BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2

Odisha State Board BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2

Question 1. 
ସହଯୋଗୀ ନିୟମ ଅନୁଯାୟୀ ଦୁଇଟି ଉପାୟରେ ଯୋଗଫଳ ନିଶ୍ଚୟ କର।

(କ) 12 + 9 + 8 = (12 + 9) + 8 = ……… + ……. = …….
ସମାଧାନ:
= 21 + 8 = 29

(ଖ) 12 + 9 + 8 = 12 + (9 + 8) = ….. + ……. = …….
ସମାଧାନ:
= 12 + 17 = 29

Question 2. 
(କ) ସ୍ଵାଭାବିକ ସଂଖ୍ୟା ସମୂହ ଅନ୍ତର୍ଭୁକ୍ତ ପ୍ରତ୍ୟେକ ସଂଖ୍ୟା, ତା’ର ପୂର୍ବବର୍ତୀ ସଂଖ୍ୟାଠାରୁ କେତେ ଅଧିକ? 
ସମାଧାନ:
1 ଅଧିକ

(ଖ) ସବୁଠୁ ଛୋଟ ସ୍ଵାଭାବିକ ସଂଖ୍ୟା କେଉଁଟି?
ସମାଧାନ:
1

(ଗ) ସବୁଠୁ ବଡ଼ ସ୍ଵାଭାବିକ ସଂଖ୍ୟା କିଏ କହିପାରିବ କି?
ସମାଧାନ:
କହିହେବ ନାହି‍ଁ

(ଘ) ଖୁବ୍ ବଡ଼ ସଂଖ୍ୟାଟିଏ ଭାବ । ତା’ର ଠିକ୍ ପରବର୍ତୀ ସଂଖ୍ୟାଟି ତୁମେ ଭାବିଥୁବା ସଂଖ୍ୟାଠାରୁ କେତେ ବଡ଼? 
ସମାଧାନ:
1 ବଡ଼

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2

Question 3. 
536 + 718  + 464 ର ଯୋଗଫଳ ନିର୍ଣ୍ଣୟ କରିବାକୁ ଦିଆଯାଇଛି । କ୍ରମ ବିନିମୟୀ ଓ ସହଯୋଗୀ ନିୟମ ପ୍ରୟୋଗ କର ଯେପରି ଯୋଗ କ୍ରିୟାଟି ସହଜ ହେବ ।
ସମାଧାନ:
536 + 718 + 464 = 536 + (718 + 464) = 536 + (464 + 718) (ବିନିମୟୀ ନିୟମ)
= (536 + 464) + 718 (ସହଯୋଗୀ ନିୟମ)
= 1000 + 718 = 1718

Question 4. 
ନିମ୍ନ ଯୋଗକାର୍ଯ୍ୟ ଗୁଡ଼ିକୁ ସହଜ ହେବା ଭଳି ସଂଖ୍ୟାଗୁଡ଼ିକୁ ସଜାଇ ଯୋଗକର ।

(କ) 417 + 384 + 583
ସମାଧାନ:
417 + 384 + 583
=(417 + 583) + 384
= 1000 + 384
= 1384

(ଖ) 2536 + 1205 + 7464
ସମାଧାନ:
2536 + 1205 + 7464
= (2536 + 7464) + 1205
= 10000 + 1205
= 11205

(ଗ) 654 + 333 + 346
ସମାଧାନ:
654 + 333 + 346
=(654 + 346) + 333
= 1000 + 333
= 1333

(ଘ) 2062 + 353 + 1438 + 547
ସମାଧାନ:
2062 + 353 + 1438 + 547
= (2062 + 1438) + (353 + 547)
= 3500 + 900 = 4400

Question 5. 
ନିମ୍ନ ବିୟୋଗ କଥାଗୁଡ଼ିକୁ ଯୋଗ କଥାରେ ଲେଖ । 

(କ) 9 – 5 = 4
ସମାଧାନ:
9 –  5 = 4 (ବିୟୋଗ କଥା)
4 + 5 = 9 (ଯୋଗ କଥା)

(ଖ) 12 – 7 = 5
ସମାଧାନ:
12 – 7 = 5 (ବିୟୋଗ କଥା)
5 + 7 = 12 (ଯୋଗ କଥା)

(ଗ) 316 – 285 = 31
ସମାଧାନ:
316 – 285 = 31 (ବିୟୋଗ କଥା)
31 + 285 = 316 (ଯୋଗ କଥା)

BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2

Question 6. 
ଗୋଟିଏ ଗ୍ରାମର ଲୋକ ସଂଖ୍ୟା 1500 | ଯଦି ସେହି ଗ୍ରାମର ପୁରୁଷ ସଂଖ୍ୟା 489 ଓ ମହିଳା ସଂଖ୍ୟା 512 ହୁଏ, ତେବେ ପିଲାଙ୍କ ସଂଖ୍ୟା କେତେ?
ସମାଧାନ:
ଗ୍ରାମର ପୁରୁଷ ସଂଖ୍ୟା 489 ଜଣ ଓ ମହିଳା ସଂଖ୍ୟା 512 ଜଣ । 
∴ ଗ୍ରାମର ପୁରୁଷ ଓ ମହିଳା ସଂଖ୍ୟା ମିଶି = 489 + 512 = 1001 ଜଣ 
ଗ୍ରାମର ମୋଟ ଲୋକସଂଖ୍ୟା 1500 ଜଣ ।
∴ ପିଲାଙ୍କ ସଂଖ୍ୟା = 1500 – 1001 = 499 ଜଣ ।

Question 7. 
ଶୋଭନ୍ ପାଖରେ 52,718 ଟଙ୍କା ଥିଲା | ସେ କରଜ ଶୁଝିଲା 5000 ଟଙ୍କା ଓ 2500 ଟଙ୍କା ଦାମ୍‌ର ଗୋଟିଏ ସାଇକେଲ୍ କିଣିଲା । ତା’ପାଖରେ ବଳକା କେତେ ଟଙ୍କା ରହିଲା?
ସମାଧାନ:
BSE Odisha 6th Class Maths Solutions Chapter 4 ସ୍ଵାଭାବିକ ସଂଖ୍ୟା Ex 4.2

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Question 1.
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3
ଉପରିସ୍ଥ ସଂଖ୍ୟାରେଖାରେ 0 ଓ 1 କୁ ସୂୠଉଥ‌ିବା ବିଦୁ୍ୟଦ୍ଵୟ ମଧ୍ୟବର୍ତୀ ସଂଖ୍ୟାରେଖାର ଅଂଶକୁ ସମାନ ଦଶ ଭାଗରେ ଏବଂ 1 ଓ 2 କୁ ସୂରଉଥବା ବିନ୍ଦୁ ଦୁଇଟି ମଧ୍ୟବର୍ତୀ ସଂଖ୍ୟାରେଖାର ଅଂଶକୁ ଋରିଗୋଟି ସମାନ ଭାଗରେ ପରିଣତ କରାଯାଇଛି । ବିଭାଜକ ବିନ୍ଦୁଗୁଡ଼ିକୁ A, B, C ଆଦି ନାମ ଦିଆଯାଇଛି । କେଉଁ ବିନ୍ଦୁଦ୍ଵାରା କେଉଁ ସଂଖ୍ୟା ସୂଚିତ ତାହା ନିମ୍ନରେ ଲେଖ ।

(କ) A ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{1}{10}\)

(ଖ) C ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{3}{10}\)

(ଗ) E ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{5}{10}\) ବା \(\frac{1}{2}\)

(ଘ) G ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{7}{10}\)

(ଙ) । ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{9}{10}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

(ଚ) K ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \(\frac{2}{4}\)  1 \(\frac{1}{2}\)

(ଛ) B ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{2}{10}\) ବା \(\frac{1}{5}\)

(ଜ) D ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{4}{10}\) ବା \(\frac{2}{5}\)

(ଝ) F ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{6}{10}\) ବା \(\frac{3}{5}\)

(ଞ) H ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
\(\frac{8}{10}\) ବା \(\frac{4}{5}\)

(ଟ) J ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \(\frac{1}{4}\)

() L ଦ୍ଵାରା ସୂଚିତ ସଂଖ୍ୟା _____ ।
ସମାଧାନ:
1 \(\frac{3}{4}\)

Question 2. 
ନିମ୍ନ ସଂଖ୍ୟାଗୁଡ଼ିକୁ ସଂଖ୍ୟାରେଖାରେ ସ୍ଥାପନ କର ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 1

(କ) \(\frac{3}{4}\)
ସମାଧାନ:
C ଦ୍ଵାରା ସୂଚିତ ସଂଖ୍ୟା = \(\frac{3}{4}\)

(ଖ) 1 \(\frac{1}{3}\)
ସମାଧାନ:
M ଦ୍ଵାରା ସୂଚିତ ସଂଖ୍ୟା = 1 \(\frac{1}{3}\)

(ଗ) 2 \(\frac{1}{4}\)
ସମାଧାନ:
P ଦ୍ଵାରା ସୂଚିତ ସଂଖ୍ୟା = 2 \(\frac{1}{4}\)

(ଘ) 3 \(\frac{1}{3}\)
ସମାଧାନ:
S ଦ୍ଵାରା ସୂଚିତ ସଂଖ୍ୟା = 3 \(\frac{1}{3}\)

(ଙ) 4 \(\frac{1}{2}\)
ସମାଧାନ:
X ଦ୍ଵାରା ସୂଚିତ ସଂଖ୍ୟା = 4 \(\frac{1}{2}\)

Question 3.
(କ) ସଂଖ୍ୟାରେଖା ଉପରିସ୍ଥ କେଉଁ ଦୁଇଟି ପାଖାପାଖୁ ପୂର୍ଣ୍ଣସଂଖ୍ୟା ମଧ୍ୟରେ ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଅବସ୍ଥିତ? 
ସମାଧାନ:
ସଂଖ୍ୟାରେଖା ଉପରିସ୍ଥ 0 ଓ 1 ପୂର୍ଣ୍ଣସଂଖ୍ୟା ମଧ୍ୟରେ ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଅବସ୍ଥିତ ।

(ଖ) ସଂଖ୍ୟାରେଖା ଉପରିସ୍ଥ କେଉଁ ଦୁଇଟି ପାଖାପାଖୁ ପୂର୍ବସଂଖ୍ୟା ମଧ୍ୟରେ 2 \(\frac{1}{5}\) ଅବସ୍ଥିତ?
ସମାଧାନ:
2 \(\frac{1}{5}\) = 2 + \(\frac{1}{5}\) ∴ 2 < 2 \(\frac{1}{5}\) < 3
ସଂଖ୍ୟାରେଖା ଉପରିସ୍ଥ 2 ଓ 3 ପୂର୍ଣ୍ଣସଂଖ୍ୟା ମଧ୍ୟରେ 2 \(\frac{1}{5}\) ଅବସ୍ଥିତ

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3

Question 4.
(କ) \(\frac{15}{4}\) କୁ ସଂଖ୍ୟାରେଖାରେ ଦର୍ଶାଇବା ଲାଗି ପ୍ରଥମେ କ’ଣ କରିବାକୁ ହେବ?
ସମାଧାନ:
\(\frac{15}{4}\) କୁ ସଂଖ୍ୟାରେଖାରେ ଦର୍ଶାଇବା ଲାଗି ତାହାକୁ ମିଶ୍ର ସଂଖ୍ୟାରେ ପ୍ରକାଶ କରିବାକୁ ହେବ ।

(ଖ) କେଉଁ ଦୁଇଟି ପାଖାପାଖ ପୂର୍ଣ୍ଣ ସଂଖ୍ୟା ମଧ୍ୟରେ \(\frac{15}{4}\) ଅବସ୍ଥିତ?
ସମାଧାନ:
\(\frac{15}{4}=3 \frac{3}{4}=3+\frac{3}{4}\), 3 ଓ 4 ପୂର୍ବସଂଖ୍ୟା ମଧ୍ୟରେ \(\frac{15}{4}\) ଅବସ୍ଥିତ

() ଉକ୍ତ ପୂର୍ବସଂଖ୍ୟା ସୂଚକ ବିନ୍ଦୁଦ୍ଵୟ ମଧ୍ୟବର୍ତ୍ତୀ ସଂଖ୍ୟାରେଖାର ଅଂଶକୁ କେତେ ସମାନ ଭାଗ କରିବାକୁ ହେବ?
ସମାଧାନ:
ଉକ୍ତ ପୂର୍ବସଂଖ୍ୟା ସୂଚକ ବିଦୁ୍ୟଦ୍ୱୟ ମଧ୍ୟବର୍ତ୍ତୀ ସଂଖ୍ୟାରେଖାର ଅଂଶକୁ 4 ସମାନ ଭାଗ କରିବାକୁ ହେବ ।

() \(\frac{15}{4}\) କୁ ମିଶ୍ର ସଂଖ୍ୟାରେ ପରିଣତ କରି ଏହାକୁ ସଂଖ୍ୟାରେଖାରେ ଦର୍ଶାଅ।
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.3 2

CHSE Odisha Class 12 History Chapter 8 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 8 ଦିଲ୍ଲୀରେ ସୁଲତାନୀ ରାଜତ୍ଵ Short & Long Answer Questions.

CHSE Odisha 12th Class History Chapter 8 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଦିୱାନ-ଇ-ରସାଲତଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଦିୱାନ୍-ଇ-ରସାଲତ୍ ଥିଲେ ବୈଦେଶିକ ମନ୍ତ୍ରୀ । ସେ ସର୍ବଦା ବହିର୍ଦେଶମାନଙ୍କ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରୁଥିଲେ । ବିଦେଶକୁ ଦୂତମାନଙ୍କୁ ପ୍ରେରଣ କରିବା ଓ ସେଠାରୁ ଦୂତ ଗ୍ରହଣ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ସେ ଗୁପ୍ତଚରମାନଙ୍କ ମାଧ୍ୟମରେ ବହିର୍ଦେଶଗୁଡ଼ିକର କାର୍ଯ୍ୟକଳାପ ଉପରେ ସଜାଗ ଦୃଷ୍ଟି ରଖୁଥିଲେ ।

୨ । ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ? ଦେଶରେ କେତୋଟି ମଦ୍ରାସା ଥିଲା ?
Answer:
ସୁଲତାନୀ ସମାଜରେ ବିଦ୍ୟାର୍ଥୀମାନଙ୍କୁ ଆରବୀ ଏବଂ ପାର୍ଶୀ ଭାଷାରେ ଶିକ୍ଷାଦାନ କରାଯାଉଥିଲା । ଦେଶରେ ୩୦ଟି ମଦ୍ରାସା ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ଦିୱାନ୍-ଇ-ଇନ୍ସା ସମ୍ପର୍କରେ ଲେଖ ।
Answer:
ଏହି ବିଭାଗ ଦାୟିତ୍ଵରେ ସୁଲତାନଙ୍କ ପତ୍ର ବିନିମୟ କାର୍ଯ୍ୟ କରାଯାଉଥିଲା । ସୁଲତାନ ଓ ପ୍ରାଦେଶିକ ଶାସକ ଏବଂ ସୁଲତାନ ଓ କରଦ ରାଜାଙ୍କ ମଧ୍ୟରେ ଏହା ସୁଲତାନଙ୍କ ପତ୍ର ଆଦାନ ପ୍ରଦାନ କରୁଥିଲା । ସୁଲତାନଙ୍କ ସମସ୍ତ ପ୍ରକାର ଘୋଷଣା ଏହି ବିଭାଗଦ୍ଵାରା ପ୍ରକାଶିତ ହେଉଥିଲା ।

୪ । ସୁଲତାନୀ ଶାସନରେ ଆରିଜ୍-ଇ-ମମଲିକ୍‌ଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଆରିଜ୍-ଇ-ମମଲିକ ସାମରିକ୍ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ବିଭାଗକୁ ଦିୱାନ-ଇ-ଆର୍ଜ କୁହାଯାଉଥିଲା । ସୈନ୍ୟମାନଙ୍କୁ ନିଯୁକ୍ତି ଏବଂ ତାଲିମ ଦେବା କାର୍ଯ୍ୟକୁ ସେ ହିଁ କରୁଥିଲେ । ସୈନ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷାକରିବା ଓ ସେମାନଙ୍କୁ ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଓ ଔଷଧ ଯୋଗାଇବା ତାଙ୍କର ଦାୟିତ୍ଵ ଥିଲା ।

୫ । ଅମୀର ଖୁସ୍ରୁ କେଉଁ ସୁଲତାନଙ୍କ ରାଜଦରବାରରେ ଥିଲେ ? ତାଙ୍କଦ୍ୱାରା ଲେଖାହୋଇଥିବା ପୁସ୍ତକର ନାମ କ’ଣ ?
Answer:
ଅମୀର ଖୁସ୍ରୁ ସୁଲତାନ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ରାଜଦରବାରରେ ଥିଲେ । ତାଙ୍କଦ୍ଵାରା ଲିଖ୍ ପୁସ୍ତକର ନାମ ତାରିକ୍-ଇ-ଆଲାଇ ଥିଲା ।

୬। ‘ତାରିକ୍‌-ଇ-ଆଲାଇ’ ପୁସ୍ତକର ରଚୟିତା କିଏ ? ସେ ଏଥ‌ିରେ କେଉଁ ବିଷୟରେ ବର୍ଣ୍ଣନା କରିଛନ୍ତି ?
Answer:
‘ତାରିକ୍-ଇ-ଆଲାଇ’ ପୁସ୍ତକର ରଚୟିତା ଅମୀର ଖୁସ୍ରୁ । ସେ ଏଥିରେ ସୁଲତାନ୍‌ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀଙ୍କ ଦିଗ୍‌ବିଜୟ କଥା ବର୍ଣ୍ଣନା କରିଛନ୍ତି ।

୭ | ସୁଲତାନୀ ଶାସନରେ ବରିଦ୍‌-ଇ-ମମଲିକ୍ ଏବଂ ସର୍-ଇ-ଜନ୍ଦରଙ୍କ ମୁଖ୍ୟ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ବରିଦ୍-ଇ-ମମଲିକ୍ ଦେଶର ଗୁପ୍ତଚର ବିଭାଗରେ ଏବଂ ସର୍-ଇ-ଜନ୍ଦର ସୁଲତାନଙ୍କ ଦେହରକ୍ଷୀମାନଙ୍କୁ ନିୟନ୍ତ୍ରଣ କରିବା ଦାୟିତ୍ଵରେ ରହିଥିଲେ ।

୮ | ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍‌ସାଙ୍କ ଦାୟିତ୍ୱ କ’ଣ ଥିଲା ? ଏହି ଶାସନରେ କାହାକୁ ଦିୱାନ୍-ଇ-ମମଲିକ୍ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ଦିୱାନ୍-ଇ-ଇନ୍ସ ରାଷ୍ଟ୍ରର ଚିଠିପତ୍ର ଦାୟିତ୍ଵରେ ରହିଥିଲେ । ଏହି ଶାସନରେ ସୈନ୍ୟ ବିଭାଗର ମୁଖ୍ୟଙ୍କୁ ଦିୱାନ-ଇ-ମମଲିକ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯। କିଏ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ ? ଦିଲ୍ଲୀ ସୁଲତାନମାନେ କେତେ ପ୍ରକାର କର ଆଦାୟ କରୁଥିଲେ ? ସେଗୁଡ଼ିକର ନାମ ଲେଖ ।
Answer:
ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ହୁଲିଆ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଦିଲ୍ଲୀ ସୁଲତାନମାନେ ପାଞ୍ଚ ପ୍ରକାର କର ଆଦାୟ କରୁଥିଲେ; ସେଗୁଡ଼ିକ ହେଲା – ଜାକତ୍, ଖାରଜ୍, ଖାମସ୍, ଜିଜିୟା ଏବଂ ଉସର୍ ।

୧୦ । ଇକ୍‌ତା କ’ଣ ? ଆଲାଉଦ୍ଦିନ୍ ଖିଲ୍‌ଜୀଙ୍କ ସମୟରେ କେତୋଟି ପ୍ରଦେଶ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଦେଶଗୁଡ଼ିକୁ ଇକ୍‌ତା କୁହାଯାଉଥିଲା । ଆଲାଉଦ୍ଦିନ୍ ଖିଜୀଙ୍କ ସମୟରେ ୧୦ଟି ପ୍ରଦେଶ ଥିଲା ।

୧୧ । କେଉଁ କେଉଁ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା ? ‘ତାରିଖ୍-ଇ-ଫିରୋଜଶାହୀ’ କିଏ ରଚନା କରିଥିଲେ ?
Answer:
ପାର୍ଶୀ ଓ ହିନ୍ଦୀ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥିଲା । ଜିଆ-ଉଦ୍ଦିନ ବରାନୀ ‘ତାରିଖ-ଇ- ଫିରୋଜଶାହୀ’ ରଚନା କରିଥିଲେ ।

୧୨ । ଶାରିଆତ୍ ଅନୁଯାୟୀ ସୁଲତାନ୍ ଯେଉଁ ପାଞ୍ଚଟି ଉତ୍ସରୁ ଆୟ କରୁଥିଲେ ଓ ସେଗୁଡ଼ିକର ନାମ କ’ଣ ଥିଲା ?
Answer:
ଶାରିଆତ୍ ଅନୁଯାୟୀ ସୁଲତାନ୍ ପାଞ୍ଚଗୋଟି ଉତ୍ସରୁ ଆୟ କରୁଥିଲେ । ସେଗୁଡ଼ିକ ହେଲା – ଉସର୍, ଖାରଜ୍, ଖାମସ୍, ଜାକତ୍ ଏବଂ ଜିଜିୟା ।

୧୩ । ମହତାସିବ୍‌ମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ପ୍ରଧାନ ପ୍ରଧାନ ସହରରେ ମହତାସିବ୍ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା । ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜେଇ ପ୍ରଭୃତି ସେବନ ନିଷେଧ କରୁଥିଲେ ।

୧୪ । ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ପ୍ରଧାନ କିଏ ଥିଲେ ? ତାଙ୍କ କାର୍ଯ୍ୟାଳୟକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ମନ୍ତ୍ରୀମାନଙ୍କ ମଧ୍ୟରେ ୱାଜିର ଶ୍ରେଷ୍ଠ ଥିଲେ । ତାଙ୍କ କାର୍ଯ୍ୟାଳୟକୁ ଦିୱାନ୍-ଇ-ଜରାତ୍ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୫ । ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି କିଏ ଥିଲେ ? ବିଚାର ବିଭାଗର ନାମ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ସର୍ବୋଚ୍ଚ ବିଚାରପତି ସୁଲତାନ୍ ଥିଲେ । ବିଚାର ବିଭାଗକୁ ଦିୱାନ୍-ଇ-କ୍ୱାଜା ନାମରେ ଅଭିହିତ କୁରାଯାଇଥିଲା ।

୧୬ । ସୁଲତାନୀ ଶାସନରେ ରାଜସ୍ବ ବିଭାଗର କେଉଁ ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ ? ସ୍ୱତନ୍ତ୍ର କୃଷି ଦପ୍ତରକୁ କ’ଣ କୁହାଯାଉଥିଲା ?
Answer:
ସୁଲତାନୀ ଶାସନରେ ରାଜସ୍ୱ ବିଭାଗର ମକଦ୍ଦମ, ଖୁତ୍ ଓ ଚୌଧୁରୀ ଆଦି ପଦବୀଗୁଡ଼ିକ ହିନ୍ଦୁମାନେ ଲାଭ କରୁଥିଲେ । ସେ ସମୟରେ ସ୍ଵତନ୍ତ୍ର କୃଷି ଦପ୍ତରକୁ ଦିୱାନ୍-ଇ- କୋହି କୁହାଯାଉଥିଲା ।

୧୭ । ଜିଜିୟା କ’ଣ ? ଏହା କେଉଁମାନଙ୍କ ଉପରେ ଲାଗୁ ହୋଇନଥିଲା ?
Answer:
ଶାରିଆତ୍ ନିୟମ ଅନୁଯାୟୀ ସୁଲତାନ୍ ସାମ୍ରାଜ୍ୟରୁ ଆଦାୟ କରୁଥିବା ପାଞ୍ଚଗୋଟି କର ମଧ୍ଯରୁ ଜିଜିୟା କର ଥିଲା ଅନ୍ୟତମ । ମହିଳା, ପିଲା, ପଙ୍ଗୁ, ଭିକ୍ଷୁକ ଓ ସନ୍ନ୍ୟାସୀମାନଙ୍କଠାରୁ ଏହି କର ଆଦାୟ ହେଉନଥିଲା । ଏହା ଏକ ଧର୍ମକର ଥିଲା ଏବଂ ମୁସଲମାନମାନଙ୍କ ଉପରେ ଲାଗୁ କରାଯାଇନଥିଲା ।

୧୮ । ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଜମିକୁ କେଉଁ ଚାରି ଭାଗରେ ବିଭକ୍ତ କରାଯାଉଥିଲା ?
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ସମସ୍ତ ଚାଷଜମିକୁ ଚାରି ଭାଗରେ ବିଭକ୍ତ କରାଯାଉଥିଲା; ଯଥା— ଖାଲସା ଜମି, ଇକ୍ତାତାର ଜମି, ହିନ୍ଦୁ ସମ୍ଭ୍ରାନ୍ତମାନଙ୍କ ଜମି ଏବଂ ମୁସଲମାନ ବିଦ୍ୱାନ୍ ବା ସନ୍ୟାସୀମାନଙ୍କୁ ଦାନ ଦିଆଯାଉଥ‌ିବା ଜମି (ଇନାମ ବା ୱାକୁଫ) ।

୧୯ । ସୁଲତାନୀ ରାଜତ୍ଵ କାଳରେ ହିନ୍ଦୁମାନଙ୍କ ଅବସ୍ଥା କିପରି ଥିଲା ?
Answer:
ମୁସଲିମ୍ ଶାସନ ହିନ୍ଦୁମାନଙ୍କ ପାଇଁ ଯନ୍ତ୍ରଣାଦାୟକ ଥିଲା । ହିନ୍ଦୁମାନଙ୍କୁ ଶାସନ ବା ସାମରିକ କ୍ଷେତ୍ରରେ ପଦପଦବୀ ମିଳୁନଥିଲା । ଅବଶ୍ୟ ରାଜସ୍ୱ ବିଭାଗରେ କେବଳ ଖୁତ୍, ମକଦ୍ଦମ ଓ ଚୌଧୁରୀ ପଦବୀରେ ହିନ୍ଦୁମାନଙ୍କୁ ରଖାଯାଉଥିଲା । ମୁସଲମାନମାନଙ୍କ ଆଗମନ ଯୋଗୁ ହିନ୍ଦୁ ସମାଜରେ ଜାତିପ୍ରଥା ଅତୀବ କଠୋର ହୋଇଥିଲା । ହିନ୍ଦୁକନ୍ୟାମାନେ ସୁନ୍ଦରୀ ଥିବାରୁ ମୁସଲମାନମାନେ ସେମାନଙ୍କୁ ବିବାହ କରିବାପାଇଁ ପ୍ରଲୋଭିତ କରୁଥିଲେ । ହିନ୍ଦୁ ସମାଜରେ ବାଲ୍ୟବିବାହ ଓ ପର୍ଦା ପ୍ରଥା କ୍ରମଶଃ ପ୍ରବେଶ କରିଥିଲା ।

୨୦ । କେଉଁମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ ? ଖଲିଫାଙ୍କ ସମ୍ମାନ ପାଇଁ ସେମାନେ କ’ଣ କରୁଥିଲେ ?
Answer:
ସୁଲତାନମାନେ ଖଲିଫାଙ୍କ ପ୍ରତିନିଧ୍ ଭାବେ ଶାସନ କରୁଥିଲେ । ଖଲିଫାଙ୍କ ସମ୍ମାନ ପାଇଁ ଖଲିଫାଙ୍କ ନାମରେ ମୁଦ୍ରା ଅଙ୍କନ ଓ ଖୁତ୍ଵା-ପାଠ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୨୧ । ଇବନ ବହୁତା କିଏ ? ସେ କେଉଁ ସମ୍ରାଟଙ୍କ ସମୟରେ ଭାରତକୁ ଆସିଥିଲେ ?
Answer:
ଇବନ ବତ୍ରୁତା ଚତୁର୍ଦ୍ଦଶ ଶତାବ୍ଦୀର ଜଣେ ବୈଦେଶିକ ପର୍ଯ୍ୟଟକ । ସେ ସୁଲତାନ୍ ମହମ୍ମଦ୍-ବିନ୍-ତୋଗଲକ୍‌ଙ୍କ ସମୟରେ ଭାରତକୁ ଆସିଥିଲେ ।

୨୨ । ଅମୀର-ଇ-ଦାଦ୍ କିଏ ? ତାଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ସୁଲତାନୀ ଶାସନରେ ଅମୀର-ଇ-ଦାଦ୍ ନାମକ ଜଣେ କର୍ମଚାରୀ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟ ସମ୍ପାଦନ କରୁଥିଲେ । ସେ କାଜିଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁଥିଲେ ଓ ତାଙ୍କ ସହାୟତାରେ ଅପରାଧୀମାନଙ୍କ ବିଚାର କରୁଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ସୁଲତାନୀ ଶାସନରେ ବିଚାର ବ୍ୟବସ୍ଥା କିପରି ଥିଲା ?
Answer:
ସୁଲତାନ ନ୍ୟାୟର ନିର୍ଝର ଥିଲେ ମଧ୍ୟ ଦିୱାନ-ଇ-କ୍‌ଜା (ବିଚାର ବିଭାଗ) ନ୍ୟାୟ ପ୍ରଦାନ କରୁଥିଲା । ଏହି ବିଭାଗର ମୁଖ୍ୟଙ୍କୁ କାଜି-ଉଲ୍-କାଜତ୍ କୁହାଯାଉଥିଲା । ତାଙ୍କୁ ମଧ୍ଯ ସଦର-ଉତ୍ସ–ସଦର କୁହାଯାଉଥିଲା । ପ୍ରତ୍ୟେକ ପ୍ରଦେଶରେ ସୁଲତାନଙ୍କଦ୍ଵାରା କାଜି ବା ସଦରଙ୍କୁ ନିଯୁକ୍ତ କରାଯାଉଥିଲା । ବଡ଼ ବଡ଼ ସହରରେ ସୁଲତାନ ମୀର୍-ଇ- ଦାଦ୍ ନାମକ ବିଚାରପତିଙ୍କୁ ନିଯୁକ୍ତ କରିଥିଲେ । ଗ୍ରାମରେ ପଞ୍ଚାୟତ ନ୍ୟାୟ ପ୍ରଦାନ କରୁଥିଲା । କ୍ଵାଜି ମୁସଲମାନମାନଙ୍କର ବିଚାର କାଳରେ ‘କୋରାନ୍’ରେ ଲିପିବଦ୍ଧ ନିୟମର ସହାୟତା ନେଉଥିଲେ । ପ୍ରଚଳିତ ରୀତି ଓ ନୀତିକୁ ଆଧାର କରି ସେ ହିନ୍ଦୁମାନଙ୍କୁ ଦଣ୍ଡିତ କରୁଥିଲେ । ସୁଲତାନୀ ଯୁଗର ଦଣ୍ଡ ବ୍ୟବସ୍ଥା ଥିଲା ଅତି ଭୟଙ୍କର । ସାଧାରଣ ଦୋଷ ପାଇଁ ଅଙ୍ଗଚ୍ଛେଦନ ଏବଂ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।

