BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

Odisha State Board BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ Important Questions and Answers.

BSE Odisha Class 10 History Important Questions Chapter 20 ଭିଭିଭୂମିର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧।. କେଉଁସବୁ ଆଧାରକୁ ନେଇ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇଥାଏ ? ଏହା ଓଡ଼ିଶାରେ କିପରି ସମ୍ଭବ ହୋଇପାରିବ ?
Answer:

  • କେତୋଟି ନିର୍ଦ୍ଦିଷ୍ଟ ଆଧାରକୁ ନେଇ ଭିଭିଭୂମିର ବିକାଶ ସମ୍ଭବ ହୋଇଥାଏ ।
  • ସେଗୁଡ଼ିକ ହେଲା– ଜଳସେଚନ, ରାସ୍ତାଘାଟର ଉନ୍ନତୀକରଣ ଓ ଗମନାଗମନର ସୁବିଧା, ପରିବହନ ପାଇଁ ସୁବିଧା ସୁଯୋଗ ଓ ରେଳପଥର ବିକାଶ, ବିମାନଘାଟୀ ଓ ପୋତାଶ୍ରୟର ବ୍ୟବସ୍ଥା, ମାନବ ସମ୍ବଳର ବିକାଶ, ଅର୍ଥଯୋଗାଣ ବ୍ୟବସ୍ଥା ଇତ୍ୟାଦି ।
  • ପର୍ଯ୍ୟଟନ ପାଇଁ ଆତିଥ୍ୟ ଯୋଗାଣର ବ୍ୟବସ୍ଥା, ଉଦ୍ୟୋଗପତିମାନଙ୍କୁ ପ୍ରଶିକ୍ଷଣ ଓ ସରକାରୀ ପ୍ରୋତ୍ସାହନ ।
  • ଏସବୁକୁ ବିଚାରକୁ ନେଇ ସ୍ଵାଧୀନତା ପରେ ଓଡ଼ିଶାର ବିକଶିତ ଭୂଭିଭୂମି ବିଷୟରେ ବିଚାର କରାଯାଇପାରେ ।
  • ଏହିସବୁ ବ୍ୟବସ୍ଥା ବିକଶିତ ହେଲେ ରାଜ୍ୟରେ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ସଂହତି ସମ୍ଭବ ହେବ । ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ରହିବ ନାହିଁ । ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହେବ ।

୨।. ଓଡ଼ିଶାରେ ମାନବ ସମ୍ବଳର ବିକାଶ ପାଇଁ କେଉଁସବୁ ପଦକ୍ଷେପ ନିଆଯାଇଛି ଉଲ୍ଲେଖ କର ।
Answer:

  • ଏକ ସୁସ୍ଥ ଓ ପ୍ରଶିକ୍ଷିତ ମାନବ ସମ୍ବଳ ସୃଷ୍ଟି ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବୈଷୟିକ ଶିକ୍ଷା ପାଇଁ ଶିଳ୍ପ ତାଲିମ କେନ୍ଦ୍ର, ଯାନ୍ତ୍ରିକ ବିଦ୍ୟାଳୟ ଓ ଯାନ୍ତ୍ରିକ ମହାବିଦ୍ୟାଳୟମାନ କାର୍ଯ୍ୟ କରୁଛନ୍ତି । ନୂଆ ନୂଆ ଜ୍ଞାନବିଜ୍ଞାନ; ଯଥା – ସୂଚନା ପ୍ରଯୁକ୍ତିବିଦ୍ୟା, କମ୍ପ୍ୟୁଟର ବିଜ୍ଞାନ, ଜୀବ ବୈଷୟିକ ବିଦ୍ୟା ଶିକ୍ଷାକ୍ଷେତ୍ରରେ ବିଭିନ୍ନ ଅନୁଷ୍ଠାନ ରହିଛି ।
  • ଏହାବ୍ୟତୀତ ଓଡ଼ିଶାରେ ଅଛି କଳା, ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ସମ୍ପର୍କିତ ଅନେକ କଲେଜ । ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଅଧିକାଂଶ ଜିଲ୍ଲାରେ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟମାନ ଅଛି ।
  • ଶିଳ୍ପ, ମାନବ ସମ୍ବଳ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟର ପରିଚାଳନା ପାଇଁ ବାଣିଜ୍ୟ ବିଦ୍ୟାଳୟମାନ ଓଡ଼ିଶାର ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ପର୍ଯ୍ୟଟନ ଓ ଶିଳ୍ପରେ ଉପଯୋଗୀ ହେଲାଭଳି ପ୍ରଶିକ୍ଷଣର ବ୍ୟବସ୍ଥା, ପର୍ଯ୍ୟଟନ ଓ ହୋଟେଲ ପରିଚାଳନା ପାଇଁ ଶିକ୍ଷାଦେବା ପାଇଁ ଭୁବନେଶ୍ୱର ସମେତ ଅନ୍ୟ ସହରମାନଙ୍କରେ ଶିକ୍ଷାନୁଷ୍ଠାନମାନ ଖୋଲିଛି ।
  • ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ବିଷୟରେ ପ୍ରଶିକ୍ଷଣ ଦିଆଯାଇ ପର୍ଯ୍ୟଟକ ପଥପ୍ରଦର୍ଶକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
  • ଓଡ଼ିଶାର ଚାରୁକଳା ଓ ହସ୍ତଶିଳ୍ପ ସମ୍ପର୍କରେ ଶିକ୍ଷାଦେବା ପାଇଁ ପ୍ରଶିକ୍ଷଣ କେନ୍ଦ୍ରମାନ କାର୍ଯ୍ୟକରୁଛି ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

