Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

Students can use Class 4 Math Solution Odia Medium and Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର to check their answers after solving exercises.

4th Class Maths Chapter 10 Question Answer Odia Medium

Class 4 Maths Chapter 10 Odia Medium

ପଶୁମାନଙ୍କ ଡିଆଁ

Page No. (୧୪୩ to ୧୪୫)

ଉପଯୁକ୍ତ ସଂଖ୍ୟା ଗୁଡ଼ିକୁ ନେଇ ଶୂନ୍ୟସ୍ଥାନ ପୂରଣ କର । ନିଜ ଖାଦ୍ୟ ପାଖରେ ପହଞ୍ଚିବା ପାଇଁ ପଶୁଟିକୁ କେତେଥର ଡେଇଁବା ଆବଶ୍ୟକ ସ୍ଥିର କର ।

Question 1.
ବେଙ୍ଗଟି ଥରକେ ୩ ପାହୁଣ୍ଡ ଡିଏଁ । ବେଙ୍ଗଟି ତା’ ଡିଆଁରେ କେଉଁ ସଂଖ୍ୟାମାନଙ୍କୁ ଛୁଇଁବ ? ବେଙ୍ଗଟି କ’ଣ ୬୭କୁ ଛୁଇଁ ପାରିବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 1
Solution:
୩, ୬, ୯, ୧୨, ୧୫, ୧୮, ୨୧, ୨୪, ୨୭, ୩୦, ୩୩, ୩୬, ୩୯, ୪୨, ୪୫, ୪୮, ୫୧, ୫୪, ୫୭, ୬୦, ୬୩, ୬୬ (ଏହିପରି ଆଗକୁ) । ନା, କାରଣ ୬୭ ୩ ଦ୍ଵାରା ବିଭାଜ୍ୟ ନୁହେଁ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 2

Question 2.
ଗୁଣ୍ଡୁଚି ମୂଷାଟି ଥରକେ ୪ ପାହୁଣ୍ଡ ଡିଏଁ । ଗୁଣ୍ଡୁଚି ମୂଷା ଡେଇଁବା ସମୟରେ କେଉଁ ସଂଖ୍ୟାମାନଙ୍କୁ ଛୁଇଁବ ? ୬୦ରେ ପହଞ୍ଚିବା ପାଇଁ ଗୁଣ୍ଡୁଚି ମୂଷା କେତେଥର ଡେଇଁବା ଉଚିତ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 3
Solution:
୪, ୮, ୧୨, ୧୬, ୨୦, ୨୪, ୨୮, ୩୨, ୩୬, ୪୦, ୪୪, ୪୮, ୫୨, ୫୬, ୬୦ । ୧୫ ଥର (୬୦ ÷ ୪ = ୧୫)
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 4

Question 3.
ଠେକୁଆଟି ଥରକେ ୬ ପାହୁଣ୍ଡ ଡିଏଁ । ଠେକୁଆ ଡେଇଁବା ଭିତରେ କେଉଁ ସଂଖ୍ୟାଗୁଡ଼ିକୁ ଛୁଇଁବ ? ସର୍ବନିମ୍ନ କେଉଁ ତିନିଅଙ୍କ ବିଶିଷ୍ଟ ସଂଖ୍ୟାକୁ ଠେକୁଆଟି ଛୁଇଁଥ‌ିବ ? ସେହି ସଂଖ୍ୟାରେ ପହଞ୍ଚିବା ପାଇଁ ଠେକୁଆକୁ କେତେ ଥର ଡେଇଁବାକୁ ପଡ଼ିଥ‌ିବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 5
Solution:
୬, ୧୨, ୧୮, ୨୪, ୩୦, ୩୬, ୪୨, ୪୮, ୫୪, ୬୦ ୮୧୦୨ (୧୦୦ ପରେ ୬ ର ପ୍ରଥମ ଗୁଣିତକ) । ସେହି ସଂଖ୍ୟାରେ ପହଞ୍ଚିବା ପାଇଁ ଠେକୁଆକୁ ୧୭ଥର ଡେଇଁବାକୁ ପଡ଼ିଥ‌ିବ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 6

Question 4.
କଙ୍ଗାରୁଟି ଥରକେ ୮ ପାହୁଣ୍ଡ ଡିଏଁ । କଙ୍ଗାରୁ ଡେଇଁବା ଭିତରେ କେଉଁ ସଂଖ୍ୟାଗୁଡ଼ିକୁ ଛୁଇଁବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 7
Solution:
୮, ୧୬, ୨୪, ୩୨, ୪୦, ୪୮, ୫୬, ୬୪, ୭୨, ୮୦।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 8

ଯେଉଁ ସଂଖ୍ୟାଗୁଡ଼ିକୁ ଉଭୟ ଠେକୁଆ ଓ କଙ୍ଗାରୁ ଛୁଇଁଥ‌ିବେ ତାକୁ ଲେଖ ।
Solution:
୨୪, ୪୮, ୭୨ (ଏଗୁଡ଼ିକ ୬ ଓ ୮ ର ସାଧାରଣ ଗୁଣିତକ) ।

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 9
Question 5.
୪୮ରେ ପହଞ୍ଚିବା ପାଇଁ ଠେକୁଆଟି କେତେଥର ଡେଇଁଥ‌ିବ ? _________________
Solution:
୬ଥର (୮ × ୬ = ୪୮)

ସୂଚିତ ସଂଖ୍ୟାରେ ପହଞ୍ଚିବା ପାଇଁ କଙ୍ଗାରୁକୁ କେତେଥର ଡେଇଁବାକୁ ପଡ଼ିବ ? ତୁମେ ଏଥୁରୁ କ’ଣ ଲକ୍ଷ୍ୟ କଲ ? ______________________________
Solution:
ସୂଚିତ ସଂଖ୍ୟା (୪୮)ରେ ପହଞ୍ଚିବା ପାଇଁ କଙ୍ଗାରୁକୁ ୬ଥର ଡେଇଁବାକୁ ପଡ଼ିବ, ଏଥ‌ିରୁ ଆମେ ଜାଣିଲୁ ଯେ, ୬ ଓ ୮ର ସାଧାରଣ ଗୁଣିତକ ୪୮।
ତୁମର ଭାବନା ଅନ୍ୟମାନଙ୍କ ସହ ଆଲୋଚନା କର ।

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

Question 6.
୬୦ରେ ପହଞ୍ଚିବା ପାଇଁ ବେଙ୍ଗଟି କେତେଥର ଡେଇଁଲା ? ___________________
Solution:
୨୦ଥର (କାରଣ ବେଙ୍ଗ ଥରକେ ୩ ପାହୁଣ୍ଡ ଡିଏଁ ।)

ସେହି ସମାନ ସଂଖ୍ୟାରେ ପହଞ୍ଚିବା ପାଇଁ ଠେକୁଆଟି କେତେଥର ଡେଇଁଲା ? _______________
Solution:
୧୦ଥର (୬ × ୧୦ = ୬୦)

ଏଥୁରୁ ତୁମେ କ’ଣ ଲକ୍ଷ୍ୟ କଲ ?
Solution:
ଏଥୁରୁ ଆମେ ଜାଣିଲୁ ଯେ, ୬୦ (୬ ଓ ୧୦ର ଗୁଣିତକ) ତୁମର ଭାବନା ଅନ୍ୟ ମାନଙ୍କ ସହ ବିନିମୟ କର ।

ସାଧାରଣ ଗୁଣିତକ
୧. କେଉଁ ସଂଖ୍ୟାଗୁଡ଼ିକୁ ଉଭୟ ବେଙ୍ଗ ଓ ଗୁଣ୍ଡୁଚି ମୂଷା ଛୁଇଁଛନ୍ତି ? ଉଭୟ ଛୁଇଁଥ‌ିବା ସଂଖ୍ୟାଗୁଡ଼ିକ ହେଉଛି
୩ ଓ ୪ ର କିଛି ସାଧାରଣ ଗୁଣିତକ : ___________________________
Solution:
୧୨, ୨୪, ୩୬, ୪୮ (ଏଗୁଡ଼ିକ ୩ ଓ ୪ ର ସାଧାରଣ ଗୁଣିତକ)

୨. କେଉଁ ସଂଖ୍ୟାଗୁଡ଼ିକୁ ଉଭୟ ଠେକୁଆ ଓ କଙ୍ଗାରୁ ଛୁଇଁଛନ୍ତି ?
୬ ଓ ୮ର କିଛି ସାଧାରଣ ଗୁଣିତକ : ______________________________
Solution:
୨୪, ୪୮, ୭୨ (ଏଗୁଡ଼ିକ ୬ ଓ ୮ ର ସାଧାରଣ ଗୁଣିତକ)

Question 7.
ଯଦି ବିଲେଇ ଓ ମୂଷା ଏକା ସଂଖ୍ୟା ଉପରେ ରୁହନ୍ତି, ବିଲେଇ ମୂଷାକୁ ଧରିନେବ । ଏବେ ବିଲେଇଟି ୬ ଉପରେ ଏବଂ ମୂଷା ୧୨ ଉପରେ ଅଛନ୍ତି । ବିଲେଇଟି ୩ ପାହୁଣ୍ଡ ଆଗକୁ ଡେଇଁବା ବେଳେ ମୂଷାଟି ୨ ପାହୁଣ୍ଡ ଆଗକୁ ଡିଏଁ । ବିଲେଇଟି ମୂଷାକୁ ଧରିପାରିବ କି ?
– ଯଦି ହଁ, କେଉଁ ସଂଖ୍ୟା ଉପରେ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 10
Solution:
ହଁ, ୨୪ ଉପରେ ।

Question 8.
ନିମ୍ନ ସାରଣୀରେ ଚିହ୍ନିତ ହୋଇଥ‌ିବା ଉଦାହରଣ ଦୁଇଟିକୁ ଲକ୍ଷ୍ୟ କର । ସେହିପରି ଉକ୍ତ ସାରଣୀରେ ଗୁଣନ ଓ ହରଣ ସଂପର୍କ ଥ‌ିବା ଅନ୍ୟ ସଂଖ୍ୟା କ୍ରମକୁ ରଙ୍ଗ ଦିଅ ଓ ଏହି କ୍ରମକୁ ବାକ୍ୟରେ ପ୍ରକାଶ କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 11
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 12
୧୨ଟି ।

ବିନିର ବଗିଚା

Page No. (୧୪୬ to ୧୪୮)

Question 1.
ବିନିର ବଗିଚାରେ କାଗଜ ଫୁଲ ଫୁଟିଛି । ପ୍ରତ୍ୟେକ କାଗଜ ଫୁଲର ତିନୋଟି ଲେଖାଏଁ ପାଖୁଡ଼ା । ତେବେ ୧୨ ଗୋଟି ଫୁଲରେ କେତୋଟି ପାଖୁଡ଼ା ଅଛି ? ତୁମେ କିପରି ଉତ୍ତର ପାଇଲ ଦର୍ଶାଅ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 13
ବିନି ୩ × ୧୨ ଟି ପାଖୁଡ଼ା ପାଇବ ।
୧୦ଟି କଇଁ ଫୁଲରେ ୩ × ୧୦ = ୩୦ଟି ପାଖୁଡ଼ା
୨ଟି କଇଁ ଫୁଲରେ _____________ ଟି ପାଖୁଡ଼ା ।
୮ଟି କଇଁ ଫୁଲରେ ____________ ଟି ପାଖୁଡ଼ା ।
Solution:
ବିନି ୩ × ୧୨ ଟି ପାଖୁଡ଼ା ପାଇବ ।
୧୦ଟି କଇଁ ଫୁଲରେ ୩ × ୧୦ = ୩୦ଟି ପାଖୁଡ଼ା
୨ଟି କଇଁ ଫୁଲରେ ୬ ଟି ପାଖୁଡ଼ା ।
୮ଟି କଇଁ ଫୁଲରେ ୨୪ ଟି ପାଖୁଡ଼ା ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 14

