BSE Odisha 6th Class Geography Solutions Chapter 6(f) ଇଉରୋପ

Odisha State Board BSE Odisha 6th Class Geography Solutions Chapter 6(f) ଇଉରୋପ Textbook Exercise Questions and Answers.

BSE Odisha Class 6 Geography Solutions Chapter 6(f) ଇଉରୋପ

୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

(କ) ଇଉରୋପର ପ୍ରଧାନ ପ୍ରାକୃତିକ ବିଭାଗଗୁଡ଼ିକର ନାମ ଲେଖ।
Answer:
ଇଉରୋପକୁ ତିନୋଟି ପ୍ରଧାନ ପ୍ରାକୃତି ବିଭାଗରେ ବିଭକ୍ତ କରାଯାଇଛି । ଯଥା –
(୧) ଉତ୍ତର-ପଶ୍ଚିମ ଭାଗର ମାଳଭୂମି
(୨) ମଧ୍ୟଭାଗର ସମତଳଭୂମି
(୩) ଦକ୍ଷିଣ ଭାଗର ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି

BSE Odisha 6th Class Geography Solutions Chapter 6(f) ଇଉରୋପ

(ଖ) ଇଉରୋପକୁ କାହିଁକି ଏକ ଉପଦ୍ଵୀପ କୁହାଯାଏ ?
Answer:
ଇଉରୋପ ମହାଦେଶର ଉତ୍ତରରେ ସୁମେରୁ ମହାସାଗର, ଦକ୍ଷିଣରେ ଭୂମଧ୍ଯସାଗର ଏବଂ ପଶ୍ଚିମରେ ଆଟ୍‌ଲାଣ୍ଟିକ୍ ମହାସାଗର ଅବସ୍ଥିତ । ତେଣୁ ଏହି ମହାଦେଶ ତିନିପଟେ ଜଳରାଶିଦ୍ୱାରା ପରିବେଷ୍ଟିତ ହୋଇଥିବାରୁ ଏହାକୁ ଉପଦ୍ବୀପ କୁହାଯାଏ ।

(ଗ) କେଉଁ ପର୍ବତଶ୍ରେଣୀ ଏହି ମହାଦେଶକୁ ଏସିଆଠାରୁ ଅଲଗା କରୁଛି ?
Answer:
ୟୁରାଲ ପର୍ବତଶ୍ରେଣୀ ଇଉରୋପ ମହାଦେଶକୁ ଏସିଆଠାରୁ ଅଲଗା କରୁଛି।

(ଘ) ରାଇନ୍ ନଦୀ କେଉଁ ଜଳରାଶିରେ ପଡ଼ିଅଛି ?
Answer:
ରାଇନ୍ ନଦୀ ଉତ୍ତର ସାଗରରେ ପଡ଼ିଅଛି।

(ଙ) ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦର ନାମ ଲେଖ।
Answer:
ଟାଇଗା ଅରଣ୍ୟର ଦୁଇଟି ପ୍ରାକୃତିକ ଉଦ୍ଭଦ ହେଲା ଓକ୍ ଓ ପାଇନ୍।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଚ) ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀଙ୍କର ନାମ ଲେଖ।
Answer:
ତୁନ୍ଦ୍ରା ଅଞ୍ଚଳରେ ରହୁଥ‌ିବା ଚାରୋଟି ବନ୍ୟପ୍ରାଣୀ ହେଲେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲ୍‌ରସ୍।

(ଛ) ପୃଥ‌ିବୀର ସବୁଠାରୁ ସାନ ଦେଶର ନାମ କ’ଣ ?
Answer:
ଇଉରୋପ ମହାଦେଶ ଅନ୍ତର୍ଗତ ଭାଟିକାନ ସିଟି ପୃଥ‌ିବୀର ସବୁଠାରୁ ସାନ ଦେଶ।

(ଜ) ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଗୁଡ଼ିକର ନାମ ଲେଖ।
Answer:
ଟାଇଗାର ୪ଟି ପ୍ରଧାନ ବନ୍ୟଜନ୍ତୁଙ୍କର ନାମ ହେଲା ଲିଙ୍କସ୍, ଧଳା କୋକିଶିଆଳୀ, ମିଙ୍କ୍ ଓ ୱାଲ୍‌ରସ୍।

(ଝ) କେଉଁ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶରେ ଅବସ୍ଥିତ ?
Answer:
ରୁଷିଆ ଦେଶ ଉଭୟ ଏସିଆ ଓ ଇଉରୋପ ମହାଦେଶ ମଧ୍ୟରେ ଅବସ୍ଥିତ।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଞ) ଇଉରୋପର ଅଧ୍ବବାସୀମାନେ କେଉଁ କେଉଁ କ୍ଷେତ୍ରରେ କାମ କରି ଜୀବିକାର୍ଜନ କରିଥା’ନ୍ତି?
Answer:
(୧) ଇଉରୋପ ମହାଦେଶର ଅସ୍ଵାସୀମାନେ ଶିଳ୍ପ, ବାଣିଜ୍ୟ, ଖଣିକାର୍ଯ୍ୟ, ଗମନାଗମନ, ଶିକ୍ଷା, ଚିକିତ୍ସା କ୍ଷେତ୍ରରେ କାମ କରି ନିଜର ଜୀବିକାର୍ଜନ କରିଥା’ନ୍ତି।
(୨) କେତେକ ଲୋକ କୃଷିକାର୍ଯ୍ୟରେ ନିୟୋଜିତ ହୋଇଥା’ନ୍ତି । ଚାଷକାର୍ଯ୍ୟ ପ୍ରାୟତଃ ମେସିନ୍‌ ସହାଯ୍ୟରେ କରାଯାଏ।

୨। କାରଣ ଦର୍ଶାଅ :

(କ) ଇଉରୋପର ମଧ୍ୟଭାଗରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।
Answer:
ଇଉରୋପର ମଧ୍ୟଭାଗ ସମୁଦ୍ରଠାରୁ ଦୂରରେ ଥ‌ିବାରୁ ସେଠାରେ ସାମୁଦ୍ରିକ ପ୍ରଭାବ କମ୍ ପଡ଼େ।

BSE Odisha 6th Class Geography Solutions Chapter 6(f) ଇଉରୋପ

(ଖ) ଇଉରୋପର ପୂର୍ବଭାଗରେ ତୃଣ ଓ ଗୁଳ୍ମ ଜନ୍ମେ।
Answer:
ଇଉରୋପର ପୂର୍ବଭାଗରେ କମ୍ ବର୍ଷା ହେଉଥ‌ିବାରୁ ସେଠାରେ ତୃଣ ଓ ଗୁଳ୍ମ ଜନ୍ମେ।

୩। ଇଉରୋପର ଜୀବଜନ୍ତୁ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କର।
Answer:
(୧) ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍‌ରସ୍ ଇତ୍ୟାଦି ପ୍ରାଣୀ ଇଉରୋପର ତୁନ୍ଦ୍ରା ଅଞ୍ଚଳରେ ଦେଖାଯାଆନ୍ତି।
(୨) ଲିଙ୍କସ୍‌, ମିକ୍, ଏରମିନ୍, ଧଳା କୋକିଶାଆଳୀ ଇତ୍ୟାଦି ପ୍ରାଣୀ ଇଉରୋପର ଟାଇଗା ଅଞ୍ଚଳରେ ଦେଖାଯାଆନ୍ତି।

BSE Odisha 6th Class Geography Solutions Chapter 6(f) ଇଉରୋପ

୪। ପାର୍ଥକ୍ୟ ଦର୍ଶାଅ।
ତୁନ୍ଦ୍ରା ଏବଂ ଟାଇଗା

ତୁନ୍ଦ୍ରା ଟାଇଗା
(୧) ଇଉରୋପର ଉତ୍ତରାଞ୍ଚଳ ମେରୁ ନିକଟବର୍ତ୍ତୀ ହୋଇଥିବାରୁ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ।
(୨) ଏଠାରେ ଲାଇକେନ୍ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଜନ୍ମେ।
(୩) ବଲ୍ଗାହରିଣ, ଧଳାଭାଲୁ, ସିଲ୍, ୱାଲ୍ରସ୍ ଇତ୍ୟାଦି ତୁନ୍ଦ୍ରାଞ୍ଚଳର ମୁଖ୍ୟ ପ୍ରାଣୀ।
(୧) ତୁନ୍ଦ୍ରାଞ୍ଚଳର ଦକ୍ଷିଣରେ ଟାଇଗା ଅଞ୍ଚଳ ଅବସ୍ଥିତ।
(୨) ଏହି ଅଞ୍ଚଳରେ ଓକ୍, ପାଇନ୍, ସ୍ପୃଶ୍ ଓ ଫିର୍ ଇତ୍ୟାଦି ପ୍ରାକୃତିକ ଉଦ୍ଭଦ ଦେଖାଯାଆନ୍ତି।
(୩) ଲିଙ୍କସ୍, ମିକ୍ସ୍, ଏରମିନ୍, ଧଳା କୋକିଶିଆଳୀ ଇତ୍ୟାଦି ଟାଇଗା ଅଞ୍ଚଳର ମୁଖ୍ୟ ପ୍ରାଣୀ।

 

BSE Odisha 6th Class Geography Solutions Chapter 6(f) ଇଉରୋପ

BSE Odisha 6th Class Geography Notes Chapter 6(f) ଇଉରୋପ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(f) ଇଉରୋପ

  • ଇଉରୋପ ପୃଥ‌ିବୀର ଷଷ୍ଠ ବୃହତ୍ତମ ମହାଦେଶ। ଏହା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
  • ଏହା ୩୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୭୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୧୦ ଡିଗ୍ରୀ ପଶ୍ଚିମ ଦ୍ରାଘିମା ଓ ୬୫ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
  • ଇଉରୋପ ମହାଦେଶର ଉତ୍ତର-ପଶ୍ଚିମ ଭାଗରେ ମାଳଭୂମି, ମଧ୍ୟଭାଗରେ ସମତଳଭୂମି ଏବଂ ଦକ୍ଷିଣ ଭାଗରେ ଭଙ୍ଗିଳ ପର୍ବତଶ୍ରେଣୀ ଓ ମାଳଭୂମି ଅବସ୍ଥିତ।
  • ଆଲପ୍‌ସ ଇଉରୋପର ପ୍ରଧାନ ପର୍ବତମାଳା।
  • ରାଇନ୍, ପୋ, ଟେମ୍‌, ରୁର୍, ଏଲ୍‌ବ, ଡାଡ୍ୟୁବ, ଭଲ୍‌ଗା, ଡନ୍, ନିପର ଆଦି ଏହାର ମୁଖ୍ୟ ନଦୀ।
  • ଏହି ମହାଦେଶର ଜଳବାୟୁ ନାତିଶୀତୋଷ । ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ପ୍ରଭାବ ପଡ଼ିଥାଏ।
  • ଇଉରୋପର ଉତ୍ତରାଂଶରେ ତୁନ୍ଦ୍ରା ଜାତୀୟ ଉଦ୍ଭଦ ଜନ୍ମେ। ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ। ଇଉରୋପର ତୃଣଭୂମି ଅଞ୍ଚଳକୁ ଷ୍ଟେପ୍ କୁହାଯାଏ।
  • ଇଉରୋପର ତୁନ୍ଦ୍ରାଞ୍ଚଳରେ ବଲ୍‌ଗାହରିଣ, ଧଳାଭାଲୁ, ସିଲ୍ ଓ ୱାଲରସ୍ ଆଦି ପ୍ରାଣୀ ଦେଖାଯାନ୍ତି। ଟାଇଗା ଅଞ୍ଚଳରେ ଲିଙ୍କସ୍‌, ମିଙ୍କ୍, ଏରମିନ୍, ଧଳା କୋକିଶିଆଳି ଆଦି ପ୍ରାଣୀ ବାସ କରନ୍ତି।
  • ଫ୍ରାନ୍ସ, ଯୁକ୍ତରାଜ୍ୟ, ସ୍ପେନ୍, ବେଲ୍‌ଜିୟମ୍, ଜର୍ମାନୀ, ପୋଲାଣ୍ଡ, ନରୱେ, ଇଟାଲୀ, ସୁଇଜରଲ୍ୟାଣ୍ଡ ପ୍ରଭୃତି ଇଉରୋପ ମହାଦେଶର ପ୍ରଧାନ ଦେଶ ଅଟନ୍ତି।
  • ଇଉରୋପ ମହାଦେଶର ଭାଟିକାନ ସିଟି ପୃଥ‌ିବୀର କ୍ଷୁଦ୍ରତମ ଦେଶ। ରୋମ, ଲଣ୍ଡନ, ପ୍ୟାରିସ୍, ବର୍ଲିନ୍, ମସ୍କୋ, ଫ୍ରାଙ୍କଫୋର୍ଟ ଆଦି ଇଉରୋପ ମହାଦେଶର ବଡ଼ ବଡ଼ ସହର।
  • ଏହି ମହାଦେଶର ଅସ୍ଵାସୀମାନେ ଧନୀ ଏବଂ ସମୃଦ୍ଧ। ଶିଳ୍ପ, ବାଣିଜ୍ୟ, ଶିକ୍ଷା, ଗମନାଗମନ, ଚିକିତ୍ସା କ୍ଷେତ୍ରରେ ଅଧୁକାଂଶ ଲୋକ ନିୟୋଜିତ ହୋଇଥା’ନ୍ତି। ଚାଷ କାର୍ଯ୍ୟ ପ୍ରାୟତଃ ମେସିନ୍ ସାହାଯ୍ୟରେ କରାଯାଇଥାଏ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

Odisha State Board BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(d) ଦକ୍ଷିଣ ଆମେରିକା

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।

(କ) ଉଦାହରଣ ସହ ‘ଯୋଜକ’ର ପରିଭାଷା ଲେଖ।
Answer:
ଯୋଜକ ହେଉଛି ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଟି ଦୁଇଟି ବୃହତ୍ ସ୍ଥଳଭାଗକୁ ଯୋଗ କରେ।
ଉଦାହରଣସ୍ୱରୂପ, ଦକ୍ଷିଣ ଆମେରିକା ସହିତ ଉତ୍ତର ଆମେରିକା ପାନାମା ଯୋଜକଦ୍ୱାରା ସଂଯୁକ୍ତ ଥିଲା।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଖ) ଦକ୍ଷିଣ ଆମେରିକାର ବେଶୀ ଭାଗ କେଉଁ ଗୋଲାର୍ଦ୍ଧରେ ରହିଅଛି ?
Answer:
ଦକ୍ଷିଣ ଆମେରିକାର ବେଶୀ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଅଛି।

(ଗ) ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର କେଉଁ ଦିଗରେ ଅବସ୍ଥିତ?
Answer:
ଆଣ୍ଡିଜ୍ ପର୍ବତମାଳା ଦକ୍ଷିଣ ଆମେରିକାର ପଶ୍ଚିମ ଦିଗରେ ଅବସ୍ଥିତ।

(ଘ) କେଉଁ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ ?
Answer:
ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ସବୁଠାରୁ ବଡ଼ ନଦୀ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଙ) ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ଲେଖ।
Answer:
ଦକ୍ଷିଣ ଆମେରିକାରେ ପ୍ରବାହିତ ୪ଟି ନଦୀର ନାମ ହେଲା – ଆମାଜନ, ଓରିନୋକୋ, ପାରାନା – ପାରାଗୁଏ ଓ ଉରୁଗୁଏ।

(ଚ) ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ କ’ଣ ?
Answer:
ଆର୍ଜେଣ୍ଟିନାର ନାତିଶୀତୋଷ୍ଣ ତୃଣଭୂମିର ନାମ ପମ୍ପାସ୍।

(ଛ) ଦକ୍ଷିଣ ଆମେରିକାର ବିଷୁବ ମଣ୍ଡଳୀୟ ଅରଣ୍ୟକୁ କ’ଣ କୁହାଯାଏ ?
Answer:
ଦକ୍ଷିଣ ଆମେରିକାର ବିଷୁବମଣ୍ଡଳୀୟ ଚିରହରିତ୍‌ ଅରଣ୍ୟକୁ ସେଲ୍‌ଭା କୁହାଯାଏ।

(ଜ) ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ଲେଖ।
Answer:
ଦକ୍ଷିଣ ଆମେରିକାର ୪ଟି ବଡ଼ ବଡ଼ ସହରର ନାମ ହେଲା – ବ୍ରାସିଲିଆ, ବୁଏନ୍ସଏୟାରିସ୍, ସାଣ୍ଟିଆଗୋ, ସାଓପାଓଲା।

(ଝ) ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ କ’ଣ କୁହାଯାଏ ?
Answer:
ଦକ୍ଷିଣ ଆମେରିକାର ନାତିଶୀତୋଷ୍ଣ ମରୁଭୂମିକୁ ପାଟାଗୋନିଆ କୁହାଯାଏ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

୨। କାରଣ ଦର୍ଶାଅ :

(କ) ଦକ୍ଷିଣ ଆମେରିକାର ଅଧୁକାଂଶ ଅଞ୍ଚଳରେ ଜଳବାୟୁ ଉଷ୍ଣ।
Answer:
ଦକ୍ଷିଣ ଆମେରିକାର ବିଷୁବ ବୃତ୍ତ ଏବଂ ମକର କ୍ରାନ୍ତି ମଧ୍ୟରେ ଅଧିକାଂଶ ଅଞ୍ଚଳ ଅବସ୍ଥିତ ଥ‌ିବାରୁ ଏସବୁ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥାଏ।

(ଖ) ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତରେ ଅଧ୍ଵ ଥଣ୍ଡା ପଡ଼େ ।
Answer:
ଦକ୍ଷିଣ ଆମେରିକାର ଦକ୍ଷିଣ ପ୍ରାନ୍ତ କୁମେରୁ ବୃତ୍ତର ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ଅତ୍ୟଧିକ ଥଣ୍ଡା ପଡ଼େ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

(ଗ) ଆମାଜନ୍ ଉପତ୍ୟକାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।
Answer:
ଆମାଜନ୍ ନଦୀ ଉପତ୍ୟକା ଅଞ୍ଚଳରେ ବର୍ଷସାରା ପ୍ରଚୁର ବୃଷ୍ଟିପାତ ହେଉଥିବାରୁ ସେଠାରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ।

୩। ଦକ୍ଷିଣ ଆମେରିକାରେ ଦେଖାଯାଉଥ‌ିବା ବନ୍ୟପ୍ରାଣୀଗୁଡ଼ିକର ଏକ ବିବରଣୀ ପ୍ରଦାନ କର।
Answer:
(୧) ଦକ୍ଷିଣ ଆମେରିକାର ସେଲ୍‌ଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର ଓ ପୁମା ପରି ହିଂସ୍ର ଜନ୍ତୁ ଏବଂ ବଜ୍ରକାପ୍ତା ଓ ଅନେକ ଜାତିର ପକ୍ଷୀ ବାସ କରନ୍ତି।
(୨) କାସ ତୃଣଭୂମିରେ ବଜ୍ରକାପ୍ତା, ବଣଘୁଷୁରୀ, ହରିଣ ଓ ପୁମା ଆଦି ବନ୍ୟପ୍ରାଣୀ ବାସ କରନ୍ତି।
(୩) ପାଟାଗୋନିଆରେ ବିଭିନ୍ନ ପ୍ରଜାତିର ମୂଷା, ଏଣ୍ଡୁଅ, ସାପ ଇତ୍ୟାଦି ଦେଖାଯାଆନ୍ତି। ଦକ୍ଷିଣ ଆମେରିକାରେ ଲାମା, ଆଲପ୍‌, ଭିକୁନା ପ୍ରଭୃତି ଲୋମଶ ଜନ୍ତୁ ବାସ କରନ୍ତି। ଆଣ୍ଟିଜ୍‌ର ଉଚ୍ଚ ଶୃଙ୍ଗମାନଙ୍କରେ ଶାଗୁଣା ଜାତୀୟ ପକ୍ଷୀ କଣ୍ଡର ବାସ କରନ୍ତି।
(୫) ଏହି ମହାଦେଶରେ ଦେଖାଯାଉଥ‌ିବା ରିଆପକ୍ଷୀ ଉଡ଼ିପାରେ ନାହିଁ। ଜାଗୁଆର ହେଉଛି ଦକ୍ଷିଣ ଆମେରିକାର ଚିତାବାଘ ଯିଏ ଗଛ ଚଢ଼ିପାରେ ଓ ପାଣିରେ ପହଁରିପାରେ। ପୁମା ଦକ୍ଷିଣ ଆମେରିକାର ଏକ ବଡ଼ ହିଂସ୍ର ଓ ବଳବାନ୍ ପ୍ରାଣୀ। ଏଠାରେ ବାସ କରୁଥିବା ଆର୍ମାଡ଼ିଲେ ନାମକ ଦନ୍ତହୀନ ପ୍ରାଣୀର ଜିଭ ଓ ମୁହଁ ଲମ୍ବା ଏବଂ ଏହା କୀଟପତଙ୍ଗ ଓ ଜନ୍ଦା ପ୍ରଭୃତି ଖାଇ ବଞ୍ଚେ।

BSE Odisha 6th Class Geography Solutions Chapter 6(d) ଦକ୍ଷିଣ ଆମେରିକା

୪। କେଉଁ କେଉଁ ସଂପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ବବାସୀ ?
Answer:
ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ (ପର୍ତ୍ତୁଗୀଜ୍, ସ୍ପେନୀୟ) ଆଦି ସମ୍ପ୍ରଦାୟର ଲୋକେ ଦକ୍ଷିଣ ଆମେରିକାର ଅଧ୍ୟାବାସୀ।

BSE Odisha 6th Class Geography Notes Chapter 6(d) ଦକ୍ଷିଣ ଆମେରିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(d) ଦକ୍ଷିଣ ଆମେରିକା

  • ଦକ୍ଷିଣ ଆମେରିକା ମହାଦେଶ ଉତ୍ତର ଆମେରିକାର ଦକ୍ଷିଣକୁ ଅବସ୍ଥିତ। ଏହା ୧୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୫୫ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଏବଂ ୩୫ ଡିଗ୍ରୀ ପଶ୍ଚିମ ଦ୍ରାଘିମା ଓ ୮୧ ଡିଗ୍ରୀ ପଶ୍ଚିମ ଦ୍ରାଘିମା ମଧ୍ୟରେ ଅବସ୍ଥିତ।
  • ଉତ୍ତର ଆମେରିକା ସହିତ ଏହି ମହାଦେଶ ପାନାମା ଯୋଜକଦ୍ବାରା ସଂଯୁକ୍ତ ଥିଲା। ବର୍ତ୍ତମାନ ଏଠାରେ ପାନାମା କେନାଲ ଖନନ କରି ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍ ମହାସାଗରକୁ ସଂଯୋଗ କରାଯାଇଛି।
  • ବିଷୁବରେଖା ଓ ମକରକ୍ରାନ୍ତି ଏହି ମହାଦେଶ ଉପର ଦେଇ ଯାଇଛନ୍ତି।
  • ଦକ୍ଷିଣ ଆମେରିକାରେ ପ୍ରବାହିତ ଆମାଜନ ନଦୀ ପୃଥ‌ିବୀର ବୃହତ୍ତମ ନଦୀ। ଓରିନୋକୋ, ପାରାନା-ପାରାଗୁଏ ଓ ଉରୁଗୁଏ ଆଦି ଏହି ମହାଦେଶର ଅନ୍ୟ ନଦୀସମୂହ।
  • ଏହି ମହାଦେଶର ବିଷୁବବୃତ୍ତ ଓ ମକରକ୍ରାନ୍ତି ମଧ୍ୟବର୍ତ୍ତୀ ଅଞ୍ଚଳରେ ଉଷ୍ଣ ଜଳବାୟୁ, କୁମେରୁ ନିକଟବର୍ତ୍ତୀ ଅଞ୍ଚଳ ଓ ପାର୍ବାତ୍ୟାଞ୍ଚଳରେ ଅତ୍ୟଧ୍ୱ ଶୀତ ଅନୁଭୂତ ହୁଏ। ସମଗ୍ର ମହାଦେଶରେ ଉତ୍ତମ ବୃଷ୍ଟିପାତ ହୁଏ।
  • ଏହି ମହାଦେଶର ଚିରହରିତ୍‌ ଅରଣ୍ୟକୁ ସେଲ୍‌ଭା ଓ ତୃଣଭୂମିକୁ ସାଭାନ୍ନା କୁହାଯାଏ। ବ୍ରାଜିଲ୍‌ରେ ଏହି ସାଭାନ୍ନା ତୃଣଭୂମିକୁ କାର୍ମୋସ୍, ଏବଂ ଓରିନୋକୋ ନଦୀ ଉପତ୍ୟକାରେ ଲାନୋସ୍ କୁହାଯାଏ। ଆର୍ଜେଣ୍ଟିନାରେ ନାତିଶୀତୋଷ୍ଣ ତୃଣଭୂମିକୁ ପମ୍ପାସ କୁହାଯାଏ।
  • ଦକ୍ଷିଣ ଆମେରିକାରେ ଉଡ଼ି ପାରୁନଥିବା ରିଆପକ୍ଷୀ ଦେଖାଯାଏ। ସେଲ୍‌ଭା ଅରଣ୍ୟରେ ବିଭିନ୍ନ ପ୍ରକାର ସରୀସୃପ, ମାଙ୍କଡ଼, ଜାଗୁଆର, ପୁମା ଆଦି ପଶୁ ଦେଖାଯାଆନ୍ତି। କାମୋସ ତୃଣଭୂମିରେ ବଜ୍ରକାପ୍ତା,ବଣଘୁଷୁରୀ, ହରିଣ ଓ ପୁମା ଦେଖାଯାଆନ୍ତି।
  • ଲୋହିତ ଭାରତୀୟ, ନିଗ୍ରୋ ଓ ୟୁରୋପୀୟ ଏହି ମହାଦେଶର ଅସ୍ଵାସୀ। ଏହାର ଅଧିବାସୀମାନେ ଖଣିଜ ଉତ୍ତୋଳନ, ଶିଳ୍ପ, ଶିକ୍ଷା, ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ନ୍ତି। କୃଷି, ଗୋପାଳନ ଓ ମେଷପାଳନ ଏଠାକାର ଅଧ‌ିବାସୀମାନଙ୍କର ପ୍ରଧାନ ଜୀବିକା।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

Odisha State Board BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(e) ଆଣ୍ଟାର୍କଟିକା

୧। ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

(କ) କ୍ଷେତ୍ରଫଳ ଦୃଷ୍ଟିରୁ ଆଣ୍ଟାର୍କଟିକା ପୃଥ‌ିବୀରେ କେଉଁ ସ୍ଥାନରେ ରହିଛି ?
Answer:
କ୍ଷେତ୍ରଫଳ ଦୃଷ୍ଟିରୁ ଆଣ୍ଟାର୍କଟିକା ପୃଥ‌ିବୀରେ ପଞ୍ଚମ ସ୍ଥାନରେ ରହିଛି।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଖ) ଭାରତଦ୍ବାରା ଆଣ୍ଟାର୍କଟିକାରେ ପ୍ରତିଷ୍ଠିତ ଗବେଷଣାଗାର ଦୁଇଟିର ନାମ ଲେଖ।
Answer:
ଭାରତଦ୍ବାରା ଆଣ୍ଟାର୍କଟିକାରେ ପ୍ରତିଷ୍ଠିତ ଗବେଷଣାଗାର ଦୁଇଟିର ନାମ ହେଲା – ଦକ୍ଷିଣ ଗଙ୍ଗୋତ୍ରୀ ଏବଂ ମୈତ୍ରୀ।

(ଗ) ଏହି ମହାଦେଶ କେଉଁ ଦୁଇଟି ମୁଖ୍ୟ ଅକ୍ଷାଂଶ ମଧ୍ଯରେ ଅବସ୍ଥିତ?
Answer:
ଏହି ମହାଦେଶ ୬୬୧/୨ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ଓ ଦକ୍ଷିଣ ମେରୁ ମଧ୍ୟରେ ଅବସ୍ଥିତ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଘ) ଆଣ୍ଟାର୍କଟିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି ?
Answer:
ପ୍ରାକୃତିକ ଗଠନ ଦୃଷ୍ଟିରୁ ଆଣ୍ଟାର୍କଟିକା ଦୁଇଭାଗରେ ବିଭକ୍ତ; ଯଥା— ପୂର୍ବ ଆଣ୍ଟାର୍କଟିକା ଓ ପଶ୍ଚିମ ଆଣ୍ଟାର୍କଟିକା।

(ଙ) ଆଣ୍ଟାର୍କଟିକାର ଜଳବାୟୁ କିଭଳି ?
Answer:
ସମଗ୍ର ଆଣ୍ଟାର୍କଟିକା ମହାଦେଶରେ ବର୍ଷସାରା ଥଣ୍ଡା ଅନୁଭୂତ ହୁଏ। ଏହା ସବୁବେଳେ ବରଫାବୃତ ରହେ। ଆଣ୍ଟାର୍କଟିକାର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ। ଏଠାରେ ସର୍ବଦା ତୁଷାରପାତ ହୁଏ। ସମୟେ ସମୟେ ପ୍ରବଳ ବରଫଝଡ଼ ହୁଏ। ଏଠାରେ ଗ୍ରୀଷ୍ମକାଳ ସ୍ଵସ୍ଥାୟୀ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

୨। କାରଣ ଦର୍ଶାଅ।

(କ) ଆଣ୍ଟାର୍କଟିକାରେ ସ୍ଥାୟୀ ବାସିନ୍ଦା ନାହାନ୍ତି।
Answer:
ଏହି ମହାଦେଶ ସବୁବେଳେ ବରଫାବୃତ ରହେ। ସର୍ବଦା ତୁଷାରପାତ ଓ ସମୟେ ସମୟେ ପ୍ରବଳ ବରଫଝଡ଼ ହେଉଥ‌ିବାରୁ ଏଠାରେ ସ୍ଥାୟୀ ବାସିନ୍ଦା ନାହାନ୍ତି।

(ଖ) ଆଣ୍ଟାର୍କଟିକାରେ ଅସ୍ଥାୟୀ ବସତି ଅଛି।
Answer:
(୧) ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ଆଣ୍ଟାର୍କଟିକାରେ ବିଭିନ୍ନ ଦେଶ ଗବେଷଣାଗାରମାନ ସ୍ଥାପନ କରିଛନ୍ତି।
(୨) ଗବେଷଣା ଉଦ୍ଦେଶ୍ୟରେ ଯାଉଥ‌ିବା ଗବେଷକ ଓ ବୈଜ୍ଞାନିକମାନେ ସେଠାରେ ଅସ୍ଥାୟୀ ବସତି ସ୍ଥାପନ କରି ବସବାସ କରୁଥିବାରୁ ଆଣ୍ଟାର୍କଟିକାରେ ଅସ୍ଥାୟୀ ବସତି ଦେଖାଯାଏ।

BSE Odisha 6th Class Geography Solutions Chapter 6(e) ଆଣ୍ଟାର୍କଟିକା

(ଗ) ଆଣ୍ଟର୍କଟିକା ମହାଦେଶ ସମଗ୍ର ପୃଥ‌ିବୀର ସାର୍ବଜନୀନ ସମ୍ପତ୍ତି।
Answer:
(୧) ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଆଣ୍ଟାର୍କଟିକା ମହାଦେଶକୁ କେହି ଅଧ୍ୟାର କରିପାରିବେ ନାହିଁ।
(୨) ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ବିଭିନ୍ନ ଦେଶ ଏଠାରେ ଗବେଷଣାଗାରମାନ ନିର୍ମାଣ କରିଛନ୍ତି। ତେଣୁ ଆଣ୍ଟାର୍କଟିକା ମହାଦେଶ ସମଗ୍ର ପୃଥ‌ିବୀର ଏକ ସାର୍ବଜନୀନ ସମ୍ପଭିରୂପେ ବିବେଚିତ ହେଉଛି।

BSE Odisha 6th Class Geography Notes Chapter 6(e) ଆଣ୍ଟାର୍କଟିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(e) ଆଣ୍ଟାର୍କଟିକା

  • ଆଣ୍ଟାର୍କଟିକା ମହାଦେଶ ଦକ୍ଷିଣ ମେରୁକୁ ଘେରି ରହିଅଛି। ଏହି ମହାଦେଶ ପଞ୍ଚମ ବୃହତ୍ତମ ମହାଦେଶ। ଏହା ସବୁବେଳେ ବରଫଦ୍ବାରା ଆବୃତ ହୋଇ ରହିଥାଏ।
  • ଆନ୍ତର୍ଜାତୀୟ ଚୁକ୍ତିନାମା ଅନୁସାରେ ଏହି ଭୂଖଣ୍ଡକୁ କେହି ଅଧିକାର କରିପାରିବେ ନାହିଁ। ପୃଥ‌ିବୀ ଓ ମହାକାଶ ସମ୍ବନ୍ଧୀୟ ଗବେଷଣା ପାଇଁ ବିଭିନ୍ନ ଦେଶ ଏଠାରେ ଗବେଷଣାଗାରମାନ ନିର୍ମାଣ କରିଛନ୍ତି। ଭାରତ ମଧ୍ୟ ଏଠାରେ ସ୍ଥାୟୀ ଗବେଷଣାଗାର ନିର୍ମାଣ କରିଛି। ଏଗୁଡ଼ିକର ନାମ ଦକ୍ଷିଣ ଗଙ୍ଗୋତ୍ରୀ ଏବଂ ମୈତ୍ରୀ।
  • ପୂର୍ବ ଆଣ୍ଟାର୍କଟିକା ଏକ ବିସ୍ତୀର୍ଣ୍ଣ ବରଫାବୃତ ମାଳଭୂମି। ପଶ୍ଚିମ ଆଣ୍ଟାର୍କଟିକାରେ କେତେକ ପର୍ବତମାଳା ରହିଛି।
  • ଆଣ୍ଟାର୍କଟିକାର ଭୋଷ୍ଟକ ପୃଥ‌ିବୀର ଶୀତଳତମ ସ୍ଥାନ।
  • ଏଠାରେ ବର୍ଷସାରା ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ। ଏଠାରେ କୌଣସି ଉଭିଦ ଜନ୍ମେ ନାହିଁ।
  • ସମୁଦ୍ରକୂଳରେ ପେଙ୍ଗୁଇନ୍ ପକ୍ଷୀ ବହୁ ସଂଖ୍ୟାରେ ଦେଖାଯାଆନ୍ତି। ଏଠାରେ ସ୍ଥାୟୀ ଭାବରେ କେହି ବସବାସ କରନ୍ତି ନାହିଁ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

Odisha State Board BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Important Questions and Answers.

BSE Odisha Class 7 History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜେନ୍ଦ୍ର ଚୋଳଙ୍କର ଜନମଙ୍ଗଳକାରୀ କାର୍ଯ୍ୟାବଳୀ ବିଷୟରେ ବର୍ଣ୍ଣନା କର ।
Answer:

  • ଜଣେ ଜନମଙ୍ଗଳକାରୀ ରାଜା ଭାବରେ ପ୍ରଥମ ରାଜରାଜଙ୍କର ପୁତ୍ର ରାଜେନ୍ଦ୍ର ଚୋଳ ପ୍ରସିଦ୍ଧି ଲାଭ କରିଥିଲେ ।
  • କୃଷିର ଉନ୍ନତି ପାଇଁ ସେ ଅନେକ କେନାଲ ଓ ହ୍ରଦ ଖନନ କରିବା ସହିତ ବହୁ ନଦୀବନ୍ଧ ନିର୍ମାଣ
  • ତାଙ୍କ ଆଦେଶରେ ଚୋଳ ରାଜ୍ୟରେ ବହୁ ଦେବଦେବୀ, ରାଜା ଓ ରାଣୀଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରାଯାଇଥିଲା ।
  • ଏଗୁଡ଼ିକ ମଧ୍ୟରୁ ନୃତ୍ୟମୁଦ୍ରାରେ ଶିବ ବା ନଟରାଜଙ୍କର ମୂର୍ତ୍ତି ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଥିଲା ।
  • ମନ୍ଦିରର ପୂଜକ, ମାଳାକାର, ପାଚକ, ବାଦ୍ୟବାଦକ ଓ ନୃତ୍ୟ ପରିବେଷଣକାରୀମାନଙ୍କ ପାଇଁ ରାଜେନ୍ଦ୍ର – ଚୋଳ ମନ୍ଦିର ପାଖ ବସତିରେ ଗୃହମାନ ନିର୍ମାଣ କରାଇଥିଲେ ।

୨ । ମଧ୍ୟଯୁଗରେ ରଚିତ କେତେକ ଗୁରୁତ୍ଵପୂର୍ଣ ପୁସ୍ତକ ଓ ସେଗୁଡ଼ିକର ଲେଖକମାନଙ୍କ ନାମ ଲେଖ ।
Answer:

  • ଫିର୍ଲୋସିଙ୍କ ‘ଶାହାନାମା’ ସୁଲତାନ ମାମୁଦ୍ରଙ୍କ ଶାସନ ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ ।
  • ମିନ୍‌ହାଜ୍-ଉଦ୍ଦିନ୍ -ସିରାଜଙ୍କ ‘ତବାକତ୍-ଇ-ନାସିରୀ’ରେ ମହମ୍ମଦ ଘୋରୀ, ଇମିସ୍ ଏବଂ ବଲ୍‌ବନ୍‌ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଅମୀର ଖୁସୁଙ୍କ ‘ତୁଘିଲକ୍‌ନାମା’ ଓ ‘ଖାଜାଇନ-ଉଲ-ଫୁତୁ’ରେ ଯଥାକ୍ରମେ ମହମ୍ମଦ-ବିନ୍-ତୋଗଲକଙ୍କ କାର୍ଯ୍ୟକଳାପ ଓ ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀଙ୍କ ରାଜ୍ୟଜୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
  • ବାବରଙ୍କ ଆତ୍ମଚରିତ ‘ବାବରନାମା’ ଏବଂ ଆବୁଲ ଫାଜଲଙ୍କ ‘ଆକବରନାମା’ ଯଥାକ୍ରମେ ମୋଗଲ ଶାସକ ବାବର ଓ ଆକବରଙ୍କ ବିଷୟରେ ତଥ୍ୟ ପ୍ରଦାନ କରିଥାଏ ।
  • ଗୁଲବଦନ ବେଶ୍‌ଙ୍କ ‘ହୁମାୟୁନନାମା’ ଓ ଇନାୟତ୍ ଖାଁଙ୍କ ‘ଶାହଜାହାନନାମା’ରୁ ଯଥାକ୍ରମେ ମୋଗଲ ସମ୍ରାଟ ହୁମାୟୁନ ଓ ଶାହାଜାହାନଙ୍କ ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ ।

୩ । ତୁମେ ଜାଣିଥ‌ିବା କେତେକ ମଧ୍ୟଯୁଗୀୟ ସନ୍ଥ ଓ ସେମାନଙ୍କ ମତବାଦ ବିଷୟରେ ଲେଖ ।
Answer:
କେତେକ ମଧ୍ୟଯୁଗୀୟ ସନ୍ଥ ଓ ସେମାନଙ୍କ ମତବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି ।

  • ମଧ୍ୟଯୁଗରେ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ଶଙ୍କର ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ପ୍ରଚାର କରିଥିଲେ । ତାଙ୍କ ମତବାଦ ‘ଅଦ୍ଵୈତ ମତବାଦ’ ନାମରେ ପରିଚିତ ।
  • ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ରାମାନୁଜ ‘ଭକ୍ତିବାଦ’ର ପ୍ରଚାରକ ଥିଲେ । ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ବର ମିଳିପାରିବେ ବୋଲି ସେ କହୁଥିଲେ ।
  • ରାମାନୁଜଙ୍କ ପ୍ରଧାନ ଶିଷ୍ୟ ରାମାନନ୍ଦ ଉତ୍ତର ଭାରତରେ ଭକ୍ତିବାଦର ପ୍ରସାର କରାଇଥିଲେ ।
  • ରାମାନୁଜଙ୍କ ସମସାମୟିକ ନିୟାର୍କ କୃଷ୍ଣଲୀଳା ପ୍ରଚାର କରି ଲୋକମାନଙ୍କୁ କୃଷ୍ଣଙ୍କ ପ୍ରତି ଆକର୍ଷିତ କରାଇଥିଲେ ।

୪। ମଧ୍ୟଯୁଗରେ ଛାପାଖାନା ଥିଲେ କି ସୁବିଧା ହୋଇଥା’ନ୍ତା ?
Answer:

  • ମଧ୍ୟଯୁଗରେ ଛାପାଖାନ ଥିଲେ ପାଣ୍ଡୁଲିପିଗୁଡ଼ିକ ମୁଦ୍ରିତ ହୋଇପାରିଥା’ନ୍ତା ।
  • ଜଣେ ଲେଖକଙ୍କର ପାଣ୍ଡୁଲିପି ଅନ୍ୟଜଣେ ବ୍ୟକ୍ତିଙ୍କୁ ଲେଖିବାକୁ ପଡ଼ିନଥା’ନ୍ତା ।
  • ଫଳରେ ଅନୁକରଣ କରି ଲେଖୁଥ‌ିବା ବ୍ୟକ୍ତିଦ୍ୱାରା ପାଣ୍ଡୁଲିପିଟି ପରିବର୍ତ୍ତିତ ହେବାର ସମ୍ଭାବନା ନଥା’ନ୍ତା ।
  • ଛାପାଖାନା ଥିଲେ ଲେଖକ, କବି ଏବଂ ଐତିହାସିକମାନଙ୍କର ମୂଳଲେଖା ଆମର ହସ୍ତଗତ ହୋଇଥା’ନ୍ତା ।
  • ଏହା ଫଳରେ ଇତିହାସ ରଚନା କରିବାରେ କୌଣସି ଅସୁବିଧା ଦେଖାଯାଇ ନଥା’ନ୍ତା ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୫। ଅଭିଲେଖମାନ ଆମକୁ କେଉଁସବୁ ତଥ୍ୟ ଜାଣିବାପାଇଁ ସହାୟକ ହୋଇଥାଏ ?
Answer:

  • ଅଭିଲେଖଗୁଡ଼ିକ ବିଭିନ୍ନ ଶାସକମାନଙ୍କ ସଂପର୍କରେ ଧାରଣା ଦେଇଥାଏ ।
  • ଏଗୁଡ଼ିକ ପ୍ରସ୍ତର, ତାମ୍ରପଟା ଏବଂ ମୁଦ୍ରାରେ ବିଭିନ୍ନ ଲିପିରେ ଖୋଦିତ ହୋଇଥାଏ ।
  • ଓଡ଼ିଶାର ସୋମବଂଶୀ ଏବଂ ଗଙ୍ଗବଂଶୀମାନଙ୍କର ଇତିହାସ ଜାଣିବାପାଇଁ ଏହି ରାଜବଂଶର ରାଜାମାନେ ଛାଡ଼ିଯାଇଥ‌ିବା ଅଭିଲେଖମାନ ସହାୟକ ହୋଇଥାଏ ।
  • ଦକ୍ଷିଣ ଭାରତରେ ରାଜତ୍ଵ କରୁଥିବା ଚୋଳ, ପାଣ୍ଡ୍ଯ, ଯାଦବ ଆଦି ରାଜବଂଶର ଇତିହାସ ଜାଣିବାପାଇଁ “ସେହି ବଂଶଗୁଡ଼ିକର ରାଜାମାନଙ୍କଦ୍ୱାରା ଖୋଦିତ ହୋଇଥ‌ିବା ଅଭିଲେଖଗୁଡ଼ିକ ସହାୟକ ହୋଇଥାଏ ।
  • ଏହି ଅଭିଲେଖଗୁଡ଼ିକରୁ ରାଜାମାନଙ୍କର ରାଜ୍ୟଜୟ, ଶାସନ ପ୍ରଣାଳୀ, ଭୂମିଦାନ ଆଦି ବିଷୟରେ ଅନେକ ତଥ୍ୟ ଜାଣିହୁଏ ।

୬ । ତୁର୍କମାନେ ଭାରତ ଆକ୍ରମଣ କରିବା ନିମନ୍ତେ ଦଶମ ଶତାବ୍ଦୀରେ କି ଅନୁକୂଳ ପରିସ୍ଥିତି ଥିଲା ? କେଉଁ କେଉଁ ତୁର୍କ ଆକ୍ରମଣକାରୀ କେଉଁ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ?
Answer:

  • ଦଶମ ଶତାବ୍ଦୀରେ ଭାରତର ରାଜନୈତିକ ଅବସ୍ଥା ଅସ୍ଥିର ଥିଲା । ବିଭିନ୍ନ ରାଜବଂଶର ରାଜାମାନେ ପରସ୍ପର ମଧ୍ୟରେ ଯୁଦ୍ଧ ଓ କଳହରେ ଲିପ୍ତ ଥିଲେ ।
  • ଏହାର ସୁଯୋଗ ନେଇ ତୁର୍କମାନେ ଭାରତ ଆକ୍ରମଣ କରିଥିଲେ ।
  • ଏହି ଆକ୍ରମଣକାରୀଙ୍କ ମଧ୍ୟରୁ ଗଜନୀର ସୁଲତାନ ମାମୁଦ୍ ପ୍ରଥମ ଥିଲେ । ସେ ଭାରତରୁ ଧନରତ୍ନ ଲୁଣ୍ଠନ କରି ବିଶାଳ ସେନାବାହିନୀ ଗଠନ କରିବା ଓ ନିଜ ରାଜ୍ୟକୁ ସମୃଦ୍ଧ କରିବା ଆଶାରେ ବାରମ୍ବାର ଭାରତ ଆକ୍ରମଣ କରିଥିଲେ ।
  • ଉତ୍ତର ଭାରତ ଜୟକରି ନିଜ ସାମ୍ରାଜ୍ୟରେ ମିଶାଇବା ଲକ୍ଷ୍ୟନେଇ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ । ଭାରତର ଧନରତ୍ନ ମଧ୍ୟ ତାଙ୍କୁ ଭାରତ ଆକ୍ରମଣ ପାଇଁ ଉତ୍ସାହିତ କରିଥିଲା ।

୭ । ମାମୁଦ୍ କିଏ ? ତାଙ୍କର ସ୍ଵପ୍ନ କ’ଣ ଥିଲା ? ସେ କେତେଥର କେଉଁ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ? ତାଙ୍କର କେଉଁଥରର ଭାରତ ଆକ୍ରମଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା ?