୩। ଓଡ଼ିଶାରେ କେଉଁସବୁ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବାର ବ୍ୟବସ୍ଥା ସରକାର ଗ୍ରହଣ କରିଛନ୍ତି ସଂକ୍ଷେପରେ ଲେଖ ।
Answer:

  • ଓଡ଼ିଶାର ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବାରେ ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ୨୦୦୬ ମସିହାରୁ ଉଲ୍ଲେଖନୀୟ କାର୍ଯ୍ୟ କରୁଅଛି ।
  • କୁଟୀର ଜ୍ୟୋତି ଯୋଜନା ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ବେଶ୍ ସହାୟକ ହୋଇପାରିଛି ।
  • ୨୦୦୭ ମସିହାରୁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ବିଜୁ ଗ୍ରାମଜ୍ୟୋତି ଯୋଜନା ।
  • ଏହି ଯୋଜନା ଅନୁଯାୟୀ ୧୦୦ରୁ କମ୍ ଲୋକ ବସବାସ କରୁଥିବା ଗ୍ରାମମାନଙ୍କୁ ବିଦ୍ୟୁତଶକ୍ତି ଯୋଗାଇ ଦିଆଯାଉଛି ।
  • ଏହାଛଡ଼ା କୃଷି ଓ ଶିଳ୍ପକ୍ଷେତ୍ରକୁ ବିଦ୍ୟୁତ୍ ଶକ୍ତି ଯୋଗାଇଦେବାକୁ ଓଡ଼ିଶା ସରକାର ପ୍ରଚେଷ୍ଟା ଜାରି ରଖୁଛନ୍ତି ।

୪। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ସରକାର କେଉଁସବୁ ନୂତନ ବ୍ୟବସ୍ଥାମାନ ଗ୍ରହଣ କରିଛନ୍ତି ?
Answer:

  • ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାର ଭୁବନେଶ୍ବର, ପୁରୀ, କୋଣାର୍କ ସୁବର୍ଣ୍ଣ ତ୍ରିଭୁଜ ଓ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରମାନଙ୍କରେ ଅନେକ ହୋଟେଲ ଓ ଅତିଥ୍‌ଗୃହ ଖୋଲିଛନ୍ତି ।
  • ପର୍ଯ୍ୟଟନସ୍ଥଳୀମାନଙ୍କରେ ଓଡ଼ିଶା ସରକାର ପାନ୍ଥନିବାସ ଓ ପାଛିକାମାନ ନିର୍ମାଣ କରିଛନ୍ତି ।
  • ଚିଲିକା, ଭିତରକନିକାରେ ଜଳଯାତ୍ରା ପାଇଁ ସରକାରୀ ବୋଟ୍ ଯୋଗାଇ ଦେଇଛନ୍ତି ।
  • ସରକାରୀ ପାନ୍ଥନିବାସ ସାଙ୍ଗକୁ ବଡ଼ ବଡ଼ ପର୍ଯ୍ୟଟନସ୍ଥଳୀରେ ଘରୋଇ ହୋଟେଲମାନ ଖୋଲାଯାଇଛି ।
  • ଯାତ୍ରୀମାନଙ୍କୁ ସୁବିଧାରେ ନେବା ଆଣିବାପାଇଁ ଟୁରିଷ୍ଟ୍ ବସ୍ ମଧ୍ୟ ଯୋଗାଇ ଦିଆଯାଇଛି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧।. ସ୍ଵାଧୀନତୋତ୍ତର ଓଡ଼ିଶାରେ ଜଳସେଚନର ସୁବିଧା ପାଇଁ କେଉଁସବୁ ସ୍ଥାୟୀ ଯୋଜନା କାର୍ଯ୍ୟକାରୀ ହେଉଛି ?
Answer:

  • ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ଧ ବା ଆନିକଟ ନିର୍ମାଣ କରାଯାଇ କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି ।
  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ତାଳଦଣ୍ଡା, ମାଛଗାଁ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲଦ୍ଵାରା ହଜାର ହଜାର ହେକ୍ଟର ଜମି ଜଳସେଚିତ ହୋଇଥାଏ ।
  • ଅବିଭକ୍ତ ପୁରୀ ଜିଲ୍ଲା ଆଠଟି କେନାଲଦ୍ଵାରା ଜଳସେଚିତ ହେଉଛି ।