୨ । ସୁଲତାନୀ ଶାସନରେ ରାଜସ୍ଵ ବ୍ୟବସ୍ଥା କିପରି ଥୁଲା ?
Answer:
ସୁଲତାନୀ ଶାସନରେ ଉସର୍, ଖାରଜ, ଖାମସ୍, ଜାକତ୍ ଏବଂ ଜିଜିୟା ପ୍ରଭୃତି କର ସରକାରଙ୍କ ଆୟର ପ୍ରଧାନ ପନ୍ଥା ଥିଲା । ‘ଉସର୍’ ଥିଲା ଭୂମି କର ଏବଂ ଏହାର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ–ଦଶମାଂଶ । ଏହି କର କେବଳ ମୁସଲମାନ ସଂପ୍ରଦାୟ ଉପଭୋଗ କରୁଥିବା ଜମିରୁ ସଂଗ୍ରହ କରାଯାଉଥିଲା । ଅଣମୁସଲମାନ ସଂପ୍ରଦାୟ ଭୋଗ କରୁଥିବା ଚାଷଜମିରୁ ‘ଖାରଜ୍’ ସଂଗୃହୀତ ହେଉଥିଲା । ଏହି ରାଜସ୍ଵର ପରିମାଣ ଥିଲା ସମୁଦାୟ ଉତ୍ପାଦନର ଏକ-ଦଶମାଂଶ । ମୁସଲମାନ ସଂପ୍ରଦାୟର ଜନସାଧାରଣ ‘ଜାକତ୍’ ନାମରେ ଏକ ଧର୍ମ କର ପ୍ରଦାନ କରୁଥିଲେ । ଅଣମୁସଲମାନ ସଂପ୍ରଦାୟ ଉପରେ ‘ଜିଜିୟା’ କର ଧାର୍ଯ୍ୟ କରାଯାଉଥିଲା । ଏତଦ୍‌ବ୍ୟତୀତ ଖଣି ଓ ଜଙ୍ଗଲ ବିଭାଗରୁ ମଧ୍ଯ ସରକାର ରାଜସ୍ୱ ସଂଗ୍ରହ କରୁଥିଲେ । ବହିଃ ରାଷ୍ଟ୍ରରୁ ଆମଦାନୀ କରାଯାଉଥିବା ବିଭିନ୍ନ ଜିନିଷ ଉପରେ ଶତକଡା ୨୨ ଭାଗ ଆମଦାନୀ ଶୁଳ୍କ ଧାର୍ଯ୍ୟ କରାଯାଉଥିଲା । ପ୍ରଜାମାନଙ୍କୁ ଗୃହ କର ଓ ଚାରଣ କରି ମଧ୍ୟ ଦେବାକୁ ପଡ଼ୁଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୩ । ସୁଲତାନୀ ଶାସନରେ ଭୂରାଜସ୍ଵ ବ୍ୟବସ୍ଥା କିପରି ଥିଲା ?
Answer:
ଭୂରାଜସ୍ୱ ଦିଲ୍ଲୀ ସୁଲତାନମାନଙ୍କ ଆୟର ଏକ ପ୍ରଧାନ ପନ୍ଥା ଥିଲା । ଚୌଧୁରୀ ଏବଂ ମକଦ୍ଦମ ପ୍ରଭୃତି କର୍ମଚାରୀମାନଙ୍କ ସହାୟତାରେ ଭୂରାଜସ୍ୱ ସଂଗୃହୀତ ହେଉଥିଲା । ଅମୀଲ ନାମକ ଜଣେ ରାଜସ୍ଵ କର୍ମଚାରୀ ଚୌଧୁରୀ ଓ ମକଦ୍ଦମମାନଙ୍କଠାରୁ ଭୂରାଜସ୍ୱ ସଂଗ୍ରହ କରୁଥିଲେ । ଇକ୍‌ ବା ପ୍ରାଦେଶିକ ଶାସନ କ୍ଷେତ୍ରରେ ମୁଫ୍ ରାଜସ୍ଵର ପରିମାଣ ଧାର୍ଯ୍ୟ କରୁଥିଲେ । ଭୂରାଜସ୍ୱ ସଂଗ୍ରହ କାର୍ଯ୍ୟ ତଦାରଖ କରିବାପାଇଁ ସୁଲତାନ ପ୍ରତ୍ୟେକ ଇକ୍‌ରେ ‘ସ୍ଵାଜା’ ନାମକ ଏକ କର୍ମଚାରୀଙ୍କୁ ନିଯୁକ୍ତ କରିଥିଲେ । ଆଲ୍ଲାଉଦ୍ଦିନ୍ ପ୍ରଥମେ ଭୂରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସଂସ୍କାର ପ୍ରବର୍ତ୍ତନ କରିଥିଲେ । ନିଷ୍କର ଜମି ଭୋଗ କରୁଥିବା ମୁସଲମାନମାନଙ୍କଠାରୁ ସେହି ସୁବିଧା ପ୍ରତ୍ୟାହାର କରାଯାଇଥିଲା । ଏଥୁସହିତ ମକଦ୍ଦମ ଓ ଚୌଧୁରୀ ପ୍ରଭୃତି ରାଜସ୍ୱ ଆଦାୟକାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିଲା । ସେମାନେ ଭୋଗ କରୁଥିବା ଜମି ଉପରେ ରାଜସ୍ୱ ଧାର୍ଯ୍ୟ କରାଯାଇଥିଲା । ଏଥୁସହିତ ଗୃହ କର ଏବଂ ଚାରଣ କର ମଧ୍ୟ ସେମାନଙ୍କଠାରୁ ସଂଗ୍ରହ କରିବାପାଇଁ ସୁଲତାନ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ଉତ୍ପାଦନର ଶତକଡ଼ା ପଚାଶ ଭାଗ ଭୂରାଜସ୍ଵଭାବେ ସଂଗ୍ରହ କରାଯାଉଥିଲା ।

୪। ମୁସଲିମ୍ ରାଜ୍ୟରେ ଉଲେମାମାନଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ ସମୟରେ ସମାଜରେ ଆଭିଜାତ୍ୟ ଶ୍ରେଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ଶ୍ରେଣୀର ଅନ୍ୟ ଏକ ବର୍ଗ ଥିଲେ ଉଲେମା । ସେମାନେ ଥିଲେ ଜ୍ଞାନୀ ଏବଂ ଗୁଣୀ ଓ ଅଣତୁର୍କ ଜାତୀୟ । ସେମାନେ ଶିକ୍ଷା ଏବଂ ଧାର୍ମିକ ତଥା ଦାତବ୍ୟ ଅନୁଷ୍ଠାନଗୁଡ଼ିକ ନିୟନ୍ତ୍ରଣ କରୁଥିଲେ । ଏହି ଉଲେମାମାନେ ଥିଲେ ସୁଲତାନଙ୍କ ମସ୍ତିଷ୍କ ସଦୃଶ । ସେମାନଙ୍କ ମଧ୍ୟରୁ ଅନେକ କାଜି-ଉଲ୍-ଜାକତ୍, ସଦର-ଉସ୍-ସଦର, କାଜି, ମୁଫ୍ତି ଆଦି ପଦବୀ ଅଳଙ୍କୃତ କରୁଥିଲେ । ସେମାନଙ୍କ ମଧ୍ୟରୁ ଶେଖ୍ ଏବଂ ସୟଦ୍‌ମାନଙ୍କର ସ୍ଥାନ ସମାଜରେ ବହୁ ଉଚ୍ଚରେ ଥିଲା । ଏହି ଉଲେମାମାନେ ବସ୍ତୁତଃ ଆଭ୍ୟନ୍ତରୀଣ ଶାସନକୁ ନିୟନ୍ତ୍ରଣ କରୁଥିଲେ ଏବଂ ସୁଲତାନମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଥିଲେ ।

୫ । ସୁଲତାନୀ ଶାସନରେ ନାରୀମାନଙ୍କର ସ୍ଥାନ କ’ଣ ଥିଲା ?
Answer:
ନାରୀ ସ୍ଵାଧୀନତା ସୁଲତାନୀ ଯୁଗରେ ବହୁପରିମାଣରେ ସଙ୍କୁଚିତ ହୋଇଥିଲା । ଜଣେ ସ୍ଵାମୀ ତା’ର ସ୍ତ୍ରୀକୁ ପରିତ୍ୟାଗ (ତଲାକ୍) କଲେ ସେ ଅନ୍ୟଜଣେ ସ୍ତ୍ରୀକୁ ବିବାହ କରିପାରୁଥିଲା । ସମାଜରେ ବିଧବା ବିବାହ ପ୍ରଥା ପ୍ରଚଳିତ ଥିଲା । ସମ୍ଭ୍ରାନ୍ତବଂଶୀୟ ନାରୀମାନଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଶିକ୍ଷାଲାଭରୁ ବଞ୍ଚତ ଥିଲେ । ନାରୀମାନେ ଛୁଞ୍ଜାମ, ସିଲେଇ, ରନ୍ଧନ ଆଦି କର୍ମରେ ପାରଦର୍ଶିତା ଲାଭ କରୁଥିଲେ । ନାରୀମାନେ ବୁର୍ଖା ପରିଧାନ କରୁଥିଲେ । ସାଧାରଣ ମୁସଲମାନମାନେ ଗୋଟିଏ ସ୍ତ୍ରୀ ରଖୁଥିଲେ । ମାତ୍ର ସମ୍ଭ୍ରାନ୍ତବଂଶୀୟ ମୁସଲମାନମାନେ ଏକାଧ୍ଵ (ଚାରିଜଣ) ସ୍ତ୍ରୀ ରଖୁଥିଲେ । କୋରାନ୍‌ର ନିୟମ ଅନୁସାରେ ସମାଜରେ ବହୁବିବାହ ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୬। ଦିଲ୍ଲୀ ସୁଲତାନମାନେ ଖଲିଫାଙ୍କୁ କିପରି ସମ୍ମାନିତ କରୁଥିଲେ ?
Answer:
ଦିଲ୍ଲୀରେ ସୁଲତାନମାନେ ନିଜକୁ ଖଲିଫାଙ୍କ ପ୍ରତିନିଧ‌ି ବୋଲି ବିଚାର କରାଯାଉଥିଲା । ସେମାନେ ଖଲିଫାଙ୍କୁ ସମ୍ମାନୀତ କରୁଥିଲେ । ଖଲିଫାଙ୍କ ନାମ ମୁଦ୍ରାରେ ଉତ୍କର୍ଣ୍ଣ ହୋଇଥିଲା ଏବଂ ତାଙ୍କ ନାମରେ ଖୁତ୍ଵା ପାଠ କରାଯାଉଥିଲା । ଏହାଦ୍ଵାରା ସୁଲତାନମାନଙ୍କର ସାର୍ବଭୌମତ୍ୱ ପ୍ରତିପାଦିତ ହେଉଥିଲା, କିନ୍ତୁ ଆଲ୍ଲାଉଦ୍ଦିନ୍ ଖିଲ୍‌ଜୀ ଓ ମୁବାରକ ଶାହ ଖଲିଫାଙ୍କୁ ଅନ୍ୟମାନଙ୍କ ପରି ସମ୍ମାନିତ କରୁନଥିଲେ ।

୭। ଶାରିଆଡ୍ କହିଲେ କ’ଣ ବୁଝ ?
Answer:
ସୁଲତାନ୍‌ଙ୍କ ରାଜ୍ୟ ଶାରିଆତ୍‌ର ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେଉଥିଲା କାରଣ ଆଇନ ଥିଲା ମୁସଲିମ୍ ରାଜ୍ୟର ପ୍ରକୃତ ସାର୍ବଭୌମ । ମୁସଲମାନମାନେ ବିଶ୍ଵାସ କରୁଥିଲେ ଯେ ଶାରିଆତ୍ ଥିଲା ମହମ୍ମଦଙ୍କୁ ପ୍ରଦାନ କରାଯାଇଥିବା ଈଶ୍ଵରଙ୍କର ମୁଖନିଃସୃତ ବାଣୀ । ଶାରିଆଡ଼ ଥିଲା ଅଣମୁସଲମାନମାନଙ୍କର ସ୍ଵାର୍ଥର ପରିପନ୍ଥୀ, ଅଣମୁସଲମାନମାନଙ୍କୁ ଜିୱି କୁହାଯାଉଥିଲା । ନିଜର ଜୀବନ ଓ ସମ୍ପତ୍ତି ରକ୍ଷା କରିବାପାଇଁ ସେମାନଙ୍କୁ ଜିଜିୟା କର ଦେବାକୁ ପଡୁଥିଲା । ଅଣମୁସଲମାନମାନଙ୍କୁ ଧର୍ମାନ୍ତର କରିବାକୁ ସୁଲତାନ କଠୋର ପଦକ୍ଷେପମାନ ଗ୍ରହଣ କରୁଥିଲେ ।

୮ । ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା କ’ଣ ଥିଲା ?
Answer:
ସୁଲତାନୀ ଶାସନ କାଳରେ ପ୍ରାଦେଶିକ ଶାସନରେ ଗଭର୍ଣ୍ଣରଙ୍କ ଭୂମିକା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ସେ ନିଜ ପ୍ରଦେଶର ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ବାହ୍ୟଶକ୍ତିର ଆକ୍ରମଣକୁ ପ୍ରତିରୋଧ କରିବାପାଇଁ ଉପଯୁକ୍ତ ପଦକ୍ଷେପମାନ ନେଉଥିଲେ । ସେ ପ୍ରଦେଶର ରାଜସ୍ୱ ଆଦାୟ କରୁଥିଲେ । ବାର୍ଷିକ ଆୟ ବ୍ୟୟ ବିବରଣୀ ସେ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନ କରୁଥିଲେ । ପ୍ରାଦେଶିକ ବିଚାରପତି ଭାବରେ ଗଭର୍ଣ୍ଣର ପ୍ରାଦେଶିକ ବିଚାରକୁ ତଦାରଖ କରୁଥିଲେ । ଇସଲାମୀୟ ଆଇନଗୁଡ଼ିକ ଯେପରି ଠିକ୍ ରୂପେ ପ୍ରୟୋଗ କରାଯାଏ ସେଥୁପ୍ରତି ସେ ଦୃଷ୍ଟି ଦେଉଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୯ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ସୈନ୍ୟମାନଙ୍କର ଯୁଦ୍ଧକୌଶଳ କିପରି ଥିଲା ?
Answer:
ସୁଲତାନ୍ ନିଜେ ରଣକୌଶଳ ପ୍ରସ୍ତୁତ କରୁଥିଲେ । ସୈନ୍ୟମାନଙ୍କୁ ମଧ୍ୟ, ବାମ, ଦକ୍ଷିଣ ଓ ସଂରକ୍ଷିତ, ଏହିପରି ଚାରି ଭାଗରେ ବିଭକ୍ତ କରାଯାଇ ଯୁଦ୍ଧ କରାଯାଉଥିଲା । ଶତ୍ରୁ ସୈନ୍ୟମାନଙ୍କର ଶକ୍ତି କଳ୍ପନା କରିବା ଉଦ୍ଦେଶ୍ୟରେ ଏକ ଆଗୁଆ ବାହିନୀ ପଠାଯାଉଥିଲା ଓ ଜୟ ଲାଭ କରିବାପାଇଁ ଅତର୍କିତ ଭାବରେ ଆକ୍ରମଣ କରାହେଉଥିଲା । ସୀମା ଓ ଦୁର୍ଗଗୁଡ଼ିକରେ ଅଭିଜ୍ଞ ଓ ଧୁରନ୍ଧର ସୈନ୍ୟ ଓ ସେନାପତିଙ୍କୁ ମୁତୟନ କରାଯାଉଥିଲା ।

୧୦ । ସୁଲତାନୀ ଶାସନର ମନ୍ତ୍ରୀମଣ୍ଡଳ ଉପରେ ଧାରଣା ଦିଅ ।
Answer:
ଶାସନର ସୁବିଧା ନିମିତ୍ତ ଦିଲ୍ଲୀର ସୁଲତାନମାନେ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସେମାନଙ୍କ ସହିତ ସେ ପ୍ରଶାସନ, ଅର୍ଥ ଓ ବିଚାର ବ୍ୟାପାରରେ ଆଲୋଚନା କରୁଥିଲେ । ସୁଲତାନ ଯେଉଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଉଥିଲେ,ସେମାନେ ହେଲେ ୱାଜିର୍, ଆରିଜ୍-ଇ-ମମଲିକ୍, ଦିୱାନ୍-ଇ-ଇସା, ଦିୱାନ୍-ଇ-ରସାଲତ୍, ସଦର-ଉସ୍-ସଦର ଓ ଦିୱାନ୍-ଇ-କ୍ୱାଜା । ମନ୍ତ୍ରୀମାନେ ସୁଲତାନଙ୍କ ଅନୁଗ୍ରହ ଲାଭ କରିବା ପର୍ଯ୍ୟନ୍ତ ନିଜ ନିଜ ପଦବୀରେ ରହିପାରୁଥିଲେ । ବେଳେବେଳେ ନାଏବ ସୁଲତାନ ପଦବୀ ସୃଷ୍ଟି କରାଯାଉଥିଲା । ସୁଲତାନ ରାଜଧାନୀରେ ଅନୁପସ୍ଥିତ ଥ‌ିବା ସମୟରେ ନାଏବ ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

୧୧ । ସୁଲତାନୀ ଶାସନରେ ପୋଲିସ ଶାସନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ସୁଲତାନୀ ଶାସନରେ ସାମ୍ରାଜ୍ୟର ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ରକ୍ଷା କରିବାପାଇଁ ଗୋଟିଏ ପୋଲିସ ବିଭାଗ ରହିଥିଲା । କଟୱାଲ୍ ଥିଲେ ପୋଲିସ ବିଭାଗର ମୁଖ୍ୟ । ବଡ଼ବଡ଼ ସହରରେ କଟୱାଲଙ୍କୁ ନିଯୁକ୍ତି ଦିଆଯାଉଥିଲା । ପ୍ରଧାନ ସହରରେ ମହତାସିବ ନାମକ କର୍ମଚାରୀମାନଙ୍କୁ ଅବସ୍ଥାପିତ କରାଯାଇଥିଲା, ସେମାନେ ଜନସାଧାରଣଙ୍କ ଆଚରଣ ପ୍ରତି ଦୃଷ୍ଟି ଦେଉଥିଲେ, ବଜାର ନିୟନ୍ତ୍ରଣ କରୁଥିଲେ, ମାପ ଓ ଓଜନ ତଦାରଖ କରୁଥିଲେ ଏବଂ ମଦ୍ୟ, ଭାଙ୍ଗ ଓ ଗଞ୍ଜାଇ ପ୍ରଭୃତି ନିଶା ସେବନ ନିଷେଧ କରୁଥିଲେ । ଛୋଟ ସହର ଓ ଗ୍ରାମାଞ୍ଚଳରେ ପୋଲିସ୍ ଶାସନ ଚାଲୁ ନ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

୧୨ । ସୁଲତାନୀ ଯୁଗର ସାମରିକ ଶାସନ ବ୍ୟବସ୍ଥା କିପରି ଥୁଲା ?
Answer:
ସାମ୍ରାଜ୍ୟର ଦୃଢ଼ୀକରଣ, ସମ୍ଭ୍ରାନ୍ତମାନଙ୍କୁ ଦମନ ଓ ଆଭ୍ୟନ୍ତରୀଣ ବିଦ୍ରୋହ ଦମନ ନିମିତ୍ତ ସୁଲତାନମାନେ ଏକ ବିଶାଳ ସୈନ୍ୟବାହିନୀ ସଙ୍ଗଠିତ କରିଥିଲେ । ସୁଲତାନୀ ସୈନ୍ୟବାହିନୀକୁ ୪ଗୋଟି ଭାଗରେ ବିଭକ୍ତ କରାଯାଇଥିଲା (୧) ସୁଲତାନଙ୍କ ଅଧୀନରେ ନିଯୁକ୍ତ ସୈନ୍ୟବାହିନୀ, (୨) ପ୍ରାଦେଶିକ ଶାସକ ଓ ସମ୍ଭ୍ରାନ୍ତମାନଙ୍କ ଅଧୀନରେ ଥ‌ିବା ସୈନ୍ୟବାହିନୀ, (୩) ଯୁଦ୍ଧ ସମୟରେ ନିଯୁକ୍ତ ସୈନ୍ୟବାହିନୀ, (୪) ଧର୍ମଯୁଦ୍ଧ ବା ଜିହାଦରେ ଅଂଶଗ୍ରହଣ କରୁଥିବା ମୁସଲମାନ ସ୍ଵେଚ୍ଛାସେବୀ, ତୁର୍କ, ପାରସିକ, ମଙ୍ଗୋଲ, ଆଫଗାନ, ଆରବ, ଆବିସିନୀୟ । ଭାରତୀୟ ମୁସଲମାନ ଓ ହିନ୍ଦୁମାନଙ୍କୁ ନେଇ ସୁଲତାନୀ ସୈନ୍ୟବାହିନୀ ଗଠିତ ହୋଇଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ପଦୋନ୍ନତି ନିମିତ୍ତ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରାଯାଇ ପାରି ନ ଥିଲା । ସେହିପରି ପଦାତିକ, ଅଶ୍ଵାରୋହୀ, ଗଜାରୋହୀମାନଙ୍କୁ ନେଇ ସୈନ୍ୟବାହିନୀ ଗଢ଼ାଯାଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସୁଲତାନୀ ସାମ୍ରାଜ୍ୟର ଶାସନ ବ୍ୟବସ୍ଥାର ବିଭିନ୍ନ ବିଭାଗଗୁଡ଼ିକ ଉପରେ ବିବରଣୀ ପ୍ରଦାନ କର ।
Answer:
ଦିଲ୍ଲୀର ସୁଲତାନୀ’ ସାମ୍ରାଜ୍ୟ ‘ଧର୍ମଭିଭିକ’ ଥିଲା । ଦିଲ୍ଲୀରେ ତୁର୍କ ଓ ଆଫଗାନ ଶାସକମାନେ ଦୀର୍ଘ ତିନି ଶହ ବର୍ଷକାଳ ଶାସନକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସମୟରେ ଇସ୍‌ଲାମ ଧର୍ମ ଥିଲା ଦେଶର ମୁଖ୍ୟ ତଥା ସ୍ୱୀକୃତ ଧର୍ମ । ଭାରତ ଏକ ହିନ୍ଦୁବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାକୁ ଏକ ଇସ୍‌ଲାମୀୟ ରାଷ୍ଟ୍ର (Dar-Ul-Islam)ରେ ପରିଣତ କରିବା ସୁଲତାନମାନଙ୍କର ଥିଲା ପ୍ରଧାନ ଉଦ୍ଦେଶ୍ୟ ।
ସୁଲତାନ ଇଲ୍‌ଡ୍‌ମିସ୍, ଆଲ୍ଲାଉଦ୍ଦିନ୍ ଖୁଲ୍‌, ଫିରୋଜଶାହ ତୋଗଲକ ନିଜକୁ ଖଲିଫାଙ୍କର ପ୍ରତିନିଧ୍ଵରୂପେ ବିବେଚନା କରି ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ।

  • କେନ୍ଦ୍ରୀୟ ଶାସନ – ଦିଲ୍ଲୀର ତୁର୍କ ଶାସକଗଣ ସୁଲତାନ ଉପାଧ୍ ଧାରଣ କରିଥିଲେ । ସୁଲତାନମାନେ ନିଜକୁ ଭଗବାନ ଆଲ୍ଲାଙ୍କ ପ୍ରତିନିଧୁ ବୋଲି ଅଭିହିତ କରିଥିଲେ । ସେମାନେ ଈଶ୍ଵର ପ୍ରଦତ୍ତ ଆଇନ ଅନୁସାରେ ଶାସନ କରୁଥିଲେ । ସୁଲତାନ ଥିଲେ ରାଜ୍ୟର ଶାସନମୁଖ୍ୟ ଏବଂ ତାଙ୍କ ହସ୍ତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ ହୋଇଥିଲା । ସୁଲତାନଙ୍କ କ୍ଷମତା ମୁଖ୍ୟତଃ ସାମରିକ ଶକ୍ତି ଉପରେ ପ୍ରତିଷ୍ଠିତ ଥିଲା । ସୁଲତାନଙ୍କୁ ସାହାଯ୍ୟ କରିବାପାଇଁ ମନ୍ତ୍ରୀମାନେ ତାଙ୍କର ଆଜ୍ଞାଧୀନ କର୍ମଚାରୀରୂପେ କାର୍ଯ୍ୟ କରୁଥିଲେ । ପ୍ରଚଳିତ ପ୍ରଥା ଅନୁଯାୟୀ ସୁଲତାନମାନେ କୋରାନ୍‌ରେ ଲିପିବଦ୍ଧ ଆଇନକୁ ଶାସନକ୍ଷେତ୍ରରେ ଅନୁସରଣ କରୁଥିଲେ ।
    ସୁଲତାନଙ୍କ ପରେ ଦେଶର ସର୍ବୋଚ୍ଚ କ୍ଷମତାସମ୍ପନ୍ନ ବ୍ୟକ୍ତି ଥିଲେ ନାଏବ ବା ଡେପୁଟି ସୁଲତାନ ! ସୁଲତାନଙ୍କ ଅନୁପସ୍ଥିତିରେ ସେ ଶାସନକାର୍ଯ୍ୟ ତଦାରଖ କରୁଥିଲେ ।
  • ମନ୍ତ୍ରୀଗଣ – ଶାସନକାର୍ଯ୍ୟରେ ସହାୟତାପାଇଁ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ଦାସବଂଶ ଶାସନକାଳରେ ଚାରିଜଣ ମନ୍ତ୍ରୀ ସୁଲତାନଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ କରୁଥିଲେ । ସେମାନେ ହେଲେ– ୱାଜିର, ଦିୱାନ-ଇ-ଆରିଜ୍, ଦିୱାନ-ଇ-ଇସା, ଦିୱାନ-ଇ-ରସାଲତ୍ । ପରବର୍ତ୍ତୀ କାଳରେ ଆଉ ଦୁଇଜଣ ମନ୍ତ୍ରୀ ସଦର-ଉସ୍-ସଦର ଓ ଦିୱାନ- ଇ-କ୍ଵାଜାଙ୍କୁ ନଯୁକ୍ତି ଦିଆଯାଇଥିଲା ।
  • ୱାଜିର – ୱାଜିର ଥିଲେ କେନ୍ଦ୍ରୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ । ସେ ଅର୍ଥବିଭାଗର ମୁଖ୍ୟ ଥିଲେ । ସେ ସାଧାରଣ ପ୍ରଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ସୁଲତାନଙ୍କ ପ୍ରତିନିଧୁଭାବେ ସେ ଅନ୍ୟ ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥ‌ିଲେ । ଅର୍ଥବିଭାଗର ମୁଖ୍ୟ ଭାବରେ ସେ ଦେଶର ଆୟବ୍ୟୟ ସମ୍ବନ୍ଧୀୟ ବିବରଣୀ ନିଜେ ରଖୁଥିଲେ । ରାଜସ୍ୱ ଆଦାୟ ଓ ନିର୍ଦ୍ଧାରଣ କାର୍ଯ୍ୟ ସେ ବୁଝୁଥିଲେ । ୱାଜିରଙ୍କ କାର୍ଯ୍ୟାଳୟକୁ ‘ଦିନ-ଇ-ଓ୍ୱାଜିରାତ୍’ କୁହାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ଆରିଜ୍-ଇ-ମମ୍‌ଲିକ୍ – ଆରିଜ୍-ଇ-ମମ୍‌ଲିକ୍ ସାମରିକ ବିଭାଗର ମୁଖ୍ୟ ଥିଲେ । ତାଙ୍କ ବିଭାଗକୁ ଦେୱାନ – ଇ-ଆରିଜ୍ କୁହାଯାଉଥିଲା । ସୈନ୍ୟମାନଙ୍କର ନିଯୁକ୍ତି, ତାଲିମ ଓ ସଙ୍ଗଠନ ତାଙ୍କର ପ୍ରଧାନ ଦାୟିତ୍ଵ ଥିଲା । ସୈନ୍ୟବାହିନୀର ଦକ୍ଷତା ଓ ଶୃଙ୍ଖଳା ବୃଦ୍ଧିପାଇଁ ସେ ଦୃଷ୍ଟି ଦେଉଥିଲେ । କୌଣସି ସାମରିକ ଅଭିଯାନରେ ବହିର୍ଗତ ହେବା ପୂର୍ବରୁ ଆରିଜ୍ – ଇ-ମମ୍‌ଲିକ ସୈନ୍ୟବାହିନୀର ସାମରିକ ପ୍ରସ୍ତୁତିପାଇଁ ଆୟୋଜନ କରୁଥିଲେ ।
  • ଦିୱାନ-ଇ-ଇନ୍ସା – ଏହି ବିଭାଗଟି ସୁଲତାନଙ୍କର ସମସ୍ତ ପ୍ରକାରର ଘୋଷଣାକୁ ପ୍ରକାଶ କରୁଥିଲେ । ଏହି ବିଭାଗର ମୁଖ୍ୟ ଥିଲେ ‘ଦେବର-ଇ-ଖାସ୍’ । ଏହି ମନ୍ତ୍ରୀଙ୍କ ମାଧ୍ୟମରେ ସୁଲତାନ ଓ ଅନ୍ୟ ରାଜ୍ୟର ଏବଂ କରଦ ରାଜ୍ୟମାନଙ୍କ ମଧ୍ୟରେ ପତ୍ର ବିନିମୟ ହେଉଥିଲା ।
  • ଦିୱାନଇ–ରସାଲତ୍ – ଏହି ବିଭାଗଟି ବୈଦେଶିକ ବ୍ୟାପାର ପରିଚାଳନା ଦାୟିତ୍ଵ ହାତକୁ ନେଇଥିଲା । ଏହି ବିଭାଗ ମଧ୍ୟ କେତେକ କ୍ଷେତ୍ରରେ ଧର୍ମ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ କରୁଥିଲେ ।
  • ସଦର–ଇସ୍–ସଦର – ସଦର-ଉସ୍-ସଦର ଧର୍ମ ସମ୍ବନ୍ଧୀୟ ବ୍ୟାପାରର ମୁଖ୍ୟ ଥିଲେ । ଇସ୍‌ଲାମ ଧର୍ମାବଲମ୍ବୀମାନେ ସେହି ଧର୍ମର ନୀତିନିୟମଗୁଡ଼ିକୁ ଯେପରି ଉତ୍ତମଭାବେ ପାଳନ କରିବେ ସେଥୁପ୍ରତି ସଦର-ଉସ୍-ସଦର ଦୃଷ୍ଟି ଦେଉଥ‌ିଲେ । ସେ ମଧ୍ଯ ଇସ୍‌ଲାମ ଧର୍ମ ସମ୍ବନ୍ଧୀୟ ଆଇନ କାର୍ଯ୍ୟକାରୀ କରୁଥିଲେ । ପଣ୍ଡିତ, ଜ୍ଞାନୀ ଏବଂ ଗରିବ ନିଃସହାୟମାନଙ୍କୁ ଏହି ସଂସ୍ଥା ଆର୍ଥିକ ଭତ୍ତା ପ୍ରଦାନ କରୁଥିଲା । ସୁଲତାନ ମନ୍ତ୍ରୀମାନଙ୍କ ପରାମର୍ଶ ଗ୍ରହଣ କରିବା ସହିତ ସେ ଉଲେମା, ସମ୍ଭ୍ରାନ୍ତ, ବିଶ୍ବସ୍ତ କର୍ମଚାରୀ ଓ ଅନ୍ତରଙ୍ଗ ବନ୍ଧୁଙ୍କୁ ନେଇ ଗଠିତ ଏକ ପରିଷଦର ପରାମର୍ଶ ମଧ୍ୟ ଗ୍ରହଣ କରୁଥିଲେ । ଏହି ପରିଷଦର ନାମ ମସ୍‌ସ୍-ଇ-ଖଲୱାତ୍ ଥିଲା । ଉପରିବର୍ତ୍ତିତ ବିଭାଗଗୁଡ଼ିକ ବ୍ୟତୀତ ରାଜଧାନୀରେ ଅନ୍ୟ କେତୋଟି ବିଭାଗୀୟ ମୁଖ୍ୟ ମଧ୍ଯ ଅବସ୍ଥାନ କରୁଥିଲେ । ‘ବରିଦ୍-ଇ-ଖଇରାତ’ ନାମକ ଏକ ଦାତବ୍ୟ ସଂସ୍ଥା ଫିରୋଜଶାହ ତୋଗଲକ ପ୍ରତିଷ୍ଠା କରିଥିଲେ । ଏହି ବିଭାଗ ମାଧ୍ୟମରେ ଗରିବ ଓ ନିଃସହାୟ ଲୋକଙ୍କୁ ଅର୍ଥଦାନ କରାଯାଉଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