Question 2.
ଗୋଟିଏ ମନ୍ଦାର ଫୁଲର ୫ଟି ପାଖୁଡ଼ା । ବିନି ସବୁ ଫୁଲର ପାଖୁଡ଼ା ଗଣି ୮୦ଟି ବୋଲି କହିଲା । ତେବେ ତା ପାଖରେ କେତୋଟି ଫୁଲ ଥୁଲା ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 15
Solution:
ବିନି ପାଖରେ ୮୦ ÷ ୫ଟି ଫୁଲ ଥିଲା ।
୫ଟି ପାଖୁଡ଼ାରେ ୧ଟି ଫୁଲ ।
୧୦ଟି ପାଖୁଡ଼ାରେ ୨ଟି ଫୁଲ ।
୫୦ଟି ପାଖୁଡ଼ାରେ ୧୦ଟି ଫୁଲ ।
୬୦ଟି ପାଖୁଡ଼ାରେ ୧୨ ଟି ଫୁଲ ।
୭୦ଟି ପାଖୁଡ଼ାରେ ୧୪ ଟି ଫୁଲ ।
୮୦ଟି ପାଖୁଡ଼ାରେ ୧୬ ଟି ଫୁଲ ।
୧୬ଟି ।

ଶିକ୍ଷକଙ୍କ ପାଇଁ ସୂଚନା: ଏହି ଅଧ୍ୟାୟରେ ଏକ ଅଙ୍କ, ଦୁଇ ଅଙ୍କ ଏବଂ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ସହ ଗୁଣନ ଉପରେ ଗୁରୁତ୍ୱ ଦିଆଯାଇଛି । ସହଜ ହିସାବ ନିମନ୍ତେ ଗୁଣକ (ଦଳ ସଂଖ୍ୟା)କୁ ୧୦ ବା ୧୦ର ଗୁଣିତକ ଦ୍ଵାରା ଗୁଣନ କାର୍ଯ୍ୟ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରାଯିବା ଉଚିତ ।

Question 3.
ଚିତ୍ରରେ ଦିଆଯାଇଥ୍‌ ପରି ବିନି କିଛି ଗେଣ୍ଡୁ ଚାରା ଲଗାଇଲା ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 16
ପ୍ରତ୍ୟେକ ଧାଡ଼ିରେ ଥ‌ିବା ଚାରାଗଛ ସଂଖ୍ୟା ________________ ।
ଏଠାରେ ଥ‌ିବା ଧାଡ଼ି ସଂଖ୍ୟା ________________ ।
ସେ କେତୋଟି ଚାରା ଲଗାଇଛି ? ______________
ତୁମେ ଏହା କିପରି ହିସାବ କଲ ? ______________
ଗାଣିତିକ ଉକ୍ତିଟି : _______________ ।
Solution:
ପ୍ରତ୍ୟେକ ଧାଡ଼ିରେ ଥ‌ିବା ଚାରାଗଛ ସଂଖ୍ୟା = ୧୧
ଏଠାରେ ଥ‌ିବା ଧାଡ଼ି ସଂଖ୍ୟା = ୩
ସେ କେତୋଟି ଚାରା ଲଗାଇଛି ? ୩୩ (୧୧ × ୩)
ତୁମେ ଏହା କିପରି ହିସାବ କଲ ? ୧୧ × ୩ = ୩୩
ଗାଣିତିକ ଉକ୍ତିଟି : ୧୧ (ଗୁଣ୍ୟ) × ୩ (ଗୁଣକ) = ୩୩ (ଗୁଣଫଳ)

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

Question 4.
ସମ୍ବଲପୁର ବଡ଼ବଜାରର ଜଣେ ଫଳ ଦୋକାନୀ ଗୋଟିଏ ବଡ଼ ଟ୍ରେ’ରେ ଖଜୁରୀ କୋଳି ପ୍ୟାକେଟ୍ ଗୁଡ଼ିକୁ ସଜାଇ ରଖୁଛନ୍ତି । ଦୋକାନୀ କେତେ ପ୍ୟାକେଟ ଖଜୁରୀ କୋଳି ରଖୁଛନ୍ତି ?
ତୁମେ ଏହା କିପରି ହିସାବ କଲ କୁହ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 17
ପ୍ରତ୍ୟେକ ସ୍ତମ୍ଭରେ ଥିବା ଖଜୁରୀ କୋଳି ପ୍ୟାକେଟ୍ ସଂଖ୍ୟା : ______________ ।
ଏଠାରେ ଖଜୁରୀ କୋଳି ପ୍ୟାକେଟ୍ ରହିଥ‌ିବା ସ୍ତମ୍ଭ ସଂଖ୍ୟା : ______________ ।
ସମୁଦାୟ ଖଜୁରୀ କୋଳି ପ୍ୟାକେଟ ସଂଖ୍ୟା : ______________ ।
ଗାଣିତିକ ଉକ୍ତିଟି : ______________ ।
Solution:
ପ୍ରତ୍ୟେକ ସ୍ତମ୍ଭରେ ଥିବା ଖଜୁରୀ କୋଳି ପ୍ୟାକେଟ୍ ସଂଖ୍ୟା : ୬
ଏଠାରେ ଖଜୁରୀ କୋଳି ପ୍ୟାକେଟ୍ ରହିଥ‌ିବା ସ୍ତମ୍ଭ ସଂଖ୍ୟା : ୧୬
ସମୁଦାୟ ଖଜୁରୀ କୋଳି ପ୍ୟାକେଟ ସଂଖ୍ୟା : ୧୬ × ୬ = ୯୬
ଗାଣିତିକ ଉକ୍ତିଟି : ୧୬ (ଗୁଣ୍ୟ) × ୬ (ଗୁଣକ) = ୯୬ (ଗୁଣଫଳ)

Question 5.
ରାଧାର ଗୋଟିଏ କେକ୍ କାରଖାନା ଅଛି । ଚିତ୍ରରେ ଦିଆଯାଇଥ‌ିବା ପରି ଗୋଟିଏ ଟ୍ରେ’ରେ ସେ ୧୮ଟି କେକ୍ ପ୍ରସ୍ତୁତ କରେ ?
(କ) ତଳେ ଦିଆଯାଇଥ‌ିବା ଦୁଇଟି ଟ୍ରେ’ରେ କେକ୍ ଚିତ୍ର କରି ସମ୍ପୂର୍ଣ କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 18
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 19

(ଖ) ସେ ଏକ ସମୟରେ ତା’ ଓଭେନ୍‌ରେ ଏହିପରି ଦୁଇଟି ଟ୍ରେ’ ବ୍ୟବହାର କରିପାରିବ । ସେ ଗୋଟିଏ ଥରରେ କେତୋଟି କେକ୍ ପ୍ରସ୍ତୁତ କରିପାରିବ ? ________________
Solution:
୩୬ଟି (୧୮ × ୨)

(ଗ) ଆଜି କିଛି ଅଧ‌ିକ କେକ୍ ନେବାପାଇଁ ଜଣେ ଗ୍ରାହକ ରାଧାକୁ କହିଛନ୍ତି । ସେଥ‌ିପାଇଁ ସେ ୧୦୮ଟି କେକ୍ ପ୍ରସ୍ତୁତ କରିଛି । କେତୋଟି ଟ୍ରେରେ ସେ ଏସବୁ ପ୍ରସ୍ତୁତ କରିଛି ? ___________
Solution:
୬ଟି (୧୦୮ ÷ ୧୮ = ୬)

(ଘ) ତା’ର ଅନ୍ୟ ଏକ ବର୍ଗାକୃତ କେକ୍ ଟ୍ରେ’ ଅଛି । ସେହି ଟ୍ରେ’ରେ ସେ ୩୬ଟି କେକ୍ ପ୍ରସ୍ତୁତ କରିପାରିବ । ତଳ ଟ୍ରେ’ରେ ସଜାଇ ପୂର୍ଣ୍ଣକର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 20
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 21

ପ୍ରତ୍ୟେକ ସ୍ତମ୍ଭରେ ଥିବା କେକ୍ ସଂଖ୍ୟା : ________________
Solution:
୬

ସ୍ତମ୍ଭ ସଂଖ୍ୟା : ________________
Solution:
୬

ଗୁଣନ ଉକ୍ତି : _________________
Solution:
୬ × ୬ = ୩୬ (ଗୁଣ୍ୟ × ଗୁଣକ = ଗୁଣଫଳ)

ତଳେ ଦିଆଯାଇଥ‌ିବା ସଂଖ୍ୟାର କେକ୍ ଗୁଡ଼ିକୁ ଧାଡ଼ି ଏବଂ ସ୍ତମ୍ଭରେ ବିଭିନ୍ନ ଉପାୟରେ ନିଜ ଖାତାରେ ସଜାଅ ।
୩୬, ୮, ୧୨, ୨୪
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 22
ଶିକ୍ଷକଙ୍କ ପାଇଁ ସୂଚନା : ଉତ୍ତର ନିର୍ଣ୍ଣୟ କରିବାର ଭିନ୍ନ ଭିନ୍ନ ଉପାୟମାନ ବାହାର କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ । ପିଲାମାନେ ଗଣନା ନକରି ଗୁଣ୍ୟ ଓ ଗୁଣକ ଆଧାରରେ ହିସାବ କରିପାରିବେ । ଏହି ଧାରଣା ପିଲାମାନଙ୍କୁ ସମାନ ଦଳ ଆଧାରରେ ଗୁଣନ କରିବାର ଏକ ଉପାୟ ରୂପେ ଗ୍ରହଣ କରାଯାଇପାରେ ।

ଯାଦୁବିଦ୍ୟା ଦ୍ବାରା ଦୁଇଗୁଣ

Page No. (୧୪୯ to ୧୫୧)

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 23
ଏବେ ଯାଦୁ ବାଲା ପାଖରେ କେତୋଟି ଫୁଲ ଅଛି ?
Solution:
୪୬ଟି

ଯାଦୁବାଲା କ’ଣ ଯାଦୁ କଲା ?
Solution:
ଯାଦୁବାଲା ୨ଟି ଧାଡ଼ିରେ ଫୁଲଗୁଡ଼ିକୁ ସଜାଇଲା ଯେପରି (୨୩ × ୨ = ୪୬)

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 24
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 25

(କ) ୩୨ର ଦୁଇଗୁଣ : _____________
(ଖ) ୧୪ର ଦୁଇଗୁଣ : _____________
(ଗ) ୨୬ର ଦୁଇଗୁଣ : _____________
(ଘ) ୧୭ର ଦୁଇଗୁଣ : _____________
(ଙ) ୩୯ର ଦୁଇଗୁଣ : _____________
(ଚ) ୪୫ର ଦୁଇଗୁଣ : _____________
Solution:
(କ) ୩୨ର ଦୁଇଗୁଣ : ୬୪ (୩୨ × ୨)
(ଖ) ୧୪ର ଦୁଇଗୁଣ : ୨୮ (୧୪ × ୨)
(ଗ) ୨୬ର ଦୁଇଗୁଣ : ୫୨ (୨୬ × ୨)
(ଘ) ୧୭ର ଦୁଇଗୁଣ : ୩୪ (୧୭ ×୨)
(ଙ) ୩୯ର ଦୁଇଗୁଣ : ୭୮ (୩୯ × ୨)
(ଚ) ୪୫ର ଦୁଇଗୁଣ : ୯୦ (୪୫ × ୨)