୨।. ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କେଉଁଠାରେ ଓ କ’ଣ ପାଇଁ କାର୍ଯ୍ୟକାରୀ ହେଉଛି ?
Answer:

  • ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁଗହଳରେ ଅନେକ ପକ୍‌କା ରାସ୍ତା ନିର୍ମାଣ କରାଯାଇଛି ।
  • ପ୍ରତି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣରେ ଯଥେଷ୍ଟ ଅଗ୍ରଗତି ହାସଲ କରାଯାଇ ପାରିଛି ।
  • ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଓ ପ୍ରମୁଖ ସହରମାନଙ୍କ ଆଭ୍ୟନ୍ତରୀଣ ରାସ୍ତାଗୁଡ଼ିକୁ ଉନ୍ନତ ମାନର ଓ ପ୍ରଶସ୍ତ କରାଯାଇଛି ।

୩।. ଜାତୀୟ ରାଜପଥ ୫, ୫(A) ଏବଂ ୬ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଲମ୍ବିଛି ଏବଂ ଏହାର ଲମ୍ବ କେତେ କିଲୋମିଟର ?
Answer:

  • ଜାତୀୟ ରାଜପଥ ୫ – ମୟୂରଭଞ୍ଜର ଝାଡ଼ପୋଖରିଆଠାରୁ ଗୋଳନ୍ତରା ନିକଟସ୍ଥ ଆନ୍ଧ୍ର-ଓଡ଼ିଶା ସୀମାସହ ସଂଯୋଗ କରୁଛି । ଏହାର ଲମ୍ବ ୪୮୮ କି.ମି. ।
  • ଜାତୀୟ ରେଳପଥ ୫(A) – ଧାନମଣ୍ଡଳଠାରୁ ପାରାଦ୍ବୀପକୁ ସଂଯୋଗ କରୁଛି । ଏହାର ଲମ୍ବ ୭୭ କି.ମି. I
  • ଜାତୀୟ ରାଜପଥ ୬ – ଓଡ଼ିଶା ଛତିଶଗଡ଼ ସୀମାଠାରୁ ଓଡ଼ିଶା ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ଲମ୍ବିଛି । ଏହାର ଲମ୍ବ ୪୬୨ କି.ମି. ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

୪।. ପାରାଦ୍ଵୀପ ବନ୍ଦରକୁ ଭିଭିକରି ଓଡ଼ିଶାରେ କେଉଁସବୁ କଳକାରଖାନା ଗଢ଼ିଉଠିଛି ?
Answer:

  • ୧୯୭୫ ମସିହାରେ ପାରାଦ୍ବୀପକୁ ରେଳପଥ ସହିତ ସଂଯୁକ୍ତ କରାଗଲା ।
  • ଏହି ବନ୍ଦରକୁ ଭିଭିକରି ପାରାଦ୍ବୀପ ନିକଟବର୍ତ୍ତୀ ଅଞ୍ଚଳରେ ପାରାଦ୍ବୀପ ଫସ୍‌ଫେଟ୍‌ସ୍ କାରଖାନା ସ୍ଥାପିତ ହୋଇଛି ।
  • ପାରାଦ୍ଵୀପଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଉଛି ।

୫।. ଶିଳ୍ପ ବିକାଶର ଜୀବନରେଖା କାହାକୁ କୁହାଯାଏ ? ଏଥ‌ିପାଇଁ ଓଡ଼ିଶାରେ କ’ଣସବୁ ବ୍ୟବସ୍ଥା କରାଯାଇଛି ?
Answer:

  • ଶିଳ୍ପ ବିକାଶର ଜୀବନରେଖା ହେଉଛି ବିଦ୍ୟୁତ୍ ଶକ୍ତି ।
  • ସ୍ଵାଧୀନତା ପ୍ରାପ୍ତି ସମୟରେ ଓଡ଼ିଶାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା । ଗୋଟିଏ ଚୌଦ୍ଵାର ଓ ଅନ୍ୟଟି ବ୍ରହ୍ମପୁରରେ ଥିଲା ।
  • ୧୯୫୭ ମସିହାରେ ହୀରାକୁଦ ଡ୍ୟାମ୍‌ ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେଉଥିଲା । ସମୟକ୍ରମେ ଓଡ଼ିଶାରେ ପରେ ୬ଟି ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି ।

୬।. ଭିତ୍ତିଭୁମିର ବିକାଶ ହେଲେ କେଉଁସବୁ ସୁଫଳ ମିଳେ ?
Answer:

  • ଭିତ୍ତିଭୂମିର ବିକାଶ ହେଲେ ସବୁ ବ୍ୟବସ୍ଥା ବିକଶିତ ହେବ, ଫଳରେ ରାଜ୍ୟରେ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ସାମାଜିକ ସଂହତି ସମ୍ଭବ ହେବ ।
  • ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ରହିବ ନାହିଁ ।
  • ସବୁ ଜିଲ୍ଲାର ସମତୁଲ ବିକାଶ ସମ୍ଭବ ହେବ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ କେଉଁ ଦୁଇଗୋଟି ନିଗମକୁ ଦିଆଯାଇଥିଲା ?
Answer:

  • ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ପରିଷଦର କାର୍ଯ୍ୟ ଦୁଇଗୋଟି ନିଗମକୁ ଦିଆଯାଇଥିଲା ।
  • ପ୍ରଥମଟି ହେଲା ଓଡ଼ିଶା ଗ୍ରୀଡ୍ ନିଗମ ଓ ଦ୍ବିତୀୟଟି ହେଲା – ଓଡ଼ିଶା ଜଳବିଦ୍ୟୁତ୍ ଶକ୍ତି ନିଗମ

୨। ବିଦ୍ୟୁତ୍ ବିତରଣ ପାଇଁ ଓଡ଼ିଶା ସରକାର କେଉଁ ସଂସ୍ଥାକୁ ଦାୟିତ୍ବ ଦେଇଛନ୍ତି ?
Answer:

  • ବିଦ୍ୟୁତ୍ ବିତରଣ ପାଇଁ ଓଡ଼ିଶା ସରକାର ୱେସ୍କୋ, ନେସ୍କୋ, ସାଉଥ୍ ଓ ସେସ୍କୋ ନାମକ ଚାରିଗୋଟି ଘରୋଇ ସଂସ୍ଥାକୁ ଦାୟିତ୍ଵ ଦେଇଛନ୍ତି ।
  • ସେସ୍କୋ ଏବେ ସେସୁରେ ପରିଣତ ହୋଇଛି ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

୩। ‘ବିଜୁ ଗ୍ରାମଜ୍ୟୋତି ଯୋଜନା’ କେବେଠାରୁ ଓ କ’ଣ ପାଇଁ କାର୍ଯ୍ୟକାରୀ ହୋଇଥିଲା ?
Answer:

  • ୨୦୦୭ ମସିହାରୁ ଓଡ଼ିଶା ସରକାର ବିଜୁ ଗ୍ରାମଜ୍ୟୋତି ଯୋଜନା ଆରମ୍ଭ କରିଛନ୍ତି ।
  • ଏହି ଯୋଜନା ଅନୁଯାୟୀ ୧୦୦ରୁ କମ୍ ଲୋକ ବସବାସ କରୁଥିବା ଗ୍ରାମମାନଙ୍କୁ ବିଦ୍ୟୁତ୍ ଶକ୍ତି ଯୋଗାଇ

୪।. ପୂର୍ବତଟ ରେଳପଥ କେବେ ଶୁଭାରମ୍ଭ ହୋଇଥିଲା ଓ ଏହା କେବେ କାର୍ଯ୍ୟକ୍ଷମ ହେଲା ?
Answer:

  • ୧୯୯୬ ମସିହା ଅଗଷ୍ଟ ୮ ତାରିଖରେ ପୂର୍ବତଟ ରେଳପଥ ଶୁଭାରମ୍ଭ ହୋଇଥିଲା ।
  • ୨୦୦୩ ମସିହା ଏପ୍ରିଲ୍ ମାସରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।

୫।. ଭାରତରେ କେବେ ରେଳପଥ ଆରମ୍ଭ ହୋଇଥିଲା ଓ ଓଡ଼ିଶାରେ କେବେ ପ୍ରଥମେ ରେଳଗାଡ଼ି ଚାଲିଥିଲା ?
Answer:

  • ୧୮୫୩ ମସିହାରେ ଭାରତରେ ରେଳପଥ ଆରମ୍ଭ ହୋଇଥିଲା ।
  • ୧୮୯୭ ମସିହାରେ ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚାଲିଥିଲା ।

୬।. ଓଡ଼ିଶାରେ କେତୋଟି ବିମାନ ଅବତରଣ କେନ୍ଦ୍ର ଓ କେତୋଟି ହେଲିପ୍ୟାଡ୍ ଅଛି ?
Answer:

  • ଓଡ଼ିଶାରେ ୧୩ ଗୋଟି ବିମାନ ଅବତରଣ କେନ୍ଦ୍ର ଅଛି ।
  • ଏହା ବ୍ୟତୀତ ଓଡ଼ିଶାରେ ୧୬ଟି ହେଲିପ୍ୟାଡ଼ ଅଛି ।

୭। ପଞ୍ଚାୟତ ସ୍ତରରେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ଏବଂ ଆର୍ଥିକ ସହାୟତା ପ୍ରଦାନ ପାଇଁ କି ବ୍ୟବସ୍ଥା କରାଯାଇଛି ?
Answer:

  • ପଞ୍ଚାୟତମାନଙ୍କରେ ନିଯୁକ୍ତ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କୁ ବୈଷୟିକ ସହାୟତା ଓ ପରାମର୍ଶ ପ୍ରଦାନ କରୁଛନ୍ତି ।
  • କୃଷକମାନଙ୍କୁ ଆବଶ୍ୟକବେଳେ ଆର୍ଥିକ ସହାୟତା ପ୍ରଦାନ କରିବାପାଇଁ ସମବାୟ ସଂସ୍ଥା ଓ ବ୍ୟାଙ୍କମାନଙ୍କ ଜରିଆରେ ଋଣ ପ୍ରଦାନର ବ୍ୟାପକ ବ୍ୟବସ୍ଥା ହୋଇଛି ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଓଡ଼ିଶା କେବେ ଏକ ସ୍ଵତନ୍ତ୍ର ପ୍ରଦେଶ ଭାବରେ ଆତ୍ମପ୍ରକାଶ କରିଥିଲା ?
Answer:
୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଆତ୍ମପ୍ରକାଶ କରିଥିଲା ।

2. କେଉଁ ତିନିଗୋଟି କାରଣପାଇଁ ଓଡ଼ିଶାର ଭିତ୍ତିଭୂମିର ବିକାଶ ହୋଇପାରି ନଥିଲା ?
Answer:
ରାଜନୈତିକ ଅସ୍ଥିରତା, ଦ୍ବିତୀୟ ବିଶ୍ୱଯୁଦ୍ଧ ଓ ଭାରତଛାଡ଼ ଆନ୍ଦୋଳନ ପାଇଁ ଓଡ଼ିଶାର ଭିତ୍ତିଭୂମିର ବିକାଶ ହୋଇପାରି ନଥିଲା ।

3. ଓଡ଼ିଶାରେ ଭିତ୍ତିଭୂମିର ବିକାଶଧାରା କେବେ ତ୍ବରାନ୍ବିତ ହୋଇଥିଲା ?
Answer:
ଦେଶ ସ୍ଵାଧୀନ ହେବା ଓ ବିଶେଷକରି ଓଡ଼ିଶା ସହିତ ଗଡ଼ଜାତ- ଗୁଡ଼ିକରେ ମିଶ୍ରଣ ପରେ ଭିତ୍ତିଭୂମିର ବିକାଶଧାରା ତ୍ବରାନ୍ବିତ ହୋଇଥିଲା ।

4. ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ କେଉଁସବୁ କେନାଲ ସାହାଯ୍ୟରେ ଜଳସେଚନ କରାଯାଇଥାଏ ?
Answer:
ତାଳଦଣ୍ଡା କେନାଲ, ମାଛଗାଁ କେନାଲ, କେନ୍ଦ୍ରାପଡ଼ା କେନାଲ, ପଟ୍ଟାମୁଣ୍ଡାଇ କେନାଲଦ୍ୱାରା ହଜାର ହଜାର ହେକ୍ଟର ଜମିକୁ ଜଳସେଚିତ କରାଯାଇଥାଏ ।

5. ହୀରାକୁଦ ନଦୀବନ୍ଧ ଯୋଜନାଦ୍ଵାରା କେଉଁ ଦୁଇଟି ଜିଲ୍ଲାରେ ଜଳସେଚନ କରାଯାଇଥାଏ ?
Answer:
ବରଗଡ଼ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାକୁ ହୀରାକୁଦ ନଦୀବନ୍ଧ ଯୋଜନାରେ ଜଳସେଚନ କରାଯାଇଥାଏ ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

6. ହୀରାକୁଦ ବ୍ୟତୀତ ଓଡ଼ିଶାରେ ଆଉ କେଉଁସବୁ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଅଛି ?
Answer:
ହୀରାକୁଦ ବ୍ୟତୀତ ରେଙ୍ଗାଲି ପ୍ରକଳ୍ପ, ହ୍ରଦଗଡ଼ ପ୍ରକଳ୍ପ, ଅପର କୋଲାବ, ବାଲିମେଳା ଓ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଅଛି।

7. ଭୁବନେଶ୍ଵର ଓ ଚିପିଲିମାଠାରେ କୃଷି ପାଇଁ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ?
Answer:
ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ହୋଇଛି ‘ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ’ ଓ ଚିପିଲିମାଠାରେ ପ୍ରତିଷ୍ଠା କରାଯାଇଛି ‘କୃଷି ମହାବିଦ୍ୟାଳୟ’ ।

8. ଭାରତରେ ଓ ଓଡ଼ିଶାରେ କେବେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?
Answer:
ଭାରତରେ ରେଳପଥ ଆରମ୍ଭ ହୋଇଥିଲା ୧୮୫୩ ମସିହାରେ ଓ ଓଡ଼ିଶାରେ ପ୍ରଥମ ରେଳଗାଡ଼ି ଚାଲିଥିଲା ୧୮୯୭ ମସିହାରେ ।

9. ଇଷ୍ଟକୋଷ୍ଟ ରେଳବାଇ ଜୋନ୍ କ’ଣ ?
Answer:
ଏହି ରେଳବାଇ ଜୋନ୍‌ରେ ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଓ ୱାଲିଟିଅର ଡିଭିଜନ କାର୍ଯ୍ୟ କରିଥାଏ ।

10. ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର କେଉଁଟି ?
Answer:
ଭୁବନେଶ୍ଵରଠାରେ ଥ‌ିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର ଅଟେ ।

11. ଟାଟା କମ୍ପାନୀ ସହାୟତାରେ କେଉଁ ବନ୍ଦର ନିର୍ମାଣ କରାଯାଇଛି ?
Answer:
ଟାଟା କମ୍ପାନୀ ସହାୟତାରେ ଧାମରାଠାରେ ଏକ ବୃହତ୍ ବନ୍ଦର ନିର୍ମାଣ କରାଯାଇଛି ।

12. ଓଡ଼ିଶାରେ କାର୍ଯ୍ୟକାରୀ ହେଉଥ‌ିବା ୬ଟି ବିଦ୍ୟୁତ୍ ପ୍ରକଳ୍ପର ନାମ ଲେଖ ।
Answer:
ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ, ବାଲିମେଳା ପ୍ରକଳ୍ପ, ରେଙ୍ଗାଲି, ଅପର କୋଲାବ, ଅପର ଇନ୍ଦ୍ରାବତୀ ଓ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ସାମାଜିକ ଐକ୍ୟ ଓ ଆର୍ଥନୈତିକ ସମୃଦ୍ଧିର ପ୍ରଥମ ଆବଶ୍ୟକତା କ’ଣ ?
Answer:
ଭିତ୍ତିଭୂମି

2. ବିଜୁ ଗ୍ରାମଜ୍ୟୋତି ଯୋଜନା କାହାଦ୍ଵାରା ପ୍ରବର୍ତ୍ତିତ ହୋଇଛି ?
Answer:
ଓଡ଼ିଶା ସରକାର

3. କେଉଁ ଜାତୀୟ ରାଜପଥଟି ଓଡ଼ିଶା ଝାଡ଼ଖଣ୍ଡ ସୀମାରୁ ଚମ୍ପୁଆ ଦେଇ ପରଶୋରା ପର୍ଯ୍ୟନ୍ତ ଯାଇଛି ?
Answer:
ଜାତୀୟ ରାଜପଥ – ୭୫

4. ୫ ନମ୍ବର ଜାତୀୟ ରାଜପଥର ଦୈର୍ଘ୍ୟ କେତେ ?
Answer:
୪୮୮ କି.ମି.

5. ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅଛି ?
Answer:
ଭୁବନେଶର

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

6. ସ୍ଵାଧୀନତାପ୍ରାପ୍ତି ବେଳକୁ ଓଡ଼ିଶାରେ ରେଳପଥର ଦୈର୍ଘ୍ୟ କେତେ କି.ମି. ଥୁଲା ?
Answer:
୯୧୪ କି.ମି.

7. ସମ୍ବଲପୁରର କେଉଁଠାରେ ଏକ କୃଷି ମହାବିଦ୍ୟାଳୟ ରହିଛି ?
Answer:
ଚିପିଲିମା

8. ଓଡ଼ିଶାରେ ଥିବା ଜାତୀୟ ରାଜପଥଗୁଡ଼ିକ ଦୈର୍ଘ୍ୟ କେତେ କି.ମି. ?
Answer:
୩୬୫୫

9. ଜାତୀୟ ରାଜପଥ ନଂ ୪୩ର ଦୈର୍ଘ୍ୟ କେତେ କି.ମି. ?
Answer:
୧୫୨ କି.ମି.

10. ଜାତୀୟ ରାଜପଥ ନଂ ୨୦୩A କେଉଁ ଦୁଇଟି ସ୍ଥାନକୁ ଯୋଗ କରିଛି ?
Answer:
ପୁରୀ ଓ ସାତପଡ଼ା

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

11. ଜାତୀୟ ରାଜପଥ ନଂ ୨୩ ତାଳଚେରଠାରେ କେଉଁ ଜାତୀୟ ରାଜପଥ ସହିତ ମିଶିଛି ?
Answer:
ଜାତୀୟ ରାଜପଥ ନଂ ୪୨

12. ବିଜୁ ପଟ୍ଟନାୟକ ବିମାନବନ୍ଦରରେ କେବେଠାରୁ ଏକ ଏୟାର କାର୍ଗୋ କମ୍ପ୍ଲେକ୍ସ କାର୍ଯ୍ୟ କରୁଛି ?
Answer:
୧୯୯୫ ଅଗଷ୍ଟ ମାସ

13. ଜଳବିଦ୍ୟୁତ୍ ଓ ତାପଜ ବିଦ୍ୟୁତକୁ ମିଶାଇ ଓଡ଼ିଶାର ନିଜସ୍ଵ ବିଦ୍ୟୁତ୍ ଉତ୍ପାଦନ ସାମର୍ଥ୍ୟ କେତେ ମେଗାଓ୍ବାଟ୍ ଥିଲା ?
Answer:
୨୮୫୬

14. .ବିଦ୍ୟୁତ୍ ସଂସ୍କାର ଆଇନ ୧୯୯୫ କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଲା ?
Answer:
ବିଦ୍ୟୁତ୍ ଶକ୍ତିର ଉତ୍ପାଦନ ଓ ସୁଷମ ବଣ୍ଟନ ପାଇଁ