  • ରାଜପ୍ରାସାଦର କର୍ମଚାରୀ– ଓକିଲ୍-ଇ-ଦର, ବାର୍ବକ, ଅମୀର-ଇ-ହାଜିବ୍, ଅମୀର-ଇ-ଶିକାର ଏବଂ ସର- ଇ-ଜନ୍ଦର ପ୍ରଭୃତି ରାଜପ୍ରାସାଦରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରୁଥିଲେ । ଓକିଲ୍-ଇ-ଦର ସୁଲତାନ ଅନୁଚରବର୍ଗ ରୂପେ କାର୍ଯ୍ୟ କରୁଥିଲେ । ବାର୍ବକ ଓ ଅମୀର-ଇ-ହାଜିବ୍ ଏହି ଦୁଇ ପଦବୀ ଜଣେ ଲୋକ ହାତରେ ଥିଲା । ବାର୍ବକ ସୁଲତାନଙ୍କ ଦରବାର ପରିଚାଳନା ଦାୟିତ୍ଵ ବହନ କରିଥିଲେ । ସୁଲତାନ ଶିକାରପାଇଁ ଯାତ୍ରା କରିବାକୁ ଇଚ୍ଛା କରୁଥିଲେ ତାହାର ଆୟୋଜନ କରୁଥିଲେ ଅମୀର-ଇ-ଶିକାର । ସୁଲତାନଙ୍କ ନିରାପତ୍ତାରକ୍ଷୀମାନଙ୍କୁ ଜନ୍ଦର କୁହାଯାଉଥିଲା । ପ୍ରାଦେଶିକ ସାମରିକ ଶାସକ ପ୍ରାଦେଶିକ ଶାସନ କ୍ଷେତ୍ରରେ ଥିଲେ ସର୍ବୋଚ୍ଚ କର୍ତ୍ତା । ସେମାନେ ନିଜ ନିଜ ପ୍ରଦେଶର ନିରାପତ୍ତା ପାଇଁ ସ୍ଵତନ୍ତ୍ର ସାମରିକ ବାହିନୀ ପ୍ରତିଷ୍ଠା କରିଥିଲେ । ଶାସନକାର୍ଯ୍ୟ ପରିଚାଳନା କରିବାପାଇଁ ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ । ଯୁଦ୍ଧ ସମୟରେ ସୁଲତାନଙ୍କୁ ସୈନ୍ୟ ଯୋଗାଇବା ଥୁଲା ପ୍ରାଦେଶିକ ଶାସନକର୍ତ୍ତାଙ୍କର ମୁଖ୍ୟ କାର୍ଯ୍ୟ । ବାର୍ଷିକ ଆୟ-ବ୍ୟୟର ବିବରଣୀ ସେମାନେ କେନ୍ଦ୍ର ସରକାରଙ୍କ ପାଖରେ ପୈଠ କରୁଥିଲେ । ପ୍ରାଦେଶିକ ଶାସକମାନଙ୍କର ବିଶେଷ କ୍ଷମତା ଥିଲା । ଏଣୁ ସମୟ ସମୟରେ ସୁଲତାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜ ନିଜର ସ୍ଵାଧୀନତା ଘୋଷଣା କରୁଥିଲେ । ଫିରୋଜଶାହଙ୍କ ମୃତ୍ୟୁ ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ପ୍ରାଦେଶିକ ଶାସନ କ୍ଷେତ୍ରରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ଶାସନଗତ ସୁବିଧାପାଇଁ ବଡ଼ ବଡ଼ ପ୍ରଦେଶଗୁଡ଼ିକୁ କେତେକ ‘ସିକ୍’ରେ ବିଭକ୍ତ କରାଯାଇଥିଲା । ସିକର ଶାସନମୁଖ୍ୟ ଥିଲେ ସିଦାର । ପ୍ରତ୍ୟେକ ସିକ୍ କେତେକ ‘ପ୍ରଗଣା’ରେ ବିଭକ୍ତ ଥିଲା । ପ୍ରଗଣାର ଶାସକଙ୍କୁ ‘ଚୌଧୁରୀ’ କୁହାଯାଉଥିଲା । କେତୋଟି ଗ୍ରାମର ସମ୍ମିଶ୍ରଣରେ ପ୍ରଗଣା ଗଠିତ ହୋଇଥିଲା । ଗ୍ରାମର ପଞ୍ଚାୟତ ସମସ୍ତ ମକଦ୍ଦମା ବିଚାର କରୁଥିଲେ ।

୨ । ସୁଲତାନୀ ଯୁଗର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥୁଲା ଆଲୋଚନା କର ।
Answer:
ମଧ୍ୟଯୁଗର ପ୍ରାରମ୍ଭରୁ ମୁସଲମାନମାନେ ଭାରତକୁ ବହୁବାର ଆକ୍ରମଣ କରିବା ଫଳରେ ତୁର୍କୀସ୍ଥାନ, ଆଫଗାନିସ୍ଥାନ, ପାରସ୍ୟ ଓ ଆରବ ପ୍ରଭୃତି ଦେଶରୁ ବହୁସଂଖ୍ୟକ ମୁସଲମାନ ଭାରତକୁ ଆସି ଏଠାରେ ବସବାସ କରି ରହିଥିଲେ । କାଳକ୍ରମେ ସେମାନେ ଏଠାକାର ଧର୍ମ, ଭାଷା ଓ ସାମାଜିକ ରୀତିନୀତି ସହିତ ନିଜର ସଂସ୍କୃତି ଗଢ଼ିତୋଳିଲେ । ଅବଶ୍ୟ ଏହା ଥିଲା ତତ୍‌କାଳୀନ ହିନ୍ଦୁ ସଂସ୍କୃତିଠାରୁ ଭିନ୍ନ । ଭାରତରେ ମୁସଲମାନ ସଂପ୍ରଦାୟ ମଧ୍ୟରେ ଲୋକଙ୍କର କାର୍ଯ୍ୟକଳାପକୁ ଭିଭିକରି ସମାଜରେ କେତୋଟି ସ୍ଵତନ୍ତ୍ର ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସେଗୁଡ଼ିକ ଥିଲେ ଆଭିଜାତ୍ୟ ଶ୍ରେଣୀ, ପୁରୋହିତ ବା ଉଲେମା ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ଜନସାଧାରଣ ।

ମୁସଲମାନ ସମାଜରେ ଜୀବନଧାରା :
ଆଭିଜାତ୍ୟ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ଆଭିଜାତ୍ୟ ଶ୍ରେଣୀର ଲୋକେ ଥିଲେ ମୁଖ୍ୟତଃ ବିଦେଶାଗତ ମୁସଲମାନମାନଙ୍କର ବଂଶଧର । ସେମାନେ ସମାଜର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇଥିଲେ । ସେମାନେ ନିଜକୁ ମାଲିକ୍ ଓ ଖାଁ ଉପାଧ୍ଵରେ ଭୂଷିତ କରିଥିଲେ । ସେମାନେ ମଧ୍ୟ ବିଶାଳ ଜାଗିର ବା ନିଷ୍କର ଜମି ଉପଭୋଗ କରୁଥିଲେ । ତେଣୁ ସେମାନେ ସାଧାରଣତଃ ବିଳାସବ୍ୟସନ ଓ ଆଡ଼ମ୍ବର ସହକାରେ ଜୀବନଯାପନ କରୁଥିଲେ । ଏହି ଶ୍ରେଣୀର ଲୋକେ ବର୍ଣ୍ଣାଢ଼ ଓ ମନୋରମ ପ୍ରାସାଦରେ ରହୁଥିଲେ । ସେମାନଙ୍କ ସେବାପାଇଁ ସେମାନେ ଦାସ ଓ ଦାସୀମାନଙ୍କୁ ନିଯୁକ୍ତ କରିଥିଲେ । ମଦ୍ୟପାନ ଓ ଜୁଆଖେଳ ସେମାନଙ୍କ ମଧ୍ୟରେ ଏକ ସାଧାରଣ କଥା ଥିଲା । ସେମାନେ ବହୁପନ୍ଥୀର ନାୟକ ହୋଇ ସେମାନଙ୍କ ଗହଣରେ ଏକ ସ୍ଵପ୍ଲିଳ ଜୀବନଯାପନ କରୁଥିଲେ ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ଉଲେମା ବା ପୁରୋହିତ ଶ୍ରେଣୀ : ଆଭିଜାତ୍ୟ ଶ୍ରେଣୀ ପରି ଉଲେମାମାନେ ମଧ୍ୟ ସମାଜରେ ଉଚ୍ଚ ଆସନ ଅଳଂକୃତ କରିଥିଲେ । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଥିଲା ଊଣାଅଧିକେ ଖାଁ ଓ ମାଲିକଙ୍କ ଜୀବନ ପରି । ଉଲେମାମାନେ ଧର୍ମ କ୍ଷେତ୍ରରେ ଅଖଣ୍ଡ କ୍ଷମତା ବିସ୍ତାର କରିଥିଲେ । କେତେକ କ୍ଷେତ୍ରରେ ସେମାନେ ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ହସ୍ତକ୍ଷେପ କରୁଥିବାର ପରିଲକ୍ଷିତ ହେଉଥିଲା । ଅବଶ୍ୟ ସୁଲତାନ ଦୁର୍ବଳ ଥିଲେ ସେମାନେ ଏହି କାର୍ଯ୍ୟରେ ହସ୍ତକ୍ଷେପ କରୁଥିଲେ ।

ମଧ୍ୟବିତ୍ତ ଶ୍ରେଣୀ : ମୁସଲମାନ ସମାଜରେ ମଧ୍ୟବିତ୍ତ ଶ୍ରେଣୀର ଲୋକ ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ଥିଲେ । ତତ୍‌କାଳୀନ ବ୍ୟବସାୟୀ, ହାକିମ୍, ମୁଫତି ବା ନିମ୍ନମାନର ଆଇନବିତ୍ ଥିଲେ ଏହି ଶ୍ରେଣୀର । ସେମାନେ ମୁଖ୍ୟତଃ ସହରାଞ୍ଚଳରେ ବାସ କରୁଥିଲେ ।

ସର୍ବସାଧାରଣ ଶ୍ରେଣୀ : ମୁସଲମାନ ସଂପ୍ରଦାୟ ମଧ୍ୟରେ ସର୍ବସାଧାରଣ ଶ୍ରେଣୀ ଥିଲେ ସବୁଠାରୁ ନିମ୍ନ ଶ୍ରେଣୀ । ସେମାନେ ମୁଖ୍ୟତଃ କୃଷକ, ଶ୍ରମିକ, କାରିଗର ଏବଂ ସୈନ୍ୟ । ସେମାନଙ୍କର ଜୀବନଧାରଣ ଥିଲା ସରଳ ଓ ନିରାଡ଼ମ୍ବର । ଅବଶ୍ୟ ସେମାନେ ହିନ୍ଦୁମାନଙ୍କ ତୁଳନାରେ ଅପେକ୍ଷାକୃତ ଅଧିକ ଉନ୍ନତ ଅବସ୍ଥାରେ ଥିଲେ । ଧର୍ମବିଶ୍ଵାସ ବ୍ୟତୀତ ସେମାନଙ୍କର ଜୀବନଯାପନ ପ୍ରଣାଳୀ ହିନ୍ଦୁମାନଙ୍କ ସହିତ ମିଶିଯାଉଥିଲା । ସେମାନେ କେତେକ ହିନ୍ଦୁପ୍ରଥା ଗ୍ରହଣ କରି ବିଭିନ୍ନ ହିନ୍ଦୁ ପର୍ବପର୍ବାଣି ପାଳନ କରୁଥିଲେ ।

କ୍ରୀତଦାସ :
ସୁଲତାନୀ ରାଜତ୍ଵରେ ଭାରତରେ କ୍ରୀତଦାସ ପ୍ରଥା ଅତି ସାଧାରଣ ଥିଲା । ସୁଲତାନ ଥିଲେ ଆଭିଜାତ୍ୟ ଶ୍ରେଣୀର ଲୋକ । ଧାନାତ୍ମ୍ୟ ବ୍ୟକ୍ତିମାନେ କ୍ରୀତଦାସ ରଖୁଥିଲେ । କ୍ରୀତଦାସମାନେ ବଜାରରେ ବିକ୍ରି ହେଉଥିଲେ । କ୍ରୀତଦାସମାନଙ୍କର ସ୍ଵାଧୀନତା ନଥିଲା କି ସେମାନେ ସମାଜରେ କୌଣସି ସୁବିଧା ଉପଭୋଗ କରୁ ନଥିଲେ । ମାତ୍ର ସେମାନେ ସେମାନଙ୍କର କଠୋର ପରିଶ୍ରମ ବଳରେ ରାଜନୈତିକ ଓ ସାମାଜିକ ସ୍ତରରେ ନିଜର ପ୍ରତିଷ୍ଠା ଅର୍ଜନ କରିପାରିଥିଲେ । ଉଦାହରଣସ୍ୱରୂପ – ଇଲ୍‌ଡ୍‌ମିସ୍ ଓ ଗିୟାସୁଦ୍ଦିନ୍ ବଲବନ୍ କ୍ରୀତଦାସ ହୋଇ ମଧ୍ୟ ନିଜର ପାରଦର୍ଶିତା ବଳରେ ଦିଲ୍ଲୀର ସୁଲତାନ ଆସନ ଅଳଂକୃତ କରିପାରିଥିଲେ ।

ନାରୀମାନଙ୍କର ସ୍ଥାନ :
ମୁସଲମାନ ସମାଜରେ ନାରୀମାନଙ୍କର ସ୍ଥିତି ଅତି ନୂନ ଥିଲା । ସୁଲତାନ ଓ ଆଭିଜାତ୍ୟ ପରିବାରର ବ୍ୟକ୍ତି ମାନେ ବହୁସଂଖ୍ୟକ ରକ୍ଷିତା ଓ ଦାସୀ ରଖୁପାରୁଥିଲେ । ନାରୀସମାଜରେ ପରଦାପ୍ରଥା କଠୋର ଭାବରେ ପ୍ରଚଳିତ ଥିଲା । ମୁସଲମାନ ସମାଜରେ ବିଧବା ବିବାହ ପ୍ରଚଳିତ ଥିଲା । ସ୍ଵାମୀର ମୃତ୍ୟୁପରେ ସ୍ତ୍ରୀକୁ ସତୀ ହେବାକୁ ପଡୁନଥିଲା । ମୁସଲମାନ ସମାଜରେ ଛାଡ଼ପତ୍ର ପ୍ରଥା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ହିନ୍ଦୁ ସମାଜରେ ଜୀବନଧାରା :
ସୁଲତାନୀ ଯୁଗରେ ସମୁଦାୟ ଜନସଂଖ୍ୟାର ସର୍ବମୋଟ ୯୫ ଭାଗ ହିନ୍ଦୁ ଥିଲେ । ତତ୍‌କଳୀନ ହିନ୍ଦୁ ସମାଜରେ ଜାତିପ୍ରଥା କଠୋର ଥିଲା । ବ୍ରାହ୍ମଣମାନେ ସମାଜର ସର୍ବୋଚ୍ଚ ଆସନରେ ଅଧ୍ଵଷ୍ଠିତ ଥିଲେ । ସେମାନେ ସମସ୍ତପ୍ରକାର ସୁବିଧାସୁଯୋଗ ଉପଭୋଗ କରୁଥିଲେ । ଲୋକମାନେ କୁହୁକ, ଯାଦୁ ଓ ହଟଚମକ ବିଦ୍ୟାରେ ବିଶ୍ଵାସ କରୁଥିଲେ । ସେହି ସମୟରେ ବାଳକମାନଙ୍କ ପାଇଁ ଶିକ୍ଷାକେନ୍ଦ୍ରମାନ ଖୋଲିଥିଲା । ପ୍ରତ୍ୟେକ ଗ୍ରାମରେ ଗୋଟିଏ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଯାଇ ସେଠାରେ ପଠନ, ଲିଖନ ଓ ଗଣିତ ଶିକ୍ଷା ଦିଆଯାଉଥିଲା । ହିନ୍ଦୁମାନଙ୍କର ନୈତିକ ଜୀବନ ଥିଲା ସାଧୁତା ଓ ପବିତ୍ରତାର ପ୍ରତୀକ  ମୁସଲମାନ ନାରୀଙ୍କ ପରି ହିନ୍ଦୁ ନାରୀମାନେ ସମାଜରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିନଥିଲେ । ସମାଜରେ ପୁତ୍ରସନ୍ତାନକୁ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ନାରୀ ସ୍ଵାଧୀନତା ଆଦୌ ନଥିଲା । ନାରୀମାନେ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହୁଥିଲେ । ସମାଜରେ ପରଦାପ୍ରଥା ପ୍ରଚଳିତ ଥିଲା । କେତେକ କ୍ଷେତ୍ରରେ କୃଷକ ଓ କାରିଗର ଗୋଷ୍ଠୀର ନାରୀମାନେ ବାହାରକୁ ଯିବାପାଇଁ ସ୍ଵାଧୀନତା ପାଇଥିଲେ । ନାରୀଶିକ୍ଷା କେବଳ ଧନିକଶ୍ରେଣୀ ମଧ୍ୟରେ ସୀମିତ ଥିଲା । ପରିବାର ମଧ୍ୟରେ ବହୁପନ୍ଥୀ ବିବାହର ପ୍ରଚଳନ ଥିଲା । ସେତେବେଳେ ବାଲ୍ୟବିବାହ ପ୍ରଚଳିତ ଥିଲା । ସମାଜରେ ସତୀପ୍ରଥା ମଧ୍ୟ ରହିଥିଲା, ମାତ୍ର ବିଧବା ପ୍ରଥା ପ୍ରଚଳିତ ନଥିଲା । ମୁସଲମାନ ରାଜତ୍ଵର ଆରମ୍ଭରେ ପ୍ରଶାସନିକ ତଥା ସାମରିକ କ୍ଷେତ୍ରରେ ହିନ୍ଦୁମାନଙ୍କୁ କୌଣସି ପଦବୀ ଦିଆଯାଉନଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେମାନେ ଏହିପ୍ରକାର ସୁବିଧା ଲାଭ କରିପାରିଥିଲେ । ତଥାପି ସାଧାରଣତଃ ବଡ଼ ବଡ଼ ପଦବଦବୀ ସବୁ ମୁସଲମାନମାନଙ୍କୁ ଦିଆଯାଉଥିଲା । ହିନ୍ଦୁମାନେ ନିମ୍ନ ପଦବୀରେ ନିଯୁକ୍ତି ପାଉଥିଲେ । ଅବଶ୍ୟ କେତେକ କ୍ଷେତ୍ରରେ ହିନ୍ଦୁମାନଙ୍କୁ ପ୍ରାଦେଶିକ ଶାସନକର୍ତ୍ତା ଓ ସେନାଧ୍ୟକ୍ଷଭାବେ ନିଯୁକ୍ତି ଦେବାର ଦୃଷ୍ଟାନ୍ତ ରହିଛି । ହିନ୍ଦୁମାନେ ରାଜସ୍ୱ ବିଭାଗର ନିମ୍ନ ପଦପଦବୀରେ ନିଯୁକ୍ତ ହେଉଥିଲେ । ଉକ୍ତ ବିଭାଗରେ ସେମାନେ ଖୁଟ୍, ଚୌଧୁରୀ ଓ ମକଦ୍ଦମ ଆଦି ପଦବୀରେ ନିଯୁକ୍ତ ହେଉଥିଲେ ।

ଅର୍ଥନୈତିକ ଅବସ୍ଥା :
ଶତାବ୍ଦୀ ଶତାବ୍ଦୀ ଧରି ମୁସଲମାନ ଆକ୍ରମଣକାରୀମାନେ ଭାରତର ଧନଦୌଲତଦ୍ଵାରା ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ଆକର୍ଷିତ ହୋଇ ଏ ଦେଶକୁ ଆକ୍ରମଣ କରିଥିଲେ । ସବୁ ମୁସଲମାନ ଆକ୍ରମଣକାରୀ ଭାରତରୁ ଅଜସ୍ର ଧନଦୌଲତ, ସୁନାରୂପା ଆଦି ଲୁଣ୍ଠନ କରିଥିଲେ । ମାମୁଦ୍ କେବଳ ଭାରତର ଧନଦୌଲତ ପାଇଁ ଭାରତକୁ ୧୭ ଥର ଆକ୍ରମଣ କରିଥିଲେ । ସମୟକ୍ରମେ ଭାରତରେ ମୁସଲମାନ ଶାସନ ପ୍ରତିଷ୍ଠିତ ହେବାପରେ କେତେକ ସୁଲତାନ ଭାରତର ଅର୍ଥନୈତିକ ପ୍ରଗତି ପାଇଁ ଚେଷ୍ଟା କରିଥିଲେ । ଏ ଦିଗରେ ବଲବନ୍ ଓ ଆଲ୍ଲାଉଦ୍ଦିନ୍ ପ୍ରମୁଖ ବିଶେଷ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଆଲ୍ଲାଉଦ୍ଦିନଙ୍କ ମୃତ୍ୟୁପରେ ଭାରତର ଆର୍ଥିକ ମାନଦଣ୍ଡ କ୍ରମେ ଦୁର୍ବଳ ହୋଇପଡ଼ିଲା । ଏହି ସମୟରେ ମହମ୍ମଦ ତୋଗଲକ ଆର୍ଥିକ ପରିସ୍ଥିତି ସୁଧାରିବାପାଇଁ କେତେକ ପଦକ୍ଷେପ ନେଇଥିଲେ ମଧ୍ୟ ବିଫଳ ହୋଇଥିଲେ । ତୈମୁରଲଙ୍ଗଙ୍କ ଭାରତ ଆକ୍ରମଣ ପରେ ଭାରତର ବାଣିଜ୍ୟ ବ୍ୟବସାୟ କ୍ରମେ ଶିଥୁଳ ହୋଇପଡ଼ିଥିଲା ।

କୃଷି :
କୃଷି ଥିଲା ରାଜସ୍ୱର ପ୍ରଧାନ ଅଙ୍ଗ । ସେତେବେଳେ ଭାରତରେ କାର୍ପାସ, ଆଖୁ, ତୈଳବୀଜ, ଡାଲି, ଲଙ୍କା ପ୍ରଭୃତି ଅର୍ଥକରୀ ଫସଲ ବହୁଳଭାବେ ଚାଷ କରାଯାଉଥିଲା । ଖାଦ୍ୟଶସ୍ୟ ବହୁଳ ପରିମାଣରେ ଉତ୍ପନ୍ନ କରାଯାଉଥିଲା । ଆଲ୍ଲାଉଦ୍ଦିନ୍‌ଙ୍କ ସମୟରେ ଗୋଟିଏ ମହଣ ଗହମର ମୂଲ୍ୟ ମାତ୍ର ୭ ଜିତାଲ ଥିଲା ।

CHSE Odisha Class 12 History Chapter 8 Short & Long Answer Questions in Odia Medium

ବାଣିଜ୍ୟ ଓ ଶିଳ୍ପ :
ସୁଲତାନୀ ଯୁଗରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରଗତି ହାସଲ ହୋଇପାରିଥିଲା । ସେ ସମୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କଳକାରଖାନାଗୁଡ଼ିକ ସ୍ଥାପିତ ହୋଇଥିଲା । ସୁଲତାନୀ ଯୁଗରେ ଦୁଇପ୍ରକାରର କଳକାରଖାନା ଥୁବାର ପରିଦୃଷ୍ଟ ହୁଏ । ପ୍ରଥମତଃ, ସୁଲତାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାପିତ କାରଖାନା ଓ ଦ୍ଵିତୀୟତଃ, ଘରୋଇ ଉଦ୍ୟମରେ ସ୍ଥାପିତ କାରଖାନା । ସୁଲତାନ୍‌ଙ୍କ କାରଖାନା ମୁଖ୍ୟତଃ ଦିଲ୍ଲୀରେ ଅବସ୍ଥିତ ଥୁଲା, ଯେଉଁଠି ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ । ସିଲ୍କକ ଓ କାର୍ପାସ ବସ୍ତ୍ର ବହୁଳ ପରିମାଣରେ ଉତ୍ପାଦିତ ହେଉଥିଲା । ସୁନା ଓ ରୁପାରେ ତିଆରି ବିଭିନ୍ନ ଦ୍ରବ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ତିଆରି ହେଉଥିଲା । ଘରୋଇ କାରଖାନାଗୁଡ଼ିକ ମଧ୍ୟରେ କାଗଜକଳ ମୁଖ୍ୟ ଥିଲା । ସେ ସମୟରେ ଜୋତା ତିଆରି, ଅସ୍ତ୍ରଶସ୍ତ୍ର ତିଆରି ଓ ମଦ୍ୟ ଉତ୍ପାଦନ ବହୁଳଭାବରେ ଚାଲିଥିଲା । ବାଣିଜ୍ୟିକ କ୍ଷେତ୍ରରେ ଭାରତ ସେତେବେଳେ ଅନ୍ୟ ଦେଶଗୁଡ଼ିକ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ଭାରତରୁ ଉତ୍ପାଦିତ ହେଉଥିବା ସିଲ୍‌କବସ୍ତ୍ର, ଅଫିମ ଓ ଅନ୍ୟାନ୍ୟ ସୌଖୀନ ଅଳଙ୍କାର ବହୁ ଦୂରଦୂରାନ୍ତ ଦେଶକୁ ରପ୍ତାନୀ କରାଯାଇ ବହୁଳ ଅର୍ଥ ଉପାର୍ଜନ କରାଯାଇ ପାରୁଥିଲା । ସେତେବେଳେ ଭାରତ ସହିତ ଚୀନ୍, ମାଳୟ, ଶ୍ରୀଲଙ୍କା, ଭୁଟାନ୍, ତିବ୍ବତ, ପାରସ୍ୟ ପ୍ରଭୃତି ଦେଶ ବାଣିଜ୍ୟିକ କାରବାରରେ ଅଂଶଗ୍ରହଣ କରିଥିଲେ । ଭାରତ ସେତେବେଳେ ବିଭିନ୍ନ ପ୍ରକାରର ଦ୍ରବ୍ୟ, ଯଥା- ମଣି, ମାଣିକ, ମୁକ୍ତା, ହାତୀଦାନ୍ତ, ଚନ୍ଦନକାଠ, ଝୋଟ, ନଡ଼ିଆ, ଲବଙ୍ଗ, କର୍ପୂର ଆଦି ରପ୍ତାନୀ କରି ତା’ର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିଥିଲା । ସାଧୁତା ଓ ସମ୍ଭୋଟତା ପାଇଁ ଭାରତୀୟ ବଣିକମାନେ ବିଦେଶରେ ସମ୍ମାନିତ ହେଉଥିଲେ । ବର୍ହିର୍ବାଣିଜ୍ୟ ଉଭୟ ଜଳପଥ ଓ ସ୍ଥଳପଥ ଦେଇ ଚାଲୁଥିଲା । ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେଲେ ଜଣାଯାଏ ଯେ ସୁଲତାନୀ ଯୁଗରେ ଭାରତର ଅର୍ଥନୈତିକ ପ୍ରଗତି ହାସଲ ହୋଇପାରିଥିଲା । ଫଳରେ ଜନସାଧାରଣଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 7 ପରିବ୍ରାଜକଙ୍କ ଚକ୍ଷୁରେ ଭାରତୀୟ ସମାଜ ସମ୍ପର୍କରେ ଧାରଣା Short & Long Answer Questions.

