CHSE Odisha Class 11 Sociology Unit 5 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 5 ସମାଜଶାସ୍ତ୍ର, ପଦ୍ଧତି ଏବଂ ପ୍ରୟୋଗ କୌଶଳ Short Answer Questions.

CHSE Odisha 11th Class Sociology Unit 5 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣ (observation) କହିଲେ କ’ଣ ବୁଝ ?
Answer:
ପର୍ଯ୍ୟବେକ୍ଷଣର ଅର୍ଥ, ଦେଖିବା ବା ନିରୀକ୍ଷଣ କରିବା । ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ଵରେ ଘଟିଯାଉଥ‌ିବା ଘଟଣାଗୁଡ଼ିକୁ ଆମେ ଦେଖୁଥାଉ । ମାତ୍ର ଏସବୁକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯାଏ ନାହିଁ । କିନ୍ତୁ ପର୍ଯ୍ୟବେକ୍ଷଣ ଯଦି କୌଣସି ଉଦ୍ଦେଶ୍ୟ ରଖ୍ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ, ତେବେ ତାକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯିବ ।

2. ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ଶ୍ରୀମତୀ ପି.ଭି. ୟଙ୍ଗ ଲେଖୁଛନ୍ତି ‘‘ପର୍ଯ୍ୟବେକ୍ଷଣ ଘଟଣାଗୁଡ଼ିକ ସ୍ବାଭାବିକଭାବେ ଘଟୁଥିବା ସମୟରେ ଆଖୁଦ୍ଵାରା ସୁବ୍ୟବସ୍ଥିତ ଓ ସୁବିଚାରିତ ଭାବେ କରାଯାଉଥିବା ଅଧ୍ୟୟନ ଅଟେ ।’’

3. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କହିଲେ କ’ଣ ବୁଝ ?
Answer:
ଯେଉଁ ଅଧ୍ୟୟନ ବିଷୟକୁ ନିୟନ୍ତ୍ରଣ କରାଯାଏ ନାହିଁ, ବରଂ ଘଟଣା ଯେପରି ଘଟୁଥାଏ ସେହି ସ୍ଵାଭାବିକ ବା ବାସ୍ତବରୂପକୁ ନିରୀକ୍ଷଣ କରାଯାଏ । ତାହାକୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କୁହାଯାଏ ।

4. ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କହିଲେ କ’ଣ ବୁଝ ?
Answer:
ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଏକ ପଦ୍ଧତି, ଯାହା ସାହାଯ୍ୟରେ ଗବେଷକ ଅଧ୍ୟୟନ କରାଯାଉଥିବା ଘଟଣା ଓ ପରିସ୍ଥିତିକୁ ନିୟନ୍ତ୍ରିତ କରି ତଥ୍ୟ ସଂଗ୍ରହ କରିଥାଏ । ଅନ୍ୟ ଅର୍ଥରେ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ହେଉଛି ଏପରି ଏକ ବିଧ୍ ଯାହାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତତ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଯୋଜନା ସୁନିଶ୍ଚିତ କରାଯାଇଥାଏ । ଏଥ‌ିପାଇଁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣକୁ ମଧ୍ଯ ପୂର୍ବ ନିୟୋଜିତ ବା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ କୁହାଯାଇଥାଏ ।

5. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) କହିଲେ କ’ଣ ବୁଝ ?
Answer:
ଯଦି ଅଧ୍ୟୟନ କର୍ତ୍ତା ନିଜେ, ଅଧ୍ୟୟନ ସମୂହ ବା ସମୁଦାୟର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଅଧ୍ୟୟନ ସମୂହର ସଦସ୍ୟଙ୍କ ବାସ୍ତବ ଜୀବନ ତଥା ଦୈନନ୍ଦିନ ବ୍ୟବହାରରେ ସକ୍ରିୟ ଭାଗନିଏ ଏବଂ ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସେମାନଙ୍କର ଉତ୍ସବ, ସଂସ୍କାର, କର୍ମକାଣ୍ଡ ତଥା ଅନ୍ୟ କ୍ରିୟାକଳାପ ଇତ୍ୟାଦିରେ ଏକ ପ୍ରକାର ନିଜକୁ ମିଶାଇ ଦେଇ ଅଧ୍ୟୟନ କରେ, ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

6. ସହଭାଗୀ ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ଶ୍ରୀମତୀ ୟଙ୍ଗଙ୍କ ଭାଷାରେ ‘‘ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣକୁ ପ୍ରୟୋଗ କରୁଥିବା ସହଭାଗୀ ପର୍ଯ୍ୟବେକ୍ଷଣ କର୍ତ୍ତା ଯେଉଁ ସମୂହର ଅଧ୍ୟୟନ କରୁଥାଏ, ସେହି ସମୂହରେ ବାସକରେ ଏବଂ ସେହି ସମୂହର ଜୀବନଧାରାରେ ଭାଗନେଇଥାଏ ।

7. ସହଭାଗୀ ପର୍ଯ୍ୟବେକ୍ଷଣର ଅବଧାରଣା କେବେ ଓ କାହାଦ୍ଵାରା କରାଯାଇଥିଲା ?
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ଅବଧାରଣା ସର୍ବପ୍ରଥମେ ୧୯୨୪ ମସିହାରେ ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍ ନିଜର ପ୍ରକାଶିତ “‘Social Discovery’ ପୁସ୍ତକରେ କରିଥିଲେ । ଏହା ପରଠାରୁ ସମାଜବିଜ୍ଞାନର ଏକ ମହତ୍ତ୍ଵପୂର୍ଣ୍ଣ ଗବେଷଣାର ମାଧ୍ୟମ ରୂପେ ଏହାର ପ୍ରୟୋଗ କରାଯାଇ ଆସୁଅଛି ।

8. ଅସହଭାଗୀ ପର୍ଯ୍ୟବେକ୍ଷଣ (Non-Participant Observation) କହିଲେ କ’ଣ ବୁଝ ?
Answer:
ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା କୌଣସି ସମୂହର ନିକଟ ଏବଂ ଘନିଷ୍ଠ ସମ୍ବନ୍ଧରେ ନ ଆସି ଏକ ସାଧାରଣ ଅପରିଚିତ ବ୍ୟକ୍ତି ରୂପରେ ଘଟଣାର ଅଧ୍ୟୟନ କରେ ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ‘ଅସହଭାଗୀ ପର୍ଯ୍ୟବେକ୍ଷଣ (Non- Participant observation) କୁହାଯାଏ ।

9. ଅର୍ଥ ସହଭାଗୀ ପର୍ଯ୍ୟବେକ୍ଷଣ (Quasi-Participant Observation) କହିଲେ କ’ଣ ବୁଝ ?
Answer:
ସମ୍ପୂର୍ଣ ସହଯୋଗୀତା ଦ୍ବାରା ଅଧ୍ୟୟନର ବସ୍ତୁନିଷ୍ଠତା ଲୋପ ପାଇବାର ଭୟ ଥାଏ ଓ ସମ୍ପୂର୍ଣ୍ଣ ଅସହଭାଗୀତା ଦ୍ଵାରା ଅଧ୍ୟୟନର ଗୋପନୀୟତା ତଥା ମହତ୍ତ୍ବପୂର୍ଣ୍ଣ ତଥ୍ୟ ପ୍ରାପ୍ତି ନ ହେବାର ଆଶଙ୍କା ରହିଥାଏ । ଏ ଦୃଷ୍ଟିରୁ ଅଧ୍ୟୟନକୁ ଅଧିକ ବୈଜ୍ଞାନିକ କରିବା ଲାଗି ଏହାକୁ ଆଂଶିକ ସହଭାଗୀ ଓ ଆଂଶିକ ଅସହଭାଗୀ କରାଯାଇଥାଏ । ଏହାକୁ ଅର୍ଦ୍ଧ ସହଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ । ଏ ପ୍ରକାର ପର୍ଯ୍ୟବେକ୍ଷଣ ଉଭୟ ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣର ବୈଶିଷ୍ଟ୍ୟମାନ ଅଟେ ।

10. ସାମୂହିକ ପର୍ଯ୍ୟବେକ୍ଷଣ (Mass Observation) କହିଲେ କ’ଣ ବୁଝ ?
Answer:
ପର୍ଯ୍ୟବେକ୍ଷଣ ଯଦି ଗୋଟିଏ ବ୍ୟକ୍ତିଦ୍ୱାରା ନ ହୋଇ ଅନେକ ବ୍ୟକ୍ତିଙ୍କ ଦ୍ବାରା ସାମୁହିକ ଭାବରେ କରାଯାଏ, ତାହା ହେଲେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସାମୂହିକ ପର୍ଯ୍ୟବେକ୍ଷଣ କୁହାଯାଏ ।

11. ସାମୂହିକ ପର୍ଯ୍ୟବେକ୍ଷଣର ସଂଜ୍ଞା ପ୍ରଦାନ କର ।
Answer:
ସିନ୍ ପାଓ ୟାଙ୍ଗ (HsinPao Yang) ଙ୍କ ମତରେ, ‘‘ସାମୂହିକ ପର୍ଯ୍ୟବେକ୍ଷଣ ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଏକ ସମ୍ମିଶ୍ରଣ । ଏଥ‌ିରେ ଅନେକ ବ୍ୟକ୍ତିଙ୍କ ଦ୍ୱାରା ତଥ୍ୟ ଗୁଡ଼ିକର ପର୍ଯ୍ୟବେକ୍ଷଣ କରାଯାଇ ଆଲେଖନ କରାଯାଏ ଏବଂ ତଥ୍ୟ ଗୁଡ଼ିକର ସଂକଳନ ଏବଂ ପ୍ରୟୋଗ ଏକ ମୁଖ୍ୟ ବ୍ୟକ୍ତି ଦ୍ଵାରା କରାଯାଇଥାଏ ।’’

12. ପ୍ରଶ୍ନବଳୀ (Questionnaire) କହିଲେ କ’ଣ ବୁଝ ?
Answer:
ପ୍ରଶ୍ନବଳୀ ହେଉଛି ବିଭିନ୍ନ ପ୍ରଶ୍ନର ଏକ ସୂଚୀ । ଏହି ପଦ୍ଧତିରେ ଅଧ୍ୟୟନ ବିଷୟ ନିମିତ୍ତ ଯେଉଁ ଆବଶ୍ୟକ ହୋଇଥାଏ, ତାହା ପାଇବା ପାଇଁ ପ୍ରଥମେ କେତେକ ପ୍ରଶ୍ନର ନିର୍ମାଣ କରାଯାଇଥାଏ । ଏହାକୁ ପ୍ରଶ୍ନବଳୀ (Questionnaire) କୁହାଯାଏ ।

13. ଡାକଦ୍ଵାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) କହିଲେ କ’ଣ ବୁଝ ?
Answer:
ପ୍ରଶ୍ନବଳୀ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଫେରସ୍ତ କରିଦେବା ପାଇଁ ଏକ ନିବେଦନ ପତ୍ର ସହିତ ଡାକଦ୍ବାରା ଉତ୍ତରଦାତାଙ୍କ ପାଖକୁ ପଠାଇ ଦିଆଯାଏ । ଉତ୍ତରଦାତାଙ୍କ ଠାରୁ ଡାକ ମାଧ୍ୟମରେ ପ୍ରାପ୍ତ ସୂଚନାର ଆଧାରରେ ଅଧ୍ୟୟନ ସମ୍ବନ୍ଧିତ ନିଷ୍କର୍ଷ ପ୍ରସ୍ତୁତ କରାଯାଏ । ପ୍ରଶ୍ନବଳୀର ଉପଯୋଗ ଡାକ ମାଧ୍ୟମରେ କରାଯାଉଥ‌ିବାରୁ ଏହାକୁ ମଧ୍ୟ ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) କୁହାଯାଏ ।

14. ପ୍ରଶାବଳୀର ସଂଜ୍ଞା ପ୍ରଦାନ କର ।
Answer:
ଗୁଡ଼େ ଏବଂ ହାଙ୍କ ମତରେ, ‘ସାଧାରଣଭାବେ ପ୍ରଶ୍ନବଳୀ ଶବ୍ଦଟି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଏକ ଉପକରଣକୁ ଦର୍ଶାଇଥାଏ, ଯାହାକୁ ଏକ ଫର୍ମ ମାଧ୍ୟମରେ ଉତ୍ତରଦାତା ପୂରଣ କରିଥାଏ ।’’

15. ଅନୁସୂଚୀ (Schedule) କହିଲେ କ’ଣ ବୁଝ ?
Answer:
ଅନୁସୂଚୀ ହେଉଛି, ଅଧ୍ୟୟନ ବିଷୟ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଏକ ବ୍ୟବସ୍ଥିତ ଏବଂ ଶ୍ରେଣୀବଦ୍ଧ ସୂଚୀ, ଯାହା ସାହାଯ୍ୟରେ ଅଧ୍ୟୟନ କର୍ତ୍ତା ସୂଚନାଦାତାଙ୍କ ସହିତ ସାକ୍ଷାତ୍‌କାର କରି ଆବଶ୍ୟକ ସୂଚନା ସଂଗ୍ରହ କରିଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

16. ସାକ୍ଷାତ୍‌କାର ଅନୁସୂଚୀ (Interview Schedule) କହିଲେ କ’ଣ ବୁଝ ?
Answer:
ପ୍ରାଥମିକ ତଥ୍ୟ ସଂଗ୍ରହ ପାଇଁ ଅନୁସୂଚୀ ହେଉଛି, ଏପରି ଏକ ମାଧ୍ୟମ ଯେଉଁଥରେ ପର୍ଯ୍ୟବେକ୍ଷଣ, ସାକ୍ଷାତ୍‌କାର ତଥା ପ୍ରଶ୍ନବଳୀର ବୈଶିଷ୍ଟ୍ୟ ଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଏଥିରେ ଅଧ୍ୟୟନ କର୍ତ୍ତା, ସୂଚନାଦାତାଙ୍କୁ ସାକ୍ଷାତକରି ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବାରୁ ଏହାକୁ ସାକ୍ଷାତକାର ଅନୁସୂଚୀ (Interview Schedule) କୁହାଯାଏ ।

17. ଅନୁସୂଚୀର ସଂଜ୍ଞା ପ୍ରଦାନ କର ?
Answer:
ଗୁଡ଼େ ଏବଂ ହାଙ୍କ ମତରେ, ଅନୁସୂଚୀ ହେଉଛି, କେତେକ ପ୍ରଶ୍ନର ସମଷ୍ଟି, ଯାହା ଏକ ସାକ୍ଷାତ୍‌କାର କର୍ତ୍ତା, ଅନ୍ୟ ବ୍ୟକ୍ତିଙ୍କୁ ମୁହାଁ ମୁହିଁ ପଚାରି ତାର ଉତ୍ତର ନିଜେ ଲିପିବଦ୍ଧ କରିଥାଏ ।

18. କମ୍‌ ତ୍ରି-ସ୍ତରୀୟ ନିୟମକୁ ଯେଉଁ ତିନୋଟି ଐତିହାସିକ କାଳ ସହ ସମ୍ପର୍କ କରିଛନ୍ତି ତାହା ଉଲ୍ଲେଖ କର ।
Answer:
ଅଗଷ୍ଟ କମ୍‌ ମାନବ ବିକାଶର ତିନୋଟି ସ୍ତରକୁ ତିନୋଟି ଐତିହାସିକ କାଳ ସହ ସଂପର୍କୀତ କରିଛନ୍ତି । ଏହି ଅନୁସାରେ ପ୍ରଥମ ସ୍ତର ୧୩୦୦ ମସିହା ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା । ଦ୍ୱିତୀୟ ସ୍ତର ୧୩୦୦ ମସିହା ଓ ୧୮୦୦ ମସିହା ମଧ୍ୟରେ ଥିଲା । ୧୮୦୦ ମସିହାଠାରୁ ବିଶ୍ୱରେ ତୃତୀୟ ସ୍ତର ପ୍ରାଧାନ୍ୟ ଲାଭ କରିଛି ।

19. ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological or Fictitious Stage) କହିଲେ କ’ଣ ବୁଝ ?
Answer:
କଣ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ହେଉଛି ସେହି ସ୍ତର ଯେତେବେଳେ ମନୁଷ୍ୟ ସବୁ ଘଟଣାକୁ କେତେ ଅତି ପ୍ରାକୃତିକ ଶକ୍ତି ଦୃଷ୍ଟିରୁ ଦେଖୁଥାଏ ଓ ବିଚାର କରିଥାଏ । ଏହି ସ୍ତରରେ ପ୍ରତ୍ୟେକ ଘଟଣା ପଛରେ କୌଣସି ନା କୌଣସି ଶକ୍ତିର ହାତ ଥ‌ିବା କଥା ମନୁଷ୍ୟ ଭାବିଥାଏ । ମନୁଷ୍ୟ ଧରିନିଏ ଯେ ସମସ୍ତ ଘଟଣା ଅଲୌକିକ ବା ଅତି ପ୍ରାକୃତିକ ଶକ୍ତିର କ୍ରିୟାର ପରିଣାମ ଅଟେ । ଆଦିମ ମାନବ ପ୍ରତ୍ୟେକ ନଦୀ ଓ ବୃକ୍ଷରେ ଈଶ୍ବରଙ୍କୁ ଦେଖୁଥାଏ ।

20. ଧର୍ମଶାସ୍ତ୍ରର ସ୍ତର କେତେଗୋଟି ସ୍ତରରେ ବିଭକ୍ତ ଓ ସେଗୁଡ଼ିକ କ’ଣ କ’ଣ ଅଟେ ?
Answer:
କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ତିନିଗୋଟି ସ୍ତରରେ ବିଭକ୍ତ । ସେଗୁଡ଼ିକ ହେଲା – (୧) ଆତ୍ମାବାଦ (Fetishism), (୨) ବହୁବିବାହ (Polytheism), (୩) ଏକତାବାଦ |(Monotheism)

21. ଆତ୍ମାବାଦ (Fetishism) କହିଲେ କ’ଣ ବୁଝ ?
Answer:
ସାମାଜିକ ବିକାଶର ଆରମ୍ଭରେ ମନୁଷ୍ୟ ବିଶ୍ୱାସ କରୁଥିଲା ଯେ ସମସ୍ତ ଜୀବନଯୁକ୍ତ ଓ ଜଡ଼ ବସ୍ତୁ ଜୀବନ୍ତ ଅଟେ । ଅର୍ଥାତ୍ ସଂସାରରେ ଯେତେ ବସ୍ତୁ ଅଛି ସେହି ବସ୍ତୁର ଜୀବନ ଥାଏ । ପ୍ରତ୍ୟେକ ବସ୍ତୁ ଭିତରେ ଆତ୍ମା ବାସ କରୁଛି ବୋଲି ସେମାନେ ବିଶ୍ଵାସ କରୁଥିଲେ । ଏପରିକି ଜଡ଼ ବସ୍ତୁଗୁଡ଼ିକ ଜୀବନ ବିହୀନ ନୁହଁନ୍ତି ଏବଂ ପ୍ରତ୍ୟେକ ବସ୍ତୁର ଏକ ଆତ୍ମା ରହିଛି । ବସ୍ତୁ ଗୁଡ଼ିକର ସ୍ଥିତି ଓ ଗତି ନିମନ୍ତେ ଏହି ଆତ୍ମାଗୁଡ଼ିକ ଦାୟୀ ଅଟନ୍ତି । ଆଦିମାନବର ଚିନ୍ତନ ଏହି ସ୍ତରରେ ଥିଲା ।

22. ବହୁଦେବବାଦ (Polytheism) କହିଲେ କ’ଣ ବୁଝ ?
Answer:
ଯେହେତୁ ପ୍ରତ୍ୟେକ ବସ୍ତୁ ନିମନ୍ତେ ଗୋଟିଏ ଆତ୍ମା ଥାଏ, ତେଣୁ ସମସ୍ତ ବସ୍ତୁ ନିମନ୍ତେ ବହୁ ସଂଖ୍ୟକ ଆତ୍ମା ଥାଏ । କିନ୍ତୁ ବହୁ ସଂଖ୍ୟକ ଆତ୍ମା ମାନସିକ ଭ୍ରମ ସୃଷ୍ଟି କଲା ଏବଂ ଆତ୍ମାବାଦ ବା ପ୍ରେତବାଦ ଦୁର୍ବଳ ହୋଇପଡ଼ିଲା । ଏକ ନିର୍ଦ୍ଦିଷ୍ଟ ସ୍ତରରେ ଏହି ପ୍ରକାର ଭ୍ରମର ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ମନ ଆତ୍ମାଗୁଡ଼ିକର ସଂଖ୍ୟାକୁ ହ୍ରାସ କଲା ଏବଂ ନିର୍ଦ୍ଦିଷ୍ଟ ସଂଖ୍ୟକ ଦେବତାଙ୍କୁ ସୃଷ୍ଟି କଲା । ତେଣୁ ଆତ୍ମାବାଦ ପରିବର୍ତ୍ତେ ବହୁଦେବବାଦର ଉତ୍ପତ୍ତି ହେଲା । କମ୍ଫେ ଏହାକୁ ବହୁଦେବବାଦ ନାମରେ ନାମିତ କରିଛନ୍ତି ।

23. ଏକ ଦେବବାଦ (Monotheism) କହିଲେ କ’ଣ ବୁଝ ?
Answer:
ଧାର୍ମିକ ସ୍ତରରେ ବିକାଶର ତୃତୀୟ ସ୍ତରକୁ କମ୍ ଏକଦେବବାଦ ବୋଲି କହିଛନ୍ତି । ଯେତେବେଳେ ମନୁଷ୍ୟ ମନ ଉତ୍ତମରୂପେ ସଂଗଠିତ ହୋଇଯାଏ, ସେତେବେଳେ ସେ ଅନେକ ଦେବତାଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରିଦିଏ । ତେଣୁ ଏହି ସ୍ତରରେ ମନୁଷ୍ୟ ଅନେକ ଦେବତାଙ୍କୁ ଗ୍ରହଣ ନ କରି ଏକ ମାତ୍ର ଦେବତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ସ୍ଥାପନ କଲା । ଈଶ୍ବରଙ୍କୁ ସମଗ୍ର ବ୍ରହ୍ମାଣ୍ଡର ମାଲିକ ବୋଲି ବିଚାର କରାଗଲା ଏବଂ ସେ ସମସ୍ତ ଘଟଣାକୁ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ କରନ୍ତି ବୋଲି ମନୁଷ୍ୟ ବିଶ୍ଵାସ କଲା । ସମସ୍ତ ପ୍ରାକୃତିକ ଘଟଣା ସେହି ଦେବତାଙ୍କ ଦ୍ବାରା ପରିଚାଳିତ । ସେ ହେଉଛନ୍ତି ସର୍ବ ଶକ୍ତିମାନ ।

24. ଇମାଇଲ୍ ଦୁର୍ଖମ୍ (Emile Durkheim)ଙ୍କ ମତରେ ‘‘ଆତ୍ମହତ୍ୟା’’ କହିଲେ କ’ଣ ବୁଝାଏ ?
Answer:
୧୮୯୭ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (suicide) ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ମତରେ ମନସ୍ତାତ୍ତ୍ଵିକ କାରକ ଗୁଡ଼ିକ ହେଉଛି ସାମାଜିକ ଅବସ୍ଥାର ଫଳ । ସାମାଜିକ ଅବସ୍ଥା, ମନ (Mind) କୁ ପ୍ରଭାବିତ କରେ । ତେଣୁ ଆତ୍ମହତ୍ୟା ସାମାଜିକ ଅବସ୍ଥା ସହିତ ସଂପର୍କୀତ । ଏହା ମନସ୍ତାତ୍ତ୍ଵିକ ଅବସ୍ଥା ସହିତ ସଂପର୍କୀତ ନୁହେଁ ।

25. ଇମାଇଲ୍ ଦୁର୍ଖମ୍‌ଙ୍କ ‘‘ଆତ୍ମହତ୍ୟା’’ (Suicide) ର ସଂଜ୍ଞା ପ୍ରଦାନ କର ।
Answer:
ଦୁର୍ଖଙ୍କ ମତରେ ‘ଆତ୍ମହତ୍ୟା’’ ଶବ୍ଦ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଘଟୁଥୁବା ମୃତ୍ୟୁର ସମସ୍ତ ଘଟଣାକୁ ଦର୍ଶାଇଥାଏ । ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପର ଫଳାଫଳ କ’ଣ ହେବ ସେ ଜାଣିଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

26. ସଂସ୍କୃତିକରଣ (Sanskritisation) ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ହିନ୍ଦୁ ସମାଜରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ସଂସ୍କୃତୀକରଣ ବୋଲି କୁହାଯାଏ । ଏହା ସାମାଜିକ ଓ ସାଂସ୍କୃତିକ ପରିବତ୍ତର୍ନରେ ପ୍ରତୀକ ଭାବେ ପରିଚିତ ହୋଇଥାଏ । ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ସର୍ବପ୍ରଥମେ ଏହି ଶବ୍ଦର ପ୍ରୟୋଗ କରିଥିଲେ ।

27. ସଂସ୍କୃତିକରଣ ଶବ୍ଦର ସୃଷ୍ଟି ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
Answer:
ପ୍ରଖ୍ୟାତ ଭାରତୀୟ ସମାଜବିଜ୍ଞାନୀ ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ତାଙ୍କ ରଚିତ ‘କୁର୍ଗମାନଙ୍କର ଧର୍ମ ଓ ସମାଜ’’ ନାମକ ପୁସ୍ତକରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ବୁଝାଇବା ପାଇଁ ସର୍ବପ୍ରଥମେ ଏହି ‘‘ସଂସ୍କୃତିକରଣ’’ (Sanskritisation) ଶବ୍ଦଟିକୁ ସୃଷ୍ଟି କରିଥିଲେ । ଏହି ପୁସ୍ତକଟି ୧୯୫୨ ମସିହାରେ ପ୍ରକାଶିତ ହୋଇଥିଲା ।

28. ସଂସ୍କୃତିକରଣ (Sanskritisation) କହିଲେ କ’ଣ ବୁଝ ?
Answer:
ସଂସ୍କୃତିକରଣ ଭାରତୀୟ ସମାଜର ଏକ ଅନ୍ତଃ ପ୍ରକ୍ରିୟା ଅଟେ । ହିନ୍ଦୁ ସମାଜରେ ସାଂସ୍କୃତିକ ଓ ଗତିଶୀଳତାକୁ ବୁଝାଇବାକୁ ସମାଜବିଜ୍ଞାନୀ ଏମ୍. ଏନ୍. ଶ୍ରୀନିବାସ ସର୍ବପ୍ରଥମେ ସଂସ୍କୃତିକରଣ ଶବ୍ଦଟିକୁ ପ୍ରୟୋଗ କରିଥିଲେ । ଏହି ପ୍ରକ୍ରିୟା ମାଧ୍ୟମରେ ନିମ୍ନଜାତିର ହିନ୍ଦୁ ବା ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, ବିଚାରଧାରା ଓ ଜୀବନଶୈଳୀକୁ ପରିବର୍ତ୍ତନ କରି ଜାତି ସ୍ତରୀକରଣ ପ୍ରକ୍ରିୟାରେ ଉଚ୍ଚ ପ୍ରସ୍ଥିତି ଲାଭ କରିବାକୁ ଚେଷ୍ଟା କରିଥାନ୍ତି ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣର ମୌଳିକ ଗୁଣ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣର ମୌଳିକ ଗୁଣ ହେଉଛି : –
(କ) ମାନବ ଇନ୍ଦ୍ରିୟ ଗୁଡ଼ିକର ପୂର୍ଣ୍ଣ ବିନିଯୋଗ ।
(ଖ) ପର୍ଯ୍ୟବେକ୍ଷଣ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସୁବିଚାରିତ ପଦ୍ଧତି ।
(ଗ) ପର୍ଯ୍ୟବେକ୍ଷଣ ସାମାଜିକ ଗବେଷଣାର ହେଉଛି ପ୍ରତ୍ୟକ୍ଷ ପଦ୍ଧତି ।
(ଘ) ପର୍ଯ୍ୟବେକ୍ଷଣ ଏକ ବୈଜ୍ଞାନିକ ପଦ୍ଧତି ଅଟେ ।
(ଙ) ଏହା ଘଟଣା ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ କରିଥାଏ ।
(ଚ) ପର୍ଯ୍ୟବେକ୍ଷଣ କାରଣ-ଫଳାଫଳ ସମ୍ବନ୍ଧକୁ ସ୍ପଷ୍ଟ କରିଥାଏ ।

2. ପର୍ଯ୍ୟବେକ୍ଷଣର ପ୍ରକାରଭେଦ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣକୁ ଛଅଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା –
(କ) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ।
(ଖ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ।
(ଗ) ସହଭାଗୀ ପର୍ଯ୍ୟବେକ୍ଷଣ।
(ଘ) ଅସହଭାଗୀ ପର୍ଯ୍ୟବେକ୍ଷଣ ।
(ଙ) ଅର୍ଦ୍ଧ ସହଭାଗୀ ପର୍ଯ୍ୟବେକ୍ଷଣ ।
(ଚ) ସାମୁହିକ ପର୍ଯ୍ୟବେକ୍ଷଣ ।

3. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଉପଯୋଗିତା ଉଲ୍ଲେଖ କର ।
Answer:
(କ) ପର୍ଯ୍ୟବେକ୍ଷଣ କର୍ତ୍ତା ଅନେକ ବିଶେଷ ସମସ୍ୟା, ପରିସ୍ଥିତି ତଥା କ୍ରିୟାଗୁଡ଼ିକୁ ସରଳତା ପୂର୍ବକ ଅଧ୍ୟୟନ କରିଥାଏ ।
(ଖ) ଏହି ପର୍ଯ୍ୟବେକ୍ଷଣ ଦ୍ବାରା ଅଧ୍ୟୟନ କର୍ତ୍ତା, ଅଧ୍ୟୟନ ସାମଗ୍ରୀ ଦ୍ବାରା ପ୍ରଭାବିତ ହୋଇନଥାଏ । ଯାହାଫଳରେ ବାସ୍ତବ ଏବଂ ବିଶ୍ଵାସନୀୟ ତଥ୍ୟ ସଂଗ୍ରହ କରାଯାଇପାରେ ।
(ଗ) ଅଧ୍ୟୟନ କର୍ତ୍ତାର ବ୍ୟବହାର ଉପରେ ବା ଅଧ୍ୟୟନ କରାଯାଉଥିବା ଘଟଣା ଉପରେ ନିୟନ୍ତ୍ରଣ ନ ରହିବା ଫଳରେ ଏହି ପ୍ରକାର ପର୍ଯ୍ୟବେକ୍ଷଣ ଅଧ‌ିକ ବସ୍ତୁନିଷ୍ଠ ହୋଇଥାଏ ।
(ଘ) ପରିବର୍ତ୍ତନଶୀଳ ସାମାଜିକ ବ୍ୟବହାରକୁ ଏହି ପର୍ଯ୍ୟବେକ୍ଷଣ ଦ୍ବାରା ସରଳଭାବରେ ବୃଝି ହୁଏ ।

4. ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଅପକାରିତାମାନ ଦର୍ଶାଅ ।
Answer:
(କ) ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଗବେଷକ ଉପରେ ନିୟନ୍ତ୍ରଣ ନ ରହିବା ହେତୁ ଯଦି ଗବେଷକର ବ୍ୟକ୍ତିଗତ ଭୁଲ୍ ହୋଇଯାଏ ତେବେ ସମ୍ପୂର୍ଣ୍ଣ ଅଧ୍ୟୟନ ଭୁଲ୍ ହୋଇଯିବାର ଆଶଙ୍କା ଥାଏ ।
(ଖ) ଦର୍ଶକ ଭାବେ ଗବେଷକ ଆବଶ୍ୟକ ତଥା ଅନାବଶ୍ୟକ ସବୁପ୍ରକାର ସୂଚନାକୁ ଏକତ୍ରିତ କରିଥାଏ । ଯାହାଫଳରେ ଅଯଥା ସମୟ ଏବଂ ପରିଶ୍ରମ କରିବାକୁ ପଡ଼ିଥାଏ ।
(ଗ) ବେଷକ ସୁବିଧା ଦେଖ୍ ତାହା ଲେଖୁଥାଏ । ଫଳରେ ହୁଏତ ଅଧିକ ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ବାଦ୍ ଦେଇ କମ୍ ଗୁରୁତ୍ଵପୂର୍ଣ୍ଣ ଘଟଣାକୁ ଲେଖୁବାର ସମ୍ଭାବନା ଥାଏ ।
(ଘ) ଏହି ପର୍ଯ୍ୟବେକ୍ଷଣ କାଳରେ ଯଦି ଗବେଷକ ଧୈର୍ଯ୍ୟହୀନ ହୋଇପଡ଼ନ୍ତି, ତେବେ ଅନେକ ବାସ୍ତବ ଏବଂ ଉପଯୋଗୀ ତଥ୍ୟ ପାଇବାରୁ ସେ ବଞ୍ଚତ ହୁଅନ୍ତି ।

5. ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(କ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କରାଯାଉଥ‌ିବା ଘଟଣା ବା ପରିସ୍ଥିତିକୁ ନିୟନ୍ତ୍ରିତ କରି ପର୍ଯ୍ୟବେକ୍ଷଣ କରାଯାଏ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ଘଟଣା ବା ପରିସ୍ଥିତି ପର୍ଯ୍ୟବେକ୍ଷଣ କର୍ତ୍ତାର ନିୟନ୍ତ୍ରଣରେ ନ ଥାଏ ।

(ଖ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷଣ କର୍ରା ପୂର୍ବ-ନିଶ୍ଚିତ ନିର୍ଦ୍ଦେଶ ଅନୁସାରେ ନିଜର ବ୍ୟବହାର ଓ କାର୍ଯ୍ୟ ଶୈଳୀକୁ ନିୟନ୍ତ୍ରିତ କରି ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ନିଜ ବ୍ୟବହାର ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ନ ଥାଏ।

CHSE Odisha Class 11 Sociology Unit 5 Short Answer Questions in Odia Medium

(ଗ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ପ୍ରଥମେ ଏକ ନିଶ୍ଚିତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାକୁ ପଡିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ କୌଣସି ପୂର୍ବ-ଯୋଜନା ନ ଥାଇ, ଯେ କୌଣସି ସମୟରେ ଓ ଯେକୌଣସି କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରାଯାଏ।

(ଘ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ପାଇଁ ଏକ କୃତ୍ରିମ ବାତାବରଣ ସୃଷ୍ଟି କରିବାକୁ ପଡ଼ିଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ନିୟନ୍ତ୍ରଣ ନ ରହିବା ଯୋଗୁଁ ଅଧ୍ୟୟନ ଅଧିକ ସ୍ଵାଭାବିକ ହୋଇଥାଏ ।

(ଙ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କର୍ତ୍ତାର ମନୋବୃତ୍ତି, ବିଚାରଧାରା, ତଥା ବ୍ୟକ୍ତିଗତ ପକ୍ଷପାତ ଇତ୍ୟାଦିର ପ୍ରଭାବ ପଡ଼ିନଥାଏ । ଫଳରେ ଅଧ୍ୟୟନ ଅଧ୍ଵ ନିରପେକ୍ଷ ଓ ବିଶ୍ବସନୀୟ ହୋଇଥାଏ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷଣ କର୍ତ୍ତା ନିଜର ସ୍ୱତନ୍ତ୍ରତା ତଥା ବ୍ୟକ୍ତିଗତ ରୁଚିର ଅଧ‌ିକ ପ୍ରୟୋଗ କରିଥାଏ । ତେଣୁ ଅଧ୍ୟୟନ ପକ୍ଷପାତ ପୂର୍ଣ ଏବଂ କମ୍ ବିଶ୍ୱସନୀୟ ହୋଇଥାଏ ।

(ଚ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ, କ୍ଷୁଦ୍ର ବା କୌଣସି ବିଶେଷ ପକ୍ଷକୁ ଅଧ୍ୟୟନ କରିବା ପାଇଁ ଅଧିକ ଉପଯୁକ୍ତ ଅଟେ । ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ବୃହତ୍ତ ସମୂହର ଅଧୟନ ପାଇଁ ଉପଯୁକ୍ତ ଅଟେ ।

(ଛ) ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ କର୍ତ୍ତା ସ୍ଵାଧୀନ ହୋଇନଥାଏ, ତେଣୁ ଘଟଣା ଏବଂ ବ୍ୟବହାର ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ ସମ୍ଭବପର ହୋଇନଥାଏ । କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣରେ ସ୍ଵାଧୀନତା ଥିବା ଯୋଗୁଁ କୌଣସି ସମୂହର ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।

6. ସହଭାଗୀ ପର୍ଯ୍ୟବେକ୍ଷଣର ଗୁରୁତ୍ବ ବା ଉପକାରିତାମାନ ଦର୍ଶାଅ ।
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ବା ଉପକାରିତାମାନ ହେଲା –
(କ) ବାସ୍ତବ ବ୍ୟବହାର ଅଧ୍ୟୟନ ସମ୍ଭବପର ଅଟେ ।
(ଖ) ପ୍ରତ୍ୟକ୍ଷ ଅଧ୍ୟୟନ କରାଯାଇଥାଏ ।
(ଗ) ସ୍ଵପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।
(ଘ) ସରଳ ଅଧ୍ୟୟନ କରାଯାଇଥାଏ ।

7. ସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଅପକାରିତାମାନ ଉଲ୍ଲେଖ କର ।
Answer:
ସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଅପକାରିତାମାନ ହେଲା –
(କ) ବସ୍ତୁନିଷ୍ଠତାର ଅଭାବ ପରିଲକ୍ଷିତ ହୋଇଥାଏ ।
(ଖ) ପୂର୍ଣ୍ଣ ସହଭାଗୀତା ସମ୍ଭବପର ନୁହେଁ ।
(ଗ) ଏହା ବ୍ୟୟ-ବହୁଳ ପ୍ରଣାଳୀ ଅଟେ ।
(ଘ) ସମୂହ ବ୍ୟବହାରରେ ପରିବର୍ତ୍ତନ ।
(ଙ) ବିଶିଷ୍ଟ ସମୂହର ଅଧ୍ୟୟନରେ ଅସୁବିଧା ।
(ଚ) ଉଚିତ୍ ପ୍ରତିନିଧ୍ର ଅଭାବ ।

8. ଅସହଭାଗୀ ପର୍ଯ୍ୟବେକ୍ଷଣର ଉପକାରିତାମାନ ଦର୍ଶାଅ ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣର ଉପକାରିତାମାନ ହେଲା –
(କ) ଅଧ‌ିକ ସହଯୋଗ ।
(ଖ) ଅଧ‌ିକ ତଥ୍ୟ ସଂଗ୍ରହ ।
(ଗ) ମିତବ୍ୟୟୀ ପ୍ରଣାଳୀ ।
(ଘ) ଅଧ୍ବକ ବିଶ୍ବସନୀୟ ତଥ୍ୟ ସଂଗ୍ରହ ।
(ଙ) ବସ୍ତୁନିଷ୍ଠ ଅଧ୍ୟୟନ ସମ୍ଭବପର ଅଟେ ।

9. ଅସହଭାଗୀ ପର୍ଯ୍ୟବେକ୍ଷଣର ଦୋଷ ଛୁଟି ବା ଅପକାରିତାମାନ ଉଲ୍ଲେଖ କର ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣର ମୁଖ୍ୟ ଦୋଷ ତ୍ରୁଟି ଗୁଡ଼ିକ ହେଲା –
(କ) ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଘଟଣାଗୁଡ଼ିକୁ ସମୂହର ସଦସ୍ୟଙ୍କ ଦୃଷ୍ଟିକୋଣରୁ ନ ଦେଖ୍, ନିଜ ଦୃଷ୍ଟିକୋଣରୁ ଦେଖୁଥାଏ ।
(ଖ) କୌଣସି ଗ୍ରୁପ୍ତ ଏବଂ ଦରକାରୀ ସୂଚନା ପାଇବା ଦିଗରେ ଅସହଭାଗୀ ପର୍ଯ୍ୟବେକ୍ଷଣ ବିଶେଷ ସାହାଯ୍ୟ କରିପାରେ ନାହିଁ ।
(ଗ) ଅଧ୍ୟୟନ ଅସ୍ଵାଭାବିକ ଓ ତ୍ରୁଟିପୂର୍ଣ୍ଣ ହୋଇଥାଏ ।
(ଘ) ଏହି ପ୍ରକାର ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କାର୍ଯ୍ୟ ଅସମାପ୍ତ ରହିଯିବାର ସମ୍ଭାବନା ଥାଏ ।

CHSE Odisha Class 11 Sociology Unit 5 Short Answer Questions in Odia Medium

10. ସହଭାଗୀ ପର୍ଯ୍ୟବେକ୍ଷଣ ଓ ଅସହଭାଗୀ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(କ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଅଧ୍ୟୟନ ସମୂହର ଅଭିନ୍ନ ଅଙ୍ଗଭାବେ ଘଟଣାର ଅଧ୍ୟୟନ କରିଥାଏ,
ମାତ୍ର ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତାର ଭୂମିକା ଜଣେ ଅପରିଚିତ ଏବଂ ମୌନସ୍ରଷ୍ଟା ରୂପେ ହୋଇଥାଏ ।
(ଖ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ କର୍ତ୍ତା ଜଣେ ଗୁପ୍ତଚର ପରି ସମୂହର ଜୀବନଧାରାରେ ମିଶିଯାଇ ଏହାର ସ୍ଵାଭାବିକ ବ୍ୟବହାରକୁ ଅଧ୍ୟୟନ କରିପାରିଥାଏ । ଅସହଭାଗୀ ପର୍ଯ୍ୟବେକ୍ଷଣରେ ସମୂହର ସଦସ୍ୟମାନେ ଅଧ୍ୟୟନ କର୍ତ୍ତାକୁ ଜଣେ ଅପରିଚିତ ବ୍ୟକ୍ତିଭାବେ କୃତ୍ରିମ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ।
(ଗ) ସହଭାଗୀ ପର୍ଯ୍ୟବେକ୍ଷଣରେ ଘଟଣା ଗୁଡ଼ିକର ସ୍ବପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ହୋଇଥାଏ, ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ ସମୂହର ବାହ୍ୟ ବ୍ୟବହାରକୁ ଯେଉଁ ରୂପରେ ଜାଣିହୁଏ, ଗୋପନୀୟ ତଥ୍ୟକୁ ସେହି ରୂପରେ ଜାଣି ହୁଏ ନାହିଁ ।
(ଘ) ସହଭାଗୀ ପର୍ଯ୍ୟବେକ୍ଷଣରେ ତଥ୍ୟ ଗୁଡ଼ିକର ପରୀକ୍ଷଣ ଓ ପୁନଃ ପରୀକ୍ଷଣ ସମ୍ଭବପର ହୋଇଥାଏ; କିନ୍ତୁ ଅସହଭାଗୀ ପର୍ଯ୍ୟବେକ୍ଷଣର ତଥ୍ୟଗୁଡ଼ିକର ତୁଳନାତ୍ମକ ପରୀକ୍ଷା କଷ୍ଟକର ଅଟେ ।
(ଙ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧିକ ସମୟ ଓ ଧନ ଆବଶ୍ୟକ ହୋଇଥାଏ; ମାତ୍ର ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅପେକ୍ଷାକୃତ କମ୍ ସମୟ ଓ ଧନ ଦରକାର ପଡ଼େ ।
(ଚ) ସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନର ବସ୍ତୁନିଷ୍ଠତା କମ୍ ଦେଖାଯାଏ କିନ୍ତୁ ଅସହଭାଗୀ ପର୍ଯ୍ୟବେକ୍ଷଣରେ ଅଧ୍ୟୟନ ଅଧ‌ିକ ବସ୍ତୁନିଷ୍ଠ ଏବଂ ନିରପେକ୍ଷ ହୁଏ ।

11. ପ୍ରଶ୍ନବଳୀର ଉପଯୋଗିତା ଦର୍ଶାଅ ।
Answer:
ପ୍ରଶ୍ନବଳୀର ଉପଯୋଗିତା ବା ଉପକାରିତାମାନ ହେଲା
(କ) ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ ।
(ଖ) ଅପେକ୍ଷାକୃତ କମ୍ ଧନ, ଶ୍ରମ ଓ ସମୟ ବ୍ୟୟ ।
(ଗ) ଅଧ୍ୟୟନର ପୁନରାବୃତ୍ତି ସମ୍ଭବ ଅଟେ ।
(ଘ) ଉଭୟ ଅଧ୍ୟୟନ କର୍ତ୍ତା ଓ ସୂଚନାଦାତାଙ୍କ ପାଇଁ ସୁବିଧାଜନକ ଅଟେ ।
(ଙ) ପରିସଂଖ୍ୟାନ ସମ୍ବନ୍ଧୀୟ ବିଶ୍ଳେଷଣରେ ସୁବିଧା ।
(ଚ) ସ୍ଵତନ୍ତ୍ର ଏବଂ ପ୍ରାମାଣିକ ସୂଚନା
(ଛ) ବସ୍ତୁନିଷ୍ଠ ସୂଚନାର ସମ୍ଭାବନା ।
(ଜି) ସରଳ ଉପଯୋଗ ।

12. ପ୍ରଶ୍ନବଳୀର ଦୋଷ ବା ଅପକାରିତା ଦର୍ଶାଅ ।
Answer:
ପ୍ରଶ୍ନବଳୀର ଦୋଷ ବା ଅପକାରିତା ମାନ ହେଲା –
(କ) ଅଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଅନୁପଯୁକ୍ତ ଅଟେ ।
(ଖ) ଗଭୀର ଅଧ୍ୟୟନ ପାଇଁ ଅନୁପଯୁକ୍ତ ଅଟେ ।
(ଗ) ଉତ୍ତର ପ୍ରାପ୍ତିର ସମସ୍ୟା ।
(ଘ) ସାର୍ବଜନୀନ ପ୍ରଶ୍ନଗୁଡ଼ିକର ନିର୍ମାଣ ଅସମ୍ଭବ ।
(ଙ) ଉତ୍ତରଦାତାର ଦ୍ବନ୍ଦ୍ବର ସମସ୍ୟା ।
(ଚ) ବ୍ୟକ୍ତିଗତ ସମ୍ପର୍କର ଅଭାବ ।
(ଛ) ଅସ୍ପଷ୍ଟ ହସ୍ତାକ୍ଷରର ସମସ୍ୟା ।

13. ପ୍ରଶ୍ନବଳୀର ବୈଶିଷ୍ଟ୍ୟ ବା ଲକ୍ଷଣମାନ ଉଲ୍ଲେଖ କର ।
Answer:
(କ) ପ୍ରଶ୍ନବଳୀ ଅଧ୍ୟୟନର ବିଭିନ୍ନ ପକ୍ଷ ସହିତ ସମ୍ବନ୍ଧିତ ସୂଚନା ଗୁଡ଼ିକୁ ପ୍ରାପ୍ତ କରିବାପାଇଁ ଅନେକ ପ୍ରଶ୍ନର ଏକ ବ୍ୟବସ୍ଥିତ ସୂଚୀ ଅଟେ ।
(ଖ) ଏହା ସୂଚନାଦାତାଙ୍କ ଠାରୁ ପ୍ରାଥମିକ ସାମଗ୍ରୀ ସଂଗ୍ରହ କରିବାର ହେଉଛି ଏକ ଅପ୍ରତ୍ୟକ୍ଷ ଉପକରଣ ।
(ଗ) ସାଧାରଣତଃ ପ୍ରଶ୍ନବଳୀ ଡାକଦ୍ବାରା ପଠାଯାଇଥାଏ, ମାତ୍ର ସ୍ଥଳ ବିଶେଷରେ ବ୍ୟକ୍ତିଗତ ଭାବେ ମଧ୍ୟ ଏହା ବିତରଣ କରାଯାଇଥାଏ ।
(ଘ) ପ୍ରଶ୍ନବଳୀରେ ଉତ୍ତରଦାତା ନିଜେ ଫର୍ମ ପୂରଣ କରିଥାଏ ।
(ଙ) ପ୍ରଶ୍ନବଳୀ ଦ୍ଵାରା କେବଳ ଶିକ୍ଷିତ ବ୍ୟକ୍ତିଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥାଏ ।
(ଚ) ଏହି ପଦ୍ଧତିରେ ଉତ୍ତର ସଂଗ୍ରହ କଲାବେଳେ ଉତ୍ତରଦାତାଙ୍କ ସମ୍ମୁଖରେ ପ୍ରଶ୍ନକର୍ତ୍ତା ନ ଥ‌ିବାରୁ, ସେ ନିଃସଙ୍କୋଚରେ କେତେକ ଗୁପ୍ତତଥ୍ୟ ପ୍ରକାଶ କରିଦିଏ ।

14. ଅନୁସୂଚୀର ଉପଯୋଗିତା ବା ମହତ୍ତ୍ବ ଉଲ୍ଲେଖ କର ।
Answer:
ଅନୁସୂଚୀର ଉପଯୋଗିତା ବା ମହତ୍ତ୍ବଗୁଡ଼ିକ ହେଲା –
(କ) ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ ହୋଇଥାଏ ।
(ଖ) ଯଥାର୍ଥ ତଥା ନିର୍ଭରଯୋଗ୍ୟ ସୂଚନା ପ୍ରାପ୍ତ ହୋଇଥାଏ ।
(ଗ) ଏହା ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଉପଯୁକ୍ତ ଅଟେ ।
(ଘ) ସର୍ବାଧ‌ିକ ଜବାବ ବା ଉତ୍ତର ମିଳି ପାରିଥାଏ ।
(ଙ) ପ୍ରଶ୍ନଗୁଡ଼ିକର ପରିବର୍ତ୍ତନ ସମ୍ଭବପର ହୋଇଥାଏ ।
(ଚ) ପର୍ଯ୍ୟବେକ୍ଷଣର ସୁବିଧା ସମ୍ଭବପର ଅଟେ ।
(ଛ) ଅସ୍ପଷ୍ଟ ପ୍ରଶ୍ନଗୁଡ଼ିକର ବ୍ୟାଖ୍ୟା ସମ୍ଭବ ଅଟେ ।
(ଜ) ତଥ୍ୟଗୁଡ଼ିକୁ ଲିପିବଦ୍ଧ କରିବାରେ ଏକ ରୂପତା ସମ୍ଭବ ଅଟେ ।

15. ଅନୁସୂଚୀର ଦୋଷ ବା ଅପକାରିତାମାନ ଦର୍ଶାଅ ।
Answer:
ଅନୁସୂଚୀର ଦୋଷ ବା ଅପକାରିତା ମାନ ହେଲା –
(କ) ସାର୍ବଜନୀନ ପ୍ରଶ୍ନର ସମସ୍ୟା ।
(ଖ) ଅଧିକ ଧନ ଏବଂ ସମୟ ବ୍ୟୟ ।
(ଗ) ସଂଗଠନାତ୍ମକ ସମସ୍ୟା ।
(ଘ) ବିଶାଳ କ୍ଷେତ୍ରପାଇଁ ଅନୁପଯୁକ୍ତ ଅଟେ ।
(ଙ) ଉତ୍ତରଦାତାଙ୍କ ସହିତ ସମ୍ପର୍କରେ ସମସ୍ୟା ।
(ଚ) ସୂଚନାଦାତାର ପକ୍ଷପାତ ପୂର୍ଣ୍ଣ ବ୍ୟବହାର ।

16. ଅଗଷ୍ଟ କମ୍‌ଙ୍କ ତ୍ରି-ସ୍ତରୀୟ ନିୟମ (Law of three Stages of Auguste Comte) କହିଲେ କ’ଣ ବୁଝ ?
Answer:
ସମାଜଶାସ୍ତ୍ରର ସ୍ରଷ୍ଟା ହେଉଛନ୍ତି ବିଶିଷ୍ଟ ଫରାସୀ ସମାଜଶାସ୍ତ୍ରବିତ୍ ଅଗଷ୍ଟ କମ୍‌ । ତାଙ୍କ ମଧ୍ୟରେ ମାନବ ମନ ବା ଭାବନାର ବିକାଶ ମୁଖ୍ୟତଃ ତିନିଗୋଟି ବିଭିନ୍ନ ସ୍ତର ମଧ୍ୟ ଦେଇ ଗତିକରିଥାଏ । ସେଗୁଡ଼ିକ ହେଲା –
(୧) ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological or Fictitious Stage)
(୨) ମେଟାଫାଇଜିକାଲ୍ ପର୍ଯ୍ୟାୟ (Metaphysical stage)
(୩) ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର (Positive or Scientific Stage) ଏହାକୁ ତ୍ରି-ସ୍ତରୀୟ ନିୟମ କୁହାଯାଏ ।

17. ତାତ୍ତ୍ଵିକ ସ୍ତର (Metaphysical Stage) କହିଲେ କ’ଣ ବୁଝ ?
Answer:
ମାନବ ଚିନ୍ତନର ବିବର୍ତ୍ତନର ଦ୍ବିତୀୟ ସ୍ତର ହେଉଛି ତାତ୍ତ୍ଵିକ ସ୍ତର । ଏହା ମଧ୍ୟ ଭାବନାତ୍ମକ ବା ଅମୂର୍ଖ ସ୍ତର (Abstract Stage) ନାମରେ ପରିଚିତ । ଏହା ମାନବ ଚିନ୍ତା ଶକ୍ତିର ମଧ୍ୟବର୍ତ୍ତୀ ସ୍ତର ଅଟେ । ଯେତେବେଳେ ମାନବ ଚିନ୍ତନର ବିକାଶ ଘଟିଲା, ତର୍କଶକ୍ତିର ମଧ୍ଯ ବିକାଶ ଘଟିଲା । ପ୍ରତ୍ୟେକ ଘଟଣାକୁ ଈଶ୍ବର ନିୟନ୍ତ୍ରଣ ଓ ପରିଚାଳିତ କରନ୍ତି ବୋଲି ମନୁଷ୍ୟ ଗ୍ରହଣ କଲା ନାହିଁ । ଏହି ସ୍ତରରେ ମନୁଷ୍ୟ ଧରିନେଲା ଯେ ସମସ୍ତ ଘଟଣାର କାରଣ ଈଶ୍ଵର ନୁହଁନ୍ତି ଏବଂ ଏହି ଘଟଣାଗୁଡ଼ିକୁ ସେ ନିୟନ୍ତ୍ରଣ କରନ୍ତି ନାହିଁ ।

ଏକ ଅମୂର୍ଖ ବା ଅଦୃଶ୍ୟଶକ୍ତି ସମସ୍ତ ଘଟଣାକୁ ସୃଷ୍ଟି କରେ ଓ ନିୟନ୍ତ୍ରଣ କରେ । ଏହି ସ୍ତରରେ ମନୁଷ୍ୟ ସମଗ୍ର ବ୍ରହ୍ମାଣ୍ଡର ମାଲିକ ରୂପେ ଏକ ଅମୂର୍ଖ ଶକ୍ତିକୁ ଗ୍ରହଣ କରେ ।

CHSE Odisha Class 11 Sociology Unit 5 Short Answer Questions in Odia Medium

18. ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର (Positive or Scientific Stage) କହିଲେ କ’ଣ ବୁଝ ?
Answer:
ଅଗଷ୍ଟ କମ୍‌ଙ୍କ ମତରେ ମାନବ ଚିନ୍ତନର ଶେଷ ବା ତୃତୀୟ ସ୍ତର ହେଉଛି ପ୍ରତ୍ୟକ୍ଷାତ୍ମକ ସ୍ତର । ଏହି ସ୍ତରକୁ ମଧ୍ଯ ବୈଜ୍ଞାନିକ ସ୍ତର କୁହାଯାଏ । ଏହି ସ୍ତରରେ ମସ୍ତିଷ୍କ ଦୈବୀଧାରଣା ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଉଦ୍ଦେଶ୍ୟ ଘଟଣାଗୁଡ଼ିକର କାରଣକୁ ଖୋଜିବାର ବୃଥା କଥାକୁ ଛାଡ଼ିଦିଏ ଓ ଘଟଣାଗୁଡ଼ିକର ବାସ୍ତବ ଓ ନିଶ୍ଚିତ ସମ୍ବନ୍ଧ ଖୋଜିବାରେ ଲାଗିଯାଏ । ଏହି ସ୍ତରରେ ମନୁଷ୍ୟ ଭୌତିକ ଘଟଣାଗୁଡ଼ିକୁ ନିଜର ବୁଦ୍ଧି ସହାୟତାରେ ବିଚାର କରିବାକୁ ପ୍ରୟାସ କରିଥାଏ ।

ଏଠାରେ ବିଶ୍ବାସ ବା କଳ୍ପନାର ସ୍ଥାନ ନାହିଁ । ପ୍ରତ୍ୟକ୍ଷାତ୍ମକ ସ୍ତରରେ ବିବେକ, ବୁଦ୍ଧି ଓ ଅବଲୋକନ ଉପରେ ଅଧ‌ିକରୁ ଅଧ୍ଵ ଗୁରୁତ୍ଵ ଦିଆଯାଏ । ଅନୁଭୂତି ଭିଭିରେ ବୈଜ୍ଞାନିକ ନିୟମଗୁଡ଼ିକର ପ୍ରସ୍ତୁତି ବୈଜ୍ଞାନିକ ସ୍ତରର ମୁଖ୍ୟ ଆଧାର ଅଟେ ।

19. ଦୁର୍ଖମଙ୍କ ମତରେ ସାମାଜିକ ପ୍ରବାହ (Social Current) କ’ଣ ଅଟେ ?
Answer:
ଆତ୍ମହତ୍ୟାର କାରଣ ସମ୍ବନ୍ଧୀୟ ବ୍ୟାଖ୍ୟାନ ନିମନ୍ତେ ଦୁଖ୍ ଏକ ସଂପ୍ରତ୍ୟୟର ବିକାଶ କରିଛନ୍ତି ଯାହା ‘‘ସାମାଜିକ ପ୍ରବାହ’’ (Social Current) ଭାବରେ ଜଣା । ସାମାଜିକ ପ୍ରବାହ ସାମାଜିକ ଅବସ୍ଥା (Social Condition) ଦ୍ୱାରା ସୃଷ୍ଟି ହୋଇଥାଏ । ଏ ପ୍ରସଙ୍ଗରେ ଦୁର୍ଖମ୍ ସଂହତି (Integration) ଏବଂ ସମାଜ ଦ୍ବାରା ନିୟନ୍ତ୍ରଣ (Regulations) ଆଧାରିତ ଦୁଇଟି ସାମାଜିକ ଅବସ୍ଥାକୁ ଉଲ୍ଲେଖ କରିଛନ୍ତି । ସେ ଏହି ଦୁଇଟି ଅବସ୍ଥାକୁ ସାମାଜିକ ପ୍ରବାହର ଉତ୍ସ ଭାବରେ ଉଲ୍ଲେଖ କରିଛନ୍ତି । ସାମାଜିକ ପ୍ରବାହ ଆତ୍ମହତ୍ୟା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାମାଜିକ ପ୍ରବାହ ବ୍ୟକ୍ତିମାନଙ୍କୁ ପ୍ରଭାବିତ କରେ ଏବଂ ସେମାନଙ୍କୁ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରିଥାଏ ।

20. ଦୁର୍ଖମ୍ ଆତ୍ମହତ୍ୟାକୁ କେତେ ଭାଗରେ ବିଭକ୍ତ କରିଛନ୍ତି ଏବଂ ସେଗୁଡ଼ିକ କ’ଣ ଅଟେ ?
Answer:
ସାମାଜିକ ଅବସ୍ଥା ଏବଂ ଏଥୁରୁ ସୃଷ୍ଟି ହେଉଥ‌ିବା ସାମାଜିକ ପ୍ରବାହ ଆଧାରରେ ଦୁର୍ଖମ୍ ଚାରି ପ୍ରକାର ଆତ୍ମହତ୍ୟାକୁ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା (୧) ଅହଂବାଦୀ ଆତ୍ମହତ୍ୟା (Egoistic Suicide), (୨) ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide), (୩) ଅନୋମିକ୍ ଆତ୍ମହତ୍ୟା (Anomic Suicide) ଓ ସାଂଘାତିକ ଆତ୍ମହତ୍ୟା (Fatalistic Suicide) । ଦୁର୍ଖମ୍ ଆତ୍ମହତ୍ୟାର ପ୍ରତ୍ୟେକ ପ୍ରକାରକୁ ସମାଜର ସଂହତି କିମ୍ବା ସମାଜ ଦ୍ବାରା ନିୟନ୍ତ୍ରଣର ମାତ୍ରା (Degree) ସହିତ ସଂଯୋଗ କରିଛନ୍ତି ।

21. ଅହଂବାଦୀ ଆତ୍ମହତ୍ୟା (Egoistic Suicide) କହିଲେ କ’ଣ ବୁଝ ?
Answer:
ଯେତେବେଳେ ସାମୂହିକତା କିମ୍ବା ସମୂହ ସହିତ ବ୍ୟକ୍ତିର ସଂଯୋଗର ଅଭାବ ରହେ ସେତେବେଳେ ଏହି ପ୍ରକାର ଆତ୍ମହତ୍ୟା ଦେଖାଯାଏ । ଅର୍ଥାତ ଯେତେବେଳେ ବ୍ୟକ୍ତି ସାମାଜିକ ସମୂହଠାରୁ ନିଜକୁ ଅତିମାତ୍ରାରେ ବିଚ୍ଛିନ୍ନ ହୋଇ ପଡ଼ିଥିବା ଅନୁଭବ କରେ ସେତେବେଳେ ବ୍ୟକ୍ତିର ସାମାଜିକ ସମୂହ ସହିତ ଥ‌ିବା ସମନ୍ୱୟ କିମ୍ବା ସଂପର୍କ ଅତିମାତ୍ରାରେ ବିଗିଡ଼ିଯାଏ ବା ସମୂହ ଭିତରେ ଆଭ୍ୟନ୍ତରିକ ସଂଯୋଗଶୀଳତା (Cohesiveness) କୁ ବଜାୟ ରଖାଯାଏ ନାହିଁ ସେତେବେଳେ ଉପରୋକ୍ତ ପରିସ୍ଥିତି ଦେଖାଯାଏ ।

22. ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) କହିଲେ କ’ଣ ବୁଝ ?
Answer:
ଯେତେବେଳେ ସାମାଜିକ ସଂହତି ଅତ୍ୟନ୍ତ ଦୃଢ଼, ସେତେବେଳେ ଆତ୍ମହତ୍ୟାର ଅଧ‌ିକ ସମ୍ଭାବନା ଦେଖାଦିଏ । ଏହି ପ୍ରକାର ଆତ୍ମହତ୍ୟାକୁ ଦୁର୍ଖମ୍ ପରାର୍ଥବାଦୀ ଆତ୍ମହତ୍ୟା ବୋଲି କହିଛନ୍ତି । ଏହି ଆତ୍ମହତ୍ୟା ଏକ ପ୍ରକାର ତ୍ୟାଗ ଅଟେ । ଦୃଢ଼ ସାମାଜିକ ସଂହତି ଏବଂ ବ୍ୟକ୍ତିର ସମାଜ ପ୍ରତି ଅତ୍ୟଧକ ଅନୁରକ୍ତି ଥିଲେ ବ୍ୟକ୍ତି ସମାଜର ମୂଲ୍ୟ ତୁଳନାରେ ନିଜ ଜୀବନକୁ ମୂଲ୍ୟହୀନ ମନେ କରେ । ତେଣୁ ସମାଜର ହିତପାଇଁ ନିଜେ ନିଜକୁ ଉତ୍ସର୍ଗ କରିଥାଏ । ଉଦାହରଣ ସ୍ୱରୂପ ମୃତ ସ୍ଵାମୀର ଚିତୀରେ ସ୍ତ୍ରୀ ଝାସଦେବା ବା ପୂର୍ବ କାଳରେ ପ୍ରଚଳିତ ସତୀଦାହ ପ୍ରଥା ।

23. ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) କହିଲେ କ’ଣ ବୁଝ ?
Answer:
ଦୁର୍ଖମ୍ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ସମାଜର ନିୟନ୍ତ୍ରଣ କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ, ସେତେବେଳେ ଯେଉଁ ଆତ୍ମହତ୍ୟା ଦେଖାଯାଏ, ତାହାକୁ ଅପ୍ରତିମାନୀୟ ଆତ୍ମହତ୍ୟା କୁହାଯାଏ । ତାଙ୍କ ମତରେ ଯେତେବେଳେ ଏକ ସମାଜ ଏକ ଆକସ୍ମିକ ଘଟଣା ବା ଜଟିଳ ପରିସ୍ଥିତିର ସମ୍ମୁଖୀନ ହୁଏ, ସେତେବେଳେ ଏହାର କାର୍ଯ୍ୟ କରିବାର କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ । ଅର୍ଥନୈତିକ ମାନ୍ଦାବସ୍ଥା (Economic Depression) ପରି ସଂକଟ ସମୟରେ କର୍ମଚାରୀ ତାର ଚାକିରି ହରାଏ, ଧନୀକ ବ୍ୟକ୍ତି ଦରିଦ୍ର ହେବା ଇତ୍ୟାଦି ଘଟଣାରେ ଯେଉଁ ଆତ୍ମହତ୍ୟା ଦେଖାଯାଇଥାଏ, ତାହାକୁ ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) କୁହାଯାଏ ।

24. ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic Suicide) କହିଲେ କ’ଣ ବୁଝ ?
Answer:
ଦୁର୍ଖମ୍‌ଙ୍କ ମତରେ ନିୟନ୍ତ୍ରଣ ମାତ୍ରାଧ‌ିକ ହେଲେ ଭାଗ୍ୟବାଦୀ ଆତ୍ମହତ୍ୟା ଦେଖାଯାଏ । ଯେଉଁ ବ୍ୟକ୍ତିମାନଙ୍କର ଭବିଷ୍ୟତର ଦ୍ବାରକୁ ନିର୍ଭୟ ଭାବରେ ବନ୍ଦ କରିଦିଆଯାଏ ଏବଂ ଯେଉଁ ବ୍ୟକ୍ତିମାନଙ୍କୁ ଦମନମୂଳକ ବା ପିଡ଼ାଦାୟକ ଶୃଙ୍ଖଳାଦ୍ୱାରା ନିୟନ୍ତ୍ରଣ କରାଯାଏ, ସେତେବେଳେ ଯେଉଁ ଆତ୍ମହତ୍ୟା ଦେଖାଯାଇଥାଏ ତାହାକୁ ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic Suicide) କୁହାଯାଏ । ଉଦାହରଣ ସ୍ଵରୂପ ଏକ କ୍ରୀତଦାସ (Slave) ନିଜ ମୁନିବର (Master) ଅତ୍ୟାଚାରରେ ଅତିଷ୍ଠ ହୋଇ ଯେଉଁ ଆତ୍ମହତ୍ୟା କରିଥାଏ ତାହା ଭାଗ୍ୟବାଦୀ ଆତ୍ମହତ୍ୟା ଅଟେ ।

CHSE Odisha Class 11 Sociology Unit 5 Short Answer Questions in Odia Medium

25. ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ଙ୍କ ପ୍ରଦତ୍ତ ଜାତିର ମୁଖ୍ୟ ଲକ୍ଷଣମାନ ଆଲୋଚନା କର ।
Answer:
ପ୍ରଫେସର ଜି. ଏସ୍. ଘୂରେ ତାଙ୍କ ରଚିତ ପୁସ୍ତକ ‘ଭାରତରେ ଜାତି ଏବଂ ପ୍ରଜାତି’’ (Caste and Race in India) ରେ ଜାତିର ମୁଖ୍ୟ ଲକ୍ଷଣମାନ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା –
(୧) ଜାତି ଏକ ସମୂହ ଯାହାର ସଦସ୍ୟ ପଦ ଜନ୍ମଦ୍ଵାରା ସ୍ଥିର ହୋଇଥାଏ ।
(୨) ଜାତି ବ୍ୟବସ୍ଥାରେ ପରିଦୃଷ୍ଟ ସ୍ତରୀକରଣରେ ବ୍ରାହ୍ମଣମାନେ ଶୀର୍ଷସ୍ଥାନ ଅଧିକାର କରିଥାନ୍ତି ।
(୩) ଜାତି ବ୍ୟବସ୍ଥା ଏହାର ସଦସ୍ୟମାନଙ୍କ ପାଇଁ ସାମାଜିକ, ମିଳାମିଶା, ଖାଦ୍ୟ ଓ ପାନୀୟ ଗ୍ରହଣରେ କଟକଣା ଜାରି କରିଥାଏ ଏବଂ କେଉଁ ଜାତିର ସଦସ୍ୟ କେଉଁ ଜାତି ସହିତ କିଭଳି ସାମାଜିକ ମିଳାମିଶା କରିବ ତାହା ସ୍ଥିର କରିଥାଏ ।
(୪) ପୃଥକ୍ ପୃଥକ୍ ଜାତିପାଇଁ ସାମାଜିକ ସ୍ଵତନ୍ତ୍ର ସୁବିଧା ସୁଯୋଗ ତଥା ପ୍ରତିବନ୍ଧକ ଭିନ୍ନ ଭିନ୍ନ ହୋଇଥାଏ ।
(୫) ଜାତିର ସଦସ୍ୟମାନେ କୌଳିକ ବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ଅଟନ୍ତି ।
(୬) ପ୍ରତ୍ୟେକ ଜାତିର ସଦସ୍ୟ ନିଜ ଜାତି ମଧ୍ୟରେ ବିବାହ କରିଥାନ୍ତି ।

26. ସଂସ୍କୃତିକରଣ ପ୍ରକ୍ରିୟାର ଲକ୍ଷଣମାନ ଦର୍ଶାଅ ।
Answer:
ସଂସ୍କୃତିକରଣ ପ୍ରକ୍ରିୟାର ଲକ୍ଷଣମାନ ହେଲା –
(୧) ସଂସ୍କୃତିକରଣ ଭାରତୀୟ ସମାଜର ଏକ ସାମାଜିକ ଓ ସାଂସ୍କୃତିକ ସଞ୍ଚଳନ ପ୍ରକ୍ରିୟା ଅଟେ ।
(୨) ସଂସ୍କୃତିକରଣ ଏକ ଆନ୍ତଃଦେଶୀୟ ପରିବର୍ତ୍ତନ ପ୍ରକ୍ରିୟା ଅଟେ ।
(୩) ସାମାଜିକ ସ୍ତରୀକରଣରେ ନିଜର ସାମାଜିକ ପ୍ରସ୍ଥିତି ଉଚ୍ଚ କରିବା ଏହାର ପ୍ରଧାନ ଲକ୍ଷ୍ୟ ଅଟେ ।

CHSE Odisha Class 11 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

Odisha State Board CHSE Odisha Class 11 Odia Solutions Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ Exercise Questions and Answers.

CHSE Odisha Class 11 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

ପଦପାଂଶ – ୧

ଏହି କଥାମାନ ବାବୁରେ ……………………………………………… କରିବୁ ଗୋପନେ ।

ପ୍ରଶ୍ନବଳୀ :
(କ) ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
ରାଜା ଦେଶରେ କାହାକୁ ବରଣ କରିବ ?
୨ । ରାଜା କାହାକୁ ଦଳପତି ନିଯୁକ୍ତ କରିବ ?
୩ । ରାଉତକୁ ବର୍ଜନ ଦେଲେ ସେ କ’ଣ କରିବ ?
୪। କାହା ସହିତ ରାଜା ଗୋପନରେ ମନ୍ତଗା ନ୍ନଭିବ?
୫। ପୂର୍ବର ଶାସନ ବ୍ୟବସ୍ଥାରେ ଡଗରର ଭୂମିକା କ’ଣ ଥିଲା ?
ନମ୍ନାନା ଭଉର – ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପାଠ୍ୟ ପୁସ୍ତକରେ ଦିଆଯାଇଛି ।

ପଦଂଶ – ୨

ଭୂମିରେ ଯେତେ ଜଳ ଥୁଲା ………………………………… ନିଶଲ ହୋଜଳପ୍ ବରିଧ୍ |

ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଶରତ ଋତୁର ଆଗମନରେ ଭୂମିରେ ଥିବା ଜଳରାଶି ନିର୍ମଳ ହୋଇଯିବା ଦେଖ୍ କବି ଏହାକୁ କାହା ସହିତ ତୁଳନା
୨। କ’ଣ ପାଇଁ ମନରେ ପାପ ଲାଗେ ନାହିଁ ?
୩ । ଗୁରୁ କାହାକୁ ଜ୍ଞାନ ପ୍ରଦାନ କରନ୍ତି ?
୪। ଅଳ୍ପ ପାଣିରେ ଥ‌ିବା ଜନ୍ତୁମାନେ କିପରି କଷ୍ଟ ପାଆନ୍ତି ?
୫। ମନୁଷ୍ୟର ଅଜ୍ଞାନ ଭାବ କିପରି କ୍ଷୟ ହୋଇଯାଏ ?

ନମୁନା ଉତ୍ତର
୧। ଶରତ ଋତୁର ଆଗମନରେ ଭୂମିରେ ଥ‌ିବା ଜଳରାଶି ନିର୍ମଳ ହୋଇଯିବା ଦେଖ୍ କବି ଏହାକୁ ଭ୍ରଷ୍ଟଯୋଗୀଙ୍କର ଯୋଗସାଧନା ଦ୍ଵାରା ଚିତ୍ତ ନିର୍ମଳ ହେବା ସହିତ ତୁଳନା କରିଛନ୍ତି ।
୨। ହରି ଭକ୍ତିର ପ୍ରଭାବ ପାଇଁ ମନରେ ପାପ ଲାଗେ ନାହିଁ ।
୩ । ଗୁରୁ ଉତ୍ତମ ଶିଷ୍ୟମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ।
୪। ଅଳ୍ପ ପାଣିରେ ଥ‌ିବା ଜନ୍ତୁମାନେ ଦରିଦ୍ର କୁଟୁମ୍ବୀଙ୍କ ପରି କଷ୍ଟପାଆନ୍ତି ।
୫। ମନୁଷ୍ୟର ଅଜ୍ଞାନ ଭାବ ଯୋଗଲୟ ଦ୍ଵାରା କ୍ଷୟ ହୋଇଥାଏ ।

CHSE Odisha Class 11 Odia Grammar ଅବବୋଧ ପରୀକ୍ଷଣ - (ଖ) ପଦ୍ୟାଂଶ

ପଦଂଶ – ୩

କବିତ୍ଵ ବନିତା କନ୍ଧିତା ……………………………………………………………………. ଆମ୍ବିଳ ଦଧୂ ।
ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । କବିତାର ପ୍ରକୃତ ଉପଭୋକ୍ତା କିଏ ?
୨। ନାରୀର ସୌନ୍ଦର୍ଯ୍ୟ କାହାକୁ ଆକର୍ଷଣ କରିପାରେନା ?
୩ । କବିତାର ସ୍ଵାଦୁ କିଏ କିପରି ଜାଣିପାରେ ?
୪। କବିତ୍ଵ ରୂପକ ବନିତାର ସମ୍ପର୍କୀୟ ଲୋକ ସବୁ କିଏ ?
୫ । କବିତ୍ଵ ରୂପକ କ୍ଷୀର କିପରି ଦହି ହୁଏ ?

ନମୁନା ଉତ୍ତର
୧। କବିତାର ପୃକତ ଭପଭୋକ୍ତା ଉମିକ ନେତା |
୨। ନାରୀର ସୌନ୍ଦର୍ଯ୍ୟ ନପୁଂସକକୁ ଆକର୍ଷଣ କରିପାରେନା ।
୩ । କବିତାର ସ୍ଵାଦୁ ବର୍ଣ୍ଣ ରୂପକ ତୁଣ୍ଡରେ ପାନକାରୀ ଜାଣିପାରେ ।
୪। କବିତ୍ଵ ରୂପକ କବିତାର ପିତା କବି, ସମାଲୋଚନା କରୁଥିବା ବ୍ୟକ୍ତି ବିମାତା ଏବଂ କୁମତି ଭାବ ପ୍ରକାଶ କରୁଥିବା ବ୍ୟକ୍ତି ତା’ର ବିମାତା ପୁତ୍ର ଭାଇ ।
୫। କବିତ୍ଵ ରୂପକ କ୍ଷୀର କୁତ୍ସିତ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ପାଇଁ ଦହି ହୁଏ ।

ପଦଂଶ – ୪

ବିଦଗ୍ଧ ଶାମୁକାରେ …………………………………………………… ଛେଦନ ହେଲା ଶିର |

ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଚନ୍ଦନ ଆଦି ଶୀତଳ ଉପଚାର ବିରହୀ ବ୍ୟକ୍ତିକୁ କିପରି ଲାଗେ ?
୨। ଅମୃତ ପାନ ପରେ କାହାର ଶିର ଛେଦ ହୋଇଥିଲା ?
୩ । ମଙ୍ଗଳ ଗ୍ରହର ମହତ୍ତ୍ବ କ’ଣ ?
୪। ପୋଡ଼ା ଶାମୁକାରେ ପାଣି ଢାଳିଲେ କ’ଣ ହୁଏ ?
୫ । ବିରହର ଉପଚାର କ’ଣ ?

ନମୁନା ଉତ୍ତର
୧ । ଚନ୍ଦନ ଆଦି ଶୀତଳ ଉପଚାର ବିରହୀ ବ୍ୟକ୍ତିକୁ ଜମ୍ବାଳରେ ତପ୍ତଲୌହ ଦେଲା ପରି କଷ୍ଟକର ହୋଇଥାଏ ।
୨ । ଅମୃତ ପାନ ପରେ ରାହୁର ଶିରଛେଦ ହୋଇଥିଲା ।
୩ । ଭାଗ୍ୟରେ ମଙ୍ଗଳ ଗ୍ରହ ଥିଲେ, ସବୁକିଛି ଦୁଃଖକଷ୍ଟ ଦେଇଥାଏ ।
୪। ପୋଡ଼ା ଶାମୁକାରେ ପାଣି ଢାଳିଲେ ସନ୍ତାପିତ ହୁଏ ।

ପଦ୍ୟାଂଶ – ୫

ତୋ ମଧେ ଅଶେଷ ……………………………………………………………….. ଉପମା ତୋର ନାହିଁ ।
ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ଈଶ୍ବର କେଉଁ ସ୍ଥାନରେ ନ ଥାନ୍ତି ?
୩ । କିଏ ନିଜେ ନିଜର ତୁଳନୀୟ ଅଟନ୍ତି ?
୪। କର୍ମର ଅଧୀନ କିଏ ?
୫। ସୃଷ୍ଟି ଓ ପ୍ରଳୟକୁ ଈଶ୍ବରଙ୍କର କେଉଁ କାର୍ଯ୍ୟ ସହ ତୁଳନା କରାଯାଇଛି ?

ନମୁନା ଉତ୍ତର
୧ । ଈଶ୍ବର କାହାରି ମଧ୍ୟରେ ନଥାନ୍ତି ।
୨ । ଭଗବାନଙ୍କ ଅଶିକ୍ଷା ଶକ୍ତି ତ୍ରିଗୁଣ, ତ୍ରିବେଦ ଓ ତ୍ରିପୁର ।
୩ । ଈଶ୍ବର ନିଜେ ନିଜର ତୁଳନୀୟ ଅଟନ୍ତି ।
୪। କର୍ମର ଅଧୀନ ଈଶ୍ବର ।
୫ । ସୃଷ୍ଟି ଓ ପ୍ରଳୟକୁ ଈଶ୍ବରଙ୍କ ନିଃଶ୍ବାସ ଆତଯାତ କାର୍ଯ୍ୟ ସହ ତୁଳନା କରାଯାଇଛି ।

ପଦ୍ୟାଂଶ – ୬

ଏଇ ମନ ସିନା ………………………………………………………….. ହେ ମୂଢ଼ମତି ।
ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ କଥା ଜାଣିପାରିଲେ ମଣିଷ ଯମ ଦଣ୍ଡରୁ ମୁକ୍ତି ପାଇବ ?
୨ । କି କି କାର୍ଯ୍ୟ କଲେ ଧର୍ମ ହୁଏ ବୋଲି ଲୋକେ ବିଶ୍ବାସ କରନ୍ତି ?
୩ । ମଣିଷ କିପରି ପ୍ରକୃତ ସୁଖ ପାଇବ ?
୫ । ଏଇ କବିତାଟି ପଢ଼ିବା ପରେ ଈଶ୍ଵରଙ୍କ ସ୍ଥିତି ସମ୍ପର୍କରେ ତୁମର ମତାମତ କ’ଣ ?

ନମୁନା ଉତ୍ତର
୧। ଚାରିବେଦର ତତ୍ତ୍ବ ଜାଣିପାରିଲେ ମଣିଷ ଯମ ଦଣ୍ଡରୁ ମୁକ୍ତି ପାଇବ ।
୨ । ତଡ଼ାଗ କୂପ ଖୋଳାଇଲେ, ଦେଉଳ ତୋଳାଇଲେ, ଦିଅଁ ସ୍ଥାପନକଲେ, ଗୋପବୃନ୍ଦାବନ ଗଲେ, ପ୍ରୟାଗରେ ସ୍ନାନ କଲେ ଧର୍ମ ହୁଏ ବୋଲି ଲୋକ ବିଶ୍ଵାସ କରନ୍ତି ।
୩ । ସାଧୁସନ୍ଥଙ୍କ ଭେକ ହେଉଛି କୌପୁନି, ମାଳାତିଳକ ଏବଂ ଭସ୍ମ ଅଙ୍ଗ ।
୪। ଆତ୍ମାରେ ଆତ୍ମାକୁ ଦେଖ‌ିଲେ ମଣିଷ ପ୍ରକୃତ ସୁଖ ପାଇବ ।
୫ । ନିଜ ମଧ୍ୟରେ ଓ ନିଜ ମନରେ ଚତୁର୍ଦ୍ଧା ମୂର୍ତ୍ତି ଈଶ୍ଵର ଜାଜୁଲ୍ୟମାନ ହେଉଛନ୍ତି ବୋଲି ଦେଖିବାକୁ ମିଳିବ ।

ପଦଂଶ – ୭

ଗଜରାଜ ଚିନ୍ତା କଲା ……………………………………………………………………. ତାକୁ ବିଦାରିଲ ତକ୍ଷଣ ।

ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଗଜରାଜକୁ ପ୍ରଭୁ କିପରି ଉଦ୍ଧାର କଲେ ?
୨ । ଦ୍ରୌପଦୀର ଲଜ୍ଜା କିଏ କିପରି ନିବାରଣ କଲେ ?
୩ । ମୃଗୁଣୀ କିପରି କଷ୍ଟରୁ ରକ୍ଷା ପାଇଥିଲା ?
୪। ପ୍ରଭୁ କାହାକୁ ଶରଣ ଦେଇଥିଲେ ?
୫। ଦୁଷ୍ଟ ହିରଣ୍ୟକଶିପୁକୁ ଜଗନ୍ନାଥ କିପରି ବିନାଶ କରିଥିଲେ ?

ନମୁନା ଉତ୍ତର
୧। ପ୍ରଭୁ ନିଜର ଚକ୍ରକୁ ପଠାଇ, ଗ୍ରାହକୁ ନାଶକରି ଗଜରାଜକୁ ଉଦ୍ଧାର କଲେ ।
୨ । କୋଟି କୋଟି ବସ୍ତ୍ର ଦେଇ ଦ୍ରୌପଦୀର ଲଜ୍ଜା ଶ୍ରୀକୃଷ୍ଣ ନିବାରଣ କଲେ ।
୩ ।ମୃଗୁଣୀ ଭଗବାନଙ୍କ କରୁଣାରୁ ତାଙ୍କର ମାୟାବଳରେ କଷ୍ଟରୁ ରକ୍ଷା ପାଇଥିଲା ।
୪। ପ୍ରଭୁ ରାବଣର ଭାଇ ବିଭୀଷଣକୁ ଶରଣ ଦେଇଥିଲେ ।
୫। ଦୁଷ୍ଟ ହିରଣ୍ୟକଶିପୁକୁ ଜଗନ୍ନାଥ ସ୍ତମ୍ଭରୁ ନୃସିଂହ ରୂପରେ ବାହାରି, ନଖରେ ବିଦାରଣ କରି ବିନାଶ କରିଥିଲେ ।

CHSE Odisha Class 11 Odia Grammar ଅବବୋଧ ପରୀକ୍ଷଣ - (ଖ) ପଦ୍ୟାଂଶ

ପଦଂଶ – ୮

ତୋଳି ମୁଁ ଧଇଲେ ……………………………………………………… କି ଚାତୁରୀ ରଙ୍ଗେ ।

ପ୍ରଣୀବଳା :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ଯଶୋଦା କାହିଁକି ପୁତ୍ର କୃଷ୍ଣଙ୍କୁ ବନକୁ ଯିବାକୁ ବାରମ୍ବାର ମନା କରୁଥିଲେ ?
୨ । ଝାଞ୍ଜି ଖରା ଲାଗି କୃଷ୍ଣଙ୍କର କି ଅବସ୍ଥା ହେଉଥ‌ିବ ?
୩ । ଯଶୋଦାଙ୍କର କାହିଁକି କୃଷ୍ଣଙ୍କ ମୃଦୁପାଦର ଚିନ୍ତା ହେଉଥିଲା ?
୪ । କିଏ କୃଷ୍ଣଙ୍କ ଠାରୁ ଅଧିକ ମନୁଆ ବୋଲି ଯଶୋଦା ଭାବୁଛନ୍ତି ?
୫। କ’ଣ ଦେଖୁ ଯଶୋଦାଙ୍କ ଆଖ୍ ସୁଖୀ ହେଉଥିଲା ?

ନମୁନା ଉତ୍ତର
୧ । ବନରେ ଥ‌ିବା ଡାକିନୀ ବା ଡାଆଣୀ କାଳେ କୃଷ୍ଣଙ୍କୁ ଲୋଭକରି ନଜର ପକାଇ ଦେବେ, ସେଥ‌ିପାଇଁ ଯଶୋଦା ପୁତ୍ର କୃଷ୍ଣଙ୍କୁ ବନକୁ ଯିବାକୁ ବାରମ୍ବାର ମନା କରୁଥିଲେ ।
୨ । ଝାଞ୍ଜି ଖରା ଲାଗି କୃଷ୍ଣଙ୍କର ଅଙ୍ଗରୁ ଝାଳବୋହି ଯାଉଥ‌ିବ ଏବଂ ଶ୍ରମପାଇ ସେ ଗଛଛାଇରେ ବସିବାର ଅବସ୍ଥା ହେଉଥ‌ିବ ।
୩ । ବନକୁ ଯିବା ସମୟରେ କଠଉ ନେଇ ନଥ‌ିବାରୁ, ଯଶୋଦାଙ୍କର, କୃଷ୍ଣଙ୍କ ମୃଦୁପାଦର ଚିନ୍ତା ହେଉଥିଲା ।
୪ । ବଡ଼ଭାଇ ବଳରାମ କୃଷ୍ଣଙ୍କଠାରୁ ଅଧ୍ଵ ମନୁଆ ବୋଲି ଯଶୋଦା ଭାବୁଛନ୍ତି ।
୫। କୃଷ୍ଣଙ୍କର ରୂପ ମାଧୁରୀ ଓ ଚାତୁର୍ଯ୍ୟ ଦେଖ୍ ଯଶୋଦାଙ୍କ ଆଖ୍ ସୁଖୀ ହେଉଥିଲା ।

ପଦଂଶ – ୯

ଉଭା ହୋଇଥ‌ିବ କଦମ୍ବର …………………………………….. ଏ ବେଶ ତୁମ୍ଭରିପାଇଁ ।

ପ୍ରଣୀବଳା :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କୃଷ୍ଣଙ୍କର ଏତେ ସବୁ ବେଶ କାହାପାଇଁ ?
୨। ମୋହନ ମ୍ନରଲାକ୍ତ କଣ ନ କରିବାକୁ ରାଧା କସ୍ତୁରିନ୍ତି ?
୩ । ପାଟ ପିତାମୂକ୍ତେ କିପରି ପିଦବାକୁ ରାଧା ଲଛା କରିଛିନ୍ତି |
୪। ତ୍ରିଭଙ୍ଗୀମା ଚୂଳରେ କ’ଣ ଖୋଷିଲେ ତାହା ଅଧ୍ଵକ ସୁନ୍ଦର ଦିଶେ ?
୫। ଚନ୍ଦନ ବିନ୍ଦୁ ସହିତ କାହାର ମିଶ୍ରଣ କୃଷ୍ଣଙ୍କ ମୁଖକୁ ଅଧିକ ସୁନ୍ଦର କରେ ?

ନମୁନା ଉତ୍ତର
୧। କୃଷ୍ଣଙ୍କର ଏତେସବୁ ବେଶ ରାଧ୍ୟାଙ୍କ ପାଇଁ ।
୨। ମୋହନ ମୁରଲୀକୁ ଅଧରରେ ଚୁମ୍ବିବ ନାହିଁ ବୋଲି ରାଧା
୩ । ପାଟ ପୀତାମ୍ବରକୁ ଭୂମିରେ ନଲୋଟାଇ ପିନ୍ଧିବାକୁ ରାଧା କହୁଛନ୍ତି । ଇଚ୍ଛା କରିଛନ୍ତି ।
୪। ତ୍ରିଭଙ୍ଗିମା ଚୂଳରେ ମୟୂର ଚନ୍ଦ୍ରିକା ଖୋଷିଲେ ତାହା ଅଧ୍ଵକ ସୁନ୍ଦର ଦିଶେ ।
୫। ଚନ୍ଦନବିନ୍ଦୁ ସହିତ ଗୋରଚନାର ମିଶ୍ରଣ କୃଷ୍ଣଙ୍କ ମୁଖକୁ ଅଧ‌ିକ ସୁନ୍ଦର କରେ ।

ପଦଂଶ – ୧୦

ଆଣୁ ନ ଥିଲେ ……………………………………………………………. ଜୀଇଁବେ ନାହିଁ ହେ । ଦଇବ ।

ପ୍ରଶ୍ନବଳୀ :
ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ରାମଚନ୍ଦୁ ମାତରୁ କାହକ ସଙ୍ଗରେ ଆଣିବାକ୍ତ ଚାହ୍ନ ନଥିଲେ ?
୨। ମୁନିଋଷିମାନେ ସୀତାଙ୍କ ସମ୍ପର୍କରେ କି ଭବିଷ୍ୟବାଣୀ କରିଥିଲେ ?
୩ । ସଂସାରରେ କାହାକୁ ଦୋଷ ଦିଆଯାଏ ?
୪ । ଲକ୍ଷ୍ମଣ ଶାଶୁମାନଙ୍କ ଆଗରେ କ’ଣ କହିବେ ?
୫। ରାମଙ୍କ ମୃତ୍ୟୁ ଖବର ଶୁଣିଲେ ଶାଶୁମାନଙ୍କର କି ଦଶା ହେବ ?

ନମୁନା ଉତ୍ତର
୧। ବନରେ କୌଣସି ବିପଦ ପଡ଼ିବାର ଆଶଙ୍କାକରି, ରାମଚନ୍ଦ୍ର ସୀତାଙ୍କୁ ସଙ୍ଗରେ ଆଣିବାକୁ ଚାହୁଁ ନଥିଲେ ।
୨। ମୁନିଋଷିମାନେ ସୀତାଙ୍କ ବିଧବାଯୋଗ ନାହିଁ ବୋଲି ଭବିଷ୍ୟବାଣୀ କରିଥିଲେ ।
୩ । ଯୁବତୀ ଆଗରେ ପତିର ମୃତ୍ୟୁ ହେଲେ ସଂସାରରେ ତାହାକୁ ଦୋଷ ଦିଆଯାଏ ।
୪ । ଲକ୍ଷ୍ମଣ ଶାଶୁମାନଙ୍କ ଆଗରେ କହିବେ, ସୀତାକୁ ହରଣକରି ନେଇ ଦୈତ୍ୟରାବଣ ରାମଚନ୍ଦ୍ରଙ୍କୁ ମାରିଲେ ।
୫। ରାମଙ୍କ ମୃତ୍ୟୁ ଖବର ଶୁଣିଲେ ଶାଶୁମାନେ ଆଉ ଜୀଇବେ ନାହିଁ ଅର୍ଥାତ୍ ସେମାନଙ୍କର ମୃତ୍ୟୁ ହେବ ।

CHSE Odisha Class 11 Sociology Unit 5 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 5 ସମାଜଶାସ୍ତ୍ର, ପଦ୍ଧତି ଏବଂ ପ୍ରୟୋଗ କୌଶଳ Long Answer Questions.

CHSE Odisha 11th Class Sociology Unit 5 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପ୍ରଫେସର ଜି. ଏସ୍. ଘୂରେଙ୍କ ପ୍ରଦତ୍ତ ଜାତିବ୍ୟବସ୍ଥା ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ଙ୍କ ରଚିତ ଗ୍ରନ୍ଥର ନାମ ହେଉଛି ‘ଭାରତରେ ଜାତି ଏବଂ ପ୍ରଜାତି (Caste and Race in India) । ସେ ଏହି ଗ୍ରନ୍ଥଟି ୧୯୫୦ ମସିହାରେ ରଚନା କରିଥିଲେ । ଭାରତରେ ଜାତି ବ୍ୟବସ୍ଥା ସମ୍ବନ୍ଧରେ ଏହି ଗ୍ରନ୍ଥରେ ସେ ବିଶଦ ଭାବରେ ଆଲୋଚନା କରିଛନ୍ତି । ଜାତି ଶବ୍ଦଟି ପର୍ତ୍ତୁଗୀଜ ଶବ୍ଦ ‘Caste’ ରୁ ଅଣାଯାଇଛି । ଯାହାର ଅର୍ଥ ବଂଶ ବା ‘ପ୍ରଜାତି’ । ଜି. ଏସ୍. ଘୂରେଙ୍କ ମତରେ ‘ଏକ ବୃହତ୍ ସମାଜ ମଧ୍ଯରେ ଜାତିଗୁଡ଼ିକ ନିଜ ସାମାଜିକ ଦୁନିଆରେ ସମ୍ପୂର୍ଣ ଏବଂ କ୍ଷୁଦ୍ର ଆକାରରେ ପରସ୍ପରଠାରୁ ନିଶ୍ଚିତ ଭାବରେ ପ୍ରଭେଦୀକୃତ ହୋଇଥାନ୍ତି ।

ଜାତିର ଉତ୍ପତ୍ତି ସମ୍ବନ୍ଧରେ ଥିବା ପ୍ରଜାତୀୟ ତତ୍ତ୍ୱର ଜଣେ ଦୃଢ଼ ସମର୍ଥକ ହେଉଛନ୍ତି ପ୍ରଫେସର ଘୂରେ । ସେ ଜାତି ବ୍ୟବସ୍ଥାରେ ସୃଷ୍ଟି ହେଉଥ‌ିବା ଅସମାନତା ପାଇଁ ବ୍ରାହ୍ମଣମାନଙ୍କୁ ମୁଖ୍ୟତଃ ଦାୟୀ କରିଛନ୍ତି । ଯେତେବେଳେ ଆର୍ଯ୍ୟମାନେ ଭାରତରେ ପ୍ରବେଶ କଲେ ଏବଂ ଗଙ୍ଗାନଦୀର ଅବବାହିକା ଅଞ୍ଚଳରେ ସ୍ଥାୟୀ ଭାବରେ ବସବାସ କଲେ ସେତେବେଳେ ସେମାନେ ଅଣ ଆର୍ଯ୍ୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ । ଇଣ୍ଡୋ-ଆର୍ଯ୍ୟମାନଙ୍କର ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକରେ ଅଣ-ଆର୍ଯ୍ୟମାନଙ୍କୁ ନିଷେଧ କରାଯାଉଥିଲା ।

ବ୍ରାହ୍ମଣମାନଙ୍କର ଶୁଦ୍ର ଜାତିମାନଙ୍କ ପ୍ରତି ଘୃଣା ମନୋଭାବ ମଧ୍ଯ ଜାତି ଅସମାନତାକୁ ଉତ୍ସାହିତ କରୁଥିଲା । ହିନ୍ଦୁ ସଂପ୍ରଦାୟରେ ଇଣ୍ଡୋ-ଆର୍ଯ୍ୟ ସଭ୍ୟତା ଜାତି ପ୍ରଥାର ଉତ୍ପତ୍ତିରେ ସହାୟକ ହୋଇଥିଲା । ଏହାର ଫଳସ୍ବରୂପ ଆର୍ଯ୍ୟ, ଅଣ-ଆର୍ଯ୍ୟ, ବ୍ରାହ୍ମଣ-ଶୁଦ୍ର ଆଦିଙ୍କ ମଧ୍ୟରେ ଉଚ୍ଚ-ନୀଚର ଭାବନା ବୃଦ୍ଧି ପାଇବାରେ ଲାଗିଲା । ଶୁଦ୍ର ଜାତିର ସଦସ୍ୟମାନଙ୍କୁ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମରୁ ବାସନ୍ଦ କରାଗଲା । କାଳକ୍ରମେ ଜାତିଗୁଡ଼ିକରୁ ଅନେକ ଗୁଡ଼ିଏ ଉପ-ଜାତି ସୃଷ୍ଟି ହେଲେ । ଏହି ଉପଜାତିଗୁଡ଼ିକ ମଧ୍ୟ ମୂଳ ଜାତିର ନୀତି ନିୟମ ଅନୁସାରେ ପରିଚାଳିତ ହେଲେ ।

ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ଜାତି ବ୍ୟବସ୍ଥାର ଛଅଗୋଟି ଲକ୍ଷଣ ପ୍ରଦାନ କରିଛନ୍ତି ।
(୧) ଜାତି ଏକ ସମୂହ ଯାହାର ସଦସ୍ୟ ପଦ ଜନ୍ମଦ୍ଵାରା ସ୍ଥିର ହୋଇଥାଏ ।
(୨) ଜାତି ବ୍ୟବସ୍ଥାରେ ପରିଦୃଷ୍ଟ ସ୍ତରୀକରଣରେ ବ୍ରାହ୍ମଣମାନେ ଶୀର୍ଷସ୍ଥାନ ଅଧିକାର କରିଥାନ୍ତି ।
(୩) ଜାତି ବ୍ୟବସ୍ଥା ଏହାର ସଦସ୍ୟମାନଙ୍କ ପାଇଁ ସାମାଜିକ ମିଳାମିଶା, ଖାଦ୍ୟ ଓ ପାନୀୟ ଗ୍ରହଣରେ କଟକଣା ଜାରି କରିଥାଏ ଏବଂ କେଉଁ ଜାତିର ସଦସ୍ୟ କେଉଁ ଜାତି ସହିତ କିଭଳି ସାମାଜିକ ମିଳାମିଶା କରିବ ତାହା ସ୍ଥିର କରିଥାଏ ।
(୪) ପୃଥକ୍ ପୃଥକ୍ ଜାତି ପାଇଁ ସ୍ବତନ୍ତ୍ର ସାମାଜିକ ସୁବିଧା ସୁଯୋଗ ତଥା ପ୍ରତିବନ୍ଧକ ଭିନ୍ନ ଭିନ୍ନ ହୋଇଥାଏ ।
(୫) ଜାତିର ସଦସ୍ୟମାନେ କୌଳିକ ବୃତ୍ତି ଅବଲମ୍ବନ କରିବାକୁ ବାଧ୍ୟ ଅଟନ୍ତି ।
(୬) ପ୍ରତ୍ୟେକ ଜାତିର ସଦସ୍ୟ ନିଜ ଜାତି ମଧ୍ୟରେ ବିବାହ କରିଥାନ୍ତି ।

ଏହିଭଳି ଭାବେ ଜି. ଏସ୍. ଘୂରେ ଭାରତୀୟ ଜାତି ବ୍ୟବସ୍ଥା ସମ୍ବନ୍ଧରେ ନିଜସ୍ବ ମତ ପ୍ରକାଶ କରିଛନ୍ତି, ଯାହା ଜାତିର ଲକ୍ଷଣ ବା ଗୁଣଗୁଡ଼ିକୁ ପ୍ରତିପାଦିତ କରୁଅଛି ।

2. ପର୍ଯ୍ୟବେକ୍ଷଣ କହିଲେ କ’ଣ ବୁଝ ? ପର୍ଯ୍ୟବେକ୍ଷଣର ମୌଳିକ ଗୁଣ ବା ଲକ୍ଷଣ ଆଲୋଚନା କର ।
Answer:
ପର୍ଯ୍ୟବେକ୍ଷଣର ଅର୍ଥ, ‘ଦେଖୁବା’’ ବା ‘ନିରୀକ୍ଷଣ’’ କରିବା । ଦୈନନ୍ଦିନ ଜୀବନରେ ଆମ ଚତୁଃପାର୍ଶ୍ଵରେ ଘଟି ଯାଉଥବା ଘଟଣାଗୁଡ଼ିକୁ ଆମେ ଦେଖୁଥାଉ । ମାତ୍ର ଏସବୁକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯାଏ ନାହିଁ । କିନ୍ତୁ ପର୍ଯ୍ୟବେକ୍ଷଣ ଯଦି କୌଣସି ଉଦ୍ଦେଶ୍ୟ ରଖ୍ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ତେବେ ତାକୁ ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କୁହାଯିବ ।

ସମାଜରେ ଗବେଷଣାର ଏକ ବ୍ୟବସ୍ଥିତ ପ୍ରଣାଳୀ ରୂପେ ଏହାକୁ ବାଖ୍ୟା କରିବାକୁ ଯାଇଁ ଶ୍ରୀମତୀ ପି. ଭି. ୟଙ୍ଗ୍ ଲେଖୁଛନ୍ତି, ‘‘ପର୍ଯ୍ୟବେକ୍ଷଣ ଘଟଣାଗୁଡ଼ିକ ସ୍ୱାଭାବିକ ଭାବେ ଘଟୁଥ‌ିବା ସମୟରେ ଆଖୁଦ୍ଵାରା ସୁବ୍ୟବସ୍ଥିତ ଓ ସୁବିଚାରିତ ଭାବେ କରାଯାଉଥ‌ିବା ଅଧ୍ୟୟନ ଅଟେ ।’’ (Observation is a systematic and deliberate study through the eyes of the spontaneous occurrences, at the time they occur). ସି.ଏ. ମୋଜରଙ୍କ ମତ ଅନୁସାରେ, ‘ପର୍ଯ୍ୟବେକ୍ଷଣ ପାଇଁ ଜ୍ଞାନ ଏବଂ ବାଣୀ ଅପେକ୍ଷା ନେତ୍ର ଅଧୂକ ଦରକାରୀ ।’’ (Observation implies greater use of the eyes rather than that of ears and voice) |

ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ସ୍ପଷ୍ଟ ହୋଇଥାଏ ଯେ, ପର୍ଯ୍ୟବେକ୍ଷଣ କୌଣସି ବ୍ୟକ୍ତି ଦ୍ୱାରା କୁହାଯାଇଥିବା ବା ଶୁଣାଯାଇଥିବା କଥା ଉପରେ ବିଶ୍ଵାସ ନ କରି ସ୍ଵୟଂ ଘଟଣା ଦେଖ୍ ଏବଂ ବୁଝି ତାହାକୁ ବର୍ଣ୍ଣନା କରିବା ଉପରେ ଗୁରୁତ୍ଵ ଦେଇଥାଏ । ମାତ୍ର କେବଳ କୌଣସି ଘଟଣାକୁ ଦେଖିବା ବା ବୁଝିବା ପ୍ରଣାଳୀକୁ ପର୍ଯ୍ୟବେକ୍ଷଣ କୁହାଯାଇନଥାଏ । ବରଂ ଘଟଣାକୁ ଅବଲୋକନ କରି ତା’ ମଧ୍ୟରେ କାରଣ ବା ଅପ୍ରତ୍ୟକ୍ଷ ଭାବେ ପର୍ଯ୍ୟବେକ୍ଷଣ କରିଥାଏ । ମାତ୍ର ଘଟଣାଗୁଡ଼ିକ ଘଟୁଥିବା ସମୟରେ ତା’ର ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ । ଏଥିରୁ ସ୍ପଷ୍ଟ ହୋଇଥାଏ ଯେ, ପର୍ଯ୍ୟବେକ୍ଷଣ ପ୍ରାଥମିକ ସାମଗ୍ରୀକୁ ଏକତ୍ରିତ କରିବା ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ପ୍ରବିଧୂ ।

ପର୍ଯ୍ୟବେକ୍ଷଣର ମୈଳିକ ଗୁଣ (Characteristics of observation)

CHSE Odisha Class 11 Sociology Unit 5 Long Answer Questions in Odia Medium

(୧) ମାନବ ଇନ୍ଦ୍ରିୟଗୁଡ଼ିକର ପୂର୍ବ ଉପଯୋଗ (Full use of human senses) ପର୍ଯ୍ୟବେକ୍ଷଣ ପ୍ରଣାଳୀରେ ମାନବର ଇନ୍ଦ୍ରିୟ ତଥା – ଆଖୁ, କାନ, ପାଟି, ଇତ୍ୟାଦିର ପୂର୍ବ ଉପଯୋଗ କରାଯାଇଥାଏ । ମାତ୍ର ଦର୍ଶନେନ୍ଦ୍ରିୟର ଭୂମିକା ଅନ୍ୟମାନଙ୍କଠାରୁ ବେଶି ଅଟେ ।

(୨) ପର୍ଯ୍ୟବେକ୍ଷଣ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ସୁବିଚାରିତ ପ୍ରବିଧୂ (Observation a purposive and deliberate technique) – ପର୍ଯ୍ୟବେକ୍ଷଣ ପଦ୍ଧତିରେ ପ୍ରଥମେ ଅଧ୍ୟୟନର ଉଦ୍ଦେଶ୍ୟ ବିଚାରପୂର୍ବକ ସ୍ଥାପନ କରିବା ପରେ ହିଁ ପର୍ଯ୍ୟବେକ୍ଷଣ ଆରମ୍ଭ ହୋଇଥାଏ । ଏହି ଦୃଷ୍ଟିରୁ ପର୍ଯ୍ୟବେକ୍ଷଣ ସାଧାରଣ ନିରୀକ୍ଷଣ ଠାରୁ ଭିନ୍ନ । ପ୍ରତ୍ୟେକ ବ୍ୟକ୍ତି ଆଖ୍ ଖୋଲିଥିଲା ଯାଏଁ କିଛି ନା କିଛି ଦେଖୁଥାଏ । ମାତ୍ର ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ପର୍ଯ୍ୟବେକ୍ଷଣ କୁହାଯାଏ ନାହିଁ । ଏଣୁ ଏକ ଉଦ୍ଦେଶ୍ୟପୂର୍ଣ ଏବଂ ସୁବ୍ୟବସ୍ଥିତ ନିରୀକ୍ଷଣ ହେଉଛି ପର୍ଯ୍ୟବେକ୍ଷଣ ।

(୩) ପର୍ଯ୍ୟବେକ୍ଷଣ ସାମାଜିକ ଗବେଷଣାର ହେଉଛି ପ୍ରତ୍ୟକ୍ଷ ପଦ୍ଧତି (Observation is the direct method of social research) – ପର୍ଯ୍ୟବେକ୍ଷଣ ଦ୍ୱାରା ପ୍ରତ୍ୟକ୍ଷ ଅଧ୍ୟୟନ କରାଯାଇଥାଏ । ଗବେଷକ ନିଜେ ଅଧ୍ୟୟନ କ୍ଷେତ୍ରକୁ ଯାଇ ପର୍ଯ୍ୟବେକ୍ଷଣ କରି ତଥ୍ୟ ସଂଗ୍ରହ କରେ ।

(୪) ପର୍ଯ୍ୟବେକ୍ଷଣ ଏକ ବୈଜ୍ଞାନିକ ପ୍ରବିଧ ଅଟେ (Observation is a scientific technique) – ଏହାଦ୍ଵାରା ଏକତ୍ରିତ କରାଯାଉଥିବା ତଥ୍ୟଗୁଡ଼ିକ ଅଧ୍ବକ ବିଶ୍ଵାସ ଯୋଗ୍ୟ ହୋଇଥାଏ କାରଣ ଗବେଷକ ନିଜ ଆଖ୍ୟାରେ ଦେଖୁଥ‌ିବା ତଥ୍ୟକୁ ସୁନିୟୋଜିତ ଉପାୟରେ ସଂଗ୍ରହ କରିଥାଏ ।

(୫) ପର୍ଯ୍ୟବେକ୍ଷଣ ଘଟଣା ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ କରିଥାଏ (Observation minutely studies the social phenomena) – ଏହାଦ୍ଵାରା ଗଭୀର ଅଧ୍ୟୟନ କର ଘଟଣାଗୁଡ଼ିକର ପ୍ରକୃତ ପାରସରକ ସମ୍ପକ ଇତ୍ୟାଦି ଜାଣିହୁଏ ।

(୬) ପର୍ଯ୍ୟବେକ୍ଷଣ କାରଣ ଫଳାଫଳ ସମ୍ବନ୍ଧକୁ ସ୍ପଷ୍ଟ କରିଥାଏ (Observation explains causes effect relationship) – ଏହି ପଦ୍ଧତିଦ୍ୱାରା ଘଟଣାଗୁଡ଼ିକର କାରଣ ଫଳାଫଳ ବା ପରିଣାମ ସମ୍ପର୍କ ଜାଣିହୁଏ ।

3. ପର୍ଯ୍ୟବେକ୍ଷଣର ପ୍ରକାର ଭେଦ ଦର୍ଶାଅ ?
Answer:
ମୋଟ ଉପରେ ଛଅ ପ୍ରକାରର ପର୍ଯ୍ୟବେକ୍ଷଣ ଦେଖିବାକୁ ମିଳିଥାଏ । ନିମ୍ନରେ ବିଶଦ ବର୍ଣ୍ଣନା କରାଗଲା ।