Question 1.
ତଳେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ଦୁଇଗୁଣ କରାଗଲେ ସେମାନଙ୍କ ଏକକ ସ୍ଥାନ ଅଙ୍କ କ’ଣ ହେବ ଅନୁମାନ କରି ଖାଲିସ୍ଥାନରେ ଲେଖ ।
(କ) ୨୮ : _____________
(ଖ) ୫୬ : _____________
(ଗ) ୪୫ : _____________
(ଘ) ୧୭ : _____________
Solution:
(କ) ୨୮ : ୬ (୨୮ × ୨ = ୫୬)
(ଖ) ୫୬ : ୨ (୫୬ × ୨ = ୧୧୨)
(ଗ) ୪୫ : ୦ (୪୫ × ୨ = ୯୦)
(ଘ) ୧୭ : ୪ (୧୭ × ୨ = ୩୪)

Question 2.
କେଉଁ ସଂଖ୍ୟାଗୁଡ଼ିକୁ ଦୁଇ ଗୁଣ କଲେ ସେମାନଙ୍କ ଏକକ ସ୍ଥାନର ଅଙ୍କ, ତଳେ ଦିଆଯାଇଥ‌ିବା ଅଙ୍କଗୁଡ଼ିକ ହେବ ଖାଲି ସ୍ଥାନରେ ଲେଖ ।
(କ) ୦ : _____________
(ଖ) ୨ : _____________
(ଗ) ୪ : _____________
(ଘ) ୬ : _____________
(ଙ) ୮ : _____________
Solution:
(କ) ୦ : ୫ (୫ × ୨ = ୧୦)
(ଖ) ୨ : ୬ (୬ × ୨ = ୧୨)
(ଗ) ୪ : ୭ (୭ × = ୧୪)
(ଘ) ୬ : ୮ (୮ × ୨ = ୧୬)
(ଙ) ୮ : ୪ (୪ × ୨ = ୮)

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 26
Solution:
ନାଁ

କୌଣସି ସଂଖ୍ୟାକୁ ଦୁଇଗୁଣ କଲେ ଆମେ କେଉଁ ପ୍ରକାର ସଂଖ୍ୟା ପାଇଛେ, ତୁମେ ଲକ୍ଷ୍ୟ କଲ । ସେଗୁଡ଼ିକ ଯୁଗ୍ମ ବା ଅଯୁଗ୍ମ ?
Solution:
କୌଣସି ସଂଖ୍ୟାକୁ ଦୁଇଗୁଣ କଲେ ଆଉ ଯେଉଁ ସଂଖ୍ୟା ପାଇଲୁ ତାହା ଯୁଗ୍ମ ସଂଖ୍ୟା ଅଟେ ।

ଶିକ୍ଷକଙ୍କ ପାଇଁ ସୂଚନା : ବିଶେଷତଃ ବଡ଼ ସଂଖ୍ୟାଗୁଡ଼ିକୁ ଦୁଇଗୁଣ କିମ୍ବା ଅଧା କରିବା ଲାଗି ଡାଇନ୍ସ ବ୍ଳକ କିମ୍ବା ସଂଖ୍ୟା ମାଳି ବ୍ୟବହାର ଉପରେ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ । ଗୁଣନ ଓ ହରଣ ଶିକ୍ଷାଦାନ କ୍ଷେତ୍ରରେ ଦୁଇଗୁଣ କରିବା ଏବଂ ଅଧା କରିବା, ଦୁଇଟି ବ୍ୟବହାର ଯୋଗ୍ୟ ପନ୍ଥା । ଶିକ୍ଷକ ଏକକ ସ୍ଥାନରେ ଭିନ୍ନ ଭିନ୍ନ ଅଙ୍କ ଅନ୍ତର୍ଭୁକ୍ତ କରିବା ପାଇଁ ସଂଖ୍ୟାଗୁଡ଼ିକ କ୍ରମାନ୍ୱୟରେ ପରିବର୍ତ୍ତନ କରିପାରିବେ ।

ଚିତ୍ରରେ ଥ‌ିବା ପ୍ରତ୍ୟେକ ବର୍ଗକ୍ଷେତ୍ରଗୁଡ଼ିକରେ ଧାଡ଼ି ସଂଖ୍ୟାକୁ ସ୍ତମ୍ଭ ସଂଖ୍ୟା ଦ୍ଵାରା ଗୁଣି ପ୍ରତ୍ୟେକ କୋଠରି ପୂରଣ କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 27
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 28

ସବୁଜ ରଙ୍ଗରେ ସୂଚିତ ବର୍ଗକ୍ଷେତ୍ର ଗୁଡ଼ିକରେ ଥ‌ିବା ସଂଖ୍ୟାଗୁଡ଼ିକରେ କ’ଣ ଲକ୍ଷ୍ୟ କରୁଛ ? ଏପରି କାହିଁକି ହୋଇଛି ?
Solution:
ସବୁଜ ରଙ୍ଗରେ ସୂଚିତ ବର୍ଗକ୍ଷେତ୍ରଗୁଡ଼ିକରେ ଥିବା ସଂଖ୍ୟାଗୁଡ଼ିକରେ ଆମେ ଯୁଗ୍ମସଂଖ୍ୟା ଥିବା ଲକ୍ଷ୍ୟ କରୁଛୁ ।

Question 1.
ସପ୍ତମ ଧାଡ଼ିରେ ଥିବା ସଂଖ୍ୟାଗୁଡ଼ିକ ସପ୍ତମ ସ୍ତମ୍ଭର ସଂଖ୍ୟାମାନଙ୍କ ସମାନ କି ?
Solution:
ହଁ

କୌଣସି ଧାଡ଼ିର ସମସ୍ତ ସଂଖ୍ୟା ଅନୁରୂପ ସ୍ତମ୍ଭର ସଂଖ୍ୟାମାନଙ୍କ ସହ ସମାନ ଅଛି କି ?
Solution:
ହଁ

ଏପରି କାହିଁକି ଘଟୁଛି ?
Solution:
ଏପରି ଘଟିବାର କାରଣ ଧାଡ଼ିର ସଂଖ୍ୟା = ସ୍ତମ୍ଭର ସଂଖ୍ୟା

Question 2.
କୌଣସି ଧାଡ଼ିର ସମସ୍ତ ଗୁଣଫଳ ଯୁଗ୍ମ ସଂଖ୍ୟା ହୋଇଛି କି ?
Solution:
ହଁ

କେଉଁ ଧାଡ଼ିତେ ଏପରି ହୋଇଛି ।
Solution:
୨, ୪, ୬, ୮, ୧୦ ଇତ୍ୟାଦି ଯୁଗ୍ମ ସଂଖ୍ୟାଠାରେ ଏପରି ହୋଇଛି ।

Question 3.
କୌଣସି ଧାଡ଼ିର ସମସ୍ତ ଗୁଣଫଳ କେବଳ ଅଯୁଗ୍ମ ସଂଖ୍ୟା ହୋଇଛି କି ?
Solution:
ନାଁ

Question 4.
ଏପରି କିଛି ଧାଡ଼ି ଅଛିକି ଯେଉଁଠାରେ ରଭୟ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ରହିଛି ? ତୁମେ କ’ଣ ଲକ୍ଷ୍ୟ କରୁଛ ? ଏପରି କାହିଁକି ହୋଇଛି ?
Solution:
ଉଭୟ ଯୁକ୍ତ ଓ ଅଯୁଗ୍ମ ସଂଖ୍ୟା ଗୁଣଫଳ କେବଳ ଅଯୁଗ୍ମ ସଂଖ୍ୟା ଧାଡ଼ିରେ ଲକ୍ଷ୍ୟ କରାଯାଉଛି ।

Question 5.
ଏହି ସାଲଣୀରେ ଲେଖୁବା ପୁଣଫଳ ଗୁଡ଼ିକ ମଧ୍ୟରୁ ଅଧିକାଂଶ ସଂଖ୍ୟା ଯୁଗ୍ମ ନା ଅଯୁଗ୍ମ ? ତୁମେ କିପରି ଜାଣିଲ ?
Solution:
ସାରଣୀ ଥିବା ମୁଣଫଳପୂଡ଼ିକ ମଧ୍ୟ କେବଳ ଯୁଗ୍ମ ସଂଖ୍ୟା ଧାଡ଼ିରେ ଥିବା ସଂଖ୍ୟାଗୁଡ଼ିକର ଗୁଣଫଳ ଯୁଗ୍ମ ଅଟନ୍ତି । ଅଯୁଗ୍ମ ସଂଖ୍ୟାଗୁଡ଼ିକ ଥ‌ିବା ଧାଡ଼ିର ଗୁଣଫଳ ଉଭୟ ଯୁଗ୍ମ ବା ଅଯୁଗ୍ମ ହୋଇଛି ।

Question 6.
ପଞ୍ଚମ ଧାଡ଼ିର ସମସ୍ତ ଗୁଣଫଳ ଗୁଡ଼ିକର ଏକକ ସ୍ଥାନରେ ଥିବା ଅଙ୍କକୁ ଲକ୍ଷ୍ୟ କର ।
ଅନ୍ୟ ଧାଡ଼ିର ଗୁଣଫଳ ଗୁଡ଼ିକର ଏକକ ସ୍ଥାନ ଅଙ୍କକୁ ମଧ୍ୟ ଲକ୍ଷ୍ୟ କର । ତୁମେ କେଉଁ ସଂରଚନା ଦେଖ‌ିବାକୁ ପାଉଛ ?
Solution:
ପଞ୍ଚମ ଧାଡ଼ି (୫ ଅଯୁଗ୍ମ ସଂଖ୍ୟା ହେତୁ ଗୁଣଫଳଗୁଡ଼ିକର ଏକକ ଅଙ୍କ ଯୁଗ୍ମ ବା ଅଯୁଗ୍ମ ହେବ ।

Question 7.
ସାରଣୀର ଅଷ୍ଟମ ଧାଡ଼ିଟି ଏଠାରେ ଦିଆଯାଇଛି : ୮, ୧୬, ୨୪, ୩୨, ୪୦, ୪୮, ୫୬, ୬୪, ୭୨, ୮୦ ଗୁଣଫଳ ଗୁଡ଼ିକର ଏକକ ସ୍ଥାନ ଅଙ୍କ: ୮, ୬, ୪, ୨, ୦, ୮, ୬, ୪, ୨, ୦ । ଏଠାରେ ପୁନରାବୃତ୍ତି ହେଉଥ‌ିବା କିଛି କିଛି ସଂରଚନା ଦେଖୁଛ କି ?
ତଳ ଗୁଣଫଳ ଗୁଡ଼ିକର ଏକକ ସ୍ଥାନ ଅଙ୍କ ଅନୁମାନ କରି କୁହ । ଗୁଣନ କରି ତୁମ ଉତ୍ତରର ସଠିକତା ଯାଞ୍ଚ କର । ଦିଆଯାଇଥ‌ିବା ସ୍ଥାନରେ ଅଙ୍କଗୁଡ଼ିକୁ ଲେଖ ।
୧୧ × ୮: _________, ୧୨× ୮ : _________, ୧୩ × ୮ : ___________
Solution:
ନାଁ, କାରଣ ଅଷ୍ଟମ ଧାଡ଼ି (୮ ଯୁଗ୍ମ) ହେତୁ ଏହାର ଗୁଣଫଳଗୁଡ଼ିକର ଏକକ ଅଙ୍କ ଯୁଗ୍ମ ହେବ ।
୧୧ × ୮: ୮୮ (ଏକକ ସ୍ଥାନ ୮), ୧୨× ୮ : ୯୬ (ଏକକ ସ୍ଥାନ ୬), ୧୩ × ୮ : ୧୦୪ (ଏକକ ସ୍ଥାନ ୪)