CHSE Odisha 12th Class History Chapter 7 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଆଲ୍‌ବିରୁଣୀ କିଏ ? ତାଙ୍କଦ୍ବାରା ଲିଖ ପ୍ରସିଦ୍ଧ ପୁସ୍ତକର ନାମ କ’ଣ ?
Answer:
ଏକାଦଶ ଶତାବ୍ଦୀରେ ଆଲ୍‌ବିରୁଣୀ ମଧ୍ଯ ଏସିଆର ଜଣେ ବିଦ୍ବାନ୍ ଥିଲେ । ତାଙ୍କଦ୍ବାରା ଲିଖ୍ତ ପୁସ୍ତକର ନାମ ଥିଲା ‘କିତାବ୍-ଉଲ୍-ହିନ୍ଦ୍’ ।

୨। ଆଲ୍‌ବିରୁଣୀ କେବେ ଓ କାହାଙ୍କଦ୍ଵାରା କେଉଁଠାରୁ ବନ୍ଦୀହୋଇ ଗଜନୀ ଆସିଥିଲେ ?
Answer:
୧୦୧୭ ଖ୍ରୀ.ଅ.ରେ ଆଲବିରୁଣୀ ଗଜନୀର ସୁଲତାନ୍ ମାମୁଦ୍ରଙ୍କଦ୍ଵାରା ବନ୍ଦୀ ହୋଇ ଗଜନୀକୁ ଆସିଥିଲେ । ମାମୁଦ୍ ତାଙ୍କୁ ଖୁରିଜମୂରୁ ବନ୍ଦୀ କରିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୩ । ଇବନ ବତୁତାଙ୍କୁ କିଏ ତାଙ୍କର ଭ୍ରମଣକାହାଣୀ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସେ କ’ଣ କରିଥିଲେ ?
Answer:
ଇବନ ବତୁତାଙ୍କୁ ମରକ୍କୋର ସୁଲତାନ ଆବୁ ଇନାମ ତାଙ୍କର ଭ୍ରମଣ କାହାଣୀ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥ‌ିପାଇଁ ସେ ଇବାନ ଜୁଡ଼ାଏ ନାମକ ଜଣେ ମୁସଲିମ୍ ପଣ୍ଡିତଙ୍କୁ ନିଯୁକ୍ତି ଦେଇଥିଲେ ।

୪ । ସେ ସମୟର ଦୁଇଟି ପ୍ରଧାନ ସହରର ନାମ ଲେଖ ।
Answer:
ଇବନ ବତ୍ରୁତା ତାଙ୍କର ପୁସ୍ତକ ‘ରିହାଲା’ରେ ଭାରତର ନଡ଼ିଆ ଓ ପାନକୁ ବେଶୀ ଗୁରୁତ୍ଵ ଦେଇଥିଲେ । ସେ ସମୟର ଦୁଇଟି ପ୍ରଧାନ ସହରର ନାମ ହେଲା – ଦିଲ୍ଲୀ, ଦୌଲତାବାଦ ।

୫। ଇବନ ବତ୍ରୁତାଙ୍କର ପ୍ରକୃତ ନାମ କ’ଣ ଥିଲା ? ସେ କେଉଁ ଅଞ୍ଚଳର ବାସିନ୍ଦା ଥିଲେ ?
Answer:
ଇବନ ବତ୍ରୁତାଙ୍କର ପ୍ରକୃତ ନାମ ଆବୁ ଅବଦୁଲ୍ଲା ମହମ୍ମଦ ଥିଲା ସେ ମରକ୍କୋ ସହରର ବାସିନ୍ଦା ଥିଲେ ।

୬ | ଇବନ ବତୁତା କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଇବନ ବତୁତା ୧୩୦୪ ମସିହା ଫେବୃୟାରୀ ୨୪ ତାରିଖରେ ମରକ୍‌ ସହରର ତାଞ୍ଜିଆରଠାରେ ଜନ୍ମଗ୍ରହଣ କରିଥିଲେ ।

୭ । ଇବନ ବତୁତା ଲେଖୁଥ‌ିବା ପୁସ୍ତକ ‘ରହାଲା’ରେ ଦିଲ୍ଲୀର କେଉଁ ସମ୍ରାଟଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ । ଏହି ପୁସ୍ତକ ସେ କେଉଁ ଭାଷାରେ ଲେଖିଥିଲେ ?
Answer:
ଇବନ ବତ୍ରୁତା ଲେଖୁଥ‌ିବା ପୁସ୍ତକ ‘ରିହାଲା’ରେ ଦିଲ୍ଲୀର ସମ୍ରାଟ ମହମ୍ମଦ ବିନ୍ ତୋଗଲକ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ । ଏହି ପୁସ୍ତକକୁ ସେ ଆରବିକ୍ ଭାଷାରେ ଲେଖିଥିଲେ ।

୮ | ଫ୍ରାଙ୍କୋଇସ୍ ବଣ୍ଡିୟର କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ସେ ବୃତ୍ତିରେ କ’ଣ ଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର୍ ୧୬୨୦ ଖ୍ରୀ.ଅ. ସେପ୍ଟେମ୍ବର ୨୫ ତାରିଖରେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଡାକ୍ତର ଥିଲେ ।

୯। କେଉଁ ସମ୍ରାଟଙ୍କ ଅନୁରୋଧକ୍ରମେ ଫ୍ରାଙ୍କୋଇସ୍ ବର୍ଷିୟର ତାଙ୍କର ପ୍ରସିଦ୍ଧ କେଉଁ ପୁସ୍ତକଟିକୁ ଲେଖୁଥିଲେ ?
Answer:
ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ଅନୁରୋଧକ୍ରମେ ଫ୍ରାଙ୍କୋଇସ୍ ବର୍ଷିୟର ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ଲେଖୁଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୧୦ । ଫ୍ରାଙ୍କୋଇସ୍ ବର୍ଷିୟରଙ୍କ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ କେଉଁ ଭାଷାରେ ରଚିତ ହୋଇଥିଲା ଏବଂ ପରେ ଏହାକୁ କିଏ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ?
Answer:
ଫ୍ରାଙ୍କୋଇସ୍ ବର୍ଷିୟରଙ୍କ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ଫ୍ରେଞ୍ଚ ଭାଷାରେ ରଚିତ ହୋଇଥିଲା ଏବଂ ପରେ ଏହାକୁ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।

B. ପାଞ୍ଚଟି/ ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। କିତାବ୍-ଉଲ୍-ହିନ୍ଦ୍ :
Answer:
କିତାବ୍-ଉଲ୍-ହିନ୍ଦ୍ ପୁସ୍ତକଟି ରାଷ୍ଟ୍ରଦୂତ ଆଲ୍‌ବିରୁଣୀଙ୍କ ଏକ ବଳିଷ୍ଠ କୃତି ଯାହାକୁ ସେ ୧୦୩୧ ଖ୍ରୀ.ଅ.ରେ ଗଜନୀରେ ଥିଲାବେଳେ ଲେଖୁଥିଲେ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକକୁ ତାରିଖ୍-ଉଲ୍-ହିନ୍ଦୁ ମଧ୍ୟ କୁହାଯାଏ । ଏହି ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ଏଥୁରେ ହିନ୍ଦୁଧର୍ମ, ଦର୍ଶନ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା, ଭାରତୀୟମାନଙ୍କର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଜୀବନ, ଭୂଗୋଳ, ଦେବାଦେବୀ ମୂର୍ତ୍ତି, ଧର୍ମୀୟ ପରମ୍ପରା, ସାହିତ୍ୟ, ଆଇନ, କଳାସ୍ଥାପତ୍ୟ, ଭାସ୍କର୍ଯ୍ୟ ଇତ୍ୟାଦି ବିଷୟରେ ବର୍ଣ୍ଣିତ ଅଛି । ଏହି ପୁସ୍ତକଟି ଲେଖୁବା ମୂଳରେ ଆଲ୍‌ବିରୁଣୀଙ୍କର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପ୍ରଥମତଃ, ଯେଉଁମାନେ ହିନ୍ଦୁତ୍ୱ ଏବଂ ଦର୍ଶନ ଉପରେ ଜାଣିବାକୁ ଚାହିଁବେ ସେମାନଙ୍କୁ ଏହି ପୁସ୍ତକଟି ସାହାଯ୍ୟ କରିବ । ଦ୍ଵିତୀୟତଃ, ଯେଉଁ ବ୍ୟକ୍ତି ତାଙ୍କଠାରୁ ଭିନ୍ନ ମତ ପୋଷଣ କରିବ ତାକୁ ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବେ ।

୨। ଆଲ୍‌ବିରୁଣୀ :
Answer:
ଏକାଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଆଲ୍‌ବିରୁଣୀ ଥିଲେ ଅନ୍ୟତମ । ତାଙ୍କର ପୂରାନାମ ଥିଲା ମହମ୍ମଦ ଇବାନ ଅହମ୍ମଦ ଆବୁ ରାଏହାନ୍ ଆଲ୍‌ବିରୁଣୀ । ସେ ୯୭୩ ଖ୍ରୀ.ଅ. ସେପ୍ଟେମ୍ବର ୪ ତାରିଖରେ ଉବେକିସ୍ଥାନର ଖୁରିଜମ୍‌ଠାରେ ଜନ୍ମଗ୍ରହଣ କରିଥିଲେ । ୧୦୧୭ ଖ୍ରୀ.ଅ.ରେ ଗଜନୀର ସୁଲତାନ୍ ମାମୁଦ୍ ଖୁରିଜମ୍ ଅଧୂକାର କରି ତାଙ୍କୁ ବନ୍ଦୀ କରି ଗଜନୀ ଆଣିଥିଲେ । କିନ୍ତୁ ଆଲବିରୁଣୀଙ୍କ ଜ୍ଞାନ ଓ ପ୍ରତିଭାରେ ପ୍ରଭାବିତ ହୋଇ ମାମୁଦ୍ ତାଙ୍କୁ ମୁକ୍ତ କରିବା ସହ ସାହା-ଇ-ଖୁରିଜମ୍ ଉପାଧିରେ ସମ୍ମାନୀତ କରିଥିଲେ । ୧୦୩୧ ଖ୍ରୀ.ଅ.ରେ ଗଜନୀରେ ଥିଲାବେଳେ ଆଲ୍‌ବିରୁଣୀ କିତାବ୍-ଉଲ୍-ହିନ୍ଦ୍ ନାମକ ଏକ ପୁସ୍ତକ ଲେଖୁଥିଲେ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକଟିକୁ ମଧ୍ୟ ତାରିଖ-ଉଲ୍-ହିନ୍ଦ୍ କୁହାଯାଏ । ଏହି ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ଉକ୍ତ ପୁସ୍ତକରୁ ସେ ସମୟର ଭାରତୀୟମାନଙ୍କର ଜୀବନଶୈଳୀ ଉପରେ ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥାଏ । ୧୦୪୮ ଖ୍ରୀ.ଅ.ରେ ଏହି ମହାନ୍ ପଣ୍ଡିତଙ୍କର ଦେହାନ୍ତ ହୋଇଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୩ । ରିହାଲା :
Answer:
‘ରିହାଲା’ ଗ୍ରନ୍ଥଟି ଚତୁର୍ଦ୍ଦଶ ଶତାବ୍ଦୀର ବୈଦେଶିକ ପରିବ୍ରାଜକ ଇବନ ବତୁତାଙ୍କଦ୍ୱାରା ଲିଖ୍ ହୋଇଅଛି । ମରକ୍କୋର ସୁଲତାନ୍ ଆବୁ ଇନାମଙ୍କ ନିର୍ଦ୍ଦେଶରେ ୧୩୫୪ ଖ୍ରୀ.ଅ.ରେ ଆରମ୍ଭ ହୋଇଥିବା ଏହି ପୁସ୍ତକଟି ୧୩୫୫ ଖ୍ରୀ.ଅ.ରେ ପୂର୍ଣ୍ଣତା ଲାଭ କରିଥିଲା । ଏହା ଆରବିକ୍ ଭାଷାରେ ଲେଖାଯାଇଥିଲା । ସେ ଏଥିରେ ଭାରତୀୟମାନଙ୍କର ଜୀବନଶୈଳୀ, ତଥା ତତ୍କାଳୀନ ସାମାଜିକ ଅବସ୍ଥାକୁ ଅତି ଚମତ୍କାର ଶୈଳୀରେ ଫୁଟାଇପାରିଛନ୍ତି । ସେ ଏହି ପୁସ୍ତକରେ ଭାରତର ନଡ଼ିଆ ଓ ପାନକୁ

୪ । ଇବନ ବତୁତା :
Answer:
ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଇବନ ବତ୍ରୁତା ଥିଲେ ଅନ୍ୟତମ ! ତାଙ୍କର ପ୍ରକୃତ ନାମ ଥିଲା ଆବୁ ଅବଦୁଲ୍ଲା ମହମ୍ମଦ । ସେ ୧୩୦୪ ଖ୍ରୀ.ଅ. ଫେବୃୟାରୀ ୨୪ ତାରିଖରେ ପ୍ରସିଦ୍ଧ ମରକ୍କୋ ସହରର ତାଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ଇସଲାମିକ୍ ଆଇନ ‘ଶାରିଆତ୍’ର ମୁଖ୍ୟ ତର୍ଜମାକାରୀ ଥିଲେ । ୧୩୨୫ ଖ୍ରୀ.ଅ.ରେ ଇବନ ବତୁତା ତାଙ୍କର ପ୍ରଥମ ମକ୍‌କା ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସେ ସିରିଆ, ଇରାନ୍, ପର୍ସିଆ, ୟେମେନ୍, ଓମାନ୍ ଏବଂ ପୂର୍ବ ଆଫ୍ରିକା ପ୍ରଭୃତି ଯାତ୍ରା କରିଥିଲେ । ୧୩୩୪ ଖ୍ରୀ.ଅ.ରେ ସେ ଦିଲ୍ଲୀଠାରେ ପହଞ୍ଚିଥିଲେ । ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ତାଙ୍କର ବିଜ୍ଞତାରେ ପ୍ରଭାବିତ ହୋଇ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ । ୧୩୪୨ ଖ୍ରୀ.ଅ. ଜୁଲାଇ ୨୧ ତାରିଖରେ ସେ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରି ଶ୍ରୀଲଙ୍କା, ବଙ୍ଗ, ଆସାମ ଇତ୍ୟାଦି ସ୍ଥାନ ଭ୍ରମଣ କରି ୧୩୪୬ ଖ୍ରୀ.ଅ.ରେ ସୁମାତ୍ରା ଯାଇ ୧୩୪୭ ଖ୍ରୀ.ଅ.ରେ ସେ ଚୀନ୍‌ରେ ପହଞ୍ଚିଥିଲେ । ସେଠାରେ ସେ ମାତ୍ର ଦୁଇବର୍ଷ ରହି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୩୭୭ ଖ୍ରୀ.ଅ.ରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ତାଙ୍କର ଭ୍ରମଣ କାହାଣୀ ‘ରିହାଲା’ ନାମକ ଏକ ପୁସ୍ତକରେ ଲେଖୁଥିଲେ । ଏହା ଆରବିକ୍ ଭାଷାରେ ଲେଖାଯାଇଥିଲା । ଇବନ ବତୁତାଙ୍କର ପୁସ୍ତକ ‘ରିହାଲା’ ନିଃସନ୍ଦେହରେ ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ଅଟେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

୫ । ଫ୍ରାଙ୍କୋଇସ୍ ବର୍ଷିୟର :
Answer:
ସପ୍ତଦଶ ଶତାବ୍ଦୀର ବୈଦେଶିକ ପରିବ୍ରାଜକମାନଙ୍କ ମଧ୍ୟରୁ ଫ୍ରାଙ୍କୋଇସ୍ ବର୍ଷିୟର ଥିଲେ ଅନ୍ୟତମ । ୧୬୨୦ ଖ୍ରୀ.ଅ. ସେପ୍ଟେମ୍ବର ୨୫ ତାରିଖରେ ସେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ । ୧୬୫୬ ଖ୍ରୀ.ଅ.ରେ କାଏରୋରୁ ଏକ ଜାହାଜରେ ଆସି ଭାରତର ସୁରତ୍ ବନ୍ଦରଠାରେ ସେ ପହଞ୍ଚିଥିଲେ । ସେ ସମୟରେ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ରମାନଙ୍କ ମଧ୍ୟରେ ଉତ୍ତରାଧ୍ୟାକାରୀ ପାଇଁ ଯୁଦ୍ଧ ଲାଗିଥାଏ । ଶାହାଜାହାନ୍‌ଙ୍କ ଜ୍ୟେଷ୍ଠପୁତ୍ର ଦାରାଙ୍କ ସହ ଫ୍ରାଙ୍କୋଇସ୍ ବଣ୍ଡିୟର୍ ସାକ୍ଷାତ କରିଥିଲେ ଏବଂ କିଛିଦିନ ପାଇଁ ସେ ସେଠାରେ ଡାକ୍ତର ଭାବରେ ନିଯୁକ୍ତି ପାଇଥିଲେ । ୧୬୬୮ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ଭାରତରେ ରହିଥିଲେ । ଭାରତରୁ ସେ ପ୍ୟାରିସ୍ ଯାଇଥିଲେ । ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ କଥା ରକ୍ଷା କରି ଫ୍ରାଙ୍କୋଇସ୍ ବର୍ଷିୟର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ୧୬୭୦ ଖ୍ରୀ.ଅ.ରେ ଲେଖୁଥିଲେ । ଏହା ଫ୍ରେଞ୍ଚ ଭାଷାରେ ଲେଖାହୋଇଥିଲା ଏବଂ ପରେ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ବିଦ୍ଵାନ୍ ଏହାକୁ ଇଂରାଜୀ ଭାଷାରେ ଲେଖିଥିଲେ । ଉକ୍ତ ପୁସ୍ତକଟି ଲେଖିବାରେ ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା, ଭାରତର ବିକାଶକୁ ସହିତ ଇଉରୋପରେ ହୋଇଥିବା ବିକାଶ ସହିତ ତୁଳନା କରିବା । ସେ ଏହି ପୁସ୍ତକରେ ମୋଟାମୋଟି ଇଉରୋପକୁ ପ୍ରଶଂସା କରିଥିଲାବେଳେ ଭାରତକୁ ପାଶ୍ଚାତ୍ୟ ଦେଶ ତୁଳନାରେ ନିକୃଷ୍ଟ ବୋଲି ଦର୍ଶାଇଥିଲେ । ଫ୍ରାନ୍ସର ଏହି ବିଦ୍ବାନ୍ ୧୬୮୮ ଖ୍ରୀ.ଅ.ରେ ଇହଲୀଳା ସମ୍ବରଣ କରିଥିଲେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆଲ୍‌ବିରୁଣୀଙ୍କ ଜୀବନୀ ଓ ଭ୍ରମଣ କାହାଣୀ ବର୍ଣ୍ଣନା କର ।
Answer:
ବିଶିଷ୍ଟ ପରିବ୍ରାଜକ ଆଲ୍‌ବିରୁଣୀ ଏକାଦଶ ଶତାବ୍ଦୀରେ ମଧ୍ୟଏସିଆର ଜଣେ ମହାନ୍ ବିଦ୍ବାନ୍ ଥିଲେ । ସେ ଭାରତକୁ ଗଜନୀର ସୁଲତାନ ମାମୁଦ୍ରଙ୍କ ସହ ଆସିଥିଲେ । ସେ ହିନ୍ଦୁ ଦର୍ଶନଦ୍ଵାରା ପ୍ରଭାବିତ ହୋଇଥିଲେ । ତାଙ୍କଦ୍ଵାରା ଲିଖ୍ ପ୍ରସିଦ୍ଧ ପୁସ୍ତକ ‘କିତାବ-ଉଲ୍-ହିନ୍ଦୁ’ରେ ସେ ଭାରତୀୟ ସଂସ୍କୃତି ଏବଂ ସଭ୍ୟତା ଉପରେ ବିଶଦ ଭାବରେ ଆଲୋକପାତ କରିଛନ୍ତି । ଉକ୍ତ ପୁସ୍ତକଟି ମଧ୍ୟଯୁଗର ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ।

  • ଜୀବନୀ – ଆଲ୍‌ବିରୁଣୀଙ୍କ ପୂରାନାମ ଥିଲା ମହମ୍ମଦ ଇବାନ ଅହମ୍ମଦ ଆବୁ ରାଏହାନ୍ ଆଲ୍‌ବିରୁଣୀ । ସେ ୯୭୩ ମସିହା ସେପ୍ଟେମ୍ବର ୪ ତାରିଖରେ ଉକିସ୍ଥାନର ଖୁରିଜମରେ ଜନ୍ମ ହୋଇଥିଲେ । ସେ ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ଖୁରିଜମରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ ଅନେକ ଭାଷା; ଯଥା – ଆରବିକ୍, ପାର୍ଶୀ, ହିବୁ, ସଂସ୍କୃତ ଏବଂ ସିରିଆକ୍ ସହ ପରିଚିତ ଥିଲେ । ସେ ନିଜର ଦକ୍ଷତା ଓ ପାରଦର୍ଶିତା ବଳରେ ଖୁବ୍‌ଶୀଘ୍ର ସଫଳତା ଓ ଗୌରବର ଶୀର୍ଷାର୍ଗରେ ପହଞ୍ଚି ପାରିଥିଲେ । ସେ ପଦାର୍ଥବିଜ୍ଞାନ (Physics), ରସାୟନବିଜ୍ଞାନ, ଆଷ୍ଟୋନୋମି, ଆଷ୍ଟ୍ରୋଲୋମି ଏବଂ ଗଣିତରେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଖୁରିଜମ ପରିଷଦର ସଭ୍ୟ ଥିଲେ । ୧୦୧୭ ଖ୍ରୀଷ୍ଟାବ୍ଦରେ ଗଜନୀର ସୁଲତାନ ମାମୁଦ୍ ଯେତେବେଳେ ଖୁରିଜମ ଅଧିକାର କଲେ, ସେ ଆଲ୍‌ବିରୁଣୀଙ୍କୁ ବନ୍ଦୀ କରି ଗଜନୀ ଆଣିଥିଲେ; କିନ୍ତୁ ଆଲ୍‌ବିରୁଣୀଙ୍କ ଜ୍ଞାନ ଓ ପ୍ରତିଭାରେ ପ୍ରଭାବିତ ହୋଇ ମାମୁଦ୍ ତାଙ୍କୁ ବନ୍ଦୀରୁ ମୁକ୍ତି କରିବାସହ ‘ଶାହା-ଇ-ଖୁରିଜମ’ ଉପାଧ୍ଧରେ ସମ୍ମାନୀତ କରିଥିଲେ । ଏହି ଘଟଣା ଆଲ୍‌ବିରୁଣୀଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଥିଲା । ସେ ଗଜନୀରେ ଥିଲାବେଳେ, ଭାରତ- ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • କିତାବ-ଉଲ୍-ହିନ୍ଦ୍ – ଏହି ପୁସ୍ତକଟି ଆଲ୍‌ବିରୁଣୀଙ୍କ ଏକ ବଳିଷ୍ଠ କୃତି, ଯାହାକୁ ସେ ୧୦୩୧ ମସିହାରେ ଗଜନୀରେ ଥିଲାବେଳେ ଲେଖିଥିଲେ । ଏହା ଭାରତ ସହିତ ସଂଶ୍ଳିଷ୍ଟ । ଆରବିକ୍ ଭାଷାରେ ଲିଖ୍ ଏହି ପୁସ୍ତକଟିକୁ ମଧ୍ୟ ‘ତାରିଖ୍-ଉଲ୍-ହିନ୍ଦ୍’ ମଧ୍ୟ କୁହାଯାଏ । ସେ ଭାରତୀୟ ସମାଜକୁ ଭଲ ଭାବରେ ବୁଝିବାପାଇଁ ବହୁତ ଉଦ୍ୟମ କରିଥିଲେ । ସେ ପ୍ରଥମେ ବ୍ରାହ୍ମଣମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରିଥିଲେ । ଦ୍ଵିତୀୟତଃ, ସେ ବ୍ରାହ୍ମଣମାନଙ୍କଠାରୁ ସଂସ୍କୃତ ଭାଷା ଶିକ୍ଷାକଲେ । ତୃତୀୟତଃ, ସେ ବେଦ, ପୁରାଣ, ଭଗବଦ୍ ଗୀତା, ପାତଞ୍ଜଳୀ ଓ ମନୁସ୍ମୃତି ଇତ୍ୟାଦି ପଢ଼ିଲେ । ‘କିତାବ-ଉଲ-ହିନ୍ଦୁ’ ଲେଖୁ ପଛରେ ତାଙ୍କର ଦୁଇଟି ମୁଖ୍ୟ କାରଣ ଥିଲା । ପ୍ରଥମଟି ହେଲା ସେ ଚାହୁଁଥିଲେ ଯେଉଁମାନେ ହିନ୍ଦୁ ଧର୍ମ ଓ ଦର୍ଶନ ଉପରେ ଜାଣିବାକୁ ଚାହିଁବେ ଏହା ତାଙ୍କୁ ସାହାଯ୍ୟ କରିବେ । ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ତାଙ୍କଠାରୁ ଭିନ୍ନ ମତ ପୋଷଣ କରିବେ, ତାହା ସେ ତାଙ୍କ ପୁସ୍ତକରେ ସ୍ଥାନ ଦେବେ । ଉକ୍ତ ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ । ସେଥୁରେ ହିନ୍ଦୁ ଧର୍ମ, ଦର୍ଶନ, ପର୍ବପର୍ବାଣି, ପ୍ରଥା ଓ ପରମ୍ପରା, ଲୋକମାନଙ୍କର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଜୀବନ, ଭୂଗୋଳ, ଦେବଦେବୀ ମୂର୍ତ୍ତି, ଧର୍ମୀୟ ପରମ୍ପରା, ସାହିତ୍ୟ, ଆଇନ ଏବଂ ଭାସ୍କର୍ଯ୍ୟ ଇତ୍ୟାଦି ବର୍ଣ୍ଣିତ ଅଛି ।
  • ଭାରତରେ ଜାତିପ୍ରଥା – ଆଲ୍‌ବିରୁଣୀ ଭାରତରେ ପ୍ରଚଳିତ ଜାତିପ୍ରଥା ବିଷୟରେ ତାଙ୍କ ପୁସ୍ତକରେ ଲେଖୁଛନ୍ତି । ତାଙ୍କ ମତରେ ଭାରତୀୟମାନେ ତାଙ୍କ ଜାତିକୁ ନେଇ ବେଶ୍ ଗର୍ବିତ । ସେମାନେ ବିଦେଶୀମାନଙ୍କୁ ଘୃଣା କରୁଥିଲେ ଏବଂ ସେମାନଙ୍କୁ ମେଚ୍ଛ ବୋଲି କହୁଥିଲେ । ସେ ସମୟରେ ଭାରତୀୟ ସମାଜ ଚାରୋଟି ଜାତିରେ ବିଭକ୍ତ ହୋଇଥିଲେ; ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର । ଆଲ୍‌ବିରୁଣୀଙ୍କ ମତରେ ବ୍ରାହ୍ମଣମାନେ ସମାଜରେ ଶ୍ରେଷ୍ଠ ଥିଲେ ଏବଂ ସେମାନେ ବ୍ରହ୍ମାଙ୍କ ମସ୍ତକରୁ ସୃଷ୍ଟି ବୋଲି ବିଶ୍ଵାସ କରାଯାଏ । ସେମାନେ ବେଦ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ପାଠକରୁଥିଲେ । ହିନ୍ଦୁ ରାଜାମାନେ ସେମାନଙ୍କୁ ପୁରୋହିତବୋଲି ବିଶ୍ଵାସ କରାଯାଏ । ସେମାନେ ବେଦ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ପାଠକରୁଥିଲେ । ହିନ୍ଦୁ ରାଜାମାନେ ସେମାନଙ୍କୁ ପୁରୋହିତ ଦ୍ୱିତୀୟ ସ୍ଥାନ ମିଳିଥିଲା । ସେମାନଙ୍କୁ ବ୍ରହ୍ମାଙ୍କ ବାହୁରୁ ଜାତ ବୋଲି କୁହାଯାଏ । ସମାଜରେ ସେମାନଙ୍କ ସ୍ଥିତି ବ୍ରାହ୍ମଣମାନଙ୍କ ତଳକୁ ଥିଲା । ସେମାନଙ୍କ କାର୍ଯ୍ୟ ଥିଲା ରାଜ୍ୟର ପ୍ରଶାସନ ଏବଂ ସୁରକ୍ଷା । ରାଜାମାନେ ଏହି କ୍ଷତ୍ରିୟ କୁଳରୁ ଜାତ ହେଉଥିଲେ । ସେମାନେ ସାଧାରଣତଃ ରାଜାଙ୍କ ସୈନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ । ସମାଜର ତୃତୀୟ ଶ୍ରେଣୀରେ ଥିଲେ ବୈଶ୍ୟ । ସେମାନେ ବ୍ରହ୍ମାଙ୍କ ନାଭିରୁ ଜାତ ବୋଲି କୁହାଯାଏ । ସେମାନେ କୃଷି ଓ ବାଣିଜ୍ୟ ଆଦି କାର୍ଯ୍ୟ କରୁଥିଲେ ଏବଂ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଉଥିଲେ । ସମାଜର ନିମ୍ନରେ ଥିଲେ ଶୂଦ୍ର, ଯେଉଁମାନେ ବ୍ରହ୍ମାଙ୍କ ପାଦରୁ ଜାତ ବୋଲି କୁହାଯାଏ । ସେମାନେ ସେବାକାରୀ ଜାତି ଭାବରେ ଅନ୍ୟ ତିନି ଜାତିର ବିଭିନ୍ନ ସେବା କରୁଥିଲେ । ସେମାନଙ୍କ ଉପରେ ଅନେକ କଟକଣା ଲାଗୁ ହେଉଥିଲା । ସେମାନଙ୍କପ୍ରତି ଅସଭ୍ୟ ବ୍ୟବହାର ମଧ୍ୟ କରାଯାଉଥିଲା । ସେମାନେ କୌଣସି ସାମାଜିକ ଓ ଧାର୍ମିକ ଅଧିକାରକୁ ଉପଭୋଗ କରୁ ନଥିଲେ । ଏତଦ୍‌ବ୍ୟତୀତ ଆଲ୍‌ବିରୁଣୀ କୁହନ୍ତି ଅନ୍ୟଏକ ଜାତିର ଲୋକ ଥିଲେ ଯାହାଙ୍କୁ ‘ଅନ୍ତଜ’ କୁହାଯାଉଥିଲା, ଯାହାର ଅର୍ଥ ଜାତିପ୍ରଥାର ବାହାରେ । ସେମାନଙ୍କ ସ୍ଥିତି ଶୂଦ୍ରଙ୍କଠାରୁ ବି ହୀନ ଥିଲା । ଆଲ୍‌ବିରୁଣୀ ଏହି ଜାତିପ୍ରଥାକୁ ବିରୋଧ କରିଥିଲେ ଏବଂ କହିଥିଲେ, ‘ଏହା ହେଉଛି ପ୍ରକୃତିର ବିପରୀତ କାର୍ଯ୍ୟ ।’’