  • ମାମୁଦ୍ ଆଫଗାନିସ୍ଥାନର ଗଜନୀ ରାଜ୍ୟର ଶାସକ ଥିଲେ ।
  • ସେ ଗଜନୀକୁ ଏକ ବିଶାଳ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବାର ସ୍ବପ୍ନ ଦେଖୁଥିଲେ ।
  • ଅମାପ ଧନଦୌଲତରେ ପରିପୂର୍ଣ୍ଣ ଭାରତରୁ ଧନରତ୍ନ ନେଇ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।
  • ତେଣୁ ଧନ ସମ୍ପତି ଲାଭ ଆଶାରେ ସେ ୧୭ ଥର ଭାରତ ଆକ୍ରମଣ କରିଥିଲେ ।
  • ୧୦୨୫ ଖ୍ରୀଷ୍ଟାବ୍ଦର ସୋମନାଥ ମନ୍ଦିର ଲୁଣ୍ଠନ ତାଙ୍କ ଭାରତ ଆକ୍ରମଣ ମଧ୍ଯରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା ।

୮। “‘ମାମୁଦ୍ ଭାରତର ଧ୍ୱଂସକାରୀ ଥିଲେ କିନ୍ତୁ ନିଜ ଦେଶର ବହୁ ହିତସାଧନ କରିଥିଲେ’’– ଏହି ଉକ୍ତିର ସତ୍ୟତା ୫୦ ଟି ଶବ୍ଦ ମଧ୍ଯରେ ବୁଝାଇ ଦିଅ ।
Answer:

  • ଭାରତର ଧ୍ୱଂସକାରୀ ମାମୁଦ୍ ନିଜ ଦେଶ ଗଜନୀର ବହୁ ଉନ୍ନତି ସାଧନ କରିଥିଲେ ।
  • ସେ ଗଜନୀରେ ଏକ ସୁନ୍ଦର ମଜ୍ଜିଦ୍ ଓ ବିରାଟ ପାଠାଗାର ନିର୍ମାଣ କରିଥିଲେ ।
  • ପ୍ରସିଦ୍ଧ ପାର୍ସୀ କବି ଫିଘେଁସି ତାଙ୍କ ରାଜସଭା ମଣ୍ଡନ କରିଥିଲେ । ସେ ‘ଶାହନାମା’ ନାମକ ଏକ ବିରାଟ ଗ୍ରନ୍ଥ ରଚନା କରି ସ୍ମରଣୀୟ ହୋଇଛନ୍ତି ।
  • ମାମୁଦ୍ ଆଲ୍‌ବେରୁଣୀ ନାମକ ଜଣେ ବିଦ୍ୱାନ୍ ବ୍ୟକ୍ତିଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ପଠାଇଥିଲେ । ଭାରତରେ ସେ ବହୁବର୍ଷ ରହି ଭାରତ ଉପରେ ଏକ ସୁନ୍ଦର ପୁସ୍ତକ ‘ତହକିକ୍-ଇ-ହିନ୍ଦ୍’ ରଚନା କରିଥିଲେ ।
  • ମାମୁଦ୍ରଙ୍କ ଶାସନକାଳରେ ଗଜନୀ ଉନ୍ନତିର ଚରମ ସୀମାରେ ପହଞ୍ଚିଲା ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୯। ପ୍ରତିହାରମାନେ କିଏ ? ‘ପ୍ରତିହାର’ ଶବ୍ଦର ଅର୍ଥ କ’ଣ ? ସେମାନଙ୍କର ଏପରି ନାମକରଣ କାହିଁକି ହୋଇଥିଲା ? ସେମାନଙ୍କ ରାଜଧାନୀ କେଉଁଠି ଅବସ୍ଥିତ ଥିଲା ? ପ୍ରତିହାର ରାଜ୍ୟର ସୀମା କେଉଁଠାରୁ କେଉଁ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ?
Answer:

  • ପ୍ରତିହାରମାନେ ଏକ ଶକ୍ତିଶାଳୀ ରାଜପୁତ୍ ଜାତି ଥିଲେ ।
  • ‘ପ୍ରତିହାର’ ଶବ୍ଦର ଅର୍ଥ ଜଗୁଆଳୀ ।
  • ମଧ୍ୟଯୁଗରେ ଉତ୍ତର-ପଶ୍ଚିମ ଗିରିପଥଦେଇ ଭାରତ ମଧ୍ୟକୁ ବହୁ ବୈଦେଶିକ ଶତ୍ରୁ ଆସୁଥିଲେ । ପ୍ରତିହାରମାନେ ଉକ୍ତ ଗିରିପଥକୁ ଜଗୁଥିବାରୁ ସେମାନଙ୍କର ଏପରି ନାମକରଣ ହୋଇଥିଲା ।
  • ସେମାନଙ୍କ ରାଜଧାନୀ କନୌଜଠାରେ ଅବସ୍ଥିତ ଥିଲା ।
  • ପ୍ରତିହାରମାନଙ୍କ ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ କାଥୁଆୱାଡ଼ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା ।

୧୦ । ଚୋଳମାନଙ୍କ ସାମ୍ରାଜ୍ୟ ବିସ୍ତାରର ଏକ ସୂଚନା ଦିଅ ।
Answer:

  • ଦଶମ ଶତାବ୍ଦୀରେ ଦକ୍ଷିଣ ଭାରତରେ ଚୋଳ ବଂଶର ରାଜା ପ୍ରଥମ ରାଜରାଜ ଏକ ବିରାଟ ସାମ୍ରାଜ୍ୟ ଗଠନ କରିଥିଲେ । ସେ ଖ୍ରୀ.ଅ. ୯୮୫ ରୁ ଖ୍ରୀ.ଅ. ୧୦୧୨ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ ।
  • ସେ ଚାଲୁକ୍ୟ, ପାଣ୍ଡୁ ଓ ଚେରମାନଙ୍କୁ ପରାସ୍ତ କରିଥିଲେ ଏବଂ ବେଙ୍ଗୀ (ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ) ଅଧ୍ୟାର କରିଥିଲେ ।
  • ଚେରମାନଙ୍କୁ ପରାସ୍ତ କରି ସେ ସେମାନଙ୍କଠାରୁ ଏକ ବିଶାଳ ନୌବାହିନୀ ଛଡ଼ାଇ ଆଣିଥିଲେ । ବିଭିନ୍ନ ରାଜ୍ୟ ଜୟ କରି ସେ ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିଥିଲେ ।
  • ପ୍ରଥମ ରାଜରାଜଙ୍କ ପରେ ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ ୧୦୧୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ପିତାଙ୍କ ପରି ସେ ବିଚକ୍ଷଣ ଯୋଦ୍ଧା ଥିଲେ ଓ ନିଜ ନୌବାହିନୀର ଦକ୍ଷତା ବୃଦ୍ଧି କରିଥିଲେ ।
  • ସେ ପଲ୍ଲବ ଓ ଗଙ୍ଗମାନଙ୍କୁ ପରାସ୍ତ କରିବା ସହିତ ଓଡ଼ିଶା ମଧ୍ୟ ଦେଇ ସୈନ୍ୟଚାଳନା କରି ଗଙ୍ଗାନଦୀ କୂଳରେ ପାଳମାନଙ୍କୁ ପରାସ୍ତ କରିଥିଲେ । ସେ ସୁଦୃଢ଼ ନୌବାହିନୀ ସାହାଯ୍ୟରେ ସିଂହଳ ଅଧ‌ିକାର କରିଥିଲେ ଓ ଦକ୍ଷିଣ-ପୂର୍ବ ଏସିଆର କେତେକ ରାଜ୍ୟ ଜୟ କରି ଏକ ବିଶାଳ ଚୋଳ ସାମ୍ରାଜ୍ୟ ଗଠନ କରିଥିଲେ ।

୧୧ । ପ୍ରତିହାରଙ୍କ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:

  • ପ୍ରତିହାରମାନେ ଥିଲେ ଶକ୍ତିଶାଳୀ ରାଜପୁତ୍ ଜାତି । ‘ପ୍ରତିହାର’ ଶବ୍ଦର ଅର୍ଥ ଜଗୁଆଳୀ । ସେମାନେ ମଧ୍ୟଯୁଗରେ ଉତ୍ତର-ପଶ୍ଚିମ ଗିରିପଥ ଦେଇ ଆସୁଥ‌ିବା ବୈଦେଶିକ ଶତ୍ରୁମାନଙ୍କୁ ଜଗିରହି ଭାରତରେ ପ୍ରବେଶ କରାଇ ଦେଉ ନ ଥିଲେ ।
  • ପ୍ରତିହାର ସାମ୍ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଓ ପଶ୍ଚିମରେ କାଥ୍ୱାଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା । କନୌଜ ଥିଲା ପ୍ରତିହାରମାନଙ୍କ ରାଜଧାନୀ ।
  • ଏହି ବଂଶର ରାଜା ପ୍ରଥମ ମିହିର ଭୋଜ ଏକ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ ।
  • ତାଙ୍କ ପୁତ୍ର ମହେନ୍ଦ୍ର ପାଳ ବଙ୍ଗ ଅଧିକାର କରି ନିଜ ରାଜ୍ୟରେ ମିଶାଇ ଦେଇଥିଲେ । ତାଙ୍କ ପରେ ପ୍ରତିହାର ସାମ୍ରାଜ୍ୟ ଶକ୍ତି ହରାଇ ଖଣ୍ଡିବଖଣ୍ଡ ହୋଇଗଲା ।
  • ସେମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କୁ ପୂଜା କରୁଥିଲେ ଏବଂ କଳା ଓ ସାହିତ୍ୟର ଆଦର କରୁଥିଲେ ।

୧୨ । ପାଣ୍ଡୁ ବଂଶର ରାଜାମାନଙ୍କର କୃତିତ୍ୱ ବ୍ୟାଖ୍ୟା କର ।
Answer:

  • ମଧ୍ୟଯୁଗରେ ପାଣ୍ଡ୍ଯ ବଂଶ ଦକ୍ଷିଣ ଭାରତରେ ପ୍ରାଧାନ୍ୟ ଲାଭ କରିଥିଲା ।
  • ପାଣ୍ଡ୍ ରାଜାମାନଙ୍କ ମଧ୍ୟରେ ପ୍ରଥମ ଜଟାବର୍ମନ ସୁନ୍ଦର ପାଣ୍ଡ (୧୨୫୧ ଖ୍ରୀ.ଅ. – ୧୨୬୮ ଖ୍ରୀ.ଅ) ଶକ୍ତିଶାଳୀ ଥିଲେ ।
  • ସେ ଚେର, ହୟଶାଳ, ଚୋଳ, କାଡ଼ଭ ଏବଂ ସିଂହଳୀମାନଙ୍କୁ ପରାଜିତ କରିଥିଲେ ।
  • ସେ ‘ମହାରାଜାଧୁରାଜ ଶ୍ରୀ ପରମେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
  • ତାଙ୍କ ପରେ ମାରବର୍ମନ କୁଳଶେଖର ପାଠ୍ୟ (୧୨୬୮ ଖ୍ରୀ.ଅ. ୮୧୩୧୦ ଖ୍ରୀ.ଅ.) ଶାସନ କରିଥିଲେ । ସେ ତୃତୀୟ ରାଜେନ୍ଦ୍ର ଚୋଳ ଏବଂ ରାମନାଥ ହୟଶାଳଙ୍କୁ ପରାଜିତ କରି ସେମାନଙ୍କ ରାଜ୍ୟ ଅଧିକାର କରିଥିଲେ ।
  • ତାଙ୍କ ସମୟରେ ପରିବ୍ରାଜକ ମାର୍କୋପୋଲୋ ଭାରତ ଭ୍ରମଣରେ ଆସିଥିଲେ ।
  • ଏକ ଉତ୍ତମ ପ୍ରଶାସନ ଦେଇ ପାଣ୍ଡ୍ଯ ରାଜାମାନେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୩ । ଚୋଳ ରାଜାମାନଙ୍କର କୃତିତ୍ବ ବ୍ୟାଖ୍ୟା କର ।
Answer:

  • ଦଶମ ଶତାବ୍ଦୀରେ ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ଚୋଳ ରାଜ୍ୟ ଥିଲା ଅନ୍ୟତମ । ଏହାର ରାଜା ପ୍ରଥମ ରାଜରାଜ ୯୮୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
  • ସେ ଚାଲୁକ୍ୟ, ପାଣ୍ଡ ଏବଂ ଚେରମାନଙ୍କୁ ପରାସ୍ତ କରିଥିଲେ । ସେ ମଧ୍ୟ ବେଙ୍ଗୀ ଅଧିକାର କରିଥିଲେ ।
  • ସେ ଧର୍ମକ୍ଷେତ୍ରର ସହନଶୀଳତା ଅବଲମ୍ବନ ପୂର୍ବକ ତାଞ୍ଜୋରଠାରେ ଶିବ ମନ୍ଦିର ଓ ବିଷ୍ଣୁମନ୍ଦିର ନିର୍ମାଣ କରାଇଥିଲେ । ସେ ସମୁଦ୍ର ପଥରେ ବାଣିଜ୍ୟ କରି ରାଜ୍ୟକୁ ସମୃଦ୍ଧ କରିଥିଲେ ।
  • ତାଙ୍କ ପରେ ରାଜେନ୍ଦ୍ର ଚୋଳ ୧୦୧୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ପଲ୍ଲବ ଏବଂ ଗଙ୍ଗମାନଙ୍କୁ ପରାସ୍ତ କରିବା ସହିତ ସିଂହଳ ଅଧିକାର କରିଥିଲେ ଏବଂ ପାଳମାନଙ୍କୁ ପରାସ୍ତ କରିଥିଲେ । ସେ ଦକ୍ଷିଣ-ପୂର୍ବ ଏସିଆର କେତେକ ରାଜ୍ୟ ଜୟ କରିଥିଲେ ।
  • ରାଜେନ୍ଦ୍ର ଚୋଳ ଥିଲେ ଜଣେ ଜନମଙ୍ଗଳକାରୀ ରାଜା । ତାଙ୍କର ସୀମିତ ଶାସନକାଳ ମଧ୍ୟରେ ସେ ନିଜ ରାଜ୍ୟକୁ ଉତ୍ତମ ପ୍ରଶାସନ ଦେଇଥିଲେ ।

୧୪ । ହୟଶାଳ ବଂଶ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:

  • ହୟଶାଳ ବଂଶ ଆଧୁନିକ ମହୀଶୂରଠାରେ ଶାସନ କରୁଥିଲେ ।
  • ଏହି ବଂଶର ରାଜାମାନଙ୍କ ମଧ୍ୟରେ ବିଟ୍ଟିଗ ବା ବିଷ୍ଣୁବର୍ଦ୍ଧନ ଅନ୍ୟତମ ଥିଲେ । ସେ ଦ୍ଵାରସମୁଦ୍ରଠାରେ ରାଜଧାନୀ ସ୍ଥାପନ କରିଥିଲେ ।
  • ସେ ବୈଷ୍ଣବ ଧର୍ମୀବଲମ୍ବୀ ଥିଲେ ।
  • ଦ୍ଵିତୀୟ ବୀରବଲ୍ଲୀଳ ଏହି ବଂଶର ଅନ୍ୟତମ ନରପତି ଥିଲେ । ସେ ଚାଲୁକ୍ୟ ଏବଂ ଯାଦବମାନଙ୍କ ସହିତ ଯୁଦ୍ଧ କରି ନିଜ ରାଜ୍ୟକୁ ରକ୍ଷା କରିବାପାଇଁ ସମର୍ଥ ହୋଇଥିଲେ ।
  • ତୃତୀୟ ବୀରବଲ୍ଲୀଳ ଏହି ବଂଶର ଶେଷ ରାଜା ଥିଲେ । ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗରେ ମୁସଲମାନ ଆକ୍ରମଣ ଫଳରେ ହୟଶାଳ ବଂଶର ପତନ ଘଟିଥିଲା ।

୧୫ । ସୋମବଂଶୀ ରାଜା ଦ୍ଵିତୀୟ ଯଯାତିଙ୍କ କୃତିତ୍ଵ ଆଲୋଚନା କର ।
Answer:

  • ଦ୍ବିତୀୟ ଯଯାତି ୧୦୨୩ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ଭୌମକରମାନଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ ।
  • ସେ ନିଜକୁ ‘ମହାରାଜାଧୁରାଜ’ ଉପାଧିରେ ଭୂଷିତ କରିଥିଲେ ।
  • ସେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲେ ।
  • ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ତାଙ୍କ ଶାସନକାଳରେ ନିର୍ମିତ ହୋଇଥିଲା ।
  • ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବଶ୍ରେଷ୍ଠ ନିଦର୍ଶନ ଅଟେ ।

୧୬ । ଚୋଡ଼ଗଙ୍ଗଦେବଙ୍କ ରାଜ୍ୟ ଶାସନ ବର୍ଣ୍ଣନା କର ।
Answer:

  • ଚୋଡ଼ଗଙ୍ଗଦେବ ଖ୍ରୀ.ଅ. ୧୦୭୭ ରୁ ଖ୍ରୀ.ଅ. ୧୧୪୭ ପର୍ଯ୍ୟନ୍ତ ଦୀର୍ଘ ୭୦ ବର୍ଷ ରାଜତ୍ଵ କରିଥିଲେ । ସେ ଜଣେ ସୁଶାସକ ଥିଲେ ।
  • ସେ ଉତ୍ପନ୍ନ ଶସ୍ୟର ଏକ-ଷତାଂଶ ରାଜସ୍ବରୂପେ ଆଦାୟ କରୁଥିଲେ ।
  • ଏହା ବ୍ୟତୀତ ବାଣିଜ୍ୟ କର, ଲବଣ କର, ବନ୍ୟଜାତ ଦ୍ରବ୍ୟ ଉପରେ ଧାର୍ଯ୍ୟ କର ଆଦିରୁ ରାଜକୋଷକୁ
  • ଜଳସେଚନର ସୁବିଧା ଲାଗି ସେ ଭୁବନେଶ୍ଵର ନିକଟବର୍ତ୍ତୀ କୌଶଲ୍ୟାଗଙ୍ଗ ଜଳାଶୟ ଖୋଳାଇଥିଲେ ।
  • ସେ ପୁରୀରେ ପୃଥ‌ିବୀ ବିଖ୍ୟାତ ଜଗନ୍ନାଥ ମନ୍ଦିର, ଯାଜପୁରଠାରେ ଗଙ୍ଗେଶ୍ଵର ଶିବ ମନ୍ଦିର ଓ ସୀମାଚଳମ୍ଠାରେ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ ।

୧୭ । ଲିଙ୍ଗରାଜ ମନ୍ଦିରର ନିର୍ମାଣଶୈଳୀ ସମ୍ପର୍କରେ ଲେଖ ।
Answer:

  • ସୋମବଂଶୀମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟରୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ଥିଲା ।
  • ଦ୍ଵିତୀୟ ଯଯାତିଙ୍କ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା ।
  • ଏହି ଦେଉଳର ଉଚ୍ଚତା ପ୍ରାୟ ୫୫ ମିଟର । ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପର ସମଷ୍ଟିରେ ଏହି ମନ୍ଦିର ଗଠିତ ।
  • ଏହି ବିରାଟ ମନ୍ଦିର ଚାରିପାଖରେ ଅନେକଗୁଡ଼ିଏ ଛୋଟ ଛୋଟ ମନ୍ଦିର ରହିଛି ।
  • ଲିଙ୍ଗରାଜ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବଶ୍ରେଷ୍ଠ ନିଦର୍ଶନ ।

୧୮ । ପ୍ରଥମ ନରସିଂହଦେବଙ୍କ ରାଜ୍ୟଜୟ ବର୍ଣ୍ଣନା କର ।
Answer:

  • ପ୍ରଥମ ନରସିଂହଦେବ ଜଣେ ଦିଗ୍‌ବିଜୟୀ ସମ୍ରାଟ ରୂପେ ପ୍ରସିଦ୍ଧି ଅର୍ଜନ କରିଥିଲେ ।
  • ସେ ବଙ୍ଗର ଶାସକ ତୁପ୍ରିଲ୍ ତୁଘାନ୍ ଖାଁଙ୍କୁ ପରାଜିତ କରି ବଙ୍ଗଳାର ବର୍ତ୍ତମାନ, ହୁଗୁଳି ଏବଂ ମେଦିନାପୁର ଆଦି ଅଞ୍ଚଳ ଓଡ଼ିଶା ସାମ୍ରାଜ୍ୟରେ ମିଶାଇଥୋଲେ ।
  • ସେ ତେଲେଙ୍ଗାନାର ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ ।
  • ତାଙ୍କ ସମୟରେ ଗଙ୍ଗ ସାମ୍ରାଜ୍ୟ ଉନ୍ନତିର ଚରମ ଶିଖରରେ ଉପନୀତ ହୋଇଥିଲା ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୯ । କୋଣାର୍କ ମନ୍ଦିରର ନିର୍ମାଣଶୈଳୀ ବର୍ଣନା କର ।
Answer:

  • ପ୍ରଥମ ନରସିଂହଦେବଙ୍କଦ୍ଵାରା ନିର୍ମିତ ରଥାକୃତି ବିଶିଷ୍ଟ କୋଣାର୍କ ମନ୍ଦିରରେ ସୂର୍ଯ୍ୟଙ୍କର ସିଂହାସନ ଅଛି ଓ ଏଥ‌ିରେ ୨୪ଟି ଚକ ଓ ୭ଟି ଘୋଡ଼ା ରହିଛି । ମନ୍ଦିରରେ ବିରାଟ ଲୌହ କଡ଼ି ଓ ପ୍ରସ୍ତର ଖଣ୍ଡମାନ ବ୍ୟବହୃତ ହୋଇଛି ।
  • ମନ୍ଦିର ଦେହରେ ବିଭିନ୍ନ ଦେବଦେବୀ, ଗନ୍ଧର୍ବ, ପରୀ, ନିର୍ଭକୀ, ବୃକ୍ଷଲତା, ଯୁଦ୍ଧର ଚିତ୍ର ଇତ୍ୟାଦି ଖୋଦିତ ହୋଇଛି ।
  • ମୁଖ୍ୟମନ୍ଦିର ସମ୍ମୁଖରେ କଳା ମୁଗୁନି ପଥରରେ ନିର୍ମିତ ନବଗ୍ରହ ମୂର୍ତ୍ତି ଏବେ ମନ୍ଦିରର ବାମ ପାର୍ଶ୍ଵରେ * ନିର୍ମିତ ନବଗ୍ରହ ମନ୍ଦିରରେ ସ୍ଥାପିତ ହୋଇଛି ।
  • କୋଣାର୍କ ମନ୍ଦିର ପରିସରରେ ଥ‌ିବା ଛାୟାଦେବୀଙ୍କ ମନ୍ଦିର, ଗଜ-ସିଂହ ଏବଂ ଯୁଦ୍ଧଅଶ୍ଵର ମୂର୍ତ୍ତି ଅତ୍ୟନ୍ତ
  • କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ୧୨୦୦ ବଢ଼େଇ ନିଯୁକ୍ତ ହୋଇଥିଲେ । ବିଶୁ ମହାରଣାଙ୍କ ୧୨ ବର୍ଷର ପୁତ୍ର ଧରମା ଏହି ମନ୍ଦିରର ମୁଣ୍ଡି ମାରିଥିଲେ ।
  • କୋଣାର୍କ ମନ୍ଦିରର ସୌନ୍ଦର୍ଯ୍ୟ ଦେଶବିଦେଶର ବହୁ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।

୨୦ । ସୋମବଂଶୀ ଏବଂ ଗଙ୍ଗବଂଶୀ ରାଜାମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
Answer:

  • ମଧ୍ୟଯୁଗରେ ଓଡ଼ିଶାରେ ସୋମବଂଶୀ ଏବଂ ଗଙ୍ଗବଂଶୀ ଶାସକମାନେ ରାଜତ୍ଵ କରୁଥିଲେ । ସୋମବଂଶୀମାନେ ଦୀର୍ଘ ୨୦୦ ବର୍ଷ ଶାସନ କରିଥିଲାବେଳେ ଗଙ୍ଗବଂଶୀମାନେ ଓଡ଼ିଶାରେ ଦୀର୍ଘ ୩୦୦ ବର୍ଷ ଶାସନ କରିଥିଲେ ।
  • ପ୍ରମୁଖ ସୋମବଂଶୀ ରାଜାମାନେ ହେଲେ ପ୍ରଥମ ଜନମେଜୟ, ପ୍ରଥମ ଯଯାତି, ଭୀମରଥ, ଧର୍ମରଥ, ନହୁଷ, ଦ୍ଵିତୀୟ ଯଯାତି, ଦ୍ଵିତୀୟ ଜନମେଜୟ, ପୁରଞ୍ଜୟ ଏବଂ କର୍ଣ୍ଣଦେବ ବା କର୍ଷକେଶରୀ ।
  • ଗଙ୍ଗବଂଶୀୟ ପ୍ରମୁଖ ରାଜାମାନେ ହେଲେ ବଜ୍ରହସ୍ତଦେବ, ରାଜରାଜଦେବ, ଚୋଡ଼ଗଙ୍ଗଦେବ, ପ୍ରଥମ ନରସିଂହଦେବ, ପ୍ରଥମ ଭାନୁଦେବ, ଦ୍ବିତୀୟ ନରସିଂହଦେବ, ଦ୍ବିତୀୟ ଭାନୁଦେବ ଏବଂ ଚତୁର୍ଥ ଭାନୁଦେବ ବା ମତ୍ତଭାନୁଦେବ ।

୨୧ । ନିମ୍ବାର୍କଙ୍କ ସମ୍ପର୍କରେ ଯାହା ଜାଣ ଲେଖ ।
Answer:

  • ନିମ୍ବାର୍କ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଉତ୍ତର ଭାରତର ମଥୁରାଠାରେ ଅବସ୍ଥାନ କରୁଥିଲେ ।
  • ସେ ବୈଷ୍ଣବ ଥିଲେ । କୃଷ୍ଣଙ୍କ ବାଲ୍ୟକାଳ, ରାଧାଙ୍କ ପ୍ରତି ପ୍ରେମ, କଂସ ସହିତ ଯୁଦ୍ଧ ଆଦି ଘଟଣାମାନ ପ୍ରଚାର କରି ସେ କୃଷ୍ଣଙ୍କ ପ୍ରତି ଲୋକମାନଙ୍କୁ ଆକର୍ଷିତ କରିଥିଲେ ।
  • କୃଷ୍ଣଙ୍କ ସମ୍ପର୍କିତ କାହାଣୀମାନ ପଦ୍ୟ ଆକାରରେ ତାଙ୍କଦ୍ୱାରା ରଚିତ ହୋଇ ମନ୍ଦିର ଦେହରେ ସ୍ଥାନ ପାଇଥିଲା ।
  • ଏହାଦ୍ଵାରା କୃଷ୍ଣଲୀଳା ସମଗ୍ର ଉତ୍ତର ଭାରତରେ ଜନପ୍ରିୟ ହୋଇଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବାକ୍ୟରେ ଦିଅ ।

୧। ଦଶମ ଶତାବ୍ଦୀରେ ତୁର୍କମାନଙ୍କ ପାଇଁ ଭାରତ ଆକ୍ରମଣ କିପରି ସହଜ ହୋଇଥିଲା ?
Answer:
(i) ବ୍ୟାପୃତ ରହି ନିଜ ନିଜର ଶକ୍ତି ହରାଇ ଦୁର୍ବଳ ହୋଇପଡ଼ିଲେ ।
(ii) ଭାରତର ଏ ପ୍ରକାର ରାଜନୈତିକ ଅସ୍ଥିର ଅବସ୍ଥା ଯୋଗୁଁ ତୁର୍କମାନଙ୍କର ଭାରତ ଆକ୍ରମଣ ସହଜ ହୋଇପାରିଥିଲା ।

୨। ମାମୁଦ୍ ଗଜନୀଙ୍କର ଭାରତ ଆକ୍ରମଣର ପ୍ରଧାନ କାରଣ କ’ଣ ଥିଲା ?
Answer:
(i) ମଧ୍ୟ-ଏସିଆକୁ ଜୟକରି ଗଜନୀକୁ ଏକ ବିଶାଳ ଓ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବାପାଇଁ ମାମୁଦ୍ ଆଶାପୋଷଣ କରିଥିଲେ । ଏଥ‌ିପାଇଁ ସେ ଏକ ସେନାବାହିନୀ ଗଠନ କରିଥିଲେ ।
(ii) ଭାରତର ଧନଦୌଲତ ତାଙ୍କୁ ପ୍ରଲୋଭିତ କରିଥିଲା । ତେଣୁ ସେ ଧନଦୌଲତ ଲୁଣ୍ଠନ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ।

୩। ମାମୁଦ୍ ଗଜନୀ କିଏ ? ସେ କେବେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ ?
Answer:
(i) ମାମୁଦ୍ ଥ୍ ଆଫଗାନିସ୍ଥାନର ଗଜନୀ ରାଜ୍ୟର ଶାସନକର୍ତ୍ତା ।
(ii) ସେ ୧୦୨୫ ଖ୍ରୀ.ଅ.ରେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ ।

୪। ମାମୁଦ୍ କାହିଁକି ଭାରତର ବଡ଼ ବଡ଼ ମନ୍ଦିର ଲୁଣ୍ଠନ କରିଥିଲେ ?
Answer:
(i) ହିନ୍ଦୁ ମନ୍ଦିର ଧ୍ବଂସ ଓ ଲୁଣ୍ଠନ କରି ଇସଲାମ୍ ଧର୍ମର ଗୌରବ ରକ୍ଷା କରିବାପାଇଁ ମାମୁଦ୍ ଚେଷ୍ଟିତ ଥିଲେ ।
(ii) ଏହାଛଡ଼ା ମନ୍ଦିରରେ ସଞ୍ଚି ଥିବା ଧନରନ୍ ଲୁଣ୍ଠନ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

୫। ଫିର୍ଲୋସି କିଏ ଏବଂ ସେ କାହିଁକି ଖ୍ୟାତ ?
Answer:
(i) ଫିଘେଁସି ଥିଲେ ମାମୁଦ୍ରଙ୍କ ରାଜସଭାର ଜଣେ ପ୍ରସିଦ୍ଧ ପାରସିକ କବି ।
(ii) ସେ ‘ଶାହାନାମା’ ନାମକ ଏକ ବିରାଟ ଗ୍ରନ୍ଥ ରଚନା କରି ଜନମାନସରେ ଅମର ହୋଇ ରହିଛନ୍ତି ।

୬। ମାମୁଦ୍ ଗଜନୀଙ୍କର ଭାରତ ଆକ୍ରମଣର ଫଳାଫଳ କ’ଣ ହେଲା ?
Answer:
(i) ମାମୁଦ୍ରଙ୍କ ଭାରତ ଆକ୍ରମଣ ଫଳରେ ସମଗ୍ର ଉତ୍ତର ଭାରତ ଲୁଣ୍ଠିତ ହେଲା । ଲୁଣ୍ଠିତ ଧନରେ ଗଜନୀରେ ଏକ ସୁନ୍ଦର ମସ୍‌ଜିଦ୍ ଓ ବିରାଟ ପାଠାଗାର ନିର୍ମିତ ହେଲା ।
(ii) ଗଜନୀ ଏକ ଉନ୍ନତ ଓ ସମୃଦ୍ଧ ରାଜ୍ୟରେ ପରିଣତ ହେଲା ।

୭ । ମହମ୍ମଦ ଘୋରୀଙ୍କ ଅନ୍ୟନାମ କ’ଣ ଥିଲା ଓ ସେ କେଉଁ ରାଜ୍ୟର ଶାସକ ଥିଲେ ?
Answer:
(i) ମହମ୍ମଦ ଘୋରୀଙ୍କ ଅନ୍ୟ ନାମ ଥିଲା ସାହାବ୍-ଉଦ୍-ବିନ୍-ମହମ୍ମଦ ।
(ii) ସେ ଆଫଗାନିସ୍ଥାନର ଘୋର ରାଜ୍ୟର ଶାସକ ଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୮ । ଦ୍ବିତୀୟ ତିରୋରୀ ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ? ଏହାର ଫଳାଫଳ କ’ଣ ହେଲା ?
Answer:
(i) ୧୧୯୨ ଖ୍ରୀଷ୍ଟାବ୍ଦରେ ଦ୍ଵିତୀୟ ତିରୋରୀ ଯୁଦ୍ଧ ମହମ୍ମଦ ଘୋରୀ ଓ ଦିଲ୍ଲୀର ଚୌହାନ୍ ବଂଶର ଶାସକ ପୃଥ୍ୱୀରାଜଙ୍କ ମଧ୍ୟରେ ହୋଇଥିଲା ।
(ii) ଏହି ଯୁଦ୍ଧରେ ମହମ୍ମଦ ଘୋରୀ ବିଜୟୀ ହୋଇ ଦିଲ୍ଲୀ ଅଧିକାର କରି ଭାରତରେ ତୁର୍କ ସାମ୍ରାଜ୍ୟ ପ୍ରତିଷ୍ଠା କଲେ ।

୯ । ମାମୁଦ୍ କେଉଁ ବିଦ୍ୱାନ୍ ବ୍ୟକ୍ତିଙ୍କୁ ଭାରତ ପଠାଇଥିଲେ ? ସେ କେଉଁ ପୁସ୍ତକ ରଚନା କରିଥିଲେ ?
Answer:
(i) ମାମୁଦ୍ ଆଲ୍‌ବେରୁଣୀ ନାମକ ଜଣେ ବିଦ୍ୱାନ୍ ବ୍ୟକ୍ତିଙ୍କୁ ଭାରତ ପଠାଇଥିଲେ ।
(ii) ସେ ଭାରତରେ ରହି ଭାରତ ଉପରେ ‘ତହକିକ୍-ଇ-ହିନ୍ଦ୍’ ନାମକ ପୁସ୍ତକ ରଚନା କରିଥିଲେ ।

୧୦ । ଜୟଚନ୍ଦ୍ର କେଉଁ ବଂଶର ଶାସକ ଥିଲେ ? ସେ କେଉଁ ଯୁଦ୍ଧରେ ମହମ୍ମଦ ଘୋରୀଙ୍କଠାରୁ ପରାଜିତ ହୋଇଥିଲେ ?
Answer:
(i) ଜୟଚନ୍ଦ୍ର କନୌଜର ରାଠୋର ବଂଶୀୟ ଶାସକ ଥିଲେ ।
(ii) ସେ ଚାନ୍ଦେରୀ ଯୁଦ୍ଧକ୍ଷେତ୍ରରେ ମହମ୍ମଦ ଘୋରୀଙ୍କଠାରୁ ପରାଜିତ ହୋଇଥିଲେ ।