15. ଟାଟା କମ୍ପାନୀଦ୍ଵାରା କେଉଁଠାରେ ଏକ ବୃହତ୍ ବନ୍ଦର ନିର୍ମିତ ହୋଇଛି ?
Answer:
ଧାମରା

16. ସମ୍ବଲପୁର, ଖୋର୍ଦ୍ଧାରୋଡ଼ ଓ ୱାଲଟିଅର୍ ଡିଭିଜନକୁ ନେଇ କାର୍ଯ୍ୟ କରୁଥିବା ରେଳବାଇ ଜୋନ୍ ?
Answer:
ଇଷ୍ଟକୋଷ୍ଟ ରେଳବାଇ ଜୋନ୍

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

C. ଶୂନ୍ୟସ୍ଥାନ ପୂରଣ କର ।

1. ୧୯୩୬ ମସିହାରୁ ______________ ମସିହା ପର୍ଯ୍ୟନ୍ତ ଓଡ଼ିଶା ଥିଲା ପରାଧୀନ ଭାରତର ଏକ ପ୍ରଦେଶ ।
Answer:
୧୯୪୭

2. ଦ୍ବିତୀୟ ବିଶ୍ଵଯୁଦ୍ଧ ୧୯୩୯ରୁ _____________ ମସିହା ପର୍ଯ୍ୟନ୍ତ ଚାଲିଥିଲା ।
Answer:
୧୯୪୫

3. ୧୯୪୨ ମସିହାରେ ଆମ ଦେଶରେ _______________ ଆନ୍ଦୋଳନ ଚାଲିରହିଥିଲା ।
Answer:
ଭାରତଛାଡ଼

4. ଆମ ରାଜ୍ୟରେ ସମର୍ଥ ଲୋକଙ୍କ ମଧ୍ୟରୁ ଶତକଡ଼ା, ________________ ଭାଗ ଲୋକ କୃଷିକ୍ଷେତ୍ରରେ କାମ କରନ୍ତି ।
Answer:
୬୫

5. ସମ୍ବଲପୁର ନିକଟସ୍ଥ ______________ ଠାରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
Answer:
ଚିପିଲିମା

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

6. ଚଳଚ୍ଚିତ୍ର ଶିଳ୍ପ ପାଇଁ ଓଡ଼ିଶାରେ _______________ ଟି ରେଳବାଇ ଜୋନ୍ କାର୍ଯ୍ୟ କରୁଅଛି ।
Answer:
୧୬

7. ଚଳଚ୍ଚିତ୍ର ଶିଳ୍ପ ପାଇଁ ଓଡ଼ିଶାରେ _______________ ଷ୍ଟୁଡ଼ିଓ କାର୍ଯ୍ୟ କରୁଅଛି ।
Answer:
କଳିଙ୍ଗ

8. ପୂର୍ବତଟ ରେଳପଥର ମୂଖ୍ୟ କାର୍ଯ୍ୟାଳୟ ____________________ ଠାରେ ଅବସ୍ଥିତ ।
Answer:
ଭୁବନେଶ୍ୱର

9. _______________ ରାଜପଥ ଭୁବନେଶ୍ଵରଠାରୁ ପୁରୀ, ବାଲିଘାଇ ଦେଇ କୋଣାର୍କ ପର୍ଯ୍ୟନ୍ତ ଯାଇଛି ।
Answer:
୨୦୩ ଜାତାୟ

10. ପ୍ରଥମେ ପରାଦ୍ବୀପ ବନ୍ଦରରୁ ____________ ବିଦେଶକୁ ରପ୍ତାନି ହେଉଥିଲା ।
Answer:
ଲୁହାପଥର

11. ଭୁବନେଶ୍ୱର ବିମାନ ବନ୍ଦର ବ୍ୟତୀତ ଓଡ଼ିଶାରେ _______________ ଟି ବିମାନ ଅବତରଣ କେନ୍ଦ୍ର ରହିଛି ।
Answer:
୧୩

12. ଗୋପାଳପୁର ବନ୍ଦର _______________ ମସିହାଠାରୁ ଏକ ପ୍ରଥମ ଶ୍ରେଣୀର ବନ୍ଦରଭାବେ କାର୍ଯ୍ୟ କରୁଅଛି ।
Answer:
୧୯୮୭

13. ଭାରତରେ ପ୍ରଥମ ରେଳପଥ ଆରମ୍ଭ ହୋଇଥିଲା _______________ ମସିହାରେ ।
Answer:
୧୮୫୩

14. ବର୍ତ୍ତମାନ ଓଡ଼ିଶାରେ _______________ ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି ।
Answer:

15. ୧୯୯୬ ମସିହାରେ ପୂର୍ବତଟ ରେଳପଥର ଶୁଭ ଦେଇଥିଲେ ପ୍ରଧାନମନ୍ତ୍ରୀ ______________ ।
Answer:
ଦେବଗୌଡ଼ା