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ବର୍ଣ୍ଣାଶ୍ରମ – ଆଲ୍‌ବିରୁଣୀଙ୍କ ମତରେ, ହିନ୍ଦୁମାନେ ସେ ସମୟରେ ବର୍ଣ୍ଣ ବ୍ୟବସ୍ଥାରେ ବିଶ୍ଵାସ କରୁଥିଲେ । ମନୁଷ୍ୟର ଜୀବନକୁ ଶହେବର୍ଷ ବିଚାର କରି ସେମାନେ ତାକୁ ଚାରିଭାଗରେ ବିଭକ୍ତ କରିଥିଲେ ଓ ପ୍ରତ୍ୟେକ ଭାଗକୁ ୨୫ ବର୍ଷରେ ରଖୁଥିଲେ । ଏହି ବ୍ୟବସ୍ଥାକୁ ବର୍ଷାଶ୍ରମ କୁହାଯାଏ । ସେଗୁଡ଼ିକ ହେଲା – ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ । ପ୍ରଥମ ଆଶ୍ରମ ବ୍ରହ୍ମଚର୍ଯ୍ୟରେ ଜଣେ ତା’ର ଜୀବନକୁ ଛାତ୍ର ଭାବରେ ଗୁରୁକୁଳାଶ୍ରମରେ ବିତାଇଥାଏ । ସେ ଉପଯୁକ୍ତ ଜ୍ଞାନଲାଭ କରି ଘରକୁ ଫେରିଆସେ ଏବଂ ବିବାହ କରି ଗାର୍ଯ୍ୟସ୍ଥ ଜୀବନ ଆରମ୍ଭ କରେ । ଏହି ସମୟରେ ସେ ନିଜର ବୃତ୍ତି କରିବା ସହିତ ସମସ୍ତ ଗୃହସ୍ଥ କାର୍ଯ୍ୟ କରିଥାଏ । ତୃତୀୟ ଆଶ୍ରମ ବାନପ୍ରସ୍ଥରେ ସେ ନିଜକୁ ସମସ୍ତ ଗୃହସ୍ଥ କାର୍ଯ୍ୟରୁ ନିବୃତ୍ତ ରଖେ ଏବଂ ବିଭିନ୍ନ ଧର୍ମୀୟ କାର୍ଯ୍ୟରେ ଲିପ୍ତରୁହେ । ଚତୁର୍ଥ ଆଶ୍ରମ ହେଲା ସନ୍ୟାସ । ଏହି ପର୍ଯ୍ୟାୟରେ ବ୍ୟକ୍ତି ଗୃହତ୍ୟାଗ କରି ନିର୍ବାଣ ପ୍ରାପ୍ତିପାଇଁ ସନ୍ୟାସୀରୂପେ ପରମଆତ୍ମା ସହିତ ସମ୍ପର୍କ ରଖେ ।
  • ବିବାହ – ଆଲ୍‌ବିରୁଣୀଙ୍କ ମତରେ ବିବାହ ହିନ୍ଦୁମାନଙ୍କର ଏକ ପବିତ୍ର କାର୍ଯ୍ୟ, ଯାହାକୁ ସେମାନେ ଅତି ନିଷ୍ଠାର ସହ ସମ୍ପାଦନ କରୁଥିଲେ । ସେ ସମୟରେ ବିବାହ ଯେହେତୁ କମ୍ ବୟସରେ ହେଉଥିଲା, ତାହା ସାଧାରଣତଃ ପିତା ଓ ମାତା ଆୟୋଜନ କରୁଥିଲେ । ନିଜ ଗୋତ୍ରରେ ବିବାହ ଉପରେ ପ୍ରତିବନ୍ଧକ ଥିଲା । ହିନ୍ଦୁ ସମାଜରେ ଛାଡ଼ପତ୍ର କ୍ଵଚିତ୍ ଥିଲା । ବିଧବା ବିବାହ ମଧ୍ୟ ନଥୁଲା ।
  • ନାରୀମାନଙ୍କ ସ୍ଥାନ – ଆଲ୍‌ବିରୁଣୀଙ୍କ ମତରେ ଭାରତୀୟ ସମାଜରେ ନାରୀମାନଙ୍କ ସ୍ଥାନ ଉତ୍ତମ ଥିଲା । ସେମାନଙ୍କ ସହଯୋଗ ବିନା କୌଣସି ଧାର୍ମିକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉ ନଥିଲା । ସେମାନେ ଗୃହର ସମସ୍ତ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ । ଅମହତ ନାରୀଙ୍କୁ ସମାଜରେ ତିରସ୍କାର କରାଯାଉଥିଲା । ସେ ସମୟରେ ବାଲ୍ୟବିବାହ ପ୍ରଚଳିତ ଥିଲା । ଅଳ୍ପବୟସରେ କନ୍ୟାମାନଙ୍କୁ ବିବାହ ଦିଆଯାଉଥିଲା । ବିଧବା ପୁନର୍ବିବାହ ନଥିଲା । ସେମାନଙ୍କୁ ଖରାପ ବ୍ୟବହାର ସାମ୍ନା କରିବାକୁ ପଡୁଥିଲା । ତେଣୁ ଅଧିକାଂଶ ନାରୀ ସେମାନଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସତୀ ହେବାକୁ ପସନ୍ଦ କରୁଥିଲେ । ଦେବଦାସୀମାନଙ୍କୁ ମନ୍ଦିରରେ ରଖାଯାଉଥିଲା ।
  • ଧର୍ମୀୟ ବ୍ୟବସ୍ଥା – ଆଲବିରୁଣୀ ହିନ୍ଦୁମାନଙ୍କ ଧର୍ମୀୟ ବ୍ୟବସ୍ଥା ଉପରେ ଅନେକ ଆଲୋକପାତ କରିଛନ୍ତି । ସେମାନେ ଏକେଶ୍ୱରବାଦରେ ବିଶ୍ବାସ କରୁଥିଲେ; କିନ୍ତୁ ଅନେକ ଦେବଦେବୀଙ୍କୁ ପୂଜା କରୁଥିଲେ । ସେମାନେ ବିଶାଳ ମନ୍ଦିରମାନ ନିର୍ମାଣ କରୁଥିଲେ ଏବଂ ତା’ମଧ୍ୟରେ ଦେବଦେବୀଙ୍କର ସୁନ୍ଦର ମୂର୍ତ୍ତିମାନ ସ୍ଥାପନ କରୁଥିଲେ । ସେମାନେ ଆତ୍ମା, କର୍ମ ଏବଂ ପୁନର୍ଜନ୍ମରେ ବିଶ୍ଵାସ କରୁଥିଲେ । ହିନ୍ଦୁମାନଙ୍କର ଦୃଢ଼ବିଶ୍ଵାସ ଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ତା’ର କର୍ମର ଫଳ ଲାଭ କରିଥାଏ । ସେ ସମୟର ହିନ୍ଦୁ ଲୋକମାନେ ତୀର୍ଥଯାତ୍ରାରେ ଯାଉଥିଲେ, ଯଜ୍ଞ ଓ ଦାନଧର୍ମ କରୁଥିଲେ । ଆଲ୍‌ବିରୁଣୀଙ୍କ ମତରେ ସେ ସମୟରେ ବୈଷ୍ଣବ ଧର୍ମ ଜନପ୍ରିୟତା ଲାଭକରିଥିଲା ।
  • ରାଜନୈତିକ ଅବସ୍ଥା – ରାଜନୈତିକ ଅବସ୍ଥାକୁ ବର୍ଣ୍ଣନା କରି ଆଲ୍‌ବିରୁଣୀ କହିଥିଲେ ଭାରତ ଏକ ବିଶାଳ ଦେଶ ହେଲେ ମଧ୍ୟ ତାହା ଅନେକଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ବିଭିନ୍ନ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ରାଜ୍ୟଗୁଡ଼ିକ ମଧ୍ୟରେ ଏକତା ନଥିଲା । ତେଣୁ ସେମାନେ ବୈଦେଶିକ ଆକ୍ରମଣର ଶିକାର ହେଉଥିଲା । ଏକତା ନଥ‌ିବାରୁ ରାଜାମାନେ ଗଜନୀର ସୁଲତାନ ମାମୁଦ୍ରଙ୍କ ହସ୍ତରୁ ବାରମ୍ବାର ପରାସ୍ତ ହେଉଥିଲେ । ସେ ସମୟରେ କନୌଜ, ମାଳବ, ଗୁଜରାଟ, ସିନ୍ଦୂ ଏବଂ କାଶ୍ମୀର ପ୍ରସିଦ୍ଧ ରାଜ୍ୟ ଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ନ୍ୟାୟିକ ପ୍ରଶାସନ – ଆଲ୍‌ବିରୁଣୀ ଲେଖୁଛନ୍ତି ଯେ, ଭାରତୀୟ ରାଜାମାନେ ନ୍ୟାୟର ପ୍ରତୀକ ଥିଲେ । ପ୍ରଜାମାନଙ୍କୁ ନ୍ୟାୟ ଦେବାପାଇଁ ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ । ଗ୍ରାମପଞ୍ଚାୟତ ସର୍ବନିମ୍ନ ଅଦାଲତ ଥିଲା । ଗ୍ରାମର ଅଧିକାଂଶ ବିବାଦ ଗ୍ରାମପଞ୍ଚାୟତଦ୍ୱାରା ସମାଧାନ କରାଯାଉଥିଲା । ଗ୍ରାମପଞ୍ଚାୟତଦ୍ୱାରା ନିଷ୍ପତ୍ତିକୁ ଲୋକମାନେ ସମ୍ମାନ ଦେଉଥିଲେ । ସରକାର ଗ୍ରାମର ସମସ୍ୟାରେ ହସ୍ତକ୍ଷେପ କରୁ ନଥିଲେ । ରାଜା ଥିଲେ ନ୍ୟାୟର ସର୍ବୋଚ୍ଚ କର୍ତ୍ତା । ତାଙ୍କ ନିଷ୍ପତ୍ତିକୁ ଶେଷ ନିଷ୍ପତ୍ତି ଭାବରେ ଗ୍ରହଣ କରାଯାଉଥିଲା । ତାଙ୍କ ମୁଖରୁ ବାହାରୁଥ‌ିବା ପ୍ରତିଟି ଶବ୍ଦ ଆଇନ ଥିଲା । ସେ ସମୟରେ ଦଣ୍ଡ ବ୍ୟବସ୍ଥା ଏତେ କଠୋର ନଥିଲା । ମୃତ୍ୟୁଦଣ୍ଡ ପ୍ରାୟ ଦିଆଯାଉ ନଥିଲା ।
  • ଆର୍ଥିକ ବ୍ୟବସ୍ଥା – ଆରୁଣୀ ଭାରତର ତତ୍କାଳୀନ ଆର୍ଥିକ ଅବସ୍ଥାକୁ ମଧ୍ୟ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ସେ ଲେଖୁଛନ୍ତି ଯଦିଓ ସେତେବେଳେ, ଭାରତର ବୈଦେଶିକ ବାଣିଜ୍ୟ ହ୍ରାସ ପାଇଥିଲା; ତଥାପି ଭାରତ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧିଶାଳୀ ଥିଲା । ଭାରତୀୟ ମନ୍ଦିରମାନଙ୍କରୁ ମିଳିଥିବା ଅଜସ୍ର ଧନରୁ ଏହାକୁ ପ୍ରମାଣିତ କରାଯାଇଛି । ସେତେବେଳେ ଭାରତରେ ଆଭ୍ୟନ୍ତରଣୀୟ ବାଣିଜ୍ୟ ସମୃଦ୍ଧିଶାଳୀ ଥିଲା । ସେ ମଧ୍ୟ ମାପ, ଓଜନ ଏବଂ ମୁଦ୍ରା ଉପରେ ଆଲୋକପାତ କରିଥିଲେ । ସେ ସମୟରେ ଆଦାୟ କରାଯାଉଥିବା ବିଭିନ୍ନ କର ଉପରେ ମଧ୍ୟ ସେ ଲେଖୁଛନ୍ତି । ଆୟର ମୁଖ୍ୟ ପନ୍ଥା ଥିଲା ଭୂ-ରାଜସ୍ୱ, ଦେଶୀମାନଙ୍କଠାରୁ ଆଦାୟ ଧନ, ବାଣିଜ୍ୟ କର, ରାସ୍ତା କର ଏବଂ ଦେବଦାସୀ କର । ରାଜା ଆୟର ଅଧିକାଂଶ ଭାଗ ସୈନ୍ୟବାହିନୀ ଏବଂ ପ୍ରଜାମଙ୍ଗଳ କାର୍ଯ୍ୟରେ ଖର୍ଚ୍ଚ କରୁଥିଲେ ।

୨। ପ୍ରସିଦ୍ଧ ପରିବ୍ରାଜକ ଇବନ ବତୁତାଙ୍କ ଜୀବନୀ ଓ ଭ୍ରମଣ କାହାଣୀ ବର୍ଣ୍ଣନା କର ।
Answer:

  • ଉପକ୍ରମ – ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତ ଭ୍ରମଣରେ ଆସିଥିବା ବୈଦେଶିକ ପରିବ୍ରାଜକଙ୍କ ମଧ୍ୟରୁ ଇବନ ବତୁତା ଥିଲେ ଅନ୍ୟତମ । ଏହି ମହାନ୍ ବିଦ୍ଵାନ ଥିଲେ ମରକ୍‌ ବାସିନ୍ଦା । ସେ ଭ୍ରମଣ କରିବାକୁ ଅଧ‌ିକ ଭଲପାଉଥ‌ିବାରୁ, ନିଜ ଜୀବଦ୍ଦଶା ଭିତରେ, ଅନେକ ଦେଶ ବୁଲିପାରିଥିଲେ l ସେ ଭାରତକୁ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ସମୟରେ ଆସି ବହୁଦିନ ରହିଥିଲେ । ସେ ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’ (Rihla) କୁ ଆରବିକ୍ ଭାଷାରେ ଲେଖିଥିଲେ । ସେ ଏଥିରେ ନିଜ ଆଖ୍ୟାରେ ଦେଖୁଥ‌ିବା ଘଟଣାମାନ ବର୍ଣ୍ଣନା କରିଛନ୍ତି । ସେଥ‌ିପାଇଁ ‘ରିହାଲା’କୁ ଅତ୍ୟନ୍ତ ପ୍ରାମାଣିକ ଏବଂ ଅମୂଲ୍ୟ ଉପାଦାନ ରୂପେ ଗଣାଯାଏ ଯେଉଁଥରେ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ବିଷୟରେ ଅନେକ ତଥ୍ୟ ମିଳିଥାଏ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ଜୀବନୀ – ଇବନ ବତୁତାଙ୍କ ପ୍ରକୃତ ନାମଥିଲା ଆବୁ ଅବଦୁଲା ମହମ୍ମଦ । ସେ ୧୩୦୪ ମସିହା ଫେବୃଆରୀ ୨୪ ତାରିଖରେ ପ୍ରସିଦ୍ଧ ମରକ୍କୋ ସହରର ତାଞ୍ଜିଆରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାର ସେ ସମୟରେ ଖୁବ୍ ଶିକ୍ଷିତ ଏବଂ ସମ୍ମାନନୀୟ ଥିଲା । ତାଙ୍କ ପରିବାର ଇସ୍‌ଲାମିକ୍ ଆଇନ ‘ଶାରିଆତ୍’ର ମୁଖ୍ୟ ତର୍ଜମାକାରୀ ଥିଲେ । ଏହି ବିଜ୍ଞତାପାଇଁ, ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ବିଭିନ୍ନ ଦେଶରେ କାଜିରୂପେ ନିଯୁକ୍ତି ପାଉଥିଲେ । ପରିବାର ପ୍ରଥା ଅନୁସାରେ ଇବନ ବତୁତା ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଥିଲେ । ଇବନ ବତୁତା ଏକାଧାରରେ ଥିଲେ ଜଣେ ଭ୍ରମଣପ୍ରିୟ ଏବଂ ଜ୍ଞାନପିପାସୁ । ବିଭିନ୍ନ ଦେଶ ଭ୍ରମଣ କରି ଜ୍ଞାନ ଆହରଣ କରିବାରେ ତାଙ୍କର ପ୍ରବଳ ଇଚ୍ଛା ଥିଲା । ସେଥିପାଇଁ ୨୨ ବର୍ଷ ବୟସରେ ନିଜ ପ୍ରିୟଜନମାନଙ୍କୁ ପଛରେ ଛାଡ଼ି ସେ ବିଭିନ୍ନ ଦେଶ ଭ୍ରମଣରେ ବାହାରି ପଡ଼ିଥିଲେ । ସେ ତାଙ୍କର ପ୍ରଥମ ଯାତ୍ରା ୧୩୨୫ ଖ୍ରୀଷ୍ଟାବ୍ଦ ଜୁନ୍ ୧୪ ତାରିଖରେ ଆରମ୍ଭ କରି ପ୍ରଥମେ ମକ୍‌କା ଯାତ୍ରା କରିଥିଲେ । ଏହି ଯାତ୍ରା ତାଙ୍କୁ ଅଧ‌ିକ ଉତ୍ସାହିତ କରିଥିଲା । ଏହାପରେ ସେ ସିରିଆ, ଇରାକ୍, ପର୍ସିଆ, ୟେମେନ୍, ଓମାନ ଏବଂ ପୂର୍ବ ଆଫ୍ରିକା ପ୍ରଭୃତି ଯାତ୍ରା କରିଥିଲେ । ଏହାପରେ ଇବନ୍ ବତୁତା ଭାରତ ଭ୍ରମଣ ପାଇଁ ନିଷ୍ପତ୍ତି ନେଇଥିଲେ । ସେ ୧୩୩୩ ମସିହା ସେପ୍ଟେମ୍ବର ୧୨ ତାରିଖରେ ଭାରତର ସିନ୍ଧିଠାରେ ପହଞ୍ଚିଥିଲେ । ସେ ଆଗରୁ ଦିଲ୍ଲୀର ସୁଲତାନ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ସମ୍ପର୍କରେ ବହୁତ କିଛି ଶୁଣିଥିଲେ । ସେ ଜଣେ ବିଦ୍ବାନ୍ ଓ କଳା ଓ ସଂସ୍କୃତିପ୍ରିୟ ବୋଲି ମଧ୍ୟ ସେ ଶୁଣିଥିଲେ । ତେଣୁ ଇବନ୍‌ତୁତା ଉତ୍ ଏବଂ ମୁଲତାନ ପାର କରି ୧୩୩୪ ମସିହା ମାର୍ଚ୍ଚ ୨୦ ତାରିଖରେ ଦିଲ୍ଲୀରେ ପହଞ୍ଚିଲେ । ମହମ୍ମଦ-ବିନ୍-ତୋଗଲକ୍ ତାଙ୍କୁ ଏକ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ । ସୁଲତାନ ଇବନ ବତୁତାଙ୍କ ବିଜ୍ଞତା କଥା ଶୁଣି ବହୁଭାବରେ ପ୍ରଭାବିତ ହୋଇଥିଲେ । ତେଣୁ ସେ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଲେ । ଏହିଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ମହମ୍ମଦ ତୋଗଲକ୍‌ଙ୍କୁ ସେ ଅତି ନିକଟରୁ ଜାଣିଥିଲେ । ହଠାତ୍‌ ଉଭୟଙ୍କ ମଧ୍ୟରେ ଏକ ଭୁଲ ବୁଝାମଣା ହେବାରୁ ଇବନ ବତୁତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । କିନ୍ତୁ ସୁଲତାନ ଖୁବ୍‌ଶୀଘ୍ର ତାଙ୍କ ଭୁଲ୍ ବୁଝିବାପରେ ତାଙ୍କୁ ଜେଲରୁ ମୁକ୍ତ କରିଥିଲେ । ସୁଲତାନ, ତାଙ୍କୁ ଚୀନ୍‌ର ଶାସକ ମଙ୍ଗୋଲ ବୀର ତୁଘ୍ରାନ୍ ତିମୁରଙ୍କ ଦରବାରକୁ ରାଷ୍ଟ୍ରଦୂତ କରି ପଠାଇବାର ନିଷ୍ପତ୍ତି ନେଲେ । ଚୀନରେ ମାତ୍ର ୧ ବର୍ଷ ରହି ୧୩୪୭ରେ ଫେରିଆସିଲେ । ପରେ ୧୩୪୯ରେ ସେ ନିଜ ଗୃହ ମରକ୍‌କୁ ଫେରିଗଲେ । ତାଙ୍କର ମୃତ୍ୟୁ ୧୩୭୭ରେ ହୋଇଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ରିହାଲା (Rihla) – ଇବନ ବନ୍ଧୁତା ଭାରତ ଏବଂ ଅନ୍ୟାନ୍ୟ ଦେଶ ଭ୍ରମଣ କରି ୧୩୫୪ରେ ନିଜ ଜନ୍ମସ୍ଥାନ ମରକ୍‌ରେ ପହଞ୍ଚିଲାପରେ ତାଙ୍କୁ ସେଠାକାର ସୁଲତାନ ଆବୁ ଇନାମ୍ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସୁଲତାନ ତାଙ୍କୁ ତାଙ୍କ ଭ୍ରମଣ ବିବରଣୀ ଲେଖିବାକୁ ନିର୍ଦେଶ ଦେଇଥିଲେ । ଇବାନ ଜୁଡ଼ାଏ ନାମକ ଜଣେ ମୁସଲିମ୍ ପଣ୍ଡିତଙ୍କୁ ତାଙ୍କୁ ସାହାଯ୍ୟ କରିବାକୁ ନିଯୁକ୍ତି ଦେଇଥିଲେ । ଏହି କାର୍ଯ୍ୟ ୧୩୫୪ରେ ଆରମ୍ଭ ହୋଇ ୧୩୫୫ରେ ପୂର୍ଣ୍ଣତା ଲାଭକଲା । ଏହା ଆରବିକ୍ ଭାଷାରେ ଲେଖାହୋଇଥିଲା । ସେ ବିଶେଷକରି ଯେଉଁକଥା ଲୋକମାନଙ୍କୁ ଅଜଣା, ସେଗୁଡ଼ିକୁ ଚମତ୍କାର ଶୈଳୀରେ ଲେଖୁଥିଲେ । ସେ ଭାରତରେ ‘ନଡ଼ିଆ’ ଓ ‘ପାନ’କୁ ଅତି ଚମତ୍କାର ଢଙ୍ଗରେ ବର୍ଣ୍ଣନା କରିଛନ୍ତି ।
  • ଭାରତୀୟ ସହର – ଇବନ ବହୁତା ଭାରତର ଅନେକ ସହର ଭ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରେ ଦିଲ୍ଲୀ, ଦୌଲତାବାଦ ଆଦି ଥୁଲା ପ୍ରଧାନ ସହରଗୁଡ଼ିକରେ ଜନବସତି ଘଞ୍ଚ ଥିଲା ଏବଂ ସେଠାରେ ବିଭିନ୍ନପ୍ରକାର କାର୍ଯ୍ୟକଳାପ କରାଯାଉଥିଲା । ବିଶେଷକରି ସେ ଦିଲ୍ଲୀ ସହରକୁ ଭଲ ଭାବରେ ବର୍ଣ୍ଣନା କରିଥିଲେ । ଏତଦ୍‌ବ୍ୟତୀତ ସେ ମୁଲତାନ୍, କାଉଲ୍, ଗୋୱାଲିୟର, ବ୍ୟାୟାନା, ଉଜ୍ଜୟିନୀ, ଚନ୍ଦରୀ, ଧର ଏବଂ ସାଗର ଇତ୍ୟାଦି ସହରଲ ଉପରେ ଆଲୋକପାତ କରିଛନ୍ତି ।
  • ବଜାର – ଇବନ ବତୁତା ତାଙ୍କ ପୁସ୍ତକ ‘ରିହାଲା’ରେ ଭାରତୀୟ ବଜାରମାନଙ୍କ ସମ୍ପର୍କରେ ଲେଖୁଛନ୍ତି । ସେ ଲେଖୁଛନ୍ତି ଯେ ଭାରତୀୟ ବଜାରଗୁଡ଼ିକରେ କେବଳ ଆର୍ଥିକ କାରବାର ହେଉ ନଥିଲା, ଏହା ମଧ୍ୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସ୍ଥଳ ଥିଲା । ଅନେକ ବଜାରରେ ମନ୍ଦିର ଓ ମସ୍‌ଜିଦ୍ ଥ୍ଲା । ନର୍ତ୍ତକୀ, ସଙ୍ଗୀତଜ୍ଞ ଓ ଗୀତିକାରମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉ ଥିଲା । ଦୌଲତାବାଦରେ ସେ ଏପରି କିଛି କାର୍ଯ୍ୟକ୍ରମ ଦେଖୁଥିଲେ ।
  • କୃଷି ଏବଂ ବାଣିଜ୍ୟ – ଇବନ ବନ୍ଧୁତାଙ୍କ ମତରେ ଭାରତରେ କୃଷି ଉତ୍ପାଦନ ବହୁତ ହେଉଥିଲା । ଏପରି ହେବାର କାରଣ ଭାରତର ଜମି ଉର୍ବର ଥିଲା । ତେଣୁ କୃଷକମାନେ ବର୍ଷକୁ ଦୁଇଟି ଶସ୍ୟ ଫଳାଉଥିଲେ । ମୁଖ୍ୟ ଶସ୍ୟଗୁଡ଼ିକ ଥିଲା – ଗହମ, ଧାନ, ବାର୍ଲି, ଆଖୁ, ଆମ୍ବ ଓ ନଡ଼ିଆ ଇତ୍ୟାଦି । ସେ ସମୟରେ ଆନ୍ତର୍ଜାତୀୟ ଏବଂ ଅନ୍ତର୍ଦେଶୀୟ ଉଭୟ ବାଣିଜ୍ୟରେ ଉନ୍ନତି ହୋଇଥିଲା । ମଧ୍ୟଏସିଆ ଓ ଦକ୍ଷିଣ-ପୂର୍ବ ଏସିଆରେ ଭାରତୀୟ ଦ୍ରବ୍ୟଗୁଡ଼ିକର ଚାହିଦା ଥିଲା । ଭାରତର କଟନ୍ ବସ୍ତ୍ର, ଫାଇନ୍ ମୁସ୍‌ଲିନ୍ ବ୍ରୋକାଡ଼େ ଏବଂ ସାଟିସ୍‌ର ଚାହିଦା ବହୁତ ଥିଲା । ଏଗୁଡ଼ିକ ମଧ୍ୟରୁ ମୁସଲିନ୍ ବସ୍ତ୍ର ବହୁତ ଦାମରେ ବିକ୍ରି ହେଉଥ‌ିବାରୁ କେବଳ ଧନୀ ବ୍ୟକ୍ତିମାନେ କିଣୁଥିଲେ । ଏତଦ୍‌ବ୍ୟତୀତ ଭାରତରୁ ଅନ୍ୟ ଦେଶକୁ ଗହମ, ଚାଉଳ ଏବଂ ମସଲା ରପ୍ତାନୀ କରାଯାଉଥିଲା । ସେହିପରି ଅନ୍ୟ ଦେଶମାନଙ୍କରୁ ସିଲିକ୍, ଆଲଭରି, କାଷ୍ଠନିର୍ମିତ ଜିନିଷ, ମୂଲ୍ୟବାନ୍ ପଥର ଏବଂ ଘୋଡ଼ାମାନ ଆମଦାନୀ କରାଯାଉଥିଲା ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ଡାକ ବ୍ୟବସ୍ଥା – ଇବନ ବତୁତା ସେ ସମୟରେ ପ୍ରଚଳିତ ଡାକ ବ୍ୟବସ୍ଥା ସମ୍ପର୍କରେ ଲେଖୁଛନ୍ତି । ଭାରତରେ ଦୁଇପ୍ରକାର ଡାକ ବ୍ୟବସ୍ଥା ଥିଲା; ଯଥା – ଘୋଡ଼ା ପୋଷ୍ଟ ଏବଂ ଫୁଟ-ପୋଷ୍ଟ । ପ୍ରତି ଏକ ମାଇଲରେ ତିନୋଟି ଷ୍ଟେସନ ଥିଲା । ଫୁଟ୍ ପୋଷ୍ଟ ଦ୍ରୁତଗତିରେ କାର୍ଯ୍ୟ କରୁଥୁଲା ଓ ଏହା ଦେଶସାରା ଥିଲା ।
  • କ୍ରୀତଦାସ – ଇବନ ବତୁତା ଭାରତରେ ପ୍ରଚଳିତ କ୍ରୀତଦାସ ପ୍ରଥା ସମ୍ପର୍କରେ ମଧ୍ୟ ଲେଖୁଛନ୍ତି । ସୁଲତାନ ମହମ୍ମଦ ତୋଗଲକ୍‌ଙ୍କର ଅନେକ କ୍ରୀତଦାସ ଥିଲେ । ଅଧିକାଂଶ କ୍ରୀତଦାସମାନେ ଥିଲେ ଯୁଦ୍ଧବନ୍ଦୀ, ଯେଉଁମାନଙ୍କୁ ଜବରଦସ୍ତ ଧରାଯାଇ ଅଣାଯାଇଥିଲା । ଅନେକ ଲୋକ ମଧ ଦାରିଦ୍ର୍ୟ କାରଣରୁ ସେମାନଙ୍କ ପିଲାଙ୍କୁ କ୍ରୀତଦାସଙ୍କୁ ଭାବେ ବିକ୍ରି କରୁଥିଲେ । କ୍ରୀତଦାସକୁ ମଧ୍ୟ ଉପହାର ରୂପେ ଦିଆଯାଉଥିଲା । ଇବନ ବହୁତା ନିଜେ ମଧ୍ୟ କ୍ରୀତଦାସ କିଣିଥିଲେ । ସମ୍ଭ୍ରାନ୍ତମାନେ ମଧ୍ୟ କ୍ରୀତଦାସରଖୁଥିଲେ । ନାରୀ କ୍ରୀତଦାସମାନେ ଦାସୀ ରୂପେ କାର୍ଯ୍ୟ କରୁଥିଲେ ।
  • ସମୀକ୍ଷା – ଇବନ ବତୁତାଙ୍କ ପୁସ୍ତକ ରିହାଲା (Rihla) ନିଃସନ୍ଦେହରେ ଭାରତ ଇତିହାସ ପାଇଁ ଏକ ଅମୂଲ୍ୟ ଉପାଦାନ ଅଟେ । ସେ ଏଥରେ ନିଜ ଅଙ୍ଗେନିଭା କଥା ବର୍ଣ୍ଣନା କରିଛନ୍ତି । ସେ ଏକ ମର୍ଯ୍ୟାଦାଜନକ ଓ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଏହାକୁ ଲେଖିବାରୁ, ସେ ସ୍ପଷ୍ଟ ମତ ଦେବାରେ କୌଣସି ଭୟ ବା ପ୍ରତିବନ୍ଧକକୁ ଖାତିର କରି ନଥିଲେ । ଏହା ନିଶ୍ଚିତ ଏକ ଉଚ୍ଚକୋଟୀର ଉପାଦାନ ।