୧୧ । ପ୍ରତିହାରମାନଙ୍କ ରାଜଧାନୀ କେଉଁଠାରେ ଥିଲା ? ପ୍ରତିହାର ସାମ୍ରାଜ୍ୟ କେଉଁଠାରୁ କେଉଁଯାଏ ବିସ୍ତୃତ ଥିଲା ?
Answer:
(i) କନୌଜ ପ୍ରତିହାରମାନଙ୍କ ରାଜଧାନୀ ଥିଲା ।
(ii) ପ୍ରତିହାର ସାମ୍ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଓ ପଶ୍ଚିମରେ କାଥୁଆୱାଡ଼ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

୧୨ । ପ୍ରଥମ ତିରୋରୀ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ହେଲା ?
Answer:
(i) ପ୍ରଥମ ତିରୋରୀ ଯୁଦ୍ଧ ୧୧୯୧ ଖ୍ରୀଷ୍ଟାବ୍ଦରେ ମହମ୍ମଦ ଘୋରୀ ଏବଂ ଦିଲ୍ଲୀର ଚୌହାନ ବଂଶୀୟ ଶାସକ ପୃଥ୍ବୀରାଜଙ୍କ ମଧ୍ୟରେ ହୋଇଥିଲା ।
(ii) ଏହି ଯୁଦ୍ଧରେ ପୃଥ୍ୱୀରାଜ ରାଜପୁତମାନଙ୍କ ସହାୟତାରେ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ ।

୧୩ । ପ୍ରଥମ ମିହିର ଭୋଜଙ୍କ ବିଷୟରେ ଯାହା ଜାଣ ଲେଖ ।
Answer:
(i) ପ୍ରଥମ ମିହିର ଭୋଜ ପ୍ରତିହାର ବଂଶର ଜଣେ ବିଶିଷ୍ଟ ରାଜା ଥିଲେ ।
(ii) ସେ ୮୪୦ ଖ୍ରୀ.ଅ.ରେ ସିଂହାସନ ଆରୋହଣ କରି ଯୁଦ୍ଧ ଓ ରାଜ୍ୟଜୟଦ୍ୱାରା ଏକ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ୮୯୦ ଖ୍ରୀ.ଅ.ରେ ତାଙ୍କର ମୃତ୍ୟୁ ହୋଇଥିଲା ।

୧୪ । ନଟରାଜ ମୂର୍ତ୍ତି କେଉଁ ରାଜାଙ୍କର କୀର୍ତ୍ତି ? ସେ କେଉଁ ରାଜ୍ୟ ଜୟ କରିଥିଲେ ?
Answer:
(i) ନଟରାଜ ମୂର୍ତ୍ତି ଚୋଳ ରାଜା ରାଜେନ୍ଦ୍ର ଚୋଳଙ୍କ ଅକ୍ଷୟ କୀର୍ତ୍ତି ।
(ii) ସେ ଦକ୍ଷିଣ-ପୂର୍ବ ଏସିଆର କେତେକ ରାଜ୍ୟ ଜୟ କରିଥିଲେ । ସେ ନିଜର ସୁଦୃଢ଼ ନୌବାହିନୀ ସାହାଯ୍ୟରେ ସିଂହଳ ଅଧୂକାର କରିଥିଲେ ।

୧୫ । ଭାରିୟମ୍‌ ସଦସ୍ୟମାନେ କିପରି ନିର୍ବାଚିତ ହେଉଥିଲେ ?
Answer:
(i) ଭାରିୟମ୍‌ର ସଦସ୍ୟମାନଙ୍କୁ ଲଟେରୀ ମାଧ୍ୟମରେ ବଛାଯାଉଥିଲା । ଏକ ପାତ୍ରରେ ତାଳପତ୍ରରେ ବିଭିନ୍ନ
(ii) ଜଣେ ବାଳକକୁ ଡାକି ସେଥୁରୁ ଗୋଟିଏ ପତ୍ର ଉଠାଇବାକୁ କୁହାଯାଉଥିଲା । ସେ ଯେଉଁ ପତ୍ରଟି ଉଠାଉଥିଲା

୧୬ । ଯାଦବମାନଙ୍କର ରାଜଧାନୀ କେଉଁଠାରେ ଥିଲା ? ଆଲ୍ଲାଉଦ୍ଦିନ୍ ଖାଲଜୀ କେଉଁ ରାଜାଙ୍କ ରାଜତ୍ଵ ସମୟରେ ଏହାକୁ ଆକ୍ରମଣ କରିଥିଲେ ?
Answer:
(i) ଯାଦବମାନଙ୍କର ରାଜଧାନୀ ଦେବଗିରିରେ ଥିଲା ।
(ii) ଆଲ୍ଲାଉଦ୍ଦିନ୍ ଖାଲ୍‌ ରାଜା ରାମଚନ୍ଦ୍ର ଦେବଙ୍କ ରାଜତ୍ଵ ସମୟରେ ଦେବଗିରି ଆକ୍ରମଣ କରିଥିଲେ ।

୧୭ । ଚୋଡ଼ଗଙ୍ଗଦେବ କେଉଁଠାରେ ଗଙ୍ଗେଶ୍ଵର ଶିବ ମନ୍ଦିର ଓ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ ?
Answer:
ଚୋଡ଼ଗଙ୍ଗଦେବ ଯାଜପୁରଠାରେ ଗଙ୍ଗେଶ୍ଵର ଶିବ ମନ୍ଦିର ଓ ସୀମାଚଳମ୍‌ଠାରେ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୮ । ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ଓ ଏହି ମନ୍ଦିରର ପୂର୍ବଦ୍ୱାରକୁ କ’ଣ କୁହାଯାଏ ?
Answer:
(i) ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗଦେବ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ।
(ii) ଏହି ମନ୍ଦିରର ପୂର୍ବଦ୍ୱାରକୁ ସିଂହଦ୍ଵାର କୁହାଯାଏ ।

୧୯ । ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା କେତେ ? ଏହି ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ଥ‌ିବା ଅରୁଣ ସ୍ତମ୍ଭର ଉଚ୍ଚତା କେତେ ?
Answer:
(i) ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ ୬୬ ମିଟର ।
(ii) ଏହି ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭର ଉଚ୍ଚତା ୧୨ ମିଟର ।

୨୦ । ଚୋଡ଼ଗଙ୍ଗଦେବ ପ୍ରଥମେ କେଉଁ ଧର୍ମାବଲମ୍ବୀ ଥିଲେ ? ପରେ ସେ କେଉଁ ଧର୍ମ ଗ୍ରହଣ କରିଥିଲେ ?
Answer:
(i) ଚୋଡ଼ଗଙ୍ଗଦେବ ପ୍ରଥମେ ଶୈବ ଧର୍ମାବଲମ୍ବୀ ଥିଲେ ।
(ii) ପରବର୍ତ୍ତୀ ସମୟରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ ।

୨୧ । କୋଣାର୍କ ମନ୍ଦିର ନିର୍ମାଣ କରିବାପାଇଁ କେତେଜଣ ବଢ଼େଇ ନିଯୁକ୍ତ ହୋଇଥିଲେ ? କିଏ ଏହି ମନ୍ଦିରର ମୁଣ୍ଡି ମାରିବାକୁ ସକ୍ଷମ ହୋଇଥିଲେ ?
Answer:
(i) କୋଣାର୍କ ମନ୍ଦିର ନିର୍ମାଣ କରିବାପାଇଁ ୧୨୦୦ ବଢ଼େଇ ନିଯୁକ୍ତ ହୋଇଥିଲେ ।
(ii) ଶିଳ୍ପୀ ବିଶୁ ମହାରଣାଙ୍କ ୧୨ ବର୍ଷର ପୁତ୍ର ଧରମା ଏହି ମନ୍ଦିରର ମୁଣ୍ଡି ମାରିବାକୁ ସକ୍ଷମ ହୋଇଥିଲେ ।

୨୨ । କେଉଁ ଗଙ୍ଗରାଜା ବଙ୍ଗ ସୁଲତାନ୍ ତୁପ୍ରିଲ୍ ତୁଘାନ୍ ଖାଁକୁ ପରାସ୍ତ କରିଥିଲେ ? ସେ କେଉଁ ରାଜ୍ୟର ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ ?
Answer:
(i) ଗଙ୍ଗ ସମ୍ରାଟ୍ ପ୍ରଥମ ନରସିଂହଦେବ ବଙ୍ଗ ସୁଲତାନ୍ ତୁଙ୍ଗ୍ରିଲ୍ ତୁଘାନ୍ ଖାଁଙ୍କୁ ପରାସ୍ତ କରିଥିଲେ ।
(ii) ସେ ତେଲେଙ୍ଗାନା ରାଜ୍ୟର ରାଜା ଗଣପତିଙ୍କୁ ପରାସ୍ତ କରିଥିଲେ ।

୨୩ । ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ କାହିଁକି କୋଣାର୍କ ମନ୍ଦିର ଦେଖବାକୁ ଆସିଥା’ନ୍ତି ?
Answer:
(i)କୋଣାର୍କ ମନ୍ଦିର ଦେହରେ ବିଭିନ୍ନ ଦେବଦେବୀ, ଗନ୍ଧର୍ବ, ପରୀ, ନର୍ତ୍ତକୀ, ବୃକ୍ଷଲତା, ପୁଷ୍ପ ଓ ଯୁଦ୍ଧର ଚିତ୍ର ଖୋଦିତ ହୋଇଛି ଏବଂ ଏହି ମନ୍ଦିର ବହୁ କାରୁକାର୍ଯ୍ୟରେ ପରିପୂର୍ଣ ।
(ii) କୋଣାର୍କର କଳାଶୈଳୀ ପୃଥ‌ିବୀରେ ଅଦ୍ଵିତୀୟ ହୋଇଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଓ ସେମାନେ ବହୁ ସଂଖ୍ୟାରେ ଏଠାକୁ ଆସିଥା’ନ୍ତି ।

୨୪ । ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ କେତୋଟି ଭାଷା ପ୍ରଚଳିତ ଥିଲା ? ସେଗୁଡ଼ିକ କ’ଣ ?
Answer:
(i) ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା ପ୍ରଚଳିତ ଥିଲା ।
(ii) ସେଗୁଡ଼ିକ ହେଲା – ସଂସ୍କୃତ ଓ ନୂତନଭାବେ ଜନ୍ମ ନେଇଥ‌ିବା ଆଞ୍ଚଳିକ ଭାଷା ।

୨୫ । କେଉଁ ଧର୍ମସଂସ୍କାରକଙ୍କ ଯୋଗୁଁ ହିନ୍ଦୁଧର୍ମର ପୁନରୁତ୍‌ଥାନ ଘଟିଥ୍ଲା ? ସେ କେତେ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ?
Answer:
(i) ପ୍ରସିଦ୍ଧ ଧର୍ମସଂସ୍କାରକ ଶଙ୍କରଙ୍କ ଯୋଗୁଁ ହିନ୍ଦୁଧର୍ମର ପୁନରୁତ୍‌ଥାନ ହୋଇଥିଲା ।
(ii) ସେ ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୨୬ । ‘ଜ୍ଞାନ ବଳରେ ଈଶ୍ବର ମିଳିପାରିବେ’’ ବୋଲି କିଏ କହିଥିଲେ ? ତାଙ୍କଦ୍ୱାରା ପ୍ରଚାରିତ ମତବାଦର ନାମ କ’ଣ ଥିଲା ?
Answer:
(i) ‘ଜ୍ଞାନ ବଳରେ ଈଶ୍ବର ମିଳିପାରିବେ’’ ବୋଲି ଶଙ୍କର କହିଥିଲେ ।
(ii) ତାଙ୍କଦ୍ୱାରା ପ୍ରଚାରିତ ମତବାଦର ନାମ ଥିଲା ଅଦ୍ଵୈତ ମତବାଦ ।

୨୭ । କିଏ ତେଲୁଗୁ ଭାଷାରେ ମହାଭାରତ ରଚନା କରିଥିଲେ ? କେଉଁ କବି ଏହାକୁ ଜନପ୍ରିୟ କରାଇଥିଲେ ?
Answer:
(i) ନାନାୟ ତେଲୁଗୁ ଭାଷାରେ ମହାଭାରତ ରଚନା କରିଥିଲେ ।
(ii) ଟିକାନା ନାମକ ଜଣେ କବି ଏହାକୁ ଜନପ୍ରିୟ କରାଇଥିଲେ ।

୨୮ । କନ୍ନଡ଼ ଭାଷା କେଉଁ ରାଜ୍ୟରେ ସୃଷ୍ଟି ହୋଇଥିଲା ? କେଉଁମାନେ ଏହାକୁ ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ ?
Answer:
(i) କନ୍ନଡ଼ ଭାଷା ମହୀଶୂରରେ ସୃଷ୍ଟି ହୋଇଥିଲା ।
(ii) ଲିଙ୍ଗାୟତ ଗୋଷ୍ଠୀର କେତେକ ସନ୍ଥ ସଂସ୍କୃତ ଭାଷା ପରିବର୍ତ୍ତେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ ।

୨୯ । ଚୋଳବଂଶର କେଉଁ ରାଜା ଚାଲୁକ୍ୟମାନଙ୍କୁ ପରାସ୍ତ କରିଥିଲେ ? ତାଙ୍କର ଅକ୍ଷୟ କୀର୍ତ୍ତି କ’ଣ ?
Answer:
(i) ଚୋଳବଂଶର ରାଜା ପ୍ରଥମ ରାଜରାଜ ଚାଲୁକ୍ୟମାନଙ୍କୁ ପରାସ୍ତ କରିଥିଲେ ।
(ii) ତାଞ୍ଜୋରଠାରେ ଥ‌ିବା ରାଜରାଜେଶ୍ଵର ଶିବ ମନ୍ଦିର ଏବଂ ବିଷ୍ଣୁ ମନ୍ଦିର ତାଙ୍କର ଏକ ଅକ୍ଷୟ କୀର୍ତ୍ତି ।

୩୦ । କେଉଁ କାରଣ ଯୋଗୁଁ ଚୋଳ ରାଜ୍ୟର ପତନ ଘଟିଥିଲା ?
Answer:
(i) ତ୍ରୟୋଦଶ ଶତାବ୍ଦୀର ଶେଷଭାଗକୁ ରାଜେନ୍ଦ୍ର ଚୋଳଙ୍କର ଉତ୍ତରାଧିକାରୀମାନେ ଅତ୍ୟନ୍ତ ଦୁର୍ବଳ ହୋଇଥିଲେ ।
(ii) ଏହା ଫଳରେ ମୁସଲମାନମାନଙ୍କ ଆକ୍ରମଣଦ୍ୱାରା ଚୋଳରାଜ୍ୟର ପତନ ଘଟିଥିଲା ।

୩୧ । ପ୍ରଥମ ରାଜରାଜଙ୍କ ରାଜବଂଶର ନାମ ଓ ଶାସନକାଳ ଉଲ୍ଲେଖ କର ।
Answer:
(i) ପ୍ରଥମ ରାଜରାଜ ଚୋଳବଂଶର ଶାସକ ଥିଲେ ।
(ii) ସେ ୯୮୫ ଖ୍ରୀ.ଅ.ରୁ ୧୦୧୨ ଖ୍ରୀ.ଅ. ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ ।

୩୨ । ପାଣ୍ଡ୍ଯ ବଂଶର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା ? ଏହି ରାଜ୍ୟର ଲୋକମାନେ କେଉଁ ଧର୍ମାବଲମ୍ବୀ ଥିଲେ ?
Answer:
(i) ପାଣ୍ଡୁ ବଂଶର ରାଜଧାନୀ ମଦୁରାଠାରେ ଅବସ୍ଥିତ ଥିଲା ।
(ii) ପାଶ୍ଚା ରାଜ୍ୟର ଲୋକମାନେ ହିନ୍ଦୁ ଧର୍ମାବଲମ୍ବୀ ଥିଲେ ।

୩୩ । ଦ୍ଵାରସମୁଦ୍ର କେଉଁମାନଙ୍କର ରାଜଧାନୀ ଥିଲା ? ଏହି ବଂଶର ଶେଷ ରାଜା କିଏ ଥିଲେ ?
Answer:
(i) ଦ୍ଵାରସମୁଦ୍ର ହୟଶାଳମାନଙ୍କର ରାଜଧାନୀ ଥିଲା ।
(ii) ତୃତୀୟ ବୀରବଳ୍କଳ ଏହି ବଂଶର ଶେଷ ରାଜା ଥିଲେ ।

୩୪ । ପର୍ତ୍ତୁଗୀଜ୍ ଏବଂ ଇଂରେଜମାନଙ୍କ ପ୍ରାଥମିକ କାର୍ଯ୍ୟକଳାପ ସମ୍ପର୍କରେ କେଉଁଥୁରୁ ଜାଣିହୁଏ ?
Answer:
(i) ଗୋଆରେ ଥ‌ିବା ସେଣ୍ଟ ଜାଭିୟର୍ସ ଚର୍ଚ୍ଚ ନଥୁରୁ ଭାରତରେ ପର୍ତ୍ତୁଗୀଜମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣିହୁଏ ।
(ii) କଲିକତାରେ ଥିବା ଦୁର୍ଗ ଫୋର୍ଟ ଉଇଲିୟମ୍ ନଥୁରୁ ଭାରତରେ ଇଂରେଜମାନଙ୍କ ପ୍ରାଥମିକ କାର୍ଯ୍ୟକଳାପ ବିଷୟରେ ଜାଣିହୁଏ ।

୩୫ । ଶଙ୍କରାଚାର୍ଯ୍ୟ ଭାରତରେ କେତେଗୋଟି ମଠ ସ୍ଥାପନ କରିଥିଲେ ? ସେଗୁଡ଼ିକର ନାମ ଲେଖ ।
Answer:
(i) ଶଙ୍କରାଚାର୍ଯ୍ୟ ଭାରତରେ ଚାରିଗୋଟି ମଠ ସ୍ଥାପନ କରିଥିଲେ ।
(ii) ସେଗୁଡ଼ିକ ହେଲା ପୁରୀରେ ଗୋବର୍ଦ୍ଧନ ମଠ, ବଦ୍ରିନାଥରେ ଜ୍ୟୋତିର୍ମଠ, ଦ୍ୱାରକାରେ ଶାରଦା ମଠ ଏବଂ କର୍ଣ୍ଣାଟକର ଶୃଙ୍ଗେରମଠାରେ ଶୃଙ୍ଗେରୀ ମଠ ।

୩୬ । କେଉଁ ସୋମବଂଶୀ ଶାସକଙ୍କ ସମୟରେ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ? ଏହା କେଉଁ ସ୍ଥାନରୁ କେଉଁ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା ?
Answer:
(i) ସୋମବଂଶୀ ଶାସକ ପ୍ରଥମ ଯଯାତିଙ୍କ ସମୟରେ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ।
(ii) ଏହା ପ୍ରଥମେ ସୁବର୍ଣ୍ଣପୁରରୁ ବିନୀତପୁର ଏବଂ ପରେ ଯଯାତି ନଗରକୁ ସ୍ଥାନାନ୍ତରିତ ହୋଇଥିଲା ।

(ଖ) ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
୧। ଆମୁକ୍ତ ମାଲ୍ୟବ :
Answer:
(i) ‘ଆମୁକ୍ତ ମାଲ୍ୟବ’ ପୁସ୍ତକର ରଚୟିତା ହେଉଛନ୍ତି କୃଷ୍ଣଦେବରାୟ ।
(ii) ଏହି ପୁସ୍ତକରୁ ବିଜୟନଗର ରାଜ୍ୟ ଏବଂ ଏହାର ଶାସନ ବିଷୟରେ ଜଣାପଡ଼ିଥାଏ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୨। ଅଭିଲେଖ :
Answer:

  • ଅତୀତର ବିଭିନ୍ନ ରାଜବଂଶ ଏବଂ ରାଜାମାନଙ୍କର କୀତ୍ତିକଳାପର ବିବରଣା ଅଭିଲେଖମାନଙ୍କରୁ ଜଣାପଡ଼ିଥାଏ ।
  • ଅଭିଲେଖ ଜଣେ ଶାସକଙ୍କ ସମ୍ପର୍କରେ ଧାରଣା ଦେଇଥାଏ ।
  • ଏହା ପ୍ରସ୍ତର, ତାମ୍ରପଟା ଏବଂ ମୁଦ୍ରାରେ ବିଭିନ୍ନ ଲିପିରେ ଖୋଦିତ ହୋଇଥାଏ ।
  • ଅଭିଲେଖଗୁଡ଼ିକରୁ ରାଜାମାନଙ୍କର ରାଜ୍ୟଜୟ, ଶାସନପ୍ରଣାଳୀ, ଭୂମିଦାନ ଏବଂ ଅନ୍ୟାନ୍ୟ କୀର୍ତ୍ତିକଳାପ ବିଷୟ ଜାଣି ହୋଇଥାଏ ।

୩। ସୋମନାଥ ମନ୍ଦିର :
Answer:

  • ଭାରତ ପ୍ରସିଦ୍ଧ ସୋମନାଥ ମନ୍ଦିର ଗୁଜରାଟର କାଥ୍ଓ୍ବାଡ୍ ସମୁଦ୍ର କୂଳରେ ଅବସ୍ଥିତ ।
  • ଏହି ପୁରାତନ ମନ୍ଦିର ବହୁ ଧନରତ୍ନରେ ଭରପୂର ହୋଇ ରହିଥିଲା ।
  • ଗଜନୀର ସୁଲତାନ ମାମୁଦ୍ ୧୦୨୫ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିରକୁ ଲୁଣ୍ଠନ କରି ବହୁ ଧନରତ୍ନ ଗଜନୀକୁ ନେଇ ଯାଇଥିଲେ ।
  • ଏହି ମନ୍ଦିର ଲୁଣ୍ଠନବେଳେ ଗୁଜରାଟର ରାଜା ଭୀମଦେବ ରାଜ୍ୟ ଛାଡ଼ି ପଳାୟନ କରିଥିଲେ ।

୪ । ପୃଥ୍ୱୀରାଜ ଚୌହ୍ବାନ :
Answer:

  • ପୃଥ୍ୱୀରାଜ ଚୌହାନ୍ ଥିଲେ ଦିଲ୍ଲୀର ଚୌହାନ୍ ବଂଶୀୟ ରାଜା ।
  • ସେ ଥିଲେ ଜଣେ ମହାନ୍ ବୀର ଓ ଯୋଦ୍ଧା ।
  • ସେ ୧୧୯୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ତିରୋରୀ ଯୁଦ୍ଧରେ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ ।
  • କିନ୍ତୁ ଦୁର୍ଭାଗ୍ୟବଶତଃ, ଦ୍ବିତୀୟ ତିରୋରୀ ଯୁଦ୍ଧରେ ୧୯୯୨ ଖ୍ରୀ.ଅ.ରେ ମହମ୍ମଦ ଘୋରୀଙ୍କ ହସ୍ତରେ ପରାସ୍ତ ହୋଇଥିଲେ । ଫଳରେ ଭାରତରେ ତୁର୍କ-ଆଫଗାନ୍ ଶାସନ ଆରମ୍ଭ ହୋଇଥିଲା ।

୫। ମହମ୍ମଦ ଘୋରୀ :
Answer:

  • ମହମ୍ମଦ ଘୋରୀ ଥିଲେ ଘୋର ରାଜ୍ୟର ଶାସକ ।
  • ଉତ୍ତର ଭାରତ ଜୟକରି ଏହାକୁ ନିଜ ରାଜ୍ୟରେ ମିଶାଇବା ତାଙ୍କର ଚରମ ଲକ୍ଷ୍ୟ ଥିଲା ।
  • ଭାରତର ଧନରତ୍ନ ପ୍ରତି ମଧ୍ୟ ସେ ଆକୃଷ୍ଟ ହୋଇଥିଲେ । ତେଣୁ ମହମ୍ମଦ ଘୋରୀ ୧୧୭୫ ଖ୍ରୀଷ୍ଟାବ୍ଦରେ ମୁଲତାନ ଅଧିକାର କଲେ । ପରେ ପରେ ସେ ସିନ୍ଧୁପ୍ରଦେଶ ଓ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡ଼କୁ ଅଗ୍ରସର
    ହେଲେ ।
  • ସେ ୧୧୯୧ ଖ୍ରୀ.ଅ.ରେ ପ୍ରଥମ ତିରୋରୀ ଯୁଦ୍ଧରେ ଦିଲ୍ଲୀର ଶାସକ ପୃଥ୍ୱୀରାଜ ଚୌହାନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ; କିନ୍ତୁ ଦ୍ଵିତୀୟ ତିରୋରୀ ଯୁଦ୍ଧରେ ୧୧୯୨ ଖ୍ରୀ.ଅ.ରେ ତାଙ୍କର ପରମ ଶତ୍ରୁ ପୃଥ୍ୱୀରାଜଙ୍କୁ ପରାସ୍ତ କରି ଭାରତ ଅଭିଯାନକୁ ସଫଳ କରିଥିଲେ । ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ତାଙ୍କର କରାୟତ୍ତ ହୋଇଥିଲା ।
  • ଲାହୋରଠାରେ ୧୨୦୬ ଖ୍ରୀଷ୍ଟାବ୍ଦରେ ସେ ପ୍ରାଣତ୍ୟାଗ କରିଥିଲେ ।

୬ । କୁତବୁଦ୍ଦିନ୍ ଆଇବାକ୍ :
Answer:

  • କୁତବୁଦ୍ଦିନ୍ ଆଇବାକ୍ ଥିଲେ ମହମ୍ମଦ ଘୋରୀଙ୍କର ମୁଖ୍ୟ ସେନାଧ୍ୟକ୍ଷ ।
  • ମହମ୍ମଦ ଘୋରୀଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ବୁନ୍ଦେଲଖଣ୍ଡ, କାଲିଞ୍ଜର ଓ ମାହେବା ଆଦି ଅଞ୍ଚଳ ଅଧିକାର କରିଥିଲେ ।
  • ସେ ଦିଲ୍ଲୀରେ ‘ଦାସ ବଂଶ’ ଶାସନ ପ୍ରତିଷ୍ଠା କରିଥିଲେ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

୧। ସୁଲତାନ୍ ମାମୁଦ୍ରଙ୍କ ଶାସନ ସମ୍ପର୍କରେ କେଉଁ ପୁସ୍ତକ ସୂଚନା ପ୍ରଦାନ କରିଥାଏ ?
Answer:
ସୁଲତାନ୍ ମାମୁଦ୍‌ଙ୍କ ଶାସନ ସମ୍ପର୍କରେ ଫିର୍ଲୋସିଙ୍କ ‘ଶାହାନାମା’ ପୁସ୍ତକ ସୂଚନା ପ୍ରଦାନ କରିଥାଏ ।

୨। ମହମ୍ମଦ -ବିନ୍-ତୁଘ୍ଲକ୍‌ଙ୍କ କାର୍ଯ୍ୟକଳାପ ବିଷୟରେ କେଉଁ ପୁସ୍ତକ ସୂଚନା ପ୍ରଦାନ କରିଥାଏ ?
Answer:
ମହମ୍ମଦ -ବିନ୍ -ତୁସ୍‌କ୍‌ଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅମୀର ଖୁସ୍ତଙ୍କ ‘ତୁଘ୍ଲକ୍‌ନାମା’ ପୁସ୍ତକ ସୂଚନା ପ୍ରଦାନ କରିଥାଏ ।

୩ । ଆମୁକ୍ତ ମାଲ୍ୟବ କ’ଣ ?
Answer:
ଆମୁକ୍ତ ମାଲ୍ୟବ କୃଷ୍ଣଦେବ ରାୟଙ୍କଦ୍ବାରା ରଚିତ ଏକ ପୁସ୍ତକ ଯେଉଁଥୁରୁ ବିଜୟନଗର ରାଜ୍ୟ ଏବଂ ଏହାର ଶାସନ ବିଷୟରେ ଜଣା ପଡ଼ିଥାଏ ।

୪ । ପ୍ରଥମ ମିହିର ଭୋଜ କେଉଁ ବଂଶର ରାଜା ଥୁଲେ ?
Answer:
ପ୍ରଥମ ମିହିର ଭୋଜ ପ୍ରତିହାର ବଂଶର ଅନ୍ୟତମ ପ୍ରଧାନ ରାଜା ଥିଲେ ।

୬ । ପାଶ୍ଚା ରାଜ୍ୟରେ କେଉଁ ଧର୍ମର ସତ୍ତା ନ ଥିଲା ?
Answer:
ପାଜ୍ୟ ରାଜ୍ୟରେ ବୌଦ୍ଧଧର୍ମର ସତ୍ତା ନ ଥିଲା ।

୭ । କେଉଁମାନଙ୍କର ଗ୍ରାମ ଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ?
Answer:
ଚୋଳମାନଙ୍କର ଗ୍ରାମ ଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

୮ । ନଟରାଜ ମୂର୍ତ୍ତି କେଉଁ ରାଜାଙ୍କର ଅନୁପମ କୀର୍ତ୍ତି ?
Answer:
ନଟରାଜ ମୂର୍ତ୍ତି ଚୋଳ ରାଜା ରାଜେନ୍ଦ୍ର ଚୋଳଙ୍କର ଅନୁପମ କୀର୍ତ୍ତି ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୯। ମାମୁଦ୍ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
ମାମୁଦ୍ ଭାରତରୁ ଅମାପ ଧନଦୌଲତ ଲୁଣ୍ଠନ କରିବା ଆଶା ରଖ୍ ଭାରତ ଆକ୍ରମଣ କରିଥିଲେ ।

୧୦ । ମାମୁଦ୍ କେତେଥର ଭାରତ ଆକ୍ରମଣ କରିଥିଲେ ?
Answer:
ମାମୁଦ୍ ୨୭ ବର୍ଷ ମଧ୍ୟରେ ୧୭ ଥର ଭାରତ ଆକ୍ରମଣ କରିଥିଲେ ।

୧୧ । ଫିଘେଁସି କ’ଣ ରଚନା କରିଥିଲେ ?
Answer:
ଫିର୍ଲୋସି ପାରସିକ ଭାଷାରେ ‘ଶାହାନାମା’ ଗ୍ରନ୍ଥ ରଚନା କରିଥିଲେ ।

୧୨ । ମହମ୍ମଦ ଘୋରୀ କେଉଁ ରାଜ୍ୟର ଶାସକ ଥିଲେ ?
Answer:
ମହମ୍ମଦ ଘୋରୀ ଆଫଗାନିସ୍ଥାନର ଘୋର ନାମକ ରାଜ୍ୟର ଶାସକ ଥିଲେ ।

୧୩ । ପୃଥ୍ୱୀରାଜ କେଉଁ ରାଜବଂଶର ରାଜା ଥିଲେ ?
Answer:
ପୃଥ୍ୱୀରାଜ ଚୌହାନ୍ ରାଜବଂଶର ରାଜା ଥିଲେ ।

୧୪ । କୁତବୁଦ୍ଦିନ୍ ଆଇବାକ୍ କିଏ ?
Answer:
କୁତବୁଦ୍ଦିନ୍ ଆଇବାକ୍ ମହମ୍ମଦ ଘୋରୀଙ୍କ ସେନାଧ୍ୟକ୍ଷ ଥିଲେ ।

୧୫ । ଶଙ୍କରାଚାର୍ଯ୍ୟ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
ଶଙ୍କରାଚାର୍ଯ୍ୟ ୭୮୮ ଖ୍ରୀ.ଅ.ରେ କେରଳର କାଲାଡ଼ିଠାରେ ଜନ୍ମଗ୍ରହଣ କରିଥିଲେ ।

୧୬ । ଶଙ୍କରଙ୍କ ମତବାଦକୁ କ’ଣ କୁହାଯାଏ ?
Answer:
ଶଙ୍କରଙ୍କ ମତବାଦକୁ ‘ଅଦ୍ଵୈତ ମତବାଦ’ କୁହାଯାଏ ।

୧୭ । ରାମାନୁଜ କ’ଣ ପ୍ରଚାର କରିଥିଲେ ?
Answer:
ଭକ୍ତି ଓ ପ୍ରେମଦ୍ୱାରା ଈଶ୍ଵର ମିଳିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

୧୮ । ମଧ୍ୟଯୁଗରେ ଓଡ଼ିଶାର କେଉଁ ଦୁଇଟି ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା ?
Answer:
ମଧ୍ୟଯୁଗରେ ଓଡ଼ିଶାରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଶ୍ରୀମନ୍ଦିର ନିର୍ମିତ ହୋଇଥିଲା ।

୧୯ । ପ୍ରତିହାର ସାମ୍ରାଜ୍ୟର ବିସ୍ତୃତି ଉଲ୍ଲେଖ କର ।
Answer:
ପ୍ରତି ହାର ସାମ୍ରାଜ୍ୟ ଉତ୍ତରରେ କାଶ୍ମୀରଠାରୁ ଦକ୍ଷିଣରେ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ପଶ୍ଚି ମରେ କାଥୁଆୱାଡ୍ଠାରୁ ପୂର୍ବରେ ବିହାର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

୨୦ । କିଏ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରିଥିଲେ ?
Answer:
ନାନାୟ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରିଥିଲେ ।

୨୧ । କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା କିଏ ଥିଲେ ?
Answer:
ପମ୍ପା, ପୋନା ଓ ରାଜା କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା ଥିଲେ ।

୨୨ । କୟଲ କେଉଁ ରାଜ୍ୟର ପ୍ରଧାନ ବନ୍ଦର ଥିଲା ?
Answer:
କୟଲ ପାଠ୍ୟ ରାଜ୍ୟର ପ୍ରଧାନ ବନ୍ଦର ଥିଲା ।

୨୩ । ତାଞ୍ଜୋରଠାରେ ଶିବ ମନ୍ଦିର କିଏ ନିର୍ମାଣ କରାଇଥିଲେ ?
Answer:
ଚୋଳ ରାଜା ପ୍ରଥମ ରାଜରାଜ ତାଞ୍ଜୋରଠାରେ ଶିବ ମନ୍ଦିର ନିର୍ମାଣ କରାଇଥିଲେ ।

୨୪ । ପାଣ୍ଡ ରାଜ୍ୟର ବୈଦେଶିକ ବାଣିଜ୍ୟ କେଉଁ ବନ୍ଦର ଦେଇ ଚାଲିଥିଲା ?
Answer:
କୟଲ୍ ବନ୍ଦର ଦେଇ ପାଣ୍ଡ୍ଯ ରାଜ୍ୟର ବୈଦେଶିକ ବାଣିଜ୍ୟ ଚାଲିଥିଲା ।

୨୫ । ସୋମନାଥ ମନ୍ଦିର କିଏ ଓ କେବେ ଲୁଣ୍ଠନ କରିଥିଲେ ?
Answer:
ଗଜନୀର ଶାସକ ମାମୁଦ୍ ୧୦୨୫ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୨୬ । ଭାରତରେ ତୁର୍କ ଶାସନର ପ୍ରତିଷ୍ଠାତା କିଏ ଥିଲେ ?
Answer:
ମହମ୍ମଦ ଘୋରୀ ଥୁଲେ ଭାରତରେ ତୁର୍କ ଶାସନର ପ୍ରତିଷ୍ଠାତା ।

୨୭ । ମଧ୍ୟଯୁଗରେ ଦକ୍ଷିଣ ଭାରତରେ କେତେଗୋଟି ଭାଷା ପ୍ରଚଳିତ ଥିଲା ?
Answer:
ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା ପ୍ରଚଳିତ ଥିଲା ।

୨୮ । ମଧ୍ୟ-ଭାରତର କାରୁକାର୍ଯ୍ୟପୂର୍ଣ୍ଣ ଖଜୁରୋହୋ ମନ୍ଦିର କେଉଁମାନଙ୍କଦ୍ୱାରା ନିର୍ମିତ ହୋଇଥିଲା ?
Answer:
ଲିଙ୍ଗରାଜ ମନ୍ଦିର ସୋମବଂଶୀ ରାଜା ଦ୍ବିତୀୟ ଯଯାତିଙ୍କ ସମୟରେ ନିର୍ମିତ ହୋଇଥିଲା ।

୨୯ । ହୟଶାଳମାନଙ୍କର ରାଜଧାନୀ କେଉଁଠାରେ ଥିଲା ?
Answer:
ଦ୍ବାରସମୁଦ୍ର ଥିଲା ହୟଶାଳମାନଙ୍କର ରାଜଧାନୀ ।

୩୦ । ଲିଙ୍ଗରାଜ ମନ୍ଦିର କେଉଁ ରାଜାଙ୍କ ସମୟରେ ନିର୍ମିତ ହୋଇଥିଲା ?
Answer:
ଲିଙ୍ଗରାଜ ମନ୍ଦିର ସୋମବଂଶୀ ରାଜା ଦ୍ବିତୀୟ ଯଯାତିଙ୍କ ସମୟରେ ନିର୍ମିତ ହୋଇଥିଲା ।

୩୧ । ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ମିଟର ?
Answer:
ଲିଙ୍ଗରାଜ ମନ୍ଦିରର ଉଚ୍ଚତା ପ୍ରାୟ ୫୫ ମିଟର ।

୩୨ । ସୋମବଂଶର ପତନ ପରେ ଓଡ଼ିଶାରେ କେଉଁ ବଂଶର ରାଜତ୍ଵ ଆରମ୍ଭ ହୋଇଥିଲା ?
Answer:
ସୋମବଂଶର ପତନ ପରେ ଓଡ଼ିଶାରେ ଗଙ୍ଗବଂଶର ରାଜତ୍ଵ ଆରମ୍ଭ ହୋଇଥିଲା ।

୩୩ । ଗଙ୍ଗବଂଶର ରାଜତ୍ଵ ଓଡ଼ିଶାରେ କେତେ ବର୍ଷ ଧରି ଚାଲିଥିଲା ?
Answer:
ଗଙ୍ଗବଂଶର ରାଜତ୍ଵ ଓଡ଼ିଶାରେ ତିନିଶହ ବର୍ଷଧରି ଚାଲିଥିଲା ।

୩୪ । ‘ଏକାବଳୀ’ ନାମକ ପ୍ରସିଦ୍ଧ ଅଳଙ୍କାରଶାସ୍ତ୍ର କିଏ ରଚନା କରିଥିଲେ ?
Answer:
‘ଏକାବଳୀ’ ନାମକ ପ୍ରସିଦ୍ଧ ଅଳଙ୍କାରଶାସ୍ତ୍ର କବି ବିଦ୍ୟାଧର ରଚନା କରିଥିଲେ ।

୩୫ । ବିଦ୍ୟାଧର କେଉଁ ରାଜାଙ୍କ ରାଜସଭାର ବିଶିଷ୍ଟ କବି ଥିଲେ ?
Answer:
ବିଦ୍ୟାଧର ପ୍ରଥମ ନରସିଂହଦେବଙ୍କ ରାଜସଭାର ବିଶିଷ୍ଟ କବି ଥିଲେ ।

୩୬ । କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?
Answer:
କ୍ଷୀରଚୋରା ଗୋପୀନାଥ ମନ୍ଦିର ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟରେ ଅବସ୍ଥିତ ।

୩୭ । କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁ ରାଜାଙ୍କର କୀର୍ତ୍ତି ଅଟେ ?
Answer:
କ୍ଷୀରଚୋରା ଗୋପୀନାଥ ମନ୍ଦିର ଗଙ୍ଗବଂଶୀ ରାଜା ପ୍ରଥମ ନରସିଂହଦେବଙ୍କର କୀର୍ତ୍ତି ଅଟେ ।

୩୮ । ଗଙ୍ଗବଂଶର ଶେଷ ରାଜା କିଏ ଥିଲେ ?
Answer:
ମତ୍ତାଭାନୁଦେବ ଗଙ୍ଗବଂଶର ଶେଷ ରାଜା ଥିଲେ ।

୩୯ । ଗଙ୍ଗମାନଙ୍କର ରାଜଧାନୀ କେଉଁଠି ଥିଲା ?
Answer:
ବଂଶଧାରା ନଦୀକୂଳରେ ଥ‌ିବା କଳିଙ୍ଗ ନଗର ଥିଲା ଗଙ୍ଗମାନଙ୍କର ରାଜଧାନୀ ।

୪୦ । ଚୋଡ଼ଗଙ୍ଗଦେବ କାହାକୁ ପରାସ୍ତ କରି ଉତ୍କଳ ଅଧୁକାର କରିଥିଲେ ?
Answer:
ଚୋଡ଼ଗଙ୍ଗଦେବ ସୋମବଂଶର ଶେଷ ରାଜା କଣ୍ଠଦେବଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ ।

୪୧ । ଚୋଡ଼ଗଙ୍ଗଦେବ କେତେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରାଜତ୍ଵ କରିଥିଲେ ?
Answer:
ଚୋଡ଼ଗଙ୍ଗଦେବ ଦୀର୍ଘ ୭୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ରାଜତ୍ଵ କରିଥିଲେ ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୪୨ । ପୁରୀକୁ କେଉଁ କ୍ଷେତ୍ର ନାମରେ ନାମିତ କରାଯାଇ ଅଛି ?
Answer:
ପୁରୀକୁ ‘ଶ୍ରୀକ୍ଷେତ୍ର’ ଏବଂ ‘ଶଙ୍ଖକ୍ଷେତ୍ର’ ନାମରେ ନାମିତ କରାଯାଇଛି ।

୪୩ । ଚୋଡ଼ଗଙ୍ଗଦେବଙ୍କ ଶାସନ କାଳରେ ବୈଷ୍ଣବ ଧର୍ମର କେଉଁ ପ୍ରଚାରକ ଓଡ଼ିଶା ଆସିଥିଲେ ?
Answer:
ଚୋଡ଼ଗଙ୍ଗଦେବଙ୍କ ଶାସନ କାଳରେ ବୈଷ୍ଣବ ଧର୍ମର ବିଶିଷ୍ଟ ପ୍ରଚାରକ ରାମାନୁଜ ଓଡ଼ିଶା ଆସିଥିଲେ ।

୪୪ । ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥ‌ିବା ଅରୁଣ ସ୍ତମ୍ଭର ଉଚ୍ଚତା କେତେ ?
Answer:
ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭର ଉଚ୍ଚତା ୧୨ ମିଟର ।

୪୫ । ଗଙ୍ଗବଂଶର ଅବସାନ କେବେ ଘଟିଲା ?
Answer:
ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବ ବା ମତ୍ତଭାନୁଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିବା ପରେ ଗଙ୍ଗବଂଶର ଅବସାନ ଘଟିଥିଲା ।

୪୬ । କୋଣାର୍କ ମନ୍ଦିରଟି ଦେଖିବାକୁ କିପରି ?
Answer:
କୋଣାର୍କ ମନ୍ଦିରଟି ଦେଖିବାକୁ ସୂର୍ଯ୍ୟଙ୍କର ଏକ ଚଳନ୍ତା ରଥ ପରି ।

୪୭ । କୋଣାର୍କ ମନ୍ଦିରରେ କେତୋଟି ଚକ ଓ କେତୋଟି ଘୋଡ଼ା ଅଛି ?
Answer:
କୋଣାର୍କ ମନ୍ଦିରରେ ୨୪ଟି ଚକ ଓ ୭ ଗୋଟି ଘୋଡ଼ା ଅଛି ?

