି ।
- ଏହି ଜନଗୋଷ୍ଠୀ ନିଜକୁ ନିଜେ ଶାସନ କରିବାକୁ ସ୍ୱାୟତ୍ତ ଶାସନ କୁହାଯାଏ ।
Question 12.
ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ? ସେ କିପରି ନିର୍ବଚିତ ହୁଅନ୍ତି ?
Answer:
- ଗ୍ରାମ ପଞ୍ଚାୟତର ମୁଖ୍ୟ ହେଉଛନ୍ତି ସରପଞ୍ଚ ।
- ସେ ପଞ୍ଚାୟତର ସାବାଳକ ଭୋଟରମାନଙ୍କଦ୍ଵାରା ସଂଖ୍ୟାଧିକ ଭୋଟରେ ନିର୍ବାଚିତ ହୁଅନ୍ତି ।
Question 13.
ଗ୍ରାମ ସଭା କିପରି ଗଠିତ ହୁଏ ? ଏହି ସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
- ଗ୍ରାମପଞ୍ଚାୟତର ଅନ୍ତର୍ଭୁକ୍ତ ସମସ୍ତ ସାବାଳକ ଭୋଟର, ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ଓ ସରପଞ୍ଚଙ୍କୁ ନେଇ ଗ୍ରାମସଭା ଗଠିତ ହୁଏ ।
- ସରପଞ୍ଚ ଏହି ସଭାରେ ଅଧ୍ଯକ୍ଷତା କରନ୍ତି ।
![]()
Question 14.
ଜିଲ୍ଲା ସ୍ତରରେ ଗଠିତ ହେଉଥିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ କ’ଣ କୁହାଯାଏ ? ଏହାର ମୂଖ୍ୟ କିଏ ?
Answer:
- ଜିଲ୍ଲା ସ୍ତରରେ ଗଠିତ ହେଉଥିବା ସ୍ୱାୟତ୍ତ ଶାସନ ସଂସ୍ଥାକୁ ଜିଲ୍ଲା ପରିଷଦ କୁହାଯାଏ ।
- ସଭାପତି ବା ଅଧ୍ଯକ୍ଷ ଏହାର ମୁଖ୍ୟ ଅଟନ୍ତି ।
Question 15.
ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ଵିତୀୟ ସୋପାନଟି କ’ଣ ? ଏହି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ତୁଲାଇବାପାଇଁ ସରକାର କାହାକୁ ନିଯୁକ୍ତି ଦିଅନ୍ତି ?
Answer:
- ପଞ୍ଚାୟତିରାଜ ବ୍ୟବସ୍ଥାର ଦ୍ଵିତୀୟ ସୋପାନ ହେଉଛି ପଞ୍ଚାୟତ ସମିତି ।
- ଏହି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ତୁଲାଇବାପାଇଁ ସରକାର ପ୍ରତି ବ୍ଲକ୍ରେ ଜଣେ ବ୍ଲକ୍ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ.)ଙ୍କୁ ନିଯୁକ୍ତି କରିଥାନ୍ତି ।
Question 16.
ପଞ୍ଚାୟତ ସମିତିର ମୁଖ୍ୟ କିଏ ? ସେ କିପରି ନିର୍ବାଚିତ ହୁଅନ୍ତି ?
Answer:
- ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଟନ୍ତି ।
- ପ୍ରତ୍ୟେକ ପଞ୍ଚାୟତରୁ ନିର୍ବାଚିତ ସମିତି ସଭ୍ୟ ବା ସଭ୍ୟମାନଙ୍କ ଦ୍ଵାରା ସେ ନିର୍ବାଚିତ ହୋଇଥା’ନ୍ତି ।
Question 17.
ସମିତି ସଭ୍ୟ କାହାକୁ କୁହାଯାଏ ? ଓଡ଼ିଶାରେ କେତୋଟି ପଞ୍ଚରାୟତ ସମିତି କାର୍ଯ୍ୟ କରୁଛି ?