(୧) ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ (Uncontrolled Observation) – ଏଥରେ ଅଧ୍ୟୟନ ବିଷୟକୁ ନିୟନ୍ତ୍ରିତ କରାଯାଏ ନାହିଁ । ବରଂ ଘଟଣା ଯେପରି ଘଟୁଥାଏ ସେହି ସ୍ଵାଭାବିକ ବା ବାସ୍ତବରୂପକୁ ନିରୀକ୍ଷଣ କରାଯାଏ । ଜାହୋଜା ଏବଂ କୁକ୍ ଏହି ପ୍ରକାର ପର୍ଯ୍ୟବେକ୍ଷଣକୁ ଅସଂରଚିତ ପର୍ଯ୍ୟବେକ୍ଷଣ (Unstructured observation) ଏବଂ ଗୁଡ଼େ ଏବଂ ହାଟ ଏହାକୁ ସାଧାରଣ ବା ସରଳ ପର୍ଯ୍ୟବେକ୍ଷଣ (Simple Observation) ନାମରେ ଅଭିହିତ କରିଛନ୍ତି । ଏହାଛଡ଼ା ଅନିୟନ୍ତ୍ରତ ପର୍ଯ୍ୟବେକ୍ଷଣ ମଧ୍ୟ ଅନିର୍ଦ୍ଦେଶିତ (Undirected), ଅନୌପଚାରିକ (Informal) ତଥା ମୁକ୍ତ (Open) ପର୍ଯ୍ୟବେକ୍ଷଣ ନାମରେ ଅଭିହିତ ହୋଇଥାଏ ।

ଶ୍ରୀମତୀ ୟଙ୍ଗ୍‌ଙ୍କ ମତ ଅନୁସାରେ, ‘ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଦ୍ୱାରା ଆମେ ବାସ୍ତବ ଜୀବନ ସହିତ ସମ୍ବନ୍ଧିତ ପରିସ୍ଥିତିକୁ ସାବଧାନତା ପୂର୍ବକ ସୂକ୍ଷ୍ମ ପରୀକ୍ଷା କରିଥାଉ; ମାତ୍ର ଏଥରେ ସଂକ୍ଷିତ୍ରୀକରଣ କରିବା ନିମିତ୍ତ କୌଣସି ଯନ୍ତ୍ରର ପ୍ରୟୋଗ ଅଥବା ଦେଖାଦେଇଥ‌ିବା ଘଟଣାଗୁଡ଼ିକର ଶୁଦ୍ଧତାକୁ ଯାଞ୍ଚ କରିବାକୁ କୌଣସି ପ୍ରୟାସ କରାଯାଇ ନ ଥାଏ । ଗୁଡ଼େ ଏବଂ ହାଟ୍ ସାମାଜିକ ଗବେଷଣା କ୍ଷେତ୍ରରେ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ମହତ୍ତ୍ବ ସୂଚାଇ ଦେବାକୁ ଯାଇ ଲେଖୁଛନ୍ତି, ‘ସାମାଜିକ ସମ୍ବନ୍ଧ ବିଷୟରେ ଅଧିକାଂଶ ଜ୍ଞାନ ସହଭାଗୀ ବା ଅସହଭାଗୀ ପର୍ଯ୍ୟବେକ୍ଷଣ ଦ୍ବାରା ଜନସାଧାରଣ ଲାଭ କରିଥାନ୍ତି ।’’

ବାସ୍ତବିକ ଅଧିକାଂଶ ସାମାଜିକ ଘଟଣାର ପ୍ରକୃତି ଏପରି ହୋଇଥାଏ ଯେ, ତାହାକୁ ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଦ୍ବାରା ଅଧ୍ୟୟନ କରିବା ସମ୍ଭବପର ହୋଇନଥାଏ । ଫଳତଃ ଏହାକୁ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଦ୍ବାରା ଅଧ୍ୟୟନ କରାଯାଇଥାଏ ।

୨ । ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ (Controlled Observation) – ପୂର୍ବେ ସାମାଜିକ ଘଟଣାଗୁଡ଼ିକୁ ନିୟନ୍ତ୍ରିତ ଅବସ୍ଥାରେ ଅଧ୍ୟୟନ କରିବା ସମ୍ଭବପର ନ ଥିଲା, ମାତ୍ର ଆଜିକାଲି ଅନେକ ପ୍ରବିଧ‌ିର ବିକାଶ ଫଳରେ ଏହି ଘଟଣାଗୁଡ଼ିକ ନିୟନ୍ତ୍ରଣ କରି ଅଧ୍ୟୟନ କରିବା ସମ୍ଭବପର ହୋଇ ପାରିଛି । ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଏକ ପ୍ରବିଧ, ଯାହା ସାହାଯ୍ୟରେ ଗବେଷକ ଅଧ୍ୟୟନ କରାଯାଉଥ‌ିବା ଘଟଣା ଓ ପରିସ୍ଥିତିକୁ ନିୟନ୍ତ୍ରିତ କରି ତଥ୍ୟ ସଂଗ୍ରହ କରିଥାଏ ।

କିନ୍ତୁ ପ୍ରାକୃତିକ ଘଟଣାକୁ ନିୟନ୍ତ୍ରଣ କରିବା ଯେପରି ଅନେକାଂଶରେ ସହଜ, ସାମାଜିକ ଘଟଣା କ୍ଷେତ୍ରରେ ସେପରି ନୁହେଁ, ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ହେଉଛି ଏପରି ଏକ ବିଧ୍ ଯାହାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତତ୍ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଯୋଜନା ସୁନିଶ୍ଚିତ କରାଯାଇଥାଏ । ଏଥ‌ିପାଇଁ ନିୟନ୍ତ୍ରତ ପର୍ଯ୍ୟବେକ୍ଷଣକୁ ମଧ୍ଯ ପୂର୍ବ ନିୟୋଜିତ ବା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ କୁହାଯାଇଥାଏ । ଏହି ପ୍ରକାର ପର୍ଯ୍ୟବେକ୍ଷଣରେ ଦୁଇପ୍ରକାର ନିୟନ୍ତ୍ରଣ ସ୍ଥାପନ କରି ଘଟଣାର ଅଧ୍ୟୟନ କରାଯାଇଥାଏ । ଯଥା – ସାମାଜିକ ଘଟଣା ଉପରେ ନିୟନ୍ତ୍ରଣ ଓ ପର୍ଯ୍ୟବେକ୍ଷଣ କର୍ତ୍ତା ଉପରେ ନିୟନ୍ତ୍ରଣ ।

(କ) ସାମାଜିକ ଘଟଣା ଉପରେ ନିୟନ୍ତ୍ରଣ (Control over social phenomena) – ଭୌତିକ ବିଜ୍ଞାନରେ ବୈଜ୍ଞାନିକ ପରିସ୍ଥିତିକୁ ପ୍ରୟୋଗ ଶାଳାରେ ନିୟନ୍ତ୍ରତ ଅବସ୍ଥାରେ ଅଧ୍ୟୟନ କରିଥାଏ । ସେହିପରି ସମାଜଶାସ୍ତ୍ରୀ ମଧ୍ୟ ସାମାଜିକ ଘଟଣାକୁ ନିୟନ୍ତ୍ରିତ କରି ଅଧୟନ କାର୍ଯ୍ୟ ସଂଚାଳନ କରିବାକୁ ଚେଷ୍ଟା କରେ । ଉଦାହରଣ ସ୍ୱରୂପ ବିଭିନ୍ନ ଆଲୋକରେ ମଣିଷର କାର୍ଯ୍ୟକାରୀ ଶକ୍ତି ଦେଖିବା ପାଇଁ ଅନ୍ଧାର ହଲ୍‌ରେ କେତେକ ଶ୍ରମିକଙ୍କୁ କାମ କରାଇ ସେମାନଙ୍କର କାର୍ଯ୍ୟକାରିତା ଜାଣିହେବ ।

CHSE Odisha Class 11 Sociology Unit 5 Long Answer Questions in Odia Medium

ତା’ସରେ ବିଭିନ୍ନ ଆଲୋକ ଦେଇ ସେମାନଙ୍କର କାର୍ଯ୍ୟକାରିତା ଦେଖ୍ ଆଲୋକ ଓ ଅନ୍ଧକାର କିପରି ମଣିଷର କାର୍ଯ୍ୟକାରୀ ଶକ୍ତି ଉପରେ ପ୍ରଭାବ ପକାଉଛନ୍ତି ତାହା ଜାଣିହେବ ।

(ଖ) ପର୍ଯ୍ୟବେକ୍ଷଣ କର୍ତ୍ତା ଉପରେ ନିୟନ୍ତ୍ରଣ (Control over observer) – ପର୍ଯ୍ୟବେକ୍ଷଣ କର୍ତ୍ତା ଉପରେ ମଧ୍ୟ ପର୍ଯ୍ୟବେକ୍ଷଣ ସମୟରେ ନିୟନ୍ତ୍ରଣ ରଖାଯାଏ । ଅବଶ୍ୟ ଅଧ୍ୟୟନ ବିଷୟ ଉପରେ ନିୟନ୍ତ୍ରଣ ରଖୁ ଅପେକ୍ଷାକୃତ ସହଜ । ନିଜେ ପର୍ଯ୍ୟବେକ୍ଷଣ କର୍ଷା ନିଜ ଉପରେ ଏହି ପ୍ରକାର ନିୟନ୍ତ୍ରଣ ରଖେ । ସେ କେତେକ ଉପକରଣ ଯଥା : ଅନୁସୂଚୀ, ପ୍ରଶ୍ନବଳୀ, ଡାଏରୀ ଇତ୍ୟାଦିର ସାହାଯ୍ୟ ନିଏ ଏବଂ ନିଜର ଇନ୍ଦ୍ରିୟମାନେ ଠିକ୍ ରୂପେ କାମ କରୁଛନ୍ତି କି ନାହିଁ ତାହା ମଧ୍ୟ ଦେଖେ ।

୩ । ସହଭାଗୀ ପର୍ଯ୍ୟବେକ୍ଷଣ (Participant observation) – ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା ସ୍ଵୟଂ ଅଧ୍ୟୟନ ସମୂହ ବା ସମୁଦାୟର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଅଧ୍ୟୟନ ସମୂହର ସଦସ୍ୟଙ୍କ ବାସ୍ତବ ଜୀବନ ତଥା ଦୈନନ୍ଦିନ ବ୍ୟବହାରରେ ସକ୍ରିୟ ଭାଗନିଏ ଏବଂ ସେମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସେମାନଙ୍କର ଉତ୍ସବ, ସଂସ୍କାର, କର୍ମକାଣ୍ଡ ତଥା ଅନ୍ୟ କ୍ରିୟାକଳାପ ଇତ୍ୟାଦିରେ ଏକ ପ୍ରକାର ନିଜକୁ ମିଶାଇ ଦେଇ ଅଧ୍ୟୟନ କରେ, ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସହ ଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ ।

ସହଭାଗୀ ପର୍ଯ୍ୟବେକ୍ଷଣ ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ ୧୯୨୪ ମସିହାରେ ପ୍ରଫେସର ଏଓ୍ୱାର୍ଡ଼ ଲାଇଣ୍ଡମେନ ନିଜର ପ୍ରକାଶିତ “Social Discovery” ପୁସ୍ତକରେ କରିଥିଲେ । ଏହା ପରଠାରୁ ସମାଜ ବିଜ୍ଞାନର ଏକ ମହତ୍ତ୍ଵପୂର୍ଣ୍ଣ ପ୍ରବିଧ ରୂପେ ଏହାର ପ୍ରୟୋଗ କରାଯାଇ ଆସୁଅଛି ।

ସମୂହର ଅଧ୍ୟୟନ କରୁଥାଏ, ସେହି ସମୂହରେ ବାସକରେ ଏବଂ ସେହି ସମୂହର ଜୀବନ ଧାରାରେ ଭାଗ ନେଇଥାଏ ।’’ (Participant observer, using non-controlled observation generally lives or otherwise in the life of the group, which he is studying)

ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ସ୍ପଷ୍ଟ ହୋଇଥାଏ ଯେ, ସହଭାଗୀ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷକ ଏକ ଗୁପ୍ତଚରର କାର୍ଯ୍ୟ କରିଥାଏ । ଏଥପାଇଁ ଗବେଷକକୁ ଏକ ନୂତନ ବ୍ୟକ୍ତିତ୍ଵ ନେଇ କାର୍ଯ୍ୟ କରିବାକୁ ପଡ଼ିଥାଏ । ଏକ ପକ୍ଷରେ ସେ ନିଜ କାର୍ଯ୍ୟ ପ୍ରତି ସଚେତନ ରହି ଅନ୍ୟ ପକ୍ଷରେ ଅଧ୍ୟୟନ କରାଯାଉଥ‌ିବା ସମୂହର ଜୀବନଧାରାରେ ନିଜକୁ ମିଶାଇଦେବାକୁ ଚେଷ୍ଟା କରେ ।

ଅଧ୍ୟୟନ କର୍ତ୍ତାକୁ ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଅନେକ ସତର୍କତା ସହିତ ରହିବାକୁ ପଡ଼ିଥାଏ । କାରଣ ଯଦି ସେହି ସମୂହର ଅନ୍ୟ କୌଣସି ଲୋକ ତା’ର ବାସ୍ତବ ଉଦ୍ଦେଶ୍ୟକୁ ଜାଣିପାରନ୍ତି, ତେବେ ସେହି ସ୍ଥିତିରେ ଅଧ୍ୟୟନ କରିବା ସମ୍ଭବପର ହୋଇ ନ ଥାଏ।

୪ । ଅସହଭାଗୀ ପର୍ଯ୍ୟବେକ୍ଷଣ (Non-Participant Observation) – ଏ ପ୍ରକାର ପର୍ଯ୍ୟବେକ୍ଷଣରେ ଅଧ୍ୟୟନକର୍ତ୍ତା ସ୍ଵୟ ପର୍ଯ୍ୟବେକ୍ଷିତ ସମୂହରେ ଉପସ୍ଥିତ ରହି ସେମାନଙ୍କର କାର୍ଯ୍ୟକଳାପରେ ଭାଗନେଇନଥାଏ । ବରଂ ଏକ ମୌନ ଦର୍ଶକ (Silent Spectator) ଭାବେ ସେ ଘଟଣାମାନ ପର୍ଯ୍ୟବେକ୍ଷଣ କରିଥାଏ । ଏ ପ୍ରକାର ପର୍ଯ୍ୟବେକ୍ଷଣର ସଫଳତା ଗବେଷକର ଉପସ୍ଥିତି ଓ ସମୂହର ସଦସ୍ୟଙ୍କ ଅନଭିଜ୍ଞତା ଉପରେ ନିର୍ଭର କରିଥାଏ ।

ଉଦାହରଣସ୍ୱରୂପ ଏକ ବିବାହ ଉତ୍ସବ ଅଧ୍ୟୟନ କରିବାକୁ ପଡ଼ିଥାଏ । ଏଣୁ ଏଠାରେ କୁହାଯାଇପାରେ ଯେ, ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା କୌଣସି ସମୂହର ନିକଟ ଏବଂ ଘନିଷ୍ଠ ସମ୍ବନ୍ଧରେ ନ ଆସି ଏକ ସାଧାରଣ ଅପରିଚିତ ବ୍ୟକ୍ତି ରୂପରେ ଘଟଣାର ଅଧ୍ୟୟନ କରେ ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ‘ଅସହଭାଗୀ ପର୍ଯ୍ୟବେକ୍ଷଣ’ (Non-Participant Observation) କୁହାଯିବ ।

୫ । ଅର୍ଦ୍ଧ ସହଭାଗୀ ପର୍ଯ୍ୟବେକ୍ଷଣ (Quasi-Participant observation) – ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣକୁ ଆଲୋଚନା କରିବା ପରେ ଏକଥା ସ୍ପଷ୍ଟ ହୋଇଥାଏ ଯେ, କୌଣସି ଅଧ୍ୟୟନରେ ଅଧ୍ୟୟନ କର୍ତ୍ତା ପୂର୍ଣ୍ଣଭାବରେ ସହଭାଗୀ ବା ଅସହଭାଗୀ ହେବା ଏକ କଠିନ ବ୍ୟାପାର । ପୂର୍ଣ୍ଣ ସହଯୋଗିତା ଦ୍ଵାରା ଅଧୟନର ବସ୍ତୁନିଷ୍ଠତା ଲୋପ ପାଇବାର ଭୟଥାଏ ଓ ପୂର୍ଣ୍ଣ ଅସହଭାଗୀତା ଦ୍ଵାରା ଅନେକ ଗୋପନୀୟ ତଥା ମହତ୍ତ୍ଵପୂର୍ଣ୍ଣ ତଥ୍ୟ ପ୍ରାପ୍ତି ନ ହେବାର ଆଶଙ୍କା ଥାଏ ।

ଏ ଦୃଷ୍ଟିରୁ ଅଧ୍ୟୟନକୁ ଅଧିକ ବୈଜ୍ଞାନିକ କରିବା ଲାଗି ଏହାକୁ ଆଂଶିକ ସହଭାଗୀ ଓ ଆଂଶିକ ଅସହଭାଗୀ କରାଯାଇଥାଏ । ଏହାକୁ ଅର୍ଦ୍ଧ ସମଭାଗୀ ପର୍ଯ୍ୟବେକ୍ଷଣ କୁହାଯାଏ । ଏ ପ୍ରକାର ପର୍ଯ୍ୟବେକ୍ଷଣ ଉତ୍ତର ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣର ବୈଶିଷ୍ଟ୍ୟମାନ ଦେଇଥାଏ।

୬ । ସାମୂହିକ ପର୍ଯ୍ୟବେକ୍ଷଣ (mass observation) – ସାମାଜିକ ଜୀବନରେ, ଅନେକ ବିଷୟ ଏତେ ବ୍ୟାପକ ଏବଂ ଜଟିଳ ହୋଇଥାଏ ଯେ, ଏହାକୁ କୌଣସି ଏକ ପର୍ଯ୍ୟବେକ୍ଷଣ କର୍ରାଦ୍ବାରା ଠିକ୍ ଭାବରେ ଅଧ୍ୟୟନ କରାଯାଇପାରେ ନାହିଁ । ଏହି ପରିସ୍ଥିତିରେ ସମସ୍ୟା ବା କ୍ଷେତ୍ରର ପର୍ଯ୍ୟବେକ୍ଷଣ ପାଇଁ ଅନେକ ପର୍ଯ୍ୟବେକ୍ଷଣ କର୍ତ୍ତାଙ୍କର ଆବଶ୍ୟକ ପଡ଼ିଥାଏ । ଏଣୁ ଯଦି ପର୍ଯ୍ୟବେକ୍ଷଣ ଗୋଟିଏ ବ୍ୟକ୍ତିଦ୍ୱାରା ନ ହୋଇ ଅନେକ ବ୍ୟକ୍ତିଙ୍କ ଦ୍ବାରା ସାମୂହିକ ଭାବରେ କରାଯାଏ, ତାହେଲେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ ସାମୂହିକ ପର୍ଯ୍ୟବେକ୍ଷଣ (mass or collective observation) କୁହାଯିବ ।

ସାମୂହିକ ପର୍ଯ୍ୟବେକ୍ଷଣର ପ୍ରକୃତିକୁ ସ୍ପଷ୍ଟ କରିବାକୁ ଯାଇ ସିନ୍ ପାଓ ୟାଙ୍ଗ୍ (Hsin Pao yang) ଲେଖୁଛନ୍ତି, ‘ସାମୂହିକ ପର୍ଯ୍ୟବେକ୍ଷଣ ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣର ଏକ ସମ୍ମିଶ୍ରଣ । ଏଥ‌ିରେ ଅନେକ ବ୍ୟକ୍ତିଙ୍କ ଦ୍ବାରା ତଥ୍ୟଗୁଡ଼ିକର ପର୍ଯ୍ୟବେକ୍ଷଣ କରାଯାଇ ଆଲେଖନ କରାଯାଏ ଏବଂ ତଥ୍ୟଗୁଡ଼ିକର ସଂକଳନ ଏବଂ ପ୍ରୟୋଗ ଏକ ମୁଖ୍ୟ ବ୍ୟକ୍ତିଦ୍ଵାରା କରାଯାଇଥାଏ ।

4. ନିୟନ୍ତ୍ରିତ ଓ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:

ଆଧାର ନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ ଅନିୟନ୍ତ୍ରିତ ପର୍ଯ୍ୟବେକ୍ଷଣ
(୧) ଘଟଣା ତଥା ସ୍ଥିତି (Events and Situations) ଅଧ୍ୟୟନ କରାଯାଉଥ‌ିବା ଘଟଣା ବା ପରିସ୍ଥତିକୁ ନିୟନ୍ତ୍ରିତ କରି ପର୍ଯ୍ୟବେକ୍ଷଣ କରାଯାଏ । ଘଟଣା ବା ପରିସ୍ଥିତି ପର୍ଯ୍ୟବେକ୍ଷଣ କର୍ରାର ନିୟନ୍ତ୍ରଣରେ ନ ଥାଏ ।
(୨) ପର୍ଯ୍ୟବେକ୍ଷଣ କର୍ତ୍ତାର (observers behaviour) ସେ ପୂର୍ବ ନିଶ୍ଚିତ ନିର୍ଦ୍ଦେଶ ଅନୁସାରେ ନିଜର ବ୍ୟବହାର ନିଶ୍ଚିତ ଢଙ୍ଗ ଏବଂ ନିର୍ଦ୍ଧାରିତ ପ୍ରବିଧ ଦ୍ଵାରା ପର୍ଯ୍ୟବେକ୍ଷଣ କାର୍ଯ୍ୟ କରିଥାଏ । ତାର ନିଜ ବ୍ୟବହାର ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ ନଥାଏ ।
(୩) ଯୋଜନା ବଦ୍ଧ (Preplanning Programme) ପ୍ରଥମେ ଏକ ନିଶ୍ଚିତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାକୁ ପଡ଼ିଥାଏ ଏବଂ ସମସ୍ତ ଆବଶ୍ୟକତା ତଥା ବିଭିନ୍ନ ପ୍ରକାର ନିୟନ୍ତ୍ରଣକୁ ମଧ୍ୟ ନିର୍ଦ୍ଧାରିତ କରାଯାଇଥାଏ । କୌଣସି ପୂର୍ବ ଯୋଜନ ନଥାଇବି ସେ ଯେ କୌଣସି ସମୟରେ ଓ ଯେ କୌଣସି କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରିଥାଏ ।
(୪) ସାଧନ ତଥା ଉପକରଣ (Tools and Apparatus) ବିଭିନ୍ନ ପର୍ଯ୍ୟବେକ୍ଷଣ ଯନ୍ତ୍ର ବା ସାଧନ ଯଥା :ଅନୁସୂଚୀ, ନିର୍ଦ୍ଦେଶିକା ଆଦିର ସହାୟତା ନିଆଯାଏ । କୌଣସି ସାଧନର ଉପଯୋଗ କରିବା ଆବଶ୍ୟକ ନଥାଏ ।
(୫) ସ୍ଵାଭାବିକତା (Naturalness) ସୃଷ୍ଟି କରିବାକୁ ପଡ଼ିଥାଏ । ଯାହା ଫଳରେପର୍ଯ୍ୟବେକ୍ଷଣର ସ୍ଵାଭାବିକତା ନଷ୍ଟ ହୋଇଥାଏ । ନିୟନ୍ତ୍ରଣ ନ ରହିବା ଯୋଗୁଁ ଅଧ୍ୟୟନ ଅଧ୍ୟା ସ୍ଵାଭାବିକ ହୋଇଥାଏ ।
(୬) ବିଶ୍ଵାସନୀୟତା (Reliability) ପର୍ଯ୍ୟବେକ୍ଷଣ କର୍ରାର ମନୋବୃତ୍ତି ବିଚାରଧାରା ତଥା ବ୍ୟକ୍ତିଗତ ପକ୍ଷପାତ ଇତ୍ୟାଦିର ପ୍ରଭାବ ପଡ଼ିନଥାଏ । ଫଳରେ ଅଧ୍ୟୟନ ଅଧୂକ ନିସ୍ପକ୍ଷ ଏବଂ ବିଶ୍ଵାସନୀୟ ହୋଇଥାଏ । ପର୍ଯ୍ୟବେକ୍ଷଣ କର୍ତ୍ତା ନିଜର ସ୍ଵତନ୍ତ୍ରତା ତଥା ବ୍ୟକ୍ତିଗତ ରୁଚିର ଅଧ‌ିକ ପ୍ରୟୋଗ କରିଥାଏ ଏଣୁ ଅଧ୍ୟୟନ ଅଧିକ ପକ୍ଷପାତ ପୂର୍ଣ ଏବଂ କମ୍ ବିଶ୍ଵାସନୀୟ ହୋଇଥାଏ ।
(୭) ଉପଯୁକ୍ତତା (Suitability) ପର୍ଯ୍ୟବେକ୍ଷଣ କର୍ତ୍ତା ସ୍ଵାଧୀନ ହୋଇନଥାଏ । ଏଣୁ ଘଟଣା ଏବଂ ବ୍ୟବହାର ଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ ସମ୍ଭବପର ହୋଇନଥାଏ । କୃତ୍ରିମତା ନଥିବା ଯୋଗୁଁ ଯେ କୌଣସି ସମୂହର ଗଭୀର ଅଧ୍ୟୟନ ସମ୍ଭବପର ।
(୮) କାର୍ଯ୍ୟକ୍ଷେତ୍ର (Scope) କ୍ଷୁଦ୍ର ସମୂହ ବା କୌଣସି ବିଶେଷ ପକ୍ଷକୁ ଅଧ୍ୟୟନ କରିବା ପାଇଁ ଅଧିକ ଉପଯୁକ୍ତ ଅଟେ । ବୃହତ୍ତ ସମୂହର ଅଧ୍ୟୟନ ସମ୍ଭବପର ହୋଇଥାଏ । ଏହାଦ୍ଵାରା ଗୋଟିଏ ବିଷୟ ସମ୍ବନ୍ଧିତ ସବୁ ପକ୍ଷକୁ ପର୍ଯ୍ୟବେକ୍ଷଣ କରାଯାଇପାରେ ।

CHSE Odisha Class 11 Sociology Unit 5 Long Answer Questions in Odia Medium

5. ସହଭାଗୀ ଓ ଅସହଭାଗୀ ପର୍ଯ୍ୟବେକ୍ଷଣ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:

ଆଧାର ସହଭାଗୀ ପର୍ଯ୍ୟବେକ୍ଷଣ ଅସହଭାଗୀ ପର୍ଯ୍ୟବେକ୍ଷଣ
(୧) ସହଭାଗୀତାର (Extent of Participation) ଅଧ୍ୟୟନ କର୍ତ୍ତା ଅଧ୍ୟୟନ ସମୂହର ଅଭିନ୍ନ ଅଙ୍ଗଭାବେ ଘଟଣାର ଅଧ୍ୟୟନ କରିଥାଏ । ଅଧ୍ୟୟନ କର୍ତ୍ତାର ଭୂମିକା ଜଣେ ଅପରିଚିତ ଏବଂ ମୌନଦ୍ରଷ୍ଟା ରୂପେ ହୋଇଥାଏ ।
(୨) ଅଧ୍ୟୟନର ଗଭୀରତା (Depth of study) ଘଟଣାଗୁଡ଼ିକର ସୂକ୍ଷ୍ମ ଓ ଗଭୀର ଅଧ୍ୟୟନ ସମ୍ଭବପର ହୋଇଥାଏ । ଅଧ୍ୟୟନ ସମୂହର ବାହ୍ୟ ବ୍ୟବହାରକୁ ଯେଉଁ ରୂପରେ ଜାଣିହୁଏ, ଗୋପନୀୟ ତଥ୍ୟକୁ ସେହି ରୂପରେ ଜାଣିହୁଏ ନାହିଁ ।
(୩) ସମୂହର ବ୍ୟବହାର (Behaviour of the groups) ଅଧ୍ୟୟନ କର୍ତ୍ତା ଜଣେ ଗୁପ୍ତଚର ପରି ସମୂହର ଜୀବନ ଧାରାରେ ମିଶି ଯାଇ ଏହାର କରିପାରିଥାଏ । ସମୂହର ସଦସ୍ୟମାନେ ଅଧ୍ୟୟନ କର୍ତ୍ତାକୁ ଜଣେ ଅପରିଚିତ ବ୍ୟକ୍ତିଭାବି କୃତ୍ରିମ ବ୍ୟବହାର ପ୍ରଦର୍ଶନ କରିଥାଏ ।
(୪) ସୂଚନା ଗୁଡ଼ିକର (Verification of data) ତଥ୍ୟଗୁଡ଼ିକର ପରୀକ୍ଷଣ ଓ ପୁନଃ ପରୀକ୍ଷଣସମ୍ଭବପର ହୋଇଥାଏ । ତଥ୍ୟଗୁଡ଼ିକର ତୁଳନାତ୍ମକ ପରୀକ୍ଷା କଷ୍ଟକର ।
(୫) ସମୟ ଏବଂ ଧନ (Time and money) ଅଧିକ ସମୟ ଓ ଧନ ଆବଶ୍ୟକତା ହୋଇଥାଏ । ଅପେକ୍ଷାକୃତ କମ୍ ସମୟ ଓ ଧନ ଦରକାର ପଡ଼େ ।
(୬) ସୀମା (Extent of objectivity) ଅଧ୍ୟୟନର ବସ୍ତୁନିଷ୍ଠତା କମ୍ ଦେଖାଯାଏ । ଅଧ୍ୟୟନ ଅଧ‌ିକ ବସ୍ତୁନିଷ୍ଠ ଏବଂ ନିରପେକ୍ଷ ହୁଏ ।
(୭) ସାଧନାର ବ୍ୟବହାର (Use of tools) ପର୍ଯ୍ୟବେକ୍ଷକକୁ  ସାଧନାର  ସାଧାରଣ  ବ୍ୟବହାର ହୋଇପାରିନଥାଏ । ଏଠାରେ ସାଧନର ବ୍ୟବହାର ହୋଇପାରେ ।
(୮) କୁଶଳତା (Skill) ପର୍ଯ୍ୟବେକ୍ଷକକୁ ଅଧିକ କୁଶଳତା ଓ ଏଥପାଇଁ ତାଲିମ ଆବଶ୍ୟକ । ସାଧାରଣ କୁଶଳତା ଓ ତାଲି ମଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଇପାରେ ।

6. ପର୍ଯ୍ୟବେକ୍ଷଣ ପଦ୍ଧତିର ମହତ୍ତ୍ବ (Importance of Observation) ଆଲୋଚନା କର ।
Answer:
ସାମାଜିକ ତଥା ପ୍ରାକୃତିକ ସମସ୍ତ ବିଜ୍ଞାନରେ ପର୍ଯ୍ୟବେକ୍ଷଣର ଭୂମିକା ହେଉଛି ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଏକତ୍ରିତ କରିବା କ୍ଷେତ୍ରରେ ଅନ୍ୟ ପ୍ରଣାଳୀ ତୁଳନାରେ ପର୍ଯ୍ୟବେକ୍ଷଣର ଉପାଦେୟତା ଅଧ୍ଵ । ନିମ୍ନରେ ତାହା ଉଲ୍ଲେଖ କରାଗଲା ।

(୧) ବସ୍ତୁନିଷ୍ଠତା (Objectivity) – ଅଧ୍ୟୟନ କର୍ତ୍ତା ନିଜେ ପର୍ଯ୍ୟବେକ୍ଷଣ କରୁଥିବା ହେତୁ ପ୍ରାପ୍ତ ତଥ୍ୟ ଗୁଡ଼ିକ ବିଶ୍ଵାସନୀୟ ଓ ବସ୍ତୁନିଷ୍ଠ ହୁଅନ୍ତି । ନିଜେ ଗବେଷକ ବା ଅଧ୍ୟୟନ କର୍ତ୍ତା ଯେଉଁପରି ଭାବରେ ଘଟଣା ଦେଖୁଥାଏ ସେହିପରି ତାହାକୁ ମୌଳିକ ଭାବରେ ପ୍ରକାଶ କରିଥାଏ । ଏ ମର୍ମରେ ମୋଜର ଲେଖନ୍ତି, ‘ଲୋକମାନଙ୍କୁ ସେମାନେ କ’ଣ କଲେ, ପ୍ରଶ୍ନ ପଚାରିବା ପରିବର୍ଭେ, ପର୍ଯ୍ୟବେକ୍ଷକ ଅତି ରଂଜନ, ବ୍ୟକ୍ତି ପ୍ରତିଷ୍ଠାର ପ୍ରଭାବ ଏବଂ ସ୍ମରଣ ତ୍ରୁଟିରୁ ଉତ୍ପନ୍ନ ସମସ୍ୟାକୁ ଦୂରକରି ସେମାନେ କ’ଣ କରନ୍ତି କୁ ଦେଖୁପାରିଥାଏ ।’’

(୨) ସରଳତା (Simplicity) – ନୂତନ ଘଟଣା ବା ପରିସ୍ଥିତିକୁ ଦେଖିବା ଓ ଅଧ୍ୟୟନ କରିବା ମନୁଷ୍ୟର ସହଜାର ପ୍ରବୃତ୍ତି । ଏହି ପଦ୍ଧତିର ଉପଯୋଗ ପାଇଁ ବିଶେଷ ପ୍ରକାରର ତାଲିମ ତଥା ଅଧ‌ିକ ଧନର ଆବଶ୍ୟକତା ପଡ଼ିନଥାଏ । ଏଣୁ ପର୍ଯ୍ୟବେକ୍ଷଣ ଏକ ସ୍ଵାଭାବିକ ଏବଂ ସରଳ ପଦ୍ଧତି ଅଟେ ।

(୩) ବିଶ୍ଵାସନୀୟତା (Reliability) – ପର୍ଯ୍ୟବେକ୍ଷଣ ଏକ ବିଶ୍ଵାସନୀୟ ପଦ୍ଧତି, କାରଣ ଏହାଦ୍ଵାରା ଘଟଣା ଯେଉଁ ରୂପରେ ଘଟିଥାଏ ସେହି ରୂପରେ ତାହା ସଂଗୃହୀତ ହୋଇଥାଏ । ମୋଜର ଏହି ମର୍ମରେ ଲେଖୁଛନ୍ତି, ‘‘ଲୋକମାନଙ୍କର ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଜଣେ ସମାଜବିଜ୍ଞାନୀକୁ ଯେଉଁ ତଥ୍ୟ ଯୋଗାଇଥାଏ, ତାହା ଅନ୍ୟ କୌଣସି ଉପାୟରେ ବିଶ୍ଵାସଯୋଗ୍ୟ ଭାବରେ ପାଇବା କଷ୍ଟକର ।’’

(୪) ସତ୍ୟପ୍ରତିପାଦନଶୀଳତା (Veritiability) – କେତେକ ବିଶେଷ ପ୍ରକାର ଘଟଣା ଆକସ୍ମିକ ଭାବେ ଘଟିଥାଏ ଏବଂ ଏହାର ପୁନରାବୃତ୍ତି ହୋଇନଥାଏ । ଏହାଛଡ଼ା ଅଧିକାଂଶ ଘଟଣାର ପୁନରାବୃତ୍ତି ହୋଇଥାଏ । ତେଣୁ ଏହି ପଦ୍ଧତିଦ୍ଵାରା ସଂଗୃହୀତ ସୂଚନା ଓ ସାମଗ୍ରୀର ସତ୍ୟତାକୁ ପରୀକ୍ଷା କରାଯାଇ ପାରିଥାଏ ।

(୫) ପ୍ରାକ୍ କଳ୍ପନା ନିର୍ମାଣରେ ସହାୟକ (Helpful in Hypothesis) – ପର୍ଯ୍ୟବେକ୍ଷଣର ସହାୟତାରେ ଅଧ୍ୟୟନ ପାଇଁ ବିଶେଷ ପ୍ରାକ୍-କଳ୍ପନାମାନ ନିର୍ମାଣ କରାଯାଏ । ପୁଣି କୌଣସି ପ୍ରାକ୍-କଳ୍ପନାର ସତ୍ୟତାକୁ ମଧ୍ୟ ପର୍ଯ୍ୟବେକ୍ଷଣ ସାହାଯ୍ୟରେ ନିର୍ଣ୍ଣୟ କରିହୁଏ । କୌଣସି ସମସ୍ୟାକୁ ଅଧ୍ୟୟନ କରିବାକୁ ହେଲେ ଯେଉଁ ପ୍ରାକ୍-କଳ୍ପନା ମାନ ତିଆରି କରିବାକୁ ହେବ, ସମସ୍ୟା ସମ୍ବନ୍ଧିତ କ୍ଷେତ୍ରର ପର୍ଯ୍ୟବେକ୍ଷଣ ନ ହେଲେ ତାହା ହୋଇପାରିବ ନାହିଁ ।

(୬) ବିସ୍ତ୍ରୁତ ପ୍ରଚଳନ (Wider use) – ପର୍ଯ୍ୟବେକ୍ଷଣ ପଦ୍ଧତି ପ୍ରାୟ ସବୁପ୍ରକାର ବିଜ୍ଞାନ ଭୌତିକ ଏବଂ ସାମାଜିକରେ ପ୍ରୟୋଗ କରାଯାଇଥାଏ । ଅଧ୍ୟୟନ ଗୁଣାତ୍ମକ ହେଉ ଅଥବା ପରିମାଣାତ୍ମକ, ପର୍ଯ୍ୟବେକ୍ଷଣ ବିନା ସମ୍ଭବ ହୋଇପାରେ ନାହିଁ । ଜନ୍ ମେଜ (John Madge) ଦର୍ଶାଇଛନ୍ତି ଯେ, କୌଣସି ଅଧ୍ୟୟନର ପ୍ରାରମ୍ଭରେ ସମ୍ବନ୍ଧିତ ତଥ୍ୟ ଅଥବା ବ୍ୟବସ୍ଥିତ କରାଯାଇ ପାରିବ ନାହିଁ ।

(୭) ଗଭୀର ଅଧ୍ୟୟନ (Intensive study) – ପର୍ଯ୍ୟବେକ୍ଷଣ ପ୍ରବିଦ୍ଵାରା ଅନେକ ତଥ୍ୟ ଏପରି ଗଭୀର ଭାବରେ ଅ କରାଯାଏ ଯେ, ତାହା ଅନ୍ୟକୌଣସି ପ୍ରବିଧୂ ସାହାଯ୍ୟରେ କରିହେବ ନାହିଁ । ମାନବ ସମାଜର କେତେକ ବ୍ୟବହାରର ପ୍ରକୃତି ଏପରି ଯେ, କେବଳ ପ୍ରଶ୍ନଦ୍ଵାରା ତାହା ଜାଣିହେବ ନାହିଁ । ପର୍ଯ୍ୟବେକ୍ଷଣ ସେଠାରେ ହିଁ ଏକମାତ୍ର ପନ୍ଥା, ଯାହାଦ୍ଵାରା କି ଅଧ୍ୟୟନ କରିହେବ ।

7. ପର୍ଯ୍ୟବେକ୍ଷଣର ଦୋଷ (Demerits of Observation) ଦର୍ଶାଅ ।
Answer:
ପର୍ଯ୍ୟବେକ୍ଷଣ ପଦ୍ଧତିର ମଧ୍ୟ କେତେକ, ଦୋଷ ଥାଏ । ଫଳରେ ଏହା ସବୁ କ୍ଷେତ୍ରରେ ପ୍ରୟୋଗ କରାଯାଇପାରେ । ଶ୍ରୀମତୀ ପିଭି ୟଙ୍ଗ ଏହି ପଦ୍ଧତିର କଠିନ ତାକୁ ଦର୍ଶାଇବାକୁ ଯାଇ ଲେଖୁଛନ୍ତି, ‘ସମସ୍ତ ଘଟଣା ପର୍ଯ୍ୟବେକ୍ଷଣୀୟ ହୋଇ ପର୍ଯ୍ୟବେକ୍ଷଣ ପଦ୍ଧତିଦ୍ଵାରା ଅଧ୍ୟୟନ କରିବା ସମ୍ଭବପର ନୁହେଁ ’’। (Not all occurrences are of course, open to observations; not all occurrences open to observation can be observed when an observer is at hand; not all occurrences lend themselves to study by observational techniques.)

ଏଥୁରୁ ସ୍ପଷ୍ଟ ହୋଇଥାଏ ଯେ ପର୍ଯ୍ୟବେକ୍ଷଣ ପଦ୍ଧତିରେ କେତେକ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ନିମ୍ନରେ ଏ ପଦ୍ଧତିର କେତେକ ଦୋଷର ଉଲ୍ଲେଖ କରାଗଲା –

CHSE Odisha Class 11 Sociology Unit 5 Long Answer Questions in Odia Medium

(୧) ପକ୍ଷପାତର ସମସ୍ୟା (Problem of bias) – ପର୍ଯ୍ୟବେକ୍ଷଣରେ ପକ୍ଷପାତର ସମସ୍ୟା ଦୁଇପ୍ରକ’ରର ଦେଖିବାକୁ ମିଳିଥାଏ । ଯଥା – (କ) ଅଧ୍ୟୟନ କର୍ତ୍ତାଦ୍ଵାରା ଓ (ଖ) ପର୍ଯ୍ୟବେକ୍ଷିତ ସମୂହ ଦ୍ବାରା ।
ଅଧ୍ୟୟନ କର୍ତ୍ତା ଅନେକ ପରିସ୍ଥିତିରେ ନିଜେ ବାସ୍ତବ ଘଟଣାକୁ ନିଜ ଦୃଷ୍ଟିକୋଣ ଏବଂ ବିଚାରରେ ପ୍ରକାଶ କରିଥାଏ । ପୁଣି ଯଦି ପର୍ଯ୍ୟବେକ୍ଷିତ ସମୂହ, ସେମାନଙ୍କୁ ପର୍ଯ୍ୟବେକ୍ଷଣ କରାଯାଇଛି ବୋଲି ଜାଣିପାରନ୍ତି ତେବେ ଅସ୍ଵାଭାବିକ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ।

ଜାହୋଦା ଏବଂ କୁକ୍ ଏ ପରିପ୍ରେକ୍ଷୀରେ ଲେଖୁଛନ୍ତି, ‘ପର୍ଯ୍ୟବେକ୍ଷଣ କରାଯାଉଥ‌ିବା ବ୍ୟକ୍ତିମାନଙ୍କୁ ଯଦି ଆଭାସ ମିଳିଯାଏ ଯେ, ସେମାନଙ୍କ ବ୍ୟବହାର ଅଧ୍ୟୟନ କରାଯାଉଛି, ତେବେ ସେମାନେ ଜାଣିଶୁଣି ଏକ ବିଶେଷ ପ୍ରକାର ବ୍ୟବହାର ଆରମ୍ଭ କରିଦେଇଥାନ୍ତି ।’’ ଏହା ଫଳରେ ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ଅଧ୍ୟୟନ ପକ୍ଷପାତ ପୂର୍ଣ୍ଣ ହୋଇଯାଏ ।

(୨) କେତେକ ସମସ୍ୟା ପର୍ଯ୍ୟବେକ୍ଷଣ କରାଯାଇ ପାରେ ନାହିଁ (Some problems are not suitable to observe) – କେତେକ ମାନବୀୟ ପ୍ରକୃତି ଏପରି ଯେ, ତାହାକୁ ପର୍ଯ୍ୟବେକ୍ଷଣ କରିହେବ ନାହିଁ । ଉଦାହରଣସ୍ୱରୂପ, ପାରିବାରିକ ସଂଘର୍ଷ, ପ୍ରେମ, ସହାନୁଭୂତି, ଦାମ୍ପତ୍ୟ ଜୀବନର ଗଭୀରତା ଓ ସାମଞ୍ଜସ୍ୟତା ଆଦି ପର୍ଯ୍ୟବେକ୍ଷଣ କରାଯାଇ ପାରେ ନାହିଁ ।

(୩) ଘଟଣାଗୁଡ଼ିକର ଆକସ୍ମିକତା (Casual nature of events) – ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଆକସ୍ମିକ ଭାବେ ଘଟିଥାଏ । ସେମାନଙ୍କର ପୁନରାବୃତ୍ତି ହେବାର ସମ୍ଭାବନା କମ୍ ଥାଏ । ଏଣୁ ସେମାନଙ୍କୁ ଘଟିବା ସମୟରେ ପର୍ଯ୍ୟବେକ୍ଷଣ ନ କଲେ ଅନ୍ୟ ସମୟରେ ପର୍ଯ୍ୟବେକ୍ଷଣ କରିବା କଷ୍ଟକର ହୋଇ ଉଠେ । ପୁଣି ଯେଉଁ ଘଟଣାମାନ ନିୟମିତ ଘଟେ । ତାହା ପର୍ଯ୍ୟବେକ୍ଷଣ କଲାବେଳେ କେତେ ଦଶ (condition) ପର୍ଯ୍ୟବେକ୍ଷକର କାର୍ଯ୍ୟରେ ବାଧା ଉପୁଜାଏ, ଫଳରେ ଉତ୍ତମ ପର୍ଯ୍ୟବେକ୍ଷଣ ହୋଇନପାରେ ।

(୪) ପରିମାଣାତ୍ମକ ନିଷ୍କର୍ଷ ପ୍ରସ୍ତୁତି ପାଇଁ ଅନୁପଯୁକ୍ତ (Unsuitable to prepare quantitative conclusions) – ପର୍ଯ୍ୟବେକ୍ଷଣ ପଦ୍ଧତିଦ୍ୱାରା ପରିମାଣାତ୍ମକ ନିଷ୍କର୍ଷ ପ୍ରସ୍ତୁତି କରିବା କଷ୍ଟକର । କେବଳ ତଥ୍ୟ ଗୁଡ଼ିକର ବିଶ୍ଳେଷଣ ଏହି ପଦ୍ଧତିରେ କରାଯାଏ ।

(୫) ପ୍ରୟୋଗର କ୍ଷେତ୍ର ସୀମିତ (Limited scope of study) – ଏକ କ୍ଷୁଦ୍ର କ୍ଷେତ୍ରରେ କମ ସମୟ ପାଇ ପର୍ଯ୍ୟବେକ୍ଷଣ କରାଯାଇପାରେ । କ୍ଷେତ୍ର ବୃହତ୍ତର ହେଲେ ଉତ୍ତମ ପର୍ଯ୍ୟବେକ୍ଷଣ ହୋଇପାରେ ନାହିଁ । ପୁଣି ବହୁଦିନ ଧରି ପର୍ଯ୍ୟବେକ୍ଷଣ କଲେ ପର୍ଯ୍ୟବେକ୍ଷିତ ସମୂହ ଗବେଷକଙ୍କୁ ସନ୍ଦେହ କରିପାରେ ଓ କୃତ୍ରିମ ବ୍ୟବହାର ଦେଖାଇ ପାରେ ।

(୬) ଜ୍ଞାନେନ୍ଦ୍ରିୟର ଦୋଷପୂର୍ଣ୍ଣ ଉପଯୋଗ (Inadequate use of sense organs) – ଯେଉଁ ଇନ୍ଦ୍ରିୟମ:ନଙ୍କ ସାହାଯ୍ୟରେ ଗବେଷକ ପର୍ଯ୍ୟବେକ୍ଷଣ କରେ ସେମାନେ ଆକର୍ଷଣୀୟ ଘଟଣା ପ୍ରତି ଅଧ‌ିକ ସମ୍ବେଦନଶୀଳ ହୋଇପଡ଼ନ୍ତି ଓ ଗୁରୁତ୍ଵପୂର୍ଣ୍ଣ ଘଟଣାଗୁଡ଼ିକୁ ହୁଏତ ଛାଡ଼ିଦେଇପାରନ୍ତି । ଏ ସମ୍ବନ୍ଧରେ ଜନ୍ ମେଜ୍ (John Madge) ଲେଖୁଛନ୍ତି, ‘ବାସ୍ତବିକ ଆମର ଜ୍ଞାନେନ୍ଦ୍ରିୟ ଗୁଡ଼ିକ ମନମୁଖୀ, ମାନଲାଖ୍ ଓ ଅବ୍ୟବସ୍ଥିତ ଭାବରେ କାର୍ଯ୍ୟ କରନ୍ତି । ଜ୍ଞାନେନ୍ଦ୍ରୀୟ ବିଭିନ୍ନ ପ୍ରକାର ତୁଳନାତ୍ମକ ଅଧ୍ୟୟନ ପାଇଁ ଦୋଷପୂର୍ଣ୍ଣ ଯନ୍ତ୍ର ଅଟନ୍ତି ।’’

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସାମାଜିକ ତଥ୍ୟ ସମ୍ବନ୍ଧରେ ସୂକ୍ଷ୍ମ ତଥା ମହତ୍ତ୍ବପୂର୍ଣ୍ଣ ସାମଗ୍ରୀ ସଂଗ୍ରହ କରିବା କ୍ଷେତ୍ରରେ ପର୍ଯ୍ୟବେକ୍ଷଣ ଏକ ଉପଯୋଗୀ ପ୍ରବିଧୂ । ଯଦି ଏହାକୁ ଅଧିକ କୁଶଳତା ପୂର୍ବକ ଉପଯୋଗ କରାଯାଏ, ତେବେ ଗବେଷଣା କାର୍ଯ୍ୟରେ ଏହା ଯଥେଷ୍ଟ ସାହାଯ୍ୟ କରିପାରିବ ।

8. ପ୍ରଶ୍ନବଳୀ (Questionnaire) କହିଲେ କ’ଣ ବୁଝ ? ଏବଂ ପ୍ରଶ୍ନବଳୀର ବୈଶିଷ୍ଟ୍ୟ ବା ଲକ୍ଷଣମାନ ଆଲୋଚନା କର ।
Answer:
ଉତ୍ତରଦାତାଙ୍କ ଠାରୁ ପ୍ରାଥମିକ ସୂଚନା ପ୍ରାପ୍ତ କରିବା କ୍ଷେତ୍ରରେ ପ୍ରଶ୍ନବଳୀ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ । ଅଧ୍ୟୟନ ସମ୍ବନ୍ଧିତ ବ୍ୟକ୍ତିମାନେ ଏକ ବୃହତ୍ କ୍ଷେତ୍ରରେ ବିକ୍ଷିପ୍ତ ଭାବରେ ରହିଥିଲେ ସେମାନଙ୍କ ସଙ୍ଗେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବା ଅତ୍ୟଧ‌ିକ କଷ୍ଟକର ଓ ବ୍ୟୟସାପେକ୍ଷ ହୋଇପଡ଼େ । ଏହି କାର୍ଯ୍ୟ ପାଇଁ ସାକ୍ଷାତକାର ବା ପର୍ଯ୍ୟବେକ୍ଷଣ ମଧ୍ୟ ଉପଯୋଗୀ ନୁହେଁ । ତେଣୁ ଏ ପ୍ରକାର ଅସୁବିଧା ଦୂର କରିବା ଲାଗି ସାମାଜିକ ବିଜ୍ଞାନର ଗବେଷକମାନେ ଏକ ଗବେଷଣା ଉପକରଣ ବାହାର କରିଛନ୍ତି ଯାହା ପ୍ରଶ୍ନବଳୀ (Questionnaire) ନାମରେ ସୁପରିଚିତ ।

ପ୍ରଶ୍ନବଳୀ ହେଉଛି, ବିଭିନ୍ନ ପ୍ରଶ୍ନର ଏକ ସୂଚୀ । ଏହି ପଦ୍ଧତିରେ ଅଧ୍ୟୟନ ବିଷୟ ନିମିତ୍ତ ଯେଉଁ ସୂଚନାମାନ ଆବଶ୍ୟକ ଥାଏ, ତାହା ପାଇବାପାଇଁ ପ୍ରଥମେ କେତେକ ପ୍ରଶ୍ନର ନିର୍ମାଣ କରାଯାଇଥାଏ । ଏହାପରେ, ଏହି ପ୍ରଶ୍ନସୂଚୀକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫେରସ୍ତ କରିଦେବା ପାଇଁ ଏକ ନିବେଦନ ପତ୍ର ସହିତ ଡାକଦ୍ବାରା ଉତ୍ତରଦାତାଙ୍କ ପାଖକୁ ପଠାଇ ଦିଆଯାଏ । ଉତ୍ତରଦାତାଙ୍କ ଠାରୁ ଡାକ ମାଧ୍ୟମରେ ପ୍ରାପ୍ତ ସୂଚନାର ଆଧାରରେ ଅଧ୍ୟୟନ ସମ୍ବନ୍ଧିତ ନିଷ୍କର୍ଷ ପ୍ରସ୍ତୁତ କରାଯାଏ । ପ୍ରଶ୍ନବଳୀର ଉପଯୋଗ ଡାକ ମାଧ୍ୟମରେ କରାଯାଉଥିବାରୁ ଏହାକୁ ମଧ୍ୟ ‘ଡାକଦ୍ଵାରା ପ୍ରେରିତ ପ୍ରଶ୍ନବଳୀ’’ (Mailed questionnaire) ଦିଆଯାଏ ।

ସଂଜ୍ଞା (Definition) – ବିଭିନ୍ନ ଗଷେକମାନେ ପ୍ରଶ୍ନବଳୀର ପ୍ରକୃତିକୁ ଅନେକ ସଂଜ୍ଞାଦ୍ୱାରା ସ୍ପଷ୍ଟ କରିଛନ୍ତି । ଗୁଡେ ଏବଂ ହାଙ୍କ ଭାଷାରେ ‘‘ସାଧାରଣଭାବେ ପ୍ରଶ୍ନବଳୀ ଶବ୍ଦଟି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାପାଇଁ ଏକ ଉପକରଣକୁ ଦର୍ଶାଇଥାଏ । ଯାହାକୁ ଏକ ଫର୍ମ ମାଧ୍ୟମରେ ଉତ୍ତରଦାତା ପୂରଣ କରିଥାଏ’’ । “In general the word Questionnaire refers to a device for securing answers to questions by using a form, which the respondent fills up himself.”

ବୋଗାର୍ଡ଼ସଙ୍କ ମତରେ, ‘ପ୍ରଶ୍ନବଳୀ ଏକାଧିକ ବ୍ୟକ୍ତିଙ୍କୁ ଉତ୍ତର ଦେବାପାଇଁ ପ୍ରେରଣ କରାଯାଉଥିବା ପ୍ରଶ୍ନଗୁଡ଼ିକର ସୂଚୀ ଅଟେ । (A Questionnaire is a list of questions to a number of persons for answer”.)
ପ୍ରଶ୍ନବଳୀର ବୈଶିଷ୍ଟ୍ୟ (Characteristics of Questionnaire) :

(୧) ପ୍ରଶ୍ନବଳୀ ଅଧ୍ୟୟନର ବିଭିନ୍ନ ପକ୍ଷ ସହିତ ସମ୍ବନ୍ଧିତ ସୂଚନାଗୁଡ଼ିକୁ ପ୍ରାପ୍ତକରିବା ପାଇଁ ଅନେକ ପ୍ରଶ୍ନର ଏକ ବ୍ୟବସ୍ଥିତ ସୂଚୀ ଅଟେ ।
(୨) ପ୍ରଶ୍ନବଳୀ, ସୂଚନାଦାତାଙ୍କ ଠାରୁ ପ୍ରାଥମିକ ସାମଗ୍ରୀ ସଂଗ୍ରହ କରିବାର ହେଉଛି ଏକ ଅପ୍ରତ୍ୟକ୍ଷ ଉପକରଣ ।
(୩) ସାଧାରଣତଃ ପ୍ରଶ୍ନବଳୀ ଡାକଦ୍ଵାରା ପଠାଯାଇଥାଏ । ମାତ୍ର ସ୍ଥଳ ବିଶେଷରେ ବ୍ୟକ୍ତିଗତ ଭାବେ ମଧ୍ୟ ଏହା ବିତରଣ କରାଯାଇପାରେ।
(୪) ପ୍ରଶ୍ନବଳୀରେ ଉତ୍ତରଦାତା ନିଜେ ଫର୍ମ ପୂରଣ କରିଥାଏ ।
(୫) ପ୍ରଶ୍ନବଳୀ ଦ୍ଵାରା କେବଳ ଶିକ୍ଷିତବ୍ୟକ୍ତିଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥାଏ । ଅଶିକ୍ଷିତ ବ୍ୟକ୍ତିଙ୍କ ପକ୍ଷରେ ଏହା ପୂରଣ କରିବା କଷ୍ଟକର ।
(୬) ସାଧାରଣତଃ ପ୍ରଶ୍ନବଳୀ ଏକ ବିସ୍ତୃତ କ୍ଷେତ୍ରରେ ବିକ୍ଷିପ୍ତ ଲୋକଙ୍କ ଠାରୁ ସୂଚନା ପାଇବା ପାଇଁ ପ୍ରୟୋଗ କରାଯାଇଥାଏ । ଏହାଦ୍ଵାରା ଏକ ସାଙ୍ଗରେ ଅନେକ ସୂଚନା ଦାତାଙ୍କଠାରୁ ସୂଚନା ପ୍ରାପ୍ତ କରାଯାଇଥାଏ ।
(୭) ପ୍ରଶ୍ନବଳୀର ଭାଷା ସରଳ ଓ ସ୍ପଷ୍ଟ ହୋଇଥାଏ । କାରଣ ପ୍ରତ୍ୟେକ ଉତ୍ତରଦାତା ଠିକ୍ ରୂପେ ପ୍ରଶ୍ନ ବୁଝିନପାରିଲେ, ଏଣୁତେଣୁ ଉତ୍ତର ଦେବାର ଆଶଙ୍କା ଥାଏ ।
(୮) ପ୍ରଶ୍ନବଳୀ ପଦ୍ଧତିର ଉତ୍ତର ସଂଗ୍ରହ କଲାବେଳେ ଉତ୍ତରଦାତାଙ୍କ ସମ୍ମୁଖରେ ପ୍ରଶ୍ନକର୍ତ୍ତା ନ ଥିବାରୁ ସେ ନିଃସଙ୍କୋଚରେ କେତେକ ଗୁପ୍ତ ତଥ୍ୟ ପ୍ରକାଶ କରିଦିଏ ।

CHSE Odisha Class 11 Sociology Unit 5 Long Answer Questions in Odia Medium

9. ପ୍ରଶ୍ନବଳୀର ଉପକାରିତା ବା ଉପାଦେୟତା ଦର୍ଶାଅ ।
Answer:
ଗବେଷଣା କାର୍ଯ୍ୟର ପ୍ରାଥମିକ ତଥ୍ୟ ସଂଗ୍ରହ କରିବା କ୍ଷେତ୍ରରେ ପ୍ରଶ୍ନବଳୀର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ସିନ୍ ପାଓ ୟାଇ ପ୍ରଶ୍ନବଳୀର ମହତ୍ତ୍ବକୁ ସ୍ପଷ୍ଟ କରିବାକୁ ଯାଇ ଲେଖୁଛନ୍ତି, ‘ପ୍ରଶ୍ନବଳୀ ଏକ ବିଶାଳ ଏବଂ ବ୍ୟାପକ କ୍ଷେତ୍ରରେ ବିକ୍ଷିପ୍ତ ହୋଇଥିବା ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରିବାର ଶୀଘ୍ରତମ ଓ ସରଳତମ ପ୍ରଣାଳୀ ।’’ ପ୍ରଶ୍ନବଳୀର ଉପକାରିତାମାନ ନିମ୍ନରେ ଆଲୋଚନା କରାଗଲା ।

(୧) ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ (Large Universe Covered) – ପର୍ଯ୍ୟବେକ୍ଷଣ ବା ସାକ୍ଷାତକାର ପଦ୍ଧତିରେ ଏକ କ୍ଷୁଦ୍ର ଅଧ୍ୟୟନ କ୍ଷେତ୍ରରେ ଗବେଷକ କାର୍ଯ୍ୟ କରିପାରେ । ମାତ୍ର କ୍ଷେତ୍ର ବୃହତ୍ ହେଲେ ପ୍ରତ୍ୟେକ ନିର୍ବାଚିତ ଉତ୍ତରଦାତାଙ୍କୁ ପ୍ରତ୍ୟକ୍ଷ ଭାବରେ ଭେଟିବା କଷ୍ଟସାଧ୍ୟ । କିନ୍ତୁ ବୃହତ୍ କ୍ଷେତ୍ରରେ ପ୍ରଶ୍ନବଳୀ ମାଧ୍ୟମରେ ଉତ୍ତରପ୍ରାପ୍ତି ସହଜରେ ହୋଇପାରେ ।

(୨) ଅପେକ୍ଷାକୃତ କମ୍ ଧନ, ଶ୍ରମ ଓ ସମୟ ବ୍ୟୟ (Less Expensive) – ଏହି ପ୍ରଣାଳୀରେ ମୁଖ୍ୟତଃ କାଗଜ, ମୁଦ୍ରଣ ତଥା ଡାକ ସମ୍ବନ୍ଧିତ ଖର୍ଚ୍ଚ ହୋଇଥାଏ । ଏହାଦ୍ଵାରା କ୍ଷେତ୍ରରେ କାର୍ଯ୍ୟକର୍ତ୍ତାଙ୍କ ଆବଶ୍ୟକତା ପଡ଼ିନଥାଏ । ଫଳତଃ ତଥ୍ୟ ସଂଗ୍ରହକାରୀଙ୍କ ଭତ୍ତା, ଦରମା ତଥା ଅନ୍ୟବ୍ୟୟର ପ୍ରଶ୍ନ ଉଠେ ନାହିଁ । ପୁଣି ଅଧ୍ୟୟନ କର୍ତ୍ତାଙ୍କୁ କ୍ଷେତ୍ରରେ ବୁଲି ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ । ଅଧ୍ୟୟନ କର୍ତ୍ତା ଗୋଟିଏ ସ୍ଥାନରେ ରହି ବ୍ୟବସ୍ଥିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପାଏ ।

ପୁଣି ବ୍ୟକ୍ତିଗତ ଭାବେ ସାକ୍ଷାତକାର ବା ପର୍ଯ୍ୟବେକ୍ଷଣ କଲେ ଅଧ‌ିକ ସମୟ ଲାଗିବ । ମାତ୍ର ପ୍ରଶ୍ନବଳୀ ପଦ୍ଧତିରେ ଅପେକ୍ଷାକୃତ କମ୍ ସମୟ ଲାଗେ ।

(୩) ଅଧ୍ୟୟନର ପୁନରାବୃତ୍ତି ସମ୍ଭବ (Possibility of Repetition) – କେତେକ ଅଧ୍ୟୟନରେ ବିଭିନ୍ନ ଦୃଷ୍ଟିକୋଣରୁ ଗୋଟିଏ ପ୍ରକାର ସୂଚନାର ପୁନରାବୃତ୍ତି ଆବଶ୍ୟକ ହୋଇଥାଏ । ଏହି ପରିସ୍ଥିତିରେ ପ୍ରଶ୍ନବଳୀ ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ବାରମ୍ବାର ତଥ୍ୟ ପାଇହୁଏ । ଅଧ୍ୟୟନ କର୍ତ୍ତା ପ୍ରଶ୍ନବଳୀମାନ ଅଧ୍ଵ ସଂଖ୍ୟାରେ ଛପାଇ ଏ କାର୍ଯ୍ୟ କରିନିଏ ।

(୪) ଉଭୟ ଅଧ୍ୟୟନ କର୍ତ୍ତା ଓ ସୂଚନାଦାତାଙ୍କ ପାଇଁ ସୁବିଧାଜନକ (Convenient method both for Researcher and Respondent) – ଏହି ପଦ୍ଧତିରେ ଅଧ୍ୟୟନ କର୍ତ୍ତାକୁ କ୍ଷେତ୍ରକୁ ଯିବାକୁ ପଡ଼ିନଥାଏ । ପୁଣି ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ନିଯୁକ୍ତି ତାଲିମ ତଥା ପ୍ରଶାସନ କଥା ବୁଝିବାକୁ ପଡ଼ିନଥାଏ । ଏହି ଦୃଷ୍ଟିରୁ ପ୍ରଶ୍ନବଳୀ ପଦ୍ଧତିକୁ ଏକ ସ୍ବୟଂ ସଂଗଠିତ ଏବଂ ସ୍ଵୟଂ ପ୍ରଶାସିତ ବ୍ୟବସ୍ଥା କୁହାଯାଏ । ସେହିପରି ଉତ୍ତରଦାତାମାନେ ପ୍ରଶ୍ନବଳୀକୁ ପାଇ ନିଜ ସୁବିଧା ଅନୁସାରେ ତାହା ପୂରଣ କରିଥାନ୍ତି ।

(୫) ପରିସଂଖ୍ୟାନ ସମ୍ବନ୍ଧୀୟ ବିଶ୍ଳେଷଣରେ ସୁବିଧା (Convenient for Statistical Analysis) – ଏହି ପ୍ରଣାଳୀ ଦ୍ବାରା ସଂଗୃହୀତ ତଥ୍ୟ ଗୁଡ଼ିକର ଶ୍ରେଣୀକରଣ, ସାରଣୀୟନ ତଥା ପରିସଂଖ୍ୟାନୀୟ ବିଶ୍ଳେଷଣ ଅଧିକ କୁଶଳତା ସହକାରେ କରାଯାଇ ପାରିଥାଏ ।

(୬) ସ୍ଵତନ୍ତ୍ର ଏବଂ ପ୍ରାମାଣିକ ସୂଚନା (Free and Valid Information) – ଅନୁସୂଚୀ, ସାକ୍ଷାତକାର ଇତ୍ୟାଦି ପଦ୍ଧତିରେ ଅଧ୍ୟୟନ କର୍ତ୍ତା, ସୂଚନାଦାତା ଉତ୍ତର ଦେବା ସମୟରେ ପ୍ରତ୍ୟକ୍ଷ ଉପସ୍ଥିତି ରହିଥାଏ । ତାର ଉପସ୍ଥିତି ଯୋଗୁଁ କେତେକ ବିଷୟରେ ସୂଚନାଦାତା ତାର ଗୋପନୀୟ କଥା କହିବାକୁ କୁଣ୍ଠିତ ହୁଏ । ମାତ୍ର ହୁଏତ ଗୋପନୀୟ କଥା ଲେଖିବାଟା ତା’ ପକ୍ଷରେ ସହଜ ହୋଇପାରେ । ଏଣୁ ପ୍ରଶାବଳୀ ମାଧ୍ୟମରେ ପ୍ରାମାଣିକ ତଥ୍ୟ ପାଇହୁଏ ।

(୭) ବସ୍ତୁନିଷ୍ଠ ସୂଚନାର ସମ୍ଭାବନା (Possibility of objective Information) – ପ୍ରଶ୍ନବଳୀ ପଦ୍ଧତିରେ ଉତ୍ତରଦାତା ଅଧ୍ୟୟନ କର୍ତ୍ତାକୁ ଜାଣି ନ ଥ‌ିବାରୁ ତାର ମନେହୁଏ ଯେ, ତା’ଦ୍ଵାରା ଦିଆଯାଉଥ‌ିବା ଉତ୍ତର ଗୋପନୀୟ ରହିବ । ଏହି କାରଣରୁ ଉତ୍ତରଦାତା ନିଃସଙ୍କୋଚରେ ସ୍ପଷ୍ଟ ଉତ୍ତର ଦେଇଥାଏ । ଫଳରେ ଉତ୍ତର ଗୁଡ଼ିକ ସତ୍ୟ, ବାସ୍ତବ ଏବଂ ପ୍ରମାଣିକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ୟଙ୍ଗ୍ ଲେଖୁଛନ୍ତି, ‘ପ୍ରଶ୍ନବଳୀ ବସ୍ତୁନିଷ୍ଠ, ପରିମାଣାତ୍ମକ ସାମଗ୍ରୀ ସଂଗ୍ରହ କରିବାରେ ବ୍ୟବହୃତ ହୁଏ, ତଥା ଗୁଣାତ୍ମକ ପ୍ରକୃତିର ତଥ୍ୟ ପାଇବାରେ ମଧ୍ୟ ସହାୟକ ହୁଏ ।

(୮) ସରଳ ଉପଯୋଗ (Simple Implementation) – ପ୍ରଶ୍ନବଳୀ ଏକ ସରଳ ପ୍ରଣାଳୀ । ଏଥରେ ଉତ୍ତରଦାତାଙ୍କୁ ଥରେ ନିଶ୍ଚିତ ନିର୍ଦ୍ଦେଶ ଦେବାପରେ ଅଧ୍ୟୟନ କର୍ତ୍ତାକୁ ସ୍ପଷ୍ଟୀକରଣ କରିବା କ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିନଥାଏ ।
ଦ୍ବିତୀୟତଃ ଏହି ପ୍ରଣାଳୀର ପ୍ରୟୋଗ ବିଶେଷ ପ୍ରଶିକ୍ଷଣ ବିନା ଏକ ସାଧାରଣ ଅଧ୍ୟୟନ କର୍ତ୍ତା କରିପାରିଥାଏ । ଏହି ଦୃଷ୍ଟିରୁ ପ୍ରଶ୍ନବଳୀ ପଦ୍ଧତିର ଉପଯୋଗ ହେଉଛି ଅତ୍ୟନ୍ତ ସରଳ ।

10. ପ୍ରଶ୍ନବଳୀର ଦୋଷ ବା ଅପକାରିତାମାନ ଦର୍ଶାଅ ।
Answer:
ପ୍ରାଥମିକ ସାମଗ୍ରୀ ସଂଗ୍ରହ କ୍ଷେତ୍ରରେ ପ୍ରଶ୍ନବଳୀ ଅନେକ ସାହାଯ୍ୟ କଲେ ମଧ୍ୟ ଏହାର କେତେକ ଦୋଷ ଦୁର୍ବଳତା ଅଛି । ତାହା ନିମ୍ନରେ ଆଲୋଚନା କରାଗଲା ।

(୧) ଅଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଅନୁପଯୁକ୍ତ (Inappropriate for illiterate people) – ଅନେକ ସାମାଜିକ ଘଟଣାର ପ୍ରକୃତି ଏପରି ହୋଇଥାଏ ଯେ, ଉଭୟ ଶିକ୍ଷିତ ଓ ଅଶିକ୍ଷିତ ସୂଚନାଦାତାଙ୍କ ଠାରୁ ସୂଚନା ଆବଶ୍ୟକ ହୋଇଥାଏ । ମାତ୍ର ପ୍ରଶ୍ନବଳୀ ପଦ୍ଧତିଦ୍ଵାରା କେବଳ ଶିକ୍ଷିତ ଲୋକ ଉତ୍ତର ଦେଇପାରନ୍ତି । ଏଣୁ ସାମାଜିକ ଗବେଷଣାର ପରିସର ମଧ୍ୟରୁ ଅଶିକ୍ଷିତ ବ୍ୟକ୍ତିଙ୍କୁ ଏହି ପଦ୍ଧତି ବାଦ୍ ଦିଏ ।

(୨) ଗଭୀର ଅଧ୍ୟୟନ ପାଇଁ ଅନୁପଯୁକ୍ତ (Inappropriate for Intensive study) – ଯଦି କୌଣସି ସମସ୍ୟାର ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ପଡ଼ିଥାଏ ତେବେ ଏହି ପ୍ରଣାଳୀ ଅନୁପଯୁକ୍ତ ଅଟେ । ସାକ୍ଷାତକାର, ସଙ୍ଗେ ସଙ୍ଗେ ବ୍ୟକ୍ତିଙ୍କର ବିଚାର, ଭାବନା, ପ୍ରତିକ୍ରିୟା, ମୂଲ୍ୟବୋଧ ତଥା ମନୋବୃତ୍ତି ଇତ୍ୟାଦିକୁ ଅଧ୍ୟୟନ କରିପାରିଥାଏ । ଏହାଦ୍ବାରା ସମସ୍ୟାର ସୂକ୍ଷ୍ମ ତଥା ଗଭୀର ଅଧ୍ୟୟନ ସମ୍ଭବପର ହୋଇଥାଏ । ମାତ୍ର ପ୍ରଶ୍ନବଳୀ ମାଧ୍ୟମରେ ଉତ୍ତରଦାତା ଯାହା ଲେଖିଲେ ତାହା ଉପରେ ଅଧ୍ୟୟନ କର୍ରାକ ନିର୍ଭର କରିବାକୁ ପଡିଥାଏ ।

(୩) ଉତ୍ତର ପ୍ରାପ୍ତିର ସମସ୍ୟା (Problem of getting response) – ଡାକଦ୍ବାରା ଉତ୍ତରଦାତା ପ୍ରଶ୍ନବଳୀ ପାଏ । ମାତ୍ର ଉତ୍ତରଲେଖ୍ ପଠାଇବା ତାର ଇଚ୍ଛା ଉପରେ ନିର୍ଭର କରେ । ଅଧ୍ୟୟନ କର୍ତ୍ତା ବାରମ୍ବାର ଅନୁରୋଧ କରିବା ଛଡ଼ା ଆଉ କିଛି କରିପାରେ ନାହିଁ । ତେଣୁ ଉତ୍ତର ପ୍ରାପ୍ତିର ସମସ୍ୟା ଦେଖାଯାଇଥାଏ ।

(୪) ଅପୂର୍ଣ୍ଣ ସୂଚନାର ସମ୍ଭାବନା (Possibility of incomplete information) – ଅନେକ ସମୟରେ ସୂଚନାଦାତା ପ୍ରଶ୍ନବଳୀର ସମସ୍ତ ପ୍ରଶ୍ନର ଉତ୍ତର ନ ଦେଇ ଛାଡ଼ି ଦେଇଥାଏ । ଫଳରେ ସୂଚନା ଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯାଏ ।

CHSE Odisha Class 11 Sociology Unit 5 Long Answer Questions in Odia Medium

(୫) ଅସ୍ପଷ୍ଟ ହସ୍ତାକ୍ଷର ସମସ୍ୟା (Problem of illegible handwriting) – ଅଧିକାଂଶ ସମୟରେ ଉତ୍ତରଦାତାମାନେ ଏପରି ଅକ୍ଷର ଲେଖୁଥାନ୍ତି ଯାହାକୁ ପଢ଼ିବା କଷ୍ଟକର ହୋଇଥାଏ । ତେଣୁ ଏହି ଅସ୍ପଷ୍ଟ ଉତ୍ତରକୁ ଅଧ୍ୟୟନ କରିବା ସମ୍ଭବପର ହୋଇନଥାଏ ।

(୬) ବ୍ୟକ୍ତିଗତ ସମ୍ପର୍କର ଅଭାବ (Lack of personal contact) – ପ୍ରଶ୍ନବଳୀ ମାଧ୍ୟମରେ ଉତ୍ତରଦାତା ଓ ଅଧ୍ୟୟନ କର୍ତ୍ତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ରହିନଥାଏ । ଫଳରେ ଉତ୍ତରଦାତା ଅନେକ ଦ୍ବନ୍ଦର ସମ୍ମୁଖୀନ ହୋଇଥାଏ ଓ ସଠିକ୍ ଉତ୍ତର ଦେଇ ପାରିନଥାଏ।

(୭) ସାର୍ବଜନୀନ ପ୍ରଶ୍ନଗୁଡ଼ିକର ନିର୍ମାଣ ଅସମ୍ଭବ (Impossibility of Framing Universal Questions) – ପ୍ରଶ୍ନବଳୀରେ ସମସ୍ତ ଉତ୍ତରଦାତାଙ୍କ ପ୍ରକୃତି ସମାନ ହୋଇନଥାଏ । ସେମାନଙ୍କର ଶିକ୍ଷା, ସଂସ୍କୃତି, ବିଚାରଧାରା, ପାରିବାରିକ ପୃଷ୍ଠଭୂମି, ଆର୍ଥିକ ସ୍ଥିତି, ସାମାଜିକ ପ୍ରତିଷ୍ଠା ଇତ୍ୟାଦି ପରସ୍ପରଠାରୁ ଭିନ୍ନ ଅଟନ୍ତି । ଏହି ପରିସ୍ଥିତିରେ ଗୋଟିଏ ସାଧାରଣ ପ୍ରଶାବଳୀ ସାହାଯ୍ୟରେ ଭିନ୍ନ ଭିନ୍ନ ପ୍ରକୃତିର ବ୍ୟକ୍ତିଙ୍କ ଠାରୁ ସୂଚନା ପାଇବା କଷ୍ଟକର ହୋଇଥାଏ ।

11. ଅନୁସୂଚୀ (Schedule) କହିଲେ କ’ଣ ବୁଝ ଓ ଅନୁସୂଚୀର ଲକ୍ଷଣ ବା ଗୁଣମାନ ଆଲୋଚନା କର ।
Answer:
ସାମାଜିକ ଗବେଷଣା କ୍ଷେତ୍ରରେ ଅନୁସୂଚୀ ଏକ ଜନପ୍ରିୟ ପ୍ରବିଧୂ । ଏହା ଅନେକ ପ୍ରଶ୍ନର ଏକ ଲିଖୁ ସୂଚୀ ଅଟେ । ଯାହା ସାହାଯ୍ୟରେ ଅଧ୍ୟୟନ କର୍ତ୍ତା ଉତ୍ତରଦାତାଙ୍କ ପାଖକୁ ଡାକଦ୍ବାରା ପଠାଇ ସୂଚନା ଆଣିବା ପରିବର୍ତ୍ତେ ନିଜେ ଯାଇଁ ସୂଚନା ସଂଗ୍ରହ କରିଥାଏ । ବାସ୍ତବିକ, ପ୍ରାଥମିକ ସାମଗ୍ରୀ ସଂଗ୍ରହ ପାଇଁ ଅନୁସୂଚୀ ହେଉଛି, ଏପରି ଏକ ପ୍ରବିଧ୍ ଯେଉଁଥରେ ପର୍ଯ୍ୟବେକ୍ଷଣ, ସାକ୍ଷାତ୍‌କାର ତଥା ପ୍ରଶାବଳୀର ବୈଶିଷ୍ଟ୍ୟଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଏଥ‌ିପାଇଁ ଅନୁସୂଚୀକୁ ସାକ୍ଷାତ୍‌କାର ଅନୁସୂଚୀ (Interview schedule) ବୋଲି କୁହାଯାଏ।

ଅନୁସୂଚୀର ସଂଜ୍ଞା (Definitions)
ବିଭିନ୍ନ ବିଦ୍ୱାନ ଅନୁସୂଚୀର ପ୍ରକୃତି ଏବଂ ଏହାର ଉଦ୍ଦେଶ୍ୟକୁ ଧ୍ୟାନରେ ରଖୁ ଏହାର ଅନେକ ସଂଜ୍ଞା ପ୍ରଦାନ କରିଛନ୍ତି । ନିମ୍ନରେ କେତେକ ପ୍ରମୁଖ ବିଦ୍ବାନଙ୍କର ସଂଜ୍ଞା ଦିଆଗଲା ।
ଗୁଡ଼େ ଏବଂ ହାଙ୍କ ମତ ଅନୁସାରେ, ଅନୁସୂଚୀ ହେଉଛି କେତେକ ପ୍ରଶ୍ନର ସମୂହ, ଯାହା ଏକ ସାକ୍ଷାତ୍‌କାର କର୍ତ୍ତା ଅନ୍ୟ ବ୍ୟକ୍ତିଙ୍କୁ ମୁହାଁମୁହିଁ ପଚାରି ତାର ଉତ୍ତର ନିଜେ ଲିପିବଦ୍ଧ କରିଥାଏ ।’’
(Schedule is the name usually applied to a set of questions which are asked and filled in by an interviewer in a face to face situation with another person)

ଏମ୍. ଏଚ୍. ଗୋପାଳଙ୍କ ମତରେ, ‘ଅନୁସୂଚୀ ହେଉଛି, ଏକ ପୂର୍ଣ୍ଣାଙ୍ଗ, ଶ୍ରେଣୀବଦ୍ଧ ଏବଂ ଯୋଜନାବଦ୍ଧ ବିଷୟ ସୂଚୀ, ଯାହା ବିଷୟରେ ସୂଚନା ପାଇବାର ଆବଶ୍ୟକତା ପଡ଼ିଥାଏ, “(The schedule in a sense is a detailed classified, planned and serial list of items on which information is required.)

ଉପରୋକ୍ତ ସଂଜ୍ଞାମାନଙ୍କର ଆଧାରରେ କୁହାଯାଇପାରେ ଯେ, ଅନୁସୂଚୀ ହେଉଛି, ଅଧ୍ୟୟନ ବିଷୟ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଏକ ବ୍ୟବସ୍ଥିତ ଏବଂ ଶ୍ରେଣୀବଦ୍ଧ ସୂଚୀ, ଯାହା ସାହାଯ୍ୟରେ ଅଧ୍ୟୟନ କର୍ତ୍ତା ସୂଚନାଦାତାଙ୍କ ସହିତ ସାକ୍ଷାତ୍‌କାର କରି ଆବଶ୍ୟକ ସୂଚନା ସଂଗ୍ରହ କରିଥାଏ । ଏହି ଦୃଷ୍ଟିରୁ ଅନୁସୂଚୀର ପ୍ରକୃତି ଏହାର ନିମ୍ନଲିଖ୍ ବୈଶିଷ୍ଟ୍ୟଦ୍ୱାରା ସ୍ପଷ୍ଟ କରିଥାଏ ।

(୧) ଅନୁସୂଚୀ ଅଧ୍ୟୟନ ବିଷୟର ବିଭିନ୍ନ ପକ୍ଷ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଏକ ବ୍ୟବସ୍ଥିତ ଏବଂ ଶ୍ରେଣୀବଦ୍ଧ ସୂଚୀ ଅଟେ ।
(୨) ଏହାକୁ ଏକ ପତ୍ର ବା ଫର୍ମ ରୂପେ ତିଆରି କରି ଛପା ଯାଇଥାଏ ।
(୩) ଏହାର ଉପଯୋଗ ସ୍ଵୟଂ ଅଧ୍ୟୟନ କର୍ତ୍ତା ଉତ୍ତରଦାତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି କରିଥାଏ ।
(୪) ଅଧ୍ୟୟନ କର୍ତ୍ତା କେବଳ ପ୍ରଶ୍ନଦ୍ୱାରା ସୂଚନା ପ୍ରାପ୍ତ ନ କରି ସ୍ଵୟଂ ଘଟଣାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ସେଗୁଡ଼ିକର ସତ୍ୟତାକୁ ଜାଣିବାକୁ ଚେଷ୍ଟା କରିଥାଏ ।
(୫) ଅନୁସୂଚୀ ପ୍ରବିଧ‌ିରେ ଅଧ୍ୟୟନ କର୍ତ୍ତା ନିଜେ ସୂଚନାଦାତାଙ୍କ ଠାରୁ ପ୍ରାପ୍ତ ଉତ୍ତରକୁ ପୂରଣ କରିଥାଏ ।
(୬) ଏହା ମୌଳିକ ରୂପରେ ସୂଚନାଗୁଡ଼ିକୁ ପ୍ରାପ୍ତ କରିବା ପାଇଁ ପ୍ରମୁଖ କ୍ଷେତ୍ରୀୟ ବିଧୂ ଅଟେ ।
(୭) ଅନୁସୂଚୀରେ ପ୍ରଶ୍ନବଳୀ, ସାକ୍ଷାତକାର ତଥା ପର୍ଯ୍ୟବେକ୍ଷଣ ଏହି ତିନିପ୍ରକାର ବିଧୂର ବୈଶିଷ୍ଟ୍ୟ ଦେଖା ଯାଇଥାଏ ।

12. ଅନୁସୂଚୀର ଉପଯୋଗିତା ବା ମହତ୍ତ୍ବ (Utility or Importance of Schedule) ଉଲ୍ଲେଖ କର ।
Answer:
ସାମାଜିକ ଗବେଷଣାରେ ଏକ ମହତ୍ତ୍ଵପୂର୍ଣ୍ଣ ପ୍ରବିଧ ରୂପେ ଅନୁସୂଚୀର ପ୍ରୟୋଗ ଆଜିକାଲି ଅଧ୍ବକ କରାଯିବାରେ ଲାଗିଛି । ଏହି ଦୃଷ୍ଟିରୁ ନିମ୍ନରେ ଏହାର କେତେକ ଗୁଣ ଓ ଉପଯୋଗିତା ଉଲ୍ଲେଖ କରାଗଲା :

(୧) ଯଥାର୍ଥ ତଥା ନିର୍ଭରଯୋଗ୍ୟ ସୂଚନା ପ୍ରାପ୍ତି (Collection of Correct and Reliable Information) – ଅନୁସୂଚୀର ପ୍ରୟୋଗ ଦ୍ବାରା ଅଧ୍ୟୟନ ବିଷୟ ସମ୍ବନ୍ଧିତ ଯଥାର୍ଥ ବିଶ୍ୱାସ ଯୋଗ୍ୟ ସୂଚନାଗୁଡ଼ିକୁ ସଂଗୃହୀତ କରାଯାଏ । କାରଣ ଏଥିରେ ଅଧ୍ୟୟନ କର୍ତ୍ତା ସୂଚନାଗୁଡ଼ିକୁ ଏକତ୍ରିତ କରିବା ସଙ୍ଗେ ସଙ୍ଗେ ତଥ୍ୟଗୁଡ଼ିକର ବାସ୍ତବତାକୁ ପର୍ଯ୍ୟବେକ୍ଷଣ କରିଥାଏ । ଏଣୁ ଏହାଦ୍ଵାରା ଯଥାର୍ଥ ତଥ୍ୟଗୁଡ଼ିକୁ ସଂଗ୍ରହ ଏବଂ ଅନାବଶ୍ୟକ ତଥ୍ୟଗୁଡ଼ିକୁ ତ୍ୟାଗ କରିବାର ସୁଯୋଗ ମିଳିଥାଏ ।

(୨) ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ (Establishment of Personal contact) – ଅନୁସୂଚୀ ପ୍ରବିଧରେ ଅଧ୍ୟୟନ କର୍ମା ବ୍ୟକ୍ତିଗତ ଭାବେ ସୂଚନାଦାତାଙ୍କ ସମ୍ମୁଖରେ ଉପସ୍ଥିତ ରହେ । ଅଧ୍ୟୟନ କର୍ତ୍ତା ଏବଂ ସୂଚନାଦାତାଙ୍କ ମଧ୍ୟରେ ନିକଟ ସମ୍ପର୍କ ସ୍ଥାପନ ଫଳରେ ଉତ୍ତରଦାତାଙ୍କ ମନରେ ଭ୍ରମ, ସନ୍ଦେହ, ସଂକୋଚ ଏବଂ ଭୟ ଇତ୍ୟାଦିର ନିରାକରଣ ହୋଇଥାଏ ଏବଂ ଉତ୍ତରଦାତା ଆତ୍ମୀୟତା ବା ଘନିଷ୍ଠତା କାରଣରୁ ସୂଚନାଦାତା ସୂଚନାଗୁଡ଼ିକୁ ଗୁପ୍ତ ରଖୁବାକୁ ଚେଷ୍ଟା କରିନଥାଏ ।

(୩) ଦ୍ୱନ୍ଦ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ସ୍ପଷ୍ଟୀକରଣର ସମ୍ଭାବନା (Possibility of clarifying of confusing questions) – ଅନୁସୂଚୀ ପ୍ରବିଧ‌ିରେ ଉତ୍ତରଦାତାଙ୍କ ସମ୍ମୁଖରେ ଅଧ୍ୟୟନ କର୍ତ୍ତା ସ୍ଵୟଂ ଉପସ୍ଥିତ ରହିଥାଏ । ଯଦି ପ୍ରଶ୍ନ ସମ୍ବନ୍ଧରେ କୌଣସି ଅସ୍ପଷ୍ଟ ବା ସନ୍ଦେହ ଉତ୍ପନ୍ନ ହୁଏ । ତେବେ ଅଧ୍ୟୟନ କର୍ତ୍ତା ଏହାକୁ ସରଳ ଭାଷାରେ ସ୍ପଷ୍ଟ କରିଦେଇଥାଏ । ଯାହାଦ୍ୱାରା ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଏବଂ ଠିକ୍ ଉତ୍ତର ମିଳିପାରେ ।

(୪) ପର୍ଯ୍ୟବେକ୍ଷଣର ସୁବିଧା (Facility of observation) – ଏହି ପ୍ରବିଧିରେ ଉତ୍ତରଦାତା ସୂଚନାଗୁଡ଼ିକୁ ଏକତ୍ରିତ କରିବା ସଂଗେ ସଂଗେ ସ୍ଵୟଂ ଘଟଣାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିଥାଏ । ଗୋଟିଏ ପ୍ରକାରର ପ୍ରଶ୍ନକୁ ବିଭିନ୍ନ ବ୍ୟକ୍ତିଙ୍କୁ ପଚାରିବା ତଥା ଏହାର ବିଭିନ୍ନ ଉତ୍ତରକୁ ଲେଖ୍ ଦ୍ଵାରା ଅଧ୍ୟୟନ ବିଷୟ ସମ୍ବନ୍ଧରେ ତାର ଅନ୍ତଃଦୃଷ୍ଟି ବୃଦ୍ଧି ହୋଇଥାଏ ତଥା ଅନ୍ତଃଦୃଷ୍ଟି ପର୍ଯ୍ୟବେକ୍ଷଣ ଶକ୍ତିକୁ ବଢ଼ାଇଥାଏ ।

CHSE Odisha Class 11 Sociology Unit 5 Long Answer Questions in Odia Medium

(୫) ପ୍ରଶ୍ନଗୁଡ଼ିକର ପରିବର୍ତ୍ତନ ସମ୍ଭବ (Possibility of changing the questions) – ତଥ୍ୟ ସଂଗ୍ରହ ସମୟରେ ଅଧ୍ୟୟନ କର୍ତ୍ତା ଯଦି କେତେକ ପ୍ରଶ୍ନର ସଂଶୋଧନ ବା କେତେକ ପ୍ରଶ୍ନକୁ କାଟି ଦେବା ଉଚିତ ବା ନୂଆ ପ୍ରଶ୍ନକୁ ଯୋଡ଼ିବା ଆବଶ୍ୟକ ଅନୁଭବ କରେ ତେବେ ସେହି ସମୟରେ ସେ ପ୍ରଶ୍ନଗୁଡ଼ିକର ପରିବର୍ତ୍ତନ କରିପାରିଥାଏ । ଯାହାଫଳରେ ଆବଶ୍ୟକ ସୂଚନା ପ୍ରାପ୍ତି ସହଜରେ ହୋଇଥାଏ ।

(୬) ସର୍ବାଧ‌ିକ ଜବାବ (Maximum Response) – ଅନୁସୂଚୀ ପ୍ରବିଧୂରେ ଅଧ୍ୟୟନ କର୍ତ୍ତା ଉତ୍ତରଦାତାଙ୍କ ଉପରେ ନିଜର ବ୍ୟକ୍ତିତ୍ଵର ପ୍ରଭାବ ପକାଇଥାଏ । ଉତ୍ତରଦାତାଙ୍କ ସମ୍ମୁଖରେ ଉପସ୍ଥିତ ରହିବା ଯୋଗୁଁ ଅଧ୍ୟୟନ କର୍ତ୍ତା ଏପରି ବାତାବରଣ ସୃଷ୍ଟି କରିଥାଏ ଯେ ଉତ୍ତରଦାତା ପ୍ରଶ୍ନଗୁଡ଼ିକର ଉତ୍ତର ଦେବାର ରୁଚି ପ୍ରକାଶ କରିଥାଏ । ଫଳତଃ ଅନ୍ୟ ପ୍ରବିଧ୍ ତୁଳନାରେ ଏହାଦ୍ଵାରା ଅଧ‌ିକ ସୂଚନା ପ୍ରାପ୍ତି ହୋଇଥାଏ ।

(୭) ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଉପଯୁକ୍ତ (Useful for all class of people) – ଅନୁସୂଚୀ ଦ୍ୱାରା ଶିକ୍ଷିତ, ଅଶିକ୍ଷିତ, ଧନୀ, ଦରିଦ୍ର ଆଦି ସମସ୍ତ ଶ୍ରେଣୀର ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯାଇ ପାରିଥାଏ । ପ୍ରଶ୍ନବଳୀ ପ୍ରବିଧ୍ କେବଳ ଶିକ୍ଷିତ ଶ୍ରେଣୀ ପର୍ଯ୍ୟନ୍ତ ସୀମିତ । ଏହାଦ୍ଵାରା ଅଶିକ୍ଷିତ ଶ୍ରେଣୀର ସୂଚନାଦାତାଙ୍କଠାରୁ ସୂଚନା ସଂଗ୍ରହକରାଯାଇଥାଏ ।

(୮) ତଥ୍ୟଗୁଡ଼ିକୁ ଲିପିବଦ୍ଧ କରିବାରେ ଏକ ରୂପତା (Uniformity in recording of data) – ଅନୁସୂଚୀର ଉପଯୋଗରେ ତଥ୍ୟ ସଂଗ୍ରହ କଲାବେଳେ ଅଧ୍ୟୟନ କର୍ତ୍ତାକୁ ନିଜର ସ୍ମରଣ ଶକ୍ତି ଉପରେ ଅଧ୍ଵକ ନିର୍ଭର କରିବାକୁ ପଡ଼ିନଥାଏ । ଫଳରେ ସୂଚନାଗୁଡ଼ିକୁ ଭୁଲିଯିବାର ଯଥେଷ୍ଟ ସମ୍ଭାବନା ନଥାଏ । ଏହାଦ୍ୱାରା ତଥ୍ୟଗୁଡ଼ିକୁ ସ୍ପଷ୍ଟ ଏବଂ ବ୍ୟବସ୍ଥିତ ଭାବେ ଲିପିବଦ୍ଧ କରାଯାଏ । ଯାହାଦ୍ୱାରା ଶ୍ରେଣୀ କରଣ, ସାରଣୀୟନ ଏବଂ ପରିସଂଖ୍ୟାନୀୟ ବିଶ୍ଳେଷଣ କରିବାରେ ସୁବିଧା ହୋଇଥାଏ ।

13. ଅନୁସୂଚୀର ଦୋଷ (Demerits or Limitations of Schedule) ଦର୍ଶାଅ ।
Answer:
ଅନେକ ଗୁଣ ଓ ମହତ୍ତ୍ବ ସତ୍ତ୍ବେ ଅନୁସୂଚୀ ପ୍ରବିଧିରେ କେତେକ ଦୋଷତ୍ରୁଟି ଦେଖିବାକୁ ମିଳେ । ଯେଉଁ କାରଣରୁ ଏହାର ପ୍ରୟୋଗ ସମସ୍ତ ପ୍ରକାର ଅଧ୍ୟୟନରେ ଉପଯୋଗୀ ହୋଇନଥାଏ । ନିମ୍ନରେ ଏହି ଦୋଷତ୍ରୁଟିରୁ କେତେକର ଉଲ୍ଲେଖ କରାଯାଏ ।

(୧) ସାର୍ବଜନୀନ ପ୍ରଶ୍ନର ସମସ୍ୟା (Problem of Universal Questions) – ଯଦି କୌଣସି ପ୍ରଶ୍ନକୁ ସମସ୍ତ ଉତ୍ତରଦାତା ସମାନ ଅର୍ଥରେ ବୁଝି ଏହାର ଯଥାର୍ଥ ଉତ୍ତର ଦେଇଥାନ୍ତି ତେବେ ସେ ପ୍ରକାର ପ୍ରଶ୍ନକୁ ସାର୍ବଜନୀନ ପ୍ରଶ୍ନ କୁହାଯାଏ । ସାଧାରଣତଃ ଅନୁସୂଚୀରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ସମସ୍ତ ଉତ୍ତରଦାତାଙ୍କ ପାଇଁ ପ୍ରୟୋଗ କରାଯାଇଥାଏ । କିନ୍ତୁ ସମସ୍ତ ଉତ୍ତର ଦାତାଙ୍କର ଶିକ୍ଷାଗତ, ବୌଦ୍ଧିକ ଏବଂ ସାଂସ୍କୃତିକ ପୃଷ୍ଠଭୂମି ସମାନ ନଥାଏ ।

ଏଣୁ ଏହି ଅସମାନତାକୁ ଧ୍ୟାନରେ ରଖ୍ ସାର୍ବଜନୀନ ପ୍ରଶ୍ନଦ୍ୱାରା ସମସ୍ତ ଉତ୍ତରଦାତାଙ୍କ ଠାରୁ ସମାନ ପ୍ରଶ୍ନର ଉତ୍ତର ପାଇବା କଠିନ କାର୍ଯ୍ୟ । ଅନ୍ୟପକ୍ଷରେ ଯଦି ବିଭିନ୍ନ ସ୍ତରର ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ ଅନୁସୂଚୀ ତିଆରି କରାଯିବ ତେବେ ଶ୍ରେଣୀକରଣ ଏବଂ ସାରଣୀକରଣ କରିବା ଅତ୍ୟଧୃକ କଠିନ ହୋଇଯିବ ।

(୨) ଅଧ୍ବକ ଧନ ଏବଂ ସମୟ ବ୍ୟୟ (Highly expensive and time taking) – ଅନୁସୂଚୀର ପ୍ରୟୋଗ ଯଦି ଏକାଧ୍ଯକ ଅଧ୍ୟୟନ କର୍ତ୍ତାଦ୍ଵାରା କରାଯାଏ ତା’ହେଲେ ସେହି ଅଧ୍ୟୟନ କର୍ତ୍ତାକୁ ତାଲିମ ଏବଂ ଦରମା ଦେବାରେ ଅଧିକ ଅର୍ଥ ଆବଶ୍ୟକ ହେବ । ଅନ୍ୟପକ୍ଷରେ ଅଧ୍ୟୟନ ଯଦି ଜଣେ ବ୍ୟକ୍ତିଦ୍ଵାରା କରାଯିବ ତେବେ ପ୍ରତ୍ୟେକ ଉତ୍ତରଦାତାଙ୍କ ଠାରୁ ସୂଚନା ସଂଗ୍ରହ କରିବା ପାଇଁ ଅନେକ ଦିନ ଲାଗିଯିବ । ଏହି ଦୃଷ୍ଟିରୁ ଅନୁସୂଚୀ ପ୍ରବିଧ‌ିରେ ଅତ୍ୟଧିକ ଧନ ଏବଂ ସମୟ ବ୍ୟୟ ହେବାର ସମ୍ଭାବନା ଥାଏ।

(୩) ସଂଗଠନାତ୍ମକ ସମସ୍ୟା (Organisational Problems) – ଉତ୍ତରଦାତାଙ୍କ ପ୍ରକୃତି ପରସ୍ପରଠାରୁ ଭିନ୍ନ ହୋଇଥାଏ । ସେହିପରି ଅଧ୍ୟୟନ କର୍ତ୍ତାଙ୍କ ବ୍ୟକ୍ତିଗତ କୁଶଳତା ମଧ୍ୟ ପରସ୍ପରଠାରୁ ଭିନ୍ନ । ଏଣୁ ବିଭିନ୍ନ ଅଧ୍ୟୟନ କର୍ତ୍ତାଙ୍କର କୁଶଳତା ଏବଂ ଭୂମିକା ଅନୁସାରେ ସେମାନଙ୍କୁ ତାଲିମ ଦେବା କଠିନ କାର୍ଯ୍ୟ ହୋଇଥାଏ । ଏହାଛଡ଼ା କାର୍ଯ୍ୟକର୍ତ୍ତାଙ୍କୁ ପର୍ଯ୍ୟବେକ୍ଷଣ ତଥା ସେମାନଙ୍କ ଦ୍ବାରା ପୂରଣ କରାଯାଇଥିବା ଅନୁସୂଚୀ ଗୁଡ଼ିକୁ ଯାଞ୍ଚ କରିବା ପାଇଁ ଏବଂ ସଙ୍ଗଠନର ଆବଶ୍ୟକ ପଡ଼ିଥାଏ ।

ଯଦି ଏହି ସଂଗଠନ କୁଶଳ ପୂର୍ବକ କାର୍ଯ୍ୟ ନ କରନ୍ତି ତେବେ ଅନୁସୂଚୀ ଦ୍ଵାରା ସଂଗୃହୀତ ତଥ୍ୟ ଗୁଡ଼ିକର ଆଧାରରେ କୌଣସି ସଠିକ୍ ନିଷ୍କର୍ଷ ବାହାର କରିବା ବଡ଼ କଠିନ କାର୍ଯ୍ୟ ହୋଇ ପଡ଼ିଥାଏ ।

(୪) ବିଶାଳ କ୍ଷେତ୍ରପାଇଁ ଅନୁପଯୁକ୍ତ (Inappropriate for large Area) – ଅନୁସୂଚୀ ପ୍ରବିଧ୍ ଦ୍ବାରା କେବଳ ସୀମିତ କ୍ଷେତ୍ର ବା କମ୍ ସଂଖ୍ୟକ ଉତ୍ତରଦାତାଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥାଏ । ଏହି ପ୍ରଣାଳୀ ଦ୍ବାରା ବିସ୍ତୃତ କ୍ଷେତ୍ରରେ ସମସ୍ତ ସୂଚନାଦାତାଙ୍କ ସହିତ ବ୍ୟକ୍ତିଗତ ଭାବେ ସମ୍ପର୍କ ସ୍ଥାପନ କରିବା କଷ୍ଟକର । ଏଣୁ ଏହି ପ୍ରବିଧ‌ି ବିସ୍ତୃତ କ୍ଷେତ୍ରପାଇଁ

(୫) ଉତ୍ତରଦାତାଙ୍କ ସହିତ ସମ୍ପର୍କରେ ସମସ୍ୟା (Problem of contacts with the respondents) – ବର୍ତ୍ତମାନ ଯୁଗରେ ପ୍ରତ୍ୟେକ ବ୍ୟକ୍ତିର ଜୀବନ ଏତେ ବ୍ୟସ୍ତ ଯେ ସେ ନିଃସ୍ୱାର୍ଥ ଭାବରେ ନିଜର ସମୟକୁ ନଷ୍ଟ କରିବା ପାଇଁ ଚାହିଁ ନଥାଏ । ଏହି ପରିସ୍ଥିତିରେ ଅଧ୍ୟୟନ କର୍ତ୍ତା ବାରମ୍ବାର ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତରଦାତାଙ୍କଠାରୁ ସୂଚନା ସଂଗ୍ରହ କରିବା ବେଳେ ବେଳେ ବହୁତ କଠିନ ହୋଇଯାଏ । କୌଣସି ପ୍ରକାରେ ଯଦି ଉତ୍ତରଦାତା ଉତ୍ତର ଦେବାପାଇଁ ସମୟ ଦେବାରେ ସମ୍ମତି ପ୍ରକାଶ କରିଥାଏ।

ତଥାପି ସୁଦୀର୍ଘ ଅନୁସୂଚୀକୁ ଦେଖ୍ ଶୀଘ୍ର ଶୀଘ୍ର ପ୍ରଶ୍ନଗୁଡ଼ିକୁ ପଚାରିବା ପାଇଁ ଅନୁରୋଧ କରିଥାଏ ଏବଂ ବେଳେବେଳେ ଅସମ୍ମତି ପ୍ରଦାନ କରିଥାଏ । ଫଳତଃ, ଅନୁସୂଚୀର ସୂଚନା ଅପୂର୍ଣ୍ଣ ରହିଯାଇଥାଏ ।

(୬) ସୂଚନାଦାତାର ପକ୍ଷପାତ ପୂର୍ବ ବ୍ୟବହାର (Bias in Information) – ଅନୁସୂଚୀ ପ୍ରବିଧ‌ିରେ ଅଧ୍ୟୟନ କର୍ଭାର, ବ୍ୟକ୍ତିତ୍ୱ ସୂଚନାଦାତାକୁ ଯଥାର୍ଥ ଉତ୍ତର ଦେବାପାଇଁ ଉତ୍ସାହିତ କରିଥାଏ । ବେଳେବେଳେ ଏହାର ପ୍ରଭାବରେ ପକ୍ଷପାତ ପୂର୍ବ ସୂଚନା ଦେବାର ସମ୍ଭାବନା ବଢ଼ିଯାଇଥାଏ ।
ଉପରୋକ୍ତ ଦୋଷ ସତ୍ତ୍ବେ ସାମାଜିକ ଗବେଷଣା କ୍ଷେତ୍ରରେ ତଥ୍ୟକୁ ସଂଗ୍ରହ କରିବାରେ ଅନୁସୂଚୀ ହେଉଛି ଏକ ମହତ୍ତ୍ଵପୂର୍ଣ ପ୍ରବିଧ୍ ।

CHSE Odisha Class 11 Sociology Unit 5 Long Answer Questions in Odia Medium

14. ଅନୁସୂଚୀ ଏବଂ ପ୍ରଶ୍ନବଳୀ (Schedule and Questionnaire) ମଧ୍ୟରେ ଥିବା ସମାନତା ଓ ପ୍ରଭେଦତା ଦର୍ଶାଅ ?
Answer:
ଆଜିକାଲି କ୍ଷେତ୍ରୀୟ ଅଧ୍ୟୟନ ପାଇଁ ସୂଚନା ସଂଗ୍ରହ କରିବା କ୍ଷେତ୍ରରେ ଉଭୟ ଅନୁସୂଚୀ ତଥା ପ୍ରଶ୍ନବଳୀ ଅତ୍ୟଧିକ ପ୍ରୟୋଗ କରାଯାଉଅଛି । ବାହ୍ୟରୂପରେ ଏହି ଦୁଇ ପ୍ରବିଧ‌ି ମଧ୍ୟରେ ନିମ୍ନ ପ୍ରକାରର ସମାନତା ଦେଖା ଯାଇଥାଏ ।

(କ) ସମାନତା (Similarities) –
(୧) ଅନୁସୂଚୀ ତଥା ପ୍ରଶ୍ନବଳୀ ଉଭୟ ଅଧ୍ୟୟନ ସମସ୍ୟା ସହିତ ସମ୍ବନ୍ଧିତ ପ୍ରଶ୍ନ ସମୂହ ଉପରେ ଆଧାରିତ ଅଟନ୍ତି ।
(୨) ଉଭୟ ପ୍ରବିଧ୍ ଦ୍ବାରା ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥାଏ ।
(୩) ଉଭୟର ପ୍ରଶ୍ନ ରଚନା ପ୍ରାୟ ସମାନ ହୋଇଥାଏ । ଏଗୁଡ଼ିକୁ ଉପଯୁକ୍ତ ଶୀର୍ଷକ ଓ ଉପଶୀର୍ଷକରେ ବିଭାଜିତ କରାଯାଇଥାଏ ।
(୪) ବାହ୍ୟରୂପରେ ଉଭୟ ପ୍ରଶ୍ନବଳୀ ଏବଂ ଅନୁସୂଚୀର ଆକାର ଏବଂ ରୂପରଙ୍ଗ ସମାନ ନଥାଏ ।
(ଖ) ପ୍ରଭେଦତା (Differences) – ଉପରୋକ୍ତ ସମାନତା ବ୍ୟତୀତ ପ୍ରଶ୍ନବଳୀ ଏବଂ ଅନୁସୂଚୀ ମଧ୍ୟରେ କେତେକ ଭିନ୍ନତା ନିମ୍ନ ପ୍ରକାରରେ ଦେଖିବାକୁ ମିଳିଥାଏ ।
(୧) ପ୍ରୟୋଗ ବିଧ୍ (Technique of use)- ଅନୁସୂଚୀ, ପ୍ରଶ୍ନଗୁଡ଼ିକର ଏକ ସୂଚୀ ଅଟେ । ଯାହାର ଉପଯୋଗ ଅଧ୍ୟୟନ କର୍ତ୍ତା ସ୍ଵୟଂ ଅଧ୍ୟୟନ କ୍ଷେତ୍ରକୁ ଯାଇ ସାକ୍ଷାତକାର ଦ୍ୱାରା ଉତ୍ତରଗୁଡ଼ିକୁ ପୂରଣ କରିଥାଏ । ଏହାର ବିପରୀତରେ

ପ୍ରଶ୍ନବଳୀ ଉତ୍ତରଦାତାଙ୍କ ପାଖକୁ ଡାକଦ୍ବାରା ପଠାଯାଇଥାଏ ଏବଂ ଉତ୍ତରଦାତା ଏହାକୁ ପୂରଣ କରି ଅଧ୍ୟୟନ କର୍ତ୍ତା ପାଖକୁ ଡାକରେ ପୁନର୍ବାର ଫେରାଇଥାଏ ।
(୨) ଅଧ୍ୟୟନ କ୍ଷେତ୍ର (Field of study) – ଅନୁସୂଚୀ କେବଳ ଏକ ଛୋଟ ଅଥବା ସୀମିତ କ୍ଷେତ୍ରରୁ ତଥ୍ୟଗୁଡ଼ିକ ସଂଗ୍ରହ କରିବା ପାଇଁ ପ୍ରୟୋଗ କରାଯାଇଥାଏ । କିନ୍ତୁ ପ୍ରଶ୍ନବଳୀ ଡାକଦ୍ବାରା ପଠାଯାଉଥ‌ିବା କାରଣରୁ କୌଣସି ବଡ଼ କ୍ଷେତ୍ରର ଅଧ୍ୟୟନ ପାଇଁ ପ୍ରୟୋଗ କରାଯାଇପାରେ ।

(୩) ସୂଚନା ଗୁଡ଼ିକର ପ୍ରକୃତି (Nature of informations) – ଅନୁସୂଚୀରେ ସାକ୍ଷାତକାର ପ୍ରବିଧ‌ିର ପ୍ରୟୋଗ ଆବଶ୍ୟକ ହୋଇଥାଏ । ଫଳତଃ ଅଧିକ ଗଭୀର ତଥା ପୂର୍ଣ୍ଣାଙ୍ଗ ସୂଚନା ମିଳିଥାଏ । କିନ୍ତୁ ପ୍ରଶାବଳୀ ଦ୍ବାରା ବିସ୍ତୃତ ଓ ଗଭୀର ସୂଚନା ପ୍ରାପ୍ତ କରାଯାଇପାରିନଥାଏ । ତଥାପି ସୂଚନାଦାତା ଅବଶ୍ୟ ନିଜର ବିଚାରକୁ ସ୍ଵାଧନ ଓ ନିଃସଙ୍କୋଚ ଭାବରେ ବ୍ୟକ୍ତ କରିଥାଏ ।

(୪) ପରିବର୍ତ୍ତନଶୀଳତା (Changability) – ଅନୁସୂଚୀର ପ୍ରୟୋଗ କରୁଥିବା ସମୟରେ ଅଧ୍ୟୟନ କର୍ତ୍ତା ଅନୁସୂଚୀରେ ଲିଖ ପ୍ରଶ୍ନଛଡ଼ା ଅନ୍ୟ କେତେକ ପ୍ରଶ୍ନକୁ ପଚାରି ପାରିଥାଏ । ଏହା ସହିତ ପ୍ରାପ୍ତ ଉତ୍ତରଗୁଡ଼ିକୁ ମଧ୍ୟ ସ୍ବୟଂ ଲେଖୁ ରଖୁଥାଏ । କିନ୍ତୁ ପ୍ରଶାବଳୀ ମାଧ୍ୟମରେ ନିର୍ଦ୍ଧାରିତ ପ୍ରଶ୍ନ ବ୍ୟତୀତ ଆଉ ଅଧିକ ପ୍ରଶ୍ନ ପଚାରିବାର କ୍ଷେତ୍ର ନଥାଏ । ତେଣୁ ଉତ୍ତର ବି ସେହି ଅନୁରୂପ ହୋଇଥାଏ ।