୪୮ । କୋଣାର୍କ ମନ୍ଦିର କେଉଁ ଶିଳ୍ପୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମିତ ହୋଇଥିଲା ?
Answer:
କୋଣାର୍କ ମନ୍ଦିର ସେ ସମୟର ପ୍ରସିଦ୍ଧ ଶିଳ୍ପୀ ବିଶୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିଲା ।

୪୯ । ଚୋଡ଼ଗଙ୍ଗଦେବ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା କଥା ପାଆନ୍ତି ନାହିଁ ?
Answer:
ଚୋଡ଼ଗଙ୍ଗଦେବ ପୁରୀରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା କଥା ଦାସଗୋବା ଅଭିଲେଖରୁ ଜଣାପଡ଼େ ।

୫୦ । ଭୁବନେଶ୍ୱରରେ ଥ‌ିବା କେଉଁ ମନ୍ଦିରରେ କୌଣସି ଦେବତା ପୂଜା କେଉଁ ଅଭିଲେଖରୁ ଜଣାପଡ଼େ ?
Answer:
ଭୁବନେଶ୍ୱରରେ ଥ‌ିବା ରାଜରାଣୀ ମନ୍ଦିରରେ କୌଣସି ଦେବତା ପୂଜା ପାଆନ୍ତି ନାହିଁ ।

୫୧ । ଗଙ୍ଗମାନେ ପ୍ରଥମେ କେଉଁଠାରେ ଶାସନ କରୁଥିଲେ ?
Answer:
ଗଙ୍ଗମାନେ ପ୍ରଥମେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ମୁଖଲିଙ୍ଗ ଅଞ୍ଚଳରେ ଶାସନ କରୁଥିଲେ ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

୧ । ଅମୀର ଖୁସ୍ରୁଙ୍କ _____________ ମହମ୍ମଦ-ବିନ୍-ତୁଘ୍ଲକ୍‌ଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଥାଏ ।
(କ) ହୁମାୟୁନ୍‌ନାମା
(ଖ) ଶାହାଜାହାନନାମା
(ଗ) ତୁଘ୍ଲକ୍‌ନାମା
(ଘ) ଆକବରନାମା
Answer:
(ଗ) ତୁଘ୍ଲକ୍‌ନାମା

୧। ଅମୀର ଖୁସ୍ରୁଙ୍କ _______________ ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀଙ୍କ ରାଜ୍ୟଜୟ ସମ୍ପର୍କରେ ବର୍ଣନା କରିଥାଏ ।
(କ) ଖାଜାଇନ-ଉଲ୍-ଫୁତୁ
(ଖ) ତୁଜୁକ୍-ଇ-ବାବରୀ
(ଗ) ତାରିଖ୍-ଇ-ଫିରୋଜଶାହୀ
(ଘ) ଆକବରନାମା
Answer:
(କ) ଖାଜାଇନ-ଉଲ୍-ଫୁତୁ

୩ । _______________ ରୁ ନାନକଙ୍କ ନୀତିବାଣୀ ସମ୍ପର୍କରେ ସୂଚନା ମିଳିଥାଏ ।
(କ) ବୀଜକ
(ଖ) ଚୈତନ୍ୟ ଚରିତାମୃତ
(ଗ) ଦୋହା
(ଘ) ଆଦିଗ୍ରନ୍ଥ
Answer:
(ଘ) ଆଦିଗ୍ରନ୍ଥ

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୪ । କୃଷ୍ଣଦେବ ରାୟଙ୍କର _________________ ପୁସ୍ତକରୁ ବିଜୟନଗର ରାଜ୍ୟ ଏବଂ ଏହାର ଶାସନ ବିଷୟରେ ଜଣାପଡ଼ିଥାଏ ।
(କ) ଆମୁକ୍ତ ମାଲ୍ୟବ
(ଖ) ତବାକତ୍-ଇ-ନାସିରୀ
(ଗ) ତାରିଖ୍-ଇ-ଫିରୋଜଶାହୀ
(ଘ) ଶାହାଜାହାନନାମା
Answer:
(କ) ଆମୁକ୍ତ ମାଲ୍ୟବ

୫। ବାବରନାମାର ଅନ୍ୟନାମ _____________________ ।
(କ) ଖାଜାଇନ -ଉଲ୍ -ଫୁତୁ
(ଖ) ତୁଜୁକ୍-ଇ-ବାବରୀ
(ଗ) ହୁମାୟୁନ୍‌ନାମା
(ଘ) ଶାହାଜାହାନନାମା
Answer:
(ଖ) ତୁଜୁକ୍-ଇ-ବାବରୀ

୬। ________________ ପ୍ରତିହାରମାନଙ୍କର ରାଜଧାନୀ ଥିଲା ।
(ଗ) ଦ୍ବାରସମୁଦ୍ର
(ଖ) କନୌଜ
(ଗ) ଦ୍ଵାରସମୁଦ୍ର
(ଘ) ମଦୁରା
Answer:
(ଖ) କନୌଜ

୭ । ମାମୁଦ୍ __________________ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ ।
(କ)୧୦୨୫
(ଖ) ୧୦୧୭
(ଗ) ୧୦୧୫
(ଘ) ୧୦୧୬
Answer:
(କ)୧୦୨୫

୮। _________________ ମାନଙ୍କର ପତନ ପରେ ଯାଦବ ବଂଶର ଶାସନ ଆରମ୍ଭ ହେଲା ।
(କ) ପାଣ୍ଡ୍ଯ
(ଖ) ଚାଲୁକ୍ୟ
(ଗ) ଚୋଳ
(ଘ) ହୟଣାଳ
Answer:
(ଖ) ଚାଲୁକ୍ୟ

୯ । ଶଙ୍କର ଶିକ୍ଷା ଦେଇଥିଲେ ଯେ କେବଳ ____________________ ସାହାଯ୍ୟରେ ଈଶ୍ଵରଙ୍କୁ ଉପାସନା କରିହେବ ।
(କ) ପୂଜା
(ଖ) ଭକ୍ତି
(ଗ) ପ୍ରେମ
(ଘ) ଞାନ
Answer:
(ଘ) ଞାନ

୧୦ । ମନ୍ଦିର ଭିତରକୁ ଯିବାପାଇଁ ପ୍ରବେଶଦ୍ଵାରକୁ _________________ କୁହାଯାଉଥ୍ ଲା ।
(କ) ଶିଖର
(ଖ) ଗୋପୁରମ୍
(ଗ) ନାଟମଦିର
(ଘ) ଭୋଗମଣ୍ଡପ
Answer:
(ଖ) ଗୋପୁରମ୍

୧୧ । ଆଲପ୍ତଗିନ୍ _________________ ରାଜ୍ୟ ସ୍ଥାପନ କରିଥିଲେ ।
(କ) କାନ୍ଦାହାର
(ଖ) ଘୋର
(ଗ) ଗଜନୀ
(ଘ) କାବୁଲ
Answer:
(କ) କାନ୍ଦାହାର

୧୨ । ଦ୍ଵିତୀୟ ତିରୋରୀ ଯୁଦ୍ଧରେ ____________ ପରାସ୍ତ ହୋଇଥିଲେ ।
(କ) ମହମ୍ମଦ ଘୋରୀ
(ଖ) ପୃଥ୍ୱୀରାଜ ଚୌହାନ୍
(ଗ) ମାମୁଦ୍
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(ଖ) ପୃଥ୍ୱୀରାଜ ଚୌହାନ୍

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୩ । __________________ ତାମିଲ ଭାଷାରେ ରାମାୟଣ ରଚନା କରିଥଲେ ।
(କ) ନାନାୟ
(ଖ) କମ୍ବାନ୍
(ଗ) ପୋନା
(ଘ) ଟକାନା
Answer:
(ଖ) କମ୍ବାନ୍

୧୪। __________________ କହିଥିଲେ ‘ପ୍ରେମ ଓ ଭକ୍ତି ମାଧ୍ୟମରେ ଈଶ୍ବର ମିଳିପାରିବେ’ ।
(କ) ରାମାନୁଜ
(ଖ) ଶଙ୍କର
(ଗ) ନିମ୍ବାର୍କ
(ଘ) ତୁକାରାମ
Answer:
(କ) ରାମାନୁଜ

୧୫ । କୟଲ୍ ____________________ ରାଜ୍ୟର ପ୍ରଧାନ ବନ୍ଦର ଥିଲା ।
(ଖ) ଶଙ୍କର
(ଖ) ପାଣ୍ଡ୍
(ଗ) ନିମ୍ୱ।ର୍କ
(ଘ) ତୁର୍କ
Answer:
(ଖ) ପାଣ୍ଡ୍

୧୬ । ତାଞ୍ଜୋରଠାରେ ଶିବ ମନ୍ଦିର ______________ ନିର୍ମାଣ କରାଇଥିଲେ ।
(କ) ପ୍ରଥମ ରାଜରାଜ
(ଖ) ଚୋଡ଼ଗଙ୍ଗଦେବ
(ଗ) ନରସିଂହଦେବ
(ଘ) ମତ୍ତଭାନୁଦେବ
Answer:
(କ) ପ୍ରଥମ ରାଜରାଜ

୧୭ । ଭାରତରେ ତୁର୍କ ଶାସନର ପ୍ରତିଷ୍ଠାତା _______________ ଅଟନ୍ତି ।
(କ) ମହମ୍ମଦ ଘୋରୀ
(ଖ) ମହମ୍ମଦ ତୁଗ୍‌ଲକ୍
(ଗ) ଇମିସ୍
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(କ) ମହମ୍ମଦ ଘୋରୀ

୧୮ । ହୟଶାଳମାନଙ୍କର ରାଜଧାନୀ _____________ ଥିଲା ।
(କ) ତାଞ୍ଜୋର
(ଖ) ମହମ୍ମଦ
(ଗ) ଇମିସ୍
(ଘ) କନୈଜ
Answer:
(ଗ) ଇମିସ୍

୧୯। _______________ ‘ତହକିକ୍-ଇ-ହିନ୍ଦ୍’ ପୁସ୍ତକ ରଚନା କରିଥିଲେ ।
(କ) ଅମୀର ଖୁସୁ
(ଖ) ହୁମାୟୁନ୍
(ଗ) ଇନାୟତ୍ ଖାଁ
(ଘ) ଆଲ୍ବେରୁଣୀ
Answer:
(ଘ) ଆଲ୍ବେରୁଣୀ

୨୦ । ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ __________________ ମିଟର ଅଟେ ।
(କ) ୬୬
(ଖ) ୭୨
(ଗ) ୬୭
(ଘ) ୮୦
Answer:
(କ) ୬୬

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୨୧ । କନ୍ନଡ଼ ଭାଷା _____________________ ରାଜ୍ୟରେ ସୃଷ୍ଟି ହୋଇଥିଲା ।
(କ) ଆନ୍ଧ୍ରପ୍ରଦେଶ
(ଖ) ଦିଲ୍ଲୀ
(ଗ) ମହାରାଷ୍ର୍ର
(ଘ) ମହାଶୂର
Answer:
(ଘ) ମହାଶୂର

(ଖ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧ । କବି ଫିଘେଁସି କେଉଁ ଗ୍ରନ୍ଥ ରଚନା କରି ଜନମାନସରେ ଅମର ହୋଇ ରହିଛନ୍ତି ?
(କ) ଶାହାନାମା
(ଖ) ରାମାୟଣ
(ଗ) ସି-ୟୁ-କି
(ଘ) ଆକବରନାମା
Answer:
(କ) ଶାହାନାମା

୨। ମାମୁଦ୍ କେଉଁ ବିଦ୍ୱାନ୍ ବ୍ୟକ୍ତିଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବାପାଇଁ ପଠାଇଥିଲେ ?
(କ) ଫିର୍ଲୋସି
(ଖ) ଅଫି
(ଗ) ଇନାୟତ୍‌
(ଘ) ଆଲ୍‌ବେରୁଣୀ
Answer:
(ଘ) ଆଲ୍‌ବେରୁଣୀ

୩ । ମହମ୍ମଦ ଘୋରୀ କେତେ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଭାରତ ଆକ୍ରମଣ କରିଥିଲେ ?
(କ) ୧୦୨୫
(ଖ) ୧୧୯୧
(ଗ) ୧୧୭୫
(ଘ) ୧୧୯୨
Answer:
(ଗ) ୧୧୭୫

୪। ନିମ୍ନୋକ୍ତ ରାଜବଂଶ ମଧ୍ୟରୁ ରାମଚନ୍ଦ୍ର ଦେବ କେଉଁ ରାଜବଂଶର ରାଜା ଥିଲେ ?
(କ) ହୟଶାଳ
(ଖ) ଚୋଳ
(ଗ) ପାଣ୍ଡ୍ଯ
(ଘ) ଯାଦବ
Answer:
(ଘ) ଯାଦବ

୫। ପାଣ୍ଡ୍ ରାଜଶେଖର କେଉଁମାନଙ୍କ ରାଜସଭାର ପ୍ରଖ୍ୟାତ କବି ଥିଲେ ?
(କ) ଚୋଳ
(ଖ) ପାଣ୍ଡ୍
(ଗ) ପ୍ରତିହାର
(ଘ) ଯାଦବ
Answer:
(ଗ) ପ୍ରତିହାର

୬ । କେଉଁ ଚୋଳ ରାଜା ସିଂହଳ ଅଧୂକାର କରିଥିଲେ ?
(କ) ରାଜେନ୍ଦ୍ର ଚୋଳ
(ଖ) ଧର୍ମପାଳ
(ଗ) ପ୍ରଥମ ରାଜରାଜ
(ଘ) ବିଜୟସେନ
Answer:
(କ) ରାଜେନ୍ଦ୍ର ଚୋଳ

୭। ନିମ୍ନୋକ୍ତ କେଉଁ ଭାଷା ଚୋଳ ରାଜ୍ୟର ଆଞ୍ଚଳିକ ଭାଷା ଥିଲା ?
(କ) ସଂସ୍କୃତ
(ଖ) ତାମିଲ୍
(ଗ) ତେଲୁଗୁ
(ଘ) କନ୍ନଡ଼
Answer:
(ଖ) ତାମିଲ୍

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୮। ମାରବର୍ତନ କୁଳଶେଖର ପାଠ୍ୟ କେତେ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ ?
(କ) ୧୩୧୫
(ଖ) ୧୦୧୬
(ଗ) ୧୩୧୦
(ଘ) ୧୩୨୫
Answer:
(ଗ) ୧୩୧୦

୯। ଚୋଳରାଜା ପ୍ରଥମ ରାଜରାଜ କେଉଁଠାରେ ଏକ ବୌଦ୍ଧ ମନ୍ଦିର ନିର୍ମାଣରେ ସହାୟତା କରିଥିଲେ ?
(କ) ଦ୍ବାରସମୁଦ୍ର
(ଖ) ତାଞ୍ଜୋର
(ଗ) ନେଗାପତ୍ତନମ୍
(ଘ) କାଞ୍ଚୁରମ୍
Answer:
(ଗ) ନେଗାପତ୍ତନମ୍

୧୦ । ମଦୁରା କେଉଁମାନଙ୍କ ରାଜଧାନୀ ଥିଲା ?
(କ) ପାଣ୍ଡ୍
(ଖ) ଚୋଳ
(ଗ) ଯାଦବ
(ଘ) ରାଷ୍ର
Answer:
(କ) ପାଣ୍ଡ୍

୧୧ । ମାମୁଦ୍‌ଙ୍କ ସୋମନାଥ ମନ୍ଦିର ଲୁଣ୍ଠନ ସମୟରେ ଗୁଜରାଟର ରାଜା କିଏ ଥିଲେ ।
(କ) କର୍ଣ୍ଣଦେବ
(ଖ) ଭୀମଦେବ
(ଗ) ଭୀମସିଂହ
(ଘ) ବଜ୍ରହସ୍ତଦେବ
Answer:
(ଖ) ଭୀମଦେବ

୧୨ । ପ୍ରଥମ ତିରୋରୀ ଯୁଦ୍ଧରେ କିଏ ପରାସ୍ତ ହୋଇଥିଲେ ?
(କ) ମହମ୍ମଦ ଘୋରୀ
(ଖ) ପୃଥ୍ୱୀରାଜ ଚୌହାନ୍
(ଗ) ମାମୁଦ୍
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(କ) ମହମ୍ମଦ ଘୋରୀ

୧୩ । ତେଲୁଗୁ ଭାଷାରେ ରଚିତ ମହାଭାରତକୁ କିଏ ଜନପ୍ରିୟ କରାଇଥିଲେ ?
(କ) ନାନାୟ
(ଖ) କମ୍ବାନ୍
(ଗ) ପୋନା
(ଘ) ଟିକାନା
Answer:
(ଘ) ଟିକାନା

୧୪ । ନିମ୍ନୋକ୍ତ ମଧ୍ଯରୁ କିଏ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରି ସ୍ମରଣୀୟ ହୋଇଛନ୍ତି ?
(କ) ଟିକାନା
(ଖ) କମ୍ବାନ୍
(ଗ) ପମ୍ପା
(ଘ) ନାନାୟ
Answer:
(ଘ) ନାନାୟ

୧୫ । ଚୋଳମାନଙ୍କ ରାଜଧାନୀ __________________ କେଉଁଠାରେ ଥିଲା ?
(କ) ଦ୍ବାରସମୁଦ୍ର
(ଖ) କାଞ୍ଚୁପୁରମ୍
(ଗ) ଦେବଗିରି
(ଘ) ତାଞ୍ଓଭୁର
Answer:
(ଘ) ତାଞ୍ଓଭୁର

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୬ । କେଉଁ ଶତାବ୍ଦୀର ଶେଷ ଭାଗରେ ଚୋଳ ରାଜ୍ୟର ପତନ ଘଟିଥିଲା ?
(କ) ଦଶମ
(ଖ) ଦ୍ବାଦଶ
(ଗ) ଏକାଦଶ
(ଘ) ତ୍ରୟୋଦଶ
Answer:
(ଘ) ତ୍ରୟୋଦଶ

୧୭ । କେଉଁ ଖ୍ରୀଷ୍ଟାବ୍ଦରେ ମାମୁଦ୍ରଙ୍କ ମୃତ୍ୟୁ ହୋଇଥିଲା ?
(କ) ୧୦୦୦ ଖ୍ରୀ.ଅ.
(ଖ) ୧୦୨୫ ଖ୍ରୀ.ଅ.
(ଗ) ୧୦୧୫ ଖ୍ରୀ.ଅ.
(ଘ) ୧୦୩୦ ଖ୍ରୀ.ଅ.
Answer:
(ଘ) ୧୦୩୦ ଖ୍ରୀ.ଅ.

୧୮ । ଜ୍ଞାନମାର୍ଗରେ ଈଶ୍ବରପ୍ରାପ୍ତି ହୋଇପାରିବ ବୋଲି କିଏ କହିଥିଲେ ?
(କ) ଶଙ୍କର
(ଖ) ଏକାଦଶ
(ଗ) ସନ୍ଥ ଜ୍ଞାନେଶ୍ଵର
(ଘ) ତୁକାରାମ
Answer:
(କ) ଶଙ୍କର

୧୯ । ଚୋଡ଼ଗଙ୍ଗଦେବ କେତେ ବର୍ଷ ରାଜତ୍ଵ କରିଥିଲେ ?
(କ) ୬୭
(ଖ) ୭୭
(ଗ) ୭୦
(ଘ) ୮୭
Answer:
(ଗ) ୭୦

୨୦ । ଗଙ୍ଗବଂଶର ଶେଷ ରାଜା କିଏ ଥିଲେ ?
(କ) ପ୍ରଥମ ନରସିଂହଦେବ
(ଖ) ଦ୍ବିତୀୟ ଭାନୁଦେବ
(ଗ) ତୃତୀୟ ଅନଙ୍ଗଭୀମଦେବ
(ଘ) ଚତୁର୍ଥ ଭାନୁଦେବ
Answer:
(ଘ) ଚତୁର୍ଥ ଭାନୁଦେବ

୨୧ । ତେଲେଙ୍ଗାନା ରାଜ୍ୟର ରାଜା ଗଣପତିଙ୍କୁ କିଏ ପରାସ୍ତ କରିଥିଲେ ?
(କ) ପ୍ରଥମ ନରସିଂହଦେବ
(ଖ) ତୃତୀୟ ଅନଙ୍ଗଭୀମଦେବ
(ଗ) ଚୋଡ଼ଗଙ୍ଗଦେବ
(ଘ) ଚତୁର୍ଥ ଭାନୁଦେବ
Answer:
(କ) ପ୍ରଥମ ନରସିଂହଦେବ

୨୨ । କବି ବିଦ୍ୟାଧର କେଉଁ ଗଙ୍ଗ ରାଜାଙ୍କର ରାଜସଭାର ବିଶିଷ୍ଟ କବି ଥିଲେ ?
(କ) ଚୋଡ଼ଗଙ୍ଗଦେବ
(ଖ) ତୃତୀୟ ଅନଙ୍ଗଭୀମଦେବ
(ଗ) ଦ୍ଵିତୀୟ ଅନଙ୍ଗଭୀମଦେବ
(ଘ) ପ୍ରଥମ ନରସିଂହଦେବ
Answer:
(ଘ) ପ୍ରଥମ ନରସିଂହଦେବ

୨୩ । କେଉଁ ଗଙ୍ଗରାଜା ‘ତ୍ରିକଳିଙ୍ଗାଧୂପତି’ ଉପାଧ୍ ଧାରଣ କରିଥିଲେ ?
(କ) ଚତୁର୍ଥ ଭାନୁଦେବ
(ଖ) ଚୋଡ଼ଗଙ୍ଗଦେବ
(ଗ) ଦ୍ଵିତୀୟ ଅନଙ୍ଗଭୀମଦେବ
(ଘ) ପ୍ରଥମ ନରସିଂହଦେବ
Answer:
(ଖ) ଚୋଡ଼ଗଙ୍ଗଦେବ

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୨୪ । ଚୋଡ଼ଗଙ୍ଗଦେବ ସୋମବଂଶର କେଉଁ ରାଜାଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ ?
(କ) ମର୍କତ କେଶରୀ
(ଖ) ଯଯାତି କେଶରୀ
(ଗ) ଲଲାଟେନ୍ଦୁ କେଶରୀ
(ଘ) କଣ୍ଠୀ କେଶରୀ
Answer:
(ଘ) କଣ୍ଠୀ କେଶରୀ

୨୫ । କେଉଁ ବିଶିଷ୍ଟ ଧର୍ମପ୍ରଚାରକ ଚୋଡ଼ଗଙ୍ଗଦେବଙ୍କ ସମୟରେ ଓଡ଼ିଶା ଆସିଥିଲେ ?
(କ) ଚୈତନ୍ଯ
(ଖ) ତୁଳସୀ ଦାସ
(ଗ) ରାମାନୁଜ
(ଘ) କବୀର
Answer:
(ଗ) ରାମାନୁଜ

୨୬ । ଚୋଡ଼ଗଙ୍ଗଦେବ ଉତ୍ପନ୍ନ ଶସ୍ୟର କେତେ ଭାଗ ରାଜସ୍ବ ରୂପେ ନେଉଥିଲେ ?
(କ) ଅର୍ଦ୍ଧେକ
(ଖ) ଏକ-ଷତାଂଶ
(ଗ) ଏକ-ଚତୁର୍ଥାଂଶ
(ଘ) ଏକ-ଦଶମାଂଶ
Answer:
(ଘ) ଏକ-ଦଶମାଂଶ

୨୭ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କିଏ ଆରମ୍ଭ କରିଥିଲେ ?
(କ) ଚୋଡ଼ଗଙ୍ଗଦେବ
(ଖ) ପ୍ରଥମ ନରସିଂହଦେବ
(ଗ) ଦ୍ବିତୀୟ ଅନଙ୍ଗଭୀମଦେବ
(ଘ) ଏକ-ଦଶମାଂଶ
Answer:
(କ) ଚୋଡ଼ଗଙ୍ଗଦେବ

୨୮ । ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ କେତେ ମିଟର ?
(କ) ୫୬
(ଖ) ୬୬
(ଗ) ୪୬
(ଘ) ୭୬
Answer:
(ଖ) ୬୬

୨୯ । ପ୍ରଥମ ନରସିଂହଦେବଙ୍କ ମୃତ୍ୟୁ କେବେ ହୋଇଥିଲା ?
(କ) ୧୨୩୮ ଖ୍ରୀ.ଅ.
(ଖ) ୧୨୯୪ ଖ୍ରୀ.ଅ.
(ଗ) ୧୨୪୫ ଖ୍ରୀ.ଅ.
(ଘ) ୧୨୫୬ ଖ୍ରୀ.ଅ.
Answer:
(ଖ) ୧୨୯୪ ଖ୍ରୀ.ଅ.

୩୦ । ନିମ୍ନୋକ୍ତ କେଉଁ ଗଙ୍ଗରାଜାଙ୍କ ରାଜତ୍ଵକାଳରେ ଗଙ୍ଗ ସାମ୍ରାଜ୍ୟ ଉନ୍ନତିର ଚରମ ଶିଖରରେ ଉପନୀତ ହୋଇଥିଲା ?
(କ) ଚୋଡ଼ଗଙ୍ଗଦେବ
(ଖ) ଦ୍ବିତୀୟ ଅନଙ୍ଗଭୀମଦେବ
(ଗ) ଭାନୁଦେବ
(ଘ) ପ୍ରଥମ ନରସିଂହଦେବ
Answer:
(ଘ) ପ୍ରଥମ ନରସିଂହଦେବ

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୩୧ । କୌଶଲ୍ୟାଗଙ୍ଗ ଜଳାଶୟ କେଉଁ ରାଜା ଖନନ କରିଥିଲେ ?
(କ) ଚୋଡ଼ଗଙ୍ଗଦେବ
(ଖ) ଦ୍ଵିତୀୟ ଅନଙ୍ଗଭୀମଦେବ
(ଗ) ଦ୍ଵିତୀୟ ଅନଙ୍ଗଭୀମଦେବ
(ଘ) ପ୍ରଥମ ନରସିଂହଦେବ
Answer:
(କ) ଚୋଡ଼ଗଙ୍ଗଦେବ

(ଗ) ଭୁଲ୍ ଥିଲେ ଠିକ୍ କରି ଲେଖ ।
୧। ୧୯୯୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ତିରୋରୀ ଯୁଦ୍ଧରେ ରାଜପୁତ୍ ରାଜା ପୃଥ୍ୱୀରାଜ ଚୌହାନ୍ ମାମୁଦ୍‌ଙ୍କୁ ପରାସ୍ତ କରି ଦିଲ୍ଲୀ ଆକ୍ରମଣକୁ ପ୍ରତିହତ କରିଥିଲେ ।
Answer:
୧୯୯୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ତିରୋରୀ ଯୁଦ୍ଧରେ ରାଜପୁତ ରାଜା ପୃଥ୍ୱୀରାଜ ଚୌହାନ୍ ମହମ୍ମଦ ଘୋରୀଙ୍କୁ ପରାସ୍ତ କରି ଦିଲ୍ଲୀ ଆକ୍ରମଣକୁ ପ୍ରତିହତ କରିଥିଲେ ।

୨। ମହମ୍ମଦ ଘୋରୀ ୧୭ ଥର ଭାରତ ଆକ୍ରମଣ କରିଥିଲେ ।
Answer:
ମାମୁଦ୍ ୧୭ ଥର ଭାରତ ଆକ୍ରମଣ କରିଥିଲେ ।

୩ । ଚୋଳ ରାଜା ପ୍ରଥମ ରାଜରାଜ ସିଂହଳ ଅଧିକାର କରିଥିଲେ ।
Answer:
ଚୋଳ ରାଜା ରାଜେନ୍ଦ୍ର ଚୋଳ ସିଂହଳ ଅଧିକାର କରିଥିଲେ ।

୪ । ନାନାୟ ତାମିଲ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
Answer:
କମ୍ବାନ୍ ତାମିଲ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।

୫। ରାମଚନ୍ଦ୍ର ଦେବ ଚୋଳ ବଂଶର ରାଜା ଥିଲେ ।
Answer:
ରାମଚନ୍ଦ୍ର ଦେବ ଯାଦବ ବଂଶର ରାଜା ଥିଲେ ।

୬। ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ଭାଗରେ ଚୋଳ ରାଜ୍ୟର ପତନ ଘଟିଥିଲା ।
Answer:
ତ୍ରୟୋଦଶ ଶତାବ୍ଦୀର ଶେଷ ଭାଗରେ ଚୋଳ ରାଜ୍ୟର ପତନ ଘଟିଥିଲା ।

୭। ନାନାୟ ତେଲୁଗୁ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
Answer:
ନାନାୟ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରିଥିଲେ ।

୮। କନୌଜ ଯାଦବମାନଙ୍କର ରାଜଧାନୀ ଥିଲା ।
Answer:
ଦେବଗିରି ଯାଦବମାନଙ୍କର ରାଜଧାନୀ ଥିଲା ।
କିମ୍ବା, କନୌଜ ପ୍ରତିହାରମାନଙ୍କର ରାଜଧାନୀ ଥିଲା ।

୯। ନମ୍ବୁଦ୍ବିପଦ ଗୋଷ୍ଠୀର କେତେକ ସନ୍ଥ ସଂସ୍କୃତ ଭାଷା ପରିବର୍ତ୍ତେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ ।
Answer:
ଲିଙ୍ଗାୟତ ଗୋଷ୍ଠୀର କେତେକ ସନ୍ଥ ସଂସ୍କୃତ ଭାଷା ପରିବର୍ତ୍ତେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ ।

୧୦ । ପ୍ରଥମ ମିହିର ଭୋଜ ଚୋଳ ବଂଶର ରାଜା ଥିଲେ ।
Answer:
ପ୍ରଥମ ମିହର ଭୋଜ ପ୍ରତିହାର ବଂଶର ରାଜା ଥିଲେ ।

୧୧ । ଚୋଳମାନଙ୍କର ରାଜଧାନୀ କନୌଜ ଥିଲା
Answer:
ଚୋଳମାନଙ୍କର ରାଜଧାନୀ ତାଞ୍ଜାଭୁର ଥିଲା ।

BSE Odisha 7th Class History Important Questions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୨ । ପାଣ୍ଡୁ ରାଜା ମାରବର୍ମନ କୁଳଶେଖର ପାଠ୍ୟଙ୍କ ରାଜତ୍ଵ ସମୟରେ ମେଘାସ୍ଥିନିସ୍ ଭାରତ ଭ୍ରମଣରେ ଆସିଥିଲେ ।
Answer:
ପାଣ୍ଡୀ ରାଜା ମାରବର୍ମନ କୁଳଶେଖର ପାଠ୍ୟଙ୍କ ରାଜତ୍ୱ ସମୟରେ ମାର୍କୋପୋଲୋ ଭାରତ ଭ୍ରମଣରେ ଆସିଥିଲେ ।

୧୩ । ଦ୍ଵାଦଶ ଶତାବ୍ଦୀରେ ପ୍ରଥମ ଭାଗରେ ପାଣ୍ଡୀମାନଙ୍କର ପତନ ଘଟିଥିଲା ।
Answer:
ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମ ଭାଗରେ ପାଣ୍ଡ୍ଯମାନଙ୍କର ପତନ ଘଟିଥିଲା ।

୧୪ । ଯାଦବ ବଂଶର ରାଜା ଚୈତ୍ରପାଳଙ୍କ ରାଜତ୍ଵ କାଳରେ ଆଲ୍ଲାଉଦ୍ଦିନ୍ ଖାଲ ଦେବଗିରି ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରି ନେଇଥିଲେ ।
Answer:
ଯାଦବ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ରାଜତ୍ଵ କାଳରେ ଆଲ୍ଲାଉଦ୍ଦିନ୍ ଖାଲଜୀ ଦେବଗିରି ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରି ନେଇଥିଲେ ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

Odisha State Board BSE Odisha 6th Class Geography Solutions Chapter 6(b) ଆଫ୍ରିକା Textbook Exercise Questions and Answers.