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

Question 8.
ସାରଣୀର ଅଷ୍ଟମ ଧାଡ଼ିରେ କୌଣସି ସଂଖ୍ୟାର ଏକକ ସ୍ଥାନରେ ୧ ନାହିଁ । କେଉଁ ଅଙ୍କଗୁଡ଼ିକ ଗୁଣଫଳର ଏକକ ସ୍ଥାନରେ ଆସି ନାହିଁ ?
Solution:
୨, ୪, ୬, ୮ ଆଦି ସଂଖ୍ୟା ।

Question 9.
ଏପରି କୌଣସି ଧାଡ଼ି ଅଛି କି, ଯେଉଁଠାରେ ୦ରୁ ୯ ସମସ୍ତ ଅଙ୍କ ଗୁଣଫଳ ଗୁଡ଼ିକର ଏକକ ସ୍ଥାନ ଅଙ୍କ ରୂପେ ରହୁଛି ? କେଉଁ ଧାଡ଼ି ଏପରି ଧର୍ମ ଦର୍ଶାଉଛି ?
Solution:
ହଁ, ଅଯୁଗ୍ମ ସଂଖ୍ୟକ ଧାଡ଼ିରେ ଏପରି ଧର୍ମ ଦର୍ଶାଉଛି ।

Question 10.
ଅଷ୍ଟମ ଧାଡ଼ିରେ ‘୦’ ଏକକ ସ୍ଥାନ ଅଙ୍କ ରୂପେ ଦୁଇଥର ଆସୁଥିବାର ଦେଖାଯାଏ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 29 × ୮ = ୪୦ ଗୁଣଫଳର ଏକକ ସ୍ଥାନ ଅଙ୍କ ‘୦’
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 30 × ୮ = ୪୦ ଗୁଣଫଳର ଏକକ ସ୍ଥାନ ଅଙ୍କ ‘୦’

ଏହି ବାକ୍ସରେ କେଉଁ ସଂଖ୍ୟା ରହିବ ? ଏପରି ୫ଟି ଉଦାହରଣ ଦିଅ ।
Solution:
୫ × ୮ = ୪୦, ୧୦ × ୮ = ୮୦, ୪ × ୧୦ = ୪୦, ୬ × ୫ = ୩୦ ଏବଂ ୨ × ୫ = ୧୦

Question 11.
କୌଣସି ଧାଡ଼ିରେ ଗୁଣଫଳର ଏକକ ସ୍ଥାନ ଅଙ୍କ ରୂପେ ‘୦’ ଥରେ ମାତ୍ର ଅଛି କି ? କେଉଁ ଧାଡ଼ି ଏପରି ଧର୍ମ ଦର୍ଶାଉଛି ?
Solution:
ହଁ, ଏପରି ଅଯୁଗ୍ମ ସଂଖ୍ୟା କ୍ଷେତ୍ରରେ ଏପରି ଧର୍ମ ଦର୍ଶାଉଛି ।

Question 12.
ପ୍ରଶ୍ନ ୧୧ ଓ ୧୩ର ଉତ୍ତରରୁ ତୁମେ କ’ଣ ଲକ୍ଷ୍ୟ କରୁଛ ? ତୁମ ଅନୁଭୂତିକୁ ଶ୍ରେଣୀରେ ଆଲୋଚନା କର ।
Solution:
ପ୍ରଶ୍ନ ୧୧ ଓ ୧୩ରେ ଅଯୁଗ୍ମ ସଂଖ୍ୟା କ୍ଷେତ୍ରରେ ‘୦’ ରୁ ୯ ସମସ୍ତଅଙ୍କ ଗୁଣଫଳଗୁଡ଼ିକର ଏକକ ସ୍ଥାନ ଅଙ୍କ ରୂପେ ରହୁଛି ।

ଦଶର ଗୁଣିତକ

Page No. (୧୫୨)

Question 1.
ଆସ, ତିନିଚକିଆ ଯାନ ଗୁଡ଼ିକର ଚକ ସଂଖ୍ୟା ଗଣିବା ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 31
ପ୍ରତ୍ୟେକରେ ୩ଟି ଲେଖାଏଁ ଚକ ଥିବା ୧୦ଟି ଯାନର ମୋଟ ଚକ ସଂଖ୍ୟା = ୩ × ୧୦ = _______________ ।
ସେହିପରି ପ୍ରତ୍ୟେକରେ ୩ଟି ଲେଖାଏଁ ଚକଥ୍ବା ଆଉ ୧୦ଟି ଯାନର ମୋଟ ଚକ ସଂଖ୍ୟା = ୩ × ୨୦ = _______________ ।
ପ୍ରତ୍ୟେକର ୩ଟି ଲେଖାଏଁ ଚକଥିବା ୨୦ଟି ଯାନର ମୋଟ ଚକ ସଂଖ୍ୟା = ୩ × ୨୦ = __________ + _________ = __________ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 32
Solution:
ପ୍ରତ୍ୟେକରେ ୩ଟି ଲେଖାଏଁ ଚକ ଥିବା ୧୦ଟି ଯାନର ମୋଟ ଚକ ସଂଖ୍ୟା = ୩ × ୧୦ = ୩୦
ସେହିପରି ପ୍ରତ୍ୟେକରେ ୩ଟି ଲେଖାଏଁ ଚକଥ୍ବା ଆଉ ୧୦ଟି ଯାନର ମୋଟ ଚକ ସଂଖ୍ୟା : = ୩ × ୧୦ = ୩୦
ପ୍ରତ୍ୟେକର ୩ଟି ଲେଖାଏଁ ଚକଥିବା ୨୦ଟି ଯାନର ମୋଟ ଚକ ସଂଖ୍ୟା = ୩ × ୨୦ = ୩୦ + ୩୦ = ୬୦
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 33

Question 2.
ଆସ, ମଟର ଗାଡ଼ିର ଚକ ସଂଖ୍ୟା ଗଣିବା
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 34
ପ୍ରତ୍ୟେକର ୪ଟି ଲେଖାଏଁ ଚକଥିବା ୧୦ଟି ମଟର ଗାଡ଼ିର ମୋଟ ଚକ ସଂଖ୍ୟା = ୪ × ୧୦ = ______________ ।
ପ୍ରତ୍ୟେକରେ ୪ଟି ଲେଖାଏଁ ଚକଥ‌ିବା ୩୦ଟି ମଟର ଗାଡ଼ିର ମୋଟ ଚକ ସଂଖ୍ୟା = ୪ × ୩୦ ______________ + __________ + ____________ = _________ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 35
Solution:
ପ୍ରତ୍ୟେକର ୪ଟି ଲେଖାଏଁ ଚକଥିବା ୧୦ଟି ମଟର ଗାଡ଼ିର ମୋଟ ଚକ ସଂଖ୍ୟା = ୪ × ୧୦ = ୪୦
ପ୍ରତ୍ୟେକରେ ୪ଟି ଲେଖାଏଁ ଚକଥ‌ିବା ୩୦ଟି ମଟର ଗାଡ଼ିର ମୋଟ ଚକ ସଂଖ୍ୟା
= ୪ × ୩୦ = ୪୦ + ୪୦ + ୪୦ = ୧୨୦
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 36

ଦଳ ସଂଖ୍ୟା ୧୦ର ଗୁଣିତକ ହେଲେ କ’ଣ ହୁଏ ?
Solution:
ଦଶଗୁଣ

ତଳ ସମସ୍ୟାଗୁଡ଼ିକ ସମାନ ଉପାୟରେ ସମାଧାନ କର । ତୁମେ ଉତ୍ତର କିପରି ପାଇଲ, ଆଲୋଚନା କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 37
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 38
ଶିକ୍ଷକଙ୍କ ପାଇଁ ସୂଚନା : ଉଦାହରଣରେ ଦିଆଯାଇଥିବା ଗୁଣଫଳଗୁଡ଼ିକ ମଧ୍ୟରେ ରହିଥିବା ସମ୍ପର୍କକୁ ଚିହ୍ନଟ କରିବା ଦିଗରେ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ । ୬ × ୮ ଏବଂ ୬୦ × ୮ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ପାଇଁ ‘ଦଶ ଗୁଣ କରିବା’ ଏକ ଉତ୍ତମ ଉପାୟ । ୪ × ୧୦ ଏବଂ ୪ × ୩୦ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇବା ପାଇଁ ‘ତିନି ଗୁଣ କରିବା ଏକ ଉପାୟ ହୋଇପାରିବ ।

୧୦ ବ୍ୟବହାର କରି ଗୁଣିବା

Page No. (୧୫୩ to ୧୫୪)

Question 1.
ରାଧା ୪ଟି ଲେଖାଏଁ କେକ୍ ନେଇ ଗୋଟିଏ ଗୋଟିଏ ପ୍ୟାକେଟ୍ କଲା । ସେ ସମୁଦାୟ ୧୮ଟି ପ୍ୟାକେଟ କରିଥିଲା । ସେ କରିଥିବା ସମସ୍ତ ପ୍ୟାକେଟ୍‌ରେ କେତୋଟି କେକ ରହିଛି ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 39
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 40

Question 2.
ଗୋଟିଏ ଶଗଡ଼ ଗାଡ଼ି ତିଆରି ପାଇଁ ୮ ଖଣ୍ଡ ବାଉଁଶ ଆବଶ୍ୟକ । ୨୩ଟି ଶଗଡ଼ ଗାଡ଼ି ତିଆରି ପାଇଁ କେତେ ଖଣ୍ଡ ବାଉଁଶ ଆବଶ୍ୟକ ହେବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 41
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 42
ଗୋଟିଏ ଶଗଡ଼ ଗାଡ଼ି ପାଇଁ ୮ଖଣ୍ଡ ବାଉଁଶ ଆବଶ୍ୟକ ।
୨୩ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ୮ × ୨୩ ଖଣ୍ଡ ବାଉଁଶ ।
ପ୍ରତ୍ୟେକରେ ୮ଖଣ୍ଡ ବାଉଁଶ ନେଲେ ୨୦ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ବାଉଁଶ ସଂଖ୍ୟା = ୮ × ୨୦ = _____________ ଖଣ୍ଡ
ପ୍ରତ୍ୟେକର ୮ଖଣ୍ଡ ବାଉଁଶ ନେଲେ ୩ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ବାଉଁଶ ସଂଖ୍ୟା = ୮ × ୩ = _____________ ଖଣ୍ଡ
Solution:
ଗୋଟିଏ ଶଗଡ଼ ଗାଡ଼ି ପାଇଁ ୮ଖଣ୍ଡ ବାଉଁଶ ଆବଶ୍ୟକ ।
୨୩ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ୮ × ୨୩ ଖଣ୍ଡ ବାଉଁଶ ।
ପ୍ରତ୍ୟେକରେ ୮ଖଣ୍ଡ ବାଉଁଶ ନେଲେ ୨୦ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ବାଉଁଶ ସଂଖ୍ୟା = ୮ × ୨୦ = ୧୬୦ ଖଣ୍ଡ
ପ୍ରତ୍ୟେକର ୮ଖଣ୍ଡ ବାଉଁଶ ନେଲେ ୩ଟି ଶଗଡ଼ ଗାଡ଼ି ପାଇଁ ଆବଶ୍ୟକ ବାଉଁଶ ସଂଖ୍ୟା = ୮× ୩ = ୨୪ ଖଣ୍ଡ

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

ଆସ ସମାଧାନ କରିବାକୁ

Question 1.
ଗୋଟିଏ ପୋଖରୀ ହୁଡ଼ାରେ ୨୫ଟି ହଂସ ଏବଂ ୧୨ଟି ମେଣ୍ଟା ଏକ ସଭାପାଇଁ ଏକାଠି ହେଲେ । ପାଣି ଭିତରେ ଥାଇ ଥଣ୍ଡିଆ କୁମ୍ଭୀର ହୁଡ଼ାରେ ଥ‌ିବା ଜୀବମାନଙ୍କ ଗୋଡ଼କୁ ଚାହୁଁଥାଏ । କୁମ୍ଭୀରଟି ସମୁଦାୟ କେତୋଟି ଗୋଡ଼ ଦେଖୁଥ‌ିବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 43
Solution:
୯୮ଟି [(୨୫ × ୨) + (୧୨ × ୪)] = ୫୦ + ୪୮ = ୯୮ ।