(୫) ଉତ୍ତରଦାତାଙ୍କ ସ୍ତର (Standard of respondents) – ଅନୁସୂଚୀର ପ୍ରୟୋଗ ଶିକ୍ଷିତ ଏବଂ ଅଶିକ୍ଷିତ ସମସ୍ତ ଶ୍ରେଣୀର ଉତ୍ତରଦାତାଙ୍କ ପାଇଁ ସମାନ ରୂପରେ କରାଯାଇଥାଏ । ମାତ୍ର ପ୍ରଶ୍ନବଳୀ ଅଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ପ୍ରୟୋଗ କରାଯାଇପାରିନଥାଏ ।

(୬) ସୂଚନାଦାତାଙ୍କ ସହିତ ସମ୍ପର୍କ (Contact with informants) – ଅନୁସୂଚୀ ପ୍ରବିଧ‌ିରେ ଉତ୍ତରଦାତା ଏବଂ ଅଧ୍ୟୟନ କର୍ତ୍ତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ହୋଇପାରିନଥାଏ, କିନ୍ତୁ ପ୍ରଶ୍ନବଳୀରେ ଉତ୍ତରଦାତା ସ୍ଵୟଂ ସ୍ବତନ୍ତ୍ର ଏବଂ ଅଜ୍ଞାତ ରହିଥାଏ । କାରଣ ଏହି ପ୍ରବିଧ‌ିରେ ଅଧ୍ୟୟନ କର୍ତ୍ତା ଏବଂ ଉତ୍ତରଦାତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ ହୋଇପାରିନଥାଏ ।

(୭) ପ୍ରତିଦର୍ଶର କ୍ଷେତ୍ର (Scope of sampling) – ଅନୁସୂଚୀରେ ପ୍ରତିନିଧ୍ୱ ପୂର୍ଣ୍ଣ ପ୍ରତିଦର୍ଶ ସରଳତା ପୂର୍ବକ ବଛାଯାଇ ଅଧୟନ ପାଇଁ ସୂଚନା ସଂଗ୍ରହ କରାଯାଇଥାଏ । କାରଣ ପ୍ରତିଦର୍ଶରେ ଶିକ୍ଷିତ, ଅଶିକ୍ଷିତ ସବୁପ୍ରକାର ଲୋକ ସଳିତ ହୋଇଥାନ୍ତି । ଏଣୁ ଏହା ଅଧିକ ବୈଜ୍ଞାନିକ ହୋଇଥାଏ । ଏହାର ବିପରୀତରେ ପ୍ରଶ୍ନବଳୀରେ ପ୍ରତିନିଧ୍ୱ ପୂର୍ଣ୍ଣ ପ୍ରତିଦର୍ଶ ବାଛିବା ଏକ ସମସ୍ୟା ହୋଇଥାଏ । କାରଣ ଏଥ‌ିରେ କେବଳ ଶିକ୍ଷିତ ଲୋକଙ୍କୁ ସମାବେଶ କରାଯାଇଥାଏ । ଫଳତଃ ଏହି ପ୍ରବିଦ୍ଵାରା ଅଧ୍ୟୟନ ବିଷୟ ସମ୍ବନ୍ଧିତ ସମ୍ପୂର୍ଣ୍ଣ ସମୂହର ବାସ୍ତବିକ ପ୍ରତିନିଧୂ ସମ୍ଭବପର ହୋଇପାରିନଥାଏ ।

(୮) ପ୍ରଶ୍ନଗୁଡ଼ିକର ସ୍ପଷ୍ଟୀକରଣ (Clarification of questions) – ଅନୁସୂଚୀ ଦ୍ବାରା ଉତ୍ତରପ୍ରାପ୍ତ କରିବା ସମୟରେ ଉତ୍ତରଦାତାର ସମ୍ମୁଖରେ ସ୍ଵୟଂ ଅଧ୍ୟୟନ କର୍ତ୍ତା ଉପସ୍ଥିତ ରହିଥାଏ । ଏଣୁ ପ୍ରଶ୍ନଗୁଡ଼ିକରେ କୌଣସି ସନ୍ଦେହ ବା ଅସ୍ପଷ୍ଟତା ଉତ୍ପନ୍ନ ହେଲେ ଅଧ୍ୟୟନ କର୍ତ୍ତା ଏହାର ସ୍ପଷ୍ଟୀକରଣ ଦେଇଥାଏ । ଯାହାଫଳରେ ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଏବଂ ଯଥାର୍ଥ ଉତ୍ତର ମିଳିଥାଏ । ଏହାର ବିପରୀତରେ ପ୍ରଶ୍ନବଳୀ ସମ୍ବନ୍ଧିତ କୌଣସି ପ୍ରଶ୍ନ ଅସ୍ପଷ୍ଟ ବା ଭାଷା ବୁଝାଯାଇ ନ ପାରିଲେ ବା ପ୍ରଶ୍ନଗୁଡ଼ିକୁ ଭୁଲ୍ ବୁଝିନେଲେ ଆବଶ୍ୟକ ସୂଚନା ମିଳି ପାରିନଥାଏ ।

CHSE Odisha Class 11 Sociology Unit 5 Long Answer Questions in Odia Medium

(୯) ଉତ୍ତର ଓ ପ୍ରତିଶତ (Percentage of response) -କାରଣ ଅଧ୍ୟୟନ କର୍ତ୍ତା ନିଜର ବ୍ୟକ୍ତଗତ ଉପସ୍ଥିତି ବାର୍ତ୍ତାଳାପ, ଅନୁରୋଧ ଇତ୍ୟାଦି ଦ୍ବାରା ଉତ୍ତରଦେବା ପାଇଁ ସୂଚନାଦାତାଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ପ୍ରଶ୍ନବଳୀ ପ୍ରବିଧ‌ିରେ ଅଧ୍ୟୟନ କର୍ତ୍ତା ଉତ୍ତରଦାତାଙ୍କୁ ସୂଚନା ଦେବାପାଇଁ ଗୋଟିଏ ବା ଦୁଇଟି ପ୍ରାର୍ଥନା ପତ୍ର ବା ଅନୁରୋଧ କରିବା ଛଡ଼ା ଅନ୍ୟ କୌଣସି ପ୍ରକାରର ପ୍ରଭାବ ପକାଇ ପାରିନଥାଏ । ଫଳରେ ଅନୁସୂଚୀ ତୁଳନାରେ ଏଥ‌ିରେ ପ୍ରତ୍ୟୁତ୍ତରର ପ୍ରତିଶତ ବହୁତ କମ୍ ହୋଇଥାଏ ।

(୧୦) ଉତ୍ତର ଗୁଡ଼ିକର ସତ୍ୟାସତ୍ୟ ପ୍ରମାଣ (Verification of the responses) – ଅନୁସୂଚୀରେ ଅଧ୍ୟୟନ କର୍ତ୍ତା ସାକ୍ଷାତ୍‌କାର ଛଡ଼ା ପର୍ଯ୍ୟବେକ୍ଷଣଦ୍ୱାରା ତଥ୍ୟଗୁଡ଼ିକର ଯଥାର୍ଥତାକୁ ଜ୍ଞାତ କରିବା ସହିତ ମଧ୍ୟ କେତେକ ମହତ୍ତ୍ବପୂର୍ଣ ତଥ୍ୟ ପ୍ରମାଣ କରାଯାଇ ପାରିନଥାଏ ।

(୧୧) ବ୍ୟାଖ୍ୟାତ୍ମକ ଟିପ୍‌ପଣୀ (Explanatory notes) – ଅନୁସୂଚୀ ପୂରଣ କରିବା ସମୟରେ ଅଧ୍ୟୟନ କର୍ତ୍ତା ସ୍ବୟଂ ଉତ୍ତରଦାତାଙ୍କ ପାଖରେ ଉପସ୍ଥିତ ରହିଥାଏ । ଏଣୁ ଏଥ‌ିରେ ବିଶେଷ ଶବ୍ଦ ତଥା ଶ୍ରେଣୀ ଓ ଉପଶ୍ରେଣୀ ଇତ୍ୟାଦିର ବ୍ୟାଖ୍ୟା ସେ ନିଜେ କରିବା ହେତୁ ଟିପ୍‌ପଣୀର ଆବଶ୍ୟକତା ନ ଥାଏ । କିନ୍ତୁ ପ୍ରଶ୍ନବଳୀ ଅଧ୍ୟୟନ କର୍ତ୍ତାର ଅନୁପସ୍ଥିତିରେ ପୂରଣ କରାଯାଇଥାଏ । ଏଣୁ ଏଥିରେ ଆବଶ୍ୟକ ସ୍ପଷ୍ଟୀକରଣ ପାଇଁ ପାଦ ଟିପ୍‌ପଣୀ (Foot Notes) ଦିଆଯାଇଥାଏ ।

(୧୨) ଅଧ୍ୟୟନ କର୍ତ୍ତାର ଗୁଣ ବା ଦକ୍ଷତା (Capacity or Quality of the Researcher) – ଅନୁସୂଚୀ ପ୍ରୟୋଗ ପାଇଁ ଅଧ୍ୟୟନ କର୍ତ୍ତା ଅଧିକ କୁଶଳ, ଅନୁଭବୀ, ପ୍ରଶିକ୍ଷିତ ଏବଂ ମିଷ୍ଟଭାଷୀ ହେବା ଆବଶ୍ୟକ । ଏ ସମସ୍ତ ବ୍ୟକ୍ତିଗତ ଗୁଣ ଅଭାବରେ ଏହି ପ୍ରବିଧ୍ ଦ୍ବାରା ସୂଚନା ସଂଗ୍ରହ କରିବା ସମ୍ଭବପର ହୋଇପାରିନଥାଏ । ଅନ୍ୟପକ୍ଷରେ ପ୍ରଶ୍ନବଳୀ ଏକ ଅନୁସୂଚୀରେ ପ୍ରତ୍ୟୁତ୍ତର ପ୍ରତିଶତ ଅଧ୍ଵ ରହିଥାଏ ସରଳ ବିଧ୍ ଅଟେ । ଏହାର ଉପଯୋଗ କରିବା ପାଇଁ ଅଧିକ କୁଶଳତା ବା ତାଲିମର ଆବଶ୍ୟକତା ପଡ଼ିନଥାଏ ।

(୧୩) ଖର୍ଚ୍ଚାନ୍ତ ପ୍ରବିଧ‌ି (Expensive techniques) – ଅନୁସୂଚୀ ପ୍ରବିଧ ପ୍ରୟୋଗରେ ସାମଗ୍ରୀ ସଂଗ୍ରହ କରିବାରେ ଅଧିକ ଧନ ଏବଂ ସମୟର ଆବଶ୍ୟକତା ପଡ଼ିଥାଏ । କିନ୍ତୁ ପ୍ରଶ୍ନବଳୀ ପ୍ରବିଧ‌ିରେ ଡାକଦ୍ବାରା ଅଧ୍ବକ ଉତ୍ତର ଦାତାଙ୍କଠାରୁ କମ୍ ସମୟ ମଧ୍ୟରେ ଏବଂ କମ୍ ଖର୍ଚ୍ଚରେ ସୂଚନାପ୍ରାପ୍ତ କରାଯାଇଥାଏ ।

(୧୪) ଗୁପ୍ତ ସୂଚନା (Secret Information) – ଅନୁସୂଚୀରେ ସୂଚନାଦାତା ସ୍ବତନ୍ତ୍ର ରୂପେ କେତେକ ଗୋପନୀୟ ସୂଚନା ଦେଇ ପାରିନଥାଏ । କାରଣ କେତେକ ତଥ୍ୟର ପ୍ରକୃତି ଏପରି ହୋଇଥାଏ ଯାହାକୁ ମୁହଁରେ କହିବା ସମ୍ଭବପର ନୁହେଁ ବରଂ ଗୁପ୍ତରୂପେ ଲେଖିଦେବା ସହଜ ହୋଇଥାଏ ସେପରି ସୂଚନା ପ୍ରଶ୍ନବଳୀ ମାଧ୍ୟମରେ ସଂଗ୍ରହ କରାଯାଇପାରିଥାଏ ।

ଉପରୋକ୍ତ ଭିନ୍ନତା ସତ୍ତ୍ଵେ ପ୍ରଶ୍ନବଳୀ ଏବଂ ଅନୁସୂଚୀ ଉଭୟ ସାମାଜିକ ଗବେଷଣାରେ ମହତ୍ତ୍ବପୂର୍ଣ୍ଣ ଅଟନ୍ତି । ଏହି ଭିନ୍ନତା କେବଳ ଅଧ୍ୟୟନ କ୍ଷେତ୍ର, ସୂଚନାଦାତାଙ୍କ ପ୍ରକୃତି ଏବଂ ଉପଯୋଗର ପ୍ରଭେଦ ସହିତ ସମ୍ବନ୍ଧିତ, ଅର୍ଥାତ୍ ଅଧ୍ୟୟନ କ୍ଷେତ୍ର ଏବଂ ସୂଚନାଦାତାଙ୍କ ବୈଶିଷ୍ଟ୍ୟକୁ ନେଇ ଏବଂ ଅଧିକ ତଥା ସର୍ବୋତ୍ତମ ସୂଚନା ପାଇବା ପାଇଁ ସ୍ଥଳ ବିଶେଷରେ ପ୍ରଶ୍ନବଳୀ ଅଧ୍ବକ ଉପଯୋଗୀ ହୋଇଥାଏ ବା ଅନୁସୂଚୀ ଅଧିକ ଉପଯୋଗୀ ହୋଇଥାଏ ।

15. ଅଗଷ୍ଟ କମ୍‌ଙ୍କ ତିନିସ୍ତରର ନିୟମ (Law of Three Stages) ବାଖ୍ୟା କର ।
Answer:
ଏକ ସତ୍ୟ ବିଜ୍ଞାନ ଭାବରେ ସମାଜ ବିଜ୍ଞାନ ସଦାସର୍ବଦା ନିୟମ (laws) ଗୁଡ଼ିକର ସନ୍ଧାନରେ ଥିଲା । ଯେଉଁ ସାମାଜିକ ନିୟମଗୁଡ଼ିକୁ ସମାଜର ଅଧ୍ୟୟନ ନିମନ୍ତେ ପ୍ରୟୋଗ କରାଯାଇପାରିବ, ଯାହାଦ୍ୱାରା ସମାଜର ଅତୀତକୁ ବୁଝିହେବ ଏବଂ ଏହାର ଭବିଷ୍ୟତ ସମ୍ବନ୍ଧରେ ପୂର୍ବାନୁମାନ କରିହେବ । କଷ୍ଟେଙ୍କ ଆବିଷ୍କୃତ ଏକ ନିୟମ ହେଉଛି ତିନିସ୍ତରର ନିୟମ । ଏହା ସାମାଜିକ ବିବର୍ତ୍ତନର ବିଶ୍ଵାସ ଉପରେ ଆଧାରିତ।

Evolution of Thinking (ଚିନ୍ତରନ ବିବର୍ତ୍ତନ) :
କଷ୍ଟେ ମତ ଦିଅନ୍ତି ଯେ, ସାମାଜିକ ବିକାଶ କିମ୍ବା ମାନବ ପ୍ରଗତି ମାନବ ମନ ବା ଚିନ୍ତନ ବା ବୃଦ୍ଧି ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ବ୍ୟକ୍ତି ମନର ବିବର୍ତ୍ତନ ସହିତ ମାନବ ମନର ବିବର୍ତ୍ତନ ହୋଇଥାଏ । ତିନିସ୍ତରର ନିୟମ ସିଦ୍ଧାନ୍ତକୁ ବ୍ୟାଖ୍ୟା କରିବାକୁ ଯାଇ ସେ କହିଛନ୍ତି ଯେ ମାନବ ଓ ତାହାର ଭାବନା ବ୍ୟବସ୍ଥା ଗୋଟିଏ ପରେ ଗୋଟିଏ ବିଭିନ୍ନ ତିନୋଟି ସ୍ତର ମଧ୍ୟ ଦେଇ ଗତି କରିଥାଏ ବା ବିକାଶ ଲାଭ କରିଥାଏ ।

ସେଗୁଡ଼ିକ ହେଲା : (୧) ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological Fictitions stage), (୨) ମେଟାଫାଇଜିକାଲ୍ ପର୍ଯ୍ୟାୟ (Metaphysical stage), (୩) ସକରାତ୍ମକ ବା ବ Scientific ଜ୍ଞାନିକ ପର୍ଯ୍ୟାୟ (Positive or Scientific stage)

ଏଥୁରୁ ସ୍ପଷ୍ଟ ଯେ ମାନବ ମସ୍ତିଷ୍କ ଏବଂ ସାମାଜିକ ସଂଗଠନର ବିଭିନ୍ନ ଭାଗର ବିକାଶ ତିନିଗୋଟି ସ୍ତର ଦେଇ ଗତି କରୁଛି । କଷ୍ଟେ ମାନବ ବିକାଶର ତିନୋଟି ସ୍ତରକୁ ତିନୋଟି ଐତିହାସିକ କାଳ ସହିତ ସଂପର୍କୀତ କରିଛନ୍ତି । ଏହି ସୂଚନା ଅନୁସାରେ ପ୍ରଥମ ସ୍ତର ୧୩୦୦ ମସିହା ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା ମଧ୍ୟରେ ଥିଲା । ୧୮୦୦ ମସିହାଠାରୁ ବିଶ୍ୱରେ ତୃତୀୟ ସ୍ତର ପ୍ରାଧାନ୍ୟ ଦ୍ୱିତୀୟ ସ୍ତର ୧୩୦୦ ମସିହା ଓ ୧୮୦୦ ମସିହା ଲାଭ କରିଛି ।

ଅଗଷ୍ଟ କମ୍‌ ମନୁଷ୍ୟର ଚିନ୍ତନର ଯେଉଁ ତିନିଗୋଟି ସ୍ତର ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ସେଗୁଡ଼ିକୁ ନିମ୍ନରେ ଆଲୋଚନା କରିଥାଏ ।

(୧) ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର (Theological fictitions stage) – ଏହା ମାନବ ଚିନ୍ତନର ବିକାଶର ତିନିଗୋଟି ସ୍ତର ମଧ୍ୟରେ ପ୍ରଥମ ସ୍ତର ଅଟେ । ଏହି ସ୍ତରରେ ମନୁଷ୍ୟର ବୃଦ୍ଧିର ପର୍ଯ୍ୟାପ୍ତ ବିକାଶ ହୋଇନଥାଏ । କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ହେଉଛି ସେହି ସ୍ତର ଯେତେବେଳେ ମନୁଷ୍ୟ ସବୁ ଘଟଣାକୁ କେତେକ ଅତି ପ୍ରାକୃତିକ ଶକ୍ତି ଦୃଷ୍ଟିରୁ ଦେଖୁଥାଏ ଓ ବିଚାର କରିଥାଏ । ଏହି ସ୍ତରରେ ପ୍ରତ୍ୟେକ ଘଟଣା ପଛରେ କୌଣସି-ନା-କୌଣସି ଶକ୍ତିର ହାତ ଥ‌ିବା କଥା ମନୁଷ୍ୟ ଭାବିଥାଏ ମନୁଷ୍ୟ ଧରିନିଏ ଯେ ସମସ୍ତ ଘଟଣା ଅଲୌକିକ ବା ଅତି ପ୍ରାକୃତିକ ଶକ୍ତିର ତତ୍କାଳିକ କ୍ରିୟାର ପରିଣାମ ଅଟେ । ଆଦିମ ମାନବ ପ୍ରତ୍ୟେକ ନଦୀ ଓ ବୃକ୍ଷରେ ଈଶ୍ଵରଙ୍କୁ ଦେଖୁଥାଏ ।

ଏହି ସ୍ତରରେ ସମସ୍ତ ଘଟଣା ଅଲୌକିକ ଶକ୍ତିଦ୍ୱାରା ନିୟନ୍ତ୍ରିତ ହୁଏ ବୋଲି ମନୁଷ୍ୟ କଳ୍ପନା କରିଥାଏ । ଘଡ଼ଘଡ଼ି ମାରିବା, ବର୍ଷା ହେବା, ଚନ୍ଦ୍ର ଓ ସୂର୍ଯ୍ୟ ଉଦୟ ହେବାକୁ ମନୁଷ୍ୟ ପ୍ରାକୃତିକ ଘଟଣା ବୋଲି ମାନି ନଥାଏ । ଏହି ସମସ୍ତ ପ୍ରାକୃତିକ ଘଟଣାଗୁଡ଼ିକ ଅଲୌକିକ ଶକ୍ତିଦ୍ଵାରା ସଞ୍ଚାଳିତ ହୋଇଥାଏ ବୋଲି ବିଶ୍ଵାସ କରାଯାଇଥାଏ । ଏହି ସ୍ତରରେ ମନୁଷ୍ୟ ଆତ୍ମା କିମ୍ବା ଈଶ୍ବରଙ୍କୁ ଜୟ-ପରାଜୟ, ଉନ୍ନତି ଓ ଦୁର୍ଭିକ୍ଷ ଇତ୍ୟାଦିର ମାଲିକ ରୂପେ ଧରିନେଇଥାଏ । କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ନିମ୍ନଲିଖ ତିନୋଟି ସ୍ତର ଦେଇ ଅତିକ୍ରମ କରିଥାଏ ।

CHSE Odisha Class 11 Sociology Unit 5 Long Answer Questions in Odia Medium

(କ) ଆତ୍ମାବାଦ (Fetishism) – ସାମାଜିକ ବିକାଶର ଆରମ୍ଭରେ ମନୁଷ୍ୟ ବିଶ୍ୱାସ କରୁଥିଲା ଯେ ସମସ୍ତ ଜୀବନଯୁକ୍ତ ଓ ଜଡ଼ ବସ୍ତୁ ଜୀବନ୍ତ ଅଟେ । ଅର୍ଥାତ୍ ସଂସାରରେ ଯେତେ ବସ୍ତୁ ଅଛି ସେହି ବସ୍ତୁର ଜୀବନ ଥାଏ । ପ୍ରତ୍ୟେକ ବସ୍ତୁ ଭିତରେ ଆତ୍ମା ବାସ କରୁଛି ବୋଲି ସେମାନେ ବିଶ୍ୱାସ କରୁଥିଲେ । ଏପରିକି ଜଡ଼ ବସ୍ତୁଗୁଡ଼ିକ ଜୀବନ ବିହୀନ ନୁହନ୍ତି ଏବଂ ପ୍ରତ୍ୟେକ ବସ୍ତୁର ଏକ ଆତ୍ମା ରହିଛି । ବସ୍ତୁଗୁଡ଼ିକର ସ୍ଥିତି ଓ ଗତି ନିମନ୍ତେ ଏହି ଆତ୍ମାଗୁଡ଼ିକ ଦାୟୀ ଅଟନ୍ତି । ଆଦିମାନବର ଚିନ୍ତନ ଏହି ସ୍ତରରେ ଥିଲା ।

(ଖ) ବହୁଦେବବାଦ (Polytheism) – ଯେହେତୁ ପ୍ରତ୍ୟେକ ବସ୍ତୁ ନିମନ୍ତେ ଗୋଟିଏ ଆତ୍ମା ଥାଏ ତେଣୁ ସମସ୍ତ ବସ୍ତୁ ନିମନ୍ତେ ବହୁ ସଂଖ୍ୟକ ଆତ୍ମା ଥାଏ । କିନ୍ତୁ ବହୁ ସଂଖ୍ୟକ ଆତ୍ମା ମାନସିକ ଭ୍ରମ ସୃଷ୍ଟିକଲା ଏବଂ ଆତ୍ମାବାଦ ବା ପ୍ରେତବାଦ ଦୁର୍ବଳ ହୋଇପଡ଼ିଲା । ଏକ ନିର୍ଦ୍ଦିଷ୍ଟ ସ୍ତରରେ ଏହି ପ୍ରକାର ଭ୍ରମରୁ ରକ୍ଷା ପାଇବା ନିମନ୍ତେ ମନୁଷ୍ୟ ମନ ଆତ୍ମାଗୁଡ଼ିକର ସଂଖ୍ୟାକୁ ହ୍ରାସ କଲା ଏବଂ ନିର୍ଦ୍ଦିଷ୍ଟ ସଂଖ୍ୟକ ଦେବତାଙ୍କୁ ସୃଷ୍ଟିକଲା । ତେଣୁ ଆତ୍ମାବାଦ ପରିବର୍ତ୍ତେ ବହୁଦେବବାଦର ଉତ୍ପତ୍ତି ହେଲା । କମ୍ ଏହାକୁ ବହୁଦେବବାଦ ନାମରେ ନାମିତ କରିଛନ୍ତି ।

(ଗ) ଏକଦେବବାଦ (Monotheism) – ଧାର୍ମିକ ସ୍ତରରେ ବିକାଶର ତୃତୀୟ ସ୍ତରକୁ କମ୍‌ ଏକ ଦେବବାଦ ବୋଲି କହିଛନ୍ତି । ଏହି ଅବସ୍ଥା ପର୍ଯ୍ୟନ୍ତ ମାନବ ମସ୍ତିଷ୍କ ଧରେ ଧୂରେ ବିକଶିତ ହୋଇଯାଏ । ଏହା ସହିତ ଏହାର ଚିନ୍ତନରେ ସୂକ୍ଷ୍ମତା ଓ ଗଭୀରତା ଆସିଯାଏ । ଯେତେବେଳେ ମନୁଷ୍ୟ ମନ ଉତ୍ତମ ରୂପେ ସଂଗଠିତ ହୋଇଯାଏ, ସେତେବେଳେ ସେ ଅନେକ ଦେବତାଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରିଦିଏ । ତେଣୁ ଏହି ସ୍ତରରେ ମନୁଷ୍ୟ ଅନେକ ଦେବତାଙ୍କୁ ଗ୍ରହଣ ନ କରି ଏକ ମାତ୍ର ଦେବତା ଉପରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କଲା ।

ତାଙ୍କୁ ସମଗ୍ର ବ୍ରହ୍ମାଣ୍ଡର ମାଲିକ ବୋଲି ବିଚାର କରାଗଲା ଏବଂ ସେ ସମସ୍ତ ଘଟଣାକୁ ନିୟନ୍ତ୍ରିତ ଓ ନିର୍ଦ୍ଦେଶିତ କରନ୍ତି ବୋଲି ମନୁଷ୍ୟ ବିଶ୍ୱାସ କଲା । ସମସ୍ତ ପ୍ରାକୃତିକ ଘଟଣା ସେହି ଦେବତାଙ୍କଦ୍ୱାରା ପରିଚାଳିତ । ସେ ହେଉଛନ୍ତି ସର୍ବଶକ୍ତିମାନ ।

(୨) ତାତ୍ତ୍ଵିକ ସ୍ତର (Metaphysical Stage) – ମାନବ ଚିନ୍ତନର ବିବର୍ତ୍ତନରେ ଦ୍ଵିତୀୟ ସ୍ତର ହେଉଛି ତାତ୍ତ୍ଵିକ ସ୍ତର । ଏହା ମଧ୍ୟ ଭାବନାତ୍ମକ ବା ଅମୂର୍ଭସ୍ତର (Abstract Stage) ନାମରେ ପରିଚିତ । ଏହା ଚିନ୍ତନ ବିକାଶର ମଧ୍ୟବର୍ତ୍ତୀ ସ୍ତର ଅଟେ । ମନୁଷ୍ୟ ଚିନ୍ତନ ନିରନ୍ତର ଭାବରେ ବିକଶିତ ହେବାକୁ ଲାଗିଲା । ମାନବ ଚିନ୍ତନ ବିକାଶ ସହିତ ତର୍କ ଶକ୍ତିର ମଧ୍ଯ ବିକାଶ ଘଟିଲା । ପ୍ରତ୍ୟେକ ଘଟଣାକୁ ଈଶ୍ବର ନିୟନ୍ତ୍ରଣ ଓ ପରିଚାଳିତ କରନ୍ତି ବୋଲି ମନୁଷ୍ୟ ଗ୍ରହଣ କଲାନାହିଁ ।

ଅର୍ଥାତ୍ ଈଶ୍ବରଙ୍କ ଅସ୍ତିତ୍ବ ସମ୍ବନ୍ଧରେ ମନୁଷ୍ୟ ମନରେ ଶଙ୍କା ଈଶ୍ବର ନୁହଁନ୍ତି ଏବଂ ଏହି ଘଟଣାଗୁଡ଼ିକୁ ସେ ଦେଖାଦେଲା । ଏହି ସ୍ତରରେ ମନୁଷ୍ୟ ଧରିନେଲା ଯେ ସମସ୍ତ ଘଟଣାର କାରଣ ନିୟନ୍ତ୍ରଣ କରନ୍ତି ନାହିଁ । ଏକ ଅମୂର୍ଖ ବା ଅଦୃଶ୍ୟ ଶକ୍ତି ସମସ୍ତ ଘଟଣାକୁ ସୃଷ୍ଟି କରେ ଓ ନିୟନ୍ତ୍ରଣ କରେ । ଏହି ଶକ୍ତି ଈଶ୍ବରଙ୍କ ପରି ନୁହେଁ ଯାହାଙ୍କ ସହିତ ମାନବ ଆବେଗ (Human Emotion) ରହିଛି ।

ତାତ୍ତ୍ଵିକ ସ୍ତରର ଦୁଇଟି ପର୍ଯ୍ୟାୟ ଥାଏ । ସେଗୁଡ଼ିକ ହେଲା ସଂକଟପୂର୍ଣ କିମ୍ବା ବିଧ୍ୱଂସୀ ପର୍ଯ୍ୟାୟ (Critical or Destructive phase) ଗୁରୁତର କିମ୍ବା ବିନାଶକାରୀ ପର୍ଯ୍ୟାୟ (Constructive phase) ଗଠନମୂଳକ ପର୍ଯ୍ୟାୟ ସର୍ବଶକ୍ତିମାନ ଈଶ୍ବରଙ୍କ ସଭାର ତର୍ଜମା ଓ ପରୀକ୍ଷା କରିଥାଏ । ଈଶ୍ବରଙ୍କ ସମ୍ବନ୍ଧରେ ତାହାର ଯେଉଁ ଧାରଣା ଥାଏ ସେଥୁରେ ସନ୍ତୁଷ୍ଟ ହୋଇପାରେ ନାହିଁ ଏବଂ ଏକ ଅମୂର୍ତ୍ତ ଶକ୍ତି ସମ୍ବନ୍ଧରେ ଭାବିବାକୁ ଆରମ୍ଭ କରେ । ଏହି ପର୍ଯ୍ୟାୟରେ ମନୁଷ୍ୟ ସମଗ୍ର ବ୍ରହ୍ମାଣ୍ଡର ମାଲିକ ରୂପେ ଏକ ଅମୂର୍ତ୍ତ ଶକ୍ତିକୁ ଗ୍ରହଣ କରେ ।

(୩) ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର (Positive or Scientific Stage) – ଅଗଷ୍ଟ କଙ୍କ ମତାନୁସାରେ ମାନବ ଚିନ୍ତନ ବା ଭାବନାର ତୃତୀୟ ଏବଂ ଅନ୍ତିମ ସ୍ତର ହେଉଛି ପ୍ରତ୍ୟକ୍ଷାତ୍ମକ ସ୍ତର । ଏହି ସ୍ତର ମଧ୍ୟ ବୈଜ୍ଞାନିକ ସ୍ତର ନାମରେ ପରିଚିତ । ତାନ୍ତ୍ରିକ ଧାରଣା ଆଦୌ ସତ୍ୟ ବା ବାସ୍ତବ ନୁହେଁ । ଏଥ‌ିରେ ବିବେକ, ବୁଦ୍ଧି ପ୍ରତ୍ୟକ୍ଷାତ୍ମକ (Reasoning) ଓ ଅବଲୋକନର ସ୍ଥାନ ନାହିଁ । ସାମାଜିକ ଘଟଣାଗୁଡ଼ିକର ମୂଳ କାରଣ ବା ଉତ୍ସ ଜାଣିବା ବୃଥା ଅଟେ ।

ଯେତେବେଳେ ମନୁଷ୍ୟ ତାତ୍ତ୍ଵିକ ଧାରଣାକୁ ତ୍ୟାଗ କଲା ଓ ବିବେକ ବୁଦ୍ଧି ପଥରେ ଅଗ୍ରସର ହେଲା ସେତେବେଳେ ପ୍ରତ୍ୟକ୍ଷାତ୍ମକ ବା ବୈଜ୍ଞାନିକ ସ୍ତର ପହଞ୍ଚିଲା । ଏହି ସ୍ତରରେ କେବଳ ସେହି ତଥ୍ୟଗୁଡ଼ିକ ସ୍ଵୀକାର କରାଯାଏ ଯାହାକୁ ପ୍ରତ୍ୟକ୍ଷ ରୂପରେ ଦେଖାଯାଇପାରେ । କମ୍‌ ସ୍ତରର ନିମ୍ନଲିଖୁ ବ୍ୟାଖ୍ୟା ଉପସ୍ଥାପିତ କରିଛନ୍ତି ।

ଶେଷରେ, ପ୍ରତ୍ୟକ୍ଷାତ୍ମକ ସ୍ତରରେ ମସ୍ତିଷ୍କ ଦୈବୀ ଧାରଣା, ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ଉଦ୍ଦେଶ୍ୟ ଘଟଣାଗୁଡ଼ିକର କାରଣକୁ ଖୋଜିବାର ବୃଥା କଥାକୁ ଛାଡ଼ିଦିଏ ଏହି ଘଟଣା ଗୁଡ଼ିକର ଅନୁକ୍ରମର ନିଶ୍ଚିତ ସମ୍ବନ୍ଧ ଖୋଜିବାରେ ଲାଗିଯାଏ, ବିବେକ, ବୃଦ୍ଧି ଓ ଅବଲୋକନ ସମ୍ମିଳିତ ରୂପରେ ଏହି ଜ୍ଞାନର ଉପାୟ (means) ଅଟେ । ଏହି ଉପାୟରେ ପ୍ରାପ୍ତ ଜ୍ଞାନ ତାର୍କିକ (Rational) ଅଟେ ଓ ପୁନଃ ପରୀକ୍ଷଣ ଯୋଗ୍ୟ ଅଟେ ।

ଏହି ସ୍ତରରେ ମନୁଷ୍ୟ ଭୌତିକ ଘଟଣା ଗୁଡ଼ିକୁ ବୁଦ୍ଧି ସହାୟତାରେ ବିଚାର କରିବାକୁ ପ୍ରୟାସ କରିଥାଏ । ଏଠାରେ ବିଶ୍ବାସ ବା କଳ୍ପନାର ସ୍ଥାନ ନାହିଁ । ପ୍ରତ୍ୟକ୍ଷାତ୍ମକ ସ୍ତରରେ ବିବେକ, ବୃଦ୍ଧି ଓ ଅବଲୋକନ ଉପରେ ଅଧ୍ଵରୁ ଅଧ‌ିକ ମହତ୍ତ୍ଵ ଦିଆଯାଏ । ଅନୁଭୂତି ଭିଭିରେ ବୈଜ୍ଞାନିକ ନିୟମଗୁଡ଼ିକର ପ୍ରସ୍ତୁତି ବୈଜ୍ଞାନିକ ସ୍ତରର ମୁଖ୍ୟ ଆଧାର ଅଟେ ।

କଷ୍ଟେ ଘୋଷଣା କରିଛନ୍ତି ଯେ ମାନବ ଚିନ୍ତନର ପ୍ରତ୍ୟେକ ସ୍ତର ପର୍ଯ୍ୟାୟ କ୍ରମେ ବା ଗୋଟିଏ ପରେ ଗୋଟିଏ ଆସିଥାଏ । ଯେତେବେଳେ ଗୋଟିଏ ସ୍ତରର ପରିସମାପ୍ତି ଘଟେ ସେତେବେଳେ ଅନ୍ୟ ସ୍ତର ବିକଶିତ ହୁଏ । କମ୍‌ଙ୍କର ଧର୍ମଶାସ୍ତ୍ରୀୟ, ତାତ୍ତ୍ଵିକ ଓ ପ୍ରତ୍ୟକ୍ଷାତ୍ମକ ସ୍ତର ଏକା ସମୟରେ, ଏକା ମନ (same mind) ରେ କିମ୍ବା ଏକା ସମାଜରେ ରହିପାରେ ଏବଂ ରହିଥାଏ ।

16. ଆତ୍ମହତ୍ୟା କହିଲେ କ’ଣ ବୁଝ ଏବଂ ଆତ୍ମହତ୍ୟା (Suicide) ର ପ୍ରକାରଭେଦ ବର୍ଣ୍ଣନା କର ।
Answer:
ଦୁର୍ଖମ୍‌ଙ୍କ ଆତ୍ମହତ୍ୟାର ଅଧ୍ୟୟନ ପରବର୍ତ୍ତୀ ସମାଜ ଶାସ୍ତ୍ରୀୟ ଗବେଷଣା ନିମନ୍ତେ ମାଇଲ ଖୁଣ୍ଟ ହୋଇ ରହିଅଛି । ୧୮୯୭ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା ଗ୍ରନ୍ଥ ରଚନା କରିଥିଲେ । ଦୁର୍ଖମ୍ ଆତ୍ମହତ୍ୟାର ଅଧିକାଂଶ ସ୍ବୀକୃତ ତତ୍ତ୍ବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଆତ୍ମହତ୍ୟାକୁ ଏକ ସମାଜ ଶାସ୍ତ୍ରୀୟ ଓ ସାମାଜିକ ତଥ୍ୟ ଭାବରେ ବିବେଚନା କରିଛନ୍ତି । ବ୍ୟକ୍ତିଗତ ଦୁର୍ବଳତା, ମନୋସାତ୍ତ୍ଵିକ ନୈରାଶ୍ୟ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ, ଆର୍ଥିକ କିମ୍ବା ପାରିବାରିକ କାରକ ଯୋଗୁ ଏହି କ୍ରିୟା ସୃଷ୍ଟି ହୁଏ ବୋଲି ସେ ବିଚାର କରନ୍ତି ନାହିଁ ।

CHSE Odisha Class 11 Sociology Unit 5 Long Answer Questions in Odia Medium

ଆତ୍ମହତ୍ୟାର ଅନ୍ୟ ମନୋବିଜ୍ଞାନୀୟ ତତ୍ତ୍ଵଗୁଡ଼ିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଦୁର୍ଖଙ୍କ ମତରେ ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଉଛି ସାମାଜିକ ଅବସ୍ଥାର ଫଳ । ସାମାଜିକ ଅବସ୍ଥା ମନ (mind) କୁ ପ୍ରଭାବିତ କରେ । ତେଣୁ ଆତ୍ମହତ୍ୟା ସାମାଜିକ ଅବସ୍ଥା ସହିତ ସଂପର୍କୀତ । ଏହା ମନସ୍ତାତ୍ତ୍ଵିକ ଅବସ୍ଥା ସହିତ ସଂପର୍କୀତ ନୁହେଁ ।

ଦୁର୍ଖମ୍ ଆତ୍ମହତ୍ୟାର ସଂଜ୍ଞା ପ୍ରଦାନ କରିବା ସହିତ ଆତ୍ମହତ୍ୟାର ସମାଜ ଶାସ୍ତ୍ରୀୟ ଆଲୋଚନା ଆରମ୍ଭ କରିଛନ୍ତି । ତାଙ୍କ ମତରେ ଆତ୍ମହତ୍ୟା ଶବ୍ଦ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକରାତ୍ମକ କାର୍ଯ୍ୟକଳାପରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଘଟୁଥିବା ମୃତ୍ୟୁର ସମସ୍ତ ଘଟଣାକୁ ଦର୍ଶାଇଥାଏ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକରାତ୍ମକ କାର୍ଯ୍ୟକଳାପର ଫଳାଫଳ କ’ଣ ହେବ ସେ ଜାଣିଥାଏ ।
The term suicide, “he says, “refers to all cases of death resulting directly or indirectly from positive or negative acts of the victim himself who knows the result they produce.”

ମନ୍ଦିର ଭିତରେ ନିଜକୁ ନିଜେ ଗୁଳି କରିବା ବା ବେକରେ ଦଉଡି଼ ଦେବା ଇତ୍ୟାଦି ସକାରାତ୍ମକ କାର୍ଯ୍ୟର ଉଦାହରଣ ଅଟେ । ସେହିପରି ନକରାତ୍ମକ କାର୍ଯ୍ୟର ଉଦାହରଣ ହେଲା ଜଳନ୍ତା ଗୃହ ମଧ୍ୟରେ ରହିବା କିମ୍ବା ମୃତ୍ୟୁ ହେବା ପର୍ଯ୍ୟନ୍ତ ଉପବାସ ରହିବା କିମ୍ବା ଆତ୍ମହୁତି ଦେବା ଇତ୍ୟାଦି ।

ସାମାଜିକ କରେଣ୍ଟ (Social current)
ଆତ୍ମହତ୍ୟାର କାରଣ ସମ୍ବନ୍ଧୀୟ ବ୍ୟାଖ୍ୟା ନିମନ୍ତେ ଦୁର୍ଖମ୍ ଏକ ସଂପ୍ରତ୍ୟୟର ବିକାଶ କରିଛନ୍ତି ଯାହା ‘ସାମାଜିକ ପ୍ରବାହ’’ ସାମାଜିକ ଅବସ୍ଥା (Social Condition) ଦ୍ୱାରା ସୃଷ୍ଟିହୁଏ । ଏ ପ୍ରସଙ୍ଗରେ ଦୁର୍ଖମ୍ ସଂହତି (Integration) ଏବଂ ସମାଜ ଦ୍ବାରା ନିୟନ୍ତ୍ରଣ (Regulations) ଆଧାରିତ ଦୁଇଟି ସାମାଜିକ ଅବସ୍ଥାକୁ ଉଲ୍ଲେଖ କରିଛନ୍ତି । ସେ ଏହି ଦୁଇଟି ଅବସ୍ଥାକୁ ସାମାଜିକ ପ୍ରବାହର ଉତ୍ସ ଭାବରେ ଉଲ୍ଲେଖ କରିଛନ୍ତି । ସାମାଜିକ ପ୍ରବାହ ଆତ୍ମହତ୍ୟା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆତ୍ମହତ୍ୟାର ପ୍ରକାର ଭେଦ (Types of Suicide):
କରିଛନ୍ତି । ସେଗୁଡ଼ିକ ହେଲା ଅହଂବାଦୀ (Egoistic) । ପରର୍ଥବାଦୀ (Altruistic) ଅପ୍ରତିମାନୀୟ (Anomic) ଓ ଭାଗ୍ୟବାଦୀ ସଂହତି କିମ୍ବା ସମାଜ ଦ୍ବାରା ନିୟନ୍ତ୍ରଣର ମାତ୍ରା (Degree) ସହିତ ସଂଯୋଗ କରିଛନ୍ତି । ପରାର୍ଥବାଦୀ ଆତ୍ମହତ୍ୟା ସଂହତିର ଉଚ୍ଚ ମାତ୍ରା ଓ ଅହଂବାଦୀ ଆତ୍ମହତ୍ୟା ସଂହତିର ସ୍ଵଚ୍ଛ ମାତ୍ରା ସହିତ ସଂଶ୍ଳିଷ୍ଟ । ନିୟନ୍ତ୍ରଣ ଲୋକମାନଙ୍କ ଉପରେ ଥ‌ିବା ବାହ୍ୟ ବାଧ୍ୟତାକୁ ସୂଚାଇଥାଏ । ଭାଗ୍ୟବାଦୀ ଆତ୍ମହତ୍ୟା ନିୟନ୍ତ୍ରଣର ଉଚ୍ଚ ମାତ୍ରା ଏବଂ ଅପ୍ରତିମାନୀୟ ଆତ୍ମହତ୍ୟା ନିୟନ୍ତ୍ରଣର ସ୍ଵଚ୍ଛ ମାତ୍ରା ସହିତ ସଂଶ୍ଳିଷ୍ଟ ।

(୧) ଅହଂବାଦୀ ଆତ୍ମହତ୍ୟା (Egoistic Suicide) – ଯେତେବେଳେ ସାମୂହିକତା କିମ୍ବା ସମୂହ ସହିତ ବ୍ୟକ୍ତିର ଭାଇ ର ଅଭାବ ରୁହେ ସେତେବେଳେ ଏହି ପ୍ରକାର ଆତ୍ମହତ୍ୟା ଦେଖାଯାଏ । ଅର୍ଥାତ୍ ଯେତେବେଳେ ବ୍ୟକ୍ତି ସାମାଜିକ ସମୂହଠାରୁ ନିଜକୁ ଅତିମାତ୍ରାରେ ବିଚ୍ଛିନ୍ନ ହୋଇ ପଡ଼ିଥିବା ଅନୁଭବ କରେ ସେତେବେଳେ ବ୍ୟକ୍ତିର ସାମାଜିକ ସମୂହ ସହିତ ଥିବା ସମନ୍ୱୟ କିମ୍ବା ସମ୍ପର୍କ ଅତିମାତ୍ରାରେ ବିଗିଡ଼ିଯାଏ ବା ସମୂହ ଭିତରେ ଆଭ୍ୟନ୍ତରିକ ସଂଯୋଗଶୀଳତା (Cohesiveness) କୁ ବଜାୟ ରଖାଯାଏ ନାହିଁ ।

ସେତେବେଳେ ଉପରୋକ୍ତ ପରିସ୍ଥିତି ଦେଖାଯାଏ, ଏହି କାରଣରୁ ଅବିବାହିତ କିମ୍ବା ଛାଡ଼ପତ୍ର ପାଇଥିବା ବ୍ୟକ୍ତିମାନେ ଯେଉଁମାନେ କି ପାରିବାରିକ ଜୀବନର ସ୍ନେହାସ୍ପଦ ବନ୍ଧନକୁ ଉପଭୋଗ କରିବାକୁ ଅସମର୍ଥ ସେମାନେ ନିଜକୁ ଏକୁଟିଆ ମନେ କରନ୍ତି ଏବଂ ବିବାହିତ ବ୍ୟକ୍ତିମାନଙ୍କ ଅପେକ୍ଷା ସେମାନଙ୍କର ଆତ୍ମହତ୍ୟା କରିବାର ଅଧ୍ଵ ସମ୍ଭାବନା ଥାଏ ।

ଦୁର୍ଖମ୍ କହନ୍ତି ଯେ ଦୃଢ଼ଭାବରେ ସମନ୍ବିତ ସାମୂହିକତା (Collective) ରେ ଆତ୍ମହତ୍ୟାର ହାର ସ୍ଵଚ୍ଛ ଅଟେ । ଯେତେବେଳେ ସମୂହ ଓ ବ୍ୟକ୍ତିମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ରହିଥାଏ, ସେତେବେଳେ ସେମାନେ ପର୍ଯ୍ୟାପ୍ତ ଯତ୍ନ, ସୁରକ୍ଷା ଓ ସାହାଯ୍ୟ ପାଇଥାଆନ୍ତି । ସେମାନଙ୍କର ଆବଶ୍ୟକତାଗୁଡ଼ିକ ପର୍ଯ୍ୟାପ୍ତ ଭାବରେ ପୂରଣ ହୋଇଥାଏ । ଫଳରେ ସେମାନଙ୍କଠାରେ ଅସନ୍ତୋଷ ଦେଖାଯାଏ ନାହିଁ ଏବଂ ସେମାନଙ୍କର ଆତ୍ମହତ୍ୟା କରିବାର ସମ୍ଭାବନା ନ ଥାଏ ।

ଦୁର୍ଖମ୍ ଆଧୁନିକ ସମାଜର ପରିସ୍ଥିତି ଉପରେ ନିମ୍ନ ପ୍ରକାରର ମନ୍ତବ୍ୟ ପ୍ରଦାନ କରିଛନ୍ତି । ଆଧୁନିକ ସମାଜରେ ଆତ୍ମହତ୍ୟା ସାମାଜିକ ବିଘଟନର ଫଳ ଅଟେ ଏବଂ ସାମାଜିକ ବିଘଟନର ଆପେକ୍ଷିକ ମାତ୍ରାର ସୂଚକ ଅଟେ । ଆମ ଆଧୁନିକ ସମାଜର ଅବ୍ୟକ୍ତିଗତ, ଆତ୍ମ-କେନ୍ଦ୍ରିକ ଓ ଗୌଣ ସମ୍ପର୍କ ଇତ୍ୟାଦି ଗୁଣ ରହିଥାଏ । ଏହିପରି ସମ୍ପର୍କ ବ୍ୟକ୍ତିକୁ ସାମାଜିକ ଭାବେ ଏକୁଟିଆ କରିଦିଏ । ବ୍ୟକ୍ତିଗତ ତଥା ପ୍ରାଥମିକ ସମୂହ ସହିତ ଥ‌ିବା ସ୍ଵାଭାବିକ ସଂସର୍ଗଠାରୁ ବ୍ୟକ୍ତିକୁ ସଂପୂର୍ଣ୍ଣ ରୂପେ ବିଚ୍ଛିନ୍ନ କରିଦିଏ ।

ତେଣୁ ଆଧୁନିକ ସମାଜରେ ବହୁସଂଖ୍ୟକ ଆତ୍ମହତ୍ୟା ଏହି ପରିସ୍ଥିତିର ଫଳାଫଳ ଅଟେ । ଫ୍ରାନ୍ସ ଓ କେନ୍ଦ୍ରୀୟ ଇଉରୋପର ବିଭିନ୍ନ ଅଞ୍ଚଳରେ ଆତ୍ମହତ୍ୟା ଘଟଣା ଉପରେ ଲିଖିତ ତଥ୍ୟ (Recorded data) କୁ ବ୍ୟବହାର କରି କିପରି ସ୍ଵଳ୍ପ ବା ଆଦୌ ସଂହତି ନ ଥ‌ିବା ସମୂହ ଅପେକ୍ଷା ଦୃଢ଼ ଭାବରେ ସଂହତି ଥିବା ଘଟଣାରେ ଆତ୍ମହତ୍ୟା ହାର ସ୍ଵଚ୍ଛ ତାହାକୁ ଦର୍ଶାଇବା ନିମନ୍ତେ ଦୁର୍ଖମ୍ ଅନେକ ଉଦାହରଣ ଦେଇଛନ୍ତି । ଉଦାହରଣସ୍ୱରୂପ, ପ୍ରୋଟେଷ୍ଟାଣ୍ଟମାନଙ୍କ ଅପେକ୍ଷା କ୍ୟାଥେଲିକ୍‌ମାନଙ୍କ ମଧ୍ୟରେ ଆତ୍ମହତ୍ୟାର ହାର ଅଧିକ ଅଟେ ।

ସେହିପରି ମହିଳାଙ୍କ ଅପେକ୍ଷା ଅବିବାହିତ ବା ବିଧବାମାନଙ୍କ ମଧ୍ୟରେ ଅଧିକ ହାରରେ ଆତ୍ମହତ୍ୟା ଦେଖାଯାଏ । ଯେହେତୁ ବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନ ଦ୍ଵାରା ଅନ୍ୟମାନଙ୍କ ସହିତ ବନ୍ଧନରେ ଆବଦ୍ଧ ତେଣୁ ସେମାନଙ୍କର ବଞ୍ଚିରହିବାର କାରଣ ରହିଛି । କିନ୍ତୁ ଅବିବାହିତ ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ କୌଣସି ବନ୍ଧନରେ ଆବଦ୍ଧ ହୋଇନଥାନ୍ତି । ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ଅଧ‌ିକ ପରିମାଣରେ ଦେଖାଯାଏ ।

ଉଦାହରଣଗୁଡ଼ିକ ମାଧ୍ୟମରେ ଦୁର୍ଖମ୍ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ଯେଉଁଠାରେ ସଂହତିର ଅଭାବ ଥାଏ କିମ୍ବା ସଂହତିର ବିକଳନ ହୁଏ । ଏହି ଅବସ୍ଥା ଆତ୍ମହତ୍ୟାକୁ ଜନ୍ମଦିଏ । ଯେତେବେଳେ ସମାଜ ବିଖଣ୍ଡିତ (Disintegrated) ହୋଇ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଏବଂ ସେମାନଙ୍କର ଯତ୍ନନେବାକୁ ଅସମର୍ଥ ହୁଏ ସେତେବେଳେ ସେମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି । ଅସହାୟ ଅବସ୍ଥାରେ ଧୈର୍ଯ୍ୟର ସହିତ ଦୁର୍ଦ୍ଦଶାକୁ ଏଡ଼ାଇବାର କୌଣସି କାରଣ ନଥାଏ । ତେଣୁ ଦୁର୍ଦ୍ଦଶାରୁ ମୁକ୍ତି ପାଇବା ନିମନ୍ତେ ସେମାନେ ଆତ୍ମହତ୍ୟା କରିବାର ରାସ୍ତାକୁ ବାଛିନିଅନ୍ତି ।

CHSE Odisha Class 11 Sociology Unit 5 Long Answer Questions in Odia Medium

(୨) ପରାର୍ଥବାଦୀ ଆତ୍ମହତ୍ୟା (Altrusistic Suicide) – ଯେତେବେଳେ ସାମାଜିକ ସଂହତି ଅତ୍ୟନ୍ତ ଦୃଢ଼ ସେତେବେଳେ ଆତ୍ମହତ୍ୟାର ଅଧିକ ସମ୍ଭାବନା ଦେଖାଦିଏ । ଏହି ପ୍ରକାର ଆତ୍ମହତ୍ୟାକୁ ଦୁର୍ଖମ୍ ପରାର୍ଥବାଦୀ ଆତ୍ମହତ୍ୟା ବୋଲି କହିଛନ୍ତି । ଏହି ଆତ୍ମହତ୍ୟା ଏକ ପ୍ରକାର ତ୍ୟାଗ ଅଟେ । ଦୃଢ଼ ସାମାଜିକ ସଂହତି ଏବଂ ବ୍ୟକ୍ତିର ସମାଜ ପ୍ରତି ଅତ୍ୟଧ୍ବକ ଅନୁରକ୍ତି ଥିଲେ ବ୍ୟକ୍ତି ସମାଜର ମୂଲ୍ୟ ତୁଳନାରେ ନିଜ ଜୀବନକୁ ମୂଲ୍ୟହୀନ ମନେ କରେ । ତେଣୁ ସମାଜର ହିତ ପାଇଁ ନିଜେ ନିଜକୁ ଉତ୍ସର୍ଗ କରିଥାଏ ।

ଦୁର୍ଖମ୍ ପରାର୍ଥବାଦୀ ଆତ୍ମହତ୍ୟାର କେତେକ ଉଦାହରଣ ଦେଇଛନ୍ତି । ମୃତ ସ୍ୱାମୀ ଚିତାରେ ନାରୀର ଝାସ (ସତୀପ୍ରଥା), ବୌଦ୍ଧ ସନ୍ନ୍ୟାସୀମାନଙ୍କର ଆତ୍ମହୁତି, ସୈନିକ (military) ଆତ୍ମହତ୍ୟା ବାହିନୀ ଦ୍ୱାରା ଆତ୍ମ ବଳିଦାନ (self-homicide) ଏବଂ ମାନବ ବୋମା ଦ୍ଵାରା ଯୁଦ୍ଧୋତ୍ୟତ ବ୍ୟକ୍ତିମାନଙ୍କ (militants) ଦ୍ଵାରା ଆତ୍ମସ (Self-destruction) ଇତ୍ୟାଦି ହେଉଛି ପରାର୍ଥବାଦୀ ଆତ୍ମହତ୍ୟାର କେତେକ ଉଦାହରଣ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପାରମ୍ପରିକ ଭାରତୀୟ ସମାଜରେ ସ୍ଵାମୀଙ୍କର ମୃତ୍ୟୁ ଘଟିଲେ ତାଙ୍କର ବିଧବା ପତ୍ନୀ ସ୍ଵାମୀଙ୍କ ଚିତାଗ୍ମୀରେ ଝାସ ଦେଇ ମୃତ୍ୟୁବରଣ କରୁଥିଲେ । ଦୁର୍ଖମ୍‌ଙ୍କ ମତରେ ଏହା ହେଉଛି ପରାର୍ଥବାଦୀ ଆତ୍ମହତ୍ୟାର ଏକ ଉଦାହରଣ ।

(୩) ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) – ଦୁର୍ଖମ୍ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ସମାଜର ନିୟନ୍ତ୍ରଣ କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ ସେତେବେଳେ ଆତ୍ମହତ୍ୟା ଦେଖାଯାଏ । ଏହାକୁ ସେ ଅପ୍ରତିମାନୀୟ ଆତ୍ମହତ୍ୟା ନାମରେ ନାମିତ କରିଛନ୍ତି । ତାଙ୍କ ମତରେ ଯେତେବେଳେ ଏକ ସମାଜ ଏକ ଆକସ୍ମିକ ଘଟଣା ବା ଜଟିଳ ପର୍ଯ୍ୟାୟର ସମ୍ମୁଖୀନ ହୁଏ ସେତେବେଳେ ଏହାର କାର୍ଯ୍ୟ କରିବାର କ୍ଷମତା ବିପର୍ଯ୍ୟସ୍ତ ହୋଇପଡ଼େ ।

ବିପର୍ଯ୍ୟସ୍ତକାରୀ ଘଟଣା ଆକସ୍ମିକ ଆର୍ଥିକ ଉନ୍ନତି ପରି ସକାରାତ୍ମକ (Positive) ବା ଆର୍ଥିକ ମାନ୍ଦା ପରି ନକରାତ୍ମକ (Negative) ଘଟଣା ହୋଇପାରେ । ଉପରୋକ୍ତ ଉଭୟ ପରିସ୍ଥିତିରେ ବିପର୍ଯ୍ୟୟ ଘଟଣା ଯୋଗୁ ସମାଜ ବ୍ୟକ୍ତିମାନଙ୍କୁ ନିୟନ୍ତ୍ରଣ କରିବାକୁ ଏବଂ ସେମାନଙ୍କର ଇଚ୍ଛା ବା ବାସନାକୁ ରୋକିବାକୁ ଅସମର୍ଥ ହୁଏ । ସମାଜର ଦୁର୍ବଳ ନିୟନ୍ତ୍ରଣକାରୀ କ୍ଷମତା ପ୍ରତିମାନହୀନତା ଓ ନୈରାଶ୍ୟର ଏକ ପ୍ରଭାବ ସୃଷ୍ଟି କରେ ।

ଅର୍ଥନୈତିକ ମାନ୍ଦାବସ୍ଥା (Economic depression) ପରି ସଂକଟ ସମୟରେ କର୍ମଚାରୀ ତାର ଚାକିରି ହରାଏ, ଭାଗ୍ୟବାନ ବ୍ୟକ୍ତି ଭାଗ୍ୟହୀନ ଓ ଦରିଦ୍ର ହୋଇଯାଏ । ଏହି ଅବସ୍ଥାରେ ଲୋକମାନେ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ହ୍ରାସ କରିବା ଏବଂ ଆତ୍ମ-ନିୟନ୍ତ୍ରଣ ଶିକ୍ଷା କରିବା ଅନିବାର୍ଯ୍ୟ । ଯଦି ପରିବର୍ତ୍ତନ ଧରେ ଧୂରେ ସଂଗଠିତ ହୁଏ ତେବେ ଜଣେ ବ୍ୟକ୍ତି ସହଜରେ ପରିବର୍ତ୍ତନ ସହିତ ନିଜକୁ ଖାପ ଖୁଆଇଥାଏ ।

କିନ୍ତୁ ହଠାତ୍ ପରିବର୍ତ୍ତନ ଦେଖାଦେଲେ ବ୍ୟକ୍ତିମାନେ ପରିବର୍ତ୍ତନ ସହିତ ନିଜକୁ ଖାପଖୁଆଇ ପାରନ୍ତି ନାହିଁ ଏବଂ ସେମାନଙ୍କର ଆବଶ୍ୟକତାକୁ ଓ ଇଚ୍ଛାକୁ ହ୍ରାସ କରିପାରନ୍ତି ନାହିଁ । ଏପରିକି ଲୋକମାନଙ୍କୁ ସଂକଟଜନକ ସାମାଜିକ ଅବସ୍ଥା ସହିତ ଖାପ ଖୁଆଇବାରେ ସମାଜର ଯେଉଁ ଭୂମିକା ଥାଏ ସମାଜ ସେହି ଭୂମିକା ଗ୍ରହଣ କରିବାକୁ ଅସମର୍ଥ ହୁଏ । ଏହି ଅନିୟନ୍ତ୍ରିତ ବା ପ୍ରତିମାନହୀନତା ଅବସ୍ଥାରେ ବ୍ୟକ୍ତିମାନେ ଆତ୍ମହତ୍ୟା କରିବା ସ୍ତରକୁ ଚାଲିଯାଆନ୍ତି ।

ସେହିପରି ଉନ୍ନତ ଆର୍ଥିକ ପରିସ୍ଥିତି (Economic boom) ବା ଆକସ୍ମିକ ଆର୍ଥିକ ସଫଳତା (ଲଟେରୀ ଜିତିବା ପରେ ) ଘଟଣାର ବ୍ୟକ୍ତିମାନେ ସେମାନଙ୍କର ପାରମ୍ପରିକ ମୂଲ୍ୟବୋଧ ସହଜରେ ଉପଲବ୍ଧ ହେଉଥ‌ିବାରୁ ବ୍ୟକ୍ତିମାନେ ଏହି ସୁଯୋଗର ସର୍ବାଧ‌ିକ ଉପଯୋଗ କରିବାକୁ ଆଗେଇ ଆସନ୍ତି । ଆର୍ଥିକ ଫାଇଦା ସେମାନଙ୍କ ନିମନ୍ତେ ପ୍ରଧାନ ଲକ୍ଷ୍ୟ ଅଟେ । ଏହି ପରିସ୍ଥିତିରେ ସମାଜର ନିୟନ୍ତ୍ରଣ ବ୍ୟବସ୍ଥା ଦୁର୍ବଳ ହୋଇଯାଏ ।

ଫଳରେ ବ୍ୟକ୍ତିମାନେ ବାହ୍ୟଚାପ ଓ ନିୟନ୍ତ୍ରଣରୁ ମୁକ୍ତ ହୋଇ ଯାଆନ୍ତି । ଯେହେତୁ ନୈତିକ, ନିୟନ୍ତ୍ରିତ ଜୀବନ ଏବଂ ଏହାର ଆନନ୍ଦ ଯାହା ସହିତ ବ୍ୟକ୍ତିମାନେ ପୂର୍ବରୁ ଅଭ୍ୟସ୍ତ ତାହା ଅତୀତର କଥା ହୋଇଯାଏ ନୂତନ ଆର୍ଥିକ ସଫଳତା ସତ୍ତ୍ବେ ସେମାନଙ୍କର ଜୀବନ ଅର୍ଥହୀନ ହୋଇଯାଏ । ତେଣୁ ପ୍ରତିମାନହୀନତା ସେମାନଙ୍କ ପାଇଁ ଅସହ୍ୟ ହୋଇଯାଏ । ଏହି ଅସହ୍ୟ ଅବସ୍ଥା ଯୋଗୁଁ ଆତ୍ମହତ୍ୟା ଦେଖାଯାଏ ।

ଦୁର୍ଖମଙ୍କ ମତରେ ଯେତେବେଳେ ସମାଜରେ ସକାରାତ୍ମକ ବା ନକାରାତ୍ମକ ଅବସ୍ଥା ଦେଖାଯାଏ ସେତେବେଳେ ଏହା ସମାଜର ନିୟନ୍ତ୍ରଣକାରୀ କ୍ଷମତାକୁ ନ୍ୟୁନ କରିଦିଏ । ଏହି ପ୍ରସଙ୍ଗରେ ମହତ୍ତ୍ଵପୂର୍ଣ୍ଣ କଥା ହେଲା ଅନେକ ବ୍ୟକ୍ତି ତାଙ୍କ ଜୀବନ ସଂଗଠନର ଆକସ୍ମିକ ଓ ଉଗ୍ର ପରିବର୍ତ୍ତନ ସହିତ ନିଜକୁ ଖାପଖୁଆଇବାକୁ ଅସମର୍ଥ ହୁଅନ୍ତି । ଏହି ପରିସ୍ଥିତିରେ ସେମାନେ ଆତ୍ମହତ୍ୟା କରନ୍ତି |

(୪) ଭାଗ୍ୟବାଦୀ ଆତ୍ମହତ୍ୟା (Fatalistic Suicide) – ଦୁର୍ଖମ୍ ଭାଗ୍ୟବାଦୀ ଆତ୍ମହତ୍ୟାକୁ ତାଙ୍କର ଆତ୍ମହତ୍ୟା ପୁସ୍ତକର ପାଦଟୀକାରେ ଆଲୋଚନା କରିଛନ୍ତି । ସମାଜର ଦୁର୍ବଳ (weak) ନିୟନ୍ତ୍ରଣ କାରଣରୁ ଅପ୍ରତିମାନୀୟ ଆତ୍ମହତ୍ୟା ଦେଖାଦେବାର ଅଧ୍ଵ ସମ୍ଭାବନା ଥିବାବେଳେ ନିୟନ୍ତ୍ରଣ ମାତ୍ରାଧ୍ଵ ହେଲେ ଭାଗ୍ୟବାଦୀ ଆତ୍ମହତ୍ୟା ଦେଖାଯାଏ । ଯେଉଁ ବ୍ୟକ୍ତିମାନଙ୍କର ଭବିଷ୍ୟତର ଦ୍ୱାରକୁ ନିର୍ଭୟ ଭାବରେ ବନ୍ଦ କରିଦିଆଯାଏ ଏବଂ ଯେଉଁ ବ୍ୟକ୍ତିମାନଙ୍କୁ ଦମନମୂଳକ ବା ପିଡ଼ାଦାୟକ ଶୃଙ୍ଖଳା ଦ୍ବାରା ନିୟନ୍ତ୍ରଣ କରାଯାଏ ସେମାନଙ୍କର ଭାଗ୍ୟବାଦୀ ଆତ୍ମହତ୍ୟା କରିବାର ଅଧ‌ିକ ସମ୍ଭାବନା ଥାଏ ।

ଉଦାହରଣ ସ୍ଵରୂପ, ଦାସ (slave) ର ପ୍ରତ୍ୟେକ କାର୍ଯ୍ୟର ଦମନମୂଳକ ନିୟନ୍ତ୍ରଣ ଯୋଗୁ ସେ ଆଶାଶୂନ୍ୟ ହୋଇ ଆତ୍ମହତ୍ୟା କରିଥାଏ । ଦୁର୍ଖଙ୍କ ଅନୁସାରେ ଆତ୍ମହତ୍ୟା ଏକ ସାମାଜିକ ତଥ୍ୟ ଅଟେ ଏବଂ ଅନ୍ୟ ସାମାଜିକ ତଥ୍ୟ ପରି ଆତ୍ମହତ୍ୟା ମଧ୍ଯ ବ୍ୟକ୍ତିର ବାହାରେ ରହିଥାଏ ଏବଂ ବ୍ୟକ୍ତି ଉପରେ ଚାପ ପ୍ରୟୋଗ କରିଥାଏ । ତାଙ୍କ ଅନୁସାରେ ଆତ୍ମହତ୍ୟା ସଂପ୍ରତ୍ୟୟକୁ ସାମାଜିକ ତଥ୍ୟ ଭାବରେ ଗ୍ରହଣ କରି ସାମାଜିକ କାରଣ ଦ୍ଵାରା ଏହାର ବ୍ୟାଖ୍ୟା କରାଯାଇପାରେ ।

17. ସଂସ୍କୃତୀକରଣ (Sanskritisation) କ’ଣ ? ଏହାର ବିଭିନ୍ନ ଲକ୍ଷଣଗୁଡ଼ିକ ଆଲୋଚନା କର ।
କିମ୍ବା, ଏମ୍. ଏନ୍. ଶ୍ରୀନିବାସ (Prof M. N. Srinivas) ଙ୍କ ପ୍ରଦତ୍ତ ସଂସ୍କୃତୀକରଣ ସମ୍ବନ୍ଧରେ ଏକ କ୍ଷୁଦ୍ର ପ୍ରବନ୍ଧ ଲେଖ ।
Answer:
ଭାରତରେ ପ୍ରତୀୟମାନ ହେଉଥ‌ିବା ବିଭିନ୍ନ ପ୍ରକାରର ସାମାଜିକ ଓ ସାଂସ୍କୃତିକ ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ ସଂସ୍କୃତୀକରଣ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟାଭାବେ ପରିଚିତ ଅଟେ । ପ୍ରଖ୍ୟାତ ଭାରତୀୟ ସମାଜବିଜ୍ଞାନୀ ଏମ୍. ଏନ୍. ଶ୍ରୀନିବାସ ଭାରତରେ ସଂଘଟିତ ହେଉଥ‌ିବା ଏକ ସ୍ଵତନ୍ତ୍ର ପ୍ରକାରର ପରିବର୍ତ୍ତନ ପ୍ରକ୍ରିୟାକୁ ବୁଝାଇବାକୁ ଯାଇ ସଂସ୍କୃତୀକରଣ ସଂପ୍ରତ୍ୟୟର ପ୍ରୟୋଗ କରିଛନ୍ତି । ୧୯୫୨ରେ ପ୍ରକାଶିତ ତାଙ୍କ ପୁସ୍ତକ ‘ଦକ୍ଷିଣ ଭାରତର ଦୁର୍ଗମାନଙ୍କର ଧର୍ମ ଓ ସମାଜ’’ରେ ସର୍ବପ୍ରଥମେ ସେ ଏହି ସଂପ୍ରତ୍ୟୟର ବ୍ୟବହାର କରିଥିଲେ । ଭାରତରେ ସାମାଜିକ ପରିବର୍ତ୍ତନର ଏକ କରିଛନ୍ତି ।

ତାଙ୍କ ଗବେଷଣା ସମୟରେ ସେ ଦକ୍ଷିଣ ଭାରତର କୁର୍ଗମାନଙ୍କୁ ଅଧ୍ୟୟନ କଲାବେଳେ ଶ୍ରୀନିବାସ ଦେଖିବାକୁ ପାଇଲେ ଯେ ସମାଜରେ ନିଜ ନିଜର ସାମାଜିକ ପ୍ରସ୍ଥିତିକୁ ବୃଦ୍ଧି କରିବା ଆଶାରେ ଶୂଦ୍ର ଜାତିର ଲୋକମାନେ ଉଚ୍ଚ ଜାତିର ନିର୍ଦ୍ଦିଷ୍ଟ ଭାବେ ବର୍ଣ୍ଣନା କରିବା ପାଇଁ ଶ୍ରୀନିବାସ ସର୍ବପ୍ରଥମେ ‘ବ୍ରାହ୍ମଣୀକରଣ’ ଶବ୍ଦକୁ ବ୍ୟବହାର କରିଥିଲେ । କିନ୍ତୁ ଗବେଷଣାର ପରବର୍ତ୍ତୀ ଅନ୍ୟାନ୍ୟ ଉଚ୍ଚ ଜାତିର ଜୀବନ ଶୈଳୀକୁ ମଧ୍ୟ ଅନୁକରଣ କରୁଛନ୍ତି ।

CHSE Odisha Class 11 Sociology Unit 5 Long Answer Questions in Odia Medium

ତେଣୁ ଏହି ଅନୁକରଣ ବା ପରିବର୍ତ୍ତନ ପ୍ରକ୍ରିୟାକୁ ବ୍ୟାଖ୍ୟା କରିବା ପାଇଁ ଶ୍ରୀନିବାସ ବ୍ରାହ୍ମଣୀକରଣ ଅପେକ୍ଷା ସଂସ୍କୃତୀକରଣକୁ ଅଧିକ ଉପଯୁକ୍ତ ମନେ କଲେ । ଶ୍ରୀନିବାସଙ୍କ ମତରେ, ଏହି ସଂସ୍କୃତିକରଣ ପ୍ରକ୍ରିୟା କେବଳ ହିନ୍ଦୁ ସମାଜର ନୀଚ ଜାତିମାନଙ୍କ କ୍ଷେତ୍ରରେ ସୀମିତ ନାହିଁ, ବରଂ ଭାରତୀୟ ଜନଜାତିମାନଙ୍କ କରିଛନ୍ତି ।

ସଂସ୍କୃତିକରଣର ସଂଜ୍ଞା ଦେବାକୁ ଯାଇ ଶ୍ରୀନିବାସ କହିଛନ୍ତି ଯେ, ‘ସଂସ୍କୃତୀକରଣ ଏକ ସାମାଜିକ ଓ ସାଂସ୍କୃତିକ ପ୍ରକ୍ରିୟାକୁ ବୁଝାଇଥାଏ ଯାହା ଦ୍ଵାରା ଜଣେ ନୀଚ ହିନ୍ଦୁ ଜାତି ବା ଜନଜାତି କିମ୍ବା ଅନ୍ୟାନ୍ୟ ସମୂହଗୁଡ଼ିକ ଏକ ଉଚ୍ଚଜାତି ବା ଦ୍ବିଜମାନଙ୍କ ସହିତ ଏହାର ପ୍ରଥା, କର୍ମକାଣ୍ଡ, ଆଦର୍ଶ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ ।’’ ଏହି ପ୍ରକାର ପରିବର୍ତ୍ତନ ସହିତ ସେମାନେ ଜାତି ସ୍ତରୀକରଣରେ ଉଚ୍ଚ ପ୍ରସ୍ଥିତି ପାଇଁ ଦାବି କରିଥାନ୍ତି । ଏହିପରି କରି ଏବଂ ଶାକାହାରୀ ହୋଇ ଓ ଜୀବନଶୈଳୀ ଓ କର୍ମକାଣ୍ଡର ସଂସ୍କୃତୀକରଣ କରି ଗୋଟିଏ ବା ଦୁଇ ପୁରୁଷ ମଧ୍ୟରେ ଜାତି ସ୍ତରୀକରଣରେ ତାର ପ୍ରସ୍ଥିତି ବୃଦ୍ଧି କରିବାକୁ ସକ୍ଷମ ହୋଇଥାଏ ।

ଏହି ପ୍ରକ୍ରିୟାଦ୍ୱାରା ଜାତି ବ୍ୟବସ୍ଥାରେ ସ୍ଥିତିମତ ପରିବର୍ତ୍ତନ ସମ୍ଭବ ହୋଇଥାଏ । କିନ୍ତୁ କୌଣସି ପ୍ରକାର ସଂରଚନାତ୍ମକ ପରିବର୍ତ୍ତନ ସମ୍ଭବ ହୋଇନଥାଏ । ଜଣେ ବ୍ୟକ୍ତିର ପ୍ରସ୍ଥିତି ଏବଂ ଜାତି ସ୍ତରୀକରଣରେ ନିଜ ଜାତିର ପ୍ରସ୍ଥିତିରେ ଉନ୍ନତି ଆଣିବା ଏବଂ ଉଚ୍ଚ ଜାତିମାନଙ୍କ ପରି ସମାନ ସାମାଜିକ ରାଜନୈତିକ ଓ ଅର୍ଥନୈତିକ ପ୍ରସ୍ଥିତି ଉପଭୋଗ କରିବା ସଂସ୍କୃତିକରଣର ପ୍ରଧାନ ଲକ୍ଷ୍ୟ ଅଟେ । ତେଣୁ ଏ ସବୁରୁ ସ୍ପଷ୍ଟ ଅନୁମେୟ ଯେ ସଂସ୍କୃତିକରଣ ଓ ଭାରତୀୟ ସମାଜର ପାରମ୍ପରିକ ସାମାଜିକ ସଂଗଠନରେ ହେଉଥିବା ସାମାଜିକ ଓ ସାଂସ୍କୃତିକ ସଞ୍ଚଳନ ପ୍ରକ୍ରିୟାକୁ ବୁଝାଇଥାଏ ।

ତେଣୁ ସଂସ୍କୃତିକରଣ ଏକ ବ୍ୟାପକ ପ୍ରକ୍ରିୟା ଓ ଏହା ଆଦର୍ଶଗତ ପ୍ରକ୍ରିୟାକୁ ବୁଝାଇଥାଏ । ଶିକ୍ଷା ଓ ଶିଳ୍ପର ପ୍ରସାର, ବୈଷୟିକ ଉନ୍ନତି ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସଂସ୍କୃତିକରଣ ପ୍ରସାରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ସଂସ୍କୃତୀକରଣର ଗୁଣ (Characteristics of Sanskritization)
ସଂସ୍କୃତିକରଣ ଏକ ବ୍ୟାପକ ଶବ୍ଦ ଓ ଏହାର ସଠିକ ଅର୍ଥ ବୁଝିବାକୁ ହେଲେ ଆମକୁ ଏହାର ଲକ୍ଷଣଗୁଡ଼ିକୁ ଆଲୋଚନା କରିବାକୁ ହେବ । ଯଥା –
(୧) ସଂସ୍କୃତିକରଣ ହିନ୍ଦୁ ସମାଜର ସାମାଜିକ ଓ ସାଂସ୍କୃତିକ ସଞ୍ଚଳନତାକୁ ବୁଝାଇଥାଏ ।
(୨) ସଂସ୍କୃତିକରଣ ପ୍ରକ୍ରିୟା କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ନ ରହି ଆଦିବାସୀ ଓ ଅନ୍ୟାନ୍ୟ ସମୂହ ମଧ୍ୟ ମଧ୍ୟ ଦେଖାଯାଇଥାଏ ।
(୩) ସଂସ୍କୃତିକରଣ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ସୂଚନା ଦେଇଥାଏ ।
(୪) ଏହା ମୁଖ୍ୟତଃ ନୀଚ ଜାତି ଓ ନୀଚ ପ୍ରସ୍ଥିତିର ଲୋକ ବା ସମୂହ ମଧ୍ଯରେ ସଂଗଠିତ ହୋଇଥାଏ ।
(୫) ସଂସ୍କୃତିକରଣ ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ ।
(୬) ସଂସ୍କୃତିକରଣ ଏକ ଆଦର୍ଶଗତ ପରିବର୍ତ୍ତନକୁ ବୁଝାଏ, ଯାହାକି ସାହିତ୍ୟ, କଳା, ଦର୍ଶନ ଆଦି କ୍ଷେତ୍ରରେ ମ ପରିଲକ୍ଷିତ ହୋଇଥାଏ ।
(୭) ନିଜର ଓ ନିଜ ଜାତି ପ୍ରସ୍ଥିତିରେ ଉନ୍ନତି ଆଣିବ ।
(୮) ମଦ୍ୟପାନ ଓ ଅପରିଷ୍କାର ଅବଲମ୍ବନରୁ ବିରତ ରହିବ ।
(୯) ଏହା ଏକ ଅନ୍ତଃ ପରିବର୍ତ୍ତନ ପ୍ରକ୍ରିୟା ଅଟେ ।
(୧୦) ଶିକ୍ଷା, ଶିଳ୍ପର ପ୍ରସାର ବୈଷୟିକ ଉନ୍ନତି ଓ ଗଣତାନ୍ତ୍ରିକ ପ୍ରକ୍ରିୟା ସଂସ୍କୃତିକରଣର ପ୍ରସାରରେ ସହାୟ ହୋଇଥାଏ ।
(୧୧) ଏହି ପ୍ରକ୍ରିୟା ଦ୍ଵାରା ଜାତି ବ୍ୟବସ୍ଥାରେ ସ୍ଥିତିଗତ ପରିବର୍ତ୍ତନ ହୋଇଥାଏ । କିନ୍ତୁ ସଂରଚନାତ୍ମକ ପରିବର୍ତ୍ତନ ସମ୍ଭ ହୋଇନଥାଏ ।

CHSE Odisha Class 11 Sociology Unit 5 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 5 ସମାଜଶାସ୍ତ୍ର, ପଦ୍ଧତି ଏବଂ ପ୍ରୟୋଗ କୌଶଳ Objective Questions

CHSE Odisha 11th Class Sociology Unit 5 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ସର୍ବପ୍ରଥମେ ସଂସ୍କୃତିକରଣ ଶବ୍ଦଟିକୁ କିଏ ପ୍ରୟୋଗ କରିଥିଲେ ?
(କ) ମୋରିସ୍ ଜିନ୍‌ସବର୍ଗ
(ଖ) ଅଗଷ୍ଟ କମ୍‌ଟେ
(ଗ) ଏମ୍. ଏନ୍. ଶ୍ରୀନିବାସ
(ଘ) ମାକାଇଭର
Answer:
(ଗ) ଏମ୍ ଏନ୍. ଶ୍ରୀନିବାସ ।

2. ‘‘ଦକ୍ଷିଣ ଭାରତର କୁର୍ଗମାନଙ୍କ ମଧ୍ୟରେ ଧର୍ମ ଓ ସମାଜ’’ ପୁସ୍ତକ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୫୦
(ଖ) ୧୯୫୧
(ଗ) ୧୯୫୨
(ଘ) ୧୯୫୩
Answer:
(ଗ) ୧୯୫୨

3. ସଂସ୍କୃତିକରଣ କହିଲେ ନିମ୍ନଲିଖିତ ମଧ୍ଯରୁ କାହାକୁ ବୁଝାଏ ?
(କ) ବୃତ୍ତି ପରିବର୍ତ୍ତନ
(ଖ) ଅପବିତ୍ର ଅଭ୍ୟାସକୁ ତ୍ୟାଗ
(ଗ) ଜାତି ପରିବର୍ତ୍ତନ
(ଘ) ଶ୍ରେଣୀ ପରିବର୍ତ୍ତନ
Answer:
(ଖ) ଅପବିତ୍ର ଅଭ୍ୟାସକୁ ତ୍ୟାଗ ।

4. ‘‘ସଂସ୍କୃତିକରଣ ଏକ ପ୍ରକ୍ରିୟା ଯାହାଦ୍ଵାରା ନୀଚଜାତି କିମ୍ବା ଜନଜାତି କିମ୍ବା ଅନ୍ୟସମୂହ, ଉଚ୍ଚ ଏବଂ ନିର୍ଦ୍ଦିଷ୍ଟ ଭାବରେ ଦ୍ବିଜଜାତିର ପ୍ରଥା, ରୀତିନୀତି, ବିଶ୍ବାସ, ଆଦର୍ଶ ଓ ଜୀବନଶୈଳୀଗୁଡ଼ିକୁ ଗ୍ରହଣ କରିଥାନ୍ତି?’ – ଏହି ଉକ୍ତିଟି କିଏ କହିଥିଲେ ?
(କ) ୱାଇ ସିଂହ
(ଖ) ଏମ୍. ଏନ୍. ଶ୍ରୀନିବାସ
(ଗ) ଅଗଷ୍ଟ କମ୍‌
(ଘ) ମାକାଇଭର
Answer:
(ଖ) ଏମ୍. ଏନ୍. ଶ୍ରୀନିବାସ ।

CHSE Odisha Class 11 Sociology Unit 5 Objective Questions in Odia Medium

5. ସଂସ୍କୃତିକରଣ ଏକ କେଉଁ ପ୍ରକ୍ରିୟା ଅଟେ ?
(କ) ଜନ୍ମଗତ
(ଖ) ଅନୁକରଣୀୟ
(ଗ) ସ୍ଥିର
(ଘ) ଅର୍ଥନୈତିକ
Answer:
(ଖ) ଅନୁକରଣୀୟ ।

6. ଜି. ଏସ୍. ଘୂରେ (G. S. Ghurey) ଜାତିର ଲକ୍ଷଣକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
(କ) ପାଞ୍ଚଭାଗରେ
(ଖ) ଅନୁକରଣୀୟ ।
(ଗ) ସାତ ଭାଗରେ
(ଘ) ଆଠ ଭାଗରେ
Answer:
(ଖ) ଅନୁକରଣୀୟ ।

7. ‘‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକ କିଏ ରଚନା କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ଜି.ଏସ୍.ଘରେ
(ଗ) ମାକାଇଭର
(ଘ) ଜିସବବର୍ଗ
Answer:
(ଖ) ଜି. ଏସ୍. ଘୂରେ ।

8. “‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକଟି କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୪୫ ମସିହାରେ
(ଖ) ୧୯୫୦ ମସିହାରେ
(ଗ) ୧୯୫୫ ମସିହାରେ
(ଘ) ୧୯୬୦ ମସିହାରେ
Answer:
(ଖ) ୧୯୫୦ ମସିହାରେ ।

9. ସମାଜଶାସ୍ତ୍ରର ସ୍ରଷ୍ଟା ବା ଜନକ କିଏ ଅଟନ୍ତି ?
(କ) ମାକାଇଭର
(ଖ) ଅଗଷ୍ଟ କମ୍ ।
(ଗ) ଜିନ୍ସବର୍ଗ
(ଘ) ଦୁର୍ଖମ
Answer:
(ଖ) ଅଗଷ୍ଟ କମ୍‌

10. ତିନିସ୍ତରର ନିୟମ (Law of three stages) କିଏ ପ୍ରଦାନ କରିଥିଲେ ?
(କ) ହର୍ବଟ ସ୍ପେସର୍
(ଖ) ଅଗଷ୍ଟ କମ୍‌
(ଗ) ଇମାଇଲ୍ ଦୁର୍ଖମ୍‌
(ଘ) ମାକାଇଭର
Answer:
(ଖ) ଅଗଷ୍ଟ କମ୍‌ ।

11. କେତେ ମସିହାରେ ଇମାଇଲ୍ ଦୁର୍ଖମ୍ (Emile Durkheim) ‘ଆତ୍ମହତ୍ୟା’’ ଗ୍ରନ୍ଥ ରଚନା କରିଥିଲେ ?
(କ) ୧୯୫୦
(ଖ) ୧୮୯୭
(ଗ) ୧୯୫୧
(ଘ) ୧୮୯୮
Answer:
(ଖ) ୧୮୯୭

12. “ଆତ୍ମହତ୍ୟା ଶବ୍ଦ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଘଟୁଥ‌ିବା ମୃତ୍ୟୁର ସମସ୍ତ ଘଟଣାକୁ ଦର୍ଶାଇଥାଏ । ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପର ଫଳାଫଳ କ’ଣ ହେବ ସେ ଜାଣିଥାଏ ?’’ ଆତ୍ମହତ୍ୟାର ଏହି ସଂଜ୍ଞାଟି କିଏ ପ୍ରଦାନ କରିଛନ୍ତି ?
(କ) ହର୍ବଟ ସ୍ପେନ୍ସୀ
(ଖ) ଇମାଇଲ ଦୁର୍ଖମ୍
(ଗ) ଅଗଷ୍ଟ କମ୍‌
(ଘ) ମାକାଇଭର
Answer:
(ଖ) ଇମାଇଲ୍ ଦୁର୍ଖମ୍ ।

13. ଆତ୍ମହତ୍ୟାକୁ ଦୁର୍ଖମ୍ କେତେ ଭାଗରେ ବିଭକ୍ତ କରିଛନ୍ତି ?
(କ) ୫ ଭାଗ
(ଖ) ୪ ଭାଗ
(ଗ) ୬ ଭାଗ
(ଘ) ୭ ଭାଗ
Answer:
(ଖ) ୪ ଭାଗ ।

14. ମୃତ ସ୍ଵାମୀର ଚିତାରେ ସ୍ତ୍ରୀ ଝାସ ଦେବା (ସତୀପ୍ରଥା) କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
(କ) ଅହଂବାଦୀ
(ଖ) ପରାର୍ଥବାଦୀ
(ଗ) ଅପ୍ରତିମାନାୟ
(ଘ) ଭାଗ୍ୟବାଦୀ
Answer:
(ଖ) ପରାର୍ଥବାଦୀ

CHSE Odisha Class 11 Sociology Unit 5 Objective Questions in Odia Medium

15. ‘‘ପର୍ଯ୍ୟବେକ୍ଷଣ ଘଟଣାଗୁଡ଼ିକୁ ସ୍ଵାଭାବିକଭାବେ ଘଟୁଥ‌ିବା ସମୟରେ ଆଖୁରା ସୁବ୍ୟବସ୍ଥିତ ଓ ସୁବିଚାରିତ ଭାବେ କରାଯାଉଥ‌ିବା ଅଧ୍ୟୟନ ଅଟେ ।’’ ଏହି ଭକ୍ତିଟି ପର୍ଯ୍ୟବେକ୍ଷଣ ପାଇଁ କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଶ୍ରୀମତୀ ପି.ଭି. ୟଙ୍ଗ
(ଗ) ହର୍ବଟ ସ୍ପେନସର୍
(ଘ) ମୋରିସ୍ ଜିନ୍ସବବର୍ଗ
Answer:
(ଖ) ଶ୍ରୀମତୀ ପି.ଭି. ୟଙ୍ଗ୍ ।

16. ସହଭାଗୀ ପର୍ଯ୍ୟବେକ୍ଷଣ ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ କିଏ କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍
(ଗ) ହର୍ବଟ ସ୍ପେନସର୍
(ଘ) ମୋରିସ୍ ଜିନ୍ସବର୍ଗ
Answer:
(ଖ) ପ୍ରଫେସର ଏଡ଼୍ ୱାର୍ଡ଼ ଲାଇଣ୍ଡମେନ୍ ।

17. ସହଭାଗୀ ପର୍ଯ୍ୟବେକ୍ଷଣ ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍ ନିଜର ପ୍ରକାଶିତ “Social Discovery” ପୁସ୍ତକରେ କେତେ ମସିହାରେ କରିଥିଲେ ?
(କ) ୧୯୨୦
(ଖ) ୧୯୨୪
(ଗ) ୧୯୨୫
(ଘ) ୧୯୨୬
Answer:
(ଖ) ୧୯୨୪।

18. “ ‘ପ୍ରଶ୍ନବଳୀ ଏକାଧ୍ଵକ ବ୍ୟକ୍ତିଙ୍କୁ ଉତ୍ତର ଦେବାପାଇଁ ପ୍ରେରଣ କରାଯାଉଥ‌ିବା ପ୍ରଶ୍ନଗୁଡ଼ିକର ସୂଚୀ ଅଟେ ।’ ପ୍ରଶ୍ନବଳୀର ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ବୋଗାର୍ଡ଼ସ୍
(ଗ) ମୋରିସ୍ ଜିନ୍‌ସବର୍ଗ
(ଘ) ଇମାଇଲ୍ ଦୁର୍ଖମ
Answer:
(ଖ) ବୋଗାର୍ଡ଼ସ

19. ଅନୁସୂଚୀ ହେଉଛି, କେତେକ ପ୍ରଶ୍ନର ସମୂହ ଯାହା ଏକ ସାକ୍ଷାତକାର କର୍ତ୍ତା, ଅନ୍ୟ ବ୍ୟକ୍ତିଙ୍କୁ ମୁହାଁମୁହିଁ ପଚାରି ତା’ର ଉତ୍ତର ନିଜେ ଲିପିବଦ୍ଧ କରିଥାନ୍ତି । ଅନୁସୂଚୀର ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ଗୁଡ଼େ ଏବଂ ହାଟ୍
(ଗ) ମୋରିସ୍ ଜିନ୍‌ସବର୍ଗ
(ଘ) ଇମାଇଲ୍ ଦୁର୍ଖମ୍
Answer:
(ଖ) ଗୁଡ଼େ ଏବଂ ହାଟ୍ ।

B. ଏକ ପଦରେ ଉତ୍ତର ଦିଅ :

1. ଜି. ଏସ୍. ଘୂରେ (G. S. Ghurey) ଜାତିର ଲକ୍ଷଣକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
Answer:
ଛଅଭାଗରେ ।

2. “ଭାରତରେ ଜାତି ଏବଂ ପ୍ରଜାତି’’ (Caste and Race in India) ପୁସ୍ତକର ରଚୟିତା କିଏ ?
Answer:
ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ।

3. ପ୍ରଫେସର ଜି. ଏସ୍. ଘୂରେଙ୍କ ରଚିତ ପୁସ୍ତକ ‘‘ଭାରତରେ ଜାତି ଓ ପ୍ରଜାତି’’ କେବେ ପ୍ରକାଶିତ ହୋଇଥିଲା ।
Answer:
୧୯୫୦ ମସିହାରେ ।

CHSE Odisha Class 11 Sociology Unit 5 Objective Questions in Odia Medium

4. ସଂସ୍କୃତିକରଣ (Sanskritisation) ଶବ୍ଦଟିକୁ କିଏ ସୃଷ୍ଟି କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ।

5. ପ୍ରଫେସର ଏମ୍. ଏଚ୍. ଶ୍ରୀନିବାସ କେଉଁ ପୁସ୍ତକରେ ସଂସ୍କୃତିକରଣ ଶବ୍ଦର ପ୍ରୟୋଗ କରିଥିଲେ ?
Answer:
‘‘କୁର୍ଗମାନଙ୍କ ଧର୍ମ ଏବଂ ସମାଜ’’ ।

6. ସଂସ୍କୃତିକରଣ ଶବ୍ଦଟି କେବେ ସୃଷ୍ଟି ହୋଇଥିଲା ?
Answer:
୧୯୫୨ ମସିହାରେ ।

7. ‘ସଂସ୍କୃତିକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଏକ ନିମ୍ନ ଜାତିର ହିନ୍ଦୁ ବା ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, କାର୍ଯ୍ୟକଳାପ, ବିଚାରଧାରା ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରି ଉଚ୍ଚ ଜାତିର ମର୍ଯ୍ୟାଦାଲାଭ କରିବାକୁ ଚେଷ୍ଟା କରିଥାନ୍ତି ।’’ ସଂସ୍କୃତିକରଣର ଏହି ସଂଟି କିଏ ପ୍ରଦାନ କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ।

8. ପୂର୍ବକାଳରେ ପ୍ରଚଳିତ ‘‘ସତୀଦାହ ପ୍ରଥା’’ କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
Answer:
ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) ।

9. ଜଣେ ଧନିକ ବ୍ୟକ୍ତି ହଠାତ୍‌ ଗରିବ ବା ଦରିଦ୍ର ହେବା କାରଣରୁ ଯଦି ଆତ୍ମହତ୍ୟା କରେ ଏହା କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
Answer:
ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) ।

10. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
Answer:
ଚାରିଭାଗରେ ।

11. ଦୁର୍ଖମ୍‌ଙ୍କ ପ୍ରଦତ୍ତ ଯେ କୌଣସି ଦୁଇଗୋଟି ଆତ୍ମହତ୍ୟାର ନାମ ଲେଖ ।
Answer:
(୧) ଅହଂବାଦୀ ଆତ୍ମହତ୍ୟା ଏବଂ (୨) ପରାର୍ଥବାଦୀ ଆତ୍ମହତ୍ୟା ।

12. କେତେ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (Suicide) ଗ୍ରନ୍ଥଟିକୁ ରଚନା କରିଥିଲେ ?
Answer:
୧୮୯୭ ମସିହାରେ ।

13. ‘ଆତ୍ମହତ୍ୟା ସାମାଜିକ ଅବସ୍ଥା ସହିତ ସଂପର୍କିତ ଅଟେ, ଏହା କିଏ କହିଥିଲେ ?
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।

14. ପ୍ରତ୍ୟକ୍ଷାତ୍ମକ (Positive) ସ୍ତରକୁ କ’ଣ କୁହାଯାଏ ?
Answer:
ବୈଜ୍ଞାନିକ ସ୍ତର (Scientific Stage) ।

15.. ‘ତାତ୍ତ୍ଵିକ ସ୍ତର (Metaphysical Stage) କୁ କ’ଣ କୁହାଯାଏ ?
Answer:
ବିସ୍ତୃତ ପର୍ଯ୍ୟାୟ (Abstract Stage)

CHSE Odisha Class 11 Sociology Unit 5 Objective Questions in Odia Medium

16. ଧର୍ମଶାସ୍ତ୍ରୀୟ (Theological) ସ୍ତରକୁ କ’ଣ କୁହାଯାଏ ?
Answer:
କାଳ୍ପନିକ ସ୍ତର (Fictitious Stage) ।

17. ଅଗଷ୍ଟ କମ୍‌ଙ୍କ ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ କ’ଣ ଅଟେ ?
Answer:
ତ୍ରି-ସ୍ତରୀୟ ନିୟମ (Law of three Stages) ।

18. ଅଗଷ୍ଟ କମ୍‌ଙ୍କ ମତରେ ମନୁଷ୍ୟର ମନର ଭାବନା ବା ବିକାଶ କିମ୍ବା ଚିନ୍ତାଶକ୍ତିର ବିକାଶ ମୁଖ୍ୟତଃ କେତେଗୋଟି ସ୍ତର ଦେଇ ଗତି କରିଥାଏ ?
Answer:
ତିନିଗୋଟି ବିଭିନ୍ନ ସ୍ତର ।

19. କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ବା କାଳ୍ପନିକ ସ୍ତର କେତେ ମସିହା ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା ?
Answer:
୧୩୦୦ ମସିହା ପର୍ଯ୍ୟନ୍ତ ।

20. କମ୍‌ଙ୍କ ମତରେ ତାତ୍ତ୍ଵିକସ୍ତର ବା ଅମୂର୍ତ୍ତ ସ୍ତର କେତେ ମସିହା ମଧ୍ୟରେ ପ୍ରଚଳିତ ଥିଲା ?
Answer:
୧୩୦୦ ମସିହାରୁ ୧୮୦୦ ମସିହା ପର୍ଯ୍ୟନ୍ତ ।

21. ପ୍ରତ୍ୟକ୍ଷାତ୍ମକ ସ୍ତର ବା ବୈଜ୍ଞାନିକ୍ ସ୍ତର କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୮୦୦ ମସିହା ପରଠାରୁ ।

22. ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର କେତେଗୋଟି ଭାଗରେ ବିଭକ୍ତ ଅଟେ ?
Answer:
ତିନିଗୋଟି ଭାଗରେ ।

23. ଅନୁସୂଚୀର ଦୁଇଗୋଟି ଦୋଷ ବା ଅପକାରିତା ଦର୍ଶାଅ ।
Answer:
(୧) ବିଶାଳକ୍ଷେତ୍ର ପାଇଁ ଅନୁପଯୁକ୍ତ ।
(୨) ଅଧ୍ବକ ଧନ ଏବଂ ସମୟ ବ୍ୟୟ ।

24. ଅନୁସୂଚୀକୁ କ’ଣ କୁହାଯାଏ ?
Answer:
ଅନୁସୂଚୀ (Schedule) କୁ ସାକ୍ଷାତକାର ଅନୁସୂଚୀ (Interview Schedule) କୁହାଯାଏ ।

25. ପ୍ରଶ୍ନବଳୀର ଅନ୍ୟନାମ କଣ ଅଟେ ?
Answer:
ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) ।

26. ପ୍ରଶ୍ନବଳୀର ଦୁଇଗୋଟି ଦୋଷ ବା ଅପକାରିତା କ’ଣ ଅଟେ ?
Answer:
(୧) ଉତ୍ତର ପ୍ରାପ୍ତିର ସମସ୍ୟା ।
(୨) ବ୍ୟକ୍ତିଗତ ସମ୍ପର୍କର ଅଭାବ ।

27. ପ୍ରଶ୍ନବଳୀର ଦୁଇଗୋଟି ଉପକାରିତା କ’ଣ ?
Answer:
(୧) ଅପେକ୍ଷାକୃତ କମ୍ ଧନ, ଶ୍ରମ ଓ ସମୟ ବ୍ୟୟ ।
(୨) ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ ।

CHSE Odisha Class 11 Sociology Unit 5 Objective Questions in Odia Medium

28. ସାଧାରଣଭାବେ ପର୍ଯ୍ୟବେକ୍ଷଣର ଅର୍ଥ କ’ଣ ?
Answer:
ସାଧାରଣଭାବେ ପର୍ଯ୍ୟବେକ୍ଷଣ (Observation) ର ଅର୍ଥ ହେଉଛି ଦେଖିବା ବା ନିରୀକ୍ଷଣ କରିବା ।

29. ପର୍ଯ୍ୟବେକ୍ଷଣ (Observation) କୁ କେତେଭାଗରେ ବିଭକ୍ତ କରାଯାଇଛି ?
Answer:
ଛଅଭାଗରେ ।

30. ପର୍ଯ୍ୟବେକ୍ଷଣର ଦୁଇଗୋଟି ପ୍ରକାରଭେଦର ନାମ ଲେଖ ।
Answer:
(୧) ସହଭାଗୀ ପର୍ଯ୍ୟବେକ୍ଷଣ ।
(୨) ଅସହଭାଗୀ ପର୍ଯ୍ୟବେକ୍ଷଣ ।

31. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) ର ଦୁଇଗୋଟି ଉପକାରିତା ଦର୍ଶାଅ ।
Answer:
(୧) ବାସ୍ତବ ବ୍ୟବହାର ବା କାର୍ଯ୍ୟକଳାପ ଅଧ୍ୟୟନ ସମ୍ଭବପର ଅଟେ ।
(୨) ସ୍ବପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।

C. ଭ୍ରମ ସଂଶୋଧନ କର :

1. ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ‘‘ଆତ୍ମହତ୍ୟା ତତ୍ତ୍ୱ’’ ପ୍ରଦାନ କରିଥିଲେ ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ‘ସଂସ୍କୃତିକରଣ’’ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

2. ‘‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକର ରଚୟିତା ହେଉଛନ୍ତି ମୋରିସ୍ ଜିନ୍ସବର୍ଗ ।
Answer:
ଭାରତରେ ଜାତି ଏବଂ ପ୍ରଜାତି ପୁସ୍ତକର ରଚୟିତା ହେଉଛନ୍ତି ପ୍ରଫେସର ଜି. ଏସ୍. ଘୂରେ ।

3. ‘ତ୍ରି-ସ୍ତରୀୟ ନିୟମ’’ ହରବର୍ବ ସ୍ପେନ୍ସର ପ୍ରଦାନ କରିଥିଲେ ।
Answer:
‘ତ୍ରି-ସ୍ତରୀୟ ନିୟମ’’ ଅଗଷ୍ଟ କମ୍‌ ପ୍ରଦାନ କରିଥିଲେ ।

4. ଇମାଇଲ୍ ଦୁର୍ଖ ବିବର୍ତ୍ତନବାଦ ତତ୍ତ୍ବ ରଚନା କରିଥିଲେ ।
Answer:
ଇମାଇଲ୍ ଦୁର୍ଖମ୍ ‘ହାତ୍ମହତ୍ୟା ତତ୍ତ୍ୱ’’ ରଚନା କରିଥିଲେ ।

5. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ପାଞ୍ଚଭାଗରେ ବିଭକ୍ତ କରିଛନ୍ତି ।
Answer:
ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ଚାରିଭାଗରେ ବିଭକ୍ତ କରିଛନ୍ତି ।

D. ଶୂନ୍ୟସ୍ଥାନ ପୂରଣ କର । :

1. ପର୍ଯ୍ୟବେକ୍ଷଣ ଯଦି କୌଣସି ଉଦ୍ଦେଶ୍ୟ ରଖ୍ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ, ତେବେ ତାକୁ ___________ କୁହାଯିବ ।
Answer:
ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ।

2. ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା କୌଣସି ସମୂହର ନିକଟ ଏବଂ ଘନିଷ୍ଠ ସମ୍ବନ୍ଧରେ ନ ଆସି ଏକ ସାଧାରଣ ଅପରିଚିତ ବ୍ୟକ୍ତି ଭାବରେ ଘଟଣାର ଅଧ୍ୟୟନ କରେ, ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ __________ କୁହାଯାଏ ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣ (Non-Participant Observation) ।

CHSE Odisha Class 11 Sociology Unit 5 Objective Questions in Odia Medium

3. ___________ ଙ୍କ ମତରେ ‘‘ପର୍ଯ୍ୟବେକ୍ଷଣ ପାଇଁ ଜ୍ଞାନ ଏବଂ ବାଣୀ ଅପେକ୍ଷା ନେତ୍ର ଅଧିକ ଦରକାରୀ ।’
Answer:
ସି. ଏ. ମୋକରା

4. ___________ ପ୍ରାଥମିକ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ମାଧମ ଅଟେ ।
Answer:
ପର୍ଯ୍ୟବେକ୍ଷଣ ।

5. ପର୍ଯ୍ୟବେକ୍ଷଣ ______________ ଭାଗରେ ବିଭକ୍ତ ଅଟେ ।
Answer:
ଛଅଭାଗରେ।

6. ___________ ପର୍ଯ୍ୟବେକ୍ଷଣକୁ ମଧ୍ଯ ପୂର୍ବ ନିୟୋଜିତ ବା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ କୁହାଯାଇଥାଏ ।
Answer:
ନିୟନ୍ତ୍ରିତ ।

7. ___________ ଙ୍କ ମତରେ ‘‘ସହଭାଗୀ ପର୍ଯ୍ୟବେକ୍ଷଣ ଏପରି ଏକ ସ୍ଥିତିକୁ ସୂଚିତ କରିଥାଏ, ଯେଉଁଥରେ କି ପର୍ଯ୍ୟବେକ୍ଷଣ ଅଧ୍ୟୟନ ସମୂହର ସଦସ୍ୟଙ୍କ ପରି ବ୍ୟବହାର କରେ ଏବଂ ସେମାନଙ୍କ ସାଧାରଣ କାର୍ଯ୍ୟକଳାପରେ ଭାଗନେଇଥାଏ ।”
Answer:
ପି. ଏଚ୍. ମାନ୍ ।

8. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ ___________ ମସିହାର ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ ନିଜର ପ୍ରକାଶିତ “Social Discovery’ ପୁସ୍ତକରେ କରିଥିଲେ ।
Answer:
୧୯୨୪ ମସିହାରେ ।

9. ପ୍ରଶ୍ନବଳୀର ଉପଯୋଗ ଡାକ ମାଧ୍ୟମରେ କରାଯାଉଥ‌ିବାରୁ ଏହାକୁ ମଧ୍ୟ ____________ କୁହାଯାଏ ।
Answer:
‘‘ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) ।

10. ____________ ହେଉଛି ବିଭିନ୍ନ ପ୍ରଶ୍ନର ଏକ ସୂଚୀ ।
Answer:
ପ୍ରଶ୍ନବଳୀ ।

11. __________ ଙ୍କ ମତରେ ‘ପ୍ରଶ୍ନବଳୀ ଏକାତ୍ମକ ବ୍ୟକ୍ତିଙ୍କୁ ଉତ୍ତର ଦେବାପାଇଁ ପ୍ରେରଣ କରାଯାଉଥ‌ିବା ପ୍ରଶ୍ନଗୁଡ଼ିକର ସୂଚୀ ଅଟେ ।
Answer:
ବୋଗାର୍ଡ଼ସ (Bogardus) ।

12. ______________ ପ୍ରଶ୍ନଗୁଡ଼ିକର ଏକ ସୂଚୀ, ଯାହା ଡାକଦ୍ବାରା ଏକ ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ କରାଯାଉଥ‌ିବା ବ୍ୟକ୍ତିମାନଙ୍କ ପାଖକୁ ଉତ୍ତର ପାଇବା ପାଇଁ ପଠାଯାଇଥାଏ ।
Answer:
ପ୍ରଶ୍ନବଳୀ ।

13. __________ କୁ ସାକ୍ଷାତକାର ଅନୁସୂଚୀ (Interview Schedule) ବୋଲି କୁହାଯାଇଥାଏ ।
Answer:
ଅନୁସୂଚୀ (Schedule) ।

CHSE Odisha Class 11 Sociology Unit 5 Objective Questions in Odia Medium

14. ________ ରେ ପ୍ରଶ୍ନବଳୀ, ସାକ୍ଷାତକାର ତଥା ପର୍ଯ୍ୟବେକ୍ଷଣ ଏହି ତିନିପ୍ରକାର ବିଧୂର ବୈଶିଷ୍ଟ୍ୟମାନ ଦେଖିବାକୁ ମିଳିଥାଏ ।
Answer:
ଅନୁସୂଚୀ ।

15. ____________ ସଂସ୍କୃତିକରଣ ଶବ୍ଦର ପ୍ରୟୋଗ କରିଥିଲେ ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ।

16. ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ____________ ମସିହାରେ ‘‘ଦକ୍ଷିଣ ଭାରତର କୁର୍ଗମାନଙ୍କ ଉପରେ ଧର୍ମ ଓ ସମାଜ’’ ପୁସ୍ତକ ରଚନା କରିଥିଲେ ।
Answer:
୧୯୫୨ ।

17. ଭାରତୀୟ ସମାଜରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ବୁଝାଇବା ପାଇଁ ଏମ୍. ଏନ୍. ଶ୍ରୀନିବାସ ସଂସ୍କୃତିକରଣ ପୁସ୍ତକ ସର୍ବପ୍ରଥମେ ________________ ଶବ୍ଦର ବ୍ୟବହାର କରିଥିଲେ ।
Answer:
ବ୍ରାହ୍ମଣୀକରଣ (Brahminisation) ।

18. ___________ “ଭାରତୀୟ ପରମ୍ପରାର ଆଧୁନିକୀକରଣ’’ (Modernisation of Indian Tradition) ପୁସ୍ତକ ରଚନା କରିଥିଲେ ।
Answer:
ପ୍ରଫେସର ଯୋଗିନ୍ଦର ସିଂ (Prof. Yoginder Singh) ।

19. __________ ଏକ ଅନୁକରଣୀୟ ପ୍ରକ୍ରିୟା ଅଟେ ।
Answer:
ସଂସ୍କୃତିକରଣ (Sanskritisation) ।

20. ଉଚ୍ଚ ଜାତିମାନେ ସେମାନଙ୍କର ଅଭ୍ୟାସ, କର୍ମକାଣ୍ଡ ଓ ସାଂସ୍କୃତିକ ପଦ୍ଧତିକୁ ତ୍ୟାଗ କରିବାର ପ୍ରକ୍ରିୟାକୁ ____________ କୁହାଯାଏ ।
Answer:
ଅଣ ସଂସ୍କୃତିକରଣ (Desanskritisation)

21. ଅଗଷ୍ଟେ କମ୍ଟେ (Auguste Comte) _____________ ମସିହା ___________ ତାରିଖରେ ଫ୍ରାନ୍ସର ଦକ୍ଷିଣ ସହର ମୋଣ୍ଟପେଲିଏରଠାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୯୭୫ ମସିହା ଜାନୁଆରୀ ୧୯ ତାରିଖରେ ।

22. ଅଗଷ୍ଟେ କମ୍ଟେ ___________ ମସିହାରେ ‘‘ସମାଜଶାସ୍ତ୍ର’’ (Sociology) ଶବ୍ଦଟିକୁ ରୂପରେଖ ଦେଇଥିଲେ ।
Answer:
୧୮୩୯ ।

23. ସମାଜ ଶାସ୍ତ୍ରର ସ୍ରଷ୍ଟା ବା ଜନକ ବୋଲି ___________ ଙ୍କୁ ଅଭିହିତ କରାଯାଇଛି ।
Answer:
ଅଗଷ୍ଟ କମ୍ (Auguste Comte) ।

24. ___________ଙ୍କ Isodore Auguste Marie Francois Comte ଅଟେ ।
Answer:
ଅଗଷ୍ଟ କମ୍‌ (Auguste Comte) ।

25. ତ୍ରି-ସ୍ତରୀୟ ନିୟମ (Law of three Stages) ____________ ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ଅଟେ ।
Answer:
ଅଗଷ୍ଟ କଟେ ।

26. ଅଗଷ୍ଟ କମ୍‌ ମାନବର ଚିନ୍ତା ଶକ୍ତି ବା ବୁଦ୍ଧିର ବିକାଶକୁ _____________ ଭାଗରେ ବିଭକ୍ତ କରିଛନ୍ତି ।
Answer:
ତିନିଭାଗରେ ।

27. ତ୍ରି-ସ୍ତରୀୟ ନିୟମ ସାମାଜିକ ବିବର୍ତ୍ତନର ____________ ଉପରେ ଆଧାରିତ ଅଟେ ।
Answer:
ବିଣୃ।ସ

28. ଆଧୁନିକ ସମାଜଶାସ୍ତ୍ରୀୟ ସିଦ୍ଧାନ୍ତର ଜନକ ରୂପେ ___________ ଅଗ୍ରଣୀ ଅଟନ୍ତି ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।

29. _______________ ୧୮୫୮ ମସିହା ଏପ୍ରିଲ୍ ୧୫ ତାରିଖରେ ଫ୍ରାନ୍ସର ଏପିନଲ୍ ଠାରେ ଜନ୍ମଗ୍ରହଣ କରିଥିଲେ ।
Answer:
ଇମାଇଲ୍ ଖାଁ ।

30. ____________ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (Suicide) ଗ୍ରନ୍ଥ ରଚନା କରିଥିଲେ ।
Answer:
୧୮୯୭ ।

CHSE Odisha Class 11 Sociology Unit 5 Objective Questions in Odia Medium

31. ଆତ୍ମହତ୍ୟା ତତ୍ତ ___________ ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ଅଟେ ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।

32. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ____________ ଭାଗରେ ବିଭକ୍ତ କରିଛନ୍ତି ।
Answer:
୪ ଭାଗରେ ।

33. ଦୁର୍ଖମଙ୍କ ମତରେ ଆତ୍ମହତ୍ୟା ___________ ଅବସ୍ଥା ସହିତ ସଂପର୍କିତ ଅଟେ ।
Answer:
ସାମାଜିକ ଅବସ୍ଥା ।

34. ଆତ୍ମହତ୍ୟାର କାରଣ ସମ୍ବନ୍ଧୀୟ ବ୍ୟାଖ୍ୟାନ ନିମନ୍ତେ ଦୁର୍ଗମ ଏକ ସଂପ୍ରତ୍ୟୟର ବିକାଶ କରିଛନ୍ତି । ଯାହା ___________ କଶ। ଅଟେ।
Answer:
ସାମାଜିକ ପ୍ରବାହ (Social Condition) ।

35. ଦୁର୍ଖମଙ୍କ ମତରେ ପରାର୍ଥବାଦୀ ଆତ୍ମହତ୍ୟା ସଂହତିର _____________ ମାତ୍ରା ଓ ଅହଂବାଦୀ ଆତ୍ମହତ୍ୟା ସଂହତିର ସ୍ଵଳ୍ପମାତ୍ରା ସହିତ ସଂଶ୍ଳିଷ୍ଟ ଅଟେ ।
Answer:
ଉଚ୍ଚ ।

36. ଦୁର୍ଖମଙ୍କ ମତରେ ଭାଗ୍ୟବାଦୀ ଆତ୍ମହତ୍ୟା ନିୟନ୍ତ୍ରଣର ___________ ମାତ୍ରା ଅହଂବାଦୀ ଆତ୍ମହତ୍ୟା ନିୟନ୍ତ୍ରଣର ସ୍ଵଳ୍ପ ମାତ୍ରା ସହିତ ସଂଶ୍ଳିଷ୍ଟ ଅଟେ ।
Answer:
ଉଚ୍ଚ ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

Odisha State Board CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ Textbook Exercise Questions and Answers.