BSE Odisha Class 6 Geography Solutions Chapter 6(b) ଆଫ୍ରିକା

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ) ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ କେଉଁ ପର୍ବତ ଅବସ୍ଥିତ ?
Answer:
ଆଫ୍ରିକା ମହାଦେଶର ଉତ୍ତର ପଶ୍ଚିମ ଭାଗରେ ଆଟ୍‌ଲାସ ପର୍ବତମାଳା ଅବସ୍ଥିତ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

(ଖ) ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ଲେଖ।
Answer
ଆଫ୍ରିକା ମହାଦେଶରେ ପ୍ରବାହିତ ଦୁଇଟି ନଦୀର ନାମ ହେଲା – ନୀଳନଦୀ ଓ ଜାଇରେ।

(ଗ) ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ମରୁଭୂମିର ନାମ ହେଲା ସାହାରା।

(ଘ) କେଉଁମାନେ ଆଫ୍ରିକାର ମୂଳ ଅଧିବାସୀ ?
Answer:
ନିଟ୍ରୋମାନେ ଆଫ୍ରିକାର ମୂଳ ଅଧିବାସୀ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

(ଇ) ପୃଥ‌ିବୀର ଦୀର୍ଘତମ ନଦୀର ନାମ ଲେଖ। ଏହା କେଉଁ ସାଗରରେ ପଡ଼ିଅଛି ?
Answer:
ପୃଥ‌ିବୀର ଦୀର୍ଘତମ ନଦୀର ନାମ ହେଲା ନୀଳନଦୀ। ଏହା ଭୂମଧ୍ୟ ସାଗରରେ ପଡ଼ିଅଛି।

(ଚ) ମରୁଦ୍ୟାନ କେଉଁଠି ଦେଖାଯାଏ ?
Answer:
ମରୁଭୂମିରେ ଯେଉଁଠି ଝରଣା ରହିଥାଏ ସେହିଠାରେ ହିଁ ମରୂଦ୍ୟାନ ଦେଖାଯାଏ।

(ଛ) ପିରାମିଡ୍ କେଉଁ ଦେଶରେ ଦେଖିବାକୁ ମିଳେ ?
Answer:
ମିଶର ଦେଶରେ ପିରାମିଡ୍ ଦେଖିବାକୁ ମିଳେ।

BSE Odisha 6th Class Geography Solutions Chapter 6(b) ଆଫ୍ରିକା

୨। ଆଫ୍ରିକାର ଅଧ୍ୟାବାସୀଙ୍କର ପ୍ରଧାନ ଜୀବିକାଗୁଡ଼ିକ କ’ଣ କ’ଣ ବର୍ଣ୍ଣନା କର।
Answer:
(୧) ନୀଳନଦୀର ଉପତ୍ୟକା ଏବଂ ତା’ର ତ୍ରିକୋଣଭୂମି ଅଞ୍ଚଳରେ ମୁଭିକା ଉର୍ବର ଓ ଜଳସେଚନର ସୁବିଧା ଥ‌ିବା ଯୋଗୁଁ ଲୋକମାନେ କୃଷିକାର୍ଯ୍ୟ ଓ ଗୋପାଳନ କରି ଜୀବିକା ନିର୍ବାହ କରନ୍ତି।
(୨) ଭୂମଧ୍ଯସାଗର ତୀରବର୍ତ୍ତୀ ଅଞ୍ଚଳର ଲୋକେ ଅଙ୍ଗୁର,କମଳାଲେମ୍ବୁ ଇତ୍ୟାଦି ଫଳଚାଷ କରି ଜୀବିକା ନିର୍ବାହ କରନ୍ତି।
(୩) ତୃଣଭୂମିମାନଙ୍କରେ ଗୋରୁ, ମେଷ ଇତ୍ୟାଦି ପଶୁପାଳନ କରାଯାଏ।
(୪) ସୁନା, ହୀରା ଇତ୍ୟାଦି ଖଣି; ରବର, ଫଳ ଆଦି କୃଷି; ଶିଳ୍ପ, ବାଣିଜ୍ୟ, ଗମନାଗମନ ଆଦି କ୍ଷେତ୍ରରେ ଅନେକ ଲୋକ ନିଯୁକ୍ତି ପାଇ ଜୀବିକା ନିର୍ବାହ କରନ୍ତି।

BSE Odisha 6th Class Geography Notes Chapter 6(b) ଆଫ୍ରିକା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

BSE Odisha 6th Class Geography Notes Chapter 6(b) ଆଫ୍ରିକା

  • ଆଫ୍ରିକା ମହାଦେଶ ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାଦେଶ। ଏହା ୩୫° ଦକ୍ଷିଣ ଅକ୍ଷାଂଶରୁ ୩୭° ଉତ୍ତର ଅକ୍ଷାଂଶ ଏବଂ ୫୧° ପୂର୍ବ ଦ୍ରାଘିମାରୁ ୨୦° ପଶ୍ଚିମ ଦ୍ରାଘିମା ମଧ୍ଯରେ ଅବସ୍ଥିତ।
  • ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ଆଟ୍‌ଲାସ ପର୍ବତମାଳା, ଉତ୍ତରରେ ସାହାରା ମରୁଭୂମି ଏବଂ ଉପକୂଳବର୍ତୀ ଓ ନଦୀ ଉପତ୍ୟକା ଅଞ୍ଚଳରେ ସମତଳଭୂମି ଦେଖାଯାଏ।
  • ଆଫ୍ରିକା ମହାଦେଶରେ ପ୍ରବାହିତ ନୀଳନଦୀ ପୃଥ‌ିବୀର ଦୀର୍ଘତମ ନଦୀ। ଅନ୍ୟାନ୍ୟ ନଦୀ ମଧ୍ୟରେ ଜାଇରେ, ନାଇଜର, ଜାମ୍ବେଜୀ ଓ ଅରେଞ୍ଜ ଆଦି ମୁଖ୍ୟ।
  • ଆଫ୍ରିକାର ଜଳବାୟୁ ଉଷ୍ମ ଓ ବର୍ଷସାରା ଅଧିକ ତାପମାତ୍ରା ଅନୁଭୂତ ହୁଏ। ଆଲ ଆଜିଜିୟାଠାରେ ପୃଥ‌ିବୀର ସର୍ବୋଚ୍ଚ ତାପମାତ୍ରା ୫୮ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ କରାଯାଇଛି।
  • ଆଫ୍ରିକାର ଅରଣ୍ୟରେ ସିମ୍ପାଞ୍ଜି, ମାଙ୍କଡ଼, ହସ୍ତୀ, ଜଳହସ୍ତୀ, ଗଣ୍ଡା, କୁମ୍ଭୀର, ବିଭିନ୍ନ ପ୍ରକାର ସାପ ଓ ପକ୍ଷୀ ବାସ କରନ୍ତି।
  • ଦକ୍ଷିଣ ଆଫ୍ରିକା, ଜାଇରେ, ନାଇଜେରିଆ, ସୁଦାନ, ତାଞ୍ଜାନିଆ, ଘାନା, ଜାମ୍ବିଆ, ଆଲଜେରିଆ, ମରକୋ, ଇଜିପ୍‌ଟ, ଇଥ୍‌ଓପିଆ ଆଦି ଏହି ମହାଦେଶର ପ୍ରଧାନ ରାଷ୍ଟ୍ର।
  • ଆଫ୍ରିକା ମହାଦେଶର ପ୍ରଧାନ ସହରଗୁଡ଼ିକ ହେଉଛି ଜୋହାନସ୍‌ବର୍ଗ, ଆଲେକ୍‌ଜାଣ୍ଡ୍ରିଆ, ଆଦିସଆବାବା, ପ୍ରିଟୋରିଆ, କାଇରୋ, ତ୍ରିପୋଲି, ଖାଋତୁମ, ଲାଗୋସ୍ ଇତ୍ୟାଦି । କାଇରୋ ମିଶରର ରାଜଧାନୀ ଓ ଆଫ୍ରିକା ମହାଦେଶର ବୃହତ୍ତମ ସହର।
  • ଏହି ମହାଦେଶରେ ସାଧାରଣତଃ ଆଫ୍ରିକୀୟ ଏବଂ ଅଣଆଫ୍ରିକୀୟ ଅଧ୍ବବାସୀ ବାସ କରନ୍ତି। ନିଗ୍ରୋମାନେ ଆଫ୍ରିକାର ପ୍ରାଚୀନ ଅଧ୍ଵସୀ। ଏହି ଅଧ୍ବବାସୀମାନେ କୃଷି, ଶିଳ୍ପ, ବାଣିଜ୍ୟ ଓ ଗମନାଗମନ ଆଦି କ୍ଷେତ୍ରରେ ନିଯୁକ୍ତି ପାଇଥା’ଛି।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6

Question 1.
ପାର୍ଶ୍ୱସ୍ଥ ଚିତ୍ରରେ D͞E ≅ P͞Q ଓ m∠E = m∠Q । ଅନ୍ୟ କେଉଁ କୋଣଦ୍ୱୟର ପରିମାଣ ସମାନ ହେଲେ ତ୍ରିଭୁଜ ଦ୍ବୟ କୋ-ବା- କୋ ସର୍ଭରେ ସର୍ବସମ ହେବେ ?
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 1
ସମାଧାନ:
Δ DEF ଓ Δ PQR ଦ୍ଵୟରେ DE ≅ PQ
ଓ m∠E = m∠Q (ଦତ୍ତ)
m∠D ≅ m∠P ହେଲେ ତ୍ରିଭୁଜଦ୍ଵୟ କୋ-ବା-କୋ ସର୍ଭରେ ସର୍ବସମ ହେବେ ।

Question 2.
ପାର୍ଶ୍ୱସ୍ଥ ଚିତ୍ରରେ m∠P = m∠Y = 35° ଓ m∠Q = m∠Z = 65° । ଅନ୍ୟ କେଉଁ ଅଂଶ ଦ୍ବୟ ସମାନ ହେଲେ ତ୍ରିଭୁଜ ଦ୍ୱୟ କୋ-ବା-କୋ ସର୍ବସମତା ସର୍ଭରେ ସର୍ବସମ ହେବେ ?
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 2
ସମାଧାନ:
Δ PQR ଓ Δ YZX ଦ୍ଵୟରେ m∠P = m∠Y
ଏବଂ m∠Q = m∠Z (ଦତ୍ତ)
P͞Q ≅ Y͞Z ହେଲେ ତ୍ରିଭୁଜଦ୍ଵୟ କୋ-ବା-କୋ ସର୍ଭରେ ସର୍ବସମ ହେବେ ।

Question 3.
ପାର୍ଶ୍ଵସ୍ଥ ଚିତ୍ରରେ କେଉଁ ତ୍ରିଭୁଜଦ୍ଵୟ ସର୍ବସମ ? ସର୍ବସମତାର ସର୍ଭକୁ ଲେଖ ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 3
ସମାଧାନ:
Δ ADO ଓ Δ CBO ଦ୍ଵୟରେ
m∠ADO = m∠CBO = 95°, DO = BO
ଏବଂ m∠AOD = m∠BOC (ପ୍ରତୀପ)
Δ DOA = Δ BOC (କୋ-ବା-କୋ ସର୍ବସମତା)

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6

Question 4.
ପାର୍ଶ୍ୱସ୍ଥ ଚିତ୍ରରେ \(\overrightarrow{\mathrm{QX}}\), ∠POR ଓ ∠PSR ଦ୍ଵୟକୁ ସମଦ୍ବିଖଣ୍ଡ କରେ ।
Δ QRS ଓ Δ QPS ସର୍ବସମ କି ? ଯଦି ସର୍ବସମ, ତେବେ କେଉଁ ସର୍ବସମତା ସର୍ଭ ଏଠାରେ ପ୍ରଯୁଜ୍ୟ ?
Δ PQS ଓ Δ ROS ମଧ୍ୟରେ କେଉଁ ତିନି-ଯୋଡ଼ା ଅଙ୍ଗ ସର୍ବସମ ହେବେ ?
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 4
ସମାଧାନ:
\(\overrightarrow{\mathrm{QX}}\), ∠PQR ର ସମଦ୍ୱିଖଣ୍ଡକ ଅର୍ଥ‍।ତ୍ m∠PQS = m∠RQS
\(\overrightarrow{\mathrm{QX}}\), ∠PSR ର ସମଦ୍ୱିଖଣ୍ଡକ ଅର୍ଥ‍।ତ୍ m∠PSQ = m∠RSQ
Δ PQS ଓ Δ QRS ଦ୍ଵୟରେ QS ସାଧାରଣ ବାହୁ ।
∴ QRS ≅ Δ PQS (କୋ-ବା-କୋ ସର୍ବସମତା)
∠PQS ≅ ∠RQS ସାଧାରଣ ବାହୁ ।
∠PSQ ≅ ∠RSQ ।
∴ PQS ≅ Δ RQS ।

Question 5.
ପାର୍ଶ୍ଵସ୍ଥ ଚିତ୍ରରେ ∠NMP ର ସମଦ୍ଵିଖଣ୍ଡକ M͞K ଏବଂ M͞K ⊥ N͞P । କାରଣ ଦର୍ଶାଇ କେଉଁ ତ୍ରିଭୁଜ ଦ୍ବୟ ସର୍ବସମ ଲେଖ ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.6 5
ସମାଧାନ:
MK, ∠NMP ର ସମଦ୍ୱିଖଣ୍ଡକ ଅର୍ଥ‍।ତ୍ ∠NMK ≅ ∠PMK
∠NKM = ∠MKP (ସମକୋଣ), MK ସାଧାରଣ ବାହୁ
⇒ Δ MKN ≅ Δ MKP (କୋ-ବା-କୋ ସର୍ବସମତା)

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5

Odisha State Board BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5

Question 1.
Δ ABC ଓ Δ DEF ମଧ୍ୟରେ AB ≅ DE ଓ BC ≅ EF । Δ ABC ର କେଉଁ କୋଣ ସହିତ Δ DEF ର କେଉଁ କୋଣ ସର୍ବସମ ହେଲେ ତ୍ରିଭୁଜଦ୍ଵୟ ବା-କୋ-ବା ସର୍ବସମତା ଅନୁସାରେ ସର୍ବସମ ହେବେ ?
ସମାଧାନ:
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5 1
Δ ABC ଓ Δ DEF ରେ
AB ≅ DE ଏବଂ BC ≅ EF (ଦତ୍ତ)
∠ABC ≅ ∠DEF ହେଲେ
Δ ABC ≅ Δ DEF ହେବେ ।

Question 2.
Δ PQR ଓ Δ ABC ମଧ୍ୟରେ PQ = AB, m∠Q = m∠B । ଅନ୍ୟ କେଉଁ ବାହୁଦ୍ୱୟର ଦୈର୍ଘ୍ୟ ସମାନ ହେଲେ ତ୍ରିଭୁଜଦ୍ଵୟ ବା-କୋ-ବା ସର୍ବସମତା ଅନୁସାରେ ସର୍ବସମ ହେବେ ?
ସମାଧାନ:
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5 2
Δ PQR ଓ Δ ABC ମଧ୍ୟରେ
PQ = AB ଏବଂ m∠Q = m∠B ।
QR ≅ BC ହେଲେ
Δ PQR ≅ Δ ABC ହେବେ ।

BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5

Question 3.
Δ ABC ରେ A͞B ≅ A͞C ଓ m∠BA ର ସମଦ୍ୱିଖଣ୍ଡକ ହେଉଛି A͞D ।
BSE Odisha 7th Class Maths Solutions Chapter 9 ପ୍ରତିସମତା ଓ ସର୍ବସମତା Ex 9.5 3
(କ)  Δ ABD ଓ Δ ACD ମଧ୍ୟରେ ଅନ୍ୟ କେଉଁ ଅଙ୍ଗ ସର୍ବସମ ?
ସମାଧାନ:
Δ ABC ରେ A͞B ≅ A͞C । ∠A ର ସମଦ୍ୱିଖଣ୍ଡକ A͞D ଅର୍ଥ‍।ତ୍ ∠BAD ≅ ∠CAD
A͞D ≅ A͞D (A͞D ସାଧାରଣ ବାହୁ) ।

(ଖ) Δ ABC ଓ Δ ACD ସର୍ବସମ କି ? ଯଦି ସର୍ବସମ, ତେବେ କେଉଁ ସର୍ଭରେ ସର୍ବସମ ହେବ ।
ସମାଧାନ:
ହଁ, Δ ABD ≅ Δ ACD ହେବ । ଏହା ବା-କୋ-ବା ସର୍ବସମ ସୂତ୍ରରେ ସର୍ବସମ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

Odisha State Board BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ will enable students to study smartly.

BSE Odisha Class 6 History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

ବିଷୟ ବସ୍ତୁ
ଉପକ୍ରମ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଚାଣକ୍ୟ, ମେଗାସ୍ଥିନିସ୍, ବିନ୍ଦୁସାର, ଅଶୋକ, କଳିଙ୍ଗ ଯୁଦ୍ଧ, ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର, ଶିଳାଲିପି, ଧର୍ମ ମହାପାତ୍ର, ଲୋକହିତକର କାର୍ଯ୍ୟ, ଭାରତ ବାହାର ଦେଶ ସହ ସମ୍ପର୍କ, ଅଶୋକ ସ୍ତମ୍ଭ ।

→ କ) ଉପକ୍ରମ

  • ପ୍ରାଚୀନ କାଳରେ ଉତ୍ତର ଭାରତରେ ମୌର୍ଯ୍ୟ ବଂଶର ରାଜାମାନଙ୍କ ଦ୍ବାରା ଦୀର୍ଘ ୨୦୦ ବର୍ଷ କାଳ ମଗଧ ନାମକ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ତିଷ୍ଠି ରହିଥିଲା ।
  • ମୌର୍ଯ୍ୟ ବଂଶର ଶାସନ ପୂର୍ବରୁ ଏଠାରେ ନିଷ୍ଠୁର ଓ ଅତ୍ୟାଚାରୀ ନନ୍ଦବଂଶର ଶାସକମାନେ ଶାସନ କରୁଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହାୟତାରେ ଚାଣକ୍ୟ ମଗଧରୁ ନନ୍ଦବଂଶର ଶାସନ ଲୋପ କରିଥିଲେ । ଏହା ଫଳରେ ମଗଧରେ ମୌର୍ଯ୍ୟଶାସନ ପ୍ରତିଷ୍ଠିତ ହେଲା ।
  • ମନେରଖ : ମୌର୍ଯ୍ୟ ସାମ୍ରାଜ୍ୟ ଓ ଶାସନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମୋଗାସ୍ଥିନିସ୍‌ଙ୍କ ଦ୍ବାରା ଲିଖତ ‘ଇଣ୍ଡିକା’ ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’’ ଓ ଅଶୋକଙ୍କ ଶିଳାଲେଖମାନଙ୍କରୁ ମିଳିଛି ।

→ (ଖ) ଚନ୍ଦ୍ରଗୁପ୍ତ ମୌର୍ଯ୍ୟ:

  • ନନ୍ଦ ରାଜା ଧନ ନନ୍ଦଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧରେ ମୌର୍ଯ୍ୟ ଶାସନ ଆରମ୍ଭ କରିଥିଲେ ।
  • ଏହି ସମୟରେ ଆଲେକ୍‌ଜାଣ୍ଡାରଙ୍କ ସେନାପତି ସେଲିଭକସ୍ ନିକ୍‌ତାରଙ୍କୁ ଚନ୍ଦ୍ରଗୁପ୍ତ ପରାସ୍ତ କରି ଗ୍ରୀକ୍ ଅଧୂକୃତ, ଆଫଗାନିସ୍ଥାନ, ବେଲୁଚିସ୍ଥାନ ପ୍ରଭୃତି ଅଞ୍ଚଳକୁ ନିଜ ସାମ୍ରାଜ୍ୟଭୁକ୍ତ କରାଇଥିଲେ ।
  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟ ଉତ୍ତର ପଶ୍ଚିମରେ ପାରସ୍ୟ ପର୍ଯ୍ୟନ୍ତ, ପୂର୍ବରେ ବିହାର, ପଶ୍ଚିମରେ ସୌରାଷ୍ଟ୍ର ଏବଂ ଦକ୍ଷିଣରେ କର୍ଣ୍ଣାଟକ ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ଅତୀତରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ଥିଲା ତାଙ୍କ ସାମ୍ରାଜ୍ୟର ରାଜଧାନୀ ।
  • ସେ ଦୀର୍ଘ ୨୫ ବର୍ଷ କାଳ ରାଜତ୍ଵ କରି ଖ୍ରୀଷ୍ଟପୂର୍ବ ୨୯୮ ମସିହାରେ ମୃତ୍ୟୁବରଣ କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଗ) ଚାଣକ୍ୟ :

  • ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମୁଖ୍ୟ ଉପଦେଷ୍ଟା ଥିଲେ ଚାଣକ୍ୟ ।
  • ତାଙ୍କର ଅନ୍ୟନାମ ଥିଲା କୌଟିଲ୍ୟ ।
  • ଚାଣକ୍ୟ ‘ଅର୍ଥଶାସ୍ତ୍ର’ ନାମକ ଏକ ମହାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ଏହି ଗ୍ରନ୍ଥରେ ମୌର୍ଯ୍ୟ ସାମ୍ରାଜ୍ୟର ଶାସନ ପଦ୍ଧତି ଏବଂ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣିତ ହୋଇଛି ।

→ (ଘ) ମେଗାସ୍ଥିନିସ୍

  • ଗ୍ରୀକ୍‌ର ରାଜଦୂତ ମୋଗସ୍ଥିନିସ୍ ସେଲିଉକସ୍ ନପିକ୍‌ତାରଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦରବାରକୁ ଆସିଥିଲେ ।
  • ସେ ମୌର୍ଯ୍ୟଙ୍କ ଦରବାରରେ ୫ ବର୍ଷର ରହଣି ସମୟରେ ଭାରତ ସମ୍ବନ୍ଧରେ ଯେଉଁ ବିବରଣୀ ଲେଖୁଥିଲେ ତାହାର ନାମ ଥିଲା ‘ଇଣ୍ଡିକା’।
  • ସେଥୁରେ ମୌର୍ଯ୍ୟ ରାଜତ୍ଵ ଓ ଶାସନ ବ୍ୟବସ୍ଥା, ରାଜପ୍ରାସାଦ ଓ ପାଟଳୀପୁତ୍ର ନଗରର ବର୍ଣ୍ଣନା କରାଯାଇଛି ।

→ (ଙ) ବିନ୍ଦୁସାର :

  • ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କର ପୁତ୍ର ବିନ୍ଦୁସାର ସିଂହାସନ ଆରୋହଣ କରିଥିଲେ ।
  • ସେ ଜଣେ ପରାକ୍ରମଶାଳୀ ସମ୍ରାଟ ରୂପେ ପିତାଙ୍କ ବିଶାଳ ସାମ୍ରାଜ୍ୟକୁ ଶାସନ କରୁଥିଲେ ।
  • ତାଙ୍କର ରାଜତ୍ଵକାଳରେ ସେ ୧୬ ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କର ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମନେରଖ: ଗ୍ରୀକ୍‌ମାନେ ବିନ୍ଦୁସାରଙ୍କୁ ‘ଅମିତ୍ରଘାତ’ ଉପାଧ୍ ଦେଇଥିଲେ ।

→ ଅଶୋକ :

  • ଖ୍ରୀ.ପୂ. ୨୭୩ ମସିହାରେ ବିନ୍ଦୁସାରଙ୍କ ପରେ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଶାସକ ହୋଇଥିଲେ । ସେ ତକ୍ଷଶୀଳା ଓ ଉଜ୍ଜୟିନୀର ପ୍ରାଦେଶିକ ଶାସନକର୍ତ୍ତା ରୂପେ ନିଯୁକ୍ତ ହୋଇଥିଲେ ।
  • ଅଶୋକଙ୍କ ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ‘ଚଣ୍ଡାଶୋକ’ ବୋଲି କୁହାଯାଉଥିଲା ।
  • ବିନ୍ଦୁସାରଙ୍କ ମୃତ୍ୟୁପରେ ଅଶୋକ ମଗଧ ସିଂହାସନ ଆରୋହଣ କରିଥିଲେ; କିନ୍ତୁ ତାଙ୍କର ଅଭିଷେକ ଚାରିବର୍ଷପରେ ହୋଇଥିଲା ।

→ (ଛ) କଳିଙ୍ଗ ଯୁଦ୍ଧ

  • ସୁବର୍ଣ୍ଣରେଖା ନଦୀଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ପୂର୍ବ ସାଗର କୂଳବର୍ତୀ ଅଞ୍ଚଳ ପ୍ରାଚୀନ ଭାରତର ଏକ ଶକ୍ତିଶାଳୀ ସ୍ଵାଧୀନରାଷ୍ଟ୍ର କଳିଙ୍ଗ ରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲା ।
  • ଅଶୋକ ନିଜ ସାମ୍ରାଜ୍ୟର ନିକଟରେ ଥିବା ଏକ ସ୍ବାଧୀନ ଓ ଶକ୍ତିଶାଳୀ ରାଷ୍ଟ୍ରର ସ୍ଥିତିକୁ ସହ୍ୟ କରିପାରିନଥିଲେ ।
  • ମନେରଖ : ମଗଧ ସାମ୍ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଶୋକ ଖ୍ରୀ.ପୂ. ୨୬୧ ମସିହାରେ କଳିଙ୍ଗ ଆକ୍ରମଣ କରିଥିଲେ ।
  • ଏହି ଯୁଦ୍ଧରେ ପ୍ରବଳ ପ୍ରତାପୀ କଳିଙ୍ଗ ବାହିନୀ ଅଶୋକଙ୍କ ନିକଟରେ ପରାଜୟ ସ୍ବୀକାର କରିଥିଲେ ।
  • ଯୁଦ୍ଧ ଜନିତ ମୃତ୍ୟୁ, କ୍ଷୟକ୍ଷତି ଓ ଆହତ ସୈନ୍ୟମାନଙ୍କର ଆର୍ତ୍ତନାଦ ଅଶୋକଙ୍କ ହୃଦୟକୁ ପରିବର୍ତ୍ତନ କରିଥିଲା ଓ ସେ ଆଉ ଯୁଦ୍ଧ କରିବେ ନାହିଁ ବୋଲି ସ୍ଥିର କରିଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (ଜ) ଅଶୋକଙ୍କ ବୌଦ୍ଧଧର୍ମ ଗ୍ରହଣ ଓ ପ୍ରଚାର

  • କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନ ଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଫଳରେ ସେ ‘ଚଣ୍ଡାଶୋକ’ରୁ ଧର୍ମାଶୋକରେ ପରିଣତ ହେଲେ ।
  • କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଏହାର ଉନ୍ନତି ଓ ପ୍ରସାର ପାଇଁ ନିଜକୁ ନିୟୋଜିତ କରିଥିଲେ ।
  • ଏପରିକି ସେ ବୌଦ୍ଧଧର୍ମର ଅହିଂସା ନୀତି ପ୍ରତି ଆକୃଷ୍ଟ ହୋଇ ଏହାର ପ୍ରଚାର ପାଇଁ ଚେଷ୍ଟା କରିଥିଲେ ।
  • ମନେରଖ: ଅଶୋକ ଲୁମ୍ବିନୀ, ସାରନାଥ, କୁଶୀନଗର (କୁଶୀନାରା) ଇତ୍ୟାଦି ସ୍ଥାନକୁ ନିଜେ ଯାତ୍ରା କରି ଧର୍ମପ୍ରଚାର କରିଥିଲେ । ଏହି ଯାତ୍ରାକୁ ‘ଧର୍ମଯାତ୍ରା’ କୁହାଯାଏ ।

→ (ଝ) ଶିଳାଲିପି

  • ଅଶୋକ ବୌଦ୍ଧଧର୍ମର ପ୍ରସାର ପାଇଁ ଅନେକ ସ୍ତମ୍ଭ, ସ୍ତୂପ ଓ ବିହାରମାନ ସାମ୍ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ କରିଥିଲେ ।
  • ତାଙ୍କ ନିର୍ଦ୍ଦେଶରେ ଶିଳା ଓ ସ୍ତମ୍ଭମାନଙ୍କର ଖୋଦିତ ଲେଖାର ବିଷୟବସ୍ତୁ ହେଉଛି ପ୍ରଜା ଓ ରାଜକର୍ମଚାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଅନୁଶାସନ ।
  • ଭୁବନେଶ୍ୱର ନିକଟରେ ଧଉଳି ପାହାଡ଼ରେ ଏବଂ ଗଞ୍ଜାମ ଜିଲ୍ଲାର ଜଉଗଡ଼ଠଶରେ ତାଙ୍କର ଶିଳାଲେଖ ଦେଖିବାକୁ ମିଳେ ।
  • ଅଶୋକଙ୍କ ଧର୍ମନୀତି କୌଣସି ଏକ ନିର୍ଦ୍ଧିଷ୍ଟ ଧର୍ମକୁ ବୁଝାଉନଥିଲା । ଏହା ତାଙ୍କର ନୀତିବାଣୀ ଥିଲା ।

→ (ଞ) ଧର୍ମ ମହାମାତ୍ର

  • ଅଶୋକ ‘ଧର୍ମ ମହାପାତ୍ର’ ନାମକ କର୍ମଚାରୀଙ୍କୁ ନିଯୁକ୍ତ କରି ଏମାନଙ୍କ ଦ୍ବାରା ସମଗ୍ର ଭାରତରେ ଲୋକମାନଙ୍କୁ ତାଙ୍କ ଦ୍ବାରା ପ୍ରବର୍ତ୍ତିତ ‘ଧର୍ମନୀତି’ ଶୁଣାଉଥଲେ ଓ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ କରିବାପାଇଁ ଏହି ନୀତିକୁ ବୁଝାଉଥିଲେ ।
  • ଏତଦ୍‌ବ୍ୟତୀତ ସେ ରାଜୁକ, ପ୍ରାଦେଶିକ ଓ ଯୁକ୍ତ ନାମକ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ।

→ (ଟ) ଲୋକହିତକର କାର୍ଯ୍ୟ

  • ଅଶୋକ ପ୍ରଜାମାନଙ୍କୁ ନିଜର ସନ୍ତାନ ଭଳି ପାଳୁଥିଲେ ।
  • ସେ ଲୋକଙ୍କ ସୁବିଧା ପାଇଁ ରାସ୍ତାଘାଟ ନିର୍ମାଣ, ରାସ୍ତା କଡ଼ରେ ଗଛ ଲଗାଇବା, ଆଶ୍ରୟ ପାଇଁ ଘରସବୁ ତିଆରି କରିଥିଲେ ।
  • ପାଣି ପିଇବା ପାଇଁ କୂଅମାନ ଖୋଳାଇଥିଲେ ।
  • ମନୁଷ୍ୟ ଓ ପଶୁ ଚିକିତ୍ସା ପାଇଁ ଡାକ୍ତରଖାନାମାନ ପ୍ରତିଷ୍ଠା କରିଥିଲେ ।
  • ତାଙ୍କ ଶାସନରେ ଦଣ୍ଡ ନୀତି କୋହଳ ଥିଲା । ପରସ୍ପର ମିଳିମିଶି ଚଳିବାପାଇଁ ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ ।

→ (୦) ଭାରତ ବାହାର ଦେଶ ସହ ସମ୍ପର୍କ :

  • ମୌର୍ଯ୍ୟ ଶାସକ ଅଶୋକଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆର ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱ, ଅହିଂସା ଓ ଶାନ୍ତି ପ୍ରଭୃତି ମାନବିକ ଗୁଣାବଳୀର ବିକାଶ ହୋଇଥିଲା ।
  • ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର ପାଇଁ ସେ ନିଜ ପୁତ୍ର ଓ କନ୍ୟାଙ୍କୁ ସିଂହଳ ଦେଶକୁ ପଠାଇଥିଲେ ।
  • ଅଶୋକ ଦୁଇଜଣ ବୌଦ୍ଧଭିକ୍ଷୁ ଶ୍ରୋତା ଓ ଉତ୍ତରଙ୍କୁ ବ୍ରହ୍ମଦେଶକୁ ପଠାଇଥିଲେ ।

BSE Odisha 6th Class History Notes Chapter 8 ମୌର୍ଯ୍ୟ ସାମ୍ରାଜ୍ୟର ଉତ୍‌ଥାନ

→ (‍ଡ)ଅଶୋକ ସ୍ତମ୍ଭ :

  • ଅଶୋକ କଳା ଓ ସ୍ଥାପତ୍ୟର ପୃଷ୍ଠପୋଷକ ଥିବାରୁ ସେ ଅନେକ ସ୍ତୁପ, ପ୍ରାସାଦ, ସ୍ତମ୍ଭ, ବୌଦ୍ଧ ବିହାର ମାନ ନିର୍ମାଣ କରାଇଥିଲେ ।
  • ସେଗୁଡ଼ିକ ମଧ୍ୟରୁ ସାରନାଥର ସ୍ତମ୍ଭ ପ୍ରଧାନ ଅଟେ । ଭାରତ ସରକାର ଅଶୋକ ସ୍ତମ୍ଭର ଏହି ସିଂହକୁ ଜାତୀୟ ସଙ୍କେତ ରୂପେ ଗ୍ରହଣ କରିଛନ୍ତି ।
  • ଏହି ଚିହ୍ନ ମଧ୍ଯରେ ଥବା ଚକ୍ରକୁ ଜାତୀୟ ପତାକାରେ ସ୍ଥାନ ଦିଆଯାଇଛି ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

Odisha State Board BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ will enable students to study smartly.

BSE Odisha Class 6 History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

ବିଷୟ ବସ୍ତୁ
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା, ଭାରତୀୟ ଗ୍ରୀକମାନଙ୍କର ଶାସନ, ଶକମାନଙ୍କ ଶାସନ, ରୁଦ୍ରଦାମନ, କୁଶାଣ ରାଜତ୍ଵ, କୁଶାଣ ଶାସନ, କୁଶାଣ ସମ୍ରାଟ୍ କନିଷ୍ଠ, ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ, ସାତବାହନମାନଙ୍କର ଶାସନ ପ୍ରଣାଳୀ, ଖାରବେଳେ, ଖାରବେଳଙ୍କ ସମୟର ବିଭିନ୍ନ କାର୍ଯ୍ୟ, ଖାରବେଳଙ୍କ ରାଜ୍ୟଜୟ, ଖାରବେଳଙ୍କ ଶାସନ, ଦକ୍ଷିଣ ଭାରତର ସଙ୍ଗମଯୁଗ, ସଙ୍ଗମ ସାହିତ୍ୟ, ସାମାଜିକ ଅବସ୍ଥା, ଅର୍ଥନୈତିକ ଅବସ୍ଥ ଓ ବାଣିଜ୍ୟ ବ୍ୟବସାୟ ।

→ (୧) ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ଅବସ୍ଥା

  • ଖ୍ରୀ.ପୂ. ୨୦୦ରେ ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ଏସିଆ ଓ ଭାରତ ମଧ୍ୟରେ ବହୁବିଧ ସମ୍ପର୍କ ସ୍ଥାପନ ହୋଇ ପାରିଥିଲା ।
  • ପୂର୍ବ, ମଧ୍ୟ ଓ ଦକ୍ଷିଣ ଭାରତରେ ଶୃଙ୍ଗ, କାଣ୍ଵ ଓ ସାତବାହନ ଆଦି ବଂଶର ରାଜାମାନେ ଶାସନ କରୁଥିବାବେଳେ ପଶ୍ଚିମ ଭାରତରେ କେନ୍ଦ୍ର ଏସିଆର କେତେକ ଶାସକ ଶାସନ କରୁଥିଲେ ।

→ (୨) ଭାରତୀୟ ଗ୍ରୀକ୍‌ମାନଙ୍କର ଶାସନ

  • ଯେଉଁ ବୈଦେଶିକ ଜାତି ଆକ୍ରମଣ କରିଥିଲେ ସେମାନଙ୍କ ମଧ୍ୟରୁ ବ୍ୟାକ୍‌ଟ୍ରିଆ ରାଜ୍ୟରେ ଶାସନ କରୁଥିବା ଗ୍ରୀକ୍‌ମାନେ ପ୍ରଥମେ ହିନ୍ଦୁକୁଶ ପର୍ବତ ଅତିକ୍ରମ କରିଥିଲେ ।
  • ଏହି ଆକ୍ରମଣକାରୀମାନେ ବିଭିନ୍ନ ସମୟରେ ଆସି ସେମାନଙ୍କ ମଧ୍ୟରୁ କେତେକ ସେଠାରେ ନିଜେ ଶାସନ କରୁଥିବା ବେଳେ ଅନ୍ୟ କେତେକ ନିଜର ଶାସନକର୍ତ୍ତା ନିଯୁକ୍ତ କରିଥିଲେ ।
  • ଶକ ଜାତିର ଲୋକମାନଙ୍କ ପ୍ରବଳ ଚାପ ଯୋଗୁ ଏହି ଅଞ୍ଚଳର ଶାସନକର୍ତ୍ତାମାନେ ନିଜ ଶାସନ କାର୍ଯ୍ୟ ଚଳାଇ ପାରିନଥିଲେ । ଫଳରେ ବ୍ୟାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ଭାରତ ଅଭିମୁଖେ ଅଗ୍ରସର ହୋଇଥିଲେ ।
  • ଅଶୋକଙ୍କ ଦୁର୍ବଳ ଉତ୍ତରାଧିକାରୀମାନେ ଗ୍ରୀକ୍ଚମାନଙ୍କୁ ପ୍ରତିରୋଧ କରି ନପାରିବାରୁ ବ୍ୟାକ୍‌ଟ୍ରିଆରେ ଶାସନ କରୁଥିବା ଗ୍ରୀକ୍‌ମାନେ ପ୍ରଥମେ ଭାରତର ଉତ୍ତର ପଶ୍ଚିମାଞ୍ଚଳ ଅଧିକାର କରି ଅଯୋଧ୍ୟା ଓ ପାଟଳୀପୁତ୍ର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ । ଏହାସତ୍ତ୍ବେ ଗ୍ରୀକ୍‌ମାନେ ଭାରତରେ ନିଜର ଶାସନ ପ୍ରତିଷ୍ଠା କରିପାରି ନ ଥିଲେ ।
  • ମନେରଖ : ଖ୍ରୀ.ପୂ. ୧୬୫ ରୁ ୧୪୫ ମଧ୍ୟରେ ଗ୍ରୀକ୍ ଶାସନକର୍ତ୍ତାମାନଙ୍କ ମଧ୍ୟରେ ମେନେଣ୍ଡର ପ୍ରମୁଖ ଥିଲେ । ତାଙ୍କୁ ମିଳିନ୍ଦ ବୋଲି କହନ୍ତି ।
  • ମେନେଣ୍ଟର ତାଙ୍କର ରାଜଧାନୀ ଶାକଳଠାରେ ସ୍ଥାପନ କରିଥିଲେ ।
  • ମେନେଣ୍ଟର ବୌଦ୍ଧଗୁରୁ ନାଗାର୍ଜୁନଙ୍କଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ ଓ ନାଗାର୍ଜୁନଙ୍କୁ ବୌଦ୍ଧଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ ।
  • ମନେରଖ : ମେନେଣ୍ଡର ପରଚାରିଥିବା ପ୍ରଶ୍ନ ଓ ନାଗାର୍ଜୁନ ଦେଇଥ‌ିବା ଉତ୍ତର ‘ମିଳିନ୍ଦପନହ’’ ନାମକ-ଗ୍ରନ୍ଥରେ ହୋଇଥିଲା ।
  • ଭାରତୀୟ-ଗ୍ରୀକ୍‌ମାନେ ଭାରତରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଏବଂ ପରବର୍ତ୍ତୀ ଶତାବ୍ଦୀରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ମୁଦ୍ରା ପ୍ରଚଳିତ ହୋଇଥିଲା ।
  • ଏହା ବ୍ୟତୀତ ସେମାନେ ଭାରତରେ ବୌଦ୍ଧ ଶିଳ୍ପକଳାର ପୃଷ୍ଠପୋଷକତା କରୁଥିଲେ ଏହାକୁ ଗାନ୍ଧାର କଳା କୁହାଯାଏ ।
  • ସମୟାନୁଯାୟୀ କ୍ରମେ ଗ୍ରୀକ୍‌ମାନେ ଭାରତୀୟ ସଂସ୍କୃତି ଓ ଧର୍ମ ଗ୍ରହଣ ଗ୍ରହଣ କରିଥିଲେ ଏବଂ ପରସ୍ପର ମଧ୍ୟରେ ସମ୍ପର୍କ ବଢାଇବା ପାଇଁ ବୈବାହିକ ସମ୍ବନ୍ଧ ସ୍ଥାପନ କରି ଭାରତୀୟ ନାମ ଧାରଣ କରିଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୩) ଶକମାନଙ୍କର ଶାସନ :

  • ଭାରତରେ ଗ୍ରୀକ୍ରମାନଙ୍କ ପରେ ଅଧିକାଂଶ ଅଞ୍ଚଳରେ ମୁଖ୍ୟତଃ ଉତ୍ତର-ପଶ୍ଚିମ ଭାରତରେ ଶକମାନେ ଶାସନ କରୁଥିଲେ ।
  • ମଙ୍ଗୋଲୀୟମାନଙ୍କର ଏକ ଶାଖା ଏହି ଶକମାନେ ପ୍ରଥମେ ସରଦରିଆ ନଦୀର ପଶ୍ଚିମ ଭାଗରେ ବାସ କରୁଥିଲେ ।
  • ସେଠାରୁ ୟୁଚି ଜାତିର ଲୋକମାନଙ୍କ ଦ୍ବାରା ବିତାଡ଼ିତ ହୋଇ ଶକମାନେ ଭାରତ ଆଡ଼କୁ ଅଗ୍ରସର ହୋଇଥିଲେ ଓ ଭାରତୀୟ ଗ୍ରୀକ୍ ରାଜ୍ୟ ଅଧୁକାର କରି ସେମାନଙ୍କର ଶାସନ ପ୍ରତିଷ୍ଠା କଲେ ।
  • ପାଞ୍ଚ ଭାଗରେ ବିଭକ୍ତ ହୋଇ ଏହି ଶକମାନେ ଭାରତ ଓ ଆଫଗାନିସ୍ଥାନରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏମାନଙ୍କ ମଧ୍ୟରୁ ପ୍ରଥମ ଭାଗଟି ଆଫଗାନିସ୍ଥାନରେ, ଦ୍ଵିତୀୟ ଭାଗଟ ଭାରତର ତକ୍ଷଶଳାଠାରେ, ତୃତୀୟ ଭାଗଟି ମଥୁରାରେ, ଚତୁର୍ଥ ଶାଖାଟି ପଶ୍ଚିମ ଭାରତରେ ଓ ପଞ୍ଚମ ଭାଗଟି ଦାକ୍ଷିଣାତ୍ୟର ଉପର ଭାଗରେ ନିଜର ଶାସନ ପ୍ରତିଷ୍ଠା କରିଥିଲେ ।
  • ଏହିପରି ଶକମାନେ କେବଳ ପଶ୍ଚିମ ଭାରତରେ ଦୀର୍ଘ ୪୦୦ ବର୍ଷ ଧରି ନିଜର ଶାସନ ଚଳାଇଥିଲେ ।
  • ମନେରଖ : କିମ୍ବଦନ୍ତୀ ଅନୁସାରେ ଉଜ୍ଜୟିନୀର ଜଣେ ରାଜା ଶକମାନଙ୍କୁ ଖ୍ରୀ.ପୂ. ୫୮ ମସିହାରେ ପରାସ୍ତକରି ନିଜକୁ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ କରି ବିକ୍ରମ ସମ୍ବତ୍ ବା ଅବ୍ଦ ପ୍ରଚଳନ କରିଥିଲେ । ଏହି ପ୍ରଥା ୧୪୦୦ ପର୍ଯ୍ୟନ୍ତ ପଶ୍ଚିମ ଭାରତ ଓ ଦାକ୍ଷିଣାତ୍ୟରେ ପ୍ରଚଳନ ଥିଲା ।

→ (୩) ରୁଦ୍ରଦାମନ:

  • ରୁଦ୍ରଦାମନ ଶକ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠଥିଲେ । ସେ ମାଳବ, ସୌରାଷ୍ଟ୍ର, ଗୁଜରାଟ, ଉତ୍ତର କଙ୍କଣ, ଉପକୂଳ ଏବଂ ନର୍ମଦା ଉପତ୍ୟକାରେ ଥିବା କେତେକ ରାଜ୍ୟ ଜୟ କରିଥିଲେ ।
  • ମୌର୍ଯ୍ୟ ଶାସନ ସମୟରେ ନିର୍ମିତ ତଥା ଅବ୍ୟବହୃତ ଅବସ୍ଥାରେ ପଡ଼ିଥିବା ସଦର୍ଶନ ହ୍ରଦର ମରାମତି କରାଇଥିଲେ ।
  • ରୁଦ୍ରଦାମନ ସଂସ୍କୃତ ଭାଷାରେ ଗଭୀର ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ବିଦ୍ଵାନ ପଣ୍ଡିତମାନଙ୍କୁ ସମ୍ମାନ ଦେଇ ଆଦର କରୁଥିଲେ ।
  • ତାଙ୍କର ବ୍ୟାକରଣ, ରାଜନୀତି, ସଙ୍ଗମତ ଓ ଦର୍ଶନ କ୍ଷେତ୍ରରେ ପର୍ଯ୍ୟାପ୍ତ ଜ୍ଞାନ ଥିଲା ।
  • ଭାରତରେ ଶାସନ କରୁଥିବା ସାତବାହନ, ଲିଚ୍ଛବୀ ଇତ୍ୟାଦି ରାଜପରିବାର ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ । ଏହପରି ଶକମାନେ ଭାରତୀୟମାନଙ୍କର ରୀତିନୀତି, ଚାଲିଚଳନ ଓ ସଂସ୍କୃତି ଗ୍ରହଣ କରି ଗ୍ରୀକ୍‌ମାନଙ୍କ ପରି ସମ୍ପୂର୍ଣ ଭାରତୀୟ ହୋଇ ଯାଇଥିଲେ ।