Question 2.
ତୁମ ବିଦ୍ୟାଳୟ ସଭାଗୃହରେ ପ୍ରତ୍ୟେକ ଧାଡ଼ିରେ ୮ ଜଣ ପିଲା ବସି ପାରନ୍ତି । ସଭାଗୃହରେ ଏପରି ୧୫ଟି ଧାଡ଼ି ଅଛି | ସମୁଦାୟ କେତେ ଜଣ ପିଲା ସଭାରେ ବସିପାରିବେ ?
Solution:
୧୨୦ଜଣ (୧୫ × ୮ = ୧୨୦)

Question 3.
ଜଣେ ବହି ଦୋକାନୀ ଗୋଟିଏ ଥାକରେ ୯ଟି ବହି ରଖନ୍ତି । ଦୋକାନରେ ଏକାପରି ୧୪ଟି ଥାକ ଅଛି । ତେବେ ଦୋକାନୀ ମୋଟରେ କେତୋଟି ବହି ରଖୁପାରିବେ ?
Solution:
୧୪ × ୯ = ୧୨୬ଟି ବହି ।

Question 4.
ଚିତ୍ରରେ ଦିଆଯାଇଥ‌ିବା ପରି ସୂର୍ଯ୍ୟ ଦୁଇ ପ୍ରକାର ରଙ୍ଗର ମାଳି ନେଇ ସଜାଇଛି । ସେ ଏହି କାମ ପାଇଁ କେତୋଟି ମାଳି ବ୍ୟବହାର କରିଛି ? ସେ ଉଭୟ ସୁନେଲି ଏବଂ ଧଳା ରଙ୍ଗର ମାଳିରୁ କେତୋଟି ଲେଖାଏଁ ନେଇଛି ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 44
Solution:
ସେ ଏହି କାମ ପାଇଁ ମୋଟ ୧୬୦ଟି (୨୦ × ୮) ମାଳି ବ୍ୟବହାର କରିଛି । ସେ ଉଭୟ ସୁନେଲି ଏବଂ ଧଳା ରଙ୍ଗ ୮୦ଟି ଲେଖାଏଁ ନେଇଛି ।

Question 5.
ତଳେ ଥ‌ିବା ପ୍ରତ୍ୟେକ ଗୁଣନ ସମସ୍ୟା ପାଇଁ ଉପରେ ଦିଆଯାଇଥ‌ିବା ପରିସ୍ଥିତି ପରି ନିଜ ମନରୁ କାହାଣୀ ତିଆରି କର । ପରେ ଗୁଣଫଳ ସ୍ଥିର କର ।
(କ) ୩୪ × ୩
(ଖ) ୭୫ × ୫
(ଗ) ୪୬ × ୬
(ଘ) ୫୦ × ୯
Solution:
(କ) ୩୪ × ୩ = ୧୦୨
(ଖ) ୭୫ × ୫ = ୩୭୫
(ଗ) ୪୬ × ୬ = ୨୭୬
(ଘ) ୫୦ × ୯ = ୪୫୦

ହରଣ / ଭାଗକ୍ରିୟା

Page No. (୧୫୫ to ୧୫୬)

ଗୋଟିଏ କମ୍ପାନୀ ନୂଆ ପ୍ରକାର ଯାନ ତିଆରି କରିବା ଲାଗି ୫୮ଟି ଚକ ଅର୍ଡର କରିଛି । ପ୍ରତ୍ୟେକ ଯାନର ତିନୋଟି ଲେଖାଏଁ ଚକ ଅଛି । କେତୋଟି ଯାନରେ ସମସ୍ତ ଚକ ଖଞ୍ଜାଯାଇ ପାରିବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 45
ତୁମ ଭାବନାକୁ ପ୍ରତ୍ୟେକ ସୋପାନରେ ଆଲୋଚନା କର ।
ଯାନ ସଂଖ୍ୟା = ୫୮ ÷ ୩ = ୧୯, ଭାଗଶେଷ ୧
୧୦ଟି ଯାନ ପାଇଁ ୩୦ଟି ଚକ ଆବଶ୍ୟକ ।
ବଳକା ଚକ୍ର ସଂଖ୍ୟା ________ ।
________ ଟି ଯାନ ପାଇଁ ୧୫ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ________ ।
________ ଟି ଯାନ ପାଇଁ ୯ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ________ ।
________ ଟି ଯାନ ପାଇଁ ________ ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ________ ।
Solution:
ତୁମ ଭାବନାକୁ ପ୍ରତ୍ୟେକ ସୋପାନରେ ଆଲୋଚନା କର ।
ଯାନ ସଂଖ୍ୟା = ୫୮ ÷ ୩ = ୧୯, ଭାଗଶେଷ ୧
୧୦ଟି ଯାନ ପାଇଁ ୩୦ଟି ଚକ ଆବଶ୍ୟକ ।
ବଳକା ଚକ୍ର ସଂଖ୍ୟା ୦ ।
୫ ଟି ଯାନ ପାଇଁ ୧୫ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ୦ ।
୩ ଟି ଯାନ ପାଇଁ ୯ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ୦ ।
୧ ଟି ଯାନ ପାଇଁ ୩ ଟି ଚକ ଆବଶ୍ୟକ ।
ବଳକା ଚକ ସଂଖ୍ୟା ୦ ।

ଆମେ ଆଉ ଗୋଟିଏ ଯାନ ତିଆରି କରିପାରିବା କି ?
Solution:
ନାଁ

କମ୍ପାନୀ ଏହି ୫୮ଟି ଚକକୁ ବ୍ୟବହାର କରି ସମୁଦାୟ କେତୋଟି ଯାନ ତିଆରି କରିପାରିବ ?
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 46
୫୮ଟି ଚକରେ ଆମେ ୧୯ଟି ଯାନ ତିଆରି କରିପାରିବା । ୧ଟି ଚକ ବଳକା ରହିବ ।

ଶିକ୍ଷକଙ୍କ ପାଇଁ ସୂଚନା : ଏଠାରେ ଦିଆଯାଇଥିବା ଭାଗକ୍ରିୟାଟି ଆଂଶିକ ଭାଗଫଳ ପ୍ରଣାଳୀରେ ସମ୍ପର୍ଣ୍ଣ ହୋଇଛି । ଏହା ୧୦, ୫ ବା କୌଣସି ଛୋଟ ସଂଖ୍ୟାର ଗୁଣିତକ ଶ୍ରେଣୀକୁ ନେଇ କରାଯାଏ । ଯାହାକି ପିଲାମାନେ ସହଜରେ ବୁଝିପାରିବେ । ସମସ୍ୟାର ସମାଧାନ ନିମନ୍ତେ ପିଲାମାନେ ନିଜ ପସନ୍ଦର ଗୁଣିତକ ମାନଙ୍କୁ ଖୋଜିଥାନ୍ତି । ସେମାନଙ୍କୁ ଧୀରେ ଧୀରେ ୧୦ ବା ୧୦ର ଗୁଣିତକ ନେଇ କାର୍ଯ୍ୟ କରିବାକୁ ଉତ୍ସାହିତ କରନ୍ତୁ ।

Question 1.
ଗୋଟିଏ ଗାଈ ଗୋଠରେ ଅନେକ ଗାଈ ଅଛନ୍ତି । ଥଣ୍ଡିଆ କୁମ୍ଭୀରଟି ହଠାତ୍ ୮୮ଟି ଗୋଡ଼ ଦେଖୁ ଆଶ୍ଚର୍ଯ୍ୟ ହୋଇଗଲା । ଗୋଠରେ କେତୋଟି ଗାଈ ଥିଲେ ? ତୁମ ଭାବନାକୁ ପ୍ରକାଶ କରିବା ପାଇଁ ପୂର୍ବପରି ଉପଯୁକ୍ତ ବାକ୍ୟମାନ ଲେଖ ।
ଗୋଟିଏ ଗାଈର ଗୋଡ଼ ସଂଖ୍ୟା : _____________
ଗାଈମାନଙ୍କ ସଂଖ୍ୟା = ୮୮ ÷ ________
ତଳ ସାରଣୀକୁ ବ୍ୟବହାର କରି ତୁମ କାର୍ଯ୍ୟ ଦର୍ଶାଅ ।
(ସୂଚନା: ୧୦ର ଗୁଣିତକ / ସଂଖ୍ୟକ / ଦଳ ନେଇ କରିବା ସହଜ)
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 47
Solution:
ଗୋଠରେ ୨୨ଟି ଗାଈ ଥିଲେ ।
ଗୋଟିଏ ଗାଈର ଗୋଡ଼ ସଂଖ୍ୟା : ୪
ଗାଈମାନଙ୍କ ସଂଖ୍ୟା = ୮୮ ÷ ୪
ତଳ ସାରଣୀକୁ ବ୍ୟବହାର କରି ତୁମ କାର୍ଯ୍ୟ ଦର୍ଶାଅ ।
(ସୂଚନା: ୧୦ର ଗୁଣିତକ / ସଂଖ୍ୟକ / ଦଳ ନେଇ କରିବା ସହଜ)
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 48
ମୋଟ ଗାଈ ସଂଖ୍ୟା = ୨୨

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

ଆସ ସମାଧାନ କରିବା

Question 1.
ଗୋଟିଏ ବଡ଼ ଆକ୍ୱାରିୟମ୍‌ରେ କିଛି ଅକ୍ଟୋପସ୍ ଓ ଗୋଟିଏ ଜେଲି ମାଛ ଏକାଠି ରୁହନ୍ତି । ଦିନେ ଜେଲି, ଅକ୍ଟୋପସ୍‌ମାନଙ୍କ ଗୋଡ଼ ଗଣି ୭୨ ବୋଲି ଜାଣିଲା । ଗୋଟିଏ ଅକ୍ଟୋପସର ୮ଟି ଗୋଡ଼ ହେଲେ ଆକ୍ସାରିୟମରେ କେତୋଟି ଅକ୍ଟୋପସ୍ ଥିଲେ ନିର୍ଣ୍ଣୟ କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 49
Solution:
୯ଟି (୭୨ ÷ ୮) ।

Question 2.
ଜଣେ ଖେଳଣା ଦୋକାନୀ ଗୋଟିଏ ବାକ୍ସରେ ୪ଟି କର୍କ ରଖ୍ ବିକ୍ରି କରନ୍ତି । ତାଙ୍କ ପାଖରେ ୫୦ଟି କର୍କ ଅଛି । ସବୁ କର୍କକୁ ରଖୁବା ପାଇଁ କେତୋଟି ବାକ୍ସ ଆବଶ୍ୟକ ? ସେ ବାକ୍ସଗୁଡ଼ିକ ଭିତରେ ସବୁ କର୍କକୁ ରଖପାରିବେ କି ? ଯଦି ନୁହେଁ, ତେବେ କେତୋଟି କର୍କ ବଳକା ରହିବ ?
Solution:
୧୨ଟି ବାକ୍ସ ଆବଶ୍ୟକ ଓ ୨ଟି କର୍କ ବଳକା ରହିବ (୫୦ ÷ ୪ = ୧୨, ଭାଗଶେଷ ୨) ।

Question 3.
ଆଗାମୀ ପାର୍ବଣ ଋତୁପାଇଁ ସିମ୍ରନ୍ ତାଙ୍କ ଜମିର କିଛି ଅଂଶରେ ଫୁଲ ଚାରା ଲଗାଇଲେ । ସେ ୭୫ଟି ଗୋଲାପ ଚାରା ଲଗାଇଥିଲେ । ପ୍ରତ୍ୟେକ ଧାଡ଼ିରେ ୫ଟି ଲଗାଗଲେ, ସେ ସମୁଦାୟ କେତୋଟି ଧାଡ଼ିରେ ଚାରାତକ ଲଗାଇଥିବେ ?
Solution:
୧୫ଟି (୭୫ ÷ ୫) ।