Answer:
- ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରୁ ପଞ୍ଚରାୟତସମିତି ପାଇଁ ଜଣେ ଲେଖାଏଁ ସଭ୍ୟ/ ସଭ୍ୟ ନିର୍ବାଚିତ ହୋଇଥାନ୍ତି । ଏମାନଙ୍କୁ ସମିତି ସଭ୍ୟ କୁହାଯାଏ । ଏହି ସଭ୍ୟ ବା ସଭ୍ୟାମାନଙ୍କ ମଧ୍ୟରୁ ହରିଜନ, ଆଦିବାସୀ ଓ ମହିଳା ସଭ୍ୟ ବା ସଭ୍ୟାମାନେ ଆନୁପାତିକ ଦୃଷ୍ଟିରୁ ରହିଥାନ୍ତି ।
- ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି କାର୍ଯ୍ୟ କରୁଛି ।
![]()
ଗୋଟିଏ ବାକ୍ୟ / ଶବ୍ଦରେ ଉତ୍ତର ଦିଅ ।
Question 1.
ଗ୍ରାମର ସ୍ଥାନୀୟ ସରକାରଙ୍କୁ କ’ଣ କୁହାଯାଏ ?
Answer:
ଗ୍ରାମର ସ୍ଥାନୀୟ ସରକାରଙ୍କୁ ପଞ୍ଚାୟତ କୁହାଯାଏ ।
Question 2.
ଗ୍ରାମ ପରିଷଦ କେଉଁ ଅନୁଷ୍ଠାନକୁ କୁହାଯାଏ ?
Answer:
ପଞ୍ଚାୟତକୁ ମଧ୍ୟ ଗ୍ରାମ ପରିଷଦ କୁହାଯାଏ ।
Question 3.
ଗ୍ରାମ ପଞ୍ଚାୟତର ସଭ୍ୟମାନଙ୍କୁ କିଏ ନିର୍ବାଚିତ କରନ୍ତି ?
Answer:
ଗ୍ରାମ ପଞ୍ଚାୟତର ସଭ୍ୟମାନଙ୍କୁ ଲୋକମାନେ ନିର୍ବାଚିତ କରନ୍ତି ।
Question 4.
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ କେତେ ବର୍ଷ ?
Answer:
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ୫ ବର୍ଷ ।
![]()
Question 5.
ସାଙ୍ଗଖୁ ରାଧୁ ଖାଣ୍ଡୁ ଗ୍ରାମପଞ୍ଚାୟତ କେଉଁଠାରେ ଅଛି ?
Answer:
ସାଙ୍ଗଖୁ ରାଧୁ ଖାଣ୍ଡୁ ପଶ୍ଚିମ ସିକ୍କିମ୍ରେ ଅଛି ।
Question 6.
ଜିଲ୍ଲା ପରିଷଦ କ’ଣ ?
Answer:
ଜିଲ୍ଲା ପରିଷଦ ହେଉଛି ଜିଲ୍ଲା ସ୍ତରୀୟ ସ୍ଥାନୀୟ ସରକାର ।
Question 7.
ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଚତମ ସ୍ତର କିଏ ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଚତମ ସ୍ତର ହେଉଛି ଜିଲ୍ଲା ପରିଷଦ ।
Question 8.
ଗ୍ରାମ ପଞ୍ଚାୟତର ମୁଖ୍ୟ କିଏ ଅଟନ୍ତି ?
Answer:
ଗ୍ରାମ ପଞ୍ଚାୟତର ମୁଖ୍ୟ ସରପଞ୍ଚ ଅଟନ୍ତି ।
Question 9.
ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ?
Answer:
ଗ୍ରାମପଞ୍ଚାୟତର ଲୋକମାନଙ୍କଦ୍ଵାରା ପ୍ରତ୍ୟକ୍ଷ ଭାବରେ ସରପଞ୍ଚ ନିର୍ବାଚିତ ହୋଇଥା’ନ୍ତି ।
![]()
Question 10.
ଦୃଷ୍ଟାନ୍ତମୂଳକ ସରପଞ୍ଚମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଖାନଖଣ୍ଡଭି ଗ୍ରାମର ସରପଞ୍ଚ କିଏ ଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଖାନଖଣ୍ଡଭି ଗ୍ରାମର ସରପଞ୍ଚ ବନ୍ଦନା ବାହାଦୂର ମୈଦା ଥିଲେ ।
Question 11.
କେଉଁ ଦୃଷ୍ଟାନ୍ତମୂଳକ ସରପଞ୍ଚ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଏକ ଗ୍ରାମରେ ବାରମ୍ବାର ମରୁଡ଼ି ଯୋଗୁଁ ‘ଆନ୍ନା ହଜାରେ’ଙ୍କ ବର୍ଷାଜଳ ଅମଳ ପ୍ରକଳ୍ପକୁ ଆପଣେଇଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚ ପୋପଟରା ବାଗୁଜୀ ପାୱାର ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଏକ ଗ୍ରାମରେ ବାରମ୍ବାର ମରୁଡ଼ି ଯୋଗୁଁ ‘ଆନ୍ନା ହଜାରେ’ଙ୍କ ବର୍ଷାଜଳ ଅମଳ ପ୍ରକଳ୍ପକୁ ଆପଣେଇଥିଲେ ?