→ (୫) କୁଶାଣ ରାଜତ୍ଵ

  • ଖ୍ରୀଷ୍ଟଜନ୍ମର ପୂର୍ବବର୍ତୀ ଦୁଇଶହ ବର୍ଷ ମଧ୍ୟରେ ପଶ୍ଚିମ ଏସିଆକୁ ତିନୋଟି ଜାତି, ଯଥା— ଶକ, ପଲ୍ଲବ ଏବଂ ୟୁ-ଚି ଜାତିର ଲୋକମାନେ ପ୍ରବେଶ କରିଥିଲେ ।
  • ଏହା ଫଳରେ ପଶ୍ଚିମ ଏସିଆର ବିଭିନ୍ନ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିବା ଗ୍ରୀକ୍‌ମାନଙ୍କର ଆଧୂପତ୍ୟ ଲୋପ ପାଇଲା ।
  • ଏହି ସମୟରେ ୟୁ-ଚି ଜାତି ପାଞ୍ଚଗୋଷ୍ଠୀରେ ବିଭକ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରେ କୁଶାଳ ଗୋଷ୍ଠୀ ପ୍ରସିଦ୍ଧ ଥିଲେ । ଏମାନଙ୍କୁ ହୃତା ନାମକ ଅନ୍ୟ ଏକ ଯାଯାବର ଜାତି ସେଠାରୁ ବିତାଡ଼ିତ କରିଥିଲେ ।
  • ଚୀନ୍ ଭାଷାରେ ଲିଖ୍ତ ପ୍ରାଚୀନ ଗ୍ରନ୍ଥରୁ କୁଶାଣମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ଅନେକ ତଥ୍ୟ ମିଳିଥାଏ ।
  • ୟୁ-ଚିମାନେ ପଶ୍ଚିମ ଏସିଆରୁ ଆସି ଶକମାନଙ୍କୁ ବିତାଡ଼ିକରି ବାକ୍‌ଟ୍ରିଆ ବା ଉତ୍ତର ଆଫଗାନିସ୍ଥାନ ଦଖଲ କଲେ । ଏହାପରେ ସେମାନେ ସିନ୍ଧୁ ଅବବାହିକା ଓ ବିସ୍ତୀର୍ଣ୍ଣ ଗାଙ୍ଗେୟ ଅବବାହିକାରେ ନିଜର ଆଧୂପତ୍ୟ ବିସ୍ତାର କଲେ ।
  • କୁଶାଣମାନଙ୍କ ସାମ୍ରାଜ୍ୟ ଆମୁଦରଆଠାରୁ ଗଙ୍ଗା ପର୍ଯ୍ୟନ୍ତ ଏବଂ କେନ୍ଦ୍ର ଏସିଆର ଖୋରାସନଠାରୁ ଉତ୍ତର ପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ମନେରଖ : ଚୀନ ଭାଷାରେ ଲିଖ୍ ପ୍ରାଚୀନ ଗ୍ରନ୍ଥରୁ ଜଣାଯାଏ ଯେ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରେ ଚୀନ ଦେଶର ପଶ୍ଚିମ ଭାଗରେ ୟୁ-ଚି ନାମକ ଗୋଟିଏ ଶକ୍ତିଶାଳୀ ଯାଯାବର ଜାତି ବାସକରୁଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୬) କୁଶାଣ ଶାସନ

  • ଭାରତରେ ଶାସନ କରିଥିବା କୁଶାଣ ଶାସକମାନଙ୍କ ମଧ୍ୟରେ ପ୍ରଥମ କାଡ଼ଫିସେସ୍ ଓ ଦ୍ୱିତୀୟ କାଡ୍‌ଫିସେସ୍ ଅନ୍ୟତମ ଥିଲେ ।
  • ଏହି ଦୁଇଜଣ ରାଜା ତାଙ୍କ ରାଜ୍ୟରେ ଅନେକ ମୁଦ୍ରା ପ୍ରଚଳନ କରିଥିଲେ ଓ ଦ୍ବିତୀୟ କାଡ୍‌ଫିସେସ୍ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ । କେତେକ ମୁଦ୍ରାରେ ଶିବମୂର୍ତ୍ତି ଥିବାରୁ ଦ୍ବିତୀୟ କାର୍ଡ଼ଫିସେସ୍ ଶିବଉପାସକ ଥିଲେ ବୋଲି ଅନୁମାନ କରାଯାଏ ।
  • ମନେରଖ : ଦ୍ଵିତୀୟ କାଡ଼ଫିସେସ ଭାରତରେ ପ୍ରଥମ ସ୍ଵର୍ଣ୍ଣମୁଦ୍ରା ପ୍ରଚଳନ କରିଥିଲେ ।

→ (୭) କୁଶାଣ ସମ୍ରାଟ କନିଷ୍କ

  • କୁଶାଣ ରାଜବଂଶର ତୃତୀୟ ଓ ସର୍ବଶ୍ରେଷ୍ଠ ରାଜାଥିଲେ କନିଷ୍ଠ ।
  • ତାଙ୍କ ସିଂହାସନ ଆରୋହଣ ବର୍ଷ (ଖ୍ରୀ.ଅ. ୭୮) ଠାରୁ ଶକାବ୍ଦ ଗଣନା କରାଯାଏ ।
  • ସିଂହାସନ ଆରୋହଣପରେ କନିଷ୍କଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାରସ୍ୟଠାରୁ (ବର୍ତ୍ତମାନର ଇରାନ) ପୂର୍ବରେ ପାଟଳୀପୁତ୍ର (ବର୍ତ୍ତମାନ ବିହାରର ପାଟଣା) ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ସେ ଖୋଟାନ୍, କାଶ୍ମୀର, ଗାଙ୍ଗେୟ ଉପତ୍ୟକାର କେତେକ ଅଂଶ, ମାଳବ ଇତ୍ୟାଦି ଜୟ କରି ତାଙ୍କ ରାଜ୍ୟରେ ମିଶୀଇଥିଲେ ।
  • ପୁରୁଷପୁର (ପାର୍କସ୍ଥାନର ପେଶାଓ୍ବାର) ଥିଲା ତାଙ୍କର ରାଜଧାନୀ ।
  • ସେ ଅଶ୍ୱଘୋଷଙ୍କ ଦ୍ଵାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଅନ୍ୟ ଧର୍ମକୁ ମଧ୍ଯ ସମ୍ମାନ ହେଉଥିଲେ ସେ ପ୍ରଚଳନ କରିଥିବା ଅନେକ ମୁଦ୍ରାରେ ଥିବା ଗ୍ରୀକ୍ ଓ ଭାରତୀୟ ଦେବଦେବୀଙ୍କର ମୁଭି ତାଙ୍କର ଅନ୍ୟ ଧର୍ମ ପ୍ରତି ସହନଶୀଳତାର ପରିଚୟ ଦିଏ ।
  • କନିଷ୍କ ଅନେକ ସ୍ତୁପ ଓ ବୌଦ୍ଧ ବିହାର ନିର୍ମାତା କରୁଥିଲେ । ତାଙ୍କଦ୍ବାରା ଚତୁର୍ଥ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲେ ଏବଂ ସେ ବୌଦ୍ଧ ଧର୍ମର ପ୍ରସାର ପାଇଁ ମଧ୍ୟ ଏସିଆ ଓ ଚୀନ୍‌କୁ ପ୍ରଚାରକ ପଠାଇଥିଲେ ।
  • ନିଜ ସାମ୍ରାଜ୍ୟରେ ବାଣିଜ୍ୟ ବୃଦ୍ଧି ନିମନ୍ତେ ସେ ଉଦ୍ୟମ କରିଥିଲେ । ତାଙ୍କ ରାଜସଭାରେ ଚରକ, ଅଶ୍ଵଘୋଷ, ନାଗାର୍ଜୁନଙ୍କ ଭଳି ପଣ୍ଡିତ ଥିଲେ ଓ ସମୟରେ ସଂସ୍କୃତ ଭାଷାରେ ଅନେକ ଗ୍ରନ୍ଥ ରଚିତ ହୋଇଥିଲା । ତାଙ୍କ ଉଦ୍ୟମରେ ଗାନ୍ଧାର ଶିଳ୍ପ କଳାର ମଧ୍ୟ ବିକାଶ ଘଟିଥିଲା । ଏହିପରି ତାଙ୍କ ସାମ୍ରାଜ୍ୟରେ ବହୁବିଧ ଉନ୍ନତି ଘଟିଥୁବାରୁ ତାଙ୍କୁ କୁଶାଣ ବଂଶର ଶ୍ରେଷ୍ଠ ନରପତି କୁହାଯାଏ ।
  • ମନେରଖ : ମଥୁରାରୁ କନିଷ୍କଙ୍କର ଏକ ମସ୍ତକ ବିହୀନ ମୂର୍ତ୍ତି ମିଳିଛି ।

→ (୮) ଦାକ୍ଷିଣାତ୍ୟର ସାତବାହନ ସାମ୍ରାଜ୍ୟ

  • ଖ୍ରୀ. ପୂ. ପ୍ରଥମ ଓ ଦ୍ୱିତୀୟ ଶତାବ୍ଦୀରେ ନର୍ମଦା, ତାପ୍ତି, ଗୋଦାବରୀ ଓ କୃଷ୍ଣାନଦୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ସାତବାହନ ସାମ୍ରାଜ୍ୟ ପ୍ରତିଷ୍ଠା ହୋଇଥିବା କଥା ମୁଦ୍ରା, ଶିଳାଲିପି ଓ ମହପୁରାଣରୁ ଜଣାଯାଏ ।
  • ଏହି ସାମ୍ରାଜ୍ୟ ର ରାଜଧାନୀର ନାମ ଥିଲା ପ୍ରତିଷ୍ଠାନ (ବର୍ତ୍ତମାନ ମହାରାଷ୍ଟ୍ରର ପୈଠାନ) ।
  • ଏହି ସାମ୍ରାଜ୍ୟ ପୂର୍ବରେ ବଙ୍ଗୋପସାଗରଠାରୁ ପଶ୍ଚିମରେ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ମନେରଖ : ପୁରାଣରେ ସାତବାହନମାନଙ୍କୁ ଆନ୍ଧ୍ର କୁହାଯାଇଛି । ଏହି ପୁରାଣ ଅନୁଯାୟୀ ସାତବାହନ ବଂଶର ପ୍ରତିଷ୍ଠାତା ଥିଲେ ସିମୁକ ।
  • ସିମୁକଙ୍କ ଭାଇ କୃଷ ଥିଲେ ଏହି ବଂଶର ପରବର୍ତ୍ତୀ ଶାସକ I ଏହି ବଂଶର ତୃତୀୟ ରାଜା ସାତକର୍ମୀ ମାଳବ ଜୟକରି ଅଶ୍ଵମେଧ ଯଜ୍ଞ କରିଥିଲେ ।
  • ଗୌତମୀପୁତ୍ର ସାତକର୍ମୀ ବା ଦ୍ୱିତୀୟ ସାତକର୍ମୀ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ପ୍ରଥମ ଭାଗରେ ସାତବାହକ ସାମ୍ରାଜ୍ୟର ଯଶ ଓ ଖ୍ୟାତି ବଢ଼ାଇଥିଲେ । ଦ୍ୱିତୀୟ ସାତକର୍ଣ୍ଣୀ ଶକ, ଯବନ ଓ ପଲ୍ଲବମାନଙ୍କୁ ପରାସ୍ତ କରିଥିଲେ ଓ ଶକମାନେ ଦଖଲ କରିଥିବା ଅଞ୍ଚଳଗୁଡ଼ିକ ନିଜ ଅକ୍ତିଆରକୁ ଆଣିଥିଲେ ।
  • ତାଙ୍କ ପରେ ବାଶିଷ୍ଟିପୁତ୍ର ପୁଲମାବୀ ଓ ତାଙ୍କ ପରେ ଯଜ୍ଞଶ୍ରୀ ସାତକର୍ମୀ ସାତବାହନ ବଂଶର ଯଶ ବୃଦ୍ଧି କରିଥିଲେ । ଯଜ୍ଞଶ୍ରୀ ସାତକର୍ଣ୍ଣୀଙ୍କ ସମୟରୁ ସାତବାହନ ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।

→ (୯) ସାତବାହନମାନଙ୍କର ଶାସନ ପ୍ରଣାଳୀ

  • ସାତବାହନମାନଙ୍କର ରାଜା ସମସ୍ତ କ୍ଷମତାର ଅଧିକାରୀ ଥିଲେ । ସାମ୍ରାଜ୍ୟକୁ କେତୋଟି ପ୍ରଦେଶ ଓ ପ୍ରଦେଶଗୁଡ଼ିକ ଜନପଦରେ ଭାଗ କରାଯାଇଥିଲା |
  • ଏହି ସାମ୍ରାଜ୍ୟର ମଧ୍ୟ-ଏସିଆ ଓ ରୋମ ସାମ୍ରାଜ୍ୟ ସହ ବାଣିଜ୍ୟ କାରବାର ଥିଲା I ଆମଦାନୀ ତୁଳନାରେ ରପ୍ତାନୀ ଅଧ୍ବକ ହେଉଥିଲା ।
  • ସାତବାହନମାନେ ଶକମାନଙ୍କ ସହ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
  • ସେମାନେ ରାଜ୍ୟର ସଡ଼କ ପଥର ଉନ୍ନତି କରିଥିଲେ ।
  • ମନେରଖ : ସାତବାହନମାନେ ବ୍ରାହ୍ମଣଥିଲେ । ରାଜା ଅନ୍ୟ ଧର୍ମପ୍ରତି ସହନଶୀଳଥିଲେ । ବଣିକମାନେ ବୌଦ୍ଧ ଗୁମ୍ଫା, ଚୈତ୍ୟଗୃହ ଓ ସ୍ତୁପମାନ ନିର୍ମାଣ କରୁଥିଲେ ।

→ (୧୦) ଖାରବେଳ

  • ଖ୍ରୀ.ପୂ. ପ୍ରଥମ ଶତାବ୍ଦୀରେ ମହାମେଘବାହନ ନାମକ ଏକ ରାଜବଂଶର କଳିଙ୍ଗ (ଓଡ଼ିଶା)ରେ ଉତ୍‌ଥାନ ଘଟିଥିଲା ।
  • ମନେରଖ : ଚେପି ବଂଶର ତୃତୀୟ ସର୍ବଶ୍ରେଷ୍ଠ ରାଜା ଥିଲେ ମହାମେଘବାହିନୀ ଐର ଖାରବେଳ ।
  • ଖାରବେଳ ମାତ୍ର ୧୫ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁପରେ ଅର୍ଥାତ୍‌ ଖ୍ରୀ.ପୂ. ୪୦ ମସିହାରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ ।
  • ଖାରବେଳ ବାଲ୍ୟାବସ୍ଥାରେ ବିଭିନ୍ନ ବିଦ୍ୟା ଶିକ୍ଷା ଲାଭ କରିବା ସହିତ ଯୁଦ୍ଧ ବିଦ୍ୟାରେ ପାରଙ୍ଗମତା ହାସଲ କରିଥିଲେ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୧୧) ଖାରବେଳଙ୍କ ଶାସନ ସମୟରେ ବିଭିନ୍ନ କାର୍ଯ୍ୟ

  • ଖାରବେଳ ତାଙ୍କ ଶାସନର ପ୍ରଥମ ବର୍ଷରେ ବାତ୍ୟାରେ ଭାଙ୍ଗିଯାଇଥିବା ତାଙ୍କ ରାଜଧାନୀ କଳିଙ୍ଗ ନଗରୀର ତୋରଣ ପ୍ରାଚୀର ଇତ୍ୟାଦିର ପୁନଃ-ନିର୍ମାଣ କରିଥିଲେ ।
  • ଏହା ସହିତ ନଗରୀର ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଶୀତଳ ଜଳପୂର୍ଣ ପୁଷ୍କରିଣୀ ଓ ଉଦ୍ୟାନର ପୁନରୁଦ୍ଧାର କରାଇଥିଲେ ।

→ (୧୨) ଖାରବେଳଙ୍କ ରାଜ୍ୟଜୟ

  • ଖାରବେଳ ରାଜତ୍ଵର ଦ୍ଵିତୀୟ ବର୍ଷରୁ ଦିଗ୍‌ବିଜୟ ଆରମ୍ଭ କରିଦେଇଥିଲେ । ସେ ପଶ୍ଚିମ ଦିଗରେ କୃଷ୍ଣାନଦୀ ପର୍ଯ୍ୟନ୍ତ ଅଗ୍ରସର ହୋଇ ରାଷ୍ଟ୍ରକ ଓ ଭୋଜନମାନଙ୍କୁ ପରାସ୍ତ କରିଥିଲେ ।
  • ସେ ଉତ୍ତର ଭାରତରେ ସୈନ୍ୟଚାଳନା କରି ମଗଧ ରାଜାଙ୍କୁ ପରାସ୍ତ କରିଥିଲେ ।
  • ସେ ଦକ୍ଷିଣରେ ପିଥୁଣ୍ଡ ଅଧିକାର କରି ଶକ୍ତିଶାଳୀ ତାମିଲ ରାଷ୍ଟ୍ରସଂଘକୁ ଧ୍ବଂସ କରିଦେଇଥିଲେ ।
  • ମନେରଖ : ଖାରବେଳ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ପୂର୍ବରୁ ନନ୍ଦରାଜା କଳିଙ୍ଗ ଆକ୍ରମଣ କରି ନେଇଯାଇଥିବା କଳିଙ୍ଗଜିନ ଫେରାଇ ଆଣିଥିଲେ ।

→ (୧୩) ଖାରବେଳଙ୍କ ଶାସନ

  • ମୌର୍ଯ୍ୟ ଶାସନ ଅମଳର କେତେକ ରାଜ କର୍ମଚାରୀ ପଦ ଖାରବେଳଙ୍କ ସମୟରେ ମଧ୍ୟ ପ୍ରଚଳିତ ଥିଲା । ମୌର୍ଯ୍ୟ ଶାସନର ମହାମାତ୍ରଙ୍କୁ ସେତେବେଳେ ମାହମଦ କୁହାଯାଉଥିଲା । ନଗର ଅଖଦଂସ ଏବଂ କଶ ନାମରେ ଉଚ୍ଚକର୍ମଚାରୀ କର୍ମ ବିଭାଗ ଦାୟିତ୍ୱରେ ଥିଲେ ।
  • ଖାରବେଳ ଜଣେ ଦକ୍ଷ ଶାସକ ଥିଲେ । ପ୍ରଜାମାନଙ୍କ ହିତପାଇଁ ସେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ।
  • ସେ ବହୁ ଅର୍ଥ ଖର୍ଚ୍ଚକରି କଳିଙ୍ଗନଗରୀର ଦୁର୍ଗ, ଅଟ୍ଟାଳିକା, ଉଦ୍ୟାନ, ପୁଷ୍କରିଣୀର ଉନ୍ନତି ସାଧନ କରିଥିଲେ । ନନ୍ଦରାଜାଙ୍କଦ୍ୱାରା ଖୋଳାଯାଇଥିବା କେନାଲକୁ ମରାମତି କରି କଳିଙ୍ଗନଗରୀ ପର୍ଯ୍ୟନ୍ତ ବଢ଼ାଇଥିଲେ ।
  • ରାଜତ୍ଵର ନବମ ବର୍ଷରେ ମହାବିଜୟ ପ୍ରସାଦ ନିର୍ମାଣ କରିଥିଲେ ।
  • ଖାରବେଳ ଜୈନ ଧର୍ମ ଗ୍ରହଣ କରିଥିଲେ ଏବଂ ସେ ବିଭିନ୍ନ ଧର୍ମର ଉପାସନା ପୀଠର ସଂସ୍କାର କରିଥିଲେ ।
  • ମନେରଖ : ଖାରବେଳ ଜୈନ ସନ୍ନ୍ୟାସୀଙ୍କ ରହଣୀପାଇଁ ଭୁବନେଶ୍ବରର ଉଦୟଗିରିର ପାହାଡ଼ରେ କେତେଗୁଡିଏ ଗମ୍ଫା ଖୋଳାଇଥିଲେ । ଏହି ସବୁ ଜନହିତକର କାର୍ଯ୍ୟପାଇଁ ତାଙ୍କୁ ଜଣେ ଉତ୍ତମ ଶାସକ କୁହାଯାଏ ।

→ (୧୪) ଦକ୍ଷିଣ ଭାରତର ସଙ୍ଗମ ଯୁଗ

  • ଦକ୍ଷିଣ ଭାରତରେ ଯେଉଁ ସମୟରେ ତାମିଲ୍ କବି ଓ ପଣ୍ଡିତମାନେ ସଭାରେ ଏକତ୍ରିତ ହୋଇ ଅନେକଗୁଡ଼ିଏ ଉତ୍କୃଷ୍ଟ କବିତା ରଚନା କରିଥିଲେ, ସେହି ସମୟକୁ ସଙ୍ଗମ ଯୁଗ କୁହାଯାଏ ।
  • ତାମିଲ କବି ଓ ପଣ୍ଡିତମାନଙ୍କ ସଭାକୁ ସଙ୍ଗମ କୁହାଯାଏ ।
  • ମନେରଖ : ସଙ୍ଗଯୁଗର କବିତାଗୁଡ଼ିକ ପାଠ୍ୟ, ଚୋଳ ଓ ଚେର ରାଜାମାନଙ୍କ ପୃଷ୍ଠପୋଷକତାରେ ବିଶିଷ୍ଟ କବି ଓ ପଣ୍ଡିତମାନଙ୍କଦ୍ୱାରା ରଚିତ ହେଇଥିଲା ।

→ (୧୫) ସଙ୍ଗମ ସାହିତ୍ୟ

  • ତାମିଲ ସାହିତ୍ୟରେ ବିକାଶ ସଙ୍ଗମ ଯୁଗରେ ଘଟିଥିଲା ।
  • ଶତାଧ୍ଵକ ଉତ୍କୃଷ୍ଟ କବି ବା ବହୁ କବି ଓ ନରନାରୀ କବିମାନଙ୍କଦ୍ୱାରା ସଙ୍ଗମରେ ଅନେକ କବିତା ରଚିତ ହୋଇଥିଲା ।
  • ଏହି ଯୁଗରେ ‘ତୋଲ୍‌କାପିୟମ୍’ ନାମକ ଏକ ତାମିଲ ବ୍ୟାକରଣ ମଧ୍ୟ ରଚନା କରାଯାଇଥିଲା ।
  • ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ସୁବର୍ଣ୍ଣଯୁଗ କୁହାଯାଏ ।

BSE Odisha 6th Class History Notes Chapter 9 ଖ୍ରୀ.ପୂ. ୨୦୦ରୁ ଖ୍ରୀ.ଅ. ୩୦୦ ମଧ୍ୟରେ ଭାରତ

→ (୧୬) ସାମାଜିକ ଅବସ୍ଥା

  • ସମାଜରେ ବ୍ରାହ୍ମଣମାନଙ୍କ ଅପେକ୍ଷା ‘ଅରିଭାର’ (ଜ୍ଞାନୀଲୋକ) ମାନଙ୍କୁ ଅଧିକ ଉଚ୍ଚସ୍ଥାନ ଦିଆଯାଉଥିଲା ।
  • ସମାଜରେ ଶିକାରୀ, ମେଷପାଳକ ଓ ମତ୍ସ୍ୟଜୀବୀ ଇତ୍ୟାଦି ବାସ କରୁଥିଲେ ।
  • ସ୍ତ୍ରୀଲୋକମାନଙ୍କୁ ପରିବାରର ଆଲୋକ କୁହାଯାଉଥିଲା ।

→ (୧୭) ଅର୍ଥନୈତିକ ଅବସ୍ଥା ଓ ବାଣିଜ୍ୟ ବ୍ୟବସାୟ

  • ତାମିଲ ରାଜ୍ୟର ଜମିଗୁଡ଼ିକ ଉର୍ବର ଥିଲା । ଚାଷ ଉପରେ ଅର୍ଥନୀତି ନିର୍ଭର କରୁଥିଲା ।
  • ଚାଷ ବ୍ୟତୀତ ଲୋକମାନେ ଗୋପାଳନ, ମାଛଧରା ଓ ବେପାର ବଣିଜ କରି ଅର୍ଥ ଉପାର୍ଜନ କରୁଥିଲେ ।
  • ସମାଜରେ ବସ୍ତୁ ବିନିମୟ ବ୍ୟବସ୍ଥା ପ୍ରଚଳନ ଥିଲା ।
  • ତାମିଲ ଲୋକମାନେ ଦରିଆପାରି ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲେ ।
  • ବିଦେଶକୁ ମସଲା, ଗୋଲମରିଚ, ରେଶମ ଆଦି ଜିନିଷ ପଠାଯାଉଥୁଲା ଓ ବିଦେଶରୁ ତାମିଲ ରାଜ୍ୟକୁ ସୁନା ଓ ରୂପା ଆମଦାନୀ କରାଯାଉଥିଲା ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ will enable students to study smartly.

BSE Odisha Class 6 History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

ବିଷୟ ବସ୍ତୁ
ଉପକ୍ରମ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ରଗୁପ୍ତ, ରାଜ୍ୟଜୟ, ଦ୍ୱିତୀୟ ଚନ୍ଦ୍ରଗୁପ୍ତ, ଦିଗବିଜୟ, ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା, ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ, ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ବୌଦ୍ଧଧର୍ମର ଅବନତିର କାରଣ, ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ, ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ, ପଲ୍ଲବ ବଂଶ, ଚାଲୁକ୍ୟବଂଶ, ବଦ୍ଧନ ବଂଶ ଏବଂ ଜୁଆଙ୍ଗ-ଜାଙ୍କ ଭାରତ ଭ୍ରମଣ, ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର, ଆରବ ବଣିକମାନଙ୍କ ସହିତ ଭାରତର ସମ୍ପର୍କ, ଆରବୀୟ ମାନଙ୍କର ସିନ୍ଧୁ ଅଞ୍ଚଳ ଅଧୁକାର ।

→ ଉପକ୍ରମ :

  • କୁଶାଣମାନଙ୍କ ଶାସନ ପରେ ଭାରତ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଯାଇଥିଲା ।
  • ପରବର୍ତୀ ସମୟରେ ଗୁପ୍ତମାନେ ଏକ ବିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଭାରତରେ ୨୦୦ ବର୍ଷରୁ ଅଧ୍ବକ କାଳଧରି ନିଜର ଆଧୂପତ୍ୟ ଜାହିର କରିପାରିଥିଲେ ।
  • ଗୁପ୍ତବଂଶର ପ୍ରଥମ ଦୁଇଜଣ ରାଜା ଶ୍ରୀଗୁପ୍ତ ଓ ଘଟୋକୁଚଙ୍କ ପରେ ସେହି ବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ରାଜତ୍ଵ କରିଥିଲେ । ସେ ରାଜାଧୁରାଜ ଉପାଧ୍ ଧାରଣ କରିଥିଲେ ।

→ ପ୍ରଥମ ଚନ୍ଦ୍ରଗୁପ୍ତ (ଆନୁମାନିକ ରାଜତ୍ଵକାଳ ଖ୍ରୀ.ଅ. ୩୨୦–୩୩୫)

  • ଚନ୍ଦ୍ରଗୁପ୍ତ ଖ୍ରୀ.ଅ.୩୨୦ରେ ସିଂହାସନ ଆରୋହଣ କରିଥିଲେ ।
  • ଏହି ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।
  • ସେ ଲିଚ୍ଛବୀ ବଂଶର ରାଜକୁମାରୀ କୁମାରୀଦେବୀଙ୍କୁ ବିବାହ କରିଥିଲେ ।
  • ଏହି ବିବାହଦ୍ବାରା ଉତ୍ତର ଭାରତରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କର ପ୍ରଭାବ ବଢିଥିଲା |
  • ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ପ୍ରଥମ ଚନ୍ଦ୍ରଗୁପ୍ତ ମଧ୍ୟ ଏକ ମୁଦ୍ରା ପ୍ରଚଳନ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ସମୁଦ୍ରଗୁପ୍ତ (ଖ୍ରୀ.ଅ. ୩୩୫ – ୩୮୦)

  • ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ ଓ ସେ ଜଣେ ଦିଗବିଜୟୀ ବୀର ଥିଲେ ।
  • ଆହ୍ଲାବାଦ ସ୍ତମ୍ଭଲେଖରୁ ତାଙ୍କର କୃତିତ୍ବ ବିଷୟରେ ଜଣାଯାଏ । ଏହି ପ୍ରଶସ୍ତି ସ୍ତମ୍ଭଲେଖ ତାଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ଓ ଏଥ‌ିରେ ସମୁଦ୍ରଗୁପ୍ତଙ୍କ ଯଶ ଗାନ କରାଯାଇଥିବାରୁ ଏହାକୁ ପ୍ରଶସ୍ତି କୁହାଯାଏ ।

→ ରାଜ୍ୟଜୟ :

  • ସମୁଦ୍ରଗୁପ୍ତ ଉତ୍ତର ଭାରତର ନଅଜଣ ରାଜାଙ୍କୁ ପରାଜିତ କରି ସେମାନଙ୍କ ରାଜ୍ୟକୁ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ ।
  • ସେ ଦକ୍ଷିଣ ଭାରତ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ ଓ ବିଜିତ ରାଜ୍ୟଗୁଡ଼ିକୁ ସେମାନଙ୍କୁ ଫେରାଇ ଦେଇଥିଲେ ।
  • ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ରାଜାମାନେ ଏବଂ ସୀମାନ୍ତରେ ଥିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ତାଙ୍କର ବଶତା ସ୍ବୀକାର କରିଥିଲେ ।
  • ସମୁଦ୍ରଗୁପ୍ତ ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଷଙ୍କ ସହିତ ବନ୍ଧୁତ୍ଵପୂର୍ଣ ସନ୍ଧି କରିଥିଲେ ।
    (ସିଂହଳ) ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ସେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ କରି ସେ ନିଜକୁ ସାର୍ବଭୌମ ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।
  • ସମୁଦ୍ରଗୁପ୍ତଙ୍କ କବିରାଜ ଉପାଧ୍ ଧାରଣରୁ ଜଣାପଡ଼େ ଯେ ସେ ଜଣେ କବି ଥିଲେ ।
  • ତାଙ୍କଦ୍ୱାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ପରି ଏକ ବାଦ୍ୟଯନ୍ତ୍ର ସେ ବଜାଉଥିବାର ଚିତ୍ରରୁ ଜଣାପଡ଼େ ଯେ ସେ ଖୁବ୍ ସଙ୍ଗୀତାନୁରାଗୀ ଥିଲେ ।

→ ଦ୍ବିତୀୟ ଚନ୍ଦ୍ରଗୁପ୍ତ (ଖ୍ରୀ.ଅ. ୩୮୦–୪୧୫) :

  • ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ସମ୍ରାଟ ହୋଇଥିଲେ ଓ ବିକ୍ରମାଦିତ୍ୟ ଉପାଧ୍ଧରେ ଭୂଷିତ ହୋଇଥିଲେ ।
  • ଦାକ୍ଷିଣାତ୍ୟର ଶକ୍ତିଶାଳୀ ବାକାତକ ରାଜବଂଶର ରାଜକୁମାର ରୁଦ୍ରଦେବଙ୍କ ସହ ତାଙ୍କ କନ୍ୟା ପ୍ରଭାବତୀ ଗୁପ୍ତାଙ୍କୁ ବିକ୍ରମାଦିତ୍ୟ ବିବାହ ଦେଇଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦିଗ୍‌ବିଜୟ :

  • ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧିକାର କରିଥିଲେ ।
  • ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ ହୋଇ ପାରିଥିଲା ।

→ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟଙ୍କ ରାଜସଭା :

  • ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ତାଙ୍କ ଦରବାରରେ ନଅଜଣ ବିଖ୍ୟାତ ପଣ୍ଡିତଙ୍କୁ ସ୍ଥାନ ଦେଇଥିଲେ, ଯେଉଁମାନଙ୍କୁ ନବରତ୍ନ କୁହାଯାଉଥିଲା । ସେମାନେ ହେଲେ ବରାହମିହିର, ଅମରସିଂହ, କାଳିଦାସ, ଘଟକର୍ପୂର, ଧନ୍ବନ୍ତରୀ, କ୍ଷପଣକ, ଶଙ୍କୁ, ବରରୁଚି ଓ ବେତାଳଭଟ୍ଟ ।
  • ଏହି ପଣ୍ଡିତମାନେ ସଂସ୍କୃତ ଭାଷାରେ ବହୁ ମୂଲ୍ୟବାନ୍ ଗ୍ରନ୍ଥ ରଚନା କରିଥିଲେ ।
  • ତାଙ୍କ ରାଜତ୍ଵର ଏକ ବିଶିଷ୍ଟ ଘଟଣା ହେଲା ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ୍)ଙ୍କ ଭାରତ ଭ୍ରମଣ ।

→ ଫା-ସିଆଁ (ଫାହିୟାନ)ଙ୍କ ଭାରତ ଭ୍ରମଣ :

  • ବୌଦ୍ଧଧର୍ମ ବିଷୟରେ ଅଧ୍ବକ ଜ୍ଞାନ ଆହରଣ ପାଇଁ ଚୀନ୍ ପରିବ୍ରାଜକ ଫା-ସିଆଁ (ଫାହିୟାନ) ଭାରତ ଭ୍ରମଣରେ ଆସିଥିଲେ ।
  • ଫା-ସିଆଁ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କ ସାମାଜିକ, ଆର୍ଥିକ ବ୍ୟବସ୍ଥା ଓ ଧର୍ମ ସମ୍ବନ୍ଧରେ ମୂଲ୍ୟବାନ୍ ବିବରଣୀ ପ୍ରଦାନ କରିଥିଲେ ମଧ ସମ୍ରାଟ୍ ଚନ୍ଦ୍ରଗୁପ୍ତ (ବିକ୍ରମାଦିତ୍ୟ)ଙ୍କ ନାମ ଉଲ୍ଲେଖ କରିନାହାନ୍ତି ।
  • ଫା-ସିଆଁଙ୍କ ବିବରଣୀରୁ ଜଣାପଡ଼େ ଯେ ସେତେବେଳେ ଭାରତୀୟମାନେ ବଡ଼ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାଇ ପାରୁଥିଲେ ।
  • ଲୋକମାନଙ୍କ ଆର୍ଥିକ ଅବସ୍ଥା ଭଲ ଥିଲା ।
  • ରାଜାମାନେ ସୁଶାସକ ଥିଲେ ।
  • ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ ଅଙ୍ଗଛେଦ କରାଯାଉଥିଲା । ଦୋଷୀମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଉଥିଲା ।
  • ଗ୍ରାମମାନଙ୍କ ସଂଖ୍ୟା ବହୁତ ଥିଲା ।
  • ରାଜା କୃଷକମାନଙ୍କଠାରୁ ଏକ-ଚତୁର୍ଥାଂଶ ଫସଲକୁ କରରୂପେ ଗ୍ରହଣ କରୁଥିଲେ ।
  • ଉଭୟ ବୌଦ୍ଧଧର୍ମାବଲମ୍ବୀ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣଭାବେ ଚଳୁଥିଲେ ।
  • ଭାରତରେ ଅନେକ ଧର୍ମଶାଳା ଥିଲା ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିବା ବୌଦ୍ଧଧର୍ମ ପରବର୍ତ୍ତୀ ସମୟରେ ଭାରତର ବିଭିନ୍ନ ସ୍ଥାନରେ ପ୍ରସାରିତ ହେବା ସହିତ ଶ୍ରୀଲଙ୍କା,ଜାପାନ, ମିଆଁମାର ଆଦି ଦେଶକୁ ପ୍ରସାରିତ ହୋଇଥିଲା; ମାତ୍ର ଗୁପ୍ତ ରାଜତ୍ଵ ସମୟରୁ ବ୍ରାହ୍ମଣ ଧର୍ମର ପୁନରୁତ୍‌ଥାନ ଯୋଗୁ ଏହି ଧର୍ମର କ୍ରମଶଃ ଅବନତି ଘଟିଲା ।

→ ବୌଦ୍ଧଧର୍ମର ଅବନତିର କାରଣ :

  • ଗୁପ୍ତ ରାଜାମାନେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ କାଳ ଶାସନ କରିଥିଲେ । ସେମାନେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିବାରୁ ବ୍ରାହ୍ମଣ୍ୟ ଧର୍ମର ଲୋକପ୍ରିୟତା ବଢ଼ିଥିଲା ।
  • ସଂସ୍କୃତ ଭାଷାର ଅଧ୍ବକ ବ୍ୟବହାର ଯୋଗୁଁ ବ୍ରାହ୍ମଣ୍ୟ ଧର୍ମର ଗ୍ରନ୍ଥ ସବୁ ସଂସ୍କୃତ ଭାଷାରେ ଲେଖା ହୋଇଥିବାରୁ ଅଧ୍ଵ ବୋଧଗମ୍ୟ ହେଲା I
  • ପଞ୍ଚମ ଶତାବ୍ଦୀ ବେଳକୁ ମହାଯାନ ବୌଦ୍ଧଧର୍ମ ଲୋକପ୍ରିୟତା ହରାଇ ନଥିଲା । ମାତ୍ର ବ୍ରାହ୍ମଣ୍ୟ ଧର୍ମର ବିକାଶ ଯୋଗୁ ଏହାର ଲୋକପ୍ରିୟତା ହ୍ରାସ ପାଇଲା ।
  • ଦକ୍ଷିଣ ଭାରତରେ ପଲ୍ଲବମାନେ ମଧ୍ୟ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିଲେ । ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମରେ ମୂର୍ତ୍ତିପୂଜା କରାଗଲା । ବୌଦ୍ଧ ଗ୍ରନ୍ଥସବୁ ସଂସ୍କୃତ ଭାଷାରେ ରଚିତ ହେଲା । ଏହାଦ୍ଵାରା ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥ‌ିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧ ବିଷ୍ଣୁଙ୍କର ଏକ ଅବତାର ଭାବେ ପରିଗଣିତ ହେଲେ ।
  • ଶେଷରେ ଶଙ୍କରଙ୍କ ପ୍ରବର୍ଣିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଲା । ଶଙ୍କରଙ୍କ ଦାର୍ଶନିକ ତତ୍ତ୍ଵ ନିକଟରେ ବୌଦ୍ଧ ପଣ୍ଡିତମାନେ ହାର ମାନିଲେ ନାହିଁ ।
  • ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଫଳରେ ବୌଦ୍ଧଧର୍ମର ଘୋର ଅବନତି ଘଟିଲା ।

→ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ :

  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମ ବିଶେଷ ପ୍ରସାର ଲାଭ କରିଥିଲା ।
  • କେତେକ ଗୁପ୍ତରାଜା ବିଷ୍ଣୁଙ୍କ ଉପାସକ ଥିବାରୁ ଏହାର ପ୍ରଭାବରେ ବୈଷ୍ଣବ ଧର୍ମ ସମାଜରେ ଜନପ୍ରିୟ ହୋଇଥିଲା ।
  • ବିଷ୍ଣୁଙ୍କ ଛଡ଼ା ଭଗବାନ ଶିବଙ୍କୁ ମଧ୍ୟ ଲୋକମାନେ ପୂଜା କରୁଥିଲେ ।
  • ଗୁପ୍ତଯୁଗରେ ୧୮ଟି ପୁରାଣ ସଂକଳନ କରାଯାଇଥିଲା । ଏହାକୁ ଅଷ୍ଟାଦଶ ପୁରାଣ କୁହାଯାଏ । ସେହି ପୁରାଣମାନଙ୍କରେ ବିଷ୍ଣୁ ଓ ଶିବଙ୍କ ମହିମା ବର୍ଣ୍ଣନା କରାଗଲା । ମୂର୍ତ୍ତିପୂଜା ନିମନ୍ତେ ମନ୍ଦିରମାନ ନିର୍ମାଣ କରାଗଲା ।
  • ଗୁପ୍ତଯୁଗରେ ବୈଷ୍ଣବ ଧର୍ମର ଅନ୍ୟ ଏକ ବିଶେଷତ୍ଵ ହେଲା ଅବତାରବାଦ । ଦୁଷ୍ଟର ବିନାଶ ପାଇଁ ବିଷ୍ଣୁ ଯେ ବିଭିନ୍ନ ଅବତାର ରୂପରେ ଭୂପୃଷ୍ଠକୁ ଅବତରଣ କରିଥା’ନ୍ତି – ଏହି ବିଷୟ ଲୋକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟିକଲା । ଏହିସବୁ କାରଣ ବ୍ରାହ୍ମଣ୍ୟ ଧର୍ମର ଉତ୍‌ଥାନ ପାଇଁ ଦାୟୀ ବୋଲି କୁହାଯାଇପାରେ ।