CHSE Odisha Class 11 Odia Chapter 12 ସୀମିତ ସମ୍ପର୍କ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ସୀମିତ ସମ୍ପର୍କ ନାଟକଟିର ପ୍ରଥମ ଚରିତ୍ର କିଏ ? (ମାନମୟୀ ଦେବୀ, କୃପାମୟୀ ଦେବୀ, ପ୍ରେମମୟୀ ଦେବୀ, ସ୍ନେହମୟୀ ଦେବୀ)
Solution:
ପ୍ରେମମୟୀ ଦେବୀ

(ଖ) କରୁଣାଙ୍କ ପୁଅର ବୟସ କେତେ ? (ଚାରିବର୍ଷ, ପାଞ୍ଚବର୍ଷ, ତିନିବର୍ଷ, ଦୁଇବର୍ଷ )
Solution:
ତିନିବର୍ଷ

(ଗ) କରୁଣା କେଉଁ ଚାକିରୀ କରିଥିଲେ ? (କିରାଣୀ, ଶିକ୍ଷୟିତ୍ରୀ, ନର୍ସ, ପିଅନ)
Solution:
ଶିକ୍ଷୟିତ୍ରୀ

(ଘ) ଛାତିରେ କ’ଣ ପଡ଼ିଲେ ସହିବାକୁ ହୁଏ ବୋଲି କୁହାଯାଇଛି ? ( ପତର, ମାଙ୍କଡ଼ା, ଡେଣୁଆ, ପଥର)
Solution:
ପଥର

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ତ) ‘ନାଟର ଗୋବର୍ଦ୍ଧନ’ କେତେ ନମ୍ବର ଚରିତ୍ର ? (ଏକନମ୍ବର, ଦୁଇନମ୍ବର, ତିନିନମ୍ବର, ଚାରିନମ୍ବର)
Solution:
ଚାରିନମ୍ବର

(ଚ) ‘ନାଟର ଗୋବର୍ଦ୍ଧନ’ ଚରିତ୍ରର ପ୍ରକୃତ ନାମ କ’ଣ ? (ଗୋବର୍ଦ୍ଧନ, ଗନ୍ଧର୍ବ, ମୁକୁନ୍ଦ, ଯୋଗୀନ୍ଦ୍ର)
Solution:
ଗୋବର୍ଦ୍ଧନ

(ଛ) କାହାପାଇଁ ଏ ଘରେ ସେ ଅଛନ୍ତି ବୋଲି କରୁଣା କହିଛି ? (ସ୍ଵାମୀଙ୍କ ପାଇଁ, ମା’ଙ୍କ ପାଇଁ, ପୁଅ ପାଇଁ, ସାଙ୍ଗ ପାଇଁ)
Solution:
ପୁଅ ପାଇଁ

(ଜ) ତାଙ୍କର ଏକା କ’ଣ ମାଡ଼ିବସୁଚି ବୋଲି ମା’ କହିଛି (ବଳ, ବୟସ, ବଳବୟସ, ଶକତି)
Solution:
ବଳବୟସ

(ଝ) ବାହାରୁ ଦେଖିବାକୁ ପରିବାରଟି ଛୋଟ ହେଲେ ବି ଭିତରଟା କ’ଣ ବୋଲି କୁହାଯାଇଛି ? (ଅଯୋଧ୍ୟା, ଲଙ୍କା, ମଥୁରା, ଦ୍ବାରିକା)
Solution:
ଲଙ୍କା

(ଞ) ‘କେଉଁ ଯୁଗରେ ଚାକରଟାଏ ପୁଣି କ’ଣ ବୋଲି ଶାଶୂ କହିଛି ? (ଅଭାବୀ ଯୁଗରେ, ମହରଗ ଯୁଗରେ, ଦରଦାମ ଯୁଗରେ, ଶିଖାପଢ଼ା ଯୁଗରେ)
Solution:
ମହରଗ ଯୁଗରେ

(ଟ) ନିଜକୁ ଗୋଟାଏ ଚାକିରାଣୀ ବୋଲି କିଏ କହିଛି ? (ଶାଶୁ, ବୋହୂ, ସ୍କୁଲର ବାସୀ, ମୂଲିଆଣୀ)
Solution:
ଶାଶୂ

(୦) କାହା ଘରେ ପିଲାଟାକୁ ରୋଜ୍ ଛାଡ଼ିକି ଯାଉଚି ବୋଲି ବୋହୂ କହିଛି ? (ଚାକରାଣୀ, ପାଖ ପଡ଼ୋଶୀ, ସ୍କୁଲର ଦାସୀ, ସ୍କୁଲ ବେଳର ସାଙ୍ଗ)
Solution:
ସ୍କୁଲର ଦାସୀ

(ଉ) କାହା ପାଇଁ ବୋହୂଟି ବଞ୍ଚିବାକୁ ଚାହେଁ ବୋଲି କହିଛି ? (ମୁନା, କୁନା, ଟୁନା, ସୁନା)
Solution:
କୁନା

(ଢ) ନାଟକଟିର ଉପସଂହାରକୁ କ’ଣ କୁହାଯାଇଛି ? (କନ୍‌କୁ ଜନ, ସସ୍ପେନ୍ସ, କାଟାଷ୍ଟ୍ରୋଫି, ପ୍ରିଲ୍ୟୁଡ଼)
Solution:
କାଟାଷ୍ଟ୍ରୋଫି

(ଣ) ସ୍ତ୍ରୀ ତା’ର ସ୍ୱାମୀକୁ କେଉଁ ଲୋକ ବୋଲି କହିଛି ? (ଗର୍ବୀ, ଅହଙ୍କାରୀ, ଜିଦ୍ଵାର, କ୍ରୋଧୀ)
Solution:
ଜିଦ୍ଵାର

(ତ) ତାଙ୍କ ସମ୍ପର୍କଟା ଖାଲି ଗୋଟାଏ କ’ଣ ବୋଲି ସ୍ତ୍ରୀ ଜାଣିଥୁବାର କହିଛି ? (ବାହାର ଦେଖାଣିଆ, ମିଛିମିଛିକା, ବାହାନା, ଛଳନା)
Solution:
ବାହାନା

(ଥ) ସ୍ତ୍ରୀ କାହାଭଳି ମୂକ ହୋଇଥବ ବୋଲି କୁହାଯାଇଛି ? (ମେଣ୍ଢାଭଳି, ଗାଈଭଳି ’ଗଧଭଳି, ଓଟଭଳି)
Solution:
ଗାଈଭଳି

(ଦ) ସ୍ଵାମୀ-ସ୍ତ୍ରୀର ସମ୍ପର୍କଟା କାହାଠାରୁ ବଳି ଅଧିକ ସୁନ୍ଦର ବୋଲି କୁହାଯାଇଛି ? (ଗୋଟିଏ ନାଟକର ଦୃଶ୍ୟ, ଗୋଟିଏ ନାଟକର ଅଭିନୟ, ଗୋଟିଏ ରଙ୍ଗିନ୍ ଫୁଲ, ଗୋଟିଏ ପୂର୍ଣିମା ଜହ୍ନ)

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ‘’ଏଡ଼େ ବହପ ତୋର’’ ଏହା କିଏ କାହାକୁ କହିଛି ?
Solution:
‘ଏଡ଼େ ବହପ ତୋର’’ ଏହା ଶାଶୁ ବୋହୂକୁ କହିଛି ।

(ଉ) ‘ଭାରି ଭୋକ ବୋଲି ନାତି କହିବାରୁ ବୋହୂ କ’ଣ କହିଛି ?
Solution:
ଭାରି ଭୋକ ବୋଲି ନାତି କହିବାରୁ ବୋହୂ କହିଛି, ‘ମୋତେ ଖାଇ ଦେ, ମୁଁ ଏ ନର୍କରୁ ତରିଯା’ନ୍ତି ।’’

(ଗ) ନାତି ପିଲାଟାକୁ ବୋହୂ ଦୁମ୍‌କିନା ବିଧାଟାଏ ଥୋଇବାରୁ ଶାଶୁ କ’ଣ କହିଛି ?
Solution:
ନାତି ପିଲାଟାକୁ ବୋହୂ ଦୁମ୍‌କିନା ବିଧାଟାଏ ଥୋଇବାରୁ ଶାଶୂ କହିଛି, ‘‘ତାକୁ କାଇଁକିଦୁମ୍‌କିନା ବିଧାଟାଏ ଥୋଇଦେଲୁ ? ବାଞ୍ଚ ହୋଇଛୁ କି ?’’

(ଘ) ଶାଶୁ, କାହିଁକି ତା’ ବାପା-ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା ?
Solution:
ଯଉତୁକ ଦେଇ ଝିଅ ପଠେଇ ନ ଥିଲେ ବୋଲି, ଶାଶୂ ତା’ ବାପା-ମା’ର ଶ୍ରାଦ୍ଧ କରୁଛନ୍ତି ବୋଲି ବୋହୂଟି କହିଲା ।

(ଙ) କେଉଁକଥା ମିଛକଥା ବୋଲି ସ୍ଵାମୀ କହିଛି ?
Solution:
ସ୍ତ୍ରୀ ବାପଘରକୁ ଗଲେ ଫେରିବନି, ଏହା ମିଛକଥା ବୋଲି ସ୍ଵାମୀ କହିଛି ।

(ଚ) ମା’ ତା’ର ପୁଅକୁ କେଉଁ କଥା ପଚାରିଛି ?
Solution:
ମା’ ତା’ର ପୁଅକୁ ‘ସବୁତକ ବୋଝ ମୋରି ମୁଣ୍ଡକୁ’ ବୋଲି ପଚାରିଛି ।

(ଛ) ମା’ ତା’ କଥାଗୁଡ଼ାକ କିପରି ଲାଗୁଚି ବୋଲି ମା’ ପୁଅକୁ କହିଛି ?
Solution:
ମା’ କଥାଗୁଡ଼ାକ ଖାଲି ଗନ୍ଧଉଚି ବୋଲି ମା’ ପୁଅକୁ କହିଛି ।

(ଜ) ତୋ’ ସ୍ତ୍ରୀର କଥାଗୁଡ଼ାକ କିପରି ଲାଗୁଚି ମା’ ପୁଅକୁ କହିଛି ?
Solution:
ତୋ’ ସ୍ତ୍ରୀର କଥାଗୁଡ଼ାକ ଭାରି ସୁଆଦିଆ କି ନା, ଖାଲି ବାସୁଚି ବୋଲି ମା’ ପୁଅକୁ କହିଛି ।

(ଝ) କେଉଁ କଥା ଶେଷ ହେବାକୁ ନାଇଁ ବୋଲି ପୁଅ ମା’କୁ କହିଛି ?
Solution:
ରୋଜ୍ ରାତି ପାହିଲା କ୍ଷଣି ଏଇ ଗୋଟିଏ ପାଲା ଚାଲିଛି ଯେ ଶେଷ ହବାକୁ ନାହିଁ ବୋଲି ପୁଅ ମା’କୁ କହିଛି ।

(ଞ) କେଉଁ କଥା ନିଜେଇ ଠିକ୍ ବୁଝିପାରୁନି ବୋଲି ପୁଅ କହିଛି ?
Solution:
ଶାଶୂ ଓ ବୋହୂକୁ କିପରି ବୁଝେଇବି, ସେ କଥା ନିଜେଇ ଠିକ୍ ବୁଝି ପାରୁନି ବୋଲି ପୁଅ କହିଛି ।

(ଟ) କ’ଣ ପାଇଁ ଦେଖିବାକୁ ପୁଅ ମା’କୁ କହିଛି ?
Solution:
ରନ୍ଧାରନ୍ଧି ଟିକେ ଜଲଦି କିପରି ସରିବ ଦେଖିବାକୁ ପୁଅ ମା’କୁ କହିଛି ।

(୦) କେଉଁ କଥା ହେଲେ ବସି ମଜ୍ଜା ପାଉଥବ ବୋଲି ପୁଅ କହିଛି ?
Solution:
ଏମିତି ସବୁଦିନ ଡେରିରେ ଗଲେ, ଚାକିରିଟା କେଉଁଦିନ ହଠାତ୍ ଯେ ଚାଲିଯିବ, ବସି ମଜ୍ଜା ପାଉଥବ ବୋଲି ପୁଅ କହିଛି ।

(ଉ) କ’ଣ ମାଟି ହୋଇଗଲା ବୋଲି ବୋହୂ କହିଛି ?
Solution:
କେତେ ଆଶା ନେଇ ମୁଁ ଘର ସଂସାର କରିଥିଲି, ସବୁ ମାଟି ହୋଇଗଲା ବୋଲି ବୋହୂ କହିଛି ।

(ଢ) ପୂର୍ବ ଜନ୍ମରେ ବୋହୂ କ’ଣ ହୋଇ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ?
Solution:
ପୂର୍ବ ଜନ୍ମରେ ବୋହୂ ସୀତା-ସାବିତ୍ରୀ ହୋଇ ଜନ୍ମ ହୋଇଥିଲା ବୋଲି ଶାଶୂ କହିଛି ।

(ଣ) ବୋହୂଟି ତା’ ସ୍ଵାମୀକୁ ଭଲପାଏ ନା ଘୃଣା କରେ ?
Solution:
ବୋହୂଟି ତା’ ସ୍ଵାମୀକୁ ଘୃଣା କରେ ।

(ତ) କେଉଁ କଥା ଶୁଣିବାକୁ ଚାହାନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ?
Solution:
ମା’ ବିରୁଦ୍ଧରେ ପଦେ ହେଲେ କଥା ଶୁଣିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ।

(ଥ) କେଉଁ କାମ ସେ କରିବାକୁ ଚାହାଁନ୍ତିନି ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛି ?
Solution:
ତମ ମନରେ ଆଘାତ ଦେଲାଭଳି କେବେ କିଛି କାମ କରିବାକୁ ଚାହିଁନି ବୋଲି ସ୍ଵାମୀ, ସ୍ତ୍ରୀଙ୍କୁ କହିଛି ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଦ) କେଉଁ କଥା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛି ?
Solution:
ପୁଅକୁ ତାଙ୍କଠାରୁ ଦୂରେଇ ରଖିବା ତାଙ୍କର ବୋକାମୀ ବୋଲି ସ୍ଵାମୀ କରୁଣାଙ୍କୁ କହିଛି ।

(ଧ) କେଉଁ କଥା ଆପେ ଆପେ ଫୁଟି ବାହାରି ପଡ଼ିବ ବୋଲି କୁହାଯାଇଛି ?
Solution:
ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରିପଡ଼ିବ ବୋଲି କୁହାଯାଇଛି । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ସ୍ନେହମୟୀ ଦେବୀଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ନେହମୟୀ ଦେବୀ ଦେବୀଙ୍କ ସମ୍ପର୍କରେ କ’ଣ କୁହାଯାଇଛି |

(ଖ) କରୁଣାଙ୍କ ଚାକିରିରୁ ଫେରିବାବେଳ ସମ୍ପର୍କରେ ତାଙ୍କ ଶାଶୁ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । କରୁଣାଙ୍କ ଚାକିରିରୁ ଫେରିବାବେଳ ସମ୍ପର୍କରେ ତାଙ୍କ ଶାଶୂ କହିଛନ୍ତି, ଆଗେ ଆମ୍ବ ଠାକୁରାଣୀ ଯେ ଏଇନେ ଆସୁ ଆସୁ ବେଳ ଯାଉଚି ।

(ଗ) ସ୍କୁଲ କଥା ସମ୍ପର୍କରେ କରୁଣା କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ସମ୍ପର୍କରେ କରୁଣା କହିଛି, ଖାଲି ତ ପିଲାଙ୍କୁ ପଢ଼େଇଲେ ହେବନି, ନାନା ବେଳ ଗଡ଼ିଲାବେଳକୁ ଆସୁଥିଲେ ଉଲ୍ଲେଖ କରିଛନ୍ତି । ସ୍କୁଲ କଥା କାମ କରିବାକୁ ପଡ଼ୁଛି ।

(ଘ) ମରି ମରି ଖଟି ଆସିଲାବେଳକୁ ଶାଶୁ ପୁଣି କ’ଣ କହୁଛନ୍ତି ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମରି ମରି ଖଟିକି ଆସିଲାବେଳକୁ ଶାଶୁ ପୁଣି ଏମିତିଆ ଆବର୍ଜନିଆ କଥା କହୁଛନ୍ତି ବୋଲି ବୋହୂ କହିଛି ।

(ଙ) ନାତି ଖାଇବା କଥା କହିବାରୁ ବୋହୂ ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ନାତି ଖାଇବା କଥା କହିବାରୁ ବୋହୂ ଶାଶୁକୁ କହିଛି, ପିଲାଟା ସକାଳ ପହରୁ ଯାଇଥିଲା, ‘ଆଗ ପିଲାଟାକୁ ଦି ମୁଠା ଖାଇବାକୁ ଦେ’ ବୋଲି କହିଲନି ।

(ଚ) ‘‘ଥାଉ ବେଶି କୁହନି’’ କହି ବୋହୂ ପୁଣି ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ଆଉ ବେଶି କୁହନି’ କହି ବୋହୂ ପୁଣି ଶାଶୁକୁ କହିଛି, ଶାଶୂ ହୋଇ ପଚାରିଲନି ସକାଳ ପହରୁ ପିଲାଟା ମୋ ସାଙ୍ଗେ ଯାଇଥିଲା ଯେ ଏଇନେ ଫେରୁଛି, ହଉ ଦେ, ଆଗ ପିଲାଟାକୁ ଦି ମୁଠା ଖୁଆଇ ଦେ ।

(ଛ) ସେ ଘରକୁ କେମିତି ବୋହୂ ହୋଇ ଆସିଥିଲା ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସେ ଘରକୁ ମନକୁ ମନ ପଶି ଆସିଥିଲା ବୋଲି ବୋହୂ କହିଛି।

(ଜ) ବୋହୂ କେମିତି ଘରକୁ କମ୍ପଉଚି ଏବଂ କେଉଁ କଥାକୁ ଜଗୁନି ବୋଲି ଶାଶୂ କହିଛି
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ କେତେ ବଡ଼ ପାଟିଟାଏ କରି ଘରକୁ କେମିତି କମ୍ପଉଚି ଏବଂ ମାନ ମହତକୁ ବି ଟିକିଏ ଜଗୁନି ବୋଲି ଶାଶୂ କହିଛି ।

(ଝ) କେଉଁ କଥାରେ ବୋହୂ ଫଟେଇ ହେଉଚି ବୋଲି ଶାଶୂ କହିଛି ?
Solution:
ଖାଉଚି ବୋଲି, ବୋହୂ ଫଟେଇ ହେଉଚି ବୋଲି ଶାଶୂ କହିଛି ।

(ଞ) ମା’ କ’ଣ କହୁଥିଲା ବୋଲି ସ୍ଵାମୀ, ସ୍ତ୍ରୀଙ୍କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ କହୁଥିଲା · ଏଇ କେତେ ଦିନ ହେଲା ତମେ କୁଆଡ଼େ ବାପଘରକୁ ଯିବ ବୋଲି ଖୁବ୍‌ ଜିଦ୍ ଧରି ବସିଛ ବୋଲି ସ୍ଵାମୀ ୍ତ୍ରୀଙ୍କୁ କହିଛି

(ଟ) ସ୍ତ୍ରୀ ତାଚ୍ଛଲ୍ୟ କରି ତାଙ୍କ ସ୍ବାମୀଙ୍କୁ କ’ଣ କହିଥିଲେ ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ତାଚ୍ଛଲ୍ୟ କରି ତାଙ୍କ ସ୍ବାମୀଙ୍କୁ କହିଥିଲା, ତୁମର ଖାଲି ପୁଅଟାଏ ଦରକାର, ମୋ ସଙ୍ଗେ ତମର ସମ୍ପର୍କ ବା କ’ଣ ।

(୦) ସ୍ତ୍ରୀଙ୍କର କେଉଁ ଅଭ୍ୟାସ କଥା ସ୍ଵାମୀ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କର ସବୁବେଳେ ସବୁ କଥାକୁ ଓଲଟା ବୁଝିବାର ଅଭ୍ୟାସ କଥା ସ୍ଵାମୀ କହିଛି ।

(ଡ) ‘‘ଯାହା ମୁଁ ଦେଖୁଚି?? – କ’ଣ ଦେଖୁଛନ୍ତି ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯେତେସବୁ ବାଜେ କଥା, ସବୁବେଳେ ମୁଣ୍ଡଟା ଭିତରେ ଭର୍ତ୍ତି କରି, ମୁଣ୍ଡଟାକୁ ବିଗାଡ଼ି ସାରିଲଣି, ଯାହା ମୁଁ ଦେଖୁଛି, ବୋଲି ସ୍ଵାମୀ କହିଛନ୍ତି ।

(ଢ) କ’ଣ ଚାହିଁବେନି ଓ କ’ଣ କରିବେ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମୁଁ ଠିକ୍‌କରି ନେଇଛି, ଏଣିକି ଏ ଘରେ ମୋ ତରଫରୁ ଆଉ କେଉଁ କଥାକୁ ବଢ଼େଇବାକୁ ବାହିବିନି, ବରଂ କମେଇବାକୁ ଚେଷ୍ଟା କରିବି ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ।

(ଣ) କେଉଁ କଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ କାନ୍ଦିଲେ ସ୍ଵାମୀଙ୍କୁ ଚିନ୍ତା ହୋଇଯାଏ, ଏହିକଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗେ ବୋଲି ସ୍ତ୍ରୀ କହିଛି ।

(ତ) ପୁଅ କ’ଣ ଦେଖୁଛି ବୋଲି ମା’କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ ଦେଖୁଛି, ତମେ ଦି’ଟା ଯାକ ମିଶି ମୋ ଭେଜାଟାକୁ ଏକଦମ୍ ଖାଇଗଲଣି, ପାଗଳ ହୋଇଯିବାକୁ ମତେ ଆଉ ବେଶି ବେଳ ଲାଗିବନି ବୋଲି ମା’କୁ କହିଛି ।

(ଥ) ବୋହୂ ନିଜେ ତା’ ବାପା ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ ତା’ ବାପା ସମ୍ପର୍କରେ କହିଛି, ବାପା ସବୁ ଅବସ୍ଥା ଜାଣିଲେ ବି ଏ ବୟସରେ ଆଖିରୁ ଲୁହ ସିନା ଗଡ଼ଉଛନ୍ତି, ହେଲେ ବାପା ସମ୍ପର୍କରେ କ’ଣ କହିଛି |

(ଦ) ବୋହୂ ନିଜେ ତା’ ଭାଇ ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂ ନିଜେ ତା’ ଭାଇ ସମ୍ପର୍କରେ କହିଛି, କଟା ଘା’ରେ ଚୂନ ଦେଲାଭଳି ଭାଇଟା କହୁଚି – ତୋ’ ଅଭାବ କଥା ସବୁବେଳେ ତୁ ତୋ’ ବରକୁ ଜଣା, ସେ ଯାହା କରିବେ, ଆମେ କିଛି କରିବୁ ନାହିଁ ।

(ଧ) ବୋହୂର ବାପା-ଭାଇଙ୍କ ସମ୍ପର୍କରେ ଶାଶୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂର ବାପା- ଭାଇଙ୍କ ସମ୍ପର୍କରେ ଶାଶୂ କହିଛି, ‘ବାପା ଭାଇ ତ ଯଦି ତତେ ପୋଷିବାର ଇଚ୍ଛା, ତାହେଲେ ପୋଷୁ ନାହାଁନ୍ତି, କିଏ ମନା କରୁଚି ? ତତେ ନେଇ ମୁଣ୍ଡରେ ବସେଇ ଜୀବନସାରା ଏବେ ପୋଷନ୍ତୁ ।’

(ନ) ଚାକିରୀ କରୁଛି ବୋଲି ବୋହୂ କ’ଣ କରୁଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଚାକିରୀ କରୁଛି ବୋଲି ବୋହୂ ପରପୁରୁଷଙ୍କ ସାଙ୍ଗରେ ମିଶୁଚୁ କିନା, ସେଇଥିପାଇଁ ଏତେ ବଡ଼ ବଡ଼ ଫୁଟାଣି କଥାଗୁଡ଼ାକ କହିବାକୁ ସାହସ ପାଉଚି ।

(ପ) ସ୍ତ୍ରୀଙ୍କ ପାଇଁ ସ୍ଵାମୀଙ୍କ ପଦେ କଥା କ’ଣ ଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କ ପାଇଁ ସ୍ଵାମୀଙ୍କ ପଦେ କଥା ଥୁଲା, ମା’ ମନରେ କେବେ ଦୁଃଖ ଦେବନାହିଁ ।

(ଫ) ପୁଅ କୁନା ବିଷୟରେ ସେ କାହିଁକି ଚିନ୍ତିତ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ପୁଅ କୁନା ବିଷୟରେ ସେ ଖୁବ୍ ଚିନ୍ତିତ କାରଣ ତା’ ଉପରେ ତମର ପ୍ରଭାବ ଯେମିତି ନ ପଡ଼େ ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛି ।

(ବି) ସ୍ତ୍ରୀ ପ୍ରକୃତରେ କ’ଣ କରିବାକୁ ଚାହାଁନ୍ତି ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ପ୍ରକୃତରେ, ସ୍ଵାମୀ ସ୍ତ୍ରୀର ସମ୍ପର୍କଟା ପୂରାପୂରି ଲୋକ ଦେଖାଣିଆ, ଆଉ ମିଛିମିଛିକା ବାହାନା ବୋଲି କହିବାକୁ ଚାହାଁନ୍ତି ପ୍ରାୟ ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ଶାଶୁ ତାଙ୍କ ବୋହୂ ସମ୍ପର୍କରେ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଶାଶୂ ତାଙ୍କ ବୋହୂ ସମ୍ପର୍କରେ ସଦା ବିରକ୍ତି ପ୍ରକାଶ କରନ୍ତି । ସେ କହିଛନ୍ତି ଛତରଖାଇ, ଅଇଁଠା ଗୋଟେଇବାକୁ ବୋହୂ କରି ଆଣିଲି ଯେ, ତା’ର କୋଉ କଥାରେ ଚିନ୍ତା ନାହିଁ । ବାରବୁଲିକୁ ଘରକଥା କହିଲେ ଦାଣ୍ଡରେ ଯାଇ ନାଚିବ ।

(ଖ) “ସେଠି କାମ ପଡିବାନ” – ଏ ପ୍ରସଙ୍ଗରେ ଶାଶୁ କ’ଣ କହିଛନ୍ତି ?
Solution:
ବୋହୂ ସ୍କୁଲରେ କାମ ନାଁରେ ଅଧ‌ିକ ସମୟ ରହୁଛି । ଘରକୁ ଆସିଲେ କାଳେ କାମ କରିବାକୁ ପଡ଼ିବ, ସେଥ‌ିପାଇଁ ଏଭଳି କରୁଛି । ଶାଶୂ କହିଛି ସେଠାରେ କାମ ପଡ଼ିବନି, ତା’ ନ ହେଲେ ଘରଟା ଯାକର କାମ ପଡ଼ିବ ଓ ମହାରାଣୀ ଆମର ଚାକରାଣୀ ହୋଇଯିବେ ।

(ଗ) ହଇଲୋ ହେ ହେ କହି ଶାଶୁ ବୋହୁକୁ କ’ଣ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ହଇଲୋ ହେ …. ହେ … ଠାକୁରାଣୀ ସମାନ ଶାଶୂଟାର ତୁ ମରଣ ଚାହୁଁଛୁ । ଆଲୋ ତୋତେ ଦଇବ ସହିବ ଚ । ତୋ ମୁହଁକୁ ଟିକେ ଲାଜ ନାହିଁ । ଏଇମିତି ଅଲକ୍ଷଣିଆ କଥା କହିବାକୁ ତୋ ଜିଭ ଲେଉଟୁଛି । ହଁ ଲୋ ମା’ ମୁଁ ମଲେ ଯାଇ ଏ ଯୋଗିଣୀଖାଇଟାକୁ ସଜବାଜ ହେଇ ମଉଜ କରିବାକୁ ସୁଯୋଗ ମିଳିବ ପରା ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଘ) ‘‘ଭାରି ବଢ଼ି ବଢ଼ି କଥା କହୁଚୁ ତ’’ ଉତ୍ତରରେ ବୋହୂ କ’ଣ କହିଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ଭାରି ବଢ଼ି ବଢ଼ି କଥା କହୁଚୁ ତ’ ଉତ୍ତରରେ ବୋହୂ କହିଥିଲା, ଆଜିଯାଏ କେବେ କହିନଥୁଲି, ହେଲେ ଏଣିକି କହିବାକୁ ବାଧ୍ୟ ହେଲି । ତମେ ମତେ ଶାଶୂର ସ୍ନେହ ଦେଇଥିଲେ ମୁଁ ତୁମକୁ ବୋହୂର ଭକ୍ତି ଦେଖାଇଥା’ନ୍ତି । ତମେ ମତେ ଯାହା ଦେଇଚ, ମୋଠୁ ବି ଠିକ୍ ସେଇଆ ପାଇବ ।

(ଙ) ତାକୁ (ମୋତେ) ଡରାଣ ଦେଖେଇବେନି ବୋଲି ବୋହୂ ଶାଶୁକୁ କାହିଁକି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ବୋହୂ ପୁଅଠାରୁ କିଛି କମ୍ ରୋଜଗାର କରୁନି ଏବଂ ସବୁତକ ପଇସା ଘରକୁ ଆଣୁଛି । କିଛି ବାପାଭାଇଙ୍କୁ ଦେଉନାହିଁ, ସେଥ‌ିପାଇଁ ଡରାଣ ଦେଖେଇବେନି ବୋଲି ବୋହୂ ଶାଶୁକୁ କହିଛି ।

(ଚ) ‘‘ତମଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବ’’ର ଉତ୍ତରରେ ସ୍ତ୍ରୀ ସ୍ଵାମୀଙ୍କୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ତମଭଳି ଗୋଟେ ଲୋକଙ୍କୁ ନେଇ କେମିତି ଚଳିବି’ର ଉତ୍ତରରେ ସ୍ତ୍ରୀ ସ୍ଵାମୀଙ୍କୁ କହିଛି, ‘ମତେ ଛାଡ଼ି ଆଉ ଗୋଟାଏ ବାହା ହୋଇ ପଡ଼ୁନ – ଯିଏ ତୁମକୁ ସୁଖ ସରାଗ ଅଜାଡ଼ି ଦେଇ ଠିକ୍ ଚଳେଇ ପାରିବ । ସବୁକଥାକୁ ତମର ସିଧା ବୁଝିବ ।

(ଛ) କେଉଁ ଯୋଗ୍ୟତା ତାଙ୍କର ହେଇନି ବୋଲି ସ୍ତ୍ରୀ କହିଥିଲା ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସାଙ୍ଗରେ ବସି ଖାଇବା ପାଇଁ ମତେ ଆଗରୁ କେବେ ଡାକି ନ ଥୁଲ ବୋଲି ସ୍ତ୍ରୀ କହିଛି । ଅର୍ଥାତ୍ ସାଙ୍ଗରେ ବସି ଖାଇବାର ଯୋଗ୍ୟତା ତାଙ୍କର ହେଇନି ବୋଲି ସ୍ତ୍ରୀ କହିଥିଲା ।

(ଜ) କେଉଁ କଥା ଶୁଣି ତାଙ୍କ ମନ ଭାରାକ୍ରାନ୍ତ ହୋଇପଡ଼ିବ ବୋଲି ସ୍ଵାମୀ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଖାଇବାକୁ ସାଙ୍ଗରେ ଡାକିଲେ, ସାଙ୍ଗ ହୋଇ ଖାଇବ ନାହିଁ । ବରଂ ବିଭିନ୍ନ କଥା କହିବ । ତମ ସାଙ୍ଗରେ ଖାଇବାପାଇଁ ଯୋଗ୍ୟତା ହୋଇନି ବୋଲି କହିବ । ଏଭଳି ଉତ୍ତର ଶୁଣି ତାଙ୍କ ମନ ଭାରାକ୍ରାନ୍ତ ହୋଇ ପଡ଼ିବ ବୋଲି ସ୍ୱାମୀ କହିଛନ୍ତି ।

(ଝ) ଘରର ବାସିକାମ ନ ସରୁଣୁ କ’ଣ ଆରମ୍ଭ ହୋଇଯାଏ ବୋଲି କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଘରର ବାସି କାମ ନ ସରୁଣୁ ଆରମ୍ଭ ହୋଇଯାଏ ସ୍ଲୋଗାନ – ଆମର ଦାବି ପୂରଣ ହେଉ ଅନଶନ ପର୍ଯ୍ୟନ୍ତ । ସବୁକଥା ଏଇ ପରିବାରକୁ ନେଇ କହିଛନ୍ତି ।

(ଞ) ମା’ କାନ୍ଦି କାନ୍ଦି ପୁଅକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ କାନ୍ଦି କାନ୍ଦି ପୁଅକୁ କହିଛି, ଏତେ ସବୁ ଦହଗଞ୍ଜ ଭିତରେ ଘାଣ୍ଟି ହେବାଠୁ ମଝିରୁ ମୁଁ ହେଲେ ମରିଯା’ନ୍ତି କି ତ୍ରାହି ପାଇଯାଆନ୍ତି । ଖଟିବ ଖଟିବ ବୋଲି କ’ଣ ମଲା ଯାକେ ଖଟୁଥ‌ିବ ? ପୁନିଅଁ ନାଇଁ କି ପରବ ନାହିଁ, ଟିକେ ଯାଇ ଆସି ପାରିବିନି ।

(ଟ) ‘‘ମୁଁ ଆଉ କାହାକୁ କହିବି କହ’’ର ଉତ୍ତରରେ ମା’ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ମୁଁ ଆଉ କାହାକୁ କହିବି କହ’ ଉତ୍ତରରେ ମା’ କହିଛି, ‘ନା, ମୁଁ ଘରେ କେହି ନୁହେଁ, କିଛି ନୁହେଁ । ସବୁ ହେଉଚି ତୋର ଭାରିଯା । ଏ ଘରେ ମୁଁ ଅଛି ବୋଲି ଖଟୁଛି । ଦି’ଟାଯାକ ତମେ ରୋଜଗାର କରୁଚ ବୋଲି କାହାରି ଧନ ମୁଁ ବସି ବସି ଖାଇଯାଉନି ।

(o) ‘‘କୁଆଡ଼େ ଆଉ ଯିବି ମୁଁ”? – କେଉଁ ପ୍ରସଙ୍ଗରେ ଏହା କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ମା’ ଅଭିମାନରେ ପୁଅକୁ କହିଛି, ତା’କୁ ନେଇ କୌଣସି ମଠ କି ଆଶ୍ରମରେ ଛାଡ଼ି ଆସିବାକୁ । କାରଣ ବାପଘର କିମ୍ବା ଭାଇମାନଙ୍କଠାରୁ ସେ କୌଣସି ସ୍ନେହ ପାଇଲେ, ତେଣୁ ‘କୁଆଡ଼େ ଆଉ ଯିବି ମୁଁ’ ବୋଲି କହିଛନ୍ତି ।

(ତ) ‘‘ମୁଁ କ’ଣ ଜାଣିଥୁଲିରେ ପୁଅ’’ – କେଉଁ କଥା ମା’ ଜାଣି ନ ଥିଲା ବୋଲି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ‘ମୁଁ କ’ଣ ଜାଣିଥୁଲିରେ ପୁଅ, ମୋର ସେବା କରିବ ବୋଲି ଘରକୁ ଯାହାକୁ ବୋହୂ କରି ଆଣିଥୁଲି, ଶେଷରେ ସେଇ ଆସି ମୋ ମୁଣ୍ଡରେ ବସିଲା ବୋଲି କୁହାଯାଇଛି ।

(ଢ) ବୋହୂର ଭାତ ହଜମ କଥା ଶାଶୂ କାହିଁକି କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଶାଶୁ ବୋହୂକୁ ଆକ୍ଷେପ କରି କହିଛି, ଆଉ ତ କେହି ନାହାଁନ୍ତି । ମୋରି ସାଙ୍ଗରେ ବଜର ବଜର ନ ହେଲେ କି ତୋ’ର ଭାତ ହଜମ ହଉଚି ?’ ବୋଲି ଶାଶୁ କହିଛି ।

(ଣ) ବୋହୂଟି ତା’ ଭାଇ ସମ୍ପର୍କରେ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂଟି ତା’ ଭାଇ ସମ୍ପର୍କରେ କହିଛି, କଟା ଘା’ରେ ଚୂନ ଦେଲା ଭଳି ଭାଇଟା କହୁଚି, ତୋ ଅଭାବ ଅସୁବିଧା ତୁ ତୋ ବରକୁ ଜଣା । ସେ ଯାହା କରିବ, ଆମେ କିଛି କରିପାରିବୁ ନାହିଁ ।

(ଥ) କେଉଁ ପାପଚିନ୍ତା କରିବା ଭଲ ନୁହେଁ ବୋଲି ବୋହୂ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍କୁଲରେ ଥିବା କେତେ ଜଣ ମାଷ୍ଟ୍ରାଣୀ ବାହା ନ ହୋଇ ଏକୁଟିଆ ରହୁଛନ୍ତି । ତାହା ବୋଲି ସେମାନଙ୍କର କ’ଣ ମାନ ମହତ ନାହିଁ । ସେମାନଙ୍କୁ କେହି ଚରିତ୍ରହୀନା କିମ୍ବା କୁଳଟା କହୁନାହାଁନ୍ତି । ସେମାନଙ୍କ ସମ୍ପର୍କରେ ପାପଚିନ୍ତା କରିବା ଭଲ ନୁହେଁ ବୋଲି ବୋହୂ କହିଛି ।

(ଦ) ବୋହୂଟି କୋହଭରା କଣ୍ଠରେ ତା’ ଶାଶୁକୁ କ’ଣ କହିଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ବୋହୂଟି କୋହଭରା କଣ୍ଠରେ ତା’ ଶାଶୁକୁ କହିଛି, ସେ କେବଳ ପୁଅ କୁନା ବି ତା’ ସଙ୍ଗରେ ରହିବାକୁ ବାଧ୍ୟ ହେଉଛି । କାରଣ ଅବଳା ଗୋଟିଏ ପୁରୁଷର ସାହାରା ଦରକାର । ଶାଶୂର ଗଞ୍ଜଣା ଭାବରେ ମାନ ମହତ ନେଇ ବଞ୍ଚିବାକୁ ହେଲେ ସାଙ୍ଗକୁ ବରର ଗାଳିମାଡ଼ ଖାଇ ସେ ଆଉ କଣ୍ଠରେ ତା’ ଶାଶୁକୁ କ’ଣ କହିଛି |

(ଧ) ସେ କ’ଣ ଦେଖୁଛନ୍ତି ଏବଂ ସେଥ‌ିପାଇଁ କ’ଣ କରିବାକୁ ହେବ ବୋଲି ସ୍ଵାମୀ ସ୍ତ୍ରୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ୱାମୀ ଦେଖୁଛନ୍ତି ଝଗଡ଼ା କରିବାକୁ ସ୍ତ୍ରୀଙ୍କୁ ରାତିଦିନ କିଛି ଅଣ୍ଡୁ ନାହିଁ । ସେଥିପାଇଁ ସ୍ଵାମୀ ପରାମର୍ଶ ଦେଇ ସ୍ତ୍ରୀଙ୍କୁ କହୁଛନ୍ତି, ଟିକେ ନିଜ ଆଡୁ ନରମିଗଲେ ରାମାୟଣ ଅଶୁଦ୍ଧ ହୋଇଯିବ ନାହିଁ ।

(ନ) କେମିତି ଏକାଥରକେ ସବୁ ସମସ୍ୟାର ସମାଧାନ ହୋଇଯା’ନ୍ତା ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି, ମତେ କହିପାରୁଚ, ହେଲେ ନିଜ ମା’ଙ୍କୁ କହୁନ – ଯେମିତି କିଛି କାମ ନ କରି ହାତଗୋଡ଼ ଜାକି ବସିଛନ୍ତି, ଠିକ୍ ସେମିତି ପାଟି ମୁହଁ ବନ୍ଦ କରି ଚୁପ୍‌ଚାପ୍ ବସି ରହନ୍ତେ, ଏକାଥରକେ ସବୁ ସମସ୍ୟାର ସମାଧାନ ହୋଇଯା’ନ୍ତା ବୋଲି ସ୍ତ୍ରୀ ସ୍ଵାମୀଙ୍କୁ କହିଛନ୍ତି |

(ପ) ସ୍ଵାମୀଙ୍କୁ ଗୋଟାଏ ଜିହ୍ୱାର ଲୋକ କହି ସ୍ତ୍ରୀ ତାଙ୍କୁ କ’ଣ ପଚାରିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀଙ୍କୁ ଗୋଟାଏ ଜିର ଲୋକ କହି ସ୍ତ୍ରୀ ତାଙ୍କୁ ପଚାରିଛନ୍ତି, ‘କେବେହେଲେ ତମେ ଗୋସେଇଁ ମା’ କୋଳରେ ନାତିକୁ ଦେଖିନାହଁ, ପୁନଶ୍ଚ ଛୁଆଟା ମୋର ଏଡ଼େ ଅଭାଗା ଯେ ବାପର ସ୍ନେହ ବି କେବେ ଟିକେ ପାଇଲାନି ।

(ଫ) ଯଦି ଭବିଷ୍ୟତରେ ତା’ ପୁଅ ବୋହୂ ତାଙ୍କୁ ଅବହେଳା କରନ୍ତି, ତେବେ କରୁଣା କ’ଣ କରିବେ ବୋଲି ସ୍ଵାମୀଙ୍କୁ କହିଛନ୍ତି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ଯଦି ଭବିଷ୍ୟତରେ ତା’ ପୁଅ ବୋହୂ ତାଙ୍କୁ ଅବହେଳା କରନ୍ତି, ତେବେ କରୁଣା ନିଜ ମନକୁ ବୁଝାଇ ଭାବିନେବେ, ଜୀବନଟାକୁଇ ଖାଲିଟାରେ ବିତେଇ ଦେଇଚି, ଭାଗ୍ୟରେ ମୋର ସୁଖ ବୋଲି କିଛି ନାହିଁ । ସେମାନଙ୍କର ହସ ଖୁସି ଦେଖି ମୋ’ ହଜିଲା ଦିନର ଦୁଃଖ ଶୋକର ବୋଝକୁ ଟିକେ ହାଲୁକା କରିବି ବୋଲି ସ୍ଵାମୀଙ୍କୁ କହିଛନ୍ତି ।

(ବ) କେଉଁ କଥାଟା ଏକଦମ୍ ସ୍ପଷ୍ଟ ବୋଲି କୁହାଯାଇଛି ?
Solution:
‘ସୀମିତ ସମ୍ପର୍କ’ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ଏହା ଉଲ୍ଲେଖ କରିଛନ୍ତି । ସ୍ଵାମୀ-ସ୍ତ୍ରୀ ସମ୍ପର୍କକୁ ନେଇ ଏଭଳି ଅଭିମତ ଦେଇଛନ୍ତି । ସ୍ଵାମୀ-ସ୍ତ୍ରୀ ସମ୍ପର୍କରେ ବାହାନାଟା ବେଶି ଏବଂ ସମ୍ପର୍କଟା କମ୍ ଏକଦମ୍ ସ୍ପଷ୍ଟ । ଯେଉଁଟାକୁ ନିତାନ୍ତ ନିରୁପାୟ ବୋଲି କହିଲେ ଅଧ୍ଵକ ଠିକ୍ ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :

Question 3.
(କ) ‘ଆମର ସମ୍ପର୍କରେ ବାହାନା ବୋଲି, ସମ୍ପର୍କ କମ୍’’ – ପଠିତ ଏକାଙ୍କିକାଟିରୁ ଉକ୍ତିଟିର ସତ୍ୟତା ବୁଝାଅ ।
Solution:
‘ଆମର ସମ୍ପର୍କରେ ବାହାନା ବେଶି, ସମ୍ପର୍କ କମ୍’ ଉକ୍ତିଟି ନାଟ୍ୟକାର କାର୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ ରହିଥିବା ତିକ୍ତ ସମ୍ପର୍କକୁ ସ୍ପଷ୍ଟ କରାଇଛନ୍ତି । ପାରିବାରିକ ଜୀବନରେ ସମ୍ପର୍କ ହିଁ ମୂଳ । ସମ୍ପର୍କ ଯଦି ମଧୁର ହୁଏ, ତାହେଲେ ସୁଖ ମିଳିନଥାଏ । ନାଟ୍ୟକାର କରୁଣା ମାଧ୍ୟମରେ ସମ୍ପର୍କକୁ ସୀମିତ ନ କରି ବ୍ୟାପକ କରିବାକୁ କହିଛନ୍ତି । ପତ୍ନୀ କରୁଣା କର୍ମଜୀବୀ ମହିଳା । ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାମ କରେ । ସ୍ଵାମୀ ତା’ର ଚାକିରି କରନ୍ତି । ତା’ର ତିନିବର୍ଷର ପୁଅ ରହିଛି । ସବୁକିଛି ରହିଥିଲେ ବି ସେ ପାରିବାରିକ ଜୀବନରେ ବେଶ୍ ଅସହାୟ ।

ଶାଶୁ କୌଣସି ସମୟରେ ତାକୁ ପଦେ କଅଁଳ କଥା କହନ୍ତି ନାହିଁ । ସବୁବେଳେ ଟାଣ ଟାଣ କଥା କହନ୍ତି । ଏପରିକି ଚରିତ୍ରକୁ ନେଇ ଆକ୍ଷେପ କରନ୍ତି । କରୁଣା ସହି ସହି ଶେଷରେ ଶାଶୂ ମୁହଁରେ ଜବାବ ଦେଇଛି । ଫଳରେ ଶାଶୂର ପଦେ କି, ବୋହୂର ପଦେ ଜବାବ୍ ସୁଆଲ ଚାଲେ । କରୁଣାର ସ୍ୱାମୀ, କୌଣସି ସମୟରେ ପତ୍ନୀର ଓ ମା’ ଝଗଡ଼ାକୁ ସମାଧାନ କରିପାରନ୍ତି ନାହିଁ । କେବଳ ପତ୍ନୀ କରୁଣାକୁ ବୁଝେଇବାକୁ ଚେଷ୍ଟା କରନ୍ତି । ମା’ ସମ୍ପର୍କରେ ବା ମା’ ବିରୁଦ୍ଧରେ କୌଣସି ପଦେ କଥା ଶୁଣିବାକୁ ଚାହାଁନ୍ତି ନାହିଁ ।

ଏକାଙ୍କିକାର ଶେଷ ପର୍ଯ୍ୟାୟରେ କରୁଣା ଭୟଙ୍କର ଭାବରେ ସ୍ଵାମୀ ଉପରେ ଅସନ୍ତୁଷ୍ଟ ହୋଇଛି । ସେ ସିଧାସିଧ ସ୍ଵାମୀଙ୍କୁ ଆକ୍ଷେପ କରି କହିଛି, ‘ମୁଁ କେବଳ ପୁଅ ପାଇଁ ବଞ୍ଚୁଛି । ନିଜ ପୁଅ ପାଇଁ ତମ ନାଁରେ ଲୋକ ଦେଖାଣିଆ ଆଶ୍ରୟ ଚାହେଁ । ସେଥ‌ିପାଇଁ ତୁମକୁ ମନ ଭିତରେ ଘୃଣା କଲେ ବି, ସ୍ଵାମୀଙ୍କ ନିକଟରେ ପତ୍ନୀ ଭାବରେ ମୁଣ୍ଡ ପୋତି ପଡ଼ି ରହିବି । କାରଣ ବର୍ତ୍ତମାନର ସମାଜ ସ୍ବାମୀ ବିନା ମର୍ଯ୍ୟାଦାର ସହିତ ବଞ୍ଚିବାକୁ ଦେବନି ।’’ କରୁଣାର ଏଭଳି ଆକ୍ଷେପରେ ସ୍ଵାମୀ ଗୋବର୍ଦ୍ଧନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏତେ ଦିନର ସ୍ଵାମୀ-ସ୍ତ୍ରୀର ସମ୍ପର୍କଟା ପୂରାପୂରି ଲୋକ ଦେଖାଣିଆ ମାନି ନେବାକୁ ସେ ପ୍ରସ୍ତୁତ ନୁହଁନ୍ତି । କରୁଣା ସ୍ଵାମୀଙ୍କୁ ଦୃଢ଼ ଭାବରେ କହିଛି, ସତଟାକୁ ଯେତେ ଘୋଡ଼େଇଲେ ବି ସତଟା ନିଶ୍ଚୟ ପ୍ରକାଶ ପାଇବ । କାରଣ ସେମାନଙ୍କର ସମ୍ପର୍କରେ ବାହାନା ବେଶି । ସେମାନେ କେବଳ ସ୍ଵାମୀ-ସ୍ତ୍ରୀ ହୋଇ ରହିଛନ୍ତି । କିନ୍ତୁ କୌଣସି ସମୟରେ ପତି ପତ୍ନୀଙ୍କର ନିରୁତା ପ୍ରେମ ବା ଭଲ ପାଇବା ଦେଖିବାକୁ ମିଳିନାହିଁ । ସମ୍ପର୍କଟା କେବଳ ଉପରଠାଉରିଆ । ବାସ୍ତବରେ ଏହି ସଂଳାପରୁ ଏକାଙ୍କିକାର ସାମଗ୍ରିକ ରୂପକୁ ଆକଳନ କରିହୁଏ ।

(ଖ) ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଶାଶୁ-ବୋହୂଙ୍କ ସମ୍ପର୍କ କିପରି ଥିଲା ଆଲୋଚନା କର ।
Solution:
ଶାଶୁ-ବୋହୂର ସମ୍ପର୍କ ଏକ ଆପେକ୍ଷିକ ସମ୍ପର୍କ । କାରଣ ଆଜି ଯେ ଶାଶୂ ଗତକାଲି ସେ ବୋହୂ ଥିଲା ଏବଂ ଆଜି ଯେ ବୋହୂ ଆସନ୍ତାକାଲି ସେ ଶାଶୂ ହେବ । ତଥାପି ଶାଶୂ ସବୁବେଳେ ବୋହୂ ଉପରେ ଆଧୂପତ୍ୟ ବିସ୍ତାର କରିବାକୁ ଚାହେଁ । ପୁଅର ମା’ ହିସାବରେ ତା’ ମନରେ ସବୁବେଳେ ଗର୍ବ ଥାଏ । ଅପରପକ୍ଷରେ ବୋହୂ ଯେହେତୁ ଅନ୍ୟ ଘରୁ ଆସିଛି, ତେଣୁ ସେ ପ୍ରଥମେ ପ୍ରଥମେ ଡରି କରି ଚାଲେ । ଶାଶୂର ଆଦେଶକୁ ଇଚ୍ଛା ବିରୁଦ୍ଧରେ ମାନେ । ମାତ୍ର ବୋହୂ ପୁରୁଣା ହୋଇଗଲେ ଶାଶୁ କଥାକୁ ସବୁବେଳେ ମାନେ ନାହିଁ ।

ଶାଶୁ ଯେତେବେଳେ ବୋହୂର ବାପଘର କଥା ନେଇ ଆକ୍ଷେପ କରେ, ସେତେବେଳେ ବୋହୂର ତୁଣ୍ଡ ଖୋଲେ । ପଦେକୁ ପଦେ କଥା ପଡ଼େ । ଶେଷରେ ମହାସମରର ସୂତ୍ରପାତ ହୁଏ । ଶାଶୁ- ବୋହୂର ସମ୍ପର୍କ ଶତ୍ରୁ ଶତ୍ରୁର ସମ୍ପର୍କ ହୁଏ । ଆଲୋଚ୍ୟ ଏକାଙ୍କିକାରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ରେ ଏକାଙ୍କିକାର ପ୍ରଥମ ପର୍ଯ୍ୟାୟରେ ଶାଶୂ ଚାଉଳରୁ ଗୋଡି଼ ବାଛୁଚି ଏବଂ ନିଜର ବିରକ୍ତି ଭାବକୁ ପ୍ରକାଶ କରୁଛି । ଏହି ସମୟରେ ସ୍କୁଲରେ ଶିକ୍ଷୟିତ୍ରୀ ବୋହୂ ଘରକୁ ଫେରିଛି ।

ବୋହୂକୁ ଦେଖୁ ଦେଖୁ, ବୋହୂର ସାମାନ୍ୟ ବିଳମ୍ବକୁ ଛଳେଇ କହିଛି ଶାଶୂ । ସ୍କୁଲରୁ କାମ କରି ଆସିଥିବା ବୋହୂ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ଶାଶୁ ବୁଝିନାହିଁ । ଶାଶୁ କହିଛି – ‘ଘରକାମ କଲେ ମହାରାଣୀ ଆମର ଚାକରାଣୀ ହୋଇଯିବେ । ତା’ ସାଙ୍ଗକୁ ସୁନା ଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ । ବୋହୂ ପ୍ରଥମେ ସହିଗଲେ ବି ବାରମ୍ବାର ଏଭଳି କଥାଶୁଣି କଥା ପାଖକୁ କଥା କହିଛି । ବୋହୂ କହିଛି ‘‘ତମେ ମତେ ଶାଶୂର ସ୍ନେହ ଦେଇଥିଲେ ମୁଁ ତୁମକୁ ବୋହୂର ଭକ୍ତି ଦେଖେଇଥା’ନ୍ତି । ତମେ ମତେ ଯାହା ଦେଇଚ, ମୋଠୁ ଠିକ୍ ସେଇଆ ପାଇବ । X x x x x ସାଇପଡ଼ିଶା କାହାକୁ ଅଛପା ଅଛି ଯେ କହିଲେ ଜାତି ପଳେଇବ । ମୁଁ ତୁମ ପୁଅଠୁ କିଛି କମ୍ ରୋଜଗାର କରୁନି । ସବୁତକ ପଇସା ଆଣି ଏ ଘରେ ଇ ଅଜାଡ଼ି ଦେଉଚି ।’’ ବୋହୂର ଆକ୍ଷେପ ଶାଶୂ ପାଖରେ ଅସହ୍ୟ ହୁଏ । ଶାଶୁ ପୁରୁଣା ଦିନର ନଥ୍ ଖୋଲେ । ବିନା ଯଉତୁକରେ ବିବାହ ହୋଇଥିବାର କଥା କହେ । ପାଠୋଇ ଝିଅ ହିସାବରେ ଯଉତୁକର ଆବଶ୍ୟକତା ନ ଥିଲା ବୋଲି ବୋହୂ କହେ । ଏକାଙ୍କିକାର climaxରେ ପୁଣି ଶାଶୂ ବୋହୂଙ୍କୁ ଦେଖିବାକୁ ମିଳିଛି ।

ଶାଶୂ ଏଣୁତେଣୁ କହିଲାବେଳେ ବୋହୂ ଦୁଃଖ ପ୍ରକାଶ କରିଛି । ସାଂସାରିକ ଜୀବନର ବିଫଳତା ନେଇ କାନ୍ଦି ପକାଇଛି । ଶାଶୂଠାରୁ ବୋହୂ କୌଣସି ପ୍ରକାର ସହାନୁଭୂତି ପାଇନାହିଁ । ବରଂ ଶାଶୂ ବୋହୂକୁ ଆହୁରି ବିରକ୍ତିକର କଥା କହିଛି । ‘‘ଚାକିରୀ କରିଚୁ ବୋଲି ପରପୁରୁଷଙ୍କ ସାଙ୍ଗରେ ମିଶୁଚୁ କିନା, ସେଥ‌ିପାଇଁ ଏତେ ବଡ଼ ବଡ଼ ଫୁଟାଣି କଥାଗୁଡ଼ାଏ କହିବାକୁ ସାହସ ହେଉଛି ।’’ ଶାଶୂର ଏଭଳି କଥାରେ ବୋହୂ ଅସହାୟ ହୋଇପଡ଼ିଛି । ଏକାଙ୍କିକାରେ ଶାଶୁ-ବୋହୂର ସମ୍ପର୍କ ଅତି ସୀମିତ, ଯେଉଁଥରେ କାହାରି କାହାରି ପ୍ରତି ଆନ୍ତରିକତା ନାହିଁ । (ଗ) ପଠିତ ଏକାଙ୍କିକାରୁ ‘ଶାଶୂ’ର ଚରିତ୍ର ଚିତ୍ରଣ କର । ଆମ ସମାଜରେ ଶାଶୂର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଝିଅଟିଏ ବିବାହ କଲାପରେ ଶାଶୁ ଘରକୁ ଯାଏ। ଶାଶୂ ଅଧୀନର ଘରକୁ ଯାଏ । ମାଆଟିଏ ପୁଅ ବଡ଼ ହେବା ସଙ୍ଗେ ସଙ୍ଗେ ଅନେକ ସ୍ଵପ୍ନ ଦେଖେ । ପୁଅ ବିବାହ କରିବ । ବୋହୂ ଆଣିବ ।

ବୋହୂ ଆଣିଥିବା ଧନରତ୍ନ, ଯାନି ଯଉତୁକରେ ଘର ପୂରିଯିବ । ଅନେକ ସମୟରେ ଦେଖାଯାଏ, ବୋହୂ ଆସେ ହେଲେ, ଘରକୁ ଧନ ଆସେ ନାହିଁ । ସେଥ‌ିପାଇଁ ମା’ ମନରେ ରୋଷ ହୁଏ । ସେ ମା’ରୁ ଶାଶୂ ପାଲଟିଯାଏ । ବୋହୂକୁ ଆକ୍ଷେପ କରି କହେ । ପୁଅର ସରଳତାକୁ ନେଇ ଶାଶୁ ଆହୁରି ପ୍ରତାପଶାଳୀ ହୁଏ । ବୋହୂର କୌଣସି ସମୟରେ ସୁଖ ସୁବିଧା ଦେଖିପାରେ ନାହିଁ । ସମୟକ୍ରମେ ଶାଶୁ-ବୋହୂଙ୍କ କଥା କଟାକଟି ମହାସମରର ରୂପ ନିଏ । ପାରିବାରିକ ଜୀବନରେ ସୁଖ ସୁବିଧା ପାଶୋରି ଯାଏ । ଆଲୋଚ୍ୟ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ, ଅନୁରୂପ ଚିନ୍ତାଧାରାକୁ ନେଇ, ଶାଶୁ ସ୍ନେହମୟୀର ପରିକଳ୍ପନା କରିଛି ।

ଶାଶୂ ସ୍ନେହମୟୀ, ମାତ୍ର ମନରେ ବୋହୂ ପ୍ରତି ସାମାନ୍ୟ ସ୍ନେହ ପ୍ରେମ ନାହିଁ । ସବୁବେଳେ ବୋହୂକୁ ଆକ୍ଷେପ । ବୋହୂ କେତେବେଳେ ଗଲା, ଅଇଲା, ସବୁ ନଜର ରଖିଥାଏ । କଥା କଥାକେ କଥାର ଛୁରୀ ଚଳାଇ ଦିଏ, ଯେପରି ବୋହୂ ଦେହରୁ ମାଉଁସ ଝଡ଼ି ପଡ଼ିବ । କଥାରେ ବୋହୂର ହୃଦୟ ଭାଙ୍ଗିଦିଏ । ମନ ଊଣା କରିଦିଏ । ଏକାଙ୍କିକାର ଆରମ୍ଭରେ ସ୍ନେହମୟୀର ପରିଚୟ ନାଟ୍ୟକାର ଦେଇଛନ୍ତି । ଏକାଙ୍କିକାର ସେ ପ୍ରଥମ ଚରିତ୍ର । ବୟସ ପ୍ରାୟ ପଞ୍ଚାବନ ବର୍ଷ ।

ସ୍ଵାମୀ ତାଙ୍କର ଥିଲେ କରନ୍ତି । ଏପରିକି କାମ କରୁଥିଲାବେଳେ ମଧ୍ୟ ତାଙ୍କର ପାଟି ଚାଲିଥବ । ଯେପରି ଚାଉଳରୁ ଗୋଡ଼ି ବାଛୁଛନ୍ତି, ହେଲେ, କହୁଛନ୍ତି, ‘ନିଆଁଲଗା ଚାଉଳର ଚୁଲିପଶା ଗୋଡି଼ତକ ବାଛୁ ବାଛୁ ବେଳ ଗଡ଼ିଗଲା ।’ ବୋହୂ ନ ଥିଲେ ମଧ୍ୟ ବୋହୂ ଉଦ୍ଦେଶ୍ୟରେ ‘‘ଛତରଖାଇ, ଅଇଁଠା ଗୋଟେଇବାକୁ ବୋହୂ କରି ଆଣିଲି ଯେ, ତାକୁ କୋଉ କଥାକୁ ହେଲେ ଲଗା ଅଛି ନା ପଘା ଅଛି ? ବାରବୁଲୀକୁ ଘରକଥା କହିଲେ, ଦାଣ୍ଡରେ ଯାଇ ନାଚିବ।’’

ବୋହୂ ଚାକିରି କରିଥୁବାରୁ, ସ୍କୁଲରୁ ଫେରି ଶାଶୁକୁ ସ୍ନେହରେ ସମ୍ବୋଧନ କଲେବି ଶାଶୂ ଆକ୍ଷେପମୂଳକ କଥା କହିଛି । ବୋହୂ ପ୍ରତି ନାନା ପ୍ରକାର ବିଷ ଉଦ୍‌ଗାରିଲା ପରି କଥା କହିଛି, ଯେପରି – ‘ମହାରାଣୀ ଆମର ଆସିଗଲେ ।’’ X X X X X ‘‘ଘର କାମ କଲେ ମହାରାଣୀ ଆମ ଚାକରାଣୀ ହୋଇ ଯିବେନି ? ତା’ ସାଙ୍ଗକୁ ପୁଣି ସୁନାଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ ?”’ ‘ହଁ, ଲୋ ମା’ ମୁଁ ମଲେ ଯାଇ ଏ ଯୋଗିଣୀଖାଇଟାକୁ ସଜବାଜ ହୋଇ ମଉଜ କରିବାକୁ ସୁଯୋଗ ମିଳିବ ।’’ ବୋହୂ କିଛି ନ କହିଲେ ଶାଶୁ ଏହିପରି କଥା କହେ । ବୋହୂ ଯେତେବେଳେ ଅସହ୍ୟ ହେଲେ କଥାର ଜବାବ ଦିଏ, ଶାଶୁ ଆହୁରି ରାଗିଯାଏ, ପୁରୁଣା କଥାକୁ ଖୋଲି କହେ । ଯାନି ଯଉତୁକ ଆଣିନି ବୋଲି ଖୁଣ୍ଟା ଦିଏ । ବୋହୂର ବାପା ଭାଇଙ୍କ ନାଁ ନେଇ ବାରକଥା କହେ । ଶେଷରେ ବୋହୂର ଚରିତ୍ର ସଂହାର କରିବାକୁ ମଧ୍ୟ ପଛାଏ ନାହିଁ । ଛଳେଇ କହେ, ‘‘ଆହାଲୋ, ମୋ ସତୀ ଶିରୋମଣି । ପୂର୍ବଜନ୍ମରେ ସତେ ଯେମିତି ତୁଇ ଏକ ସୀତା-ସାବିତ୍ରୀ ହୋଇ ନାଟ୍ୟକାର ଏହିଭଳି ଶାଶୂ ଚରିତ୍ର ଚିତ୍ରଣ କରି, ଶାଶୁମାନଙ୍କ ହୀନ ମାନସିକତାକୁ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି ।

(ଘ) ‘‘ଆମର ସମ୍ପର୍କଟା ଯେକୌଣସି ଗୋଟିଏ ନାଟକର ଅଭିନୟଠୁ ବଳି ବେଶି ସୁନ୍ଦର’’ – ପଠିତ ଉକ୍ତିଟିର ମର୍ମ ବୁଝାଅ ।
Solution:
ନାଟ୍ୟକାର କାର୍ତ୍ତିକ ଚନ୍ଦ୍ରଙ୍କ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟକରେ ବୋହୂ/ସ୍ତ୍ରୀ/କରୁଣା ମୁହଁରେ ଏହା କହି, ସେମାନଙ୍କର ପାରିବାରିକ ସମ୍ପର୍କ କେତେ ସୀମିତ ତାହା ସ୍ପଷ୍ଟ କରାଇଛନ୍ତି । ନାରୀ ଓ ପୁରୁଷ ପତି-ପତ୍ନୀ ଭାବରେ କନ୍ୟାଟିକୁ, କନ୍ୟାପିତା ବର ହାତରେ ଦେଲାବେଳେ, ଝିଅର ଦଶଦୋଷ କ୍ଷମା କରିବାକୁ କହେ । କନ୍ୟା କେବଳ ବରର ସ୍ନେହ ପ୍ରେମକୁ ନେଇ ସଂସାର କରିବାର ସ୍ଵପ୍ନ ଦେଖେ । ବର ପାଇଁ ବରଘରର ସମସ୍ତଙ୍କୁ ଭଲ ପାଇବାକୁ ଚେଷ୍ଟା କରେ । ସିନା, ପତ୍ନୀର ବାସ୍ତବ ମାନସିକତା ବୁଝିନଥାଏ । ଫଳରେ ପତ୍ନୀ ମାନସିକ ସ୍ତରରେ ପତିକୁ ଘୃଣା କରେ । ପତ୍ନୀ ଭାବରେ ସେ ଅଭିନୟ କଲାଭଳି ବ୍ୟବହାର ପ୍ରଦର୍ଶନ କଲେ, ସେ ବାସ୍ତବ ଜୀବନରେ ସ୍ଵତନ୍ତ୍ର ଥାଏ ।

ନିଜ ପୁଅ କୁନା ସମ୍ପାଦନ କରିଛି । ମାତ୍ର ଏତେ କାମ କଲେ ବି ସ୍ଵାମୀଠାରୁ ଯେତିକି ସ୍ନେହ ଆଦର ପାଇବା କଥା, ସେତିକି ପାଇନାହିଁ । ଶାଶୂର କଟୁକଥା ସେ ସ୍ଵାମୀ ଆଗରେ କହିଲେ, ସ୍ଵାମୀ ସେସବୁ ଶୁଣିବାକୁ କୌଣସି ସମୟରେ ପ୍ରସ୍ତୁତ ହୋଇନାହାଁନ୍ତି । ବରଂ ସବୁକିଛି ସହିଯିବାକୁ ପରାମର୍ଶ ଦେଇଛନ୍ତି । କରୁଣା ପାଇଁ ବ୍ୟସ୍ତ ହୋଇଛି । ଏଭଳି ପରିବେଶରୁ ବାହାର କରିନେବାକୁ ଚାହିଁଛି, ହେଲେ ସେ ତାହା ସବୁ ରାଗ ସ୍ଵାମୀ ଉପରେ ଶୁଝାଇଛି । ବିରକ୍ତି ପ୍ରକାଶ କରି କହିଛି – ‘ମୁଁ ଜାଣେ, ଆମ ସମ୍ପର୍କଟା କରିପାରି ନାହିଁ । ବରଂ ଖାଲି ଗୋଟାଏ ବାହାନା । ଆଜି ବି ମୁଁ ବୁଝିଚି, ତମେ ନିଜ ମା’ ପାଇଁ ସ୍ତ୍ରୀ ନାଁରେ ଗୋଟିଏ ଚାକରାଣୀ ରଖିବାକୁ ଚାହୁଁ, ଯେ କି ଗାଈ ଭଳି ମୂକ ହୋଇଥବ । ଆଉ ମୁଁ ବି ନିଜ ପୁଅ ପାଇଁ ତମ ନାଁରେ ଲୋକଦେଖାଣିଆ ଆଶ୍ରୟ ଚାହେଁ । ଆଉ ସେଥ‌ିପାଇଁ ମୁଁ ତୁମକୁ ଘୃଣା କଲେ ବି, ତମ ସହ ତଥାକଥିତ ପତ୍ନୀତ୍ଵ ଜାହିର କରି ମୁଣ୍ଡ ପୋତି ଏଇଠି ପଡ଼ିରହିଛି ।’’

ସ୍ଵାମୀ ସ୍ତ୍ରୀକୁ ନ ବୁଝାଇ ବରଂ ସ୍ତ୍ରୀ କଥାକୁ ଆହୁରି ଦୋହରାଇଛି । ଫଳରେ ସ୍ତ୍ରୀ ସ୍ଵାମୀକୁ ଆକ୍ଷେପ କଲାଭଳି କହିଛି, ସେମାନଙ୍କ ସମ୍ପର୍କ ଯେ ମିଛ ସମ୍ପର୍କ, ତାହାକୁ ବୁଝାଇ ଦେଇଛି । କାରଣ ସତଟାକୁ ଯେତେ ଘୋଡ଼େଇଲେ ବି ସତଟା ଆପେ ଆପେ ଫୁଟି ବାହାରି ପଡ଼ିବ । ଫଳରେ ସେମାନଙ୍କର ସମ୍ପର୍କରେ ବାହାନା ବେଶି ଏବଂ ସମ୍ପର୍କ କମ୍ । ଯୋଉଟାକୁ ନିତାନ୍ତ ନିରୁପାୟ କହିଲେ ଅଧ୍ବକ ଠିକ୍ ହେବ । ସ୍ଵାମୀ ସ୍ତ୍ରୀ ହିସାବରେ ସେମାନେ ଗୋଟିଏ ଛାତ ତଳେ, ଏକାଠି ମିଳିମିଶି ରହିଲେ ବି, ସେମାନଙ୍କ ମନ ବହୁ ଦୂରରେ । କାହାର କେହି କାହାରି ସୁଖଦୁଃଖରେ ସହାୟ ହେବାକୁ ଚାହାଁନ୍ତି ନାହିଁ । ନାଟକରେ ନ ଥାଏ । ଏଠାରେ କରୁଣା ବିରକ୍ତି ଓ କ୍ରୋଧ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେଇଛି । ନାଟ୍ୟକାର ଶ୍ରୀଯୁକ୍ତ ରଥ ସ୍ଵାମୀ-ସ୍ତ୍ରୀ ସମ୍ପର୍କକୁ ସୀମିତ କରି ଦେଖାଇବାକୁ ଯାଇ ଏଭଳି ଉକ୍ତି ପ୍ରକାଶ କରିଛନ୍ତି ।

CHSE Odisha Class 11 Odia Solutions Chapter 12 ସୀମିତ ସମ୍ପର୍କ

(ଡ) ପଠିତ ଏକାଙ୍କିକାରୁ କରୁଣାଙ୍କ ପାରିବାରିକ ସମସ୍ୟା ଉପରେ ଆଲୋକପାତ କର ।
Solution:

“ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।’’

ଏଥିରୁ ସ୍ପଷ୍ଟ ହୁଏ ଯେ, ପାରିବାରିକ ଜୀବନରେ ପରସ୍ପର ସ୍ନେହ, ପ୍ରେମ ହିଁ ସ୍ଵର୍ଗୀୟ ସୁଖ ଦେଇଥାଏ । ଟଙ୍କାପଇସା, ଚାକିରୀ ପଦପଦବୀ ପାରିବାରିକ ଜୀବନକୁ ମଧୁମୟ କରେ ନାହିଁ । ପରସ୍ପର ପ୍ରତି ଭୁଲ ବୁଝାମଣା, ଅନ୍ୟର ମନକୁ ବୁଝିବାରେ ଅଭାବ ହିଁ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ ‘ସୀମିତ ସମ୍ପର୍କ’ରେ ସେହି ଭାବକୁ, ଅର୍ଥାତ୍ କରୁଣାର ପାରିବାରିକ ଜୀବନର ଥ‌ିବା ସମସ୍ୟାକୁ ବିଭିନ୍ନ ଦୃଷ୍ଟିକୋଣରୁ ସହଯୋଗୀ ଚରିତ୍ରମାନଙ୍କ କରୁଣାର ପ୍ରଥମ ସମସ୍ୟା, ସେ ଜଣେ କର୍ମଜୀବୀ । କର୍ମଜୀବୀ ରୂପରେ ସେ ସ୍କୁଲରେ ଶିକ୍ଷୟିତ୍ରୀ ଭାବରେ ଛାତ୍ରଙ୍କୁ ପାଠ ପଢ଼ାଏ । ଠିକ୍ ସମୟରେ ସ୍କୁଲ ଯାଏ ଓ ଅପରାହ୍ନକୁ ଘରକୁ ଫେରେ । ଘରକୁ ଫେରିଲେ, ସେ ଆଉ ଶିକ୍ଷୟିତ୍ରୀ ହୋଇନଥାଏ । ସେ ହୋଇଯାଏ ମୁଖରା ଶାଶୂର ବୋହୂ । ତେଣୁ ସ୍କୁଲରୁ ଫେରୁ ଫେରୁ ତା’ କାନ ପାଖକୁ ସିଧାସିଧ୍ ଅନେକ କଥା ଅକଥା ଚାଲିଯାଏ। ଶାଶୁକୁ ସେ ଯେତେ ବୁଝାଇବାକୁ ଚେଷ୍ଟାକଲେ ବି ସେଥ‌ିରେ ସେ ସଫଳ ହୋଇପାରେନା ।

ତୃତୀୟତଃ କରୁଣା ଜଣେ ମା’ । ତିନିବର୍ଷର ପୁଅ କୁନାକୁ ସେ ଶାଶୂ ପାଖରେ ଛାଡ଼ି ଯାଇପାରନ୍ତି ନାହିଁ । ଶାଶୂ ଯଦି ନାତିକୁ ଜେଜେମା’ ହିସାବରେ ଯତ୍ନ ନିଅନ୍ତେ, କରୁଣାର ସମସ୍ୟା ଦୂରେଇ ଯାଆନ୍ତା । ତା’ ମନରେ ଶାଶୂ ପ୍ରତି ସହାନୁଭୂତି ଦେଖା ଦିଅନ୍ତା, ମାତ୍ର ସେପରି ହୁଏ ନାହିଁ । ଫଳରେ କୁନା ଯେତେବେଳେ କରୁଣାଙ୍କୁ ଖାଇବାକୁ ମାଗିଛି, ସେଥୁରେ କରୁଣା ବିରକ୍ତି ପ୍ରକାଶ କରିଛନ୍ତି । ପୁଅକୁ ମାଡ଼ ଦେଇ କହିଛନ୍ତି, ‘କ’ଣ ଖାଇବୁ ? ମୋତେ ଖାଇଦେ, ମୁଁ ହେଲେ ଏ ନର୍କରୁ ତରି ଯାଆନ୍ତି ।’’ ପୁଅକୁ ମାରିସାରିଲା ପରେ କରୁଣା ଆଉ ଶାଶୁ କଥା ସହେ ନାହିଁ । କଥା ପାଖକୁ କଥା କହେ । ‘ଆଜିଯାଏ କେବେ କହି ନ ଥୁଲି, ହେଲେ ଏଣିକି କହିବାକୁ ବାଧ୍ୟ ହେଲି । ତମେ ମତେ ଶାଶୂର ସ୍ନେହ ଦେଇଥିଲେ, ମୁଁ ତମୁକ ବୋହୂର ଭକ୍ତି ଦେଖାଇଥା’ନ୍ତି ।’’

ଶାଶୂର ଆକ୍ଷେପମୂଳକ କଥାରେ କରୁଣା ଭାଙ୍ଗିପଡ଼େ । କରୁଣାର ଚତୁର୍ଥ ସମସ୍ୟା ହେଉଛି, ବାପଘର ସମସ୍ୟା । ଭଲମନ୍ଦରେ ସେ ବାପ ଘରକୁ ଯାଇପାରେନା । କାରଣ ବାପା ବୁଢ଼ା ବୟସରେ ଆଖିରୁ ଲୁହ ଗଡ଼ାଉଛନ୍ତି ସିନା, କିନ୍ତୁ ସମାଧାନର ବାଟ ପାଉ ନାହାଁନ୍ତି । ଭାଇ, ଆଉ ଭଉଣୀର କୌଣସି ସମସ୍ୟା ସମସ୍ୟା ଓ ବଡ଼ ସମସ୍ୟା ହେଉଛି, କରୁଣାର ପତି-ପତ୍ନୀର ସମସ୍ୟା । ପତି ଗୋବର୍ଦ୍ଧନ ବୁଝିଲାଭଳି କଥା କହନ୍ତି ନାହିଁ । କେବଳ ଉପରଠାଉରିଆଙ୍କ ପରି ମା’ର ସବୁ କଥାକୁ ସହିଯିବା ଏଥୁରେ କରୁଣା ମନରେ ପତି ପ୍ରତି ଘୃଣାଭାବ ଆସେ । ସେ ପତିକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ କଥା କହେ ନାହିଁ । କରୁଣାର ଅନ୍ୟତମ ସମସ୍ୟା ସାମାଜିକ ସମସ୍ୟା । ନାରୀ ହିସାବରେ ସେ ସ୍ଵାମୀର ଛତ୍ରଛାୟା ତଳେ ବଞ୍ଚିବାକୁ ଚାହେଁ । କାରଣ ସେ କହିଛି, ଏକା ଏକା ବଞ୍ଚିବାକୁ ଚାହିଁଲେ ବି ଆଜିର ଦୁନିଆ ମତେ ମାନ ମହତ ନେଇ ବଞ୍ଚିବାକୁ ଦବନି ।’’

ଏହିଭଳି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ନାଟ୍ୟକାର ନାରୀ ସମସ୍ୟାକୁ କରୁଣା ମାଧ୍ୟମରେ ପ୍ରକାଶ କରିଛନ୍ତି । (ଚ) ‘ନାଟର ଗୋବର୍ଦ୍ଧନ’ କିଏ ? ‘ସୀମିତ ସମ୍ପର୍କ’ ଏକାଙ୍କିକାରୁ ଏହା କହିବାର ତାତ୍ପର୍ଯ୍ୟ ଉ ‘ନାଟର ଗୋବର୍ଦ୍ଧନ’ ଅର୍ଥ ନାଟକର ମୂଳ ସୂତ୍ରକାରୀ । ସେହି ଚରିତ୍ରକୁ କେନ୍ଦ୍ର କରି ଅନ୍ୟ ବିଚାର କରିବାକୁ ପଡ଼େ । ଆଲୋଚ୍ୟ ଏକାଙ୍କିକା ‘ସୀମିତ ସମ୍ପର୍କ’ରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ, ନାଟକର ନାୟକ ବା ପୁରୁଷ ଚରିତ୍ରକୁ ନାଟର ଗୋବର୍ଦ୍ଧନ ବୋଲି କହିଛନ୍ତି । ନାଟ୍ୟକାର ପ୍ରଥମେ ଏହାର ପରିଚୟ ଦେଇ ଲେଖିଛନ୍ତି – ‘ୟା’ପରେ ଆପଣମାନେ ଭେଟିବେ ଏଇ ନାଟର ଗୋବର୍ଦ୍ଧନଙ୍କୁ । ଅର୍ଥାତ୍ ଆମର ନାୟକ-ଚରିତ୍ର ନମ୍ବର ଚାରି । ପ୍ରକୃତରେ ତାଙ୍କର ବୁଝିବାକୁ ପ୍ରସ୍ତୁତ ନୁହେଁ । ଶେଷ କରୁଣାକୁ କେତେବେଳେ ମନ ପାଇଁ ପରାମର୍ଶ ଦିଅନ୍ତି ।

ସ୍ଵାମୀ ଏବଂ ଛୋଟ ପୁଅ କୁନାର ସେ ବାପା । ପାରିବାରିକ ଜୀବନର ଏତେ ଡୋରିରେ ଗୋବର୍ଦ୍ଧନ ବାନ୍ଧି ହୋଇଥିଲେ ବି ସେ ସବୁ ସମ୍ପର୍କରେ ଶିଥୁଳ । ସେ ମା’ର ପୁଅ କିନ୍ତୁ ମା’କୁ କୌଣସି ସମୟରେ ସନ୍ତୁଷ୍ଟ କରିପାରି ନାହାଁନ୍ତି । ତେଣୁ ମା’ କହିଛନ୍ତି ‘ମୁଁ ତୋ’ର କି ଦୋଷ କଲି ? ତୁ ମୋ ଉପରେ ଗରଗର ହେଉଚୁ କାହିଁକି ? ନିଜର ରକତ ମାଉଁସ ଢାଳି ପଢ଼େଇ ଲେଖେଇ ତତେ ମୁଁ ମଣିଷ କଲି, କ’ଣ ତୁ ମତେ ଶେଷକୁ ଏଇ ଫଳ ଦବୁ ବୋଲି ?’’ ଗୋବର୍ଦ୍ଧନ ପାଇଁ ସଂସାର । ଗୋବର୍ଦ୍ଧନକୁ ମଣିଷ କରିଥିବାରୁ, ସ୍ନେହମୟୀଙ୍କ ମନରେ ଗର୍ବ । ଗୋବର୍ଦ୍ଧନ ପାଇଁ ସେ ଶିକ୍ଷୟିତ୍ରୀ କରୁଣାକୁ ଘରକୁ ବୋହୂ କରି ଆଣିଛନ୍ତି । ଗୋବର୍ଦ୍ଧନ ପୁଣି ପୁଅର ବାପା ହିସାବରେ, ପୁଅର ଭଲମନ୍ଦ କିଛି ଗୋବର୍ଦ୍ଧନ ହେଉଛନ୍ତି ମୂଳ ସୂତ୍ରଧର । ଗୋବର୍ଦ୍ଧନ ସଂସାରୀ ମଣିଷ । ସେ ପୁଣି ଚାକିରି କରିଛି । ଅଫିସ୍‌କୁ ଠିକ୍ ସମୟରେ ଯିବା ହେଉଛି ତାହାର କାମ । ସେ ଘରକୁ ଫେରିଲେ ଦେଖେ ସ୍ତ୍ରୀ ଓ ମା’ ପରସ୍ପର ମଧ୍ୟରେ କଳି କରି, ମନ ଖରାପ କରିଥା’ନ୍ତି ।

ବିଧବା ମା’ର ପୁଅ ହିସାବରେ ସେ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟା କରେ । ପୁଅ ପାଇଁ ପଦେ କଥା କହିଲେ ସ୍ତ୍ରୀଠାରୁ ତାଚ୍ଛଲ୍ୟପୂର୍ଣ୍ଣ କଥା ଶୁଣେ । ସ୍ତ୍ରୀ କହେ – ‘ମତେ ଛାଡ଼ି ଆଉ ଗୋଟାଏ ବାହା ହୋଇ ପଡୁନ – ଯିଏ ତୁମକୁ ସୁଖ ସରାଗ ଅଜାଡ଼ି ଦେଇ ଠିକ୍ ଚଳେଇ ନେବ । ସବୁ କଥାକୁ ତମର ସିଧା ବୁଝିବ ।’’ ସ୍ତ୍ରୀକୁ ନେଇ ସାଙ୍ଗ ହୋଇ ଖାଇବାକୁ କହିଲେ, ସ୍ତ୍ରୀ ବୁଝେ ନାହିଁ । ତଥାପି ଗୋବର୍ଦ୍ଧନ ବୁଝାଇ କହେ : ଏ ବୟସରେ ମା’କୁ ବଦଳାଇବା ସମ୍ଭବ ନୁହେଁ । ତେଣୁ ତା’ର ମନକୁ ଚାହିଁ ଆମେ ନିଜ ନିଜକୁ ବଦଳାଇବାକୁ ପଡ଼ିବ ।’’ କୌଣସି କଥା ସ୍ତ୍ରୀ ବୁଝିନାହିଁ । ପ୍ରକୃତରେ ପତ୍ନୀର ମନ ନେଇ କିପରି ଚଳିବାକୁ ହୁଏ, ସେ ବୁଝିନାହିଁ । ଫଳରେ ତା’କୁ ଶୁଣିବାକୁ ପଡ଼ିଛି, ତାଙ୍କ ପତିପତ୍ନୀର ସମ୍ପର୍କ ଗୋଟାଏ ବାହାନା । ଏହି ପ୍ରସଙ୍ଗରେ ଗୋବର୍ଦ୍ଧନ ଗୋଟାଏ ମିଛିମିଛିକା ବାହାନା ?’’ ଏହିଭଳି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ଗୋବର୍ଦ୍ଧନ ହିଁ ନାଟର ଗୋବର୍ଦ୍ଧନ ।

(କ) ନାଟ୍ୟକାର ପରିଚିତି :

ବିଂଶ ଶତାବ୍ଦୀର ସପ୍ତମ ଦଶକ ପରବର୍ତ୍ତୀ ସମୟରେ ଶ୍ରୀଯୁକ୍ତ ରଥ ଓଡ଼ିଆ ସାହିତ୍ୟରେ ଯେ ଏକ ନୂତନ ପରୀକ୍ଷାଧର୍ମୀ ନାଟ୍ୟଧାରା ସୃଷ୍ଟି କରିଛନ୍ତି, ଏଥ‌ିରେ ସନ୍ଦେହ ନାହିଁ । ଶ୍ରୀଯୁକ୍ତ ରଥଙ୍କ କଥା ଓ କଳ୍ପନା ପରିଚିତ ପୃଥ‌ିବୀକୁ କେନ୍ଦ୍ରକରି ପ୍ରତ୍ୟେକ ନାଟକ ଅବକ୍ଷୟିତ ଜୀବନ, ପୀଡ଼ିତ ଆତ୍ମା ଓ ଅସଂଲଗ୍ନ ସାମାଜିକ ଜୀବନ ଚିତ୍ରକୁ ଉପସ୍ଥାପନ କରିଥାଏ । ବିଭିନ୍ନ ପରୀକ୍ଷା ଓ ପ୍ରୟୋଗ ନେଇ ଶ୍ରୀଯୁକ୍ତ ରଥ ଓଡ଼ିଆ ନାଟ୍ୟ ପରମ୍ପରାରେ ଏକ ସମୃଦ୍ଧଧାରା ସୃଷ୍ଟି କରିଛନ୍ତି । ‘ଜୀବନ ଯୁଦ୍ଧ’ ତାଙ୍କର ପ୍ରଥମ ପ୍ରକାଶିତ ନାଟକ । ନାଟ୍ୟକାର ‘ସ୍ଵର୍ଗଦ୍ଵାର’, ‘ସ୍ମୃତି’, ସାନ୍ତନା ଓ ଶୂନ୍ୟତା’, ‘ଜଉଘର’, ‘ସମୁଦ୍ରର ରଙ୍ଗ ଯନ୍ତ୍ରଣା’ ‘ଆଜିର ରାଜା’, ‘ଅନ୍ୟ ଆକାଶ’, ‘ମୁଁ ନୁହେଁ, ‘ଏବଂ ବହ୍ନିମାନ’, ‘ଅନ୍ଧକାରର ଅଇନା’, ‘ତୃତୀୟ ପୃଥ‌ିବୀ’, ‘ମାଂସର ଫୁଲ’, ‘ଈଶ୍ବର ଜଣେ ଯୁବକ’ ପରି ଅନେକ ଅବିସ୍ମରଣୀୟ ସୃଷ୍ଟି ପ୍ରଦାନ କରିଛନ୍ତି ।

ନାଟକର ଚରିତ୍ର ଚିତ୍ରଣରେ, ମଞ୍ଚ ନିର୍ଦ୍ଦେଶନାରେ, ଘଟଣା ବିନ୍ୟାସରେ ଅନେକ ପରୀକ୍ଷାନିରୀକ୍ଷା ସେ କରିଛନ୍ତି । ଅନେକ କ୍ଷେତ୍ରରେ ଇଚ୍ଛାକୃତ ଦୁର୍ବୋଧତା ତାଙ୍କ ନାଟକଗୁଡ଼ିକୁ ଅସ୍ପଷ୍ଟ କରିପକାଇଛି । ଆଲୋକ ସଂପାତରେ, ସଂଳାପରେ ଏବଂ ଗ୍ରାହ୍ୟ ହୋଇପାରେ । ଆଶା କରାଯାଇପାରେ ତାଙ୍କ ଲେଖନୀରୁ ଆମେ ପ୍ରତିନିଧୁଶ୍ରେଣୀୟ ନାଟକ ପାଇପାରିବୁ ।

(ଖ) ଏକାଙ୍କିକାର ସାରକଥା :

ଗଢ଼େ । ପରସ୍ପର ସ୍ନେହ ଓ ପ୍ରେମକୁ ନେଇ ପରିବାରରେ ସୁଖଶାନ୍ତି ଗଢ଼ିଉଠିଥାଏ । ସେଥ‌ିପାଇଁ କୁହାଯାଇଛି, ଯେଉଁ ଘରେ ପରସ୍ପର ସ୍ନେହ ପ୍ରେମ ଥାଏ, ସେ ଘର ବା ପରିବାର ହେଉଛି ବୈକୁଣ୍ଠ । ପରିବାର ହିଁ ସ୍ଵର୍ଗର ପ୍ରତିରୂପ । ପରିବାରରେ ସ୍ନେହ, ପ୍ରେମ ସହିତ ସମସ୍ତଙ୍କ ପାଇଁ ରହିଥାଏ ତ୍ୟାଗ ଓ ଉତ୍ସର୍ଗୀକୃତ ଭାବ । ମାତ୍ର ସାମ୍ପ୍ରତିକ ସମାଜରେ ଏହା ଆସ୍ତେ ଆସ୍ତେ କମି କମି ଆସିଲାଣି । ଏକାନ୍ତବର୍ତ୍ତୀ ପରିବାର ଆଉ ଦେଖିବାକୁ ମିଳୁନାହିଁ । ଏପରିକି ଛୋଟ ପରିବାରର ସଦସ୍ୟମାନେ ମଧ୍ୟ ପରିବ୍ୟାପ୍ତି ହେଉଛି ସୀମିତ ।

ଏଠାରେ ସମ୍ପର୍କର ବନ୍ଧନ ଯେପରି ଶିଥୁଳ, ତ୍ୟାଗ ଓ ସହନଶୀଳତାର ଅନୁଭୂତି ମଧ୍ୟ ସେହିପରି ନିଷ୍ପ୍ରଭ । ସାମ୍ପ୍ରତିକ ପରିବାରର ଅସମ୍ପର୍କିତ ମଣିଷର ଚିତ୍ର, ଉକ୍ତ ଏକାଙ୍କିକାରେ ଦେଖାଇ ଦିଆଯାଇଛି । ଏକାଙ୍କିକାରେ ଚରିତ୍ର ସଂଖ୍ୟା ସୀମିତ । ମାତ୍ର ଚାରୋଟି ଶାଶୁ/ମା’, ବୋହୂ/ସ୍ତ୍ରୀ, ସ୍ଵାମୀ/ପୁଅ ଏବଂ ନାତି । ଏହାର ସ୍ଥାନ ହେଉଛି ସାମାଜିକ ଏବଂ କାଳ ହେଉଛି ସାମ୍ପ୍ରତିକ । ଏକାଙ୍କିକାର ଆରମ୍ଭରେ ନେପଥ୍ୟରୁ ନାଟକର ସୂଚନା ଦିଆଯାଇଛି । ଓ ଅସନ୍ତୋଷରେ ରହିଛନ୍ତି ।

ବୟସ ୫୫ ହେବ । ସେ କୁଲାରେ ବସି ଚାଉଳରୁ ଗୋଡ଼ି ବାହୁଛନ୍ତି । ଦୀର୍ଘ ପନ୍ଦରବର୍ଷ ହେବ ତାଙ୍କର ସ୍ଵାମୀକୁ ସେ ହରେଇଛନ୍ତି । ସ୍ଵାମୀ ଥିଲେ ଇଂରେଜ ଅମଳର କିରାଣୀ । ମୃତ୍ୟୁବେଳକୁ ସେଇ ସ୍ଵାଧୀନ ଭାରତର କିରାଣୀ ଭାବରେ ଥିଲେ । ଅର୍ଥାତ୍ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେ ଅଶାନ୍ତିରେ ଥିଲେ । ଅଶାନ୍ତିର କାରଣ ହେଉଛି ସ୍ନେହରେ କଥା କହୁନଥିଲେ । ସେହି କାମକଲାବେଳେ ସେ ନିଜର ଅସୁସ୍ଥଭାବକୁ ପ୍ରକାଶ କଲାବେଳେ ବୋହୂକୁ ମନେମନେ ଗାଳି ଦେଉଥ‌ିଲେ । ସେହି ଘରର ବୋହୂ ହେଉଛନ୍ତି କର୍ମଜୀବୀ । ବାଳିକା ସ୍କୁଲର ଶିକ୍ଷୟିତ୍ରୀ ଭାବରେ, ଘରର କାମ ବେଶି କରିପାରନ୍ତି ନାହିଁ । ସ୍କୁଲରେ କାମକରିକରି ଆସି ବିରକ୍ତି ପ୍ରକାଶ କରନ୍ତି । ଶାଶୁ ବୋହୂକୁ କାମ ନ କରୁଥିବାରୁ ଆକ୍ଷେପ କରନ୍ତି ।

ଫଳରେ ଶାଶୁବୋହୂଙ୍କର ହୁଏ ବଚସା, କଥା କଟାକଟି । ଶାଶୁ ନିଜର ଶାଶୁପଣିଆ ବୋହୂ ଉପରେ ଜାହିର୍ କରନ୍ତି । କଥା କହୁକହୁ ଅକଥାବି କହିପକାନ୍ତି । ଯେପରି ଶାଶୁକହନ୍ତି – ‘ଘରକାମ କଲେ ମହାରାଣୀ ଆମ ଚାକରାଣୀ ହୋଇଯିବେନି ? ତା’ ସାଙ୍ଗକୁ ପୁଣି ସୁନାଚମ୍ପା ଦେହଟା କଳାକାଠ ପଡ଼ିଗଲେ, ରସିବ କିଏ ??’ ଶାଶୁ କଥାର ସାମାନ୍ୟ ପ୍ରତିବାଦ କରେ ବୋହୂ । ସେହି ପ୍ରତିବାଦକୁ ଶାଶୁ ସହିପାରେନି । ଆହୁରି ଖରାପକରି, ବିଭିନ୍ନ ପ୍ରକାର କଥାକହେ । ଏହି ସମୟରେ ନାତି ବୋହୂକୁ ଖାଇବାକୁ ମାଗିବାରୁ, ବୋହୂ ନାତି ପିଠିରେ ବିଧା ଥୋଇ ନିଜର ରାଗ ଶୁଝାଇଛି ।

ବୋହୂ ଆକ୍ଷେପ କରି କହିଛି, ମୁଁ ଛାଏଁ ଛାଏଁ ତୁମ ଘରକୁ ଆସି ନଥୁଲି । ଏ ଛୁଆକୁ ମୁଁ ଗୋଟେଇ ଆଣିନାହିଁ । ଶାଶୁ କଥାର ବେଶ୍ ଜବାବ ଦେଇଛି ବୋହୂ । ଶାଶୁ ଯେମିତି ବଡ଼ ପାଟି କରିଛି, ବୋହୂ ମଧ୍ୟ ଅନୁରୂପ ବଡ଼ ପାଟି କରିଛି । ଶାଶୁ ବୋହୂକୁ ଉଦଣ୍ଡୀ, ରଣଚଣ୍ଡୀ ବୋଲି କହିଛି । ବାପାଭାଇ କିଛି ଜାନି ଯୌତୁକ ଦେଇନାହାନ୍ତି ବୋଲି କଥାକଥାକେ ଆକ୍ଷେପ କରିଛି । ବୋହୂ ଶାଶୁକଥାରେ ପ୍ରତିବାଦ କରିଛି । ଯେହେତୁ ସେ ପାଠ ପଢ଼ି, ଚାକିରି କରିଛି, ନିଜେ ରୋଜଗାରକ୍ଷମ, ତେଣୁ ସେ ଯୌତୁକ ଆଣିବାର ଦରକାର ପଡ଼ିନାହିଁ । ସେ ଶାଶୁଘରକୁ ଆସିଲା ପରେ ତା’ ରୋଜଗାର ପଇସାରେ ନଣନ୍ଦ ଦୁଇଟାଙ୍କୁ ବାହାଘର କରାଇଛି । ଶାଶୁ ବୋହୂ କଥାର କଡ଼ା ଜବାବ ଦେଇଛି ।

ଏହା ଥିଲା ନାଟିକାର ପ୍ରଥମ ଅଧ୍ୟାୟ । ଏଥିରେ ଶାଶୁ ଓ ବୋହୂ ଉଭୟେ ଉଭୟଙ୍କୁ ଦୋଷାରୋପ କରିଛନ୍ତି । କେହି କାହାକୁ ସହ୍ୟ କରିପାରି ନାହାଁନ୍ତି । ସଂସାର କରିବାକୁ ହେଲେ ଯେ, ଛାତିରେ ପଥର ନଦି ଚଳିବାକୁ ହୁଏ, ଏମାନେ ତାହା ଭୁଲି ଯାଇଛନ୍ତି । ପରବର୍ତୀ ସମୟରେ ଦେଖାଦେଇଛନ୍ତି ସ୍ଵାମୀ/ପୁଅ, ଯାହାର ନାମ ଗୋବର୍ଦ୍ଧନ । ସେ ଘରକୁ ପଶି ଆସୁ ଆସୁ ମା’କୁ ଖୋଜିଛି । ସ୍ତ୍ରୀ କରୁଣାକୁ ଦେଖ୍, ମା’ କୁଆଡ଼େ ଗଲା ବୋଲି ପଚାରିଛି । ବୋହୂ ଶାଶୁ ଉପରେ ଅସନ୍ତୁଷ୍ଟ ଥ‌ିବାରୁ, ସେହି ଭାବକୁ ପ୍ରକାଶ କରିଛି ସ୍ଵାମୀ ପାଖରେ ।

ଶାଶୁଙ୍କୁ ସବୁବେଳେ ଖୋଜୁଥ‌ିବାରୁ ସେ ସ୍ଵାମୀଙ୍କ ଉପରେ ଚିଡ଼ିଯାଇଛି । ସ୍ଵାମୀ ହଠାତ୍ ସ୍ତ୍ରୀର ଏପରି କଥା ଶୁଣି ସେ ବିରକ୍ତି ପ୍ରକାଶ କରିଛି । ସ୍ତ୍ରୀକୁ ପଚାରିଛି, ସେ କୁଆଡ଼େ ବାପଘର ଯିବ ବୋଲି ଜିଦ୍ କରୁଛି । ଗଲେ ଆଉ ଆସିବନି ବୋଲି କହିଛି । ସ୍ଵାମୀ ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟାକରିଛି । ପରିସ୍ଥିତିକୁ ସେ ସୁଧାରି ନେବାକୁ ଚାହିଁଛି । ପୁଅକୁ ମାଧ୍ୟମକରି ପରସ୍ପର ମଧ୍ୟରେ କଥା କଟାକଟି ହୋଇଛି । ସ୍ତ୍ରୀ ଯେତେ ଓଲଟା କଥା କହିଲେ ବି ସ୍ଵାମୀ କଥାକୁ ସହଜ ସରଳ କରିନେବାକୁ ଚାହିଁଛି । ସାଙ୍ଗ ହୋଇ ଖାଇବା ପାଇଁ ପ୍ରସ୍ତାବ ଦେଇଛି । ହେଲେ ସ୍ତ୍ରୀ କୌଣସି କଥା ଶୁଣିବାକୁ ଚାହିଁନାହିଁ । ବରଂ ଅସଜଡ଼ା କଥାଗୁଡ଼ାଏ କହିଛି । ଏହି ସମୟରେ ଭିତରୁ ପୁଅକାନ୍ଦ ଶୁଣାଗଲେ ମଧ୍ୟ, କେହି ପୁଅ କଥା ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସ୍ତ୍ରୀ କହିଛି, ଏ ଘରର ଅସୁସ୍ଥ ପରିବେଶରେ ମୁଁ ମୋ ପୁଅକୁ ରଖୁ ନାହିଁ । ତାହାକୁ ପରଦିନ ସକାଳ ହୋଇଛି । ଯାହା ଆଜି ଘଟୁଛି, ସବୁଦିନ ସେଇଭଳି ଘଟଣା ଘଟୁଛି ।

ବାସି କାମ ସରୁ ନସରୁଣୁ ଆରମ୍ଭ ହୋଇଯାଏ ଅଭିଯୋଗର ଫର୍ଦ୍ଦ। ଶାଶୁ/ମା’ ଏବଂ ସ୍ଵାମୀ/ପୁଅଙ୍କର କଥାବାର୍ତ୍ତା ଚାଲିଛି । ମା’ ଅବୁଝା ହୋଇଛି । ଆକ୍ଷେପକରି କାନ୍ଦିଛି । ପୁଅ ଯେତେ ପାରେ ସେତେ ବୁଝାଇବାକୁ ଚେଷ୍ଟାକରିଛି । ହେଲେ ମା’ କୌଣସି କଥା ବୁଝିବାକୁ ଚାହିଁନାହିଁ । ସେ ଅଧ୍ଵକ କାମ କରୁଛି, କାମ କରି କରି ଥକି ପଡ଼ୁଛି, ବୋହୂକଥା ସହି ପାରୁନାହିଁ, ଏହିଭଳି ଅନେକ କଥା କହି ପୁଅସାଙ୍ଗରେ କଜିଆ ଲଗାଇବାକୁ ଚେଷ୍ଟାକରିଛି । ମା’ର ଏଭଳି କଥାଶୁଣି, ପୁଅ ବିରକ୍ତ ହୋଇଯାଇଛି । ଉଭୟଙ୍କଠାରୁ ଏଭଳି କଥା ଶୁଣି ଶୁଣି ମୁଣ୍ଡ ଖରାପ ହୋଇଯିବ ବୋଲି କହିଛି ।

ମା’ କିନ୍ତୁ କିଛି ବୁଝିବାକୁ ଚାହିଁନାହିଁ । ପୁଅ ପରିବେଶକୁ ସୁଧାରି ନେବାପାଇଁ ରନ୍ଧାରନ୍ଧି ଦେଖୁବାପାଇଁ ମା’କୁ କହିଛି । ନେପଥ୍ୟରୁ ଶୁଣାଯାଇଛି, ପରିବେଶ କିପରି ଅଛି । ଏତେ ଅଶାନ୍ତି, ଲଢ଼େଇ ଝଗଡ଼ା ଭିତରେ ବି ସବୁକାମ ଚାଲିଛି । କେବଳ କାହାରି ମନରେ ସରସତା ନାହିଁ । କାହାରି ମନ କାହାରି ସହିତ ମିଶୁନାହିଁ । ବାହାରକୁ ଛୋଟ ପରିବାର ଦେଖାଗଲେ ପରିସର । ସେଥ‌ିରେ ସମସ୍ତେ ନିଜ ନିଜ ବିଚାରରେ ରହିଛନ୍ତି । କେହି କାହା ସହିତ ବି, ଭିତରଟା ଗୋଟିଏ ଅସଜଡ଼ା ଅଧିକ ଖର୍ଚ୍ଚ ହୋଇଯିବ ।

ପିଲାଟି କିପରି ହଇରାଣ ଶୁଣିବାକୁ ପ୍ରସ୍ତୁତ ନୁହେଁ । ମାତ୍ର କୌଣସି ସମୟରେ ମଞ୍ଚରେ ଆଲୋକ ପଡ଼ିବା ମାତ୍ରେ ଦେଖାଦେଇଛି ଯେ ଶାଶୁ ବୋହୂ ପରସ୍ପର ପ୍ରତି ତୀକ୍ଷ୍ଣ ବାକ୍ୟ-ବାଣ ପ୍ରୟୋଗ କରୁଛନ୍ତି । ବୋହୂ କହୁଛି ଯେ, ଘରେ କାମ କରିବା ପାଇଁ ଚାକର ପିଲାଟିଏ ରଖୁଥିଲା । ସ୍କୁଲ ପାଖରେ ଘରଭଡ଼ା ମିଳିବାରୁ ଚାକର ପିଲାଟିକୁ ବାହାର କରିଦିଆଗଲା । ଶାଶୁ କହିଛି, ଏ ମହଙ୍ଗା ଯୁଗରେ ଚାକରଟା ରଖୁ ନିଜକୁ ସେ ଚାକରାଣୀ ବୋଲି କହି ବୋହୂକୁ ଆକ୍ଷେପ କରିଛି ।

ବୋହୂ ନିଜର ଦୟନୀୟ ପରିସ୍ଥିତି, ହେଉଛି, ସେ ସମ୍ବନ୍ଧରେ ଶାଶୁକୁ ବୁଝାଇବାକୁ ଚେଷ୍ଟା କରିଛି । ମାତ୍ର ଶାଶୁ ବୋହୂର କୌଣସି କଥା ବୋହୂ ନିଜର ଭାଗ୍ୟକୁ ନେଇ ବ୍ୟସ୍ତହୋଇଛି । ସେ କେତେ ଆଶାକରି ଘର ସଂସାର କରିଥିଲା, ସେ ସୁଖ ପାଇଲା ନାହିଁ । ଫଳରେ ତା’ର ବାପାଭାଇ ଦୁଃଖରେ ଅଛନ୍ତି । ବାପା ଭାଇଙ୍କ କଥାଶୁଣିବା ମାତ୍ରେ ଆହୁରି କେତେ କ’ଣ ଶାଶୁ କହିଛି । ଏପରିକି ବୋହୂ ଚାକରି କରି ପରପୁରୁଷଙ୍କ ସାଙ୍ଗରେ ମିଶୁଛି ବୋଲି ଖୁଣ୍ଟା ଦେଇଛି । ବୋହୂ ପରିବେଶ ଓ ପରିସ୍ଥିତିକୁ ନେଇ ଚଳିବା କଥା କହିଲେ ଶାଶୁ କିଛି ବୁଝିନାହିଁ । ଛଳେଇ କରି କହିଛି – ‘ଆହାଲୋ . . . ମୋ ସତୀ ଶିରୋମଣି । ପୂର୍ବ ଜନ୍ମରେ ସତେ ଯେମିତି ତୁଇ ଏକା ସୀତା-ସାବିତ୍ରୀ ହୋଇ ଜନ୍ମିଥିଲୁ ।’’ ଶାଶୁର ଛଳୋକ୍ତିରେ ବୋହୂ କାନ୍ଦି ପକାଇଛି ।

କୋହଭରା କଣ୍ଠରେ ପୁଅ ପାଇଁ ସେ ଏତେକଥା ଶୁଣୁଛି ବୋଲି କହିଛି । କେବଳ ମର୍ଯ୍ୟାଦାର ସହିତ ଚଳିବ ବୋଲି ସେ ସ୍ଵାମୀ ସହିତ ରହିଛି, ନହେଲେ ସେ କୁଆଡ଼େ ପଳାଇଯାଆନ୍ତାଣି । ଶାଶୁର ଗଞ୍ଜଣା ଓ ସ୍ୱାମୀର ଗାଳିମାଡ଼ ଖାଇ ଆଉ ସେ ଏଠାରେ ପଡ଼ି ରହିନଥାନ୍ତା । ଶେଷଦୃଶ୍ୟରେ ଦେଖାଯାଇଛି ସ୍ଵାମୀ ସ୍ତ୍ରୀ ରାତ୍ରିରେ ନିଦ୍ରାଯିବା ପୂର୍ବରୁ କଥାବାର୍ତ୍ତା କରୁଛନ୍ତି । କଥାବାର୍ତ୍ତା ନୁହେଁ ପରସ୍ପର ମଧ୍ୟରେ କଥା କଟାକଟି କରୁଛନ୍ତି । ସେମାନେ ରାତିରେ ମଧ୍ୟ ଭଲରେ ଶୋଇପାରୁ ନାହାଁନ୍ତି । ସ୍ତ୍ରୀ ମନର ପୁଞ୍ଜୀଭୂତ ରାଗରୋଷକୁ ସ୍ଵାମୀ ଆଗରେ ବଖାଣି ବସିଛି । ସ୍ଵାମୀ କିଛି ଶୁଣିବାକୁ ଚାହିଁନି । ମା’ ବିରୁଦ୍ଧରେ ସେ କିଛିବି ଶୁଣିବାକୁ ଚାହିଁ ନାହିଁ । ମାତୃଭକ୍ତ ଭାବରେ କହିଛି ମା’ ଏ ବୟସରେ କେବେବି ବଦଳିବ ନାହିଁ ।

ତେଣୁ ସ୍ତ୍ରୀକୁ ବଦଳିଯିବା ପାଇଁ ସ୍ଵାମୀ ପରାମର୍ଶ ଦେଇଛି । ସ୍ତ୍ରୀ କହିଛି ଗୋସେଇଁ ମା’ ହିସାବରେ ନାତିକୁ କେତେବେଳେ ସ୍ନେହ ଶ୍ରଦ୍ଧା କରୁନାହାଁନ୍ତି । ସେହି ଛୋଟପିଲାର ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ଏପରି ପରିବେଶରୁ ସେ ଦୂରେଇ ଯିବାକୁ ଚାହିଁଛନ୍ତି । ସ୍ୱାମୀ ସ୍ତ୍ରୀକୁ ବୁଝାଇଛନ୍ତି । ଯଦି ତୁମ ବୋହୂ ତୁମ ପ୍ରତି ଅବହେଳା କରେ, ଭବିଷ୍ୟତକୁ ବିଚାର କର । ମାତ୍ର ସ୍ତ୍ରୀ ବୋହୂର ସବୁକଥା ସହିଯିବେ ବୋଲି କହିଛନ୍ତି ।

ସ୍ତ୍ରୀ ନିଜ ମନର ପୁଞ୍ଜୀଭୂତ ଦୁଃଖକୁ ପ୍ରକାଶ କରି କହିଛି – ସେମାନଙ୍କର ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଗୋଟାଏ ବାହାନା, ଯେଉଁଥିରେ ବାସ୍ତବତା ନାହିଁ । ବରଂ ସେ ତାଙ୍କ ଘରକୁ ସ୍ତ୍ରୀ ଭାବରେ ଆସି ନାହାଁନ୍ତି, ଆସିଛନ୍ତି ଗୋଟିଏ ଚାକରାଣୀ ଭାବରେ । ବର୍ତ୍ତମାନ ସେ ପୁଅ ପାଇଁ କେବଳ ସ୍ଵାମୀ ପାଖରୁ ଗୋଟିଏ ମିଛ ଆଶ୍ରୟ ଚାହେଁ । ତାଙ୍କ ମନରେ ସ୍ଵାମୀ ପ୍ରତି ଯେତେ ଘୃଣା ରହିଲେବି, ସେ ପତ୍ନୀ ଭାବରେ ମୁଣ୍ଡମାଡ଼ି ରହିଥ‌ିବେ । ସେ ଏକା ବଞ୍ଚିବାକୁ ଚାହିଁଲେ ବି ଆଜିର ଦୁନିଆ ତାଙ୍କୁ ଏକା ବଞ୍ଚିବାକୁ ଦେବନାହିଁ ।

କ୍ଷୋଭର ସହିତ ସ୍ତ୍ରୀ ପୁଣି କହିଛି – ‘ସତଟାକୁ ଯେତେ ଘୋଡ଼େଇଲେ ବି ସେଇଟା ଆପେ ଆପେ ଫୁଟି ବାହାରି ପଡ଼ିବ । କଥାଟା ଏକଦମ୍ ସ୍ପଷ୍ଟ-ଆମର ସମ୍ପର୍କରେ ବାହାନାଟା ବେଶି, ସମ୍ପର୍କ କମ୍। ଯୋଉଟାକୁ ନିରୁପାୟ ବୋଲି କହିଲେ ଅଧ୍ଵକ ଠିକ୍ ହେବ । ଆମେ ଦୁହେଁ ଗୋଟାଏ ଘରର ଛାତତଳେ ସ୍ଵାମୀ ସ୍ତ୍ରୀ ଭାବରେ ଏକାଠି ମିଳିମିଶି ରହୁଥିଲେ ବି ଆମର ସମ୍ପର୍କଟା ଯେକୌଣସି ଗୋଟାଏ ନାଟକର ଅଭିନୟଠୁ ବଳି ବେଶି ସୁନ୍ଦର . . . ଅଧ୍ଵ ଜୀବନ୍ତ ।’’

ନେପଥ୍ୟରୁ ଶୁଣାଯାଇଛି, ଏଇଠି ନାଟିକାଟି ଶେଷ ହୋଇନାହିଁ । ଏହାକୁ ପୁଣି ଆରମ୍ଭ ବୋଲି ଧରାଯାଇପାରେ । କାରଣ ସମ୍ପର୍କ ଯେତେବେଳେ ସୀମିତ, ସେଠାରେ କାହାଣୀର ସମାପ୍ତି ନାହିଁ କିମ୍ବା ଏ ଘଟଣାର ସମାଧାନ ଖୋଜିବା ଅସମ୍ଭବ ।

CHSE Odisha Class 11 Sociology Unit 2 Short Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Short Answer Questions.