Question 12.
ଦୃଷ୍ଟାନ୍ତମୂଳକ ସରପଞ୍ଚ ରୁକ୍ମିଣୀ ଗଦ୍ବା କେଉଁ ଗ୍ରାମପଞ୍ଚାୟତର ସରପଞ୍ଚ ଥିଲେ ?
Answer:
ଦୃଷ୍ଟାନ୍ତମୂଳକ ସରପଞ୍ଚ ରୁକ୍ମିଣୀ ଗଦ୍ବା କୋରାପୁଟ ଜିଲ୍ଲାର ଜୟପୁର ପଞ୍ଚାୟତ ସମିତି ଅଧୀନରେ ଥିବା ଟାଙ୍କୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଥୁଲେ ।
ନିମ୍ନଲିଖ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
Question 1.
ଜିଲ୍ଲା ପରିଷଦଙ୍କ କାର୍ଯ୍ୟକାଳ ହେଉଛି
(କ) ୪ ବର୍ଷ
(ଖ) ୫ ବର୍ଷ
(ଗ) ୬ ବର୍ଷ
(ଘ) ୭ ବର୍ଷ
Answer:
(ଖ) ୫ ବର୍ଷ
![]()
Question 2.
ଦ୍ୟାନେଶ୍ୱର କାମ୍ବଲେ ୨୦୧୭ ମସିହାରେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର __________ ଗ୍ରାମର ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ ।
(କ) ବେଗୁନିପାଲ
(ଖ) ତରଙ୍ଗଫାଲ
(ଗ) ଖାନଖଣ୍ଡ ଭି
(ଘ) ଶିମିଳିପାଳ
Answer:
(ଖ) ତରଙ୍ଗଫାଲ
Question 3.
ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ ୨୦୧୪ ମସିହାରେ ନିମ୍ନୋକ୍ତ କେଉଁ ପୁରସ୍କାର ପାଇଥିଲେ ?
(କ) ଅଶୋକଚକ୍ର
(ଖ) ପଦ୍ମଭୂଷଣ
(ଗ) ପଦ୍ମଶ୍ରୀ
(ଘ) ରାଜୀବଗାନ୍ଧି ନେତୃତ୍ୱ ପୁରସ୍କାର
Answer:
(ଖ) ପଦ୍ମଭୂଷଣ
Question 4.
୨୦୧୭ ମସିହାରେ ଟାଙ୍କୁଆ ଗ୍ରାମପଞ୍ଚାୟତର ସରପଞ୍ଚ କିଏ ଥିଲେ ?
(କ) ରୁକ୍ମିଣୀ ଗାଟ୍
(ଖ) ରଶ୍ମି ଗାଟର
(ଗ) ରୁକ୍ମିଣୀ ଗଦବା
(ଘ) ଆରତୀ ଦେବୀ
Answer:
(ଗ) ରୁକ୍ମିଣୀ ଗଦବା
Question 5.
__________ ମସିହାରେ ଶ୍ରୀ ପୋପଟରାଓ ପାୱାରଙ୍କୁ ପଦ୍ମଶ୍ରୀ ଉପାଧ୍ଧରେ ଭୂଷିତ କରାଯାଇଥିଲା ।
(କ) १०१०
(ଖ) ୨୦୨୧
(ଗ) ୨୦୨୫
(ଘ) ୧୯୮୦
Answer:
(କ) १०१०
![]()
Question 6.
ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ କ’ଣ କୁହାଯାଏ ?
(କ) ସରପଞ୍ଚ
(ଖ) ବିଡ଼ିଓ
(ଗ) ମନ୍ତ୍ରୀ
(ଘ) ପଟରୀ
Answer:
(କ) ସରପଞ୍ଚ
Question 7.
ନିମ୍ନୋକ୍ତ କେତେ ମାସରେ ଥରେ ପଞ୍ଚାୟତ ସମିତି ବୈଠକ କରିଥାଏ ?