→ ଗୁପ୍ତଯୁଗର ସାହିତ୍ୟ, କଳା, ସ୍ଥାପତ୍ୟ, ବିଜ୍ଞାନ :
ସାହିତ୍ୟ :

  • ଗୁପ୍ତଯୁଗରେ ସଂସ୍କୃତ ସାହିତ୍ୟରେ ବିଶେଷ ଉନ୍ନତି ହୋଇଥିଲା । ଏହି ଯୁଗର ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ତାଙ୍କଦ୍ବାର ରଚିତ ନାଟକ ମାଳବିକାଗ୍ନିମିତ୍ରମ, ବିକ୍ରମୋର୍ବଶୀୟମ୍ ଓ ଅଭିଜ୍ଞାନ ଶାକୁନ୍ତଳମ୍ ମଧ୍ୟରୁ ଅଭିଜ୍ଞାନ ଶାକୁନ୍ତଳମ୍ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା । ତାଙ୍କର ସଂସ୍କୃତ ଭାଷାର ଅନ୍ୟାନ୍ୟ କାଳଜୟୀ ରଚନା ହେଉଛି ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ କାବ୍ୟ ।
  • ଗୁପ୍ତ ଯୁଗରେ ଶୁଦ୍ରକଙ୍କଦ୍ବାରା ରଚିତ ମୃଚ୍ଛକଟିକମ୍ ଏକ ସାମାଜିକ ନାଟକ । ସେ ସମୟରେ ବିଷ୍ଣୁଶର୍ମାଙ୍କଦ୍ବାରା ‘ପଞ୍ଚତନ୍ତ୍ର୍ୟ’ ରଚିତ ହୋଇଥିଲା ।
  • ଅମରସିଂହ ‘ଅମରକୋଷ’ ଅଭିଧାନ ରଚନା କରିଥିଲେ ।
  • ଏତଦ୍‌ବ୍ୟତୀତ ଗୁପ୍ତ ଯୁଗରେ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣଗୁଡ଼ିକର ସଂକଳନ ସଂପୂର୍ଣ ହୋଇଥିଲା ।
  • ଉପରୋକ୍ତ ଆଲୋଚନାରୁ ଜଣାଯାଏ ସାହିତ୍ୟ କ୍ଷେତ୍ରରେ ଗୁପ୍ତଯୁଗ ଏକ ଗୌରବମୟ ଯୁଗ ଥିଲା ।

→ ସ୍ଥାପାତ୍ୟ :

  • ଗୁପ୍ତଯୁଗରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା । ଏ ସମୟର ପଥର ଖୋଦିତ ସ୍ଥାପତ୍ୟର ଦୃଷ୍ଟାନ୍ତ ଅଜନ୍ତା ଗୁମ୍ଫାରେ ଦେଖିବାକୁ ମିଳେ ।
  • ବ୍ରାହ୍ମଣ୍ୟ ଧର୍ମର ପୁନରତ୍‌ଥାନ ଫଳରେ ଗୁପ୍ତଯୁଗରେ ନାନା ଦେବଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା ।
  • ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତଗଠାରେ ବିଷ୍ଣୁମନ୍ଦିର, ଭୂମାରାଠାରେ ଶିବମନ୍ଦିର ଓ ଭିତରଗାଓଁର ଇଟାରେ ନିର୍ମିତ ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ଅଟନ୍ତି ।

→ ଭାସ୍କର୍ଯ୍ୟ :

  • ଗୁପ୍ତଯୁଗର ଶ୍ରେଷ୍ଠ କଳାକୃତି ମଥୁରା ଓ ସାରନାଥରେ ଦେଖିବାକୁ ମିଳେ । ସାରନାଥର ବୁଦ୍ଧମୂର୍ତ୍ତି ଭାରତୀୟ ଭାସ୍କର୍ଯ୍ୟର ଅନୁପମ କୃତିଭାବେ ପରିଗଣିତ ।
  • ମଧ୍ୟପ୍ରଦେଶର ଉଦୟଗିରିରେ ଥିବା ବରାହ ମୂର୍ତ୍ତି, ଦେଓଗଡ଼ର ଶେଷଶାୟୀ ବିଷ୍ଣୁ, ଅହିଛତ୍ରର ମାଟିର ମୂର୍ତ୍ତି ଓ କୋହର ମୁଖଲିଙ୍ଗ ଆଦି ଗୁପ୍ତ ମୂର୍ତ୍ତିକଳାର ଅନୁପମ କୃତି ।

→ ଚିତ୍ରକଳା :
ଗୁପ୍ତଯୁଗରେ ଚିତ୍ରକଳାର ମଧ୍ୟ ଉନ୍ନତି ଘଟିଥିଲା I ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫାରେ ଥ‌ିବା ଚିତ୍ର ବିଶ୍ବବିଦିତ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ବିଜ୍ଞାନ :

  • ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଗୁପ୍ତଯୁଗର ଅବଦାନ । ଭାରତରୁ ଅଙ୍କ ଲିଖନ ପଦ୍ଧତି ଆରବ ଦେଶ ଓ ୟୁରୋପକୁ ମଧ୍ୟ ଯାଇଥିଲା । ପ୍ରଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ‘ଆର୍ଯ୍ୟଭଟୀୟମ୍’ ପୁସ୍ତକ ରଚନା କରିଥିଲେ ।
  • ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ସମୟର ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ହେଲେ ବରାହମିହିର । ସେ ବୃହତ୍ ସଂହିତା ରଚନା କରିଥିଲେ । ସେ ସିଦ୍ଧାନ୍ତିକାରେ ରୋମକ ସିଦ୍ଧାନ୍ତ କଥା ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଗ୍ରୀକ୍ ପ୍ରଭାବ ପଡ଼ିଥିବା ଜଣାଯାଏ ।
  • ଚିକିତ୍ସା ଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତ ଯୁଗରେ ଥିଲେ ବୋଲି ବିଶ୍ଵାସ କରାଯାଏ ।
  • ଗୁପ୍ତଯୁଗରେ ଧାତୁଶିଳ୍ପର ମଧ୍ଯ ଉନ୍ନତି ଘଟିଥିଲା ।
  • ଗୁପ୍ତଯୁଗର ଶିଳ୍ପୀମାନେ ସୁନ୍ଦର ସୁନ୍ଦର ଲୌହ ଓ କଂସା ମୂର୍ତ୍ତି ନିର୍ମାଣ କରିଥିଲେ ।
  • ଦିଲ୍ଲୀର ମେହରାଉଲିଠାରେ ଥିବା ଲୌହସ୍ତମ୍ଭ ଯେଉଁଥରେ ଆଜିପର୍ଯ୍ୟନ୍ତ କଳଙ୍କି ଲାଗିନାହିଁ ତାହା ଗୁପ୍ତଯୁଗର କୀର୍ତି । ଏଥିରୁ ଗୁପ୍ତଯୁଗର ଧାତୁଶିଳ୍ପ ବିଦ୍ୟାର ନିପୁଣତା ଜଣାଯାଏ ।
  • ନାଳନ୍ଦାରୁ ମିଳିଥିବା ଏକ ତାମ୍ର ନିର୍ମିତ ବୁଦ୍ଧମୂର୍ତ୍ତି ଯାହାର ରଙ୍ଗ ଅଦ୍ୟାବଧୂ ସତେଜ ରହିଛି ସେଥୁରୁ ସେମାନଙ୍କ ଶିଳ୍ପ ନିପୁଣତା ଜଣାଯାଏ ।
  • ଉପରୋକ୍ତ ବର୍ଣ୍ଣନାରୁ ଗୁପ୍ତଯୁଗ ଭାରତ ଇତିହାସର ଏକ ସୁବର୍ଣ୍ଣଯୁଗ ବୋଲି ପ୍ରତୀୟମାନ ହୁଏ ।

→ ପଲ୍ଲବ ବଂଶ, ଚାଲୁକ୍ୟ ବଂଶ, ବର୍ଷନବଂଶ ଏବଂ ଜୁଆଙ୍ଗ ଜାଙ୍ଗଙ୍କ ଭାରତ ଭ୍ରମଣ :
ପଲ୍ଲବ ବଂଶ :

  • ପଲ୍ଲବମାନେ ତାମିଲନାଡୁର କାଞ୍ଚ୍ ଅଞ୍ଚଳରେ ରାଜତ୍ଵ କରୁଥିବା ଏକ ପ୍ରାଚୀନ ରାଜବଂଶ ।
  • ସିଂହବିଷ୍ଣୁ ଏହି ବଂଶର ପ୍ରଥମ ରାଜା ଓ ତାଙ୍କ ପରେ ମହେନ୍ଦ୍ର ବର୍ମନ ସିଂହାସନ ଆରୋହଣ କରିଥିଲେ ।
  • ପଲ୍ଲବ ବଂଶର ସର୍ବଶ୍ରେଷ୍ଠ ରାଜା ପ୍ରଥମ ନରସିଂହ ବର୍ଦ୍ଧନ ଥିଲେ ।
  • ସେ ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ପରାସ୍ତ କରି ଚାଲୁକ୍ୟ ରାଜଧାନୀ ବାତାପିକୁ ଅଧିକାର କରିଥିଲେ । ସେଥ‌ିପାଇଁ ତାଙ୍କୁ ବାତାପିକୋଣ୍ଡା (ବାତାପିର ବିଜୟୀ) ନାମରେ ଅଭିହିତ କରାଯାଇଥିଲା ।
  • ପୁଲକେଶୀନ୍ ଯୁଦ୍ଧରେ ପରାସ୍ତ ହୋଇ ମୃତ୍ୟୁବରଣ କରିଥିଲେ ।
  • ସେ ଚେର ଓ ଚୋଳମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ଓ ଶ୍ରୀଲଙ୍କା ବିରୁଦ୍ଧରେ ନୌସେନା ପଠାଇ ସଫଳତା ଲାଭ କରିଥିଲେ ।
  • ନବମ ଶତାବ୍ଦୀର ଶେଷ ଭାଗରେ ଚୋଳମାନେ ପଲ୍ଲବ ରାଜ୍ୟକୁ ଧ୍ୱଂସ କରିଦେଇଥିଲେ ।

→ ପଲ୍ଲବ ରାଜତ୍ଵରେ ଦକ୍ଷିଣ ଭାରତରେ ସଂସ୍କୃତିର ବିକାଶ :

  • ପଲ୍ଲବମାନଙ୍କ ରାଜତ୍ୱ ସମୟରେ କଳା, ସଂସ୍କୃତି ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଘଟିଥିଲା ।
  • ସେ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା ।
  • ଭାରବୀ ଓ ଦଣ୍ଡିଙ୍କ ପରି ମହାନ୍ ପଣ୍ଡିତ ପଲ୍ଲବ ରାଜଦରବାରରେ ଥିଲେ ।
  • ଭାରବୀଙ୍କ ରଚିତ କୀରାତାର୍ଜୁନୀୟମ୍ ଏବଂ ଦଶକୁମାର ଚରିତମ୍ ସଂସ୍କୃତ ଭାଷାର ଦୁଇଟି ସୁବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ବାରା ରଚିତ ମତ୍ତବିଳାସ ପ୍ରହସନ ଏକ ସାମାଜିକ ନାଟକ ।
  • କାଞ୍ଚ୍ ସଂସ୍କୃତି ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ୱବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର କେନ୍ଦ୍ର ଥିଲା ।
  • ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ଵାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା ।
  • ପଲ୍ଲବ-ରାଜାମାନେ ସବୁଧର୍ମକୁ ସମାନ ଭାବରେ ଦେଖୁଥିଲେ ।
  • ଏହି ସମୟରେ ଦକ୍ଷିଣ ଭାରତରେ ଆର୍ଯ୍ୟ ସଂସ୍କୃତିର ପ୍ରସାର ସଂପୂର୍ଣ୍ଣ ହୋଇଥିଲା । ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌- ଜାଙ୍ଗୁ ପଲ୍ଲବ ରାଜ୍ୟ ଭ୍ରମଣ କରି ତାଙ୍କ ବିବରଣୀରେ କାଞ୍ଚିପୁରମ୍ ସମ୍ବନ୍ଧରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି ।

→ ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ବିକାଶ :

  • ପଲ୍ଲବ ରାଜତ୍ଵରେ କଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ହୋଇଥିଲା ।
  • ଉଭୟ ଶିବ ଓ ବିଷ୍ଣୁ ମନ୍ଦିରମାନ ନିର୍ମାଣ କରାଯାଇଥିଲା । ବିରାଟ ପଥର କାଟି ମହାବଳୀପୁରମ୍ଭରେ କେତେଗୁଡ଼ିଏ ମନ୍ଦିର ନିର୍ମାଣ କରାଯାଇଥିଲା ଯାହାକୁ ରଥ କୁହାଯାଉଥିଲା ।
  • ମହାବଳୀପୁରମ୍ବର ପାଣ୍ଡବ ରଥ, ସମୁଦ୍ରତଟ ମନ୍ଦିର ଓ କାଞ୍ଚିପୁରମ୍ଭରେ ନିର୍ମିତ କୈଳାସନାଥ ମନ୍ଦିର ପଲ୍ଲବମାନଙ୍କର ବିଖ୍ୟାତ କୃତି ।

→ ଚାଲୁକ୍ୟ ବଂଶ :

  • ବିନ୍ଧ୍ୟ ପର୍ବତମାଳାରୁ ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଦାକ୍ଷିଣାତ୍ୟ କୁହାଯାଏ ।
  • ଦାକ୍ଷିଣାତ୍ୟରେ ସାତବାହନମାନଙ୍କ ପତନ ପରେ ବାକାତକମାନେ ଏକ ଶକ୍ତିଶାଳୀ ରାଷ୍ଟ୍ର ସ୍ଥାପନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବେଶୀଦିନ ଶାସନ କରିବା ପାଇଁ ସଫଳ ହେଲେ ନାହିଁ ।
  • ବାକାତକମାନଙ୍କ ପରେ ଚାଲୁକ୍ୟମାନେ ଦାକ୍ଷିଣାତ୍ୟରେ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିବାରେ ସଫଳତା ଲାଭକଲେ ଓ ମୁଖ୍ୟତଃ କୃଷ୍ଣା ଓ ତୁଙ୍ଗଭଦ୍ରା ନଦୀ ମଧ୍ୟରେ ଥିବା ରାଇଚୁରର ଉର୍ବର ଅଞ୍ଚଳରେ ଚାଲୁକ୍ୟମାନେ ନିଜର ଆଧୂପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରିଆସୁଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଦ୍ବିତୀୟ ପୁଲକେଶୀନ୍ (ଖ୍ରୀ.ଅ. ୬୦୮- ୬୪୨)

  • ଜୈନ କବି ରବିକୀର୍ତିଙ୍କଦ୍ବାରା ରଚିତ ଅହିହୋଇ ଶିଳାଲେଖରୁ ପୁଲକେଶୀଙ୍କ ରାଜତ୍ଵ ସମ୍ପର୍କରେ ଅନେକ କଥା ଜଣାପଡ଼େ ।
  • ଚାଲୁକ୍ୟ ରାଜାମାନଙ୍କ ମଧ୍ୟରେ ଦ୍ୱିତୀୟ ପୁଲକେଶୀନ୍ ସର୍ବଶ୍ରେଷ୍ଠ ରାଜା ଥିଲେ ଓ ସେ ହର୍ଷବର୍ଦ୍ଧନଙ୍କ ସମସାମୟିକ ଥିଲେ ।
  • ହର୍ଷବର୍ଦ୍ଧନ ତାଙ୍କ ଦକ୍ଷିଣ ଭାରତ ଅଭିଯାନରେ ନର୍ମଦା ନଦୀକୂଳରେ ପୁଲକେଶୀନ୍‌ଙ୍କ ସହ ଯୁଦ୍ଧ କରିଥିଲେ ଓ ପରାସ୍ତ ହୋଇ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
  • ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରି ଚାଲୁକ୍ୟ ରାଜା ପୁଲକେଶୀନ୍ ଦକ୍ଷିଣାପଥ ସ୍ଵାମୀ ଉପାଧିରେ ଭୂଷିତ ହୋଇଥିଲେ ।
  • ସେ ପଲ୍ଲବ ରାଜା ମହେନ୍ଦ୍ର ବର୍ମନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ତାଙ୍କ ସମୟରେ ଚାଲୁକ୍ୟ ରାଜ୍ୟର ସୀମା ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ବର୍ତ୍ତମାନର କର୍ଣାଟକ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
  • ପୁଲକେଶୀନ୍ ପଲ୍ଲବ ରାଜା ପ୍ରଥମ ନରସିଂହ ବମନଙ୍କଦ୍ୱାରା ଯୁଦ୍ଧରେ ପରାଜିତ ହୋଇଥିଲେ । ଚାଲୁକ୍ୟ ରାଜଧାନୀ ବାତାପିକୁ ପଲ୍ଲବମାନେ ଅଧିକାର କରିନେଲେ ।
  • ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ବେଳକୁ ଚାଲୁକ୍ୟ ରାଜ୍ୟର ପତନ ଘଟିଥିଲା ।

→ ଚାଲୁକ୍ୟମାନଙ୍କ ସମୟରେ ସଂସ୍କୃତିର ବିକାଶ :

  • ଚାଲୁକ୍ୟ ରାଜ୍ୟର ରାଜଧାନୀ ‘ବାତାପି’ ବା ‘ବାଦାମି’ ଯାହା ବର୍ତ୍ତମାନ କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ, ସେ ସମୟରେ ଏକ ସମୃଦ୍ଧଶାଳୀ ସହର ଥିଲା ।
  • ବାଣିଜ୍ୟଗତ ସମ୍ପର୍କ ଯୋଗୁ ଚାଲୁକ୍ୟ ସାମ୍ରାଜ୍ୟର ଅର୍ଥନୈତିକ ଉନ୍ନତି ଘଟିଥିଲା ।
  • ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ଚାଲୁକ୍ୟ ବଣିକମାନେ ବ୍ୟବସାୟ କରିବା ପାଇଁ ଯାଉଥିଲେ ।
  • ଦ୍ଵିତୀୟ ପୁଲକେଶୀନ୍ ପାରସ୍ୟ ରାଜା ଦ୍ଵିତୀୟ ଖୁସୁଙ୍କ ନିକଟକୁ ଦୂତ ପଠାଇଥିଲେ ।
  • ଜୁଆଙ୍ଗ-ଜାଙ୍ଗଙ୍କ ବିବରଣୀରୁ ସେ ଜଣେ ପରାକ୍ରମୀ ରାଜା ଥିଲେ ବୋଲି ଜଣାଯାଏ ।

→ ଚାଲୁକ୍ୟମାନଙ୍କ କୀର୍ତ୍ତି :

  • ଚାଲୁକ୍ୟ ରାଜ୍ୟରେ ପାହାଡ଼ ଖୋଳି ମନ୍ଦିର ନିର୍ମାଣ କରାଯାଉଥିଲା ।
  • ବାତାପି ବା ବାଦାମିରେ ଥିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତି କମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
  • ଏହି ସମୟରେ ଅଜନ୍ତାର ଚୈତଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା ।
  • ଏଲୋରା, ମେଗୁଡି, ଅହିହୋଲ ଓ ପଟ୍ଟଦକଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।

→ ବର୍ଷନ ବଂଶ :

  • ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରେ ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଗଲା । ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ଉତ୍ତର ଭାରତରେ ଦୁଇଟି ପ୍ରମୁଖ ରାଜବଂଶର ଉତ୍‌ଥାନ ହୋଇଥିଲା ଯଥା- ଥାନେଶ୍ବରର ବର୍ଷନ ବଂଶ ଏବଂ କନୌଜର ମୌଖରୀ ବଂଶ ।
  • ସପ୍ତମ ଶତାବ୍ଦୀର ଆରମ୍ଭରେ ପ୍ରଭାକର ବଦ୍ଧନ ‘ମହାରାଜାଧୁରାଜ’ ଉପାଧ୍ରେ ଭୂଷିତ ହୋଇ ଥାନେଶ୍ବରରେ ଏକ ସ୍ବତନ୍ତ୍ର ରାଜ୍ୟ ସ୍ଥାପନ କଲେ ।
  • ରାଜ୍ୟବର୍ଦ୍ଧନ ଓ ହର୍ଷବର୍ଦ୍ଧନ ତାଙ୍କର ଦୁଇପୁତ୍ର ଏବଂ ଏକମାତ୍ର କନ୍ୟା ରାଜ୍ୟଶ୍ରୀ ମୌଖାରୀ ରାଜକୁମାର ଗ୍ରହବର୍ମନଙ୍କୁ ବିବାହ କରିଥିଲେ ।
  • ପିତାଙ୍କ ମୃତ୍ୟୁ ପରେ ରାଜ୍ୟବର୍ଦ୍ଧନ ଥାନେଶ୍ଵରର ରାଜା ହୋଇଥିଲେ ।
  • ମାଳବର ରାଜା ଦେବଗୁପ୍ତ ରାଜଶ୍ରୀଙ୍କ ସ୍ୱାମୀ ଗ୍ରହବର୍ମନଙ୍କୁ ହତ୍ୟା କରିଥିଲେ ।
  • ରାଜ୍ୟବର୍ଦ୍ଧନ ଭଗ୍ନୀପତିର ହତ୍ୟାକାରୀକୁ ଯୁଦ୍ଧରେ ପରାସ୍ତ କରି ଫେରିଲାବେଳେ ଗୌଡ଼ର ଶାସକ ଶଶାଙ୍କଙ୍କ ଷଡ଼ଯନ୍ତ୍ରଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ।

→ ହର୍ଷବର୍ଦ୍ଧନ :

  • ଏହି ଦୁଃଖପୂର୍ଣ୍ଣ ଅବସ୍ଥାରେ ହର୍ଷବର୍ଦ୍ଧନ ବଡ଼ଭାଇ ରାଜ୍ୟବର୍ଦ୍ଧନଙ୍କ ମୃତ୍ୟୁ ପରେ ଖ୍ରୀ.ଅ. ୬୦୬ରେ ଷୋଳବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ ।

→ ରାଜ୍ୟଜୟ :

  • ହର୍ଷବର୍ଦ୍ଧନ ମୌଖରୀ ରାଜ୍ୟର ରାଜା ହେବା ଫଳରେ ଥାନେଶ୍ବର ଓ କନୌଜ ରାଜ୍ୟର ମିଶ୍ରଣ ହେଲା ।
  • ହର୍ଷବର୍ଦ୍ଧନ ତାଙ୍କ ରାଜଧାନୀ ଥାନେଶ୍ବରରୁ କନୌଜକୁ ସ୍ଥାନାନ୍ତର କରିଥିଲେ ।
  • ହର୍ଷ ବଦ୍ଧନ ବଂଶର ପ୍ରଧାନ ଶତ୍ରୁ ଗୌଡ଼ରାଜା ଶଶାଙ୍କଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଯୁଦ୍ଧ ଅଭିଯାନରେ ବାହାରିଥିଲେ ।
  • ଶଶାଙ୍କ ହର୍ଷିଙ୍କଦ୍ୱାରା ପରାସ୍ତ ହୋଇଥିଲେ କି ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳି ନଥିଲେ ମଧ୍ୟ ଶଶାଙ୍କଙ୍କ ମୃତ୍ୟୁପରେ ହର୍ଷ ଗୌଡ଼ (ବଙ୍ଗଳା) ଅଧିକାର କରି ନେଇଥିଲେ ।
  • ହର୍ଷବର୍ଦ୍ଧନ ନିଜର ଜାମାତା ଧ୍ରୁବସେନଙ୍କୁ ବଲ୍ଲବୀ ରାଜ୍ୟ ସିଂହାସନରେ ବସାଇ ତାଙ୍କର ଆଧ୍ଵପତ୍ୟକୁ ବଲ୍ଲବୀରେ ପ୍ରତିଷ୍ଠିତ କରାଇଥିଲେ ।
  • ଚାଲୁକ୍ୟ ରାଜା ଦ୍ଵିତୀୟ ପୁଲକେଶୀନ୍‌ଙ୍କଦ୍ବାରା ଦାକ୍ଷିଣାତ୍ୟ ଅଭିଯାନରେ ପରାଜିତ ହୋଇ ହର୍ଷବଦ୍ଧନ ନିଜ ରାଜ୍ୟକୁ ଫେରି ଆସିଥିଲେ ।
  • ହର୍ଷବର୍ଦ୍ଧନ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ତେଣୁ ତାଙ୍କୁ ‘ସକଳୋତ୍ତର ପଥନାଥ’ କହାଯାଉଥିଲା ।
  • ହର୍ଷବର୍ଦ୍ଧନ ଚାଳିଶବର୍ଷ ରାଜତ୍ବ କରି ୬୪୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ହର୍ଷଙ୍କ ସମୟରେ ଶାସନ ବ୍ୟବସ୍ଥା :

  • ହର୍ଷବର୍ଦ୍ଧନ ଗୁପ୍ତ ଶାସନର ବିଧି ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ ।
  • ଶାସନକାର୍ଯ୍ୟ ପରିଚାଳନା ପାଇଁ ସେ ବହୁ କର୍ମଚାରୀ ନିଯୁକ୍ତ କରିଥିଲେ ।
  • ଅଶୋକଙ୍କ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତକରି ସେ ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
  • ତାଙ୍କ ସମୟରେ ଉତ୍ପନ୍ନ ଶସ୍ୟର ଏକ ଷତାଂ ଶ କରରୂପେ ଆଦାୟ କରାଯାଉଥିଲା ।
  • ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହର୍ଷ କଠୋର ଆଇନ ପ୍ରଣୟନ କରିଥିଲେ ଓ ଗୁରୁତର ଅପରାଧ ପାଇଁ ଅଙ୍ଗଚ୍ଛେଦନ କରାଯାଉଥିଲା ।

→ ଧର୍ମ :

  • ହର୍ଷବର୍ଦ୍ଧନ ଉଭୟ ହିନ୍ଦୁ ଓ ବୌଦ୍ଧଧର୍ମ ବିଶ୍ଵାସୀ ଥିଲେ; ମାତ୍ର ଜୀବନର ଶେଷବେଳକୁ ସେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।
  • ସେ ନିଜେ ସୂର୍ଯ୍ୟ, ଶିବ ଓ ବୁଦ୍ଧଙ୍କର ଉପାସନା କରୁଥିଲେ ।
  • ଚୀନ୍ ପରିବ୍ରାଜକ ଜୁଆଙ୍ଗ୍-ଜାଙ୍ଗ୍‌ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ରାଜଧାନୀ କନୌଜରେ ସେ ଏକ ବିରାଟ ଧର୍ମସଭା ଆୟୋଜନ କରିଥିଲେ । .
  • ହର୍ଷ ପାଞ୍ଚବର୍ଷରେ ଥରେ ପ୍ରୟାଗ (ଆହ୍ଲାବାଦ)ଠାରେ ଏକ ଧର୍ମ ଉତ୍ସବର ଆୟୋଜନ କରୁଥିଲେ ।
  • ସେହି ଉତ୍ସବରେ ସେ ରାଜ୍ୟର ସମସ୍ତ ସଞ୍ଚା ଧନକୁ ଲୋକମାନଙ୍କୁ ଦାନ କରୁଥିଲେ । ତେଣୁ ତାଙ୍କୁ ଦାନବୀର ହର୍ଷ କୁହାଯାଉଥିଲା ।
  • ତାଙ୍କ ସମୟରେ ମହାଯାନ ବୌଦ୍ଧଧର୍ମର ବିଶେଷ ପ୍ରସାର ହୋଇଥିଲା ।

→ ସାହିତ୍ୟ :

  • ହର୍ଷବର୍ଦ୍ଧନଙ୍କର ସାହିତ୍ୟ ପ୍ରତି ରୁଚି ଥୁଲା I
  • ନାଗାନନ୍ଦ, ରତ୍ନାବଳୀ ଏବଂ ପ୍ରିୟଦର୍ଶିକା ଆଦି ନାଟକ ତାଙ୍କଦ୍ବାରା ରଚିତ ହୋଇଥିବା ଲୋକମାନେ ବିଶ୍ୱାସ କରନ୍ତି ।
  • ହର୍ଷିଙ୍କ ରଜସଭା ମଣ୍ଡନ କରୁଥିବା କବି ବାଣଭଟ୍ଟ ହର୍ଷଚରିତଂ ଓ କାଦମ୍ବରୀ ରଚନା କରିଥିଲେ ।

→ ଜୁଆଙ୍ଗ୍-ଜାଲ୍ (ହୁଏନ୍‌ସାଂ)ଙ୍କ ଭାରତ ଭ୍ରମଣ :

  • ଭାରତରୁ ବୌଦ୍ଧଗ୍ରନ୍ଥ ସଂଗ୍ରହ କରିବା ଏବଂ ବୌଦ୍ଧଧର୍ମ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ ଚୀନ୍ ପରିବ୍ରାଜକ ଜୁଆଙ୍ଗ୍‌-ଜାଙ୍ଗ୍ (ହୁଏନ୍‌ସାଂ) ୬୨୯ ଖ୍ରୀଷ୍ଟାବ୍ଦରେ ସ୍ଥଳପଥରେ ଭାରତ ଆସିଥିଲେ ।
  • ହର୍ଷଙ୍କ ସମୟର ସାମାଜିକ ଓ ଅର୍ଥନୈତିକ ଅବସ୍ଥା, ଧର୍ମ ଏବଂ ଶାସନ ବ୍ୟବସ୍ଥା ସମ୍ପର୍କରେ ଅନେକ କଥା ତାଙ୍କ ଭ୍ରମଣ ବିବରଣୀ ସି-ୟୁ-କି ନାମକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ସେତେବେଳେ କନୌଜ ଏକ ସମୃଦ୍ଧିଶାଳୀ ନଗର ଥିଲା ଏବଂ ପାଟଳୀପୁତ୍ର ଓ ବୈଶାଳୀ ନଗରମାନଙ୍କର ଗୌରବ ହ୍ରାସ ପାଇଥିଲା ।
  • ଲୋକମାନେ ସରଳ ଜୀବନଯାପନ କରୁଥିଲେ ଓ ଅଧିକାଂଶ ଲୋକ ନିରାମିଷ ଖାଦ୍ୟ ଖାଉଥିଲେ ।
  • ଜାତିପ୍ରଥା କଠୋର ଥିଲା ଓ ଶୂଦ୍ରମାନଙ୍କୁ କୃଷକ ଜାତିର ଲୋକ କୁହାଯାଉଥିଲା ।
  • ତାଙ୍କ ବିବରଣୀରୁ ଜଣାଯାଏ ଯେ ବୌଦ୍ଧଧର୍ମର ଅଠରଗୋଟି ଶାଖା ଥିଲା । ସେହି ଶାଖାମାନଙ୍କୁ ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ପ୍ରଧାନ ଥିଲା I
  • ହର୍ଷିଙ୍କ ସମୟରେ ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାନୁଷ୍ଠାନ ଥିଲା । ସେଠାରେ ୧୦, ୦୦୦ ସଂଖ୍ୟକ ଦେଶ-ବିଦେଶର ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ । ନାଳନ୍ଦା ବିଶ୍ବବିଦ୍ୟାଳୟରେ ମହାଯାନ ଶାଖାର ବୌଦ୍ଧ ଦର୍ଶନ ଶିକ୍ଷା ଦିଆଯାଉଥିଲା ।
  • ଜୁଆଙ୍ଗ୍-ଜାଙ୍ଗ୍ ତାଙ୍କ ବିବରଣୀରେ ହର୍ଷଙ୍କଦ୍ବାରା ଆୟୋଜିତ କନୌଜ ସଭା ଏବଂ ପ୍ରୟାଗ ଧର୍ମସଭାର ବିଶଦ ବିବରଣୀ ଉଲ୍ଲେଖ କରିଛନ୍ତି ।
  • ଜୁଆଙ୍ଗ୍‌-ଜାଇଁ ୬୪୪ ଖ୍ରୀଷ୍ଟାବ୍ଦରେ ସ୍ଵଦେଶକୁ ଫେରି ଯାଇଥିଲେ ।

→ ଇସ୍‌ଲାମ୍ ଧର୍ମର ଅଭ୍ୟୁଦୟ ଏବଂ ଆରବମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ଅନ୍ଧବିଶ୍ବାସ ଦୂରୀକରଣ ପାଇଁ ଯେତେଗୁଡ଼ିଏ ଧର୍ମ ମାର୍ଗ ପ୍ରବର୍ତ୍ତିତ ହୋଇଛି, ତନ୍ମଧ୍ୟରୁ ଇସ୍‌ଲାମ୍ ଧର୍ମ ସବୁଠୁ ସରଳ ଓ ବୋଧଗମ୍ୟ ।
  • ଐକ୍ୟଭାବ, ଉଦାରତା, ଭ୍ରାତୃପ୍ରେମ, ପବିତ୍ରତା ଓ ସତ୍ୟ ଏହି ଧର୍ମର ମୂଳମନ୍ତ୍ର ।
  • ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ସୁଦୂର ଆରବ ମରୁଭୂମିରେ ମହାପୁରୁଷ ମହମ୍ମଦ ଏହି ଧର୍ମ ପ୍ରବର୍ତନ କରିଥିଲେ ।
  • ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପ୍ରବର୍ତ୍ତିତ ନୂତନ ଧର୍ମର ସାରାଂଶ ହେଲା ‘ଭଗବାନ ଏକ ଏବଂ ଅଦ୍ବିତୀୟ । ଆଲ୍ଲା ହେଉଛନ୍ତି ଭଗବାନ ଓ ତାଙ୍କର ପ୍ରତିନିଧ୍ଵ ହେଉଛନ୍ତି ମହମ୍ମଦ ।’
  • ଯେଉଁମାନେ ତାଙ୍କ ପ୍ରବର୍ତ୍ତିତ ଧର୍ମକୁ ଗ୍ରହଣ କଲେ ସେମାନଙ୍କୁ ମୁସଲମାନ କୁହାଗଲା ।
  • ଇସ୍‌ଲାମ୍ ଧର୍ମର ପବିତ୍ର ଧର୍ମଗ୍ରନ୍ଥ କୋରାନ ଏବଂ ଏହା ଆଲ୍ଲାଙ୍କର ମୁଖନିଃସୃତ ବାଣୀ ବୋଲି କୁହାଯାଏ ।

BSE Odisha 6th Class History Notes Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

→ ଆରବ ବଣିକମାନଙ୍କ ସହିତ ଭାରତର ସମ୍ପକ :

  • ଖ୍ରୀଷ୍ଟପୂର୍ବ ୨୦୦ ଓ ଖ୍ରୀଷ୍ଟାବ୍ଦ ୨୦୦ ମଧ୍ଯରେ ଭାରତ ଏସିଆର ପଶ୍ଚିମ ଓ କେନ୍ଦ୍ରାଞ୍ଚଳର ବିଭିନ୍ନ ଦେଶମାନଙ୍କ ସହ ବାଣିଜ୍ୟ କରୁଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ଦେଶର ବଣିକମାନେ ରୋମ ସାମ୍ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କ ସହ ବାଣିଜ୍ୟ କରୁଥିଲେ ।
  • ସେମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହ ବାଣିଜ୍ୟ କରୁଥିଲେ ଏବଂ ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀ କିଣି ବାହାର ଦେଶର ବଜାରରେ ବିକ୍ରୟ କରୁଥିଲେ । ଏହିପରି ଭାବରେ ଇସ୍‌ଲାମ ଧର୍ମର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇଥିଲା ।
  • ଇସ୍‌ଲାମ୍ ଧର୍ମର ଆବିର୍ଭାବ ପରେ ଆରବ ବଣିକମାନେ ମୁସଲମାନ ଧର୍ମରେ ଦୀକ୍ଷିତ ହୋଇ ଭାରତରେ ଧର୍ମ ପ୍ରଚାର କଲେ ଓ କିଛି ଭାରତୀୟ ମଧ୍ଯ ମୁସଲମାନ ଧର୍ମ ଗ୍ରହଣ କଲେ ।
  • କାଳକ୍ରମେ କେରଳରେ ଏକ ମୁସଲମାନ ସଂପ୍ରଦାୟର ଆବିର୍ଭାବ ହେଲା । ସେମାନଙ୍କୁ ମୋପ୍‌ଲା ମୁସଲମାନ କୁହାଯାଏ ।
  • ଆରବ ବଣିକମାନେ ତାଙ୍କ ସାମ୍ରାଜ୍ୟରେ ବାଣିଜ୍ୟ ମେଳା ଆୟୋଜନ କରି ଭାରତ ଓ ଭାରତ ବାହାରର ଅନେକ ସାମଗ୍ରୀ ବିକ୍ରି କରୁଥିଲେ ।

→ ଆରବୀୟମାନଙ୍କର ସିନ୍ଧୁ ଅଞ୍ଚଳ ଅଧିକାର :

  • ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧ୍ୟାକାରୀ ବା ଖଲିଫାମାନେ ରାଜ୍ୟ ବିସ୍ତାର ପାଇଁ ଉଦ୍ୟମ କଲେ ।
  • ଆରବ ସୈନ୍ୟମାନେ ଅଳ୍ପ ସମୟ ମଧ୍ୟରେ ସିରିୟା, ମେସୋପଟାମିଆ, ପାଲେଷ୍ଟାଇନ୍, ଇଜିପ୍‌ଟ, ଆଫ୍ରିକାର ପୂର୍ବାଞ୍ଚଳ ଓ ୟୁରୋପର ସ୍ପେନ୍ ଆଦି ସ୍ଥାନମାନଙ୍କରେ ଧର୍ମ ପ୍ରଚାର ସହିତ ଉପନିବେଶମାନ ସ୍ଥାପନ କଲେ ।
  • ଅଷ୍ଟମ ଶତାବ୍ଦୀରେ ଖଲିଫାମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହେଲେ ଏବଂ ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ । ମାତ୍ର ଦୁଇଥର ଆକ୍ରମଣ କରି ମଧ୍ୟ ସେମାନେ ସଫଳ ହୋଇନଥିଲେ ।
  • ମହମ୍ମଦ-ବିନ୍-କାଶିମ୍ ନାମକ ଜଣେ ଆକ୍ରମଣକାରୀ ଖଲିଫାଙ୍କ ଆଦେଶରେ ସିନ୍ଧୁ ଓ ପଞ୍ଜାବ ଆକ୍ରମଣ କରି କେତେକ ସ୍ଥାନ ଅଧିକାର କରିଥିଲେ ସୁଦ୍ଧା ଖଲିଫାଙ୍କ ଆଦେଶରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।
  • ଫଳରେ ଆରବୀୟମାନେ ଭାରତରେ ଇସ୍‌ଲାମ ରାଷ୍ଟ୍ର ନିର୍ମାଣ କରିପାରି ନଥିଲେ ସୁଦ୍ଧା ଭାରତରୁ ଗଣିତ, ଜ୍ୟୋତିର୍ବିଜ୍ଞାନ, ବିଜ୍ଞାନ, ଆୟୁର୍ବେଦ, ଦର୍ଶନ ଆଦି ବିଷୟରେ ଜ୍ଞାନ ଆହରଣ କରିଥିଲେ ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

Odisha State Board BSE Odisha Class 7 History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ will enable students to study smartly.