CHSE Odisha 11th Class Sociology Unit 2 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୨ଟି / ୩ଟି ବାକ୍ୟରେ ଲେଖ ।

1. ସମାଜର ଯେକୌଣସି ତିନିଗୋଟି ଉପାଦାନର ନାମ ଉଲ୍ଲେଖ କର ।
Answer:
ସମାଜର ତିନିଗୋଟି ଉପାଦାନଗୁଡ଼ିଜ ହେଲା –
(i) ସାମାଜିକ ସମ୍ପର୍କର ଏକ ପଦ୍ଧତି
(ii) ସମାନତା ଏବଂ
(iii) ତାରତମ୍ୟତା

2. ସମୁଦାୟ କହିଲେ କ’ଣ ବୁଝ ?
Answer:
ସମୁଦାୟ ଏକ ନିର୍ଦ୍ଦିଷ୍ଟ ସୀମାରେଖାରେ ଅବସ୍ଥିତ ଜନସମୂହକୁ ବୁଝାଇଥାଏ । ଯେତେବେଳେ କୌଣସି କ୍ଷୁଦ୍ର ବା ବୃହତ୍ ସମୂହର ଲୋକମାନେ ଏକତ୍ର ବାସ କରି କୌଣସି ନିର୍ଦ୍ଦିଷ୍ଟ ସ୍ବାର୍ଥରେ ଭାଗ ନ ନେଇ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥା’ନ୍ତି, ସେତେବେଳେ ସେହି ସମୂହକୁ ଆମେ ସମୁଦାୟ ବୋଲି କହିଥାଉ । ଏହି ସମୁଦାୟ ହେଉଛି ଏକ ସୀମାରେଖୀୟ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।

3. ସମୁଦାୟ ସଂଜ୍ଞା ପ୍ରଦାନ କର ।
Answer:
ଇ.ଏସ୍. ବୋଗାର୍ଡ଼ସ୍‌ (E.S. Bogardus) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ବାସ କରୁଥିବା ଏବଂ ‘ଆମ ଭାବନା’ ଥିବା ଏକ ସାମାଜିକ ସମୂହକୁ ସମୁଦାୟ କୁହାଯାଇଥାଏ ।’’
କିଙ୍ଗ୍‌ସଲେ ଡେଭିସ୍ (Kingsley Davis) ଙ୍କ ମତରେ, ‘‘ଏହି ସମୁଦାୟ ହେଉଛି ଏକ କ୍ଷୁଦ୍ରାତିକ୍ଷୁଦ୍ର ଆଞ୍ଚଳିକ ସମୂହ ଯାହାକି ସାମାଜିକ ଜୀବନର ସମସ୍ତ ବିଭାଗକୁ ଧାରଣ କରିଥାଏ ।’’

4. ସମୁଦାୟର ଯେକୌଣସି ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସମୁଦାୟର ଚାରିଗୋଟି ଲକ୍ଷଣଗୁଡ଼ିକ ହେଲା-
(i) ନିର୍ଦ୍ଦିଷ୍ଟ ସ୍ଥାନ (Definite Locality)
(ii) ସମ୍ପ୍ରଦାୟ ଭାବନା (Community Sentiment)
(iii) ସମାନତା (Likeness)
(iv) ପ୍ରାକୃତିକତା (Naturality)

CHSE Odisha Class 11 Sociology Unit 2 Short Answer Questions in Odia Medium

5. ସଂଘ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଦଳେ ଲୋକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ପରିତୃପ୍ତି ପାଇଁ ସଙ୍ଗଠିତ ହୁଅନ୍ତି, ସେତେବେଳେ ସେମାନେ ଏକ ସଂଘ ଗଠନ କରିଥା’ନ୍ତି । ତେଣୁ ଏକ ବା ଏକାଧିକ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥିବା ସଙ୍ଗଠନକୁ ସଂଘ କୁହାଯାଏ ।

6. ସଂଘର ସଂଜ୍ଞା ପ୍ରଦାନ କର ।
Answer:
ପି. ଜିସ୍ବବର୍ଟ (P. Gisbert) ଙ୍କ ମତରେ, ‘ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା କେତେକ ସୀମିତ ଉଦ୍ଦେଶ୍ୟ ପୂରଣ ନିମିତ୍ତ ସଙ୍ଗଠିତ ହୋଇଥ୍ ଦଳେ ବ୍ୟକ୍ତିଙ୍କୁ ନେଇ ସଂଘ ଗଠିତ ହୋଇଥାଏ ।’’
ଇ. ଏସ୍. ବୋଗାର୍ଡ଼ସ୍ (E.S. Bogardus) ଙ୍କ ମତରେ, ‘ଯେତେବେଳେ କେତେକ ଲୋକ ଏକତ୍ର ହୋଇ କେତେକ ଉଦ୍ଦେଶ୍ୟ ପୂରଣ ପାଇଁ କାର୍ଯ୍ୟ କରିଥା’ନ୍ତି ତାହାକୁ ସଂଘ କୁହାଯାଏ ।’’

7. ସଂଘର ଚାରିଗୋଟି ମୁଖ୍ୟ ଉପାଦାନକୁ ଦର୍ଶାଅ ।
Answer:
ସଂଘର ଚାରିଗୋଟି ମୁଖ୍ୟ ଉପାଦାନ ହେଲା-

  • ଏକ ଗୋଷ୍ଠୀ (A group of people)
  • ସ୍ୱେଚ୍ଛାକୃତ ସଭ୍ୟପଦ (Voluntary membership)
  • ସାଧାରଣ ଲକ୍ଷ୍ୟ (Common aims)
  • ସହଯୋଗୀ ଆତ୍ମା (Cooperative spirit)

8. ଅନୁଷ୍ଠାନ କହିଲେ କ’ଣ ବୁଝ ?
Answer:
ପ୍ରତ୍ୟେକ ସଂଘ ଏବଂ ସଙ୍ଗଠନ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତିନିୟମଦ୍ୱାରା ପରିଚାଳିତ । ଏହି ନିୟମ ବା କାର୍ଯ୍ୟପ୍ରଣାଳୀଗୁଡ଼ିକୁ ସମାଜ ବିଜ୍ଞାନରେ ଅନୁଷ୍ଠାନ ବୋଲି କୁହାଯାଏ । ଏହି ଅନୁଷ୍ଠାନ ହେଉଛି ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ କର୍ମପଦ୍ଧତି ଯାହା ବ୍ୟକ୍ତି ଏବଂ ସମୂହ ମଧ୍ୟରେ ଥିବା ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।

9. ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକ କ’ଣ ଅଟେ ?
Answer:
ନିମ୍ନରେ ଅନୁଷ୍ଠାନର ମୁଖ୍ୟ ଲକ୍ଷଣଗୁଡ଼ିକୁ ଉଲ୍ଲେଖ କରାଗଲା ।
(i) ନିର୍ଦ୍ଦିଷ୍ଟ ଆବଶ୍ୟକତାର ସନ୍ତୁଷ୍ଟତା (Satisfaction of specific needs)
(ii) ମୂଲ୍ୟବୋଧର ପ୍ରତୀକ (Embodiment of values);
(iii) ଭଲଭାବେ ପରିଭାଷିତ ପରମ୍ପରା (Well-defined traditions);
(iv) ଅବକ୍ଷୟତା (Abstractness)

10. ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା-
(i) ବ୍ୟକ୍ତିମାନଙ୍କର ସମଷ୍ଟି (Collection of individuals);
(ii) ପାରସ୍ପରିକ ସମ୍ପର୍କ (Mutual relationship);
(iii) ଆମ-ଭାବନା (We-feeling);
(iv) ସାଧାରଣ ଆଗ୍ରହ (Common interest)

11. ପ୍ରାଥମିକ ସମୂହ କହିଲେ କ’ଣ ବୁଝ ?
Answer:
ଏହି ପ୍ରାଥମିକ ସମୂହ ଆକାରରେ କ୍ଷୁଦ୍ର ଅଟେ ଏବଂ ମୁଖୋନୁ ଖ ସମ୍ପର୍କ, ଘନିଷ୍ଠ ବନ୍ଧନ ଏବଂ ସହଯୋଗିତାଦ୍ୱାରା ପରିଚାଳିତ । ଅନ୍ୟ ଅର୍ଥରେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କ ରକ୍ଷାକରୁଥିବା ସୀମିତସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ପ୍ରାଥମିକ ସମୂହ ଗଠିତ । ଏହି ସମୂହ ସାମାଜିକ ସଂରଚନାର ଏକକ ଜୀବକୋଷରୂପେ ପରିଚିତ ।

12. ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟର ନାମ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଚାରିଗୋଟି ବୈଶିଷ୍ଟ୍ୟ ହେଲା-

  • ଶାରୀରିକ ସାନ୍ନିଧ୍ୟତା (Physical proximity);
  • କ୍ଷୁଦ୍ର ଆକାର (Small size);
  • ଶେଷର ପରିଚୟ (Identy of ends);
  • ବ୍ୟକ୍ତିଗତ ସମ୍ପର୍କ (Personal relationship)

CHSE Odisha Class 11 Sociology Unit 2 Short Answer Questions in Odia Medium

13. ଗୌଣ ସମୂହ କାହାକୁ କୁହାଯାଏ ?
Answer:
ଯେଉଁ ସମୂହର ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନ୍ମୁଖ ସମ୍ପର୍କ ପରିଲକ୍ଷିତ ହୋଇ ନ ଥାଏ, ତାହାକୁ ଗୌଣ ସମୂହ କୁହାଯାଏ । ଏହି ଗୌଣ ସମୂହ ହେଉଛି ସେହି ସମୂହ ଯାହା ପରୋକ୍ଷ, ଅବୈୟକ୍ତିକ ଏବଂ ଗୌଣ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ଆତ୍ମସ୍ୱାର୍ଥଦ୍ୱାରା ପରିଚାଳିତ ଏବଂ ସଦସ୍ୟମାନେ ବିକ୍ଷିପ୍ତଭାବରେ ରହିବାର ଦେଖାଯାଇଥାଏ ।

14. ଆନ୍ତଃସମୂହ କହିଲେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ବ୍ୟକ୍ତି ଯେଉଁ ସମୂହରେ ବାସକରେ, ସେହି ସମୂହକୁ ବ୍ୟକ୍ତିର ଆନ୍ତଃସମୂହ କୁହାଯାଇଥାଏ । ଅନ୍ୟ ଅର୍ଥରେ ଆନ୍ତଃ-ସମୂହ ହେଉଛି ସେହି ସାମାଜିକ ସମୂହ ଯେଉଁଥରେ ବ୍ୟକ୍ତିମାନେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକପ୍ରକାର ସଚେତନ ଭାବନା ରହିଥାଏ ।

15. ବହିଃସମୂହ କହିଲେ ତୁମେ କ’ଣ ବୁଝ ?
Answer:
ସମ୍ବନର୍‌ଙ୍କ ମତରେ, ଯେଉଁ ସମୂହରେ ବ୍ୟକ୍ତି ସଦସ୍ୟଭୁକ୍ତ ହୋଇ ନ ଥାଏ ବା ଯେଉଁ ସମୂହ ସହିତ ସେ ପରିଚିତ ନୁହେଁ, ସେହି ସମୂହକୁ ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ । ଅନ୍ୟ ଅର୍ଥରେ ବ୍ୟକ୍ତି ବାସକରୁଥିବା ନିଜ ସମୂହ ବ୍ୟତୀତ ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ ବୋଲି କୁହାଯାଇଥାଏ ।

16. ସଂସ୍କୃତିର ଚାରିଗୋଟି ଲକ୍ଷଣ ଦର୍ଶାଅ ।
Answer:
ସଂସ୍କୃତିର ଚାରିଗୋଟି ଲକ୍ଷଣ ହେଲା-
(i) ସଂସ୍କୃତି ଏକ ଅର୍ଜିତ ଗୁଣ ।
(ii) ସଂସ୍କୃତି ଆଦର୍ଶବାଦୀ ଅଟେ ।
(iii) ସଂସ୍କୃତି ଏକ ଚଳନଶୀଳ ବ୍ୟାପାର ।
(iv) ସଂସ୍କୃତି ମାନବିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ ।

17. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖହୁଏ ଏବଂ ସ୍ପର୍ଶ କରିହୁଏ, ତାହା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ଏହିପ୍ରକାର ସଂସ୍କୃତି ମୂର୍ଖ ଏବଂ ସ୍ପର୍ଶଯୋଗ୍ୟ ପଦାର୍ଥକୁ ନେଇ ଗଠିତ । ବାସଗୃହ, ପୋଷାକ-ପରିଚ୍ଛଦ, ଆସବାବାପତ୍ର, ପୁସ୍ତକ ପ୍ରଭୃତି ଏହି ଭୌତିକ ସଂସ୍କୃତିର ଉଦାହରଣ ଅଟେ ।

18. ଭୌତିକ ସଂସ୍କୃତି କହିଲେ କ’ଣ ବୁଝ ?
Answer:
ଏହି ଅଭୌତିକ ସଂସ୍କୃତି ଅମୂର୍ତ୍ତି ଏବଂ ସ୍ପର୍ଶହୀନ ଅଟେ । ଏହି ସଂସ୍କୃତିର ପରିବର୍ତ୍ତନର ବେଗ ଧୀର, ମନ୍ତର ଗତିରେ ସଂଘଟିତ ହୋଇଥାଏ । ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ, ପ୍ରଥା, ପରମ୍ପରା ଇତ୍ୟାଦି ଅଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ ।

19. ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ଉଲ୍ଲେଖ କର ।
Answer:
ପ୍ରାଥମିକ ସମୂହର ଦୁଇଗୋଟି ଉଦାହରଣ ହେଉଛି
(୧) ପରିବାର ଓ (୨) ପଡ଼ୋଶୀ

20. ସଂଘର ଯେକୌଣସି ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ସଂଘର ଦୁଇଗୋଟି ଉଦାହରଣ ହେଉଛି-
(୧) ପରିବାର ଓ (୨) ରାଜନୈତିକ ଦଳ ।

21. ଗୌଣ ସମୂହର ଦୁଇଗୋଟି ଲକ୍ଷଣ ପ୍ରଦାନ କର ।
Answer:
ଗୌଣ ସମୂହର ଦୁଇଗୋଟି ଲକ୍ଷଣ ହେଉଛି-
(୧) ପରୋକ୍ଷ ସମ୍ପର୍କ (୨) ମୁଖୋନୁ ଖ ସମ୍ପର୍କର ଅଭାବ ।

22. ମାଜର ଯେକୌଣସି ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ପ୍ରଦାନ କର ।
Answer:
ସମାଜର ଦୁଇଗୋଟି ପ୍ରକାର୍ଯ୍ୟ ସମ୍ବନ୍ଧୀୟ ଉପାଦାନ ହେଲା-
(୧) ମୌଳିକ ଆବଶ୍ୟକତାର ପରିପୂରଣ ପାଇଁ ବନ୍ଦୋବସ୍ତ । (୨) ସାମାଜିକୀକରଣ ଓ ପାରସ୍ପରିକ ନିର୍ଭରଶୀଳତା ।

23. ଅବସ୍ତୁଭିତ୍ତିକ ସଂସ୍କୃତିର ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ଅବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା-
(୧) ପ୍ରଥା, ପରମ୍ପରା ଓ (୨) ଭାଷା, ମୂଲ୍ୟବୋଧ ।

CHSE Odisha Class 11 Sociology Unit 2 Short Answer Questions in Odia Medium

24. ବସ୍ତୁଭିଭିକ ସଂସ୍କୃତିର ଯେକୌଣସି ଦୁଇଗୋଟି ଉଦାହରଣ ପ୍ରଦାନ କର ।
Answer:
ବସ୍ତୁଭିଭିକ ସଂସ୍କୃତିର ଦୁଇଗୋଟି ଉଦାହରଣ ହେଲା- (୧) ବାସଗୃହ, ପୋଷାକ ପରିଚ୍ଛଦ, (୨) ପୁସ୍ତକ, ଆସୁବାବପତ୍ର ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ୫ଟି / ୬ଟି ବାକ୍ୟରେ ଲେଖ ।

1. ସମାଜ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସମୁଦାୟ ମଧ୍ୟରେ ବିଭିନ୍ନ ପ୍ରକାର ତାରତମ୍ୟ ପ୍ରକାଶ ପାଇଥାଏ । ସେଗୁଡ଼ିକୁ ନିମ୍ନମତେ ବର୍ଣ୍ଣନା କରାଯାଇପାରେ ।

(i) ସମାଜ ସାମାଜିକ ସମ୍ପର୍କର ସମଷ୍ଟି ଅଟେ । ଏହି ସମ୍ପର୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ, ଶୃଙ୍ଖଳିତ କିମ୍ବା ବିଶୃଙ୍ଖଳିତ ହୋଇପାରେ । ଅନ୍ୟ ପକ୍ଷରେ ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଦଳେ ବ୍ୟକ୍ତିଙ୍କର ସମଷ୍ଟି ଅଟେ । ଏହି ସମୁଦାୟର ଲୋକମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ଅନ୍ତରଙ୍ଗ ଏବଂ ସହଯୋଗମୂଳକ ସମ୍ପର୍କ ବିଦ୍ୟମାନ ।

(ii) ସମାଜ ଅମୂର୍ଖ (Abstract) ଅଟେ । ଏହାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । କିନ୍ତୁ ସମୁଦାୟ ଏକ ମୂର୍ଖ (Concrete) ସମ୍ପ୍ରତ୍ୟୟ ଅଟେ । ଏହି ସମୁଦାୟର ନିର୍ଦ୍ଦିଷ୍ଟ ଆକାର ବିଷୟରେ ଆମେ କଳନ କରିପାରୁ । ଏହି ସମୁଦାୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନବସତିକୁ ସୂଚାଇଥାଏ ଯାହାର ସ୍ଥିତିକୁ ଆମେ ସହଜରେ ନିର୍ଦ୍ଧାରଣ କରିପାରୁ ।

(iii) ସମୁଦାୟର ସଦସ୍ୟମାନଙ୍କ ମଧ୍ୟରେ ଆମେ ‘ସାମୁଦାୟିକ ମନୋଭାବ’ (Community sentiment) ଦେଖିବାର ପାଇଥାଉ । ଏହି ସାମୁଦାୟିକ ମନୋଭାବ ସମୁଦାୟର ଏକ ମୁଖ୍ୟ ବୈଶିଷ୍ଟ୍ୟ ଅଟେ । ଏହି ସାମୁଦାୟିକ ମନୋଭାବ ବିନା ସମୁଦାୟ ଅସ୍ଥିତ୍ଵ ନାହିଁ କହିଲେ ଚଳେ । ମାତ୍ର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଏହି ଭାବନା ପ୍ରାୟ ପରିଲକ୍ଷିତ ହୋଇ ନ ଥାଏ ।

(iv) ସମାଜ ଏକ ବ୍ୟାପକ ସଂସ୍ଥା ଅଟେ । ଏହାର ପରିସର କେତେକ ସମୁଦାୟକୁ ଅନ୍ତର୍ଭୁକ୍ତ କରିଥାଏ । ମାତ୍ର ଅପରପକ୍ଷରେ ସମୁଦାୟ ହେଉଛି ସମାଜର ଅଂଶ ସ୍ଵରୂପ । ଏହାର ଆକାର କ୍ଷୁଦ୍ର ହୋଇଥିବାରୁ ଏହା ସମାଜକୁ ନିଜର ପରିସରଭୁକ୍ତ କରିପାରି ନ ଥାଏ ।

2. ସଂଘ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ସଂଘ ଏକ ସମୁଦାୟ ପଦବାଚ୍ୟ ହୋଇପାରେ ନାହିଁ । ଏହା ହେଉଛି ସମୁଦାୟ ମଧ୍ୟରେ ଥ‌ିବା ଏକ ସ୍ବେଚ୍ଛାକୃତ ଏବଂ ସଙ୍ଗଠିତ ସମୂହ ଅଟେ । ଏହି ସଂଘ ଏବଂ ସମୁଦାୟ ପରସ୍ପରଠାରୁ କେତେକ କ୍ଷେତ୍ରରେ ପୃଥକ୍ ଅଟନ୍ତି ।

(i) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଚରିତାର୍ଡ କରିବାପାଇଁ ଲୋକମାନେ ସ୍ବେଚ୍ଛାକୃତଭାବେ ସଂଘ ଗଠନ କରିଥା’ନ୍ତି । ମାତ୍ର ଅନ୍ୟପକ୍ଷରେ ସମୁଦାୟ ସ୍ବତଃସ୍ଫୁର୍ଭ (spontaneous) ଭାବେ ତିଆରି ହୋଇଥାଏ । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ସଂଘ ମନୁଷ୍ୟକୃତ ହୋଇଥିବା ସ୍ଥଳେ ସମୁଦାୟ ଈଶ୍ଵରକୃତ ଅଟେ ।

(ii) ସଂଘର ଗଠନ ନିମିତ୍ତ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥାଏ । ସଂଘ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରି ନ ଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ମାନବ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ । କୌଣସି ନିର୍ଦ୍ଦିଷ୍ଟ ଆଗରେ ରଖ୍ ବ୍ୟକ୍ତି ସମୁଦାୟର ସଦସ୍ୟ ହୋଇ ନ ଥାଏ । ଏହି ସମୁଦାୟର ସଦସ୍ୟତା ବ୍ୟକ୍ତିର ଜନ୍ମଗତ ପ୍ରବୃତ୍ତି ଅଟେ । ତେଣୁ ସମୁଦାୟ ସଂଘ ଅପେକ୍ଷା ଅଧିକ ବ୍ୟାପକ ଅଟେ ।

(iii) ସଂଘର ସଭ୍ୟପଦ ସ୍ଵେଚ୍ଛାକୃତ ହେବାବେଳେ ସମୁଦାୟର ସଭ୍ୟପଦ ବାଧ୍ୟତାମୂଳକ ଅଟେ । ବ୍ୟକ୍ତି ତା’ର ଇଚ୍ଛା ଅନୁସାରେ ଯେକୌଣସି ସଂଘର ସଭ୍ୟପଦ ଗ୍ରହଣ କିମ୍ବା ପରିତ୍ୟାଗ କରିପାରେ । ଅପରପକ୍ଷରେ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସମୁଦାୟର ସଭ୍ୟହୋଇ ରହିଥାଏ ।

(iv) ସମୁଦାୟର ଏକ ମୁଖ୍ୟ ଉପାଦାନ ହେଉଛି ସାମୁଦାୟିକ ମନୋଭାବ । ଏହି ସାମୁଦାୟିକ ମନୋଭାବ ବ୍ୟତିରେକେ ସମୁଦାୟର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ମାତ୍ର ସଂଘରେ ଏପ୍ରକାର ମନୋଭାବ ପରିଲକ୍ଷିତ ହୋଇ ନ ଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

(v) ଏକ ସଂଘର ନିର୍ଦ୍ଦିଷ୍ଟ ଭୌଗୋଳିକ ଭୂଖଣ୍ଡ ନ ଥାଏ । ଅପରପକ୍ଷରେ ଏକ ସମୁଦାୟର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡ ରହିଥାଏ । ସମୁଦାୟ ସେହି ଲୋକମାନଙ୍କୁ ନିଜର ପରିସରଭୁକ୍ତ କରିଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ବାସ କରିଥା’ନ୍ତି ।

3. ସମାଜ ଏବଂ ସଂଘ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ସଂଘ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି । ସେମାନଙ୍କ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକୁ ଦେଖୁବାକୁ ମିଳିଥାଏ ।

(i) ସମାଜ ସାମାଜିକ ସମ୍ପର୍କର ଏକ ସମଷ୍ଟି ହୋଇଥିବାବେଳେ ସଂଘ ଲୋକମାନଙ୍କର ଏକ ସମୂହରୂପେ ପରିଚିତ ।
(ii) ସମାଜ ପ୍ରାକୃତିକ ଉପାୟରେ ଆମ ଦୃଷ୍ଟିଗୋଚରକୁ ଆସିଛି । ପ୍ରକୃତି ଏହାର ବିକାଶରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସଂଘ ଲୋକମାନଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ । ତେଣୁ ସଂଘ କୃତ୍ରିମ ଉପାୟରେ ସୃଷ୍ଟି ହୋଇଥିବାବେଳେ ସମାଜ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥାଏ ।
(iii) ସମାଜ ସ୍ଥାୟୀ ସଂସ୍ଥାରୂପେ ପରିଚିତ । ମାତ୍ର ସଂଘ ସ୍ଥାୟୀ ବା ଅସ୍ଥାୟୀ ହୋଇପାରେ । ଏହି ଦୃଷ୍ଟିରୁ ସମାଜ ସଂଘ ଅପେକ୍ଷା ଅଧ୍ବକ ସୁଦୃଢ଼ ଅଟେ ।
(iv) ସମାଜ ଉଭୟ ସହଯୋଗିତା ଏବଂ ସଂଘର୍ଷର ଏକ ସମାହାର । ତେଣୁ ମାକାଇଭର୍ (Maclver) କହିଛନ୍ତି, ‘ସମାଜ ହେଉଛି ସଂଘର୍ଷଦ୍ବାରା ଅତିକ୍ରାନ୍ତ ସହଯୋଗିତା ।’’ ମାତ୍ର ଅପରପକ୍ଷରେ ସଂଘ ମୁଖ୍ୟତଃ ସହଯୋଗିତା ଉପରେ ହିଁ ପ୍ରତିଷ୍ଠିତ ।
(v) ସମାଜ ଲୋକମାନଙ୍କର ସମସ୍ତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପୂରଣ କରିଥାଏ । ମାତ୍ର ସଂଘ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ । କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ସଂଘକୁ ଗଠନ କରାଯାଇଥାଏ । ତେଣୁ ସମାଜର ଲକ୍ଷ୍ୟ ସଂଘର ଲକ୍ଷ୍ୟ ତୁଳନାରେ ବ୍ୟାପକ ଅଟେ ।

4. ଅନୁଷ୍ଠାନର ପ୍ରକାର୍ଯ୍ୟଗୁଡ଼ିକୁ ଆଲୋଚନା କର ।
Answer:
ସମାଜରେ ଅନୁଷ୍ଠାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା କେତେକ ମୁଖ୍ୟ ସାମାଜିକ ପ୍ରକାର୍ଯ୍ୟକୁ ସମ୍ପାଦନ କରିଥାଏ । ଏହି ପ୍ରକାର୍ଯ୍ୟଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ଅନୁଷ୍ଠାନ କେତେକ ନିର୍ଦ୍ଧାରିତ ନୀତିନିୟମ ମାଧ୍ୟମରେ ତା’ର ସଦସ୍ୟମାନଙ୍କର ଆଚରଣ ଏବଂ ବ୍ୟବହାର ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ । ଉଦାହରଣସ୍ୱରୂପ, ଏକ ସାମାଜିକ ଅନୁଷ୍ଠାନରୂପେ ପରିବାର ତା’ର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସେହିପରି ବିବାହ ଅନୁଷ୍ଠାନ ସ୍ଵାମୀ ଏବଂ ‘ସ୍ତ୍ରୀ’ଙ୍କର ଯୌନ ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।
(ii) ସମାଜରେ ପ୍ରଚଳିତ ଆଦର୍ଶ, ଜ୍ଞାନ, ନୈତିକତା ଏବଂ ବ୍ୟବହାର ପ୍ରଭୃତି ଗୋଟିଏ ପୁରୁଷରୁ ଅନ୍ୟ ଗୋଟିଏ ପୁରୁଷକୁ ଏହି ଅନୁଷ୍ଠାନ ଜରିଆରେ ସ୍ଥାନାନ୍ତରିତ ହୋଇଥାଏ ।
(iii) ଏହି ଅନୁଷ୍ଠାନଗୁଡ଼ିକ ବ୍ୟକ୍ତିର ସାମାଜିକୀକରଣ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ଏହା ଫଳରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସଂଘଟିତ ହୋଇଥାଏ ।
(iv) ଏହି ଅନୁଷ୍ଠାନ ସମାଜରେ ବ୍ୟକ୍ତିର ପ୍ରସ୍ଥିତି ଏବଂ ଭୂମିକାକୁ ନିର୍ଦ୍ଧାରିତ କରିଥାଏ । ବିବାହ ଅନୁଷ୍ଠାନଦ୍ୱାରା ସ୍ଵାମୀ ଏବଂ ସ୍ତ୍ରୀର ଭୂମିକା ନିର୍ଦ୍ଧାରିତ ହୋଇଥାଏ ।
(v) ଏକ ଅନୌପଚାରିକ ମାଧ୍ୟମଭାବେ ଅନୁଷ୍ଠାନ ସମାଜରେ ବ୍ୟକ୍ତି ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସମାଜରେ ଯୌନସମ୍ପର୍କ ବିବାହ ଅନୁଷ୍ଠାନଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଲୋକମାନଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧକୁ ଧର୍ମ ନିୟନ୍ତ୍ରତ କରିଥାଏ । ଲୋକମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦୈନନ୍ଦିନର କାର୍ଯ୍ୟକଳାପ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଜାହରି କରିଥାଏ ।
(vi) ଏହି ଅନୁଷ୍ଠାନ ଲୋକମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରି ସମାଜର ଏକତା ଏବଂ ସଂହତିକୁ ଦୃଢ଼ କରିଥାଏ । ତେଣୁ କୁହାଯାଇପାରେ ଯେ ସମାଜର ଏକତା ଏବଂ ସଂହତି ରକ୍ଷା କରିବା କ୍ଷେତ୍ରରେ ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

5. ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସଂଘ ଏବଂ ଅନୁଷ୍ଠାନ ମଧ୍ୟରେ ପରିଦୃଷ୍ଟ ହେଉଥ‌ିବା ମୁଖ୍ୟ ପ୍ରଭେଦଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ! –

(i) ଅନୁଷ୍ଠାନ କେତେକ ନୀତିନିୟମ, ବିଧ୍ଵବିଧାନ ଏବଂ କାର୍ଯ୍ୟପ୍ରଣାଳୀର ଏକ ବ୍ୟବସ୍ଥା । ମାତ୍ର ସଂଘ ଲୋକମାନଙ୍କର ଏକ ସଙ୍ଗଠନ । ତେଣୁ ସଂଘ ମାନବିକ ଦିଗଗୁଡ଼ିକୁ ସୂଚାଉଥ‌ିବାବେଳେ ଅନୁଷ୍ଠାନ ମନୁଷ୍ୟର ବ୍ୟବହାର ଏବଂ ଆଚରଣର ସାମାଜିକ ଅବସ୍ଥାକୁ ସୂଚାଇଥାଏ।

(ii) ଅନୁଷ୍ଠାନଗୁଡ଼ିକ ସ୍ଵତଃସ୍ଫୁର୍ଭଭାବେ ଦୃଷ୍ଟିଗୋଚରକୁ ଆସିଥା’ନ୍ତି । ଅପରପକ୍ଷରେ ସଂଘ କେତେକ ବ୍ୟକ୍ତିଙ୍କଦ୍ୱାରା ଇଚ୍ଛାକୃତଭାବେ ଗଠିତ ହୋଇଥାଏ । ତେଣୁ ଅନୁଷ୍ଠାନର ସଦସ୍ୟପଦ ବାଧ୍ୟତାମୂଳକ ହେଉଥିବାବେଳେ ସଂଘର ସଭ୍ୟପଦ ଇଚ୍ଛାଧୀନ ଅଟେ ।

(iii) ସଂଘ ‘ମୂର୍ଖ’ (concrete) ଅଟେ । ଏହି ସଂଘକୁ ବ୍ୟକ୍ତିଙ୍କର ସମଷ୍ଟିରୂପେ ଦେଖାଯାଇଥାଏ । ଅପରପକ୍ଷରେ ଅନୁଷ୍ଠାନ ଅମୁର୍ତ୍ତି (abstract) ଅଟେ । ଏହି ଅନୁଷ୍ଠାନ ନିୟମ ଏବଂ କାର୍ଯ୍ୟ ପଦ୍ଧତିର ଏକ ବ୍ୟବସ୍ଥା, ଯାହାକୁ ଆମେ ଦେଖୁପାରି ନ ଥାଉ ।

(iv) ସଂଘରେ କେତେକ ଔପଚାରିକ ନିୟମ ରହିଥାଏ; କିନ୍ତୁ ଅନୁଷ୍ଠାନର ନୀତିନିୟମ ଏବଂ ବିଶ୍ଵାସ ପଦ୍ଧତି ପ୍ରଭୃତି ସାମାଜିକ ନିୟନ୍ତ୍ରଣର ଅନୌପଚାରିକ ମାଧ୍ୟମ ଉପରେ ପର୍ଯ୍ୟବସିତ ।

(v) ଏହି ଅନୁଷ୍ଠାନ ମନୁଷ୍ୟର କର୍ମପଦ୍ଧତିକୁ ଦର୍ଶାଉଥ‌ିବାବେଳେ ସଂଘ ବ୍ୟକ୍ତିର ସଭ୍ୟପଦକୁ ସୂଚାଇଥାଏ । ତେଣୁ କୁହାଯାଇପାରେ ଯେ ମନୁଷ୍ୟ ସଂଘର ସଭ୍ୟ ଅଟେ; ମାତ୍ର ଅନୁଷ୍ଠାନର ନୁହେଁ ।

(vi) ସଂଘ ବ୍ୟକ୍ତିଗତ ସ୍ଵାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରିଥାଏ । ଅନ୍ୟ ଅର୍ଥରେ କୁହାଯାଇପାରେ ଯେ ସଂଘ ଲୋକମାନଙ୍କର କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରୁଥିବାବେଳେ ଅନୁଷ୍ଠାନ ସାମୂହିକ କଲ୍ୟାଣ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

(vii) ସଂଘକୁ ଲୋକମାନଙ୍କଦ୍ଵାରା ସ୍ଥାପିତ କରାଯାଇଥାଏ । ଏହା କିପରି ସ୍ଥାପିତ ହେଲା ଏବଂ କାହାଦ୍ବାରା ସ୍ଥାପିତ ହେଲା ଏହା ସ୍ପଷ୍ଟରୂପେ କୁହାଯାଇପାରେ । ମାତ୍ର ଅପରପକ୍ଷରେ ଅନୁଷ୍ଠାନର ଉତ୍ପତ୍ତି କିପରି ବା କାହାଦ୍ଵାରା ହୋଇଛି, ସେ ବିଷୟରେ କିଛି କଳ୍ପନା କରାଯାଇପାରିବ ନାହିଁ । ଏହାର କାରଣ ଅନୁଷ୍ଠାନ ଧୀରେ ଧୀରେ ସ୍ବତଃ ବିକଶିତ ହୋଇଥାଏ । ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

CHSE Odisha Class 11 Sociology Unit 2 Short Answer Questions in Odia Medium

6. ଅନୁଷ୍ଠାନ ଏବଂ ସମୁଦାୟ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
(i) ସମୁଦାୟ ଲୋକମାନଙ୍କର ଏକ ସମୂହରୂପେ ପରିଚିତ । ଅନ୍ୟପକ୍ଷରେ ଅନୁଷ୍ଠାନ ହେଉଛି ବହୁ ନୀତିନିୟମ, କାର୍ଯ୍ୟରୀତି, ପ୍ରଥା, ପରମ୍ପରାର ଏକ ସଙ୍ଗଠନ ।
(ii) ଅନୁଷ୍ଠାନ ସମାଜର ଏକ ସଂରଚନା ଯାହାକି କେତେକ ଆବଶ୍ୟକତାର ପୂରଣ ପାଇଁ ସୃଷ୍ଟି ହୋଇଥାଏ । କିନ୍ତୁ ଅପରପକ୍ଷରେ ସମୁଦାୟ ଦଳେ ଲୋକମାନଙ୍କଦ୍ୱାରା ଗଠିତ ହୋଇଥାଏ, ଯେଉଁମାନେ କି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଖରେ ସ୍ଥାୟୀଭାବେ ବାସ କରିଥା’ନ୍ତି ଏବଂ ସେମାନଙ୍କ ମଧ୍ୟରେ ଏକ ଦୃଢ଼ ‘ଆମେକ-ଭାବନା’ (we-feeling) ରହିଥାଏ ।
(iii) ଅନୁଷ୍ଠାନର ସେପରି କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ମାତ୍ର ସମୁଦାୟର ନିର୍ଦ୍ଦିଷ୍ଟ ଆକାର ରହିଛି । ବ୍ୟକ୍ତି ସମୁଦାୟର ସଭ୍ୟ ଅଟେ, ମାତ୍ର ଅନୁଷ୍ଠାନର ନୁହେଁ ।
(iv) ଅନୁଷ୍ଠାନର ଜନ୍ମ ସମୁଦାୟ ମଧ୍ଯରେ ହୋଇଥାଏ । ମାତ୍ର ସମୁଦାୟ ଆପେ ଆପେ ବିକାଶଲାଭ କରିଥାଏ । (v) ପ୍ରତ୍ୟେକ ଅନୁଷ୍ଠାନ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ; କିନ୍ତୁ ସମୁଦାୟ ମନୁଷ୍ୟର ସମ୍ପୂର୍ଣ୍ଣ ସାମାଜିକ ଜୀବନ ସହିତ ସମ୍ପୃକ୍ତ ଅଟେ ।
(vi) ଅନୁଷ୍ଠାନ ମନୁଷ୍ୟମାନଙ୍କର ସାମୂହିକ କାର୍ଯ୍ୟାବଳୀ ଉପରେ ପର୍ଯ୍ୟାବସିତ; କିନ୍ତୁ ସମୁଦାୟ ଲୋକମାନଙ୍କର ପାରସ୍ପରିକ ସମ୍ପର୍କ ଉପରେ ପ୍ରତିଷ୍ଠିତ ।
(vii) ଅନୁଷ୍ଠାନ ଅମୂର୍ଖ (abstract) ଏବଂ ସ୍ପର୍ଶହୀନ ଅଟେ; ମାତ୍ର ସମୁଦାୟ ମୂର୍ଖ (concrete) ଏବଂ ଦୃଶ୍ୟଯୋଗ୍ୟ ଅଟେ ।
(viii) ପ୍ରତ୍ୟେକ ଅନୁଷ୍ଠାନ ଏକ ନିର୍ଦ୍ଦିଷ୍ଟ ପ୍ରତୀକ ଉପରେ ପର୍ଯ୍ୟବସିତ; କିନ୍ତୁ ପ୍ରତ୍ୟେକ ସମୁଦାୟ ଏକ ନିର୍ଦ୍ଦିଷ୍ଟ ନାମକୁ ଧାରଣ କରିଥାଏ ।
(ix) ମନୁଷ୍ୟର ବହୁବିଧ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାପାଇଁ ସମୁଦାୟ ହେଉଛି ସମାଜର ଏକ ମୁଖ୍ୟ ଅଙ୍ଗ । ଅପରପକ୍ଷରେ କେତେକ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ନିମିତ୍ତ ଅନୁଷ୍ଠାନ ହେଉଛି ସମାଜର ଏକ ସଂରଚନା ।

7. ଅନୁଷ୍ଠାନ ଏବଂ ସମାଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସମାଜ ଏବଂ ଅନୁଷ୍ଠାନ ମଧ୍ୟରେ ନିମ୍ନଲିଖ ପ୍ରଭେଦଗୁଡ଼ିକ ଦେଖିବାକୁ ମିଳିଥାଏ ।

  • ସମାଜ ହେଉଛି ସାମାଜିକ ସମ୍ପର୍କର ଏକ ଜାଲ ସଦୃଶ । ମାତ୍ର ଅପରପକ୍ଷରେ ଅନୁଷ୍ଠାନ କେତେକ ନୀତିନିୟମ, ପ୍ରଥା, ପରମ୍ପରା ଏବଂ ବ୍ୟାବହାରିକ ରୀତିର ଏକ ସଙ୍ଗଠନ ଅଟେ ।
  • ଅନୁଷ୍ଠାନ ହେଉଛି କେତେକ କାର୍ଯ୍ୟରୀତି ଯାହାକି ସମାଜଦ୍ବାରା ସ୍ବୀକୃତିପ୍ରାପ୍ତ ଏବଂ ଗ୍ରହଣୀୟ ହୋଇଥାଏ । ମାତ୍ର ଅନୁଷ୍ଠାନଦ୍ୱାରା ସମାଜ ସ୍ବୀକୃତିପ୍ରାପ୍ତ ହୋଇ ନ ଥାଏ ।
  • ସମାଜ ମାନବିକ ଭାବଧାରାଗୁଡ଼ିକ ପ୍ରଦର୍ଶନ କରିଥାଏ; କିନ୍ତୁ ଅନୁଷ୍ଠାନ ଆଚରଣ ଏବଂ ବ୍ୟବହାରର ଏକ ସାମାଜିକ
  • ସମାଜ ମଧ୍ୟରେ ଅନୁଷ୍ଠାନଗୁଡ଼ିକ ତିଷ୍ଠି ରହିଥା’ନ୍ତି । ଏଗୁଡ଼ିକ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପରିଚାଳିତ କରିଥା’ନ୍ତି ।
  • ପ୍ରତ୍ୟେକ ଅନୁଷ୍ଠାନ ମୁଖ୍ୟତଃ ଜୀବନର ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ ଥ‌ିବାବେଳେ, ସମାଜ ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ।
  • ପ୍ରତ୍ୟେକ ଅନୁଷ୍ଠାନର ଏକ ନିର୍ଦ୍ଦିଷ୍ଟ ପ୍ରତୀକ (symbol) ଥାଏ; ମାତ୍ର ସମାଜର କୌଣସି ନିର୍ଦ୍ଦିଷ୍ଟ ପ୍ରତୀକ ନ ଥାଏ ।

8. ସାମାଜିକ ସମୂହର ବୈଶିଷ୍ଟ୍ୟଗୁଡ଼ିକୁ ଆଲୋଚନା କର ।
Answer:
ଗୋଷ୍ଠୀଗତ ଜୀବନଯାପନ କରିବା ମନୁଷ୍ୟର ଏକ ସହଜାତ ଗୁଣ । ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ତା’ର ଦୈନନ୍ଦିନ ଜୀବନରେ ସମୂହ ଉପରେ ନିର୍ଭର କରିଥାଏ । ନିମ୍ନରେ ସାମାଜିକ ସମୂହର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ବିଶ୍ଳେଷଣ କରାଗଲା ।

(i) ବ୍ୟକ୍ତିଙ୍କର ଏକ ସମଷ୍ଟ (Collection of individuals)- ସାମାଜିକ ସମୂହ ବ୍ୟକ୍ତିମାନଙ୍କର ଏକ ସମଷ୍ଟି ଅଟେ । ଦଳେ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସାମାଜିକ ସମୂହର ସ୍ଥିତି ବିଷୟରେ କଳ୍ପନା କରାଯାଇ ନ ପାରେ । ଏହି ସାମାଜିକ ସମୂହ ହେଉଛି ବ୍ୟକ୍ତିମାନଙ୍କର ଏକ ସମଷ୍ଟି, ଯେଉଁମାନେ କି ଏକ ସାଧାରଣ ଲକ୍ଷ୍ୟ ପାଇଁ ସାମାଜିକ ଚୁକ୍ତିରେ ଆବଦ୍ଧ ହୋଇଥା ନ୍ତି ।

(ii) ପାରସ୍ପରିକ ସମ୍ପର୍କ (Mutual relationship)- ପାରସ୍ପରିକ ସମ୍ପର୍କ ସାମାଜିକ ସମୂହର ଏକ ବଳିଷ୍ଠ ଲକ୍ଷଣ । ପାରସ୍ପରିକ ସମ୍ପର୍କ ବ୍ୟତିରେକେ ଏକ ସାମାଜିକ ସମୂହର ସ୍ଥିତିକୁ ସ୍ବୀକାର କରାଯାଇ ନ ପାରେ । ଏହି ପାରସ୍ପରିକ ସମ୍ପର୍କ ହେଉଛି ଏକ ମୂଳଦୁଆ, ଯାହା ଉପରେ ସାମାଜିକ ସମୂହ ଦଣ୍ଡାୟମାନ ଅଟେ । ଏହି ପାରସ୍ପରିକ ସମ୍ପର୍କ ଯେତେ ନିବିଡ଼ ହୁଏ, ଭାବର ଆଦାନପ୍ରଦାନ ସେତେ ଗଭୀର ହୁଏ ।

(iii) ଏକତାବଦ୍ଧ ଚେତନା (Sense of unity) ଐକ୍ୟ ଭାବନା ନ ରହିଲେ ସାମାଜିକ ସମୂହ ଗଠନ କରାଯାଇପାରିବ ନାହିଁ । ଗୋଟିଏ ସାମାଜିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଐକ୍ୟ ମନୋବୃତ୍ତି ରହିଥାଏ । ଏହା ସାମାଜିକ ସଂହତିର ଏକ ଦୃଢ଼ ପ୍ରତୀକ ଅଟେ । ଏହି ଐକ୍ୟ ଭାବନା ସେମାନଙ୍କ ମଧ୍ୟରେ ସଙ୍ଗଠିତ ହେଉଥ‌ିବା ମାନସିକ କ୍ରିୟା ପ୍ରକ୍ରିୟାରୁ ସୃଷ୍ଟି ହୋଇଥାଏ ।

(iv) ‘ଆମ-ଭାବନା’ (We-feeling)- ସାମାଜିକ ସମୂହର ଏକ ମୁଖ୍ୟ ଲକ୍ଷଣ ହେଉଛି ‘ଆମ-ଭାବନା’ । ଏହି ‘ଆମ-ଭାବନା’ ସମୂହର ସମସ୍ତ ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖୁଥାଏ । ଏହି ଭାବନା ବଳରେ ପ୍ରତ୍ୟେକ ସମୂହର ସଦସ୍ୟମାନେ ନିଜ ସମୂହର ବ୍ୟକ୍ତିମାନଙ୍କୁ ନିଜର ବୋଲି ମନେକରନ୍ତି ଏବଂ ଅନ୍ୟ ସମୂହର ବ୍ୟକ୍ତିମାନଙ୍କୁ ବାହାର ବ୍ୟକ୍ତିଭାବରେ ଗଣନା କରିଥା’ନ୍ତି ।

(v) ସାଧାରଣ ସ୍ଵାର୍ଥ (Common interest)- ସାମାଜିକ ସମୂହ ସମୂହ ସ୍ବାର୍ଥ ଉପରେ ପର୍ଯ୍ୟବସିତ । ଏହା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିର ସ୍ବାର୍ଥକୁ ପୂରଣ କରି ନ ଥାଏ । ଏକ ସାମାଜିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟ, ଆଗ୍ରହ, ଅଭିବୃଦ୍ଧି ଏବଂ ଆଦର୍ଶ ମୋଟଉପରେ ସାଧାରଣ ଅଟେ । ସଦସ୍ୟମାନେ ଏକ ସାଧାରଣ ସମସ୍ୟାକୁ ମିଳିତଭାବରେ ଆଲୋଚନା କରନ୍ତି । ତେଣୁ କୁହାଯାଇପାରେ ଯେ ପ୍ରତ୍ୟେକ ସାମାଜିକ ସମୂହ ସାମୂହିକ ସ୍ବାର୍ଥ ଉପରେ ପର୍ଯ୍ୟବସିତ ।

9. ଗୌଣ ସମୂହର ପ୍ରକାର୍ଯ୍ୟଗୁଡ଼ିକ ସଂକ୍ଷେପରେ ଆଲୋଚନା କର ।
Answer:
ଆଧୁନିକ ଶିଳ୍ପବହୁଳ ସମାଜରେ ଗୌଣ ସମୂହର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଗୌଣ ସମୂହ ଆଧୁନିକ ସମାଜରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାଏ । ଗୌଣ ସମୂହଦ୍ୱାରା ସମ୍ପାଦିତ ହେଉଥ‌ିବା କେତେକ ମୁଖ୍ୟ କାର୍ଯ୍ୟଗୁଡ଼ିକୁ ସଂକ୍ଷେପରେ ଆଲୋଚନା କରାଗଲା ।

(i) ନିର୍ଦ୍ଦିଷ୍ଟ ସ୍ଵାର୍ଥର ପରିତୃପ୍ତି (Fulfilment of specific interest)- ଗୌଣ ସମୂହର ଗୋଟିଏ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଯେ ଏହା ସଦସ୍ୟମାନଙ୍କର ନିର୍ଦ୍ଦିଷ୍ଟ ସ୍ବାର୍ଥକୁ ପୂରଣ କରିଥାଏ । ଲୋକମାନେ ସେମାନଙ୍କର ଅଭିଳାଷିତ ଲକ୍ଷ୍ୟକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଗୌଣ ସମୂହର ସଦସ୍ୟଭୁକ୍ତ ହୋଇଥା’ନ୍ତି । ଉଦାହରଣସ୍ୱରୂପ, ରାଜନୈତିକ ଲକ୍ଷ୍ୟ ଏବଂ ଅଭିଳାଷକୁ ପୂରଣ କରିବାପାଇଁ ଏକ ରାଜନୈତିକ ଦଳ ଗଠିତ ହୋଇଥାଏ ।

(ii) କାର୍ଯ୍ୟଦକ୍ଷତା ବୃଦ୍ଧି (Increase in efficiency)- ଗୌଣ ସମୂହ ତାର ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହ ଶ୍ରମ ବିଭାଜନ ଏବଂ କାର୍ଯ୍ୟ ବିଶେଷୀକରଣଦ୍ବାରା ବିଶେଷଭାବେ ଚିହ୍ନିତ ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ହୋଇଥାଏ । ଏହାର ପରିଚାଳନା ନିମିତ୍ତ ବହୁ ନୀତିନିୟମ ସୃଷ୍ଟି ହୋଇଥାଏ । ଏକ ଦକ୍ଷତାପୂର୍ଣ ଔପଚାରିକ ବିଶେଷଜ୍ଞମଣ୍ଡଳୀଦ୍ଵାରା ଏହା ପରିଚାଳିତ । ସମସ୍ତ ସଦସ୍ୟ ସେମାନଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ପୂରଣ କରିବାପାଇଁ ଦକ୍ଷତାର ସହିତ କାର୍ଯ୍ୟ କରିଥା’ନ୍ତି । ଏହା ଫଳରେ ସଦସ୍ୟମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ।

(iii) ସୁବିଧାସୁଯୋଗର ମାଧ୍ୟମ (Channels of opportunity)- ଗୌଣ ସମୂହ ସମସ୍ତପ୍ର କାର ସୁବିଧାସୁଯୋଗର ଏକ ସଠିକ୍ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । ଗୌଣ ସମୂହଗୁଡ଼ିକ ବ୍ୟକ୍ତିଗତ ପ୍ରତିଭା, ଦକ୍ଷତା, କର୍ମକୁଶଳତା ଏବଂ ସାର୍ମର୍ଥ୍ୟ ପ୍ରଭୃତିର ବିକାଶ ପାଇଁ ଏକ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ । ବର୍ତ୍ତମାନ ସମାଜରେ ବାଣିଜ୍ୟ ବ୍ୟବସାୟ, ଶିଳ୍ପ ଏବଂ ଅନ୍ୟାନ୍ୟ କଳ-କୌଶଳ କ୍ଷେତ୍ରରେ ଦକ୍ଷ ଏବଂ ଅଭିଜ୍ଞ ଲୋକମାନେ ନିମ୍ନସ୍ତରରୁ ଊର୍ଦ୍ଧ୍ବସ୍ତରକୁ ଉନ୍ନୀତ ହୋଇପାରୁଛନ୍ତି । ଏହା କେବଳ ଗୌଣ ସମୂହଗୁଡ଼ିକର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି ।

(iv) ପ୍ରଶସ୍ତ ଦୃଷ୍ଟିଭଙ୍ଗୀ (Wider outlook)- ଗୌଣ ସମୂହ ତା’ର ସଦସ୍ୟମାନଙ୍କର ଦୃଷ୍ଟିଭଙ୍ଗୀକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥାଏ । ଏହି ଗୌଣ ସମୂହର ପରିସର ପ୍ରାଥମିକ ସମୂହ ଅପେକ୍ଷା ବ୍ୟାପକ ଅଟେ । ଏହି ସମୂହ ବହୁସଂଖ୍ୟକ ଲୋକ ଏବଂ ଅଞ୍ଚଳକୁ ନିଜର ପରିସରଭୁକ୍ତ କରିଥାଏ, ଯାହାଫଳରେ କି ସେମାନଙ୍କର ଦୃଷ୍ଟିଭଙ୍ଗୀ କ୍ରମଶଃ ପ୍ରଶସ୍ତ ହୋଇଥାଏ । ଏହି ଗୌଣ ସମୂହ ଆଞ୍ଚଳିକତାବାଦ, ପ୍ରାଦେଶିକବାଦ ଏବଂ ଜାତିବାଦ ପ୍ରଭୃତିର ବନ୍ଧନକୁ ଛିନ୍ନ କରିଥାଏ ।

CHSE Odisha Class 11 Sociology Unit 2 Short Answer Questions in Odia Medium

10. ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏହି ଆନ୍ତଃସମୂହ ଏବଂ ବହିଃସମୂହ ମଧ୍ୟରେ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଏହି ଦୁଇଟି ସମୂହ ମଧ୍ୟରେ ଦୃଷ୍ଟିଗୋଚର ହେଉଥ‌ିବା କେତେକ ମୁଖ୍ୟ ତାରତମ୍ୟକୁ ନିମ୍ନରେ ପ୍ରଦାନ କରାଗଲା ।

(i) ଯେଉଁ ସମୂହରେ ବ୍ୟକ୍ତି ବାସ କରିଥାଏ, ତାହା ତା’ର ଅନ୍ତଃ ସମୂହରୂପେ ପରିଚିତ । ଅନ୍ୟ ସମସ୍ତ ସମୂହକୁ ସେହି ବ୍ୟକ୍ତିର ବହିଃସମୂହ କୁହାଯାଏ ।
(ii) ଆନ୍ତଃସମୂହର ସଦସ୍ୟମାନଙ୍କର ମନୋବୃତ୍ତିରେ ସମାନତା ପରିଲକ୍ଷିତ ହୋଇଥାଏ; ମାତ୍ର ବହିଃସମୂହ ପ୍ରତି ସେମାନଙ୍କର ସମାନ ମନୋବୃତ୍ତି ନ ଥାଏ ।
(iii) ଆନ୍ତଃସମୂହର ସଦସ୍ୟମାନେ ପରସ୍ପର ସହିତ ପରିଚିତ ଅଟନ୍ତି; ମାତ୍ର ବିହଂସମୂହର ସଦସ୍ୟମାନଙ୍କ ସହିତ ସେମାନେ ପରିଚିତ ନୁହଁନ୍ତି ।
(iv) ଆନ୍ତଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ସହଯୋଗିତା ଏବଂ ପାରସ୍ପରିକ ସାହାଯ୍ୟଦ୍ୱାରା ନିର୍ଦ୍ଧାରିତ ହୋଇଥାଏ; କିନ୍ତୁ ବହିଃସମୂହର ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସମ୍ପର୍କ ନୈରାଶ୍ୟ, ପ୍ରତିଦ୍ବନ୍ଦିତା ଏବଂ ସଂଘର୍ଷଦ୍ବାରା ସ୍ଥିରୀକୃତ ହୋଇଥାଏ ।
(v) ଆନ୍ତଃସମୂହର ସଦସ୍ୟମାନେ ସକାରାତ୍ମକ (positive) ଭାବନାଦ୍ୱାରା ପରିଚାଳିତ ହେଉଥ‌ିବା ସ୍ଥଳେ ବହିଃସମୂହର ସଦସ୍ୟମାନେ ନକାରାତ୍ମକ (negative) ଭାବନାଦ୍ଵାରା ପରିଚାଳିତ ହୋଇଥା’ନ୍ତି ।
(vi) ଆନ୍ତଃସମୂହରେ ‘ଆମେକ-ଭାବନା’ ଥାଏ; ମାତ୍ର ବହିଃସମୂହ ସଦସ୍ୟମାନଙ୍କର ‘ସେମାନେ’ ବା ‘ଅନ୍ୟମାନେ’ (They or other) ଭାବନା ଥାଏ । ଉଦାହରଣସ୍ୱରୂପ, ‘ଆମ୍ଭେମାନେ ହିନ୍ଦୁ’, ‘ସେମାନେ ମୁସଲମାନ’, ‘ଆମ୍ଭେମାନେ ବ୍ରାହ୍ମଣ’, ‘ସେମାନେ ଶୂଦ୍ର’ ଇତ୍ୟାଦି ।

11. ସଂସ୍କୃତିର ପ୍ରକାରଭେଦ ବିଷୟରେ ଏକ ବିବରଣୀ ଦିଅ ।
Answer:
ଓଗ୍‌ବର୍ଣ୍ଣ (Ogburn)ଙ୍କ ସଂସ୍କୃତିର ଦୁଇଟି ବିଭାଗ ରହିଛି; ଯଥା- (i) ବସ୍ତୁଭିଭିକ ସଂସ୍କୃତି ଏବଂ (ii) ବତର ବା ଅବସ୍ତୁଭିଭିକ ସଂସ୍କୃତି । ଏହି ଦୁଇଟି ବିଭାଗ ପରସ୍ପର ସହ ନିବିଡ଼ଭାବେ ସମ୍ପୃକ୍ତ ଅଟନ୍ତି ।

(i) ବସ୍ତୁଭିଭିକ ସଂସ୍କୃତି (Material culture) ବସ୍ତୁଭିଭିକ ସଂସ୍କୃତି ସମସ୍ତ ମୂର୍ଖ (concrete) ଏବଂ ସ୍ପର୍ଶଯୋଗ୍ୟ (tangible) ବସ୍ତୁକୁ ନେଇ ଗଠିତ । ଅନ୍ୟ ଅର୍ଥରେ ଯେଉଁସବୁ ପଦାର୍ଥଗୁଡ଼ିକୁ ଦେଖୁହୁଏ ଏବଂ ସ୍ପର୍ଶ କରିହୁଏ, ତାହା ବସ୍ତୁଭିଭିକ ବା ଭୌତିକ ସଂସ୍କୃତିର ଅନ୍ତର୍ଭୁକ୍ତ ଅଟେ । ବାସଗୃହ, ପୋଷାକ-ପରିଚ୍ଛଦ, ଯନ୍ତ୍ରପାତି, ରେଡ଼ିଓ, ଘଣ୍ଟା, ଟେଲିଭିଜନ, ବହିପତ୍ର ପ୍ରଭୃତିକୁ ବସ୍ତୁଭିଭିକ ବା ଭୌତିକ ସଂସ୍କୃତି ଅନ୍ତର୍ଭୁକ୍ତ କରିଥାଏ । କାରଣ ଏହିସବୁ ବସ୍ତୁଗୁଡ଼ିକୁ ଦେଖ୍ହୁଏ ଏବଂ ସ୍ପର୍ଶ କରିହୁଏ । ଏହିପ୍ରକାର ସଂସ୍କୃତି ଦୃଢ଼ ଗତିଶୀଳ ଅଟେ ।

(ii) ଅବସ୍ତୁଭିଭିକ ସଂସ୍କୃତି (Non-material culture)- ଅବସ୍ତୁଭିଭିକ ବା ଅଭୌତିକ ସଂସ୍କୃତି ଅମୃର୍ତ୍ତ ଏବଂ ସ୍ପର୍ଶହୀନ ଅଟେ । ଏହିପ୍ରକାର ସଂସ୍କୃତି ସ୍ପର୍ଶହୀନ ବସ୍ତୁକୁ ନେଇ ଗଠିତ । ଆଦର୍ଶ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ଚିନ୍ତାଧାରା, ବିଜ୍ଞାନ, ସାହିତ୍ୟ ପ୍ରଭୃତି ଅବସ୍ତୁଭିଭିକ ସଂସ୍କୃତିର ଅନ୍ତର୍ଭୁକ୍ତ । ଏଗୁଡ଼ିକୁ ଦେଖ୍ହୁଏ ନାହିଁ କି ସ୍ପର୍ଶ କରିହୁଏ ନାହିଁ । ଏହିପ୍ରକାର ସଂସ୍କୃତି ଅପେକ୍ଷାକୃତ କମ୍ ଗତିଶୀଳ ଅଟେ । ତେଣୁ କୁହାଯାଇପାରେ ଯେ ଯେଉଁ ସଂସ୍କୃତି ଅଦୃଶ୍ୟ ଏବଂ ସ୍ପର୍ଶହୀନ ଅଟେ ଏବଂ ଯାହାର ବିଲୟ ସମ୍ଭବ ନୁହେଁ ତାହାକୁ ଅବସ୍ତୁଭିଭିକ ସଂସ୍କୃତି କୁହାଯାଇଥାଏ ।

12. ସାଂସ୍କୃତିକ ବିଳମ୍ବନ କ’ଣ ?
Answer:
ସାଂସ୍କୃତିକ ବିଳମ୍ବନ ସଂପ୍ରତ୍ୟଟି ପ୍ରଥମେ ଡବ୍ଲ୍ୟୁ. ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ତାଙ୍କ ପୁସ୍ତକ ସାମାଜିକ ପରିବର୍ତ୍ତନ (Social Change) ରେ ଉଲ୍ଲେଖ କରିଥିଲେ । ନିମ୍ନରେ ଏହି ସାଂସ୍କୃତିକ ବିଳମ୍ବନର ବିଶ୍ଳେଷଣ କରାଗଲା ।

ଓଗ୍‌ବର୍ଣ୍ଣ ସଂସ୍କୃତିକୁ ଦୁଇଗୋଟି ବିଭାଗରେ ବିଭକ୍ତ କରିଅଛନ୍ତି; ଯଥା- ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ । ଓଗ୍‌ବର୍ଣ୍ଣ କୁହନ୍ତି ଯେତେବେଳେ ବସ୍ତୁଭିଭିକ ସଂସ୍କୃତିରେ ପରିବର୍ତ୍ତନ ସଂଘଟିତ ହୁଏ, ସେହି ସମୟରେ ସଂସ୍କୃତିର ଅବସ୍ତୁଭିଭିକ ବିଭାଗକୁ ମଧ୍ୟ ଗତି କରିଥାଏ । ଏହି ଦୁଇଟି ସଂସ୍କୃତି ପରିବର୍ତ୍ତନ ମଧ୍ୟ ଦେଇ ଗତି କରିଥା’ନ୍ତି । ମାତ୍ର ଏଠାରେ ସ୍ମରଣ କରାଯାଇପାରେ ଯେ ସଂସ୍କୃତିର ଏହି ଦୁଇଟି ବିଭାଗ ସମାନଭାବରେ ପରିବର୍ତ୍ତିତ ହୋଇ ନ ଥା’ନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି ବସ୍ତୁଭିଭିକ ସଂସ୍କୃତି ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥ‌ିବାବେଳେ ଅବସ୍ତୁଭିତ୍ତିକ ସଂସ୍କୃତି ଧୀର ଗତିରେ ପରିବର୍ତ୍ତିତ ହୋଇଥାଏ । ଏହି ଅବସ୍ତୁଭିଭିକ ସଂସ୍କୃତିର ଗତି ଅପେକ୍ଷାକୃତ ଧୀର ହୋଇଥିବାରୁ ଏହା ବସ୍ତୁଭିଭିକ ସଂସ୍କୃତି ସହିତ ସମାନ ଧାରାରେ ଗତି କରିପାରେ ନାହିଁ । ଫଳରେ ଏହି ଅଭୌତିକ ସଂସ୍କୃତି ଭୌତିକ ସଂସ୍କୃତିର ବହୁ ପଛରେ ପଡ଼ିଯାଏ । ଏହା ଫଳରେ ଏହି ଦୁଇଟି ସଂସ୍କୃତି ମଧ୍ୟରେ ବ୍ୟବଧାନ ଦୃଷ୍ଟିଗୋଚର ହୋଇଥାଏ । ସେହି ବ୍ୟବଧାନକୁ ଓଗ୍‌ବର୍ଣ୍ଣ ‘ସାଂସ୍କୃତିକ ବିଳମ୍ବନ (Cultural Lag) ଭାବେ ଅଭିହିତ କରିଛନ୍ତି ।

ଓଗ୍‌ବର୍ଣ୍ଣ କହିଛନ୍ତି, ଆମ୍ଭର ଖାଦ୍ୟପେୟ, ବେଶପୋଷାକ, ଚାଲିଚଳଣ ବ୍ୟବହାର ପଦ୍ଧତିରେ ଦୃତ ପରିବର୍ତ୍ତନ ହେଉଛି । ମାତ୍ର ଆମର ପ୍ରଥା, ପରମ୍ପରା, ଆଦର୍ଶ ଏବଂ ମୂଲ୍ୟବୋଧରେ ଆଶାନୁରୂପ ପରିବର୍ତ୍ତନ ହେଉନାହିଁ । ଭାରତୀୟମାନେ ପାଶ୍ଚାତ୍ୟ ଦେଶର ଭୌତିକ ସଂସ୍କୃତିକୁ ଗ୍ରହଣ କରୁଛନ୍ତି; କିନ୍ତୁ ସେମାନେ ନିଜ ଦେଶର ଅଭୌତିକ ସଂସ୍କୃତିକୁ ପରିତ୍ୟାଗ କରିପାରୁ ନାହାଁନ୍ତି । ଏହିପରିଭାବରେ ବିଭିନ୍ନ କ୍ଷେତ୍ରରେ ସାଂସ୍କୃତିକ ବିଳମ୍ବନ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରାଯାଉଅଛି ।

ସମାଲୋଚନା (Criticism)- ଓର୍‌ବର୍ଣ୍ଣଙ୍କର ଏହି ସାଂସ୍କୃତିକ ବିଳମ୍ବନ ତତ୍ତ୍ଵକୁ କେତେକ ବିଦ୍ୟାର୍ଥୀଙ୍କଦ୍ୱାରା ସମାଲୋଚନା କରାଯାଉଅଛି।
(i) ପ୍ରଥମତଃ, ମାକାଇଭର୍‌ (MacIver) ଙ୍କ ମତରେ, ‘ବସ୍ତୁଭିଭିକ’ ଏବଂ ‘ଅବସ୍ତୁଭିଭିକ’ ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ବିଜ୍ଞାନସମ୍ମତ ନୁହେଁ । କେ.ଡେଭିସ୍ (K.Davis) କହିଛନ୍ତି ଯେ, ସଂସ୍କୃତିର ବିଭବକୁ ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ ସଂସ୍କୃତିଭାବେ ବିଭକ୍ତ କରାଯାଇପାରିବ ନାହିଁ ।
(ii) ଦ୍ଵିତୀୟତଃ, ‘ବିଳମ୍ବନ’ ବା ‘Lag’ ଶବ୍ଦଟି ଏକ ଯଥାର୍ଥ ବା ଆକ୍ଷରିକ ଶବ୍ଦ ନୁହେଁ । ମାକାଇଭର କହିଛନ୍ତି, ଯେ ‘ବିଳମ୍ବନ’ ଶବ୍ଦଟି ପ୍ରାଦ୍ୟୋଗିକ କାରକ ଏବଂ ସାଂସ୍କୃତିକ ସଂରୂପ କିମ୍ବା ସଂସ୍କୃତିର ବିଭିନ୍ନ ଉପାଂଶ (component) ମଧ୍ୟରେ ଥ‌ିବା ସମ୍ପର୍କ ପ୍ରତି ଠିକ୍‌ଭାବେ ପ୍ରଯୁଜ୍ୟ ନୁହେଁ ।
(iii) ତୃତୀୟତଃ, ‘ଓଗ୍‌ବର୍ଣ୍ଣ’ଙ୍କ ପ୍ରଦତ୍ତ ସାଂସ୍କୃତିକ ବିଳମ୍ବନ ତତ୍ତ୍ଵ ସାର୍ବଜନୀନ ନୁହେଁ । ଏହି ତତ୍ତ୍ଵକୁ ଏକ ସାର୍ବଜନୀନ ତତ୍ତ୍ୱଭାବେ ପ୍ରୟୋଗ କରାଯାଇପାରିବ ନାହିଁ ।

CHSE Odisha Class 11 Sociology Unit 2 Objective Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Objective Questions.

CHSE Odisha 11th Class Sociology Unit 2 Objective Questions in Odia Medium

ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :

1. ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’- ଏହା କିଏ କହିଥିଲେ ?
(କ) ଆରିଷ୍ଟୋଟଲ୍
(ଖ) ପ୍ଲାଟୋ
(ଗ) ଋଷା
(ଘ) ଏଥ୍ ମଧ୍ୟରୁ କେହି ନୁହନ୍ତି
Answer:
(କ) ଆରିଷ୍ଟୋଟଲ୍

2. କେଉଁ ଗୋଟିକ ସଂଘର ମୁଖ୍ୟ ଉପାଦାନ ନୁହେଁ ?
(କ) ଦଳେ ବ୍ୟକ୍ତି
(ଖ) ସ୍ବେଚ୍ଛାକୃତ ସଭ୍ୟପଦ
(ଗ) ସାଧାରଣ ଲକ୍ଷ୍ୟ
(ଘ) ନିର୍ଦ୍ଦିଷ୍ଟ ଅଞ୍ଚଳ
Answer:
(ଘ) ନିର୍ଦ୍ଦିଷ୍ଟ ଅଞ୍ଚଳ

3. ‘ପ୍ରାଥମିକ ସମୂହ’ ସଂପ୍ରତ୍ୟୟଟି କିଏ ପ୍ରଦାନ କରିଥିଲେ ?
(କ) ସି.ଏଚ୍.କୁଲେ
(ଖ) ଓଗ୍‌ବର୍ଣ୍ଣ
(ଗ) ସମ୍ବର
(ଘ) ପ୍ଲାଟୋ
Answer:
(କ) ସି.ଏଚ୍.କୁଲେ

4. ଆନ୍ତଃ-ସମୂହ ଓ ବହିଃ-ସମୂହର ବର୍ଗୀକରଣ କିଏ କରିଥିଲେ ?
(କ) ସି.ଏଚ୍.କୁଲେ
(ଖ) ଓଗ୍‌ବର୍ଣ୍ଣ
(ଗ) ଉଇଲିୟମ୍ ଗ୍ରାହାମ୍ ସମ୍‌ନର
(ଘ) ମାକାଇଭର୍ ଏବଂ ଫେକ୍
Answer:
(ଗ) ଉଇଲିୟମ୍ ଗ୍ରାହାମ୍ ସମ୍‌ର

5. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା କିଏ ?
(କ) ମାକାଇଭର୍
(ଖ) ବି. ମାଲିଓସ୍କି
(ଗ) ସି.ଏଚ୍.କୁଲେ
(ଘ) ଡବ୍‌ଲ୍ୟୁ. ଏଫ୍. ଓର୍‌ବର୍ଣ୍ଣ
Answer:
(ଘ) ଡବ୍ଲ୍ୟୁ. ଏଫ୍. ଓର୍‌ବର୍ଣ୍ଣ

CHSE Odisha Class 11 Sociology Unit 2 Objective Questions in Odia Medium

6. କେଉଁ ଗୋଟିକ ଅବସ୍ତୁଭିଭିକ ସଂସ୍କୃତି ନୁହେଁ ?
(କ) ପ୍ରଥା
(ଖ) ପରମ୍ପରା
(ଗ) ବାସଗୃହ
(ଘ) ମୂଲ୍ୟବୋଧ
Answer:
(ଗ) ବାସଗୃହ

7. କେଉଁ ଗୋଟିକ ବସ୍ତୁଭିଭିକ ସଂସ୍କୃତି ନୁହେଁ ?
(କ) ବାସଗୃହ
(ଖ) ପ୍ରଥା ଓ ପରମ୍ପରା
(ଗ) ପୁସ୍ତକ
(ଘ) ଆସବାବପତ୍ର
Answer:
(ଖ) ପ୍ରଥା ଓ ପରମ୍ପରା

8. “ସଂସ୍କୃତି ହେଉଛି ମନୁଷ୍ୟର ହସ୍ତକର୍ମ ଏବଂ ମାଧ୍ଯମ ଯାହାଦ୍ୱାରା କି ସେ ତା’ର ଲକ୍ଷ୍ୟଗୁଡ଼ିକୁ ସଫଳତାର ସହିତ ସମ୍ପାଦନ କରିଥାଏ ।’’ ଏକଥା କିଏ କହିଥିଲେ ?
(କ) ବି, ମାଲିନ୍‌ଓସ୍କି
(ଖ) ମାକାଇଭର୍
(ଗ) ଗିଲିନ୍ ଓ ଗିଲିନ୍
(ଘ) ସି.ଏଚ୍.କୁଲେ
Answer:
(କ) ବି. ମାଲିନ୍‌ଓସ୍କି

9. କେଉଁ ଗୋଟିକ ଗୌଣ ସମୂହର ଉଦାହରଣ ନୁହେଁ ?
(କ) ରାଜନୈତିକ ଦଳ
(ଖ) ପରିବାର
(ଗ) ଶ୍ରମିକ ସଂଘ
(ଘ) ଶିକ୍ଷକ ସଂଘ
Answer:
(ଖ) ପରିବାର

10. ‘‘ପରସ୍ପର ସହ ଜଡ଼ିତ ଥିବା ଲୋକରୀତି, ଲୋକନିୟମ ଓ ଆଇନକାନୁନମାନଙ୍କର ଏକ ଗୁଚ୍ଛକୁ ଅନୁଷ୍ଠାନ କୁହାଯାଏ ।’’ ଏକଥା କିଏ କହିଥିଲେ ?
(କ) କେ. ଡେଭିସ୍
(ଖ) ମାକାଇଭର
(ଗ) ଓଗ୍‌ବର୍ଣ୍ଣ
(ଘ) ସି.ଏଚ୍.କୁଲେ
Answer:
(କ) କେ. ଡେଭିସ୍

B. ଏକ ପଦରେ ଉତ୍ତର ଦିଅ :

1. “ସମାଜ ଏକ ସଂଘ, ଏକ ସଙ୍ଗଠନ ଏବଂ କେତେକ ଔପଚାରିକ ସମ୍ପର୍କ, ଯେଉଁଥ୍ରେ ସହଯୋଗୀ ମନୁଷ୍ୟମାନେ ଏକତାବଦ୍ଧ ହୋଇ ରହିଥା’ନ୍ତି ।’’- ଏକଥା କିଏ କହିଥଲେ ?
Answer:
ଏଫ୍.ଏଚ୍.ଗିଡ଼ିଙ୍ଗସ ।

2 ଯେତେବେଳେ କୌଣସି କ୍ଷୁଦ୍ର ବା ବୃହତ୍ ସମୂହର ଲୋକମାନେ ଏକତ୍ର ବାସକରି କୌଣସି ନିର୍ଦ୍ଦିଷ୍ଟ ସ୍ଵାର୍ଥରେ ଭାଗ ନନେଇ ସାଧାରଣ ଜୀବନର ମୌଳିକ ଅବସ୍ଥାରେ ଭାଗୀଦାର ହୋଇଥା’ନ୍ତି, ସେତେବେଳେ ସେହି ସମୂହକୁ ଆମେ କ’ଣ ବୋଲି କହିଥାଉ ?
Answer:
ସମୁଦାୟ ।

3. ସମୁଦାୟର ଦୁଇଗୋଟି ଲକ୍ଷଣ ଉଲ୍ଲେଖ କର ।
Answer:
(i) ନିର୍ଦ୍ଦିଷ୍ଟ ଅଞ୍ଚଳ, (ii) ସାମୁଦାୟିକ ମନୋଭାବ ।

CHSE Odisha Class 11 Sociology Unit 2 Objective Questions in Odia Medium

4. ଏକ ବା ଏକାଧ୍ଵ ଉଦ୍ଦେଶ୍ୟ ପୂରଣ ନିମିତ୍ତ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥ‌ିବା ସଙ୍ଗଠନକୁ କ’ଣ କୁହାଯାଏ ?
Answer:
ସଂଘ ।

5. ସଂଘର ଦୁଇଗୋଟି ଉପାଦାନ କ’ଣ ଅଟେ ?
Answer:
(i) ସ୍ବେଚ୍ଛାକୃତ ସଭ୍ୟପଦ, (ii) ସାଧାରଣ ଲକ୍ଷ୍ୟ ।

6. ପ୍ରତ୍ୟେକ ସଂଘ ଏବଂ ସଙ୍ଗଠନ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତିନିୟମଦ୍ୱାରା ପରିଚାଳିତ । ଏହି ନିୟମ ବା କାର୍ଯ୍ୟ ପ୍ରଣାଳୀଗୁଡ଼ିକୁ ସମାଜ ବିଜ୍ଞାନରେ କ’ଣ ବୋଲି କୁହାଯାଏ ।
Answer:
ଅନୁଷ୍ଠାନ ।

7. ଅନୁଷ୍ଠାନ ହେଉଛି ସାମାଜିକ ସମ୍ପର୍କର ଏକ ସୁସଙ୍ଗଠିତ ପଦ୍ଧତି, ଯେଉଁଥ‌ିରେ କେତେକ ସାଧାରଣ ନୀତିନିୟମ ଏବଂ କାର୍ଯ୍ଯରୀତି ରହିଥାଏ ଏବଂ ଏହା ସମାଜର କେତେକ ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ ।’’– ଏକଥା କିଏ କହିଥିଲେ ?
Answer:
ହଟ୍ଟନ୍ ଏବଂ ହଣ୍ଟ (Hutton & Hunt) ।

8. ଅନୁଷ୍ଠାନର ଦୁଇଗୋଟି ମୁଖ୍ୟ ଲକ୍ଷଣ କ’ଣ ଅଟେ ?
Answer:
(i) ନିର୍ଦ୍ଦିଷ୍ଟ ଆବଶ୍ୟକତାର ପୂରଣ, (ii) ମୂଲ୍ୟବୋଧର ପ୍ରତୀକ ।

9. ‘‘ଯେତେବେଳେ ଦୁଇ ବା ତତୋଽଧ୍ଵକ ବ୍ୟକ୍ତି ଏକତ୍ରିତ ହୁଅନ୍ତି ଏବଂ ପରସ୍ପରକୁ ପ୍ରଭାବିତ କରନ୍ତି, ସେତେବେଳେ ସେମାନେ ଏକ ସାମାଜିକ ସମୂହ ଗଠନ କରନ୍ତି ବୋଲି କୁହାଯାଇପାରେ ।’’– ଏକଥା କିଏ କହିଥିଲେ ?
Answer:
ଓଗ୍‌ବର୍ଣ୍ଣ ଏବଂ ନିମ୍ବକପ୍ (Ogburn & Nimkoff) ।

10. ପ୍ରାଥମିକ ସମୂହର ଦୁଇଗୋଟି ଲକ୍ଷଣ କ’ଣ ଅଟେ ?
Answer:
(i) ଶାରୀରିକ ସାନ୍ନିଧତା (Physical Proximity)
(ii) ବ୍ୟକ୍ତିଗତ ସମ୍ପର୍କ (Personal Relationship)

C. ଭ୍ରମ ସଂଶୋଧନ କର :

1. ଯେଉଁ ସମୂହର ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନୁ ଖ ସମ୍ପର୍କ ପରିଲକ୍ଷିତ ହୋଇ ନଥାଏ, ତାହାକୁ ପ୍ରାଥମିକ ସମୂହ କୁହାଯାଏ ।
Answer:
ଯେଉଁ ସମୂହରେ ସଦସ୍ୟମାନଙ୍କର ସମ୍ପର୍କରେ ମୁଖୋନ୍ମୁଖ ସମ୍ପର୍କ ପରିଲକ୍ଷିତ ହୋଇ ନଥାଏ, ତାହାକୁ ଗୌଣ ସମୂହ କୁହାଯାଏ ।

2. ପ୍ରାଥମିକ ସମୂହର ପ୍ରବକ୍ତା ହେଉଛନ୍ତି ପ୍ଲାଟୋ ।
Answer:
ପ୍ରାଥମିକ ସମୂହର ପ୍ରବକ୍ତା ହେଉଛନ୍ତି ସି.ଏଚ୍.କୁଲେ (C.H. Cooley) ।

CHSE Odisha Class 11 Sociology Unit 2 Objective Questions in Odia Medium

3. ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’- ଏହା ବିଶିଷ୍ଟ ଗ୍ରୀକ୍ ଦାର୍ଶନିକ ମାକାଇଭର୍‌ କହିଥିଲେ ।
Answer:
‘‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’’- ଏହା ବିଶିଷ୍ଟ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ (Aristotle) କହିଥିଲେ ।

4. ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ଉଇଲିୟମ୍ ଗ୍ରାହାମ୍ ସମ୍ଵନର ।
Answer:
ସାଂସ୍କୃତିକ ବିଳମ୍ବନ ତତ୍ତ୍ଵର ମୁଖ୍ୟ ପୁରୋଧା ହେଉଛନ୍ତି ଡବ୍ଲ୍ୟୁ ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ।

5. ଉଇଲିୟମ୍ ଗ୍ରାହାମ୍ ସମ୍ଵନର (William Graham Sumner) ଆନ୍ତଃସମୂହ ଓ ବହିଃସମୂହର ବର୍ଗୀକରଣ କରିଥିଲେ ।
Answer:
ଉଇଲିୟମ୍ ଗ୍ରାହାମ୍ ସମ୍ଵର (William Graham Sumner) ଆନ୍ତଃସମୂହ ଓ ବହିଃସମୂହର ବର୍ଗୀକରଣ କରିଥିଲେ ।

6. ବି. ମାଲିଓସ୍କି ସଂସ୍କୃତିକୁ ବସ୍ତୁଭିତ୍ତିକ ସଂସ୍କୃତି ଓ ଅବସ୍ତୁଭିଭିକ ସଂସ୍କୃତି ଭାବରେ ବର୍ଗୀକୃତ କରିଥିଲେ ।
Answer:
ଡବ୍ଲ୍ୟୁ. ଏଫ୍. ଓଗ୍‌ବର୍ଣ୍ଣ (W.F. Ogburn) ସଂସ୍କୃତିକୁ ବସ୍ତୁଭିଭିକ ସଂସ୍କୃତି ଓ ଅବସ୍ତୁଭିଭିକ ସଂସ୍କୃତିଭାବରେ ବର୍ଗୀକୃତ କରିଥିଲେ ।

D. ଶୂନ୍ୟସ୍ଥାନ ପୂରଣ କର । :

1. ସି.ଏଚ୍.କୁଲେ (C.H. Cooley) ଙ୍କ ମତରେ ________ ସମୂହ କହିଲେ ମୁଁ ସେହି ସମୂହକୁ ବୁଝେ, ଯେଉଁଗୁଡ଼ିକ କି ଘନିଷ୍ଠ, ମୁହାଁମୁହିଁ ସମ୍ପର୍କ ଓ ସହଯୋଗଦ୍ଵାରା ବିଶେଷଭାବେ ଚିହ୍ନିତ ହୋଇଥାଏ ।’’
Answer:
ପ୍ର।ଥମିକ

2. ଓର୍‌ ବର୍ଷଙ୍କ ମତିରେ, ‘‘ବସ୍ତୁଭିତ୍ତିକ ସଂସ୍କୃତି ଦ୍ରୁତଗତିରେ ପରିବର୍ତ୍ତିତ ହେଉଥ‌ିବାବେଳେ ଅବସ୍ତୁଭିତ୍ତିକ ବା ଅଭୌତିକ ସଂସ୍କୃତି ଅପେକ୍ଷାକୃତ ଭାବେ ଧୀର ବା ମନ୍ଥର ଗତିରେ ପରିବର୍ତ୍ତିତ ହୋଇଥାଏ । ଏହି ଦୁଇଟି ସଂସ୍କୃତି ମଧ୍ୟରେ ସୃଷ୍ଟି ହେଉଥ‌ିବା ବ୍ୟବଧାନକୁ _________ ବୋଲି କୁହାଯାଇଥାଏ ।
Answer:
ସାଂସ୍କୃତିକ ବିଳମ୍ବନ

CHSE Odisha Class 11 Sociology Unit 2 Objective Questions in Odia Medium

3. ମାକାଇଭର୍ ଏବଂ ପେଜ୍ (Maclver and Page) ଙ୍କ ମତରେ, ‘‘ଆମ୍ଭମାନଙ୍କର ଜୀବନଯାପନ ପ୍ରଣାଳୀ, ଚିନ୍ତାଧାରା, ମିଳାମିଶା, ସାହିତ୍ୟ, ଧର୍ମ, ଆମୋଦପ୍ରମୋଦ ଏବଂ ଉପଭୋଗରେ ପ୍ରତିଫଳିତ ହେଉଥ‌ିବା ___________ କୁହାଯାଏ ।’’
Answer:
ସାଂସ୍କୃତି

4. ବ୍ୟକ୍ତି ଯେଉଁ ସମୂହରେ ବାସକରେ, ସେହି ସମୂହକୁ ବ୍ୟକ୍ତିର _________ କୁହାଯାଇଥାଏ ।
Answer:
ଆନ୍ତଃ-ସମୂହ

5. ଏଚ୍.ଏମ୍. ଜନ୍‌ସନ୍‌ (H.M. Johnson) ଙ୍କ ମତରେ ‘‘ସାମାଜିକ ଆନ୍ତଃକ୍ରିୟାଗୁଡ଼ିକର ବ୍ୟବସ୍ଥିତ ରୂପ ହେଭଛି __________ ।”
Answer:
ସାମାଜିକ ସମୂହ

CHSE Odisha Class 11 Sociology Unit 2 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Long Answer Questions.

CHSE Odisha 11th Class Sociology Unit 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମାଜର ସଂଜ୍ଞା ପ୍ରଦାନ କରି ଏହାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
ସମାଜ ହେଉଛି ସମାଜ ବିଜ୍ଞାନର କେନ୍ଦ୍ରବିନ୍ଦୁ । ମନୁଷ୍ୟ ସହିତ ମନୁଷ୍ୟର ପାରସ୍ପରିକ ଆନ୍ତଃ-କ୍ରିୟା ଏବଂ ଆନ୍ତ- ସମ୍ପର୍କ ଯୋଗୁ ସମାଜ ଦୃଷ୍ଟିଗୋଚରକୁ ଆସିଅଛି । ସମାଜ ହେଉଛି ଏକ ସାର୍ବଜନୀନ ସଂସ୍ଥା, ଯାହାକି ଦୁଇଟି ଦୃଷ୍ଟିକୋଣରୁ ବିଚାର୍ଯ୍ୟ ଅଟେ । ପ୍ରଥମତଃ, ପ୍ରକାର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ସମାଜକୁ ପାରସ୍ପରିକ ସମ୍ପର୍କ ଏବଂ ଆନ୍ତଃ-କ୍ରିୟାର ଏକ ଜଟିଳ ସମୂହରୂପେ ବ୍ୟାଖ୍ୟା କରାଯାଇଥିବାବେଳେ ଦ୍ୱିତୀୟରେ ସଂରଚନାତ୍ମକ ଦୃଷ୍ଟିକୋଣରୁ ସମାଜକୁ ଲୋକରୀତି, ଲୋକନିୟମ, ପ୍ରଥା, ଆଇନ, ଅନୁଷ୍ଠାନ, ପ୍ରତିମାନ, ମୂଲ୍ୟବୋଧ ପ୍ରଭୃତି ସମୁଦାୟ ସାମାଜିକ ଉତ୍ତରାଧ୍ୟାକାରର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇଛି ।

ଏହି ସମାଜ ହେଉଛି ବ୍ୟକ୍ତିମାନଙ୍କର ଏକ ସମୂହ ବା ଅନେକ ପରିବାରର ଏକ ସମଷ୍ଟି, ଯେଉଁମାନେ ପରସ୍ପର ମଧ୍ୟରେ ସାମାଜିକ ସମ୍ପର୍କ ସୃଷ୍ଟି କରିଥା’ନ୍ତି ।

“ସି.ଏଚ୍.କୁଲେଙ୍କ ମତରେ, ‘ସମାଜ ହେଉଛି ସେହି ଜଟିଳ ବ୍ୟବସ୍ଥା ବା ପ୍ରକ୍ରିୟା ଯେଉଁଥିରେ କି ବାସକରୁଥିବା ଲୋକମାନେ ପାରସ୍ପରିକ କ୍ରିୟା-ପ୍ରକ୍ରିୟା ମଧ୍ୟରେ କାଳାତିପାତ କରନ୍ତି । ଏହାର ଗୋଟିଏ ଅଂଶ ଅନ୍ୟ ଅଂଶକୁ ପ୍ରଭାବିତ କରେ ।”

“ଏଫ୍. ଏଚ୍. ଗିଡ଼ିଙ୍ଗସ୍‌ ମତରେ, ‘‘ସମାଜ ଏକ ସଙ୍ଘ, ଏକ ସଙ୍ଗଠନ ଏବଂ କେତେକ ଔପଚାରିକ ସମ୍ପର୍କର ସମଷ୍ଟି, ଯେଉଁଥରେ ମସହଯୋଗୀ ମନୁଷ୍ୟମାନେ ଏକତାବଦ୍ଧ ହୋଇଥା’ନ୍ତି ।’’

ଏ. ଡବ୍ଲ୍ୟୁ. ଗ୍ରୀନ୍‌ଙ୍କ ମତରେ, “ସାମାଜିକ ଏକ ବୃହତ୍ତମ ସମୁହ ଯାହାର ସଦସ୍ୟ ଯେ କୌଣସି ବ୍ୟକ୍ତି ହୋଇପାରେ । ଜନସଂଖ୍ୟା, ସଙ୍ଗଠନ, ସମୟ, ସ୍ଥାନ ଏବଂ ଆଗ୍ରହ ଦ୍ଵାରା ଏକ ସମାଜ ଗଠିତ ।’’ ଉପରୋକ୍ତ ସଂଜ୍ଞାମାନଙ୍କରୁ ଏହା ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ସମାଜ ହେଉଛି ପାରସ୍ପରିକ ସମ୍ପର୍କ ଏବଂ ଆନ୍ତଃକ୍ରିୟା ଥ‌ିବା ଲୋକମାନଙ୍କଦ୍ୱାରା ଗଠିତ ଏକ ସଙ୍ଗଠନ ଏବଂ ଏହା ସମସ୍ତ ମାନବିକ ଆବଶ୍ୟକତାର ପୂରଣ ପାଇଁ ଏକାନ୍ତ ଆବଶ୍ୟକ ।

ସମାଜର ବୈଶିଷ୍ଟ୍ୟ (Characteristics of society)- ସମାଜର କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(a) ସାମାଜିକ ସମ୍ପର୍କର ଏକ ପଦ୍ଧତି (A system of social relationship)- ପ୍ରବୀଣ ସମାଜବିଜ୍ଞାନୀ ମାକାଇଭର୍ (Maciver)ଙ୍କ ମତରେ, ସମାଜ ସାମାଜିକ ସମ୍ପର୍କର ଏକ ଜାଲ ସଦୃଶ । ସମସ୍ତପ୍ରକାର ସାମାଜିକ ସମ୍ପର୍କର ସମଷ୍ଟି ହିଁ ହେଉଛି ସମାଜ । ରିଉଟର୍‌ (Reuter) ଙ୍କ ଭାଷାରେ, ‘‘ଠିକ୍ ଯେପରି ଜୀବନ ଏକ ବସ୍ତୁ ବା ଦ୍ରବ୍ୟ ନୁହେଁ; ମାତ୍ର ବଞ୍ଚିବାର ଏକ ପ୍ରକ୍ରିୟା, ଠିକ୍ ସେହିଭଳି ସମାଜ ମଧ୍ୟ ଏକ ବସ୍ତୁ ନୁହେଁ; ମାତ୍ର ଏହା ସହଯୋଗର ଏକ ପ୍ରକ୍ରିୟା ଅଟେ ।’’

(b) ସମାନତା (Likeness and similarity)- ମାକାଇଭରଙ୍କ ମତରେ, ‘ସମାଜ ଅର୍ଥ ସମାନତା’’, (Society means likeness) । ଏହାର ତାତ୍ପର୍ଯ୍ୟ ହେଉଛି ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟରେ ସମତା । ପରସ୍ପରକୁ ଠିକ୍‌ଭାବେ ବୁଝିବା ନିମିତ୍ତ ସମାନତା ଏକାନ୍ତ ଆବଶ୍ୟକ ଅଟେ । ସାମାଜିକ ସମ୍ପର୍କରେ ଆମେ ଯେଉଁ ସମାନତା ଦେଖୁଥାଉ, ତାହା ସ୍ବାର୍ଡ ଉଦ୍ଦେଶ୍ୟ, ଅଭିବୃଦ୍ଧି, ଆବଶ୍ୟକତା, ପ୍ରବୃତ୍ତି ଏବଂ ପରମ୍ପରା ଉପରେ ପ୍ରତିଷ୍ଠିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

ସେହିପରି ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ ଓ ମୂଲ୍ୟବୋଧ ପ୍ରଭୃତିକୁ ଭିଭିକରି ଲୋକମାନେ ପରସ୍ପର ମଧ୍ୟରେ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରିଥା’ନ୍ତି । ଯଦି ଲୋକମାନଙ୍କ ମଧ୍ୟରେ ସମାନତା ନ ରୁହେ, ତେବେ ସେ କ୍ଷେତ୍ରରେ ସେମାନେ ପରସ୍ପର ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିପାରିବେ ନାହିଁ । ଫଳରେ ସମାଜ ଗଠନ ଅସମ୍ଭବ ହୋଇପଡ଼ିବ । ଏହି ସମାନତା ହେଉଛି ଏକ ମୁଖ୍ୟ ଆଧାର ଯାହାକୁ ଭିଭିକରି ମାନବ ଗଢ଼ିଉଠିଥାଏ ।

(c) ଆନ୍ତଃ-ନିର୍ଭରଶୀଳତା (Interdependence)- ସମାଜର ସମସ୍ତ ସଦସ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବାପାଇଁ ପରସ୍ପର ଉପରେ ନିର୍ଭର କରିଥା’ନ୍ତି । ଏହି ନିର୍ଭରଶୀଳତା ପାରସ୍ପରିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ । ସମାଜର କୌଣସି ସଦସ୍ୟ ଆତ୍ମନିର୍ଭରଶୀଳ ନୁହେଁ । ସମସ୍ତେ ପରସ୍ପର ଉପରେ ନିର୍ଭର କରିଥା’ନ୍ତି । ବିଭିନ୍ନ ମୌଳିକ ଆବଶ୍ୟକତା ପୂରଣ କରିବାପାଇଁ ମନୁଷ୍ୟ ସମାଜରେ ବାସ କରିଥାଏ ଏବଂ ଏହା କେବଳ ପାରସ୍ପରିକ ସହଯୋଗ ଏବଂ ଆନ୍ତଃ -ନିର୍ଭରଶୀଳତା ଯୋଗୁ ହିଁ ସମ୍ଭବ ହୋଇଥାଏ । ଆଧୁନିକ ସମାଜରେ ବିବିଧ ଆବଶ୍ୟକତା ଯୋଗୁଁ ଆନ୍ତଃ ନିର୍ଭରଶୀଳତାର ମୂଲ୍ୟବୋଧ କ୍ରମଶଃ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

(d) ତାରତମ୍ୟ (Difference) – ସମାନତା ସଙ୍ଗେ ମଧ୍ୟ ସମାଜରେ ତାରତମ୍ୟତା ପ୍ରକାଶ ପାଇଥାଏ । ସାମାଜିକ ସମ୍ପର୍କ ଏହି ତାରତମ୍ୟ ଉପରେ ପ୍ରତିଷ୍ଠିତ । ସମାଜର ସଦସ୍ୟବୃନ୍ଦ ବିଭିନ୍ନ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ମନୁଷ୍ୟମାନେ ଅଧିକାର, କର୍ଭବ୍ୟ, ଚିନ୍ତାଧାରା, ଆଦର୍ଶ, ବୃତ୍ତି ଏବଂ କାର୍ଯ୍ୟକଳାପ ଦୃଷ୍ଟିରୁ ପରସ୍ପରଠାରୁ ଭିନ୍ନ ଅଟନ୍ତି । ଏହି ତାରତମ୍ୟ ପ୍ରାକୃତିକତା ଉପରେ ପର୍ଯ୍ୟବସିତ ଏବଂ ଏହା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ ।

ତାରତମ୍ୟ ବିନା ଏକ ଆଦର୍ଶ ସମାଜ ଗଠନ ସମ୍ଭବପର ନୁହେଁ । ମାକାଇଭରଙ୍କ ମତରେ, ‘ମୌଳିକ ବା ପ୍ରାଥମିକ ସମାନତା ଏବଂ ଗୌଣ ତାରତମ୍ୟ ସମସ୍ତ ସାମାଜିକ ଅନୁଷ୍ଠାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ସାମାଜିକ ଜୀବନ ହେଉଛି ସମାନତା ଏବଂ ତାରତମ୍ୟ, ସହଯୋଗିତା ଏବଂ ସଂଘର୍ଷର ଏକ ଅନ୍ତଃକ୍ରିୟା ।’’ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ତାରତମ୍ୟତା ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

(e) ସହଯୋଗିତା ଏବଂ ସଂଘର୍ଷ (Co-operation and conflict)- ସରଳ ସମାଜଠାରୁ ଆରମ୍ଭକରି ଜଟିଳ ସମାଜ ପର୍ଯ୍ୟନ୍ତ ସହଯୋଗିତା ଏବଂ ସଂଘର୍ଷ ଦେଖାଯାଇଥାଏ । ସହଯୋଗିତା ବ୍ୟତିରେକେ ସମାଜ ତିଷ୍ଠି ପାରିବ ନାହିଁ । ସହଯୋଗିତା ବିନା ମନୁଷ୍ୟର ଜୀବନ ନିଃସଙ୍ଗ, ତୁଚ୍ଛ, ନିର୍ବୋଧ ଏବଂ କ୍ଷଣସ୍ଥାୟୀ । ସାଦାରଣତଃ ନିଜର ଲକ୍ଷ୍ୟକୁ ପୂରଣ କରିବା ପାଇଁ ସମାଜରେ ବ୍ୟକ୍ତିମାନେ ପରସ୍ପରକୁ ସହଯୋଗ କରିଥା’ନ୍ତି ।

ଏହି ପରିପ୍ରେକ୍ଷୀରେ ଟି.ପି. ଜିସ୍ବବର୍ଟ (T.P. Gisbert) କହିଛନ୍ତି, ‘ସହଯୋଗିତା ସାମାଜିକ ଜୀବନର ବଳିଷ୍ଠ ମୌଳିକ ପ୍ରକ୍ରିୟା, ଯାହାବ୍ୟତୀତ ସମାଜ ତିଷ୍ଠି ରହିବା ଅସମ୍ଭବ ।’’ ସେହିପରି ସହଯୋଗିତା ସହିତ ସମାଜ ପାଇଁ ମଧ୍ଯ ସଂଘର୍ଷର ଆବଶ୍ୟକତା ରହିଛି । ଏହି ସଂଘର୍ଷ ହେଉଛି ଏକ ସାମାଜିକ ପ୍ରକ୍ରିୟା ଯେଉଁଥ‌ିରେ ବ୍ୟକ୍ତି ବା ସମୂହ ହିଂସାଦ୍ଵାରା ବା ହିଂସାର ଧମକ ଦେଇ ସେମାନଙ୍କର ଲକ୍ଷ୍ୟ ପୂରଣ କରିଥା’ନ୍ତି । ଏକ ଆଦର୍ଶ ସମାଜ ଗଠନ ପାଇଁ ସହଯୋଗିତା ଯେତିକି ଜରୁରୀ, ତାହାର ବିକାଶ ପାଇଁ ସଂଘର୍ଷ ମଧ୍ଯ ସେତିକି ଗୁରୁତ୍ବପୂର୍ଣ ।

କାରଣ ସମାଜ ଉଭୟ ସହଯୋଗିତା ଏବଂ ସଂଘର୍ଷ ଉପରେ ପ୍ରତିଷ୍ଠିତ । ସମାଜର ବୈପ୍ଳବିକ ପରିବର୍ତ୍ତନ କେବଳ ସଂଘର୍ଷଦ୍ବାରା ହିଁ ସମ୍ଭବ । ମାକାଇଭର୍‌ କହିଛନ୍ତି, ‘ସମାଜ ହେଉଛି ସଂଘର୍ଷଦ୍ବାରା ଅତିକ୍ରାନ୍ତ ସହଯୋଗିତା ।’’ (Society is co-operation crossed by conflict).