୩ । ପରିବ୍ରାଜକ ଫ୍ରାଙ୍କୋଇସ୍ ବର୍ଷିୟର୍‌ଙ୍କର ଜୀବନୀ ଓ ଭ୍ରମଣକାହାଣୀ ବର୍ଣ୍ଣନା କର ।
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର୍ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୨୫ ତାରିଖରେ ଫ୍ରାନ୍ସର ଗୋମର୍ଡ ନିକଟରେ ଯୋଏ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାଲ୍ୟଜୀବନ ସମ୍ପର୍କରେ ବିଶେଷ ଜଣା ନଥିଲା । ସେ ୧୬୫୨ ଖ୍ରୀ.ଅ.ରେ ଜଣେ ଡାକ୍ତର ହେଲେ । ସେ ପ୍ୟାରିସ୍‌ରେ କିଛି ସମୟ ରହିଥିଲେ । ପରେ ସେ ସିରିଆ, ପାଲେଷ୍ଟାଇନ୍ ଏବଂ ମିଶର ଯାତ୍ରା କରିଥିଲେ । ସେ ୧୬୫୬ ଖ୍ରୀ.ଅ.ରେ କାଏରୋରୁ ଏକ ଜାହାଜରେ ଆସି ଭାରତର ଏକ ବନ୍ଦର ସୁରତ୍‌ରେ ପହଞ୍ଚିଲେ । ଯେତେବେଳେ ସେ ଭାରତରେ ପହଞ୍ଚିଲେ ସେତେବେଳେ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ରମାନଙ୍କ ମଧ୍ୟରେ ଉତ୍ତରାଧ୍ୟାକାରୀ ପାଇଁ ଯୁଦ୍ଧ ଲାଗିଥାଏ । ସେ ଶାହାଜାହାନଙ୍କ ଜ୍ୟେଷ୍ଠପୁତ୍ର ଦାରା ସିଖୋଙ୍କୁ ଅହମ୍ମଦାବାଦରେ ଦେଖାକରିବାର ସୁଯୋଗ ପାଇଥିଲେ । ଦାରା ତାଙ୍କୁ ନିଜର ବ୍ୟକ୍ତିଗତ ଡାକ୍ତର ରୂପେ ନିଯୁକ୍ତି ଦେଲେ । ଦାରାଙ୍କର ପତନ ପରେ, ଡାନିସମଣ୍ଡ ଖାଁ ନାମକ ଜଣେ ମୋଗଲ ଦରବାରର ସମ୍ଭ୍ରାନ୍ତ ତାଙ୍କୁ ଜଣେ ବିଦ୍ୱାନ ଓ ବୈଜ୍ଞାନିକ ଭାବେ ନିଜ ପାଖରେ ରଖୁଥିଲେ । ଫ୍ରାଙ୍କୋଇସ୍ ବଣ୍ଣୟର୍ ଭାରତରେ ୧୬୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରହିଥିଲେ । ଭାରତରେ ତାଙ୍କର ରହଣି ମଧ୍ଯରେ ସେ ଦିଲ୍ଲୀ, କାଶ୍ମୀର, ଆଗ୍ରା, ବଙ୍ଗ ଏବଂ ଗୋଲକୋଣ୍ଡା ଇତ୍ୟାଦି ସ୍ଥାନ ଭ୍ରମଣ କରିଥିଲେ । ସେ ୧୬୬୮ ଖ୍ରୀ.ଅ. ପ୍ୟାରିସ୍ ଫେରିଯାଇଥିଲେ । ସେ ଯେତେବେଳେ ୧୬୬୯ ଖ୍ରୀ.ଅ.ରେ ପ୍ୟାରିସ୍‌ରେ ପହଞ୍ଚିଲେ, ସେତେବେଳେ ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇ ତାଙ୍କୁ ଏକ ହାର୍ଦ୍ଦିକ ସ୍ବାଗତ ଜଣାଇଥିଲେ । ସମ୍ରାଟଙ୍କ କଥା ରକ୍ଷାକରି ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ୧୬୭୦ ମସିହାରେ ଲେଖୁଥିଲେ । ଫ୍ରାନ୍ସର ଏହି ବିଦ୍ଵାନ୍‌ ୧୬୮୮ଖ୍ରୀ.ଅ.ରେ ଇହଲୀଳା ସମ୍ବରଣ କରିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ – ଫ୍ରାଙ୍କୋଇସ୍ ବଣ୍ଡିୟର୍ ତାଙ୍କର ଭାରତ ଭ୍ରମଣ ବିଷୟରେ ଏକ ପୁସ୍ତକ ୧୬୭୦ ଖ୍ରୀଷ୍ଟାବ୍ଦରେ ଲେଖୁଥିଲେ । ଏହି ପୁସ୍ତକର ନାମ ଥିଲା ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ (Travels in the Mughal Empire) । ସେ ଏହାକୁ ଫ୍ରେଞ୍ଚ ଭାଷାରେ ଲେଖିଥିଲେ । ପୁସ୍ତକଟି ଅଶେଷ ଜନପ୍ରିୟତା ଲାଭକଲା, ସେଥ୍‌ପାଇଁ ତାକୁ ୧୬୭୦ ରୁ ୧୭୨୫ ମଧ୍ୟରେ ଆଠଥର ପୁନଃ ପ୍ରକାଶିତ କରାଯାଇଥିଲା । ପୁସ୍ତକଟିକୁ ପ୍ରଥମେ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ । ଏହା ଇଂରାଜୀ ଭାଷାରେ ୧୬୮୪ ସୁଦ୍ଧା ତିନିଥର ପୁନଃ ପ୍ରକାଶିତ ହୋଇଥିଲା । ଏହା ପୁନଃଶ୍ଚ ୧୬୭୫-୭୬ ସୁଦ୍ଧା ଡଚ୍, ଜର୍ମାନ୍ ଏବଂ ଇଟାଲୀ ଭାଷାରେ ଅନୁବାଦିତ ହୋଇଥିଲା । ଫ୍ରାଙ୍କୋଇସ୍ ବର୍ଷିୟର୍ ଉକ୍ତ ପୁସ୍ତକଟିକୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କୁ ଉତ୍ସର୍ଗୀକୃତ କରିଥିଲେ । ଉକ୍ତ ପୁସ୍ତକଟି ଲେଖୁବାର ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ବିକାଶକୁ ସହିତ ଇଉରୋପରେ ହୋଇଥିବା ବିକାଶ ସହିତ ତୁଳନା କରିବା । ସେ ମୁଖ୍ୟତଃ ଭାରତକୁ ଫ୍ରାନ୍ସ ସହିତ ତୁଳନା କରିଥିଲେ । ସେ ଏହି ପୁସ୍ତକରେ ମୋଟାମୋଟି ଭାବରେ ଭାରତ ତୁଳନାରେ ଇଉରୋପକୁ ପ୍ରଶଂସା କରିଥିଲେ । ସେ ଏଭଳି ଭାବରେ ବର୍ଣ୍ଣନା କରିଛନ୍ତି ଯେ ଭାରତ ପାଶ୍ଚାତ୍ୟ ଦେଶ ତୁଳନାରେ ନିକୃଷ୍ଟ ହୋଇଯାଇଛି । ପ୍ରସିଦ୍ଧ ଲେଖକ E. F. Oatonଙ୍କ ଭାଷାରେ “Francois Bernier sought in the Indies not spices, nor gold, nor diamonds but knowledge”.
  • ଜମି ମାଲିକାନା (Land Ownership) – ଫ୍ରାଙ୍କୋଇସ୍ ବଣ୍ଠିୟର୍ ଭାରତୀୟ କୃଷକମାନଙ୍କ ଅବସ୍ଥାକୁ ଦୟନୀୟ ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ, ଭାରତର ଅଧିକାଂଶ ସ୍ଥାନ ମରୁଭୂମି ଓ ପାହାଡ଼ ପର୍ବତପୂର୍ଣ୍ଣ ହୋଇଥ‌ିବାରୁ ସେହି ସ୍ଥାନମାନଙ୍କରେ ଜନସଂଖ୍ୟା କମ୍ ଅଟେ । ସେହି ସ୍ଥାନମାନଙ୍କରେ ଚାଷଜମିର ପରିମାଣ ମଧ୍ୟ କମ୍ । କୃଷକ ଅଭାବ ଥ‌ିବାରୁ ଅଧୂକ ଜମି ଚାଷକରିବା ସମ୍ଭବ ନୁହେଁ । ପ୍ରାଦେଶିକ ସୁବେଦାର ଏବଂ ଅନ୍ୟ କର୍ମଚାରୀଙ୍କ ଅତ୍ୟାଚାର ହେତୁ କୃଷକମାନଙ୍କୁ ଅଧୂକ ଦୁଃଖ ଓ କଷ୍ଟ ଭୋଗିବାକୁ ପଡ଼ିଥାଏ । ଯେତେବେଳେ ସେମାନେ ଏହି ଅତ୍ୟାଚାରୀ ଜମିଦାରମାନଙ୍କ ଦାବିକୁ ପୂରଣ କରିପାରନ୍ତି ନାହିଁ, ସେତେବେଳେ ସେମାନେ ସେମାନଙ୍କର ଜୀବିକା ହରେଇବା ସହିତ ନିଜ ପିଲାମାନଙ୍କୁ ମଧ୍ୟ ହରାଇଥା’ନ୍ତି । ଏହି ପିଲାମାନଙ୍କୁ ଜମିଦାରମାନେ କ୍ରୀତଦାସ ଭାବେ ନେଇଯାଆନ୍ତି । ସେମାନେ କୌଣସି କର୍ତ୍ତୃପକ୍ଷଙ୍କୁ ଆପତ୍ତି କରିପାରନ୍ତି ନାହିଁ । ତେଣୁ କୃଷି ଛାଡ଼ିବାକୁ ବାଧ୍ୟ ହୁଅନ୍ତି ଏବଂ ଅନାହାରର ଶିକାର ହୁଅନ୍ତି । ବର୍ଣ୍ଣୟରଙ୍କ ମତରେ ଏହାର ମୁଖ୍ୟ କାରଣ ହେଉଛି ଅଧିକାଂଶ ଭାରତୀୟ କୃଷକମାନଙ୍କର ନିଜସ୍ବ ମାଲିକାନା ସ୍ୱତ୍ୱରେ ଜମି ନାହିଁ । ମୋଗଲ ସାମ୍ରାଜ୍ୟରେ ରାଜା ସମସ୍ତ ଜମିର ମାଲିକ । ସେ ଏହାକୁ ତାଙ୍କର ଅନୁଗତ ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ବାଣ୍ଟି ଦେଇଥା’ନ୍ତି । ସେମାନେ ମଧ୍ୟ ସମ୍ରାଟ ତାଙ୍କ ଉପରେ ଖୁସିଥ‌ିବା ପର୍ଯ୍ୟନ୍ତ ଜାଗିରି ସୂତ୍ରରେ ଜମିର ମାଲିକ ହୋଇ ରହିଥା’ନ୍ତି । ଯେଉଁ ସମୟରେ ସେମାନେ ସମ୍ରାଟଙ୍କ କ୍ରୋଧର ଶିକାର ହୁଅନ୍ତି, ସେହିଦିନ ଜାଗିରି ହରାଇବସନ୍ତି । ଏହି ସମ୍ଭ୍ରାନ୍ତ ଜାଗିରିଦାରମାନେ ସମ୍ରାଟଙ୍କ ବିନା ଅନୁମତିରେ ଜାଗିରିଦାରୀ ନିଜର ପୁତ୍ରକୁ ମଧ୍ଯ ଦେଇପାରୁ ନଥିଲେ । ସୁତରାଂ ସେମାନେ ଜମିର ଉନ୍ନତି କିମ୍ବା ଜଳସେଚନ ଇତ୍ୟାଦି କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ମୁଣ୍ଡ ପୂରାଉ ନଥିଲେ । ମୋଗଲ ସମ୍ରାଟମାନେ ମଧ୍ୟ କୃଷିର ଉନ୍ନତି ପାଇଁ କିଛି କରୁ ନଥିଲେ । ଫଳରେ ଭାରତୀୟ କୃଷି ପଛୁଆ ଥିଲା । କୃଷକମାନେ ତାଙ୍କ ହାତରୁ ଚାଷ ଚାଲିଯିବାର ଭୟରେ ସର୍ବଦା ରହୁଥିଲେ । ରାଜାଙ୍କ ହାତରେ ମାଲିକାନା ସ୍ୱତ୍ଵ ରହିବା ଫଳରେ ରାଜ୍ୟ ଓ ସମାଜ ଉପରେ ଭୟଙ୍କର ପ୍ରଭାବ ପଡ଼ୁଥିଲା । ବର୍ଷିୟର୍ ଭାରତୀୟ ସମାଜକୁ ଦରିଦ୍ର ଲୋକମାନଙ୍କର ସମାଜ ବୋଲି ଅବହିତ କରିଛନ୍ତି । ସେମାନେ ମୁଷ୍ଟିମେୟ ଧନୀ ଏବଂ ଶକ୍ତିଶାଳୀ ଶାସକ ଶ୍ରେଣୀଦ୍ଵାରା ଶାସିତ ଓ ନିଷ୍ପେଷିତ ହୋଇଥିଲେ । ଏହି ଧନୀ ଓ ଗରିବଙ୍କ ମଧ୍ୟରେ କୌଣସି ଶ୍ରେଣୀ ନଥବାରୁ, ବର୍ଷିୟର୍ ଦମ୍ଭର ସହ କହିଛନ୍ତି ଭାରତରେ କୌଣସି ମଧ୍ୟବିତ୍ତ ଶ୍ରେଣୀ ନଥିଲା । ଏହି କାରଣରୁ ମୋଗଲ ସମ୍ରାଟଙ୍କୁ ବର୍ଣ୍ଣୟର ଭିକାରୀ ଏବଂ ଅନାର୍ଯ୍ୟମାନଙ୍କ ରାଜା ବୋଲି କହିଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ରାଷ୍ଟ୍ରୀୟ କାରଖାନା – ଫ୍ରାଙ୍କୋଇସ୍ ବର୍ଷିୟର୍ ରାଜ୍ୟର କାରଖାନାଗୁଡ଼ିକର ଏକ ବିଶଦ ବିବରଣୀ ପ୍ରଦାନ କରିଛନ୍ତି । ଏହି କାରଖାନାଗୁଡ଼ିକୁ କାରିଗରୀ ଲୋକଙ୍କ କର୍ମଶାଳା ବୋଲି ସେ ଅଭିହିତ କରିଛନ୍ତି । କାରଖାନାଗୁଡ଼ିକ ବଡ଼ ବଡ଼ ଲମ୍ବା ଘରେ ଚାଲୁଥିଲା, ଯେଉଁଠି ବିଭିନ୍ନ ପ୍ରକାର କାରିଗର; ଯଥା – ତନ୍ତୀ, କମାର, ସ୍ଵର୍ଣ୍ଣକାର, କୁମ୍ଭାର, ଚିତ୍ରକାର, ବଢ଼େଇ, ଜୋତା କାରିଗର ଇତ୍ୟାଦି କାର୍ଯ୍ୟ କରୁଥିଲେ । ଏତଦ୍‌ବ୍ୟତୀତ ସିଲିକ୍, ବ୍ରୋକେଡ଼ ଫାଇନ୍ ମୁସଲିନ୍‌ର ନିର୍ମାଣକାରୀ ଥିଲେ । କାରିଗରମାନେ ପ୍ରତ୍ୟହ ସକାଳୁ ଆସି କାରଖାନାରେ ଉପସ୍ଥିତ ହେଉଥିଲେ । ଦିନସାରା କାର୍ଯ୍ୟ କରି ସନ୍ଧ୍ୟାରେ ଘରକୁ ଫେରୁଥିଲେ । ସେମାନେ କୌଣସି ପ୍ରକାରର ଉତ୍ପାଦନର ବୃଦ୍ଧି କରୁନଥିଲେ କିମ୍ବା ଉତ୍ପାଦିତ ଦ୍ରବ୍ୟର ଗୁଣାତ୍ମକ ମାନ ବଢ଼ାଉ ନଥିଲେ କାରଣ ସେମାନେ ମଜୁରି ବ୍ୟତୀତ ଲାଭରୁ କିଛି ଅଂଶ ପାଉ ନଥିଲେ । ସମସ୍ତ ଲାଭ ସରକାର ବା ରାଷ୍ଟ୍ର ହାତକୁ ଯାଉଥିଲା । ଏହା ନିଃସନ୍ଦେହରେ, ଉତ୍ପାଦନର ବୃଦ୍ଧିକୁ ହ୍ରାସ କରିଥିଲା । ବଣ୍ଡିୟର୍ ଲେଖୁଛନ୍ତି, ସାଧାରଣ କାରିଗରମାନଙ୍କର ଅବସ୍ଥାର ପରିବର୍ତ୍ତନ ପାଇଁ କେହି ଦୃଷ୍ଟି ଦେଉନଥିଲେ ।
  • ସହର – ବର୍ଣ୍ଣୟର୍ ଲେଖୁଛନ୍ତି, ସପ୍ତଦଶ ଶତାବ୍ଦୀ ସୁଦ୍ଧା ୧୫ ପ୍ରତିଶତ ଲୋକ ସହରରେ ବସବାସ କରୁଥିଲେ । ଏହା ପାଶ୍ଚାତ୍ୟ ଦେଶର ହାରାହାରିଠାରୁ ଅଧ୍ଵ ଥିଲା; କିନ୍ତୁ ସହରଗୁଡ଼ିକ ଶିବିର ସହରଭଳି ଥିଲା ! ମୋଗଲ ସମ୍ରାଟ ଶିବିର ପକାଇ ଯେଉଁ ସ୍ଥାନରେ କିଛି ବର୍ଷ ବିତାଉଥିଲେ, ତାହା ଏକ ସହରରେ ପରିଣତ ହେଉଥିଲା । ଯେତେବେଳେ ରାଜଦରବାର ସେଠାରୁ ଉଠି ଅନ୍ୟତ୍ର ଚାଲିଯାଉଥିଲା । ସେ ସ୍ଥାନରୁ ସହର ଉଠିଯାଉଥିଲା । ଏହାର କାରଣ ହେଉଛି ଲୋକମାନଙ୍କର ସାମାଜିକ ଓ ଆର୍ଥନୀତିକ ସ୍ଥିତି ସୁଦୃଢ଼ ନଥିଲା । ସେମାନେ ରାଜକୀୟ ପୃଷ୍ଠପୋଷକତା ଉପରେ ନିର୍ଭର କରୁଥିଲେ । ବର୍ଷିୟର୍ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଅନେକଗୁଡ଼ିଏ ସହରର ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମଧ୍ୟରୁ ଦିଲ୍ଲୀ, ଆଗ୍ରା, ବନାରସ, ମଥୁରା, କାଶ୍ମୀର, ସୁରତ୍, ଅହମ୍ମଦାବାଦ, ମସୁଲିପାଟନମ୍ ଏବଂ ଗୋଲକୋଣ୍ଡା ପ୍ରମୁଖ ଥିଲା । ଏହି ସହରଗୁଡ଼ିକ ବିଭିନ୍ନ ଦୃଷ୍ଟିରୁ; ଯଥା – ବାଣିଜ୍ୟ କେନ୍ଦ୍ର, ଉତ୍ପାଦନ କେନ୍ଦ୍ର ଏବଂ ତୀର୍ଥସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଥିଲା । ବଣିକ ସମ୍ପ୍ରଦାୟ ଲୋକଙ୍କର ଏହି ସହରମାନଙ୍କରେ ଯଥେଷ୍ଟ ପ୍ରଭାବ ଥିଲା । ସେମାନେ ମହାଜନ, ସେଠ ଏବଂ ନଗର ସେଠ ନାମରେ ପରିଚିତ ଥିଲେ ।

CHSE Odisha Class 12 History Chapter 7 Short & Long Answer Questions in Odia Medium

  • ସତୀପ୍ରଥା – ଫ୍ରାଙ୍କୋଇସ୍ ବଣ୍ଡିୟର୍ ଭାରତୀୟ ସମାଜରେ ପ୍ରଚଳିତ ସତୀପ୍ରଥା ଉପରେ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି, ଯାହାକୁ ସେ ଅମାନବିକ ବୋଲି କହିଛନ୍ତି । ଏହି ପ୍ରଥା ଅନୁଯାୟୀ ଯଦି କୌଣସି ହତଭାଗିନୀ ମହିଳା ତା’ର ସ୍ୱାମୀକୁ ହରାଉଥୁଲା, ତାକୁ ତା’ର ସ୍ୱାମୀର ଚିତାଗ୍ନିରେ ଜୀବନ୍ତ ଜଳାଇ ଦିଆଯାଉଥିଲା । ଯେଉଁ ସ୍ତ୍ରୀ ସତୀ ହେବ, ସେ ଗାଧୋଇସାରି ନୂତନ ବସ୍ତ୍ର ପରିଧାନପୂର୍ବକ ସମସ୍ତ ଅଳଙ୍କାରରେ ମଧ୍ୟ ଭୂଷିତ ହେଉଥିଲା । ତା’ପରେ ତାକୁ ଏକ ପ୍ରୋସେସନ୍‌ରେ ସତୀ ହେବା ସ୍ଥାନକୁ ନିଆଯାଉଥିଲା । ସ୍ଵାମୀଙ୍କ ଚିତାଗ୍ନିରେ ଝାସଦେବା ପୂର୍ବରୁ ସେ ଅଗ୍ନି ଦେବତାଙ୍କୁ ପୂଜା କରୁଥିଲେ । ତା’ପରେ ସେ ଅଗ୍ନିକୁ ଝାସ ଦେଉଥିଲେ । ଯେହେତୁ ବିଧବା ଜୀବନ ଏକ ନାରକୀୟ ଜୀବନ ଥିଲା, ତେଣୁ ସତୀ ହେବାକୁ ଅଧିକାଂଶ ନାରୀ ପସନ୍ଦ କରୁଥିଲେ । ଯେଉଁମାନେ ରାଜିହେଉ ନଥିଲେ ସେମାନଙ୍କୁ ଜୋର୍ କରି ହାତଗୋଡ଼ ବାନ୍ଧି ଅଗ୍ନିରେ ଫିଙ୍ଗିଦିଆଯାଉଥିଲା, ତା’ର କ୍ରନ୍ଦନ କାଳେ ଶୁଭାଯିବ, ସେଥୂପାଇଁ ଡ୍ରମ, ଖୋଳ, ଗିନି, ଘଣ୍ଟ, ପଖଞ୍ଜ ଜୋର୍‌ରେ ବଜାଯାଉଥିଲା । ବର୍ଷିୟର୍ ନିଜ ଆଖ୍ୟାରେ ଦେଖୁଛନ୍ତି ଏକ ୧୨ ବର୍ଷର ବିଧବା ବାଳିକାକୁ କିପରି ଜବରଦସ୍ତ ସତୀ କରାଯାଇଥିଲା । ସେ କହିଛନ୍ତି ଏପରିକି ବାଲ୍ୟ ବିଧବାଙ୍କ ପ୍ରତି ମଧ୍ୟ ସେମାନଙ୍କର ଅନୁକମ୍ପା ନଥିଲା । ବର୍ଷିୟରଙ୍କର ଏହି ଭ୍ରମଣକାହାଣୀ ଭାରତ ଇତିହାସ ସୃଷ୍ଟିର ଏକ ଅମୂଲ୍ୟ ଉପାଦାନ।

CHSE Odisha Class 12 History Chapter 7 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 7 ପରିବ୍ରାଜକଙ୍କ ଚକ୍ଷୁରେ ଭାରତୀୟ ସମାଜ ସମ୍ପର୍କରେ ଧାରଣା Objective Questions.

CHSE Odisha 12th Class History Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଶିଷ୍ଟ ବିଦ୍ବାନ୍ ଏବଂ ପରିବ୍ରାଜକ ଆଲ୍‌ବିରୁଣୀ ନିମ୍ନୋକ୍ତ କେଉଁ ଶତାବ୍ଦୀର ଥିଲେ ?
(କ) ନବମ ଶତାବ୍ଦୀ
(ଖ) ଦଶମ ଶତାବ୍ଦୀ
(ଗ) ଏକାଦଶ ଶତାବ୍ଦୀ
(ଘ) ଦ୍ଵାଦଶ ଶତାବ୍ଦୀ
Answer:
(ଗ) ଏକାଦଶ ଶତାବ୍ଦୀ

୨। ଆଲ୍‌ବିରୁଣୀ ଭାରତକୁ ନିମ୍ନୋକ୍ତ କାହା ସହିତ ଆସିଥିଲେ ?
(କ) ଗଜନୀର ସୁଲତାନ୍ ମାମୁଦ୍
(ଖ) ମହମ୍ମଦ ଘୋରୀ
(ଗ) ତୁଘିଲ୍ ଖାଁ
(ଘ) କୁତବୁଦ୍ଦିନ୍ ଆଇବାକ୍
Answer:
(କ) ଗଜନୀର ସୁଲତାନ୍ ମାମୁଦ୍

୩ । ଆଲ୍‌ବିରୁଣୀ ନିମ୍ନୋକ୍ତ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ?
(କ) ଆରବ
(ଖ) ମକ୍କା
(ଗ) ଖୁରିଜମ୍
(ଘ) ଗଜନୀ
Answer:
(ଗ) ଖୁରିଜମ୍

CHSE Odisha Class 12 History Chapter 7 Objective Questions in Odia Medium

୪ । ଫ୍ରାଙ୍କାଇସ୍ ବଣ୍ଣୟର୍ କେଉଁ ଦେଶର ବ୍ୟକ୍ତି ଥିଲେ ?
(କ) ଜାପାନ
(ଖ) ଫ୍ରାନ୍ସ
(ଗ) ଚୀନ୍
(ଘ) ଭାରତ
Answer:
(ଖ) ଫ୍ରାନ୍ସ

୫ । ମାମୁଦ୍ ଆଲ୍‌ବିରୁଣୀଙ୍କ ଜ୍ଞାନରେ ମୁଗ୍ଧହୋଇ ତାଙ୍କୁ କେଉଁ ଉପାଧ୍ଧରେ ସମ୍ମାନିତ କରିଥିଲେ ?
(କ) ଶାହା -ଇ-ମଣ୍ଡି
(ଖ) ଶାଇଜମ୍
(ଗ) ଶାହା-ଇ-ଗଜନୀ
(ଘ) ଶାହା-ଇ-ଖୁରିଜମ୍
Answer:
(ଘ) ଶାହା-ଇ-ଖୁରିଜମ୍

୬ । ‘କିତାବ୍-ଉଲ୍-ହିନ୍ଦ୍’କୁ ଆଲବିରୁଣୀ ନିମ୍ନୋକ୍ତ କେଉଁ ଭାଷାରେ ଲେଖିଥିଲେ ?
(କ) ହିନ୍ଦୀ
(ଖ) ଆରବିକ୍
(ଗ) ପାର୍ଶୀ
(ଘ) ସଂସ୍କୃତ
Answer:
(ଖ) ଆରବିକ୍

୭ । ‘କିତାବ୍-ଉଲ୍-ହିନ୍ଦ୍’ ପୁସ୍ତକରେ ଆଲ୍‌ବିରୁଣୀ ମୁଖ୍ୟତଃ କେଉଁ ଦେଶ ବିଷୟରେ ଲେଖୁଛନ୍ତି ?
(କ) ଆରବ
(ଖ) ପାକିସ୍ତାନ
(ଗ) ଦକ୍ଷିଣ ଆଫ୍ରିକା
(ଘ) ଭାରତ
Answer:
(ଘ) ଭାରତ

୮ । ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଇତ୍ୟାଦି ସମ୍ପର୍କରେ ଜ୍ଞାନଲାଭ କରିବାପାଇଁ ଆଲ୍‌ବିରୁଣୀଙ୍କୁ କେଉଁ ଭାଷା ଶିକ୍ଷା କରିବାକୁ ପଡ଼ିଥିଲା ?
(କ) ହିନ୍ଦୀ
(ଖ) ପାର୍ଶୀ
(ଗ) ଆରବୀ
(ଘ) ସଂସ୍କୃତ
Answer:
(ଘ) ସଂସ୍କୃତ

୯। ‘କିତାବ-ଉଲ୍-ହିନ୍ଦୁ’ ପୁସ୍ତକଟି କେତେଗୋଟି ଅଧ୍ୟାୟରେ ବିଭକ୍ତ ହୋଇଥିଲା ?
(କ) ୧୨୦
(ଖ) ୮୦
(ଗ) ୯୦
(ଘ) ୭୦
Answer:
(ଖ) ୮୦

CHSE Odisha Class 12 History Chapter 7 Objective Questions in Odia Medium

୧୦ । ଆଲ୍‌ବିରୁଣୀଙ୍କ ପୁସ୍ତକ ‘କିତାବ୍-ଉଲ୍-ହିନ୍ଦୁ’ରେ ଭାରତର ବର୍ଷାଶ୍ରମକୁ ସେ କେତୋଟି ଭାଗରେ ବିଭକ୍ତ କରିଥିଲେ ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(କ) ୪

୧୧ । କେଉଁ ଶତାବ୍ଦୀରେ ଇବନ ବତୁତା ଭାରତ ଭ୍ରମଣ କରିଥିଲେ ?
(କ) ଚତୁର୍ଦ୍ଦଶ ଶତାବ୍ଦୀ
(ଖ) ପଞ୍ଚଦଶ ଶତାବ୍ଦୀ
(ଗ) ଷୋଡ଼ଶ ଶତାବ୍ଦୀ
(ଘ) ସପ୍ତଦଶ ଶତାବ୍ଦୀ
Answer:
(କ) ଚତୁର୍ଦ୍ଦଶ ଶତାବ୍ଦୀ

୧୨ । ଇବନ ବତୁତା କେଉଁ ସ୍ଥାନର ଅଧ‌ିବାସୀ ଥିଲେ ?
(କ) ଭାରତ
(ଖ) ମରକ୍କୋ
(ଗ) ଆରବ
(ଘ) ଗଜନୀ
Answer:
(ଖ) ମରକ୍କୋ

୧୩। ଇବନ ବତୁତା ଭାରତ ଭ୍ରମଣରେ ଆସିଥିଲାବେଳେ ତତ୍କାଳୀନ ଦିଲ୍ଲୀର ସୁଲତାନ କିଏ ଥିଲେ ?
(କ) ମହମ୍ମଦ-ବିନ୍-ତୋଗଲକ୍
(ଖ) ଫିରୋଜ ତୋଗଲକ
(ଗ) ଇଲତୁତ୍‌ମିସ୍
(ଘ) ବଲ୍‌ବନ୍
Answer:
(କ) ମହମ୍ମଦ-ବିନ୍-ତୋଗଲକ୍

୧୪ । ଇବନ ବହୁତାଙ୍କ ପ୍ରଥମ ଭ୍ରମଣ କାହାଣୀର ନାମ କ’ଣ ଥିଲା ?
(କ) କିତାବ-ଉଲ୍-ହିନ୍ଦ୍
(ଖ) ରିହାଲା
(ଗ) ସୁହାଲା
(ଘ) ତାରିକ୍-ଇ-ହିନ୍ଦ୍
Answer:
(ଖ) ରିହାଲା

CHSE Odisha Class 12 History Chapter 7 Objective Questions in Odia Medium

୧୫ । ଇବନ ବହୁତାଙ୍କ ପିତାଙ୍କ ନାମ କ’ଣ ଥିଲା ?
(କ) ଶେଖ୍ ହାସିମ୍ ଖାଁ
(ଖ) ଶେଖ୍ ଅବ୍‌ଦୁଲ୍ଲା
(ଗ) ଶେଖ୍ ହଜରତ ଖାଁ
(ଘ) ଫାରୁକ୍ ଅବଦୁଲ୍ଲା
Answer:
(ଖ) ଶେଖ୍ ଅବଦୁଲା

୧୬ । ଇବନ ବତ୍ରୁତାଙ୍କ ପାଣ୍ଡିତ୍ୟରେ ମୁଗ୍ଧହୋଇ ମହମ୍ମଦ-ବିନ୍-ତୋଗଲକ୍ ତାଙ୍କୁ ନିମ୍ନୋକ୍ତ କେଉଁ ପଦରେ ନିଯୁକ୍ତି ହେଇଥିଲେ ।
(କ) ଦିଲ୍ଲୀର କାଜି
(ଖ) ଉତ୍ତର ପ୍ରଦେଶର ଗଭର୍ଣ୍ଣର
(ଗ) ପଞ୍ଜାବର ଅମିନ
(ଘ) ବେଙ୍ଗାଲୁରୁର ଚୌକିଦାର
Answer:
(କ) ଦିଲ୍ଲୀର କାଜି

୧୭ । ଫ୍ରାଙ୍କୋଇସ୍ ବଣ୍ଡିୟର୍‌ଙ୍କଦ୍ୱାରା ରଚିତ ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ନିମ୍ନୋକ୍ତ କେଉଁ ଭାଷାରେ ରଚିତ ହୋଇଥିଲା ?
(କ) ଆରବୀ
(ଖ) ଊର୍ଦ୍ଧ୍ବ
(ଗ) ପାର୍ଶୀ
(ଘ) ଫ୍ରେଞ୍ଚ
Answer:
(ଘ) ଫ୍ରେଞ୍ଚ

୧୮। ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟିକୁ କିଏ ପ୍ରଥମେ ଇଂରାଜୀରେ ଅନୁବାଦ କରିଥିଲେ ?
(କ) ଜିନ୍ ଗୁଟେନ୍‌ବର୍ଗ
(ଖ) ହେନେରୀ ଓଲ୍ଡନେବର୍ଗ
(ଗ) ଜନ୍ ମିଲ୍‌ଟନ୍
(ଘ) ହେନେରୀ ରାଓନିୟନସନ୍
Answer:
(ଖ) ହେନେରୀ ଓଲ୍ଡନେବର୍ଗ

୧୯ । ଇବନ ବତୁତାଙ୍କର ଜନ୍ମସ୍ଥାନ କେଉଁଠି ଥିଲା ?
(କ) ମରକ୍କୋର ଉଚ୍ଚବେକିସ୍ଥାନରେ
(ଖ) ମରକ୍କୋର ତାଞ୍ଜିଆରରେ ସହରର
(ଗ) ପାକିସ୍ତାନର ଇସ୍‌ଲାମ୍ବାଦଠାରେ
(ଘ) ଭାରତର ଦିଲ୍ଲୀଠାରେ
Answer:
(ଖ) ମରକ୍କୋର ସହରର ତାଞ୍ଜିଆରରେ

୨୦ । ଇବନ ବତୁତା ନିମ୍ନୋକ୍ତ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ ?
(କ) ୧୨୦୪ ଖ୍ରୀ.ଅ.
(ଖ) ୧୩୦୪ ଖ୍ରୀ.ଅ.
(ଗ) ୧୪୯୬ ଖ୍ରୀ.ଅ.
(ଘ) ୧୫୦୭ ଖ୍ରୀ.ଅ.
Answer:
(ଖ) ୧୩୦୪ ଖ୍ରୀ.ଅ.