Question 4.
ଉପରଭଳି ତଳ ସମସ୍ୟା ଗୁଡ଼ିକ ପାଇଁ କାହାଣୀ ତିଆରି କର ଏବଂ ସେଗୁଡ଼ିକୁ ସମାଧାନ କର ।
(କ) ୭୦ ÷ ୫
(ଖ) ୮୪ ÷ ୭
(ଗ) ୬୯ ÷ ୩
(ଘ) ୯୩ ÷ ୬

(କ) ଗୋଟିଏ ଡବାରେ ୫ଟି ଗୋଲି ରହିଲେ ୭୦ଟି ଗୋଲି ରହିବା ପାଇଁ କେତୋଟି ଡବା ଆବଶ୍ୟକ ?
Solution:
ଗୋଟିଏ ଡବାରେ ଥିବା ଗୋଲି ସଂଖ୍ୟା = ୫
୭୦ଟି ଗୋଲି ରହିବା ପାଇଁ ଆବଶ୍ୟକ ଡବା = ୭୦ ÷ ୫ = ୧୪ଟି
∴ ୧୪ଟି ଡବା ଆବଶ୍ୟକ ।

(ଖ) ଗୋଟିଏ ଧାଡ଼ିରେ ୭ଜଣ ପିଲା ଠିଆ ହୁଅନ୍ତି । ୮୪ଜଣ ପିଲା ଠିଆ ହେବା ପାଇଁ କେତୋଟି ଧାଡ଼ି ଆବଶ୍ୟକ ?
Solution:
ଗୋଟିଏ ଧାଡ଼ିରେ ଠିଆ ହୁଅନ୍ତି = ୭ଜଣ
୮୪ଜଣ ଠିଆ ହେବେ = ୮୪ ÷ ୭ = ୧୨ଟି
∴ ମୋଟ ୧୨ଟି ଧାଡ଼ି ଆବଶ୍ୟକ ।

(ଗ) ଗୋଟିଏ ରବର ଦାମ୍ ୩ ଟଙ୍କା । ୬୯ ଟଙ୍କାରେ କେତୋଟି ରବର ମିଳିବ ?
Solution:
ଗୋଟିଏ ରବରର ଦାମ୍ ୩ ଟଙ୍କା
୬୯ ଟଙ୍କାରେ ରବର ଆବଶ୍ୟକ = ୬୯ ÷ ୩ = ୨୩ଟି ।

(ଘ) ଗୋଟିଏ ବାକ୍ସରେ ୬ଟି କଣ୍ଢେଇ ରହିପାରେ । ୯୩ଟି କଣ୍ଢେଇ ରହିବା ପାଇଁ କେତୋଟି ବାକ୍ସ ଆବଶ୍ୟକ ହେବ ଓ କେତୋଟି କଣ୍ଢେଇ ବଳକା ରହିବ ?
Solution:
ଗୋଟିଏ ବାକ୍ସର କଣ୍ଢେଇ ସଂଖ୍ୟା = ୬
୯୩ଟି କଣ୍ଢେଇ ରହିବା ପାଇଁ ବାକ୍ସ ଆବଶ୍ୟକ = ୯୩ ÷ ୬ = ୧୫ ଭାଗଫଳ, ଭାଗଶେଷ ୩
∴ ୯୩ଟି କଣ୍ଢେଇ ରହିବା ପାଇଁ ୧୫ଟି ବାକ୍ସ ଆବଶ୍ୟକ ଓ ୩ଟି କଣ୍ଢେଇ ବଳକା ରହିବ ।

୧୦୦ର ଗୁଣିତକ

Page No. (୧୫୭ to ୧୫୮)

Question 1.
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 50
• ପ୍ରତ୍ୟେକ ମଟର ସାଇକେଲ୍‌ରେ ୨ ଜଣ ଲୋକ ବସିଥିଲେ । ୧୦୦ଟି ମୋଟର ସାଇକେଲ୍‌ରେ ଲୋକ ସଂଖ୍ୟା
= ୨ × ୧୦୦ ବା ୧୦୦ × ୨ = _______________
• ପ୍ରତ୍ୟେକରେ ୨ ଜଣ ଲେଖାଏଁ ଲୋକ ଥିଲେ ୨୦୦ଟି ମୋଟର ସାଇକେଲରେ ଲୋକସଂଖ୍ୟା = _______________
• ପ୍ରତ୍ୟେକରେ ୪ ଜଣ ଲୋକ ଥିଲେ ୧୦୦ଟି କାରରେ ଲୋକ ସଂଖ୍ୟା = ୪ × ୧୦୦ ବା ୧୦୦ × ୪ = _______________
• ପ୍ରତ୍ୟେକରେ ୪ ଜଣ ଲେଖାଏଁ ଲୋକ ଥିଲେ ୫୦୦ଟି କାରରେ ଲୋକସଂଖ୍ୟା = _____________ ତୁମେ କିପରି ହିସାବ କଲ ?
Solution:
• ପ୍ରତ୍ୟେକ ମଟର ସାଇକେଲ୍‌ରେ ୨ ଜଣ ଲୋକ ବସିଥିଲେ । ୧୦୦ଟି ମୋଟର ସାଇକେଲ୍‌ରେ ଲୋକ ସଂଖ୍ୟା = ୨ × ୧୦୦ ବା ୧୦୦ × ୨ = ୨୦୦
• ପ୍ରତ୍ୟେକରେ ୨ ଜଣ ଲେଖାଏଁ ଲୋକ ଥିଲେ ୨୦୦ଟି ମୋଟର ସାଇକେଲରେ ଲୋକସଂଖ୍ୟା = ୨୦୦ × ୨ = ୪୦୦
• ପ୍ରତ୍ୟେକରେ ୪ ଜଣ ଲୋକ ଥିଲେ ୧୦୦ଟି କାରରେ ଲୋକ ସଂଖ୍ୟା = ୪ × ୧୦୦ ବା ୧୦୦ × ୪ = ୪୦୦
• ପ୍ରତ୍ୟେକରେ ୪ ଜଣ ଲେଖାଏଁ ଲୋକ ଥିଲେ ୫୦୦ଟି କାରରେ ଲୋକସଂଖ୍ୟା = ୧୨୫ (୫୦୦ + ୪) ତୁମେ କିପରି ହିସାବ କଲ ?

Question 2.
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 51
Solution:
୫୦୦ × ୪ = ୨୦୦୦ ୫ × ୪ = ୨୦
୧୦୦ × ୪ = ୪୦୦ ୫୦ × ୪ = ୨୦୦

୧୦୦ର ଗୁଣିତକମାନଙ୍କ ଦ୍ଵାରା ଗୁଣନ କ୍ରିୟାରୁ ତୁମେ କ’ଣ ଲକ୍ଷ୍ୟ କରୁଛ ?
Solution:
୧୦୦ର ଗୁଣିତକମାନଙ୍କ ଦ୍ଵାରା କ୍ରିୟାରୁ ଗୁଣନଫଳରେ ସଂଖ୍ୟାର ଡାହଣରେ ଦୁଇଟି ଶୂନ ରହିବ ।

ଶିକ୍ଷକଙ୍କ ପାଇଁ ସୂଚନା : ଭିନ୍ନ ଭିନ୍ନ ଉପାୟରେ ଉତ୍ତର ବାହାର କରିବାପାଇଁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ । ଗୋଟିଏ ସଂଖ୍ୟାକୁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ସହ ଗୁଣନ ଏବଂ ସେହି ସଂଖ୍ୟାକୁ ୧୦୦ର ଗୁଣିତକ ମାନଙ୍କ ସହ ଗୁଣନ କ୍ରିୟା ମଧ୍ୟରେ ଥିବା ସଂପର୍କକୁ ଜାଣିବା ପାଇଁ ସେମାନଙ୍କୁ ସହାୟତା କରନ୍ତୁ । ସଂପର୍କଟିକୁ ଶହେ ଗୁଣ’ ରୂପେ ପ୍ରକାଶ କରିବା ଉପଯୁକ୍ତ ଅଟେ ।

Question 3.
ସଂରଚନା ଗୁଡ଼ିକୁ ଲକ୍ଷ୍ୟ କର ଏବଂ ଉତ୍ତର ଲେଖ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 52
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 53

ଅଧ୍ବକ ଗୁଣନ

Page No. (୧୫୮ to )

Question 1.
ଗୋଟିଏ ବଡ଼ ବ୍ୟାଟେରୀ ଚାଳିତ ଅଟୋ ରିକ୍ସାରେ ୮ ଜଣ ଯାତ୍ରୀ ଯାଇପାରନ୍ତି । ସେହିପରି ୧୨୫ଟି ଅଟୋ ରିକ୍ସାରେ କେତେ ଯାତ୍ରୀ ଯାଇପାରିବେ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 54
ସମୁଦାୟ ଯାତ୍ରୀ ସଂଖ୍ୟା ୮ × ୧୨୫ ବା ୧୨୫ ୪ × ୮ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଥିଲେ ଯାତ୍ରୀ ୧୦୦ଟି ଅଟୋ ରିକ୍ସାରେ ଥିବା ଯାତ୍ରୀ ସଂଖ୍ୟା = ୧୦୦ × ୮ = ___________ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୨୦ଟି ଅଟୋ ରିକ୍ସାରେ ଥ‌ିବା ଯାତ୍ରୀ ସଂଖ୍ୟା = ୨୦ × ୮ = ______________ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୫ଟି ଅଟୋ ରିକ୍ସାରେ
ଥିବା ଯାତ୍ରୀ ସଂଖ୍ୟା = ୫ × ୮ = __________ ଜଣ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୧୨୫ଟି ଅଟୋ ରିକ୍ସାରେ ଥବା ଯାତ୍ରୀ ସଂଖ୍ୟା = ___________ + ___________ + ____________ = ___________ ଜଣ ।
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 55
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 56
ସମୁଦାୟ ଯାତ୍ରୀ ସଂଖ୍ୟା = ୮ × ୧୨୫ ବା ୧୨୫ × ୮ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଥିଲେ ଯାତ୍ରୀ ୧୦୦ଟି ଅଟୋ ରିକ୍ସାରେ ଥବା ଯାତ୍ରୀ ସଂଖ୍ୟା = ୧୦୦ × ୮ = ୮୦୦ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୨୦ଟି ଅଟୋ ରିକ୍ସାରେ ଥ‌ିବା ଯାତ୍ରୀ ସଂଖ୍ୟା = ୨୦ × ୮ = ୧୬୦ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୫ଟି ଅଟୋ ରିକ୍ସାରେ ଥବା ଯାତ୍ରୀ ସଂଖ୍ୟା = ୫ × ୮ = ୪୦ ଜଣ ।
ପ୍ରତ୍ୟେକରେ ୮ ଜଣ ଲେଖାଏଁ ଯାତ୍ରୀ ଥିଲେ ୧୨୫ଟି ଅଟୋ ରିକ୍ସାରେ ଥ‌ିବା ଯାତ୍ରୀ ସଂଖ୍ୟା = ୮୦୦ + ୧୬୦ + ୪୦ = ୧୦୦୦ ଜଣ ।