(f) ବ୍ୟାପକ ସଂସ୍କୃତି (Comprehensive culture)- ପ୍ରତ୍ୟେକ ସମାଜ ଜ୍ଞାନ, ବିଶ୍ଵାସ, ଧାରଣା ଏବଂ ନୈତିକତା ପ୍ରଭୃତିର ଏକ ସମ୍ମିଶ୍ରଣ, ଯାହାର ସମଷ୍ଟିକୁ ସଂସ୍କୃତି କୁହାଯାଏ । ଏହା ସମାଜଦ୍ଵାରା ସଂରକ୍ଷିତ ହୋଇଥାଏ ଏବଂ ଆମର ଭବିଷ୍ୟତ ବଂଶଧରମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଥାଏ । ସମାଜର ସଦସ୍ୟବୃନ୍ଦ ଏକ ସାଧାରଣ ସଂସ୍କୃତିରେ ଭାଗୀଦାର ହୋଇଥା’ନ୍ତି । ଏହି ସଂସ୍କୃତି ଜରିଆରେ ସମାଜର ସଦସ୍ୟମାନେ ସେମାନଙ୍କର ଶାରୀରିକ ଏବଂ ମାନସିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସମର୍ଥ ହୋଇଥା’ନ୍ତି । ତେଣୁ କୁହାଯାଇପାରେ ଯେ ସମାଜ ହେଉଛି ମାନବ ସଂସ୍କୃତିର ଏକ ବିଳଷ୍ଠ ସଙ୍ଗଠନ ଯାହାଦ୍ୱାରା ସଂସ୍କୃତି ସଂରକ୍ଷିତ, ସ୍ଥାନାନ୍ତରିତ ଏବଂ ବିକାଶଶୀଳ ହୋଇଥାଏ ।

(g) ସମାଜ ଅମୂର୍ଖ ଏବଂ ସ୍ପର୍ଶହୀନ (Society is abstract and intangible)- ସମାଜ ସାମାଜିକ ସମ୍ପର୍କ, ପ୍ରଥା, ଲୋକନିୟମ, ପ୍ରତିମାନ ଏବଂ ମୂଲ୍ୟବୋଧ ପ୍ରଭୃତିକୁ ନେଇ ଗଠିତ । ଏହି ନୀତିନିୟମଗୁଡ଼ିକ ଆମେ ଦେଖିପାରିବା ନାହିଁ କି ସ୍ପର୍ଶ କରିପାରିବା ନାହିଁ । ଏଗୁଡ଼ିକୁ କେବଳ ଆମେ ଅନୁଭବ କରିଥାଉ । କାରଣ ସମାଜ ହେଉଛି ଏକ କାଳ୍ପନିକ ବ୍ୟବସ୍ଥା ଉପରେ ଆଧାରିତ । ଏହା କୌଣସି ମୂର୍ଖ ଆକୃତିକୁ ଅନ୍ତର୍ଭୁକ୍ତ କରି ନ ଥାଏ । ତେଣୁ ସମାଜ ଅମୁର୍ତ୍ତ ଏବଂ ସ୍ପର୍ଶହୀନ ଅଟେ । ଏହି ସମାଜ ହେଉଛି ବହୁ ବ୍ୟକ୍ତିଙ୍କର ପାରସ୍ପରିକ ସମ୍ପର୍କର ଏକ ବ୍ୟବସ୍ଥା, ଯାହା ଏକ ସାମାଜିକ ଶକ୍ତିରୂପରେ ନିଜର ସଦସ୍ୟକୁ ନିୟନ୍ତ୍ରଣ କରିଥାଏ ।

2. ସମୁଦାୟର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ (Aristotle) କହିଛନ୍ତି, ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ତା’ର ପ୍ରକୃତି ଏବଂ ଆବଶ୍ୟକତା ତାକୁ ସମାଜର ସଦସ୍ୟଭୁକ୍ତ ହୋଇ ରହିବାପାଇଁ ବାଧ୍ୟ କରିଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ବାସକରିବା ବ୍ୟକ୍ତିର ଏକ ପ୍ରାକୃତିକ ପ୍ରବୃତ୍ତି ଅଟେ । ଏହି ପ୍ରବୃତ୍ତି ସାମୁଦାୟିକ ଚେତନାକୁ ସୃଷ୍ଟି କରିଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଏକତ୍ର ସହାବସ୍ଥାନ ଏକ ସମୁଦାୟକୁ ଜନ୍ମ ଦେଇଥାଏ । ଏହି ‘ସମୁଦାୟ’ ଶବ୍ଦଟି ଦଳେ ଲୋକମାନଙ୍କର ସମଷ୍ଟିକୁ ବୁଝାଇଥାଏ, ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ଆବଦ୍ଧ ରହି ଦୃଢ଼ ‘ଆମେକ-ଭାବନା’ ସୃଷ୍ଟି କରିଥା’ନ୍ତି । ଏହିପରିଭାବରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସାଧାରଣ ଜୀବନଯାପନ କରୁଥିବା ଦଳେ ବ୍ୟକ୍ତି ଏକ ସମୁଦାୟକୁ ଜନ୍ମ ଦେଇଥା’ନ୍ତି ।

ସମୁଦାୟର ଲକ୍ଷଣ- ସମୁଦାୟର ବିଭିନ୍ନ ଲକ୍ଷଣଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

CHSE Odisha Class 11 Sociology Unit 2 Long Answer Questions in Odia Medium

(i) ଦଳେ ବ୍ୟକ୍ତି (A group of people)- ସମୁଦାୟର ଏକ ମୁଖ୍ୟ ଲକ୍ଷଣ ବା ବୈଶିଷ୍ଟ୍ୟ ହେଉଛି ଯେ ଏହା ଦଳେ ବ୍ୟକ୍ତିଙ୍କର ସମଷ୍ଟିରେ ଗଠିତ । ଏହା ବ୍ୟତୀତ ସମୁଦାୟର ଗଠନ ସମ୍ଭବପର ନୁହେଁ । ଯେତେବେଳେ ଦଳେ ବ୍ୟକ୍ତି ସ୍ଥାୟୀଭାବରେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ବାସ କରିବାର ଦେଖାଯାଏ, ସେତେବେଳେ ସମୁଦାୟ ଗଠିତ ହୁଏ ।

(ii) ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ (Definite locality)- ପ୍ରତ୍ୟେକ ସମୁଦାୟର ନିଜସ୍ବ ସୀମାରେଖା ରହିଛି । ଏହି ନିର୍ଦ୍ଦିଷ୍ଟ ସୀମାରେଖା ବ୍ୟତିରେକେ ସମୁଦାୟର ସ୍ଥିତିକୁ କଳ୍ପନା କରାଯାଇ ନ ପାରେ । କାରଣ ଏକ ନିର୍ଦ୍ଦିଷ୍ଟ ସୀମାରେଖା ବିହୀନ ଜନବସତିକୁ ଏକ ସମୁଦାୟ କୁହାଯାଇପାରିବ ନାହିଁ । ତେଣୁ କୁହାଯାଇପାରେ ଯେ, ଲୋକମାନଙ୍କଦ୍ୱାରା ଗଠିତ ହୋଇଥିବା ସମୁଦାୟ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥିତ ଯେହେତୁ ସମୁଦାୟର ଲୋକମାନେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ସାଧାରଣଭାବେ ଜୀବନଯାପନ କରିଥା’ନ୍ତି । ସେମାନଙ୍କ ମନରେ ଐକ୍ୟଭାବ ସୃଷ୍ଟି ହୋଇଥାଏ ।

(iii) ସାମୁଦାୟିକ ମନୋଭାବ (Community Sentiment)- ସମୁଦାୟର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଲା ସାମୁଦାୟିକ ମନୋଭାବ । ଏହି ସାମୁଦାୟିକ ମନୋଭାବ କହିଲେ ଦୃଢ଼ ‘ଆମେକ-ଭାବନା’ (We-feeling) କୁ ବୁଝାଇଥାଏ । ଏହି ସାମୁଦାୟିକ ମନୋଭାବର ବଶବର୍ତ୍ତୀ ହୋଇ ସମୁଦାୟର ସଦସ୍ୟମାନେ ଗୋଟିଏ ପ୍ରକାର ଭାଷା ପ୍ରୟୋଗ କରିଥା’ନ୍ତି, ଆନ୍ତଃନିର୍ଭରଶୀଳତାଦ୍ୱାରା ଏହି ସାମୁଦାୟିକ ଭାବନାର ବିକାଶ ଘଟାଇଥା’ନ୍ତି ।

ତେଣୁ ଆମେକ-ଭାବନା ଏବଂ ଆନ୍ତଃ- ନିର୍ଭରଶୀଳତା ହେଉଛି ସାମୁଦାୟିକ ମନୋଭାବର ମୁଖ୍ୟ ବୈଶିଷ୍ଟ୍ୟ । ସାମୁଦାୟିକ ଚେତନାଦ୍ୱାରା ଅନୁପ୍ରାଣତ ହୋଇ ସଦସ୍ୟମାନେ ନିଜ ସମୁଦାୟର ଲୋକମାନଙ୍କୁ ନିଜର ଆତ୍ମୀୟଭାବେ ପରିଗଣିତ କରି ଅନ୍ୟମାନଙ୍କୁ ବାହ୍ୟ ଲୋକଭାବେ ବିଚାର କରିଥା’ନ୍ତି ।

(iv) ସମାନତା (Likeness)- ଯେହେତୁ ଏକ ସମୁଦାୟର ଲୋକମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥା’ନ୍ତି, ସେମାନଙ୍କର ଭାଷା, ପରମ୍ପରା ଏବଂ ବ୍ୟବହାର ପଦ୍ଧତିରେ ସମାନତା ପରିଲକ୍ଷିତ ହୋଇଥାଏ । ସେମାନେ ଏକ ସରଳ ଜୀବନଯାପନ କରିଥା’ନ୍ତି । ତେଣୁ କୁହାଯାଇପାରେ ଯେ ସମାନତା ହେଉଛି ସମୁଦାୟର ଏକ ମୁଖ୍ୟ ବୈଶିଷ୍ଟ୍ୟ ।

(v) ସ୍ଥାୟୀତ୍ୱ (Permanence)- ସମୁଦାୟର ଆଉ ଏକ ବୈଶିଷ୍ଟ୍ୟ ହେଉଛି ସ୍ଥାୟିତ୍ଵ । ଏହା ଜନଗହଳି (crowd) କିମ୍ବା ବିପ୍ଳବୀ ଜନମଣ୍ଡଳୀ ଭଳି ଅସ୍ଥାୟୀ ନୁହେଁ, ଯଦି ବହୁତ ଲୋକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବହୁକାଳ ଧରି ବସବାସ କରନ୍ତି, ତାହାହେଲେ ସେମାନେ ସେଠାରେ ଏକ ସମୁଦାୟ ଗଠନ କରିପାରନ୍ତି । ଏହି ସମୁଦାୟ ସାଧାରଣତଃ ଦୀର୍ଘସ୍ଥାୟୀ ଅଟେ । ଏହି ସମୁଦାୟର ସଭ୍ୟପଦ ବାଧ୍ୟତାମୂଳକ ଅଟେ ।

(vi) ପ୍ରାକୃତିକତା (Naturality)- ଏହି ସମୁଦାୟ ସ୍ବତଃସ୍ଫୁର୍ଭ ଅଟେ । ସମୁଦାୟକୁ ଉଦ୍ଦେଶ୍ୟମୂଳକଭାବେ ଗଠନ କରାଯାଇ ନ ଥାଏ । ଏକ ସମୁଦାୟ ପ୍ରାକୃତିକ ଉପାୟରେ ଜନ୍ମଲାଭ କରିଥାଏ । ତେଣୁ ସମୁଦାୟର ଉତ୍ପତ୍ତି କ୍ଷେତ୍ରରେ ପ୍ରକୃତିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ସମୁଦାୟ ମନୁଷ୍ୟର ଇଚ୍ଛାଦ୍ୱାରା ସୃଷ୍ଟି ହୋଇ ନ ଥାଏ ।

(vii) ଏକ ନିର୍ଦ୍ଦିଷ୍ଟ ନାମ (A particular name)- ସମୁଦାୟର ଏକ ନିର୍ଦ୍ଦିଷ୍ଟ ନାମ ଥାଏ । ଏହି ନାମକରଣ ହେତୁ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ସହଜରେ ଚିହ୍ନଟ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପ୍ରଫେସର ଲିଭମ୍‌ଲେ (Lumley) କହିଛନ୍ତି, ‘ଏହା ପରିଚୟକୁ ସୂଚାଇଥାଏ, ବାସ୍ତବତାକୁ ଦର୍ଶାଇଥାଏ, ବ୍ୟକ୍ତି ସ୍ବାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିଥାଏ ।”

(viii) ସଙ୍ଗଠିତ ସାମାଜିକ ଜୀବନ (Total organised social life)– ସମୁଦାୟର ସଦସ୍ୟମାନେ ଏକ ସଙ୍ଗଠିତ ସାମାଜିକ ଜୀବନଯାପନ କରିଥା’ନ୍ତି । ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ଗୋଟିଏ ଧାର୍ମିକ ଅନୁଷ୍ଠାନ କିମ୍ବା ଗୋଟିଏ ବ୍ୟବସାୟିକ ଅନୁଷ୍ଠାନ ଭିତରେ ରହିପାରିବ ନାହିଁ । କିନ୍ତୁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ଗୋଟିଏ ଗୋଷ୍ଠୀ ବା ସମୂହ ଭିତରେ ବସବାସ କରିପାରିବ। ଏଥିପାଇଁ ସମୁଦାୟକୁ ଏକ କ୍ଷୁଦ୍ର ସମାଜ ବୋଲି ଅଭିହିତ କରାଯାଇପାରେ ।

(ix) ଔପଚାରିକ ଏବଂ ଅନୌପଚାରିକ ନିୟମ (Formal and informal rules)- ପ୍ରତ୍ୟେକ ସମୁଦାୟ କେତେକ ସ୍ବତନ୍ତ୍ର ନିୟମଦ୍ୱାରା ପରିଚାଳିତ । ଏହି ନିୟମ ଔପଚାରିକ କିମ୍ବା ଅନୌପଚାରିକ ହୋଇପାରେ । କେତେକ ସମୁଦାୟ ଔପଚାରିକ ନୀତିନିୟମଦ୍ୱାରା ପରିଚାଳିତ ହେଉଥ‌ିବାବେଳେ ଆଉ କେତେକ ଅନୌପଚାରିକ ନୀତିନିୟମଦ୍ୱାରା ପରିଚାଳିତ ହୋଇଥାଏ ।

ଉଦାହରଣସ୍ୱରୂପ- ନଗର, ରାଷ୍ଟ୍ର ଏବଂ ଦେଶ ପ୍ରଭୃତି ଆଧୁନିକ ସମୁଦାୟଗୁଡ଼ିକ ପୋଲିସ୍, ବିଚାରାଳୟ, ଜେଲ୍ ଏବଂ ଆଇନ ପ୍ରଭୃତି ଔପଚାରିକ ମାଧ୍ୟମ (means) ଦ୍ଵାରା ନିୟନ୍ତ୍ରିତ ହୋଇଥା’ନ୍ତି । ଅପରପକ୍ଷରେ ପଡ଼ୋଶୀମଣ୍ଡଳ ଏବଂ ଗ୍ରାମ୍ୟ ଆଦି ପ୍ରାଚୀନ ସମୁଦାୟଗୁଡ଼ିକ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ ଏବଂ ମୂଲ୍ୟବୋଧ ପ୍ରଭୃତି ଅନୌପଚାରିକ ମାଧ୍ୟମଦ୍ୱାରା ବ୍ୟବସ୍ଥାପିତ ହୁଏ । ପ୍ରତ୍ୟେକ ସମୁଦାୟ ସମୟାନୁକ୍ରମିକ ଭାବେ ବିକାଶଲାଭ କରିଥାଏ ଏବଂ ପ୍ରଥା, ପରମ୍ପରା, ନୈତିକତା ପ୍ରଭୃତି ବିଭିନ୍ନ ନୀତିନିୟମଦ୍ୱାରା ତା’ର ସଦସ୍ୟମାନଙ୍କର ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।

3. ସଂଘର ସଂଜ୍ଞା ନିରୂପଣ କରି ଏହାର ଉପାଦାନଗୁଡ଼ିକ ଉଲ୍ଲେଖ କର ।
Answer:
ସମାଜରେ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ମନୁଷ୍ୟ ତା’ର ବିବିଧ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ଅଭିଳାଷ ପୋଷଣ କରିଥାଏ । ଯେତେବେଳେ ଦଳେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ପରିତୃପ୍ତି ନିମିତ୍ତ ସଙ୍ଗଠିତ ହଅନ୍ତି, ସେତେବେଳେ ସେମାନେ ଏକ ସଂଘ ଗଠନ କରିଥା’ନ୍ତି । ଏକ ସଂଘ ବ୍ୟକ୍ତିଗତ ଇଚ୍ଛା ଉପରେ ପ୍ରତିଷ୍ଠିତ । ଏକ ବା ଏକାଧିକ ସ୍ବାର୍ଥ ପୂରଣ ପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥିବା ସଙ୍ଗଠନକୁ ସଂଘ (association) କୁହାଯାଏ । ଶ୍ରମିକ ସଂଘ, ରାଜନୈତିକ ଦଳ, କ୍ଲବ୍, କଲେଜ, ବିଶ୍ଵବିଦ୍ୟାଳୟ ପ୍ରଭୃତି ସଂଘର ଉଦାହରଣ ।

CHSE Odisha Class 11 Sociology Unit 2 Long Answer Questions in Odia Medium

ସଂଘର ସଂଜ୍ଞା (Definition of Association)- ସଂଘର କେତେକ ସଂଜ୍ଞା ନିମ୍ନରେ ପ୍ରଦତ୍ତ କରାଗଲା ।
(i) ଇ. ଏସ୍. ବୋଗାର୍ଡ଼ସ୍ (E.S. Bogardus)- “କେତେଗୁଡ଼ିଏ ଉଦ୍ଦେଶ୍ୟ ସାଧନ ପାଇଁ ଲୋକମାନଙ୍କର ମିଳିତ କାର୍ଯ୍ୟକ୍ରମକୁ ସଂଘ କୁହାଯାଏ ।’’
(ii) ଗିଲିଜ୍ ଏବଂ ଗିଲିନ୍ (Gillin & Gillin)- “ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ବା ଉଦ୍ଦେଶ୍ୟଗୁଡ଼ିକ ପାଇଁ ଅନୁମୋଦିତ ବା ମଞ୍ଜୁରିପ୍ରାପ୍ତ ଏବଂ କର୍ମପଦ୍ଧତି ଢଙ୍ଗଦ୍ଵାରା ଏକତ୍ରିତ ହୋଇଥିବା ବ୍ୟକ୍ତିମାନଙ୍କର ଏକ ସମୂହକୁ ସଂଘ କୁହାଯାଏ ।’’
(iii) ପି.ଜସ୍‌ବର୍ଗ (P. Gisbert)- “ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା କେତେକ ସୀମିତ ଉଦ୍ଦେଶ୍ୟ ପୂରଣ ନିମିତ୍ତ ସଙ୍ଗଠିତ ହୋଇଥିବା ଦଳେ ବ୍ୟକ୍ତିଙ୍କୁ ନେଇ ସଂଘ ଗଠିତ ହୋଇଥାଏ ।’’
(iv) ଓଗ୍‌ବର୍ଣ୍ଣ ଏବଂ ନିମ୍‌ଫ୍ (Ogburn and Nimkoff)- “ସଂଘ ହେଉଛି ସଙ୍ଗଠିତ ସାମାଜିକ କାର୍ଯ୍ୟାବଳୀ ପାଇଁ ଏକ ଉଦ୍ଭାବନ ।’’

ସଂଘର ଉପାଦାନ (Elements of Association)– ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ସଂଘର କେତେକ ଉପାଦାନ ବିଷୟରେ ସୂଚନା ମିଳିଥାଏ । ସଂଘର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନମତେ ଆଲୋଚନା କରାଯାଇପାରେ ।

(i) ବ୍ୟକ୍ତିଙ୍କର ସମୂହ (Group of individuals)- ସଂଘ ବ୍ୟକ୍ତିମାନଙ୍କର ଏକ ସମୂହରୂପେ ପରିଚିତ । ବ୍ୟକ୍ତିଙ୍କ ବିନା ସଂଘର ଗଠନ ଅସମ୍ଭବ ଅଟେ । ସୁତରାଂ ସଂଘ ଦଳେ ଲୋକଙ୍କଦ୍ୱାରା ଗଠିତ ହୋଇଥାଏ, ଯେଉଁମାନଙ୍କର କିଛି ସାଧାରଣ ଉଦ୍ଦେଶ୍ୟ ବା ଆଭିମୁଖ୍ୟ ଥାଏ । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଦଳେ ବ୍ୟକ୍ତି ଏକ ସଂଘର ଆବଶ୍ୟକୀୟ ଉପାଦାନ ।

(ii) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ (Definite aim)- ପ୍ରତ୍ୟେକ ସଂଘ କେତେକ ନେଇ ଗଠିତ । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବ୍ୟତିରେକେ ସଂଘ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିପାରି ନ ଥାଏ । ତେଣୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ସଂଘ ଘନିଷ୍ଟରୂପେ ସମ୍ପୃକ୍ତ । ଏପରି କୌଣସି ସଂଘ ନାହିଁ ଯାହାକି ବିନା ଉଦ୍ଦେଶ୍ୟରେ ଗଠିତ ହୋଇଥାଏ ।

(iii) ସ୍ଵେଚ୍ଛାକୃତ ସଭ୍ୟପଦ (Voluntary membership)- ସଂଘର ସଭ୍ୟପଦ ବାଧ୍ୟତାମୂଳକ ନୁହେଁ । ଏହା ବ୍ୟକ୍ତିର ନିଜ ଇଚ୍ଛା ଉପରେ ସମ୍ପୂର୍ଣ ନିର୍ଭର କରିଥାଏ । ବ୍ୟକ୍ତି ତା’ର ଇଚ୍ଛା ଅନୁସାରେ କୌଣସି ସଂଘର ସଦସ୍ୟ ହୋଇପାରେ କିମ୍ବା କୌଣସି ସଂଘକୁ ପରିତ୍ୟାଗ କରିପାରେ । ନିଜର ଲକ୍ଷ୍ୟକୁ ପୂରଣ କରିବାପାଇଁ ବ୍ୟକ୍ତି ସ୍ୱେଚ୍ଛାକୃତଭାବେ ଏକ ସଂଘରେ ଯୋଗ ଦେଇଥାଏ । କୌଣସି ସଂଘର ସଦସ୍ୟଭୁକ୍ତ ହେବାପାଇଁ କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇ ନ ପାରେ ।

(iv) ନୀତିନିୟମ ଏବଂ ବ୍ୟବସ୍ଥାପନା (Rules and regulations)- ପ୍ରତ୍ୟେକ ସଂଘ କେତେକ ନୀତି ଏବଂ ନିୟମଦ୍ୱାରା ପରିଚାଳିତ । ଏହି ନୀତି-ନିୟମ ଜରିଆରେ ସଂଘ ତା’ର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସଂଘର ସଦସ୍ୟମାନେ ଉକ୍ତ ନୀତି-ନିୟମଗୁଡ଼ିକୁ ବାଧ୍ୟତାମୂଳକଭାବେ ପାଳନ କରିଥା’ନ୍ତି । ଯଦି କୌଣସି ସଦସ୍ୟ ସଂଘର ନୀତି-ନିୟମକୁ ଅବଜ୍ଞା କରେ, ତାକୁ ଶୃଙ୍ଖଳାଗତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

(v) ଚିରସ୍ଥାୟୀ କିମ୍ବା କ୍ଷଣସ୍ଥାୟୀ (Permanent or temporary)- ସଂଘ ସ୍ଥାୟୀ କିମ୍ବା ଅସ୍ଥାୟୀ ପ୍ରକୃତିର ହୋଇପାରେ । କେତେକ ସଂଘ ସ୍ଥାୟୀ ପ୍ରକୃତିର ହୋଇଥିବାବେଳେ ଆଉ କେତେକ ସଂଘ ସମ୍ପୂର୍ଣ୍ଣ ଅସ୍ଥାୟୀ ପ୍ରକୃତିର ଅଟନ୍ତି । ଉଦାହରଣସ୍ୱରୂପ- ପରିବାର, ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରଭୃତି ସ୍ଥାୟୀ ପ୍ରକୃତିର ହୋଇଥିବାବେଳେ ରାଜନୈତିକ ଦଳ, କ୍ଲବ, ଶ୍ରମିକ ସଂଘ ପ୍ରଭୃତି ଅସ୍ଥାୟୀ ପ୍ରକୃତିକୁ ଭିତ୍ତିକରି ଗଠିତ ହୋଇଥା’ନ୍ତି ।

(vi) ସହଯୋଗୀ ମନୋଭାବ (Co-operative spirit)- ପାରସ୍ପରିକ ସହଯୋଗିତା ସଂଘର ଅନ୍ୟ ଏକ ଉପାଦାନ ଅଟେ । ଏହି ସହଯୋଗିତା ବିନା ସଂଘ ତିଷ୍ଠିପାରିବ ନାହିଁ । ସଂଘର ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷଭାବେ ସହଯୋଗ କରିଥା’ନ୍ତି । ଉଦାହରଣସ୍ୱରୂପ, ଏକ ଶ୍ରମିକ ସଂଘର ସଦସ୍ୟମାନେ ଯଦି ସହଯୋଗୀ ମନୋବୃତ୍ତି ନେଇ ଏକତ୍ର କାର୍ଯ୍ୟ କରିବେ, ତେବେ ସେମାନଙ୍କର ଅଭିଳାଷ ଅଚିରେ ସାଧୂ ହୋଇପାରିବ । ତେଣୁ ସହଯୋଗୀ ମନୋଭାବ ହେଉଛି ଏକ ମୂଳଭିଭି, ଯାହା ଉପରେ ପ୍ରତ୍ୟେକ ସଂଘ ପ୍ରତିଷ୍ଠିତ।

(vii) ଔପଚାରିକ ସମ୍ବନ୍ଧ (Formal relations)- ପ୍ରତ୍ୟେକ ସଂଘର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ସମ୍ବନ୍ଧ ଦେଖାଯାଇଥାଏ । ନିଜର ଅଭିଳଷିତ ଲକ୍ଷ୍ୟକୁ ପୂରଣ କରିବା ହେଉଛି ବ୍ୟକ୍ତିର ଅନ୍ତିମ ଲକ୍ଷ୍ୟ । ଯଦିଚ ସେ ସଂଘର ଅନ୍ୟ ସଦସ୍ୟମାନଙ୍କ ସହିତ ସମ୍ପର୍କ ରଖୁଥାଏ; ମାତ୍ର ଏହି ସମ୍ପର୍କ ତା’ର ଲକ୍ଷ୍ୟହାସଲ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ ।

4. ଅନୁଷ୍ଠାନର ସଂଜ୍ଞା ନିରୂପଣ କରି ଏହାର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ପ୍ରତ୍ୟେକ ସଂଘ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତି-ନିୟମ ଉପରେ ପର୍ଯ୍ୟବସିତ । ଏହି ନୀତି-ନିୟମ ଏବଂ କାର୍ଯ୍ୟପ୍ରଣାଳୀର ସମଷ୍ଟିକୁ ଅନୁଷ୍ଠାନ କୁହାଯାଏ । କୌଣସି ଉଦ୍ଦେଶ୍ୟକୁ ହାସଲ କରିବାପାଇଁ ବ୍ୟକ୍ତିମାନଙ୍କଦ୍ୱାରା ସଂଘ ମାଧ୍ୟମରେ ସଂଘ ତା’ର ଉଦ୍ଦେଶ୍ୟକୁ ସହଜରେ ପୂରଣ କରିବାରେ ସମର୍ଥ ହୋଇଥାଏ । ଏହି ନୀତି-ନିୟମ ଅନୁଷ୍ଠାନ ନାମରେ ପ୍ରତିଷ୍ଠିତ ।

ସଂଜ୍ଞା (Definition)- ସମାଜ ବିଜ୍ଞାନୀମାନେ ଅନୁଷ୍ଠାନର ବିଭିନ୍ନ ପ୍ରକାର ସଂଜ୍ଞା ପ୍ରଦାନ କରିଅଛନ୍ତି ।

(i) କେ. ଡେଭିସ୍ (K. Davis)- ‘‘ପରସ୍ପର ସହ ଜଡ଼ିତ ଥିବା ଲୋକରୀତି, ଲୋକନିୟମ ଏବଂ ଆଇନଗୁଡ଼ିକର ଏକ ଗୁଚ୍ଛକୁ ଅନୁଷ୍ଠାନ କୁହାଯାଏ ।’’
(ii) ଏଚ୍.ଇ. ବର୍ନେସ୍ (H.E. Barnes)- ‘ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ସାମାଜିକ ସଂରଚନା ଓ କଳ, ମାଧ୍ୟମରେ ମାନବୀୟ ଆବଶ୍ୟକତାଗୁଡ଼ିକର ପରିପୂରଣ ନିମିତ୍ତ ବହୁବିଧ କାର୍ଯ୍ୟାବଳୀଗୁଡ଼ିକୁ ମାନବ ସମାଜ ସଙ୍ଗଠିତ କରିଥାଏ, ନିର୍ଦ୍ଦେଶ ଦେଇଥାଏ ଏବଂ କାର୍ଯ୍ୟକାରୀ କରିଥାଏ ।
(iii) ଉଡ୍ୱାର୍ଡ଼ ଏବଂ ମ୍ୟାକ୍‌ସୱେଲ (Woodward and Maxwell)- “ଅନୁଷ୍ଠାନ ହେଉଛି ଅନେକ ଲୋକରୀତି ଓ ଲୋକନିୟମର ଏକ ଜାଲ ଯାହାକି କେତେକ ମାନବୀୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ଦିଗରେ କେନ୍ଦ୍ରୀଭୂତ ହୋଇଥାଏ ।’’ ଅନୁଷ୍ଠାନର ଲକ୍ଷଣ (Characteristics of Institution)- ଅନୁଷ୍ଠାନର ଲକ୍ଷଣଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ସାଂସ୍କୃତିକ ପ୍ରତୀକ (Cultural symbol)- ପ୍ରତ୍ୟେକ ଅନୁଷ୍ଠାନର ନିଜର ସାଂସ୍କୃତିକ ପ୍ରତୀକ ରହିଥାଏ । ଏହି ସାଂସ୍କୃତିକ ପ୍ରତୀକ ‘ଭୌତିକ’ ବା ‘ଅଭୌତିକ’ ହୋଇପାରେ । ଉଦାହରଣସ୍ୱରୂପ, ହିନ୍ଦୁ ସମାଜରେ ବିବାହ ଅନୁଷ୍ଠାନର ପ୍ରତୀକ ହେଉଛି ‘ମଙ୍ଗନ’ ।

(ii) ନିର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକର ପୂରଣ (Satisfaction of specific needs)- ପ୍ରତ୍ୟେକ ଅନୁଷ୍ଠାନ କେତେକ ନିର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକ ପୂରଣ କରିଥାଏ । ବିବାହ ହେଉଛି ଏକ ଅନୁଷ୍ଠାନ ଯାହାକି ସ୍ୱାମୀ ଏବଂ ସ୍ତ୍ରୀର ଯୌନ ଆବଶ୍ୟକତାକୁ ପୂରଣ କରିଥାଏ । ସେହିପରି ସରକାର ହେଉଛି ଏକ ଅନୁଷ୍ଠାନ ଯାହା ମାଧ୍ୟମରେ ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରାଯାଇଥାଏ ଏବଂ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ଅଧୁକ ସ୍ଥାୟିତ୍ଵ (Greater permanency)- ଯେତେବେଳେ କୌଣସି କାର୍ଯ୍ୟପଦ୍ଧତି ବହୁଦିନ ଧରି ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇଥାଏ ଏବଂ ସମାଜ ପାଇଁ ଉପଯୋଗୀ ହୋଇଥାଏ, ସେତେବେଳେ ଏହାକୁ ଅନୁଷ୍ଠାନଭାବେ ସ୍ବୀକୃତି ପ୍ରଦାନ କରାଯାଇଥାଏ । ଉଦାହରଣସ୍ୱରୂପ, ହିନ୍ଦୁ ବିବାହର କାର୍ଯ୍ୟପଦ୍ଧତି ବହୁଦିନ ଧରି ହିନ୍ଦୁସମାଜ ପାଇଁ ଉପଯୋଗୀ ହୋଇଥିବାରୁ ତାହା ଏକ ଅନୁଷ୍ଠାନଭାବେ ରୂପ ନେଇଅଛି । ତେଣୁ ଆଜି ପ୍ରତ୍ୟେକ ସମାଜରେ ଏହି ବିବାହ, ଅନୁଷ୍ଠାନରୂପେ ଦେଖ‌ିବାକୁ ମିଳିଥାଏ ।

(iv) ସଙ୍ଗଠିତ ନିୟମାବଳୀ (Organised norms)- ପ୍ରତ୍ୟେକ ଅନୁଷ୍ଠାନ କେତେକ ସଙ୍ଗଠିତ ନିୟମାବଳୀ ଉପରେ ପର୍ଯ୍ୟବସିତ । ସେହି ନିୟମାବଳୀର ପରିସର ମଧ୍ୟରେ ଅନୁଷ୍ଠାନଗୁଡ଼ିକ ସେମାନଙ୍କର କାର୍ଯ୍ୟ ସମ୍ପାଦାନ କରିଥା’ନ୍ତି । ଉଦାହରଣସ୍ୱରୂପ, ଏକ ଶିକ୍ଷାନୁଷ୍ଠାନର ନିୟମାବଳୀ, ଶିକ୍ଷାଦାନ ପଦ୍ଧତି, ପରୀକ୍ଷା ପଦ୍ଧତି ପ୍ରଭୃତିକୁ ନେଇ ଗଠିତ ।

(v) ସାର୍ବଜନୀନତା (Universality)- ଏହି ସାର୍ବଜନୀନତା ହେଉଛି ଅନୁଷ୍ଠାନର ଅନ୍ୟ ଏକ ଲକ୍ଷଣ । ଏଗୁଡ଼ିକ ପ୍ରତ୍ୟେକ ସମାଜରେ ତିଷ୍ଠି ରହିବାର ଦେଖାଯାଇଥାଏ । ଅନୁଷ୍ଠାନଗୁଡ଼ିକ ସାମାଜିକ ବିକାଶର ସମସ୍ତ ସ୍ତରରେ ପରିଦୃଷ୍ଟ ହୋଇଥା’ନ୍ତି ।

(vi) ସୁସ୍ପଷ୍ଟ ପରମ୍ପରା (Well-defined traditions)- ପ୍ରତ୍ୟେକ ଅନୁଷ୍ଠାନ କେତେକ ଲିଖ୍ ଏବଂ ଅଲିଖ୍ ପରମ୍ପରାଦ୍ୱାରା ପରିଚାଳିତ । ଏହାଦ୍ୱାରା ବ୍ୟକ୍ତିର ଦୈନନ୍ଦିନ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରାଯାଇଥାଏ । ଏହି ପରମ୍ପରାକୁ ଅବଜ୍ଞା କରୁଥ‌ିବା ସଦସ୍ୟମାନଙ୍କୁ ଦଣ୍ଡବିଧାନ କରାଯାଇଥାଏ ।

(vii) ଶୃଙ୍ଖଳାରକ୍ଷାକାରୀ ସଂସ୍ଥା (Controlling agencies)- ବ୍ୟକ୍ତିକୁ ଶୃଙ୍ଖଳିତଭାବେ ନିୟନ୍ତ୍ରିତ କରିବାରେ ଅନୁଷ୍ଠାନଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ । ଧାର୍ମିକ ଅନୁଷ୍ଠାନଗୁଡ଼ିକ ଧାର୍ମିକଁ ଆଚରଣ ଜରିଆରେ ବ୍ୟକ୍ତିଙ୍କୁ ଶୃଙ୍ଖଳିତ କରିଥା’ନ୍ତି । ଦେଶର ଶାସନ ବ୍ୟବସ୍ଥା ବିଭିନ୍ନ ଆଇନ ପ୍ରଣୟନ କରି ବ୍ୟକ୍ତିର ଦୈନନ୍ଦିନ ବ୍ୟବହାରକୁ ଶୃଙ୍ଖଳିତ କରିଥାଏ ।

5. ସାମାଜିକ ସମୂହର ପ୍ରକାରଭେଦ ଆଲୋଚନା କର ।
କିମ୍ବା, ସାମାଜିକ ସମୂହର ବର୍ଗୀକରଣ ବିଶ୍ଳେଷଣ କର ।
Answer:
ସାମାଜିକ ସମୂହକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି । ନିମ୍ନରେ କେତେକ ସମୂହ ବିଷୟରେ ସୂଚନା ପ୍ରଦାନ କରାଗଲା ।

(i) ପ୍ରାଥମିକ ସମୂହ ଏବଂ ଗୌଣ ସମୂହ (Primary and Secondary groups)- ଆମେରିକାର ପ୍ରବୀଣ ସମାଜବିଜ୍ଞାନୀ ଚାର୍ଲସ୍ ହଟ୍ଟନ କୁଲେ ସାମାଜିକ ସମୂହକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଅଛନ୍ତି; ଯଥା– ପ୍ରାଥମିକ ସମୂହ ଏବଂ ଗୌଣ ସମୂହ । ପ୍ରାଥମିକ ସମୂହ ମୁହାଁମୁହିଁ ସମ୍ପର୍କ ଉପରେ ପ୍ରତିଷ୍ଠିତ । ପରିବାର, ପଡ଼ୋଶୀମଣ୍ଡଳ ପ୍ରଭୃତି ଏହି ପ୍ରାଥମିକ ସମୂହର ଉଦାହରଣ । ଏହାର ସଦସ୍ୟମାନେ ପରସ୍ପର ନିକଟତର ହୋଇ ରହିଥା’ନ୍ତି । ଅପରପକ୍ଷରେ ଗୌଣସମୂହ ପରୋକ୍ଷ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ଚାରିଆଡ଼େ ବିକ୍ଷିପ୍ତଭାବରେ ରହିଥା’ନ୍ତି ।

(ii) ଅନ୍ତଃ-ସମୂହ ଏବଂ ବହିଃ-ସମୂହ (In group and Out group)- ଉଇଲିୟମ୍ ଗ୍ରାହାମ୍ ସମ୍ଵନର ପ୍ରାଥମିକ ସମୂହକୁ ଅନ୍ତଃ-ସମୂହ ଏବଂ ବହିଃ ସମୂହରେ ବିଭକ୍ତ କରିଅଛନ୍ତି । ବ୍ୟକ୍ତି ଯେଉଁ ସମୂହର ସଦସ୍ୟଭାବରେ ନିଜକୁ ପରିଚିତ କରିଥାଏ, ତାହା ତା’ର ଅନ୍ତଃ-ସମୂହରୂପେ ପରିଚିତ । ଅନ୍ୟପକ୍ଷରେ ବହିଃ-ସମୂହ ଅନ୍ତଃ-ସମୂହର ସମ୍ପୂର୍ଣ୍ଣ ବିପରୀତ ଅଟେ । ଯେଉଁ ସମୂହରେ ବ୍ୟକ୍ତି ବାସ କରି ନଥାଏ ଏବଂ ଯେଉଁ ସମୂହ ସହିତ ସେ ପରିଚିତ ନ ଥାଏ, ତାହା ତା’ର ବହିଃ-ସମୂହରୂପେ ପରିଚିତ ।

ବ୍ୟକ୍ତି ଯେଉଁ ସମୂହରେ ବାସ କରିଥାଏ, ସେହି ସମୂହକୁ ବ୍ୟକ୍ତିର ଅନ୍ତଃ-ସମୂହ କୁହାଯାଏ । କିନ୍ତୁ ଅନ୍ୟ ସମସ୍ତ ସମୂହ ଉକ୍ତ ବ୍ୟକ୍ତିର ବହିଃ-ସମୂହ ରୂପେ ପରିଚିତ । ଜଣେ ଛାତ୍ର ବାସ କରୁଥିବା ପରିବାର ଏବଂ ଅଧ୍ୟୟନ କରୁଥିବା ସ୍କୁଲ, କଲେଜ ପ୍ରଭୃତି ସେହି ଛାତ୍ରର ଅନ୍ତଃ-ସମୂହ ହୋଇଥିବା ସ୍ଥଳେ ସେହି ଛାତ୍ରର ସାଙ୍ଗ ବାସକରୁଥିବା ଅନ୍ୟ ଏକ ପରିବାର ଏବଂ ଅଧ୍ୟୟନ କରୁଥିବା ଅନ୍ୟ ସ୍କୁଲ, କଲେଜ ପ୍ରଭୃତି ସେହି ଛାତ୍ରର ବହିଃ-ସମୂହରୂପେ ପରିଚିତ ।

(iii) ସ୍ଥାୟୀ ସମୂହ ଏବଂ ଅସ୍ଥାୟୀ ସମୂହ (Permanent and Temporary groups)- ଚାର୍ଲସ୍.ଏ. ଇଲ୍‌ଉଡ୍ (Charles A. Eelwood) ସାମାଜିକ ସମୂହକୁ ସ୍ଥାୟୀ ଏବଂ ଅସ୍ଥାୟୀ ସମୂହରେ ବିଭକ୍ତ କରିଅଛନ୍ତି । ଯଦି ସମୂହର ସଭ୍ୟମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହନ୍ତି ସେହି ସମୂହ ସ୍ଥାୟୀ ଅଟେ । ଅନ୍ୟ ଅର୍ଥରେ ଯେଉଁ ସମୂହର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ ଏବଂ ଯାହାର ସଦସ୍ୟମାନେ ଅତୁଟ ସମ୍ପର୍କରେ ଆବଦ୍ଧ, ତାହା ସ୍ଥାୟୀ ସମୂହରୂପେ ପରିଚିତ ।

ପରିବାର ଏବଂ ବଂଶ ସ୍ଥାୟୀ ସମୂହର ଉଦାହରଣ ଅଟେ । ଅସ୍ଥାୟୀ ସମୂହ ସ୍ଥାୟୀ ସମୂହର ଠିକ୍ ବିପରୀତ ଅଟେ । ଏହାର ଅବସ୍ଥିତି ଅସ୍ଥାୟୀ ଏବଂ ଆକାର କ୍ଷୁଦ୍ର ଅଟେ । କାରଣ ଏହି ସମୂହକୁ ଗଠନ କରୁଥିବା ସଦସ୍ୟମାନେ ସ୍ୱଳ୍ପ ସମୟ ପାଇଁ ପରସ୍ପରର ନିକଟବର୍ତ୍ତୀ ହୋଇଥା’ନ୍ତି । ବିଶୃଙ୍ଖଳ ଜନସମୂହ (mob) କିମ୍ବା ଜନଗହଳି (crowd) ଏକ ଅସ୍ଥାୟୀ ସମୂହରୂପେ ପରିଚିତ ।

(iv) ଲମ୍ବମାନ ଏବଂ ଏକରେଖୀୟ ସମୂହ (Vertical and Horizontal groups)– ଏହି ଏକରେଖୀୟ ବା ସମଜାତୀୟ ସମୂହ ମୁଖ୍ୟତଃ ଗୋଟିଏ ଶ୍ରେଣୀୟ ସଦସ୍ୟମାନଙ୍କଦ୍ୱାରା ଗଠିତ । ଅନ୍ୟ ଅର୍ଥରେ ସମାନ ସ୍ତରର ଲୋକମାନଙ୍କଦ୍ୱାରା ଗଠିତ ସମୂହକୁ ସମଜାତୀୟ ସମୂହ କୁହାଯାଏ । ଅପରପକ୍ଷରେ, ଲମ୍ବମାନ ବା ବିଷମ ଜାତୀୟ ସମୂହ ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ନେଇ ଗଠିତ । ଉକ୍ତ ସମୂହର ଲୋକମାନେ ବିକ୍ଷିପ୍ତଭାବେ ରହିଥା’ନ୍ତି ।

(v) ସ୍ଵେଚ୍ଛାକୃତ ଏବଂ ଅଣସ୍ଵେଚ୍ଛାକୃତ ସମୂହ (Voluntary and Involuntary groups)- ସ୍ବେଚ୍ଛାକୃତ ସମୂହକୁ ବ୍ୟକ୍ତି ନିଜ ଇଚ୍ଛାରେ ଯୋଗଦାନ କରିଥାଏ । ଯେକୌଣସି ସମୟରେ ବ୍ୟକ୍ତି ତା’ର ସଭ୍ୟପଦକୁ ତ୍ୟାଗ କରିପାରେ । କ୍ଲବ୍ ଏବଂ ସାଂସ୍କୃତିକ ଅନୁଷ୍ଠାନ ଏହି ସ୍ବେଚ୍ଛାକୃତ ସମୂହର ଉଦାହରଣ ।

ଅଣସ୍ଵେଚ୍ଛାକୃତ ସାମାଜିକ ସମୂହ ରକ୍ତସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ଏହି ଶ୍ରେଣୀୟ ସଭ୍ୟପଦ ବାଧ୍ୟତାମୂଳକ ଅଟେ । ପରିବାର, ଜ୍ଞାତି, ଜାତି ପ୍ରଭୃତି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ।

(vi) ସୀମାରେଖୀୟ ସମୂହ ଏବଂ ଅଣସୀମାରେଖୀୟ ସମୂହ (Territorial group and Non-territorial group)- ଏକ ସୀମାରେଖୀୟ ସମୂହର ନିଜସ୍ବ ସୀମାରେଖା ଥାଏ । ଅନ୍ୟ ଅର୍ଥରେ ଯେଉଁ ସମୂହ ଏକ ନିର୍ଦ୍ଦିଷ୍ଟ ସୀମାରେଖାଦ୍ୱାରା ଆବଦ୍ଧ ତାହା ସୀମାରେଖୀୟ ସମୂହରୂପେ ପରିଚିତ । ଗ୍ରାମ୍ୟ, ନଗର, ରାଷ୍ଟ୍ର ଓ ଜାତି ପ୍ରଭୃତି ସୀମାରେଖୀୟ ସମୂହରୂପେ ପରିଚିତ । ଗ୍ରାମ୍ୟ, ନଗର, ରାଷ୍ଟ୍ର ଓ ଜାତି ପ୍ରଭୃତି ସୀମାରେଖୀୟ ସମୂହର ଦୃଷ୍ଟାନ୍ତ ।

ଯେଉଁ ସମୂହର ନିର୍ଦ୍ଦିଷ୍ଟ ସୀମାରେଖା ନ ଥାଏ, ତାହା ଅଣ-ସୀମାରେଖୀୟ ସମୂହଭାବେ ପରିଚିତ । ଏକ ଶ୍ରମିକ ସଂଘ ଏହି ଅଣସୀମାରେଖୀୟ ସମୂହ ରୂପେ ପରିଚିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(vii) ଔପଚାରିକ ଏବଂ ଅନୌପଚାରିକ ସମୂହ (Formal and Informal groups)- ଇ.ଏସ୍. ବୋଗାର୍ଡ଼ସ୍ ସାମାଜିକ ସମୂହକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- ଔପଚାରିକ ଏବଂ ଅନୌପଚାରିକ ସମୂହ । ଯେଉଁ ସମୂହ ଔପଚାରିକ ନୀତି-ନିୟମ ଉପରେ ପର୍ଯ୍ୟବସିତ ତାହା ଔପଚାରିକ ସମୂହ ଅଟେ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ସମ୍ପର୍କ ବିଦ୍ୟମାନ ଏବଂ ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ସାନ୍ନିଧତା ପ୍ରକାଶ ପାଇ ନ ଥାଏ । ଏହି ସମୂହର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିବାପାଇଁ କେତେକ ନୀତି-ନିୟମକୁ ସୃଷ୍ଟି କରାଯାଇଥାଏ । ଅମଲାତାନ୍ତ୍ରିକ ସମୂହ ଏହି ସମୂହର ଉଦାହରଣ ।

ଅନ୍ୟ ପକ୍ଷରେ ଅନୌପଚାରିକ ସମୂହ ଅନୌପଚାରିକ ସମ୍ପର୍କ ଉପରେ ପ୍ରତିଷ୍ଠିତ ଏହି ସମୂହର ସୁପରିଚାଳନା ନିମିତ୍ତ କୌଣସି ଔପଚାରିକ ନୀତି-ନିୟମର ଆବଶ୍ୟକତା ନ ଥାଏ । ବିଭିନ୍ନ ଅନୌପଚାରିକ ମାଧ୍ୟମ; ଯଥା- ପ୍ରଥା, ପରମ୍ପରା;

ଲୋକରୀତି, ଲୋକନିୟମଦ୍ୱାରା ଏହି ସମୂହର ସଦସ୍ୟମାନଙ୍କୁ ନିୟନ୍ତ୍ରିତ କରାଯାଇଥାଏ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଦ୍ୟମାନ ଥାଏ । ପରିବାର ଏହି ଅନୌପଚାରିକ ସମୂହର ଅନ୍ତର୍ଭୁକ୍ତ ଅଟେ ।

(viii) ମୁକ୍ତ ଏବଂ ଆବଦ୍ଧ ସମୂହ (Open and Closed groups)- କେତେକ ସମାଜବିଜ୍ଞାନୀ ସମୂହକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- ମୁକ୍ତ ଏବଂ ଆବଦ୍ଧ ସମୂହ । ମୁକ୍ତ ସମୂହରେ ଯେକୌଣସି ସମୟରେ ସଦସ୍ୟମାନେ ପ୍ରବେଶ କରିପାରନ୍ତି । ଏଥୁନିମିତ୍ତ କୌଣସି କଠୋର ନୀତି-ନିୟମ ନ ଥାଏ । କିନ୍ତୁ ଆବଦ୍ଧ ସମୂହରେ ବ୍ୟକ୍ତି ଅବାଧରେ ପ୍ରବେଶ କରିବାର ସୁଯୋଗ ଲାଭ କରିପାରି ନ ଥାଏ । ଜାତି ଉପରେ ପ୍ରତିଷ୍ଠିତ ସମୂହଗୁଡ଼ିକ ଆବଦ୍ଧ ସମୂହରୂପେ ପରିଚିତ ।

(ix) ବିଭାଜିତ ଗୋଷ୍ଠୀ ଏବଂ ଓଭରଲିପ୍ ଗ୍ରୁପ୍ (Dis-junctive group and Overlapping group)- ଏଫ୍.ଏଚ୍. ଗିଡ଼ିଙ୍ଗସ୍ ସାମାଜିକ ସମୂହର ବର୍ଗୀକରଣ କରିଛନ୍ତି; ଯଥା- ଅସଂଯୋଜକ ଏବଂ ଆଂଶିକ ସମୂହ ।

ଅସଂଯୋଜକ ବା ଅତିକ୍ରମଣୀୟ ସମୂହ ହେଉଛି ସେହି ସମୂହ ଯାହା ଜଣେ ବ୍ୟକ୍ତିକୁ ଏକ ସମୟରେ ଦୁଇ ବା ତତୋଽଧୂକ ସମୂହର ସଦସ୍ୟ ହେବାପାଇଁ ଅନୁମତି ପ୍ରଦାନ କରି ନ ଥାଏ । ଏହି ସମୂହର ଉଦାହରଣ ଅଟେ ।

ଅନ୍ୟପକ୍ଷରେ ଯେଉଁ ସମୂହରେ ସଦସ୍ୟମାନେ ଆଂଶିକଭାବେ ଅଂଶଗ୍ରହଣ କରନ୍ତି, ତାହା ଆଂଶିକ ସମୂହରୂପେ ପରିଚିତ । ଏହି ସମୂହ ହେଉଛି ସେହିପ୍ରକାର ସମୂହ ଯାହାର ସଦସ୍ୟମାନେ ଅନ୍ୟ ଏକ ସମୂହର ସଦସ୍ୟରୂପେ ପରିଚିତ ଥା’ନ୍ତି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଲୋକସେବକ ମଣ୍ଡଳ ପ୍ରଭୃତି ଗୋଟିଏ ଗୋଟିଏ ଆଂଶିକ ସମୂହଭାବେ ପରିଚିତ ।

6. ପ୍ରାଥମିକ ସମୂହ କହିଲେ କ’ଣ ବୁଝ ? ପ୍ରାଥମିକ ସମୂହର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ପ୍ରାଥମିକ ସମୂହ ସମସ୍ତ ସାମାଜିକ ସଙ୍ଗଠନର କେନ୍ଦ୍ରବିନ୍ଦୁରୂପେ ପରିଚିତ । ଏହି ପ୍ରାଥମିକ ସମୂହ ସମ୍ପ୍ରତ୍ୟୟ ଆମେରିକାର ସମାଜବିଜ୍ଞାନି ସି. ଏଚ୍. କୁଲେ (C.H. Cooley) ଙ୍କର ଏକ ଅନବଦ୍ୟ ଦାନରୂପେ ପରିଚିତ । ସେ ତାଙ୍କ ରଚିତ ପୁସ୍ତକ୍ ‘ସାମାଜିକ ସଙ୍ଗଠନ’ (Social Organisation) ରେ ଏହି ସମ୍ପ୍ରତ୍ୟୟଟିକୁ ରଚନା କରିଅଛନ୍ତି । ଏହା ହେଉଛି ଏକ କ୍ଷୁଦ୍ର ସମୂହ ଯେଉଁଥରେ କି ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ଏଥିରେ ମୌଖ୍ ଏବଂ ଆତ୍ମୀୟ ସମ୍ପର୍କ ନିହିତ ଥାଏ । ଏହାର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ ।

କୁଲେ ତାଙ୍କ ନିଜ ଦୃଷ୍ଟିଭଙ୍ଗୀରେ ପ୍ରାଥମିକ ସମୂହର ବ୍ୟାଖ୍ୟା କରି କହିଛନ୍ତି-
‘ପ୍ରାଥମିକ ସମୂହ କହିଲେ ମୁଁ ସେହି ସମୂହକୁ ବୁଝେ, ଯେଉଁଗୁଡ଼ିକ ଘନିଷ୍ଠ, ମୁଖୋନୁ ଖ ସମ୍ପର୍କ ଏବଂ ସହଯୋଗିତାଦ୍ୱାରା ବିଶେଷଭାବେ ଚିହ୍ନିତ ହୁଏ । ଅଧିକାଂଶ କ୍ଷେତ୍ରରେ ସେଗୁଡ଼ିକ ପ୍ରାଥମିକ; କିନ୍ତୁ ବ୍ୟକ୍ତିର ସାମାଜିକ ପ୍ରକୃତି ଏବଂ ଆଦର୍ଶ ଗଠନ କ୍ଷେତ୍ରରେ ସେଗୁଡ଼ିକ ମୂଳଭିଭି ସଦୃଶ ବୋଧହୁଏ । ସରଳ ଭାଷାରେ ବିଶ୍ଳେଷଣ କଲେ ସେହି ସମୂହକୁ ଆମେ ପ୍ରାଥମିକ ହେଲା- ‘ଆମ୍ଭେ’ ।

କୁଲେଙ୍କ ମତରେ, ପ୍ରାଥମିକ ସମୂହଗୁଡ଼ିକ କ୍ଷୁଦ୍ର ଅଟନ୍ତି ଯାହାକି ମୁହାଁମୁହିଁ ସମ୍ପର୍କ, ଘନିଷ୍ଠ ବନ୍ଧନ ଏବଂ ସହଯୋଗିତାଦ୍ୱାରା ବିଶେଷଭାବେ ଚିହ୍ନିତ ହୋଇଥା’ନ୍ତି । ପରିବାର, ଜନଜାତି, ଗୋତ୍ର, ପିଲାମାନଙ୍କର କ୍ରୀଡ଼ାସମୂହ, ଜ୍ଞାତିସମୂହ ପ୍ରଭୃତିକୁ କୁଲେ ପ୍ରାଥମିକ ସମୂହଭାବେ ବର୍ଣ୍ଣନା କରିଅଛନ୍ତି ।

ପ୍ରାଥମିକ ସମୂହର ଲକ୍ଷଣ (Characteristics of primary group)- ପ୍ରାଥମିକ ସମୂହଗୁଡ଼ିକ ସାର୍ବଜନୀନ ସମୂହରୂପେ ପରିଚିତ । ଏଗୁଡ଼ିକ ମାନବିକ ପ୍ରକୃତି ଏବଂ ଆଦର୍ଶର ମୂଳଭିତ୍ତି ସଦୃଶ ଅଟନ୍ତି । ପ୍ରାଥମିକ ସମୂହର ସମ୍ପର୍କ ଭିଭିରେ ‘ଅହଂ’ (Self) ର ବିକାଶଲାଭ ହୋଇଥାଏ । ଏହି ସମୂହଗୁଡ଼ିକ ବ୍ୟକ୍ତିକୁ ସମାଜୀକୃତ କରିଥାଏ । ପ୍ରାଥମିକ ସମୂହର ଲକ୍ଷଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଗଲା-

(i) ଶାରୀରିକ ସାନ୍ନିଧତା (Physical proximity)- ପ୍ରାଥମିକ ସମୂହର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ଘନିଷ୍ଠ ସମ୍ପର୍କ ଭିତ୍ତିରେ ସେମାନେ ପାରସ୍ପରିକ ସହଯୋଗ ଏବଂ ଚିନ୍ତାଧାରାର ବିକାଶ ଘଟାଇଥା’ନ୍ତି । ଶାରୀରିକ ସାନ୍ନିଧତା କହିଲେ ନିକଟତମ ସମ୍ପର୍କକୁ ବୁଝାଇଥାଏ । ଯଦି ସଦ୍ୟସ୍ୟମାନଙ୍କ ମଧ୍ୟରେ ନିକଟତମ ସମ୍ପର୍କ ଅତୁଟ ନରୁହେ, ତାହାହେଲେ ସେମାନେ ନିଜର ଆଦର୍ଶ ଏବଂ ଚିନ୍ତାଧାରାର ବିନିମୟ କରିପାରିବେ ନାହିଁ । ଏହି ଶାରୀରିକ ସାନ୍ନିଧତା ଯୋଗୁଁ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହଜତର ହୋଇଥାଏ ।

(ii) କ୍ଷୁଦ୍ର ଆକାର (Small in size)- ପ୍ରାଥମିକ ସମୂହର ମୁଖ୍ୟ ଗୁଣ ହେଉଛି ଏହାର ଆକାରରେ କ୍ଷୁଦ୍ରତା । ଏହି ସମୂହ ସ୍ଵଳ୍ପସଂଖ୍ୟକ ସଦସ୍ୟମାନଙ୍କୁ ନେଇ ଗଠିତ । ଏହି କ୍ଷୁଦ୍ର ଆକାରହେତୁ ସଦସ୍ୟମାନଙ୍କ ମଧ୍ୟରେ ବନ୍ଧୁତ୍ୱଭାବ ସୃଷ୍ଟି ହୋଇଥାଏ । ସେମାନେ ବ୍ୟକ୍ତିଗତଭାବେ ପରସ୍ପରକୁ ଜାଣିବାର ସୁଯୋଗ ପାଇଥାଆନ୍ତି ।

(iii) ପ୍ରତ୍ୟକ୍ଷ ସହଯୋଗିତା (Direct cooperation) ପ୍ରାଥମିକ ସମୂହ ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ସହଯୋଗିତା ଉପରେ ପ୍ରତିଷ୍ଠିତ । ସଦସ୍ୟମାନେ ସ୍ବାଧୀନଭାବରେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ସମାନ ପ୍ରକ୍ରିୟାରେ କାର୍ଯ୍ୟକରିଥା’ନ୍ତି । ସେମାନଙ୍କର ସାଧାରଣ ସ୍ଵାର୍ଥକୁ ହାସଲ କରିବାପାଇଁ ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷ ସମ୍ପର୍କ ଯୋଗାଇଥା’ନ୍ତି । ଫଳରେ ସହଜରେ ସେମାନେ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ସୁଯୋଗ ଲାଭ କରିଥା’ନ୍ତି ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iv) ଲକ୍ଷ୍ୟର ଅଭିନ୍ନତା (Identity of ends)- ପ୍ରାଥମିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ସମାନତା ପରିଲକ୍ଷିତ ହୋଇଥାଏ । ସାମୂହିକ ଲକ୍ଷ୍ୟ ହାସଲ କରିବାପାଇଁ ସମସ୍ତ ସଦସ୍ୟ ଏକତ୍ରିତଭାବେ କାର୍ଯ୍ୟ କରିଥା’ନ୍ତି । ପରିବାର ହେଉଛି ଏକ ପ୍ରାଥମିକ ସମୂହ । ଏହି ସମୂହରେ ଜଣେ ବ୍ୟକ୍ତିର ସ୍ବାର୍ଥ ଅନ୍ୟ ବ୍ୟକ୍ତିଙ୍କ ସ୍ବାର୍ଥରୂପେ ପରିଗଣିତ ହୋଇଥାଏ । ସମସ୍ତେ ଏହି ସ୍ବାର୍ଥ ହାସଲପାଇଁ ମିଳିତଭାବରେ କାର୍ଯ୍ୟ କରିଥା’ନ୍ତି । ସମସ୍ତ ସଦସ୍ୟ ପରସ୍ପରର ସୁଖଦୁଃଖରେ ଭାଗୀଦାର ହୋଇଥାଏ ।

(v) ବ୍ୟକ୍ତିଗତ ସମ୍ପର୍କ (Personal relationship)- ପ୍ରାଥମିକ ସମୂହରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଥାଏ । ପ୍ରାଥମିକ ସମୂହର ସଦସ୍ୟମାନେ ବ୍ୟକ୍ତିଗତଭାବେ ପରସ୍ପରକୁ ଜାଣିଥା’ନ୍ତି । ଏହି ବ୍ୟକ୍ତିଗତ ସମ୍ପର୍କକୁ ହସ୍ତାନ୍ତରିତ କରାଯାଇପାରିବ ନାହିଁ । ଜଣେ ସଦସ୍ୟଙ୍କ ଅନୁପସ୍ଥିତିରେ ସୃଷ୍ଟି ହେଉଥ‌ିବା ଶୂନ୍ୟସ୍ଥାନ ଅନ୍ୟମାନଙ୍କଦ୍ୱାରା ପୂରଣ ହୋଇ ନ ଥାଏ ।

ଉଦାହରଣ ସ୍ୱରୂପ, ପରିବାରରେ ସ୍ତ୍ରୀର ମୃତ୍ୟୁ ପରେ ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିପାରେ, ମାତ୍ର ନୂତନ ସ୍ତ୍ରୀ ମୃତା ସ୍ତ୍ରୀର ଶୂନ୍ୟସ୍ଥାନକୁ ପୂରଣ କରିପାରେ ନାହିଁ । ମାକାଇଭରଙ୍କ ମତରେ, ‘ପ୍ରାଥମିକ ସମୂହ ଜୀବନରେ ଅନ୍ୟମାନଙ୍କ ସହିତ ଆମର ସମ୍ପର୍କ ସଦାସର୍ବଦା କେତେକାଂଶରେ ବ୍ୟକ୍ତିଗତ ଅଟେ ।’’

(vi) ସମ୍ପର୍କରେ ସ୍ଥାୟିତ୍ଵ (Durability of relationship)- ପ୍ରାଥମିକ ସମୂହ ଅପେକ୍ଷାକୃତଭାବେ ଏକ ସ୍ଥାୟୀ ସମୂହରୂପେ ପରିଚିତ । ଅତ୍ୟଧ୍ଵ ଘନିଷ୍ଠତା ଏଥପାଇଁ ମୁଖ୍ୟ ଆଧାରରୂପେ କାର୍ଯ୍ୟ କରିଥାଏ । ଉଦାହରଣସ୍ୱରୂପ, ପରିବାର ଏକ ପ୍ରାଥମିକ ସମୂହ ଯାହାର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥାଏ ଏବଂ ତାହାର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ । ଏହି ସ୍ଥାୟିତ୍ଵ ପ୍ରକୃତି ଯୋଗୁଁ ସମୂହର ସଂହତି ରକ୍ଷା କରାଯାଇପାରିଥାଏ ।

(vii) ସମ୍ପର୍କ ସ୍ଵତଃସ୍ଫୁର୍ଣ ଅଟେ (The relationship is spontaneous)- ପ୍ରାଥମିକ ସମୂହ ସମ୍ପର୍କ ବାଧ୍ୟବାଧକତା ଉପରେ ପ୍ରତିଷ୍ଠିତ ନୁହେଁ । ଏହି ସମ୍ପର୍କ ସ୍ଵତଃସ୍ଫୁର୍ଣ ଅଟେ । ପ୍ରାଥମିକ ସମ୍ବନ୍ଧ ବ୍ୟକ୍ତିର ନିଜ ଇଚ୍ଛାରୁ ନେଇଥାଏ ଏବଂ ବିକାଶ ପଥରେ ଅଗ୍ରସର ହୋଇଥାଏ । ପ୍ରତ୍ୟେକ ସଦସ୍ୟ ଏହାର ଉପଯୋଗିତାକୁ ଉପଲବ୍ଧି କରି ସ୍ଵଇଚ୍ଛାରେ ଏହି ସମ୍ପର୍କରେ ଆବଦ୍ଧ ହୋଇଥା’ନ୍ତି ।

(viii) ସମାନ ପୃଷ୍ଠଭୂମି (Similarity of background)- ପ୍ରାଥମିକ ସମୂହର ଆଉ ଏକ ବିଶେଷତ୍ଵ ଏହି ଯେ ଏହା ସମାନ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ । ଏହି ସମୂହରେ ପ୍ରତ୍ୟେକ ସଦସ୍ୟ ସ୍ଵାଧୀନଭାବେ ନିଜ ନିଜର ମତବ୍ୟକ୍ତ କରିଥାଏ ଏବଂ ଅନ୍ୟର ମତାମତକୁ ଗ୍ରହଣ କରିଥାଏ । ମାକାଇଭର୍‌ କହିଛନ୍ତି, ‘‘ଏକ ସ୍ତର ଉପରେ ପ୍ରତ୍ୟେକ ସମୂହ ପ୍ରତିଷ୍ଠିତ ଏବଂ ଯେଉଁ ବ୍ୟକ୍ତି ଏହାର ଯଥେଷ୍ଟ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ଥାଏ, ସେ ସମୂହ ଅଂଶଗ୍ରହଣ ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରେ ।’’

(ix) ଅତ୍ୟଧ୍ଵ ନିୟନ୍ତ୍ରଣ (Maximum control)- ପ୍ରାଥମିକ ;ସମୂହ ଅନୌପଚାରିକ ଭିଭିରେ ତା’ର ସଦସ୍ୟମାନଙ୍କର ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରିଥାଏ । ପ୍ରାଥମିକ ସମୂହରେ କନିଷ୍ଠ ସଦସ୍ୟମାନେ ବରିଷ୍ଠ ସଦସ୍ୟମାନଙ୍କଦ୍ୱାରା ପ୍ରତ୍ୟକ୍ଷଭାବେ ନିୟନ୍ତ୍ରିତ ହୋଇଥା’ନ୍ତି । ଫଳରେ ବ୍ୟକ୍ତି ସହଜରେ ବିପଥଗାମୀ ହେବାର ସୁଯୋଗ ପାଇ ନ ଥାଏ । ଏହି ସମୂହ ତା’ର ସଦସ୍ୟମାନଙ୍କୁ ସମାଜବିରୋଧୀ କାର୍ଯ୍ୟରୁ ନିବୃତ୍ତ କରିଥାଏ ।

7. ପ୍ରାଥମିକ ସମୂହର ଭୂମିକା ଆଲୋଚନା କର ।
କିମ୍ବା, ବ୍ୟକ୍ତିର ସାମାଜିକ ଜୀବନରେ ପ୍ରାଥମିକ ସମୂହ କି ପ୍ରଭାବ ପକାଇଥାଏ, ଆଲୋଚନା କର ।
Answer:
ବ୍ୟକ୍ତିର ସାମାଜିକ ଜୀବନରେ ପ୍ରାଥମିକ ସମୂହ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରାଥମିକ ସମୂହ ବ୍ୟତୀତ ବ୍ୟକ୍ତିର ଜୀବନ ନିରର୍ଥକ ଅଟେ । ପ୍ରାଥମିକ ସମୂହ ବ୍ୟକ୍ତିର ଦୈନନ୍ଦିନ ଜୀବନର ପଥପ୍ରଦର୍ଶକ ସ୍ବରୂପ କାର୍ଯ୍ୟ କରିଥାଏ । ସି.ଏଚ୍. କୁଲେ (C.H. Cooley) ଙ୍କ ମତରେ, ‘‘ବ୍ୟକ୍ତିର ସାମାଜିକ ପ୍ରକୃତି ଏବଂ ଆଦର୍ଶ ଗଠନ କ୍ଷେତ୍ରରେ ପ୍ରାଥମିକ ସମୂହର ଭୂମିକା ମୌଳିକ ଅଟେ ।’’ ଏହି ସମୂହ ବ୍ୟକ୍ତିର ବ୍ୟକ୍ତିତ୍ଵର ଅଭିବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ସାହାଯ୍ୟ ପ୍ରଦାନ କରିଥାଏ । ଏହି ସମୂହର ଭୂମିକାକୁ ନିମ୍ନରେ ବିଶ୍ଳେଷଣ କରାଗଲା ।

(i) ବ୍ୟକ୍ତିତ୍ଵର ବିକାଶ (Development of personality)- କେତେକ ମନୋବିଜ୍ଞାନୀଙ୍କ ମତରେ, ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ପ୍ରାଥମିକ ସମୂହରେ ହିଁ ସମ୍ଭବପର ହୋଇଥାଏ । ଏହି ସମୂହଦ୍ଵାରା ଶିଶୁ ସମାଜୀକୃତ ହୋଇଥାଏ । ଏହା ସଦସ୍ୟମାନଙ୍କୁ ଆବଶ୍ୟକୀୟ ସାଂସ୍କୃତିକ ଗୁଣାବଳୀଗୁଡ଼ିକୁ ଶିକ୍ଷା ଦେଇଥାଏ ଏବଂ ବଂଶାନୁକ୍ରମିକଭାବେ ସେଗୁଡ଼ିକୁ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତରିତ କରିଥାଏ । ଏହି ସମୂହଦ୍ଵାରା ସଂସ୍କୃତି, ଶିକ୍ଷାଲାଭ, ବ୍ୟବହାର ସ୍ଥାନାନ୍ତରିତ ହୋଇଥାଏ ।

ବ୍ୟକ୍ତି ଯେତେବେଳେ ଜନ୍ମଲାଭ କରେ ସେତେବେଳେ ସେ ସମ୍ପୂର୍ଣ୍ଣଭାବେ ଏକ ଜୈବିକ ସତ୍ତା ସଦୃଶ । କାଳକ୍ରମେ ତା’ର ବୟସବୃଦ୍ଧି ସଙ୍ଗେ ସେ ଯେତେବେଳେ ପରିବାର ସଦସ୍ୟମାନଙ୍କର ଜୀବନଶୈଳୀ ବିଷୟରେ ଜ୍ଞାନଲାଭ କରେ, ସେତେବେଳେ ସେ ନିଜକୁ ଚିହ୍ନେ ଏବଂ ସେହି ସମୟରୁ ତା’ର ‘ଅହଂ’ (Self) ବିକାଶଲାଭ କରେ । ସେ ଜୈବିକ ପ୍ରାଣୀରୁ ଏକ ସାମାଜିକ ପ୍ରାଣୀରେ ପରିଣତ ହୋଇଥାଏ।

(ii) କାର୍ଯ୍ୟଦକ୍ଷତା ବୃଦ୍ଧି (Increase in efficiency)- ପ୍ରାଥମିକ ସମୂହ ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରାଥମିକ ସମୂହଗୁଡ଼ିକ ଆକରରେ କ୍ଷୁଦ୍ର ହୋଇଥା’ନ୍ତି ଏବଂ ଏହାର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ସଦସ୍ୟମାନେ ପରସ୍ପରକୁ ସାହାଯ୍ୟ ସହଯୋଗ ଯୋଗାଇଥା’ନ୍ତି । ଯେତେବେଳେ ସମୂହର ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ଆରମ୍ଭ କରେ, ସେତେବେଳେ ଅନ୍ୟ ସଦସ୍ୟମାନଙ୍କର ଅକୁଣ୍ଠିତ ସାହାଯ୍ୟଲାଭ କରିଥାଏ ।

ଫଳରେ ଆନ୍ତରକତା ଏବଂ ଦକ୍ଷତାର ସହିତ ବ୍ୟକ୍ତି ସେହି କାର୍ଯ୍ୟକୁ ସମ୍ପାଦିତ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ଵାର୍ଥକୁ ଉପେକ୍ଷା କରି ସମୂହ ସ୍ବାର୍ଥ ପାଇଁ ନିଷ୍ଠାପର ଉଦ୍ୟମ କରିଥା’ନ୍ତି । ଏହା କେବଳ ସଦସ୍ୟମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ସମ୍ଭବ ହୋଇଥାଏ । ତେଣୁ କୁହାଯାଇପାରେ ଯେ, ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପ୍ରାଥମିକ ସମୂହ ହେଉଛି ଏକ ଉତ୍କୃଷ୍ଟ କ୍ଷେତ୍ର ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ମନୋବିଜ୍ଞାନ ଆବଶ୍ୟକତାଗୁଡ଼ିକର ପୂରଣ (Satisfaction of psychological needs)- ପ୍ରାଥମିକ ସମୂହ ବ୍ୟକ୍ତିର ମନୋବୈଜ୍ଞାନିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ସମାଜରେ ବ୍ୟକ୍ତି ସବୁବେଳ ପାଇଁ ସ୍ନେହ, ଶ୍ରଦ୍ଧା, ଦୟା, ସହନଶୀଳତା, ସହାନୁଭୂତି ପ୍ରଭୃତି ମନସ୍ତାତ୍ତ୍ଵିକ ଗୁଣଗୁଡ଼ିକୁ କେବଳ ପ୍ରାଥମିକ ସମୂହରୁ ହିଁ ପାଇବାରେ ସମର୍ଥ ହୋଇଥାଏ । ଏହି ସମୂହ ତା’ର ସଦସ୍ୟମାନଙ୍କର ଚିନ୍ତାଧାରା, ଭାବନା, ଆଦର୍ଶ, ମୂଲ୍ୟବୋଧ ଏବଂ ଧାରଣାକୁ ପରସ୍ପର ମଧ୍ୟରେ ବିନିମୟ କରିବାପାଇଁ ପୂର୍ଣ ସୁଯୋଗ ଦେଇଥାଏ ।

(iv) ସାମାଜିକ ନିରାପତ୍ତା ପ୍ରଦାନ (Provides social security)- ପ୍ରାଥମିକ ସମୂହ ସଦସ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ନବଜାତ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ତଥା ବିକଳାଙ୍ଗ ଏବଂ ବ୍ୟାଧୂଗ୍ରସ୍ତ ଲୋକମାନଙ୍କୁ ଏହି ସମୂହ ସମ୍ପୂର୍ଣ୍ଣ ନିରାପତ୍ତା ଯୋଗାଇଥାଏ । ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିରାପତ୍ତା ଏହି ପ୍ରାଥମିକ ସମୂହ ବହନ କରିଥାଏ । ଆଉ ମଧ୍ୟ ଏହି ସମୂହ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ମୂଲ୍ୟବୋଧ ପ୍ରଭୃତିର ରକ୍ଷାକବଚ ସଦୃଶ କାର୍ଯ୍ୟ କରିଥାଏ । ଏହି ସମୂହ ସାମାଜିକ ତଥା ସାଂସ୍କୃତିକ ଉତ୍ତରାଧ୍ୟାରଗୁଡ଼ିକୁ ସୁରକ୍ଷିତ କରିଥାଏ ।

(v) ସାମାଜିକ ନିୟମ (Social control)- ଏହି ପ୍ରାଥମିକ ସମୂହ ସାମାଜିକ ନିୟନ୍ତ୍ରଣର ଏକ ଅନୌପଚାରିକ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । ପ୍ରଥା, ଲୋକରୀତି, ଲୋକନିୟମ, ପ୍ରତିମାନ ପ୍ରଭୃତି ଅନୌପଚାରିକ ମାଧ୍ୟମଦ୍ବାରା ଏହା ସଦସ୍ୟମାନଙ୍କର ଆଚରଣ ଏବଂ ବ୍ୟବହାର ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ । ନିଜର ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବାପାଇଁ ପ୍ରାଥମିକ ସମୂହ ତାହାର ସଦସ୍ୟମାନଙ୍କୁ ଶିକ୍ଷା ଦେଇଥାଏ । ଏହି ପ୍ରାଥମିକ ସମୂହ ସମାଜର ପରିଚାଳନା ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସମାଜର ଏକତା ଏବଂ ସଂହତିକୁ ରକ୍ଷା କରିଥାଏ । ସମାଜବିରୋଧୀ ବ୍ୟକ୍ତିମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବାରେ ଏହି ସମୂହର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ।

8. ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ବିଭିନ୍ନ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ଶାରୀରିକ ସାନ୍ନିଧତା ଏବଂ ସାମାଜିକ ସମ୍ପର୍କରେ ଗୁଣଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ଆମେ ଏହି ଦୁଇଟି ସମୂହ ମଧ୍ଯରେ କେତେକ ପ୍ରଭେଦ ଦେଖ‌ିବାକୁ ପାଇଥାଉ । ନିମ୍ନରେ ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ମଧ୍ଯରେ ପ୍ରତୀୟମାନ ହେଉଥ‌ିବା କେତୋଟି ମୁଖ୍ୟ ତାରତମ୍ୟକୁ ଆଲୋଚନା କରାଯାଇପାରେ ।

(i) ଶାରୀରିକ ସାନ୍ନିଧତାରେ ପାର୍ଥକ୍ୟ (Difference in physical proximity)- ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ସାନ୍ନିଧତା ପ୍ରକାଶ ପାଇଥାଏ । ଏହାର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ଅପରପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ଦୂରତ୍ବ ଦେଖାଯାଇଥାଏ । କାରଣ ଗୌଣ ସମୂହର ସଦସ୍ୟମାନେ ବିକ୍ଷିପ୍ତଭାବରେ ରହିବାର ଦେଖାଯାଇଥାଏ ।

(ii) ଆକାରରେ ପାର୍ଥକ୍ୟ (Difference in size)- ପ୍ରାଥମିକ ସମୂହ ଆକାରରେ କ୍ଷୁଦ୍ର ଅଟେ । ଆକାରରେ କ୍ଷୁଦ୍ର ହୋଇଥିବାରୁ ଏହାର ସଦସ୍ୟମାନଙ୍କ ମଧ୍ୟରେ ଆମେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ପାଇଥାଉ । ମାତ୍ର ଅନ୍ୟପକ୍ଷରେ ଗୌଣ ସମୂହର ଆକାର ବୃହତ୍ ଅଟେ । ଏହି ସମୂହ ଅଧ୍ଵସଂଖ୍ୟକ ଲୋକମାନଙ୍କୁ ନେଇ ଗଠିତ୍ । ଏହି ସମୂହର ଆକାର ବୃହତ୍ ହୋଇଥିବାରୁ ଏହାର ସଦସ୍ୟମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ପ୍ରତିଷ୍ଠିତ ହୋଇପାରି ନ ଥାଏ।

(iii) ସମ୍ପର୍କରେ ପାର୍ଥକ୍ୟ (Difference in relationship)- ସମ୍ପର୍କକୁ ଭିଭିକରି ପ୍ରାଥମିକ ସମୂହକୁ ଗୌଣ ସମୂହଠାରୁ ପୃଥକ୍ କରାଯାଇପାରେ ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ବ୍ୟକ୍ତିଗତ, ଘନିଷ୍ଠ ଏବଂ ସ୍ଥାୟୀ ସମ୍ପର୍କ ଦେଖାଯାଇଥାଏ । କିନ୍ତୁ ଅପରପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ, ଅବୈୟକ୍ତିକ, ଘନିଷ୍ଠତାବିହୀନ ଏବଂ କ୍ଷଣସ୍ଥାୟୀ ସମ୍ପର୍କ ରହିଥାଏ । କାରଣ ଏହି ସମୂହର ସଦସ୍ୟମାନେ ପରସ୍ପର ନିକଟତର ହୋଇ ରହି ନ ଥା’ନ୍ତି । ଏମାନେ ବିକ୍ଷିପ୍ତଭାବେ ରହିଥା’ନ୍ତି ।

(iv) ଲକ୍ଷ୍ୟରେ ପାର୍ଥକ୍ୟ (Difference in goals)- ପ୍ରାଥମିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟରେ ଅଭିନ୍ନତା ପ୍ରକାଶ ପାଇଥାଏ । ସମୂହର ପ୍ରତ୍ୟେକ ସଦସ୍ୟ ଅନ୍ୟମାନଙ୍କର ସ୍ବାର୍ଥକୁ ନିଜର ସ୍ବାର୍ଥଭାବେ ବିଚାର କରନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟରେ ଭିନ୍ନତା ପ୍ରକାଶ ପାଇଥାଏ । ସେମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମାନ ନୁହେଁ । ଗୌଣ ସମୂହର ସଦସ୍ୟମାନେ ଆତ୍ମସ୍ଵାର୍ଥଦ୍ଵାରା ପରିଚାଳିତ । ସେମାନେ ନିଜର ସ୍ଵାର୍ଥ ପୂରଣ ନିମିତ୍ତ ବ୍ୟାକୁଳତା ପ୍ରକାଶ କରିଥା’ନ୍ତି । ନିଜର ସ୍ବାର୍ଥ ହାସଲ ହେଲା ପରେ ସେମାନେ ସମୂହର ସ୍ବାର୍ଥ ପ୍ରତି ଆଦୌ ଆଗ୍ରହ ପ୍ରକାଶ କରି ନ ଥା’ନ୍ତି ।

(v) ସହଯୋଗିତାର ପ୍ରକାରଭେଦରେ ପାର୍ଥକ୍ୟ (Difference in type of co-operation)- ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସହଯୋଗିତା ଦେଖାଯାଇଥାଏ । ସମୂହର ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷ ସହଯୋଗିତା ଯୋଗାଇଥା’ନ୍ତି । କିନ୍ତୁ ଗୌଣସମୂହର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ ସହଯୋଗିତା ଦେଖାଯାଇଥାଏ । ଏହାର ସଦସ୍ୟମାନେ ପରୋକ୍ଷଭାବେ ପରସ୍ପରକୁ ସହଯୋଗ କରିଥା’ନ୍ତି ।

(vi) ସଭ୍ୟପଦରେ ପାର୍ଥକ୍ୟ (Difference in membership)- ପ୍ରାଥମିକ ସମୂହର ସଭ୍ୟପଦ ବାଧ୍ୟତାମୂଳକ ଅଟେ । ଏହି ସମୂହରେ ମନୁଷ୍ୟ ଜନ୍ମଗ୍ରହଣ କରେ ଏବଂ ବିକାଶ ପଥରେ ଅଗ୍ରସର ହୋଇ ଏହି ସମୂହ ମଧ୍ଯରେ ସେ ଇହଲୀଳା ସମ୍ବରଣ କରିଥାଏ । ବ୍ୟକ୍ତି ଏହି ସମୂହର ସଦ୍ୟପଦକୁ ତ୍ୟାଗ କରିପାରିବ ନାହିଁ । କିନ୍ତୁ ଗୌଣ ସମୂହର ସଭ୍ୟପଦ ସ୍ବେଚ୍ଛାକୃତ ଅଟେ । ସ୍ଵଇଚ୍ଛାରେ ବ୍ୟକ୍ତି ଏହି ସମୂହରେ ଯୋଗଦାନ କରିଥାଏ ଏବଂ ଯେକୌଣସି ସମୟରେ ବ୍ୟକ୍ତି ଏହାର ସଭ୍ୟପଦକୁ ତ୍ୟାଗ କରିପାରେ ।

(vii) ନିୟନ୍ତ୍ରଣ ପ୍ରକୃତିରେ ପାର୍ଥକ୍ୟ (Difference in nature of control)- ନିୟନ୍ତ୍ରଣର ପ୍ରକୃତିକୁ ଭିଭିକରି ପ୍ରାଥମିକ ସମୂହକୁ ଗୌଣ ସମୂହଠାରୁ ପୃଥକ କରାଯାଇପାରେ । ପ୍ରାଥମିକ ସମୂହ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ, ବିଶ୍ଵାସପଦ୍ଧତି ପ୍ରଭୃତି ଅନୌପଚାରିକ ମାଧ୍ୟମ ଜରିଆରେ ତା’ର ସଦସ୍ୟମାନଙ୍କ ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ଅନ୍ୟପକ୍ଷରେ ଗୌଣ ସମୂହ ଆଇନ, ପୋଲିସ୍, କୋର୍ଟ, ଜେଲ୍ ଏବଂ ସୈନ୍ୟବାହିନୀ ଆଦି ବିଭିନ୍ନ ଔପଚାରିକ ମାଧ୍ୟମଦ୍ୱାରା ସଦସ୍ୟମାନଙ୍କ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରିଥାଏ ।

(viii) ପ୍ରସ୍ଥିତିରେ ପାର୍ଥକ୍ୟ (Difference in status)- ପ୍ରାଥମିକ ସମୂହର ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମ ଏବଂ – ଲିଙ୍ଗ ଅନୁସାରେ ସ୍ଥିରୀକୃତ ହୋଇଥାଏ । ଅନ୍ୟପକ୍ଷରେ ଗୌଣ ସମୂହରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଭୂମିକା ଉପରେ ନିର୍ଭର କରିଥାଏ । ଉଦାହରଣସ୍ୱରୂପ, ପରିବାର ଏକ ପ୍ରାଥମିକ ସମୂହ ଯେଉଁଥରେ ପିତାଙ୍କର ସ୍ଥାନ ତାଙ୍କର ଜନ୍ମ ଏବଂ ବୟସ ଉପରେ ପ୍ରତିଷ୍ଠିତ ଅଟେ । କିନ୍ତୁ ଏକ ଶ୍ରମିକ ସଙ୍ଗଠନ ସଭାପତିଙ୍କର ସ୍ଥାନ ତାଙ୍କର ଭୂମିକା ଉପରେ ପ୍ରତିଷ୍ଠିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(ix) ବ୍ୟକ୍ତିତ୍ୱର ବିକାଶରେ ପାର୍ଥକ୍ୟ | (Difference in the development of personality)- ସମୂହ ବ୍ୟକ୍ତିର ସମୁଦାୟ ବ୍ୟକ୍ତିତ୍ଵର ବିକାଶ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଗୌଣ ସମୂହ ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ ଏବଂ ଏହା କେବଳ ସେହି ନିର୍ଦ୍ଦିଷ୍ଟ ଦିଗର ବିକାଶ ଘଟାଇଥାଏ । ପ୍ରାଥମିକ ସମୂହ ପ୍ରେମ, ଦୟା, ପାରସ୍ପରିକ ସାହାଯ୍ୟ, ଆଜ୍ଞାନୁବର୍ତ୍ତିତା ଆଦି ଗୁଣଗୁଡ଼ିକର ବିକାଶ ଘଟାଇଥାଏ । ମାତ୍ର ଗୌଣ ସମୂହ ବ୍ୟକ୍ତିଗତ ସ୍ଵାର୍ଥ ଏବଂ ବ୍ୟକ୍ତିବାଦକୁ ବୃଦ୍ଧି କରିଥାଏ ।

9. ସଂସ୍କୃତିର ଗୁଣଗୁଡ଼ିକ ଆଲୋଚନା କର ।
Answer:
ସଂସ୍କୃତି ସମାଜ ବିଜ୍ଞାନର ଏକ ମୌଳିକ ସମ୍ପ୍ରତ୍ୟୟରୂପେ ପରିଚିତ । ମନୁଷ୍ୟ ତା’ର ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଯାହାସବୁ ଅର୍ଜନ କରିଥାଏ ତାହା ସଂସ୍କୃତିରୂପେ ପରିଚିତ । ଏହା ହେଉଛି ଏକପ୍ରକାର ଶିକ୍ଷଣୀୟ ବ୍ୟବହାର ଯାହାକୁ ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ରହି ବଂଶାନୁକ୍ରମେ ଅର୍ଜନ କରିଥାଏ । ସଂସ୍କୃତି କେବଳ ମାନବ ମଧ୍ୟରେ ସୀମାବଦ୍ଧ ଅଟେ । ଏହି ପରିପ୍ରେକ୍ଷୀରେ ମନୁଷ୍ୟକୁ ଏକ ସଂସ୍କୃତିସମ୍ପନ୍ନ ପ୍ରାଣୀଭାବେ ଅଭିହିତ କରାଯାଇଥାଏ । ଯେଉଁସବୁ ସାମାଜିକ ପ୍ରତିମାନ ଏବଂ ସଂସ୍କୃତି ଗଠିତ ।

ସଂସ୍କୃତିର ଗୁଣ ବା ଲକ୍ଷଣ :

(i) ସଂସ୍କୃତି ଏକ ଶିକ୍ଷଣୀୟ ବ୍ୟବହାର (Culture is a learnt behaviour)- ଇ.ବି. ଟେଲର୍ (E.B. Tylor) ଙ୍କ ମତରେ, ମନୁଷ୍ୟ ସଂସ୍କୃତିକୁ ଶିକ୍ଷାଲାଭ କରିଥାଏ । ସଂସ୍କୃତି ମନୁଷ୍ୟର ଏକ ସହଜାତ ଗୁଣ ନୁହେଁ । ଜନ୍ମ ସମୟରେ ମାନବ ଶିଶୁ ଯେକୌଣସି ଜିନିଷ ବିଷୟରେ ଅଜ୍ଞ ଥାଏ । କାଳକ୍ରମେ ସେ ସମାଜରୁ ଶିକ୍ଷାଲାଭ କରେ ତା’ର ମନରେ ସେଗୁଡ଼ିକ ଲିପିବଦ୍ଧ ହୋଇ ରହେ । ଯଦି ଜଣେ ଓଡ଼ିଆ ପିଲା ବିଦେଶରେ; ଯଥା- ଆମେରିକା ବା ଲଣ୍ଡନରେ ଜନ୍ମ ନିଏ ଏବଂ ସେହି ସମାଜରେ ପ୍ରତିପାଳିତ ହୁଏ, ତେବେ ସେ କ୍ଷେତ୍ରରେ ସେ ସେହି ସମାଜର ସଂସ୍କୃତି ସହିତ ନିଜକୁ ସାମିଲ କରିଥାଏ । ତେଣୁ ଏଠାରେ ସ୍ପଷ୍ଟ କୁହାଯାଇପାରେ ଯେ ସଂସ୍କୃତି ଏକ ଶିକ୍ଷଣୀୟ ବ୍ୟବହାର ଅଟେ ।

(ii) ସଂସ୍କୃତି ସାମାଜିକ ଅଟେ (Culture is societal)- ସଂସ୍କୃତିର ପ୍ରକୃତି ସାମାଜିକ ଅଟେ । ଗୋଟିଏ ସମାଜର ସବୁ ଲୋକମାନେ ସେହି ସମାଜର ସଂସ୍କୃତିକୁ ଶିକ୍ଷାଲାଭ କରିଥା’ନ୍ତି । ସଂସ୍କୃତି କେବଳ ମାନବ ସମାଜରେ ହିଁ ପରିଦୃଷ୍ଟ ହୋଇଥାଏ । ଏହା ସାମାଜିକଭାବେ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ଗତି କରିଥାଏ । କେବଳ ସମାଜରେ ବାସ କରିବା ହେତୁ ମନୁଷ୍ୟ ସଂସ୍କୃତିକୁ ଗ୍ରହଣ କରିବାପାଇଁ ସକ୍ଷମ ହୋଇଥାଏ । ସଂସ୍କୃତି କେବଳ ମାନବ ସମାଜରେ ସୃଷ୍ଟି ହୋଇଥାଏ, ବିକାଶଲାଭ କରିଥାଏ ଏବଂ ସମାଜ ମଧ୍ଯରେ ହିଁ ଗତି କରିଥାଏ ।

(iii) ସଂସ୍କୃତି ଆଦର୍ଶବାଦୀ ଅଟେ (Culture is idealistic)- ସଂସ୍କୃତି ଆଦର୍ଶବାଦୀ ଅଟେ । ସଂସ୍କୃତି ଗୋଟିଏ ସମୂହର ବିଭିନ୍ନ ଆଦର୍ଶ ସଂରୂପ ଏବଂ ବ୍ୟବହାର ପ୍ରତିମାନକୁ ଅନ୍ତର୍ଭୁକ୍ତ କରିଥାଏ । ଏହା ହେଉଛି ଏକ ସମୂହର ଆଦର୍ଶ ଏବଂ ପ୍ରତିମାନର ଏକ ସମଷ୍ଟି । ସଂସ୍କୃତି ମନୁଷ୍ୟମାନଙ୍କର ବ୍ୟବହାରକୁ ପରିଚାଳିତ କରିଥାଏ । ତେଣୁ ସମାଜ ତଥା ସମୂହର ସମସ୍ତ ଆଦର୍ଶ ଏବଂ ମୂଲ୍ୟବୋଧ ହିଁ ହେଉଛି ସଂସ୍କୃତି ।

(iv) ସଂସ୍କୃତି ହେଉଛି ସମୁଦାୟ ସାମାଜିକ itage ତିହ୍ୟ | (Culture is the total Social Heritage)- ବିଭିନ୍ନ ପ୍ରକାର ସାମାଜିକ ଉତ୍ତରାଧ୍ୟାକାର; ଯଥା- ଲୋକରୀତି, ଲୋକନିୟମ (Mores), ପ୍ରଥା, ପରମ୍ପରା, ପ୍ରତିମାନ ଏବଂ ମୂଲ୍ୟବୋଧଗୁଡ଼ିକର ସମଷ୍ଟିକୁ ନେଇ ସଂସ୍କୃତି ଗଠିତ । ଏହି ସମସ୍ତ ସାମାଜିକ ଉତ୍ତରାଧ୍ୟାର ସାଂସ୍କୃତିକ ଉତ୍ତରାଧିକାରରୂପେ ମଧ୍ୟ ପରିଚିତ । ସଂସ୍କୃତି ପ୍ରଥା ଏବଂ ପରମ୍ପରାଦ୍ୱାରା ଗୋଟିଏ ପୁରୁଷରୁ ଅନ୍ୟ ଏକ ପୁରୁଷକୁ ଗତି କରିଥାଏ ।

(v) ମାନବୀୟ ଆବଶ୍ୟକତାଗୁଡ଼ିକର ପରିପୂରଣ (Fulfilment of human needs)- ସଂସ୍କୃତି ମନୁଷ୍ୟର ବିଭିନ୍ନ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ । ସଂସ୍କୃତି ମାଧ୍ୟମରେ ବିଭିନ୍ନ ଶାରୀରିକ, ମାନସିକ ଏବଂ ମନୋବୈଜ୍ଞାନିକ ଆବଶ୍ୟକତାଗୁଡ଼ିକ ପୂରଣ କରାଯାଇଥାଏ । ଯଦି ମନୁଷ୍ୟ ସମାଜ ମଧ୍ୟରେ ନ ରୁହେ ଏବଂ ସାଂସ୍କୃତିକ ଗୁଣଗୁଡ଼ିକୁ ଗ୍ରହଣ ନ କରେ, ତେବେ ତା’ର କୌଣସି ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । ତେଣୁ କୁହାଯାଇପାରେ ଯେ ସଂସ୍କୃତି ସମସ୍ତ ମାନବୀୟ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ମାର୍ଗ ଅଟେ ।

(vi) ସଂସ୍କୃତି ଏକ ଚଳନଶୀଳ ବ୍ୟାପାର (Culture is transmissive)- ସଂସ୍କୃତି ଏକ ଗତିଶୀଳ ପ୍ରକ୍ରିୟାଭାବେ କାର୍ଯ୍ୟ କରିଥାଏ । ଏହି ସାଂସ୍କୃତିକ ଉପାଦାନଗୁଡ଼ିକ ପିତାମାତାଙ୍କଠାରୁ ପିଲାମାନଙ୍କ ନିକଟକୁ, ଶିକ୍ଷକମାନଙ୍କଠାରୁ ଛାତ୍ରମାନଙ୍କ ନିକଟକୁ, ବୟସ୍କମାନଙ୍କଠାରୁ କନିଷ୍ଠମାନଙ୍କ ନିକଟକୁ, ପୁରାତନ ପରମ୍ପରାରୁ ନୂତନ ଆଡ଼କୁ ଗତିଶୀଳ ଅଟେ । ଭାଷା, ଚିହ୍ନ, ଚିତ୍ର ଆଦି ମାଧ୍ୟମଦ୍ୱାରା ଗୋଟିଏ ବଂଶରୁ ଅନ୍ୟ ଏକ ବଂଶକୁ ପରିଚାଳିତ ହୋଇଥାଏ । ମୁଖ୍ୟତଃ ଭାଷା ସାହାଯ୍ୟରେ ସଂସ୍କୃତି ପୁରାତନ ବଂଶଧରମାନଙ୍କଠାରୁ ନୂତନ ବଂଶଧରମାନଙ୍କ ନିକଟକୁ ଗତି କରିଥାଏ ।

(vii) ସଂସ୍କୃତି ଅଭିଯୋଜିତ ଅଟେ (Culture is accommodating)- ସମୟର ପରିବର୍ତ୍ତନ ସହିତ ସାଂସ୍କୃତିକ ପରିବର୍ତ୍ତନ ସଙ୍ଗଠିତ ହୋଇଥାଏ । ଏହି ସଂସ୍କୃତି ଅଭିଯୋଜନ ପ୍ରକ୍ରିୟାକୁ ଅନୁସରଣ କରିଥାଏ । ସଂସ୍କୃତିର ଏକ ସ୍ୱତନ୍ତ୍ର ବିଶେଷତ୍ଵ ଏହି ଯେ ଏହା ସମୟ ଏବଂ ପରିସ୍ଥିତି ଅନୁସାରେ ଅନ୍ୟ ସଂସ୍କୃତିର ଗୁଣ ସହିତ ଖାପଖୁଆଇ ଚଳିଥାଏ । ଫଳରେ ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସହଜତର ହୋଇଥାଏ ।

(viii) ସଂସ୍କୃତି ସାମୂହିକ ଆଚରଣକୁ ବୁ.ାଏ | (Culture refers to collective behaviour)- ବ୍ୟବହାରକୁ ବୁଝାଇ ନ ଥାଏ । ଏହା ସାମୂହିକ ବ୍ୟବହାରକୁ ସୂଚାଇ ଥାଏ । କୌଣସି ବ୍ୟକ୍ତିର ଆଚରଣ କିମ୍ବା କେତେକ ବ୍ୟକ୍ତିଙ୍କର ଆଚରଣକୁ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯାଇ ନ ଥାଏ । ଏହା ସବୁ ସମୟପାଇଁ ସାମୂହିକ ବ୍ୟବହାରକୁ ଅନ୍ତର୍ଭୁକ୍ତ କରିଥାଏ । ଉଦାହରଣସ୍ୱରୂପ, ଆଧ୍ୟାତ୍ମିକତା ହେଉଛି ଆମ ଭାରତୀୟ ସଂସ୍କୃତିର ମୂଳପିଣ୍ଡ; ମାତ୍ର ଏହାର ଅର୍ଥ ନୁହେଁ ଯେ କେବଳ କେତେକ ମୁଷ୍ଟିମେୟ ଲୋକଙ୍କ ନିକଟରେ ଧର୍ମବିଶ୍ଵାସ ସୀମିତ ଅଟେ । ଭାରତରେ ଅସଂଖ୍ୟ ଲୋକ ଧର୍ମବିଶ୍ଵାସୀ ଅଟେ ।

10. ‘‘ମଣିଷ ଏକ ସାମାଜିକ ପ୍ରାଣୀ’’- ଆଲୋଚନା କର ।
Answer:
ପ୍ରଖ୍ୟାତ୍ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ (Aristotle) ଙ୍କ ଭାଷାରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’ । ମନୁଷ୍ୟ ସମାଜରେ ବାସ କରିବାର ଦୁଇଟି କାରଣ ଅଛି । ପ୍ରଥମ କାରଣ ହେଲା ପ୍ରକୃତିଗତ (Natural) ଏବଂ ଦ୍ବିତୀୟଟି ଆବଶ୍ୟକତା (Necessity) ଯଥାର୍ଥରେ କୁହାଯାଇଛି ପ୍ରକୃତିଗତ ଅଭ୍ୟାସ ଏବଂ ଆବଶ୍ୟକତା ପୂରଣ କରିବାପାଇଁ ତାଡ଼ନା ମନୁଷ୍ୟକୁ ସମାଜରେ (Nature impels and necessity compels a man to live in the society)

CHSE Odisha Class 11 Sociology Unit 2 Long Answer Questions in Odia Medium

(a) ପ୍ରକୃତିଗତ କାରଣ (Natural Instinct)- ମନୁଷ୍ୟ ସ୍ୱଭାବତଃ ସମାଜ ମଧ୍ୟରେ ବାସ କରେ । ନିଃସଙ୍ଗ ଜୀବନଯାପନ କରିବା ତା’ପକ୍ଷରେ କଷ୍ଟକର । ଏଣୁ ମନୁଷ୍ୟକୁ ସାମାଜିକ ପ୍ରାଣୀ କୁହାଯାଏ । ମାକାଇଭର (MacIver) ଓ ଡେଭିସ୍ (Davis) ପ୍ରମୁଖ ସମାଜଶାସ୍ତ୍ରବିତ୍‌ମାନେ ମନୁଷ୍ୟର ସାମାଜିକ ପ୍ରକୃତିକୁ ପରୀକ୍ଷା କରିବାପାଇଁ କେତୋଟି ଘଟଣା ଉପସ୍ଥାପିତ କରିଛନ୍ତି । ସେଗୁଡ଼ିକ ହେଲା-

(b) କାସ୍କର ହାଉସ୍‌ର ଘଟଣା (Case of Kasper Houser)- କାସ୍କର ହାଉସ୍‌ର ହେଉଛି ଜଣେ ହତଭାଗ୍ୟ ଜର୍ମାନ୍ ବାଳକ । ସେ ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲା; କିନ୍ତୁ ୧୯୨୮ ମସିହାରେ ୧୭ ବର୍ଷ ବୟସରେ ତାକୁ କୌଣସି ଶବ୍ଦ ଉଚ୍ଚାରଣ କରିପାରୁ ନଥିଲା । ସେ ସଜୀବ ଓ ନିର୍ଜୀବ ମଧ୍ଯରେ ପାର୍ଥକ୍ୟ ନିରୂପଣ କରିପାରୁ ନଥିଲା । ତା’ର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦରୁ ଜଣାଗଲା ଯେ, ତା’ର ମସ୍ତିଷ୍କ ନିମ୍ନଧରଣର ଥିଲା ଏବଂ ଆଦୌ ବିକାଶ ଘଟି ନଥିଲା । ଏଥୁରୁ ପ୍ରମାଣିତ ହେଲା ଯେ, ସମାଜ ବ୍ୟତୀତ ବ୍ୟକ୍ତିର ମାନବିକତା ବିକଶିତ ହୋଇପାରେ ନାହିଁ ।

(c) ଅମୂଲା ଓ କମ୍ଲା ଘଟଣା (Amala & Kamala)- ଅମ୍‌ ଓ କମ୍ ହେଉଛନ୍ତି ଦୁଇଜଣ ଭାରତୀୟ ବାଳିକା । ୧୯୨୦ ମସିହାରେ ଏକ ଗଧ୍ଵ ଗୁମ୍ଫାରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳେ ଅମୂଲାକୁ ୩ ବର୍ଷ ଓ କମ୍ଲାକୁ ୮ ବର୍ଷ । ଅମୂଲା କିଛିଦିନ ପରେ ମୃତ୍ୟୁବରଣ କଲା ଏବଂ କମ୍‌ଲାକୁ ଲକ୍ଷ୍ୟକଲେ ଦେଖାଗଲା ସେ ସମସ୍ତ ମାନବିକ ଗୁଣକୁ ହରାଇଛି । ସେ ଗଧ୍ଵ ଭଳି ଚାଲୁଥିଲା ଓ ଗର୍ଜନ କରୁଥିଲା ।

ସେ କଥା କହିବା ଶିଖୁନଥିଲା ଓ ଲାଜକୁଳା ଥିଲା । ଉପଯୁକ୍ତ ଶିକ୍ଷା ଏବଂ ତାଲିମ୍ ପରେ କମୂଲା ଧୀରେ ଧୀରେ କଥା କହି ଶିଖୁଲା ଏବଂ ପୋଷାକ ପିନ୍ଧି ଶିଖୁଲା । ତେଣୁ ସମାଜଦ୍ୱାରା ହିଁ ବ୍ୟକ୍ତିର ବିକାଶ ଘଟିଥାଏ । ଉପରୋକ୍ତ ଘଟଣାଗୁଡ଼ିକର ବିଶ୍ଳେଷଣରୁ ସ୍ପଷ୍ଟ ଅନୁମାନ ହୁଏ ଯେ, ମନୁଷ୍ୟ ତା’ର ପ୍ରକୃତି ଦୃଷ୍ଟିରୁ ଏକ ସାମାଜିକ ପ୍ରାଣୀ ଅଟେ ।

(i) ଆବଶ୍ୟକତା (Necessity)- ଆବଶ୍ୟକତା ମନୁଷ୍ୟକୁ ସମାଜରେ ବାସ କରିବାକୁ ବାଧ୍ୟ କରିଥାଏ । ସାମାଜିକ ପରିବେଷ୍ଟନୀ ମନୁଷ୍ୟର ସାମାଜିକ ପ୍ରକୃତିକୁ ବିକାଶ କରେ । ଖାଦ୍ୟ, ବସ୍ତ୍ର, ବାସଗୃହଠାରୁ ଆରମ୍ଭ କରି ମନୁଷ୍ୟର ସମସ୍ତ · ଆବଶ୍ୟକତା ସମାଜରେ ସମାଜଦ୍ବାରା ହିଁ ପୂରଣ ହୋଇଥାଏ ।

(ii) ଶୈଶବର ନିଃସହାୟତା (Helplessness in the childhood)- ଶିଶୁଟି ଯେତେବେଳେ ଜନ୍ମନିଏ, ସେତେବେଳେ ସେ ଅତ୍ୟନ୍ତ ଅସହାୟ ଓ ଦୁର୍ବଳ ଥାଏ । ତା’ର ଲାଳନପାଳନର ସମସ୍ତ ଦାୟିତ୍ଵ ସମାଜ ବହନ କରିଥାଏ । ଶିଶୁଟି ପାଇଁ ତା’ର ପରିବାର ହେଉଛି ପ୍ରଥମ ସମାଜ । ତା’ର ପିତାମାତା ଶିଶୁଟିର ଲାଳନପାଳନ କରିବା ସଙ୍ଗେ ସଙ୍ଗେ ଅନ୍ୟ ‍ଆତ୍ମୀୟମାନଙ୍କର ଆଦର ଯତ୍ନ ଫଳରେ ସେ ଶୈଶବର ଅସହାୟ ଅବସ୍ଥାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ ।

(iii) ମନୁଷ୍ୟର ନିରାପତ୍ତା ଓ ସୁରକ୍ଷା (Security & Protection)- ମାନବ ଶିଶୁ ଜନ୍ମ ହେବାମାତ୍ରେ ବଞ୍ଚିବାକୁ ଚାହେଁ । ସମାଜ ମନୁଷ୍ୟର ଜୀବନ ରକ୍ଷାକରେ । ସମାଜ ନ ଥିଲେ ଅରାଜକତା ଓ ଜୋର୍ ଯାର ମୂଲକ ତା’ର ନୀତି ପ୍ରଚଳିତ ସୁରକ୍ଷା ଓ ନିରାପତ୍ତା ବଜାୟ ରଖାଯାଇପାରିଛି ।

(iv) ମାନବ ସାମର୍ଥ୍ୟର ବିକାଶ ଏବଂ ଉପଯୋଗ | (Development and Utilisation of Human Potentialities)– ମାନବ ଶିଶୁ ମଧ୍ୟରେ ଥ‌ିବା ଅନ୍ତର୍ନିହିତ ଶକ୍ତି ସମାଜ ମାଧ୍ୟମରେ ବିକାଶଲାଭ କରିଥାଏ । ସମାଜରେ ଶିଶୁ ଅନ୍ୟମାନଙ୍କ ସମ୍ପର୍କରେ ଆସିବାଦ୍ୱାରା ସେଗୁଡ଼ିକ ବିକଶିତ ହୁଏ । ସମାଜରୂପୀ କୁମ୍ଭାକାର ଶିଶୁର କୋମଳ ମନକୁ ବିଭିନ୍ନ ରୂପ ଦେଇଥାଏ । ସମାଜ ମଧ୍ୟରେ ରହି ଶିଶୁଟି ଅନେକ ଅଭିଜ୍ଞତା ଓ ଜ୍ଞାନ ହାସଲ କରେ ।

ପରିବାରର ପିତାମାତା ଯେଉଁ ଭାଷା କହନ୍ତି ଶିଶୁ ତାହା ଶିକ୍ଷା କରେ । ସେଥ‌ିପାଇଁ ତାହାକୁ ମାତୃଭାଷା କୁହାଯାଇଥାଏ । ଶିଶୁର ଲୁକ୍‌କାୟିତ ଅନ୍ତର୍ନିହିତ ବ୍ୟକ୍ତିତ୍ଵର ବିକାଶ ସମାଜଦ୍ବାରା ହିଁ ସମ୍ଭବ ହୋଇଥାଏ । ଉପରୋକ୍ତ କାରଣଗୁଡ଼ିକ ପାଇଁ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଅଟେ ।

11. ସମାଜର ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତାଗୁଡ଼ିକ ଆଲୋଚନା କର ।
Answer:
ପ୍ରତ୍ୟେକ ସୁସ୍ଥ ସମାଜ ତିଷ୍ଠି ରହିବାପାଇଁ କେତେକ ପ୍ରକାର୍ଯ୍ୟର ପ୍ରୟୋଜନ ହୋଇଥାଏ । ଏହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା କୁହାଯାଏ । ସମାଜରେ ଶୃଙ୍ଖଳା ଓ ସ୍ଥିରତା ବଜାୟ ରଖୁବାପାଇଁ ଯେଉଁସବୁ ସର୍ବନିମ୍ନ ସର୍ଭର ଆବଶ୍ୟକ ହୋଇଥାଏ, ତାହାକୁ ସମାଜବିଜ୍ଞାନୀମାନେ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ବୋଲି ଆଖ୍ୟା ଦେଇଥା’ନ୍ତି । ଆମେରିକୀୟ ସମାଜବିଜ୍ଞାନୀ ଟାଲକଟ୍ ପାରସନ୍ସ (Talcot Parsons) ଙ୍କ ମତରେ, ଏପରି କେତେକ ପ୍ରକାର୍ଯ୍ୟ ରହିଛି ଯାହାବିନା ସମାଜ ବ୍ୟବସ୍ଥା (Social System) ଆଦୌ ତିଷ୍ଠିପାରିବ ନାହିଁ । ଏହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ନାମରେ ନାମିତ ହୋଇଥାଏ ।

ଶ୍ରୀଯୁକ୍ତ ମ୍ୟାରିଅନ୍ ଜେ. ଲେଭି ଏ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି, ‘ସମାଜର ଯେକୌଣସି ଏକ ଏକକ (Unit) ପାରିପାର୍ଶ୍ବକ ଅବସ୍ଥାରେ ଜନ୍ମନେବା ବେଳକୁ ଯେଉଁ ପ୍ରକାର୍ଯ୍ୟ ନିଶ୍ଚିତ ଭାବରେ ପୂର୍ବରୁ ବିଦ୍ୟମାନ ଥାଏ ତାହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା (A functional prerequisite is conceived as a function that must pre-exist if a given unit in its setting is to come into being) | ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ଥିବାର ଉଲ୍ଲେଖ କରିଛନ୍ତି । ଏଗୁଡ଼ିକ ହେଲା-

(୧) ଯୌନ ଆବଶ୍ୟକତାର ପରିପୂରଣ ପାଇଁ ପରିବେଶ ସହ ପର୍ଯ୍ୟାପ୍ତ ପରିମାଣର ଶାରୀରିକ ସମ୍ପର୍କ ସ୍ଥାପନ (Provision for an adequate physiological relationship to the setting for the sexual requirement.)
(୨) ଯୋଗାଯୋଗ ବ୍ୟବସ୍ଥା (Communication system)
(୩) ଭୂମିକାର ପ୍ରଭେଦକୀଣ ଏବଂ ଭୂମିକାର ହସ୍ତାନ୍ତର (Role differentiation and role assignment)
(୪) ସହଭାଗୀ ଧାରଣା ଶକ୍ତି (Shared congnitive orientation)
(୫) ସାଧନ ମନୋନୀତ କରିବା ଦିଗରେ ନିୟନ୍ତ୍ରଣ (Regulation of the choice or means)
(୬) ଭାବପୂର୍ଣ୍ଣ ପ୍ରକାଶକରଣ ଉପରେ କଟକଣା (Regulation of affective expression)
(୭) ପର୍ଯ୍ୟାପ୍ତ ପରିମାଣର ସାମାଜିକୀକରଣ (Adequate socialisation)
(୮) ବିଘଟନ ସୃଷ୍ଟିକାରୀ ବ୍ୟବହାର ଉପରେ ଫଳପ୍ରଦ ନିୟନ୍ତ୍ରଣ (Effective control of disruptive behaviour)
(୯) ସହଭାଗୀ ଲକ୍ଷ୍ୟ ନିରୂପଣ (A shared set of goals)
(୧୦) ପର୍ଯ୍ୟାପ୍ତ ପରିମାଣର ଆନୁଷ୍ଠାନିକକରଣ (Adequate institutionalization)

ଉପରୋକ୍ତ ପ୍ରକାର୍ଯ୍ୟାତ୍ମକ ପୂର୍ବ-ସର୍ଭାବଳୀ ବ୍ୟତୀତ ଆଉ ମଧ୍ୟ ଅନେକ ରହିଛି । ସେଗୁଡ଼ିକର ବର୍ଣ୍ଣନା ନିମ୍ନରେ ପ୍ରଦାନ କରାଗଲା ।
(i) ମୌଳିକ ଆବଶ୍ୟକତାର ପରିପୂରଣ ପାଇଁ ବନ୍ଦୋବସ୍ତ- ମଣିଷ ବଞ୍ଚୁରହିବାପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକ ପଡ଼ିଥାଏ । ଏହାଛଡ଼ା ସେ ମଧ୍ଯ ନିରାପତ୍ତା ଆବଶ୍ୟକ କରିଥାଏ । ସଦସ୍ୟମାନଙ୍କୁ ନିରାପତ୍ତା ପ୍ରଦାନ ପାଇଁ ପ୍ରତିଟି ସମାଜରେ ସାମରିକ ବ୍ୟବସ୍ଥା ରହିଛି ।

(ii) ପାରସ୍ପରିକ ନିର୍ଭରଶୀଳତାଙ୍କ ପ୍ରତି ସମାଜରେ ସାମାଜିକ ସମ୍ପର୍କ ବିଦ୍ୟମାନ । ସଦସ୍ୟମାନଙ୍କ ମଧ୍ୟରେ ଆପୋଷ ମିଳାମିଶା, ଚିହ୍ନାପରିଚୟ ଏବଂ ନିର୍ଭରଶୀଳତା ରହିଥାଏ । ସମସ୍ତ ସଦସ୍ୟ ନିର୍ଭରଶୀଳତାର ଜାଲରେ ଛନ୍ଦି ହୋଇଥା’ନ୍ତି ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ଶ୍ରମ ବିଭାଜନ- ପ୍ରତ୍ୟେକ ସମାଜରେ ଶ୍ରମବିଭାଜନ ବ୍ୟବସ୍ଥା ରହିଛି । ଶ୍ରମ ପ୍ରକ୍ରିୟାକୁ କେତୋଟି ଭାଗରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ଏଥରେ ନିୟୋଜିତ କରାଯାଇଥାଏ । ପୁରାତନ ସରଳ ସମାଜରେ ଏହି ଶ୍ରମବିଭାଜନ ପ୍ରକ୍ରିୟା ଅପେକ୍ଷାକୃତ ସରଳ ଥିଲାବେଳେ ଆଧୁନିକ ଜଟିଳ ସମାଜରେ ଏହା ଅଧିକ ଜଟିଳତର ହୋଇଛି ।

(iv) ପୁନଃ ସ୍ଥାପନ- ସମାଜ ତିଷ୍ଠି ରହିବାପାଇଁ ପୁନଃସ୍ଥାପନ ଅନ୍ୟ ଏକ ସର୍ଭ । ପୁରାତନ ଲୋକଙ୍କର ମୃତ୍ୟୁ ଘଟେ । ନୂତନ ପିଢ଼ି ପୁରାତନମାନଙ୍କର ସ୍ଥାନ ପୂରଣ କରନ୍ତି । ନଚେତ୍ ସମାଜ ସମୂଳେ ଧ୍ଵଂସ ପାଇଯିବ । ଏହି ପୁନଃସ୍ଥାପନ ପ୍ରକ୍ରିୟା ପ୍ରଜନନ ଜରିଆରେ ସମ୍ପୂର୍ଣ ହୋଇଥାଏ । କେତେକ ସ୍ଥଳରେ ପୁନଃସ୍ଥାପନ ପ୍ରକ୍ରିୟାଟି ଅନ୍ୟ ସମାଜରୁ ଲୋକମାନଙ୍କୁ ଅଣାଯିବାଦ୍ୱାରା ଐଚ୍ଛିକ ସ୍ଥାନାନ୍ତରକରଣ, ଅନ୍ୟ ସମାଜ ଉପରେ ବିଜୟ ହାସଲ କିମ୍ବା କ୍ରୀତଦାସ ଅଣାଯିବାଦ୍ବାରା ସମାହିତ ହୋଇଥାଏ ।

(v) ସାମାଜିକୀକରଣ- ନୂତନ ପିଢ଼ିର ସଦସ୍ୟଗଣ ପୁରାତନ ପିଢ଼ିର ସଦସ୍ୟମାନଙ୍କଠାରୁ ସମାଜର ମୂଲ୍ୟବୋଧ, ପ୍ରତିମାନ ଏବଂ ବ୍ୟବହାର ଆଦି ଶିକ୍ଷା କରିବା ଆଶା କରାଯାଏ । ଏଥୁ ନିମନ୍ତେ ସମାଜ ଏକ ସୁବନ୍ଦୋବସ୍ତ କରିଥାଏ । ତାହାକୁ ସାମାଜିକୀକରଣ ରହିଛି ।

(vi) ସାମାଜିକ ନିୟନ୍ତ୍ରଣ- ଯେପର୍ଯ୍ୟନ୍ତ ସମାଜର ସମସ୍ତ ସଦସ୍ୟ ସମାଜ ଅନୁମୋଦିତ ବ୍ୟବହାର ପ୍ରଦର୍ଶନ କରନ୍ତି ସେପର୍ଯ୍ୟନ୍ତ ସମାଜରେ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇନଥାଏ । ଏହା ନିର୍ବିଘ୍ନରେ ଗତି କରିଥାଏ । ମାତ୍ର ସମାଜରେ ଏପରି କେତେକ ଲୋକ ଅଛନ୍ତି ଯେ କି ସମାଜର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି ନାହିଁ । ସେମାନେ ସାମାଜିକ ପ୍ରତିମାନରୁ ବିଚ୍ୟୁତ ହୋଇଥା’ନ୍ତି । ଏପରି ବିପଥଗାମୀ ଲୋକମାନଙ୍କୁ ଠିକ୍ ବାଟକୁ ଆଣିବାପାଇଁ ସମାଜ ସେମାନଙ୍କ ଉପରେ ନିୟନ୍ତ୍ରଣ ଜାରିକରେ । ଏହାକୁ ସାମାଜିକ ନିୟନ୍ତ୍ରଣ କୁହାଯାଏ । ପ୍ରତି ସମାଜରେ ସାମାଜିକ ନିୟନ୍ତ୍ରଣଦ୍ବାରା ଅସାମାଜିକ କାର୍ଯ୍ୟକୁ ବ୍ୟବସ୍ଥା ରହିଛି ।

(vii) ମଣିଷ ଜୀବନର ବିଭିନ୍ନ ପରିସ୍ଥିତି ସହିତ ମୁକାବିଲା କରିବାପାଇଁ ଆବଶ୍ୟକ ଗୁଣନେଇ ଜନ୍ମ ହୋଇନଥାଏ । ଏପ୍ରକାର ଜ୍ଞାନ ସେ ସମାଜରେ ରହି ଆହରଣ କରିଥାଏ । ସମାଜ ସହଯୋଗୀ ଜ୍ଞାନ ଆହରଣ ପାଇଁ ବିହିତ ବ୍ୟବସ୍ଥା କରିଥାଏ ।

(viii) ଯୋଗାଯୋଗ ବ୍ୟବସ୍ଥା- ଯୋଗାଯୋଗ ବ୍ୟବସ୍ଥା ବିନା ସମାଜ ପକ୍ଷରେ ତିଷ୍ଠିବା ଅସମ୍ଭବ ହୋଇଥାଏ । ପଶୁ ସଂକେତ ବ୍ୟବହାର କରୁଥିବାସ୍ଥଳେ ମଣିଷ ଉଭୟ ସଂକେତ ଓ ପ୍ରତୀକ ବ୍ୟବହାର କରି ଆପଣା ମଧ୍ଯରେ ଯୋଗାଯୋଗ ରକ୍ଷା କରିଥାଏ ।

(ix) ଉତ୍ପାଦନ ବ୍ୟବସ୍ଥା- ପ୍ରତି ସମାଜ ପାଇଁ ଉତ୍ପାଦନ ବ୍ୟବସ୍ଥା ଅପରିହାର୍ଯ୍ୟ । ଏହାର ବ୍ୟତିରେକେ ସମାଜ ପକ୍ଷରେ ଚଳିବା ଅସମ୍ଭବ । ଏଥୁନିମନ୍ତେ କୌଶଳ ଏବଂ ସଙ୍ଗଠନ ଆବଶ୍ୟକ ହୋଇଥାଏ । କୀଟପତଙ୍ଗ ତଥା ପଶୁପକ୍ଷୀମାନେ ଉତ୍ପାଦନ କୌଶଳ ପ୍ରଜନନଦ୍ୱାରା ଲାଭ କରିଥା’ନ୍ତି । ମାତ୍ର ମଣିଷ ଏହି କୌଶଳଗୁଡ଼ିକ ଶିକ୍ଷା କରିଥାଏ । ଅବଲୋକନ, ଅଂଶଗ୍ରହଣ ଏବଂ ଉପଦେଶ ମାଧ୍ୟମରେ ମନୁଷ୍ୟ ଉତ୍ପାଦନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥାଏ । ଉତ୍ପାଦନର ବ୍ୟକ୍ତିଗତ ଓ ସାମୂହିକ ବିଭାଗ ରହିଥାଏ ।

(x) ବଣ୍ଟନ ବ୍ୟବସ୍ଥା- ଉତ୍ପାଦନ ବ୍ୟବସ୍ଥା ସହିତ ବଣ୍ଟନ ବ୍ୟବସ୍ଥା ସମ୍ପୃକ୍ତ । ସରଳ ସମାଜରେ ଯେ ଉତ୍ପାଦନକାରୀ ସେ ଉପଭୋକ୍ତା । ମାତ୍ର ଜଟିଳ ସମାଜରେ ଏପରି ହୋଇ ନ ଥାଏ । ସମାଜରେ କେତେକ ଲୋକ ଅଛନ୍ତି ଯେଉଁମାନେ କି ଉତ୍ପାଦନ ନୁହଁନ୍ତି, ମାତ୍ର ଉପଭୋଗ କରିଥା’ନ୍ତି । ଉଦାହରଣସ୍ୱରୂପ, ଶିଶୁ, ରୁଗ୍‌ଣ, ବୃଦ୍ଧ ଏବଂ ପଙ୍ଗୁ ବ୍ୟକ୍ତି, ଏମାନଙ୍କ ଉପଭୋଗ ପାଇଁ ମଧ୍ୟ ସମାଜ ସୁବ୍ୟବସ୍ଥିତ କରିଥାଏ । ଉତ୍ପାଦନ ହୋଇଥିବା ଜିନିଷ ଯଦି ସଠିକ୍ ଭାବରେ ବଣ୍ଟନ କରା ନ ଯାଏ ତେବେ ସମାଜରେ ସଂଘର୍ଷର ସୂତ୍ରପାତ ହୋଇଥାଏ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

Odisha State Board CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ Textbook Exercise Questions and Answers.