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ଦ୍ଵିତୀୟ ବିଶ୍ୱଯୁଦ୍ଧ ୧୯୧୪ ମସିହାରେ ଆରମ୍ଭ ହୋଇଥିଲା ।
Answer:
x

2. ଓଡ଼ିଶାରେ ୮୦ ଭାଗ ଲୋକ କୃଷିକ୍ଷେତ୍ରରେ କାମ କରନ୍ତି ।
Answer:
x

3. ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା ।
Answer:

4. କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ବରଗଡ଼ଠାରେ ଅବସ୍ଥିତ ।
Answer:
x

5. ମତ୍ସ୍ୟ ଗବେଷଣା କେନ୍ଦ୍ର ଚିଲିକାଠାରେ ଅବସ୍ଥିତ ।
Answer:
x

6. ଚିପିଲିମାଠାରେ ଏକ ଶିଳ୍ପ ମହାବିଦ୍ୟାଳୟ ରହିଛି ।
Answer:
x

7. ବର୍ତ୍ତମାନ ଓଡ଼ିଶାର ରାଜପଥ ସଂଖ୍ୟା ୧୫ରେ ପହଞ୍ଚିଛି ।
Answer:

8. ଗାଁ ଗହଳରେ ପକ୍କା ସଡ଼କ ରାଜୀବ ଯୋଜନାରେ କାର୍ଯ୍ୟକାରୀ ହେଉଛି ।
Answer:
x

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

9. ୧୮୩୫ରେ ଭାରତରେ ପ୍ରଥମ ରେଳପଥ ଆରମ୍ଭ ହେଲା ।
Answer:
x

10. ଓଡ଼ିଶାରେ ପ୍ରଥମେ ରେଳଗାଡ଼ି ଚାଲିଥିଲା ୧୮୭୯ରେ ।
Answer:
x

11. ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵରରେ ୨୦୦୩ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ।
Answer:

12. ପାରାଦ୍ଵୀପଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଛି ।
Answer:

13. ଶିଳ୍ପ ବିକାଶର ଜୀବନରେଖା ହେଉଛି ବିଦ୍ୟୁତ୍ଵଶକ୍ତି ।
Answer:

14. ସ୍ଵାଧୀନତା ବେଳକୁ ଓଡ଼ିଶାରେ ତିନୋଟି ତାପଜ ବିଦ୍ୟୁତ୍ କେନ୍ଦ୍ର ଥିଲା ।
Answer:
x

15. ଓଡ଼ିଶାର ତାଳଚେରଠାରେ ଏକ ତାପଜ ବିଦ୍ୟୁତକେନ୍ଦ୍ର ସ୍ଥାପିତ ହୋଇଛି ।
Answer:

16. ଗୋପାଳପୁରଠାରେ ୧୯୮୭ ମସିହାଠାରୁ ଏକ ମଧ୍ୟମ ଶ୍ରେଣୀର ବନ୍ଦର କାର୍ଯ୍ୟ କରୁଅଛି ।
Answer:

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

17. ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତକରଣ ଯୋଜନା ୨୦୦୭ ମସିହାରୁ କାର୍ଯ୍ୟକରୁଛି ।
Answer:
x

18. ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ଆମ ରାଜ୍ୟରେ ୨୦୦୬ ମସିହାରୁ କାର୍ଯ୍ୟ କରୁଅଛି ।
Answer:
x

19. ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଭୁବନେଶ୍ୱର, ପୁରୀ, କୋଣାର୍କକୁ ନେଇ ସୁବର୍ଣ୍ଣ ତ୍ରିଭୁଜ ଗଠନ କରାଯାଇଛି ।
Answer:

20. ଚଳଚ୍ଚିତ୍ର ଶିଳ୍ପ ପାଇଁ ଓଡ଼ିଶାରେ କଳିଙ୍ଗ ଷ୍ଟୁଡ଼ିଓ ଭଳି ଅନୁଷ୍ଠାନ କାର୍ଯ୍ୟ କରୁଅଛି ।
Answer:

21. ଓଡ଼ିଶା ବୈଦ୍ୟୁତିକ ସଂସ୍କାର ଆଇ ୧୯୯୬ ମସିହା ଏପ୍ରିଲ ୧ରେ କାର୍ଯ୍ୟକାରୀ ହୋଇଥିଲା ।
Answer:

22. ଓଡ଼ିଶାରେ ୧୬ଟି ହେଲିପ୍ୟାଡ଼ ରହିଛି ।
Answer:

23. ବର୍ତ୍ତମାନ ଭାରତରେ ୯ଟି ରେଳବାଇ ଜୋନ୍ କାମ କରୁଅଛି ।
Answer:
x

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
1.

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question
Answer:

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer

2.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 2
Answer:

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 2

BSE Odisha 10th Class History Important Questions Chapter 20 ଭିଭିଭୂମିର ବିକାଶ

3.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 3
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 3

4.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 4
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 4

Leave a Comment