Question 2.
କମଳ ଏବଂ ରାମୁ ଦୁଇ ସାଙ୍ଗ । ମାଟିରେ ବାସନ ତିଆରି କରିବା ସେମାନଙ୍କ ବୃତ୍ତି । ସେମାନେ ମୁଖ୍ୟତଃ ରେଳଯାତ୍ରୀଙ୍କ ପାଇଁ ମାଟି କପ୍ ତିଆରି କରନ୍ତି । ସେମାନେ ୬ଟି ଲେଖାଏଁ କପ୍କୁ ଗୋଟିଏ ବାକ୍ସରେ ରଖ୍ ରେଳ ବିଭାଗକୁ ଯୋଗାଇଦେବା ପାଇଁ ୧୭୪ଟି ବାକ୍ସ ପ୍ରସ୍ତୁତ କଲେ ।
ସେମାନେ କେତୋଟି ମାଟି କପ୍ ତିଆରି କରିଥିଲେ ? ସମୁଦାୟ କପ୍ ସଂଖ୍ୟା ____________ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 57
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 58

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

ଆସ ସମାଧାନ କରିବା

Question 1.
ସରକାରୀ ଉ.ପ୍ରା. ବିଦ୍ୟାଳୟ, ବାଙ୍କୋଇ, ଗ୍ରୀଷ୍ମ ଛୁଟି ଖୋଲିବାର ପ୍ରଥମ ଦିନ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ୨ଟି ଲେଖାଏଁ ପେନସିଲ୍ ଦେବାପାଇଁ ସ୍ଥିର ହୋଇଛି । ବିଦ୍ୟାଳୟରେ ୪୬୫ ଜଣ ଶିକ୍ଷାର୍ଥୀ ଅଛନ୍ତି । ଏଥ‌ିନିମନ୍ତେ ବିଦ୍ୟାଳୟକୁ ସମୁଦାୟ କେତୋଟି ପେନସିଲ୍ କିଣିବା ଆବଶ୍ୟକ ?
Solution:
୯୩୦ଟି (୪୬୫ × ୨)

Question 2.
୨୩୪ ଜଣ ଶିକ୍ଷାର୍ଥୀ ନିଜ ବିଦ୍ୟାଳୟରେ ଏକ ଶିଶୁମେଳା କରିବା ପାଇଁ ସ୍ଥିର କଲେ । ମେଳା ଆୟୋଜନ ପାଇଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ୪ ଟଙ୍କା ଆବଶ୍ୟକ ପଡ଼ିବ । ତେବେ ମୋଟ କେତେ ଟଙ୍କା ମେଳା ପାଇଁ ଆବଶ୍ୟକ ?
Solution:
୯୩୬ ଟଙ୍କା (୨୩୪ × ୪)

Question 3.
ତଳ ସମସ୍ୟାଗୁଡ଼ିକୁ ନେଇ କାହାଣୀ ତିଆରି କର ଏବଂ ସେଗୁଡ଼ିକୁ ସମାଧାନ କର ।
(କ) ୪୩୯ × ୪
(ଖ) ୫୧୪× ୮
(ଗ) ୩୫୬ × ୫
(ଘ) ୬୨୩ × ୭
Solution:
(କ) ୪୩୯ × ୪ = ୧୭୫୬
ଗୋଟିଏ ଛେଳିର ଗୋଡ଼ସଂଖ୍ୟା ୪ । ୪୩୯ଟି ଛେଳିର ଗୋଡ଼ ସଂଖ୍ୟା କେତେ ?
ଗୋଟିଏ ଛେଳିର ଗୋଡ଼ ସଂଖ୍ୟା = ୪
∴ ୪୩୯ଟି ଛେଳିର ଗୋଡ଼ସଂଖ୍ୟା = ୪୩୯ × ୪ = ୧୭୫୬ ।

(ଖ) ୫୧୪ × ୮ = ୪୧୧୨
ଗୋଟିଏ ଗଛରେ ୫୧୪ଟି ଫଳ ଫଳିଥିଲେ ମୋଟ ୮ଟି ଗଛର ଫଳ ସଂଖ୍ୟା କେତେ ?
୧ଟି ଗଛର ଫଳସଂଖ୍ୟା = ୫୧୪
∴ ୮ଟି ଗଛର ଫଳ ସଂଖ୍ୟା = ୫୧୪ × ୮ = ୪୧୧୨ ।

(ଗ) ୩୫୬ × ୫ = ୧୭୮୦
ଗୋଟିଏ ବାକ୍ସରେ ୫ଟି ପେନ୍‌ସିଲ୍ ରହିଲେ ୩୫୬ଟି ବାକ୍ସରେ କେତୋଟି ପେନ୍‌ସିଲ୍ ରହିବ ?
୧ଟି ବାକ୍ସରେ ପେନ୍‌ସିଲ୍ ସଂଖ୍ୟା = ୫
∴ ୩୫୬ଟି ବାକ୍ସର ପେନ୍‌ସିଲ୍ ସଂଖ୍ୟା = ୩୫୬ × ୫ = ୧୭୮୦ ।

(ଘ) ୬୨୩ × ୭ = ୪୩୬୧
ଏକ ମିଟର କପଡ଼ାର ଦାମ୍ ୭ ଟଙ୍କା ହେଲେ ୬୨୩ ମିଟର କପଡ଼ାର ଦାମ୍ କେତେ ?
ଏକ ମିଟର କପଡ଼ାର ଦାମ୍ = ୭ ଟଙ୍କା
∴ ୬୨୩ ମିଟର କପଡ଼ାର ଦାମ୍ = ୬୨୩ × ୭ = ୪୩୬୧ ଟଙ୍କା ।

ଅଧିକ ହରଣ / ଭାଗକ୍ରିୟା

Page No. (୧୫୮ to ୧୬୩)

Question 1.
ବୈତରଣୀ ନଦୀ କୂଳରେ ଅପେକ୍ଷା କରିଥିବା ୧୦୮ ଜଣ ଲୋକଙ୍କୁ ନଦୀ ପାରି କରିବା ପାଇଁ ୯ ଗୋଟି ଡଙ୍ଗା ଅଛି । ପ୍ରତ୍ୟେକ ଡଙ୍ଗାରେ ସମାନ ସଂଖ୍ୟକ ଲୋକ ନଦୀ ପାରି ହେବେ । ତେବେ ପ୍ରତ୍ୟେକ ଡଙ୍ଗାରେ କେତେ ଜଣ ଲେଖାଏଁ ପାରି ହେବେ ?
Solution:
୯ଟି ଡଙ୍ଗାରେ ପାରି ହେବେ ୧୦୮ ଜଣ ଲୋକ ।
ଗୋଟିଏ ଡଙ୍ଗାରେ ପାରି ହେବେ = ୧୦୮ଜଣ ÷ ୯
ଯଦି ପ୍ରତ୍ୟେକ ଡଙ୍ଗାରେ ୫ ଜଣ ଲେଖାଏଁ ଲୋକ ପାରି ହୁଅନ୍ତି, ତେବେ ୯ଟି ଡଙ୍ଗାରେ ପାରି ହେବେ ୪୫ ଜଣ ଲୋକ ।
ଯଦି ପ୍ରତ୍ୟେକ ଡଙ୍ଗାରେ ଆଉ ୫ ଜଣ ଲେଖାଏଁ (ମୋଟରେ ୧୦) ଲୋକ ପାରି ହୁଅନ୍ତି, ତେବେ ୯ଟି ଡଙ୍ଗାରେ ପାରିହେବେ ୯୦ ଜଣ ଲୋକ । ଅବଶିଷ୍ଟ ୧୮ ଜଣ ଲୋକ ୯ଟି ଡଙ୍ଗାରେ ବାଣ୍ଟି ଦେଲେ ପ୍ରତ୍ୟେକ ଡଙ୍ଗାରେ ଆଉ ୨ ଜଣ ଲେଖାଏଁ ବସିବେ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 59
ଶିକ୍ଷକଙ୍କ ପାଇଁ ସୂଚନା : ହରଣ ସମସ୍ୟା ୨ ପ୍ରକାରର ଯଥା ଭାଗ କରିବା ଓ ମାପିବା । ଭାଗ କରିବା ସମସ୍ୟାରେ ବସ୍ତୁଗୁଡ଼ିକୁ ସମାନ ରୂପେ ବାଣ୍ଟିବା ପାଇଁ ସମାନ ଦଳର ସଂଖ୍ୟା (ଯାହାକି ଗୁଣକ) ଦିଆଯାଇଥାଏ । ଉପରୋକ୍ତ ଉଦାହରଣଟି ଏକ ଭାଗ କରିବା ସମସ୍ୟା । ମାପିବା ସମସ୍ୟାରେ, ପ୍ରତ୍ୟେକ ଦଳର ଆକାର (ଯାହାକି ଗୁଣ୍ୟ) ଦିଆଯାଇଥାଏ ଯେପରି ଆମେ ପଚାରୁ କେତୋଟି ପିମ୍ପୁଡ଼ିର ମୋଟ ଗୋଡ଼ ମିଶି ୬୦ ହେବ । ଉଭୟ ହରଣ ସମସ୍ୟା ପିଲାମାନଙ୍କ ପାଇଁ ଉପାଦେୟ ।

ହରଣ / ଭାଗକ୍ରିୟାରେ ସଂରଚନା

Question 1.
ପ୍ରତ୍ୟେକ କେତେ ଟଙ୍କା ପାଇବେ ?
ପ୍ରଶ୍ନଟିର ଉତ୍ତର ପାଇବା ପାଇଁ ଟଙ୍କା ଏବଂ ପିଲାଙ୍କୁ ଆଧାର କରି ତୀର ଚିହ୍ନ ଦିଅ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 60
୧। ୩୦ ଟଙ୍କା କୁ ୩ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ପାଇବେ _____________ ଟଙ୍କା
୨୮ ୯୦୦ ଟଙ୍କା କୁ ୩ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ପାଇବେ ____________ ଟଙ୍କା
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 61
୧. ୩୦ ଟଙ୍କା କୁ ୩ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ପାଇବେ ୧୦ ଟଙ୍କା
୨. ୯୦୦ ଟଙ୍କା କୁ ୩ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ ପ୍ରତ୍ୟେକ ପାଇବେ ୩୦୦ ଟଙ୍କା

ଉପରୋକ୍ତ ଚିନ୍ତାଧାରା ବ୍ୟବହାର କରି ତଳ ସମସ୍ୟାଗୁଡ଼ିକ ସମାଧାନ କର ।
ତଳେ ତୁମେ ଦେଖୁଥ‌ିବା ସଂରଚନାଗୁଡ଼ିକୁ ଲକ୍ଷ୍ୟ କର ଏବଂ ବ୍ୟାଖ୍ୟା କର ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 62
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 63

Question 1.
ଗୋଟିଏ ମାଲବାହୀ ଟ୍ରକ୍‌ର ୬ଟି ଚକ । ଥଣ୍ଟିଆ କୁମ୍ଭୀର ୬୦ଟି ଚକ ଦେଖିଲା, ତେବେ ସେଠାରେ କେତୋଟି ଟ୍ରକ୍ ଥିଲା ?
Solution:
୧୦ଟି (୬୦ ÷ ୬)

Question 2.
ଗୋଟିଏ କାର୍ ପାକିଂ ସ୍ଥଳରେ ଥଣ୍ଟିଆ କୁମ୍ଭୀର ୮୦ଟି ଚକ ଦେଖିଲା । ତେବେ ପାକିଂ ସ୍ଥଳରେ ମୋଟରେ କେତୋଟି କାର୍ ଥିଲା ?
Solution:
୧ କାର୍ = ୪ ଚକ । ୮୦ ÷ ୪ = ୨୦ଟି କାର୍ ଥିଲା ।

Question 3.
ବସାକୁ ଫେରୁଥ‌ିବା ଏକ ପିମ୍ପୁଡ଼ି ଧାରରେ ଥଣ୍ଡିଆ କୁମ୍ଭୀର ୬୦୦ଟି ଗୋଡ଼ ଦେଖିଲା । ସେହି ଧାରରେ କେତୋଟି ପିମ୍ପୁଡ଼ି ଥିଲେ ?
Solution:
୧ ପିମ୍ପୁଡି = ୬ ଗୋଡ଼ । ୬୦୦ ÷ ୬ = ୧୦୦ଟି ପିମ୍ପୁଡ଼ି ଥିଲେ ।