CHSE Odisha Class 11 Odia Chapter 10 ଅତ୍ୟାଚାରିତ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ବ୍ରଜବିହାରୀଙ୍କୁ କିଏ ତେଢ଼ିକରି କଥା କହୁଥୁଲା ? (କୁଲି, ଅନାଦି, ଦନେଇ, ବିନୋଦ)
Solution:
ଦନେଇ ।

(ଖ) ଚାକରସଂଘର ଯେକୌଣସି ଚାକର କେତେଘଣ୍ଟାରୁ ବେଶି କାମ କରିପାରିବେନି ବୋଲି କୁହାଯାଇଛି ? (ଆଠଘଣ୍ଟା, ନଅଘଣ୍ଟା, ଦଶଘଣ୍ଟା, ବାରଘଣ୍ଟା)
Solution:
ଦଶଘଣ୍ଟା ।

(ଗ) କେତେଦିନ ପରେ ବ୍ରଜବିହାରୀ ଘରକୁ ଫେରିଥିଲେ ? (ଚାରିମାସ, ତିନିମାସ, ଦୁଇମାସ, ଏକମାସ)
Solution:
ଦୁଇମାସ

(ଘ) ବ୍ରଜବିହାରୀଙ୍କ ଅନୁପସ୍ଥିତିରେ ତାଙ୍କ ସାନଭାଇ ରାଜେନ୍ଦ୍ର କ’ଣ ହୋଇଯାଇଛି ବୋଲି ସେ କହିଲେ ? ( ଚତୁର, ଫାଜିଲ୍, ଅଭଦ୍ର, ଧୁରନ୍ଧର)
Solution:
ଅଭଦ୍ର

(ଙ) ‘ଏଇ ଶେଷ ରେଜୋଲ୍ୟୁସନ ହିଁ ବାସ୍ତବିକ୍ ସବୁଠୁଁ ବାଞ୍ଛନୀୟ’’– ଏହା କିଏ କହିଛନ୍ତି ? (ରାଜେନ୍ଦ୍ର, ବନମାଳା, ବ୍ରଜବିହାରୀ, ଅନାଦିବାବୁ)
Solution:
ବ୍ରଜବିହାରୀ |

(ଚ) ରାଜେନ୍ଦ୍ର କେଉଁ ଫିଲ୍ମ ଦେଖିବାକୁ ଯାଉଥିଲା ? (ରଖୱାଲା, ହିମତୱାଲି, ହଣ୍ଟରୱାଲି, ବଡ଼ିଗାର୍ଡ଼)
Solution:
ହଣ୍ଟରୱାଲି ।

(ଛ) ତାଙ୍କର କ’ଣ ସଂଘଫଙ୍ଗ ନାହିଁ ବୋଲି ବ୍ରଜବିହାରୀ କାହାକୁ ପଚାରିଲେ (ଚାକରକୁ, ପତ୍ନିଙ୍କୁ, ସାନଭାଇକୁ, ମାଷ୍ଟ୍ରେଙ୍କୁ)
Solution:
ମାଷ୍ଟ୍ରେଙ୍କୁ ।

(ଜି) କେଉଁ ଡାକଟା ଗୋଟାଏ ଅବଜ୍ଞାସୂଚକ ସମ୍ବୋଧନ ବୋଲି କୁହାଯାଇଛି ? (ଚାକର, ମାତ୍ରେ, ହେ,ମାଷ୍ଟ୍ରେ)
Solution:
ମାଷ୍ଟ୍ରେ ।

(ଝ) ବୁଲୁକୁ ପଢ଼େଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ? (ସାଢ଼େ ତିନିଟା, ସାଢ଼େ ଚାରିଟା, ସାଢ଼େ ପାଞ୍ଚଟା, ସାଢ଼େ ଛଅଟା)
Solution:
ସାଢ଼େ ଚାରିଟା ।

(ଞ) ବୁଲୁର ପାଠପଢ଼ା ସାରି ମାଷ୍ଟ୍ରେ କେତେବେଳେ ଫେରି ଯାଇଥିଲେ ? (ପାଞ୍ଚଟା କୋଡ଼ିଏ, ଚାରିଟା କୋଡ଼ିଏ, ଛଅଟା କୋଡ଼ିଏ, ସାତଟା କୋଡ଼ିଏ)
Solution:
ପାଞ୍ଚଟା କୋଡ଼ିଏ ।

(ଟ) ବୁଲୁକୁ ମାଷ୍ଟ୍ରେ କେତେ ମିନିଟ୍ ପଢ଼ାଇଥିଲେ ? (ପଇଁଚାଳିଶ ମିନିଟ୍, ପଞ୍ଚାବନ ମିନିଟ୍, ପଚାଶ ମିନିଟ୍, ଚାଳିଶ ମିନିଟ୍)
Solution:
ପଚାଶ ମିନିଟ୍ |

(୦) ମାଷ୍ଟ୍ରେ ଓଳିକି କେତେଟା କରି ଟିଉସନ କରୁଥିଲେ ? (ପାଞ୍ଚଟା, ଚାରିଟା, ତିନିଟା, ଛଅଟା)
Solution:
ଛଅଟା |

(ଡ) ମାଷ୍ଟ୍ରେ ପାଠଗୁଡ଼ାକ କେଉଁଭଳି ପିଲାମାନଙ୍କୁ ଗଳେଇ ଦିଅନ୍ତି ? (ଟାବଲେଟ, ପିଲ୍, ବଟିକା, ଗୁଳି)
Solution:
ପିଲ୍ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଢ) କେଉଁ କଥା ବୁଝିବା ଦରକାର ନାହିଁ ବୋଲି ବ୍ରଜବିହାରୀ ପ୍ରଶ୍ନ କରିଛନ୍ତି ? (ପାଠ, ସତ୍ୟ, ଗଣିତ, ଭଲମନ୍ଦ)
Solution:
ପାଠ ।

(ଣ) ବ୍ରଜବିହାରୀ ଜଣେ ଅତ୍ୟାଚାରିତ ସ୍ଵାମୀ ବୋଲି କାହାକୁ କହିଥିଲେ ? (ବନମାଳାଙ୍କୁ, ବିନୋଦବାବୁଙ୍କୁ, ରାଜେନ୍ଦ୍ରଙ୍କୁ, ମାଷ୍ଟ୍ରେଙ୍କୁ)
Solution:
ବିନୋଦବାବୁଙ୍କୁ ।

(ତ) ବିନୋଦ ଅତ୍ୟାଚାରିତ ସ୍ଵାମୀ ସଂଘର କେଉଁ ପଦବୀରେ ଥିଲେ ? (ଚେୟାରମ୍ୟାନ୍, ସଭାପତି, ସମ୍ପାଦକ, ଉପ-ସଭାପତି)
Solution:
ସମ୍ପାଦକ |

(ଦ) ‘ଅତ୍ୟାଚାରିତ ସ୍ଵାମୀ ସଂଘ’ର ସାଇକିଆଟ୍ରିଷ୍ଟ କିଏ ଥିଲେ ? (ବିନୋଦବାବୁ, ବସନ୍ତବାବୁ, ଶିବରାମବାବୁ, ଘନଶ୍ୟାମବାବୁ)
Solution:
ଶିବରାମବାବୁ ।

(ଧ) ବନମାଳାଙ୍କର ବୟସ କେତେ ଥିଲା ? (ପଇଁଚାଳିଶ, ବତିଶ, ତିରିଶ, ଛତିଶ )
Solution:
ତିରିଶ

(ନ) ବ୍ରଜବିହାରୀଙ୍କ ବୟସ କେତେ ଥିଲା ? (ଚାଳିଶ, ପଇଁଚାଳିଶ, ପଇଁତିରିଶ, ପଞ୍ଚାବନ)
Solution:
ଚାଳିଶ ।

(ପ) ବନମାଳା ବିବାହ କଲାବେଳେ କଲେଜରେ କେଉଁ ଶ୍ରେଣୀରେ ପଢୁଥିଲେ ? (+୨, ବି.ଏ., ଏମ୍.ଏ., ଆଇ.ଏ.)
Solution:
ଆଇ.ଏ. ।

(ଫ) ବ୍ରଜବିହାରୀବାବୁ ମାସରେ କେତେଦିନ ଟୁର୍ କରନ୍ତି ? (ପନ୍ଦରଦିନ, ସତରଦିନ, ଅଠରଦିନ, କୋଡ଼ିଏଦିନ)
Solution:
କୋଡ଼ିଏଦିନ ।

(ବି) ଅନାଦିଙ୍କ ସ୍ତ୍ରୀଙ୍କ ନାମ କ’ଣ ଥିଲା ? (ମିନତିଦେବୀ, ସୁଷମାଦେବୀ, ସେବତୀଦେବୀ, ବିନତିଦେବୀ)
Solution:
ବିନତିଦେବୀ ।

(ଭ) ପାରିବାରିକ ଥଇଥାନ ସମିତିର ଚେୟାରମ୍ୟାନ୍ କିଏ ଥିଲେ ?
Solution:
ବନମାଳାଦେବୀ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ବ୍ରଜବିହାରୀ ପତି କେଉଁ ପଦବୀରେ ଥିଲେ ?
Solution:
ବ୍ରଜବିହାରୀ ପତି ଡେପୁଟି ମାଜିଷ୍ଟ୍ରେଟ୍ ପଦବୀରେ ଥିଲେ ।

(ଖ) ଦନେଇର ଭଲ ନା କ’ଣ ଥିଲା ?
Solution:
ଦନେଇର ଭଲ ନାଁ ଜନାର୍ଦ୍ଦନ ବେହେରା ଥିଲା ।

(ଗ) କେଉଁକଥା କହିପାରିବନି ବୋଲି ଦନେଇ ବ୍ରଜବିହାରୀଙ୍କୁ କହିଛି ?
Solution:
ମା’ଙ୍କ କଥା କହିପାରିବନି ବୋଲି ଦନେଇ ବ୍ରଜବିହାରୀଙ୍କୁ କହିଛି ।

(ଘ) ଦନେଇ ନ ଡାକି ତାକୁ ଜନାର୍ଦ୍ଦନବାବୁ ଡାକିବାକୁ ସେ କେଉଁ ଯୁକ୍ତି ଦର୍ଶାଇଥିଲା ?
Solution:
ଯେହେତୁ ବାବୁଙ୍କ ଭଳି ସେ ଜଣେ ମଣିଷ ତେଣୁ ତାକୁ ଦନେଇ ନ ଡାକି ଜନାର୍ଦ୍ଦନବାବୁ ଡାକିବାକୁ ସେ ଯୁକ୍ତି କରିଛି ।

(ଙ) କେଉଁ ସଂଘରେ ତାଙ୍କ ପାଇଁ ଆଇନ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ?
Solution:
ନିଷ୍ଫଳ କଟକ ଚାକର ସଂଘରେ ତାଙ୍କ ପାଇଁ ଆଇନ ପାଶ୍ ହୋଇଛି ବୋଲି ଦନେଇ କହିଥିଲା ।

(ଚ) ଛୁଟି ପାଇବାପରେ ଚାକରମାନେ କ’ଣ କରିବେ ବୋଲି ଦନେଇ କହିଛି ?
Solution:
ଛୁଟି ପାଇବାପରେ ଚାକରମାନେ ବୁଲିବେ, ଥ୍ଟର ସିନେମା ଦେଖୁବେ ବୋଲି ଦନେଇ କହିଛି ।

(ଝ) ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କ’ଣ ହୋଇପାରେ ?
Solution:
ଆଜିକାଲି କୌଣସି ପୁରୁଷ ନିରୁଦେଶ ହେବାର ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥ‌ିବେ ।

(ଞ) ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି କେଉଁମାନେ ଖୁନ୍ଦି ହୋଇଗଲେଣି ?
Solution:
ଓଡ଼ିଶାର କନ୍ଦିବିକନ୍ଦିରେ ଆଜିକାଲି ବନମାଳାଙ୍କ ପରି ଦୁର୍ଦାନ୍ତ ନାରୀ ଖୁନ୍ଦି ହୋଇଗଲେଣି ।

(ଟ) ବନମାଳା ଦେବୀ କାହାର ସଭାନେତ୍ରୀ ଥିଲେ ?
Solution:
ବନମାଳା ଦେବୀ ଗୃହଲକ୍ଷ୍ମୀ ସମିତିର ସଭାନେତ୍ରୀ ଥିଲେ ।

(୦) ଛାତ୍ରସଂଘର ନୂଆ ଆଇନ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର କେଉଁକଥା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ?
Solution:
ଛାତ୍ରସଂଘର ନୂଆ ଆଇନ ଅନୁଯାୟୀ କୌଣସି ଗାଡ଼ିଆନ୍ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ ।

(ତ) ଅଧ୍ୟାପକ ଓ ଶିକ୍ଷକମାନେ କ’ଣ କରିପାରିବେନି ବୋଲି କୁହାଯାଇଛି ?
Solution:
ଅଧ୍ୟାପକ ଓ ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି ବୋଲି କୁହାଯାଇଛି ।

(ଢ) ପରୀକ୍ଷାରେ ସବୁ ସବ୍‌କ୍ଟରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ କ’ଣ କରାଯିବ ବୋଲି କୁହାଯାଇଛି ?
Solution:
ପରୀକ୍ଷାରେ ସବୁ ସବ୍‌କ୍ସରେ ବାସ୍ତବିକ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ Sent up କିମ୍ବା କ୍ଲାସ୍ ଉଠେଇ ବୋଲି କୁହାଯାଇଛି |

(ଣ) ତାଙ୍କ ପାଇଁ କେଉଁ ସଂଘ ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଥିଲେ ?
Solution:
ତାଙ୍କ ପାଇଁ Low-paid Teacher’s Association ତିଆରି ହୋଇଛି ବୋଲି ମାଷ୍ଟ୍ରେ କହିଥିଲେ ।

(ତ) ଏଣିକି ତାଙ୍କୁ କ’ଣ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ?
SOlution:
ଏଣିକି ତାଙ୍କୁ ମାଷ୍ଟ୍ରେ ବାବୁ ଡାକିବାକୁ ମାଷ୍ଟ୍ରେ ବ୍ରଜବିହାରୀଙ୍କୁ କହିଥିଲେ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଥ) ଆଜିକାଲି କେଉଁକଥା ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution:
ଆଜିକାଲି ପାଠ ପଢ଼ାଇବା ଭାରି ସହଜ ବୋଲି ମାଷ୍ଟ୍ରେ କହିଛନ୍ତି ।

(ଦ) ମାଷ୍ଟରକୁଳ ଭାସିଯିବେ ବୋଲି କାହିଁକି କୁହାଯାଇଛି ?
Solution:
ପିଲାମାନେ ବୁଝିକରି ପାଠ ପଢ଼ିଲେ ମାଷ୍ଟରକୁଳ ଭାସିଯିବେ ବୋଲି କୁହାଯାଇଛି ।

(ଧି) `କେଉଁ କଥାରେ ବିପଦ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution
ପିଲାମାନେ ବୁଝିକରି ପାଠ ପଢ଼ିଲେ ବିପଦ ବୋଲି ମାଷ୍ଟ୍ରେ କହିଛନ୍ତି ।

(ନ) ବ୍ରଜବିହାରୀଙ୍କ ଦୁଇ ପୁଅଙ୍କର ନାମ କ’ଣ ?
Solution:
ବ୍ରଜବିହାରୀଙ୍କ ଦୁଇ ପୁଅଙ୍କ ନାମ ବୁଲୁ ଓ ଟୁଲୁ ।

(ପ) ବ୍ରଜବିହାରୀବାବୁ କେତେବର୍ଷ ହେଲା ବିବାହ କରିଥିଲେ ବୋଲି କହିଛନ୍ତି ?
Solution:
ବ୍ରଜବିହାରୀବାବୁ ପନ୍ଦରଦଫଁ ହେଲା ବିବାହ କରିଥିଲେ ବୋଲି କହିଛନ୍ତି |

(ଫ) ବନମାଳା କଲେଜରେ କେଉଁ ଶ୍ରେଣୀରେ କେତେଥର ଫେଲ୍ ହୋଇଥିଲେ ?
Solution:
ବନମାଳା କଲେଜରେ ଆଇ.ଏ. ଶ୍ରେଣୀରେ ତିନିଥର ଫେଲ୍ ହୋଇଥିଲେ ।

(ବି) ବ୍ରଜବିହାରୀଙ୍କ ବଡ଼ପୁଅ ତାଙ୍କ ସାନପୁଅଠାରୁ କେତେ ବଡ଼ ଥିଲା ?
Solution:
ବ୍ରଜବିହାରୀଙ୍କ ବଡ଼ପୁଅ ତାଙ୍କ ସାନପୁଅଠାରୁ ନଅବର୍ଷ ବଡ଼ ଥିଲା ।

(ଭ) ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ କାହିଁକି ସିନେମା ଥୁଟର୍ ଦେଖାଇ ନେଇ ପାରନ୍ତିନି ?
Solution:
ଟୁର୍ ଓ ଅଫିସ୍ କାମରେ ବ୍ୟସ୍ତ ରହି ବ୍ରଜବିହାରୀ ତାଙ୍କ ସ୍ତ୍ରୀଙ୍କୁ ସିନେମା ଥୁଟର୍ ଦେଖାଇ ନେଇ ପାରନ୍ତିନି ।

(ମ) କେଉଁ ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ସ୍ଟ୍ରେଟର୍, ମଫଲର୍ ବୁଣୁଥିଲେ ?
Solution:
ଇଣ୍ଡୋନେସିଆର ଆହତ ସୈନ୍ୟମାନଙ୍କ ପାଇଁ ବନମାଳା ସ୍ଟ୍ରେଟର୍, ମଫଲର୍ ବୁଣୁଥିଲେ ।

(ଯ) ସାଇକିଆଟ୍ରିଷ୍ଟ ଶେଷରେ କାହାର ଦୋଷ ଦେଇଛନ୍ତି ?
Solution:
ସାଇକିଆଟ୍ରିଷ୍ଟ ଶେଷରେ ତ୍ରକବିଦ୍ଵାରାବାରୁବ କାହାର ଦୋଷ ଦେଇଛନ୍ତି

(ଣ) ନାରୀ କ’ଣ କରିବେ ବୋଲି ବ୍ରଜବିହାରୀ କହିଛନ୍ତି ?
Solution:
ନାରୀ ବାହା ହେବେ ଓ ପିଲାଛୁଆ ଜନ୍ମ କରିବେ ବୋଲି ବ୍ରଜବିହାରୀ କହିଛନ୍ତି ।

(ବ) ତାଙ୍କୁ କ’ଣ କରିବାକୁ ଚେଷ୍ଟା କରନ୍ତୁ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ?
Solution:
‘ମତେ ତେବେ ସାମାଜିକ କରିବାକୁ ଚେଷ୍ଟା କରନ୍ତୁ’ ବୋଲି ବ୍ରଜବିହାରୀ ଶିବରାମଙ୍କୁ କହିଛନ୍ତି ।

(ଶ ) ବ୍ରଜବିହାରୀଙ୍କ ପରି ଅନାଦି ବି କ’ଣ ଥିଲେ ?
Solution:
ବ୍ରଜବିହାରୀଙ୍କ ପରି ଅନାଦି ବି ଅତ୍ୟାଚାରିତ ସ୍ଵାମୀ ଥିଲେ ।

(ଷ) ଅନାଦିବାବୁଙ୍କ ଆଦର ସମାଜରେ କେଉଁ ଭାବରେ ବଢୁଥୁଲା ?
Solution:

(ସ) ଅନାଦିବାବୁଙ୍କ କେସ୍‌ ବଡ଼ ସାଂଘାତିକ ବୋଲି କାହିଁକି କୁହାଯାଇଛି ?
Solution:
କେସ୍‌ଟା ବଡ଼ ସାଂଘାତିକ ବୋଲି କୁହାଯାଇଛି ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ବ୍ରଜବିହାରୀଙ୍କ ବୟସ କେତେ ଥିଲା ଓ ସେ ଦେଖୁବାକୁ କିପରି ଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀଙ୍କ ବୟସ— ଚାଳିଶ ଓ ସେ ଗୌରବର୍ଣ୍ଣ, ସ୍ଵାସ୍ଥ୍ୟବାନ୍, କୁଞ୍ଚୁକୁଞ୍ଚିଆ ବାଳ ଓ ଆଟ୍‌ରେ ଚଷମା ଲଗାଉଥିଲେ ।

(ଖ) ‘‘ତୋ ମୁଣ୍ଡ ବିଗିଡ଼ି ଯାଇଚି କିରେ’’– ଏହା କିଏ କାହାକୁ କାହିଁକି କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଘରର ଚାକର ଦନେଇ, ତାକୁ ଜନାର୍ଦ୍ଦନବାବୁ ବୋଲି ଡାକିବାକୁ ବ୍ରଜବାବୁଙ୍କୁ କହିବାରୁ ବ୍ରଜବାବୁ ଦନେଇକୁ ଏହା କହିଛନ୍ତି ।

(ଗ) କେଉଁ ଆଇନ ପାଶ୍ ହୋଇଗଲାଣି ବୋଲି ଦନେଇ କହିଛି ଓ କାହିଁକି ?
Solution:
ସମାନ, କେହି କାହାକୁ ରେ ରା, ତୁ ତା କରି ପାରିବେନି ବୋଲି ଆଇନ ପାଶ୍ ହୋଇଗଲାଣି ବୋଲି ଦନେଇ କହିଛି । ବ୍ରଜବାବୁ ରୁକ୍ଷ ଗଳାରେ ତାକୁ ‘କିବେ’ କହିବାରୁ ସେ ଏପରି କହିଛି ।

(ଘ) ଦନେଇକୁ ଲେଖିପଢ଼ି ଆସେ କି ନାହିଁ ପଚାରିବାରୁ ବ୍ରଜବିହାରୀଙ୍କୁ ଦନେଇ କି ଉତ୍ତର ଦେଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଦନେଇକୁ ଲେଖାପଢ଼ି ଆସେ କି ନାହିଁ ପଚାରିବାରୁ ବ୍ରଜବିହାରୀଙ୍କୁ ଦନେଇ ଉତ୍ତର ଦେଇ କହିଛି, ମୋ ନାଁ ଦସ୍ତଖତ କରିଦେବି, ଦରଖାସ୍ତଗୁଡ଼ାକ ଆଉ କାହାର ହାତରେ ପଢ଼େଇ ନେବି ।

(ଉ) ଦରଖାସ୍ତ ପାଇ ଦନେଇ କ’ଣ କହିଥିଲା ?
Solution:
ପାଇ ଦନେଇ କହିଛି, ‘ହଉ ତେବେ, ମୁଁ ଚାକର ସଂଘରେ ତାଙ୍କ କଥା ପକେଇବି ।’

(ଚ) ପୁରୁଷମାନଙ୍କର ଆଉ ଚାରାନାହିଁ କାହିଁକି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ବ୍ୟବହାରରେ ଅସନ୍ତୁଷ୍ଟ ହୋଇ କହିଛନ୍ତି, ତାଙ୍କଭଳି ଦୁର୍ଦାନ୍ତ ନାରୀ ପୁନଶ୍ଚ କଲେଜରେ ସହଶିକ୍ଷା|

(ଛ) ସଂଘଟିର ପ୍ରଧାନ ଲକ୍ଷ୍ୟ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଗୃହଲକ୍ଷ୍ମୀ ସମିତିଦ୍ୱାରା ଗଢ଼ା ସଂଘଟିର ପ୍ରଧାନ ଲକ୍ଷ୍ୟ, ପରିବାର ପାଇଁ ଉପଯୁକ୍ତ ଗୃହିଣୀ ଉଲ୍ଲେଖ କରିଛନ୍ତି ।

(ଜ) କେଉଁଥ‌ିରେ ବଡ଼ଭାଇ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରାଜେନ୍ଦ୍ର କହିଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଗଢ଼ିବା । ସ୍ଵାଧୀନତା ଉପରେ ବଡ଼ଭାଇ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରାଜେନ୍ଦ୍ର କହିଛି ।

(ଝ) ଅଧ୍ୟାପକ ଓ ଶିକ୍ଷକମାନଙ୍କ ପାଇଁ କିଏ କେଉଁ ଆଇନ ତିଆରି କରିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଅଧ୍ୟାପକ ଓ ଶିକ୍ଷକଙ୍କ ପାଇଁ ଛାତ୍ରସଂଘ ଆଇନ ତିଆରି କରିଛି, ଏଣିକି ଅଧ୍ୟାପକ ଓ ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି ।

(ଞ) ଛାତ୍ରଙ୍କ ପରୀକ୍ଷାଫଳ ସମ୍ପର୍କରେ ନୂଆ ଆଇନରେ କ’ଣ କୁହାଯାଇଛି ?
Solution:
ସମ୍ପର୍କରେ ନୂଆ ଆଇନରେ କୁହାଯାଇଛି, ପରୀକ୍ଷାରେ ସବୁ Subjectରେ ଛାତ୍ର ଫେଲ୍ ହେଲେ ମଧ୍ୟ, ତାଙ୍କୁ Sent up କିମ୍ବା କ୍ଲାସ୍ ଉଠେଇ ଦିଆଯିବ ।

(ଟ) ଲେଡ଼ି ଷ୍ଟୁଡେଣ୍ଟମାନଙ୍କ ସମ୍ପର୍କରେ ନୂଆ ଆଇନରେ କ’ଣ କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଲେଡ଼ି ଷ୍ଟୁଡେଣ୍ଟମାନଙ୍କ ସମ୍ପର୍କରେ ନୂଆ ଆଇନରେ କୁହାଯାଇଛି, ସେମାନେ କ୍ଲାସ୍‌ରେ ଅଲଗା ସିଟ୍‌ରେ ନ ବସି ଛାତ୍ରମାନଙ୍କ ସାଥ୍‌ରେ ଏକା ବେଞ୍ଚରେ ବସିବେ ।

(୦) କାଲି ପରୀକ୍ଷା ଦୃଷ୍ଟିରୁ ରାଜେନ୍ଦ୍ରଙ୍କୁ କ’ଣ କରିବାକୁ ହେବ ବୋଲି ବଡ଼ଭାଇ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । କାଲି ପରୀକ୍ଷା ଦୃଷ୍ଟିରୁ ରାଜେନ୍ଦ୍ରଙ୍କୁ ବ୍ୟଙ୍ଗକରି ସିନେମା ଦେଖିଯିବାକୁ ହେବ ବୋଲି ବଡ଼ଭାଇ କହିଛନ୍ତି ।

(ଡ) ବ୍ରଜବିହାରୀ କେଉଁକଥା ଭୁଲି ଯାଇଥିଲେ ବୋଲି ମାଷ୍ଟ୍ରେଙ୍କୁ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି। ବ୍ରଜବିହାରୀ Low- paid Teacher’s Association କଥା ଭୁଲି ଯାଇଥିଲେ ବୋଲି ମାଷ୍ଟ୍ରେଙ୍କୁ କହିଥିଲେ ।

(ଢ) ବୁଲୁକୁ ପଢ଼ାଇବାକୁ ମାଷ୍ଟ୍ରେ କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବୁଲୁକୁ ପଢ଼ାଇବାକୁ ମାତ୍ରେ ସାଢ଼େ ଚାରିଟାବେଳେ ଆସିଥିଲେ ଓ ପାଞ୍ଚଟା କୋଡ଼ିଏବେଳେ ଯାଇଥିଲେ ।

(ଣ) ପାଠ ମୁଖସ୍ତ କରିଦେଲେ ପିଲାଙ୍କର କ’ଣ ହେବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାଠ ମୁଖସ୍ତ କରିଦେଲେ ପିଲାମାନେ ପରୀକ୍ଷାରେ ଲେଖୁ ଲେଖୁ ଯେଉଁଠି ଅଟକିଗଲେ ସେଇଠି ଆଉ ମୁଣ୍ଡରୁ କିଛି ବାହାରିବ ନାହିଁ ହେବ ବୋଲି କୁହାଯାଇଛି |

(ତ) ବ୍ରଜବିହାରୀଙ୍କ ପରିବାରରେ ସମୁଦାୟ କେତେଜଣ ଥିଲେ ଓ କିଏ କିଏ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀଙ୍କ ପରିବାରରେ ବ୍ରଜବିହାରୀ, ବନମାଳା, ବୁଲୁ, ଟୁଲୁ, ରାଜୁ ଓ ଚାକର ଦନେଇ ।

(ଥ) ବ୍ରଜବିହାରୀଙ୍କ କେଉଁକଥା ମନେପଡୁନି ବୋଲି ସେ ସାଇକିଆଟ୍ରିଷ୍ଣୁଙ୍କୁ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବଡ଼ ପ୍ରାକୁ ‘ଉପେ ଖୁବ୍ ପ୍ରନ୍ଦରା’ ନୋଳି କେତେଥର କଦ୍ଵିଛିନ୍ତି, ତାନ୍ତ, ମନେପଡୁମି ଗୋପି ସେ ପାଲାକିଆରିକୁଶ କହିଥିଲେ ।

(ଦ) ସାଇକିଆଟ୍ରିଷ୍ଟ୍ ବ୍ରଜବିହାରୀଙ୍କ କେଉଁ ଦୋଷ ଥ‌ିବାର ସୂଚନା ଦେଇଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବଡ଼ ଅସାମାଜିକ ହୋଇ ପଡ଼ିଛନ୍ତି ଏବଂ ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା କରିପାରି ନାହାଁନ୍ତି, ସାଇକିଆଟ୍ରିଷ୍ଟ ବ୍ରଜବିହାରୀଙ୍କ ଏହି ଦୋଷ ଥ‌ିବାର ସୂଚନା ଦେଇଛନ୍ତି ।

(ଧ) ବ୍ରଜବିହାରୀ କେଉଁକଥା କରିଥା’ନ୍ତେ ଆଉ କେଉଁ କଥା କରି ନଥା’ନ୍ତେ ବୋଲି ସାଇକିଆଟ୍ରିଷ୍ଟ୍ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ଚାକିରି କରିଥା’ନ୍ତେ ଓ ସ୍ତ୍ରୀ, ସଂସାର କରିନଥାନ୍ତେ ବୋଲି ସାଇକିଆଟ୍ରିଷ୍ଟ କହିଛନ୍ତି ।

(ନ) ପାରିବାରିକ ଥଇଥାନ ସମିତି କେଉଁ ଦିଗରେ କାର୍ଯ୍ୟ କରେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ସମିତି ଅତ୍ୟାଚାରିତ ସ୍ଵାମୀମାନଙ୍କ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ କାର୍ଯ୍ୟକରେ ।

(ପ) ପାରିବାରିକ ଥଇଥାନ ସମିତିରେ କେଉଁମାନେ କାର୍ଯ୍ୟ କରୁଥିବାର ଶିବରାମ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ସମିତିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି, ସେମାନେ ସ୍ଵାମୀ ଦିଗରେ କାର୍ଯ୍ୟ କରୁଥିବାର ଶିବରାମ କହିଛନ୍ତି। ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ଅତ୍ୟାଚାରିତମାନଙ୍କୁ ସାମାଜିକ କରିବା କରୁଥିବାର ଶିବରାମ କହିଛନ୍ତି |

(ଫ) ରସିଦ୍ ଦେବାବେଳେ ଶିବରାମ ବ୍ରଜବିହାରୀଙ୍କୁ କ’ଣ କହିଥିଲେ ?
Solution:
ଶିବରାମ ବ୍ରଜବିହାରୀଙ୍କୁ ‘ଆପଣ ସନ୍ଧ୍ୟାବେଳେ ଆସନ୍ତୁ ସବୁ ବ୍ୟବସ୍ଥା କରି ଦିଆହେବ’ ବୋଲି କହିଥିଲେ ଶିବରାମ ବ୍ରଜବିହାରୀଙ୍କୁ କ’ଣ କହିଥିଲେ |

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

(ଭ) ‘‘ଆପଣ ତାଙ୍କୁ ଚିହ୍ନନ୍ତି?? ? ବିନୋଦବାବୁଙ୍କ ଏ ପ୍ରଶ୍ନର ଉତ୍ତରରେ ବନମାଳାଦେବୀ କ’ଣ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ‘ଆପଣ ତାଙ୍କୁ ଚିହ୍ନନ୍ତି ?’ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁଁ ମୁକ୍ତ କରିବି ।

(ମ) ବିନୋଦ ଓ ଅନାଦି କାହିଁକି ବିସ୍ମିତ ହୋଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ସମିତିର ଚେୟାରମ୍ୟାନ୍ ବନମାଳାଦେବୀ, ବ୍ରଜବାବୁଙ୍କର ସହଧର୍ମିଣୀ ଜାଣିଲା ପରେ, ବିନୋଦ ଓ ଅନାଦି ବିସ୍ମିତ ହୋଇଥିଲେ ।

Question 4.
ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ।

(କ) ବ୍ରଜବିହାରୀ ବାବୁ ବୈଠକଖାନାରେ ପ୍ରବେଶ କଲାପରେ କ’ଣ କରିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ବୈଠକଖାନାରେ ପ୍ରବେଶ କଲାପରେ କୁଲିକୁ ପଇସା ଦେଇ ବିଦା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବାବୁ କରିଥିଲେ ଏବଂ କ୍ଳାନ୍ତି ମେଣ୍ଟାଇବା ପାଇଁ ଫ୍ୟାନ୍ ଦେଇ ଗୋଟିଏ ଆର୍ମଚେୟାରରେ ବସିପଡ଼ି ଶ୍ବସ୍ତିରେ ନିଶ୍ଵାସ ମାରି ଟେବୁଲ ଉପରୁ ଖବରକାଗଜ ଆଣି ପଢ଼ିଥିଲେ ।

(ଖ) ନିରୁଦ୍ଦଶ ବ୍ୟକ୍ତିଙ୍କ ସମ୍ପର୍କରେ ଖବରକାଗଜରେ କ’ଣ ପ୍ରକାଶ ପାଇଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ନିରୁଦ୍ଦଶ ବ୍ୟକ୍ତିଙ୍କ ସମ୍ପର୍କରେ ଖବର ପ୍ରକାଶ କରିଥିଲେ ଶ୍ରୀମତୀ ବନମାଳୀଦେବୀ, ଚାନ୍ଦିନୀଚୌକ, କଟକ – ୨ । ସେ ପ୍ରକାଶ କରିଥିଲେ, ତାଙ୍କର ସ୍ଵାମୀ ଶ୍ରୀ ବ୍ରଜବିହାରୀ ପତି, ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର, ବୟସ ଚାଳିଶ, ସ୍ୱାସ୍ଥ୍ୟବାନ୍, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖ୍ୟାରେ ଚଷମା, ଆଜକୁ ପ୍ରାୟ ଦୁଇମାସ ହେଲା ନିରୁଦେଶ ହୋଇଛନ୍ତି, ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥା’ନ୍ତି, ତେବେ ତାଙ୍କୁ ସେ ନିଜର ସମ୍ପତ୍ତି ନ କରି, ନିମ୍ନ ଠିକଣାରେ ଫେରସ୍ତ ଦେବେ ।’

(ଗ) ‘‘ଏ କଥା କୋଉଠି ଲେଖାଅଛି ?’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁ ଘରେ ଚାକରକୁ ଡାକି ଡାକି ବିରକ୍ତି ପ୍ରକାଶ କରିଛନ୍ତି । ଚାକରକୁ ଦେଖିଲାପରେ ଆହୁରି ବିରକ୍ତି ପ୍ରକାଶ କରି, ସମସ୍ତେ କ’ଣ ମରିଗଲେଣି ବୋଲି କହିଛନ୍ତି । ଏଥ‌ିରେ ଦନେଇ କହିଛି, ସମସ୍ତେ ବଞ୍ଚୁଛନ୍ତି । ଆହୁରି ବ୍ରଜବାବୁଙ୍କ ମୁହଁରେ ଜବାବ ଦେଇ କହିଛି, ବଞ୍ଚୁ ବୋଲି ଡାକିଲେ ଯେ ଶୁଣିବୁ, ଏକଥା କୋଇଠି ଲେଖାଅଛି ।

(ଘ) ‘‘ଆଜିକାଲି ସଭିଙ୍କର ହେଲାଣି, ଆମର ହବନି କାହିଁକି ??? ଏହା କିଏ କେଉଁ ପ୍ରସଙ୍ଗରେ କହିଛି ?
Solution:
‘ ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁଙ୍କ ଚାକର ଦନେଇ ଏହା କହିଛି । ଦନେଇ କହିଛି ଆଜିକାଲି ଯେହେତୁ ସମସ୍ତେ ସମାନ କେହି କାହାକୁ ଅପମାନ ଦେଲା ଭଳି କଥା କହିବେ ନାହିଁ ବୋଲି ତାଙ୍କ ସଂଘରେ ପାଶ୍ ହୋଇଛି । ବ୍ରଜବାବୁ ଏହାଶୁଣି ତାଙ୍କର ଗୋଟିଏ ସଂଘ ଗଢ଼ାହେଲାଣି ବୋଲି ପ୍ରଶ୍ନ କରିବାରୁ, ଦନେଇ କହିଛି ସଭିଙ୍କର ସଂଘ ହେଲାବେଳେ ଆମର ସଂଘ କାହିଁକି ହେବନାହିଁ ।

(ଙ) ‘ନିଷ୍ଫଳ କଟକ ଚାକର ସଭାରେ’ କେଉଁସବୁ ଆଇନି ପାଶ୍ ହୋଇଥିଲା ?
Solution:
ସଭାରେ, ମୁନିବମାନେ ଚାକରକୁ ତୁ ତା କରିପାରିବେନି, ତାଙ୍କୁ ମାରଧର କରିପାରିବେନି, ବାବୁମାନେ ଯାହା ଖାଇବେ, ପିନ୍ଧିବେ ଓ ଯେଉଁଠି ଶୋଇବେ, ଚାକରମାନେ ସେହିପରି ଖାଇବେ, ପିନ୍ଧିବେ ଓ ଶୋଇବେ ବୋଲି ଆଇନ ପାଶ୍ ହୋଇଥିଲା ।

(ଚ) ବାବୁ ଓ ଚାକର ପରସ୍ପର କେଉଁଥ‌ିରେ ସମାନ ନୁହନ୍ତି ବୋଲି ଦନେଇ କହିଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବାବୁ ଓ ଚାକର ଖାଇବା, ପିନ୍ଧିବା, ଶୋଇବାରେ ସମାନ ହେଲେ ମଧ୍ୟ, କେବଳ ଦରମା ପାଇବା କ୍ଷେତ୍ରରେ ବାବୁ ଓ ଚାକର ପରସ୍ପର ସମାନ ନୁହଁନ୍ତି ବୋଲି ବନେଇ କହିଛି ।

(ଛ) ଭଲକାମ ନ କଲେ ବାବୁମାନେ ଚାକରଙ୍କୁ କିପରି ତଡ଼ି ଦେଇପାରିବେ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଭଲକାମ ନ କଲେ ବାବୁମାନେ ଚାକରଙ୍କୁ କିଛି କହିପାରିବେନି କିମ୍ବା ସେମିତି ତଡ଼ି ଦେଇପାରିବେନି । ସେଥ୍ପାଇଁ ଚାକର ସଂଘର ସେକ୍ରେଟେରୀଙ୍କ ନିକଟକୁ ଦରଖାସ୍ତ କରିବାକୁ ହେବ, ସିଏ ଆସି ଘଟଣା ତଦନ୍ତ କରିବେ– ଯଦି ଚାକରର ଦୋଷ ହୋଇଥବ, ତେବେ ସିଏ ହୁକୁମ ଦେଲେ ବାବୁ ଚାକରକୁ ତଡ଼ି ପାରିବେ ।

(ଜ) ବ୍ରଜବିହାରୀ ଦେଇଥ‌ିବା ଦରଖାସ୍ତଟିର ବିଷୟବସ୍ତୁ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ଦେଇଥ‌ିବା ଦରଖାସ୍ତଟିରେ ବିଷୟବସ୍ତୁ ଥୁଲା, ଚାକର ଦନେଇ ବେହେରାଙ୍କୁ ଚାକିରିରୁ ବାହାର କରିବା । ସେହି କରିବା ପାଇଁ ଲେଖାଯାଇଥିଲା ।

(ଞ) ବ୍ରଜବିହାରୀ କେତେଦିନ ଧରି ଘରକୁ ନ ଫେରିବାର କାରଣ କ’ଣ ଥିଲା ବୋଲି କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଯେହେତୁ ବ୍ରଜବିହାରୀ ବାବୁ ସପ୍ତାହକ ପାଇଁ ଟୁର୍‌ରେ ଯାଇ ଦୁଇମାସ ହେଲା କୌଣସି ଖବର ଦେଇ ନଥିଲେ, ସେଥ‌ିପାଇଁ ଧରି ଘରକୁ ନ ଫେରିବାର କାରଣ ବନ୍ୟ ଦେବୀଙ୍କ କବଳରୁ ସେ ମୁକ୍ତି ପାଇପାରୁନଥିଲେ, ଅର୍ଥାତ୍ ଯାଜପୁରରେ ବନ୍ୟାଞ୍ଚଳର ଅବସ୍ଥା ଏତେ ଶୋଚନୀୟ ହୋଇଥିଲା ଯେ, ଆଉ ସେଠୁ ଫେରିଆସି ହେଲାନାହିଁ ।

(ଟ) କିଏ ଉପଯୁକ୍ତ ଗୃହିଣୀ ତିଆରି କରିପାରିବ ବୋଲି ବ୍ରଜବିହାରୀ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବିହାରୀ ବାବୁ ନିଜର ପତ୍ନୀଙ୍କୁ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ଦୀର୍ଘ ଦୁଇମାସ ପରେ ସ୍ଵାମୀ ଘରକୁ ଫେରିଲାବେଳକୁ ସିନା ଉପଯୁକ୍ତ ଗୃହିଣୀ |

(୦) ବନମାଳା, ‘ଗୃହଲକ୍ଷ୍ମୀ ସମିତି’ର ସଭାକୁ ଗଲାବେଳେ ବ୍ରଜବିହାରୀଙ୍କୁ କ’ଣ ସବୁ କରିବାକୁ ବରାଦ କରିଯାଇଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବନମାଳା, ‘ଗୃହଲକ୍ଷ୍ମୀ କରିଯାଇଥିଲେ । ସାନପୁଅ ଟୁଲୁର ଫିଡିଂ ବଟଲରେ ଦୁଧ ରଖାଯାଇ ଆଲମିରାରେ ଥୁଆ ହୋଇଛି, ତା’ର ଖାଇବା ସମୟ ହେଲେ, ତାକୁ ଦୁଧ ପେଇଦେବ । ବଡ଼ପୁଅ ବୁଲୁର ପାଠ ପଢ଼ା ସରିଲେ ତାକୁ ଜଳଖୁ ଦେବ ବୋଲି କହିଥିଲେ ।

(ଡି) ଛାତ୍ରସଂଘର ନୂଆ ଆଇନ କ’ଣ କ’ଣ ଥିଲା ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଛାତ୍ରସଂଘର ନୂଆ ଆଇନ ଥିଲା, କୌଣସି ଅଭିଭାବକ ଛାତ୍ରର ବ୍ୟକ୍ତିଗତ ସ୍ଵାଧୀନତା ଉପରେ ହସ୍ତକ୍ଷେପ କରିପାରିବେ ନାହିଁ, ଅଧ୍ୟାପକ କିମ୍ବା ଶିକ୍ଷକମାନେ ଛାତ୍ରମାନଙ୍କୁ ଶାସନ କରିପାରିବେନି, ପରୀକ୍ଷାରେ ସବୁ ବିଷୟରେ ଫେଲ୍ ହେଲେ ମଧ୍ୟ ସେମାନଙ୍କୁ Sent up କିମ୍ବା କ୍ଲାସ୍ ଉଠଶଇ ଦିଆଯିବ। ଲେଡ଼ି ଷ୍ଟୁଡେଣ୍ଟମାନେ କ୍ଲାସ୍‌ରେ ଅଲଗା ସିଟ୍‌ରେ ନ ବସି ଛାତ୍ରମାନଙ୍କ ସାଥ୍‌ରେ ଏକା ବେଞ୍ଚଳରେ ବସିବେ ।

(ଢ) ତାଙ୍କ ସଂସାର ଦୁଇମାସ ଭିତରେ କ’ଣ ହେଇଚି ବୋଲି ବ୍ରଜବିହାରୀ କହିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ତାଙ୍କ ସଂସାର ଦୁଇମାସ ଭିତରେ ଯେମିତି ବଦଳିଯାଇଛି ବୋଲି ବ୍ରଜବିହାରୀ କହିଥିଲେ । ସେ, ଓ ତାଙ୍କର ଛୋଟ ଦୁଇ ପୁଅଙ୍କ Under developed economy Over developed ବୋଲି ଭାବିଥିଲେ ।

(ଣ) ବୁଲୁର ପାଠପଢ଼ା ସମୟ ସମ୍ପର୍କରେ ବ୍ରଜବିହାରୀ ଓ ମାଷ୍ଟ୍ରେଙ୍କ ମଧ୍ୟରେ କେଉଁସବୁ କଥାବାର୍ତ୍ତା ହୋଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବୁଲୁର ଘରୋଇ ମାଷ୍ଟ୍ରେ ସାଢ଼େ ଚାରିଟାବେଳେ ଆସି ପାଞ୍ଚଟା କୋଡ଼ିଏରେ ଯିବାକୁ ବାହାରିଛନ୍ତି । ସେ ପଚାଶ ମିନିଟ୍‌ରୁ ଅଧ‌ିକ ସମୟ ପଢ଼ାଇ ପାରିବେ ନାହିଁ ବୋଲି କହିଛନ୍ତି । କାରଣ ଏହି ଓଳିକେ ତାଙ୍କୁ ଛ’ଟା ଟିଉସନ୍ କରିବାକୁ ପଡ଼େ ବୋଲି ସ୍ଵୀକାର କରିଛନ୍ତି । ବ୍ରଜବିହାରୀ ଏଥିରେ ଉଭ୍ୟକ୍ତ ହେବାରୁ, ସେ କହିଛନ୍ତି ବର୍ତ୍ତମାନ ପାଠ ପଢ଼ା ସହଜ ହେଲାଣି । ସେମାନେ କେବଳ ପିଲ୍ ଗିଳାଇଲା ଭଳି ପିଲାଙ୍କୁ ନୋଟ ଡାକି ମୁଖସ୍ଥ କରିବାକୁ କଥାବାର୍ତ୍ତା |

(ତ) ଆଜିକାଲି ପାଠପଢ଼ାରେ କାହିଁକି କଷ୍ଟ ନାହିଁ ବୋଲି ମାଷ୍ଟ୍ରେ କହିଛନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ବ୍ରଜବାବୁ ବିରକ୍ତି ପ୍ରକାଶ କଲେ ମଧ୍ୟ, ମାତ୍ରେ ତାଙ୍କୁ କହିଛନ୍ତି ଆଜିକାଲି ପାଠ ପଢ଼େଇବା ସହଜ ହୋଇଗଲାଣି । ସେ କେବଳ ପିଲ୍ ଭଳି ପିଲାମାନଙ୍କୁ ଗିଳାଇ ଦେଉଛନ୍ତି, ଅର୍ଥାତ୍ ସବୁ ବିଷୟରେ ନୋଟ୍ ଡାକି ଦେଇ ପିଲାମାନଙ୍କୁ ଘୋଷାଇ ଦେଉଛନ୍ତି ।

(ଥ) ବୁଝିକରି ପାଠ ପଢ଼ିଲେ କଣ ହେବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଘରୋଇ ମାଷ୍ଟ୍ରେ କହିଛନ୍ତି, ବୁଝିକରି ପାଠ ପଢ଼ିଲେ ମାଷ୍ଟରକୁଳ ଭାସିଯିବେ, କାରଣ ବୁଝିକରି ପାଠ ପଢ଼ିବାଦ୍ଵାରା ବେଶି ସଂଖ୍ୟାରେ ପିଲାଗୁଡ଼ା ପାଶ୍ କରିଯିବେ । ପିଲା ପାଶ୍ କରିଗଲେ, ଟିଉସନ୍ ବଜାର ମାନ୍ଦା ପଡ଼ିଯିବ ।

(ଦ) ମାସେ ଦୁଇଟାରେ କ’ଣ ହୋଇଗଲାଣି ବୋଲି: ବ୍ରଜବିହାରୀ କହିଛନ୍ତି ?
Solution:
ଘରେ ଯେପରି ସମସ୍ତେ ବଦଳି ଗଲେଣି । ସମସ୍ତଙ୍କୁ ଦେଖ‌ିଲେ ଜାଣିହେଉଛି, ସମସ୍ତଙ୍କର under developed economy over developed ହୋଇଗଲାଣି |

(ଧ) ପତ୍ନୀ ବନମାଳା ବ୍ରଜବିହାରୀଙ୍କ ଉପରେ କି ଧରଣର ଅତ୍ୟାଚାର କରୁଥିଲେ ?
Solution:
ବ୍ରଜବିହାରୀଙ୍କ ଉପରେ କି ଧରଣର ଅତ୍ୟାଚାର କରୁଥିଲେ ବୋଲି ସାଇକିଆଟ୍ରିଷ୍ଟଙ୍କ ପ୍ରଶ୍ନରେ ବ୍ରଜବିହାରୀ କହିଛନ୍ତି, ସେ ଟୁର୍ ଆସି ଘରେ ଦେଖୁବେ ତାଙ୍କ ସ୍ତ୍ରୀ ଘରେ ନଥ‌ିବେ, ଘରେ ଥିଲେ ମଧ୍ୟ କୌଣସି ପ୍ରକାର ଅଭ୍ୟର୍ଥନା କରନ୍ତି ନାହିଁ । ହଠାତ୍ ସେ ଗୃହଲକ୍ଷ୍ମୀ ସମିତିର ସଭାକୁ ଚାଲିଯିବେ, ଏପରିକି ସେ ଚା’ କପେ ଖାଇବାକୁ ପାଆନ୍ତି ନାହିଁ । ସବୁ କାମ ହାତରେ କରିବାକୁ ହୋଇଥାଏ ।

(ନ) ଅଧିକାଂଶ ସମୟରେ ବନମାଳା କ’ଣ କରିଥା’ନ୍ତି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ଅଧିକାଂଶ ସମୟ ବନମାଳା ବାହାରେ ରହନ୍ତି । ପ୍ରାୟ ରାତି ଦଶଟାବେଳକୁ ଘରକୁ ଫେରନ୍ତି । ଅଧିକାଂଶ ସମୟ ସେ ବାହାରୁ ଖାଇ ଆସିଥାନ୍ତି ବୋଲି ବ୍ରଜବାବୁ ଅଭିଯୋଗ କରିଛନ୍ତି ।

(ଫ) ମହିଳାଟିଏ କେଉଁଠୁ ପାଇବେ ବୋଲି ବ୍ରଜବିହାରୀ ପଚାରିବାରୁ ଶିବରାମ କ’ଣ କହିଛନ୍ତି ?
Solution:
ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ମହିଳାଟିଏ କେଉଁଠୁ ପାଇବେ ବୋଲି ବ୍ରଜବିହାରୀ ପଚାରିବାରୁ ଶିବରାମ କହିଛନ୍ତି, ଆପଣଙ୍କୁ ଏଥିପାଇଁ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ, ସେମାନେ ଏହାର ବ୍ୟବସ୍ଥା କରିଦେବେ । ସେମାନଙ୍କର ଗୋଟିଏ ପାରିବାରିକ ଥଇଥାନ ସମିତି ଅଛି, ଯେଉଁଥରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି, ସେମାନେ ଚିତ୍ତାକର୍ଷକ ବ୍ୟବହାରଦ୍ୱାରା ସ୍ବାମୀ ଅତ୍ୟାଚାରିତମାନଙ୍କୁ ସାମାଜିକ କରିଥା’ନ୍ତି ।

(ବ) ‘ପାରିବାରିକ ଥଇଥାନ ସମିତି’ କାହାକୁ ସାହାଯ୍ୟ କରିଥାଏ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ପାରିବାରିକ ଥଇଥାନ ସମିତିରେ ବହୁ ଭଦ୍ରମହିଳା ସଭ୍ୟ ଅଛନ୍ତି । ସେମାନେ ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତିଶୃଙ୍ଖଳା ଆଣିବା ଦିଗରେ ସାହାଯ୍ୟ କରିଥା’ନ୍ତି । ଯେଉଁ ସ୍ଵାମୀମାନେ ଅତ୍ୟାଚାରିତ ସେମାନଙ୍କୁ ସାମାଜିକ କରିବା ଦିଗରେ ଏମାନେ ଚିତ୍ତାକର୍ଷକ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ।

(ଭ) ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନାଦି କ’ଣ କରିଥିଲେ ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଉଲ୍ଲେଖ କରିଛନ୍ତି । ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ଦିଗରେ ଅନାଦି, ସ୍ତ୍ରୀଙ୍କର ଯେତେବେଳେ ଯାହା ଦରକାର ସବୁ ଯୋଗାଇ ଦେଇଥିଲେ । ଏପରିକି ଶାଢ଼ୀ, ଗାଡ଼ି, ଘର ଯୋଗାଇ ଦେବାକୁ ଯାଇ, ଅନାଦି ବହୁତ ପଇସା ଖର୍ଚ୍ଚ କରିଥିଲେ ।

(ମ) ଅନାଦିଙ୍କୁ ସାହାଯ୍ୟ କରିବା ପାଇଁ ସଂଘ କ’ଣ କରିପାରିବ ବୋଲି କୁହାଯାଇଛି ?
Solution:
‘ଅତ୍ୟାଚାରିତ’ ଏକାଙ୍କିକାରେ ନାଟ୍ୟକାର ପ୍ରାଣବନ୍ଧୁ କର ଏହା ଅନୁଯାୟୀ ଅନାଦିବାବୁ, ତାଙ୍କ ସ୍ତ୍ରୀଙ୍କୁ ଦେଖେଇ ଦେଖେଇ ଅନ୍ୟ କରିବେ, ସେମାନଙ୍କ ସହିତ ପ୍ରଣୟ ଅଭିନୟ କରିବେ । ସେହି ନାରୀମାନଙ୍କୁ ଯୋଗାଇ ଦେବେ, ଉଲ୍ଲେଖ କରିଛନ୍ତି । ସଂଘର ପରାମର୍ଶ ନାରୀମାନଙ୍କ ସହିତ ଖୁବ୍ ମିଳାମିଶା |

(ଯ) କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ ବୋଲି ବିନୋଦବାବୁ କହିଥିଲେ କାହିଁକି ?
Solution:
ଆଶଙ୍କାକୁ ଦୂରେଇ ଦେବାପାଇଁ କହିଥିଲେ, ଯେହେତୁ ଆପଣମାନେ ଅତି ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ସମିତିର ତେଣୁ ଏପରି କ୍ଷେତ୍ରରେ କୌଣସି ଦୁର୍ଘଟଣା ଘଟିବାର ଆଶଙ୍କା ନାହିଁ ।

(ର) ବ୍ରଜବିହାରୀଙ୍କର ଭଲଭାଗ୍ୟ ବୋଲି ବିନୋଦବାବୁ କହିବାର କାରଣ କ’ଣ ଥିଲା ?
Solution:
ଭଲଭାଗ୍ୟ ବୋଲି ବିନୋଦବାବୁ କହିଛନ୍ତି, କାରଣ ସମିତିର ସ୍ଵୟଂ ଚେୟାରମ୍ୟାନ୍ ଯେହେତୁ ବ୍ରଜବାବୁଙ୍କ ଦାୟିତ୍ଵ ନେଇଛନ୍ତି ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 5.
(କ) ଅତ୍ୟାଚାରିତ’ ଏକାଙ୍କିକା ନାମକରଣର ସାର୍ଥକତା ଦର୍ଶାଅ ।
Solution:
ସାହିତ୍ୟ ଜଗତରେ ନାମକରଣ ଏକ ସ୍ଵତନ୍ତ୍ର କଳା । ବାସ୍ତବ ଜୀବନରେ ନାମକରଣର ହୁଏତ, ସାର୍ଥକତା ରହିନପାରେ, ମାତ୍ର ସାହିତ୍ୟ କ୍ଷେତ୍ରରେ ନାମକରଣର ଶତ ପ୍ରତିଶତ ସାର୍ଥକତା ରହିଥାଏ । କାରଣ ସାହିତ୍ୟିକ ସାହିତ୍ୟ ପରିକଳ୍ପନା କରାଯାଇଥାଏ । ସୁତରାଂ ନାମରୁ ହିଁ ସାହିତ୍ୟର ବିଶେଷତାକୁ ଆକଳନ କରି ହୋଇଥାଏ । ଆଧୁନିକ ସାହିତ୍ୟ କର ‘ଅତ୍ୟାଚାରିତ’ ଏକାଙ୍କିକାରେ ଏହିଭଳି ନାମକରଣ କରି, କଥାବସ୍ତୁରେ ଏହାର ସାର୍ଥକତା ପ୍ରମାଣ କରିଛନ୍ତି । ଏକାଙ୍କିକାଟି ପ୍ରାୟ ମାତ୍ରାଧ‌ିକ ଚରିତ୍ର ନିଜକୁ ନିଜେ, ଅତ୍ୟାଚାରିତ ବୋଲି ମନେକରିଛନ୍ତି । ସେମାନେ ନିଜର ସ୍ଥିତିକୁ ଭୁଲିଯାଇଛନ୍ତି । କର୍ତ୍ତବ୍ୟପରାୟଣତାରେ ଖୁଲାପ କରିଛନ୍ତି । ଯାହା କରିବା କଥା ସେଥପ୍ରତି ସଚେତନ ନହୋଇ ଅନ୍ୟକୁ କେବଳ ଦୋଷ ଦେବାରେ ଲାଗିଛନ୍ତି । ସେମାନେ ଅତ୍ୟାଚାରିତ ବୋଲି ବିବେଚନା କରି ସଂଘ ଗଠନ କରି ନିଜର କର୍ମପ୍ରବଣତା ଓ ସାମାଜିକତାକୁ ଫାଙ୍କି ଦେବାକୁ ଚାହିଁଛନ୍ତି ।

ଅତ୍ୟାଚାରିତ ଚରିତ୍ରମାନେ ହେଉଛନ୍ତି ବ୍ରଜବିହାରୀ, ବନମାଳା, ଦନେଇ, ରାଜେନ୍ଦ୍ର, ଟିଉସନ୍ ମାଷ୍ଟ୍ରେ ଓ ଅନାଦି । ଏମାନେ ସମସ୍ତେ ନିଜର କର୍ତ୍ତବ୍ୟରେ ଖୁଲାପ କରିଛନ୍ତି, ମାତ୍ର ଅନ୍ୟକୁ ଦୋଷାରୋପ କରି ନିଜକୁ ଅତ୍ୟାଚାରିତ ବୋଲି ବ୍ରଜବିହାରୀ ବାବୁ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ଦାୟିତ୍ଵ ନେଇଥିଲେ ମଧ୍ୟ ସଂସାର ସମ୍ପର୍କରେ ସେ ଅନଭିଜ୍ଞ । ବୟସ ଚାଳିଶ ହେଲେ ବି ନାରୀ ମନସ୍ତତ୍ତ୍ଵ ବୁଝିବାରେ ଅକ୍ଷମ । ତେଣୁ ସେ ମାସରେ କୋଡ଼ିଏ ଦିନ ଟୁର୍ ଓ ଦଶଦିନ ଅଫିସ୍ ଉପେକ୍ଷିତ ହୋଇ ବାହାରେ ବିଭିନ୍ନ ସାଙ୍ଗଠନିକ କାମରେ ମନ ଦେଇଛନ୍ତି । ସ୍ଵାମୀ ପ୍ରତି ଯେ କିଛି କର୍ଭବ୍ୟ ଅଛି, ତାହା ସେ ଭୁଲି ଯାଇଛନ୍ତି । ସେହିପରି ମାଲିକ ଓ ମାଲିକାଣୀଙ୍କ ଅନୁପସ୍ଥିତିରେ ଚାକର ଦନେଇ ସ୍ଵେଚ୍ଛାଚାରୀ ହୋଇଯାଇଛି । ଏପରିକି ଚାକରମାନଙ୍କୁ ନେଇ ସେ ସଂଘ ଗଠନ କରିଛି | ମାଲିକ ସହିତ ସବୁକ୍ଷେତ୍ରରେ ସମାନ ହେବାକୁ ଚାହିଁଛି । ସେ ନିଜର ସ୍ଥିତିକୁ ଶେଷ ଚରିତ୍ର ଅନାଦି ପତ୍ନୀଙ୍କୁ ଯାବତୀୟ ସୁବିଧା ଦେଇ, ପତ୍ନୀଙ୍କ ସ୍ୱେଚ୍ଛାଚାରୀ କରାଇବାରେ କାରଣ ହୋଇଛନ୍ତି ।

(ଖ) ‘ଅତ୍ୟାଚାରିତ’ ଏକାଙ୍କିକାରୁ ବ୍ରଜବିହାରୀଙ୍କ ଚରିତ୍ର ଚିତ୍ରଣ କର ।
Solution:
ଚରିତ୍ର ଚିତ୍ରଣ ସାହିତ୍ୟରେ ଏକ ମନୋଜ୍ଞ କଳା । ଚରିତ୍ରମାନେ ହେଉଛନ୍ତି ସାହିତ୍ୟିକର ମାନସ ସନ୍ତାନ । ସାହିତ୍ୟିକ ମନର କଥାକୁ ଚରିତ୍ର ମାଧ୍ୟମରେ ପ୍ରକାଶ କରେ । ସମାଜକୁ ଯାହାକିଛି ବାର୍ତ୍ତା, ସେହି ଚରିତ୍ର ମାଧ୍ୟମରେ ହିଁ ଦେଇଥାଏ । ଯେଉଁ ଚରିତ୍ର ସ୍ଵାଭାବିକ ଓ ସତ୍ୟର ନିକଟବର୍ତୀ, ତାହା ସେତିକି ପାଠକୀୟ ଶ୍ରଦ୍ଧା ଲାଭ କରିଥାଏ । ନାଟ୍ୟକାର ପ୍ରାଣବନ୍ଧୁ କର ‘ଅତ୍ୟାଚାରିତ’ ଏକାଙ୍କିକାରେ ବ୍ରଜବିହାରୀଙ୍କ ଚରିତ୍ର ମାଧ୍ୟମରେ, ସଂସାର ପ୍ରତି ଯଥାର୍ଥ କର୍ତ୍ତବ୍ୟ ନକରି ନିଜେ ଅସନ୍ତୋଷ ଓ ଅତ୍ୟାଚାରିତ ମନେକରୁଥିବା ଭାବକୁ ପ୍ରକାଶ କରିଛନ୍ତି । ସଂସାର ହେଉଛି ସ୍ନେହ ପ୍ରେମର ବନ୍ଧନ, ଏହା ନବୁଝି କେବଳ ଅନ୍ୟଠାରୁ ସେବା ଆଶା କରିବା ନିରର୍ଥକ, ଏହା ନାଟ୍ୟକାର ଏହି ଚରିତ୍ର ମାଧ୍ୟମରେ ଦେଖାଇଛନ୍ତି ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

ବ୍ରଜବାବୁ ଜଣେ ପଦସ୍ଥ ଅଫିସର । ସେ ଡେପୁଟି ମାଜିଷ୍ଟ୍ରେଟ ଓ କଲେକ୍ଟର ଦାୟିତ୍ଵରେ ଥାଇ, ସବୁବେଳେ ଅଫିସ୍ କାମରେ ବ୍ୟସ୍ତ ରହନ୍ତି । ତେଣୁ ସେ ମାସରେ କୋଡ଼ିଏ ଦିନ ଟୁରରେ ରହିଲାବେଳେ, ଅନ୍ୟ ଦଶଦିନ ଅଫିସ କାମରେ ନିଜକୁ ବ୍ୟସ୍ତ ରଖନ୍ତି । ଏକାଙ୍କିକାର ଆରମ୍ଭରେ ବ୍ରଜବାବୁ ସପ୍ତାହକ ପାଇଁ ଟୁର୍‌ରେ ଯାଇ ଦୁଇମାସ ପରେ ଘରକୁ ଫେରିଛନ୍ତି । କାରଣ ଯାଜପୁର ବନ୍ୟାଞ୍ଚଳରୁ ସେ ମୁକୁଳି ପାରିନାହାଁନ୍ତି । ଏହି ଦୁଇମାସ ଭିତରେ ତାଙ୍କ ସଂସାର ଏକରକମ ଭାସିଯାଇଛି ।

ସେଥ‌ିପାଇଁ ତାଙ୍କୁ ସାଇକିଆଟ୍ରିଷ୍ଟ ଶିବରାମବାବୁ କହିଛନ୍ତି ~ ତେବେ ଖାଲି ଚାକିରି କରିଥା’ନ୍ତେ ସ୍ତ୍ରୀ, ସଂସାର କରି ନଥାନ୍ତେ … ଯେଉଁମାନେ ଚାକିରିସର୍ବସ୍ଵ ସେମାନଙ୍କର ସ୍ତ୍ରୀମାନେ ଏହିପରି ସ୍ଵେଚ୍ଛାଚାରୀ ହେବାକୁ ବାଧ୍ୟ ହୁଅନ୍ତି ।”? ବ୍ରଜବାବୁ ସଂସାର କ୍ଷେତ୍ରରେ ଜଣେ ଅସଫଳ ମଣିଷ । ଫଳରେ ତାଙ୍କର ଚାକର, ସାନଭାଇ, ଟିଉସନ୍ ମାଷ୍ଟ୍ରେ ନିଜର ପତ୍ନୀଙ୍କୁ ଠିକ୍ ଭାବରେ ସେ ଚଳାଇ ନାହାଁନ୍ତି । ସମସ୍ତେ ତାଙ୍କ ପ୍ରତି ସ୍ୱେଚ୍ଛାଚାରୀ ଭାବ ପ୍ରକାଶ କରିଛନ୍ତି । ସେ ପତ୍ନୀଙ୍କ ଠାରୁ ସାମାନ୍ୟଭାବେ ସମ୍ଭାଷଣ ପାଇନାହାଁନ୍ତି ।

ନିଜ ଦୋଷକୁ ନିଜେ ନ ଖୋଜି ସେ ପହଞ୍ଚୁଛନ୍ତି, ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ବୋଲି ପ୍ରମାଣିତ ହୋଇଛି । …… ବ୍ରଜବାବୁ ଜଣେ ସନ୍ଦେହୀ ମଣିଷ । ସେ ଏକଦେଶଦର୍ଶୀ ଚିନ୍ତାଧାରା ପ୍ରକାଶ କରନ୍ତି । ନାରୀଙ୍କ ସମ୍ପର୍କରେ ସେ କହିଛନ୍ତି – ‘ନାରୀ ତ ନାରୀ– ବାହା ହେବେ ପିଲାଛୁଆ ଜନ୍ମ କରିବେ ।’’ ପୁଣି ଶିବରାମବାବୁ ଯାହା କହିଛନ୍ତି, ସେଥ‌ିରେ ସେ ଯୁକ୍ତି କରିଛନ୍ତି— ‘‘ଅତ୍ୟାଚାରିତ ସ୍ଵାମୀମାନଙ୍କର ଚିତ୍ତକୁ ଆକର୍ଷଣ କଲାପରେ ଯଦି ସତକୁ ସତ ସେମାନଙ୍କୁ ସଶରୀରେ ଆକର୍ଷଣ କରନ୍ତି ?’’ ଏହିପରି ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କଲେ, ବ୍ରଜବିହାରୀଙ୍କୁ ଜଣେ ସଂସାର ଅନଭିଜ୍ଞ ମଣିଷ ଭାବରେ ଚିତ୍ରଣ

(ଗ) ପଠିତ ଏକାଙ୍କିକାଟିରେ ନାଟକୀୟ ଉତ୍କଣ୍ଠା ସୃଷ୍ଟି କରିବାରେ ବନମାଳାଙ୍କ ଭୂମିକା ନିରୂପଣ କର ।
Solution”
ନାହିଁ । ଉତ୍କଣ୍ଠା ହିଁ ଦର୍ଶକ ମଧ୍ୟରେ ଆଗ୍ରହ ଏବଂ ଉତ୍ତେଜନା ସୃଷ୍ଟି କରିଥାଏ । ଯେଉଁ ନାଟକରେ ବିସ୍ମୟ ଉତ୍ପାଦନକାରୀ ଶକ୍ତି ଯେତେ ପ୍ରଖର, ସେ ନାଟକ ସେତେ ସଫଳ । ବିସ୍ମୟ ଓ ଉତ୍ତେଜନା ଯୋଗୁ ଉତ୍କଣ୍ଠା ବୃଦ୍ଧି ପାଇଥାଏ । ଉତ୍କଣ୍ଠା ସୃଷ୍ଟି କରିବାକୁ ହେଲେ, ଦର୍ଶକ କିଛି ଜାଣିଥୁବ ଏବଂ କିଛି କିଛି ଅଜଣା ମଧ୍ୟ ରହିଥବ । ଏହି ଅଜଣା ଅଂଶକୁ ନେଇ ଉତ୍କଣ୍ଠା ସୃଷ୍ଟି କରାଯାଇଥାଏ । ଏକାଙ୍କିକାର ପ୍ରଥମ ଦୃଶ୍ୟରେ ବ୍ରଜବିହାରୀବାବୁ ଟୁର୍‌ରେ ଯାଇଥିଲେ । ଦୀର୍ଘ ଦୁଇମାସ ପରେ ଘରକୁ ଫେରିଛନ୍ତି ।

କଥାବାର୍ଭା ହେଲାପରେ ବନମାଳା ଘରକୁ ଫେରିଛନ୍ତି । ମାତ୍ର ବ୍ରଜବିହାରୀକୁ ଦେଖୁ ସେଭଳି କୌଣସି ପତ୍ନୀସୁଲଭ ଭାବ ପ୍ରକାଶ କରିନାହାଁନ୍ତି । ବରଂ ସ୍ବାମୀଙ୍କୁ ଆକ୍ଷେପ କରି କହିଛନ୍ତି, ଆଜିକାଲି କୌଣସି ପୁରୁଷ ନିରୁଦ୍ଦଶ ହେବା ଅର୍ଥ କୌଣସି ଚିଡ଼େଇଲା ଭଳି କହିଛନ୍ତି, ‘ତମ ଭଳି ଦୁର୍ଦାନ୍ତ ନାରୀତ ଆଜିକାଲି ଓଡ଼ିଶାରେ କନ୍ଦି ବିକନ୍ଦିରେ ଖୁନ୍ଦି ହୋଇଗଲେଣି ।’ ଏତେ କଥା କହିଲା ପରେ ମଧ୍ୟ ବନମାଳା ସ୍ଵାମୀଙ୍କ ପ୍ରତି କୌଣସି ପ୍ରକାର କର୍ତ୍ତବ୍ୟ ଥିବା କଥା ଭୁଲି ଯାଇଛନ୍ତି । ତରତରରେ ଗୃହଲକ୍ଷ୍ମୀ ସମିତିରେ ଯୋଗଦେବାକୁ ଗଲାବେଳେ, ସ୍ବାମୀଙ୍କୁ ପୁଅମାନଙ୍କ ଖାଇବା ଖବର ବୁଝିବାପାଇଁ ବରାଦ କରିଛନ୍ତି । ଦ୍ଵାରା ଅତ୍ୟାଚାରିତ ବୋଲି କହିଛନ୍ତି । ସେଠାରେ କିଛି ସମୟ ସାଇକିଆଟ୍ରିଷ୍ଟ ସହିତ ଗପସପ ହେଲାପରେ, ସମସ୍ୟାର ନିରାକରଣ ପାଇଁ ସେ କହିଛନ୍ତି –

‘ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଲେଖାଏଁ ଅନ୍ୟ କୌଣସି ମହିଳାଙ୍କ ସହିତ ମିଳାମିଶା ଓ ଗପସପ କରିବାକୁ ପଡ଼ିବ।’ ସେଭଳି ମହିଳା କେବଳ ପାରିବାରିକ ଥଇଥାନ ସମିତିରୁ ହିଁ ଗ୍ରହଣ କରାଯିବ । ଏହିଭଳି କଥୋପକଥନ ବେଳେ ଝଡ଼ବେଗରେ ବନମାଳା ଦେବୀ ପ୍ରବେଶ କରିଛନ୍ତି । ବ୍ରଜବାବୁ ବନମାଳାଙ୍କୁ ଦେଖ୍ ଚମକି ପଡ଼ିଛନ୍ତି ଆଉ ବନମାଳା ବ୍ରଜବିହାରୀଙ୍କୁ ଦେଖୁ ବିସ୍ମିତ ହୋଇଛନ୍ତି । ବିନୋଦବାବୁ ବ୍ରଜବାବୁଙ୍କୁ ବନମାଳାଙ୍କୁ ଚିହ୍ନାଇଛନ୍ତି । ସେ ଜଣେ ଅତ୍ୟାଚାରିତ ସ୍ଵାମୀ ହିସାବରେ, ସଂଘର ସାହାଯ୍ୟ ଚାହାଁନ୍ତି ବୋଲି କହିଛନ୍ତି । ବନମାଳା ସେ ଦାୟିତ୍ଵ ନିଜେ ନେଇଛନ୍ତି । ‘ମୁଁ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବି’ ବୋଲି କହିଛନ୍ତି । ବନମାଳାଦେବୀ ନିଜେ ସମିତିର ଚେୟାରମ୍ୟାନ୍ ହୋଇ ଦାୟିତ୍ଵ ନେଇଥବାରୁ, ବ୍ରଜବାବୁ ଭାଗ୍ୟବାନ୍ ବୋଲି ବିନୋଦବାବୁ କହିଛନ୍ତି ।

(ଘ) ପଠିତ ଏକାଙ୍କିକାରୁ ଶିବରାମଙ୍କ ଗୁରୁତ୍ଵ ବୁଝାଅ ।
Solution:
ନାଟ୍ୟକାର ନାଟକରେ ଦୁଇପ୍ରକାର ଚରିତ୍ରର ସାହାଯ୍ୟ ନେଇ କଥାବସ୍ତୁକୁ ଆଗେଇ ନେଇଥା’ନ୍ତି । ସେଥୁରୁ ଗୋଟିଏ ହେଉଛି ମୁଖ୍ୟ ଚରିତ୍ର ଏବଂ ଅନ୍ୟଟି ହେଉଛି ଗୌଣ ଚରିତ୍ର । ଗୌଣ ଚରିତ୍ର ମାଧ୍ୟମରେ ମୁଖ୍ୟ ପ୍ରତିପାଦନ କରାଯାଇଥାଏ । ଆଲୋଚ୍ୟ ଏକାଙ୍କିକା ‘ଅତ୍ୟାଚାରିତ’ରେ ନାଟ୍ୟକାର ପ୍ରାଣବନ୍ଧୁ କର ମୁଖ୍ୟ ଚରିତ୍ରର ବିଶେଷତା ଚରିତ୍ର ବ୍ରଜବିହାରୀଙ୍କ ଏକାଙ୍କିକାର ଦ୍ଵିତୀୟ ଦୃଶ୍ୟରେ ଶିବରାମବାବୁ ଜଣେ ସାଇକିଆଟ୍ରିଷ୍ଟ ଭାବରେ ଦେଖାଦିଅନ୍ତି । ବ୍ରଜବିହାରୀବାବୁ ଜଣେ ଅତ୍ୟାଚାରିତ ସ୍ଵାମୀ ବୋଲି ନିଜକୁ ନିଜେ ମନେକରିଛନ୍ତି । ତେଣୁ ସେ ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ନିକଟରେ ପହଞ୍ଚି ଏହାର ନିରାକରଣ କରିବାକୁ ଇଚ୍ଛା କରିଛନ୍ତି । ବ୍ରଜବାବୁଙ୍କ ମନକଥାକୁ ଜାଣିବାପାଇଁ ଶିବରାମବାବୁ ଗୋଟି ଗୋଟି କରି ଅନେକ କଥା ପଚାରିଛନ୍ତି ।

ସଂସାର ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରିଲାପରେ ଶେଷରେ ସ୍ପଷ୍ଟଭାବରେ ସିଦ୍ଧାନ୍ତ ଶିବରାମ କହିଛନ୍ତି, ‘ଦେଖନ୍ତୁ ବ୍ରଜବାବୁ, ଏଥରେ ମୁଁ ଦେଖୁଚି ଆପଣଙ୍କର ହିଁ ଦୋଷ ।’’ ଶିବରାମଙ୍କ କଥାରେ ଉଭ୍ୟକ୍ତ ହୋଇଛନ୍ତି, ବ୍ରଜବିହାରୀ । ଶିବରାମ ବୁଝାଇବା ଶୈଳୀରେ ବ୍ରଜବିହାରୀକୁ କହିଛନ୍ତି – ‘ଆପଣ ବଡ଼ ଅସାମାଜିକ ହୋଇପଡ଼ିଛନ୍ତି, କରିପାରିନାହାଁନ୍ତି ।’’ କେବଳ ଚାକିରିସର୍ବସ୍ଵ ଜୀବନ ବିତାଉଥ‌ିବାରୁ, ସ୍ତ୍ରୀ ସ୍ଵେଚ୍ଛାଚାରୀ ହୋଇଛନ୍ତି । ନାରୀମାନଙ୍କ ମନର କଥା ନବୁଝିବାରୁ ଏଭଳି ପରିସ୍ଥିତି ହୋଇଛି ବୋଲି ସେ ସ୍ପଷ୍ଟ କରାଇଛନ୍ତି ।

ସ୍ତ୍ରୀଙ୍କ ସହିତ ଯଥେଷ୍ଟ ମିଳାମିଶା ଶିବରାମବାବୁ ଉପରୋକ୍ତ ସମସ୍ୟାର ନିରାକରଣ ପାଇଁ, ବ୍ରଜବିହାରୀଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କ କଥା ଅନୁସାରେ କାମକଲେ, ତାଙ୍କ ସ୍ତ୍ରୀଙ୍କୁ ଜବତ କରିହେବ ବୋଲି ସେ କହିଛନ୍ତି । ପ୍ରଥମେ ସୋସିଏବଲ ହେବାକୁ ପଡ଼ିବ ବୋଲି କହିଛନ୍ତି । ପ୍ରତିଦିନ ଅନ୍ତତଃ ଘଣ୍ଟାଏ ଲେଖାଏଁ ଅନ୍ୟକୌଣସି ମହିଳାଙ୍କ ସଙ୍ଗେ ମିଳାମିଶା ଓ ଗପସପ କରିବାକୁ ପଡ଼ିବ । ଅତ୍ୟାଚାରିତ ସ୍ଵାମୀମାନଙ୍କୁ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବା ଦିଗରେ, ପାରିବାରିକ ଥଇଥାନ ସମିତିର ଭଦ୍ର ମହିଳାଙ୍କ ସାହାଯ୍ୟ ନେବାକୁ ପଡ଼ିବ । ବ୍ରଜବିହାରୀ ଏଥ‌ିରେ ସନ୍ଦେହ ପ୍ରକାଶ କଲେ ମଧ୍ୟ, ତାହାକୁ ଶିବରାମ ଦୂରେଇ ଦେଇଛନ୍ତି । ଦେବୀ ହେଉଛନ୍ତି ବ୍ରଜବିହାରୀଙ୍କ ପତ୍ନୀ । ବ୍ରଜବିହାରୀ କେବଳ ଶିବରାମଙ୍କ କଥାରେ ବଦଳି ଗଲାଭଳି ମନେ ହୋଇଛନ୍ତି ।

(ଙ) ଏକ ପାରିବାରିକ ସମସ୍ୟାଭିତ୍ତିକ ଏକାଙ୍କିକା ଭାବେ ‘ଅତ୍ୟାଚାରିତ’ର ମୂଲ୍ୟାଙ୍କନ କର ।
Solution:
କରିଥାନ୍ତି । ପାରସ୍ପରିକ ସ୍ନେହ, ପ୍ରେମ, ଆନ୍ତରିକତାରେ ପାରିବାରିକ ଜୀବନର ମିଳନର ସୁମଧୁର ତାନ ନିନାଦିତ ହୁଏ । ଭୁଲ୍ ବୁଝନ୍ତି । କେବଳ ନିଜଦୃଷ୍ଟିରେ ନିଜେ ଠିକ୍ ରହିଥା’ନ୍ତି ବୋଲି ମନେ କରିଥା’ନ୍ତି । ଫଳରେ ପାରିବାରିକ ଜୀବନ ଅନ୍ୟମାନେ ସ୍ୱେଚ୍ଛାଚାରୀ ହୁଅନ୍ତି । ନିଜର କର୍ତ୍ତବ୍ୟକୁ ଭୁଲି, ଅତ୍ୟାଚାରିତ ବୋଲି ମନେକରନ୍ତି । ନାଟ୍ୟକାର ପ୍ରାଣବନ୍ଧୁ କର ଏହିଭଳି ଏକ ପାରିବାରିକ ସମସ୍ୟାକୁ ନେଇ ରଚନା କରିଛନ୍ତି, ଏକାଙ୍କିକା ‘ଅତ୍ୟାଚାରିତ’ । ପରିବାରର ମୂଳ ହେଉଛନ୍ତି ବ୍ରଜବିହାରୀବାବୁ । ସେ ଡେପୁଟି ମାଜିଷ୍ଟ୍ରେଟ୍ ଓ କଲେକ୍ଟର ଦାୟିତ୍ଵରେ ରହି, ଅଫିସ୍ କାମରେ ବୁଡ଼ିରହନ୍ତି । ମାସରେ ପ୍ରାୟ କୋଡ଼ିଏ ଦିନ ଟୁର୍‌ରେ ରହିଲାବେଳେ, ଅନ୍ୟ ଦଶଦିନ ଅଫିସ୍ କାମରେ ବ୍ୟସ୍ତ ରହନ୍ତି । ସ୍ଵାମୀ ହିସାବରେ ପତ୍ନୀ ପ୍ରତି କର୍ଭବ୍ୟ, ଗୃହସ୍ଥ ଭାବରେ ପରିବାରରେ ଅନ୍ୟାନ୍ୟଙ୍କ ଦାୟିତ୍ୱବୋଧକୁ ସେ ଭୁଲିଯାଆନ୍ତି ।

ଫଳସ୍ବରୂପ ସମସ୍ତେ ହୋଇଯାଆନ୍ତି ସ୍ୱେଚ୍ଛାଚାରୀ । ସେ ସପ୍ତାହକ ପାଇଁ ଟୁର୍‌ରେ ଯାଇ, ଦୁଇମାସ ରହିଯାଆନ୍ତି ବାହାରେ । ଘରକୁ ଫେରିଲାପରେ ଦେଖନ୍ତି, ଚାକର ଦନେଇ ହୋଇଯାଇଛି ଜନାର୍ଦ୍ଦନବାବୁ । ସେ ବାବୁଙ୍କ ସହିତ ସମାନ ଖାଇବା, ପିନ୍ଧିବା ଓ ଶୋଇବାର ଦାବି କରିଛି । ଏପରିକି ସନ୍ଧ୍ୟାପରେ ସିନେମା ଦେଖିବାକୁ ଯାଇଛି । ବ୍ରଜବାବୁଙ୍କର କୌଣସି କଥାକୁ ସେ ଖାତିର କରିନାହିଁ । ପତ୍ନୀ ବନମାଳା ଦେବୀ ଘରକୁ ଫେରି ସ୍ଵାମୀଙ୍କୁ ଦେଖୁଲେ ମଧ୍ୟ, କୌଣସି ପ୍ରକାର ପତ୍ନୀସୁଲଭ ସମ୍ଭାଷଣ ଜଣାଇ ନାହାଁନ୍ତି । ବରଂ ସପ୍ତାହକ ପାଇଁ ଯାଇ, ଦୁଇମାସ ରହିଥିବାରୁ, ସ୍ଵାମୀଙ୍କ ଉପରେ ସେ ଅଭିଯୋଗ କରିଛନ୍ତି । ଘରର ଓ ପିଲାମାନଙ୍କ ଦାୟିତ୍ଵ ବୁଝିବାକୁ କହି ବନମାଳା, ପୁନର୍ବାର ଗୃହଲକ୍ଷ୍ମୀ ସମିତି ସଭାକୁ ଯାଇଛନ୍ତି । ବ୍ରଜବାବୁ ସାନଭାଇ ରାଜେନ୍ଦ୍ର ଓ ଟିଉସନ୍‌ ମାଷ୍ଟ୍ରେଙ୍କଠାରୁ ଅନୁରୂପ ଅବଜ୍ଞାସୂଚକ ବ୍ୟବହାର ପାଇଛନ୍ତି । ବ୍ରଜବିହାରୀ ବାଧ୍ୟହୋଇ, ସମସ୍ୟାର ସମାଧାନ ପାଇ ଅତ୍ୟାଚାରିତ ସ୍ଵାମୀ ସଂଘ’ର ଶରଣାପନ୍ନ ହୋଇଛନ୍ତି । ସେ ଭୋଗ କରିଛନ୍ତି । ଅନାଦିଙ୍କୁ ତାଙ୍କ ପତ୍ନୀ ଉପେକ୍ଷା ପରି ଅନ୍ୟମାନଙ୍କ ସହିତ ପ୍ରଣୟ ସମ୍ପର୍କ ସ୍ଥାପନ କରିଛି ।

(ଚ) ପଠିତ ଏକାଙ୍କିକାରୁ ଅତ୍ୟାଚାରିତ ସ୍ଵାମୀଙ୍କର ଅତ୍ୟାଚାରଜନିତ ଦୁଃଖ ବୁଝାଅ ।
Solution:
ପାରିବାରିକ ଜୀବନରେ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା, ଆନ୍ତରିକତା ଓ ଭଲପାଇ ନାହିଁ ସ୍ଵର୍ଗୀୟ ସୁଖ ଦେଇଥାଏ । କାରଣ କେବଳ ଚାକିରି, ଟଙ୍କା ପଇସା, ପଦ ପଦବୀକୁ ନେଇ ପାରିବାରିକ ଜୀବନରେ ସୁଖ ଖୋଜିଲେ ନିରାଶ ହେବାକୁ ପଡ଼େ । ପୁନଶ୍ଚ ସ୍ଵାମୀ ସ୍ତ୍ରୀ ପାଇଁ ଏବଂ ସ୍ତ୍ରୀ ସ୍ଵାମୀ ପାଇଁ କୌଣସି ଦାୟିତ୍ବ ବା କର୍ତ୍ତବ୍ୟ ନକରି କେବଳ ଅଧିକାର ଖୋଜିଲେ, ସବୁବେଳେ ମିଳିନଥାଏ । ବରଂ ଏଭଳି ମାନସିକତା ପାରିବାରିକ ଜୀବନକୁ କରେ ବେସୁରା ଓ ରଙ୍ଗହୀନ । ଏହିଭଳି ଏକ କାହାଣୀକୁ ନେଇ ନାଟ୍ୟକାର ପ୍ରାଣବନ୍ଧୁ କର ‘ଅତ୍ୟାଚାରିତ’ ଏକାଙ୍କିକାରେ, ସ୍ଵାମୀଙ୍କର ଅସହାୟବୋଧ ଭାବକୁ ପ୍ରକାଶ କରିଛନ୍ତି । ଏଥିରେ ଦୁଇଜଣ ସ୍ୱାମୀ, ବ୍ରଜବିହାରୀବାବୁ ଓ ଅନାଦିବାବୁ ନିଜ ନିଜ ପତ୍ନୀଙ୍କଦ୍ଵାରା ଅତ୍ୟାଚାରିତ ବୋଲି ମନେକରିଛନ୍ତି । ଏହି ସମସ୍ୟାର ସମାଧାନପାଇଁ ସେମାନେ ପହଞ୍ଚିଛନ୍ତି ‘ଅତ୍ୟାଚାରିତ ସ୍ଵାମୀ ସଂଘ’ ଅଫିସ୍‌ରେ । ଉତ୍ତମ ବ୍ୟବହାର ପାଇ ନଥାନ୍ତି ।

ଅଭିଯୋଗ କରି କହିଛନ୍ତି, ସେ ଟୁର୍‌ରୁ ଫେରିଲାବେଳେ ଦେଖନ୍ତି, ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି । ଘରେ ଥିଲେ ମଧ୍ୟ କୌଣସି ପ୍ରକାର ଅଭ୍ୟର୍ଥନା କରନ୍ତି ନାହିଁ । ବରଂ ସେ ତାଙ୍କର ଗୃହଲକ୍ଷ୍ମୀ ସମିତିକୁ ବାହାରିଯାଆନ୍ତି । ସ୍ୱାମୀଙ୍କୁ କପେ ଚା’କରି ଦେବାର ଆବଶ୍ୟକତା ସେ ଅନୁଭବ କରନ୍ତି ନାହିଁ । ବାଧ୍ୟହୋଇ ସବୁକାମ ତାଙ୍କୁ ହାତରେ କରିବାକୁ ପଡ଼େ । ପୁନଶ୍ଚ ତାଙ୍କ ପତ୍ନୀ ଇଣ୍ଡୋନେସିଆ ଆହତ ସୈନ୍ୟଙ୍କ ପାଇଁ ସ୍ଟେଟର ବୁଣୁଥିଲାବେଳେ, ତାଙ୍କ ପ୍ୟାଣ୍ଟ, ସାର୍ଟ, କୋଟ୍‌ରେ ବୋତାମ ଛିଡ଼ିଗଲାଣି ଏସବୁ ମରାମତି ହୋଇପାରୁନି । ଅଧିକାଂଶ ଦିନ ତାଙ୍କ ସ୍ତ୍ରୀ ବାହାରେ । ପ୍ରାୟ ରାତି ଦଶଟା ବେଳକୁ ଘରକୁ ଫେରନ୍ତି । ଏପରିକି ଅନେକ ସମୟରେ ରାତ୍ରିଭୋଜନ ବାହାରୁ ଖାଇଆସିଥା’ନ୍ତି । ସ୍ଵାମୀ କ’ଣ ଖାଇବେ ନ ଖାଇବେ ସେଥପ୍ରତି ଦୃଷ୍ଟି ନଥାଏ ।

ଅନ୍ୟଜଣେ ଅତ୍ୟାଚାରିତ ସ୍ଵାମୀ ଅନାଦି ବାବୁ। ସେ ସ୍ତ୍ରୀଙ୍କ ଉପରେ ଅତି ବେଶିମାତ୍ରାରେ ଦୃଷ୍ଟିଦେବାରୁ, ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଯେତେବେଳେ ଯାହା ଦରକାର, ଅର୍ଥାତ୍ ଶାଢ଼ୀ, ଗାଡ଼ି, ବାଡ଼ି ମାନେ’ ଘର ସବୁକିଛି ସେ ପତ୍ନୀଙ୍କୁ ଯୋଗାଇ ଦେଇଥିବାରୁ, ପତ୍ନୀ ନୂଆଁଘରେ ଦିନେ ଛାଡ଼ି ଦୁଇଦିନ ଛାଡ଼ି ଗାର୍ଡ଼ନ ପାର୍ଟି କରୁଛନ୍ତି । ଅନ୍ୟମାନଙ୍କୁ ନେଇ ଗାଡ଼ିରେ ହାୱାଖାଇ ବୁଲୁଛନ୍ତି । ଖାଲି ଏତିକି ନୁହେଁ ରୀତିମତ୍ ଅନ୍ୟ ସହିତ ପ୍ରଣୟ ଆରମ୍ଭ କରି ଦେଇଛନ୍ତି । ଅତ୍ୟାଚାରିତ ହେଲାବେଳେ, ଅନ୍ୟଜଣେ ପତ୍ନୀଙ୍କ ପ୍ରତି ଅତ୍ୟଧ୍ଵକ ମୁହଁବଢ଼ା ନୀତି ପାଇଁ ଅତ୍ୟାଚାରିତ ହୋଇଛନ୍ତି ।

(କ) କବି ପରିଚୟ :

ପ୍ରାଣବନ୍ଧୁ କର ୧୯୧୪ ମସିହାରେ କଟକ ଜିଲ୍ଲାର ଡମପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଏମ୍. ଏ. ପାଶ୍ କରିବାପରେ ସେ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ବିଭିନ୍ନ ସମୟରେ ବହୁ ଶିକ୍ଷାୟତନରେ ଅଧ୍ୟାପକ ଓ ଅଧ୍ଯକ୍ଷଭାବେ କାର୍ଯ୍ୟକରି ସଫଳତା ଅର୍ଜନ କରିଥିଲେ । ଅଧ୍ୟାପକ କରଙ୍କ ପୂର୍ଣାଙ୍ଗ ନାଟ୍ୟସୃଷ୍ଟି ସୀମିତ । ମାତ୍ର ସେହି ସୀମିତ ସୃଷ୍ଟି ମଧ୍ୟରେ ସିଦ୍ଧି ତାଙ୍କର ଅସୀମ । ସାମାନ୍ୟ କେତେଖଣ୍ଡ ନାଟକ, ତାଙ୍କ ନାଟ୍ୟ ଜୀବନର ମହାନ୍ ଅବଦାନ ଭାବରେ ସ୍ଵୀକୃତି ଲାଭ କରିଅଛି । ‘ଅଶାନ୍ତ’ ନାଟକ ହେଉଛି ତାଙ୍କଦ୍ୱାରା ରଚିତ ଏକ ସଫଳ ପୂର୍ଣ୍ଣାଙ୍ଗ ନାଟକ । ସେହି ନାଟ୍ୟ ସୃଷ୍ଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ନାଟ୍ୟକାର କର ବିଧ୍ଵବଦ୍ଧ ଭାବେ ପୂର୍ଣ୍ଣାଙ୍ଗ ନାଟକ ଲେଖିବାରେ ଯେତେ ପରିଚିତ ନୁହଁନ୍ତି, ତା’ଠାରୁ ଅଧ‌ିକ ପରିଚିତ ହୋଇଛନ୍ତି, ତାଙ୍କିକା ସ୍ରଷ୍ଟା ଭାବରେ । ତଥାପି ‘ଶ୍ଵେତପଦ୍ମା’ ପାଇଁ ସେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି । ତାଙ୍କଦ୍ବାରା ରଚିତ ଏକାଙ୍କିକାଗୁଡ଼ିକ ଏକାଙ୍କିକା ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ଭାବରେ ପ୍ରକାଶିତ ହୋଇଛି । ସେହି ଏକାଙ୍କିକାଗୁଡ଼ିକ ହେଉଛି – ‘ଶୋଭାବର୍ଦ୍ଧନ’, ‘ମହ୍ୟା’, ‘ପାଗଳ ଜନତାର ବାହାରେ’, ‘ଦଶବର୍ଷ ପରେ’, ‘ବାସ୍ତବ’, ‘ପ୍ରବୀର ଦାସ’, ‘ଶିଳ୍ପୀର ମୃତ୍ୟୁ’, ‘କିଛି ନାହିଁ ସେଥ‌ିରେ’, ‘ଶିଶୁ’, ‘ସନ୍ଧ୍ୟା ଆସରର ଭୂତ’, ‘ରାମଚନ୍ଦ୍ରର ସାଧନା’, ‘ସ୍ନାୟୁ ସଂହାର’, ‘ଦୁଃଖାବଲୋକନ’ ।
ଓଡ଼ିଆ ଏକାଙ୍କିକା ରଚନା କ୍ଷେତ୍ରରେ ଅଧ୍ୟାପକ ପ୍ରାଣବନ୍ଧୁ କର ସବୁଦୃଷ୍ଟିରୁ ସଫଳତା ଅର୍ଜନ କରିଛନ୍ତି । ବାସ୍ତବଧର୍ମୀ ଏକାଙ୍କିକା ରଚନା କରିବା କ୍ଷେତ୍ରରେ ଅସାଧାରଣ ସିଦ୍ଧି ରହିଛି । ସର୍ବୋପରି ଛୋଟ ନାଟକ ବା ଏକାଙ୍କିକା ରଚନାରେ ଅଧ୍ୟାପକ କର ଯେଉଁ ସଫଳତା ଅର୍ଜନ କରିଛନ୍ତି, ତାହା ସବୁ ଦିଗରୁ ଉନ୍ନତ ମାନର, ଏଥିରେ ସନ୍ଦେହ ନାହିଁ ।

(ଖ) ଏକାଙ୍କିକାର ସାରକଥା :

‘ଅତ୍ୟାଚାରିତ’ ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଭିନ୍ନ ସ୍ବାଦର ଏକାଙ୍କିକା । ଏଥୁରେ ନାଟ୍ୟକାର ଯେଉଁ କେତୋଟି ଚରିତ୍ରର ବର୍ଣ୍ଣନା ଦେଇଛନ୍ତି, ସେଥ‌ିରେ ସେମାନଙ୍କର ମନସ୍ତାତ୍ତ୍ଵିକ ଦିଗକୁ ଅତି ସୂଚନାତ୍ମକ ଭାବେ ପ୍ରକାଶ କରିଛନ୍ତି । ଯେଉଁମାନେ ଯେଉଁ ସ୍ତରରେ ରୁହନ୍ତୁନା କାହିଁକି, ସମସ୍ତଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ଓ କର୍ତ୍ତବ୍ୟ କରିବା ଉଚିତ । କୌଣସି ସମୟରେ ଏକଦେଶଦର୍ଶୀ ମନୋଭାବ ପୋଷଣ କରିବା ଉଚିତ ନୁହେଁ । ଅନ୍ୟ ପ୍ରତି କର୍ଭବ୍ୟ ନକରି କେବଳ ନିଜର ଅଧିକାର ଜାହିର କଲେ, ଉପଯୁକ୍ତ ବ୍ୟବହାର ମିଳିନଥାଏ । ଉପଯୁକ୍ତ ବ୍ୟବହାର ନମିଳିଲେ, ଜଣେ ନିଜକୁ ଅତ୍ୟାଚାରିତ ବୋଲି ମନେକରିଥାଏ । ଏକାଙ୍କିକାର ନାୟକ ବ୍ରଜବିହାରୀ ବାବୁ । ମାସରେ ୨୦ ଦିନ ଟୁର୍‌ରେ ରହନ୍ତି ।

ଅଫିସ୍ କାମ କରି ଆଉ ଦଶଦିନ ନାହିଁ । ଫଳରେ ପରିବାରର ସଦସ୍ୟଙ୍କଠାରୁ ଅନୁରୂପ ଭାବେ ସେ ଉପଯୁକ୍ତ ବ୍ୟବହାର, ସହାନୁଭୂତି କିମ୍ବା ସେବା ପାଆନ୍ତି ନାହିଁ । ବରଂ ସେ ଅତ୍ୟାଚାରିତ ହେଉଛନ୍ତି ବୋଲି ମନେକରିଥା’ନ୍ତି । ସେହିପରି ତାଙ୍କ ସ୍ତ୍ରୀ ବନମାଳା, ଚାକର ଜନାର୍ଦ୍ଦନ, ଭାଇ ରାଜେନ୍ଦ୍ର, ଟିଉସନ୍ ମାଷ୍ଟ୍ର ଆଦି ମାନସିକ ସନ୍ତୁଳନର ଶିକାର ହୋଇ ଅନ୍ୟ ଉପରେ ଦୋଷାରୋପ କରନ୍ତି । ସେମାନେ ଅତ୍ୟାଚାରିତ ହେଉଛନ୍ତି ବୋଲି ମନେକରନ୍ତି ଏବଂ ସେଥୁରୁ ମୁକ୍ତି ପାଇବାପାଇଁ ବିଭିନ୍ନ ସଂଘ ଗଠନ କରିଥା’ନ୍ତି ।