(କ) ଦୁଇ ମାସରେ ଥରେ
(ଖ) ତିନି ମାସରେ ଥରେ
(ଗ) ଚାରି ମାସରେ ଥରେ
(ଘ) ପାଞ୍ଚ ମାସରେ ଥରେ
Answer:
(କ) ଦୁଇ ମାସରେ ଥରେ
Question 8.
ଜିଲ୍ଲା ସ୍ତରରେ ଗଠିତ ହୋଇଥିବା ସ୍ଵାୟତ୍ତ ଶାସନ ସଂସ୍ଥାକୁ କ’ଣ କୁହାଯାଏ ?
(କ) ଜିଲ୍ଲା ପରିଷଦ
(ଖ) ପଲ୍ଲୀସଭା
(ଗ) ଗ୍ରାମପଞ୍ଚାୟତ
(ଘ) ପଞ୍ଚାୟତ ସମିତି
Answer:
(କ) ଜିଲ୍ଲା ପରିଷଦ
![]()
Question 9.
ଓଡ଼ିଶାରେ କେତୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଛି ?
(କ) ୫୪୬୮
(ଖ) ୬୭୯୮
(ଗ) ୮୯୭୬
(ଘ) ୯୮୭୬
Answer:
(ଖ) ୬୭୯୮
Question 10.
ଓଡ଼ିଶାରେ କେତୋଟି ଜିଲ୍ଲା ପରିଷଦ ଅଛି ?
(କ) ୨୮
(ଖ) ୩୦
(ଗ) ୩୮
(ଘ) ୪୨
Answer:
(ଖ) ୩୦
![]()
Question 11.
ଓଡ଼ିଶାରେ କେତୋଟି ପଞ୍ଚାୟତ ସମିତି କାର୍ଯ୍ୟ କରୁଛି ?
(କ) ୨୫୮
(ଖ) ୩୧୨
(ଗ) ୩୧୪
(ଘ) ୩୨୪
Answer:
(ଗ) ୩୧୪
Question 12.
କେଉଁ ଶାସନ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଅଛି ?
(କ) ପଞ୍ଚାୟତିରାଜ ବ୍ୟବସ୍ଥା
(ଗ) ଜିଲ୍ଲା ପରିଷଦ
(ଖ) ପୌର ପରିଷଦ
(ଘ) ଗ୍ରାମ ପଞ୍ଚାୟତ
Answer:
(କ) ପଞ୍ଚାୟତିରାଜ ବ୍ୟବସ୍ଥା
Question 13.
ଶତକଡ଼ା କେତେ ଭାଗ ସିଟ୍ ମହିଳାମାନଙ୍କ ପାଇଁ ଉଭୟ ପଞ୍ଚାୟତିରାଜ ଏବଂ ସହରାଞ୍ଚଳର ସ୍ଥାନୀୟ ସରକାରରେ ରଖାଯାଇଛି ?
(କ) ୩୩%
(ଖ) ୨୫%
(ଗ) ୫୦%
(ଘ) ୬୦%
Answer:
(କ) ୩୩%
Question 14.
ଗ୍ରାମପଞ୍ଚାୟତ ସମ୍ପର୍କରେ ନିମ୍ନଲିଖ ମଧ୍ୟରୁ ଭୁଲ୍ ବାକ୍ୟକୁ ସୂଚାଅ ।
(କ) ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଗ୍ରାମ ପଞ୍ଚାୟତ ସବୁଠାରୁ ନିକଟତର
(ଖ) ଏହାର ସଭ୍ୟମାନେ ଗ୍ରାମର ସାବାଳକ ଭୋଟରମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।
(ଗ) ବର୍ତ୍ତମାନ ଅଧୂକରୁ ଅଧୂକ ମହିଳା ସରପଞ୍ଚ ହେଉଛନ୍ତି ।
(ଘ) ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜଣେ ମୁଖ୍ୟଙ୍କୁ ବାଛନ୍ତି, ଯେକି ଜଣେ ବିଧାୟକ ।
Answer:
(ଘ) ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଜଣେ ମୁଖ୍ୟଙ୍କୁ ବାଛନ୍ତି, ଯେକି ଜଣେ ବିଧାୟକ ।
![]()
ଶୂନ୍ୟସ୍ଥାନ ପୂରଣ କର ।
Question 1.
ଆମ ଦେଶ ଶାସନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅଛି ।
Answer:
ଦିଲ୍ଲୀ
Question 2.