୨୧ । ଇବନ ବନ୍ଧୁତା ତାଙ୍କର ପ୍ରଥମ ଯାତ୍ରା କେବେ ଆରମ୍ଭ କରିଥିଲେ ?
(କ) ୧୩୨୨ ଖ୍ରୀ.ଅ. ଜୁନ୍ ୧୨
(ଖ) ୧୩୨୫ ଖ୍ରୀ.ଅ. ମେ ୨୭
(ଗ) ୧୩୨୫ ଖ୍ରୀ.ଅ. ଜୁନ୍ ୧୪
(ଘ) ୧୩୨୬ ଖ୍ରୀ.ଅ. ଜୁଲାଇ ୨୫
Answer:
(ଗ) ୧୩୨୫ ଖ୍ରୀ.ଅ. ଜୁନ୍ ୧୪

CHSE Odisha Class 12 History Chapter 7 Objective Questions in Odia Medium

୨୨ । ଇବନ ବହୁତା ଭାରତ ମାଟିରେ କେବେ ପ୍ରଥମେ ପଦାର୍ପଣ କରିଥିଲେ ?
(କ) ୧୩୩୦ ଖ୍ରୀ.ଅ. ଜୁଲାଇ ୮
(ଖ) ୧୩୩୩ ଖ୍ରୀ.ଅ. ସେପ୍ଟେମ୍ବର ୧୨
(ଗ) ୧୩୩୫ ଖ୍ରୀ.ଅ. ଜୁଲାଇ ୧୮
(ଘ) ୧୩୪୩ ଖ୍ରୀ.ଅ. ଜୁନ୍ ୧୪
Answer:
(ଖ) ୧୩୩୩ ମସିହା ସେପ୍ଟେମ୍ବର ୧୨

୨୩ । ନିମ୍ନୋକ୍ତ କେଉଁ ମସିହାରେ ଇବନ ବତୁତା ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିଥିଲେ ?
(କ) ୧୩୪୦ ଖ୍ରୀ.ଅ. ଅଗଷ୍ଟ ୧୮ ତାରିଖ
(ଖ) ୧୩୪୨ ଖ୍ରୀ.ଅ. ଜୁଲାଇ ୨୨ ତାରିଖ
(ଗ) ୧୩୪୨ ଖ୍ରୀ.ଅ. ମେ ୮ ତାରିଖ
(ଘ) ୧୩୪୫ ଖ୍ରୀ.ଅ. ଜୁଲାଇ ୨୯ ତାରିଖ
Answer:
(ଖ) ୧୩୪୨ ମସିହା ଜୁଲାଇ ୨୨ ତାରିଖ

୨୪ । ଫ୍ରାଙ୍କୋଇସ୍ ବଣ୍ଡିୟର୍ ପେସାରେ କ’ଣ ଥିଲେ ?
(କ) ଓକିଲ
(ଖ) ପ୍ରଫେସର
(ଗ) ଉ।କ୍ତିର
(ଘ) ବ୍ୟବସାୟୀ
Answer:
(ଗ) ଡାକ୍ତର

୨୫ । ଫ୍ରାଙ୍କୋଇସ୍ ବଣ୍ଠିୟର୍‌ଙ୍କୁ କିଏ ଭାରତୀୟ ଡାକ୍ତର ଭାବେ ନିଯୁକ୍ତି ଦେଇଥିଲେ ?
(କ) ଜାହାଙ୍ଗୀର
(ଖ) ଶାହାଜାହାନ୍
(ଗ) ଶାହାଜାହାନ୍‌ଙ୍କ ପୁତ୍ର ଦାରା
(ଘ) ଆଉରଙ୍ଗଜେବ୍
Answer:
(ଗ) ଶାହାଜାହାନ୍‌ଙ୍କ ପୁତ୍ର ଦାରା

୨୬ । ଫ୍ରାଙ୍କୋଇସ୍ ବର୍ଷିୟର୍ ଭାରତରେ କେବେ ପଦାର୍ପଣ କରିଥିଲେ ?
(କ) ୧୬୬୦ ଖ୍ରୀ.ଅ.
(ଖ) ୧୬୫୬ ଖ୍ରୀ.ଅ.
(ଗ) ୧୬୬୮ ଖ୍ରୀ.ଅ.
(ଘ) ୧୬୮୦ ଖ୍ରୀ.ଅ.
Answer:
(ଖ) ୧୬୫୬ ଖ୍ରୀ.ଅ.

CHSE Odisha Class 12 History Chapter 7 Objective Questions in Odia Medium

୨୭ । ଫ୍ରାଙ୍କୋଇସ୍ ବର୍ଷିୟର୍ ଲେଖୁଥ‌ିବା ପୁସ୍ତକର ନାମ କ’ଣ ଥିଲା ?
(କ) କିତାବ ଉଲ୍ ହିନ୍ଦ୍
(ଖ) ମୋଗଲ ସାମ୍ରାଜ୍ୟରେ ଭ୍ରମଣ
(ଗ) ରିହାଲା
(ଘ) ଆକବରନାମା
Answer:
(ଖ) ମୋଗଲ ସାମ୍ରାଜ୍ୟରେ ଭ୍ରମଣ

୨୮ । ଫ୍ରାଙ୍କୋଇସ୍ ବର୍ଷିୟର୍ ପ୍ୟାରିସ୍‌ରେ ପହଞ୍ଚିବା ପରେ ସେଠାରେ କିଏ ତାଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜଣାଇଥିଲେ ?
(କ) ଚତୁର୍ଦ୍ଦଶ ଲୁଇ
(ଖ) ପଞ୍ଚଦଶ ଲୁଇ
(ଗ) ଷୋଡ଼ଶ ଲୁଇ
(ଘ) ରାସପୁଟିନ୍
Answer:
(କ) ଚତୁର୍ଦ୍ଦଶ ଲୁଇ

୨୯ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ରଚିତ ହୋଇଥିଲା ?
(କ) ୧୬୬୫ ଖ୍ରୀ.ଅ.
(ଖ) ୧୬୬୮ ଖ୍ରୀ.ଅ.
(ଗ) ୧୬୭୦ ଖ୍ରୀ.ଅ.
(ଘ) ୧୬୬୯ ଖ୍ରୀ.ଅ.
Answer:
(ଖ) ୧୬୬୮ ଖ୍ରୀ.ଅ.

B. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଆଲ୍‌ବିରୁଣୀ ତାଙ୍କ ପୁସ୍ତକ କିତାବ୍-ଉଲ୍-ହିକୁ କେଉଁ ଖ୍ରୀଷ୍ଟାବ୍ଦରେ ଲେଖୁଥିଲେ ?
Answer:
ଆଲବିରୁଣୀ ତାଙ୍କ ପୁସ୍ତକ ‘କିତାବ୍-ଉଲ୍-ହିନ୍ଦ୍’କୁ ୧୦୩୧ ଖ୍ରୀ.ଅ.ରେ ଲେଖୁଥିଲେ ।

୨ । ‘କିତାବ୍-ଉଲ୍-ହିନ୍ଦ୍’ର ଅନ୍ୟନାମ କ’ଣ ଥିଲା ?
Answer:
‘କିତାବ୍-ଉଲ୍-ହିନ୍ଦୁ’ର ଅନ୍ୟନାମ ‘ତାରିଖ୍-ଉଲ୍-ହିନ୍ଦ୍’ ଥିଲା ।

CHSE Odisha Class 12 History Chapter 7 Objective Questions in Odia Medium

୩ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟିକୁ କିଏ ଇଂରାଜୀ ଭାଷାରେ ଅନୁବାଦିତ କରିଥିଲେ ?
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକକୁ ହେନେରୀ ଓଲ୍ଡନେବର୍ଗ ନାମକ ଜଣେ ଲେଖକ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।

୪ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକ ଲେଖୁବା ପଛରେ ଫ୍ରାଙ୍କୋଇସ୍ ବଣ୍ଣୟର୍‌ଙ୍କର ଉଦ୍ଦେଶ୍ୟ କ’ଣ ଥିଲା ? କିମ୍ବା, କେଉଁ ଉଦ୍ଦେଶ୍ୟ ନେଇ ଫ୍ରାଙ୍କୋଇସ୍ ବଣ୍ଠିୟର ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକଟି ଲେଖୁଥିଲେ ?
Answer:
ଭାରତର ବିକାଶ ସହିତ ଇଉରୋପରେ ହୋଇଥିବା ବିକାଶକୁ ତୁଳନା କରିବା ଥିଲା ଫ୍ରାଙ୍କୋଇସ୍ ବଣ୍ଡିୟରଙ୍କର ‘‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକ ଲେଖୁବାର ମୂଳ ଉଦ୍ଦେଶ୍ୟ ।

୫ । ଇବନ ବନ୍ଧୁତା ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’କୁ କେଉଁ ଭାଷାରେ ଲେଖିଥିଲେ ?
Answer:
ଇବନ ବନ୍ଧୁତା ତାଙ୍କର ପ୍ରଥମ ବୈଦେଶିକ ବିବରଣୀ ‘ରିହାଲା’କୁ ଫ୍ରେଞ୍ଚ ଭାଷାରେ ଲେଖିଥିଲେ ।

୬ । ଇବନ ବତ୍ରୁତାଙ୍କର ଭାରତ ଆଗମନ ସମୟରେ ମୋଗଲ ସାମ୍ରାଜ୍ୟର ସମ୍ରାଟ କିଏ ଥିଲେ ?
Answer:
ଇବନବନ୍ଧୁତାଙ୍କର ଭାରତ ଆଗମନ ସମୟରେ ମୋଗଲ ସାମ୍ରାଜ୍ୟର ସମ୍ରାଟ ମହମ୍ମଦ ବିନ୍ ତୋଗଲକ୍ ଥିଲେ ।

୭ | ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଗୁଣରେ ମୁଗ୍ଧହୋଇ ତାଙ୍କୁ କେଉଁ ପଦବୀରେ ନିଯୁକ୍ତି ଦେଇଥିଲେ ?
Answer:
ମୋଗଲ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଗୁଣରେ ମୁଗ୍ଧହୋଇ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ ।

୮|ଇବନ ବତୁତା ଦିଲ୍ଲୀରୁ କେବେ ପ୍ରତ୍ୟାବର୍ତ୍ତନ କରିଥିଲେ ?
Answer:
ଇବନ ବତ୍ରୁତା ୧୩୪୨ ଖ୍ରୀ.ଅ. ଜୁଲାଇ ୨୨ ତାରିଖରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

୯। ଇବନ ବତ୍ରୁତା ଭାରତର କେଉଁ ଦ୍ରବ୍ୟକୁ ଅତି ଚମତ୍କାର ଶୈଳୀରେ ତାଙ୍କର ପୁସ୍ତକ ‘ରିହାଲା’ରେ ଫୁଟାଇପାରିଛନ୍ତି ?
Answer:
ଇବନ ବହୁତା ଭାରତର ନଡ଼ିଆ ଓ ପାନକୁ ଅତି ଚମତ୍କାର ଶୈଳୀରେ ତାଙ୍କର ପୁସ୍ତକ ‘ରିହାଲା’ରେ ଫୁଟାଇ ପାରି ଛନ୍ତି ।

୧୦ । ପ୍ୟାରିସ୍‌ ପହଞ୍ଚିବା ପରେ ଫ୍ରାଙ୍କାଇସ୍ ବର୍ଷିୟର୍‌ଙ୍କୁ କିଏ ହାର୍ଦ୍ଦିକ ସ୍ବାଗତ କରିଥିଲେ ?
Answer:
ପ୍ୟାରିସ୍‌ରେ ପହଞ୍ଚିବାପରେ ଫ୍ରାଙ୍କୋଇସ୍ ବଣ୍ଡିୟରଙ୍କୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇ ହାର୍ଦ୍ଦିକ ସ୍ବାଗତ କରିଥିଲେ ।

CHSE Odisha Class 12 History Chapter 7 Objective Questions in Odia Medium

୧୧ । ଫ୍ରାଙ୍କୋଇସ୍ ବର୍ଷିୟର୍ ବୃତ୍ତିରେ କ’ଣ ଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟର ବୃତ୍ତିରେ ଡାକ୍ତର ଥିଲେ ।

୧୨ । ‘‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକର ରଚୟିତା କିଏ ?
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଫ୍ରାଙ୍କୋଇସ୍ ବଣ୍ଡିୟର ।

୧୩। ଫ୍ରାଙ୍କୋଇସ୍ ବର୍ଷିୟର୍‌ଙ୍କୁ କିଏ ନିଜର ବ୍ୟକ୍ତିଗତ ଡାକ୍ତର ଭାବରେ ନିଯୁକ୍ତି ଦେଇଥିଲେ ?
Answer:
ଫ୍ରାଙ୍କୋଇସ୍ ବଣ୍ଠିୟରଙ୍କୁ ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କ ପୁତ୍ର ଦାରା ନିଜର ବ୍ୟକ୍ତିଗତ ଡାକ୍ତର ଭାବରେ ନିଯୁକ୍ତି ଦେଇଥିଲେ ।

C. ଶୂନ୍ୟସ୍ଥାନ ପୂରଣ କର ।

୧ । ଭାରତରେ ଆଲ୍ବିରୁଣୀ ମ୍ରଥମେ ___________ ମାନଙ୍କ ସହିତ ମିଶିଥିଲେ ।
Answer:
ବ୍ରାହ୍ମଣ

୨ । ଇବନ ବତୁତାଙ୍କର ଭାରତ ଆଗମନ ସମୟରେ ଦିଲ୍ଲୀର ସମ୍ରାଟ __________ ଥିଲେ ।
Answer:
ମହମ୍ମଦ-ବିନ୍-ତୋଗଲକ୍

୩ । ଇବନ ବହୁତା _________ ଖ୍ରୀ.ଅ.ରେ ଭାରତରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
Answer:
୧୩୪୯

CHSE Odisha Class 12 History Chapter 7 Objective Questions in Odia Medium

୪ । ଫ୍ରାଙ୍କୋଇସ୍ ବଣ୍ଡିୟର୍ ତାଙ୍କର ___________ ପୁସ୍ତକଟିକୁ ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କୁ ଉତ୍ସର୍ଗ କରିଥିଲେ ।
Answer:
ମୋଗଲ ସାମ୍ରାଜ୍ୟରେ ଭ୍ରମଣ

୫। ଫ୍ରାଙ୍କୋଇସ୍ ବଣ୍ଠିୟର୍ ତାଙ୍କର ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ___________ ଦେଶକୁ ପ୍ରଶଂସା କରି ଛନ୍ତି ।
Answer:
ଇଉରୋପ

୬ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ଗ୍ରନ୍ଥଟି ___________ ଭାଷାରେ ରଚିତ ହୋଇଥିଲା ।
Answer:
ଫ୍ରେଞ୍ଚ

D. ଭ୍ରମ ସଂଶୋଧନ କର ।

୧। ‘କିତାବ-ଉଲ୍-ହିନ୍ଦୀ’ ପୁସ୍ତକରେ ଆଲ୍‌ବିରୁଣୀ ପାକିସ୍ତାନ ବିଷୟରେ ଲେଖୁଛନ୍ତି ।
Answer:
‘କିତାବ୍-ଉଲ୍-ହିନ୍ଦ୍’ ପୁସ୍ତକରେ ଆଲ୍‌ବିରୁଣୀ ଭାରତ ବିଷୟରେ ଲେଖୁଛନ୍ତି ।

୨ । ‘କିତାବ ଉଲ୍ ହିନ୍ଦ୍’ ପୁସ୍ତକଟି ୧୦ଟି ଅଧ୍ୟାୟରେ ବିଭକ୍ତ ଅଟେ ।
Answer:
‘କିତାବ ଉଲ୍ ହିନ୍ଦ୍’ ପୁସ୍ତକଟି ୮୦ଟି ଅଧ୍ୟାୟରେ ବିଭକ୍ତ ଅଟେ ।

୩ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ଫ୍ରାଙ୍କୋଇସ୍ ବର୍ଷିୟର୍ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତକୁ ଉତ୍କୃଷ୍ଟ ବୋଲି ଦର୍ଶାଇଛନ୍ତି ।
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକରେ ଫ୍ରାଙ୍କାଇସ୍ ବର୍ଷିୟର୍ ପାଶ୍ଚାତ୍ୟ ଦେଶ ତୁଳନାରେ ଭାରତକୁ ନିକୃଷ୍ଟ ବୋଲି ଦର୍ଶାଇଛନ୍ତି ।

CHSE Odisha Class 12 History Chapter 7 Objective Questions in Odia Medium

୪ । ‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଇବନ ବହୁତା ଅଟନ୍ତି ।
Answer:
‘ମୋଗଲ ସାମ୍ରାଜ୍ୟରେ ଭ୍ରମଣ’ ପୁସ୍ତକର ରଚୟିତା ରାଷ୍ଟ୍ରଦୂତ ଫ୍ରାଙ୍କୋଇସ୍ ବଣ୍ଡିୟର୍ ଅଟନ୍ତି ।

୫ । ଇବନ ବନ୍ଧୁତାଙ୍କ ପୁସ୍ତକ ‘ରିହାଲା’ରୁ ମୋଗଲ ସମ୍ରାଟ ଆକବରଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ ।
Answer:
ଇବାନବତୃତାଙ୍କ ପୁସ୍ତକ ‘ରିହାଲା’ରୁ ତୋଗଲକ ସମ୍ରାଟ ମହମ୍ମଦ-ବିନ୍-ତୋଗଲକ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିଥାଏ ।

୬। ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଉପରେ ମୁଗ୍ଧହୋଇ ତାଙ୍କୁ ପ୍ରାଦେଶିକ ଗଭର୍ଣ୍ଣର ଭାବରେ ନିଯୁକ୍ତି ଦେଇଥିଲେ ।
Answer:
ମହମ୍ମଦ-ବିନ୍-ତୋଗଲକ୍ ରାଷ୍ଟ୍ରଦୂତ ଇବନ ବତୁତାଙ୍କ ଉପରେ ମୁଗ୍ଧହୋଇ ତାଙ୍କୁ ଦିଲ୍ଲୀର କାଜି ଭାବରେ ନିଯୁକ୍ତି ଦେଇଥିଲେ ।

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 1. 
ନିମ୍ନ ଉକ୍ତିଗୁଡିକୁ ନିଜ ଖାତାରେ ଲେଖ ଓ ସେଥ‌ିରେ ଥିବା ଶୂନ୍ୟସ୍ଥାନ ପୂରଣ କର ।

(କ) 3 କୁ ଲବ ଓ 5 କୁ ହର ରୂପେ ନେଇ ଗଠିତ ଭଗ୍ନସଂଖ୍ୟାଟି _____
ସମାଧାନ:
\(\frac{3}{5}\)

() \(\frac{2}{5}\) ର ହର, ଲବ ଠାରୁ _____ ଅଧ୍ବକ ।
ସମାଧାନ:
3

(ଗ) \(\frac{3}{8}\) ର ଅର୍ଥ, ଗୋଟିଏ ବସ୍ତୁର _____ ସମାନ ଭାଗରୁ _____ ଭାଗ। ଆହୁରି ମଧ୍ୟ \(\frac{3}{8}\) ର ଅର୍ଥ ହେଉଛି, ଏକ ପ୍ରକାର ବସ୍ତୁମାନଙ୍କର ଏକ ସମୂହର _____ ସମାନ ଭାଗରୁ _____ ଭାଗ।
ସମାଧାନ:
8, 3, 8, 3

Question 2.
\(\frac{3}{5}, \frac{7}{4}, \frac{4}{3}, \frac{5}{9}, \frac{9}{10}\) ଭଗ୍ନସଂଖ୍ୟାମାନଙ୍କ ମଧ୍ୟରେ ଥିବା ପ୍ରକୃତ ଭଗ୍ନସଂଖ୍ୟା ଓ ଅପ୍ରକୃତ ଭଗ୍ନସଂଖ୍ୟା ଗୁଡ଼ିକୁ ଅଲଗା ଅଲଗା କରି ଲେଖ।
ସମାଧାନ:
ଯେଉଁ ଭଗ୍ନସଂଖ୍ୟାର ଲବ ସାନ ଓ ହର ବଡ଼ ହୁଏ ତାହାକୁ ପ୍ରକୃତ ଭଗ୍ନସଂଖ୍ୟା ଏବଂ ଯେଉଁ ଭଗ୍ନସଂଖ୍ୟାଗ ହର ସାନ ଓ ଲବ ବଡ଼ହୁଏ ତାହାକୁ ଅପ୍ରକୃତ ଭଗ୍ନସଂଖ୍ୟା କୁହାଯାଏ ।
ପ୍ରକୃତ ଭଗ୍ନସଂଖ୍ୟା – \(\frac{3}{5}, \frac{5}{9}, \frac{9}{10}\) ; ଅପ୍ରକୃତ ଭଗ୍ନସଂଖ୍ୟା – \(\frac{7}{4}, \frac{4}{3}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 3.
ଚିତ୍ରଗୁଡ଼ିକୁ ଦେଖ୍ ପ୍ରତ୍ୟେକ ଚିତ୍ରର ଚିତ୍ରିତ ଅଂଶ ପୂରାଚିତ୍ରର କେତେ ଭଗ୍ନାଂଶ ତାହା ଲେଖ ।

(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2
ସମାଧାନ:
\(\frac{2}{6}\) ବା \(\frac{1}{3}\)

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 1
ସମାଧାନ:
\(\frac{3}{9}\) ବା \(\frac{1}{3}\)

(ଗ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 2
ସମାଧାନ:
\(\frac{4}{8}\) ବା \(\frac{1}{2}\)

(ଘ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 3
ସମାଧାନ:
\(\frac{5}{10}\) ବା \(\frac{1}{2}\)

Question 4.
(କ) 5 ଟି ପେନ୍‌ସିଲ୍‌ରୁ 2ଟି ପେନ୍‌ସିଲ୍ ଭଙ୍ଗା ।
ସମାଧାନ:
\(\frac{2}{5}\)

(ଖ) 8 ଗୋଟି ଫୁଲରୁ 3ଟି ଫୁଲ ଶୁଖୁଲା ।
ସମାଧାନ:
\(\frac{3}{8}\)

(ଗ) ଗୋଟିଏ ପଲରେ ଥ‌ିବା 12ଟି ଛେଳି ମଧ୍ୟରେ 7ଟି ଛେଳି କଳା।
ସମାଧାନ:
\(\frac{7}{12}\)

Question 5. 
(କ) 1, 2, 3, 4 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ସମସ୍ତ ପ୍ରକୃତ ଭଗ୍ନସଂଖ୍ୟା ଲେଖ ।
ସମାଧାନ:
1, 2, 3, 4 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ଭଗ୍ନସଂଖ୍ୟା ଲେଖ । – \(\frac{1}{2}, \frac{1}{3}, \frac{1}{4}, \frac{2}{3}, \frac{2}{4}, \frac{3}{4}\)

(ଖ) 7, 8, 9, 10 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଲେଖାଯାଇ ପାରୁଥିବା ସମସ୍ତ ଅପ୍ରକୃତ ଭଗ୍ନାଂସଂଖ୍ୟା ଲେଖ ଓ ସେଗୁଡ଼ିକୁ ମିଶ୍ର ସଂଖ୍ୟାରେ ପରିଣତ କର।
ସମାଧାନ:
7, 8, 9, 10 ସଂଖ୍ୟାଗୁଡ଼ିକ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଗଠନ କରାଯାଇ ପାରୁଥିବା ଅପ୍ରକୃତ ଭଗ୍ନାଂସଂଖ୍ୟାଗୁଡ଼ିକ ଲେଖ । – \(\frac{10}{9}, \frac{10}{8}, \frac{10}{7}, \frac{9}{8}, \frac{9}{7}, \frac{8}{7}\)
\(\frac{10}{9}=1 \frac{1}{9}, \quad \frac{10}{8}=1 \frac{2}{8}, \quad \frac{10}{7}=1 \frac{3}{7}, \quad \frac{9}{8}=1 \frac{1}{8}, \quad \frac{9}{7}=1 \frac{2}{7}, \quad \frac{8}{7}=1 \frac{1}{7}\)

(ଗ) 4, 5, 6, 7, 8, 9 ସଂଖ୍ୟାମାନଙ୍କ ମଧ୍ୟରୁ ଦୁଇଟି ଲେଖାଏଁ ବ୍ୟବହାର କରି ଏପରି ଭଗ୍ନସଂଖ୍ୟାମାନ ଲେଖ ଯାହାର ଲବ ହର ଅପେକ୍ଷା (i) 2 କମ୍ (ii) 3 ଅଧ୍ବକ ।
ସମାଧାନ:
(i) ଲବ ହର ଅପେକ୍ଷା 2 କମ୍ – \(\frac{4}{6}, \frac{5}{7}, \frac{6}{8}, \frac{7}{9}\)
(ii) ଲବ ହର ଅପେକ୍ଷା 3 ଅଧିକ – \(\frac{7}{4},\frac{8}{5},\frac{9}{6}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2

Question 6.
ପ୍ରତ୍ୟେକ ଛବିରେ ଥିବା ବସ୍ତୁମାନଙ୍କ ଭିତରୁ ଛୋଟ କୋଠରି ଭିତରେ ଥ‌ିବା ବସ୍ତୁଗୁଡ଼ିକ କେତେ ଭଗ୍ନାଂଶ?
(କ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 4
ସମାଧାନ:
\(\frac{4}{9}\)

(ଖ)
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.2 5
ସମାଧାନ:
\(\frac{4}{12}\) ବା \(\frac{1}{3}\)

Question 7. 
ନିମ୍ନସ୍ଥ ପ୍ରତ୍ୟେକ ଭଗ୍ନସଂଖ୍ୟାକୁ ଏକକ ଭଗ୍ନସଂଖ୍ୟାର ସମଷ୍ଟି ରୂପେ ପ୍ରକାଶ କର।
(କ) \(\frac{3}{5}\)
ସମାଧାନ:
= \(\frac{1}{5}+\frac{1}{5}+\frac{1}{5}\)

(ଖ) \(\frac{7}{8}\)
ସମାଧାନ:
= \(\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}+\frac{1}{8}\)

(ଗ) \(\frac{3}{10}\)
ସମାଧାନ:
= \(\frac{1}{10}+\frac{1}{10}+\frac{1}{10}\)

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 Textbook Exercise Questions and Answers.

BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Question 1. 
ନିମ୍ନ ଭଗ୍ନସଂଖ୍ୟା ଦୁଇଟିକୁ ତୁଳନା କର।

(କ) \(\frac{1}{5}\) ଓ \(\frac{1}{6}\)
ସମାଧାନ:
>

(ଖ) \(\frac{1}{12}\) ଓ \(\frac{1}{15}\)
ସମାଧାନ:
>

Question 2. 
ନିମ୍ନ ଭଗ୍ନସଂଖ୍ୟା ଦ୍ଵୟ ମଧ୍ୟରେ କେଉଁଟି ବଡ଼?

(କ) \(\frac{3}{8}\) ଓ \(\frac{5}{8}\)
ସମାଧାନ:
>

(ଖ) \(\frac{7}{15}\) ଓ \(\frac{8}{15}\)
ସମାଧାନ:
>

Question 3. 
ନିମ୍ନ ଭଗ୍ନସଂଖ୍ୟା ଦ୍ୱୟ ମଧ୍ୟରେ ଥିବା ଖାଲି କୋଠରିରେ >, < ଓ = ମଧ୍ୟରୁ ଠିକ୍ ଚିହ୍ନ ବସାଅ ।

(କ) \(\frac{5}{12}\) _____ \(\frac{5}{9}\)
ସମାଧାନ:
<

(ଖ) \(\frac{4}{9}\) _____ \(\frac{8}{18}\)
ସମାଧାନ:
=

(ଗ) \(\frac{3}{7}\) _____ \(\frac{4}{7}\)
ସମାଧାନ:
<

(ଘ) \(\frac{8}{11}\) _____ \(\frac{8}{13}\)
ସମାଧାନ:
>

BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

Question 4. 
(କ) ଊର୍ଦ୍ଧ୍ବକ୍ରମରେ ସଜାଇ ଲେଖ ।
\(\frac{2}{5}, \frac{3}{4}, \frac{1}{2}, \frac{5}{8}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7

(ଖ) ଅଧଃକ୍ରମରେ ସଜାଇ ଲେଖ।
\(\frac{5}{6}, \frac{3}{4}, \frac{2}{3}, \frac{7}{12}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 1

Question 5.
ସମହର ବିଶିଷ୍ଟ ଭଗ୍ନସଂଖ୍ୟାରେ ପରିଣତ କରି ଭଗ୍ନସଂଖ୍ୟା ଦ୍ଵୟ ମଧ୍ୟରେ ତୁଳନା କର ।

(କ) \(\frac{3}{8}\) ଓ \(\frac{5}{12}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 2

(ଖ) \(\frac{7}{15}\) ଓ \(\frac{4}{9}\)
ସମାଧାନ:
BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.7 3

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 1.
ଏକ ସାଧାରଣ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2003 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଥିଲା 8000 ଟଙ୍କା । ଯଦି 2003 କୁ ମୂଳବର୍ଷ ନେଇ 2010ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 132.8 ହୋଇଥାଏ; ତେବେ 2010 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 1
⇒ 2003 ରେ ସମୁଦାୟ ଖର୍ଚ୍ଚର ପରିମାଣ = 132.8 × 80 = 10624 ଟଙ୍କା
ପରିବାରଟିର 2003 ମସିହାରେ ଖର୍ଚ୍ଚର ପରିମାଣ 10624 ଟଙ୍କା ଥିଲା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 2.
ଗୋଟିଏ ପରିବାରର 2002 ମସିହାରେ ଚିନି ଖର୍ଚ୍ଚର ପରିମାଣ 145 ଟଙ୍କା ଥିଲା ଓ 2008 ରେ ଚିନି ଖର୍ଚ୍ଚର ପରିମାଣ 210 ଟଙ୍କା ହେଲେ, 2002 କୁ ମୂଳବର୍ଷ ନେଇ 2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
ସମାଧାନ :
2002 ମସିହାରେ ଚିନି ଖର୍ଚ୍ଚର ପରିମାଣ = 145 ଟଙ୍କା ।
ଓ 2008 ମସିହାରେ ଚିନି ଖର୍ଚ୍ଚର ପରିମାଣ = 210 ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 2
2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 144.83 ।

Question 3.
ଏକ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2007 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଟ. 18,900.00 ପ. ଥିଲା । 2000 କୁ ମୂଳବର୍ଷ ନେଇ 2007 ରେ ଜୀବନଧାରଣର ମୂଲ୍ୟ ସୁଚକାଙ୍କ 210 ହେଲେ, 2000 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 3
2000ରେ ସମୁଦାୟ ଖର୍ଚ୍ଚର ପରିମାଣ = \(\frac{18900}{210}\) × 100 = 9000
2000 ମସିହାରେ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ ଥିଲା 9000 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 4.
ନିମ୍ନ ତଥ୍ୟରୁ 2001କୁ ମୂଳବର୍ଷ ନେଇ 2005 ମସିହାରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ସ୍ଥିର କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 4
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 5
2001କୁ ମୂଳବର୍ଷ ରୂପେ ନେଇ 2005ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 6
\(\frac{3884}{2635} \times 100=147.40\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 5.
ଏକ ସାଧାରଣ ପରିବାରର ବିଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁର ଆବଶ୍ୟକତା ପରିମାଣ ଓ ସେଗୁଡ଼ିକର 1998 ଓ 2006 ରେ ସେଗୁଡ଼ିକର ମୂଲ୍ୟ ଦିଆଯାଇଛି । 1998 କୁ ମୂଳବର୍ଷ ରୂପେ ନେଇ 2006 ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ କେତେ ଥିଲା ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 7
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 8
2006 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{458.00}{356.20} \times 100=128.58\)

Question 6.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ବର୍ତ୍ତମାନ ସମୟରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 9
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 10
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1645}{411} \times 100=400.2\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 7.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 11
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 12
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{644}{447} \times 100=144.07\) %

Question 8.
ଏକ ମଧ୍ୟବିତ୍ତ ପରିବାର 1985 ଏବଂ 1995 ରେ ଜୀବନଧାରଣ ନିମନ୍ତେ ବ୍ୟବହାର କରୁଥ‌ିବା ବିଭିନ୍ନ ବସ୍ତୁର ଆପେକ୍ଷିକ ଆବଶ୍ୟକତା ପରିମାଣ (ଶତକଡ଼ାରେ ପ୍ରକାଶିତ) ଓ ସେଗୁଡ଼ିକ ପାଇବା ନିମନ୍ତେ ଏକକ ପ୍ରତି ଦାମ୍ ନିମ୍ନରେ ଥ‌ିବା ସାରଣୀରେ ଦିଆଯାଇଛି । 1985 କୁ ମୂଳବର୍ଷ ରୂପେ ନେଇ 1995 ରେ ମଧ୍ୟବିତ୍ତ ପରିବାର- ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 13
ସୂଚନା :
ଖାଦ୍ୟ = 50% = 0.5 ଏକକ
ପୋଷାକ = 10% = 0.10 ଏକକ
ଯାତାୟତ ଖର୍ଚ୍ଚ = 10% = 0.10 ଏକକ
ଘରଭଡ଼ା = 20% = 0.20 ଏକକ
ଅନ୍ୟାନ୍ୟ = 10% = 0.10 ଏକକ
ପ୍ରତ୍ୟେକ ସମାଗ୍ରୀ ଲାଗି ହେଉଥ‌ିବା ମୋଟ ଖର୍ଚ (ଟଙ୍କାରେ) ନିର୍ଣ୍ଣୟ କରି ସାରିବା ପରେ ସେଗୁଡ଼ିକ ଏକତ୍ର କରି Σwp0 ଏବଂ Σwp1 ନିର୍ଣ୍ଣୟ କରାଯିବ ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 14
1995ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{184}{153} \times 100=120.26\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 9.
ନିମ୍ନ ସାରଣୀରେ ଗୋଟିଏ ପରିବାରର ଖର୍ଚ୍ଚ 1995 ମସିହା ଓ 2000 ମସିହାରେ ଏକକ ପ୍ରତି ଦର ଦିଆଯାଇଛି । 1995 କୁ ମୂଳବର୍ଷ ନେଇ 2000 ରେ ପରିବାରଲାଗି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 15
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 16
2006ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{101.80}{83} \times 100=122.65\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 10.
ନିମ୍ନ ତଥ୍ୟକୁ ବ୍ୟବହାର କରି 2003 କୁ ମୂଳବର୍ଷ ନେଇ 2009 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 17
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 18
2009ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1400}{1000} \times 100=140\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Question 1.
800 ଟଙ୍କାର ୫% ହାରରେ ଦୁଇବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 800 ଟଙ୍କା, ସୁଧହାର (R) = 8% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=800\left(1+\frac{8}{100}\right)^2=800\left(1+\frac{2}{25}\right)^2\)
= \(800\left(\frac{27}{25}\right)^2=800 \times \frac{27}{25} \times \frac{27}{25}\) = ଟ. 933.12
ଚକ୍ରବୃଦ୍ଧି ସୁଧ = A – P = 6. 933.12 – 6. 800.00 ଟ. 133.12
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ ଟ.133.12 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 2.
1500 ଟଙ୍କାର 7% ହାରରେ ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିଶ୍ଚୟ କର ।
ସମାଧାନ :
ମୂଳଧନ (P) = 1500 ଟଙ୍କା, ସୁଧହାର (R) = 7% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=1500\left(1+\frac{7}{100}\right)^2=1500\left(1+\frac{107}{100}\right)^2\)
= 1500 × \(\frac{107}{100}\) × \(\frac{107}{100}\) = ଟ. 1717.35
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ଟ. 1717.35 ।