ଏକାଙ୍କିକାର ପ୍ରଥମ ଦୃଶ୍ୟରେ ଦେଖା ଦେଇଛନ୍ତି ବ୍ରଜବିହାରୀ ପତି, ଡେପୁଟି ମାଜିଷ୍ଟ୍ରେଟ୍ ଓ କଲେକ୍ଟର । ବୟସ ଚାଳିଶ, ସ୍ୱାସ୍ଥ୍ୟବାନ୍, ଗୌରବର୍ଣ୍ଣ, କୁଞ୍ଚୁକୁଞ୍ଚିଆ ବାଳ, ଆଖିରେ ଚଷମା । ସେ ପହଞ୍ଚୁଛନ୍ତି ତାଙ୍କର ବୈଠକଖାନାରେ । ପଛରେ ଆସିଛି କୁଲି । କୁଲି ସୁକେଶ ଓ ବେଜିଂ ଗ ଆଶ୍ୱସ୍ତ ହେବାକୁ ଚେଷ୍ଟା କରିଛନ୍ତି । ଟେବୁଲ୍ ଉପରେ ଥିବା ଖବରକାଗଜ ଉପରେ ଆଖି ବୁଲେଇ ନେଲାବେଳେ ଦେଖିଛନ୍ତି,. ତାଙ୍କରି ନାମରେ ନିରୁଦ୍ଦଶ ସମ୍ବାଦଟି ବାହାରିଛି । ତାଙ୍କର ପତ୍ନୀ ବନମାଳା, ତାଙ୍କର ପୂର୍ବ ପରିଚୟ ଦେଇ ଲେଖିଛନ୍ତି, ଯଦି କୌଣସି ଦୟାଶୀଳା ନାରୀ ମୋର ସ୍ଵାମୀଙ୍କୁ ପାଇଥାନ୍ତି, ତେବେ ତାଙ୍କୁ ସେ ନିଜର, ସମ୍ପରି ଭାବରେ ଅଧିକାର ନକରି ଦୟାକରି ନିମ୍ନଲିଖ ଠିକଣାରେ ଫେରସ୍ତ ଦେବେ । ତଳେ ନିଜର ଠିକଣା ଲେଖିଛନ୍ତି । ବ୍ରଜବିହାରୀ ବାବୁ ଏଭଳି ଖବର ପଢ଼ି ଅସ୍ଥିର ହୋଇ ପଡ଼ିଛନ୍ତି । ତାଙ୍କର ଚାକର ଦନେଇକୁ ଡାକିଛନ୍ତି ।

ବିରକ୍ତି ପ୍ରକାଶ କରି କହିଛନ୍ତି, ‘ଏ ଘରେ ସମସ୍ତେ ମରିଗଲେଣି ନା କ’ଣ ?’ ଦନେଇ କହିଛି, ସମସ୍ତେ ବଞ୍ଚୁଛନ୍ତି । ବାବୁଙ୍କୁ ଯେଭଳି ମର୍ଯ୍ୟାଦା ଦେବାକଥା, ସେ ସେପରି ନକରି ବରଂ ଯୁକ୍ତି କରିଛି । ତାକୁ ଦନେଇ ନଡାକି ବରଂ ଜନାର୍ଦ୍ଦନ ବାବୁ ବୋଲି ଜନାର୍ଦ୍ଦନ ନିଜର ମର୍ଯ୍ୟାଦା ଦେଇ ଡାକିବାକୁ କହିଛି । ବ୍ରଜବିହାରୀ ରାଗିଗଲେ ମଧ୍ୟ ସେ ଡରିଯାଇ ନାହିଁ । ବରଂ କହିଛି, ନାହିଁ ବୋଲି ବୁଝାଇଛି । ବ୍ରଜବିହାରୀବାବୁ ବାଧ୍ୟ ହୋଇ ଚାକର ଦନେଇକୁ ଜନାର୍ଦ୍ଦନ ବୋଲି ଡାକିଛନ୍ତି । ତାଙ୍କ ସଂଘରେ କ’ଣ କ’ଣ ସବୁ ଆଇନ ପାଶ୍ ହୋଇଛି ବୋଲି ପଚାରିଛନ୍ତି । ଦନେଇ କହିଛି, ସେମାନେ ଚାକର ହେଲେ ବି ବାବୁମାନେ ଯେମିତି ଖାଇବେ, ଯେମିତି ପିନ୍ଧିବେ, ଯେମିତି ଶୋଇବେ, ସେମାନେ ସେହିଭଳି ଚଳିବେ । ପୁନଶ୍ଚ ସେମାନେ ଆଉ ସବୁବେଳେ କାମ କରିବେ ନାହିଁ ।

ଚାକରମାନଙ୍କୁ ବାହାର କରିବାକୁ ହେଲେ ସଂଘର ସେକ୍ରେଟେରୀ ନିକଟକୁ ଦରଖାସ୍ତ ଦେବାକୁ ହେବ । ସେକ୍ରେଟେରୀ ଘଟଣାର ତଦନ୍ତ କରିବେ । ଯଦି ଚାକରର ଦୋଷ ହୋଇଥବ, ତାହେଲେ ସେକ୍ରେଟେରୀ ହୁକୁମ ଦେଲେ ବାବୁ ଚାକରକୁ ତଡ଼ି ଦେଇପାରିବେ । ଏହାବ୍ୟତୀତ ଚାକରକୁ ମନଇଚ୍ଛା ତଡ଼ିପାରିବେ ନାହିଁ । ବ୍ରଜବାବୁ ଦନେଇକୁ ବାବୁ ବୋଲି ସମ୍ବୋଧନ କରି କହିଛନ୍ତି ମା’ଙ୍କୁ ଡାକି ଦେବାପାଇଁ । ମାତ୍ର ଦନେଇ ସେଥିରେ ମଧ୍ୟ ରାଜି ହୋଇନାହିଁ । କାରଣ ତା’ର ଟାଇମ୍ ହୋଇଗଲାଣି । ସକାଳ ସାତଟାରୁ ଦିନ ପାଞ୍ଚଟା ପର୍ଯ୍ୟନ୍ତ ସେ କାମ କରିବ । ପାଞ୍ଚଟା ପରେ ସେ ବୁଲିବ । ଥୁଟର ବା ସିନେମା ଦେଖିବ । ରାତି ବାରଟା ଆଗରୁ ଘରକୁ ଫେରିବ । ବାବୁ କିମ୍ବା ବାବୁଆଣୀ ତା’ର ଫେରିବା ବାଟକୁ ଜଗି ବସିଥ‌ିବେ । ଏତିକି କହି ଦନେଇ ବାହାରକୁ ଯିବାକୁ କହିଛି । ବ୍ରଜବାବୁ ଜାଣିଛନ୍ତି ଚାକର ସଂଘର ସେକ୍ରେଟେରୀ ନିଜେ ଜନାର୍ଦ୍ଦନ ବେହେରା ।

ବ୍ରଜବାବୁ କାଗଜ ବାହାର କରି ଦନେଇ ବେହେରାକୁ ଚାକିରିରୁ ବାହାର କରିବାପାଇଁ ଦରଖାସ୍ତ ଦେଇଛନ୍ତି । ଦନେଇ ବେହେରା ସେହି ଦରଖାସ୍ତକୁ ଚାକର ସଂଘରେ ପକାଇବେ ବୋଲି କହି ସେଠାରୁ ଚାଲିଯାଇଛି । ଦନେଇ ଗଲାପରେ ସେଠାରେ ପହଞ୍ଚିଛନ୍ତି ବନମାଳା । ଆଧୁନିକ ସାଜସଜାରେ ସେ ସଜ୍ଜିତା । ସ୍ଵାମୀଙ୍କୁ ଦେଖି କୌଣସି ପ୍ରକାର ଆଗ୍ରହ ପ୍ରକାଶ କରିନାହାଁନ୍ତି । ବ୍ରଜବାବୁ ଅନେକ ବେଳୁ ଆସିଲେଣି । ଅଭ୍ୟର୍ଥନା ପାଇଁ ଘରେ କାହାକୁ ପାଇନାହାଁନ୍ତି ବୋଲି କହିଛନ୍ତି । ହେଲେ ସ୍ତ୍ରୀ ହିସାବରେ ବନମାଳା କୌଣସି ପ୍ରକାର ସହାନୁଭୂତି ପ୍ରକାଶ କରିନାହାଁନ୍ତି । ବରଂ କହିଛନ୍ତି, ଘରେ କେହି ନରହିବା ସ୍ଵାଭାବିକ । କାରଣ ସପ୍ତାହକ ପାଇଁ ଟୁର୍‌ରେ ଯାଇ, ଦୁଇମାସ ପରେ ସେ ଫେରିଛନ୍ତି ।

ପଡ଼ିଛି । ବ୍ରଜବାବୁ ତାଚ୍ଛଲ୍ୟ କଲାଭଳି କହିଛନ୍ତି – ‘ତମର advertisement ପଢ଼ି କୌଣସି kind lady ମତେ ପାଇ ତମ ପାଖକୁ deliver କରି ନାହାଁନ୍ତି ।’’ ବରଂ ସେ ବନ୍ୟା ଅଞ୍ଚଳକୁ ଯାଇଥିଲେ । ଯାଜପୁରର ବନ୍ୟାଞ୍ଚଳ ଅବସ୍ଥା ଏତେ ଖରାପ ହୋଇଥିଲା ଯେ ସେଠାରୁ ଫେରିବା ସମ୍ଭବ ହୋଇନଥିଲା କିମ୍ବା ସେଠାରୁ ଡାକ ଆସିବା ସମ୍ଭବ ନଥିଲା ବୋଲି ସେ କହିଥିଲେ । ବନମାଳା ନିଜର ଅମୂଳକ ଅନୁମାନ ପାଇଁ କୌଣସି ପ୍ରକାର ଶୋଚନା କରି ନାହାଁନ୍ତି । ବରଂ ଆକ୍ଷେପ କଲା ଭଳି ‘‘ଆଜିକାଲି କୌଣସି ପୁରୁଷ ନିରୁଦ୍ଦଶ ହେବା ଅର୍ଥ କୌଣସି ନା କୌଣସି ନାରୀର କବଳରେ ନିଶ୍ଚୟ ପଡ଼ିଥ‌ିବ ।’’ ବ୍ରଜବାବୁ ବନମାଳାଙ୍କ ପ୍ରତି ବିରକ୍ତି ପ୍ରକାଶ କରି ନାରୀ ସ୍ଵାଧୀନତା ଓ ଶିକ୍ଷାକୁ ନାରୀ ସ୍ଵେଚ୍ଛାଚାରିତା ବୋଲି ସୂଚନା ଦେଇଛନ୍ତି ।

ବନମାଳା ବ୍ରଜବାବୁଙ୍କ କୌଣସି ପ୍ରକାର ବିହୁପକୁ ଖାତିର କରି ନାହାଁନ୍ତି। ବ୍ରଜବାବୁଙ୍କୁ ସେ କୌଣସି ପ୍ରକାର ଅଭ୍ୟର୍ଥନା କରିପାରିବେ ନାହିଁ ବୋଲି ସଫା ସଫା ମନା କରିଛନ୍ତି । ବରଂ ସେ ଗୃହଲକ୍ଷ୍ମୀ ସମିତି ସଭାକୁ ଯାଉଛନ୍ତି ବୋଲି କହିଛନ୍ତି ଏବଂ ଘରେ ସାନପୁଅ ଟୁଲୁକୁ କ୍ଷୀର ପିଆଇଦେବ ଏବଂ ବଡ଼ପୁଅ କୁଲୁକୁ ପଢ଼ି ସାରିଲେ ଜଳଖିଆ ଦେଇ ଦେବ ବୋଲି ବରାଦ କରିଛନ୍ତି ।

ଘଣ୍ଟା ଦେଖି ସମୟ ହୋଇଗଲାଣି ବୋଲି କହି ବନମାଳା ସେଠାରୁ ଚାଲିଯାଇଛନ୍ତି । ବ୍ରଜବାବୁ ବନମାଳାଙ୍କର ବ୍ୟବହାରରେ ବିସ୍ମିତ ହୋଇଛନ୍ତି । ଏହି ସମୟରେ, ହୁଇସିଲ୍ ବଜାଇ ବଜାଇ ଭିତର ଆଡୁ ତାଙ୍କର ସାନଭାଇ ରାଜେନ୍ଦ୍ର ପ୍ରବେଶ କରିଛି । ବଡ଼ଭାଇ ଥିଲେ ମଧ୍ୟ କୌଣସି ପ୍ରକାର ସଂକୋଚ ପ୍ରକାଶ କରିନାହିଁ । ବରଂ ତା’ର ଏପରି ବେଖାତିର ଢଙ୍ଗକୁ ବ୍ରଜବାବୁ ସହି ପାରିନାହାଁନ୍ତି । ସେ ରାଜେନ୍ଦ୍ରକୁ ଡାକିଛନ୍ତି । ଦୁଇମାସ ଭିତରେ ଅଭଦ୍ର ହୋଇ ଗଲାଣି ବୋଲି ତାକୁ ସେ କହିଛନ୍ତି । ରାଜେନ୍ଦ୍ର ଭାଇଙ୍କର କୌଣସି କଥାକୁ ଖାତିର କରି ନାହିଁ । ବରଂ ଛାତ୍ରସଂଘର ଆଇନ ବୋଲି କହିଛି । ଅଧ୍ୟାପକ କିମ୍ବା ଶିକ୍ଷକମାନେ ତାଙ୍କୁ କିଛି କହି ପାରିବେନି ବୋଲି ଦମ୍ଭର ସହିତ ପ୍ରକାଶ କରିଛି । ପରୀକ୍ଷାରେ ଫେଲ୍ ହେଲେ ମଧ୍ୟ, ସେମାନଙ୍କୁ Sent up କିମ୍ବା କ୍ଲାସ୍ ପ୍ରମୋଶନ ଦିଆଯିବ ।

ଲେଡ଼ି ଷ୍ଟୁଡେଣ୍ଟମାନେ କ୍ଲାସ୍‌ରେ ଅଲଗା ନବସି, ଛାତ୍ରମାନଙ୍କ ସହିତ ଗୋଟିଏ ସିଟ୍‌ରେ ବସିବେ ବୋଲି କହିଛି । ଆସନ୍ତା କାଲି ପରୀକ୍ଷା ଥିଲେ ମଧ୍ୟ ସେ ସିନେମା ବ୍ରଜବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତାଙ୍କର ଦୁଇମାସ ଅନୁପସ୍ଥିତିରେ ସମସ୍ତେ କିଭଳି ପରିବର୍ତ୍ତନ ହୋଇଛନ୍ତି । ଚାକର ସଂଘ, ନାରୀ ସଂଘ, ଛାତ୍ରସଂଘ ନାମରେ ନିଜ କାମ ନିଜେ ନକରି ସ୍ଵେଚ୍ଛାଚାରୀ ଭାବ ପ୍ରକାଶ କରିଛନ୍ତି । ଏହି ସମୟରେ ଘରଭିତରୁ ବାହାରି ଆସିଛନ୍ତି, ବଡ଼ପୁଅକୁ ପଢ଼ାଇବାକୁ ଆସୁଥ‌ିବା ଶିକ୍ଷକ । ବ୍ରଜବାବୁ ବିରକ୍ତି ପ୍ରକାଶ କରି, ମାଷ୍ଟ୍ରେ ତମରି କିଛି ସଂଘ ଫଙ୍ଗ ନାହିଁ, ବୋଲି କହିବାରୁ ଶିକ୍ଷକ ମଧ୍ଯ ଅନ୍ୟମାନଙ୍କ ଭଳି ବେଖାତିର ଭାବ ପ୍ରକାଶ କରିଛି । ‘Low-paid Teacher’s Association’ ନିଷ୍ପତ୍ତି ଅନୁଯାୟୀ ସେ ୫୦ ମିନିଟ୍ ପଢ଼ାଇ ସାରିଛି । ଆଉ ଅଧ‌ିକ ସମୟ ରହିପାରିବ ନାହିଁ । ସେ ପିଲାଙ୍କୁ ବୁଝାଇ ସୁଝାଇ ପାଠ ପଢ଼ାଇ ପାରିବେ ନାହିଁ । କେବଳ ନୋଟ୍ ଡାକି ପିଲାଙ୍କୁ ପରୀକ୍ଷାପାଇଁ ଏବଂ ସେମାନଙ୍କୁ ଅଧିକ ଟିଉସନ୍ ମିଳିବ ।

ଶିକ୍ଷକ ଜଣଙ୍କ ନମସ୍କାର କରି ଚାଲିଯିବା ପରେ, ବ୍ରଜବାବୁ ବ୍ୟସ୍ତ ହୋଇ ପଡ଼ିଛନ୍ତି । ମାସ ଦୁଇଟାରେ ସବୁକିଛି ଯେପରି ବଦଳି ଯାଇଛି ବୋଲି ସେ ଅନୁଭବ କରିଛନ୍ତି ।
ଏକାଙ୍କିକାର ଦ୍ଵିତୀୟ ଦୃଶ୍ୟରେ ବ୍ରଜବାବୁ ପହଞ୍ଚୁଛନ୍ତି ‘‘ଅତ୍ୟାଚାରିତ ସ୍ଵାମୀ ସଂଘ’’ରେ । ସେଠାରେ ଥ‌ିବା ବିନୋଦବାବୁଙ୍କ ସହିତ ତାଙ୍କର ଦେଖା ହୋଇଛି । ସେ କିପରି ପତ୍ନୀଙ୍କ ଅତ୍ୟାଚାରରୁ ମୁକ୍ତି ପାଇବେ, ସେଥ‌ିପାଇଁ ନିଜର ଦୁଃଖ ଜଣାଇଛନ୍ତି । ବ୍ୟବସ୍ଥାପାଇଁ ତାଙ୍କୁ ଶହେଟଙ୍କା ଦେବାକୁ ପଡିଛି । ଟଙ୍କା ଦେବାପରେ ଶିବରାମ ବାବୁ ମନସ୍ତତ୍ତ୍ବବିତ୍ ଭାବରେ ବ୍ରଜବାବୁଙ୍କ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ରଜବାବୁ ମଧ୍ୟ ତାଙ୍କ ପାରିବାରିକ ଜୀବନ ସମ୍ପର୍କରେ ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି । ଶେଷରେ ଶିବରାମବାବୁ ଜାଣିପାରିଛନ୍ତି, ଯାହାକିଛି ଘଟଣା ଘଟିଛି, ସେଥ‌ିପାଇଁ ଦାୟୀ ହେଉଛନ୍ତି ନିଜେ ବ୍ରଜବାବୁ । କାରଣ ଅଫିସ୍ କାମ କରିବାକୁ ଯାଇ ସେ ନିଜର ସଂସାର ପ୍ରତି ଅବହେଳା କରିଛନ୍ତି । ସ୍ତ୍ରୀ ମନସ୍ତତ୍ତ୍ଵ ବୁଝିବାରେ ସେ ଅକ୍ଷମ ।

CHSE Odisha Class 11 Odia Solutions Chapter 10 ଅତ୍ୟାଚାରିତ

ବ୍ରଜବାବୁ ନିଜ ପତ୍ନୀକୁ ଜବତ କରିବାପାଇଁ ଅନ୍ୟ କୌଣସି ମହିଳାଙ୍କ ସହିତ ଗପସପ, ମିଳାମିଶା କରିବାକୁ ପଡ଼ିବ ବୋଲି ଶିବରାମ ବାବୁ ପରାମର୍ଶ ଦେଇଛନ୍ତି । ଅତ୍ୟାଚାରିତ ସ୍ଵାମୀ ପରିବାରରେ ଶାନ୍ତି ଶୃଙ୍ଖଳା ଆଣିବାପାଇଁ, ପାରିବାରିକ ଥଇଥାନ ସମିତିର ସାହାଯ୍ୟ ନେବାକୁ ପଡ଼ିବ ବୋଲି କହିଛନ୍ତି । ସବୁକଥା ଶୁଣିସାରିବା ପରେ ବ୍ରଜବାବୁ ଫେରିଯିବାକୁ ବସିଛନ୍ତି । ସେହି ସମୟରେ ପହଞ୍ଚିଛନ୍ତି ଅନାଦି ବାବୁ । ଅନାଦି ବାବୁ ମଧ୍ଯ ପାରିବାରିକ ଦୁଶ୍ଚିନ୍ତାରେ ରହିଛନ୍ତି ବୋଲି କହିଛନ୍ତି । ବ୍ରଜବାବୁ ପରିବାର ପ୍ରତି ଅବହେଳା କଲାବେଳେ, ଅନାଦିବାବୁଙ୍କର ପରିବାର ପ୍ରତି ଅତିଶୟ ଆସକ୍ତି ତାଙ୍କ ସ୍ତ୍ରୀ ହୋଇଛନ୍ତି ସ୍ୱେଚ୍ଛାଚାରୀ । ଏପରିକି ଅନ୍ୟ ପୁରୁଷମାନଙ୍କ ସହିତ ସେ ଅବାଧ ମିଳାମିଶା କରନ୍ତି ।

ତେଣୁ ସେ ମଧ୍ୟ ‘ଅତ୍ୟାଚାରିତ ସ୍ଵାମୀ ସଂଘ’ର ସାହାଯ୍ୟ ନେଇଛନ୍ତି । ବ୍ରଜବାବୁ ଫେରିଗଲାବେଳେ, ଝଡ଼ ବେଗରେ ପହଞ୍ଚିଛନ୍ତି ବନମାଳା ଦେବୀ । ବନମାଳା ଦେବୀ ବ୍ରଜବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ବ୍ରଜବାବୁଙ୍କୁ ତାଙ୍କ ସ୍ତ୍ରୀଙ୍କ ଅତ୍ୟାଚାରରୁ ମୁକ୍ତ କରିବେ ବୋଲି ଦାୟିତ୍ଵ ନେଇଛନ୍ତି । ସମିତିର ଚେୟାରମ୍ୟାନ୍ ଯେ ବନମାଳା ଦେବୀ ତାଙ୍କର ସହଧର୍ମିଣୀ ବୋଲି ବିନୋଦବାବୁ ଓ ଅନାଦି ବାବୁଙ୍କୁ ସେ କହିଛନ୍ତି । ବିନୋଦବାବୁ ଓ ଅନାଦିବାବୁ ଏହାଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

Odisha State Board CHSE Odisha Class 12 Foundation of Education Solutions Chapter 5 ଜନ୍ ନ୍ୟୁଇ Questions and Answers.

CHSE Odisha 12th Class Education Solutions Chapter 5 ଜନ୍ ନ୍ୟୁଇ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଜନ୍ ଡ୍ୟୁଇ କେବେ ଜନ୍ମ ଗ୍ରହଣ କରିଥିଲେ?
(i) ୧୮୪୯
(ii) ୧୮୫୯
(iii) ୧୮୬୯
(iv)୧୮୧୮
Answer:
(ii) ୧୮୫୯

2. ଜନ୍ ଡ୍ୟୁଇ କେଉଁ ଦେଶର ଦାର୍ଶନିକ ଅଟନ୍ତି ?
(i) ଭାରତ
(ii) ରୁଷିଆ
(iii) ଅଷ୍ଟ୍ରେଲିଆ
(iv) ଆମେରିକା
Answer:
(iv) ଆମେରିକା

3. ଜନ୍ ଡ୍ୟୁଇ କେଉଁ ବିଶ୍ଵବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ?
(i) ହାଭାର୍ଙ
(ii) କେମ୍ବ୍ରିଜ୍
(iii) ଭରମଣ୍ଟ
(iv) କେଉଁଟି ନୁହେଁ
Answer:
(iii) ଭରମଣ୍ଟ

4. ଜନ୍ ନ୍ୟୁଇ କେବେ କଲମ୍ବିଆ ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଯୋଗ ଦେଇଥିଲେ ?
(i) ୧୯୧୪
(ii) ୧୯୩୦
(iii) ୧୯୦୪
(iv) ୧୯୧୫
Answer:
(iii) ୧୯୦୪

5. ଜନ୍ ଡ୍ୟୁଇ ଗବେଷଣାମୂଳକ ବିଦ୍ୟାଳୟ କେବେ ପ୍ରତିଷ୍ଠା କରିଥିଲେ ?
(i)୧୮୯୬
(ii)୧୮୯୦
(iii) ୧୮୮୦
(iv) ୧୮୭୦
Answer:
(i)୧୮୯୬

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

6. ଜନ୍ ଡ୍ୟୁଇଙ୍କର କର୍ମଭିତ୍ତିକ ଶିକ୍ଷା କେଉଁ ଭାରତୀୟଙ୍କ ଶିକ୍ଷା ଦର୍ଶନରେ ପ୍ରତିଫଳିତ ହୁଏ ?
(i) ଅରବିଦ
(ii) ରବୀନ୍ଦ୍ରନାଥ
(iii) ମହାତ୍ମା ଗାନ୍ଧି
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ମହାତ୍ମା ଗାନ୍ଧି

7. ନମନୀୟ ପାଠ୍ୟକ୍ରମର କିଏ ଜଣେ ଦୃଢ଼ ସମର୍ଥକ ?
(i) ରବୀନ୍ଦ୍ରନାଥ
(ii) ଶ୍ରୀଅରବିନ୍ଦ
(iii) ଜନ୍ ଡ୍ୟୁଇ
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ଜନ୍ ଡ୍ୟୁଇ

8. କିଏ କହନ୍ତି, ‘ଶିକ୍ଷକ ଏକାଧାରରେ ଜଣେ ଯୋଜନା ପ୍ରସ୍ତୁତକାରୀ, ପଥପ୍ରଦର୍ଶକ, ଉପଦେଷ୍ଟା ତଥା ନିରୀକ୍ଷକ ଅଟନ୍ତି ?
(i) ଜନ୍ ନ୍ୟୁଇ
(ii) ମହାତ୍ମା ଗାନ୍ଧି
(iii) ଋଷା
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(i) ଜନ୍ ନ୍ୟୁଇ

9. “ଶିକ୍ଷା ହେଉଛି ଅଭିଜ୍ଞତାର ପୁନର୍ଗଠନ’’ – ଏହା କାହାର ଉକ୍ତି ?
(i) ଜନ୍ ଆଡ଼ାମସ୍
(ii) ଜନ୍ ନ୍ୟୁଇ
(iii) ଋଷୋ
(iv) ସ୍ପେନ୍ସର
Answer:
(ii) ଜନ୍ ନ୍ୟୁଇ

10. “ ଜନ୍ ନ୍ୟୁଇଙ୍କ ଶିକ୍ଷା ବ୍ୟବସ୍ଥାର ଅମୂର୍ଷ ଭାବନାର ସ୍ଥାନ ପାଇନାହିଁ “ – ଏହା ତାଙ୍କ ଶିକ୍ଷା ବ୍ୟବସ୍ଥାର କ’ଣ ଅଟେ ?
(i) ସୃରୁପ
(ii) ସପକ୍ଷ ମତ
(iii) ଧର୍ମବାଦ
(iv) କେଉଁଟି ନୁହେଁ
Answer:
(iii) ଧର୍ମବାଦ

11. ଜନ୍ ନ୍ୟୁଇଙ୍କ ପ୍ରୟୋଗବାଦ କାହାକୁ ବିରୋଧ କରେ ?
(i) ଆଦର୍ଶବାଦ
(ii) କର୍ମବାଦ
(iii) ବିପକ୍ଷ ମତ
(iv) ଏଗୁଡ଼ିକ ସମସ୍ତ
Answer:
(i) ଆଦର୍ଶବାଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଜନ୍ ଡ୍ରାଇ ______________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୬

2. _______________ ମସିହାରେ ଜନ୍ ନ୍ୟୁଇ ୟୁନିଭରସିଟି ଲାବୋରୋଟରୀ ସ୍କୁଲ ପ୍ରତିଷ୍ଠା କରିଥିଲେ ।
Answer:
୧୮୫୯

3. ୧୯୦୪ ମସିହାରେ ଜନ୍ ଡ୍ରାଇ ____________ ବିଦ୍ୟାଳୟର ଶିକ୍ଷା ଓ ଦର୍ଶନ ବିଭାଗର ମୁଖ୍ୟଭାବେ ନିଯୁକ୍ତି ପାଇଥିଲେ ।
Answer:
କଲମୃିଆ

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

4. ସମାଜ ଓ ବିଦ୍ୟାଳୟ (The Society and School)ର ଲେଖକ ____________ ।
Answer:
ଜନ୍ ଡ୍ୟୁଇ

5. ଜନ୍ ଡ୍ୟୁଇ ଜଣେ _____________ ଥିଲେ ।
Answer:
ପ୍ରୟୋଗବାଦୀ

6. __________ ଙ୍କ ମତରେ ଅଭିଜ୍ଞତାର ନିରବଚ୍ଛିନ୍ନ ପୁର୍ନଗଠନ ହେଉଛି ଶିକ୍ଷା ।
Answer:
ଜନ୍ ଡ୍ୟୁଇ

7. ଜନ୍ ଡୁଇଙ୍କର ଶିକ୍ଷାର ପ୍ରଥମ ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ

8. ଜନ୍ ଡୁଇଙ୍କର ଶିକ୍ଷାର ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ

9. ଜନ୍ ଡ୍ୟୁଇଙ୍କର ଶିକ୍ଷାର ତୃତୀୟ ସ୍ତରର ବୟସସୀମା____________ ।
Answer:
ଚାରି ବର୍ଷରୁ ବର୍ଷ

10. ଜନ୍ ଡ୍ୟୁଇ ___________ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।
Answer:
ପ୍ରୋଜେକ୍ଟ

11. ଜନ୍ ଡ୍ୟୁଇ ___________ ଶୃଙ୍ଖଳାକୁ ବିରୋଧ କରୁଥିଲେ ।
Answer:
ବାହ୍ୟ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଜନ୍ ଡ୍ରାଇ ଜଣେ ଆଦର୍ଶବାଦୀ ଥିଲେ ।
Answer:
ଜନ୍ ନ୍ୟୁଇ ଜଣେ ପ୍ରୟୋଗବାଦୀ ଥଲେ ।

2. ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଗ୍‌ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘ଆଦର୍ଶ’ ଅଟେ ।
Answer:
ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଜ୍‌ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘କ୍ରିୟାକରଣ’ ଅଟେ ।

3. ‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଉଇଲିୟମ୍ ଜେମ୍ସ ।
Answer:
‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଜନ୍ ନ୍ୟୁଇ ।

4. ପ୍ରୟୋଜନବାଦକୁ ଆଦର୍ଶବାଦ କୁହାଯାଏ ।
Answer:
ପ୍ରୟୋଜନବାଦକୁ ପ୍ରୟୋଗବାଦ କୁହାଯାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

5. ଜନ୍ ଡ୍ରାଇଙ୍କର ଦର୍ଶନରେ ଆଦର୍ଶବାଦର ଛାପ ପରିଲକ୍ଷିତ ହୋଇଥାଏ ।
Answer:
ଜନ୍ ଡ୍ୟୁଇଙ୍କର ଦର୍ଶନରେ ପ୍ରୟୋଗବାଦର ଛାପ ପରିଲକ୍ଷିତ ହୋଇଥାଏ ।

6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଦ୍ବିତୀୟ ସ୍ତର ୮ ବର୍ଷରୁ ୧୨ ବର୍ଷ ମଧ୍ୟରେ ଶିକ୍ଷାର୍ଥୀମାନେ ଅଧିକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।
Answer:
ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ତୃତୀୟ ସ୍ତର ୧୨ ବର୍ଷରୁ ଊର୍ଦ୍ଧ୍ବରେ ମଧ୍ଯରେ ଶିକ୍ଷାର୍ଥୀମାନେ ଅଧ୍ଯକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଜନ୍ ଡ୍ୟୁଇଙ୍କ ପ୍ରଣୀତ ଗୋଟିଏ ପୁସ୍ତକର ନାମ ଲେଖ ।
Answer:
ଜନ୍ ଡୁଇଙ୍କ ପ୍ରଣୀତ ଏକ ପୁସ୍ତକର ନାମ ‘ନିଶ୍ଚିତତାର ଅନ୍ଵେଷଣ’ ।

2. ଜନ୍ ଡ୍ୟୁଇ ଶିକ୍ଷକଙ୍କୁ କିପରି ଅଭିହିତ କରିଛନ୍ତି ?
Answer:
ଜନ୍ ଡ୍ୟୁଇ ଶିକ୍ଷକଙ୍କୁ ‘ପଥପ୍ରଦର୍ଶକ’ ଓ ‘ପରିବେଶ ନିୟନ୍ତ୍ରଣକାରୀ’ ରୂପେ ଅଭିହିତ କରିଛନ୍ତି ।

3. ଜନ୍ ଡ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ଲେଖ ।
Answer:
ଜନ୍ ନ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ହେଉଛି – ଶିକ୍ଷା ସକ୍ରିୟ, ଗବେଷଣାଲବ୍‌ଧ, ଆନନ୍ଦମୟ ଓ ପ୍ରୟୋଗବାଦୀ ହେବା ଦରକାର ।

4. ଜନ୍ ଡ୍ୟୁଇଙ୍କ ମତରେ ଶିଶୁର ଶିକ୍ଷା କାହା ମାଧ୍ୟମରେ ସମ୍ଭବ ହୋଇଥାଏ ?
Answer:
ତାଙ୍କ ମତରେ ଶିଶୁର ଶିକ୍ଷା ବାସ୍ତବ ଅଭିଜ୍ଞତା ମାଧ୍ୟମରେ ହିଁ ସମ୍ଭବ ହୋଇଥାଏ ।

5. ଡ୍ୟୁଇଙ୍କର କେଉଁ ତତ୍ତ୍ବ ତାଙ୍କର କରଣବାଦୀ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ?
Answer:
ତାଙ୍କର ‘ସକ୍ରିୟତା ତତ୍ତ୍ବ’ କରଣବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।

6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ତାଙ୍କ ମତରେ ଶିକ୍ଷାର ଅର୍ଥ ହେଉଛି, ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ’’ ।

7. ଡ୍ୟୁଇଙ୍କ ମତରେ ଦର୍ଶନର କାର୍ଯ୍ୟ କ’ଣ ?
Answer:
ତାଙ୍କ ମତରେ ଦର୍ଶନର କାର୍ଯ୍ୟ ହେଉଛି ଶିକ୍ଷାକୁ ପରୀକ୍ଷା କରି ତାକୁ ସାମାଜିକ ସ୍ତରରେ ଉପଯୋଗ କରିବା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜନ୍ ଡ୍ୟୁଇଙ୍କର ଲିଖ୍ ଦୁଇଟି ପୁସ୍ତକର ନାମ ଲେଖ ।
Answer:
ଜନ୍ ଡ୍ୟୁଇଙ୍କ ଲିଖ୍ ଦୁଇଟି ପୁସ୍ତକରେ ନାମ ହେଉଛି
(i) ‘ସମାଜ ଓ ବିଦ୍ୟାଳୟ’ ଏବଂ
(ii) ‘ଗଣତନ୍ତ୍ର ଏବଂ ଶିକ୍ଷା’ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

2. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କ ମତରେ ‘ଅଭିଜ୍ଞତାର ପୁନର୍ଗଠନ ହେଉଛି ଶିକ୍ଷା ।’ ପ୍ରତି ମୁହୂର୍ଭରେ ଆମେ ଶିକ୍ଷା ଅର୍ଜନ କରୁ ଏବଂ ତାକୁ ପରିବର୍ତ୍ତନ କରିଥାଉ ।

3. ଜନ୍ ଡ୍ୟୁଇଙ୍କ ଶିକ୍ଷାର ଦୁଇଟି ମୂଳତତ୍ତ୍ବ ଲେଖ ।
Answer:
(i) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ।
(ii) ଶିକ୍ଷା ହିଁ ସାମାଜିକ ପ୍ରକ୍ରିୟା ।

4. ଜନ୍ ନ୍ୟୁଇଙ୍କ ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
(i) ଶିକ୍ଷାର୍ଥୀକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପ୍ ଖୁଆଇ ଚଳିବାର ସାମର୍ଥ୍ୟ ପ୍ରଦାନ କରିବା ।
(ii) ସୁସ୍ଥ ଜୀବନଯାପନ ନିମନ୍ତେ ଶିକ୍ଷାର୍ଥୀର ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।

5. ଜନ୍ ଡ୍ୟୁଇଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ କେତୋଟି ସ୍ତରରେ ବିଭକ୍ତ କରିଛନ୍ତି ଓ କ’ଣ କ’ଣ ?
Answer:
ଜନ୍ ଡ୍ୟୁଇ ଶିକ୍ଷାଦାନ ବ୍ୟବସ୍ଥାକୁ ୩ଟି ସ୍ତରରେ ବିଭକ୍ତ କରିଛନ୍ତି; ଯଥା –
(i) ପ୍ରଥମ ଅବସ୍ଥା (୪ ବର୍ଷରୁ ୮ ବର୍ଷ)
(ii) ଦ୍ଵିତୀୟ ଅବସ୍ଥା (୮ ବର୍ଷରୁ ୧୨ ବର୍ଷ)
(iii) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊଦ୍ଧ)

6. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
(i) ଜନ୍ ଡ୍ୟୁଇ ଶିଶୁକୈନ୍ଦ୍ରିକ ଶିକ୍ଷା ଉପରେ ଗୁରୁତ୍ଵ ଦେଉଥିଲେ ।
(ii) ସେ ସମସ୍ୟା ସମାଧାନ ଏବଂ ପ୍ରକଳ୍ପ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।

7. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷକ କିପରି ହେବା ଉଚିତ ?
Answer:
ଜନ୍ ନ୍ୟୁଇଙ୍କ ମତରେ ଶିଶୁ ଅପରିପକ୍ବ ହେତୁ ଶିକ୍ଷକ ଶିଶୁର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଭାବରେ କାର୍ଯ୍ୟ କରିବା ଦରକାର । ଏହା ଶିଶୁର ବିକାଶ କ୍ଷେତ୍ରରେ ସାହାଯ୍ୟ କରିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) | ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର ଯେକୌଣସି ଦୁଇଟି ମୂଳତତ୍ତ୍ଵ ଆଲୋଚନା କର ।
Answer:
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କରୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ଦ! ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ବାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ବର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ଆଲୋଚନା କର ।
Answer:
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ଵ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ଏହାସତ୍ତ୍ବେ ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –

(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

4. ଜନ୍ ଡ୍ୟୁଇଙ୍କର ଶିକ୍ଷାର ସ୍ତରକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ୱାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ । ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ୍ଵ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ଚଳି ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ବଢ଼ିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ବ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ଵିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟାକରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

5. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ୱ ଦେଇଥା’ନ୍ତି; ଯଥା-

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

6. ଜନ୍ ଡ୍ୟୁଇଙ୍କର ଶିକ୍ଷାଜଗତକୁ ଅବଦାନ କ’ଣ ସଂକ୍ଷେପରେ ଲେଖ ।
Answer:
ଶିକ୍ଷାଜଗତକୁ ଜନ୍ ନ୍ୟୁଇଙ୍କର ଅବଦାନ ଅତୁଳନୀୟ । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ଡୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ ଏବଂ ଲକ୍ଷ୍ୟଗୁଡ଼ିକ ବୁଝାଅ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ ଥିଲେ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ଥିଲେ ଯଥାର୍ଥ ବାର୍ତ୍ତାବହ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ପ୍ରୟାସ କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା ! ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚି ରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଚନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ମଧ୍ୟ ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ । ତଥାପି ଜନ୍ ହ୍ୟୁଇ କେତୋଟି ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

ଜନ୍ ନ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ, ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ତଥାପି ଜନ୍ ନ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭ କରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ଵ ଲେଖ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ୱକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଶିକ୍ଷା ଦର୍ଶନର ସେ ଯଥାର୍ଥ ବାର୍ଭାବହ ।

ଜନ୍ ଡ୍ରାଇଙ୍କ ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ ନିମ୍ନରେ ଉଲ୍ଲେଖ କରାଗଲା ।
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences) – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭ କରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷା ଲାଭ କରେ । ଏହାଦ୍ୱାରା ବ୍ୟକ୍ତିର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process) – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷା ଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।

ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ଵର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

(୩) ଶିକ୍ଷା ହିଁ ଜୀବନ (Education is Life) – ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ବର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷା ଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।

ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।

(୪) ଶିକ୍ଷା ହିଁ ବୃଦ୍ଧି (Education is Growth) – ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି । ଏଥ‌ିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ ।

ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।

3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ସହ ପାଠ୍ୟକ୍ରମ ବିଷୟରେ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ବ ଦିଆ ନଯାଇପାରେ । ତଥାପି ଜନ୍ ଡ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଥା’ନ୍ତି ।

ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ବ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ବ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

4. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ସ୍ତର ଓ ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାରେ କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ଵାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ‌ିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ଚଳିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧି ହୋଇ ନରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ବିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସେ ସମୟରେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତି ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥ‌ିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି ।

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

6. ଜନ୍ ଡ୍ୟୁଇଙ୍କର ଆଧୁନିକ ଶିକ୍ଷା ପ୍ରତି ଥ‌ିବା ଅବଦାନଗୁଡ଼ିକ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ସେ ମତ ଦେଇଥିଲେ ।

ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଯାହା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ ଶିକ୍ଷକ ଶିକ୍ଷାର୍ଥୀରେ ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ନ୍ୟୁଇଙ୍କର ଶିକ୍ଷା କ୍ଷେତ୍ରକୁ ଯେଉଁ ସୁଖଦ ଅବଦାନଗୁଡ଼ିକ ଅଛି ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାର ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଜନ୍ ନ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ବାର୍ତ୍ତାବହ ।

କାବନା (Life History):
ଜନ୍ ନ୍ୟୁଇ ଭରମଣ୍ଟର କର୍ଲିଙ୍ଗଟନ୍‌ରେ ୧୮୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଚଣ୍ଡ ଧୀଶକ୍ତିସମ୍ପନ୍ନ ଛାତ୍ର ଥିଲେ । ୧୮୭୯ ମସିହାରେ ଭରମଣ୍ଟ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି ସେହି ୧୮୭୯ ମସିହାରେ ଶିକ୍ଷାକତା ବୃତ୍ତି ଅବଲମ୍ବନ କରିଥିଲେ । ପରେ ଉଚ୍ଚଶିକ୍ଷାରେ ଜନ୍ ହପକିନ୍ସ ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହ ଦର୍ଶନରେ ପି.ଏଚ୍.ଡି. ଶେଷ କରି ମିନେସୋଟା, ମିଚିଗାନ୍ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଭିଜ୍ଞ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୧୯୦୪ରେ ଶିକ୍ଷା ଏବଂ ଦର୍ଶନ ବିଭାଗର ମୁଖ୍ୟଭାବେ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ଅବସ୍ଥାପିତ ହେଲେ । ତାଙ୍କର ଉଦ୍ୟମରେ ଚିକାଗୋରେ ୧୮୯୬ ମସିହାରେ ‘‘ୟୁନିଭରସିଟି ଲାବରୋଟୋରି ସ୍କୁଲ’’ ପ୍ରତିଷ୍ଠା କଲେ ।

ତାଙ୍କଦ୍ୱାରା ଲିଖ୍ ‘ସମାଜ ଓ ବିଦ୍ୟାଳୟ’’ (The Society and School), ଗଣତନ୍ତ୍ର ଓ ଶିକ୍ଷା (Democracy and Education), ମୋର ଶିକ୍ଷାବିଜ୍ଞାନ ନୀତି (My Pedagogic Creed) ଆଦି ପୁସ୍ତକମାନ ସମାଜ ପାଇଁ ଅମୂଲ୍ୟ ଦାନ । ବିଶେଷକରି ଜନ୍ ଡ୍ୟୁଇ ଶିକ୍ଷା, ଶିକ୍ଷାର୍ଥୀ ଏବଂ ଶିକ୍ଷାୟତନ ପାଇଁ ଅନେକ ଗବେଷଣା କରି ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି । ସେ ଜଣେ ପ୍ରୟୋଗବାଦୀ ଥ‌ିବାରୁ ଆଦର୍ଶବାଦକୁ ତୀବ୍ର ଭାବରେ ନିନ୍ଦା କରି ବ୍ୟବହାରବାଦ ଏବଂ ପ୍ରୟୋଗବାଦ ଉପରେ ଗୁରୁତ୍ଵ ଦେଇଥିଲେ । କାର୍ଯ୍ୟ ଉପରେ ସେ ବିଶେଷ ଗୁରୁତ୍ୱ ଦେଇ ତା’ର ପରିମାଣକୁ ଅନୁଧ୍ୟାନ କରିବାପାଇଁ ପରାମର୍ଶ ଦେଇଥିଲେ ।

ଶିକ୍ଷାର ଅର୍ଥ (Concept of Education) :
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବତାବାଦ ଏବଂ ପ୍ରୟୋଜନତାବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ (Some basics of Educational Philosophy of John Dewey):

(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences)
ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ସେ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process):
ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।

ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ୱାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ୱାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

(୩) ଶିକ୍ଷା ହିଁ ଜୀବନ (Education is Life) :
ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ଵର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷାଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।

ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।

(୪) ଶିକ୍ଷା ହିଁ ବୃଦ୍ଧି (Education is Growth):
ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି ।

ଏଥିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ । ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।

ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ (Aims and Objectives of Education):
ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ; ତଥାପି ଜନ୍ ନ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

ଶିକ୍ଷାର ଲକ୍ଷ୍ୟ (Aims of Education):
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-

(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

ପାଠ୍ୟକ୍ରମ:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା ( ୧୨ ବର୍ଷରୁ ଊର୍ଦ୍ଧ୍ବ)

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ‌ିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ମିଶିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖ୍ବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ୱିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।

ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର କରେ, ଯେଉଁଥ‌ିପାଇଁ ଏହାକୁ ପ୍ରୋଜେକ୍ଟ ବା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ବ ଦେଉଥିଲେ । ସମସ୍ୟା ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି; ଯଥା-

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ

ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

ଣିକ୍ଷକ:
ଶିଶୁ ଶିକ୍ଷାର କେନ୍ଦ୍ରବିନ୍ଦୁ । ଶିକ୍ଷାଦାନ ପଦ୍ଧତି ସମସ୍ୟାଭିଭିକ । ପାଠ୍ୟକ୍ରମ ଉପଯୋଗିତାପୂର୍ଣ । ଶିକ୍ଷାର୍ଥୀ ସର୍ବଦା କ୍ରିୟାଭିମୁଖୀ ଏବଂ ସମାଧାନାଭିମୁଖୀ ହେବା ଉଚିତ । କିନ୍ତୁ ଶିକ୍ଷାର୍ଥୀ ଅପରିପକ୍ବ ଅଟେ । ସେ ପ୍ରତ୍ୟକ୍ଷ ଭାବରେ କୌଣସି ସମସ୍ୟାର ନିଜେ ସମାଧାନ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାଏ; ମାତ୍ର ଶିକ୍ଷକ ବିଚାରଶୀଳ ଏବଂ ଆତ୍ମବିଶ୍ୱାସୀ । ପ୍ରତ୍ୟେକ ମୁହୂର୍ତ୍ତରେ ସେ ଶିକ୍ଷାର୍ଥୀର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଅଟନ୍ତି । ସେଥ‌ିପାଇଁ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିଲେ ଅନେକ ସମସ୍ୟାର ସମାଧାନ ଶିକ୍ଷକଙ୍କ ସାହାଯ୍ୟରେ ସମ୍ପାଦନ କରାଯାଇପାରିବ ।

ଣୃଙ୍ଖଳା:
ଶିକ୍ଷାର କେନ୍ଦ୍ରବିନ୍ଦୁ ଶିକ୍ଷାର୍ଥୀ । ସ୍ଵାଧୀନ ଭାବରେ ଏବଂ ମୁକ୍ତ ବାତାବରଣରେ ସେ ଶିକ୍ଷାଲାଭ କରିଥାଏ, ଯାହାଦ୍ଵାରା ଶିକ୍ଷାର୍ଥୀର ସୃଜନଶୀଳ ଶକ୍ତିର ବିକାଶ ସାଧନ ହୋଇଥାଏ । ତେଣୁ ଜନ୍ ନ୍ୟୁଇ ସର୍ବଦା ବାହ୍ୟ ଦଣ୍ଡ ଓ ଭୟକୁ ବିରୋଧ କରୁଥିଲେ । ଏହା ଶିକ୍ଷାର୍ଥୀର ସୃଜନତାଶୀଳତାକୁ ବିକାଶ କରିବା ପରିବର୍ତ୍ତେ ନଷ୍ଟ କରିଦେବ । ତେଣୁ ଶିକ୍ଷାର୍ଥୀକୁ ପ୍ରୟୋଗାତ୍ମକ, କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରିବାକୁ ଆଦାନପ୍ରଦାନ କଲାଭଳି ବ୍ୟବହାର ଦେଖାଇଲେ ସେ ବିକାଶ ଲାଭ କରିପାରିବ ।

ଅନୁଣାସନ:
ଜନ୍ ଡ୍ୟୁଇ ଶିକ୍ଷକଙ୍କଦ୍ୱାରା କୌଣସି ପ୍ରକାର ଦଣ୍ଡ ପ୍ରଦାନଦ୍ୱାରା ଭୟ ସୃଷ୍ଟି କରିବାର ପକ୍ଷପାତୀ ନଥିଲେ । ସେ ଶିକ୍ଷାର୍ଥୀମାନଙ୍କୁ ବାହ୍ୟ ଚାପ, ବାହ୍ୟ ଦଣ୍ଡରୁ ମୁକ୍ତ ରଖିବାକୁ ଚେଷ୍ଟା କରୁଥିଲେ, ଯାହାଦ୍ୱାରା ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଭାବରେ ନିଜକୁ କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରି ନିଜେ ଫଳ ପ୍ରାପ୍ତି ଅନୁସାରେ ଆତ୍ମସମୀକ୍ଷା କରିଥାଏ । ଶିକ୍ଷାର୍ଥୀ ନିଜେ ନିଜର କାର୍ଯ୍ୟଧାରା ସମ୍ପର୍କରେ ସଚେତନ ହୋଇଥାଏ । ପୁନଶ୍ଚ ଆଗ୍ରହ ଅନୁସାରେ କାର୍ଯ୍ୟ କରିବାଦ୍ଵାରା ସୃଜନଶୀଳ ଶକ୍ତିର ମଧ୍ୟ ବିକାଶ ସାଧନ ହୋଇଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଥିଲା । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ଡ୍ୟୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ବ ଏବଂ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

ବାସ୍ତବିକ ପ୍ରତ୍ୟେକ ବ୍ୟକ୍ତି, ପରିବେଶ ଏବଂ ସମାଜ ସହିତ ଜଡ଼ିତ । ପରିବେଶରେ ତା’ର କ୍ରିୟା ପ୍ରତିକ୍ରିୟାର ଅଭିଜ୍ଞତା ସୃଷ୍ଟି ହୋଇଥାଏ । ପୁନଶ୍ଚ ପ୍ରତ୍ୟେକ ଅଭିଜ୍ଞତା ସମୟ ଅନୁଯାୟୀ ପରିବର୍ତ୍ତିତ ଏବଂ ପରିବର୍ଦ୍ଧିତ ହୋଇଥାଏ । ଅନେକ ସମୟରେ ନୂତନ ଅଭିଜ୍ଞତା ପୁରାତନ ଅଭିଜ୍ଞତାକୁ ବଦଳାଇ ଜୀବନରେ ସମ୍ମୁଖୀନ ହେଉଥ‌ିବା ସମସ୍ୟାକୁ ସମାଧାନ କରିଥାଏ । ଏହା ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ ।

କ୍ଷୁଦ୍ର ପରିବାରରୁ ଜୀବନ ଆରମ୍ଭ ହୋଇଥାଏ ଏବଂ ଅନେକ ଝଡ଼ଝଞ୍ଜା ଭିତରେ ତାହା ଶେଷରେ ପୂର୍ଣ୍ଣତା ପ୍ରାପ୍ତ ହୁଏ । ତେଣୁ ଜନ୍ ନ୍ୟୁଇଙ୍କ ମତବାଦ ବାସ୍ତବିକ ଗ୍ରହଣଯୋଗ୍ୟ ଏବଂ ସମାଜ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

CHSE Odisha Class 11 Odia Solutions Chapter 7 ହିମକାଳ

Odisha State Board CHSE Odisha Class 11 Odia Solutions Chapter 7 ହିମକାଳ Textbook Exercise Questions and Answers.

CHSE Odisha Class 11 Odia Chapter 7 ହିମକାଳ Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ଦଣ୍ଡଧର କହିଲେ କ’ଣ ବୁଝ ? (ରାଜା, ଯମଦେବତା, ପୁଲିସ, ବିଚାରପତି)
Solution:
ଯମ ଦେବତା ।

(ଖ) ନିମ୍ନଲିଖ କେଉଁ ନାମଟି କୃଷ୍ଣଙ୍କର ନୁହେଁ ? (ପୀତବାସ, କଞ୍ଜନୟନ, ରୋହିଣୀନନ୍ଦନ, ଯଶୋଦାନନ୍ଦନ )
Solution:
ରୋହିଣୀନନ୍ଦନ

(ଗ) ପଦ୍ମିନୀର ସ୍ଵାମୀ କିଏ ? (ଚନ୍ଦ୍ର, ପୃଥ‌ିବୀ, ସୂର୍ଯ୍ୟ, ପୁଷ୍କରିଣୀ)
Solution:
ସୂର୍ଯ୍ୟ ।

(ଙ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ? (ପାଣି, କ୍ଷୀର, ମହୁ, ଘିଅ)
Solution:
କ୍ଷୀର ।

(ଚ) କୋଟି ବ୍ରହ୍ମାଣ୍ଡ ନାଥ କିଏ ? (କୃଷ୍ଣ, ଜଗନ୍ନାଥ, ରାମ, ରାଜା)
Solution:
ଜଗନ୍ନାଥ

(ଛ) ଚିତ୍ରଭାନୁର ଅର୍ଥ କ’ଣ ? (ନିଆଁ, ପାଣି, ଖରା, ରେଜେଇ)
Solution:
ନିଆଁ ।

(ଜ) ନିମ୍ନଲିଖ କେଉଁ କାର୍ଯ୍ୟଟି ଶୀତଋତୁ ଲାଗି ପ୍ରଯୁଜ୍ୟ ନୁହେଁ ? (ନବ ନିଶାର ସଜାଡ଼ିଲା, ତପନ ଜଳେ ପ୍ରୀତିକଲା, ମନ୍ଦିର ଭେଦ ନିରୋଧ, ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା)
Solution:
ଚନ୍ଦ୍ର ଚନ୍ଦନକୁ ସ୍ନେହ କଲା ।

(ଝ) ହିମ ଋତୁରେ ନିମ୍ନଲିଖିତ କେଉଁ କାର୍ଯ୍ୟଟି ହୁଏ ନାହିଁ ? (ଦିବସ ସାନ ହୁଏ, ପଦ୍ମବନ ବିକଶିତ ହୁଏ, ପଦ୍ମବନ ପୋଡ଼ିଯାଏ, ଶୀତଳ ଜଳରୁ ଆଗ୍ରହ ତୁଟି ଯାଏ ।)
Solution:
ପଦ୍ମବନ ବିକଶିତ ହୁଏ ।

(ଞ) ନିମ୍ନଲିଖୂ କେଉଁ ବ୍ୟକ୍ତି ପଦ୍ମସହିତ ସଂପୃକ୍ତ ନୁହେଁ ? (ବ୍ରହ୍ମା, ସୂର୍ଯ୍ୟ, ଲକ୍ଷ୍ମୀ, ଯମ)
Solution:
ଯମ ।

(୦) ଦୁଃଖ ପଡ଼ିବାବେଳେ ବନ୍ଧୁମାନେ କି ପ୍ରତିକ୍ରିୟା ପ୍ରଦର୍ଶନ କରନ୍ତି ? (ସୁଖୀ ହୁଅନ୍ତି, ବିମୁଖ ହୁଅନ୍ତା, ସମବେଦନା ଦିଅନ୍ତି, କ୍ରୋଧ ପ୍ରକାଶ କରନ୍ତି)
Solution:
ବିମୁଖ ହୁଅନ୍ତି ।

(ଡ) ଶୀତ ଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ? (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ)
Solution:
ଦକ୍ଷିଣ ।

CHSE Odisha Class 11 Odia Solutions Chapter 7 ହିମକାଳ

(ଢ) ହସନ୍ତୀ କହିଲେ କ’ଣ ବୁଝ ? (ହସୁଥ‌ିବା ଝିଅ, ସକାଳର ସୂର୍ଯ୍ୟକିରଣ, ନିଆଁ ଉହେଇ, ଉଦୟ ହୋଇ ଆସୁଥ‌ିବା ଚନ୍ଦ୍ର)
Solution:
ନିଆଁ ଉହେଇ ।

(6) ଆମ ଦେଶରେ କେଉଁ ମାସକୁ ହିମଋତୁ କୁହାଯାଏ ? (ଆଷାଢ଼-ଶ୍ରାବଣ, କାର୍ତ୍ତିକ-ମାର୍ଗଶିର, ଫାଲଗୁନ-ଚୈତ୍ର, ବୈଶାଖ-ଜ୍ୟେଷ୍ଠ)
Solution:
କାର୍ତ୍ତିକ-ମାର୍ଗଶୀର ।

(ତ) ନିମ୍ନଲିଖୂ କେଉଁ ନାମଟି ସୂର୍ଯଙ୍କର ନୁହେଁ ? (ସହସ୍ରାଶୁ, ସହସ୍ରାକ୍ଷ, ବିକର୍ଜନ, ଦିବାକର)
Solution:
ସହସ୍ରାକ୍ଷ ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନ ମୂଲ୍ୟ ୧ ନମ୍ବର ।

(କ) ‘ହିମକାଳ’ କବିତାର କବି କିଏ ?
Solution:
‘ହିମକାଳ’ କବିତାର କବି ଦୀନକୃଷ୍ଣ ଦାସ ।

(ଖ) ଏହି କବିତାଟି କବିଙ୍କର କେଉଁ କାବ୍ୟର ଅଂଶବିଶେଷ ?
Solution:
ଏହି କବିତାଟି କବିଙ୍କର ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଅଂଶବିଶେଷ ।

(ଗ) ଶୀତଋତୁ ଆସିବାରୁ ଦିବସର କି ଦଶା ହେଲା ?
Solution:
ଶୀତଋତୁ ଆସିବାରୁ ଦିବସର ନ୍ୟୁନ ଭାବର ଦଶା ହେଲା ।

(ଘ) ବ୍ରହ୍ମାଙ୍କ ଆସନ କିଏ ?
Solution:
ବ୍ରହ୍ମାଙ୍କ ଆସନ ପଦ୍ମ ।

(ଙ) ପଦ୍ମର ସ୍ଵାମୀ ବୋଲି କାହାକୁ କୁହାଯାଇଛି ?
Solution:
ପଦ୍ମର ସ୍ଵାମୀ ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି ।

(ଚ) କାହାକୁ କାହିଁକି ଶ୍ରୀନିବାସ ବୋଲି କୁହାଯାଇଛି ?
Solution:
ଶ୍ରୀ ଅର୍ଥ ଲକ୍ଷ୍ମୀ, ଲକ୍ଷ୍ମୀ ବାସ କରୁଥିବାରୁ ପଦ୍ମର ଅନ୍ୟନାମ ଶ୍ରୀନିବାସ ବୋଲି କୁହାଯାଇଛି ।

(ଛ) କୃଷ୍ଣଙ୍କ କରରେ କିଏ ଶୋଭାପାଏ ?
Solution:
କୃଷ୍ଣ ବା ଭଗବାନ୍ ବିଷ୍ଣୁଙ୍କ କରରେ ପଦ୍ମ ଶୋଭାପାଏ ।

(ଝ) କର୍ପୂର ଚନ୍ଦନ କେତେବେଳେ ଅଗ୍ନିପରି ପ୍ରତୀୟମାନ ହୁଏ ?
Solution:
କର୍ପୂର ଚନ୍ଦନ ବିରହକାଳରେ ଅଗ୍ନିପରି ପ୍ରତୀୟମାନ ହୁଏ ।

(ଞ) ମିତ୍ର ସହିତ କିଏ ପ୍ରାଣତ୍ୟାଗ କରେ ?
Solution:
କ୍ଷୀର ଜଳ ସହିତ ମିତ୍ରତା ପାଇଁ ପ୍ରାଣତ୍ୟାଗ କରେ ।

(ଟ) ଭଗବାନ୍ ଜଗନ୍ନାଥ କେତେବେଳେ କାହିଁକି ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା ଘୋଡ଼ି ହୁଅନ୍ତି ?
Solution:
ଭଗବାନ୍ ଜଗନ୍ନାଥ ଶୀତଋତୁରେ ଶୀତରୁ ରକ୍ଷା ପାଇବାପାଇଁ ଲକ୍ଷ୍ମୀଙ୍କୁ କୋଳରେ ବସାଇ ଅନେକ ଲୁଗା |

(୦) ଅଗ୍ନି କାହିଁକି ଘରେ ଘରେ ପୂଜା ପାଇଲେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ପୂଜା ପାଇଲେ ।

(ଡ) ଶୀତକୁ କିଏ ନିନ୍ଦା କରେ ?
Solution:
ଶୀତର ପ୍ରକୋପରୁ ରକ୍ଷା ପାଇବାପାଇଁ ଛାତିରେ ଦୁଇ ହାତ ଛନ୍ଦି କଷ୍ଟ ପାଉଥିବା ବ୍ୟକ୍ତି ଶୀତକୁ ନିନ୍ଦା କରେ ।

(ଢ) ମନରୁ କିଏ ଶୀତ ଭୟ ଛାଡ଼ିଦେଲା ?
Solution:
ନୂଆ ଶୀତଲୁଗା ସଜାଡ଼ିଥିବା ବ୍ୟକ୍ତି ମନରୁ ଶୀତଭୟ ଛାଡ଼ିଲେ ।

(ଢ) ଶୀତଋତୁରେ ସୂର୍ଯ୍ୟ କେଉଁ ଦିଗକୁ ଗତି କରନ୍ତି ?
Solution:
ଶୀତଋତୁରେ ସୂର୍ଯ୍ୟ ଦକ୍ଷିଣ ଦିଗକୁ ଗତି କରନ୍ତି ।

(ତ) ଶୀତରୁ ରକ୍ଷା ପାଇବାପାଇଁ ଲୋକ କ’ଣ କରେ ?
Solution:
ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଉଷୁମ ପାଣିକୁ ଭଲ ପାଇଲେ ଏବଂ ଘରର ଜଳାକବାଟି ଆଦି ବନ୍ଦ କରି, ନିଆଁ ଉହ୍ନେଇ ପାଖରେ ବସିଲେ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସମ୍ପର୍କରେ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର।

(କ) କୃଷ୍ଣକଥା ଶ୍ରବଣରେ କେଉଁ ବ୍ୟଥା ଦୂର ହୁଏ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କୂଶକଥା ଣ୍ଡବଣରେ ଦଣ୍ଡଧର ବ୍ୟଥା ବା ମୃତ୍ୟୁଲୋକର ଅଧୂପତି ଯମଦଣ୍ଡ ଦୂର ହୁଏ ବୋଲି କବି କହିଛନ୍ତି ।

CHSE Odisha Class 11 Odia Solutions Chapter 7 ହିମକାଳ

(ଖ) ଶୀତଋତୁ ଆଗମନରେ କିଏ ପୋଡ଼ିଗଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଣାତରତୁ ଆଗମନରେ ପଦନନ ପୋଡ଼ିଗଲା ।

(ଗ) ସୁଖ ଓ ଦୁଃଖରେ ବନ୍ଧୁମାନେ କିପରି ବ୍ୟବହାର କରନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସୁଖବେଳେ ଅନୁକୂଳ ଓ ଦୁଃଖ ବେଳେ ପୃତିକ୍ତଲ ବ୍ୟବହାର ବହିଯାନେ କରିଥାନ୍ତି |

(ଘ) ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ କିପରି ଲାଗେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ବିଚ୍ଛେଦ ସମୟରେ ଚନ୍ଦ୍ର ଓ ଚନ୍ଦନ ପ୍ରେମୀ ଯୁଗଳଙ୍କୁ ବିଷତୁଲ୍ୟ ବା ନିଆଁ ପରି ଲାଗେ ।

(ଙ) କ୍ଷୀର କାହିଁକି ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କ୍ଷୀରର ଜଳ ସହିତ ମିତ୍ରତା ଥ‌ିବାରୁ, ଜଳର ମୃତ୍ୟୁ ପାଇଁ କ୍ଷୀର ଆତ୍ମହତ୍ୟା କରେ ବୋଲି କବି କହିଛନ୍ତି ।

(ଚ) ଶୀତରେ ଜଗନ୍ନାଥ କିପରି ବେଶଭୂଷା ହେଲେ ?
Solution:
ବସାଇ କେତେ ପ୍ରକାର ବସ୍ତ୍ର ଘୋଡ଼ାଇ ହୋଇ ବେଶଭୂଷା ହେଲେ ।

(ଛ) ଘରେ ଘରେ କାହିଁକି ଅଗ୍ନି ଉଦୟ ହେଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଘରେ ଘରେ ଅଗ୍ନି ଉଦୟ ହେଲେ ।

(ଜ) କେହି ମନରୁ କାହିଁକି ଶୀତ ଭୟ ଛାଡ଼ିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । କେହି ନବ ନିଶାର ବା ନୂଆ ଶୀତଲୁଗା ସଜାଡ଼ି ରଖିବା ହେତୁ ମନରୁ ଶୀତ ଭୟ ଛାଡ଼ିଲେ ।

(ଝ) ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ କି କି ପ୍ରତିଷେଧକ ବ୍ୟବସ୍ଥା କଲେ ?
Solution:
ଉଷୁମ ପାଣି ବ୍ୟବହାର କରିବା ସହିତ ଘରର ଜଳ କବାଟି ବନ୍ଦକରି ନିଆଁ ଉହ୍ଲେଇରେ ନିଆଁ ପୋଇଁଲେ ।

(ଞ୍) ଅଗୁରୁଧୂପ ପୁରେ ପଶି ଲୋକେ କ’ଣ ଗାଇ ତୋଷ ହେଉଥିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁଧୂପ ପୁରେ ପଶି ଲୋକେ କୃଷ୍ଣ ଚରିତ ଗୀତ ଗାଇ ତୋଷ ହେଉଥିଲେ ।

Question 4.
ପ୍ରାୟ ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।

(କ) ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ କି କି ଘଟଣା ଘଟିଲା ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଗୋପପୁରରେ ଶୀତଋତୁ ପ୍ରବେଶ କରିବାରୁ ପୀତବାସ ଶ୍ରୀକୃଷ୍ଣ ବିଭିନ୍ନ ପ୍ରକାର ଲୀଳାଖେଳା କଲେ । ଏହି ସମୟରେ ଦିବସ ସାନ ହେଲା ଓ ପଦ୍ମବନ ଧ୍ବଂସ ହେଲା ପରି ଘଟଣା ଘଟିଲା ।

(ଖ) ପଦ୍ମକୁ କେଉଁମାନେ କାହିଁକି ରକ୍ଷା କରିପାରିଲେ ନାହିଁ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ପଦ୍ମକୁ ବ୍ରହ୍ମା, ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଆଦି ବଡ଼ ବଡ଼ ପ୍ରଭୁମାନେ ରକ୍ଷା କରିପାରିଲେ ନାହିଁ, କାରଣ ଯାହାର ଯାହା ଭୋଗ କରିବା ପାଇଁ କପାଳରେ ରହିଛି, ସେ ତାହା ନିଶ୍ଚୟ ଭୋଗ କରିବ ।

(ଗ) ଏହି ପ୍ରସଙ୍ଗକୁ କବି ଦୀନକୃଷ୍ଣ କିପରି ବର୍ଣ୍ଣନା କରିଅଛନ୍ତି ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଭଲ ସମୟରେ ବ୍ରହ୍ମା ପଦ୍ମ ଉପରେ ବସିଥାନ୍ତି । ଲକ୍ଷ୍ମୀ ଉଲ୍ଲେଖ କରିଛନ୍ତି ।

(ଙ) ସାଧାରଣ ଲୋକ ଶୀତକୁ କିପରି ଅନୁଭବ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ସାଧାରଣ ଲୋକଙ୍କର ଶୀତ ହେତୁ ଦେହ ଥରିଉଠିଲା ଓ ସେମାନେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । କେହି କେହି ପଡ଼ିଲେ ।

(ଚ) ଶୀତ ଆସିବାରୁ ଲୋକେ କେଉଁ ପଦାର୍ଥରେ ଆଗ୍ରହ ପ୍ରକାଶ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତ ଆସିବାରୁ ଲୋକେ ନୂଆ ଶୀତବସ୍ତ୍ରରେ, ତୁଳାଶେଯ ବା ରେଜେଇରେ, ଉଷୁମ ପାଣିରେ, ନିଆଁ ଉହ୍ନେଇରେ ନିଆଁ ପୋଇଁବାରେ ଆଗ୍ରହ ପ୍ରକାଶ କଲେ ।

(ଛ) ଶୀତରୁ ରକ୍ଷାପାଇବା ପାଇଁ ଲୋକେ କ’ଣ କଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଶୀତରୁ ରକ୍ଷା ପାଇବାପାଇଁ ଲୋକମାନେ ଏବଂ ଉହ୍ଲେଇରେ ନିଆଁ ପୋଇଁଲେ । ଆଉ କେତେକ ନୂଆ ଶୀତବସ୍ତ୍ର ବ୍ୟବହାର କଲେ ।

(ଜ) ଶୀତଯୋଗୁଁ କେଉଁସବୁ ପଦାର୍ଥରୁ ଲୋକଙ୍କ ଆଗ୍ରହ ତୁଟିଗଲା ?
Solution:
ଉପରୁ ସ୍ନେହଭାବ ତୁଟିଗଲା ।

(ଝ) କୃଷ୍ଣ ଚରିତ ଗାନରେ କିଏ କାହିଁକି କିପରି ଖୁସି ହେଉଥ‌ିଲେ ?
Solution:
‘ହିମକାଳ’ କବିତାରେ କବି ଦୀନକୃଷ୍ଣ ଦାସ ଏହା ଉଲ୍ଲେଖ କରିଛନ୍ତି । ଅଗୁରୁ ଓ ଧୂପ ନିଆଁ ଦିଆଯାଇଥିବା ସେମାନେ ରକ୍ଷା ପାଇବା ସହିତ ଭକ୍ତି ଭାବରେ ଉଦ୍‌ବୁଦ୍ଧ ହୋଇଥିଲେ ।

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

(କ) ‘ହିମକାଳ’ କବିତା ଅବଲମ୍ବନରେ ଶୀତଋତୁର ପ୍ରାକୃତିକ ଚିତ୍ର ପ୍ରଦାନ କର ।
Solution:
ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼ । ପ୍ରକୃତିର ନୈସର୍ଗିକ ବିଳାସ ତା’ପ୍ରାଣରେ ସୃଷ୍ଟି କରିଛି ବିଚିତ୍ର ଭାବ । ଋତୁଚକ୍ରର ଆବର୍ତ୍ତନ ତା’ପ୍ରାଣରେ ସୃଷ୍ଟି କରିଛି ଭାବାନ୍ତର । କବିମାନେ ସେହି ଦୃଷ୍ଟିରୁ ସେମାନଙ୍କର କାବ୍ୟ କବିତାରେ ପ୍ରକୃତିର ସ୍ଵରୂପକୁ ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ‘ହିମକାଳ’ କବିତାଟି ରୀତିଯୁଗର ଅନ୍ୟତମ ବିଶିଷ୍ଟ କବି ଦୀନକୃଷ୍ଣ ଭାବରେ ଏବଂ ରୀତିଯୁଗୀୟ କାବ୍ୟାଦର୍ଶ ଅନୁସରଣରେ ପ୍ରକୃତି ବର୍ଣ୍ଣନା କରିଛନ୍ତି । ସେ ବିଭିନ୍ନ ଋତୁ ବର୍ଣ୍ଣନା ଦେଇ, ଋତୁକାଳୀନ ସାମାଜିକ ପ୍ରଭାବକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । କବି ଶୀତଋତୁର ମନୋଜ୍ଞ ବର୍ଣ୍ଣନା ଦେଇଛନ୍ତି । ଶୀତଋତୁ ଆସିବାରୁ ଦିବସ ନ୍ୟୁନ ଅର୍ଥାତ୍ ଛୋଟ ହୋଇଗଲା ଏବଂ ରାତ୍ରି ଶୀତଳକାରକ ଦ୍ରବ୍ୟ ଇଚ୍ଛା କରୁଥିଲେ ବି, ଶୀତ ଆସିବାରୁ ସମସ୍ତେ ଅଗ୍ନି ନିକଟରେ ରହିବାକୁ ଚେଷ୍ଟା କଲେ ।

ହିମକାଳ ବା ଶୀତ ସମୟ ଆସିବାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ହୋଇଥିଲା । ଫଳରେ ଧରା ପୃଷ୍ଠରେ ଉତ୍ତାପ କମିଗଲା । ସମସ୍ତେ ଶୀତକୁ ଭୟ କଲେ । ଶୀତରୁ ରକ୍ଷାପାଇବା ପାଇଁ ସବୁଆଡ଼େ ନିଆଁଜାଳି ଲୋକମାନେ ରହିଲେ । ଶୀତହେତୁ ଲୋକମାନେ ଯୋଡ଼ହସ୍ତ ହେଲେ । କାରଣ ଯୋଡ଼ହସ୍ତ ହୋଇ ସେମାନେ ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଚେଷ୍ଟା କଲେ । ପୁନଶ୍ଚ ଶୀତର ପ୍ରକୋପ ଯୋଗୁ କେତେ ବ୍ୟକ୍ତି ଛାତିରେ ଦୁଇହାତ ଛନ୍ଦି ରହିବାର ଦେଖାଗଲା । ଶୀତକଷ୍ଟ ଏତେ ପୋଇଁବାକୁ ଇଚ୍ଛାକଲେ । ଉହ୍ନେଇରେ ଜାଳିଲେ । ଭକ୍ତିଭାବାପନ୍ନ ବ୍ୟକ୍ତିମାନେ ଅଗୁରୁ ଓ ଧୂପ ନିଆଁ ଦିଆଯାଇଥବା ଘରେ ବସି କୃଷ୍ଣଚରିତ ଗାନ କଲେ ।

(ଖ) ଗଠିତ ଦ୍ବିମକାଳ କବିତା ଅବଲମୂନାରେ ଦାନତ୍କଣକର କବିତ୍ଵ ଓ ପାଣିତ୍ୟ ପୂଚନା ଦିଆ |
Solution:
‘ହିମକାଳ’ କବିତାଟି ଭକ୍ତକବି ତଥା ରୀତିଯୁଗର ଅନ୍ୟତମ ଶ୍ରେଷ୍ଠ କବି ଦୀନକୃଷ୍ଣ ଦାସଙ୍କର ଲୋକପ୍ରିୟ କାବ୍ୟ ‘ରସକଲ୍ଲୋଳ’ର ଅଂଶବିଶେଷ । ରସକଲ୍ଲୋଳ କାବ୍ୟ ସ୍ରଷ୍ଟାଚିତ୍ତର ପଦ୍ୟମୟ କମନୀୟ ପ୍ରତିଲିପି । ରୀତିଯୁଗୀୟ କାବ୍ୟାଦର୍ଶ ନେଇ କବି ଏଥୁରେ ଅଳଙ୍କାର, ରସ, ଗୁଣ, ରୀତି ଓ ଧ୍ଵନି ଆଦି ବ୍ୟବହାର କରିଛନ୍ତି । ତଥାପି ନିର୍ମଳ କବିତ୍ଵ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । କୌଣସି ସ୍ଥାନରେ ସେ କବିତାରେ କୃତ୍ରିମତା ପ୍ରଦର୍ଶନ କରିନାହାଁନ୍ତି । ବରଂ ସମୁଦାୟ କାବ୍ୟର ନମୁନା ହେଉଛି ଆମର ଆଲୋଚ୍ୟ କବିତା ‘ହିମକାଳ’ ।

ସେ ସମଗ୍ର କାବ୍ୟକୁ ‘କ’ ଆଦ୍ୟ ଅକ୍ଷରରେ ବର୍ଣ୍ଣନା କରି କବିତ୍ଵର ପରିଚୟ ଦେଇଛନ୍ତି । ‘କ’ ଅକ୍ଷର ନିୟମ ନେଇ ସେ ଯେପରି କୃଷ୍ଣ ରସାଶ୍ରିତ କାବ୍ୟ ହିମକାଳ ଆସିବାରୁ ଓ କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହେଲା । ପ୍ରକୃତିର ଏହି ସାଧାରଣ ଦୃଶ୍ୟକୁ କବି ଅସାଧାରଣ ଭାବରେ ପ୍ରକାଶ କରି ନିଜର କବିତ୍ଵ ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ପଦ୍ମର ବିଶେଷତା ବର୍ଣ୍ଣନା କରି କବି ଲେଖିଛନ୍ତି, କୁଶକେତୁ ବା ବ୍ରହ୍ମାଙ୍କ ଆସନ ହେଉଛି ପଦ୍ମ । ଲକ୍ଷ୍ମୀ ମଧ୍ଯ ପଦ୍ମବନରେ ବାସ କରିଥାନ୍ତି । ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ ।

ପଦ୍ମର ସ୍ଵାମୀ ବା ପ୍ରଭୁ ହେଉଛନ୍ତି ସ୍ବୟଂ ସୂର୍ଯ୍ୟଦେବ । ପଦ୍ମ ସହିତ କେତେ ବଡ଼ ବଡ଼ ଦେବଦେବୀଙ୍କର ସମ୍ପର୍କ ଥୁଲେ ମଧ୍ୟ କେହି ପଦ୍ମକୁ ଏହି ବିପଦ ସମୟରେ ରଖିପାରିଲେ ନାହିଁ । ବରଂ ପଦ୍ମ ଭାଗ୍ୟରେ ଯାହା ଥିଲା, ତାହା ସେ ଭୋଗକଲା । ପୁନଶ୍ଚ ଏକ ସର୍ବକାଳୀନ ସତ୍ୟ ପ୍ରକାଶ କରି କବି ଲେଖିଛନ୍ତି, କୁଶଳରେ ସମସ୍ତେ ସୁମୁଖ ହେଲାବେଳେ, ବିପଦ ସମୟରେ ସମସ୍ତେ ବିମୁଖ ହୋଇଥାନ୍ତି । କବିତାରେ ଶବ୍ଦ ସଂଯୋଜନାରେ କବି ନିଜର ବିଶେଷତା ପ୍ରମାଣ କରିଛନ୍ତି । ଉଦାହରଣ ସ୍ୱରୂପ କେତେକ ଶବ୍ଦକୁ ନିଆଯାଇପାରେ – ‘କାନ୍ତ-କାନ୍ତା’, ‘ପୟ ପୟରେ’, ‘କଞ୍ଜନୟନ’, ‘କଞ୍ଜ’, ‘କଞ୍ଜନେତ୍ରୀ’, ‘ନବ ନିଶାର’, ‘ଚନ୍ଦ୍ର ଚନ୍ଦନ ସ୍ନେହଗଲା’ ।

CHSE Odisha Class 11 Odia Solutions Chapter 7 ହିମକାଳ

(ଗ) ‘ହିମକାଳ’ କବିତା ଆଧାରରେ କବିଙ୍କ ଶୀତ ସୌନ୍ଦର୍ଯ୍ୟ ବର୍ଣ୍ଣନାକୁ ନିଜ ଭାଷାରେ ଲେଖ ।
Solution:
କବିର ଦୃଷ୍ଟିଭଙ୍ଗୀ ସ୍ଵତନ୍ତ୍ର । ସାଧାରଣ ମଣିଷ ଯାହାକୁ ଦେଖି ମଧ୍ୟ ଦେଖିପାରେ ନାହିଁ, କବି ତାହାକୁ ତା’ର ଜ୍ଞାନ ନେତ୍ରରେ ଦେଖେ । ଫଳରେ କବି ନିଆରା ଦୃଷ୍ଟିନେଇ କବିତା ଆକାରରେ ପାଠକ ନିକଟରେ ବଖାଣି ବସେ । ମନୋଜ୍ଞ ଭାବରେ ଚିତ୍ରଣ କରିଛନ୍ତି । ଆସିବାରୁ ଦିନ କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ଧ୍ୱଂସ ହୋଇଛି । ସବୁବେଳେ ଶୋଭା ପାଉଥିବା ପଦ୍ମ ଲୋକମାନେ ନିଆଁ ପୁଆଁଇଛନ୍ତି । ଶୀତ ପାଇଁ କେହି କେହି ଥରି ଉଠିବା ସହିତ ହାତ ଯୋଡ଼ି ଦେଇଛି ଓ ଆଉ କେହି ହୃଦୟରେ କର ଛନ୍ଦି, ଶୀତକୁ ନିନ୍ଦା କରିଛି । ସମସ୍ତେ ଯେଭଳି ବିକଳ ହୋଇ ଅଗ୍ନିର ଉପସ୍ଥିତି କାମନା କରିଛନ୍ତି ।ଯେଉଁମାନେ ଘରେ ରହିଛନ୍ତି, ସେମାନେ ଶୀତରୁ ରକ୍ଷାପାଇବା ପାଇଁ ନୂଆ ଶୀତବସ୍ତ୍ର ସଜାଡ଼ି ରଖିଛନ୍ତି ।

ତୁଳାଶେଯ ବା ରେଜେଇ ବ୍ୟବହାର କରିବାକୁ କେହି କେହି ଇଚ୍ଛା କରିଛନ୍ତି । ଥଣ୍ଡା ଜଳକୁ ସମସ୍ତେ ଦୂରେଇ ଦେଇ ଉଷୁମ ପାଣିରେ ମନ ବଳାଇଛନ୍ତି । ଘରକୁ ଉଷୁମ ରଖିବାପାଇଁ ସମସ୍ତେ ଜଳାକବାଟିକୁ ବନ୍ଦ କରି ଦେଇଛନ୍ତି ଓ ନିଆଁ ଉହ୍ଲେଇ ପାଖରେ ବସି ସେକି ହୋଇଛନ୍ତି । ଗରିବ ଲୋକମାନେ ଶୀତବସ୍ତ୍ର ଅଭାବରେ, ଶୀତକଷ୍ଟରୁ ରକ୍ଷା ପାଇବାପାଇଁ ଜଙ୍ଘ ଓ ଆଣ୍ଠୁ ମଧ୍ଯରେ ଜାକି ହୋଇ ରହିଛନ୍ତି ଓ ଖରାରେ ବସିଛନ୍ତି କିମ୍ବା ନିଆଁ ପୋଇଁଛନ୍ତି ।

(ଘ) ପଠିତ କବିତାରୁ କବି ଦୀନକୃଷ୍ଣଙ୍କ ଭକ୍ତି ଭାବନାର ପରିଚୟ ଦିଅ ।
Solution:
ଦୀନକୃଷ୍ଣ ଥିଲେ ଭକ୍ତ । ଜଗନ୍ନାଥଙ୍କର ପରମ ଉପାସକ । ଜଗନ୍ନାଥଙ୍କଠାରେ ସେ କୃଷ୍ଣତ୍ଵ ଆରୋପ କୃଷ୍ଣ ହେଉଛନ୍ତି ତାଙ୍କର ଆରାଧ୍ୟ ଦେବତା । ସେହି କୃଷ୍ଣଙ୍କର ଲୀଳାଖେଳାକୁ ନେଇ ସେ ରଚନା କରିଛନ୍ତି ଅନେକ କାବ୍ୟ କବିତା । ଜଣେ ଭକ୍ତ ଓ ପୂର୍ଣ୍ଣ ସମର୍ପିତ ପ୍ରାଣ ନହେଲେ ସେ କେବେହେଲେ ଏଭଳି ସାରସ୍ଵତ ସୃଷ୍ଟି କରିପାରିବେ ନାହିଁ । ବଖାଣି ବସିଛନ୍ତି । ତାଙ୍କ ମତରେ କୃଷ୍ଣନାମ ଶ୍ରବଣରେ ସବୁପାପ ଦୂର ହୋଇଯାଏ ଏବଂ ଯମଦଣ୍ଡରୁ ମୁକ୍ତି ମିଳିଥାଏ । କୃଷ୍ଣ ଋତୁରେ ଗୋପୀମାନଙ୍କ ସହିତ ସେ ଅପୂର୍ବ କ୍ରୀଡ଼ା କରିଛନ୍ତି । କୃଷ୍ଣ ଓ ବିଷ୍ଣୁ ମଧ୍ୟରେ ସେ ଅଭେଦ ପରିକଳ୍ପନା କରିଛନ୍ତି । ସେଥ‌ିପାଇଁ ପଦ୍ମବନ ଧ୍ଵଂସ ପ୍ରସଙ୍ଗରେ ଭଗବାନ ବିଷ୍ଣୁ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥା’ନ୍ତି ବୋଲି କହିଛନ୍ତି ।

ଶୀତଋତୁରେ ଦେବ ମନ୍ଦିରରେ ଦେବଦେବୀଙ୍କୁ ଶୀତବସ୍ତ୍ର ଲାଗି କରାଯାଏ । କବି ଏହି ପର୍ଯ୍ୟାୟରେ ତାଙ୍କର ଆରାଧ୍ୟ –
CHSE Odisha Class 11 Odia Solutions Chapter 7 Img 1
କବି ଯେଉଁ ପର୍ଯ୍ୟାୟରେ ସାମାନ୍ୟ ସୁଯୋଗ ପାଇଛନ୍ତି, ସେଠାରେ ତାଙ୍କର ଆରାଧ୍ୟ ଦେବତାଙ୍କ ମହିମାଗାନ କରିଛନ୍ତି । ମହିମାଗାନ ସହିତ ତାଙ୍କର ଦିବ୍ୟ ସ୍ଵରୂପକୁ ସ୍ମରଣ କରାଇ ଦେଇଛନ୍ତି । ଶୀତଋତୁରେ ଲୋକମାନେ ଉହ୍ଲେଇରେ ନିଆଁ ରଖି ନିଆଁ ପୋଇଁଲେ । ମିଳିତ ଭାବରେ ବସି, ଅଗୁରୁ ଧୂପପୁର ଅର୍ଥାତ୍ ମନ୍ଦିରମାନଙ୍କରେ କୃଷ୍ଣ ଚରିତ ଗୀତ ଗାନକରି ମନ ସନ୍ତୁଷ୍ଟ କଲେ ବୋଲି କବି ଉଲ୍ଲେଖ କରିଛନ୍ତି । ଉପରୋକ୍ତ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ କବି ଦୀନକୃଷ୍ଣ ପ୍ରଥମେ ଭକ୍ତ ଓ ପରେ କବି ।

(କ) କବି ପରିଚୟ :

ଓଡ଼ିଆ ସାହିତ୍ୟର ମଧ୍ୟଯୁଗୀୟ କାବ୍ୟ ପରମ୍ପରା ଭିତରେ ଦୀନକୃଷ୍ଣ ଦାସ ଏକ ବହୁଚର୍ଚ୍ଚିତ ପ୍ରତିଭା । ରୀତିଯୁଗର ଇତିହାସକାରମାନେ ଜାଣିପାରିଛନ୍ତି ଯେ କବି ଦୀନକୃଷ୍ଣ ଉପେନ୍ଦ୍ର ଭଞ୍ଜଙ୍କର କିଞ୍ଚିତ୍ ପୂର୍ବବର୍ତ୍ତୀ କବି । ଯଥାର୍ଥରେ ତାଙ୍କ ବିଷୟରେ କୁହାଯାଇଛି – ‘ରୀତି ସାହିତ୍ୟ ପରମ୍ପରାର ଆଦ୍ୟସ୍ରଷ୍ଟା ଦୀନକୃଷ୍ଣ ଦାସ ହିଁ ଆଳଂକାରିକ କାବ୍ୟ ସାହିତ୍ୟର ଧାରା ପ୍ରବାହିତ କରି ଦୀନକୃଷ୍ଣ ଭକ୍ତକବି ଜୟଦେବଙ୍କ ତୁଲ୍ୟ ଓଡ଼ିଆ ସାହିତ୍ୟରେ ଗୌରବ ଅର୍ଜନ କରିଛନ୍ତି । ତାଙ୍କ କାବ୍ୟ ପ୍ରତିଭାର ସର୍ବଶ୍ରେଷ୍ଠ ନିଦର୍ଶନ ‘ରସକଲ୍ଲୋଳ’ । ଏତଦ୍‌ବ୍ୟତୀତ ସେ ଅନ୍ୟାନ୍ୟ ବହୁ କାବ୍ୟକବିତା ରଚନା କରିଛନ୍ତି । ସେହି ଦୀନକୃଷ୍ଣ ଦାସ ଯେତେଜଣ ହୁଅନ୍ତୁନା କାହିଁକି, ‘ରସକଲ୍ଲୋଳ’ର କବି ଦୀନକୃଷ୍ଣ ସପ୍ତଦଶ ଶତାବ୍ଦୀର ପ୍ରତିଭା ।

ତାଙ୍କର ଆବିର୍ଭାବ ଓ ତିରୋଧାନ କାଳକୁ ଆନୁମାନିକ ଖ୍ରୀ. ୧୬୫୦ ରୁ ଖ୍ରୀ. ୧୭୧୩ ପର୍ଯ୍ୟନ୍ତ ଧରାଯାଇପାରେ । ଦୀନକୃଷ୍ଣଙ୍କ ତଥାପି ଦୀନକବି ଦୀନକୃଷ୍ଣ ଥିଲେ ନିର୍ଭିକ ଓ ସ୍ପଷ୍ଟବାଦୀ । ତାଙ୍କର କାବ୍ୟରାଜି ଥିଲା ଅପୂର୍ବ ଶୋଭାବିମଣ୍ଡିତ । ସେ ଯେଉଁ ଅଧୀନରେ ସେ ନାମକୁ ମାତ୍ର ରାଜା; ମାତ୍ର ତାଙ୍କର ବିଳାସୀ ଅଭିଳାଷ ଓ କବି ବୋଲାଇବାର ପିପାସା ପ୍ରବଳ ଥିଲା; ତେଣୁ ସେ ଦୀନକୃଷ୍ଣଙ୍କ ପ୍ରତି କଠୋର ଆଦେଶ କରିଥିଲେ ଯେ, ତାଙ୍କ ନାମରେ କାବ୍ୟ କବିତା ଭଣିତା କରିବାପାଇଁ । ହେଲେ କରିବାକୁ ହେଲେ ମଧ୍ୟ ସେ ବିଚଳିତ ହେଲେ ନାହିଁ । ନିଜର ନିଭୀକତାର ପରିଚୟ ଦେବାକୁ ଯାଇ ସେ ଲେଖୁଥିଲେ –
CHSE Odisha Class 11 Odia Solutions Chapter 7 Img 2
ଉଦ୍‌ଘୋଷଣ ହେବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ କଥା । ଦୀନକୃଷ୍ଣଙ୍କର ଏହି ବାଣୀ ତାଙ୍କୁ କାଳଜୟୀ କରିରଖୁଛି । ଜୀବନରେ ସର୍ବସ୍ଵ ହରାଇ, ଏକଘରକିଆ ହୋଇ, ବ୍ରାହ୍ମଣୀ ନଦୀକୂଳରେ କୁଡ଼ିଆ କରି ରହିଥିଲେ ବି ସେ ନିଜର ସ୍ବାଭିମାନକୁ ମିଳେ । ସେ ରସକଲ୍ଲୋସ ବ୍ୟତୀତ ଅନ୍ୟ ଯେଉଁ ଗ୍ରନ୍ଥସବୁ ଲେଖୁଛନ୍ତି, ସେଥୁମଧ୍ୟରୁ ଆର୍ତ୍ତତ୍ରାଣ ଚଉତିଶା, ବାରମାସୀ କୋଇଲି, ଗୁଣ୍ଡିଚାବିଜେ, ନାବକେଳି, ରାଧାକବଚ, ରସବିନୋଦ, ଭାବସମୁଦ୍ର, ଗୁଣସାଗର, ପ୍ରସ୍ତାବ ସିନ୍ଧୁ, ନାମରତ୍ନ ଗୀତା, ଅମୃତସାଗର, ତତ୍ତ୍ୱସାଗର, ମହିମାସାଗର, କୃଷ୍ଣଦାସ ବୋଲି ଆଦି ଉଲ୍ଲେଖନୀୟ । ଏହି ଗ୍ରନ୍ଥମାନଙ୍କ ମଧ୍ୟରୁ ‘ରସକଲ୍ଲୋଳ’ ଓ ‘ଆର୍ତ୍ତତ୍ରାଣ ଚଉତିଶା’ ଅଧ୍ବକ ଲୋକପ୍ରିୟ । ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ ସମ୍ବନ୍ଧରେ ବୀମ୍‌ସ ସାହେବଙ୍କ ମତ ବିଶେଷ ଉଲ୍ଲେଖଯୋଗ୍ୟ । ସେ ୧୮୭୨ ମସିହାରେ ଯଥାର୍ଥରେ ଲେଖୁଥିଲେ –

“The Rasakallola” or “Waves of Delight” is most popular poem in Orissa. Its songs are sung by the peasantry in every part of the country. Many of its lines have passed into proverbs and have become household words with all classes. It owes this great popularity in some measure to its comparatives freedom from long Sanskrit words being for the most part, except when the poet soars, into the higher style, written in the purest and simplest Oriya vernacular.”

କବି ଦୀନକୃଷ୍ଣଙ୍କର ସର୍ବଶ୍ରେଷ୍ଠ କବିକୃତି ହେଉଛି ‘ରସକଲ୍ଲୋଳ’ । କେବଳ ସଂସ୍କୃତ ଭାଷାକୁ ବାଲେ ‘ରସକଲ୍ଲୋଳ’ କାବ୍ୟଭଳି ସୁଲଳିତ କାବ୍ୟରଚନା ଅନ୍ୟ କୌଣସି ଭାଷାରେ ପରିଲକ୍ଷିତ ହୁଏ ନାହିଁ । ଏହାର ଶବ୍ଦ ସଂଯୋଜନା କୁହାଯାଇଛି – ‘କଲ୍ଲୋଳେ ପଦ ଲାଳିତ୍ୟ’’ । ସ୍ଥଳରେ ରହିଛି ଯୌନବିଳାସର ବହୁଇଙ୍ଗିତ । ଏହା ସତ୍ତ୍ବେ କବି ଦୀନକୃଷ୍ଣଙ୍କ କାବ୍ଯସାଧନା ରୀତିଯୁଗୀୟ କାବ୍ୟଧାରାର ଏକ ମଧୁମୂର୍ଦ୍ଧନା ଯେ ତୋଳିଛି ଏହା ନିଃସନ୍ଦେହରେ କୁହାଯାଇପାରେ । ସମ୍ପୃକ୍ତ କାବ୍ୟର ପ୍ରତ୍ୟେକଟି ସ୍ଥାନରୁ କବିଙ୍କର ନିର୍ମଳ

(ଖ) କବିତାର ପୃଷ୍ଠଭୂମି :

କବିତାଟି ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସର୍ବଶ୍ରେଷ୍ଠ କାବ୍ୟକୃତି ‘ରସକଲ୍ଲୋଳ’ କାବ୍ୟର ଏକାଦଶ ଛାନ୍ଦର ଅଂଶବିଶେଷ । ଓ କୃଷ୍ଣଙ୍କର ଲୀଳାଖେଳାକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି । ଋତୁ ବର୍ଣ୍ଣନା ପ୍ରାଚୀନ କାବ୍ୟ ରଚନାର ଏକ ସୁନ୍ଦର ପରମ୍ପରା । କାବ୍ୟର କଥାବସ୍ତୁ ଓ ନାୟକନାୟିକାମାନଙ୍କର ମାନସିକଗ ପ୍ରାଚୀନ କାବ୍ୟକାରମାନେ ବିଶେଷକରି ବୈଷ୍ଣବ ଭକ୍ତ କବିମାନେ ପ୍ରତ୍ୟେକ ଛାନ୍ଦର ଆରମ୍ଭରେ ନିଜର ଇଷ୍ଟଙ୍କର ବନ୍ଦନା କରିଛନ୍ତି । କବି ଦୀନକୃଷ୍ଣ ଛାନ୍ଦର ଆରମ୍ଭରେ କୃଷ୍ଣଙ୍କର ମହିମା ସ୍ମରଣ କରାଇଛନ୍ତି । ପୁନଶ୍ଚ କାବ୍ୟ ରଚନା କରାଯାଉଥିଲା ରସିକ, ପଣ୍ଡିତ ତଥା ବିଦଗ୍ଧ ପାଠକମାନଙ୍କ ପାଇଁ । ତେଣୁ ସେଭଳି ପାଠକଙ୍କୁ କବି ସମ୍ବୋଧନ କରି କୃଷ୍ଣ ନାମର ମହତ୍ତ୍ଵ ସୂଚାଇଅଛନ୍ତି । କବି କହୁଛନ୍ତି, ହେ ପଣ୍ଡିତମାନେ କର୍ଷରେ କୃଷ୍ଣକଥା ସଦାସର୍ବଦା ଶ୍ରବଣ କର । କୃଷ୍ଣନାମ ଶ୍ରବଣ କଲେ ମୃତ୍ୟୁଲୋକର ଅଧୂତି ଯମଦଣ୍ଡ ତୁମକୁ ଲାଗିବ ନାହିଁ । କରିଛି ହିମମୟ ହିମକାଳ । ହିମଋତୁ ଆସିବାରୁ ଦିବାଭାଗର ସମୟସୀମା କ୍ରମଶଃ କମି କମି ଆସିଛି । କୁହୁଡ଼ି ପଡ଼ିବାରୁ ପଦ୍ମବନ ପୋଡ଼ି ଗଲାଭଳି ନଷ୍ଟ ହୋଇଯାଇଛି ।

ଥାଏ, ସେ ତାହା ଭୋଗ କରିଥାଏ । ସେଥୁରୁ କେହି ତାକୁ ରକ୍ଷା କରିପାରନ୍ତି ନାହିଁ । ଯିଏ ଯେତେ ବଡ଼ ହେଲେ କିମ୍ବା ବଡ଼ଲୋକଙ୍କ ଛତ୍ରଛାୟାତଳେ ରହିଲେ ମଧ୍ୟ ତାହାକୁ ତା’ର ମନ୍ଦଭାଗ୍ୟ ଭୋଗ କରିବାକୁ ପଡ଼ିଥାଏ । ଯେପରି ପଦ୍ମ ହେଉଛି, କୁଶକେତୁ ବା ବ୍ରହ୍ମାଙ୍କର ଆସନ । ଲକ୍ଷ୍ମୀଙ୍କର ନିବାସ ସ୍ଥାନ ହେଉଛି ପଦ୍ମ। ଭଗବାନ ବିଷ୍ଣୁଙ୍କ କରରେ ସଦାସର୍ବଦା ପଦ୍ମ ଶୋଭା ପାଉଥାଏ । ସୂର୍ଯ୍ୟ ହେଉଛନ୍ତି ପଦ୍ମର ନାଥ ବା ସ୍ଵାମୀ । ପଦ୍ମ ସହିତ ଏତେ ଦେବଦେବୀଙ୍କର ସମ୍ପର୍କ ଓ ପ୍ରିୟତା ଥିଲେ ମଧ୍ୟ, ହିମ ଦାଉରୁ କେହି ପଦ୍ମକୁ ରକ୍ଷା କରିପାରନ୍ତି ନାହିଁ । ଶୀତଋତୁର କାକର ପଦ୍ମବନକୁ ପୋଡ଼ି ନଷ୍ଟ କରିଦେଇଥାଏ । ପଦ୍ମ ଭାଗ୍ୟରେ ଯାହା ଥୁଲା, ତାହା ସେ ଭୋଗ କରିଥାଏ । ପୁନଶ୍ଚ କବି ଆହୁରି କହିଛନ୍ତି, ସମ୍ପଦ ବା ସୁଖ ସମୟରେ ସମସ୍ତେ ଆସି ପ୍ରିୟଭାବ ପ୍ରକାଶ କରିଥାନ୍ତି, ମାତ୍ର ଦୁଃଖ ବା ବିପଦ ସମୟରେ କେହି ଦେଖା ଦିଅନ୍ତି ନାହିଁ । ବରଂ ବିପଦ ପଡ଼ିଥିବା ଲୋକପ୍ରତି ସେମାନେ ବିମୁଖ ଭାବ ପ୍ରକାଶ କରିଥାନ୍ତି ।

ସୁଖ ସମୟରେ ବା ଆନନ୍ଦ କାଳରେ ଯାହା ସୁଖର ଭାବକୁ ଦ୍ବିଗୁଣିତ କରୁଥାଏ, ଦୁଃଖ ସମୟରେ ତାହା ସେଭଳି ଭାବ ପ୍ରକାଶ କରିନଥାଏ । ବରଂ ସେହି ସୁଖକାରକ ଦ୍ରବ୍ୟ ଦୁଃଖର ମାତ୍ରାକୁ ବଢ଼ାଇ ଦେଇଥାଏ । ଏହାକୁ ବୁଝାଇବାକୁ ଯାଇ କବି ଉଦାହରଣ ଦେଇ କହିଛନ୍ତି – କର୍ପୂର ଚନ୍ଦନ ହେଉଛି ଶରୀର ପାଇଁ ଶୀତଳକାରକ । ମିଳନ ସମୟରେ ଏହା ଶରୀରକୁ ସୁଖ ଦେଇଥାଏ । କିନ୍ତୁ ବିଯୋଗ ସମୟରେ ଶୀତଳକାରକ କର୍ପୂର ଚନ୍ଦନ ବିରହୀ ପ୍ରାଣକୁ ଶୀତଳ ନକରି ଅଗ୍ନିଭଳି ଦହନ କରିଥାଏ । ଦ୍ଵିତୀୟ ଉଦାହରଣ ଦେଇ କବି କହିଛନ୍ତି ଚନ୍ଦ୍ର ସଦାସର୍ବଦା ଶୀତଳ ଆଲୋକ ପ୍ରଦାନ କରିଥାଏ । ମାତ୍ର ବିରହୀ ପାଇଁ ସେହି ଚନ୍ଦ୍ର କିରଣ ବିଷତୁଲ୍ୟ ଜ୍ଵାଳା ଦେଇଥାଏ । ପୁନଶ୍ଚ ମଳୟ ପବନ ବିଗ୍ରହ କାଳରେ ଆନନ୍ଦଦାୟକ ନହୋଇ ବିପରୀତ ବୋଧ ହୋଇଥାଏ ; ଅର୍ଥାତ୍ ବିଷଭଳି ମନେ ହୋଇଥାଏ ।

ଅନେକ କ୍ଷେତ୍ରରେ ପ୍ରୀତିପାଇଁ ଜୀବନ ଦେବାକୁ ମଧ୍ୟ ହୋଇଥାଏ । ତାହାକୁ ବୁଝାଇବାକୁ ଯାଇ କବି କ୍ଷୀର ନୀର ପ୍ରୀତି କଥା ଉଲ୍ଲେଖ କରିଛନ୍ତି । କ୍ଷୀର ଓ ନୀର ସହଜରେ ମିଶି ଯାଇଥାନ୍ତି । ସେମାନଙ୍କ ମଧ୍ୟରେ ସେହିଭଳି ସ୍ଵଭାବ ରହିଥାଏ । ସେମାନଙ୍କ ମଧ୍ୟରେ ସମାନ ଧର୍ମ ରହିଥିଲେ ହେଁ କ୍ଷୀର ସିଝିବା ସମୟରେ ଜଳର ମୃତ୍ୟୁ ହୋଇଥାଏ । ଜଳ ମିତ୍ର କ୍ଷୀର ପାଇଁ ପ୍ରାଣତ୍ୟାଗ କରିଥାଏ । ଅନେକ ସମୟରେ ଦେଖାଯାଇଥାଏ ଯେ, ନିଜରକ୍ଷଣ ଅସମ୍ଭାଳ ହୋଇଥାଏ । ସେହି ସମୟରେ ସେ ଅନ୍ୟକୁ ରକ୍ଷାକରିବା ପାଇଁ ସମର୍ଥ ହୋଇନଥାଏ । ଯେପରି ବ୍ରହ୍ମା, ବିଷ୍ଣୁ, ସୂର୍ଯ୍ୟ ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଶୀତରେ ବିଚଳିତ ହୋଇଥା’ନ୍ତି । ସେମାନେ ଅନ୍ୟକୁ ରକ୍ଷା କରିବା ସମ୍ଭବ ହୋଇନଥାଏ । କୋଟି ବ୍ରହ୍ମାଣ୍ଡର ନାଥ, ଜଗତର ପାଳନକର୍ତ୍ତା, ଯେକି ସଦାସର୍ବଦା ହସ୍ତରେ ଶଙ୍ଖ ଓ ଚକ୍ର ଧରିଥା’ନ୍ତି, ସେ ମଧ୍ଯ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଥା’ନ୍ତି ।

CHSE Odisha Class 11 Odia Solutions Chapter 7 ହିମକାଳ

ପଦ୍ମଲୋଚନା ଲକ୍ଷ୍ମୀକୁ କୋଳରେ ଧରି ବିଭିନ୍ନ ବସ୍ତ୍ର ଘୋଡ଼ାଇ ହୋଇ ଶୀତ ପ୍ରକୋପରୁ ମୁକ୍ତି ପାଇଥା’ନ୍ତି । ପୁନଶ୍ଚ ଶୀତ ପ୍ରଭାବରୁ ରକ୍ଷା ପାଇବାପାଇଁ ସୂର୍ଯ୍ୟ କିଛି ତେଜ ନେଇ ଦକ୍ଷିଣ ଦିଗକୁ ଗତି କରିଛନ୍ତି । ଅଗ୍ନି ଶୀତକୁ ଭୟକରି, ବିଭିନ୍ନ ଗୃହରେ ନିଜର କାନ୍ତି ପ୍ରକାଶ କରିଛି । ସେହି ଅଗ୍ନିକୁ ସେବାକରି ବା ନିଆଁ ପୁଆଁଇ ଶୀତ କଷ୍ଟରୁ ରକ୍ଷାପାଇବା ପାଇଁ ଲୋକମାନେ ଚେଷ୍ଟା ଶୀତ ଋତୁରେ, ଅଧିକ ଥଣ୍ଡା ଅନୁଭୂତ ହେବାରୁ ଲୋକେ ଯୋଡ଼ହସ୍ତ ହୋଇ ଶୀତରୁ ରକ୍ଷା ପାଇବାପାଇଁ ଚେଷ୍ଟା କରିଛନ୍ତି । ସେହି ଶୀତର ପ୍ରକୋପ ଯୋଗୁ କେହି କେହି ଛାତିରେ ଦୁଇହାତ ଛନ୍ଦିଛନ୍ତି । ସେଭଳି କରି ଶୀତ ପ୍ରଭାବରୁ ନିଜକୁ ଯାଇଛନ୍ତି । ସେମାନଙ୍କ ଶରୀର ନଇଁ ପଡ଼ିଲାପରି ହୋଇଛି । ବିକଳରେ ସେମାନେ ନିଆଁରେ ସେକି ହେବାକୁ ଇଚ୍ଛା କରିଛନ୍ତି । ଶୀତର ପ୍ରକୋପ ଓ ମାତ୍ରା ସମ୍ପର୍କରେ କଥୋପକଥନ ହୋଇଛନ୍ତି । ଶୀତକୁ ସେମାନେ ଗାଳି ଦେଇଛନ୍ତି ।

ଏହି କଷ୍ଟଦାୟକ କବିତାର ଶେଷ ପର୍ଯ୍ୟାୟରେ ଦୀନକୃଷ୍ଣ ନିଜର ଭକ୍ତିଭାବକୁ ପରିପ୍ରକାଶ କରିଛନ୍ତି । କାରଣ ସେ ଥିଲେ ପ୍ରଥମେ ଭକ୍ତ ଓ ପରେ କବି । ଶ୍ରୀକୃଷ୍ଣଙ୍କଠାରେ ନିଜକୁ ସେ ସଂପୂର୍ଣ୍ଣ ଭାବରେ ସମର୍ପଣ କରିଦେଇଛନ୍ତି । ସେ ତାଙ୍କର କାବ୍ୟ ସାଧନାରେ ଗତିକରି ଅବଶେଷରେ, ନିଜକୁ ସେହି ପ୍ରିୟତମ ଓ ଗତିମୁକ୍ତିଦାତାଙ୍କ ପାଖରେ ଉତ୍ସର୍ଗକରି ଗଭୀର ଆନନ୍ଦ ଲାଭ କରିଛନ୍ତି । କବିଙ୍କ ମତରେ ଏହି କ୍ଷଣଭଙ୍ଗୁର ସଂସାରରେ କିଛି ସ୍ଥାୟୀ ନୁହେଁ । ସବୁକିଛି ଅନିତ୍ୟ । କେବଳ କୃଷ୍ଣକଥା ଓ କୃଷ୍ଣ ନାମହିଁ ଏକମାତ୍ର ସାର ବୋଲି ସେ ଉଲ୍ଲେଖ କରିଛନ୍ତି । କାରଣ କୃଷ୍ଣ କଥାହିଁ ସଂସାରର ସମସ୍ତ ଦୁଃଖକୁ ବିନାଶ କରିପାରେ ।

ଭାବ ପ୍ରକାଶ କରିଛନ୍ତି । କୃଷ୍ଣଙ୍କ ପାଇଁ ଯେଉଁ କାର୍ଯ୍ୟ କରିବା କଥା, ସେହି କାର୍ଯ୍ୟରେ କେବେ ହେଲେ ହେଳା କରିବ ନାହିଁ । ବରଂ ସେହି କାର୍ଯ୍ୟ କରିବାପାଇଁ ସର୍ବଦା ତତ୍‌ପର ହୋଇ ରହିବ । କୃଷ୍ଣଙ୍କ ପାଇଁ ଯାହା ରୁଚିର, ସେଭଳି ଦ୍ରବ୍ୟ ସଜାଡ଼ି ରଖିବ ଓ କୃଷ୍ଣଙ୍କ ଗୀତ ଶ୍ରଦ୍ଧାରେ ଗାନ କରିବ । ଏହା କରିବାଦ୍ଵାରା କୃଷ୍ଣ ତୁମ ଉପରେ ନିଶ୍ଚୟ ସନ୍ତୁଷ୍ଟ ହେବେ ବୋଲି କବି କହିଛନ୍ତି । ଶେଷରେ ତାଙ୍କ ପ୍ରତି ପ୍ରସନ୍ନ ଭାବ ରଖିବାପାଇଁ ସେ ପଣ୍ଡିତମାନଙ୍କ ନିକଟରେ ଗୁହାରି କରିଛନ୍ତି ।

(ଗ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 7 Img 3