‘ବେୟାରଫୁଟ କଲେଜ’ କାର୍ଯ୍ୟକ୍ରମ ‘ଶିଶୁ ସଂସଦ’ ___________ ଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ।
Answer:
ବଙ୍କର ରାୟ
Question 3.
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ ____________ କାର୍ଯ୍ୟ କରିଥାଏ ।
Answer:
ଜିଲ୍ଲା ପରିଷଦ
Question 4.
ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ___________ ବର୍ଷ |
Answer:
୫
![]()
Question 5.
ବ୍ଲକ୍ର ଦୈନନ୍ଦିନ କାର୍ଯ୍ୟ ବୁଝିବାପାଇଁ ସରକାର __________ ଙ୍କୁ ନିଯୁକ୍ତି ଦେଇଥା’ନ୍ତି ।
Answer:
ବି.ଡ଼ି.ଓ
Question 6.
ଜିଲ୍ଲା ପରିଷଦର କାର୍ଯ୍ୟକାଳ __________ ବର୍ଷ ଅଟେ |
Answer:
୫
Question 7.
ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ __________ ରହି ଗ୍ରାମ ପଞ୍ଚାୟତ ଓ ପଞ୍ଚୟତ ସମିତି ମାଧ୍ୟମରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କାର୍ଯ୍ୟ କରିଥାଏ ।
Answer:
ଜିଲ୍ଲା ପରିଷଦ
Question 8.
ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପରିଷଦ ମଧ୍ଯରେ ______________ ଏକ ସଂଯୋଗ ସଦୃଶ ।
Answer:
ପଞ୍ଚାୟତ ସମିତି
![]()
Question 9.
ଗ୍ରାମାଞ୍ଚଳରେ _____________ ସରକାରକୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ସଙ୍ଗଠିତ କରାଯାଇଛି ।
Answer:
ସ୍ଥାନୀୟ
Question 10.
ଓଡ଼ିଶାରେ _______________ ଟି ଜିଲ୍ଲା ପରିଷଦ, ___________ ଟି ପଞ୍ଚାୟତ ସମିତି ଓ ___________ ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଅଛି ।
Answer:
୩୦, ୩୧୪, ୬୭୯୮
Question 11.
ଅର୍ଥଶାସ୍ତ୍ରର ରଚୟିତା _____________ |
Answer:
କୌଟଲ୍ୟ
Question 12.
କୌଟଲ୍ୟ ପରବର୍ତ୍ତୀ ସମୟରେ ____________ ନାମରେ ପରିଚିତ ହୋଇଥିଲେ ।
Answer:
ଚାଣକ୍ୟ
![]()
Question 13.
ପଞ୍ଚାୟତିରାଜ ବ୍ୟବସ୍ଥା ____________ କୁ ଲୋକଙ୍କ ପାଖକୁ ଆଣିଥାଏ, ଯେଉଁଥରେ ସେମାନେ ସକ୍ରିୟ ଅଂଶଗ୍ରହଣ କରି ___________ ନିଅନ୍ତି ।
Answer:
ଶାସନ, ନିଷ୍ପଭି
Question 14.
ପୋପଟରା ବାଗୁଜୀ ପାୱାର ___________ ହେଲାପରେ ଆନ୍ନା ହଜାରେଙ୍କ ମଡେଲରେ ‘ବର୍ଷାଜଳ ଅମଳ’, ଜଳଛାୟା ସଂରକ୍ଷଣ ପ୍ରକଳ୍ପ ଏବଂ ବ୍ୟାପକ ବୃକ୍ଷରୋପଣର ମଡେଲଗୁଡ଼ିକୁ ଗ୍ରହଣ କରି ହିରେ ହଜାର ଗ୍ରାମକୁ ଏକ ସମୃଦ୍ଧ ଗ୍ରାମରେ ପରିଣତ କରିଥିଲେ ।
Answer:
ସରପଞ୍ଚ
Question 15.
ସୋଲାପୁର ଜିଲ୍ଲାର ତରଙ୍ଗପାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଦ୍ୟାନେଶ୍ୱର କାମ୍ବଲେଙ୍କ ଉଦ୍ଦେଶ୍ୟ ଅଟେ ।
Answer:
ଗ୍ରାମସେବା
ସତ୍ୟ କିମ୍ବା ମିଥ୍ୟା ଦର୍ଶାଅ ।
Question 1.
ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।
Answer:
ମିଥ୍ୟା
Question 2.
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ ଗ୍ରାମପଞ୍ଚାୟତ ଥାଏ ।
Answer:
ମିଥ୍ୟା
![]()
Question 3.