Question 3.
5000 ଟଙ୍କାର 10% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{107}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (6655 – 5000) ଟଙ୍କା = 1655 ଟଙ୍କା
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ 1655 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 4.
8000 ଟଙ୍କାର 5% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 8000 ଟଙ୍କା, ସୁଧହାର (R) = 5% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{5}{100}\right)^3=5000\left(1+\frac{1}{20}\right)^3\)
= 8000 × \((\frac{21}{100})^3\) = 8000 × \(\frac{21}{10}\) × \(\frac{21}{10}\) × \(\frac{21}{10}\) = 9261 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (9261 – 8000) ଟଙ୍କା = 1261 ଟଙ୍କା
∴ ନିଶ୍ଚେୟ ଚକ୍ରବୃଦ୍ଧି ସୁଧ 1261 ଟଙ୍କା ।

Question 5.
ଜଣେ ବ୍ୟକ୍ତି ଏକ ଧାନବୁଣା ଯନ୍ତ୍ର ପାଇଁ 10% ସୁଧ ହାରରେ ବ୍ୟାଙ୍କରୁ 5000 ଟଙ୍କା ଋଣ କଲେ । 3 ବର୍ଷ ପରେ ସେ କେତେ ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ?
ସମାଧାନ :
ରଣର ପରିମାଣ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{21}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
∴ 3 ବର୍ଷ ପରେ ସେ 6655 ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ।

Question 6.
କମଳା ଗୋଟିଏ ସ୍କୁଟର କିଣିବାପାଇଁ ବ୍ୟାଙ୍କରୁ 26,400 ଟଙ୍କା 15% ବାର୍ଷିକ ଚକ୍ରବୃଦ୍ଧିରେ ଆଣିଲା । 2 ବର୍ଷ 4 ମାସ ପରେ କେତେ ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ?
ସମାଧାନ :
ପ୍ରଥମେ କମଳାର ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିରୂପଣ କରିବା ।
ଏଠାରେ ଋଣର ପରିମାଣ (P) = 26400 ଟଙ୍କା, ସୁଧହାର (R) = 15%, n = 2 ବର୍ଷ ।
∴ ସମୂଳ ଚକ୍ରବୃଦ୍ଧି (A) = \(P\left(1+\frac{\mathrm{R}}{100}\right)^{\mathrm{n}}=26400\left(1+\frac{15}{100}\right)^2\)
= 26400 × \(\frac{115}{10}\) × \(\frac{115}{10}\) = 34914 ଟଙ୍କା
4 ମାସର ସରଳ ସୁଧପାଇଁ ମୂଳଧନ (P) = 34914 ଟଙ୍କା,
ସୁଧହାର (R) = 15%, ସମୟ (T) = \(\frac{12}{4}\) ବର୍ଷ = \(\frac{1}{3}\) ବର୍ଷ
∴ ସୁଧ I = \(\frac{\text { PRT }}{100}=\frac{34914 \times 15 \times \frac{1}{3}}{100}=\frac{34914 \times 15 \times 1}{300}\)
ମୋଟ ଦେୟ = 34914 + 1745.70 6 = 36,659.70 ଟଙ୍କା
∴ 2 ବର୍ଷ 4 ମାସ ପରେ କମଳା 36,659.70 ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 7.
ବାର୍ଷିକ 4% ହାରରେ 6250.00 ଟଙ୍କା କେତେ ବର୍ଷପାଇଁ ବ୍ୟାଙ୍କରେ ଜମା ଦେଲେ 510 ଟଙ୍କା ସୁଧ ମିଳିବ ?
ସମାଧାନ :
ମୂଳଧନ (P) = 6250 ଟଙ୍କା, ଚକ୍ରବୃଦ୍ଧି ସୁଧ = 510 ଟଙ୍କା, ସୁଧହାର (R) = 4%
ସମୂଳ ଚକ୍ରବୃଦ୍ଧି (A) = P + ଚକ୍ରବୃଦ୍ଧି ସୁଧ = (6250 + 510) ଟଙ୍କା = 6760 ଟଙ୍କା
ମନେକର ସମୟ = n ବର୍ଷ । ଆମେ ଜାଣିଛୁ, A = \(P\left(1+\frac{\mathrm{R}}{100}\right)^{\mathrm{n}}\)
⇒ \(6760=6250\left(1+\frac{4}{100}\right)^{\mathrm{n}} \Rightarrow \frac{6760}{6250}=\left(1+\frac{1}{25}\right)^{\mathrm{n}}\)
⇒ \(\frac{676}{625}=\left(\frac{26}{25}\right)^{\mathrm{n}} \Rightarrow\left(\frac{26}{25}\right)^2=\left(\frac{26}{25}\right)^{\mathrm{n}} \Rightarrow \mathrm{n}=2\)
∴ ବ୍ୟାଙ୍କରେ 6250 ଟଙ୍କା 2 ବର୍ଷ ପାଇଁ ଜମାଦେଲେ 510 ଟଙ୍କା ଚକ୍ରବୃଦ୍ଧି ସୁଧ ମିଳିବ ।

Question 8.
କୌଣସି ମୂଳଧନର 5% ହାରରେ 3 ବର୍ଷର ସରଳସୁଧ 540 ଟଙ୍କା । ସେହି ମୂଳଧନର ସମାନ ସୁଧ ହାରରେ ଓ ସମାନ ସମୟରେ ଚକ୍ରବୃଦ୍ଧି ସୁଧ କେତେ ହେବ ?
ସମାଧାନ :
ଏଠାରେ ସୁଧହାର (R) = 5, ସମୟ (T) = 3 ବର୍ଷ, ସୁଧ (1) = 540 ଟଙ୍କା
ମନେକର ମୂଳଧନ = P ଟଙ୍କା
ମୂଳଧନ (P) = \(\frac{100 I}{RT}\) ଟଙ୍କା = \(\frac{100 × 540}{5×3}\) ଟଙ୍କା = 3600 ଟଙ୍କା
ପୁନଶ୍ଚ ମୂଳଧନ (P) = 3600 ଟଙ୍କା, ସୁଧହାର (R) = 5, ସମୟ (n) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{R}{100}\right)^n\)
= \(3600\left(1+\frac{5}{100}\right)^3=3600 \times \frac{21}{20} \times \frac{21}{20} \times \frac{21}{20}\) ଟଙ୍କା = ଟ. 4167.45
∴ ଚକ୍ରବୃଦ୍ଧି ସୁଧ = ଟ. 4167.45 – ଟ. 3600.00 = ଟ. 567.45

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 9.
କୌଣସି ମୂଳଧନର 10% ହାରରେ 3 ବର୍ଷରେ ଚକ୍ରବୃଦ୍ଧି ସୁଧ ଓ ସରଳ ସୁଧର ପାର୍ଥକ୍ୟ ଟ. 93.00 । ମୂଳଧନ ନିର୍ଣ୍ଣୟ କର ।
ସମାଧାନ :
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (T) = 3 ବର୍ଷ
∴ ସରଳ ସୁଧ (I) = \(\frac{PRT}{100}=\frac{P×10×3}{100}\) ଟଙ୍କା = \(\frac{3p}{10}\) ଟଙ୍କା
ଚକ୍ରବୃଦ୍ଧି ସୁଧ ପାଇଁ ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (n) = 3 ବର୍ଷ
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{100}\right)^3\)
= \(P\left(1+\frac{1}{10}\right)^3=P\left(\frac{11}{10}\right)^3=\frac{1331 P}{1000}\) ଟଙ୍କା ।
ଚକ୍ରବୃଦ୍ଧି ସୁଧ = A – P = \(\frac{1331 P}{1000}\) – P = 1331 P – 1000 P = 331 P ଟଙ୍କା ।
ପ୍ରଶ୍ବାନୁସାରେ, \(\frac{331 P}{1000}-\frac{3 P}{10}\) = 93 ⇒ \(\frac{331 P-300 P}{1000}\) = 93
⇒ 31P = 93000 ⇒ P = \(\frac{93000}{31}\) = 3000
∴ ନିର୍ମେୟ ମୂଳଧନ 3000 ଟଙ୍କା ।

Question 10.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 12.5% ହାରରେ 2560 ଟଙ୍କାର \(1 \frac{1}{2}\) ବର୍ଷର ସମୂଳ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ମୂଳଧନ (P) = 2560 ଟଙ୍କା, ସୁଧହାର (R) = %
(∵ ବାର୍ଷିକ ସୁଧହାର 12.5% ବା \(12 \frac{1}{2}\)% ହେଲେ, 6 ମାସର ସୁଧ ହାର = 25×1-25%)
ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) - 1
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ସୁଧ \(3070 \frac{5}{8}\) ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 11.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 14% ହାରରେ 5000 ଟଙ୍କାର \(1 \frac{1}{2}\) ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 14% ହେଲେ 6 ମାସର ସୁଧହାର (R) = \(\frac{14}{2}\)% = 7%
ଏଠାରେ ମୂଳଧନ (P) = 5000 ଟଙ୍କା, ସୁଧହାର (R) = 7%, ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
∴ ସମୂଳ ଚକ୍ରବୃଦ୍ଧି ସୁଧ = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{7}{100}\right)^3\)
= \(5000 \times\left(\frac{107}{100}\right)^3=5000 \times \frac{107 \times 107 \times 107}{100 \times 100 \times 100}\) = ଟ. 6125.22
ଚକ୍ରବୃଦ୍ଧି ସୁଧ = A – P = ଟ. 6125.22 – ଟ. 5000.00 = ଟ. 1125.22
∴ ଚକ୍ରବୃଦ୍ଧି ସୁଧ ଟ. 1125.22 ।

Question 12.
ସୁଧ 4 ମାସ ଅନ୍ତରରେ ଦେୟ ସର୍ଭରେ ଜଣେ ବ୍ୟକ୍ତି ବାର୍ଷିକ 10% ହାରରେ 1 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 10% ହେଲେ, 4 ମାସର ସୁଧହାର = \(\frac{10}{3}\)
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = \(\frac{10}{3}\), ସମୟ 4 ମାସ = \(\frac{12}{4}\) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{300}\right)^3=P\left(1+\frac{1}{30}\right)^3\)
= \(\frac{31}{30} \times \frac{31}{30} \times \frac{31}{30} \mathrm{P}=\frac{29791}{27000}\) P ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = \(\frac{29791}{27000}\) P – P = \(\frac{29791-27000}{27000}\) P ଟଙ୍କା = \(\frac{2791}{27000}\) P ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 13.
ଗୋଟିଏ ଘରର ମୂଲ୍ୟ 2,00,000 ଟଙ୍କା । ପ୍ରତିବର୍ଷ ଏହାର ମୂଲ୍ୟ % ହାରରେ ହ୍ରାସପାଏ; ତେବେ 3 ବର୍ଷ ପରେ ଏହାର ହ୍ରାସପ୍ରାପ୍ତ ମୂଲ୍ୟ କେତେ ହେବ ?
ସମାଧାନ :
ପ୍ରାରମ୍ଭିକ ମୂଲ୍ୟ (P) = 200000 ଟଙ୍କା, ହାର (R) = 6%, ସମୟ (n) = 3 ବର୍ଷ
3 ବର୍ଷ ପରବର୍ତ୍ତୀ ମୂଲ୍ୟ (A) = \(\mathrm{P}\left(1-\frac{\mathrm{R}}{100}\right)^{n}=200000\left(1-\frac{6}{100}\right)^3=200000\left(1-\frac{3}{50}\right)^3\)
= \(200000\left(\frac{47}{50}\right)^3=200000 \times \frac{47}{50} \times \frac{47}{50} \times \frac{47}{50}\) = ଟ. 166116.80
∴ 3 ବର୍ଷ ପରେ ଘରର ହ୍ରାସପ୍ରାପ୍ତ ମୂଲ୍ୟ ଟ.166116.80 ହେବ ।

Question 14.
ଗୋଟିଏ ଗ୍ରାମର ଲୋକସଂଖ୍ୟା 20,000 । ପ୍ରତିବର୍ଷ ଏହାର ଲୋକ ସଂଖ୍ୟା 7% ବୃଦ୍ଧି ପାଇଲେ ଦୁଇ- ବର୍ଷପରେ ଲୋକସଂଖ୍ୟା କେତେ ହେବ ?
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 20,000, ବାର୍ଷିକ ବୃଦ୍ଧି ହାର (R) = 7%, ସମୟ (n) = 2 ବର୍ଷ
2 ବର୍ଷ ପରେ ବୃଦ୍ଧିପ୍ରାପ୍ତ ଲୋକସଂଖ୍ୟା (A) = \(\mathrm{P}\left(1+\frac{\mathrm{R}}{100}\right)^{n}=20000\left(1+\frac{7}{100}\right)^2=20000\left(\frac{107}{100}\right)^2\)
= \(20000 \times \frac{107}{100} \times \frac{107}{100}=22898\)
∴ 2 ବର୍ଷ ପରେ ଉକ୍ତ ଗ୍ରାମର ଲୋକସଂଖ୍ୟା 22898 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 15.
ଗୋଟିଏ ମଟର ସାଇକେଲର କ୍ରୟମୂଲ୍ୟ ଟ.42,000 । ପ୍ରତିବର୍ଷ ପରେ ଏହାର ମୂଲ୍ୟ 8% ହାରରେ ହ୍ରାସ – ପାଏ; ତେବେ 2 ବର୍ଷ ପରେ ମଟର ସାଇକେଲ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 42000 ଟଙ୍କା, ହାର (R) = 8%, ସମୟ (n) = 2 ବର୍ଷ
∴ ଦୁଇବର୍ଷ ପରେ ଏହାର ଦାମ୍ (A) = \(P\left(1-\frac{R}{100}\right)^n=42000\left(1-\frac{8}{100}\right)^2\) ଟଙ୍କା
= \(42000 \times \frac{92}{100} \times \frac{92}{100}\) ଟଙ୍କା = 35548.80 ଟଙ୍କା ।
∴ 2 ବର୍ଷ ପରେ ମଟର ସାଇକେଲର ମୂଲ୍ୟ ଟ. 35548.80 ହେବ ।

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Odisha State Board BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 1.
ନିମ୍ନସ୍ଥ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।
(a) ଲେଖଚିତ୍ରର ଆନୁଭୂମିକ ଅକ୍ଷକୁ ________ କୁହାଯାଏ ।
(b) ଲେଖଚିତ୍ରର ଭୂଲମ୍ବ ଅକ୍ଷକୁ ________ କୁହାଯାଏ ।
(c) ମୂଳବିନ୍ଦୁର ସ୍ଥାନାଙ୍କ ________ |
(d) (0,5) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(e) (3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(f) X- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର Y- ସ୍ଥାନାଙ୍କ ________ |
(g) Y- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର X- ସ୍ଥାନାଙ୍କ ________ |
(h) (3, 4) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ |
(i) (0, 1) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର କୋଟି ________ |
(j) A(3,2), B(0,2), C(3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ X-ଅକ୍ଷରେ ଅବସ୍ଥାନ କରିବ ।
Solution:
(a) X-ଅକ୍ଷ
(b) Y-ଅକ୍ଷ
(c) (0,0)
(d) Y-ଅକ୍ଷ
(e) X-ଅକ୍ଷ
(f) 0
(g) 0
(h) 3
(i) 1
(j) C (3,0)

Question 2.
ଦର ସ୍ଥାନାକ ବିଶିଷ୍ଟ ଦିନ୍ଦୁମାନକ ଏକ କେଖ କାଶଳରେ ଚିନଟ କର |
A(3, 0), B(5, 2), C(1, 4), D(0, 6) 16° E(2, 2)
ସମାଧାନ :
BSE Odisha 8th Class Maths Solutions Algebra Chapter 10 Img 19

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 3.
ଜିମ୍ନଲିଖର ପ୍ରେତ୍ରରେ କର ମାନ।କବିଶିକ୍ଷ୍ମ ଲେଖା କାଗ ଏବଂ ବିନ୍ଦୁଣୁଡିକୁ ତୁଲାଇ ସାହାଯ୍ୟରେ ସୋଇ କର |
(a) (1,1), (2,2), (3,3) ଏବଂ (4,4)
(b) (2,0), (5,0), (1,0) ଏବଂ (3,0)
(c) (0,2), (0,4), (0,3) ଏବଂ (0,5)
Solution:
BSE Odisha 8th Class Maths Solutions Algebra Chapter 10 Img 20
BSE Odisha 8th Class Maths Solutions Algebra Chapter 10 Img 21
BSE Odisha 8th Class Maths Solutions Algebra Chapter 10 Img 22

Question 4.
(a) X-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
(b) Y-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
Solution:
BSE Odisha 8th Class Maths Solutions Algebra Chapter 10 Img 23
A (0, 3), B (1, 3), C (2, 3), D (3, 3), ଓ E (4, 3)
X-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର Y ସ୍ଥାନାଙ୍କ ସହ ସମାନ ।

BSE Odisha 8th Class Maths Solutions Algebra Chapter 10 Img 24
A(4, 0), B (4, 1), C (4, 2), D (4, 3) E (4, 4)
Y-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର X-ସ୍ଥାନାଙ୍କ ସହ ସମାନ ।

Question 5.
ନିମ୍ନରେ କେତେଗୁଡ଼ିଏ ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଦିଆଯାଇଛି । ସେଗୁଡ଼ିକର ପରିସୀମା ସ୍ଥିର କର । ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଓ ସଂପୃକ୍ତ ପରିସୀମାକୁ ଯଥାକ୍ରମେ X ସ୍ଥାନାଙ୍କ ଓ Y ସ୍ଥାନାଙ୍କ ରୂପେ ନେଇ ଲେଖ-କାଗଜରେ ବିନ୍ଦୁଗୁଡ଼ିକର ସଂସ୍ଥାପନ କର ଏବଂ ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କରି ଦେଖ ଯେ, ବିନ୍ଦୁଗୁଡ଼ିକ ଏକ ରେଖା ଉପରେ ଅବସ୍ଥାନ କରିବେ ।
ବାହୁର ଦୈର୍ଘ୍ୟ : 2 ସେ.ମି., 3 ସେ.ମି., 4 ସେ.ମି. ଏବଂ 5 ସେ.ମି. |
Solution:
∴ ବର୍ଗଚିତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ
BSE Odisha 8th Class Maths Solutions Algebra Chapter 10 Img 25
ବିନ୍ଦୁଗୁଡ଼ିକର ଉପରେ A(2, 8), B(3, 12), C(4, 16), D (5, 20) |
BSE Odisha 8th Class Maths Solutions Algebra Chapter 10 Img 26

Question 6.
ନିମ୍ନ ସାରଣୀଟି 3 ର ଗୁଣିତକମାନଙ୍କୁ ଦର୍ଶାଏ ।
BSE Odisha 8th Class Maths Solutions Algebra Chapter 10 Img 27
(1, 3), (2, 6), (3, 9) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କର । ଦର୍ଶାଅ ଯେ, ଚିହ୍ନିତ ପ୍ରତ୍ୟେକ ବିନ୍ଦୁ ଏକରେଖୀୟ ହେବେ ।
Solution:
BSE Odisha 8th Class Maths Solutions Algebra Chapter 10 Img 28
∴ A (1, 3), B (2, 6) ଓ C (5, 15) ଦିନ୍ଦୁତ୍ରୟ ଏକ ଲେଖାଯା |

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 7.
ଗୋଟିଏ ଲୁହାକୁ ଉତ୍ତପ୍ତ କରାଗଲା । ନିମ୍ନ ସାରଣୀରେ ସମୟ ବ୍ୟବଧାନ ଏବଂ ତାପମାତ୍ରାକୁ ଲିପିବଦ୍ଧ କରାଯାଇଛି । (ସମୟ, ତାପମାତ୍ରା) ଆଧାରରେ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ଦର୍ଶାଅ ଯେ, ଏହା ଏକ ସରଳରେଖୀୟ ଲେଖଚିତ୍ର ।
BSE Odisha 8th Class Maths Solutions Algebra Chapter 10 Img 29
ଲେଖଚିତ୍ରଟି ଅଙ୍କନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) t = 0 ସମୟରେ ତାପମାତ୍ରା କେତେ ଥିଲା ?
(b) t = 6 ସମୟରେ ତାପମାତ୍ରା କେତେ ଥିଲା ?
Solution:
BSE Odisha 8th Class Maths Solutions Algebra Chapter 10 Img 30
A (2, 9), B (5, 25), C (7, 29) ଓ D (12, 39) ଦିନ୍ଦୁତ୍ରୟ ଏକ ଲେଖାଯା |
(a) t = 0 ସମୟରେ ତାପମାତ୍ରା ଥିଲା 15° C |
(b) t = 6 ସମୟରେ ତାପମାତ୍ରା ଥିଲା 27° C |

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 1. 
65610 ସଂଖ୍ୟାଟି 27 ଦ୍ୱାରା ବିଭାଜ୍ୟ । 65610ର ନିକଟତମ ଏପରି ଦୁଇଟି ସଂଖ୍ୟା ବାହାର କର ଯାହା 27 ଦ୍ବାରା ବିଭାଜ୍ୟ ଅଟେ ।
ସମାଧାନ:
65610 ସଂଖ୍ୟାଟି 27 ଦ୍ବାରା ବିଭାଜ୍ୟ ।
65610 +27= 65637 8 65610 – 27 = 65583
∴ 65610 ର ନିକଟତମ ସଂଖ୍ୟାଦ୍ଵୟ 65637 ଓ 65583, 27 ଦ୍ଵାରା ବିଭାଜ୍ୟ ଅଟେ ।

Question 2.
ଦୁଇଟି କ୍ରମିକ ସଂଖ୍ୟାର ଗ.ସା.ଗୁ. ନିର୍ଣ୍ଣୟ କର ।
ସମାଧାନ:
ଦୁଇଟି କ୍ରମିକ ସଂଖ୍ୟାର ଗ.ସା.ଗୁ 1 ଅଟେ ।
କାରଣ ଦୁଇଟି ପାଖାପାଖ୍ ସଂଖ୍ୟା ପରସ୍ପର ମୌଳିକ ଅଟନ୍ତି । 
ପରସ୍ପର ମୌଳିକ ସଂଖ୍ୟାମାନଙ୍କର ଗ.ସା.ଗୁ. 1 ଅଟେ ।

Question 3.
କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 245 ଓ 1029 କୁ ଭାଗକଲେ ପ୍ରତ୍ୟେକ ସ୍ଥଳରେ 5 ଭାଗଶେଷ ରହିବ? 
ସମାଧାନ:
ପ୍ରତ୍ୟେକ କ୍ଷେତ୍ରରେ 5 ଭାଗଶେଷ ରହୁଥ‌ିବାରୁ ସଂଖ୍ୟାଗୁଡ଼ିକରୁ 5 ବିୟୋଗକଲେ ବିଭାଜ୍ୟ ହେବ ।
245 – 5 = 240; 1029 – 5 = 1024
240 ଓ 1024 ର ଗ.ସା.ଗୁ. ନିଶ୍ଚୟ କରିବାକୁ ହେବ ।
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4
∴ 240 1024 ର ଗ.ସା.ଗୁ. = 16
∴ 245 ଓ 21029 କୁ 16 ଦ୍ବାରା ଭାଗକଲେ ପ୍ରତ୍ୟେକ ସ୍ଥଳରେ 5 ଭାଗଶେଷ ରହିବ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 4.
ଦୁଇଟି ଟ୍ୟାଙ୍କରରେ ଯଥାକ୍ରମେ 850 ଲିଟର ଓ 680 ଲିଟର ପେଟ୍ରୋଲ ଆସେ । ତୁମେ ଏଭଳି ପେଟ୍ରୋଲ ରଖୁବା ପାତ୍ର ଆଣିବ ଯେଉଁଥ‌ିରେ ପ୍ରତ୍ୟେକ ଟ୍ୟାଙ୍କରରେ ପେଟ୍ରୋଲ ପୂର୍ଣ୍ଣଥରରେ ମାପ କରିହେବ ।
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 1
850 ଓ 680 ର ଗ.ସା.ଗୁ. = 170
170 ର ଗୁଣନୀୟକ ହେଲା – 1, 2, 5, 10, 17, 34, 85 ଓ 170
∴ 1ଲି., 2ଲି., 5ଲି., 10ଲି., 17ଲି., 34ଲି. 85ଲି. ଓ 170ଲି. ମାପ ବିଶିଷ୍ଟ ପାତ୍ରମାନଙ୍କରେ ଟ୍ୟାଙ୍କରରେ ପେଟ୍ରୋଲକୁ ପୂର୍ଣ୍ଣଥରରେ ମାପ କରିହେବ ।
ସର୍ବାଧ୍ଵ 170 ଲିଟର ପେଟ୍ରୋଲ୍ ଧରୁଥିବା ପାତ୍ରରେ ଦୁଇ ଟ୍ୟାଙ୍କରର ପେଟ୍ରୋଲ୍‌କୁ ପୂର୍ଣ୍ଣ ଥରରେ ମାପିହେବ ।

Question 5.
କେଉଁ ବୃହତ୍ତମ ସଂଖ୍ୟା ଦ୍ୱାରା 398, 436 ଓ 542 କୁ ଭାଗକଲେ ଯଥାକ୍ରମେ 7, 11 ଓ 15 ଭାଗଶେଷ ବଳିବ ? 
ସମାଧାନ:
398, 436 ଓ 542 ରୁ ଯଥାକ୍ରମେ 7, 11 ଓ 15 ବିୟୋଗକଲେ ସଂଖ୍ୟାଗୁଡ଼ିକ ହେବ
398 – 7391, 436 – 11 = 425, 542 – 15 = 527
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 2
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 3
∴ 391, 425 ଓ 527 ଗ.ସା.ଗୁ. = 17 
∴ ନିର୍ୟୟ ବୃହତ୍ତମ ସଂଖ୍ୟାଟି 17 

Question 6. 
ଗୋଟିଏ କୋଠରିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ 5 ମି. 25 ସେମି., ମି. 75, ସେ.ମି. ଓ 4 ମି. 50 ସେ.ମି. ଅଟେ । ତୁମେ ଏଭଳି ଏକ ବୃହତ୍ତମ ବାଡ଼ି ଠିକ୍ କର ଯେଉଁଥରେ କୋଠରିର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ପୂର୍ଣ୍ଣଥରରେ ମପାଯାଇପାରିବ ।
ସମାଧାନ:
କୋଠରିର  = 5 ମି. 25 ସେ.ମି. = 525 ସେ.ମି.
ପ୍ରସ୍ଥ = 6 ମି.75 ସେ.ମି. = 675 ସେ.ମି. ଓ ଉଚ୍ଚତା = 4 ମି.. 50 ସେ.ମି. = 450 ସେ.ମି.
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4 4
525, 675 ଓ 450 ର ଗ.ସା.ଗୁ. = 75
∴ ସବୁଠାରୁ ବଡ 75 ସେ.ମି. ବାଡ଼ିରେ କୋଠିରର ଲମ୍ବ, ପ୍ରସ୍ଥ ଓ ଉଚ୍ଚତା ପୂର୍ଣ୍ଣଥରରେ ମପାଯାଇପାରିବ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.4

Question 7. 
ଉଦାହରଣ ନେଇ ପ୍ରତ୍ୟେକ ଉକ୍ତି ଠିକ୍ କି ନାହିଁ ପରୀକ୍ଷା କର (ପ୍ରତ୍ୟେକ ଉକ୍ତି ପାଇଁ ତିନୋଟି ଉଦାହରଣ ନିଅ) ।

(କ) ଦୁଇଟି ଭିନ୍ନ ମୌଳିକ ସଂଖ୍ୟାର ଗ.ସା.ଗୁ 1 ଅଟେ।
ସମାଧାନ:
3 ଓ 5, 5 ଓ 7, 11 ଓ 13 ର ଗ.ସା.ଗୁ. 1 । ତେଣୁ ଉକ୍ତିଟି ଠିକ୍ ଅଟେ ।

(ଖ) ଦୁଇଟି ପରସ୍ପର ମୌଳିକ ସଂଖ୍ୟାର ଗ.ସା.ଗୁ 1 ଅଟେ ।
ସମାଧାନ:
4 ଓ 5, 6 ଓ 7, 8 ଓ 9 ପରସ୍ପର ମୌଳିକ ସଂଖ୍ୟାମାନଙ୍କର ଗ.ସା.ଗୁ. 1 ଅଟେ ।
ତେଣୁ ଉକ୍ତିଟି ଠିକ୍ ଅଟେ ।

(ଗ) ଗୋଟିଏ ଯୁଗ୍ମ ସଂଖ୍ୟା ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଗ.ସା.ଗୁ. ଗୋଟିଏ ଯୁଗ୍ମ ସଂଖ୍ୟା ହୁଏ ।
ସମାଧାନ:
6 ଓ 15 ର ଗ.ସା.ଗୁ 3 । 10 ଓ 25 ର ଗ.ସା.ଗୁ. 5 । 14 ଓ 35 ର ଗ.ସା.ଗୁ 7 ।
ତେଣୁ ଉକ୍ତିଟି ଭୁଲ୍ ଅଟେ ।

(ଘ) ଦୁଇଟି କ୍ରମିକ ଯୁଗ୍ମ ସଂଖ୍ୟାର ଗ.ସା.ଗୁ. 2 । 
ସମାଧାନ:
4 ଓ 6 ର ଗ.ସା.ଗୁ. 2 ।  24 26 ର ଗ.ସା.ଗୁ. 2 । 80 82 ର ଗ.ସା.ଗୁ. 2 ।
ତେଣୁ ଉକ୍ତିଟି ଠିକ୍ ଅଟେ ।

(ଙ) ଦୁଇଟି କ୍ରମିକ ଅଯୁଗ୍ମ ସଂଖ୍ୟାର ଗ.ସା.ଗୁ. 2 ।
ସମାଧାନ:
15 ଓ 17 ର ଗ.ସା.ଗୁ 1 । 21 23 ର ଗ.ସା.ଗୁ । 9 ଓ 11 ର ଗ.ସା.ଗୁ 1 ।
ତେଣୁ ଉକ୍ତିଟି ଭୁଲ୍ ଅଟେ ।