Question 4.
ଗୋଟିଏ ଭେରାଇଟି ଷ୍ଟୋର୍ ୮୦୦ଟି ରବର ଫିତା ନେଇ କିଛି ପ୍ୟାକେଟ୍ ପ୍ରସ୍ତୁତ କଲା । ପ୍ରତ୍ୟେକ ପ୍ୟାକେଟ୍‌ରେ ୪ଟି ଲେଖାଏଁ ରବର ଫିତା ଥିଲେ ମୋଟରେ କେତୋଟି ପ୍ୟାକେଟ ପ୍ରସ୍ତୁତ ହୋଇଛି ?
Solution:
ଗୋଟିଏ ପ୍ୟାକେଟ୍‌ରେ ୪ଟି ରବର ଫିତା ରହେ ।
୮୦୦ଟି ରବର ଫିତା ପାଇଁ ପ୍ୟାକେଟ ହେବ = ୮୦୦ ÷ ୪ = ୨୦୦
∴ ମୋଟରେ ୨୦୦ଟି ପ୍ୟାକେଟ ପ୍ରସ୍ତୁତ ହୋଇଛି ।

Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର

ଆସ ସମାଧାନ କରିବା

Question 1.
ଗୋଟିଏ ବିଦ୍ୟାଳୟର ୨୪୫ ଜଣ ପିଲାଙ୍କୁ ରାଜ୍ୟ ସଂଗ୍ରହାଳୟ ଭ୍ରମଣରେ ନେବା ପାଇଁ ୭ଟି ବସ୍ ଭଡ଼ା ସୂତ୍ରରେ ନିଆଗଲା । ପ୍ରତ୍ୟେକ ବସ୍‌ରେ ସମାନ ସଂଖ୍ୟକ ପିଲା ଭ୍ରମଣରେ ଯାଇଥିଲେ । ତେବେ ପ୍ରତ୍ୟେକ ବସ୍‌ରେ କେତେ ସଂଖ୍ୟକ ପିଲା ଥିଲେ ?
Solution:
୩୫ଜଣ (୨୪୫ ÷ ୭)

Question 2.
ଦାର୍ଜିଲିଂ ହିମାଳୟ ରେଳପଥରେ ଯାଉଥିବା ଟିଏ ଟ୍ରେନ ବିଶ୍ଵ ଐତିହ୍ୟରେ ସ୍ଥାନିତ । ଏହି ବିସ୍ମୟକର ଟ୍ରେନଟି ନୂଆ ଜଲପାଇଗୁଡ଼ି ଏବଂ ଦାର୍ଜିଲିଂ ମଧ୍ଯରେ ଯାତ୍ରା କରେ । ବିଶ୍ୱର ଉଚ୍ଚତମ ଷ୍ଟେସନ୍ ମାନଙ୍କ ମଧ୍ୟରୁ ଅନ୍ୟତମ ‘ଘୁମ୍’ ଷ୍ଟେସନ୍ ଦେଇ ଏହା ଅତିକ୍ରମ କରେ । ଏହା ପ୍ରତିଦିନ ୮୮ କି.ମି. ଯାତ୍ରା କରେ । ତେବେ ଏକ ସପ୍ତାହରେ ଟ୍ରେନଟି କେତେ ଦୂରତା ଅତିକ୍ରମ କରିବ ?
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 64
Solution:
୬୧୬ କି.ମି. (୮୮ × ୭) ।

Question 3.
କଟକରୁ ଚୌଦ୍ଵାର ପର୍ଯ୍ୟନ୍ତ ମହାନଦୀରେ ନୌକା ବିହାର କରିବାର ମହା ଖୁବ୍ ନିଆରା । ଗ୍ରୀଷ୍ମ ଦିନେ ଭବାନୀ ଶଙ୍କର କ୍ଲବ ୨୫୯ ଜଣ ଲୋକଙ୍କୁ ନୌକା ବିହାର ପାଇଁ ନେଲା । ଗୋଟିଏ ଡଙ୍ଗାରେ ୭ଜଣ ଲୋକ ବସି ପାରିବେ । ତେବେ ସମସ୍ତ ଲୋକଙ୍କୁ ଏକାଥରକେ ନୌକା ବିହାର ପାଇଁ ସେହିପରି କେତୋଟି ଡଙ୍ଗା ଆବଶ୍ୟକ ?
Solution:
୩୭ଟି (୨୫୯ ÷ ୭) ।

Question 4.
ଅନୁ ପ୍ରତି ମାସରେ ତା’ ପଇସା କୁମ୍ପିରେ ୪୫ ଟଙ୍କା ସଞ୍ଚୟ କରେ ।
(କ) ଅନୁ ୬ ମାସରେ କେତେ ଟଙ୍କା ସଞ୍ଚୟ କରିବ ?
Solution:
୨୭୦ ଟଙ୍କା (୪୫ ଟଙ୍କା × ୬) ।

(ଖ) ୬ ମାସ ପରେ ତା’ର ସଞ୍ଚିତ ଟଙ୍କାକୁ ସେ ୬ ଜଣ ସାଙ୍ଗଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିଲା । ତେବେ ପ୍ରତ୍ୟେକ କେତେ ଟଙ୍କା ପାଇବେ ?
Solution:
୨୭୦ ଟଙ୍କା ÷ ୬ = ୪୫ ଟଙ୍କା ।

(ଗ) ଯଦି ୬ ମାସ ପରେ ତା’ର ସଞ୍ଚିତ ଟଙ୍କାକୁ ସେ ୩ ଜଣ ସାଙ୍ଗଙ୍କ ମଧ୍ୟରେ ସମାନ ରୂପେ ବାଣ୍ଟେ ତେବେ ପ୍ରତ୍ୟେକ କେତେ ଟଙ୍କା ପାଇବେ ?
Solution:
୨୭୦ ଟଙ୍କା ÷ ୩ = ୯୦ ଟଙ୍କା

Question 5.
ରାଜୁ ବାବୁ ଗାଁରେ ଅଟୋ ଚଳାଇଥାନ୍ତି ଏବଂ ଲୋକମାନଙ୍କୁ ବଣ୍ଡ ପର୍ଯ୍ୟନ୍ତ ନେବା ଆଣିବା କରନ୍ତି । ସେ ଦିନକୁ । ଟ୍ରିପ୍ କରନ୍ତି । ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଏହି ଭକ୍ତିକୁ ବ୍ୟବହାର କରି କେଉଁଟିକୁ ଠିକ୍ ରୂପେ ହିସାବ କରାଯାଇପାରିବ ?
(କ) ସେ ଦିନକରେ କେତେ ଟଙ୍କା ରୋଜଗାର କରନ୍ତି ?
(ଖ) ସେ ୭ ଦିନରେ କେତେ ଟ୍ରିପ୍ କରନ୍ତି ?
(ଗ) ଗୋଟିଏ ଟ୍ରିପ୍ ପାଇଁ କେତେ ସମୟ ଲାଗେ ?
(ଘ) ସେ ୪ ସପ୍ତାହରେ କେତେ ଟ୍ରିପ୍ କରନ୍ତି ?
Solution:
(ଖ) ସେ ୭ ଦିନରେ କେତେ ଟ୍ରିପ୍ କରନ୍ତି ?

ଶିକ୍ଷକଙ୍କ ପାଇଁ ସୂଚନା : ଭାଜ୍ୟ, ଭାଜକ, ଭାଗଫଳ ମଧ୍ୟରେ ଥିବା ସଂପର୍କିତ ଅନୁଧ୍ୟାନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ । ଯେତେବେଳେ ରାଜକ ୫ ଗୁଣ ବା ୧୦ ଗୁଣ ବଦଳେ, ସେତେବେଳେ ଭାଗଫଳ କିପରି ବଦଳୁଛି ଏବଂ ଗୁଣନ ଓ ହରଣ କ୍ରିୟା ମଧ୍ୟରେ ଥିବା ସଂପର୍କକୁ ବୁଝିବାରେ ସେମାନଙ୍କୁ ଉତ୍ସାହିତ କରନ୍ତୁ ।

Question 6.
ସମାଧାନ କର ।
(କ) ୪୫ × ୯
(ଖ) ୫୦୭ × ୭
(ଗ) ୯୪ ÷ ୪
(ଘ) ୭୭୮ ÷ ୬
(ଙ) ୯୪ × ୫
(ଚ) ୩୯୬ × ୪
(ଛ) ୮୩ ÷ ୩
(ଜ) ୬୩୫ ÷ ୫
Solution:
(କ) ୪୫ × ୯ = ୪୦୫
(ଖ) ୫୦୭ × ୭ = ୩୫୪୯
(ଗ) ୯୪ ÷ ୪ = ୨୩ ଭାଗଫଳ, ୨ ଭାଗଶେଷ
(ଘ) ୭୭୮ ÷ ୬ = ୧୨୯ ଭାଗଫଳ, ୪ ଭାଗଶେଷ
(ଙ) ୯୪ × ୫ = ୪୭୦
(ଚ) ୩୯୬ × ୪ = ୧୫୮୪
(ଛ) ୮୩ ÷ ୩ = ୨୭ ଭାଗଫଳ, ୨ ଭାଗଶେଷ
(ଜ) ୬୩୫ ÷ ୫ = ୧୨୭

Question 7.
ଗଣିତରେ କିଛି ଉକ୍ତି ସର୍ବଦା ସତ୍ୟ, କିଛି ବେଳେବେଳେ ସତ୍ୟ ଏବଂ କିଛି ଆଦୌ ସତ୍ୟ ନୁହେଁ । ଯଥା ସ୍ଥାନରେ ‘✓’ ଚିହ୍ନ ଦିଅ ।
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 65
Solution:
Class 4 Maths Chapter 10 Question Answer Odia Medium ଆମେ ସବୁ ଏକା ଦଳର 66
ଶିକ୍ଷକଙ୍କ ପାଇଁ ସୂଚନା ଭିନ୍ନ ଭିନ୍ନ ସର୍ଭରେ ବିଭିନ୍ନ ଗାଣିତିକ ଉକ୍ତି ଗୁଡ଼ିକର ବୈଧତା ମୂଲ୍ୟାୟନ ଏବଂ ବୋଧଗମ୍ୟତା ନିମନ୍ତେ ଶିକ୍ଷାର୍ଥୀ ମାନଙ୍କୁ ସହାୟତା କରିବା ଦିଗରେ ‘ସର୍ବଦା ସତ୍ୟ’, ‘ଆଦୌ ସତ୍ୟ ନୁହେଁ ଏବଂ ‘ବେଳେବେଳେ ସତ୍ୟ’ ପରି ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ । ଶିକ୍ଷାର୍ଥୀ ମାନଙ୍କ ଜଟିଳ ଚିନ୍ତନ, ଧାରଣାର ବୋଧଗମ୍ୟତା ନିରୂପଣ ଏବଂ ଯୁକ୍ତି ସଂଗତ ଉଦାହରଣ ଦେଇ ଯଥାର୍ଥତା ନିରୂପଣ ଦିଗରେ ଏହା ଉତ୍ସାହିତ କରେ । ଗାଣିତିକ ନିୟମଗୁଡ଼ିକର ଉତ୍ତମ ବୋଧଗମ୍ୟତା ଦିଗରେ ଶିକ୍ଷାର୍ଥୀମାନଙ୍କୁ ଘୋଷା ପଦ୍ଧତିରୁ ମୁକ୍ତ କରିବା ପାଇଁ ସାହାଯ୍ୟ କରେ ।