ଗ୍ରାମାଞ୍ଚଳରେ ସ୍ଥାନୀୟ ସରକାରକୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ସଙ୍ଗଠିତ କରାଯାଇଛି ।
Answer:
ସତ୍ୟ
Question 4.
ଓଡ଼ିଶାରେ ୩୦ଟି ଜିଲ୍ଲା ପରିଷଦ କାର୍ଯ୍ୟ କରୁଅଛି ।
Answer:
ସତ୍ୟ
Question 5.
୨୦୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ ରାଜୀବଗାନ୍ଧି ନେତୃତ୍ୱ ପୁରସ୍କାର ପାଇଥିଲେ ।
Answer:
ମିଥ୍ୟା
Question 6.
ଗ୍ରାମବାସୀଙ୍କ ଜମି ରେକର୍ଡ଼ର ରକ୍ଷଣାବେକ୍ଷଣ ଦାୟିତ୍ଵ ପତରୀ ନାମକ ଜଣେ ଅଧିକାରୀଙ୍କ ଉପରେ ନ୍ୟସ୍ତ ଥାଏ ।
Answer:
ସତ୍ୟ
Question 7.
ଦ୍ୟାନେଶ୍ୱର କାମ୍ବଲେ ଥିଲେ ଜଣେ କିନ୍ନର ଯେକି ୨୦୧୭ରେ ବ୍ଲକ୍ ଉନ୍ନୟନ ଅଧିକାରୀ ଭାବରେ ନିଯୁକ୍ତି ହୋଇଥିଲେ ।
Answer:
ମିଥ୍ୟା
Question 8.
୨୦୨୦ ମସିହାରେ ମହାରାଷ୍ଟ୍ରର ଶ୍ରୀ ପୋପଟରା ବାଗୁଜୀ ପାୱାରଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Answer:
ମିଥ୍ୟା ।
![]()
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଲକ୍ଷ୍ମଣପୁର | ସ୍ଥାନୀୟ ସରକାର |
| ପଞ୍ଚାୟତ | ମହାରାଷ୍ଟ୍ର |
| ବନ୍ଦନା ବାହାଦୂର ମୈଦା | ରୁକ୍ମଣି ଗଦ୍ |
| ପୋପଟରା ବାଗୁଜୀ ପାୱାର | ହିମାଳୟ |
| ଟାଙ୍କୁଆ ଗ୍ରାମପଞ୍ଚାୟତ | ମଧ୍ୟପ୍ରଦେଶ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଲକ୍ଷ୍ମଣପୁର | ହିମାଳୟ |
| ପଞ୍ଚାୟତ | ସ୍ଥାନୀୟ ସରକାର |
| ବନ୍ଦନା ବାହାଦୂର ମୈଦା | ମଧ୍ୟପ୍ରଦେଶ |
| ପୋପଟରା ବାଗୁଜୀ ପାୱାର | ମହାରାଷ୍ଟ୍ର |
| ଟାଙ୍କୁଆ ଗ୍ରାମପଞ୍ଚାୟତ | ରୁକ୍ମଣି ଗଦ୍ |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଗ୍ରାମପଞ୍ଚାୟତର କାର୍ଯ୍ୟକାଳ | ବଙ୍କର ରାୟ |
| ସାଙ୍ଗଖୁ ରାଧୁ ଖାଣ୍ଡୁ | ଅର୍ଥଶାସ୍ତ୍ର |
| ଶିଶୁ ସଂସଦ | ଓଡ଼ିଶା |
| କୌଟିଲ୍ଯ | ପଶ୍ଚିମ ସିକ୍କିମ୍ |
| ୩୧୪ଟି ପଞ୍ଚାୟତ ସମିତି | ୫ ବର୍ଷ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଗ୍ରାମପଞ୍ଚାୟତର କାର୍ଯ୍ୟକାଳ | ୫ ବର୍ଷ |
| ସାଙ୍ଗଖୁ ରାଧୁ ଖାଣ୍ଡୁ | ପଶ୍ଚିମ ସିକ୍କିମ୍ |
| ଶିଶୁ ସଂସଦ | ବଙ୍କର ରାୟ |
| କୌଟିଲ୍ଯ | ଅର୍ଥଶାସ୍ତ୍ର |
| ୩୧୪ଟି ପଞ୍ଚାୟତ ସମିତି | ଓଡ଼ିଶା |