BSE Odisha Class 7 History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଐତିହାସିକମାନେ ଏବଂ ସେମାନଙ୍କର ଉପାଦାନ :

  • ଐତିହାସିକମାନେ ବିଭିନ୍ନ ଉପାଦାନ ଉପରେ ନିର୍ଭର କରି ଇତିହାସ ରଚନା କରିଥା’ନ୍ତି ।
  • ମଧ୍ୟଯୁଗରେ ଭାରତର ଇତିହାସରେ ସଂଘଟିତ ବିଭିନ୍ନ ଯଥା – ତୁ କଁ ଆକ୍ରମଣ, ରାଜପୁତମାନଙ୍କର ଅଭ୍ୟୁଦୟ, ଗଙ୍ଗ ବଂଶର ଶାସନ, ଭକ୍ତି ଆନ୍ଦୋଳନ, ମୋଗଲମାନଙ୍କର ଶାସନ ଓ ଭାରତରେ ‘ୟୁରୋପୀୟ – ମାନଙ୍କର ଆଗମନ ଇତ୍ୟାଦି ପଶ୍ଚାତ୍‌ ରେ ପଛରେ ବହୁ ଉପାଦାନ ରହିଅଛି।

* ଅଭିଲେଖା ଶାସକଙ୍କ ସମ୍ପର୍କରେ ଧାରଣା ଦେଇଥାଏ। ଏହା ପ୍ରସ୍ତର, ତାମ୍ରପଟା ବିଭିନ୍ନ ଇତିହାସ ଏବଂ ମହରେ ଖୋଦିତ ହୋଇଥାଏ।
* ଅଭିଲେଖାଗାର ରେ ନଥପତ୍ର, ଦିନଲିପି (ଡାଏରୀ) ତଥା ପୁସ୍ତକ ଆଦି ରହିଥାଏ। ତଥା ପୁସ୍ତକ ଆଦି ରହିଥାଏ। ଉପାଦାନ ସଂଗ୍ରହ କରିଥା’ନ୍ତି।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ମଧ୍ୟଯୁଗରେ ରଚିତ ପୁସ୍ତକ ସମ୍ପର୍କରେ ସୂଚନା :
BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q.1

ଗ୍ରନ୍ଥ କେଉଁ ସନ୍ଥଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି
ବୀଜଙ୍କ କବୀରଙ୍କ ଧର୍ମବାଣୀ ସମ୍ପର୍କରେ ବର୍ଣ୍ଣନା କରିଥାଏ।
ଆଦିଗ୍ରନ୍ଥ ବା ଗୁରୁ ଗ୍ରନ୍ଥସାହେବ ନାନକଙ୍କ ନୀତିବାଣୀ ଶ୍ରୀଚୈତନ୍ୟଙ୍କ ବାଣୀ ସମ୍ପର୍କରେ ସୂଚନା ଦେଇଥାଏ।
ଜୈତାନ ଚାରିଡମୁଢ ଶ୍ରୀଚୈତନ୍ୟଙ୍କ ବାଣୀ  ସମ୍ପର୍କରେ ସୂଚନା ଦିଏ।
ଦୁର୍ଗ / ଚର୍ଚ୍ଚର ନଥ ସ୍ଥାନ କେଉଁ ବିଷୟରେ ଜାଣିହୁଏ
ସେଣ୍ଟ ଜାଭିୟର୍ସ ଚର୍ଜ ନଥ୍ ଗୋଆ ଭାରତରେ ସମ୍ପର୍କରେ ସୂଚନା  ମିଳେ ।
ଫୋର୍ଟ ଇଉଲିୟମ୍ (ଦୁର୍ଗ) ନଥ୍ କଳିକତା ଭାରତରେ ଇଂରେଜମାନଙ୍କର ପ୍ରାଥମି କ କାର୍ଯ୍ୟକଳାପ ବିଷୟରେ ଜାଣି ହୋଇଥାଏ ।
  • ଅଭିଲେଖଗୁଡ଼ିକରୁ ରାଜାମାନଙ୍କର ରାଜ୍ୟଜୟ, ଶାସନ ପ୍ରଣାଳୀ, ଭୂମିଦାନ ସମ୍ପର୍କରେ ସୂଚନା ମିଳେ।
  • ମଧ୍ୟଯୁଗରେ ଛାପାଖାନା ନ ଥ‌ିବାରୁ ପାଣ୍ଡୁଲିପିଗୁଡ଼ିକ ମୁଦ୍ରିତ ହୋଇପାରୁ ନଥିଲା। ଫଳରେ ଜଣେ ଲେଖକଙ୍କର ପାଣ୍ଡୁଲିପିକୁ ଅନ୍ୟ ଜଣେ ଅନୁକରଣ କରି ଲେଖୁବେଳେ ଅଧିକାଂଶ ଅକ୍ଷରରେ ପରିବର୍ତ୍ତନ ହୋଇଯାଉଥିଲା।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q. 2

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ତୁର୍କମାନଙ୍କର ଆକ୍ରମଣ :
* ମାମୁଦ୍ ଗଜନୀଙ୍କ ଭାରତ ଆକ୍ରମଣ :

  • ଦଶମ ଶତାବ୍ଦୀରେ ଭାରତର ଅସ୍ଥିର ରାଜନୈତିକ ଅବସ୍ଥାର ସୁଯୋଗ ନେଇ ଉତ୍ତର-ପଶ୍ଚିମରୁ ତୁର୍କମାନେ ଆକ୍ରମଣ କରିଥିଲେ।
  • ୯୯୭ ଖ୍ରୀଷ୍ଟାବ୍ଦରେ ମାମୁଦ୍ ଗଜନୀର ଶାସନକର୍ତ୍ତା ହୋଇଥିଲେ।
  • ଗଜନୀର ସୁଲ୍‌ ତାନ୍ ମାମୁଦ୍ ଭାରତର ଧନରତ୍ନଦ୍ଵାରା ପ୍ରଲୋଭିତ ହୋଇ ୧୦୦୦ରୁ ୧୦୨୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ୧୭ ଥର ଭାରତ ଆକ୍ରମଣ କରିଥିଲେ।
  • ୧୦୨୫ ଖ୍ରୀଷ୍ଟାବ୍ଦରେ ମାମୁଦ୍ ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ଲୁଣ୍ଠନ କରି ବହୁ ଧନରତ୍ନ ଭାରତରୁ ଗଜନୀକୁ ନେଇଯାଇଥିଲେ।
  • ୧୦୩୦ ଖ୍ରୀଷ୍ଟାବ୍ଦରେ ମାମୁଦ୍ରଙ୍କର ମୃତ୍ୟୁ ପରେ ଉତ୍ତର ଭାରତ ଏହି ଆକ୍ରମଣକାରୀ ଓ ଲୁଣ୍ଠନକାରୀଙ୍କ କବଳରୁ ମୁକ୍ତ ହେଲା।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q. 3

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ :

  • ଦ୍ବାଦଶ ଶତାବ୍ଦୀର ଶେଷଭାଗରେ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ।
  • ମହମ୍ମଦ ଘୋରୀଙ୍କ ଅନ୍ୟ ନାମ ଥିଲା ସାହାବ୍-ଉଦ୍-ବିନ୍-ମହମ୍ମଦ।
  • ୧୧୭୫ ଖ୍ରୀଷ୍ଟାବ୍ଦରେ ମୁଲତାନ ଅଧ୍ୟାର କରି ସେ ଭାରତ ଆକ୍ରମଣ ପାଇଁ ପଥ ପ୍ରସ୍ତୁତ କରିଥିଲେ।
  • ୧୧୯୧ ଖ୍ରୀଷ୍ଟାବ୍ଦରେ ପ୍ରଥମ ତିରୋରୀ ଯୁଦ୍ଧରେ ଦିଲ୍ଲୀର ଚୌହାନ ବଂଶୀୟ ଶାସକ ପୃଥ୍ୱୀରାଜ ରାଜପୁତମାନଙ୍କୁ ସଙ୍ଗଠିତ କରି ସେମାନଙ୍କ ସାହାଯ୍ୟରେ ମହମ୍ମଦ ଘୋରୀଙ୍କୁ ପରାଜିତ କରିଥିଲେ।
  • ମହମ୍ମଦ ଘୋରୀ ପରାଜୟର ପ୍ରତିଶୋଧ ସ୍ବରୂପ ୧୧୯୨ ଆଇବାକ୍ ଦିଲ୍ଲୀରେ ‘ଦାସବଂଶ’ ଶାସନ ପ୍ରତିଷ୍ଠା ପରାସ୍ତ କରି ଦିଲ୍ଲୀ ଅଧିକାର କରିଥିଲେ।
  • ମହମ୍ମଦ ଘୋରୀଙ୍କ ଅନ୍ୟତମ ସେନାପତି ଇଣ୍ଡିୟାରଉଦ୍ଦିନ୍ ଖା ବଙ୍ଗ ଓ ବିହାର ଅଧିକାର କରିଥିଲେ।
  • ୧୨୦୬ ଖ୍ରୀଷ୍ଟାବ୍ଦରେ ଲାହୋରଠାରେ ଘୋରୀଙ୍କର ମୃତ୍ୟୁ ହୋଇଥିଲା।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q. 4BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q.5

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ପ୍ରତିହାର, ଚୋଳ, ପାଣ୍ଡୁ, ହୟଶାଳ ଓ ଯାଦବ ବଂଶ :

  • ଭାରତର ରାଜନୈତିକ ପୃଷ୍ଠଭୂମିରେ ଅଷ୍ଟମ ଶତାବ୍ଦୀରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ଅନେକ ରାଜବଂଶର ଉତ୍‌ଥାନ ଘଟିଥିଲା।
  • ସେମାନଙ୍କ ମଧ୍ୟରୁ ପ୍ରତିହାରମାନେ ଉତ୍ତର ଭାରତରେ ଶାସନ କରୁଥିଲାବେଳେ ଦକ୍ଷିଣ ଭାରତରେ ଚୋଳ, ପାଣ୍ଡ୍ଯ, ହୟଶାଳି ଓ ଯାଦବ ବଂଶର ଶାସକମାନେ ଶାସନ କରୁଥିଲେ।
  • ପ୍ରତିହାର ବଂଶର ରାଜାମାନଙ୍କ ମଧ୍ୟରେ ପ୍ରଥମ ମିହିର ଭୋଜ ଓ ମହେନ୍ଦ୍ର ପାଳ ପ୍ରଧାନ ଥିଲେ। ସେମାନଙ୍କର ରାଜଧାନୀ ଥିଲା କନୌଜ।
  • ପ୍ରଥମ ମିହିର ଭୋଜ ୮୪୦ ଖ୍ରୀଷ୍ଟାବ୍ଦରୁ ୮୯୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ।
  • ତାଙ୍କ ପରେ ତାଙ୍କର ପୁତ୍ର ମହେନ୍ଦ୍ର ପାଳ ୮୯୦ ଖ୍ରୀଷ୍ଟାବ୍ଦରୁ ୯୦୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ସେ ବଙ୍ଗ ଅଧ୍ବକାର କରି ନିଜ ରାଜ୍ୟରେ ମିଶାଇ ଦେଇଥିଲେ।
  • ପ୍ରତିହାରମାନେ ବିଷ୍ଣୁ ଏବଂ ସୂର୍ଯ୍ୟଙ୍କ ଉପାସକ ଥିଲେ।
  • ଚୋଳବଂଶର ରାଜାମାନଙ୍କ ମଧ୍ୟରେ ପ୍ରଥମ ରାଜରାଜ ଓ ରାଜେନ୍ଦ୍ର ଚୋଳ ପ୍ରଧାନ ଥିଲେ। ସେମାନଙ୍କର ରାଜଧାନୀ ଥିଲା ତାଞ୍ଜାଭୁର (ତାଞ୍ଜୋର)। ତାଞ୍ଜୋରଠାରେ ଥ‌ିବା ରାଜରାଜେଶ୍ୱର ଶିବ ମନ୍ଦିର ଓ ବିଷ୍ଣୁ ମନ୍ଦିର ପ୍ରଥମ ରାଜରାଜଙ୍କ ଅକ୍ଷୟ କୀର୍ତ୍ତି।
  • ପ୍ରଥମ ରାଜରାଜ ଚାଲୁକ୍ୟ, ପାଣ୍ଡ୍ଯ ଓ ଚେରମାନଙ୍କୁ ପରାସ୍ତକରି ବେଙ୍ଗୀ ଅତ୍‌କାର କରିଥିଲେ।
  • ଚେରମାନଙ୍କୁ ପରାସ୍ତ କରି ସେ ସେମାନଙ୍କଠାରୁ ଏକ ବିଶାଳ ନୌବାହିନୀ ଛଡ଼ାଇ ଆଣିଥିଲେ।
  • ସେ ନେଗାପତ୍ତନମ୍‌ଠାରେ ଏକ ବୌଦ୍ଧ ମନ୍ଦିର ନିର୍ମାଣରେ ସହାୟତା କରିଥିଲେ।
  • ପ୍ରଥମ ରାଜରାଜଙ୍କ ପୁତ୍ର ରାଜେନ୍ଦ୍ର ଚୋଳ ୧୦୧୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ପଲ୍ଲବ,ଗଙ୍ଗ ଓ ପାଳମାନଙ୍କୁ ପରାସ୍ତ କରିଥିଲେ।
  • ତାଙ୍କ ସମୟରେ ନିର୍ମିତ ନୃତ୍ୟମୁଦ୍ରାରେ ଶିବ ବା ନଟରାଜଙ୍କ ମୂର୍ତ୍ତି ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ।
  • ଚୋଳମାନଙ୍କ ଶାସନ ସମୟରେ ମନ୍ଦିରଗୁଡ଼ିକ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର କେନ୍ଦ୍ରବିନ୍ଦୁ ଥିଲା।
  • ଚୋଳମାନେ କୃଷି ଓ ଜଳସେଚନ ଉପରେ ଗୁରୁତ୍ଵ ଦେଇଥିଲେ। ଫଳରେ ସେମାନଙ୍କର ରାଜ୍ୟ ଶସ୍ୟ- ଶ୍ୟାମଳା ହୋଇଥିଲା।
  • ପାଶ୍ୟ ବଂଶ ଦକ୍ଷିଣ ଭାରତରେ ପ୍ରାଧାନ୍ୟ ଲାଭ କରିଥିଲା ଏବଂ ପାଣ୍ଡାରାଜାମାନଙ୍କ ମଧ୍ୟରେ ପ୍ରଥମ ଜଟାବର୍ମନ ସୁନ୍ଦର ପାଣ୍ଡ, ମାରବର୍ତନ କୁଳଶେଖର ପାର୍ଶ୍ଵ ପ୍ରଧାନ ଥିଲେ ଏବଂ ସେମାନଙ୍କ ରାଜଧାନୀ ଥିଲା ମହୁରା।
  • ହୟଶାଳ ବଂଶ ଆଧୁନିକ ମହୀଶୂରଠାରେ ଶାସନ କରୁଥିଲେ। ଏହି ବଂଶର ରାଜାମାନଙ୍କ ମଧ୍ୟରେ ବିଟ୍ଟିଗ ବା ବିଷ୍ଣୁବର୍ଦ୍ଧନ, ଦ୍ବିତୀୟ ବୀରବଲ୍ଲୀଳ ଓ ତୃତୀୟ ବୀରବଲ୍ଲୀଳ ପ୍ରଧାନ ଥିଲେ ଏବଂ ସେମାନଙ୍କ ରାଜଧାନୀ ଥିଲା ଦ୍ଵାରସମୁଦ୍ର।
  • ଦକ୍ଷିଣ ଭାରତରେ ଶାସନ କରୁଥିବା ଯାଦବ ବଂଶର ନରପତିମାନଙ୍କ ମଧ୍ୟରେ ଭିଲ୍ଲିମା, ଜୈତୁଗୀ ବା ଜୈତ୍ରପାଳ, ସିଂହତା, ରାମଚନ୍ଦ୍ର ଦେବ, ଶଙ୍କର ଦେବ ଏବଂ ହରପାଳ ଦେବ ପ୍ରଧାନ ଥିଲେ।

* ପ୍ରଥମ ରାଜରାଜ ୧୦୦୦ ଶବରଙ୍କ୍ଷେତ୍ର, ରାଜରାଜ ଜମି ମାପ କାର୍ଯ୍ୟ ସମାପ୍ତ କରିଥିଲେ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ଓଡ଼ିଶାରେ ସୋମବଂଶୀ ଶାସନ– ରାଜନୈତିକ ଏବଂ ସାଂସ୍କୃତିକ କୃତିତ୍ୱ :

  • ଦୀର୍ଘ ୨୦୦ ବର୍ଷର ସୋମବଂଶୀ ଶାସନ ଓଡ଼ିଶାର ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।
  • ଏହି ବଂଶର ରାଜାମାନେ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆଣିବା ସହିତ ଏହାର କଳା ଓ ସ୍ଥାପତ୍ୟକୁ ସମୃଦ୍ଧ କରିଥିଲେ।
  • ସୋମବଂଶୀମାନେ ଚନ୍ଦ୍ରବଂଶୀ କ୍ଷତ୍ରିୟ ଥିଲେ ଏବଂ ଏହି ବଂଶକୁ ମଧ୍ୟ କେଶରୀ ବଂଶ କୁହାଯାଏ। ଏହି ବଂଶର ପ୍ରସିଦ୍ଧ ରାଜାମାନଙ୍କ ମଧ୍ୟରେ ପ୍ରଥମ ଜନମେଜୟ, ପ୍ରଥମ ଯଯାତି, ଭୀମରଥ, ଧର୍ମରଥ, ନହୁଷ, ଦ୍ବିତୀୟ ଯଯାତି, ଉଦ୍ୟୋତ କେଶରୀ, ଦ୍ଵିତୀୟ ଜନମେଜୟ ଓ ପୁରଞ୍ଜୟ ପ୍ରଧାନ ଥିଲେ।
  • ଏହି ବଂଶର ଶେଷ ରାଜା କର୍ଣ୍ଣଦେବ ବା କର୍ଷକେଶରୀଙ୍କୁ ୧୧୧୦ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଚୋଡ଼ଗଙ୍ଗଦେବ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ।
  • ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର, ଚଣ୍ଡିଖୋଲର ମହାବିନାୟକ ମନ୍ଦିର ଆଦି ସୋମବଂଶୀମାନଙ୍କର ପ୍ରମୁଖ କୀର୍ତ୍ତି।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ପ୍ରଥମ ଜନମେଜୟ :

  • ପ୍ରଥମ ଜନମେଜୟ ୮୮୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ଭଞ୍ଜବଂଶ ଓ କଳଚୁରୀ ବଂଶକୁ ପରାସ୍ତ କରିଥିଲେ। ସେ ନିଜକୁ ‘ପରମେଶ୍ଵର’, ‘ପରମ ଭଟ୍ଟାରକ’ ଏବଂ ‘ତ୍ରିକଳିଙ୍ଗାଧୂପତି’ ଆଦି ଉପାଧ୍ଧରେ ଭୂଷିତ କରିଥିଲେ।
  • ସୁବର୍ଣ୍ଣପୁର (ବର୍ତ୍ତମାନର ସୋନପୁର) ତାଙ୍କର ରାଜଧାନୀ ଥଲା।

* ସୋମବଶମାନଙ୍କ ଥିଲା ଏକ ଧର୍ମପୀଠ।
* ବୈତରଣୀ ନଦୀ କୂଳରେ ଅବସ୍ଥିତ ଏବଂ ବିରଜା ସମୟରେ ବିରଜା କ୍ଷେତ୍ର ଥିଲା ଏକ ଧର୍ମପୀଠ । ବୈତରଣୀ ନଦୀ କୂଳରେ ଦଶାଶ୍ବମେଧ ଘାଟ ତଥା ସପ୍ତମାତୃକା ପୀଠ ପାଇଁ ବିଖ୍ୟାତ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ପ୍ରଥମ ଯଯାତି :

  • ପ୍ରଥମ ଯଯାତି ୯୨୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ପ୍ରଥମେ ସୁବର୍ଣ୍ଣପୁରରୁ ବିନୀତପୁର ଏବଂ ପରେ ଯଯାତି ନଗରକୁ ନିଜର ରାଜଧାନୀ ସ୍ଥାନାନ୍ତରିତ କରିଥିଲେ।
  • ସେ କଳଚୁରୀ ଓ ଭଞ୍ଜମାନଙ୍କୁ ପରାଜିତ କରିବା ସହିତ ଭୌମକରମାନଙ୍କ ରାଜ୍ୟର କିଛି ଅଂଶ ଅଧିକାର କରିଥିଲେ।
  • → ଦ୍ବିତୀୟ ଯଯାତି :ଦ୍ବିତୀୟ ଯଯାତି ୧୦୨୩ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ଭୌମକରମାନଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିଥିଲେ।
  • ସେ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲେ।
  • ଜନଶ୍ରୁତି ଅନୁସାରେ ସେ କନୌଜରୁ ଯାଜପୁରକୁ ୧୦,୦୦୦ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରି ଆଣିଥିଲେ।

→ ଓଡ଼ିଶାରେ ଗଙ୍ଗବଂଶର ଶାସନ :

  • ସୋମବଂଶୀ ଶାସନର ଅବସାନ ପରେ ଓଡ଼ିଶାରେ ଗଙ୍ଗବଂଶର ରାଜତ୍ଵ ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ୩୦୦ ବର୍ଷର ଏହି ଗଙ୍ଗ ଶାସନ ମଧ୍ୟଯୁଗୀୟ ଓଡ଼ିଶାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।
  • ଏହି ବଂଶର ପ୍ରମୁଖ ରାଜାମାନଙ୍କ ମଧ୍ୟରେ ବଜ୍ରହସ୍ତଦେବ, ରାଜରାଜଦେବ, ଚୋଡ଼ଗଙ୍ଗଦେବ, ପ୍ରଥମ ନରସିଂହଦେବ, ପ୍ରଥମ ଭାନୁଦେବ, ଦ୍ଵିତୀୟ ନରସିଂହଦେବ, ଦ୍ଵିତୀୟ ଭାନୁଦେବ ଓ ଚତୁର୍ଥ ଭାନୁଦେବ ବା ମତ୍ତଭାନୁଦେବ ପ୍ରଧାନ ଥିଲେ।
  • ଗଙ୍ଗମାନଙ୍କ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ ରୂପେ ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଏବେବି ଦଣ୍ଡାୟମାନ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

* ଚୋଡ଼ଗଙ୍ଗଦେବ :

  • ରାଜରାଜଦେବଙ୍କ ମୃତ୍ୟୁ ପରେ ଚୋଡ଼ଗଙ୍ଗଦେବ ୧୦୭୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ତାଙ୍କର ଦୀର୍ଘ ୭୦ ବର୍ଷର ରାଜତ୍ଵ କାଳରେ ଓଡ଼ିଶା ଏକ ସମୃଦ୍ଧ ଏବଂ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା।
  • ସେ ୧୧୧୦ ଖ୍ରୀଷ୍ଟାବ୍ଦରେ ଉତ୍କଳ ଅଧିକାର କରିଥିଲେ।
  • ସେ ବଙ୍ଗ ଆକ୍ରମଣ କରି ଆରମ୍ୟ ଏବଂ ରାଢ଼ ଅଞ୍ଚଳ ତାଙ୍କ ଅଧୀନକୁ ଆଣିଥିଲେ । ବେଙ୍ଗା ରାଜ୍ୟ ମଧ୍ୟ ତାଙ୍କ ସାମ୍ରାଜ୍ୟଭୁକ୍ତ ହୋଇଥିଲା।
  • ସେ ବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁର ଏବଂ ଅମରାବତୀ ଦୁର୍ଗ ନିର୍ମାଣ କରିଥିଲେ ବୋଲି କେତେକ ଐତିହାସିକ ବିଶ୍ଵାସ କରନ୍ତି।
  • ସେ ନିଜକୁ ‘ମହାରାଜାଧୁଜ’, ‘ତ୍ରିକଳିଙ୍ଗାଧୂପତି’, ‘ଶ୍ରୀଗଙ୍ଗଚୂଡ଼ାମଣି’ ଆଦି ଉପାଧ୍ଧରେ ଭୂଷିତ ହୋଇଥିଲେ।
  • ସେ ୧୧୪୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କରିଥିଲେ।

* ମନେରଖ :
ଚୋଡ଼ଗଙ୍ଗ ଦେବଙ୍କ ରାଜ୍ୟ ଜୟର ବର୍ଣ୍ଣନା ଅଛି । ଏଥରେ ସେ ପ୍ରଥମେ ଉତ୍କଳର ରାଜା (କର୍ଷକେଶରୀ ବା କଣ୍ଠଦେବ)ଙ୍କୁ ପରାଜିତ କରିବା କଥା ଉଲ୍ଲେଖ ଅଛି।

* ପ୍ରଥମ ନରସିଂହଦେବ :

  • ପ୍ରଥମ ନରସିଂହଦେବ ୧୨୩୮ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ।
  • ସେ ଜଣେ ଦିଗ୍‌ବିଜୟୀ ରାଜା ଥିଲେ । ସେ ବଙ୍ଗର ଶାସକ ତୁପ୍ରିଲ୍ ତୁଘାନ୍ ଖାଁଙ୍କୁ ପରାସ୍ତ କରି ବଙ୍ଗଳାର ବର୍ଷମାନ, ହୁଗୁଳି ଏବଂ ମେଦିନାପୁର ଆଦି ଅଞ୍ଚଳ ଓଡ଼ିଶା ସାମ୍ରାଜ୍ୟରେ ମିଶାଇଥିଲେ।
  • ସେ ଚାଲିଲାବେଳେ ତାଙ୍କ ରାଜକୀୟ ପୋଷାକ ଭୂମି ସ୍ପର୍ଶ କରୁଥିଲା। ତାହା ଲାଙ୍ଗୁଳ ପରି ଦେଖାଯାଉଥ‌ିବାରୁ ତାଙ୍କୁ ଲାଙ୍ଗୁଳା ନରସିଂହଦେବ କୁହାଯାଏ।
  • ତାଙ୍କର ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଥିଲା।
  • ବିଦ୍ୟାଧର ତାଙ୍କ ରାଜସଭାର ବିଶିଷ୍ଟ କବି ଥିଲେ। ସେ ‘ଏକାବଳୀ’ ନାମକ ଏକ ପ୍ରସିଦ୍ଧ ଅଳଙ୍କାର ଶାସ୍ତ୍ର ରଚନା କରିଥିଲେ।
  • ୧୨୯୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବ ମୃତ୍ୟୁବରଣ କରିଥିଲେ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

* ପୁରୀର ଜଗନ୍ନାଥ ମନ୍ଦିର :

  • ପୁରୀର ଜଗନ୍ନାଥ ମନ୍ଦିର ଚୋଡ଼ଗଙ୍ଗଦେବଙ୍କର ଏକ ଅମର କୀର୍ତ୍ତି।
  • ଏହି ମନ୍ଦିର କଳିଙ୍ଗ ଶୈଳୀରେ ନିର୍ମିତ ହୋଇଛି।
  • ଏହାର କାରୁକାର୍ଯ୍ୟ ଅତି ଉଚ୍ଚକୋଟୀର ଓ ରମଣୀୟ।
  • ଏହାର ଉଚ୍ଚତା ପ୍ରାୟ ୬୬ ମିଟର।
  • ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ୧୨ ମିଟର ଉଚ୍ଚତା ବିଶିଷ୍ଟ ଏକ ଅରୁଣ ସ୍ତମ୍ଭ ରହିଅଛି।
  • ଜଗନ୍ନାଥ ମନ୍ଦିରରେ ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କର ମୂର୍ତ୍ତି ଶୋଭା ପାଉଅଛି।
  • ଏହା ମେଘନାଦ ପାଚେରୀଦ୍ଵାରା ପରିବେଷ୍ଟିତ ହୋଇଛି।
  • ଏହି ମନ୍ଦିର ବେଢ଼ାରେ କାଶୀ-ବିଶ୍ଵନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର ଆଦି ଛୋଟ ଛୋଟ ମନ୍ଦିନ ରହିଛି।
  • ମୁକ୍ତିମଣ୍ଡପ ଓ ଆନନ୍ଦ ବଜାର ପୁରୀ ଜଗନ୍ନାଥ ମନ୍ଦିରର ଦୁଇଟି ଆକର୍ଷଣୀୟ ସ୍ଥାନ।
  • ପୁରୀ ଜଗନ୍ନାଥ ମନ୍ଦିରର ପୂର୍ବ ଦ୍ଵାରକୁ – ସିଂହଦ୍ଵାର, ପଶ୍ଚିମ ଦ୍ଵାରକୁ – ବ୍ୟାଘ୍ରଦ୍ୱାର, ଉତ୍ତର ଦ୍ଵାରକୁ – ହସ୍ତୀଦ୍ଵାର, ଦକ୍ଷିଣ ଦ୍ଵାରକୁ ଅଶ୍ଵଦ୍ଵାର କୁହାଯାଏ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q.6

* ଶଙ୍ଖ କ୍ଷେତ୍ର, କେନ୍ଦ୍ରାପଡ଼ାକୁ ଅର୍କକ୍ଷେତ୍ର, ଯାଜପୁର କୁ ବିରଜାକ୍ଷେତ୍ର, କେନ୍ଦ୍ରାପଡ଼ାକୁ ତୁଳସୀକ୍ଷେତ୍ର, କୋରାପୁଟକୁ ଶବରଙ୍କ୍ଷେତ୍ର, କୁନ୍ଦ୍ରାଯାଏ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

* କୋଣାର୍କର ସୂର୍ଯ୍ୟ ମନ୍ଦିର :

  • କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପ୍ରଥମ ନରସିଂହ ଦେବଙ୍କର ଅମ୍ଳାନ କୀର୍ତି ।
  • କୂଳରେ ସୂର୍ଯ୍ୟଙ୍କ ରଥାକୃତିର ଏହି ମନ୍ଦିରକୁ ୧୨୦୦ ବଢ଼େଇ ୧୨ ବର୍ଷ ସମୟରେ ମନ୍ତ୍ରୀ ଶିବେଇ ସାମନ୍ତରାୟ ଓ ମୁଖ୍ୟ ଶିଳ୍ପୀ ବିଶୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିର୍ମାଣ କରିଥିଲେ । ବିଶୁ
  • ମହାରଣାଙ୍କ ୧୨ ବର୍ଷର ପୁତ୍ର ଧରମା ଏହି ମନ୍ଦିରର ମୁଣ୍ଡି ମାରିଥିଲେ ।
  • ଏଥୁରେ ୨୪ଟି ଚକ ଓ ୭ଗୋଟି ଘୋଡ଼ା ରହିଛନ୍ତି । ବିରାଟ ଲୌହ କଡ଼ି ଓ ପ୍ରସ୍ତର ଖଣ୍ଡଗୁଡ଼ିକଦ୍ୱାରା ମନ୍ଦିରଟି ନିର୍ମିତ ହୋଇଛି।
  • ମନ୍ଦିରର କାନ୍ଥରେ ବିଭିନ୍ନ ଦେବଦେବୀ, ଗନ୍ଧର୍ବ, ପରୀ, ନର୍ତ୍ତକୀ, ବୃକ୍ଷଲତା, ପୁଷ୍ପ ଆଦିର ଚିତ୍ର କଳିଙ୍ଗ କୋଣାର୍କର ମୁଖ୍ୟ ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି।
  • କୋଣାର୍କର ମୁଖ୍ୟ ମନ୍ଦିର ବର୍ତ୍ତମାନ ଭଗ୍ନ ଅବସ୍ଥାରେ ରହିଛି । ସେଥ‌ିରେ ସୂର୍ଯ୍ୟଦେବଙ୍କ ସିଂହାସନ ଦେଖିବାକୁ ମିଳେ।
  • କଳା ମୁଗୁନି ପଥରରେ ନିର୍ମିତ ନବଗ୍ରହ ମୂର୍ତ୍ତି, ଛାୟାଦେବୀ ମନ୍ଦିର, ଗଜ, ସିଂହ, ଯୁଦ୍ଧଅଶ୍ଵର ମୂର୍ତ୍ତି ପର୍ଯ୍ୟଟକଙ୍କୁ ବିସ୍ମିତ କରେ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q.7

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ନୂତନ ଧର୍ମ ଓ ଆଧ୍ୟାତ୍ମିକ ଗୋଷ୍ଠୀର ସୃଷ୍ଟି – ନୂତନ ଭାଷା ଓ ଲିପିର ଜନ୍ମ, କଳା କ୍ଷେତ୍ରରେ ନୂତନ ଶୈଳୀର ପ୍ରବର୍ତ୍ତନ : ନୂତନ ଶୈଳୀର ପ୍ରବର୍ତ୍ତନ :

  • ମଧ୍ୟଯୁଗରେ ଭାରତର ଧର୍ମକ୍ଷେତ୍ରରେ ବହୁ ପରିବର୍ତ୍ତନ ଆସିଥିଲା। ଏହି ସମୟରେ ବୌଦ୍ଧଧର୍ମର ପତନ ଘଟିବା ସହିତ ଜୈନଧର୍ମର ପ୍ରଭାବ ହ୍ରାସ ପାଇଥିଲା।
  • ବ୍ରାହ୍ମଣ୍ୟ ଧର୍ମରେ ସଂସ୍କାର ଆସିବା ସହିତ ଭକ୍ତିବାଦର ଜନ୍ମ ଏବଂ ପ୍ରସାର ହୋଇଥିଲା।
  • ଭକ୍ତିବାଦର ମୁଖ୍ୟ ପ୍ରଚାରକମାନଙ୍କ ମଧ୍ୟରେ ଶଙ୍କରାଚାର୍ଯ୍ୟ, ରାମାନୁଜ, ରାମାନନ୍ଦ, କବୀର, ନାନକ, ଶ୍ରୀଚୈତନ୍ୟ, ନିମ୍ବର୍କ ଇତ୍ୟାଦି ପ୍ରଧାନ ଥିଲେ।
  • ଶଙ୍କରାଚାର୍ଯ୍ୟ ଜ୍ଞାନ ମାର୍ଗରେ ଈଶ୍ୱର ପ୍ରାପ୍ତି କହିଥିଲାବେଳେ ଅନ୍ୟମାନେ ଭକ୍ତି ଏବଂ ପ୍ରେମ ବଳରେ ଈଶ୍ୱରପ୍ରାପ୍ତି କଥା କହିଥିଲେ।
  • ମଧ୍ୟଯୁଗରେ ହୋଇଥିଲା । ଚୋଳ ରାଜ୍ୟରେ ତାମିଲ ଭାଷା, ଆନ୍ଧ୍ରରେ ତେଲୁଗୁ ଭାଷା, ମହୀଶୂରରେ କନ୍ନଡ଼ ଭାଷା, ପଶ୍ଚିମ ଭାରତରେ ମରାଠୀ ଓ ଗୁଜରାଟୀ ଭାଷା ଏବଂ ଓଡ଼ିଶାରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହୋଇଥିଲା।
  • କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ନୂତନ ଶୈଳୀର ପ୍ରବର୍ତ୍ତନ ଏ ଯୁଗର ଅନ୍ୟତମ ବୈଶିଷ୍ଟ୍ୟ। ଏହି ସମୟରେ ପଥର ଉପରେ ପଥର ରଖ୍ ଦୁଇକୋଠରି ବିଶିଷ୍ଟ ମନ୍ଦିରମାନ ନିର୍ମାଣ କରାଯାଉଥିଲା।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

→ ମଧ୍ୟଯୁଗରେ ନିର୍ମିତ ମନ୍ଦିର ସମ୍ପର୍କରେ ସୂଚନା :
BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Q.8

* ଶଙ୍କରାଚାର୍ଯ୍ୟ ଭାରତରେ ୪ ଗୋଟି ମଠ ସ୍ଥାପନ କରିଥିଲେ । ସେଗୁଡ଼ିକ ମଠ, ବଦ୍ରିନାଥରେ ଜ୍ୟୋତିର୍ମଠ, ଦ୍ଵାରକାରେ ଶାରଦା ମଠ ଏବଂ ଶୃଙ୍ଗେରୀ ମଠ।
* ଜନଶ୍ରୁତି ଅନୁସାରେ ‘ଭକ୍ତି ଦ୍ରାବିଡ଼ ଉପୁଜି ଲାୟେ ରାମାନନ୍ଦ ପରଗଟ କିଆ କବୀରନେ ସପ୍ତଦ୍ୱୀପ ନବଖଣ୍ଡ’ ଅର୍ଥାତ୍ ‘ଭକ୍ତିବାଦ ଦକ୍ଷିଣରେ ଜନ୍ମ ନେଲା। ଏହାକୁ ରାମାନନ୍ଦ ଉତ୍ତର ଭାରତକୁ ଆଣିଲେ ଏବଂ କବୀର ସର୍ବତ୍ର ପ୍ରଚାର କଲେ’।
* ଶିବଙ୍କ ଉପାସକ ଶୈବ, ବିଷ୍ଣୁଙ୍କ ଉପାସକ ବୈଷ୍ଣବ ଏବଂ ଶକ୍ତି (ଦେବୀ)ଙ୍କ ଉପାସକ ଶାକ୍ତ ରୂପେ ପରିଚିତ।

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଲା

ଖ୍ରୀଷ୍ଟାବ୍ଦ ଘଗଶା
୭୮୮
୮୪୦
୮୮୨
୮୯୦
୯୨୨
୯୭୭
୯୮୫
୯୯୭
୧୦୦୦
୧୦୦୦-୧୦୨୭
କେରଳର କାଲାଡ଼ିଠାରେ ଶଙ୍କରାଚାର୍ଯ୍ୟଙ୍କ ଜନ୍ମଗ୍ରହଣ
ପ୍ରଥମ ମିହିର ଭୋଜଙ୍କ ସିଂହାସନ ଆରୋହଣ
ପ୍ରଥମ ଜନମେଜୟଙ୍କ ସିଂହାସନ ଆରୋହଣ
ପ୍ରଥମ ମିହିର ଭୋଜଙ୍କ ମୃତ୍ୟୁ ଓ ମହେନ୍ଦ୍ର ପାଳଙ୍କ ସିଂହାସନ ଆରୋହଣ
ପ୍ରଥମ ଯଯାତିଙ୍କ ସିଂହାସନ ଆରୋହଣ
ଗଜନୀର ଶାସନକର୍ତ୍ତା ଭାବେ ସାବୁନ୍ତଗିନ୍‌ଙ୍କ ଦାୟିତ୍ଵ ଗ୍ରହଣ
ପ୍ରଥମ ରାଜରାଜଙ୍କ ସିଂହାସନ ଆରୋହଣ
ମାମୁଦ୍ରଙ୍କ ଗଜନୀର ଶାସନକର୍ତ୍ତା ରୂପେ ଦାୟିତ୍ଵ ଗ୍ରହଣ
ମାମୁଦ୍ରଙ୍କ ପ୍ରଥମ ଭାରତ ଆକ୍ରମଣ
ମାମୁଦ୍ରଙ୍କଦ୍ଵାରା ୧୭ ଥର ଭାରତ ଆକ୍ରମଣ

BSE Odisha 7th Class History Notes Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ଖ୍ରୀଷ୍ଟାବ୍ଦ ଘଗଶା
୧୦୧୨
୧୦୨୩
୧୦୨୫
୧୦୩୦
୧୦୭୭
୧୧୧୦
୧୧୪୭
୧୧୭୫
୧୧୯୧
୧୧୯୨
୧୨୦୬
୧୨୩୮
୧୨୫୧
୧୨୬୮
୧୨୯୪
୧୪୩୫
ରାଜେନ୍ଦ୍ର ଚୋଳଙ୍କ ସିଂହାସନ ଆରୋହଣ
ଦ୍ଵିତୀୟ ଯଯାତିଙ୍କ ସିଂହାସନ ଆରୋହଣ
ମାମୁଦ୍ରଙ୍କଦ୍ଵାରା ସୋମନାଥ ମନ୍ଦିର ଲୁଣ୍ଠନ
ମାମୁଦ୍ରଙ୍କ ମୃତ୍ୟୁ
ଚୋଡ଼ଗଙ୍ଗଦେବଙ୍କ ସିଂହାସନ ଆରୋହଣ
ଚୋଡ଼ଗଙ୍ଗଦେବଙ୍କ ଉତ୍କଳ ଅଧିକାର
ଚୋଡ଼ଗଙ୍ଗଦେବଙ୍କ ମୃତ୍ୟ
ମହମ୍ମଦ ଘୋରୀଙ୍କ ପ୍ରଥମ ଭାରତ ଆକ୍ରମଣ
ଦ୍ଵିତୀୟ ତିରୋରୀ ଯୁଦ୍ଧ ସଂଘଟିତ
ମହମ୍ମଦ ଘୋରୀଙ୍କ ମୃତ୍ୟ
ପ୍ରଥମ ନରସିଂହାଦେବଙ୍କ  ସିଂହାସନ ଆରୋହଣ
ପ୍ରଥମ ଜଟାବର୍ଶନ ସୁନ୍ଦର ପାଣ୍ଡଙ୍କ ସିଂହାସନ ଆରୋହଣ
ମାରବର୍ମନ କୁଳଶେଖର ପାଠ୍ୟଙ୍କ ସିଂହାସନ ଆରୋହଣ
ପ୍ରଥମ ନରସିଂହଦେବଙ୍କ ମୃତ୍ୟୁ
ଚତୁର୍ଥ ଭାନୁଦେବ (ମତ୍ତଭାନୁଦେବ)ଙ୍କ ମୃତ୍ୟ